ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଏନଜିଓଙ୍କୁ ସ୍କୁଲ ମଧ୍ୟାହ୍ନ ଭୋଜନ ଦାୟିତ୍ୱ, ଓପୋଲଫେଡ୍ ଯୋଗାଇବ ଅଣ୍ଡା
ସେଆର କରନ୍ତୁ

ଏନଜିଓଙ୍କୁ ସ୍କୁଲ ମଧ୍ୟାହ୍ନ ଭୋଜନ ଦାୟିତ୍ୱ, ଓପୋଲଫେଡ୍ ଯୋଗାଇବ ଅଣ୍ଡା

ମଧ୍ୟାହ୍ନ ଭୋଜନ ଦାୟିତ୍ୱ ର ସୁଚନା

ଉପକ୍ରମ

ସ୍ୱେଚ୍ଛାସେବୀ ସଂଗଠନ(ଏନଜିଓ)ମାନଙ୍କ ପାଇଁ ଗୋଟିଏ ଭଲ ଖବର ।  ଓଡିଶାରେ ଥିବା ବିଭିନ୍ନ ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଏବେ ସେମାନଙ୍କୁ ସଂପୂର୍ଣ ଭାବେ ଦାୟିତ୍ୱ ଦିଆଯିବ ।  ଏ ନେଇ ସରକାର ବିଧିବଧ ମାର୍ଗଦର୍ଶିକା ପ୍ରକାଶ କରିଛନ୍ତି ।  ଦୀର୍ଘଦିନ ହେଲା ଶିକ୍ଷକମାନେ ଏହି ଦାୟିତ୍ୱ ନେଇଥିଲେ ।  ସେମାନଙ୍କୁ ହଇରାଣ ହରକତ ହେବାକୁ ପଡୁଥିଲା ।  ଏଥିର ସେମାନେ ଏହି କାମରୁ ମୁକ୍ତ ହେବା ସହ ଶିକ୍ଷାଦାନରେ ଅଧିକ ସମୟ ଦେଇପାରିବେ ।

ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗ ଜାରି ହୋଇଥିବା ମାର୍ଗଦର୍ଶିକା

ଅତି କମ୍ ରେ ୧୦ଟି ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବାର କ୍ଷମତା ଥିବା ସଂସ୍ଥାକୁ ଏହି କାର୍ଯ୍ୟରେ ସାମିଲ କରାଯିବ ।  ୧୦ଟି ସ୍କୁଲରେ ପିଲାସଂଖ୍ୟା ଅନୁସାରେ ମୁଣ୍ଡପିଛା ୧୦ ଟଙ୍କା କରି ଅଗ୍ରୀମ ଦେବାକୁ ପଡିବ ।  ରାଜ୍ୟ ସରକାରଙ୍କ ଖାଦ୍ୟ ତାଲିକା ଅନୁଯାୟୀ ଏନଜିଓଗୁଡିକ ଖାଦ୍ୟ ପ୍ରସ୍ତୁତ କରିବେ । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡିକ ପାଇଁ ଜାରି ହୋଇଥିବା ନୂତନ ମଧ୍ୟାହ୍ନ ଭୋଜନ ନୀତି ଅନୁଯାୟୀ ସବୁ ରାଜ୍ୟରେ ଏହି ନୀତି କରାଯାଇଛି ।  ପୁଣି ଶିକ୍ଷା ଅଧିକାର ଆଇନ -୨୦୦୯କୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।  ତେଣୁ ସମାଜସେବୀ ସଂସ୍ଥାଗୁଡିକୁ ଦେଲେ, ଏହା ସଫଳ ହେବ ବୋଲି ଆଶା ରହିଛି ।

ସର୍ତାବଳି

ସଂସ୍ଥାଗୁଡିକର ଅତିକମ୍ ରେ ଦୁଇ ବର୍ଷର ଅଭି‌ଜ୍ଞତା ଥିବ ।  ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଠାରୁ ଲାଇସେନ୍ସ ଦେବାକୁ ପଡିବ ।  ପୁଣି ସଂସ୍ଥାଟି ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ୧୮୬୦ ଅନୁସାରେ ପଂଜିକୃତ ହୋଇଥିବା ଆବଶ୍ୟକ ।  ସର୍ତ୍ତାବଳୀ ପୂରଣ କରୁଥିବା ସଂସ୍ଥାମାନଙ୍କୁ ଅତି କମ୍ ରେ ୧୦ଟି ସ୍କୁଲ ପରିଚାଳନା ଦାୟିତ୍ୱ ଦିଆଯିବ ।  ତେବେ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ସଂସ୍ଥାମାନେ ତୃତୀୟ ପକ୍ଷକୁ ଦାୟିତ୍ୱ ହସ୍ତାନ୍ତର କରିପାରିବେ ନାହିଁ ।  ସଂସ୍ଥାର ଖର୍ଚ୍ଚ ପ୍ରତିବର୍ଷ ସରକାରୀ ଅଧିକାରୀ ସମୀକ୍ଷା ହେବ ।  ଖର୍ଚ୍ଚ ଓ ମଧ୍ୟାହ୍ନ ଭୋଜନ ନିୟମିତ ତଦାରଖ କରାଯିବ ।  ଖାଦ୍ୟର ଗୁଣବତ୍ତା ଓ ପରିମାଣ ନିୟମିତ ବ୍ୟବଧାନରେ ଯାଂଚ କରାଯିବ ।  ସ୍କୁଲରେ ଏନଜିଓଙ୍କ କାମକୁ ତଦାରଖ କରିବା ପାଇଁ ଏକ ତଦାରଖ କମିଟି କରାଯାଇଛି ।

ଓପୋଲଫେଡ୍ ଅଣ୍ଡା

ମଧ୍ୟାହ୍ନ ଭୋଜନ ସମ୍ପର୍କରେ ଆଉ ଏକ ବଡ ନିଷ୍ପତି ହୋଇଛି ।  ଏଣିକି ସରକାରୀ ସଂସ୍ଥା ଓପୋଲଫେଡ୍ ସ୍କୁଲଗୁଡିକୁ ଫାର୍ମ ଫ୍ରେସ୍ ଅଣ୍ଡା ଯୋଗାଇବ ।  ଆଗରୁ ଘରୋଇ ସଂସ୍ଥାଠାରୁ ଅଣ୍ଡା କିଣାଯାଉଥିଲା ।  ବୁଧବାର ଓ ଶନିବାର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉଛି ।  ତେଣୁ ଦିନେ ଦୁଇ ଦିନ ପୂର୍ବରୁ ଓପୋଲଫେଡ୍ ଏଜେଣ୍ଟମାନେ ସ୍କୁଲରେ ତଟକା ଅଣ୍ଡା ପହଁଚାଇବେ । ଓପୋଲଫେଡ୍ ବାହାରୁ ଅଣ୍ଡା କିଣି ଦେଇପାରିବ ନାହିଁ ।  ଅଣ୍ଡା ବାବଦ ଅର୍ଥ ଇ-ଟ୍ରାନ୍ସଫର ଯୋଗେ ପ୍ରଦାନ କରାଯିବ ।  ପ୍ରଧାନ ଶିକ୍ଷକ ଆବଶ୍ୟକ ଅଣ୍ଡା ସମ୍ପର୍କରେ ପୂର୍ବରୁ ସୂଚନା ଦେବେ ଓ ବଜାର ଦର ଠାରୁ କମ୍ ଦରରେ ଓପୋଲଫେଡ୍ ଅଣ୍ଡା ଯୋଗାଇବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବା ପାଇଁ ସରକାରଙ୍କ ଏ ସବୁ ବ୍ୟବସ୍ଥା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।

ଆଧାର - Akhand (freelancer journalist)

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top