অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସେବା କ୍ଷେତ୍ରରେ କ୍ୟାରିୟର

ସେବା କ୍ଷେତ୍ରରେ କ୍ୟାରିୟର

ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସେବା କ୍ଷେତ୍ରର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି। ଏହି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଯୋଗୁ ଏହା ବର୍ତ୍ତମାନ ଯୁବ ପ୍ରଫେଶନାଲମାନଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ଦିନ ଥିଲା ଯେବେ ମାତ୍ର କେତୋଟି ସେବା ପ୍ରଦାନକାରୀ ସଂସ୍ଥା ଦେଶରେ ସକ୍ରିୟ ଥିଲେ। ଏବେ କିନ୍ତୁ ଏ କ୍ଷେତ୍ରରେ ବିଶାଳ ପରିବର୍ତ୍ତନ ଘଟିଛି। ବୃହତ୍ ସଂଖ୍ୟାରେ ସେବା ପ୍ରଦାନକାରୀ କମ୍ପାନୀ ଭାରତରେ ନିଜ ନିଜର ବ୍ୟବସାୟକୁ ସମ୍ପ୍ରସାରଣ କରୁଛନ୍ତି। ରାଷ୍ଟ୍ରୟର ହେଉ କିମ୍ବା ଘରୋଇ ସବୁଠି ସୁଯୋଗ ସୃଷ୍ଟି ହୋଇଛି। ରେଳପଥଠାରୁ ଆରମ୍ଭ କରି ଟେଲିକମ୍, ହସ୍ପିଟାଲିଟି, ଡାକ ସେବା, ଗଣମାଧ୍ୟମ ସବୁ କ୍ଷେତ୍ର ପାଇଁ ସରକାର କୋହଳ ନୀତି କରିଛନ୍ତି । ଫଳରେ ଏହି କ୍ଷେତ୍ର ଆଗକୁ ବଢୁଛି । ବୃହତ୍ ପରିମାଣରେ ନିବେଶ ଯୋଗୁ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ବଢ଼ିଛି। ନୂଆ ନୂଆ ଟେକ୍ନୋଲୋଜି ଯେପରି ଇଣ୍ଟରନେଟ୍ ସେବା ଏବଂ ମୋବାଇଲ ଟେଲିଫୋନି ଯୋଗୁ ଟେଲି ଯୋଗାଯୋଗ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଆସିଛି। ଯଦି ଏବେ ଆମେ ଭାରତୀୟ ନିଯୁକ୍ତି ବଜାରକୁ ଦେଖିବା ସର୍ବାଧିକ ନିଯୁକ୍ତି ଏହି କ୍ଷେତ୍ରରେ ସୃଷ୍ଟି ହୋଇଛି।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ବିନା ପ୍ରଚାର, ବିଜ୍ଞାପନ, ମାର୍କେଟିଂ ଏବଂ ବିକ୍ରି ପରବର୍ତ୍ତୀ ସେବାରେ ଏକ ଉତ୍ପାଦ। ଏହାର ଉପଭୋକ୍ତାଙ୍କ ନିକଟରେ ପହଞ୍ଚିପାରିବନି । ସମ୍ପ୍ରତି ଗ୍ରାହକମାନେ କମ୍ପାନୀଗୁଡିକର ସେବାକୁ ନେଇ ଅତ୍ୟନ୍ତ ଯତ୍ନବାନ ହେଲେଣି । ଭଲ ସେବା ନ ମିଳିଲେ ସେମାନଙ୍କ ପାଇଁ ବିପୁଳ ସଂଖ୍ୟାରେ ବିକଳ୍ପ ରହିଛି। ତେଣୁ ଯେକୌଣସି କମ୍ପାନୀର ଅଭିବୃଦ୍ଧି ଏହାର ସେବା ଉପରେ ଅଧିକ  ନିର୍ଭର କରେ। କମ୍ପାନୀର ସେବା ଉନ୍ନତମାନର ଥିଲେ। ଏହାର ଗ୍ରାହକ ସଂଖ୍ୟା ମଧ୍ୟ ଅଧିକ ରୁହେ । ଆଜିକାଲି ଏଭଳି ନିୟମ ଆସିଗଲାଣି ଉଦାହରଣ ସ୍ଵରୂପ ମୋବାଇଲ ନମ୍ବର ପୋର୍ଟେବିଲିଟି । ଏହା ମାଧ୍ୟମରେ ଉପଭୋକ୍ତାଙ୍କୁ କୌଣସି ଟେଲିକମ୍ କମ୍ପାନୀର ସେବା ଭଲ ନ ଲାଗିଲେ ସେମାନେ ଅପରେଟର ବଦଳାଇପାରୁଛନ୍ତି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଆସିବାକୁ ଯାଉଛି। ଏଭଳି କ୍ଷେତ୍ରରେ କମ୍ପାନୀଗୁଡିକ ସେମାନଙ୍କ ସେବା କ୍ଷେତ୍ରରେ କୌଣସି ପ୍ରକାର ସାଲିସ୍ କରିବା ପାଇଁ ପସନ୍ଦ

କରିବେ ନାହିଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଦକ୍ଷ ମାନସମ୍ବଳ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ଵ ବହନ କରିଥାଏ । କ୍ଲାଏଣ୍ଟ ତଥା ଗ୍ରାହକଙ୍କ ପ୍ରତି ଏମାନଙ୍କ ଆଚାର ବ୍ୟବହାର ଭଲ ହୋଇଥିବା ଦରକାର । ଗ୍ରାହକମାନଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ଏମାନେ ସକ୍ରିୟ ଭୂମିକା ଗ୍ରହଣ କରିବାପାରୁଥିବା ଦରକାର । ସେ ମୋବାଇଲ ଫୋନ୍ ସେବା ହେଉ କିମ୍ବା ବ୍ୟାଙ୍କିଙ୍ଗ୍ ସେବା, ସୋସିଆଲ ମିଡିଆ, ବିମାନ ଟିକେଟ ସେବା, କିମ୍ବା ରେଲୱେ ଅବା ବସ୍ ସେବା । ଏବେ ଗୋଟିଏ କ୍ଲିକରେ ଆମେ ଟିକେଟ୍ ବୁକ୍ କରିବାଠାରୁ ଆରମ୍ଭ କରି ବିଲ୍ ପେମେଣ୍ଟ ପରି ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିପାରୁଛୁ । ଏସବୁ ପଛରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ହେଉଛନ୍ତି ସର୍ଭିସ୍ ପ୍ରୋଭାଇଡର୍ ଏମାନଙ୍କଠାରୁ ମିଳୁଥିବା ସେବା ମାଧ୍ୟମରେ ଆମେ ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜ କରିପାରୁଛୁ। ଭାରତୀୟ ଅର୍ଥନୀତିରେ ୬୦% ଅବଦାନ ସେବା କ୍ଷେତ୍ରର ରହିଛି। ଦେଶର ମୋଟ ମାନବସମ୍ବଲ ମଧ୍ୟରୁ ୨୬%ଏଠାରେ କାର୍ଯ୍ୟରତ ।  ସେବା କ୍ଷେତ୍ରରେ ଉଭୟ ପୁରୁଷ ଏବଂ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଥିବାବେଳେ ମହିଳା କର୍ମଚାରୀଙ୍କୁ ଏଠାରେ ଅଗ୍ରାଧକାର ମିଳିଥାଏ । ଭାରତୀୟ ସେବା କ୍ଷେତ୍ରର ଆକାର ୯୦ ଲକ୍ଷ କୋଟି ଟଙ୍କା ହେବ । ଏଠାରେ ରିଟେଲ, ଯୋଗାଯୋଗ, କାର୍ଗୋ ସେବା, ପରିବହନ, ବିମାନଚଳାଚଳ, ବ୍ୟାଙ୍କ ଭଳିଶିଲ୍ପ ପାଖାପାଖି୧୫% ଅଭିବୃଦ୍ଧି ନେଇ ବଢୁଛନ୍ତି। ଇ-କମର୍ସ ବଜାର, ଯାହାକି ବର୍ତ୍ତମାନ ଭାରତୀୟଙ୍କ ମଧ୍ୟରେ ବିଶେଷ ଭାବରେ ଆଦୃତ ହୋଇଛି ଏହା ୨୬% ଅଭିବୃଦ୍ଧି ନେଇ ଗତି କରୁଛି। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଭାରତ ସୁପର୍ ପାୱାରର ଆଖ୍ୟା ପାଇଛି । ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ଯେପରି ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍ ଏବଂ କାନାଡା ଆଦି ଜାଗାରେ ଭାରତୀୟମାନେ ନିଯୁକ୍ତି ପାଉଛନ୍ତି। ଭାରତରୁ ବିପୁଳ ମାତ୍ରାରେ ସଫ୍ଟୱେରଭିତ୍ତିକ ସେବା ଏବଂ ଉତ୍ପାଦ ବିଦେଶକୁ ରପ୍ତାନି ହେଉଛି। ଏହା ମାଧ୍ୟମରେ ବିପୁଳ ମାତ୍ରାରେ ବିଦେଶୀ ମୁଦ୍ରା ଦେଶକୁ ଆସୁଛି। ଏସବୁ ମଧ୍ୟରେ ସର୍ଭିସ ପ୍ରଫେଶନାଲମାନଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା କେଉଁ ସେବା କ୍ଷେତ୍ରରେ ଯୁବପିଢିଙ୍କ ପାଇଁ ସୁଯୋଗ ରହିଛି। ।

ରିଟେଲ ଶିଳ୍ପ-ସେବା କ୍ଷେତ୍ର ‘କଥା ଆସିଲେ ପ୍ରଥମେ ରିଟେଲ ଶିଳ୍ପ ଧ୍ୟାନକୁ ଆସେ । ଯୁବପିଢିଙ୍କ ପାଇଁ ଏହି କ୍ଷେତ୍ରରେ ସର୍ବାଧିକ ନିଯୁକ୍ତ ସୁଯୋଗ ସୃଷ୍ଟି କରିଛି। ବିକ୍ରିଠାରୁ ଆରମ୍ଭ କର,ୱେରହାଉସ୍  ଏବଂ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ ନିଯୁକ୍ତି ଏଥିରେ ରହିଛି। ଉତ୍ପାଦନଠାରୁ ଆରମ୍ଭ କରି ବିପଣନ ପର୍ଯ୍ୟନ୍ତ ନିଯୁକ୍ତି ଏଠାରେ ରହିଛି। ଏବେ ସାମଗ୍ରୀ ବୁଙ୍କି ଠାରୁ ଆରମ୍ଭ କରି ବିଲିଂ, ଗ୍ରାହକ ସେବା ଏବଂ ଡେଲିଭରି ପର୍ଯ୍ୟନ୍ତ ସବୁକିଛି ସହଜ ହୋଇଛି । ତେବେ ଏହି କାର୍ଯ୍ୟରେ ନିୟୋଜିତ ହେଉଥିବା କର୍ମଚାରୀମାନଙ୍କୁ ସର୍ଭିସ୍ ପ୍ରଫେଶନାଲ ଜୁହାଯାଏ । ଏମାନେ ନିଜର ସେବା ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିଥାନ୍ତି । ଆମେରିକୀୟ କମ୍ପାନୀ ୱାଲମାର୍ଟ ଆଇକିଆ, ସ୍ପେନ୍ସର୍ଷ ପାଣ୍ଟାଲୁନ୍, ବିଗ୍ ବଜାର, ଶପର୍ସ ଷ୍ଟପ୍, ଟ୍ରେଣ୍ଟ ଏବଂ ରିଲାଏନ୍ସ ରିଟେଲ୍ ଭଳି କମ୍ପାନୀଗୁଡିକ ଯୁବପିଢିଙ୍କ ଲାଗି ବୃହତ୍ ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ।

ଇ-କମର୍ସ କମ୍ପାନୀ: ଏବେ ହାତ ପାହାନ୍ତାରେ ଇ-କମର୍ସ କମ୍ପାନୀଙ୍କ ସେବା ମିଳିପାରୁଛି। ସ୍ନାର୍ଟଫୋନ୍ ଏବଂ ଇ-ପେମେଣ୍ଟ ବ୍ୟବସ୍ଥାର ପେନିଟ୍ରେଶନ ବଢ଼ିବା ଫଳରେ ଇ-କମର୍ସ ଶିଳ୍ପର ପ୍ରସାର ବଢ଼ିଛି । ଲୋକମାନେ ଘରେ ବସି ଶଫି କରୁଛନ୍ତି । ଭିନ୍ନ ଭିନ୍ନ ଇ-କମର୍ସ

କମ୍ପାନୀର ସାଇଟ୍‌କୁ ଯାଇ ପ୍ରଡକ୍ଟ ରିଭ୍ୟୁ, ପ୍ରାଇସିଂ ଏବଂ କ୍ଵାଲିଟି ଆଦିକୁ ପରଖୁଛନ୍ତି । ତେଣୁ କମ୍ପାନୀଗୁଡିକ ଏଗୁଡିକୁ ଧ୍ୟାନରେ ରଖ୍ ନିଜର ସେବା ମାନରେ କୌଣସି ପ୍ରକାର ସାଲିସ୍ କରୁନାହାନ୍ତି । ଲୋକଙ୍କୁ କିପରି ଉନ୍ନତ ସେବା ପ୍ରଦାନ କରି ନିଜର ବ୍ୟବସାୟକୁ ବଢ଼ାଇବେ । ତାହା କମ୍ପାନୀଗୁଡିକର ଷ୍ଟ୍ରାଟେଜି ରହିଛି । ଏହି କ୍ଷେତ୍ର ଅଭିଜ୍ଞ ତଥା ଦକ୍ଷ ମାନସମ୍ବଳ ଯୋଡିବାରେ ଗୁରୁତ୍ଵ ଦେଇଥାଏ । ପ୍ରତିବର୍ଷ ବୃହତ୍ ସଂଖ୍ୟାରେ ନିଯୁକ୍ତି ଏହି କ୍ଷେତ୍ରରେ ସୃଷ୍ଟି ହେଉଛି ।ଆଇଟି ପ୍ରଫେଶନାଲଙ୍କଠାରୁ ଆରମ୍ଭ କରି ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ ପ୍ରଫେଶନାଲ, ଆକାଉଣ୍ଟସ, ଫାଇନାନ୍ସ, ସିଆରଏମ୍ ଏବଂ ବ୍ରାଣ୍ଡିଂ ଆଦି କ୍ଷେତ୍ରରେ ଏହା ବୃହତ୍ ସଂଖ୍ୟାରେ ନିଯୁକ୍ତି ପ୍ରଦାନ କରୁଛି। ଏବେ ଇ-କମର୍ସ ବଜାର ପ୍ରମୁଖ ଅଭିବୃଦ୍ଧିଶୀଳ ବଜାର ମଧ୍ୟରେ ଅନ୍ୟତମ । ଆମାଜନ୍, ଇବେ, ଫିଫ୍ କାର୍ଟ, ସ୍ନାପଡିଲ, ଆଲିବାବା ଭଳି କମ୍ପାନୀ ଲୋକଙ୍କ ନିକଟରେ ବହୁ ଜଣାଶୁଣା ପାଲଟିଛନ୍ତି ।

ବ୍ୟାଙ୍କିଙ୍ଗ, ବୀମା ଏବଂ ଆର୍ଥିକ ସେବା

ଦିନ ଥିଲା ଯେବେ କେବଳ ରାଷ୍ଟ୍ରୟତ୍ତ ବ୍ୟାଙ୍କ, ବୀମା ଏବଂ ଆର୍ଥିକ ସଂସ୍ଥାନଗୁଡିକୁ କାର୍ଯ୍ୟ କରିବା ପାଇଁ ଅନୁମତି ଥିଲା। ଏବେ କିନ୍ତୁ ଅନେକ ଘରୋଇ ତଥା ବିଦେଶୀ କମ୍ପାନୀ ଭାରତରେ କାର୍ଯ୍ୟ କରୁଛନ୍ତି । ସବୁ କ୍ଷେତ୍ର ଭଳି ଏହି କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେବାର ମାନକୁ ଦେଖ୍ ଗ୍ରାହକ ଉତ୍ପାଦ ଚୟନ କରିଥାନ୍ତି । ତେଣୁ ଏ କ୍ଷେତ୍ରରେ ସର୍ଭିସ୍ ପ୍ରଫେଶନାଲଙ୍କ ପାଇଁ ବିପୁଳ ସୁଯୋଗ ରହିଛି। ମାର୍କେଟିଂ ଏବଂ ଫାଇନାନ୍ସ ମ୍ୟାନେଜମେଣ୍ଟ ସହ ଏଚଆର୍ ଟ୍ରେନିଙ୍ଗ ଏବଂପ୍ଲେସମେଣ୍ଟ ପ୍ରଫେଶନାଲଙ୍କ ଏଠାରେ ଆବଶ୍ୟକତା ରହିଛି।

ପରିବହନ, କାର୍ଗୋ ଏବଂ କୋରିୟର: ରେଳପଥ, ବିମାନ ସଡକ

ଏବଂ ନୌପରିବହନ ବ୍ୟବସ୍ଥା ଉନ୍ନତ ହେବା ଫଳରେ ଏବେ ସମଗ୍ର ବିଶ୍ଵ ଗୋଟିଏ ବଜାରରେ ପରିଣତ ହୋଇପାରିଛି। ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗା, ଗୋଟିଏ ରାଷ୍ଟ୍ରରୁ ଅନ୍ୟ ଏକ ରାଷ୍ଟ୍ରକୁ ଯିବା ଆଉ କଷ୍ଟକର ବ୍ୟାପାର ହୋଇ ରହିନାହିଁ। ନ୍ୟୁୟର୍କଠାରୁ ଆରମ୍ଭ କରି ଆଫ୍ରିକାର କଙ୍ଗେ ପର୍ଯ୍ୟନ୍ତ ବଜାର ସମ୍ପ୍ରସାରିତ ହୋଇଛି। ସମଗ୍ର ବିଶ୍ଵରେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିଛି। ପର୍ଯ୍ୟଟନ ଶିଳ୍ପ ଏବଂ ବେପାର ବାଣିଜ୍ୟ ଅଭିବୃଦ୍ଧି କ୍ଷେତ୍ରରେ ପରିବହନ ଶିଳ୍ମ ଅତ୍ୟନ୍ତ ଗୁରୁତ୍ଵ ବହନ କରୁଛି। ଏସବୁ କ୍ଷେତ୍ରରେ ଇଞ୍ଜିନିୟର, ଆଇଟି ପ୍ରଫେଶନାଲ, ଆକାଉଣ୍ଟସ ଏବଂ ଫାଇନାନ୍ସ ପ୍ରଫେଶନାଲ, ସିଆରଏମ୍ ଏବଂ ମାର୍କେଟିଂ ପ୍ରଫେଶନାଲମାନଙ୍କ ପାଇଁ ପ୍ରଚୁର ସୁଯୋଗ ରହିଛି।

ହସ୍ପିଟାଲିଟି, ଟୁରସ ଏବଂ ଟ୍ରାଭେଲ, ହୋଟେଲ ଏବଂ ରେଷ୍ଟୁରାଣ୍ଟ: ଦିନ ଥିଲା ଯେବେ ଦୂରଯାତ୍ରା କରିବା କଷ୍ଟକର ବ୍ୟାପାର ଥିଲା। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ଅନେକ ସମୟ ଲାଗୁଥିଲା। ଏବେ କିନ୍ତୁ ତାହା ଆଉ ନାହିଁ। ସାହାରା ମରୁଭୂମି ସଫାରୀରୁ ଘରକୁ ଫେରିବାକୁ ୩ ଦିନ ଲାଗୁଛି । ଏସବୁ କେବଳ ଉନ୍ନତ ପରିବହନ ବ୍ୟବସ୍ଥା ଏବଂ ଟେକ୍ନୋଲୋଜି ମାଧ୍ୟମରେ ସମ୍ଭବ ହୋଇଛି । ଯାତ୍ରା ସମୟରେ ଭଲ ହୋଟେଲରେ ରହିବା, ଭଲ ଖାଇବା ଏବଂ ଆରାମଦାୟକ ବସ୍‌ରେ ଟ୍ରାଭେଲ, କ୍ରୁଜ ସବୁକିଛି ବ୍ୟବସ୍ଥା ଉପଲବ୍ଧ ଅଛି। ଏଥିପାଇଁ ଆମେ ଆଗୁଆ ବୁକିଂ କରି ନିର୍ଦ୍ଧାରିତ ସମୟରେ ଯାତ୍ରା କରିପାରୁଛୁ। ଏସବୁ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ହେଉଛନ୍ତି ସେବା ପ୍ରଫେସନାଲ । ହୋଟେଲ ଏବଂ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ପ୍ରଫେସନାଲଙ୍କ ଚାହିଦା ଏବେ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି।

ଶିକ୍ଷା ଏବଂ ତାଲିମ

ଉପଯୁକ୍ତ ଶିକ୍ଷା ଏବଂ ତାଲିମ ବିନା ଆମର ଅଭିବୃଦ୍ଧି ଅସମ୍ଭବ । ନିଯୁକ୍ତି ବଜାରରେ ଆମେ ଅନ୍ୟମାନଙ୍କ ସହ ପ୍ରତିଯୋଗିତା କରିବା ସମ୍ଭବ ନୁହେଁ। ଏଣୁ ଆମକୁ ସବୁ କ୍ଷେତ୍ରରେ ଅପଡେଟ୍ ହେବାକୁ ପଡିବା ତାଲିମ ନେବାକୁ ପଡିବା ଏହି କ୍ଷେତ୍ରରେ ମଧ୍ୟ ବ୍ୟାପକ ସୁଯୋଗ ରହିଛି।

କ୍ରୀଡା

ବିଭିନ୍ନ କ୍ରୀଡା ପାଇଁ ଗ୍ରେନର, କୋଚ୍ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ରହିଛନ୍ତି । ଏମାନେ ନିଜ ନିଜର ସେବା ପ୍ରଦାନ କରିଥାନ୍ତି, ଯେଉଁଥିପାଇଁ ଏମାନଙ୍କୁ ଭଲ ପାରିଶ୍ରମିକ ମିଳିଥାଏ ।

ସେବା କ୍ଷେତ୍ରରେ କ୍ୟାରିୟର କରି ଜଣେ ଅଭିଜ୍ଞତା ଭିତ୍ତରେ ମୋଟା ଅଙ୍କର ରୋଜଗାର କରିପାରିବେ, ଏଥିରେ ସନ୍ଦେହ ନାହିଁ। ଖାଲି ଶିଳ୍ପ ପାଇଁ ଆପଣ ଗ୍ରହଣୀୟ ହୋଇଥିବା ଦରକାର । ସେବା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ ଆପଣ ପ୍ରଥମେ ଜଣେ ମିଷ୍ଠଭାଷୀ ଏବଂ ମେଳାପୀ ବ୍ୟକ୍ତି ହୋଇଥିବା ଦରକାର । ଗ୍ରାହକଙ୍କ ସମସ୍ୟା ସମାଧାନ କରିବାବେଳେ ବିରକ୍ତିଭାବ ପୋଷଣ ନ କରି ତତ୍ପରତା ଦେଖାଉଥିବା ଦରକାର । ଏଭଳି କିଛି ବିଷୟ ଉପରେ ଧ୍ୟାନ ଦେଇ ଆପଣ ଜଣେ ସଫଳ କର୍ମଚାରୀ ହୋଇପାରିବେ ।

ସଂଗୃହିତ :ପ. କ୍ ପ୍ରମାନିକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate