ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ପ୍ରୟୋଗ ଓ ପର୍ଯ୍ୟବେକ୍ଷଣ)
ସେଆର କରନ୍ତୁ

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ପ୍ରୟୋଗ ଓ ପର୍ଯ୍ୟବେକ୍ଷଣ)

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ପ୍ରୟୋଗ ଓ ପର୍ଯ୍ୟବେକ୍ଷଣ) ସମ୍ବନ୍ଧରେ ସୂଚନା ।

ଜାତୀୟ ଶିକ୍ଷା ନୀତି ୨୦୧୬ରେ ବହୁତ ନୂଆ ଦିଗ ଗୁଡିକୁ ତାଲିକାଭୁକ୍ତ

ଜାତୀୟ ଶିକ୍ଷା ନୀତି ୨୦୧୬ରେ ବହୁତ ନୂଆ ଦିଗଗୁଡିକୁ ତାଲିକାଭୁକ୍ତ କରାଯାଇଛି ଏବଂ ଏହା ପୂର୍ବ ପ୍ରଚଳିତ ୧୯୬୮, ୧୯୮୬/୯୨ ଶିକ୍ଷା ନୀତିର ଧାରାବାହିକ ବୃଦ୍ଧିକରଣ ରୂପେ ଦେଖାଦେଇଛି । ଏହା ବିଶେଷଭାବେ ଲକ୍ଷ୍ୟଣୀୟ ଯେ, ସହଯୋଗମୂଳକ ସଂଘୀୟଭାବର ଆସ୍ପଦ୍ଧିରେ କେନ୍ଦ୍ର ଓ ରାଜ୍ୟମାନଙ୍କୁ କାର୍ଯ୍ୟ କରିବାକୁ ପଡିବ । ତେବେ ଯାଇ ପରିକଳ୍ପିତ ଲକ୍ଷ୍ୟ ଓ କାର୍ଯ୍ୟକାରୀ ନୀତିନିୟମ ବାସ୍ତବରେ ପରିଣତ ହୋଇପାରିବ ଓ ଶିକ୍ଷାଭିତ୍ତିକ ଭିତ୍ତିଭୂମିର ବିସ୍ତାର ହୋଇପାରିବ ।

ଏହା ଦେଖାଦେଇଛି ଯେ, ଶିକ୍ଷା କ୍ଷେତ୍ରରେ ଏକାଧିକ ତୃତୀୟ ପକ୍ଷମାନେ ସଂପୃକ୍ତ ଅଛନ୍ତି । ପ୍ରତ୍ୟେକ ତୃତୀୟ ପକ୍ଷର ବିଶେଷ ସାହାଯ୍ୟ ସହଯୋଗ ରହିଛି । ଯାହା ପ୍ରବେଶାଧୁକାରର ମୁଖ୍ୟ ଲକ୍ଷ୍ୟ, ସମାନତାର ପ୍ରତିଶୃତି, ସମସ୍ତ କ୍ଷେତ୍ରରେ ଶିକ୍ଷାର ଗୁଣ ବୃଦ୍ଧି, ଛାତ୍ରଛାତ୍ରୀମାନଙ୍କୁ ବିଶ୍ଵସ୍ତରୀୟ ନାଗରୀକ ହେବାକୁ ପ୍ରବର୍ଭାଇବା ଆଦି ଗୁଣକୁ ଲାଭ କରିବାରେ ସାହାଯ୍ୟ କରନ୍ତି । ଅଧିକନ୍ତୁ, ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଜ୍ଞାନ, ଦକ୍ଷତା ଓ ମନୋବୃତ୍ତି ହାରା ଏହି ତୃତୀୟ ପକ୍ଷମାନେ ପ୍ରେରଣା ଯୋଗାଇଥାନ୍ତି ଯାହା ଫଳରେ ସର୍ବଦା ପରିବର୍ତ୍ତିତ ଜ୍ଞାନର ସମାଜରେ ଏହି ଛାତ୍ରଛାତ୍ରୀମାନେ କୌଣସି ଗୁଣରେ ନିଜକୁ କମ୍ ବୋଲି ମଣନ୍ତି ନାହିଁ ।

ପର୍ଯ୍ୟବେକ୍ଷଣ

ଏହି ଶିକ୍ଷା ନୀତି ଏକ ବିସ୍ତୁତଭାବେ ଆଲୋଚିତ ପ୍ରୟୋଗଭିତ୍ତିକ ସ୍ତର ଉପରେ ପର୍ଯ୍ୟବେଷିତ । ପୂର୍ବ ବିଭାଗରେ କୁହାଯାଇଛି ଯେ ଏହି ଶିକ୍ଷା ନୀତିର ପ୍ରତ୍ୟେକ ଦିଗଗୁଡିକର କାର୍ଯ୍ୟ ସଂରଚନା (FFA) ଉପରେ ଗୁରୁତ୍ଵ ଦିଆଯାଇଛି। ଏହା କହିବା ବାହୁଲ୍ୟ ଯେ, ଏହି ଶିକ୍ଷା ନୀତିରେ ଯାହା କୁହାଯାଇଛି; ତାହା ଅନମନୀୟ କିମ୍ବା ଅପରିବର୍ତନୀୟ ନୁହେଁ ମାତ୍ର ଏହା ଆବଶ୍ୟକ ଦିଗଗୁଡିକର କେବଳ ଉପସ୍ଥାପନ । ଆଞ୍ଚଳିକ ବାତାବରଣ ଓ ଭିନ୍ନ ଭିନ୍ନ ଆଶାୟୀମାନଙ୍କୁ ଦୃଷ୍ଟିରେ ରଖି ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ନମନୀୟତାକୁ ଆଶା କରାଯାଇପାରେ । ଯାହାଫଳରେ ଉପସ୍ଥିତ ପରିସ୍ଥିତି ଓ ଆଗତ ଅଶୋଭନୀୟ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ । ମାତ୍ର ନମନୀୟତାର ଅଭାବ ଯଦି ପରିଲକ୍ଷିତ ହୁଏ, ତେବେ ଶିକ୍ଷା ନୀତିର ପ୍ରୟୋଗରେ ଅସୁବିଧା ବା ଉପଯୋଗୀଶୂନ୍ୟ ପରିଲକ୍ଷିତ ହେବ ।

ବିଗତ ଶିକ୍ଷା ନୀତିଗୁଡିକର ଅନୁମୋଦନରେ ଅନେକ ପ୍ରମାଣ ଅଛି ଯେ, ଶିକ୍ଷାର ଗୁଣାତ୍ମକ ପ୍ରୟୋଗରେ ତ୍ରୁଟି ଯୋଗୁଁ ଏହି ଶିକ୍ଷା ନୀତିଗୁଡିକ ଭାରତରେ ଆବଶ୍ୟକ ପରିମାଣରେ ହୃଦୟଙ୍ଗମ ହୋଇପାରିନଥିଲା । ଏହି ଅବସ୍ଥାର ଦୂରୀକରଣ କରିବାକୁ ହେଲେ, ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୋଟିଏ ଗୋଟିଏ କାର୍ଯ୍ୟ ସଂରଚନା (FFA) ଗଠନ କରିବା ଉଚିତ ଯାହା ଉକ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ଆ°ଚଳିକ, ସାମାଜିକ, ସାଂସ୍କୃତିକ ଆବଶ୍ୟକତାର ସମକାଳୀନ ପରିପ୍ରକାଶ ହେବେ । ଏହି ସଂଗଠନ ହାରା ଆନୁଷ୍ଠାନିକ ବା ଭାବରଣ ସୃଷ୍ଟି, ସ୍ପଷ୍ଟ କାର୍ଯ୍ୟକାରିଣୀ ସୁତ୍ର ସହିତ ପ୍ରଶାସନିକ କାର୍ଯ୍ୟକଳାର ପରିମାଣାୟକ ଲକ୍ଷ୍ୟ ଓ ଗୁଣାୟକ ନିର୍ଯ୍ୟାସ ଉପଲବ୍ଧ କରିହେବ ।

ଗଣତାନ୍ତ୍ରିକ ବିକେନ୍ଦ୍ରିକରଣ ଓ ବହୁସଂଖ୍ୟାରେ ଗୋଷ୍ଠୀମାନଙ୍କର ଅଂଶଗ୍ରହଣର ପରିପ୍ରେକ୍ଷୀରେ ପ୍ରତି ଜିଲ୍ଲା, ବ୍ଲକ ସ୍ତରରେ ପ୍ରତିଷ୍ଠିତ FFAକୁ ତୃଣମୂଳ ସ୍ତରରେ ଉପଯୁକ୍ତ ନୀତିନିୟମ ସହିତ ସଂପ୍ରସାରଣ କରାଇବା ଏକ କଷ୍ଟକର ବ୍ୟାପାର ।

ସେହିପରି, ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୋଟିଏ ଛୋଟ ଛୋଟ କାର୍ଯ୍ୟକାରୀ ନଦ୍ମା ପ୍ରସ୍ତୁତ କରିବା ଆବଶ୍ୟକ । ଆର୍ଥିକ ଉତ୍ସା ସଦାବେଳେ ଏକ ପ୍ରତିଘାତ ହୋଇ ଶିକ୍ଷା କ୍ଷେତ୍ରରେ ଦେଖାଦେଇଛି । ସମସ୍ତ ସରକାରୀ କାର୍ଯ୍ୟକଳ, ବେସରକାରୀ ବିଭାଗ ଓ ଅନ୍ୟ ଅତିରିକ୍ତ ସରକାରୀ ଅନୁଷ୍ଠାନଗୁଡିକ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାର ଜାତୀୟ କର୍ଭବ୍ୟକୁ ବହନ କରିବେ । ତେଣୁ ଆର୍ଥିକ ନିର୍ଭରଶୀଳତା ଓ ଉତ୍ତରଦାୟିତ୍ଵବୋଧ ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ଦିଗଦର୍ଶକ ହେବେ ।

ପ୍ରୟୋଗମୂଳକ ଖସଡା ତିଆରି କରାଯିବା ସମୟରେ ଶିକ୍ଷା ଓ ଅନ୍ୟ ସହ-ସଂପୃକ୍ତ ସେବା ଯଥା ଶିଶୁ ଯତ୍ନ, ପୋଷକତା, ସ୍ଵାସ୍ଥ୍ୟ, ଖେଳ, ପରିଚ୍ଛନ୍ନତା, ଜଳ ଇତ୍ୟାଦି ସହିତ ଯୋଗସୁତ୍ର ସ୍ଥାପନ କରାଯାଏ । ଏହି ଯୋଗସୁତ୍ର ମାଧ୍ୟମରେ ସହ ସଂପର୍କ ସ୍ଥାପନ କରାଯାଇ ଶୈକ୍ଷିକ ନିର୍ଯ୍ୟାସ ପ୍ରାପ୍ତ କରାଯାଏ । ସମ୍ମାନ ସ୍ଥାନୀୟ ବହୁମୁଖୀ ଅନୁଷ୍ଠାନ, କାର୍ଯ୍ୟକାରୀଣି ସହିତ ଶିକ୍ଷା ଓ ଅନ୍ୟ ବିଭାଗ ମଧ୍ୟରେ ଭଲ ସହ ସଂପର୍କ ରହିଛି । ତଦନୁସାରେ, ଉପଯୁକ୍ତ ସଂପର୍କ ପରିବେଶ ପ୍ରତିଷ୍ଠିତ ହେବ ।

ପୂର୍ବ ଅନୁଭୂତିରୁ ଏହା ଶିକ୍ଷଣୀୟ ଯେ, ପ୍ରତ୍ୟେକ ପର୍ଯ୍ୟବେକ୍ଷକମାନେ ପ୍ରକୃଷ୍ଣ ପର୍ଯ୍ୟବେକ୍ଷଣ ପଦ୍ଧତି, କାର୍ଯ୍ୟକଳ ଓ ନୀତିନିୟମକୁ ଆନ୍ତରିକ ଚେଷ୍ଟା ସହିତ ଭାବିଚିନ୍ତି କରିବେ ଯାହାଫଳରେ ଯେକୌଣସି କାର୍ଯ୍ୟର ସ୍ଥିରୀକୃତ ଲକ୍ଷ୍ୟକୁ ମୂଲ୍ୟୟନ ଓ ପରିମାପ କରାଯାଇ ପାରିବ । ଏହି ପର୍ଯ୍ୟବେକ୍ଷଣ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସୁକ୍ଷୁରୁ ସୃଷ୍ଟତର ହେବ । ଏହା ଏକ ସକ୍ଷମ ଓ ଶୃଙ୍ଖଳିତ ନୀତିନିୟମକୁ ଯୋଗାଇଦେବ ଯାହା ପ୍ରୟୋଗଭିତ୍ତିକ କାର୍ଯ୍ୟ ପାଇଁ ଆକାଂକ୍ଷିକ ଫଳ ସୃତିର ମଧ୍ୟବର୍ତ୍ତିକାଳୀନ ସଂଶୋଧନ, ପୁନଃନିରୀକ୍ଷଣ କରିବାକୁ ସମ୍ମତି ଦେବ । ଏହି ନିୟମାବଳୀରେ ଉଲ୍ଲେଖ ଥିବା ମୁଖ୍ୟ ଲକ୍ଷ୍ୟର ଉପାଦେୟଦାକୁ ବୁଝିବାକୁ ଅକ୍ଷମ ହେଉଥିବା ଯେକୌଣସି କାର୍ଯ୍ୟକଳଭିତ୍ତିକ ଅପାରଗତାକୁ ମଧ୍ୟ ଏହା ସମାଧନ କରିପାରିବ ।

ଏହାସତ୍ତେ, ଆମ ଦେଶର ଆକାର, ବିଭିନ୍ନତା ଓ ପରିସର, କାର୍ଯ୍ୟ କରୁଥିବା ଶୈକ୍ଷିକ ଉପସ୍ତରଗୁଡିକର ଦିଗ; ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଉପରେ ପର୍ଯ୍ୟବେଷିତ ସମାଜର ପରିବର୍ତ୍ତିତ ମାନସିକତା; କେତେକ ପ୍ରତିବନ୍ଧକ ଆଦି ଦୃଷ୍ଟିଗୋଚର ହେବ ଯାହାକୁ ସମୟାନୁବର୍ଭିତ ପୁନଃମୂଲ୍ୟୟନ ମାଧ୍ୟମରେ ସମାଧ୍ୟାନ କରିହେବ । ଏହି କାରଣରୁ, ଏହି ନୀତିନିୟମର ଏକ ପଞ୍ଚବାର୍ଷିକ ପୁନଃମୂଲ୍ୟୟନ କରାଯିବ ଯାହା ହାରା ଜାତୀୟ ଓ ଅନ୍ତର୍ଜାତୀୟ ଧାରା ସହିତ ଏହି ନୀତିନିୟମକୁ ସମକକ୍ଷ କରାଯାଇ ପାରିବା ।

ଆଧାର - ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top