অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧିନରେ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧିନରେ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି

ଯୋଜନାର  ତାଲିକା

  1. ବି.ଡି କର୍ମଚାରୀ ପିଲାଙ୍କ ପାଇଁ ବୃତ୍ତି ।
  2. ଖଣି କର୍ମଚାରୀ  ପିଲାଙ୍କ ପାଇଁ ବୃତ୍ତି ।
  3. ଚୂନପଥର ଖଣି କର୍ମଚାରୀଙ୍କ ପିଲା ।
  4. ଚଳଚିତ୍ର ଶିଳ୍ପର କର୍ମଚାରୀଙ୍କ ପିଲାଙ୍କ ବୃତ୍ତି ।

ଯୋଗ୍ୟତା

  1. ପିତା / ମାତାଙ୍କ ମଧ୍ୟରୁ ଯିଏ ଜଣେ, ବି.ଡି, ଖଣି, ଚୂନପଥର ଖଣି, ଚଳଚିତ୍ର ଶିଳ୍ପ ଅତିକମରେ ୬ ମାସ ଚାକିରୀ କରୁଥିବେ ।
  2. ସାରା ମାସର ଆୟ କର୍ମଚାରୀଙ୍କ ନିମ୍ନଲିଖିତ ଭାବରେ ଧରାଯିବ ।
    • ବି.ଡି କର୍ମଚାରୀ – ୧୦,୦୦୦
    • ଖଣି କର୍ମଚାରୀ –

    ଖଣି କର୍ମଚାରୀ ହାତରେ, ଅଣ କୁଶଳୀ, ଉଚ୍ଚ ଦକ୍ଷତା ସମ୍ପନ୍ନ ଏବଂ କିରାଣୀ କାମ କରୁଥିବା କର୍ମଚାରୀଙ୍କୁ ଶ୍ରମ ମଙ୍ଗଳ ଅନୁଷ୍ଠାନ ଦ୍ଵାରା ବୃତ୍ତି ପ୍ରଦାନ କରାଯାଏ ।

    • ସୁପରଭାଇଜର ଏବଂ ପରିଚାଳନା କ ଦକ୍ଷତା ଥିବା ଲୋକଙ୍କ ପିଲାଙ୍କୁ ବୃତ୍ତି ମିଳିବ କିନ୍ତୁ ଦରମା ୧୦,୦୦୦ରୁ ଅଧିକ ହୋଇନଥିବ ।
    • ଚଳଚିତ୍ର କର୍ମଚାରୀ – ଚଳଚିତ୍ର ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର  ମାସିକ ଦରମା ମାସକୁ ୧୦,୦୦୦ରୁ ଅଧିକା ହୋଇନଥିବ କିମ୍ବା ବର୍ଷକୁ ୧,୦୦,୦୦୦ରୁ ଅଧିକା ହୋଇନଥିବା ।
  3. ଆବେଦନକାରୀ ନିଶ୍ଚିତ ଭାବରେ ପୂର୍ବ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ।
  4. ଯେଉଁ ଛାତ୍ରମାନେ ପତ୍ରବିନିୟମ ମାଧ୍ୟମରେ ପଢୁଥିବେ ସେମାନଙ୍କୁ ବୃତ୍ତି ମିଳିବ ନାହିଁ ।
  5. ବୃତ୍ତି ନିୟମିତ ଭାରତର ଯେ କୌଣସି ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଙ୍କୁ ମିଳିବ । କେଉଁ ଛାତ୍ର ମାନଙ୍କୁ  ବୃତ୍ତି ମିଳିବ ନାହିଁ ସେ ସମ୍ପର୍କରେ  ନିମ୍ନରେ ପ୍ରଦାନ କରାଗଲା ।
    • ଯେଉଁ ଛାତ୍ର ଏପ୍ରକାର ପାଠ ପଢି ପୁଣି ସେହି ପାଠକୁ ପଢିବେ ଉଦାହରଣ ସ୍ୱରୂପ ବି.ଏସି ( B.EC) ପରେ ବି.କମ ( B.Com) କିମ୍ବା ଗୋଟିଏ ବିଷୟରେ ଏମ.ଏ (M.A) କରିବେ ।
    • ବୃତ୍ତିଗତ ଶିକ୍ଷା ପାଇଲା ପରେ ପୁନର୍ବାର ବୃତ୍ତିଗତ ଶିକ୍ଷା ପାଇଁ ମିଳିବ ନାହିଁ ।
  6. ଶିକ୍ଷାନୁଷ୍ଠାନ ସରକାରୀ କିମ୍ବା ସରକାରୀ ସ୍ଵୀକୃତ୍ତି ପ୍ରାପ୍ତ ହୋଇଥିବା ଆବଶ୍ୟକ ।
  7. ଯଦି ଛାତ୍ର ଅନ୍ୟକୌଣସି ସୂତ୍ରରୁ ବୃତ୍ତି ପାଉଥିବେ ତେବେ ସେ ଏହି ବୃତ୍ତି ପାଇବେ ନାହିଁ ।
  8. ବୃତ୍ତି ପାଇବା ପରେ ଏହା ନିମ୍ନଲିଖିତ କାରଣ ଯୋଗୁ ରଦ୍ଦ ହୋଇପାରେ ।
    • ଯଦି ଛାତ୍ର ମିଛ ତଥ୍ୟ ପ୍ରମାଣପତ୍ର ଦେଇଥିବେ ।
    • ଯଦି ଛାତ୍ର ମଝିରେ ପାଠ ଛାଡିଦିଅନ୍ତି ।
    • ଉନ୍ନୟନ କମିଶନଙ୍କ ବିନା ନିର୍ଦ୍ଦେଶରେ ଛାତ୍ର ପାଠ୍ୟକ୍ରମ କିମ୍ବା ଅନୁଷ୍ଠାନ ପରିବର୍ତ୍ତନ କଲେ ।
    • ଯଦି ପାଠ ପଢିଲା ସମୟରେ ଛାତ୍ର ବହୁତ ଦିନ ଧରି ଅନୁପସ୍ଥିତ ରହୁଛି, ପାଠ ଠିକ ଭାବରେ ପଢନ୍ତି ନାହିଁ, କିମ୍ବା କୌଣସି ଅଣସାମାଜିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତାହେଲେ ବୃତ୍ତି ବଦ୍ଦ ହୋଇଯିବ ।
    • ଯଦି ଅଭିଭାବ ବି.ଡି/ଖଣି/ ଚଳଚିତ୍ର ଶିଳ୍ପରେ କାର୍ଯ୍ୟ କରିବା ଛାଡି ଦିଅନ୍ତି ।
  9. ଛାତ୍ରଙ୍କର ଏକ ଅଲଗା ବ୍ଯାଙ୍କ ଆକାଉଣ୍ଟ ଥିବ, ଜଏଣ୍ଟ ଆକାଉଣ୍ଟ ଥିଲେ ପ୍ରଥମ ନାମ ଛାତ୍ରଙ୍କର ହୋଇଥିବ ।
  10. ଏକ ରୁ ଅଧିକ ପିଲାଥିଲେ ତାଙ୍କର ଅଲଗା, ଅଲଗା ଆକାଉଣ୍ଟ ରହିବ ।
  11. ପ୍ରତ୍ୟେକ ଛାତ୍ରଙ୍କର ଅଲଗା ମୋବାଇଲ ନମ୍ବର ରହିଥିବ ।

ଆବଶ୍ୟକ ଦସ୍ତାବେଜ

  1. ଫଟୋ
  2. ଅବିଭାବକଙ୍କ ପରିଚୟ ପତ୍ର ( ପଞ୍ଜୀକରଣ ନମ୍ବର ଖଣି କର୍ମଚାରୀଙ୍କ)
  3. ବ୍ୟାଙ୍କ ପାସବୁକର ଜେରକ୍ସ
  4. ପୂର୍ବବର୍ଷର ପାସ ସାର୍ଟିଫିକେଟ, ମାର୍କସିଟ ।
  5. ରାଜସ୍ନ ଅଧିକାରୀଙ୍କ ଦ୍ଵାରା ଆୟ ପ୍ରମାଣପତ୍ର ।

ଫର୍ମ ଆବେଦନ

ଅନ୍ଲାଇନ ଆବେଦନ ପାଇଁ "କ୍ଲିକ କରନ୍ତୁ"

ଆଧାର  - ଜାତୀୟ ବୃତ୍ତି ଯୋଜନା

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate