ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ୬ ରୁ ୧୪ ବର୍ଷ ଶିଶୁଙ୍କ ନିମନ୍ତେ ଶିକ୍ଷା ବ୍ୟବସ୍ଥା
ସେଆର କରନ୍ତୁ

୬ ରୁ ୧୪ ବର୍ଷ ଶିଶୁଙ୍କ ନିମନ୍ତେ ଶିକ୍ଷା ବ୍ୟବସ୍ଥା

୬ ରୁ ୧୪ ବର୍ଷ ଶିଶୁଙ୍କ ପାଇଁ ଶିକ୍ଷା ସମ୍ବନ୍ଧରେ ସୂଚନା

ଛଅରୁ ଚଉଦ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦେବା ନିମନ୍ତେ ଏକ ଅଧିନିୟମ

ଭାରତୀୟ ସାଧାରଣନ୍ତ୍ରର 60 ତମ ବର୍ଷରେ ସଂସଦ ଦ୍ଵାରା ନିମ୍ନମତେ ବିଧାନ କରାଗଲା :-

ପ୍ରାକ୍ କଥନ

1. (1) ଏହି ଅଧିନିୟମକୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ଶିଶୁମାନଙ୍କ ଅଧିକାର ଅଧିନିୟମ,2009 କୁହାଯାଇପାରେ ।

(2) କେବଳ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଛାଡି ଭାରତର ସବୁଆଡେ ଏହା ଲାଗୁ ହେବ ।

(3) କେନ୍ଦ୍ର ସରକାର ସରକାରୀ ରାଜପତ୍ରରେ ବିଜ୍ଞପ୍ତି ଦ୍ଵାରା ଯେଉଁଦିନ ସ୍ଥିର କରିବେ ଏହା ସେହି ଦିନଠାରୁ କାର୍ଯ୍ୟକାରୀ ହେବ।

2. ଏହି ଅଧିନିୟମରେ ସଂଯୋଜିତ ପ୍ରସଙ୍ଗଗୁଡିକ ଭିନ୍ନ ଅର୍ଥ ଆବଶ୍ୟକ କରୁନଥିଲେ ।

(a) “ଉପଯୁକ୍ତ ସରକାର” ଅର୍ଥ –

(i) କେନ୍ଦ୍ର ସରକାରଙ୍କ ଦ୍ଵାରା ବା ବିଧାନ ସଭା ନଥିବା କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକଙ୍କ  ଦ୍ଵାରା ପ୍ରତିଷ୍ଠିତ, ସ୍ଵତ୍ତ୍ଵାଧୀନ ବା ନିୟନ୍ତ୍ରିତ ବିଦ୍ୟାଳୟ କ୍ଷେତ୍ରରେ,କେନ୍ଦ୍ର ସରକାର;

(ii) ଉପଖଣ୍ଡ (1) ରେ ଦିଆଯାଇଥିବା ବିଦ୍ୟାଳୟ ଗୁଡିକ ବ୍ୟତୀତ ଅନ୍ୟ ବିଦ୍ୟାଳୟ ଯେଉଁ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବ, ସେ କ୍ଷେତ୍ରରେ –

(A) ଗୋଟିଏ ରାଜ୍ୟରେ, ରାଜ୍ୟ ସରକାର;

(B) ବିଧାନ ସଭାଥିବା କେନ୍ଦ୍ର ଶାସିତ ଅଞ୍ଚଳରେ ସେହି କେନ୍ଦ୍ର ଶାସିତ ଅଞ୍ଚଳର ସରକାର;

(b) “ମୁଣ୍ଡପିଛା ଦେୟ” ଅର୍ଥାତ୍ ବିଦ୍ୟାଳୟ ଦ୍ଵାରା ଅଧିସୂଚୀତ ହୋଇଥିବା ଦେୟକୁ ଛାଡି ଅନ୍ୟ କୌଣସି ପ୍ରକାରର ଦେୟ କିମ୍ବା ଦାନ କିମ୍ବା ଅର୍ଥ ଦାବୀ;

(c) “ଶିଶୁ” ଅର୍ଥାତ୍ ଛଅରୁ ଚଉଦ ବର୍ଷ ବୟସର ବାଳକ କିମ୍ବା ବାଳିକା;

(d) “ଅସୁବିଧା ଭୋଗ କରୁଥିବା ଶ୍ରେଣୀର ଶିଶୁ” ଅର୍ଥାତ୍ ଅନୁସୂଚିତ ଜାତି ଅନୁସୂଚିତ ଉପଜାତି, ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଶ୍ରେଣୀ କିମ୍ବା ଏହିପରି ଅନ୍ୟାନ୍ୟ ଶ୍ରେଣୀ ଯେଉଁମାନଙ୍କର ସାମାଜିକ, ସାଂସ୍କୃତିକ, ଆର୍ଥିକ, ଭୌଗୋଳିକ, ଭାଷାଗତ, ଲିଙ୍ଗଗତ କିମ୍ବା ଉପଯୁକ୍ତ ସରକାରଙ୍କ ଦ୍ଵାରା ଅଧିସୂଚନା ମାଧ୍ୟମରେ ସ୍ଥିରୀକୃତ କରାଯାଇଥିବା ଅନ୍ୟାନ୍ୟ କାରଣ ଦୃଷ୍ଟିରୁ ଅସୁବିଧା ରହିଛି;

(e) “ଦୁର୍ବଳ ଶ୍ରେଣୀର ଶିଶୁ” ଅର୍ଥାତ୍ ଉପଯୁକ୍ତ ସରକାରଙ୍କ ଦ୍ଵାରା ଅଧିସୂଚନା ମାଧ୍ୟମରେ ସ୍ଥିରୀକୃତ କରାଯାଇଥିବା ନ୍ୟୂନତମ ସୀମାଠାରୁ ବାର୍ଷିକ ଆୟ କମ୍ ଥିବା ପିତାମାତା ବା ଅଭିଭାବକଙ୍କ ଶିଶୁ;

(f) “ପ୍ରାଥମିକ ଶିକ୍ଷା” ଅର୍ଥାତ୍ ପ୍ରଥମଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା;

(g) “ଅଭିଭାବକ” କହିଲେ ଗୋଟିଏ ଶିଶୁ କ୍ଷେତ୍ରରେ ସେହି ଶିଶୁର ଯତ୍ନ ଏବଂ ସୁରକ୍ଷା ଦାୟିତ୍ଵରେ ଥିବା ଜଣେ ବ୍ୟକ୍ତିଙ୍କୁ ବୁଝାଏ ଏବଂ ଏଥିରେ ତାର ପ୍ରାକୃତିକ ଅଭିଭାବକ, ନିଯୁକ୍ତ ଅଭିଭାବକ କିମ୍ବା କୋର୍ଟ କିମ୍ବା ଆଇନ୍ ଦ୍ଵାରା ଘୋଷିତ ଅଭିଭାବକ ଅନ୍ତର୍ଭୁକ;

(h) “ସ୍ଥାନୀୟ କର୍ତ୍ତୃପକ୍ଷ” ଅର୍ଥ ମହାନଗର ନିଗମ କିମ୍ବା ପୌର ପରିଷଦ, କିମ୍ବା ଜିଲ୍ଲା ପରିଷଦ କିମ୍ବା ନଗର ପଞ୍ଚାୟତ କିମ୍ବା ପଞ୍ଚାୟତ ଆଦି ଯେକୌଣସି ନାମରେ ନାମିତ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ଉପରେ ପ୍ରଶାସନିକ ନିୟନ୍ତ୍ରଣର କ୍ଷମତା ଥିବା କର୍ତ୍ତୃପକ୍ଷ ଓ କୌଣସି ନଗର, ସହର ବା ଗ୍ରାମରେ  ବିଦ୍ୟାଳୟର କର୍ତ୍ତୃପକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ପ୍ରଚଳିତ ଆଇନ ଦ୍ଵାରା କ୍ଷମତା ପ୍ରାପ୍ତ ହୋଇଥିବା ସଂସ୍ଥା;

(i) “ଶିଶୁ ଅଧିକାରଗୁଡିକର ସୁରକ୍ଷା ନିମନ୍ତେ ଜାତୀୟ ଆୟୋଗ” ଅର୍ଥ ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ଆୟୋଗ ଅଧିନିୟମ,2005 (2006ର ଅଧିନିୟମ 4) ର ଧାରା 3 ରେ ଶିଶୁ ଅଧିକାର ଗୁଡିକର ସୁରକ୍ଷା ନିମନ୍ତେ ଗଠିତ ଜାତୀୟ ଆୟୋଗ;

(j) “ବିଜ୍ଞପ୍ତି” ଅର୍ଥ ସରକାରୀ ରାଜପତ୍ରରେ ପ୍ରକାଶିତ ବିଜ୍ଞପ୍ତି;

(k) “ପିତାମାତା” ଅର୍ଥ ପ୍ରାକୃତିକ କିମ୍ବା ସାବତ କିମ୍ବା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପିତାମାତା;

(l) “ଧାର୍ଯ୍ୟ” ଅର୍ଥ ଏହି ଅଧିନିୟମରେ ନିୟମ ଅନୁସାରେ ଧାର୍ଯ୍ୟ;

(m) “ଅନୁସୂଚୀ” ଅର୍ଥ ଏହି ଅଧିନିୟମରେ ସଂଯୁକ୍ତ କରାଯାଇଥିବା ଅନୁସୂଚୀ;

(n) “ବିଦ୍ୟାଳୟ” ଅର୍ଥ ପ୍ରାଥମିକ ଶିକ୍ଷା ଯୋଗାଉଥିବା କୌଣସି ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ଏବଂ ଏଥିରେ ଅନ୍ତର୍ଭୁକ୍ତ :-

(i)  ଉପଯୁକ୍ତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ, ସ୍ଵତ୍ତ୍ଵାଧିକାରୀ ଥିବା ବା ନିୟନ୍ତ୍ରିତ ବିଦ୍ୟାଳୟ;

(ii) ଉପଯୁକ୍ତ ସରକାର ବା ଆଞ୍ଚଳିକ କର୍ତ୍ତୃପକ୍ଷଙ୍କଠାରୁ ସଂପୂର୍ଣ୍ଣଭାବେ ବା ଆଂଶିକ ଭାବେ ନିଜର ଖର୍ଚ୍ଚ ବାବଦରେ ସାହାଯ୍ୟ ବା ଅନୁଦାନ ହିସାବରେ ପାଉଥିବା ଏକ ସହାୟତାପ୍ରାପ୍ତ ବିଦ୍ୟାଳୟ;

(iii) ସ୍ଵତନ୍ତ୍ର ଶ୍ରେଣୀର ଏକ ବିଦ୍ୟାଳୟ ; ଏବଂ

(iv) ଉପଯୁକ୍ତ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଏହାର ଖର୍ଚ୍ଚନିମନ୍ତେ କୌଣସି ପ୍ରକାର ସହାୟତା ବା ଅନୁଦାନ ପାଉନଥିବା ଏକ ଅଣସହାୟତା ପ୍ରାପ୍ତ ବିଦ୍ୟାଳୟ;

(o) “ଚୟନ ପ୍ରକ୍ରିୟା” ଅର୍ଥ ଗୋଟିଏ ଶିଶୁର ବିଦ୍ୟାଳୟରେ ପ୍ରବେଶାନୁମତି ଦେବା ନିମନ୍ତେ ଲକ୍ଷ୍ୟହୀନ ଭାବରେ ଚୟନ କରାନଯାଇ ଜଣକଠାରୁ ଆଉଜଣକୁ ଉପଯୁକ୍ତ ବୋଲି ସ୍ଥିର କରି ଚୟନ କରିବା ପ୍ରକ୍ରିୟା;

(p) ବିଦ୍ୟାଳୟ କ୍ଷେତ୍ରରେ “ସ୍ଵତନ୍ତ୍ର ଶ୍ରେଣୀ” କହିଲେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ ଭଳି ସ୍କୁଲକୁ ବା କୌଣସି ବିଶେଷ ଗୁଣ ଆଧାରରେ ଉପଯୁକ୍ତ ସରକାରଙ୍କ ଦ୍ଵାରା ବିଜ୍ଞପ୍ତି ବଳରେ ପୃଥକ କରାଯାଇଥିବା ଅନ୍ୟ କୌଣସି ବିଦ୍ୟାଳୟକୁ ବୁଝାଯିବ;

(q) ‘ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ’ ଅର୍ଥ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧିନିୟମ,2005 (2006 ର ଅଧିନିୟମ 4) ର ଧାରା 3 ଅନୁସାରେ ଶିଶୁମାନଙ୍କ ଅଧିକାର ସୁରକ୍ଷା ନିମନ୍ତେ ଗଠିତ ରାଜ୍ୟ ଆୟୋଗ ।

ଆଧାର:

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର

3.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top