ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା )
ସେଆର କରନ୍ତୁ

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା )

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା ) ସମ୍ବନ୍ଧରେ ସୂଚନା ।

ସୁନିଶ୍ଚିତ କାର୍ଯ୍ୟକ୍ରମ ଜରିଆରେ କିପରି ଦୂରଦର୍ଶିତା, ଆହ୍ଵାନ ଓ ନୀତିଗତ ଲକ୍ଷ୍ୟ ହାସଲ କରିହେବ, ତାହା ପୂର୍ବବର୍ତ୍ତୀ ବିଭାଗଗୁଡ଼ିକରେ ସୂଚିତ ହୋଇଛି । ବହୁ ବର୍ଷ, ଏ ଭଳି କି ବହୁ ଦଶାବ୍ଦୀ ଧରି ଏହି ଧରଣର ଅନେକ କାର୍ଯ୍ୟକ୍ରମ ଚାଲିଆସୁଛି। ଆମର ଶିକ୍ଷା ବ୍ୟବସ୍ଥାର ପ୍ରକାଣ୍ଡ ଆକାର ଏବଂ ବହୁବିଧ ପ୍ରଚଳିତ ଉପପଦ୍ଧତି ବିଷୟ ଆମକୁ ସ୍ଵୀକାର କରିବାକୁ ହେବ । ଆହୁରି ମଧ୍ୟ, ଏ ଭଳି କୌଣସି ଏକମାତ୍ର ସମାଧ୍ୟାନ ବା ଉପଚାର ନାହିଁ, ଯାହା ହାରା ପରିବର୍ତ୍ତନ ଅଭିମୁଖୀ ସହଜଲଭ୍ୟତା, ଅନ୍ତର୍ଭୁକ୍ତି ଓ ଉତ୍କର୍ଷ ହାସଲ କରିହେବ । ଉନ୍ନତ ଗୁଣମାନର ଶିକ୍ଷା ହିଁ ଏହି ଶିକ୍ଷା ନୀତିର ମୂଳ ଲକ୍ଷ୍ୟ । ଦେଶରେ ଏବେ ପ୍ରଚଳିତ ଶିକ୍ଷା ନୀତିର ସୁଫଳ ଯୋଗୁଁ ଶିକ୍ଷାର ସହଜଲଭ୍ୟତା ପ୍ରସାରିତ ହୋଇଛି ଏବଂ ଅନ୍ତର୍ଭୁକ୍ତି ବୃଦ୍ଧିପ୍ରାପ୍ତ ହୋଇଛି । ଏହା ଯେ କେହି ଲକ୍ଷ୍ୟ କରିପାରିବେ । ନିଯୁକ୍ତି ଯୋଗ୍ୟତା ଏକ ଚିନ୍ତାର ବିଷୟ ହୋଇଥିବା ଯୋଗୁଁ ଏଥିପ୍ରତି ମଧ୍ୟ ଯଥାଯଥ ଧ୍ୟାନ ଦିଆଯାଇଛି । ଏଥିଯୋଗୁଁ ବିଭିନ୍ନ ପ୍ରକାର ଉଦ୍ଦେଶ୍ୟର ବାସ୍ତବ ରୂପାୟଣ ହୋଇପାରିବ ।

“କାର୍ଯ୍ୟସାଧନ ସଂରଚନା’ ନାମିତ ଖସଡ଼ାରେ ବାସ୍ତବ କ୍ଷେତ୍ରରେ ପ୍ରୟୋଗ ନିମନ୍ତେ କାର୍ଯ୍ୟକୋଶଳ ନିର୍ଣତ ହେବ ଏବଂ କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ ସ୍ଥାନୀୟ ସରକାରୀ ବ୍ୟବସ୍ଥାରେ କେଉଁ କାର୍ଯ୍ୟକ୍ରମ ରୂପାୟିତ ହେବ, ତାହା ସୂଚିତ ହେବ । ୨୦୧୬ର ଜାତୀୟ ଶିକ୍ଷା ନୀତି ଅନୁସାରେ ରାଜ୍ୟ ଓ ସ୍ଥାନୀୟ ସରକାରୀ ସଂସ୍ଥାଗୁଡ଼ିକୁ ନିଜ ନିଜ ସ୍ତରରେ କାର୍ଯ୍ୟସାଧନ କୌଶଳ ଓ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଉତ୍ସାହିତ କରାଯିବା ପ୍ରତ୍ୟେକ କ୍ଷେତ୍ର ଓ ବିଷୟରେ ନିଆଯିବାକୁ କାର୍ଯ୍ୟକ୍ରମଗୁଡ଼ିକୁ ପରବର୍ତ୍ତୀ ଭାଗଗୁଡ଼ିକରେ ବିବୃତ କରାଯାଇଛି। କହିବା ଅନାବଶ୍ୟକ ଯେ, ଏ ସବୁ ଆଦୌ ସର୍ବସମାବେଶୀ ନୁହନ୍ତି । ତେଣୁ ଆଗାମୀ ସମୟରେ ଅନ୍ୟାନ୍ୟ ସଂଭାବ୍ୟ କାର୍ଯ୍ୟକ୍ରମଗୁଡ଼ିକ ପ୍ରସଂଗରେ ମନୋନିବେଶ କରାଯାଇପାରିବ ।

ପ୍ରାକ୍-ବିଦ୍ୟାଳୟ ଶିକ୍ଷା

ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନ ଥିବା ଯୋଗୁଁ ପୂର୍ବରୁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ଆବଶ୍ୟକ ଧ୍ୟାନ ଆକର୍ଷଣ କରିପାରିନାହିଁ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସମନ୍ଧିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମ ଆଦ୍ୟ ଶୈଶବକାଳୀନ ଶିକ୍ଷାଦାନ ଯୋଗାଇବା ନିମନ୍ତେ ଅଭିପ୍ରେତା । ଆଦ୍ୟ ଶୈଶବର ବର୍ଷଗୁଡ଼ିକ ଶିଶୁର ଶାରୀରିକ ଓ  ମାନସିକ ବିକାଶ ନିମନ୍ତେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସିଦ୍ଧାନ୍ତଟି ବିଶ୍ଵବ୍ୟାପୀ ସ୍ଵୀକୃତି ଲାଭ କରିଛି।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପ ଗୁଡିକନିଆଯିବ : -

  1. ଅଗ୍ରାଧିକାର ଭିତ୍ତିରେ ୪ ରୁ ୫ ବର୍ଷ ବୟସ୍କ ଶିଶୁମାନଙ୍କ ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସହଯୋଗରେ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ କରାଯିବ ।
  2. ଏବେ ସମନ୍ୱିତ ଶିଶୁ ବିକାଶ ସେବା ଅଧୀନରେ କାର୍ଯ୍ୟରତ ଅଙ୍ଗନବାଡ଼ିଗୁଡ଼ିକ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ନିମନ୍ତେ ଯଥେଷ୍ଟ ସାଧନଯୁକ୍ତ ନୁହନ୍ତି । ରାଜ୍ୟଗୁଡ଼ିକ ସହିତ ପରାମର୍ଶ କରି ବର୍ଷକ ମଧ୍ୟରେ ଅଙ୍ଗନବାଡ଼ିଗୁଡ଼ିକରେ ପ୍ରାକ୍ -ବିଦ୍ୟାଳୟ ଶିକ୍ଷା ନିମନ୍ତେ ପାଠ୍ୟକ୍ରମ ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ସହିତ ଅଙ୍ଗନବାଡ଼ି କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।
  3. ରାଜ୍ୟ ସରକାରଗୁଡ଼ିକ ପ୍ରାକ୍-ପ୍ରାଥମିକ ଶିକ୍ଷକମାନଙ୍କର ସଂବର୍ଗ ପ୍ରସ୍ତୁତ କରିବା ସହିତ ସେମାନଙ୍କ ପାଇଁ ପ୍ରାକ୍ନିଯୁକ୍ତି ଓ ସେବାକାଳୀନ ପ୍ରଶିକ୍ଷଣ ନିମନ୍ତେ ଆବଶ୍ୟକ ସୁବିଧା ସୃଷ୍ଟି କରିବେ ।
  4. ସମୟକ୍ରମେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କରାଯିବ। ଏଥିପାଇଁ ଅଙ୍ଗନବାଡ଼ି ଗୁଡ଼ିକୁ ପ୍ରାଥମିକ ବିଦ୍ୟାଳୟ ପରିସରରେ କିବା ଯଥା ସଂଭବ ବିଦ୍ୟାଳୟ ନିକଟସ୍ଥ ଜାଗାରେ ରଖିବା ପାଇଁ ଚେଷ୍ଟା କରାଯିବ ।
  5. ଘରୋଇ ପ୍ରାକ୍-ବିଦ୍ୟାଳୟଗୁଡ଼ିକ ନିମନ୍ତେ ନିୟନ୍ତ୍ରଣକାରୀ ଓ ପରିଚାଳନାକାରୀ ନିୟମାବଳି ଓ ବ୍ୟବସ୍ଥା ପ୍ରସ୍ତୁତ କରାଯିବ।

ଶିଶୁ ଓ କିଶୋର ଶିକ୍ଷା କ୍ଷେତ୍ରରେ ଅଧିକାର ସଂରକ୍ଷଣ

ଶିଶୁ ଅଧିକାରର ସୁରକ୍ଷା କେବଳ ଶିଶୁମାନଙ୍କର ବ୍ୟକ୍ତିଗତ ନିରାପତ୍ତା ମଧ୍ୟରେ ସୀମିତ ନୁହେଁ । ଶାରୀରିକ ଦଣ୍ଡ ବିଧ୍ୟାନକୁ ବାରଣ କରିବା, କାୟିକ ବା ଆବେଗିକ ହଇରାଣର ନିରାକରଣ, ବିଦ୍ୟାଳୟ-ଜଡ଼ିତ କାର୍ଯ୍ୟକଳାପ ବେଳେ ଆଘାତ ନିବାରଣ, ନିରାପଦ ଭିତ୍ତିଭୂମି, ଶିଶୁ ମନଲାଖି ଭାଷା ଓ କାମ, ପାତର-ଅନ୍ତର ଉଚ୍ଛେଦ, ଶାରୀରିକ ନିର୍ଯାତନା, ନିଷିଦ୍ଧ ଦ୍ରବ୍ୟ ବ୍ୟବହାର, ଉତ୍ପାଡ଼ନ ଇତ୍ୟାଦି ମଧ୍ୟ ଏହାର ଅନ୍ତର୍ଭୁକ୍ତ। ସଂବେଦନଶୀଳ ଓ ଗ୍ରହଣଯୋଗ୍ୟ ପରିବେଶ ସୃଷ୍ଟି କରିବା ଶିଶୁ ଅଧିକାରର ସୁରକ୍ଷା ନିମନ୍ତେ ଆବଶ୍ୟକ । ଶିଶୁ ଅଧିକାର ଉଲ୍ଲଂଘନ ସ୍ଥଳେ ‘ଶୂନ୍ୟ-ସହିଷ୍ଣୁତା’ ଆଭିମୁଖୀ ବ୍ୟବସ୍ଥା ପାଳନ କଲେ ଶିଶୁମାନଙ୍କର କାୟିକ ଓ ଆବେଗିକ ନିରାପତ୍ତା ରକ୍ଷା କରାଯାଇପାରିବ ।

ନିମ୍ନଲିଖିତପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ : -

  1. ଶିଶୁମାନଙ୍କର ସୁରକ୍ଷା ଓ ନିରାପତ୍ତା ଉଦ୍ଦେଶ୍ୟରେ କେତେକ ଢାଞ୍ଚାଗତ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ-ପ୍ରଦର୍ଶକା ପ୍ରଣୟନ କରାଯିବା ସ୍ଵୀକୃତି ଓ ପଞ୍ଚମୀକରଣ ନିମନ୍ତେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏ ସବୁ ପାଳନ କରିବାକୁ ହେବ ।
  2. ପ୍ରତ୍ୟେକ ଅଧ୍ୟକ୍ଷ ଓ ଶିକ୍ଷକଙ୍କୁ ସଂପୃକ୍ତ ବିଧି, ଆଇନ, ନିୟାମକ, ନିୟନ୍ତ୍ରକ ଇତ୍ୟାଦି ବିଷୟରେ ଅବଗତ କରାଯିବ । ଶିଶୁ ଅଧିକାର ସଂବନ୍ଧିତ ବିଧିବିଧ୍ୟାନ ଓ ସେଗୁଡ଼ିକର ଉଲ୍ଲଂଘନ ବିଷୟାବଳି ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ସତେଜକ ପାଠ୍ୟଧାରାରେ ଅନ୍ତର୍ଭୁକ୍ତ କରାଯିବା  ।
  3. ପର୍ଯ୍ୟାୟକ୍ରମେ କିଶୋର ଶିକ୍ଷା କାର୍ଯ୍ୟକ୍ରମ ଓ ଜାତୀୟ ଜନସଂଖ୍ୟା ଶିକ୍ଷା କାର୍ଯ୍ୟକ୍ରମ ବିଷୟ ବିଦ୍ୟାଳୟର ପାଠ୍ୟଧାରାରେ ସମନ୍ୱିତ କରାଯିବ ।
  4. ମାଧ୍ୟମିକ ସ୍ତରର ଶିକ୍ଷକମାନଙ୍କର ପ୍ରାକ୍ ନିଯୁକ୍ତି ଓ ସେବା କାଳୀନ ପ୍ରଶିକ୍ଷଣ ପାଠ୍ୟ ସୁଟିରେ କିଶୋର ଶିକ୍ଷା ଅନ୍ତର୍ଭୁକ୍ତ ହେବ ।
  5. ଆତ୍ମ-ଶିକ୍ଷଣ ନିମନ୍ତେ ଶିଶୁ ସୁରକ୍ଷା ବିଷୟକ କାର୍ଯ୍ୟକ୍ରମ ଅନ୍-ଲାଇନ୍ ବ୍ୟବସ୍ଥାରେ ଛାତ୍ର, ଶିକ୍ଷକ ଓ ପିତାମାତାଙ୍କ ଉପଯୋଗ ନିମନ୍ତେ ବିକଶିତ କରାଯିବ ।
  6. ବିଦ୍ୟାଳୟଗୁଡ଼ିକ କୈଶୋର କାଳୀନ ସମସ୍ୟାବଳିର ସମ୍ମୁଖୀନ ହେଉଥିବା କିଶୋର ଓ କିଶୋରୀ ମାନଙ୍କର  ପିତାମାତା ଓ ଶିକ୍ଷକମାନଙ୍କୁ ଗୋପନୀୟ ପରାମର୍ଶ ଦେବା ନିମନ୍ତେ ପ୍ରଶିକ୍ଷିତ ଉପଦେଷ୍ଟାମାନଙ୍କୁ ନିଯୁକ୍ତ କରିବେ ।

ବିଦ୍ୟାଳୟ ଶିକ୍ଷାରେ ଜ୍ଞାନାର୍ଜନର ପରିଣାମ

ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଜ୍ଞାନାର୍ଜନର ପରିଣାମ ଚିନ୍ତାରକାରଣ ହୋଇଆସିଛି।  ଅନୁଧ୍ୟାନରୁ ଜଣା ପଡ଼ିଛି ଯେ ବିଦ୍ୟାର୍ଥୀ ମାନଙ୍କର ଦକ୍ଷତା, କୌଶଳ, ପଠନ, ଲିଖନ ଓ ଗଣିତ କ୍ଷେତ୍ରରେ ଖୁବ୍ ଦୁର୍ବଳ ହୋଇରହିଛି। ସେମାନେ ବିଦ୍ୟାଳୟରେ ଏ ସବୁ ଆଦୌ ଶିଖୁପାରୁନାହାନ୍ତି । ରାଜ୍ୟଗୁଡ଼ିକ ଜ୍ଞାନାର୍ଜନର ବ୍ୟାଖ୍ୟା ଓ କଳନା ପାଇଁ ଉପାୟ ଅବଲୀବନ କରୁଛନ୍ତି । ବିଦ୍ୟାର୍ଥୀମାନଙ୍କର ପଠନ, ଲିଖନ, ବୋଧ ଶକ୍ତି ଓ ଗଣିତ ଜ୍ଞାନ ବଢ଼ାଇବା ନିମନ୍ତେ ନାନା ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏ ସବୁ ସତ୍ତେ ଜ୍ଞାନାର୍ଜନର ପରିଣାମ ଏ ଯାଏ ଏକ ଆହ୍ଵାନ ହୋଇରହିଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପ୍ରାଧାନ୍ୟ ଦେଇ ଜ୍ଞାନାର୍ଜନର ସୁଫଳ ପ୍ରାପ୍ତି ନିମନ୍ତେ ଯତ୍ନଶୀଳ ହେବା ଆବଶ୍ୟକ । ଏପରି ହେଲେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସ୍ତରୋନ୍ନତି ଘଟିବା ।

ନିମ୍ନଲିଖିତପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ : -

  1. ଶିକ୍ଷା ଅଧିକାର ଅଧିନିୟମରେ ସଂସୂଚିତ ଭିତ୍ତିଭୂମିଗତ ମାନାଦର୍ଶ ସହିତ ଜ୍ଞାନାର୍ଜନର ପରିଣାମ-ଜଡ଼ିତ ମାନାଦର୍ଶ ମଧ୍ୟ ବିକଶିତ ହେବ ଏବଂ ଉଭୟ ଘରୋଇ ଓ ସରକାରୀ ବିଦ୍ୟାଳୟରେ ସମରୂପରେ ଲାଗୁହେବ ।
  2. ଶିକ୍ଷା ଅଧିକାର ଅଧିନିୟମରେ ବିହିତ ମାପକ ଅନୁସାରେ ରାଜ୍ୟଗୁଡ଼ିକ ସ୍ଥାନୀୟ ଅବସ୍ଥାକୁ ବିଚାର କରି ଭିତ୍ତିଭୂମିଗତ ବିକାଶ ପାଇଁ ନିଜ ନିଜର ରୂପରେଖ ଓ ଯୋଜନା ପ୍ରସ୍ତୁତ କରିପାରିବେ । ସ୍ଥାନୀୟ ମାନାଦର୍ଶ ଆଧାରିତ ଉପଯୁକ୍ତ ଭିତ୍ତିଭୂମି ନିମନ୍ତେ ଶିକ୍ଷା ଅଧିକାର ଅଧିନିୟମରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ବିକଳ୍ପ ବିଦ୍ୟାଳୟ' ସ୍ଥାପନ କରିପାରିବେ, ଯାହା ହାରା ବିଶେଷ ବର୍ଗର ଅତି ଅବିକଶିତ ଓ ସ୍ଥାନାନ୍ତରିତ ଶିଶୁ ତଥା କଠିନ ପରିସ୍ଥିତିରେ ଥିବା ଶିଶୁମାନଙ୍କ ଶିକ୍ଷା ନିମନ୍ତେ ଶିକ୍ଷାଦାନ-ମୂଳକ ମଧ୍ୟକ୍ଷେପ କରିହେବା ।
  3. ଶିକ୍ଷାଗତ ଦକ୍ଷତା ପ୍ରଦର୍ଶନ କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କର ଅସଫଳତା ଯୋଗୁଁ ଏବେ ପ୍ରଚଳିତ ଶ୍ରେଣୀରେ ନ ଅଟକାଇବା ନୀତି ସଂଶୋଧୁତ ହେବ । କେବଳ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନ ଅଟକାଇବା ନୀତି ସୀମିତ ରହିବ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀଗୁଡ଼ିକରେ ଅଟକାଇବା ନୀତି ପୁନଃସ୍ଥାପିତ ହେବ । ଶିକ୍ଷା ଗ୍ରହଣ ନିମନ୍ତେ ଦୁର୍ବଳ ବିଦ୍ୟାର୍ଥୀମାନଙ୍କୁ ଚିହ୍ନଟ କରାଯିବା ଏହି ବ୍ୟବସ୍ଥା ବିଦ୍ୟାଳୟରେ ପ୍ରଚଳିତ CCE ଉପରେ ଆଧାରିତ ହେବ । ଏହା  ଦ୍ଵାରା ପ୍ରତିକାରାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ଲାଗୁ କରାଯାଇପାରିବା ।
  4. ଶିକ୍ଷାଦାନର ସ୍ତରୋନ୍ନତି ଏବଂ ବିଶେଷ ବ୍ୟବସ୍ଥା ପ୍ରଚଳନ ହାରା ଏହି ଲକ୍ଷ୍ୟ ସାଧିତ ହେବ । ବିଦ୍ୟାର୍ଥୀମାନଙ୍କ ହାତ ପାଆନ୍ତାରେ ଜ୍ଞାନପ୍ରାପ୍ତିର ଏକାଧିକ ଉତ୍ସ ରହିବ, ଯାହା ମଧ୍ୟରେ ଇ-ସଂସାଧନ ବା ବୈଦ୍ୟୁତିକୀ ସଂସାଧନ ମଧ୍ୟ ଅନ୍ତର୍ଭୁକ୍ତ ହେବ ।

ବିଦ୍ୟାଳୟ ସ୍ତରୀୟ ଶିକ୍ଷା

ସର୍ବଜନୀନ ପ୍ରାଥମିକ ଶିକ୍ଷା ବାସ୍ତବ ରୂପ ନେଉଥିବା ସ୍ଥଳେ ମାଧ୍ୟମିକ ଶିକ୍ଷାର ବିସ୍ତାର ଅନିବାରଣୀୟ ହୋଇପଡ଼ିଛି। ଯୋଗ୍ୟ ବିଦ୍ୟାର୍ଥୀମାନଙ୍କୁ ଗ୍ରହଣ କରିବା ନିମନ୍ତେ ଶିକ୍ଷାନୁଷ୍ଠାନଗୁଡ଼ିକ ଅବସ୍ଥିତି ଓ ପରିଚାଳନା ବ୍ୟବସ୍ଥା ନିର୍ବିଶେଷରେ ମାଧ୍ୟମିକ ଶିକ୍ଷାର ମାନବୃଦ୍ଧି ଓ ବିକାଶ ନିମନ୍ତେ ମାନାଦର୍ଶ ପ୍ରଚଳନର ଆବଶ୍ୟକତା ରହିଛି। ବିଦ୍ୟାର୍ଥୀମାନଙ୍କୁ ମାଧ୍ୟମିକ ବିଦ୍ୟାଳୟରେ ଅଟକାଇବା ଏବଂ ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ନେବା ଭଳି କାର୍ଯ୍ୟ ଏ ଯାଏ ଆହ୍ଵାନ ହୋଇରହିଛି । ଏବେ ପ୍ରଚଳିତ ପରୀକ୍ଷା ବ୍ୟବସ୍ଥାରେ ନାନା ପ୍ରକାର ଦୁର୍ଲକ୍ଷଣ ଓ ଅପକର୍ମ ପୁରି ରହିଛି। କେତେକ ରାଜ୍ୟରେ ପରୀକ୍ଷ ପରିଚାଳନାଗତ ସଂସ୍କାର ସାଧିତ ହୋଇଥିଲେ ହେଁ ନ୍ୟାୟୋଚିତ ଓ ପାରଦଶୀ ପଦ୍ଧତି ନିମନ୍ତେ ସଶକ୍ତ ସଂସ୍କାରର ଆବଶ୍ୟକତା ଅନୁଭୁତ ହେଉଛି ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ:

  1. ପ୍ରତ୍ୟେକ ରାଜ୍ୟ କମ୍ ଛାତ୍ର ନାମ ଲେଖାଉଥିବା ବିଦ୍ୟାଳୟ ଓ ଅନୁପଯୁକ୍ତ ଭିତ୍ତିଭୂମି ଥିବା ବିଦ୍ୟାଳୟଗୁଡ଼ିକୁ ବିସ୍ତୁତ ଅନୁଶୀଳନ ହାରା ଚିହ୍ନଟ କରିବେ ଓ ମାନଚିତ୍ର ଅଙ୍କନ କରିବେ । ମାନବ ତଥା ଭିତ୍ତିଭୁମି ଆଧାରିତ ସଂବଳର ସର୍ବାଧିକ ଉପଯୋଗ ତଥା ଶୈକ୍ଷଣିକ ଦକ୍ଷତା ବୃଦ୍ଧି ଓ ବ୍ୟୟ-ଅନୁସାରୀ ଫଳଦାୟୀ ପରିଚାଳନା ନିମନ୍ତେ ଅଣକ୍ଷମ ବିଦ୍ୟାଳୟଗୁଡ଼ିକୁ ସଂଯୁକ୍ତ ବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ଉଦ୍ୟମ ହେବ । ଏକାଧିକ ବିଦ୍ୟାଳୟର ସମ୍ମିଶ୍ରଣ ହେବା ସ୍ଥଳେ ସେଗୁଡ଼ିକ ଗୋଟିଏ ପରିସର ମଧ୍ୟରେ ସ୍ଥାପିତ ହେବେ । ଶିକ୍ଷା ଅଧିକାର ଅଧିନିୟମକୁ ହାଲୁକା ନ କରି, ରାଜ୍ୟଗୁଡ଼ିକ ସହିତ ପରାମର୍ଶ ମାଧ୍ୟମରେ ଏ ପ୍ରକାର ସମ୍ମିଶ୍ରଣ ନିମନ୍ତେ ସର୍ବଗ୍ରାହ୍ୟ ନିର୍ଦ୍ଦେଶିକା ବିକଶିତ କରାଯିବ । ସମ୍ମିଶ୍ରଣ-ଜନିତ ଦୃଢ଼ୀକରଣ ଯୋଗୁଁ ଦେଶରେ ନିକଟ ଭବିଷ୍ୟତରେ ‘ଗୋଟିଏ ଶ୍ରେଣୀ, ଜଣେ ଶିକ୍ଷକ ଭଳି ମାନାଦର୍ଶ ସ୍ଥାପନର ଲକ୍ଷ୍ୟ ପୂରଣ ହେବ ।
  2. ଶିକ୍ଷା ଅଧିକାର ଅଧିନିୟମର ଖ°ଡ ୧୨ (୧)(ଗ)କୁ ସରକାରୀ ସହାୟତାପ୍ରାପ୍ତ ଭାଷା ଓ ଧର୍ମ ଆଧାରିତ ଓ ସଂଖ୍ୟାଲଘୁ ଅନୁଷ୍ଠାନଗୁଡ଼ିକ ପ୍ରତି ଲାଗୁ କରାଯିବା ବିଷୟ ଆର୍ଥନୀତିକ ଅନଗ୍ରସର ଲୋକଙ୍କୁ ଦୃଷ୍ଟିରେ ରଖି ପୁନଃସମୀକ୍ଷା କରାଯିବ । ୩. ଶିକ୍ଷା ଅଧିକାର ଅଧିନିୟମକୁ ଏକ ଉପଯୁକ୍ତ ବୟସ ସୀମା ପର୍ଯ୍ୟତ ସଂପ୍ରସାରିତ କରି ମାଧ୍ୟମିକ ଶିକ୍ଷା ସ୍ତରକୁ ତହିର ଅଂଶ କରିବା ନିମନ୍ତେ ରାଷ୍ଟ୍ର ପ୍ରୟାସରତ ରହିବ ।
  3. ବିଦ୍ୟାଳୟ ସ୍ତରୀୟ ଶିକ୍ଷା କ୍ଷେତ୍ରର ସବୁ ପର୍ଯ୍ୟାୟରେ ସୁବିଧା ଯୋଗାଣ ଓ ବିଦ୍ୟାର୍ଥୀମାନଙ୍କର କୃତିତ୍ଵ ନିରୂପଣ ନିମନ୍ତେ ସର୍ବନିମ୍ନ ମାନକ ସୁନିର୍ଦ୍ଦିଷ୍ଟ କରାଯିବ।
  4. ଅଗ୍ରାଧିକାର ଭିତ୍ତିରେ ଯଥା ସଂଭବ ତୁଳନାୟକ ଭାବେ ଅବିକଶିତ ଅଞ୍ଚଳରେ କେକଂକ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଗୁଡ଼ିକୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସଂପ୍ରସାରିତ ଓ ଉତ୍ତୀତ କରାଯିବ । ଜବାହର ନବୋଦୟ ବିଦ୍ୟାଳୟଗୁଡ଼ିକର ସଫଳତା ଅନୁଧ୍ୟାନ କରାଯିବ ଏବଂ ସେଗୁଡ଼ିକର କାର୍ଯ୍ୟଧାରା  ରାଜ୍ୟଗୁଡ଼ିକରେ ପ୍ରଚଳନ କରାଯିବ ।
  5. ବିଧିବଦ୍ଧ ବିଦ୍ୟାଳୟରେ ଉପସ୍ଥିତି ନ ରହି ସୁଦ୍ଧା ପାଠ ଛାଡ଼ି ଦେଇଥିବା ଓ ନିଯୁକ୍ତି ପାଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ମୁକ୍ତ ବିଦ୍ୟାଳୟ ସୁବିଧା ସଂପ୍ରସାରିତ ହେବ ।
  6. ଛାତ୍ରମାନେ ହିଧାଗ୍ରସ୍ତ ହୋଇ ଉପଯୁକ୍ତ ଶିକ୍ଷା ବିଷୟ ବାଛି ପାରନ୍ତି ନାହିଁ। ସେମାନଙ୍କ ମନୋଭାବ, ଆଗ୍ରହ ଓ ରୁଚି ଅନୁକୂଳ ଶିକ୍ଷାଲାଭରୁ ବଞ୍ଚିତ ହୋଇ ସେମାନେ ବିଫଳତା, ହତାଶା ଓ ଚାପର ସମ୍ମୁଖୀନ ହୁଅନ୍ତି । ଶିକ୍ଷା ବିଷୟକ ପ୍ରବୃତ୍ତି ନିର୍ଣ୍ଣୟ ନିମନ୍ତେ ବିଭିନ୍ନ ସ୍ତରରେ ପରୀକ୍ଷା କରାଯିବ । ଏହାର ଫଳ ସ୍ଵରୂପ ସେମାନଙ୍କର ବାସ୍ତବ ସାମର୍ଥ୍ୟ ଓ ଆଗ୍ରହ କ୍ଷେତ୍ର ବିଷୟ ଜଣାପଡ଼ିବ । ପେସାଦାର ପରାମର୍ଶଦାତାମାନଙ୍କୁ ଟେଲିଫୋନ୍ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ସହିତ ଜଡ଼ିତ କରାଯିବ । ସେମାନଙ୍କର ସହାୟତା ଯୋଗୁଁ ଶିକ୍ଷା କ୍ଷେତ୍ରର ସୀମାବଦ୍ଧତା, ବିଶେଷ ବର୍ଗର ବିଦ୍ୟାର୍ଥୀମାନଙ୍କର ସମସ୍ୟା, ବିଶେଷ କୃତିତ୍ଵ ହାସଲ କରି ପାରୁ ନ ଥିବା ବିଦ୍ୟାର୍ଥୀମାନଙ୍କର ସ୍ଥିତି ସୁଧୁରିବ । ଧୀରକ୍ରିୟ ବିଦ୍ୟାର୍ଥୀମାନେ ଉପକୃତ ହେବେ । ଏ ପ୍ରକାର ସହାୟତା ପାଇଲେ ବିଦ୍ୟାର୍ଥୀମାନେ ଉପଯୁକ୍ତ ପାଠ୍ୟକ୍ରମ ବାଛିପାରିବେ ଏବଂ ମାଧ୍ୟମିକ ତଥା ଉଚ୍ଚ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବିଷୟ ଜାଣିପାରିବେ ।

ପାଠ୍ୟକ୍ରମ ନବୀକରଣ ଓ ପରୀକ୍ଷା ସଂସ୍କାର

ସ୍ଵାମୀ ବିବେକାନନ୍ଦଙ୍କ ବକ୍ତବ୍ୟ ଅନୁସାରେ "ଯେଉଁ ପରିମାଣର ସୂଚନା ଆମେ ମସ୍ତିଷ୍କ ମଧ୍ୟରେ ପୂରାଉଁ ତାହା ଜୀର୍ଣ୍ଣନ ହୋଇ ସାରା ଜୀବନ ସେହିଠାରେ ପଡ଼ି ରହି ନାନା ଗଣ୍ଡଗୋଳ ଭିଆଇଥାଏ । ଏହା ଶିକ୍ଷା ନୁହେଁ । ଆମ ପାଇଁ ଜୀବନଗଠନକାରୀ, ମନୁଷ୍ୟ-ନିର୍ମାଣକାରୀ ଓ ଚରିତ୍ର-ସୃଷ୍ଟିକାରୀ ଧାରଣାଗୁଡ଼ିକର ସମନ୍ଵୟ ଆବଶ୍ୟକ । ତୁମେ ଯଦି ପାଞ୍ଚଟି ଧାରଣା ଆତ୍ମସ୍ଥ କରି ତଦନୁଯାୟୀ ଜୀବନ ନିର୍ବାହ ଓ ଚରିତ୍ର ରକ୍ଷା କରୁଥାଅ, ତୁମଠାରେ ଗୋଟିଏ ଗ୍ରନ୍ଥା ଗାରକୁ ମୁଖସ୍ଥ କରିଥିବା ବ୍ୟକ୍ତି ତୁଳନାରେ ଅଧିକ ଶିକ୍ଷା ରହିଛି। ଯଦି ଶିକ୍ଷା ସୂଚନାର ସମରୂପ ହୁଏ, ତା ହେଲେ ଗ୍ରନ୍ଥାଗାରଗୁଡ଼ିକ ହିଁ ତପସ୍ତ୍ରୀ ଓ ଜ୍ଞାନକୋଷଗୁଡ଼ିକ ହିଁ ମହାନ୍ ଋଷି ।"

ଇଣ୍ଟର୍ନେଟର ଅଭ୍ୟୁଦୟ ପରେ ସ୍ଵାମୀ ବିବେକାନନ୍ଦଙ୍କ ବକ୍ତବ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଡିଜିଟାଲ୍ ସଂଯୋଗ ହେତୁ ଏବେ ସବୁ ପ୍ରକାର ସୂଚନା ବୋତାମ୍ ଟିପିଲା ମାତ୍ରେ ଆମ ପାଖରେ ପହଞ୍ଚିଯାଉଛି। ଏବେ ଆଉ ଗ୍ରନ୍ଥା ଗାରକୁ ଯିବାର କୌଣସି ପ୍ରୟୋଜନ ନାହିଁ। ତେଣୁ ଏବେ ଆମକୁ ସୂଚନା-ଆଧାରିତ ଶିକ୍ଷା ପରିବର୍ଭେ ମୂଲ୍ୟବୋଧ-ଆଧାରିତ ଶିକ୍ଷା ଆଡ଼କୁ ମୁହାଁଇବାକୁ ପଡ଼ିବ । ବିଦ୍ୟାର୍ଥୀମାନଙ୍କୁ ଏ ଭଳି ଜୀବନଯାପନ ଦକ୍ଷତା ଶିଖାଇବାକୁ ପଡ଼ିବ, ଯାହା ହାରା ସେମାନେ ମଣିଷ ଗଠନ ଓ ରାଷ୍ଟ୍ର-ନିର୍ମାଣ କାର୍ଯ୍ୟରେ ସହାୟତା କରିପାରିବେ ।

ଶିକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ସ୍ତରରେ ଅଭିନବ ଜ୍ଞାନକ୍ଷେତ୍ରକୁ ସନ୍ଧିବେଶିତ କରି ପାଠ୍ୟକ୍ରମର ନବୀକରଣ ଘଟାଇବାକୁ ହେବ । ବିଶ୍ଵାୟନର ପ୍ରଭାବ ଓ ଜ୍ଞାନ-ଭିତ୍ତିକ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ପ୍ରତି ନୂଆ ଶିଖାଳିମାନଙ୍କୁ ଉନ୍ମୁଖ କରାଇବାକୁ ପଡ଼ିବ । ଜୀବନଧାରଣ କୌଶଳ ସହିତ କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ଯୋଡ଼ିବାକୁ ହେବ । ଜ୍ଞାନାର୍ଜନ ନିମନ୍ତେ ବିଭିନ୍ନ ବର୍ଗର ଶିକ୍ଷାର୍ଥୀମାନଙ୍କର ଆବଶ୍ୟକତା ପୂରଣ କରିବାକୁ ପଡ଼ିବ । ସେମାନଙ୍କୁ ପୋଷଣୀୟ ବିକାଶ, ବ୍ୟକ୍ତି-ନିର୍ଭର କାର୍ଯ୍ୟାବଳି ବିଷୟରେ ସଚେତନ କରିବାକୁ ହେବ । ବିଶ୍ଵସ୍ତରୀୟ ଉତ୍କର୍ଷ ହାସଲ କରିବା ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରାଯିବା ଭଳି ପାଠ୍ୟକ୍ରମ ପ୍ରସ୍ତୁତ ହେବ । କେଉଁ ପ୍ରକାର ମାନଦଣ୍ଡକୁ ଆଧାର କରି ପାଠ୍ୟକ୍ରମର ସ୍ତରୋନ୍ନତି ଓ ସଂଶୋଧନ କରାଯାଇପାରିବ ଏବଂ ଶିକ୍ଷାର୍ଥୀମାନଙ୍କ ଜ୍ଞାନାର୍ଜନ-ଜଡ଼ିତ ପରିଣାମକୁ ମପାଯାଇପାରିବ, ତାହା ମଧ୍ୟ ସନ୍ଧିବେଶିତ ହେବ ।

ଜ୍ଞାନାର୍ଜନର ପରିଣାମ ମାପିବା ପାଇଁ ଶିକ୍ଷାର୍ଥୀମାନଙ୍କର ମୂଲ୍ୟାୟନରେ ଉନ୍ନତି ସାଧନ କରିବା ଭଳି କାର୍ଯ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏବେ ଦଶମ ଓ ଦ୍ଵାଦଶ ଶ୍ରେଣୀର ଟର୍ମ ଶେଷ ଓ ବାର୍ଷିକ ପରୀକ୍ଷା ବ୍ୟବସ୍ଥା ଚଳୁଛି। କିନ୍ତୁ ବିଦ୍ୟାର୍ଥୀମାନଙ୍କର ସାମୂହିକ ମୂଲ୍ୟାୟନ ଆଦୌ ସଂତୋଷଜନକ ନୁହେଁ । ଅନେକତ୍ର ପଢ଼ିଥିବା ପାଠକୁ ପୁନର୍ବାର ଲେଖି ପକାଇବା ଭଳି କାର୍ଯ୍ୟକୁ ମୂଲ୍ୟାୟନ ନାମ ଦେଇ ଚଳାଇ ନିଆଯାଉଛି । ତେଣୁ ମୂଲ୍ୟାୟନ ବ୍ୟବସ୍ଥାର ସଂପୂର୍ଣ୍ଣ ପୁନର୍ବିନ୍ୟାସ ଏକାନ୍ତ ଆବଶ୍ୟକ । ଏ ଭଳି ହେଲେ ଜ୍ଞାନାର୍ଜନର ପରିଣାମ ବିଷୟକ ତଥ୍ୟ ସହଜଲଭ୍ୟ ହେବ । ଉଭୟ ଶୈକ୍ଷଣିକ ଓ ସହ-ଶୈକ୍ଷଣିକ ମୂଲ୍ୟାୟନ ପାଇଁ ଏହା ଉପଯୋଗୀ ହେବ । ଏଭଳି ଏକ ଆନୁଷ୍ଠାନିକ ବ୍ୟବସ୍ଥାର ଆବଶ୍ୟକତା ରହିଛି, ଯାହା ହାରା ବର୍ଷ ସାରା ବିଦ୍ୟାର୍ଥୀମାନଙ୍କର ଅଗ୍ରଗତି ଉପରେ ନଜର ରଖି ହେବ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ : -

  1. ସାମାଜିକ ସହାବସ୍ଥାନ, ଧାର୍ମିକ ସଭାବ ଓ ଜାତୀୟ ସଂହତିକୁ ସୁଦୃଢ଼ କରିବାର ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପୂରଣ ନିମନ୍ତେ ପାଠ୍ୟକ୍ରମରେ ସଂସ୍କାର ଅଣାଯିବ । ପାଠ୍ୟକ୍ରମ ଗୁଡ଼ିକ ପରିଣାମ-ଆଧାରିତ ହେବା ସହିତ ଶିକ୍ଷାର୍ଥୀମାନଙ୍କର ଜୀବନଯାପନ କୌଶଳ ଅଭିମୁଖୀ ହେବ । ବୈଷୟିକ ଜ୍ଞାନ-ନିର୍ଭର ପରିବେଶରେ ଚଳିପାରିବା ଭଳି ଦକ୍ଷତା ବିକାଶ ପାଠ୍ୟକ୍ରମ ମାଧ୍ୟମରେ ହେବ । ସମସ୍ତ ଶିକ୍ଷାର୍ଥୀଙ୍କୁ ମୌଳିକ କର୍ଭବ୍ୟ ଓ ଅଧିକାର ବିଷୟରେ ଅବଗତ କରାଯିବା ସେମାନେ ଯେପରି ଦେଶର ଓ ବିଶ୍ଵର ଉତ୍ତମ ନାଗରିକ ହୋଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ ।
  2. ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପ୍ରଦାନକାରୀ ରାଷ୍ଟ୍ରୀୟ ସଂସ୍ଥା NCERTର ପୁନର୍ବିନ୍ୟାସ କରାଯିବା ଶିକ୍ଷା କ୍ଷେତ୍ରରେ ଗୁଣ ହ୍ରାସ ଭଳି ସମସ୍ୟାର ସମାଧ୍ୟାନ ନିମନ୍ତେ ବିଦ୍ୟାଳୟରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧ୍ୟାନରେ ପାଠ୍ୟକ୍ରମର ଶିକ୍ଷା ଶାସ୍ତ୍ରୀୟ ନବୀକରଣ କରାଯିବ । ପାଠ ମୁଖସ୍ଥ କରିବା ପରିବର୍ଭେ ବୁଝିବା ଓ ଜିଜ୍ଞାସା ଆଡ଼କୁ ଧ୍ୟାନ ଦିଆଯିବ ।
  3. ବିଜ୍ଞାନ, ଗଣିତ ଓ ଇଂଲିଶ୍ ବିଷୟରେ ସମଗ୍ର ଦେଶ ପାଇଁ ଗୋଟିଏ ପାଠ୍ୟକ୍ରମ ପ୍ରଚଳନ କରାଯିବା ସମାଜ ବିଜ୍ଞାନ ଭଳି ବିଷୟରେ ପାଠ୍ୟକ୍ରମର ଗୋଟିଏ ଅଂଶ ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ ହେବ । ଅନ୍ୟାନ୍ୟ ଅଂଶ ପାଇଁ ରାଜ୍ୟଗୁଡ଼ିକ ନିଜ ନିଜ ଅଂଚଳ ନିମନ୍ତେ ପାଠ୍ୟକ୍ରମ ସ୍ଵଇଚ୍ଛାରେ ପ୍ରସ୍ତୁତ କରିବେ । ୪. ପଞ୍ଚମ ଶ୍ରେଣୀରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ କଂପୁଟର୍ ସାକ୍ଷରତା କାର୍ଯ୍ୟକ୍ରମ ପ୍ରଚଳିତ ହେବ । ICT ଏକ ବିଷୟ ରୂପେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରାଯାଇପାରେ। ପ୍ରତ୍ୟେକ ସ୍ତରରେ ସଂଶୋଧନ କରାଯାଇ ICTକୁ ପ୍ରୟୋଗାୟକ ରୂପ ଦିଆଯିବ ।
  4. ଏହା ସର୍ବଜ୍ଞାତ ଯେ ବିଜ୍ଞାନ ବିଷୟଟିର ଅବବୋଧ ପ୍ରଦର୍ଶନ ଓ ପରୀକ୍ଷଣ ମାଧ୍ୟମରେ ହିଁ ଭଲ ହୋଇଥାଏ । ଷଷ୍ଠ ଶ୍ରେଣୀ ଠାରୁ ବିଜ୍ଞାନକୁ ପରୀକ୍ଷଣ-ଭିତ୍ତିକ କରାଯିବ।
  5. ପାଠ୍ୟକ୍ରମରେ ନର-ନାରୀ ଭେଦ, ସାମାଜିକ, ସାଂସ୍କୃତିକ ଓ ଆଞ୍ଚଳିକ ବୈଷମ୍ୟଗୁଡ଼ିକ ପ୍ରତି ଧ୍ୟାନ ଦିଆଯିବା ସାମାଜିକ ପାତରଅନ୍ତର ଦୂର କରିବା ଉଦ୍ଦେଶ୍ୟରେ ସାମାଜିକ ନ୍ୟାୟ ଓ ଆଇନଗତ ବ୍ୟବସ୍ଥା ମଧ୍ୟ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ହେବ । ପାଠ୍ୟ ପୁସ୍ତକ ପ୍ରସ୍ତୁତକାରୀ ମାନଙ୍କୁ ଧ୍ୟାନ ଦେବାକୁ ହେବ, ଯେପରି ଭେଦଭାଦ ସୂଚକ ପ୍ରସଂଗ / ଘଟନା / ଦୃଷ୍ଟାନ୍ତ ଜାତି, ଧର୍ମ, ଅକ୍ଷମତା ଓ ଲିଙ୍ଗକୁ ନେଇ ପ୍ରକାଶ ନ ପାଏ । ନାଗରିକତା ଶିକ୍ଷା, ଶାନ୍ତି ଶିକ୍ଷା ସହିତ ଚରିତ୍ର ଗଠନ, ଆଇନ ଓ ସଂବିଧ୍ୟାନ ବିଷୟାଶ୍ରିତ ସାକ୍ଷରତା, ଆର୍ଥନୀତିକ ସାକ୍ଷରତା, ପରିବେଶର ପୋଷଣୀୟତା ଭଳି ପ୍ରସଂଗ ପାଠ୍ୟକ୍ରମରେ ସ୍ଥାନ ପାଇବ ।
  6. ପାଠ୍ୟ ପୁସ୍ତକର ପୁନର୍ଲିଖନ-ଆଶ୍ରିତ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ଅଣାଯିବ । ବ୍ୟାପକ ସଚେତନତା ସୃଷ୍ଟି ବିଷୟ ବୋଧ, ଅବଧାରଣା ଓ ଉଚ୍ଚ ସ୍ତରୀୟ ସମସ୍ୟା ସମାଧ୍ୟାନ ଦକ୍ଷତା ପରୀକ୍ଷା କରିବା ପାଇଁ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ କରାଯିବା ନିରନ୍ତର ମୂଲ୍ୟାୟନ, ପ୍ରଶ୍ନ-ପ୍ରସ୍ତୁତିର ସ୍ତର-ରକ୍ଷା, ମୂଲ୍ୟାଙ୍କନର ସ୍ୱଚ୍ଛତା ଭଳି କେତେକ କାର୍ଯ୍ୟକ୍ରମ ହାତକୁ ନିଆଯିବା ଉଦେବଗ ହ୍ରାସ କରିବା ପାଇଁ ବାର୍ଷିକ ପରୀକ୍ଷା ବଦଳରେ ଦାବି ମୁତାବକ ପରୀକ୍ଷା ଆରମ୍ଭ କରାଯିବ ।
  7. ଗଣିତ, ବିଜ୍ଞାନ ଓ ଇଂଲିଶ୍ - ଏହି ତିନିଟି ବିଷୟ ଯୋଗୁଁ ଦଶମ ଶ୍ରେଣୀ ପରୀକ୍ଷାରେ ବହୁ ସଂଖ୍ୟକ ଶିକ୍ଷାର୍ଥୀ ଅକୃତକାର୍ଯ୍ୟହୁଅନ୍ତି । ତେଣୁ ବିଫଳତା ହ୍ରାସ କରିବା ନିମନ୍ତେ ଏହି ତିନିଟି ବିଷୟରେ ହିସ୍ତରୀୟ ପରୀକ୍ଷା କରିବାକୁ ହେବା 'କ' ସ୍ତରରେ ଉଚ୍ଚ ସ୍ତରୀୟ ଓ 'ଖ' ସ୍ତରରେ ନିମ୍ନ ସ୍ତରୀୟ ପରୀକ୍ଷା କରାଯିବ । ଯେଉଁ ଶିକ୍ଷାର୍ଥୀମାନେ ଗଣିତ ବିଜ୍ଞାନ ଓ ଇଂଲିଶକୁ ବିଷୟ ରୂପେ ବାଛି ନ ଥୁବେ, ସେମାନେ ଦଶମ ଶ୍ରେଣୀରେ କେବଳ ‘ଖ’ ସ୍ତରୀୟ ପରୀକ୍ଷା ଦେଇ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରକୁ ପ୍ରବେଶ କରିପାରିବେ ।
  8. ଏବେ କେନ୍ଦ୍ର ଓ ରାଜ୍ୟର ଶିକ୍ଷାବୋର୍ଡଗୁଡ଼ିକ ହାରା ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ପରିଚାଳିତ ହେଉଛି । ଯେଉଁ ବିଦ୍ୟାଳୟ ଯେଉଁ ବୋର୍ଡ ସହିତ ଅନୁବନ୍ଧିତ, ସେହି ବିଦ୍ୟାଳୟର ପରୀକ୍ଷାର୍ଥୀମାନେ ସେହି ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଦେବା ଅନିବାର୍ଯ୍ୟ ହେବ । ଦଶମ ଶ୍ରେଣୀର ପରୀକ୍ଷା କେବଳ ଦଶମ ଶ୍ରେଣୀର ପାଠ୍ୟକ୍ରମ-ଭିତ୍ତିକ ହେବ I
  9. ବିଭିନ୍ନ ବୋର୍ଡ ହାରା ଦିଆଯାଉଥିବା ପ୍ରମାଣପତ୍ରର ଗୁଣମାନ ଓ ମୂଲ୍ୟ ମଧ୍ୟରେ ଅନେକ ତାରତମ୍ୟ ଦେଖିବାକୁ ମିଳେ । ଏହି ସାର୍ଟିଫିକେଟ୍ ଗୁଡ଼ିକରେ ପରୀକ୍ଷାର୍ଥୀମାନଙ୍କର ଜ୍ଞାନାର୍ଜନ ସ୍ତର ସୁଚିତ ହୋଇଥାଏ । ଅନେକ ବୋର୍ଡ ତରଫରୁ ଅନୁଗ୍ରହ ମାର୍କ ଦିଆଯାଇ ଉତ୍ତୀର୍ଣ୍ଣତା ହାର ବଢ଼ାଯାଉଥିବାର ଅଭିଯୋଗ ହୁଏ । ଏଭଳି ବ୍ୟବସ୍ଥା ବନ୍ଦ ହେବା ଏକାନ୍ତ ଆବଶ୍ୟକ । ପରୀକ୍ଷାର୍ଥୀମାନଙ୍କର କୃତିତ୍ଵ ନିରୂପଣ କରିବା ପାଇଁ ସବୁ ବୋର୍ଡ ମଧ୍ୟରେ ସାମଞ୍ଜଜସ୍ୟ ରହିବା ଭଳି ବ୍ୟବସ୍ଥା ବିକଶିତ ହେବା ଆବଶ୍ୟକ । ଏହା ବର୍ଷ ବର୍ଷ ଧରି ଚାଲିବା ଦରକାର । ମାପକ ବ୍ୟବସ୍ଥା ଗୋଟିଏ ବିକଳ୍ପ ହୋଇପାରେ । ଦଶମ ଓ ହାଦଶ ଶ୍ରେଣୀ ପାଇଁ କେନ୍ଦ୍ର ସ୍ତରୀୟ ପରୀକ୍ଷା କରାଯାଇପାରେ । ଏଥିରୁ ପ୍ରତ୍ୟେକ ବୋର୍ଡର ଶତା’ଶ ହାର ମାପିହେବ । ସବୁ ପ୍ରକାର ବିକଳ୍ପକୁ ଅନୁଧ୍ୟାନ କରି ଶିକ୍ଷା ଶାସ୍ତ୍ରର ବିଶେଷଜ୍ଞମାନେ ବିଦ୍ୟାର୍ଥୀମାନଙ୍କ କୃତିତ୍ଵର ସ୍ତର ମାପିବା ଭଳି ବ୍ୟବସ୍ଥା ପ୍ରଚଳନ ସଂବନ୍ଧିତ ପରାମର୍ଶ ଦେଇପାରିବେ ।
  10. କାର୍ଯ୍ୟପ୍ରଣାଳୀରେ ସଂସ୍କାର ଜରିଆରେ ପ୍ରବାସନ ପ୍ରମାଣପତ୍ର (ମାଇଗ୍ରେସନ୍ ସାର୍ଟିଫିକେଟ୍) ଓ ବିଦ୍ୟାଳୟରୁ ବିଦାୟ ସୂଚକ ପ୍ରମାଣପତ୍ର (ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍) ଇତ୍ୟାଦିର ଉଚ୍ଛେଦ ହାରା ବିଦ୍ୟାର୍ଥୀମାନଙ୍କର ଗୋଟିଏ ଅନୁଷ୍ଠାନରୁ ଅନ୍ୟ ଅନୁଷ୍ଠାନକୁ ଯିବାର ପଥ ସୁଗମ୍ୟ କରାଯାଇପାରେ ।

ସମାବେଶୀ ଶିକ୍ଷା ଓ ବିଦ୍ୟାର୍ଥୀ ସହାୟତା

ଏହା ଏକ ସୁପ୍ରତିଷ୍ଠିତ ତଥ୍ୟ ଯେ ଗୁଣମାନ ଓ ସମାନତା-ଆଧାରିତ ଶିକ୍ଷା ପ୍ରଣାଳୀ ଜରିଆରେ ଜ୍ଞାନାଶ୍ରିତ ଅର୍ଥନୀତି କ୍ଷେତ୍ରରେ ପୋଷଣୀୟ ସଫଳତା ହାସଲ କରାଯାଇପାରେ । ଗ୍ରାମାଂଚଳର ବିଶେଷ ଧ୍ୟାନ ଲୋଡୁଥିବା ସାମାଜିକ ସ୍ତରରେ ପଛୁଆ ବିଦ୍ୟାର୍ଥୀମାନଙ୍କର ଆବଶ୍ୟକତା ପୂରଣ କରିବାରେ ପ୍ରଚଳିତ ଶିକ୍ଷା ପ୍ରଣାଳୀ ବିଫଳ ହୋଇଛି। ଏହି ପ୍ରଣାଳୀ ହାରା ସର୍ବସମାବେଶୀ ଶିକ୍ଷା ବ୍ୟବସ୍ଥା ପ୍ରତିଷ୍ଠିତ ହୋଇପାରିନାହିଁ । ଯଦିଚ ଗତ ବର୍ଷମାନଙ୍କରେ ଗ୍ରାମାଞ୍ଚଳରେ ସୁଦ୍ଧା ଶିକ୍ଷା ଲୋକଙ୍କ ପାଖରେ ପହଞ୍ଚିଛି, ସାମାଜିକ ଓ ଆର୍ଥନୀତିକ କ୍ଷେତ୍ରରେ ଅନଗ୍ରସର ବର୍ଗର ବିଦ୍ୟାର୍ଥୀମାନେ ନାନା ପ୍ରକାର ବାଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ସମାନ ଜ୍ଞାନାର୍ଜନ ସୁଯୋଗ ମିଳୁନାହିଁ। ଏଥିପାଇଁ ସାମାଜିକ ଓ ପାରିପାର୍ଶ୍ଵିକ କାରଣକୁ ଦାୟୀ କରାଯାଇପାରେI

ଆଦିବାସୀ ପିଲାଙ୍କ ଶିକ୍ଷାର ସ୍ତର ଗଭୀର ଚିନ୍ତାର ବିଷୟ ହୋଇପଡ଼ିଛି। ନିମ୍ନ ସାକ୍ଷରତା ହାର, ନାମଲେଖାର ସ୍ୱଚ୍ଛତା, ଅତ୍ୟଧିକ ବିଦ୍ୟାଳୟ-ତ୍ୟାଗୀ ସଂଖ୍ୟା ଓ ଶିଶୁ ମୃତ୍ୟୁହାର ବୃଦ୍ଧି ଯୋଗୁଁ ଏଭଳି ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ହାରା ଛାତ୍ରବୃତ୍ତି ଯୋଗାଣ ସତ୍ତେ ଆଦିବାସୀ-ବହୁଳ ଅଞ୍ଚଳରେ ଶିକ୍ଷାର ସ୍ତରୋନ୍ନତି ଘଟିପାରିନାହିଁ। ଆଦିବାସୀ ଅଞ୍ଚଳରେ କାର୍ଯ୍ୟ କରିବାକୁ ଆଗ୍ରହୀ ଶିକ୍ଷକଙ୍କ ଅଭାବ ଯୋଗୁଁ ମଧ୍ୟ ଏହିସବୁ ଅଞ୍ଚଳରେ ଶିକ୍ଷାର ବିକାଶ ହୋଇପାରିନାହିଁ। ଭାଷା ଓ ଭାବ ପ୍ରକାଶର ମାଧ୍ୟମ ମଧ୍ୟ ଅଣ-ଆଦିବାସୀ ଶିକ୍ଷକମାନଙ୍କର ଏକ ମୁଖ୍ୟ ସମସ୍ୟା ହୋଇରହିଛି।

ପ୍ରତିଭାବାନ୍ ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷା ଆଡ଼କୁ ଅଗ୍ରସର ହେବେ, ସେଥିପାଇଁ ଛାତ୍ରବୃତ୍ତି ଓ ଶିକ୍ଷାରଣର ବ୍ୟବସ୍ଥା କରିବାକୁ ହେବ । ଏ ଭଳି ବ୍ୟବସ୍ଥା ହେଲେ ବିଦ୍ୟାର୍ଥୀମାନେ ଆବଶ୍ୟକ ସହାୟତା ପାଇପାରିବେ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ : -

  1. ପାଠ୍ୟକ୍ରମ ପ୍ରଣୟନ ଓ ପ୍ରଚଳନ ବେଳେ ଲିଙ୍ଗ ବୈଷମ୍ୟ; ସାମାଜିକ, ସାଂସ୍କୃତିକ ଓ ଆଞ୍ଚଳିକ ଅସମାନତା ଭଳି ପ୍ରସଙ୍ଗକୁ ପ୍ରାଧାନ୍ୟ ଦିଆଯିବ । ସାମାଜିକ ପାତରଅନ୍ତର ଦୂର କରିବା ନିମନ୍ତେ ପାଠ୍ୟକ୍ରମରେ ସାମାଜିକ ନ୍ୟାୟ ଓ ସମନ୍ଵୟ ଏବଂ ଆଇନଗତ ବ୍ୟବସ୍ଥା ଭଳି ପ୍ରସଂଗ ଅନ୍ତର୍ଭୁକ୍ତ ହେବ ।
  2. ପ୍ରାକ୍-ଧନ୍ଦାମୂଳକ ଶିକ୍ଷା ଅଭିମୁଖୀ କାର୍ଯ୍ୟକଳାପ ମୂଳରୁ ହିଁ ପାଠ୍ୟକ୍ରମ ମଧ୍ୟକୁ ପୂରାଇ ଦିଆଯିବ, ଯେମିତି କି ଶ୍ରମ ପ୍ରତି ସକାରାମକ ମର୍ଯ୍ୟଦାବୋଧ ଜାତ ହେବ । ଏହା ଯୋଗୁଁ ପିଲାଙ୍କର ଦକ୍ଷତା ବଢ଼ିବା ।
  3. ପ୍ରତିଭାକୁ ଉତ୍ସାହିତ ଓ ସମାନତାକୁ ସମର୍ଥନ କରି ୧୦ ଲକ୍ଷ ବିଦ୍ୟାର୍ଥୀଙ୍କର ଟିଉସନ୍ ଫି, ପଠନ ସାମଗ୍ରୀ ଓ  ଜୀବନ ନିର୍ବାହ ବ୍ୟୟ ତୁଲାଇବା ନିମନ୍ତେ ରାଷ୍ଟ୍ରୀୟ ବୃତ୍ତି ପାଣ୍ଠି ସୃଷ୍ଟି କରାଯିବ । ଆର୍ଥନୀତିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ଏହି ପାଣ୍ଠିରୁ ବୃତ୍ତି ଧନ ମିଳିବ । ଦଶମ ଶ୍ରେଣୀ ପରେ ସବୁ ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ଭିନ୍ନ ଏକ ରାଷ୍ଟ୍ରୀୟ ପ୍ରତିଭା ବୃଦ୍ଧି ପରିଯୋଜନା ରାଷ୍ଟ୍ରସ୍ତରୀୟ ପରୀକ୍ଷା ଦ୍ଵାରା ଆରମ୍ଭ କରାଯିବ ।
  4. ଆଶ୍ରମ ପାଠଶାଳା ଏବଂ ନିକଟସ୍ଥ ମାଧ୍ୟମିକ / ଉଚ୍ଚ ମାଧ୍ୟମିକ / କେନ୍ଦ୍ରୀୟ / ନବୋଦୟ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହକ୍ରିୟା,ମୂକ ସଂଯୋଗ ମାଧ୍ୟମରେ ପୃଷ୍ଠପୋଷକତା ଓ ପରାମର୍ଶ ଯୋଗାଇ ଦିଆଯିବ ।
  5. ଆଦିବାସୀ ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ବିଦ୍ୟାର୍ଥୀମାନଙ୍କୁ କୁଶଳୀ କରିବା ଉଦ୍ଦେଶ୍ୟରେ ପାଠପଢ଼ା ସମୟ ପରେ ରାଷ୍ଟ୍ରୀୟ କୌଶଳ ବିକାଶ କର୍ପୋରେସନ୍ ସହଯୋଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।
  6. ଅନୁଭୂତିରୁ ଜଣାଯାଏ ଯେ ଆଦିବାସୀ ପିଲାମାନେ ବିଦ୍ୟାଳୟରେ ଚଳୁଥିବା ଆଞ୍ଚଳିକ ଭାଷା ପ୍ରାୟତଃ ବୁଝିପାରନ୍ତି ନାହିଁ। ଏହି ବାଧାକୁ ଅତିକ୍ରମ କରିବା ନିମନ୍ତେ ଯେଉଁଠି ଆବଶ୍ୟକ। ସେଠାରେ ବହୁଭାଷୀ ଶିକ୍ଷଣ ବ୍ୟବସ୍ଥା ପ୍ରଚଳନ ପାଇଁ ବ୍ୟବସ୍ଥା କରାଯିବ ।
  7. ଛୋଟ ସହର ଓ ଗାଆଁରେ ଅବସ୍ଥିତ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ଭିନ୍ନକ୍ଷମ ଓ ଜ୍ଞାନାର୍ଜନ-ଅକ୍ଷମ ଛାତ୍ରଛାତ୍ରୀମାନେ ସାମାଜିକ ଉପେକ୍ଷା, ପାରିବାରିକ ଅସାମର୍ଥ୍ୟ, ଯଥାଯଥ ସୁବିଧା ଓ ସହାୟକ ଉପକରଣର ଅଭାବ ଭଳି ବହୁବିଧ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହି ବର୍ଗର ପିଲାଙ୍କର ଶୈକ୍ଷଣିକ ପ୍ରୟୋଜନ ପୂରଣ ନିମନ୍ତେ ବିଶେଷ ଧରଣର ମଧକ୍ଷେପ କରାଯିବ ।
  8. ଏବେ ଚଳୁଥିବା କେନ୍ଦ୍ର-ପ୍ରାୟୋଜିତ ଭିନ୍ନକ୍ଷମ-ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକ ଚାଲୁ ରହିବ ଓ ଏଗୁଡ଼ିକର କାର୍ଯ୍ୟ ପରିସର ଓ ପାଣ୍ଠିକୁ ବଢ଼ାଯିବା ବିଶେଷ ଧ୍ୟାନ ଲୋଡୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଗୁଡ଼ିକର ଦେଖରେଖ ନିମନ୍ତେ ରାଜ୍ୟ ଓ ଜିଲା ସ୍ତରରେ ବ୍ୟବସ୍ଥା କରାଯିବା  ।
  9. କୌଣସି ବିଦ୍ୟାଳୟ ବା ଜିଲା ଶିକ୍ଷା ଅଧିକାରୀ ଆବଶ୍ୟକ ସ୍ଥଳେ ତୃତୀୟ ପକ୍ଷର ବିଚାରାଥେ ଉପସ୍ଥାପିତ କରିବା ନିମନ୍ତେ ସ୍ଥାନୀୟ ଭିତ୍ତିରେ ସ୍ଵଳ୍ପକାଳୀନ ଉପସମିତି ଗଠନ କରିବେ । ଏହି ଉପସମିତିରେ ଶିଶୁ ଓ ନୈଦାନିକ ମନସ୍ତତ୍ତ୍ଵବିତ୍‌ମାନଙ୍କୁ ବିଶେଷଜ୍ଞ ସଦସ୍ୟ ରୂପେ ରଖାଯିବ । ଏହି ଉପସମିତିର ପରାମର୍ଶ ଅନୁସାରେ ଭିନ୍ନକ୍ଷମମାନଙ୍କର ଶିକ୍ଷକମାନଙ୍କ ପାଇଁ ବିଶେଷ ପ୍ରଶିକ୍ଷଣ ଓ ଅଭିମୁଖୀକରଣର ବ୍ୟବସ୍ଥା କରାଯିବ ।
  10. ଦୀର୍ଘକାଳୀନ ଭିତ୍ତିରେ ଗବେଷଣା ଓ ପ୍ରଶିକ୍ଷଣ ନିମନ୍ତେ କେନ୍ଦ୍ର ସରକାର ଅଗ୍ରଣୀ ରୂପେ ସମସ୍ୟା ସମାଧ୍ୟାନ, ସଂବଳ ଯୋଗାଣ ଓ ପାଣ୍ଠି ପ୍ରଦାନ ଭଳି କାର୍ଯ୍ୟ କରିବେ ।
  11. ପ୍ରତିକାରାତ୍ମକ ଓ ଉପଦେଶାୟକ ସୁବିଧା ମାଧ୍ୟମରେ ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗର ପିଲାଙ୍କୁ ଜ୍ଞାନାର୍ଜନର ଘଡ଼ିସନ୍ଧି ସମୟରେ ସହାୟତା ଯୋଗାଇ ଦିଆଯିବ ।
  12. ସ୍ଥାନାନ୍ତରିତ ହେଉଥିବା ପିଲାଙ୍କର ଶିକ୍ଷା ନିମନ୍ତେ ଉତ୍ସ ବା ଲକ୍ଷ୍ୟ ସ୍ଥଳରେ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବା ସମାନ ଓ ଅଣ-ପକ୍ଷପାତୀ ସୁଯୋଗ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯିବ ।
  13. ନର-ନାରୀ ଭେଦ ଓ ହିଂସା ପ୍ରତି ଶୂନ୍ୟ-ସହିଷ୍ଣୁତା ମନୋଭାବ ପୋଷଣ କରାଯିବ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ନାରୀମାନଙ୍କର ପ୍ରବେଶ, ଅଂଶଗ୍ରହଣ ଓ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ସୁନିଶ୍ଚିତ କରାଯିବ । ବହୁବିଧ ସ୍ଵୀକାରାମୁକ କାର୍ଯ୍ୟକଳାପ ହାରା ଏହା ହୋଇପାରିବ । ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରଶାସନରେ ଅଧିକ ସଂଖ୍ୟକ ନାରୀଙ୍କୁ ନିଯୁକ୍ତି ଓ ଅବସ୍ଥାପିତ କରାଯିବ । ଏହାକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜାରି ରହିବା ।
  14. ଅକ୍ଷମତାର ଉଚ୍ଚସ୍ତରୀୟ ଅଧୟନ ଉଦ୍ଦେଶ୍ୟରେ ଗବେଷଣା ଓ ଉନ୍ନୟନ ନିମନ୍ତେ ସମର୍ପିତ ପାଣ୍ଠି ରହିବା ଗବେଷଣା-ଭିତ୍ତିକ ଓ ସାମାଜିକ ପରିସଂଖ୍ୟା ନାୟକ ଗଣନା ମାଧ୍ୟମରେ ଅକ୍ଷମ-ସୁଗମ୍ୟ ଭିତ୍ତିଭୂମି, ଶୈକ୍ଷଣିକ, ସୁଗମ୍ୟତା ଓ କୃତିତ୍ଵ ଇତ୍ୟାଦିର ଆକଳନ କରାଯିବା ।
  15. ଆଞ୍ଚଳିକ ବିଷମତା ଲୋପ କରିବା ନିମନ୍ତେ ପାହାଡ଼ିଆ, ଆଦିବାସୀ-ବହୁଳ, ମରୁଭୂମି, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ନୀତିକୁ ଆଧାର ରୂପେ ଗ୍ରହଣ କରାଯିବା ସଂଭବପର । ଶୈକ୍ଷଣିକ ଅନଗ୍ରସରତା ଆକଳନ ଭିତ୍ତିକ ଅସାମଞ୍ଜସ୍ୟ ଚିହ୍ନଟ କରିବା ତଥା ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଅଞ୍ଚଳ ଏବଂ ସାମାଜିକ, ଆର୍ଥିକ, ଶୈକ୍ଷଣିକ ସ୍ତରରେ ଅନଗ୍ରସର ବର୍ଗର ଲୋକଙ୍କୁ ବାଛିବା ପାଇଁ ଜିଲା-ସ୍ତରୀୟ ମାନଚିତ୍ର ଅଙ୍କନ କରାଯିବ ।

ସାକ୍ଷରତା ଓ ଜୀବନବ୍ୟାପୀ ଜ୍ଞାନାର୍ଜନ

ପ୍ରଥମ ଥର ପାଇଁ ୨ ଅକ୍ଟୋବର୍ ୧୯୭୮ ଦିନ ରାଷ୍ଟ୍ରୀୟ ପ୍ରୌଢ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କଲାବେଳେ ପ୍ରୌଢ  ସାକ୍ଷରତା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଗ୍ରାମାଂଚଳ ସାକ୍ଷରତା କାର୍ଯ୍ୟକ୍ରମ(RFLP), ରାଷ୍ଟ୍ରୀୟ ସାକ୍ଷରତା ମିସନ୍ (NLM), ସାକ୍ଷର ଭାରତ ଅଭିଯାନ ପ୍ରଭୃତି କାର୍ଯ୍ୟକ୍ରମ ଗତ ୪୦ ବର୍ଷ ମଧ୍ୟରେ ଆରୀ‘ଭ କରାଯାଇଛି। ଏ ସମସ୍ତ ଉଦ୍ୟମ ସତ୍ତେ ଭାରତରେ ୨୮୦ ନିୟୁତରୁ ଅଧିକ ପ୍ରୌଢ  ନିରକ୍ଷର ଅଛନ୍ତି । ଏହି ସଂଖ୍ୟା ସମଗ୍ର ପୃଥିବୀର ପ୍ରୌଢ  ନିରକ୍ଷର ସଂଖ୍ୟାର ଏକ ତୃତୀୟାଂଶ ଅଟେ । ଏହି ଆପଦ ସୂଚକ ସଂଖ୍ୟା ଯୋଗୁଁ ଏବେ ପ୍ରୌଢ ଶିକ୍ଷା ଆଡ଼କୁ ଅଧିକ ଧ୍ୟାନ ଦେବାକୁ ହେବ । ସମାଜରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ପଠନ, ଲିଖନ ଓ ସଂଖ୍ୟା ଜ୍ଞାନର ଖୁବ୍ ଜରୁରୀ ଆବଶ୍ୟକତା ଥିବାରୁ ଏହାକୁ ‘କାର୍ଯ୍ୟକାରୀ ସାକ୍ଷରତା’ କହନ୍ତି । ଶୈକ୍ଷଣିକ ବିକାଶ ନିମନ୍ତେ କାର୍ଯ୍ୟକାରୀ ସାକ୍ଷରତା ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।  ସର୍ବଜନୀନ ଯୁବା ଓ ପ୍ରୌଢ  ସାକ୍ଷରତା ନିରନ୍ତର ପ୍ରୌଢ ଶିକ୍ଷାର ମୌଳିକ ଲକ୍ଷ୍ୟ ଅଟେ। ସମୟାନୁସାରେ ଏହି କାର୍ଯ୍ୟକ୍ରମସବୁ ପ୍ରବର୍ତିତ ହୋଇଆସୁଛି।

ସାଂପ୍ରତିକ ବିଶ୍ଵରେ ଜୀବନବ୍ୟାପୀ ଶିକ୍ଷାକୁ ସାକ୍ଷର ସମାଜର ନିର୍ଣୟ କରୁପେ ଗ୍ରହଣ କରାଯାଏ । ମୌଳିକ ସାକ୍ଷରତା କାର୍ଯ୍ୟକ୍ରମଠାରୁ ଜ୍ଞାନାର୍ଜନକାରୀ ସମାଜରେ ପହଞ୍ଚିବା ବାଟରେ ସାକ୍ଷର ପରିବେଶ ଗଠନ କରାଯାଇପାରେ। ଏପରି ହେଲେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଏକାଧିକ ଧରଣର ଜ୍ଞାନାର୍ଜନ ସୁଯୋଗ ଓ କ୍ଷେତ୍ର ଖୋଲିଯାଏ । ଜିଇ ରହିବା ଓ ଜୀବନର ମାନୋନ୍ନତି କରିବା ନିମନ୍ତେ ଜୀବନବ୍ୟାପୀ ଶିକ୍ଷାର ଗୁରୁତ୍ଵ ଏବେ ବଢ଼ିଯାଇଛି। ରାଷ୍ଟ୍ରୀୟ ମାନବିକ, ସାମାଜିକ ଓ ଆର୍ଥିକ ପ୍ରଗତି ନିମନ୍ତେ ମଧ୍ୟ ଏହାର ଆବଶ୍ୟକତା ରହିଛି। ଭାରତ ଯଦି ବିଶ୍ଵସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଏକ ବିକଶିତ ରାଷ୍ଟ୍ର ରୂପେ ଉଭା ହେବାକୁ ଚାହେଁ, ତା ହେଲେ ଜୀବନବ୍ୟାପୀ ଶିକ୍ଷା ନୀତି ଓ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ମାନବ ସଂବଳର ସ୍ତରୋନ୍ନତି ଘଟାଇବାକୁ ହେବା ।

ପ୍ରଚୁର ସଂଖ୍ୟକ ଅଣ-ସାକ୍ଷର, ଉଦଗମ - ମୁଖୀ ଜ୍ଞାନାଶ୍ରିତ ଅର୍ଥନୀତି, ବିଶ୍ଵାୟନର ଆହ୍ଵାନ, ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ପ୍ରବଳ ପ୍ରଭାବୀ ବିସ୍ତାର ଏବଂ ଲୋକମାନଙ୍କର ଆୟୁସୀମା ବୃଦ୍ଧି ଯୋଗୁଁ ପୌଢ଼ ଶିକ୍ଷାଗତ ନୀତି ଓ କାର୍ଯ୍ୟକ୍ରମରେ ବଡ଼ ଧରଣର ପରିବର୍ତ୍ତନ ଆବଶ୍ୟକ । ବିବିଧତା ଓ ଜଟିଳତା ଭରା ଭାରତୀୟ ସମାଜ ନିମନ୍ତେ ବହୁମୁଖୀ ସାକ୍ଷରତା କାର୍ଯ୍ୟକ୍ରମର ପ୍ରୟୋଜନୀୟତା ଅନୁଭୁତ ହେଉଛି । ସାକ୍ଷରତା ପ୍ରତି ଆମର ଦୃଷ୍ଟିକୋଣ ନମନୀୟ ହେବା ଜରୁରି ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ : -

  1. ସାର୍ବଜନୀନ ଯୁବ ଓ ପୌଢ଼ ସାକ୍ଷରତା ହାସଲ ନିମନ୍ତେ ବହୁମୁଖୀ ପଦ୍ଧତିଗୁଡ଼ିକ ସହ ନୂତନ ପାଠ୍ୟକ୍ରମ ତିଆରି କରାଯିବ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ, ବେସରକାରୀ ସଂଗଠନ (ଓ. ଜି.ଏନ୍), ସରକାରୀ ବିଦ୍ୟାଳୟ/ ମହାବିଦ୍ୟାଳୟ/ ଶୈକ୍ଷିକ ଅନୁଷ୍ଠାନ ଯୁବ ଓ ମହିଳା ସଂଗଠନକୁ ଅନ୍ତର୍ଭୁକ୍ତ କରାଯାଇ ପ୍ରଚଳିତ ପଦ୍ଧତିର ନବୀକରଣ, କରାଯିବ ।
  2. ସାର୍ବଜନୀନ ସାକ୍ଷରତା ଲକ୍ଷ୍ୟ ହାସଲ ପାଇଁ ଉପରସ୍ତରରେ ଜାତୀୟ ସାକ୍ଷରତା ମିଶନ କର୍ତ୍ତୃପକ୍ଷ ରାଜ୍ୟ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଜନ ଶିକ୍ଷା ସମିତି ଏପରିକି ସମ୍ବଳ ଜିଲ୍ଲା ସ୍ତରରେ ରାଜ୍ୟ ସାକ୍ଷରତା ମିଶନ କର୍ତ୍ତୃପକ୍ଷ ସହାୟକ ଗୋଷ୍ଠୀଗୁଡ଼ିକର ପୁନଃନବୀକରଣ ଓ ଶକ୍ତିଶାଳୀ ହେବାର ଆବଶ୍ୟକ ଅଛି । ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ କର୍ତ୍ତୃପକ୍ଷ ଜିଲା ସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବ ।
  3. A. E କରିବା ପାଇଁ ସରକାର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କାର୍ଯ୍ୟକ୍ରମଗୁଡ଼ିକୁ ପୁନଃନବୀକରଣ ଓ ବଳଶାଳୀ । ପ୍ରମାଣପତ୍ର ପାଇଁ ପ୍ରାରମ୍ଭିକ ଶିକ୍ଷାରେ ସମାନତା ଦକ୍ଷତା ବୃଦ୍ଧି କମିଟି ଗଠନ କରିବେ । ଯେଉଁଥିରେ ସାକ୍ଷରତା ଔପଚାରିକ ଶିକ୍ଷା ବ୍ୟବସ୍ଥାରେ ପ୍ରବେଶ ସୁଗମ ହୋଇପାରିବ । ପ୍ରୌଢ  ଶିକ୍ଷା ଅଧିଗମର ମୂଲ୍ୟଙ୍କନ ପାଇଁ ବିଜ୍ଞାନସମ୍ମତ ମାନଦଣ୍ଡର ବିକାଶ କରାଯିବ । NLMA ପ୍ରୌଢ ଶିକ୍ଷାରେ ନିୟୋଜିତ ବ୍ୟକ୍ତିଙ୍କର ପ୍ରାରମ୍ଭିକ ଶିକ୍ଷଣ ଏବଂ ବୃତ୍ତିଗତ ବା ବ୍ୟବସାୟିକ ଉନ୍ନତି ପାଇଁ ବିଭିନ୍ନ ସରକାରୀ ସ୍ଵୀକୃତିପ୍ରାପ୍ତ ଏଜେନ୍‌ସି ସହିତ ଭାଗୀଦାର ହେବ ।
  4. ପ୍ରୌଢ  ସାକ୍ଷରତା କାର୍ଯ୍ୟକ୍ରମରେ ଦକ୍ଷତା ବୃଦ୍ଧି କରାଯିବ । ଆର୍ଥିକ ଓ ବିଧୁଗତ ସାକ୍ଷରତାକୁ ଅନ୍ତର୍ଭୁକ୍ତ ଡିଜିଟାଲ୍ ।

ଶିକ୍ଷା ଓ ନିୟୋଜନୀୟତାରେ ଦକ୍ଷତା

ଯେତେବେଳେ ବିକଶିତ ପୃଥିବୀରେ ଉଚ୍ଚ ନିର୍ଭରଶୀଳ ଯୁବ ଜନସଂଖ୍ୟାର ହାର ହ୍ରାସ ପାଇବାରେ ଲାଗିଛି, ସେତେବେଳେ ପୃଥିବୀର ଯୁବରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ ଦେଶ ଭାରତର ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ୨୫ ବର୍ଷରୁ କମ୍ ବୟସ୍କ ଯୁବକ । ଏକ ହିସାବରୁ ଜଣାଯାଏ ଯେହଜାର ନୂତନ ଯୁବ ୬୨ ଲକ୍ଷ ୧୦୪ ମସିହା ସୁଦ୍ଧା ୨,୦୨୨, ଆଗନ୍ତୁକ ଦକ୍ଷତା ହାସଲ କରିବାର ଆବଶ୍ୟକତା ରହିଛି । ତେବେ ବୈଷୟିକ ଓ ଧନ୍ଦାମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ସହାୟତା କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ ।

ଯଥା ସଂଭବଧନ୍ଦାମୂଳକ କ୍ଷେତ୍ରରେ ଦକ୍ଷତାର ଉନ୍ନତି, ଓ ସଂଯୋଗରେ ସାମୟିକ ସମାନତା ଆଣିବା ସହିତ ଛାତ୍ରଛାତ୍ରୀଙ୍କ ସମାନ୍ତରାଳ ଓ ଆନୁଭୂମିକ ମାର୍ଗ ପ୍ରସ୍ତୁତିର ପ୍ରୟାସ କରାଯାଇଛି । ନିୟୋଜନକୁ ତ୍ୱରାନ୍ଵୀତ କରିବାରେ ଶିକ୍ଷା ଓ ଦକ୍ଷତାର ଏକତ୍ରକରଣ ଏବଂ ବ୍ୟକ୍ତିଗତ ଓ ଆର୍ଥିକ ବିକାଶ ପାଇଁ ଦକ୍ଷତାକୁ ଯୋଡ଼ିବାର ଆବଶ୍ୟକ ଅଛି । ଉଚ୍ଚଗୁଣ ସଂପନ୍ନ ଧନ୍ଦାମୂଳକ ତାଲିମ୍ କ୍ଷେତ୍ରରେ ସାମାଜିକ ସ୍ଵୀକୃତି ଓ ମହତ୍ତ୍ୱର ଅଭିବୃଦ୍ଧିକୁ ତ୍ୱରାନ୍ଵୀତ କରିବାରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକ ରହଛି।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ :-

  1. ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କେବଳ ଛାତ୍ରଛାତ୍ରୀମାନଙ୍କ ଲାଭଦାୟକ ରୋଜଗାର ପାଇଁ ନୁହେଁ ବରଂ ତାହା ସେମାନଙ୍କର ବୃତ୍ତିଗତ ଦକ୍ଷତା ବିକାଶରେ ସହାୟକ ହୋଇପାରିବ ।
  2. ପରିକଳ୍ପିତ ଜାତୀୟ ଦକ୍ଷତା ଅଭିବୃଦ୍ଧି ଓ ଉଦଯୋଗ ନୀତି ୨୦୧୫ ଅନୁସାରେ ପ୍ରତିଶତ ୨୫ ଶତକଡ଼ା । ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଦକ୍ଷତା ଅଭିବୃଦ୍ଧି କାର୍ଯ୍ୟକ୍ରମଗୁଡ଼ିକ ଏକୀଭୂତ ହେବ ।
  3. ବିଦ୍ୟାଳୟଗୁଡ଼ିକରେ ଦକ୍ଷତା ସୃଷ୍ଟି ଓ ବିକାଶ ପାଇଁ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ନିଯୁକ୍ତି ଉପରେ । ଏକ ସବିଶେଷ ଯୋଜନା ପ୍ରସ୍ତୁତ କରାଯିବ ଏବଂ ଜିଲ୍ଲା ଗୁଡ଼ିକ ଉପରେ ବିଶେଷ ଦୃଷ୍ଟି ଦିଆଯିବ ।
  4. ବହୁଭାବରେ ସାମାଜିକ ଅନୁମୋଦନ ଏବଂ ସମାନ୍ତରାଳ ଓ ଆନୁଭୂମିକ ଗତିଶୀଳତାକୁ ସହଜ କରିବା ପାଇଁ ମାଧ୍ୟମିକ ଉଚ୍ଚ ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ ବର୍ତ୍ତମାନର ଦକ୍ଷତାଭିତ୍ତିକ ଯୋଜନା ଗୁଡ଼ିକୁ, NSQF ହାରା ଶିକ୍ଷାର ମୁଖ୍ୟ ସ୍ରୋତ ସହିତ ସାମିଲ୍ କରାଯିବ ।
  5. ଏ ପର୍ଯ୍ୟନ୍ତ ମୂଲ୍ୟାଙ୍କନ ଓ ମାନ୍ୟତା ପାଇଁ ପ୍ରାରମ୍ଭିକ ଶିକ୍ଷଣ ବ୍ୟବସ୍ଥାର କୌଣସି ବିକାଶ ହୋଇନାହିଁ । ଏହି ବ୍ୟବଧାନକୁ ଅତିକ୍ରମ କରିବାକୁ ସରକାର ଏକ ବର୍ଷ ମଧ୍ୟରେ ବ୍ୟବସ୍ଥାର ଉନ୍ନତି ପାଇଁ ଚେଷ୍ଟା କରିବେ । ଯେଉଁମାନେ କିଛି ଔପଚାରିକ ଶିକ୍ଷା ଓ ତାଲିମ୍ ପ୍ରାପ୍ତ ହୋଇନାହାନ୍ତି କିନ୍ତୁ ଦକ୍ଷତା ବା କୌଶଳ, ହାସଲ କରିଛନ୍ତି; ସେମାନଙ୍କ ପାଇଁ ଏକ ପ୍ରକ୍ରିୟା ବିକାଶ କରିବାର ପ୍ରୟାସ କରାଯିବ ।
  6. କ୍ଷେତ୍ର ଦକ୍ଷତା ପରିଷଦ ଓ ବିଦ୍ୟାଳୟ/ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଯୁଗ୍ଧ ପ୍ରମାଣପତ୍ର ଛାତ୍ରଛାତ୍ରୀମାନଙ୍କୁ ରୋଜଗାର କ୍ଷମ ବା ନିଜ ବ୍ୟବସାୟ ଆରମ୍ଭ କରିବାରେ ସହାୟକ ହେବ ।

ଶିକ୍ଷାରେ ICTର ବ୍ୟବହାର

୧୯୮୬/୯୨ ର ପୂର୍ବ ଶିକ୍ଷା ନୀତିଠାରୁ ସୂଚନା ଓ ସଂଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ବିକାଶ ହୋଇଛି; ଯାହା ଶିକ୍ଷା କ୍ଷେତ୍ରରେ ନୂଆ ଦିଗଦର୍ଶନ ଦେଇଛି । କେବଳ କ୍ଷେତ୍ର ପରିଚାଳନା ପାଇଁ ନୁହେଁ ସିଧାସଳଖ ଭାବେ ଶିକ୍ଷଣ ଓ ଶିକ୍ଷାଦାନର ଗୁଣବତ୍ତାକୁ ତ୍ୱରାନ୍ଵୀତ କରିବା ଶିକ୍ଷା ସୁବିଧାକୁ ବିସ୍ତାରିତ କରିବା ଏବଂ ଶିକ୍ଷାଗତ ନୀତି ଓ ପରିଚାଳନାର ଉନ୍ନତି । ସାଧନ କରିବା ଆଦି ବିଭିନ୍ନ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ପାଇଁ ନୁତନ ସଂଭାବନା ଦେଖାଦେଇଛି । ଆଇଉଚ୍ଚଶିକ୍ଷାରେ ଶିକ୍ଷଣ ଦକ୍ଷତା ଶିକ୍ଷା ପ୍ରୌଢ  ସାକ୍ଷରତା କାର୍ଯ୍ୟକ୍ରମ ଶିକ୍ଷକଙ୍କ ପ୍ରଶିକ୍ଷଣ ଟି ମଧ୍ୟ ପ୍ରତିକାର ମୂଳକ ଶିକ୍ଷା ସି. ଉପକରଣ ଏପରିକି ଶାସନ ଓ ପରିଚାଳନା ଉପକରଣକୁ ସୁଗଠିତ କରିପାରିବ । କେତେକ ରାଜ୍ୟରେ ବିଦ୍ୟାଳୟ ଓ ଛାତ୍ରଛାତନ୍ତ୍ରୀମାନଙ୍କ ପ୍ରଦର୍ଶନ ଏପରିକି ବିଦ୍ୟାଳୟ ପରିଚାଳନାରେ ଆଇନ ବ୍ୟବହୃତ ହେଉଛି ଟି ଆଧାରିତ ଆପିଲକେସନ୍ମା, ନୀରୀକ୍ଷା ଚାଲିଛି । ଏଥିପାଇଁ ସୁସଂଯୋଜିତ ରଣକୌଶଳର - ନୂଆ ଉଦ୍ୟୋଗ ଓ ପରୀକ୍ଷା ଏ କ୍ଷେତ୍ରରେ ଏକାଧିକ ଉଦ୍ୟମ । ଆବଶ୍ୟକ ରହିଛି; ଯାହା ଆଇ. ର ବ୍ୟବହାରରେ ଭାରତରେ ଶିକ୍ଷାର ଅଗ୍ରଗତି ହୋଇପାରିବ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ : -

  1. ଉପଯୁକ୍ତ ପ୍ରୟାସରେ ବିଭିନ୍ନ ସ୍ତର ଓ ଭୌଗୋଳିକ କ୍ଷେତ୍ରଗୁଡ଼ିକରେ ICTକୁ ଶିକ୍ଷାର ଅବିଭାଜ୍ୟ ଅଂଶ ଭାବରେ ବିବେଚନା କରାଯାଇପାରିବ ।
  2. ଆଇଉପକରଣ ବ୍ୟବହାରରେ ଟି.ସି. ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ଵୀତ କରିବାରେ ଏହା ଶିକ୍ଷକ ତାଲିମ୍‌ର ପାଠ୍ୟକ୍ରମର ଏକ ପ୍ରମୁଖ ଅଂଶ ହୋଇପାରିବ ।
  3. ଆଇନରେ ତଦାରଖ କରିବା ବିଦ୍ୟାଳୟରେ ପିଲାର ଯୋଗଦାନଠାରୁ ପରିତ୍ଯାଗ ଯାଏଁ ସମସ୍ତ କାଗଜପତ୍ର ଅନ୍‌ଲା । ବାଧ୍ୟତାମୂଳକ ହେବ ।
  4. ଆଇଶିକ୍ଷକ ଓ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ନଜର ରଖିବା ସ୍ତରୀୟ ଆପିଲକେସନଗୁଡ଼ିକ ମାଧ୍ୟମରେ ଶିକ୍ଷକ, ଟି. ବିଦ୍ୟାଳୟ କର୍ମକର୍ତ୍ତାଙ୍କ ଦକ୍ଷତା ମୂଲ୍ୟାଙ୍କନକିତାବର ଆଦି -ଛାତ୍ରଛାତ୍ରୀଙ୍କ ଦକ୍ଷତା ଏପରିକି ରେକଡ୍ ଓ ହିସାବ । ପ୍ରଶାସନୀୟ କାର୍ଯ୍ୟଗୁଡ଼ିକ ତଦାରଖ କରାଯିବ ।
  5. ବିଦ୍ୟାଳୟ ପରିଚାଳନା ପାଇଁ ଆଇଓ ରାଜ୍ୟ କେନ୍ଦ୍ର ଆପିଲକେସନଗୁଡ଼ିକର ଅନନ୍ୟ ବ୍ୟବହାର ଟି. ସରକାରଗୁଡ଼ିକ ହାରା ପ୍ରାଥମିକତା ଭିତ୍ତିରେ ପ୍ରାଧାନ୍ୟ ଦିଆଯିବ । ଆଇପିଂରିପୋଟିଂ ବ୍ୟବସ୍ଥା ଉନ୍ନତ ବିଦ୍ୟାଳୟ । ପରିଚାଳନା ଓ ପ୍ରଦର୍ଶନର ଏକ ଶକ୍ତିଶାଳୀ ଉପକରଣ ହେବ ।
  6. ICTକୁ ଭିନ୍ନ ଭାବରେ ଦେଖାଯାଇ ପାରିବ ନାହିଁ; କିନ୍ତୁ ତାହାର ଭିନ୍ନ ଭିତ୍ତିଭୂମି ଯଥା ନିର୍ଦ୍ଦିଷ୍ଟ ଗୃହର ଉପଲବ୍ଧତା, ଭିତ୍ତିଭ ବିଦ୍ୟାଳୟ ପରିସରର ସୁରକ୍ଷା, ଯୋଗାଯୋଗ, ର୍କନେଟ୍ୱ, ଇଲେକ୍ଟ୍ରିସିଟି ଉପଯୁକ୍ତ ଭୂମିର ତଦାରଖ ଆଦି ସହିତ ଦେଖାଯାଇପାରିବ । କାର୍ଯ୍ୟକ୍ରମଗୁଡ଼ିକରେ ଏହି ଅଂଶଗୁଡ଼ିକ ସାହାଯ୍ୟରେ ଶୈକ୍ଷିକ ସୁଯୋଗ ଓ ସୁବିଧାଗୁଡ଼ିକର ଉନ୍ନତିରେ ଧ୍ୟାନ ଦିଆଯିବ । ଯେହେତୁ ଉପଯୁକ୍ତ ଇଲେକ୍ତି ସିଟି ଏକ ସମସ୍ୟା ହୋଇପାରେ ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ICTର ବହୁଳ ବ୍ୟବହାର ପାଇଁ ସୌର ଶକ୍ତିକୁ କାର୍ଯ୍ୟକ୍ରମର ଅଭିନ୍ନ ଅଙ୍ଗଭାବରେ ଗ୍ରହଣ କରାଯିବ ।
  7. ICTର ଅନ୍ୟତମ ଆଫ୍ରିକେସନ୍ MOOC ହାରା ମାଧ୍ୟମିକ ଓ ଉଚ୍ଚଶିକ୍ଷା ସ୍ତରରେ ଆଇକ୍ଷମ ଶିକ୍ଷାର ଟି.ସି. ଏପରିକି ସଂପ୍ରସାରଣ କମ୍ ମୂଲ୍ୟରେ ଗୁଣବତ୍ତା ଶିକ୍ଷା ପହଞ୍ଚାଇବାକୁ ତ୍ୱରାନ୍ଵୀତ କରଯାଇପାରେ ।
  8. ପୂର୍ବ ବିକଶିତ ଆଦର୍ଶ ବା ଛାଞ୍ଚକୁ ସ୍ଵଳ୍ପକାଳ ପାଇଁ ଗ୍ରହଣ କରାଯାଇପାରେ । ନିର୍ଦ୍ଦିଷ୍ଟ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିବାରେ ପୂର୍ବ ବିକଶିତ ଆଦର୍ଶ ବା ଛାଞ୍ଚ ବ୍ୟତୀତ ଅନ୍ୟ ଆପିଲକେସନ/ଛାଞ୍ଚଗୁଡ଼ିକର ବିକାଶ କରାଯିବ । ସ୍ଥାନୀୟ ଆବଶ୍ୟକଗୁଡ଼ିକୁ ଦୃଷ୍ଟିରେ ରଖି ଶିକ୍ଷକ ଓ ଛାତ୍ର ଦ୍ଵାରା ଉପଲବ୍ଧ ମୁକ୍ତ ସଫ୍ଟୱେର୍ ମାଧ୍ୟମରେ ବିଭିନ୍ନ ପ୍ରକାରର ସଫ୍ଟୱେର୍ / ମୋବାଇଲ୍ ଆପ୍ ବିକାଶକୁ ପ୍ରୋତ୍ସାହନ ଓ ସହାୟତା କରାଯିବ ।

ଶିକ୍ଷକ ବିକାଶ ଓ ପରିଚାଳନା

ଗୁରୁତ୍ଵପୂର୍ଣ୍ଣ ଗୁଣବତ୍ତାରେ ସୁଧାର ଆଣିବାରେ ଶିକ୍ଷକମାନଙ୍କର ଦକ୍ଷତା ଓ ଦାୟିତ୍ଵଧୀନତା । ସେଥିପାଇଁ ବିଭିନ୍ନ ସ୍ତରର ବିଦ୍ୟାଳୟ ଶିକ୍ଷାରେ ଶିକ୍ଷକମାନଙ୍କ ଅଭାବ ପୂରଣ ନିମନ୍ତେ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଛି । ତେବେ ଏ କ୍ଷେତ୍ରରେ କେତେକ ମୁଖ୍ୟ ପ୍ରତିବନ୍ଧକ ହେଉଛି ମାଧ୍ୟମିକ ବିଦ୍ୟାଳୟରେ ଗଣିତପ୍ରାଥମିକ ପ୍ରସ୍ତୁତି ପାଇଁ ବିଜ୍ଞାନ ଓ ଭାଷା ଶିକ୍ଷକଙ୍କ ଅଭାବ , ଧାରାବାହିକଭାବରେ ଚାକିରିରେ ଥିବା ବୃତ୍ତିଗତ ଶିକ କାର୍ଯ୍ୟକ୍ରମଗୁଡ଼ିକର ଉନ୍ନତି ବିଧ୍ୟାନ ଗୁଣବତ୍ତାଙ୍କ ବିକାଶ । ଶିକ୍ଷକମାନଙ୍କୁ ପ୍ରବର୍ଭାଇବାରେ ଉନ୍ନତିକରଣ ଓ ଶିକ୍ଷଣ ଫଳାଫଳରେ ସେମାନଙ୍କର ଶିକ୍ଷାଦାନକୁ ବୃତ୍ତିଭାବେ ତ୍ୱରାନ୍ତ୍ରୀତ କରିବା ଶିକ୍ଷକ ପ୍ରଶିକ୍ଷକମାନଙ୍କ ଗୁଣବତ୍ତାରେ ଉନ୍ନତିକରଣ କରିବା ଦାୟିତ୍ଵାଧୀନତା ସୁନିଶ୍ଚିତ କରିବା ଏବଂ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ  ।

କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ କିଛି ପ୍ରଚେଷ୍ଟା ସତ୍ତେ ଏ କ୍ଷେତ୍ରରେ କେତେକ ମୌଳିକ ପ୍ରଶ୍ନ ରହିଛି । ଯଥା ଉଭୟ - ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରେ ଅପ୍ରଶିକ୍ଷିତ ଶିକ୍ଷକମାନଙ୍କ ସମସ୍ୟା ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ବହୁ ସଂଖ୍ୟକ ପଦବୀ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନରେ ଅପ୍ରଶିକ୍ଷିତ ଶିକ୍ଷକମାନଙ୍କ ସମସ୍ୟା ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ବହୁ ସଂଖ୍ୟକ ପଦବୀ ଶିକ୍ଷକ ଅଭ୍ୟସ ଓ ପ୍ରଶିକ୍ଷଣରେ ଅମେଳ-ପ୍ରକୃତ ଶ୍ରେଣୀ ପେଷାଗତ ବୈଶିଷ୍ଟାର ଅଭାବକ୍ଷକଙ୍କ ଅନୁପସ୍ଥିତି ଓ ଦାୟିତ୍ଵଧୀନତା ଏପରିକି ଶିକ୍ଷକମାନେ ଅଣ ଶିକ୍ଷା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଆଦି ଆଲୋଚନାର ଅପେକ୍ଷା ରଖେ। ଅଧିକ ସଂଖ୍ୟକ ସରକାରୀ ବିଦ୍ୟାଳୟରେ ମଧ୍ୟ ନିୟମିତ ପ୍ରଧ୍ୟାନଶିକ୍ଷକ / ଅଧ୍ୟକ୍ଷ ନାହାନ୍ତି । ଶିକ୍ଷକମାନଙ୍କ ମଧ୍ୟରେ ଫଳପ୍ରଦ ନେତୃତ୍ଵର ଅଭାବ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ଶିକ୍ଷାର ମାନ ହ୍ରାସ କରେ । ଶିକ୍ଷାର ମାନବୃଦ୍ଧି କରିବାର ଲକ୍ଷ୍ୟ ମନ ଭିତରେ ରଖି ପରିବର୍ତ୍ତିତ ସରକାରୀ ନୀତି ନିର୍ବାରଣ କରିବାକୁ ହେବ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ : -

  1. ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଏକ ସ୍ଵଚ୍ଛଉତ୍କର୍ଷ ନୀତି - ନିୟମ ପ୍ରଣୟନ କରାଯିବ । ରାଜ୍ୟ ସରକାରଙ୍କ ହାରା ସ୍ଵଚ୍ଛଅଧ୍ୟକ୍ଷ ଓ ଅନ୍ୟାନ୍ୟ ଶିକ୍ଷା ବିଭାଗୀୟ କର୍ମଚାରୀ , ଦକ୍ଷତାଭିତ୍ତିକ ଶିକ୍ଷକ । ଗଠନ କରାଯିବ। ନିଯୁକ୍ତିକୁ ତ୍ୱରାନ୍ଵୀତ କରିବା ପାଇଁ ସ୍ଵାଧୀନ ଭାବରେ ଶିକ୍ଷକ ନିଯୁକ୍ତି ଆୟୋଗ ।
  2. ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକରେ ଖାଲିଥିବା ସମସ୍ତ ପ୍ରଧ୍ୟାନଶିକ୍ଷକ ଅଧ୍ୟକ୍ଷ ପଦବୀ ପୂରଣ କରାଯିବ । । ପ୍ରଧ୍ୟାନଶିକ୍ଷକ ଓ ଅଧ୍ୟକ୍ଷଙ୍କ ପାଇଁ ନେତୃତ୍ୱ ନେବାର ପ୍ରଶିକ୍ଷଣ ବାଧ୍ୟତାମୂଳକ ହେବ ।
  3. ଶିକ୍ଷକମାନଙ୍କର ନିରପେକ୍ଷ ନିୟୋଜନର ଉନ୍ନତି ପରିବର୍ତ୍ତନକୁ ସର୍ବସାଧାରଣଙ୍କ ଖାଲି ପଦବୀ ପୂରଣ ଓ ସ୍ଥାନ : ଅବଗତି ନିମନ୍ତେ ସ୍ଵଚ୍ଛ ନୀତି ନିୟମର ବିକାଶ କରାଯିବ । ଦୂରବର୍ତ୍ତୀ ଓ ଗମନାଗମନରେ କଷ୍ଟସାଧ୍ୟ ଅଞ୍ଚଳ ପାଇଁ ସ୍ଥାନୀୟ ଶିକ୍ଷକ ନିଯୁକ୍ତିପାଇଁ ପ୍ରୟାସ କରାଯିବ ।
  4. ରାଜ୍ୟ ସରକାରଙ୍କ ହାରା ବିଷୟ -ଭିତ୍ତିକ ଓ ରାଜ୍ୟସ୍ତରୀୟ ମୂଲ୍ୟାଙ୍କନର ଆବଶ୍ୟକତା ଏବଂ ଅଣତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ନିର୍ବାରିତ ସମୟ ମଧ୍ୟରେ ତାଲିମ ସମାପ୍ତ କରିବା ପାଇଁ ଜନଶକ୍ତିର ଆୟୋଜନ କରାଯିବ । ସ୍ଵୀକୃତ ପଦବୀରେ ଯୋଗ୍ୟ ଲୋକଙ୍କୁ ଲଗାଯାଇ ସାମୟିକ ଶିକ୍ଷକଙ୍କୁ ଧୀରେ ଧୀରେ ପଦରୁ ହଟାଇ ଦିଆଯିବ ।
  5. ଖାଲିଥିବା ଶିକ୍ଷକ ପଦବୀ ଓ ଶିକ୍ଷକମାନଙ୍କର ଶିକ୍ଷକମାନଙ୍କର ଅନୁପସ୍ଥିତ ସଂପର୍କିତ ମୌଳିକ ପ୍ରଶ୍ନ : ତ୍ଵବଦ୍ଧତାର ଅଭାବଗୁଡ଼ିକୁଦୃଢ଼ ରାଜନୈତିକ ସହମତି ଓ ଇଚ୍ଛା ଦାୟି-ଶକ୍ତି ହାରା ସମାଧ୍ୟାନ କରାଯିବ । ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଧ୍ୟାନଶିକ୍ଷକ/ଅଧ୍ୟକ୍ଷଙ୍କ ମାମଲାରେ ବିଦ୍ୟାଳୟ ପରିଚାଳନା କମିଟି ଗୁଡ଼ିକ)SMCs) ଉପରେ ଶୃଙ୍ଖଳାଗତ କ୍ଷମତା ରହିବ; କାରଣ ମୋବାଇଲ୍ ଫୋନ୍ ଓ ବାୟୋମେଟ୍ରିକ୍ ଉପକରଣ ମାଧ୍ୟମରେ ଉପସ୍ଥାନକୁ ରେକଡ କରି ପ୍ରଯୁକ୍ତିର ସହାୟତାରେ ସେମାନଙ୍କ ଅନୁପସ୍ଥିତି ଓ  ଅନୁଶାସନହୀନତାକୁ ସମାଧ୍ୟାନ କରାଯାଇପାରିବ ।
  6. ଶିକ୍ଷକମାନଙ୍କ ପ୍ରାଥମିକ ପ୍ରସ୍ତୁତି ଓ ଧାରାବାହିକ ବୃତ୍ତିଗତ ବିକାଶ ପାଇଁ ବିଭିନ୍ନ ପ୍ରଭାବଶାଳୀ କାର୍ଯ୍ୟକ୍ରମ ପ୍ରତି ବିଶେଷ ଗୁରୁତ୍ଵ ଦିଆଯିବ । ଶିକ୍ଷକମାନଙ୍କ କ୍ଷେତ୍ରରେ ପରିଦୃଷ୍ଟ ସୀମାବଦ୍ଧତାର ସମାଧ୍ୟାନ ପାଇଁ ସମୟସୀମା । ଏବଂ ତାଲିମରେ ପରିବର୍ତ୍ତନ ପାଇଁ ଡିପ୍ଲୋମା ଓ ସ୍ନାତକ ଶିକ୍ଷକ ଶିକ୍ଷା ସଂରଚନା ପାଠ୍ୟ ସୁଟି ପଦ୍ଧତି କାର୍ଯ୍ୟକ୍ରମମାନ ସହିତ ଶିକ୍ଷକ ତାଲିମ ଅନୁଷ୍ଠାନଗୁଡ଼ିକର ସମୀକ୍ଷା କରାଯିବ ।
  7. ରାଷ୍ଟ୍ରୀୟ ସ୍ତରରେ ଶିକ୍ଷକ ଶିକ୍ଷା ଓ ଶିକ୍ଷକ ସମୂହଙ୍କ ବିକାଶକୁ ଦୃଷ୍ଟିରେ ରଖି ଏକ ଶିକ୍ଷକ ଶିକ୍ଷା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବ । NCERT ଅଧୀନରେ ଥିବା ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନଗୁଡ଼ିକର ବିକାଶ କରାଯିବ ଏବଂ ସେଗୁଡ଼ିକୁ ଆଞ୍ଚଳିକ ସ୍ତରରେ ଶିକ୍ଷକ ଶିକ୍ଷା ବିଶ୍ଵବିଦ୍ୟାଳୟରେ ପରିବର୍ଭନ କରାଯିବ ।
  8. ସମସ୍ତ ଶିକ୍ଷକ ତାଲିମ ଅନୁଷ୍ଠାନ ଯଥା ଡିଆଦି ମହାବିଦ୍ୟାଳୟଗୁଡ଼ିକ ପାଇଁ ସରକାରୀ ଇଡି ବି ଟି.ଇ.ଆଇ. ସ୍ଵୀକୃତିପ୍ରାପ୍ତକୁ ବାଧ୍ୟତାମୂଳକ କରାଯିବ । ବ୍ଲକ୍ ସଂସାଧନ କେନ୍ଦ୍ରଗୁଡ଼ିକ ପାଇଁ ମାନବିନ୍ଦୁ ନିର୍ବାରଣ କରାଯିବ ।
  9. ଶିକ୍ଷକ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ଅଂଶ ବିଶେଷ ଭାବେ ଶିକ୍ଷକଙ୍କ ମୁଖ୍ୟତଃ ଜୀବନ, କୌଶଳ, ନୈତିକ ଶିକ୍ଷା । ଶାରିରୀକ ଶିକ୍ଷା ତଥା କଳା ଓ ଶିଳ୍ପ ପରି ସହ-ଶିକ୍ଷା ସଂବନ୍ଧୀୟ ଗତିବଧି ଗୁଡ଼ିକର ଗୁଣାବଳି ସହିତ ପରିଚୟ କରାଇବା ଯାହା ବିଦ୍ୟାଳୟଗୁଡ଼ିକରେ ଶିକ୍ଷଣ ଓ ଜ୍ଞାନାର୍ଜନକୁ ପ୍ରଭାବଶାଳୀ କରିପାରିବ ।
  10. ଶିକ୍ଷକମାନଙ୍କୁ ଜାତୀୟସ୍ତରରେ ପୁରସ୍କାର ଦିଆଯିବା ସହିତ ରାଜ୍ୟ ଓ ଜିଲା ସ୍ତରରେଶି, ମଧ୍ୟ ପୁରସ୍କାର ଦେବା ଆରମ୍ଭ କରାଯିବ, ଯାହା ସ୍ଥିରୀକୃତ ମାନଦଣ୍ଡ ଆଧାରିତ ହେବ । SMC ଗୁଡ଼ିକ ଶିକ୍ଷକମାନଙ୍କ ନାମଗୁଡ଼ିକୁ ପୁରସ୍କାର ପାଇଁ ସୁପାରିଶ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
  11. ଉଚ୍ଚମାନର ଶିକ୍ଷା ପ୍ରଦାନ କରିବା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣର ଫଳାଫଳରେ ଉନ୍ନତି ଆଣିବାରେ ଶିକ୍ଷକମାନଙ୍କ କ୍ଷମତାପ୍ରେରଣା ଓ ଦାୟିତ୍ଵବଦ୍ଧତାକୁ ବୃଦ୍ଧି କରୁଥିବା କାର୍ଯ୍ୟକ୍ରମଗୁଡ଼ିକୁ ପ୍ରାଥମିକତା ଦିଆଯିବ ।
  12. ପ୍ରତି ତିନିବର୍ଷରେ ଥରେ ପ୍ରତ୍ୟେକ କାର୍ଯ୍ୟରତ ଶିକ୍ଷକମାନେ ତାଲିମ/ବ୍ୟବସାୟିକ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ହେବ । କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପ୍ରଯୁକ୍ତିବିଦ୍ୟା ହାରା ପ୍ରତି ତିନି ବର୍ଷ ସମୟ ସୀମା ମଧ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ତାଲିମ୍ ଦେବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବେ ।
  13. ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କର ସମୟସୀମା ମୂଲ୍ୟାଙ୍କନକୁ ବାଧ୍ୟତାମୂଳକ କରାଯିବ ଏବଂ ଆବଶ୍ୟକସ୍ଥଳେ ଏହାକୁ ସେମାନଙ୍କର ଭବିଷ୍ୟତର ପଦୋନ୍ନତି ଓ ବେତନ ବୃଦ୍ଧି ସହ ସଂପୃକ୍ତ କରାଯିବ । ସେମାନେ ପ୍ରତି ପାଞ୍ଚ ବର୍ଷରେ ଥରେ ମୂଲ୍ୟାଙ୍କନ ପରୀକ୍ଷା ଦେଇ ସେଥିରେ ଉଭୀର୍ଣ୍ଣ ହେବାକୁ ପଡ଼ିବ; ଯାହା ହାରା ସେମାନଙ୍କ ଶିକ୍ଷା ଦକ୍ଷତା ସଂପର୍କୀୟ ଓ ବିଷୟ ଜ୍ଞାନକୁ ମୂଲ୍ୟଙ୍କନ କରାଯାଇପାରିବ ।
  14. ପ୍ରତ୍ୟେକ ରାଜ୍ୟରେ ଶିକ୍ଷକମାନଙ୍କ ତାଲିମ ପାଇଁ ଭିନ୍ନ କ୍ୟାଡର ଖୋଲାଯିବ । SCERTs, DIETs ଓ  ଅନ୍ୟାନ୍ୟ ଶିକ୍ଷକ ତାଲିମ୍ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ ତଥା ଦକ୍ଷ ହେବା ପାଇଁ ବହୁ ସଂଖ୍ୟାରେ ଖାଲିଥିବା ପଦବୀ ପୂରଣ କରି ସେମାନଙ୍କର ଶକ୍ତି ଓ ଦକ୍ଷତା ବୃଦ୍ଧି କରାଯିବ ।

ଆଧାର - ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top