ସେଆର କରନ୍ତୁ

Green Passage ଯୋଜନା

Green Passage ଯୋଜନା ସୁଚନା

ଉପକ୍ରମ

ରାଜ୍ୟରେ ଥିବା ଅନାଥ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର Green Passage ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ଯୋଜନା ର  ସୁଭିଧା

ଏହି ଯୋଜନା ଅନୁଯାୟୀ ରାଜ୍ୟର ସବୁ ଅନାଥ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ କୌଣସି ଫି ଦେବାକୁ ପଡିବ ନାହିଁ। ନାମ ଲେଖା ଫି, ପରୀକ୍ଷା ଫି, ଟିଉସନ ଫି, ପରୀକ୍ଷାଗାର ଫି, ଏପରିକି ହଷ୍ଟେଲରେ ରହିବା ଓ ଖାଇବା ଖର୍ଚ୍ଚ ମଧ୍ୟ ସେମାନଙ୍କୁ ଦେବାକୁ ପଡିବ ନାହିଁ। ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ଉପାଧ୍ୟୁତର ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଫି ସେମାନଙ୍କ ପାଇଁ ଛାଡ କରାଯାଇଛି। ଉଭୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ଵ ବିଦ୍ୟାଳୟମାନେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ। ଏହି ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ଅନାଥ ଶିଶୁ ମାନଙ୍କ ସଶକ୍ତୀକରଣ

ଅନାଥ ଶିଶୁ ମାନଙ୍କ ସଶକ୍ତୀକରଣ ନିମନ୍ତେ ଶିକ୍ଷା ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ। ଏହା ସେମାନଙ୍କ ପାଇଁ ଉଚ୍ଚଶିକ୍ଷାର ସୁବିଧା ସହିତ ଏକ ଉତ୍କଳ ଭବିଷ୍ୟତର ମାର୍ଗ ଉନ୍ମକ୍ତ କରିବ। Green Passage ସମାଜ କଲ୍ୟାଣ କ୍ଷେତ୍ରରେ ରାଦ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ୨୭୨ ଅନୁଷ୍ଠାନରେ ୧୬,୩୮୨ ଜଣ ଅନାଥ ପିଲା ବର୍ତ୍ତମାନ ରହୁଛନ୍ତି |

ଆଧାର : ଓଡିଆ ପୁଆ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top