ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ସିବିଏସ୍ଇର ନୂତନ ଯୋଜନା
ସେଆର କରନ୍ତୁ

ସିବିଏସ୍ଇର ନୂତନ ଯୋଜନା

ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀ ଶିଶୁମାନଙ୍କୁ ହୋମୱାର୍କରୁ ମୁକ୍ତ ।

ଛୋଟ ପିଲାଙ୍କୁ ଦିଆଯିବନି ହୋମୱାର୍କ

ଏଣିକି ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ମନା । ସେମାନେ ଆଉ ବ୍ୟାଗ୍ ଆଣି ସ୍କୁଲ ଆସିବେ ନାହିଁ । ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉକ୍ତ ଦୁଇ ଶ୍ରେଣୀର ପିଲାଙ୍କୁ କୌଣସି ପ୍ରକାର ହୋମୱାର୍କ (ଘରେ ପାଠ କରିବା ପାଇଁ) ଦେବେ ନାହିଁ ।

ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ)।

ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ କାନ୍ଧରେ ବ୍ୟାଗ୍ ପକାଇବା ଦ୍ଵାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପିଲାମାନଙ୍କ ପିଠି ବିନ୍ଧା, କାନ୍ଧ ବିନ୍ଧା, କହୁଣି ବିନ୍ଧା, ବେକ ବିନ୍ଧା ପରି ସମସ୍ୟା ଉପୁଜୁଥିବା ନଜରକୁ ଆସୁଛି । ତାହାକୁ ଦୂର କରିବା ପାଇଁ ସିବିଏସ୍ଇ କର୍ତ୍ତୃପକ୍ଷ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ହାଲୁକା ବ୍ୟାଗ୍

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଯେପରି ହାଲୁକା ବ୍ୟାଗ୍ ଆଣି ବିଦ୍ୟାଳୟ ଆସିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ କର୍ତ୍ତୁପକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କୁ କୁହାଯାଇଛି । ପିଲାମାନେ ସେମାନଙ୍କ ବ୍ୟାଗରେ ଯେପରି ଅଦରକାରୀ ସାମଗ୍ରୀ, ପୁସ୍ତକ ନ ଆଣନ୍ତି ସେଥିପ୍ରତି ବିଦ୍ୟାଳୟ କର୍ତ୍ତୁପକ୍ଷ ଗୁରୁତ୍ଵ ଦେବେ । ପ୍ରତିଦିନ ପିଲାଙ୍କ ବ୍ୟାଗର ଓଜନ ଯାଞ୍ଚ ହେବ । ପିଲାମାନେ ୧ ଲିଟର ପାଣି ବୋତଲ ଆଣି ବିଦ୍ୟାଳୟ ଆସୁଛନ୍ତି । ତେଣୁ ଏଦିଗରେ ସତର୍କତା ଅବଲମ୍ବନ କରି କ୍ୟାମ୍ପସରେ ପର୍ଯ୍ୟାପ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଦରକାର । ପିଲାଙ୍କ ଟାଇମ ଟେବୁଲ ଏଭଳି ପ୍ରସ୍ତୁତ କରାଯିବ ଦରକାର ଯେମିତିକି ସେମାନେ କମ ସଂଖ୍ୟାରେ ବହି ଆଣି ବିଦ୍ୟାଳୟକୁ ଆସିବେ । ଖେଳ ପାଇଁ ପିଲାମାନେ ଯେପରି ସ୍ଵତନ୍ତ୍ର ଜୋତା  ଆଣି ବିଦ୍ୟାଳୟକୁ ନ ଆସନ୍ତି ସେଥିପ୍ରତି ବିଦ୍ୟାଳୟ କର୍ତ୍ତୁପକ୍ଷ ଧ୍ୟାନ ଦେବେ । ଯେଉଁ ଜୋତା ପିନ୍ଧି ବିଦ୍ୟାଳୟ ଆସିବେ ତାହାକୁ ସାରାଦିନ ପିନ୍ଧିବା ଲାଗି ଅନୁମତି ଦେବାକୁ କୁହାଯାଇଛି । ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟ ପୁସ୍ତକ ହାଲୁକା ହେବା ଦରକାର । ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ପୁସ୍ତକ ନ ଆଣିବାକୁ ବିଦ୍ୟାଳୟ କର୍ତ୍ତୁପକ୍ଷ କହିବେ । ଯଦି କୌଣସି ବିଦ୍ୟାଳୟ ଏସବୁ ନିୟମ ଉଲଂଘନ କରୁଥିବା ନଜରକୁ ଆସନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଦ୍ୟାଳୟ ଅଧକ୍ଷମାନେ ଏ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇବେ । ଯଦି କୌଣସି ପିଲା ପୁସ୍ତକ ଆଣି ନ ଥିବେ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଆଯିବ ନାହିଁ । ଆଇସିଟି ମାଧ୍ୟମରେ ପିଲାମାନେ କିଭଳି ଶିକ୍ଷା ଗ୍ରହଣ କରିପାରିବେ ସେଥିପ୍ରତି ଗୁରୁତ୍ଵ ଦେବେ । ଦୁଇ ଜଣ ପିଲା ଯେପରି ଅଧା ଅଧା ପୁସ୍ତକ ଆଣି ବିଦ୍ୟାଳୟ ଆସିବେ ସେ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ପଦକ୍ଷେପ ନେବେ ।

କେବଳ ସ୍କୁଲ କର୍ତ୍ତୁପକ୍ଷ ନୁହନ୍ତି, ହାଲୁକା ବ୍ୟାଗ ଆଣିବା ଦିଗରେ ଅଭିଭାବକମାନଙ୍କର ବି ପ୍ରମୁଖ ଡାଇତ୍ଵ ରହୁଛି । ପିଲାଙ୍କୁ ହାଲକା ପୁସ୍ତକ କିଣି ଦେବେ । ଦୁଇ ପାର୍ଶ୍ଵରେ ଫିତା ଥିବା ବ୍ୟାଗ ଆଣିବେ । ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଅଭିଭାବକ ପିରିୟଡ୍ ଅନୁଯାୟୀ ପାଠ୍ୟପୁସ୍ତକ ବ୍ୟାଗରେ ଭାରି କରି ପଠାଇବେ । ଗପ ବହି, କବିତା ବହି, ଖେଳଣା ପରି ସାମଗ୍ରୀ ବ୍ୟାଗରେ ଦେବେ ନାହିଁ । ଅଭିଭାବକ ପ୍ରତିଦିନ ପିଲାଙ୍କ ବ୍ୟାଗ ଯାଞ୍ଚ କରିବେ । ଝୁଲି ରହୁଥିବା ବ୍ୟାଗ ପକାଇବାକୁ ଦେବେ ନାହିଁ । ଏହାବ୍ୟତୀତ ପିଲାମାନେ ହାଲୁକା ବ୍ୟାଗ ଆଣିବା ଦିଗରେ ଯେ କୌଣସି ପଦକ୍ଷେପ ନେଇପାରିବେ ବୋଲି ସିବିଏସ୍ଇ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

ଆଧାର – ସମ୍ବାଦ

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top