ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ପାଠଗୁରୁଙ୍କର ଭୂମିକା ଓ ଦାୟିତ୍ଵ
ସେଆର କରନ୍ତୁ

ପାଠଗୁରୁଙ୍କର ଭୂମିକା ଓ ଦାୟିତ୍ଵ

ପାଠଗୁରୁଙ୍କର ଭୂମିକା ଓ ଦାୟିତ୍ଵ ର ସୂଚନା

ଉପକ୍ରମ

  • ଖାଦ୍ୟ ବିନିମୟରେ ମାନବ ସମ୍ବଳ ବିକାଶ ଯୋଜନାରେ ସ୍ୱାସ୍ଥ୍ୟସେବିକା ପରି ପାଠଗୁରୁଙ୍କ ଭୂମିକା ଓ ଦାୟିତ୍ଵ କିଛି କମ ନୁହେଁ । କାରଣ ପ୍ରତ୍ୟେକ ବିକାଶ ସୋପାନରେ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ ।  ଏଣୁ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଭାଗିତା ସ୍ଵାଧୀନ ଅନୁଚିନ୍ତା , ସର୍ବୋପରି ବିକାଶର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା
  • ପାଠଗୁରୁ ମାନଙ୍କ ମଧ୍ୟରେ ଗ୍ରାମରେ ବୟସ୍କ ବ୍ୟକ୍ତି (45 ବର୍ଷରୁ କମ ) ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ତଥା ଅଧାରୁ ସ୍କୁଲ ଛାଡିଥିବା ପିଲାମାନଙ୍କୁ ସାଧାରଣ ପଢାଲେଖା ଶିକ୍ଷା ଦେବା ଏବଂ 14 ବର୍ଷରୁ କମ ପିଲାମାନଙ୍କୁ ବିଦ୍ୟାଳୟକୁ ଯିବାପାଇଁ ପ୍ରେରଣା ଦେବା ଏହାର ମୂଳ ଲକ୍ଷ୍ୟ ଅଟେ   ।
  • ଉପରୋକ୍ତ ୩ ଶ୍ରେଣୀର ଏକ ପ୍ରାଥମିକ ତଥ୍ୟ ସଂଗ୍ରହ କରି , ଆନିମେଟର ତଥା ଗ୍ରାମବାସୀଙ୍କ ସହଯୋଗରେ ପଢିବାକୁ ଯୋଗ୍ୟ ଓ ଉତ୍ସାହୀ ମାନଙ୍କୁ ବାଛିବା   ।
  • ଗ୍ରାମବାସୀଙ୍କ ସହଯୋଗ ଓ ସହମତି କ୍ରମେ ପଢିବା ସ୍ଥାନ /  ଗୃହ ସମୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବିଷୟ ନିରୂପଣ କରିବା  ।
  • ବୟସ୍କ  ବ୍ୟକ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସ୍କୁଲ ଛାଡିଥିବା ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଖାତା ପ୍ରଭୁତି କରିବା ଏବଂ ପଢାକାର୍ଯ୍ୟ ଆରମ୍ଭ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯଥା ବହି ,ସ୍ଳେଟ , ଖଡି , ଲଣ୍ଠନ ଓ କିରୋସିନୀ ବ୍ୟବହାର ପାଇଁ ଆନିମେଟରଙ୍କୁ ଜଣାଇବା ଏବଂ ଏନ . ଜି. ଓ ସହ ଯୋଗାଯୋଗ କରିବା   ।
  • ଉପରୋକ୍ତ ସାମଗ୍ରୀ ସବୁ ଗ୍ରହଣ କରିବା ପରେ ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା   ।
  • ପାଠପଢା ସମୟରେ ପ୍ରଥନା , ଉପସ୍ଥାନ ନେବା ଏବଂ ଶାନ୍ତି ଶୃଙ୍ଖଳା ତଥା ପଢା ପ୍ରତି କିପରି ସେମାନଙ୍କ ମନରେ ଆଗ୍ରହ ଓ ଉତ୍ସାହ ସର୍ବଦା ଦୃଢ ହୋଇ ରହିବ ସେଥିପ୍ରତି ଧ୍ୟାନ ହେବା   ।
  • ଅଲଗା ଅଲଗା ଶ୍ରେଣୀ ପାଇଁ ପାଠ୍ୟ ଖସଡା ଅନୁଯାୟୀ ପ୍ରତ୍ୟେକ ଦିନ ପଢାଯାଉଥିବା ବିଷୟ  ଗୁଡିକ ଲିପିବଦ୍ଧ କରି ରଖିବା   ।
  • ରାଜ୍ୟ ଜନସଂଖ୍ୟା ସାଧନ କେନ୍ଦ୍ର , ଓଡିଶା , ଭୁବନେଶ୍ଵର ଦ୍ଵାରା ପ୍ରସ୍ତୁତ ଏବଂ ଜାତୀୟ ସ୍ବାକ୍ଷରତା ମିସନ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁସ୍ତକ ................. “ ଆମେ ହେବା ପାଠୋଇ ‘” କିମ୍ବା ସେହିପରି ଅନ୍ୟ ଏକ ପୁସ୍ତକ ଅନୁକରଣ କରାଯାଇପରେ   ।
  • ପ୍ରତ୍ୟେକ ଶ୍ରେଣୀ ପାଇଁ ସାପ୍ତାହିକ ମୌଖିକ ପରୀକ୍ଷା ବା ସପ୍ତାହକୁ ଠାରେ ପଢାଯାଉଥିବା ବିଷୟ ମାନଙ୍କର ପୁନଃ ଆଲୋଚନା କରିବା ଏବଂ ପ୍ରତ୍ୟେକ ମାସରେ ଥରେ ଅଗ୍ରଗତିର ସମୀକ୍ଷା କରିବା   ।
  • ପ୍ରତ୍ୟେକ ମାସରେ ପାଠଗୁରୁ ୨୬ ଦିନ ପଢାଇବେ  , କିନ୍ତୁ କେଉଁ ଚାରି ଦିନ ଛୁଟିରେ ରହିବେ ,  ସେ ପ୍ରତ୍ୟେକ ମାସର ଆରମ୍ଭରେ ସ୍ଥିରକରି ସୁଚାଇ ଦେବେ   ।
  • ଗ୍ରାମରେ ଥିବା ସୂଚନା ଫଳକ , ପ୍ରକଳ୍ପ ସମ୍ବନ୍ଧୀୟ ପୋଷ୍ଟର , ଫାମ୍ଫଲେଟ , ଖବର କାଗଜ , ଗପ ବହି ଇତ୍ୟାଦିର ପଢାଇବା ଅଭ୍ୟାସ କରାଇବେ   ।
  • ସରକାରଙ୍କ ବିଭିନ୍ନ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନ୍ୟାନ୍ୟ ଶିକ୍ଷଣିୟ ଯୋଜନା ସମ୍ବନ୍ଧୀୟ ସୂଚନା ଦେବେ ( ପଢାଇବା ସମୟରେ  )
  • ମାସିକ ସମୀକ୍ଷା ସମୟରେ ସଫଳ ବା କୃତି ଶିକ୍ଷାର୍ଥୀଙ୍କୁ କୌଣସି ସାନ୍ତ୍ଵନା ମୂଳକ ପୁରସ୍କାର ଦିଆଯିବ   ।
  • ମାସ ଶେଷରେ କାର୍ଯ୍ୟରତ ସମସ୍ତ ମହିଳା /ପୁରୁଷଙ୍କୁ କାହାକୁ କେତେ ପରିମାଣର ଚାଉଳ ଦିଆଯିବ ସେଥିପାଇଁ ପ୍ରକ୍ରିୟା ସୁପାରିସ ପ୍ରସ୍ତୁତି କରିବା ତଥା ସ୍ଥାନ ଓ ତାରିଖ , ସମୟ ଧାର୍ଯ୍ୟ କରିବା   ।
  • କାର୍ଯ୍ୟରତ ମହିଳା /ପୁରୁଷଙ୍କ ଅନୁପସ୍ଥିତ , ବିଶେଷ କରି ସ୍ୱାସ୍ଥ୍ୟ ସେବିକା ଓ ପାଠଗୁରୁଙ୍କ କ୍ଷେତ୍ରରେ ତୁରନ୍ତ ନିସ୍ପତି ନେଇ ଆବଶ୍ୟକ ପଦକ୍ଷେପ ନେବା  ।

ସ୍ଵଶିକ୍ଷଣ ପାଇଁ ଅଧିକ ସୁଯୋଗ

  • ଅଧିକ ବ୍ୟକ୍ତିଗତ ଶିକ୍ଷଣ କାର୍ଯ୍ୟର ସୁଯୋଗ
  • ଶିକ୍ଷଣ – କାର୍ଯ୍ୟଭିତ୍ତିକ ପାଠ୍ୟପୁସ୍ତକ ଓ ପଠନ ସାମଗ୍ରୀର ବ୍ୟବହାର
  • ପର୍ଯ୍ୟବେକ୍ଷଣ , ଆବିଷ୍କାର ଓ ପରୀକ୍ଷଣ ଭଳି ସ୍ଵଅଧ୍ୟୟନ ଦକ୍ଷତା ବୃଦ୍ଧିପାଇଁ ସୁଯୋଗ   ।

ପ୍ରତିଭାର ବିକାଶ

  • ପିଲାମାନଙ୍କ ଦ୍ଵାରା ଗପ କହିବା , ଗୀତ ଲେଖିବା , ଚିତ୍ର ଅଙ୍କନ , ମୃତ୍ତି ବା ମଡେଲ ପ୍ରସ୍ତୁତ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ   ।
  • ସମସ୍ୟାର ସମାଧାନର ପନ୍ଥା ଆବିଷ୍କାର ପାଇଁ ପିଲାମାନଙ୍କୁ ସୁଯୋଗ ଦେବା   ।
  • ସମସ୍ୟା ସମାଧାନର ବିକଳ୍ପ ପନ୍ଥା ନିର୍ଣ୍ଣୟ ପାଇଁ ସୁଯୋଗ ସୃଷ୍ଟି କରିବା   ।
  • ପିଲାମାନଙ୍କଦ୍ଵାରା ପ୍ରସ୍ତୁତ ନୂତନ ପଦାର୍ଥ ବା ପ୍ରଣାଳୀକୁ ପ୍ରଦର୍ଶନ କରିବା   ।

ଆତ୍ମବିଶ୍ଵାସ ବୃଦ୍ଧି ପାଇଁ ସୁଯୋଗ

  • ପିଲାମାନଙ୍କୁ ଅଧିକ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରିବା  ।
  • ପିଲାମାନେ ଅଧିକ କହିବା ଓ କାର୍ଯ୍ୟକରିବାର ସୁଯୋଗ ଦେବା   ।
  • ପିଲାମାନଙ୍କୁ ସଫଳ ଦେବା ପାଇଁ ସୁଯୋଗ ଦେବା
  • ପିଲାମାନଙ୍କୁ କାର୍ଯ୍ୟ ପ୍ରଦର୍ଶନ ପାଇଁ ଶ୍ରେଣୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା   ।

ଉତ୍ତମ ସମ୍ପର୍କ ସ୍ଥାପନ

  • ଶିକ୍ଷକ – ଶିକ୍ଷାର୍ଥୀ ମଧ୍ୟରେ ଅଧିକ ମୁକ୍ତ ଓ ସହଯୋଗପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା   ।
  • ଶିକ୍ଷକ – ଅଭିଭାବକମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା   ।
  • ପୁଅ- ଝିଅମାନଙ୍କୁ ମିଳିମିଶି ବସାଇବା ଓ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା   ।

ଗୋଷ୍ଠୀ ସହଯୋଗ

  • ସ୍ଥାନୀୟ କୁଶଳୀ କାରିଗରଙ୍କ ସାହାଯ୍ୟରେ ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା   ।
  • ବହୁଶ୍ରେଣୀ ପରିସ୍ଥିତିରେ ସ୍ଥାନୀୟ ଶିକ୍ଷିତ ଓ ଅଭିଜ୍ଞ ବ୍ୟକ୍ତିଙ୍କ ସହାୟତା  ।
  • ଲୋକକଥା , ଲୋକଗୀତ ଆଦି ଶିଖାଇବାରେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତା   ।

ମୂଲ୍ୟାୟନ

  • ଶ୍ରେଣୀଗୃହର ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟାୟନ କରିବା   ।
  • ମୂଲ୍ୟାୟନ ଫଳାଫଳ ଲିପିବଦ୍ଧ କରିବା ଓ ପିଲାମାନଙ୍କ ମଧ୍ୟରେ ଆଲୋଚନା କରିବା   ।
  • ଫଳାଫଳ ସମ୍ପର୍କରେ ପିତାମାତା / ଅଭିଭାବକଙ୍କ ସହ ଆଲୋଚନା କରିବା ଫଳାଫଳକୁ ବ୍ୟବହାର କରି ଆବଶ୍ୟକ ଉନ୍ନତି ସାଧନ କରିବା  ।

ଅଧିକ କ୍ରିୟାଶୀଳ ହେବାପାଇଁ ସୁଯୋଗ ଦେବା

  • ବିଭିନ୍ନ ପ୍ରକାରର ଶିକ୍ଷଣ କାର୍ଯ୍ୟର ବ୍ୟବହାର କରିବା    ।
  • ଶିକ୍ଷଣ କାର୍ଯ୍ୟକାରୀ ବସିବା ପ୍ରଣାଳୀରେ ପରିବର୍ତ୍ତନ କରିବା   ।
  • ଉନ୍ନତ ଓ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାରରେ ପିଲାମାନଙ୍କୁ ସମ୍ପୃକ୍ତ କରିବା   ।
  • ଶ୍ରେଣୀ ପରିଚାଳନାରେ ପିଲାମାନଙ୍କୁ ଅଧିକ ସମ୍ପୃକ୍ତ କରିବା   ।

ଆଧାର : ପୋର୍ଟାଲ  ଟିମ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top