ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ପାଠାଗାର ପାଇଁ ହେବ ନୂଆ ନିୟମ
ସେଆର କରନ୍ତୁ

ପାଠାଗାର ପାଇଁ ହେବ ନୂଆ ନିୟମ

ପାଠାଗାର ସ୍ଥାପନ ଓ ନୂଆ ନିୟମ ଲାଗୁହେବ ସେ ସମ୍ବନ୍ଧରେ ସୂଚନା ।

ପାଠାଗାର ସ୍ଥାପନ

ରାଜ୍ୟରେ ଥିବା ବେସରକାରୀ ପାଠଗାରଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସାଧାରଣ  ପାଠାଗାର ରୁଲ ୨୦୧୬ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତ  ଅନୁମୋଦନ ମିଳିଛି । ରାଜ୍ୟରେ ପାଠାଗାର ନେଟୱର୍କ ସ୍ଥାପନ କରିବା ସହ ସମସ୍ତ ପାଠଗାରକୁ ଏକତ୍ର କରିବା ପାଇଁ ଏହି ରୁଲରେ  ବ୍ୟବସ୍ଥା ହେବ । ପାଠାଗାର ରକ୍ଷାଣବେକ୍ଷଣ, ନିୟନ୍ତ୍ରଣ, ପର୍ଯ୍ୟବେକ୍ଷଣ ତଥା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଠାଗାର ସେବା ଯୋଗାଇ ଦିଆଯିବ । ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ, ସବଡିଭିଜନ ସ୍ତରୀୟ ଏବଂ ପଞ୍ଚାୟତରେ ପାଠାଗାର ସ୍ଥାପନ କରାଯିବ । ଏଥିସକାଶେ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । ଏହାଛଡ଼ା ପବ୍ଲିକ ଲାଇବ୍ରେରୀ କାଉନସିଲ ଗଠନ କରାଯିବ ।  ଏଥିରେ ୧୫ ଜଣ ସଦସ୍ୟ  ରହିବେ ।

ନୂଆ ନିୟମ

ଶିଳ୍ପଗୁଡିକରୁ ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ କରିବା ପାଇଁ ରାଜ୍ୟ ସରକାର ପୁରୁଣା ଓଡ଼ିଶା ବିଦ୍ୟୁତ୍ ଶୁଳ୍କ ଆଇନ ୧୯୬୧କୁ ସଂଶୋଧନ କରିବେ । ଭାରତୀୟ ବିଦ୍ୟୁତ୍ ଆଇନ ୨୦୦୩ କାର୍ଯ୍ୟକାରୀ ହେବା ପରେ ଉକ୍ତ ଆଇନର ସଂଶୋଧନ ଜରୁରୀ ହୋଇପଡିଛି । ଶକ୍ତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଏଣିକି ବିଦ୍ୟୁତ ଦେୟ ବକେୟା ରଖି ଶିଳ୍ପ ସଂସ୍ଥାଗୁଡିକ ଠକି ପାରିବେ ନାହିଁ । ଏହି ଆଇନ ସଂଶୋଧନ କରିବା ପାଇଁ ସରକାର ଅଧ୍ୟାଦେଶ ଆଣିବେ । ଏଣିକି ୧୦ କେଭିଏ ଜେନେରେଟର ବ୍ୟବହାରକାରୀଙ୍କୁ ବିଦ୍ୟୁତ୍ ଶୁଳ୍କ ଦେବାକୁ ପଡିବ ନାହିଁ । ୫୦ କେଭିଏରୁ ଊର୍ଦ୍ଧ୍ଵ ଜେନେରେଟର ବ୍ୟବହାରକାରୀ ଏହି ବିଦ୍ୟୁତ୍ ଶୁଳ୍କ ଦେବେ । ଉପଭୋକ୍ତାମାନେ  ଏଣିକି ବିବାଦର ସମାଧାନ ପାଇଁ ତ୍ରିସ୍ତରୀୟ ବିଚାର ବ୍ୟବସ୍ଥା ପାଇ ପାରିବେ । ଶିଳ୍ପସଂସ୍ଥାଠାରୁ ଆଦାୟ ହୋଇ ପାରୁ ନଥିବା ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ଆଇନରେ ବ୍ୟବସ୍ଥା ରହିବ । ଶିଳ୍ପ  ସଂସ୍ଥାଗୁଡିକର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ବିଲ୍ ସହ ସଂଯୋଗ କରାଯିବ । ବିଲ୍ ଦେଇ ନପାରିଲେ ବ୍ୟାଙ୍କ ଆକାଉଣ୍ଟରୁ ସିଧା ସଳଖ ବିଦ୍ୟୁତ କମ୍ପାନୀ ନେଇପାରିବେ । ଶିଳ୍ପ ସଂସ୍ଥାଗୁଡିକୁ ଆକର୍ଷିତ କରିବା ପାଇଁ ଶିଳ୍ପ ନୀତି ୨୦୧୫କୁ ସଂଶୋଧନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ  କ୍ୟାବିନେଟ  ମଞ୍ଜୁରୀ ଦେଇଛି । ସରକାରୀ ଜମି ଲିଜ କିମ୍ବା ଦସ୍ତାନ୍ତର ବେଳେ ରେଜିଷ୍ଟ୍ରେଶନ ଫି ଓ ଷ୍ଟାମ୍ପ ଡ୍ୟୁଟିରୁ କମ୍ପାନୀଗୁଡିକୁ ଛାଡ କରାଯିବ । ମିଠା ପ୍ରସ୍ତୁତ କାରଖାନା ଏବଂ ଚକୋଲେଟ ଶିଳ୍ପ ପାଇଁ ମଧ୍ୟ ସରକାର ଜମି ଯୋଗାଇ ଦେବେ । ଭୂପୃଷ୍ଠ ଖଜଣା ୧ ପ୍ରତିଶତ ଓ ସେସ୍ ୦.୭୫ ପ୍ରତିଶତ ହିସାବରେ ନିର୍ଦ୍ଧାରଣ କରାଯିବ ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ତରାବୋଇ ମୌଜାଠାରେ ଯୁବତୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭାରତୀୟ ତୈଳ ନିଗମ ଏକ ବୈଷୟିକ ତାଲିମ ପ୍ରତିଷ୍ଠାନ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ଏଥିପାଇଁ ୬୦ଏକର ଜମି ସରକାର ଏଥିପାଇଁ ୬୦ଏକର ଜମି ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।  ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଓଡ଼ିଶା ଅଧସ୍ତନ ଗୋଖାଦ୍ୟ ନିଯୁକ୍ତି ତଥା ସର୍ତ୍ତାବଳୀ ନିୟମ ୨୦୧୨କୁ ସଂଶୋଧନ କରାଯିବ ଅଧସ୍ତନ କର୍ମଚାରୀମାନଙ୍କର ପଦୋନ୍ନତି କରାଯିବ । ଏଥିସହିତ ବଲାଙ୍ଗୀର ଜିଲ୍ଲାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟକୁ ଲିଜରେ ଦିଆଯାଇଥିବା ୫ଏକର ସରକାରୀ ଜମି ବାବଦରେ ୨୦୧୨ରୁ ବକେୟା ଥିବା ୭୭ ଲକ୍ଷ ୯୨ ହଜାର ୮୦୦ଟଙ୍କାକୁ ସରକାର ଛଡା କରିଛନ୍ତି । ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ରୁଲରେ ସଂଶୋଧନ ହେବ । ଏଣିକି ଏଥିରେ ଭିନ୍ନପକ୍ଷ ପ୍ରାର୍ଥୀଙ୍କୁ ବିଭିନ୍ନ ପାହ୍ୟାର ଅଭିଯୋଜକ ପଦବୀରେ ନିଯୁକ୍ତି ମିଳିପାରିବ । ସେମାନଙ୍କ ଲାଗି ୩ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବ । କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଆଧାର – ଦୈନିକ ଧରିତ୍ରୀ

2.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top