অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭିନ୍ନକ୍ଷମ ଛାତ୍ର/ଛାତ୍ରୀମାନଙ୍କ ନିମନ୍ତେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି

ଯୋଜନାର  ଉଦ୍ଦେଶ୍ୟ

  1. ନବମ ଏବଂ ଦଶମ ଶ୍ରେଣୀ ପରେ ଅଧାରୁ ପାଠପଢା ଛାଡୁ ଥିବା ଅକ୍ଷମ ଛାତ୍ର/ଛାତ୍ରୀମାନଙ୍କୁ ସହାୟତା ପ୍ରଦାନ  କରିବା । ବିଶେଷ ଭାବରେ ପ୍ରାଥମିକ ଶିକ୍ଷା ଠାରୁ ମାଧ୍ୟମିକ  ମଧ୍ୟରେ ପଢା ଛାଡୁ ଥିବା  ଅକ୍ଷମ ଛାତ୍ର/ଛାତ୍ରୀମାନଙ୍କ ସଂଖ୍ୟା ହ୍ରାସ କରିବା   ।
  2. ପ୍ରାକ୍ ମାଟ୍ରିକ ଶିକ୍ଷାବର୍ଷରେ  ଅକ୍ଷମ ଛାତ୍ର/ଛାତ୍ରୀମାନଙ୍କ ନବମ ଏବଂ ଦଶମ ଶ୍ରେଣୀରେ  ଉନ୍ନତ ଅଂଶଗ୍ରହଣ ।
  3. ଅକ୍ଷମ ଛାତ୍ରମାନଙ୍କୁ  ଆଗକୁ ପାଠ ପଢିବାରେ  ସହାୟତା ପ୍ରଦାନ  କରିବା  ସହିତ ସେମାନଙ୍କର  ଜୀବିକା ନିର୍ବାହ ପାଇଁ ନିଜକୁ ପ୍ରସ୍ତୁତ କରାଇବାରେ ସହାୟତା ପ୍ରଦାନ  କରିବା ଏବଂ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇବା ସହିତ  ମର୍ଯ୍ୟାଦାଷ୍ପଦ ବ୍ୟକ୍ତି ଭାବେ ଅନେକ ବାଧା ଯଥା ଶାରୀରିକ,ମନସ୍ତାତ୍ତ୍ଵିକ, ଆର୍ଥିକ, ମାନସିକ ଇତ୍ୟାଦି କୁ ସାମନା କରାଇବାରେ ସମର୍ଥ କରାଇବା । ଅନ୍ୟଥା ସେମାନେ  ନିଜର ଲୁକ୍କାୟିତ ପ୍ରତିଭାରୁ ବଞ୍ଚିତହୋଇ ପ୍ରାପ୍ତ ସୁଯୋଗକୁ ହାତଛଡା କରିଥାନ୍ତି ।
  4. ୟୁଜିସି ଦ୍ଵାରା ଆନୁମୋଦିତ ସମସ୍ତ ସ୍ନାତକଏବଂ ସ୍ନାତକୋତ୍ତର କୋର୍ସକୁ  ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି ।

ପରିସର

ଏହି ଛାତ୍ରବୃତ୍ତି ଯୋଜନା ଅକ୍ଷମ ଛାତ୍ର/ଛାତ୍ରୀମାନଙ୍କ ନବମ,ଦଶମ, ଏକାଦଶ, ଦ୍ଵାଦଶ, ପୋଷ୍ଟ ମାଟ୍ରିକୁଲେସନ ଡିପ୍ଲୋମା /ପ୍ରମାଣପତ୍ର ଏବଂ ଭାରତରେ ପ୍ରଚଳିତ ସ୍ନାତକ/ ଡିପ୍ଲୋମା ଏବଂ ୟୁଜିସି ଦ୍ଵାରା ଅନୁମୋଦିତ ଯେକୌଣସି ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଉପାଧି ନିମନ୍ତେ ଉଦ୍ଦିଷ୍ଟ ଯେଉଁମାନେ ଇକୁଆଲ ଅପରଚୁନିଟି ପ୍ରୋଟେକସନ ଅଫ ରାଇଟ ଏଣ୍ଡ ଫୁଲ ପାର୍ଟିସିପେସନ ଅଧିନିୟମ ୧୯୯୫ ଏବଂ ଅଟିଜ୍ମ ଆକ୍ରାନ୍ତ ବ୍ୟକ୍ତି, ମସ୍ତିସ୍କ ପକ୍ଷାଘାତ ଆକ୍ରାନ୍ତ ବ୍ୟକ୍ତି, ମାନସିକ ଅନଗ୍ରସର ବ୍ୟକ୍ତି ଏବଂ ବହୁଖଣ୍ଡୀୟ ବିକଳାଙ୍ଗତା ଆକ୍ରାନ୍ତ ଅଧିନିୟମ ୧୯୯୯ ଅନୁଯାୟୀ ଗଠିତ ଜାତୀୟ ଟ୍ରଷ୍ଟ କିମ୍ବା ଅନ୍ୟ କୌଣସି ସମାନ ନିୟମ ଅନ୍ତର୍ଗତ ଅନୁଷ୍ଠାନ ।

ଏହି ଯୋଜନା କେବଳ ଭାରତୀୟ ନାଗରିକ ପାଇଁ ଉପଲବ୍ଧ । ଏହି ମେଧାବୃତ୍ତି ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ହୁଏ ।

ଯୋଗ୍ୟତା ସର୍ତ୍ତାବଳୀ

ସାଧାରଣ ଯୋଗ୍ୟତା

  • ଏହି ଛାତ୍ରବୃତ୍ତି କେବଳ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ।
  • ଯେଉଁ ଛ।ତ୍ରମାନେ ଶତକଡା ୪୦ ପ୍ରତିଶତରୁ  କମ ଅକ୍ଷମ (ରାଜ୍ୟ/କେନ୍ଦ୍ର ସରକାରଙ୍କ ଭାରପ୍ରାପ୍ତ ଚିକିସ।ଧିକାରୀଙ୍କ ଦ୍ଵାରା ପ୍ରମାଣିତ) , ସେମାନେ ଏହି ଯୋଜନାର ପରିସରଭୁକ୍ତ ନୁହଁନ୍ତି ।
  • ଏହି ଯୋଜନାରେ ଏକ ପିତାମାତାଙ୍କଠାରୁ ଜନ୍ମିତ ଦୁଇଟି ଅକ୍ଷମ ସନ୍ତାନଠୁଁ ଅଧିକ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରାଯିଏ ନାହିଁ । କେବଳ ଦିତୀୟସନ୍ତାନ ଯାଆଁଳା କ୍ଷେତ୍ରରେ ଏହି ଛାତ୍ରବୃତ୍ତି ଯୋଜନା ଉଭୟସନ୍ତାନଙ୍କ ପାଇଁ ପ୍ରଯୁଜ୍ୟ ।
  • ଏହି ଛାତ୍ରବୃତ୍ତି କେବଳ ଗୋଟିଏ ଶ୍ରେଣୀରେ ବର୍ଷଟିଏ ପଢିବା ପ୍ରଯୁଜ୍ୟ । ଯଦି କୌଣସି ଛାତ୍ର ବର୍ଷାଧିକ ଗୋଟିଏ ଶ୍ରେଣୀରେ ରହିଯାଏ, ତା’ହେଲେ ଏହି ଛାତ୍ରବୃତ୍ତିରୁ ଉକ୍ତ ଛାତ୍ର ସେହି ବର୍ଷ ଏବଂ ପର ବର୍ଷମାନଙ୍କ ପାଇଁ ବଞ୍ଚିତ ହେବାକୁ ପଡିଥାଏ ।
  • ଏହି ଯୋଜନାରେ ଛାତ୍ରବୃତ୍ତି ପାଉଥିବା ଅନ୍ୟ ଛାତ୍ର/ ଛାତ୍ରୀ ଅନ୍ୟ କୌଣସି ମେଧା ବୃତ୍ତି  ପାଇ ପାରିବେ ନାହିଁ । ଯଦି ଛାତ୍ର/ ଛାତ୍ରୀ ଅନ୍ୟ କୌଣସି ମେଧା ବୃତ୍ତି  ପାଉଥିବ, ତା’ ହେଲେ ଯେକୌଣସି ଗୋଟିଏ ମେଧା ବୃତ୍ତିକୁ ବାଛି ପାରିବେ, ଯ।ହ।କି ଅଧିକ ଲାଭପ୍ରଦ ଏବଂ ନିଜର ଅନୁଷ୍ଠାନ ମୁଖ୍ୟଙ୍କ ଜରିଆରେ ଛାତ୍ରବୃତ୍ତି ପ୍ରଦାନ କରୁଥିବା କର୍ତ୍ତୁପକ୍ଷଙ୍କୁ ଜଣାଇବା ବିଧେୟ । ଏହି ଯୋଜନା ଅନୁଯାୟୀ ଅନ୍ୟ ଛାତ୍ରବୃତ୍ତି ସ୍ଥିରିକୃତ କରିବା ଦିନାଙ୍କଠୁଁ ଏହି ଛାତ୍ରବୃତ୍ତିର ଅନୁଦାନ ରାଶିକୁ ବନ୍ଦ କରାଯାଏ । ଅଧିକନ୍ତୁ, ଛାତ୍ର/ ଛାତ୍ରୀ  ଏହି ଯୋଜନାରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ମୁକ୍ତ ରହଣୀ ସୁବିଧା କିମ୍ବା ଅନିୟମିତ ଆର୍ଥିକ  ସାହାଯ୍ୟ ଗ୍ରହଣ କରିପାରିବେ କିମ୍ବା ଅନ୍ୟ ପ୍ରୋତ୍ସାହନ ସଂସ୍ଥା ଠାରୁ ପୁସ୍ତକ/ଯନ୍ତ୍ରାଦି କ୍ରୟ, କିମ୍ବା ସଭା ସମିତିପାଇଁ ରହଣୀ ଏବଂ ଖାଇବା ଖର୍ଚ୍ଚ  ଗ୍ରହଣ କରିପାରେବେ ।
  • ଏହି ଯୋଜନାରେ ଛାତ୍ରବୃତ୍ତି ପାଉଥିବା ଶିକ୍ଷାଥି/ଶିକ୍ଷାଥିନୀ ଯେଉଁମାନେ କେନ୍ଦ୍ର/ରାଜ୍ୟ ସରକାରଙ୍କ ଠାରୁ ପ୍ରାକ୍ ପରୀକ୍ଷା ତାଲିମ୍ ନିମନ୍ତେ ଆର୍ଥିକ ସହାୟତା ପାଉଛନ୍ତି, ସେମାନଙ୍କୁ ଏହି ଛାତ୍ରବୃତ୍ତି ଯୋଜନାର କୋଚିଂ ପ୍ରୋଗ୍ର।ମର ଅବଧିରେ ମିଳୁଥିବା ଆର୍ଥିକ ସହାୟତା ରାଶିରୁ ବାଦପଡିବେ ।

ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ନିମନ୍ତେ

ଛାତ୍ର/ ଛାତ୍ରୀ ନିଶ୍ଚିନ୍ତଭାବେ ସରକାରୀ ବିଦ୍ୟାଳୟ କିମ୍ବା କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ଵାରା ସୀକୃତିପ୍ରାପ୍ତ ବିଦ୍ୟାଳୟ/ ମାଧ୍ୟମିକ ଶିକ୍ଷା ପରିଷଦଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟରେ ନିୟମିତ ଛାତ୍ର/ ଛାତ୍ରୀ ହେଇଥିବା ବିଧେୟ ।

ଛାତ୍ରବୃତ୍ତିର ରାଶି

ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତିର ଶିକ୍ଷା-ଅବଧି ପାଇଁ ନିମ୍ନକ୍ତ ରାଶି ପ୍ରଦାନ କରାଯାଇଥାଏ ।

ଛାତ୍ରବୃତ୍ତିର ରାଶି  ଏବଂ ଅନୁଦାନ

ପ୍ରକରଣ

ଦିବା- ଛତ୍ର

ଛାତ୍ରାବାସୀ

 

ଏକ ଶିକ୍ଷାବର୍ଷ ପାଇଁ ମାସିକ ରାଶି ଦଶ ମାସ ନିମନ୍ତେ

୩୫୦/-

୬୦୦/-

 

ବାର୍ଷିକ ପୁସ୍ତକ ଏବଂ ଅନୌପଚାରିକ ଅନୁଦାନ

୭୫୦/-

୧୦୦୦/-

 

 

 

ଭତ୍ତା

କ୍ରମି.ନଂ

 

 

ଭତ୍ତା

 

 

ରାଶି

1

ଦୃଷ୍ଟିହୀନ ଛାତ୍ର/ ଛାତ୍ରୀଙ୍କ ପାଇଁ ପାଠ୍ୟ-ପୁସ୍ତକ ପାଇଁ ମାସିକ ଭତ୍ତା

୧୬୦/-

 

2

ଯଦି ଛାତ୍ର/ ଛାତ୍ରୀ ଶିକ୍ଷାନୁଷ୍ଠାନ ହଷ୍ଟେଲ କିମ୍ବା ପରିସର ମଧ୍ୟରେ ରହୁନଥାନ୍ତି      ତେବେ ମାସିକ ଯାତାୟାତ ଅନୁଦାନ

୧୬୦/-

 

3

ଅତି ଅକ୍ଷମ ଛାତ୍ର/ ଛାତ୍ରୀ ପାଇଁ (ଯେଉଁମାନେ ଶତକଡା ୮୦ ପ୍ରତିଶତ ବା  ତଦୁର୍ଦ୍ଧ ଅକ୍ଷମ/ବିକଳ।ଙ୍ଗ ) ମାସିକ ଅନୁରକ୍ଷଣ ଅନୁଦାନ ।

୧୬୦/-

 

4

ଶିଖାନୁଷ୍ଠାନର ସେହି କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଯିଏ କି ସାହାଯ୍ୟ

ଲୋଡୁଥିବା ଅତି ଅକ୍ଷମ/ବିକଳାଙ୍ଗଙ୍କୁ ସେବା ପ୍ରଦାନ କରିଥାନ୍ତି, ସେମାନଙ୍କପାଇଁ ମାସିକ ସାହାଯ୍ୟକାରୀ ଅନୁଦାନ

୧୬୦/-

 

5

ମାନସିକ ବିକୃତ/ରୁଗ୍ଣଙ୍କ ପାଇଁ ମାସିକ କୋଚିଂ ଅନୁଦାନ

୨୪୦/-

 

ଆଧାର - ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate