অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାକ୍ଷାତକାର ପାଇଁ ଗଲାବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସାକ୍ଷାତକାର ପାଇଁ ଗଲାବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନିଯୁକ୍ତି

ଆଜିକାଲି ନିଯୁକ୍ତି ପାଇବା ବହୁତ କଷ୍ଟ । ନିଯୁକ୍ତି ପାଇଁ ଅନେକ ଚେଷ୍ଟା କଲା ପରେ ବି ବହୁତ ଲୋକ କମ୍ ସଫଳ ହୋଇଥାନ୍ତି । ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଓ ଅଧିକ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ସମସ୍ତେ ପସନ୍ଦ କରନ୍ତି । ମାତ୍ର ସାକ୍ଷାତକାର ଭଲ ନହେଲେ ନିଯୁକ୍ତି ପାଇବା ବହୁତ କଷ୍ଟକର ବ୍ୟାପର ହୋଇପଡେ । ତେବେ ଏଥିପାଇଁ କେତେକ ପ୍ରସଙ୍ଗକୁ ଧ୍ୟାନରେ ରଖିବା ଉଚିତ୍ । ଏଠାରେ ଏମିତି କିଛି ଟିପ୍ସ ରହିଛି, ଯାହାକୁ ଧ୍ୟାନରେ ରଖିଲେ ପ୍ରାର୍ଥୀଙ୍କୁ ସାକ୍ଷାତକାର ସହଜ ଲାଗିବ । ସାକ୍ଷାତକାର ଦେବାକୁ ଯାଉଥିଲେ ନିମ୍ନୋକ୍ତ କେତେକ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

କେତେକ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଉନ୍ନତ ବେଶଭୂଷା

ଛୋଟ କମ୍ପାନୀ ହେଉ କିମ୍ବା ବଡ଼ କମ୍ପାନୀ କୌଣସି କମ୍ପାନୀ ଲାଗି ଆବେଦନ କରୁଥିଲେ ବେଶଭୂଷା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସାକ୍ଷାତକାରକୁ ଯିବା ସମୟରେ ଜଣେ ପ୍ରଫେସନାଲ ଭଳି ଦେଖାଯିବା ଉଚିତ । ଉକ୍ତ ପରିବେଶକୁ ସୁହାଇଲା ଭଳି ସ୍ମାର୍ଟ କାଜୁଆଲ୍ସ ଲୁକରେ ଯିବା ଭଲ । ପଲିସ ତଥା ସଫା ଜୋତା ପିନ୍ଧିବାକୁ ଗୁରୁତ୍ୱ ଦେବା ଉଲ । ବ୍ୟକ୍ତିଗତ ଗ୍ରୁମିଂକୁ ସର୍ବଦା ଧ୍ୟାନରେ ରଖନ୍ତୁ । ଚାଲିଗଲା ବେଳେ ଯେଭଳି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଦ୍ୟାନ ଦିଅନ୍ତୁ । ସାକ୍ଷାତକାରେ ଯିବା ପୂର୍ବରୁ ଏପରି ଖାଦ୍ୟ ଖାଆନ୍ତୁ କରନ୍ତୁ ନାହିଁ, ଯେପରି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିବ । ଏଥି ଲାଗି ମାଉଥ ଫ୍ରେଶନର ବ୍ୟବହାର କରିପାରନ୍ତି । ବେଶଭୂଷାକୁ ଧ୍ୟାନରେ ରଖି ସାକ୍ଷାତକାରରେ କିଭଳି ଭଲ କରିବେ ତାକୁ ବିଚାର କରନ୍ତୁ ।

ଶାନ୍ତ ସ୍ୱଭାବ

ରାଗି ତଥା ବଦ ସ୍ୱଭାବର ଲୋକମାନେ କୌଣସି ବି ସ୍ଥାନରେ ଗ୍ରହଣଯୋଗ୍ୟ ହୋଇ ପାରନ୍ତି ନାହିଁ । ଖୁସି ସ୍ୱଭାବର ଏବଂ ସମସ୍ତଙ୍କ ପ୍ରତି ଭଲ ଆଚରଣ ଦେଖାଇବା ବ୍ୟକ୍ତି ସମସ୍ତଙ୍କ ପ୍ରିୟକାତ୍ର ହୋଇପାରନ୍ତି । ସାକ୍ଷାତକାରରେ ଇଣ୍ଟରଭିଉ ନେଉଥିବା ବ୍ୟକ୍ତି ଏହି ସବୁ ଗୁଣକୁ ଦେଖିଥାନ୍ତି । ସାକ୍ଷାତକାର ସମୟରେ ଶାନ୍ତ ସ୍ୱାଭାବକୁ ବଜାଇ ରଖନ୍ତୁ । ନିଯୁକ୍ତିଦାତାଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ସର୍ବଦା ଖୁସି ଥିବା ଭଳି ଉତ୍ତର ରଖନ୍ତୁ । ଫୋନକୁ ସାଇଲେଂଟ ମୋଡରେ ରଖିବା ସହ ଏହାକୁ ଚେକ କରନ୍ତୁ ନାହିଁ । ନିଯୁକ୍ତିଦାତାଙ୍କୁ ଧ୍ୟାନରେ ରଖନ୍ତୁ । ସାକ୍ଷାତକାର ସମୟରେ ୧୫ ମିନିଟ ପୂର୍ବରୁ ପହଂଚନ୍ତୁ । ଯଦି କୌଣସି କାରଣ ବଶତଃ ସାମାନ୍ୟ ବିଳମ୍ବ ହୁଏ ତେବେ ସେଥିଲାଗି ଫୋନ କରି ଜଣାଇପାରିବେ । ସର୍ବଦା ସମାନୁବର୍ତ୍ତିା ହୁଅନ୍ତୁ ।

ଅନୁଷ୍ଠାନ ସମ୍ପର୍କରେ ସୂଚନା

କୌଣସି ସ୍ଥାନକୁ ସାକ୍ଷାତକାର ଲାଗି ଯାଉଥିଲେ ଉକ୍ତ ଅନୁଷ୍ଠାନ ସମ୍ପର୍କରେପ୍ରର୍ଯ୍ୟାପ୍ତ ସୂଚନା ସଂଗ୍ରହ କରି ଯାହାନ୍ତୁ । ତାହା ନିଯୁକ୍ତିଦାତାଙ୍କ ଉପରେ ଭଲ ପ୍ରଭାବ ପକାଇବ । ଅନୁଷ୍ଠାନର ଭିତ୍ତି ବରିଷ୍ଠ ପରିଚାଳନା ବୋର୍ଡକୁ ଜାଣି ରଖନ୍ତୁ । କମ୍ପାନୀର କୌଣସି ପରିସଂଖ୍ୟାନ ଗତ ତଥ୍ୟ ମନେ ରଖିବାର କୌଣସି ଆବଶ୍ୟକତା ନାହିଁ । କମ୍ପାନୀ ସମ୍ପର୍କିତ କେତେକ ମୌଳିକ କଥା ଜାଣିବା ହିଁ ଯଥେଷ୍ଟ । ଏହା ଆପଣଙ୍କୁ ଆତ୍ମବିଶ୍ୱାସୀ କରାଇବା ସହ ଭଲ ଭାବେ ସାକ୍ଷାତକାର ଦେଇ ପାରିବେ । ସେହିଭଳି କୌଣସି ସାକ୍ଷାତକାରରେ ଦେଖାଇ ହେବା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

ରିଜ୍ୟୁମକୁ ସର୍ବଦା ଧ୍ୟାନରେ ରଖନ୍ତୁ

ନିଜ ପାଖରେ ସର୍ବଦା ରିଜ୍ୟୁମ ରଖିବାର ଆବଶ୍ୟକତା ରହିଛି । ସାକ୍ଷାତକାରକୁ ଯାଉଥିଲେ ଏହାକୁ ନେବାକୁ ଯେପରି ନ ଭୁଲନ୍ତି । ସେହିଭଳି ନିଜ ରିଜ୍ୟୁମକୁ ଧ୍ୟାନରେ ରଖନ୍ତୁ । ରିଜ୍ୟୁମରେ କଣ ସ୍ଥାନିତ କରିଛନ୍ତି ତାକୁ ଧ୍ୟାନ ଦିଅନ୍ତୁ । ଯଦି କୌଣସି ଅନୁଷ୍ଠାନ ସହ ଆପଣ କାର୍ଯ୍ୟ କରିଛନ୍ତି କୌଣସି ବଡ଼ ପ୍ରକଳ୍ପ ଦାୟିତ୍ୱ ନେଇଛନ୍ତି ତେବେ ଏହାକୁ କୌଣସି ରିଜ୍ୟୁମରେ ଯଦି ନ ଦର୍ଶାନ୍ତି ତେବେ ଏହା ଆପଣଙ୍କ ଲାଗି ବିଶେଷ ଭାବେ ଫଳପ୍ରଦ ହେବ ନାହିଁ । ସେହିଭଳି ବିଭିନ୍ନ ସମ୍ଭାବ୍ୟ ପ୍ରଶ୍ନକୁ ଚିନ୍ତା କରି ଏହାର ଉତ୍ତର କଣ ତାକୁ ବିଚାର କରନ୍ତୁ ।

କମ କୁହନ୍ତୁ ଅଧିକ ଶୁଣନ୍ତୁ

ସାକ୍ଷାତକାରରେ ଅଧିକ ନ ଗପି କମ କଥା କୁହନ୍ତୁ । ସର୍ବଦା ଅଧିକ ଶୁଣି ସେହି ମୁତାବକ ଉତ୍ତର ରଖିବାକୁ ଚେଷ୍ଟା କରନ୍ତୁ । ଧ୍ୟାନରେ ଶୁଣୁଥିବା ପ୍ରାର୍ଥୀଙ୍କୁ ଭୁଲ ପାଇଥାନ୍ତି । ଚୁପ ହୋଇ ବସି ନ ପଡିବା ମଧ୍ୟ ଭଲ । ସେହିଭଳି କୌଣସି ଉତ୍ତର ରଖିବା ବେଳେ ସଙ୍କୋଚ ମନୋଭାବ ରଖନ୍ତୁ ନାହିଁ । ଯଦି କୌଣସି କଥାକୁ ନେଇ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ରହିଗଲା ତାକୁ ମଧ୍ୟ ପଚାରି ସଂଶୟ ଦୂର କରି ପାରିଲେ ଭଲ । ଚୁପଚାପ ରହିଗଲେ ନିଯୁକ୍ତିଦାତା ଭାବିବେ ଯେ ଆପଣ ଧ୍ୟାନର ସହ ସେମାନଙ୍କ କଥା ଶୁଣୁ ନାହାନ୍ତି ।

ସଂଗୃହିତ : ପ.କ୍ ପ୍ରମାନିକ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate