ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ(ନୀତି ସଂରଚନା ଭାଗ-୨)
ସେଆର କରନ୍ତୁ

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ(ନୀତି ସଂରଚନା ଭାଗ-୨)

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା ଭାଗ - ୨) ସମ୍ବନ୍ଧରେ ସୂଚନା ।

ଶିକ୍ଷାରେ ଭାଷା ଓ ସଂସ୍କୃତି

ଶିକ୍ଷାରେ ଭାଷାଗୁଡ଼ିକର ମହତ୍ତ୍ୱକୁ ଏକ ବହୁଭାଷୀ ସମାଜ ଜାଣେ । ରାଜ୍ୟ ସରକାରମାନଙ୍କ ପରାମର୍ଶକ୍ରମେ ଭାରତ ସରକାରଙ୍କ ହାରା ଏକ ତ୍ରିଭାଷୀ ସୂତ୍ର )TLF) ପ୍ରସ୍ତୁତ କରାଯାଇଥିଲା ଓ ତାହାକୁ ୧୯୬୮ ରାଷ୍ଟ୍ରୀୟ ଶିକ୍ଷା ନୀତିର ଆନୁଷ୍ଠାନିକ ପ୍ରସ୍ତାବ ଅନ୍ତର୍ଭୁକ୍ତ କରାଯାଇଥିଲା । ଅଧିକାଂଶ ରାଜ୍ୟରେ ଏହାର କାର୍ଯ୍ୟକାରିତାରେ ଭିନ୍ନତା ସତ୍ତେ ୧୯୮୬ / ୧୯୯୨ ଏହି ସୂତ୍ର ଚାଲୁ ରହିଲା । ଭାଷା ସହିତ ଉଚ୍ଚ ଆବେଗ ଜଡ଼ିତ ଥିବାରୁ କୌଣସି ବ୍ୟବସ୍ଥା ସମସ୍ତଙ୍କୁ ସନ୍ତୁଷ୍ଟ କରିପାରେ ନାହିଁ । ସମୟକ୍ରମେ ରାଜ୍ୟଗୁଡ଼ିକ ଆଞ୍ଚଳିକ ଉଚ୍ଚାକାଂକ୍ଷା ଓ ଅଭିରୁଚି ପ୍ରତି ଆଗ୍ରହୀ ହେଲେ ଆଞ୍ଚଳିକ ଜାତୀୟ ଏପରିକି, ଆନ୍ତଃରାଜ୍ୟ, ବିଶ୍ଵସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭାଷା ଦକ୍ଷତାର ବିକାଶ ହୋଇପାରିବ ।

ଛାତ୍ରଛାତ୍ରୀମାନେ ନିଜର ମାତୃଭାଷା ମାଧ୍ୟମରେ ଶିକ୍ଷାକୁ ବହୁତ ଭଲଭାବରେ ଆୟତ୍ତ କରନ୍ତି । ଅନ୍ୟ ପକ୍ଷରେ ଇଂରାଜୀ ବରେ ବୃଦ୍ଧି ପାଉଛି । ଭାଷା ଶିଖିବା ଓ ଇଂରାଜୀ ମାଧ୍ୟମ ପଢ଼ାର ଆଗ୍ରହ ବହୁଭା ।

ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଶିକ୍ଷାର୍ଥୀଙ୍କ ମନରେ ଭାରତର ସମୃଦ୍ଧ ଐତିହ୍ୟ ମହାନ ପରଂପରା ଗୌରବମୟ ଅତୀତ, ଓ ବିଭିନ୍ନ ସଂସ୍କୃତିର ସମନ୍ଵୟ ପ୍ରତି ଗଭୀର ସଚେତନତା ସୃଷ୍ଟି କରିବା । ଶିକ୍ଷା ସବୁ ସ୍ତରରେ ଶିକ୍ଷାର୍ଥୀମାନଙ୍କୁ ସେହି ମୂଲ୍ୟ ପ୍ରାପ୍ତି ଧର୍ମନିରପେକ୍ଷତ ସହିଷ୍ଣୁ ଶାନ୍ତି । ଶିକ୍ଷାର୍ଥୀ ଦାୟିତ୍ଵବାନ ନାଗରିକ ପାଇଁ ପ୍ରୋତ୍ସାହିତ କରେ ।  ସାମାଜିକ ରାଷ୍ଟ୍ରୀୟ ଏକତା , ସଂପ୍ରୀତି ଓ ସବୁ ଧର୍ମ ପ୍ରତି ଯଥେଷ୍ଟ ସମ୍ମାନ ଏପରିକି ସାର୍ବଜନୀନ ମୂଲ୍ୟବୋଧ ଆଦି ଗୁଣକୁ ସଂବଦ୍ଧିତ କଲେ ତାହା ବିଶ୍ଵ ନାଗରିକତା ଭାବ ଓ ସତତ ଉନ୍ନତିର ସହାୟକ ହୁଏ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ: -

  1. ଯଦି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଚାହାନ୍ତି, ତେବେ ବିଦ୍ୟାଳୟ ଗୁଡ଼ିକରେ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା, ସ୍ଥାନୀୟ କିମ୍ବା ଆଞ୍ଚଳିକ ଭାଷା ମାଧ୍ୟମରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିପାରିବେ ।
  2. ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଛାତ୍ରଛାତ୍ରୀଙ୍କର ଗତିଶୀଳତା ଏବଂ ବିଶ୍ଵସ୍ତରୀୟ ଜ୍ଞାନ ଉପଲଛି କ୍ଷେତ୍ରରେ ଇଂରାଜୀ ଜ୍ଞାନ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଅତଏବ, ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ପଢ଼ିବା ଓ ଲେଖିବାରେ ଦକ୍ଷ କରିବା ଗୁରୁତ୍ଵପୂର୍ଣ୍ଣ । ଏଣୁ ଯଦି ପ୍ରାଥମିକ ସ୍ତର ଯାଏ ମାତୃଭାଷା, ସ୍ଥାନୀୟ ତଥା ଆଞ୍ଚଳିକ ଭାଷାରେ ଶିକ୍ଷା ଦକ୍ଷ କରିବା ଗୁରୁତ୍ଵପୂର୍ଣ୍ଣ । ଏଣୁ ଯଦି ପ୍ରାଥମିକ ସ୍ତର ଯାଏ ମାତୃଭାଷା, ସ୍ଥାନୀୟ ତଥା ଆଞ୍ଚଳିକ ଭାଷାରେ ଶିକ୍ଷା ଦିଆଯାଉଛି ତେବେ ଇଂରାଜୀ ଦ୍ଵିତୀୟ ଭାଷା ହେବ, ଏବଂ ତୃତୀୟ ଭାଷା ଚୟନ (ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ସ୍ତରରେ) ସମ୍ବିଧ୍ୟାନ ବିଧୁ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଆଉ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିର କରିବେ ।
  3. ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ, ମୁଖ୍ୟତଃ ବୈଷୟିକ ଏବଂ ବୃତ୍ତିଗତ ସଂସ୍ଥା, ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାରତର ସମୃଦ୍ଧ ଐତିହ୍ୟ, ଭାର୍ଷିକ ଏବଂ ସାଂସ୍କୃତିକ ବିବିଧତା ଏବଂ ଜ୍ଞାନ ପରମ୍ପରା ବିଷୟରେ ଅବଗତ ହେବାପାଇଁ ସୁଯୋଗ ପ୍ରଦାନ କରିବେ ।
  4. ବିଦ୍ୟାଳୟ ଶିକ୍ଷାରେ ଭାରତୀୟ ସଂସ୍କୃତି, ସ୍ଥାନୀୟ ଓ ପାରମ୍ପରିକ ଜ୍ଞାନକୁ ଯଥେଷ୍ଟ ସ୍ଥାନ ଦିଆଯିବ । ସାମ୍ୟ, ସାମାଜିକ ନ୍ୟାୟବିଚାର, ଭାତୃତ୍ଵବୋଧ, ଗଣତନ୍ତ୍ର ଦାୟିତ୍ଵବୋଧ, ଦାୟିତ୍ଵପୂର୍ଣ୍ଣ ସ୍ଵାଧୀନତା ଆଉ ଜାତୀୟ ସଂହତିର ଭାବନା ଆଦି ମୂଲ୍ୟବୋଧ ଆହରଣ ଭଳି ନୀତି ଶାସ୍ତ୍ର ଶିକ୍ଷା ସମନ୍ୱିତଭାବେ ପ୍ରତ୍ୟେକ ସ୍ତରରେ ଦିଆଯିବ ।
  5. ଭାରତୀୟ ଭାଷାଗୁଡ଼ିକର ବିକାଶ, ଅଭିବୃଦ୍ଧି ଓ ଦେଶର ସାଂସ୍କୃତିକ ଐକ୍ୟକୁ ଦୃଷ୍ଟିରେ ରଖି ସଂସ୍କୃତ ଉପରେ ବିଶେଷ ଗୁରୁତ୍ଵପ୍ରଦାନ କରାଯିବା ସହିତ ଅତ୍ୟନ୍ତ ଉଦାର ଭାବେ ବିଦ୍ୟାଳୟ ଆଉ ବିଶ୍ଵବିଦ୍ୟାଳୟ ସ୍ତରରେ ସଂସ୍କୃତ ଶିକ୍ଷାର ବ୍ୟବସ୍ଥା କରାଯିବ ।
  6. ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରମାନଙ୍କ ଭିତରେ ନାଗରିକ ଭାବନା, ଶୃଙ୍ଖଳା, ସମୟାନୁବର୍ଭିତା, ପରିଷ୍କାର ପରିଛନ୍ତ୍ରତା, ଉତ୍ତମ ଚରିତ୍ର ବୃଦ୍ଧ, ନିପୀଡ଼ିତ, ଦଳିତ ଓ ଦୁର୍ବଳଙ୍କ ପ୍ରତି ସମାନୁଭୂତି, ନାରୀଙ୍କ ପ୍ରତି ସମ୍ମାନ ଆଉ ମାନବବାଦୀ ଭାବନା ଉଦ୍ରୋକକରିବା ପାଇଁ ଗୁରୁତ୍ଵ ଦେବେ ।

ବ୍ୟାପକ ଶିକ୍ଷା ମାଧ୍ୟମରେ ଆତ୍ମବିକାଶ

ଶିକ୍ଷା ଶିଶୁର ସମସ୍ତ ପ୍ରକାରର ବିକାଶ (ଜ୍ଞାନ ସହିତ ଶାରୀରିକ, ସାମାଜିକ, ଓ ମାନସିକ) ସହିତ ସମ୍ପର୍କିତ ଅତଏବ, କେବଳ ଶୈକ୍ଷିକ ଉପଲଛି ବାହାରେ ଅନ୍ୟ ସମସ୍ତ ଦିଗକୁ ମଧ୍ୟ ଆକଳନ କରିବାକୁ ହେବ । ଶିକ୍ଷଣ ଫଳାଫଳ ଏବଂ ସହ-ଶୈକ୍ଷିକ କ୍ଷେତ୍ରଗୁଡ଼ିକର ଉନ୍ନତି କରି ଶିଶୁର ସାମଗ୍ରିକ ବିକାଶ ନିମିତ୍ତ ବ୍ୟାପକ ଭାବେ ଗୁରୁତ୍ଵପ୍ରଦାନ କରାଯାଉଛି । ଏହା ସମସ୍ତେ ଜାଣନ୍ତି, ଜଣେ ସୁସ୍ଥ ଶିଶୁ ପ୍ରଭାବଶାଳୀଭାବେ ଶିକ୍ଷା ଗ୍ରହଣ କରିଥାଏ ଏବଂ ସ୍ଵାସ୍ଥ୍ୟବାନ ଛାତ୍ର ହିଁ ଉତ୍ତମ ଶିକ୍ଷାଗ୍ରହଣ କରିପାରିଥାଏ । ଏହା ଉଦ୍‌ବେଗର ବିଷୟ ଯେ ବହୁସଂଖ୍ୟକ ଶିଶୁ ଅପପୁଷ୍ଟି ଏବଂ ରକ୍ତହୀନତାର ଶିକାର ହେଉଛନ୍ତି ଯାହା ଶିକ୍ଷଣ ସମସ୍ୟାରେ ବାଧା ସୃଷ୍ଟି କରୁଛି ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ: -

  1. ଶିଶୁର ସାମଗ୍ରିକ ବିକାଶ ନିମିତ୍ତ ଶାରୀରିକ ଶିକ୍ଷା, ଯୋଗ, ଖେଳକୁଦ, ଏନ୍.ସି.ସି. ଏନ୍.ଏସ୍ଏସ୍), କଳା ଶିକ୍ଷା, ଶିଶୁ ସଂସଦ, ସ୍ଥାନୀୟ କଳା, ଶିଳ୍ପ, ସାହିତ୍ୟ ଓ ଦକ୍ଷତା, ଏବଂ ଅନ୍ୟ ସହ-ଶୈକ୍ଷିକ କାର୍ଯ୍ୟକଳାପ ଆଦି ସମନ୍ୱିତ ପାଠ୍ୟକ୍ରମର ଅବିଛେଦ୍ୟ ଅଙ୍ଗଭାବେ ଦୈନିକ ପାଠ୍ୟକ୍ରମରେ ସଂଶ୍ଳିଷ୍ଟ ହେବ । ଉପରୋକ୍ତ ସମସ୍ତ ସୁବିଧାର ଉପଲବ୍ଧ କି ନୁହେଁ ସେ ବିଷୟରେ ବିଦ୍ୟାଳୟ ସ୍ଵୀକୃତି ଦେବା ସମୟରେ ପ୍ରାଧାନ୍ୟ ଦିଆଯିବ ।
  2. ସରକାର/ବିଦ୍ୟାଳୟ ପରିଚାଳନା ସମିତି ବିଦ୍ୟାଳୟରେ ସହ-ଶୈକ୍ଷିକ କାର୍ଯ୍ୟକଳାପ ପାଇଁ ଅର୍ଥ ରାଶି ସ୍ଥିର କରିବେ।
  3. ଶିକ୍ଷା ବିଭାଗ ଏବଂ ବିଦ୍ୟାଳୟର ସହଯୋଗରେ ସ୍ଵାସ୍ଥ୍ୟ ବିଭାଗ ହାରା ବିଦ୍ୟାଳୟ ସ୍ଵାସ୍ଥ୍ୟ ବ୍ୟବସ୍ଥା ପରିଚାଳିତ ହେବ । ବିଦ୍ୟାଳୟ ଯାଞ୍ଚ ସୂଚୀ ପ୍ରସ୍ତୁତ କରିବା ସହିତ ଏହାର ନିୟମିତ ଜାରିରଖିବାକୁ ଧ୍ୟାନ ଦେବେ । ଡିଜିଟାଲ୍ ଭାରତର ଅଂଶଭାବେ ପ୍ରତ୍ୟେକ ଶିଶୁର ସ୍ଵାସ୍ଥ୍ୟ ପରୀକ୍ଷାର ସ୍ଥିତି ଏବଂ ରେକର୍ଡ ଅନୁଧ୍ୟାନ ପାଇଁ ଆପଗୁଡ଼ିକର ବିକାଶ କରାଯିବ।
  4. ମଧ୍ୟାହ୍ନ ଭୋଜନ ପ୍ରକଳ୍ପ (MDMS) ମାଧ୍ୟମରେ ବିଦ୍ୟାଳୟ ପୁଷ୍ଟି ଯୋଜନା କାର୍ଯ୍ୟକାରୀ ହେବ, ଯାହା ପୁଷ୍ଟିପୂରଣ ଏବଂ ସାମାଜିକ ସମାନତାକୁ ଉନ୍ନତ କରିବାରେ ସହାୟକ ହେବ । ମଧ୍ୟାହ୍ନ ଭୋଜନ ପ୍ରକଳ୍ପ (MDMS) ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସଂପ୍ରସାରିତ ହେବ । ଶିକ୍ଷକମାନେ ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି ଏବଂ ପରିବେଷଣ କରିବାର କାର୍ଯ୍ୟଭାରରୁ ମୁକ୍ତ ହେବେ । ପ୍ରତିଷ୍ଠିତ ଗୋଷ୍ଠୀ ସଂସ୍ଥାଗୁଡ଼ିକୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବଂ ପରିବେଷଣ ପାଇଁ ନିୟୋଜିତ କରିବାକୁ ଉତ୍ସାହ ପ୍ରଦାନ କରାଯିବ ।

ବିଦ୍ୟାଳୟ ମୂଲ୍ୟାୟନ ଓ ପରିଚାଳନା

ବିଦ୍ୟାଳୟରେ ଗୋଷ୍ଠୀ ଅଂଶଗ୍ରହଣ ଓ ଅଭିଭାବକ ଯୋଗଦାନ ପ୍ରକ୍ରିୟା ଏପରିକି ଫଳାଫଳରେ ଉନ୍ନତି ଆଣିବା ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ପ୍ରମାଣ ଅଛି ଯେ ଗ୍ରାମ୍ୟ ବିଦ୍ୟାଳୟଗୁଡ଼ିକର ପରିଚାଳନାରେ ସ୍ଥାନୀୟ ଗୋଷ୍ଠୀର ପ୍ରତ୍ୟକ୍ଷ ଅଂଶଗ୍ରହଣ ଫଳରେ ବିଦ୍ୟାଳୟଗୁଡ଼ିକ ପ୍ରଭାବଶାଳୀଭାବେ ପରିଚାଳିତ ହେଉଛି । ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ ବାଧ୍ୟତାମୂଳକ ଏବଂ କାର୍ଯ୍ୟକାରୀ କରିବା ପାଇଁ ଉଲ୍ଲେଖନୀୟ ସନ୍ତୁଳନ, ତଥ୍ୟ ସହଯୋଗରେ ବିଦ୍ୟାଳୟର ଅନୁଧ୍ୟାନ, ଉନ୍ନତ ପ୍ରଦର୍ଶନ ଏବଂ ଗୋଷ୍ଠୀ ସଂସାଧନକୁ ତ୍ୱରାନ୍ଵୀତ କରିବା ତଥା ଉନ୍ନତ ପରିଚାଳନା ପାଇଁ ପ୍ରଧ୍ୟାନ ଶିକ୍ଷକ ତଥା ବ୍ଲକ୍‌ସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କ ତାଲିମର ଆବଶ୍ୟକତା ଅଛି । ସମାନ ଭାବେ ବିଦ୍ୟାଳୟ କାର୍ଯ୍ୟକ୍ରମ, ଶୈକ୍ଷିକ, ସହ-ଶୈକ୍ଷିକ ପରିସର, ଆସବାବପତ୍ର, ଶିକ୍ଷକ ପରିଚାଳନା, ବିଦ୍ୟାଳୟ ନେତୃତ୍ଵ, ଶିକ୍ଷଣ ଫଳାଫଳ, ଛାତ୍ରଛାତ୍ରୀ, ପିତାମାତା/ଅଭିଭାବକମାନଙ୍କର ସନ୍ତୁଷ୍ଟି ଆଦି ବିଦ୍ୟାଳୟ ଗୁଣବତ୍ତା ମୂଲ୍ୟୟନ ଓ ପ୍ରତ୍ୟାୟନ ପଦ୍ଧତିର ଆବଶ୍ୟକତା ଅଛି ।

ପରିବର୍ତ୍ତିତ ପରିସ୍ଥିତିରେ, ଏବଂ ଆବଶ୍ୟକସ୍ଥଳେ ନିରାକରଣ କାର୍ଯ୍ୟ ପାଇଁ ଉତ୍ତରଦାୟୀ ଓ ସ୍ଵାୟତ୍ତ ପଦ୍ଧତି ସହିତ ଏକ ବିଦ୍ୟାଳୟ ପରିଚାଳନା ନମୁନାର ଆବଶ୍ୟକତା ଅଛି ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ : -

  1. ସମଗ୍ର ଦେଶରେ ସ୍କୁଲର ଗୁଣବତ୍ତା ଶିକ୍ଷକମାନଙ୍କ ଦକ୍ଷତା, ବିଦ୍ୟାଳୟର ନେତୃତ୍ଵ, ଏବଂ ବିଦ୍ୟାଳୟ ପରିଚାଳନାର ଅନୁଧ୍ୟାନ ପାଇଁ ବିଭିନ୍ନ ମାନକ ଓ ସୂଚକ ସହିତ ଆୟ-ମୂଲ୍ୟୟନ ଓ ଦକ୍ଷତା ମୂଲ୍ୟୟନ କରାଯିବ । ଏହା ବ୍ୟତୀତ ଏହି ମାନଦଣ୍ଡରେ ବିଦ୍ୟାଳୟଗୁଡ଼ିକର ମୂଲ୍ୟାୟନ, ବର୍ଗୀକରଣ ଏବଂ ସ୍ଥାନ ନିରୂପଣ କରାଯିବ ।
  2. ବିଦ୍ୟାଳୟ ପରିଷଦଗୁଡ଼ିକର ମାନ୍ୟତା ପାଇଁ ଏକ କାର୍ଯ୍ୟପ୍ରଣାଳୀ ସ୍ଥିର କରାଯିବ ।
  3. ଆର.ଟି.ଇ. ଅଧୁନିୟମ ଏବଂ ପରିଷଦର କାର୍ଯ୍ୟକାରୀ ଓ ଅନୁଧ୍ୟାନ ନିୟମାବଳୀ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର (SMC) ରୂପାୟଣ ସମ୍ପର୍କିତ ନୀତିଗତ ଆଧାରରେ ଦେଖାଯାଉଥିବା ତାରତମ୍ୟକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ ଦୂର କରିବେ ।
  4. ବିଦ୍ୟାଳୟ ପରିଚାଳନା ସମିତି ଗୁଡ଼ିକର ତ୍ରୁଟି - ବିଚ୍ୟୁତିରେ ରାଜ୍ୟ ସରକାର ନିର୍ବାଚନ ପ୍ରକ୍ରିୟା, ପୁନରାବୃତ୍ତି, କାର୍ଯ୍ୟକାଳ, ଭୂମିକା, ଦାୟିତ୍ଵ ଏବଂ ସେମାନଙ୍କ କାର୍ଯ୍ୟକାରୀତା ବିଷୟରେ ସ୍ପଷ୍ଟ ନିର୍ଦେଶ ପ୍ରଦାନ କରିବେ । ଠିକ୍ ସମୟରେ ସେମାନେ ସେମାନଙ୍କର ଅନୁଦାନ ଗ୍ରହଣ, ବିଦ୍ୟାଳୟ ବିକାଶ ପରିକଚ୍ଛନାର (SDPs) ପ୍ରଭାବଶାଳୀ କାର୍ଯ୍ୟକାରୀତା ପାଇଁ ରାଜ୍ୟଗୁଡ଼ିକ ଆବଶ୍ୟକ SMC ପ୍ରଶିକ୍ଷଣ ନିମିତ୍ତ ଅର୍ଥରାଶି ବୃଦ୍ଧି କରିବେ । ଜିଲ୍ଲାସ୍ତରରେ ବିଦ୍ୟାଳୟ ବିକାଶ ପରିକଚ୍ଛନାର (SDPs) ବଜେଟ୍ ଏବଂ ଯୋଜନା ପ୍ରକ୍ରିୟା ଏକତ୍ରିତ କରାଯିବ ।
  5. ପ୍ରମାଣ ଅଛି ଯେ ଅଧ୍ୟକ୍ଷ ତଥା ପ୍ରଧ୍ୟାନ ଶିକ୍ଷକଙ୍କ ନେତୃତ୍ଵରେ କେତେକ ବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ପାଞ୍ଚ ବର୍ଷର ଅଧାପନା ଅଭିଜ୍ଞତାକୁ ଆଧାର କରି ମେଧା ଓ ଯୋଗ୍ୟତା ମାଧ୍ୟମରେ ଅଧ୍ୟକ୍ଷ ଏବଂ ପ୍ରଧ୍ୟାନ ଶିକ୍ଷକଙ୍କ ଚୟନ କରି ଏକ ସ୍ଵତନ୍ତ୍ର କ୍ୟାଡର ପ୍ରସ୍ତୁତ କରାଯିବ ଏବଂ ଅଧ୍ୟକ୍ଷ ଓ ପ୍ରଧ୍ୟାନ ଶିକ୍ଷକଙ୍କ ଶୂନ୍ୟସ୍ଥାନ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୂରଣ କରାଯିବ ।
  6. ବିଦ୍ୟାଳୟ ଶାସନରେ ଉନ୍ନତି ପାଇଁ ବିଦ୍ୟାଳୟ ନେତୃତ୍ଵର ଦୃଷ୍ଟିଭଙ୍ଗୀରେ ସଂପ୍ରସାରଣ, ଯେଉଁଠି ବ୍ୟାପକ କାର୍ଯ୍ୟ ପାଇଁ ବିଦ୍ୟାଳୟ ନେତୃତ୍ଵର ଦାୟିତ୍ଵ ଓ ଭୂମିକା, ବିଦ୍ୟାଳୟ ନେତାଧୁକାରୀଙ୍କ ଦକ୍ଷ କାର୍ଯ୍ୟାବଳୀ, ଅଧ୍ୟକ୍ଷ/ ପ୍ରଧ୍ୟାନ ଶିକ୍ଷକଙ୍କ ସମର୍ଥ ଓ ସ୍ପଷ୍ଟ ଚୟନ ପ୍ରକ୍ରିୟା ଏବଂ ବିଦ୍ୟାଳୟ ନେତାଧୁକାରୀଙ୍କ ପାଇଁ ପ୍ରେରଣା କାର୍ଯ୍ୟକ୍ରମ, ବୃତ୍ତିଗତ ବିକାଶ ଏବଂ ଭବିଷ୍ୟତ ଉନ୍ନତି ନିମନ୍ତେ ଉପଯୁକ୍ତ ପଥ ପ୍ରଦର୍ଶନ ଆବଶ୍ୟକ ।
  7. ଅଧକ୍ଷା/ପ୍ରଧ୍ୟାନ ଶିକ୍ଷକ ବିଦ୍ୟାଳୟର ଶୈକ୍ଷିକ ପ୍ରଦର୍ଶନ ଓ ତାହାର ଉନ୍ନତି ପାଇଁ ଉତ୍ତରଦାୟୀ ରହିବେ । ଶିକ୍ଷା ବିଭାଗ ଅଧ୍ୟକ୍ଷ/ ପ୍ରଧ୍ୟାନ ଶିକ୍ଷକଙ୍କ କାର୍ଯ୍ୟକାଳ ବିଷୟରେ ନିର୍ବାରଣ କରିବେ ।

ଉଚ୍ଚ ଶିକ୍ଷାରେ ଶାସନ ସୁଧାର ବ୍ୟବସ୍ଥା

ଚଳିତ ବର୍ଷଗୁଡ଼ିକରେ ଭାରତର ଉଚ୍ଚ ଶିକ୍ଷା ବିବିଧ ବିସ୍ତାରିତ କ୍ଷେତ୍ରର ଏକ ଅଭୁତପୂର୍ବ ଅନୁଭୂତି ପାଇଛି । ଏହିସବୁ କ୍ଷେତ୍ରର ଯୋଜନାହୀନ ବିସ୍ତାରକୁ ବୃଦ୍ଧି କରିବା ଏବଂ ଗୁଣବତ୍ତା ଆଣିବା ଏକ ସମସ୍ୟାଭାବେ ଦେଖାଦେଇଛି । ଉଚ୍ଚଶିକ୍ଷାରେ ଶାସନ ଏବଂ ନୀତିନିୟମ ପରସ୍ପର ନିର୍ଭରଶୀଳ । ଅତଏବ ବର୍ତ୍ତମାନର ନୀତିନିୟମକୁ ଉପ-କ୍ଷେତ୍ରରେ ଶାସନ ଏବଂ ନିୟନ୍ତ୍ରଣ ଦିଗରୁ ପ୍ରାସଙ୍ଗିକ କରିବାର ଆବଶ୍ୟକତା ରହିଛି ।

ଉଚ୍ଚଶିକ୍ଷାର ଶାସନକୁ ପ୍ରଭାବଶାଳୀ ଓ ନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ନୀତି ଗୁଡ଼ିକର ସୂତ୍ରପାତ କରାଯିବ :

  1. ପ୍ରତି ପାଞ୍ଚ ବର୍ଷରେ ଶିକ୍ଷା ବିଶେଷଜ୍ଞମାନଙ୍କୁ ନେଇ ଏକ ଶିକ୍ଷା କମିଶନ ଗଠନ କରାଯିବ । ଏହି କମିଶନ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ବିଶ୍ଵସ୍ତରୀୟ ନୁତନ ଜ୍ଞାନ ପରିସର, ବିଷୟ, ଡୋମେନ୍ ତଥା ଶିକ୍ଷା ପଦ୍ଧତି, ପାଠ୍ୟକ୍ରମ ଓ ମୂଲ୍ୟୟନ ସଂସ୍କାର ଆଦି ବିଭିନ୍ନ କ୍ଷେତ୍ର ଚିହ୍ନିତ କରିବାରେ ସାହଯ୍ୟ କରିବ । ଯାହା ବିଶ୍ଵ ପରିପ୍ରେକ୍ଷୀରେ ଓ ଜାତୀୟ ଆକାଂକ୍ଷାର ପରିବର୍ତ୍ତିତ ପରିସ୍ଥିତି ସହିତ ତାଳଦେବାରେ ସହାୟକ ହେବ ।
  2. ଉଚ୍ଚଶିକ୍ଷାନୁଷ୍ଠାନର ବହୁହିତାଧୁକାରୀ, ଉଦ୍ୟୋଗରେ ଓ ଅନୁଷ୍ଠାନମାନଙ୍କରେ ଆଗରୁ ଯୋଗଦାନ କରିଥିବା ଲୋକଙ୍କ ଉପରେ ପରିଚାଳନାର ଭାର ନ୍ୟସ୍ତ କରାଯିବ ଓ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ରଖାଯିବ ।
  3. ସ୍ନାତକ, ସ୍ନାତକ ଓ ଡକ୍ଟରାଲ ଶିକ୍ଷା ପାଇଁ ଉଦ୍ୟମ କରାଯିବ ଏବଂ ଏସବୁରେ ଏକକାଳୀନ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ପଢ଼ାଉଥିବା ଅଧାପକଙ୍କୁ ନିଯୁକ୍ତି ଦିଆଯାଇ ଶିକ୍ଷା ଓ ଗବେଷଣାର ଅସାମ୍ୟରେ ଉନ୍ନତି କରାଯିବ । ବିଶ୍ଵବିଦ୍ୟାଳୟଗୁଡ଼ିକର ପ୍ରକୃତି ଏକକ ନ ହୋଇ ବହୁବିଦ୍ୟାଭିତ୍ତିକ ହେବ ।
  4. ଦେଶର ୧୯୬୮ ଓ ୧୯୬୮/୯୨ ର ପୁରୁଣା ନୀତିରେ ଥିବା ଓ ଏଠାରେ ପୁନର୍ଲିଖୁତ ହୋଇଥିବା ଭାରତୀୟ ଶିକ୍ଷା ସେବାର (IES) ପରାମର୍ଶଗୁଡ଼ିକ କାର୍ଯ୍ୟକାରୀ କରିବାରେ ଉଦ୍ୟମ କରିବ । IES ଏକ ଭାରତ ସ୍ତରୀୟ ସେବା ହେବ । ଏଥିରେ ମାନବ ସମ୍ବଳ ବିଭାଗ ଏକ ନିୟନ୍ତ୍ରଣ କର୍ତ୍ତୃପକ୍ଷ ହୋଇ ରହିବ । IES ସ୍ଥିତିକୁ ଆସିବା ଯାଏଁ ଏକ ମଧକାଳୀନ ସୋପାନ ଭାବେ ଜାତୀୟ ଲୋକସଭା ଆୟୋଗରୁ ଏକ ବିଶେଷ ଚୟନ ଜରିଆରେ ବିଭିନ୍ନ ରାଜ୍ୟରେ ଥିବା ଏବେର ଶିକ୍ଷା ବିଭାଗର ଶିକ୍ଷା ଓ ପ୍ରଶାସନିକ ପଦବୀ ଗୁଡ଼ିକରୁ ନିଯୁକ୍ତି କରାହେବ ।
  5. କେନ୍ଦ୍ର ଓ ରାଜ୍ୟରେ ଭିନ୍ନ ଭିନ୍ନ ଶିକ୍ଷା ଟ୍ରିବ୍ୟୁନାଲ ପ୍ରତିଷ୍ଠା କରି ମାମଲା ଓ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ବିରୋଧରେ ହେଉଥିବା ସର୍ବସାଧାରଣ ଅଭିଯୋଗ ଆଦିର ବିଚାର କରାଯିବ । ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଏହି ବିଭାଗଗୁଡ଼ିକର ମୁଖ୍ୟ ହେବେ । ଟ୍ରିବ୍ୟୁନାଲ ଗୁଡ଼ିକ ପାଖରେ କେସସବୁର ଆଶୁ  ସିଦ୍ଧାନ୍ତ ଓ ସାରା’ଶ ହୋଇଥିବା ପଦ୍ଧତି ମାନିବାର କ୍ଷମତା ରହିବ ।
  6. ଗଣତନ୍ତ୍ରର ହିତ, ଶାସନ ଓ ପଦ୍ଧତି ତଥା ତର୍କ ଆଲୋଚନା ଓ ବହୁମତକୁ ଦୃଢ଼ କରିବା ନିମନ୍ତେ ଛାତ୍ର ସଂସଦର ଭୂମିକାକୁ ସରକାର ଜାଣନ୍ତି ଓ ସେମାନଙ୍କୁ ସକରାୟକ ଭୂମିକା ପ୍ରଦର୍ଶନ ଲାଗି ପ୍ରେରଣା ଦେବେ । ତେବେ ଶିକ୍ଷା ପରିସର ଭିତରେ ହେଉଥିବା ଅଧିକାଂଶ ସଂହତିହୀନ ଓ ଏକତା ବିରୋଧୀ କାମରେ ବାହାର ଲୋକଙ୍କର ଓ ନିଜ ପାଠ୍ୟକ୍ରମ ବାହାରେ ବହୁବର୍ଷ ଧରି ନାମ ଲେଖାଇ ରହିଥିବା ଛାତ୍ରଙ୍କର ସଂପୃକ୍ତି ଥାଏ । ବାହାର ଲୋକ ଓ ବାଷ୍ପ କରି ଅଧିକ କାଳ ଧରି ଛାତ୍ର ହୋଇ ରହିଥିବା ସଭିଙ୍କୁ ଛାତ୍ର ରାଜନୀତିରେ ସକ୍ରିୟ ଭାଗ ନେବାରୁ ଓ ଶିକ୍ଷାନୁଷ୍ଠାନଭିତ୍ତିକ କାମରେ ବାଧା ଦେବାରୁ ବିରତ କରାଯିବ । ଏଥି ସହିତ ସେମାନଙ୍କୁ ଛାତ୍ରାବାସରେ ରହିବା ଓ ଅନୁଷ୍ଠାନର ସୁବିଧାର ଅପବ୍ୟଭାର କରିବାରୁ ରୋକା ଯାଇପାରିବ ।
  7. ଏକ ଉପଯୋଗୀ ଅଭିଯୋଗ ଶୁଣାଣି ପ୍ରଚଳନ ନିମନ୍ତେ ସମସ୍ତ HEI ଠିକଣା ସ୍ଥାନରେ ରଖାଯିବ ଓ କୌଣସି ଛାତ୍ର ଅଧ୍ୟାପକ ଓ ଅନୁଷ୍ଠାନ ବିରୋଧରେ ଦଣ୍ଡବିଧ୍ୟାନ ଆଗରୁ ସେଗୁଡ଼ିକ ମେନ୍ସ ରିଆ, ଅଡ଼ିଅଲ୍‌ଟେରେମ ପାର୍ଟେମ ଆଦି ପ୍ରାକୃତିକ ବିଚାର ପାଳନ କରିବେ ।
  8. ଏବେର ସଂଯୋଗୀକରଣ ପ୍ରଣାଳୀ ରହିଲେ ମଧ୍ୟ ଏଥିରେ ସର୍ବାଧିକ ୧୦୦ଟି ମହାବିଦ୍ୟାଳୟ ରହିପାରିବେ । ନିଜ ଅଧୀନରେ ୧୦୦ରୁ ଅଧିକ ମହାବିଦ୍ୟାଳୟ ଥିବା ବିଶ୍ଵବିଦ୍ୟାଳୟଗୁଡ଼ିକର ଉପଯୁକ୍ତ ପୁନର୍ଗଠନ କରାଯିବ । ୯. ସାର୍ବଜନୀନ ବିତ୍ତପୋଷିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉତ୍କୃଷ୍ଟତା ପ୍ରତିପାଦନ ଲାଗି ମାନକ ଭିତ୍ତିକ ତହବିଲ ଓ ପ୍ରୋତ୍ସାହନ ଆରମ୍ଭ କରାଯିବ । ଆର୍ଥିକ ଓ ପ୍ରାଶାସନିକ ଦାୟିତ୍ଵରେ ସ୍ଵୟଂଶାସନ ନିମନ୍ତେ ସମସ୍ତ ସାର୍ବଜନିକ ବିଭ ପୋଷିତ ଅନୁଷ୍ଠାନଗୁଡ଼ିକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ସମୟସୀମା ଥାଇ ଦୃଷ୍ଟିକୋଣ-ଭିତ୍ତିକ ଆଗାମୀ ଯୋଜନା କରିବେ ।

ଉଚ୍ଚଶିକ୍ଷାରେ ନିୟନ୍ତ୍ରଣ

ଆରମ୍ଭ ସମୟରେ ପ୍ରତିଟି ଲକ୍ଷ୍ୟ ନେଇ ପ୍ରମୁଖ । ଜାତୀୟ ଅନୁଷ୍ଠାନଗୁଡ଼ିକ ଭିନ୍ନ ଭିନ୍ନ ସମୟରେ ପ୍ରତିଷ୍ଠା କରାଯାଇଥୁଲା । ଉଚ୍ଚଶିକ୍ଷା ବିଭାଗରେ ସମୟକ୍ରମେ ନୂଆ ବିକାଶସବୁ ହେବାପରେ ପରିଚାଳନା ନିୟମାବଳୀର ସମୀକ୍ଷା କରିବା ଆବଶ୍ୟକ ପଡ଼ିଲା ଏବଂ ଏହାକୁ ଅଧୁନାତନ ତଥା ଆଗାମୀ ଆବଶ୍ୟକତା ନିମନ୍ତେ ଉପଯୋଗୀ କରିବାକୁ ପଡ଼ିଲା । ଉଚ୍ଚଶିକ୍ଷାର ପରିଚାଳନାରେ ଥିବା ବିଭିନ୍ନ ଅସୁବିଧା ସହ ସାବଧାନତାର ସହ କାମ କରିବାକୁ ହେବ । ସ୍ଵୟଂଶାସନ ଓ ଦାୟିତ୍ଵବୋଧ ଭିତରେ ଏକ ସୁସ୍ଥ ସମ୍ପର୍କ ଗଢ଼ିବା ଆବଶ୍ୟକ । ରାଜ୍ୟ ସରକାରସମୂହ ଓ ବିଶ୍ଵବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷାର ପରିଚାଳନାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିପାରିବେ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ:

  1. ଜାତୀୟ ଉଚ୍ଚଶିକ୍ଷା ବୃଦ୍ଧି କାର୍ଯ୍ୟକ୍ରମର ପରିଚାଳନା ପାଇଁ ଏକ ସ୍ଵାଧୀନ ପଦ୍ଧତି ରଖାଯିବ ।
  2. ଏକ କେନ୍ଦ୍ରୀୟ ତଥ୍ୟ ସଂଗ୍ରହ, ସଂକଳନ ଓ ଏକତ୍ରକରଣ ସଂସ୍ଥାଭାବେ କାର୍ଯ୍ୟକରିବା ନିମନ୍ତେ କେନ୍ଦ୍ରୀୟ ଶିକ୍ଷା ପରିସଂଖ୍ୟାନ ସଂସ୍ଥାଟିଏ (CESA) ପ୍ରତିଷ୍ଠା କରାଯିବ । ଏଥିରେ ଉଚ୍ଚ ମାନର ପରିସଂଖ୍ୟାନ ଅଭିଜ୍ଞତା ଥାଇ ଓ ପରିଚାଳନା ତଥ୍ୟର ପଦ୍ଧତି ଅବ ଓ ଏହା ଭବିଷ୍ୟତ ଅନୁଶୀଳନ, ଜନଶକ୍ତି ପରିଚାଳନା ଓ ଭବିଷ୍ୟତ ପାଠ୍ୟକ୍ରମ ସଂଶୋଧନ ପାଇଁ ବ୍ୟବହୃତ ହେବ । CESA ଆଧାରିକ ସଂରଚନା, ନୂଆ ନିର୍ମାଣ ଓ ଉନ୍ନୟନ, ଆଦି ମାପକାଠି ଉପରେ HEIର ଜିଓ-ଟ୍ୟାଗିଂ ପାଇଁ ବାଟ ତିଆରି କରିବ ।
  3. ଅନୁମୋଦିତ ମାନ୍ୟତାପ୍ରାପ୍ତ ସଂସ୍ଥା ସହ ମିଶି ରାଜ୍ୟ ଉଚ୍ଚଶିକ୍ଷା ନିଗମଗୁଡ଼ିକ ପାଇଁ ବିଶ୍ଵବିଦ୍ୟାଳୟ ତଥା କଲେଜଗୁଡ଼ିକୁ ଶିକ୍ଷାସ୍ତରୀୟ ମାନକ ଯାଞ୍ଚ କରିବେ ।
  4. ପ୍ରବେଶିକା, ଫି, ଶିକ୍ଷକ, କାର୍ଯ୍ୟକ୍ରମ, ପରୀକ୍ଷା ଫଳ, ଡେପୁସମେଣ୍ଟା, ଶାସନ, ଅର୍ଥ ବ୍ୟବସାୟ ସହବନ୍ଧନ, ଶିକ୍ଷା ଓ ସହ-ଶିକ୍ଷାଭିଭିକ କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ବାବଦରେ ଅଧିକ ସୂଚନା ଆଦି ଜଣାଇବାରେ ଅଧିକ ସ୍ୱଚ୍ଛତା ପାଇଁ ପ୍ରତିଟି ଉଚ୍ଚଶିକ୍ଷାନୁଷ୍ଠାନରେ ଏକ ସ୍ଵତନ୍ତ୍ର ୱେବସାଇଟ୍ ରହିବ ।

ଉଚ୍ଚଶିକ୍ଷାରେ ମାନ ଆଶ୍ଵାସନା

କଲେଜମାନଙ୍କରେ ଆବଶ୍ୟକତାଠାରୁ କମ ପୂର୍ବାଧାର ଓ ସୁବିଧା, ଶିକ୍ଷକ ପଦବୀରେ ଥିବା ବିରାଟ ଶୂନ୍ୟସ୍ଥାନ, ଅନୁଚ୍ଚ ମାନର ଶିକ୍ଷକ, ଅପ୍ରଚଳିତ ଶିକ୍ଷା ବ୍ୟବସ୍ଥା, ଅଧୋପତନ ମୁଖୀ ଗବେଷଣା ମାନକ ଆଦିକୁ ମିଶାଇ ବିଭିନ୍ନ ଅସୁବିଧା ହୋଇଥାଏ । ଏଥିସହିତ ଏହି କ୍ଷେତ୍ରରେ ଭୌଗୋଳିକ, ଲିଙ୍ଗଗତ ଓ ସାମାଜିକ ଅସମତା ରହିଥାଏ । ଏହା ନିମ୍ନ ମାନର ଉଚ୍ଚଶିକ୍ଷାର ଏକ ଉଦାହରଣ । ମାନରେ ଆଶ୍ଵାସନା ଦେବା ଲାଗି ଏବେ ଶିକ୍ଷାନୁଷ୍ଠାଙ୍ଗୁଡ଼ିକ ପାଇଁ NAAC ଅଥବା NBAରୁ ମାନ୍ୟତା ପାଇବା ଜରୁରୀ ।

ବିଶ୍ଵର ବିଭିନ୍ନ ବିଶ୍ଵବିଦ୍ୟାଳୟ ଶ୍ରେଣୀରେ କେବଳ ହାତଗଣତି କେତୋଟି ଭାରତ ସରକାରଙ୍କ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ସ୍ଥାନ ପାଇବା ଉଦ୍‌ବେଗଜନକ ।

ବିଶ୍ଵବିଦ୍ୟାଳୟଗୁଡ଼ିକର ଆନ୍ତର୍ଜାତିକ ମାନ ଗବେଷଣା ଓ ଅଧାପନାରେ ଶିକ୍ଷାନୁଷ୍ଠାନଭିତ୍ତିକ ପ୍ରଦର୍ଶନର ଅନୁଶୀଳନ, ଅଧାପକମାନଙ୍କ ପ୍ରତିଷ୍କା, ସଂସ୍ଥାନର ଉପସ୍ଥିତି, ଆନ୍ତର୍ଜାତିକ ଛାତ୍ର ଓ କାର୍ଯ୍ୟକ୍ରମ ଆଦିକୁ ନେଇ ଦିଆଯାଇଥାଏ । ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି. ସ୍ଥାପତ୍ୟ, ବିଶ୍ଵବିଦ୍ୟାଳୟ ଓ କଲେଜ ସମେତ ଆମର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ ନିର୍ବାରଣ ନିମନ୍ତେ ନିକଟରେ MHRD ଏକ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ରାଙ୍କିଙ୍ଗ୍ ଫ୍ରେମୱାର୍କ (NIRF) ଆରମ୍ଭ କରିଛନ୍ତି ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ:

  1. ଆନ୍ତର୍ଜାତିକ ମାନ୍ୟତା ପଦ୍ଧତି ଅଧୟନ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ଏହା ଉଚ୍ଚ ମାନର ସଂସ୍ଥା ଥିବା ବିଶ୍ଵର ବିଭିନ୍ନ ଦେଶର ଅଭିଜ୍ଞତାକୁ ନେଇ ପାଳିତ ଶ୍ରେଷ୍ଠ ନୀତି ଉପରେ ଆଧାରିତ ହେବ ଏବଂ NAAC ଓ NABର ପୁନର୍ଗଠନ ନିମନ୍ତେ ପରାମର୍ଶ ଦେବା ସହିତ ଶିକ୍ଷା ପ୍ରଣାଳୀ, ମାପକାଠି ଓ ମାନଦଣ୍ଡ ଆଦିର ପୁନନିର୍ମାଣରେ ସହାୟକ ହେବ ।
  2. ପ୍ରତିଟି ଅନୁଷ୍ଠାନର ମୂଲ୍ୟାଙ୍କ ନ/ମାନ୍ୟତା ସବିଶେଷ ଜନସାଧାରଣଙ୍କ ନିମନ୍ତେ ଏକ ସ୍ଵତନ୍ତ୍ର ୱେବସାଇଟରେ ଉପଲବ୍ଧ ହେବ । ଫଳରେ ଛାତ୍ର ଓ ଅନ୍ୟାନ୍ୟ ହିତାଧହିକାରୀଗଣ ସବୁ ଜାଣି ବାଛପାରିବେ ।

ମୁକ୍ତ ଓ ପତ୍ର ମାଧ୍ୟମ ଶିକ୍ଷା ଏବଂ  MOOCs

ଉନ୍ନତ ପ୍ରବେଶ, ବିକଶିତ ଦକ୍ଷତା, କ୍ଷମତା ବୃଦ୍ଧି, ନିଯୁକ୍ତିକ୍ଷମତା ଓ ସାରା ଜୀବନ ଶିକ୍ଷା ନିମନ୍ତେ ମୁକ୍ତ ଓ ପତ୍ର ମାଧ୍ୟମ (ODL) ଏକ ଗରୁତ୍ୱପୂର୍ଣ୍ଣ ସାଧନ ଭାବେ ମାନ୍ୟତାପ୍ରାପ୍ତ ଓ ଗ୍ରହଣୀୟ ହୋଇଛି । ୪ ମିଲିଅନରୁ ଅଧିକ ଛାତ୍ରଙ୍କୁ ମୁକ୍ତ ଓ ପତ୍ର ମାଧ୍ୟମରେ ଅନ୍ତର୍ଭୁକ୍ତ କରି ଏହା ଭାରତରେ ଶିକ୍ଷାର ବିକାଶରେ ଏକ ଗୁରିତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଦିଆଯାଉଥିବା ପତ୍ର ମାଧ୍ୟମ ପାଠ୍ୟକ୍ରମରେ ବିଭିନ୍ନ ଶ୍ରେଣୀବିଭାଗ ରହିଛି । ଏହା ଚାକିରୀ ଛାଡ଼ିପାରୁନଥିବା କିମ୍ବା ଅନ୍ୟାନ୍ୟ କାରଣରୁ ନିୟମିତ କ୍ଲାସରେ ଯୋଗଦେଇ ପାରୁନଥିବା ଛାତ୍ରମାନଙ୍କ ପାଇଁ ଏକ ସ୍ଥାନ ଯୋଗାଇ ଦେଇଥାଏ । ବର୍ତ୍ତମାନ ଦେଶରେ ପ୍ରାଥମିକ ଭାବେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ (IGNOU) ଓ ରାଜ୍ୟମାନଙ୍କରେ ଥିବା ମୁକ୍ତ ବିଶ୍ଵବିଦ୍ୟାଳୟଗୁଡ଼ିକର ଉଚ୍ଚଶିକ୍ଷାରେ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ ସ୍କୁଲି” (NIOS)ରେ ମୁକ୍ତ ଓ ପତ୍ରମାଧ୍ୟମ ଶିକ୍ଷା ଦିଆଯାଉଛି । ତେବେ ପତ୍ରମାଧ୍ୟମ ଶିକ୍ଷାରେ ଗୁଣାୟକ ମାନର ଅସୁବିଧା ରହିଛି । ଏଥିପାଇଁ ମୁକ୍ତ ଓ ପତ୍ରମାଧ୍ୟମ ଶିକ୍ଷା ପଦ୍ଧତିର ସୁଧାର ଲୋଡୁଛି ।

ମାସିଭ ଓପନ ଅନଲାଇନ କୋସୈସ (MOOCs) ଅତ୍ୟାଧୁନିକ ଓ ନବୀନ ପାଠ୍ୟକ୍ରମଗୁଡ଼ିକୁ ମୁକ୍ତ ଓ କମ ଦରରେ ପଢ଼ିବା ସୁବିଧା ଯୋଗାଇ ଦେଇଥାଏ । ବଢ଼ନ୍ତା ଇଚ୍ଛା ଓ ନିୟମିତ ଜ୍ଞାନବର୍ଦ୍ଦନର ଆବଶ୍ୟକତା ହେତୁ MOOCର ଚାହିଦା ଆଗାମୀ ଭବିଷ୍ୟତରେ ବଢ଼ିବାର ଆଶା ରହିଛି । ବିଭିନ୍ନ ବିଷୟରେ ମାସିଭ ଓପନ ଅନଲାଇନ କୋସୈସ ଉପଲବ୍ଧ କରାଇବା ପାଇଁ MHRD ଷ୍ଟଡ଼ି ୱେବ୍ସ ଅଫ୍ ଆକ୍ଟିଭ-ଲର୍ଣିଂ ଫର ୟଙ୍ଗ ଆସପାଇରି” ମାଇଣଡ୍ସ (SWAYAM) ୱେବ ପୋର୍ଟାଲ ଆରମ୍ଭ କରିବା ଯୋଜନା କରିଛି ।  MOOC ସବୁର ପ୍ରଚାର, ପରିଚାଳନା, ନିୟନ୍ତ୍ରଣ ଓ ମାନ ବଜାୟ ରଖିବା ନିମନ୍ତେ ତଥା ଚିହ୍ନଟ, ବିତରଣ ଓ କ୍ରେଡିଟ ରେକଡ୍ ସକାଶେ ଏକ ସଂସ୍ଥା ପ୍ରତିଷ୍ଠା କରିବାର ଆବଶ୍ୟକତା ଅନୁଭୁତ ହୋଇଛି ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ: -

  1. ODL MOOC ଆଦିର ପ୍ରଚାର, ପରିଚାଳନା, ନିୟନ୍ତ୍ରଣ ଓ ମାନ ବଜାୟ ରଖିବା ନିମନ୍ତେ ଏକ ସ୍ଵୟଂଶାସିତ ସଂଗଠନ। ଚିହ୍ନଟ, ବିତରଣ ଓ MOOCରୁ ମିଳିଥିବା କ୍ରେଡିଟ ଅଭିଲିଖନ ଓ ପୁରସ୍କାର ତଥା ଡିଗ୍ରୀ ଚିହ୍ନଟ ନିମନ୍ତେ ଏହା ଏକ ପଦ୍ଧତି ତିଆରି କରିବ ।
  2. ଏହି ODL / MOOC ଅଧୀନରେ କୋର୍ସ ଦେଉଥିବା ସମସ୍ତ ଅନୁଷ୍ଠାନ, ପାରା-୧ରେ ବର୍ଣ୍ଣିତ ସ୍ଵୟଂଶାସିତ ସଂଗଠନର ମାନଦଣ୍ଡ ଓ ନୀତି ନିୟମ ଅନୁସାରେ ଜାତୀୟ ଓ ଅନ୍ତର୍ଜାତୀୟ ତଥା ସ୍ଥାନୀୟ। ଚାହିଦା ମୁତାବକ ତିଆରି ଓ ମାନକୀକରଣ କରିବେ । ଫଳରେ ଡିଗ୍ରୀ ଦେବା ବେଳେ ଚିହ୍ନଟ ଓ କ୍ରେଡିଟ ହିସାବ ପାଇଁ ସୁବିଧା ହେବ ।
  3. ODL / MOOC ଯୋଗାଇଦେଉଥିବା ସମସ୍ତ ବିଶ୍ଵବିଦ୍ୟାଳୟ/ଅନୁଷ୍ଠାନ ମାନ୍ୟତା ନିମନ୍ତେ ଏକ ଗୁଣାତ୍ମକ ମାନ ଆଶ୍ଵାସନା ପଦ୍ଧତି ତିଆରି କରାଯିବ । ଏହା ତଥା ODL / MOOC ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମର ଗୁଣାତ୍ମକ ମାନ, ପ୍ରଚାର ଓ ଉଭାବନରେ ସହାୟକ ହେବ ।
  4. ମୁକ୍ତ ଓ ପତ୍ରମାଧ୍ୟମ ଶିକ୍ଷା ଯୋଗାଇ ଦେଉଥିବା ସମସ୍ତ ଅନୁଷ୍ଠାନରେ ଛାତ୍ର ସହାୟକ ସୁବିଧାମାନ ମଧ୍ୟ ବିଧୁବଦ୍ଧ ଭାବେ ଯୋଗାଇ ଦିଆଯିବ । ଏଥିରେ ହୋଷ୍ଟି କୋର୍ସୱେର, ଭଣ୍ଡାର, ଓପନ ଏଜୁକେସନାଲ ରିସୋସେସିସ (OER). MOOC, ୨୪ x ୭ ସହଯୋଗ ସୁବିଧା, ଶିକ୍ଷାଦାନ ଓ ପରାମର୍ଶ ସୁବିଧା, ୱେବିନାର ତିଆରି ଆଲୋଚନା ସଭା, ୱେବ କାଷ୍ଟି' ପାଠାଗାର ସୁବିଧା, ଭର୍ଚୁଆଲ ଲ୍ୟାବ, ଇ-ଲର୍ଣିଂ ମୋଡୁଲ, ଅନଲାଇନ କାର୍ଯ୍ୟକ୍ରମ ଯୋଗାଇଦେବା, କାମ ଦେବା ଓ କାମ ଉପରେ ସମୟାନୁଯାୟୀ ମନ୍ତବ୍ୟ ଦେବା, ଅନଲାଇନ୍ ପରୀକ୍ଷା, ଫଳାଫଳ ଘୋଷଣା, ଅଭିଯୋଗର ସମାଧ୍ୟାନ ଆଦି ସୁବିଧା ଯୋଗାଇଦିଆଯିବ ।
  5. ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓପନ ସ୍କୁଲି” (NIOS) କୌଶଳ ବିକାଶ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ସହଯୋଗରେ ବୁଢିମୂଳକ ଶିକ୍ଷାଦାନର ସମ୍ଭାବ୍ୟ ଚାହାଦି ମେଣ୍ଟାଇବା ନିମନ୍ତେ ଏକ ନୂତନ କାମ ଆରମ୍ଭ କରିବ । NIOSରେ ପରିଚାଳନା, ପର୍ଯ୍ୟବେକ୍ଷଣ ଓ ସାମଗ୍ରିକ କାମରେ ଉପୁଜୁଥିବା ଅସୁବିଧା ଠିକ୍ ଭାବେ କରାଯିବ ।

ଶିକ୍ଷାର ଆନ୍ତର୍ଜାତୀୟକରଣ

ଜଗତୀକରଣ ଯୁଗରେ ଆନ୍ତର୍ଜାତୀକକରଣ, ନୂଆ ଜ୍ଞାନ ତିଆରି ଓ ତାହାର ପ୍ରୟୋଗ ଉଚ୍ଚଶିକ୍ଷାର ଏକ ଅବସମ୍ଭାବୀ ଦିଗ । ଛାତ୍ରମାନଙ୍କର ଶିକ୍ଷା ଗବେଷକ ଓ ଅଧାପକମାନଙ୍କର ଗତିଶୀଳତା, ଶିକ୍ଷା ଭିତ୍ତିକ ପଦ୍ଧତି ଓ ସଂସ୍କୃତିର ଆଦାନପ୍ରଦାନ, ଜ୍ଞାନ ଆଦାନପ୍ରଦାନ ଓ କ୍ଷମତା ନିର୍ମାଣ, ଶିକ୍ଷା ଖସଡ଼ାର ଆନ୍ତର୍ଜାତୀକକରଣ ଓ ଶିକ୍ଷାର ଫଳାଫଳ ସୀମା ପାରି କାର୍ଯ୍ୟକ୍ରମର ବିତରଣ ଓ ପରିଶେଷରେ ଭରଚୁଆଲ ଗତିଶୀଳତା ଆଦି ଆନ୍ତର୍ଜାତୀୟକରଣର ଅନ୍ତର୍ଭୁକ୍ତ ।

ଉଚ୍ଚଶିକ୍ଷାର ଆନ୍ତର୍ଜାତୀକକରଣର ଅନେକ ଦିଗ ରହିଛି । ଯଥା: HEIର ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଚାର, ଉଚ୍ଚଶିକ୍ଷାର ବ୍ୟାପକ ବିତରଣ, ଛାତ୍ରମାନଙ୍କ ପାଇଁ ଅଧିକ ଅଭିଗମତା, ଜ୍ଞାନ ବ୍ୟବସ୍ଥା ପାଇଁ ଅଧିକ ସୁବିଧା, ହିତ ଡିଗ୍ରୀର ବିକାଶ, ନୂଆ ଶିକ୍ଷା ପରିବେଶର ବିବିଧତାର ବିକାଶ ଓ ନିର୍ମାଣ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ : -

  1. ପୃଥିବୀର ସର୍ବୋଚ୍ଚ ୨୦୦ରୁ ବଛା ବିଦେଶୀ ବିଶ୍ଵବିଦ୍ୟାଳୟଙ୍କୁ ଭାରତୀୟ ବିଶ୍ଵବିଦ୍ୟାଳୟମାନଙ୍କ ସହଯୋଗରେ ଏଠାରେ ସେମାନଙ୍କର ଉପସ୍ଥିତି ବଢ଼ାଇବା ପାଇଁ ପ୍ରୋତ୍ସାହିତ କରାଯିବ । ଆବଶ୍ୟକ ପଡ଼ିଲେ ଏକ ଆଇନଗତ ନିଷ୍ପତ୍ତି ନିଆଯିବ । ନୀତିନିୟମ ତିଆରି କରି ବିଦେଶୀ ବିଶ୍ଵ ବିଦ୍ୟାଳୟମାନଙ୍କୁ ଭାରତରେ ପଢୁଥିବା ଛାତ୍ର ମାନଙ୍କୁ ବିଶ୍ଵବିଦ୍ୟାଳୟମାନଙ୍କର ନିଜ ନିଜର ଡିଗ୍ରୀ ଏଠାରେ ଦେବା ପାଇଁ ନିୟମରେ ସୁବିଧା ରଖାଯିବ । ଫଳରେ ସେହି ଡିଗ୍ରୀ ଗୁଡ଼ିକ ବିଶ୍ଵବିଦ୍ୟାଳୟ ଥିବା ଦେଶରେ ମଧ୍ୟ ବୈଧ ହେବ ।
  2. ଆନ୍ତର୍ଜାତିକକରଣ ଏକ ଦୁଇ-ସୋପାନବିଶିଷ୍ଟ ହୋଇଥିବାରୁ ଭାରତୀୟ ବିଶ୍ଵବିଦ୍ୟାଳୟଗୁଡ଼ିକୁ ମଧ୍ୟ ବିଦେଶରେ ନିଜର କ୍ୟାମ୍ପସ ଖୋଲିବା ପାଇଁ ଅନୁମୋଦନ ଦିଆଯିବ । ଆବଶ୍ୟକ ପଡ଼ିଲେ ଉପଯୁକ୍ତ ଆଇନ ବ୍ୟବସ୍ଥାରେ ଦରକାରୀ ଆଇନଗତ ନୀତିନିୟମ/ସଂଶୋଧନୀ କରାଯିବ ।
  3. ବିଦେଶରେ ଭାରତୀୟ ଛାତ୍ରମାନଙ୍କର ପ୍ରବେଶ ସୁବିଧାଜନକ କରିବା ପାଇଁ ଓ ଆନ୍ତର୍ଜାତିକ ଛାତ୍ରମାନଙ୍କୁ ଆକୃଷ୍ଟ  କରିବା ପାଇଁ ଭାରତୀୟ HEI ଗୁଡ଼ିକୁ ଆନ୍ତର୍ଜାତିକ ସ୍ତରର ଶିକ୍ଷା ଖସଡ଼ା ସହ ସମ ଧାରରେ ସେମାନଙ୍କ ଖସଡ଼ାର ଆନ୍ତର୍ଜାତିକ କରଣ କରିବା ପାଇନ ଉତ୍ସାହିତ କରାଯିବ । ଫଳରେ ସେମାନେ ଆନ୍ତର୍ଜାତିକ ସ୍ତରରେ ସର୍ବୋଚ୍ଚ ମାନର ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେବେ । ୪. ଭାଷାଗତ ଅଭାବ ଦୂର କରିବା ପାଇଁ ଓ ଶିକ୍ଷାର ଉଚ୍ଚମାନ ହେତୁ ଶିକ୍ଷାଲାଭରେ ଅସୁବିଧାକୁ ଦୂରକରିବା ପାଇଁ ଆନ୍ତର୍ଜାତିକ ଛାତ୍ରମାନଙ୍କ ପାଇଁ HEI ଗୁଡ଼ିକ ଭାଷା ଓ ସଂଯୋଗ କୋର୍ସ ଯୋଗାଇଦେବେ।
  4. ବିଦେଶୀ ଅଧାପକଙ୍କୁ ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନରେ ଯୋଗଦେବା ପାଇଁ ଅନୁମୋଦନ ସକାଶେ ମାନଦଣ୍ଡ ଓ ନୀତିନିୟମ ପ୍ରଣୟନ ବାବଦରେ ବିଚାର କରାଯିବ । ଏହା ଅଧିକ ବିଦେଶୀ ଅଧାପକଙ୍କୁ ଭାରତୀୟ HEI ଗୁଡ଼ିକରେ ଯୋଗଦେବାରେ ଉତ୍ସାହିତ କରିବ । ଭିସା, ପଞ୍ଜିକରଣ/ରହଣି ବଢ଼ାଇବା ଓ ଟିକସ ନୀତିନିୟମ ଆଦି ଉପରେ ବିଦେଶୀ ଛାତ୍ରଙ୍କର ପ୍ରକୃତ ଅସୁବିଧା ଓ ଅଭିଯୋଗ ଆଦିର ଉପଯୁକ୍ତ ବିଚାର କରାଯିବ ।
  5. ସରକାରଙ୍କ ହାରା ଅନୁଦାନ ପ୍ରାପ୍ତ HEI ଗୁଡ଼ିକୁ ଅଧିକ ଆର୍ଥିକ ସୁବିଧା ଯୋଗାଇ ଦେବା ନିମନ୍ତେ ଆନ୍ତର୍ଜାତିକକରଣ ଏକ ଅଂଶ ଭାବେ ସାହାଯ୍ୟ କରିବ ।
  6. HEI ଗୁଡ଼ିକ ଓ ସେମାନଙ୍କ ଶିକ୍ଷା କାର୍ଯ୍ୟକ୍ରମର ଅନୁମୋଦନା/ ଚିହ୍ନଟ/ ମାନ୍ୟତା ପ୍ରଦାନ/ ଗୁଣାୟକ ମାନ ଆଶ୍ଵାସନା ପାଇବା ପାଇଁ ଏକ କଠିନ, ମାର୍ଜିତ ଓ ବିଶ୍ଵସନୀୟ ପଦ୍ଧତି ତିଆରି କରିଥିବା ସରକାରଗୁଡ଼ିକଙ୍କ ପାଇଁ ସରକାର ଆଲୋଚନା କରିବେ । ଏହି ଭଳି ଦେଶଗୁଡ଼ିକୁ ନେଇ ଏକ ଦଳ ଗଢ଼ାଯିବ ଓ ସେହି ଦେଶସମୂହ ମାନ୍ୟତା ପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ମାନ୍ୟତା ପ୍ରଦାନ ନିମନ୍ତେ ସେମାନଙ୍କ ଦେଶରେ ଦିଆଯାଉଥିବା ସମସ୍ତ ଯୋଗ୍ୟତା ଚିହ୍ନଟ କରିବେ।
  7. ଧୀରେ ଧୀରେ ବର୍ଷ-ଭିତ୍ତିକ ଯୋଗ୍ୟତା ପ୍ରଦାନରୁ କ୍ରେଡିଟ-ଭିତ୍ତିକ ଯୋଗ୍ୟତା ପ୍ରଦାନକୁ ଉଠାଯିବ।

ଉଚ୍ଚଶିକ୍ଷାରେ ଶିକ୍ଷକଙ୍କ ଉନ୍ନତି

ଉଚ୍ଚଶିକ୍ଷାର ବୃଦ୍ଧିରେ ହୁତ ଗତି ସକାଶେ ଶିକ୍ଷା ଓ ଶିକ୍ଷକଙ୍କ ମାନରେ ଉନ୍ନତୀକରଣ ଏକ ନିର୍ଣ୍ଣାୟକ ମାପକାଠି ପାଲଟିଛି । ଶ୍ରେଷ୍ଠ ବ୍ୟକ୍ତିଜଣକ ଶିକ୍ଷା ବୃତ୍ତି ବାଛିବା ପାଇଁ ଗୁଣାୟକ ମାନର ଶିକ୍ଷା ପାଇଁ ଶିକ୍ଷାରେ ଭାଗନେବା ଆଗରୁ ଓ ଶିକ୍ଷକ ବୃତ୍ତିରେ କାମରେ ବୃତ୍ତିଗତ ବୃଦ୍ଧି ଆରମ୍ଭ କରିବାରେ ସେମାନଙ୍କ ପ୍ରାରମ୍ଭିକ କାମ ଅଧିକ ଧ୍ୟାନ ଦେବା ଉଚିତ । ଏକ ବିଶ୍ଵବିଦ୍ୟାଳୟର ଉପଯୁକ୍ତ ପରିଚାଳନା ବୃତ୍ତିଗତ ଦକ୍ଷତା ଓ ଉଚ୍ଚତର ପରିଚାଳନା ଭାରରେ ଥିବା ବ୍ୟକ୍ତିଙ୍କ ପରିଚାଳନାଗତ ଦକ୍ଷତା ଉପରେ ମୁଖ୍ୟତଃ ନିର୍ଭର କରିଥାଏ । କୁଳାଧୁପତି, ରେଜିଷ୍ଟାର ଓ ଅନ୍ୟାନ୍ୟ ବରିଷ୍ଠ ପରିଚାଳନା ସଦସ୍ୟଙ୍କୁ ବାଛିବାରେ ଅଧୁନାତନ ବ୍ୟବସ୍ଥା କାଳକ୍ରମେ ପଛାଇଯାଇଛି । ଏହା HEI ଗୁଡ଼ିକର ସ୍ଥିର ଚଳନରେ ବାଧା ଉପୁଜାଉଛି । HEI ଗୁଡିକର କାର୍ଯ୍ୟକଳର ଅସୁବିଧାକୁ ଆଖୁ ଆଗରେ ରଖି ଏହାର କାର୍ଯ୍ୟକୁ ସରଳ ଭାବରେ ଗତି କରେଇବା ପାଇଁ ସାଂପ୍ରତିକ ବ୍ୟବସ୍ଥାରେ କୁଳପତି, ରେଜିଷ୍ଟାର୍ ଓ ଅନ୍ୟ ଉଚ୍ଚପଦସ୍ଥ କାର୍ଯ୍ୟକାରୀ ପଦବୀ ଗୁଡିକର ନିଯୁକ୍ତି ବ୍ୟବସ୍ଥା ପୁନଃସ୍ଥିର କରାଯିବ । ଶିକ୍ଷା ବ୍ୟବସ୍ଥାରେ ଜଟିଳ ସମସ୍ୟାର ସମାଧ୍ୟାନ ପାଇଁ ନେତୃସ୍ଥାନୀୟ ଉଚ୍ଚ କାର୍ଯ୍ୟକର୍ତ୍ତା ଓ ବିଶ୍ଵାସର ଆବଶ୍ୟକତା ରହଛି ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ:

  1. ନିଯୁକ୍ତି ପ୍ରକ୍ରିୟା, ପଦୋନ୍ନତି, ଦୀର୍ଘକରଣ ପ୍ରଣାଳୀକୁ ଅନୁଧ୍ୟାନ କରିବା ପାଇଁ ଗୋଟିଏ ବିଜ୍ଞ ବିଚାରକମଣ୍ଡଳୀ ଗଠନ କରାଯିବ। ଯିଏ ବିଶ୍ଵସ୍ତରୀୟ ବିଖ୍ୟାତ ବିଶ୍ଵବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରି HEI ଗୁଡିକର ଗୁଣାତ୍ମକ ଓ ଶିକ୍ଷା ଭିତ୍ତିକ ଶ୍ରେଷ୍ଠତାର ପରିମାପଗୁଡିକୁ ଅନୁଧ୍ୟାନ କରି ମତାମତ ଉପସ୍ଥାପନ କରିବେ ।
  2. ଯୁବ ପ୍ରତିଭା ସଂପନ୍ନ ବ୍ୟକ୍ତିମାନଙ୍କୁ ଶିକ୍ଷାଦାନ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଗୋଟିଏ ଜାତୀୟ କର୍ମଶାଳା ଆରମ୍ଭ କରାଯିବ । ଯୁବ ପ୍ରତିଭାସଂପନ୍ନ ବ୍ୟକ୍ତିମାନଙ୍କୁ ଶିକ୍ଷାଦାନ ପ୍ରକ୍ରିୟାରେ ସାମିଲ କରିବା ପାଇଁ M. Phil, ଓ Ph.D. ଛାତ୍ରଛାତ୍ରୀମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରାଯିବ ଓ ସେମାନଙ୍କୁ ଶୈକ୍ଷିକ ସହାୟକ ଓ ଶୈକ୍ଷିକ ସହକର୍ମୀ ଭାବରେ ନାମିତ କରାଯିବ ।
  3. ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠାନମାନ ଗଠନ କରାଯିବ, ଯେଉଁଥିରେ ନୂଆଭାବରେ ନିଯୁକ୍ତ ଶିକ୍ଷାଦାତାମାନଙ୍କୁ ୩-୬ ମାସ ପର୍ଯ୍ୟନ୍ତ ପ୍ରବେଶିକା ପ୍ରଶିକ୍ଷଣ ଦିଆଯିବ । HEIର ଅନୁଷ୍ଠାନରେ ଶିକ୍ଷାଦାନ କରିବାକୁ ହେଲେ ଜଣେ ନୂଆ ନିଯୁକ୍ତ ଶିକ୍ଷାଦାତା ପାଇଁ ଏହି ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ଏହି ପ୍ରବେଶିକା ପ୍ରଶିକ୍ଷଣରେ ଶିକ୍ଷାଦାନ ଓ ଗବେଷଣା ପ୍ରକ୍ରିୟା (ପରିବର୍ତ୍ତିତ ଶ୍ରେଣୀ ଗୃହ, ସହଯୋଗମୂଳକ ଶିକ୍ଷଣ, ଘଟଣାବହୁଳ ପ୍ରଣାଳୀ), ITCର ବ୍ୟବହାର, ପାଠ୍ୟଖସଡା ତିଆରି, ଲିଙ୍ଗ ଓ ସାମାଜିକ ବିଭିନ୍ନତାକୁ ସୁକ୍ଷ୍ମୀନୁଭବୀକରଣ, ବୃତ୍ତିଗତ ନୀତିନିୟମ, ଆଲୋଚନାରେ ଅଂଶଗ୍ରହଣ ଓ ସେମାନଙ୍କ ଅଧୟନ ପରିସରକୁ ସମୟାନୁଯାୟୀ ବୃଦ୍ଧି କରିବା ଇତ୍ୟାଦି ବିଷୟରେ ଧ୍ୟାନ ଦିଆଯିବ । ପ୍ରବେଶିକା ପ୍ରଶିକ୍ଷଣ ପରେ ପରେ ସେମାନଙ୍କୁ ନିଜ ନିଜ ବିଶ୍ଵବିଦ୍ୟାଳୟରେ ୪-୬ ସପ୍ତାହ ପର୍ଯ୍ୟନ୍ତ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ହେବ ଯେଉଁଠି ସେମାନେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ସେମାନଙ୍କ ଦାୟିତ୍ଵବୋଧ ସଂପର୍କରେ ଜ୍ଞାନ ହାସଲ କରବେ ।
  4. ବୈଷୟିକ ଜ୍ଞାନକୌଶଳର ଉନ୍ନତି, ଜ୍ଞାନ ଆରୋହଣ କରିବାର ନୂଆଧାରା ଓ ଛାତ୍ରଛାତ୍ରୀଙ୍କ ଆଗ୍ରହ ଆଦିର ପ୍ରଭାବରେ ଶିକ୍ଷକର ଜ୍ଞାନ ଆରୋହଣ ମନୋବୃତ୍ତିରେ ବହୁ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତିତ ପୃଷ୍ଠଭୂମିରେ ଶିକ୍ଷକ ଓ ଶିକ୍ଷାର୍ଥୀର ଭୂମିକା ପୁନଃ ଆଲୋଚିତ ହୋଇଛି । ସ୍ଵ-ଅଧୟନ, ପ୍ରୟୋଗାୟାକ ପରିକ୍ଷା, ସହଶିକ୍ଷଣ ଉପାଦାନ ସହିତ ଶିକ୍ଷା ପଦ୍ଧତିର ଗୋଟିଏ ପୂର୍ଣ୍ଣାଙ୍ଗ ରୂପକୁ ଗ୍ରହଣ କରିବା ପାଇଁ ଏହି ଶିକ୍ଷକ ଓ ଶିକ୍ଷାର୍ଥୀ ଭୂମିକାକୁ ଗୁରୁତ୍ଵ ଦିଆଯିବ । ପରୀକ୍ଷା ଓ ମୂଲ୍ୟୟନ କ୍ଷେତ୍ରରେ ମଧ୍ୟ ଏହି ସଂସ୍କାରର ଆବଶ୍ୟକତା ରହିବ ।
  5. ସରକାରୀ ଆର୍ଥିକ ସହାୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡିକର ଶୈକ୍ଷିକ ଉତ୍ତରଦାୟିତ୍ଵବୋଧତାକୁ ଦୃଢ କରିବା ପାଇଁ ଗୋଟିଏ ମୂଲ୍ୟୟନ କାର୍ଯ୍ୟକଳ ସ୍ଥାପନ କରାଯିବ ଯାହାର ଲକ୍ଷ୍ୟ ହେବ ଶିକ୍ଷକମାନଙ୍କର ଶୈକ୍ଷିକ ସଫଳତାକୁ ଅନୁଧ୍ୟାନ କରିବ ।
  6. ଉପଯୁକ୍ତ ନିଯୁକ୍ତି ସଂପର୍କିତ ନିୟମାବଳୀ ସହିତ ଏକ ପ୍ରକୃଷ୍ଣ କାର୍ଯ୍ୟକଳ ଗଠନ କରାଯିବ । ଶିକ୍ରଭିତ୍ତିକ ଓ ଅନ୍ୟ ସରକାରୀ କାର୍ଯ୍ୟରତ ଅଭିଜ୍ଞା, ଆଗ୍ରହୀ ବ୍ୟକ୍ତିମାନଙ୍କୁ ଶିକ୍ଷା କ୍ଷେତ୍ରରେ ଓ ଶିକ୍ଷକମାନଙ୍କୁ ଶିଳ୍ପ କ୍ଷେତ୍ରରେ ଅବାଧରେ ଗତିଶୀଳତା କରାଇବାରେ ଏହି କାର୍ଯ୍ୟକଳ ସମ୍ଭବ ହୋଇପାରିବ ।
  7. ପ୍ରମୁଖ HE ଗୁଡକରେ ନେତୃସ୍ଥାନୀୟ ବ୍ୟକ୍ତି ସୃଷ୍ଟି କରିବା ପାଇଁ ବିଭିନ୍ନ କେନ୍ଦ୍ରମାନ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରାଯିବ । ଏହି କେନ୍ଦ୍ରଗୁଡକରେ ।HE ଗୁଡିକର କାର୍ଯ୍ୟପନ୍ଥା ଓ ବରିଷ୍ଠ ଶିକ୍ଷାଦାତାମାନଙ୍କ ପାଇଁ ସ୍ଵଚ୍ଛ ଅବଧୂବିଶିଷ୍ଟ କାର୍ଯ୍ୟକ୍ରମ ରଖାଯିବ, ଯାହା ଉଚ୍ଚ ନେତୃସ୍ଥାନୀୟ ପଦପଦବୀ ନିଯୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କାର୍ଯ୍ୟକ୍ରମରେ ନିଷ୍ପତ୍ତି ନେବା ଧାରା, ସୁକ୍ଷ୍ମାନୁଭବୀକରଣ ଧାରା, ଆର୍ଥିକ ନିୟମାବଳୀ, ମାନବ ଶିକ୍ଷାଗତ ଓ ଆର୍ଥିକ ସମ୍ବଳର ପରିଚାଳନା, ଆର୍ଥିକ ଅନଗ୍ରସର ଶ୍ରେଣୀ ପ୍ରତି ସୁକ୍ଷ୍ମୀନୁଭବୀକରଣ ଇତ୍ୟାଦି ବିଷୟରେ ଆଲୋଚନା କରାଯିବ । ଏହା ପ୍ରଶାସନିକ ଓ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ ।

ଗବେଷଣା, ନୂତନ ଧାରା, ନୂତନ ଜ୍ଞାନ

ଯଦିଓ ଭାରତର ସାମଗ୍ରିକ ଗବେଷଣାୟକ ଅଭିବୃଦ୍ଧି ବିଶ୍ଵରେ ବିଗତ ଦଶନ୍ଧିରେ ବଢିଯାଇଛି। ମାତ୍ର ଗବେଷଣାର ଗୁଣାୟକ ଅଭିବୃଦ୍ଧିରେ ଆଶାତୀତ ପରିବର୍ତ୍ତନ ଆସିନାହିଁ । ଅଳ୍ପ କେତେକ ସ୍ମରଣୀୟ ଗବେଷଣା ବ୍ୟତୀତ ଅନ୍ୟଗୁଡିକ କେବଳ ନାମମାତ୍ରା ଗବେଷଣାୟକ ମନୋବୃତ୍ତିସଂପନ୍ନ ଶିକ୍ଷାର୍ଥୀ ଓ ଶିକ୍ଷକମାନେ ବିଦେଶ ଯାଇ ନିଜର ଗବେଷଣା ଜାରି ରଖିବାକୁ ପସନ୍ଦ କରନ୍ତି । କାରଣ ସେମାନେ ଭାରତରେ ଗବେଷଣା ନିମିତ୍ତ ପରିବେଶର ଅଭାବ ଅନୁଭବ କରନ୍ତି । ଉଚ୍ଚ ଗୁଣସଂପନ୍ନ ଗବେଷଣା କରିବାକୁ ହେଲେ ଏମାନଙ୍କୁ ସୁହାଇଲା ଭଳି ଗବେଷଣାମୁକ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ଉଚ୍ଚ ଶିକ୍ଷାର ପୂର୍ଣ୍ଣତା ପାଇଁ ଏକ ପ୍ରଶାସନିକ ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଆବଶ୍ୟକ; ଯହିଁରେ ଗବେଷଣା ଓ ନୂତନ ଧାରାର ପୂର୍ଣ୍ଣ ବିକାଶ ହୋଇପାରିବ । ଭାରତର ସଫ୍ଟୱେୟାର କ୍ଷେତ୍ରରେ ନୂଆ ପରିବର୍ତ୍ତନ ପରିପ୍ରେକ୍ଷୀରେ ଶିକ୍ଷାର୍ଥୀମାନଙ୍କୁ ଗୋଟିଏ ନୂଆ ଧାରାରେ ପ୍ରଶିକ୍ଷଣ ଦେବା ଉଚିତ ଯାହା ଜ୍ଞାନ ଆଧାରିତ ସମାଜର ପ୍ରକୃଷ୍ଣ ଆବଶ୍ୟକତା ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପ ଗୁଡିକ ନିଆଯିବ : -

  1. ଆଗାମୀ ଦଶନ୍ଧି ମଧ୍ୟରେ ଅତି କମରେ ୧୦୦ ନୂଆ ଆଦର୍ଶ ସ୍ଥାନୀୟ କେନ୍ଦ୍ର/ବିଭାଗ ଉଚ୍ଚଶିକ୍ଷା ବିଭାଗରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରେତ୍ରରେ ପ୍ରତିଷ୍ଠା କରାଯିବ । ଏମାନେ ଗବେଷଣାରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିବାକୁ ଓ ନୂଆ ଜ୍ଞାନକୌଶଳ ସୃଷ୍ଟି କରିବାକୁ ପ୍ରୋତ୍ସାହନ ଦେବେ । ବେସରକାରୀ ଅନୁଷ୍ଠାନ, ମାନବପ୍ରେମୀ ବ୍ୟକ୍ତି କରିବାକୁ ଓ ନୂଆ ଜ୍ଞାନକୌଶଳ ସୃଷ୍ଟି କରିବାକୁ ପ୍ରୋତ୍ସାହନ ଦେବେ । ବେସରକାରୀ ଅନୁଷ୍ଠାନ, ମାନବପ୍ରେମୀ ବ୍ୟକ୍ତି ଓ ପ୍ରତିଷ୍କାନମାନଙ୍କୁ ଏପରି କେନ୍ଦ୍ର ପ୍ରତିଷ୍ଠା କରିବାକୁ ସ୍ଵାଧୁନତା ମିଳିବ ।
  2. ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନିକ ବିଶ୍ଵବିଦ୍ୟାଳୟର (NUPA) ଏକ ସ୍ପଷ୍ଟ ନିୟମାବଳୀ ପ୍ରସ୍ତୁତ କରାଯିବ, ଯାହା ପ୍ରକୃଷ୍ଣ ଓ ମୌଳିକ ଲକ୍ଷ୍ୟକୁ ପ୍ରତିଫଳିତ କରିବ ।
  3. ଜ୍ଞାନକୌଶଳର ନୂଆ ଦିଗ ଓ ତାହାର ପ୍ରୟୋଗକୁ ପ୍ରୋତ୍ସାହିତ କରିବାକୁ ପଦକ୍ଷେପ ନିଆଯିବ । ଏହି ଜ୍ଞାନକୌଶଳର ନୂଆ ଦିଗକୁ ଉଚ୍ଚଶିକ୍ଷାର ପାଠ୍ୟଖସଡାରେ ଅନ୍ତର୍ଭୁକ୍ତ କରାଯିବ, ଯାହା ହାରା ଭାରତ ସପୁଞ୍ଜୟାର କ୍ଷେତ୍ରରେ ଏହାର ସ୍ଥାନ ସୁଦୃଢ କରିପାରିବ ।
  4. ଆଗାମୀ ୫ ବର୍ଷ ମଧ୍ୟରେ ନୁତନ ଜ୍ଞାନ, ସୃଜନଶୀଳତା, ଉଦଯୋଗକୁ ପ୍ରୋତ୍ସାହନ କରିବାକୁ ହେଲେ । HEI ଗୁଡିକରେ ୧୦୦ରୁ ଅଧିକ ମୌଳିକ ପ୍ରତିଭା ସୃଷ୍ଟି କେନ୍ଦ୍ରମାନ ପ୍ରତିଷ୍ଠା କରାଯିବ।
  5. ମାନବ ସମ୍ବଳର ଉନ୍ନତି ପାଇଁ ବିଶ୍ଵସ୍ତରୀୟ ସହଯୋଗ ଓ ଆଦାନପ୍ରଦାନକୁ ପ୍ରୋତ୍ସାହନ ଦିଆଯିବ, ଯାହା ଆନ୍ତଃ ବିଭାଗୀୟ ଗବେଷଣା ଓ ଅଧ୍ୟୟନ ହାରା ଅଧିକ ନୂଆ ଜ୍ଞାନ ଆହରଣର ବାଟ ଫିଟାଇବ ।

ଶିକ୍ଷାର ଆର୍ଥିକ ସହାୟତା

ଭାରତ ପରିପ୍ରେକ୍ଷୀରେ ଶିକ୍ଷା ହେଉଛି ଏକ ସରକାରୀ ଦ୍ରବ୍ୟ ଏବଂ ଏହା ବୃହତ ସରକାରୀ ପ୍ରୋତ୍ସାହନ ଆବଶ୍ୟକ କରେ । ଅନେକ ଉଦାହରଣ ଅଛି ଯେ, ଯେଉଁ ଦେଶରେ ଅଧିକ ବେସରକାରୀ ଶିକ୍ଷାନୁଷ୍ଠାନ ଅଛି। ସେଠାରେ ଅର୍ଥନୈତିକ ଓ ସାମାଜିକ ଅଗ୍ରଗତି ହୋଇପାରିନାହିଁ । ଯାହା ଫଳରେ ସେଠାରେ ଶିକ୍ଷାର ମୂଲ୍ୟ ବଢିବା ପରିବର୍ତ୍ତେ ହ୍ରାସ ପାଉଛି । ଅନ୍ୟ ପକ୍ଷରେ ଯେଉଁ ଦେଶରେ ଶିକ୍ଷା ସରକାରୀ ଦ୍ରବ୍ୟ ଭାବରେ ବିବେଚିତ ହେଇଛି ସେଠାରେ ସାମାଜିକ ଉପଲବ୍ଧିକୁ ଅଧିକ ସ୍ଥିର ଭାବରେ ଗ୍ରହଣ କରାଯାଇଛି । ଶିକ୍ଷା ନୀତି ୧୯୬୮ ଓ ୧୯୮୬/୯୨ ରେ GDPର ୬%କୁ ଜାତୀୟ ଶିକ୍ଷାରେ ବିନିଯୋଗ କରିବାର ଅନୁମୋଦନ କରାଯାଇଥିଲା । ମାତ୍ର ଶିକ୍ଷା କ୍ଷେତ୍ରରେ ପ୍ରକୃତ ଖର୍ଚ୍ଚ ସ୍ଥିରଭାବରେ ଏହି ସ୍ତରଠାରୁ ତଳେ ରହିଛି । ବର୍ତ୍ତମାନ ଏହା ୩.୫% ପାଖାପାଖି ରହିଛି । ଶିକ୍ଷା କ୍ଷେତ୍ରରେ ସ୍ଥିରିକୃତ ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ଆର୍ଥିକ ସହାୟତାକୁ ବୃଦ୍ଧି କରିବାକୁ ହେବ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ : -

  1. ଶିକ୍ଷା କ୍ଷେତ୍ରରେ ଅତି କମରେ GDPର ୬% ନିୟୋଜନ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି; ଯାହା ଦୀର୍ଘକାଳ ଧରି ରହିଥିବା ଅମିମାଂସିତ ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହେବ ।
  2. ସରକାରୀ ଉଦ୍ୟମ ବ୍ୟତୀତ ମାନବପ୍ରେମୀ ବ୍ୟକ୍ତି ମାଧ୍ୟମରେ ବେସରକାରୀ ସଂସ୍ଥା ଓ ଏହି ଶ୍ରେଣୀୟ  କଂପାନୀଗୁଡିକର ଦାୟିତ୍ଵବୋଧକୁ ଉତ୍ସାହିତ କରାଯିବ । ଶିକ୍ଷାରେ ବେସରକାରୀ ସଂସ୍ଥାର ଦାୟିତ୍ଵବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ସ୍ତରରେ ଆଲୋଚନା କରାଯିବ । ଶିକ୍ଷାର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଟିକସ ମାଧ୍ୟମରେ ବେସରକାରୀ ସଂସ୍ଥାକୁ ପ୍ରୋତ୍ସାହନ ଦିଆଯିବ । ସାଧାରଣତଃ. ମୁଖ୍ୟ କାର୍ଯ୍ୟକଳାପ ପାଇଁ ସରକାର ହାରା ଆର୍ଥିକ ସହାୟତା ଦିଆଯିବା ସ୍ଥଳେ ଅନ୍ୟ କାର୍ଯ୍ୟକଳାପ ବେସରକାରୀ ଆର୍ଥିକ ସହାୟତା ହାରା କରାଯିବ । ଶିକ୍ଷା ଅନୁଷ୍ଠାନର ଗୁଣାୟକ ଅଭିବୃଦ୍ଧିମୂଳକ କାର୍ଯ୍ୟକଳାପ, ବେସରକାରୀ ଆର୍ଥିକ ସହାୟତା ଓ R&D ପାଇଁ FDକୁ ମୁଖ୍ୟ ମାଧ୍ୟମ ରୂପେ ଗ୍ରହଣ କରାଯିବ ଯାହା ଆର୍ଥିକ ଉତ୍ସକୁ ଗତିଶୀଳ କରିବାରେ ସାହାଯ୍ୟ କରିବ ।
  3. ଗୋଟିଏ ନୂଆ ଶିକ୍ଷାନୁଷ୍ଠାନ ଗଠନ କରି ସେଥିରେ ଅର୍ଥ ବିନିଯୋଗ କରିବା ପରିବର୍ତ୍ତେ ପୂର୍ବରୁ ଗଠିତ ହୋଇଥିବା ଶିକ୍ଷାନୁଷ୍ଠାନକୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଏହାର ଭିତ୍ତିଭୂମିକୁ ସୁଦୃଢ କରାଯିବ । ୪. ସରକାର ହାରା ଗଠିତ ହୋଇଥିବା HEI ଗୁଡିକର କାର୍ଯ୍ୟ ହେଉଛି ସେମାନେ ନିଜର ରାଜସ୍ୱ ଅନ୍ୟ ଉତ୍ସରୁ ବୃଦ୍ଧି କରିବା ପାଇଁ ତତ୍ପର ହେବେ । ସେହି ଉତ୍ସଗୁଡିକ ହେଉଛି ପୂର୍ବତନ ଛାତ୍ରମାନଙ୍କ ହାରା ଆର୍ଥିକ ସହାୟତା, ଦାନରୁ ପ୍ରାପ୍ତ ଆୟ ଟୁଖ୍ୟସନ ଫିର ବୃଦ୍ଧିକରଣ ସହିତ ସାମାଜିକ ଅନଗ୍ରସର ଶ୍ରେଣୀ ପାଇଁ ଆଇନ୍‌ଗତ ଫି ଓ ବେସରକାରୀ ସହାୟତା ।
  4. ସାମ୍ପ୍ରତିକ ଶିକ୍ଷା ଭିତ୍ତିକ ରଣକୁ ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ଅଧିକ ସରଳ ଓ ଉପଯୋଗୀ କରିବାକୁ ହେଲେ କେତେକ ନୀତିନିୟମକୁ ପରିବର୍ତ୍ତନ କରାଯିବ । ନିମ୍ନ ସୁଧହାର, ଚଳିତ ଏକ ବର୍ଷରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ଆଇନ୍‌ଗତସମୟ ମଧ୍ୟରେ ଅଧିକ ସହଯୋଗକୁ କୋହଳ କରାଯିବ ।
  5. କାର୍ଯ୍ୟ ଦକ୍ଷତା ଓ ସମୃଦ୍ଧିକୁ ଉତ୍ସାହିତ କରିବା ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ କାର୍ଯ୍ୟଦକ୍ଷତା ସଂପୃକ୍ତ ଆର୍ଥିକ ସହାୟତାକୁ ପ୍ରୟୋଗ କରାଯିବ ।

ଆଧାର - ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top