ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ନେତୃତ୍ଵ ପରିପେକ୍ଷୀ : ବିଦ୍ୟାଳୟର ନିଜସ୍ଵ ସମୀକ୍ଷାକୁ ନେତୃତ୍ଵ ଦେବା
ସେଆର କରନ୍ତୁ

ନେତୃତ୍ଵ ପରିପେକ୍ଷୀ : ବିଦ୍ୟାଳୟର ନିଜସ୍ଵ ସମୀକ୍ଷାକୁ ନେତୃତ୍ଵ ଦେବା

ବିଦ୍ୟାଳୟରେ ମଧ୍ୟ ଶିକ୍ଷକଗଣ ଓ ମୁଖ୍ୟମାନେ ମୂଲ୍ୟୟନ ଓ ରାୟ ଦେବାର ଆବଶ୍ୟକତା ରହିଛି ।

ଉପକ୍ରମ

ଏହି ବିଦ୍ୟାଳୟ ନେତୃତ୍ଵ ସମ୍ବନ୍ଧୀୟ ମୁକ୍ତ ଶିକ୍ଷଣ ସମ୍ବଳଟି ଟେସ୍ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ହୋଇଥିବା ‘ବିଦ୍ୟାଳୟ ନେତୃତ୍ଵ' ସମ୍ବନ୍ଧୀୟ ୨୦ଟି ପୁସ୍ତିକା ମଧ୍ୟରୁ ଅନ୍ୟତମ । ଏହି ପୁସ୍ତିକାଗୁଡ଼ିକ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଓ ବୃତ୍ତିଗତରେ ଉନ୍ନତି ଆଣି ଶ୍ରେଣୀ କକ୍ଷରେ ପାଠପଢାରେ ସହାୟତା କରିବ । ଏହି ପୁସ୍ତିକାଗୁଡ଼ିକ ବିଭିନ୍ନ ସିଦ୍ଧାନ୍ତ ଓ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକାରେ ଦିଆଯାଇଥିବା ତଥ୍ୟକୁ ବିଦ୍ୟାଳୟର ନେତୃତ୍ଵ, ଶିକ୍ଷକ ଓ ସହାୟକ କର୍ମାମାନେ ଅଭ୍ୟସରେ ଆଣିଲେ ବିଦ୍ୟାଳୟରେ ସାମୁହିକ ଉନ୍ନତି ଆସିପାରିବ । ଏହି ପୁସ୍ତିକାଗୁଡ଼ିକ ପଠନ ପାଇଁ ଏକ ବିଦ୍ଧିବଧ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ଯଦିଓ ନାହିଁ ତଥାପି "ବିଦ୍ୟାଳୟର ମୁଖ୍ୟ ଜଣେ ସାମର୍ଥ୍ୟକାରୀ" ପୁସ୍ତିକାରୁ ପଠନ ଆରମ୍ଭ କରାଯାଇପାରେ । ଏହି ପୁସ୍ତିକାଗୁଡ଼ିକ ନିଜସ୍ଵ ପଠନ ପାଇଁ ଉଦ୍ଧିଷ୍ଟ ଓ ଏହାକୁ ନିଜର ପାଠାଗାରାରେ ରଖାଯାଇପାରେ । ଏହି ପୁସ୍ତିକାଗୁଡିକ ବିଦ୍ୟାଳୟ ନେତୃତ୍ଵ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଉପ ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ଯେଉଁମାନେ ବିଦ୍ୟାଳୟ ନେତୃତ୍ଵରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ।

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀ ଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।  ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ ‘ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷା ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ (http://www.tessindia.edu.in/) ରେ ଉପଲବ୍ଧ । 'ମୁକ୍ତ ଶୈକ୍ଷିକ ସଂବଳ’ ଗୁଡ଼ିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ର ଅଭିପ୍ରେରିତ । ଟେସ୍-ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ସି.ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକରଣଟି 'ଟେସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ମମତା ସ୍ଵାଇଁ ଓଡ଼ିଆ ଭାଷାରେ ଭାଷାନ୍ତର କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସ ମ୍ବଳ/ ଲେଖ creativecommons.org ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଗୋଟିଏ ନଡ଼ିଆ ବିକାଳିର କଥା ଭାବକୁ ଯିଏକି ତା'ର ଚକୁରେ ନଡ଼ିଆକୁ ଠକ ଠକ କରି ଅନୁମାନ କରୁଥିବ ଯେ ନଡ଼ିଆର ବୟସ କେତେ ଓ ତାହା କେତେ ମଧୁର ହୋଇଥୁବ କିମ୍ବା ବଜାରର ଜଣେ ଦୋକାନୀ ଶୁଂଘି କରି ଅନୁମାନ କରିପାରିବ ଯେ ଫଳଟି କେତେ ପାଚିଛି । ପର୍ଯ୍ୟବେକ୍ଷଣ କରି ଓ ତଥ୍ୟକୁ ଆଧାର କରି ଆମେ ସମସ୍ତେ ନିୟମିତ ଭାବେ ଜିନିଷର ଗୁଣାତ୍ମକ ବିଷୟରେ ରାୟ ଦେଇଥାଉ ।

ବିଦ୍ୟାଳୟରେ ମଧ୍ୟ ଶିକ୍ଷକଗଣ ଓ ମୁଖ୍ୟମାନେ ମୂଲ୍ୟୟନ ଓ ରାୟ ଦେବାର ଆବଶ୍ୟକତା ରହିଛି । ଯାହାଫଳରେ ସେମାନେ ବୁଝିପାରିବେ ଯେ ବିଦ୍ୟାଳୟରେ କିପରି ଭାବରେ କାମ ହେଉଛି ଓ ସେଗୁଡ଼ିକର ଉନ୍ନତି କିପରି ଭାବରେ କରାଯାଇପାରିବ । ଯାହା ବି ହେଉ ଏହି ରାୟଗୁଡ଼ିକ ଶକ୍ତ ପ୍ରମାଣ ଉପରେ ଆଧାରିତ ।

ବର୍ତ୍ତମାନ ପରିପ୍ରେକ୍ଷୀରେ ବିଦ୍ୟାଳୟ ନିଜ କାମଗୁଡ଼ିକର ନିଜେ ସମୀକ୍ଷା କରୁଛି । ଏହି ସମୀକ୍ଷା ଯୋଜନାବଦ୍ଧ ଭାବେ କରାଯାଏ । ନିଜର କାମକୁ ନିଜେ ସମାଲୋଚନା କରି ତାକୁ ଭଲ କରିଥାନ୍ତି । ନିଜର କାମଗୁଡ଼ିକୁ ସର୍ବୋତ୍ତମ ବୋଲି ବିଚାର କରାଯାଏ । କିନ୍ତୁ ରାଜ୍ୟ ଓ ଜାତୀୟ ସ୍ତରରେ ମୂଲ୍ୟୟନ ପ୍ରକ୍ରିୟାରେ ସର୍ବୋତ୍ତମ ବୋଲି କହୁଥିବା

କାମଗୁଡ଼ିକର ମୂଲ୍ୟୟନ କରାଯିବା ଉଚିତ । ଏହାର ପ୍ରାରମ୍ଭର ଆଧାର ହେଉଛି ସ୍ଵୀକୃତି ଦେବା । ଯଦି ଗୋଟିଏ ବିଦ୍ୟାଳୟ ନିଜେ ଚିହ୍ନଟ କରିପାରିବ ଯେ ସେମାନଙ୍କୁ କେଉଁଥିରେ ଅଧିକ ଭଲ କରିବାର ଅଛି ତାହା ହେଲେ ସେମାନେ ହିଁ ସେହି ଦିଗରେ କାମ କରିବେ ।

ବିଦ୍ୟାଳୟର ଉନ୍ନତିକୁ ଆଗକୁ ନେବା ପାଇଁ ଏହି ଏକକରେ ମୁଖ୍ୟତଃ ବିଦ୍ୟାଳୟର ମୁଖ୍ୟମାନଙ୍କୁ ନିଜସ୍ଵ ସମୀକ୍ଷାର ପ୍ରକ୍ରିୟା ଓ ପ୍ରଣାଳୀ ସହିତ ଦୃଢ଼ ଭାବେ ଯୋଡ଼ିବା ପାଇଁ ଓ ସହାୟତା ପ୍ରଦାନ ଉପରେ ଗୁରୁତ୍ଵ ହୋଇଛି । ଏହା ଆପଣଙ୍କୁ ଭାବିବା ପାଇଁ ସାହାଯ୍ୟ କରିବେ ଯେ ବିଦ୍ୟାଳୟର କେଉଁ କାମଗୁଡ଼ିକୁ ଆପଣ ସମୀକ୍ଷା କରିବାକୁ ଚାହିଁବେ, କିପରି ତଥ୍ୟଗୁଡ଼ିକୁ ସଂଗ୍ରହ କରିବେ ଓ ଆପଣ ଯାହା ପାଇଲେ ତାକୁ କିପରି ଭାବରେ ଜଣାଇବେ । ନେତୃତ୍ଵର ସ୍ଥାନ : ବିଦ୍ୟାଳୟ ବିକାଶ ଯୋଜନା ଏକକ ମୁଖ୍ୟତଃ ସଂଗ୍ରହ କରିଥିବା ତଥ୍ୟକୁ କିପରି ବ୍ୟବହାର  କରି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବେ ତା' ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି ।

ଶିକ୍ଷଣ ଡାଏରୀ

ଏହି ଏକକରେ କାର୍ଯ୍ୟ କଲାବେଳେ ଆପଣଙ୍କୁ ଆପଣଙ୍କ ଶିକ୍ଷଣ ଦୈନନ୍ଦିନ ଏକ ଖାତା ବା ଫୋଲଡର ଯେଉଁଥିରେ ଆପଣ ଆପଣଙ୍କ ଚିନ୍ତାଧାରା ଓ ଯୋଜନାକୁ ଏକ ସ୍ଥାନରେ ଲେଖୁ ବା ପାଇଁ କୁହାଯିବ । ବୋଧହୁଏ ଆପଣ ଏହା ଆରମ୍ଭ କରିସାରିଥିବେ ।

ଆପଣ ଏହି ଏକକରେ ଏକୁଟିଆ କାର୍ଯ୍ୟ କରିପାରିବେ କିନ୍ତୁ ଆପଣ ଯଦି ଆପଣଙ୍କ ଶିକ୍ଷଣକୁ ଅନ୍ୟ ବିଦ୍ୟାଳୟମୁଖ୍ୟଙ୍କ ସହ ଆଲୋଚନା କରିବେ ତେବେ ଅଧିକ ଶିଖିପାରିବେ । ସେ ଆପଣଙ୍କ ଜଣେ ସହକର୍ମୀ ହୋଇପାରନ୍ତି, ଯାହାଙ୍କ ସହ ଆପଣ ସମ୍ମିଳିତ ହୋଇସାରିଥିବେ ବା ଯାହାଙ୍କ ସହ ଆପଣ ନୂତନ ଭାବେ ସମ୍ପର୍କିତ ହୋଇଥିବେ । ଏହା ଏକ ସଙ୍ଗଠିତ ଢଙ୍ଗରେ ବା ଅଧିକାରରୁ ଅଧିକ ଅଣାଆନୁଷ୍ଠାନିକ ଢଙ୍ଗରେ କରାଯାଇପାରିବ । ଶିକ୍ଷଣ ଦୈନନ୍ଦିନୀରେ ଆପଣ କରିଥିବା ଟିପ୍ପଣୀଗୁଡ଼ିକ ଆପଣଙ୍କୁ ଏହିଭଳି ବୈଠକ ଯେତେବେଳେ କି ଆପଣ ଦୀର୍ଘମିଆଦି ଶିକ୍ଷଣ ଓ ବିକାଶ ଆକଳନ କରୁଥିବେ ସେହି ସମୟରେ ଉପଯୋଗୀ ହୋଇପାରିବ ।

ଏକକରୁ ବିଦ୍ୟାଳୟ ମୁଖ୍ୟ କ'ଣ ଶିଖିବେ

  • ବିଦ୍ୟାଳୟ ସମୀକ୍ଷାର ଉପଯୋଗୀତା ଓ ଆହ୍ଵାନଗୁଡ଼ିକ ବିଷୟରେ ଜାଣିବେ ।
  • ବିଦ୍ୟାଳୟ ସମୀକ୍ଷାର ପ୍ରକୃତି/ ସ୍ୱରୂପ ଓ ବିଦ୍ୟାଳୟ ସମୀକ୍ଷା ଚକ୍ର ବିଷୟରେ ଜାଣିବେ ।
  • ଗୁଣାତ୍ମକ ଓ ପରିମାଣାତ୍ମକ ତଥ୍ୟକୁ କିପରି ସଂଗ୍ରହ କରିବେ ଓ ବ୍ୟବହାର କରିବେ ।

ବିଦ୍ୟାଳୟ ଆତ୍ମସମୀକ୍ଷା କ’ଣ । ଏହାର ସୁବିଧା ଓ ଆହ୍ଵାନଗୁଡ଼ିକ କ’ଣ ?

ବିଦ୍ୟାଳୟର ନିଜସ୍ଵ ସମୀକ୍ଷା କହିଲେ ଆମେ କ’ଣ ବୁଝୁ ? ଅତି ସହଜରେ କହିବାକୁ ହେଲେ ବିଦ୍ୟାଳୟ ଆତ୍ମସମୀକ୍ଷା ଦେଖେ ଯେ ବିଦ୍ୟାଳୟଟି କିପରି ଭଲ ଭାବରେ କାମଗୁଡ଼ିକୁ କରୁଛି ?

    ଶିକ୍ଷାର୍ଥୀମାନେ କେମିତି ଭଲ ଭାବେ ଶିଖୁଛନ୍ତି

  • ଶୈକ୍ଷିକ, ସାମାଜିକ, ଆବେଗିକ ଓ ଶାରୀରିକ ସ୍ତରରେ କିପରି ଭଲ ଭାବରେ କାମ କରୁଛନ୍ତି ?
  • ବିଦ୍ୟାଳୟଟି କିପରି ଭାବରେ ସଙ୍ଗଠିତ ହୋଇଛି ଯେ ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ସହାୟତା ଦେବ ?
  • ଶିକ୍ଷକମାନେ ସେମାନଙ୍କର ମୁଖ୍ୟ କାମ କିପରି ଫଳପ୍ରଦ ଭାବେ କରୁଛନ୍ତି ଯେ ତାହା ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ସହାୟତା ଯୋଗାଇବା ?
  • ବିଦ୍ୟାଳୟର କାର୍ଯ୍ୟ ନିର୍ଘଣ୍ଟା କିପରି ଭାବରେ ସଙ୍ଗଠିତ ହୋଇଛି ?
  • ସହପାଠ୍ୟ କାର୍ଯ୍ୟ କି ଭୂମିକା ଗ୍ରହଣ କରିଥାଏ ?
  • ଗୋଷ୍ଠୀ ସହ କିପରି ଫଳପ୍ରଦ ଭାବେ ସମ୍ପର୍କ ସ୍ଥାପନ କରିବା ।

ବହୁତ ଗୁଡ଼ାଏ ପ୍ରଶ୍ନ ପଚାରି ପାରିବା, ଏଗୁଡ଼ିକ ଆତ୍ମସମୀକ୍ଷା ପାଇଁ ଆଧାର ହେବ ।

ଟିକିଏ ଭାବନ୍ତୁ

• ଆପଣଙ୍କ ବିଦ୍ୟାଳୟରେ ହେଉଦ୍ଧୃବା କାମର ଏମିତି କୌଣସି ଦିଗକୁ ଭାବିପାରିବେ କି ଯାହା ଆପଣଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ |

• ଅନ୍ୟ କେଉଁ ପ୍ରଶ୍ନଗୁଡ଼ିକ ଆପଣ ପଚାରିବାକୁ ଚାହିଁବେ ?

 

ନିଜସ୍ତ୍ର ଆତ୍ମସମୀକ୍ଷା କରିବା ସମୟରେ, ବିଦ୍ୟାଳୟର ମୁଖ୍ୟ ଓ ଶିକ୍ଷକମାନେ ଏଭଳି ପ୍ରଶ୍ନ ନିଜକୁ ନିଜେ ପଚାରିବା ଉଚିତ ଯାହା କି ଜଣେ ବାହାରୁ ଆସୁଥିବା ସମୀକ୍ଷକ ପଚାରିପାରେ । ସେମାନେ ଯେତେବେଳେ ଦେଖିଦେବ ଯେ କାମଗୁଡ଼ିକ ଯେତିକି ଭଲ ହେବା କଥା ସେତିକି ଭଲ ହୋଇନାହିଁ (ଯଥା ଗତବର୍ଷ ଅପେକ୍ଷା ଏ ବର୍ଷ ଉପସ୍ଥାନ ବହୁତ ଖରାପ) । ତାହାହେଲେ ସେମାନେ ଏହାର କାରଣକୁ ଅନୁସନ୍ଧାନ କରିବେ ଓ ଏ ସମ୍ପର୍କରେ କିଛି କରିବେ । ବିଦ୍ୟାଳୟର ଆତ୍ମସମୀକ୍ଷା କହିଲେ ବିଦ୍ୟାଳୟରେ କ’ଣ ସବୁ ଭଲ ହେଉଛି ଓ କେଉଁଥିରେ

ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ବାହ୍ୟ ସମୀକ୍ଷକଙ୍କ ସମୀକ୍ଷା ହେବା ପୂର୍ବରୁ ଏସବୁ ଉପରେ କାମ କରିବାର ଆବଶ୍ୟକତା ରହିଛି ।

ବିଦ୍ୟାଳୟଟି କିପରି ଭଲରେ ଚାଲିଛି ବୁଝିବା ସମୟ ସାପେକ୍ଷ ଅଟେ । ବିଦ୍ୟାଳୟ ନେତୃତ୍ଵ ଦେବାରେ ଏହା ଏକ ଜଟିଳ ଉପାଦାନ ଅଟେ।

ଜଣେ ଦୋକାନୀ ଜାଣିବା ଆବଶ୍ୟକ ଯେ ପ୍ରତିଦିନ କ’ଣ ସବୁ ବିକ୍ରି ହେଉଛି । ତାହାହେଲେ ସେ ପ୍ରତିଦିନ ପାଇଁ ଆବଶ୍ୟକ ହେଉଥିବା ପରିମାଣର ଜିନିଷ ପାଇଁ କହିପାରିବ । ସେ ଜାଣିବା ଆବଶ୍ୟକ ଯେ କେଉଁ ଜିନିଷ ସବୁ ବିକ୍ରି ହେଉନାହିଁ ଏବଂ ନିଶ୍ଚିତ କରିବେ ଯେ ତାର ସହକର୍ମୀମାନେ ଭଲଭାବେ ଓ ସାଧୁତାର ସହ କାମ କରୁଛନ୍ତି । ସେମାନଙ୍କୁ ଲାଭରୁ କିଛି ଦେବେ ଓ ନୂଆ ଜିନିଷ କିଣିବେ । ଜଣେ ଦୋକାନୀ କେବେ କି ଅଯୋଗ୍ୟ ହେବାକୁ ବା କ୍ଷତିରେ ପଡ଼ିବାକୁ ଓ ବ୍ୟବସାୟରୁ ଦୂରେଇ ଯିବାକୁ ଚାହିବ ନାହିଁ । ବିଦ୍ୟାଳୟ କେବଳ ଲାଭ ଓ କ୍ଷତିର ହିସାବ ରଖେ ନାହିଁ କିନ୍ତୁ ସେମାନେ କେତେ କଲ ଭାବରେ କାମ କରୁଛନ୍ତି ତଥାପି ଜାଣିବାର ଆବଶ୍ୟକତା ଥାଏ ।

ପରିସ୍ଥିତି ଅନୁଧ୍ୟାନ ୧: ମହାନ୍ତି ବାବୁ ଅଭିଭାବକଙ୍କ ସହ ପୋଲ ସଦୃଶ କାମ କରନ୍ତି ।

ଗୋଟିଏ ଗ୍ରାମାଞ୍ଚଳର ମାଧ୍ୟମିକ ବିଦ୍ୟାଳୟରେ ମହାନ୍ତିବାବୁ ନୂତନ ଭାବରେ ନିଯୁକ୍ତି ପାଇଥିଲେ ଯେଉଁଠି ନଅଜଣ ଶିକ୍ଷକ କାମ କରୁଥିଲେ ।

ମୋର ନୂଆ ନିଯୁକ୍ତି ନେଇ ଖୁବ ଅଧୀର ଥିଲି । ବିଦ୍ୟାଳୟର ବିଶେଷ କିଛି ଖ୍ୟାତି ନ ଥିଲା କାରଣ ପୂର୍ବରୁ ଥିବା ଜଣେ ବିଦ୍ୟାଳୟର ମୁଖ୍ୟ କିଛି ଟଙ୍କାକୁ ହେରଫେର କରିଥଲେ । ମୋର ଠିକ ପୂର୍ବରୁ ଥିବା ମୁଖ୍ୟ କେବଳ କେତେମାସ ପାଇଁ ଥିଲେ ଏବଂ ସେ ଦେଖିଲେ ଯେ ଗୋଷ୍ଠୀର ଅବିଶ୍ଵାସକୁ ଜିତିବା ଭାରି କଷ୍ଟ । ମୁଁ ସ୍ଥିର କଲି ଯେ ମୋତେ ଦୁଇଟି କାମ କରିବାର ଆବଶ୍ୟକତା ରହିଛି । ପ୍ରଥମତଃ ଯତ୍ନର ସହ ଶୁଣି ଯଥାସମ୍ଭବ ବିଦ୍ୟାଳୟ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟଗୁଡ଼ିକୁ ସଂଗ୍ରହ କରିବା ଓ ଦ୍ବିତୀୟରେ ଶିକ୍ଷକମାନଙ୍କୁ ଯେତେଶୀଘ୍ର ହେବ ଭଲ ଭଲ ମନ୍ତବ୍ୟ ଦେବା । ଶିକ୍ଷକମାନଙ୍କର ନୈତିକ ବଳ ଖୁବ୍ କମି ଯାଇଥିଲା ଓ ସେମାନେ ପ୍ରତିଦିନର ସୁଯୋଗକୁ ଛାଡ଼ି ଦେଉଥିଲେ ।

ମୁଁ ଉପସ୍ଥାନ ଓ ପରୀକ୍ଷାଫଳକୁ ଦେଖିଲି । କେଉଁଟା ବି ଭଲ ନ ଥିଲା। କିନ୍ତୁ ଗଣିତର ଫଳାଫଳ ଅନ୍ୟାନ୍ୟ ବିଷୟଠୁ ଭଲ ଥିଲା। ତେଣୁ ମୁଁ ଦୁଇ ଜଣ ଗଣିତ ଶିକ୍ଷକଙ୍କ ସହ କଥା ହେଲି । ସେମାନଙ୍କୁ ଅଭିବାଦନ ଜଣାଇଲି ଓ ସେମାନେ ଗଣିତକୁ କିପରି ଭାବରେ ପଢ଼ାନ୍ତି ସେ ବିଷୟରେ ପଚାରିଲି । ମୁଁ ମଧ୍ୟ ଶିକ୍ଷକମାନେ ପଢ଼ାଉଥିବା ପାଠକକୁ ଦେଖିଲି । ଅଭିଭାବକଙ୍କ ତଥ୍ୟକୁ ଦେଖିଲି (ବହୁତ କମ ସଂଖ୍ୟକ ଅଭିଭାବକ ଉପସ୍ଥିତ ଥିଲେ) ଓ ଦଣ୍ଡବିଧ୍ୟାନ ବହି (ଯେଉଁଠି ବହୁତ ଗୁଡ଼ାଏ ନାଁ ଲେଖାଯାଇଛି) ବିଦ୍ୟାଳୟ ପରିଚାଳନା କମିଟି ନେଇଥିବା ନିଷ୍ପତ୍ତିଗୁଡ଼ିକ ମଧ୍ୟ ଦେଖିଲି ।

କିଛି ସପ୍ତାହ ପରେ ମୁଁ ସ୍ପଷ୍ଟ ଭାବେ ଧାରଣା ପାଇଲି ଯେ ବିଦ୍ୟାଳୟଟି କିପରି ଭାବରେ କାମ କରୁଥିଲା । ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ସମ୍ପୁକ୍ତି ସମ୍ପର୍କରେ ଓ ବିଦ୍ୟାଳୟର ଭଲ ଦିଗଗୁଡ଼ିକର ପ୍ରମାଣ ପାଇଲି । ମୁଁ ଯେଉଁ ତଥ୍ୟଗୁଡ଼ିକ ସଂଗ୍ରହ କରିଥୁଲି ତାହା ମୋର ମୂଲ୍ୟାୟନ, ଆଲୋଚନା ଓ ଯୋଜନା ପାଇଁ ମୂଳଦୂଆ ସଦୃଶ କାମ କରିଥିଲା। ଏହା ମୋତେ କେତେକ ନିର୍ଣ୍ଣାୟକ । ମାନବିନ୍ଦୁ ଦେଇଥିଲା ଯେଉଁଥିରେ ମୁଁ ମୋର ଅଗ୍ରଗତିକୁ ମାପି ପାରୁଥୁଲି ।

ଶିକ୍ଷଣ କାର୍ଯ୍ୟ-୧; ନିଜସ୍ଵ ସମୀକ୍ଷାର ଉପକାରିତାଗୁଡ଼ିକୁ ଚିହ୍ନଟ କରିବା

ବିଦ୍ୟାଳୟର ଆତ୍ମସମୀକ୍ଷା ସଂଗୃହୀତ ତଥ୍ୟକୁ ନେଇ ଗଠିତ ହୋଇଥାଏ । ତା'ପରେ ବିଦ୍ୟାଳୟର ତଥ୍ୟକୁ ବିଶ୍ଳେଷଣ କରିବା ଯେ ବିଦ୍ୟାଳୟରେ କ’ଣ ସବୁ ଭଲ କାମ ହେଉଛି ଓ କେଉଁଥିରେ ଉନ୍ନତି ଆବଶ୍ୟକ କରୁଛି। ଆତ୍ମସମୀକ୍ଷା ହିଁ ବିଦ୍ୟାଳୟ ବିକାଶ ଯୋଜନାର ଆଧାର ହେବ ଯାହା ଆପଣ ଅନ୍ୟ ଏକକରେ ଅଧ୍ୟୟନ କରିବେ । (ନେତୃତ୍ଵର ସ୍ଥାନ: ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ଦେବା)

ଏହି ଘଟଣାକୁ ବାରମ୍ବାର ପଢ଼ନ୍ତୁ ଏବଂ ନିଜ ଶିକ୍ଷଣ ଡାଏରୀରେ ଆତ୍ମସମୀକ୍ଷା ପ୍ରକ୍ରିୟାର ସୁବିଧାଗୁଡ଼ିକର ତାଲିକା ତିଆରି କରନ୍ତୁ ।

ଆଲୋଚନା

ବିଦ୍ୟାଳୟ ନିଜସ୍ଵ ସମୀକ୍ଷା ଏକ ବସ୍ତୁନିଷ୍ଟ ପ୍ରକ୍ରିୟା ଅଟେ । ପର୍ଯ୍ୟବେକ୍ଷଣ ଓ ତଥ୍ୟରୁ ମିଳିଥିବା ପ୍ରମାଣକୁ ବ୍ୟବହାର କଲେ ଏହା ନିଶ୍ଚିତ ଭାବରେ ସଫାସୁତୁରା ଓ ପରିମିତ ହେବ । ଆଇନ ସମ୍ବନ୍ଧୀୟ ଆବଶ୍ୟକତା ବା ବ୍ୟବହାର ଦାବିକୁ ପୂରଣ କରିବା ପାଇଁ କେବଳ ସୂଚନାଗୁଡ଼ିକୁ ସଂଗ୍ରହ କରିବା ଯଥେଷ୍ଟ ନୁହେଁ ବା କେବଳ ଶୁଣିବା ପାଇଁ ନୁହେଁ ବା ପକ୍ଷପାତ କରି କାମ କରିବା ପାଇଁ ନୁହେଁ ବା ଅନ୍ୟ କାହାକୁ ଅନୁଗ୍ରହ ଦେଖାଇବା ପାଇଁ ନୁହେଁ ।

ଶିକ୍ଷଣକାର୍ଯ୍ୟ – ୨: ସତ ନା ମିଛ ?

ପ୍ରତ୍ୟେକଟି ଭକ୍ତି ପାଇଁ ଚିନ୍ତା କରନ୍ତୁ ଯେ ଏହା କେତେଦୂର ସତ, ଭକ୍ତିଗୁଡ଼ିକ "ସବୁବେଳେ ସତ", "ବେଳେ ବେଳେ ସତ" ବା “ଆଦୌ ନୁହେଁ” ଆପଣଙ୍କ ଶିକ୍ଷଣ ଡାଏରୀରେ ଚିନ୍ତାଧାରାଗୁଡ଼ିକୁ ଟିପିକରି ରଖନ୍ତୁ ।

  1. ବିଦ୍ୟାଳୟ ନିଜସ୍ଵ ସମୀକ୍ଷା କେବଳ ବିଦ୍ୟାଳୟର ମୁଖ୍ୟ ଓ ସମ୍ପୁକ୍ତ ଥିବା ବ୍ୟକ୍ତି ପାଇଁ ଉର୍ଦ୍ଦିଷ୍ଟ ।
  2. ବିଦ୍ୟାଳୟ ନିଜସ୍ଵ ସମୀକ୍ଷା ଆପଣ ବିଦ୍ୟାଳୟ ସମ୍ପର୍କରେ ଜାଣିବୁକୁ ଚାହୁଁଥିବା ବିଷୟରେ ସବୁକଥା କହିଥାଏ ।
  3. ସାଧୁତାର ସଂସ୍କୃତିରେ ବିଦ୍ୟାଳୟ ନିଜସ୍ଵ ସମୀକ୍ଷା ଭଲ ଭାବେ କାମ କରିଥାଏ ।
  4. ବିଦ୍ୟାଳୟ ନିଜସ୍ଵ ସମୀକ୍ଷା ମାଧ୍ୟମରେ ଜାଣିଥାଉ ଯେ ବିଦ୍ୟାଳୟରେ କ’ଣ ସବୁ ଭୁଲ ହେଉଛି ।
  5. ବିଦ୍ୟାଳୟ ନିଜସ୍ଵ ସମୀକ୍ଷା କରିବା ପାଇଁ ଅଧିକ ସମୟ ନେଇଥାଏ ।
  6. ବିଦ୍ୟାଳୟ ନିଜସ୍ଵ ସମୀକ୍ଷା ପ୍ରତ୍ୟେକଙ୍କୁ କ'ଣ କରିବା ଆବଶ୍ୟକ ଦେଖାଇବାରେ ସାହାଯ୍ୟ କରିଥାଏ ।
  7. ବିଶ୍ଳେଷଣ, ଚିନ୍ତନ ଓ ଯୋଜନା ପାଇଁ ବିଦ୍ୟାଳୟ ନିଜସ୍ଵ ସମୀକ୍ଷା ମୂଳଦୂଆ ସଦୃଶ କାମ କରେ ।

ଆଲୋଚନା

ଉପରେ ଦିଆଯାଇଥିବା ଭକ୍ତି ମଧ୍ୟରୁ ୩, ୬ ଓ ୬ ନମ୍ବର ଭକ୍ତିଗୁଡ଼ିକ ସବୁବେଳେ ସତ ଅଟେ । ଯଦିଓ ସମୀକ୍ଷା ବିଦ୍ୟାଳୟ ମୁଖ୍ୟଙ୍କ ଦ୍ଵାରା ହୋଇଥାଏ । ତଥାପି ଏହି ପ୍ରକ୍ରିୟାରେ କାହାକୁ ବି ସାମିଲ କରାଯାଇପାରିବ । କେତେକ ବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ସମୀକ୍ଷାରେ ମୁଖ୍ୟ ଭୂମିକା ତୁଲେଇଥାନ୍ତି କାରଣ ଅନ୍ୟମାନଙ୍କ ଅପେକ୍ଷା ସେମାନେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେଉଁମାନେ ବିଦ୍ୟାଳୟର ସଙ୍ଗଠନ ଓ ଶିକ୍ଷାଦାନକୁ ଦେଖିଥାନ୍ତି । ଏହାକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରାଗଲେ, ସେମାନେ ଅଧିକ ମୂଲ୍ୟବାନ ଭୂମିକା ଗ୍ରହଣ କରିପାରିବେ ।

ସମୀକ୍ଷା କେତେକ ମୁଖ୍ୟ ବିଭାଗ ଉପରେ ଦୃଷ୍ଟିପାତ କରିଥାଏ । ବାର୍ଷିକ ସମୀକ୍ଷା ହୁଏତ ଅନେକଗୁଡ଼ିଏ ମୁଖ୍ୟ ବିଭାଗ ଉପରେ ବା ଗୋଟିଏ ବା ଦୁଇଟି ଗୁରୁତ୍ଵପୂର୍ଣ୍ଣ ବିଭାଗ ଉପରେ ଆଲୋକପାତ କରିପାରେ । ଏହାର ଉଦ୍ଦେଶ୍ୟ କେବଳ ଭୁଲଗୁଡ଼ିକୁ ବାଛିବା ନୁହେଁ ବରଂ ବିଦ୍ୟାଳୟର ସଫଳତାର ଉତ୍ସବ ପାଳନ କରିବା ପାଇଁ ବିଦ୍ୟାଳୟର ମୁଖ୍ୟଙ୍କୁ ସାହାଯ୍ୟ କରିଥାଏ ଏବଂ ଉନ୍ନତିର ପରିସରଗୁଡ଼ିକୁ ଚିହ୍ନଟ କରିଥାଏ । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ ସେହି ପରିସ୍ଥିତିରେ ଉପସ୍ଥିତ ରହି ନିନ୍ଦା କରିବା ନାହିଁ ।

ବିଦ୍ୟାଳୟ ସମୀକ୍ଷାକୁ ଠିକ ଭାବରେ କରିବା ବିଦ୍ୟାଳୟ ମୁଖ୍ୟଙ୍କ ନିତିଦିନିଆ କାମ ଅଟେ । ଅଧିକାଂଶ ତଥ୍ୟକୁ ସଂଗ୍ରହ କରିବା ଦୈନନ୍ଦିନ କାମ ଅଟେ । ଏହାକୁ ବିଶ୍ଳେଷଣ କରିବା ଏକ କୌତୁହଳ ପୂର୍ଣ୍ଣ କାମ ଅଟେ । ଏଥିରେ ବହୁତ ତଥ୍ୟ ଥାଏ । ଯେଉଁଠି ସର୍ବାଧିକ ଭିନ୍ନତା ପରିଲକ୍ଷିତ ହେବା ସେଭଳି କ୍ଷେତ୍ରରେ ସେମାନଙ୍କର ଶକ୍ତିକୁ କେନ୍ଦ୍ରୀଭୂତ କରିବା ପାଇଁ ସମର୍ଥ କରାଏ । ଏହା ସମୟ ସାପେକ୍ଷ କିନ୍ତୁ ପରିଶେଷରେ ବିଦ୍ୟାଳୟ ମୁଖ୍ୟଙ୍କ କାମକୁ ସହଜ କରିଥାଏ ।

ଶିକ୍ଷଣକାର୍ଯ୍ୟ ୩: ଆହ୍ଵାନ ଓ ସୁଯୋଗଗୁଡିକ ଚିହ୍ନଟ କରିବା

ଏହି ଦୁଇଟି ପରିସ୍ଥିତିକୁ ଚିନ୍ତା କରନ୍ତୁ ଓ ନିଜର ଶିକ୍ଷଣ ଡାଏରୀରେ ଆପଣଙ୍କର ପ୍ରତିକ୍ରିୟାଗୁଡ଼ିକୁ ଟିପିକରି ରଖନ୍ତୁ ।

  • କଳ୍ପନା କରନ୍ତୁ ଯେ ଆପଣ ଏ ବର୍ଷ ନୂତନ ଭାବରେ ଖୋଲାଯାଇଥିବା ବିଦ୍ୟାଳୟର ମୁଖ୍ୟ ଅଟନ୍ତି । ନୂତନ ବିଦ୍ୟାଳୟର ଉନ୍ନତି ପାଇଁ ଯୋଜନା କରିବା ପୂର୍ବରୁ ଆପଣ ନୂତନ ବିଦ୍ୟାଳୟ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି । ଆପଣ କେଉଁସବୁ ସମସ୍ୟାର ସମ୍ମୁଖୀନ ହେବେ ଏବଂ ସମୀକ୍ଷାର ଉପସ୍ଥାପନ କ'ଣ ସବୁ ସୁଯୋଗ ସୃଷ୍ଟି କରିବ ବୋଲି ଭାବୁଛନ୍ତି ।
  • ବର୍ତ୍ତମାନ କଳ୍ପନା  କରନ୍ତୁ ଯେ ଆପଣ ସେହି ବିଦ୍ୟାଳୟରେ ଦଶବର୍ଷ ଧରି ମୁଖ୍ୟ ଭାବରେ କାମ କରିଆସୁଛନ୍ତି । ସ୍ଥାନୀୟ ବିଦ୍ୟାଳୟର ମୁଖ୍ୟମାନଙ୍କର ଏକ ବୈଠକ ଜିଲ୍ଲା ଶିକ୍ଷା ଅଧିକାରୀ ଡାକିଛନ୍ତି । ଯେଉଁଠି ସେସବୁ ବିଦ୍ୟାଳୟର ସମୀକ୍ଷା କରିବେ । ଛଅମାସ ମଧ୍ୟରେ ହୋଇଥିବା କାମର ରିପୋର୍ଟ ସହ କାର୍ଯ୍ୟକାରୀ ଯୋଜନାର ସମୀକ୍ଷା କରିବେ । ଏଥିରେ ଆପଣ କେଉଁସବୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଭାବୁଛନ୍ତି ଓ ଏ ସମୀକ୍ଷା ଆପଣଙ୍କ ପାଇଁ କ’ଣ ସୁଯୋଗ ସୃଷ୍ଟି କରିବ ।

ଆଲୋଚନା

ଯେହେତୁ ଆପଣ ବିଦ୍ୟାଳୟର ନୂତନ ମୁଖ୍ୟ ତେଣୁ ଶିକ୍ଷକମାନେ ଆପଣଙ୍କୁ ପ୍ରଭାବିତ କରିବା ପାଇଁ ଆତୁର ହେବେ । ତେଣୁ ଠିକ୍ ତଥ୍ୟ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିବ । କେତେକ ଶିକ୍ଷକ ହୁଏତ ଆପଣଙ୍କର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ପ୍ରକାଶ କରିବେ ଅନ୍ୟ କେତେକ ବ୍ୟସ୍ତ ହେବେ ଯେ ବିଦ୍ୟାଳୟରେ ଭୁଲ କାମଗୁଡ଼ିକ ପାଇଁ ସେମାନଙ୍କୁ ନିନ୍ଦା କରିବେ । ତେଣୁ ଆପଣ ବିଦ୍ୟାଳୟର ଭଲ ପାଇଁ ଭାବୁଥିବା କେତେକ କାମ ଉପରେ ଦୃଷ୍ଟିକୁ କେନ୍ଦ୍ରୀଭୂତ କରି କାର୍ଯ୍ୟକୁ ଆରମ୍ଭ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହାକୁ ମଧ୍ୟ ନିଶ୍ଚିତ କରିବା ଦରକାର ।

ଜଣେ ପ୍ରତିଷ୍ଠିତ ବିଦ୍ୟାଳୟର ମୁଖ୍ୟ ଭାବରେ, ଆପଣଙ୍କର କୌଣସି ବି ନୂତନ କାର୍ଯ୍ୟକଳାପକୁ ସେମାନେ ସନ୍ଧିହାନ ଚକ୍ଷୁରେ ଦେଖିବେ । ଆପଣଙ୍କୁ ଏହା ଜାହିର କରିବାକୁ ପଡ଼ିବ ଯେ ଏହା ଏକ ଦଳଗତ କାର୍ଯ୍ୟ ଅଟେ ଓ ସେଥିରେ ଆପଣଙ୍କ ସେମାନଙ୍କର ସାହାଯ୍ୟ ସହଯୋଗ ଆବଶ୍ୟକ କରନ୍ତି । ଯେଉଁ ତଥ୍ୟ ସଂଗ୍ରହ କରି କାମକୁ ଆରମ୍ଭ କରିଛନ୍ତି ତାହା ଠିକ ଭାବରେ ଚାଲିଛି ବୋଲି ନିଶ୍ଚିତ କରିବାକୁ ପଡ଼ିବ । ସମସ୍ତଙ୍କ ସାମ୍ରାରେ ସଫଳତାର ଉତ୍ସବ ପାଳନ କଲେ ସେଥିରେ ଲୋକମାନଙ୍କର ବିଶ୍ଵାସ ଆସିଥାଏ ଓ ଯେଉଁ ସମସ୍ୟାଗୁଡ଼ିକ ଜଟିଳ ସେଗୁଡ଼ିକୁ ସହଜରେ ଆପଣ ସମାଧାନ କରିପାରିବେ ।

ନିଜସ୍ଵ ସମୀକ୍ଷାର ପ୍ରକ୍ରିୟାକୁ ଭଲଭାବେ ପରିଚାଳନା କରିବାର ଆବଶ୍ୟକତା ରହିଛି । ତାହାହେଲେ ସଂପୃକ୍ତ ଥିବା ବ୍ୟକ୍ତିମାନେ ଏହାର ପ୍ରକ୍ରିୟା ଓ ଭଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟ ହେବେ । ତା’ପରେ ସେମାନେ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଚିନ୍ତା କରିବେ ଓ ରଚନାତ୍ମକ ବା ଗଠନମୂଳକ ରାସ୍ତାରେ ଆଗକୁ ନେବେ । ଏହି ପ୍ରକ୍ରିୟାଟି ନିଶ୍ଚିତ ଭାବରେ ଖୋଲା ରହିବା ଆବଶ୍ୟକ – ଏହା କେବଳ ଭୁଲକୁ ଖୋଜି ବାହାର କରିବା ପାଇଁ ନୁହେଁ ଓ ଅନ୍ୟ ଉପରେ ନିନ୍ଦା କରିବା ପାଇଁ ମଧ୍ୟ ନୁହେଁ ଏହି ପ୍ରକ୍ରିୟା ବାସ୍ତବବାଦୀ ହେବା ଉଚିତ । କ’ଣ ସମୀକ୍ଷା କରାଗଲା ଓ କେତେ ସମୟ ଧରି ସୂଚନା ଗୁଡ଼ିକ ସଂଗ୍ରହ କରାଗଲା ଯାହା କି ଶିକ୍ଷାର୍ଥୀଙ୍କ ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେବ ଏ ଦୃଷ୍ଟିକୋଣରୁ ଏହା କେନ୍ଦ୍ରୀଭୂତ ହେବା ଦରକାର ।

ଆତ୍ମସମୀକ୍ଷା ଉନ୍ନତି କାର୍ଯ୍ୟଚକ୍ରର ଏକ ଅଂଶବିଶେଷ ଅଟେ । ଯାହା କି ଚିତ୍ର ୨ ରେ ଦିଆଯାଇଛି । ଆପଣ ଦେଖିବେ ଯେ ଏହାର ବିଭିନ୍ନ ସୋପାନ ଅଛି ଯାହା କି ସମୀକ୍ଷା ଓ ପରିବର୍ତ୍ତନରେ ଖାପ ଖାଉଛି । ନେତୃତ୍ଵର ଅନ୍ୟ ଏକକ ଗୁଡ଼ିକରେ ଯୋଜନା ଓ ପରିବର୍ତ୍ତନର ଉପରେ  କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇ’ଯାହା ଆପଣଙ୍କ ହେବ । ପରବର୍ତ୍ତୀ ସମୟରେ ଆପଣ ଏହାକୁ ଦେଖିପାରିବେ ।

ଏହି ଏକକରେ ପରବର୍ତ୍ତୀ ସମୟରେ କିପରି ପ୍ରମାଣ ସଂଗ୍ରହ କରିବେ । ସେଗୁଡ଼ିକୁ କିପରି ସଙ୍ଗଠିତ କରିବେ ଏବଂ ସମୀକ୍ଷା ବୈଠକରେ କିପରି ଉପସ୍ଥାପନ କରିବେ ସେ ଉପରେ ଆଲୋକପାତ କରିଛି ।

୨ ତଥ୍ୟ ଏବଂ ସୂଚନା

ବିଦ୍ୟାଳୟ ନିଜସ୍ଵ ସମୀକ୍ଷା ସେତେବେଳେ ଫଳପ୍ରଦ ହେବ ଯେତେବେଳେ ତାହା ବିଦ୍ୟମାନ ଥିବା ବ୍ୟବସ୍ଥା ସହ ଏକୀଭୂତ ହେବ । ଏହା ଗୋଟିଏ ଅଲଗା କାମ ନୁହେଁ ବରଂ ଅନବରତ ଚାଲିଥିବା ପ୍ରକ୍ରିୟାର ଏକ ଅଂଶବିଶେଷ ଅଟେ । ଏହାକୁ ଆପଣଙ୍କ ବିଦ୍ୟାଳୟରେ ବ୍ୟବସ୍ଥିତ କରିବା ପାଇଁ କିଛି ସମୟ ଲାଗିପାରେ । ଯେହେତୁ ଏହା ଆରମ୍ଭର ପ୍ରାଥମିକ ଅବସ୍ଥା। ତେଣୁ ଆପଣଙ୍କୁ ନିୟମିତ ଭାବରେ ପ୍ରମାଣ ଗୁଡ଼ିକୁ ସଂଗ୍ରହ କରିବା ଆବଶ୍ୟକତା ରହିଛି । ତଥ୍ୟଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।

  • ପରିମାଣାତ୍ମକ – ସଂଖ୍ୟା ସମ୍ବନ୍ଧୀୟ ତଥ୍ୟ
  • ଗୁଣାତ୍ମକ – ବିଭିନ୍ନ କୌଶଳ ଅବଲମ୍ବନ ମାଧ୍ୟମରେ ସଂଗ୍ରହ କରିଥିବା ତଥ୍ୟ ଯଥା- ମନୋବୃତ୍ତି ସମ୍ପର୍କୀୟ ପ୍ରଶ୍ନାବଳୀ, ପର୍ଯ୍ୟବେକ୍ଷଣ ଏବଂ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ସାକ୍ଷାତକାର,

ସଂଖ୍ୟା ସମ୍ବନ୍ଧୀୟ ତଥ୍ୟଗୁଡ଼ିକ ବିବାଦହୀନ ହୋଇଥିବାରୁ ସେଥିରେ ସାଧାରଣତଃ ସହଜ ଭାବରେ କାମ କରି ହୁଏ । ଉଦାହରଣସ୍ୱରୂପ – ନିମ୍ନରେ ଦିଆଯାଇଥିବା ଭକ୍ତିଗୁଡ଼ିକ ସତ୍ୟ ଅଟେ |

  • ଦଶମ ଶ୍ରେଣୀରେ ୮୦ ଶତକଡ଼ା ରଖୁଥିବା ପିଲାଙ୍କ ଶତକଡ଼ା ହାର କେତେ ?
  • ଏ ବର୍ଷ ଝିଅମାନଙ୍କ ଉପସ୍ଥାନ
  • କର୍ମଚାରୀମାନଙ୍କର ବୈଠକର ସଂଖ୍ୟା କେତେ
  • ବୈଠକରେ ଉପସ୍ଥିତ ଥିବା ଅଭିଭାବକଙ୍କ ଅନୁପାତ କେତେ

ଗୁଣାତ୍ମକ ତଥ୍ୟର ସ୍ଵରୂପ ସମ୍ପୁର୍ଣ୍ଣ ଭାବେ ଅଲଗା ଅଟେ । ଏହା ସାଧାରଣତଃ ମତାମତ ଉପରେ ପର୍ଯ୍ୟବେସିତ ହୋଇଥାଏ ।

  • ନୂତନ ପାଠ୍ୟପୁସ୍ତକ ସମ୍ପର୍କରେ ମତାମତ
  • ବହୁଗ୍ରେଣୀୟ ଶିକ୍ଷାଦାନ କିପରି ସର୍ବୋତ୍ତମ ହେବ ସେ ବାବଦରେ ମତାମତ
  • କଣ ପିଲାଙ୍କୁ ବିଦ୍ୟାଳୟରେ ନିରାପଦ ଅନୁଭବ କରେଇବ ।

ବିଦ୍ୟାଳୟର ସାମଗ୍ରିକ ମୂଲ୍ୟୟନ ପାଇଁ ଗୁଣାତ୍ମକ ଓ ପରିମାଣାତ୍ମକ ତଥ୍ୟର ସଂଗ୍ରହର ଆବଶ୍ୟକତା ରହିଛି । ଏଗୁଡ଼ିକୁ ବିଶ୍ଳେଷଣ କରି ଯେତେବେଳେ ସଜ୍ଜୀକରଣ କରଣ ବା ଉପସଂହାରରେ ପହଞ୍ଚିଥାଊ । ଏହି ତଥ୍ୟଗୁଡିକ ଦରକାରୀ ସୂଚନା ଯୋଗାଇଥାଏ ।

ଶିକ୍ଷଣକାର୍ଯ୍ୟ ୪ : ପ୍ରମାଣର ଉତ୍ସ

ଆପଣ ଚାହୁଁଥିବା ପ୍ରଶ୍ନଗୁଡ଼ିକ ପଚାରି ବିଦ୍ୟାଳୟର ସମୀକ୍ଷା କାମ ଆରମ୍ଭ କରିବାକୁ ଚିନ୍ତା କରିବେ । କଣ ସବୁ ତଥ୍ୟ ଆପଣଙ୍କ ପାଖରେ ଅଛି, କେଉଁ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ହେବ, ସେ ସବୁ ଉପରେ ପ୍ରଶ୍ନ ପଚାରିପାରିବେ ।

ଆପଣ ସହକର୍ମୀମାନଙ୍କ ସହ ମିଶି ସମୂଳ ୧ ରେ ଥିବା ବିଦ୍ୟାଳୟର ତଥ୍ୟର ମ୍ୟାଥିସକୁ ସମ୍ପୁର୍ଣ୍ଣ କରିବେ । (ଯଦି ଆପଣ ଏମିତି ବିଦ୍ୟାଳୟର ମୁଖ୍ୟ ଅଟନ୍ତି ଯେଉଁଠି ୫ ଜଣରୁ କମ ଶିକ୍ଷକ ଅଛନ୍ତି ତାହାହେଲେ ସେଠି ସମସ୍ତଙ୍କୁ ସାମିଲ କରନ୍ତୁ!)

  • ପ୍ରତିଟି ପ୍ରଶ୍ନ ପାଇଁ ତଥ୍ୟଗୁଡ଼ିକ କିପରି ସଂଗ୍ରହ ହେବ ତାର ଯଥାସମ୍ଭବ ଉତ୍ସଗୁଡ଼ିକୁ ଚିହ୍ନଟ କରନ୍ତୁ ।
  • ଭାବନ୍ତୁ, ସେହି ତଥ୍ୟଗୁଡ଼ିକୁ କିପରି ବିଶ୍ଳେଷଣ କରି ନିଜ ବିଦ୍ୟାଳୟ ସମ୍ପର୍କରେ ଅଧିକ ତଥ୍ୟ ପାଇବେ (ଉଦାହରଣସ୍ୱରୂପ, ଆମେ ଉପସ୍ଥାନ ଓ ସଫଳତାର ତଥ୍ୟକୁ ବିଶ୍ଳେଷଣ କରି ଦେଖିପାରିବା ଯେ ଝିଅପିଲା ଓ ପୁଅପିଲା କେତେ ଭଲ କରିଛନ୍ତି) ।
  • ନିଜ ବିଦ୍ୟାଳୟ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଚାହୁଁଥିବା ଉପରେ ଅଧିକ କିଛି ପ୍ରଶ୍ନ ପଚାରିପାରିବେ ।

ଆଲୋଚନା

ଆରମ୍ଭ କରିବା ବେଳେ ଆପଣଙ୍କ ପାଖରେ ଗୁଣାତ୍ମକ ତଥ୍ୟ ଅପେକ୍ଷା ଅଧିକ ପରିମାଣାତ୍ମକ ତଥ୍ୟ ରହିବା ସ୍ଵାଭାବିକ । ଏହା ପରୀକ୍ଷା ଫଳାଫଳ, ଉପସ୍ଥାନ, ସ୍ଵାସ୍ଥ୍ୟ ଓ ନିରାପତ୍ତା ବୈଠକର ପରିସରର ଅନ୍ତର୍ଭୁକ୍ତ ଅଟେ । ଆପଣଙ୍କ ପାଖରେ ହୁଏତ ବିଦ୍ୟାଳୟ ଜୀବନ ସମ୍ପର୍କରେ ଅନ୍ୟମାନେ କଣ ଭାବୁଛନ୍ତି ଏବଂ ବିଶେଷ ଭାବରେ ଶ୍ରେଣୀ କୋଠରୀରେ କଣ ସବୁ ହେଉଛି ସେ ବାବଦରେ ଖୁବ୍ କମ୍ ତଥ୍ୟ ଥିବ । ଏସବୁ ବାବଦରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ।

ପରିସ୍ଥିତି ଅଧ୍ୟୟନ ୨: ଶ୍ରୀମତୀ ମେହେଟ୍ଟା ସଂଗ୍ରହ କରିଥିବା ପ୍ରମାଣ ସାହାଯ୍ୟରେ ତାଙ୍କର ଅନ୍ତାଜ୍ଞାନକୁ ନିୟନ୍ତ୍ରଣ କରିଥାନ୍ତି ।

ଶ୍ରୀମତୀ ମେହେଟ୍ଟା ଗୋଟିଏ ସଫଳ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ଅଟନ୍ତି । ଯେତେବେଳେ ସେ ଜିଲ୍ଲାସ୍ତରୀୟ ଅଫିସକୁ ଉପସ୍ଥାନର ତଥ୍ୟ ପଠାଇବା ପାଇଁ ଯାଞ୍ଚ କରୁଥିଲେ, ସେହି ସମୟରେ ସେ ଲକ୍ଷ୍ୟ କଲେ ଯେ ମାଧ୍ୟମିକ ବିଦ୍ୟାଳୟର ଝିଅପିଲାମାନେ ସାମୟିକ ଭାବରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି । ଏହି ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ସେ ଆଗ୍ରହ ଦେଖାଇଥିଲେ । ସେ ଦେଖିବାକୁ ପାଇଲେ ଯେ ଫସଲ ରୋପଣ ଓ ଅମଳ ସମୟରେ ସେମାନଙ୍କର ଉପସ୍ଥାନ ବହୁ ପରିମାଣରେ କମିଯାଉଛି । ସେ ହୃଦବୋଧ କଲେ ଯେ ସେମାନଙ୍କର ମା'ମାନେ ଜମିରେ କାମ କରିବାର ଦରକାର ପଡ଼ୁଥିବ ଓ ବଡ଼ ଝିଅମାନେ ଘରେ ଛୋଟ ଛୋଟ ଭାଇଭଉଣୀଙ୍କର ଦେଖାଶୁଣା କରୁଥିବେ । ନିଶ୍ଚିତ ହେବା ପାଇଁ ଝିଅମାନଙ୍କର ଅନୁପସ୍ଥିତିର କାରଣ ସମ୍ପର୍କରେ ସେ ଅଧିକ ତଥ୍ୟ ଆବଶ୍ୟକ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସହାୟତାରେ ସେ ଅଧିକ ତଥ୍ୟ ଖୋଜି ପାଇଥିଲେ । ସେ ତିନୋଟି କାମ କରିଥିଲେ ।

  • ଷଷ୍ଠ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଯେଉଁ ଝିଅମାନେ ସାମୟିକ ଭାବରେ ଅନୁପସ୍ଥିତ ହେଉଥିଲେ ଓ ଯେଉଁମାନେ ନିୟମିତ ଭାବେ ବିଦ୍ୟାଳୟକୁ ଆସୁଥିଲେ। ତା' ଉପରେ ସର୍ଭେ ଏକ ଅନୈପଚାରିକ ସର୍ବେକ୍ଷଣ କରିଥିଲେ ।
  • ସେହି ଅଞ୍ଚଳରେ ରହୁଥିବା ଶିକ୍ଷକଙ୍କୁ ସେହି ଝିଅମାନଙ୍କ ଘରକୁ ବୁଲିଯିବା ପାଇଁ କହିଲେ ଓ ମା' ମାନଙ୍କ ସହିତ ସାକ୍ଷାତ କରିବାକୁ କହିଲେ ।
  • ସେ ନୂତନ ପରିସଂଖ୍ୟାନ ବିଜ୍ଞାନ ସୃଷ୍ଟି କଲେ । ଦଶମ ଶ୍ରେଣୀର ଝିଅପିଲାମାନଙ୍କର ପରୀକ୍ଷାଫଳ ସହିତ ସେମାନଙ୍କର ଉପସ୍ଥାନକୁ ମିଳେଇଥିଲେ । ସେ ଆଗ୍ରହାନ୍ୱିତ ହୋଇଥିଲେ ଯେ ଏଭଳି ଧାରା କାହିଁକି ଦେଖାଯାଇଛି ? ଦୁର୍ତ୍ତାଗ୍ୟବଶତଃ ତାଙ୍କ ପାଖରେ କେବଳ କାଗଜପତ୍ରର ତଥ୍ୟ ଥିଲା । ତାଙ୍କ ପାଖରେ କମ୍ପ୍ୟୁଟରର (soft copy) ନ ଥିଲା । ତେଣୁ ସେ ଜଣେ ଉତ୍ସାହୀ ଯୁବ ଶିକ୍ଷକ ଓ ପ୍ରଶାସନିକ ସହକର୍ମାଙ୍କ ସହାୟତାରେ ଏହି ତଥ୍ୟଗୁଡ଼ିକୁ ମିଳାଇ ଦେଖିଥିଲେ ଓ ବିଶ୍ଳେଷଣ କରି ସଂଖ୍ୟାଗୁଡ଼ିକ ଗୋଟି ଗୋଟି କରି ବାହାର କରିଥିଲେ ।

ଶ୍ରୀମତୀ ମେହେଟ୍ଟା ଦେଖିଲେ ଯେ ମାଧ୍ୟମିକ ଶ୍ରେଣୀର ଝିଅପିଲାଙ୍କର ଅନୁପସ୍ଥିତିର ସିଧାସଳଖ ସମ୍ପର୍କ ଅଷ୍ଟମ ଶ୍ରେଣୀରେ ଅଧାରୁ ପାଠ ଛାଡ଼ୁଥିବା ଓ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଭଲ କରୁ ନ ଥିବା ସହିତ ଅଛି । ସେମାନେ ଲକ୍ଷ୍ୟ ରଖିଲେ ଯେ ଆସନ୍ତା ବର୍ଷ ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ଝିଅଶିକ୍ଷାର୍ଥୀଙ୍କର ସାମୟିକ ଅନୁପସ୍ଥିତିଗୁଡ଼ିକୁ କମାଇବା ପାଇଁ କୌଶଳଗୁଡ଼ିକୁ ଚିହ୍ନଟ କଲେ ଏବଂ ସେହି ଝିଅପିଲାମାନେ କିପରି ଭାବରେ ସେମାନଙ୍କର ପଡ଼ାକୁ ଜାରି ରଖୁବେ ସେଥୁପାଇଁ ସହାୟତା ଯୋଗାଇବାକୁ ରାସ୍ତା ଖୋଜିଥିଲେ ।

ପରିସ୍ଥିତି ଅଧ୍ୟୟନ ୨ରେ ଦର୍ଶାଯାଇଛି ଯେ ଆପଣ ବିଦ୍ୟାଳୟର କୌଣସି ଅତିରିକ୍ତ ଅନୁସନ୍ଧାନ ପାଇଁ ଏହି ତଥ୍ୟକୁ କିପରି ଭାବରେ ବ୍ୟବହାର କରିପାରିବେ । ଏହି ଘଟଣାରେ ପରିମାଣାତ୍ମକ ସୂଚନାଗୁଡ଼ିକୁ ନେଇ ସମୀକ୍ଷା ଆରମ୍ଭ କରାଯାଇଥିଲା ଏବଂ ଘଟଣା (ସୋପାନ ୧. ଚିତ୍ର ୨) ବିଶ୍ଳେଷଣ (ସୋପାନ ୨)ରେ ସମସ୍ୟା ଦେଖାଗଲା । ଏହା ଅତିରିକ୍ତ ସୂଚନା ସଂଗ୍ରହ କରିବାରେ ମୁଖ୍ୟ ଭୂମିକା ନେଲା ଓ ସମସ୍ୟା ସମ୍ପର୍କରେ ଅଧିକ ଗଭୀର ଭାବରେ ଚିନ୍ତା କରିବାକୁ ବିଦ୍ୟାଳୟର ମୁଖ୍ୟଙ୍କୁ ସାହାଯ୍ୟ କଲା ଓ ଏହା ତାଙ୍କୁ ସଙ୍ଗଠିତ ଭାବରେ ଯୋଜନା କରିବାକୁ ମଧ୍ୟ ସାହାଯ୍ୟ କଲା । ଅନ୍ୟାନ୍ୟ ଘଟଣାରେ ଆପଣ ହୁଏ ତ ଗୁଣାତ୍ମକ ସୂଚନାଠୁ ଆରମ୍ଭ କରିପାରନ୍ତି ଏବଂ ତା’ପରେ ସମ୍ପୁର୍ଣ୍ଣ ଚିତ୍ର ପାଇବା ପାଇଁ ପରିମାଣାତ୍ମକ ସୂଚନା ଯୋଗାଇପାରନ୍ତି । କିନ୍ତୁ ଶ୍ରୀମତୀ ମେହେଟ୍ଟାଙ୍କ ନେତୃତ୍ଵ କ୍ଷେତ୍ରରେ ସେ ଝିଅଶିକ୍ଷାର୍ଥୀଙ୍କ କମ ଉପସ୍ଥାନ ସହିତ ସେମାନଙ୍କର ପରୀକ୍ଷାର ଫଳାଫଳକୁ ଯୋଡ଼ିଥିଲେ । ଯେତେବେଳେ ତଥ୍ୟ ସଂଗ୍ରହ କରୁଥିବେ), "ତାହେଲେ କ'ଣ" ପଚାରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ଶିକ୍ଷାର୍ଥୀଙ୍କ ଶୈକ୍ଷିକ, ସାମାଜିକ, ଆବେଗିକ ଓ ଶାରୀରିକ ପ୍ରଗତିରେ କ’ଣ ପ୍ରଭାବ ପକେଇଛି । କେଉଁ ସବୁ ପରିସରରେ ସାମର୍ଥ୍ୟ ଅଛି ଓ କେଉଁ ପରିସରରେ ଏହାର ଉନ୍ନତି ଦରକାର କରୁଛି, ଏସବୁକୁ ବିଶ୍ଳେଷଣ କରି ଯୋଜନା ପ୍ରସ୍ତୁତ ନ କଲେ ସଂଗୃହୀତ ତଥ୍ୟର କୌଣସି ମୂଲ୍ୟ ରହିବ ନାହିଁ । (ସୋପାନ, ୨. ଏବଂ ୩ ଚିତ୍ର ୨)

ଯଦି ଆପଣ ଆଲୋଚନାକୁ ଖୋଲା ରଖିବେ, ତାହାହେଲେ ଆପଣଙ୍କର ଶିକ୍ଷକ ଓ ଅଭିଭାବକମାନେ ବିଦ୍ୟାଳୟର ସମୀକ୍ଷା ପାଇଁ ସବୁପ୍ରକାର ସୂଚନାର ଉତ୍ସ ବିଷୟରେ ପରାମର୍ଶ ଦେଇପାରିବେ ଯାହା କି ବିଦ୍ୟାଳୟ କାର୍ଯ୍ୟର ସମସ୍ତ ଦିଗକୁ ବିସ୍ତାର କରିପାରିବ ଯଥା

  • ସେଠାରେ ବହୁତ ବେଶି ପରିବର୍ତ୍ତନଶୀଳତା ଅଛି
  • କେତେକ ଶିକ୍ଷଣ ବିଳମ୍ବରେ ଆସୁଛନ୍ତି
  • ଶ୍ରେଣୀରେ ପରୀକ୍ଷା ଫଳାଫଳାରେ ଖରାପ ପ୍ରଦର୍ଶନ
  • ଦେଖଜୟ ସେ ଶିକ୍ଷଣ ଙ୍କର ଇଂରାଜୀରେ କମ୍ ଜ୍ଞାନ
  • ଅନେକ ସମୟରେ ସଉଛାଳୟ ପାଇଁ ଧାଡି

ପ୍ରାରମ୍ଭିକ ଭାବେ ଥରେ ଏହି କାମ ବିଦ୍ୟାଳୟ ପାଇଁ କରାଯାଇପାରେ । ଯଦି ଥରେ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ସମସ୍ୟାକୁ ଚିହ୍ନଟ କରାଯାଏ ତାହାହେଲେ ସେ ଯାହା ବି ହେଉ। ଏଥିରେ ଏସବୁ ଅନ୍ତର୍ଭୁକ୍ତ ହେବା ଉଚିତ ।

  • ସ୍ଥିର କରିବା ଯେ ତାହା ଗୋଟିଏ ସମସ୍ୟା କି ନୁହେଁ ଏବଂ ତାକୁ ସମାଧ୍ୟାନ କରିବାର ଆବଶ୍ୟକତା ଅଛି କି ନାହିଁ ।
  • ନେତୃତ୍ଵ ନେଇ ପ୍ରମାଣ ସଂଗ୍ରହ କରିବା ଦଳକୁ ଚିହ୍ନଟ କରିବା ପରିସ୍ଥିତି ଅଧୟନ-୨ ଶ୍ରୀମତୀ ମେହେଟ୍ଟାଙ୍କ ଦଳ ଯେଉଁଥିରେ ଅଭିଭାବକ, ବିଦ୍ୟାଳୟ ବୋର୍ଡର ସଭ୍ୟ ଏବଂ ସ୍ଥାନୀୟ ଶିକ୍ଷକମାନେ ଅଲେ ।
  • ଆବଶ୍ୟକ ହେଉଥିବା ପ୍ରମାଣ ଗୁଡ଼ିକ ସଂଗ୍ରହ କରିବା ପାଇଁ ଚିହ୍ନଟ କରିବା
  • ପ୍ରମାଣ ଗୁଡ଼ିକୁ ମୂଲ୍ୟୟନ କରି ସ୍ଥିର କରିବା ଯେ ବାସ୍ତବରେ ସମସ୍ୟାଟି କ’ଣ ଓ ଏହାକୁ କିପରି ଭାବରେ ସମାଧ୍ୟାନ କରାଯାଇପାରିବ ।

 

ଆପଣଙ୍କର ଆତ୍ମସମୀକ୍ଷା ପାଇଁ ତଥ୍ୟ ସଂଗ୍ରହ ଏକ ପ୍ରାରମ୍ଭିକ ବିନ୍ଦୁ ଅଟେ । ତା’ପରେ ଆପଣ ପ୍ରମାଣ ଗୁଡ଼ିକୁ ବିଶ୍ଳେଷଣ କରିବା ଆବଶ୍ୟକ (ସୋପାନ, ୨ ଚିତ୍ର ୨) ନିଷ୍ପତ୍ତି ନେବା (ସୋପାନ୩) ଆପଣଙ୍କର ସାମର୍ଥ୍ୟ ଓ କେଉଁ ପରିସରରେ ଉନ୍ନତି ଆଣିବା ଦରକାର। ସେଥିପାଇଁ ତଥ୍ୟକୁ ବିଶ୍ଳେଷଣ କରିବ । ସାଧାରଣ ଭାବେ ବିଦ୍ୟାଳୟ ନିଜସ୍ଵ ସମୀକ୍ଷାକୁ ସମାଲୋଚନା କରି କୁହାଯାଏ ଯେ ଏହା ବହୁତ ବର୍ଣ୍ଣନାତ୍ମକ ଓ ଏହାର ମୂଲ୍ୟାୟନ ଠିକ ଭାବରେ କରିହୁଏ ନାହିଁ । ବିଦ୍ୟାଳୟର ମୁଖ୍ୟମାନେ କେବଳ ସୂଚିତ ହୋଇଥିବା ଜିନିଷ ଉପରେ କହିଥାନ୍ତି । ସେମାନେ ସେଥିରୁ କ'ଣ ଶିଖିପାରିବେ ସେ ପ୍ରଶ୍ନ ପଚାରି ନ ଥାନ୍ତି ।

ଏହି ପରିସ୍ଥିତି ଅଧ୍ୟୟନରେ ଶ୍ରୀମତୀ ମେହେଟ୍ଟା ଏହି ତଥ୍ୟଗୁଡ଼ିକୁ ଗ୍ରହଣ କରି ନ ଥିଲେ । ସେ ଅନୁମାନ କରିଥିଲେ ଓ ଅଧିକ ତଥ୍ୟ ସଂଗ୍ରହ କରି ତାଙ୍କ ଅନୁମାନ ଠିକ କି ନୁହେଁ ଯାଞ୍ଚ କରିଥିଲେ ।

ଗବେଷଣାର ଭାଷାରେ ସେ ତାଙ୍କର ତଥ୍ୟକୁ ତ୍ରିକୋଣାକାର ବିଭକ୍ତ କରିଥିଲେ । ଥରେ ସେ ନିଶ୍ଚିତ ହୋଇଗଲା ପରେ ବୁଝିଗଲେ ଯେ ପ୍ରକୃତରେ କେଉଁ ସବୁ କାରଣ ଯୋଗୁ ଉପସ୍ଥାପନାରେ ହ୍ରାସ ହେଉଛି ଏବଂ ସେ ତାକୁ ପରୀକ୍ଷା ଫଳାଫଳ ସହ ଯୋଡ଼ିଲା ପରେ ହିଁ

ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ସକ୍ଷମ ହେଲେ ।

ପରିସ୍ଥିତି ଅଧ୍ୟୟନ ୩: ବିଳମ୍ବ ପଛରେ କ’ଣ ଅଛି ?

ଷଷ୍ଠ ଓ ସପ୍ତମ ଶ୍ରେଣୀ ଶିକ୍ଷକଙ୍କର କଥାବାର୍ତ୍ତାକୁ ଶ୍ରୀମତୀ ଅଗ୍ରୱାଲ ଇଚ୍ଛା ନ ଥାଇ ମଧ୍ୟ ଶୁଣିଥିଲେ । ସେମାନଙ୍କ ଶ୍ରେଣୀରେ ସମୟାନୁବର୍ତ୍ତିତା ଅଧିକ ଖରାପ ଦିଗକୁ ଗତି କରୁଥିବାରୁ ସେମାନେ ହତାଶ ଅନୁଭବ କରୁଥିଲେ ।

ଶ୍ରୀମତୀ ଅଗ୍ରୱାଲ ସେମାନଙ୍କୁ ପଚାରିଥିଲେ ଯେ ସେମାନେ କିପରି ଭାବରେ ଜାଣିଲେ ଏବଂ ସେମାନେ କହିଲେ ଯେ ଏହା ଏକ ଅନୁଭବ ମାତ୍ର ।

ସେ ପଚାରିଲେ ପ୍ରତିଦିନ କ’ଣ ସେହି ସମାନ ଶିକ୍ଷାର୍ଥୀ କି ? ସେମାନେ ନିଶ୍ଚିତ ନ ଥିଲେ ।

ଶ୍ରୀମତୀ ଅଗ୍ରୱାଲ ପ୍ରତିଜ୍ଞା କଲେ ଯେ ସେମାନଙ୍କୁ ସମସ୍ୟା ସମାଧ୍ୟାନ କରିବାରେ ସାହାଯ୍ୟ କରିବେ । ଦୁଇ ସପ୍ତାହ ଧରି କେଉଁ ପିଲା ଡେରିରେ ଆସୁଛି ଓ କେଉଁମାନେ ଠିକ୍ ସମୟରେ ଆସୁଛନ୍ତି ତାହାର ସବିଶେଷ ରେକର୍ଡ ରଖିବା ପାଇଁ ସେମାନଙ୍କୁ କହିଲେ । ସେ ପରାମର୍ଶ ଦେଲେ ଯେ ଶିକ୍ଷକମାନେ ମଧ୍ୟ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ନିଜର ତଥ୍ୟ ରଖିବା ପାଇଁ କହିବେ । ସେମାନେ ଠିକ ସମୟରେ ପହଞ୍ଚିଛନ୍ତି ତାକୁ ନିଶ୍ଚିତ କରିବାର ଦାୟିତ୍ଵ ନେବେ । ତିନି ସପ୍ତାହ ପରେ ତିନିଜଣ ଯାକ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରିବା ପାଇଁ ବସିଲେ । ସେମାନେ ଲକ୍ଷ୍ୟ କଲେ ଯେ ସହର ଗୋଟିଏ ଅଂଶରେ ରହୁଥିବା ଶିକ୍ଷାର୍ଥୀମାନେ ସୋମବାର ଓ ଶୁକ୍ରବାର ଦିନ ଡେରିରେ ଆସୁଛନ୍ତି ଏବଂ ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ଗାଁରେ ରହୁଛନ୍ତି ସେମାନେ ବୁଧବାର ଦିନ ଡେରିରେ ପହଞ୍ଚୁଛନ୍ତି ।

ଶିକ୍ଷଣକାର୍ଯ୍ୟ ୫ : ତଥ୍ୟଗୁଡିକୁ କିପରି ପରବର୍ତ୍ତୀ ପଦକ୍ଷେପକୁ ନେତୃତ୍ଵ ଦିଏ ।

ଯଦି ଆପଣ ଶ୍ରୀମତୀ ଅଗ୍ରୱାଲ ହୋଇଥାଆନ୍ତେ ତାହାହେଲେ ପରବର୍ତ୍ତୀ ସମୟରେ ଆପଣ କ'ଣ କରିବେ । ଆପଣଙ୍କ ପାଖରେ ଥିବା ଉପସ୍ଥାପନାର ତଥ୍ୟକୁ ବିଶ୍ଳେଷଣ କରି ଦେଖିଲେ ଯେ ଶିକ୍ଷାର୍ଥୀଙ୍କ ଉପସ୍ଥାନରେ ରହିବା ସ୍ଥାନ ସହିତ ସମ୍ପର୍କିତ । ଏଥିପାଇଁ ଆଉ କ'ଣ ସମ୍ଭାବ୍ୟ କାରଣ ହୋଇପାରେ ।

କ’ଣ ଘଟୁଛି କାହିଁକି ଘଟୁଛି ବୁଝିବା ପାଇଁ ଓ ତଥ୍ୟ ସଂଗ୍ରହ ପାଇଁ ଶିକ୍ଷଣ ଡାଏରୀରେ ପ୍ରଶ୍ନଗୁଡ଼ିକର ତାଲିକା କରନ୍ତୁ ।

ଆଲୋଚନା

ମନେରଖନ୍ତୁ ଯେ ଆପଣ ଏହି କାମଟିକୁ ଦୁଇଜଣ ଶିକ୍ଷକଙ୍କ ସହିତ କରିବେ । ତେଣୁ ଆପଣ ପ୍ରଶ୍ନ ପଚାରିବା ଓ ତଥ୍ୟ ସଂଗ୍ରହ କରିବା ପାଇଁ ଦାୟିତ୍ଵ ବାଣ୍ଟିଦେଇ ପାରିବେ ।

ଆପଣ ସମ୍ଭବତଃ ଲକ୍ଷ୍ୟ କରିଥିବେ ଯେ, ଶିକ୍ଷାର୍ଥୀ ଓ ସେମାନଙ୍କର ମାତାପିତାଙ୍କ ସହ କଥାବାର୍ତ୍ତା କରି ଅଧିକ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ଅଛି ଓ ସେମାନେ କେଉଁ ପରିବହନ ବ୍ୟବହାର କରି ବିଦ୍ୟାଳୟକୁ ଆସୁଛନ୍ତି ତାହା ମଧ୍ୟ ଆପଣ ଜାଣିପାରିବେ । ବଜାର ଦିନ ବା ସାଂସ୍କୃତିକ ପର୍ବପାଳନ ଉପସ୍ଥାନ ଉପରେ ପ୍ରଭାବ ପକାଇଥାଏ । ଆପଣ ତଥ୍ୟଗୁଡ଼ିକୁ ଖୋଲିଲା ପରେ ଆଶ୍ଚର୍ଯ୍ୟ ହେବେ । ଆପଣଙ୍କର ଅନୁମାନକୁ କେବଳ ଯାଞ୍ଚ କରିବା ପାଇଁ ପ୍ରଶ୍ନଗୁଡ଼ିକୁ ସଂକୀର୍ଣ୍ଣ କରିବେ ନାହିଁ । ଯଦି ଶ୍ରୀମତୀ ଅଗ୍ରୱାଲ ସନ୍ଦେହ କରିବେ ଯେ ଉପସ୍ଥାନ କମ୍ ହେଉଥିବାର ମୁଖ୍ୟ କାରଣ ଭାବେ ପରିବାର ଦାୟୀ । ତାହା ହେଲେ ସେ ରାସ୍ତାର ଅବସ୍ଥା ଓ ବିଦ୍ୟାଳୟକୁ ଆସିବା ବ୍ୟବସ୍ଥା ଉପରେ ଅଧିକ ଜାଣିବା ଆବଶ୍ୟକତା ହୋଇ ନ ପାରେ ।

ନିର୍ଦ୍ଦିଷ୍ଟ ସମସ୍ୟାକୁ ସମାଧାନ କରିବା ପାଇଁ ସଂଗୃହୀତ ତଥ୍ୟ ଓ ସୂଚନାକୁ ବ୍ୟବହାର କରାଯାଇପାରେ । କିନ୍ତୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ଏହା ଆପଣଙ୍କୁ ମୋଟାମୋଟି ଭାବେ ବିଦ୍ୟାଳୟଟି କିପରି ଭାବରେ ଚାଲିଛି ଧାରଣା ଦେବା । ଏହା ମୂଲ୍ୟୟନ ଚକ୍ରର ଚତୁର୍ଥ ସୋପାନ ଯାହା ଚିତ୍ର ୧ରେ ଦର୍ଶାଯାଇଛି ।

ତଥ୍ୟ ସଂଗ୍ରହ କରିବାର ଅଭ୍ୟାସ ହୋଇଯିବ ସେତେବେଳେ ଆପଣ ନିର୍ଦିଷ୍ଟ ବର୍ଷରୁ ସଫଳତା ଉପସ୍ଥାନର ଧାରା ସମୟାନୁକ୍ରମେ ଦେଖିବାକୁ ସକ୍ଷମ ହେବେ।  ତଥ୍ୟଗୁଡିକୁ ଭାଗଭାଗ କଲେ ଆପଣ ଦେଖିପାରିବେ ଯେ ପ୍ରକୃତରେ ତଥ୍ୟଗୁଡିକୁ କ’ଣ ଜଣାପଡୁଛି । ଏମିତି ବି ହୋଇପାରେ, ଉଦାରଣସ୍ୱରୂପ – ଷଷ୍ଠ ଓ ଅଷ୍ଟମ ଶ୍ରେଣୀର ଝିଅଶିକ୍ଷାର୍ଥୀଙ୍କ ଉପସ୍ଥାନ  ହାରଠୁ ପ୍ରଥମରୁ ଚତୃର୍ଥରେ ପଢିଥିବା ଝିଅଶିକ୍ଷାର୍ଥୀଙ୍କ ଉପସ୍ଥାନ ଶତକଡା ୨୦ ପ୍ରତିଶତ ଅଧିକ ବା ସେହି ଉପସ୍ଥାନ ଫସଲ ଅମଳ ସମୟରେ ଶତକଡା ୩୫ ପ୍ରତିଶତ କମିଯାଇଥାଏ ।

୩, ଆପଣଙ୍କ ତଥ୍ୟକୁ ସଙ୍ଗଠନ କରିବା

ସମସ୍ତ ବିଦ୍ୟାଳୟ ସମାନ ବିଷୟରେ ଚିନ୍ତା ପ୍ରକଟ କରିବେ ଶିକ୍ଷାର୍ଥୀଙ୍କ ଉପସ୍ଥାନ, ଶିକ୍ଷାର୍ଥୀଙ୍କ ଉପଲବ୍ଧି, ବ୍ୟବହାର ଓ ଅଭିଭାବକଙ୍କ ସଂପୃକ୍ତି ଇତ୍ୟାଦି । ଶୀର୍ଷରେ ଉଲ୍ଲେଖ ହୋଇଥିବା ବିଷୟ ଆପଣଙ୍କୁ ତଥ୍ୟ ସଂଗ୍ରହ କରିବା ପାଇଁ ଗୁଟିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ ।

ସମ୍ବଳ ୨ ମୂଳବିନ୍ଦୁ ଭଳି ଯାହା କି କାର୍ଯ୍ୟବିଧି ୬ରେ ବିକାଶ କରିବାର ଅଛି ତାହା ଯୋଗାଇଥାଏ । ନିଜସ୍ଵ ସମୀକ୍ଷା ଫର୍ମକୁ ବିଭିନ୍ନ ମୁଖ୍ୟ ବିଷୟରେ ବିଭକ୍ତ କରାଯାଇଛି ଏବଂ ପ୍ରତିଟି ପରିସରରେ ଆପଣ ଯାଇଥିବା ସାରାଂଶ ପାଇଁ ସ୍ଥାନ ଅଛି । (ଆପଣଙ୍କର ବିଶ୍ଳେଷଣ) ଏବଂ ଆପଣ ସଂଗ୍ରହ କରିଥିବା ପ୍ରମାଣର ତାଲିକାମାନଙ୍କ ପାଇଁ ମଧ୍ୟ ସ୍ଥାନ ଅଛି । ଏହା ଗୁରୁତ୍ଵପୂର୍ଣ୍ଣ କାରଣ ଅନ୍ୟ ବ୍ୟକ୍ତିମାନେ ଆପଣଙ୍କର ସମୀକ୍ଷାରେ ଆଗ୍ରହ ଦେଖାଇପାରନ୍ତି (ଯଥା ଜିଲ୍ଲା ଶିକ୍ଷା ଅଧିକାରୀ ବା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ) ଆପଣଙ୍କର ବିଶ୍ଳେଷଣ ସ୍ପଷ୍ଟ ପ୍ରମାଣ ଉପରେ ଆଧାରିତ ଓ ବିଶ୍ଵାସଭାଜନ ହେବା ଦରକାର ।

ଶିକ୍ଷଣକାର୍ଯ୍ୟ -୬ ଆତ୍ମସମୀକ୍ଷା ଫର୍ମ ପ୍ରସ୍ତୁତ କରିବା

ସମ୍ବଳ ୨ କୁ ଦେଖନ୍ତୁ, ଯାଞ୍ଚ କରନ୍ତୁ ଯେ ଆପଣଙ୍କ ପରିସ୍ଥିତିରେ ଓ ଅଧିକାରରେ କେଉଁ ଶ୍ରେଣୀଟି ଉପଯୁକ୍ତ ଅଟେ । ଆପଣ ପ୍ରମାଣଗୁଡ଼ିକର ତାଲିକା ପ୍ରସ୍ତୁତ କରନ୍ତୁ । ପ୍ରତି ବିଭାଗକୁ ସମ୍ପୁର୍ଣ୍ଣ କରିବା ପାଇଁ ଏହି ପ୍ରମାଣ ତାଲିକାର ଆବଶ୍ୟକ ହେବ । ପରିମାଣାତ୍ମକ ତଥ୍ୟ, ପର୍ଯ୍ୟବେକ୍ଷଣ ତଥା ବା ସର୍ବେକ୍ଷଣ ଏବଂ ସାକ୍ଷାତକାର ତଥ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରିବ ।

ପରିସ୍ଥିତି ଅଧ୍ୟୟନ ୪: ଶ୍ରୀମତୀ ଛନ୍ଦାଙ୍କ ଆତ୍ମସମୀକ୍ଷା ଫର୍ମ

ଶ୍ରୀମତୀ ଛନ୍ଦାଙ୍କ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ନୀତିଶାସ୍ତ୍ର ଓ ନୀତି ଶିକ୍ଷାକୁ କିପରି ଭାବରେ ଉତ୍ସାହିତ କରାଯାଉଛି ଜାଣିବା ପାଇଁ ବ୍ୟଗ୍ର ହୋଇଥିଲେ । ଶ୍ରୀମତୀ ଛନ୍ଦା କ’ଣ ସମୀକ୍ଷା କରିବାକୁ ଯାଉଛନ୍ତି ତାହାକୁ ଫର୍ମରେ ଚିହ୍ନଟ କରିବା ଆରମ୍ଭ କଲେ (ସାରଣୀ-୧) । ସେ ବିଭିନ୍ନ ମୁଖ୍ୟ ପରିସରକୁ ବାମପଟ ସ୍ତମ୍ଭରେ ଲେଖିଲେ । ସ୍ତମ୍ଭର ଡାହାଣ କଡ଼ରେ ପ୍ରତି ମୁଖ୍ୟ ପରିସରକୁ ସମୀକ୍ଷା କରିବା ପାଇଁ ବ୍ୟବହାର କରିବାକୁ ଥିବା ପ୍ରମାଣ ଗୁଡ଼ିକର ତାଲିକା ପ୍ରସ୍ତୁତ କଲେ । ପ୍ରମାଣଗୁଡ଼ିକ ଏକ ମିଶ୍ରିତ ତଥ୍ୟ ଥିଲା। ପରିମାଣାତ୍ମକ ତଥ୍ୟ, ସର୍ଭେକ୍ଷଣ ତଥ୍ୟ ଏବଂ ପର୍ଯ୍ୟବେକ୍ଷଣ ତଥ୍ୟର ଏକ ମିଶ୍ରିତ ପ୍ରମାଣ ଅଲା । ନୀତି ଶାସ୍ତ୍ର ଓ ନୀତି ଶିକ୍ଷା ବିଦ୍ୟାଳୟରେ ଖୁବ ସୁନ୍ଦର ଭାବେ ଚାଲୁଥିଲା।

ନୀତିଶାସ୍ତ ଓ ନୀତିଶିକ୍ଷା କିପରି ଭାବରେ ବିଦ୍ୟାଳୟରେ ଚାଲିଛି ତା'ର ସମୀକ୍ଷା ।

 

ସମୀକ୍ଷା ପାଇଁ ପ୍ରମାଣର ଉତ୍ସଗୁଡ଼ିକ

 

ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ସମ୍ମାନପୂର୍ଣ୍ଣ ସମ୍ପର୍କକୁ ଆମେ ଉତ୍ସାହିତ କରୁଥିଲୁ ବିଦ୍ୟାଳୟରେ ସମ୍ପର୍କ ଖୁବ୍ ଭଲ ଥିଲା । ଖୁବ୍ କମ୍ ଭୟବିତ ଥିଲେ । ଶିକ୍ଷାର୍ଥୀମାନେ ନିରାପଦ ଅନୁଭବ କରୁଥିଲେ । ଆମେ ଏକ ନୂତନ ନୀତି ଆରମ୍ଭ କରିଥିଲୁ । ଶିକ୍ଷାର୍ଥୀମାନେ ସେମାନେ ନିଜେ ନିଜର କାର୍ଯ୍ୟକଳାପର ଦାୟିତ୍ଵ ନେବେ ।

 

  • ମାତାପିତାଙ୍କୁ ସର୍ଭେ କରି ଜଣାପଡ଼ିଲା ଯେ ଶତକଡ଼ା ୯୪% ପିଲା ବିଦ୍ୟାଳୟରେ ଖୁସିରେ ଅଛନ୍ତି ।
  • ଶିକ୍ଷାର୍ଥୀଙ୍କ ସର୍ଭେରୁ ଜଣାଗଲା ଯେ ୯୩ ପ୍ରତିଶତ ଶିକ୍ଷାର୍ଥୀ ବିଦ୍ୟାଳୟରେ ନିରାପଦ ଅନୁଭବ କରୁଛନ୍ତି ।
  • ବିଶେଷ ଦୃଷ୍ଟାନ୍ତରୁ ଜଣାପଡ଼ିଲା ଯେ, ଗତବର୍ଷ ଭୟବିତ ହୋଇଥିବା ସଂଖ୍ୟା ୮ରୁ ଏ ବର୍ଷ ୨ କୁ କମିଗଲା ।
  • ମେ ଓ ଜୁନ ମାସରେ ବୁଲି ଦୃଢ଼ ହେଲି ଯେ ନୂତନ ନୀତି ସଫଳତାର ସହ କାର୍ଯ୍ୟକାରୀ ହୋଇଛି ।

 

ଯେଉଁ ବ୍ୟକ୍ତିମାନଙ୍କର ସମାଜ ପାଇଁ ଅବଦାନ ରହିଛି ସେମାନଙ୍କର କାମର ଉତ୍ସବ ସମୂହ ଭାବେ ପାଳନ କଲୁ । ପ୍ରତି କାର୍ଯ୍ୟକାଳରେ ଅନ୍ତତଃ ଗୋଟିଏ ଦିନ କାର୍ଯ୍ୟନିର୍ଘଣ୍ଟରୁ ଚୁଟିକରି ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ କରୁଥିଲୁ । ନିର୍ଦ୍ଦିଷ୍ଟ କାମ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଭିତରେ ନୀତିଶିକ୍ଷା ନୀତିଶାନ୍ତ୍ର କରୁଥିଲୁ ।

  • ତଥ୍ୟରୁ ଦେଖାଗଲା ଯେ ପର୍ବଦିନରେ ମଧ୍ୟ ଉପସ୍ଥାନ ସୁସଂଗତ ଭାବ ଭଲ ଥିଲା ।
  • ଏହି ଦିନମାନଙ୍କରେ ଶିକ୍ଷାର୍ଥୀମାନେ ପୋଷ୍ଟର ଓ ମନୁଷ୍ୟ ନିର୍ମିତ ଦ୍ରବ୍ୟ ତିଆରିରେ ସାମିଲ ହୋଇ ସେଗୁଡ଼ିକୁ ଶ୍ରେଣୀ କୋଠରୀରେ ପ୍ରଦର୍ଶନ କରିଥିଲେ ।
  • ଈଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମଦିନ ପାଳନ କରୁଥୁଲୁ (ସେପ୍ଟେମ୍ବର – ୨୬) ଝିଅମାନଙ୍କର ଶିକ୍ଷା ପାଇଁ ତାଙ୍କର ଅବଦାନ ଥିଲା ।
  • ଶିକ୍ଷାର୍ଥୀ ଓ ଶିକ୍ଷକଙ୍କର ସମ୍ପର୍କକୁ ଦୃଷ୍ଟିରେ ରଖ୍ ଗୁରୁଦିବସ ପାଳନ କରୁଥିଲୁ (ସେପ୍ଟେମ୍ବର-୫) । ଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସେମାନେ ବୋର୍ଡ ତିଆରି କରୁଥିଲେ ଓ ଶିକ୍ଷକମାନେ ସେମାନଙ୍କ ପାଇଁ ମିଠା ଆଣୁଥିଲେ । ସେହିଦିନ ବିଦ୍ୟାଳୟକୁ ପରିଚାଳନା କମିଟିର ସଭାପତି ବିଦ୍ୟାଳୟକୁ ଆସୁଥିଲେ ଓ ଏସବୁ କାମ ପାଇଁ ସେମାନଙ୍କୁ ଉତ୍ସାହିତ କରୁଥିଲେ ।

 

ଅବହେଳିତ ଗୋଷ୍ଠୀଙ୍କୁ ସହାୟତା ଦେବା ପାଇଁ ଆମେ ଗୋଷ୍ଠୀ ପାଖକୁ ଯାଇଥୁଲୁ । ଗୋଷ୍ଠୀର ସଭ୍ୟମାନଙ୍କୁ ନିମନ୍ତ୍ରଣ କରୁଥୁଲୁ ଯେ, ସେମାନେ ଶିକ୍ଷାର୍ଥୀଙ୍କ କାର୍ଯ୍ୟ ସମ୍ବନ୍ଧରେ ଶିକ୍ଷାର୍ଥୀଙ୍କ ସହ କଥାବାର୍ତ୍ତା ହେବେ ।

 

  • ପ୍ରତି ଶ୍ରେଣୀ ଦରିଦ୍ର ଲୋକଙ୍କୁ ଦାନ ଦେବା ପାଇଁ ଟଙ୍କା ସଂଗ୍ରହ କରୁଥିଲେ । ସମୁଦାୟ ୨୦,୦୦୦ ଟଙ୍କା ଏବର୍ଷ ଆଦାୟ କରିଥିଲେ ।
  • ବାହାରୁ ଛଅଜଣ ଏବର୍ଷ ବକ୍ତା ଭାବେ ଆସିଥିଲେ । ପିଲା ଓ ମାତାପିତାଙ୍କ ମତାମତରୁ ଜଣାପଡ଼ିଲା ଯେ, ୮୫% ଶିକ୍ଷାର୍ଥୀ କାମକୁ ଉପଭୋଗ କଲେ ଓ ସେମାନେ କିଛି ଶିଖିଲେ ।

 

 

 

 

ଆତ୍ମସମୀକ୍ଷା ଫର୍ମ ‘ଖ’ରେ ସମ୍ପୁର୍ଣ୍ଣ ହେଲେ, ଏହା ବିଦ୍ୟାଳୟ ବିକାଶ ଯୋଜନା ପାଇଁ ଆଧାର ହେବ (ସୋପାନ ୫ ଚିତ୍ର-୨), ଆପଣ ହୁଏତ ପଡ଼ିବାକୁ ଚାହିଁପାରନ୍ତି । ନେତୃତ୍ୱର ଆପେକ୍ଷିକ ସ୍ଥାନ : ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ଦେବା। ଏ ସମ୍ପର୍କରେ ପରବର୍ତ୍ତୀ ଏକକରେ I

ଆପଣ ନିୟମିତ ଭାବେ ତଥ୍ୟଗୁଡ଼ିକୁ ସଂଗ୍ରହ କରିବା ପାଇଁ ଲକ୍ଷ ରଖିବା ଉଚିତ । (ଯୋଜନା-୬) ଯାହାଫଳରେ

  • ଉନ୍ନତିର ଚକ୍ର ଧାରାବାହିକ ହେବ ।
  • ପ୍ରମାଣର ଆଧାରରେ ତଥ୍ୟଗୁଡ଼ିକୁ ନିଷ୍ପତ୍ତି ନେବାରେ ମିଶାଇବା ।

ଏହି ଏକକରେ ଅନ୍ତିମ ବିଭାଗ ଆତ୍ମସମୀକ୍ଷାର ପାଞ୍ଚଟି ସାଧନ ଉପରେ ଆଲୋକପାତ କରିବ ।

୪ ଆତ୍ମସମୀକ୍ଷା ପାଇଁ ସାଧନ

ଆତ୍ମସମୀକ୍ଷା ପାଇଁ ଅନେକଗୁଡ଼ିଏ ସାଧନ ଅଛି । ଏହି ବିଭାଗରେ ଆପଣଙ୍କୁ ପାଞ୍ଚଗୋଟି ସାଧନ ସହିତ ପରିଚିତ କରାଯିବ ଯାହା ଆପଣଙ୍କୁ ତଥ୍ୟ ସଂଗ୍ରହ ଓ ବିଦ୍ୟାଳୟରେ କ’ଣ ଘଟୁଛି। ସମୀକ୍ଷା ପାଇଁ ଅନ୍ୟମାନଙ୍କୁ ସଫଳତାର ସହ ନିଯୁକ୍ତ କରିବାରେ ସାହାଯ୍ୟ କରିବ ।

ସାଧନ-୧ : କ'ଣ ଘଟୁଛି।

 

ପ୍ରତିଦିନ ବିଦ୍ୟାଳୟରେ କ’ଣ ସବୁ ହେଉଛି ଜାଣିବା ପାଇଁ ବିଦ୍ୟାଳୟର ଜଣେ ଭଳ ମୁଖ୍ୟ ଚାରିପଟେ ବୁଲିଥାନ୍ତି । ନିଜସ୍ଵ ସମୀକ୍ଷାର ଏହାର ଏକ ଆବଶ୍ୟକ ଉପାଦାନ ଅଟେ । କାରଣ ଏହା ନିମ୍ନରେ ଦିଆଯାଇଥିବା ସୁଯୋଗଗୁଡ଼ିକୁ ଯୋଗାଇଥାଏ ।

  • ଆପଣ କ’ଣ ଦେଖିଛନ୍ତି ସେ ବିଷୟରେ ଟିକିଏ ଭାବନ୍ତୁ । ଆପଣ ଯେଉଁ କୌଶଳ ଅବଲମ୍ବନ କରିବାର ଆବଶ୍ୟକତା ଅଛି ତାକୁ ସ୍ଥିର କରନ୍ତୁ । ଆପଣ ଯେତେ କମ୍ ଦେଖାଯିବ, ସେତେ ଅଧିକ ଦେଖିବେ ଓ ଶୁଣିବେ । ଯଦି ଆପଣଙ୍କର ସହକର୍ମୀମାନେ ଭାବିବେ ଯେ, ଆପଣ ଗୁପ୍ତଚର ଭାବେ କାମ କରୁଛନ୍ତି, ତାହାହେଲେ ପ୍ରକ୍ରିୟାଟି ଫଳପ୍ରଦ ହେବ ନାହିଁ । ଯେତେବେଳେ ସହାୟତା ଓ ଆହ୍ଵାନମୂଳକ ସଂସ୍କୃତି ସ୍ଥାପିତ ହେବ । ସେତେବେଳେ ସହକର୍ମୀ ଓ ପିଲାମାନେ ସାଧୁତାର ସହ ଖୋଲା ଭାବରେ ମୁଖ୍ୟସ୍ତ କଥାବାର୍ତ୍ତା କରିବେ ।
  • ତଥ୍ୟଗୁଡ଼ିକୁ ଖୋଜି ପାଇଲା ପରେ ଆପଣ ବିଦ୍ୟାଳୟର ଆରମ୍ଭ ବା ଶେଷ ସମୟରେ ଶିକ୍ଷକ, ଶିକ୍ଷାର୍ଥୀ, ମାତାପିତା ଓ ସହକର୍ମାଙ୍କୁ ଶୁଣିବେ ।
  • ସେମାନଙ୍କୁ ଜଣେଇ ଦେବେ ଯେ ଶ୍ରେଣୀ କୋଠରୀ ଭିତରେ କ’ଣ ସବୁ ହେଉଛି ବିଦ୍ୟାଳୟର ମୁଖ୍ୟ ଭାବେ ଜାଣିବା ପାଇଁ ଆପଣ ଆଗ୍ରହୀ ।
  • ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ଲକ୍ଷକୁ କେନ୍ଦ୍ରୀଭୂତ କରନ୍ତୁ ।

ପ୍ରତ୍ୟେକ ଦିନ ସମାନ ସମୟରେ ବୁଲନ୍ତୁ ନାହିଁ । ପ୍ରତ୍ୟେକ ଦିନ ସମାନ ସମୟରେ ବୁଲିଲେ ଆପଣଙ୍କର ସୂଚନାଗୁଡ଼ିକ ସୀମିତ ହୋଇଯିବ ।

ଶିକ୍ଷଣ କାର୍ଯ୍ୟ ୭: ବୁଲିବା ସମୟବାହାର କରନ୍ତୁ ।

  1. ନିଜ ଶିକ୍ଷଣ ଡାଏରୀରେ ଆସନ୍ତା ସପ୍ତାହ ପାଇଁ ବୁଲିବା ସମ୍ପର୍କରେ ବସି କରି ଯୋଜନା କରନ୍ତୁ । ଆପଣଙ୍କର କାର୍ଯ୍ୟଭାରକୁ ଲାଘବ କରିବା ପାଇଁ ଯୋଜନା କଲେ ଆପଣ ପ୍ରତିଦିନ ଘଣ୍ଟାଏ ସମୟ ଦେଇ ବୁଲିପାରିବେ । ଆପଣ ଏହି କାମ କରୁଥିବା ସମୟରେ ନିଜକୁ ନିଜେ ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ପଚାରନ୍ତୁ । ଆପଣ କିପରି ଭାବରେ ସମୟ ବାହାର କରି ବିଦ୍ୟାଳୟରେ ବୁଲିବେ ଓ କ'ଣ ଘଟୁଛି। ଜାଣିବେ ।
  • ଯାହା ଥରେ ଧାର୍ଯ୍ୟ ହୋଇଛି ତାକୁ ମୁଁ ନିଶ୍ଚିତ ଭାବରେ କରିବି (ଉଦାହରଣସ୍ୱରୂପ, ନିଜର ପାଠ ପଢ଼େଇବି)
  • ମୁଁ ମୋର ସମୟକୁ କିପରି ଫଳପ୍ରଦ ଭାବେ ସଙ୍ଗଠିତ କରିବି (ଉଦାହରଣ ସ୍ଵରୂପ, ଦିନରେ ଗୋଟିଏ ସମୟ ବାଛନ୍ତୁ, ସାଧାରଣତଃ ସକାଳ ସମୟ, ଯେଉଁ ସମୟରେ ଆପଣଙ୍କ କାମ ସମ୍ପର୍କରେ ଫୋନ୍ କରିବେ)
  • ଏମିତି କିଛି ଅଛି କି ଯାହା ଅନ୍ୟ କାହା ଦ୍ଵାରା କରାଇବା ଉଚିତ ହେବ ବା କରାଯାଇପାରିବ ?
  • ଯଦି କିଛି ବିଳମ୍ବ ହୁଏ, ତାହାହେଲେ ଏମିତି କିଛି ଅଛି କି ଯାହା ସମସ୍ୟାର କାରଣ ହେବ ନାହିଁ?
  • ଏମିତି କିଛି କାମ ଅଛି କି ଯାହାକୁ ବାସ୍ତବରେ କିଛି କରିବାର ଆବଶ୍ୟକତା ନାହିଁ ।
  1. ସପ୍ତାହ ପାଇଁ ଯୋଜନା କରନ୍ତୁ ଯାହାଫଳରେ ଆପଣ ବିଭିନ୍ନ ସମୟରେ ବୁଲିପାରିବେ । ଯଥା- ବିଦ୍ୟାଳୟର ଆରମ୍ଭ ଓ ଶେଷ ସମୟରେ । (ମାତାପିତାଙ୍କ ସହ କଥାବାର୍ତ୍ତା)। ଅବସ୍ଥାନ୍ତର ସମୟରେ ( ଯେତେବେଳେ ଜଣେ ଶିକ୍ଷକ ଅନ୍ୟ ଜଣେ ଶିକ୍ଷକଙ୍କୁ ଶ୍ରେଣୀର ଦାୟିତ୍ଵ ଦେଇଥାନ୍ତି) ଅବସର ସମୟରେ ବା ମଧ୍ୟାହ୍ମଭେଜନ ସମୟରେ ତା’ ସହିତ ପାଠ ପଢ଼ାଉଥିବା ସମୟରେ ।
  2. ଗୋଟିଏ ଛୋଟ ଖାତାରେ ଆପଣ ଲକ୍ଷ୍ୟ କରିଥିବା ସମସ୍ତ କଥାକୁ ଟିପିକରି ରଖନ୍ତୁ ଏବଂ ବର୍ତମାନ ଯିବାକୁ ପ୍ରସ୍ତୁତ ହୁଅନ୍ତୁ । ବୁଲିବା ସମୟରେ କାହା ଉପରେ ଧ୍ୟାନ ଦେବେ ତାହା ସ୍ଥିର କରନ୍ତୁ । ଯଥା- ପିଲାଙ୍କ ନିଯୁକ୍ତିର ସ୍ତର । ଏହା ପ୍ରଣାଳୀ ବଦ୍ଧ ଭାବେ ତଥ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରିବ ।
  3. ବର୍ତ୍ତମାନ ଆପଣ ବୁଲିବା ଆରମ୍ଭ କରନ୍ତୁ । ଯାହା ଦେଖିଛନ୍ତି ଓ ଶୁଣୁଛନ୍ତି ସେସବୁକୁ ଟିପିକରି ରଖନ୍ତୁ । ଆପଣଙ୍କୁ ପ୍ରଭାବିତ କରିବା ଭଳି କିଛି ଜିନିଷ ଦେଖିଲେ। ସେ ବ୍ୟକ୍ତି ବା ଦଳକୁ ପ୍ରଶଂସା କରନ୍ତୁ । ଗୋଟିଏ ନିୟମ ଆପଣ ସବୁବେଳେ ସକରାତ୍ମକ ରହିବେ ଓ ସମ୍ମାନ ପ୍ରଦର୍ଶନ କରିବେ । ଯଦି ଆପଣଙ୍କ ବିଦ୍ୟାଳୟ। ଏଥୁପ୍ରତି ଅଭ୍ୟସ୍ତ ନୁହେଁ, ତାହାହେଲେ ଆପଣଙ୍କର ସହକର୍ମୀମାନେ ଉତ୍ସାହିତ ଜୋହବା ଦରକାର |
  4. ଆପଣ ଯାଇଥିବା ତଥ୍ୟକୁ ଏକାଠି କରନ୍ତୁ ଓ ଆପଣ ବିଦ୍ୟାଳୟରେ ବୁଲିବା ସମୟରେ କେଉଁ ଧାରା ଦୃଶ୍ୟମାନ ହେଉଛି ସେଗୁଡ଼ିକୁ ଦେଖନ୍ତୁ ।
  5. ଲକ୍ଷ୍ୟ ରଖିବାକୁ ହେବ ଯେ ଆପଣ ବିଦ୍ୟାଳୟରେ ବୁଲିବା ସମୟରେ ଯାହା ପାଇଛନ୍ତି ତାକୁ ସମର୍ଥନ କରିବା ପାଇଁ ଅନ୍ୟ କେଉଁ ଉତ୍ସର ପ୍ରମାଣ ଆବଶ୍ୟକ କରୁଛି କି ?
  6. ଚିନ୍ତା କରନ୍ତୁ ଆପଣ କେଉଁ ପରିସରରେ କିପରି ଭାବରେ ଉନ୍ନତି ଆଣିପାରିବେ ଓ ଆପଣ ଯାଇଥିବା ସିଦ୍ଧାନ୍ତଗୁଡ଼ିକୁ କିପରି ବାଣ୍ଟିବେ ।

ଆଲୋଚନା

ଏଭଳି ବୁଲିବାର ଅନେକ ସୁବିଧା ରହିଛି । ବିଦ୍ୟାଳୟରେ କଣ ସବୁ ହେଉଛି ଏ ବିଷୟରେ ଜଣେ ବିଦ୍ୟାଳୟର ମୁଖ୍ୟ ଜାଣିପାରିବେ ଯାହା ବିଦ୍ୟାଳୟ ଜୀବନର ହୃଦୟ ଅଟେ । ଏହା ଅଧିକ ସମୟ ଆବଶ୍ୟକ କରେ ନାହିଁ । ଯେଉଁଠାରେ ବିଦ୍ୟାଳୟର ନିଜସ୍ଵ ସମୀକ୍ଷା ଠିକ୍ ଭାବେ ଚାଲିଥାଏ, ସେହି ଜାଗାରେ ଏ କାମ ଗୋଟିଏ ଦଳ ମଧ୍ୟ କରିପାରିବେ । ବିଦ୍ୟାଳୟର ଯେକୌଣସି ଗୋଟିଏ କାମକୁ ଦୃଷ୍ଟିରେ ରଖିବେ ଯଥା- ଶିକ୍ଷକଙ୍କ ପଚାରୁଥିବା ପ୍ରଶ୍ନର ପ୍ରକାରଭେଦ, ପାଠର ଆରମ୍ଭ ବା ଶେଷରେ, ଶିକ୍ଷାର୍ଥୀ ବୁଝିପାରୁ ନ ଥିବା ସମୟରେ । ଏଭଳି ଅନେକ କିଛି ।

ସାଧନ-୨ : ବହିକୁ ଦେଖିବା

ବହିକୁ ଦେଖିବା ଏକ ଔପଚାରିକ କାର୍ଯ୍ୟ । ପୁରୁଣା ବହିରୁ ଆପଣ ଶିକ୍ଷାର୍ଥୀଙ୍କ କାମକୁ ଯାଞ୍ଚ ଓ ମୂଲ୍ୟୟନ କରିବେ । ଏହାର ଅନେକଗୁଡ଼ିଏ କାର୍ଯ୍ୟ ଅଛି ଯାହା ଆପଣଙ୍କୁ ସାହାଯ୍ୟ କରିବ ।

  • ଶିକ୍ଷକଙ୍କ ଦ୍ଵାରା ନିର୍ବାରିତ ହୋଇଥିବା କାମର ସ୍ୱରୂପ ଓ ଗୁଣକୁ ମାପିବା ।
  • ଶ୍ରେଣୀରେ ସମ୍ପୁର୍ଣ୍ଣତାର ହାରକୁ ବିଶ୍ଳେଷଣ କରିବା ।
  • ଶିକ୍ଷକମାନେ କେତେ ଭଲ ଭାବେ ସଂଶୋଧନ କରିଛନ୍ତି ଓ ମାର୍କ କିପରି ଦେଇଛନ୍ତି ସେଗୁଡ଼ିକୁ ଚିହ୍ନଟ କରିବା ।
  • ବିଷୟବସ୍ତୁ ଓ ଉପସ୍ଥାପନାର ଗୁଣବତ୍ତାକୁ ଦେଖିବା
  • ଶିକ୍ଷଣର ଗୁଣାତ୍ମକତାର ମୂଲ୍ୟୟନ
  • ପାଠରେ କେଉଁଭଳି କାର୍ଯ୍ୟବିଧି ନିଆ ହେଉଛି ସେଗୁଡ଼ିକୁ ଦେଖିବା ।

ସବୁ ବହିକୁ ଦେଖିବା ପାଇଁ ଅଧିକ ସମୟ ଲାଗିବ । ତେଣୁ ଆପଣଙ୍କୁ ଦେଖିବା ପାଇଁ ଉପାୟ ବାହାର କରିବାକୁ ପଡ଼ିବ । ତେଣୁ ଆପଣ କିଛି ବହିକୁ ନମୁନା ଭାବେ ଦେଖିପାରିବେ । ଉଦାହରଣସ୍ୱରୂପ ଆପଣ ଦେଖିପାରିବେ :

  • ପ୍ରତ୍ୟେକଙ୍କ ତୃତୀୟ ଖାତା
  • ପ୍ରତି ଶ୍ରେଣୀର ଦୁଇଟି ପୁଅ ଓ ଦୁଇଟି ଝିଅଙ୍କର କାମକୁ
  • ଗୋଟିଏ ବିଷୟର ବିଭିନ୍ନ ଶ୍ରେଣୀର ବହିକୁ ଦେଖିବେ

ସାଧନ ୩ : ପରିମାଣାତ୍ମକ ତଥ୍ୟର ସଂଗ୍ରହ ଓ ବିଶ୍ଳେଷଣ

ପ୍ରମାଣ ସଂଗ୍ରହ କରିବା ଏକ ଆହ୍ଵାନମୂଳକ କାମ ଅଟେ । ଏହା ଏକ ଅଭ୍ୟାସମୂଳକ କାର୍ଯ୍ୟ ଅଟେ । ବଡ଼ କଥା ହେଉଛି ଯେ ଆପଣ ସ୍ଥିର କରିବେ ଯେ କେଉଁଥିରେ ଆପଣଙ୍କ ଧ୍ୟାନକୁ କେନ୍ଦ୍ରୀଭୂତ କରିବେ ଓ ତାହା କିପରି ବିଦ୍ୟାଳୟ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ । ଜଣେ ବିଦ୍ୟାଳୟର ମୁଖ୍ୟ ଭାବେ ଆପଣ ସବୁବେଳେ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ପାଇଁ ସମୀକ୍ଷା କରିବାକୁ ଧ୍ୟାନ କେନ୍ଦ୍ରୀଭୂତ କରିବେ ।

ଶିକ୍ଷଣକାର୍ଯ୍ୟ ୮: ପରୀକ୍ଷଣ ଶେଷରେ ମିଳିଥିବା ତଥ୍ୟକୁ  ବ୍ୟବହାର କରିବା

ବାର୍ଷିକ ପରୀକ୍ଷଣ ଶେଷରେ ଆପଣ ତଥ୍ୟର ଫଳାଫଳକୁ ଅନୁଧ୍ୟାନ କରନ୍ତୁ । ସେଥିରୁ ପ୍ରମାଣଗୁଡ଼ିକ ବାହାର କରାନ୍ତୁ । ଯାହାକି ଆପଣଙ୍କୁ ବିଦ୍ୟାଳୟରେ କେତେକ ଉନ୍ନତି ଆଣିବା ପାଇଁ ସାହାଯ୍ୟ କରିପାରେ ଆବଶ୍ୟକ କରୁଥିବା ତଥ୍ୟଗୁଡ଼ିକ ଯଦି ଆପଣଙ୍କ ହାତରେ ପ୍ରସ୍ତୁତ ହୋଇକି ନାହିଁ, ତାହାହେଲେ ଆପଣ ଜାଣିବେ ଯେ ସେଗୁଡ଼ିକୁ ଆସନ୍ତା ବର୍ଷ ପାଇଁ ସଂଗ୍ରହ ଓ ଚିପିକରି ରଖୁବା ଆବଶ୍ୟକ ଅଟେ । ତାହାହେଲେ ଆସନ୍ତା ଥର ପାଇଁ ଏ କାମଟି ସହଜ ହୋଇଯିବ ।

କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ବିଷୟଗୁଡ଼ିକର ପରୀକ୍ଷଣ ଫଳାଫଳକୁ ଦେଖନ୍ତୁ । ଯଦି ଏଗୁଡ଼ିକ ନାହିଁ ତାହାହେଲେ ଗୋଟିଏ ମ୍ୟାଥସି ତିଆରି କରନ୍ତୁ । ଆପଣ ପ୍ରତି ପିଲାର ଫଳାଫଳକୁ ସମାନ ଭାଗ କରି ଦେଖିପରିବେ ।

(ଶତକଡ଼ା ୧୦- ସମ୍ବଳ ୩ ଦେଖନ୍ତୁ)

ଯେତେବେଳେ ଏହି ତଥ୍ୟଗୁଡ଼ିକୁ ନିଜ ପାଖରେ ରଖୁବେ, ଏହାକୁ ବିଶ୍ଳେଷଣ କରିବାର ଆବଶ୍ୟକତା ଅଛି । ଏଥୁରୁ ମିଳୁଥିବା ଦରକାରୀ ସୂଚନା ଗୁଡ଼ିକ ଆପଣ ଦରକାର କରୁଥିବା ତଥ୍ୟ ପାଇଁ ଦୁଇ ଦିଗଦର୍ଶନ ଦେବ । ଆପଣଙ୍କର ଭାବନା ଗୁଡ଼ିକୁ ଶିକ୍ଷଣ ଡାଏରୀରେ ଟିପିକରି ରଖନ୍ତୁ ।

  1. ବର୍ତ୍ତମାନ ତଥ୍ୟଗୁଡ଼ିକୁ ଓଲଟପାଲଟ କରି ଦେଖନ୍ତୁ ଏମିତି ଗୋଟାଏ ବିଷୟ ଅଛି କି ଯେଉଁଥିରେ ପିଲାଙ୍କର ସଫଳତା ଅନ୍ୟ ବିଷୟଠାରୁ ଆଖୁଦୃଶିଆ ହୋଇଛି କି ? ତାପରେ କେଉଁ ଶିକ୍ଷକ ସେହି ବିଷୟକୁ ପଢ଼ାନ୍ତି ଦେଖନ୍ତୁ ଶିକ୍ଷକମାନେ କାର୍ଯ୍ୟଟିକୁ ଭଲଭାବେ ସମ୍ପାଦନ କରୁଛନ୍ତି କି ତ ? ସେହି କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ଅଛି କି ?
  2. ଗୋଟିଏ ବିଷୟକୁ ଏକରୁ ଅଧିକ ଶିକ୍ଷକ ପଢ଼ାଉଥିବା ତଥ୍ୟକୁ ଦେଖନ୍ତୁ । ଏମିତି କେହି ଶିକ୍ଷକ ଅଛନ୍ତି କି ଯାହାଙ୍କର ପ୍ରାପ୍ତ ଅଙ୍କରେ ଭିନ୍ନତା ଦେଖାଯାଉଛି କି ? ହୁଏତ ଏହା ହୋଇପାରେ ଯେ ସେମାନେ ସହାୟତା ଲୋଡ଼ିଛନ୍ତି ବା ଖୁବ୍ ସୁନ୍ଦର ଭାବରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।
  3. ତଥ୍ୟକୁ ଯାଞ୍ଚ କରନ୍ତୁ । ସେଥୁରୁ ପ୍ରମାଣ ବାହାର କରନ୍ତୁ । ପ୍ରମାଣକୁ ବ୍ୟବହାର କରି କୁହନ୍ତୁ ଯେ ତଥ୍ୟରେ କାହିଁକି ଅମେଳ ରହିଛି । ସେହିମାନଙ୍କୁ ବାହାଦୂରୀ ଦିଅନ୍ତୁ ଯେଉଁମାନେ କାମ କରିଛନ୍ତି । ଯେଉଁଠି ସମସ୍ୟା ଅଛି। ସେଗୁଡ଼ିକୁ ସମାଧ୍ୟାନ କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ।

ଆଲୋଚନା

ତଥ୍ୟଗୁଡ଼ିକୁ ଏଭଳି ଭାବରେ ମିଳାଇ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? ଯାହା ଆପଣଙ୍କୁ ଦରକାର ପଡ଼ିପାରେ ସେଥୁପାଇଁ ଅଧିକତର ଅନୁସନ୍ଧାନ କରିବାକୁ ଏଥୁରୁ କିଛି ଧାରଣା ପାଇଲେ କି ? ଆପଣଙ୍କ ତଥ୍ୟରୁ ସାଙ୍ଗେ ସାଙ୍ଗେ କିଛି ସିଦ୍ଧାନ୍ତରେ ପହଞ୍ଚୁବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ । ଏମିତି ବି ହୋଇପାରେ ଯେ ସେଥୁପାଇଁ ଆପଣ ଭାବିପାରି ନ ଥିବା କୈଫିଯତ ମଧ୍ୟ ଥାଇପାରେ । (ଯଥା ଉପସ୍ଥାନ ଓ ଶ୍ରେଣୀ କୋଠରୀର ଆକାର) ଯାହା ଶିକ୍ଷଣ ଫଳାଫଳକୁ ପ୍ରଭାବିତ କରିଥାଏ । ଆପଣ ହୁଏତ ଦରକାର କରୁଥିବା ଅଧିକ ତଥ୍ୟ ପର୍ଯ୍ୟବେକ୍ଷଣ ଓ ଆଲୋଚନା ମାଧମରେ ସଂଗ୍ରହ କରିପାରିବେ ।

ଥରେ ଆପଣ ତଥ୍ୟଗୁଡ଼ିକୁ ଏଭଳି ଭାବରେ ବିଶ୍ଳେଷଣ କରିବା ଆରମ୍ଭ କଲେ, ତଥ୍ୟକୁ ମିଳାଇବା ପାଇଁ ଓ ବ୍ୟବହାର ପାଇଁ ଅନ୍ୟାନ୍ୟ ଉପାୟଗୁଡ଼ିକୁ ଚିନ୍ତା କରିପାରିବେ । ଏଥୁସହିତ ବ୍ୟକ୍ତିଗତ ଭାବେ ବା ଗୋଟିଏ ଦଳର ଶିକ୍ଷାର୍ଥୀ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଆପଣ ଚିହ୍ନଟ କରିପାରିବେ ଓ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିପାରିବେ ।

ସାଧନ ୪ : ସଂପୃକ୍ତ / ଅନ୍ୟାନ୍ୟ ବ୍ୟକ୍ତି ସହ ଆଲୋଚନା

ଜଣେ ବିଦ୍ୟାଳୟର ମୁଖ୍ୟ ଭାବେ ଆପଣ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କର ମତାମତ, ମନୋବୃତ୍ତି ଓ ଅଭିଜ୍ଞତାକୁ ଯାଞ୍ଚ କରିବା ଆବଶ୍ୟକତା ରହିଛି । ଯଦି ଆପଣ ବିଦ୍ୟାଳୟରେ ବୁଲୁଛନ୍ତି । ତେବେ ସପ୍ତାହକୁ ଅନ୍ତତଃ ଥରେ ମାତାପିତାଙ୍କ ସହ ବିଦ୍ୟାଳୟ କାର୍ଯ୍ୟର ଆରମ୍ଭ ବା ଶେଷ ସମୟରେ କଥା ହେବାକୁ ସକ୍ଷମ ହେବେ । ଏହା ଅତିରିକ୍ତ କାର୍ଯ୍ୟଭାର ଜମାରୁ ନୁହେଁ । ବିରତି ସମୟରେ ଆପଣଙ୍କ ଆଗ୍ରହ ଥିବା କ୍ଷେତ୍ରରେ ବା ଚିତ୍ତିତ ଥିବା ସମସ୍ୟା ପାଇଁ ପୃଥକ ଭାବେ କିଛି ବ୍ୟକ୍ତି ବା ଛୋଟ ଦଳ ସହ ବସି ଆଲୋଚନା କରିପାରିବେ । ଆପଣ ବିଦ୍ୟାଳୟର ଉନ୍ନତିକୁ ଲକ୍ଷ୍ୟ ରଖୁ ଓ ସେମାନଙ୍କର ଉପଲବ୍ଧ ପାଇଁ ନିୟମିତ କାର୍ଯ୍ୟସୂଚୀ ତିଆରି କରିପାରିବେ ।

ନିଜସ୍ଵ ସମୀକ୍ଷା ଦ୍ଵିପାକ୍ଷିକ ପ୍ରକ୍ରିୟା ଅଟେ । ଆପଣ ନିଜେ ପ୍ରତ୍ଯକ୍ଷ ଅଭିଜ୍ଞତା ହାସଲ କରିବା କଥା ଯେ ବିଦ୍ୟାଳୟରେ ଶିକ୍ଷାର୍ଥୀମାନେ କ’ଣ ପ୍ରକୃତରେ ଭଲ ପାଉଛନ୍ତି ଓ କେଉଁ ସ୍ତରର ସହାୟତା ପାଉଛନ୍ତି ଆହ୍ବାନଗୁଡ଼ିକର କିଭଳି ଭାବେ ସମ୍ମୁଖୀନ ହେଉଛନ୍ତି । ସମୀକ୍ଷା ପ୍ରକ୍ରିୟାରେ ଶିକ୍ଷାର୍ଥୀମାନେ ବହୁତ କିଛି ସହାୟତା ଦେଇପାରିବେ, ଯଦି ଜଟିଳ ମତ ଦେବା ପାଇଁ ସେମାନେ ବିଶ୍ଵାସ କରୁଛନ୍ତି ତେବେ ସେମାନଙ୍କୁ ଏଥୁପାଇଁ ପ୍ରଶିକ୍ଷଣ ଓ ସହାୟତା ଦେବାର ଆବଶ୍ୟକତା ରହିଛି । ପ୍ରାରମ୍ଭିକ ସ୍ତରରେ ସହକର୍ମୀମାନେ ଅବିଶ୍ଵାସ କରିବେ ଯଦି ଆପଣ ଶିକ୍ଷାର୍ଥୀଙ୍କ ମତାମତକୁ ଶ୍ରେୟ ଦେବେ । ସେମାନଙ୍କ ମତରେ ଦ୍ଵନ୍ଦୁ ସୃଷ୍ଟି ହେବ । ପୁନର୍ବାର ଏହା ଖୋଲା ଓ ସକରାତ୍ମକ ସଂସ୍କୃତ ପଠନର କଥା ଅଟେ । କେତେକ ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କର ନିୟମିତ ଭାବେ ପରିଷଦ ବା ପାର୍ଲିମେଣ୍ଟ ବସିଥାଏ ଓ ସେମାନେ ସେଥିରେ ଅଂଶଗ୍ରହଣ କରି ବିଦ୍ୟାଳୟ ଗୋଷ୍ଠୀକୁ ପ୍ରଭାବିତ କରୁଥିବା ସମସ୍ୟା ସମ୍ପର୍କରେ ନିଷ୍ପତ୍ତି ନେଇଥାନ୍ତି ।

ବିଦ୍ୟାଳୟ ସମୀକ୍ଷାରେ ଅଭିଭାବକ ଓ ମାତାପିତା ମୁଖ୍ୟ ବ୍ୟକ୍ତି ଭାବେ ସାହାଯ୍ୟ କରିପାରିବେ । ଆପଣ ସମୟ ବାହାର କରି ସେମାନଙ୍କ ସହ କଥାବାର୍ତ୍ତା ହେବେ ଓ ସେମାନଙ୍କର ମତାମତକୁ ଶୁଣାଇବା ପାଇଁ ସୁଯୋଗ ଦେବେ ।

ଶିକ୍ଷଣକାର୍ଯ୍ୟ ୯: ଶିକ୍ଷାର୍ଥୀମାନେ ଛାଯା ସହୃଶ

ଜଣେ ବିଦ୍ୟାଳୟର ମୁଖ୍ୟ ସମସ୍ତ ପ୍ରକାର ତଥ୍ୟ ସଂଗ୍ରହ କରି ପ୍ରୟୋଗ କରିପାରିବେ । ତତକ୍ଷଣାତ ପିଲାମାନେ ଛାୟା ସଦୃଶ ଆଲୋକପାତ କରିପାରିବେ । ପୁରାଦିନ ସାରା ଗୋଟିଏ ପିଲାକୁ ପର୍ଯ୍ୟବେକ୍ଷଣ କରି ଆପଣ ବହୁତ ଗୁଡ଼ିଏ ସୂଚନା ପାଇବେ ।

  • ପଢ଼ାଇବାର ଶୈଳୀ
  • ଶିକ୍ଷାର୍ଥୀଙ୍କୁ କାର୍ଯ୍ୟରେ ସାମିଲ କରିବାର ସ୍ତର
  • ଶିକ୍ଷକ ଶିକ୍ଷାର୍ଥୀଙ୍କ ସମ୍ପର୍କ e, ସମୟ ଓ ସମ୍ବଳର ବ୍ଯବହାର
  • ଶିକ୍ଷଣରେ ଶିକ୍ଷାଦାନର ପ୍ରଭାବ

ଏହି କାମକୁ କରିପାରିବେ କାରଣ ଆପଣ ପାଖରେ କ୍ଷମତା ଓ ଶକ୍ତି ଅଛି । ଏହା ଶିକ୍ଷାର୍ଥୀଙ୍କୁ ଭୟ ପ୍ରଦର୍ଶନ କରାଇବ । ଭାବନ୍ତୁ ଏହି କାମକୁ ଆପଣ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ବା ବିଶ୍ଵାସଯୋଗ୍ୟ । ଶିକ୍ଷକଙ୍କୁ ହସ୍ତାନ୍ତର କରିପାରିବେ କି ?

ଆପଣ ସ୍ଵେଚ୍ଛାକୃତ ଭାବେ ଅଧିକ ସାମର୍ଥ୍ୟ ଅବା ଶିକ୍ଷାର୍ଥୀଙ୍କୁ ବାହୁଛନ୍ତି । ତେବେ ବାଛିବା ବେଳେ ସତର୍କତା ଅବଲମ୍ବନ କରିବେ । ଗୋଟିଏ ଶିକ୍ଷାର୍ଥୀର ଜଟିଳ ଶିକ୍ଷଣ ଆବଶ୍ୟକତାକୁ ପର୍ଯ୍ୟବେକ୍ଷଣ କଲେ ଆପଣ ହୁଏତ ଏକ ଭିନ୍ନ ଛବି ଦେଖିପାରିବେ । ଏହାପରେ ଆପଣ ସମୟ ବାହାର କରି ଅଭିଜ୍ଞତାଗୁଡ଼ିକୁ ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିବାର ଆବଶ୍ୟକ ଅଟେ । କାରଣ ସେମାନଙ୍କର ଦିନର ମତାଗୁଡିକ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ ।

ଏହାକୁ ଅନୁସରଣ  କରି ଆପଣ କ’ଣ ଦେଖିଛନ୍ତି ବିଶ୍ଳେଷଣ କରିବେ । ପରିଚାଳନା କମିଟି ବା ସହକର୍ମୀମାନଙ୍କ ସହିତ ମୁଖ୍ୟ ଶିକ୍ଷଣ ବିନ୍ଦୁ ଉପରେ ଅଭିଜ୍ଞତା ବିନିମୟ କରିପାରିବେ ।

ଆଲୋଚନା

ଏହି କାମକୁ ବିନା ବ୍ୟାଘାତରେ ସମୟ ଦେବାକୁ ହେବ । ଆପଣ ଶିକ୍ଷକମାନଙ୍କୁ ଜଣେଇଦେବେ ଯେ ଆପଣ "ଶିକ୍ଷାଦାନ’’ ଉପରେ ନୁହେଁ "ଶିକ୍ଷଣ" ଉପରେ ଗୁରୁତ୍ୱ ଦେଉଛନ୍ତି । ବିଦ୍ୟାଳୟ ଚାରି କାନୁରେ ବୁଲିବା କଷ୍ଟକର ହୋଇପାରେ ଏବଂ ଶିକ୍ଷାର୍ଥୀମାନେ ଆପଣଙ୍କ ସହ ପିଛା କରିବା ପାଇଁ ଇଛୁକ ହେବେ । ଏହି ଭୂମିକାରେ ଆପଣ ଉପସ୍ଥିତି ବା ବାଧାଜନକ କାର୍ଯ୍ୟ ପ୍ରତି ସତର୍କତାର ସହ ଚିନ୍ତା କରିବା ଦରକାର । ପୂର୍ବରୁ ଶିକ୍ଷାର୍ଥୀଙ୍କୁ ଓ ଶିକ୍ଷକଙ୍କୁ କହିବା ଆବଶ୍ୟକ ଯେ ଆପଣ ଯାହା କରୁଛନ୍ତି ତାହା ନିହାତି ଦରକାର । ଦିନର ଶେଷ ସମୟ ପର୍ଯ୍ୟନ୍ତ ଆପଣ ଶିକ୍ଷାର୍ଥୀର ନାମକୁ ଲୁଚାଇ ରଖିବେ ।

ସାଧନ ୫ : ଶ୍ରେଣୀ କୋଠରୀ ପର୍ଯ୍ୟବେକ୍ଷଣ

ପ୍ରାଥମିକ ଅବସ୍ଥାରେ ଭୟଭୀତ ନ କରି ଶ୍ରେଣୀ କୋଠରୀକୁ ପର୍ଯ୍ୟବେକ୍ଷଣ କରିବା ଏକ କଷ୍ଟକର କାମ ଅଟେ । ଆପଣ ଯେହେତୁ ଜଣେ ବିଦ୍ୟାଳୟର ମୁଖ୍ୟ ଏବଂ ଯଦି ଆପଣ କୋଠରୀ ଭିତରେ ଅଛନ୍ତି ତେବେ ଲୋକମାନେ ଭିନ୍ନ ଢଙ୍ଗରେ ବ୍ୟବହାର ଦେଖାଇବେ । ଯେତେବେଳେ ଆପଣ ଶ୍ରେଣୀ କୋଠରୀ ଭିତରକୁ ଯାଆନ୍ତି ଶିକ୍ଷାର୍ଥୀ ଡେଉଁଥିବାର ଦେଖିବାରେ ଅଭ୍ୟସ୍ତ ଥିବେ । ଆପଣ ଯଦି ନୀରବରେ ଶ୍ରେଣୀ ଭିତରକୁ ଯିବେ ଓ ଚୂପଚାପ ଶିକ୍ଷାର୍ଥୀଙ୍କ ପଛ ପାଖେ ବସିବେ ତାହାହେଲେ ଆପଣ ପୁରା ଶ୍ରେଣୀ କୋଠରୀର କାର୍ଯ୍ୟକୁ ଅତି ନିକଟରୁ ଦେଖିପାରିବେ ।

ବ୍ୟକ୍ତିଗତ ବା ଦଳଗତ କାମ ଶ୍ରେଣୀରେ ହେଉଥିବା ସମୟରେ ସେମାନଙ୍କର ଶିକ୍ଷଣ ହେଉଛି କି ନାହିଁ ଜାଣିବା ପାଇଁ ନମୁନା ଭାବରେ ଆପଣ ଶ୍ରେଣୀ କୋଠରୀରେ ବୁଲିପାରିବେ ।

ଯଦି ବିଦ୍ୟାଳୟରେ ପର୍ଯ୍ୟବେକ୍ଷଣ କରିବାର କାମ ହେଉ ନ ଥୁବ ତାହା ହେଲେ ଆପଣ ଏହି କାମକୁ ଧୀରେ ଧୀରେ ଆରମ୍ଭ କରିବେ । ଆପଣ କୌଣସି ବି ସମୟରେ ଉଦବେଗ ପ୍ରକାଶ ନ କରି ପର୍ଯ୍ୟବେକ୍ଷଣ କରିବେ । ଏଠାରେ ଏକ ସମ୍ଭାବ୍ୟ ଧାରା ଦିଆଯାଇଛି ।

  1. ଆପଣ ଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ଯେ ସେମାନେ ପରସ୍ପରର ପାଠକୁ ଦେଖିଦେବ । ଟେସ୍ ଇଣ୍ଡିଆର ଏକକରେ ଥିବା ଅନେକଗୁଡ଼ିଏ ଗତିବିଧ ଏହି କାମକୁ ପ୍ରୋତ୍ସାହିତ କରେ । ସେମାନେ ଯେତେବେଳେ ପରସ୍ପରକୁ ପର୍ଯ୍ୟବେକ୍ଷଣ କରିବେ। ଆପଣ ସେହି ସମୟରେ ସେମାନଙ୍କର କ୍ଲାସରେ ପଢ଼ାଇବା ପାଇଁ ପ୍ରସ୍ତାବ ଦେବେ । ଏହି ପ୍ରକ୍ରିୟାରେ ଶିକ୍ଷାର୍ଥୀମାନେ ଆପଣଙ୍କୁ ଶ୍ରେଣୀ କୋଠରୀରେ ଅଧିକ ସମୟରେ ଦେଖିବାକୁ ଅଭ୍ୟସ୍ତ ହେବେ ।
  2. ଆପଣ ନିୟମିତ ଭାବରେ ବୁଲନ୍ତୁ ଯେ ଶିକ୍ଷାର୍ଥୀମାନେ ଓ ଶିକ୍ଷକମାନେ ଆପଣଙ୍କୁ ଶ୍ରେଣୀ କୋଠରୀ ବାହାରେ ଦେଖି ବା ପାଇଁ ଅଭ୍ୟସ୍ତ ହେବେ ବା ପାଠ କାର୍ଯ୍ୟ ଚାଲିଥିବା ବେଳେ ଦୁଆର ପାଖରୁ ଦେଖନ୍ତୁ ।
  3. ଯେତେବେଳେ ଆପଣ ଅନୁଭବ କରିବେ ଯେ ଆପଣ ପାଠକୁ ପର୍ଯ୍ୟବେକ୍ଷଣ କରିବାକୁ ସକ୍ଷମ ଅଟନ୍ତି, ସେତେବେଳେ ଆପଣ ପର୍ଯ୍ୟବେକ୍ଷଣ ଫର୍ଦ ବ୍ୟବହାର କରିବେ ତାହାହେଲେ ଶିକ୍ଷକମାନେ ଜାଣିବେ ଯେ ଆପଣ ପ୍ରକୃତରେ କ’ଣ ଦେଖିବାକୁ ଚାହୁଁଛନ୍ତି ଏବଂ ଫର୍ମକୁ ବ୍ୟବହାର କରି ସେମାନଙ୍କ ସହିତ ପରବର୍ତ୍ତୀ ସମୟରେ ଆଲୋଚନା କରିବେ ।

ସାରାଂଶ

ଏହି ଏକକ, ଆପଣଙ୍କୁ ନିଜସ୍ଵ ସମୀକ୍ଷା ଚକ୍ର ସହିତ ପରିଚିତ କରିଛି । କେତେକ ସାଧନ ସହିତ ମଧ୍ୟ ପରିଚିତ କରିଛି ଯାହାକୁ ବ୍ୟବହାର କରି ଆପଣ ପ୍ରମାଣଗୁଡ଼ିକୁ ସଂଗ୍ରହ କରିବେ ଓ ନିଜ ବିଦ୍ୟାଳୟର ସମୀକ୍ଷା କରିବେ ।

ବିଦ୍ୟାଳୟର ମୁଖ୍ୟ ଦିଗର କାର୍ଯ୍ୟ ସମ୍ପାଦନ ଉପରେ ପ୍ରମାଣ ଗୁଡ଼ିକୁ ସଙ୍ଗଠିତ ଭାବରେ ସଂଗ୍ରହ କଲେ ତାହା ଆପଣଙ୍କ ଯୋଜନା ଓ କାର୍ଯ୍ୟରେ ସାହାଯ୍ୟ କରିଥାଏ । ଏହି କାମକୁ ଭାଗୀଦାର କରି ଆରମ୍ଭ କରାଯାଇପାରେ । କିନ୍ତୁ ପ୍ରାରମ୍ଭରେ ବଳିଷ୍ଠ ନେତୃତ୍ଵ ଓ ବିଶ୍ଵାସର ଆବଶ୍ୟକତା ରହିଛି । ବିଦ୍ୟାଳୟଗୁଡ଼ିକ ଯେତେବେଳେ ସ୍ଵୟଂଶାସିତ ହୋଇଥାଏ ସେତେବେଳେ ଉତ୍ତର ଦାୟିତ୍ଵ ଓ ନିଜସ୍ଵ ସମୀକ୍ଷା ଏକାସାଙ୍ଗରେ ଚାଲେ ଓ ଏହା ଏକ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ଅଟେ ଯାହା କି ସାମର୍ଥ୍ୟର ଅର୍ଥ ପାଳନ କରେ ଓ ଦୁର୍ବଳତା ପ୍ରକାଶ ପାଉଥିବା କ୍ଷେତ୍ରରେ ସମସ୍ୟାକୁ ସମାଧ୍ୟାନ କରିଥାଏ । ସବିଶେଷ ନିଜସ୍ଵ ସମୀକ୍ଷା କହିଲେ ବୁଝାଏ ଯେ ବିଦ୍ୟାଳୟଟି ନିଜେ ନିଜର ଯୋଜନା କରି ଅଗ୍ରାଧିକାରଗୁଡ଼ିକୁ ସ୍ଥିର କରିବ, ଯାହାଫଳରେ ପ୍ରତିବର୍ଷ ବିଦ୍ୟାଳୟରେ ଉନ୍ନତି ଦେଖାଯିବ ।

ଏହି ଅଧ୍ୟାୟଟି ନେତୃତ୍ଵର ମୁଖ୍ୟ ପରିସର ସହିତ ସମ୍ପର୍କିତ । ନିଜର ଜ୍ଞାନ ଓ କୌଶଳ ବଢ଼ାଇବା ପାଇଁ ଆପଣ ପରବର୍ତ୍ତୀ ଏକକକୁ ଦେଖିବେ ।

  • ନିଜ ବିଦ୍ୟାଳୟର ପରିକଳ୍ପନାକୁ ଗଠନ କରିବା
  • ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ଦେବା
  • ବିବିଧତାର ତଥ୍ୟକୁ ବ୍ୟବହାର କରି ବିଦ୍ୟାଳୟରେ ଉନ୍ନତି ଆଣିବା
  • ଯୋଜନା କରି ବିଦ୍ୟାଳୟର ପରିବର୍ତନକୁ ନେତୃତ୍ୱ ଦେବା
  • ନିଜ ବିଦ୍ୟାଳୟରେ ପରିବର୍ତ୍ତନ ଗୁଡ଼ିକୁ କାର୍ଯ୍ୟକାରୀ କରିବା

ସମ୍ବଳ

ସମ୍ବଳ – ୧ : ବିଦ୍ୟାଳୟ ତଥ୍ୟ ମ୍ୟାଥିସ୍

ସାରଣୀ ସ ୧.୧ ବିଦ୍ୟାଳୟ ତଥ୍ୟ ମ୍ୟାଥିସ

ସଂଖ୍ୟା

ପ୍ରଶ୍ନ

ତଥ୍ୟଗୁଡିକ କିପରି ସଂଗ୍ରହ କରାଯିବ

ଆମେ କ’ଣ ପ୍ରକୃତରେ ତଥ୍ୟ ସଂଗ୍ରହ କରିସାରିଛି

ବିଦ୍ୟାଳୟର ଉନ୍ନତି ପାଇଁ କିପରି ତଥ୍ୟକୁ ବ୍ୟବହାର କରାଯିବ

ଉଦାହରଣ

ଆମ ବିଦ୍ୟାଳୟରେ ଉପସ୍ଥାନ କେତେ ଭଲ ?

ପ୍ରତିଦିନ ରେଜିଷ୍ଟରରେ ଲେଖନ୍ତୁ

ହିଁ

ଉପସ୍ଥାନର ଧାରାକୁ ଚିହ୍ନଟ କରିବା ଓ ଉପସ୍ଥାନର ହ୍ରାସକୁ ଲକ୍ଷ୍ୟ ରଖିବା

ଆମ ବିଦ୍ୟାଳୟ ପିଲାମାନେ ଏହାକୁ କିପରି ହାସଲ କରିବେ ?

ପରୀକ୍ଷା ଫଳାଫଳ

ହିଁ

ପ୍ରତିଟି ଶ୍ରେଣୀ କିପରି କରୁଛନ୍ତି? ପ୍ରତିଦଳ କିପରି କାମ କରୁଛନ୍ତି । ଉଦାହରଣ ସ୍ୱରୂପ ପୁଅ ଓ  ଝିଅ ପିଲା

ଆମ ଶିକ୍ଷାର୍ଥୀମାନେ ବିଦ୍ୟାଳୟରେ ଭଲ କରୁଛନ୍ତି କି ?

 

 

 

ବିଦ୍ୟାଲୟରେ ଶିକ୍ଷାର୍ଥୀଙ୍କ ବ୍ୟବହାର ଠିକ୍ ଅଛି କି ?

 

 

 

ବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ନିରାପଦ ଅନୁଭବ କରୁଛନ୍ତି ତ?

ଶିକ୍ଷାର୍ଥୀ ସର୍ବେକ୍ଷଣ

ନାଁ

 

ଆମ ବିଦ୍ୟାଳୟରେ ସକାରାତ୍ମକ ଶିକ୍ଷଣ ପରିସ୍ଥିତି ଅଛି କି?

 

 

 

ବିଦ୍ୟାଳୟ କୋଠା ଭଲ ଅବସ୍ଥାରେ ଅଛି କି?

 

 

 

ଆମ ବିଦ୍ୟାଳୟରେ ଶିକ୍ଷାର୍ଥୀ ମାନେ ଗୃହ କାର୍ଯ୍ୟ କରନ୍ତି କି?

 

 

 

ମାତାପିତା ବିଦ୍ୟାଳୟ କାର୍ଯ୍ୟରେ ସନ୍ତୁଷ୍ଟ କି ?

 

 

 

 

 

ବିଭାଗ

ପ୍ରମାଣ

ବିଦ୍ୟାଲୟରେ ପିଲାଙ୍କ ଉପଲବ୍ଧି ଶିକ୍ଷାର୍ଥୀମାନେ କ’ଣ ହାସଲ କରୁଛନ୍ତି ?

 

ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ

 

ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କ ବ୍ୟବହାର ଓ ନିରାପର୍ତ୍ତା

 

ବିଦ୍ୟାଳୟରେ ନେତୃତ୍ଵର ଗୁଣାବଳୀ ଓ ପରିଚାଳନା

 

ବିଦ୍ୟାଳୟରେ ପାଠ୍ୟକ୍ରମର ପରିସର

 

ଗୋଷ୍ଠୀ ସହ ସମନ୍ଵୟ

 

 

ସମ୍ବଳ – ୩ ବିଷୟୱାରୀ ଗୋଟିଏ ଶ୍ରେଣୀର ପରୀକ୍ଷାର ମାର୍କକୁ ବାଣ୍ଟିବା

ସାରଣୀ ୩ର କୋଠରୀରେ ଶିକ୍ଷାର୍ଥୀଙ୍କ ସଂଖ୍ୟାକୁ  ଲେଖନ୍ତୁ । ସଫଳତାର  ଧାରାକୁ ଲକ୍ଷ୍ୟ କରନ୍ତୁ । ଗେଜାଟିଏ ଭାଗର ବିଷୟ ମଧ୍ୟରେ ଥିବା ପ୍ରଭେଦକୁ ଲକ୍ଷ୍ୟ କରନ୍ତି ।

ପ୍ରଥମ ସ୍ତମ୍ଭରେ ଥିବା ବିଷୟ ବଦଳରେ ଆପଣ ଶିକ୍ଷକ ଓ ଶ୍ରେଣୀ ଲେଖିପାରିବେ ଓ ଆପଣ ଚାହୁଁଥିବା ତୁଳନାତ୍ମକ ତଥ୍ୟ ସଂଗ୍ରହ କରିପାରିବେ ।

ଆଧାର : ଟେସ-ଇଣ୍ଡିଆ

2.88888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top