ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଖେଳ ବ୍ୟବହାର ବିଦ୍ୟୁତ
ସେଆର କରନ୍ତୁ

ଖେଳ ବ୍ୟବହାର ବିଦ୍ୟୁତ

ଖେଳ ବ୍ୟବହାର ବିଦ୍ୟୁତ ର ସୂଚନା

ଏହି ଏକକ କ’ଣ ଅଛି

ଖେଳକୁ ଶିକ୍ଷଣରେ ବ୍ୟବହାର କରିବା ଓ ଶିକ୍ଷାର୍ଥୀମାନଙ୍କୁ ବିଦ୍ୟୁତ ଶିକ୍ଷଣ ସମ୍ପର୍କିତ ସହାୟତା ତଥା ଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁଯୋଗ କିପରି ଦିଆଯାଇପରିବ, ସେ ସମ୍ପର୍କରେ ଏହି ଅଧ୍ୟାୟରେ ଅନ୍ଵେଷଣ କରାଯାଇଛି।

ଖେଳ ହେଉଛି ଏକ ଦରକାରୀ ସାଧନ ଯାହା ବିଜ୍ଞାନର ପ୍ରସଙ୍ଗଗୁଡିକରେ ଖେଳିବାରେ,ନିୟୋଜିତ କରିବାରେ ଅଭିପ୍ରେରିତ କରି ରଖିବାରରେ ବ୍ୟବହାର କରାଯାଇପାରିବ ।ସାଧାରଣାତଃ ଖେଳଗୁଡିକ ଶିକ୍ଷାର୍ଥୀଙ୍କ ପାଇଁ କୌତୁକପୂର୍ଣ୍ଣ ,ତେଣୁ ପ୍ରାୟ ସମସ୍ତ ଶିକ୍ଷାର୍ଥୀ ଏଥିରେ ଭାଗ ପାଇଁ ଚାହାନ୍ତି ।  ଫଳରେ ଆପଣ ଶିକ୍ଷାର୍ଥୀମାନଙ୍କୁ ଯେଉଁ ବିଜ୍ଞାନ ଶିଖାଇବା ପାଇଁ ଚାହୁଁଛନ୍ତି ତାହା ସହଜରେ ଶିଖିପାରିବେ ।

ଅନେକଗୁଡିଏ ଖେଳ ଅଛି ଯାହାକୁ ଆପଣ ଶ୍ରେଣୀଗୃହରେ ବ୍ୟବହାର କରିପାରିବେ,ଏଥିରୁ ଅଧିକାଂଶରେ ଯଥେଷ୍ଟ ପୂର୍ବ ପ୍ରସ୍ତୁତି ଆବଶ୍ୟକ ଣ ଥାଏ। ଏଥିରୁ ଅନେକ ଗୁଡିଏ ବହୁତ ଜଣାଶୁଣା ଏବଂ ଶିକ୍ଷାର୍ଥୀମାନେ ପରେ ପରିବାର ସଦସ୍ୟଙ୍କୁ ନେଇ ପୂର୍ବରୁ ଖେଳିଥାନ୍ତି। ଏଥିରେ ଅଳ୍ପ କିଛି ପରିବର୍ତ୍ତନ କରିଦେଲେ,ଏହା ବିଜ୍ଞାନ ଶିକ୍ଷଣରେ ବେସ ସହଜରେ ବ୍ୟବହାର କରାଯାଇପାରିବ ।ଖେଳରେ ସାମାନ୍ୟ ପରିବର୍ତ୍ତନ କାଲେ,ଏହା ବିଜ୍ଞାନର ବହୁ ପ୍ରସଙ୍ଗ ପାଇଁ ମଧ୍ୟ ଉପଯୋଗୀ ହୋଇପାରିବ ।

ପାଠ ପଢା ଚାଲୁଥିବା ବେଳେ ବା ଅନ୍ୟ ସମୟରେ ଯଦି କିଛି ସମୟ ମିଳିଯାଏ,ଶିକ୍ଷାର୍ଥୀମାନେ ଖେଳିବାକୁ ଭଲ ପାଇବେ। ଏ ସମସ୍ତ କାର୍ଯ୍ୟ ପ୍ରକାରାନ୍ତରରେ ଶିକ୍ଷାର୍ଥୀମାନଙ୍କର ବୈଧ ଶକ୍ତିକୁ ପୁନର୍ବଜନ କରିବା ସହ ଆତ୍ମ ବିଶ୍ଵାସ ଆଣିବ।

ଏହି ଏକକ କ’ଣ ଶିଖିବେ:

  • ଶିକ୍ଷଣ ପାଇଁ ଖେଳକୁ ଏକ ସାଧନ ରୂପରେ ବିକାଶ କରାଇବା ,ରୂପରେଖ ଦେବା ବ୍ୟବହାର କରିବା ।
  • ଖେଳ ମାଧ୍ୟମରେ ବିଦ୍ୟୁତ ସମ୍ବନ୍ଧୀୟ ବୋଧଗମ୍ୟତାର ବିକାଶ ଓ ଧାରଣାର ପୁନର୍ବଜନରେ ବ୍ୟାପୃତ ରଖିବା ଏବଂ ଅଭିପ୍ରେରିତ କରିବା ।

ଏହି ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଖେଳ କୌତୁକପୂର୍ଣ୍ଣ ହୋଇଥାଏ ,ଯାହା ସର୍ବଦା ପଢିବା ଓ ଶିଖିବା ଧାରଣା ସହ ସଂଶ୍ଳିଷ୍ଟ ହୋଇ ନ ପାରେ। କିନ୍ତୁ ବର୍ତ୍ତମାନ ଗବେଷଣା କହୁଛି, ଯଦି ଶିକ୍ଷାର୍ଥୀମାନେ ଯାହା ପଢୁଛନ୍ତି ସେଥିପ୍ରତି ଆଗ୍ରହୀ ହୁଅନ୍ତି ଏବଂ ଏହା ସେମାନଙ୍କର ଆବଶ୍ୟକତା ,ଆଗ୍ରହ ଓ ସାମର୍ଥ୍ୟ ସହ ମେଳ ଖାଇଯାଏ ତେବେ ସେମାନେ ଅଧିକ ଶିଖିପାରିବେ । ଖେଳ  ହେଉଛି ଏକ ଉତ୍ତମ ସାଧନ ଯାହାକି ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଲକ୍ଷ ଏବଂ ଆଗ୍ରହ ଧରି ରଖିପାରିବ ଏବଂ ସେମଙ୍କର ମଧ୍ୟରେ ସୃଜନାତ୍ମକ,ମିଳିତ ଉଦ୍ୟମ ତଥା ଭାବର ଆଦାନ ପ୍ରଦାନ ଆଦି କାର୍ଯ୍ୟକୁ ଉତ୍ସାହିତ କରିଥାଏ ।

ଖେଳଗୁଡିକ ମଧ୍ୟ ଉପଯୋଗୀ କାରଣ ଏହା ଭାଗ ନେବା ଓ ଯିବାକୁ ଶିକ୍ଷାର୍ଥୀମାନଙ୍କୁ:

  • ଖେଳରେ ଜିତିବା ପାଇଁ ସେମାନଙ୍କୁ ତାଙ୍କର ଜ୍ଞାନକୁ ପ୍ରଦର୍ଶନ କରିବା ଏବଂ ଶୀଘ୍ର ବୋଧଶକ୍ତିର ବିକାଶ କରିବା ଆବଶ୍ୟକ ହୋଇଥାଏ।
  • ଖେଳ ଜିତିବା ପାଇଁ ଉତ୍ସାହିତ କରେ ଯାହାକି ସୁସ୍ଥ ଓ ପ୍ରେରଣା ଦାୟକ କିନ୍ତୁ ଏହା ମାନସିକ ଚାପ ଦେବାକୁ ଗୁରୁତ୍ୱପୂର୍ଣ୍ଣ ଯେ କେବଳ ଭାଗ ନେବା ଓ ଚିନ୍ତା କରିବା ମଧ୍ୟ ସେହିଭଳି  ଗୁରୁତ୍ୱପୂର୍ଣ୍ଣ।
  • ବ୍ୟକ୍ତିଗତ ବିଶ୍ଵାସ ବଢାଉଥାଏ ।
  • ଅନ୍ୟ ଦଳର ସାମାଜିକ ଦକ୍ଷତାଗୁଡିକୁ ନିଜକୁ ବଦଳାଇବା ଓ ବିକାଶ କରିବା ପାଇଁ ଶିଖନ୍ତି।
  • ନିଜର ବୋଧଗମ୍ୟତାକୁ ଅନ୍ତଦୃଷ୍ଟିର ସହ ଦେଖନ୍ତି।
  • ବିଭିନ୍ନ କୌଶଳ ଓ ଭୂମିକାର ବିକାଶ କରନ୍ତି।
  • ସେମାନେ ମତକୁ ଅନ୍ୟମାନଙ୍କୁ ଜଣାଇ ପାରନ୍ତି ଓ ସେମାନଙ୍କର ବୋଧଗମୟତା  ଦୃଢ କରନ୍ତି ।
  1. 1. ଖେଳର ପ୍ରକାର

ଅନେକଗୁଡିଏ ଅନଲାଇନ (ଇଣ୍ଟରନେଟରୁ) ଖେଳ ଅଛି ଯାହାକୁ ଶ୍ରେଣୀକକ୍ଷରେ ବ୍ୟବହାର କରିହେବ ଏବଂ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ନିଜସ୍ଵ ଢଙ୍ଗରେ ହୋଇପାରିବ । ଏଥିରୁ ଅଧିକାଂଶ ଖେଳକୁ ଲ୍ୟାପଟପ ଓ ଫୋନରେ ଡାଉନଲୋଡ କରିହେବ ,ଯଦ୍ୱାରା ଅଧିକ ଶିକ୍ଷାର୍ଥୀ ଏହାକୁ ଖେଳିପାରିବେ। କିନ୍ତୁ ଅନଲାଇନ ଖେଳ ବା ବୈଦୁତିକ ଉପକରଣର ଉପଯୋଗ ସାର୍ବଜନୀନ ନୁହେଁ ଏବଂ ଏପରି ଅନେକ ଖେଳ ଅଛି ଯାହାକି ଶ୍ରେଣୀ କକ୍ଷରେ ବ୍ୟବହାର କରିହେବ ଏବଂ ଶିକ୍ଷାର୍ଥୀମାନେ ସେଥିରୁ ସମାନ ସୁଯୋଗ ପାଇପାରିବେ ।

ବୋର୍ଡ ଖେଳ,ତାସଖେଳ ଏବଂ ଶାରୀରିକ ଖେଳ ଆଦି ବିଜ୍ଞାନର ପ୍ରସଙ୍ଗ ତଥା ବିଦ୍ୟୁତ ପ୍ରସଂଗକୁ ଅନ୍ଵେଷଣ କରିବାରେ ବ୍ୟବହାର କରାଯାଇପାରିବ । ଏ ସମସ୍ତ ଖେଳ ଅତି ସହଜରେ ଅନ୍ୟ ବିଜ୍ଞାନ ପ୍ରସଂଗକୁ ଅନ୍ଵେଷଣ କରିବାରେ ବ୍ଯବହର କରାଯାଇପାରିବ ।(ସମ୍ବଳ-1 ଦେଖନ୍ତୁ)ଏ ସମସ୍ତ ଖେଳ ଅତି ସହଜରେ ଅନ୍ୟ ବିଜ୍ଞାନ ପ୍ରସଂଗ ପାଇଁ ଏବଂ ବିଭିନ୍ନ ବଯସର ଶିକ୍ଷାର୍ଥୀ ଙ୍କ ପାଇଁ ମଧ୍ୟ ବ୍ଯବହର ହୋଇପାରିବ। ଆପଣାକୁ ସହଜରେ ମିଳୁଥିବା ସମବଳକୁ ବ୍ୟବହାର କରି ପୁରା ଶ୍ରେଣୀ,ଦଳରେ ,ଯୋଡିରେ ବା ବ୍ୟକ୍ତିଗତ ଭାବେ ଖେଳଟିକୁ ଖେଲାଯାଇ ପାରିବ ।

ଶିକ୍ଷଣକାର୍ଯ୍ୟ-1: ଗୋଟିଏ ସ୍ମୁର୍ଟିକୁ ଯୋଡିଖେଳରେ ବ୍ୟବହାର

ସମ୍ବଳ -2 ରେ ଥିବା ଘଟଣାକୁ ବ୍ୟବହାର କରି, ବିଦ୍ୟୁତ ସମ୍ଭାନ୍ଧୀୟ ପଦ ଓ ଚିତ୍ରାକୁ ନେଇ କିଛି ତାସ ତିଆରି କରନ୍ତୁ। ପୁରୁଣା ଲଫାପାକୁ ବ୍ୟବହାର କରିପାରନ୍ତି (ନଚେତ କାଗଜ ପେଟିରେ ଅଂଶରେ )ତାସ ତିଆରି କରନ୍ତୁ। ପୁରୁଣା ଲଫାପାକୁ ବ୍ୟବହାର କରିପାରନ୍ତି(ନଚେତ କାଗଜ ପେଟିର ଅଂଶରେ)ତାସ ତିଆରି କରିପାରନ୍ତି ।

ତ’ପରେ ଜଣେ ସହକର୍ମୀଙ୍କୁ ଆପଣଙ୍କ ସହ ଖେଳିବାକୁ ଚାଲନ୍ତୁ ।ଟେବୁଲ ଉପରେ କିମ୍ବା ଚଟାଣରେ ତାସଗୁଡିକୁ ତଳ ମୁହାଁ କରି ଖେଳାଇ ରଖନ୍ତୁ। ପାଳି କରି,ଯେ କୌଣସି ଦୁଇଟି ତସକୁ ଉପର ମୁହାଁ କରନ୍ତୁ। ଯଦି ତାସ ଦୁଇଟି ମିଶି ଯାଇଛି ।ମେଳ ଖାଇଛି,ଯେପରି:ଗୋଟିଏ ତସରେ ବଲ୍ବ ଓ ଅନ୍ୟ ତସରେ ସରକିତରେ ଥିବା ଆଲୁଅ ବାହାରେ ତେବେ ଖେଳାଳିଜଣକ ଦୁଇଟି ଯାକ ତାସ ନିଜ ପାଖରେ ରଖିବେ। ଜଣଙ୍କ  ପରେ ଜଣେ ପାଳି ପଡିଲେ ଏହିପରି ଖେଳିବେ। ଯଦି ତାସ ଦୁଇଟି ମେଳ ନ ଖାଏ ।ତା ହେଲେ ବାସ ଦୁଇଟି ପୂର୍ବାବସ୍ଥା ପରି ତଳମୁହାଁ କରି ଚଟାଣ।ଟେବୁଲ ଉପରେ ଓଲଟାଇ ଦିଅନ୍ତୁ। ଲକ୍ଷ କରିବେ-ଯେପରି ଆପଣ ଅଧିକରୁ ଅଧିକ ଯୋଡି ନିଜ ପାଖରେ ରଖିପାରିବେ ।

ଟିକେ ଚିନ୍ତା କରନ୍ତୁ

  • ଆପଣ ଓ ଆପଣଙ୍କ ବନ୍ଧୁ ଖେଳଟିକୁ ଭଲ ପାଇଲେ କି?
  • କ’ଣ ଭାବୁଛନ୍ତି,ଏହି ଖେଳଟିକୁ ଶିକ୍ଷଣକୁ କିପରି ସାହାଯ୍ୟ କରିବା ?
  • ଶିକ୍ଷଣକାର୍ଯ୍ୟ -2 : ଶ୍ରେଣୀ କକ୍ଷରେ ଖେଳଟିକୁ ଖେଳାଇବା
  • ବର୍ତ୍ତମାନ ଖେଳଟିକୁ  ଶ୍ରେଣୀ କକ୍ଷରେ ଖେଳାଇବା ।ଯଦି ଆପଣଙ୍କ ଶ୍ରେଣୀରେ ଅଧିକ ଶିକ୍ଷାର୍ଥୀ ଅଛନ୍ତି,ତେବେ ଆପଣ ଅଧିକ ସଂଖ୍ୟକ ତାସ ତିଆରି କରିବେ,ଶିକ୍ଷାର୍ଥୀମାନେ ଦଳରେ ମଧ୍ୟ ଖେଳଟିକୁ ଖେଳିପାରିବେ।ଯଦି ଆପଣଙ୍କ ପାଖରେ ତାସ କରିବାକୁ ଅଧିକ ସମ୍ବଳ ନାହିଁ,ତେବେ କେବଳ ଗୋଟିଏ ଦଳକୁ ଏହି ଖେଳଟିକୁ ଖେଳିବାକୁ ବାଛନ୍ତୁ।
  • ଶିକ୍ଷାର୍ଥୀ ମାନଙ୍କୁ ଖେଳର ନିୟମ ବୁଝାଇ ଦିଅନ୍ତୁ, ଥରେ/ ଦୁଇଥର ସେମାନଙ୍କୁ ଖେଳିବାକୁ ଛାଡିଦିଆନ୍ତୁ।ସେମାନେ କିପରି ନିଜ ନିଜ ଭିତରେ ଖେଳୁଛନ୍ତି,ତାକୁ  ଭଲ ଭାବରେ ଦେଖନ୍ତୁ। ସେମାନଙ୍କୁ  ଖେଳର ନିୟମ ଜଣାଇ ସାରିଲା ପରେ,ଆଉ ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ ନାହିଁ ।

ଟିକିଏ ଚିନ୍ତା କରନ୍ତୁ

  • ଶିକ୍ଷାର୍ଥୀମାନେ ଖେଳଟିକୁ ଭଲ ପାଇଲେ କି?
  • ସେମାନେ ଖେଳରୁ କ’ଣ ଶିଖିଲେ?ଆପଣ ଏହା କିପରି ଜାଣିଲେ?
  • ଆପଣ କ’ଣ ଭାବୁଛନ୍ତି,ଖେଳଟି ସବୁ ଶିକ୍ଷାର୍ଥୀଙ୍କୁ କିପରି ସାହାଯ୍ୟ କରିବା,ଖାସ କରି ଯେଉଁ ଶିକ୍ଷାର୍ଥୀମାନଙ୍କ  ପାଇଁ ଶିକ୍ଷଣ କଷ୍ଟକର ।

ଖେଳ ଖେଳିବା ଦ୍ଵାରା ଧାରଣା ଗୁଡିକୁ କଷ୍ଟ ଭାବରେ ବୁଝି ହୁଏ ଓ ଶିକ୍ଷଣ ଦୃଢୀଭୂତ ହେବା ସହିତ ଆନନ୍ଦଦାୟକ ହୋଇଥାଏ। ଆପଣ ଗ୍ରହଣ କରି ପାରିଲା ପରି ଏହା ଏକ ସମନ୍ବିତ ପଦ୍ଧତି ।ଯେଉଁ ଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣରେ ଆପଣ ନିଶ୍ଚିତ ନୁହନ୍ତି ଏବଂ ନିଜ ଉପରେ କମ ଆତ୍ମବିଶ୍ଵାସ ଥିବା ଶିକ୍ଷାର୍ଥିମାନଙ୍କର ନିଜସ୍ଵ ଧାରଣା ବଢାଇବା ସହିତ ସାଙ୍ଗମାନଙ୍କ ଠାରୁ ଶିଖିବାର ସୁବିଧା ଏଥିରେ ରହିଛି।ପରିସ୍ଥିତି ଅନୁଧ୍ୟାନ -1 ରେ ଅନ୍ୟ ଏକ ପ୍ରକାର ଖେଳ ବ୍ୟବହାର କରାଯାଇଛି ଏବଂ ଶିକ୍ଷାର୍ଥୀଙ୍କ ପ୍ରତିକ୍ରିୟା ଦର୍ଶାଯାଇଛି ।

ପରିସ୍ଥିତି ଅନୁଧ୍ୟାନ -1: ବଲବଟିକୁ ଜଳାଇବା ଖେଳ

ଶ୍ରୀମତୀ ସାହୁ ଶିକ୍ଷାର୍ଥୀମାନଙ୍କୁ ସଂପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ସର୍କିଟ ଚିହ୍ନରା କ୍ଷମତା ନେଇ ଥିବା ପାର୍ଥକ୍ୟ ଦର୍ଶାଇବାକୁ ଯାଇଛି ବୋଲି ଶ୍ରେଣୀରେ ବୁଝାଇଛନ୍ତି।

ମୁଁ ବିଦ୍ୟୁତ ପ୍ରସଙ୍ଗ ପଢାଇବା ପୂର୍ବରୁ ସାମାନ୍ୟ ବିଚଳିତ ହୋଇପଡିଥିଲି,କିନ୍ତୁ ଏକ ପୁରୁଣା ବିଜ୍ଞାନ ସମ୍ବଳ ବାକ (ପେଟିକା)ରୁ କିଛି ସହଜ ସମ୍ବଳ ପାଇଗଲା ପରେ ,ସେ ସମ୍ପର୍କରେ କିଛି ପ୍ରଦର୍ଶନ କରିବା ପାଇଁ ମୋର ଆତ୍ମବଳ ବଢିଗଲା ।

ଶିକ୍ଷାର୍ଥୀମାନଙ୍କ ସର୍କିଟ ସମ୍ବନ୍ଧୀୟ ଜ୍ଞାନକୁ ଏକାଠି କରିବା ପାଇଁ ମୁଁ ଗୋଟିଏ ଖେଳ କରିଥିଲି। ନିକଟସ୍ଥ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ମୁଁ ଯିବାକୁ ଭଲ ପାଏ । ସେଠାରୁ ମୁଁ ଖେଳଟିକୁ ଶିଖିଥିଲି ।ମୁଁ ପଢାଇବାକୁ ଥିବା ଅଂଶଟିକୁ ଦୁଇ ଭାଗ କରି ଯୋଜନା କଲି । ପ୍ରଥମ ଭାଗରେ ଶିକ୍ଷାର୍ଥୀମାନଙ୍କୁ ଗୋଟିଏ ବ୍ୟାଟେରୀ,ବଲବ,ଖଣ୍ଡିଏ ତାର ଦ୍ଵାରା ଆଲୁଅ ଜଳାଇବା ପାଇଁ ମତେ ସାହାଯ୍ୟ କରିବାକୁ କହିଲି।ଏହା କରିବାକୁ ଆମକୁ କିଛି ସମୟ ଲାଗିଲା,କିନ୍ତୁ ଆମେ କାର୍ଯ୍ୟଟିକୁ କରିପାରିଲୁ। ତା ପରେ ମୁଁ ସେମାନଙ୍କୁ ଆଉ ଖଣ୍ଡେ ତାର ବ୍ୟବହାର କରିପାରିବା କି ବୋଲି ପଚାରିଲି,ସେ ସମ୍ପର୍କରେ ମୁଁ ଶିକ୍ଷାର୍ଥୀମାନଙ୍କୁ ତାଙ୍କ ମତ ପଚାରିଲି ଏବଂ ସେମାନେ ଆଲୁଅ ଜଳାଇବା ପାଇଁ ଯାହା କହିଲେ,ସେ ପ୍ରକାରେ କଲି। ପ୍ରଥମ ଭାଗରେ ଶିକ୍ଷାର୍ଥୀମାନଙ୍କୁ ଗୋଟିଏ ବ୍ୟାଟେରୀ,ବଲବ,ଖଣ୍ଡିଏ ତାର ଦ୍ଵାରା ଆଲୁଅ ଜଳାଇବା ପାଇଁ ମତେ ସାହାଯ୍ୟ କରିବାକୁ କହିଲି। ଏହା କରିବାକୁ ଆମକୁ କିଛି ସମୟ ଲାଗିଲା,କିନ୍ତୁ ଆମେ କାର୍ଯ୍ୟଟିକୁ କରିପାରିଲୁ। ତା ପରେ  ମୁଁ ସେମାନନକୁ ଆଉ ଖଣ୍ଡେ ତାର ବ୍ୟବହାର କରିପାରିବ କି ବୋଲି ପଚାରିଲି, ସେ ସମ୍ପର୍କରେ ମୁଁ ଶିକ୍ଷାର୍ଥୀମାନଙ୍କୁ  ତାଙ୍କ ମତ ପଚାରିଲି ଏବଂ ସେମାନେ ଆଲୁଅ ଜଳାଇବା ପାଇଁ ଯାହା କହିଲେ,ସେ ପ୍ରକାରେ କଲି।

ସର୍କିଟ କିପରି ହୁଏ,କେତେ ବୁଝିଛନ୍ତି,ମୁଁ ଜାଣିବାକୁ ଚାହୁଁଥିଲି।ମୁଁ ଯେଉଁ ଖେଳଟିକୁ ତିଆରି କରିଥିଲି-ସେହି ଖେଳଟି ପର୍ଯ୍ୟବେକ୍ଷଣ ଆଧାରିତ ଥିଲା,ଖଣ୍ଡ ଖଣ୍ଡ ଜିନିଷ ନେଇ ସର୍କିଟ ତିଆରି କରିବା (ସମ୍ବଳ-3 କୁ ଦେଖା-ଖେଳଟିକୁ କିପରି ତିଆରି କରିବା ଓ ଖେଳାଇବ) ।

ମୁଁ ଖଣ୍ଡ ଅଂଶକୁ ନେଇ ଗୋଟିଏ ସେଟ କଲି ଏବଂ ତିନି ଜଣ ଶିକ୍ଷାର୍ଥୀ ସେମାନଙ୍କ ବିରାମ ସମୟରେ ଆର ସର୍କିଟ ସେଟ କରି ଦେଖାଇଲେ।

ମୁଁ ପୁରା ଶ୍ରେଣୀକୁ ଖେଳଟି କିପରି ଖେଳାଯିବା ଓ ଖେଳର ନିୟମ ସମ୍ପର୍କରେ କହିଦେଲି ଏବଂ ସବୁ କଥାକୁ ଏକ ଚାର୍ଟ ପେପରରେ ଲେଖି କଣ୍ଠରେ ଟାଙ୍ଗୀ ଦେଇଥିଲି।ସେମାନେ ଖେଳୁଥିବା ବେଳେ ମୁଁ ବୁଲି ବୁଲି ସେମାନେ କିପରି ପରିଚାଳନା କରୁଛନ୍ତି ଓ ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟା କରୁଥିଲି ଯଥା :ତାଙ୍କର ଉତ୍ତର ଗୁଡିକ ଠିକ ଅଛି କି ନାହିଁ,ବା ସର୍କିଟ ସମ୍ପର୍କରେ ପ୍ରଶ୍ନ ପଚାରି ସେମାନଙ୍କ ଶିକ୍ଷଣରେ ତଥା ଖେଳରେ ମଜା ନେବାରେ ସାହାଯ୍ୟ କରିଥିଲି(ଅଧିକ ତଥ୍ୟ ନିମନ୍ତେ ସମ୍ବଳ -4 “ତଦାରଖ ଓ ପ୍ରତିପୁଷ୍ଟି ପ୍ରଦାନ”ଦେଖନ୍ତୁ )

ପ୍ରତି ଦଳର ଯେଉଁ ଶିକ୍ଷାର୍ଥୀ ଜଣଙ୍କ ଅଧିକ ସଂଖ୍ୟକ ସର୍କିଟ ତିଆରି କରିବ,ସେ ବିଜୟା ପୋଷିତ ହେବ ।ଶିକ୍ଷାର୍ଥୀମାନେ ସଂପୂର୍ଣ୍ଣ ଭାବେ ଖେଳରେ ମଜ୍ଜିଯାଇଥିଲେ ଏବଂ ସେମାନେ ଜଣେ ଅନ୍ୟ ଜଣଙ୍କୁ ସହାୟତା ଦେଇଥିବାରୁ ମୁଁ ସେସ ପର୍ଯ୍ୟନ୍ତ ସେମାନଙ୍କ ସହ କଥା ହୋଇ ନଥିଲି ।

ପଢା ଶେଷରେ ମୁଁ ଶିକ୍ଷାର୍ଥୀମାନଙ୍କୁ ସର୍କିଟ ସମ୍ପର୍କରେ କ’ଣ ବୁଝିଲେ ସେ ସମ୍ପର୍କରେ ଗୋଟିଏ ବାକ୍ୟ ଲେଖିବାକୁ କହିଲି। ମୁଁ ସେମାନଙ୍କୁ ଖେଳଟି ଆନନ୍ଦ ଦାୟକ ଥିଲା କି ପଚାରିବାରୁ  ସେମାନଙ୍କ “ସରକିଟକୁ ମାନେ ରଖିବା ଏବଂ ଶିଖିବାରେ ଖେଳଟି ସାହାଯ୍ୟ କଳା “ଏହି ମନ୍ତବ୍ୟ ରୁ ସେମାନଙ୍କ ସାକରାତ୍ମକ ମନିଭବ ମତେ ଆନନ୍ଦିତ କରିଥିଲା ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ କ’ଣ କେବେ ଚିନ୍ତା କରିଛନ୍ତି,   ଆପଣଙ୍କ ବିଜ୍ଞାନ ଶିକ୍ଷଣରେ ଏପରି ଖେଳ ବ୍ୟବହାର କରିବା ପାଇଁ?
  • ଆପଣ ଏହି ଖେଳଟିକୁ ଶ୍ରେଣୀ କକ୍ଷ ରେ  ବ୍ୟବାହାର  କରିବେ ବୋଲି ଭାବୁଛନ୍ତି କି?
  • ଏହି ଖେଳଟି ଆପଣଙ୍କ ଶ୍ରେଣୀରେ ପଦଘାଇବା ପାଇଁ ଆପଣ କ’ଣ  କରିବେ?

ପ୍ରଥମ ଥର ବଲବ ଜଳିବା ପ୍ରଦର୍ଶନ ପରେ,ଶ୍ରୀମତୀ ସାହୁ ଖେଳକୁ ତାଙ୍କ ଶିକ୍ଷାର୍ଥମାନଙ୍କ   ବୋଧଗମ୍ୟତାର ଦୃଢୀକରଣ କରାଇଥିଲେ। କିନ୍ତୁ ସେ ତାଙ୍କ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାର୍ଥୀ ବଲବରେ କାମ କରିବା ପ୍ରଚୁର ପରିମାଣରେ ସମ୍ବଳ-ତାର ,ବ୍ୟାଟେରୀ ନଥିଲା ,ସେ କ୍ଷେତ୍ରରେ ତାଙ୍କୁ ସୃଜନଶୀଳ ହେବାକୁ ପଡିବ ।

2 ସମ୍ବଳ ସମ୍ପନ୍ନ ହେବା

ବହୁତ ଲୋକନଙ୍କ ଜୀବନ ବୁଦ୍ୟୁତର ଆବିଷ୍କାର ଏବଂ ଏହା ବ୍ୟାପିବା ଦ୍ଵାରା ପ୍ରଭାବିତ ହୋଇଛି। ବିଦ୍ୟୁତ କ’ଣ ବିଦ୍ୟୁତ କ’ଣ ବୁଝିବା ଏବଂ ଏହା ସମସ୍ତଙ୍କ ପାଇଁ କିପରି କାର୍ଯ୍ୟ କରେ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ,ତେବେ ଯାଇ ସମସ୍ତେ ଏହାକୁ ଭଲ ଓ ନିରାପଦରେ ବ୍ୟବହାର କରିପାରିବେ।ଏ ପର୍ଯ୍ୟନ୍ତ ଯଦି ଆପଣଙ୍କ ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା  ନାହିଁ,ତେବେ ବ୍ୟାଟେରୀ, ତାର ଓ ବଲବ ବ୍ୟବହାର ନ କରି ପଢାଇବା ସହଜ ହେବ ନାହିଁ,ପୁଣି ଏହା ମଧ୍ୟ ବ୍ୟୟ ବହୁଳ ଏବଂ ସଙ୍ଗେ ସଙ୍ଗେ ମିଳିବା ମଧ୍ୟ ସହଜ ନୁହେଁ। ତେଣୁ ବିଦ୍ୟୁତର ବିଭିନ୍ନ ଦିଗରେ ନମୁନା ବ୍ୟବହାର କରାଗଲେ ଶିକ୍ଷାର୍ଥୀମାନେ ବିଦ୍ୟୁତ ସମ୍ପର୍କିତ ସାଧାରଣା ଧାରଣା ଗୁଡିକୁ ଅନ୍ଵେଷଣ କରିପାରିବେ ।

ଏହି ଖେଳ କରିବାକୁ ହେଲେ ଆପଣଙ୍କୁ ସମ୍ବଳ ସମପର୍ଣ୍ଣ ଶିକ୍ଷକ ହେବାକୁ ପଡିବ  ।ସମ୍ବଳ ସମପର୍ଣ୍ଣ ହେବାକୁ ହେଲେ ଆପଣଙ୍କୁ ସବୁବେଳେ କାର୍ଡବୋର୍ଡ ବାକ,ପ୍ଲାଷ୍ଟିକ ବୋତଲ ,ପୁରୁଣା ଲଫାପା ଏବଂ ଅନ୍ୟାନ୍ୟ ସମଗ୍ରୀଗୁଡିକୁ ପୁନଃ ବ୍ୟବହାର ଉପଯୋଗୀ ଓ ପୁନଃ ଚାକରାନ ପାଇଁ ସଂଗ୍ରହ କରିବାକୁ ପଡିବ। ତା ହେଲେ ଯାଇ ଆପଣଙ୍କ ନିକଟରେ ସାମଗ୍ରୀ ଗଛିତ ରହିବା,ଯାହାକୁ କି ଆପଣ ଜଳାକୃତ କରି ଶିକ୍ଷଣରେ ଅଭିବୃଦ୍ଧି କରାଇ ପାରିବେ। ଆହୁରି ଅନେକ ଦିଗ ଅଛି ଯେଉଁଠି ଆପଣ ସେହି ଅଞ୍ଚଳରୁ ମିଳୁଥିବା ସାମଗ୍ରୀ ବ୍ୟବହାର କରିପାରିବେ:sଅମ୍ବାଲା -5 ରେ ଅନ୍ଵେଷଣ କରାଯାଇଛି-“ଆଞ୍ଚଳିକ ସାମଗ୍ରୀର ବ୍ୟବହାର “ଯାହା ଆପଣଙ୍କ ଶିକ୍ଷଣ ଅଭିବୃଦ୍ଧିରେ ସାହାଯ୍ୟ କରିବ ।

ଶିକ୍ଷଣକାର୍ଯ୍ୟ-3 : ଶ୍ରେଣୀ ଗୃହର ସମ୍ବଳକୁ ଏକତ୍ର କରିବା

କିଛି ସମୟ ଚିଟା କରି ଦେଖନ୍ତୁ ବିଦ୍ୟାଳୟ ଭିତରେ ପାଠ୍ୟପୁସ୍ତକ  ଛଡା ଆଉ କେଉଁ ସବୁ ସମ୍ବଳ ଆପଣଙ୍କ ହାତପହନ୍ତାରେ ଅଛି।

  • ଆପଣ କ’ଣ ପାଇଲେ ଯାହାକୁ କି ସମ୍ବଳ ଭାବେ ଶିକ୍ଷାର୍ଥୀ ମାନଙ୍କ ପାଇଁ ବ୍ୟବହାର କରିପାରିବେ?
  • ଆଉ କ’ଣ ସବୁ ଦରକାର କରୁଛନ୍ତି?
  • ଏହା ସହ ଆପଣ ଆଉ ଅଧିକ ସାମଗ୍ରୀ କ’ଣ ସବୁ ଯୋଗାଡ କରି ପାରିବେ।
  • ଆପଣ ଆପଣଙ୍କ ଶିକ୍ଷାର୍ଥୀ ମାନଙ୍କୁ ବସ ,କାଗଜ ,ବୋତଲ ଏବଂ ବିଜ୍ଞାନ ପାଇଁ ଅନ୍ୟ ସରଞ୍ଜାମ ଯୋଗାଡ କରିବାରେ ସାମିଲ କରାଇବେ ।

ଆପଣ ଏହି ସମ୍ବଳଗୁଡିକୁ କିପରି ଯୋଗାଡ କରିବେ,ସେ ସମ୍ପର୍କରେ ଏକ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ। ଆପଣ ସଂଗ୍ରହ କରିଥିବା ସମଗ୍ରୀଗୁଡିକୁ ନେଇ କ୍ୟାଟଲଗ ପ୍ରସ୍ତୁତିରେ ସମସ୍ତ ଶିକ୍ଷାର୍ଥୀଙ୍କୁ ସାମିଲ କରାଇ ପାରିବ।

ଭିଡିଓ: ଆଞ୍ଚଳିକ ସମ୍ବଳର ବ୍ୟବହାର

ଟିକିଏ ଚିନ୍ତା କରନ୍ତୁ

  • ସମ୍ବଳ ସଂଗ୍ରହରେ ଶିକ୍ଷାର୍ଥୀମାନେ କିପରି ସହାୟତା ପ୍ରଦାନ କାଲେ?
  • ଏଥିରୁ ସେମାନେ ପୁନହଚକ୍ରନା ସମ୍ପର୍କରେ କ’ଣ ଶିଖିଲେ ?
  • ଆପଣଙ୍କ ସମ୍ବଳ ବୃଦ୍ଧିରେ ଶ୍ରେଣୀର ସହାୟତା କିପରି ନେଇ ପାରିବେ ।

ଏହା ଏକ କ୍ରମରେ ଚାଲୁଥିବା କାର୍ଯ୍ୟ,କାରଣ ଆପଣ ପ୍ରଥମେ ସମ୍ବଳ କୁ ଏକାଠି କରିବେ ଏବଂ ପରେ ତାକୁ ବ୍ୟବହାର କରିବେ । ଏଥିରେ ନିୟମିତ ଭାବେ ଜିନିଷ ମିସଯାଇଥିବା।ଆପଣ ଶ୍ରେଣୀରେ ଏବଂ ବିଦ୍ୟାଳୟରେ ପରିବେଶ ସୃଷ୍ଟି କରିବା ଦ୍ଵାରା ଆପଣଙ୍କୁ ବିଜ୍ଞାନର ଯୋଜନା କରିବା ପାଇଁ ଶିକ୍ଷକଙ୍କୁ ଅଧିକ ଅନୁସନ୍ଧାନ ସମପର୍ଣ୍ଣ କରିବା ଦ୍ଵାରା ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ସହାୟତା ଦେବା ।ଖେଳ ଖେଳିବା ଦ୍ଵାରା ବିଦ୍ୟୁତ ସମ୍ପର୍କିତ ପ୍ରକୃତ ଅନୁସନ୍ଧାନ ପାଇଁ କେତେଗୁଡିଏ ନମୁନା ତିଆରି ହୋଇପାରିବ,ଯାହାକି ଶିକ୍ଷାର୍ଥିମାନଙ୍କର ବୁଝିବାରେ ସାହାଯ୍ୟ କରିବା ଏବଂ ଖେଳକୁ ଆଉ ଥରେ ଖେଳାଇବା ଦ୍ଵାରା ଧାରଣାର ଦୃଢୀକାରଣ ହୋଇ ପାରିବ ।

ପରବର୍ତ୍ତୀ ଘଟଣାଟି ସ୍ଥିର ବିଦ୍ୟୁତ କିପରି ବ୍ୟବହାର କରାଯାଇ ପାରିବ,ତାକୁ ନେଇ ଖେଳଟିଏ ।

ପରିସ୍ଥିତି ଅନୁଧ୍ୟାନ-2 :ଖେଳରେ ବିଜ୍ଞାନ ର ବ୍ୟବହାର

ଶ୍ରୀମତୀ ସୁଜାତା,ଏକ ଗ୍ରାମ୍ୟ ବିଦ୍ୟାଳୟରେ ଶିକ୍ଷୟତ୍ରୀ ,ସେ ସ୍ଥିର ବିଦ୍ୟୁତ ପଢାଇବା ପାଇଁ କିପରି ଏକ ସହଜ ଖେଲାଟିଏ କରାଇଥିଲେ ତାହା ଏଠାରେ କହିଛନ୍ତି ।

ସେ କିଛି ଦିନ ଧରି କିଛି ପ୍ଲାଷ୍ଟିକ ପେନ ଖୋଳ ସଂଗ୍ରହ କରିଥିଲେ,ଏବଂ ବୋର୍ଡଟିଏ ପ୍ରସ୍ତୁତ ପ୍ରସ୍ତୁତ କରିଥିଲେ (ସମ୍ବଳ-6 ପରି)।ସେ ଦୁଇ ଜଣ ଶିକ୍ଷାର୍ଥୀଙ୍କୁ ଦୁଇଖଣ୍ଡ କାଗଜ  ଛୋଟୋ ଛୋଟୋ  ଟୁକୁରା କରିବାକୁ କହିଲେ ଏବଂ ସେଇ ଛୋଟୋ ଟୁକୁରାକୁ ଦୁଇଟି ଗଡାରେ ରଖିଲେ।ପ୍ରତି ବୋର୍ଡ ସହିତ ଖଣ୍ଡିଏ ଲେଖା,କାଗଜ ଟୁକୁରା ଏବଂ ଚାରୋଟି ପେଁ ଖୋଳ ଦେଇଥିଲେ ।

ମୋ ପାଠ ପଢା ଆରମ୍ଭ କଲା ବେଳକୁ ମୁଁ ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କ  ଆଗ୍ରହ ବଢାଇବା ପାଇଁ  ବେଲୁନ ,ଫୁଙ୍କିଥିଲି,ଏବଂ ଏହି ଫୁଲ ବେଲୁନକୁ କଣ୍ଠରେ ଲଗାଯାଇ ପାରିବ କି ନାହିଁ ବୋଲି ଶିକ୍ଷାର୍ଥୀ ଙ୍କୁ ପଚାରିଥିଲି ।ଶିକ୍ଷାର୍ଥୀମାନେ ମନ କରିଥିଲେ।ପରେ ଶ୍ରୀମତୀ ସୁଜାତା ବେଲୁନଟିକୁ କିଛି ସମୟ ପାଇଁ ମୁଣ୍ଡରେ ପଶିଥିଲେ ଏବଂ କଣ୍ଠରେ ଲଗାଇ ଦେଇଥିଲେ ।ଶିକ୍ଷାର୍ଥୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ଶିକ୍ଷାର୍ଥୀମାନଙ୍କୁ ଏହା କିପରି ସମ୍ଭବ ହେଲା ବୋଲି ପଚାରିଥିଲି,କିଛି ଶିକ୍ଷାର୍ଥୀମାନଙ୍କୁ ଏହା କିପରି ସମ୍ଭବ ହେଲା ବୋଲି ପଚାରିଲି,କିଛି ଶିକ୍ଷାର୍ଥୀ ନିଜର ଧାରଣା ବ୍ୟସ୍ତ କରିଥିଲେ। ସେ ଉତ୍ତରଗୁଡିକ କାଳପଟରେ ଲେଖିଥିଲେ ଯେଉଁଥିରେ ଗୋଟିଏ ଉତ୍ତର ଥିଲା ତାଙ୍କ ମୁଣ୍ଡରେ କିଛି ଅଠା ଲାଗିଥିଲା ।ପରେ ମୁଁ ଖେଳ ସେଟଟି ଶିକ୍ଷାର୍ଥୀ ମାନଙ୍କୁ ଦେଇଥିଲି ଏବଂ ଖେଳର ନିୟମ ବୁଝାଇ ଦେଇ କିଛି ସମୟ ଖେଳିବା ପାଇଁ ଛାଡି ଦେଇଥିଲି ।

ଖେଳଟିରେ ସମସ୍ତଙ୍କୁ ସାମିଲ କରାଇଥିଲି,ଖେଳଟି ଏପରି ଥିଲା :pଏନ ଖେଳରୁ ସ୍ଥିର ବିଦ୍ୟୁତ ଉତ୍ପଦନ କରିବା ।ଜଣଙ୍କ ପରେ ଜଣେ ପେନଖୋଳକୁ ବ୍ୟବହାର କରି ଛୋଟୋ ଟୁକୁରା କାଗଜକୁ ବୋର୍ଡ ର ଗୋଟିଏ ପଟରୁ ଆର ପାଟକୁ  ନେବତାଲିକାରେ ଥିବା ସଂଖ୍ୟା ମୁତାବକ ଯେଉଁ ଦଳ ପ୍ରଥମେ ବୋର୍ଡ ଟି କୁ ପୂରଣ କରିବେ ,ସେହି ଦଳ ବିଜୟୀ ଘୋଷିତ ହେବେ ।ମୋ ଶିକ୍ଷାର୍ଥୀମାନେ ଖେଳଟିକୁ  ଭଲ ପାଇଲେ ଏବଂ ଶିକ୍ଷାର୍ଥୀମାନଙ୍କୁ ପଟି କମ କରିବା ପାଇଁ ସେ କହିଲେ,କାରଣ କାଲେ ଅନ୍ୟ ଶ୍ରେଣୀ ଶିକ୍ଷାର୍ଥିମାନଙ୍କର ଶିକ୍ଷଣ ବାଧାପ୍ରାପ୍ତ ହେବ ।

ଦଶମିନଟ ଗଲା ପରେ,ସମସ୍ତ ଶିକ୍ଷାର୍ଥୀ ଦୁଇଥର ଲେଖାଏଁ ଖେଳିବା ପରେ ମୁଁ ଶିକ୍ଷାର୍ଥୀମାନଙ୍କୁ ଟୁକୁରା କାଗଜ ଟେକିବା ପାଇଁ କେତେ ସହଜ,ସେ ସମ୍ପର୍କରେ ଚିନ୍ତା କରିବାକୁ କହିଲି ଏବଂ କାଗଜ ଖସି ପଡିବାର କାରଣ କ’ଣ?ଶିକ୍ଷାର୍ଥୀମାନେ କିପରି ଖୁବ ବେସୀ ବା କମ କାଗଜ ଟେକିବା କାର୍ଯ୍ୟକୁ ପରିଚାଳନା କରିପାରୁଥିଲେ ?

ମୁଁ ସେମାନଙ୍କ ଠାରୁ କାହିଁକି ଓ କିପରି ଏ କଥା ହେଉଛି ,ସେମାନଙ୍କ ଧାରଣାଗୁଡିକୁ ପଚାରି ଜଳପଟରେ ଲେଖିଥିଲି ।ମୁଁ ପ୍ରତିଦଳକୁ ଖଣ୍ଡିଏ ଖଣ୍ଡିଏ କାଗଜ ଦେଇ ସେମାନଙ୍କ ଧାରଣା ଗୁଡିକୁ ତଳକୁ ତଳ ପାଇଁ କହିଲି ।ପଢା ଶେଷରେ ଏହି କାଗଜକୁ ମତେ ଦେବାକୁ କହିଲି । ଦିନ ଶେଷରେ ମୁଁ ସେମାନଙ୍କ ଉତ୍ତର କାଗଜକୁ ପୁଙ୍ଖାନୁପୁଙ୍ଖ ଭାବେ ଦେଖିଲି ।ଇଲେକଟ୍ରନ,ନିଉଟ୍ରନ ,ପ୍ରୋଟୋନର ଧାରଣାଗୁଡିକ ବୁଝିବା ପାଇଁ କିପରି ପଢା ଆରମ୍ଭ କରିବି,ସେ ସମ୍ପର୍କରେ ଯୋଜନା କଲି।

ଯଦିଓ ସେମାନଙ୍କ ଧାରଣା ମଧ୍ୟରୁ କେତେଗୁଡିଏ ସଂପୂର୍ଣ୍ଣ ହୋଇ ଣ ଥିଲା ,ଅର୍ଥାତ ଏହି ଶିକ୍ଷଣର ପରବର୍ତ୍ତୀ ପର୍ଯ୍ୟାୟରେ ଏହାର କେତେଗୁଡିଏ ସ୍ପଷ୍ଟ ନକ୍ସା ତିଆରି କରି କାର୍ଯ୍ୟ କରିଥିଲି । ମୁଁ ଏପରି ଏକ ତଥ୍ୟକୁ ଅନ୍ଵେଷଣ କଲି ଯେ ସେହି ସମାନ ଚାର୍ଗ ଥିବା ଜିନିଷ ଦୁଇଟି ଗୋଟିଏ ଆରତିକୁ ଆକର୍ଷିତ କରିଥାନ୍ତି ।ଖେଳଟି ଶିକ୍ଷାର୍ଥୀମାନଙ୍କୁ   “ପ୍ରକୃତରେ ଥିବା ଦୁଇ ପ୍ରକାର ଚାର୍ଗ” ତଥ୍ୟକୁ ବୁଝିବା ପାଇଁ ସାହାଯ୍ୟ କରିବ ।

3.  ନିଜ ଖେଳ ନିଜେ ତିଆରି କରିବା

ଆପଣ ଯେତେବେଳେ ଖେଳଗୁଡିକୁ ଉପଯୁକ୍ତ ସମୟରେ ନିଜେ କରି ପାରିବା ଦକ୍ଷ ଓ ବିଶ୍ଵାସ କରିବେ ସେତେବେଳେ ପୂର୍ବରୁ ଥିବା ଖେଳଗୁଡିକ ଶ୍ରେଣୀଗୃହରେ ବ୍ୟବହାର କରିବା ପାଇଁ ଚାହିଁବେ । ନିର୍ଦ୍ଧିଷ୍ଟ  ଉଦ୍ଦେଶ୍ୟ ଓ ଶିକ୍ଷାର୍ଥୀଙ୍କର ଅଗ୍ରହ ବଢାଇବା ପାଇଁ ଖେଳଗୁଡିକ ଦଳରେ  ଭିନ୍ନ ସମୟରେ ବ୍ୟବହାର କରାଯାଏ। ଯେତେବେଳେ ଗୋଟିଏ ଦଳ ସହ କାମ କରୁଛନ୍ତି ସେତେବେଳେ ଏହି ଖେଳଗୁଡିକ ଦଳରେ ଭିନ୍ନ ଶିକ୍ଷଣକାର୍ଯ୍ୟରେ ବ୍ୟବହାର କରିପାରିବେ ।ଅଧିକ ଶିକ୍ଷାର୍ଥୀ ଥିବା ଶ୍ରେଣୀରେ ଏହା ଆପଣଙ୍କୁ ସାହାଯ୍ୟ କରିବ । ଠାରେ ଏଭଳି ଅନେକ ଗୁଡିଏ ଖେଳ ପ୍ରସ୍ତୁତ କରିଦେଲେ ଭିନ୍ନ ଭିନ୍ନ ସମୟରେ ବ୍ୟବହାର କରିବା ପାଇଁ ପାଇଁ ପାରିବେ। ଏହି ଖେଳ ଖେଳିବା ଦ୍ଵାରା ଶିକ୍ଷାର୍ଥୀମାନେ ଏକାଗ୍ର ଏବଂ ଅଭିପ୍ରେରିତ ହେବେ। ଦିଆଯାଇଥିବା ପରବର୍ତ୍ତୀ ଦୁଇଟି ଶିକ୍ଷଣକାର୍ଯ୍ୟ କ୍ରମାଗତ ଭାବେ କରାହେବ ତେଣୁ ଦୁଇଟି ଶିକ୍ଷଣକାର୍ଯ୍ୟ କ୍ରମାଗତ ଭାବେ କରାହେବ ତେଣୁ ଦୁଇଟିକୁ ଏକା ସାଙ୍ଗରେ ପାଖାପାଖି କରିବାକୁ ଚେଷ୍ଟା କରନ୍ତୁ ।

ଶିକ୍ଷଣକାର୍ଯ୍ୟ-4: ନିଜ ଖେଳ ନିଜେ ତିଆରି କରିବା

ଆପଣଙ୍କର ଗୋଟିଏ ଶ୍ରେଣୀରେ ବିଦ୍ୟୁତ ସମ୍ପର୍କରେ ପଢାଇବାକୁ ଥିଲେ,ଆପଣ ଖେଳର ପରିକଳ୍ପନା କରିବେ ଓ ଏହାକୁ ତିଆରି କରିବେ। ଆପଣ ଏହା କଲାବେଳେ ସମ୍ବଳ-1 ଓ 3 କୁ ପ୍ରଥମେ ଦେଖିନେବେ,ଯାହାକି ଆପଣାକୁ କେଉଁ ପ୍ରକାର ଖେଳ ତିଆରି କରିବାକୁ ହେବ ମାନେ ପକାଇ ଦେବା । ତା ପରେ ଆପଣ ନିମ୍ନ ପ୍ରଶ୍ନଗୁଡିକ ସମ୍ପର୍କରେ ଆଲୋଚନା କରିବେ ।

  1. ମୁଁ କ’ଣ ଚାହୁଁଛି –ମୋ ଶିକ୍ଷାର୍ଥୀମାନେ ଏ ଖେଳ ଖେଳିବା ଦ୍ଵାରା କ’ଣ ଶିଖିପାରିବେ ?
  2. ଏହି ଖେଳରେ ମୁଁ କେଉଁ ପ୍ରସଙ୍ଗ ଟି ଯୋଡି ପାରିବି?ଏହା କ’ଣ ବିଦ୍ୟୁତର ଗୁଣ ସମ୍ପର୍କରେ ନା ବିଦ୍ୟୁତ କିପରି ବ୍ୟବହାର କରାଯାଇପାରିବ ତା ସମ୍ପର୍କରେ ଅଧିକ କହୁଛି ନା ଏହା କିପରି ଉତ୍ତପାଦିତ ହେଉଛି ସେ ସମ୍ପର୍କରେ?ଏହା ଆପଣଙ୍କୁ ଖେଳ ବାଛିବାରେ ସାହାଯ୍ୟ କରିବ ।
  3. ମୁଁ କ’ଣ ସମ୍ବଳ 3 ରେ ଥିବା ଖେଳଟି ଖେଳାଇବି ନା ଏଥିରେ କିଛି ପରିବର୍ତ୍ତନ କରିବି?ମୁଁ ଏହାକୁ ଗୋଟିଏ ଜାଗାରେ ବସାଇ ଖେଳାଇବି ନା ବାହାରେ ଖେଳାଇବି ଯଦ୍ୱାରା ଶିକ୍ଷାର୍ଥୀମାନେ ଶାରୀରିକ ଭାବେ ଖେଳିପାରିବେ ।ତା ସହିତ ବିଦ୍ୟୁତ ସମ୍ପର୍କରେ ଅନ୍ଵେଷଣ କରିପାରିବେ?
  4. ମୁଁ ଏହି ଖେଳଟିକୁ ଏକ ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଭିତ୍ତିକ ଯଥା –ସ୍ଥିର ବିଦ୍ୟୁତ –ବାଳ ପାଇଁ ଏକ ପନିଆ,ଯାହାକି ଏକ ଉତ୍କୃଷ୍ଟ ସାମଗ୍ରୀ ପାଇଁ ଚିନ୍ତା କରିପାରିବେ ।
  5. ମୁଁ ଏ ଖେଳଟିକୁ କିପରି ଖେଳାଇବି,ସେଥିପାଇଁ କ’ଣସୂଚନା ଦେବୀ? ମୁଁ ମୋର ସ୍ଵତନ୍ତ୍ର ଶିକ୍ଷାର୍ଥୀମାନଙ୍କ  ପାଇଁ କିଛି ବିଶେଷ ସୂଚନା ଦେବି କି?
  6. ଏ ପ୍ରକାର ଖେଳକୁ ସେମାନେ କେତେ ସମୟ ଖେଳିବେ?
  7. ଏହି ଖେଳଟି ସମସ୍ତ ଶିକ୍ଷାର୍ଥୀଙ୍କୁ  ସମ୍ପୃକ୍ତ କରାଇବା ତ? ଆପଣ ମୁଖ୍ୟ ସମ୍ବଳ –‘ସମସ୍ତଙ୍କୁ ସାମିଲ କରାଇବା ‘ଟିକୁ ପଢିବାକୁ ଚାହିଁ ପାରନ୍ତି ଯଦ୍ୱାରା ଆପଣ ଙ୍କ ଶ୍ରେଣୀର ଆବଶ୍ୟକତା କୁ ବୁଝିବା ସହଜ ହେବ।
  8. ମୁଁ କେତେବେଳେ ଓ କିପରି ଏହି ଖେଳଟିକୁ ଖେଳାଇବି ? ଏହି ଖେଳଟିକୁ ଖେଳାଇବା ପାଇଁ କେଉଁ ସବୁ ସମ୍ବଳ   ଦରକାର କରିବି? ମୋ ଶିକ୍ଷାର୍ଥୀ ମାନେ ଏ ଖେଳ ପାଇଁ ସବୁ ସମ୍ବଳ ଏକାଠି କରିବାରେ ସାହାଯ୍ୟ କରିବେ କି?
  9. ମତେ ଶିକ୍ଷାର୍ଥୀମାନେ ଖେଳର ଅଂଶ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ?କେତେବେଳେ?
  10. ଏହି ଖେଳଗୁଡିକୁ ବାରମ୍ବାର ବ୍ୟବହାର କରିବା ପାଇଁ କିପରି ସଂରକ୍ଷିତ ରଖିବି ?

ଭିଡିଓ: ସମସ୍ତଙ୍କୁ ସାମିଲ କରାଇବା

ଶିକ୍ଷଣକାର୍ଯ୍ୟ 5 :ଖେଳକୁ ପରୀକ୍ଷା କରିନେବା

ଶିକ୍ଷାର୍ଥୀମାନଙ୍କୁ ଏହି ଖେଳଟିକୁ ଖେଳିବା ପାଇଁ କୁହନ୍ତୁ। ଖେଳ ଆରମ୍ଭ ପୂର୍ବରୁ ଖେଳର ନିୟମ ବୁଝାଇ ଦିଅନ୍ତୁ ଏବଂ କାହିଁକି ଏ ଖେଳ ଖେଲାଯାଇଛି ଜଣାଇ ଦିଅନ୍ତୁ । କେତେ ବେଳେ ଖେଳଟିକୁ ସରିବେ ଓ ଖେଳ ଶେଷରେ ଗଠନ ମୂଳକ ମତାମତ ଦେବାକୁ କୁହନ୍ତୁ।

  • ସେମାନେ ଏହି ଖେଳ ଖେଳିବା ଦ୍ଵାରା କ’ଣ ଶିଖିଲେ ବୋଲି ଭାବୁଛନ୍ତି?
  • ସୂଚନାଗୁଡିକ ସ୍ପଷ୍ଟ ଥିଲା କି?
  • ମୁଁ କ’ଣ ଶିକ୍ଷାର୍ଥୀମାନଙ୍କୁ ଅଧିକ ସମୟ ଖେଳିବା ପାଇଁ ଦେଇଥିଲି କି?
  • ସେମାନେ କ’ଣ ଖେଳଟିକୁ ଆଉ ଠାରେ ଖେଳିବାକୁ ଚାହିଁବେ ?
  • ଏ ଖେଳଟିକୁ ଆଉ କିପରି ଉନ୍ନତ କରାଯାଇ ପାରିବ  ?

ଟିକିଏ ଚିନ୍ତା କରନ୍ତୁ

  • ଖେଳ ସମ୍ପର୍କରେ ଶିକ୍ଷାର୍ଥିମାନଙ୍କର ମତାମତ ଆପଣଙ୍କୁ କିପରି ସାହାଯ୍ୟ କରିବ?
  • ଆପଣ ଖେଳରେ କିଛି ପରିବର୍ତ୍ତନ ଚହୁଁଛନ୍ତି କି? ସେଗୁଡିକ କ’ଣ ?

ଆପଣ ଖେଳଟିକୁ ତିଆରି ଏବଂ କଲାବେଳେ ଖେଳିବା ଦ୍ଵାରା ଶିକ୍ଷାର୍ଥୀମାନେ କେତେ ଉତ୍ସାହିତ ହେଲେ ଆପଣ ଜାଣିପାରିବେ ।

ଏହା ସେମାନଙ୍କୁ ଉତ୍ସାହିତ କରେ ଯେତେବେଳେ ଏହାକୁ ପ୍ରସଙ୍ଗରେ ବ୍ୟବହାର କରାଯାଏ ,କାରଣ ସାଧାରଣାତଃ ସେମାନେ ଏହା ଆଶା କରିଥାନ୍ତି। ସେମାନେ କ’ଣ ଚିନ୍ତା କରୁଛନ୍ତି ଏବଂ କିପରି ଖେଳରେ କେଉଁଠାରେ ବଦଲା ଯାଇ ପାରିବ ସେ ସମସ୍ତ ଦିଗ ସମ୍ପର୍କରେ ଆପଣ ପରିଷ୍କାର ଜାଣିପାରିବେ ।

ଆପଣ ଖେଳକୁ ବ୍ୟବହାର କରିବାରେ ନିପୁଣତା ହାସଲ କରିବାରେ ସାହାଯ୍ୟ କରିବା,ଯାହାଦ୍ୱାରା କି ଆପଣ ଖେଳକୁ ବିଜ୍ଞାନର ଅନ୍ୟ ପ୍ରସଙ୍ଗରେ ବ୍ୟବହାର କରିପାରିବେ,ଯେପରି ଜୀବନ ପ୍ରକ୍ରିୟା ,ଯଥା :ହଜମ କ୍ରିୟା ଶିକ୍ଷାର୍ଥୀମାନଙ୍କୁ ହଜମ ପ୍ରକ୍ରିୟାର ସୋପାନ ମାନେ ପକାଇବା ପାଇଁ ଏକ ବୋର୍ଡ ଖେଳ ।

4.   ସାରାଂଶ

ଏହି ଅଧ୍ୟାୟରେ ଥିବା ଖେଳଗୁଡିକୁ ବ୍ୟବହାର କରିବା ଦ୍ଵାରା ଆପଣ ଆପଣଙ୍କର ପ୍ରାଥମିକ ବିଜ୍ଞାନର ବିଦ୍ୟୁତ ସମ୍ବନ୍ଧୀୟ ପ୍ରସଙ୍ଗର ଉପରସ୍ତରକୁ ହାସଲ କରିବା ସୁବିଧାଜନକ ହେବ ।  ଖେଳରେ ଶିଖିବାର ସୁବିଧା ଠାୟେ,ଯେପରିକି ,ଶିକ୍ଷଣ କୁ ଦୃଢୀଭୂତ କରାଇବା ସାମାଜିକ କୌଶଳ ,ଶୁଣିବା ;କହିବାର ସୁଯୋଗ ତଥା ଶିକ୍ଷାର୍ଥୀମାନଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରାଇବା ପାଇଁ ଆହ୍ଵାନ ଓ ପ୍ରେରଣା  ଯୋଗାଇବାରେ ସାହାଯ୍ୟ କରିଥାଏ ଏବଂ ମୁଖ୍ୟତଃ ଏହା ଶିକ୍ଷଣ ବାଧିତ ଶିକ୍ଷାର୍ଥୀମାନଙ୍କୁ ଅଧିକ ସାହାଯ୍ୟ କରିଥାଏ ।କାରଣ ସେମାନଙ୍କୁ ଅର୍ଥପୂର୍ଣ୍ଣ ପ୍ରସଙ୍ଗ ଭିତ୍ତିକ ପୁନଃ ଅଭ୍ୟାସ ପାଇଁ ଅନୁମତି ଦେଇଥାଏ ।

ସମ୍ବଳ

ସମ୍ବଳ 1: ଶିକ୍ଷଣକୁ ସାହାଯ୍ୟ କଳା ପରି ଖେଳ

ଲୁଡୂଖେଳ

ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ବହୁତ ପ୍ରକାରର ଲୁଡୁଖେଳ ଅଛି । ପ୍ରତ୍ୟେକ ଖେଳ ପାଇଁ କିଛି ପୂର୍ବ ପ୍ରସ୍ତୁତି ଓ ଚିନ୍ତା ଦରକାର।କିନ୍ତୁ ଥରେ ଏହା ତିଆରି ହୋଇଗଲେ ଭିନ୍ନ ଭିନ୍ନ ପ୍ରକାର ଶିକ୍ଷାର୍ଥୀଙ୍କ ପାଇଁ ଏହା ଥରକୁ ଥର ବ୍ୟବହାର କରାଯାଇ ପାରିବ ।

ଏହି ଲୁଡୁ ଖେଳକୁ ଦୁଇ ରୁ ଜଣ ଶିକ୍ଷର୍ଥୀ ଖେଳିବେ । ଏଥିରେ ପ୍ରତ୍ୟେକ ନିଜ ପାଇଁ ପଡିଲେ 1 ରୁ 6 ଲେଖିଥିବା ଗୋଟି ଗଡାଇବେ । ସେଟର ଅଙ୍କ ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ପଥ ଦେଇ ଲକ୍ଷସ୍ଥଳରେ ପହଞ୍ଚିବେ । ଗୋଟି ଗଡାଇ ଅଙ୍କକୁ ଗଣି ତା’ ଅନୁସାରେ ଗୋଟିକୁ ଆଗେଇ ନେବାକୁ ପଡିବ ।ସେଇ ପଥ ଦେଇ ଗଲାବେଳେ ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଯଦି ଉତ୍ତରଟି ଠିକ ହୁଏ ତେବେ ଗୋଟିକୁ ଆଗକୁ ନେବା।  ଯିଏ ପ୍ରଥମେ ଲକ୍ଷ ସ୍ଥଳରେ ପହଞ୍ଚିବା ,ସେ ଜୟଯୁକ୍ତ ହେବ ।

ଏହି ଖେଳରେ ଆପଣ ଅନେକ ପରିବର୍ତ୍ତନ ଅନିପରିବେ ଯେପରି ପ୍ରଶ୍ନର ଉତ୍ତର ଭୁଲ କାଲେ ନମ୍ବର କଟିଯିବା କିମ୍ବା ଗଲାବେଳେ ଏକ ନିର୍ଦ୍ଧିଷ୍ଟ ଗୁଣ ଥିବା ଜିନିଷକୁ ସଂଗ୍ରହ କରିବେ । ଜିତୁଥିବା ବ୍ୟକ୍ତିଙ୍କ ନିକଟରେ ଅଧିକ ସଂଖ୍ୟକ ଜିନିଷ ଥିବା ବା ଖେଳରେ ସେ ସବୁଠାରୁ କମ ଭୁଲ କରିଥିବେ ।

ସେମାନେ ନିଜର ଲୁଡୂପଟା ତିଆରି କରିବା ପାଇଁ ନକ୍ସା ପ୍ରସ୍ତୁତ ବା ଆପଣ ନକ୍ସା କଲାବେଳେ ଶିକ୍ଷାର୍ଥୀମାନଙ୍କୁ  ସାମିଲ କରିପାରିବେ । ଏଥିରୁ ସେମାନେ ପ୍ରସଙ୍ଗ ଟିକୁ କିପରି ବା କେବେ ବୁଝିଛନ୍ତି ତାହା ଆପଣ ଜାଣିପାରିବେ । ଯେତେବେଳେ ସେମାନଙ୍କର କିଛି ସମୟ ଥିବା ଏବଂ ସେମାନେ ପଢୁଥିବା ବିଜ୍ଞାନକୁ ମନେ ପକାଇବାକୁ ଚାହୁଁଥିବେ ସେତେବେଳେ ଏହା ତାଙ୍କ ପାଇଁ ଏକ ଶିକ୍ଷଣ ସାମଗ୍ରୀ ହୋଇ ପାରିବ ।

ତାସ ଖେଳ

ଗୋଟିଏ  ବିଦ୍ୟୁତ ବଲବ ତିଆରି କରିବା ପାଇଁ କ’ଣ କ’ଣ ଦରକାର ସେ କଥା ବୁଝିଛନ୍ତି କି ନାହିଁ ଏହାଦ୍ବାରା ଜାଣିହେବ ।ଯେ କୌଣସି ତାନ ଥିବା କାଗଜ କାଟି କାର୍ଡ କରାଯାଇ ପାରିବ,ଯାହାର ଗୋଟିଏ ପାର୍ଶ୍ଵରେ କିଛି ସୂଚନା ଲେଖଥିବା ।କିଛି କାର୍ଡରେ ବୈଦୁତିକ ପ୍ରତୀକ ।ସଙ୍କେତ ଅଙ୍କନ କରାଯାଇଥିବ । ସେଗୁଡିକ ପ୍ରକୃତ ନାମ ଅନ୍ୟ କାର୍ଡରେ (ସମ୍ବଳ -2 ର ନମୁନା ଦେଖା) ଆପଣ ସମାନ ଚିତ୍ର ଓ କାର୍ଡ ଓ ଶବ୍ଦ ମିଳାଇ ଯୋଡି ତିଆରି କରିବାକୁ ପଡିବ ।

ଖେଳିବାକୁ ହେଲେ କାର୍ଡଗୁଡିକ ମୁହଁ ତଳକୁ କରି ଚଟାଣ /ଟେବୁଲ ଉପରେ ପକାଯିବା ।ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ପାଳି ଅନୁସାରେ ଦୁଇଟି କାର୍ଡ କୁ ଓଲଟାଇବେ ।ଯଦି ଚିତ୍ର ଏବଂ ଶବ୍ଦ ମିଶିଯିବ ,ସେହି ଶିକ୍ଷାର୍ଥୀ କାର୍ଡ ଦୁଇଟିକୁ ନେବା ।ଯଦି କାର୍ଡ ନ ମିଶେ ,ତେବେ ଶିକ୍ଷାର୍ଥୀ ଜଣକ ପୁନର୍ବାର କାର୍ଡଟିକୁ  ଓଲଟାଇ ରଖିଦେବେ । ପରବର୍ତ୍ତୀ ଶିକ୍ଷାର୍ଥୀଟି ପୁଣି କାର୍ଡ ଓଲଟାଇ ଖେଳ ଆରମ୍ଭ କରିବା ଏବଂ କାର୍ଡ ମିଶିଲେ ଶିକ୍ଷାର୍ଥୀତି କାର୍ଡ ଦୁଇଟି ସଂଗ୍ରହ କରିବ। ଯେତେବେଳେ ପ୍ରତ୍ୟେକ ଶିକ୍ଷାର୍ଥୀ ତାଙ୍କ ନିଜ ପାଳିରେ କରଦ୍କୁ ଓଲଟାଇ ପ୍ରତ୍ୟେକ ଏହା ଦେଖିବେ। ତେଣୁ ସମସ୍ତେ କେଉଁଠି କେଉଁ କାର୍ଡ ଅଛି ତାହା ଜାଣିପାରିବେ ।

ଯଦି ସେମାନେ ଭଲ ମନେ ରଖିପାରୁଥିବେ ,ତେବେ ସେମାନଙ୍କ ପାଳି ଆସିଲେ,ଖୁବ ଶୀଘ୍ର ଯୋଡି କାର୍ଡ କରିପାରିବେ ।ଯଦି ଶିକ୍ଷାର୍ଥୀଟିଏ ଯୋଡି କରିପାରିଲା,ତାକୁ ଆଉ ଥରେ ସୁଯୋଗ ଦିଆଯିବ ଓ ତା’ପରେ ଅନ୍ୟ ଶିକ୍ଷାର୍ଥୀ ଖେଳିବେ ।

ଯେଉଁ ଶିକ୍ଷାର୍ଥୀଟି ଅଧିକ ଯୋଡି କାର୍ଡ ପାଇବା ସେ ଏ ଖେଳରେ ଜୟଯୁକ୍ତ ହେବ (ଚିହ୍ନ/ଚିତ୍ର ଏବଂ ଠିକ ଶବ୍ଦ ବା ସଂଜ୍ଞା ,ଉଦାହରଣ ସ୍ୱରୂପ:”ବଲବ ‘ ଶବ୍ଦକୁ   ଗୋଟିଏ ଚୋଟୋ ଇଲେକ୍ଟ୍ରିକ ବଲବର ଚିତ୍ର ସହ ମିଳାଇବେ )

ଶବ୍ଦ ଧନ୍ଦା

ବିଦ୍ୟୁତ ପ୍ରସଙ୍ଗର ବିଭିନ୍ନ ଦିଗ ସମ୍ପର୍କରେ କେତେ ବୁଝିଛନ୍ତି ଜାଣିବା ପାଇଁ ଆମେ ଗୋଟିଏ ସହଜ ଶବ୍ଦ ଧନ୍ଦା ଖେଳ ପ୍ରସ୍ତୁତ କରାଯାଇପାରିବା । ଯେପରି ବିଦ୍ୟୁତ ସମ୍ବନ୍ଧୀୟ ଶବ୍ଦ ଏବଂ ଶିକ୍ଷାର୍ଥୀମାନେ ନିଜେ ସେ ସମ୍ପର୍କରେ ଶବ୍ଦ ଧନ୍ଦା ତିଆରି କରିପାରିବେ ।ଶିକ୍ଷାର୍ଥୀମାନେ ଯେଉଁ ସୂତ୍ର ପ୍ରୟୋଗ କରି ଉତ୍ତର ପାଇବା ପାଇଁ ଶବ୍ଦ ତିଆରି କରିଥିବେ,ସେଥିରୁ ସେମାନଙ୍କର ବିଦ୍ୟୁତ ସମ୍ପର୍କିତ ଧାରଣାର ବୋଧଗମ୍ୟତା ସମ୍ବନ୍ଧୀୟତା ସମ୍ବନ୍ଧରେ ଜାଣିହେବ । ତାପରେ ସେମାନେ ପରସ୍ପରର ଶବ୍ଦଧନ୍ଦା ତିଆରି କରିପାରିବେ ।ଶିକ୍ଷାର୍ଥୀମାନେ ଯେଉଁ ସୂତ୍ର ପ୍ରୟୋଗ କରି ଉତ୍ତର ପାଇବା ପାଇଁ ଶବ୍ଦ ତିଆରି କରିହେବ ,ସେଥିରୁ ସେମାନଙ୍କର ବିଦ୍ୟୁତ ସମ୍ପର୍କିତ ଧାରଣାର ବୋଧଗମ୍ୟତା ସମ୍ବନ୍ଧରେ ଜାଣିହେବ । ତାପରେ ସେମାନେ ପରସ୍ପର ର ସେସ କରି ପାରିବେ ।

ଶାରୀରିକ ଖେଳ

ବହୁତ ପ୍ରକାର ଖେଳ ଖେଳାଯାଇ ପାରିବ ଯେଉଁଥିରେ କି ଶିକ୍ଷାର୍ଥୀମାନେ ଏଣେ ତେଣେ ଅଧିକ ବୁଲି ପାରିବେ । କିନ୍ତୁ ଏହାକୁ ବିଜ୍ଞାନ ସହ ସଂଶ୍ଳିଷ୍ଟ କରିପାରିବେ । ଯେପରି ଦଳଗତ କୁଇଜ ଯେଉଁଥିରେ ଆପଣ ଆପଣଙ୍କ ଶିକ୍ଷାର୍ଥୀ କିଏ ବି ପ୍ରଶ୍ନ କରିପାରିବ ।ଯେଉଁ ଶିକ୍ଷାର୍ଥୀଙ୍କ ପାଖରେ ଠିକ ଉତ୍ତର ଥିବା,ସେ ଚୌକି ଚାରିପାଖେ ପୁରୀ ଆସି ନିଜ ଦଳକୁ ଫେରି ଆସିବା । ଯେଉଁ ଦଳର ଦଳପତି ଶୀଘ୍ର ନିଜ ଦଳକୁ ଫେରି ଆସିବେ,ସେଇ ଦଳ ବିଜୟ ହେବ ।

ଶିକ୍ଷାର୍ଥୀମାନେ ଏକ ସର୍କିଟର ବିଭିନ୍ନ ଅଂଶ ହୋଇପାରିବେ,ଯେପରି ବଲବ,ବ୍ୟାଟେରୀ ଏବଂ ତାର । ଆପଣ ଏକ ଶିକ୍ଷାର୍ଥୀଙ୍କୁ ତାଳି ସର୍କିଟ କରିବାକୁ ଦିଅନ୍ତୁ ଏବଂ ଶିକ୍ଷାର୍ଥୀ ମାନେ ଯୋଡା ଯୋଡି କରି ସର୍କିଟ ତିଆରି କରିବେ । ଉଦାହରଣ ସ୍ୱରୂପ :ଗୋଟିଏ ବଲବ ,ଦୁଇଟି ତାର ଏବଂ ଦୁଇଟି ବ୍ୟାଟେରୀ । ସର୍କିଟ ରେ ନଥିବା ଯେ କୌଣସି ଶିକ୍ଷାର୍ଥୀ ବାହାରିଯିବେ ଏବଂ ଶେଷ ସର୍କିଟରେ ଗୋଟିଏ ବଲବ ,ଗୋଟିଏ ତାର ଓ ଗୋଟିଏ ସେଲ ରହିବା । ଯେତେବେଳ ପର୍ଯ୍ୟନ୍ତ  ଆପଣ ସର୍କିଟର ନାମ କହିନଥିବେ ,ସେତେବେଳେ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ପୁରୁଥିବେ । ଯଦି ପୁରିଲା ବେଳେ ସେମାନେ ଏକାଠି ରହୁଥିବେ ,ତେବେ ଗୋଟିଏ  ରାଉଣ୍ଡ  ତାକୁ ବସାଇଦେବେ  ।  ସମ୍ବଳ3 ଖେଳ ପରି କାର୍ଡ ବ୍ୟବହାର କରିପାରିବେ । ତେବେ ପୁରୁଥିଲା ବେଳେ ସେମାନେ ପ୍ରତ୍ୟେକ କେଉଁ ବୈଦ୍ୟୁତିକ ଅଂଶ ତାହା ଚିହ୍ନଟ କରିପାରିବେ ।

ଦଳଗତ ଖେଳ

4/5 ଜଣ ଶିକ୍ଷାର୍ଥୀଙ୍କୁ ନେଇ ଦଳ ହୋଇଥିବ। ସେମାନଙ୍କୁ ଜାଣିକୀୟ କିମ୍ବା ଦଳଗତ ଭାବେ ଉତ୍ତର କହିବାକୁ ପଡିବ ।ଯେଉଁଥିରେ କି ଆପଣ । ତାଙ୍କ ଭିତରୁ ଜଣଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବ।  ପ୍ରଶ୍ନର ଉତ୍ତର ଖୋଲିଲା ବେଳେ ଧାରଣାର ସହଭାଗୀ ହୋଇପାରିବେ ।ସମୟ ସମୟରେ ଦଳକୁ ବ୍ୟକ୍ତିଗତ ଓ ଦଳଗତ କିଛି କାମ କରିବା ପାଇଁ କିଛି ତିଆରି କରିବା ପାଇଁ କହିବାକୁ ପଡିପାରେ ,କିନ୍ତୁ ଦଳକୁ ପଏଣ୍ଟ ଦିଆଯିବ । ଯେଉଁ ଦଳ ଅଧିକ ପଏଣ୍ଟ ପାଇବା ଶେ ଦଳ ଜିତିବ ।

କୁଇଜ

ବିଜ୍ଞାନର କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଯାହାର ଦକ୍ଷତା କୁ  ଶିକ୍ଷାର୍ଥୀମାନେ ଅକ୍ତିଆର କରିଛନ୍ତି,ତାହା ଜାଣିବାକୁ ଚହୁଁଛନ୍ତି ତେବେ ଏହାକୁ ଦୃଷ୍ଟିରେ ରାଖୀ ପ୍ରଶ୍ନ ପ୍ରସ୍ତୁତ କରାଯିବ । ଥରେ ଏହି ପ୍ରଶ୍ନ ପ୍ରସ୍ତୁତ ହୋଇଗଲେ ଆପଣ ଏହାକୁ ଅନ୍ୟ ଶ୍ରେଣୀ ବା ଅନ୍ୟ ବୟସର ଶିକ୍ଷାର୍ଥୀମାନଙ୍କ  ପାଇଁ ବ୍ୟବହାର କରିପାରିବେ । ଶିକ୍ଷାର୍ଥୀମାନେ ଗୋଟିଏ ଶବ୍ଦରେ ଉତ୍ତର ଫାଇଲ ପରି ପ୍ରଶ୍ନ ଠାରୁ ଆରମ୍ଭ କରି,ଚିନ୍ତାକରି ସମସ୍ଯା ସମାଧାନ କରିବା ପ୍ରଶ୍ନ ପ୍ରସ୍ତୁତ କରିବେ। ଆପଣଙ୍କ ପାଖରେ ଯଦି ସମ୍ବଳ ଅଛି,ତୁମେ ପ୍ରଶ୍ନ ପଚାରିପାରନ୍ତି ନଚେତ ଶିକ୍ଷାର୍ଥୀମାନେ ତିଆରି କରଥିବା ପ୍ରଶ୍ନକୁ  ବଦଳଇ ବ୍ୟବହାର କରିପାରନ୍ତି । ଯେଉଁ ଦଳଟି ସର୍ବାଧିକ ନମ୍ବର ରଖିବା ସେହି ଦଳ ବିଜୟୀ ହେବ ।

ସମ୍ବଳ 2 : ସହଜ ସର୍କିଟ କାର୍ଡ ସେଟ

ସମ୍ବଳ 3: ଏହି ଏକକରେ ଥିବା ଖେଳଗୁଡିକ ପାଇଁ ନିର୍ଦ୍ଦେଶାବଳୀ

ଖେଳ 1: ବଲବଟି କ’ଣ ଜଳିବ ?

ଖେଳିବା ପୂର୍ବରୁ :

ଆପଣ ଏହି ଖେଳ ଖେଳାଇବା ପାଇଁ କପି ତିଆରି କରିବାକୁ କିମ୍ବା ଏହିପରି ଚିତ୍ର ଆଙ୍କିବାକୁ ପଡିବ(ଚିତ୍ର ସ 3.1)ଶିକ୍ଷାର୍ଥୀଙ୍କୁ ନେଇ ତିନି ଜଣିଆ ଦଳ ଗଠନ କରିବେ,ଏବଂ ପ୍ରତି ଦଳ ପାଇଁ ଏକ ସେଟ କାର୍ଡ ଯୋଗାଇବେ ।ଯଦି ଆପଣ ଦୁଇ ସେଟ କାର୍ଡ ପ୍ରତି ଦଳ ପାଇଁ ବ୍ୟବହାର କରିବେ,ତେବେ 4/5 ଜଣଙ୍କୁ ନେଇ ଦଳଗଠନ କରି ପାରିବେ। ପ୍ରତି କାର୍ଡକୁ ସମାନ କରି କାଟନ୍ତୁ,ପ୍ରତି ସେଟକୁ ଗୋଟିଏ ଶୁଖିଲା ବ୍ୟାଗ ବା ବାକ୍ସରେ ସଜାଡି ରଖନ୍ତୁ ।

ଖେଳିବା ପାଇଁ:

ପ୍ରତି ଦଳକୁ ସ୍ଥାନ ଚିହ୍ନଟ କରି ଦିଅନ୍ତୁ, ସେମାନଙ୍କ ମଧ୍ୟରୁ ଜଣେ କାର୍ଡଗୁଡିକୁ ଧରି ଓଲଟାଇ ଚଟାଣରେ ରଖନ୍ତୁ । ପ୍ରତି ଶିକ୍ଷାର୍ଥୀ ପାଳି ଅନୁସାରେ କାର୍ଡ ଓଲଟାଇ ଦେଖିବେ ଯଦି ଏହି କାର୍ଡତି ବଲ୍ବ ତେବେ ଲାଇଟ ଜଳିବ । ଯଦି ଶିକ୍ଷାର୍ଥୀମାନେ ଭବିବେ ଯେ ଏହା ଲାଇଟ ହେବ,ତେବେ ଶେ କାର୍ଡଟିକୁ ରଖିବେ ।ତା ପରେ ଅନ୍ୟ ଶିକ୍ଷାର୍ଥୀର ପାଳି ପଡିବ । ଖେଳଟି ଶେ ପର୍ଯ୍ୟନ୍ତ ଖେଳାଯିବା ଯେ ପର୍ଯ୍ୟନ୍ତ ତଳେ ଆଉ ସଂପୂର୍ଣ୍ଣ ସର୍କିଟ କାର୍ଡ ରହିବା ନାହିଁ । ପ୍ରତ୍ୟେକ ନିଜ ପାଖରେ ଥିବା କାର୍ଡ କୁ ରଖିବେ,ଯାହା ପାଖରେ ସର୍ବାଧିକ କାର୍ଡ ଥିବା ଶେ ବିଜୟୀ ଘୋଷିତ ହେବ ।

ଯେତେବେଳେ ଶିକ୍ଷାର୍ଥୀମାନେ ପ୍ରଥମ ଥର ପାଇଁ ଖେଳିବେ,ସେମାନେ ହୁଏତ ପ୍ରତ୍ୟେକ ସଂପୂର୍ଣ୍ଣ ସର୍କିଟ ଓଲଟାଇଛନ୍ତି ବୋଲି ଜାଣିପାରିବେନି । ତେଣୁ ଆପଣ ତାଙ୍କ ଉତ୍ତରଗୁଡିକ ତଦାରଖ କରିବେ ଏବଂ ବଳବ ଯାହା କି ଲାଇଟ ପ୍ରଦାନ କରିବା ତାହା ଚିହ୍ନଟ କରିବା ପାଇଁ ଉତ୍ସାହିତ କରିବେ ।

ଖେଳ 2 :ଗୋଟିଏ ସର୍କିଟ ତିଆରି କରିବ

ଖେଳିବା ପୂର୍ବରୁ:

ଚିତ୍ର ଓ 3.2 ର ନକଲ କରନ୍ତୁ,ଆପଣ ପ୍ରତିଦଳ ପାଇଁ ତିନି ସେଟ ତିଆରି କରନ୍ତୁ। ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କୁ ଗୋଟିଏ  କାଗଜ ଉପରେ ନକ୍ସା ଆଙ୍କି ତାକୁ କୁହନ୍ତୁ ।

ଖେଳିବା ପାଇଁ :

ଶିକ୍ଷାର୍ଥୀଙ୍କୁ ଦଳରେ ଭାଗ କରି ତାଙ୍କୁ ସଂଖ୍ୟା ଦିଅନ୍ତୁ । ପ୍ରତି ଦଳକୁ ସମାନ ସଂଖ୍ୟକ ବଳବ ବ୍ୟାଟେରୀ ଏବଂ ତାର ଦିଅନ୍ତୁ । ପ୍ରତି ଦଳ ଯେତେ ଇଛା ସେତେ ତାର ପାଖରେ ରଖନ୍ତୁ,କାରଣ ସେମାନେ ଜିନିଷ ତିଆରି କରିବା ପାଇଁ ଅଧିକ ତାର ଆବଶ୍ୟକ କରିବେ ।

ଖେଳଟିକୁ ଦୁଇ ପ୍ରକାରେ ଖେଲାଯାଇପାରେ:

  1. ପ୍ରତି ଦଳକୁ ବା ବରଗକୁ ଦୁଇଟି ତାର,ଗୋଟିଏ ବଳବ ଓ ଗୋଟିଏ ବ୍ୟାଟେରୀ ନେଇ ସର୍କିଟ ପାଇଁ କୁହନ୍ତୁ ।ଯେଉଁ ଦଳ ପ୍ରଥମେ କାମ ସେସ କରିବେ ଶେ ଗୋଟିଏ ପଏଣ୍ଟ ପାଇବେ ଏବଂ ଆପଣ କଲାପଟରେ ପଏଣ୍ଟ ଲେଖି ରଖିବେ ।
  2. ଆପଣ ପ୍ରତି ଦଳରୁ ଜଣଙ୍କୁ ଡାକିବେ ,ତାକୁ ସର୍କିଟ ପ୍ରସ୍ତୁତ କରିବାକୁ କୁହନ୍ତୁ ।ଯେଉଁ ଦଳର ଶିକ୍ଷାର୍ଥୀ ପ୍ରଥମେ ଠିକ ଭାବେ କାର୍ଯ୍ୟଟି କୁ ସେସ କରିବେ,ଶେ ଏକ ପଏଣ୍ଟ ପାଇବେ । ଆପଣ ଖେଳଟିକୁ ଚାଲୁରଖିବେ ଯେପରି ପ୍ରତ୍ୟେକ ଦଳର ଶିକ୍ଷାର୍ଥୀମାନେ ସୁଯୋଗ ପାଇବେ । ଆପଣ ଯଦି ଭାବୁଛନ୍ତି ତାଙ୍କୁ ଅଭ୍ୟାସ ଦରକାର,ତେବେ ଆପଣ 2 ଥର ଏହି କାର୍ଯ୍ୟଟି କରିପାରନ୍ତି ।

ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରିବାରେ କେତେଗୁଡିଏ ସମ୍ଭାବ୍ୟ ସର୍କିଟ:

  • ଗୋଟିଏ ବଳବ,ଗୋଟିଏ ସେଲ ଏବଂ ଗୋଟିଏ ତାର
  • ଗୋଟିଏ ବଳବ,ଗୋଟିଏ ସେଲ ଏବଂ ଦୁଇଟି ତାର
  • ଗୋଟିଏ ବଳବ,ଗୋଟିଏ ସେଲ ଏବଂ ତିନୋଟି ତାର
  • ଗୋଟିଏ ବଳବ,ଗୋଟିଏ ସେଲ ଏବଂ ଚାରୋଟି ତାର
  • ଗୋଟିଏ ବଳବ,ଗୋଟିଏ ସେଲ ଏବଂ ଦୁଇଟି ତାର
  • ଗୋଟିଏ ବଳବ,ଗୋଟିଏ ସେଲ ଏବଂ ତିନୋଟି ତାର
  • ଗୋଟିଏ ବଳବ,ଗୋଟିଏ ସେଲ ଏବଂ ଚାରୋଟି ତାର

ଆପଣଙ୍କ ଶିକ୍ଷାର୍ଥୀମାନେ ଯଦି ଏହି କାର୍ଯ୍ୟରେ ସିଦ୍ଧହସ୍ତ ହୋଇଯିବେ ,ତେବେ ଅଧିକ ଜଟିଳ କରିବା ପାଇଁ କହିବେ ଯେପରି ଦୁଇଟି ବଲବ,ଗୋଟିଏ ସେଲ ଓ ସେଲ ଓ ଦୁଇଟି ପ୍ରତ୍ୟେକ ଥର ଅଡାଳ ବଦଳ କରି ଜିନିଷ ତିଆରି କରିବାକୁ କୁହନ୍ତୁ।ଆପଣ ତାଙ୍କୁ କେଉଁ ପ୍ରକାର ଆଲୋକ ପାଇଛନ୍ତି ବୋଲି ପଚାରି ପଚାରି ଉଦାହରଣ ସ୍ୱରୂପ ଯଦି ସେମାନଙ୍କ ପାଖରେ ଗୋଟିଏ ସେଲ ,ଅଧିକ ବଲବ ଏବଂ ଗୋଟିଏ ତାର ଥିବା ।

ଏହି ପ୍ରକାରରେ ଆପଣ ଚଢୁଥିବା ବୋଧଗମ୍ୟତା ର ଅନ୍ଵେଷଣ କରିପାରନ୍ତି ।

ଯଦି ପ୍ରକୃତ ସେଲ ଓ ବଲବ ନେଇ ସେମାନଙ୍କ ନିକଟରେ ସର୍କିଟ ଗଠନ କରାଯାଇ ପାରେ,ତେବେ ସେମାନେ କାର୍ଡ ସହ ପ୍ରକୃତ ତଥ୍ୟ କୁ ଯୋଡିବାକୁ ସକ୍ଷମ ହୋଇପାରିବେ ।

ସମ୍ବଳ 4: ତଦାରଖ ଏବଂ ପ୍ରତିପୃଷ୍ଟି ପ୍ରଦାନ

ଆପଣ ଯଦି ଶିକ୍ଷାର୍ଥିମାନଙ୍କର କାର୍ଯ୍ୟ ସମ୍ପାଦନ ଶୈଳୀର ବୃଦ୍ଧି ଚାହୁଛନ୍ତି,ତେବେ ନିୟମିତ ଭାବେ ସେମାନଙ୍କ କାର୍ଯ୍ୟ ତଦାରଖ କରନ୍ତୁ ଏବଂ ତାଙ୍କୁ ଉତ୍ତର ଦିଅନ୍ତୁ ।ଏ ପ୍ରକାରରେ ଆପଣ ସେମାନଙ୍କୁ ଆପଣଙ୍କ ଗଠନମୂଳକ ପ୍ରତିପୃଷ୍ଟି ଦିଅନ୍ତୁ,ଯାହାକି ସେମାନଙ୍କର କାର୍ଯ୍ୟ ଶୈଳୀ ବୃଦ୍ଧିରେ ସହାୟକ ହେବ ।

ତଦାରଖ

ଶିକ୍ଷକ ମାନେ ସେମାନଙ୍କ

କାର୍ଯ୍ୟକୁ ସର୍ବଦା ତଦାରଖ କରୁଥାନ୍ତି।ସାଧାରଣାତଃ ବହୁତ ଶିକ୍ଷକ ଶିକ୍ଷାର୍ଥୀମାନେ କାର୍ଯ୍ୟ କରୁଥିବା ସମୟରେ ଶୁଣି ଓ ପର୍ଯ୍ୟବେକ୍ଷଣ କରି ତଦାରଖ କରୁଥାନ୍ତି । ଶିକ୍ଷାର୍ଥୀମାନଙ୍କ  କାର୍ଯ୍ୟକୁ ତଦାରଖ କରିବା ଏକ ଜଟିଳ କାର୍ଯ୍ୟ କାରଣ ଏକ ଉତ୍ତମ ତଦାରଖ ସେମାନଙ୍କୁ ନିମ୍ନ କରଜ୍ୟଗୁଡିକ ଶିଖିବାରେ ସାହାଯ୍ୟ କରିଥାଏ :

  • ସେମାନଙ୍କର ଉଚ୍ଚ ଗ୍ରେଡ ପାଇବାରେ ।
  • ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିବାର ଦକ୍ଷତା ବଢିଥାଏ ଏବଂ ଶିକ୍ଷଣ ପାଇଁ ଅଧିକ ଦ।ଇତ୍ଵ ପ୍ରଦାନ କରିଥାଏ ।
  • ଶିକ୍ଷଣ ବୃଦ୍ଧି କରାଏ ।
  • ରାଜ୍ୟ ତଥା ଆଞ୍ଚଳିକ ପରୀକ୍ଷାର ସଫଳତା ଅନୁମାନ କରାଇବାରେ ।

ଏହା ଆପଣଙ୍କୁ  ଜଣେ ଶିକ୍ଷକ ହିସାବରେ ଅପନକ ଶିକ୍ଷାର୍ଥୀମାନଙ୍କୁ ଜାଣିବାରେ ସାହାଯ୍ୟ କରାଇଥାଏ :

  • କେତେବେଳେ ଅପଣ ପ୍ରଶ୍ନ ପଚାରିବେ ବା ସାହାଯ୍ୟ କରିବେ;
  • କେତେବେଳେ ପ୍ରଶଂସା କରାଯିବ ;
  • କେତେବେଳେ ଆହ୍ଵାନ କରାଯିବ ;
  • କେତେବେଳେ କେଉଁ ଦଳକୁ କାର୍ଯ୍ୟରେ ନିଯୁକ୍ତ କରାଯିବ;
  • ସେମାନଙ୍କ ପାଇଁ କ’ଣ କରାଯିବ ;

ସେମାନଙ୍କ କାର୍ଯ୍ୟ ପାଇଁ ଏବଂ ତତକ୍ଷଣାତ ପ୍ରତିପୃଷ୍ଟି ଦିଆଯାଏ । ଆବଶ୍ୟକ ମତାମତ ଦେଲେ ଶିକ୍ଷାର୍ଥୀମାନେ ଉନ୍ନତି କରିଥାନ୍ତି । ତଦାରଖ କରିବା ଦ୍ଵାରା ଆପଣ ନିୟମିତ ପ୍ରତିପୃଷ୍ଟି ଦେଇପାରିବେ ,ଶିକ୍ଷାର୍ଥୀମାନଙ୍କୁ ତାଙ୍କ ସମ୍ପର୍କରେ ଜାଣିଛନ୍ତି କି ନାହିଁ ଜାଣିପାରିବେ ଏବଂ ଶିକ୍ଷଣର ଅଭିବୃଦ୍ଧି ପାଇଁ ତାଙ୍କର ଆଉ କ’ଣ ଦରକାର ଜାଣି ପାରିବେ ।

ଆପଣଙ୍କ ପାଇଁ ସବୁଠାରୁ ଆହ୍ୱାନର କଥା ହେଉଛି,ଶିକ୍ଷାର୍ଥୀମାନେ ତାଙ୍କର ନିଜସ୍ଵ ଶିକ୍ଷଣ ଲକ୍ଷ ଧାର୍ଯ୍ୟ କରିବା ପାଇଁ ସାହାଯ୍ୟ କରିବ । ଯାହାକୁ ନିଜସ୍ଵ ତଦାରଖ ବୁଝାଇଥାଏ ସାଧାରଣାତଃ ପଥରେ ସଂଯୋଗ କରୁଥିବା ଶିକ୍ଷାର୍ଥୀମାନେ ନିଜ ଶିକ୍ଷଣ ଲକ୍ଷ ଧାର୍ଯ୍ୟ କରିବାରେ ଅଭ୍ୟସ୍ତ ନୁହନ୍ତି । ମାତ୍ର ଆପଣ ଯେକୌଣସି ଶିକ୍ଷାର୍ଥୀକୁ ନିଜସ୍ଵ ଲକ୍ଷ ବା ପ୍ରକଳ୍ପର ଲକ୍ଷ ନିର୍ଦ୍ଧାରଣ କରିବା ପାଇଁ,ସେମାନଙ୍କ କାର୍ଯ୍ୟ ପାଇଁ ,ଯୋଜନା ନିର୍ଦ୍ଧିଷ୍ଟ ସମୟ ସୀମା ନିର୍ଦ୍ଧାରଣ ରେ ଏବଂ ନିଜର ପ୍ରଗତି ନିଜେ ତଦାରଖ କରିବା ପାଇଁ ସାହାଯ୍ୟ କରିପାରନ୍ତି । ଏହି ପ୍ରକ୍ରିୟାକୁ  ଅଭ୍ୟାସ କରିବା ଏବଂ ନିଜକୁ ନିଜେ ତଦାରଖ କରିବାରେ ନିପୁଣତା ହାସଲ କରିବା ସେମାନଙ୍କୁ ବିଦ୍ୟାଳୟ ଓ ଭବିଷ୍ୟତ ଜୀବନ ପାଇଁ ସାହାଯ୍ୟ କରିବ ।

ଶିକ୍ଷାର୍ଥୀମାନଙ୍କ କଥା ଶୁଣିବା ଓ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ  କରିବା

ଅନେକ ସମୟରେ ଶିକ୍ଷକମାନେ ସ୍ଵାଭାବିକ ଭାବେ ଶିକ୍ଷାର୍ଥୀଙ୍କୁ ଶୁଣନ୍ତି ଏବଂ ପର୍ଯ୍ୟବେକ୍ଷଣ କରନ୍ତି,ଏହା ଏକ ସାଧାରଣା ତଦାରଖ ସାଧନ,ଉଦାହରଣ ସ୍ୱରୂପ:

  • ଆପଣଙ୍କ ଶିକ୍ଷାର୍ଥୀଙ୍କୁ  ବଡ ପାଟିରେ ପଢିଲା ବେଳେ ଶୁଣନ୍ତୁ;
  • ଦଳ ଭିତରେ ବା ଦୁଇ ଜଣିଆ ଆଲୋଚନା କଲାବେଳେ ଶୁଣନ୍ତୁ;
  • ଶ୍ରେଣୀ ଭିତରେ ବା ବାହାରେ କାମ କଲାବେଳେ ସେମାନଙ୍କୁ ପର୍ଯ୍ୟବେକ୍ଷଣ କରନ୍ତୁ ।
  • ଶିକ୍ଷାର୍ଥୀମାନେ କାମ କଲାବେଳେ ତାଙ୍କ ଅଙ୍ଗଭଙ୍ଗୀକୁ ଦୃଷ୍ଟି ଦିଅନ୍ତୁ ।

ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟର ଉନ୍ନତିକୁ ଉପଯୁକ୍ତ ଭାବେ ସଂଗ୍ରହ କରିଛନ୍ତି ବୋଲି ନିଶ୍ଚିତ କରନ୍ତୁ। କେବଳ ଆପଣଙ୍କ ତଥ୍ୟକୁ ଆପଣ ଦେଖିପାରନ୍ତି,ଶୁଣିପାରନ୍ତି ,ଯଥାର୍ଥତା ପ୍ରତିପାଦନ କରିପାରନ୍ତି ବା ଗଣିପାରନ୍ତି ।

ପୂର୍ବରୁ ଶିକ୍ଷାର୍ଥୀମାନେ କାର୍ଯ୍ୟ କଲାବେଳେ ସେମାନଙ୍କ କାର୍ଯ୍ୟର ସଂକ୍ଷିପ୍ତ ପର୍ଯ୍ୟବେକ୍ଷଣ ଫର୍ଦ ପ୍ରସ୍ତୁତି ପାଇଁ ଶ୍ରେଣୀ କକ୍ଷରେ ବୁଲନ୍ତୁ । ଶିକ୍ଷାର୍ଥୀମାନେ ନାମ ଲେଖି ତାଳିକାଟିଏ ପ୍ରସ୍ତୁତ କରିଥାନ୍ତୁ ,ଯେଉଁଥିରେ କେଉଁ ଶିକ୍ଷାର୍ଥୀ ଅଧିକ ସାହାଯ୍ୟ ଦରକାର କରୁଛି ଏବଂ ଯଦି କିଛି ଅସୁବିଧା ହୋଇଥିବା ଦେଖିଲେ ତାହା ତାଲିକାରେ ପୂରଣ କରନ୍ତୁ । ପୁରା ଶ୍ରେଣୀକୁ ପ୍ରତିପୁଷ୍ଟି ଦେବା ପାଇଁ ବା ପୁରା ଦଲଟିକୁ ବା ବ୍ୟକ୍ତିଗତ ଭାବେ ଉତ୍ସାହିତ କରିବା ପାଇଁ ଆପଣ ଏହି ପର୍ଯ୍ୟବେକ୍ଷଣ ଓ ଟିପ୍ପଣୀକୁ ବ୍ୟବହାର କରିପାରିବେ ।

ପ୍ରତିପୁଷ୍ଟି ପ୍ରଦାନ

ଶିକ୍ଷାର୍ଥୀମାନଙ୍କୁ କାର୍ଯ୍ୟର ଲକ୍ଷସ୍ଥଳରେ ପହଞ୍ଚିବା ପାଇଁ କରୁଥିବା ବ୍ୟବସ୍ଥା ବା ପ୍ରତ୍ୟାଶିତ ଫଳାଫଳ ସମ୍ପର୍କରେ ଆପଣ ନେଇଥିବା ସମସ୍ତ ପ୍ରକାର ସୂଚନା ହିଁ ପ୍ରତିପୁଷ୍ଟି. ଫଳପ୍ରଦ ପ୍ରତିପୁଷ୍ଟି ଶିକ୍ଷାର୍ଥୀମାନଙ୍କୁ  ଯୋଗାଇଥାଏ:

  • କ’ଣ ଘଟିଥିଲା ସେ ସମ୍ପର୍କରେ ସୂଚନା ;
  • ସେମାନେ କାର୍ଯ୍ୟଟିକୁ କେତେ ଭଲରେ କଲେ ତା’ର ମୂଲ୍ୟାୟନ;
  • ସେମାନେ କାର୍ଯ୍ୟଟିକୁ କିପରି ଆହୁରି ଭଲ କରିପାରିବେ,ସେ ସମ୍ପର୍କରେ ଦିଗଦର୍ଶନ ।

ଯେତେବେଳେ ଆପଣ ସମସ୍ତ ଶିକ୍ଷାର୍ଥୀଙ୍କୁ ମତାମତ ପ୍ରଦାନ କରିବେ,ସେତେବେଳେ ତାହା ସେମାନଙ୍କୁ ନିମ୍ନ କାର୍ଯ୍ୟ ଜାଣିବା ପାଇଁ ସାହାଯ୍ୟ କରିବ:-

  • ସେମାନେ ପ୍ରକୃତରେ କ’ଣ କରିପାରିବେ ;
  • ଏ ପର୍ଯ୍ୟନ୍ତ ସେମାନେ କ’ଣ କରିପାରିନାହାନ୍ତି;
  • ସେମାନେ କାର୍ଯ୍ୟକୁ କିପରି ଅନ୍ୟମାନଙ୍କ ସହ ତୁଳନା କରାଯାଇ ପାରିବ;
  • ସେମାନେ କାର୍ଯ୍ୟର କିପରି ଉନ୍ନତି କରାଯାଇପାରିବ ।

ଏହା ଆମକୁ ମାନେ ରଖିବାକୁ ପଡିବ ଯେ,ସୁଚିନ୍ତିତ ପ୍ରତିପୁଷ୍ଟି ଶିକ୍ଷାର୍ଥୀମାନଙ୍କ ଉନ୍ନତିରେ ସହାୟକ ହୋଇଥାଏ ।ଆପଣଙ୍କ ର ପ୍ରତିପୁଷ୍ଟି ଭୁଲ/ଅନୁଚିତ ହେଲେ ,ତାହା ଶିକ୍ଷାର୍ଥୀର ଶିକ୍ଷଣକୁ  ବାଧା ହୋଇଥାଏ ,ଯାହାକି ଆପଣ ଚାହାନ୍ତି ନାହିଁ । ଫଳପ୍ରଦ ପ୍ରତିପୁଷ୍ଟି ହେଉଛି :

  • ଯାହା ନିଆଯାଉଥିବା କାର୍ଯ୍ୟର ଲକ୍ଷାଧିକ କରେ ଏବଂ ଶିକ୍ଷାର୍ଥୀମାନଙ୍କ  ର ଶିକ୍ଷଣରେ ଚାହିଦାକୁ ପୂରଣ କରେ।
  • ସ୍ପଷ୍ଟ ଏବଂ ସଚ୍ଚୋଟ ,ଶିକ୍ଷାର୍ଥୀ ଙ୍କ ଶିକ୍ଷଣ ପାଇଁ କ’ଣ ଠିକ ଓ ତାଙ୍କ ସଫଳତା ପାଇଁ କ’ଣ ଆବଶ୍ୟକ ,ତାହା ତାଙ୍କୁ ଜଣାଇବା ।
  • ଉପଯୁକ୍ତ ସମୟରେ ଦିଅନ୍ତୁ,ଯଦି ଏହା ଖୁବ କମ ସମୟ ହୁଏ,ତେବେ ସେମାନେ ଭବିବେ “ମୁଁ ଏ କାର୍ଯ୍ୟଟିକୁ କରିବାକୁ ଯାଇଥିଲି”,ଯଦି ଅଧିକ ଚେରୀରେ ଦିଆଯାଏ ତେବେ ସେମାନଙ୍କ ଲକ୍ଷ ଅନ୍ୟ ଆଡେ ଚାଲିଯାଇପାରେ। କାର୍ଯ୍ୟଟିକୁ ଠିକ ରୂପେ ଶେଷ କରି ନ ପ।ରନ୍ତି।
  • କାର୍ଯ୍ୟକାରିତ ,ଶିକ୍ଷାର୍ଥୀମାନେ ଯେଉଁ କାମ କରିବାରେ ସମର୍ଥ ତାହା କରିବାକୁ କୁହନ୍ତୁ ।
  • ଉପଯୁକ୍ତ ଭାଷା ଦେବା ,ଶିକ୍ଷାର୍ଥୀମାନେ ବୁଝିବା ଭଳି ଭାଷା ଦିଅନ୍ତୁ ।

ପ୍ରତିପୁଷ୍ଟି ଲିଖିତ ବା ମୌଖିକ ହେଉ,ତାହା ବଡ କଥା ନୁହେଁ ,କିନ୍ତୁ ନିମ୍ନ ଲିଖିତ ନିୟନ୍ତ୍ରଣ ମାରଗକୁ ଅନୁସରଣ କରାଯାଏ,ତେବେ ଏହା ଫଳପ୍ରଦ ହେବ:

ପ୍ରଶଂସା ଏବଂ ସାକରାତ୍ମକ ଭାଷା

ସାଧାରଣାତଃ,କରଜ୍ୟର ସମାଲୋଚନା ନୁହେଁ,ଉତ୍ସାହିତ କରାଗଲେ ଆମେ ଭଲ ଅନୁଭବ କରିଥାଉ । ଦୃଢୀକାରଣ ଏବଂ ସକାରାତ୍ମକ ଭାଷା ପୁରା ଶ୍ରେଣୀକୁ,ପ୍ରତିବର୍ଗର ଶିକ୍ଷାର୍ଥୀଙ୍କୁ ପ୍ରେରଣା ଯୋଗାଇଥାଏ। ଆପଣଙ୍କୁ ମନେ ରଖିବାକୁ ହେବ ଯେ ପ୍ରଶଂସା ଶିକ୍ଷାର୍ଥୀଙ୍କ ପାଇଁ ନ ହୋଇ ସର୍ବଦା ସ୍ଵତନ୍ତ୍ର ଏବଂ କାର୍ଯ୍ୟ ସମ୍ବନ୍ଧୀୟ ହେବା ଉଚିତ।“

ନଚେତ ଏହା ଶିକ୍ଷାର୍ଥୀଙ୍କ ଉନ୍ନତିରେ ସାୟକ ହୋଇ ନ ପାରେ। ଯେପରି ;ଭଲ କଲ ’ଏହା ସ୍ଵତନ୍ତ୍ର ନୁହେଁ ;ତେଣୁ ଏପରି କହିବାକୁ ପଡିବ ଯେ;

ଏଇଟା ବଢିଆ ପ୍ରଶ୍

ତୁମେ ଯେପରି ତୁମ ଦଳକୁ ବଡ ପାଟିରେ ତାହା ପଢିବାକୁ କହିଲା ମତେ ଭଲ ଲାଗିଲା

ଆଉ କ’ଣ କରିଥିଲେ କାର୍ଯ୍ୟଟି ଆହୁରି ଭଲ ହୋଇଥାନ୍ତା

ମତେ ଏହା ପ୍ରକୃତରେ ଭଲ ଲାଗିଲା

ନୂତନ ଓ ସଂଶୋଧନର ବ୍ୟବହାର

ଆପଣଙ୍କ କଥୋପକଥନ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଶିକ୍ଷକକୁ କରିଥାଏ । ଆପଣ,ଆପଣଙ୍କ କଥୋପକଥନ ସେସ କାଲେ ଯେ,ଉତ୍ତରତି ଠିକ ନୁହେଁ ,ତେବେ ଅପନନ ସେମାନଙ୍କୁ ଚିନ୍ତା କରିବା ଏବଂ ଚେଷ୍ଟା କରିବାରେ ଥିବା ସୁଯୋଗଟି ଛାଡିଗଲେ । ଆପଣ ଯଦି ଶିକ୍ଷାର୍ଥୀମାନଙ୍କୁ ଏ ସମସ୍ତ ବା ଆଉ ଗୋଟିଏ ପ୍ରଶ୍ନ ପଚାରିଲେ ,ତେବେ ସେମାନଙ୍କୁ ଅଧିକ ଚିନ୍ତା କରିବା ପାଇଁ ଓ ଉତ୍ତର ଖେଳିବା ପାଇଁ ଉତ୍ସାହିତ କରିପାରିବେ । ସେମାନଙ୍କୁ ସେମାନଙ୍କ ଶିକ୍ଷଣ ପାଇଁ ଦାୟିତ୍ଵ ନେବାକୁ ସୁଯୋଗ ଦେଲେ ।

ତୁମେ କିପରି ଏଠାରେ ପହଞ୍ଚିଲା, ବୁଝାଇଦିଅ

ଆଉଥରେ ଚିନ୍ତା କର....

ଏଇଟା ଗୋଟିଏ ଭଲ ଆରମ୍ଭ କିନ୍ତୁ ବର୍ତ୍ତମାନ ଆଉ ଟିକିଏ ଭାବ...

ଉଦାହରଣ ସ୍ୱରୂପ: ଆପଣ ସେମାନଙ୍କୁ ଆଉ ଗୋଟିଏ ଦିଗରୁ ସାମାନ୍ଯ ଦିଗରୁ ସମସ୍ଯା ସମ୍ପର୍କରେ ଉତ୍ତର ଖୋଜିବା ପାଇଁ ଏପରି କରି ଉତ୍ସାହିତ କରିପାରନ୍ତି ।

ଓଃ। ତା ହେଲେ ଆମ ପାଖରେ ଦୁଇଟି ବିଷୟ ଅଛି,ଆଉ କ’ଣ ଅଛି?କ’ଣ ଚିନ୍ତା କରୁଛ ?

ଆଉ କିଏ ଏହି ଉତ୍ତର ପାଇଁ ଆଉ କିଛି ଯୋଡିବା ?

ମୁଁ ଦେଖିବାକୁ ଚାହୁଁଛି ତଳ ମଧ୍ୟରେ ଜଣେ ଆଉ ଜଣଙ୍କୁ ସାହାଯ୍ୟ କରୁଛି

ସବୁ ଶିକ୍ଷାର୍ଥୀମାନେ କିପରି ଜଣେ ଆଉ ଜଣଙ୍କୁ ସାହାଯ୍ୟ କରିବେ,ସେଥିପାଇଁ ଉତ୍ସାହିତ କରନ୍ତୁ। ଆପଣ ଏହାକୁ ପୁରା ଶ୍ରେଣୀ ପାଇଁ ପ୍ରଶ୍ନ କରି ଏପରି କହିପାରିବେ:

ଶିକ୍ଷାର୍ଥୀମାନଙ୍କୁ ହଁ /ନା  କହି କାର୍ଯ୍ୟକୁ ଠିକ କରିହେବ। ଯେପରି-ଚାଳନ ଶୁଦ୍ଧି ବା ସଂଖ୍ୟା ଗଣନ ସମୟରେ,କିନ୍ତୁ ଏଠି ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କର ଉତ୍ତରରେ ତିଆରି ହେଉଥିବା ନମୁନା ଗୁଡିକୁ ଲକ୍ଷ କରିବାକୁ ପଡିବ, ଏକା ପ୍ରକାରା ଉତ୍ତର ସମ୍ପର୍କ ସ୍ଥାପନ କରିବା ବା ଉତ୍ତରତି କାହିଁକି ଠିକ ଏ  ସମ୍ପର୍କରେ ଆଲୋଚଣନ୍ତି ଆରମ୍ଭ କରିବାକୁ ହେବ ।

ନିଜେ ଠିକ କରିବା ତା ସାଙ୍ଗ ମାନଙ୍କ ଦ୍ଵାରା କରିବା ଫଳପ୍ରଦ ହୋଇଥାଏ ଏବଂ ଏ କଥା କହି, ଶିକ୍ଷାର୍ଥୀମାନେ କାମ କଲାବେଳେ ନିଜର ଓ ଅନ୍ୟର କାର୍ଯ୍ୟକୁ ତଦାରଖ କରିବା ପାଇଁ ଉତ୍ସାହିତ କରନ୍ତୁ ଏବଂ ଥରକେ ଗୋଟିଏ ଲକ୍ଷ ପ୍ରତି ଦୃଷ୍ଟି ଦେଇ ଠିକ କରିବା ଉଚିତ। ତା ହେଲେ ସୂଚନା ଗୁଡିକ ମଧ୍ୟରେ ଗୋଳମାଳ ହେବ ନହିଁ ।

ସମ୍ବଳ 5: ସ୍ଥାନୀୟ ସମ୍ବଳର ବ୍ୟବହାର

ପାଠ୍ୟ ପୁସ୍ତକ ବ୍ୟତୀତ ଅନେକ ସମ୍ବଳ ପଢାଇବା ସମୟରେ ବ୍ୟବହାର ହୋଇପାରିବ । ଶିକ୍ଷଣ ପାଇଁ ବିଭିନ୍ନ ଇନ୍ଦ୍ରିୟ (ଯେପରି ଦୃଶ୍ୟ, ସ୍ରାବ୍ୟ,ସ୍ପର୍ଶ ,ପ୍ରାଣ,ସ୍ଵାଦ) ବ୍ୟବହାର କରିବେ ତେବେ ଶିକ୍ଷାର୍ଥୀମାନେ ଶିଖିବାର ବିଭିନ୍ନ ପ୍ରକାର ଉପାୟଗୁଡ଼ିକ ମନଛୁଆଁ ହୋଇପାରିବ। ସେଠାରେ ଆପଣଙ୍କର ଚତୁର୍ପାର୍ଶ୍ବରେ ସମ୍ବଳ ରହିଛି ,ଯାହାକୁ ଆପଣ ଶ୍ରେଣୀଗୃହରେ ବ୍ୟବହାର କରିପାରିବେ ଏବଂ ଯାହା ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ସାହାଯ୍ୟ କରିବ । କୌଣସି ବିଦ୍ୟାଳୟ ତାର ସମବଳକୁ କିଛି ସ୍ୱଳ୍ପ ମୂଲ୍ୟ ବ ବିନା ମୂଲ୍ୟରେ ପ୍ରସ୍ତୁତ କରିପାରିବେ । ସମ୍ବଳଗୁଡିକୁ ନିଜ ଅଞ୍ଚଳରୁ ସଂଗ୍ରହ କରିବା ଦ୍ଵାରା ଏହା ପାଠ୍ୟକ୍ରମକୁ ଶିକ୍ଷାର୍ଥିମାନଙ୍କର ଦୈନନ୍ଦିନ ଜୀବନ ସହିତ ଯୋଡି ଦେଇ ପାରିବ ।

ଆପଣଙ୍କ ପରିବେଶ ରୁ ଆପଣ ବହୁତ ଲୋକଙ୍କୁ ପାଇପାରିବେ ଯେଉଁମାନଙ୍କ ବିଷୟ ସମ୍ପର୍କିତ ଅଧିକ ଜ୍ଞାନ ଥିବା,ଆପଣ ମଧ୍ୟ ଅନେକ ପ୍ରକୃତିକ ସମ୍ବଳକୁ  ପାଇ ପାରିବେ । ଏହା ଆପଣଙ୍କୁ ଆଞ୍ଚଳିକ  ଗୋଷ୍ଠୀ ସହିତ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିବା ଯାହାକି ମୂଲ୍ୟବୋଧକୁ ଦର୍ଶାଏ,ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ପରିବେଶ ର ଭିନ୍ନତା ଓ ସମୃଦ୍ଧତା ସମ୍ପର୍କରେ ବୁଝିବା ପାଇଁ କରେ ଏବଂ ବିଦ୍ୟାଳୟ ଓ ବିଦ୍ୟାଳୟ ବାହାରେ ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ସଂପୂର୍ଣ୍ଣ କରିଥାଏ ।

ଶ୍ରେଣୀ କକ୍ଷକୁ ସବୁଠାରୁ ଭଲ ଭାବରେ ଗଢିବା

ଲୋକମାନେ ଅନେକ ପରିଶ୍ରମ କରି ନିଜର ପକ୍ଷକୁ ଯେତେ ପାରନ୍ତି ସେତେ ସଜାଇ ଆକର୍ଷଣୀୟ କରନ୍ତି । ଆପଣ ମଧ୍ୟ ବିଦ୍ୟାଳୟ ପରିବେଶ ସମ୍ପର୍କରେ ଚିନ୍ତା କରିବା ଦରକାର,ଯେଉଁଠିକି ଶିକ୍ଷାର୍ଥୀମାନେ ଶିଖିବା ପାଇଁ ଆସନ୍ତି । ବିଦ୍ୟାଳୟ ଶ୍ରେଣୀ କକ୍ଷକୁ ଆକର୍ଷଣୀୟ କରାଗଲେ,ଏହା ଶିକ୍ଷାର୍ଥିମାନଙ୍କର ଶିକ୍ଷଣରେ ଏକ ପ୍ରକାରର ସାକରାତ୍ମକ ପ୍ରଭାବ ପକାଇଥାଏ ।

ଏପରି ଅନେକ ଜିନିଷ ଅଛି,ଯାହାକି ଆପଣ ବ୍ୟବହାର କରି ନିଜର ଶ୍ରେଣୀକକ୍ଷକୁ ଶିକ୍ଷାର୍ଥୀମାନଙ୍କ  ପାଇଁ ଆକର୍ଷଣୀୟ ଓ ଚିତ୍ତାକର୍ଷକ କରିପାରିବେ ଉଦାହରଣ ସ୍ୱରୂପ:

  • ପୁରୁଣା ମ୍ୟାଗାଜିନ ଓ ବିବରଣୀ ପୁଷ୍ଟିକରୁ ପୋଷ୍ଟର ସଂଗ୍ରହ ।
  • ବିଷୟବସ୍ତୁ ସମ୍ପର୍କିତ ବିଭିନ୍ନ କଳାକୃତି ଆଣିବା ।
  • ଶିକ୍ଷାର୍ଥିମାନଙ୍କର କରଜ୍ୟକୁବ ପ୍ରଦର୍ଶନ କରାଇବା ।
  • ଶିକ୍ଷାର୍ଥୀମାନଙ୍କୁ କୌତୁହଳୀ ଓ ନୂତନ ଶିକ୍ଷଣ ପାଇଁ ଶ୍ରେଣୀ କକ୍ଷର ପ୍ରଦର୍ଶନକୁ ସ୍ଥଳେ ପରିବର୍ତ୍ତନ କରିବା ।
  • ସ୍ଥାନୀୟ ବିଶେଷଜ୍ଞ କୁ ଶ୍ରେଣୀଗୃହ ବ୍ୟବହାର କରିବା

ଆପଣ ଯେତେବେଳେ ଟଙ୍କା ପଇସା କିମ୍ବା ଗଣିତର ପରିମାଣ ସମ୍ପର୍କରେ ପଢାଇବାକୁ ଯାଉଛନ୍ତି, ସେତେବେଳେ କୌଣସି ବ୍ୟବସାୟ କିମ୍ବା ପୋଷାକ ପ୍ରସ୍ତୁତକାରୀଙ୍କୁ ଶ୍ରେଣୀ କକ୍ଷକୁ ଡାକି ସେମାନେ କିପରି ନିଜର କାର୍ଯ୍ୟ ପାଇଁ ଗଣିତକୁ ବ୍ୟବହାର କରୁଛନ୍ତି, ସେତେବେଳେ କୌଣସି ମେହେନ୍ଦି କରୁଥିବା ବ୍ୟକ୍ତିଙ୍କୁ ବିଦ୍ୟାଳୟକୁ ଡାକି ଆକାର,ଆକୃତି ଓ କରିବାର କୌଶଳ ସମ୍ପର୍କରେ କହିବା ପାଇଁ ନିମନ୍ତ୍ରଣ କରିବେ,ଉକ୍ତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବା ଦ୍ଵାରା ଆମ ଶିକ୍ଷଣର ଉଦ୍ଦେଶ୍ୟ ପୂରଣ ହୋଇଥାଏ । ସେମାନେ ନିଜର ଅଭିଜ୍ଞତା କୁ ବର୍ଣ୍ଣନା କରି ଶିକ୍ଷାର୍ଥୀମାନଙ୍କ  ମନରେ ଥିବା ଧାରଣାକୁ ବଦଳାଇ ପାରନ୍ତି ।

ଆପଣଙ୍କ ବିଦ୍ୟାଳୟ ଭିତରେ ମଧ୍ୟ ଅନୁଭୂତି ସମ୍ପନ୍ନ ବ୍ୟକ୍ତିମାନେ ଅଛନ୍ତି, ଯେପରିକି ରୋଷେୟା ଓ କେୟାର ଟେକର ଯେଉଁମାନଙ୍କୁ ଶିକ୍ଷାର୍ଥୀମାନେ ନିଜର ଶିକ୍ଷଣ ସମ୍ପର୍କରେ କିଛି ପ୍ରଶ୍ନ ପଚାରି ଆଲୋଚନା କରିପାରିବେ । ଉଦାହରଣ ସ୍ୱରୂପ ରୋଷେୟା କରିବାରେ ଜିନିଷର ପରିମାଣର ଜିନିଷ ବ୍ୟବହାର କରାଯାଇପାରେ । ପାଣିପାଗ ବିଦ୍ୟାଳୟର କୋଠା ବାଡି,ବଗିଚା,ଉପରେ କିପରି ପ୍ରଭାବ ପକାଏ ।

ବିଦ୍ୟାଳୟ ବାହାର ପରିବେଶକୁ ବ୍ୟବହାର କରିବା

ବିଦ୍ୟାଳୟ ବାହାରେ ଅନେକ ସମ୍ବଳ ଅଛି ଯାହାକି ଆପଣ ପଢାଇବା ସମୟରେ ବ୍ୟବହାର କରିପାରିବେ । ବାହାରୁ ଆପଣ ନିଜେ କିମ୍ବା ଶିକ୍ଷାର୍ଥୀମାନଙ୍କ  ଦ୍ଵାରା  ବିଭିନ୍ନ ପାତ୍ର,ଗଛ ,କୀଟପତଙ୍ଗ ,ବୁଢିଆଣୀ,କଥା କିମ୍ବା ପଥର ସଂଗ୍ରହ କରି ପାରିବେ । ସେ ସବୁ ଶ୍ରେଣୀ କକ୍ଷରେ ପ୍ରଦର୍ଶିତ କରି ପାଠ ପଢାଇବା ସମୟରେ ବ୍ୟବହାର କରିବା ଦ୍ଵାରା ଶିକ୍ଷାର୍ଥୀମାନେ ପାଠ ପ୍ରତି ଆଗ୍ରହୀ ହୋଇଥାନ୍ତି । ସେମାନେ  ମଧ୍ୟ ବିଭିନ୍ନ ବସ୍ତୁ ଆଲୋଚନା ,ବର୍ଗୀକରଣ ,ଜୀବ ନିର୍ଜୀବ ମଧ୍ୟରେ ଦେଖାଇବା ପାଇଁ ଜିନିଷ ଯୋଗାଇ ପାରିବେ । ବିଦ୍ୟାଳୟ ବାହାରେ ବା ଅଞ୍ଚଳରେ ଅତି ସହଜରେ ମିଳୁଥିବା ବିଭିନ୍ନ ସମ୍ବଳ ଯଥା:ବାସର ସମୟ ନିରଘନତା ଓ ବିଭିନ୍ନ ବିଜ୍ଞାପନକୁ ଶିକ୍ଷଣ ସାମଗ୍ରୀ ରୂପେ ନେଇ ,ସେଥିରୁ ଶବ୍ଦ ଚିହ୍ନଟ କରିବା ,ତୁଳନା କରିବା ,କୌଣସି ସ୍ଥାନକୁ ଯାତ୍ରା କରିବା ନିର୍ଣ୍ଣୟ କରିବା ଆଦି ଶିକ୍ଷଣକାର୍ଯ୍ୟ କରାଯାଇ ପରେ ।

ବାହାରୁ ସାମଗ୍ରୀ ସବୁ ଶ୍ରେଣୀ କୋଠରୀକୁ ଅଣାଯାଇ ପାରିବ ଏବଂ ଦରକାର ସମୟରେ ବାହାରକୁ ମଧ୍ୟ ଶ୍ରେଣୀ କୋଠରି ରୂପେ ବ୍ୟବହାର କରାଯାଇ ପାରିବ । ସମସ୍ତ ଶିକ୍ଷାର୍ଥୀ ବାହାରେ ବୁଲି ବୁଲି ବହୁତ କଥା ଦେଖିପାରିବେ ।ଆପଣ ଯେତେବେଳେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ପାଇଁ ବାହାରକୁ ନେବେ ସେମାନେ ନିମ୍ନଲିଖିତ କାର୍ଯ୍ୟ ସବୁ କରିପାରିବେ :

  • ଅନୁମାନ କରିବେ ଏବଂ ଦୂରତାକୁ ମାପିବେ ।
  • ବୃତ୍ତର କେନ୍ଦ୍ର ବିନ୍ଦୁରୁ ପରିଧିର ଦୂରତା ସର୍ବଦା ସମାନ ଏହା ପ୍ରଦର୍ଶନ କରି ଦେଖାଇ ପାରିବେ ।
  • ଦିନର ବିଭିନ୍ନ ସମୟରେ ଛାୟାର ଲମ୍ବକୁ ମାପ କରିବେ ।
  • ସୂଚନା ଓ ପ୍ରତୀକ ବୁଝିବେ ।
  • ସର୍ବେକ୍ଷଣ କାର୍ଯ୍ୟ ଓ ସାକ୍ଷାତକାର କରିପାରିବେ ।
  • ସୌରଜଗତର ଗ୍ରହମାନଙ୍କୁ ଚିହ୍ନଟ କରିପରିପାରିବେ ।
  • ବର୍ଷା ଏବଂ ଚାଷ କାର୍ଯ୍ୟକୁ ତଦାରଖ କରିପାରିବେ ।

ବାହାରେ ଶିକ୍ଷଣ ଅଧିକ ଅନୁଭବପୂର୍ଣ୍ଣ ଓ ପ୍ରକୃତିକ ହେବା ସହିତ ଅନ୍ୟ ଧାରଣାଗୁଡିକୁ ବୁଝିବା ସହଜ ହୋଇଥାଏ ।

ଆପଣ ଯଦି ବାହାରେ କାର୍ଯ୍ୟ କରିବା ପାଇଁ ବିଦ୍ୟାଳୟ ପରିସର ଛାଡିବାକୁ ଚାହାନ୍ତି,ତେବେ ଜୀବ ପୂର୍ବରୁ ପ୍ରଥମେ ପ୍ରଧାନ ଶିକ୍ଷକ ଙ୍କ ଠାରୁ ମଞ୍ଜୁରୀ ନେବେ ,ସମୟ ପାଇଁ ଯୋଜନା କରିବେ,ଶିକ୍ଷାର୍ଥୀମାନଙ୍କ  ର ନିରାପତ୍ତା ପ୍ରତି ଦୃଷ୍ଟି ଦେବେ ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ କେତେକ ନିୟମ ପ୍ରସ୍ତୁତ କରି ତାଙ୍କୁ ବୁଝାଇଦେବେ । ଆପଣ ଶିକ୍ଷାର୍ଥୀମାନଙ୍କ ର ନିରାପତ୍ତା ପ୍ରତି ଦୃଷ୍ଟି ଦେବେ ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ  କେତେକ ନିୟମ ପ୍ରସ୍ତୁତ କରି ତାଙ୍କୁ ବୁଝାଇଦେବେ । ଆପଣ ଶିକ୍ଷାର୍ଥୀମାନଙ୍କୁ ସ୍ଥାନ ଛାଡି ପୂର୍ବରୁ କ’ଣ ସବୁ ଶିଖିଆସିବେ,ସେ ସମ୍ପର୍କରେ ଭଲରେ ବୁଝାଇବା ଦରକାର ।

ସମ୍ବଳକୁ ନିଜ ଅନୁସାରେ ପରିବର୍ତ୍ତନ କରିବା

ଆପଣଙ୍କ ନିକଟରେ ମିଳୁଥିବା ସମ୍ବଳ ଗୁଡିକରୁ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ନିମନ୍ତେ ଉପଯୁକ୍ତ ସାମଗ୍ରୀକୁ ବାଛି ବ୍ୟବହାର କରିପାରନ୍ତି ।ସମ୍ବଳର ପରିବର୍ତ୍ତନ ଚୋଟୋ ହେଲେ ମଧ୍ୟ ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷଣକୁ ପ୍ରାସଙ୍ଗିକ କରିବା ପାଇଁ ଏହା ପ୍ରଭାବିତ କରିଥାଏ । ଉଦାହରଣ ସ୍ୱରୂପ:ଆପଣ ଆବଶ୍ୟକ ସ୍ଥଳେ ସ୍ଥାନ ,ଲୋକର ନାମ, ଗୀତରେ ବ୍ୟକ୍ତିର ଲିଙ୍ଗା କିମ୍ବା ଭିନ୍ନକ୍ଷମ ଶିକ୍ଷାର୍ଥୀର ଗପ ବ୍ୟବହାର କରିପାରନ୍ତି । ଏହି ପ୍ରକାରେ ଆପଣ ଆପଣଙ୍କ ର ସାଧନ ଗୁଡିକୁ ଉପଯୁକ୍ତ ଭାବେ ଶିକ୍ଷଣ ବ୍ୟବହାର କରିପାରିବେ ।

ଆପଣ ସହକର୍ମୀମାନଙ୍କ ସହଯୋଗରେ କାମ କରନ୍ତୁ।ଏହି କାର୍ଯ୍ୟ କରିବା ସମୟରେ ଆପଣ ଅନେକଗୁଡିଏ କୌଶଳ ଶିଖିବା ଓ ବ୍ୟବହାର କରିବାକୁ ପଡିବ । ଆପଣଙ୍କର ଜଣେ ବନ୍ଧୁ ଗୀତ  ଗାଇବାରେ ଦକ୍ଷ ହୋଇଥିବା ବେଳେ ଅନ୍ୟ ଜଣେ କଣ୍ଢେଇ ତିଆରି କରିବାରେ ବା ଆଉ ଜଣେ ବାହାରେ ବିଜ୍ଞାନ ମେଳା ଆୟୋଜନ କରିବାରେ ଦକ୍ଷ ହୋଇଥାଇ ପାରନ୍ତି । ଆପଣ ଏହି ବନ୍ଧୁମାନଙ୍କ ସାହାଯ୍ୟରେ ନିଜର ଶ୍ରେଣୀ କକ୍ଷକୁ ଉନ୍ନତମାନର ଶିକ୍ଷଣ ପରିବେଶରେ ପରିଣତ କରିପାରିବେ ।

ସମ୍ବଳ 6: ସ୍ଥିର ବୈଦୁତିକ ଖେଳ ପାଇଁ ଧାତୁ/ ପ୍ଲାଷ୍ଟିକ ଖଣ୍ଡ

1

 

4

 

6

 

8

7

5

3

9

2

ଚିତ୍ର ସ 6.1 ସ୍ଥିର ବୈଦ୍ୟୁତିକ ଖେଳ ପାଇଁ ଧାତୁ/ପ୍ଲାଷ୍ଟିକ ଖଣ୍ଡ

ଆଧାର :ଟେସ-ଇଣ୍ଡିଆ

3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top