অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ

ଓଡିଶା ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ

ସଂଖ୍ୟା – 25105/ SME

ତା 1-10-13

ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାମାନଙ୍କ ଅଧିକାର ଆଇନ-୨୦୦୯ରେ ନ୍ୟାୟୋଚିତ ଶିକ୍ଷାରୁ ପିଲାମାନଙ୍କ ଅଧିକାରଭୁକ୍ତ କରାଯାଇଛି ଯେଉଁ ଶିକ୍ଷା ବ୍ୟବସ୍ଥା ସମତା ଏବଂ ବାଛବିଚାର ରହିତ ଆଧାର ଭିତ୍ତିକ ହୋଇଥିବ । ପିଲାର ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଉକ୍ତ ଆଇନରେ ବ୍ୟବସ୍ଥିତ ପିଲାମାନଙ୍କ ଅଧିକାର ଉଲଂଘନ ସମ୍ବନ୍ଧୀୟ ଅଭିଯୋଗଗୁଡିକର ଅନୁସନ୍ଧାନ ନିମନ୍ତେ ଏକ ଅଭିଯୋଗ ପ୍ରତିବିଧାନ

ଆଇନର ଧାରା -୩୨

ଆଇନର ଧାରା -୩୨ରେ ଥିବା ବ୍ୟବସ୍ଥା ଅନୁଯାୟୀ ସ୍ଥାନୀୟ କର୍ତ୍ତୃପକ୍ଷ ୩ ମାସ ମଧ୍ୟରେ ପିଲାଙ୍କ ଅଧିକାର ସମ୍ବନ୍ଧୀୟ ଅଭିଯୋଗ ପ୍ରତିକାର କରିବେ । ସ୍ଥାନୀୟ କର୍ତ୍ତୃପକ୍ଷ ଉକ୍ତ ଆଇନ ବଳରେ ଅଭିଯୋଗ ପ୍ରଶମନ କର୍ତ୍ତୃପକ୍ଷ ରୂପେ ସ୍ଥିର କରାଯାଇଛି । ଉପରୋକ୍ତ ଆଇନଗତ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ନିମନ୍ତେ ରାଜ୍ୟସରକାର ଏତଦ୍ଵାରା ଜିଲ୍ଲା ସ୍କୁଲ ପରିଦର୍ଶକ (DI) ମାନଙ୍କୁ ସେମାନଙ୍କ ଦାୟିତ୍ଵ ପରିସରଭୁକ୍ତ ଜିଲ୍ଲାର ପ୍ରାଥମିକ ସ୍କୁଲମାନଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ମାନ୍ୟତା ପ୍ରଦାନ କରିଛନ୍ତି ।

ଆଇନର ଧାରା-୯

 

ଆଇନର ଧାରା-୯ରେ ସ୍ଥାନୀୟ କର୍ତ୍ତୃପକ୍ଷ ଙ୍କ ଦାୟିତ୍ଵ ସମ୍ବନ୍ଧରେ ନିର୍ଦ୍ଧିଷ୍ଟଭାବେ ଯାହା କୁହାଯାଇଛି ତଦନୁଯାୟୀ ସ୍ଥାନୀୟ କର୍ତ୍ତୃପକ୍ଷ ହିସାବରେ ଜିଲ୍ଲା ପରିଦର୍ଶକମାନଙ୍କର କାର୍ଯ୍ୟ ପରିସର ବ୍ୟାପ୍ତ ଅଟେ ।

ନିୟମର ଧାରା -୩୨

ନିୟମର ଧାରା -୩୨ଅନ୍ତର୍ଗତ ଯେଉଁ ବ୍ୟବସ୍ଥାମାନ କରାଯାଇଛି ତାହାର ଦୃଢୀକରଣ କରି ଅଭିଯୋଗଗୁଡିକର ପ୍ରତିକାର ଉଦ୍ଦେଶ୍ୟରେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ନିମ୍ନୋକ୍ତ କାର୍ଯ୍ୟମାନ କରିବେ । (କ) ଯେଉଁ ସବୁ ଆଇନଗତ ପ୍ରାପ୍ୟ ସୁନିଶ୍ଚିତ ଭାବେ ଯୋଗାଇ ଦିଆଯିବାର ବ୍ୟବସ୍ଥା ଉକ୍ତ ଆଇନରେ କରାଯାଇଛି , ସ୍ଥାନୀୟ କର୍ତ୍ତୃପକ୍ଷମାନେ ତହିଁରେ ଏକ ତାଲିକା ପ୍ରସ୍ତୁତ କରିବେ ଏବଂ ସେହି ସୂଚନାକୁ ସର୍ବସାଧାରଣଙ୍କ ଗୋଚରାର୍ଥେ ବହୁଳ ଭାବେ ପ୍ରସାରିତ କରିବେ । ଯଥା : ସ୍କୁଲ କାନ୍ଥରେ ଲଗାଇବା । (ଖ) ଅଭିଯୋଗମାନ ଶିକ୍ଷାଅଧିକାର ଆଇନର ଯେକୌଣସି ବ୍ୟବସ୍ଥାର ଉଲ୍ଲଂଘନ ସକାଶେ ହୋଇପାରେ ଏବଂ ଯେକୌଣସି ସର୍ବସାଧାରଣ କାର୍ଯ୍ୟାଳୟ, ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନ , ବ୍ୟକ୍ତି ବିଶେଷ ଅଥବା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସମ୍ପର୍କିତ ଆଇନର ବ୍ୟବସ୍ଥାଗୁଡିକର ସଫଳ ରୂପାୟନ ନିମନ୍ତେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବେ ଦାୟି ଅନ୍ୟ କୌଣସି ସଂସ୍ଥା ବିରୁଦ୍ଧରେ ହୋଇପାରେ । (ଗ) ଏହିଭଳି ଅଭିଯୋଗ ମାନଙ୍କର ପଞ୍ଜିକରଣ ଓ ପ୍ରକ୍ରିୟାକରଣ ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବା ନିମନ୍ତେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ନିମ୍ନୋକ୍ତ ବିଷୟଗୁଡିକ ବିଚାରକୁ ନେବେ । (୧) ପିତାମାତା /ସ୍ଵୀକୃତି ଅଭିଭାବକମାନଙ୍କ ଦ୍ଵାରା ପିଲାତରଫରୁ କରାଯାଉଥିବା ଲିଖିତ ଅଭିଯୋଗଗୁଡିକୁ ସ୍ଥାନୀୟ କର୍ତ୍ତୃପକ୍ଷ ଗହନ କରିବେ । ଅଭିଯୋଗମାନ ଡାକ ଯୋଗେ ,ଫାକ୍ସ ଇମେଲ ଯୋଗେ ପଠାଯାଇପାରିବ ଅଥବା ବ୍ୟକ୍ତିଗତ ଭାବେ ଦାଖଲ କରାଯାଇ ପାରିବ । ବିଭିନ୍ନ ସ୍ତରରେ ଅଭିଯୋଗଗୁଡିକ ପ୍ରତିକାର ବ୍ୟବସ୍ଥା ନିମନ୍ତେ ସ୍ଥାନୀୟ କର୍ତ୍ତୃପକ୍ଷ ଏକ ଲିପିବଦ୍ଧ ସାଇଲିଳ ଧାର୍ଯ୍ୟ କରିବେ ଯାହା ସରଲା ହୋଇଥିବ ଏବଂ ସହଜେ ବୁଝି ହେଉଥିବ । ତେବେ ଏଭଳି ଏକ ଲିପିବଦ୍ଧ ଶୈଳୀ ନିର୍ଦ୍ଧାରଣ କରିବା ବାଧ୍ୟତାମୂଳକ ନୁହେଁ । (୨) ଅଭିଯୋଗଗୁଡିକର ପଞ୍ଜିକରଣ ନିମନ୍ତେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ମଧ୍ୟ ଏକ କମ୍ୟୁଟରୀକରଣ ବ୍ୟବସ୍ଥାର ବିକାଶ କରିବେ । ଅଭିଯୋଗକାରୀଙ୍କୁ ଅଭିଯୋଗର ପ୍ରାପ୍ତିସ୍ଵୀକାର ତୁରନ୍ତ ପ୍ରଦାନ କରାଯିବ । (୩) ଅଭିଯୋଗର ପ୍ରାପ୍ତି ସ୍ଵୀକାର କରି ପ୍ରଦାନ କରାଯାଉଥିବା ରସିଦ ତାରିଖ ରହିବ , କେତେ ସମୟର ଅବିଧି ମଧ୍ୟରେ ଅଭିଯୋଗର ବିଚାର ହେବ , ଅଭିଯୋଗ ବିଷୟ ବୁଝୁଥିବା ଅଧିକାରୀଙ୍କ ଯୋଗାଯୋଗ ଠିକଣା ମଧ୍ୟ ରହିବ । (୪) ଅଭିଯୋଗ ବିଚାର ନିମନ୍ତେ ଆବଶ୍ୟକ ପଡିଲେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଆବଶ୍ୟକମୟ ଅନୁସନ୍ଧାନ /ସଭ୍ୟତା ପରୀକ୍ଷା କରିବେ, ଯେଉଁ ସବୁ ସୂଚନାର ଆବଶ୍ୟକତା ମଣିବେ ତାହା ମଗାଇବେ । ଯେଉଁ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଗତ କରା ଯାଇଥିବ ସେହି କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିବ ସେହି କର୍ମଚାରୀଙ୍କ ଠାରୁ ଉଚ୍ଚ ପଦବୀରେ ଥିବା ସେହି ବିଭାଗର ଅନ୍ୟ ଜଣେ କର୍ମଚାରୀଙ୍କୁ ଅନୁସନ୍ଧାନ ବେଳେ ସାମିଲ କରାଯିବ । (୫) ଅଭିଯୋଗ ପଞ୍ଜିକୃତ ହେବାର ୩ ମାସ ମଧ୍ୟରେ ସ୍ଥାନୀୟ କର୍ତ୍ତୃପକ୍ଷ ତାହାର ଫଇସଲା କରିବେ : ଉଭୟ ପକ୍ଷଙ୍କୁ ଯଥେଷ୍ଟ ସୁଯୋଗ ଦେଇସାରିଲା ପରେ ଫଇସଲା କରାଯିବ । ଅର୍ଥାତ ଅଭିଯୁକ୍ତ ଓ ଅଭିଯୋଗକାରୀ ଉଭୟ ପକ୍ଷଙ୍କ ବୟାନ ଶୁଣାଯିବ । ଯେତେଦୂର ସମ୍ଭବ, ସର୍ବସାଧାରଣ ଅନୁସନ୍ଧାନ କାର୍ଯ୍ୟ କରାଯିବ । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍ପତି ଏକ ଯୁକ୍ତି ସଙ୍ଗତ ଆଦେଶ ହେବ ଏବଂ ସେଥିରେ ଅପିଲେଟ କର୍ତ୍ତୃପକ୍ଷ (OSCPCR ) ସଂପୂର୍ଣ୍ଣ ବିବରଣୀ ସ୍ଥାନ ପାଇବେ ଯାହାଙ୍କ ନିକଟରେ ଶିକ୍ଷା ଅଧିକାର ଆଇନର ଧାରା ୩୨ (୩) ରେ ଅପିଲ କରାଯାଇ ପାରିବ । (୬) ନାମଲେଖଇବାକୁ ମନ କରିଦେବା ବିଷୟକ ଅଭିଯୋଗ ଭଳି ଯେଉ ସବୁ ଅଭିଯୋଗ ଗୁଡିକ ଜରୁରୀକାଳୀନ ଭିତ୍ତିରେ ଫଇସଲା କରାଯାଇବାର ଆବଶ୍ୟକତା ଥିବ ସ୍ଥାନୀୟ କର୍ତ୍ତୃପକ୍ଷମାନେ ସେଭଳି ଅଭିଯୋଗ ଫଇସଲା ଯଥାଶୀଘ୍ର କରିଦେବେ । ଯେଉଁ ସବୁ ଅଭିଯୋଗ ଗୁଡିକ ଭାରତୀୟ ପିଙ୍ଗଳ କୋର୍ଟ ର ଅବମାନନା ସମ୍ବନ୍ଧିତ ହୋଇଥିବ : ହିଂସାକାଣ୍ଡ ପିଲା ପ୍ରତି ଅବିଚାର ଅଥବା ଦୁର୍ବ୍ୟବହାର , ଶାରୀରିକ ଦଣ୍ଡବିଧାନ ଆଦି , ସେପରି ସ୍ଥଳେ ପୋଲିସ ନିକଟରେ କିପରି ସହଜେ FIR ଦାୟର କରାଯାଇପାରିବ । ସ୍ଥାନୀୟ କର୍ତ୍ତୃପକ୍ଷ ତହିଁରେ ବ୍ୟବସ୍ଥା କରାଇବେ । (୭) ସ୍ଥାନୀୟ କର୍ତ୍ତୃପକ୍ଷ ନିକଟରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଭିନ୍ନ ଅନ୍ୟ କୌଣସି ଅଧିକାରୀଙ୍କ ଦ୍ଵାରା ଫଇସଲା ହେବାକୁ ଥିବ ସେଭଳି ଅଭିଯୋଗଗୁଡିକ ସୁଦକ୍ଷ ଅଧିକାରୀଙ୍କ ପାଖକୁ ପଠାଇ ଦିଆଯିବ ଯାହାଙ୍କର ଉକ୍ତ ବିଷୟ ଉପରେ ନିଷ୍ପତି ନେବାର କ୍ଷମତା ଥିବ । ଅଭିଯୋଗ ପାଇଲା ପରେ ଉକ୍ତ କ୍ଷମତା ସମ୍ପନ୍ନ ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ଅଭିଯୋଗର ଫଇସଲା କରାଇବେ । (୮) ପଞ୍ଜିକୃତ ଅଭିଯୋଗ, ସେଗୁଡିକ ଉପରେ କି କି ନିଷ୍ପତି ଗ୍ରହଣ କରାଯାଇଛି , ସ୍ଥାନୀୟ କର୍ତ୍ତୃପକ୍ଷ ତାହାର ବିବରଣୀ ଲିପିବଦ୍ଧ କରିବେ ଏବଂ ନିୟମିତ ଭାବେ ଉକ୍ତ ବିବରଣୀକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ/ ଙ୍କୁ ପ୍ରେରଣା କରିବେ । ଉକ୍ତ ବିବରଣୀ ପ୍ରତି ୩ ମାସ ଅନ୍ତରରେ ଦାଖଲ କରାହେବ । (୯) ଅଭିଯୋଗ ଶୁଣାଣି ଏବଂ ଅଭିଯୋଗକାରୀଙ୍କ ସହ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା ନିମନ୍ତେ ସ୍ଥାନୀୟ କର୍ତ୍ତୃପକ୍ଷ ନିର୍ଦ୍ଧିଷ୍ଟ ଦିନ/ସମୟ ସ୍ଥିର କରି କେବଳ ସେହି କାର୍ଯ୍ୟ ଉଦ୍ଦେଶ୍ୟରେ ଅଲଗା ରଖିବେ । ଏହି ପ୍ରକାର ଦିନ /ସମୟ ବିଷୟରେ ବିସ୍ତୁତ ପ୍ରଚାର କରିବା ଉଦ୍ଦେଶ୍ୟରେ ସର୍ବସାଧାରଣ ସ୍ଥଳରେ ସେଗୁଡିକ ପ୍ରଦର୍ଶିତ ହେବ । (୧୦) ତରନ୍ତର ଫଳାଫଳ ଲିଖିତ ଆକାରରେ ଅଭିଯୋଗକାରୀଙ୍କୁ ନିଶ୍ଚିତ ରୂପେ ଜଣାଇ ଦିଆଯିବ , ଅଭିଯୋଗ ପ୍ରଶମନ ତାଲିକା ମୁତାବକ ଅଭିଯୁକ୍ତ ଅଧିକାରୀଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅଭିଯୁକ୍ତକାରୀର ନାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରିବାକୁ ନିଶ୍ଚିତ ରୂପେ ସୁପାରିସ କରାଯିବ । (୧୧) ନିଜ ଅଧିକାର ପରିସରଭୁକ୍ତ ଶିକ୍ଷା ଜିଲ୍ଲାରେ ଥିବା ଅନ୍ୟ ବିଭାଗମାନଙ୍କ ର ନିୟନ୍ତ୍ରଣାଧିନ ସ୍କୁଲମାନଙ୍କରୁ ମିଳିଥିବା ଅଭିଯୋଗଗୁଡିକର ସମାଧାନ ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷ କରିବେ । (୧୨) ବ୍ଲକ ସ୍ତରରେ ଅଭିଯୋଗକରି ପଞ୍ଜିକୃତ କରି ରସିଦ ପ୍ରଦାନ କରିବା ନିମନ୍ତେ ସ୍ଥାନୀୟ କର୍ତ୍ତୃପକ୍ଷ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଦାୟିତ୍ଵସମ୍ପର୍ଣ୍ଣ ପଦାଧିକାରୀ ନିଯୁକ୍ତି କରିବେ ଯାହାଙ୍କ ବିରୁଦ୍ଧରେ ଅଭିଯୋଗ ପଞ୍ଜିକୃତ ହେଉ ନଥିବ । (୧୩) ସ୍ଥାନୀୟ କର୍ତ୍ତୃପକ୍ଷ ଯଦି ହୃଦୟଙ୍ଗମ କରନ୍ତି ଯେ ଅଭିଯୋଗକରି/ ପିଲାର ସ୍ଵାର୍ଥ ଦ୍ରୁଷ୍ଟିରୁ ଗୋପନୀୟତା ରକ୍ଷା କରିବା ଜରୁରୀ ତେବେ ସେ ଅଭିଯୋଗକାରୀଙ୍କ ପରିଚୟ ପ୍ରକାଶ କରିବେ ନାହିଁ । ଆଦେଶ : ଉକ୍ତ ବିଜ୍ଞପ୍ତିଟିକୁ ଓଡିଶା ଗେଜେଟର ଏକ ବିଶେଷ ସଂଖ୍ୟାରେ ପ୍ରକାଶ କରିବା ନିମନ୍ତେ ଆଦେଶ ପ୍ରଦାନ କରାଗଲା ।

ଆଧାର – ଶିଶୁର ନିଃଶୁକ୍ଳ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୦୯

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate