ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଓଡିଶା ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ,୨୦୧୦
ସେଆର କରନ୍ତୁ

ଓଡିଶା ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ,୨୦୧୦

ଓଡିଶା ରେ ଶିଶୁମାନଙ୍କ ପାଇଁ ଥିବା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଆଇନ ସମ୍ବନ୍ଧୀୟ ସୂଚନା ଏଠାରେ ମିଳିବ

ଏସ୍ଆର୍ ଓ ନଂ.- ଓଡିଶା ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ,୨୦୦୯ (ନଂ ୩୫,୨୦୦୯)ର ଧାରା ୩୮ ଦ୍ଵାରା ପ୍ରଦତ୍ତ କ୍ଷମତା ବଳରେ ରାଜ୍ୟ ସରକାର ଏତଦ୍ଦ୍ୱାରା ନିମ୍ନ ଲିଖିତ ନିୟମାବଳୀ ପ୍ରସ୍ତୁତ କରୁଛନ୍ତି,ଯଥା :

ସଂକ୍ଷିପ୍ତ ଶୀର୍ଷକ,ପରିସର ଓ ଲାଗୁହେବା ତାରିଖ

(1) ଏହି ନିୟମଗୁଡିକୁ ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ,୨୦୧୦ କୁହାଯାଇପାରେ ।

(2) ଓଡିଶା ଗେଜେଟ୍ ରେ ପ୍ରକାଶିତ ହେବା ଦିନଠାରୁ ଏହି ନିୟମାବଳୀ କାର୍ଯ୍ୟକାରୀ ହେବ ।

ପ୍ରାରମ୍ଭିକ

ସଂଜ୍ଞା

(1) ବିଷୟ କିମ୍ବା ଉପଲକ୍ଷ୍ୟ ସମ୍ପର୍କରେ କୌଣସି ପ୍ରତିକୂଳ ମନ୍ତବ୍ୟ ନଆସିଲା ପର୍ଯ୍ୟନ୍ତ,ଏହି ନିୟମଗୁଡିକରେ :

(a) “ଅଧିନିୟମ” କହିଲେ ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ,୨୦୦୯ (ନଂ.୩୫,୨୦୦୯)କୁ ବୁଝାଇବ ।

(b) “ଅଙ୍ଗନବାଡି” କହିଲେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧୀନରେ ସ୍ଥାପିତ ଅଙ୍ଗନବାଡି କେନ୍ଦ୍ର ।

(c) “ନିର୍ଦ୍ଧାରିତ ତାରିଖ” ଅର୍ଥ କେନ୍ଦ୍ର ସରକାରଙ୍କ ଦ୍ଵାରା ଅଧିସୂଚିତ ହୋଇଥିବା ତାରିଖ ଯେଉଁ ତାରିଖରୁ ଏହି ଅଧିନିୟମ କାର୍ଯ୍ୟକାରୀ ହେବ ।

(d) ”କମିଟି” କହିଲେ ଏହି ନିୟମାବଳୀର ନିୟମ – 3 ଅଧୀନରେ ଗଠିତ କମିଟି ବୋଲି ବୁଝିବାକୁ ହେବ ।

(e) “ଫର୍ମ” କହିଲେ ଏହି ନିୟମାବଳୀରେ ଯୋଗକରାଯାଇଥିବା ଫର୍ମ ବୋଲି ବୁଝିବାକୁ ହେବ ।

(f) “ସରକାର” କହିଲେ ଓଡିଶା ସରକାରଙ୍କୁ ବୁଝାଏ ।

(g) “ଛାତ୍ର କ୍ରମବର୍ଦ୍ଧିଷ୍ଣୁ  ମୂଲ୍ୟାଙ୍କନ ଦଲିଲ “ କହିଲେ ସାମଗ୍ରିକ ଏବଂ ନିରନ୍ତର ମୂଲ୍ୟାୟନ ଭିତ୍ତିରେ ଶିଶୁର ଅଗ୍ରଗତିକୁ ଲିପିବଦ୍ଧ କରିଥିବା ଦଲିଲକୁ ବୁଝାଏ ।

(h) “ବିଦ୍ୟାଳୟ ସ୍ଥିତିଚିତ୍ର ପ୍ରସ୍ତୁତି” ଅର୍ଥ ସାମାଜିକ ପ୍ରତିବନ୍ଧକ ଏବଂ ଭୌଗୋଳିକ ଦୂରତ୍ଵ ଆଦି ସମସ୍ୟାକୁ ଅତିକ୍ରମ କରିବା ପାଇଁ ଅଧିନିୟମର ଧାରା 6 ଅନୁଯାୟୀ ବିଦ୍ୟାଳୟର ସ୍ଥାନ ନିରୂପଣ ଯୋଜନା ।

(2) ଏଠାରେ ବ୍ୟବହୃତ ଅନ୍ୟ ସମସ୍ତ ଶବ୍ଦ ଓ ଅଭିବ୍ୟକ୍ତି, ଯାହାର ସଂଜ୍ଞା ଏଠାରେ ନିରୂପଣ ହୋଇନାହିଁ ଅଥଚ ଅଧିନିୟମରେ ବ୍ୟାଖ୍ୟା କରାଯାଇଛି ,ତାହା ଅଧିନିୟମରେ ପ୍ରଦତ୍ତ ସେହି ସେହି ଅର୍ଥକୁ ବୁଝେଇବ ।

ବିଦ୍ୟାଳୟ ପରିଚାଳନା କମିଟି

ବିଦ୍ୟାଳୟ ପରିଚାଳନା କମିଟିର ଗଠନ ପ୍ରଣାଳୀ ଏବଂ କାର୍ଯ୍ୟବଳୀ

(1) ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ବ୍ୟତୀତ ପ୍ରତ୍ୟେକ ବିଦ୍ୟାଳୟରେ ଏହି ନିୟମ ଲାଗୁ ହେବା ତାରିଖଠାରୁ ଛମାସ ମଧ୍ୟରେ ସେହି ବିଦ୍ୟାଳୟର ଇଲାକା ମଧ୍ୟରୁ 12 ରୁ16 ଜଣ ସଦସ୍ୟଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରାଯିବ ଓ ପ୍ରତି 3 ବର୍ଷରେ ଏହି କମିଟି ପୁନର୍ଗଠନ ହେବ ।

(2) ବିଦ୍ୟାଳୟ ପରିଚାଳନା କମିଟିର ମୋଟ ସଂଖ୍ୟାର ପଞ୍ଚସ୍ତରୀ ଶତାଂଶ ସଦସ୍ୟ ଶିଶୁମାନଙ୍କ ପିତାମାତା ଏବଂ ଅଭିଭାବକମାନଙ୍କ ମଧ୍ୟରୁ ରହିବେ ।

(3) ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ବିଦ୍ୟାଳୟ ପରିଚାଳନା କମିଟିର ବାକି ପଚିଶି ଶତାଂଶ ସଦସ୍ୟ ରହିବେ ।

(a) ଏକ ତୃତୀୟାଂଶ ସଦସ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ବାଚନ ପ୍ରତିନିଧି ଯାହାଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିର କରିବେ ।

(b) ଏକ ତୃତୀୟାଂଶ ସଦସ୍ୟ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟରୁ ଶିକ୍ଷକମାନଙ୍କ ଦ୍ଵାରା ସ୍ଥିରୀକୃତ ହେବେ ।

(c) ଏବଂ ବାକି ଏକ   ତୃତୀୟାଂଶ ସଦସ୍ୟଙ୍କୁ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ବିଦ୍ୟାଳୟର ଶିଶୁମାନଙ୍କ ମଧ୍ୟରୁ ନିଆଯିବ ଯାହା କମିଟିର ଅଭିଭାବକ ସଦସ୍ୟମାନେ ସ୍ଥିର କରିବେ ।

(4) ପରିଚାଳନା କମିଟି ବିଦ୍ୟାଳୟର ସମସ୍ତ କାର୍ଯ୍ୟ ବୁଝାଶୁଝା କରିବା ପାଇଁ ଅଭିଭାବକ ସଦସ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ ଏବଂ ଜଣକୁ ଉପାଧ୍ୟକ୍ଷ ଭାବେ ନିର୍ବାଚନ କରିବେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ଯେଉଁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନଥିବେ ସେ କ୍ଷେତ୍ରରେ ସର୍ବ ବରିଷ୍ଠ ଶିକ୍ଷକ ଜଣକ ବିଦ୍ୟାଳୟ ପରିଚାଳନା କମିଟିର ପଦପ୍ରଯୁକ୍ତ ସଦସ୍ୟ-ଆବାହକ ରହିବେ ।

(5) ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅତି କମ୍ ରେ ପ୍ରତି ମାସରେ ଥରେ ବସିବ ଏବଂ ବୈଠକର ବିବରଣୀ ଏବଂ ନିଆଯାଉଥିବା ନିଷ୍ପତ୍ତିଗୁଡିକ ଠିକ ଭାବରେ ଲିପିବଦ୍ଧ କରି ରଖାଯିବା ସଙ୍ଗେ ସଙ୍ଗେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଦ୍ୟାଳୟ  ନୋଟିସ୍ ବୋର୍ଡରେ ପ୍ରଦର୍ଶିତ ହେବ ।

(6) ଅଧିନିୟମରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସହିତ ବିଦ୍ୟାଳୟ ପରିଚାଳନା କମିଟି ନିମ୍ନଲିଖିତ କାର୍ଯ୍ୟ ନିର୍ବାହନ କରିବେ ଯେଉଁଥିପାଇଁ ସଦସ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ନେଇ ଛୋଟ ଛୋଟ କାର୍ଯ୍ୟକାରୀ ବର୍ଗ ଗଠନ କରାଯାଇ ପାରିବ ।

a) ଅଧିନିୟମରେ ବର୍ଣ୍ଣିତ ଶିଶୁମାନଙ୍କର ଅଧିକାରର କଥା ସରଳ ଏବଂ ସୃଜନାତ୍ଜକ ଭାବରେ ବିଦ୍ୟାଳୟର ପାଖ ପଡିଶା ଇଲାକାର ଜନଗଣଙ୍କୁ ଜଣାଇବା ସହିତ ସ୍କୁଲ,ଶିଶୁଙ୍କର ପିତାମାତା,ଅଭିଭାବକ,ରାଜ୍ୟ ସରକାର/ସ୍ଥାନୀୟ କର୍ତ୍ତୃପକ୍ଷଙ୍କର ଏହି ଦିଗରେ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବେ ।

b) ଅଧିନିୟମର ଧାରା 28 ଏବଂ 24 ର (a) ଏବଂ (e) ଅନୁଚ୍ଛେଦର କାର୍ଯ୍ୟକାରିତା ସମ୍ପର୍କରେ କମିଟି ନିଶ୍ଚିତ ହେବ ।

c) ଅଧିନିୟମର ଧାରା  27 ରେ ନିର୍ଦ୍ଧାରିତ କର୍ତ୍ତବ୍ୟ ବ୍ୟତୀତ ଶିକ୍ଷକମାନେ ଯେପରି ଅଣଶିକ୍ଷା କାର୍ଯ୍ୟରେ ଭାରାକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ ।

d) ପାଖ ପଡିଶାର ସବୁ ଶିଶୁଙ୍କର ବିଦ୍ୟାଳୟରେ ନାମ ଲେଖା ଏବଂ ନିରନ୍ତର ଉପସ୍ଥାନକୁ ନିଶ୍ଚିତ କରିବେ ।

e) ଅଧିନିୟମ ସହିତ ସଂଯୁକ୍ତ ଅନୁସୂଚୀରେ ପ୍ରବର୍ତ୍ତିତ ସର୍ତ୍ତ ଏବଂ ମାନ ରକ୍ଷା କରିବା ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

f) କୌଣସି ଶିଶୁ ତାହାର ଅଧିକାରରୁ ବଞ୍ଚିତ ହେଉଥିଲେ,ବିଶେଷକରି ମାନସିକ ଏବଂ ଶାରୀରିକ ଭାବେ ନିର୍ଯ୍ୟାତିତ    ହେଉଥିଲେ, ନାମ ଲେଖାଇବା ଏବଂ ଅଧିନିୟମର ଧାରା 3 ର ଉପଧାରା 2 ର ପ୍ରାବଧାନ ଅନୁଯାୟୀ ସମୟୋଚିତ ପ୍ରାପ୍ୟ ପାଇବା ପାଇଁ ବାରଣ କରାଯାଉଥିଲେ । ଏ  ସମ୍ପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିବେ ।

g) ଆବଶ୍ୟକତା ନିରୂପଣ କରିବା, ଯୋଜନା ପ୍ରସ୍ତୁତ କରିବା ଏବଂ ଅଧିନିୟମର ଧାରା 4 ରେ ପ୍ରବର୍ତ୍ତିତ ବ୍ୟବସ୍ଥାଗୁଡିକର କାର୍ଯ୍ୟକାରୀତାକୁ ନିରନ୍ତର ଆଗେଇ ନେବା ପାଇଁ ପଦକ୍ଷେପ ନେବେ ।

h) ଅକ୍ଷମ ଶିଶୁମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ଆଗେଇ ନେବା, ସେମାନଙ୍କର ନାମ ଲେଖା ଓ ଶିକ୍ଷାଲାଭର ସମସ୍ତ ସୁଯୋଗକୁ ଉପଲବ୍ ଧ କରାଇବା ଏବଂ ପ୍ରାଥମିକ ଶିକ୍ଷାଲାଭରେ ସେମାନଙ୍କର ଯୋଗଦାନ ଓ ସମାପନକୁ ନିଶ୍ଚିତ କରିବେ ।

i) ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ ।

i) ବିଦ୍ୟାଳୟର ବାର୍ଷିକ ଆୟ ବ୍ୟୟର ହିସାବ ପ୍ରସ୍ତୁତ  କରିବେ ।

(7) ଏହି ଅଧିନିୟମ ଅଧୀନରେ ପ୍ରତି ବର୍ଷର ହିସାବ ଯାଞ୍ଚ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ ନିମିତ୍ତ ଗ୍ରହଣ କରୁଥିବା ସମସ୍ତ ଅର୍ଥକୁ ଏକ ସ୍ଵତନ୍ତ୍ର ହିସାବ ଖାତାରେ ରଖିବା ସହିତ ପ୍ରତ୍ୟେକ ବର୍ଷ ସମୀକ୍ଷା ପାଇଁ ଆୟବ୍ୟୟର ହିସାବ ଉପସ୍ଥାପନ କରିବେ ।

(8) ପ୍ରତ୍ୟେକ ଆୟବ୍ୟୟର ହିସାବ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଆବାହକଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ଓ ଏହା ପ୍ରସ୍ତୁତ ହେବାର ଏକ ମାସ ମଧ୍ୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ ।

ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି

(1) ଅଧିନିୟମ ଅନୁଯାୟୀ ଗଠିତ ହେବାର ପ୍ରଥମ ଆର୍ଥିକ ବର୍ଷ ଶେଷ ହେବାର ସର୍ବନିମ୍ନ 3 ମାସ ପୂର୍ବରୁ ପରିଚାଳନା କମିଟି ବିଦ୍ୟାଳୟରେ ବିକାଶ ସଂକ୍ରାନ୍ତରେ ଏକ ଯୋଜନା ପ୍ରସ୍ତୁତ କରିବେ ।

(2) ବିଦ୍ୟାଳୟର ବିକାଶ ଯୋଜନା ତିନି ବର୍ଷିଆ ହେବ ଏବଂ ଏଥିରେ 3 ଟି ବାର୍ଷିକ ଉପଯୋଜନା ରହିବ ,ଯହିଁରେ ନିମ୍ନଲିଖିତ ବିଷୟଗୁଡିକ ସ୍ଥାନ ପାଇବ :

a) ପ୍ରତି ବର୍ଷର ପ୍ରତି ଶ୍ରେଣୀ ପାଇଁ ନାମଲେଖାର ଆକଳନ

b) ଅନୁସୂଚୀରେ ନିର୍ଦ୍ଧାରିତ ସର୍ତ୍ତ ମୁତାବକ ପ୍ରଥମରୁ ପଞ୍ଚମ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ପୃଥକ ଭାବରେ ଆବଶ୍ୟକ ପ୍ରଧାନ ଶିକ୍ଷକ, ବିଷୟ ଶିକ୍ଷକ ଏବଂ ସାମୟିକ ଶିକ୍ଷକଙ୍କ ସମେତ ଅତିରିକ୍ତ ଶିକ୍ଷକ ସଂଖ୍ୟା ନିରୂପଣ ।

c) ଅନୁସୂଚୀରେ ସର୍ତ୍ତ ଓ ମାନରକ୍ଷା ପାଇଁ ନିର୍ଦ୍ଧାରିତ ବ୍ୟବସ୍ଥା ମୁତାବକ ତିନିବର୍ଷ ଅବଧି ମଧ୍ୟରେ ଅତିରିକ୍ତ ଭିତ୍ତି ଭୂମି ତଥା ସାଜସରଞ୍ଜାମ ଆଦିର ଆବଶ୍ୟକତାର ଆକଳନ  ।

d) ଧାରା 4 ନିର୍ଦ୍ଧାରିତ ମୁତାବକ ସ୍ଵତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ,ଶିଶୁମାନଙ୍କର ପ୍ରାପ୍ୟ ଯଥା ମାଗଣା ପାଠ୍ୟ ପୁସ୍ତକ ଏବଂ ଅନ୍ୟାନ୍ୟ ଯେକୌଣସି ଅତିରିକ୍ତ ଆର୍ଥିକ ଆବଶ୍ୟକତା ସମେତ ଅଧିନିୟମ ଅଧୀନରେ ବିଦ୍ୟାଳୟ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ଵର ପରିପୂର୍ତ୍ତି ନିମିତ୍ତ ଉପନିୟମ 2 ର ଖଣ୍ଡ୍ b ଏବଂ c ପ୍ରସଙ୍ଗରେ ଆବଶ୍ୟକ  ହେଉଥିବା ଅତିରିକ୍ତ ଆର୍ଥିକ ଆବଶ୍ୟକତାର ଆକଳନ ।

(3) ବିଦ୍ୟାଳୟ ବିକାଶ ଯୋଜନା ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଏବଂ ଆବାହକଙ୍କ ଦ୍ଵାରା ସ୍ଵାକ୍ଷରିତ ହୋଇ ଯେଉଁ ଆର୍ଥିକ ବର୍ଷରେ  ପ୍ରସ୍ତୁତ କରାଯାଇଅଛି ସେହି ଆର୍ଥିକ ବର୍ଷ ଶେଷ ହେବା  ପୂର୍ବରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ ।

ଶିଶୁମାନଙ୍କ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାର

5.ଶିଶୁମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ : (1) ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମାଲିକାନା ଓ ପରିଚାଳନାରେ ଥିବା ବିଦ୍ୟାଳୟ ପରିଚାଳନା କମିଟି ସ୍ଵତନ୍ତ୍ର ପ୍ରଶିକ୍ଷଣ ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଚିହ୍ନଟ କରିବା ସହିତ ନିମ୍ନଲିଖିତ ପ୍ରକାରେ ଉକ୍ତ ପ୍ରଶିକ୍ଷଣର ବ୍ୟବସ୍ଥା କରିବେ ଯଥା :

(a) ଏହି ସ୍ଵତନ୍ତ୍ର ପ୍ରଶିକ୍ଷଣ, ଅଧିନିୟମ ଧାରା 29 ଉପଧାରା (1) ରେ ନିର୍ଦ୍ଧାରିତ ଆକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ଅନୁମୋଦନ ଲାଭ କରିଥିବା ବିଶେଷ ଭାବରେ ପରିକଳ୍ ପିତ ବୟସୋଚିତ ଶିକ୍ଷଣ ପଦାର୍ଥ ଆଦିକୁ  ଆଧାର କରିବ ।

(b) ବିଦ୍ୟାଳୟ ପରିସରରେ କିମ୍ବା ସୁରକ୍ଷିତ ବାସସ୍ଥାନରେ ଚାଲିଥିବା ଶ୍ରେଣୀରେ ଏହି ପ୍ରଶିକ୍ଷଣ ଦିଆଯିବ ।

(c) ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କିମ୍ବା ଏଥିପାଇଁ ସ୍ଵତନ୍ତ୍ର ଭାବେ ନିଯୁକ୍ତ ଶିକ୍ଷକମାନେ ଏହି ପ୍ରଶିକ୍ଷଣ ଦେବେ ।

(d) ଏହାର ଅବଧି ସର୍ବନିମ୍ନ 3 ମାସ ହେବ । ତେବେ ସ୍ଥଳ ବିଶେଷରେ ସମୟାନୁକ୍ରମିକ ଶିକ୍ଷଣର ପ୍ରଗତିକୁ ଆଧାର କରି ଏହି ଅବଧି ସର୍ବାଧିକ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

(e ) ବର୍ଷିକିଆ ବା ଦୁଇ ବର୍ଷିଆ ଶିକ୍ଷଣ ଓ ତାଲିମ ପାଇଁ ଟିଇ ଏବଂ ଏସ୍ ସିଇଆରଟି ଦ୍ଵାରା ସଘନ ପାଠ୍ୟକ୍ରମ ପ୍ରସ୍ତୁତ ହେବ ।

ଶିକ୍ଷା ଓ ଭାବଗତ ସମନ୍ଵୟ ରାକ୍ଷା କରିବାକୁ ସମର୍ଥ ହେବା ନିମନ୍ତେ ଶିକ୍ଷକମାନଙ୍କ ସ୍ଵତନ୍ତ୍ର ଧ୍ୟାନ ପାଇ ଚାଲିବା ।

ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ଵ

6.ବିଦ୍ୟାଳୟର ଅଞ୍ଚଳ ପରିସର କିମ୍ବା ପାର୍ଶ୍ଵବର୍ତ୍ତୀ ସୀମା :

(1) ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ଯେଉଁ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ବା ସୀମାରେ ବିଦ୍ୟାଳୟଟିଏ ନିର୍ମାଣ କରାଯିବ ତାହା ନିମ୍ନମତେ ହେବ :

(a) ପ୍ରଥମଠାରୁ ପଞ୍ଚମ ଶ୍ରେଣୀର ଶିଶୁ ମାନଙ୍କ ପାଇଁ ପାଖଆଖରୁ ଚାଲି ଚାଲି ଯାଇପାରିଲା ଭଳି ସର୍ବାଧିକ ଏକ କିଲୋମିଟର ଦୂରତାରେ ବିଦ୍ୟାଳୟ ସ୍ଥାପନ କରାଯିବ ।

(b) ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀର ଶିଶୁମାନଙ୍କ ପାଇଁ ପାଖଆଖ ଚାଲି ଚାଲି ଯାଇପାରିଲା ଭଳି ସର୍ବାଧିକ 3 କି.ମି. ଦୂରତାରେ ବିଦ୍ୟାଳୟ ସ୍ଥାପନ ।

(2) ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଥିବା ପୁରୁଣା ବିଦ୍ୟାଳୟଗୁଡିକୁ ଉନ୍ନୀତ କରି ସେଗୁଡିକରେ ଷଷ୍ଠ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଖୋଲି ପାରିବେ । ସେହିପରି ଯେଉଁ ବିଦ୍ୟାଳୟଗୁଡିକରେ ଷଷ୍ଠ ଠାରୁ ଉପରକୁ ଶ୍ରେଣୀ ରହିଛି, ସେଠାରେ ଆବଶ୍ୟକ ହେଲେ ରାଜ୍ୟ ସରକାର ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଉଦ୍ୟମ କରିବେ ।

(3) ଶିଶୁମାନେ ଘରୁ ସ୍କୁଲକୁ ଯିବା ବାଟରେ ଯଦି ମାଟି ଧସୁଥିବା ଅଞ୍ଚଳ, ବନ୍ୟାଞ୍ଚଳ, ରାସ୍ତା ନ ଥିବା ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ଅଞ୍ଚଳ ପଡୁଥାଏ ତେବେ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ ସ୍ଥାପନ ସମୟରେ ଏହି ସବୁ ବିପଦକୁ ଏଡାଇବା ପାଇଁ ଉପଧାରା 1 ଅଧୀନରେ ନିର୍ଦ୍ଧାରିତ ସୀମାକୁ କମାଇ ସ୍ଥାନ ନିରୂପଣ କରିବେ ।

(4)  ଚିହ୍ନଟ ହୋଇଥିବା ଛୋଟ ଛୋଟ ପଡା ଗାଁର ଶିଶୁମାନଙ୍କ ପାଇଁ ଉପଧାରା 1ରେ ନିର୍ଦ୍ଧାରିତ ସୀମାପରିସର ବା ପାଖ ଆଖରେ ବିଦ୍ୟାଳୟ ନଥିବା ସ୍ଥଳେ ଉକ୍ତ ଉପଧାରା 1 ରେ ନିର୍ଦ୍ଧାରିତ ସୀମା ପରିସରକୁ କୋହଳ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର/ ସ୍ଥାନୀୟ କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିବେ ।

(5) ଘନଜନବସତି ବିଶିଷ୍ଟ ଅଞ୍ଚଳରେ ଥିବା 6ରୁ 14ବର୍ଷର ଶିଶୁମାନଙ୍କ ସଂଖ୍ୟାକୁ ବିଚାରକୁ ନେଇ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ପାଖାପାଖି ଏକାଧିକ ସ୍କୁଲ ସ୍ଥାପନ କରିବାର ନିଷ୍ପତ୍ତି ନେଇପାରିବେ ।

(6) ଯେଉଁ ପାଖପଡିଶା ବିଦ୍ୟାଳୟଗୁଡିକରେଶିଶୁମାନେ ନାମ ଲେଖାଇବେ ସେଗୁଡିକୁ ସ୍ଥାନୀୟ  କର୍ତ୍ତୃପକ୍ଷ ଚିହ୍ନଟ କରିବେ ଏବଂ ପ୍ରତ୍ୟେକ ଗ୍ରାମ ବସ୍ତିର ଜନସାଧାରଣଙ୍କ ଅବଗତି ନିମନ୍ତେ ତାଙ୍କୁ କ୍ଷମତା ପରିସର ଅନ୍ତର୍ଭୁକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟର ନୋଟିସ୍  ବୋର୍ଡରେ ଏ ସଙ୍କ୍ରାନ୍ତରେ ସୂଚନା ଦେବେ ।

(7) ସ୍କୁଲ ଯାଇ ପାରୁନଥିବା ଭିନ୍ନକ୍ଷମ ଶିଶୁମାନେ ଯେପରି ବିଦ୍ୟାଳୟରେ ପହଞ୍ଚି ପ୍ରାଥମିକ ଶିକ୍ଷା ଯାଇପାରିବେ ସେଥିପାଇଁ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ଉପଯୁକ୍ତ ଏବଂ ନିରାପଦ ବ୍ୟବସ୍ଥା ପାଇଁ ଉଦ୍ୟମ କରିବେ ।

(8) ସାମାଜିକ, ସଂସ୍କୃତିକ ବା ଆଇନଗତ କାରଣରୁ ଶିଶୁମାନଙ୍କର ବିଦ୍ୟାଳୟ ପ୍ରବେଶ ଯେପରି ବାଧାପ୍ରାପ୍ତ ନ ହୁଏ ସେ ଦିଗରେ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିର ନିଶ୍ଚିତ ହେବେ ।

7. ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କର ଦାୟିତ୍ଵ :

(1) ଅଧିନିୟମର ଧାରା – 2 ର ଖଣ୍ଡ (n)ର ଉପଖଣ୍ଡ (i) ଅନୁଯାୟୀ ସରକାର ଅଥବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ପଢୁଥିବା ଶିଶୁ, ଧାରା – 12 ର ଉପଧାରା (i)ଖଣ୍ଡ (b) ଆଧାରରେ ଧାରା – 2 ର ଖଣ୍ଡ (n)ର ଉପଖଣ୍ଡ (ii) ଅନୁଯାୟୀ, ଏବଂ ଧାରା 12 ର ଉପଧାରା (i)ର ଖଣ୍ଡ (c) ଆଧାରରେ ଧାରା 2ର ଖଣ୍ଡ (n)ର ଉପଖଣ୍ଡ (iii) ଏବଂ (iv) ରେ ସୂଚିତ ବିଦ୍ୟାଳୟରେ ପଢୁଥିବା ଶିଶୁମାନେ ଧାରା 3ର ଉପଖଣ୍ଡ (2)ଅନୁସାରେ ମାଗଣା ଶିକ୍ଷା ଲାଭପାଇଁ ହକଦାର ।

ଭିନ୍ନକ୍ଷମ ଶିଶୁମାନଙ୍କୁ ସ୍ଵତନ୍ତ୍ର ଶିକ୍ଷା ସହ ଆନୁଷଙ୍ଗିକ ସହାୟକ ସାମଗ୍ରୀ ଯୋଗାଇ ଦିଆଯିବ ।

(2) ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଦ୍ୟାଳୟ ସ୍ଥାପନ ଓ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିରୀକୃତ ତାରିଖଠାରୁ ଏକ ବର୍ଷ ଅବଧି ମଧ୍ୟରେ ସ୍କୁଲର ରୂପରେଖ ପ୍ରସ୍ତୁତ କରିବା ସହ ଦୂରଦୂରାନ୍ତ ଅଞ୍ଚଳ, ଭିନ୍ନକ୍ଷମ, ଅନଗ୍ରସର ସମ୍ପ୍ରଦାୟ, ପ୍ରବାସୀ ଦୁର୍ବଳ ଶ୍ରେଣୀ ଏବଂ ଧାରା 4 ଅନ୍ତର୍ଭୁକ୍ତ ସମସ୍ତ ଶିଶୁମାନଙ୍କୁ ଚିହ୍ନଟ କରିବେ ଏବଂ ଏହି କାର୍ଯ୍ୟ ପ୍ରତି ବର୍ଷ ଚାଲିବ ।

(3) କୌଣସି ଶିଶୁ ଯେପରି ଜାତି, ଶ୍ରେଣୀ, ଧର୍ମ କିମ୍ବା ଲିଙ୍ଗ ଗତ କିମ୍ବା ଅନ୍ୟ କୌଣସି ପ୍ରକାରର ଦୁର୍ବ୍ୟବହାର ଶରବ୍ୟ ନହୁଅନ୍ତି, ସେଥିପ୍ରତି ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ସୁନିଶ୍ଚିତ ଦୃଷ୍ଟି ଦେବେ ।

(4) ଅଷ୍ଟମ ଧାରାର ଖଣ୍ଡ (c) ଏବଂ ନବମ ଧାରାର ଖଣ୍ଡ (c) ଅନୁଯାୟୀ ଶ୍ରେଣୀ ଭିତରେ, ମଧ୍ୟାହ୍ନ ଭୋଜନ ପ୍ରଦାନ ସମୟରେ, ଖେଳ ପଡିଆରେ, ପାନୀୟ ଜଳ ବ୍ୟବହାର ଓ ଶୌଚାଳୟ ସୁବିଧା ଉପଲବ୍ ଧ ସମୟରେ ଏବଂ ଶ୍ରେଣୀଗୃହ ବା ଶୌଚାଳୟ ସଫାକରିବା ସମୟରେ ଜଣେ ଅନଗ୍ରସର ସମ୍ପ୍ରଦାୟ ଏବଂ ଦୁର୍ବଳ ଶ୍ରେଣୀର ଶିଶୁ ଯେପରି ଅନ୍ୟମାନଙ୍କଠାରୁ ଅଲଗା ନହୁଏ ବା ଭେଦାଭେଦର ଶିକାର ନହୁଏ ସେଥିପ୍ରତି ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ନିଶ୍ଚିତ ଦୃଷ୍ଟି ଦେବେ ।

8. ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା 14 ବର୍ଷ ପର୍ଯ୍ୟନ୍ତ ବୟସ୍କ ଶିଶୁମାନଙ୍କ ବିବରଣୀ ପରିରକ୍ଷଣ : (1) ସ୍ଥାନୀୟ କର୍ତ୍ତୃପକ୍ଷ ତାଙ୍କ ପରିସରରେ ଘର ଘର ବୁଲି ଜନ୍ମଠାରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ସଙ୍କ୍ରାନ୍ତରେ ଏକ ବିବରଣୀ ପ୍ରସ୍ତୁତ କରିବେ ।

(2) ଉପ – ନିୟମ(1) ଅନୁଯାୟୀ ପ୍ରସ୍ତୁତ ଏହି ବିବରଣୀ ପ୍ରତିବର୍ଷ ଅଦ୍ୟାବଧୀକରଣ କରାଯିବ ।

(3) ଉପନିୟମ (1) ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଏହି ବିବରଣୀ ପ୍ରସ୍ତୁତି ସ୍ଵଚ୍ଛାତାର ସହିତ କରାଯିବ ଏବଂ 9 ମ ଧାରା ଖଣ୍ଡ (e )ନିମନ୍ତେ ବ୍ୟବହୃତ ହେବ ।

(4) ଉପ-ନିୟମ (1) ଅନୁଯାୟୀ ପ୍ରତିଟି ଶିଶୁପାଇଁ ପ୍ରସ୍ତୁତ ବିବରଣୀରେ ନିମ୍ନଲିଖିତ ତଥ୍ୟ ଅନ୍ତର୍ଭୁକ୍ତ ହେବ । ଯଥା:

a) ନାମ, ଲିଙ୍ଗ, ଜନ୍ମ ତାରିଖ (ଯେଉଁଠାରେ ଜନ୍ମ ପ୍ରମାଣପତ୍ର ସଂଖ୍ୟା ଉପଲ୍ ବଧ), ଜନ୍ମସ୍ଥାନ

b) ପିତାମାତା/ଅଭିଭାବକଙ୍କ ନାମ, ଠିକଣା ଏବଂ ବୃତ୍ତି

c) 6 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନେ ଯୋଗଇଦେଇଥିବା ପ୍ରାକ୍-ପ୍ରାଥମିକ ବିଦ୍ୟାଳୟ କିମ୍ବା ଅଙ୍ଗନବାଡି କେନ୍ଦ୍ର

d) ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ଶିଶୁଟି ନାମ ଲେଖାଇଛି,

e) ଶିଶୁର ବର୍ତ୍ତମାନ ଠିକଣା,

f) ଯେଉଁ ଶ୍ରେଣୀରେ ଶିଶୁଟି ପଢୁଛି (6 ରୁ 14 ବର୍ଷ ବୟସ୍କ ଶିଶୁ ) ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ପରିସର ଅଧୀନରେ ଯଦି ସେ ଅଧାରୁ ପଢା ଛାଡିଥାଏ ତେବେ ତାହାର କାରଣ,

g) ଶିଶୁଟି ଦୁର୍ବଳ ଶ୍ରେଣୀଭୁକ୍ତ କି ?

h) ଶିଶୁଟି ଅସୁବିଧା ଭୋଗୁଥିବା ଗୋଷ୍ଠୀର କି ?

i)   (i) ସ୍ଥାନାନ୍ତରିତ ଏବଂ ବିକ୍ଷିପ୍ତ ଜନସଂଖ୍ୟା (ii) ବୟସାନୁକୂଳ ନାମଲେଖା ଏବଂ (iii) ଅକ୍ଷମତା କାରଣରୁ ଶିଶୁଟି ସ୍ଵତନ୍ତ୍ର ସୁବିଧା, ଆବାସ ସୁବିଧା ଆବଶ୍ୟକ କରୁଥିଲେ ।

5) ସ୍ଥାନୀୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ନାମଲେଖାଇଥିବା ଶିଶୁମାନଙ୍କର ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟରେ ପ୍ରଦର୍ଶିତ ।

ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷକମାନଙ୍କ ଦାୟିତ୍ଵ

9. ଦୁର୍ବଳ ଶ୍ରେଣୀ ଏବଂ ଅସୁବିଧା ଭୋଗ କରୁଥିବା ଗୋଷ୍ଠୀର ଶିଶୁମାନଙ୍କର ନାମଲେଖା

(1) ଅଧିନିୟମର ଉପଧାରା 12 (1)ର ଖଣ୍ଡ (c) ଅନୁଯାୟୀ ଅଧିନିୟମର ଧାରା 2 ଖଣ୍ଡ n ର ଉପଖଣ୍ଡ (iii) ଓ (iv) ରେ ଉଲ୍ଲିଖିତ ବିଦ୍ୟାଳୟରେ ନାମ ଲେଖାଇଥିବା ଶିଶୁମାନେ ଅନ୍ୟ ଶିଶୁମାନଙ୍କଠାରୁ ଶ୍ରେଣୀଗୃହରେବିଚ୍ଛିନ୍ନ ନହେବା ବା ସେମାନଙ୍କ ପାଇଁ ଅନ୍ୟମାନଙ୍କଠାରୁ ପୃଥକ ସ୍ଥାନ ବା ସମୟ ବ୍ୟବସ୍ଥା କରାନଯିବା ପ୍ରତି ନିଶ୍ଚିତ ଧ୍ୟାନ ଦେବେ ।

(2) ଅଧିନିୟମ ଧାରା 2 ଖଣ୍ଡ (n) ର ଉପଖଣ୍ଡ (iii) ଏବଂ (iv) ରେ ଉଲ୍ଲିଖିତ ବିଦ୍ୟାଳୟ ଏବଂ (ଅଧିନିୟମର ଧାରା 12 ଉପଧାରା (1)ରେ ଖଣ୍ଡ (c) ଅନୁଯାୟୀ)  ନାମ ଲେଖାଉଥିବା ଶିଶୁ ମାନଙ୍କୁ ଅନ୍ୟ ଶିଶୁମାନଙ୍କଠାରୁ ସେମାନଙ୍କର ହକ୍ ପ୍ରାପ୍ୟ ବା ସୁବିଧା ଲାଭ ଯଥା ପାଠାଗାର, ପାଠ୍ୟକ୍ରମ ବାହାର କାର୍ଯ୍ୟ, ଖେଳ କସରତ ଏବଂ ଆଇସିଟି ସୁବିଧା ଲାଭ କ୍ଷେତ୍ରରେ ପାତର ଅନ୍ତର କରାନଯିବା ସମ୍ପର୍କରେ ନିଶ୍ଚିତ ପଦକ୍ଷେପ ନେବେ ।

(3) ଧାରା – 12ର ଖଣ୍ଡ (c) ଆଧାରରେ ହୋଇଥିବା ନାମ ଲେଖା ପାଇଁ ନିୟମ -6 ର ଉପନିୟମ-1 ରେ ନିର୍ଦ୍ଦେଶିତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ବା ତାହାର ସୀମା ପରିସର ସର୍ତ୍ତ ଲାଗୁ ହେବ ।

ଅଧିନୟମର ଧାରା 12 ଉପଧାରା -1 ର ଖଣ୍ଡ (c) ରେ ସୂଚିତ ଆବଶ୍ୟକ ଶତାଂଶ ସ୍ଥାନ ପୂରଣ ପାଇଁ ବିଦ୍ୟାଳୟ ସରକାରଙ୍କ ପୂର୍ବାନୁମତି ନେଇ ତାଙ୍କ ସୀମା ବୃଦ୍ଧି କରିପାରିବେ ।

10. ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତି ଶିଶୁ ପିଛା ହେଉଥିବା ଖର୍ଚ୍ଚ ଭରଣା

(1) ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସ୍ଥାପିତ କିମ୍ବା ସତ୍ତ୍ଵାଧୀନ କିମ୍ବା ନିୟନ୍ତ୍ରିତ ସମସ୍ତ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶିକ୍ଷା ପାଇଁ ରାଜ୍ୟ ସରକାର ବହନ କରୁଥିବା ମୋଟ ବାର୍ଷିକ ଆବର୍ତ୍ତିତ ଖର୍ଚ୍ଚ ନିଜସ୍ୱ ପାଣ୍ଠି କିମ୍ବା କେନ୍ଦ୍ର ସରକାର କିମ୍ବା ଅନ୍ୟାନ୍ୟ କର୍ତ୍ତୃପକ୍ଷ ଦେଉଥିବା ଅନୁଦାନରୁ କରାଯାଉଥିଲେ ଏହି ସମସ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ସମସ୍ତ ଶିଶୁଙ୍କ ସଂଖ୍ୟାରେ ମୋଟ ଖର୍ଚ୍ଚ ପରିମାଣକୁ ଭାଗ କରି ଶିଶୁ ପିଛା ରାଜ୍ୟ ସରକାର କରୁଥିବା ମୁଣ୍ଡପିଛା ଖର୍ଚ୍ଚ ନିର୍ଦ୍ଧାରିତ ହେବ।

ବ୍ୟାଖ୍ୟା : ପ୍ରତି ଶିଶୁ ପିଛା ହେଉଥିବା ଖର୍ଚ୍ଚ ନିର୍ଦ୍ଧାରିତ ପାଇଁ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଖଣ୍ଡ ଅଧିନିୟମର ଧାରା 2ର ଖଣ୍ଡ (n) ର ଉପଖଣ୍ଡ (ii) ରେ ଉଲ୍ଲିଖିତ ବିଦ୍ୟାଳୟଗୁଡିକରେ କରାଯାଉଥିବା ଖର୍ଚ୍ଚ ଏବଂ ଏହି ଧରଣର ସ୍କୁଲରେ ନାମ ଲେଖାଇଥିବା ଶିଶୁଙ୍କୁ ସାମିଲ କରାଯିବ ନାହିଁ  ।

(2) ଅଧିନିୟମର ଧାରା 2 ର ଖଣ୍ଡ (n) ର ଉପଖଣ୍ଡ (iii) ଏବଂ (iv) ରେ ଦର୍ଶାଯାଉଥିବା ପ୍ରତ୍ୟେକ ବିଦ୍ୟାଳୟ ସେମାନଙ୍କ ଖର୍ଚ୍ଚ ଭରଣା ବାବଦରେ ଅଧିନିୟମରେ ଧାରା 12 ର ଉପଧାରା 2 ଅଧୀନରେ ପାଉଥିବା ଟଙ୍କା ପାଇଁ ଏକ ସ୍ଵତନ୍ତ୍ର ବ୍ୟାଙ୍କ ଜମାଖାତା ରଖିବେ ।

11. ବୟସ ପ୍ରମାଣ ନିମିତ୍ତ ଦଲିଲ

ଯେଉଁଠାରେ 1886 ମସିହାର ଜନ୍ମ, ମୃତ୍ୟୁ ଏବଂ ବିବାହ ଅଧିନିୟମ ଅଧୀନରେ ଜନ୍ମ ପ୍ରମାଣପତ୍ର ମିଳୁ ନ ଥିବ, ସେଠାରେ ଶିଶୁଙ୍କୁ ସ୍କୁଲରେ ଭର୍ତ୍ତି କରାଇବା ସମୟରେ ନିମ୍ନଲିଖିତ ପ୍ରମାଣପତ୍ରଗୁଡିକ ମଧ୍ୟକୁ ଯେ କୌଣସି ଗୋଟିକୁ ଶିଶୁର ବୟସ ପ୍ରମାଣପତ୍ର ଭାବରେ ଗ୍ରହଣ କରାଯିବ :

a)    ଡାକ୍ତରଖାନା/ସାହାଯ୍ୟକାରୀ ନର୍ସ ଏବଂ ଧାଈ (ଏ.ଏନ୍.ଏମ୍.) ପଞ୍ଜୀକୃତ ଦଲିଲ

b)    ଅଙ୍ଗନବାଡି ଦଲିଲ

c)     ପିତାମାତା କିମ୍ବା ଅଭିଭାବକଙ୍କ ଦ୍ଵାରା ଶିଶୁର ବୟସ ସଙ୍କ୍ରାନ୍ତ ଘୋଷଣା

12. ନାମଲେଖା ପାଇଁ ବର୍ଦ୍ଧିତ ଅବଧି

(1) ସ୍କୁଲର ଶିକ୍ଷାବର୍ଷ ଆରମ୍ଭ ଦିନଠାରୁ ତିନିମାସ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରାଯାଇପାରିବ ।

(2) ବର୍ଦ୍ଧିତ ଅବଧିପରେ କୌଣସି ଶିଶୁ ନାମ ଲେଖାଉଥିଲେ ମୁଖ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଶିଶୁଟି ସ୍ଵତନ୍ତ୍ର ତାଲିମ ସହାୟତାରେ ଶିକ୍ଷା ସମାପ୍ତ କରିବାକୁ ସମର୍ଥ ହେବ ।

13. ବିଦ୍ୟାଳୟର ସ୍ଵୀକୃତି : (1) ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସ୍ଥାପିତ, ନିୟନ୍ତ୍ରିତ ବା ସ୍ଵତ୍ତ୍ଵାଧୀନ ଥିବା ବିଦ୍ୟାଳୟଗୁଡିକ ଛଡା ଏହି ଅଧିନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରତିଷ୍ଠିତ ହୋଇଥିବା ପ୍ରତ୍ୟେକ ବିଦ୍ୟାଳୟ ଅଧିନିୟମ କାର୍ଯ୍ୟକାରୀ ହେବା ପରଠାରୁ 3 ମାସ ମଧ୍ୟରେ ଫର୍ମ 1ରେ ଏକ ଆତ୍ଜଘୋଷଣା ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଯାହା ଯେଉଁଠି ପ୍ରଯୁଜ୍ୟ ପ୍ରଦାନ କରି ଅନୁସୂଚୀରେ ଉଦ୍ଦିଷ୍ଟ ନୀତି ଓ ମାନ ପାଳନ କରିବେ ବୋଲି ଜଣାଇବେ ଓ ଉକ୍ତ ନୀତି ଓ ମାନ ରକ୍ଷା କରିବା ସହିତ ନିମ୍ନ ସର୍ତ୍ତାବଳୀ ପୂରଣ କରିବେ ।

a) ସମିତି ପଞ୍ଜୀକରଣ ଆଇନ୍ 1860 (1860 ର 21) କିମ୍ବା ପ୍ରଚଳିତ ଯେ କୌଣସି ଆଇନ ଅଧୀନରେ ଗଠିତ ହୋଇଥିବା ସାର୍ବଜନୀନ ଟ୍ରଷ୍ଟ ଦ୍ଵାରା ବିଦ୍ୟାଳୟଟି ପରିଚାଳିତ ହେଉଥିବ ।

b) କୌଣସି ବ୍ୟକ୍ତି, ବ୍ୟକ୍ତିମାନଙ୍କର ସଂଘ ଓ ଗୋଷ୍ଠୀର ଲାଭ ପାଇଁ ବିଦ୍ୟାଳୟଟି ଚଳାଯାଉ ନଥିବ ।

c) ଭାରତର ସମ୍ବିଧାନରେ ବ୍ୟବସ୍ଥିତ ମୂଲ୍ୟବୋଧକୁ ସମ୍ପୃକ୍ତ ବିଦ୍ୟାଳୟ ଗୁରୁତ୍ଵ ସହ ପାଳନ କରୁଥିବ ।

d) ସ୍କୁଲର କୋଠାବାଡି କିମ୍ବା ଅନ୍ୟାନ୍ୟ ନିର୍ମାଣ କିମ୍ବା ଖେଳ ପଡିଆ କେବଳ ଶିକ୍ଷା ଏବଂ କୌଶଳର ବିକାଶ ପାଇଁ ବ୍ୟବହୃତ ହେଉଥିବ ।

e) ରାଜ୍ୟ ସରକାର/ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେ କୌଣସି ଅଧିକାରୀଙ୍କ ଦ୍ଵାରା ପରିଦର୍ଶନ ପାଇଁ ସ୍କୁଲ ଉନ୍ଜୁକ୍ତ ରହିବ ।

f) ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ/ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ପ୍ରମୁଖଙ୍କ ମଧ୍ୟରୁ ଯିଏ ଯେତେବେଳେ ଯେଉଁ ବିବରଣୀ ବା ତଥ୍ୟ ଆବଶ୍ୟକ କରିବେ ବିଦ୍ୟାଳୟ ଉକ୍ତ ବିବରଣୀ ଓ ତଥ୍ୟ ଉପସ୍ଥାପନ କରିବ ଓ ସ୍ଵୀକୃତି ନିମିତ୍ତ ନିର୍ଦ୍ଧାରିତ ସର୍ତ୍ତର ନିରନ୍ତର ପରିପୂରଣ ଲାଗି କିମ୍ବା ବିଦ୍ୟାଳୟ ପରିଚାଳନାରେ ନିର୍ଦ୍ଦେଶିତ ଦୁର୍ବଳତାକୁ ଦୂର କରିବା ଲାଗି ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବ ।

(2) ଫର୍ମ 1 ଜରିଆରେ ପ୍ରାପ୍ତ ପ୍ରତ୍ୟେକ ଆତ୍ଜ ଘୋଷଣା ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା  ବିଦ୍ୟାଳୟ ନିରୀକ୍ଷକ (ଯାହା ଯେଉଁଠି ପ୍ରଯୁଜ୍ୟ )ଙ୍କ ଦ୍ଵାରା ପାଇବାର 15 ଦିନ ମଧ୍ୟରେ ସର୍ବସାଧାରଣ ସ୍ଥାନରେ (ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ   ନୋଟିସ୍ ବୋର୍ଡରେ) ବିଜ୍ଞାପିତ ହେବ ।

(3) ଆତ୍ଜ ଘୋଷଣା ପ୍ରଦାନ କରିବାର 3 ମାସ ମଧ୍ୟରେ ସ୍ଵୀକୃତି ପ୍ରମାଣପତ୍ର ଦାବୀ କରୁଥିବା ବିଦ୍ୟାଳୟ ଗୁଡିକୁ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ସରଜମିନ ନିରୀକ୍ଷଣ କରିବେ ।

(4) ଉପନିୟମ 3 ରେ ଉଲ୍ଲିଖିତ ସରଜମିନ ତଦନ୍ତ କରିସାରିଲା ପରେ ତଦନ୍ତ କରିବା ଦିନଠାରୁ 30 ଦିନ ମଧ୍ୟରେ ନିୟମ ଏବଂ ସର୍ତ୍ତାବଳୀ ପାଳନ କରୁଥିବା ବିଦ୍ୟାଳୟ ସଂଙ୍କ୍ରାନ୍ତରେ ତଦନ୍ତ ବିବରଣୀ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ସରକାରଙ୍କ ନିକଟରେ ଉପସ୍ଥାପିତ କରିବେ । ଫର୍ମ-2 ରେ ସ୍ଵୀକୃତି ପ୍ରମାଣପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ନିର୍ଗମନ ହେବ ।

(5) ଉପନିୟମ (1) ଅନୁଯାୟୀ ଯେଉଁ ବିଦ୍ୟାଳୟଗୁଡିକ ନିୟମ ଓ ସର୍ତ୍ତାବଳୀ ପୂରଣ କରୁନଥିବା ଓ ମାନ ରକ୍ଷା କରିନଥିବେ ବା ବଜାୟ ରଖି ନପାରିବେ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହ ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକ ଏହି ବିଦ୍ୟାଳୟ ଗୁଡିକର ତାଲିକା ପ୍ରସ୍ତୁତ କରି ସର୍ବସାଧାରଣ ବିଜ୍ଞପ୍ତି ଜରିଆରେ ଜଣାଇଦେବେ । ପରିବର୍ତ୍ତୀ ଅଢେଇ ବର୍ଷ ଅବଧିର ଯେ କୌଣସି ସମୟରେ ଉକ୍ତ ବିଦ୍ୟାଳୟ ପୁନଃ ସ୍ଵୀକୃତି ପ୍ରଦାନ ପାଇଁ ସରଜମିନ ନିରୀକ୍ଷଣ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକଙ୍କୁ ଅନୁରୋଧ କରିପାରନ୍ତି ।

(6) ଉପ-ନିୟମ (1) ଅନୁଯାୟୀ ଏହି ଅଧିନିୟମ ଆଇନ୍ ଲାଗୁହେବାର 3 ବର୍ଷ ପରେ ମଧ୍ୟ ଯେଉଁ ବିଦ୍ୟାଳୟଗୁଡିକ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀ ପାଳନ ତଥା ମାନରକ୍ଷା କରିନପାରିବେ ସେଗୁଡିକୁ ବନ୍ଦ କରିଦିଆଯିବ ।

(7) ଏହି ଅଧିନିୟମ କାର୍ଯ୍ୟକାରୀ ହେବା ପରେ ପ୍ରତିଷ୍ଠିତ ହେଉଥିବା ପ୍ରତ୍ୟେକ ବିଦ୍ୟାଳୟ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ ନିୟନ୍ତ୍ରିତ ଓ ସ୍ଵତ୍ତ୍ଵାଧୀନ ବିଦ୍ୟାଳୟ ଗୁଡିକ ବ୍ୟତୀତ ସ୍ଵୀକୃତି ପାଇବା ପାଇଁ ଉପନିୟମ 1 ରେ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀ ପାଳନ କରିବା ସହିତ ମାନରକ୍ଷା କରିବେ ।

14. ବିଦ୍ୟାଳୟର ସ୍ଵୀକୃତି ପ୍ରତ୍ୟାହାର : (1) ଯେଉଁଠାରେ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକଙ୍କ ମଧ୍ୟରୁ ଯିଏ ହୁଅନ୍ତୁ ନିଜ ତରଫରୁ କିମ୍ବା ନିୟମ ୧୩ ଅନୁସାରେ ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ସ୍ଵୀକୃତିଲାଭ ନିମିତ୍ତ ନିର୍ଦ୍ଧାରିତ ଏକ ବା ଏକାଧିକ ନିୟମ ଓ ସର୍ତ୍ତାବଳୀ ଉଲ୍ଲଙ୍ଘନ କିମ୍ବା ଅନୁସୂଚୀରେ ନିର୍ଦ୍ଧାରିତ ମାନ ରକ୍ଷା କରିବାରେ ବିଫଳତା ସଂକ୍ରାନ୍ତରେ ଯେକୌଣସି ବ୍ୟକ୍ତିଙ୍କର ବିଶ୍ଵାସ ଯୋଗ୍ୟ ଲିଖିତ ଦରଖାସ୍ତ ଆଧାରରେ ନିମ୍ନମତେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବେ ।

a) ସ୍ଵୀକୃତି ମିଳିବା ସଙ୍କ୍ରାନ୍ତ ସର୍ତ୍ତାବଳୀ ଉଲ୍ଲଂଘନ ବିଷୟ ଉଲ୍ଲେଖ କରି ବିଦ୍ୟାଳୟକୁ ଏକ ନୋଟିସ୍ ପଠାଇବେ ଏବଂ ଏ ସମ୍ପର୍କରେ ବିଦ୍ୟାଳୟରେ ଏହାର ଏକ ମାସ ମଧ୍ୟରେ କୈଫିୟତ ଦେବାକୁ ନିର୍ଦ୍ଦେଶ ଦେବେ ।

b) ଯଦି କୈଫିୟତ ସନ୍ତୋଷଜନକ ହୋଇନଥାଏ କିମ୍ବା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କୌଣସି କୈଫିୟତ ହସ୍ତଗତ ହୋଇନଥାଏ ତେବେ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକ, ଯିଏ ହୁଅନ୍ତୁ ଶିକ୍ଷାବିତ୍, ସାଧାରଣ ବର୍ଗର ପ୍ରତିନିଧି,ଗଣମାଧ୍ୟମ, ସରକାରୀ ପ୍ରତିନିଧିଙ୍କୁ ନେଇ ଗଠିତ ତିନିରୁ ପାଞ୍ଚଜଣ ସଦସ୍ୟ ବିଶିଷ୍ଟ ଗୋଟିଏ କମିଟି ଜରିଆରେ ଏହାର ତଦନ୍ତ କରିପାରିବେ । ଏହି କମିଟି ଉପଯୁକ୍ତ ଅନୁସନ୍ଧାନ କରି ସ୍ଵୀକୃତି ବଳବତ୍ତର ରହିବ ନା ପ୍ରତ୍ୟାହାର କରି ନିଆଯିବ ସେ ସମ୍ପର୍କରେ ସୁପାରିଶ କରି ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିବେ ।

c) କମିଟିର ରିପୋର୍ଟ ଏବଂ ସୁପାରିଶ ମିଳିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକ ସ୍ଵୀକୃତି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବେ । ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କର ବକ୍ତବ୍ୟ ଶୁଣିବା ପାଇଁ ଯଥେଷ୍ଟ ସୁଯୋଗ ନଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ସମୂହର ନିରୀକ୍ଷକ ଜିଲ୍ଲା ସ୍କୁଲ ନିରୀକ୍ଷକ ସ୍ଵୀକୃତି ପ୍ରତ୍ୟାହାର ସଙ୍କ୍ରାନ୍ତରେ ନିର୍ଦ୍ଦେଶ ଦେଇପାରିବେ ନାହିଁ  । ଅଧିକନ୍ତୁ ବିଦ୍ୟାଳୟ ଓ ଶିକ୍ଷା ବିଭାଗୀୟ ପ୍ରାକ୍ ଅନୁମୋଦନ ବିନା ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକ ଏପରି କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ ।

(2) ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକଙ୍କ ଦ୍ଵାରା ସ୍ଵୀକୃତି ପ୍ରତ୍ୟାହାର ନିର୍ଦ୍ଦେଶ ପରବର୍ତ୍ତୀ ଶିକ୍ଷାବର୍ଷଠାରୁ କାର୍ଯ୍ୟକାରୀ ହେବ ।

ଶିକ୍ଷକ

15- ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବରେ ନିଯୁକ୍ତ ହେବାପାଇଁ ସର୍ବନିମ୍ନ ଯୋଗ୍ୟତା : (1) ଜଣେବ୍ୟକ୍ତି ଶିକ୍ଷକ ଭାବରେ ନିଯୁକ୍ତ ପାଇବାକୁ ହେଲେ ସେ କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ ଏକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ ।

(2) ଉପନିୟମ (1) ଅନୁଯାୟୀ ଏକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଯୋଗ୍ୟତା ଧାରା 2 ର ଖଣ୍ଡ (n) ରେ ଉଲ୍ଲିଖିତ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଲାଗୁ ହେବ ।

(16) ସର୍ବନିମ୍ନ ଯୋଗ୍ୟତାରେ କୋହଳ : (1) ଧାରା 2 ର ଖଣ୍ଡ (n) ରେ ଉଲ୍ଲିଖିତ ବ୍ୟବସ୍ଥା ଅନ୍ତଗ୍ରତ ରାଜ୍ୟର ସମସ୍ତ ବିଦ୍ୟାଳୟ ପାଇଁ ଏହି ଅଧିନିୟମ ଲାଗୁ ହେବା ଦିନଠାରୁ 6 ମାସ ମଧ୍ୟରେ ପ୍ରତି ବିଦ୍ୟାଳୟ ପାଇଁ ଅନୁସୂଚୀରେ ଉଲ୍ଲିଖିତ ସର୍ତ୍ତାନୁସାରେ ଶିକ୍ଷକମାନଙ୍କ ଆବଶ୍ୟକତା ସମ୍ପର୍କରେ ରାଜ୍ୟ ସରକାର ଆକଳନ କରିବେ ।

(2)  ଯେଉଁ ରାଜ୍ୟରେ ଶିକ୍ଷକମାନଙ୍କୁ ତାଲିମ ଦେବା ପାଇଁ ଯଥେଷ୍ଟ ସଂଖ୍ୟକ ଅନୁଷ୍ଠାନ ନାହିଁ କିମ୍ବା ନିୟମ 15 ର ଉପନିୟମ 2 ଅନୁଯାୟୀ ସର୍ବନିମ୍ନ ଯୋଗ୍ୟତା ଥିବା ବ୍ୟକ୍ତି ଉପନିୟମ 1 ଅନୁସାରେ କଳନା କରାଯାଉଥିବା ଶିକ୍ଷକ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ସଂଖ୍ୟାରେ ମିଳୁନାହାନ୍ତି ସେ କ୍ଷେତ୍ରରେ ରାଜ୍ୟ ସରକାର ଏହି ଅଧିନିୟମ ଲାଗୁ ହେବା ଦିନଠାରୁ ଏକ ବର୍ଷ ମଧ୍ୟରେ ସର୍ବନିମ୍ନ ଯୋଗ୍ୟତାରେ କୋହଳ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିପାରିବେ ।

(3) ଉପନିୟମ 2 ଅନୁଯାୟୀ ଅନୁରୋଧ ପତ୍ର ମିଳିବା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କର ଅନୁରୋଧରୁ ସମୀକ୍ଷା କରି ବିଜ୍ଞପ୍ତି ଜରିଆରେ ସର୍ବନିମ୍ନ ଯୋଗ୍ୟତା କୋହଳ କରିପାରନ୍ତି ।

(4) ଉପଧାରା 3 ରେ ଉଲ୍ଲିଖିତ ବିଜ୍ଞପ୍ତିରେ ସମୟ ସୀମା ଏବଂ  ଶିକ୍ଷକଙ୍କର ସର୍ବନିମ୍ନ ଯୋଗ୍ୟତା କୋହଳ ସ୍ପଷ୍ଟ ନିର୍ଦ୍ଧାରିତ ହେବ ଏବଂ ଏହି ସମୟସୀମା ତିନିବର୍ଷରୁ ଉର୍ଦ୍ଧ୍ଵ ହେବ ନାହିଁ ତଥା ଏହି ଅଧିନିୟମ କାର୍ଯ୍ୟକାରୀ ହେବା ଦିନଠାରୁ କସ୍ମିନ କାଳେ ପାଞ୍ଚ ବର୍ଷ ଟପିବ ନାହିଁ । ଏହି ସମୟ ମଧ୍ୟରେ କୋହଳ ସର୍ତ୍ତରେ ନିଯୁକ୍ତ ଶିକ୍ଷକମାନେ ନିଶ୍ଚିତ ଭାଗରେ ଅଧିନିୟମ ଧାରା 2 ର ଉପଧାରା 1 ଅନୁସାରେ ଆକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ବିଜ୍ଞାପିତ ସର୍ବନିମ୍ନ ଯୋଗ୍ୟତା ହାସଲ କରିବେ ।

(5) ଧାରା 23ର ଉପଧାରା 1 ଅନୁସାରେ ବିଜ୍ଞାପିତ ହୋଇଥିବା ଆକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ନଥିବା କୌଣସି ବ୍ୟକ୍ତିଙ୍କୁ କୌଣସି ସ୍କୁଲ ପାଇଁ ଶିକ୍ଷକ ରୂପେ ନିଯୁକ୍ତି ଦିଆଯିବ ନାହିଁ ।

(6) ଏହି ଅଧିନିୟମ ଲାଗୁ ହେବା ଦିନଠାରୁ ନିଯୁକ୍ତି ପାଇଥିବା ଶିକ୍ଷକ ଉଚ୍ଚ ମାଧ୍ୟମିକ କିମ୍ବା ତତ୍ତୁଲ୍ୟ ପ୍ରମାଣପତ୍ର ନିଶ୍ଚିତ ଭାବେ ହାସଲ କରିବେ ।

17. ସର୍ବନିମ୍ନ ଯୋଗ୍ୟତା ହାସଲ : (1) ଉପଖଣ୍ଡ (1) ରେ ସୂଚିତ ବିଦ୍ୟାଳୟର ଶିକ୍ଷକ ଏବଂ ଧାରା (2)ଖଣ୍ଡ (n) ଉପଖଣ୍ଡ (iii)ଅଧୀନସ୍ଥ କେନ୍ଦ୍ର ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମାଲିକାନାରେ ପରିଚାଳିତ ବିଦ୍ୟାଳୟ ଗୁଡିକ ନିୟମ (15) ଉପନିୟମ (2) ଅନୁଯାୟୀ ସର୍ବନିମ୍ନ ଯୋଗ୍ୟତା ହାସଲ କରିନଥିବା ଶିକ୍ଷକମାନଙ୍କୁ ଏହି ନିୟମ ଲାଗୁ ହେବାର 5 ବର୍ଷ ମଧ୍ୟରେ ସରକାର ଉପଯୁକ୍ତ ଶିକ୍ଷକ ପ୍ରଶିକ୍ଷଣ ସୁଯୋଗ ଯୋଗାଇ ଦେବେ ।

(2) ଧାରା (2) ଖଣ୍ଡ (n) ଉପଖଣ୍ଡ (ii) ଏବଂ (iv) ରେ ସୂଚିତ ବିଦ୍ୟାଳୟର ଶିକ୍ଷକଙ୍କୁ ଏବଂ ଧାରା (2) ଖଣ୍ଡ (n) ଓ ଉପଖଣ୍ଡ (iii) ରେ ସୂଚିତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମାଲିକାନାରେ ପରିଚାଳିତ ହେଉନଥିବା ବିଦ୍ୟାଳୟର ଯେଉଁ ଶିକ୍ଷକ, ଏହି ନିୟମ କାର୍ଯ୍ୟକାରୀ ହେଲାବେଳକୁ ନିୟମ (15) ଉପନିୟମ (2) ରେ ଉଲ୍ଲିଖିତ ସର୍ବନିମ୍ନ ଯୋଗ୍ୟତା ହାସଲ କରିନାହାନ୍ତି, ତାଙ୍କୁ ସେହି ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ଏହି ନିୟମ ଲାଗୁ ହେବାର 5 ବର୍ଷ ମଧ୍ୟରେ ସର୍ବନିମ୍ନ ଯୋଗ୍ୟତା ହାସଲ କରିବା ପାଇଁ ସମର୍ଥ କରାଇବେ ।

18. ଶିକ୍ଷକମାନଙ୍କର ଦରମା ଭତ୍ତା ଏବଂ ସେବା ସର୍ତ୍ତାବଳୀ : (1) ସ୍ଥଳ ବିଶେଷରେ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଶିକ୍ଷକମାନଙ୍କର ବୃତ୍ତିଗତ ଏବଂ ସ୍ଥାୟୀ କ୍ୟାଡର ସୃଷ୍ଟି କରିବା ପାଇଁ ଶିକ୍ଷକମାନଙ୍କର ଚାକିରୀର  ସର୍ତ୍ତାବଳୀ, ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଇତ୍ୟାଦି ସୂଚିତ କରିବେ ।

(2) ନିର୍ଦ୍ଦିଷ୍ଟ ଭାବରେ ଉପନିୟମ  (1) ର ପ୍ରତିକୂଳ ପ୍ରଭାବ ବିନା ସେବା ସର୍ତ୍ତାବଳୀ ନିମ୍ନୋକ୍ତ ବିଷୟ ଗୁଡିକ ବିଚାରକୁ ନେବ, ଯଥା –

(a) ବିଦ୍ୟାଳୟ ପରିଚାଳନା କମିଟି ନିକଟରେ ଶିକ୍ଷକ ମାନଙ୍କର ଉତ୍ତର ଦାୟିତ୍ଵ

(b) ଶିକ୍ଷକ ବୃତ୍ତିରେ ଶିକ୍ଷକମାନଙ୍କୁ ଦୀର୍ଘ ମିଆଦି ସର୍ତ୍ତର ସୁଯୋଗ ଦେବା

(c) ଶିକ୍ଷକମାନଙ୍କର ଦରମା ହାର ଏବଂ ଭତ୍ତା, ଡାକ୍ତରୀ ସୁବିଧା, ପେନ୍ ସନ୍, ଗ୍ରାଚୁଇଟି, ଭବିଷ୍ୟନିଧି ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସୁବିଧା ରାଜ୍ୟସରକାରଙ୍କ ଅଧୀନରେ ଅନୁରୂପ ଯୋଗ୍ୟତା ଓ ଅଭିଜ୍ଞତା ଥିବା ଶିକ୍ଷକମାନଙ୍କୁ ମିଳୁଥିବା ସୁବିଧା ଭଳି ସ୍ଥିରୀକୃତ ହେବ ।

19. ଶିକ୍ଷକଙ୍କ କର୍ତ୍ତବ୍ୟ : (1)ପ୍ରତ୍ୟେକ ଛାତ୍ରପାଇଁ ଛାତ୍ର କ୍ରମବର୍ଦ୍ଧିଷ୍ଣୁ ମୂଲ୍ୟାଙ୍କନ ଦଲିଲ ପ୍ରସ୍ତୁତ କରିବେ ଯାହାକୁ ଭିତ୍ତିକରି ଶିଶୁଟିକୁ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିବା ପ୍ରମାଣ ପତ୍ର ଦିଆଯାଇ ପାରିବ ।

(2) ଅଧିନିୟମ ଧାରା 24 ଉପଧାରା (1) ର ଉଫଖଣ୍ଡ (a) ଠାରୁ (e) ଅନୁଯାୟୀ ଜଣେ ଶିକ୍ଷକ/ଶିକ୍ଷୟତ୍ରୀ ଦୈନନ୍ଦିନ ଶିକ୍ଷାଦାନ ସହିତ ନିମ୍ନଲିଖିତ କର୍ତ୍ତବ୍ୟଗୁଡିକ ସମ୍ପାଦନ କରିବେ, ଯଥା :

a) ତାଲିମ କାର୍ଯ୍ୟକ୍ରମଗୁଡିକରେ ଅଂଶଗ୍ରହଣ

b) ବିଭିନ୍ନ ପାଠ୍ୟ ଖସଡା ପ୍ରସ୍ତୁତିରେ ଅଂଶ ଗ୍ରହଣ, ପାଠ୍ୟକ୍ରମର ବିକାଶ, ତାଲିମ ଓ ପାଠ୍ୟ ପୁସ୍ତକର ବିକାଶ

c) ସରକାରଙ୍କ ଦ୍ଵାରା ନ୍ୟସ୍ତ ଅନ୍ୟାନ୍ୟ କାର୍ଯ୍ୟ  ସମ୍ପାଦନ କରିବେ ।

20. ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଛାତ୍ର ଶିକ୍ଷକ ଅନୁପାତ : (1) ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଯିଏ ଯେଉଁଠି ପ୍ରଯୁଜ୍ୟ, ଏହି ଆଇନ କାର୍ଯ୍ୟକାରୀ ହେବା ତାରିଖଠାରୁ ସର୍ବାଧିକ ତିନିମାସ ସମୟ ମଧ୍ୟରେ ପ୍ରତ୍ୟେକ ବିଦ୍ୟାଳୟର ମଞ୍ଜୁରୀପ୍ରାପ୍ତ ଶିକ୍ଷକ ସଂଖ୍ୟା ବିଜ୍ଞାପିତ କରିବେ ।

ସର୍ତ୍ତ – ଅବସ୍ଥା ଭେଦରେ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଶିକ୍ଷକମାନଙ୍କୁ ପୁନଃ ମୁତୟନ କରିବେ ଯେଉଁ ବିଦ୍ୟାଳୟମାନଙ୍କରେ ଉପନିୟମ (1) ରେ ସୂଚିତ ବିଜ୍ଞାପନ ପ୍ରକାଶିତ ହେବା ପୂର୍ବରୁ ଛାତ୍ର ସଂଖ୍ୟା ଅନୁମୋଦିତ ସଂଖ୍ୟା ଅପେକ୍ଷା ଅଧିକ ହୋଇଥିବ ।

(2) ଅଧିନିୟମ ଧାରା – 25,ଉପଧାରା – 2  ର ବିଧି ବ୍ୟବସ୍ଥାକୁ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କର ଯେ କୌଣସି ବ୍ୟକ୍ତି ଉଲ୍ଲଘଂନ କଲେ, ଯେ ବ୍ୟକ୍ତିଗତ ଭାବେ ଶୃଙ୍ଖଳାଗତ କାର୍ଯ୍ୟ।ନୁଷ୍ଠାନର ସମ୍ମୁଖୀନ ହେବେ ।

ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ ଓ ସମାପ୍ତି

21. ଏକାଡେମିକ୍ କର୍ତ୍ତୃପକ୍ଷ : 1) ପାଠ୍ୟକ୍ରମ ପ୍ରସ୍ତୁତି ଓ ମୂଲ୍ୟାୟନ ପଦ୍ଧତି ସମୟରେ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଦ୍ଵାରା ଅଧିସୂଚିତ ଏକାଡେମିକ କର୍ତ୍ତୃପକ୍ଷ ନିମ୍ନୋକ୍ତ ବିଷୟଗୁଡିକୁ ଦୃଷ୍ଟି ଦେବେ । ଯଥା :-

(a) ପ୍ରାସଙ୍ଗିକ ଏବଂ ବୟସ ଉପଯୋଗୀ ପାଠ୍ୟଖସଡା, ପାଠ୍ୟ ପ୍ରସ୍ତୁତ ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ପ୍ରସ୍ତୁତ କରିବା ।

(b) କାର୍ଯ୍ୟରତ  ଶିକ୍ଷକ ପ୍ରଶିକ୍ଷଣ ଢାଞ୍ଚାର ବିକାଶ କରାଇବା, ଏବଂ

(c) ନିରନ୍ତର ଏବଂ ସାମଗ୍ରିକ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶିକା ପ୍ରସ୍ତୁତ କରିବା

(2) ଏକାଡେମିକ କର୍ତ୍ତୃପକ୍ଷ ବିଦ୍ୟାଳୟ ପୂର୍ଣ୍ଣାଙ୍ଗ ଗୁଣାତ୍ଜକ ଆକଳନ ପ୍ରଣାଳୀର ପ୍ରସ୍ତୁତି, ତଦାରଖ ଏବଂ କାର୍ଯ୍ୟକାରିତା ନିୟମିତ ଭାବରେ ସଂଚାଳନ କରିବେ ।

ପ୍ରମାଣପତ୍ର ପ୍ରଦାନ

22.(1) ପ୍ରାଥମିକ ଶିକ୍ଷା ସମାପ୍ତିର ଏକ ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ପ୍ରାଥମିକ ଶିକ୍ଷା ସମାପ୍ତି ସଂକ୍ରାନ୍ତ ପ୍ରମାଣପତ୍ର ଦିଆଯିବ।

(2) ଉପନିୟମ(1) ର ସୂଚନାମତେ ପ୍ରମାଣ ପତ୍ରଟିରେ ଛାତ୍ରର ସାମଗ୍ରିକ ପ୍ରଗତିର ବିବରଣ ପ୍ରତିଫଳିତ ହେବ ।

ଶିଶୁମାନଙ୍କ ଅଧିକାରର ସୁରକ୍ଷା

23. ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ରାଜ୍ୟ ଆୟୋଗଙ୍କର କର୍ତ୍ତବ୍ୟ ସମ୍ପାଦନ

(1) ମହିଳା ଏବଂ ଶିଶୁ ବିକାଶ ଧାରାର ତା 25.11.09ରିଖର 20527 ସଂଖ୍ୟକ ଅଧିସୂଚନାରେ ସରକାର ଗଠନ କରିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜର କର୍ତ୍ତବ୍ୟ ସମ୍ପାଦନ କଲାବେଳେ ସରକାରଙ୍କ ଦ୍ଵାରା ଗଠିତ ରାଜ୍ୟ ଉପଦେଷ୍ଟା ପରିଷଦ ଦ୍ଵାରା ନିର୍ଦ୍ଦେଶିତ କାର୍ଯ୍ୟଗୁଡିକୁ ନିଷ୍ପାଦନ କରିବେ ।

(2) ଅଧିନିୟମ ଅନୁଯାୟୀ ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ରାଜ୍ୟ ଆୟୋଗ ତାଙ୍କୁ କାର୍ଯ୍ୟ ସମ୍ପାଦନ କରିବା କ୍ଷେତ୍ରରେ ସରକାର ସମ୍ବଳ ସହାୟତା ଯୋଗାଇ ଦେବେ ।

24. ଶିଶୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ ନିକଟରେ ଅଭିଯୋଗ ଦାଖଲ କରିବାର ପଦ୍ଧତି : (1) ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ ଏହି ଅଧିନିୟମରେ ବିବୃତ ଅଧିକାରର ଉଲ୍ଲଘଂନ ସଙ୍କ୍ରାନ୍ତୀୟ ଅଭିଯୋଗର ପଞ୍ଜିକରଣ ନିମିତ୍ତ ଗୋଟିଏ ଶିଶୁ ହେଲପ ଲାଇନ ସ୍ଥାପନ କରିବା ସହ ଏପରି ଏକ ସ୍ଵଚ୍ଛ ସାଧନ ସଞ୍ଚାଳନ କରିବେ ଯଦ୍ଦ୍ଵାରା ଅଭିଯୋଗକାରୀଙ୍କର ପରିଚୟ ନଥିଭୁକ୍ତ ହେବ ଅଥଚ ପ୍ରକାଶ ପାଇବ ନାହିଁ ।

25. ରାଜ୍ୟ ଉପଦେଷ୍ଟା ପରିଷଦର ଗଠନ ଏବଂ କାର୍ଯ୍ୟ।ବଳୀ : (1) ରାଜ୍ୟ ଉପଦେଷ୍ଟା ପରିଷଦ ଜଣେ ଅଧ୍ୟକ୍ଷ ଏବଂ ଚଉଦ ଜଣ ସଦସ୍ୟଙ୍କୁ ନେଇ ଗଠିତ ହେବ ।

(2) ବିଦ୍ୟାଳୟ ଓ ଗଣଶିକ୍ଷା ଧାରା ଦାୟିତ୍ଵରେ ଥିବା ମନ୍ତ୍ରୀ ପରିଷଦର ପଦପ୍ରଯୁକ୍ତ ଅଧ୍ୟକ୍ଷ ହେବେ ।

(3) ରାଜ୍ୟ ସରକାର  ଶିଶୁ କଲ୍ୟାଣ ଏବଂ ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ଥିବା ବ୍ୟକ୍ତିମାନଙ୍କୁ ପରିଷଦର ସଦସ୍ୟ ରୂପେ ନିଯୁକ୍ତ କରିବେ ।

(a) ଏମାନଙ୍କ ମଧ୍ୟରେ ଅତି କମରେ ତିନି ଜଣ ସଦସ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସଂଖ୍ୟାଲଘୁ ବର୍ଗର ରହିବେ ।

(b) ଶିଶୁ ଶିକ୍ଷାରେ ବିଶେଷଜ୍ଞ ଭାବରେ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ଥିବା ତଥା ଶିଶୁମାନଙ୍କର ଆବଶ୍ୟକତା ସମ୍ପର୍କରେ ଜ୍ଞାନଥିବା ଅନ୍ୟୂନ ଜଣେ ବ୍ୟକ୍ତି ଏହି ପରିଷଦରେ ସଦସ୍ୟ ରହିବେ ।

(c) ପ୍ରାକ୍-ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ବିଶେଷ ଜ୍ଞାନ ଥିବା ଜଣେ ବ୍ୟକ୍ତି ସଦସ୍ୟ ରହିବେ ।

(d) ଶିକ୍ଷକ ପ୍ରଶିକ୍ଷଣ ସଂକ୍ରାନ୍ତରେ ବିଶେଷ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ଥିବା ଅନ୍ୟୂନ ଜଣେ ବ୍ୟକ୍ତି ସଦସ୍ୟ ରହିବେ ।

(e) ନିମ୍ନୋକ୍ତ ପ୍ରାଧିକାରୀମାନେ ପରିଷଦର ପଦପ୍ରଯୁକ୍ତ ସଭ୍ୟ ରହିବେ

(i) ବିଦ୍ୟାଳୟ ଓ ଗଣଶିକ୍ଷା ଧାରାର ଶାସନ ସଚିବ, (ii) ଟି.ଇ ଏବଂ ଏସ୍ ସିଇଆରଟି/ରାଜ୍ୟ ଶିକ୍ଷା ଅନୁଷ୍ଠାନର ନିର୍ଦ୍ଦେଶକ, (iii) ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା, (iv) ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ରାଜ୍ୟ ଆୟୋଗର ଅଧ୍ୟକ୍ଷ ।

(f) ଏକ ତୃତୀୟାଂଶ ସଦସ୍ୟ ମହିଳା ରହିବେ ।

(g) ସର୍ବଶିକ୍ଷା ଅଭିଯାନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପଦପ୍ରଯୁକ୍ତ ସଦସ୍ୟ ସମ୍ପାଦନ ରହିବେ

(4) ପରିଷଦ ଅନ୍ୟାନ୍ୟ ସଂପୃକ୍ତ ମନ୍ତ୍ରାଳୟ/ଧାରାରୁ କେତେକ ପ୍ରତିନିଧିକୁ ସ୍ଵତନ୍ତ୍ରଭାବେ ନିମନ୍ତ୍ରିତ ସଭ୍ୟ ରହିପାରନ୍ତି ।

26. ରାଜ୍ୟ ଉପଦେଷ୍ଟା ପରିଷଦର କାର୍ଯ୍ୟ : (1) ରାଜ୍ୟ ଉପଦେଷ୍ଟା ପରିଷଦ ପରାମର୍ଶ ପ୍ରଦାନ ଭିତ୍ତିରେ କାର୍ଯ୍ୟ କରିବେ ।

(2) ରାଜ୍ୟ ଉପଦେଷ୍ଟା ପରିଷଦ ନିମ୍ନୋକ୍ତ ବିଷୟ ଗୁଡିକର ସମୀକ୍ଷା କରିବେ, ଯଥା :

(a) ଅନୁସୂଚୀରେ ନିର୍ଦ୍ଧାରିତ ଆଦର୍ଶ ଓ ମାନକ

(b) ଶିକ୍ଷକମାନଙ୍କର ଯୋଗ୍ୟତା ଏବଂ ତାଲିମର ଯଥାର୍ଥତା

(c) ଧାରା-29 ର ପ୍ରୟୋଗ

(3) ଏହି କାର୍ଯ୍ୟ।ବଳୀ ବ୍ୟତୀତ ରାଜ୍ୟ ସରକାର ଉଚିତ ବିବେଚନା କରୁଥିବା ଅନ୍ୟ କାର୍ଯ୍ୟ ମଧ୍ୟ ନ୍ୟସ୍ତ କରିପାରନ୍ତି ।

ବିଦ୍ୟାଳୟ ସ୍ଵୀକୃତି ଲାଭ ପାଇଁ ସ୍ଵତଃ ପ୍ରବୃତ୍ତ ଘୋଷଣା ଓ ଆବେଦନ ପତ୍ର

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ 2009 ଧାରା 3 ର ଉପଧାରା (1) ଦେଖନ୍ତୁ

ପ୍ରାପକ :

ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହ ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ

ମହାଶୟ

ଏତଦ୍ଦ୍ଵାରା ଶିଶୁମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ 2009ର ଅନୁସୂଚୀରେ ନିର୍ଦ୍ଧାରିତ ସର୍ତ୍ତ ଓ ମାନ ରକ୍ଷା ସଂକ୍ରାନ୍ତରେ ମୁଁ ମୋର ସ୍ଵତଃ ପ୍ରବୃତ୍ତ ଘୋଷଣା ଏବଂ .................. ବର୍ଷ ................. ତାରିଖରେ ଆରମ୍ଭ ହୋଇଥିବା ................................ବିଦ୍ୟାଳୟକୁ ( ବିଦ୍ୟାଳୟ ନାମ) ଆରମ୍ଭ ତାରିଖଠାରୁ ସ୍ଵୀକୃତି ପ୍ରଦାନ ନିମିତ୍ତ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ପଠାଉଅଛି ।

ଆପଣଙ୍କର ବିଶ୍ଵସ୍ତ

ସ୍ଥାନ                                                   ପରିଚାଳନା କମିଟି ଅଧ୍ୟକ୍ଷ/ପରିଚାଳକ

ତାରିଖ

ସଂଲଗ୍ନ ହୋଇଥିବା କାଗଜପତ୍ରର ତାଲିକା

(a)

ବିଦ୍ୟାଳୟର ବିବରଣୀ

 

1.

ବିଦ୍ୟାଳୟର ନାମ

 

2.

ଶିକ୍ଷା ବର୍ଷ

 

3.

ଜିଲ୍ଲା

 

4.

ଡାକ ଠିକଣା

 

5.

ଗ୍ରାମ ସହର

 

6.

ତହସିଲ

 

7.

ପିନ୍ କୋଡ୍ ସହିତ

 

8.

ଫୋନ୍ ନଂ. ଏସ୍ ଟିଡି କୋଡ଼୍

 

9.

ଫ୍ୟାକ୍ ସ ନଂ.

 

10.

ଇ- ମେଲ୍ ଠିକଣା ଯଦି ଥାଏ

 

11.

ନିକଟସ୍ଥ ଥାନା

 

 

 

(b)

ସାଧାରଣ ସୂଚନା

 

1.

ସ୍ଥାପନ ବର୍ଷ

 

2.

ପ୍ରଥମେ ବିଦ୍ୟାଳୟ ଖୋଲା ଯାଇଥିବା ତାରିଖ

 

3.

ଟ୍ରଷ୍ଟ/ସୋସାଇଟି/ପରିଚାଳନା କମିଟି ନାମ

 

4.

ଟ୍ରଷ୍ଟ/ ସୋସାଇଟି/ପରିଚାଳନା କମିଟିର ପଞ୍ଜୀକରଣ ହୋଇଅଛି କି ?

 

5.

ଟ୍ରଷ୍ଟ/ ସୋସାଇଟି/ପରିଚାଳନା କମିଟିର ପଞ୍ଜୀକରଣ ବୈଧ ରହିବାର ଅବଧି

 

6.

ଟ୍ରଷ୍ଟ/ ସୋସାଇଟି/ପରିଚାଳନା କମିଟିର ମାଲିକାନା ପ୍ରମାଣପତ୍ର ସମସ୍ତ ସଭ୍ୟମାନଙ୍କର ନାମ ଠିକଣା ସହ ହୋଇଥିବା ଶପଥ ପତ୍ର

 

7.

ବିଦ୍ୟାଳୟ ପରିଚାଳକ/ସଭାପତି/ଅଧ୍ୟକ୍ଷଙ୍କ ନାମ ଏବଂ ଠିକଣା

 

 

ନାମ

 

 

ପଦବୀ

 

 

ଠିକଣା

 

 

ଫୋନ୍ ନଂ.

କାର୍ଯ୍ୟ।ଳୟ

ଘର

8.

ଗତ 3 ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ଆୟ ଓ ବ୍ୟୟ ବଳକା କିମ୍ବା ନିଅଣ୍ଟ

 

 

ବର୍ଷ

ଆୟ ବ୍ୟୟ

ବଳକା/ନିଅଣ୍ଟ

 

 

 

 

 

 

 

 

 

 

 

 

(c) ବିଦ୍ୟାଳୟର ପ୍ରକୃତି ଓ ପରିସର

1.

ଶିକ୍ଷାର ମାଧ୍ୟମ

 

2.

ବିଦ୍ୟାଳୟର ପ୍ରକାର

 

3.

ଯଦି ସାହାଯ୍ୟପ୍ରାପ୍ତ ତେବେ ଯେଉଁ ସଂସ୍ଥାରୁ ଓ କେତେକ ସାହାଯ୍ୟ ମିଳିଛି

 

4.

ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ହୋଇଥିଲେ

 

5.

ଯଦି ହୋଇଛି ତେବେ କାହାଦ୍ଵାରା ସ୍ଵୀକୃତିପତ୍ର ସଂଖ୍ୟା

 

6.

ବିଦ୍ୟାଳୟର ନିଜସ୍ୱ କୋଠା ଅଛି ନା ଏହା ଭଡାଘରେ ଚାଲିଛି

 

7.

ବିଦ୍ୟାଳୟର କୋଠା କିମ୍ବା ଅନ୍ୟାନ୍ୟ ଗୃହ କିମ୍ବା ଖେଳ ପଡିଆ କେବଳ ଶିକ୍ଷା ଏବଂ ବିଦ୍ୟାଳୟର ବିକାଶ ପାଇଁ ବ୍ୟବହୃତ ହେଉଛି କି ?

 

8.

ବିଦ୍ୟାଳୟର ସମୁଦାୟ ପରିସୀମା

 

9.

ଘର ତିଆରି ହୋଇଥିବା କ୍ଷେତ୍ରଫଳ

 

 

(d) ନାମଲେଖା ବିବରଣୀ

 

ଶ୍ରେଣୀ

ବିଭାଗମାନଙ୍କର ସଂଖ୍ୟା

ଛାତ୍ର/ଛାତ୍ରୀ ସଂଖ୍ୟା

1.

ପ୍ରାକ୍ ପ୍ରାଥମିକ

 

 

2.

1-5

 

 

3.

6-8

 

 

 

(e) କୋଠାବାଡିର ବିବରଣୀ ଏବଂ ପରିମଳ ବ୍ୟବସ୍ଥା

 

କକ୍ଷ

ସଂଖ୍ୟା

ହାରାହାରି ଆକାର

1.

ଶ୍ରେଣୀ

 

 

2.

ଅଫିସ୍ ପ୍ରକୋଷ୍ଠ/ ଭଣ୍ଡାର ଘର/ ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠ

 

 

3.

ରୋଷେଇ ଘର ଏବଂ ଭଣ୍ଡାର ଘର

 

 

 

(f) ଅନ୍ୟାନ୍ୟ ସୁବିଧା

1.

ସମସ୍ତ ସୁବିଧା ଯଦି ଅବାଧରେ ମିଳୁଥାଏ

2.

ଶିକ୍ଷା ଏବଂ ପଠନ ସାମଗ୍ରୀ (ତାଲିକା ସଂଯୋଗ କରନ୍ତୁ )

3.

ଖେଳକୁଦ ସାମଗ୍ରୀ (ତାଲିକା ସଂଯୋଗ କରନ୍ତୁ)

4.

ଗ୍ରନ୍ଥାଗାରରେ ଉପଲ୍ ବଧ ପୁସ୍ତକ ବହି (ଗଚ୍ଛିତ ବହି ସଂଖ୍ୟା ) ପତ୍ରିକା/ଖବରକାଗଜ

5.

ପିଇବା ପାଣିର ସୁବିଧା ଓ ପ୍ରକାର

6.

ପରିମଳ ବ୍ୟବସ୍ଥା

  1. ପରିସ୍ରାଗାର ଓ ପାଇଖାନାର ପ୍ରକାର

  1. ବାଳକ ମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପରିସ୍ରାଗାର ଓ ପାଇଖାନାର ସଂଖ୍ୟା

  1. ବାଳିକାମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପାଇଖାନାର ସଂଖ୍ୟା

 

 

(g) ଶିକ୍ଷାକର୍ମଚାରୀମାନଙ୍କ ବିବରଣୀ

1. ସ୍ଵତନ୍ତ୍ର ପ୍ରାଥମିକ/ଉଚ୍ଚ ପ୍ରାଥମିକ ସ୍ତରରେ ପଢାଉଥିବା ଶିକ୍ଷକ (ପ୍ରତି ଶିକ୍ଷକଙ୍କ ସମ୍ପର୍କରେ ବିବରଣୀ ଅଲଗା ଅଲଗା ଦେବାକୁ ପଡିବ)

 

ଶିକ୍ଷକ/ଶିକ୍ଷୟତ୍ରୀଙ୍କ ନାମ

1

ପିତା/ପତ୍ନୀ ବା ସ୍ଵାମୀଙ୍କ ନାମ

2

ଜନ୍ମ ତାରିଖ

3

 

 

 

 

 

ଶିକ୍ଷାଗତ ଯୋଗ୍ୟତା

4

ବୃତ୍ତିଗତ ଯୋଗ୍ୟତା

5

ଶିକ୍ଷକତାର ଅଭିଜ୍ଞତା

6

 

 

 

 

 

କେଉଁ ଶ୍ରେଣୀରେ ପାଠ ପଢାଉଛନ୍ତି

7

ନିଯୁକ୍ତି ତାରିଖ

8

ପ୍ରଶିକ୍ଷିତ କିମ୍ବା ଅଣପ୍ରଶିକ୍ଷିତ

9

 

 

 

 

2. ଉଭୟ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରରେ ପଢାଉଥିବା (ପ୍ରତି ଶିକ୍ଷକଙ୍କ ସମ୍ପର୍କରେ ବିବରଣୀ ଅଲଗା ଅଲଗା ଦେବାକୁ ପଡିବ)

 

ଶିକ୍ଷକ/ଶିକ୍ଷୟତ୍ରୀଙ୍କ ନାମ

1

ପିତା/ପତ୍ନୀ ବା ସ୍ଵାମୀଙ୍କ ନାମ

2

ଜନ୍ମ ତାରିଖ

3

 

 

 

 

 

ଶିକ୍ଷାଗତ ଯୋଗ୍ୟତା

4

ବୃତ୍ତିଗତ ଯୋଗ୍ୟତା

5

ଶିକ୍ଷକ ହିସାବରେ  ଅଭିଜ୍ଞତା

6

 

 

 

 

 

କେଉଁ ଶ୍ରେଣୀରେ ପାଠ ପଢାଉଛନ୍ତି

7

ନିଯୁକ୍ତି ତାରିଖ

8

ପ୍ରଶିକ୍ଷିତ କିମ୍ବା ଅଣପ୍ରଶିକ୍ଷିତ

9

3. ପ୍ରଧାନ ଶିକ୍ଷକ

 

ଶିକ୍ଷକ/ଶିକ୍ଷୟତ୍ରୀଙ୍କ ନାମ

1

ପିତା/ପତ୍ନୀ ବା ସ୍ଵାମୀଙ୍କ ନାମ

2

ଜନ୍ମ ତାରିଖ

3

 

 

 

 

 

ଶିକ୍ଷାଗତ ଯୋଗ୍ୟତା

4

ବୃତ୍ତିଗତ ଯୋଗ୍ୟତା

5

ଶିକ୍ଷାଗତ   ଅଭିଜ୍ଞତା

6

 

 

 

 

 

କେଉଁ ଶ୍ରେଣୀରେ ପାଠ ପଢାଉଛନ୍ତି

7

ନିଯୁକ୍ତି ତାରିଖ

8

ପ୍ରଶିକ୍ଷିତ କିମ୍ବା ଅଣପ୍ରଶିକ୍ଷିତ

9

 

 

 

 

(h) ପାଠ୍ୟକ୍ରମ ଓ ପାଠ୍ୟଖସଡା

1.

ପ୍ରତ୍ୟେକ ଶ୍ରେଣୀରେ ଅନୁସୃତ ପାଠ୍ୟକ୍ରମ ଏବଂ ପାଠ୍ୟଖସଡା (ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ )

2.

ଛାତ୍ର/ଛାତ୍ରୀଙ୍କ କୃତିତ୍ଵ ନିର୍ଦ୍ଧାରଣ ପଦ୍ଧତି

3.

ବିଦ୍ୟାଳୟର ଛାତ୍ର/ଛାତ୍ରୀମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ବୋର୍ଡ ପରୀକ୍ଷା ଦେବା ଆବଶ୍ୟକ କି ?

(i) ଏତଦ୍ଦ୍ଵାରା ପ୍ରମାଣ କରାଯାଉଅଛି ଯେ ବିଦ୍ୟାଳୟ ପକ୍ଷରୁ ଏହି ଦରଖାସ୍ତ ଦେବା ସହିତ ଜିଲ୍ଲା ଶିକ୍ଷା ସୂଚନା ବ୍ୟବସ୍ଥାରେ ତଥ୍ୟ ଉପସ୍ଥାପନ ଢଙ୍ଗରେ ସୂଚନା ପ୍ରଦାନ କରାଯାଇଛି ।

(j) ଏତଦ୍ଵାରା ପ୍ରମାଣିତ କରାଯାଉଅଛି ଯେ ଯଥାଯୋଗ୍ୟ ପ୍ରାଧିକାରୀଙ୍କ ଦ୍ଵାରା ପ୍ରାଧିକୃତ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ ପାଇଁ ବିଦ୍ୟାଳୟଟି ମୁକ୍ତ ରହିଛି ।

(k) ଏତଦ୍ଦ୍ଵାରା ପ୍ରମାଣ କରାଯାଉଅଛି ଯେ ଅବସ୍ଥା ଭେଦରେ ସମୟକୁ ସମୟ ଜିଲ୍ଲାଶିକ୍ଷା ଅଧିକାରୀ/ବିଦ୍ୟାଳୟ ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକଙ୍କ ଦ୍ଵାରା ଆବଶ୍ୟକ ହେଉଥିବା ସମସ୍ତ ରିପୋର୍ଟ ଏବଂ ତଥ୍ୟ ବିଦ୍ୟାଳୟ ଯଥାରୀତି ଯୋଗାଇ ଦେବ ଏବଂ ଏହି ଅଧିକାରୀମାନଙ୍କ ଅନୁଦେଶ ପାଳନାର୍ଥେ ବିଦ୍ୟାଳୟ ଏହାର ସ୍ଵୀକୃତି ବଜାୟ ରଖିବା ପାଇଁ ଏବଂ କାର୍ଯ୍ୟକାରିତା ବାଧକ ମୋଚନ ପାଇଁ ବିହିତ ପଦକ୍ଷେପ ନେବେ ।

(l) ଏତଦ୍ଦ୍ଵାରା ପ୍ରମାଣିତ କରାଯାଉଅଛି ଯେ ଏହି ଅଧିନିୟମର କାର୍ଯ୍ୟକାରିତା ସହିତ ସମ୍ପୃକ୍ତ ସମସ୍ତ ରେକର୍ଡ ନିରୀକ୍ଷଣ ପାଇଁ ଉନୁକ୍ତ ରହିବ ଯେପରିକି ଜିଲ୍ଲାଶିକ୍ଷା ଅଧିକାରୀ /ବିଦ୍ୟାଳୟ ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ (ଅବସ୍ଥା ଭେଦରେ ଯାହା ପ୍ରଯୋଜ୍ୟ) ଙ୍କ ପ୍ରାଧିକୃତ କୌଣସି ପ୍ରାଧିକାରୀ କିମ୍ବା ଅନ୍ୟ କୌଣସି ସମୁଚିତ ପ୍ରାଧିକାରୀ ଏହାକୁ ନିରୀକ୍ଷଣ କରିପାରିବେ । ପୁନଶ୍ଚ କେନ୍ଦ୍ର ସରକାର/ରାଜ୍ୟ ସରକାର/ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସକ ତାଙ୍କର ସଂସଦ/ବିଧାନସଭା/ପଞ୍ଚାୟତ / ନଗରପାଳିକା ପ୍ରତି ଦାୟିତ୍ଵବୋଧ ସମ୍ପାଦନ କ୍ଷେତ୍ରରେ ଆବଶ୍ୟକ ସମସ୍ତ ତଥ୍ୟ ବିଦ୍ୟାଳୟ ଯୋଗାଇ ଦେବେ ।

ସମ୍ପାଦକ

ପରିଚାଳନା ସମିତି

..................ବିଦ୍ୟାଳୟ

ଫର୍ମ -2

ମୋହର                                                                                                                           ଫୋନ

ଇ-ମେଲ୍                                                                                                                          ଫାକ୍ ସ

ମଣ୍ଡପ ବିଦ୍ୟାଳୟ ପରିଦର୍ଶକ/ଜିଲ୍ଲା ବିଦ୍ୟାଳୟ ପରିଦର୍ଶକ/ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟ

(ଜିଲ୍ଲା ଏବଂ ରାଜ୍ୟର ନାମ )

ସଂଖ୍ୟା      ତାରିଖ

ପ୍ରାପକ

ସମ୍ପାଦକ...........

ବିଷୟ : ଶିଶୁମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ 2010 ର ଧାରା 13 ଉପଧାରା 4 ଏବଂ ଶିଶୁମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ 2009 ର ଧାରା 18 ଅଧୀନରେ ବିଦ୍ୟାଳୟ ସ୍ଵୀକୃତି ପ୍ରମାଣପତ୍ର   ।

ପ୍ରିୟ ମହାଶୟ/ମହାଶୟା,

ଆପଣଙ୍କର ତା ............ରିଖର ଆବେଦନ ପତ୍ର ଏବଂ ପରିବର୍ତ୍ତୀ ପତ୍ରାଳାପ ପ୍ରସଙ୍ଗରେ ତଥା ବିଦ୍ୟାଳୟ ପରିଦର୍ଶନ ବାବଦରେ ମୁଁ ଏତଦଦ୍ଦ୍ଵାରା ............ବିଦ୍ୟାଳୟକୁ (ବିଦ୍ୟାଳୟର ନାମ ଏବଂ ଠିକଣା )............. ଶ୍ରେଣୀଠାରୁ ...............ଶ୍ରେଣୀ ପାଇଁ ତା................ରିଖ ଠାରୁ 3 ବର୍ଷ ପାଇଁ ଅସ୍ଥାୟୀ ସ୍ଵୀକୃତି  ପ୍ରଦାନ କରୁଅଛି ।

ନିମ୍ନଲିଖିତ ସର୍ତ୍ତାବଳୀ ପାଳନ ଉପରେ ଏହି ସ୍ଵୀକୃତି ନିର୍ଭର କରେ ।

1. ପ୍ରଦତ୍ତ ସ୍ଵୀକୃତି ବୃଦ୍ଧି ଯୋଗ୍ୟ ନୁହେଁ କିମ୍ବା 8 ମ ଶ୍ରେଣୀ ପରେ ଅନ୍ୟ ଶ୍ରେଣୀ ପାଇଁ କୌଣସି ପ୍ରକାରେ ସ୍ଵୀକୃତି ବା ଅନୁବନ୍ଧନ ନିମନ୍ତେ କୌଣସିମତେ ବାଧ୍ୟ କରିବାକୁ ବୁଝାଇବ ନାହିଁ ।

2. ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ 2009 (ପରିଶିଷ୍ଟ – l ) ଏବଂ ଶିଶୁମାନଙ୍କ ଅବାଧ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ 2010 (ପରିଶିଷ୍ଟ ll )ରେ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ବିଦ୍ୟାଳୟ ମାନିବାକୁ ହେବ ।

3. ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ଉକ୍ତ ଶ୍ରେଣୀର ମୋଟ ମଂଜୁରୀ ପ୍ରାପ୍ତ ଛାତ୍ର ସଂଖ୍ୟାର .......... ଶତାଂଶ ଦୁର୍ବଳ ବର୍ଗ ଓ ଅସୁବିଧା ଭୋଗ କରୁଥିବା ଗୋଷ୍ଠୀର ପାଖଆଖର ଶିଶୁମାନଙ୍କ ନାମ ଲେଖାଇବା ଏବଂ ଶେଷ ପର୍ଯ୍ୟନ୍ତ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବ ।

4. ଅନୁଚ୍ଛେଦ-3 ରେ କୁହାଯାଇଥିବା ଶିଶୁମାନଙ୍କ ବାବଦରେ ଅଧିନିୟମର ଧାରା 12 (2) ଅଧୀନରେ ଅର୍ଥ ଭରଣା କରାଯିବ ଏହା ପାଇବା ପାଇଁ ବିଦ୍ୟାଳୟ ଏକ ସ୍ଵତନ୍ତ୍ର ଜମା ଖାତାର ବ୍ୟବସ୍ଥା କରିବେ ।

5. ବିଦ୍ୟାଳୟ/ସମିତି କୌଣସି ପ୍ରକାରର ଚାନ୍ଦା ଶିଶୁଙ୍କ ଠାରୁ ଆଦାୟ କରିପାରିବେ ନାହିଁ ତଥା ଶିଶୁଙ୍କୁ ବା ତାଙ୍କ ବାପା ମା ବା ଅଭିଭାବକଙ୍କୁ ଚୟନ ପଦ୍ଧତିର ସମ୍ମୁଖୀନ କରାଇବେ ନାହିଁ ।

6. ବିଦ୍ୟାଳୟ କୌଣସି ଶିଶୁକୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ମନା କରିପାରିବେ ନାହିଁ : କୌଣସି ଶିଶୁର ବୟସ ପ୍ରମାଣପତ୍ର ନଥିଲେ,

ନାମ ଲେଖା ପାଇଁ ବର୍ଦ୍ଧିତ ବ୍ୟବସ୍ଥିତ ଓ ନିର୍ଦ୍ଧାରିତ ସମୟ ଗତ ହୋଇଥିଲେ

ଧର୍ମ, ଜାତି, ବର୍ଣ୍ଣ ଓ ଜନ୍ମସ୍ଥାନ ଭେଦରେ

7.     ବିଦ୍ୟାଳୟରଟି ଏହା ସୁନିଶ୍ଚିତ କରିବ ଯେ –

  1. I.            ନାମ ଲେଖାଇଥିବା କୌଣସି ଶିଶୁକୁ ପଛ ଶ୍ରେଣୀରେ ରଖାଯିବ ନାହିଁ  ବା ପ୍ରାଥମିକ ଶିକ୍ଷା ସମ୍ପୁର୍ଣ୍ଣ ନହେଲା ପର୍ଯ୍ୟନ୍ତ ବିଦ୍ୟାଳୟରୁ ବହିଷ୍କାର କରାଯିବ ନାହିଁ ।
  2. II.            କୌଣସି ଶିଶୁକୁ ଶାରୀରିକ ଦଣ୍ଡ ବା ମାନସିକ ଯନ୍ତ୍ରଣା ଦିଆଯିବ ନାହିଁ ।
  3. III.            ପ୍ରାଥମିକ ଶିକ୍ଷା ସମ୍ପୁର୍ଣ୍ଣ ନହେଲା ପର୍ଯ୍ୟନ୍ତ ଶିଶୁମାନଙ୍କୁ କୌଣସି ବୋର୍ଡ ପରୀକ୍ଷା ଦେବାକୁ ହେବ ନାହିଁ ।
  4. IV.            ଧାରା 22 ରେ ବିବୃତ ବିଧାନ ଅନୁଯାୟୀ ପ୍ରତ୍ୟେକ ଶିଶୁକୁ ପ୍ରାଥମିକ ଶିକ୍ଷା ସମ୍ପୁର୍ଣ୍ଣ କରିବା ସପକ୍ଷରେ ପ୍ରମାଣପତ୍ର ଦିଆଯିବ ।
  5. V.            ଅଧିନିୟମରେ ବ୍ୟବସ୍ଥିତ ବିଧାନ ଅନୁଯାୟୀ ଅକ୍ଷମ/ସ୍ଵତନ୍ତ୍ର ଆବଶ୍ୟକତା ଥିବା ଛାତ୍ରମାନଙ୍କୁ ନିଶ୍ଚିତ ଭାବରେ ବିଦ୍ୟାଳୟରେ ଭର୍ତ୍ତି କରାଯିବ ।
  6. VI.            ଅଧିନିୟମର ଧାରା 23 (1) ରେ ବିବୃତ୍ତ ବିଧାନ ଅନୁସାରେ ସର୍ବନିମ୍ନ ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତି କରାଯିବ । ଏହି  ଅଧିନିୟମ ପ୍ରବର୍ତ୍ତନ ହେବାର ଆରମ୍ଭରେ ଯଦି କାର୍ଯ୍ୟରତ ଶିକ୍ଷକମାନଙ୍କର ସର୍ବନିମ୍ନ ଯୋଗ୍ୟତା ନଥାଏ ତେବେ ସେମାନେ ପାଞ୍ଚବର୍ଷ ମଧ୍ୟରେ ସର୍ବନିମ୍ନ ଯୋଗ୍ୟତା ହାସଲ କରିବେ ।
  7. VII.            ଅଧିନିୟମର ଧାରା 24 (1) ଅଧୀନରେ ଶିକ୍ଷକ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିବେ ।
  8. VIII.            ଘରୋଇ ଟିଉସନ ଆଦି କାର୍ଯ୍ୟରେ କୌଣସି ଶିକ୍ଷକ/ଶିକ୍ଷୟିତ୍ରୀ ନିଜକୁ ନିୟୋଜିତ  କରିବେ ନାହିଁ ।

8. ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ପାଠ୍ୟକ୍ରମକୁ ବିଦ୍ୟାଳୟ ଅନୁସରଣ କରିବ ।

9. ଆଇନର 19 ଧାରା ଅନୁଯାୟୀ ବିଦ୍ୟାଳୟରେ ଉପଲବ୍ ଧ ସୁବିଧା ସୁଯୋଗ ଅନୁସାରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ ।

10. ଅଧିନିୟମ 19 ଧାରା ଅନୁସାରେ ବିଦ୍ୟାଳୟଟି ମାନ ଏବଂ ସର୍ତ୍ତ ରକ୍ଷା କରିବାକୁ ଗତ ସମୀକ୍ଷା ତଥା ପରିଦର୍ଶନ ସମୟରେ ବିଦ୍ୟାଳୟରେ ଉପଲବ୍ ଧ ସୁବିଧା ନିମ୍ନରେ ଦିଆଗଲା ।

ବିଦ୍ୟାଳୟ ଜମିର ଆୟତନ

ନିର୍ମିତ କୋଠାବାଡିର ଆୟତନ

ଖେଳପଡିଆର ଆୟତନ

ଶ୍ରେଣୀ ଗୃହ ସଂଖ୍ୟା

ପ୍ରଧାନ ଶିକ୍ଷକଙ୍କ କକ୍ଷ – କାର୍ଯ୍ୟ।ଳୟ – ଭଣ୍ଡାର ଘରର ମାପ

ପୁଅ ଏବଂ ଝିଅଙ୍କ ଅଲଗା ଅଲଗା ଶୌଚଳୟ

ପିଇବା ପାଣିର ସୁବିଧା

ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର

ବିଦ୍ୟାଳୟକୁ ନିର୍ବିଘ୍ନ ଯାତାୟତର ବ୍ୟବସ୍ଥା

ଶିକ୍ଷା/ପଠନ ସାମଗ୍ରୀ/ଖେଳ ସରଞ୍ଜାମ/ ଗ୍ରନ୍ଥଗାର

11. ବିଦ୍ୟାଳୟ ପରିସରରେ କିମ୍ବା ବିଦ୍ୟାଳୟ ନାମରେ ବାହାରେ ଅଣସ୍ଵୀକୃତିପ୍ରାପ୍ତ ଶ୍ରେଣୀ କାର୍ଯ୍ୟ କରିବ ନାହିଁ ।

12. ବିଦ୍ୟାଳୟ କୋଠା କିମ୍ବା ଅନ୍ୟ କୋଠା କିମ୍ବା ପଡିଆଗୁଡିକ କେବଳ ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ବ୍ୟବହୃତ ହେଉଥିବ ।

13. ସମିତି ରେଜିଷ୍ଟ୍ରେସନ୍ ଆଇନ୍ 1860 (1860 ର ଧାରା 21) ଅଧୀନରେ ପଞ୍ଜୀକୃତ ସମିତି କିମ୍ବା ବର୍ତ୍ତମାନ ପାଇଁ ସକ୍ରିୟ ଥିବା ଯେ କୌଣସି ଆଇନ ଅଧୀନରେ ପଞ୍ଜୀକୃତ ସର୍ବସାଧାରଣ ନ୍ୟାସ ଦ୍ଵାରା ଏହି ବିଦ୍ୟାଳୟ ପରିଚାଳିତ ହେଉଥିବ ।

14. ବିଦ୍ୟାଳୟଟି କୌଣସି ବ୍ୟକ୍ତିବିଶେଷ, ଗୋଷ୍ଠୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଫାଇଦା ଉଦ୍ଦେଶ୍ୟରେ ପରିଚାଳିତ ହେଉ ନଥିବ ।

15. ବିଦ୍ୟାଳୟ ହିସାବ ଖାତା ଜଣେ ଟାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ଵାରା ସମୀକ୍ଷା କରାଯାଇ ପ୍ରମାଣପତ୍ର ହାସଲ କରାଯିବ ଏବଂ ତାହା ପ୍ରତିବର୍ଷ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଯିବ ।

16. ଆପଣଙ୍କ ସ୍କୁଲ ସ୍ଵୀକୃତି ଦିଆଯାଇଥିବା କୋଡ ନଂ. ............... । ଏହି କାର୍ଯ୍ୟ।ଳୟ ସହିତ ଯେ କୌଣସି ଯୋଗାଯୋଗ ସମୟରେ ଏହି ନମ୍ବରକୁ ଦୟା ପୂର୍ବକ ସୂଚିତ ତଥା ଉଲ୍ଲିଖିତ କରାଯାଇପାରେ ।

17. ବିଦ୍ୟାଳୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ/ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ପରିଦର୍ଶକ/ଜିଲ୍ଲା ବିଦ୍ୟାଳୟ ପରିଦର୍ଶକ (ଯାହା ପ୍ରଯୁଜ୍ୟ) ବିଭିନ୍ନ ସମୟରେ ଚାହୁଁଥିବା ବିବରଣୀ ଓ ତଥ୍ୟାବଳୀ ଯୋଗାଇବା ସହିତ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସ୍ଵୀକୃତି ପ୍ରଦାନ ନିମିତ୍ତ ବ୍ୟବସ୍ଥିତ ସର୍ତ୍ତାବଳୀର ନିରବଚ୍ଛିନ୍ନ ପାଳନ ଓ ବିଦ୍ୟାଳୟ ପରିଚାଳନାରେ ଲକ୍ଷ୍ୟ କରାଯାଇଥିବା ଦୋଷ ଦୁର୍ବଳତା ଦୂର କରିବା ପାଇଁ ଦେଉଥିବା ନିର୍ଦ୍ଦେଶ ଗୁଡିକୁ କାର୍ଯ୍ୟକାରୀ କରିବ ।

18. ସମିତି ପଞ୍ଜୀକରଣର ନବୀକରଣ (ହେବାକୁ ଥିଲେ )ନିଶ୍ଚିତ କରନ୍ତୁ ।

ଆଧାର

ଆଇନ ଓ ନ୍ୟାୟ ମନ୍ତ୍ରାଳୟ,(ବିଧାନ ସଭା)

ନୂଆ ଦିଲ୍ଲୀ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top