অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଦର୍ଶ ବିଦ୍ୟାଳୟ ଯୋଜନା

ଆଦର୍ଶ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର, ୫ ଅପ୍ରେଲ ହେଉଛି ଓଡିଶା ପାଇଁ ଐତିହାସିକ ଦିନ। ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଆଦର୍ଶ ବିଦ୍ୟାଳୟ ବ୍ୟବସ୍ଥା ଆରମ୍ଭ ହୋଇଛି। ଖୁବଶୀଘ୍ର ରାଜ୍ୟରେ ପ୍ରତି ବ୍ଲକରେ ଏହିପରି ବିଦ୍ୟାଳୟ ର୍ନିମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମଙ୍ଗଳବାର ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରଶାସନ ଆମ୍ବଗାଁରେ ୨କୋଟି ୭୪ ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ଏହି ଆଦର୍ଶ ବିଦ୍ୟାଳୟର ସ୍ଥାପନା କରାଯାଇଥିଲା। ଏହାର ଶୁଭଉଦଘାଟନ ଅବସରରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ଏଣିକି ଶିକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବାହରକୁ ଯିବାକୁ ପଡିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ୧୪ ବ୍ଲକରେ ୧୦୦ ଟି ବିଦ୍ୟାଳୟ ଖୋଲ।ଯିବ।

ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। କିପରି ଭାବେ ଛାତ୍ରଛାତ୍ର ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ସେଥିପାଇଁ ସରକାର ଏହି ବିଦ୍ୟାଳୟ ବ୍ୟବସ୍ଥା ଆରମ୍ଭ କରିଛନ୍ତି। କ୍ରମାନ୍ୱୟରେ ୩୧୪ ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ମିଡିୟମ ସହ ଓଡିଆ ବିଭାଗରେ ପାଠ ପଢାଯିବ। ସିବିଏସଇ ଢାଞ୍ଚାରେ ଶିକ୍ଷା ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଦୀପ ପାଣିଗ୍ରାହୀ , ଉଷା ଦେବୀ , ସାଂସଦ ଲଡୁକିଶୋର ସ୍ୱାଇଁଙ୍କ ସମେତ ବିଧାୟକ ସୂର୍ଯ୍ୟପାତ୍ର ପ୍ରମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କ ଶିକ୍ଷାକ୍ଷେତ୍ରରେ ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ଭୂୟସୀ ପ୍ରଂଶସା କରିଥିଲେ ।

ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ

ଓଡ଼ିଶା ଆଦର୍ଶବିଦ୍ୟାଳୟ ସଂଗଠନ ମାଧ୍ୟମରେ ପ୍ରତିଷ୍ଠା କରାଯାଉଥିବା ଆଦର୍ଶ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା, ଶିକ୍ଷଣୀୟ ପରିବେଶ ଏବଂ ଉପଯୁକ୍ତ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ ଆରୋପ କରିଛନ୍ତି। ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ସମୀକ୍ଷା କରି ଶ୍ରୀ ପାଢ଼ୀ ଏହା କହିଛନ୍ତି। ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣା ବେକ୍ଷଣ, ବିଜ୍ଞାନ ପରିକ୍ଷାଗାରରେ ଯନ୍ତ୍ର ପାତି ଓ ସରଞ୍ଜାମ, ପରିଚ୍ଛନତା,ବିଦ୍ୟୁତ, ଚଳମାନ ପାଣି ଯୋଗାଣ ବ୍ୟବସ୍ଥା, ଇଣ୍ଟରନେଟ୍ ସେଂଯାଗ ଆଦି ନିମନ୍ତେ ଆବଶ୍ୟକ ବାର୍ଷିକ ପୁନଃପୌନିକ (ରିକରିଂ) ଖର୍ଚ୍ଚ ବିଷୟରେ ଉପଯୁକ୍ତ ଆକଳନ ଏବଂ ସେଥି ପାଇଁ ପାଣ୍ଠିର ସ୍ରୋତ ନିଦ୍ଧିଷ୍ଟ କରିବା ନିମନ୍ତେ ଶ୍ରୀ ପାଢ଼ୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ସ୍ଥିତି ବିଷୟରେ ସଦ୍ୟ ତଥ୍ୟ ଓ ତତ୍ସନ୍ଧିତ ବିଷୟ ବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟରେ ପଛୁଆ ଅଞ୍ଚଳରେ ଉଚ୍ଚମାନର ଶିକ୍ଷା ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ପରି ୧୦୦ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ଆଜି ବୈଠକରେ କାର୍ଯ୍ୟ କରୁଥିବା ୧୦୦ଟି ବିଦ୍ୟାଳୟ ଏବଂ ଅବଶିଷ୍ଟ ବିଦ୍ୟାଳୟ ମାନଙ୍କର କାର୍ଯ୍ୟାନ୍ୱୟନ ବିଷୟରେ ସମୀକ୍ଷା ହୋଇଥିଲା। ଶିକ୍ଷା କ୍ଷେତ୍ରରେ ପଛୁଆବ୍ଲକ୍ ମାନଙ୍କରେ ଅଗ୍ରାଧିକାର ଭିତ୍ତିରେ ୨୦୧୬-୧୭ ଆର୍ଥିକବର୍ଷ ମଧ୍ୟରେବିଦ୍ୟାଳୟ ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହିସବୁ ଅଞ୍ଚଳରେ ଛାତ୍ରୀ ନିବାସ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ ଚଳିତବର୍ଷ ମଧ୍ୟରେ ସମସ୍ତ ପଛୁଆ ବ୍ଲକ୍ ରେ ଅଧିକ ୧୦୦ ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରତ୍ନାକର ରାଉତ ସୂଚନା ଦେଇଥିଲେ।

ପ୍ରାପ୍ତ ସୂଚନାରୁ ଜଣା ପଡିଛି, ଇତିମଧ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସୋସାଇଟି ପଞ୍ଜିକରଣ ଆଇନ୍ ଅନୁଯାୟୀ ପଞ୍ଜିକୃତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଏଥିରେ ସଭା ପତି ଅଛନ୍ତି। ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟ ବର୍ତ୍ତମାନ ନୟା ପଲ୍ଲୀ ସ୍ଥିତ ରାଜ୍ୟ ତାଲିମ ପ୍ରତିଷ୍ଠାନ ପରିସରରେ ଚାଲୁଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଦାୟିତ୍ତ୍ୱ ନିର୍ବାହ କରୁଛନ୍ତି। ଏହି ସୋସାଇଟିର ସଂରଚନା, କାର୍ଯ୍ୟ ପଦ୍ଧତି ଏବଂ କର୍ମଚାରୀ ନିୟୋଜନ ଆଦିବିଷୟରେ ବୈଠକରେ ଆଲୋଚନା ହୋଇଥିଲା।

ପ୍ରକଳ୍ପ ନିମନ୍ତେ ଆବଶ୍ୟକ ରିକରିଂ ଏବଂ ନନ୍ - ରିକରିଂ ଖର୍ଚ୍ଚ

୨୦୧୫-୧୭ ଆର୍ଥିକବର୍ଷ ପାଇଁ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ରିକରିଂ ଏବଂ ନନ୍ - ରିକରିଂ ଖର୍ଚ୍ଚବାବଦରେ ପ୍ରାୟ ୫୩୬.୭୯ କୋଟି ଟଙ୍କାର ଖର୍ଚ୍ଚ ଆକଳନବିଷୟରେ ବୈଠକରେ ଆଲୋଚନା ହୋଇଥିଲା।ବିଦ୍ୟାଳୟ ମାନଙ୍କରେବିଜ୍ଞାନ ପାର୍କ ପ୍ରତିଷ୍ଠାବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରତ୍ୟେକବିଦ୍ୟାଳୟକୁ ପୂଣ୍ଣ ର୍ମାତ୍ରାରେ କାର୍ଯ୍ୟକ୍ଷମ କରିବା, ଉପଯୁକ୍ତ ଆବଶ୍ୟକ ଉପକରଣ ଯୋଗାଇବା ଏବଂ ସେଗୁଡିକର ଉତ୍ତମ ପରିଚାଳନା ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ପ୍ରତିବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟବରିଷ୍ଠ ଶିକ୍ଷକ ମାନଙ୍କ ରହିବା ନିମନ୍ତେ କ୍ୱାର୍ଟସ୍ ନିର୍ମାଣବିଷୟରେ ମଧ୍ୟ ନିଷ୍ପତ୍ତି ହୋଇଥିଲା।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ତଥା ଆଦର୍ଶବିଦ୍ୟାଳୟ ସଂଗଠନ ନିର୍ଦ୍ଦେଶକ ଶ୍ରୀ ରତ୍ନାକର ରାଉତ,ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଯୁଗ୍ମ ସଚିବ ଶ୍ରୀ ଇନ୍ଦ୍ରମଣୀ ତ୍ରି ପାଠୀଙ୍କ ସହବିଭାଗୀୟବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।

ଆଧାର : odiapua.com

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate