ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ସବର୍ଟ ଟର୍ମ କୋର୍ସ
ସେଆର କରନ୍ତୁ

ସବର୍ଟ ଟର୍ମ କୋର୍ସ

ସବର୍ଟ ଟର୍ମ କୋର୍ସ ର ସୂଚନା

ୱେବ୍ ଡିଜାଇନିଂ

ୱେବ୍ ଡିଜାଇନି । ଏଭଳି ଏକ କ୍ଷେତ୍ର, ଯେଉଁଥିରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି । ଏହି କୋର୍ସରେ HTML. PHP. Java Script ଭଳି କୋଡିଂ ଲାଙ୍ଗୁଏଲ ଶିକ୍ଷା ଦିଆଯାଏ । ପ୍ରଫେସନାଲ୍ ୱେବ୍ ଡିଜାଇନିଂ " କୋର୍ସର ସମୟସୀମା ୧ ବର୍ଷ ହୋଇଥାଏ । ଏହା ବ୍ୟତୀତ ୩ରୁ ୬ ମାସ ପର୍ଯ୍ୟନ୍ତ ସର୍ଟ ଟର୍ମ କୋର୍ସ ମଧ୍ୟ କରିପାରିବେ । +୨ ପରେ ଆପଣ ଏହି କୋର୍ସ କରିପାରିବେ ।

ଭିଏଫ୍ଏକ୍ପ ଏବଂ ଆନିମେସନ୍

ଏହି ପାଠ୍ୟ କ୍ରମରେ ଭିଜୁଆଲ୍ ଇଫେକ୍ଟସ୍, ଆନିମେସନ୍, ୩ଡ଼ି ଟେକ୍ନୋଲୋଜି, ଗ୍ରାଫିକ୍ସ ଆଦି ବିଷୟରେ ଶିକ୍ଷା ଦିଆଯାଏ । ଭିଏଫ.ଏକ୍ସ ଏବଂ ଆନିମେସନ୍ ପ୍ରଫେସନାଲଙ୍କ ଚାହିଦା ବୃଦ୍ଧି ପାଇବା କାରଣରୁ ଏହି କୋର୍ସ ଦିନକୁ ଦିନ ଲୋକପ୍ରିୟ ହେଉଛି । ଏହି କୋର୍ସ କରିବା ଦ୍ଵାରା ଫିଲ୍ମ ଇଣ୍ଡଷ୍ଟିରେ କାମ ମିଳିଥାଏ । ସ୍ଵାଧୀନ ଭାବରେ କାମ କରିବା ପାଇଁ ଏହି କୋର୍ସ ବଡ଼ ସୁଯୋଗ ଦେଇଥାଏ ।

ହାର୍ଡୱେର ଆଶ୍ ନେଟୱାର୍କି"କୋର୍ସେସ

ଯଦି ଆପଣ ଆଇଟି କ୍ଷେତ୍ରରେ କାମ କରିବାକୁ ଇଚ୍ଛା କରୁଛନ୍ତି, ତା'ହେଲେ ହାର୍ଡୱେର ଏବଂ ନେଟ୍ୱାର୍କିଟ ଓ ଏହା ସହିତ ଜଡ଼ିତ ଅନ୍ୟାନ୍ୟ କୋର୍ସ କରିପାରନ୍ତି । ଏକ୍ଷେତ୍ରରେ ଡିମ୍ନୋମା ଇନ୍ ସଫ୍ଟୱେୟାର ଇଞ୍ଜିନିୟରିଂ", କମ୍ପ୍ୟୁଟର ପେରିପେରାଲ୍ ରିପେୟାରି", ଡିପ୍ଲେମା ଇନ୍ ନେଟୱାର୍କି ଆଣ୍ଡ କମ୍ୟୁନିକେସନ୍, ଇଣ୍ଟରନେଟ୍ ମାକେର୍କଟିଂ ଆଣ୍ଡ ସର୍ଜ ଇଞ୍ଜିନ୍ ଅପ୍ଟିମାଇଜେସନ୍ ଭଳି କୋର୍ସ ରହିଛି ।

ସଫ୍ଟୱେର ଆଣ୍ଡ୍ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ କୋର୍ସ

ସଫ୍ଟୱେର ଡେଭଲପମେଣ୍ଟ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୁଯୋଗର ଅଭାବ ନାହିଁ । ଏଥୁରେ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ ଯଥା  Java, C++ ଆଦି ଶେଖିବାକୁ ହୋଇଥାଏ   । ଏହି କୋର୍ସ ଶେଷ କରିବା ପରେ ଆଇଟି କମ୍ପାନୀଗୁଡ଼ିକରେଚାକିରି ମିଳିଥାଏ ।

ଟାଲି

ଟାଲି ଏକ ଆକାଉଣ୍ଡିଂ ସଫ୍ଟୱେର । ଆପଣ ଟାଲିକୁ କିଭଳି ଦକ୍ଷତାର ସହିତ ବ୍ୟବହାର କରିବେ, ତାହା ଏହି କୋର୍ସରେ ଶିକ୍ଷା ଦିଆଯାଏ । ଟାଲି ଶିଖିଲେ ଜଣେ ଛାତ୍ର ଉଭୟ ବେସରକାରୀ ଏବଂ ସରକାରୀ ଚାକିରି ପାଇପାରିବେ । ସାଧାରଣତଃ ବେସରକାରୀ ଓ ସରକାରୀ ଅଫିସ୍ ଗୁଡିକ ନିଜର ଫାଇନାନ୍ସିଆଲ ଡାଟା ଷ୍ଟୋର, ଟ୍ରାନ୍ସଫର କରିବାରେ ଟାଲି ସଫ୍ଟୱେର ବ୍ୟବହାର କରିଥାନ୍ତି । ଟାଲିରେ ଜଣେ ଛାତ୍ର ଡିପ୍ଲୋମା କୋର୍ସ କରି ସହଜରେ ଚାକିରି ପାଇପାରିବେ ।

କେଉଁଠି କରିବେ କୋର୍ସ ?

ଜଣେ ଚାହିଁଲେ ଏରିନା ଆନିମେସନ୍ ଏକାଡେମୀ, ମ୍ୟାକ୍,କ୍ରମବାକସ  ଆନିମେସନ୍ ଆଣ୍ଡ ଭିଜୁଆଲ୍ ଇଫେକ୍ଟସ୍ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାର୍ଡୱେର ଆଣ୍ଡ ଟେକ୍ନୋଲୋଜି), ଜେଟ କିଙ୍ଗ ଇନ୍‌ଫ୍ରେଟେନ୍ ଲିମିଟେଡ୍ ଆଦି ଅନୁଷ୍ଠାନରୁ ଉପରୋକ୍ତ କୋର୍ସ କରିପାରିବେ ।

କେଉଁଠି ମିଳିବ ନିଯୁକ୍ତି ?

ଏହି ସବୁ କୋର୍ସ କରିବା ପରେ ପ୍ରାର୍ଥୀ ଫିଲ୍ମ, ସିରିଏଲ ଇଣ୍ଡଷ୍ଟି, ଗେମ୍ ଇଣ୍ଡଷ୍ଟି, ଆଇଟି କମ୍ପାନୀ ସହିତ ଅନ୍ୟ ବେସରକାରୀ କମ୍ପାନୀରେ ଜବ୍ କରିପାରନ୍ତି । ଅନେକ ଇନଷ୍ଟିଚ୍ଯୁଟ୍ ପିଲାଙ୍କୁ ନିଜ କ୍ୟାମ୍ପସରେ ନିଯୁକ୍ତି ମଧ ଦେଇଥାନ୍ତି । ଆପଣ ଚାହିଁଲେ କମ୍ପାନୀକୁ ସିଧା ସଳଖ ଜବ ପାଇଁ ଆବେଦନ କରିପାରିବେ । ବେଳେବେଳେ କମ୍ପାନୀ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶିତ ହୋଇଥାଏ ।

ସଂଗୃହିତ:ପିକ ପ୍ରାମାଣିକ , କ୍ୟାରିୟର କନସୋଲଟାଣ୍ଟ
2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top