অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋଷ୍ଠୀ ସହଯୋଗ ଓ ବିଭିନ୍ନ ବିଭାଗ ସହ ସମନ୍ଵୟ

ଗୋଷ୍ଠୀ ସହଯୋଗ ଓ ବିଭିନ୍ନ ବିଭାଗ ସହ ସମନ୍ଵୟ

ଉଦ୍ଦେଶ୍ୟ

ଅଂଶଗ୍ରହଣ କାରୀମାନେ ଗୋଷ୍ଠୀ ସହଯୋଗ ଓ ବିଭିନ୍ନ ବିଭାଗ ସହିତ ସହଯୋଗ ସ୍ଥାପନ /ସମନ୍ଵୟ ରକ୍ଷା ସଂପର୍କରେ ଜାଣିବେ    ।

ପ୍ରଣାଳୀ /ପ୍ରକ୍ରିୟା

ସକ୍ରିୟାତ୍ମକ  କାର୍ଯ୍ୟ

  • ଗୋଷ୍ଠୀ ବିଭିନ୍ନ ପ୍ରକାରର କାମ କରୁଥିବାର ଚିତ୍ର (ଗୋଷ୍ଠୀର ଲୋକମାନେ ବିଦ୍ୟାଳୟରେ ପିଲାଙ୍କ ସହ ବଗିଚା କାମ,  ମାମାନେ ପିଲାଙ୍କ ପାଇଁ ପାଣି ଭରିବା , ପାଠ , ପଢାପଢି , ଶିକ୍ଷଣ, ଉପକରଣ ତିଆରି , ପିଲାଙ୍କୁ ବିଦ୍ୟାଳୟ ଆଣିବା  ) ।  ଇତ୍ୟାଦି ର ଚିତ୍ର ଥିବା ଚିତ୍ରଟିଏ ପ୍ରତିବଦଳରେ ଦେଇ ଅଂଶଗ୍ରହଣକାରୀଙ୍କୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଦିଆଯିବ  ।
  • ଚିତ୍ର ବିଷୟରେ ଆଲୋଚନା ହେବ  ।
  • ପ୍ରଶ୍ନ ନଂ ୧ଟି  ଖୋଲାଆଲୋଚନା ହେବ ।
  • ପ୍ରଶ୍ନ ନଂ ୨ଟି ଦଳଗତଭାବେ ଅଂଶଗ୍ରହଣ କାରୀମାନେ ତାଲିକା କରିବେ ଓ ଉପସ୍ଥାପନ କରାଯିବ  ।
  • ପ୍ରଶ୍ନ ୩ଟି ଖୋଲା ଆଲୋଚନା ହେବ  ।

ଆଲୋଚ୍ୟ

  • ଆପଣଙ୍କ ବିଦ୍ୟାଳୟର ସମସ୍ୟା ସମାଧାନରେ ଆପଣ କେଉଁ ମାନଙ୍କର ସାହାଯ୍ୟ ନିଅନ୍ତି ଓ କିପରି  ?
  • ଆପଣଙ୍କର ବିଦ୍ୟାଳୟ ଓ ଗ୍ରାମର ଉନ୍ନତି ପାଇଁ ଆପଣ କେଉଁ କେଉଁ ଅନୁଷ୍ଠାନର ବା ବ୍ୟକ୍ତିବିଶେଷଙ୍କର ସାହାଯ୍ୟ ନେଇପାରିବେ   ।
  • ଏମାନଙ୍କଠାରୁ ସାହାଯ୍ୟ ପାଇବାକୁ ହେଲେ ଆପଣ କମିଟିର ସଭ୍ୟ ହିସାବରେ କଣ କରିପାରିବେ   ।

ସାମଗ୍ରୀ :ପ୍ରତି ଦଳ ପାଇଁ ଗୋଟିଏ ଚିତ୍ର  (୫ଟି)

ବାର୍ତ୍ତା :- ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହିତ ସମନ୍ଵୟ ସ୍ଥାପନ କରିବା ଆବଶ୍ୟକ  ।

ସହାୟକ ସୂଚନା

  • ବିଦ୍ୟାଳୟର ସମସ୍ୟା ସମାଧାନରେ ଆମେ ଆମ ବିଦ୍ୟାଳୟର ଚାରି ପାଖରେ ଥିବା ବିଭିନ୍ନ ସମ୍ବଳ ( ମାନବ ସମ୍ବଳ ଓ ଉପକରଣ ଗତ ସମ୍ବଳ) ର ବିନିଯୋଗ କରି ପାରିବା  । ଏଥିପାଇଁ ଏକ  ସମ୍ବଳ ଏବଂ ସାମର୍ଥ୍ୟ ଆକଳନ କରାଯିବା ଉଚିତ   ।
  • ବ୍ୟକ୍ତିବିଶେଷଙ୍କ ତାଲିକା  :

କୁଶଳୀ କାରିଗରୀ

ପାଖରେ ଥିବା ଡାକ୍ତର

ସରପଞ୍ଚ

ଅବସର ପ୍ରାପ୍ତ ଶିକ୍ଷକ, ସୈନିକ ଇତ୍ୟାଦି

PTA/MTA ସଭ୍ୟ   ।

ସ୍ଵାଧୀନତା ସଂଗ୍ରାମୀ

ବଦାନ୍ୟ ବ୍ୟକ୍ତି

ସ୍ଵେଚ୍ଛାସେବି ବ୍ୟକ୍ତି,  ଇତ୍ୟାଦି   ।

ଅନୁଷ୍ଠାନର ତାଲିକା

ପଞ୍ଚାୟତିରାଜ ବିଭାଗ

ଡାକ ବିଭାଗ

ସ୍ୱାସ୍ଥ୍ୟ ବିଭାଗ

ଗ୍ରାମ୍ୟ ଉଦ୍ୟୋଗ ସଂସ୍ଥା

ଅଙ୍ଗନବାଡି କେନ୍ଦ୍ର

ସ୍ଵେଛାସେବୀ ସଂଗଠନ

ବିଦ୍ୟୁତ ବିଭାଗ

ଜଳଯୋଗାଣ ବିଭାଗ

ଶ୍ରମ ବିଭାଗ ଇତ୍ୟାଦି

ଆଦିବାସୀ ଓ ହରିଜନ ବିଭାଗ

ଏମାନେ ବିଦ୍ୟାଳୟକୁ ସାହାଯ୍ୟ କରିପାରିବେ  ।  ଏହାଛଡା ବ୍ୟାଙ୍କ,। ରେଳ ବିଭାଗ , ଅନ୍ୟାନ୍ୟ ବେସରକାରୀ , ସଂସ୍ଥା ମଧ୍ୟ ସାହାଯ୍ୟ କରି ପାରିବେ  ।

ଏମାନଙ୍କଠାରୁ ସାହାଯ୍ୟ ପାଇବକଉ ହେଲେ ଆମେ ନିଜ ଭିତରେ ଆଲୋଚନା କରି କେତେବେଳେ , କେଉଁ ସମୟରେ , କାହା ସହିତ ସମନ୍ଵୟ ରକ୍ଷା କରିବା ପ୍ରସ୍ତୁତି କରିବା   ।  କିଏ କେଉଁ ପ୍ରକାରର ସାହାଯ୍ୟ କରିବେ ତାହା ନିଜ ଭିତରେ କଥାବାର୍ତ୍ତା ମାଧ୍ୟମରେ କରାଯିବା ଉଚିତ  ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate