ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ରାଜ୍ୟ ସରକାରଙ୍କ ନୂଆ ଯୋଜନା ସାହାହେବ ‘କଳିଙ୍ଗ ଶିକ୍ଷା ସାଥୀ’
ସେଆର କରନ୍ତୁ

ରାଜ୍ୟ ସରକାରଙ୍କ ନୂଆ ଯୋଜନା ସାହାହେବ ‘କଳିଙ୍ଗ ଶିକ୍ଷା ସାଥୀ’

ମେଧାବୀଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ସାହାହେବ ‘କଳିଙ୍ଗ ଶିକ୍ଷା ସାଥୀ’ ।

କଳିଙ୍ଗ ଶିକ୍ଷା ସାଥୀ ଯୋଜନା

ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର କଳିଙ୍ଗ ଶିକ୍ଷା ସାଥୀ ଯୋଜନା ପ୍ରଚାଳନ କରିଛନ୍ତି ।  ଏହି ଯୋଜନାରେ ଉଚ୍ଚ ଶିକ୍ଷା  ପାଇଁ ଛାତ୍ରଛାତ୍ରୀଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇଦିଆଯିବ ।  ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଉତ୍ସରୁ ୫୦୦କୋଟି ପାଣ୍ଠି ଯୋଗାଇଦେବେ । ଯେଉଁ ଅଭିଭାବକଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ ହୋଇଥିବ, ସେହି ପରିବାରର ପିଲାମାନଙ୍କୁ ଏହି ସହାୟତାକୁ ଏହି ସହାୟତା  ମିଳିବ ।

ବୃତ୍ତିଗତ ଶିକ୍ଷା

ଏହାଦ୍ୱାରା ଇଞ୍ଜିନୟରିଂ, ଡାକ୍ତରୀ, ମ୍ୟାନେଜମେଣ୍ଟ, ଆଇନ ତଥା ଅନ୍ୟ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହୋଇପାରିବେ ।  ଗରିବ ଓ ମଧ୍ୟବୃତ୍ତି ପରିବାରର ଅଭିଭାବକମାନେ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କିଭଳି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହା ସେ ଅନୁଭବ କରିଛନ୍ତି । ଏହି ଐତିହାସିକ ପଦକ୍ଷେପ ଦ୍ଵାରା ରାଜ୍ୟର ଲକ୍ଷ ଲକ୍ଷ ଅଭିଭାବକ ଋଣ ଚାପରୁ ମୁକ୍ତ ହୋଇ ପାରିବେ  । ଏଥିସହିତ ପିଲାମାନେ ମଧ୍ୟ ସେମାନଙ୍କ ଉଚ୍ଚଶିକ୍ଷାର ସ୍ଵପ୍ନ ପୂରଣ କ୍ଷେତ୍ରରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହି ଯୋଜନା ଦ୍ଵାରା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନିଜର ଉଚ୍ଚଶିକ୍ଷା ଲକ୍ଷ୍ୟ ପୂରଣ ପାଇଁ ସକ୍ଷମ ହେବା ସହିତ  ପରିବାର, ରାଜ୍ୟ ତଥା ଦେଶର ଗୌରବ ବଢାଇବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ କରିପାରିବେ ।

ଯୁବଶକ୍ତିର ପ୍ରତିଭା ବିକାଶ ପାଇଁ  ଉଦ୍ୟମ ଚାଲିଛି । ଶିକ୍ଷା ଦ୍ଵାରା ହିଁ ଓଡିଆ ଯୁବକମାନେ ବିଶ୍ଵସ୍ତରରେ ସୁନାମ ଅର୍ଜନ କରିପାରିବେ ।  ସେଥିପାଇଁ ଓଡ଼ିଶାରେ ଅନେକ ଉଚ୍ଚଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ବିଜ୍ଞାନର ଲୋକପ୍ରିୟତା ପାଇଁ ସେ ଆନ୍ତର୍ଜାତିକ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ ।

ଆଧାର – ଦୈନିକ ସମାଜ

2.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top