ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ପର୍ଯ୍ୟବେକ୍ଷଣ କରିବା ଧାରା : ଛାୟା ଏବଂ ଦିନ ଓ ରାତି
ସେଆର କରନ୍ତୁ

ପର୍ଯ୍ୟବେକ୍ଷଣ କରିବା ଧାରା : ଛାୟା ଏବଂ ଦିନ ଓ ରାତି

ପର୍ଯ୍ୟବେକ୍ଷଣ କରିବା ଧାରା :ଛାୟା ଏବଂ ଦିନ ଓ ରାତି ର ସୂଚନା

ଏହି ଏକକ ରେ କ’ଣ ଅଛି

ସମସ୍ତ ବୈଜ୍ଞାନିକ ଅନୁସନ୍ଧାନ; ପର୍ଯ୍ୟବେକ୍ଷଣ କୌଶଳରୁ ହିଁ ଆରମ୍ଭ ହୋଇଥାଏ । ବୈଜ୍ଞାନିକ ପଦ୍ଧତିରେ ପର୍ଯ୍ୟବେକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହା ବିଶ୍ଳେଷଣ,ବିଶ୍ଲେସଣ।ତ୍ମକ ଉପସ୍ଥାପନ ,ଉପସଂହାର ଆଦି ଦିଗଗୁଡିକ ସହ ଜଡିତ ।

ଏହି ଏକକ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ ର ଗୁରୁତ୍ଵ ଉପଲବ୍ଧି ରେ ସହାୟକ ହେବ। ସେମାନେ ଯତ୍ନର ସହିତ ବୈଜ୍ଞାନିକ ପଦ୍ଧତିରେ ପର୍ଯ୍ୟବେକ୍ଷଣ କରିବାର ଦକ୍ଷତା ହାସଲ କରିବେ ଯାହାଫଳରେ ସେଗୁଡିକ ର ଧାରା କୁ ଦେଖିପାରିବେ । ଏହି ଏକକରେ ଛାୟା,ଦିନ ଓ ରାତି ସମ୍ପର୍କରେ ଆଲୋଚନା କରାଯାଇଛି । ଏହା ଏପରି ଏକ ପ୍ରସଙ୍ଗ ଯାହା ସମ୍ପର୍କରେ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଆସିବା ପୂର୍ବରୁ କିଛି କିଛି ଧାରଣା ନେଇ ଆସିଥାନ୍ତି । ସେମାନେ ଦିନ ଓ ରାତି ଅନୁଭବ କରିଥାନ୍ତି,ଆକାଶକୁ ନିରୀକ୍ଷଣ କରିଥାନ୍ତି,ଛାୟା ଦେଖିଥାନ୍ତି । ଏହି ଏକକ ବିଦ୍ୟାଳୟପ୍ରସଙ୍ଗରେ ଅନୌପଚାରିକ ଢଙ୍ଗରେ ଶିକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷକଙ୍କୁ ସାହାଯ୍ୟ କରିବା ।

ସତର୍କତା

  • ଶିକ୍ଷାର୍ଥୀମାନେ ଯେପରି ସୁରଜ୍ୟକୁ ଖାଲି ଆଖିରେ ଣ ଦେଖନ୍ତି ସେଥିପାଇଁ ସତର୍କ କରିବେ ।ସୂର୍ଯ୍ୟ ସେମାନଙ୍କ ଆଖିକୁ ନଷ୍ଟ କରିପାରେ ।କଳାଚାସମା ପିନ୍ଧି ମଧ୍ୟ ସୂର୍ଯ୍ୟଙ୍କୁ ଚାହିଁବା ଅନୁଚିତ ।
  • ଶିକ୍ଷାର୍ଥୀମାନେ ଜାଣିବା ଦରକାର ଶ୍ରେଣୀଗୃହ ବାହାରେ ସେମାନେ ଅନେକ ବିପଦର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଏକାକୀ ବୈଦୁତିକ ସାମଗ୍ରୀ ,ଦୁରାଭାସ ଯନ୍ତ୍ର ,ଯୋଗାଯୋଗ କରୁଥିବା ସମସ୍ତ ଉପକରଣ ,କୌଣସି ସ୍ଥାନରେ ମରାମତି କାର୍ଯ୍ୟ ବା କିଛି କାର୍ଯ୍ୟ ଚାଲୁଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ଉଚିତ ନୁହେଁ ।

ଏହି ଏକକ ରୁ କ’ଣ ଶିଖିବା

  • ଶିକ୍ଷାର୍ଥୀମାନଙ୍କର ପର୍ଯ୍ୟବେକ୍ଷଣ କୌଶଳ ଏବଂ ତଥ୍ୟ ଗୁଡିକର ଧାରାକୁ ବୁଝିବାର ଦକ୍ଷତା କୁ କିପରି ବୃଦ୍ଧି କରାଇବ ।
  • ଛାୟା,ଦିନ ଓ ରାତି ପ୍ରସଙ୍ଗ ପରିପ୍ରେକ୍ଷୀରେ ବିଭିନ୍ନ ଦିଗରୁ ପର୍ଯ୍ୟବେକ୍ଷଣ ଶିକ୍ଷଣକାର୍ଯ୍ୟ ଉର୍ଣ୍ଣତା କରିବା ପାଇଁ କିପରି ଯୋଜନା ,ସଂଗଠନ ଓ ପରିଚାଳନା କରିବା ଦକ୍ଷତା ହାସଲ କରିବେ ।
  • ଶିକ୍ଷାର୍ଥୀମାନେ ପ୍ରସଙ୍ଗ ସମ୍ପର୍କିତ ଆଲୋଚନା ଓ ପ୍ରଶ୍ନ ପଚାରିବା ପାଇଁ ଆପଣ କିପରି ସୁଯୋଗ ସୃଷ୍ଟି କରିବେ ।

ଏହି ପନ୍ଥା କାହିଁକି ଗୁରୁତ୍ୱପୂର୍ଣ୍ଣ

ଫଳପ୍ରଦ ବିଜ୍ଞାନ ଶିକ୍ଷଣ ପାଇଁ ଶିକ୍ଷାର୍ଥୀଙ୍କ ପର୍ଯ୍ୟବେକ୍ଷଣ ଦକ୍ଷତା ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ ଅଟେ ।ଶିକ୍ଷାର୍ଥୀମାନେ ସାଧାରଣତଃ କୌତୁହଳୀ,ସେମାନେ ପୃଥିବୀର ବିଭିନ୍ନ କାର୍ଯ୍ୟଗୁଡିକ କିପରି ହୁଏ ଜାଣିବାକୁ ଇଚ୍ଛା କରନ୍ତି ତେଣୁ ବିଭିନ୍ନ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ । ଉଦାହରଣ –ଅନେକ ଶିକ୍ଷାର୍ଥୀ ଓ ବୟସ୍କ ମାନେ ଦେଖି ସମୟକୁ ଆକଳନ କରିପାରନ୍ତି,କିନ୍ତୁ ଦିନ ରାତି କିପରି ହୁଏ ଜାଣନ୍ତି କି? ଛାଇ କିପରି ତିଆରି ହୁଏ ଜାଣନ୍ତି କି ? ଶିକ୍ଷାର୍ଥୀମାନେ କିପରି ନିଜର ଜ୍ଞାନ ବଢାଇବା ପାଇଁ ଆପଣ ସୃଷ୍ଟି କରିପାରନ୍ତି ।

କୌଣସି ବିଷୟର ଗଠନ ଶୈଳୀକୁ ଅନେକ ସମୟ ଧରି ନିରୀକ୍ଷଣ କରିବା ଗୁରୁତ୍ୱପୂର୍ଣ୍ଣ କାରଣ:

  • ଶିକ୍ଷାର୍ଥୀଙ୍କର କୌତୁହଳୀ ସ୍ଵଭାବ ଓ ପର୍ଯ୍ୟବେକ୍ଷଣ କୌଶଳ ବ୍ୟବହାର କରି ଅଧିକରୁ ଅଧିକ କୌତୁହଳୀ ଗୁଣର ବିକାଶ କରିବା ସହ ସେମାନଙ୍କୁ ନିଯୋଜିତ କରିବାର ସୁଯୋଗ ସୃଷ୍ଟି କରିବା ।
  • ସାଧାରଣଭାବେ ପର୍ଯ୍ୟବେକ୍ଷଣ କରିବା ପରିବର୍ତ୍ତେ ବିଜ୍ଞାନ ସମ୍ମତ ପର୍ଯ୍ୟବେକ୍ଷଣ ପ୍ରଣାଳୀ ପ୍ରୟୋଗ କଲେ ଶିକ୍ଷାର୍ଥୀର ପର୍ଯ୍ୟବେକ୍ଷଣ ଦକ୍ଷତା ବଢିଯାଏ ।
  • ଛାୟା ଓ ଦିନ-ରାତି ପ୍ରକ୍ରିୟାକୁ ସମ୍ବନ୍ଧୀୟ ବୈଜ୍ଞାନିକ ବୋଧଗମ୍ୟତା କୁ ଚଢାଏ ।
  • ଦକ୍ଷ ଶିକ୍ଷାର୍ଥୀମାନଙ୍କୁ ଦିନ,ରାତି ,ମାସ ,ବର୍ଷ ମଧ୍ୟରେ କ୍ରମାନ୍ଵୟରେ ହେଉଥିବା ପରିବର୍ତ୍ତନ ର ଧାରାକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।
  • ଶିକ୍ଷାର୍ଥୀଙ୍କ ବୋଧାଶକ୍ତିର ବିକାଶ ପାଇଁ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟ କରିବାକୁ ସୁବିଧା ଯୋଗାଏ ।

ପର୍ଯ୍ୟବେକ୍ଷଣ ଦକ୍ଷତା ବିକାଶ

ଶିକ୍ଷାର୍ଥୀମାନଙ୍କୁ କୌଣସି ଜିନିଷ କୁ ନିକଟରୁ ନିକଟତର ଓ ପୁଙ୍ଖାନୁପୁଙ୍ଖ ଭାବରେ ନିରୀକ୍ଷଣ କରିବା ପାଇଁ ସୁଯୋଗ ଯୋଗାଇଲେ ଅଧିକରୁ ଅଧିକ ସମୟ ଆବଶ୍ୟକ ହୋଇଥାଏ । ଏହି ସମୟ ବିନିଯୋଗ ଏକ ଉପାଦେଯ ବିନିଯୋଗ ଯାହା ଶିକ୍ଷାର୍ଥୀଙ୍କୁ ତାଙ୍କ ନିଜସ୍ଵ ଦୁନିଆ ଓ ବିଜ୍ଞାନ ବିଷୟରେ ଜାଣିବା ପାଇଁ ଅଧିକ ଉତ୍ସାହ ଓ ଆଗ୍ରହ ଆଣିଦେବ ।

ଏପରି ଅନେକ କାର୍ଯ୍ୟ ଅଛି ଯେଉଁଥିରେ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ କରିବା ପାଇଁ ସୁଯୋଗ ଦିଆଯାଇ ପାରିବ ଫଳରେ ଶିକ୍ଷାର୍ଥୀମାନେ ଛାୟା ବିଷୟରେ ଅଧିକରୁ ଅଧିକ ଜାଣିପାରିବେ । ଏଗୁଡିକ ମଧ୍ୟରେ ଛାୟାଖେଳ ଅନ୍ୟତମ। ଯେଉଁଥିରେ ଶିକ୍ଷାର୍ଥୀ ମାନେ ଛାୟାରେ ପାଦପକାଇ ଜଣକୁ ଧରିବାକୁ ଚେଷ୍ଟାକରିବେ ,ଛାୟାକୁ ଅନୁସନ୍ଧାନ କରିବା ପାଇଁ ବିଭିନ୍ନ ପଦ୍ଧତି ବାହାର କରିବେ ଇତ୍ୟାଦି । କମ ବୟସ୍କ ଶିକ୍ଷାର୍ଥୀମାନେ ଛାୟା କିପରି ହୁଏ ଓ କିପରି ଆକୃତି ବଦଳାଏ ଜାଣିବା ପୂର୍ବରୁ ଛାୟା ସମ୍ପର୍କିତ ଖେଳ ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଦରକାର ।

ଖେଳ ଏପରି ଏକ ମାଧ୍ୟମ ଯାହା ଜରିଆରେ ଶିକ୍ଷାର୍ଥୀମାନେ ନିଜର ଏକ ସ୍ଵତନ୍ତ୍ର ଧାରଣା ସୃଷ୍ଟି କରିପାରନ୍ତି । ଘଟୁଥିବା ଘଟଣ।ଗୁଡିକ ସମସ୍ତଙ୍କ ପାଇଁ ଅଲଗା ହୋଇପାରେ । ଶିକ୍ଷକ ହିସାବରେ ସେହି ଧାରଣାଗୁଡିକ ଯେପରି ଅଛି ସେହିପରି ଗ୍ରହଣ କରିବା ,ଚିନ୍ତନ ପ୍ରକ୍ରିୟାକୁ ବିକାଶ କରାଇବା ,ବଢାଇବା ଆଦି କାରଣ । ଏହିପରି କରିବା ଦ୍ଵାରା ସେମାନଙ୍କ ଧାରଣା ସମ୍ପର୍କିତ ଆଲୋଚନା କରିବା ସହଜ ହୋଇଥାଏ ।

ପରିସ୍ଥିତି ଅନୁଧ୍ୟାନ 1 :ଦିନରେ ଛାୟା ପର୍ଯ୍ୟବେକ୍ଷଣ କରିବା

ପଞ୍ଚମ ଶ୍ରେଣୀର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ଲଟିକା କରିଥିବା କାର୍ଯ୍ୟର ବିବରଣୀ

ପ୍ରଥମେ ଛାୟା କିପରି ସୃଷ୍ଟି ହୁଏ ଶିକ୍ଷାର୍ଥୀମାନେ ଜାଣନ୍ତୁ,ବୁଝନ୍ତୁ  ଏହା ମୁଁ ଚାହିଁ ପ୍ରଥମେ ଗୋଟିଏ ଧଣ୍ଡା ପଚାରିଲି- ତୁମକୁ ପ୍ରତିଦିନ କିଏ ଅନୁସରଣ କରେ ମାତ୍ର ମଝିରେ କିଛି ସମୟ ଲୁଚିଯାଏ? ଶିକ୍ଷାର୍ଥୀମାନେ ଅନୁମାନ କରି କହିଲେ ଏହା ଏକ ଛାୟା ସୃଷ୍ଟି ହୁଏ ଦେଖାଇଲି।ସେମାନେ ଶ୍ରେଣୀ ବାହାରେ ସୂର୍ଯ୍ୟକିରଣ ରେ ଛାୟା ଓ ଶ୍ରେଣୀ ଭିତରେ ଟର୍ଚ୍ଚ ସାହାଯ୍ୟରେ ଛାୟା ତିଆରି କଲେ । ସେମାନେ ହାତ ସାହାଯ୍ୟରେ ପଶୁମାନଙ୍କର ଛାୟା ତିଆରି କଲେ ଓ ଅତ୍ୟଧିକ ଆନନ୍ଦିତ ହେଉଥିଲେ । ଟର୍ଚ୍ଚ ର ସ୍ଥାନ ବଦଳାଇ ଛାୟାମାନଙ୍କର ଆକୃତିର ପରିବର୍ତ୍ତନ କରୁଥିଲେ ।

ପରବର୍ତ୍ତୀ ପାଠରେ-: ମୁଁ ସେମାନଙ୍କୁ ପଚାରିଲି”ଛାଇ ଦିନ ତମାମ ସେହିପରି ରହେ କି? “କିଛି ଶିକ୍ଷାର୍ଥୀ ପରିବର୍ତ୍ତନ କୁ ଲକ୍ଷ କରିଥିଲେ । କିଛି ଶିକ୍ଷାର୍ଥୀ କରି ନଥିଲେ ମୁଁ ପଚାରିଲି ସେମାନଙ୍କର ଛାୟା କିପରି ସୃଷ୍ଟି ହୁଏ ? ଗୋଟିଏ ଟର୍ଚ୍ଚ ଆଳୁଅର ଉତ୍ସ ସମ୍ମୁଖରେ ନିଦା ବସ୍ତୁଟିଏ ରଖିଲେ କିପରି ଛାୟା ସୃଷ୍ଟି ହୁଏ ଦେଖାଇଲି।ସେମାନେ ଶ୍ରେଣୀ ବାହାରେ ସୁର୍ଜ୍ଯାକିରଣ ରେ ଛାୟା ଓ ଶ୍ରେଣୀ ଭିତରେ ଟର୍ଚ୍ଚ ସାହାଯ୍ୟରେ ଛାୟା ତିଆରି କଲେ ।ସେମାନେ ହାତ ସାହାଯ୍ୟରେ ପଶୁମାନଙ୍କର ଛାୟା ତିଆରି କଲେ ଓ ଅତ୍ୟଧିକ ହେଉଥିଲେ । ଟର୍ଚ୍ଚ ର ସ୍ଥାନ ବଦଳାଇ ଛାୟାମାନଙ୍କର ଆକୃତି ର ପରିବର୍ତ୍ତନ କରୁଥିଲେ ।

ପରବର୍ତ୍ତୀ ପାଠରେ:- ମୁଁ ସେମାନଙ୍କୁ ପଚାରିଲି” ଛାଇ ଦିନ ତମାମ ସେହିପରି ରହେ କି?” କିଛି ଶିକ୍ଷାର୍ଥୀ ପରିବର୍ତ୍ତନକୁ ଲକ୍ଷ କରିଥିଲେ । କିଛି ଶିକ୍ଷାର୍ଥୀ କରି ନଥିଲେ ମୁଁ ପଚାରିଲି ଛାୟା ର ପରିବର୍ତ୍ତନ କିପରି ହୋଇଥିଲା । ସେମାନେ ଛାୟା କିପରି ପରିବର୍ତ୍ତନ ହେଉଥିଲା ନିଶ୍ଚିତ ନଥିଲେ ।ତେଣୁ ଦଳରେ ସେମାନେ ଆଲୋଚନା କରିବାକୁ ମୁଁ କହିଲି ।ଛାୟା ପ୍ରକୃତିରେ ପରିବର୍ତ୍ତନ ହେଉଛି କି? କେଉଁ କାରଣ ଯୋଗୁଁ ଏ ପରିବର୍ତ୍ତନ ହୋଇପାରୁଛି? ସେମାନେ ଦଳରେ ଆଲୋଚନା କଲେ। ଆଲୋଚନା ଗୁଡିକ ବାସ୍ତବରେ ଜୀବନ୍ତ ଥିଲା । ଛାୟା କିପରି ତିଆରି ହେଉଥିଲା ନିରୀକ୍ଷଣ କରିବା ପାଇଁ ସେମାନଙ୍କ ମୁଣ୍ଡରେ ଅନେକ ଧାରଣା ଥିଲା । ଶେଷରେ ସେମାନେ ଖୋଲା ପଡିଆ ରେ ବସ୍ତୁର ଛାୟା ଦିନର ବିଭିନ୍ନ ସମୟରେ କିପରି ହେଉଛି ଜାଣିବା ପାଇଁ ଏକ ସହଜ ବାଟା ସ୍ଥିର କଲେ।ଦଳରେ ଶିକ୍ଷାର୍ଥୀମାନେ ଗୋଟିଏ ରୁଲ ବାଡି,ପେନସିଲ ,ଛକ,ଖାତା ଏବଂ ଗୋଟିଏ ବସ୍ତୁ ବାରିଲେ । ଖୋଲା ପଡିଆରେ ଏପରି ସ୍ଥାନଟିଏ ସ୍ଥିର କଲେ ଯେଉଁଠିକୁ ସେମାନେ ବାରମ୍ବାର ଯାଇପାରିବେ । ସେଠାରେ ବସ୍ତୁଟିକୁ ରାଖୀ ତାର ଛାୟାକୁ ଛକରେ ଚିହ୍ନ ଦେଇ ମାପ କଲେ ।(ଚିତ୍ର-2) ଯେଉଁଠାରେ ଛକ କାମ ଦେଲା ନାହିଁ ସେଠାରେ ଗୋଟିଏ କାଠି ସାହାଯ୍ୟରେ ପଡିଆରେ ଚିହ୍ନ ଦେଲେ ।କିଛି ଶିକ୍ଷାର୍ଥୀ ନିଜର ଛାୟାର ଲାମ୍ବା ଚଉଡା ,ଚିହ୍ନ ଦେଇ ସମୟ ମାପି ରଖିଲେ ।ଅବଶ୍ୟ ମୁଁ ସିଧାସଳଖ ଖାଲି ଆଖିରେ ସୁରଜ୍ୟକୁ ନ ଦେଖିବା ପାଇଁ ସତର୍କ କରିଥିଲି ।

ପ୍ରତ୍ୟେକ ଦଳରୁ ଜଣେ ତା’ଖାତାରେ ଛାୟା ଆଙ୍କି ତାଙ୍କ ପର୍ଯ୍ୟବେକ୍ଷଣକୁ ଲିପିବଦ୍ଧ କରିଥିଲା ।ଦିନତମାମ ଆମେ ତିନିଥର ଏ କାମ କରିବାକୁ ପଡିଆକୁ ଯାଇଥିଲୁ ଏବଂ ମାପ ନେଇଥିଲୁ । ମୁଁ ଲକ୍ଷ୍ୟ କରୁଥିଲି ସେମାନେ ଯାହା କରୁଥିଲେ ତା ସମ୍ପର୍କରେ କେତେ କଥା ହେଉଥିଲେ । କଣ କାମ ସବୁ କରୁଥିଲେ ,ଦିନତମାମ ଯାହା କଲେ ତାହା ବିଷୟରେ ଆଲୋଚନା କରୁଥିଲେ । ମୁଁ ମଧ୍ୟ ସେମାନଙ୍କର କାମ କରୁଥିବା ସମୟରେ ଛାୟାଗୁଡିକ ର ଫୋଟ ଉଠାଇ ରଖିଥିଲି ଯେପରି ଭବିଷ୍ୟତରେ ସେମାନେ ଛାୟା ଗୁଡିକୁ ତୁଳନା କରିପାରିବେ ।

 

ଶେଷରେ ମୁଁ ପଚାରିଲି- ଡ୍ରଇଙ୍ଗ ଗୁଡିକ ଦେଖି ଆଲୋଚନା କରି କେଉଁ ସିଦ୍ଧାନ୍ତରେ ପହଞ୍ଚିଛନ୍ତି? ଅଧିକାଂଶ ଶିକ୍ଷାର୍ଥୀ ବୁଝୁଥିଲେ ଯେ ଛାୟାଗୁଡିକ ର ପରିବର୍ତ୍ତନ ହେଉଛି ଓ ଛାୟାଗୁଡିକ ବୁଲୁଛନ୍ତି ।ଏହି ପରିବର୍ତ୍ତନ ଓ ଘୁର୍ଣନ ସୁର୍ଜ୍ୟଙ୍କର ଅବସ୍ଥିତି ଉପରେ ନିର୍ଭର କରୁଛି ।ଅନ୍ୟମାନେ ମୋ ଫୋନ ରେ ଥିବା ଫୋଟଗୁଡିକ ର ପରିବର୍ତ୍ତନ ଦେଖିବା ସହଜ ମାନେ କରୁଥିଲେ ।

ଟିକିଏ ଚିନ୍ତା କରନ୍ତୁ

ଛାୟା ବିଷୟରେ ଶିକ୍ଷାର୍ଥୀମାନଙ୍କର କ’ଣ ଧାରଣା ଅଛି ଶ୍ରୀମତୀ ଲତିକା କିପରି ଜାଣିଲେ?

ଶ୍ରୀମତୀ ଲତିକା ଶିକ୍ଷାର୍ଥୀଙ୍କ କାମରୁ ବାହାରୁଥିବା ନିଷ୍କର୍ଷରୁ ଖୁସିଥିଲେ କାରଣ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଶିକ୍ଷାର୍ଥୀମାନେ ଛାୟାର ପରିବର୍ତ୍ତନ ଓ ଛାୟା କିପରି ହୁଏ ଠିକରେ ବୁଝୁଥିଲେ।  ପୂର୍ବବର୍ଷ ଶିକ୍ଷାର୍ଥୀମାନେ କେବଳ ବହିରୁ ପାଢୀଥିଲେ। ସେ ଅନୁଭବ କଲେ କେବଳ ପର୍ଯ୍ୟବେକ୍ଷଣ ଯୋଗୁଁ ହିଁ ଶିକ୍ଷାର୍ଥୀମାନେ ଏକ ନିର୍ଦ୍ଧିଷ୍ଟ ଢଙ୍ଗରେ ଛାୟା ସୃଷ୍ଟି ବିଷୟରେ ଜାଣିଲେ । ସେମାନେ ଅବଶ୍ୟ କଥା ହେଉଥିଲେ ସେମାନେ ଦେଖିଥିବା ,ଆଙ୍କିଥିବା ଓ ଫୋଟର ଛାୟା ଏକା ପ୍ରକାର ଥିଲା । ଆପଣମାନେ “ଦଳଗତ କାର୍ଯ୍ୟର ବ୍ୟବହାର ଓ ଶିକ୍ଷଣ ସମ୍ବନ୍ଧୀୟ ଆଲୋଚନା “ର ମୂଳ ଉତ୍ସକୁ ପାଢୀ ନିଜ ଶ୍ରେଣୀରେ ଶିକ୍ଷାର୍ଥୀଙ୍କ ଦଳଗତ ଆଲୋଚନା କାମ କାରୟ ପାରିବେ।

କୌଣସି ପ୍ରସଙ୍ଗ ପଢାଇବାବେଳେ ଉପକ୍ରମ ହିଁ ଶିକ୍ଷାର୍ଥୀଙ୍କ ଆଗ୍ରହକୁ ଧରି ରଖିବା ପାଇଁ ଓ ସେମାନେ କ’ଣ ଜାଣିଛନ୍ତି ଜାଣିବା ପାଇଁ କିଛି ସମୟ ଚିନ୍ତା କରିବା ଓ ନୂଆ ନୂଆ ବାଟା ଖୋଜିବା ଆବଶ୍ୟକ । ଶ୍ରୀମତୀ ଲତିକା ଗୋଟିଏ ଧଣ୍ଡାରୁ ପାଠଟିକୁ ଆରମ୍ଭ କରିଥିଲେ ।ଆପଣମାନେ ଗୋଟିଏ ଗପ ବ୍ୟବହାର କରିପାରିବେ ।

ଶିକ୍ଷାଣକାର୍ଯ୍ୟ-1:ଶ୍ରେଣୀ ଗୃହରେ ପର୍ଯ୍ୟବେକ୍ଷଣ କରିବାର ଧାରା

ନିଜ ଶିକ୍ଷାର୍ଥୀଙ୍କୁ ନେଇ ଏ କାର୍ଯ୍ୟ କରିବା ପୂର୍ବରୁ ନିଜେ ପ୍ରଥମେ ପରୀକ୍ଷା କରିନେବା ଦରକାର ଏବଂ ଏ ପରୀକ୍ଷା ଶିକ୍ଷାର୍ଥୀ ର ଶିକ୍ଷଣରେ କିପରି ସାହାଯ୍ୟ କରିବା ଜାଣିବା ଦରକାର । ଛାୟା ସହ ଖେଳିବା ଶିକ୍ଷାର୍ଥୀଙ୍କୁ କେତେଦୂର ବୁଝିବାରେ ସାହାଯ୍ୟ କରିବା ନିଜେ ଅନୁଭବ କରିବା ଆବଶ୍ୟକ ।

  • ଶିକ୍ଷାର୍ଥୀମାନଙ୍କର ପର୍ଯ୍ୟବେକ୍ଷଣ କରିବାର ଦକ୍ଷତା ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ଆପଣ କିଛି ସମୟ ନେଇପାରନ୍ତି ।
  • ଖେଳପଡିଆରେ କାଠି ନେଇ (ପରିସ୍ଥିତି ଅନୁଧ୍ୟାନ-1) ଛାୟା ପ୍ରସ୍ତୁତି କାମଟିକୁ ନିଜେ କରି ଦେଖନ୍ତୁ ଓ ଏହା ଦ୍ଵାରା ଶିକ୍ଷାର୍ଥୀମାନେ ଏଥିରୁ କ’ଣ ଶିଖିବେ ଭାବି ଦେଖନ୍ତୁ ।
  • ଆପଣଙ୍କ ଶିକ୍ଷାର୍ଥୀ ର ପର୍ଯ୍ୟବେକ୍ଷଣ କୌଶଳ କେତେ ବିକଶିତ? ଆପଣ କିପରି ଜାଣିଲେ? କେତେଥର ଆପଣ ପର୍ଯ୍ୟବେକ୍ଷଣ ଓ ଲିପିବଦ୍ଧ କରିବାକୁ ସୁବିଧା ଦେଇ ପାରିବେ ଯାହା ପରବର୍ତ୍ତୀ କାଳରେ ଅଧିକରୁ ଅଧିକ ଅନୁସନ୍ଧାନ କରିବାକୁ ଓ ସମସ୍ୟା ସମାଧାନ କରିବାକୁ ସାହାଯ୍ୟ କରିବା । ଏହି ସୁବିଧା ସୁଯୋଗ କିପରି ବହୁଗୁଣିତ ହେବ ଚେଷ୍ଟା କରିବେ ।

ଶିକ୍ଷାର୍ଥୀମାନେ କ’ଣ ଶିଖିବେ,କିପରି ଶିଖିବେ ଏବଂ ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ଆପଣ ଶିକ୍ଷଣକର୍ଜ୍ୟ କିପରି ବ୍ୟବହାର କରି ପାରିବେ ସେ ସମ୍ପର୍କିତ ବିବରଣୀ ନିଜେ ଲେଖି ରଖନ୍ତୁ ।

ବର୍ତ୍ତମାନ ଆପଣ ଏକ ପର୍ଯ୍ୟବେକ୍ଷଣ ମୂଳକ ଅନୁସନ୍ଧାନ କରିବାକୁ ଯାଉଛନ୍ତି ଆପଣ ବର୍ତ୍ତମାନ ଶ୍ରୀମତୀ ଲଟିକା କରିଥିବା କାର୍ଯ୍ୟଟିକୁ ବା ତଳେ ଦିଆଯାଇଥିବା କାର୍ଯ୍ୟ ସମ୍ପର୍କିତ ପର୍ଯ୍ୟବେକ୍ଷଣ କରିବାକୁ ଯୋଜନା କରିପାରିବେ । ଆପଣ ଯଦି ବିଷୁବରେଖା ଅଞ୍ଚଳରେ ଅଛନ୍ତି ତେବେ ସୂର୍ଯ୍ୟଘଡି ଏ ପ୍ରକାର ପରିବର୍ତ୍ତନ ପାଇଁ ଉପଯୋଗୀ ହେବ ନାହିଁ। ସେ କ୍ଷେତ୍ରରେ ଆପଣ ଶିକ୍ଷାର୍ଥୀଙ୍କୁ ଟର୍ଚ୍ଚ ବ୍ୟବହାର କରି ବସ୍ତୁଠାରୁ ବିଭିନ୍ନ ଦୂରତା ରେ ପଡୁଥିବା ଛାୟା ସମ୍ପର୍କରେ ଅନୁସନ୍ଧାନ କରିବାକୁ ଦେଇପାରିବେ ।

ଶିକ୍ଷଣକାର୍ଯ୍ୟ -2: ପର୍ଯ୍ୟବେକ୍ଷଣ ପାଇଁ ଯୋଜନା ଓ ଶିକ୍ଷାଦାନ

ଦିଆଯାଇଥିବା କାର୍ଯ୍ୟର ବିବରଣୀ ସହ ସାଧନ-1 ପାଠ ଯୋଜନା ପଢନ୍ତୁ । ଏହା କାର୍ଯ୍ୟଟିକୁ ନିର୍ବାହ କରିବାକୁ ସାହାଯ୍ୟ କରିବା ଏବଂ ଆପଣ କାର୍ଯ୍ୟଟିକୁ ଶିକ୍ଷାର୍ଥୀମାନେ କଣ ଓ କିପରି ଶିଖିବେ ଚିହ୍ନଟ କରିପାରିବେ । ଶିକ୍ଷାର୍ଥୀଙ୍କ ବୟସ ଓ ଦକ୍ଷତା ଆଖି ଆଗରେ ରାଖୀ ଯୋଜନାଟିଏ ତିଆରି କରନ୍ତୁ ।

ସୂର୍ଯ୍ୟଘଡି ପ୍ରସ୍ତୁତି

  1. ବାହାରେ ଏପରି ଗୋଟିଏ ଜାଗା ବାଛନ୍ତୁ ଯାହା ପାଖରେ କୌଣସି ଛାୟା ପଡୁନଥିବ ,କୌଣସି ଗଛ ନଥିବା ,ସୂର୍ଯ୍ୟକିରଣ ପ୍ରଚୁର ପଡୁଥିବା ।
  2. ଶିକ୍ଷାର୍ଥୀଙ୍କୁ ଛୋଟ ଦଳରେ(3/4 )ଭାଗ କରନ୍ତୁ ।
  3. ଗୋଟିଏ ଡେଙ୍ଗା ବସ୍ତୁ ବାଛନ୍ତୁ ଯେ ନିଜେ ଠିଆ ହୋଇ ପାରୁଥିବା । ଯେପରି ଗୋଟିଏ ଇଟା,ବଳିପୁର୍ଣ୍ଣ ବୋତଲ ,ଗୋଟିଏ ମୋଟା ବାଡି,ଗୋଟିଏ ଖୁଣ୍ଟ ଜମିରେ ପୋତିବାକୁ କୁହନ୍ତୁ ।ବସ୍ତୁତି ସ୍ଥିର ହୋଇଥିବା ଏବଂ ମାପି ପାରିବା ଭଳି ଛାୟା ସୃଷ୍ଟି କରୁଥିବା ଦରକାର ।
  4. ଶିକ୍ଷାର୍ଥୀକୁ କୁହନ୍ତୁ ଡେଙ୍ଗା ବସ୍ତୁଟିର ଛାୟା କୁ ଚିହ୍ନଟ କରି ମାପିବେ । ଚିହ୍ନଟ ପାଇଁ ଚକ ବା ପଥରର ସାହାଯ୍ୟ ନେଇ ପାରିବେ।ତା ସହ ଯେଉଁ ସମୟର ଛାୟା ତାକୁ ଲେଖି ରଖିବାକୁ କୁହନ୍ତୁ ।
  5. ଏହି କାର୍ଯ୍ୟଟିକୁ ଦିନର ବିଭିନ୍ନ ସମୟରେ କରନ୍ତୁ ।
  6. ସମୟ ଅତିକ୍ରାନ୍ତ ହେଲା ପରେ ଶିକ୍ଷାର୍ଥୀଙ୍କୁ କ’ଣ ଦେଖିଲେ ବର୍ଣ୍ଣନା କରିବାକୁ କୁହନ୍ତୁ । ଛାୟାର କି ପରିବର୍ତ୍ତନ ହେଉଛି ଓ କାହିଁକି ହେଉଛି ବୁଝାଇବାକୁ କହନ୍ତୁ ।
  7. ପରବର୍ତ୍ତୀ ଦିନ ସୂର୍ଯ୍ୟଘଡି ରେ ସମୟ କିପରି ଦେଖାଯାଏ ବୁଝାନ୍ତୁ । ପରେ ବାହାରକୁ ନେଇ କେତେ ସମୟ ହୋଇଥିବା ପଚାରନ୍ତୁ ।
  8. ଶ୍ରେଣୀ ଗୃହରେ ଶିକ୍ଷାର୍ଥୀଙ୍କୁ ପଚାରନ୍ତୁ ସେମାନେ ଯାହା ଦେଖିଲେ ତାକୁ ଚିତ୍ରରେ ବୁଝାଇବେ ଏବଂ ତା ସମ୍ପର୍କରେ ବିବରଣୀ ଲେଖିବେ ।
  9. ଛାୟା କିପରି ତିଆରି ହୁଏ ଶିକ୍ଷାର୍ଥୀଙ୍କୁ ପଚାରନ୍ତୁ ଏବଂ ଏକ ରେଖାଚିତ୍ର ଆଙ୍କିବାକୁ କୁହନ୍ତୁ ।

କାର୍ଯ୍ୟଟିକୁ ଆଗେଇ ନେବା

10)ଆପଣ ଶ୍ରେଣୀରେ ପଢୁଥିବା ବିଭିନ୍ନ ଛାୟା ମାପିବାକୁ କହି କାର୍ଯ୍ୟଟିକୁ ଆଗେଇ ନେଇ ପାରନ୍ତି । ଛାୟା ଗୁଡିକ ର ମାପକୁ ନେଇ ସ୍ତମ୍ବଲେଖରେ ଦର୍ଶାଇ ଦିଆଯାଇପାରେ । ଶିକ୍ଷାର୍ଥୀ ଏ ଚିତ୍ରରୁ ଛାୟା ର ଗଠନ ପ୍ରଣାଳୀ କୁ (ପରିବର୍ତ୍ତନ) ଚିହ୍ନଟ କରି ବୁଝାଇ ପାରିବେ କି?

ଯେତେବେଳେ ପାଠଟିକୁ ଆଗେଇ ନେବେ ଶିକ୍ଷାର୍ଥୀମାନେ କଣ କଥା ହେଉଛନ୍ତି ,କିପରି କାମ କରୁଛନ୍ତି ନିରୀକ୍ଷଣ କରିବା ଦରକାର। ପରେ ନିମ୍ନମତେ ଚିନ୍ତା କରନ୍ତୁ –

ଏହି କାର୍ଯ୍ୟଟି ରେ କ’ଣ ସବୁ ଠିକ ଥିଲା ? ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରସଙ୍ଗ ପଢାଇଲାବେଳେ କଣ ପରିବର୍ତ୍ତନ କରିବେ ?

  • କାର୍ଯ୍ୟ ଟିକୁ ଶିକ୍ଷାର୍ଥୀମାନେ କିପରି ସମ୍ପାଦନ କଲେ ?
  • ଶିକ୍ଷାର୍ଥୀମାନେ କ’ଣ ଶିଖିଲେ? ଆପଣ ତାହା କିପରି ଜାଣିଲେ ?
  • ଆପଣଙ୍କ ଶିକ୍ଷାର୍ଥୀଙ୍କୁ କେଉଁ ପ୍ରକାର ସହଯୋଗ ଦରକାର ?
  • ଅଧିକ ଦକ୍ଷତା ଥିବା ଶିକ୍ଷାର୍ଥୀଙ୍କୁ ଆପଣ କିପରି ସମ୍ମୁଖୀନ ହେଲେ ?

ପର୍ଯ୍ୟବେକ୍ଷଣ ଦକ୍ଷତା

ମନଯୋଗ ଓ ଯତ୍ନର ସହ ପର୍ଯ୍ୟବେକ୍ଷଣ କରିବାକୁ ଉତ୍ସାହିତ କଲେ ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବାକୁ ଇଚ୍ଛା କରନ୍ତି । ଏହା ବିଜ୍ଞାନଭିତ୍ତିକ ଅନୁସନ୍ଧାନ ର ମୂଳଦୁଆ ଅଟେ । ବୈଜ୍ଞାନିକ ମାନେ ଅନ୍ୟ ବୈଜ୍ଞାନିକ ମାନଙ୍କର ପରୀକ୍ଷଣ ଗୁଡିକୁ ବାରମ୍ବାର କରିବା ଦରକାର,ଯାହାଦ୍ୱାରା ତାଙ୍କର ସିଦ୍ଧାନ୍ତକୁ ଅନ୍ୟ ବୈଜ୍ଞାନିକ ମାନଙ୍କ ସିଦ୍ଧାନ୍ତ ସହ ମିଳାଇ ଦେଖିବାର ସୁଯୋଗ ମିଳେ। ଏଥିରୁ ବୁଝାପଡେ ଯେ ଧାରାବାହିକ ଭାବରେ ପର୍ଯ୍ୟବେକ୍ଷଣ ର ଫଳାଫଳକୁ ଲିପିବଦ୍ଧ କରିବା ଆବଶ୍ୟକ । ଏହା ଦ୍ଵାରା ଭବିଷ୍ୟତରେ ସମସ୍ତେ ଯେପରି ସମାନ ଭାବରେ ପର୍ଯ୍ୟବେକ୍ଷଣ କରିବେ ସେଥିପାଇଁ ନିଜକୁ ପ୍ରସ୍ତୁତ ରଖିବେ । କଣ ଦେଖିବାକୁ ଅଛି ,କ’ଣ ଅନୁଭବ କରିବାକୁ ଅଛି ଜାଣିଲେ ତଥ୍ୟଗୁଡିକ ର ତୁଳନା କରିବାକୁ ଦଳରେ ସମସ୍ତଙ୍କୁ ସୁଯୋଗ ମିଳେ। ଗୋଟିଏ ଦ୍ରୁଷ୍ଟି ରୁ ଦେଖିଲେ କାର୍ଯ୍ୟଟି ଶିକ୍ଷାର୍ଥୀଙ୍କୁ ସେମାନଙ୍କ ପର୍ଯ୍ୟବେକ୍ଷଣ କୌଶଳ ବୃଦ୍ଧିରେ ସହାୟକ ହୋଇଥାଏ ଏବଂ  ବିଜ୍ଞାନଭିତ୍ତିକ ଅନୁସନ୍ଧାନ ର ଗୁରୁତ୍ଵ ବୁଝିବାକୁ ସାହାଯ୍ୟ କରେ ।

ଏହି ପ୍ରସଙ୍ଗ ସମ୍ପର୍କିତ ଅନେକ ଧାରଣା ଏପରି ଅଛି ଯାହା ସେଗୁଡିକ ର ଅମୂର୍ତ୍ତ ପ୍ରକୃତି ଯୋଗୁଁ ବୁଝିବା କଷ୍ଟକର ହୋଇଥାଏ । ପୃଥିବୀ ନିଜ ଅକ୍ଷ ଚାରିପାଖରେ ଘୁରେ ଏହା ଦେଖାଇବା ସମ୍ଭବ ନୁହେଁ । ଏଥିପାଇଁ କଳ୍ପନା କରିବା ଆବଶ୍ୟକ ହୁଏ । ସାଧାରଣ ଭାବେ ଆମେ କହିଥାଉ ସୂର୍ଯ୍ୟ ଆକାଶରେ ଘୁରେ କିନ୍ତୁ ପ୍ରକୃତରେ ପୃଥିବୀ ଘରେ । ଯଦିଓ ଆମେ ଘୃବା ଦ୍ଵାରା ତାର ପ୍ରଭାବ ଦେଖିପାରୁ ,ଆମେ ଘୂରିବାଟା ଅନୁଭବ କରିପାରୁ ନାହିଁ । ଯେତେବେଳେ ଆମେ ଏହି ପ୍ରକ୍ରିୟା ଶିକ୍ଷାର୍ଥୀଙ୍କୁ ବୁଝାଇଥାଉ ସେମାନେ ଦ୍ଵନ୍ଦରେ ପଡନ୍ତି । ପ୍ରକୃତରେ ଯାହା ହୁଏ ଓ ଶିକ୍ଷାର୍ଥୀମାନେ ଯାହାସବୁ ଧାରଣା କରିଥାନ୍ତି ସମାନ୍ତରାଳ ଭାବରେ ଗତି କରେ । ତେଣୁ ଆପଣମାନେ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ କରିବା ,ଅନୁସନ୍ଧାନ କରିବା ,ଲିପିବଦ୍ଧ କରିବା ପାଇଁ ସୁଯୋଗ ଦେବା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷାର୍ଥୀ ଙ୍କୁ ପର୍ଯ୍ୟବେକ୍ଷଣ କରିବା ,ଅନୁସନ୍ଧାନ କରିବା ପରେ ନମୁନା ନେଇ ବୁଝାଇବାକୁ ହୋଇଥାଏ। ତେଣୁ ଆପଣମାନେ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ କରିବା ,ଅନୁସନ୍ଧାନ କରିବା ,ଲିପିବଦ୍ଧ କରିବା ପାଇଁ ସୁଯୋଗ ଦେବା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷାର୍ଥୀଙ୍କୁ ନମୁନା ସହ ପରିଚିତ କରାଇବା ପୂର୍ବରୁ ପରିବର୍ତ୍ତନ କିପରି ହୁଏ କିଛି ଧାରଣା ଦେବା ଦରକାର ଯାହା ସେମାନେ ଗ୍ରହଣ କରି ସଂଗଠିତ କରିବେ ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ କ’ଣ ଭାବୁଛନ୍ତି,ଛାୟା ସମ୍ପର୍କରେ ଅନ୍ଵେଷଣ କରିବା ଦ୍ଵାରା ଆପଣଙ୍କ ଶିକ୍ଷାର୍ଥୀମାନେ ପୃଥିବୀ ଓ ସୂର୍ଯ୍ୟ ସମ୍ପର୍କରେ ବୁଝିବା ସହଜ ହେବ ?
  • ଛାୟା ପରିକ୍ଷଣରୁ ଶିକ୍ଷାର୍ଥୀମାନେ କ’ଣ ଶିଖିବେ?
  • ଗୃହିତ ହୋଇଥିବା ବିଜ୍ଞାନ ସମ୍ମତ ଧାରଣା ଗୁଡିକ ପ୍ରତି ଶିକ୍ଷାର୍ଥୀମାନଙ୍କୁ ବୋଧଗମ୍ୟତାକୁ କିପରି ଆକ୍ରୁଷ୍ଟ କରାଇବେ ?

ପରିସ୍ଥିତି ଅନୁଧ୍ୟାନ 2:ଚନ୍ଦ୍ରର ପର୍ଯ୍ୟବେକ୍ଷଣ

ଅନୌପଚାରିକ ଭାବରେ ଶିକ୍ଷାର୍ଥୀମାନେ ଚନ୍ଦ୍ରକଳା ଦେଖିଥାଆନ୍ତି । ଶ୍ରୀମତୀ ପଣ୍ଡା ଶିକ୍ଷାର୍ଥୀଙ୍କୁ କିପରି ସୁବ୍ୟବସ୍ଥିତ ଭାବରେ ପର୍ଯ୍ୟବେକ୍ଷଣ କରିବା ଓ ତାକୁ ଲିପିବଦ୍ଧ କରିବାରେ ସହଯୋଗ କରିଛନ୍ତି,ସେ ବିଷୟରେ ବର୍ଣ୍ଣନା କରିଛନ୍ତି।ଆପଣ ସାଧନ -୨”ସ୍ଥାନୀୟ ସମ୍ବଳର ବ୍ୟବହାର” ପଢିପାରନ୍ତି ଓ ଶ୍ରେଣୀ ବାହାରେ କାମ କରିବାର ସମସ୍ୟାଗୁଡ଼ିକ ଜାଣି ପାରିବେ।ମୁଁ ଶିକ୍ଷାର୍ଥୀମାନଙ୍କୁ କହିଲି ଆମେ ଅଜିଠୁ ମାସେ ପର୍ଯ୍ୟନ୍ତ ଚନ୍ଦ୍ରକୁ ଦେଖିବାକୁ ଯାଉଛୁ । ପୂର୍ଣ୍ଣିମୀ ରାତିରୁ ଆରମ୍ଭ କରିବା ପାଇଁ ଚାହିଁଲି କାହିଁକି ନା ତା ଦ୍ଵାରା ଶିକ୍ଷାର୍ଥୀମାନେ ଚନ୍ଦ୍ରର ପରିବର୍ତ୍ତନ କୁ ଦେଖି ପାରିବେ । ସେମାନଙ୍କୁ ପ୍ରତି ସପ୍ତାହରେ ୨ ଟି ପର୍ଯ୍ୟବେକ୍ଷଣ କରିବାକୁ ମିଳିଲା ।କେହି ଜଣେ ଭୁଲିଗଲେ ବି ଚିତ୍ର ଅନ୍ୟ ଜଣେ କରୁଥିଲେ ।

ପ୍ରତ୍ୟେକ ଦିନ ମୁଁ ସେମାନଙ୍କୁ ମନେ ପକାଇ ଦେଉଥିଲି ସେମାନେ ଯେପରି ପ୍ରତିରାତିରେ ବିଛଣାକୁ ଯିବା ପୂର୍ବରୁ ୨ ଟି ଚିତ୍ର କରନ୍ତି । ଚନ୍ଦ୍ରର ୨ ଟି ଚିତ୍ର ତାଙ୍କ ଖାତା ରେ ଅଙ୍କନ କରିବେ ଓ ତାରିଖ ଲିପିବଦ୍ଧ କରିବେ । ଦଳରେ କିଏ ଚିତ୍ର ଅଙ୍କନ କରିବା ମୁଁ ସୂଚନା ଦେଉଥିଲି ।

ଯେହେତୁ ଶିକ୍ଷାର୍ଥୀମାନେ ଚିତ୍ର ତିଆରି କରିଥିଲେ ତାକୁ କାନ୍ଥରେ ଟାଙ୍ଗୀ ପାରିଲେ ଓ ଚିତ୍ର ରେ ଚନ୍ଦ୍ର ର ପରିବର୍ତ୍ତନ କୁ ଆମେ ଦେଖିପାରିଲୁ। ଶିକ୍ଷାର୍ଥୀମାନେ ପ୍ରକୃତରେ ତାଙ୍କ କୃତି ଗୁଡିକୁ ଦେଖି ଖୁସି ହେଉଥିଲେ ।

ଗୋଟିଏ ପୂର୍ଣାଚନ୍ଦ୍ରମାସ (୨୮ ଦିନ) ଶେଷ ହେବା ପରେ ଆମେ ଚିତ୍ରଗୁଡ଼ିକୁ ଦେଖିଲୁ।ମୁଁ ଶିକ୍ଷାର୍ଥୀଙ୍କୁ ପଚାରିଲି ସେମାନେ ଚିତ୍ରରେ କିଛି ଗଠନ ଶୈଳୀ କୁ ଦେଖିପାରୁଛନ୍ତି କି? ସେମାନେ ଚନ୍ଦ୍ର ର ଆକୃତିରେ କିପରି ନିୟମିତ ପରିବର୍ତ୍ତନ ହୋଇ ପୂର୍ଣ୍ଣିମା ର ଚନ୍ଦ୍ରରେ ପରିଣତ ହୁଏ ନିରୀକ୍ଷଣ କଲେ। ଶିକ୍ଷାର୍ଥୀମାନେ ପ୍ରକୃତରେ ବହୁତ ଖୁସି ଅନୁଭବ କରୁଥିଲେ ଓ ଚନ୍ଦ୍ର ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଲେ। ମୁଁ ପ୍ରକୃତରେ ସେମାନଙ୍କ କୃତିକୁ କଣ୍ଠରେ ଦେଖି ଖୁସି ହେଉଥିଲି । ଶିକ୍ଷାର୍ଥୀମନେ ତାଙ୍କ ଶିକ୍ଷଣରେ ଖୁସି ହେଉଥିଲେ । ସେଥିରେ ମୁଁ ଖୁସି ଅନୁଭବ କରୁଥିଲି । ମୁଁ ପରବର୍ତ୍ତୀ ନିରଘନତା ଗୁଡିକ ରେ ଚନ୍ଦ୍ର ର ପରିବର୍ତ୍ତନ ର ନମୁନା ନେଇ ବୁଝାଇବା ପାଇଁ ସ୍ଥିର କଲି ଓ ସେମାନଙ୍କୁ ଚିତ୍ର ସହ ସମ୍ପର୍କିତ କଲି ।

ପରବର୍ତ୍ତୀ ମାସରେ ଶିକ୍ଷାର୍ଥୀମାନେ ଚନ୍ଦ୍ର ର ବିଭିନ୍ନ ଆକୃତି ସମ୍ପର୍କରେ ମତାମତ ଦେଉଥିଲେ ଓ ଚିତ୍ର ସହ ଚନ୍ଦ୍ର ର ଆକୃତି କୁ ରାତିରେ ସମ୍ପର୍କିତ କରୁଥିଲେ।

ଟିକିଏ ଚିନ୍ତା କରନ୍ତୁ

ଶ୍ରୀମତୀ ପଣ୍ଡା ଏହି କାର୍ଯ୍ୟରୁ ଶିକ୍ଷାର୍ଥୀମାନେ କିପରି ଅଭିପ୍ରେରିତ ହେଲେ ଲକ୍ଷ୍ୟ କଲେ । ଏପରି କାହିଁକି ହେଲା ବୋଲି ଆପଣ ଭାବୁଛନ୍ତି ? ଶିକ୍ଷଣ ଉପରେ ଏହା କିପରି ପ୍ରଭାବ ପକାଇବା? ଏହି ଧାରଣା କୁ ଆପଣମାନେ କିପରି ବ୍ୟବହାର କରିବେ ?

ଚନ୍ଦ୍ର ର ଆକୃତି ର ପରିବର୍ତ୍ତନ ସହ ଧାର୍ମିକ ଉତ୍ସବ ର ସଂପର୍କକୁ ଯୋଡିବା ଶିକ୍ଷାର୍ଥୀଙ୍କ ପାଇଁ ଗୋଟିଏ ଭଲ ଉପକ୍ରମ କହିଲେ ଅତ୍ଯୁକ୍ତି ହେବ ନାହିଁ । ଯେତେବେଳେ ପ୍ରସଙ୍ଗଟି ଅର୍ଥପୂର୍ଣ୍ଣ ଏବଂ ଶିକ୍ଷାର୍ଥୀଙ୍କ ସମ୍ପର୍କିତ ହୋଇଥାଏ ତାହା ଶିକ୍ଷାର୍ଥୀଙ୍କୁ ଅଧିକ ଉତ୍ସାହ ଦେବା ସହ ଅଧିକ ରୁ ଅଧିକ ପର୍ଯ୍ୟବେକ୍ଷଣ କରିବାକୁ ସୁଯୋଗ ଦିଏ । ପର୍ଯ୍ୟବେକ୍ଷଣ କରିବାକୁ ସୁବିଧା ସୁଯୋଗ ଯୋଗାଇଲେ ଶିକ୍ଷାର୍ଥୀମାନେ ଖୋଲାମନରେ ପୃଥିବୀକୁ ଦେଖିବେ ଓ ଅଧିକ ରୁ ଅଧିକ ଖୁସି ହୋଇ ଅଭିପ୍ରେରିତ ହେବେ ।

ଶିକ୍ଷାର୍ଥୀମାନେ କେତେ କାର୍ଯ୍ୟ କରିପାରିବେ ତାହା ସେମାନଙ୍କ ବୟସକୁ ଦେଖି ଆପଣନମାନେ ଆଶା କରିବେ । ବଡ ଶ୍ରେଣୀରେ ଶିକ୍ଷାର୍ଥୀ ମନେ ହୁଏତ ଅଧିକ ରୁ ଅଧିକ ପୁଙ୍ଖାନୁପୁଙ୍ଖ ଭାବରେ ପର୍ଯ୍ୟବେକ୍ଷଣ କରି ଖାତାରେ ଟିପି ପାରନ୍ତି । ଛୋଟ ଶ୍ରେଣୀର ଶିକ୍ଷାର୍ଥୀ ଙ୍କ କ୍ଷେତ୍ରରେ ଆପଣ ମାନେ ଏହାକୁ ସାଧାରଣ ପର୍ଯ୍ୟବେକ୍ଷଣ କରି ଖାତାରେ ଟିପି ପାରନ୍ତି।ଛୋଟ ଶ୍ରେଣୀରେ ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ ଆପଣମାନେ ଏହାକୁ ସାଧାରଣ ପର୍ଯ୍ୟବେକ୍ଷଣ ସ୍ତରରେ ରଖିବେ । ଶିକ୍ଷାର୍ଥୀମାନେ ପୃଥିବୀ ର ଆବର୍ତ୍ତନ ,ଦିନରାତି ଓ ଚନ୍ଦ୍ରକୁ ପୃଥିବୀର ଏକ ଉପଗ୍ରହ ରୂପେ ଭଲ ଭାବରେ ଜାଣିବା ପରେ ଏହାକୁ ଆଧାର କରି ଚନ୍ଦ୍ରକଳାର ହ୍ରାସବୃଦ୍ଧି ସମ୍ପର୍କରେ ଭଲଭାବରେ ବୁଝି ପାରିବେ। ଗୋଟିଏ ଢାଞ୍ଚା ଯାହା ଶିକ୍ଷାର୍ଥୀମାନେ କିପରି ପର୍ଯ୍ୟବେକ୍ଷଣକୁ ଲିପିବଦ୍ଧ କରିବେ ବୁଝାଇବା ବେଳେ ବ୍ୟବହାର କରିପାରିବେ । ସମ୍ବଳ-4 କୁ ମଧ୍ୟ ଦେଖି ପାରିବେ ।

ଶିକ୍ଷାର୍ଥୀଙ୍କ ପାଖରେ ଛାଯା,ଦିନରାତି,ଋତୁ,ରାତ୍ରି ର ଆକାଶ ସମ୍ବନ୍ଧରେ ଯେଉଁ ଧାରଣା ଥାଏ ତାକୁ ବୈଜ୍ଞାନିକ ଢଙ୍ଗରେ ବୁଝାଇବା ନିଶ୍ଚିତ କଷ୍ଟସାଧ୍ୟ । ସାରା ପୃଥିବୀରେ ଅନେକ ସଂସ୍କୃତି ରେ ଚନ୍ଦ୍ରକୁ ନେଇ ଅନେକ ଗଛ ରହିଛି । ଚନ୍ଦ୍ର ର ହ୍ରାସବୃଦ୍ଧିକୁ ନେଇ ଅନେକ ଧାରଣା ,ରହସ୍ୟମୟ ଗଳ୍ପ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରୁ କିଛି ଆମ ସଂସ୍କୃତିରେ ମଧ୍ୟ ଦେଖାଯାଏ ଓ ତାହା ଆଜି ବି ଆଲୋଚନା ହେବା ଦରକାର। ଚନ୍ଦ୍ର ସମ୍ପର୍କିତ ଆମ ବୁଝାମଣା 1969 ମସିହା ରେ ଚନ୍ଦ୍ରରେ ମଣିଷର ପ୍ରଥମ ପଦାର୍ପଣ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନଥିଲା ।

ସାଧାରଣ ଭାବରେ ଆମେ ପ୍ରାୟ ଦୈନନ୍ଦିନ ଜୀବନରେ ଚନ୍ଦ୍ର ସମ୍ପର୍କରେ ଅନେକ କଥା କହିଥାଉ ଯାହା ଶିକ୍ଷାର୍ଥୀଙ୍କ ପାଖରେ ଭୁଲ ବୁଝାମଣା ମଧ୍ୟ ସୃଷ୍ଟି କରିଥାଏ । ଆମେ ଜହ୍ନରାତି,ଚକଚକ ଜହ୍ନ,ଆଦି ଶବ୍ଦ(ଯାହାକି ଠିକ ନୁହେଁ ) ବ୍ୟବହାର କରିଥାଉ । ଚନ୍ଦ୍ର ଯେ ଆଲୋକର ଉତ୍ସ ନୁହେଁ ବରଂ ଏହା ସୁଜୟର ଆଲୋକ ରେ ଆଲୋକିତ ଏହା ଶିକ୍ଷାର୍ଥୀମାନଙ୍କ ପକ୍ଷରେ ବୁଝିବା କଷ୍ଟକର। ଅଧିକାଂଶ ଶିକ୍ଷାର୍ଥୀ ଚନ୍ଦ୍ର ର ହ୍ରାସବୃଦ୍ଧି କୁ ଲକ୍ଷ୍ୟ କରିପାରିଥାନ୍ତି ଏବଂ ଶିକ୍ଷାର୍ଥୀମାନେ ଅମାବାସ୍ୟା,ପୂର୍ଣ୍ଣିମା ଓ ଦାଆ ପରି ଚନ୍ଦ୍ର ସହ ପରିଚିତ ଥିବେ ।

ତୁମେ ଆକାଶରେ ଚନ୍ଦ୍ର କୁ ଦେଖିଚା । ସବୁ ରାତିରେ ଚନ୍ଦ୍ର ଏକାପରି ଦେଖାଯାଏ କି? ପୂର୍ଣ୍ଣମୀ ରାତିରେ ଚନ୍ଦ୍ର କିପରି ଦେଖାଯାଏ?

ପୂର୍ଣ୍ଣମିର ଦୁଇଦିନ ପରେ ଚନ୍ଦ୍ର ସେହିପରି ଦେଖାଯାଏ କି? ତୁମେ ଚନ୍ଦ୍ର ର ଆକୃତି ରେ କି କି ପରିବର୍ତ୍ତନ ଦେଖିଚା ,ମନେ ପକାୟ ।ପୂର୍ଣ୍ଣମୀ ଠାରୁ ଦଶଦିନ ପର୍ଯ୍ୟନ୍ତ ଚନ୍ଦ୍ର ର ଆକୃତି ର କି ପ୍ରକାର ପରିବର୍ତ୍ତନ ଦେଖିଚା ତାହାର ଚିତ୍ର ଖାତା ରେ ଅଙ୍କନ କର ।

  • ଚନ୍ଦ୍ର ର ପ୍ରଥମ ଚିତ୍ର କେଉଁ ଦିନର ଚନ୍ଦ୍ର ପରି ଦେଖାଯାଉଛି?
  • ଚନ୍ଦ୍ର ଦ୍ଵିତୀୟ ଚିତ୍ରରେ ଆଲୋକିତ(ଧଳା)ଅଂଶ କମି ଯାଉଛି କି?
  • ଚନ୍ଦ୍ର ର ଦ୍ୱୁତୀୟ ଚିତ୍ରରେ କେତେ ଅଂଶ ଆଲୋକିତ ଅଂଶ ରହିଛି କି?
  • ଚନ୍ଦ୍ର ର ପଞ୍ଚମ ଚିତ୍ରରେ ଆଲୋକିତ ଅଂଶ ରହିଛି କି?
  • ଚନ୍ଦ୍ର ର ଷଷ୍ଠ ଚିତ୍ରରେ ଆଲୋକିତ ଅଂଶ ବଢି ନବମ ଚିତ୍ରରେ ପୁଣି ପୁରା ଆଲୋକିତ ଦେଖାଗଲା ।
  • ତୁମେ ଅଙ୍କନ କରିଥିବା ଚିତ୍ରରେ ଏପରି ହୋଇଛି କି?

ପୂର୍ଣ୍ଣମୀ ଦିନ ଆକାଶରେ ଗୋଲାକାର ପୂର୍ଣ୍ଣ ଆଲୋକିତ ଚନ୍ଦ୍ର ତୁମେ ଦେଖିଛ। ପୂର୍ଣ୍ଣମୀ ପର ଠାରୁ ଆଲୋକିତ ଅଂଶ ଜମି କମିଯାଏ । 14 ଦିନ ପରେ 15 ତମ ଦିନରେ ଆଲୋକିତ ଅଂଶ ମୋତେ ଦେଖାଯାଏ ନାହିଁ । ଏହି ଦିନଟିକୁ ଅମାବାସ୍ୟା କହନ୍ତି ।ପୂର୍ଣ୍ଣିମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଚନ୍ଦ୍ର ର ଆଲୋକିତ ଅଂଶ କମି କମି ଯାଉଥିବାର ଏହାରି କୃଷ୍ଣପକ୍ଷ କହନ୍ତି । ଅମବାସ୍ୟା କହନ୍ତି । ପୂର୍ଣ୍ଣମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଚନ୍ଦ୍ର ର ଆଲୋକିତ ଅଂଶ କମି କମି ଯାଉଥିବାରୁ ଏହାକୁ କୃଷ୍ଣପକ୍ଷ କହନ୍ତି । ଅମାବାସ୍ୟା ଠାରୁ ଆଲୋକିତ ଠାରୁ ଆଲୋକିତ ଅଂଶ ବଢି ଚଢା ଆଲୋକିତ ଅଂଶ କମି କମି ଯାଉଥିବାରୁ ଏହାକୁ କୃଷ୍ଣ ପକ୍ଷ କହନ୍ତି । ଅମବାବାସ୍ୟା ଠାରୁ ଆଲୋକିତ ଅଂଶ ଚଢି ଚଢି ଯାଏ । 15 ତମ ଦିନରେ ପୂର୍ଣ୍ଣ ଆଲୋକିତ ଅଂଶ ଦେଖାହୁଏ ।

ଏଣୁ ଅମାବାସ୍ୟା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ 15 ଦିନକୁ ଶୁକ୍ଲପକ୍ଷ କହନ୍ତି । ଚନ୍ଦ୍ର ର ଆଲୋକିତ ଅଂଶର ବଢିବା ଓ କମିବାକୁ ଚନ୍ଦ୍ରକଳା ର ହ୍ରାସ ବୃଦ୍ଧି କୁହାଯାଏ ।

ତୁମେ ଘରେ ଶୁଣିଥିବା ପୂର୍ଣ୍ଣମୀ ପରେ ଚନ୍ଦ୍ରଘଡିକ ପରେ ଉଠେ । ଏହି ଘଡିକ ହେଉଛି 48 ମିନିଟ ।ପୂର୍ଣ୍ଣମୀ ପର ଠାରୁ ପ୍ରତ୍ୟେକ ଦିନ 48 ମିନିଟ ଡେରିରେ ଚନ୍ଦ୍ର ଉଦୟ ହୁଏ । ଅମାବାସ୍ୟା ପରେ ଆଲୋକିତ ଅଂଶ ପୃଥିବୀ ଆଡକୁ ନଥାଏ । ତେଣୁ ଆମେ ସେଦିନ ରାତିରେ ଚନ୍ଦ୍ରକୁ ଦେଖୁ ନାହୁଁ ।

ଚନ୍ଦ୍ର କଳାର ହ୍ରାସ ବୃଦ୍ଧି କୁ ପର୍ଯ୍ୟବେକ୍ଷଣ କର । ତୁମେ ଜାଣ ଚନ୍ଦ୍ର ର ଆବର୍ତ୍ତନ ଓ ପରିକ୍ରମଣ କାଳ ସାମାନ । ତେଣୁ ଚନ୍ଦ୍ର ର ସର୍ବଦା ଗୋଟିଏ ପାର୍ଶ୍ଵ  ପୃଥିବୀ ଆଡକୁ ରହେ । ଏହା ଫଳରେ ଆଲୋକିତ ଅଂଶ ବଢେ ଓ କମେ ।

ଚନ୍ଦ୍ର କିପରି କିରଣ ବିକିରଣ କରେ ଓ ଆକୃତି କିପରି ପରିବର୍ତ୍ତନ ହୁଏ ଶିକ୍ଷାର୍ଥୀମାନଙ୍କୁ ଏ ଧାରଣା ଦେବା ଶିକ୍ଷକ ପାଇଁ ଏକ ଆହବନମୂଳକ କାର୍ଯ୍ୟ ପୁଣି ଯଦି ସାଧନ ସାମଗ୍ରୀ ସୀମିତ ତେବେ ଆହୁରି କଷ୍ଟକର ।ତଳେ ଦିଆଯାଇଥିବା ଗୋଟିଏ ସାଧାରଣ କାର୍ଯ୍ୟ ଆପଣଙ୍କୁ ଶିକ୍ଷାର୍ଥୀଙ୍କୁ ବୁଝାଇବାର ସାହାଯ୍ୟ କରିପାରେ ।

ଶିକ୍ଷଣକାର୍ଯ୍ୟ 3 : ଚନ୍ଦ୍ରକଳାର ହ୍ରାସବୃଦ୍ଧି କୁ ବୁଝିବା

ଏହି କାର୍ଯ୍ୟଟି ବଡ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗୀ କିନ୍ତୁ ନମୁନା ବ୍ୟବହାର କରି ଛୋଟ  ଶ୍ରେଣୀର ଶିକ୍ଷାର୍ଥୀ ଙ୍କ ପାଇଁ ବ୍ୟବହାର କରାଯାଇ ପାରିବ ।ଶ୍ରେଣୀଗୃହ ପାଇଁ ଗୋଟିଏ ଟର୍ଚ୍ଚ ,ବଡ ଧଳା ବଳବଟିଏ ଦରକାର ହେବ । ଯେଉଁଠାରେ ବଲ ମିଳିବ ନାହିଁ। ବଡ ତରଭୁଜ ବା ସେପରି କିଛି ନିଆଯାଇ ପାରିବ।(ସାଧନ 4 ଦେଖନ୍ତୁ)ପ୍ରଦର୍ଶନକୁ ଶିକ୍ଷାର୍ଥୀଙ୍କୁ ଦେଖାଇବା ପୂର୍ବରୁ ଅଭ୍ୟାସ କରି ନିଅନ୍ତୁ ।ଫଳରେ ଆପଣ ଦୃଢବିଶ୍ଵାସ ର ସହ କରିପାରିବେ ଓ ପ୍ରଶ୍ନ ପଚାରିଲେ କି ଉତ୍ତର ଦେବାର ସମ୍ଭାବନା ରହିଛି ଜାଣିପାରିବେ ।

1.ଗୋଟିଏ ଅନ୍ଧାର ଘରେ ଏହି ପ୍ରଦର୍ଶନ ହେବା ଦରକାର ।କାର୍ଯ୍ୟଟିକୁ ଆରମ୍ଭ କରିବା ପୂର୍ବରୁ ଘରର ଆଲୋକ ପାରୁ ପର୍ଯ୍ୟନ୍ତ କମ କରନ୍ତୁ । ଝରକା ଓ କବାଟରେ ଥିବା କଣା ଗୁଡିକୁ ଆରମ୍ଭ କରିବା ପୂର୍ବରୁ ଘରର ଆଲୋକ ପାରୁ ପର୍ଯ୍ୟନ୍ତ କମ କରନ୍ତୁ । ଝରକା ଓ କବାଟ ରେ ଥିବା କଣାଗୁଡିକୁ କପଡା ,କାଗଜ ଇତ୍ୟାଦି ଦେଇ ବନ୍ଦ କରି ଦିଅନ୍ତୁ ।

2. ଚୌକି ଓ ଟେବୁଲ ଥିଲେ ଘୁଞ୍ଚାଇ ସ୍ଥାନଟି ଏ ତିଆରି କରନ୍ତୁ ।

3 କୋଠରି ମଝିରେ ଶିକ୍ଷାର୍ଥୀଙ୍କୁ ପାଖାପାଖି ହୋଇ ଗୋଲାକାର ରେ ବସିବାକୁ କହନ୍ତୁ । ଦରକାର ପଡିଲେ ବାହାର ଭିତର କରି 2 ଟି ଗୋଲରେ ବସିବାକୁ ଦିଅନ୍ତୁ । ଏହି ବସିଥିବା ଗୋଲ କୁ ପୃଥିବୀ ଭାବନ୍ତୁ ।ଟର୍ଚ୍ଚକୁ ସୂର୍ଯ୍ୟ ଓ ବଲବ ଟି କୁ ଚନ୍ଦ୍ର ମନେ କରନ୍ତୁ ।

4.ଆଲୋକ ବନ୍ଦ କରି ଦିଅନ୍ତୁ। ଶିକ୍ଷକ ନିଜେ ବଲକୁ ଧରନ୍ତୁ । ଶିକ୍ଷାର୍ଥୀଙ୍କୁ ପଚାରନ୍ତୁ ଚନ୍ଦ୍ର ଆଲୋକ ଚିତ୍ରଣ କରୁଛି କି?

5.ଶିକ୍ଷାର୍ଥୀଙ୍କ ମଧ୍ୟରୁ ଜଣକୁ ଡାକି ଗୋଲଠାରୁ ଦୂରରେ ରହି ଟର୍ଚ୍ଚ କୁ ଧରିବାକୁ ଦିଅନ୍ତୁ । ଆଲୋକ ବନ୍ଦ କରିବାକୁ କୁହନ୍ତୁ ।ଟର୍ଚ୍ଚ ଜଳିବାକୁ କୁହନ୍ତୁ । ଚନ୍ଦ୍ର ଆଲୋକ ଚିକ୍କାରଣ କରୁଛି କି? ଚନ୍ଦ୍ର ଆଲୋକ ଦେଇପାରେ ନାହିଁ ।ସେ କେବଳ ସୂର୍ଯ୍ୟଠାରୁ ପାଉଥିବା ରଶ୍ମୀ ପ୍ରତିଫଳିତ କରେ ।

6. ଶିକ୍ଷାର୍ଥୀମାନଙ୍କୁ ସ୍ଥିର ହୋଇ ବସିବାକୁ କୁହନ୍ତୁ ।ଆପଣଙ୍କୁ ଣ ଦେଖି ସିଧା ଦେଖିବାକୁ କୁହନ୍ତୁ । ଟର୍ଚ୍ଚ କୁ ସ୍ଥିର ରଖିବାକୁ କୁଆହନ୍ତୁ । ତା’ପରେ ଚନ୍ଦ୍ର ସହ ବୃତ୍ତକାର ପଥରେ ଘୂରାନ୍ତୁ । ନିର୍ଦ୍ଧିଷ୍ଟ ରହଣି ସ୍ଥଳରେ ଠିଆ ହୁଅନ୍ତୁ;ଶିକ୍ଷାର୍ଥୀମାନଙ୍କୁ ପର୍ଯ୍ୟବେକ୍ଷଣ କରିବାକୁ ସମୟ ଦିଅନ୍ତୁ । ଆପଣ ଚନ୍ଦ୍ର ହୋଇ ପୃଥିବୀ ଚାରିପଟେ ଘୂରୁଛନ୍ତି ବୋଲି ସେମାନଙ୍କୁ ବୁଝାଇ ଦିଅନ୍ତୁ ।

7.ଶିକ୍ଷାର୍ଥୀଙ୍କୁ ପଚାରନ୍ତୁ ଗତି କଳା ସମୟରେ ଚନ୍ଦ୍ର ର  ଆକୃତିରେ କିଛି ପରିବର୍ତ୍ତନ ହେଉଛି କି? ତୁମେ ଚନ୍ଦ୍ର ର କେତେ ଅଂଶ ଦେଖି ପାରିଲା?(ପୂର୍ଣ୍ଣଚନ୍ଦ୍ର,ଅର୍ଦ୍ଧାଚନ୍ଦ୍ର ନା ମୋତେ ନୁହେଁ ।) ।

8.ଶିକ୍ଷାର୍ଥୀମାନଙ୍କର ସ୍ଥାନ ପରିବର୍ତ୍ତନ ଣ କରି ଏହି କାର୍ଯ୍ୟ ଶିକ୍ଷାର୍ଥୀଙ୍କ ଦ୍ଵାରା ବାରମ୍ବାର କରାଅ ।ଯେଉଁ ଶିକ୍ଷାର୍ଥୀମାନେ ଅଳ୍ପରେ ବୁଝୁଥିବେ ଦିନରାତି କିପରି ହୁଏ ସେମାନଙ୍କୁ ବୁଝିବା ପାଇଁ ଅଧିକ ସମୟ ଦେବେ । ଏହି ଦିନରାତି ଧାରଣାକୁ ସ୍ପଷ୍ଟ କରିବା ପାଇଁ ଏହି କାର୍ଯ୍ୟ ବାରମ୍ବାର କରାନ୍ତୁ ।

9. ଯେତେବେଳେ ଆପଣ ଚନ୍ଦ୍ର ହିସାବରେ ପୃଥିବୀ ଚାରିପାଖରେ ବୁଲୁଛନ୍ତି ଚନ୍ଦ୍ରକୁ ଏପରି ଧରନ୍ତୁ ଯେପରି ତାର ଗୋଟିଏ ପାଖ ଶିକ୍ଷାର୍ଥୀ ଙ୍କ ସମ୍ମୁଖରେ ରହିବା । ଶିକ୍ଷାର୍ଥୀମାନଙ୍କୁ ବୁଝାଇବା ଆବଶ୍ୟକ ଯେ ଚନ୍ଦ୍ରରେ ନିର୍ଦ୍ଧିଷ୍ଟ ପାର୍ଶ୍ଵଟି ସବୁବେଳେ ପୃଥିବୀ ଆଡକୁ ମୁହଁ କରିଥାଏ ।

ଏହି କାର୍ଯ୍ୟ ଶେଷ କଲା ପରେ ଶିକ୍ଷାର୍ଥୀଙ୍କୁ ସୂର୍ଯ୍ୟ,ଚନ୍ଦ୍ର ଓ ପୃଥିବୀ ର ଚିତ୍ର ଅଙ୍କନ କରିବାକୁ କୁଆହନ୍ତୁ । ସୂର୍ଯ୍ୟରୁ ବାହାରୁଥିବା ଆଲୋକ ରଶ୍ମୀ କୁ ତାର ଚିହ୍ନ ଦେଇ ସୁଚାନ୍ତୁ । ଆଲୋକ ର ଉତ୍ସ ଭାବରେ ,ମହମବତୀ ,ଟର୍ଚ୍ଚ ଏବଂ ବଲ ପ୍ରଦର୍ଶନ କରିବା ପାଇଁ ବ୍ୟବହାର କରାଯାଇପାରେ । ଶିକ୍ଷାର୍ଥୀଙ୍କୁ ବୁଝାନ୍ତୁ ଯେ ଆମ ପୃଥିବୀ କିଛି ଅଂଶ ସୂର୍ଯ୍ୟଙ୍କୁ ଦିନରେ ସମ୍ମୁଖୀନ କରିଥାଏ । ଯେଉଁ ଅଂଶ ସୂର୍ଯ୍ୟକୁ ସମ୍ମୁଖୀନ ଣ କରି ଥାଏ ସେଇଠି ରାତି ହୁଏ ।

ଥରେ ଏହି କାର୍ଯ୍ୟ ସମନ୍ନ ହୋଇଗଲେ ନିମ୍ନ ପ୍ରଶ୍ନଗୁଡିକ ପଚାରନ୍ତୁ ।

  1. କାର୍ଯ୍ୟଟିରୁ ତୁମକୁ କ’ଣ ଭଲ ଲାଗିଲା ?
  2. କ’ଣ ସବୁ ଠିକ ଭାବରେ ହେଲା? ତୁମେ ତାହା କିପରି ଜାଣିଲ ?
  3. ତୁମେ ଆଶା କରୁଥିବା ଅନୁସାରେ କ’ଣ ଗତି କଲା ନାହିଁ ?ଏବଂ କାହିଁକି ?

ପରବର୍ତ୍ତୀ ସମୟରେ ଶିକ୍ଷଣକାର୍ଯ୍ୟକୁ ଫଳପ୍ରଦ କରିବା ପାଇଁ ତୁମେ ତୁମ କାର୍ଯ୍ୟରେ କି ଭିନ୍ନତା ଆଣି ପାରିବ ?

ଶିକ୍ଷଣକର୍ଜ୍ୟ-3 ରେ ନମୁନା ଓ ପର୍ଯ୍ୟବେକ୍ଷଣ ମିଶାମିଶି ବ୍ୟବହାର ହୋଇଛି ଯାହା ଚନ୍ଦ୍ରକଳା ବୁଝିବାରେ ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରିବା ଆପଣ ଏହି କୌଶଳ ବ୍ୟବହାର କରି ଦିନ ଓ ରାତି ବୁଝାଇ ପାରିବେ। କୋଠରୀରେ ଶିକ୍ଷାର୍ଥୀମାନେ ଗୋଲାକାର ରେ ବସନ୍ତୁ ।ଶିକ୍ଷାର୍ଥୀଟି ଏ ଟର୍ଚ୍ଚ ଧରି ଗୋଲର କେନ୍ଦ୍ରରେ ଛିଡାହୋଇ ସୁରଜ୍ୟର ପ୍ରତିନିଧି କରୁ ।ଅନ୍ୟ ଏକ ଶିକ୍ଷାର୍ଥୀ ପୃଥିବୀ ହେବ। ସେ ନିଜ ଚାରିପାଖରେ ଘୃବାବେଳେ ସେମାନେ ପର୍ଯ୍ୟବେକ୍ଷଣ କରିବେ ଯେ, ପୃଥିବୀର ଅଧା ଆଲୋକିତ ହେଉଥିବା ବେଳେ ଅନ୍ୟ ଅଧାଟି ଅନ୍ଧାରରେ ଥାଏ । ଆପଣ ଏହି କାର୍ଯ୍ୟକୁ ସୂର୍ଯ୍ୟ ଚାରିପାଖରେ ପୃଥିବୀ କିପରି ଘୁରେ ଓ ଗୋଟିଏ ଥର ଘୂରିବା ଅର୍ଥ ଗୋଟିଏ ବର୍ଷ କିପରି ହୁଏ ବୁଝାଇ ପାରିବେ ।

ଛୋଟ ଶ୍ରେଣୀ ର ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ ,ମହାକାଶୀୟ ବସ୍ତୁର ଶିକ୍ଷଣ ସଂପୂର୍ଣ୍ଣ ଭାବରେ ପର୍ଜ୍ୟବେକ୍ଷଣାତ୍ମକ ତୁଳନାତ୍ମକ ଓ ଗୁଣାତ୍ମକ ଭିତ୍ତିକ ।ଏହା ତାଙ୍କର ପର୍ଯ୍ୟବେକ୍ଷଣ କୌଶଳ ଓ ଠିକ ତଥ୍ୟ ଲିପିବଦ୍ଧ କରିବାରେ ସାହାଯ୍ୟ କରିବା । ସୂର୍ଯ୍ୟ,ଚନ୍ଦ୍ର,ତାରା,ମେଘା ,ପକ୍ଷୀ ଓ ଉଡାଜାହାଜ ସମସ୍ତଙ୍କର କିଛି ଧର୍ମ,ଅବସ୍ଥିତି ଓ ଗତି କୁ ପର୍ଯ୍ୟବେକ୍ଷଣ କରାଯାଇପାରେ ।ପରିବେଶ ରେ ଥିବା ଜୀବଜଗତ ବିଷୟରେ ଶିକ୍ଷଣ ପାଇଁ ପର୍ଯ୍ୟବେକ୍ଷଣ ଓ ସଜ୍ଜୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଉଦାହରଣ ସ୍ୱରୂପ –ଗଛା ଗୁଡିକ କିପରି ଓ କେଉଁଠି ଚଢେ ।

ସାରାଂଶ

ଏହି ଏକକ ରେ ଆପଣ ଯାହା ଶିକ୍ଷଣକାର୍ଯ୍ୟ କଲେ ତାହା ଦୀର୍ଘସ୍ଥାୟୀ ,ବିଭିନ୍ନ ବିଷୟ ସହ ଅନ୍ତଃସମ୍ବନ୍ଧିତ ଏବଂ ଶିଶୁ କେନ୍ଦ୍ରିକ । ଶିକ୍ଷକ ହିସାବରେ ଆପଣ ବିଜ୍ଞାନ ର ଗୁରୁତ୍ୱପୂର୍ଣ୍ଣ ଧାରନାଗୁଡିକୁ ଗଭୀରତା ର ସହ ଅନୁସନ୍ଧାନ କରି ଅନୁଭୂତି ସଂଗ୍ରହ ପାଇଁ ଓ ପୂର୍ଣାଙ୍ଗ ରୂପେ ବୁଝିବା ପାଇଁ ଯୋଜନା କରିପାରିବେ । ଆପଣକ ଶିକ୍ଷାର୍ଥୀମାନେ ଯେତେବେଳେ ସେମାନଙ୍କ ଶିକ୍ଷଣ ପାଇଁ ପ୍ରସ୍ତୁତ ହୋଇଯିବେ ସେମାନେ ନିଜ ଦକ୍ଷତା କୁ ଉପଯୋଗ କରି,ନିଜେ ପ୍ରକଳ୍ପ ସୃଷ୍ଟି କରିବେ ଯେଉଁଥିରେ ନିଜର ଆଗ୍ରହ,ମାତୃଭାଷା ,ସଂସ୍କୃତି ଓ ସ୍ଵାଭିମାନ ଉତ୍କଣ୍ଠା କୁ ବିନିଯୋଗ କରିପାରିବେ ।

ପୃଥିବୀ,ଚନ୍ଦ୍ର ,ସୂର୍ଯ୍ୟ କୁ ନେଇ ଅନେକ ଭୁଲ ଧାରଣା ଶିକ୍ଷାର୍ଥୀଙ୍କର ଥାଇପାରେ । ବେଳେବେଳେ ଘଟନା ଗୁଡିକ କାହିଁକି ଘଟୁଛି ବୁଝିବା ପାଇଁ ଅଭିନୟ ର ସାହାଯ୍ୟ ନିଆଯାଇପାରେ। ଏହି ଏକକ ରେ ପୃଥିବୀ,ସୂର୍ଯ୍ୟ,ଚନ୍ଦ୍ର ର ଗତି ସମ୍ବନ୍ଧରେ ଧାରଣା ସୃଷ୍ଟି କରିବା ପାଇଁ ଶ୍ରେଣୀ ଭିତରେ ଓ ବାହାରେ କିଛି ନୂତନ କରଜ୍ୟକରମ ଦିଆଯାଇଛି ।

ଚନ୍ଦ୍ର ର ହ୍ରାସ ,ବୃଦ୍ଧି ଗୋଟିଏ ପ୍ରକୃତିକ ଘଟନା ଯାହା ସୂର୍ଯ୍ୟକିରଣ ସାହାଯ୍ୟରେ ଛାଯା ମାଧ୍ୟମରେ ପ୍ରକୃତିକୁ ନେଇ ବୁଝାଇବା ପାଇଁ ଚେଷ୍ଟା କରାଯାଇଛି । ପରେ ଶ୍ରେଣୀ ଗୃହରେ ବିଭିନ୍ନ ନମୁନା ବ୍ୟବହାର କରି ବୁଝାଇବା ଚେଷ୍ଟା କରାଯାଇଛି ଯାହାକୁ ଉପଯୋଗ କରି ଚନ୍ଦ୍ର ର ହ୍ରାସ ଓ ବୃଦ୍ଧି କୁ ଚିହ୍ନଟ କରାଯାଇପାରେ ।

ସବୁ ଶିକ୍ଷାର୍ଥୀଙ୍କ ପାଇଁ,ବିଶେଷ କରି ଶିକ୍ଷଣ ଆବଶ୍ୟକତା ଥିବା ଶିଶୁର ଏହି ପ୍ରକୃତିକ ଘଟଣ।ଗୁଡିକୁ    ପର୍ଯ୍ୟବେକ୍ଷଣ କରିବା ଓ ଲିପିବଦ୍ଧ କରିବା ଦ୍ଵାରା ସୂର୍ଯ୍ୟ,ଚନ୍ଦ୍ର ,ପୃଥିବୀ ମଧ୍ୟରେ ଥିବା ସଂପର୍କକୁ ବାସ୍ତବ ଓ ନିର୍ଦ୍ଧିଷ୍ଟ ଭାବରେ କରିବା ପାଇଁ ସାହାଯ୍ୟ କରିବ ।

ସମ୍ବଳ

ସମ୍ବଳ 1:ପାଠଯୋଜନା

ଯୋଜନା କରିବା ଓ ପ୍ରସ୍ତୁତ ହେବା ଗୁରୁତ୍ୱପୂର୍ଣ୍ଣ କାହିଁକି?

ପ୍ରତ୍ୟେକ ପ୍ରସଙ୍ଗ ପାଇଁ ହେବା ଦରକାର । ଯୋଜନା କରିବା ଦ୍ଵାରା ପାଠରେ ଥିବା ଧାରଣାଗୁଡିକ ସ୍ପଷ୍ଟ ଓ ସମୟ ଉପଯୋଗୀ ହୋଇପାରେ ଫଳତଃ ଶିକ୍ଷାର୍ଥୀମାନେ ପାଠରେ ଆଗ୍ରହୀ ଓ ସକ୍ରିୟ ହୋଇପାରନ୍ତି । ଉପଯୁକ୍ତ ଯୋଜନା ମଧ୍ୟରେ ସ୍ଵତଃ ନମନୀୟତା ଥାଏ ଯାହା ଫଳରେ ଶିକ୍ଷକ ନିଜ ଛାତ୍ରଛାତ୍ରୀମାନେ କ’ଣ ଶିଖିଲେ ଜାଣିପାରନ୍ତି । ଏକାଧିକ କ୍ରମିକ ପାଠ ର ଯୋଜନା କଲା ବେଳେ ଶିକ୍ଷକ ଶିକ୍ଷାର୍ଥୀଙ୍କର ପୂର୍ବଜ୍ଞାନ ପାରଖୀ ନେଇ ପାରନ୍ତି । ପାଠ୍ୟକ୍ରମ କୁ ଆଗେଇ ନେଇ ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ଉପଯୁକ୍ତ ସମ୍ବଳ ଓ ଶିକ୍ଷଣକାର୍ଯ୍ୟ ଯୋଗାଇ ପାରନ୍ତି । ଏକକ ପାଠ ହେଉ ବା ଏକାଦିକ୍ରମେ ଅନେକ ପାଠ ହେଉ ଯୋଜନା କରିବା ଏକ ଧାରାବାହିକ ପ୍ରକ୍ରିୟା ଓ ପୂର୍ବପାଠ ସମ୍ପର୍କିତ ।ପାଠଯୋଜନା ବିଭିନ୍ନ ସୋପାନ ଗୁଡିକ ହେଲା –

  • ଶିକ୍ଷାର୍ଥୀ ଙ୍କୁ ଶିକ୍ଷଣ ଅଗ୍ରଗତି ପାଇଁ ସେମାନଙ୍କ ଅବଶ୍ୟକତାକୁ ସ୍ପଷ୍ଟଭାବରେ ଜାଣିବା ।
  • ଆପଣ ନିଜେ କିପରି ଶିକ୍ଷାର୍ଥୀଙ୍କୁ ପକାଇବେ ଯାହା ଶିକ୍ଷାର୍ଥୀଙ୍କ ବୁଝିବାରେ ସାହାଯ୍ୟ କରିବା ଓ ନମନୀୟତା ବଜାୟ ରଖୀ ଜାଣିବେ।
  • ଭବିଷ୍ୟତ ଯୋଜନା ନିମନ୍ତେ ପୂର୍ବ ପାଠଟି କିପରି ଥିଲା ଓ ଶିକ୍ଷାର୍ଥୀମାନେ କ’ଣ ଶିଖିଛନ୍ତି ସେ ବିଷୟ ପ୍ରତି ଦ୍ରୁଷ୍ଟି ରଖିବା

ଗୋଟିଏ କ୍ରମିକ ପାଠର ଯୋଜନା

ପାଠ୍ୟକ୍ରମ ଅନୁସରଣ କଲାବେଳେ ଯୋଜନାର ପ୍ରଥମ ଅଂଶ ଯାହା କେତେ ଭଲ ଭାବରେ ବିଷୟ ଓ ପ୍ରସଂସାଗୁଡିକୁ ବିଭାଗ ଓ ଖନ୍ଡରେ ଭାଗ ଭାଗ କରିବା । ଶିକ୍ଷାର୍ଥୀମାନଙ୍କର ଶୈଶବ ଓ ଜ୍ଞାନ ର କ୍ରମଶଃ ଅଭିବୃଦ୍ଧି ନିମନ୍ତେ ଆପଣଙ୍କୁ ସମୟ ଓ ଶିକ୍ଷଣପ୍ରଣାଳୀ ଉପରେ ଧ୍ୟାନ ଦେବାକୁ ହେବ। ଆପଣଙ୍କ ଅନୁଭୂତି କିମ୍ବା ସହକର୍ମୀ ଙ୍କ ସହ ଆଲୋଚନାରୁ ଆପଣ ଜାଣିପାରିବେ ଯେ,ଗୋଟିଏ ପ୍ରସଙ୍ଗ 4 ଟି ପାଠରେ ଶେଷ ହେଲାବେଳେ ଅନ୍ଯଟି 2 ଟି ପାଠରେ ଶେଷ ହୁଏ । ଆପଣ  ମଧ୍ୟ ଭବିଷ୍ୟତରେ ସେହି ପାଠ କୁ ବିଭିନ୍ନ ସମୟରେ ଭିନ୍ନ ପ୍ରଣାଳୀରେ ପଢାଇବା ପ୍ରଣାଳୀ ସମ୍ବନ୍ଧରେ ଅବଗତ ହୋଇଯିବେ,ଯେତେବେଳେ ଅନ୍ୟ ପ୍ରସଙ୍ଗଗୁଡିକୁ ଶେଷ ହୋଇଯିବ ବା ବିଷୟଟି ପଢାଇବା ପାଇଁ ଅଧିକ ସମୟ ମିଳିବ ।

ପ୍ରତ୍ୟେକ ପାଠଯୋଜନାରେ ଆପଣଙ୍କ ର ସ୍ପଷ୍ଟତା ରହିବା ଆବଶ୍ୟକ :

  • ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖିବେ ବୋଲି ଆପଣ ଚହୁଁଛନ୍ତି?
  • ସେହି ଶିକ୍ଷଣକୁ କିପରି ଉପସ୍ଥାପନ କରିବେ?
  • ଶିକ୍ଷାର୍ଥୀମାଙ୍କଙ୍କୁ କ’ଣ କରିବାକୁ ହେବ ଓ କାହିଁକି?

ଏକକ ପାଠର ପ୍ରସ୍ତୁତି

ଧାରାବାହିକ ଭାବରେ କେତେକ ପାଠ ଶେଷ କଲା ପରେ ଶେଷରେ ଶିକ୍ଷାର୍ଥୀମାନେ କଣ ଶିଖିବେ ବା କଣ ଦକ୍ଷତା ଅର୍ଜନ କରିବେ ଆପଣମାନେ  ଜାଣିଥିବେ ମାତ୍ର ଆପଣଙ୍କୁ ଆଶା କରାଯାଉ ନଥିବା ବିଷୟ ପୁନଃ ଆଲୋଚନା କରିବାକୁ ପଡିପାରେ ବା ଶୀଘ୍ର ଶୀଘ୍ର ଆଗକୁ ଯାଇପାରନ୍ତି । ତେଣୁ ଆପଣଙ୍କୁ ଏକକ ଯୋଜନା ପ୍ରସ୍ତୁତ କଲାବେଳେ ଏପରି ଭାବରେ ଯୋଜନା କରିଥିବେ

ଯେପରି ଶିକ୍ଷାର୍ଥୀଙ୍କର ବିକାଶ ସମ୍ଭବ ହେବ ଏବଂ  ସେମାନେ ସଫଳ ହେବେ ।

ଯୋଜନା କଲାବେଳେ ଆପଣ ନିଶ୍ଚିତ ହେବା ଦରକାର ଯେପରି:

ପ୍ରତ୍ୟେକ ଶିକ୍ଷଣକାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ମିଳିବ ଏବଂ ପ୍ରାୟୋଗିକ କାର୍ଯ୍ୟ ଓ ସକ୍ରିୟ ଦଳଗତ କାର୍ଯ୍ୟ ପାଇଁ ସାଧନଗୁଡିକ ପ୍ରସ୍ତୁତ ଥିବା । ବେସୀ ଶିକ୍ଷାର୍ଥୀ ଥିବା ଶ୍ରେଣୀ ପାଇଁ ଯୋଜନା କଲାବେଳେ ଆପଣଙ୍କୁ ବିଭିନ୍ନ ପ୍ରଶ୍ନ ଓ ବିଭିନ୍ନ ଶିକ୍ଷଣକର୍ଜ୍ୟ ଭିନ୍ନ ଦଳ ପାଇଁ ପ୍ରସ୍ତୁତ କରିବାକୁ ପଡିପାରେ ।

ଯେତେବେଳେ ଆପଣ ନୂଆ ପ୍ରସଙ୍ଗ ନେଇ ଶ୍ରେଣୀକୁ ଯାଉଛନ୍ତି ସହକର୍ମୀମାନଙ୍କ ସହ ଆଲୋଚନା,ଅଭ୍ୟାସ କରିବା ଦରକାର ଯାହା ଆପଣକ ବଢାଇବା । ଯୋଜନାର ତିନୋଟି ଅଂଶ ଏଠାରେ କୁହାଯାଇଛି ।

  • ଉପକ୍ରମ :ପାଠ ଆରମ୍ଭରେ ଆପଣ ଶିକ୍ଷାର୍ଥୀମାନଙ୍କୁ ଜାଣନ୍ତୁ ସେମାନେ ପାଠରୁ କଣ ଶିଖିବେ ଫଳରେ ଶିକ୍ଷାର୍ଥୀମାନେ ମଧ୍ୟ ତାଙ୍କ ଠାରୁ କ’ଣ ଆଶା କରାଯାଉଛି ଜାଣିବେ । ସେମାନେ ଜାଣିଥିବା ବିଷୟକୁ ଆଲୋଚନା କରିବାକୁ ଦେବା ଦରକାର ଫଳରେ ସେମାନେ ଯାହା ଶିଖିବାକୁ ଥିବା ସେଥିପ୍ରତି ଆଗ୍ରହୀ ହେବେ ।
  • ପାଠର ମୁଖ୍ୟ ଅଂଶ : ଶିକ୍ଷାର୍ଥୀମାନେ କ’ଣ ଜାଣିଛନ୍ତି ତାକୁ ଆଖି ରେ ରାଖୀ ବିଷୟଗୁଡ଼ିକୁ ରୁ କ’ଣ ଶିଖିବେ ବାହାର କରିବା ଦରକାର ।ଆପଣ ବିଭିନ୍ନ ସାଧନ,ଆଞ୍ଚଳିକ ସାଧନ ର ବ୍ୟବହାର ,ନୂଆ ତଥ୍ୟ ,ଦଳଗତ ଶିକ୍ଷଣ ,ସମସ୍ୟା ସମାଧାନ ର ବ୍ୟବହାର କ’ଣ କରିବେ ସ୍ଥିର କରିପାରନ୍ତି। ବ୍ୟବହାର ହେବାକୁ ଥିବା ସାଧନ ର ଚିହ୍ନଟ ଏବଂ ଶ୍ରେଣୀଗୃହର ସ୍ଥାନର ବ୍ୟବହାରକୁ ଚିହ୍ନଟ କରିବା ଦରକାର ।ବିବିଧ ଶ୍ରେଣୀ କାର୍ଯ୍ୟ,ବିଭିନ୍ନ ସାଧନ ଏବଂ ସମୟର ଉପଯୁକ୍ତ ବିନିଯୋଗ ପାଠ ଯୋଜନା ପ୍ରସ୍ତୁତ ସମୟରେ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ । ଆପଣଯଦି ବିଭିନ୍ନ ପଦ୍ଧତି ,ବିଭିନ୍ନ କାର୍ଯ୍ୟ ବ୍ୟବହାର କରନ୍ତି ଅନେକ ଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବପାରିବେ କାରଣ ଶିକ୍ଷାର୍ଥୀମାନେ ବିଭିନ୍ନ ବାଟରେ ଶିଖନ୍ତି ।
  • ପାଠଶେଷରେ ଶିକ୍ଷଣ ଯାଞ୍ଚବ୍ୟବସ୍ଥା :sଇକ୍ଷାର୍ଥୀମାନେ କେତେଦୂର ଶିଖିଲେ ଜାଣିବା ପାଇଁ    ଆପଣ କାର୍ଯ୍ୟ ମଝିରେ ଏବଂ ପାଠ ଶେଷରେ ମଧ୍ୟ ସମୟ ଦେବା ଦରକାର। ଯାଞ୍ଚ ସବୁବେଳେ ପରୀକ୍ଷା ନୁହେଁ ।ଶିକ୍ଷାର୍ଥୀଙ୍କ ଶିକ୍ଷଣ କେତେ ଦୂର ହୋଇଛି ଜାଣିବା ପାଇଁ ମାଝି ମାଝି ରେ ଯାଞ୍ଚ କରିବା ଦରକାର ।ସାଧାରଣତଃ ଏହା ଶୀଘ୍ର ଏବଂ ଆପଣ ଯେତେବେଳେ ଚାହିଁବେ (ତତକ୍ଷଣ।ତ)ସେତେବେଳେ ହୋଇପାରିବ- ଯୋଜନାକୃତ ପ୍ରଶ୍ନ ,ଶିକ୍ଷାର୍ଥୀଙ୍କ ଶିକ୍ଷଣ ଉପଲବ୍ଦ୍ଧ୍ର ର ପ୍ରଦର୍ଶନ କୁ ପର୍ଯ୍ୟବେକ୍ଷଣ ମାତ୍ର ଆପଣ ନମନୀୟ ହେବା ପାଇଁ ଯୋଜନା କରିବେ ଏବଂ ଆବଶ୍ୟକ ସ୍ଥଳେ ଶିକ୍ଷାର୍ଥୀଙ୍କ ଉତ୍ତରକୁ କାହିଁ ଆବଶ୍ୟକ ହେଉଥିବା ପରିବର୍ତ୍ତନ ମଧ୍ୟ କରିପାରିବେ ।

ଯେତେବେଳେ ପାଠ ଶେଷ କରିବାକୁ ଯାଉଛନ୍ତି ଏପରି ଭାବରେ ଶେଷ କରିବେ ଯେପରି ପ୍ରଥମରୁ ସ୍ଥିର କରିଥିବା ଲକ୍ଷ୍ୟରେ ପହଞ୍ଚିବେ ।ଶିକ୍ଷାର୍ଥୀଙ୍କୁ ସମୟ ଦେବା ଦରକାର ଯେପରି ସେମାନେ ପରସ୍ପର କୁ କୁହାକୁହି ହେଉଥିବେ ସେମାନେ କ’ଣ ଶିଖିଲେ କ’ଣ ଉନ୍ନତି ହେଲା। ଶିକ୍ଷାର୍ଥୀଙ୍କୁ ଶୁଣିଲା ପରେ ଆପଣ ପରବର୍ତ୍ତୀ ପାଠ ଯୋଜନା ପ୍ରସ୍ତୁତ କରିପାରିବେ ।

ପାଠ ର ସମୀକ୍ଷା

ପ୍ରତ୍ୟେକ ପାଠ ଶେଷ କଳା ପରେ ସମୟରେ ଆପଣ କଣ କଲେ  ଶିକ୍ଷାର୍ଥୀମାନେ କ’ଣ ଶିଖିଲେ ,କି କି ସାଧନର ବ୍ୟବହାର କଲେ, ସାଧନଗୁଡିକ କେତେଦୂର ଉପଯୋଗୀ ହେଲା,ଆହୁରି ଉନ୍ନତ ମାନର  କରିବା ପାଇଁ କଣ ପରିବର୍ତ୍ତନ କରି ହେବ,ଯୋଜନାରେ ଅଧିକ କ’ଣ କରିବା ଦରକାର ଏହି ସବୁ ଲିପିବଦ୍ଧ କରି ରଖିବା ଦରକାର ଯାହା ପରବର୍ତ୍ତୀ ପାଠ ଯୋଜନା କଲାବେଳେ ସାହାଯ୍ୟ କରିବା । ଉଦାହରଣ ସ୍ୱରୂପ : ଆପଣ ସ୍ଥିର କରିବେ :

  • ଶିକ୍ଷଣକାର୍ଯ୍ୟରେ ପରିବର୍ତ୍ତନ ଓ ବିବିଧତା ଆଣିବା
  • ମୁକ୍ତ ଏବଂ ସୀମିତ ଉତ୍ତରମୂଳକ ପ୍ରଶ୍ନ ଅଧିକ ରୁ ଅଧିକ ପ୍ରସ୍ତୁତି ।
  • ଯେଉଁ ଶିକ୍ଷାର୍ଥୀମାନେ ଅଧିକ ସହଯୋଗ ଆବଶ୍ୟକ କରୁଛନ୍ତି ତାଙ୍କୁ ଆଉ ଏକ ପାଠ ର ବ୍ୟବସ୍ଥା କରିବା ।

ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ସହାୟତା ପାଇଁ ଆପଣ କିପରି ଆହୁରି ଭଲ ଯୋଜନା କରି ପାରିଥାନ୍ତେ  ବା କରି ପାରିବେ ?

ପ୍ରସଙ୍ଗରୁ ପ୍ରସଙ୍ଗ ଆଗେଇ ଗଲାବେଳେ ଆପଣଙ୍କ ପାଠଯୋଜନା ରେ ନିଶ୍ଚିତ ପରିବର୍ତ୍ତନ ହେବ କାରଣ କ’ଣ ଘଟିବ ସ୍ଥିର କରିପାରିବେ ନାହିଁ। ଗୋଟିଏ ଭଲ ଯୋଜନା ର ଅର୍ଥ ଆପଣ ଜାଣନ୍ତି ଶିକ୍ଷାର୍ଥୀଙ୍କ ଠାରୁ ଆପଣ କ’ଣ ଆଶା କରୁଛନ୍ତି । ତେଣୁ ଶିକ୍ଷାର୍ଥୀମାନେ ପ୍ରକୃତରେ କ’ଣ ଶିଖିଲେ ଜାଣିବା ପାଇଁ ଆପଣ ପ୍ରସ୍ତୁତ ହେବେ ।

ସମ୍ଭଳ 2 :ଆଞ୍ଚଳିକ ସମ୍ବଳର ବ୍ୟବହାର

ପାଠ୍ୟପୁସ୍ତକ ବ୍ଯତୀତ ଅନେକ ଶିକ୍ଷଣ ସାମଗ୍ରୀ ଶିକ୍ଷାଦାନ ସମୟରେ ବ୍ୟବହାର ହୋଇପାରିବ।ଶିକ୍ଷଣ ପାଇଁ ଆପଣ ବିଭିନ୍ନ ଇନ୍ଦ୍ରିୟଗୁଡିକ (ଦେଖିବା,ଶୁଣିବା,ଶୁଙ୍ଗିବା,ଚାଖିବା,ଛୁଇଁବା) ର ଉପଯୋଗର ସୁଯୋଗ ଦେବେ,ତେବେ ଆପଣ ଶିକ୍ଷାର୍ଥୀଙ୍କ ଶିକ୍ଷଣ ର ବିଭିନ୍ନ ଦିଗ ଜାଣିପାରିବେ । ଆପଣଙ୍କ ଚାରିପାଖରେ ଏପରି ଅନେକ ସାମଗ୍ରୀ ଅଛି ଯାହା ଶ୍ରେଣୀ ଗୃହରେ ବ୍ୟବହାର ହୋଇପାରିବ । ଯେକୌଣସି ବିଦ୍ୟାଳୟ ବିନା ମୂଲ୍ଯରେ ବା ସ୍ୱଳ୍ପ ମୂଲ୍ଯରେ ନିଜର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିପାରିବ । ଏପରି କରିବା ଦ୍ଵାରା ଆପଣ ସେମାନଙ୍କ ଜୀବନ ପାଠକୁ ଯୋଡି ପାରିବେ ।

ଆପଣ ଯଦି ଆପଣଙ୍କ ପାରିପାର୍ଶ୍ବକୁ ଦ୍ରୁଷ୍ଟି ଦେବେ ଏପରି ବିଶେଷଜ୍ଞ ମାନଙ୍କୁ ପାଇବେ,ଯେଉଁମାନେ ଅନେକ ପ୍ରସଙ୍ଗ ଉପରେ ତାଙ୍କର ମତାମତ ଦେଇପାରିବେ ।ତା’ଛଡା ନିଜ ଚାରିପାଖରେ ଅନେକ ପ୍ରକୃତିକ ସାମଗ୍ରୀ ଅଛି ଯାହାକୁ ଶ୍ରେଣୀଗୃହ ଓ ସ୍ଥିନୀୟ ଗୋଷ୍ଠୀ ସହ ସମ୍ପର୍କିତ କରିପାରିବେ,ଶିକ୍ଷାର୍ଥୀଙ୍କୁ ତାଙ୍କ ଚାରିପାଖରେ ଅନେକ ପ୍ରକୃତିକ ସାମଗ୍ରୀ ଅଛି ଯାହାକୁ ଶ୍ରେଣୀଗୃହ ଓ ସ୍ଥିନୀୟ ଗୋଷ୍ଠୀ ସହ ସମ୍ପର୍କିତ କରିପାରିବେ,ଶିକ୍ଷାର୍ଥୀ ଙ୍କୁ ତାଙ୍କ ଚାରିପାଖରେ ଥିବା ପରିବେଶ ର ସମୃଦ୍ଧତା ଓ ବିବିଧତା ସହ ପରିଚିତ କରାଇବେ । ମୋଟାମୋଟି ଭାବରେ ଶିକ୍ଷାର୍ଥୀଙ୍କ ସାମଗ୍ରିକ ଶିକ୍ଷଣରେ ସହାୟତା ଦେଇପାରିବେ । ଶିକ୍ଷାର୍ଥୀଙ୍କୁ ଶ୍ରେଣୀଗୃହ ଓ ଶ୍ରେଣୀ ବାହାରେ ଶିକ୍ଷଣ ,ବୋଧହୁଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାହା ସେମାନଙ୍କ ପାଇଁ ଏକ ସାମଗ୍ରିକ ଶିକ୍ଷଣ ପ୍ରଣାଳୀ ।

ଆପଣଙ୍କ ଶ୍ରେଣୀଗୃହରେ କ’ଣ କରିପାରିବେ

ଜନସାଧାରଣ ତାଙ୍କ ଘରକୁ ସଜାଇବାରେ ଅନେକ ପରିଶ୍ରମ କରିଥାଆନ୍ତି । ପରିବେଶରୁ ଶିକ୍ଷାର୍ଥୀମାନେ କଣ ଶିଖିବାର ଅଛି ସେ ସମ୍ପର୍କରେ ଆପଣ ଭାବିବା ଗୁରୁତ୍ୱପୂର୍ଣ୍ଣ । ଆପଣ ଶ୍ରେଣୀଗୃହକୁ ଏପରି ଭାବରେ ସଜାଇବେ ଯାହା ଶିକ୍ଷାର୍ଥୀଙ୍କ ଉପରେ ଅନୁକୂଳ ପ୍ରଭାବ ପକାଇବା ଏବଂ ଆପଣଙ୍କ ଶିକ୍ଷାର୍ଥୀମାନେ ଅତ୍ୟଧିକ ଆଗ୍ରହାନ୍ଵିତ  ହେବେ । ଉଦାହରଣସ୍ୱରୂପ,ଆପଣ

  • ପୁରୁଣା ପତ୍ରିକା ରୁ କାଟି ପୋଷ୍ଟର ତିଆରି କରିପାରିବେ ।
  • ପଢଉଥିବା ପ୍ରସଙ୍ଗ ସମ୍ପର୍କିତ ଅନେକ ବସ୍ତୁ ଓ କଳାକୃତି ସଂଗ୍ରହ କରିପାରିବେ ।
  • ଶିକ୍ଷାର୍ଥୀଙ୍କ କୃତି ପ୍ରଦର୍ଶନ କରିପାରିବେ ।
  • ଶିକ୍ଷାର୍ଥୀ ଙ୍କ କୃତି ପ୍ରଦର୍ଶନ କରିପାରିବେ ।
  • ଶିକ୍ଷାର୍ଥୀଙ୍କୁ କୌତୁହଳୀ ଓ ନୂଆ ଆଗ୍ରହ ସୃଷ୍ଟି ପାଇଁ ଶ୍ରେଣୀର ପ୍ରଦର୍ଶିତ ବସ୍ତୁରେ ପରିବର୍ତ୍ତନ ଆଣିପାରିବେ ।

ବାହାର ପରିବେଶ ର ବ୍ୟବହାର

ଶ୍ରେଣୀ କୋଠରି ବାହାରେ ଏପରି ଅନେକ ସାମଗ୍ରୀ ଅଛି ଯାହାକୁ ପାଠ ସହ ସମ୍ପର୍କିତ କରାଯାଇ ପାରେ ।ଆପଣ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ଚାରିପାଖରେ ଥିବା,ପାତ୍ର,ବୁଢିଆଣୀ,ଗଛ ,ପୋକ,ପଥର ,କାଠ ସଂଗ୍ରହ କରିବାକୁ କହିପାରନ୍ତି ।ସେସବୁକୁ ଶ୍ରେଣୀ ଭିତରେ ପାଠ ସହ ସମ୍ପର୍କିତ କରାଯାଇ ପାରେ। ସେମାନଙ୍କୁ ନେଇ ବିଭିନ୍ନ ଆଲୋଚନା କରାଯାଇ ପରେ । ଯେପରି ସଜୀବ ନିର୍ଜୀବର ଶ୍ରେଣୀ ବିଭାଗ ,ଗଛର ବିଭିନ୍ନ ଅଂଶ ଆଦି ବିଭିନ୍ନ ପାଠରେ ବ୍ୟବହାର କରିପାରିବେ । ଶିକ୍ଷାର୍ଥୀମାନେ ମଧ୍ୟ ବସ ର ନିରଘନତା ତାଲିକା,ବିଜ୍ଞାପନଗୁଡିକ ସଂଗ୍ରହ କରି ଆଣି ପାରିବେ ।ତାକୁ ଉପଯୋଗ କରି ଶବ୍ଦ ର ଚିହ୍ନଟ,ଗୁଣାତ୍ମକ ତୁଳନା ,ଯାହା ସମୟ ଇତ୍ୟାଦି ପଦ୍ଧଯାଇପାରେ ।

ତାହାର ବସ୍ତୁ ଶ୍ରେଣୀଗୃହକୁ ଅଣାଯାଇ ପାରିବ କିନ୍ତୁ ତାହା ଶ୍ରେଣୀଗୃହକୁ ବାହାର ସହ ଯୋଡିବାର ମାଧ୍ୟମ ହେଉଥିବା ।ବାହାରେ ଥିବା କୋଠରି ମଧ୍ୟ ଶିକ୍ଷାର୍ଥୀ ଙ୍କ ଉପଯୋଗୀ ହୋଇପାରିବ ଓ ଶିକ୍ଷାର୍ଥୀମାନେ ସହଜରେ ଦେଖି ପାରୁଥିବେ। ଆପଣ ଶିକ୍ଷାର୍ଥୀଙ୍କୁ ବାହାରକୁ ନେଇ ବିଭିନ୍ନ କାର୍ଯ୍ୟ କରିପାରିବେ ।

  • ବିଭିନ୍ନ ଦୂରତାର ମାପ ଓ ଅନୁମାନ
  • ଗୋଟିଏ ଗୋଳାଇର ମାଝି ରୁ ଚାରିପାଖର ଦୂରତା ସମାନ
  • ଦିନରାତି ଛାୟାର ଦର୍ଘ୍ୟ ମାପ
  • ବିଭିନ୍ନ ଚିହ୍ନ ଏବଂ ନିର୍ଦ୍ଦେଶନାମା ପଢିବା ।
  • ବିଭିନ୍ନ ସାକ୍ଷାତକାର ଓ ସର୍ଭେ କରିବା ।
  • ସୁରଜ୍ୟର କୋଷ ଚିହ୍ନଟ କରିବା
  • ବର୍ଷା ସହ ଫସଲର ସଂପର୍କକୁ ତଦାରଖ କରିବା ।

ବାହାରେ ବାସ୍ତବ ଅନୁଭୂତି ସହ ପାଠକୁ ଯୋଡିଲେ ଶିକ୍ଷଣକୁ ବିଭିନ୍ନ ପ୍ରସଙ୍ଗ ସହ ଯୋଡା ଯାଇପାରେ ।

ଯେତେବେଳେ ଆପଣ ଶିକ୍ଷାର୍ଥୀମାନଙ୍କୁ ବାହାରକୁ ନେବାକୁ ଚାହୁଁଛନ୍ତି ,ପ୍ରଧାନଶିକ୍ଷକ ଙ୍କ ଅନୁମତି ନେବା ପୂର୍ବରୁ ସମସ୍ତ ସୁରକ୍ଷାର ଯୋଜନା କରନ୍ତୁ। ଶିକ୍ଷାର୍ଥୀମାନଙ୍କୁ ନିରାପଦରେ ଯିବାର ନିୟମ ବତାନତୁ । ଆପଣ ଓ ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖିବାକୁ ଚହୁଁଛନ୍ତି ସେ ବିଷୟରେ ସଂପୂର୍ଣ୍ଣ ରୂପେ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।

ସାମଗ୍ରୀକୁ ଉପଯୋଗୀ କରିବା

ଆପଣ ଚାହିଁଲେ ପାଖରେ ଥିବା ସାଧନ ସାମଗ୍ରୀକୁ ଶିକ୍ଷାର୍ଥୀଙ୍କ ପାଇଁ ଅଧିକ ଉପଯୋଗୀ କରିପାରନ୍ତି ।ଏହି ପରିବର୍ତ୍ତନ ଅଳ୍ପ ହୋଇପାରେ ମାତ୍ର ତାହା ଶିକ୍ଷାର୍ଥୀଙ୍କ ଅଧିକ ଦରକାରରେ ଆସିପାରେ ମୁଖ୍ୟତଃ ଯେତେବେଳେ ଆପଣ ସମସ୍ତ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ ସମ୍ପର୍କିତ ମାନେ କରିବେ । ଉଦାହରଣ ସ୍ୱରୂପ ଅନ୍ୟ ରାଜ୍ୟ ରୁ ଆସିଥିବା ଶିକ୍ଷାର୍ଥୀ ଙ୍କ ନାମ,ସ୍ଥାନ ବଦଳାଇ ପାରିବେ । ଏପରି ଭାବରେ ଆପଣ ସାଧନ ସାମଗ୍ରୀ ଗୁଡିକୁ ଅନ୍ତରଦେଶୀୟ କରାଇ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଉପଯୋଗୀ କରାଇ ପାରିବେ ।ଆପଣଙ୍କ ସହକର୍ମୀ ଙ୍କ ସହ କାମ କରିବା ମଧ୍ୟ ଆପଣଙ୍କ ପାଇଁ ସାଧନ ଭାବରେ ବ୍ୟବହାର କରିପାରିବେ । ଆପଣଙ୍କ ସହକର୍ମୀଙ୍କ ସହ କାମ କରିବା  ମଧ୍ୟ ଆପଣଙ୍କ ପାଇଁ ସାଧନ ଭାବରେ ବ୍ୟବହାର କରିପାରିବେ । ଗୋଟିଏ ସହକର୍ମୀର ଗୀତା,ଅନ୍ୟର କଣ୍ଢେଇ ଖେଳ,କଣ୍ଢେଇ ପ୍ରସ୍ତୁତି,ବିଜ୍ଞାନମେଳା ପାଇଁ ପ୍ରସ୍ତୁତିକୁ ଉପଯୋଗ କରାଯାଇପାରେ ।ଆପଣ ଶ୍ରେଣୀରେ ବ୍ୟବହାର କରୁଥିବା ସାଧନଗୁଡିକୁ ସହକର୍ମୀମାନଙ୍କ ସହ ସହଭାଗୀ କରିପାରିବେ।ସମସ୍ତେ ମିଶି ଆପଣଙ୍କ ବିଦ୍ୟାଳୟର ଏକ ଉନ୍ନତ ସାଧନ ସାମଗ୍ରୀ ଥିବା ବିଦ୍ୟାଳୟ ରେ ପରିଣତ କରିପାରିବେ ।

ସମ୍ବଳ 3 : ଚନ୍ଦ୍ର ର ବିଭିନ୍ନ ଆକୃତିକୁ ଲିପିବଦ୍ଧ କରିବା ପାଇଁ ସାରଣୀ

 

ସୋମବାର

ମଙ୍ଗଳବାର

ବୁଧବାର

ଗୁରୁବାର

ଶୁକ୍ରବାର

ଶନିବାର

ରବିବାର

ପ୍ରଥମ ସପ୍ତାହ

 

 

 

 

 

 

 

ଦ୍ଵିତୀୟ ସପ୍ତାହ

 

 

 

 

 

 

 

ତୃତୀୟ ସପ୍ତାହ

 

 

 

 

 

 

 

ଚତୁର୍ଥ ସପ୍ତାହ

 

 

 

 

 

 

 

ପଞ୍ଚମ ସପ୍ତାହ

 

 

 

 

 

 

 

ସମ୍ବଳ 4 :ଚନ୍ଦ୍ର ,ପୃଥିବୀ ଓ ସୂର୍ଯ୍ୟ ତା’ର ସମ୍ପର୍କ

ଚନ୍ଦ୍ର ଗୋଟିଏ ଗୋଲାକାର ପିଣ୍ଡ ଯାହା ସୂର୍ଯ୍ୟ ଦ୍ଵାରା ଆଲୋକିତ ହୋଇଥାଏ । ଏହା ସୂର୍ଯ୍ୟ ଓ ପୃଥିବୀ ସହ କିପରି ସମ୍ପର୍କିତ ଓ ଏହା କିପରି ଗତି କରେ ?

ଆମେ ଜାଣୁ ଯେ :

  • ଚନ୍ଦ୍ର ଦିନ ଓ ରାତି ରେ ବିଭିନ୍ନ ସମୟରେ ଚନ୍ଦ୍ର ଦେଖାଯାଏ ।
  • ଯେଉଁ ସମୟରେ ଚନ୍ଦ୍ର ଦେଖାଯାଏ,ତାର ଆକୃତି ଓ ଆଲୋକିତ ଅଂଶ କୁ ସମ୍ପର୍କିତ କରେ ।
  • ଚନ୍ଦ୍ର ସୂର୍ଯ୍ୟ ଠାରୁ ବହୁତ କମ ଉଜ୍ବଲ ଆଲୋକ ଦିଏ ଓ ଅତିକମ ଟାପ ଦିଏ ।
  • ଚନ୍ଦ୍ର କଳାର ସମସ୍ତ ଅଂଶ ର ପୂର୍ଣ୍ଣତା ପାଇଁ ୨୯.୫ ସୌର ଦିବସ ସମୟ ଲାଗେ ।
  • ପ୍ରତ୍ୟେକ ସୌର ଦିବସର କିଛି ସମୟରେ ଚନ୍ଦ୍ର ର କିଛି ଅଂଶ ଦେଖାଯାଏ ।(ଆକାଶ ଯଦି ବଦଳ ଦ୍ଵାରା ଆଚଡିତ ହୋଇନଥାଏ)
  • ସବୁ ସମୟରେ ଚନ୍ଦ୍ର ର ଗୋଟିଏ ପାଖ ପୃଥିବୀକୁ  ଦେଖାଯାଏ ।
  • ସବୁ ସମୟରେ ଚନ୍ଦ୍ର ସେହି ଏକା ଆକୃତିର ଦେଖାଯାଏ ।
  • ବର୍ଷକୁ ଠାରେ ବା ୨ ଥର ଚନ୍ଦ୍ର  ର ଗ୍ରହଣ ଦେଖାଯାଏ । ତାଠାରୁ ବେଶୀ ନୁହେଁ ।

ଚିତ୍ର-6 : ଆପଣଙ୍କୁ ପୃଥିବୀ ଚାରିପାଖରେ ଚନ୍ଦ୍ର ର ଗତି ସମ୍ବନ୍ଧରେ କିଛି ଧାରଣା ଦେବାରେ ଏହା ସାହାଯ୍ୟ କରିବ । ଏହା ଆମେ କିପରି କକ୍ଷ ପଥରେ ଚନ୍ଦ୍ର ବିଭିନ୍ନ ଅଂଶ କିପରି ଦେଖିପାରୁ ତାହା ଏଠାରେ ଦର୍ଶାଇଛି । ଏହା ମଧ୍ୟ ଚନ୍ଦ୍ର ନିଜର କକ୍ଷ ପଥରେ ଘୂରିବା ବେଳେ ବିଭିନ୍ନ ପରଜ୍ଯୟରେ କିପରି ଦେଖାଯାଏ,ତାହା ମଧ୍ୟ ଏହା ଦର୍ଶାଉଛି । ସେହି ଏକା ଅବସ୍ଥାରେ ପହଞ୍ଚିବା ପାଇଁ ଅର୍ଥାତ ଠାରେ ଘୃରି ଆସିବା ପାଇଁ ଚନ୍ଦ୍ରକୁ 29.5 ଦିନ ଲାଗେ ।

ଚନ୍ଦ୍ର ର ପରଜ୍ଯୟରେ କିପରି ଦେଖାଯାଏ,ତାହା ମଧ୍ୟ ଏହା  ଦର୍ଶାଯାଉଛି । ସେହି ଏକା ଅବସ୍ଥାରେ ପହଞ୍ଚିବା ପାଇଁ ଅର୍ଥାତ ଠାରେ ଘୁରି ଆସିବା ପାଇଁ ଚନ୍ଦ୍ରକୁ 29.5 ଦିନ ଲାଗେ ।

ଚନ୍ଦ୍ର ର ଗୋଟିଏ ପୃଥିବୀକୁ ଦେଖାଯାଉଥାଏ । ଚନ୍ଦ୍ର ନିଜର କକ୍ଷ ପଥରେ ଘୂରିବା ଓ ପୃଥିବୀ ଚାରିପାଖରେ ଘୂରିବା ପାଇଁ ଏକା ସମୟ ନେଇଥାଏ । ଆପଣ ଯେତେବେଳେ ଚନ୍ଦ୍ରକୁ ପୂର୍ଣ୍ଣଭାବରେ ଦେଖନ୍ତି,ପୃଥିବୀର ଚନ୍ଦ୍ର ପାର୍ଶ୍ଵ କୁ ଅଂଶ ସମସ୍ତ ଅଂଶ ର ଲୋକମାନେ ସେହି ପୂର୍ଣ୍ଣ ଚନ୍ଦ୍ରକୁ ଦେଖିଥାଆନ୍ତି । ଏହାକୁ ପୂର୍ଣ୍ଣମୀ କୁହାଯାଏ ।

ଚି.ତ୍ର : ଦକ୍ଷିଣ ଗୋଲାର୍ଦ୍ଧର ଚିତ୍ର ଦର୍ଶାଇବା ପାଇଁ ତୁମକୁ ଏହାର କ୍ରମକୁ ଓଲଟା କରିବାକୁ ହେବ ।

ଆଧାର  :ଟେସ- ଇଣ୍ଡିଆ

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top