অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍ୟାନ୍ୟ ପଛୁଆ ବର୍ଷ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି

ଲକ୍ଷ୍ୟ

ଅନ୍ୟାନ୍ୟ ପଛୁଆ ବର୍ଗର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପିଲା  ବିଶେଷ କରି ଝିଅ ପିଲାଙ୍କ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ଯୋଜନା ପ୍ରଣୟନ କରାଯାଇଛି ।

ପଛୁଆ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ରହିବା ପାଇଁ ବ୍ୟବସ୍ଥା

ଛାତ୍ରବାସ

୩ୟ ଶ୍ରେଣୀ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଯିଏ ଛାତ୍ରବାସରେ  ରହୁଥିବେ ସେମାନଙ୍କୁ ନିମ୍ନଲିଖିତ ଭାବରେ ବୃତ୍ତି ଦିଆଯିବ ।

  • ୩ ୟ ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ  ମାସକୁ ୨୦୦ ଟଙ୍କା ଲେଖାଏଁ ୧୦ ମାସ ପର୍ଯ୍ୟନ୍ତ ।
  • ନବମ ଶ୍ରେଣୀରୁ ୧୦ମ ପର୍ଯ୍ୟନ୍ତ  ମାସକୁ ୨୫୦ ଟଙ୍କା ଲେଖାଏଁ ୧୦ ମାସ ପର୍ଯ୍ୟନ୍ତ  ।

ଛାତ୍ରବାସରେ ରାହୁନଥିବା ଛାତ୍ର

ପ୍ରଥମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଛାତ୍ର ମାନେ ଛାତ୍ରବାସରେ ନରୁହନ୍ତି ସେମାନଙ୍କୁ ନିମ୍ନଲିଖିତ ଭାବେ ବୃତ୍ତି ଦିଆଯାଏ ।

  • ପ୍ରଥମରୁ ପଞ୍ଚମ ମାସକୁ ୨୫ ଟଙ୍କା ୧୦ ମାସ ପର୍ଯ୍ୟନ୍ତ ।
  • ୬ଷ୍ଠ ରୁ ୮ମ ମାସକୁ ୪୦ ଟଙ୍କା ୧୦ ମାସ ପର୍ଯ୍ୟନ୍ତ ।
  • ୯ମ ଓ ୧୦ମ ମାସକୁ ୫୦ଟଙ୍କା ୧୦ ମାସ ପର୍ଯ୍ୟନ୍ତ ।

ଆଡହକ ଗ୍ରାଣ୍ଟ

ସମସ୍ତ ଛାତ୍ର ସେ ହଷ୍ଟେଲରେ ରୁହନ୍ତୁ କି ନାହିଁ ସମସ୍ତଙ୍କ ପାଇଁ ବର୍ଷକୁ ୫୦୦ଟଙ୍କା ମିଳେ ।

ବୃତ୍ତି

ବୃତ୍ତି ରାଶି ବିଦ୍ୟାଳୟରେ  ଦାଖିଲା ଦିନରୁ ସ୍କୁଲ ଛାଡିବା ପର୍ଯ୍ୟନ୍ତ ମିଳେ । ଛୁଟି ସମୟର ବୃତ୍ତି ମିଳେ ନାହିଁ । ସେଥିପାଇଁ ବୃତ୍ତି ରାଶି `୧୦ ମାସ ପର୍ଯ୍ୟନ୍ତ ଦିଆଯାଏ । ବେଳେବେଳେ ସ୍କୁଲରେ  ପ୍ରବେଶ ଏବଂ ଛାଡିବା ଦିନକୁ ଦେଖି ୧୦ ମାସର ଅବଧି କମ ହୋଇପାରେ ।

ପାଠ୍ୟକ୍ରମର ସମୟ ସୀମା

ପ୍ରଥମ ଶ୍ରେଣୀରୁ ପ୍ରବେଶ ହେବା ମାତ୍ରେ ପ୍ରାକ୍ ମାଟ୍ରିକ ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯାଏ । ହଷ୍ଟେଲରେ  ରହୁଥିଲେ ୩ୟ ଶ୍ରେଣୀରୁ ପ୍ରାକ୍ ମ୍ୟାଟ୍ରିକ ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯାଏ । ବୃତ୍ତି ମନକୁ ମନ ୧୦ମ ଶ୍ରେଣୀ ପରେ ସରିଯାଏ ।

ଚୟନ ପ୍ରକ୍ରିୟା

ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଛାତ୍ରଙ୍କୁ ଚୟନ କରନ୍ତି ।

ଯୋଗ୍ୟତା

ବୃତ୍ତି ସେଇ ପିଲା ମାନଙ୍କୁ ଦିଆଯାଏ ଯାହାଙ୍କ ଅଭିଭାବଙ୍କ ବାର୍ଷିକ ଆୟ ୪୪, ୫୦୦ରୁ ଅଧିକ ହୋଇନଥିବ ।
ନୋଟ ୧ – ପିତା କିମ୍ବା ମାତା / ଯେଉଁ ଝିଅ ମାନେ ବିବାହ ପରେ ପାଠ ପଢୁଥିବେ ସେମାନଙ୍କ ସ୍ଵାମୀଙ୍କ ଆୟକୁ ମାନଦଣ୍ଡ ଭାବରେ ଗ୍ରହଣ କରାଯିବ । ଯଦି ପିତା / ମାତା ଉଭୟ ଆୟ କରୁଥିବେ ଆକସ୍ମିକ ଭାବରେ ଜଣଙ୍କର ମୃତ୍ୟୁ ହୋଇଯିବ ତାହେଲେ ଅନ୍ୟ ଜଣଙ୍କ ଆୟ ୪୪,୫୦୦ ରୁ ମେ ହୋଇଥିଲେ, ସେହି ଦୁଃଖଦ ଘଟଣା ଘଟିବା ପର ଠାରୁ ଛାତ୍ର ଛାତ୍ରୀଙ୍କୁ ବୃତ୍ତି ମିଳିବ ।

ନୋଟ ୨ – ଘରଭଡା ବାବଦକୁ ପାଉଥିବା ଅର୍ଥ ବାର୍ଷିକ ଆୟରେ ଯୋଗ କରାଯିବ ନାହିଁ ।

ନୋଟ ୩ – ଛାତ୍ର /ଛାତ୍ରୀଙ୍କୁ ଥରେ ମାତ୍ର ଆୟ ସାର୍ଟିଫିକେଟ ଦେବାକୁ ପଡିବ । ଯାହା ଏକ ବର୍ଷ ଠାରୁ ଅଧିକା ବ୍ୟବହାର ହୋଇପାରିବ ।

ପୁରଷ୍କାର ପାଇଁ ସର୍ତ୍ତ

  • ଛାତ୍ର /ଛାତ୍ରୀ ବୃତ୍ତି ପାଉଥିବା ସମୟରେ ଚାକିରି କରିପାରିବେ ନାହିଁ କିମ୍ବା ଅଭିଭାବକ ମାନେ କର୍ମସ୍ଥଳୀ ରୁ କୌଣସି ପ୍ରକାର ସାହାଯ୍ୟ ପ୍ରାପ୍ତି ହେବେ ନାହିଁ ।
  • ଯଦି ଛାତ୍ର /ଛାତ୍ରୀ ପରୀକ୍ଷାରେ ଫେଲ ହୁଅନ୍ତି, ଫେଲ ହେବାର କାରଣ ସମ୍ପୃକ୍ତ ଅଧିକାରୀଙ୍କୁ ନ୍ୟାୟ ସଙ୍ଗତ ଲାଗେ ତେବେ ବୃତ୍ତି ଦିଆଯାଇପାରିବ ।
  • ଯଦି ଜଣେ ଛାତ୍ର / ଛାତ୍ରୀ ବିଦ୍ୟାଳୟର ନୀତି ନିୟମ ଭାଙ୍ଗନ୍ତି ତେବେ ତାଙ୍କର ବୃତ୍ତି ରଦ୍ଦ କରିଦିଆଯାଇପାରେ । ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳ ସିଧା ସଳଖ ବୃତ୍ତି ରଦ୍ଦ କରିବାର କ୍ଷମତା ରଖନ୍ତି ।
  • ଯଦି ଗୋଟିଏ ଅନୁଷ୍ଠାନରୁ ଅନ୍ୟ ଅନୁଷ୍ଠାନକୁ ଛାତ୍ରଛାତ୍ରୀ ସ୍ଥାନାନ୍ତର ହୁଅନ୍ତି ତେବେ ବୃତ୍ତି ମିଳିବ ନାହିଁ । ସାଧାରଣତଃ ଗୋଟିଏ ଶିକ୍ଷାବର୍ଷରେ ଅନୁଷ୍ଠାନ ବଦଳିବା ପାଇଁ ଅନୁମତି ମିଳେ ନାହିଁ ।
  • ଯଦି ଛାତ୍ର / ଛାତ୍ରୀ ଅନ୍ୟ କୌଣସି ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ପାଉଥାଆନ୍ତି ତେବେ ତାଙ୍କୁ ଏହା ମିଳିବ ନାହିଁ ।
  • ଛାତ୍ରଛାତ୍ରୀଙ୍କର ସ୍କୁଲ ଅଧିକାରୀଙ୍କ ଦ୍ଵାରା ସ୍ଥିର କରାଯାଇଥିବା ଉପସ୍ଥାନ ସଠିକ ଥିବା ଆବଶ୍ୟକ ।

ବୃତ୍ତିର ନବୀକରଣ

ଥରେ ବୃତ୍ତି ଦିଆଯିବା ପରେ ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ରାଜ୍ୟସରକାର/କେନ୍ଦ୍ର ଶାସିତ ଅଞ୍ଚଳଙ୍କ ଦ୍ଵାରା ନବୀକରଣ ଘୋଷଣା କରାଯାଏ । ଏହା ସ୍ଥାନୀୟ ଖବର କାଗଜ ଓ ଅନ୍ୟାନ୍ୟ ଗଣମାଧ୍ୟମ ସାହାଯ୍ୟରେ ଘୋଷଣା କରାଯାଏ ।

ଦରଖାସ୍ତ ପ୍ରଣାଳୀ

ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳର ନିର୍ଦ୍ଧିଷ୍ଟ ବିଭାଗ ଆବେଦନ ଫର୍ମ ବାହାର କରି ଶେଷ ତାରିଖ ସୁଦ୍ଧା ସମସ୍ତ ଦସ୍ତାବେଜ ସହ ଆବେଦନ କରାଯାଇପାରିବ । କ୍ଲିକ କରନ୍ତୁ  "କ୍ଲିକ କରନ୍ତୁ"

ଆଧାର – ପଛୁଆ ବର୍ଷ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି ଛାତ୍ରଛାତ୍ରୀଙ୍କ  ଅଧିକ ସୂଚନା ପାଇଁ

Last Modified : 3/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate