ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ବ୍ୟବସ୍ଥା ସମ୍ବନ୍ଧିତ ସ୍ପଷ୍ଟୀକରଣ
ସେଆର କରନ୍ତୁ

ବ୍ୟବସ୍ଥା ସମ୍ବନ୍ଧିତ ସ୍ପଷ୍ଟୀକରଣ

ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାମାନଙ୍କ ଅଧିକାର ଆଇନ -୨୦୦୯ ବ୍ୟବସ୍ଥା ସମ୍ବନ୍ଧିତ ସ୍ପଷ୍ଟୀକରଣ

ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାମାନଙ୍କ ଅଧିକାର ଆଇନ -୨୦୦୯ ବ୍ୟବସ୍ଥା ସମ୍ବନ୍ଧିତ ସ୍ପଷ୍ଟୀକରଣ

ଅଧ୍ୟାୟ -୧

ପ୍ରାରମ୍ଭିକ

ଧାରା ୨ ରେ ଉକ୍ତ ଆଇନରେ ବ୍ୟବହୃତ ଶବ୍ଦ ସମୂହର ତଥା ବକ୍ତବ୍ୟର ସଜ୍ଞା ନିରୂପଣ କରାଯାଇଛି ।

ଅଧ୍ୟାୟ -୨

ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ଅଧିକାର ।

ଧାରା – ୩ ଅନୁଯାୟୀ ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ନିମନ୍ତେ ନିଃଶୁକ୍ଳ ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରାପ୍ତ କରିବାର ଅଧିକାର ଦିଆଯାଇଛି । ପାଖଆଖରେ ଥିବା ସ୍କୁଲରେ ପଢି ପିଲା ତାର ପ୍ରାଥମିକ ଶିକ୍ଷା ସମାପ୍ତ କରିବା । କୋଠରି କମିଶନ ପ୍ରଦତ୍ତ ରିପୋର୍ଟର “ ଜାତୀୟ ଶିକ୍ଷା ବ୍ୟବସ୍ଥା “ ବିଭାଗରେ ପ୍ରଦତ୍ତ ବିସ୍ତ୍ରୁତ ବର୍ଣ୍ଣନାରେ ଉପରୋକ୍ତ “ ପାଖଆଖ ସ୍କୁଲ “ କଳ୍ପନାଟି ସ୍ଥାନିତ । ସେଥିରେ କୁହାଯାଇଛି ଯେ ପାଖଆଖରେ ଥିବା ସ୍କୁଲକୁ ଏକ ସାଧାରଣ ପରିସର ଭାବେ ବିବେଚନା କରାଯିବ ଯେଉଁଠି ଜାତି, ବର୍ଣ୍ଣ, ଶ୍ରେଣୀ, ଲୀଙ୍ଗ, ନିର୍ବିଶେଷରେ ସବୁ ପିଲା ଏକାଠି ମିଶି ବିଦ୍ୟାଜର୍ନ କରିପାରିବେ । ସେହି କାରଣରୁ ଆଖପାଖର ସ୍କୁଲକୁ ଅନ୍ତର୍ଭୁକ୍ତିକରଣର ସ୍ଥାନ ରୂପେ ବିବେଚନା କରାଯାଇଛି । ଯାହାଫଳରେ ବିଦ୍ୟାଳୟଟି ବିଦ୍ୟା ଅର୍ଜନ ନିମନ୍ତେ ଏକ ସାଧାରଣ ପରିସରର ଭୂମିକା ନିର୍ବାହ କରିବ । ଏହି ଅବବୋଧଟିକୁ ବା ଶିକ୍ଷା ଅଧିକାର ଭୂମିକା ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି ।

ପାଖଆଖରେ ଥିବା କୌଣସି ଏକ ସ୍କୁଲରେ ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପ୍ରତ୍ୟେକ ପିଲାଙ୍କୁ ଅଧିକାର ପ୍ରଦାନ କରିବା ଅବସରରେ ଶିକ୍ଷା ଅଧିକାର ଆଇନ କିନ୍ତୁ ପିଲାଙ୍କୁ ତା ଘର ପାଖାପାଖି ସ୍କୁଲ ବ୍ୟତିତ ଅନ୍ୟ ସ୍କୁଲ ଚୟନ କରିବାର ସ୍ଵାଧୀନତା ପ୍ରଦାନ କରେ ।

ଅର୍ଥାତ, ପିଲାଟି କେବଳ ଯେ ତାର ଘର ପାଖରେ ଥିବା ସ୍କୁଲରେ ହିଁ ନାଁ ଲେଖାଇବେ । ସେମିତି କିଛି ବାଧ୍ୟବାଧକତା ନାହିଁ ।

“ ନିଃଶୁକ୍ଳ ଶିକ୍ଷା ‘ ର ଅର୍ଥ ବିସ୍ତାରିତ ରୂପେ ବ୍ୟାଖ୍ୟା କରି କୁହାଯାଇଛି ଯେ କୌଣସି ପିଲାକୁ କୌଣସି ପ୍ରକାର ଦେୟ, ପାଉଣା ଇତ୍ୟାଦି ଦେବାକୁ ପଡିବ ନାହିଁ କିମ୍ବା କୌଣସି ଖର୍ଚ୍ଚ ବହନ କରିବାକୁ ପଡିବ ନାହିଁ ଯାହା ଯୋଗୁଁ ତା ପ୍ରାଥମିକ ଶିକ୍ଷା ସମାପନରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବ । “ ନିଃଶୁକ୍ଳ ଶିକ୍ଷା ‘ ରୂପକ ବ୍ୟକ୍ତବ୍ୟଟିକୁ ପାଠ କଲାବେଳେ ଧାରା ୧୨ (୧) (a) - (c) ର ବ୍ୟବସ୍ଥା ସହ ମେଳ ରଖି ପଡିବାକୁ ହେବ । ନିଃଶୁକ୍ଳ ତଥା ବାଧ୍ୟତା ମୂଳକ ଶିକ୍ଷା ପରିପ୍ରେକ୍ଷରେ ସ୍କୁଲର ଭୂମିକା ଏବଂ ସେ ଭଳି ଭୂମିକା ବ୍ୟାପ୍ତି ସମ୍ବନ୍ଧରେ ଧାରା ୧୨ (୧) (a) - (c)ରେ ନିର୍ଦ୍ଧିଷ୍ଟ ଭାବେ ବର୍ଣ୍ଣନା କରାଯାଇଛି ।

ଆହୁରି ମଧ୍ୟ ବ୍ୟବସ୍ଥା ରକ୍ଷା ଯାଇଛି ଯେ ଅକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଇନ ୧୯୯୬ [persons with disabilities (Equal opportunities, protection and full participation) Act -1996] ର ପରିସରକୁ ଆସୁଥିବା ଅକ୍ଷମ ପିଲାମାନଙ୍କ କ୍ଷେତ୍ରରେ ସେହି ଆଇନର ବ୍ୟବସ୍ଥା ମଧ୍ୟ ଲାଗୁ ହେବ ।

ଧାରା ୪ ରେ ଥିବା ବ୍ୟବସ୍ଥା ମୁତାବକ ୬ ବର୍ଷରୁ ଊର୍ଦ୍ଧ୍ଵ ଯେଉଁ ପିଲାମାନେ କୌଣସି ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି ଅଥବା ଲେଖାଇବା ପରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ନପାରି ଅଧାରୁ ପାଠ ଛାଡି ଦେଇଛନ୍ତି ସେମାନଙ୍କୁ କୌଣସି ଏକ ସ୍କୁଲରେ ନିଜର ବୟସ ଅନୁପାତିକ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇ ପ୍ରାଥମିକ ଶିକ୍ଷା ସମାପ୍ତ କରିବାର ଅଧିକାର ପ୍ରାପ୍ତ ହେବ ।

ସ୍କୁଲରେ ନାମ ଲେଖାଇ ନଥିବା ପିଲାମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଅସୁବିଧାଜନକ ପରିସ୍ଥିତିରେ ବାସକରୁଥିବା ଗୋଷ୍ଠୀର ପିଲା ଯଥା : ଅନୁସୂଚିତ ଜାତି , ଜନଜାତି, ମୁସଲମାନ ସଂଖ୍ୟାଲଘୁ, ଅନ୍ୟସ୍ଥାନରୁ ଆସିଥିବା ପିଲା, ସ୍ଵତନ୍ତ୍ର ଆବଶ୍ୟକତା ଦରକାର କରୁଥିବା ପିଲା, ସହରାଞ୍ଚଳରେ ଥିବା ବଞ୍ଚିତ ଗୋଷ୍ଠୀର ପିଲା , କର୍ମନିଯୁକ୍ତି ପିଲା, କଠିନ ପରିସ୍ଥିତି ସାମ୍ନା କରୁଥିବା ପିଲା , ଉଦାହରଣ ସ୍ୱରୂପ : ଯେଉଁମାନେ ଅପହଞ୍ଚ ଦୁର୍ଗମ , ବିଚ୍ଛିନ୍ନ ତଥା ପଛୁଆ ଅଞ୍ଚଳରେ ବାସ କରନ୍ତି । ନିର୍ଯ୍ୟାତିତ ତଥା ବହିସ୍କୃତ ପରିବାରମାନଙ୍କର ପିଲା, ଦଙ୍ଗାପୀଡିତ ଅଞ୍ଚଳର ପିଲା ଇତ୍ୟାଦି । ଶିକ୍ଷା ଅଧିକାର ଆଇନରେ ଏହି ବ୍ୟବସ୍ଥା ଯୋଗୁଁ ସ୍କୁଲରେ ନାମ ଲେଖାଇ ପାରି ନ ଥିବା ଏକଦୃଶ ପିଲାମାନେ ନିଜ ବୟସ ଅନୁପାତରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇ ସେମାନଙ୍କ ପ୍ରାଥମିକ ଶିକ୍ଷା ସମାପ୍ତ କରିବାର ସୁଯୋଗ ପାଇବେ । ସେହି ସବୁ ପିଲାମାନଙ୍କ ନିମନ୍ତେ ବୟସ ଅନୁପାତିକ ନାମ ଲେଖାର ମୋଟାମୋଟି ଉଦ୍ଦେଶ୍ୟ ହେଉଛି ସେମାନେ ନିଜଠାରୁ କମ ବୟସର ପିଲାଙ୍କ ସହିତ ଶ୍ରେଣୀରେ ବସିଲେ ଉପହାସିତ ହେବେ ନାହିଁ ଅଡୁଆ ଅଡୁଆ ଅନୁଭବ କରିବେ ନାହିଁ । ଅପେକ୍ଷା କୃତ ଅଧିକ ବୟସ୍କ ପିଲାମାନଙ୍କୁ ସେମାନଙ୍କ ଠାରୁ କମ ବୟସ୍କ ପିଲାମାନଙ୍କ ସାଥିରେ ଏକା ଶ୍ରେଣୀରେ ବସିବାକୁ ବାଧ୍ୟ କରାଗଲେ ଅନ୍ୟ ସେମାନଙ୍କୁ ଚିଡାଇବାର , ଥଟ୍ଟା ଟାପରା କରିବାର ସମ୍ଭାବନା ଅଛି । ସେପରି ସ୍ଥଳେ ସେମାନଙ୍କର ଆତ୍ମ ସମ୍ମାନ ଉପରେ ଆଞ୍ଚ ଆସେ , ସେମାନେ ନିଜକୁ ନ୍ୟୁନ ମଣନ୍ତି । ପରିମାଣତଃ ସେମାନେ ଆଉ ସ୍କୁଲକୁ ଆସିବାକୁ ମନ ବଳନ୍ତି ନାହିଁ । ତା ବୟସ ଅନୁସାରେ ଉପଯୁକ୍ତ ଅନ୍ୟପିଲାମାନଙ୍କ ସମକକ୍ଷ ହୋଇପାରେ । ଏଇ ସବୁ ପିଲାମାନଙ୍କ ମାନସିକ ଜୀବନ ଅନୁ ଭୂତି ନାନାବିଧ ପ୍ରକାରର ହୋଇଥିବା ଦୃଷ୍ଟିରୁ ଶିକ୍ଷା କ୍ଷେତ୍ରରେ ଏହା ସ୍ବୀକୃତି ଯେ ଏହିସବୁ ପିଲାମାନଙ୍କ ମାନସିକ ଦକ୍ଷତା ପ୍ରାରମ୍ଭିକ ସ୍ତରରେ ନାମ ଲେଖାଉଥିବା 6 ବର୍ଷର ସାଧାରଣ ପିଲାଙ୍କ ଠାରୁ ଅଧିକ । ପ୍ରକୃତ ପକ୍ଷେ ସେମାନେ , ନୂଆ ନୂଆ ବିଷୟ ଶୀଘ୍ର ଶୀଘ୍ର ଶିଖି ଯାଆନ୍ତି । ସ୍ଵତନ୍ତ୍ର ପ୍ରଶିକ୍ଷଣ ଶେଷ ହେଲା ବେଳକୁ ପିଲାଟିର ଜ୍ଞାନର ମୂଲ୍ୟାୟନ କରାଯିବ, ସେଇଥିରୁ ସେ କୌଣସି ଏକ ନିର୍ଦ୍ଧିଷ୍ଟ ଶ୍ରେଣୀରେ ଯୋଗ ଦେବା ନିମନ୍ତେ କେତେଦୂର ଉପଯୁକ୍ତ ତାହା ଜଣାହେବ ।

ଉଦାହରଣ ସ୍ୱରୂପ

ମନେକରାଯାଉ ଜଣେ ୧୦ ବର୍ଷ ପିଲାର ୪ର୍ଥ ଶ୍ରେଣୀରେ ନାମ ଲେଖାଇଲା ଏବଂ ଦୁଇ ବର୍ଷର ସ୍ଵତନ୍ତ୍ର ପ୍ରଶିକ୍ଷଣ ପାଇସାରିଲା ବେଳକୁ ତା ବୟସ ହେଲାଣି ୧୨ ବର୍ଷ । ଏହି ସମୟରେ ତା ଦକ୍ଷତାର ମୂଲ୍ୟାୟନ କରାଯାଇ ବିଚାର କରାଯିବ ଯେ ସେ ୫ ମ କିମ୍ବା ୬ଷ୍ଠ ଶ୍ରେଣୀକଚ ଯିବା ପାଇଁ ଉପଯୁକ୍ତ । କେଉଁ ଶ୍ରେଣୀକୁ ଗଲେ ସେ ଭଲ ପ୍ରଦର୍ଶନ କରିବ ? ତଦନୁଯାୟୀ ତାକୁ ଉତ୍ତୀର୍ଣ୍ଣ କରାଯିବ । ପିଲାଟି ଯଦି ୫ ମ ଶ୍ରେଣୀରେ ପଢିବା ପାଇଁ ଉପଯୁକ୍ତ ବିବେଚିତ ହୁଏ ତେବେ ତାକୁ ପଞ୍ଚମ ଶ୍ରେଣୀକୁ ନିଆଯିବ , ଯେହେତୁ ସେ ୪ର୍ଥ ଶ୍ରେଣୀରେ ନାମ ଲେଖାଇ ଦୁଇବର୍ଷ ପଢି ସାରିଛି ତା ସତ୍ତ୍ୱେ ତାକୁ ୬ ଷ୍ଠ ଶ୍ରେଣୀକୁ ନିଆଯିବ ନାହିଁ । ଏପରି ସ୍ଥଳେ ନିୟମରେ ଥିବା ଉକ୍ତ ବ୍ୟବସ୍ଥାଟିର ଉଦ୍ଦେଶ୍ୟ ସଂପୂର୍ଣ୍ଣ ରୂପେ ବିଫଳ ହେବ । ୧୪ ବର୍ଷ ବୟସ ଅତିକ୍ରମ କରି ସାରିଥିବା ପିଲା ପାଇଁ ନଃଶୁକ୍ଳ ତଥା ବାଧ୍ୟତା ମୂଳକ ଶିକ୍ଷା ନିମନ୍ତେ ଯେଉଁ ବ୍ୟବସ୍ଥା ରଖଶ ଯାଇଛି ତାହା ପଛରେ ଏହି ଯୁକ୍ତିଟି ବିଦ୍ୟମାନ । ପିଲାଟିକୁ ଉପଯୁକ୍ତ ଶ୍ରେଣୀରେ ଗ୍ରହଣ କରି ନେଲା ପରେ ମଧ୍ୟ ତାପ୍ରତି ଶିକ୍ଷକଙ୍କର ସ୍ଵତନ୍ତ୍ର ଧ୍ୟାନ ଜାରି ରହିବା ବାଞ୍ଛନୀୟ । ଏହା ଫଳରେ ପିଲାଟି ସବୁମନ୍ତେ ନିଜକୁ ଶ୍ରେଣୀ ମଧ୍ୟରେ ସହଜରେ ସାମିଲ କରି ଦେବାକୁ ସମର୍ଥ ହେବ , ବୌଦ୍ଧିକ ଏବଂ ଅବେଗିକ ଉଭୟ ସ୍ତରରେ ।

ସ୍କୁଲ ବାହାରେ ରହିଯାଇଥିବା ପିଲାମାନଙ୍କୁ ସ୍କୁଲ ବ୍ୟବସ୍ଥାରେ ସାମିଲ କରିବା ଲକ୍ଷ୍ୟ ନେଇ ଶିକ୍ଷା ଅଧିକାର ଆଇନରେ ଯେଉଁ ସ୍ଵତନ୍ତ୍ର ପ୍ରଶିକ୍ଷଣଜନିତ ସହାୟତା ବିଷୟ କଳ୍ପନା କରାଯାଇଛି । ତାହାର ରୂପାୟନ ନିମନ୍ତେ ସର୍ବଶିକ୍ଷା ଅଭିଯାନର ଢାଞ୍ଚାକୁ ମଧ୍ୟ ଅନୁରୂପ ଭାବେ ସଂଶୋଧନ କରାଯାଇଛି । ଆବଶ୍ୟକମତେ ଏହିଭଳି ସହାୟତା ଆବାସିକ ପାଠ୍ୟ ଖସଡା ଅଥବା ଅଣଆବାସିକ ପାଠ୍ୟ ଖସଡାର ରୂପ ନେଇପାରେ । ପ୍ରାଥମିକ ଶିକ୍ଷା ସମାପ୍ତ କରିବାକୁ ଏହିଭଳି ପିଲାମାନେ ୧୪ ବର୍ଷର ସମୟସୀମା ମଧ୍ୟ ଅତିକ୍ରମ କରି ପାରନ୍ତି । ଆମ ଦେଶ ତାହାର ନାଗରିକମାନଙ୍କୁ ଶିକ୍ଷିତ କରି ଦେଶ ସାରା ଏକ ଶିକ୍ଷିତ ବାତାବରଣ ସୃଷ୍ଟି କରିବାକୁ ସଂକଳ୍ପବଦ୍ଧ । ସେହି କାରଣରୁ ଏହିଭଳି ପିଲାମାନଙ୍କର ପ୍ରାଥମିକ ଶିକ୍ଷା ସମାପନ ପାଇଁ କୌଣସି ବୟସଗତ ସୀମା ଲଦି ଦେବା ଯଥାର୍ଥ ନୁହେଁ ।

ଧାରା ୪ ରେ ଯେଉଁ ଆଇନଗତ ବ୍ୟବସ୍ଥା ରଖାଯାଇଛି, ସେ ସବୁ ରାଜ୍ୟ ସରକାରଙ୍କ ଦ୍ଵାରା ଏବଂ ସ୍ଥାନୀୟ / ଆଞ୍ଚଳିକ କର୍ତ୍ତୃପକ୍ଷମାନଙ୍କ ଦ୍ଵାରା ପ୍ରତିଷ୍ଠିତ ସ୍କୁଲ ନିମନ୍ତେ ପ୍ରଯୁଜ୍ୟ । ସାହାଯ୍ୟ ପ୍ରାପ୍ତ ଅଥବା ବିନା ସାହାଯ୍ୟ ପ୍ରାପ୍ତ ବେସରକାରୀ ଅନୁଷ୍ଠାନମାନଙ୍କ କ୍ଷେତ୍ରରେ ଧାରା ୪ ର ବ୍ୟବସ୍ଥାମାନ ଲାଗୁ ହେବ ନାହିଁ ।

ଧାରା ୫ ଅନୁଯାୟୀ ପିଲାମାନଙ୍କୁ ଯେଉଁ ଅଧିକାର ପ୍ରଦାନ କରାଯାଇଛି ତାହା ଫଳରେ ସେମାନେ ଚାହିଁଲେ ଗୋଟିଏ ସରକାରୀ ଅଥବା ସରକାରୀ ସାହାଯ୍ୟ ପ୍ରାପ୍ତ ସ୍କୁଲରୁ ସେହି ଭଳି ଅନ୍ୟ ଏକ ସ୍କୁଲକୁ ସ୍ଥାନାନ୍ତରିତ ହୋଇ ସେମାନଙ୍କ ପ୍ରାଥମିକ ଶିକ୍ଷା ସମାପନ କରିପାରିବେ । ଗୋଟିଏ ସ୍କୁଲ ଛାଡି ଅନ୍ୟ ଏକ ସ୍କୁଲରେ ନାମ ଲେଖାଇବାକୁ ଚାହୁଁଥିବା ପିଲାଙ୍କୁ ତୁରନ୍ତ ସ୍ଥାନାନ୍ତର ସାର୍ଟିଫିକେଟ ପ୍ରଦାନ କରାଯିବ । ଏହା ସେମାନଙ୍କର ଅଧିକାରଭୁକ୍ତ । ଆଇନ ଅନୁସାରେ, ସହସା ସ୍ଥାନାନ୍ତରୀଣ ସାର୍ଟିଫିକେଟ ଦାଖଲ କରି ନ ପାରିବାର ଆଳରେ ଅନ୍ୟ ସ୍କୁଲରେ ପିଲାର ନାମ ଲେଖା ପ୍ରକ୍ରିୟାକୁ ଅଟକାଇ ରଖିବା ଯୁକ୍ତିଯୁକ୍ତ ନୁହେଁ । ଯେଉଁ ରାଜ୍ୟମାନେ ସ୍ଥାନାନ୍ତରୀଣ ସାର୍ଟିଫିକେଟ ସଂଗ୍ରହ କରିବା କ୍ଷେତ୍ରରେ ଥିବା ପଦ୍ଧତିଗତ ପ୍ରତିବନ୍ଧକକୁ ଦୂର କରିବା ନିମନ୍ତେ ସଂସ୍କାର ଆଣିବାକୁ ଉଦ୍ୟମ କରୁଛନ୍ତି ସେଇ ସବୁ ରାଜ୍ୟମାନଙ୍କୁ ଏହି ଆଇନଗତ ବ୍ୟବସ୍ଥା ସହାୟକ ହେବ ।

ଅଧ୍ୟାୟ ୩

ସମ୍ପୃକ୍ତ ସରକାର, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ପିତାମାତାଙ୍କ କର୍ତ୍ତବ୍ୟ ।

ଧାରା ୬

ଏହି ବ୍ୟବସ୍ଥା ପଛରେ ଥିବା ତର୍କିକ ଭିତ୍ତିଟି ସମସ୍ତ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରାପ୍ତ କରିବାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସମସ୍ତ ପିଲାଙ୍କୁ ପ୍ରାଥମିକ ଶିକ୍ଷା ସହଜରେ ଉପଲ୍ଲବ୍ଧି କରାଇବାଟିକୁ ହେଲେ ସମସ୍ତ ପିଲାଙ୍କ ଘରଠାରୁ ସ୍ୱଳ୍ପ ଦୂରତାରେ ସ୍କୁଲର ସୁବିଧା ରହିଥିବା ଏକାନ୍ତ ଆବଶ୍ୟକ । ନିଜ ବାସସ୍ଥାନ ଯେଉଁ ଠାରୁ ଅବସ୍ଥିତ ସେହିଠାରୁ ଅଥବା ସେଠାରେ ସ୍ୱଳ୍ପ ଦୂରତା ମଧ୍ୟରେ ଯଦି ସ୍କୁଲ ନ ଥିବ ତେବେ ପିଲାମାନେ ହୁଏତ ଶିକ୍ଷା ସମାପନ କରିପାରିବେ ନାହିଁ । ସ୍କୁଲରେ କେବଳ ନାଆଁ କେଖାଇ ଦେବା ଯଥେଷ୍ଟ ନୁହେଁ । ସ୍କୁଲର ଅବସ୍ଥିତି ଯଦି ଘରପାଖରୁ ଅନେକ ଦୂରରେ ହୋଇଥାଏ । ତେବେ ଏପରି ଘଟିବାର ସମ୍ଭାବନା ଅଧିକ । ସେହି କାରଣରୁ , ଘର ପାଖରୁ ନିର୍ଦ୍ଧାରିତ ଦୂରତାରେ ଅଥବା ନିକଟବର୍ତ୍ତୀ ଗାଁରେ ଥିବା ସ୍କୁଲରେ ପିଲାମାନଙ୍କୁ ଯେପରି ପ୍ରାଥମିକ ଶିକ୍ଷାର ସାନିଧ୍ୟ ପ୍ରାପ୍ତ ହେବ , ତାହା ସୁନିଶ୍ଚିତ କରିବା ନିମନ୍ତେ ସମ୍ପୃକ୍ତ ସରକାର ଏବଂ ସ୍ଥାନୀୟ କର୍ତ୍ତୁପକ୍ଷମାନଙ୍କୁ ଉପରେ ଶିକ୍ଷା ଅଧିକାର ଆଇନ ବାଧ୍ୟତାମୂଳକ ସର୍ତ୍ତ ଆରୋପ କରିଛି ।

ଇଚ୍ଛାକୃତଭାବେ ଶିକ୍ଷା ଅଧିକାର ଆଇନର ଦୂରତାରେ କୌଣସି ସଜ୍ଞା ନିରୂପଣ କରାଯାଇ ନାହିଁ କିମ୍ବା ଆଖପାଖ ଅଞ୍ଚଳ ବିଷୟରେ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଇ ନାହିଁ । ସେହି ନିୟମର ଅବଶ୍ୟକତା ମୁତାବକ କିନ୍ତୁ ସମ୍ପୃକ୍ତ ସରକାରମାନେ ନିର୍ଦ୍ଧିଷ୍ଟ ଅଞ୍ଚଳ ଅଥବା ସେହିପରି ସୀମାର ନିର୍ଦ୍ଧାରଣା ପୂର୍ବକ ବିଜ୍ଞପ୍ତି ଜାରି କରିବେ । ବିଭିନ୍ନ ରାଜ୍ୟର ଭୌଗୋଳିକ ବିଭିନ୍ନତା , ଜଳସେଚନ , ଭିନ୍ନତା , ଅନ୍ୟାନ୍ୟ ନାନାବିଧ ବିବିଧତା ଦୃଷ୍ଟିରୁ ସମ୍ପୃକ୍ତ ରାଜ୍ୟମାନେ ‘ଆଖପାଖ “ ର ସୀମା ନିର୍ଦ୍ଧାରଣ ପୂର୍ବକ ସଚେତନ ନିସ୍ପତି ଗ୍ରହଣ କଲାବେଳେ ଭିନ୍ନ ଭିନ୍ନ ପିଲାମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେବେ ।

ତେବେ, ଶିକ୍ଷା ଅଧିକାର ଆଇନର ଯେଉଁ ଆଦର୍ଶ ନମୁନା କେନ୍ଦ୍ର ସରକାରଙ୍କ ଦ୍ଵାରା ରାଜ୍ୟ ମାନଙ୍କରେ ପ୍ରଚାରିତ କରାଯାଇଛି ସେଥିରେ ଉକ୍ତ ବିଷୟଟିକୁ ଉଦାହରଣ ମାଧ୍ୟମରେ ସରଳଭାବେ ବୁଝାଇବାର ପ୍ରୟାସ କରାଯାଇଛି । ଦୂରତାର ଉଦାହରଣ ଦେଇ କୁହାଯାଇଛି ଯେ ପ୍ରଥମରୁ ୫ ମ ଶ୍ରେଣୀର ପିଲାଙ୍କ ପାଇଁ ସର୍ବାଧିକ ଦୂରତା ଏକ କିଲୋମିଟର ଏବଂ ୬ଷ୍ଠ ରୁ ୮ମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସର୍ବାଧିକ ଦୂରତା ହେବ ୩ କି . ମି । ପୁଣି ଦୁର୍ଗମ ଅଞ୍ଚଳ ନିମନ୍ତେ ଏଆକୁ କୋହଳ କରାଯାଇପରେ ରାସ୍ତାଘାଟର ଅଭାବ, ଅକସ୍ମାତ ଭୂସ୍ଖଳନ ହେତୁ ରାସ୍ତା ବିଚ୍ଛିନ୍ନ ହୋଇ ପଡିବା , ନଦୀରେ ବଢି ଆସିବା , ରାସ୍ତା ଆଦୌ ନ ଥିବା ଛୋଟ ପିଲାମାନେ ଘରୁ ବାହାରି ସ୍କୁଲ ଯିବା ବାଟରେ ରାସ୍ତାରେ ଉପୁଜୁଥିବା ଅନ୍ୟାନ୍ୟ ବିପଦ ଆଦିକୁ ବିଚାରକୁ ନିଆଜିବା ଉଚିତ । ପିଲାମାନଙ୍କର ସ୍କୁଲ ଯିବା ବେଳେ ସାମାଜିକ ତଥା ସାଂସ୍କୃତିକ ପ୍ରତିବନ୍ଧକମାନ ଯେପରି କୌଣସି ବ୍ୟାଘାତ ସୃଷ୍ଟି ନ କରେ ଶିକ୍ଷା ଅଧିକାର ଆଇନର ଆଦର୍ଶ ନିୟମାବଳିରେ ତହିଁର ବ୍ୟବସ୍ଥା କରାଯାଇଛି । ମାନଦଣ୍ଡ ନିର୍ଦ୍ଧାରଣ କଲାବେଳେ କେନ୍ଦ୍ର ସରକାରଦ୍ଵାରା ପ୍ରଣିତ ଆଇନଗତ ବ୍ୟବସ୍ଥା ବ୍ୟତିରେକ ସ୍ଥାନୀୟ ବ୍ୟବସ୍ଥା, ଅବସ୍ଥା , ପରିସ୍ଥିତି ଏବଂ ଆବଶ୍ୟକତା ଆଦିକୁ ବିଚାରକୁ ନେବା ଉଚିତ । ଯେଉଁ ସବୁ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନ ସଭା ନାହିଁ ସେହି ଅଞ୍ଚଳ ନିମନ୍ତେ ପ୍ରଯୁଜ୍ୟ କେନ୍ଦ୍ରୀୟ ଶିକ୍ଷା ଅଧିକାର ଆଇନରେ ସେହି ସବୁ ବ୍ୟବସ୍ଥା ରକ୍ଷା ଯାଇଛି ।

ପିଲାମାନଙ୍କ ଘର ପାଖର ନିର୍ଦ୍ଧାରଣ ଦୁରତ୍ଵ ଅଥବା ଆଖପାଖରେ ଏବେ କେଉଁଠି ସବୁ ସ୍କୁଲମାନ ଉପଲବ୍ଧ ସେ ସମ୍ବନ୍ଧରେ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳମାନେ ଏକ ସ୍ପଷ୍ଟ ଚିତ୍ର ପ୍ରସ୍ତୁତ କରିବେ । ଏହା କରିବାକୁ ହେଲେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଯାହା କ୍ଷଉ କରିବାକୁ ହେବ ତାହା : (୧) “ଆଖପାଖ “ ର ସ୍ପଷ୍ଟ ସଜ୍ଞା ନିରୂପଣ କରିବା । ଏହିଭଳି ମାପଦଣ୍ଡ ନିର୍ଦ୍ଧାରଣ କଲାବେଳେ ଧାରା ୩(୧) ର ଉଦ୍ଧେଶ୍ୟ ପୂରଣ କଲାଭଳି ରାଜ୍ୟ ସରକାର ଅଥବା ସ୍ଥାନୀୟ କର୍ତ୍ତୃପକ୍ଷ ଦ୍ଵାରା ପ୍ରତିଷ୍ଠିତ ପ୍ରାଥମିକ ସ୍କୁଲ , ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ସଂଯୁକ୍ତ ସ୍କୁଲ କୁ ଆଖପାଖର ସ୍କୁଲ ବିବେଚନା କରାଯିବା । (୨) ଆଖପାଖ ଇଲାକା ଅଥବା ଜନବସତିର ନକ୍ସା ପ୍ରସ୍ତୁତ କରି ସେ ସବୁକୁ ନିର୍ଦ୍ଧିଷ୍ଟ ସ୍କୁଲ ସହ ଯୋଡି ଦିଆଯିବ । ଏହା ମଧ୍ୟ ସମ୍ଭବ ଯେ ଆଖପାଖର ଜନବସତିର ନକ୍ସା ପ୍ରସ୍ତୁତ କରି ସେ ସବୁକୁ ନିର୍ଦ୍ଧିଷ୍ଟ ଚୋଲ୍ଲ୍କ ସହ ଯୋଡିଦିଆଯିବ । ଏହା ମଧ୍ୟ ସମ୍ଭବ ଯେ ଆଖପାଖର ଜନବସତିକୁ ଏକାଧିକ ସ୍କୁଲ ସହ ଯୋଡା ଯାଇପାରିବ ପିଲା ଙ୍କ ନିକଟରେ ସର୍ବଜନୀନ ଶିକ୍ଷା ପହଞ୍ଚାଇ ଦେବା ନିମନ୍ତେ କଣ କେଉଁଠି ଅଭାବ ଅସୁବିଧା ସବୁ ରହିଛି , କେଉଁ ସ୍ଥାନରେ ନୂଆ ସ୍କୁଲ ପ୍ରତିସ୍ତା କରାଯିବାର ଆବଶ୍ୟକତା ଅଛି , ତାହା ଜଣାପଡିଯିବ ।

ଧାରା ୭ (୧) – (୫) ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅର୍ଥଗତ ଏବଂ ଅନ୍ୟାନ୍ୟ ଦାୟିତ୍ଵ ବିଷୟକ ବ୍ୟବସ୍ଥା ରଖାଯାଇଛି । ଯାହାଫଳରେ ପ୍ରସ୍ତାବିତ ଆଇନରେ ଥିବା ବ୍ୟବସ୍ଥାମାନଙ୍କର ସଫଳ ରୂପାଯନ ହୋଇପାରିବ । କେନ୍ଦ୍ର୍ଦ ସରକାର ଙ୍କ ଆକଳନ ମୁତାବକ ୨୦୧୦ -୧୧ ରୁ ୨୦୧୪-୨୫ – ଏହି ପାଞ୍ଚ ବର୍ଷରେ ଶିକ୍ଷା ଅଧିକାର ଆଇନର ରୂପାୟନ ନିମନ୍ତେ ସମୁଦାୟ ୨.୩୧ ଲକ୍ଷ କୋଟି ତାଙ୍କର ଅବଶ୍ୟକତା ରହିଛି । ଏହାଦ୍ଵାରା ତ୍ରୟୋଦଶ ଅର୍ଥ କମିଶନ ମଧ୍ୟ ସ୍ଵତନ୍ତ୍ର ଭାବେ ପ୍ରାଥମିକ ଶିକ୍ଷା ପାଇଁ ୨୪.୦୬୮ କୋଟି ଟଙ୍କାର ଅନୁଦାନ ନିମନ୍ତେ ବ୍ୟବସ୍ଥା ରଖିଛନ୍ତି । ତ୍ରୟୋଦଶ ଅର୍ଥ କମିଶନଙ୍କ ଅନୁଦାନ ରାଶି ବର୍ଷକୁ ବର୍ଷ କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟଠାରୁ ସିଧାସଳଖ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଏ । ୨.୩୧ ଲକ୍ଷ କୋଟିର ସାମଗ୍ରିକ ଆକଳନ ରାଶିରୁ ଉକ୍ତ ଅନୁଦାନ ରାଶି ବାଦ ଦିଆଯିବା ପରେ ଅବଶିଷ୍ଟ ୨.୦୭ ଲକ୍ଷ କୋଟି ଟଙ୍କାକୁ ୬୫:୩୫ ଅନୁପାତରେ ଆକଳନ ରାଶିରୁ ଉକ୍ତ ଅନୁଦାନ ରାଶି ବାଦ ଦିଆଯିବା ପରେ ଅବଶିଷ୍ଟ ୨.୦୭ ଲକ୍ଷ କୋଟି ଟଙ୍କାରୁ ୬୫:୩୫ ଅନୁପାତରେ କେନ୍ଦ୍ର ଓ ରାଜ୍ୟ ସରକାର ଭାଗବାଣ୍ଟି ବହନ କରିବେ । ଏହି ଉପାୟରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବ । ଉତ୍ତର ପୂର୍ବାଞ୍ଚଳରେ ରାଜ୍ୟମାନଙ୍କ କ୍ଷେତ୍ରରେ ପାଣ୍ଠିବଣ୍ଟରାର ଅନୁପାତ ହେଉଛି ୯୦:୧୦ ।

ଧାରା ୭ (୬) ରେ ଜାତୀୟ ଶିକ୍ଷା ଖସଡା ଢାଞ୍ଚା ଗଠନ ନିମନ୍ତେ ବ୍ୟବସ୍ଥା ଅଛି । ଏହି କାର୍ଯ୍ୟ ନିର୍ବାହ ଉଦ୍ଦେଶ୍ୟରେ NCERT କୁ ଦାୟିତ୍ଵ ପ୍ରଦାନ କରି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । NCERT ପ୍ରସ୍ତୁତ କରିଥିବା National curriculum framework -୨୦୦୫ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଶିକ୍ଷଣ ପ୍ରକ୍ରିୟାର ନିର୍ଦ୍ଧିଷ୍ଟ ସଜ୍ଞା ପ୍ରଦାନ , ମୂଲ୍ୟାୟନ , ଗୁଣବତ୍ତା , ଶିକ୍ଷାର ବିଭିନ୍ନ ଦିଗ ମଧ୍ୟରେ ସମନ୍ଵୟ ସୃଷ୍ଟି ଯୋଗୁଁ ଏହା ସୃଜନଶୀଳ ନାଗରିକ ସୃଷ୍ଟି କରିଛି । ଦେଶର ସମ୍ମାନ ବୃଦ୍ଧି କରିବା ଏବଂ ନୂଆ ରାସ୍ତା ଦେଖାଇବ ବୋଲି ମତ ପ୍ରକାଶ ପାଇଛି । ଶିକ୍ଷା ଅଧିକାର ଆଇନ ଅଧିନସ୍ଥ ଶିକ୍ଷା ଖସଡା ଢାଞ୍ଚା ରୂପେ ଏହା ଗୃହିତ ।

ଧାରା ୮ରେ ସମ୍ପୃକ୍ତ ସରକାରମାନଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି , ଯାହାଦ୍ଵାରା ପ୍ରତ୍ୟେକ ପିଲାକୁ ନିଶ୍ଚିତ ରୂପେ ନିଃଶୁକ୍ଳ ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଉପଲ୍ଲବ୍ଧ କରାଇ ଦିଆଯାଇପାରିବ , ତା ପୁଣି ଆଖପାଖର ସ୍କୁଲରେ । “ ବାଧ୍ୟତାମୂଳକ ଶିକ୍ଷା “ ର ଅର୍ଥକୁ ବୁଝାଇ ଦିଆଯାଇ କୁହାଯାଇଛି : ପିଲାଙ୍କୁ ନିଃଶୁକ୍ଳ ପ୍ରାଥମିକ ଶିକ୍ଷା ଉପଲ୍ଲବ୍ଧ କରାଇବ , ବାଧ୍ୟତାମୂଳକ ଭାବେ ସେମାନଙ୍କ ନାମ ସ୍କୁଲରେ ଲେଖାଇବା, ସେମାନେ ଯେପରି ନିୟମିତ ସ୍କୁଲକୁ ଆସନ୍ତି ଏବଂ ପ୍ରାଥମିକ ଶିକ୍ଷା ସମାପ୍ତ କରନ୍ତି ତାହା ନିଶ୍ଚିତ କରିବା ହେଉଛି ସମ୍ପୃକ୍ତ ସରକାରମାନଙ୍କର କର୍ତ୍ତବ୍ୟ । ଏଥିରେ ପୁଣି ବ୍ୟବସ୍ଥା ରଖାଯାଇଛି ଯେ ଯଥାଯୁକ୍ତ ସରକାର ଅଥବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ, ସଂପୂର୍ଣ୍ଣ ରୂପେ ପରିଚାଳିତ , ନିୟନ୍ତ୍ରିତ କିମ୍ବା ଯଥେଷ୍ଟ ଭାବେ ସାହାଯ୍ୟ ପ୍ରାପ୍ତି ସ୍କୁଲରେ ନାମ ନ ଲେଖାଇଥିବା ପିଲା କିମ୍ବା ସେ ଭଳି ପିଲାର ଅଭିଭାବକ ଯଦି ପ୍ରାଥମିକ ଶିକ୍ଷା ଜନିତ ଖର୍ଚ୍ଚ ଦାବି କରନ୍ତି ତେବେ ସେମାନଙ୍କୁ ସେଭଳି କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ । ଅନ୍ୟ ବିଷୟମାନଙ୍କ ସମେତ ଏଥିରେ ସମ୍ପୃକ୍ତ ସରକାରମାନଙ୍କ କର୍ତ୍ତବ୍ୟ ବିଷୟ ନିର୍ଦ୍ଧାରଣ କରି କୁହାଯାଇଛି ଯେ ଦୁର୍ବଳ ଶ୍ରେଣୀର ପିଲା ଏବଂ ଅସାମର୍ଥ୍ୟ ଥିବା ବର୍ଗର ପିଲାମାନଙ୍କ କ୍ଷେତ୍ରରେ କୌଣସି ପାଟର ଅନ୍ତର କରାଯିବ ନାହିଁ । ସେହି ବର୍ଗର ପିଲାମାନେ ଯେପରି ପ୍ରାଥମିକ ଶିକ୍ଷା ଲାଭର ସୁଯୋଗରୁ ବଞ୍ଚିତ ନ ହୁଅନ୍ତି ଏବଂ ଶିକ୍ଷା ସମାପନ କରନ୍ତି ତାହା ନିଶ୍ଚିତ କରିବାକୁ ହେବ ; ପ୍ରତ୍ୟେକ ପିଲାର ନାମ ଲେଖାଠାରୁ ଆରମ୍ଭ କରି ନିୟମିତ ଉପସ୍ଥାନ ଏବଂ ପ୍ରାଥମିକ ଶିକ୍ଷା ସମାପନ ପର୍ଯ୍ୟନ୍ତ ପ୍ରଯତ୍ନ କରାଯିବ , ସ୍କୁଲ ପାଇଁ ଘର ଶିକ୍ଷକ ଏବଂ ପାଠ୍ୟ ଉପକରଣ ଯୋଗାଇ ଦିଆଯିବ , ନିୟମ ମୁତାବକ ଉତ୍ତମ ଗୁଣମାନର ଶିକ୍ଷା ଜୋଗାଡିଆ ଦିଆଯିବ , ପାଠ୍ୟ ଖସଡା ଓ ପାଠ୍ୟକ୍ରମ ଯଥା ସମୟରେ ପ୍ରକାଶିତ ହେବ ; ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଧାରା ୯ ପାଖଆଖରେ କୌଣସି ଏକ ସ୍କୁଲରେ ପ୍ରତ୍ୟେକ ପିଲାଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷମାନେ ଯେପରି ନିଃଶୁକ୍ଳ ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଯୋଗାଇଦେବା କାର୍ଯ୍ୟ ନିଶ୍ଚିତ ରୂପେ ସମାପନ କରିପାରିବେ ସେଇ ଉଦ୍ଦେଶ୍ୟରେ ଧାରା -୯ରେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କର ଦାୟିତ୍ଵ ବିଷୟ ଉଲ୍ଲେଖ କରାଯାଉଛି । ଅନ୍ୟ ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବା ସଙ୍ଗେ ସଙ୍ଗେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ଦାୟିତ୍ଵ ରେ ଏହା ଅନ୍ତର୍ଭୁକ୍ତ ଯେ ଦୁର୍ବଳ ଶ୍ରେଣୀ ତଥା ପ୍ରତିକୂଳ ଅବସ୍ଥା ସମ୍ପନ୍ନ ପିଲାମାନଙ୍କ ପ୍ରତି ଯେପରି କୌଣସି ବାଛବିଚାର ପୂର୍ବକ ଅନ୍ୟାନ୍ୟ କରାନ ଯାଏ । ତାହା ସେମାନେ ସୁନିଶ୍ଚିତ କରିବେ ଯେପରିକି ଏହି ସବୁ ବର୍ଗର ପିଲାମାନଙ୍କ କ୍ଷେତ୍ର ରେ ପ୍ରାଥମିକ ଶିକ୍ଷାର ସଫଳ ସମାପନରେ କୌଣସି ବାଧା ନଉପୁଜେ । ସ୍ଥାନୀୟ ଲିପିବଦ୍ଧ କରିବେ , ପିଲାମାନଙ୍କ ନାମଲେଖାଠାରୁ ଆରମ୍ଭ କରି ଉପସ୍ଥାନ ସମେତ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ସମାପନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଅବସ୍ଥା ପ୍ରତି ଧ୍ୟାନ ଦେଇ ନିଶ୍ଚିତ ରୂପେ କାର୍ଯ୍ୟକରି କରିବେ – ଅନ୍ୟସ୍ଥାନରୁ ଆସିଥିବା ପିଲାଙ୍କ ସମେତ ପ୍ରତ୍ୟେକ ପିଲାଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ କରାଇବେ ; ସ୍କୁଲ ପାଇଁ ଘର ,ଶିକ୍ଷକ , ଶିକ୍ଷା ଉପକରଣର ସୁବ୍ୟବସ୍ଥା ସାଙ୍ଗକୁ ନିୟମ ମୁତାବକ ଉତ୍ତମମାନର ପ୍ରାଥମିକ ଶିକ୍ଷା ଯେପରି ଉପଲ୍ଲବ୍ଧ ହୁଏ ତାହା ସୁନିଶ୍ଚିତ କରିବେ , ପାଠ୍ୟ ଖସଡା ବିଷୟରେ ନିଷ୍ପତି ନେବେ ।

ଧାରା ୧୦ : ଏଥିରେ ପ୍ରତ୍ୟେକ ପିତାମାତା / ଅଭିଭାବକଙ୍କ ଉପରେ ନୈତିକ ଦାୟିତ୍ଵ ନ୍ୟସ୍ତ କରାଯାଇଛି ଯେ ସେମାନେ ଯେପରି ତାଙ୍କ ନିଜର ପିଲା ଅଥବା ନିଜ ତତ୍ତ୍ଵାବଧାନରେ ଥିବା ପିଲାମାନେ ନିଜ ନିଜର ପ୍ରାଥମିକ ଶିକ୍ଷା ଅଧିକାରରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରିବେ । ଏଥିରେ ଅନ୍ତର୍ଭୁକ୍ତ ବିଷୟଗୁଡିକର ଉଦାହରଣ ହେଉଛି : ଶିଶୁ ଶ୍ରମିକ ପ୍ରଥା : ଯେଉଁ ସବୁ ପ୍ରକୃତିକ ପ୍ରତିକୂଳ ଇଲାକାରେ ପିଲାମାନଙ୍କୁ ଜାଳେଣୀକାଠ ସଂଗ୍ରହ କରିବାକୁ ପଡେ । ଅନ୍ୟାନ୍ୟ ଘରକାମରେ ସାହାଯ୍ୟ କରିବାକୁ ପଡେ । ବସ୍ତିରେ ରହୁଥିବା ଅତ୍ୟନ୍ତ ଦରିଦ୍ର ପିଲାମାନେ , ସହରାଞ୍ଚଳ ବାସ୍ତୁହରା ପିଲାମନେ , ମେହେନ୍ତର ପରିବାର ତଥା ସେହି ପ୍ରକାର ଅନ୍ୟ ଘୃଣିତ ପରିବାରର ପିଲାମାନେ , ଏଠି ସେଠି ଘୁରି ବୁଲି କାଁ ଭାଁ କାମ ଧନ୍ଦା କରୁଥିବା ପରିବାରର ;;ପିଲା , ଭୂମିହୀନ କୃଷି ଶ୍ରମିକଙ୍କ , ରାସ୍ତାକାମରେ ନିଯୁକ୍ତ ଶ୍ରମିକଙ୍କ ସମେତ ବଡବଡ ନିର୍ମାଣ ସଂସ୍ଥା ରେ କାମ କରୁଥିବା ଶ୍ରମିକଙ୍କ ପିଲା , ଭୂମିହୀନ କୃଷି ଶ୍ରମିକଙ୍କ ପିଲା ଯେଉଁମାନଙ୍କୁ ପରିବାରର ଖର୍ଚ୍ଚ ତୁଲାଇବାକୁ କାମରେ ଖଟିବାକୁ ପଡେ । ଆଖପାଖର ସ୍କୁଲରେ ନିଃଶୁକ୍ଳ ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଯୋଗାଣ ପରିପ୍ରେକ୍ଷୀରେ ସମ୍ପୃକ୍ତ ସରକାର ଏବଂ ସ୍ଥାନୀୟଙ୍କ ଦାୟିତ୍ଵ ସହ ସେହି ବ୍ୟବସ୍ଥାକୁ ମିଶାଇ ଏକ ସଙ୍ଗେ ପାଠ କରିବା ବିଧେୟ । ଯେଉଁ ଅଭିଭାବକ ମାନେ ସେମାନଙ୍କ ନିଜର ପିଲା ଅଥବା ନିଜ ତତ୍ତ୍ବାବଧାନରେ ଥିବା ପିଲାଙ୍କୁ ନିଃଶୁକ୍ଳ ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଦାନ ନିମନ୍ତେ ଆଖପାଖର ସ୍କୁଲରେ ନାମ ଲେଖାଇବାକୁ ଇଚ୍ଛୁକ ନୁହନ୍ତି ସେ ଭଳି ଅଭିଭାବକମାନଙ୍କୁ ବାଧ୍ୟ କରିବା ଉକ୍ତ ବ୍ୟବସ୍ଥାର ଉଦ୍ଦେଶ୍ୟ ନୁହେଁ ।

ଯେଉଁ ପିତା ମାତା/ ଅଭିଭାବକମାନେ ତାଙ୍କ ପିଲାଙ୍କୁ ସ୍କୁଲକୁ ପଠାଉ ନାହାନ୍ତି ସେମାନଙ୍କ ପାଇଁ ଆଇନଗତ ଦଣ୍ଡବିଧାନର ବ୍ୟବସ୍ଥା ରଖିବାକୁ ପ୍ରସ୍ତାବମାନ ମିଳିଥିଲା । କିନ୍ତୁ ପ୍ରକୃତ କଥା ହେଉଛି ଯେ ଯେଉଁ ପିଲାମାନେ ସ୍କୁଲକୁ ଆସନ୍ତି ନାହିଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସାମାଜିକ ଦୁର୍ବଳ ଶ୍ରେଣୀ ତଥା ପ୍ରତିକୂଳ ପରିସ୍ଥିତିରେ ବାସ କରୁଥିବା ପିଲା । । ସେମାନଙ୍କ ପିତାମାତାଙ୍କୁ ଦଣ୍ଡିତ କରିବା ଅର୍ଥ ଦାରିଦ୍ର୍ୟକୁ ଦଣ୍ଡିତ କରିବା , ବଞ୍ଚିତକୁ ଅଧିକ ଲାଞ୍ଛିତ କରିବା ଭଳି ହେବ । ଅନେକ ପ୍ରଥମ ପିଢିର ଶିକ୍ଷାର୍ଥୀ ଅଛନ୍ତି ଯେଉଁମାନେ ପରିବାରିବା ପରିବେଶରେ ଶିକ୍ଷାର ବାତାବରଣ ନାହିଁ , ସେଥିଯୋଗୁଁ ପାଠ୍ୟକ୍ରମ ସହ ନିଜକୁ ଖାପ ଖୁଆଇ ନ ପାରି ସେମାନେ ଅଧାରୁ ପାଠ ଛାଡନ୍ତି । ଏ ପ୍ରକାର ପିଲାମାନେ ଅଧାରୁ ପାଠ ଛାଡି ଦେଉଥିବା କାରଣରୁ ଅଥବା ଶିକ୍ଷା ବ୍ୟବସ୍ଥାରୁ ବାହାରକୁ ଛିଟିକି ପଡୁଥିବା କାରଣରୁ ସେମାନଙ୍କ ଅଭିଭାବକମାନଙ୍କୁ ଦଣ୍ଡିତ କରାଯିବା ଅନ୍ୟାୟ ପୂର୍ବକ ହେବ । ତେଣୁ ପିତାମାତା ଏବଂ ଅଭିଭାବକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ସରକାରଙ୍କୁ ନାଗରିକ ସମାଜରେ ସହଯୋଗ ଲୋଡିବାକୁ ପଡିବ ।

 

ଧାରା -୧୧: ସମ୍ପୃକ୍ତ ସରକାରମାନେ ପ୍ରାକ – ବିଦ୍ୟାଳୟ ଶିକ୍ଷା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିପାରନ୍ତି ବୋଲି ଏଥିରେ ଉଲ୍ଲେଖ ଅଛି ।

 

ଅଧ୍ୟାୟ -4

ସ୍କୁଲ ତଥା ଶିକ୍ଷକମାନଙ୍କର ଦାୟିତ୍ଵ

ଧାରା -12 ପିଲାମାନଙ୍କୁ ନିଃଶୁକ୍ଳ ତଥା ବାଧ୍ୟତା ମୂଳକ ଶିକ୍ଷା ଯୋଗାଇ ଦେବାରେ ସ୍କୁଲର ଦାୟିତ୍ଵ ସମ୍ବନ୍ଧରେ ଏଥିରେ ବର୍ଣ୍ଣନା କରାଯାଇଛି ଯଥା –

(କ) ସମସ୍ତ ସରକାରୀ ସ୍କୁଲ ସମସ୍ତ ପିଲାଙ୍କୁ ନିଃଶୁକ୍ଳ ତଥା ବାଧ୍ୟତା ମୂଳକ ଶିକ୍ଷା ଉପଲ୍ଲବ୍ଧ କରାଇବେ । (ଖ) ସରକାରୀ ସାହାଯ୍ୟ ପ୍ରାପ୍ତ ଅନୁଷ୍ଠାନମାନେ ପ୍ରାଥମିକ ଶ୍ରେଣୀଗୁଡିକରେ ଛାତ୍ରଛାତ୍ରୀଙ୍କ ଶତକଡା ହାରରେ ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ଯୋଗାଇବେ । ଅର୍ଥାତ,ଏଭଳି ଅନୁଷ୍ଠାନ ସରକାରଙ୍କ ଠାରୁ ପାଉଥିବା ପୁନଃ ପୌନିକ ସାହାଯ୍ୟରେ ଶତକଡା ହାର ସହ ସ୍କୁଲ ପୌନଃବୌନିକ ବାର୍ଷିକ ଖର୍ଚ୍ଚ ସହ ସମାନ ହେବ, ଏହାର ସର୍ବନିମ୍ନ ସୀମା ହେଉଛି 25 ପ୍ରତିଶତ । (ଗ) ପ୍ରଥମ ଶ୍ରେଣୀରେ ଏବଂ ପ୍ରାକ ପ୍ରାଥମିକ ଶ୍ରେଣୀମାନଙ୍କରେ ନାମ ଲେଖାଇଥିବା ଦୁର୍ବଳ ଶ୍ରେଣୀ ତଥ୍ୟ । ପ୍ରତିକୁଳ ପରିବେଶର ପିଲାଙ୍କ କ୍ଷେତ୍ରରେ ଅଣ ସାହାଯ୍ୟ ପ୍ରାପ୍ତ ବେସରକାରୀ ଅନୁଷ୍ଠାନ ଏବଂ ସ୍ଵତନ୍ତ୍ର ଶ୍ରେଣୀଭୁକ୍ତ ସ୍କୁଲମାନେ ସର୍ବନିମ୍ନ 25 ପ୍ରତିଶତ ପିଲାଙ୍କୁ ନିଃଶୁକ୍ଳ ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଉପଲ୍ଲବ୍ଧ କରାଇବ । ସରକାର ପ୍ରତି ପିଲା ପିଛା ଯେତେ ଟଙ୍କା ଖର୍ଚ୍ଚ କରନ୍ତି ସେହି ହିସାବରେ ଉକ୍ତ ସ୍କୁଲମାନେ ସରକାରଙ୍କ ଠାରୁ ଟଙ୍କା ଫେରିପାଇବାକୁ ହକଦାର । ପରବର୍ତ୍ତୀ ସମୟରେ ଏହାର ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଆବାସିକ ଅଣସାହାଯ୍ୟ ପ୍ରାପ୍ତ ବେସରକାରୀ ସ୍କୁଲମାନେ, ଯେଉଁଠି ପ୍ରଥମ ଶ୍ରେଣୀରୁ ପାଠ ଆରମ୍ଭ ହୁଏ ନାହିଁ , ସେମାନଙ୍କ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ ତଥା ପ୍ରତିକୂଳ ପରିବେଶର 25 ପ୍ରତିଶତ ପିଲା ନାମ ଲେଖାଇବାର ଆବଶ୍ୟକତା ନାହିଁ ।

ବେସରକାରୀ ଅଣସାହାଯ୍ୟପ୍ରାପ୍ତ ସ୍କୁଲ ଦୁର୍ବଳ ଶ୍ରେଣୀ ତଥା ପ୍ରତିକୂଳ ପରିବେଶର ପିଲାଙ୍କର ପ୍ରଥମ ଶ୍ରେଣୀରେ ଲେଖାଇବା ବିଷୟକୁ ନେଇ କେତେକ ଗୋଷ୍ଠୀର ସଂଶୟ ଅଛି । ଏହି ପରିପ୍ରେକ୍ଷୀରେ “ ପିଲାମାନଙ୍କ ପାଇଁ ନିଃଶୁକ୍ଳ ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଅଧିକାର ଆଇନ ପ୍ରସ୍ତାବ -2008 ସହ ସଂଲଗ୍ଣ “ ଲକ୍ଷ୍ୟ ଓ କାରଣ ବ୍ୟାଖ୍ୟା କୁ ମିଳାଇ ଦେଖିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେଥିରେ ଅଛି :ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାମାନଙ୍କ ଅଧିକାର ଆଇନର ପ୍ରସ୍ତାବନା 2008 ଯେଉଁ ବିଶ୍ଵାସ ଉପରେ ଆଧାରିତ ତାହା ହେଉଛି ସମସ୍ତଙ୍କ ନିମନ୍ତେ ପ୍ରାଥମିକ ଶିକ୍ଷା ଉପଲ୍ଲବ୍ଧ କରାଇବା ମାଧ୍ୟମରେ ହିଁ ଏକ ସମତାବାଦୀ ମୂଲ୍ୟବୋଧ ସମ୍ପର୍ଣ୍ଣ ସାମାଜିକ ନ୍ୟାୟ , ସୁସ୍ତ ଗଣତନ୍ତ୍ରଭିତ୍ତିକ ଦୟାଶୀଳ ତଥା ନ୍ୟାୟବନ୍ତ ମାନବ ସମାଜ ସୃଷ୍ଟି ହୋଇପାରିବ । ତେଣୁ ସନ୍ତୋଷଜନକ ଗୁଣବତ୍ତା ସମ୍ପନ୍ନ ସାମାଜିକ ନ୍ୟାୟ , ସୁସ୍ଥ ଗଣତାନ୍ତ୍ରିକ ଦୟାଶୀଳ ତଥା ନ୍ୟାୟବନ୍ତ ମାନବ ସମାଜ ସୃଷ୍ଟି ହୋଇପାରିବ , ଯେଉଁ ସ୍କୁଲମାନେ ସରକାରୀ ସାହାଯ୍ୟ ଉପରେ ନିର୍ଭର କରୁ ନାହାନ୍ତି ସେମାନଙ୍କର ମଧ୍ୟ ଦାୟିତ୍ଵ ।

‘ସାମାଜିକ ସଂହତି ଏବଂ ଅନ୍ତର୍ଭୁକ୍ତକରଣ ନିମନ୍ତେ ସ୍କୁଲ ବ୍ୟବସ୍ଥା ଏକ ଉତ୍ତମ ମାଧ୍ୟମ – ଏହି ପ୍ରକାର ଅବଧାରଣ ନୂଆ ନୁହେଁ । ଏଇ କଥାକୁ ବାରମ୍ବାର ଦୋହରା ଯାଇଛି । ଶିକ୍ଷା ବ୍ୟବସ୍ଥାର ଅସାମଞ୍ଜ୍ୟସ, ପାତର ଅନ୍ତର ରହିଲେ ସମାଜରେ ପ୍ରଚଳିତ ସାମାଜିକ ତଥା ଅର୍ଥନୈତିକ ଭେଦଭାବ ଅଧିକ ସୁଦୃଢ ହେବ ସମାଜର ଶିକ୍ଷିତ ବର୍ଗର ଲୋକେ ଦରିଦ୍ରମାନଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରତି ଉଦାସୀନ ରହିବେ ସେଭଳି ଭେଦଭାବ ବଢି ବଢି ଚାଲିବ ।

“ ସାଧାରଣ ସ୍କୁଲ” ଆଖପାଖର ସ୍କୁଲ ‘ ଆଦି ପୂର୍ବର ପ୍ରଚଳିତ ଉକ୍ତିମାନଙ୍କ ଭଳି ବର୍ତ୍ତମାନ ସମୟରେ ପ୍ରଚଳିତ ଉକ୍ତି “ ଅନ୍ତର୍ଭୁକ୍ତିକରଣ ଶିକ୍ଷା “ କହିଲେ ବୁଝାଯାଏ ଯେ ନାନାବିଧ ପୃଷ୍ଠଭୂମୀର, ନାନାବିଧ ଆଗ୍ରହ ଓ ସାମର୍ଥ୍ୟ ଥିବା ପିଲାମାନେ ସମବେତ ଶ୍ରେଣୀ ଗୃହ ପରିବେଶରେ ଏକାଠି ମିଶି ଯଦି ପାଠ ପଢିବେ ତେବେ ସେମାନଙ୍କ ପ୍ରତିଭା ପୂର୍ଣ୍ଣ ରୂପେ ବିକଶିତ ହୋଇପାରିବ । ଅନ୍ତର୍ଭୁକ୍ତ ଶିକ୍ଷା ପଦ୍ଧତି ଭଳି ଅବଧାରଣାଟି ସମ୍ବିଧାନିକ ମୂଲ୍ୟବୋଧ ସହ ଖାପଖାଏ , ବିଶେଷତଃ ଭାତୃତ୍ଵ, ସାମାଜିକ ନ୍ୟାୟ ଏବଂ ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ଭଳି ମୂଲ୍ୟବୋଧ ପରିପ୍ରେକ୍ଷୀରେ ।

ସାମାଜିକ – ଆର୍ଥିକ ସ୍ତରରେ ଦୁର୍ବଳ ପୃଷ୍ଠଭୂମୀରୁ ଆସୁଥିବା ପିଲାମାନଙ୍କୁ ବେସରକାରୀ ସ୍କୁଲରେ ପଢାଇଲେ ଶ୍ରେଣୀଗୃହରେ ସେମାନଙ୍କ ସଂଖ୍ୟା ଯଦି ଅଧିକ ଥିବା ତେବେ ସେମାନେ ସହଜ ଅନୁଭବ କରିବେ ଅର୍ଥାତ ଯେଉଁ ଶ୍ରେଣୀରେ ସେମାନେ ନାମ ଲେଖାଇବେ ସେହି ଶ୍ରେଣୀରେ ସେମାନଙ୍କ ସଂଖ୍ୟା ଯଥେଷ୍ଟ ଥିବ । ଶ୍ରେଣୀକକ୍ଷ / ବିଭାଗ ହେଉଛି ସେମାନଙ୍କ ଅନୁପାତ ବିଷୟ ବିଚାର କକରିବାର ପ୍ରକୃଷ୍ଟ କ୍ଷେତ୍ର । ସେହି କାରଣରୁ କେବଳ 1 ମ ଶ୍ରେଣୀରେ ଶତକଡା 25 ପ୍ରତିଶତ ଦୁର୍ବଳ ଶ୍ରେଣୀ ତଥା ପଛୁଆ ବର୍ଗର ପିଲାଙ୍କ ନାମ ଲେଖାଇବା ବିଷୟ ଶିକ୍ଷା ଅଧିକାର ଆଇନରେ ଉଲ୍ଲେଖ ଅଛି । ପୁଣି, ସେଭଳି ସମସ୍ତ ପିଲାଙ୍କୁ କେବଳ ନେଇ ପୃଥକ ଭାବେ ଗୋଟିଏ ସ୍ଵତନ୍ତ୍ର ବିଭାଗରେ ବସାଯିବ ନାହିଁ କିମ୍ବା ତାଙ୍କ ପାଇଁ ଦ୍ଵିପ୍ରହର ବେଳା ସ୍ଵତନ୍ତ୍ର ଶ୍ରେଣୀ କରାଯିବ ନାହିଁ । ନିଃଶୁକ୍ଳ ଶିକ୍ଷା ପାଉଥିବା ଅନ୍ୟବର୍ଗର ପିଲାଙ୍କଠାରୁ ଏହି ପ୍ରକାର ପିଲାମାନଙ୍କୁ ପୃଥକ କରିଦେବାର ଯେ କୌଣସି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଗଲେ ମଧ୍ୟ ତାହା ବିପରୀତ ଫଳ ପ୍ରଦାନ କରିବ ।

ଜଣଗଣନା ତଥ୍ୟର ଜାତି /ଶ୍ରେଣୀ ଗତ ଲୋକ ସଂଖ୍ୟା ଆଧାରରେ ଏଠାରେ ଯେଉଁ 25 ପ୍ରତିଶତ ପାଇଁ ବ୍ୟବସ୍ଥା ରକ୍ଷା ଯାଇଛି ତାହା ଯଥାର୍ଥ । ସେହି ଆଧାରରେ ଦୁର୍ବଳ ଶ୍ରେଣୀର 25 ପ୍ରତିଶତ ପିଲାଙ୍କ ନାମ ଲେଖା ପାଇଁ ବ୍ୟବସ୍ଥା ରକ୍ଷା ଯାଇଛି । 2001ର ଜଣଗଣନା ଅନୁସାରେ ଜନସଂଖ୍ୟାର ଶତକଡା 16.2 ହେଉଛନ୍ତି ଅନୁସୂଚିତ ଜାତି 8.2 ହେଉଛନ୍ତି ଅନୁସୂଚିତ ଜନଜାତି ( ସମୁଦାୟ 24.4% ) । ଅଧିକନ୍ତୁ , ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକଙ୍କୁ ( BPL ) ସଂଖ୍ୟା ସମଗ୍ର ଜଣ ସଂଖ୍ୟାର ଶତକଡା 37.2 ଭାଗ । ଏହା ସୁବିଦିତ ଯେ ଯେଉଁ ଲୋକମାନେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସେମାନେ ପ୍ରାୟତଃ ସାମାଜିକ ଲାଞ୍ଛନାର ଶିକାର ହୋଇ ଥାଆନ୍ତି । ଏହିସବୁ ବିଷୟକୁ ବିଚାର କରି ପଛୁଆ ଓ ଦୁର୍ବଳ ଶ୍ରେଣୀର 25 ପ୍ରତିଶତ ପିଲାଙ୍କ ନାମ ଲେଖାଇବା ସ୍ଥିର କରାଯାଇଛି ତାଠା ଯଥାର୍ଥରେ ଯୁକ୍ତିଯୁକ୍ତ । ଏହାଠାରୁ କମ ଅନୁପାତ ରଖାଗଲେ ସାମାଜିକ ସଂହତିରୁ ସୁଦୃଢ କରିବା ଭଳି ଦୀର୍ଘ ମିଆଦି , ନୀତି , ଯାହାର ଉଦ୍ଦେଶ୍ୟ ହେଉଛି ଆମ ସନାଜରେ ଉପଲ୍ଲବ୍ଧ ହେଉଥିବା ସାମଗ୍ରିକ ମାନବ ସମ୍ବଳର ବିକାଶ ଓ ବିନିଯୋଗ, ତାହା ବ୍ୟାହତ ହେବ । ଏହାଠାରୁ କମ ଅନୁପାତ ରହିଲେ ନାମକୁ ମାତ୍ର ଅଳ୍ପ କେତେକ ଲୋକ ଉପକୃତ ହେବେ । ସେଥିରେ ଆଉ ଏକ ଭୟଙ୍କର ବିପଦ ଅଛି ଅର୍ଥାତ ଦୁର୍ବଳ ଶ୍ରେଣୀ ତଥା ପଛୁଆ ବର୍ଗର ପିଲାମାନେ ଅନ୍ୟମାନଙ୍କ ଠାରୁ ନିଜକୁ ପୃଥକ ମାନେ କରି ହିନମାନ୍ୟତା ଅନୁଭବ କରିବେ । ଶ୍ରେଣୀର ପାଠ ପଢାରେ ସେମାନଙ୍କ ଅଂଶ ଗ୍ରହଣ କରିବା ପ୍ରକ୍ରିୟା ସଙ୍କୁଚିତ ହୋଇ ପଡିବ । କୌଣସି ବିଷୟରେ ପରୀକ୍ଷାନିରୀକ୍ଷା ପୂର୍ବକ ଜ୍ଞାନ ଆହରଣ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ସାମଗ୍ରିକ ଦୃଷ୍ଟିରୁ ଏମାନଙ୍କର ବୌଦ୍ଧିକ ବିକାଶ ଆଶାନୁରୂପ ହେବ ନାହିଁ । ଶ୍ରେଣୀରେ ଯଦି ଏମାନେ ସଂଖ୍ୟା ଦୃଷ୍ଟିରୁ ଅଧିକ ଥିବ ତେବେ ଯାଇ ସେ ଲକ୍ଷ୍ୟ ପୂରଣ ହୋଇପାରିବ । ସମଗ୍ର ବିଦ୍ୟାଳୟରେ ନୁହେଁ, କେବଳ ମାତ୍ର ପ୍ରଥମ ଶ୍ରେଣୀରେ 25% ପଛୁଆ ଓ ଦୁର୍ବଳ ବର୍ଗର ପିଲାଙ୍କ ନାମ ଲେଖା ପାଇଁ ଶିକ୍ଷା ଅଧିକାର ଆଇନରେ ବ୍ୟବସ୍ଥା ଅଛି । ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ପିଲା ଯେତେବେଳେ 2ୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ସେତେବେଳେ ପ୍ରଥମ ଶ୍ରେଣୀରେ ନୂଆପିଲା ନାମ ଲେଖାଇବେ । ଏହିପରି ଭାବେ 8 ବର୍ଷର ପ୍ରାଥମିକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ଚାଲିଥିବା । କେବଳ ମାତ୍ର ପ୍ରଥମ ଶ୍ରେଣୀରେ ନାମ ଲେଖା ବ୍ୟବସ୍ଥା ପଛରେ ଥିବା ବୌଦ୍ଧିକ ଯୁକ୍ତି ମଧ୍ୟ ମାନବୀୟ ଦୃଷ୍ଟିକୋଣରୁ ପ୍ରଶଂସିତ ହେବା ଉଚିତ । ଯେଉଁ ଶିକ୍ଷମାନେ ପରିବର୍ତ୍ତନହୀନ , ଏହା ପ୍ରକାର , ନିର୍ଦ୍ଧିଷ୍ଟ, ଶ୍ରେଣୀ କକ୍ଷ ପରିବେଶରେ ପାଠପଢାଇବାରେ ଅଭ୍ୟସ୍ତ , ବିବିଧତା,ପୂର୍ଣ୍ଣ ଶ୍ରେଣୀକକ୍ଷରେ ପାଠ ପଢାଇ ପିଲାଙ୍କ ମନରେ ସେମାନେ ଯେ ରାତାରାତି ସକାରାତ୍ମକ ମନବୃତ୍ତିର ବିକାଶ କରିଦେବେ ତାଙ୍କ ବୈଷୟିକ ଜ୍ଞାନ କୌଶଳକୁ ସମୃଦ୍ଧ କରିଦେବେ , ଏପରି ଆଶା କରାଯାଇ ନ ପରେ । ପିଲାମାନଙ୍କ ଏକ ନିର୍ଦ୍ଧିଷ୍ଟ ପ୍ରକାର ସାମାଜିକ ଢାଞ୍ଚାରେ ପଡିଯାଇଥାଆନ୍ତି । ସେମାନଙ୍କ ବ୍ୟବହାର ଆଚରଣ ଆଦି ଏକ ନିର୍ଦ୍ଧିଷ୍ଟ ଢାଞ୍ଚାରେ ପଡି ଯାଇଥାଏ । ସଙ୍ଗେ ସଙ୍ଗେ ଆଚରଣ ସ୍କୁଲର ପ୍ରଚଳନ ପଦ୍ଧତି ରାତାରାତି ସେ ବଦଳି ଜୀବ ସେଭଳି ଆଶା କରାଯାଇ ନ ପରେ । ବାସ୍ତବରେ ଶିକ୍ଷା ହେଉଛି ଏକ ବିଶ୍ଵାସ ଆଧାରିତ ସାମାଜିକ ଜ୍ଞାନ କୌଶଳ ସମ୍ପର୍କିତ କର୍ମ, ସାମାଜିକ ବିଶୃଙ୍ଖଳା ସଜାଡିବାର କୌଣସି ଚଟପଟି ଉପାୟ ନୁହେଁ । ପିଲାମାନେ ଅନ୍ୟ ସମସ୍ତ ସାଥିରେ ସ୍ଵଚ୍ଛନ୍ଦରେ ମିଳାମିଶା କରିବା ନିମନ୍ତେ ସମୟ ଲୋଡା । ଶିକ୍ଷକମାନଙ୍କ ମନୋଭାବରେ ପରିବର୍ତ୍ତନ ନିମନ୍ତେ ଜ୍ଞାନର ବୃଦ୍ଧି ଓ ବିକାଶ ନିମନ୍ତେ ମିଳାମିଶା କରିବା ନିମନ୍ତେ ସମୟ ଲୋଡା । ଏହି ସବୁ ବିଷୟକୁ ବିଚାର କରି ଶିକ୍ଷା ଅଧିକାର ଆଇନରେ ଗରିବ ପଛୁଆ ଓ ଦୁର୍ବଳ ଶ୍ରେଣୀ ପିଲାଙ୍କ ପ୍ରବେଶ ସ୍ତରରେ ନାମ ଲେଖାର ବ୍ୟବସ୍ଥା କରାଯାଇଛି । ପ୍ରବେଶ ସ୍ତରରେ ପ୍ରାକ ସ୍କୁଲ ଏବଂ 1ମ ଶ୍ରେଣୀ ଅନ୍ତର୍ଭୁକ୍ତ । ଏଇ ପିଲା ମାନେ ଯେତେବେଳେ ଉପର ଶ୍ରେଣୀକୁ ଉଠି ଯିବେ ସେତେବେଳେ ନୂଆ ପିଲାମାନେ ପ୍ରାକ ଶ୍ରେଣୀରେ 1ମ ଶ୍ରେଣୀରେ ନାମ ଲେଖାଇବେ । ଏହି ପ୍ରକ୍ରିୟା ପ୍ରତିବର୍ଷ ଚାଲୁଥିବା ଫଳରେ ସ୍କୁଲର ସମସ୍ତ ଶ୍ରେଣୀରେ ବିବିଧତା କ୍ରମେ କ୍ରମେ ଅଧିକରୁ ଅଧିକ ବିସ୍ତାର ଲାଭ କରୁଥିବ । ଘଟନାକ୍ରମର ବେଗ ଏକ ଗତିରେ ଆଗେଇ ଚାଲିବା ଫଳରେ ପିଲାମାନେ ସମସ୍ତେ ମିଳିମିଶି ବିକଶିତ ହେବାର ସୁଯୋଗ ପାଇବେ , ସେମାନଙ୍କ ମଧ୍ୟରେ ବନ୍ଧୁତ୍ଵ ସୃଷ୍ଟି ହେବ ଯେଉଁ ବନ୍ଧୁତ୍ଵ ସାମାଜିକ ପ୍ରତିବନ୍ଧକମାନଙ୍କୁ ଅତିକ୍ରମ କରିଯାଇପାରିବ । ଏଇ ବେଗରେ ହେଉଥିବା ପ୍ରଗତି ଯୋଗୁଁ ସ୍କୁଲଗୁଡିକ ନିଜ ନିଜର ବୃତ୍ତିଗତ ସାମର୍ଥ୍ୟ ତଥା ଜ୍ଞାନକୌଶଳ ସମୃଦ୍ଧ କରିବାର ଅବସର ପ୍ରାପ୍ତ ହେବେ ଯାହାଫଳରେ ସେମାନେ ବହୁବିଧ ପୃଷ୍ଠଭୂମୀରୁ ଆସୁଥିବା ପିଲାମାନଙ୍କ ବୌଦ୍ଧିକ ତଥା ଆବେଗିକ ଅବଶ୍ୟକତାକୁ ଉପଯୁକ୍ତ ମତେ ପୂର୍ଣ୍ଣ କରିବା ଦିଗରେ ସମର୍ଥ ହେବେ । ଆଠ ବର୍ଷ ବୟସରୁ କମ ବୟସର ପିଲାମାନଙ୍କର ସ୍ଥିର ସାମାଜିକ ପରିଚୟ ସୃଷ୍ଟି ହୋଇ ନ ଥାଏ । ସେମାନଙ୍କ ମନ ଭୀତରେ ମୂଲ୍ୟବୋଧମାନ ରୂପ ନେଉଠିଆଏ । ନିଜ ନିଜର ପ୍ରତ୍ୟକ୍ଷ ଅନୁଭବ , ଅନୁଭୂତି ଏବଂ ସାମାଜିକ ପରିବେଶରୁ ଅର୍ଥ ଖୋଜିବାର ପ୍ରବୃତ୍ତି ଏତେବେଳେ ନେଉଥାଏ । ନିଜ ନିଜର ପ୍ରତ୍ୟକ୍ଷ ଅନୁଭବ, ଅନୁଭୂତି ଏବଂ ସାମାଜିକ ପରିବେଶରୁ ଅର୍ଥ ଖୋଜିବାର ପ୍ରବୃତ୍ତି ଏତେବେଳେ ସେମାନଙ୍କ ହରୁଆ ଖୁବ ଉଗ୍ର ଥାଏ । ପିଲାର ଏହିଭଳି କୋମଳ ବୟସରେ ଭିନ୍ନ ଭିନ୍ନ ସାମାଜିକ – ଆର୍ଥିକ ସ୍ରୋତର ପିଲାମାନଙ୍କୁ ଯଦି ନର୍ସରୀ , କିଣ୍ଡରଗାର୍ଟିନ ଭଳି ପ୍ରାକ ଶ୍ରେଣୀ ସମେତ 1ମ ଶ୍ରେଣୀଠାରୁ ସମସ୍ତଙ୍କ ସାଙ୍ଗେ ମିଶିବାର ସୁଯୋଗ ଦିଆଯାଏ ତେବେ ସେମାନେ ସଫଳ ହେବାର ଆଶା ସର୍ବାଧିକ । ତେଣୁ ଉକ୍ତ ଅବଧାରଣ ଆଧାରରେ କଳ୍ପନା କରାଯାଇଥିବା ନୀତି ପଛରେ ଥିବା ଯୁକ୍ତି ଯଥାର୍ଥ । ବିବିଧତା ହେତୁ ବିକାଶ ତ୍ୱରାନିତ୍ଵ ହୁଏ , ସେ ଶୀଘ୍ର ଶୀଘ୍ର ଶିଖିପାରେ । ସେମାନଙ୍କୁ ପୃଥକ କରିଦେଲେ ଶ୍ରେଣୀକକ୍ଷରେ ପରିବେଶର ଦାରିଦ୍ର୍ୟ ଭରିଯାଏ । ବେସରକାରୀ ହେଉ ଅଥବା ସରକାରୀ , ସମସ୍ତ ବିଦ୍ୟାଳୟ କ୍ଷେତ୍ରରେ ଏହାହିଁ ପ୍ରଯୁଜ୍ୟ । ପଛୁଆ ବର୍ଗ ଓ ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ଆଖପାଖ ସ୍କୁଲରେ 25 ପ୍ରତିଶତ ସ୍ଥାନ ଦେଇ ନାମ ଲେଖାଇବା ଫଳରେ ଗରିବ ଓ ପଛୁଆ ବର୍ଗର ପିଲାମାନଙ୍କୁ କେବଳ ମାତ୍ର ଯେ ଉତ୍ତମ ଗୁଣମାନର ଶିକ୍ଷା ପାଇଁ ବାଟ ଫିଟାଇ ଦିଆଯିବ ସେତିକି ନୁହେଁ , ବୃହତ୍ତମ ଲକ୍ଷ୍ୟଟି ହେଉଛି ଯେ ଅନ୍ତଃପକ୍ଷେ 8 ବର୍ଷ କାଳ ସବୁ ପିଲା ଏକାଠି ବସିବେ, ପଢିବେ ଏବଂ ମିଳିମିଶି ଚଳିବେ । ଜୀବନରେ ପ୍ରାରମ୍ଭିକ ପର୍ଯ୍ୟାୟର ଏକତକ ସମୟ ସେମାନେ ଜାତି, ବର୍ଣ୍ଣ, ଶ୍ରେଣୀ, ଲିଙ୍ଗ ନିର୍ବିଶେଷରେ ଏକାଠି ମିଳିମିଶି ଚାଲିବା ଫଳରେ ଆମ ସମାଜରେ ପ୍ରଚଳିତ ଜାତି, ଶ୍ରେଣୀ ଲୀଙ୍ଗ ଭିତ୍ତିକ ସଂକୀର୍ଣ୍ଣତାମାନ ହ୍ରାସ ପାଇବ । ଅନ୍ୟ ଲକ୍ଷ୍ୟଟି ହେଉଛି ଯେ ଅନ୍ୟ 75 ପ୍ରତିଶତ ପିଲା ଯେଉଁମାନେ ଅପେକ୍ଷାରେ ଉତ୍ତମ ପରିବାରମାନଙ୍କରୁ ଆସିବାର ସୌଭାଗ୍ୟପ୍ରାପ୍ତ , ସେମାନେ ସୁବିଧା ସୁଯୋଗରୁ ବଞ୍ଚିତ ପିଲାମାନଙ୍କ ସହ ଏକାଠି ମିଳିମିଶି ପଡିବାର ସୁଯୋଗ ପାଇବେ । ଦରିଦ୍ର , ଅବହେଳିତ ପରିବାରର ପିଲାମାନେ ସମ୍ପନ୍ନ ପରିବାରର ପିଲାଙ୍କ ଭଳି ସୁବିଧା ସୁଯୋଗରୁ ସିନା ବଞ୍ଚିତ , ହେଲେ ଚାଷବାସ , ବେପାରବଣିଜ ସମେତ ଜୀବନର ବ୍ୟବହାରିକ ଜ୍ଞାନ ଏମାନଙ୍କଠାରୁ ଅଧିକ । 75 ପ୍ରତିଶତ ସମ୍ପନ୍ନ ପିଲା ଏମାନଙ୍କ ସାଥିରେ ମିଳିମିଶି ପଢିଲେ ସେମାନଙ୍କ ଜ୍ଞାନର ପରିସୀମା ବିସ୍ତାରିତ ହେବ । ଅବଶ୍ୟ ସେଥି ନିମନ୍ତେ ଶ୍ରେଣୀକକ୍ଷର ଅଭ୍ୟାସ ସାଙ୍ଗକୁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଯାଇ ଜ୍ଞାନର ସର୍ବାଙ୍ଗୀନ ବିକାଶ ହୋଇପାରିବ । ଉଭୟ ବର୍ଗର ପିଲାଙ୍କୁ କେବଳ ଏକାଠି ମିଶାଇ ଦେଲେ ହେବ ନାହିଁ । ଯେଉଁ ପରିବେଶରେ ଧନୀପିଲାମାନେ ଥିବେ ସେଠାରେ 25 ବର୍ଷ ପ୍ରତିଶତ ଅବହେଳିତ ବର୍ଗର ପିଲାମାନେ କିପରି ଖାପଖୁଆଇ ଚଳିପାରିବେ ସେଥିନେଇ ପ୍ରାୟତଃ ସଂଶୟ ପ୍ରକାଶ ପାଉଛି । ଶିଖେଇବା – ଶିଖିବା ପ୍ରକ୍ରିୟା ମାଧ୍ୟମରେ ଉକ୍ତ ସମସ୍ୟାର ସମାଧାନ କରାଯାଇ ପାରିବ । ଶିକ୍ଷକମାନେ ଏହି ଦରିଦ୍ର ପଛୁଆବର୍ଗ ପିଲାମାନଙ୍କୁ ଜ୍ଞାନର ଉତ୍ସ ରୂପେ ବ୍ୟବହାର କରିପାରିଲେ ଏମାନଙ୍କ ଆତ୍ମମର୍ଯ୍ୟାଦା ଓ ପରିଚୟ ସୁଦୃଢ ହେବ, ଅନ୍ୟ ପିଲାମାନେ ଏମାନଙ୍କୁ ନ୍ୟୁନ ମନେ ନକରି ନିଜର ସମକକ୍ଷ ମନେ କରିବେ । ଧାର-13 ର ବ୍ୟବସ୍ଥା ଅନୁସାରେ କୌଣସି ସ୍କୁଲ କିମ୍ବା ବ୍ୟକ୍ତି ବିଶେଷ ପିଲାଠାରୁ ବଛାବଛି ପ୍ରକ୍ରିୟା ଆଳରେ ମୁଣ୍ଡପିଛା ଶୁକ୍ଳ ଆଦାୟ କରିପାରିବେ ନାହିଁ । ସେଭଳି କରିବା ଆଇନ ବିରୁଦ୍ଧ ଏବଂ ଏଥି ନିମନ୍ତେ ଦଣ୍ଡର ବ୍ୟବସ୍ଥା ଅଛି ନାମ ଲେଖା ନିମନ୍ତେ ବଛାବଛି ପ୍ରକ୍ରିୟା ବିଷୟରେ ଅନେକ ବେସରକାରୀ ବିଦ୍ୟାଳୟର ପ୍ରିନସିପାଲାମାନଙ୍କ ସହ ପରାମର୍ଶ କରି ସରକାର ନିର୍ଦ୍ଦେଶକ ନିୟମାବଳୀ ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଧାରା 35 (1) ର ଅନ୍ତର୍ଭୁକ୍ତ । ଉକ୍ତ ନିର୍ଦ୍ଦେଶ ନାମାରେ କୁହାଯାଇଛି ଯେ ସ୍କୁଲମାନଙ୍କର ନାମଲେଖା ପ୍ରକ୍ରିୟାକୁ ସୁନିଶ୍ଚିତ ରୂପେ ସ୍ଵଚ୍ଛ , ଯୁକ୍ତିସଙ୍ଗତ ତଥା ନୀରପେକ୍ଷ କରିବା ନିମନ୍ତେ ଧାରା 13(1) ରେ ପ୍ରଦତ୍ତ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଧାରା 2(0) ସହ ମିଶାଇ ପଢିବାକୁ ହେବ , ସ୍କୁଲ ତରଫରୁ ପିଲାଙ୍କୁ ଅଥବା ପିଲାର ଅଭିଭାବକକୁ କୌଣସି ନାମଲେଖା ପରୀକ୍ଷା ଅଥବା ସାକ୍ଷାତକର ପାଇଁ କୁହାଯିବ ନାହିଁ । ପିଲାନାମ ଲେଖାଇ ପାରିବ କି ନାହିଁ ସେଥିପାଇଁ କୌଣସି ପରୀକ୍ଷା ଅଥବା ସାକ୍ଷାତକର ଆଲ ଦେଖାଇବା ଅନୁଚିତ । ପୃଥିବୀ ସାରା ଶିକ୍ଷା ବିଷୟରେ ଯେଉଁ ବ୍ୟାପକ ଗବେଷଣା ଚାଲିଛି ସେଥିରୁ ଏହା ସ୍ଵୀକୃତୀ ଯେ ଜନ୍ମ ସମୟରେ ପିଲାପାଖରେ ଯେଉଁ ପ୍ରଚ୍ଛନ୍ନ ଶକ୍ତି ଥାଏ ସେ ଶକ୍ତିକୁ ଉପଯୋଗ କରି ସେ ଶିକ୍ଷା ଲାଭ କରିପାରେ ଏବଂ ଜଣେ ସୃଜନଶୀଳ ବ୍ୟକ୍ତିରେ ପରିଣତ ହୋଇପାରେ । ଜନ୍ମ ସମୟରେ ସବୁ ପିଲାଙ୍କ ଠାରୁ ଥିବା ଏହି ପ୍ରଚ୍ଛନ୍ନ ଶକ୍ତି ସମମାତ୍ରାରେ ଥାଏ । କେତେକ ଔପନିବେଶିକ ଗୋଷ୍ଠୀ ବିଶ୍ଵାସ କରନ୍ତି ଯେ ପୁରୁଷମାନଙ୍କ ମସ୍ତିଷ୍କ ନାରୀ ମସ୍ତିଷ୍କଠାରୁ ଉନ୍ନତତ୍ତର କିମ୍ବା ଶ୍ଵେତାଙ୍ଗମାନେ କୃଷ୍ଣକାୟମାନଙ୍କଠାରୁ ଉନ୍ନତଟିଟିଆର , ଅର୍ଥାତ ନୂଆ ନୂଆ ଶିକ୍ଷା କରିବାରେ ଏବଂ ବୁଦ୍ଧିମତ୍ତା କ୍ଷେତ୍ରରେ ଅନ୍ତରନିର୍ହିତ ପ୍ରଚ୍ଛନ୍ନ ଶକତି ଜନ୍ମବେଳେ ଭିନ୍ନ ଭିନ୍ନ ଶିଶୁଙ୍କ ଠାରୁ ଭିନ୍ନ ଭିନ୍ନ ମାତ୍ରାରେ ଥାଏ । ଏ ପ୍ରକାର ଅବଧାରଣାର ମିଥ୍ୟା ଆବରଣ ବହୁକାଳୁ ଖୋଲିଗଲାଣି ଏବଂ ସେ ସବୁ ବିଶ୍ଵାସ ଏବେ ଅଚଳ ହୋଇପଡିଲାଣି । ଏହାର ସବୁଠୁ ଠୋସ ପ୍ରମାଣ ହେଉଛି ଭାଷା ଜ୍ଞାନ ଆୟତ୍ତ କରିବା, ଯାହା ବିନା ମଣିଷ ବିନା ଶିକ୍ଷା ଲାଭ କରି ପାରିବ ନାହିଁ । ପ୍ରତ୍ୟେକ ପିଲା ପ୍ରଥମ ଦୁଇବର୍ଷରେ ଭାଷା ଶିଖିଥାନ୍ତି । ଏହି ସମୟରେ ସ୍କୁଲ ଭଳି ଅନୁଷ୍ଠାନମାନଙ୍କର କିଛି ଭୂମିକା ନ ଥାଏ । ଏହି ସମୟ ହେଉଛି ଶିଶୁର ମସ୍ତିଷ୍କ ବିକଶିତ ହେବାର ସମୟ ଯେଉଁତିରେ ଜାତି, ଶ୍ରେଣୀ, ଲୀଙ୍ଗ, ବୁଦ୍ଧିମତ୍ତାରେ କମ ବେଶୀ କିମ୍ବା ସେହିଭଳି ଅନ୍ୟ କୌଣସି ପ୍ରଭେଦର କିଛି ପ୍ରଭାବ ନ ଥାଏ । କିନ୍ତୁ ଏକଥା ସୁବିଦିତ ସେ ଜନ୍ମଠାରୁ ଆରମ୍ଭ କରି ତହିଁ ପରବର୍ତ୍ତୀ ସମୟରେ ଯେଉଁ ସବୁ କାରଣରୁ ଶିକ୍ଷଣ ପ୍ରକ୍ରିୟା ଗଭୀର ଏବଂ ବ୍ୟାପକ ହୁଏ ତାହା ହେଲା ଘରେ ଉପଯୁକ୍ତ ଲାଳନପାଳନ ଏବଂ ପରେ ପ୍ରାକ ବିଦ୍ୟାଳୟ ଏବଂ ବିଦ୍ୟାଳୟ ସ୍ତରର ଲାଳନପାଳନ । ସେଇ କାରଣରୁ ନାମ ଲେଖା ସମୟରେ ଯଦି ପରୀକ୍ଷା ଅଥବା ଅନ୍ୟାନ୍ୟ ଛାଣବିଣ ପ୍ରକ୍ରିୟାର ଆଶ୍ରୟ ନିଆଯାଏ ତାହା ଯୋଗୁଁ ଲାଳନପାଳନଗତ ପ୍ରଭେଦ ପଦାରେ ପଢିବ ସିନା, ହେଲେ ଶିକ୍ଷା କରିବା ଦିଗରେ ପିଲାର ଅନ୍ତନିହିର୍ତ ସାମର୍ଥ୍ୟଗତ ପାଥର୍କ୍ୟ ବିଷୟ ଜାଣି ହେବ ନାହିଁ । ସେହିଭଳି ପରିସ୍ଥିତିରେ ଯାହା ବିଶେଷଭାବେ ଆବଶ୍ୟକ , ବାସ୍ତବରେ ଯାହା ସରକାରଙ୍କ ଏବଂ ସମାଜର ଦାୟିତ୍ଵ ଏବଂ କର୍ତ୍ତବ୍ୟ , ତାହା ହେଉଛି ସମାଜର ଦରିଦ୍ର ତଥା ପିଛିଲା ବର୍ଗର ପିଲାଙ୍କୁ ଉତ୍ତମ ବିଦ୍ୟାଳୟ ମାଧ୍ୟମରେ ଉନ୍ନତମାନର ପ୍ରତିପୋଷଣ ଯୋଗାଇଦେବା । ସେହି କାରଣରୁ ଧାରା 35 (1) ରେ ପ୍ରଦତ୍ତ ନିର୍ଦ୍ଦେଶକ ନିଯମାବଳୀରେ ସୁସ୍ପଷ୍ଟ ଭାବେ କୁହାଯାଇଛି ଯେ ପରୀକ୍ଷା, ସାକ୍ଷାତକାର ହେଉଛି ପିଲାମାନଙ୍କୁ ବଛାବଛି କରି ଅଲଗା କରିଦେବାର ଏକ ହତିଆର । ତେଣୁ ପିଲାର ବୃଦ୍ଧିମତ୍ତା ପରୀକ୍ଷା କରାଇବା ସମାନ ଧରଣର ସୁବିଧା ସୁଯୋଗ ଉପଲ୍ଲବ୍ଧ କରାଇ ଦିଆଯାଏ । ତେବେ ଆମ ସମ୍ବିଧାନରେ କୁହାଯାଇଥିବା “ ସମତା “ ଉଦ୍ଦେଶ୍ୟ ବଳବତ୍ତର ହେବ , ସାମାଜିକ ଏବଂ ଆର୍ଥିକ ପୃଷ୍ଠଭୂମି ବିଚାରରେ ହେଉଥିବା ବାଚାବିଚାରକୁ ପ୍ରତିହତ କରାଯିବା ଡ଼ିଆଇଜିରେ ସହାୟକ ସାବ୍ୟସ୍ତ ହେବ । ଉକ୍ତ ନିର୍ଦ୍ଦେଶକ ନିୟମାବଳୀରେ ମଧ୍ୟ ମିଶ୍ରିତ ଶ୍ରେଣୀକକ୍ଷର ପ୍ରଚଳନ ଆଡକୁ ଗତି କରୁଥିବା ବିଷୟର ଗୁରୁତ୍ଵ ବିଷୟରେ କୁହାଯାଇଛି । ଯେଉଁଠି ଗୋଟିଏ ପ୍ରକାର ପୃଷ୍ଠଭୂମିରୁ ଆସିଥିବା ପିଲା କେବଳ ପଢୁନଥିବେ କି ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ବର୍ଗର ପିଲାଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ନ ଥିବ, ବିବିଧତାପୂର୍ଣ୍ଣ ପୃଷ୍ଠଭୂମିରୁ ଆସିଥିବା ପିଲାମାନେ ଏକତ୍ର ପଢୁଥିବା : ଶ୍ରେଣୀକକ୍ଷରେ ବିବିଧ ପୃଷ୍ଠଭୂମିର ପିଲାମାନେ ଏକତ୍ର ପଢିଲେ ନିଜ ନିଜ ମଧ୍ୟରେ ଆଦାନ ପ୍ରଦାନରୁ ଅଧିକ ଶିଖି ହେବ, ବିବିଧତା ପ୍ରତି ସମ୍ମାନବୋଧ ଜନ୍ମିବ , ସହନଶୀଳତା ବଢିବ ଏବଂ ସୃଜନଶୀଳତା ବଢିବ । ତେଣୁ ନାମ ଲେଖାବେଳେ ଯେଉଁ 25 ପ୍ରତିଶତ ପିଲା ଦରିଦ୍ର ଶ୍ରେଣୀ ଓ ପିଛିଲା ବର୍ଗର ପ୍ରତିନିଧିତ୍ଵ କରୁଛନ୍ତି ସେମାନଙ୍କ ନିମନ୍ତେ ନିର୍ଦ୍ଦେଶକ ନିୟମାବଳୀ ବ୍ୟବସ୍ଥା ହେଉଛି ଏହିପରି : ନାମଲେଖା ନିମନ୍ତେ ଆସିଥିବା ଦରଖାସ୍ତ ମଧ୍ୟରୁ ବିନା ବାଛବିଚାରରେ ଚୟନ କରାଯିବ । ଅବଶିଷ୍ଠ 75% ସ୍ଥାନ ପାଇଁ ନିୟମାବଳୀରେ ସ୍କୁଲକୁ ସ୍ଵାଧୀନତା ପ୍ରଦାନ କରାଯାଇଛି । ସ୍କୁଲ କର୍ତ୍ତୁପକ୍ଷ ସେଥି ନିମନ୍ତେ ନିଜ ନିଜର ନାମ ଲେଖା ନୀତି ନିର୍ଦ୍ଧାରଣ କରିବେ । ସେଭଳି ନୀତିରେ ଏହା ମଧ୍ୟ ଅନ୍ତର୍ଭୁକ୍ତ ଥିବା ଉଚିତ ଯେ ସ୍କୁଲର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସ୍ଵଚ୍ଛ, ଯୁକ୍ତି ସଙ୍ଗତ ତଥା ନ୍ୟାୟପରାୟଣ ଭାବେ ଦରଖାସ୍ତଗୁଡିକର ବର୍ଗୀକାରଣ କରାଯିବ । ବାପା ମାଆଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ପିଲାର ମାନ ନିର୍ଦ୍ଧାରଣ କରାଯିବ ନାହିଁ । ସେଭଳି ନୀତିନିୟମକୁ ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରକାଶ କରାଯିବ । ବିଶେଷତଃ ସ୍କୁଲର ନିଜସ୍ୱ ପ୍ରଚାରପତ୍ରରେ ସ୍ପଷ୍ଟ ଭାବେ ଏହାର ଉଲ୍ଲେଖ ରହିବ ଏବଂ ତାହା ବହୁଳ ଭାବେ ପ୍ରଚାରିତ ହେବ । କୌଣସି ପିଲା / ଅଭିଭାବକ ନିମନ୍ତେ କୌଣସି ପରୀକ୍ଷା ଅଥବା ସାକ୍ଷାତକାର କରାଯିବ ନାହିଁ , ଚୟନ ପ୍ରକ୍ରିୟାରେ କୌଣସି ବାଛବିଚାର କରାଯିବ ନାହିଁ । ଧାରା-14 ପିଲାର ବୟସ ପ୍ରମାଣ ପତ୍ର ବିଷୟରେ ଏଥିରେ କୁହାଯାଇଛି – ବୟସ ପ୍ରମାଣପତ୍ର ନଥିବାର ଆଳରେ ପିଲାକୁ ନାମ ଲେଖାରୁ ବଞ୍ଚିତ କରାଯିବ ନାହିଁ । ଏଭଳି ବ୍ୟବସ୍ଥା ପଛରେ ଥିବା ବୌଦ୍ଧିକ ତତ୍ତ୍ଵଟି ହେଉଛି : ଜନ୍ମ ମୃତ୍ୟୁ ଓ ବିବାହ ପ୍ରମାଣପତ୍ର ଆଇନ 1886 ଅଧୀନରେ ପ୍ରଦତ୍ତ ପ୍ରମାଣପତ୍ର ଠିକ ସମୟରେ ମିଳିପାରେ ନାହିଁ । ଏହି ପ୍ରମାଣପତ୍ର ନ ଥିବା ଯୋଗୁଁ ବୟସ ପ୍ରମାଣପତ୍ର ଖଣ୍ଡିଏ ଯୋଗାଡ କରିବା ନିମନ୍ତେ ପିଲା ଓ ତାର ବାପାମାଆଙ୍କୁ ବାରଦ୍ଵାରା ଶୁଣ୍ଢୀପିଣ୍ଡା ହେବାକୁ ପଡେ । ତେଣୁ ସ୍କୁଲରେ ନାମ ଲେଖାଇବା ନିମନ୍ତେ ଅନ୍ୟାନ୍ୟ କାଗଜ ଓ ଦଲିଲକୁ ପିଲାର ବୟସ ପ୍ରମାଣ ପତ୍ର ରୂପେ ବିବେଚନା କରାଯାଇ ପାରିବ । ଅନ୍ୟାନ୍ୟ କାଗଜପତ୍ର / ଦଲିଲର ଉଦାହରଣ ହେଉଛି (1) ANM ଙ୍କ ଦ୍ଵାରା ପଞ୍ଜିକୃତ ତଥ୍ୟ (2) ଅଙ୍ଗନୱାଡି ଖାତାପତ୍ର (3) ପିଲାର ବୟସ ବିଷୟରେ ତା ବାପାମାଆ ଅଭିଭାବଙ୍କ ଘୋଷଣାପତ୍ର । ନାମ ଲେଖା ସକାଶେ ଆଫିଡେଭିଟ ଭଳି ଅନ୍ୟ କୌଣସି ପ୍ରମାଣପତ୍ର ବ୍ୟବହାର ଯୋଗ୍ୟତା ନିଅମନ୍ତେ ବ୍ୟବହୃତ ହେବ ତାହା ସ୍ପଷ୍ଟ ଭାବେ କ୍ଷମତାପ୍ରାପ୍ତ ବିଧି ବ୍ୟବସ୍ଥାରେ ଉଲ୍ଲେଖ କରିଆବେ । ତେବେ ଉପଧାରା 14(2) ରେ ସ୍ପଷ୍ଟ ଭାବେ କହି ଦିଆଯାଇଛି ଯେ ଯେହେତୁ ଶିକ୍ଷା ନିମନ୍ତେ ପିଲାର ଅଧିକାର ଅଛି , ବୟସ ପ୍ରମାଣପତ୍ର ନ ଥିବା କାରଣରୁ ତାକୁ ସେହି ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ । ତେଣୁ ବୟସ ପ୍ରମାଣପତ୍ର ନ ଥିଲେ ମଧ୍ୟ ପିଲାର ନାମ ଲେଖାଯାଇ ପାରିବ , ବୟସ ପ୍ରମାଣପତ୍ର ନିମନ୍ତେ ଅନ୍ୟ କୌଣସି ଉପଯୋଗୀ ପ୍ରମାଣପତ୍ର ଇତ୍ୟବସରେ ସଂଗ୍ରହ କରାଯାଇପାରିବ । ଧାରା 15 ର ବ୍ୟବସ୍ଥା ମୁତାବକ ଶିକ୍ଷା ବର୍ଷର ଯେକୌଣସି ସମୟ ଲେଖା ପାଇଁ ଧାର୍ଯ୍ୟ କରାଯାଇଥାଉ ନା କାହିଁକି, ପିଲା ଯେତେବେଳେ ନାମ ଲେଖାଇବାକୁ ଚାହିଁବ ସ୍କୁଲ ତାକୁ ବାରଣ କରିପାରିବ ନାହିଁ । ସ୍କୁଲରେ ନାମ ଲେଖାଇବା ପିଲାର ଏକ ମୌଳିକ ଅଧିକାର , ଯେକୌଣସି ସମୟରେ ହେଉ ନା କାହିଁକି, ପିଲାକୁ ତା ମୌଳିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଆଦର୍ଶଗତ ଭାବେ ଶିକ୍ଷାବର୍ଷ ପ୍ରାରମ୍ଭରେ ସମସ୍ତ ପିଲା ସ୍କୁଲରେ ନାମ ଲେଖାଇବେ । ତେବେ ବିଶେଷ ଅସୁବିଧା ପରିସ୍ଥିତିରେ ଥିବା ପିଲାମାନଙ୍କ କ୍ଷେତ୍ରରେ ସ୍କୁଲ କୋହଳ ନୀତି ଅବଲମ୍ବନ କରି ଶିକ୍ଷାବର୍ଷ ଯେ କୌଣସି ସମୟରେ ସେମାନଙ୍କୁ ନାମଲେଖାର ସୁଯୋଗ ଦେବ । କେନ୍ଦ୍ରୀୟ ଶିକ୍ଷା ଶିକ୍ଷା ଅଧିକାର ଆଇନରେ ବ୍ୟବସ୍ଥା ଅଛି ଯେ ଯେଉଁ ପିଲାଶିକ୍ଷା ବର୍ଷ ଆରମ୍ଭ ହେବାର ଛଅମାସ ପରେ ନାମ ଲେଖାଇବେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ତାମିଲର ବ୍ୟବସ୍ଥା କରାଯିବ । ସ୍କୁଲର ପ୍ରଧାନ ଶିକ୍ଷକ ସେଭଳି ନିଷ୍ପତି ନେବେ ଯାହାଫଳରେ ପିଲା ତା ଶିକ୍ଷା ସମାପନ କରିପାରିବା ଦିଗରେ ସମର୍ଥ ହେବ । ଅଣସାହାଯ୍ୟପ୍ରାପ୍ତ ବେସରକାରୀ ସ୍କୁଲମାନେ ଉକ୍ତ ବ୍ୟବସ୍ଥାରେ ପ୍ରଭାବିତ ହେବେ ନାହିଁ , ବିଶେଷତଃ 75 % ନାମ ଲେଖା ପରିପ୍ରେକ୍ଷରେ । କାରଣ, ସେମାନେ ଯଦି ଶିକ୍ଷାବର୍ଷ ଆରମ୍ଭରୁ ସମସ୍ତ ଆସନରେ ପିଲାଙ୍କୁ ନାମ ଲେଖାଇ ସାରିଥିବ ତେବେ ଯେକୋଣସି ସମୟରେ ନାମ ଲେଖାର ପ୍ରଶ୍ନ ଉଠୁ ନ ଥିବ । ଧାରା 16ରେ ବାରଣ କରି କୁହାଯାଇଛି ଯେ ପ୍ରାଥମିକ ଶିକ୍ଷା ସମାପନା ନ ହେଲା ପର୍ଯ୍ୟନ୍ତ ପିଲାର ଅଟାକାଇ ରଖାଯିବ ନାହିଁ ଅଥବା ସ୍କୁଲରୁ ବହିସ୍କାର କରିଯିବ ନାହିଁ । “ ଅଟକାଇ ନ ରଖିବା ଏବଂ “ ବହିସ୍କାର ନ କରିବା “ ପ୍ରସଙ୍ଗରେ କିଛିଟା ଭୁଲ ବୁଝାମଣା ରହିଯାଇଛି । “ ଅଟକାଇ ନ ରଖିବା “ ବ୍ୟବସ୍ଥା ଏଇଥିପାଇଁ ରକ୍ଷା ଯାଇଛି ଯେ ଯେଉଁ ପିଲାମାନେ କମ ନମ୍ବର ରଖନ୍ତି ସେମାନଙ୍କୁ ବାଦ ଦେବା ଉଦ୍ଦେଶ୍ୟରେ ସାଧାରଣତଃ ପରୀକ୍ଷା ବ୍ୟବସ୍ଥାର ପ୍ରଚଳନ ହୋଇଥାଏ । ଥରେ ଫେଲ ହୋଇଗଲେ ପିଲା ହୁଏତ ପୁଣି ଥରେ ସେହି ଶ୍ରେଣୀରେ ପଢିବ ନଚେତ ସ୍କୁଲ ପୁରାପୁରୀ ଛାଡିଦେବ । ପିଲାକୁ ଗୋଟିଏ ଶ୍ରେଣୀରେ ପୁଣି ଥରେ ପଢିବାକୁ ବାଧ୍ୟ କରାଗଲେ ପିଲାର ମନୋବଳ ଭାଙ୍ଗିଯିବ , ସେ ନିରୂତ୍ସାହିତ ହୋଇ ପଡିବ । ଗୋଟିଏ ଶ୍ରେଣୀରେ ଆଉ ଥରେ ପଡିଲେ ମଧ୍ୟ ପିଲାକ ଅଧିକ କିଛି ସ୍ଵତନ୍ତ୍ର ସାଧନ ଉପଲ୍ଲବ୍ଧ ହେବ ନାହିଁ ଯଦିଓ ପାଠ୍ୟ ଖସଡା ସେହି ଏକା ପ୍ରକାରର ହିଁ ଥିବ । ପିଲାର ଆଉ ଗୋଟିଏ ବର୍ଷ ବରଂ ନଷ୍ଟ ହେବ । ଏଇଭଳି ପିଲାମାନଙ୍କ ପିତାମାତା ଓ ବନ୍ଧୁବାନ୍ଧବଙ୍କ ଦୃଷ୍ଟିରେ ସେପରି ପିଲାମାନେ ଫେଲ ହେବା ପାଇଁ ଯୋଗ୍ୟ ବିବେଚତ ହୁଅନ୍ତି , ଏହାଫଳରେ ସ୍କୁଲ ଯେଉଁ ଉଦ୍ଦେଶ୍ୟ ରଖି ପିଲାକୁ “ ଫେଲ “ ଘୋଷଣା କରି ସାରିଛି ସେହି ଉଦ୍ଦେଶ୍ୟ ଟି ବଳବର୍ତ୍ତର ହେବା ସାର ହୁଏ । ଶିକ୍ଷା ଅଧିକାର ଆଇନରେ ଥିବା “ ଅଟକାଇ ନ ରଖିବା “ ବ୍ୟବସ୍ଥାର ଉଦ୍ଦେଶ୍ୟ ପିଲାମାନଙ୍କ ଶିକ୍ଷାର ପ୍ରଗତିକୁ ମୂଲ୍ୟାୟନ କରିବାର ପ୍ରକ୍ରିୟାକୁ ପରିତ୍ୟାଗ କରିବା ନୁହେଁ । ଏହି କାରଣରୁ ନିରନ୍ତର ତଥା ବ୍ୟାପକ ମୂଲ୍ୟାୟନ ନିମନ୍ତେ ଶିକ୍ଷା ଅଧିକାର ଆଇନରେ ବ୍ୟବସ୍ଥା କରାଯାଇଛି ଯେଉଁ ପ୍ରଣାଳୀରେ ପିଲା ଭୟଭୀତ ହେବ ନାହିଁ ଫେଲ ହେବାକୁ ପଡିବ ନାହିଁ କି ବ୍ୟତିବ୍ୟସ୍ତ ହୋଇ ପଡିବ ନାହିଁ , ସେଭଳି ପିଲା କିପରି ଭଲ ପଢିବ ଏବଂ ପରୀକ୍ଷାରେ ଭଲ କରିବ ସେହି ଆବଶ୍ୟକତାକୁ ଧ୍ୟାନ ଦେଇ ଶିକ୍ଷକ ପିଲାର ବ୍ୟକ୍ତିଗତ ଯତ୍ନ ନେଇ ପାରିବେ । ଗୁଣାତ୍ମକ ବିକାଶ ନିମନ୍ତେ ଏଇଠି ସର୍ବୋତ୍ତମ ବ୍ୟବସ୍ଥା , ଦଣ୍ଡ ଫେଲ ହେବାର ଭୟ , ସେଇ ଶ୍ରେଣୀରେ ପୁଣି ଥରେ ଅଟକାଇ ରଖା ଯିବାର ଭୟ ଏଥିରେ ନାହିଁ । ଧାରା-13 ରେ ଯେଉଁ ସବୁ ଯୁକ୍ତି ଦର୍ଶାଯାଇଛି, ଯଥା ଶିକ୍ଷା ନିମନ୍ତେ ପ୍ରତି ପିଲା ପାଖରେ ସମାନ ମାତ୍ରାର ଦକ୍ଷତା ଅଛି , ମନ୍ଥର, ଦୁର୍ବଳ, ଫେଲ ହେବା ବୋଲି ପିଲା ବୋଲି ଯାହା କୁହାଯାଏ ତହିଁରେ କାରଣ ପିଲାର ଅନ୍ତର୍ନିର୍ହିତ ପ୍ରତିଭାରେ କମ ହେବା ଯୋଗୁଁ ନୁହେଁ ବରଂ ଅଧିକାଂଶ କ୍ଷେତରେ ଶିକ୍ଷାୟତନର ପରିବେଶରେ ଅଭାବଜନିତ, ପିଲାର ସହାୟ ହୋଇ ତା ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରାଇବାରେ ଶିକ୍ଷା ବ୍ୟବସ୍ଥାର ବିଫଳତା ପ୍ରଭୃତି ଦାୟୀ । ଏହାର ଅର୍ଥ ଦୋଷ ପିଲାର ନୁହେଁ । ଦୋଷ ଆମ ଶିକ୍ଷାବ୍ୟବସ୍ଥାର ବିଫଳତା । ତେଣୁ ପିଲାକୁ ଶ୍ରେଣୀରେ ଆଉ ବର୍ଷେ ଅଟକାଇ ଦଣ୍ଡିତ କରିବା ପରିବର୍ତ୍ତେ ବରଂ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକମାନ କିପରି ବୃଦ୍ଧି କରାଯାଇପାରେ ସେ ବିଷୟରେ ପ୍ରଯତ୍ନ କରାଯିବା ଉଚିତ । ପିଲା ଯଦି ଫେଲ ହୋଇଯାଏ ତେବେ ତା ଶିଖିବାର ଦକ୍ଷତାରେ ବୃଦ୍ଧି ଘଟିବ – ଏତାଦୃଶ ଉକ୍ତିର ସମର୍ଥରେ କୌଣସି ଅଧ୍ୟୟନ ଅଥବା ଗବେଷଣାରୁ ନିର୍ଯ୍ୟାସ ମିଳିନାହିଁ । ଏଭଳି ପରିସ୍ଥିତିରେ ବାସ୍ତବରେ କିନ୍ତୁ ଯାହା ଲକ୍ଷ୍ୟ କରାଯାଏ, ପିଲା ସ୍କୁଲ ଛାଡିଦିଏ, ହୁଏତ ପାଠପଢା ପୁରାପୁରୀ ଛାଡିଦିଏ । “ ବହିଷ୍କାର “ ସମ୍ବନ୍ଧରେ ଅନେକ ବ୍ୟକ୍ତି ଉଦାହରଣ ଦର୍ଶାନ୍ତି ଯେ କେତେକ ପିଲାଙ୍କର ବିଶୃଙ୍ଖଳା ଆଚରଣ, ବିପଥଗାମୀ ହୋଇପଡିବାର କୁ ପ୍ରଭାବ ଅନ୍ୟାନ୍ୟ ପିଲାଙ୍କ ଉପରେ ପଡେ ତେଣୁ ଏପରି ବିପଥଗାମୀ ପିଲାମାନଙ୍କ ବହିଷ୍କାର କରିଦେବା ଉଚିତ । ତାହା ହେଲେ ଅନ୍ୟ ପିଲାମାନେ ସୁରକ୍ଷିତ ରହିବେ । କିନ୍ତୁ ବହିଷ୍କାରର ପ୍ରଭାବ ସମ୍ବନ୍ଧରେ ଏହା କୁହାଯାଇପାରେ ଯେ ଶିକ୍ଷା ବ୍ୟବସ୍ଥା ପିଲାକୁ ସେବା ଯୋଗାଇ ଦେବାକୁ ମନା କରି ଦେଉଛି । “ ବହିଷ୍କାର “ ଶୀର୍ଷକ ଅବଧାରଣତି “ ଅଧିକାର “ ଶୀର୍ଷକ ଅବଧାରଣାର ପରିପନ୍ଥୀ । ବିଶ୍ଵର କୌଣସି ସଭ୍ୟ ରାଷ୍ଟ୍ର କୌଣସି କାରଣ ଯୋଗୁଁ ପିଲାଙ୍କୁ ପ୍ରାଥମିକ ବିଦ୍ୟାଳୟରୁ ତଡି ଦିଅନ୍ତି ନାହିଁ : ସେପରି କରାଯିବା ନିମନ୍ତେ କୌଣସି ଯଥାର୍ଥ କାରଣ ହିଁ ନାହିଁ । ପିଲା ଯଦି ଏଠାରେ ମନେରଖିବାକୁ ହେବ ଯେ ଆମେ 6 ରୁ 14 ବର୍ଷ ବୟସ୍କ ପିଲାଙ୍କ ବିଷୟରେ କହୁଛୁ , ଅଧିକ ବଯସ୍କ ପିଲାଙ୍କ ବିଷୟରେ ନୁହେଁ – ପ୍ରଚଳିତ ବ୍ୟବସ୍ଥାରେ ଅନୁସରଣ ନକରି ବିପଥରେ ପରିଚାଳିତ ହୋଇ ଦୁଷ୍କର୍ମ କରେ ତେବେ ଶିକ୍ଷା ବ୍ୟବସ୍ଥା ଏଭଳି ପିଲା ବିଷୟ ପୃଥକ ଭାବେ ବୁଝିବା ଏକାନ୍ତ ବାଞ୍ଛନୀୟ – ବୁଝେଇ ସୁଝେଇ ନଚେତ ଭିନ୍ନ ଧରଣର ପାଠ୍ୟକ୍ରମ ତଥା ଅନ୍ୟାନ୍ୟ ସୃଜନଶୀଳ କର୍ମ ମାଧ୍ୟମରେ । ଏହାଦ୍ଵାରା ପିଲାର ଆତ୍ମ ସଚେତନତା ବିକଶିତ ହେବ, ତାମନର ଗଭୀରତମ ପ୍ରଦେଶରେ ଥିବା ଭୟ ଦୂର ହେବ, ସାମାନ୍ୟ ଦୂରେଇଯିବ ପରିମାଣତଃ ତା ଆଚରଣ ଶୈଳୀ ବଦଳିବାକୁ ଲାଗିବ । ଧାରା-17 ର ନିଷେଧାଜ୍ଞା ହେଉଛି କୌଣସି ପିଲାକୁ କୌଣସି ପ୍ରକାର ଶାରୀରିକ ଦଣ୍ଡ ଅଥବା ମାନସିକ ନିର୍ଯ୍ୟାତିନା ଦିଆଯାଇପାରିବ ନାହିଁ । ପିଲାଙ୍କୁ ଦଣ୍ଡ ଦିଆଗଲେ, ଭୟଭୀତ କରାଗଲେ ସେମାନେ ଶୃଙ୍ଖଳିତ ହେବାର ଧାରଣ ଏକ ଭ୍ରାନ୍ତ ଧାରଣା । ବିଶ୍ଵବ୍ୟାପି ଶିକ୍ଷା ବିଶାରଦମାନେ ସ୍ପଷ୍ଟ ଭାବେ ମତଦିଅନ୍ତି ଯେ ଶୈଶବ ଅବସ୍ଥାର ପିଲକୁ ଉପଯୁକ୍ତ ଶିକ୍ଷଣ ପରିବେଶ ଉପଲବ୍ଧ ହେଲେ ଭବିଷ୍ୟତରେ ସେ ଜଣେ ପରିପକ୍ଵ ସୁନାଗରିକରେ ପରିଣତ ହେବ । ସ୍କୁଲଗୁଡିକ ସେହି ପ୍ରକାର ପରିବେଶରେ ସିନା ପରିଣତ ହେବ, ଜେଲ ଭଳି “ ସଂସ୍କାର କେନ୍ଦ୍ର “ ହେବେ ନାହିଁ । ଶାରୀରିକ ଦଣ୍ଡ ଏବଂ ମାନସିକ ଆଘାତରୁ ଓଲଟା ଫଳ ମିଳିଥାଏ , ଏହା ଫଳରେ ପିଲାଟି ହୁଏତ ଅଧିକ ଉସ୍ଖ୍ରୁଖଳ ହୋଇପଡେ, ପୂର୍ବାପେକ୍ଷା ଅଧିକ ପ୍ରତିହିଂସାପାରାନୟ ହୋଇପଡେ । ଯେଉଁ ବୟସରେ ପିଲାର ମନ କୋମଳ ଏବଂ ନିର୍ମଳ ଥାଏ ସେଇ ବୟସକୁ ଶୈଶବ ବୋଲି ଧରି ନିଆଯାଇଛି । ବୟସ ସମାଜ ଶୈଶବକୁ ଜୀବନର ଅଂଶବିଶେଷ ରୂପେ ବିଚାର କରି ଶୈଶବବ ଏହି ଦୁଇଟି ବୈଶିଷ୍ଠ୍ୟକୁ ସ୍ଵୀକାର କରିବା ଉଚିତ ଉଭୟ ବୈଶିଷ୍ଠ୍ୟର ପୃଷ୍ଟି ସାଧନ ନିମନ୍ତେ ଶିଶୁ ଯେଉଁ ସୁରକ୍ଷା ଓ ଉପଯୁକ୍ତ ପାଳନପୋଷଣ ଆବଶ୍ୟକ କରେ ତାହା ଯୋଗାଇ ଦେବା ଉଚିତ ।ପିଲାର ଶରୀର କୋମଳ ଏବଂ ସୁକୁମାର । ସାମାନ୍ୟ ମାତ୍ର ଦଣ୍ଡ ଯୋଗୁଁ ଶରୀର କ୍ଷତାକ୍ତ ହୋଇପାରେ, ଏପରିକି ଚଟକଣିଟିଏ ମାରିବାର ଫଳ ସ୍ୱରୂପ ପିଲାଟି କାଳ ହୋଇ ଯାଇପରେ । ଶାରୀରିକ ଦଣ୍ଡବିଧାନର ପରିମାଣ ସ୍ୱରୂପ ଗଭୀର ଭାବେ କ୍ଷତାକ୍ତ ହୋଇଥିବା ପିଲାଙ୍କ ଉଦାହରଣ ଅନେକ ଅଛି । ଶାରୀରିକ ଦଣ୍ଡ ସହ ମାନସିକ ଯାତନାଅଙ୍ଗାଙ୍ଗୀ ଭାବେ ଜଡିତ । ସମସ୍ତ ପ୍ରକାରର ଶାରୀରିକ ଦଣ୍ଡ ଏବଂ ମାନସିକ ପୀଡା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ଭାରତର ସମ୍ବିଧାନର ଧାରା ୩୯(୭) ରେ ଉଲ୍ଲେଖ ଅଛି – ଯେ ଧାରା ୩୯(୭) : “ ପିଲାମାନେ ଯେପରି ସ୍ଵାଧୀନ ବାତାବରଣ ମଧ୍ୟରେ ମର୍ଯ୍ୟାଦା ପୂର୍ବକ ବାସ କରି ସୁସ୍ଥଭାବେ ବିକଶିତ ହେବାର ସୁଯୋଗ ପାଇବେ ତାହା ସୁନିଶ୍ଚିତ କରିବା ହେଉଛି ରାଷ୍ଟ୍ରର ଦାୟିତ୍ଵ ଏବଂ କର୍ତ୍ତବ୍ୟ । ଶୈଶବ ଏବଂ କୈଶୋର ଅବସ୍ଥାକୁ ଯେପରି ଶୋଷଣରୁ ସୁରକ୍ଷିତ ରଖାଯାଇପାରିବ , ପିଲାମାନେ ଯେପରି ବସ୍ତୁଗତ ଦୃଷ୍ଟିରୁ ପରିତ୍ୟକ୍ତ ହେବାର ସୁରକ୍ଷା ପାଇବେ ତାହା ସୁନିଶ୍ଚିତ କରିବା ମଧ୍ୟ ରାଷ୍ଟ୍ରର ଦାୟିତ୍ଵ ଏବଂ କର୍ତ୍ତବ୍ୟ । “ ଧାରା ୩୯(୭) ରେ “ମର୍ଯ୍ୟାଦା” ଶବ୍ଦଟିକୁ ସ୍ପଷ୍ଟ ଭାବେ ବ୍ୟବହାର କରାଯାଇଛି । ମର୍ଯ୍ୟାଦା ଏବଂ ଦଣ୍ଡ ଉଭୟର ସହବାସ୍ଥାନ କଳ୍ପାନତୀତ । ଅଧିକନ୍ତୁ , ଜାତୀୟ ଶିକ୍ଷାନୀତି (NPE) 1986/1992 ରେ ଶାରୀରିକ ଦଣ୍ଡବିଧାନକୁ ନିଷେଧ କରାଯାଇଛି । ସେଥିରେ କୁହାଯାଇଛି: ଶିକ୍ଷା ବ୍ୟବସ୍ଥାରୁ ଶାରୀରିକ ଦଣ୍ଡବିଧାନକୁ ଦୃଢ ଭାବେ ବାଦ ଦିଆଯିବ । ଜାତି ସଂଘର ଶିଶୁ ଅଧିକାର ଚୁକ୍ତି (UNCRC) ରେ ଭାରତ ମଧ୍ୟ ସ୍ଵାକ୍ଷରକାରୀ ଦେଶ । UNCRCର ଧାରା 19 ଅନୁସାରେ : ଅଂଶୀଦାର ରାଷ୍ଟ୍ରମାନେ ଯଥାବଶ୍ୟକ ବୈଧାନିକ, ପ୍ରଶାସନିକ, ସାମାଜିକ, ଏବଂ ଶିକ୍ଷାପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପ୍ରକାର ଶାରୀରିକ ତଥା ମାନସିକ ନିର୍ଯ୍ୟାତନା, ହିଂସା, ଦୈବିକ କ୍ଷତ ଅଥବା ଗାଳିଗୁଲଜ, ଅବହେଳା ,ଅଣଦେଖା ଦୁର୍ବ୍ୟବହାର ଅଥବା ଶୋଷଣ (ଯୌନ ଶୋଷଣ ସମେତ ) ରୁ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିବେ । ଏପରିକି ପିଲାମାନେ ସେମାନଙ୍କ ମାତାପିତା, ଅଭିଭାବକ, ଆଇନ ସମ୍ମତ ତତ୍ଵାବଧାରକ ଅଥବା ଶିଶୁର ଯତ୍ନ ନେଉଥିବା ଅନ୍ୟ କୌଣସି ବ୍ୟକ୍ତିର ତତ୍ତ୍ଵାବଧାନରେ ଶିଶୁଟି ଥିବା ଅବସ୍ଥାରେ ରାଷ୍ଟ୍ର ଏତାଦୃଶ ସୁରକ୍ଷା ଯୋଗାଇଦେବ । ତେଣୁ ଶାରୀରିକ ଦଣ୍ଡ ଓ ମାନସିକ ପୀଡାକୁ ବାରଣ କରାଯାଇ ଶିକ୍ଷା ଅଧିକାର ଆଇନରେ ଯେଉଁ ବ୍ୟବସ୍ଥା ରଖାଯାଇଛି ତାହା ଆମ ସମ୍ବିଧାନର ଧାରା 39 (7) ର ତତ୍ପର୍ଯ୍ୟ ସହ ସାମ୍ଞ୍ଜ୍ୟସ ରଖେ, ଜାତୀୟ ଶିକ୍ଷାନୀତି ସହ ସମଞ୍ଜ୍ୟସ ରଖେ ଏବଂ UNCRC ସହ ସମଞ୍ଜ୍ୟସ ରକ୍ଷା କରେ । ଧାରା-18 ର ବ୍ୟବସ୍ଥା ମୁତାବକ ସ୍ବୀକୃତିର ପ୍ରମାଣପତ୍ର ହାସଲ କରିନଥିଲେ କୌଣସି ବେସରକାରୀ ସ୍କୁଲ ଖୋଲା ଯାଇ ପାରିବ ନାହିଁ । ପୁଣି, ଯେଉଁ ସବୁ ସ୍କୁଲ ନିର୍ଦ୍ଧାରିତ ନିୟମ ଓ ମାନ ପାଳନ କରୁଥିଲେ କେବଳ ସେଇମାନଙ୍କୁ ସ୍ଵୀକୃତି ପତ୍ର ପ୍ରଦାନ କରାଯିବ । ସରକାରୀ ସ୍କୁଲମାନଙ୍କୁ ସ୍ଵୀକୃତିପତ୍ର ପ୍ରଦାନର ବ୍ୟବସ୍ଥା ଉକ୍ତ ଆଇନରେ ନାହିଁ ।କାରଣ ସେ ଭଳି ହେଲେ ସରକାର ନିଜେ ନିଜର ସ୍କୁଲକୁ ସ୍ଵୀକୃତି ପ୍ରଦାନ କଲା ଭଳି କଥା ହେବ । ତେବେ ଧାରା 19ରେ ଏହା ସ୍ପଷ୍ଠ ଭାବେ ଉଲ୍ଲେଖ ଅଛି ଯେ ସମ୍ପୃକ୍ତ ଚିଠାରେ ସୂଚିତ ଆବଶ୍ୟକତାଗୁଡିକୁ ସରକାରୀ ସ୍କୁଲମାନେ ପୂରଣ କରିବାକୁ ବାଧ୍ୟ । ଧାରା -19ରେ ସ୍କୁଲମାନଙ୍କ ପାଇଁ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି । ସରକାରୀ ହେଉ ଅଥବା ବେସରକାରୀ ହେଉ, ଯେଉଁ ସ୍କୁଲମାନେ ନିର୍ଧାରିତ ମାନଦଣ୍ଡ ପୂର୍ଣ୍ଣ ରୂପେ ପାଳନ କରି ନାହାନ୍ତି ସେମାନେ ଉକ୍ତ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ତିନି ବର୍ଷର ଅବିଧି ମଧ୍ୟରେ ପୂର୍ଣ୍ଣ ରୂପେ ପୋଲାନ କରିବେ । ଏହି ଭ୍ରାନ୍ତ ଧାରଣାର କାରଣ ହେଉଛି ଶିକ୍ଷା ଅଧିକାର ଆଇନର ଚିଠା ପ୍ରସ୍ତାବ ଯେତେବେଳେ ସଂସଦରେ ଆଗତ କରାଗଲା । ସେତେବେଳେ ଭୁଲ ସ୍ଥାନରେ ଗୋଟିଏ କମା ରହିଯାଇଥିଲା । ପରବର୍ତ୍ତୀ ସମୟରେ ତାହା ସଂଶୋଧିତ ହୋଇ ସାରିଛି । ମାନଦଣ୍ଡ ପୂର୍ଣ୍ଣ କରିବାର ବ୍ୟବହାର ସମସ୍ତ ସ୍କୁଲ ପ୍ରତି ଲାଗୁ ହେବ । ଏହିସବୁ ସରକାରୀ ସ୍କୁଲମାନେ ନିର୍ଦ୍ଧାରଣ ମାନଦଣ୍ଡର ପାଳନ କରୁଛନ୍ତି କି ନାହିଁ ତାହା NCPCR ନିୟନ୍ତ୍ରଣ କରିବେ । ଧାରା -23 ମାନଦଣ୍ଡଗୁଡିକର ତାଲିକା ସଂଶୋଧନ କରିବାର କ୍ଷମତା କେନ୍ଦ୍ରସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି । ଧାରା -21 : କେତେକ ନିର୍ଦ୍ଧିଷ୍ଟ ବର୍ଗର ସ୍କୁଲରେ ସ୍କୁଲ ପରିଚାଳନା କମିଟିର ଗଠନ ଏବଂ କାର୍ଯ୍ୟ ସମ୍ବନ୍ଧରେ ଏଥିରେ ବ୍ୟବସ୍ଥା କରାଯାଇଛି । ଏଥି ପୂର୍ବରୁ ଗଠିତ ପ୍ରାୟ ସମସ୍ତ ଶିକ୍ଷା କମିଶନ ଓ ନିର୍ଦ୍ଧାରଣ ନୀତିନିୟମରେ ଏହି ପ୍ରକାର ପରିଚାଳନା କମିଟି ଗଠନ ନିମନ୍ତେ ସୁପାରିସ କରାଯାଇଛି । ଏହାର କାରଣ ହେଉଛି ଯେ ଦେଶର ସୁବିସ୍ତୁତ ଶିକ୍ଷା ବ୍ୟବସ୍ଥାରେ ଯଦି ଜଣସାଧାରଣଙ୍କୁ ସାମିଲ କରାଯାଏ , ପିଲାମାନଙ୍କ ଶିକ୍ଷାର୍ଜନ ନିମନ୍ତେ ଯଦି ସେମାନଙ୍କ ପିତାମାତା ପ୍ରଥମତଃ ଦାୟୀ ବୋଲି ଚିହ୍ନଟ କରାଯାଏ, ତେବେ ସେମାନେ ସ୍କୁଲ ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରି ଅର୍ଥପୂର୍ଣ୍ଣ ଢଙ୍ଗରେ ପରିଚାଳନା କାର୍ଯ୍ୟ ନିୟନ୍ତ୍ରଣ କରିବେ । ସେହି କାରଣରୁ ଶିକ୍ଷା ଅଧିକାର ଆଇନରେ ଏହା କଳ୍ପନା କରାଯାଇଛି ଯେ ସ୍କୁଲ ପରିଚାଳନା କମିଟିରେ ପିତାମାତାଙ୍କ ସଂଖ୍ୟା ଅଧିକ ରହିବା ସାଙ୍ଗକୁ ପଞ୍ଚାୟତ ନିର୍ବାଚିତ ସଦସ୍ୟଙ୍କ ସମେତ ସ୍କୁଲର ଶିକ୍ଷକମାନେ ଶିକ୍ଷକମାନେ ମଧ୍ୟ କମିଟିର ସଦସ୍ୟ ରହିବେ । ଦେଶର କେତେକ ସ୍ଥାନରେ “ ମାଆମାନଙ୍କ କମିଟି “ ମାନ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟ କରିଥିବା ପରିପ୍ରେକ୍ଷୀରେ ଏହା ବିଶ୍ଵାସଯୋଗ୍ୟ ଯେ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଯୋଗୁଁ ସ୍କୁଲ ବ୍ୟବସ୍ଥାରେ ସାମଗ୍ରିକ ଉନ୍ନତି ଘଟିବ । ସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ଅଣସାହାଯ୍ୟପ୍ରାପ୍ତ ବେସରକାରୀ ଅନୁଷ୍ଠାନମାନଙ୍କ ଛାଡ କରାଯାଇଛି । ସରକାର ଗୋଟିଏ ସଂଶୋଧନ ପ୍ରସ୍ତାବ ପାର୍ଲିଆମେଣ୍ଟରେ ଆଗତ କରିଛନ୍ତି । ତହିଁର ବ୍ୟବସ୍ଥା ମୁତାବକ ଅଣସାହାଯ୍ୟପ୍ରାପ୍ତ ବେସରକାରୀ ସ୍କୁଲ ଏବଂ ସଂଖ୍ୟା ଲଘୁ ଶ୍ରେଣୀର ଅନୁଷ୍ଠାନ ପାଇଁ ଯେଉଁ ପରିଚାଳନା କମିଟି ରହିବ ତାହାର କାର୍ଯ୍ୟ ପରାମର୍ଶ ପ୍ରଦାନ ସୀମିତ ରହିବ । ଧାରା -22 ରେ ବ୍ୟବସ୍ଥା ରଖାଯାଇଛି ଯେ ସ୍କୁଲ ପରିଚାଳନା କମିଟି ଏକ “ ସ୍କୁଲ ବିକାଶ ଯୋଜନା “ (SDP ) ପ୍ରସ୍ତୁତ କରିବେ । ଏହି SDP କୁ ଏଭଳି ଏକ ପୂର୍ଣ୍ଣାଙ୍ଗ ଯୋଜନା ରୂପେ କଳ୍ପନା କରାଯାଇଛି ଯାହା ସ୍କୁଲର ସମସ୍ତ ବିଷୟ ପ୍ରତି ଯତ୍ନ ନେବ ଯଥା : ପିଲାମାନଙ୍କ ଅଧିକାରର ସୁରକ୍ଷା ଭିତ୍ତିହୀନ , ଶିକ୍ଷକ ଯୋଗାଡ , ଶ୍ରେଣୀଗୃହର କାର୍ଯ୍ୟବଳୀ ସାଙ୍ଗକୁ ପିଲାମାନଙ୍କ ମୂଲ୍ୟାୟନ ,ଅନ୍ତର୍ଭୁକ୍ତକରଣ ଇତ୍ୟାଦି । ଶିକ୍ଷା ଅଧିକାର ଆଇନରେ ପରିକଳ୍ପିତ SDP ପ୍ରସ୍ତୁତ କରିବା କାର୍ଯ୍ୟ ଅଣ ସାହାଯ୍ୟପ୍ରାପ୍ତ ବେସରକାରୀ ଅନୁଷ୍ଠାନମାନଙ୍କ ଠାରୁ ଆଶା କରାଯାଇ ନାହିଁ । ପୂର୍ବୋକ୍ତ ଅଣୁଚ୍ଛେଦରେ ବର୍ଣ୍ଣିତ ସଂଶୋଧନ ପ୍ରସ୍ତାବରେ ଆହୁରି ମଧ୍ୟ କୁହାଯାଇଛି ଯେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଅଣସାହାଯ୍ୟପ୍ରାପ୍ତ ବେସରକାରୀ ସ୍କୁଲମାନଙ୍କ କ୍ଷେତ୍ରରେ SDP ପ୍ରସ୍ତୁତ କରିବାର ଆବଶ୍ୟକତା ନାହିଁ । ଧାରା- 23 ରେ ବିଦ୍ୟାଳୟର ଶିକ୍ଷକମାନଙ୍କ ଚାକିରି ସର୍ତ୍ତାବଳୀ ସମେତ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧରେ ଉଲ୍ଲେଖ ରହିଛି । ଶିକ୍ଷକମାନଙ୍କ ଯୋଗ୍ୟତା ନିର୍ଦ୍ଧାରଣ ନିମନ୍ତେ କେନ୍ଦ୍ର ସରକାର କୁ ଦାୟିତ୍ଵ ଅର୍ପଣ କରି ବିଜ୍ଞପ୍ତି ଜାରି କରିଛନ୍ତି । ତଦନୁଯାୟୀ ଉକ୍ତ କାର୍ଯ୍ୟ ନିମନ୍ତେ ହେଉଛନ୍ତି ଶିକ୍ଷା ବଶୟିକ କର୍ତ୍ତୁପକ୍ଷ । ତାଙ୍କର ତା 23-08-2010 ର ବିଜ୍ଞପ୍ତି ଶିକ୍ଷକମାନଙ୍କ ଆବଶ୍ୟକୀୟ ଯୋଗ୍ୟତା ବିଷୟରେ ବିସ୍ତୃତ ଭାବେ ଲିପିବଦ୍ଧ କରିଛନ୍ତି । ଧାରା -24 ରେ ଶିକ୍ଷକମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଉଲ୍ଲେଖ ଅଛି । ଆନୁଷଙ୍ଗିକ ଅନ୍ୟ ସମସ୍ତ ବିଷୟ ସମେତ ଏଥିରେ ଉଲ୍ଲେଖ ଅଛି ଯେ ଶିକ୍ଷକମାନେ ନିୟମିତ ସ୍କୁଲକୁ ଆସିବେ ଏବଂ ପାଠ୍ୟ ଖସଡା ମୁତାବକ ପାଠ ପଢାଇ ଯଥା ସମୟରେ ପାଠ୍ୟକ୍ରମ ଶେଷ କରିବେ, ସ୍ଵତନ୍ତ୍ର ଧ୍ୟାନ ଆବଶ୍ୟକ କରୁଥିବା ପିଲାମାନଙ୍କ ପ୍ରତି ଧ୍ୟାନ ଦେବେ , ପିଲାଙ୍କ ପାଠପଢାର ଯୋଗ୍ୟତା ବିଷୟରେ ମୂଲ୍ୟାୟନ କରିବେ ଏବଂ ଅଭିଭାବକମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବେ । ଧାରା -25 : ସମ୍ପୃକ୍ତ ସରକାର ଏବଂ ସ୍ଥାନୀୟ କର୍ତ୍ତୁପକ୍ଷମାନେ କିପରି ଛାତ୍ର – ଶିକ୍ଷକ ଅନୁପାତ ସଠିକ ଭାବରେ କାର୍ଯ୍ୟକାରୀ କରିପାରିବେ, ସେ ବ୍ୟବସ୍ଥା ଏଥିରେ କରାଯାଇଛି । ନିମ୍ନୋକ୍ତ ବ୍ୟବସ୍ଥା ଦୁଇଟିର ଆପାତତଃ ଯେଉଁ ବିରୋଧାଭ୍ୟାସ ପରିଲିଖିତ ହେଉଛି, ପାର୍ଲିଆମେଣ୍ଟରେ ଆଗତ ହୋଇଥିବା ସଂଶୋଧନ ଚିଠା ପ୍ରସ୍ତାବରେ ତାହା ଦୂର କରିବାର ବ୍ୟବସ୍ଥା ରଖାଯାଇଛି । ପରସ୍ପର ମଧ୍ୟରେ ବିରୋଧାଭ୍ୟାସ ଥିବା ବ୍ୟବସ୍ଥା 2 ଟି ହେଉଛି ( 1) ଛଅମାସ ସମୟ ସୀମା ମଧ୍ୟରେ ଛାତ୍ର – ଶିକ୍ଷକ ଅନୁପାତ କାର୍ଯ୍ୟକାରୀ କରାଯିବ (2) ଧାରା 19 ର ବ୍ୟବସ୍ଥା ମୁତାବକ ତାଲିକାରେ ପ୍ରଦତ୍ତ ମାନଦଣ୍ଡର ଅବଶ୍ୟକତାଗୁଡିକ 3 ବର୍ଷରେ ପୂରଣ କରିବା ବାଧ୍ୟତାମୂଳକ । ଏହି ଧାରା-25 ରେ ପୁଣି ବ୍ୟବସ୍ଥା ରଖାଯାଇଛି ଯେ ଶିକ୍ଷକମାନନ୍କାଉ ଶିକ୍ଷା ପ୍ରଦାନ ସମ୍ପର୍କିତ କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ । ତେବେ ଧାରା-27ରେ କେତେକ ବ୍ୟତିକ୍ରମ ବିଷୟ ଉଲ୍ଲେଖ କରାଯାଇଛି । ଯଥା : (1) ଦଶ ବର୍ଷ ଅନ୍ତରରେ କରାଯାଉଥିବା ଜନଗଣନା କାର୍ଯ୍ୟ । (2) ବିପର୍ଯ୍ୟୟ ସହାୟତା ଏବଂ (3) ସଂସଦ ରାଜ୍ୟ ବିଧାନସଭା ଏବଂ ସ୍ଵାୟତ୍ତ ପ୍ରାଧିକରଣର ନିର୍ବାଚନ କାର୍ଯ୍ୟ । ଧାରା -26 ର ବ୍ୟବସ୍ଥା ମୁତାବକ ସ୍କୁଲରେ ଖାଲି ପଢୁଥିବା ଶିକ୍ଷକଙ୍କ ସଂଖ୍ୟା ସେହି ସ୍କୁଲର ମୋଟ ଶିକ୍ଷକ ପଦବୀ ସଂଖ୍ୟାର 10% ରୁ ଅଧିକ ହେବ ନାହିଁ । ଏହି ବ୍ୟବସ୍ଥା ଯୋଗୁଁ ରାଜ୍ୟମାନଙ୍କରେ ଖାଲି ପଡିଥିବା ପଦବୀ ପୂରଣ ହେବ, ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଗ୍ରାମାଞ୍ଚଳ- ସହରାଞ୍ଚଳରେ ଥିବା ଅସାମଞ୍ଜସ୍ୟ ଦୂର ହୋଇ ସୁସଂହତ ସନ୍ତୁଳନ ରହିବ । ଧାରା – 27 ରେ ନିଷେଧ କରାଯାଇ କୁହାଯାଇଛି ଯେ ଅଣଶିକ୍ଷା ଉଦ୍ଦେଶ୍ୟରେ, ନିମ୍ନୋକ୍ତ ବ୍ୟତିକ୍ରମକୁ ବାଦ ଦେଇ ଶିକ୍ଷକମାନଙ୍କୁ ନିୟୋଜିତ କରାଯିବ ନାହିଁ । ବ୍ୟତିକ୍ରମଗୁଡିକ : ଦଶବର୍ଷ ବ୍ୟବଧାନରେ ହେଉଥିବା ଜନଗଣନା କାର୍ଯ୍ୟ ବିପର୍ଯ୍ୟୟ ସହାୟତା କାର୍ଯ୍ୟ ଅଥବା ପାର୍ଲିଆମେଣ୍ଟ , ବିଧାନସଭା, ସ୍ଥାନୀୟ ସ୍ୱାୟତଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟ । ଏହି ବ୍ୟବସ୍ଥା ଯୋଗୁଁ ସ୍କୁଲ କାର୍ଯ୍ୟ /ଶ୍ରେଣୀ ଗୃହର କାର୍ଯ୍ୟ କରିବାକୁ ଶିକ୍ଷକମାନଙ୍କୁ ଅଧିକ ସମୟ ମିଳିବ ଏବଂ ସେମାନେ ତାଙ୍କ ଶ୍ରେଣୀ କକ୍ଷର ଦାୟିତ୍ଵ ଛାଡି ସ୍କୁଲଠାରୁ ଦୂରକୁ ଚାଲି ଯିବାର ଆବଶ୍ୟକତା ରହିବ ନାହିଁ । ଧାରା – 28 ରେ ଶିକ୍ଷକମାନଙ୍କ ଦ୍ଵାରା ଘରୋଇ ଟ୍ୟୁସନକୁ ନିଷେଧ କରାଯାଇଛି । ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ବିଷୟମାନନ ମଧ୍ୟରେ ଘରୋଇ ଟ୍ୟୁସନ ଅନ୍ୟତମ । ଉକ୍ତ ପ୍ରସଙ୍ଗ ଉପରେ ଉପଯୁକ୍ତ ଧ୍ୟାନ ଦିଆଯିବା ଉଚିତ । ଉକ୍ତ ବ୍ୟବସ୍ଥାର ପରିମାଣ ସ୍ୱରୂପ ଶିକ୍ଷକମାନେ ନିଜ ପଦବୀର ଅପବ୍ୟବହାର କରି ଘରୋଇ ଟ୍ୟୁସନ କରି ଲାଭଜନକ ବ୍ୟବସାୟ କରିବାରୁ ବଞ୍ଚିତ ହେବେ । ଶିକ୍ଷକମାନେ ଘରୋଇ ଟ୍ୟୁସନ କରିବା ଫଳରେ ପିଲା ଓ ପିଲାଙ୍କ ପିତାମାତାଙ୍କୁ ହରିରାଣ ହରକତ ହେବାକୁ ପଡେ । ଅଧ୍ୟାୟ -5 ଶିକ୍ଷା ଖସଡା ଏବଂ ପ୍ରାଥମିକ ଶିକ୍ଷା ସମାପନ । ଧାରା – 29 : ପ୍ରାଥମିକ ସ୍କୁଲମାନଙ୍କରେ ପାଠ୍ୟ ଖସଡା ଏବଂ ମୂଲ୍ୟାୟନ ବ୍ୟବସ୍ଥା ପ୍ରଚଳନ କରିବା ନିମନ୍ତେ ଏଥିରେ ବ୍ୟବସ୍ଥା କରାଯାଇଛି । ପାଠ୍ୟ ଖସଡା ପ୍ରସ୍ତୁତି ଏବଂ ମୂଲ୍ୟାୟନ ପଦ୍ଦତି ନିର୍ଦ୍ଧାରଣ ନିମନ୍ତେ ଶୈକ୍ଷିକ ପ୍ରାଧିକରଣ ସ୍ଥିର କରିବା ଦାୟିତ୍ଵ ରାଜ୍ୟ ସରକାରମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଉକ୍ତ କାର୍ଯ୍ୟ କଲାବେଳେ ଶିକ୍ଷା ଅଧିକାର ଆଇନରେ କୁହାଯାଇଥିବା 8 ଟି ବିଷୟ ପ୍ରତି ଶୈକ୍ଷିକ ପ୍ରାଧିକରଣଙ୍କୁ ନିଶ୍ଚିତରୂପେ ଧ୍ୟାନ ଦେବାକୁ ହେବ । ସେହି 8 ଟି ବିଷୟ ହେଉଛି : 1. ସାମ୍ବିଧାନିକ ମୂଲ୍ୟବୋଧ ସହ ସାମଞ୍ଜାସ୍ୟ ରକ୍ଷା । 2. ଶିଶୁର ସର୍ବାଙ୍ଗୀନ ବିକାଶ 3. ପିଲାର ଜ୍ଞାନ, ଦକ୍ଷତା ଓ ସାମର୍ଥ୍ୟ ବୃଦ୍ଧି କରିବା । 4. ଖେଳକୁଦ, କ୍ରିୟାକଳାପ ପରୀକ୍ଷା ନିରୀକ୍ଷା ଭଳି କାର୍ଯ୍ୟମାନ ପିଲା ମନଲାଖି ପରିବେଶରେ କରାଯିବ । ସବୁ କ୍ଷେତ୍ରରେ ପିଲାଙ୍କ ବିକାଶ ପ୍ରତି ଧ୍ୟାନ ଦିଆଯିବ । 5. ପିଲାର ଶାରୀରିକ ତଥା ମାନସିକ ସାମର୍ଥ୍ୟର ପରିପୂର୍ଣ୍ଣ ବିକାଶ 6. ଯେତେଦୂର ପର୍ଯ୍ୟନ୍ତ ସମ୍ଭବ ପିଲାର ମାତୃଭାଷା ରେ ହିଁ ତାକୁ ଶିକ୍ଷା ପ୍ରଦାନ କରାଯିବ । 7. ପିଲାର ଜ୍ଞାନ ଆହରଣ , ବୁଝିପରିବାର ଦକ୍ଷତା ଆହରଣ କରିଥିବା ଜ୍ଞାନକୁ ପ୍ରୟୋଗ କରିବାରରେ ସାମର୍ଥ୍ୟ ଆଜିର ବିସ୍ତୃର୍ଣ୍ଣତଥା ନିରନ୍ତର ମୂଲ୍ୟାୟନ କରିବା । ଧାରା -30 ର ବ୍ୟବସ୍ଥା ମୁତାବକ ପ୍ରାଥମିକ ଶିକ୍ଷା ଶେଷ ନ କଲା ପର୍ଯ୍ୟନ୍ତ କୌଣସି ପିଲାକୁ ବୋର୍ଡ ପରୀକ୍ଷାରେ ପାସ କରିବାର ଆବଶ୍ୟକତା ନାହିଁ । ବୋର୍ଡ ପରୀକ୍ଷା କଥା ଶୁଣିଲେ ପିଲା ଛାନିଆ ହୋଇପଡେ, ବିଶେଷତଃ ଛୋଟ ପିଲାଙ୍କ ଶେଷରେ ମାନସିକ ଚାପ ଓ ଉଦବେଗ ମାତ୍ରାଧିକ ଭାବେ ବଢିଯାଏ । ମୂଲ୍ୟାୟନରେ ନମନୀୟତା ଗୁରୁତ୍ଵ ଆରୋପ କରି – 2005 ରେ କୁହାଯାଇଛି : ସ୍କୁଲମାନଙ୍କର 5 ମ, 8 ମ ଅଥବା 11ସ ଶ୍ରେଣୀ ଭଳି ପର୍ଯ୍ୟାପ୍ତ କୌଣସି ପରିସ୍ଥିତିରେ ବୋର୍ଡ ସ୍ତରୀୟ ଅଥବା ରାଜ୍ୟ ସ୍ତରୀୟ ଅଥବା ଜିଲ୍ଲାସ୍ତରୀୟ ପରୀକ୍ଷା କରାଯିବ ନାହିଁ । ବସ୍ତୁତଃ , ବୋର୍ଡମାନେ ଦୀର୍ଘମିଆଦି କୌଣସି ସୂତ୍ରରେ ବିଚାର କରି 10ମ ଶ୍ରେଣୀ ପରୀକ୍ଷାକୁ ଇଚ୍ଛାଧୀନ କରିବା ଉଚିତ । ସେପରି ହେଲେ ସେହି ଏକା ସ୍କୁଲରେ ପଢୁଥିବା ପିଲା ( ଯାହାର ବୋର୍ଡ ସାର୍ଟିଫେକେଟ ଦରକାର ନାହିଁ ) ବୋର୍ଡ ପରୀକ୍ଷା ନ ଦେଇ ବରଂ ସ୍କୁଲର ଆଭ୍ୟନ୍ତରୀଣ ପରୀକ୍ଷା ହୋଇପାରିବ । ଅଧ୍ୟାୟ – ୬ : ଶିଶୁ ଅଧିକାରର ସୁରକ୍ଷା ଧାରା -୩୧ ର ବ୍ୟବସ୍ଥା ମୁତାବକ ଶିଶୁ ଅଧିକାରର ସୁରକ୍ଷା ନିମନ୍ତେ ଜାତୀୟ /ରାଜ୍ୟ ସ୍ତରରେ ଗଠିତ କମିଶନ ମାଧ୍ୟମରେ ଶିଶୁର ଅଧିକାରଗୁଡିକ ସୁରକ୍ଷା ନିମନ୍ତେ ଏକ ଆନୁଷ୍ଠାନିକ କାର୍ଯ୍ୟ ପଦ୍ଧତି ସ୍ଥିର କରାଯିବ । ସ୍କୁଲରେ ପଢୁଥିବା ପିଲାମାନଙ୍କ ନିମନ୍ତେ ଶିଶୁ ଅଧିକାରଗୁଡିକର କାର୍ଯ୍ୟକାରିତାକୁ ସୁନିୟନ୍ତ୍ରିତ କରିବା ପ୍ରସଙ୍ଗରେ ନିମ୍ନୋକ୍ତ ବିଷୟମାନ ଅନ୍ତର୍ଭୁକ୍ତ : (କ) ଆଖପାଖର ସ୍କୁଲ ବ୍ୟବସ୍ଥା କରିବା (୧) ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ସୁବିଧା (୨) ଉପଯୁକ୍ତ PTR (୩)ସ୍କୁଲ ଚାଲିବାର ସମୟ ସାରଣୀ (ଖ) ସ୍କୁଲର ସାନ୍ନିଧ୍ୟ ଲାଭ : ଶାରୀରିକ ଏବଂ ସାମାଜିକ (ଗ) ନାମ ଲେଖା ପ୍ରକ୍ରିୟା (୧) ନାମ ଲେଖାଇବାକୁ ମନା କରିଦେବା (ସ୍କୁଲ ଦ୍ଵାରା ) ଆଳ : (୨) (କ୍ୟାପିଟେସନ ଫି ) ମୁଣ୍ଡପିଛା ଚାନ୍ଦା (୩)ବଛାବଛି ପ୍ରକ୍ରିୟା (୪) ଆଫିଡେଭିଟ ଦାବୀ କରିବା (୫) ଯେ କୌଣସି ସମୟରେ ନାମ ଲେଖା (ଘ) ନ୍ୟାଯ୍ୟ ଅଧିକାର (୧) ପାଠ୍ୟ ପୁସ୍ତକ (୨) ସ୍କୁଲ ପୋଷାକ (୩) ବହି , ଖବରକାଗଜ, ପତ୍ର ପତ୍ରିକା ଥିବା ଲାଇବ୍ରେରୀ (୪) କ୍ରିଡାକସରତ ପାଇଁ ସରଞ୍ଜାମ ( ୫)ଖେଳ ଉପକରଣ (୬) ମଧ୍ୟାହ୍ନ ଭୋଜନ (୭) ବୟସ ଭିତ୍ତିକ ଶିକ୍ଷା ନିମନ୍ତେ ସ୍ଵତନ୍ତ୍ର ତାଲିମ (୮) ସ୍ଥାନାନ୍ତର ପ୍ରମାଣ ପତ୍ର (୯) ଶିକ୍ଷା ସମାପନ ପ୍ରମାଣପତ୍ର (୧୦) ଅନ୍ୟାନ୍ୟ ଖର୍ଚ୍ଚ (ଙ) ଶ୍ରେଣୀ କକ୍ଷର କାର୍ଯ୍ୟଧାରା (୧) କୌଣସି ପକ୍ଷପାତିତା / ବାଛବିଚାର ହେବ ନାହିଁ (୨) ଶାରୀରିକ ଦଣ୍ଡ ଦିଆଯିବ ନାହିଁ (୩) ଉପଯୁକ୍ତ ଶିକ୍ଷା ପଦ୍ଧତି (୪) ଉପଯୁକ୍ତ ମୂଲ୍ୟାୟନ ବ୍ୟବସ୍ଥା (ଚ) ସ୍କୁଲ ପରିଚାଳନା କମିଟି (୧) ନିୟମ ମୁତାବକ ନିଯୁକ୍ତି (୨) ନିୟମିତ ବୈଠକ (୩) ଶିକ୍ଷକମାନଙ୍କ ଉତ୍ତର ଦାୟିତ୍ଵ ସ୍କୁଲ ଡେଭଲପମେଣ୍ଟ ପ୍ଳାନ ପ୍ରସ୍ତୁତ (୪) ଅନ୍ୟାନ୍ୟ ଦାୟିତ୍ଵ ବେସରକାରୀ ସାହାଯ୍ୟପ୍ରାପ୍ତ ଏବଂ ଆଣସାହାଯ୍ୟପ୍ରାପ୍ତ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ : (୧) ଦୁର୍ବଳ ଶ୍ରେଣୀରୁ ଆସିଥିବା ପିଲା ଓ ପ୍ରତିକୁଳ ପରିସ୍ଥିତିରୁ ଆସିଥିବା ପିଲାଙ୍କ ନାମ ଲେଖା ଏହା ସାଙ୍ଗକୁ, ସ୍କୁଲ ବାହାରେ ରହିଯାଇ ଥିବା ପିଲାମାନଙ୍କ ନିମନ୍ତେ ଯେପରି ସ୍କୁଲର ସାନ୍ନିଧ୍ୟ ସହଜଲବ୍ଧ ହୋଇପାରିବ ତାହାର ସୁପରିଚାଳନା ବିଷୟ NCPCR /SCPCR ବୁଝିବେ । ଯେଉଁ ପିଲାମାନେ କେବେ ହେଲେ ସ୍କୁଲରେ ନାମ ଲେଖାଇ ନାହାନ୍ତି ଅଥବା ଅଧାରୁ ପାଠ ଛାଡି ଦେଇଛନ୍ତି ,ଯେଉଁ ପିଲାମାନେ ସାମୟିକ ଭାବେ ଅନୁପସ୍ଥିତ ରହିଛନ୍ତି , ଅନ୍ୟସ୍ଥାନରୁ ପଳାଇ ଆସି ସ୍ଥାୟୀ ବାସିନ୍ଦା ପାଲଟି ଯାଇଥିବା ପିଲା , ନିଜପିତାମାତାଙ୍କ ସାଥିରେ ଋତୁ ଅନୁସାରେ ସ୍ଥାନାନ୍ତରିତ ହୋଇ ବାସସ୍ଥାନ ପରିବର୍ତ୍ତନ କରୁଥିବା ପିଲା- ସେମାନେ ଏହାର ଅନ୍ତର୍ଭୁକ୍ତ । ଧାରା – ୩୨ : ପ୍ରସ୍ଥାବିତ ଆଇନରେ ଥିବା ଶିଶୁ ଅଧିକାର ସମ୍ପର୍କିତ ଆପତ୍ତି ଅଭିଯୋଗର ସମାଧାନ କାର୍ଯ୍ୟ କୁ ସୁନିୟନ୍ତ୍ରିତ କରିବାର ଉପାୟ ଧାରା ୩୨ ରେ ରଖାଯାଇଛି । ଧାରା – ୩୩ ର ବ୍ୟବସ୍ଥା ମୁତାବକ ପ୍ରସ୍ତାବିତ ଆଇନରେ ଥିବା ବ୍ୟବସ୍ଥାଗୁଡିକ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାରଙ୍କୁ ସୁନିପୁଣ ଉପଦେଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯିବ । ଉକ୍ତ ଉପଦେଷ୍ଟା ମଣ୍ଡଳୀମାନ ଗଠନ ହୋଇ ସାରି କାମ ଆରମ୍ଭ କଲାଣି । ଧାରା -୩୪ ଆଇନଟିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାରମାନଙ୍କୁ ସୁନିପୁଣ ଉପଦେଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ଉପଦେଷ୍ଟା ମଣ୍ଡଳୀମାନ ଗଠନ କରାଯିବାର ବ୍ୟବସ୍ଥା ଏଥିରେ କରାଯାଇଛି । ଅଧ୍ୟାୟ -୭- ବିବିଧ ଧାରା -୩୫ ର ବ୍ୟବସ୍ଥା ମୁତାବକ ପ୍ରସ୍ତାବିତ ଆଇନରେ ସଫଳ କାର୍ଯ୍ୟକାରିତା ନିମନ୍ତେ ସମ୍ପୃକ୍ତ ରାଜ୍ୟ ସରକାର ଅଥବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶକ ନିର୍ଦ୍ଦେଶନାମା ଜାରି କରିବାର ଅଧିକାର କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏଥିରେ ମଧ୍ୟ ବ୍ୟବସ୍ଥା କରାଯାଇଛି ଯେ ସମ୍ପୃକ୍ତ ରାଜ୍ୟ ସରକାରମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଦିଗଦର୍ଶନ ନିର୍ଦ୍ଦେଶାନାମା ଜାରି କରିବେ । ଧାରା -୩୬ ର ବ୍ୟବସ୍ଥାରେ କୁହାଯାଇଛି କୌଣସି ଅବୈଧ ଦ୍ଵାରା ଅନୁମିତ ପ୍ରାପ୍ତ ହେବ । ଧାରା – ୩୭ ଉତ୍ତମ ଉଦ୍ଦେଶ୍ୟ ରଖି ସରଲ ବିଶ୍ଵାସରେ କରି ପକାଇଥିବା କୌଣସି କାର୍ଯ୍ୟ ଯୋଗୁଁ ଯଦି ସମ୍ପୃକ୍ତ ସରକାର, ସ୍ଥାନୀୟ କର୍ତ୍ତୃପକ୍ଷ ଇତ୍ୟାଦିଙ୍କ ବିରୁଦ୍ଧରେ ମାଲିମକଦ୍ଦମା କରାଯାଏ । ସେମାନ ଙ୍କୁ ସେ ଦିଗରେ ସୁରକ୍ଷା ପ୍ରଦାନର ବ୍ୟବସ୍ଥା ଏଥିରେ କରାଯାଇଛି । ୩୮ ଧାରା ନିୟମ ପ୍ରଣୟନ କରିବା , ପ୍ରଣିତ ନିୟମ ଏବଂ ବିଜ୍ଞପ୍ତମାନନ୍କାଉ ପାର୍ଲିଆମେଣ୍ଟ ଉଭୟ ଗୃହରେ ଉପସ୍ଥାପନା କରିବାର କ୍ଷମତା ସମ୍ପୃକ୍ତ ସରକାରଙ୍କୁ ଏଥିରେ ପ୍ରଧାନ କରାଯାଇଛି ।

ଆଧାର - ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାମାନଙ୍କ ଅଧିକାର ଆଇନ -୨୦୦୯

2.33333333333
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top