ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଛାତ୍ରଛାତ୍ରୀଙ୍କ ନିମନ୍ତେ ଓଡିଶା ସରକାରଙ୍କ ସାଇକେଲ ଯୋଜନା
ସେଆର କରନ୍ତୁ

ଛାତ୍ରଛାତ୍ରୀଙ୍କ ନିମନ୍ତେ ଓଡିଶା ସରକାରଙ୍କ ସାଇକେଲ ଯୋଜନା

ଏହି ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓଡିଶା ସରକାରଙ୍କ ସାଇକେଲ ଯୋଜନା ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

ଉପକ୍ରମ

ମାଧ୍ୟମିକ ସ୍ତରରେ ବାଳିକା ଶିକ୍ଷା ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବାଳିକାମାନଙ୍କୁ ଦଶମଶ୍ରେଣୀ ଶିକ୍ଷା ପର୍ଯ୍ୟନ୍ତ ପ୍ରୋସ୍ରାହନ ଦେବା ତଥା ମାଧ୍ୟମିକ ବିଦ୍ୟାଳୟରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର କମାଇବା ନିମନ୍ତେ ରାଜ୍ୟ ସରକାର ୨୦୧୧ -୧୨  ବର୍ଷଠାରୁ ‘ ମାଗଣାରେ ସାଇକେଲ ବଣ୍ଟନ ଯୋଜନା ‘  ପରିବର୍ତ୍ତନ କରିଅଛନ୍ତି । ଏହି ଯୋଜନାରେ ରାଜ୍ୟରେ ଥିବା ସମସ୍ତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତି ଓ ବ୍ଲକ ଗ୍ରାଣ୍ଟ ଉଚ୍ଛବିଦ୍ୟାଳୟମାନଙ୍କରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ଛାତ ମାନଙ୍କୁ ଅନ୍ତର୍ଭୁକ୍ତ କରଯାଇଥିଲା ।

୨୦୧୧ – ୧୨ ଆର୍ଥିକ ବର୍ଷ

୨୦୧୧ – ୧୨ ଆର୍ଥିକ ବର୍ଷରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତି  ହାଇସ୍କୁଲରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ରୀ ଏବଂ ୧୧୮ ଟି ଆଦିବାସୀ ଅଧୁଷିତ କରୁଥିବାgirlsସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ମାନଙ୍କୁ    ଆଇଏସଆଇ ମାର୍କ ଥିବା ସାଇକେଲ କିଣିବା ପାଇଁ ସରକାରଙ୍କ ତରଫରୁ ୨୬୦୦ ଟଙ୍କା ଯୋଗାଇ ଦିଆଯାଇଥାଏ।

୨୦୧୧ -୧୨ ମସିହା ୨ ,୨୦,୩୩୧ ଜଣ ବାଳିକା ଓ ୪୧ , ୬୪୪ ଜଣ ବାଳିକାଙ୍କୁ ଏହି ଯୋଜନା ମାଧ୍ୟମରେ ମାଗଣାରେ ସାଇକେଲ ବଣ୍ଟନ କରାଯାଇଅଛି । ଏହାଦ୍ୱାରା ସର୍ବମୋଟ ୨ , ୬୧ ,୯୭୫ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଅଛନ୍ତି ଏବଂ ଏ ବାବଦରେ ରାଜ୍ୟ ସରକାର ୬୮ କୋଟି ୧୧ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି ।

୨୦୧୨ – ୧୩ ଆର୍ଥିକ ବର୍ଷ

ଚଳିତ ୨୦୧୨ – ୧୩ ଆର୍ଥିକ ବର୍ଷରେ ଉପରୋକ୍ତ ବିଦ୍ୟାଳୟ ଗୁଡିକର ସଂପୃକ୍ତ ଛାତ୍ରଛାତ୍ରୀଙ୍କ ସହିତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ସଂସୃତି ଟୋଲ ଏବଂ ମଦ୍ରାସାରେ ଦଶମ ଶ୍ରେଣୀରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରୀ ତଥା ୧୧୮ ଟି ଆଦିବାସୀ ଅଧ୍ୟୁଷିତ ବ୍ଲକର ସମସ୍ତ ଟୋଲ ଓ ମଦ୍ରାସାରେ ଅଧୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ଏବଂ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ  ଥିବା ପରିବାର ର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କୁ ମଧ୍ୟ ଏହି ଯୋଜନାରେ ସାଇକେଲ କିଣିବା ପାଇଁ ୨୬୦୦ ଟଙ୍କା ଯୋଗାଇଡିଆଯାଇଛି ।

ଏହାଦ୍ୱାରା ରାଜ୍ୟରେ ୨୦୧୨ – ୧୩ ଆର୍ଥିକ ବର୍ଷରେ ମୋଟ ୨, ୬୫,୫୮୩ ଜଣ ଛାତ୍ରୀ ଓ ୪୩ , ୩୫୨ ଜଣ ଛାତ୍ର  ଉପକୃତ ହେବା ସହିତ ରାଜ୍ୟ ସରାକରଙ୍କୁ ଏ ବାବଦରେ ୮୦ କୋଟି ୩୨ ଲକ୍ଷ୍ୟ ଟଙ୍କା ବ୍ୟୟ କରିବାକୁ ପଡିବ ।

ଦାରିଦ୍ର୍ୟ ସୀମାରେଖା

ସେହିପରି ରାଜ୍ୟରେ  ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ର ଦଶମ ଶ୍ରେଣୀରେ ଅଧୟନ କରୁଥିବା ସମସ୍ତ ଛାତ୍ର ମାନଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇ ଅଛନ୍ତି । ଏହି  ନିଷ୍ପତ୍ତି ଦ୍ଵାରା ଦଶମ ଶ୍ରେଣୀରେ ଅଧୟନ କରୁଥିବା ହାରାହାରି ୧ ଲକ୍ଷ ୬୦ ହଜାର ଛାତ୍ର ଏହି ଯୋଜନାରେ ଉପକୃତ ହୋଇପାରିବେ ଏବଂ ଏଥି ନିମନ୍ତେ ଅଧିକ ୪୪ କୋଟି ୨୦ ଲକ୍ଷ ଟଙ୍କା ବେୟ ହେବ । ଏହି ସାଇକେଲ ବଣ୍ଟନ ଯୋଜନା ରେ ରାଜ୍ୟରେ ମୋଟ ୪, ୬୮ , ୯୩୫ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ଓ ରାଜ୍ୟ ସରକାର ଏ ବାବଦରେ  ୧୨୧ କୋଟି ୯୨ ଟଙ୍କା ବ୍ୟୟ କରିବେ ।

ଦଶମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରୀ , ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ତଥା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରମାନଙ୍କୁ ପ୍ରୋସ୍ରାହନ ପୂର୍ବକ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରାଇବା ଏହି ଯୋଜନାର ଲକ୍ଷ୍ୟ।

ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର

ରାଜ୍ୟ ସରକାର ଅଣ   ଆଦିବାସୀ ଅଧୁଷିତ ଅଞ୍ଚଳର ସମସ୍ତ  ସରକାରୀ , ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ , ସଂସ୍କୃତି ଟୋଲ ଓ ମାଦ୍ରାସାରେ ଦଶମ ଶ୍ରେଣୀରେ  ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରମାନଙ୍କୁ ମଧ୍ୟ ଏହି ଯୋଜନାରେ ସାଇକେଲ କିଣିବା ପାଇଁ ୨୬୦୦ ଟଙ୍କା ଯୋଗାଇଦେବା ପାଇଁ ନିଷ୍ପତି ନେଇଛନ୍ତି ।

ଆଧାର -ଓଡିଶ ସରକାର

3.2
Sagarika Bardhan Apr 19, 2016 01:05 PM

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ର ଦଶମ ଶ୍ରେଣୀ ରେ ପଢୁଥିବା ପିଲା ପାଇଁ ଏହି ଯୋଜନା ବହୁତ ଉପଯୋଗୀ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top