অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟରେ ଶିଶୁ ଅଧିକାର ସୁରକ୍ଷା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଦାୟିତ୍ଵ

ବିଦ୍ୟାଳୟରେ ଶିଶୁ ଅଧିକାର ସୁରକ୍ଷା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଦାୟିତ୍ଵ

ଉଦ୍ଦେଶ୍ୟ

ଅଂଶଗ୍ରହଣକାରୀମାନେ ଶିଶୁ ଅଧିକାର ନିୟମ ୨୦୦୯ ଓ ଓଡିଶା ଶିଶୁ ଶିକ୍ଷା ଅଧିକାର ନିୟମ ,୨୦୧୦ ରେ ଦର୍ଶଯାଇଥିବା ଶିଶୁ ସୁଲଭ ଉପାଦାନ ଗୁଡିକ ଜଣାଇବା ସହିତ ସେଗୁଡିକର କାର୍ଯ୍ୟ କାରିତା ବିଷୟରେ ଅବଗତ ହେବେ   ।

ପ୍ରଣାଳୀ/ପ୍ରକ୍ରିୟା

ସକ୍ରିୟାତ୍ମକ କାର୍ଯ୍ୟ :

୧ମ ପରିସ୍ଥିତି : ଶିକ୍ଷକ ଚୌକି ଉପରେ ବସି ବଡପାଟିରେ ବହି ପଢୁଛନ୍ତି  ।  ପିଲାମାନେ ବହି ଦେଖୁଛନ୍ତି  ।  ଦୁଇଟି ପିଲା ବହି ଆଣିନପାରି ନଥିବାରୁ କାନଧରି ଛିଡା  ହୋଇଛନ୍ତି   ।  ଶିକ୍ଷକ ପିଲାମାନଙ୍କୁ ମଝିରେ ମଝିରେ “ ବୁଝିଲ” ବୋଲି  ପଚାରୁଛନ୍ତି  । ପାଠ ସାରିଲା ପରେ ଶିକ୍ଷକ ପିଲାଙ୍କୁ ପ୍ରଶ୍ନ ପଚାରିଲେ   ।  ଦୁଇଟି ପିଲାଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ଉତ୍ତର ଆଦାୟ କରି ପାଠ ସମାପ୍ତ କଲେ  ।

୨ୟ ପରିସ୍ଥିତି  : ଶିକ୍ଷକ ପିଲାକୁ ଧରି ବଗିଚାରେ ବୁଲୁଛନ୍ତି  ।  ପିଲାମାନେ ବୁଲି ବୁଲି ଗଚ୍ଚଗୁଡିକ ନିରୀକ୍ଷଣ କରୁଛନ୍ତି  । କେଉଁଗଛ ଦେଖିବାକୁ କିପରି ,  ତାର ମୋଟେଇ ,  ତାର ପତ୍ର, ଔଷଧୀୟ ଗୁଣ ବିଷୟରେ ପରସ୍ପର କଥାବାର୍ତ୍ତା ହେଉଛନ୍ତି  । ଶିକ୍ଷକ ପିଲାମାନଙ୍କୁ ବାରମ୍ବାର ଉତ୍ସାହିତ କରୁଛନ୍ତି   ।  ପିଲାମାନେ ଶ୍ରେଣୀକୁ ଆସିଲା ପରେ ଶିକ୍ଷକ ଯାହା ଦେଖାହେଲା ତା ଉପରେ ଆଲୋଚନା କଲେ  ।

ପ୍ରଶ୍ନ ୧ ରୁ ୨ ଯାଏ ଖୋଲା ଆଲୋଚନା ହେବ   ।

ପ୍ରଶ୍ନ ୩ ଟି ଦଳଗତ ଆଲୋଚନା ହେବ  ।

ପ୍ରଶ୍ନ ୪ ଠାରୁ ୭ ଯାଏଁ ଖୋଲା ଆଲୋଚନା ହେବ  ।

 

ଆଲୋଚ୍ୟ ବିଷୟ

  • ଦୁଇଟି ପରିସ୍ଥିତି ମଧ୍ୟରୁ କେଉଁ ପରିସ୍ଥିତିଟି ଆପଣଙ୍କୁ ଭଲ ଲାଗିଲା  ?
  • ୨ୟ ପରିସ୍ଥିତି ଟି କାହିଁକି ଭଲ ଲାଗିଲା  ?
  • ଶିକ୍ଷାଅଧିକାର ନିୟମ ଶିଶୁମାନଙ୍କ ଅଧିକାର ସ୍ଦ୍ରାକ୍ଷା ଦେବା ପାଇଁ କଣ ସବୁ ବ୍ୟବସ୍ଥା ହୋଇଛି  ।
  • ଶିଶୁ କେନ୍ଦ୍ରିକ ବିଦ୍ୟାଳୟ କହିଲେ ଆପଣ ମାନେ କଣ ବୁଝନ୍ତି   ?
  • ବିଦ୍ୟାଳୟକୁ କିପରି କଲେ ବିଦ୍ୟାଳୟରେ ଶିଶୁ ଖୁସିରେ ଶିଖିପାରିବେ   ।
  • ବିଦ୍ୟାଳୟରେ ଶିଶୁ ଶିକ୍ଷା ଅଧିକାର କୁ ସୁରକ୍ଷା ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି କଣ କରିପାରିବେ   ,।
  • ବିଦ୍ୟାଳୟରେ ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଲେ ପରିଚାଳନା କମିଟି କି ପ୍ରକାର ପଦକ୍ଷେପ ନେଇ ପାରିବେ   ।

 

ବାର୍ତ୍ତା :- ଶିକ୍ଷାଅଧିକାର ନିୟମକୁ ଲାଗୁ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଦ୍ୟାଳୟ ପରିଚାଳନା କମିଟିର ଯଥେଷ୍ଟ ଭୂମିକା ରହିଛି  ।

ସହାୟକ ସୂଚନା

ଦିବସ- ୨ୟ

  • ଦ୍ଵିତୀୟ ପରିସ୍ଥିତିଟି ଭଲ ଲାଗିଲା   ।
  • ପିଲାମାନେ ସ୍ଵାଧୀନ ଭାବେ ସିଖୁଛନ୍ତି  ।  ଶିକ୍ଷକ ଏଠି ବନ୍ଧୁଭାବେ ପିଲାଙ୍କୁ ସହାୟତା କରୁଛନ୍ତି  ।  ପିଲାମାନଙ୍କୁ ଶାରୀରିକ ବା ମାନସିକ ଦଣ୍ଡ  ଦିଆଯାଇନାହିଁ  ।  ପିଲାମାନେ ବିଭିନ୍ନ ନିଜସ୍ୱ ଦ୍ରୁଷ୍ଟିକୋଣରୁ ନିରୀକ୍ଷଣ କରୁଛନ୍ତି  । ମାନସିକ ଚାପ ବା ବୋଝ ଏଠି ଅପେକ୍ଷାକୃତ କମ ରହିଛି   ।  ଏହିଭଳି ଏକ ସ୍ଵାଭାବିକ ପରିବେଶରେ ପିଲାମାନେ ଶିଖିବା ପାଇଁ ଭଲ ପାଆନ୍ତି  ।  ନିଜସ୍ୱ ରୁଚି, ପସନ୍ଦ , ଅପସନ୍ଦ ଉପରେ ଗୁରୁତ୍ଵ ହେଲେ ପିଲାଙ୍କ ପାଇଁ ଶିକ୍ଷଣ ସ୍ଵାଭାବିକ ହୋଇଥାଏ   ।
  • ଶିଶୁ ଅଧିକାର ନିୟମ ଆଧାରିତ
  • ସମସ୍ତ ୬ ରୁ ୧୪ ବର୍ଷର ଶିଶୁ ନିଜ ବୟସ ଅନୁଯାୟୀ ଶ୍ରେଣୀରେ ନାମ ଲେଖାଇବେ ।
  • ସମସ୍ତ ଶିଶୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇବେ ।
  • ପିଲାଙ୍କ ପାଖରୁ କୌଣସି ନାମଲେଖା ଫିସ ବା ଚନ୍ଦା ଆଦାୟ କରାଯିବ ନାହିଁ  ।
  • ଶିଶୁ ନାମଲେଖାଇବା ପାଇଁ କୌଣସି ପ୍ରକାରର ଚୟନ ପକ୍ରିୟା କରାଯିବ ନାହିଁ  ।
  • ନାମଲେଖା ପାଇଁ କୌଣସି ବୟସ ପ୍ରମାଣପତ୍ର ର ଆବଶ୍ୟକତା ନାହିଁ  ।
  • ଶିଶୁର ବିଦ୍ୟାଳୟରେ ନାମଲେଖାକୁ ବାରଣ କରାଯାଇ ପାରିବ ନାହିଁ  ।
  • ପ୍ରାଥମିକ ଶିକ୍ଷା ସମ୍ପତ ନ ହେବା ଯାଏ ଶିଶୁକୁ କୌଣସି ଶ୍ରେଣୀରେ ଅଟକାଯିବ ନାହିଁ  ।
  • କୌଣସି ଶିଶୁକୁ ଶାରୀରିକ ବା ମାନସିକ ଦଣ୍ଡ ଦିଆଯିବ ନାହିଁ  ।
  • ଶିଶୁର ସର୍ବାଙ୍ଗୀନ ବିକାଶ ହେଉଥିବା ପାଠ୍ୟକ୍ରମ ପଚାଳନ ହେବ  ।
  • ଶିଶୁର ଅନ୍ତର୍ନିହିତ ଶକ୍ତି ଓ ପ୍ରତିଭାର ଅଭିବୃଦ୍ଧି ସାଧନ ଉପରେ ଗୁରୁତ୍ଵ   ।
  • ମାନସିକ ଓ ଶାରୀରିକ ଦକ୍ଷତାର ପୂର୍ଣ୍ଣତମ ବିକାଶ ସାଧନ  ।
  • ଶିକ୍ଷାଦାନର ମଧ୍ୟମ ଯଥା ସମ୍ଭବ ଶିଶୁର ମାତୃଭାଷା ହେବ ।
  • କୌଣସି ଛାତ୍ର/ଛାତ୍ରୀ ବୋର୍ଡ ପରୀକ୍ଷା ଦେବେ ନାହିଁ   ।
  • ଶିଶୁ ସୁଲଭ ଓ ଶିଶୁ କୈନ୍ଦ୍ରିକ ପଦ୍ଧତିରେ ଶିକ୍ଷାଦାନ ଇତ୍ୟାଦି  ।

ଶିଶୁ କୈନ୍ଦ୍ରିକ ବିଦ୍ୟାଳୟ କହିଲେ ଯେଉଁ ବିଦ୍ୟାଳୟରେ ଶିଶୁମାନେ ମୁକ୍ତ , ସ୍ଵାଭାବିକ ,  ନିଜେ କରି ନିଜେ ସିଖୁଥିବେ   । ଶିକ୍ଷକ ଶିଶୁମାନଙ୍କୁ ସହାୟତା କରୁଥିବେ   ।  ଏହା ସାଧାରଣତଃ ଭାବେ ୪ ଟି ଦିଗ ଉପରେ ନିର୍ଭର କରେ   ।

ଭୌତିକ ପରିବେଶ :- ଶ୍ରେଣୀଗୃହ, ଖେଳ ପଡିଆ , ପାଠାଗାର , ଇତ୍ୟାଦି   ।

ଶୈକ୍ଷିକ ପରିବେଶ :- ଶିକ୍ଷକ, ଶିକ୍ଷକ ପ୍ରସ୍ତୁତି , ଶିକ୍ଷକ ସହାୟତା , ପାଠ୍ୟ ପୁସ୍ତକ , ପ୍ରଶିକ୍ଷଣ , ଶିକ୍ଷଣ ପ୍ରକ୍ରିୟା ଇତ୍ୟାଦି ।

ସାମାଜିକ ପରିବେଶ :- ଗୋଷ୍ଠୀ ସମ୍ପୃକ୍ତି , ଅଭିଭାବକ ସ୍ଵେଚ୍ଛାସେବି ଅନୁଷ୍ଠାନ , ବ୍ୟକ୍ତିବିଶେଷଙ୍କ ସହ ସମ୍ପୃକ୍ତି  ।

ପରିଚାଳନାଗତ ପରିବେଶ  : ସମ୍ବଳର ଉପଯୁକ୍ତ ପରିଚାଳନା ଓ ବିନିଯୋଗ ଇତ୍ୟାଦି  ।

ଉପରୋକ୍ତ ପରିବେଶ ଗୁଡିକୁ ଠିକ ଭାବେ କରିପାରିବଲେ ଗୋଟିଏ ବିଦ୍ୟାଳୟ ଏବଂ ଶିଶୁ କୈନ୍ଦ୍ରିକ ବିଦ୍ୟାଳୟରେ ପରିଣତ ହୋଇପାରିବ   ।

ଭୌତିକ ପରିବେଶଟି ପିଲାଙ୍କ ପାଇଁ ମନଛୁଆଁ ହେବା ଉଚିତ   । ଯଥା  :-

  • ବସିବା ଓ ପଢିବା ପାଇଁ ଶ୍ରେଣୀଗୃହ
  • ବଗିଚା ଓ ବଗିଚାରେ ଶିଶୁ ସୁଲଭ ଉପାଦାନ
  • କାନ୍ଥରେ କାନ୍ଥଚିତ୍ର , ମାନଚିତ୍ର ଇତ୍ୟାଦି ହୋଇଥିବ   ।
  • ଶିଶୁକୁ ସୁରକ୍ଷା ଦେବା ପରେ ଶ୍ରେଣୀଗୃହ ଏବଂ ବିଦ୍ୟାଳୟ ଗୃହ   ।
  • ଭିନ୍ନକ୍ଷମ ପିଲାମାନଙ୍କ ବିଚରଣ ପାଇଁ ବାଧାମୁକ୍ତ ବିଦ୍ୟାଳୟ ଓ ପ୍ରାଙ୍ଗଣ   ।
  • ଶ୍ରେଣୀ ଶିକ୍ଷଣରେ ଘୋଷା ଉପରେ ଗୁରୁତ୍ଵ ନଦେଇ ଆବିଷ୍କାର , ଅନୁସନ୍ଧିତା ଉପରେ ଗୁରୁତ୍ଵ   ।
  • ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନ ରହି ପାଠ୍ୟପୁସ୍ତକ ବାହାରକୁ ଯାଇ ଶିକ୍ଷାଦାନ  ,।
  • ପାଠ୍ୟଦାନକୁ ଦୈନନ୍ଦିନ ଜୀବନ ସହ ଯୋଡି ଶିକ୍ଷାଦାନ ଇତ୍ୟାଦି   ।

ବିଦ୍ୟାଳୟରେ ନାମଲେଖାଇଥିବା ସ୍ଵତନ୍ତ୍ର ଆବଶ୍ୟକ କରୁଥିବା ଏବଂ ଅସୁବିଧା ଭୋଗ କରୁଥିବା ବର୍ଗର ଶିଶୁ ତଥା ଦୁର୍ବଳ ଶ୍ରେଣୀର ଶିଶୁକୁ ବାଛବିଚାର ନକରାଇବା   ।

  • ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ନିୟମିତ ଭାବେ ଶ୍ରେଣୀରେ ଯଥାକ୍ରମେ ପାଠଦାନ ଓ ଶିକ୍ଷଣ କାର୍ଯ୍ୟ କରିବେ   ।
  • ଶିକ୍ଷଣକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗୋଷ୍ଠୀ ବା ପିତାମାତାଙ୍କୁ ସଚେତନ କରାଇବା   ।
  • ଶିଶୁର ଅଧିକାର ସମ୍ପର୍କୀୟ ନିୟମ ବିଷୟରେ ଗୋଷ୍ଠୀ ବା ପିତାମାତାଙ୍କୁ ସଚେତନ କରାଇବା   ।
  • ଶିଶୁ କୈନ୍ଦ୍ରିକ ପାଠଦାନକୁ ନିଶ୍ଚିତ କରିବା   ।
  • ଶିଶୁର ଆଧିକର ବିଷୟରେ ସଚେତନ ରହିବା ଇତ୍ୟାଦି   ।
  • ଶିଶୁର ଅଧିକାର କ୍ଷୁର୍ଣ୍ଣ ହେଲେ ଅଭିଯୋଗ ପଞ୍ଜିକରଣ ନିମିତ୍ତ ନିଃଶୁକ୍ଳ ଟେଲିଫୋନ ସେବା ଷ୍ଟୁଡେଣ୍ଟ ହେଲ୍ପ ଲାଇନ (୧୮୦୦୩୪୫୬୭୨୨) ସହ ଯୋଗାଜଗ ସ୍ଥାପନ କରିବା ସହ ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଉପଦେଷ୍ଟା ପରିଷଦର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିପାରିବେ   । ଅଧିକାର କ୍ଷୁର୍ଣ୍ଣ ହେଲେ ପ୍ରଥମ ସୋପାନରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ରୁଷ୍ଟିଗୋଚରକୁ ଆଣିବା ଉଚିତ   ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 10/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate