ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ
ସେଆର କରନ୍ତୁ

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ ସମ୍ବନ୍ଧରେ ସୂଚନା ।

ପ୍ରସ୍ତାବନା

ଭାରତ ଶିକ୍ଷା ବ୍ୟବସ୍ଥାକୁ ସର୍ବଦା ଗୁରୁତ୍ଵ ଦେଇଆସିଛି । ପ୍ରାଚୀନ ଭାରତରେ ସର୍ବପ୍ରଥମେ ଆରମ୍ଭ ହୋଇଥିବା ଶିକ୍ଷା ବ୍ୟବସ୍ଥା ହେଉଛି ବୈଦିକ ଶିକ୍ଷା ବ୍ୟବସ୍ଥା । ପ୍ରାଚୀନ ଭାରତରେ ଏହି ଶିକ୍ଷାର ମୂଳ ଲକ୍ଷ୍ୟ ଏହି ସଂସାରରେ ବା ଏହା ପରେ ଜୀବନ ଧାରଣର ଜ୍ଞାନ ନଥିଲା, ଥିଲା ଆତ୍ମାର ସମ୍ପୂର୍ଣ୍ଣ ଅନୁଭୂତି । ଗୁରୁକୂଳ ବ୍ୟବସ୍ଥା ଗୁରୁ ଓ ଶିଷ୍ୟ ମଧ୍ୟରେ ଏକ ବନ୍ଧନ ସୃଷ୍ଟି କରୁଥିଲା ଏବଂ ଶିକ୍ଷକ କୈନ୍ଦ୍ରିକ ବ୍ୟବସ୍ଥାକୁ ପ୍ରତିଷ୍ଠିତ କରିଥିଲା ଯେଉଁଠି ଶିଷ୍ୟକୁ କଠୋର ଅନୁଶାସନ ପାଳନ କରିବାକୁ ପଡ଼ୁଥିଲା ଏବଂ ଗୁରୁଙ୍କ ଦାୟିତ୍ଵ ନିର୍ବାହ କରିବା ପାଇଁ କେତେକ କ୍ଷେତ୍ରରେ ଶିଷ୍ୟ ବାଧ୍ୟ ହେଉଥିଲା ।

ଖ୍ରୀ.ପୂ. ୭୦୦ରେ ତକ୍ଷଶିଳାରେ ପୃଥିବୀର ପ୍ରଥମ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ଚତୁର୍ଥ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିବା ନାଳନ୍ଦା ବିଶ୍ଵବିଦ୍ୟାଳୟ ବା ନାଳନ୍ଦା ମହାଭୀରା ଥିଲା। ପୃଥିବୀର ଶ୍ରେଷ୍ଠ ବିଶ୍ଵବିଦ୍ୟାଳୟଗୁଡ଼ିକରୁ ଅନ୍ୟତମ । ସପ୍ତମ ଶତାବ୍ଦୀରେ ନାଳନ୍ଦା ବିଶ୍ଵବିଦ୍ୟାଳୟରେ ୧୦୦୦୦ ଛାତ୍ର ଓ ୨୦୦୦ ଶିକ୍ଷକ ଥିଲେ । ନାଳନ୍ଦା ବିଶ୍ଵବିଦ୍ୟାଳୟରେ ଅନେକ ବିଷୟରେ ଶିକ୍ଷା ଦିଆଯାଉଥିଲା, ଯେମିତି ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଭେଷଜ, ତର୍କଶାସ୍ତ୍ର ଏବଂ ତର୍କଶାସ୍ତ୍ର ମଧ୍ୟସ୍ଥ ଦର୍ଶନ, ସାଂଖ୍ୟ, ଯୋଗଶାସ୍ତ୍ର, ବେଦ ଏବଂ ବୌଦ୍ଧଶାସ୍ତ୍ର ଏବଂ ବୈଦେଶୀ ଦର୍ଶନ । ରାଷ୍ଟ୍ରୀୟ ସୀମାକୁ ଅତିକ୍ରମ କରି ନାଳନ୍ଦା ବିଶ୍ଵବିଦ୍ୟାଳୟ ଚୀନ, ଇଣ୍ଡୋନେସିଆ, କୋରିଆ, ଜାପାନ, ପସିଆ, ତୁର୍କୀ ଓ ପୃଥିବୀର ଅନ୍ୟପ୍ରାନ୍ତରୁ ଛାତ୍ରମାନଙ୍କୁ ଆକର୍ଷଣ କରିଥିଲା ।

ଭାରତୀୟ ବିଦ୍ଵାନ ଚରକ, ସୁଶୃତ ଆର୍ଯ୍ୟଭଟ୍ଟ, ଭାସ୍କରାଚାର୍ଯ୍ୟ, ଚାଣକ୍ୟ, ପତଞ୍ଜଳି, ବାତ୍ସାୟାନ ଓ କେତେକ ବିହାନଗଣ ଗଣିତଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, ପଦାର୍ଥବିଜ୍ଞାନ, ରାସାୟନିକବିଜ୍ଞାନ, ଭେଷଜ ବିଜ୍ଞାନ, ଶଲ୍ୟବିଜ୍ଞାନ, ଲଳିତକଳା, ଯାନ୍ତ୍ରିକ ଏବଂ ଉତ୍ପାଦନ ପ୍ରଯୁକ୍ତି ବିଜ୍ଞାନ, ସିଭିଲ ଇଂଜିନିଅରିଙ୍ଗ, ବାସ୍ତୁକଳା, ଜାହାଜନିର୍ମାଣ, ନୌପରିବହନ, କ୍ରୀଡ଼ା କ୍ଷେତ୍ରରେ ପୃଥିବୀର ଜ୍ଞାନ ବ୍ୟବସ୍ଥାକୁ ବହୁମୂଲ୍ୟ ଅବଦାନ ଦେଇଛନ୍ତି । ସ୍ଵାଧୀନତା ସଂଗ୍ରାମ ସମୟରେ ଅନେକ ନେତା ଗୋଖଲେ, ରାମମୋହନ ରାୟ, ପଣ୍ଡିତ ମଦନ ମୋହନ ମାଲବ୍ୟ ଏବଂ ମହାତ୍ମା ଗାନ୍ଧୀ ଭାରତୀୟଙ୍କ ଉତ୍ତମ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ ସ୍ଵାଧୀନତାଠାରୁ ଭାରତର ବିକାଶ କାର୍ଯ୍ୟକ୍ରମରେ ଶିକ୍ଷାର ଉନ୍ନତି ପାଇଁ ଚିନ୍ତା କରିବା ଥିଲା ସବୁଠୁ ପ୍ରଥମେ । ଶିକ୍ଷାର ଗୁଣାତ୍ମକମାନର ଉନ୍ନତି ପାଇଁ ଏବଂ ଶିକ୍ଷାରେ ଯୋଗଦାନ ଏବଂ ପହଞ୍ଚକୁ ବୃଦ୍ଧି କରିବା ପାଇଁ ସମୟ ସମୟରେ ଭାରତ ସରକାର ଅନେକ କମିଶନ ଗଠନ କରିଥିଲେ । ଏ ମଧ୍ୟରୁ ମୁଖ୍ୟ କମିଶନ ଗୁଡ଼ିକ ହେଲା : ବିଶ୍ଵବିଦ୍ୟାଳୟ ଶିକ୍ଷା କମିଶନ (୧୯୪୮- ୪୯), ମାଧ୍ୟମିକ ଶିକ୍ଷା କମିଶନ (୧୯୫୨-୫୩), ଶିକ୍ଷା କମିଶନ (୧୯୬୪-୬୬), ଶିକ୍ଷକଙ୍କ ପାଇଁ ରାଷ୍ଟ୍ରୀୟ କମିଶନ-କ ଓ ଖ (୧୯୮୩ - ୮୫) ।

ଶିକ୍ଷା ଆୟୋଗର ସୁପାରିଶର ଆଧାରରେ ଜାତୀୟ ଶିକ୍ଷା ନୀତି (୧୯୬୮)ର ପ୍ରସ୍ତାବ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପୁନର୍ଗଠନର ଆବଶ୍ୟକତା ଉପରେ ଧ୍ୟାନ ଦେଇଥିଲା, ସବୁ ସ୍ତରରେ ଗୁଣାତ୍ମକ ଉନ୍ନତିକୁ ବିଜ୍ଞାନ ଏବଂ ବୈଷୟିକ ବିଜ୍ଞାନର ଉନ୍ନତି, ନୈତିକ ଏବଂ ସାମାଜିକ ମୂଲ୍ୟର କର୍ଷଣ, ଏବଂ ଶିକ୍ଷା ବ୍ୟବସ୍ଥା ଓ ଲୋକଙ୍କର ଜୀବନ ମଧ୍ୟରେ ଏକ ନିକଟତର ସମ୍ପର୍କ ଉପରେ ଧ୍ୟାନ ଦେଇଥିଲା । ପ୍ରସ୍ତାବଟି ଜାତୀୟ ପ୍ରଗତିର ପ୍ରୋତ୍ସାହନରେ ଶିକ୍ଷାର ଭୂମିକା, ସମାନ ନାଗରିକତା ଏବଂ ସଂସ୍କୃତିର ଭାବ, ଜାତୀୟ ଏକତାକୁ ଶକ୍ତ କରିବା ଉପରେ ଗୁରୁତ୍ଵ ଦେଇଥିଲା। ଜାତୀୟ ଶିକ୍ଷା ନୀତି ୧୯୮୬ (୧୯୯୨ରେ ପରିବର୍ତ୍ତନ) ଏକ ଜାତୀୟ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କଲା ଯାହା ଉଲ୍ଲେଖ କଲା ଯେ "ଏକ ସ୍ତର ଯାଏ। ସମସ୍ତ ଛାତ୍ର ଜାତି, ଧର୍ମବିଶ୍ଵାସ, ସ୍ଥାନ, ଲିଙ୍ଗକୁ ଧ୍ୟାନ ନଦେଇ ସମସ୍ତେ ଶିକ୍ଷାର ଏକ ତୁଳନାୟକ ଗୁଣ ଲାଭ କରିପାରିବେ" ।

୧୯୭୬ ମସିହାରେ ୪୨ତମ ସମ୍ବିଧ୍ୟାନ ସଂଶୋଧନ ଏକ ମୌଳିକ ପରିବର୍ତ୍ତନ ଆଣିଥିଲା, ଏହା ଶିକ୍ଷାକୁ ରାଜ୍ୟର ତାଲିକାରୁ ବର୍ତ୍ତମାନର ତାଲିକାକୁ ପରିବର୍ତ୍ତନ କରିଥିଲା, ଏହା ଆମ ଦେଶର କେନ୍ଦ୍ରୀୟ ବ୍ୟବସ୍ଥାର ଗୁରୁତ୍ଵକୁ ବୁଝିପାରିଥିଲା ଏବଂ ଶୈକ୍ଷିକ ଲକ୍ଷ୍ୟକୁ ଆଗେଇ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କୁ ପ୍ରାଥମିକତା ଦେଇଥିଲା । ଶିକ୍ଷା ଉପରେ ଯେ କୌଣସି ନୀତି ସମଗ୍ର ଶିକ୍ଷା ପ୍ରକ୍ରିୟାର ଅନ୍ତଃ-ବିଭାଗୀୟ ଏବଂ ଅନ୍ତଃ – ମନ୍ତ୍ରଣାଳୟ ପ୍ରଭାବକୁ ଏବଂ ରଜ୍ୟମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ସ୍ଵୀକାର କରିବା ଆବଶ୍ୟକ । ତେଣୁ ଏହି ନୀତି ଅନ୍ୟ ରାଷ୍ଟ୍ରୀୟ ସ୍ତରର ନୀତିର ଭୂମିକାକୁ ସ୍ଵୀକାର କରେ, ଯେମିତି ୨୦୧୩ରେ ଗୃହୀତ ଆଦ୍ୟ-ଶୈଶବାବସ୍ଥା ଯତ୍ନ ଏବଂ ଶିକ୍ଷାର ଜାତୀୟ ନୀତି(ECCE), ଜାତୀୟ ଯୁବ ନୀତି (NYP) ୨୦୧୪ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଜାତୀୟ ନୀତି, ୨୦୧୫ ଏବଂ ଅନେକ ରାଜ୍ୟସ୍ତରୀୟ ନୀତିକୁ ମଧ୍ୟ ଅନ୍ତର୍ଭୁକ୍ତ କରେ ।

ଜାତୀୟ ଶିକ୍ଷା ନୀତି (୧୯୮୬-୯୨) ଯେବେଠୁଁ ଆରମ୍ଭ ହେଲା, ଭାରତରେ ଓ ପୃଥିବୀରେ ବହୁ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଘଟିଛି । ଭାରତର ରାଜନୈତିକ, ଅର୍ଥନୈତିକ, ସାମାଜିକ ପ୍ରଗତି ଏପରି ପର୍ଯ୍ୟାୟରେ ଗତି କରୁଛି ଯାହା ଫଳରେ ଏକ ଦୃଢ଼ ଓ ବିକାଶମୁଖୀ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । ଭାରତରେ ଶିକ୍ଷା କ୍ଷେତ୍ରରେ ଏକ ମୁଖ୍ୟ ବିକାଶ ହେଉଛି ସାର୍ବଜନିକ ପ୍ରାଥମିକ ଶିକ୍ଷା ପାଇବାକୁ ସାମ୍ବିଧାନିକ ଏବଂ ନ୍ୟାୟିକ ଭିତ୍ତି । ଭାରତର ସମ୍ବିଧ୍ୟାନରେ ସମ୍ବିଧ୍ୟାନ ନିୟମ (ଛୟାଶିତମ ସଂଶୋଧନ), ୨୦୦୨, ସୂଚୀ ୨୧ କ ଅନୁଯାୟୀ ଛଅରୁ ଚଉଦ ବର୍ଷର ସମସ୍ତ ଶିଶୁଙ୍କୁ ନିକଟରେ ଥିବା କୌଣସି ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ହେବା ଯାଏ ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ଦେବାର ଅଧିକାର ଦେଇଛି ।

ଶିକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଘଟିଛି । ଶୈକ୍ଷିକ କାର୍ଯ୍ୟକଳାପ ଏବଂ ଶିକ୍ଷଣ ପ୍ରକ୍ରିୟା ଏବେ ଆଉ ଶ୍ରେଣୀ କୋଠରୀ ଭିତରେ ଆବଦ୍ଧ ନୁହେଁ ଏବଂ ଶିକ୍ଷାର ପରିସର ଆଉ ଆନୁଷ୍ଠାନିକଭାବେ ପାଠ ପଢ଼ିବା ବା ଉଚ୍ଚଶିକ୍ଷାରେ ସୀମିତ ନୁହେଁ । ଶୈକ୍ଷିକ ପ୍ରକ୍ରିୟା କେବଳ ଶ୍ରେଣୀ ଆଧାରିତ ପାଠ୍ୟକ୍ରମ ମାଧ୍ୟମରେ ଘଟୁନାହିଁ ଇଲେକଟ୍ରୋନିକ ଓ ପ୍ରିଣ୍ଟ ଗଣମାଧ୍ୟମ, ସୂଚନା ଓ ସଂଚାର ଟେକନୋଲୋଜି, ପୁସ୍ତକ ଏବଂ ପତ୍ରପତ୍ରିକା ଇତ୍ୟାଦି ହାରା ମଧ୍ୟ ହେଉଅଛି । ଆଜିର ଶିକ୍ଷାର୍ଥୀ ଅଣ ଆନୁଷ୍ଠାନିକ ମାଧ୍ୟମ ଦ୍ଵାରା ସାମ୍ପ୍ରତିକ ଜ୍ଞାନ ଲାଭ କରିପାରୁଛି ।

ନୂତନ ଜ୍ଞାନର ସୃଷ୍ଟି ଓ ପ୍ରୟୋଗର କ୍ଷିପ୍ର ଗତି, ବିଶେଷତଃ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବଂ ଲୋକମାନଙ୍କର ନିତିଦିନିଆଁ ଜୀବନ ଉପରେ ଏହାର ପ୍ରଭାବ ଜ୍ଞାନର କ୍ଷୀପ୍ର ଗତିରେ ପରିବର୍ତ୍ତନ ଜଗତ ବିଷୟରେ ଶିକ୍ଷାର୍ଥୀକୁ ଅବଗତ କରାଇବାର ଗୁରୁତ୍ଵ ଉପରେ ଧ୍ୟାନ ଦିଏ । ସୃଷ୍ଟି ହେଉଥିବା ଅର୍ଥନୀତି ଏବଂ ସମାଜର ଚାହିଦାକୁ ପୂରଣ କରିବା ପାଇଁ ମାନବୀୟ ଦକ୍ଷତା ବୃଦ୍ଧିର ଆବଶ୍ୟକତା, ଜୀବନ ଦକ୍ଷତାର ଆବଶ୍ୟକତା, ପରିବର୍ତ୍ତନ ଦକ୍ଷତାର ଚାହିଦାକୁ ଗ୍ରହଣ କରିବା ପାଇଁ ଶିକ୍ଷାର୍ଥୀ ଜ୍ଞାନ ଓ ଦକ୍ଷତା ହାସଲ କରିବାକୁ ଧ୍ୟାନ ଦିଏ । ଶିକ୍ଷାର ପରିବର୍ତ୍ତନ ସାମାଜିକ ପ୍ରସଙ୍ଗ ଏବଂ ସମାନତା ଏବଂ ସମ୍ମିଳନ ହାସଲ କରିବାକୁ ରାଷ୍ଟ୍ରୀୟ ଅନୁଚିନ୍ତା ଶିକ୍ଷାର ଏକ ପରିବର୍ତ୍ତନ ଦୃଷ୍ଟିକୋଣ ଆବଶ୍ୟକ କରେ ଏବଂ ଏହା ସମସ୍ତ ଶିକ୍ଷାର୍ଥୀ ପାଇଁ ସୁଯୋଗ ସୃଷ୍ଟି କରେ ଯାହା ଫଳରେ ସେମାନେ ଶିକ୍ଷଣ ଅନୁଭୂତିରେ ସଫଳ ହେବେ ଏବଂ ସମସ୍ତ ଶିକ୍ଷା ଅନୁଷ୍ଠାନକୁ ବିବିଧ  ଛାତ୍ର ଗୋଷ୍ଠୀର ସମାନ ଶୈକ୍ଷିକ ଲାଭ ପାଇଁ ଉତ୍ତରଦାୟୀ କରେ ।

ନୂତନ ସୂଚନା ଏବଂ ସଂଚାର ଟେକନୋଲୋଜିର ବ୍ୟବହାର, ବିଶେଷତଃ ଇଣ୍ଟରନେଟର ବ୍ୟବହାର ଗତ କିଛି ବର୍ଷ ଭିତରେ ଅଭୂତପୂର୍ବଭାବେ ବୃଦ୍ଧି ପାଇଛି । ନୂତନ ଟେକନୋଲୋଜି ଲୋକମାନଙ୍କର ଜୀବନ ଜୀଇଁବା, କାମ କରିବା ଓ ଯୋଗାଯୋଗରେ ପରିବର୍ତନ ଘଟାଉଛି । ଏହି ନୂତନ ଟେକନୋଲୋଜି ଶିକ୍ଷାର୍ଥୀ ପାଇଁ ନୂତନ ଶିକ୍ଷଣ ଏବଂ ନୂତନ ଶିକ୍ଷଣ ସମ୍ବଳର ସୁଯୋଗ ଆଣିବା ସହିତ ସୂଚନା ଲାଭ କରିବାକୁ ସୁଯୋଗ ଆଣିଦେଇଛି । ଶିକ୍ଷା ବ୍ୟବସ୍ଥାରେ ଏହି ନୂତନ ଟେକନୋଲୋଜି ଗୁଡ଼ିକର ସଂଯୋଗ ଶିକ୍ଷା କ୍ଷେତ୍ରରେ ଏକ ପ୍ରାଥମିକ କାମ ଭାବେ ଦେଖାଦେଇଛି । ଉପରୋକ୍ତ ଉନ୍ନତିରୁ ଜଣାଯାଏ ଯେ, ଶିକ୍ଷା ନୀତିଗୁଡ଼ିକ ଓ ଶିକ୍ଷାର ବିଷୟ ପ୍ରକ୍ରିୟା ପରିବର୍ତ୍ତିତ ସମୟ ଓ ଆବଶ୍ୟକ ଅନୁଯାୟୀ ସଂରଚନା ହେବା ଉଚିତ୍ । ଅତୀତର ଅନୁଭୂତି ଏବଂ ପରିବର୍ତ୍ତନ ଜାତୀୟ ପ୍ରଗତିର ଉଦ୍ଦେଶ୍ୟ ଏବଂ ସାମାଜିକ ଆବଶ୍ୟକତା ଓ ସ୍ଥାନୀୟ ଜାତୀୟ ଏବଂ ଜାଗତିକ ବାସ୍ତବତା ଓ ପରିବର୍ତନ, ଶିଶୁ, ଯୁବକ ଏବଂ ପ୍ରାପ୍ତ ବୟସ୍କଙ୍କ ପରିବର୍ତ୍ତନ ଶିକ୍ଷଣ ଆବଶ୍ୟକତାକୁ ଗୁରୁତ୍ଵଦେଇ ଶିକ୍ଷାର ପ୍ରକ୍ରିୟା, ବିଷୟ ଉଦ୍ଦେଶ୍ୟଗୁଡ଼ିକ ଏବଂ ସଂରଚନା ନବୀକରଣ ଆବଶ୍ୟକ କରେ। ଜାତୀୟ ଶିକ୍ଷା ନୀତି, ୨୦ ୧୬ ଶିକ୍ଷା କ୍ଷେତ୍ରରେ ପୁନଃନବୀକରଣ ପ୍ରକ୍ରିୟାରେ ପଥପ୍ରଦର୍ଶକ ହେବ ବୋଲି ପ୍ରସ୍ତୁତ କରାଯାଇଛି ।

ଜାତୀୟ ଶିକ୍ଷା ନୀତି ୨୦୧୬ ଏକ ମହନୀୟ ଶିକ୍ଷା ବ୍ୟବସ୍ଥାର ସ୍ଵପ୍ନ ଦେଖେ ଯାହା ସମସ୍ତଙ୍କ ପାଇଁ ସମ୍ମିଳିତ ଗୁଣାୟକ ଶିକ୍ଷା ଏବଂ ଜୀବନବ୍ୟାପୀ ଶିକ୍ଷଣ ସୁଯୋଗ ସୃଷ୍ଟି କରେ । ଫଳପ୍ରଦ ଜୀବନ ବଞ୍ଚିବାକୁ ଆବଶ୍ୟକ ଜ୍ଞାନ, ଦକ୍ଷତା, ଦୃଷ୍ଟିକୋଣ ଓ ମୂଲ୍ୟରେ ନିପୁଣ ଛାତ୍ର ବା ସ୍ନାତକ ସୃଷ୍ଟି କରେ, କ୍ଷିପ୍ରଭାବେ ପ୍ରଗତିଶୀଳ, ସର୍ବଦା ଜଗତୀକରଣ ହେଉଥିବା, ଜ୍ଞାନ ଆଧାରିତ ସମାଜକୁ ଧ୍ୟାନ ଦେଉଥିବା, ଏବଂ ଦାୟିତ୍ଵପୂର୍ଣ୍ଣ ନାଗରିକ ଗଢ଼ି ତୋଳିବ ଯେଉଁମାନେ ଭାରତୀୟ ସଂସ୍କୃତି, ଇତିହାସ ଏବଂ ପରମ୍ପରାର ବିବିଧତାକୁ ଗ୍ରହଣ କରିବେ ଏବଂ ସାମାଜିକ ସଂଯୋଜନ ଆଉ ଧାର୍ମିକ ଏକତାକୁ ବଜାୟ ରଖୁବେ । ଏହି ସ୍ଵପ୍ନ ଭାରତର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ବିକାଶରେ ଶିକ୍ଷାର ମୁଖ୍ୟ ଭୂମିକାକୁ ସ୍ଵୀକାର କରେ । ମହାତ୍ମା ଗାନ୍ଧୀ କହିଥିଲେ, “ପ୍ରକୃତ କଠିନତା ହେଉଛି ଯେ, ଲୋକମାନେ ପ୍ରକୃତ ଶିକ୍ଷା କଣ ଜାଣିନାହାନ୍ତି ଆମେ ଜମିର ମୂଲ୍ୟ ବା ଷ୍ଟକ ଏକତ୍ରୋଞ୍ଜ ରେ ସେଆରର ମୂଲ୍ୟ ଯେମିତି ନିରୂପଣ କରୁ, ସେମିତି ଶିକ୍ଷାର ମୂଲ୍ୟ କଳନା କରୁ ଆମେ ସେଇ ଶିକ୍ଷା ଦେବାକୁ ଚାହୁଁ ଯାହା ଛାତ୍ରକୁ ଅଧିକ ଉପାର୍ଜନକ୍ଷମ କରିବ, ଆମେ ତା’ର ଚରିତ୍ରର ବିକାଶ ଉପରେ ମୋଟେ ଧ୍ୟାନ  ଦେଉନାହୁଁ ।" ଜାତିର ପିତାଙ୍କ ଧାରଣାରେ ଅନୁପ୍ରାଣିତ ହୋଇ, ଏହି ନୀତି ମୂଲ୍ୟବୋଧଗୁଡ଼ିକୁ ନାଗରିକମାନଙ୍କ ପାଇଁ ଦକ୍ଷତା  ଏବଂ ନିପୁଣତା ଯୋଗାଇବା ଏବଂ ରାଷ୍ଟ୍ରର ମଙ୍ଗଳ ପାଇଁ ସେମାନଙ୍କୁ ଯୋଗ୍ୟ କରିବା ଆଦି ଉପରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ବ୍ୟବସ୍ଥାରେ ଉତ୍ପାଦନର ଗୁଣାୟକ ମାନ ଉପରେ ରାଷ୍ଟ୍ରର ଦୀର୍ଘମିଆଦୀ ଅର୍ଥନୈତିକ ବୃଦ୍ଧି ଏବଂ ବିକାଶ ନିର୍ଭର କରେ ଏବଂ ସମାନତା ଓ ଗୁଣାତ୍ମକ ମାନର ଆଧାରରେ ସୃଷ୍ଟ ଶିକ୍ଷା ବ୍ୟବସ୍ଥା ହେଉଛି ଏକ ସ୍ଥାୟୀ ବିକାଶ ଯାହା ବିକଶିତ ଜ୍ଞାନ ଅର୍ଥନୀତି ଓ ସମାଜ ପାଇଁ ଗୁରୁତ୍ଵପୂର୍ଣ୍ଣ ମନେକରାଯାଏ । ସାମାଜିକ ଅର୍ଥନୈତିକ ଗତିଶୀଳତା ଓ ଏକ ସମାନ ନ୍ୟାୟ ସମ୍ମତ ମାନବ ସମାଜ ଗଠନ ପାଇଁ ଶିକ୍ଷା ହେଉଛି ଏକ ମୁଖ୍ୟ ଉପକରଣ । ଶିକ୍ଷା ସମାଜର ଏକ ପୂର୍ଣ୍ଣାଙ୍ଗ ଅଙ୍ଗ ଅଟେ। ଏବଂ ସାମାଜିକ ସମନ୍ଵୟତା ଓ  ଜାତୀୟ ପରିଚୟକୁ ଗଢ଼ିବାକୁ ଶିକ୍ଷାର ଭୂମିକାକୁ ସ୍ଵୀକାର କରାଯାଏ । ଏହି ଶିକ୍ଷା ନୀତିର ସ୍ଵପ୍ନ ପୁଣି ଉତ୍ତମ ଗୁଣାୟକ ଶିକ୍ଷାକୁ ଦୃଷ୍ଟିକୁ ଆଣେ ଯାହା ଜଗତିକରଣ ଏବଂ ସ୍ଥାନୀୟକରଣକୁ ମିଶାଇବାକୁ ସହାୟତା କରିବା ସହିତ ଭାରତୀୟ ଶିଶୁ ଓ ଯୁବକମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଅଭିଷିକ୍ତ ହୋଇ ବିଶ୍ଵର ନାଗରିକ ହେବାକୁ ଯୋଗ୍ୟ କରେ  ।

ଆସନ୍ତା କେତେ ବର୍ଷ ମଧ୍ୟରେ ଜାତୀୟ ଶିକ୍ଷା ନୀତି ୨୦୧୬ ଭାରତରେ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଏକ ଛାଞ୍ଚ  ପ୍ରଦାନ କରେ । ଏହା ଅତୀତର ସବୁ ଶିକ୍ଷା ନୀତି ସମ୍ବନ୍ଧିତ ଅସମ୍ପୂର୍ଣ୍ଣ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଆଲୋକପାତ କରିବା ସହିତ ସାମ୍ପ୍ରତିକି ଏବଂ ହେଉଥିବା ଜାତୀୟ ପ୍ରଗତି ଏବଂ ଶିକ୍ଷା କ୍ଷେତ୍ର ସମ୍ବନ୍ଧିତ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦିଏ । ଜାତୀୟ ପ୍ରଗତିରେ ଗୁଣାୟକ ଶିକ୍ଷାର ଗୁରୁତ୍ଵକୁ ସ୍ଵୀକାର କରି, NEP ୨୦୧୬ ସବୁ ସ୍ତରରେ ଶିକ୍ଷାର ଗୁଣାୟକ ମାନକୁ ବୃଦ୍ଧି କରିବା ଉପରେ ଏବଂ ସମାଜର ସମସ୍ତ ଶାଖା ପାଇଁ ଶୈକ୍ଷିକ ସୁଯୋଗର ଉପଲବଧତା ଉପରେ ଅଭୁତପୂର୍ବ ଜୋର ଦେଇଥାଏ ।

ଶ୍ରୀ ଅରବିନ୍ଦଙ୍କ ଶବ୍ଦରେ, "ଭାରତୀୟମାନଙ୍କ ସୁଦୃଢ଼ ବିଶ୍ଵାସ ରହିବା ଉଚିତ୍ଵ ଯେ ଭାରତ ଜାଗିବ ଓ ମହାନ ହେବ ଏବଂ ଯାହା  କିଛି ଘଟେ ସବୁ କଠିନତା, ସମସ୍ୟା ସେମାନଙ୍କୁ ନିଶ୍ଚୟ ସାହାଯ୍ୟ ଦେବ ଏବଂ ସେମାନଙ୍କ ଉଦ୍ଦେଶ୍ୟକୁ ସାକାର କରିବାକୁ ସାହାଯ୍ୟ କରିବା..... ଅନ୍ଧକାର ସମାପ୍ତ ହେବ ଏବଂ ଦିଗବଳୟରେ ସୁଯୋଗ୍‌ଦୟ ହେବ । ଭାରତର ଭାଗ୍ୟ ସୁର୍ଯ୍ୟ ଉଦୟ ହେବ ଏବଂ ସାରା ଭାରତକୁ ଆଲୋକରେ ପୁର୍ଣ୍ଣ କରି ଏସିଆ ଏପରିକି ସାରା ବିଶ୍ଵକୁ ଆଲୋକିତ କରିବ ।" ଏହା ପରେ  ଅବଶିଷ୍ଟ ଏକବିଂଶ ଶତାବ୍ଦୀ ହେବ ଭାରତର  ।

ଶିକ୍ଷା କ୍ଷେତ୍ରରେ କେତେକ ମୁଖ୍ୟ ସମସ୍ୟା

ପୂର୍ବର ଶିକ୍ଷା ନୀତିଗୁଡ଼ିକ ସ୍ପଷ୍ଟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଛନ୍ତି, ଯଦିଓ ସେଥିରୁ ଅନେକ ସମ୍ପୂର୍ଣ୍ଣଭାବେ ଅନୁଭୂତ ହୋଇପାରିନାହିଁ । ଯଦିଓ ଭାରତ ଶିକ୍ଷାର ସବୁ ସ୍ତରରେ ଯୋଗଦାନ ଏବଂ ପ୍ରବେଶକୁ ବୃଦ୍ଧି କରିବାରେ ଗୁରୁତ୍ଵପୂର୍ଣ୍ଣଭାବେ ପ୍ରଗତି କରିଛି, ଦେଶରେ ଶିକ୍ଷାର ସର୍ବୋନ୍ନତିର ମିଶ୍ରିତ ଛବି, ଶିକ୍ଷାରେ ଯୋଗଦାନ ଏବଂ ପ୍ରବେଶର ସମସ୍ୟା, ଦିଆଯାଉଥିବା ଶିକ୍ଷାର ଗୁଣାୟକ ମାନ, ଶିକ୍ଷାରେ ସମାନତା, ବ୍ୟବସ୍ଥାର ଦକ୍ଷତା, ଶାସନ ଏବଂ ପରିଚାଳନା, ଗବେଷଣା ଓ ବିକାଶ, ଶିକ୍ଷାର ବିକାଶରେ ଆର୍ଥିକ ବିଷୟ ସମ୍ବନ୍ଧିତ ଅନେକ ଚିନ୍ତା ଏବଂ ସମସ୍ୟା ରହିଆସିଛି ।

ପ୍ରବେଶ ଓ ଯୋଗଦାନ

ଅନେକ ଦେଶର ଗବେଷଣା ଆଦ୍ୟ ଶୈଶବାବସ୍ଥାରେ ଶିକ୍ଷାର ଗୁରୁତ୍ଵକୁ ଗୁରୁତ୍ଵପୂର୍ଣ୍ଣ ମନେ କରେ । ସେ ଯାହା ବି ହେଉ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଯୋଗଦାନର ଅନୁପାତ କମ୍ ଅଟେ । ସମସ୍ତ ଶିଶୁମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କୁ ଆନୁଷ୍ଠାନିକ ବିଦ୍ୟାଳୟ ଯିବା ପାଇଁ ପ୍ରସ୍ତୁତ କରିବା ସହିତ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପ୍ରବେଶକୁ ବୃଦ୍ଧି କରିବା ଏକ ପ୍ରାଥମିକ କାର୍ଯ୍ୟ ଅଟେ ।

୨୦୦୦ ମସିହାରୁ ଜାତୀୟସ୍ତରରେ ବିଦ୍ୟାଳୟରେ ଭର୍ତ୍ତି ହେଉନଥିବା ୬- ୧୩ ବର୍ଷର ଶିଶୁମାନଙ୍କ ଅନୁପାତ ଗୁରୁତ୍ଵପୂର୍ଣ୍ଣଭାବେ ହ୍ରାସ ପାଇଛି । କିନ୍ତୁ ବିଦ୍ୟାଳୟରେ ଭର୍ତ୍ତି ହେଉନଥିବା ଶିଶୁମାନଙ୍କ ସମ୍ପୂର୍ଣ୍ଣ ସଂଖ୍ୟା ଅଧିକ ରହିଛି । ଆପେକ୍ଷିକଭାବେ ପ୍ରାଥମିକ ଶିକ୍ଷାର ତୁଳନାରେ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାରେ ନାମଲେଖାର ହାର କମ୍ ମଧ୍ୟ ଚିନ୍ତାର ବିଷୟ ଅଟେ । ସାର୍ବଜନୀନ ମାଧ୍ୟମିକ ଶିକ୍ଷା ଲାଭ କରିବାକୁ ଛାତ୍ରଛାତ୍ରୀଙ୍କର ପ୍ରାଥମିକରୁ ମାଧ୍ୟମିକ ସ୍ତରକୁ ମାଧ୍ୟମିକରୁ ଉଚ୍ଚମାଧ୍ୟମିକ ଓ ସ୍ନାତକସ୍ତରକୁ ଗତିଶୀଳତା ଏକ ମୁଖ୍ୟ ଚିନ୍ତାର ବିଷୟ ହୋଇଛି ।

ପୃଥିବୀରେ ଭାରତର ଦ୍ଵିତୀୟ ବୃହତ୍ ଉଚ୍ଚଶିକ୍ଷା ବ୍ୟବସ୍ଥା ରହିଛି । ଯଦିଓ ଭାରତୀୟ ଉଚ୍ଚତର ଶିକ୍ଷା ମାସିଫିକେସନ ସ୍ତରରେ ପ୍ରବେଶ କରିସାରିଛି, ସମୁଦାୟ ନାମଲେଖା ଅନୁପାତ ଉଚ୍ଚଶିକ୍ଷାରେ କମ୍ ରହିଛି ଯାହା ୨୦୧୪-୧୫ରେ ୨୩ .୬ ପ୍ରତିଶତ ଅଟେ । ଏହି GERକୁ ୨୦୧୭-୧୮ ରେ ୨୫.୨ ପ୍ରତିଶତକୁ ଏବଂ ୨୦୨୦ - ୨୧ ରେ ୩୦ ପ୍ରତିଶତକୁ ବୃଦ୍ଧି କରିବା ହେଉଛି ବର୍ତ୍ତମାନର ଲକ୍ଷ୍ୟ ।

ନିରକ୍ଷରମାନଙ୍କ ସଂଖ୍ୟାକୁ ହ୍ରାସ କରିବାରେ ଆପେକ୍ଷିକ ଧୁର ପ୍ରଗତି ଚିନ୍ତାର ବିଷୟ ରହିଆସିଛି । ୨୦୧୧ ମସିହାରେ ୭ ବର୍ଷର ଏବଂ ଉଦ୍ଧି ୨୮୨.୬ ମିଲିୟନ ନିରକ୍ଷରମାନଙ୍କ ସଂଖ୍ୟା ସହିତ ଭାରତରେ ପୃଥିବୀରେ ବୃହତ୍ ନିରକ୍ଷରମାନଙ୍କ ଜନସଂଖ୍ୟା ରଖିଛି । ଭାରତରେ ବହୁ ସଂଖ୍ୟାରେ ଯୁବ ଏବଂ ପ୍ରାପ୍ତ ବୟସ୍କ ନିରକ୍ଷର ମଧ୍ୟ ରହିଛନ୍ତି, ୨୦୧୧ ମସିହାରେ ଯୁବ ସାକ୍ଷରତା ହାର (୧୫-୨୪ ବର୍ଷ) ୮୬.୧ ପ୍ରତିଶତ ଏବଂ ପ୍ରାପ୍ତ ବୟସ୍କା ସାକ୍ଷରତା ହାର (୧୫ ବର୍ଷ ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ଵ ) ୬୯.୩ ପ୍ରତିଶତ ରହିଛି ।

ଗୁଣବତ୍ତାର ପ୍ରସଙ୍ଗ

ନିମ୍ନମାନର ଶିକ୍ଷା କୁଶିକ୍ଷଣ ଦେଇଥାଏ ଯାହା ଏକ ଚିନ୍ତାର ବିଷୟ । ଗୁଣବତ୍ତା ସମ୍ବନ୍ଧୀୟ ଅକ୍ଷମତା ଯେମିତି ଅନୁପଯୁକ୍ତ ପାଠ୍ୟକ୍ରମ, ପ୍ରଶିକ୍ଷଣ ପ୍ରାପ୍ତ ଶିକ୍ଷକର ଅଭାବ, ଏବଂ ଅପ୍ରଭାବନୀୟ ଶିକ୍ଷଣ ପଦ୍ଧତି, ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧରେ ଏକ ମୁଖ୍ୟ ସମସ୍ୟା ହୋଇ ରହିଆସିଛି । ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସମାପ୍ତ କରୁଥିବା ଶିଶୁମାନେ ବୃହତ୍ ସଂଖ୍ୟାରେ ଜ୍ଞାନ ଏବଂ ଭାଷା କ୍ଷେତ୍ରରେ ବିଦ୍ୟାଳୟ ପ୍ରସ୍ତୁତି ନିପୁଣତା ଦେଖାଇ ନଥାନ୍ତି, ଯେତେବେଳେ ସେମାନେ ପ୍ରାଥମିକ ବିଦ୍ୟାଳୟକୁ ଯାଆନ୍ତି । ବହୁ ସଂଖ୍ୟାରେ ପ୍ରାକ୍-ବିଦ୍ୟାଳୟ ଶିକ୍ଷକମାନେ ଠିକ୍ ଭାବରେ ପ୍ରଶିକ୍ଷିତ ହୋଇନଥାନ୍ତି । ପ୍ରାକ୍-ବିଦ୍ୟାଳୟ ଶିକ୍ଷାର ପାଠ୍ୟକ୍ରମ ବହୁ କ୍ଷେତ୍ରରେ ପ୍ରାଥମିକ ଶିକ୍ଷା ପାଠ୍ୟକ୍ରମର ଅଧୋମୁଖୀର କାରଣ ହୋଇଛି ।

ଛାତ୍ର ଶିକ୍ଷଣର ଅତୃପ୍ତକର ସ୍ତର ହିଁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ବଡ଼ ସମସ୍ୟା ଅଟେ । ଶ୍ରେଣୀ III, V, VIII, Xକୁ ମିଶାଇ ଜାତୀୟ ଉପଲବଧୁ ସର୍ବେକ୍ଷଣ (NAS) ର ଗବେଷଣାରୁ ଜଣାଯାଏ ଯେ, ଛାତ୍ରମାନଙ୍କର ଏକ ବଡ଼ ଅନୁପାତର ଶିକ୍ଷାର ସ୍ତର ପ୍ରତ୍ୟାଶିତ ଶିକ୍ଷଣ ସ୍ତରର ନୁହେଁ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଶିକ୍ଷଣର ନିମ୍ନ ଗୁଣବତ୍ତା ମାଧ୍ୟମିକ ସ୍ତରରେ ଛାତ୍ରର ଶିକ୍ଷଣ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ମାଧ୍ୟମିକ ସ୍ତରରେ ଶିକ୍ଷଣର ନିମ୍ନ ଗୁଣବତ୍ତା ମହାବିଦ୍ୟାଳୟ/ବିଶ୍ଵବିଦ୍ୟାଳୟ ସ୍ତରରେ ଦେଖାଦିଏ ଯାହା ଶିକ୍ଷା କ୍ଷେତ୍ରରେ ଶିକ୍ଷଣର ନିମ୍ନମାନକୁ ଦର୍ଶାଏ ।

ବିଦ୍ୟାଳୟ ଶିକ୍ଷାର ଅତୃପ୍ତିକର ଗୁଣବତ୍ତା ପାଇଁ ଅନେକ କାରଣ ଦାୟୀ । ଏମଧ୍ୟରୁ କେତେକ ହେଉଛି ସ୍ଵୀକୃତ ଗୁଣ ଏବଂ ମାନକୁ ଅନୁସରଣ କରୁନଥିବା ବହୁ ବିଦ୍ୟାଳୟଗୁଡ଼ିକର ଉପସ୍ଥିତି, ଛାତ୍ର ଏବଂ ଶିକ୍ଷକମାନଙ୍କର ଅନୁପସ୍ଥିତି, ଶିକ୍ଷକମାନଙ୍କର ପ୍ରେରଣା ଏବଂ ପ୍ରଶିକ୍ଷଣରେ ଗୁରୁତ୍ଵପୂର୍ଣ୍ଣ ପାର୍ଥକ୍ୟ ଯାହା ଫଳରେ ଶିକ୍ଷକଙ୍କ ଗୁଣବତ୍ତା ଏବଂ ଦକ୍ଷତାରେ ଅକ୍ଷମତା ଦେଖାଦିଏ, ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧିତ ଟେକନୋଲୋଜିର ବ୍ୟବହାରରେ ଧୀର ପ୍ରଗତି, ଉଚ୍ଚମାନ ନଥିବା ପରିଚାଳନା ବ୍ୟବସ୍ଥା, ଦକ୍ଷତାର ପରିଚାଳନାରେ ଅନୁପଯୁକ୍ତ ଧ୍ୟାନ ଦେବା ଆଦି ପ୍ରଧ୍ୟାନ । ଯେଉଁମାନଙ୍କ ପାଖେ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷଣ ପରିବେଶ ଏବଂ ନିପୁଣ ଶିକ୍ଷକ ନାହାନ୍ତି ସେମାନେ ସରକାରୀ ସ୍ତରରେ ଉତ୍ତମ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବାରେ ଅସଫଳ ହେତୁ ବେସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରବେଶ ବଢ଼ି ଚାଲିଛି ।

ବହୁସଂଖାରେ ଉଚ୍ଚତର ଶିକ୍ଷାନୁଷ୍ଠାନରେ ଦିଆଯାଉଥିବା ଶିକ୍ଷାର ଗୁଣବତ୍ତା ଏକ ଚିନ୍ତାର ବିଷୟ ଅଟେ । ଉଚ୍ଚତର ଶିକ୍ଷାର ମାନକୁ ବୃଦ୍ଧି କରିବା ପାଇଁ ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ୧୯୯୪ ମସିହାରେ ଗୁଣବତ୍ତା ପାଇଁ ସ୍ଵୀକୃତି ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକର ସ୍ଥାପନା ହୋଇଥିଲା । ଜାତୀୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ (NAAC) ହାରା ମୂଲ୍ୟାଙ୍କନ ହୋଇଥିବା ୧୪୦ଟି ବିଶ୍ଵବିଦ୍ୟାଳୟ ଗୁଡ଼ିକରୁ କେବଳ ୩୨ ପ୍ରତିଶତଙ୍କୁ 'କ' ଶ୍ରେଣୀ ଦିଆଯାଇଛି । ମୂଲ୍ୟାୟନ ହୋଇଥିବା ୨୭୮୦ ମହାବିଦ୍ୟାଳୟ ଗୁଡ଼ିକରୁ କେବଳ ୯ ପ୍ରତିଶତଙ୍କୁ 'କ' ଶ୍ରେଣୀ ଦିଆଯାଇଛି । NAACର ନିର୍ବାରିତ ମାନଦଣ୍ଡ ଅନୁଯାୟୀ ମୂଲ୍ୟୟିତ ଅନୁଷ୍ଠାନଗୁଡିକ ଭିତରେ ୬୮ ପ୍ରତିଶତ ବିଶ୍ଵବିଦ୍ୟାଳୟ ଏବଂ ୯୧ ପ୍ରତିଶତ ମହାବିଦ୍ୟାଳୟ ହାରାହାରି ପ୍ରତିଶତ ବା ହାରାହାରିର କମ୍ ପ୍ରତିଶତ ପାଇଛନ୍ତି । ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟଗୁଡ଼ିକ ଛତୁ ଫୁଟିଲା ପରି ବୃଦ୍ଧି ପାଇବାରେ ଲାଗିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଅଧୁକା’ଶ ଭଲ ଗୁଣବତ୍ତାର ନୁହେଁ । ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ଖାଲିଥିବା ପଦବୀ ଯୋଗୁଁ ନିପୁଣ ଯୋଗ୍ୟତା ସମ୍ପନ୍ନ ଶିକ୍ଷକର ଅଭାବ ପରିଲକ୍ଷିତ ହୋଇଛି, ବହୁତ ବେସରକାରୀ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକରରେ ନିମ୍ନସ୍ତରର ଭିତ୍ତିଭୂମି, ବିଭିନ୍ନ ଅର୍ଥବ୍ୟବସ୍ଥାରେ ଚାହିଦାଯୁକ୍ତ ଦକ୍ଷତାସବୁକୁ ଧ୍ୟାନ ଦେଇ ଉଚ୍ଚତର ଶିକ୍ଷା ପାଠ୍ୟକ୍ରମର ନବୀକରଣରେ ଧୀର ପ୍ରଗତି ଏବଂ ଗବେଷଣା ଓ ବିକାଶ ପାଇଁ ଅପର୍ଯ୍ୟାପ୍ତ ଅର୍ଥସହାୟତା ସବୁ ଉଚ୍ଚତର ଶିକ୍ଷା କ୍ଷେତ୍ରକୁ ସୀମିତ କରିଦେଇଛି ।

ଦକ୍ଷତା ଓ ନିୟୋଜନୀୟତା

ଭାରତ ପୃଥିବୀରେ ସବୁଠୁଁ ଏକ ଯୁବ ରାଷ୍ଟ୍ର ଯାହାର ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ଲୋକ ୨୫ ବର୍ଷରୁ କମ୍ ବୟସର ଅଟନ୍ତି । ଏହି ତଥ୍ୟ ଦେଶର ଯୁବକମାନଙ୍କୁ ଦକ୍ଷତା ଏବଂ ଜ୍ଞାନରେ ଶିକ୍ଷା ଏବଂ ପ୍ରଶିକ୍ଷଣ ମାଧ୍ୟମରେ ନିପୂଣ କରି ଦେଶର କାର୍ଯ୍ୟ ବଳ ପାଇଁ ପ୍ରସ୍ତୁତ କରେ । ସେ ଯାହା ବି ହେଉ, ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମକୁ ସହାୟତା କରିବାକୁ ଆନୁଷ୍ଠାନିକ ବ୍ୟବସ୍ଥା ଅପର୍ଯ୍ୟାପ୍ତ ଅଟେ । ଆନୁଷ୍ଠାନିକଭାବେ ବ୍ୟବସାୟିକ କ୍ଷେତ୍ରରେ କୌଶଳର ବିକାଶ ଏବଂ ଧନ୍ଦାମୂଳକ ଶିକ୍ଷାର ସଫଳତା ପାଇଁ ଆନୁଷ୍ଠାନିକ ସମାନତା ଆଣିବା, ତା ସହ ଛାତ୍ରଛାତ୍ରୀମାନଙ୍କର ସମାନ୍ତରାଳ ଓ ଅସମାନ୍ତରାଳ ଗତିଶୀଳତାକୁ ଯୋଡ଼ିବାର ପ୍ରଚେଷ୍ଟା ଏବେ ଆରମ୍ଭ ହୋଇଛି । ଉଚ୍ଚମାନର ଧନ୍ଦାମୂଳକ ପ୍ରଶିକ୍ଷଣର ପ୍ରତିଷ୍ଠା ଏବଂ ସାମାଜିକ ଗ୍ରହଣୀୟତାକୁ ଗୁରୁତ୍ଵଦେବାର ଆବଶ୍ୟକତା ରହିଛି । ଆମ ଶିକ୍ଷା ବ୍ୟବସ୍ଥାରୁ ଆସୁଥିବା ଅଧିକାଂଶ ଲୋକଙ୍କ ପାଖରେ ନିୟୋଜନ ଦକ୍ଷତା ନାହିଁ । ଏହା ଫଳରେ ଉଚ୍ଚତର ଶିକ୍ଷା ବ୍ୟବସ୍ଥା ଉପରେ ବିଶ୍ଵସନୀୟତାକୁ ବହୁତ କମ କରିଦେଇଛି । ନିଯୁକ୍ତି ସୁନିଶ୍ଚିତ କରିବାରେ ଉଚ୍ଚତର ଶିକ୍ଷା ବ୍ୟବସ୍ଥାର ଉପଯୋଗିତା ପ୍ରଶ୍ନବାଚୀ ହୋଇପଡ଼ିଛି । ବହୁସଂଖ୍ୟାରେ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଚାକିରୀଟିଏ ପାଇପାରନ୍ତି ନାହିଁ । ତେଣୁ ଆମ ଶିକ୍ଷା ବ୍ୟବସ୍ଥାରୁ ବାହାରୁଥିବା ଲୋକଙ୍କ ପାଇଁ ନିୟୋଜନ ଦକ୍ଷତାକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି।

ପାଠ୍ୟକ୍ରମ ଓ ମୂଲ୍ୟାୟନ

ଆମର ହୃଦବୋଧ ହେଉଛି ଯେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବ୍ୟବଧ୍ୟାନ ଖୁବ୍ ବେଶୀ । ବିଶେଷତଃ ଯେଉଁ ପାଠ୍ୟ ବିଷୟକୁ ଅନ୍ତର୍ଭୁକ୍ତ କରାଯାଉଛି ତାର ସ୍ଵରୂପ କଣ ହେବା ଉଚିତ ଏବଂ ତାହା କିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷାକୁ ଯୋଡ଼ିପାରିବ ତାହା ଚିନ୍ତା କରିବାର ସମୟ ଆସିଛି । କାରଣ ଆମର ସାମାଜିକ ପରିବେଶରେ ଓ ପୃଥିବୀର ବିଭିନ୍ନ ସ୍ତରରେ ଦ୍ରୁତ ପରିବର୍ତ୍ତନ ହେବାରେ ଲାଗିଛି । ସେହି ପରିବର୍ତ୍ତନର ଧାରାକୁ ଦୃଷ୍ଟିରେ ରଖ୍ ଶିକ୍ଷାର ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ପଡିବ । ନଚେତ୍ ଛାତ୍ରମାନେ ପାଠ ପଢି ସାରିବା ପରେ ସାମାଜିକ ବ୍ୟବସ୍ଥା ସହ ନିଜକୁ ଖାପଖୁଆଇ ପାରିବେ ନାହିଁ । ଏହି ପ୍ରସଙ୍ଗରେ ଆମ ପାଇଁ ମୁଖ୍ୟ ସମସ୍ୟା ହେଲା, ଆମେ କିପରି ଆବଶ୍ୟକୀୟ କୌଶଳର ବିସ୍ତାରିକରଣ ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି କରିପାରିବା । ଉଭୟ କର୍ମ କୌଶଳ ଓ ଉଦ୍ୟୋଗ ସଂପର୍କିତ କୌଶଳ ହାସଲ ପାଇଁ ଦକ୍ଷତା ନିହାତି ଆବଶ୍ୟକ, କାରଣ ଏହା ହାରା ଛାତ୍ରମାନେ ବେଶୀ ପରିମାଣରେ ସୃଜନଶୀଳ ହୋଇ ଅନୁଶୀଳନାୟକ ହୋଇପାରିବେ ଓ ନିଜ ଭାବର ଆଦାନପ୍ରଦାନ ଦକ୍ଷତାର ସହ କରିପାରିବେ । ବିଭିନ୍ନ ସମସ୍ୟାର ସମାଧ୍ୟାନ ସେମାନେ ସ୍ଵାଧୀନଭାବରେ କରିପାରିବେ ଓ ଜୀବନ ବଂଚିବାର କଳା ଓ କୌଶଳ ଶିଖ୍ ଦାୟିତ୍ଵ ସଂପନ୍ନ ନାଗରିକ ଭାବରେ ନିଜ ନିଜର ଭୂମିକା ନିବାହ କରିପାରିବେ । ସାଂସ୍କୃତିକ ବିବିଧତା ସହ ନିଜକୁ ଖାପଖୁଆଇ ପାରିବେ ଓ ସମନ୍ଵୟ ରକ୍ଷା କରି ଅନ୍ୟମାନଙ୍କ ସହ ମିଳିମିଶି କାମ କରିପାରିବେ । ମୋଟାମୋଟି ଭାବେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ସ୍ତରରେ ମୂଲ୍ୟାୟନ କାଯ୍ୟକ୍ରମ ମଧ୍ୟ ଖୁବ୍ ସନ୍ତୋଷଜନକ ହୋଇଥାଏ । ଅନେକ କ୍ଷେତ୍ରରେ ଶିକ୍ଷାୟତନରେ ଛାତ୍ରମାନଙ୍କ ବିଷୟ ଜ୍ଞାନ କେତେ ହାସଲ ହୋଇପାରିଲା ତାର ଆକଳନ କରାଯାଏ । ଛାତ୍ରମାନଙ୍କ ବୋଧ ଶକ୍ତି ଠିକଭାବେ ବିକଶିତ ହେଉଛି କି ନାହିଁ, ତାହା ପରୀକ୍ଷା କରିବାର ଆବଶ୍ୟକତା ଯଥେଷ୍ଟ ବେଶୀ ବୋଲି ଅନୁଭୂତ ହୁଏ ।

ସୂଚନା ଓ ସଂଚାର ପ୍ରଯୁକ୍ତିବିଦ୍ୟା

ଗତଦୁଇ ଦଶନ୍ଧିରେ ସୂଚନା ଏବଂ ସଂଚାର କ୍ଷେତ୍ରରେ ବହୁ ଦ୍ରୁତ ପ୍ରଗତି ହାସଲ ହୋଇଛି । ଏ ଦିଗରେ ଆମ ଦେଶରେ ବହୁ ଗବେଷଣା ହୋଇସାରିଛି ଏବଂ ଏ ଶିକ୍ଷା କ୍ଷେତ୍ରରେ ICTର ବ୍ୟବହାରରେ ଅଗାଧ ଜ୍ଞାନ ଆମେ ପାଇଛୁ ।

ତଥାପି ଏହାର ପ୍ରୟୋଗ ଦିଗରେ ଆମେ ସମ୍ପୂର୍ଣ୍ଣ ସଫଳତା ଲାଭ କରିପାରିନାହୁଁ । ଏହା ଏପର୍ଯ୍ୟନ୍ତ ସୀମିତ ରହିଛି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହାକୁ ଆହୁରି କ୍ରିୟାଶୀଳ କରିବାକୁ ପଡିବ ।

ଶିକ୍ଷକମାନଙ୍କର ବିକାଶ ଓ ପରିଚାଳନା ବ୍ୟବସ୍ଥା

ଶିକ୍ଷକମାଙ୍କର ଗୁଣବତ୍ତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବହୁ ଉଦ୍ୟମ କରାଯାଇଛି । ମାତ୍ର ଏହା ସତ୍ତେ ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା କ୍ଷେତ୍ରରେ ବହୁ ତୁଟି ପରିଲକ୍ଷିତ ହୁଏ । ସଂପ୍ରତି ପରିବର୍ତ୍ତିତ ପରିସ୍ଥିତିରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି । ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ସୂଚନା ଏବଂ ସଂଚାର ଜନିତ ପରିବର୍ତ୍ତନ ପରିବେଶ ସହ ଖାପଖୁଆଇବାର ଆବଶ୍ୟକତା ବହୁତ ବଢିଯାଇଛି, ଶିକ୍ଷାନୁଷ୍ଠାନରେ ଆବଶ୍ୟକତା ଅନୁସାରେ ଯଥେଷ୍ଟ ସଂଖ୍ୟକ ଦକ୍ଷତା ସମ୍ପନ୍ନ ଓ ତାଲିମପ୍ରାପ୍ତ ଶିକ୍ଷକ ଆମେ ଯୋଗାଇ ପାରୁ ନାହୁଁ । ବିଶେଷ କରି ଆମ ଦେଶର ପୂର୍ବାଞ୍ଚଳରେ ଏପରି ଯୋଗ୍ୟତା ସଂପନ୍ନ ଶିକ୍ଷକ ନଥିବା ଏକ ଅଭାବନୀୟ ଘଟଣା । ଏଭଳି ପ୍ରଦେଶଗୁଡ଼ିକରେ ଶିକ୍ଷକମାନଙ୍କୁ ଉପଯୁକ୍ତ ତାଲିମ ଦେବାପାଇଁ ସୁବିଧା ସୁଯୋଗ ନାହିଁ । ବୃତ୍ତିଗତ ଦୃଷ୍ଟି କୋଣରୁ ଶିକ୍ଷକମାନଙ୍କ ଏପରି ଏକ ପରିଚୟ ନଥିବା ଗଭୀର ଚିନ୍ତାର ବିଷୟ ହୋଇଛି । ଶିକ୍ଷକମାନଙ୍କ ଦକ୍ଷତା ଓ ଉତ୍ତରଦାୟିତ୍ଵ ଏବଂ ଛାତ୍ରମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ କରିବା ପ୍ରସଙ୍ଗ ଉପରେ ଗୁରୁତ୍ଵ ଦେବାର ସମୟ ଆସିଛି ।

ସମତା ବିଷୟ

ବିଦ୍ୟାଳୟରେ ପ୍ରବେଶ ପୂର୍ବରୁ ଯଥେଷ୍ଟ ସଂଖ୍ୟକ ଶିଶୁଙ୍କ ନାମ ଲେଖାଇବା ପ୍ରକ୍ରିୟାରେ ଯଦିଓ ପ୍ରଗତି ହୋଇଛି, ତଥାପି ସମାଜର ଏପରି ଅସମର୍ଥ ଜନଗୋଷ୍ଠୀ ଅଛନ୍ତି, ଯେଉଁମାନଙ୍କ ସନ୍ତାନମାନେ ଏ ସୁଯୋଗର ବଂଚିତ ହେଉଛନ୍ତି । ବିଶେଷତଃ ଅର୍ଥନୈତିକ ଦୃଷ୍ଟିକୋଣରୁ ସେମାନେ ସମର୍ଥ ନୁହଁନ୍ତି ଓ ସେମାନଙ୍କ ସନ୍ତାନମାନେ ପ୍ରାକ୍-ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ଭାଗ ନେଇ ପାରୁନାହାଁନ୍ତି । କିଛି ମାତ୍ରାରେ ପ୍ରଗତି ହେବା ସତ୍ତେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ କେତକ ରାଜ୍ୟ ଜାତୀୟ ହାର ତୁଳନାରେ ବହୁ ନିମ୍ନ ସ୍ତରରେ ଅଛି । ପ୍ରାଥମିକ ଶିକ୍ଷା ପାଇଁ ଆଗ୍ରହ ବଢୁଥିଲା ବେଳେ ଓ ମାଧ୍ୟମିକ ବିଦ୍ୟାଳୟର ସଂଖ୍ୟା ବଢୁଥିଲା ବେଳେ ମାଧ୍ୟମିକ ଶିକ୍ଷାର ପ୍ରସାର କ୍ଷେତ୍ରରେ ସମଗ୍ର ଦେଶରେ ବୈଷମ୍ୟ ପରିଲକ୍ଷିତ ହୁଏ, ଛାତ୍ରମାନଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଆଞ୍ଚଳିକ ବୈଷମ୍ୟ ମଧ୍ୟ ଦୃଷ୍ଟିଗୋଚର ହୁଏ ।

୨୦୧୧-୧୨ ମସିହାରେ ଝାଡଖଣ୍ଡ ପ୍ରଦେଶରେ ଉଚ୍ଚ ଶିକ୍ଷା କେବଳ ୮.୪ ରେ ସୀମିତ ଅଛି । ମାତ୍ର ଚଣ୍ଡୀଗଡ଼ରେ ଏହା ୫୩ ପ୍ରତିଶତକୁ ଛୁଇଁଛି । କେତେକ ବୈଷମ୍ୟ ମଧ୍ୟ ନିର୍ଦ୍ଦିଷ୍ଟ ସାମାଜିକ ଗୋଷ୍ଠୀଙ୍କ ମଧ୍ୟରେ ଥିବା ଦେଖାଯାଏ । ଉଚ୍ଚ ଶିକ୍ଷା ପ୍ରାପ୍ତ ହେଉଥିବା ଛାତ୍ରଙ୍କ ହାର ୨୩.୬ ଅଲାବେଳେ, ବାଳକମାନଙ୍କ କ୍ଷେତ୍ରରେ ଏହା ୨୪.୫, ବାଳିକାମାନଙ୍କ କ୍ଷେତ୍ରରେ ୨୨.୭, ଜନଜାତିଙ୍କ କ୍ଷେତ୍ରରେ ୧୮.୫, ଓ ଆଦିବାସୀଙ୍କ କ୍ଷେତ୍ରରେ ଏହା ୧୩.୩ ବୋଲି ଜଣାପଡିଛି । ତେଣୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ ସମସ୍ୟା ହେଉଛି, ଆମେ କିପରି ଏ ଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ସାମ୍ୟ ପ୍ରତିଷ୍ଠା କରି ସମସ୍ତଙ୍କୁ ଉପଯୁକ୍ତ ସୁଯୋଗ ଓ ଶିକ୍ଷାଗତ ନ୍ୟାୟ ଦେଇ ପାରିବା ।

ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁବିଧାରୁ ବଞ୍ଚିତ ଶିକ୍ଷାର୍ଥୀ ଗୋଷ୍ଠୀଙ୍କର ନାମ ଲେଖାଇବା ଓ ଶ୍ରେଣୀରେ ଅଟକ ରଖିବା ପାଇଁ ଅଧିକାଂଶ ରାଜ୍ୟ ସମ୍ମିଳିତ କୌଶଳ ସଫଳ ଭାବରେ ପାଳନ କରୁଛନ୍ତି । ଏହିସବୁ ଉଦ୍ୟମ ସତ୍ତେ କେତେକ ଭିନ୍ନକ୍ଷମ ଶିଶୁ ଅପହଞ୍ଚ ଅଞ୍ଚଳରେ ବାସ କରୁଥିବା ଶିଶୁ ଯାଯାବର ପରିବାରର ଶିଶୁ ଏବଂ କ୍ଷତିଗ୍ରସ୍ତ ବଞ୍ଚିତ ପରିବାରର ପିଲାମାନେ ସମ୍ପୁର୍ଣ୍ଣ ଭାବରେ ଶିକ୍ଷାଗ୍ରହଣ କରିବାର ସୁବିଧାଲାଭ କରିପାରୁନାହାନ୍ତି । ସହରାଞ୍ଚଳରେ ବାସ କରୁଥିବା ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ଯୋଗଦାନ ଅତ୍ୟନ୍ତ ନଗଣ୍ୟ । ସାର୍ବଜନୀନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଫଳପ୍ରଦ ହେବା ପାଇଁ ଶିକ୍ଷା କ୍ଷେତ୍ରରେ ବାଧ୍ୟତାମୂଳକ ପ୍ରବେଶକୁ ପ୍ରାଧାନ୍ୟ ଦେଇଛି ।

ଜାତୀୟ ଅଧ୍ୟୟନ କୃତିତ୍ଵ ସର୍ଭେ (National Learning Achievement Surveys) ରୁ ଜଣାପଡ଼େ ଯେ ରାଜ୍ୟ ଓ ସ୍ଵୟଂଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କର ହାରାହାରି କୃତିତ୍ଵସ୍ତରରେ ଯଥେଷ୍ଟ ପାର୍ଥକ୍ୟ ରହୁଛି । ଏଥିରୁ ଆହୁରି ମଧ୍ୟ ଜଣାଯାଏ ଯେ, ସହରାଞ୍ଚଳର ଶିକ୍ଷାର୍ଥୀମାନେ ଗ୍ରାମୀଣ ଶିକ୍ଷାର୍ଥୀଙ୍କ ତୁଳନାରେ ଅନେକାଂଶରେ ଭଲ ପ୍ରଦର୍ଶନ କରୁଛନ୍ତି । ସରକାରୀ ତୁଳନାରେ ଘରୋଇ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ସାମାନ୍ୟ ଭଲ ପ୍ରଦର୍ଶନ କରନ୍ତି । ଅନୁସୂଚିତ ଜାତି ଓ ଜନଜାତିଙ୍କ ଅପେକ୍ଷା ସାଧାରଣ ଓ ଅନ୍ୟ ପଛୁଆ ବର୍ଗର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରନ୍ତି । ଏପରି ପରିସଂଖ୍ୟାନ ଅଧ୍ୟୟନର ସମାନତାକୁ ଧ୍ୟାନ ଦେବାରେ ଗୁରୁତର ସମସ୍ୟା ଦେଇଥାଏ । ସମାଜରେ ଇତିହାସ ଅନୁଯାୟୀ କ୍ଷତିଗ୍ରସ୍ତ ବର୍ଗ ଏବଂ ପ୍ରଥମ ପିଢ଼ିର ଅଧ୍ୟୟନକାରୀଙ୍କର ଶିକ୍ଷାଗ୍ରହଣ ସାମର୍ଥ୍ୟ ଅତି କମ୍ ହୋଇଥାଏ ।

ବିଦ୍ୟାଳୟ ପରିତ୍ୟାଗ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଭିନ୍ନକ୍ଷମ ତଥା ବିଶେଷ ଆବଶ୍ୟକତା ରଖୁଥିବା ବିଦ୍ୟାର୍ଥୀ ହୋଇଥାଆନ୍ତି । ଏପରି ପରିସ୍ଥିତି ସୂଚିତ କରେ ଯେ ଭିନ୍ନକ୍ଷମ ଏବଂ ସାମାଜିକ ତଥା ଶିକ୍ଷାଗତ ଅନଗ୍ରସର ଛାତ୍ରଙ୍କ ଲାଗି ବିଦ୍ୟାଳୟଗୁଡ଼ିକୁ ଅଧିକ ଉପକରଣରେ ସଂଯୋଜିତ କରିବାକୁ ହେବ ।

ଯଦିଓ, ବିଦ୍ୟାଳୟ ଛାଡ଼ୁଥିବା ପିଲାଙ୍କର ହାର ସବୁ ବର୍ଗ ଲାଗି ଚିନ୍ତାର ବିଷୟ ହୋଇପଡ଼ିଛି, ତେବେ ସେଥ୍ ମଧ୍ୟରୁ ଭିନ୍ନକ୍ଷମ, ସାମାଜିକ ଅନଗ୍ରସର ଛାତ୍ରଛାତ୍ରୀ ଏବଂ କନ୍ୟା ଛାତ୍ରୀମାନଙ୍କର ହାର ଜାତୀୟ ହାରଠାରୁ ଅଧିକ ଜଣାପଡ଼େ । ତେଣୁ ବିଦ୍ୟାଳୟରେ ଅନଗ୍ରସର ବର୍ଗର ପିଲାଏ କିପରି ବିଦ୍ୟାଳୟ ପରିତ୍ୟାଗ ନ କରିବେ ସେଥି ନିମନ୍ତେ ପଦକ୍ଷେପ ନେବା ଆବଶ୍ୟକ ।

ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଫଳପ୍ରଦ ହେବା ପାଇଁ ଶିକ୍ଷା କ୍ଷେତ୍ରରେ ବାଧ୍ୟତାମୂଳକ ପ୍ରବେଶକୁ ପ୍ରାଧାନ୍ୟ ଦିଆଯାଇଛି । ଏଥିରୁ ଜଣାପଡ଼େ ଯେ ରାଜ୍ୟ ଓ ସ୍ଵୟଂଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କର ହାରାହାରି କୃତିତ୍ଵସ୍ତରରେ ଯଥେଷ୍ଟ ପାର୍ଥକ୍ୟ ରହୁଛି । ଏଥିରୁ ଆହୁରି ମଧ୍ୟ ନିଷ୍ପର୍ଷ ହୁଏ ଯେ, ସହରାଞ୍ଚଳର ଶିକ୍ଷାର୍ଥୀ ମାନେ ଗ୍ରାମୀଣ ଶିକ୍ଷାର୍ଥୀଙ୍କ ତୁଳନାରେ ଅନେକାଂଶରେ ଭଲ ପ୍ରଦର୍ଶନ କରୁଛନ୍ତି । ସରକାରୀ ତୁଳନାରେ ଘରୋଇ ସ୍କୁଲର ବିଦ୍ୟାର୍ଥୀମାନେ ସାମାନ୍ୟ ଭଲ ପ୍ରଦର୍ଶନ କରନ୍ତି । ଅନୁସୂଚିତ ଜାତି ଓ ଜନଜାତିଙ୍କ ଅପେକ୍ଷା ସାଧାରଣ ଓ ଅନ୍ୟ ପଛୁଆ ବର୍ଗର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରନ୍ତି । ଏପରି ପରିସଂଖ୍ୟାନ ଅଧ୍ୟୟନର ସମାନତାକୁ ଗମ୍ଭୀର ଆହ୍ଵାନ ଦେଇଥାଏ । ସମାଜରେ ଇତିହାସ ଅନୁଯାୟୀ କ୍ଷତିଗ୍ରସ୍ତ ବର୍ଗ ଏବଂ ପ୍ରଥମ ପିଢ଼ିର ଅଧ୍ୟୟନକାରୀଙ୍କର ଶିକ୍ଷାଗ୍ରହଣ ସାମର୍ଥ୍ୟ ଅତି କମ୍ ହୋଇଥାଏ । ବିଦ୍ୟାଳୟରେ ଉପସ୍ଥିତିରେ ଲିଙ୍ଗୀୟ ଅସମତାକୁ ହ୍ରାସ କରିବାରେ ଅଧୁକା°ଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଭାବଶାଳୀ ପ୍ରଗତି କରିଛନ୍ତି । ବିଶେଷ କରି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ଅନେକ ବିଦ୍ୟାଳୟ ଲିଙ୍ଗୀୟ ସମତାରେ ପହଞ୍ଚିପାରିଛନ୍ତି ବା ଟପି ଯାଇଛନ୍ତି । କିନ୍ତୁ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଅଧିକ ଅସମାନତା ପରିଲିକ୍ଷିତ ହୁଏ । ଅନେକ ଝିଅଙ୍କୁ ସ୍କୁଲକୁ ପଠାଯାଏ ନାହିଁ, ଏବଂ ଯେଉଁ ଝିଅମାନେ ମାଧ୍ୟମିକ ଶିକ୍ଷା ସମ୍ପୂର୍ଣ୍ଣ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚ ମାଧ୍ୟମିକ ସ୍କୁଲ ଓ କଲେଜରେ ତାଙ୍କର ଶିକ୍ଷାକୁ ଜାରି ରଖିବାକୁ ଯାଇ ପାରୁନାହାନ୍ତି । ମାଧ୍ୟମିକ ବିଦ୍ୟାଳୟ ପରେ ଝିଅମାନଙ୍କ ପାଠପଢ଼ା ଅବ୍ୟାହତ ରଖିବା ଲାଗି ଅନେକ ପ୍ରତିବନ୍ଧ ଦେଖାଦିଏ । ଏହି ଲିଙ୍ଗୀୟ ତାରତମ୍ୟକୁ ଏଡ଼େଇବା ଲାଗି ନିଆଯାଉଥିବା ପଦକ୍ଷେପ ଗୁଡ଼ିକୁ ବଢ଼େଇବାକୁ ହେବ ତଥା କନ୍ୟା ଓ ବିଶେଷ ବର୍ଗର ଶିକ୍ଷାର୍ଥୀଙ୍କ ଲାଗି ଦକ୍ଷ କୌଶଳ ଆପଣେଇବାକୁ ହେବ । ଯୁବବର୍ଗରେ ଅପେକ୍ଷାକୃତ ଅଧିକ ଲିଙ୍ଗୀୟ ତାରତମ୍ୟ ଏବଂ ଶିକ୍ଷାହାର ଅସମାନତା ଏକ ମୁଖ୍ୟ ଆହ୍ଵାନ ହୋଇପଡ଼ିଛି । ଭାରତ ଏବେ ମଧ୍ୟ ତରୁଣବର୍ଗରେ ଲିଙ୍ଗୀୟ ଅସମାନତା ବହୁତ ଅଧିକ (ଶତକଡ଼ା ୮.୨ % ପଏଣ୍ଟ) । ୨୦୧୧ରେ ୧୫-୨୪ ବର୍ଷାୟ ଯୁବ ଶିକ୍ଷାହାର ଛାତ୍ରଙ୍କ ଲାଗି ୯୦% ଏବଂ ଛାତ୍ରୀଙ୍କ ଲାଗି ୮୧.୮% ପରିଲିକ୍ଷିତ ହୋଇଥିଲା । ଭାରତରେ ଯୁବ ଶିକ୍ଷାହାରରେ ଲିଙ୍ଗୀୟ ଅସମାନତା ମଧ୍ୟ ଅଧିକ ରହି ଆସିଛି (୧୯.୫%) । ୨୦୧୧ରେ ୧୫ ବର୍ଷରୁ ଉଦ୍ଧି ଯୁବ ଛାତ୍ରଙ୍କ ଶିକ୍ଷାହାର ୭୮% ଥିବାବେଳେ ଛାତ୍ରୀଙ୍କ ୫୯ % ହୋଇଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଯେ ମହିଳାଙ୍କର ଶିକ୍ଷା ଲାଗି ଅଧିକ ପଦକ୍ଷେପ ନେବାକୁ ହେବ ।

ପଦ୍ଧତି କାର୍ଯ୍ୟକାରିତା

ଯଦିଓ ବିଦ୍ୟାଳୟ ପରିତ୍ୟକ୍ତ ଶିକ୍ଷାର୍ଥୀଙ୍କର ହାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାସ୍ତରରେ କ୍ରମଶଃ ହ୍ରାସ ପାଇଲାଣି ତଥାପି ସଂଖ୍ୟାଧିକ ପିଲାଏ ମୌଳିକ ଶିକ୍ଷା ସମାପ୍ତି ପୂର୍ବରୁ ପାଠ ଛାଡ଼ି ଦେଉଛନ୍ତି । ୨୦୧୪-୧୫ ରେ ପ୍ରାଥମିକ ସ୍ତରରେ ସ୍ଥିତାବସ୍ଥା ହାର ୮୩.୭% ଏବଂ ମାଧ୍ୟମିକ ସ୍ତରରେ ଏହା ୬୭.୪% ଥିଲା । ଏହା ସୂଚାଏ ଯେ ପ୍ରାୟତଃ , ପ୍ରଥମ ଶ୍ରେଣୀରେ ପ୍ରତି ଦଶ ଜଣ ଛାତ୍ରରେ ଚାରି ଜଣ ଅଷ୍ଟମ ଶ୍ରେଣୀ ପୁରା କରିବା ପୂର୍ବରୁ ବିଦ୍ୟାଳୟ ଛାଡ଼ି ଦିଅନ୍ତି । ମାଧ୍ୟମିକ ସ୍ତରରେ ବିଦ୍ୟାଳୟ ପରିତ୍ୟାଗ ହାର ଏବେ ମଧ୍ୟ ଖୁବ୍ ବେଶୀ, ଯାହା ବିଶେଷତଃ ସାମାଜିକ ଏବଂ ଅର୍ଥନୈତିକ ଅନଗ୍ରସର ବର୍ଗର ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ । ଯଦ୍ୟପି ବିଦ୍ୟାଳୟ ପରିତ୍ୟକ୍ତି ଏବେ ସମସ୍ତ ବର୍ଗର ପିଲାଙ୍କ ଲାଗି ଚିନ୍ତାର ବିଷୟ, ତେବେ ଏହା ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ବିଦ୍ୟାର୍ଥୀ ତଥା ସବୁବର୍ଗର ଛାତ୍ରୀଙ୍କ ଲାଗି ଅଧିକ ପ୍ରଯୁଜ୍ୟ । ଏଣୁ ବିଦ୍ୟାଳୟରେ ଉପରୋକ୍ତ ବିଶେଷ ବର୍ଗର ଛାତ୍ରଛାତ୍ରୀଙ୍କର ସ୍ଥିତାବସ୍ଥାକୁ ରକ୍ଷା କରିବାକୁ ହେଲେ ଉନ୍ନତ ପଦକ୍ଷେପ ନେବାକୁ ହେବ । ଯେଉଁ ବିଦ୍ୟାର୍ଥୀମାନେ ବିଦ୍ୟାଳୟରେ ନାମ ଲେଖାଉଛନ୍ତି ସେମାନଙ୍କର ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତିକୁ ସ୍ଥିର ନିଶ୍ଚିତ କରିବା ଜରୁରି ହୋଇପଡ଼ିଛି ।

ଶାସନ ଓ ପରିଚାଳନା

କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଅନୁପସ୍ଥିତି, ବିଦ୍ୟାଳୟ/ ମହାବିଦ୍ୟାଳୟ /ବିଶ୍ଵବିଦ୍ୟାଳୟକୁ ସରକାରୀ ଅନୁଦାନରେ ବିଳମ୍ବା ଏବଂ ଶାସକୀୟ ଅପାରଗତା ଇତ୍ୟାଦି ଶିକ୍ଷା ବ୍ୟବସ୍ଥାରେ ଆହ୍ଵାନ ଦେଇଥାଏ । କାର୍ଯ୍ୟକ୍ରମର ଫଳପ୍ରଦ ସଂଯୋଜନା ଏବଂ ରୂପାୟଣ କରିବାରେ ବାଧକ ଏବେ ମୁଖ୍ୟ ପ୍ରସଙ୍ଗ ମନେହୁଏ । ଫଳତଃ, ସଂଯୋଜିତ କାର୍ଯ୍ୟକ୍ରମର ଅଗ୍ରଗତି ଫଳପ୍ରଦ ହୋଇପାରୁନି । ବିଶେଷତଃ ତୃତୀୟକ ଶିକ୍ଷାସ୍ତରରେ, ପ୍ରଦାତା, କାର୍ଯ୍ୟକର୍ଭା ଓ ଅର୍ଥବ୍ୟବସ୍ଥାର ବହୁଳ ଆଗମନ ସହ ଶିକ୍ଷା ବ୍ୟବସ୍ଥା ଓ ସଂସ୍ଥା ଗୁଡ଼ିକର ଶାସନ ଓ ପରିଚାଳନା ଜଟିଳ ହୋଇଯାଇଛି । ଯଦିଓ ଏହା ସତ୍ୟ ଯେ କିଛି ରାଜ୍ୟ ପ୍ରେରଣାଦାୟକ ଉପକ୍ରମଣ କରିବା ସହ ଅଭିନବ ସଞ୍ଚାଳନା କରିଛନ୍ତି ତେବେ ଦେଶରେ ଏହା ସାମଗ୍ରିକ ଚିତ୍ର ଅଟେ । ଉଭୟ ଶିକ୍ଷା ପ୍ରଣାଳୀ ଏବଂ ସଂସ୍ଥାନରେ ଶାସନ ଏବଂ ପରିଚାଳନା ନୀତିରେ ଏକ ନୂଆ ଦୃଷ୍ଟିପାତ ଅତ୍ୟାବଶ୍ୟକ ହୋଇପଡ଼ିଛି। ଘରୋଇ ବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଯେଉଁ ଭାବରେ ଶୁଳ୍କ ଆଦାୟ ହେଉଛି ସେଥିରୁ ଜଣାଯାଏ ଯେ ଉଭୟ  ବିଦ୍ୟାଳୟ ଏବଂ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଅନିୟନ୍ଧିତ ଭାବରେ ବ୍ୟବସାୟୀକରଣ ବଢ଼ିଚାଲିଛି । ନିକୃଷ୍ଣ ମାନର ଶିକ୍ଷାନୁଷ୍ଠାନର ତୀବ୍ର ବୃଦ୍ଧି ହେତୁ ଆଜି ଶିକ୍ଷା ବ୍ୟବସ୍ଥାର ବିଶ୍ଵାସନୀୟତା କ୍ଷୁର୍ଣ୍ଣ ହୋଇଛି ।

ଗବେଷଣା ଓ ବିକାଶ

ଭାରତର ବିଶ୍ଵବିଦ୍ୟାଳୟମାନଙ୍କରେ ଗବେଷଣା ଏବଂ ଉନ୍ନୟନମୂଳକ ଉଦ୍ୟୋଗ ଦୁର୍ବଳ ଅଟେ । କାର୍ଯ୍ୟରତ ବିଭାଗର ଦକ୍ଷତାକୁ ଉନ୍ତ୍ରୀତ କରିବା ଲାଗି, ଶିକ୍ଷାଦାନ ଏବଂ ଗବେଷଣା ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ଉଭୟରେ ଉତ୍କୃଷ୍ଟତା ଆଣିବା, ତଥା ଜ୍ଞାନ ବର୍ଦ୍ଧନକୁ ତ୍ଵରାନ୍ତ୍ରୀତ କରିବା ଲାଗି ବିଶ୍ଵବିଦ୍ୟାଳୟଗୁଡ଼ିକୁ ଗବେଷଣା କେନ୍ଦ୍ର ଏବଂ ଉଦ୍ୟୋଗ ସହ ସଂଯୁକ୍ତ କରି ଅନ୍ତରାଷ୍ଟ୍ରୀୟକରଣକୁ  ପ୍ରୋତ୍ସାହିତ କରିବା ଦିଗରେ କେବଳ ସ୍ୱଚ୍ଛ ପ୍ରଚେଷ୍ଟା କରାଯାଇଛି ।

ଆୟବ୍ୟୟ ସଂକ୍ରାନ୍ତୀୟ ବାଧକତା

ଶିକ୍ଷା ପଦ୍ଧତିକୁ ଅପର୍ଯ୍ୟାପ୍ତ ଅର୍ଥ ଯୋଗାଣ ସାର୍ବଜନୀନ ଶିକ୍ଷାଧିକାରକୁ ସମ୍ପ୍ରସାରଣ କରିବାରେ ଓ ଗୁଣାତ୍ମକ ଶିକ୍ଷାଦାନରେ ବାଧକ ସାଜିଥାଏ । ଏକାଧିକ ଅନୁଧ୍ୟାନରୁ ଜଣାଯାଇଛି ଯେ ବିଦ୍ୟାଳୟ /ମହାବିଦ୍ୟାଳୟ / ବିଶ୍ଵବିଦ୍ୟାଳୟକୁ ସରକାରୀ ଅନୁଦାନରେ ବିଳମ୍ବା ଇତ୍ୟାଦି ଶିକ୍ଷା ବ୍ୟବସ୍ଥାରେ ଶାସନକୁ ଆହ୍ଵାନ ଦେଇଥାଏ । ପୂର୍ବେ ଶିକ୍ଷା ନୀତି, GDPର ୬% କୁଶିକ୍ଷା ଲାଗି ସର୍ବନିମ୍ନ ବ୍ୟୟ ଭାବରେ ଅଟକଳ କରିଥିଲା । କିନ୍ତୁ ଏହି ଲକ୍ଷ୍ୟ କେବେହେଲେ ସାଧିତ ହୋଇପାରିନାହିଁ । ଶିକ୍ଷା ଓ ଶିକ୍ଷାନୁଷ୍ଠାନଗୁଡ଼ିକର ସମ୍ପ୍ରସାରଣ ଲାଗି ଓ ଶିକ୍ଷା ବ୍ୟବସ୍ଥାର ଗୁଣବତା ରକ୍ଷା ଲାଗି କେତେକ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ କରିବାରେ ଅର୍ଥ ଯୋଗାଣର ହ୍ରାସ ମୁଖ୍ୟ ବାଧକ ସାଜିଥାଏ । କାର୍ଯ୍ୟକ୍ରମଗୁଡ଼ିକର ସମୟୋପଯୋଗୀ ପରିପାଳନରେ ବ୍ୟାପକ ଏବଂ ଲଗାତାର ବ୍ୟର୍ଥତା ହେତୁ ଦିଆଯାଇଥିବା ସମ୍ପଦର ସ୍ଵଳ୍ପାନୁକୂଳ ବିନିଯୋଗ ହୋଇଥାଏ ।

ବିଶ୍ଵବ୍ୟାପୀ ପ୍ରତିବଦ୍ଧତା

କାର୍ଯ୍ୟସୂଚୀ ୨୦୧୬ରେ ଥିବା ବିଶ୍ଵ ଧାରଣୀୟ ବିକାଶ ଲକ୍ଷ୍ୟ ୪ (SDG) ଅନୁଯାୟୀ, ସମ୍ମିଳିତ ତଥା ନ୍ୟାୟ ସଙ୍ଗତ ଶିକ୍ଷା ପଦ୍ଧତି ସହ ସମସ୍ତଙ୍କ ଲାଗି ଆଜୀବନ ଅଧ୍ୟୟନ ସୁଯୋଗ ସୃଷ୍ଟି ଏବଂ ଗୁଣାୟକ ଶିକ୍ଷାଦାନ କରାଯିବ । ୨୦୦୦ ମସିହାରେ ରେ ଆରମ୍ଭ ହୋଇଥିବା EFA କାର୍ଯ୍ୟସୂଚୀ ଅସମ୍ପୁର୍ଣ୍ଣ ରହିଥିଲା । ବିଶେଷତଃ ତରୁଣ ଓ ଯୁବ ଅଶିକ୍ଷିତ, ବିଦ୍ୟାଳୟ ବହିର୍ଭୁତ ଛାତ୍ର, ବାଲ୍ୟକାଳରେ  ଯତ୍ନ ଓ ଶିକ୍ଷାଦାନରୁ ଦୂରରେ ଥିବା ପିଲା, ଦକ୍ଷତା ଉନ୍ନୟନ ଲାଗି ଅପର୍ଯ୍ୟାପ୍ତ ସୁଯୋଗ ଓ ଅଧ୍ୟୟନ ସ୍ତର ସମ୍ପର୍କରେ ଏହି ଅସମ୍ପୂର୍ଣ୍ଣତା ଥିଲା । ତେଣୁ ଉଭୟ ଅସମ୍ପୁର୍ଣ୍ଣ EFA କାର୍ଯ୍ୟସୂଚୀ ଏବଂ SDG4 ସହ ସଂଶ୍ଳିଷ୍ଟ ଲକ୍ଷ୍ୟକୁ NEP ଅନୁଶୀଳନ କରିବ ।

ଶିକ୍ଷା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ଵାନ, ଅଭିନବ ଉପାୟ ଓ ଅବ୍ୟାହତ ପ୍ରଚେଷ୍ଟାର ଆବଶ୍ୟକତା ରଖେ । ଏହି ଉପାୟ ଓ ପ୍ରଚେଷ୍ଟା ସାର୍ବଜନୀନ ଶିକ୍ଷାଧିକାର ଓ ସମାନତାକୁ ବିପଦ ଶଙ୍କୁଳ ନକରି ସାଧାରଣ ଭାବେ ଶିକ୍ଷା ପଦ୍ଧତିରେ ଉନ୍ନୟନ କରିବ ଏବଂ ବିଶେଷ ଭାବେ ଗୁଣାୟକ ଶିକ୍ଷାଦାନ କରିବ । ଭାରତୀୟ ଶିକ୍ଷା ପ୍ରଣାଳୀର ଉନ୍ନୟନ ସମ୍ପର୍କିତ ବହୁବିଧ ଆହ୍ଵାନର ସମାଧ୍ୟାନ ଲାଗି ଫଳପ୍ରଦ କାର୍ଯ୍ୟନୀତିର ପରିକଳ୍ପନାର ଆବଶ୍ୟକତା ରହିଛି ।

ଆଧାର – ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top