অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଳିକାଙ୍କ ମାଧ୍ୟମିକ ଶିକ୍ଷା ପାଇଁ ଜାତୀୟ ପ୍ରୋତ୍ସାହନ ଯୋଜନା

ବାଳିକାଙ୍କ ମାଧ୍ୟମିକ ଶିକ୍ଷା ପାଇଁ ଜାତୀୟ ପ୍ରୋତ୍ସାହନ ଯୋଜନା

ଲକ୍ଷ୍ୟ

ସ୍କୁଲ ଡ୍ରପ ଆଉଟ ହରିଜନ / ଆଦିବାସୀ ଗୋଷ୍ଠୀର ବାଳିକା ମାନଙ୍କ ମାଧ୍ୟମିକ ଶିକ୍ଷାରେ ଉପସ୍ଥାନ ବଢାଇବା ଏବଂ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷାକୁ ସ୍ଥିର ନିଶ୍ଚିତ କରାଇବା ଏହି ଯୋଜନାର ଲକ୍ଷ୍ୟ ।

ଆର୍ଥିକ ଅନୁଦାନ

ତିନି ହଜାର ଟଙ୍କାର ଅନୁଦାନ ରାଷ୍ଟ୍ରୀୟତ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଝିଅଟିର ବୟସ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ । ଏହି ଟଙ୍କାକୁ କୌଣସି ପରିସ୍ଥିତିରେ ଉଠାଣ କରାଯାଇପାରିବ ନାହିଁ ।

ଧାର୍ଯ୍ୟ ହିତାଧିକାରୀ ଏବଂ ଯୋଜନାର ଅଂଶ

  1. ୭ମ ଶ୍ରେଣୀ ପାସ କରିଥିବା ସମସ୍ତ  ହରିଜନ / ଆଦିବାସୀ ଛାତ୍ରୀ ।
    • କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୭ମ ଶ୍ରେଣୀ ପାସ କରିଥିବା ଛାତ୍ରୀ, ୮ମ ଶ୍ରେଣୀରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ, ସହରାଞ୍ଚଳ ବିଦ୍ୟାଳୟରେ ନାମ ଲେଖାଇବା ଉଚିତ । ବିବାହିତା ଛାତ୍ରୀଙ୍କୁ ଏଥିରୁ ବାଦ ଦିଆଯିବ । କେନ୍ଦ୍ର ସରକାରଙ୍କ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କୁ ଆର୍ଥିକ ଅନୁଦାନ ଦିଆଯିବ ନାହିଁ କାରଣ ସେମାନେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ ଝିଅ ହୋଇଥିବେ । ଅନ୍ୟ ପ୍ରାଇଭେଟ ସ୍କୁଲରେ ପଢୁଥିବା ଛାତ୍ରୀ ଏହି ସୁବିଧା ପାଇବେ ଯଦି ସେହି ସ୍କୁଲର ଦେୟ ଅତ୍ୟନ୍ତ ଅଧିକା ହୋଇଥିବ ।
  2. ୧୮ ବର୍ଷ ବୟସରେ  କନ୍ୟା ଶିଶୁଟି ଏହି ଟଙ୍କା ଉଠାଣ କରିପାରିବ । ଯଦି ୧୮ ବର୍ଷ ବୟସ ପୂର୍ବରୁ ଝିଅଟିରୁ ମୃତ୍ୟୁ ହୁଏ ତେବେ ଏହି ଟଙ୍କା କେନ୍ଦ୍ର ସରକାରଙ୍କ ଅଧିନକୁ ଚାଲିଯିବ ।
  3. ଏହି ଯୋଜନାର ସୁବିଧା ପାଇବା ପାଇଁ ଝିଅଟି ୩୧ ମାର୍ଚ୍ଚ ସୁଦ୍ଧା ୮ମ ଶ୍ରେଣୀରେ ଦାଖିଲା ନେବା ପୂର୍ବରୁ ୧୬ ବର୍ଷରୁ କମ ହୋଇଥିବ ଏବଂ ଅବିବାହିତ ହୋଇଥିବ । ଛାତ୍ରୀଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୭ମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବେ ଏବଂ ହରିଜନ / ଆଦିବାସୀ ଗୋଷ୍ଠୀର ହୋଇଥିବେ ।
  4. କୌଣସି ପ୍ରକାର ଆୟ ସାର୍ଟି ଫିକେଟ ନେବାକୁ ପଡେ ନାହିଁ ।

କାର୍ଯ୍ୟକାରିତାର ଧାରା

  1. ସମସ୍ତ ଛାତ୍ରୀଙ୍କର ସୂଚନା ଏକ୍ସେଲ (excel) ସିଟରେ  ଥିବ ଏବଂ ତାହା ସ୍କୁଲ ହେଡମାଷ୍ଟରଙ୍କ ଦ୍ଵାରା ଯାଞ୍ଚ କରାଯାଇଥିବ । ଯାହା ଜିଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ମେଲ, ସିଡି (CD) କିମ୍ବା ଚିଠି ଦ୍ଵାରା ଦିଆଯିବ ।
  2. ଜିଲ୍ଲା ସ୍ତରୀୟ ଅପଲୋଡ / ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଯାଞ୍ଚ ପରେ ନ୍ୟାସନାଲ ସ୍କଲାରସିପ ପୋର୍ଟାଲରେ ଅପଲୋଡ ହେବ ।
  3. ରାଜ୍ୟ ସ୍ତରୀୟ ଯାଞ୍ଚ ପରେ ଡିଜିଟାଲ ସ୍ଵକ୍ଷର ପରେ ନ୍ୟାସନାଲ ସ୍କଲାର ସିପ ପୋର୍ଟାଲରେ ଅପଲୋଡ ହେବ ।
  4. ଛାତ୍ରୀ, ଅଭିଭାବକ, ପଡୋଶୀ, ସାଙ୍ଗ ଯାହାର ହେଉ ଫୋନ ନମ୍ବର ରହିଥିବ ।
  5. ଆଧାର ନମ୍ବର ଆବଶ୍ୟକ, ଯଦି ଛାତ୍ରୀର  ଆଧାର ନମ୍ବର ନଥିବ ତେବେ  ୩୧ ଅକ୍ଟୋବର, ୨୦୧୬ରୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆହେବ ।
  6. ଛାତ୍ରୀଟି ୭ମ ଶ୍ରେଣୀ ପାସ କଲାପରେ ଅତି କମରେ ୨ ବର୍ଷ ମାଧ୍ୟମିକ ଶିକ୍ଷା ଲାଭ କରିଥିବେ । ଯାହା ସ୍କୁଲ ହେଡମାଷ୍ଟର / ପ୍ରିନସିପାଲ ସ୍ଥିର ନିଶ୍ଚିତ କରିବେ ।
  7. ଜଣେ ଛାତ୍ରୀ ସଫଳତାର ସହ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ପାସ କଲାପରେ ଟଙ୍କା ଉଠାଣ କରିପାରିବେ ।
  8. ୧୮ ବର୍ଷ ସମ୍ପୂର୍ଣ୍ଣ କରିଥିବେ ।
    • ୧୦ମ ଶ୍ରେଣୀ ପାସ ସାର୍ଟିଫିକେଟ
    • ସ୍କୁଲ ହେଡମାଷ୍ଟର ସ୍ଥିର ନିଶ୍ଚିତ କରିବେ ଯେ ଛାତ୍ରୀ ଜଣଙ୍କ ୨ ବର୍ଷ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଛନ୍ତି ।

ଫର୍ମ

ଅନ୍ଲାଇନ ଫର୍ମ ପାଇଁ କ୍ଲିକ କରନ୍ତୁ

ଆଧାର - ମିନିଷ୍ଟ୍ରି  ଅଫ ଏଚଆରଡି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate