অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମ୍ପର୍କ ନ ବିଗାଡି ଚାକିରି ଛାଡିବେ କିପରି

ସମ୍ପର୍କ ନ ବିଗାଡି ଚାକିରି ଛାଡିବେ କିପରି

ଉପକ୍ରମ

ଚାକିରି ଛାଡିବା ଅନେକ ସମୟରେ ଏକ କଷ୍ଟକର ପ୍ରକ୍ରିୟା ହୋଇଥାଏ।   ହଠାତ୍ କାହାକୁ କିଛି ନ ଜଣାଇ ଚାକିରି ଛାଡିବା ଯୋଗୁ ସଂସ୍ଥା ଓ ସହକର୍ମୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୁଏ। ହେଲେ କେତେକ ପନ୍ଥା ଅନୁସରଣ କଲେ ସହଜ ଉପାୟରେ ଓ ସମ୍ପର୍କ ନଷ୍ଟ ନ କରି ଚାକିରି ଛାଡି ହେବ ।

ଚାକିରି ଛାଡିବେ କିପରି ଏଥିପାଇଁ ନିମ୍ନୋକ୍ତ ଟିପ୍ସ

  • ଯଦିଓ ନିଜର ନୂଆ ନିଯୁକ୍ତିଦାତା ସମ୍ପର୍କରେ ଜଣାଇବାକୁ ଆପଣ ବାଧ୍ୟ ନୁହନ୍ତି, ଛାଡୁଥିବା ସଂସ୍ଥା ସହ ଉତ୍ତମ ସମ୍ପର୍କ ରକ୍ଷା କରିବା ପାଇଁ ଏପରି କରିବା ଭଲ ।  ମନେ ରଖନ୍ତୁ ଯେ, ଆପଣ ଉକ୍ତ ସଂସ୍ଥାକୁ ପୁଣି ଫେରି ପାରନ୍ତି । ତେଣୁ ପୁରୁଣା ସଂସ୍ଥାର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ରଖିବା ଉଚିତ ।
  • ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇସାରିବା ଆରେ ଏହାର କାରଣ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାନ୍ତୁ । ଏପରି କଲେ ହୁଏତ କର୍ତ୍ତୃପକ୍ଷ ଆପଣଙ୍କୁ ରଖିବା ପାଇଁ ଅଧିକ ଭଲ ଅଫର୍ ଦେଇପାରନ୍ତି, ଯାହାଫଳରେ ଆପଣ ନିଜ ନିଷ୍ପତ୍ତିର ପୁନର୍ବିଚାର କରିପାରିବେ ।
  • ଚାକିରି ଛାଡିବା ପୂର୍ବରୁ ସଂସ୍ଥା ଦେଇଥିବା ସବୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂରା କରନ୍ତୁ । ଯଦି ନ କରି ପାରୁଛନ୍ତି, ତା’ହେଲେ ଆପଣଙ୍କ ସ୍ଥାନ ନେବାକୁ ଥିବା କର୍ମଚାରୀଙ୍କୁ ନିଜ ଦାୟିତ୍ଵ ଠିକ୍ ଭାବେ ବୁଝାଇ ହସ୍ତାନ୍ତର କରନ୍ତୁ ।
  • ସଂସ୍ଥା  ଛାଡିବା ପୂର୍ବରୁ ସହକର୍ମୀଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରନ୍ତୁ ।  ଏହାଦ୍ୱାରା ଆପଣ ସେମାନଙ୍କ ସହ କଥାବାର୍ତ୍ତା କରି ମତାନ୍ତର ମନାନ୍ତର ଦୂର କରିପାରିବେ ।
  • ଚାକିରି ଛାଡିବା ସମୟରେ ସେଠାରେ ଆପଣଙ୍କ ଅନୁଭୂତି ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ । ଏପରି କରିବା ଦ୍ଵାରା ଆପଣ ମର୍ଯ୍ୟାଦାର ସହ ଚାକିରି ଛାଡି ପାରିବେ । ଏଥିସହିତ ଆପଣଙ୍କ ମତାମତ ପାଇଁ ସଂସ୍ଥା ଏହାର ନୀତିରେ ସୁଧାର ଆଣିପାରିବ ।

ଆଧାର – ଦୈନିକ ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate