ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଆମେ ରୋଗରେ ପଡୁ କହିକି ?
ସେଆର କରନ୍ତୁ

ଆମେ ରୋଗରେ ପଡୁ କହିକି ?

ଶିକ୍ଷାର୍ଥୀମାନଙ୍କ ଉତ୍ତରର ପ୍ରତିକ୍ରିୟା ପ୍ରକାଶ କରିବା ଓ ଶିକ୍ଷାର୍ଥୀମାନଙ୍କୁ ଅଧୁକରୁ ଅଧୁକ ପ୍ରଶ୍ନ ପରସ୍ତାରିବା ପାଇଁ ଉତ୍ସାହିତ କରିବା ଏହି ଏକକର ଉଦ୍ଦେଶ୍ୟ

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ୍-ଇଣ୍ଡିଆର) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈନ୍ଧିକ ସଂବଳ’ ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥୁବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି | ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ 'ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍

www.tess-india.edu.in ରେ ଉପଲବ୍ଧ । ‘ମୁକ୍ତ ଶୈକ୍ଷିକ ସଂବଳ, ଗୁଡିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥୁବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ | ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ

କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତା|

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ | ଏଥୁରେ ଥୁବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥୁବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ଟେସ୍ - ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ଅନଲାଇନ୍‌ରେ www.tess-india.edu.in ଉପଲବ୍ଧି ଓ ଡାଉନ୍‌ଲୋଡ଼ କରାଯାଇପାରିବ | ଆପଣମାନେ ଏହି ଭିଡ଼ିଓ ଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ |

 

ଏହି ସଂକଳନଟି ଟେସ୍-ଇଣ୍ଡିଆର 'ମୁକ୍ତ ଶିକ୍ଷା ସମ୍ବଳ'ର ମାଧ୍ୟମିକ ବିଜ୍ଞାନ ସଂକଳନର ଏକ ଭାଗ ଅଟେ | ମୂଳ ଇଂରାଜୀ ଲେଖାକୁ ଶ୍ରୀମତୀ ସ୍ଥିତାଶ୍ରୀ ବିଶ୍ଵାଳ ଓଡ଼ିଆ ଭାଷାନ୍ତର କରିଥୁବା ବେଳେ ଡ଼କୃର ପ୍ରୀତିଳତା ଜେନା ସମୀକ୍ଷା କରିଛନ୍ତି ।  ଏହି ସଂକଳନରେ ବ୍ୟବହୃତ ହୋଇଥୁବା ତୃତୀୟ ପକ୍ଷ ସାଧନ ବ୍ୟତିତ ଅନ୍ୟ ସମସ୍ତ ସମ୍ବଳ / ଲେଖ creativecommons.org ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ |

ଶିକ୍ଷଣ ଅଭିବୃଦ୍ଧିରେ ଶିକ୍ଷକଙ୍କ ଅବଦାନ

ଭଲ ପ୍ରଶ୍ନ ପଚାରିବା, ଶିକ୍ଷାର୍ଥୀମାନଙ୍କ ଉତ୍ତରର ପ୍ରତିକ୍ରିୟା ପ୍ରକାଶ କରିବା ଓ ଶିକ୍ଷାର୍ଥୀମାନଙ୍କୁ ଅଧୁକରୁ ଅଧୁକ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରିବା ଏହି ଏକକର ଉଦ୍ଦେଶ୍ୟ ।

ଶିକ୍ଷକମାନେ ଶ୍ରେଣୀରେ ପ୍ରଶ୍ନ ପଚାରିବା ପାଇଁ ଶତକଡ଼ା 35 ରୁ 50 ସମୟ ବିନିଯୋଗ କରିଥାନ୍ତି, ଭଲ ପ୍ରଶ୍ନ ପଚାରିବା ଦ୍ଵାରା ଏହା ଶିକ୍ଷାର୍ଥୀଙ୍କର ଶିକ୍ଷଣ ଅଭିବୃଦ୍ଧିରେ ସହାୟକ ହୋଇଥାଏ । ମୁଖ୍ୟ ଧାରଣାଗୁଡିକ ଆଡକୁ ସେମାନଙ୍କର ଧ୍ୟାନ ଯାଇପାରେ ଏବଂ ଏହା ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତା ଉନ୍ନତି ପାଇଁ ସହାୟକ ହୋଇପାରେ । ଆପଣଙ୍କ ଶିକ୍ଷାର୍ଥୀମାନେ କୌଣସି ଏକ ପ୍ରସଙ୍ଗ ବିଷୟରେ କ’ଣ ଜାଣିଛନ୍ତି ଓ ବୁଝିଛନ୍ତି ତାହା ଜାଣିବା ପାଇଁ ମଧ୍ୟ ଏହା ଆପଣଙ୍କୁ ସାହାଯ୍ୟ କରିବ ଓ ଆବଶ୍ୟକ ସ୍ଥଳେ ଆପଣଙ୍କୁ ଆପଣଙ୍କର ପନ୍ଥା ପରିବର୍ତନ ପାଇଁ ସହାୟକ ହେବ । ବେଳେବେଳେ, ଉତ୍ତମ ପ୍ରଶ୍ନ ପ୍ରସ୍ତୁତ କରିବା ଶିକ୍ଷକମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଉତ୍ତମ ପ୍ରଶ୍ନ ପ୍ରସ୍ତୁତି ସମୟରେ ବିଭିନ୍ନ ପ୍ରକାରର ପ୍ରଶ୍ନଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ପଡିଥାଏ ଓ ବିଭିନ୍ନ ଭାବରେ ପ୍ରଶ୍ନ ପଚରା ଯାଇପାରେ । ଶିକ୍ଷାର୍ଥୀମାନଙ୍କର ଚିନ୍ତା ଓ ଶିକ୍ଷଣକୁ ସହାୟତା କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିବାକୁ ସୁନିଶ୍ଚିତ କରିବା ପାଇଁ ଯନ୍ସର ସହ ଯୋଜନା ପ୍ରସ୍ତୁତି କରିବାର ଆବଶ୍ୟକତା ଅଛି । ଆପଣଙ୍କର ପ୍ରଶ୍ନ କେତେଦୂର ଫଳପ୍ରଦ, ଯାହା ଶିକ୍ଷଣରେ ସହାୟକ ହେବ ତାହା ଶିକ୍ଷାର୍ଥୀମାନଙ୍କର ଉତ୍ତର ଆଧାରରେ ଆପଣଙ୍କର ପ୍ରତିକ୍ରିୟା ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ଆପଣ ଜାଣି ପାରିବେ ଯେ ଉତ୍ତମ ପ୍ରଶ୍ନ ପାଇଁ ଚିନ୍ତନ କୌଣସି ପ୍ରସଙ୍ଗକୁ ନିଜେ ଭଲରେ ବୁଝିବା ପାଇଁ ସହାୟକ ହୋଇଥାଏ । ଏହି କଥା ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ୟ ପ୍ରଜୁର୍ଯ୍ୟ । ତେଣୁ ଶିକ୍ଷାର୍ଥୀମାନେ ଯେପରି ଦୃଢ଼ ବିଶ୍ବାସର ସହ ନିଜେ ନିଜେ ପ୍ରଶ୍ନ ପଟୋରି ପାରିବେ ସେହିଭଳି ପରିବେଶ ସୃଷ୍ଟି କରିପାରିଲେ ଆପଣ ଜଣେ ଉତ୍ତମ ଶିକ୍ଷକ ହୋଇପାରିବେ ।

ନବମ ଶ୍ରେଣୀର ପ୍ରସଙ୍ଗ “ ରୋଗ ଓ ଏହାର ନିରାକରଣ' ମାଧ୍ୟମରେ ଏହି ଏକକରେ ଥୁବା ଧାରଣା ଗୁଡିକର ଦୃଷ୍ଟାନ୍ତ ଦିଆଯାଇଛି । ଏହି ଧାରଣାଗୁଡିକ ବିଜ୍ଞାନର ଅନ୍ୟ ବିଷୟ ପଢାଇବା ସମୟରେ ମଧ୍ୟ ପ୍ରୟୋଗ କରାଯାଇପାରିବ ।

ଏହି ଏକକରୁ କ'ଣ ଶିଖିବେ

  • ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବାର ଆବଶ୍ୟକତା ଓ ବିଭିନ୍ନ ପ୍ରକାରର ପ୍ରଶ୍ନ କିପରି ପ୍ରସ୍ତୁତ କରିବେ ।
  • ଆପଣଙ୍କ ଶ୍ରେଣୀରେ ପ୍ରଶ୍ନ ପଚାରିବାର କେତେକ ନୂତନ ଉପାୟ ।
  • ପ୍ରଶ୍ନ ପଚାରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ କିପରି ଉତ୍ସାହିତ କରିବେ ।

ଏହି ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଶିକ୍ଷାର୍ଥୀମାନେ କେତେ ଜାଣିଛନ୍ତି ଓ ବୁଝିଛନ୍ତି ଜାଣିବା ପାଇଁ ପ୍ରଶ୍ନ ପଶ୍ଚରିବା ଗୋଟିଏ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ । ଶିକ୍ଷକମାନେ ଅନ୍ୟାନ୍ୟ କାରଣରୁ ମଧ୍ୟ ପ୍ରଶ୍ନ ପଟରିଥାଆନ୍ତି ଯଥା

  • ଶିକ୍ଷାର୍ଥୀମାନଙ୍କର ପୂର୍ବଜ୍ଞାନ ଓ ବୋଧଗମ୍ୟତା ଯାଞ୍ଚ କରିବା
  • ଶିକ୍ଷାର୍ଥୀମାନଙ୍କୁ ବାସ୍ତବ ଓ ତଥ୍ୟ ଭିତ୍ତିକ ଚିନ୍ତନରୁ ବିଶ୍ଳେଷଣାମ୍ବକ ଚିନ୍ତନ ଆଡକୁ ଆଗେଇ ନେବା ପାଇଁ ।
  • ଶିକ୍ଷାର୍ଥୀମାନଙ୍କୁ ପୂର୍ବଜ୍ଞାନ ମନେପକାଇ ନୂତନ ବୋଧଗମ୍ୟତା ପାଇଁ ବର୍ତମାନର ଜ୍ଞାନ ସହ ସଂଯୁକ୍ତ କରିବାରେ ସାହାଯ୍ୟ କରିବା ।
  • ଉପଯୁକ୍ତ ଯୋଜନା ମାଧ୍ୟମରେ ମୁଖ୍ୟ ଧାରଣାଗୁଡିକୁ ସଂପର୍କିତ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ କ୍ରମାନୁସାରେ ଆଗେଇବାରେ ସାହାଯ୍ୟ କରିବା ।
  • ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା, ଚିନ୍ତା କରିବା ଓ ବୁଝିବା ପାଇଁ ଉତ୍ସାହିତ କରିବା ।
  • ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଯୁକ୍ତି ପ୍ରଦର୍ଶନ, ସମସ୍ୟା ସମାଧ୍ୟାନ, ମୂଲ୍ୟୟନ ଓ ଅନୁକହ୍ନା (hypothesis) ଗଠନ କରିବାର ଦକ୍ଷତା ବୃଦ୍ଧି କରିବା ।
  • ସେମାନେ କିପରି ଶିଖିବେ ତା ପାଇଁ ଆମ୍ବା ସଚେତନତା ବୃଦ୍ଧି କରିବା ।

ପ୍ରଶ୍ନ ପଶ୍ଚରିବାକୁ ଶ୍ରେଣୀ ପରିଚାଳନାର ଏକ ସାଧନ ରୂପେ ବ୍ୟବହାର କରାଯାଇପାରେ । ଯେଉଁ ଶିକ୍ଷାର୍ଥୀମାନେ ଅନ୍ୟ ମନସ୍କ ରହୁଥୁବେ ପ୍ରଶ୍ନ ପରସ୍ପରି ତାଙ୍କ ଧ୍ୟାନ ପାଠପଢା ଆଡକୁ ଅଣାଯାଇପାରେ । ଶିକ୍ଷାର୍ଥୀମାନଙ୍କର ଆମ୍ବ ପ୍ରତ୍ୟୟ ଓ ଆମ୍ବସମ୍ମାନ ବୃଦ୍ଧି କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ ।

ଅନୁଧ୍ୟାନରୁ ଜଣା ପଡିଛି ଯେ ଶିକ୍ଷାଦାନ ପଦ୍ଧତିର ଦୁଇଟି ମୁଖ୍ୟ ଦିଗ ହେଉଛି ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କ ମଧ୍ୟରେ ପାରସ୍ପରିକ ଶିକ୍ଷଣ ପାଇଁ ଓ ପ୍ରତିପୃଷ୍ଟି ଦେବା ପାଇଁ ସୁଯୋଗ ଦେବା ।

ପ୍ରଶ୍ନ ପରସ୍ପରିବା ଦ୍ଵାରା ଆପଣ ଶିକ୍ଷାର୍ଥୀମାନଙ୍କୁ ତାଙ୍କ ଅଭିବୃଦ୍ଧି ନିମନ୍ତେ ପ୍ରତିପୁଷ୍ଟି ଦେବା ସହ ପ୍ରତ୍ୟେକ ଶିକ୍ଷାର୍ଥୀ ପ୍ରତ୍ୟେକଙ୍କ ଶିକ୍ଷଣର ଅଭିବୃଦ୍ଧି ପାଇଁ ମତାତମ ଦେବା ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ, ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛ ସମସ୍ତ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଭାବରେ ଶିକ୍ଷଣରେ ଅଶଂଗ୍ରହଣ କରାଇବା ପାଇଁ ପ୍ରଶ୍ନ ପଟରିବା ମାଧ୍ୟମକୁ ବ୍ୟବହାର କରାଯାଇପାରେ ।

ସମସ୍ତ ଶ୍ରେଣୀର ଶିକ୍ଷାର୍ଥୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ ଶିକ୍ଷକମାନେ ନିମ୍ନଲିଖୁତ ଦିଗପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା Q33-(Petty 2009)

  • ଆଦ୍ଵାନମୂଳକ ଓ ଆଗ୍ରହ ଉଦ୍ଦୀପକ ପ୍ରଶ୍ନ ପଚାରିବା ।
  • ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ସୁଲେ ଶିକ୍ଷାର୍ଥୀମାନଙ୍କୁ ନିର୍ବାଚିତ କରି ପ୍ରଶ୍ନ ପଚାରିବା
  • ଠିକ୍। ଉତ୍ତର ଦୁର୍ବଳ ହେଲେ ମଧ୍ୟ ସମସ୍ତ ଶିକ୍ଷାର୍ଥୀଙ୍କ ଉତ୍ତରକୁ ସମ୍ମାନ ଦେବା ।
  • ଶିକ୍ଷାର୍ଥୀମାନଙ୍କୁ ତାଙ୍କ ନିନ୍ତନକୁ ବର୍ଣ୍ଣନା କରିବା ପାଇଁ କହିବା ।
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ପରସ୍ପରର ଉତ୍ତର ଉପରେ ମତାମତ ରଖୁବା ପାଇଁ ଆମନ୍ତ୍ରଣ କରିବା ।

ଫଳପ୍ରଦ ପ୍ରଶ୍ନ ପରଷ୍ପରିବାର ମୂଳମନ୍ତ୍ର ହେଲା- ପ୍ରଶ୍ନ ଦ୍ଵାରା କେଉଁ ଉଦ୍ଦେଶ୍ୟ ହାସଲ ପାଇଁ ଚେଷ୍ଟା କରୁଛନ୍ତି ତାକୁ ଚିନ୍ତା କରିବା; ନିଜ ପ୍ରଶ୍ନଗୁଡିକ ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ ଶିକ୍ଷାର୍ଥୀମାନଙ୍କର ଉତ୍ତରକୁ ଧ୍ୟାନର ସହ ଶୁଣିବା । ସମ୍ବଳ ୧ରେ ପ୍ରଶ୍ନର ଫଳପ୍ରଦ ବ୍ୟବହାର ବିଷୟରେ ଧାରଣା ଦିଆଯାଇଛି ।

ଚନ୍ତନର ଅଭ ବୃଦ୍ଧ ପାଇ ପ୍ରଶ୍ନର ବ୍ୟବହାର ।

ଶିକ୍ଷଙ୍କମାନଙ୍କ ପାଇଁ ଉତ୍ତମ ଅଭ୍ୟାସ

ବିଭିନ୍ନ ଉପାୟରେ ପ୍ରଶ୍ନଗୁଡ଼ିକୁ ଶ୍ରେଣୀଭୂକ୍ତ କରାଯାଇପାରେ । ପ୍ରଶ୍ନକୁ ଶ୍ରେଣୀ ବିଭାଗ କରିବାର ସବୁଠାରୁ ସୁବିଧା ଉପାୟ ହେଲା- ମୁକ୍ତ ପ୍ରଶ୍ନ ଓ ଆବଦ୍ଧ ପ୍ରଶ୍ନ (open and closed questions) । ଏହି ଦୁଇ ପ୍ରକାର ପ୍ରଶ୍ନ ମଧ୍ୟରେ ପାର୍ଥକ୍ୟ ଚିତ୍ର-୧ରେ ଦିଆଯାଇଛି ।

ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ

ଉଚ୍ଚ ସ୍ତରର ଉତ୍ତର ଆଦାୟ କରିବାକୁ ବ୍ୟବହାର କରାଯାଏ । ଶିକ୍ଷାର୍ଥୀମାନେ ଉତ୍ତରକୁ ନିଶ୍ଚୟ ଦୀର୍ଘ ଭାବରେ କହିବେ । ଏକାଧୁକ ଉପାୟରେ ପ୍ରଶ୍ନର ଉତ୍ତର ଦିଆଯାଇପାରେ ।

ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ

  • ଉଚ୍ଚ ସ୍ତରର ଉତ୍ତର ଆଦାୟ କରିବାକୁ ବ୍ୟବହାର କରାଯାଏ ।
  • ଶିଖାର୍ଥୀମାନେ ଉତ୍ତରକୁ ନିଶ୍ଚୟ ଦୀର୍ଘ ଭାବରେ କହିବେ ।
  • କୋଧିକ ଉପାୟରେ ପ୍ରଶ୍ନର ଉତାର ଦିଆଯାଇପାରେ

ଉଦାହାରଣ

  • ବଳବର ଉଜ୍ଜଳତାକୁ କ'ଣ ପ୍ରଭାବିତ କରୁଥାଇପାରେ ବୋଲି ତୁମେ ଭାବୁଛ ?
  • ଅମ୍ଳ ଓ କ୍ଷାରକ କେଉଁ ଦୃଷ୍ଟିରୁ ସମାନ ?
  • ନିଉଟନ୍‌ଙ୍କ ନିୟମଗୁଡିକ ମଧ୍ୟରୁ କେଉଁଟି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।

ନିଦ୍ଧିଷ୍ଟ ଉତ୍ତର ମୂଳକ ପ୍ରଶ୍ନ

  • ଗୋଟିଏ ସ୍ପଷ୍ଟ ଉତ୍ତର ଥାଏ ।
  • ବୋଧଗମ୍ୟତା ଯାଞ୍ଚ କରିବା ପାଇଁ ବ୍ୟବହାର କରାଯାଏ ।
  • ସ୍ମରଣ ଶକ୍ତିର ପରୀକ୍ଷା କରିବା ପାଇଁ ବ୍ୟବହାର କରାଯାଏ ।
  • ସଂକ୍ଷିପ୍ତ ଉତ୍ତର ଆଧାରିତ ହୋଇଥାଏ ।

 

ଉଦାହାରଣ

  • ବଳ ମାପିବାକୁ ଆମେ କେଉଁ ଏକକ ବ୍ୟବହାର କରୁ?
  • ଲବଣାମ୍ଳର P" କେତେ ?
  • କେଉଁଟି ଗୋଟିଏ ଆଚ୍ଛାଦିତ କୋଷ ?

ଅଧୁକ ଆବଦ୍ଧ ପ୍ରଶ୍ନ ପଚାରିବା ଶିକ୍ଷକମାନଙ୍କର ଗୋଟିଏ ଅଭ୍ୟାସ ଯାହା ଦ୍ଵାରା ଶିକ୍ଷାର୍ଥୀମାନେ ଚିନ୍ତା, କରିବା ଦରକାର ହୁଏନି । ମୁକ୍ତ ପ୍ରଶ୍ନ ଶିକ୍ଷାର୍ଥୀମାନେ ମନେରଖୁ ଉତ୍ତର ଦେବା ଅପେକ୍ଷା ଅଧୁକ ଜଟିଳ ଚିନ୍ତା, ଯଥା-ସାରାହାଂଶ ନିର୍ଣ୍ଣୟ କରିବା କହିବା, ତୁଳନା କରିବା, ପାର୍ଥକ୍ୟ ଦର୍ଶାଇବା, ବର୍ଣ୍ଣନା କରିବା, ବିଶ୍ଳେଷଣ କରିବା ଓ ମୂଲ୍ୟୟନ କରିବା, ଦକ୍ଷତାର ବିକାଶ ପାଇଁ ସାହାଯ୍ୟ  କରିଥାଏ ।

ଏପରିକି ଗୋଟିଏ ଆବଦ୍ଧ କ ପ୍ରଶ୍ନକୁ ଅଧୁକ ଆହ୍ଲାନ ମୂଳକ ମୁକ୍ତ ପ୍ରଶ୍ନରେ ପରିବର୍ତନ କରାଯାଇପାରେ । ଉଦାହରଣ ସ୍ବରୂପ “ ଲବଣାମ୍ନର P" କେତେ ? ” ଏହି ପ୍ରଶ୍ନକୁ “ଆମେ କିପରି P" ଜଣିବା ? ବା “ ତାହା ଲବଣାମ୍ଳ ବିଷୟରେ ଆମକୁ କ'ଣ   ଜଣାଉଛି ? ” ବୋଲି ପଟ୍ରିପାରିବା ।

ଶିକ୍ଷଣ କାର୍ଯ୍ୟ-1: ଉତ୍ତମ ପ୍ରଶ୍ନ ପ୍ରସ୍ତୁତ କରିବା

ଏହି କାର୍ଯ୍ୟକୁ ଆପଣ ଆପଣଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରିବେ । ଆପଣ ଏହି କାର୍ଯ୍ୟକୁ ଆପଣଙ୍କ ସହକର୍ମୀଙ୍କ ସହ କଲେ ଆପଣଙ୍କୁ ସୁବିଧା ହେବ ।

ଦକ୍ଷ ଶିକ୍ଷକ ଭଲ ପ୍ରଶ୍ନ ପରସ୍ପରନ୍ତି । ଆପଣ ଜଣେ ଦକ୍ଷ ଶିକ୍ଷକ ହେବାକୁ ହେଲେ ଆପଣଙ୍କୁ ଏହା ଅଭ୍ଯାସ କରିବାକୁ ପଡିବ । ‘ରୋଗ ଓ ଏହାର ନିରାକରଣ' ପ୍ରସଙ୍ଗଟି ପଢାଇବା ପୂର୍ବରୁ ଶିକ୍ଷାର୍ଥୀଙ୍କର ଏ ସମ୍ବନ୍ଧରେ ପୂର୍ବଜ୍ଞାନ କ'ଣ ଅଛି ଜାଣିବାକୁ କେତେକ ପ୍ରଶ୍ନ ପରସ୍ପରିବା ପାଇଁ ଆପଣ ଯୋଜନାଟିଏ କରନ୍ତୁ । ଯଦି ଶିକ୍ଷାର୍ଥୀମାନେ କେତେକ ମୁଖ୍ୟ ଶବ୍ଦ ଯଥା – ଭୂତାଣୁ, ସଂକ୍ରମଣ ଇତ୍ୟାଦି ଚୁଖୁଛନ୍ତି ତେବେ ଆପଣ ସେହି ଶବ୍ଦଗୁଡିକୁ ସଂପର୍କିତ କରି କେତେକ ଆବଦ୍ଧ ପ୍ରଶ୍ନ ପଚାରିବାର ଆବଶ୍ୟକତା ଅଛି । ରୋଗ କିପରି ବ୍ୟାପେ ଓ ଏହାର ପ୍ରତିକାର କିପରି କରାଯାଇପାରେ ଏ ବିଷୟରେ ଶିକ୍ଷାର୍ଥୀମାନେ କେତେ ଜାଣିଛନ୍ତି ଜାଣିବା ପାଇଁ ଆପଣଙ୍କୁ କେତେକ ମୁକ୍ତ ପ୍ରଶ୍ନ, ଯାହାକି ଦୀର୍ଘ ଉତ୍ତର ମୂଳକ ହୋଇପାରେ ପରସ୍ପରିବା ଆବଶ୍ୟକ ହେବ । ଆପଣ ଯେତେବେଳେ ପ୍ରଶ୍ନର ଯୋଜନା କରିବେ। ଆପଣ କିପରି ପ୍ରଶ୍ନ ପରସ୍ପରିବେ ଜାଣିବା ପାଇଁ ସମ୍ବଳ-୨ ବ୍ୟବହାର କରନ୍ତୁ ।

2. ପ୍ରଶ୍ନ ପଚୋରିବାର କୌଶଳ

ସମଗ୍ର ଶ୍ରେଣୀକୁ ପ୍ରଶ୍ନ ପଚାରିବା ସବୁ ଶିକ୍ଷକଙ୍କ ପାଇଁ ଗୋଟିଏ ମୁଖ୍ୟ କୌଶଳ । ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀ ଯେପରି ପ୍ରଶ୍ନର ଉତ୍ତର ଦେବେ ତା’ପାଇଁ ଗୋଟିଏ ବାଟ ହେଉଛି ସମଗ୍ର ଶ୍ରେଣୀକୁ ଗୋଟିଏ ପ୍ରଶ୍ନ ପଶ୍ଚରିବା । ଏହା ହେଉଛି ଗୋଟିଏ ସକ୍ରିୟ ଶିକ୍ଷଣ କୌଶଳ ।

ଶିକ୍ଷଣ କାର୍ଯ୍ୟ-2': ବୀଜାଣୁ ଓ ଭୂତାଣୁ ମଧ୍ୟରେ ପାର୍ଥକ୍ୟ ପଢ଼ାଇବା ପାଇଁ ଗୋଟିଏ ନୂତନ ପ୍ରଶ୍ନ କଳାପଟାରେ ପ୍ରଶ୍ନଟିଏ ଲେଖୁ ଦିଅନ୍ତୁ - ବୀଜାଣୁ ଓ ଭୂତାଣୁ ମଧ୍ୟରେ କି କି ପାର୍ଥକ୍ୟ ଅଛି ? (ଯଦି ଆପଣ ସେହି ପାଠଟିକୁ ପଢାଇ ସରିଥୁବେ, ତେବେ ଉପରୋକ୍ତ ପ୍ରଶ୍ନ ବଦଳରେ ଆପଣ ଅନ୍ୟ ପ୍ରଶ୍ନ ଲେଖୁପାରିନ୍ତି) ।

ସମସ୍ତ ଶିକ୍ଷାର୍ଥୀଙ୍କୁ ଛୋଟ ଛୋଟ ଦଳରେ ଭାଗ କରିବେ ଯେପରି ପ୍ରତି ଦଳରେ 4-6 ଜଣ ପିଲା ରହିବେ । ପ୍ରତି ଦଳରେ ବସି ଶିକ୍ଷାର୍ଥୀମାନେ ପରସ୍ପର ସହ ଆଲୋଚନା କରି 5 ମିନିଟ୍ ସମୟ ମଧ୍ୟରେ ଏ ପ୍ରଶ୍ନର ଉତ୍ତର ଲେଖୁବାକୁ କୁହନ୍ତୁ । ଆପଣ ସେମାନଙ୍କୁ ବହି ଦେଖୁ ଉତ୍ତର ବାହାର କରିବାକୁ କହିପାରନ୍ତି । ସେମାନେ ଯେତେବେଳେ କାମ କରୁଥୁବେ ଆପଣ ସବୁ ଦଳର କାମକୁ ଚୁଲିବୁଲି ଦେଖନ୍ତୁ ଓ ପ୍ରତିଦଳରୁ ଜଣେଜଣେ ଶିକ୍ଷାର୍ଥୀଙ୍କୁ ଦଳ ତରଫରୁ ଉତ୍ତର ପ୍ରଦାନ କରିବା ପାଇଁ ବାଛନ୍ତୁ ।

ଦଳ ଅନୁଯାୟୀ ଆପଣ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ପାଇଁ କିଛି ସହାୟକ ସୂଚନା ପ୍ରଶ୍ନ ପରସ୍ପରି ସେମାନଙ୍କ କାମକୁ ଆଗେଇବା ପାଇଁ ସାହାଯ୍ୟ କରିପାରନ୍ତି । ଉଦାହରଣ ସ୍ଵରୂପ: ବୀଜାଣୁ ଦ୍ଵାରା କେଉଁ କେଉଁ ରୋଗ ହୁଏ ? ଭୂତାଣୁମାନେ ଶରୀରର କେଉଁ ଠାରେ ରୁହନ୍ତି ?

ଶିକ୍ଷାର୍ଥୀମାନେ ଅଧୁକ ସମୟ ଦରକାର କରୁଛନ୍ତି କି ବୋଲି 5 ମିନିଟ୍ ପରେ ପରସ୍ପରନ୍ତୁ । ଯଦି ଦଳରେ ଆଲୋଚନା ଚାଲିଛି ତେବେ ସେମାନଙ୍କୁ ଆଉ ଦୁଇ ମିନିଟ୍ ସମୟ ଦିଅନ୍ତୁ ।

ଶିକ୍ଷାର୍ଥୀମାନେ ଏହି ପ୍ରଶ୍ନର ଉତ୍ତରରେ ବୀଜାଣୁ ଓ ଭୂତାଣୁ ଭିନ୍ନ ଭିନ୍ନ ବଂଶର ଅନ୍ତର୍ଭୁକ୍ତ, ସେମାନଙ୍କ କାର୍ଯ୍ୟଧାରା ଭିନ୍ନ ଭିନ୍ନ ଓ ସେମାନେ ଭିନ୍ନ ଭିନ୍ନ ରୋଗ ସୃଷ୍ଟି କରନ୍ତି ବୋଲି ଯେପରି ବୁଝିପାରିବେ ।

ବର୍ତମାନ ପ୍ରତ୍ୟେକ ଦଳ ଏବଂ ତାଙ୍କର ଧାରଣାଗୁଡ଼ିକ ବିଷୟ ପରସ୍ପରନ୍ତୁ । କେବଳ ସେହି ପ୍ରଶ୍ନର ଉତ୍ତର ଦେବାକୁ ନକହି ଅଧୁକରୁ ଅଧ୍ବକ ପ୍ରଶ୍ନ ପଶ୍ଚରନ୍ତୁ ଯାହା ଫଳରେ ତାଙ୍କର ବୋଧଗମ୍ୟତା ଆପଣ ଜାଣିପାରିବେ ।

ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏଁ ପ୍ରଶ୍ନ ପଶ୍ଚରନ୍ତୁ । ଯଦି ଦଳର ମନୋନିତ ଶିକ୍ଷାର୍ଥୀ କହି ନପାରିଲେ ଦଳର ଅନ୍ୟ ସଦସ୍ୟମାନେ ତାଙ୍କୁ ସାହଯ୍ୟ କରିବା ପାଇଁ ସୁଯୋଗ ଦିଅନ୍ତୁ ।

ନିମ୍ନରେ କେତେକ ପ୍ରସ୍ତାବିତ ପ୍ରଶ୍ନ ଦିଆଯାଇଛି

  • ବୀଜାଣୁ ଓ ଭୂତାଣୁ ମାନେ ଆମ ଶରୀର ଉପରେ କ'ଣ ପ୍ରଭାବ ପକାନ୍ତି ?
  • ବୀଜାଣୁ ଦ୍ଵାରା କେଉଁ କେଉଁ ରୋଗ ହୁଏ ?
  • ଭୂତାଣୁ ଦ୍ଵାରା ହେଉଥୁବା ସାଧାରଣ ରୋଗ ଗୁଡିକ କ'ଣ କ'ଣ ?
  • ବୀଜାଣୁମାନେ କିପରି ବଂଶ ବୃଦ୍ଧି କରନ୍ତି ?
  • ଆଣ୍ଟିବାୟୋଟିକ୍ କିପରି କାର୍ଯ୍ୟ କରେ ?

ଯଦି କୌଣସି ଦଳ ଠିକରେ ଉତ୍ତର ଦେଇ ନପାରିଲେ ବା ଉତ୍ତରଟି ବିସ୍ତୃତ ଭାବରେ ଦେଇ ନାହାନ୍ତି ତେବେ ପ୍ରଶ୍ନଟି ଅନ୍ୟ ଦଳକୁ ପଗ୍ରନ୍ତୁ । ସେହି ଉତ୍ତର ସହିତ ତୁମେ ଏକମତ କି ? ତୁମେ ଆଉ କିଛି ଅଧୁକ ଯୋଡ଼ିବ କି ? ସମସ୍ତ ପ୍ରଶ୍ନର ଉତ୍ତରଗୁଡିକୁ ଆପଣ କଳାପଟାରେ ଲେଖନ୍ତୁ ବା କୌଣସି ଶିକ୍ଷାର୍ଥୀଙ୍କୁ ଶ୍ରେଣୀ ତରଫରୁ ଲେଖୁବାକୁ କୁହନ୍ତୁ । ଉତ୍ତରଗୁଡିକୁ କିପରି ସଂଗଠିତ କରିବେ ସେ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ କେବଳ ଦଳଗତ ଉପସ୍ଥାପନାର ପଏଣ୍ଟ ଗୁଡ଼ିକ ଲେଖନ୍ତୁ । ପ୍ରତିଦଳ ଉପସ୍ଥାପନ କରିସାରିବା ପରେ କଳାପଟାରେ ଥୁବା ପ୍ରତ୍ୟେକ ଉତ୍ତର ବୈଜ୍ଞାନିକ ଚିନ୍ତାଧାରାର କି ନୁହେଁ ଯାଞ୍ଚ କରନ୍ତୁ । ଏହାପରେ ଶିକ୍ଷାର୍ଥୀଙ୍କୁ ଯୋଡ଼ି କାର୍ଯ୍ୟ କରି ବୀଜାଣୁ ଓ ଭୂତାଣୁ ମଧ୍ୟରେ ଥୁବା ପାର୍ଥକ୍ୟକୁ ଆଲୋଚନା କରି ଖାତାରେ ଲେଖୁବାକୁ କୂହନ୍ତୁ । ସେମାନେ କଳାପଟାରେ ଲେଖାଥୁବା ସୂଚନାକୁ ବ୍ୟବହାର କରିପାରିବେ କିନ୍ତୁ ଏହାକୁ ନିଜେ ସଠିକ ଭାବେ ସଜାଇବା ଆବଶ୍ୟକ

 

ଟିକିଏ ଚିନ୍ତା କରନ୍ତୁ

  • ଆପଣଙ୍କ ଶିକ୍ଷାର୍ଥୀମାନେ ଏହି ପନ୍ଥା ପ୍ରତି କିପରି ପ୍ରତିକ୍ରିୟା ପ୍ରକାଶ କଲେ ?
  • ଏହି କାର୍ଯ୍ୟରୁ ଆପଣ ଆପଣଙ୍କ ଶିକ୍ଷାର୍ଥୀଙ୍କର ବୋଧଗମ୍ୟତା ବିଷୟରେ କ'ଣ ଜାଣିଲେ ?

ପରିସ୍ଥିତି ଅନୁଧ୍ୟାନ 1: ସମଗ୍ର ଶ୍ରେଣୀ ପାରସ୍ପରିକ ଭାବବିନିମୟରେ ଶିକ୍ଷାଦାନ

ଶ୍ରୀମତି ଷଡ଼ଙ୍ଗୀ ଶ୍ରେଣୀରେ ଅଧୁକ ଅଂଶ ଗ୍ରହଣ କରିବାପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବାକୁ ସମଗ୍ର ଶ୍ରେଣୀରେ ପାରସ୍ପରିକ ଭାବବିନିମୟରେ ଶିକ୍ଷାଦାନ ବ୍ୟବସ୍ଥା ବ୍ୟବହାର କରନ୍ତି |

ମୁଁ ମୋ ଶ୍ରେଣୀରେ ଅଧୁକରୁ ଅଧୁକ ପ୍ରଶ୍ନ ପଟରିବାକୁ ଚେଷ୍ଟା କରେ। ଫଳରେ ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି । ମୁଁ ଜାଣିପାରିବି ଓ ମୋ ପାଠକୁ ସେହି ଅନୁଯାୟୀ ସଜାଡ଼ି ପାରିବି । ମୁଁ ସାଧାରଣତଃ ସ୍ଵଇଚ୍ଛାରେ କହିବାକୁ କହିଥାଏ। କାରଣ ଯଦି ଶିକ୍ଷାର୍ଥୀ କୌଣସି ପ୍ରଶ୍ନର ଉତ୍ତର ଦେଇ ନପାରିବେ ତେବେ ସେମାନେ ଯେପରି ଅସ୍ଵସ୍ତିକର ବୋଧ ନ କରିବେ ବା ଅପମାନିତ ନହେବେ । ଏହି ବର୍ଷ ମୋର  ନବମ ଶ୍ରେଣୀରେ ପୁଅଙ୍କ ଠାରୁ ଝିଅମାନଙ୍କ ସଂଖ୍ୟା ଅଧୁକ । କିନ୍ତୁ ମୁଁ ଦେଖୁଛି ଯେ ଅଧୁକା’ଶ ସମୟରେ କୌଣସି ପ୍ରଶ୍ନ ପଶ୍ଚରିଲେ ପୁଅମାନେ ହିଁ ସବୁବେଳେ ଉତ୍ତର କହିବାକୁ ହାତ ଟେକନ୍ତି । ଦିନେ ଯେତେବେଳ ସେମାନେ ଏକ ବିଜ୍ଞାନ ପରୀକ୍ଷଣ କରୁଥୁଲେ ମୁଁ କେତେକ ଝିଅଙ୍କୁ ପଶ୍ଚରିଲି ‘ତୁମେମାନେ କାହିଁକି ଉତ୍ତର କହିବାକୁ ହାତ ଟେକୁନ ?” ସେମାନଙ୍କ ମଧ୍ୟରୁ କେତେକ କହିଲେ ସେମାନେ ସବୁବେଳେ ତାଙ୍କ ଉତ୍ତର ଠିକ ହେବ ବୋଲି ନିଶ୍ଚିତ ନଥାନ୍ତି ଏବଂ ଅନ୍ୟମାନଙ୍କ ଆଗରେ ଅପମାନିତ ହେବାକୁ ରାହାନ୍ତି ନାହିଁ । ଅନ୍ୟଜଣେ କହିଲା ସେ ପ୍ରାୟତଃ ଉତ୍ତର ଜାଣିଥାଏ କିନ୍ତୁ ଶୀଘ୍ର ଚିନ୍ତା କରିପାରେ ନାହିଁ ।

ତା'ପରଦିନ ଆମେ ରୋଗ ପ୍ରତିରୋଧ ବ୍ୟବସ୍ଥା ବିଷୟରେ ଆଲୋଚନା କରୁଥୁଲୁ । ରୋଗର କାରଣ ଓ ଚିକିତ୍ସା ବିଧୁ ବିଷୟରେ ପୂର୍ବ ପାଠରେ ଯାହା ଆଲୋଚନା ହୋଇଥୁଲା ଶିକ୍ଷାର୍ଥୀମାନେ କେତେ ବୁଝିଛନ୍ତି ତାହା ଜାଣିବା ପାଇଁ ମୁଁ କେତେକ ପ୍ରଶ୍ନ ପଶ୍ଚରିବା ପାଇଁ ଯୋଜନା କଲି । ମୁଁ ପ୍ରଥମେ କେତେକ ଆବଦ୍ଧ ପ୍ରଶ୍ନ ଏବଂ ପରେ କିଛି ଅଧ୍ବଳ ଅନୁସନ୍ଧିସୁ ପ୍ରଶ୍ନ ପରସ୍ପରିବା ପାଇଁ ଯୋଜନା କଲି ଯେଉଁଥୁରୁ ସେମାନେ ରୋଗ ପ୍ରତିରୋଧ ବ୍ୟବସ୍ଥା ବିଷୟରେ କେତେ ବୁଝିଛନ୍ତି ଜାଣିପାରିବି ।

ମୁଁ ତିନୋଟି ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ ପରସ୍ପରିଲି

• କେଉଁ କାରଣରୁ ରୋଗ ହୁଏ?

• ସଂକ୍ରାମକ ରୋଗ କିପରି ବ୍ୟାପେ?

• ଆଣ୍ଟିବାଇଓଟିକସ୍‌ର କାର୍ଯ୍ୟ କ'ଣ?

ପ୍ରଥମେ ଶିକ୍ଷାର୍ଥୀମାନେ ନିଜେ ନିଜେ ପ୍ରଶ୍ନର ଉତ୍ତର ଚିନ୍ତା କରିବେ ଏବଂ ପରେ ନିଜ ପାଖରେ ବସିଥୁବା ଶିକ୍ଷାର୍ଥୀ ସହିତ ନିଜ ନିଜ ଉତ୍ତରକୁ ତୁଳନା କରିବାକୁ କହିଲି । ଏହି କାମ କରିବାକୁ ମୁଁ ସେମାନଙ୍କୁ କିଛି ସମୟ ଦେଲି ଏବଂ ବୁଲିବୁଲି ସେମାନଙ୍କ ବାର୍ଭାଳାପ ଶୁଣିଲି ଏହାପରେ ମୁଁ ଉତ୍ତର କହିବା ପାଇଁ ଶିକ୍ଷାର୍ଥୀଙ୍କୁ ମନୋନୀତ କଲି । ମୁଁ ସବୁ ଝିଅ ପିଲାଙ୍କୁ ହିଁ ବାଛିଲି । ମୁଁ ଜାଣି ଜାଣି ସେହି ଝିଅଙ୍କୁ ବାଛିଲି ଯିଏ ଠିକ୍। ଉତ୍ତର ଦେବେ କାରଣ ତାଙ୍କ ଯୋଡ଼ିଦାରଙ୍କ ସହ ଆଲୋଚନା କରିବା ସମୟରେ ମୁଁ ତାଙ୍କ କଥାବର୍ଭା ଶୁଣିଥୁଲି । ସେମାନେ ଯେତେବେଳେ ଉକ୍ତ ପ୍ରଶ୍ନଗୁଡ଼ିକର ସଠିକ୍। ଉତ୍ତର ଦେଲେ ମୁଁ ସେମାନଙ୍କୁ ଯନ୍ସର ସହ ପ୍ରଶଂସା କଲି ଓ ପରବର୍ତୀ ପ୍ରଶ୍ନ ପରସ୍ପରିଲି । ଏହା ଶ୍ରେଣୀରେ ସମସ୍ତଙ୍କ ସମ୍ମୁଖରେ ଉତ୍ତର କହିବା ପାଇଁ ତାଙ୍କର ଆମ୍ବ ବିଶ୍ବାସ ବଢ଼ାଇଥୁବ ବୋଲି ମୁଁ ଆଶା କଲି ।

ଏହାପରେ ମୁଁ କିଛି ସାଧାରଣ ପ୍ରଶ୍ନ କଲି ଯଥା- “ଆମେ କିପରି ରୋଗ ପ୍ରତିରୋଧ କରିପାରବା ବୋଲି ତୁମେ ଭାବୁଛ ?” ” ତୁମେ କିପରି ଭାବୁଛ” ଏହା ମୁଁ ଜାଣି ଜାଣି ପଟ ରିଲି । ସେମାନେ ଯେପରି ନିଶ୍ଚିତ ହେବେ ଯେ ମୁଁ ତାଙ୍କର ମତାମତ ଶୁଣିବା ପାଇଁ ଆଗ୍ରହୀ ଓ ବହିରୁ ସେମାନେ ଉତ୍ତର ଜାଣିଥିବେ ବୋଲି ମୁଁ ତାଙ୍କଠାରୁ ଆଶା କରୁନାହିଁ । ଯେତେବେଳେ ସେମାନେ ଯୋଡିରେ ବସି ଆଲୋଚନା କରୁଥୁଲେ। ମୁଁ ଜଣେ ପୁଅ ପିଲାଙ୍କୁ ପରସ୍ପରିଲି । ରୋଗ ପ୍ରତିଷେଧକ ବ୍ୟବସ୍ଥାର ଗୋଟିଏ ଉପାୟ କୁହ ଏବଂ ତା’ପରେ ତିନିଜଣ ଝିଅଙ୍କୁ ପରସ୍ପରିଲି । ସେମାନେ ଟୀକା କରଣ ବିଷୟରେ ବହୁତ କିଛି ଜାଣିଛନ୍ତି ବୋଲି ମୁଁ ଅନୁଭବ କଲି । କେତେକ ଶିକ୍ଷାର୍ଥୀ ରୋଗ ସଂକ୍ରମଣ ନ ହେବା ପାଇଁ ସ୍ଵାସ୍ଥ୍ୟରକ୍ଷାର ଗୁରୁତ୍ବ ବିଷୟରେ ବୁଝିଛନ୍ତି କିନ୍ତୁ ଅନ୍ଧ କେତେକ ଶିକ୍ଷାର୍ଥୀ ଉତ୍ତମ ଖାଦ୍ୟ ସହିତ ଉତ୍ତମ ସ୍ବାସ୍ଥ୍ୟକୁ ସଂପର୍କିତ କରିପାରିଲେ ।

ମୁଁ ଏବେ ଏହି କୌଶଳ କିଛି ସପ୍ତାହ ଧରି ବ୍ୟବହାର କରିଆସୁଛି। ଗତକାଲି ମୁଁ ପୁଣି ମୋର ପୁରୁଣା ପଦ୍ଧତି ଅନୁଯାୟୀ କିଏ ସ୍ବଇଛାରେ କହିପାରିବେ ବୋଲି ପଚାରିବାର ଅଧୁକ ସଂଖ୍ୟକ ଝିଅ ଏଥିପାଇଁ ଇଚ୍ଛା ପ୍ରକାଶ କରିଥୁବାରୁ ମୁଁ ଖୁସି ହେଲି, କିନ୍ତୁ ଏହି ସଂଖ୍ୟା ମୋ ଆଶାନୁରୂପ ନଥୁଲା । ଝିଅମାନଙ୍କର ଆମ୍ବିଶ୍ବାସ ବଢାଇବା ପାଇଁ ମୋର ଆହୁରି ଅଧୁକ ଉପାୟ ଚିନ୍ତା କରିବା ଆବଶ୍ୟକ ଅଛି ।

ଶ୍ରୀମତି ଷଡଙ୍ଗୀ ପ୍ରଶ୍ଳୋତ୍ତର କାର୍ଯ୍ୟରେ ସମସ୍ତ ଶିକ୍ଷାର୍ଥୀ ଅଂଶଗ୍ରହଣ କରିବା ପାଇଁ ଗୋଟିଏ କୌଶଳ ଅବଲମ୍ବନ କରୁଛନ୍ତି । ଆପଣ ଟାହିଲେ ଆହୁରି ଅନେକ କୌଶଳ ଅବଲମ୍ବନ ପାଇଁ ଚେଷ୍ଟା କରିପାରିବେ । ଗୋଟିଏ କୌଶଳ ହେଉଛି-ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କୁ ନିଜେ ନିଜେ ପ୍ରଶ୍ନର ଉତ୍ତର ଲେଖୁବା ପାଇଁ କିଛି ସମୟ ଦେବା ଏବଂ ପରେ ନିଦ୍ଧିଷ୍ଟ ଶିକ୍ଷାର୍ଥୀଙ୍କୁ ବା ଯେକୌଣସି ଶିକ୍ଷାର୍ଥୀଙ୍କୁ ଉତ୍ତର କହିବା ପାଇଁ କହିବା । ଅନ୍ୟ କୌଶଳ ହେଉଛି ପ୍ରଶ୍ନ ପଟ୍ରି ସାରିବା ପରେ କିଛି ସମୟ ଅପେକ୍ଷା କରିବା । ଉଭୟ କୌଶଳରେ ଶିକ୍ଷାର୍ଥୀମାନଙ୍କୁ ଚିନ୍ତା ଓ ମୂଲ୍ୟୟନ କରିବା ପାଇଁ ସମୟ ଦେଇଥାଏ । ଫଳରେ ଶିକ୍ଷାର୍ଥୀମାନଙ୍କର ଉତ୍ତର ଯୁକ୍ତ ସଂଗତ ଓ ବର୍ଣ୍ଣନାତୃକ ହୋଇଥାଏ । ଏହାଦ୍ଵାରା ସବୁବେଳେ ଆନ୍ଧ୍ର ସଂଖ୍ୟକ ଶିକ୍ଷାର୍ଥୀ ହାତ ଟେକିବା ପରିବର୍ଭେ ସମସ୍ତ ଶିକ୍ଷାର୍ଥୀ ପ୍ରଶ୍ନର ଉତ୍ତର ଚିନ୍ତା କରିବାକୁ ସୁଯୋଗ ପାଆନ୍ତି ।

ସମସ୍ତଙ୍କୁ ଅଂଶଗ୍ରହଣ କରାଇ

3 ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପରଷ୍ପରିବା ପଇଁ ଉତ୍ସାହିତ କରିବା

ମୁଖ୍ୟତଃ ଦୁଇଟି କାରଣରୁ ଶିକ୍ଷାର୍ଥୀମାନେ ପ୍ରଶ୍ନ କିପରି ପଚରାଯାଏ ଶିଖିବା ଆବଶ୍ୟକ । ପ୍ରଥମତଃ, ଏହା ଗୁରୁତ୍ବପୂର୍ଣ୍ଣ ଯେ ଯଦି ସେମାନେ କାମଟି ବୁଝି ପାରୁନାହାଁନ୍ତି ଓ ସାହାଯ୍ୟ ଆବଶ୍ୟକ କରୁଛନ୍ତି ତେବେ ସେମାନେ ଆପଣଙ୍କୁ ବା ନିଜର ସହପାଠୀକୁ ଏହା ପରସ୍ପରିବା ପାଇଁ ତାଙ୍କର ଆତ୍ମପ୍ରତ୍ୟୟ ରହିବା ଆବଶ୍ୟକ । ପ୍ରଶ୍ନ ପରସ୍ପରିବା ଠିକ ହେବ ବୋଲି ଅନୁଭବ କରିବା ଓ ପ୍ରଶ୍ନ ତିଆରି କରିବା ଉଭୟ ସମାନ ଭାବରେ ଗୁରୁତ୍ବପୂର୍ଣ୍ଣ, ଦ୍ବିତୀୟତଃ, ଗଣତାନ୍ଧିକ ସମାଜରେ ସକ୍ରିୟ ସଦସ୍ୟ ହେବା ପାଇଁ ସେମାନେ ତଥ୍ୟ ଗୁଡିକୁ ବିଶ୍ଳେଷଣ କରିବା, ସତ୍ୟା ସତ୍ୟ ଉପରେ ପ୍ରଶ୍ନ କରିବା ଏବଂ ଲୋକମାନେ କରୁଥୁବା ଆହ୍ବାନକୁ ମୁକାବିଲା କରିବା ପାଇଁ ସକ୍ଷମ ହେବା ଆବଶ୍ୟକ  |

ପରିସ୍ଥିତି ଅନୁଧ୍ୟାନ 2: ପ୍ରଶ୍ନ ପରଷ୍ପରିବା ଶ୍ରୀଯୁକ୍ତ ସାହୁ ତାଙ୍କ ଶିକ୍ଷାର୍ଥୀମାନଙ୍କୁ କିଛି ପ୍ରଶ୍ନ ପ୍ରସ୍ତୁତ କରିବା ପାଇଁ କହନ୍ତି |

ଯେତେବେଳେ ମୁଁ ଗୋଟିଏ ପ୍ରସଙ୍ଗ ପଢାଇସାରେ, ମୋ ଶିକ୍ଷାର୍ଥୀମାନେ ସବୁ ବୁଝିଛନ୍ତି ବା କାହାର କିଛି ପ୍ରଶ୍ନ ଅଛି କି ବୋଲି ମୁଁ ସାଧାରଣତଃ ପ୍ରଶ୍ନ କରିଥାଏ । ମୁଁ ସବୁବେଳେ ଉତ୍ତର ପାଏ ଯେ “ହଁ, ଆମେ ବୁଝିଛୁ ଏବଂ ଅତି ଆନ୍ଧ୍ର ଶିକ୍ଷାର୍ଥୀ ମୋତେ ଗୋଟେ ପ୍ରଶ୍ନ ପରସ୍ପରନ୍ତି । ତଥାପି ସେମାନେ ପରୀକ୍ଷାରେ ମୋ ଆଶାନୁରୂପ ଭଲ କରନ୍ତି ନାହିଁ ଏବଂ ଏହା ସ୍ବଭାବିକ ଯେ ଅଧୁକାଂଶ ଶିକ୍ଷାର୍ଥୀ କେତେକ ଧାରଣା ବୁଝିପାରିନଥାନ୍ତି । ମୁଁ ସ୍ଥିର କଲି ଏ ବିଷୟରେ ମୋର କିଛି କରିବା ଆବଶ୍ୟକ ।

ମୁଁ ଯେତେବେଳେ “ରୋଗ ଓ ଏହାର ନିରାକରଣ' ପ୍ରସଙ୍ଗ ପଢାଇ ସାରିଲି । ମୁଁ ଭିନ୍ନ ଗୋଟିଏ ପନ୍ଥା ଗ୍ରହଣ କରିବାକୁ ସ୍ଥିର କଲି । ଗୁହ କାର୍ଯ୍ୟ ପାଇଁ ପ୍ରସଙ୍ଗ ଶେଷରେ ଥୁବା ପ୍ରଶ୍ନର ଉତ୍ତର ଲେଖା ଆଣିବାକୁ କହିବା ପରିବର୍ଭେ, ତାଙ୍କ ସହପାଠୀଙ୍କ ପାଇଁ ଏକ ପରୀକ୍ଷା ପ୍ରସ୍ତୁତ କରିବାକୁ କହିଲି । ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ପାଞ୍ଚଟି ପ୍ରଶ୍ନ ତିଆରି କରିବାକୁ ଥିଲା । ଆହୁରି ମଧ୍ୟ ସେମାନେ ପ୍ରସଙ୍ଗର କେଉଁ ପ୍ରଶ୍ନ ଗୁଡ଼ିକ ସେମାନେ ପରସ୍ପରିବାକୁ ଗହାନ୍ତି ସେଗୁଡିକର ଅଲଗା ତାଲିକା ପ୍ରସ୍ତୁତ କରିବାକୁ କହିଲି ।

ତା’ପର ଦିନ ଗୋରି ଜଣ ଶିକ୍ଷାର୍ଥୀଙ୍କୁ ଗୋଟିଏ ଗୋଟିଏ ଦଳରେ ବସାଇଲି । ଦଳଗୁଡ଼ିକ ଏପରି ସ୍ଥିର କଲି ଯେପରି ସମ ଦକ୍ଷତା ସଂପନ୍ନ ଶିକ୍ଷାର୍ଥୀ ଗୋଟିଏ ଦଳରେ ରହିଲେ । ପ୍ରତ୍ୟେକ ଦଳର ଶିକ୍ଷାର୍ଥୀଙ୍କୁ ପ୍ରତି ଶିକ୍ଷାର୍ଥୀର ପ୍ରଶ୍ନ ଉପରେ କାର୍ଯ୍ୟ କରିବାକୁ ପଡିଲା (ସମୁଦାୟ କୋଡିଏଟି ପ୍ରଶ୍ନ ହେବ) । ମୁଁ ଦୁର୍ବଳ ଶିକ୍ଷାର୍ଥୀମାନଙ୍କ ଦଳରେ ରହି ସହାୟତା ଦେବି ବୋଲି ଭାବିଲି କିନ୍ତୁ ମୁଁ ଦେଖୁଲି ଯେ ସେମାନେ ଉପଯୁକ୍ତ ସ୍ତରରେ କେତେକ ଭଲ ପ୍ରଶ୍ନ ତିଆରି କରିଛନ୍ତି । ଯଦି କୌଣସି ଦଳ ଶୀଘ୍ର ନିଜର କାର୍ଯ୍ୟ କରିଦେଲେ ତେବେ ମୁଁ ସେମାନଙ୍କୁ ଯେଉଁ ପାଠରେ ସେମାନେ ସହାୟତା ଗହୁଁଛନ୍ତି ସେଥୁରେ ଅଧୁକ ପ୍ରଶ୍ନ ଚିନ୍ତା କରିବାକୁ କହିଲି । ପିରିୟଡର ଶେଷ 10 ମିନିଟରେ ମୁଁ ତାଙ୍କୁ ପ୍ରସଙ୍ଗ ଶେଷରେ ଥୁବା ପ୍ରଶ୍ନଗୁଡିକର ଉତ୍ତର ଲେଖୁ ବା କାର୍ଯ୍ୟ ଦେଲି । ସେମାନେ ଉତ୍ତର ଲେଖୁଥୁବା ସମୟରେ

ଚୁଲି ବୁଲି ଶିକ୍ଷାର୍ଥୀମାନେ ଉତ୍ତର ନିଶ୍ଚିତ ନଥୁବା ପ୍ରଶ୍ନର ଉତ୍ତର ଦେଉଥୁଲି ।

ଟିକିଏ ଚିନ୍ତା କରନ୍ତୁ

ଆପଣଙ୍କ ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବାକୁ ସକ୍ଷମ ଅନୁଭବ କରିବେ ବୋଲି ନିଶ୍ଚିତ କରିବାକୁ ଆପଣ କି ପଦକ୍ଷେପ ନେଇପାରିବେ  ଶିକ୍ଷାର୍ଥୀମାନେ ପ୍ରଶ୍ନ ପଶ୍ଚରିବା ପାଇଁ ଦାୟିକ ହେବା ଗୁରୁତ୍ବପୂର୍ଣ୍ଣ ଅଟେ । ସେମାନେ ପ୍ରଶ୍ନ ପଚାରିବା ପାଇଁ ଆପଣ ତାଙ୍କୁ ସମୟ ଓ ସୁଯୋଗ ଦେବା ସହ ଯତ୍ନର ସହ ପ୍ରତିକ୍ରିୟା ପ୍ରକାଶ କରିବା ଆବଶ୍ୟକ । ଏହା ଏକ ଭଲ ପ୍ରଶ୍ନ ଏବଂ ସେମାନେ ଏହା ପଶ୍ଚରିଥୁବାରୁ ଆପଣ ବହୁତ ଖୁସି ବୋଲି ତାଙ୍କୁ କୁହନ୍ତୁ । ଆପଣ ଯେତେ ସ୍ପଷ୍ଟ ଭାବରେ ପାରିବେ। ଉତ୍ତରଗୁଡିକୁ ବୁଝାନ୍ତୁ । ଶେଷରେ ଗୋଟିଏ ସେହି ସଂପର୍କିତ ପ୍ରଶ୍ନ ପଟ୍ରିପାରିବେ ଯେଉଁଥୁରୁ ସେମାନେ ପ୍ରକୃତରେ କେତେ ଦୂର ବୁଝିଛନ୍ତି ଆପଣ ଜାଣିପାରେବେ । ଆପଣ ଯଦି ଏକ ବନ୍ଧୁତ୍ୱପୂର୍ଣ୍ଣ ଓ ଉତ୍ସାହଜନକ ପରିବେଶ ସୃଷ୍ଟି କରିପାରିବେ ତେବେ ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପରସ୍ପରିବା ସହଜ ।

ଶିକ୍ଷଣ କାର୍ଯ୍ୟ-3 = ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପରସ୍ପରିବା ପାଇଁ ଉତ୍ସାହିତ କରିବା

ଏହି କାର୍ଯ୍ୟ କେତେକ ତଥ୍ୟ ସଂପର୍କିତ ପ୍ରଶ୍ନ ପଚାରିବା ପାଇଁ ଚିନ୍ତା କରିବାକୁ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସୁଯୋଗ ଦେବ । ଏହିଭଳି ଚିନ୍ତା କରିବା ଓ ପ୍ରଶ୍ନ କରିବା ଏକ ଗଣତାନ୍ଧିକ ସମାଜରେ ଉତ୍ତମ ନାଗରିକ ହେବା ପାଇଁ ସେମାନଙ୍କୁ ସାହାଯ୍ୟ କରିବ । ସେମାନେ ଏହାକୁ ଆଧାର କରି କେତେକ ପ୍ରକନ୍ଧ କାର୍ଯ୍ୟ କରିପାରନ୍ତି ।

  • ସମ୍ବଳ-3 ରେ ଦିଆଯାଇଥୁବା ତଥ୍ୟକୁ କଳାପଟାରେ ଉତ୍ତାରନ୍ତୁ । (ଯଦି ଆପଣଙ୍କ ପାଖରେ ଅନ୍ୟ ତଥ୍ୟ ଅଛି ଆପଣ ତାକୁ ମଧ୍ୟ ବ୍ୟବହାର କରିପାରନ୍ତି) ।
  • ପ୍ରତ୍ୟେକ ଶିକ୍ଷାର୍ଥୀ ସେହି ତଥ୍ୟକୁ ଅନୁଧ୍ୟାନ କରି ସେହି ତଥ୍ୟ ସଂର୍ପର୍କିତ ଦୁଇଟି ପ୍ରଶ୍ନ ଲେଖୁବାକୁ କୁହନ୍ତୁ ।
  • ନିଜ ପାଖରେ ବସିଥୁବା ଶିକ୍ଷାର୍ଥୀଙ୍କ ପ୍ରଶ୍ନ ସହ ତାଙ୍କ ପ୍ରଶ୍ନକୁ ତୁଳନା କରିବାକୁ ଏବଂ ଉଭୟ ମିଶି ଆଉ ଦୁଇଟି ପ୍ରଶ୍ନ ଚିନ୍ତା କରିବାକୁ କୁହନ୍ତୁ ।
  • କିଏ ସ୍ବ-ଇଚ୍ଛାରେ କହିବ ପଚାରନ୍ତୁ ଓ ଶିକ୍ଷାର୍ଥୀଙ୍କର କେତେକ ପ୍ରଶ୍ନକୁ କଳାପଟାରେ ଲିପିବଦ୍ଧ କରନ୍ତୁ ।
  • ଆପଣ ଆଶା କରୁଥୁବା କିଛି ପ୍ରଶ୍ନ ପାଇବେ । ଯଥା “କେଉଁ ରାଜ୍ୟରେ ରୋଗ ପ୍ରତିରୋଧକରଣ ହାର ସର୍ବାଧକ ?” ଆଉ କେତେକ କଉତୁକିଆ ପ୍ରଶ୍ନ ଯଥା- ଶୈଶବ ଅବସ୍ଥାରେ ମା କ୍ଷୀର ଖାଇଥୁବା ଶିଶୁ ଓ ପରବର୍ତୀ ଅବସ୍ଥାରେ ତାର ଓଜନ ହ୍ରାସ ହେବା– ମଧ୍ୟରେ କିଛି ସମ୍ପର୍କ ଅଛି କି ? ବା “ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ପ୍ରତିଷେଧକ ଟୀକା ନେଇଥୁବା ଶିକ୍ଷାର୍ଥୀଙ୍କ ସଂଖ୍ୟା (ଶତକଡାରେ) ମଧ୍ୟରେ ଏତେ ବେଶୀ ପାର୍ଥକ୍ୟ କାହିଁକି ଅଛି?”

ବର୍ତମାନ ଶିକ୍ଷାର୍ଥୀମାନେ ତାଙ୍କର ଯେ କୌଣସି ପ୍ରଶ୍ନ ବାଛି ତା ଉପରେ ବିସ୍ତୃତ ଭାବେ ଅନୁସନ୍ଧାଧ୍ୟାନ କରିବାକୁ କୁହନ୍ତୁ । ସେମାନେ ଏହାକୁ ଗୃହକାର୍ଯ୍ୟ ରୂପେ କରିପାରନ୍ତି । ସେମାନଙ୍କୁ ଏହପରି ପ୍ରଶ୍ନ ବାଛିବା ପାଇଁ ଉତ୍ସାହିତ କରନ୍ତୁ ଯେପରି ବାସ୍ତବରେ ସେମାନେ ତାର ଉତ୍ତର କରିପାରିବେ । ଉଦାହରଣ ସ୍ବରୂପ, ଯଦି ସେମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ଅଛି ତେବେ ସେମାନେ ବାଛିଥୁବା ପ୍ରଶ୍ନ ପାଠାଗାର, ଟେଲିଭିଜନ, ରେଡିଓ ବା ପରିବାରର ସଦସ୍ୟଙ୍କ ଉପରେ ନିର୍ଭର କରି ଉତ୍ତର ପାଇବା ପ୍ରଶ୍ନଠାରୁ ଭିନ୍ନ ହେବ ।

4 ସାରାଂଶ

ପ୍ରଶ୍ନ ପରସ୍ପରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଅଧୁକା’ଶ ଶିକ୍ଷକ ସଂପୂର୍ଣ୍ଣ ଶ୍ରେଣୀରେ ଶିକ୍ଷାଦାନ କରନ୍ତି । ଯନ୍ସର ସହ ଓ ଧ୍ୟାନ ପୂର୍ବକ ପଚରା ଯାଉଥବା ପ୍ରଶ୍ନ ସମଗ୍ର ଶ୍ରେଣୀଙ୍କୁ ଅଧୁବେଶନକୁ ଭାବବିନିମୟକାରୀ ଓ ଫଳପ୍ରଦ ହୋଇପାରେ । ଶିକ୍ଷଣରେ ଅଧୁକରୁ ଅଧୁକ ଶିକ୍ଷାର୍ଥୀଙ୍କର ଅଂଶଗ୍ରହଣକୁ ନିଶ୍ଚିତ କରିବାର ମୁଖ୍ୟ ଉପାୟ ହେଉଛି-ସମସ୍ତ ଶିକ୍ଷାର୍ଥୀଙ୍କୁ ଉତ୍ତର ଚିନ୍ତା କରିବା ଭଳି ପ୍ରଶ୍ନ ପରସ୍ପରିବା ଓ ତାଙ୍କର ଉତ୍ତରକୁ ଯତ୍ନର ସହ ଶୁଣିବା ।

ଏହି ଏକକରେ ଆପଣ ଯେଉଁ କୌଶଳ ଶିଖୁଲେ ତାହା ସମସ୍ତ ପ୍ରସଙ୍ଗ ପାଇଁ ପ୍ରୟୋଗ କରିହେବ ।

ସମ୍ବଳ

ସମ୍ବଳ 1: ଚିନ୍ତା ଶକ୍ତିର ଅଭିବୃଦ୍ଧି ପାଇଁ ପ୍ରଶ୍ନର ବ୍ୟବହାର

ଶିକ୍ଷକମାନେ ଶ୍ରେଣୀରେ ସବୁବେଳେ ପ୍ରଶ୍ନ ପଶ୍ଚରନ୍ତି; ଅର୍ଥାତ୍ ପ୍ରଶ୍ନ ମାଧ୍ୟମରେ ସେମାନେ ଶିକ୍ଷାର୍ଥୀଙ୍କର ଅଧ୍ବକରୁ ଅଧୁକ ଶିକ୍ଷଣ ପାଇଁ ସହାୟତା କରନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଜଣେ ଶିକ୍ଷକ ଶ୍ରେଣୀର ହାରାହାରି ଏକ ତୃତୀୟା’ଶ ସମୟ ପ୍ରଶ୍ନ ପଟରିବାରେ ବିନିଯୋଗ କରନ୍ତି (Hastings, 2003 ) । ସେଥୁମଧ୍ୟରୁ ଶତକଡା 60 ପ୍ରଶ୍ନ ତଥ୍ୟ ମନେପକାଇବା ଉପରେ ଆଧାରିତ, ଶତକଡା 20। ପ୍ରକ୍ରିୟା ଭିଭିକ (Hatlie, 2012) ଯେଉଁ ଗୁଡିକର ଉତ୍ତର କେବଳ “ ଠିକ୍” ବା “ଭୂଲ’ରେ ହେଉଥୁବ । କିନ୍ତୁ କେବଳ ଏଭଳି “ ଠିକ ।” ବା “ଭୁଲ ।” ପ୍ରଶ୍ନ ପଚାରିବା ଦ୍ଵାରା ଶିକ୍ଷାର୍ଥୀଙ୍କର ଶିକ୍ଷଣ ଅଭିବୃଦ୍ଧି ହେବ କି ?

ବିଭିନ୍ନ ପ୍ରକାରର ପ୍ରଶ୍ନ ଅଛି ଯାହାକି ଶିକ୍ଷାର୍ଥୀମାନଙ୍କୁ ପଚରାଯାଇପାରେ । ଶିକ୍ଷାର୍ଥୀମାନଙ୍କ ଠାରୁ କେଉଁଭଳି ଉତ୍ତର ଓ ଫଳାଫଳ ଆଶା କରୁଛନ୍ତି ସେହି ଅନୁଯାୟୀ ଶିକ୍ଷକ ପ୍ରଶ୍ନ ପଚାରିବା ଉଚିତ । ସାଧାରଣତଃ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ନିମ୍ନ କାରଣରୁ ପ୍ରଶ୍ନ ପଚାରନ୍ତି

  • କୌଣସି ନୂଆ ପ୍ରସଙ୍ଗ ବା ସାମଗ୍ରୀ ପରିଚିତ କରାଇବା ସମୟରେ ଶିକ୍ଷାର୍ଥୀମାନଙ୍କୁ ବୋଧଗମ୍ୟତାର ଦିଗଦର୍ଶନ ଦେବା
  • ଆଧୁକ ଚିନ୍ତା କରିବାକୁ ଅଭିପ୍ରେରିତ କରିବା
  • ଭୂଲ ସଂଶୋଧନ କରିବା
  • ସକ୍ରିୟ କରିବା
  • କେତେ ବୁଝିଛନ୍ତି ଜାଣିବା

କ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ତାହା ପାଇଁ ସାଧାରଣତଃ ପ୍ରଶ୍ନ ପଚରା ଯାଇଥାଏ। ତେଣୁ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଅଗ୍ରଗତିକୁ ଆକଳନ କରିବା ପାଇଁ ଏହା ଏକ ମୁଖ୍ୟ ଉପାୟ । ଶିକ୍ଷାର୍ଥୀମାନଙ୍କର ଚିନ୍ତା ଶକ୍ତିର ବିକାଶ ପାଇଁ ଓ ସେମାନଙ୍କର ଅନୁସନ୍ଧାଧ୍ୟାନ ଧର୍ମୀ ମାନସିକତାକୁ ଭିପ୍ରେରିତ କରିବା ପାଇଁ ମଧ୍ୟ ପ୍ରଶ୍ନ ପଚରାଯାଇଥାଏ । ପ୍ରଶ୍ନକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।

ନିମ୍ନମାନର ପ୍ରଶ୍ନ : ପୂର୍ବରୁ ପଢାଯାଇଥୁବା ତଥ୍ୟ ଓ ଜ୍ଞାନକୁ ମନେପକାଇବା ଆଧାରିତ ଓ ପ୍ରାୟତଃ ଆବଦ୍ଧ ପ୍ରଶ୍ନ (ଯାହାର ଉତ୍ତର ‘ହଁ” ବା ‘ନା' ରେ ଆସୁଥୁବ) ।

ଉଚ୍ଚମାନର ପ୍ରଶ୍ନ : ଏହି ପ୍ରକାର ପ୍ରଶ୍ନ ପାଇଁ ଅଧୁକ ଚିନ୍ତନ ଆବଶ୍ୟକ । ପୂର୍ବରୁ ପଢାଯାଇଥୁବା ତଥ୍ୟଗୁଡିକ ଆଧାରରେ ଶିକ୍ଷାର୍ଥୀମାନଙ୍କୁ ଉତ୍ତର କରିବାକୁ ବା ଯୁକ୍ତି ଦ୍ଵାରା କୌଣସି ଉତ୍ତରର ଯଥାର୍ଥତା ପ୍ରତିପାଦନ କରିବାକୁ କହିପାରନ୍ତି । ଉଚ୍ଚ ମାନର ପ୍ରଶ୍ନ ପ୍ରାୟତଃ ମୁକ୍ତ ପ୍ରଶ୍ନ ହୋଇଥାଏ ।

ମୁକ୍ତ ଉତ୍ତର ପ୍ରଶ୍ନ ଶିକ୍ଷାର୍ଥୀମାନଙ୍କୁ ବହି ବାହାରକୁ ଯାଇ ଚିନ୍ତା କରିବାକୁ ଓ ବ୍ୟାଖ୍ୟା କରି ଉତ୍ତର ଦେବାକୁ ଉତ୍ସାହିତ କରେ । ଯାହା ଫଳରେ ଶିକ୍ଷାର୍ଥୀମାନେ ବିଭିନ୍ନ ଦିଗରୁ ଚିନ୍ତା କରି ଉତ୍ତର ଦେଇଥାନ୍ତି । ଏହା ଶିକ୍ଷାର୍ଥୀମାନଙ୍କର ବିଷୟ ବସ୍ତୁର ବୋଧଗମ୍ୟତା ଆକଳନ ପାଇଁ ଶିକ୍ଷକଙ୍କୁ ସାହାଯ୍ୟ କରିଥାଏ ।

ଉତ୍ତର ଦେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା

ଅଧୁକା’ଶ ଶିକ୍ଷକ ପ୍ରଶ୍ନ ପରସ୍ପରି ସାରିବା ପରେ ଉତ୍ତର ପାଇବା ପାଇଁ ଏକ ସେକେଣ୍ଡ ମଧ୍ୟ ଅପେକ୍ଷା କରି ନଥାନ୍ତି ଓ ନିଜେ ପ୍ରଶ୍ନର ଉତ୍ତର ଦେଇଥାନ୍ତି ବା ପ୍ରଶ୍ନକୁ ଅନ୍ୟ ପ୍ରକାରେ ପଶ୍ଚରନ୍ତି (Hastings, 2003) । ଶିକ୍ଷାର୍ଥୀମାନେ ଉତ୍ତର ଦେବାକୁ ସମୟ ପାଆନ୍ତି, କିନ୍ତୁ ଚିନ୍ତା କରିବାକୁ ସମୟ ପାଆନ୍ତି ନାହିଁ । ଯଦି ଆପଣ ପ୍ରଶ୍ନ ପଶ୍ଚରିସାରିବା ପରେ ଉତ୍ତର ପାଇବା ପାଇଁ କିଛି ସେକେଣ୍ଡ ଅପେକ୍ଷା କରିବେ ତେବେ ଶିକ୍ଷାର୍ଥୀମାନେ ଚିନ୍ତା କରିବାକୁ ସମୟ ପାଇବେ । ଏହା ଶିକ୍ଷାର୍ଥୀଙ୍କର ଉପଲବ୍ଧ ଉପରେ ସକାରାମ୍‌କ ପ୍ରଭାବ ପକାଇବ । ପ୍ରଶ୍ନ ପରସ୍ପରି ସାରି କିଛି ସମୟ ଅପେକ୍ଷା କଲେ ନିମ୍ନଲିଖୁତ ଦିଗଗୁଡିକ ବୃଦ୍ଧି ହୋଇପାରିବ:

  • ଶିକ୍ଷାର୍ଥୀମାନଙ୍କର ବିସ୍ତାରିତ ଉତ୍ତର
  • ଉତ୍ତର ଦେବା ପାଇଁ ଶିକ୍ଷାର୍ଥୀଙ୍କ ସଂଖ୍ୟା
  • ଶିକ୍ଷାର୍ଥୀମାନଙ୍କର ପ୍ରଶ୍ନ ପଚାରିବାର ବାରମ୍ବାରତା
  • ଅନ୍ଧ-ଧୀ ସମ୍ପନ ଶିକ୍ଷାର୍ଥୀଙ୍କ ଠାରୁ ଉତ୍ତର ପାଇବାର ସଂଖ୍ୟା
  • ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସକାରାମ୍‌କ ଭାବର ଆଦାନ ପ୍ରଦାନ

ଆପଣଙ୍କ ପ୍ରତିକ୍ରିୟା ଗୁରୁତ୍ବପୂର୍ଣ୍ଣ

ଶିକ୍ଷାର୍ଥୀମାନଙ୍କ ଦ୍ଵାରା ଦିଆଯାଇଥୁବା ଉତ୍ତରଗୁଡିକୁ ଆପଣ ଯେତେ ବେଶୀ ସକାରାମ୍‌କ ଭାବରେ ଗ୍ରହଣ କରିବେ ଶିକ୍ଷାର୍ଥୀମାନେ ସେତେବେଶୀ ଉତ୍ତର ଦେବା ପାଇଁ ଚିନ୍ତା ଓ ଚେଷ୍ଟା କରିବାକୁ ଆଗ୍ରହୀ ହେବେ । ଶିକ୍ଷାର୍ଥୀମାନଙ୍କ ଭୂଲ ଉତ୍ତର ଓ ଭୂଲ ଧାରଣା ସଂଶୋଧନ କରିବା ପାଇଁ ନିଶ୍ଚିତ କରିବାକୁ ଅନେକଗୁଡିଏ ଉପାୟ ଅଛି । ଯଦି ଜଣେ ଶିକ୍ଷାର୍ଥୀର ଭ୍ରମଧ୍ୟରଣା ଅଛି ତେବେ ଆଧୁକାଂଶ ଶିକ୍ଷାର୍ଥୀଙ୍କର ସେହିଭଳି ଭ୍ରମଧ୍ୟରଣା ଥୁବ ବୋଲି ଆପଣ ନିଶ୍ଚିତ ହେବେ । ନିମ୍ନରେ ଦିଆଯାଇଥୁବା ବିଷୟଗୁଡିକ ଶ୍ରେଣୀରେ ପ୍ରୟୋଗ କରନ୍ତୁ:

  • ଶିକ୍ଷାର୍ଥୀମାନେ ଲେଖୁଥୁବା ଉତ୍ତରଗୁଡିକର ଠିକ ଅଂଶ ବାଛନ୍ତୁ ଏବଂ ଉତ୍ତରଗୁଡିକ ଉପରେ ଆଉଥରେ ଅଧୁକ ଚିନ୍ତା କରିବାକୁ ସେମାନଙ୍କୁ ଭଲ ଭାବରେ କୁହନ୍ତୁ । ଏହା ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭୁଲକୁ ସଂଶୋଧନ କରି ଶିଖୁବା ପାଇଁ ସାହାଯ୍ୟ କରିବ । ଆପଣ କିପରି ଭଲ ଭାବେ ଗୋଟିଏ ଭୁଲ ଉତ୍ତରକୁ ଗ୍ରହଣ କରିବେ ତା’ର ଗୋଟିଏ ଉଦାହରଣ ଦିଆଯାଇଛି – “ ବାଷ୍ଠୀକରଣ ପ୍ରକ୍ରିୟା ଦ୍ଵାରା ବାଦଲ ସୃଷ୍ଟି ହୁଏ ବୋଲି ତୁମେମାନେ ଠିକ୍ କହିଛ, କିନ୍ତୁ ମୁଁ ଭାବୁଛି ତୁମେମାନେ ବର୍ଷା ବିଷୟରେ ଯାହା କହିଛ। ଆମେମାନେ ଏ ବିଷୟରେ ଆଉ କିଛି ଅଧୁକ ଚିନ୍ତା କରିବାର ଆବଶ୍ୟକତା ଅଛି । କେହି ଜଣେ ଏ ବିଷୟରେ କିଛି ଧାରଣା ଦେଇପାରିବ କି?”
  • କଳାପଟାରେ ଶିକ୍ଷାର୍ଥୀମାନେ ଦେଇଥୁବା ସବୁ ଉତ୍ତରଗୁଡିକ ଲେଖନ୍ତୁ, ଏବଂ ସେହି ଉତ୍ତରଗୁଡିକ ବିଷୟରେ ଅଧୁକ ଚିନ୍ତା କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ । କେଉଁ ଉତ୍ତରଗୁଡିକ ସେମାନେ ଠିକ୍ ବୋଲି ଭାବୁଛନ୍ତି ? ଦିଆଯାଇଥୁବା ଅନ୍ୟ ଉତ୍ତର ସହ ତାର କ'ଣ ସଂପର୍କ ଅଛି ? ଏହା ଆପଣଙ୍କୁ, ଆପଣଙ୍କ ଶିକ୍ଷାର୍ଥୀମାନେ କେଉଁ ବାଟରେ ଚିନ୍ତା କରିଛନ୍ତି ତାହା ବୁଝିବାରେ ଓ ଆହୁରି ମଧ୍ୟ ନିର୍ଭୟ ଭାବେ ଶିକ୍ଷାର୍ଥୀମାନଙ୍କର ଯେ କୌଣସି ଭୂଲ ଧାରଣାକୁ ସଂଶୋଧନ କରିବା ପାଇଁ ସୁଯୋଗ ଦେଇପାରିବ

ଧ୍ୟାନର ସହ ଶୁଣି ଓ ଶିକ୍ଷାର୍ଥୀମାନଙ୍କୁ ଆହୁରି ଅଧୁକ ବର୍ଣ୍ଣନା କରିବା ପାଇଁ କହି, ଶିକ୍ଷାର୍ଥୀମାନଙ୍କର ପ୍ରତ୍ୟେକ ଉତ୍ତରକୁ ଗୁରୁତ୍ବ ଦିଅନ୍ତୁ । ସମସ୍ତ ଠିକ୍ ଓ ଭୂଲ ଉତ୍ତର ଗୁଡିକୁ ଅଧୁକ ବର୍ଣ୍ଣନା କରିବା ପାଇଁ ଆପଣ ଯଦି କହିବେ ତେବେ ଶିକ୍ଷାର୍ଥୀମାନେ ନିଜେ ନିଜର ଭୁଲ ଗୁଡିକୁ ସୁଧାରି ପାରିବେ। ଆପଣ ନିଜେ ମଧ୍ୟ ଶ୍ରେଣୀରେ ଗୋଟିଏ ଚିନ୍ତା କରିବାର ପରିବେଶ ସୃଷ୍ଟି କରନ୍ତୁ ଏବଂ ଶିକ୍ଷାର୍ଥୀମାନେ କ’ଣ ଶିଖୁଲେ ଓ ଶିକ୍ଷଣକୁ କିପରି ଆଗକୁ ନିଆଯାଇ ପାରିବ ତାହା ପ୍ରକୃତରେ ଆପଣ ଜାଣିପାରିବେ । ଯଦି ଭୂଲ ଉତ୍ତର ପାଇଁ ଅପମାନିତ ବା ଦଣ୍ଡିତ ହୁଅନ୍ତି ତେବେ ଶିକ୍ଷାର୍ଥୀମାନେ ସେହି ଭୟରେ ଉତ୍ତର ଦେବା ପାଇଁ ଚେଷ୍ଟା କରିବା ବନ୍ଦ କରିଦେବେ ।

ଉତ୍ତରଗୁଡିକର ଗୁଣାମ୍ବକ ମାନ ବୃଦ୍ଧି କରିବା

ଠିକ ଉତ୍ତର ସହ ପ୍ରଶ୍ନ ପରସ୍ପରିବା ସମାପ୍ତ ନ କରି ଆପଣ କ୍ରମାଗତ ଭାବରେ ପ୍ରଶ୍ନ ପରସ୍ପରିବା ପାଇଁ ଚେଷ୍ଟା କରିବା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ପରବର୍ତୀ ପ୍ରଶ୍ନ ପଚାରି ଠିକ୍। ଉତ୍ତରକୁ ସମ୍ମାନ ଦେଖାଇବା ଉଚିତ ଯାହା ଜ୍ଞାନକୁ ପ୍ରସାରିତ କରେ ଏବଂ ଶିକ୍ଷକଙ୍କ ସହିତ ଏକାଠି ମିଶି କାମ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସୁଯୋଗ ଦେଇଥାଏ । ଆପଣ ନିମ୍ନଲିଖୁତ ମତେ ପରସ୍ପରି ଏହି କାର୍ଯ୍ୟ କରିପାରିବେ:

  • କିପରି ବା କାହିଁକି
  • ଅନ୍ୟ ଉପାୟରେ ଉତ୍ତର ଦେବ ।
  • ଏକ ଅପେକ୍ଷାକୃତ ଭଲ ଶବ୍ଦ
  • ଉତ୍ତର ଯଥାର୍ଥତା ପ୍ରତିପାଦନ ପାଇଁ ପ୍ରମାଣ
  • ସମ୍ପର୍କିତ କୌଶଳ ଗୁଡିକୁ ସମନ୍ଵିତ କରିବ ।
  • ସମାନ କୌଶଳକୁ କିମ୍ବା ୟୁକ୍ତିକୁ ନୂତନ ପରିସ୍ଥିତିରେ ପ୍ରୟୋଗ କରିବା

ଶିକ୍ଷାର୍ଥାମାନଙ୍କୁ ସେମାନଙ୍କର ଉତ୍ତର ବିଷୟରେ ଗଭୀର ଭାବରେ ଚିନ୍ତା କରିବା ପାଇଁ ସାହାଯ୍ୟ କରିବା ( ଅର୍ଥାତ ସେମାନଙ୍କର ଉତ୍ତରର ଗୁଣାମ୍ବକମାନ ବୃଦ୍ଧି କରିବା) ଆପଣଙ୍କର ମୁଖ୍ୟ ଭୂମିକା ଅଟେ । ଶିକ୍ଷାଥୀମାନଙ୍କର ଉପଲବଧୁ ବଢାଇବା ପାଇଁ ଆପଣଙ୍କୁ ନିମ୍ନଲିଖୁତ କୌଶଳଗୁଡ଼ିକ ସାହାଯ୍ୟ କରିବ:

  • ସହାୟକ ସୂଚନା: ଯୋଗାଇବା ଏହା ଦ୍ଵାରା ଉପଯୁକ୍ତ ଆଭାସ (hint) ଦିଆଯାଇଥାଏ - ଯାହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଉତ୍ତରକୁ ସୁଧାରିବା ଓ ଉନ୍ନତ କରିବାରେ ସାହାଯ୍ୟ କରେ । ଆପଣ ପ୍ରଥମେ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଉତ୍ତରରେ କ’ଣ ଠିକ୍ ଅଛି ପରସ୍ପରିପାରନ୍ତି ଏବଂ ପରେ କିଛି ସୂଚନା ବା ପରବର୍ତୀ ପ୍ରଶ୍ନ ବା ଅନ୍ୟାନ୍ୟ ସୂତ୍ର କହିପାରନ୍ତି । (ଯଦି ତୁମର କାଗଜ ତିଆରି ଉଡାଜାହାଜର ଶେଷ ଅଂଶରେ ଗୋଟିଏ ଓଜନିଆ ଜିନିଷ ଲଗାଇଦେବ, ତେବେ କ'ଣ ହେବ ? )
  • ଅଧୁକ ଅନୁସନ୍ଧାଧ୍ୟାନ କରିବା ହେଉଛି ଅଧୁକ ଖୋଜିବା ପାଇଁ ଚେଷ୍ଟା କରିବା, ଶିକ୍ଷାର୍ଥୀମାନଙ୍କର ଅସଂଗଠିତ ଉତ୍ତର ବା ଆ°ଶିକ ଭାବରେ ଠିକ୍ ହୋଇଥୁବା ଉତ୍ତର ଯାହା ସେମାନେ କହିବାକୁ ଚେଷ୍ଟା କରୁଛନ୍ତି ତାକୁ ସଜାଡିବାରେ ସେମାନଙ୍କୁ ସାହାଯ୍ୟ କରିବା (ଏଗୁଡିକ କିପରି ଏକାଠି ସଂଯୁକ୍ତ ହୋଇ ରହିବେ ଏ ବିଷୟରେ ତୁମେ ମୋତେ ଆଉ ଅଧୁକ କ’ଣ କହିପାରିବ ? )
  • ପୁନଃ କେନ୍ଦ୍ରୀକରଣ ହେଉଛି ଶିକ୍ଷାର୍ଥୀମାନଙ୍କର ପୂର୍ବଜ୍ଞାନକୁ ନୂତନ ଜ୍ଞାନ ସହ ଯୋଡି ଠିକ୍। ଉତ୍ତର ନିର୍ଣ୍ଣୟ କରିବା । ଏହା ସେମାନଙ୍କ ବୋଧଗମ୍ୟତାକୁ ବଢାଇଥାଏ | (ତୁମେ ଯାହା କହିଛ ତାହା ଠିକ, କିନ୍ତୁ ପୂର୍ବ ସପ୍ତାହରେ ପଢିଥୁବା ଆମ ଆଞ୍ଚଳିକ ପରିବେଶ ପ୍ରସଙ୍ଗ ସହ ଏହା କିପରି ସମ୍ପର୍କିତ ? ) ପ୍ରଶ୍ନକୁ କ୍ରମରେ ସଜୀକରଣ କରିବା ଅର୍ଥ ଚିନ୍ତନକୁ ପ୍ରସାରିତ କରିବା ପାଇଁ କ୍ରମରେ ସଜାଇ ପ୍ରଶ୍ନ ପଚାରିବା । ପ୍ରଶ୍ନଗୁଡିକ ଶିକ୍ଷାର୍ଥୀମାନଙ୍କୁ ସାରା’ଶ ନିର୍ଣ୍ଣୟ କରିବାରେ, ତୁଳନା କରିବାରେ, ବର୍ଣ୍ଣନା କରିବାରେ ଓ ବିଶ୍ଳେଷଣ କରିବାରେ ସାହାଯ୍ୟ କରିବା ଉଚିତ । ପ୍ରଶ୍ନଗୁଡିକ ଏପରି ପ୍ରସ୍ତୁତ କରନ୍ତୁ ଯେପରି ତାହା ଶିକ୍ଷାର୍ଥୀମାନଙ୍କ ପାଇଁ ଅଧୁକ ଆହ୍ବାନମୂଳକ ନ ହେଉ ଯାହା ଫଳରେ ସେମାନେ ତା’ର ଅର୍ଥ ବୁଝି ପାରିବେ ନାହିଁ (ତୁମେ ତୁମର ପୂର୍ବ ସମସ୍ୟାକୁ କିପରି ସମାଧ୍ୟାନ କରିଛ ବର୍ଣ୍ଣନା କର । ତାହା କିପରି ଅଲଗା ? ତୁମେ ପରବର୍ତୀ ସମସ୍ୟାର ସାମ୍ରା କରିବା ପାଇଁ କ’ଣ କରିବା ଆବଶ୍ୟକ ବୋଲି ଭାବୁଛ ? ) ଶୁଣିବା ଦ୍ଵାରା ଆପଣ ଆଶାକୃତ ଉତ୍ତର ପାଇବା ସହ ଆଶା କରିନଥୁବା ଆସାଧାରଣ ବା ନୂତନ ଉତ୍ତର ପାଇପାରିବେ । ଏଥୁରୁ, ଆପଣ ଶିକ୍ଷାର୍ଥୀମାନଙ୍କର ଚିନ୍ତନକୁ ଗୁରୁତ୍ବ ଦେଉଛନ୍ତି ବୋଲି ଜଣା ପଡିବ। ଫଳରେ ଶିକ୍ଷାର୍ଥୀମାନେ ମଧ୍ୟ ଉତ୍ତର ଗୁଡିକୁ ଚିନ୍ତା କରି ଦେବା ପାଇଁ ଚେଷ୍ଟା କରିବେ । ଏହି ଉତ୍ତରଗୁଡିକ ଭ୍ରାନ୍ତ ଧାରଣାକୁ ପ୍ରମୁଖ ଭାବେ ଦର୍ଶାଇ ପାରିବ ଯାହା ସଂଶୋଧନ ଆବଶ୍ୟକ କରେ ବା ଆପଣ ଭାବି ନଥୁବା ନୂତନ ପନ୍ଥା ଦେଖାଇପାରେ (“ମୁଁ ତାହା ଭାବି ନଥୁଲି | ତୁମେ କାହିଁକି ସେହି ବାଟରେ ଚିନ୍ତା କଲ ମୋତେ ସେ ବିଷୟରେ ଅଧିକ କୁହ”) ।

ଜଣେ ଶିକ୍ଷକ ଭାବେ, ଆପଣ ଯଦି ଆପଣଙ୍କ ଶିକ୍ଷାର୍ଥୀଙ୍କଠାରୁ କୌତୁହଳ ପୂର୍ଣ୍ଣ ଓ ଆବିଷ୍କାର ମୂଳକ ଉତ୍ତର ରପ୍ତହୁଁଛନ୍ତି ତେବେ ସେମାନଙ୍କୁ ଆହ୍ବାନମୂଳକ ଓ ପ୍ରେରଣାଦାୟୀ ପ୍ରଶ୍ନ ପଚାରିବା ଆବଶ୍ୟକ । ସେମାନଙ୍କୁ ଚିନ୍ତା କରିବାକୁ ସମୟ ଦେବା ଆବଶ୍ୟକ ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେମାନେ କେତେ ଅଧୁକ ଜାଣିଛନ୍ତି ଏବଂ ତାଙ୍କ ଶିକ୍ଷଣ ଅଗ୍ରଗତିରେ ଆପଣ କିପରି ଭଲଭାବରେ ସାହାଯ୍ୟ କରିପାରିବେ ତାହା ମଧ୍ୟ ଜାଣିପାରିବେ ।

ମନେରଖନ୍ତୁ ଯେ ପ୍ରଶ୍ନ ପଚାରିବାର ଅର୍ଥ ନୁହେଁ ଶିକ୍ଷକ କ'ଣ ଜାଣିଛନ୍ତି ବରଂ ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ଏହା ଜଣାଇଥାଏ । ଏହା ଆପଣଙ୍କର ମନେ ରଖ୍ବା ଗୁରୁତ୍ବପୂର୍ଣ୍ଣ ଯେ – ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ଉଚିତ ନୁହେଁ । ଯଦି ଶିକ୍ଷାର୍ଥୀମାନେ ଜାଣିବେ ଅନ୍ଧ କେତେ ସମୟର ନୀରବତା ପରେ ଆପଣ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବେ ସେମାନେ ଉତ୍ତର ଦେବା ପାଇଁ କି ପ୍ରୋତ୍ସାହନ ପାଇବେ

ସମ୍ବଳ-2: ପ୍ରଶ୍ନ ପଚାରିବାର କୌଶଳ

ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପରସ୍ପରିବା ଓ ସେମାନଙ୍କ ଉତ୍ତରକୁ ଗ୍ରହଣ କରିବା ପାଇଁ ଏଠାରେ କେତେକ କୌଶଳ ଦିଆଯାଇଛି ଯାହା ଆପଣ ଶ୍ରେଣୀରେ ବ୍ୟବହାର କରିପାରିବେ ।

ସ୍ବଚ୍ଛାସେବୀଙ୍କ ଉତ୍ତର

ଉତ୍ତର କହିବା ପାଇଁ ଇଚ୍ଛା କରୁଥୁବା ଶିକ୍ଷାର୍ଥୀମାନଙ୍କୁ ହାତ ଟେକିବା ପାଇଁ ଆମନ୍ତ୍ରଣ କରାଯିବ । ସାଧାରଣତଃ ଚିନ୍ତା କରିବାକୁ ସମୟ ବହୁତ କମ୍ ଦିଆଯାଇଥାଏ, ଯଦି ହାତ ଟେକିବା ପରିବର୍ଭେ ଶିକ୍ଷାର୍ଥୀମାନେ ସିଧାସଳଖ ଉତ୍ତର ଦେବା ଆରମ୍ଭ କରିବେ ତେବେ ଅନ୍ୟ ଶିକ୍ଷାର୍ଥୀଙ୍କ ପାଇଁ ଚିନ୍ତା କରିବାର ସମୟ ଆହୁରି କମିଯିବ । ଏହି ପଦ୍ଧତିରେ ଅନ୍ଧ୍ର କେତେକ ଶିକ୍ଷାର୍ଥୀ ଅଂଶଗ୍ରହଣ କରିବେ – ସବୁବେଳେ ସେହି ଶିକ୍ଷାର୍ଥୀ ଉତ୍ତର ଦେବାକୁ ଇଛା କରନ୍ତି । ଯଦି ହାତ ନ ଟେକିବେ ତେବେ ସେମାନଙ୍କୁ ପ୍ରଶ୍ନ ପଚରାଯିବ ନାହିଁ ବୋଲି ସେମାନେ ଜାଣିବେ । ଗୋଟିଏ କାରଣରୁ ଶିକ୍ଷକ ଏହି ପଦ୍ଧତିକୁ ଭଲ ପାଆନ୍ତି ତାହା ହେଉଛି ଶିକ୍ଷାର୍ଥୀମାନଙ୍କୁ ଏହା ଗୋପଗ୍ରସ୍ତ କରେ ନାହିଁ । କେବଳ ଯେଉଁମାନେ ଗର୍ହନ୍ତି ସେମାନେ ଉତ୍ତର ଦିଅନ୍ତି ।

ଯଦି ଏହି ପଦ୍ଧତିରେ ନିର୍ଦ୍ଦିଷ୍ଟ ଉତ୍ତର ମୂଳକ ପ୍ରଶ୍ନ ବ୍ୟବହୃତ ହୁଏ ତେବେ ବାର୍ଭାଳାପ ଓ ପ୍ରତି ପୃଷ୍ଟି ବ୍ୟବସ୍ଥା ପାଇଁ ସୀମିତ ସୁଯୋଗ ମିଳେ କାରଣ ଯେଉଁମାନେ ସ୍ବ-ଇଛାରେ ଉତ୍ତର ଦିଅନ୍ତି ସେମାନେ ସଠିକ୍। ଉତ୍ତର ଜାଣିଛନ୍ତି ବୋଲି ଧରାଯାଏ ।

ଏକ ମନୋନୀତ ବ୍ଯକ୍ତିର ଉତ୍ତର

କୌଣସି ପ୍ରଶ୍ନର ଉତ୍ତର କହିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷକ ମନୋନୀତ କରିଥାନ୍ତି । ଏହି ପଦ୍ଧତିର ଉପଯୋଗୀତା ହେଉଛି – ଚିନ୍ତନ ପାଇଁ ଅଧୁକ ସମୟ ମିଳେ । ଶିକ୍ଷକ ପ୍ରଶ୍ନ ପଶ୍ଚରନ୍ତି ଏବଂ ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବାକୁ ସୁଯୋଗ ଦେବା ପାଇଁ ଟିକେ ସମୟ ଅପେକ୍ଷା କରନ୍ତି । ପ୍ରଶ୍ନର ଉତ୍ତର ଦେବାପାଇଁ ସେ ଯେ କୌଣସି ଶିକ୍ଷାର୍ଥୀଙ୍କୁ ମନୋନୀତ କରନ୍ତି । ଯେହେତୁ ଶିକ୍ଷକ ପ୍ରାୟତଃ ଅନିଚ୍ଛୁକ ଶିକ୍ଷାର୍ଥୀଙ୍କୁ ଶିକ୍ଷକ ବାଛନ୍ତି ଯେଉଁମାନେ ଉତ୍ତଦେବାକୁ କୁଣ୍ଠାବୋଧ କରିଥାନ୍ତ, ତେଣୁ ଏହି ପଦ୍ଧତିରେ ଅଧୁକ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥାନ୍ତି । ବେଳେବେଳେ ଏହାଦ୍ଵାରା ଶିକ୍ଷାର୍ଥୀମାନେ ଅସ୍ଵସ୍ତି ଅନୁଭବ କରନ୍ତି ଏବଂ ଏ କୌଶଳରେ ଅସ୍ଵସ୍ତିବୋଧ କରୁଥୁବା ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକ ପ୍ରଶ୍ନର ଆହ୍ବାନକୁ ସୀମିତ କରିବାକୁ ପ୍ରଲୋଚିତ ହୁଅନ୍ତି ।

ଅନ୍ୟ ଜଣଙ୍କ ପାଖକୁ ଫେରିବା

ଯେତେବେଳେ ଜଣେ ଶିକ୍ଷାର୍ଥୀ ଗୋଟିଏ ପ୍ରଶ୍ନର ଉତ୍ତର ଦିଏ, ଏହା ଠିକ୍ ବା ଭୁଲ କହିବା ପରିବର୍ଭେ ଶିକ୍ଷକ ଅନ୍ୟଜଣଙ୍କୁ ଏହାର ଉତ୍ତର କ'ଣ ହେବା ପଚାରନ୍ତି । ଉଦାହରଣ ସ୍ଵରୂପ, ସଞ୍ଜୟ ତୁମେ କ’ଣ ଭାବୁଛ ? ଦିଶା ତୁମେ ଅଧୁକ କିଛି ଯୋଡିବ କି ?

ଏହା ଶିକ୍ଷାର୍ଥୀମାନଙ୍କର ଅଂଶଗ୍ରହଣକୁ ବଢାଇଥାଏ ଏବଂ ସମ୍ଭାବ୍ୟ ଉତ୍ତର ଚିନ୍ତା କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଅଧୁକ ସୁଯୋଗ ଦେଇଥାଏ । ଶ୍ରେଣୀରେ ବାର୍ଭାଳାପ ପରିମାଣକୁ ଏହା ବଢାଇଥାଏ ଏବଂ ଶିକ୍ଷକଙ୍କୁ ଅଧୁକ ଜଟିଳ ପଶ୍ନ ବା ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ପରସ୍ପରିବା ପାଇଁ ସୁଯୋଗ ଦେଇଥାଏ । ପ୍ରଶ୍ନଟି ଯେଉଁ ଶିକ୍ଷାର୍ଥୀଙ୍କ ପାଖକୁ ଫେରିଆସେ ସେ ସ୍ବ-ଇଛାରେ ଉତ୍ତରଦେବା ବ୍ୟକ୍ତି ବା ମନୋନୀତ ବ୍ୟକ୍ତି ହୋଇ ପାରେ ।

ଦଳ/ ଯୋଡି

ଶିକ୍ଷାର୍ଥୀମାନେ ଦଳଗତ ଭାବରେ ବା ଯୋଡିରେ ଏକାଠି ହୋଇ ପ୍ରଶ୍ନଗୁଡିକର ଉତ୍ତର କରନ୍ତୁ । ଶିକ୍ଷାର୍ଥୀମାନେ ଛୋଟ ଛୋଟ ଦଳରେ ବା ଯୋଡି ଭାବରେ ଗୋଟିଏ ଗୋଟିଏ ଚିନ୍ତାମୂଳକ ପ୍ରଶ୍ନର ଉତ୍ତର କରିଥାନ୍ତି ବା ଛୋଟ ଛୋଟ କାର୍ଯ୍ୟକୁ ସଂପୂର୍ଣ୍ଣ କରିଥାନ୍ତି । ଏହାପରେ ଶିକ୍ଷକ ପ୍ରତି ଦଳରୁ ସ୍ବ-ଇଛାରେ କହିବାକୁ ଚାହୁଁଥିବା ଶିକ୍ଷାର୍ଥୀଙ୍କୁ ଉତ୍ତର ଦେବାକୁ ଅନୁମତି ଦେଇ ଗୋଟିଏ ପରେ ଗୋଟିଏ ଦଳକୁ ଉତ୍ତରର କିଛି କିଛି ଅଂଶ ଉପସ୍ଥାପନ କରିବାକୁ କହିପାରିବେ । ଉଦାହରଣ ସ୍ବରୂପ – କେଉଁ କେଉଁ କାରଣରୁ ରୋଗ ହୋଇଥାଏ ? ତୁମେମାନେ ରୋଗ ହେବାର ଗୋଟିଏ କାରଣ କହିପାରିବ କି ? ଏହାପରେ ଶିକ୍ଷକ ଅନ୍ୟଦଳକୁ ଆଉ ଗୋଟିଏ କାରଣ ପଚାରି ପାରନ୍ତି

ଅନ୍ୟ ପ୍ରକାରରେ, ଶିକ୍ଷକ ଯେ କୌଣସି ଶିକ୍ଷାର୍ଥୀଙ୍କୁ ଆଲୋଚନା ପୂର୍ବରୁ ମନୋନୀତ କରିପାରନ୍ତି । ସେହି ମନୋନୀତ ଶିକ୍ଷାର୍ଥୀ ତାଙ୍କ ଦଳ ପକ୍ଷରୁ ଉତ୍ତର ଦିଏ । ଦଳର ଅନ୍ୟ ଶିକ୍ଷାର୍ଥୀଙ୍କ ସହ ଶିକ୍ଷାର୍ଥୀମାନେ କଥାବାର୍ଭା କରିବା ପାଇଁ ସୁଯୋଗ ଥାଏ। ତେଣୁ ସେମାନେ ନିର୍ଭୟରେ ଉତ୍ତର ଦେଇଥାନ୍ତି ।

ଏହି ପଦ୍ଧତି ଅଧୁକା°ଶ ଶିକ୍ଷାର୍ଥୀଙ୍କ ଅଂଶ ଗ୍ରହଣକୁ ନିଶ୍ଚିତ କରେ । ଏହା ଶିକ୍ଷାର୍ଥୀମାନଙ୍କୁ ଆହ୍ଲାନ ମୂଳକ ପ୍ରଶ୍ନ ପଚାରିବାରେ ସମର୍ଥ କରାଏ ଓ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବାକୁ ଅଧୁକ ସମୟ ଦିଅନ୍ତି । ଅଧୁକ ଆହ୍ବାନମୂଳକ ପ୍ରଶ୍ନ ଅଧୁକ ଆଲୋଚନା ଓ ପ୍ରତିପୁଷ୍ଟି ପ୍ରଦାନର ସୁଯୋଗ ସୃଷ୍ଟି କରିଥାଏ ।

ଅଧୁକ ଆଲୋଚନା ପାଇଁ ଉତ୍ସାହିତ କରିବା:

ଶିକ୍ଷାର୍ଥୀମାନେ ଦଳରେ ଚିନ୍ତାମୂଳକ ପ୍ରଶ୍ନର ଉତ୍ତର ଆଲୋଚନା କରନ୍ତି ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀ ଅନ୍ୟମାନଙ୍କର ଉତ୍ତରକୁ ମୂଲ୍ୟୟନ କରନ୍ତି । ଉଦାହରଣ ସ୍ବରୂପ ବିଭିନ୍ନ ପ୍ରକାର ବ୍ୟାଖ୍ୟାମୂଳକ ପ୍ରଶ୍ନ ବା ଅଧୁକ ସମ୍ଭାବ୍ୟ ଉତ୍ତର ଥୁବା ପ୍ରଶ୍ନ ଶିକ୍ଷକ ପଚାରି ପାରନ୍ତି (ଆମେ ରୋଗକୁ କିପରି ପ୍ରତିରୋଧ କରିପାରିବା?) । ପ୍ରତି ଦଳର କାର୍ଯ୍ୟ ଶିକ୍ଷକ ତଦାରଖ କରିବେ- (ଦଳର ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଖରେ କିଛି ଉତ୍ତର ଅଛି କି ? ତୁମେ ଆଉ ଅଧୁକ ସମୟ ଆବଶ୍ୟକ କରୁଛ କି ?) ଏହାପରେ ସେମାନେ ତାଙ୍କ ମଧ୍ୟରୁ ଜଣଙ୍କୁ ଦଳର ଉତ୍ତର କହିବା ପାଇଁ ବାଛନ୍ତି । ଶିକ୍ଷକ ଏହି ଉତ୍ତର ଗୁଡିକୁ ମୂଲ୍ୟାୟନ ନ କରି ଲିପିବଦ୍ଧ କରନ୍ତି ତାପରେ ଅନ୍ୟଦଳକୁ ଉତ୍ତର ପଚାରନ୍ତି । ଯେତେବେଳେ ଶିକ୍ଷକ ଗୋଟିଏ ପ୍ରଶ୍ନର ଏକାଧୁକ ଉତ୍ତର ପାଇଯାଆନ୍ତି ସେ ଗୋଟିଏ ଦଳକୁ ସେହି ଉତ୍ତର ଗୁଡିକ ଉପରେ ନିଜର ମତାମତ ଦେବାକୁ କହନ୍ତି । (ତୁମେମାନେ ଏହି ଉତ୍ତରଗୁଡିକ ସହ ଏକମତ କି ? ଯଦି ନା ତେବେ କାହିଁକି ?) ବା ସେହି ପ୍ରଶ୍ନର ଗୋଟିଏ ସମ୍ପର୍କିତ ପ୍ରଶ୍ନ ପଟରିଥାନ୍ତି । (ଏହା ମଧ୍ୟରୁ କେଉଁ ପଦ୍ଧତିଟି ଅଧୁକ ଫଳପ୍ରଦ ବା ସହଜରେ କାର୍ଯ୍ୟକାରୀ ହୋଇପାରିବ ? )

ଏହି ପଦ୍ଧତିଟି ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଅଧୁକରୁ ଅଧୁକ ଅଂଶଗ୍ରହଣ ପାଇଁ ଓ ତାଙ୍କ ଉତ୍ତର ବିଷୟରେ ଅଧୁକ ସମୟ ଚିନ୍ତା କରିବା ପାଇଁ ସୁଯୋଗ ଦେଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବାର୍ଭାଳାପକୁ ଉତ୍ସାହିତ କରେ ଏବଂ ଯଦି ପ୍ରଶ୍ନଟି ଅଧୁକ ଆହ୍ବାନମୂଳକ ହୋଇଥାଏ ତେବେ ଏହା ଏକ ଭୟମୁକ୍ତ ପରିବେଶରେ ଉଚ୍ଚସ୍ତରର ଚିନ୍ତନ ପାଇଁ ସୁଯୋଗ ଦେଇଥାଏ । ଯେଉଁ ଶିକ୍ଷାର୍ଥୀ ଏହି କାର୍ଯ୍ୟକୁ କଷ୍ଟକର ବୋଲି ଭାବିଥାନ୍ତି ସେମାନଙ୍କ ନାମ ପ୍ରଘଟ ନ କରି ସେହି ଧାରଣା ଉପରେ ଚିନ୍ତା କରିବା ପାଇଁ ଉତ୍ସାହିତ କରିଥାଆନ୍ତି ।

ଯୋଡି କାର୍ଯ୍ୟ ସଂଶୋଧନ

ଶିକ୍ଷକ ଗୋଟିଏ ପ୍ରଶ୍ନ ପଟରନ୍ତି ଏବଂ ଶିକ୍ଷାର୍ଥୀମାନଙ୍କୁ ନିଜେ ନିଜେ ଚିନ୍ତା କରି ଉତ୍ତର କହିବାକୁ ସମୟ ଦିଅନ୍ତି । ଯୋଡିରେ ଜଣେ ଅନ୍ୟ ଜଣଙ୍କର ଉତ୍ତର ସହିତ ନିଜ ଉତ୍ତରକୁ ତୁଳନା କରନ୍ତି ଏବଂ ପରସ୍ପରକୁ ପ୍ରତି ପୃଷ୍ଟି ଦିଅନ୍ତି । ସେମାନେ ଉତ୍ତରର ଠିକ୍ ଅଂଶଟିକୁ ପ୍ରଶଂସା କରନ୍ତି ଓ ଆବଶ୍ୟକ ସୁଲେ ସଂଶୋଧନ କରି ଅଧୁକ ଭଲ କରିବାକୁ ମତାମତ ଦିଅନ୍ତି । ଏହାପରେ ଶିକ୍ଷକ ନିଜେ ଠିକ୍। ଉତ୍ତର କହିଥାନ୍ତି ବା ଗୋଟିଏ ଯୋଡିକୁ ଠିକ ଉତ୍ତର କହିବା ପାଇଁ ମନୋନୀତ କରିଥାନ୍ତି । ପ୍ରତ୍ୟେକ ଶିକ୍ଷାର୍ଥୀ ପ୍ରଶ୍ନର ଉତ୍ତର ଚିନ୍ତା କରିବାକୁ

ବାଧ୍ୟ ହୁଅନ୍ତି । ଏପରି କ୍ଷେତ୍ରରେ ଚିନ୍ତା ଓ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥାଏ । ପୁନଶ୍ଚ ଆହ୍ବାନମୂଳକ ପ୍ରଶ୍ନର ବ୍ୟବହାର ପାଇଁ ଏହା ଏକ ଉତ୍ତମ ପଦ୍ଧତି ଅଟେ । (ଉତ୍ସା: Petty, 2009)

ସମ୍ବଳ-3: ଭାରତରେ ରୋଗ ଓ ମୁତ୍ୟ

ଏହି ତଥ୍ୟଟି ଇଣ୍ଟରନେଟରୁ ମିଳିପାରିବ ।

ରାଜ୍ୟ

ପାଞ୍ଚମାସ ଧରି କେବଳ ମା କ୍ଷୀର ଖାଇଥୁବା ଶିଶୁଙ୍କ ସଂଖ୍ୟା ବର୍ଷରୁ କମ୍ ଶିଶୁଙ୍କ ସଂଖ୍ୟା କମ୍ ଶିଶୁଙ୍କ ସଂଖ୍ୟା (ଶତକଡ଼ାରେ)

ପ୍ରତିଷେଧକ ଟୀକା ନେଇଥୁବା ପାଞ୍ଚ ବର୍ଷରୁ କମ୍ ଶିଶୁଙ୍କୁ ସଂଖ୍ୟା (ଶତକଡ଼ାରେ)

ଅତିକମ୍ ଓଜନ ବିଶିଷ୍ଟ ୩ ବର୍ଷରୁ ଅତିକମ୍ ଓଜନ ବିଶିଷ୍ଟ ୩ ବର୍ଷରୁ କମ୍ ଶିଶୁଙ୍କୁ ସଂଖ୍ୟା (ଶତକଡ଼ାରେ)

 

ଉତ୍ତର ପ୍ରଦେଶ

51

23

47

ବିହାର

28

33

58

ମଧ୍ୟପ୍ରଦେଶ

22

40

60

ପଶ୍ଚିମବଙ୍ଗ

59

64

44

ଓଡିଶା

50

52

44

ଆସାମ

63

31

40

କର୍ଣ୍ଣଟକ

58

55

41

ଆପଣଙ୍କ ପାଖରେ ଯଦି ଇଣ୍ଟରନେଟର ସୁବିଧା ଅଛି, ଶିକ୍ଷାର୍ଥୀମାନଙ୍କ ପ୍ରଶ୍ନ ପରସ୍ପରିବା ପାଇଁ ଅନ୍ୟ ପ୍ରସଙ୍ଗରୁ ତଥ୍ୟ ମଧ୍ୟ ଦେଇପାରିବେ ।

ଆଧାର

"www.tess-india.edu.in"

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top