ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ନେତୃତ୍ଵ ପରିପେକ୍ଷା: ବିଦ୍ୟାଳୟର ଉନ୍ନତି ପାଇଁ ବିବିଧତାର ତଥ୍ୟ ବ୍ୟବହାର
ସେଆର କରନ୍ତୁ

ନେତୃତ୍ଵ ପରିପେକ୍ଷା: ବିଦ୍ୟାଳୟର ଉନ୍ନତି ପାଇଁ ବିବିଧତାର ତଥ୍ୟ ବ୍ୟବହାର

ବିଭିନ୍ନତାକୁ ଏକ ସକରାତ୍ମକ ଭାବରେ ନେବାକୁ ନିଶ୍ଚିତ କଲେ ବିଦ୍ୟାଳୟର ଶିକ୍ଷା ଫଳାଫଳରେ ଉନ୍ନତି ଆସିବାରେ ସହାୟକ ହେବ |

ଉପକ୍ରମ

ଏହି ବିଦ୍ୟାଳୟ ନେତୃତ୍ଵ ସମ୍ବନ୍ଧୀୟ ମୁକ୍ତ ଶିକ୍ଷଣ ସମ୍ବଳଟି ଟେସ୍ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ହୋଇଥିବା ‘ବିଦ୍ୟାଳୟ ନେତୃତ୍ଵ' ସମ୍ବନ୍ଧୀୟ ୨୦ଟି ପୁସ୍ତିକା ମଧ୍ୟରୁ ଅନ୍ୟତମ । ଏହି ପୁସ୍ତିକାଗୁଡ଼ିକ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଓ ବୃତ୍ତିଗତରେ ଉନ୍ନତି ଆଣି ଶ୍ରେଣୀ କକ୍ଷରେ ପାଠପଢାରେ ସହାୟତା କରିବ । ଏହି ପୁସ୍ତିକାଗୁଡ଼ିକ ବିଭିନ୍ନ ସିଦ୍ଧାନ୍ତ ଓ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକାରେ ଦିଆଯାଇଥିବା ତଥ୍ୟକୁ ବିଦ୍ୟାଳୟର ନେତୃତ୍ଵ, ଶିକ୍ଷକ ଓ ସହାୟକ କର୍ମାମାନେ ଅଭ୍ୟସରେ ଆଣିଲେ ବିଦ୍ୟାଳୟରେ ସାମୁହିକ ଉନ୍ନତି ଆସିପାରିବ । ଏହି ପୁସ୍ତିକାଗୁଡ଼ିକ ପଠନ ପାଇଁ ଏକ ବିଦ୍ଧିବଧ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ଯଦିଓ ନାହିଁ ତଥାପି "ବିଦ୍ୟାଳୟର ମୁଖ୍ୟ ଜଣେ ସାମର୍ଥ୍ୟକାରୀ" ପୁସ୍ତିକାରୁ ପଠନ ଆରମ୍ଭ କରାଯାଇପାରେ । ଏହି ପୁସ୍ତିକାଗୁଡ଼ିକ ନିଜସ୍ଵ ପଠନ ପାଇଁ ଉଦ୍ଧିଷ୍ଟ ଓ ଏହାକୁ ନିଜର ପାଠାଗାରାରେ ରଖାଯାଇପାରେ । ଏହି ପୁସ୍ତିକାଗୁଡିକ ବିଦ୍ୟାଳୟ ନେତୃତ୍ଵ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଉପ ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ଯେଉଁମାନେ ବିଦ୍ୟାଳୟ ନେତୃତ୍ଵରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ।

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀ ଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।  ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ ‘ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷା ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ (http://www.tessindia.edu.in/) ରେ ଉପଲବ୍ଧ । 'ମୁକ୍ତ ଶୈକ୍ଷିକ ସଂବଳ’ ଗୁଡ଼ିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ର ଅଭିପ୍ରେରିତ । ଟେସ୍-ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ସି.ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକରଣଟି 'ଟେସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ମମତା ସ୍ଵାଇଁ ଓଡ଼ିଆ ଭାଷାରେ ଭାଷାନ୍ତର କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସ ମ୍ବଳ/ ଲେଖ http://creativecommons.org/licenses/by-sa/3.0/ ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଭାରତରେ ବିଭିନ୍ନତା ପରିବ୍ୟାପ୍ତି ବିଶାଳ । ଏହା ଜାତି, ବର୍ଣ୍ଣ, ଲିଙ୍ଗ, ଭାଷା, ଧର୍ମ, ଧର୍ମବିଶ୍ଵାସ, ଗୋଷ୍ଠୀ, ସାମାଜିକ ଗୋଷ୍ଠୀ, ଆର୍ଥିକ ଅବସ୍ଥା, ଶିକ୍ଷାର ସ୍ତର, ଦକ୍ଷତାର ସ୍ତର, ସ୍ଵାସ୍ଥ୍ୟ ସ୍ତର, ବୃତ୍ତି, ଭୌଗଳିକ ବୈଶିଷ୍ଟ, ଜଳବାୟୁ, ରାଜନୀତି ପ୍ରବୃତ୍ତି ମାଧ୍ୟମରେ ଜଣାପାଡ଼ିଥାଏ । ପରମ୍ପରାଗତଭାବରେ, ବିଭିନ୍ନତାରେ ମଧ୍ୟ ପାର୍ଥକ୍ୟ ଦେଖାଦେଇଥାଏ ଏବଂ ଏହା ଏକ ଅସୁବିଧା ଭାବରେ ଉପଲବ୍ଧତା କରାଯାଏ । ବିଭିନ୍ନତାକୁ ଏକ ସକରାତ୍ମକ ଭାବରେ ନେବାକୁ ନିଶ୍ଚିତ କଲେ ବିଦ୍ୟାଳୟର ଶିକ୍ଷା ଫଳାଫଳରେ ଉନ୍ନତି ଆସିବାରେ ସହାୟକ ହେବ |

ବିଦ୍ୟାଳୟ ନେତୃତ୍ଵ ଆଗରେ ଏହି ବିଭିନ୍ନତା ସହ ତାଳ ମିଳାଇ ସମସ୍ତ ଶିକ୍ଷାର୍ଥୀଙ୍କୁ ସମାନଭାବରେ ଗୁଣାତ୍ମକ ଶିକ୍ଷାପ୍ରଦାନ କରିବା ଏକ ବିଶାଳ ଗ୍ୟାଲେଞ୍ଜ ହୋଇପଡେ । ଏବଂ ଏ ନିକଟରେ ଆରମ୍ଭ ହୋଇଥିବା  ମାଗଣା ଓ ବାଧ୍ୟତାମୂଳକ ମୁକ୍ତ ଶିକ୍ଷା ଅଧିନିୟମ ୨୦୦୯ ଏବଂ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଏହାକୁ ଏବେ ଆହୁରି ସୁଦୃଢ କରିଛି । ବିଦ୍ୟାଳୟ ନେତୃତ୍ଵ ବର୍ତ୍ତମାନ ଏହାକୁ ନିଶ୍ଚିତ କରିବା ପାଇଁ ସେମାନଙ୍କର ସହକର୍ମା ଏବଂ ଶିକ୍ଷାର୍ଥୀଙ୍କୁ ନେଇ ବିଦ୍ୟାଳୟରେ ବିଭିନ୍ନତାକୁ ଏକ ଶିକ୍ଷଣ ସମ୍ବଳ ଭାବରେ ଶ୍ରେଣିଗୃହ ଏବଂ ବିଦ୍ୟାଳୟରେ ଉପସ୍ଥାପନ କରିବାକୁ ପଡିବ । ସେମାନେ ପ୍ରାରମ୍ଭିକ ଭାବରେ ସେମାନଙ୍କର ଶିକ୍ଷାର୍ଥୀମାନଙ୍କର ଏବଂ ସେମାନଙ୍କ ଅଭିଭାବକମାନଙ୍କର ସବିଶେଷ ବିବରଣୀ ଆଣି ଏହାକୁ ଏକ ସାମାଜିକ ମୂଳଦୁଆ ଭାବରେ ଆରମ୍ଭ କରିବା ପାଇଁ ଆଗ୍ରହ କରାଯାଏ ।

ବିଦ୍ୟାଳୟରେ ବିଭିନ୍ନତା ସମ୍ବନ୍ଧରେ ଏକ ସୁଛି ଏବଂ ଭଲ । ଅବଧାରଣା ଆଣିବା ପାଇଁ ତଥ୍ୟର ବ୍ୟବହାର ଏକ ମୂଳକଥା ଅଟେ । ବିଭିନ୍ନତା ଉପରେ ତଥ୍ୟ ବିଦ୍ୟାଳୟ ନେତୃତ୍ଵକୁ

  • ମହତ୍ଵପୂର୍ଣ୍ଣ ବିଷୟ ଏବଂ ସମସ୍ୟାକୁ ଚିହ୍ନଟ କରିବ ।
  • ଦ୍ୟାଳୟ ପରିଚାଳନା କମିଟି ସହିତ ମିଳିତଭାବରେ ଏକ କାର୍ଯ୍ୟକ୍ଷମ ତିଆରି କରିବା ।
  • ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ସମୁଦାୟକୁ ନେଇ ମିଳିତ ଭାବରେ କାର୍ଯ୍ୟକ୍ରମକୁ ରୂପାୟନ କରିବା ।
  • ପରିବର୍ତ୍ତନକୁ ମାପିବା ସହ ବିଦ୍ୟାଳୟରେ ଗୁଣାତ୍ମକ ପଠନ ଏବଂ ଶିକ୍ଷଣକୁ ତଦାରଖ କରିବାରେ ସାହାର୍ଯ୍ୟ କରେ ।

ଏହି ଏକକରେ ଆପଣଙ୍କ ବିଦ୍ୟାଳୟର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଭାଷାଗତ ପରିସ୍ଥିତିକୁ ଅନ୍ଵେଷଣ କରିବେ । ଆପଣ ମଧ୍ୟ ଏହି ଏକକରେ ତଥ୍ୟର ଏକତ୍ରୀକରଣ ଏବଂ ବ୍ୟବହାର କରିବା ମାଧ୍ୟମରେ କିପରି ବିଭିନ୍ନତାକୁ ଆପଣଙ୍କ ଶିକ୍ଷକ, ଶିକ୍ଷାର୍ଥୀ, ଅଭିଭାବକ ଏବଂ ସହକର୍ମା ବୁଝିପାରୁଛନ୍ତି ଏବଂ ପ୍ରଶଂସା କରୁଛନ୍ତି ତାହାର ଅନୁଧାନ କରିବେ ।

ଏହି ଏକକରେ ସମସ୍ତଙ୍କର ସଂପୃକ୍ତିକୁ ବଢାଇବା ଆପଣଙ୍କୁ ଆପଣଙ୍କ କାମକୁ ଆଗକୁ ବଢାଇବାରେ ନିଶ୍ଚିତ ସାହାର୍ଯ୍ୟ କରିବ ।

ଶିକ୍ଷଣ ଡ଼ାଏରୀ

ଏହି ଏକକରେ, କାର୍ଯ୍ୟ କରିବାବେଳେ ଆପଣଙ୍କୁ ନିଜର ଶିକ୍ଷଣ ଡାଏରୀ, ପୁସ୍ତକ କିମ୍ବା କାଗଜରେ ନୋଟ୍ କରିବାକୁ କୁହାଯିବ, ଯେଉଁଠାରେ କି ଆପଣ ନିଜର ଚିନ୍ତାଧାରା ଓ ଯୋଜନାଗୁଡ଼ିକୁ ସମ୍ମିଳିତ ଭାବେ ଏକତ୍ର ରଖିବେ ବୋଧହୁଏ ଆପଣ ଏହିପରି ଗୋଟିଏ ଆରମ୍ଭ କରିସାରିଲେଣି ।

ଆପଣ ଏହି ଏକକ ଉପରେ ଏକୁଟିଆ କାର୍ଯ୍ୟ କରୁଥାଇପାରନ୍ତି, ମାତ୍ର ଆପଣ ଅଧିକ ଶିଖିବାକୁ ସକ୍ଷମ ହେବେ ଯଦି ଆପଣ ନିଜ ଶିକ୍ଷଣକୁ ଅନ୍ୟ ବିଦ୍ୟାଳୟର ମୁଖ୍ୟଙ୍କ ସହ ଆଲୋଚନା କରିବେ । ସେ ବ୍ୟକ୍ତି ଜଣକ ଆପଣଙ୍କ ସହକର୍ମା ହୋଇପାରନ୍ତି ଯାହାଙ୍କ ସହ ଆପଣ ପୂର୍ବରୁ କାର୍ଯ୍ୟ କରିଥିବେ କିମ୍ବା। ଏପରି କେହି ଜଣେ ହୋଇପାରନ୍ତି ଯାହାଙ୍କ ସହ ଆପଣ ନୂଆ ସଂପର୍କ ସୃଷ୍ଟି କରିପାରିବେ । ଏହା ସଂଗଠିତ ଭାବରେ କରାଯାଇପାରେ କିମ୍ବା ଏକ ଅନୌପଚାରିକ ଭାବେ ମଧ୍ୟ କରାଯାଇପାରେ । ଯେତେବେଳେ ଆପଣ ଦୀର୍ଘ ମିଆଦୀ ଶିକ୍ଷଣ ଓ ପ୍ରଗତି ସଂପର୍କରେ ଯୋଜନା କରୁଛନ୍ତି ସେତେବେଳେ ନିଜ ଶିକ୍ଷଣ ଡାଏରୀରେ ପ୍ରସ୍ତୁତ କରିଥିବା  ବିବରଣୀଗୁଡ଼ିକ ଏଭଳି ବୈଠକରେ ବହୁ ଦରକାରରେ ଆସିବ ।

ଏକକରୁ ବିଦ୍ୟାଳୟର ପ୍ରମୁଖମାନେ କ’ଣ ଶିଖିବେ

  • ରୂପାନ୍ତରଣ ଗୁରୁତ୍ଵକୁ ଉପଲବ୍ଧି କରି ପ୍ରତ୍ୟେକ ବର୍ଷ ସମସ୍ତ ଶିକ୍ଷାର୍ଥୀ ଯେପରି ଅଧିକ ଶିକ୍ଷଣ ପାଇପାରିବେ, ତାହା ନିଶ୍ଚିତ କରାଇବେ I
  • ତଥ୍ୟର ପ୍ରକାରଭେଦ ଓ ତଥ୍ୟ ସଂଗ୍ରହର ପ୍ରକୃତି ହିଁ ଆପଣଙ୍କୁ ବିଦ୍ୟାଳୟରେ ରୂପାନ୍ତରଣ ବିଷୟକୁ ବୁଝିବା ଏବଂ କାର୍ଯ୍ୟ କରିବାରେ ସାହାର୍ଯ୍ୟ କରିବ ।
  • ସଂଗ୍ରହ ହୋଇଥିବା ତଥ୍ୟକୁ ବ୍ୟବହାର କରିସ୍ମସ୍ତ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଫଳାଫଳ ତଥା କାର୍ଯ୍ୟ ଯୋଜନାର ଉନ୍ନତି କରାଇବେ ।
  • ଶିକ୍ଷକ ତଥା ଆଞ୍ଚଳିକ ଗୋଷ୍ଠୀର ବିଶ୍ଲେଷଣ କରି ତଥା ବ୍ୟବହାର କରି ସମଦତ ଶିକ୍ଷାର୍ଥୀଙ୍କର ଉତ୍ତମ ଫଳାଫଳକୁ ସୁନିଶ୍ଚିତ କରାଇବେ ।
  1. ରୂପାନ୍ତରଣ ବିଷୟକୁ ସମ୍ବୋଧିତ କରିବା ଗୁରୁତ୍ଵକୁ ବୁଝିବେ

Pic 1

ଅନୁକ୍ରମିକ (Succeive)। ସରକାର ଶିକ୍ଷାର ମୌଳିକ (Central) ଭୂମିକାକୁ ଚିହ୍ନଟ କରି- ସମନ୍ୱିତ ସମାଜଟିଏ ତିଆରି କରିବେ ଯେ, କି ରୂପାନ୍ତରଣର ଗୁଣକୀର୍ତ୍ତନ କରିବେ । ବିଦ୍ୟାଳୟର ପ୍ରମୁଖ ହିସାବରେ ଆପଣଙ୍କ ବିଦ୍ୟାଳୟରେ ଥିବା ରୂପାନ୍ତରଣକୁ ଚିହ୍ନଟ କରିବାକୁ ପଡିବ, ଏବଂ ଜାଣିବାକୁ ପଡିବ ଯେ, ତାକୁ କିପରି ବହୁତ ଭଲରେ ବ୍ୟବହାର କରି ଶିକ୍ଷଣ ପାଇଁ ଏକ ସମ୍ବଳ ତଥା ସୁଯୋଗ ବୋଲି ରୂପାନ୍ତରଣକୁ ବ୍ୟବହାର କରିବା । ଆପଣଙ୍କୁ ମଧ୍ୟ ଚିହ୍ନଟ କରିବାକୁ ହେବ।– ଶିକ୍ଷଣ ସମୟରେ କେଉଁଠାରେ ରୂପାନ୍ତରଣ ବିଷୟଟି ଏକ ବାଧକ ଏବଂ ସମସ୍ତ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ଉନ୍ନତି ଆଣିବା ପାଇଁ କୈଶଳ ତିଆରି କରିବା ।

ଉପାୟ ପ୍ରସ୍ତୁତ କରିବାକୁ ପଡ଼ିବ, ଯଦ୍ଵାରା ଆପଣଙ୍କ ସମସ୍ତ ଶିକ୍ଷାର୍ଥୀର ଉନ୍ନତି ସମ୍ଭବ ହୋଇପାରିବ ।

ଏହି ଅଂଶଟି ଜାତୀୟ ଶିକ୍ଷା ନୀତି ସଂଗ୍ରହ କରାଯାଇଛି । ଏହି ଅଂଶଟିରେ ଗୁଣାତ୍ମକ ଶିକ୍ଷା ହାସଲ କରିବା ଯେ, ଏକ ଯୁକ୍ତିସଙ୍ଗୀତ ତଥ୍ୟ ତାହା ବର୍ଣ୍ଣିତ ହୋଇଛି ।

ଶିକ୍ଷା ବ୍ୟବସ୍ଥା, ଯାହାକି ସମାଜର ଏକ ଅବିଛେଦ୍ୟ ଅଙ୍ଗ, ଶିକ୍ଷା ସମାଜଠାରୁ ଅଲଗା ହୋଇ କାମ କରିପାରିବ ନାହିଁ । ଜାତିଗତ ସୋପାନ କ୍ରମ, ଅର୍ଥନୈତିକ ଅବସ୍ଥା, ଏବଂ ଲିଙ୍ଗଗତ ସଂପର୍କ, ସଂସୃତିକ ବିବିଧତା, ତତ୍ ସହିତ ଅସମାନ, ଅର୍ଥନୈତିକ ଉନ୍ନତି, ଯାହାକି ଭାରତୀୟ ସମାଜକୁ ଦର୍ଶାଇଥାଏ ଏବଂ ଅନେକାଂଶରେ ପ୍ରବାବିତ କରିଥାଏ । ବିଭିନ୍ନ ସାମାଜିକ ଏବଂ ଅର୍ଥନୈତିକ ବର୍ଗଙ୍କ ମଧ୍ୟରେ ଏହା ଏକ ତୀକ୍ଷଣ ବିଭେଦ ସୃଷ୍ଟି କରିଥାଏ, ଯାହାକି ବିଦ୍ୟାଳୟରେ ନାମ ଲେଖାଯାଇଥିବା  ପିଲା ତଥା ପାଠ ଶେଷ କରିଥିବା  ପିଲାଙ୍କ ମଧ୍ୟରେ ଥିବା  ହାର (rate) କୁ ପ୍ରତିଫଳିତ କରିଥାଏ । ଅର୍ଥାତ୍ ଉଭୟ ଗାଁ ଏବଂ ସହରାଞ୍ଚଳର ଦଳିତ ତଥା ଆଦିବାସୀ ଧର୍ମ ଓ ସଂସ୍କୃତି କାରଣରୁ, ଅସୁବିଧାରେ ଅବା ଗୋଷ୍ଠୀର ଝିଅମାନେ ଶିକ୍ଷା କ୍ଷେତ୍ରରେ ସବୁଠାରୁ ଅଧିକ ଦୁର୍ବଳ ତଥା ଏଥିରୁ ବଞ୍ଚିତ ହୋଇଥାଆନ୍ତି । ସହରାଞ୍ଚଳ ତଥା ଅନେକ ଗାଁରେ ବିଦ୍ୟାଳୟ ବ୍ୟବସ୍ଥାଟି ହିଁ ନିଜେ ବର୍ଗୀକୃତ ହୋଇଥାଏ ଏବଂ ଶିକ୍ଷାର୍ଥୀମାନଙ୍କୁ ଯଥେଷ୍ଟ ମାତ୍ରାରେ ତାରତମ୍ୟ ଅବା ଶିକ୍ଷା ଅନୁଭୂତିଗୁଡ଼ିକୁ ପ୍ରଦାନ କରିଥାଏ । ଲିଙ୍ଗଗତ ବୈଷମ୍ୟଜନିତ ସଂପର୍କ କେବଳ ପ୍ରଭୃତି ବିସ୍ତାରକୁ ଚିରସ୍ଥାୟୀ କରେ, ତାହା ନୁହେଁ ଏହା ମଧ୍ୟ ଦୁଶ୍ଚିନ୍ତା ସୃଷ୍ଟି କରେ ଓ ଉଭୟ ପୁଅ ପିଲା । ଝିଅ ପିଲାଙ୍କର ମାନବିକ ସମ୍ଭାବନାର ପୂର୍ଣ୍ଣାଙ୍ଗ ବିକାଶକୁ ଖର୍ବ କରିଦିଏ । ଏହା ସମସ୍ତ ମନୁଷ୍ୟ ସମାଜ ପାଇଁ ବର୍ତ୍ତମାନ ଥିବା  ଲିଙ୍ଗଗତ ବୈଷ୍ୟମରୁ ମୁକ୍ତ କରିବା ପାଇଁ ଉଦ୍ଧିଷ୍ଟ ।

ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନର ମୁଖ୍ୟ ଏହା ନିଶ୍ଚିତ କରାଇବା ଉଚିତ ଯେ, ଶିକ୍ଷା ବ୍ୟବସ୍ଥା ଯେପରି ଶିକ୍ଷାର୍ଥୀଙ୍କର ଏବଂ ଗୋଷ୍ଠୀର ଆବଶ୍ୟକତାକୁ ପୂରଣ କରିବା ଜାତୀୟ ପାଠ୍ୟକ୍ରମ ଆଧାର (NCF) ଏବଂ ଶିକ୍ଷା ଅଧିକାର ଅଧିନିୟମରେ ବିଦ୍ୟାଳୟକୁ ଏକ ଗୋଷ୍ଠୀ ଶିକ୍ଷଣର ମାଧ୍ୟମ ( Learning community) ଭାବରେ ବର୍ଣ୍ଣନା କରାଯାଇଛି । ସେଥିପାଇଁ ବିଦ୍ୟାଳୟର ପ୍ରମୁଖ ଭାବରେ ନିଜ ଅଞ୍ଚଳର ସାମାଜିକ ପରିବେଶ ସମ୍ପର୍କରେ ଜ୍ଞାନ ଥିବା  ଆବଶ୍ୟକ । କେବଳ ଜ୍ଞାନ ଥିଲେ ହେବ ନାହିଁ ଆଞ୍ଚଳିକ ପରିବେଶକୁ ଭଲଭାବେ ବୁଝିବା ଦରକାର । ଏହାକୁ ପୁଙ୍ଖାନୁପୁଙ୍ଖ ଭାବରେ NCSL ୨୦୧୪ ରେ ବର୍ଣ୍ଣନା କରାଯାଇଛି । ଯେଉଁଥରେ ବିଦ୍ୟାଳୟ ପ୍ରମୁଖମାନଙ୍କୁ ଚାରୋଟି ଦିଗ ଉପରେ ଅନୁସନ୍ଧାନ କରିବାର ସୁଯୋଗ ଅଛି । ଯଥା - ଆଦିବାସୀ, ବହୁ ଶ୍ରେଣୀୟ ବିଦ୍ୟାଳୟ, ବିଦ୍ୟାଳୟ ମଧ୍ୟରେ ଦ୍ଵନ୍ଦ ଏବଂ ଗମନାଗମନର ଅସୁବିଧା ।

ଶିକ୍ଷଣକାର୍ଯ୍ୟ - ୧: ଆପଣଙ୍କ ବିଦ୍ୟାଳୟରେ ମତଭେଦ / ଭିନ୍ନତା

ଆପଣ ବିଭିନ୍ନତାକୁ ମୁକାବିଲା କରିବା ପାଇଁ ଗତ ସପଥରେ ନିଜ ବିଦ୍ୟାଳୟରେ କଣ ପଦକ୍ଷେପ ନେଇଛନ୍ତି ସେହି ବାବଦରେ ପାଞ୍ଚଟି ବାକ୍ୟ ଶିକ୍ଷଣ ଡାଏରୀରେ ଟିପିକରି ରଖନ୍ତୁ । ଉଦାହରଣ ସ୍ୱରୂପ- ବହୁଭାଷିରେ କଥାବାର୍ଭା ହେବା ହୁଏତ ଶୁଣିଥିବେ ପୁଅଶିକ୍ଷାର୍ଥୀମାନଙ୍କୁ ଝିଅମାନଙ୍କ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦେବା ଦେଖିଥିବେ । ପିଲାମାନେ ବିଭିନ୍ନ ଧର୍ମକୁ ପାଳନ କରିବା ଓ ଚକଲଗା ଗାଡିରେ ବସିଥିବା  ଶିକ୍ଷାର୍ଥୀକୁ ସାହାଯ୍ୟ କରିଥିବେ । ଉପକ୍ରମରେ ସୁଚାଯାଇଥିବା  ବିବିଧତାର ପ୍ରକାରକୁ ଦେଖିପାରିବେ ।

ଯଥା – ଜାତି, ଧର୍ମ ବର୍ଣ୍ଣ, ଭାଷା, ଅର୍ଥନୈତିକ ସ୍ଥିତି, ସ୍ଵାକ୍ଷରତା ହାର, ସାମର୍ଥ ସ୍ତର, ସ୍ଵାସ୍ଥ୍ୟ ସ୍ତର, ବିଭିନ୍ନ ବୃତ୍ତି, ଭୌଗଳିକ ଓ ରାଜନୈତିକ ଅବସ୍ଥା ।

ଆପଣ ସତର୍କତାର ସହ ବିଭିନ୍ନତାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ଅବସ୍ଥାରେ ବିଭିନ୍ନତା ଏକ ସମସ୍ୟା କି ନୁହେଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବ୍ୟବହାରେ ଚେହେରା, ସାମର୍ଥ୍ୟ, ସୁଯୋଗ, କାର୍ଯ୍ୟରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ତାହା ଆପଣଙ୍କୁ ଧ୍ୟାନ ଦେବାରେ ଆବଶ୍ୟକତା ରହିଛି ।

ଆଲୋଚନା

ପ୍ରତ୍ୟେକ ବ୍ୟକ୍ତିଙ୍କର ମତ ଭିନ୍ନ ହୋଇପାରେ । ଅନ୍ୟମାନଙ୍କ ଅପେକ୍ଷା ଆପଣ କେତେକ ଭିନ୍ନତା ପ୍ରତି ସତର୍କ ରହିବେ । ଆପଣ ଆଗ୍ରହର ସହ ଚାହିଁବେ ଯେ, ଜଣେ ସହକର୍ମା ଆପଣ ଚିହ୍ନଟ କରିଥିବା  ବିଭିନ୍ନତାରେ ପ୍ରୟେଗ କରୁଛନ୍ତି ଓ ତୁଳନା କରି ବିବରଣୀ ପ୍ରସ୍ତୁତ କରିଛନ୍ତି । ବିବିଧତାର ଅନେକ ପରିସର ଅଛି । ପ୍ରତି ବିଦ୍ୟାଳୟ ବିଭିନ୍ନ ପରିସର ଦ୍ଵାରା ପ୍ରଭାବିତ ହୋଇଥାଏ । ବିଦ୍ୟାଳୟ ପ୍ରମୁଖଭାବେ ନିମ୍ନରେ ଦିଆଯାଇଥିବା ବିନ୍ଦୁ ବିଷୟରେ ଜାଣିବାର ଆବଶ୍ୟକ ଅଛି ।

  • ଶିକ୍ଷାର୍ଥୀ ଓ ସହକର୍ମାଙ୍କ ମଧ୍ୟରେ ଦେଖା ଯାଉଥିବା  ବିବିଧତାକୁ ମାନିବା ।
  • ବାଛ ବିଚାରଠୁ ଦୂରେଇ ରହିବା ପାଇଁ କାର୍ଯ୍ୟ କରିବା ।
  • ନିଶ୍ଚିତ ଲାଭ ପାଇଁ ବିବିଧତାକୁ ବ୍ୟବହାର କରିବା, ସାମାଜିକ ଦୃଷ୍ଟି କୋଣରୁ (ଦେଶ ଓ ଗୋଷ୍ଠୀର ବ୍ୟାପକ ଭାବେ ଉପକାର ପାଇଁ) ଶିକ୍ଷା ଦୃଷ୍ଟିକୋଣରୁ (ସବୁ ଶିକ୍ଷାର୍ଥୀର ସାମର୍ଥ୍ୟକୁ ବିନିଯୋଗକୁ ନିଶ୍ଚିତ କରିବା)

ଶିକ୍ଷଣକାର୍ଯ୍ୟ ୨: ଉଚ୍ଚକାଂକ୍ଷୀ) ଓ ଲକ୍ଷ୍ୟ ହାସଲ କରିବା ପାଇଁ ପୃଷ୍ଠଭୂମିକୁ ବୁଝିବା

ବର୍ତ୍ତମାନ ଚିନ୍ତା କରି ଦେଖନ୍ତୁ, ଆପଣ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ସାମାଜିକ ପୃଷ୍ଠଭୂମିରେ ବିବିଧତାକୁ କିପରି ଭାବରେ ନାମଲେଖା, ଶିକ୍ଷଣ ଓ ଫଳାଫଳ ଉପରେ ପ୍ରଭାବ ପକାଇଥାଏ । ଆପଣଣଙ୍କ ଦୃଷ୍ଟିକୁ ଆସିକୁ କି କେଉଁ ଧାରା ଓ ଢାଞ୍ଚା ଚାଲିଛି । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବିବିଧତାର କ'ଣ ସମସ୍ୟା ରହିଛି ଓ ସେଗୁଡିକୁ ସମାଧାନ କରିବାର ଆବଶ୍ୟକତା ଅଛି କି ?

ନିମ୍ନରେ ଦିଆ ଯାଇଥିବା  ପ୍ରଶ୍ନଗୁଡିକର ସମ୍ବନ୍ଧ ଶିକ୍ଷାର୍ଥୀମାନଙ୍କର ସାମାଜିକ ପୃଷ୍ଠଭୂମି ଏବଂ ସେମାନଙ୍କର ଶିକ୍ଷଣ ଓ ଉଚ୍ଚାକାଂକ୍ଷାର ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି । ନିଜ ଶିକ୍ଷଣ ଡାଏରୀରେ ଆପଣଙ୍କ ଉତ୍ତର ଗୁଠିକ ସଂକ୍ଷିପ୍ତ ଭାବରେ ଟିପିକରି ରଖନ୍ତୁ । ଆପଣଙ୍କ  ପୃଷ୍ଠଭୂମିକୁ ଲକ୍ଷ୍ୟ କରି ହୁଏତ ଏଭଳି ପ୍ରଶ୍ନ ପଚାରିପାରନ୍ତି ।

  • ଆପଣଙ୍କର କେହି ବି ଜଣେ ଶିକ୍ଷାର୍ଥୀ ଉଚ୍ଚତର ଶିକ୍ଷା ପାଇବା ପାଇଁ ପସନ୍ଦ କରିଛି କି /ବାଛି ନେଇଛି କି ?
  • ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କର ପସନ୍ଦ ମୁତାବକ କଲେଜରେ ନାମ ଲେଖାଇଛନ୍ତି ? ସେମାନଙ୍କ ମଧ୍ୟରୁ

କେଉଁମାନେ ସଫଳ । କୃତ କାର୍ଯ୍ୟ ହୋଇଛନ୍ତି ?

  • କେଉଁ ଯୋଗ୍ୟ ଶିକ୍ଷାର୍ଥୀ ଉଚ୍ଚତର ଶିକ୍ଷା ପାଇଁ ଆଗେଇ ନାହାନ୍ତି ଓ କାହିଁକି ?
  • କେଉଁ ଶିକ୍ଷାର୍ଥୀମାନେ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସମାପ୍ତିରେ କେଉଁ ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷା ସମ୍ପର୍କରେ ଅନିଦ୍ଧିଷ୍ଟ ?
  • ଆପଣଙ୍କ ବିଦ୍ୟାଳୟର କେତେଜଣ ଶିକ୍ଷାର୍ଥୀ ସେମାନଙ୍କର ବୃତ୍ତି / ପେଷା ବିଷୟରେ ଚିନ୍ତା କରନ୍ତି ?
  • ବର୍ତ୍ତମାନ ସାମାଜିକ ସ୍ଥିତିରୁ ଉର୍ଦ୍ଦରେ ବଞ୍ଚିବା ପାଇଁ ଶିକ୍ଷାର୍ଥୀ ଆକାଂକ୍ଷିତ କି ? ସେମାନେ ସବୁ କିଏ ? ସେମାନେ ଏଭଳି ଉଚ୍ଚକାଙକ୍ଷୀ ସହିତ ସମ୍ପର୍କିତ କି ? ଯେତେବେଳେ ଅନ୍ୟ ମାନେ ଏଭଳି କଥା ଚିନ୍ତା ମଧ୍ୟ କରିପାରୁନାହାନ୍ତି ।
  • ଶିକ୍ଷାର୍ଥୀମାନଙ୍କର କମ ଉପସ୍ଥାନ ସେମାନଙ୍କର ଉଚ୍ଚକାଂକ୍ଷୀ ସହିତ ସମ୍ପର୍କିତ କି ? ଗୋଟାଏ ଅନ୍ୟର କାରଣ କି ? କମ ଉପସ୍ଥାନ ଥିବା  ଶିକ୍ଷାର୍ଥୀ କମ ଶିକ୍ଷଣରେ ଆଗ୍ରହୀ କି ?
  • ଶିକ୍ଷଣ ଦୀର୍ଘମିଆଦୀ ଉଚ୍ଚକାଙକ୍ଷା ଉପରେ ଶିକ୍ଷାର୍ଥୀମାନଙ୍କର ଭାଷାଗତ କୌଶଳ ପ୍ରଭାବ ପକାଇଥାଏ କି ?

ଆଲୋଚନା

ଆପଣ ପଚାରିଥିବା  କୌଣସି ବି ପ୍ରଶ୍ନ କୁ ନେଇ ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି କି ? ଆପଣଙ୍କ ଅନ୍ତଃଭାବନା ବା ସାଧାରଣ ପର୍ଯ୍ୟପେକ୍ଷଣକୁ ଆଧାର କରି ସମ୍ଭାବ୍ୟ ଜବାବ ଦେଲେ କି ? ଆପଣ ହୁଏତ ଅନୁଭବ କରିଥିବେ ଯେ ସମସ୍ୟାକୁ ଚିହ୍ନଟ କରିବା ପାଇଁ ଅଧିକ ପ୍ରମାଣ ଓ ଦୃଢ଼ ତଥ୍ୟର ଆବଶ୍ୟକତା ଅଛି । କୌଣସି କାର୍ଯ୍ୟ କରିବା ପୂର୍ବରୁ ବୁଦ୍ଧିମାନର କାମ । ଭଲ ଭାବେ ଯାଞ୍ଚ କରିବେ ଯେ ଆପଣ ଠିକ୍ ଭାବରେ ସମସ୍ୟାଗୁଡିକ ଚିହ୍ନଟ କରିଛନ୍ତି ଏବଂ ବିଦ୍ୟାଳୟ ପରିସରରେ ଏହା କେତେ ଦୂର ବିସ୍ତାର ଲାଭ କରିଛି । ବିଭିନ୍ନ ସମସ୍ୟାକୁ ନେଇ ଶିକ୍ଷାର୍ଥୀ, ଗୋଷ୍ଠୀ, SMC ଓ ଅଭିଭାବକ, ଶିକ୍ଷକମାନଙ୍କର ମନୋବୃତ୍ତି ଓ ବୁଝିବା ଡ଼ଙ୍ଗକୁ ମୂଲ୍ୟାୟନ କରିବା ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ।

ଏଭଳି କାମ କରିବା ପାଇଁ ତଥ୍ୟ ସଂଗ୍ରହ କରିବାକୁ ଚାହିଁବେ । ଏହା ଆପଣଙ୍କୁ ପ୍ରାଥମିକ ପ୍ରତିକ୍ରିୟାରେ ଓ ପରିବର୍ତ୍ତନର ଯଥାର୍ଥତା ପାଇଁ ସାହାଯ୍ୟ କରିବେ । ଏଭଳି ତଥ୍ୟ ସଂଗ୍ରହ ମୂଳ ଆଧାର ଭାବରେ କାମ କରିବ । ଆପଣ ଜାଣିପାରିବେ ଯେ କେଉଁଠୁ ଯାଞ୍ଚ ଆରମ୍ଭ କରି ସାବଧାନ କରାଇବେ ବା ଶିକ୍ଷକର ପ୍ରଭାବକୁ ମାପିବେ ।

ଶିକ୍ଷଣକାର୍ଯ୍ୟ – ୩: ବିଦ୍ୟାଳୟ ଭିତରେ ବିବିଧତାର ଚିତ୍ର

ବିଦ୍ୟାଳୟକୁ ଆସିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କ ପାଖରେ ବିଭିନ୍ନ ପ୍ରକାରର ଅନୁଭୂତି ଥାଏ । ସେମାନେ ବିଭିନ୍ନ ପ୍ରକାରର ସମ୍ବଳର ଅଧିକାରୀ ଅଟନ୍ତି । ତେଣୁ ବିଦ୍ୟାଳୟରେ ବିଭିନ୍ନ ଅନୁଭୂତି ସମ୍ବଳ ସମ୍ପନ୍ନ ଶିକ୍ଷାର୍ଥୀମାନେ ନାମ ଲେଖାଯାଇଥାନ୍ତି । ସାଧାରଣତଃ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଏହା ସେମାନଙ୍କର ଶିକ୍ଷଣର ଫଳାଫଳ ଉପରେ ପ୍ରଭାବ ପକାଇଥାଏ । ଏହିଠାରୁ ଆପଣଙ୍କ ବିଦ୍ୟାଳୟରେ ପ୍ରକୃତରେ ଦେଖା ଯାଉଥିବା  ବିବିଧତାର ଦୃଶ୍ୟର ଚିତ୍ର ଆଙ୍କିପାରିବେ ।

Pic 2

ବର୍ତ୍ତମାନ ଉପଲବ୍ଧ ତଥ୍ୟକୁ ଓ ସୁଚନାଗୁଡ଼ିକୁ ତଳେ ଦିଆଯାଇଥିବା  ସାରଣୀ-୧ କୁ ବ୍ୟବହାର କରନ୍ତୁ, ଆପଣ ପୂରଣ କରନ୍ତୁ । ଆପଣଙ୍କ ବାମପାଖ କୋଠରେ କେତେଗୁଡ଼ିଏ ମୌଳିକ ଉତ୍ପାଦକର ତାଲିକା ପାଇବେ ଯାହା କି ଶିକ୍ଷାର୍ଥୀମାନଙ୍କର ଶିକ୍ଷଣର ଅଂଶଗ୍ରହଣକୁ ପ୍ରଭାବିତ କରିଥାଏ । ଶିକ୍ଷାର୍ଥୀମାନଙ୍କର ଧର୍ମ, ଭାଷାର ପରିସରକୁ ପ୍ରତିନିଧିତ୍ଵ କରିବା ପାଇଁ ଆପଣ ସ୍ତମ୍ଭଗୁଡିକୁ ଆହୁରି ଅଧିକ ଛୋଟ ଭାବରେ ଭାଗ କରିବାର ଆବଶ୍ୟକତା ହୋଇପାରେ ।

ଥରଟିଏ ଭାବୁଛ ତ, ପ୍ରତିଟି ମୌଳିକ ଉତ୍ପାଦକ (Factor) କିପରି ଭାବରେ ବିଦ୍ୟାଳୟର ଗୋଷ୍ଠୀକୁ ପ୍ରଭାବିତ କରୁଛି ଏବଂ ତା’ପରେ ଏହି ସ୍ତମ୍ଭକୁ ପୂରଣ କରନ୍ତୁ । ଆପଣଙ୍କ ପାଖରେ ହୁଏ ତ ସବୁ ବର୍ଗକୁ ପୂରଣ କରିବା ପାଇଁ ତଥ୍ୟ ମିଳି ନପାରେ । ଆପଣଙ୍କ ଶିକ୍ଷଣ ଡାଏରୀରେ ଟିପିକରି ରଖନ୍ତୁ କେଉଁ ତଥ୍ୟ ଆପଣଙ୍କୁ ସଂଗ୍ରହ କରିବାକୁ ପଡିବ, ତାପରେ ଯଥା ସମ୍ଭବ ସେଗୁଡିକୁ କାର୍ଯ୍ୟ ସମ୍ପାଦନ ପାଇଁ ସଂଗ୍ରହ କରିବାକୁ ଚେଷ୍ଟା କରିବେ । ଅନେକ ସମୟରେ ସତ୍ୟ ତଥ୍ୟଗୁଡିକ ଅଧିକ ପରିମାଣରେ ଆନୁମାନିକ ତଥ୍ୟ ଠାରୁ ଭିନ୍ନ ଅଟେ । ତେଣୁ ଆପଣ ଯେତେବେଳେ ଅନୁମାନ କରୁଛନ୍ତି, ସାବଧାନ ଓ ଆପଣ ଉପସଂହାର ଅନୁସନ୍ଧାନ କରିବାକୁ ଭୁଲିବେ ନାହିଁ ।

Table

ସାରଣୀ – ୧ ବିଦ୍ୟାଳୟ ଭିତରେ ବିବିଧତାର ଚିତ୍ର

ମୌଳିକ ଉତ୍ପାଦନ

ତଥ୍ୟ

ଶିକ୍ଷଣ ଫଳାଫଳକୁ ପ୍ରଭାବିତ କରୁଥିବା ମୂଳ କାରଣ

ପୁରୁଷ/ ମହିଳା ହାର

 

 

ନିମ୍ନ ବିତ୍ତ ସାମାଜିକ ଓ ଅର୍ଥନୈତିକ ଅବସ୍ଥା

 

 

ଉଚ୍ଚ ସାମାଜିକ ଭାଷା

 

 

ପରିଚତା ଭାଷାରେ ସଂଖ୍ୟା ଶିକ୍ଷା

 

 

ଶିକ୍ଷଣ ଅନଗ୍ରସର ଅସାମର୍ଥ୍ୟ

 

 

ଶାରୀରିକ ଭିନ୍ନକ୍ଷମ

 

 

ବିଦ୍ୟାଳୟ ଦୂରତା

 

 

ଧର୍ମ ଅନୁସନ୍ଧାନ

 

 

ସ୍ୱାସ୍ଥ୍ୟ ଅନୁସନ୍ଧାନ

 

 

ଅନ୍ୟାନ୍ୟ

 

 

 

ଏହି ତଥ୍ୟଗୁଡିକ ମଧ୍ୟରୁ କେଉଁଗୁଡିକ ଆପଣଙ୍କୁ ଆଶ୍ଚର୍ଯ୍ୟାନିତ ବା ଚିତ୍ତିତ କରନ୍ତି ଏବଂ କିଭଳି ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି। ସେଗୁଡିକୁ ଶିକ୍ଷଣ ଡାଏରୀରେ ଟିପିକରି ରଖନ୍ତୁ ।

ଆଲୋଚନା

ଏହି କାର୍ଯ୍ୟରୁ ବିଦ୍ୟାଳୟର ପୃଷ୍ଠଭୂମି ସମ୍ପର୍କରେ କେତେ ସଚେତନ ଜଣାପଡିବ । ଅନ୍ୟାନ୍ୟ ବିଷୟରେ ଅନୁସନ୍ଧାନ କରିବା ପାଇଁ କୌତୁହଳୀ ହେବା ଆପଣ ହୁଏତ ପ୍ରଭେଦ / ଅସମାନତାକୁ ଲକ୍ଷ୍ୟ କରିଥାଇପାରନ୍ତି। କିନ୍ତୁ ସେଗୁଡିକୁ ପୂର୍ବରୁ ସ୍ଵୀକାର କରିନଥିବେ । ଅନୁଭବ କରିଥିବେ ଯେ ବିଦ୍ୟାଳୟରେ ଆହୁରି ଅଧିକ ଉପାଦାନ (Factor) ଅଛି ଯାହାକୁ ଉପଲବ୍ଧ କରି ଧ୍ୟାନ ଦେଇଛନ୍ତି ଓ ତଥ୍ୟ ସଂଗ୍ରହ କରିଛନ୍ତି ।

ଆପଣ ସମ୍ଭବତଃ ହୃଦୟଙ୍ଗମ କରିଥିବେ ଯେ ଯେଉଁ ଜିନିଷ ପ୍ରତି ନିଶ୍ଚିତ ନାହାନ୍ତି ତଥାପି ସେ ବାବଦରେ ଅଧିକ କରିବାର ଅଛି, କିନ୍ତୁ ଏହି ତଥ୍ୟଗୁଡିକୁ କିପରି ଠାବ କରିବେ । ସେଥିପ୍ରତି ଉଦବେଗ ଅନୁଭବ କରୁଥିବେ । ଏଭଳି ହେବା ସ୍ଵାଭାବିକ ଅଟେ, ଯଦି ଦେଖିବେ ଯେ ତଥ୍ୟଗୁଡିକ ନୂଆ ତେବେ ସେଗୁଡ଼ିକୁ ବ୍ୟବହାର କରିବାର ତଥ୍ୟକୁ ନେଇ ଆପଣ ଚିନ୍ତିତ ହେବେ । ଏ କଥାଟି ଜଣେ ପ୍ରମୁଖଙ୍କର ସମ୍ମାନ ବହୁତ ବେଶୀ, ସେ ହସ୍ତ ଶିଳ୍ପ କାରିଗର ମାନଙ୍କ ବସ୍ତିରେ ଥିବା  ବିଦ୍ୟାଳୟରେ କାମ କରନ୍ତି । ଶିକ୍ଷାର୍ଥୀମାନଙ୍କର ଶିକ୍ଷଣର ଉନ୍ନତି ପାଇଁ ତାଙ୍କର ବୁଦ୍ଧି ବିଦ୍ୟାକୁ ପ୍ରୟୋଗ କରିଥିଲେ ।

ପରିସ୍ଥିତି ଅନୁଧ୍ୟାନ ୧ : ଶ୍ରୀମତୀ ସ୍ନେହାପ୍ରଭା ଦେବୀ ଫେରନ୍ତି

ଏଥିରେ ବର୍ଣ୍ଣନା କରାଯାଇଥିବା  ଘଟଣାଟି ଜେନ ଶିକ୍ଷାଧିକାରୀ ତାଙ୍କ ସହକର୍ମାଙ୍କ ପାଖକୁ ଚିଠିଟିଏ ଲେଖିଛନ୍ତି ।

ଶ୍ରୀମତୀ ସ୍ନେହାପ୍ରଭା ଦେବୀଙ୍କ ବିଦ୍ୟାଳୟରେ ପଢୁଥିବା  ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଜାଣନ୍ତି । କେଉଁ ବିଦ୍ୟାଳୟର ସବୁ ଶିକ୍ଷାର୍ଥୀଙ୍କୁ ସହାୟତା ଦେବାର ଆବଶ୍ୟକତା ଅଛି ଅବଙ୍ଗ ପ୍ରତି ଶିକ୍ଷାର୍ଥୀ କିପରି ନିଜ ସାମର୍ଥ୍ୟର ପୁନଃ ବିନିଯୋଗ କରି ଶିଖିବେ ସେଥିପ୍ରତି ନିଶ୍ଚିତ କରିଥାନ୍ତି । ଶିକ୍ଷାର୍ଥୀମାନଙ୍କର ଉପଲଛି ସ୍ତରକୁ ଦେଖି ସେ ସଚେତନ ଅଲେ ଯେ ଯେଉଁ ଶିକ୍ଷାର୍ଥୀମାନେ ନିମ୍ନବିତ୍ର ସାମାଜିକ ଓ ଅର୍ଥନୈତିକ ଭିତ୍ତି ଭୂମି । ପୃଷ୍ଠ ଭୂମିରୁ ଆସିଥାନ୍ତି ସେମାନଙ୍କର ବିଦ୍ୟାଳୟରେ ଶିକ୍ଷଣର ଉପଲଛି ସ୍ତର ମଧ୍ୟ କମ । ତେଣୁ ସେମାନଙ୍କର ସଫଳତାର ସ୍ତରକୁ ବଢ଼େଇବା ପାଇଁ ସେ ଯଥା ସମ୍ଭବ ସେମାନଙ୍କର ଆବଶ୍ୟକତାଗୁଡିକୁ ଅଗ୍ରାଧିକାର ଭିଭିରେ ସଜାଡିଥାନ୍ତି । ଜନ୍ମଦିନ ଉତ୍ସବ ପାଳନରେ ଅଯଥା ଟଙ୍କା ଖର୍ଚ୍ଚ ନ କରି ସାମାଜିକ ଓ ଅର୍ଥନୈତିକ ସ୍ଥିତି ଦୁର୍ବଳ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କର ପାଠପଢ଼ାରେ ଖର୍ଚ୍ଚ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟଙ୍କୁ ହୃଦବୋଧ କରାଇଥିଲେ ।

ଯେଉଁ ଗରିବ ଶ୍ରେଣୀର ବାପମା ସେମାନଙ୍କ ଝିଅମାନଙ୍କ ପାଇଁ ଶୀତଦିନେ ସ୍ଵେଟର କିଣି ଦେଇ ପାରୁନଥିଲେ ସେଭଳି ଶିକ୍ଷାର୍ଥୀମାନଙ୍କୁ ପ୍ରତି ବର୍ଷ ଶୀତଦିନେ ପାଞ୍ଚଟି ଲେଖାଏଁ ସ୍ଵେଟର ଅତି ଗରିବ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ଦେବା ପାଇଁ ତାଙ୍କର ସମକର୍ମାମାନଙ୍କୁ ପ୍ରଭାବିତ କରି ଯୋଗାଇ ଦେଉଥଲେ । ପାରିବାରିକ ଉତ୍ସବ ମାନଙ୍କରେ ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କୁ ନିୟନ୍ତ୍ରଣ କରିବାକୁ ସହକର୍ମାଙ୍କୁ ହୃଦବୋଧ କରାଇଥିଲେ । ସେ କହୁଥିଲେ ଶିକ୍ଷାର୍ଥୀମାନେ ବହୁତ ସୁନ୍ଦର ମେହେନ୍ଦି ଲାଗନ୍ତି । ତେଣୁ ପାରିବାରିକ ଉତ୍ସବରେ ସେମାନଙ୍କୁ ନିୟନ୍ତ୍ରଣ କରି ମେହେନ୍ଦି ଲଗାଇବା ପାଇଁ କାମ ଦେବ, ଯେଉଁଥୁରୁ ଶିକ୍ଷାର୍ଥୀମାନେ କିଛି ଟଙ୍କା ପାଇପାରିବେ ଓ ତାହା ସେମାନଙ୍କ କାମରେ ଲାଗିବ, ଏଭଳି କାମ ପାଇଁ ସହକର୍ମାଙ୍କର ପରିସରର ସଦସ୍ୟ ମାନଙ୍କୁ ଅନୁରୋଧ କରୁଥିଲେ ଏବଂ ସେମାନେ ଏ କଥାକୁ ହୃଦବୋଧ ମଧ୍ୟ କରାଇଥିଲେ ।

ତାଙ୍କର ପୁରାତନ ଶିକ୍ଷାର୍ଥୀମାନେ ସହରରେ ଥିବା  ମହାବିଦ୍ୟାଳୟରେ ପଢୁଛନ୍ତି, ସେମାନଙ୍କ ମଧ୍ୟରୁ କେତେ ଜଣ ପୁଅଝିଅ ମିଶିକି ପଢୁଥିବା  କେଲେଜରେ ଅଧୟନଗତ । ସେ ନିଶ୍ଚିତ ଥିଲେ ଯେ ତାଙ୍କର ଶିକ୍ଷକମାନେ ପ୍ରତି ପିଲା ପାଖରେ ଥିବା । Unique Talent କୁ ସହାୟତା ଯୋଗାଇଛନ୍ତି । ଶିକ୍ଷାର୍ଥୀମାନଙ୍କ ଉପସ୍ଥିତି ହାର ଏକଦମ କମ୍ ଏବଂ ଅଧାରୁ ପାଠ ଛାଡିଥିବା  ପିଲାଙ୍କ ସଂଖ୍ୟା ଶୁନ ଅଟେ। । ଅନ୍ୟାନ୍ୟ ସରକାରୀ ବିଦ୍ୟାଳୟଠୁ ତାଙ୍କ ବିଦ୍ୟାଳୟର ବିଜ୍ଞାନ ଶ୍ରେଣୀ ଓ ବିଜ୍ଞାନ ପରୀକ୍ଷାଗାର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଅଧିକ ଉନ୍ନତମାନର ଅଟେ |

ସ୍ନେହ ପ୍ରଭା ଦେବୀ ପଟୁ ପିଲାର ପରିବାରକୁ ବ୍ୟକ୍ତିଗତ ଭାବେ ଜାଣିଥାନ୍ତି ଓ ଆବଶ୍ୟକ ସ୍ଥଳେ ସାହାଯ୍ୟର ହାତ ବଢ଼େଇଥାନ୍ତି । କିନ୍ତୁ ସେମାନଙ୍କଠାରୁ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ଓ ପରିମଳ (ପରିଷ୍କାର ଓ ପରିଚ୍ଛନ୍ନତା)। ର ମାନ ଉନ୍ନତି କରିବା ପାଇଁ ଆନ୍ତରିକତା ସହ ତାଙ୍କ ସହ ମିଶି କାମ କରିବାକୁ ଅଧିକାରର ସହ କରନ୍ତି । ବିଦ୍ୟାଳୟରେ ପଢୁଥିବା  ପିଲାମାନଙ୍କର ମା' ମାନେ ସ୍ଵାସ୍ଥ୍ୟ ଶିବିର ପରିଚାଳନା କରିବା ପାଇଁ ଦାୟିତ୍ଵ ଦେଉଥିଲେ ।

ବିଦ୍ୟାଳୟର ଡିସପ୍ଲେ ବୋର୍ଡରେ ତାଙ୍କ ଲେଖା ପ୍ରକାଶିତ ହେଉଥିଲା । ସେଗୁଡିକ ତାଙ୍କର ମୌଳିକ ଲେଖା ଥିଲା, ଲେଖା ମାଧ୍ୟମରେ ସେ ଶିକ୍ଷକମାନଙ୍କୁ ଜଣାଇ ଦେଲେ । ତାଙ୍କ ବିଦ୍ୟାଳୟର ପରିବାର ଠାରୁ ଖୁବ ଆଦର ସମ୍ମାନ ପାଉଥିଲେ ।

ଶିକ୍ଷଣକାର୍ଯ୍ୟ – ୪ : ସ୍ନେହପ୍ରଭା ଦେବୀଙ୍କ ବିଦ୍ୟାଳୟର ପୃଷ୍ଠଭୂମି

ବିଦ୍ୟାଳୟର ପ୍ରମୁଖ ଭାବରେ ସ୍ଵେହପ୍ରଭା ଦେବୀ ନିଷ୍ଠାବାନ ଏବଂ କାମ କରିବାରେ ଖୁବ ଆଗ୍ରହ ଦେଖାଯାଉଥିବା  ବ୍ୟକ୍ତି ଅଟନ୍ତି । ନିମ୍ନରେ ଦିଆଯାଇଥିବା  ପ୍ରଶ୍ନଗୁଡିକର ଉତ୍ତର ନିଜ ଶିକ୍ଷଣ ଡାଏରୀରେ ଲେଖନ୍ତୁ ।

  • କେଉଁଭାବରେ ଶ୍ରୀମତୀ ସ୍ନେହପ୍ରଭା ଦେବୀ ନିଜ ସ୍କୁଲର ପରିସ୍ଥିତି ବୁଝିଲେ ।
  • ଆପଣଙ୍କ ମତରେ କେଉଁ ତଥ୍ୟଟି ଶ୍ରୀମତୀ ସେନହପ୍ରଭା ଦେବୀଙ୍କୁ ଉନ୍ନତି ଆଣିବାରେ ସାହାର୍ଯ୍ୟ କଲା ।
  • କେଉଁଗୁଡ଼ିକ ପ୍ରତ୍ୟେକ ଏବଂ ପରୋକ୍ଷ ଭାବରେ ତାଙ୍କର ଶିକ୍ଷାର୍ଥୀଙ୍କର ଶିଖିବା ଏବଂ ସଫଳତାକୁ ନେତୃତ୍ଵ ଦେଲା ।

ଆଲୋଚନା

ସ୍ନେହପ୍ରଭା ଦେବୀ ପ୍ରତି ପିଲାଙ୍କୁ ଓ ସେମାନଙ୍କ ପରିବାର ବିଷୟରେ ଜାଣିବା ଓ ଚିହ୍ନଟ କରିବା ପାଇଁ ପ୍ରକୃତରେ ଖୁବ ଆଗ୍ରହ ଦେଖାଉଥିଲେ ଓ ସେଥିପ୍ରତି ମଧ୍ୟ ଯତ୍ନଶୀଳ ଥିଲେ । ଏହା କେବଳ ସମ୍ଭବ ହେଉଥିଲେ। କାରଣ ସେ ପିଲାଙ୍କ ସହ ମିଶୁ ଥିଲେ ଓ ପିତା ମାତାଙ୍କ ସହ ସମ୍ପର୍କ ରଖିଥିଲେ । ତେଣୁ ସେମାନଙ୍କର ସାମାଜିକ ପୃଷ୍ଠଭୂମି ସମ୍ପର୍କରେ ଜାଣିପାରୁଥିଲେ । ସ୍ପେହପ୍ରଭା ଦେବୀ ସମ୍ଭବତଃ ପ୍ରଥମରୁ ହିଁ ଶିକ୍ଷାର୍ଥୀଙ୍କର ପୃଷ୍ଠାଭୂମି ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ପାଇଁ ସହକର୍ମୀମାନଙ୍କୁ ନିୟୋଜିତ କରିଥଲେ । ତାଙ୍କର ପିଲାମାନେ କିପରି ଜାଣିବା ପାଇଁ ସୁଯୋଗ ପାଇବେ ଓ ତାଙ୍କର ଉଚ୍ଚାକାଂକ୍ଷା ପୂରଣ ହେବ ସେହି ଲକ୍ଷ୍ୟ ରଖୁ ଏହି ଭଳି କାମକୁ ସହକର୍ମାଙ୍କ ସହ ମିଶି ନିରନ୍ତର ଭାବରେ ଜାରି ରଖୁଥଲେ । ତାଙ୍କର ଏହି ତଥ୍ୟ ସବୁ ଉପଗ୍ରହ ମଧ୍ୟରେ ଉପଲବ୍ଧ କରିବା ପାଇଁ କର୍ତ୍ତପକ୍ଷଙ୍କୁ ବାରମ୍ବାର ସାକ୍ଷାତ କରି ପ୍ରବର୍ତ୍ତାଉଥଲେ । ସେମାନେ ହୁଏତ ଦଳଗତ ଭାବେ ଆଲୋଚନା କରିଥଲେ କିପରି ସମସ୍ତେ ମିଶି ଶିକ୍ଷାର୍ଥୀଙ୍କ ଭିତରେ ଏକ ଭିନ୍ନ ରକମର ପରିବର୍ତ୍ତନ ଆଣିପାରିବେ ।

ପରିସ୍ଥିତି ଅନୁଧାନରୁ କମ ଉପସ୍ଥାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ପ୍ରତ୍ୟେକ୍ଷ ଭାବରେ ପ୍ରଭାବ ପକାଉଥିବା  ଉପାଦାନ ଗୁଡିକୁ ଚିହ୍ନଟ କରିଥିବେ ପରୋକ୍ଷ ପ୍ରଭାବ ଗୁଡିକ ସାଧାରଣତଃ ଶିକ୍ଷାର୍ଥୀମାନଙ୍କର ସୁସ୍ଥ ବାତାବରଣ ସହ ସମ୍ପର୍କ ଥାଏ । ଯେଉଁଠାରେ ଶିକ୍ଷାର୍ଥୀମାନେ ସହଜରେ ଶିକ୍ଷଣ ପାଇଁ ସୁବିଧା ପାଇବେ ।

ଏହା ଏକ ଆକସ୍ମିକ ଘଟଣା ନୁହେଁ । ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ଅଧିକ ପରିମାଣରେ ପ୍ରଭାବିତ କରୁଥବା ପରିବର୍ତନକୁ ପ୍ରବର୍ଭାଇବା । ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ବାଧା ସୃଷ୍ଟି କରୁଥିବା  କାରଣ ଗୁଡିକ ଗୁରୁତ୍ ଦେଇ ଚିହ୍ନଟ କରିବା । ଆପଣଙ୍କ ବିଦ୍ୟାଳୟରେ କ’ଣ ସୁବିଧା ସୁଯୋଗ ଉପଲବ୍ଧ ଅଛି ତା'ର କମ୍ ବ୍ୟବହାରକୁ ଚିହ୍ନଟ କରିବା । ଜଣେ ବିଦ୍ୟାଳୟ ପ୍ରମୁଖ ଭାବରେ ତଥ୍ୟକୁ ଆଧାର ଏବଂ ବିଶ୍ଲେଷଣ କରି ଦେଖା ଯାଉଥିବା  ପ୍ରତିବନ୍ଧକ ସୁଯୋଗ ଗୁଡିକ ଚିହ୍ନଟ କରିବେ ।

ତଥ୍ୟକୁ ବ୍ୟବହାର କରି ସମସ୍ତଙ୍କର ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା

ବିଦ୍ୟାଳୟର ବିଭିଧତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାର ଲକ୍ଷ୍ୟ ସ୍ପଷ୍ଟ ଅଟେ । ଏହାର ଲକ୍ଷ୍ୟ ହେଉଛି ଯେ ଶିକ୍ଷାର୍ଥୀଙ୍କର ଶିକ୍ଷଣ ଏବଂ ସଫଳତା ହାସଲରେ ଉନ୍ନତି ଆଣିବେ । ଗୋଷ୍ଠୀ ସହ ମିଶି ଯୋଜନା କରିବା ପାଇଁ ଏହି ଭଳି ତଥ୍ୟ ସଂଗ୍ରହ ଓ ବିଶେଷଣର ଦରକାର ପଡ଼ିଥାଏ । କେବଳ ଏତିକି ନୁହେଁ ଏହି ତଥ୍ୟ ଶିକ୍ଷାର୍ଥୀମାନଙ୍କର ଅଭିଜ୍ଞତା ବିଷୟରେ ମଧ୍ୟ ଆଲୋଚନା କରିବା ପାଇଁ ଖୋରକ ଯୋଗାଇଥାଏ ।

ଗୋଷ୍ଠୀରେ ବିଭିନ୍ନ ବର୍ଗର ଲୋକ ରହନ୍ତି ବିଭିନ୍ନ ବର୍ଗର ଶିକ୍ଷଣରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଦେଖାଯାଏ । ଅନ୍ୟମାନଙ୍କ ସହ ମିଶି ଏହି ତଥ୍ୟକୁ ବ୍ୟବହାର କଲେ ଆପଣ ନିଶ୍ଚିତ ହେବେ ଯେ ଗୋଷ୍ଠୀ ଶିକ୍ଷଣରେ ଦେଖା ଯାଉଥିବା  ପ୍ରତିବନ୍ଧକ ଗୁଡିକୁ ଭଲଭାବରେ ବୁଝିଛି । ଗୋଷ୍ଠୀରେ ବିଭିଧତା ଦେଖାଯୋଉ ଅବା ଶିକ୍ଷଣ ସୃଷ୍ଟି କରିବାରେ ସୁଯୋଗ ଦେଇଥାଏ । ଏହା ଆପଣ ଏହି ଅଧାୟର ପରବର୍ତ୍ତୀ ସମୟରେ ଅନୁସନ୍ଧାନ କରିବେ ।

ଯାହାଭି ହେଉ ଉପସ୍ଥାନ ଓ ଉପଲବ୍ଧି ସମ୍ପର୍କିତ ତଥ୍ୟକୁ ବିଦ୍ୟାଳୟ ପ୍ରମୁଖ ବିଶେଷ ଭାବରେ ଉପସ୍ଥାନ କରିଥାନ୍ତି । ବିଭିନ୍ନ ଶ୍ରେଣୀର ଉପସ୍ଥାନ ଓ ଉପଲଟିକୁ ପ୍ରତ୍ୟେକ ଶିକ୍ଷକ ବୁଝିବାର ଆବଶ୍ୟକତା ରହିଛି । ସମସ୍ତ ଶିକ୍ଷାର୍ଥୀ ବିଦ୍ୟାଳୟର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ନିଶ୍ଚିତ କରିବାକୁ ହେବ । ଜଣେ ବିଦ୍ୟାଳୟର ପ୍ରମୁଖ ଭାବରେ ଉପସ୍ଥାପନ ଓ ଉପଲବ୍ଧିକୁ ବିଶ୍ଲେଷଣ କରିବାର ଆବଶ୍ୟକତା ରହିଛି । ଏଭଳି ବିଶ୍ଲେଷଣ କଲେ ଆପଣ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଓ ଅଂଶଗ୍ରହଣରେ ପ୍ରଭାବ ପକାଉଥିବା  ଉପାଦାନକୁ ବୁଝିପାରିବେ ।

ଶିକ୍ଷଣକାର୍ଯ୍ୟ 5 : ଆପଣଙ୍କ ବିଦ୍ୟାଳୟର ତଥ୍ୟ ସମ୍ପର୍କରେ ଆପଣଙ୍କର ପ୍ରବେଶ

ଆପଣଙ୍କ ବିଦ୍ୟାଳୟ ପରିସରରେ ପଢୁଥିବା  ବିଭିନ୍ନ ବୟସର ଶିକ୍ଷାର୍ଥୀମାନଙ୍କ ଉପସ୍ଥାନ ଓ ଉପଲକ୍ଷିର ତଥ୍ୟ ସମ୍ପର୍କରେ ଆପଣଙ୍କର ପ୍ରବେଶ ରହିଛି । ଆପଣ କେତେ ଉପାୟରେ କିଛି କାମ କରିଛନ୍ତି ସେଥି ପାଇଁ ସମୟ ଦେଇ ଭାବନ୍ତୁ । ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଫଳାଫଳକୁ ପ୍ରଭାବିତ କରୁଥିବା  ଉପାଦାନକୁ ଚିହ୍ନଟ କରି ତଥ୍ୟ ଆଧାରରେ ବିଶ୍ଲେଷଣ କରନ୍ତୁ ।

ଏହି ତଥ୍ୟ ଭିତିଭୂମି ଭାବରେ କାମ କରିଥାଏ । ଏହି ତଥ୍ୟ ଆଧାରରେ ବିଦ୍ୟାଳୟର ଉପସ୍ଥାନ ଓ ଉପଲକ୍ଷିକୁ ପ୍ରଭାବିତ କରୁଥିବା  ଉପାଦାନ ବାବଦରେ ଜାଣି ହୁଏ । ଏହି ତଥ୍ୟକୁ ଅଧିକ ବିଶ୍ଲେଷଣ କଲେ ପରସ୍ପର ମଧ୍ୟରେ ନିର୍ଭରତା ବିଷୟରେ ଜଣା ପଡେ । ଉଦାହରଣ ସ୍ଵରୂପ – (କୌଣସି ଏକ ନିର୍ଦ୍ଦିଷ୍ଟ ଆଦିବାସୀ ଗୋଷ୍ଠୀର ଶିକ୍ଷାର୍ଥୀମାନେ ପୁଷ୍ଟିହୀନ କି ? )

ପିତାମାତାଙ୍କର କାମ ସମ୍ପର୍କରେ ଅନ୍ୟାନ୍ୟ ତଥ୍ୟ ରୁ ଜଣାପଡେ । (ଧାନ ଅମଳ ହେଉଥିବା  ସମୟରେ ଶିକ୍ଷାର୍ଥୀଙ୍କ ଉପସ୍ଥାନ କମ୍ ଦେଖାଯାଏ ।) ଏହି ଭଳି ଭାବରେ ତଥ୍ୟକୁ ବ୍ୟବହାର କରି ଜାଣି ପାରୁ ଯେ ଶିକ୍ଷାର୍ଥୀମାନେ ଶିକ୍ଷଣରେ ଅଂଶଗ୍ରହଣ କରିଛନ୍ତି କି ନାହିଁ ।

ଉପସ୍ଥାନ ଓ ଉପଲବ୍ଧିର ତଥ୍ୟ ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିଗତ ବିବରଣୀ ଫର୍ଦ ସହ ପ୍ରତ୍ୟେକ୍ଷ ଭାବରେ ଯୋଡି ହୋଇଥାଏ । ବିଦ୍ୟାଳୟର ପ୍ରଭୁଖ ଚାହିଁଲେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣକୁ ଅଧିକ ଉନ୍ନତ କରିବା ପାଇଁ ଏକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁ କରିପାରିବେ । ଏହି ତଥ୍ୟରୁ ପ୍ରମାଣ ମିଳେ ଯେ କେଉଁ ପରିସରରେ ଅଧିକ ଅଗ୍ରାଧକାର ଦେବେ ।

ଶିକ୍ଷଣକାର୍ଯ୍ୟ ୬ : ତଥ୍ୟ ବିଶ୍ଲେଷଣର ବ୍ୟବହାର

ଫଳାଫଳର ତଥ୍ୟକୁ ଦେଖନ୍ତୁ (ସମ୍ଭବତଃ ପରୀକ୍ଷା ଫଳାଫଳ), କୌଣସି ଏକ ସମସ୍ୟାକୁ ସମାଧାନ କରିବା ପାଇଁ ରାସ୍ତା । ଆଲୋକ ଦେଖାଇପାରେ (ବିଜ୍ଞାନ ବିଷୟରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରଭେଦ) । ଏହି ତଥ୍ୟରେ ଅବା ସାଧାରଣ ତୁଟିକୁ ସୁଧାରିବା ଓ ଫଳାଫଳକୁ ବିଶ୍ଲେଷଣ କରିବା ପାଇଁ ସମୟ ଦିଅନ୍ତୁ ।

ଯେଉଁ ତଥ୍ୟଗୁଡିକୁ ଆପଣ ବିଶ୍ଲେଷଣ କରିସାରିଛନ୍ତି , ସମ୍ବଲ-୧ ରେ ଉଲ୍ଲେଖ ଅବା କାର୍ଯ୍ୟକାରୀ ଯୋଜନାର ପ୍ରଶ୍ନଗୁଡିକର ଉତ୍ତର ଦେଇ ପ୍ରଥମ ଧାଡିର କାମ ଶେଷ କରନ୍ତୁ । ସାରଣୀ -୨ ରେ ଉଦାହରଣ ସ୍ଵରୂପ ଦିଆଯାଇଛି ।

  • ଶିକ୍ଷାର୍ଥୀଙ୍କ ଶିକ୍ଷଣ ସମ୍ପର୍କିତ ଯେଉଁ ସମସ୍ୟା ଆପଣ ବାଛିଥିଲେ। ସେ ସମ୍ପର୍କରେ କ’ଣ କହୁଛି?
  • ଆପଣ ସନ୍ଦେହ କରୁଥିବା  ଅଂଶଗୁଡିକ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସମସ୍ୟା ପରିସରରେ ଦେଖାଯାଉଛି ।
  • ଅନ୍ୟାନ୍ୟ ତଥ୍ୟକୁ ଚିହ୍ନଟ କରନ୍ତୁ । ଯାହା ଆପଣଙ୍କ ସମସ୍ୟାକୁ ବିଭିନ୍ନ ପଟରୁ ବିଶ୍ଲେଷଣ କରିବା ପାଇଁ ଦରକାର ପଡ଼ିବ । ଉଦାହରଣସ୍ଵରୂପ – ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ସହ ଶିକ୍ଷାର୍ଥୀମାନଙ୍କର ବିଜ୍ଞାନରେ ଭଲ ପ୍ରଦର୍ଶନ ର ସମ୍ପର୍କ ବା ଗଣିତରେ ଭଲ କରିବା ବା କୌଣସି ଏକ ଶିକ୍ଷକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିବାବେଳେ କେତେକ ବ୍ୟକ୍ତିଙ୍କର ପରାମର୍ଶର ଆବଶ୍ୟକତା ପଡିବ ସେମାନଙ୍କୁ ଚିହ୍ନଟ କରନ୍ତୁ । ଏହି କାମକୁ ଯାଞ୍ଚ କରି ସହାୟତା ପ୍ରଦାନ କରିବେ ଓ ନିଶ୍ଚିତ ହେବେ ଯେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଉନ୍ନତି ଦେଖାଦେଇଛି ।
  • ଆପଣ ଏହି କାର୍ଯ୍ୟ ଯୋଜନା ତିଆରି କରିବାରେ ଓ ସଂପୃକ୍ତ କରିବା ପାଇଁ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରନ୍ତୁ ଯେଉଁମାନେ ଶିକ୍ଷାର୍ଥୀଙ୍କର ଶିକ୍ଷଣରେ ଉନ୍ନତି ଆଣିବା କୌଶଳ କରିବାରେ ସାହାର୍ଯ୍ୟ କରିପାରିବେ ।
  • ଆପଣ ନିଜେ କ’ଣ ତଦାରଖ କରିବେ, ତାକୁ ଚିହ୍ନଟ କରନ୍ତୁ ଓ ଶିକ୍ଷଣରେ ଉନ୍ନତିକୁ ନିଶ୍ଚିତ କରନ୍ତୁ । ଏହା କଲାବେଳେ ଦେଖନ୍ତୁ ଯେ ଗତବର୍ଷର ତଥ୍ୟ ବ୍ୟତିତ ଅନ୍ୟ ଉପଲବ୍ଧ ତଥ୍ୟକୁ ମଧ୍ୟ ବ୍ୟବହାର କରିଛନ୍ତି ।

ବିବରଣୀ – ଆସନ୍ତାବର୍ଷର ସଫଳତାର ସ୍ତର ଦେଖିବା ପାଇଁ ଏହି ତଥ୍ୟର ଆବଶ୍ୟକତା ପଡିବ

ସାରଣୀ ୨ ( କାର୍ଯକାରୀ ଯୋଜନାର ଏକ ଉଦାହରଣ)

ତଥ୍ୟର ନାମ ଉପସ୍ଥାନ

ମୌଳିକ ଉତ୍ପାଦକର ବିଶ୍ଲେଷଣ ଅମଳ ସମୟରେ ପୁଅ ଓ ଝିଅଙ୍କର ଉପସ୍ଥାନ

ମୁଖ୍ୟାଶଂର ଫଳାଫଳ ଦୁଇ ସପ୍ତାହ ଧରି ପୁଅ ଶିକ୍ଷାର୍ଥୀଙ୍କ ଉପସ୍ଥାନରେ ଏକ ତୃତୀୟାଂଶ ହ୍ରାସ, ଝିଅ ପିଲାଙ୍କର ଏକ ପଞ୍ଚମାଂଶ ହ୍ରାସ

ଶିକ୍ଷଣରେ ଏହାର ପ୍ରଭାବ ସପ୍ତାହ ମଧ୍ୟରେ ପାଞ୍ଚଗୋଟି ମୁଖ୍ୟ ପାଠର କ୍ଷତି

ବିଜ୍ଞାନ ପରୀକ୍ଷାରେ ବ୍ୟାଘାତ

ବାର୍ଷିକ ଉପଲବଧି ଢାଞ୍ଚାରେ ଏହି ବିଶେଷ ବର୍ଗର ଶିକ୍ଷାର୍ଥୀଙ୍କର ତଥ୍ୟକୁ ପାଞ୍ଚ କରିବା

ଶିକ୍ଷଣକାର୍ଯ୍ୟ ବରିଷ୍ଠମାନଙ୍କ ସହ ଏ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ । ଚଳିତ ବର୍ଷର ପରୀକ୍ଷା ସମ୍ପର୍କିତ ସମସ୍ୟା ବାବଦରେ ଅଭିଲାଚନା ସହ ଆଲୋଚନା କରିବା ପାଇଁ କୌଶଳଗୁଡିକ ଚିହ୍ନଟ କରନ୍ତୁ – ଏହା ଅତ୍ୟନ୍ତ ଜରୁରୀ ଆପଣଙ୍କ ପ୍ରତିନିଧିକୁ  ହସ୍ତାନ୍ତର କରନ୍ତୁ । ଗତବର୍ଷ ସଂକଟମୟ ସପ୍ତାହରେ ଯେଉଁ ଶିକ୍ଷାର୍ଥୀ ପାଠପଢି ଆସିନଥିଲେ ସେମାନଙ୍କ ଉପଲବ୍ଧି ବିଷୟରେ ତଥ୍ୟ ବିଜ୍ଞାନ ବିଭାଗରୁ ସଂଗ୍ରହର କରନ୍ତୁ । ସମସ୍ତ ବିଷୟ ପ୍ରମୁଖଙ୍କ ସହ ସେମାନଙ୍କ ଶିକ୍ଷଣ ବିଷୟରେ ଆଲୋଚନା କରନ୍ତୁ । ଏ ବର୍ଷଅମଳ ସମୟରେ କେଉଁ ଶିକ୍ଷାର୍ଥୀମାନେ ବିଦ୍ୟାଳୟକୁ ଆସିବେ ନାହିଁ ସେମାନଙ୍କୁ ଚିହ୍ନଟ କରନ୍ତୁ ।

ସହାୟତା ଅମଳ ସମୟରେ ଉପସ୍ଥାନ ପରୀକ୍ଷାରେ ଏହି ଦଳର ସଫଳତା

 

ଉପସ୍ଥାନ ଓ ସଫଳତା ତଥୃକୁ ଆପଣ ବିଭିନ୍ନ ଉପାୟରେ ବିଶ୍ଲେଷଣ କରିବାର ଆବଶ୍ୟକ ହେବ । ଏହି ସମୟ ଭିତରେ ଉପସ୍ଥାନ ଓ ସଫଳତାର ଢଞ୍ଚା କୁ ବୁଝିବା ଏକ ବାର୍ଷିକ ଯୋଜନା ର ବିକାଶ କରିବେ । ଏହି ବାର୍ଷିକ ଯୋଜନାର ତଥ୍ୟକୁ ବିଶ୍ଲେଷଣ କରିବା ପାଇଁ ଅଗ୍ରାଧିକାର ଦେଇ ପ୍ରସ୍ତୁତ କରିଥିବା  କାର୍ଯ୍ୟକାରୀ ଯୋଜନା ଆବଶ୍ୟକ ହେବ । ସମୟକ୍ରମେ ଆପଣ ସଂଗ୍ରହ କରିଥିବା  ତଥ୍ୟଗୁଡିକ ବଦଳିପାରେ କାରଣ ଆପଣ ସଂଗ୍ରହ କରିତ୍ ବା ତଥ୍ୟ ଗୁଡିକୁ ଅଧିକ ସଂସ୍କୃତିପୂର୍ଣ୍ଣ । କେତେକ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଉପରେ ଦୀର୍ଘଦିନ ଧରି ଲାଗି ରହିଥିବା  ସମସ୍ୟାର ନକରାନ୍ସକ ପ୍ରଭାବ ପଡିପାରେ । ଆପଣ ହୁଏତ ଏସବୁ ବାବଦରେ ଜାଣିସାରିଥିବେଣୀ ତଥାପି ସତର୍କତାର ସହ ତଥ୍ୟକୁ ବିଶ୍ଲେଷଣ କରିବାର ଆବଶ୍ୟକତା ଅଛି । କାରଣ ଆପଣ ସମସ୍ୟାଗୁଡିକୁ ଠିକ ଭାବରେ ସମାଧାନ କରିଛନ୍ତି ବୋଲି ନିଶ୍ଚିତ ହେବେ ।

ଆଲୋଚନା

ଏହି ଶିକ୍ଷଣକାର୍ଯ୍ୟ ବିଭିନ୍ନ ବିଭାଗର ତଥ୍ୟକୁ ବିଶ୍ଲେଷଣ ଏବଂ ବିଦ୍ୟାଳୟର ସମସ୍ୟାଗୁଡିକୁ ପ୍ରଶସ୍ତ ଭାବରେ ବର୍ଣ୍ଣନା କରାଯାଇଅଛି ଏବଂ ପରବର୍ତ୍ତୀ ସମୟରେ ନିର୍ଦ୍ଦିଷ୍ଟ କାରଣ ବା ଉପାଦାନଗୁଡିକୁ ସମାଧାନର ଆବଶ୍ୟକତା ଉପରେ କୁହାଯାଇଅଛି । ଆପଣ ଏକୁଟିଆ କାମ କରୁଥିବା  ବେଳେ ବିଶେଷ ଭାବରେ ହିସାବ ପାଇଁ ସଂଖ୍ୟା ବଦଳାଇଯାଇପାରେ କିନ୍ତୁ। ଏଥିପାଇଁ ଆପଣ ସହକର୍ମୀ ଓ ଗୋଷ୍ଠୀର ସାହାର୍ଯ୍ୟ ଦରକାର କରିବେ (ସମ୍ଭବତଃ ଶିକ୍ଷାର୍ଥୀ ଓ ପିତାମାତା) ଯେଉଁମାନେ ଏହି ତଥ୍ୟ ସଂଗ୍ରହ ଓ ବିଶ୍ଲେଷଣ ରେ ସାହାର୍ଯ୍ୟ କରିବେ । ଯାହାକି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଶିକ୍ଷଣ ରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ।

ଆପଣଙ୍କ ବିଦ୍ୟାଳୟର ବିବିଧତାର ସମ୍ପୂର୍ଣ୍ଣ ଚିତ୍ର / ବିକାଶଶୀଳ ବିବିଧତାର ସଂପୂର୍ଣ୍ଣ ଚିତ୍ର

ବିଦ୍ୟାଳୟରେ ବିବିଧତାମାନେ କେବଳ ଉପସ୍ଥାନ ଓ ସଫଳତାର ତଥ୍ୟକୁ ବୁଝିବା ନୁହେଁ ବରଂ ଶିକ୍ଷାର୍ଥୀମାନେ କେତେ ପରିମାଣରେ ଗ୍ରହଣ କରୁଛନ୍ତି ଓ କ'ଣ ଅଭିଜ୍ଞତା ହାସଲ କରିବାକୁ ବୁଝାଏ । ଅସମତା ର ସମସ୍ୟାକୁ ଠିକଣା କରିବା ବେଳେ ଆପଣ ଅନ୍ୟମାନଙ୍କୁ କାମରେ ସମ୍ପ୍ରକ୍ତ କରିବା ଆବଶ୍ୟକ । ସେମାନେ ବିବିଧତାକୁ ଭଲ ପାଇବେ ଓ ବିଦ୍ୟାଳୟରେ କାମ କରିବାକୁ ନିଶ୍ଚିତ କରିବେ । ତଥ୍ୟ ସଂଗ୍ରହ କରିବା ଏହି ଲକ୍ଷ୍ୟ ପାଇଁ ଯେତେବେଳେ ଏକ ଅଂଶ ହୋଇଯିବ, ସେତେବେଳେ ଆପଣ ସହକର୍ମା, ଶିକ୍ଷାର୍ଥୀ ଓ ପିତାମାତାଙ୍କୁ ଉସକାଇବାକୁ ପଡିବ । କାରଣ ଆପଣ ଦରକାର କରିଥିବା  ତଥ୍ୟ ଗୁଡିକୁ ସେମାନେ ସଂଗ୍ରହ କରିଦେବେ । ଆପଣ ଲକ୍ଷ୍ୟରୁ ମିଳୁଥିବା  ଲାଭ ବିଷୟରେ କହିଥିବେ । ଲୋକମାନେ ହୁଏତ ସନ୍ଦେହ କରିପାରନ୍ତି ଯେ ଏହି ତଥ୍ୟଗୁଡିକୁ ଠିକ ରୂପେ ବ୍ୟବହାର କରାଯାଇନପାରେ । ଏହି ତଥ୍ୟ ଦ୍ଵାରା ଶିକ୍ଷାର୍ଥୀଙ୍କୁ ଅଧିକ ପରିମାଣରେ ସାମିଲ କରିବା ଅପେକ୍ଷା ପ୍ରଭେଦିକରଣ କରାଯିବ । ତଥ୍ୟଗୁଡିକର ବ୍ୟବହାର, ସଂରକ୍ଷଣ ଓ ନିରାପଦ ଦ୍ରୁଷ୍ଟିରୁ ସଂବେଦନଶୀଳ ଅଟେ । ଆପଣଙ୍କର ବାନା ଅନୁମତିରେ ଏହି ତଥ୍ୟର ଅପବ୍ୟବହାର, ଆଲୋଚନା କରାଯିବ ନାହିଁ ବୋଲି ଆପଣଙ୍କ ହିଁ ଦାୟିତ୍ଵ ନେବାର ଆବଶ୍ୟକତା ଅଛି । ତଥ୍ୟଗୁଡିକୁ କିପରି ସୁରକ୍ଷିତ ରଖୁବ ସେଥିପାଇଁ ଆପଣ ସେମାନଙ୍କୁ ସୂଚନା ଦେବେ ।

ଶିକ୍ଷଣକାର୍ଯ୍ୟ ୭ : ମିଳିତ ଭାବରେ ତଥ୍ୟ’ ସଂଗ୍ରହ

ଆପଣଙ୍କ ବିଦ୍ୟାଳୟର ସଫଳତାର ତଥ୍ୟକୁ ଲକ୍ଷ୍ୟ କରନ୍ତୁ, ଏହି ତଥ୍ୟ ଆପଣଙ୍କ ବିଦ୍ୟାଳୟର ବିବିଧତା ସମ୍ପର୍କରେ କ’ଣ କହୁଛି । ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଉନ୍ନତି ଆଣିବା ପାଇଁ ଆପଣ ଏହି ତଥ୍ୟକୁ କିପରି ବ୍ୟବହାର କରିବେ ? ପଦକ୍ଷେପ ନେଉଛନ୍ତି ବୋଲି ନିଶ୍ଚିତ ହେବା ପାଇଁ ଆପଣ ଅଧିକ କ'ଣ କରିବାର ଆବଶ୍ୟକତା ଅଛି ?

ଏଥିପାଇଁ ୧୫ ମିନିଟି ସମୟ ନିଅନ୍ତୁ । ଆପଣ ଅଧିକ କେଉଁ ସବୁ ତଥ୍ୟ ସଂଗ୍ରହ କରିବେ ସେଗୁଡିକୁ ଚିହ୍ନଟ କରନ୍ତୁ ।

  • ଆପଣ ନିଜେ ହିଁ ସଂଗ୍ରହ କରିବେ ।
  • ଆପଣ ଓ ଆପଣଙ୍କ ଶିକ୍ଷକମାନେ ସଂଗ୍ରହ କରିବେ ।
  • ଆପଣଙ୍କର ଶିକ୍ଷକମାନେ ଓ ଶିକ୍ଷାର୍ଥୀମାନେ ସଂଗ୍ରହ କରିବେ ।
  • ବିଦ୍ୟାଳୟ ପରିଚାଳନା କମିଟି ସଂଗ୍ରହ କରିବେ ।
  • ଗୋଷ୍ଠୀ ଓ ପିତାମାତା ସଂଗ୍ରହ କରିବେ ।

ଏହି ତଥ୍ୟ ସଂଗ୍ରହ କରିବା ବେଳେ ଆବଶ୍ୟକ ହେଉଥିବା  ଜ୍ଞାନ, କୌଶଳ ଗୁଡିକର ତାଲିକା କରନ୍ତୁ । ଆପଣଙ୍କ ସହକର୍ମା ଓ ଶିକ୍ଷାର୍ଥୀମାନଙ୍କ ଦରକାର ରେ ଆସିପାରେ । ସହକର୍ମା ଓ ଶିକ୍ଷାର୍ଥୀମାନଙ୍କ ର ଦକ୍ଷତା କୁ ଆକଳନ କରନ୍ତୁ ଏବଂ ସେମାନଙ୍କର ନାମ ଓ କେଉଁ ଭଳି ତଥ୍ୟ ସଂଗ୍ରହ କରିବେ ତାହା ନିଜ ଶିକ୍ଷଣ ଡାଏରୀ ରେ ଟିପି ରଖନ୍ତୁ । ଯେଉଁ ସହକର୍ମୀ ଓ ଶିକ୍ଷାର୍ଥୀମାନେ ଏହି ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ଭାଗ ନେଇ ନାହାନ୍ତି ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆପଣ କି ପ୍ରକାର ପଦକ୍ଷେପ ନେବେ ସେ କଥା ମଧ୍ୟ ଲେଖୁ ରଖନ୍ତୁ । ବିଦ୍ୟାଳୟର ପାଠ୍ୟକ୍ରମ ସହିତ ଏହି ତଥ୍ୟ ସଂଗ୍ରହକୁ କିଭଳି ଭାବେ ଯୋଡି ହେବ ବିଗ୍ରସ୍ତର କରିବା କଥା (ଉଦାହରଣ ସ୍ଵରୂପ ଗଣିତ ପଥ ରେ ତଥ୍ୟର ବିଶ୍ଲେଷଣ ବା ଭାଷା ଶିକ୍ଷଣ ରେ ପ୍ରଶ୍ନ ତିଆରି) । ଏଭଳି ତଥ୍ୟ ସଂଗ୍ରହ କାମରେ ଆପଣ କାହାକୁ ସଂପୃକ୍ତ କରିବେ । ଏହା ନିଷ୍ପତ୍ତି ନେବା ପରେ ଆପଣ ନିଜର ବିଶ୍ଚର ଓ ଏଭଳି ନିଷ୍ପତ୍ତିରେ କିଭଳି ପହଞ୍ଚିଲେ ସେ ବିଷୟରେ ତାଙ୍କୁ ଜଣାଇଦିଅନ୍ତୁ ।

ଏହି ସମୟରେ ଆପଣଙ୍କର ସହକର୍ମାଙ୍କ ସାଙ୍ଗରେ ବସି ସଂରୁହିତ ତଥ୍ୟ ଉପରେ ଏକ ତୁଳନାସକ ଆଲୋଚନା କରନ୍ତୁ । କାରଣ ବିଦ୍ୟାଳୟ ଏହି ତଥ୍ୟକୁ ଆଧାର କରି ବିବରଣୀ ପ୍ରସ୍ତୁତ କରିଛି ( ସରକାରୀ ନିୟମ ଅନୁଯାୟୀ ) ।

ଶିକ୍ଷଣକାର୍ଯ୍ୟ-୮ : ଏକାଠି ମିଶି ଯୋଜନା – କାହିଁକି, କିଏ, କଣ

 

ଆପଣଙ୍କ ପାଖରେ ଥିବା  ତଥ୍ୟ ଗୁଡିକୁ ଚିହ୍ନଟ କରିଥିବା  ଆରମ୍ଭ କରିସାରିଥିବେଣୀ ଓ ଦରକାର କରୁଥିବା  କେଉଁ ତଥ୍ୟ ସଂଗ୍ରହ ପାଇଁ କେଉଁମାନଙ୍କୁ ସମ୍ପ୍ରକ୍ତ କରିବେ । ବର୍ତମାନ ଆପଣ ଆବଶ୍ୟକ ମନେକରିବେ । ଏହି ବିଷୟରେ ସହକର୍ମୀ ଓ ଶିକ୍ଷାର୍ଥୀଙ୍କ ସହ କିପରି କଥାବାର୍ଭା । ଭାବବିନିମୟ କରିବେ । କୌଣସି ଏକ ଘଟଣା ପାଇଁ କିପରି ତଥ୍ୟ ସଂଗ୍ରହ ପ୍ରବାର୍ଭାଇବା ପାଇଁ ସମର୍ଥ ହେବେ । ବର୍ତମାନ ଭାବନ୍ତୁ କୌଣସି ଏକ ଘଟଣା ପାଇଁ ତଥ୍ୟ ସଂଗ୍ରହ କରିବା କାର୍ଯ୍ୟ କୁ କିପରି ପ୍ରବର୍ଭାଇବା ପାଇଁ ସମର୍ଥ ହେବେ ଯାହାକି ଆପଣଙ୍କୁ ଯୋଜନା ଓ ଯାଞ୍ଚ କରି ସହାୟତା ଦେବା ରେ ସାହାର୍ଯ୍ୟ କରିବେ ଓ ମୂଳଦୁଆ ସଦୃଶ କାମ କରିବେ । ନିଜର ଶିକ୍ଷଣ ଡାଏରୀରେ ଚାରିଗୋଟି ବା ପାଥୋଟି ମୁଖ୍ୟ କଥା ଟିପି କରି ରଖନ୍ତୁ । ଯଦିଓ ପାଠ୍ୟକ୍ରମ ଆଧାର ଓ ଶିଶୁ ଅଧିକାର ଆଧୁନିୟମରେ ପ୍ରଣୟନ ନୀତି ସହିତ ଶିକ୍ଷାର୍ଥୀମାନଙ୍କର ଲାଭକୁ ମନେରଖୁବେ । ସମ୍ବଳ-୨ ଏକ ପଥପ୍ରଦର୍ଶକ ଭାବେ କାମ କରିବ ।

ଆପଣ ଯେଉଁ ପାଥେଞ୍ଚଟି ମୁଖ୍ୟ ବିଷୟ ଲେଖୁଛନ୍ତି ସହକର୍ମୀମାନଙ୍କ ସହ ଆଲୋଚନା କରିପାରିବେ । ଶିକ୍ଷାର୍ଥୀ ଓ ସହକର୍ମୀମାନଙ୍କୁ ଏକାଠି ନିମନ୍ତ୍ରଣ କରି ମଧ୍ୟ ଆଲୋଚନା କରିପାରିବେ । ଆପଣ ତଥ୍ୟ ସଂଗ୍ରହ ସମ୍ପର୍କିତ କାମର ଯେଉଁ ପ୍ରସ୍ତାବ ଦେବେ ସମ୍ଭବତଃ । ଆପଣଙ୍କର ସହକର୍ମୀମାନେ ସଙ୍ଗେ ସଙ୍ଗେ ଗ୍ରହଣ କରି ନ ପାରନ୍ତି । ଅନ୍ୟମାନଙ୍କ ଭିତରେ କ’ଣ ସବୁ ସର୍ଭ ବା ପ୍ରଶ୍ନ ଅଛି। ସେ ବିଷୟରେ କାମ କରିବା ପୂର୍ବରୁ ଭାବିବା ଉଚିତ । ଆପଣ ପୂର୍ବରୁ ଭାବିଥିଲେ। ସେମାନଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଇପାରିବେ ଓ ତାହା ସହିତ ସେମାନଙ୍କର ସନ୍ଦେହ ଓ ସମାଲୋଚନାକୁ ଦୂର କରିପାରିବେ । ଏହି ମୁଖ୍ୟ ବିନ୍ଦୁ ସହିତ ଆପଣ କେତେକ ନିର୍ଦ୍ଦିଷ୍ଟ ଉପାଦାନ ପାଇଁ ତଥ୍ୟ ସଂଗ୍ରହର ପ୍ରସ୍ତାବ ରଖୁବାର ଆବଶକତା ଅଛି ।

ଏହି ମୁଖ୍ୟ ବିନ୍ଦୁ ସହିତ ଆପଣ ଚାହୁଁଥିବା କେତେକ ନିର୍ଦ୍ଦିଷ୍ଟ ଉପାଦାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ପ୍ରସ୍ତାବ ଦେବାର ଆବଶ୍ୟକତା ଅଛି । ପ୍ରତିଟି ବିଦ୍ୟାଳୟ ପାଇଁ ଏହା ସମ୍ଭବତଃ ଅଲଗା ହୋଇପାରେ । ବାସ୍ତବିକ ସମୟ ସହିତ ଏହାର ମଧ୍ୟ ପରିବର୍ତ୍ତନ ହୋଇପାରେ । ସହକର୍ମୀମାନେ ପ୍ରସ୍ତାବ ଦେଇଥିବା କେତେକ ଉପାଦାନକୁ ଆପଣ ବାଛିପାରନ୍ତି ବା ଯୋଡି ପାରନ୍ତି ।

ଯୋଜନାର ତୃତୀୟ ଭାଗରେ ଆପଣ ଏହାକୁ କିପରି ସଂଗଠିତ ଭାବରେ ନେତୃତ୍ବ ନେବେ ସେ ବିଷୟରେ ଆଲୋଚନାର ଆବଶ୍ୟକତା ଅଛି । କାମକୁ ନେତୃତ୍ବ ଦେବାର ବ୍ୟକ୍ତିଙ୍କ ନାମ ଯଦି ଆପଣ ଚିହ୍ନଟ କରିଛନ୍ତି ତାହାହେଲେ ପ୍ରଘଟ କରନ୍ତୁ । ପଚାରନ୍ତୁ କିଏ ସେଚ୍ଛାକୃତ ଭାବେ ଉଚ୍ଛୁକ ଅଛନ୍ତି ବା କୌଣସି ଶିକ୍ଷକଙ୍କ ନାମକୁ ମନୋନୟନ କରିବା ପାଇଁ ପ୍ରସ୍ତାବ ରଖନ୍ତୁ । ଏହି ପ୍ରକଳ୍ପରେ କାମ କରିବାର ଇଚ୍ଛା ପ୍ରକଟ କରିଥିବାରୁ ସଭା ଶେଷରେ ସେମାନଙ୍କୁ ଧନ୍ୟବାଦ ଦେବାକୁ ଭୁଲିବେ ନାହିଁ । ସର୍ବ ପ୍ରଥମେ ଆପଣଙ୍କ ଦିଗଦର୍ଶନରେ ଇଚ୍ଛାକୃତ ଭାବେ ତଥ୍ୟ ସଂଗ୍ରହ କରିବା ପାଇଁ ସହକର୍ମୀ ଓ ଶିକ୍ଷାର୍ଥୀଙ୍କୁ ପ୍ରେରଣା ଦିଅନ୍ତୁ । ଯେମିତିକି ସେମାନେ ଗଭୀର ଭାବରେ ଏହାର ନିହିତାର୍ଥ ଓ ବ୍ୟବହାର ସମ୍ପର୍କରେ ଚିନ୍ତା କରିବେ ଓ ଏହି ସୂଚନାଗୁଡିକ କିପରି ଭାବରେ ଶିକ୍ଷାର୍ଥୀଙ୍କର ସଫଳତା ପାଇଁ ପ୍ରୟୋଗ ହୋଇପାରିବ ସେ ବିଷୟରେ ପ୍ରସ୍ତାବ ରଖିବେ ।

ଆଲୋଚନା

ଏଭଳି ଖୋଲା ଆଲୋଚନା ଦ୍ଵାରା ଆପଣଙ୍କ ସହକର୍ମୀ ଓ ଶିକ୍ଷାର୍ଥୀମାନେ ପ୍ରକଳ୍ପ ନିମନ୍ତେ ତଥ୍ୟ ସଂଗ୍ରହର କାରଣ ବିଷୟରେ କେବଳ ଜାଣିବେ ନାହିଁ ବରଂ ସେମାନଙ୍କର ସନ୍ଦେହ ଓ ଜିଜ୍ଞାସା । ପ୍ରଶ୍ନକୁ ଦୂର କରିବା ପାଇଁ ସମର୍ଥ ହେବେ । ଏଥି ସହିତ ତାଙ୍କର ଚିନ୍ତାଧାରାକୁ ମଧ୍ୟ ଆପଣଙ୍କ ତାରିକାରେ ଯୋଡିପାରିବେ ଏହି ପ୍ରକଳ୍ପ ପାଇଁ ବିଦ୍ୟାଳୟରେ ପୁଞ୍ଜରଣ ସୃଷ୍ଟି ହେବ ଓ କାମର ସମ୍ପାଦନ ପାଇଁ ଦଳ ଚିହ୍ନଟ ହୋଇଯିବ ।

ସେ କିପରି ଭାବରେ କାମଗୁଡିକୁ ନିଜ ଓ ଦଳ ମଧ୍ୟରେ ବାଣ୍ଟିଲେ, ସେ ବିଷୟରେ ସମସ୍ତେ କଥାବାର୍ଭା କରୁଛନ୍ତି । ସମସ୍ତଙ୍କର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ଯୋଜନାକୁ କିପରି ଭାବେ ଯାଞ୍ଚ କରି ସହାୟତା ଦେବେ ସେଥିପାଇଁ ଫର୍ଦ୍ଦଟିଏ ମଧ୍ୟ ପ୍ରସ୍ତୁତ ହୋଇଛି ।

ପରିସ୍ଥିତି ଅନୁଧାନ ୨: ମଞ୍ଜୁଦେବୀ ସହକର୍ମାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କଲେ

ମଞ୍ଜୁଦେବୀ : ଯେଉଁମାନେ ବିଦ୍ୟାଳୟ ସମ୍ପର୍କିତ ତଥ୍ୟର ଚୁଡାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି, ମୁଁ ସେମାନଙ୍କୁ ପ୍ରଥମେ ଧନ୍ୟବାଦ ଦେଉଛି । ମୁଁ ସେହିଗୁଡ଼ିକୁ ବିଶେଷ ଭାବରେ ଦେଖିଛି ଯେଉଁଥିରେ ଶିକ୍ଷାର୍ଥୀମାନେ ଅନ୍ତର୍ଭୁକ୍ତ ହୋଇ ତଥ୍ୟ ସଂଗ୍ରହ କରିଥିଲେ ଏବଂ ସେହି ତଥ୍ୟକୁ ଆମେ ଶ୍ରେଣୀରେ ବ୍ୟବହାର କରିବା । ପରିଶେଷରେ ଆମେ ବିଦ୍ୟାଳୟରେ ପଢୁଥିବା ୧୫୦୦ ଶିକ୍ଷାର୍ଥୀଙ୍କୁ ରାସ୍ତାକୁ ଆଣିପାରିବା ଓ ସେମାନେ ବିଦ୍ୟାଳୟ ଦ୍ଵାରା ଉପକୃତ ହେବେ ।

ଆଜି ଆମ ହାତରେ ୨୦ ମିନିଟ ସମୟ ଅଛି । ଆମେ ସ୍ଥିର କରିବା ଯେ ଆମ ଭିତରୁ କିଏ ଏକକାଳୀନ ଗୋଟାଏ ବା ଦୁଇଟି ପରିସର ପାଇଁ ଦାୟିତ୍ଵ ନେଇ ତଥ୍ୟ ସଂଗ୍ରହ କରିବ । କିନ୍ତୁ ଦେଖିବାକୁ ପଡିବ ଯେ କାମର ବୋଝ ଯେମିତି କାହା ଉପରେ ଅଧିକ ନ ପଡେ ।

ନିରୁପମା ଦେବୀ : ହଁ, ଧନ୍ୟବାଦ ମଞ୍ଜୁଦେବୀ, ମତେ ଯେଉଁ କାର୍ଯ୍ୟ ଦିଆଯାଇଛି। ସେଥିପାଇଁ ମୁଁ ଖୁସି । ମୁଁ ଲକ୍ଷ୍ୟ କଲି ଯେ ମୋର ଯେଉଁ କାର୍ଯ୍ୟରେ ଆଗ୍ରହ ଅଛି, ତାହା ଆପଣ ମନେରଖି ମତେ ଦେଇଛନ୍ତି । ମତେ ଯଦି ମିନାକ୍ଷୀ ଦେବୀ କାମଗୁଡିକୁ ମନେପକାଇ ଦେବା ପାଇଁ ରାଜି ହେବେ ତାହା ହେଲେ ମୁଁ ଅଧିକ ଖୁସି ହେବ ।

ମିନାକ୍ଷୀ ଦେବୀ : ଅବଶ୍ୟ ନିରୂପମା ଦେବୀ, ମୁଁ ମନେପକାଇ ଦେବାକୁ ଖୁସି ହେବି । ମଞ୍ଜୁ ଦେବୀ ଯେଉଁ ଭାଷା ସମିଳିତ ତଥ୍ୟ କାର୍ଯ୍ୟ ମତେ ଦେଇଛନ୍ତି । ମୁଁ ସେଥିରେ ଖୁସି କିନ୍ତୁ ମୁଁ ନିଷ୍ଠିତ ନୁହେଁ ଯେ ଏ କାମ କରିପାରିବି କାରଣ ମୋର ଶୁଶୁରଙ୍କ ଦେହ ଖରାପ ଅଛି ଓ ଡାକ୍ତରଖାନାରେ ଅଛନ୍ତି । ଆମେ ସମସ୍ତେ ପାଳି କରି ତାଙ୍କୁ ଦେଖାଶୁଣା କରୁଛୁ । ମୁଁ ଜାଣିଛି ଯେ ଶିକ୍ଷାର୍ଥୀଙ୍କ ଦ୍ଵାରା ଏହି ସର୍ଭେ କାମ କରିହେବ । କିନ୍ତୁ ବ୍ୟକ୍ତିଗତ ଭାବେ କେତେକ କ୍ଷେତ୍ରରେ ନିଜେ ନିଶ୍ଚିତ ହେବା ପାଇଁ କାମକୁ ଲକ୍ଷ୍ୟ କରିବା ଦରକାର କିନ୍ତୁ ମୁଁ ଯେ କରିପାରିବି ଏଥିପାଇଁ ନିଶ୍ଚିତ ନୁହେଁ ।

ମଞ୍ଜୁଦେବୀ : ସତରେ ମିନାକ୍ଷୀ ଦେବୀ ମୁଁ ଏ କଥା ଜାଣି ନଥୁଲି । ଏ । ମୁଁ ଭାବିଲି ଯେ ଆପଣଙ୍କୁ ଏ ସର୍ଭେ କାମ ଦେବା ଉଚିତ ହେବ । ଯେହେତୁ ଆପଣ ୟୁଟରରେ ବିଦ୍ୟାଳୟକୁ ଆସୁଛନ୍ତି । ଆପଣ ସ୍କୁଟରରେ ଏହି କାମକୁ କରିପାରିବେ । ଶିକ୍ଷାର୍ଥୀମାନେ ଘରେ ବ୍ୟବହାର କରୁଥିବା  ଭାଷାକୁ ଆମ ସମସ୍ତଙ୍କର ବୁଝିବା ଦରକାର କାରଣ ଆମ ଭିତରୁ ଅଧୁକାଂଶ ଅନୁଭବ କରିଛନ୍ତି ଯେ ଘରୋଇ ଭାଷା ଏକ ମୁଖ୍ୟ ଉପାଦାନ ଯାହା ଶିକ୍ଷାର୍ଥୀଙ୍କର ଶିକ୍ଷଣର ଫଳାଫଳକୁ ନିର୍ବାରିତ କରିଥାଏ । କିନ୍ତୁ ଏହାକୁ ପ୍ରମାଣ କରିବା ପାଇଁ ମୋ ପାଖରେ କୌଣସି ତଥ୍ୟ ନାହିଁ । ଏହାକୁ ସମାଧାନ କରିବା ପାଇଁ କିଛି ଗୋଟିଏ ବାଟ ବାହାର କରିବାକୁ ପଡ଼ିବ ।

ଜ୍ୟୋତିଦେବୀ : ଠିକ ଅଛି, ମଞ୍ଜୁଦେବୀ ମୁଁ ସାଇକେଲ ରେ ଯାଇ ଏ କାମ କରିଦେବି । ମୁଁ କ’ଣ ଏ ପାଖାପାଖ ଅଞ୍ଚଳର ସର୍ଭେ କାମ କରିପାରିବିନି ? ମତେ ଏ କଥା ଖୁବ ଭଲ ଲାଗିଲା | ମତେ ଦିଆଯାଇଥିବା  କାମ ବଦଳରେ ମିନାକ୍ଷୀ ଦେବୀ ପ୍ରତି ଶିକ୍ଷାର୍ଥୀ ଓ କର୍ମଚାରୀଙ୍କ ଧର୍ମ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରନ୍ତୁ । ମିନାକ୍ଷୀ ଦେବୀ ମତେ କାମ ବାବଦରେ ମନେ ପକାଇଲେ ଖୁସି ହେବ । ତା ପରେ ମୁଁ ଜାଣି ନଥିବା  ସ୍ଥାନ ବିଷୟରେ ସେ ମତେ କହିବେ ।

ମିନାକ୍ଷୀ ଦେବୀ : ଧନ୍ୟବାଦ ଜ୍ୟୋତି ଦେବୀ, ଆପଙ୍କ ସହିତ ମୋର କାମ ବଦଳାଇଥିବାରୁ ଓ ଆପଣଙ୍କର ସ୍ମରଣକାରୀ ହୋଇଥିବାରୁ  ମୁଁ ଖୁସି ।

ମଞ୍ଜୁଦେବୀ : ଠିକ ଅଛି। ସେଗୁଡିକ ଶୀଘ୍ର ସମାଧାନ କରିହେବ । ଓଃ କି ଶାନ୍ତି । ମିନାକ୍ଷୀ ଦେବୀ ମୁଁ ଆପଣଙ୍କ ସ୍ମରଣକାରୀ ଦେବୀ, ଯେଉଁମାନେ ଏଠାରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ନିଜ କାର୍ଯ୍ୟ ପରିସର ସମ୍ପର୍କିତ କିଛି ଅସୁବିଧାର ପ୍ରଶ୍ନ ଅଛି କି ?

ଚନ୍ଦ୍ରିକାଦେବୀ : ସାମାଜିକ ଓ ଅର୍ଥନୈତିକ ସମ୍ପର୍କିତ ପ୍ରକୃତ ତଥ୍ୟ କିପରି ସଂଗ୍ରହ କରାଯିବ ସେ ବିଷୟରେ ମୁଁ ଠିକ ଭାବେ ଜାଣି ପାରୁନାହିଁ । ମୁଁ ମୋର ସ୍ଵାମୀଙ୍କର ଆୟ ବିଷୟରେ ଠିକ ଭାବେ ଜାଣେ ନାହିଁ କାରଣ ସେ ବିଭିନ୍ନ ପ୍ରକଳ୍ପରେ ବୃତ୍ତିଗତ ଭାବେ କାମ କରନ୍ତି, ତେଣୁ କିପରି ଆକଳନ କରିବି ?

ମମତା ଦେବୀ : ସାମାଜିକ ଓ ଅର୍ଥନୈତିକ ସମ୍ପର୍କିତ ପ୍ରକୃତ ତଥ୍ୟ କିପରି ସଂଗ୍ରହ କରାଯିବ ସେ ବିଷୟରେ ମୁଁ ଠିକ ଭାବେ ଜାଣି ପାରୁନାହିଁ । ମୁଁ ମୋର ସ୍ଵାମୀଙ୍କର ଆୟ ବିଷୟରେ ଠିକ ଭାବେ ଜାଣେ ନାହିଁ କାରଣ ସେ ବିଭିନ୍ନ ପ୍ରକଳ୍ପରେ ବୃତ୍ତିଗତ ଭାବେ କାମ କରନ୍ତି, ତେଣୁ କିପରି ଆକଳନ କରିବି ?

ମମତା ଦେବୀ : ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ନିର୍ଭୁଲ ତଥ୍ୟ ସଂଗ୍ରହ କରୁ ନାହିଁ । ଆମେ କେବଳ ଏତିକି ଦେଖି ବା ଯେ ଏହା ଶିକ୍ଷାର୍ଥୀମାନଙ୍କର ଫଳାଫଳ ଉପରେ କିପରି ପ୍ରଭାବ ପକାଉଛି । ଏହାକୁ ଆମେ ସାଧାରଣତଃ ତିନି ଭାଗରେ ଭାଗ କରିପାରିବ । ଯଦି ଗୋଟିଏ ଶିକ୍ଷାର୍ଥୀ ଖାଦ୍ୟ, ବସ୍ତ୍ର ଓ ଘର ପାଇଁ ବ୍ୟୟ କରିପାରୁଛି ତାହାହେଲେ ତାକୁ 'କ' ଶ୍ରେଣୀଭୁକ୍ତ କରିବା ।

ମଞ୍ଜୁଦେବୀ : ମୁଁ ଭାବୁଛି ଯେଉଁ ଶିକ୍ଷାର୍ଥୀର ବାପା, ମା କେବଳ ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟକୁ ପଠାଇଥାନ୍ତି, ସେଭଳି କ୍ଷେତ୍ରରେ ତାକୁ ‘ଗ’ ଶ୍ରେଣୀଭୁକ୍ତ କରିବା । ଏଭଳି ଶିକ୍ଷାର୍ଥୀଙ୍କ ପାଇଁ ମୁଁ ବେଶୀ ନିଷ୍ଠିତ କାରଣ ଆମେ ସେମାନଙ୍କୁ ଧାନ ଦେଇପାରୁନାହୁଁ । ଆମେ ସେହି ଶିକ୍ଷାର୍ଥୀମାନଙ୍କର ଯତ୍ର ନେଉ ଯିଏ ଆମକୁ ଖାତା ଓ କଲମ ମାଗିଥାନ୍ତି। କିନ୍ତୁ ଏମିତି ବି ଶିକ୍ଷାର୍ଥୀ ଅଟେବ ଯିଏ ମାଗିପାରନ୍ତି ନାହିଁ । ସେମାନେ ହୁଏତ ଅଧିକ ଲଜ୍ଜାଶୀଳ ଥିବେ ।ବର୍ତମାନ ଆମକୁ ଦେଖିବାକୁ ପଡିବ ଯେ ସେମାନେ କମ ସଫଳତା ପାଉଥିବା  ଦଳର ଶିକ୍ଷାର୍ଥୀ କି ?

ଚନ୍ଦ୍ରିକା ଦେବୀ :  ମମତା ଦେବୀ ଯଦି ଆପଣ ମୋର ସ୍ମରଣକାରୀ ହେବେ ତେବେ ମୁଁ ଆପଣଙ୍କୁ ପାଖକୁ ଆସିବାକୁ ଗର୍ବ ଅନୁଭବ କରିବି ।

ମମତା ଦେବୀ : ଅବଶ୍ୟ ଚନ୍ଦ୍ରିକା ଓ ନିରୁପମା ଦେବୀ ମୋର ସ୍ମରଣକାରୀ ଭାବେ ଆପଣମାନଙ୍କୁ ଗଣନା କରୁଛି ।

ନିରୁପମା ଦେବୀ : ନିଶ୍ଚିତ

ମଞ୍ଜୁ ଦେବୀ : ବର୍ତ୍ତମାନ ଆପଣ ମାନେ କେଉଁ ରକମର କାମ କରିବେ ଜାଣିଲେ । ଆପଣମାନଙ୍କୁ ଦିଆଯାଇଥିବା  କାର୍ଯ୍ୟ ପରିସରକୁ ଯାଞ୍ଚ କରିବା ମନେ ପକାଇଦେଉଛି । ପ୍ରତ୍ୟେକଙ୍କ ପାଖରେ ଜଣେ ସାଙ୍ଗ ଅଛନ୍ତି । ଆପଣମାନେ ତଥ୍ୟ ସଂଗ୍ରହ କରିବା ବେଳେ ଶିକ୍ଷାର୍ଥୀ, ଆଣକର୍ମଚାରି, ଅଭିଭାବକଙ୍କୁ ଯଥା ସମ୍ଭବ ସାମିଲ କରିବେ ।

ପରବର୍ତ୍ତୀ ବୈଠକରେ ସଂଗୃହିତ ତଥ୍ୟକୁ କିପରି ଶ୍ରେଣୀଗୁହ କାର୍ଯ୍ୟରେ ଲଗାଇବା ସେ ବିଷୟରେ ଆଲୋଚନା କରିବା । ସମସ୍ତଙ୍କୁ ଧନ୍ୟବାଦ ।

ସମସ୍ତେ : ଧନ୍ୟବାଦ, ମଞ୍ଜୁ ଦେବୀ ।

ଶିକ୍ଷଣ’କାର୍ଯ୍ୟ – ୯ – ମଞ୍ଜୁ ଦେବୀଙ୍କ ବୈଠକର ପୁନରଲୋକନ

ଅନୁଶୀଳନ, ଶିକ୍ଷକମାନଙ୍କ ସହ ହୋଇଥିବା  ସଭାରୁ ସେମାନଙ୍କର ଅଧିକ ପରିମାଣର ତଥ୍ୟ ସଂଗ୍ରହ କାର୍ଯ୍ୟର ଲକ୍ଷ୍ୟ ଓ ମୂଲ୍ୟ ଉପରେ ଅଧିକ ସହଯୋଗ ଦେବାର ପରିଲକ୍ଷିତ ହୋଇଛି । ଶିକ୍ଷଣ ଡାଏରୀର ଆପଣଙ୍କ ଯୋଜନାକୁ ସମ୍ପୁର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ କ'ଣ ସବୁ ପଦକ୍ଷେପ ନେବେ ଟିପି କରି ରଖନ୍ତୁ । ଆଜୋଳାଚନା

ମଞ୍ଜୁ ଦେବୀ କିପରି ଭାବରେ ତଥ୍ୟ ସଂଗ୍ରହ ପାଇଁ ଯୋଜନା କଲେ ସେ ବିଷୟରେ ଜାଣିଲେ । କାର୍ଯ୍ୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ ତାଙ୍କର ଧାରଣା ଖୁବ ସ୍ପଷ୍ଟ । ଏହା ଦଳର କର୍ମକର୍ତାମାନଙ୍କୁ ଠିକଣା ବାଟରେ କାମ କରିବାକୁ ସାହାର୍ଯ୍ୟ କରିଥାଏ । ନିଜ ଇଛା ଓ ଆଗ୍ରହ ମୁତାବକ କାର୍ଯ୍ୟକୁ ବାଛିଲେ। ସେ ବିଷୟରେ ଜାଣିଲେ ନିଜ ଇଛା ମୁତାବକ କାମ କରିଥିବା ରୁ ସେମାନେ କାମକୁ ସୁବିଧାରେ କରିପାରିବେ । ତାହା ବି ଜାଣିଲେ । ବୈଠକ ଶେଷରେ ଆପଣ ଜାଣିଲେ ଯେ ଦାୟିତ୍ଵ ସମ୍ପର୍କରେ କାହାର କୌଣସି ବି ଦ୍ଵନ୍ଦ ନାହିଁ । କାରଣ ପ୍ରତ୍ୟେକ କେଉଁ କାମ ପାଇଁ କିଏ ଦାୟୀ ଜାଣିଥିଲେ ଓ ସମସ୍ତଙ୍କୁ ସନ୍ତୋଷ କରିବା ଭଳି ମଧ୍ୟ କାମ ବଣ୍ଟା ଯାଇଥିଲା ।

ଶିକ୍ଷଣ ପରିଶେଷରେ ସମତା ଆଣିବା ପାଇଁ ତଥ୍ୟଗୁଡିକ କାହିଁକି ଓ କିପରି ଭାବରେ ବ୍ୟାଖ୍ୟା ହେବ ଏକଥା ବୁଝିବା ପାଇଁ ବିଦ୍ୟାଳୟର ପ୍ରମୁଖ ନିଜ ଦଳର ଅନ୍ୟାନ୍ୟ କର୍ମକର୍ତ୍ତୀ ଙ୍କୁ ସାହାର୍ଯ୍ୟ କରିଥାନ୍ତି । ଏଥିପାଇଁ ଆଦେଶ ଜାରି କରି ଚୂପଚାପ ପଛରେ ରହନ୍ତୁ ନାହିଁ । କାମରେ ନିଜକୁ ସାମିଲ କରନ୍ତୁ । ଆପଣ ଦେଖନ୍ତୁ ଦଳର ସଭ୍ୟମାନେ କ’ଣ ଭାବୁଛନ୍ତି ଓ ଅନୁଭବ କରୁଛନ୍ତି । ଆପଣଙ୍କ ଦଳର ସଭ୍ୟମାନେ ଜାଣନ୍ତୁ ଯେ ଆପଣ ସେମାନଙ୍କ ପାଖରେ ସର୍ବଦା ଅଛନ୍ତି । ପୂର୍ବରୁ ଯେମିତି ଆପଣ ସେମାନଙ୍କ ପାଖାପାଖି ଅଲେ ଏବେ ମଧ୍ୟ ଅଛନ୍ତି ଓ ସେମାନଙ୍କ କାମକୁ ପ୍ରଶଂସା କରୁଛନ୍ତି । ଲକ୍ଷ୍ୟରଖନ୍ତୁ ଯେ କିଏ ଆପଣଙ୍କ ସହିତ ନିୟମିତ ସମ୍ପର୍କ ରଖୁନାହିଁ । ଏହାର ଅର୍ଥ ହେଲା ଯେ କାମରେ ଅଂଶଗ୍ରହଣ କରି ଆପଣ ନେତୃତ୍ଵ, ପ୍ରେରଣା ଏବଂ ଯାଞ୍ଚ କରି ସହାୟତା ପ୍ରଦାନ କରିଛନ୍ତି ।

ଆପଣ ଦେଖାଉଥିବା  ଆଗ୍ରହ ଓ ପ୍ରଶ୍ନଗୁଡିକ ଆପଣଙ୍କର ସହକର୍ମୀ ଓ ଶିକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ଵପୂର୍ଷ ଅଟେ । ତଥ୍ୟ ସଂଗ୍ରହ କରିବା ବେଳେ ଏହାର ବିଶେଷତ୍ଵ ଅଧିକ । ବାନା ଆଗ୍ରହରେ ସଂଗ୍ରହ କରୁଥିବା  ତଥ୍ୟ ପ୍ରଶାସନିକ କାମ ଭଳି ଜଣାପଡେ । ଏଭଳି କାମରେ ଆଗ୍ରହୀ ଦେଖାଇ ସହକର୍ମା , ମାତାପିତା ଓ ପିଲାମାନଙ୍କୁ ସହାୟତା ପ୍ରଦାନ କରନ୍ତୁ । ଆପଣ ବାରମ୍ବାର କହନ୍ତୁ ଏହାର ଲକ୍ଷ୍ୟ ଶିକ୍ଷାର୍ଥୀଙ୍କ ଶିକ୍ଷାଦାନରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ ।

ତଥ୍ୟକୁ ଆଧାର କରି ବିଦ୍ୟାଳୟ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି

ଥରେ ତଥ୍ୟଗୁଡ଼ିକ ସଂଗୃହିତ ହେଲାପରେ, ସେଗୁଡିକୁ ବ୍ୟାଖ୍ୟା କରିବା ଓ ତା’ପରେ ସେଥିପାଇଁ କି କାର୍ଯ୍ୟପନ୍ଥା ଗ୍ରହର କରିବାର ଅର୍ଥ ହେଉଛି ଆପଣ ନେତୃତ୍ଵ ଦେଉଛନ୍ତି । ତଥ୍ୟ/ସୂଚନା ଗୁଡିକ ବ୍ୟାଖ୍ୟା ନ କଲେ ଏହାର ମୂଲ୍ୟ କିଛି ରହେ ନାହିଁ । ତଥ୍ୟକୁ ପ୍ରମାଣ ଭାବରେ ବା ଅଭ୍ୟାସରେ ପରିବର୍ତ୍ତନ ପାଇଁ ବ୍ୟବହାର କରିବା ଏକ ନୂଆ ଧାରା ହୋଇପାରେ । ସେଥିପାଇଁ ଆପଣଙ୍କ ସହକର୍ମାମାନେ ଅଧିକ ସହାୟତା ଆପଣଙ୍କଠୁ ଆଶା କରନ୍ତି । ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ଅଧିକ ଉନ୍ନତି ଆଣିବା ପାଇଁ ତଥ୍ୟରୁ କ'ଣ ଜଣାପଡୁଛି । କେଉଁଭଳି ପଦକ୍ଷପ ଗ୍ରହଣ କରିବାକୁ ପଡ଼ିବ ଓ କାର୍ଯ୍ୟର ଅଭ୍ୟାସର କ'ଣ ପରିବର୍ତ୍ତନ ଦରକାର। ସେଗୁଡିକୁ ଲକ୍ଷ କରିବା ଦରକାର ।

ପରିସ୍ଥିତି ଅନୁଧାନକୁ ପଢନ୍ତୁ ବିଭିଧତାର ସୂଚନା କିପରି ଭଲ ଭାବରେ ଶିଖିବା ପାଇଁ ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରିଛି ସେଗୁଡିକୁ ମିଳାଇ ଦେଖନ୍ତୁ ।

ପରିସ୍ଥିତି ଅନୁଧ୍ୟାନ ୩ : ଶ୍ରେଣୀ କୋଠରୀରେ ତଥ୍ୟର ସର୍ଭେ

ସାକ୍ଷାତକାର ଓ କ୍ଷେତ୍ରଭ୍ରମଣ କରି ଆପଣ ବିଦ୍ୟାଳୟ ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ତଥ୍ୟଗୁଡିକୁ ଆପଣଙ୍କ ବିଦ୍ୟାଳୟର ଶିକ୍ଷକମାନଙ୍କ ନେତୃତ୍ଵରେ ସଂଗଠିତ ହୋଇଛି । ପ୍ରତ୍ୟେକ ଦଳ ସେମାନେ ପାଇଥିବା  ତଥ୍ୟକୁ ମିଳାଇ ଗୋଟିଏ ଚାର୍ଟି ପେପରରେ ବାରଣ୍ଡାରେ ପ୍ରଦର୍ଶନ କଲେ । ବିଭିନ୍ନ ବିଭାଗର ଶିକ୍ଷକ ଓ ଶିକ୍ଷାର୍ଥୀମାନେ ପ୍ରଦର୍ଶିତ ହୋଇଥିବା  ତଥ୍ୟକୁ ସେମାନଙ୍କ ଶ୍ରେଣୀରେ ବ୍ୟବହାର କଲେ ।

  • ସାମାଜିକ ବିଜ୍ଞାନ ଶ୍ରେଣୀରେ ବିଭିନ୍ନ ପରିବାର ଠାରୁ ଆକୃତିର କାରଣ ବିଷୟରେ ଆଲୋଚନା କରାଗଲା । ଗୋଟିଏ ପରିବାର ଆକୃତି ଅନ୍ୟ ପରିବାର ଠାରୁ ଉନ୍ନତ ବୋଲି କହିବା ନାହିଁ ବରଂ ସମସ୍ତଙ୍କୁ ସମାନ ଭାବେ ବିଚାର କରିବା ।
  • ଭାଷା ଶ୍ରେଣୀରେ ଶବ୍ଦଭଣ୍ଡାର ବୃଦ୍ଧି ପାଇଁ ପରିବାର ବିଷୟରେ ଆଲୋଚନା ଏବଂ ବଡ଼ ପରିବାର ଓ ଛୋଟ ପରିବାରର ସୁବିଧା ଓ ଅସୁବିଧା ସମ୍ପର୍କରେ ବକ୍ତତାର ଆୟୋଜନ ।
  • ଧର୍ମସ୍ଥଳୀ ଓ ବିଭିନ୍ନ ଧର୍ମର ତାଲିକାରୁ ଉପକଥା ଓ କାଳ୍ପନିକ କଥାର ଆଲୋଚନା    କରାଯାଇଥିଲା ।
  • ଗୃହ ବିଜ୍ଞାନ ଶ୍ରେଣୀରେ ବିଭିନ୍ନ ଗୋଷ୍ଠୀର ଲୋକମାନେ ବିଭିନ୍ନ ପ୍ରକାର ର ମସଲା ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି ଏବଂ ତାହା କିପରି ଡାଲି ଜାତୀୟ ଖାଦ୍ୟର ସ୍ଵାଦ ବଦଳାଇ ଦେଇଥାଏ । ଶିକ୍ଷାର୍ଥୀମାନେ ଶ୍ରେଣୀକୁ ଆଣୁଥିବା  ଖାଦ୍ୟକୁ ଚାଖିଲେ ଜଣାପଚେତା ।

ଏହି ତଥ୍ୟ ସଂଗ୍ରହ ପ୍ରକ୍ରିୟା ଓ ମିଳିତ ଫଳାଫଳ ବିଦ୍ୟାଳୟର କଥାବାର୍ଭାରେ ପରିବର୍ତନ ହେବ ଭଳି ମନେହୁଏ । ଆମେ କାହିଁକି, କ'ଣ, କେତେବେଳେ ଏ ବାବଦରେ ପଚରା ପଚାରି ହୋଇଥାଉ । ଶିକ୍ଷାର୍ଥୀମାନେ ନିଜେ ସଂଗ୍ରହ କରିଥିବା  ତଥ୍ୟକୁ ଆଧାର କରି ଅନେକ କଥାବାର୍ଭା ହେଉଛନ୍ତି ଓ ସେଗୁଡିକୁ ଉପଭୋଗ ମଧ୍ୟ କରୁଛନ୍ତି । ଆମେ ଦେଖି ବା ଯେ, "ବିଦ୍ୟାଳୟର ସମସ୍ତେ ଆଶ୍ଚର୍ଯ୍ୟନ୍ୱିତ ହୋଇଛନ୍ତି । ବିସ୍ତିତ ହୋଇଛନ୍ତି" । ଏଭଳି ତଥ୍ୟ ସଂଗ୍ରହରୁ ପରବର୍ତ୍ତୀ ସମୟରେ ଆମ ପାଖରେ କେଉଁ ତଥ୍ୟ ନାହିଁ ଓ କେଉଁ ତଥ୍ୟର ବିଶେଷ ବିବରଣୀ ଅଛି ଜଣାପଡ଼େ । ପରବର୍ତ୍ତୀ ସମୟରେ ବିଦ୍ୟାଳୟ ପ୍ରମୁଖ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ପାଇଁ ଅଧିକ କ’ଣ ପଦକ୍ଷେପ ନେବେ ଜଣାପଡ଼େ ।

ଶିକ୍ଷଣକାର୍ଯ୍ୟ ୧୦ : ଶିକ୍ଷାର୍ଥୀମାନଙ୍କ ତଥ୍ୟକୁ ବ୍ୟବହାର କରି

ଶିକ୍ଷକମାନଙ୍କ ସହଯୋଜ ଓ ରାଜିନାମା ସେମାନଙ୍କ ସହ ଆଲୋଚନାରୁ ଜଣାପଡେ I case study ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ସମ୍ଭବତଃ କେଉଁ ସବୁ ବିଚାର ପାଇଁ ପ୍ରସ୍ତାବ ରଖୁଛି। ସେ ବିଷୟରେ ଚିନ୍ତା କରିବା । ବିଦ୍ୟାଳୟର ସଂଗୃହିତ ସୂଚନା ଗୁଡିକୁ ଆପଣ ଏହି କାମ ପାଇଁ କିପରି ଭାବରେ ବ୍ୟବହାର କରିପାରିବେ । ଆପଣ ସଂଗ୍ରହ କରିଥିବା  ତଥ୍ୟଗୁଡିକୁ ବିଦ୍ୟାଳୟର ପାଠ୍ୟକ୍ରମ ବା କାର୍ଯ୍ୟକ୍ରମ ସହିତ କିପରି ସମ୍ବନ୍ଧ ସ୍ଥାପନ କରିବେ । ଯୋଡ଼ିବେ । ସହକର୍ମୀ ଓ ଶିକ୍ଷାର୍ଥୀମାନଙ୍କ ସହ ମିଳିତ ଭାବରେ ସଂଗ୍ରହ କରିଥିବା  ତଥ୍ୟ ଉପରେ ଆଲୋଚନା କରନ୍ତୁ । ଏହି ସଂଗୃହିତ ତଥ୍ୟ କିପରି ପାଠକୁ ପ୍ରଭାବିତ କରିବ ଓ ବିଦ୍ୟାଳୟର ଆଶାନୁତିତ ପରିବର୍ତନ ଆଣିବାରେ ସାହାର୍ଯ୍ୟ କରବା ।

ଆଲୋଚନା

ଆପଣ ଶିକ୍ଷାର୍ଥୀଙ୍କୁ କିପରି ଏଥିରେ ସମ୍ପୁକ୍ତ କରିବେ, ସେଥିପାଇଁ ହୁଏତ ଅଡ଼ୁଆ ଲାଗିପାରେ । ସମ୍ଭବତଃ ନିମ୍ନରେ ଦିଆଯାଇଥିବା  କାରଣ ପାଇଁ

  • ଆପଣ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସଂବେଦନଶୀଳ ପ୍ରତି ସଚେତନ ଅଛନ୍ତି ।
  • କୌଣସି ଗୋଟିଏ ବ୍ୟକ୍ତି ବା ଦଳକୁ ଆପଣ ଅଲଗା କରି ଉଦାହରଣ ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି ।
  • ନିର୍ଦ୍ଦିଷ୍ଟ ଶ୍ରେଣୀର ତଥ୍ୟକୁ ଅବୈଧ । ବେକାମି ଭାବରେ ପ୍ରସ୍ତୁତ କରିବା ।

ଏହି ସମସ୍ତ ସଂବେଦନଶୀଳତା ଗୁଡିକ ଠିକ ତେଣୁ ସେଗୁଡିକୁ ଯତ୍ନର ସହ ବିଚାର କରିବା ପାଇଁ ଆବଶ୍ୟକ ପଡ଼େ । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ କୌଣସି ବ୍ୟକ୍ତି ବା ଦଳ ଉପରେ ଆପଣଙ୍କ ମଧ୍ୟକୁ କେନ୍ଦ୍ରୀଭୂତ କରିବେ ନାହିଁ । ଏଭଳି ଦୃଷ୍ଟି ସେମାନଙ୍କ ଭିତରେ ଉଦବେଗ, ମାନସିକ ଗୋପ ସୃଷ୍ଟିର କାରଣ ହୋଇପାରେ । ଉଦାହରଣ ସ୍ଵରୂପ କେତେକ ପରିସ୍ଥିତିରେ ବିଦ୍ୟାଳୟର ନିଦ୍ଧିଷ୍ଟ ତଥ୍ୟ ଅପେକ୍ଷା ରାଜ୍ୟ ଓ ଜାତୀୟ ସ୍ତରର ତଥ୍ୟ ବିଷୟରେ ମଧ୍ୟ ଆଲୋଚନା କରିବା ଉପଯୁକ୍ତ ଅଟେ |

ଗୋଷ୍ଠୀ ସମ୍ମୁଖରେ ବିଦ୍ୟାଳୟର ତଥ୍ୟର ଉପସ୍ଥାପନ ଓ ଭାବବିନିମୟ- ଅଂଶଗ୍ରହଣ

ତଥ୍ୟଗୁଡିକ ସଂଗ୍ରହ କରି ଲିପିବଦ୍ଧ କରାଯାଏ । ଅନୁରୋଧ ଆସିଲେ। ସେଗୁଡିକୁ ବ୍ୟବହାର କରାଯାଏ । କିନ୍ତୁ ତଥ୍ୟ ସମ୍ପର୍କରେ ଅନ୍ୟମାନଙ୍କ ସହ ଆଲୋଚନା ସାଧାରଣତଃ ହୁଏ ନାହିଁ । କିନ୍ତୁ ଆପଣ ତଥ୍ୟକୁ ବ୍ୟବହାର କରି ବିଦ୍ୟାଳୟରେ ଏକ ଶିକ୍ଷଣ ପରିବେଶ ସୃଷ୍ଟି କରିପାରିବେ । ଆପଣ ସଂଗ୍ରହ କରିଥିବା  ସୂଚନା ଗୁଡିକୁ କାର୍ଯ୍ୟାଳୟରେ କିଛି ଭାଗରେ, ଶ୍ରେଣୀ କୋଠରିରେ ବା ବାରଣ୍ଡାରେ ପ୍ରଦର୍ଶନ କରିପାରିବେ । ଏହି ତଥ୍ୟଗୁଡିକୁ ଆପଣ ବର୍ଷତମାମ ବ୍ୟବହାର କରିପାରିବେ । ସେଗୁଡିକ ଆପଣଙ୍କୁ କାର୍ଯ୍ୟ ସମ୍ପର୍କରେ ସୁଚିତ କରୁଥୁବ । ସଂଗଠିତ ହୋଇ ନ ଥିବା  ତଥ୍ୟଗୁଡିକୁ ପ୍ରଦର୍ଶନ କରିବା ପାଇଁ କଷ୍ଟସାଦ୍ଧ ହୋଇପାରେ । ସାରଣୀ, ତାଲିକା, ମାନଚିତ୍ର, ଗ୍ରାଫ, ଚିତ୍ର, ବାର ଚାର୍ଟ, ପାଇଚାର୍ଟ, ପ୍ରତିରୂପ ଓ ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ ହେଲେ ସହଜରେ ବୁଝିହୁଏ ଓ ବ୍ୟାଖ୍ୟା କରି ହୁଏ । କେତେକ ତଥ୍ୟ ଯଥା ଶିକ୍ଷାର୍ଥୀମାନଙ୍କର ସାମାଜିକ ଓ ଅର୍ଥନୈତିକ ବା ଶିକ୍ଷକମାନଙ୍କର ପୃଷ୍ଠଭୂମି ସମ୍ପର୍କିତ ତଥ୍ୟ ବର୍ଷସାରା ପାଇଁ ବଦଳି ନ ଥାଏ । ସମୟକ୍ରମେ ଅନ୍ୟାନ୍ୟ ତଥ୍ୟ ରେ କିଛି ପରିବର୍ତନ ହୋଇପାରେ ବା ତଥ୍ୟରେ କିଛି ଯୋଡା ଯାଇପାରେ ଯଥା ଶିକ୍ଷାର୍ଥୀମାନଙ୍କର ସ୍ଵାସ୍ଥ୍ୟଗତ ବିବରଣୀ । ଆପଣ ପ୍ରଦର୍ଶିତ କରିଥିବା  ତଥ୍ୟ ଦ୍ଵାରା ଯେମିତି କହିବି ଅପମାନିତ ବା ଳଜା ଅନୁଭବ କରିବେ ନାହିଁ, ସେଥିପାଇଁ ଯତ୍ନଶୀଳ ହେବେ । ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ତଥ୍ୟଗୁଡିକୁ ଉପସ୍ଥାପନ କଲେ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବେ ଓ କାହାକୁ ଛାଡିଗଲେ ଜଣାପଡେ ।

ଶିକ୍ଷଣକାର୍ଯ୍ୟ ୧୧ : ଅନୁସନ୍ଧାନର ସିଦ୍ଧାନ୍ତ ଏବଂ ଅଗ୍ରାଧିକାର

ନିଜ ଶିକ୍ଷା ଡାଏରୀରେ ନିମ୍ନରେ ଦିଆଯାଇଥିବା  ବିଷୟରେ କିଛି ଲେଖନ୍ତୁ ।

  • ଆପଣ ହାସଲ କରିଥିବା  ଅଭିଜ୍ଞତା ବା ଅନୁସନ୍ଦାନ କରି ଚିହ୍ନଟ କରିଥିବା  ତଥ୍ୟଗୁଡିକୁ ଅଗ୍ରାଥୁକାର ଭିଭିରେ କିପରି ଭାବରେ ଅନ୍ୟମାନଙ୍କ ସହ ଆଲୋଚନା କରିବେ ।
  • ଆପଣ କାହା ସହିତ ଆଲୋଚନା କରିବାର ଆବଶ୍ୟକତା ଅଛି ତାଙ୍କୁ ଚିହ୍ନଟ କରନ୍ତୁ । ଏଭଳି ନଷ୍ପତି ନେବା ସମୟରେ ଭାବନ୍ତୁ ଶିକ୍ଷାର୍ଥୀଙ୍କ ସ୍ଥିତିରେ ପରିବର୍ତନ ଆଣିବା ପାଇଁ କିଏ ଏହି ସୂଚନା ଗୁଡିକୁ ଆବଶ୍ୟକ ମନେ କରୁଛି ଏବଂ କେଉଁ ଶିକ୍ଷାର୍ଥୀମାନେ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ଶିଖିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ନିଶ୍ଚିନ୍ତ କରୁଛନ୍ତି, ସେଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରନ୍ତୁ ।
  • ଆପଣ ଚିନ୍ତା କରନ୍ତୁ କାହିଁକି ତଥ୍ୟକୁ ଆଲୋଚନା କରିବା ପାଇଁ ଚାହୁଁଛନ୍ତି ? ଏହାର ଉଦ୍ଦେଶ୍ୟ କ'ଣ ? ଏହା ଶିକ୍ଷାର୍ଥୀଙ୍କ ଶିକ୍ଷାରେ ଉନ୍ନତି ଆଣିବା ପାଇଁ କିପରି ଭାବରେ ସାହାଯ୍ୟ କରିବ ।

ଆଲୋଚନା

ବେଳେବେଳେ ଏହି ତଥ୍ୟ ଗୁଡିକ ଉପରେ ଆଲୋଚନା କରିବା ସହଜ ନୁହେଁ । ତେଣୁ ଆପଣ ଯତ୍ରର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏହାକୁ କିଭଳି ଭାବରେ ଆଗକୁ ନେଲେ ମିଳିତ ଭାବରେ ଯୋଜନା କରିହେବ ଓ ସମସ୍ତଙ୍କର ରାଜିନାମାରେ ଏକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ ହେବ । ଏଥି ସହିତ କେଉଁ ତଥ୍ୟଗୁଡିକ ଆଲୋଚନାର ପରିସରକୁ ଆସିବ ଓ କେଉଁଗୁଡିକ ଆଲୋଚନା ପାଇଁ ଉର୍ଦ୍ଦିଷ୍ଟ ନୁହେଁ, ସେଥିପ୍ରତି ଗୁରୁତ୍ଵ ଦେଇ ଚିନ୍ତା କରିବେ । ଉଦାହରଣ ସ୍ଵରୂପ, ଅଗ୍ରାଧାକାର ଭିଭିରେ ପ୍ରସ୍ତୁତ କରିଥିବା  ପରିସର ବିଷୟରେ ମାତାପିତାଙ୍କ ସହ ଆଲୋଚନା କରିବେ ଯେମିତି ସେମାନେ ଜାଣିପାରିବେ ଯେ କେଉଁ ନିର୍ଦ୍ଦିଷ୍ଟ ଶ୍ରେଣୀର ଶିକ୍ଷାର୍ଥୀମାନେ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ଶିଖିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିକ୍ଷାର୍ଥୀମାନେ ଜାଣିବା ଉଚିତ କି ସେମାନଙ୍କ ପାଇଁ ବିଶେଷ ଭାବରେ ଧାନ ଦିଆଯାଉଛି ।

ଯେଉଁ ତଥ୍ୟଗୁଡିକ ରାଜନୈତିକ ଦୃଷ୍ଟିକୋଣରୁ ଦୁନ୍ଦାମ୍ବକ ସେଗୁଡିକ ମଧ୍ୟ ଅନ୍ୟ କ୍ଷେତ୍ର ପାଇଁ ସମ୍ବେଦନଶୀଳ ଅଟେ । କେତେକ ତଥ୍ୟକୁ ଠିକ ଭାବରେ ବ୍ୟାଖ୍ୟା କରାଯାଏ ନାହିଁ ସେଥିପାଇଁ ସତର୍କତାର ସହ ପରିଚାଳନା କରିବେ । ଏହାର ଲକ୍ଷ ହେଉଛି ଶିକ୍ଷା ଫଳାଫଳରେ ସମତା ଆଣିବା । ତେଣୁ ତଥ୍ୟରୁ ତାହା ସ୍ପଷ୍ଟ ଜଣାପଡ଼ୁଥିବା  କଥା । କି'ଏ, କ'ଣ, କେତେବେଳେ, କାହିଁକି, କେଉଁଠି ପ୍ରଶ୍ନ ଗୁଡିକ ମାଧ୍ୟମରେ ଆପଣ ତଥ୍ୟଗୁଡିକୁ ନିୟନ୍ତିତ କରିପାରିବେ । ବିଦ୍ୟାଳୟରେ ଏହାର ପ୍ରଭାବ ଦେଖିପାରିବେ ।

ସାରାଂଶ

ଜଣେ ବିଦ୍ୟାଳୟ ପ୍ରମୁଖ ଭାବରେ ବିଦ୍ୟାଳୟର ବିବିଧତାକୁ ପ୍ରାମାଣିକ ତଥ୍ୟ ସହ ବୁଝିବାର ଆବଶ୍ୟକତା ରହିଛି । ବିବିଧତାକୁ ସ୍ଵୀକାର କଲେ ଆପଣ ବିଦ୍ୟାଳୟ ପାଠ୍ୟକ୍ରମ ସହ ଶିକ୍ଷାର୍ଥୀମାନଙ୍କର ଶିକ୍ଷାକୁ ମଧ୍ୟ ସମୃଦ୍ଧ କରିପାରିବେ ।

ଏହି ଅଧ୍ୟାୟରୁ ଆପଣ ଜାଣିଲେ ଯେ କେଉଁ ତଥ୍ୟ ସବୁ ସଂଗ୍ରହ କରିବେ ଓ କିପରି ଭାବରେ କରିବେ । ସେଗୁଡିକୁ କିପରି ଭାବରେ ବିଶ୍ଲେଷଣ କରିବେ ଏବଂ ଅନ୍ୟମାନଙ୍କ ସାମନାରେ କିପରି ଭାବରେ ଉପସ୍ଥାପନା କରିବେ । ଏହି କାମକୁ ଅନ୍ୟମାନଙ୍କର ସାହାଯ୍ୟ ଓ ସହଯୋଗ ନେଇ କିପରି ଭାବରେ କରିବେ । ଯାହାଦ୍ଵାରା ବିଦ୍ୟାଳୟ ଓ ପାଠ୍ୟକ୍ରମ ପ୍ରତ୍ଯକ୍ଷ ଭାବରେ ଲାଭବାନ ହେବେ । ଏହି ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଓ ମାତାପିତାଙ୍କୁ ସେମାନଙ୍କର ଦୈନଦିନ ଜୀବନର ଶିକ୍ଷା ସହିତ ଯୋଡ଼ିପାରିବେ । ଦୈନିକ ପାଠଯୋଜନା ସହ ନିଦ୍ଧିଷ୍ଟ ଭାବରେ କେତେକ ସମସ୍ୟାକୁ ସମାଧାନ କରିବା ପାଇଁ ଏହି ତଥ୍ୟ ବା ସୂଚନା ଆପଣଙ୍କୁ ସୁଚେଇ ଦେବ । ଶିକ୍ଷାର୍ଥୀଙ୍କ ଶିକ୍ଷା ଫଳାଫଳକୁ ପ୍ରଭାବିତ କରୁଥବା ଉପାଦାନ ସମ୍ପର୍କରେ ଜାଣିପାରିବେ ।

ଆପଣ ଲକ୍ଷ୍ୟ କରିବେ ଯେ ବିବିଧତା ସମ୍ପର୍କିତ ସମସ୍ୟାଗୁଡିକ ସଂବେଦନଶୀଳ ଅଟେ । ସେଥିପାଇଁ ସେଗୁଡିକୁ ସମାଧାନ କରିବାର ଆବଶ୍ୟକତା ଅଛି ଓ ସେଥିପାଇଁ ତଥ୍ୟଗୁଡିକୁ ଯତ୍ନର ସହ ସଂରକ୍ଷଣ କରି ରଖୁବେ ଓ ଶିକ୍ଷାର୍ଥୀଙ୍କର ଶିକ୍ଷା ଫଳାଫଳକୁ ଉନ୍ନତ କରିବା ଲକ୍ଷ୍ୟରେ ବ୍ୟବହାର କରିବେ ।

ଏହି ଅଧ୍ୟାୟରୁ ଆପଣ ନିମ୍ନରେ ଦିଆଯାଇଥିବା  ଜ୍ଞାନ ଓ କୌଶଳ ଗଠନ କରିବେ ।

  • ନିଜ ବିଦ୍ୟାଳୟ ପାଇଁ ପରିକଳ୍ପନା କରିପାରିବେ
  • ବିଦ୍ୟାଳୟର ନେତୃତ୍ଵ ପାଇଁ ଆମ୍ବ ସମୀକ୍ଷା କରିବେ,
  • ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ଦେବେ।
  • ବିଦ୍ୟାଳୟ ବଦ୍ଧ ଭାବେ ବିଦ୍ୟାଳୟରେ ପରିବର୍ତ୍ତନକୁ ନେତୃତ୍ଵ ଦେବେ
  • ବିଦ୍ୟାଳୟକୁ ପରିବର୍ତ୍ତୀ କରିବା ପାଇଁ କାର୍ଯ୍ୟଗୁଡିକ ସମ୍ପାଦନ କରିବେ ।

ସମ୍ବଳ

ସମ୍ବଳ ୧: ତଥ୍ୟଭିତ୍ତିକ କାର୍ଯ୍ୟଯୋଜନା ପାଇଁ ମାପଦଣ୍ଡ

ଟେବୁଲ R1.1 ତଥ୍ୟଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ପାଇଁ ଏକ ଖାଲି ତଥ୍ୟ ପାପଦଣ୍ଡଙ୍କୁ ( ଶିକ୍ଷଣକାର୍ଯ୍ୟ ୬ ଏବଂ ୮ ଦେଖନ୍ତୁ ) ।

ତଥ୍ୟ ସମୂହ

କାରଣ ବିଶ୍ଳେଷଣ

ମୁଖ୍ୟ ଫଳାଫଳ

ଶିକ୍ଷଣ ଉପରେ ପ୍ରଭାବ

ଅନୁଯୋଜନା / କାର୍ଯ୍ୟ

ତଦାରଖ

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ସମ୍ବଳ ୨ : ସମସ୍ତଙ୍କ ସଂପୃକ୍ତି

“ ସମସ୍ତଙ୍କ  ସଂମ୍ପୃକ୍ତି” ର ଅର୍ଥ କ’ଣ ?

ଶ୍ରେଣୀଗୃହରେ ସମାଜ ଓ ସଂସ୍କୃତିର ବିଭିନ୍ନତା ପ୍ରତିଫଳିତ ହୁଏ । ଶିକ୍ଷାର୍ଥୀମାନଙ୍କର ଭାଷା, ରୁଚି ଓ ଦକ୍ଷତା ଭିନ୍ନ ଭିନ୍ନ ଥାଏ । ଶିକ୍ଷାର୍ଥୀମାନେ ଭିନ୍ନ ଭିନ୍ନ ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥାନ୍ତି । ଆମେ ଏହି ପାର୍ଥକ୍ୟ ଗୁଡିକୁ ଏଡାଇଦେଇ ପାରିବା ନାହିଁ ପ୍ରକୃତରେ ଆମେ ସେଗୁଡିକ ପ୍ରତି ଗୁରୁତ୍ଵ ଆରୋପ କରିବା ଉଚିତ୍ତ, କାରଣ ସେହି ଭିନ୍ନ ତାକୁ ମାଧ୍ୟମ କରି ସେମାନେ ପରସ୍ପର ସମ୍ବନ୍ଧ ଜାଣିବାକୁ ଏବଂ ଆମ ଅନୁଭୂତି ବାହାରେ ଥିବା ଦୁନିଆକୁ ଜାଣିବା ଲାଗି ଇଛା କରିପାରନ୍ତି । ସବୁ ଶିକ୍ଷାର୍ଥୀଙ୍କର ଶିକ୍ଷା କରିବା ଅଧିକାରର ଅଛି ଓ ତାଙ୍କର ସ୍ତର, ଦକ୍ଷତା ଓ ପୃଷ୍ଠଭୂମି ନିର୍ବିଶେଷରେ ଶିଖିବାର ସୁଯୋଗ ଅଛି, ଯାହାକି ଭାରତୀୟ ଆଇନ ଓ ଆନ୍ତର୍ଜାତୀୟ ସ୍ତରରେ ଶିଶୁର ଅଧିକାର ମାନ୍ୟତା ଦିଆଯାଇଛି । 2014 ରେ, ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ ବକ୍ତୃତାରେ ଜାତି, ଳିଙ୍ଗ ଓ ଆଯ ନିର୍ବିଶେଷରେ ସବୁ ନାଗରିକାକୁ ଗୁରୁତ୍ଵଦେବା ଉପରେ ଜୋର ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କର ଗୁଟୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

ଯେଉଁ ମାନଙ୍କୁ ଆମେ ଚିହ୍ନିନାହାନ୍ତି, ତାଙ୍କୁ ପ୍ରତି ଆମ ସମସ୍ତଙ୍କର କିଛି ପ୍ରତିକୂଳ ବିଚାର ରହିଛି ଏହା ଆମେ ନ ମାନି ପାରନ୍ତି । ଶିକ୍ଷକ ଭାବରେ, ପ୍ରତି ଶିକ୍ଷାର୍ଥୀର ଶିକ୍ଷା ସମ୍ବନ୍ଧୀୟ ଅନୁଭବକୁ ସକାରାତ୍ମକ କିମ୍ବା ନକାରାତ୍ମକ ଦିଗରେ ପ୍ରଭାବିତ କରିପାରିବାର ଶକ୍ତି ଆପଙ୍କଙ୍କର ଅଛି । ଜାଣତରେ ଦେଉ ବା ଅଜାଣତରେ ହେଉ, ଆପଣଙ୍କର ଏହି ପ୍ରତିକୂଳ ବିଚାର  ଶିକ୍ଷାର୍ଥୀମାନଙ୍କର ଶିକ୍ଷାକ୍ଷେତ୍ରରେ ଥିବା ସମାନତାକୁ ପ୍ରଭାବିତ କରିଥାଏ । ଶିକ୍ଷାର୍ଥୀମାନଙ୍କ ପାର୍ଟି ଅସମାନ ଆଚରଣ ବିପକ୍ଷରେ ଆପଣ ପଦକ୍ଷେପ ନେଇପାରନ୍ତି ।

ଆପଣ ଶିକ୍ଷଣରେ ସମସ୍ତଙ୍କୁ ସଂପର୍କିତ କରିବା ଲାଗି ନିଶ୍ଚିତ କରିବା କ୍ଷେତ୍ରରେ କରିବା କ୍ଷେତ୍ରରେ ତିନୋଟି ମୁଖ୍ୟ ନିୟମ

  • ପର୍ଯ୍ୟବେକ୍ଷଣ : ପ୍ରଭାବଶାଲୀ ଶିକ୍ଷକମାନେ ପର୍ଯ୍ୟବେକ୍ଷଣଶୀଳ, ଅନୁଭବୀ, ସଂବେଦନଶୀଳ । ସେମାନେ ତାଙ୍କ ଶିକ୍ଷାର୍ଥୀମାନଙ୍କ ଠାରେ ପରିବର୍ତ୍ତନକୁ ଲକ୍ଷ କରନ୍ତି । ଆପଣ ପର୍ଯ୍ୟବେକ୍ଷଣ ଅକଲେ ଲକ୍ଷ୍ୟ କରିବେ ଯେ, ଜଣେ ଶିକ୍ଷାର୍ଥୀ ଯେତେବେଳେ ଭଲ କରେ, କେତେବେଳେ ସେମାନେ ସାହାଯ୍ୟ ଆବଶ୍ୟକ କରନ୍ତି ଏବଂ କିପରି ଅନ୍ୟମାନଙ୍କ ସହିତ ସଂପର୍କିତ ହୁଅନ୍ତି । ଆପଣ ମଧ୍ୟ ଶିକ୍ଷାର୍ଥୀଙ୍କଠାରେ ପରିବର୍ତନ ଲକ୍ଷ୍ୟ କରିଥିବେ, ଯାହାକି ତାଙ୍କର ଘରୋଇ ପରିବେଶ କିମ୍ବା ଅନ୍ୟ ପ୍ରସଙ୍ଗରେ ଘଟୁଥିବା  ପରିବର୍ତନର ପ୍ରତିଫଳନ ହୋଇଥାଏ । ସମସ୍ତଙ୍କୁ ସମ୍ପର୍କିତ କରିବା ଅର୍ଥ ହେଉଛି ଆପଣଙ୍କର ଯେଉଁ ଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିବାକୁ ସକ୍ଷମ ନ ହୁଅନ୍ତି ବା ଯେଉଁମାନେ କୌଣସି କିନାରା ପାଉନଥିବା  ଅନୁଭବ କରୁଥିବେ, ଆପଣଙ୍କର ସେପରି ଶିକ୍ଷାର୍ଥୀମାନଙ୍କ ପ୍ରତିଦିନ ନିୟମିତ ଧ୍ୟାନ ଦେବା ।
  • ନିଜ ଆମ୍ବସମ୍ମାନ ଉପରେ ଦୃଷ୍ଟି ନିବଦ୍ଧ କରିବା: ଉତ୍ତମ ନାଗରିକ ସେମାନେ, ଯେଉଁମାନେ ନିଜର ଉପସ୍ଥିତ ଅବସ୍ଥାକୁ ନେଇ ଆରାମରେ ଥାଆନ୍ତି । ସେମାନଙ୍କର ନିଜ ସ୍ତ୍ର ଆମ୍ବସମ୍ମାନ ଥାଏ, ସେମାନେ ନିଜର ସାମର୍ଥ୍ୟ ଓ ଦୁର୍ବଳତା ଜାଣନ୍ତି, ସେମାନେ ପୃଷ୍ଠଭୂମି ନିର୍ବିଶେଷରେ ଅନ୍ୟ ଲୋକଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ସକ୍ଷମ ହୋଇଥାନ୍ତି । ସେମାନେ ନିଜକୁ ଓ ଅନ୍ୟମାନଙ୍କୁ ସମ୍ମାନ କରନ୍ତି । ଶିକ୍ଷକ ଭାବରେ, ଆପଣ ଯୁବକମାନଙ୍କର ଆମ୍ବସମ୍ମାନ ଉପରେ ଗଭୀର ପ୍ରଭାବ ପକାଇ ପାରିବେ । ଆପଣଙ୍କର ସେହି ଶକ୍ତି ପ୍ରତି ସଚେତନ ରୁହନ୍ତୁ ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀର ଆମ୍ବସମ୍ମାନ ବୋଧ ପ୍ରତିଷ୍ଠା ପାଇଁ ଏହାର ଉପଯୋଗ କରନ୍ତୁ ।
  • ନମନିୟତା: କିଛି ନିର୍ଦ୍ଦିଷ୍ଟ ଶିକ୍ଷାର୍ଥୀ, ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ପାଇଁ ଯଦି ତୁମ ଶ୍ରେଣୀରେ କିଛି ଯୋଜନା କାର୍ଯ୍ୟକରୁନାହିଁ, ତେବେ ସେହି ଯୋଜନା ପରିବର୍ତନ କରିବାକୁ କିମ୍ବା ସେହି କାର୍ଯ୍ୟକୁ ବନ୍ଦ କରିବାକୁ ପ୍ରସ୍ତୁତ ରୁହନ୍ତୁ । ନମନୀୟ ହେବା ଦ୍ଵାରା, ଆପଣ ନିଜକୁ ଖାପଖୁଆଇବା ପାଇଁ ସକ୍ଷମ ହେବେ ଓ ସବୁ ଶିକ୍ଷାର୍ଥୀମାନଙ୍କୁ ଭଲ ଭାବରେ ସଂପୃକ୍ତ କରିପାରିବେ ।

ଆପଣ ସବୁବେଳେ ଯେଉଁ ପନ୍ଥା ଅବଲମ୍ବନ କରିପାରିବେ

  • ଉତ୍ତମ ବ୍ୟବହାରର ପ୍ରଦର୍ଶନ : ଶିକ୍ଷାର୍ଥୀମାନଙ୍କର ଜାତି, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ସେମାନଙ୍କ ପ୍ରତି ସମାନ ବ୍ୟବହାର ପ୍ରଦର୍ଶନ କରି ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ଉଦାହରଣ ହୁଅନ୍ତୁ । ସବୁ ଶିକ୍ଷାର୍ଥୀଙ୍କୁ ସମ୍ମାନର ସହିତ ଆଚରଣ କରନ୍ତୁ, ଆପଣଙ୍କ ଶିକ୍ଷାଦାନ ମାଧ୍ୟମରେ ସମସ୍ତଙ୍କୁ ସମାନ ଗୁରୁତ୍ଵ ଦେଉଛନ୍ତି ବୋଲି ସୁଚାଇ କରନ୍ତୁ । ସମ୍ମାନ ସହିତ ସମସ୍ତଙ୍କ ସହିତ କଥା ହୁଅନ୍ତୁ, ଯେତେବେଳେ ଉଚିତ ଭାବିବେ, ସେମାନଙ୍କର ମତାମତକୁ ଗ୍ରହଣ କରନ୍ତୁ ଏବଂ ଶ୍ରେଣୀକକ୍ଷ ପାଇଁ ଦାୟିତ୍ଵ ବହନ କରିବାକୁ ସେମାନଙ୍କୁ ଉତ୍ସାହିତ କରନ୍ତୁ । ଯେଉଁ ନ୍ୟସ୍ତ କାର୍ଯ୍ୟ ସମସ୍ତଙ୍କୁ ଲାଭବାନ କରିପାରିବ ସେପରି କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରନ୍ତୁ ।
  • ଉଚ୍ଚାଭିଳାସ : ଦକ୍ଷତା ସ୍ଥିରୀକୃତ ନୁହେଁ, ଉପଯୁକ୍ତ ସମର୍ଥନ ପାଇଲେ ସମସ୍ତ ଶିକ୍ଷାର୍ଥୀ ଶିଖିପାରିବେ ଓ ଅଗ୍ରଗତି କରିପାରିବେ । ଯଦି ଆପଣ ଶ୍ରେଶୀରେ କରୁଥବା କାର୍ଯ୍ୟକୁ ଜଣେ ଶିକ୍ଷାର୍ଥୀ ବୁଝିବାରେ କଷ୍ଟ ଅନୁଭବ କରୁଛି, ତେବେ ଭାବନ୍ତୁ ନାହିଁ ଯେ ସେ କେବେ ବୁଝିପାରିବ ନାହିଁ । ଶିକ୍ଷକ ହିସାବରେ ଆପଣଙ୍କ ଦାୟିତ୍ଵ ହେଉଛି ଉତ୍ତମ ରୂପେ କାର୍ଯ୍ୟକରିବା ଯେପରିକି ଆପଣଙ୍କ କାର୍ଯ୍ୟ ଶିକ୍ଷାର୍ଥୀଟିକୁ ଶିଖିବାରେ ସାହାଯ୍ୟ କରିବ । ଯଦି ସମସ୍ତଙ୍କଠାରୁ ଆପଣ ଅତି ଉଚ୍ଚମାନ ଆଶା କରୁଛନ୍ତି, ଆପଣ ଶିକ୍ଷାର୍ଥୀମାନଙ୍କ ଠାରୁ ଅବିରତ ଉଦ୍ୟମ କରିବା ଆଶା କରାଯାଏ । ଉଚ୍ଚ ଆଶା ମଧ୍ୟ ଆଚରଣ ସହିତ ସମ୍ପୁକ୍ତ । ସ୍ଥିର ନିଶ୍ଚିତ ହୁଅନ୍ତୁ ଯେ ଆପଣ ପୋଷଣ କରୁଥିବା  ଆଶା ଅତିସ୍ପଷ୍ଟ ଏବଂ ଶିକ୍ଷାର୍ଥୀମାନେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ସମ୍ମାନର ସହିତ ଆଚରଣ କରୁଛନ୍ତି ।
  • ଶିକ୍ଷାଦାନରେ ବିଭିନ୍ନତା: ଶିକ୍ଷାର୍ଥୀମାନେ ଭିନ୍ନ ଭିନ୍ନ ବାଟରେ ଶିକ୍ଷାଲାଭ କରନ୍ତି । କେତେକ ଲେଖୁବାକୁ ପସନ୍ଦ କରନ୍ତି, କେତେକ ମାନସିକ-ଚିତ୍ର, ଅର୍ଥାତ୍ ତାଙ୍କ ଧାରଣାକୁ ଉପସ୍ଥାପନା କରିବା ପାଇଁ ଚିତ୍ର ପ୍ରସ୍ତୁତ କରନ୍ତି । କେତେକ ଶିକ୍ଷାର୍ଥୀ ଉତ୍ତମ ଶ୍ରେତା, କେତେକ ଭଲ ଶିଖିପାରନ୍ତି ଯେତେବେଳେ ତାଙ୍କର ମତାମତକୁ ପ୍ରକାଶ କରିବାକୁ ସୁଯୋଗ ପାଆନ୍ତି । ଆପଣ ସବୁ ଶିକ୍ଷାର୍ଥୀଙ୍କ ପାଇଁ ସବୁ ସମୟରେ ଉପଯୋଗୀ ହୋଇ ପାରିବେ ନାହିଁ କିନ୍ତୁ ଆପଣ ଶିକ୍ଷାଦାନ ଶୈଳୀରେ ଭିନ୍ନତା ସୃଷ୍ଟି କରିପାରିବେ ଏବଂ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ଶିକ୍ଷଣ କାର୍ଯ୍ୟଦେଇ କରିପାରିବେ ।
  • ଦୈନନ୍ଦିନ ଜୀବନ ସହ ଶିକ୍ଷଣକୁ ଯୋଡିବା: କେତେକ ଶିକ୍ଷାର୍ଥୀଙ୍କ ପାଇଁ, ଆପଣ ଯାହା ଶିଖିବାକୁ କହୁଛନ୍ତି ତାଙ୍କର ଦୈନନ୍ଦିନ ଜୀବନ କ୍ଷେତ୍ରରେ ତାହା ଅପ୍ରାସାଙ୍ଗିକ ଜଣାପଡେ । ଏହି ଅସୁବିଧାକୁ ଦୂର କରିବା ପାଇଁ ଯେତେ ସମ୍ଭବ ଶିକ୍ଷଣଟିକୁ ତାଙ୍କ ପାଇଁ ପ୍ରାସଙ୍ଗିକ ହେବାଭଳି ଯୋଜନା କରିବେ ଏବଂ ତାଙ୍କ ଅନୁଭୂତି ସହ ଖାପଖୁଆଇବା ଭଳି ଉଦାହରଣ ଦେଇପାରିବେ ।
  • ଭାଷାର ବ୍ୟବହାର : ଆପଣ ବ୍ୟବହାର କରୁଥିବା  ଭାଷା ବିଷୟରେ ଭଲଭାବରେ ଚିନ୍ତା କରନ୍ତୁ । ସବୁବେଳେ ଉତ୍ତମ ଭାଷା ବ୍ୟବହାର କରନ୍ତୁ ଏବଂ ସେମାନଙ୍କୁ ପ୍ରଶଂସା କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ କେବେ ଥଟ୍ଟା ପରିହାସ କରନ୍ତୁ ନାହିଁ । ସବୁବେଳେ ତାଙ୍କ ବ୍ୟବହାର ଉପରେ ମତାମତ ଦିଅନ୍ତୁ, ତାଙ୍କ ଉପରେ ନୁହେଁ । ‘ତୁମେ ମୋତେ ଆଜି ର ଗାଉଛି।’’ ହେଉଛି ସମ୍ପୁର୍ଣ୍ଣ ବ୍ୟକ୍ତି କେନ୍ଦ୍ରିକ ଏବଂ ଏହାକୁ ଭଲ ଭାବରେ ପ୍ରକାଶ କରାଯାଇପାରେ ଯେପରି, ‘ତୁମ ବ୍ୟବହାର ମୋତେ ରଗାଉଛି।’’ । ତୁମର ମନ ନିବେଶ ନ କରିବାର କିଛି କାରଣ ଅଛି କି ? କେଉଁଟି ଅଧିକ ସହାୟକ ?
  • ପରମ୍ପରାକୁ ଆହ୍ଵାନ: ଏଭଳି ସମ୍ବଳ ନିରୂପଣ କରନ୍ତୁ ଓ ବ୍ୟବହାର କରନ୍ତୁ ଯେପରି ବାଳିକାମାନେ ଗତାନୁଗତିକ ଭୂମିକା ଗ୍ରହଣ ନ କରନ୍ତି । କିଛି ବିଶିଷ୍ଟ ସ୍ତ୍ରୀ ଲୋକମାନଙ୍କୁ (ବୈଜ୍ଞାନିକ ହୋଇ ପାରନ୍ତି) ବିଦ୍ୟାଳୟ ପରିଦର୍ଶନ କରିବାକୁ ଆମନ୍ତିତ କରନ୍ତୁ, ନିଜ ଲିଙ୍ଗ ଅନୁସାରେ ସଚେତନ ହେବାକୁ ଚେଷ୍ଟା କରନ୍ତୁ । ଆପଣ ଜାଣନ୍ତି ବାଳିକାମାନେ ଖେଳକୁଦ କରନ୍ତି ଓ ବାଳକମାନେ ସ୍ନେହୀ । କିନ୍ତୁ ଏହାକୁ ଆମେ ଅନେକ ସମୟରେ ଅଲଗାଭାବେ ପ୍ରଦର୍ଶନ କରୁ, କାରଣ ମୁଖ୍ୟତଃ ସେହି ଜଂଗରେ ଆମେ ସମାଜରେ କଥାବାର୍ତ୍ତା ହେଉ ।
  • ନିରାପଦ ସ୍ଵାଗତଯୋଗ୍ୟ ଶିକ୍ଷଣ ପରିବେଶ ସୃଷ୍ଟି: ସମସ୍ତ ଶିକ୍ଷାର୍ଥୀ ବିଦ୍ୟାଳୟରେ ନିରାପଦ ମନେ କରିବା ଓ ସ୍ଵାଗତ ଯୋଗ୍ୟ ହେବା ଆବଶ୍ୟକ । ଆପଣଙ୍କ ସ୍ଥିତିରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହ ପ୍ରଦର୍ଶନ ଓ ପରସ୍ପର ସମ୍ମାନ ପ୍ରଦର୍ଶନ ଓ ବନ୍ଧୁତା ମାଧ୍ୟମରେ ସେମାନଙ୍କୁ ସ୍ଵାଗତଯୋଗ୍ୟ ବୋଲି ଅନୁଭବ କରାଇ ପାରିବେ । ଚିନ୍ତା କରନ୍ତୁ, ବିଦ୍ୟାଳୟ ଓ ଶ୍ରେଣୀଗୁହ ଭିନ୍ନ ଭିନ୍ନ ଶିକ୍ଷାର୍ଥୀଙ୍କୁ କିପରି ଜଣାପଡେ ଓ ଅନୁଭୂତ ହୋଇପାରେ । କେଉଁଠାରେ ସେମାନଙ୍କୁ ବସିବାକୁ କୁହାଯିବ ତାହା ଚିନ୍ତା କରନ୍ତୁ । ଦୃଷ୍ଟି ଭିନ୍ନକ୍ଷମ କିମ୍ବା ଶ୍ରବଣ ଭିନ୍ନକ୍ଷମ କିମ୍ବା ଶାରିରୀକ ଭିନ୍ନକ୍ଷମ ଶିକ୍ଷାର୍ଥୀମାନେ ଏପରି ସ୍ଥାନରେ ବସିବେ ଯେଉଁଠାରେ ତାଙ୍କୁ ଶିକ୍ଷାଗ୍ରହଣ କରିବାରେ ସୁବିଧା ହେବ । ଯେଉଁମାନେ ଲାଜକୁଳା କିମ୍ବା ଶୀଘ୍ର ଅନ୍ୟମନସ୍ତ୍ର ହୁଅନ୍ତି, ସେମାନଙ୍କୁ ଆପଣ ସେଠାରେ ବସାନ୍ତୁ ଯେଉଁଠାରେ ଆପଣ ସେମାନଙ୍କୁ ସହଜରେ ଶିକ୍ଷଣ ପଦ୍ଧତି ସହ ସଂପୃକ୍ତ କରିପାରିବେ ।
  • ନିର୍ଦ୍ଦିଷ୍ଟ ଶିକ୍ଷାଦାନ ପନ୍ଥା : କେତେଗୁଡିଏ ନିର୍ଦ୍ଦିଷ୍ଟ ଶିକ୍ଷାଦାନ ପନ୍ଥା ରହିଛି ଯେଉଁଗୁଡିକୁ ଅବଲମ୍ବନ କରି ଆପଣ ସବୁ ଶିକ୍ଷାର୍ଥୀଙ୍କୁ ଆପଣଙ୍କ କାର୍ଯ୍ୟ ସହିତ ସମ୍ପର୍କିତ କରି ପାରିବେ । ସେଗୁଡିକ ପ୍ରାଞ୍ଜଳ ଭାବରେ ଅନ୍ୟ ମୁଖ୍ୟ ସମ୍ବଳରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଏଠାରେ ଏକ ସଂକ୍ଷିପ୍ତ ଉପକ୍ରମ ଦିଆଯାଇଛି ।
  • ପ୍ରଶ୍ନ ପଚାରିବା : ଯଦି ଆପଣ ଶିକ୍ଷାର୍ଥୀମାନଙ୍କୁ ହାତ ଉପରକୁ ଟେକିବାକୁ ଆମନ୍ତ୍ରଣ କରିବେ, ତେବେ ସେହି ଏକା ଶିକ୍ଷାର୍ଥୀ ସର୍ବଦା ଉତ୍ତର ଦେବେ । ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଦେବା ପାଇଁ ଚିନ୍ତନରେ ନିମଗ୍ନ କରାଇବା ଏବଂ ପ୍ରଶ୍ଳୋତ୍ତର କରିବା ପାଇଁ ପ୍ରସ୍ତୁତ କରାଇବାର ଅନେକ ଉପାୟ ଅଛି । ଆପଣ କେତେକ ନିର୍ଦ୍ଦିଷ୍ଟ ଶିକ୍ଷାର୍ଥୀଙ୍କୁ ପ୍ରଶ୍ନ ପଚାରିପାରନ୍ତି । ପ୍ରଥମେ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ, କିଏ ଉତ୍ତର ଦେବ ତାହା ଆପଣ ସ୍ଥିର କରିବେ । ତାପରେ ଆଗରେ ବସିଥିବା  ଶିକ୍ଷାର୍ଥୀଙ୍କୁ ନ ପଚାରି ଯେଉଁ ଶିକ୍ଷାର୍ଥୀମାନେ ଶ୍ରେଣୀର ପଛରେ ଏବଂ ପାର୍ଶ୍ବରେ ବସିଛନ୍ତି ତାଙ୍କୁ ପଚାରନ୍ତୁ। ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବାକୁ ସମୟ ଦିଅନ୍ତୁ ଏବଂ କେତେକ ନିର୍ଦ୍ଦିଷ୍ଟ ଶିକ୍ଷାର୍ଥୀଙ୍କ ଠାରୁ କିଛି ପାଇବାକୁ ଆମନ୍ତ୍ରଣ କରନ୍ତୁ । ଆପଣ ୨ ଜଣିଆ କିମ୍ବା ଦଳଗତ କାର୍ଯ୍ୟ ବ୍ୟବହାର କରି ଆମ୍ବବିଶ୍ଵାସ ବଢାଇପାରନ୍ତି ଯାହାଦ୍ଵାରା କି ଆପଣ ସମ୍ପୁର୍ଣ୍ଣ ଶ୍ରେଣୀକୁ ଆଲୋଚନାରେ ନିୟୋଜିତ କରିପାରିବେ ।
  • ମୂଲ୍ୟାୟନ : ମଧ୍ୟବର୍ତ୍ତୀ ମୂଲ୍ୟୟନ ପାଇଁ କେତେଗୁଡିଏ କୌଶଳ ତିଆରି କରନ୍ତୁ, ଯାହା ପ୍ରତ୍ୟେକ ଶିକ୍ଷାର୍ଥୀକୁ ଜାଣିବାରେ ଆପଣଙ୍କୁ ସାହାଯ୍ୟ କରିବ । ଲୁକ୍‌କାୟିତ ପ୍ରତିଭାକୁ ପ୍ରକାଶିତ କରିବା ଏବଂ ଦୁର୍ବଳତା ଆବିଷ୍କାର କରିବା ପାଇଁ ଆପଣ ଟିକେ ସୃଜନଶୀଳ ହେବା ଦରକାର । ମଧ୍ୟବର୍ତ୍ତୀ ମୂଲ୍ୟାୟନ, ଆପଣଙ୍କୁ କେତେକ ଶିକ୍ଷାର୍ଥୀଙ୍କ ସାମର୍ଥ୍ୟ ବିଷୟରେ ଆନୁମାନିକ ନ ହୋଇ ନିର୍ଭୁଲ ସୂଚନା ଯୋଗାଇ ଦେବ । ସେତେବେଳେ ଆପଣ ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବାରେ ଏକ ଉତ୍ତମ ସ୍ଥିତିରେ ରହିପାରିବେ ।
  • ଦଳଗତ କାର୍ଯ୍ୟ ଓ ଯୋଡି କାର୍ଯ୍ୟ : ସମସ୍ତ ଶିକ୍ଷାର୍ଥୀଙ୍କୁ ସଂପର୍କିତ କରିବା ଏବଂ ସେମାନଙ୍କୁ ପରସ୍ପର ମୂଲ୍ୟୟନ କରିବା ଲାଗି ଉତ୍ସାହିତ କରିବା ପାଇଁ ଆପଣ ଶ୍ରେଣୀକୁ କିପରି ଦଳରେ ଭାଗ କରିବେ ତାହା ସାବଧାନତାର ସହ ଚିନ୍ତା କରନ୍ତୁ । ସମସ୍ତ ଶିକ୍ଷାର୍ଥୀ କିପରି ପରସ୍ପର ଠାରୁ ଶିଖ୍ ପାରିବାର ସୁଯୋଗ ପାଇବେ ଏବଂ ସେ ଜାଣିଥିବା  ବିଷୟବସ୍ତୁ ସମ୍ବନ୍ଧରେ ଆମ୍ବବିଶ୍ଵାସୀ ହେବେ ସେ ସମ୍ବନ୍ଧରେ ନିଶ୍ଚିତ ହୁଅନ୍ତୁ । କେତେକ ଶିକ୍ଷାର୍ଥୀଙ୍କର ଛୋଟ ଦଳ ମଧ୍ୟରେ ଥାଇ ନିଜର ମତାମତକୁ ପ୍ରକାଶ କରିବାରେ ଏବଂ ପ୍ରଶ୍ନ ପଚାରିବାରେ ଆମ୍ବବିଶ୍ଵାସ ରହିବ ମାତ୍ର ସମଗ୍ର ଶ୍ରେଣୀ ସାମନାରେ ନୁହେଁ ।
  • ପ୍ରଭେଦ ପ୍ରଦର୍ଶନ : ଭିନ୍ନ ଦଳ ପାଇଁ ଭିନ୍ନ ପ୍ରଶ୍ନ ପଚାରିବା ଦ୍ଵାରା ଶିକ୍ଷାର୍ଥୀମାନେ ଯାହା ଜାଣନ୍ତି ସେହିଠାରୁ ଆରମ୍ଭ କରି ଆଗକୁ ବଢିବେ । ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ ବେଳେ ସେମାନେ କୃତିତ୍ଵ ହାସଲ କରିବାର ସୁଯୋଗ ପାଇବେ । ନ୍ୟସ୍ତକାର୍ଯ୍ୟ ପାଇଁ ପସନ୍ଦ ଦିଆଗଲେ, ସେମାନଙ୍କର ନିଜର ଅଧିକାର ଥିବା  ଭଳି ଏବଂ ନିଜ ଶିକ୍ଷଣର ଦାୟିତ୍ଵ ନିଜ ଉପରେ ଥିବା  ଭଳି ଅନୁଭୂତି ଆସିଥାଏ । ଗୋଟିଏ ବଡ ଶ୍ରେଣୀରେ ପ୍ରତ୍ୟେକ ଛାତ୍ରଛାତ୍ରୀର ବ୍ୟକ୍ତିଗତ ଶିକ୍ଷଣ ଆବଶ୍ୟକତା ପ୍ରତି ଧ୍ୟାନ ଦେବା କଷ୍ଟସାଧ୍ୟ, ମାତ୍ର ବିଭିନ୍ନ ପ୍ରକାରର ନ୍ୟସ୍ତ କାର୍ଯ୍ୟ ଓ ଶିକ୍ଷଣ କାର୍ଯ୍ୟର ଉପଯୋଗ କରିବା ଦ୍ଵାରା ତାହା ସମ୍ଭବ ହୋଇଥାଏ ।

ଆଧାର : ଟ୍ରେସ୍ ଇଣ୍ଡିଆ

2.71428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top