অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟ ବିକାଶ ଯୋଜନା

ବିଦ୍ୟାଳୟ ବିକାଶ ଯୋଜନା

ଉଦ୍ଦେଶ୍ୟ

  • ଅଂଶଗ୍ରହଣ କାରୀମାନେ ଶିକ୍ଷା ଅଧିକାର ନିୟମ ଅନୁଯାୟୀ ବିଦ୍ୟାଳୟ ବିକାଶ ଯୋଜନା ର ବିଭିନ୍ନ ଡ଼ିଆଇଜି ଓ ପରିସର ବିଶସ୍ୟରେ ଅବଗତ ହେବେ   ।

ପ୍ରଣାଳୀ/ ପ୍ରକ୍ରିୟା

ସକ୍ରିୟାତ୍ମକ କାର୍ଯ୍ୟ  :-

  • ଆପଣଙ୍କର ଝିଅ ବାହାଘର ପାଇଁ ଆପଣମାନେ କଣ କରନ୍ତି ? ଏହା ଉପରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ୫ଟି ଦଳରେ ବିଭକ୍ତ କରାଯାଇ ଆଲୋଚନା କରିବାକୁ କୁହାଯିବା ଦଳଗତ ଉପସ୍ଥାପନ ସମୟରେ ସହାୟକ ଏଥିପାଇଁ ଯୋଜନାଟିଏ ଆବଶ୍ୟକ ଉପରେ ଗୁରୁତ୍ଵ ଦେବେ   ।
  • ପ୍ରଶ୍ନ ୧ ଓ ୨ ଖୋଲା ଆଲୋଚନା ହେବ   ।
  • ପ୍ରଶ୍ନ ୩ଟି ଦଳଗତ ଭାବେ ଆଲୋଚନା ହୋଇ ସାରାଂଶ କଳାପତାରେ ଲେଖାଯିବ   ।
  • ପ୍ରଶ୍ନ ୪ ରୁ ୫ ଯାଏଁ ଖୋଲା ଆଲୋଚନା କରାଯିବ ।

ଆଲୋଚ୍ୟ ବିଷୟ

  • ଯୋଜନା କହିଲେ ଆପଣ ମାନେ କଣ ବୁଝନ୍ତି   ।
  • ଆପଣଙ୍କ ବିଦ୍ୟାଳୟରେ ଆପଣମାନେ ମିଶି କେବେ ବିଦ୍ୟାଳୟ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ  ।
  • ଯୋଜନା କଲାବେଳେ କେଉଁ କେଉଁ ଡ଼ିଆଇଜି ଉପରେ ଗୁରୁତ୍ଵ ଦିଆଯାଇ ଥିଲା  ।
  • ବିଦ୍ୟାଳୟ ଉନ୍ନୟନ ପାଇଁ ଯୋଜନା  ନିହାତି ଆବଶ୍ୟକ କି  ? କାହିଁକି
  • “ଶିକ୍ଷା ଅଧିକାର ଆଇନ “ ରେ ବିଦ୍ୟାଳୟ ଉନ୍ନୟନ ଯୋଜନା ଉପରେ କଣ କୁହାଯାଇଛି   ।
  • “ବିଦ୍ୟାଳୟ ବିକାଶ ଯୋଜନା”  ଏକ ଭଲ ପ୍ରୟାସ କାହିଁକି ?

 

ସାମଗ୍ରୀ : ସାଧାକାଗଜ , ଡ୍ରୟଙ୍ଗସିଟ ଓ ମାର୍କର ପେନ  ।

ବାର୍ତ୍ତା : ବିଦ୍ୟାଳୟ ସ୍ତରକୁ ଉନ୍ନତରୁ ଉନ୍ନତରକରିବା ପାଇଁ ଆବଶ୍ୟକତା ଭିତ୍ତିକ କରିବା ପାଇଁ ତଥା କାର୍ଯ୍ୟକ୍ରମଗୁଡିକୁ ଧାରାବାହିକ କରିବା ପାଇଁ ବିଦ୍ୟାଳୟ ଉନ୍ନୟନ ଯୋଜନାର ଆବଶ୍ୟକତା ରହିଛି   ।

ସହାୟକ ସୂଚନା

 

  • ଯୋଜନା କହିଲେ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ସୁଶୃଙ୍ଖଳିତ ଏବଂ ଦୂରଦ୍ରୁଷ୍ଟି ସମ୍ପର୍ଣ୍ଣ କରିବା ପ ଏକ ସୋପାନ ଭିତ୍ତିକ ଲିଖିତ କାର୍ଯ୍ୟକୁ ଯୋଜନା କୁହାଯାଏ   ।  ଯୋଜନା ଏକ କାର୍ଯ୍ୟକାରୀ , ବାସ୍ତବବାଡି , ଆବଶ୍ୟକତା ଭିତ୍ତିକ ହେବା ଉଚିତ   । ଯେଉଁ ଯୋଜନା ଉପରେ ଆବଶ୍ୟକତା ଭିତ୍ତିକ ହୋଇଥାଏ  , ସେହି ଯୋଜନା ସେତେ ସୁନ୍ଦରଭାବେ କାର୍ଯ୍ୟକାରୀ ହୋଇଥାଏ   ।
  • ବିଦ୍ୟାଳୟ ରେ ଆଗରୁ ଗ୍ରାମ୍ୟ ଶିକ୍ଷା କମିଟିର ସଭ୍ୟ ହିସାବରେ ଛୋଟ ମୋଟ ଯୋଜନା କରାଯାଉଥିଲା   ।  ବାର୍ଷିକ ଉତ୍ସବ , ବିଭିନ୍ନ ସଭାସମିତି , ବିଦ୍ୟାଳୟରେ ପାଳନ କରାଯାଉଥିବା ପର୍ବ, ଜାତୀୟ ଦିବସ ଇତ୍ୟାଦି   ।
  • ଯୋଜନା କଲାବେଳେ ଆମେ :-
  • ଆବଶ୍ୟକତା ଭିତ୍ତିକ
  • ବାସ୍ତବବାଡି
  • ଉପଲ୍ଲବ୍ଧଧ ସମ୍ବଳ ବା ସୁବିଧା ସୁଯୋଗ ଭିତ୍ତିକ
  • ମତାମତ ଭିତ୍ତିକ
  • ଦୂର ଦ୍ରୁଷ୍ଟି ସମ୍ପର୍ଣ୍ଣ
  • ଅଗ୍ରାଧିକାର ଭିତ୍ତିକ  । ଇତ୍ୟାଦି   ।
  • ପ୍ରତି ବିଦ୍ୟାଳୟର ଅନେକ ସୁବିଧା ଅସୁବିଧା ରହିଛି   । ସବୁ ଅସୁବିଧାଗୁଡିକ ଏକବେଳେ ପୂରଣ କରାଯାଇ ପାରିବ ନାହିନ  । ତେଣୁ ଏହାକୁ ଅଗ୍ରାଧିକାର ଭିତ୍ତିରେ ସାହାଇବା ଏବଂ ଏଥିପାଇଁ ଦାୟିତ୍ଵ ନ୍ୟସ୍ତ କରିବା ଏବଂ ଏକ ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ କାମ କରିବା ପାଇଁ ବିଦ୍ୟାଳୟ ଉନ୍ନୟନ ଯୋଜନା କୁହାଯାଏ ।  ଏହା ପ୍ରତି ବିଦ୍ୟାଳୟ ଉନ୍ନତି ପାଇଁ ନିହାତି ଆବଶ୍ୟକ  ।
  • ଶିଶୁ ର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ,୨୦୦୯ “ ଅନୁଯାଯାଇ ପ୍ରତି ବିଦ୍ୟାଳୟରେ ବିଦ୍ୟାଳୟ ଉନ୍ନୟନ ଯୋଜନା ରହିବା ଆବଶ୍ୟକ  ।  ଏହି ଯୋଜନା ପରିଚାଳନା କମିଟିର ସଦସ୍ୟ ହିସାବରେ ଆମକୁ କରିବାକୁ ପଡିବ ।  ଏଥିରେ ଗୋଷ୍ଠୀର ସଦସ୍ୟ, ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇ ପାରିବ  ।

ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି (୧) ଅଧିନିୟମ ଅନୁଯାୟୀ ଗଠିତ ହେବାର ପ୍ରଥମ ଆର୍ଥିକ ବର୍ଷ ଶେଷ ହେବାର ସର୍ବନିମ୍ନ ତିନି ମାସ ପୂର୍ବରୁ ପରିଚାଳନା କମିଟି ବିଦ୍ୟାଳୟର ବିକାଶ ସଂକ୍ରାନ୍ତରେ ଏକ ଯୋଜନା ପ୍ରସ୍ତୁତ କରିବେ  ।

ବିଦ୍ୟାଳୟର ବିକାଶ ଯୋଜନା ତିନି  ବର୍ଷିଆ ହେବ ଏବଂ ଏଥିରେ ୩ଟି ବାର୍ଷିକ ଉପଯୋଜନା ରହିବ ,  ଯହିଁରେ ନିମ୍ନଲିଖିତ ବିଷୟଗୁଡିକ ସ୍ଥାନ ପାଇବ  ।

ପ୍ରତିବର୍ଷର ପ୍ରତି ଶ୍ରେଣୀ ପାଇଁ ନାମଲେଖା ଆକଳନ

ଅନୁସୂଚିରେ ସ୍ଥିରୀକୃତ ସର୍ତ୍ତ ଓ ମାନ ମୁତାବକ ପ୍ରଥମରୁ ପଞ୍ଚମ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ପୃଥକ ଭାବରେ ଆବଶ୍ୟକ ପ୍ରଧାନ ଶିକ୍ଷକ , ବିଷୟ ଏବଂ ସାମୟିକ ଶିକ୍ଷକଙ୍କ ସମେତ ଅତିରିକ୍ତ ଶିକ୍ଷକଙ୍କ ସଂଖ୍ୟା ନିରୂପଣ ।

ଅନୁସୂଚିରେ ସର୍ତ୍ତ ଓ ମାନ ରକ୍ଷାପାଇଁ ନିର୍ଧାରଣ ବ୍ୟବସ୍ଥା ମୁତାବକ ତିନିବର୍ଷ ଅବଧି ମଧ୍ୟରେ ଅତିରିକ୍ତ ଭିତ୍ତିଭୂମି ତଥା ସାରଞ୍ଜାମ ଆଦି ଆବଶ୍ୟକତା ଆକଳନ   ।

ଧାରା ୪ର ନିର୍ଧାରଣ ମୁତାବକ ସ୍ଵତନ୍ତ ପ୍ରଶିକ୍ଷଣ , ପ୍ରଦାନ ଶିଶୁମାନଙ୍କର ପ୍ରାପ୍ୟ ଯଥା ମାଗଣା ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଯେକୌଣସି ଅତିରିକ୍ତ ଆର୍ଥିକ ଆବଶ୍ୟକତା ସମେତ ଅଧିନିୟମ ଅଧୀନରେ ବିଦ୍ୟାଳୟ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ଵରେ ପରିପୂର୍ତ୍ତି ଆର୍ଥିକ ଆବଶ୍ୟକତା ସମେତ ଅଧିନିୟମ ଅଧୀନରେ ବିଦ୍ୟାଳୟ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ଵର ପରିପୂର୍ତ୍ତ ନିମିତ୍ତ , ଉପନିୟମ  ୨ର ଖଣ୍ଡ (b) ଏବଂ (c ) ପ୍ରସଙ୍ଗରେ ଆବଶ୍ୟକ ହେଉଥିବା ଅତିରିକ୍ତ ଆର୍ଥିକ ଆବଶ୍ୟକତାର ଆକଳନ  ।

ବିଦ୍ୟାଳୟ ବିକାଶ ଯୋଜନା ,  ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଏବଂ ଆବାହକଙ୍କ ଦ୍ଵାରା ସ୍ବାକ୍ଷରିତ ହୋଇ ଯେଉଁ ଆର୍ଥିକ ବର୍ଷରେ ପ୍ରସ୍ତୁତ କରାଯାଇଅଛି ସେହି ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ ।

ଏହା ଏକ ଭଲ ପ୍ରୟାସ  । ପ୍ରତି ବିଦ୍ୟାଳୟରେ ପ୍ରଥମଥର ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ  ୨୦୦୯ ନିୟମାନୁସାରେ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତ କରାଯିବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉପରିସ୍ଥ କର୍ମକର୍ତ୍ତାଙ୍କ ପାଖରେ ଉପସ୍ଥାପନ କରାଯିବ   । ଏହା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ପରିଚାଳନା କମିଟିର ସଭ୍ୟମାନେ ତଦାରଖ କରିପାରିବେ ଏହା ତରୁଣମୂଳ ସ୍ତରରେ ପ୍ରସ୍ତୁତି ହେଉଥିବାରୁ ଏହାର ରୂପାଯନ ସହଜ ହେବ ଏବଂ ଭାଗୀଦାରୀ ଭିତ୍ତିକ ହେଉଥିବାରୁ ଏହା କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଆସିବାର ସମ୍ଭାବନା ନାହିଁ  ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 6/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate