ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଗଣ ଶିକ୍ଷାରେ +2
ସେଆର କରନ୍ତୁ

ଗଣ ଶିକ୍ଷାରେ +2

ଗଣ ଶିକ୍ଷାରେ +୨ ର ସୁଚନା

ଉପକ୍ରମ

ଯୁକ୍ତ ତିନି ଠାରୁ ଅଲଗା ହେବ ଯୁକ୍ତ ଦୁଇ ।  ଯୁକ୍ତ ଦୁଇ ଏଣିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିବ  । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଏଥିନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ଉଲ୍ଲେଖଯୋଗ୍ୟ ଯେ ଯୁକ୍ତ ଦୁଇକୁ ଯୁକ୍ତ ତିନି ଠାରୁ ପୃଥକ କରିବା ପାଇଁ ୧୯୮୯ ମସିହା ଜୁଲାଇ ୩୧ରେ ତତ୍କାଳୀନ ଶିକ୍ଷା ଓ ଯୁବସେନା ବିଭାଗ ପକ୍ଷରୁ ଏକ ସଂକଳ୍ପ ପ୍ରକାଶ ପାଇଥିଲା   ।

ଜାତୀୟ ଶିକ୍ଷା ନୀତି ୧୯୬୮

ଜାତୀୟ ଶିକ୍ଷା ନୀତି ୧୯୬୮ ଆଧାରରେ ଉଚ୍ଚଶିକ୍ଷାଠାରୁ ମାଧ୍ୟମିକ ଶିକ୍ଷା ପୃଥକ କରାଯିବା ନିହାତି ଆବଶ୍ୟକ ବୋଲି ଏଥିରେ ଦର୍ଶାଯାଇଥିଲା  । ଦେଶର ଅଧିକାଂଶ ରାଜ୍ୟରେ ଯୁକ୍ତଦୁଇ ବିଦ୍ୟାଳୟ ଶିକ୍ଷା ସହ ସଂଯୁକ୍ତ ହୋଇ ରହିଛି  । ସରକାରୀ ଓ ବେସରକାରୀ ସ୍ତରରେ  ବହୁବାର ଯୁକ୍ତ ତିନିରୁ ଯୁକ୍ତଦୁଇକୁ ପୃଥିକ କରିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା  । ଏପରିକି ୨୦୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୃଥକୀକରଣ ଡ଼ିଆଇଜିରେ ପଦକ୍ଷେପ ନେବା ପାଇଁ ଦେଇଥିବା ନିର୍ଦେଶ ମଧ୍ୟ ଠିକଣା ଭାବେ ପାଳନ କରାଯାଇ ନଥିଲା  । ଦୀର୍ଘ ୨୭ ବର୍ଷ ପରେ ଏହା କାର୍ଯ୍ୟକାରୀ ହେବାର ଆସା ସଂଚାର ହୋଇଛି  । ଏହାଦ୍ଵାରା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନରେ ଆସୁଥିବା କେନ୍ଦ୍ରୀୟ ଅନୁଦାନରୁ ଓଡିଶା ବଞ୍ଚିତ ହେବନାହିଁ   ।  ସୂଚନା ଯୋଗ୍ୟ ଯେ ୨୦୧୨ରୁ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା  ଅଭିଯାନ ଦଶମ ଓ ଏକାଦଶ ଶ୍ରେଣୀ ପାଇଁ ଅନୁଦାନ ଆସୁଛି ।  ହେଲେ ଏସବୁ ଶ୍ରେଣୀ ଯୁକ୍ତ ଦୁଇ ସହିତ ଥିବା ବହୁ କୋଟି ଟଙ୍କାର ଅନୁଦାନ ରାଜ୍ୟ ହରାଉଛି  । ସେପଟେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ରେ ମଧ୍ୟ ଯୁକ୍ତ ଦୁଇକୁ ଗ୍ରହଣ କରାଯାଉ ନାହିଁ  । ଯେଉଁସବୁ କଲେଜ ସହିତ ଯୁକ୍ତ ଦୁଇ ଯୋଡି ହୋଇ ରହିଛି ସେ କଲେଜକୁ ଅନୁଦାନ ମିଳୁନାହିଁ  ।  ଯୁକ୍ତ ଦୁଇ ଉଚ୍ଚଶିକ୍ଷାର ଅଂଶ ବିଶେଷ ହୋଇ ନ ଥିବା ଦର୍ଶାଇ ନାକ ମଧ୍ୟ ଏସବୁ କଲେଜକୁ ସ୍ଵାକୃତି ହେଉନାହିଁ  ।

ରାମସା ଯୋଜନାର ପାଣ୍ଠି

ଯୁକ୍ତ ତିନିରୁ ଯୁକ୍ତ ଦୁଇକୁ ପୃଥକ କରିବା ପାଇଁ ୨୦୧୫ ଜାନୁଆରୀ ୨୯ରେ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନିସ୍ପତି ହୋଇଥିଲା  । ଏ ସଂକ୍ରାନ୍ତରେ ମନ୍ତ୍ରୀସ୍ତରୀୟ ବୈଠକ ହୋଇଥିଲା  । ଏଥିରେ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାନିଗ୍ରାହୀ ଯୋଗଦେଇଥିଲେ  । ପୃଥକୀ କରଣ ଦିଗରେ ଚୁଡାନ୍ତ ପଦେକ୍ଷେପ ନେବା ନିମନ୍ତେ ଏକ କମିଟି ହୋଇଥିଲା ଏବଂ କମିଟି ୭ ଦିନ ଭୀତରେ ରିପୋର୍ଟ ଦେବାକୁ କୁହାଯାଇଥିଲା   ।  ଏ ପ୍ରସଙ୍ଗ ନିକଟରେ ଉଦବେଗ ପ୍ରକାଶ କରିଥିଲା । ରାଜ୍ୟର ଏବେ ୧୪୬୭ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚାଲିଛି  । ରାମସା ଯୋଜନାର ପାଣ୍ଠି ପାଇବାକୁ ଧାର୍ଯ୍ୟ ସର୍ତ୍ତାବଳୀ ଆଧାରରେ ଏକ ପ୍ରକଳ୍ପ ରିପୋର୍ଟ ବିଭାଗ ପକ୍ଷରୁ ପ୍ରସ୍ତୁତି କରଯାଇଥିବା ସୂଚନା ମିଳିଛି   ।


ଆଧାର :ସମାଜ ଖବର କାଗଜ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top