অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିଚୟ, ଅଭିଜ୍ଞତା ପ୍ରଦାନ , ଶିକ୍ଷା ଅଭିଯାନ ଲକ୍ଷ୍ୟ ଉଦ୍ଦେଶ୍ୟ

ପରିଚୟ, ଅଭିଜ୍ଞତା ପ୍ରଦାନ , ଶିକ୍ଷା ଅଭିଯାନ ଲକ୍ଷ୍ୟ ଉଦ୍ଦେଶ୍ୟ

ଉଦ୍ଦେଶ୍ୟ

  • ଅଂଶ ଗ୍ରହଣକାରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ସଙ୍ଗେ ସଙ୍ଗେ ନିଜର ଅଭିଜ୍ଞତା ବର୍ଣନା କରିବେ   ।
  • ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅଗ୍ରଗତି ତଥା ସଫଳତା ଓ ବିଫଳତା ସମ୍ପର୍କରେ ଧାରଣା ପାଇବେ   ।

ପ୍ରଣାଳୀ /ପ୍ରକ୍ରିୟା

ପରିଚୟ ଆଦାୟ ପ୍ରଦାନ

  • ପ୍ରତ୍ୟେକ ବିଦ୍ୟାଳୟ ପରିଚନା କମିଟିର ଜଣେ ସଭ୍ୟ /ସଭ୍ୟା ଅନ୍ୟ ସଭ୍ୟ/ସଭ୍ୟାମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବେ  ।
  • ପ୍ରଶାନ ୧ ଟି ଖୋଲା ଆଲୋଚନା କରାଯିବ   ।
  • ପ୍ରଶ୍ନ ୨ ଟି ଆଲୋଚନା ବେଳେ ସହାୟକ ସମସ୍ଯା ଗୁଡିକ ଚାର୍ଟ ପେପରରେ ଲେଖିବେ  ।
  • ପ୍ରଶ୍ନ ୩,୪,୫ ଗୁଡିକ ଖୋଲା ଆଲୋଚନା କରାଯିବ  ।

ଆଲୋଚ୍ୟ ବିଷୟ   ।

  • ବିଦ୍ୟାଳୟ ପରିଚନା କମିଟି ବା ଶ୍ରମଶିକ୍ଷା କମିଟିର ସଭ୍ୟ ବା ସଭ୍ୟା ହିସାବରେ ବିଦ୍ୟାଳୟ ପାଇଁ କି କି କାମ କରିଛନ୍ତି  ?
  • ବିଦ୍ୟାଳୟପାଇଁ କାମ କଳାବେଳେ ଆପଣମାନେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି   ।
  • ଶିକ୍ଷା ଅଭିଯାନ ମାଧ୍ୟମରେ ଆପଣମାନେ ବିଦ୍ୟାଳୟ ସମସ୍ୟା ସମାଧ୍ୟାନ ପାଇଁ ସୁଯୋଗ ପାଇଛନ୍ତି  କି ? ଯଦି ହଁ କଣ କଣ  ?
  • ଶିକ୍ଷା ଅଭିଯାନର ଲକ୍ଷ୍ୟ ଗୁଡିକ କଣ କଣ ? ଏଗୁଡିକ କେତେ ହାସଲ ହୋଇ ପାରିଛି  ।
  • ବିଦ୍ୟାଳୟ ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଗୋଷ୍ଠୀ ବା ବିଦ୍ୟାଳୟ ପରିଚାଚାଳନା କମିଟିର ଭୂମିକା କଣ  ?

ସହାୟକ ସୂଚନା

ପରିଚୟ ପ୍ରଦାନ

ଏହି ଅଧିବେଶନରେ ସହାୟକ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟାମାନେ କଣ ଅଭିଜ୍ଞତା ଧରି ପ୍ରଶିକ୍ଷଣ କେନ୍ଦ୍ରକୁ ଆସିଛନ୍ତି ସେ ବିଷୟରେ ଜାଣିବେ   ।

  1. ବାଡ଼ବାନ୍ଧି , ଗଛଲଗାଇବା , ଶିଶୁମେଳା , ଉପସ୍ଥାପନା ବୃଦ୍ଧି , ଜାତୀୟ ଦିବସମାନଙ୍କରେ ସହଯୋଗ , ଗୃହ ନିର୍ମାଣ ଇତ୍ୟାଦି  ।  ଏଗୁଡିକ ଚାର୍ଟ ପେପରରେ ଲେଖାଯିବ  ।
  2. ସମସ୍ୟା, ସହଯୋଗର ଅଭାବ, ଅର୍ଥଗାର , ଉପକାରଣ ଅଭାବ, ପିଲାମାନଙ୍କର ଶୈକ୍ଷିକ ଉନ୍ନତି ନିୟମିତ ଉପସ୍ଥାନ ଇତ୍ୟାଦି   । ଏଗୁଡିକ ମଧ୍ୟ ଆଉଗୋଟେ ଚାର୍ଟ ପେପର ଲେଖାଯିବ   ।
  3. ସମାଧାନ  : ଗୃହନିର୍ମାଣ , ପ୍ରଶାସନିକ ମହଲରୁ  ସାହାଯ୍ୟ ଅନୁକୂଳ ପରିବେଶ ସୃଷ୍ଟି , ଅର୍ଥ ଅନୁଦାନ ମଧ୍ୟରେ ବାତାବାରଣ ସୃଷ୍ଟି ଇତ୍ୟାଦି   ।
  4. ସବୁପିଲା ବିଦ୍ୟାଳୟକୁ ଆସିବେ  / ନାମ ଲେଖାଇବେ   ।
  • ସବୁପିଲା ବିଦ୍ୟାଳୟରେ ରହିବେ ଏବଂ ପ୍ରାଥମିକ ଶିକ୍ଷା ସମାପ୍ତ କରିବେ  ।
  • ପିଲାମାନଙ୍କର ଶୈକ୍ଷିକ ବ୍ୟବସ୍ଥାର ଉନ୍ନତି କରାଯିବ   ।
  • ଆଖିଦୃଶିଆ ଗୁଣାତ୍ମକ ମାନର ବୃଦ୍ଧି  ।
  • ଏହି ପକାର ଆଲୋଚନା ବେଳେ ସହାୟକ ଶିକ୍ଷାସୁଯୋଗ , ନାମଲେଖା , ଅବଧାରଣ , ଉପଲବ୍ଧତା ଇତ୍ୟାଦିକୁ ନେଇ ଆଲୋଚନା କରିବେ   ।
ବିଦ୍ୟାଳୟର ସମାର୍ଥୀ କରଣ ତଥା  ସର୍ବାଙ୍ଗୀକାରଣ କରିବା ପ୍ରକୃତରେ ବିଦ୍ୟାଳୟ ପରିଚାଳନା କମିଟି / ଗୋଷ୍ଠୀ ହାତରେ ଅଛି   । ସେମାନେ ବିଦ୍ୟାଳୟକୁ ନିଜ ବିଦ୍ୟାଳୟ ଭାବେ ଗ୍ରହଣ କରିବା ଉଚିତ   । ଏବେ ଶିକ୍ଷା ଅଭିଯାନକୁ ଦୃଢୀଭୂତ ତଥା ବଳବତ୍ତର କରିବା ପାଇଁ ଏପ୍ରିଲ ୨୦୦୯ ମସିହାରେ ଭାରତ ସରକାରଙ୍କ “ ଶିଶୁ ମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ପ୍ରଣଯନ ହୋଇଛି ଏବଂ  ୨୦୧୦ ରେ ରାଜ୍ୟସରକାର ଏହି ସମ୍ବନ୍ଧୀୟ ନିୟମ ପ୍ରଣଯନ କରିଛନ୍ତି   । ଏହା ସେପ୍ଟେମ୍ବର ୨୭ ତାରିଖରେ ବିଜ୍ଞପ୍ତି ଭାବେ ପ୍ରକାଶ ପାଇଛି  । ତଦନୁଯାୟୀ ପତ୍ର ସଂଖ୍ୟା  - ୭୬୭, ତା  ୧୧.୧.୧୧ ରେ ଗ୍ରାମଶିକ୍ଷା କମିଟିକୁ ଭାଙ୍ଗି ନୂତନ ଭାବେ ଡିୟାଳୟ ପରିଚନା କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଛି   । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ର ଗଠନର କାର୍ଯ୍ୟ କାଳ , ମାସିକ ବୈଠକ, କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ଆଲୋଚନା କରାଯାଇଛି   ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 10/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate