অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ୱାଇଲ୍ଡ ଲାଇଫ ଫଟୋଗ୍ରାଫିରେ କ୍ୟାରିୟର

ଉପକ୍ରମ

ୱାଇଲ୍ଡ ଲାଇଫ ବା ବନ୍ୟପ୍ରାଣୀ କିମ୍ବା ପୋଷା ହେଉ ନ ଥିବା ପ୍ରାଣୀ ଙ୍କ ଫଟୋଗ୍ରାଫି । ପ୍ରକୃତି ଏବଂ ବନ୍ୟପ୍ରାଣୀ ଙ୍କ ଉପରେ ଏହି ଗୁରୁତ୍ଵାରୋପ କରିଥାଏ । ଫଟୋଗ୍ରାଫିର ଅନ୍ୟ ପ୍ରକାର ଭଳି ୱାଇଲ୍ଡ ଲାଇଫ ଫଟୋଗ୍ରାଫି କ୍ଷେତ୍ର ଚ୍ୟାଲେଞ୍ଚପୃଣ ରହିଥାଏ । ଏହା ଏକ ଦୁଃସାହସିକ କ୍ଷେତ୍ର,  ଯେଉଁଥିରେ ଶାରୀରିକ ତଥା ମାନସିକ ଫିଟନେସ ରହିବା ଅବଶ୍ୟକ । ଯଦି ଆପଣ ବନ୍ୟପ୍ରାଣୀ, ପ୍ରକୃତି ପ୍ରତି ଆକର୍ଷଣ ରଖନ୍ତି ଏବଂ ବିଭିନ୍ନ ସ୍ଥାନ ଯାତ୍ରା କରିବାକୁ ପସନ୍ଦ କରନ୍ତି ତେବେ ୱାଇଲ୍ଡ ଲାଇଫ ଫଟୋଗ୍ରାଫି କ୍ୟାରିୟର ଗଠନ ଦିଗରେ ଭଲ ବିକଳ୍ପ ହୋଇପାରିବ , ଏକ ପ୍ରାକୃତିକ ପରିବେଶରେ ୱାଇଲ୍ଡ ଲାଇଫ ଫଟୋଗ୍ରାଫି ବନ୍ୟପ୍ରାଣୀ, ଉଦ୍ଭିଦ ଆଦିଙ୍କ ଫଟୋଗ୍ରାଫି ନେଇଥାନ୍ତି । ଏହା ଫଟୋଗ୍ରାଫିକୁ ମଧ୍ୟ ଏକ ଭିନ୍ନ ତଥା ବିରଳ ଅନୁଭୂତି ଓ ରୋମାଞ୍ଚ ଦେଇଥାଏ । ପ୍ରଫେସନ ଭାବେ ଏହି କ୍ଷେତ୍ରକୁ ବାଛିବାକୁ ଚାହୁଁ ଥିବା ଫଟୋଗ୍ରାଫର ଙ୍କ ନିକଟରେ ଉତ୍ତମ ଦୃଷ୍ଟିଶକ୍ତି ଏବଂ କମ୍ପୋଜିସନ ଜ୍ଞାନ ରହିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା

  • ଫଟୋଗ୍ରାଫି କିମ୍ବା ଫଟୋଜର୍ନାଲିଜିମ ବ୍ୟାଚେଲର ଡିଗ୍ରୀ କରୁଥିବା ପାର୍ଥୀ ୱାଇଲ୍ଡ ଲାଇଫ ଫଟୋଗ୍ରାଫି କ୍ଷେତ୍ରରେ ପ୍ରବେଶ କରିପାରିବେ । ତେବେ ଭାରତରେ ଖୁବ ଅନୁଷ୍ଠାନରେ ୱାଇଲ୍ଡ ଫଟୋଗ୍ରାଫିରେ ପାଠ୍ୟକ୍ରମ ରହିଛି । ନେଚର ଓ ୱାଇଲ୍ଡ ଲାଇଫ ଫଟୋଗ୍ରାଫି କିମ୍ବା ୱାଇଲ୍ଡ ଲାଇଫ ଓ ଟ୍ରାଭେଲ ଫଟୋଗ୍ରାଫିରେ ସାଟିଫିକେଟ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ଦଶମ ଓ ଯୁକ୍ତ୨ ପରେ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ।
  • ସେହିପରି ନିଜ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜଣେ ପତିଷ୍ଠିତ ଫଟୋଗ୍ରାଫିଙ୍କ ସହ ମଧ୍ୟ ସହଯୋଗୀ ଭାବେ କାର୍ଯ୍ୟ କରିପାରିବେ । ୱାଇଲ୍ଡ ଲାଇଫ ଫଟୋଗ୍ରାଫି ଉପରେ ସେମିନାର, କର୍ମଶାଳା ଏବଂ ସମ୍ମଳନୀ ମଧ୍ୟ ଅନୁଷ୍ଟିତ ହୋଇଥାଏ । ଏଥିରେ ଅଂଶଗ୍ରହଣ କରି ଫଟୋଗ୍ରାଫର ଜ୍ଞାନ ଆହରଣ କରିପାରିବେ ।

ବ୍ୟକ୍ତିଗତ କ୍ଷମତା

  • ୱାଇଲ୍ଡ ଲାଇଫ ଫଟୋଗ୍ରାଫରଙ୍କ ନିକଟରେ ଉତ୍ତମ ଟେକ୍ନିକାଲ ଦକ୍ଷତା, ଏବଂ ନିଖୁଣ ମୁହୁତ୍ତର ଫଟୋ ଉଠାଇବା ଲାଗି ଅପେକ୍ଷା କରିବାର କ୍ଷମତା ରହିବା ଅବଶ୍ୟକ ।
  • ଅନ୍ୟ ଫଟୋଗ୍ରାଫରଙ୍କ ଭଳି ୱାଇଲ୍ଡ ଲାଇଫ ଫଟୋଗ୍ରାଫରଙ୍କ ନିକଟରେ ସୂଜନଶୀଳତା, ଭଲ ଦୃଷ୍ଟି ଶକ୍ତି ଏବଂ କମ୍ମ୍ୟୁଟର  ସଫ୍ଟ ୱରେ ସମ୍ପର୍କ ରେ ଜ୍ଞାନ ଆହରଣ ରହିବା ଦରକାର । ୱାଇଲ୍ଡ ଲାଇଫ, ପ୍ରକୃତି ଏବଂ ସଂରକ୍ଷଣ ତଥା ବାହାର ଭ୍ରମଣ କରିବା କ୍ଷେତ୍ରରେ ଫଟୋଗ୍ରାଫରଙ୍କ ନିକଟରେ ଈଚ୍ଚାଶକ୍ତି ରହିବା ଆବଶ୍ୟକ ।

ନିଯୁକ୍ତି ସମ୍ଭାବନା

  • ଏହି ପ୍ରଫେସନରେ ଆପଣଙ୍କ କାମକୁ ଯେତେ ଅଧିକ ଲୋକ ପସନ୍ଦ କରୁଛନ୍ତି , ତାହା ନିଯୁକ୍ତି ପାଇଁ ସେତେ ଭଲ ହୋଇଥାଏ । ୱାଇଲ୍ଡ ଲାଇଫ ଫଟୋଗ୍ରାଫର ସେମାନଙ୍କର ତିଆରୀ କରିବା ଦରକାର ଏବଂ ଫେସବୁକ, ଫ୍ଲିକର ଭଳି ଅନଲାଇନ ସୋସିଆଲ ମାଧ୍ୟମକୁ ବ୍ୟବହାର କରିବା ଦରକାର ।
  • ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଙ୍କ ନିକଟରେ ଗ୍ୟାଲେରୀ ପ୍ରକାଶନ ସଂସ୍ଥା ଆଦିରେ ନିଜର କାର୍ଯ୍ୟକୁ ପ୍ରଦର୍ଶିତ କରିବା ବା ବିକ୍ରି କରିବାର ସୁଯୋଗ ରହିଛି । ସେମାନେ ଫଟୋଗ୍ରାଫି ପ୍ରଦର୍ଶନୀ ବା ପ୍ରତିଯୋଗିତା ଆୟୋଜନ ମଧ୍ୟ କରିଥାନ୍ତି । କାର୍ଡ, କ୍ୟାଲେଣ୍ଡର, ବା ବଜାର ପ୍ରବେଶ ପାଇଁ ୱାଇଲ୍ଡ ଲାଇଫ ଫଟୋଗ୍ରାଫରଙ୍କ ଫଟୋଗ୍ରାଫି ଆବଶ୍ୟକ ହୋଇଥାଏ । ୱାଇଲ୍ଡ ଲାଇଫ ଫଟୋଗ୍ରାଫର ବନ୍ୟପ୍ରାଣୀଙ୍କ ପାଇଁ ଆୟୋଜିତ ବିଭିନ୍ନ କ୍ୟାମ୍ପରେ ଯୋଗଦେଇପାରିବେ ।

ଆୟ

  • ଜଣେ ୱାଇଲ୍ଡ ଲାଇଫ ଫଟୋ ଗ୍ରାଫରଙ୍କ ଆୟ ଆକଳନ କରାଯାଇପାରିବ ନାହିଁ । ଥରେ ଆପଣ ଲୋକପ୍ରିୟ ହେଲେ ଏ କ୍ଷେତ୍ରର ଅଧିକ ଆୟ କରିବା କଷ୍ଟ ହେବ ନାହିଁ । ସାଧାରଣତଃ କୌଣସି କମ୍ପାନୀରେ ନିଯୁକ୍ତି ପାଇଥିବା ଫଟୋଗ୍ରାଫରଙ୍କ ତୁଳନାରେ ଅଧିକ ଆୟ କରିଥାନ୍ତି । ତେବେ ଜ୍ଞାନ ଏବଂ କାର୍ଯ୍ୟ କରୁଥିବା ସ୍ଥାନ ଉପରେ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଆୟ ଅଧିକ କରିଥାଏ ।

ଆଧାର - କ୍ୟାରିୟର ବ୍ୟୁରୋ

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate