ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ପ୍ରତ୍ୟେୟ ଚିତ୍ରଣ: ଜଳ
ସେଆର କରନ୍ତୁ

ପ୍ରତ୍ୟେୟ ଚିତ୍ରଣ: ଜଳ

ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତା ଏବଂ ଅଗ୍ରଗତିର ମୂଲ୍ୟାୟନ ପାଇଁ ଆପଣଙ୍କ ଶିକ୍ଷାଦାନରେ ପ୍ରତ୍ୟୟ ଚିତ୍ରଣକୁ କିପରି ବ୍ୟବହାର କରିବେ

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ

ଏକକରେ କ'ଣ ଅଛି

“ମାନସ ମନ୍ଥନ, ଧ୍ୱନି" ଏକକରୁ ଶିକ୍ଷାର୍ଥୀମାନଙ୍କ ପୂର୍ବଜ୍ଞାନ ଏବଂ ଧାରଣାକୁ ଜାଣିବା ପାଇଁ ମାନସମନ୍ଥନ ଏକ ମାଧ୍ୟମ ବୋଲି ଆପଣ ପୂର୍ବରୁ ପଢିସାରିଛନ୍ତି । ଏହି ଏକକରେ ପ୍ରତ୍ୟୟ ଚିତ୍ରଣ ବିଷୟରେ ଆଲୋଚନା କରାଯାଇଛି । ପ୍ରତ୍ୟୟ ଚିତ୍ରଣ ଏକ ଅତ୍ୟନ୍ତ ଭିନ୍ନ ତଥା ପରିପୂରକ କୌଶଳ ଯାହା ଧାରଣାଗୁଡ଼ିକର ସଂଗଠନ ଓ ପ୍ରତ୍ୟୟଗୁଡ଼ିକ ମଧ୍ୟରେ ସମ୍ବନ୍ଧ ସଂପର୍କିତ ଅଟେ । ଯେକୌଣସି ଶବ୍ଦ କିମ୍ବା ବାକ୍ୟାଶ ଯାହାର ବିଜ୍ଞାନ ସମ୍ମତ ଅର୍ଥ ଅଛି, ସେହି ଅର୍ଥରେ ପ୍ରତ୍ୟୟକୁ ବ୍ୟବହାର କରାଯାଏ । ପ୍ରତ୍ୟୟଗୁଡିକ ଗୋଟିଏ ତୀର ଦ୍ଵାରା ସଂଯୋଜିତ ହୋଇଥା’ନ୍ତି ଏବଂ ଶବ୍ଦଗୁଡିକ ଏହି ସଂଯୋଗକୁ ବୁଝାଇଥାଏ । ବାକ୍ୟକୁ କିପରି ପଢାଯିବ ତାହା ତୀରର ଦିଗ ଦର୍ଶାଇଥାଏ । ଚିତ୍ର-୧ ରେ ଗୋଟିଏ ଉଦାହରଣ ଦିଆଯାଇଛି ।

ବିଶେଷତଃ ଦୃଷ୍ଟିଶକ୍ତି ଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଆକର୍ଷଣୀୟ । କିନ୍ତୁ ସମସ୍ତ ଶିକ୍ଷାର୍ଥୀ ଏଗୁଡ଼ିକୁ ବ୍ୟବହାର କରି ପ୍ରତ୍ୟୟ ଚିତ୍ରଣ କରିହେବ । ଯେପରି ସମସ୍ତ ଶିକ୍ଷାର୍ଥୀ ଉପକୃତ ହୋଇପାରିବେ । କାରଣ ଏଗୁଡ଼ିକ କୌଶଳ, ଯାହାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇ ପାରିବ । ଏହି ଏକକର ଲକ୍ଷ୍ୟ ହେଲା- ‘ଜଳ' ପ୍ରସଙ୍ଗ ମାଧ୍ୟମରେ ଆପଣଙ୍କ ବୋଧଗମ୍ୟତାର ବିକାଶ ନିମିତ୍ତ ପ୍ରତ୍ୟୟ ଚିତ୍ରଣକୁ କିପରି ଶିକ୍ଷାଦାନ କୌଶଳ ଓ ମୂଲ୍ୟାୟନର ସାଧନ ରୂପେ ବ୍ୟବହାର କରାଯାଇପାରିବ, ତାହାର ଧାରଣା ଆପଣମାନଙ୍କୁ ପ୍ରଦାନ କରିବା ।

ଏକକରୁ କ'ଣ ଶିଖିବା

  • ଏକ ପ୍ରତ୍ୟୟ ଚିତ୍ରଣ କିପରି କରିବେ ।
  • ଶିକ୍ଷାର୍ଥୀମାନଙ୍କ ସହିତ ପ୍ରତ୍ୟେୟ ଚିତ୍ରଣ କିପରି ଆଲୋଚନା କରିବେ ଯାହା ସେମାନଙ୍କୁ ବିଷୟଟିକୁ ବୁଝିବାରେ ସାହାଯ୍ୟ କରିବ ।
  • ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତା ଏବଂ ଅଗ୍ରଗତିର ମୂଲ୍ୟାୟନ ପାଇଁ ଆପଣଙ୍କ ଶିକ୍ଷାଦାନରେ ପ୍ରତ୍ୟୟ ଚିତ୍ରଣକୁ କିପରି ବ୍ୟବହାର କରିବେ ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଆପଣ ଶିକ୍ଷାଦାନ କରୁଥିବା ଅଧିକାଂଶ ପ୍ରସଙ୍ଗ ବିଷୟରେ ଶିକ୍ଷାର୍ଥୀମାନଙ୍କ କିଛି ଜ୍ଞାନ ଥାଇପାରେ, କିନ୍ତୁ ଶିକ୍ଷାର୍ଥୀମାନଙ୍କ ଚିନ୍ତାଧାରା ଓ ବୋଧଗମ୍ୟତା ଭିନ୍ନ ହେବ ଏବଂ ଏହା ମଧ୍ୟ ବିଜ୍ଞାନ ସମ୍ମତ ହୋଇ ନ ପାରେ । ଜଣେ ଶିକ୍ଷକ ଭାବରେ ଏକ ନୂତନ ପ୍ରସଙ୍ଗ ଆରମ୍ଭରେ ଓ ପ୍ରସଙ୍ଗ ଶିକ୍ଷାଦାନ ଶେଷରେ ଶିକ୍ଷାର୍ଥୀଙ୍କ ଜ୍ଞାନ ଓ ବୋଧଗମ୍ୟତାକୁ ଆକଳନ କରିବା ଆପଣଙ୍କ ଭୂମିକାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଅଟେ।

ପ୍ରତ୍ୟୟ ଚିତ୍ରଣ ଗୁରୁତ୍ଵପୂର୍ଣ୍ଣ କାରଣ:

  • ଏହା କୌଣସି ପ୍ରସଙ୍ଗ ଶିକ୍ଷାଦାନ କରିବା ପୂର୍ବରୁ ଆପଣଙ୍କୁ ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ଓ ବୁଝିଛନ୍ତି ଜାଣିବାରେ ସାହାଯ୍ୟ କରିପାରିବ ଫଳରେ ସେମାନଙ୍କର ଶିକ୍ଷଣ ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି ଆପଣ ଆପଣଙ୍କ ଶିକ୍ଷାଦାନକୁ ଅଧିକ ଯଥାଯଥ କରିପାରିବେ ।
  • ଗଦ୍ୟ ଲେଖିବା ପରିବର୍ତ୍ତେ କଠିନ ଧାରଣାଗୁଡ଼ିକୁ ଅତି ସହଜ ଓ ଶୀଘ୍ର ଭାବରେ ବିନିମୟ କରିବାରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ ଏହା କରିପାରିବ ।
  • ଶିକ୍ଷାର୍ଥୀମାନଙ୍କୁ ନୂତନ ପ୍ରତ୍ୟୟଗୁଡ଼ିକୁ ପୂର୍ବ ସହିତ ସମନ୍ୱିତ କରିବାରେ ଏହା ସାହାଯ୍ୟ କରିପାରିବ ।
  • ଶିକ୍ଷାର୍ଥୀମାନେ ଧାରଣା କିମ୍ବା ଲୋକମାନଙ୍କ ମଧ୍ୟରେ ଥିବା ସଂପର୍କକୁ କିପରି ଦେଖିଛନ୍ତି ତାହା ଦର୍ଶାଇ ପାରିବ । (Whiteand Gunstone, 1992)
  • ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତା କିପରି ବିକଶିତ ହୋଇଛି ଜାଣିବାକୁ ସାହାଯ୍ୟ ପାରିବ ।
  • ଏହାକୁ ଏକ ଶିକ୍ଷାଦାନ ସାଧନ ଏବଂ ପୁନରାବୃତ୍ତି ସହାୟକ ଉପାଦାନ ଭାବେ ବ୍ୟବହାର କରାଯାଇ ପାରିବ ।

ଶିକ୍ଷାର୍ଥୀମାନଙ୍କ ଅଭିବୃଦ୍ଧିକୁ ତଦାରଖ କରିବା ଓ ସେମାନଙ୍କ ଶିକ୍ଷଣକୁ ଅଧିକ ଫଳପ୍ରଦ ଭାବେ ସହାୟତା ଓ ପ୍ରସାରିତ କରିବାକୁଯୋଜନା କରିବା ନିମିତ୍ର ‘ପ୍ରତ୍ୟେୟ ଚିତ୍ରଣ' ଭଳି କୌଶଳ ଆପଣ କାହିଁକି ଆବଶ୍ୟକ କରନ୍ତି ସେ ସଂପର୍କରେ ସମ୍ବଳ-୧ "ଅଭିବୃଦ୍ଧି ଓ କାର୍ଯ୍ୟ ସଂପାଦନ ଆକଳନ କରିବା" ଆପଣଙ୍କୁ ଅନ୍ତର୍ଦ୍ଦିଷ୍ଟି ପ୍ରଦାନ କରେ । ଗୋଟିଏ ପ୍ରତ୍ୟୟ ଚିତ୍ରଣ ପାଇଁ ଆପଣ ଚେଷ୍ଟା କରିବା ପୂର୍ବରୁ ସମ୍ବଳରେ ଥିବା ‘ଗଠନମୂଳକ ଆକଳନ’ବିଭାଗଟିକୁ ପଢନ୍ତୁ । ଯାହା ଫଳରେ ଏହାକୁ ପ୍ରସ୍ତୁତ କରିବାରେ ସନ୍ନିବେଶିତ ଥିବା ଚିନ୍ତନକୁ ଆପଣ ବୁଝିପାରିବେ ।

1ପ୍ରତ୍ୟେୟ ଚିତ୍ରଣଗୁଡ଼ିକୁ ପ୍ରସ୍ତୁତି କରିବା

ବର୍ତ୍ତମାନ ଶିକ୍ଷଣକାର୍ଯ୍ୟ-1 କୁ ଚେଷ୍ଟା କରନ୍ତୁ

ଶିକ୍ଷଣକାର୍ଯ୍ୟ – 1 କୁ ଚେଷ୍ଟା କରନ୍ତୁ

ଆପଣ ଆପଣଙ୍କ ଶିକ୍ଷାଦାନରେ ପ୍ରତ୍ୟେୟ ଚିତ୍ରଣର ବ୍ୟବହାର ସଂପର୍କରେ ଅଧିକଶିଖିବା ପୂର୍ବରୁ, ଆପଣଙ୍କୁ ଏକ ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତି ପ୍ରକ୍ରିୟାର ପ୍ରକୃତିକୁ ବୁଝିବାର ଆବଶ୍ୟକତା ରହିଛି । ସମ୍ବଳ-2 ରେ ସରଳ ପ୍ରତ୍ୟୟ ଚିତ୍ର କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଏକ ସଂପୂର୍ଣ୍ଣ ଉଦାହରଣ ସହିତ ବର୍ଣ୍ଣନା କରାଯାଇଛି । ପ୍ରଥମେ ଏହାକୁ ପଢନ୍ତୁ ଏବଂ ନିମ୍ନ ପ୍ରତ୍ୟେୟଗୁଡିକୁ ବ୍ୟବହାର କରି ଆପଣ ପ୍ରତ୍ୟେୟ ଚିତ୍ରଣ ପ୍ରସ୍ତୁତ କରନ୍ତୁ ।

  • ବର୍ଷା
  • ଜଳ
  • ବାଦଲ
  • ନଦୀ
  • ମୃତ୍ତିକା
  • ସମୁଦ୍ର
  • ସୂର୍ଯ୍ୟ

ବର୍ତ୍ତମାନ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅନ୍ତୁ ।

  • ଏହି ପ୍ରକ୍ରିୟା ବୋଧଗମ୍ୟତା ପ୍ରକାଶରେ କିପରି ସାହାଯ୍ୟ କଲା?
  • ଆପଣଙ୍କ ପ୍ରତ୍ୟେୟ ଚିତ୍ର ବିକାଶ କରିବାରେ ଆପଣଙ୍କୁ କେତେ ସହଜ ଲାଗିଲା?
  • କେଉଁ ସବୁ ଆହ୍ଵାନଗୁଡ଼ିକ ଥିଲା ଓ ଏଗୁଡ଼ିକୁ କିପରି ଆପଣ ଅତିକ୍ରମ କଲେ?

ପ୍ରତ୍ୟେୟ ଚିତ୍ରରେ ବ୍ୟବହୃତ ଶବ୍ଦଗୁଡିକ ମଧ୍ୟରେ ସଂଯୋଗ ସ୍ଥାପନ କରିବା ଉପରେ ଗୁରୁତ୍, ଆପଣଙ୍କ ବୋଧଗମ୍ୟତା ଅନ୍ଵେଷଣରେ ସାହାଯ୍ୟ କରେ । ପ୍ରତ୍ୟେୟ ଚିତ୍ରଗୁଡ଼ିକ ବହୁତ ସରଳ କିମ୍ବା ଜଟିଳ ହୋଇପାରିବ ଓ ଉପର ଭାଗରେ ସାଧାରଣ ପ୍ରତ୍ୟେୟ ଓ ନିମ୍ନଭାଗରେ ଅଧିକ ନିର୍ଦ୍ଦିଷ୍ଟ ପ୍ରତ୍ୟେୟଗୁଡ଼ିକ ସହ ସ୍ତରଭିତ୍ତିକ ପ୍ରକୃତରେ ମଧ୍ୟ ହୋଇପାରିବ । (ଚିତ୍ର-2 ଦେଖନ୍ତୁ)

ଆପଣ ପ୍ରତ୍ୟୟ ଚିତ୍ରଣକୁ ସାଧାରଣ ପ୍ରତ୍ୟୟରୁ ନିର୍ଦ୍ଦିଷ୍ଟ ପ୍ରତ୍ୟୟ ସ୍ତରରେ ନରଖି ମଧ୍ୟ ବ୍ୟବହାର କରିପାରିବେ । ତଳଶ୍ରେଣୀର ଶିକ୍ଷାର୍ଥୀଙ୍କୁ ଶିଖାଇବା ପାଇଁ ଆପଣ ସଂପର୍କିତ ଅଳ୍ପ ଶବ୍ଦକୁ ନେଇ ପ୍ରତ୍ୟୟ ଚିତ୍ରଗୁଡ଼ିକୁ ବ୍ୟବହାର କରିପାରିବେ । ସ୍ତରଭିତ୍ତିକ ଚିତ୍ରଣ ପ୍ରସ୍ତୁତ କରିବା ପାଇଁ ବ୍ୟସ୍ତ ହେବେ ନାହିଁ । ଉଚ୍ଚ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ, ଆପଣ ସ୍ତରଭିତ୍ତିକ ଚିତ୍ରଣ ବ୍ୟବହାର କରିପାରନ୍ତି । କିନ୍ତୁ ମୂଲ୍ୟାୟନ ପାଇଁ ଉପଯୋଗୀ ତଥ୍ୟ ସବୁ ପ୍ରତ୍ୟେୟ ଚିତ୍ରଗୁଡ଼ିକରୁ ମିଳିପାରିବ, ଯାହା ସ୍ତରଭିତ୍ତିକ ନୁହେଁ । ଆପଣ ଶିକ୍ଷାଦାନ ପ୍ରକ୍ରିୟାରେ ପ୍ରତ୍ୟେୟ ଚିତ୍ରଣ ବ୍ୟବହାର କରିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ସେହି ବିଷୟରେ ପରିଚିତ କରାଇବାର ଆବଶ୍ୟକତା ରହିଛି । କିନ୍ତୁ ପ୍ରଥମେ ଆପଣ କିପରି ଏଭଳି ଚିତ୍ରଗୁଡ଼ିକୁ ବ୍ୟାଖ୍ୟା କରିବେ, ସେହି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

2. ପ୍ରତ୍ୟେୟ ଚିତ୍ରଣକୁ ବ୍ୟାଖ୍ୟା କରିବା

ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ବୁଝିଛନ୍ତି ସେହି ବିଷୟରେ ଏକ ପ୍ରତ୍ୟେୟ ଚିତ୍ର ଆପଣଙ୍କୁ ସୂଚିତ କରେ ଯଥା :

  • ଯୋଡ଼ି ପ୍ରତ୍ୟେୟ ମଧ୍ୟରେ ସଂଯୋଗ କରିବା ପାଇଁ ବ୍ୟବହୃତ ଶବ୍ଦ ।
  • ସ୍ପଷ୍ଟ ହୋଇଥିବା ସଂଯୋଗର ସଂଖ୍ୟା (ପ୍ରତ୍ୟେୟକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପଯୁକ୍ତ ସଂଯୋଜିତ ହେବା ଆବଶ୍ୟକ । )
  • ଚିତ୍ରର ଜଟିଳତା ଏବଂ ମାର୍ଜିତ ଚିତ୍ର

ଶିକ୍ଷଣକାର୍ଯ୍ୟ – 2 ପ୍ରତ୍ୟେୟ ଚିତ୍ରଣକୁ ବ୍ୟାଖ୍ୟା କରିବା ।

ଆପଣ ଶିକ୍ଷଣକାର୍ଯ୍ୟ-1 ରେ ପ୍ରସ୍ତୁତ କରିଥିବା ଜଳର ଆଉ ଏକ ପ୍ରତ୍ୟେୟ ଚିତ୍ରଣ ଉଦାହରଣ ସମ୍ବଳ-3ରେ ଦର୍ଶାଯାଇଛି । ଏହି ପ୍ରତ୍ୟେୟ ଚିତ୍ରଣକୁ ସମ୍ବଳ – 2 ରେ ଦିଆଯାଇଥିବା ପ୍ରତ୍ୟେୟ ଚିତ୍ର ସହିତ ତୁଳନା କରନ୍ତୁ । ନିମ୍ନ ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ ।

  • କେଉଁ ପ୍ରତ୍ୟେୟ ଚିତ୍ରରୁ ଅଧିକ ତଥ୍ୟ ଭଲ ଭାବରେ ବୁଝି ହେଉଛି, ବୋଲି ଆପଣ ଭାବୁଛନ୍ତି ?କାରଣ ଦର୍ଶାନ୍ତୁ ।
  • କେଉଁ ପ୍ରତ୍ୟେୟ ଚିତ୍ରରୁ ଅଛି ତଥ୍ୟ ବୁଝି ହେଉଛି ଓ କାହିଁକି ?
  • ପ୍ରତ୍ୟେକ ପ୍ରତ୍ୟେୟ ଚିତ୍ରରୁ କେଉଁ ସବୁ ଭ୍ରାନ୍ତ ଧାରଣା ବିଷୟରେ ଜଣାପଡୁଛି ?

ସମ୍ବଳ-3ରେ ଦର୍ଶାଯାଇଥିବା ପ୍ରତ୍ୟେୟ ଚିତ୍ରଣରୁ ଗୋଟିଏ ଭ୍ରାନ୍ତ ଧାରଣା ବିଷୟରେ ଜଣାପଡୁଛି ଯେ- ଅଣୁଗୁଡିକ ଜଳ ଦ୍ଵାରା ଘେରି ରହିଛି । ଏଥିରୁ ଶିକ୍ଷାର୍ଥୀମାନେ ବିଶ୍ଵାସ କରିବେ ଯେ ଅଣୁଗୁଡିକରୁ ଜଳ ଗଠିତ ନୁହେଁ ବରଂ ସେଗୁଡିକ ଏକ ଅଂଶ । ଇଲେକଟ୍ରନ୍ ଧାରଣାଟିର କେବଳ ଗୋଟିଏ ସଂଯୋଗ ଅଛି, ଯାହା ଶିକ୍ଷାର୍ଥୀମାନେ ଭଲଭାବରେ ବୁଝିନାହାନ୍ତି ବୋଲି ସୂଚାଉଛି । ସରଳ ସଂଯୋଜିତ ଶବ୍ଦ ଏବଂ ଖଣ୍ଡ ବାଜ୍ୟର ବ୍ୟବହାର ମଧ୍ୟ ବିଶ୍ଵାସର ବା ସୂକ୍ଷ୍ମ ବୋଧଗମ୍ୟତାର ଅଭାବକୁ ସୁଚାଉଛି ।

ଟିକିଏ ଚିନ୍ତା କରନ୍ତୁ

  • ଜଣେ ଶିକ୍ଷକ ଭାବରେ ଶିକ୍ଷାଦାନ ଏବଂ ଶିକ୍ଷଣ ଦୃଷ୍ଟିରୁ ଆପଣଙ୍କ ପାଇଁ ଏହାର ପ୍ରୟୋଗାତ୍ମକ 9 ଦିଗଗୁଡିକ କ'ଣ ?
  • ଯେଉଁ ଶିକ୍ଷାର୍ଥୀମାନଙ୍କର କିଛି ଭ୍ରାନ୍ତ ଧାରଣା ଅଛି ବା ଅଧା ବୁଝୁଛନ୍ତି ସେମାନଙ୍କୁ ଆପଣ କିପରିସମର୍ଥନ ଓ ସାହାଯ୍ୟ କରିବେ ?

ଥରେ ଆପଣଙ୍କ ଶିକ୍ଷାର୍ଥୀମାନେ ପ୍ରତ୍ୟେୟ ଚିତ୍ରଗୁଡ଼ିକୁ ପ୍ରସ୍ତୁତ କରିବାରେ ସମର୍ଥ ହୋଇଗଲେ, ଆପଣ ସେଗୁଡିକୁ ସେମାନଙ୍କର ବୋଧଗମ୍ୟତା ଏବଂ ଅଗ୍ରଗତିର ଆକଳନ ପାଇଁ ବ୍ୟବହାର କରିପାରିବେ । ଆପଣ ଶିକ୍ଷାର୍ଥୀମାନଙ୍କୁ ଶିଖାଇବାର ପ୍ରଥମ ସୋପାନହେଉଛି କିପରି ପ୍ରତ୍ୟେୟ ଚିତ୍ର ତିଆରି କରିବା । ଜଣେ ଶିକ୍ଷକ କିପରି ଶିକ୍ଷାଦାନରେ ପ୍ରତ୍ୟେୟ ଚିତ୍ରଣ ବ୍ୟବହାର କରିଥିଲେ ନିମ୍ନୋକ୍ତ ପରିସ୍ଥିତି ଅନୁଧ୍ୟାନ ତାହା ପ୍ରଦର୍ଶିତ କରେ ।

ପରିସ୍ଥିତି ଅନୁଧ୍ୟାନ1: ଶ୍ରୀମତୀ ମହାନ୍ତିଙ୍କ ଦ୍ଵାରା ପ୍ରତ୍ୟେୟ ଚିତ୍ରର ବ୍ୟବହାର

ଶ୍ରୀମତୀ ମହାନ୍ତି ସପ୍ତମ ଶ୍ରେଣୀରେ 'ଜଳ’ ପଢାଇବାକୁ ଯାଉଛନ୍ତି । ସେ ଜଳଚକ୍ର ପଢାଇବା ପୂର୍ବରୁ ପ୍ରତ୍ୟୟ ଚିତ୍ରଣକୁ ବ୍ୟବହାର କରି ତାଙ୍କ ଶିକ୍ଷାର୍ଥୀମାନଙ୍କର ଜଳ ବିଷୟରେ କଣ ଧାରଣା ଅଛି କିପରି ଜାଣିବେ ତାହା ବୁଝାଇଛନ୍ତି ।

ମୋ ଶିକ୍ଷାର୍ଥୀମାନେ ଜଳ ବିଷୟରେ କ'ଣ ଜାଣିଛନ୍ତି ତାହା ମୁଁ ଜାଣିବାକୁ ଚାହିଁଲି । ପୂର୍ବରୁ ମୁଁ ପାଠ୍ୟପୁସ୍ତକର ସେହି ଅଧ୍ୟାୟରେ ଥିବା ପ୍ରମ୍ମୁଖ ଶବ୍ଦଗୁଡିକୁ ଚୟନ କରିଥିଲି । ଶ୍ରେଣୀରେ ମୁଁ ସମସ୍ତେ ଦେଖି ପାରିବା ଭଳି ଗୋଟିଏ ଗ୍ଲାସରେ ଅପରିଷ୍କାର ଜଳ ଓ ଅନ୍ୟ ଏକ ଗ୍ଲାସରେ ପରିଷ୍ଠାର ଜଳ ରଖିଲି । ମୁଁ ଶିକ୍ଷାର୍ଥୀମାନଙ୍କୁ ଅପରିଷ୍କାର ଓ ପରିଷ୍କାର ଜଳ ଦେଖିବା ପରେ ତାଙ୍କ ମନକୁ କଣ ସବୁ ଧାରଣା ଆସୁଛି ବୋଲି ପଚାରିଲି । ମୁଁ କଳାପଟାର ମଝିରେ ଜଳ ଲେଖି ତା ଚାରିପଟେ ଏକ ଗୋଲ କରିଦେଲି । ସେମାନେ ମୋତେ ଯେଉଁ ସବୁ ଧାରଣାଗୁଡିକ କହିଲେ, ମୁଁ ତାକୁ ‘ଜଳ' ଚାରିପଟେ ଲେଖି ଦେଲି । ଯେତେବେଳେ ଆଉ କିଛି ଧାରଣା ସେମାନେ କହିଲେନି, ମୁଁ ପାଠରେ ଥିବା ଦଶଟି ପ୍ରମ୍ମୁଖ ଶବ୍ଦ ତଳେ ଗାର ଟାଣି ଦେଲି । ତା’ପରେ ମୁଁ ଶିକ୍ଷାର୍ଥୀଙ୍କୁ ଯୋଡିରେ ବସାଇଲି ଏବଂ ଦୁଇଟି ଶବ୍ଦ ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ କହିଲି । ମୁଁ ଗୋଟିଏ ଉଦାହରଣ ସେମାନଙ୍କୁ ଦେଲି ।

ବରଫ ତରଳିଲେ ହୁଏ  ଜଳ

ତାପରେ ମୁଁ ସେମାନେ ବୁଝିଲେ କି ନାହିଁ ଜାଣିବା ପାଇଁ ଦୁଇଟି ଶବ୍ଦ ‘ଜଳ’ ଏବଂ ‘ବାମ୍ଫ’ ଦେଇ ମୁଁ ସେମାନଙ୍କୁ ତଦାରଖ କଲି । ତା’ପରେ ମୁଁ ସେମାନଙ୍କୁ ଯୋଡି ହୋଇ କାର୍ଯ୍ୟ କରିବାକୁ ୧୫ ମିନିଟ୍ ସମୟ ଦେଲି । ଶିକ୍ଷାର୍ଥୀଙ୍କୁ ଶବ୍ଦଗୁଡିକ ମଧ୍ୟରେ ଅଧିକ ସଂଖ୍ୟକ ସଂଯୋଗ ସ୍ଥାପନ କରିବାକୁ କହିଲି । ଏହା ଅତ୍ୟନ୍ତ ଆଗ୍ରହୋଦ୍ଦିପକ ଥିଲା । ଶିକ୍ଷାର୍ଥୀମାନେ ବିଭିନ୍ନ ଉପାୟରେ ଦୁଇଟି ଶବ୍ଦଜଳ ପରିଣତ ହୁଏ ବାମ୍ପ ବାମ୍ଫ ଠାରୁ ଭିନ୍ନ ଜଳ

ସେମାନେ ବୁଝିଛନ୍ତି, ଏହା ନିଶ୍ଚିତ ହେବା ପରେ, ମୁଁ ସେମାନଙ୍କୁ ଶବ୍ଦଗୁଡିକ ମଧ୍ୟରେ ଯେତେ ପ୍ରକାର ସଂଯୋଗ ହୋଇପାରେ: ଜଣେ ସହପାଠୀ ସହ ମିଶି କରିବା ପାଇଁ କହିଲି । ତା'ପରେ ଶବ୍ଦଗୁଡିକ ଗୋଟିଏ ଚିତ୍ର ଭାବେ କିପରି ସଂଯୋଜିତ କରାଯାଇ ପାରିବ ।  ମୁଁ ସେମାନଙ୍କୁ ଦେଖାଇଲି ଏବଂ ସେମାନେ ଯୋଡି ହୋଇ ସେମାନଙ୍କର ପ୍ରତ୍ୟୟ ଚିତ୍ରଣଗୁଡ଼ିକୁ ପ୍ରସ୍ତୁତ କଲେ ।

ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି। ଏହି ବିଷୟରେ ଅନେକ ତଥ୍ୟ ପ୍ରତ୍ୟୟ ଚିତ୍ରଣରୁ ମୁଁ ଜାଣିପାରିଲି । ଅଧିକାଂଶ ଶିକ୍ଷାର୍ଥୀଙ୍କର ଜଳର ଅବସ୍ଥା ବିଷୟରେ ଉତ୍ତମ ଧାରଣା, ଥିଲାକିନ୍ତୁ ଅଛି । କେତେ ଜଣଙ୍କର ପ୍ରଦୂଷଣ ଓ ଏହା କିପରି ହୁଏ। ସେ ବିଷୟରେ ମଧ୍ୟ ଧାରଣା ଥିଲା । ତେଣୁ ମୁଁ ଆଗାମୀ ପାଠରେ ଏହି ବିଷୟରେ ଆଲୋଚନା କରିବି ବୋଲି ନିଷ୍ପତି ନେଲି ।

ଟିକିଏ ଚିନ୍ତା କରନ୍ତୁ

ପ୍ରଥମେ ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତ କରିବା କଷ୍ଟକର ଏବଂ ଏହାକୁ କିପରି ପ୍ରସ୍ତୁତ କରିବା ଶିକ୍ଷାର୍ଥୀମାନଙ୍କୁ ସେହି ବିଷୟରେ ଶିଖାଇବାର ଆବଶ୍ୟକତା ରହିଛି । ଶ୍ରୀମତୀ ମହାନ୍ତି ତାଙ୍କ ଶିକ୍ଷାର୍ଥୀମାନଙ୍କୁ ପ୍ରତ୍ୟେୟ ଚିତ୍ର ବୁଝାଇବାରେ କିପରି ସାହାଯ୍ୟ କଲେ?

ଏହି ଏକକର ଶେଷରେ ଥିବା ସମ୍ବଳ-4 ରେ "ପାଠ ଯୋଜନା" ସଂପର୍କିତ କେତେକ ମୂଳ ଧାରଣା ବିଷୟରେ ବୁଝାଯାଇଛି ଯାହା ଆପଣଙ୍କ ଯୋଜନାକୁ ଅଧିକ କେନ୍ଦ୍ରିଭୂତ କରିବାରେ ଆପଣଙ୍କୁ ସାହାଯ୍ୟ କରିବ ।

3. ପ୍ରତ୍ୟେୟ ଚିତ୍ରଣ ବିଷୟରେ ଶିକ୍ଷାଦାନ କରିବା

ଯେ କୌଣସି ନୂଆ ଜିନିଷ ପରି ଶିକ୍ଷାର୍ଥୀମାନେ ‘ପ୍ରତ୍ୟେୟ ଚିତ୍ରଣ କିପରି ପ୍ରସ୍ତୁତ କରିବେ’’। ଏହା ଶିଖିବା ପାଇଁ ସମୟ ଆବଶ୍ୟକ କରନ୍ତି । ପରିବର୍ତ୍ତୀ ପରିସ୍ଥିତି ଅନୁଧ୍ୟାନରେ ଶ୍ରୀମତୀ ସାହୁ ତାଙ୍କ ଶିକ୍ଷାର୍ଥୀମାନଙ୍କୁ ପ୍ରତ୍ୟେୟ ଚିତ୍ରଣ କିପରି ଶିଖାଇଥିଲେ। ସେହି ବିଷୟରେ ଆଲୋଚନା କରିଛନ୍ତି ।

ପରିସ୍ଥିତି ଅନୁଧ୍ୟାନ-2: ଶିକ୍ଷାର୍ଥୀମାନଙ୍କୁ ପ୍ରତ୍ୟେୟ ଚିତ୍ର ବିଷୟରେ ଶିକ୍ଷାଦାନ କରିବା

ମୋର ନାମ ଶ୍ରୀମତୀ ସାହୁ ।ମୁଁ ଜଳର ରସାୟନିକ ପ୍ରକ୍ରିୟା ବିଷୟରେ ଶିକ୍ଷାର୍ଥୀମାନଙ୍କୁ ପଢ଼ାଉଥିବା ବେଳେ ପ୍ରତ୍ୟେୟ ଚିତ୍ରଗୁଡିକୁ ସେମାନଙ୍କ ସହ ବ୍ୟବହାର କରିବାକୁ ଚାହିଁଲି।

ପ୍ରଥମେ ମୁଁ ସେମାନଙ୍କୁ ପ୍ରତ୍ୟେୟ ଚିତ୍ର କିପରି ପ୍ରସ୍ତୁତ କରାଯାଏ ସେହି ବିଷୟରେ ଶିକ୍ଷାଦାନ ଦେବାର ଥିଲା । ତା’ପରେ ମୁଁ ସେମାନଙ୍କୁ ପଢ଼ାଇବାକୁ ଯାଉଥିବା ପ୍ରସଙ୍ଗ ବାହାରର ଏକ ସରଳ ଏବଂ ପରିଚିତ ପ୍ରସଙ୍ଗ ନେଇ ପ୍ରତ୍ୟୟ ଚିତ୍ର କିପରି ବ୍ୟବହାର କରାଯିବ ତା’ର ଏକ ପ୍ରତିରୂପ ଗଠନ କରି ମୁଁ କାର୍ଯ୍ୟ ଆରମ୍ଭ କଲି । ମୁଁ ଏହା କଲି କାରଣ, ସେମାନଙ୍କୁ ପ୍ରସଙ୍ଗ ଅପେକ୍ଷା ପ୍ରତ୍ୟେୟ ଚିତ୍ରଣ ପ୍ରକ୍ରିୟା ଉପରେ ଅଧିକ ଗୁରୁତ୍ଵ ଦେବାକୁ ମୁଁ ଚାହିଁଲି । ମୁଁ ‘‘ଦେଶ’ ପ୍ରସଙ୍ଗଟିକୁ ଚୟନ କଲି । ଆମ ମନକୁ ଯାହା ସବୁ ଧାରଣା ଆସିଲା, ଆମେ ସେଗୁଡିକ ଉପରେ ମାନସ ମନ୍ଥନ କଲୁ । ମୁଁ ଏହି ପ୍ରକ୍ରିୟାକୁ ସରଳ କରିବା ପାଇଁ ଛଅଟି କୈନ୍ଦ୍ରିକ ଶବ୍ଦ (ଦେଶ, ସମୁଦ୍ର, ଭୂମି, ରାଜ୍ୟ, ମହାଦେଶ ଏବଂ ସୀମା) ଚୟନ କଲି । ମୁଁ ଗୋଟିଏ ବଡ କାଗଜଖଣ୍ଡ ମାନଙ୍କରେ ଏହି ଶବ୍ଦଗୁଡିକୁ ଲେଖି ଦେଲି ଯେପରି ସେମାନେ ସମସ୍ତେ ଏହାକୁ ଦେଖିପାରିବେ । ମୁଁ ସେମାନଙ୍କୁ ପ୍ରକ୍ରିୟା ବିଷୟରେ ବୁଝାଇଲି ଏବଂ ସୋପାନ ଅନୁଯାୟୀ କଳାପଟାରେ ପ୍ରତ୍ୟେୟ ଚିତ୍ରକୁ ଗଠନ କରିବାରେ ସେମାନଙ୍କୁ ଆଗେଇ ନେଲି । ଏହି କାର୍ଯ୍ୟରେ ସାମିଲ କରିବାକୁ ମୁଁ ସେମାନଙ୍କୁ ମଝିରେ ମଝିରେ ପ୍ରଶ୍ନମାନ ପଚାରୁଥିଲି - ଉଦାହରଣ ‘ ରାଜ୍ୟ ଏବଂ ଦେଶଗୁଡିକ କିପରି ସଂଯୋଜିତ ହୋଇଛନ୍ତି''' ?

ଥରେ ମୁଁ ସେମାନଙ୍କୁ ଦେଖାଇଲା ପରେ, ସେମାନଙ୍କୁ ନିଜ ପାଇଁ ଗୋଟିଏ ଗଠନ କରିବାକୁ ସୁଯୋଗ ଦେଲି । ଏଥିର ପ୍ରସଙ୍ଗ ଥିଲା “ଜୀବଜଗତ”। ପୁଣି ଥରେ, ଆମ ମନକୁ ଯେଉଁ ସବୁ ଧାରଣା ଆସିଲା ତା’ର ମାନସ ଚିନ୍ତନ କଲୁ । ମୁଁ କଳାପଟାରେ ନଅଟି ପ୍ରମ୍ମୁଖ ଶବ୍ଦର ଚାରିପଟେ ଗୋଲ କଲି, ‘ଜୀବଜଗତ, ପ୍ରାଣୀ, ଉଦ୍ଭିଦ, ଗାଈ, ବୃକ୍ଷ, ଘାସ, ବାୟୁ ଏବଂ ମନୁଷ୍ୟ ।‘ସେମାନେ ନିଜର ପ୍ରତ୍ୟେୟ ଚିତ୍ରଣ କଲେ । ମୁଁ ଚାରିକଡେ ବୁଲିଲି ଓ ସେମାନଙ୍କୁ ଉତ୍ସାହିତ କଲି ଏବଂ ଯୋଡି ଶବ୍ଦକୁ ସଂଯୋଗ କରିବାରେ ସାହାଯ୍ୟ କଲି । ସେମାନେ ଯେତେବେଳେ କାର୍ଯ୍ୟଟିକୁ ଶେଷ କଲେ, ନିଜର ପ୍ରତ୍ୟେୟ ଚିତ୍ରକୁ ଜଣେ ସାଙ୍ଗ ସହ ତୁଳନା କଲେ ।

ଟିକିଏ ଚିନ୍ତା କରନ୍ତୁ

ନିଜର ଶିକ୍ଷାର୍ଥୀମାନଙ୍କୁ ପ୍ରତ୍ୟେୟ ଚିତ୍ର ବିଷୟରେ ପଢାଇବା ପାଇଁ ଶ୍ରୀମତୀ ସାହୁ କେଉଁ ସବୁ ପ୍ରସ୍ତୁତି କରିଥିଲେ ?

ଶିକ୍ଷଣକାର୍ଯ୍ୟ-4 କରିବା ପୂର୍ବରୁ, ଏକ ପ୍ରତ୍ୟେୟ ଚିତ୍ର କିପରି ପ୍ରସ୍ତୁତ କରିବାକୁ ହେବ, ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସେ ସଂପର୍କରେ ଶିକ୍ଷାଦାନ କରିବାକୁ ଆପଣ ଆବଶ୍ୟକ କରିବେ ।

ଶିକ୍ଷାର୍ଥୀମାନେ ପରିଚିତ ଥିବା ଏକ ପାଠ ଚୟନ କରନ୍ତୁ କିନ୍ତୁ ଏହା ବିଷୟରେ ସେମାନେ ନିକଟ ଭବିଷ୍ୟତରେ ପଢିବାର ଆବଶ୍ୟକତା ନ ଥାଇପାରେ । ଆପଣ ପଢାଉଥିବା ପାଠ ସହିତ ଏହା ସଂପର୍କିତ ହେବାର ଆବଶ୍ୟକ ନାହିଁ । ସଂପୂର୍ଣ୍ଣ ଏକ ପାଠକୁ ନେଇ ପ୍ରତ୍ୟେୟ ଚିତ୍ରଗୁଡ଼ିକୁ ପ୍ରସ୍ତୁତ କରିବା କିମ୍ବା ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତାକୁ ଆକଳନ କରିବା ପରିବର୍ତ୍ତେ ସେମାନେ ପ୍ରତ୍ୟେୟ ଚିତ୍ରଗୁଡ଼ିକର କୌଶଳ ଓ ପ୍ରକୃତି ବୁଝିବା ଏହାର ଉଦ୍ଦେଶ୍ୟ ଅଟେ ।

ଶିକ୍ଷଣକାର୍ଯ୍ୟ – 3 ଶିକ୍ଷାର୍ଥୀମାନଙ୍କୁ ପ୍ରତ୍ୟେୟ ଚିତ୍ରଣ ପରିଚିତ କରାଇବା

ପ୍ରଥମେ ଶିକ୍ଷଣକାର୍ଯ୍ୟଟିକୁ ଯୋଜନା କରନ୍ତୁ । ପାଠ ଯୋଜନା ପାଇଁ ନିମ୍ନୋକ୍ତ ସମସ୍ତ ସୋପାନଗୁଡିକୁ ଆପଣ ଅନୁସରଣ କରିପାରନ୍ତି କିମ୍ବା ଆପଣ ଚାହିଁଲେ ମଧ୍ୟ ପରିବର୍ତ୍ତନ କରିପାରନ୍ତି ।

1. ଶିକ୍ଷାର୍ଥୀମାନଙ୍କ ସମ୍ମୁଖରେ ଟେବୁଲ ଉପରେ ଏକ ପାଣି ଗ୍ଲାସ ରଖନ୍ତୁ । ‘ପ୍ରତ୍ୟେୟ ଚିତ୍ର’କିପରି ଗଠିତ କରିବାକୁ ହୁଏ ସେହି ବିଷୟରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି ବୋଲି ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ବୁଝାଇ ଦିଅନ୍ତୁ ।

2. କଳାପଟାର ମଝିରେ ଜଳ ଲେଖି ତା ଚାରିପଟେ ଗୋଲ କରନ୍ତୁ । ସେମାନଙ୍କ ମନକୁ କ'ଣ ସବୁ ଧାରଣା ଆସୁଛି ଆପଣଙ୍କୁ କହିବା ପାଇଁ କୁହନ୍ତୁ । ସେମାନଙ୍କ ଚିନ୍ତନକୁ ତ୍ୱରାନ୍ୱିତ କରିବା ପାଇଁ କେତେକ ପ୍ରଶ୍ନ ପଚାରନ୍ତୁ, ଯେପରି

  • ଜଳ ଦେଖିବାକୁ କିପରି ?
  • ଜଳକୁ ଛୁଇଁଲେ କିପରି ଲାଗେ ?
  • ଜଳକୁ ଚାଖିବାକୁ କିପରି ଲାଗେ ?
  • ଜଳର ବାସ୍ନା କିପରି ?
  • ଜଳର ବ୍ୟବହାରଗୁଡ଼ିକ କ’ଣ ?
  • ଜଳର ଉତ୍ସଗୁଡ଼ିକ କ’ଣ ?
  • ଜଳର ପ୍ରକୃତି କ’ଣ ?

3. ବର୍ତ୍ତମାନ ସଂଯୋଜିତ ହୋଇଥିବା ପାଞ୍ଚରୁ ଦଶ ଧାରଣାକୁ ଚୟନ କରନ୍ତୁ । ଉଦାହରଣ – ଜଳ, ତରଳ, ବର୍ଷା, ନଦୀ, ସମୁଦ୍ର, ବରଫ ଏବ° ବାଦଳା ।

4. ଶିକ୍ଷାର୍ଥୀମାନଙ୍କୁ ଗୋଟିଏ ଅନ୍ୟ ସହ ସଂଯୋଜିତ ହୋଇଥିବା ଶବ୍ଦ ବାଛିବାକୁ କୁହନ୍ତୁ । ସେହି ଦୁଇଟି ଶବ୍ଦକୁ କଳାପଟାରେ ଲେଖନ୍ତୁ । ଶବ୍ଦ ଦୁଇଟି ମଧ୍ୟରେ କିଛି ସ୍ଥାନ ଛାଡନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଏହି ଦୁଇଟି ଶବ୍ଦ କିପରି ସଂଯୋଜିତ ହୋଇପାରେପଚାରନ୍ତୁ । ବିଭିନ୍ନ ପ୍ରକାର ଉପାୟମାନ ରହିଛି ଏବଂ ଏଥିରେ କୌଣସି ଠିକ୍ ଉତ୍ତର ନାହିଁ ବୋଲି ଗୁରୁତ୍ୱ ଦେଇ ସୂଚିତ କରନ୍ତୁ ।

5. ଅନ୍ୟ ଯୋଡ଼ି ଶବ୍ଦଗୁଡିକ ମଧ୍ୟରେ ସଂଯୋଗ କରିବାକୁ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ ।

6. ଶିକ୍ଷାର୍ଥୀମାନେ ଏହି କାର୍ଯ୍ୟଟିକୁ କରିବା ସମୟରେ, ଆପଣ ପ୍ରତ୍ୟେୟ ଚିତ୍ରର ଆଧାର ଭାବେ ପ୍ରତ୍ୟେୟ ଶବ୍ଦଗୁଡିକୁକଳାପଟାରେ ଲେଖନ୍ତୁ ।

ଶିକ୍ଷାର୍ଥୀମାନଙ୍କୁ ତୀର ମାଧ୍ୟମରେ କିପରି ଯୋଡ଼ି ପ୍ରତ୍ୟେୟ ଶବ୍ଦଗୁଡିକୁ ସଂଯୋଜିତ କରାଯାଇପାରିବ ଦେଖାନ୍ତୁ ଏବଂ ସେଗୁଡ଼ିକୁ ଏକ ପ୍ରତ୍ୟେୟ ଚିତ୍ରରେ ପ୍ରସ୍ତୁତ କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଯୋଡି ପ୍ରତ୍ୟେୟ ଶବ୍ଦ ମଧ୍ୟରେ ସମ୍ଭାବ୍ୟ ସଂଯୋଗ କରିବାକୁ କୁହନ୍ତୁ । ପ୍ରତ୍ୟେୟ ଚିତ୍ରକୁ ସଂପୂର୍ଣ୍ଣ କରିବା ପାଇଁ ଗାର ଏବଂ ତୀର ଦେଇ ସଂଯୋଜିତ ଶବ୍ଦଗୁଡ଼ିକୁ କଳାପଟାରେ ଲେଖନ୍ତୁ ।

ପରବର୍ତ୍ତୀ ସ୍ତରରେ ବ୍ୟକ୍ତିଗତ ଭାବରେ ଶିକ୍ଷାର୍ଥୀମାନଙ୍କୁ ନିଜେ ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତ କରିବାକୁ ସୁଯୋଗ ଦିଅନ୍ତୁ । ଆପଣ କୌଣସି ପ୍ରସଙ୍ଗକୁ ବ୍ୟବହାର କରିପାରନ୍ତି କିମ୍ବା ଏହି ଶବ୍ଦଗୁଡିକୁ ବ୍ୟବହାର କରିପାରନ୍ତି । ତରଳ, କଠିନ, ଗ୍ୟାସୀୟ, ବରଫ , ଜଳ, ଜଳୀୟବାଷ୍ପ, ବାୟୁ

ସଫା କରିବା, ସାବୁନ, ତଉଲିଆ, ଶୁଖାଇବା, କପଡା, ହାତ, ଜଳ

  • ଆପଣ ଏହି ଶିକ୍ଷଣକାର୍ଯ୍ୟଟିକୁ କରିବା ସମୟରେ ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତରଗୁଡିକୁ ଲେଖି ରଖନ୍ତୁ ।
  • ଆପଣଙ୍କ ଶିକ୍ଷାର୍ଥୀମାନେ ପ୍ରତ୍ୟେୟ ଚିତ୍ର କାର୍ଯ୍ୟଟି ପ୍ରତି କିଭଳି ପ୍ରତିକ୍ରିୟା ପ୍ରକାଶ କଲେ ? ଯଦି ଆପଣ ଏହି ଶିକ୍ଷଣକାର୍ଯ୍ୟଟିକୁ ଆଉ ଥରେ କଲେ, ତେବେ ଏହାର ଉନ୍ନତି ପାଇଁ ଆପଣ ଅଲଗା କଣ କରିବେ ?
  • କେତେକ ଶିକ୍ଷାର୍ଥୀଙ୍କୁ ଏହି କାର୍ଯ୍ୟଟିକୁ ବୁଝିବା ପାଇଁ ଅନ୍ୟ ଶିକ୍ଷାର୍ଥୀଙ୍କ ଠାରୁ କଷ୍ଟ ଲାଗିଲା କି ?
  • କଷ୍ଟ ଅନୁଭବ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଆପଣ କିପରି ସାହାଯ୍ୟ କଲେ ?

ଟିକିଏ ଚିନ୍ତା କରନ୍ତୁ

ଆପଣ ପ୍ରତ୍ୟେୟ ଚିତ୍ରଗୁଡ଼ିକୁ ଛୋଟ ଶିକ୍ଷାର୍ଥୀଙ୍କ କ୍ଷେତ୍ରରେ କିପରି ବ୍ୟବହାର କରିପାରିବେ ? ଯେଉଁଶିକ୍ଷାର୍ଥୀମାନେ ପ୍ରତ୍ୟେୟ ଚିତ୍ରଗୁଡ଼ିକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ କିପରି ସହାୟତା କରିପାରିବେ ?

ସମସ୍ତ ଶିକ୍ଷାର୍ଥୀଙ୍କୁ ସହାୟତା

ଏଠାରେ କେତେକ ଉପାୟ ବିଷୟରେ କୁହାଯାଇଛି, ଆପଣ ଏସବୁ ବିଷୟରେ ବିଚାର କରିପାରନ୍ତି:

  • ଗୋଟିଏ ଶ୍ରେଣୀ ବା ଛୋଟ ଦଳ ଭାବରେ କନିଷ୍ଠ ଶିକ୍ଷାର୍ଥୀ ଓ ଯେଉଁ ଶିକ୍ଷାର୍ଥୀମାନେ ସହାୟତା ଆବଶ୍ୟକ କରନ୍ତି ସେମାନଙ୍କ ସହିତ ଆପଣ ଏକତ୍ର କରି ଏକ ସରଳ ପ୍ରତ୍ୟେୟ ଚିତ୍ର ଉପସ୍ଥାପନ କରିପାରିବେ । ଆପଣ ଶବ୍ଦ ବଦଳରେ ଚିତ୍ର ମଧ୍ୟ ନେଇପାରନ୍ତି କିମ୍ବା ଶିକ୍ଷାର୍ଥୀମାନଙ୍କୁ ଏହି ଚିତ୍ରଗୁଡିକୁ ପ୍ରତ୍ୟେୟ ଚିତ୍ରରେ ଲଗାଇବାକୁ କହିପାରନ୍ତି । (ଚିତ୍ର-୩)
  • ଯଦି ଆପଣ ବଡ ଶିକ୍ଷାର୍ଥୀମାନଙ୍କୁ ପଢାଉଛନ୍ତି, ତେବେ ସେମାନଙ୍କୁ ପ୍ରତ୍ୟେୟ ଚିତ୍ରଣକୁ ଆଉ ଥରେ ଦେଖିବାକୁ ଉତ୍ସାହିତ କରନ୍ତୁ ଏବଂ ପାଠଟିରେ ସେମାନଙ୍କ ଶିକ୍ଷଣ ଯେତେ ଆଗେଇବ। ଅଧିକ ଧାରଣା ମାନ ଯୋଡିନ୍ତୁ । ପ୍ରତ୍ୟେକ ଥର ଅଲଗା ଏକ ରଙ୍ଗ କଲମ ବ୍ୟବହାର କରିବା ଫଳରେ ଆପଣ ଶିକ୍ଷାର୍ଥୀମାନଙ୍କୁ ନୂଆ ଧାରଣା ଯୋଡ଼ିବାକୁ ଚିହ୍ନିତ କରିବାର ସୁଯୋଗ ପାଇଦେବ ।
  • ବଡ ଶିକ୍ଷାର୍ଥୀମାନେ ପ୍ରତ୍ୟେୟ ଚିତ୍ର ବ୍ୟବହାର କରି ଯୋଜନା କରିବା ଓ ସେମାନଙ୍କ ଧାରଣାଗୁଡ଼ିକୁ ଚିହ୍ନଟ ଓ ସ୍ଵାଧୀନଭାବେ ବିକାଶ କରିବାକୁ ଉତ୍ସାହିତ ହେବା ଉଚିତ୍ । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ପଢୁଥିବା ସମୟରେ ସେମାନଙ୍କ ଧାରଣାଗୁଡିକ କିପରି ବିକଶିତ ହେଉଛି ସେଗୁଡିକୁ ଚିହ୍ନଟ କରିବା ପାଇଁ ସେମାନଙ୍କୁ ସୁଯୋଗ ମାନ ଦିଆଯିବା ଉଚିତ୍ । ନିଜର ଜ୍ଞାନଗତ ଦୁର୍ବଳତାର ପରିସର ଚିହ୍ନଟ ଓ ପରିବର୍ତ୍ତୀ ସମୟରେ କାହା ଉପରେ ଧାନ ଦେବାକୁ ହେବ ବିଚାର କରିବା ନିମିତ୍ତ ସେମାନେ ପ୍ରତ୍ୟେୟ ଚିତ୍ର ବ୍ୟବହାର କରିପାରିବେ ।

4 ଶିକ୍ଷଣ ଅଭିବୃଦ୍ଧି ପାଇଁ ପ୍ରତ୍ୟେୟ ଚିତ୍ରଣ ବ୍ୟବହାର କରିବା

ପ୍ରତ୍ୟେୟ ଚିତ୍ରଣ, ଆଲୋଚନା ଏବଂ ତର୍କ ମାଧ୍ୟମରେ ଶିକ୍ଷଣକୁ ପ୍ରୋତ୍ସାହିତ କରିପାରିବ । ଏହା ଏକ ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟ ଯେଉଁଥିରେ ଏକମାତ୍ର ଠିକ୍ ଉତ୍ତର ନଥାଏ । ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତି ପାଇଁ ଯଦି ଆପଣ ଦୁଇରୁ ପାଞ୍ଚଜଣିଆ ଦଳରେ ଶିକ୍ଷାର୍ଥୀମାନଙ୍କୁ ନେଇ ଦଳରେ କାମ କରନ୍ତି, ସେମାନେ ସଂଯୋଗ ସ୍ଥାପନ କରିବା ସମୟରେ ଆପଣ ସେମାନଙ୍କ କଥାକୁ ଶୁଣିପାରିବେ । ଏହା ଆପଣଙ୍କୁ ସେମାନଙ୍କ ବୋଧଗମ୍ୟତା ବିଷୟରେ କେବଳ ତଥ୍ୟ ପ୍ରଦାନ କରିବ ନାହିଁ, ଏଥିସହିତ କେଉଁ ସ୍ଥାନରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ମଧ୍ୟ ଜାଣିବାରେ ସାହାଯ୍ୟ କରିବ, ଫଳରେ ଆପଣ ଶିକ୍ଷାଦାନର ଯୋଜନା କରିପାରିବେ । ଆପଣ ଦଳଗତ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବା ସମୟରେ ଯେଉଁମାନେ ବୁଝିବାରେ ଅତିରିକ୍ତ ସହାୟତା ଆବଶ୍ୟକ କରନ୍ତି, ଆପଣ ସେମାନଙ୍କୁ ବୁଝିବାରେ ଦେଇପାରିବେ । ଏପରିକି ଯଦି ଶିକ୍ଷାର୍ଥୀମାନଙ୍କୁ ଅନ୍ୟ ଦଳଗୁଡ଼ିକର ପ୍ରତ୍ୟେୟ ଚିତ୍ରକୁ ଦେଖି ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଏ, ସେମାନେ ଅଧିକ ଶିଖି ପାରିବେ । ପ୍ରତ୍ୟେୟ ଚିତ୍ରଣ ଏକ ଶିକ୍ଷାର୍ଥୀ କୈନ୍ଦ୍ରିକ କାର୍ଯ୍ୟ ଯାହା ବ୍ୟକ୍ତିଗତଭାବେ ସମସ୍ତଙ୍କୁ ସହଜରେ ବାନ୍ଧିଥାଏ ।

ଟିକିଏ ଚିନ୍ତା କରନ୍ତୁ

ଜଣେ ଶିକ୍ଷକ ଭାବରେ ପ୍ରତ୍ୟେୟ ଚିତ୍ରକୁ ଏହିଭଳି ବ୍ୟବହାର କରିବା ଫଳରେ ଆପଣଙ୍କ ଭୂମିକା ଉପରେ ଏହା କିପରି ପ୍ରଭାବ ପକାଉଛି ?

ଆପଣଙ୍କ ଶିକ୍ଷାଦାନରେ ପ୍ରତ୍ୟେୟ ଚିତ୍ରର ବିଭିନ୍ନ ଉପାୟଗୁଡ଼ିକୁ ଆପଣ ବ୍ୟବହାର କରିପାରିବେ । ଉଦାହରଣ – ଆପଣ ଶିକ୍ଷାର୍ଥୀମାନଙ୍କୁ ଖାଲି ସ୍ଥାନ ରଖି ଏକ ପ୍ରତ୍ୟେୟ ଚିତ୍ର ଦେଇପାରିବେ ଏବଂ ଶିକ୍ଷାର୍ଥୀମାନଙ୍କୁ ଶୂନ୍ୟସ୍ଥାନ ପୂରଣ କରିବାକୁ କହିପାରନ୍ତି । ସେହିପରି ଆପଣ ସେମାନଙ୍କୁ ଏକ ପ୍ରତ୍ୟେୟ ଚିତ୍ର ଦେଇପାରିବେ ଏବଂ ସଂଯୋଜିତ ଶବ୍ଦକୁ ନେଇ ସଂପୂର୍ଣ୍ଣ କରିବାକୁ କହିପାରନ୍ତି । ସମ୍ବଳ ୫ରେ, ଅଧିକ ଉଦାହାରଣ ଏବଂ ପ୍ରତ୍ୟେୟ ଚିତ୍ରଗୁଡ଼ିକୁ ବ୍ୟବହାର କରିବାର ଉପାୟ ସବୁ ବିଶଦ ଭାବରେ ଦିଆଯାଇଛି ।

ଟିକିଏ ଚିନ୍ତା କରନ୍ତୁ

ଆପଣ ପ୍ରତ୍ୟେୟ ଚିତ୍ରଗୁଡ଼ିକର ଅନ୍ୟ ଉପାୟରେ ବ୍ୟବହାର ବିଷୟରେ, ଚିନ୍ତା କରିପାରିବେ କି ?

କାର୍ଯ୍ୟ କରିବାର ବିବିଧ ଉପାୟମାନ ଶିକ୍ଷାର୍ଥୀମାନଙ୍କ ପାଇଁ ଏକତ୍ର କଥା ହେବାରେ ସୁଯୋଗ ପ୍ରଦାନ କରେ । ଫଳରେ ସେମାନେ ସେମାନଙ୍କ ଚିନ୍ତାଧାରାର ବିନିମୟ କରନ୍ତି । ଏହା ସେମାନଙ୍କ ବୋଧଗମ୍ୟତା ଓ ଆତ୍ମବିଶ୍ଵାସକୁ ସୃଷ୍ଟି କରେ । ଜଣେ ଶିକ୍ଷକ ଭାବରେ ଆପଣ ସେମାନଙ୍କ ପାଇଁ ଜ୍ଞାନଦାତା ହେବା ପରିବର୍ତ୍ତେ ଜଣେ ମାର୍ଗଦର୍ଶକ ଓ ସହାୟକ ହୋଇପାରିବ ।

ପରିସ୍ଥିତି ଅନୁଧ୍ୟାନ-3 : ଶିକ୍ଷଣକୁ ପ୍ରୋତ୍ସାହିତ କରିବା

ଏହି ପରିସ୍ଥିତି ଅନୁଧ୍ୟାନରେ ଶ୍ରୀମତୀ ଦାସ ଷଷ୍ଠ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ଦ୍ରବଣୀୟତା ବିଷୟରେ ପ୍ରତ୍ୟେୟ ଚିତ୍ର ବ୍ୟବହାର କରି ଶିକ୍ଷାଦାନ କରୁଥିବା କଥା ବର୍ଣ୍ଣନା କରାଯାଇଛି ।

ମୁଁ ମୋ ପାଠଗୁଡ଼ିକରେ ବହୁତ ପ୍ରତ୍ୟେୟ ଚିତ୍ର ବ୍ୟବହାର କରେ । ମୋ ଶିକ୍ଷାର୍ଥୀମାନେ ଏଥି ସହିତ ଅଭ୍ୟସ୍ତ ଏବଂ ଏହାକୁ ବ୍ୟବହାର କରିବାରେ ଆନନ୍ଦ ପାଆନ୍ତି । ମୁଁ ଦ୍ରବଣୀୟତା ବିଷୟରେ ପଢାଉଥିଲି । ବିଭିନ୍ନ ପଦାର୍ଥର ଜଳରେ ଦ୍ରବଣୀୟତା ଏବଂ କିପରି ତାପମାତ୍ରା ପଦାର୍ଥର କେତେ ପରିମାଣରେ ଦ୍ରବୀଭୂତ ହେବାକୁ ପ୍ରଭାବିତ କରୁଛି ଶିକ୍ଷାର୍ଥୀମାନେ ସେହି ବିଷୟରେ ଅନୁସନ୍ଧାନ କରି ଆସୁଛନ୍ତି । କେତେକ ଶିକ୍ଷାର୍ଥୀଙ୍କୁ ଏହି ପାଠ କଷ୍ଟ ଲାଗୁଥିଲା, କାରଣ ଏଥିରେ ଥିବା ଅନେକ ଶବ୍ଦ ଓ ଧାରଣା ସେମାନଙ୍କୁ ଭ୍ରମିତ କରିଦେଉଥିଲା । ଏହି ପ୍ରସଙ୍ଗରେ ଥିବା କୈନ୍ଦ୍ରିକ ଧାରଣାଗୁଡ଼ିକର ପୁନର୍ବଳନ ନିମିତ୍ତ ସାହାଯ୍ୟ କରିବାକୁ ମୁଁ ପ୍ରସଙ୍ଗର ଏକ ପ୍ରତ୍ୟେୟ ଚିତ୍ର ଗାର ଏବଂ ସଂଯୋଗଗୁଡ଼ିକୁ ବାଦ ଦେଇ ପ୍ରସ୍ତୁତ କରି କଳାପଟାରେ ଆଙ୍କିଲି । (ସମ୍ବଳ-5) ଶିକ୍ଷାର୍ଥୀମାନେ ତିନିରୁ ପାଞ୍ଚ ଜଣିଆ ଛୋଟ ଦଳରେ ପ୍ରତ୍ୟେୟ ଚିତ୍ରକୁ ସଂପୂର୍ଣ୍ଣ କରିବାକୁ କାର୍ଯ୍ୟ କଲେ ।

ଶିକ୍ଷାର୍ଥୀମାନେ ଏହି କାର୍ଯ୍ୟଟିକୁ ଉପଭୋଗ କଲେ ଏବଂ ଏହା ସେମାନଙ୍କ ପାଇଁ ଅତି ଉପଯୋଗୀ ଥିଲା । ଏହା ସେମାନଙ୍କୁ ଯଦିଓ ପ୍ରତ୍ୟେୟ ବୁଝିବାରେ ସାହାଯ୍ୟ କଲା ଏବଂ ଏହା ମଧ୍ୟ ଅନେକ ତଥ୍ୟ ସୂଚିତ କରିବା ପରିବର୍ତ୍ତେ ସେମାନଙ୍କୁ ଏକ ରୈଖୁକ ଚିତ୍ର ଦୃଶ୍ୟ ପ୍ରଦାନ କଲା । କେତେକ ଶିକ୍ଷାର୍ଥୀଙ୍କୁ ପ୍ରଶ୍ନ ପଚାରି ଯୋଡିବା ଶବ୍ଦଗୁଡ଼ିକ ଉପରେ ମୋର ସେମାନଙ୍କୁ କେନ୍ଦ୍ରିଭୂତ କରିବାକୁ ଥଲା ଓ ଶ୍ରେଣୀରେ ଯାହା ସବୁ ସେମାନେ କରିଥିଲେ ତାକୁ ମନେ ରଖିବାରେ ସେମାନଙ୍କୁ ସାହାଯ୍ୟ କଲି । କିନ୍ତୁ ସମସ୍ତ ଦଳ ପ୍ରତ୍ୟେୟ ଚିତ୍ରକୁ ସଂପୂର୍ଣ୍ଣ କରିପାରିଲେ ।

ଟିକିଏ ଚିନ୍ତା କରନ୍ତୁ

ଶ୍ରୀମତୀ ଦାସ ପ୍ରତ୍ୟେୟ ଚିତ୍ରଗୁଡ଼ିକୁ ଶିକ୍ଷଣ ପାଇଁ ମୂଲ୍ୟାୟନ କୌଶଳ ରୂପେ ବ୍ୟବହାର ନ କରି କାହିଁକି ଏକ 9 ଶିକ୍ଷାଦାନ କୌଶଳ ଭାବେ ବ୍ୟବହାର କଲେ ?

ପ୍ରତ୍ୟେୟ ଚିତ୍ରଗୁଡ଼ିକ ସର୍ବଦା ଶିକ୍ଷାର୍ଥୀମାନେ କ’ଣ ବୁଝିଛନ୍ତି ଜାଣିବାରେ ଦରକାରୀ ଅଟେ । ଫଳରେ ଆପଣ ଆପଣଙ୍କ ଶିକ୍ଷାଦାନକୁପରେ ଉପଯୋଗୀ କରିପାରିବେ । ତେଣୁ ପ୍ରତ୍ୟୟ ଚିତ୍ରଣ ଶିକ୍ଷଣ ନିମିତ୍ତ ଏକ ପ୍ରୟୋଜନୀୟ କୌଶଳ ଅଟେ । କିନ୍ତୁ ଶିକ୍ଷାର୍ଥୀମାନେ ଦଳରେ ବସି ଯେତେବେଳେ ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତ କରନ୍ତି, ସେତେବେଳେ ବ୍ୟକ୍ତିଗତ ଭାବେ ଶିକ୍ଷାର୍ଥୀ କେତେ ବୁଝିଛନ୍ତି ଜାଣି ହେବ ନାହିଁ । ତେଣୁ ଆଲୋଚନା ଓ ଭାବର ଆଦାନପ୍ରଦାନ କରିବା ପରିପ୍ରେକ୍ଷୀରେ ଏହା ଗୁରୁତ୍ଵପୂର୍ଷ ଅଟେ ।

ଆପଣ ବର୍ତ୍ତମାନ ପ୍ରତ୍ୟୟ ଚିତ୍ରଣ ବ୍ୟବହାର କରି ଏକ ପାଠ ଶିକ୍ଷାଦାନ କରିବାକୁ ଯାଉଛନ୍ତି । ଆପଣ ଶିକ୍ଷାର୍ଥୀମାନଙ୍କୁ ପ୍ରତ୍ୟେୟ ଚିତ୍ରକିପରି ପ୍ରସ୍ତୁତ କରିବେ ପଢାଇବା ପରେ କେବଳ ଏହି କାର୍ଯ୍ୟଟିକୁ କରିପାରିବେ ।

ଆପଣଙ୍କୁ ପୂର୍ବରୁ ପ୍ରତ୍ୟେୟ ଚିତ୍ର କାର୍ଯ୍ୟର ଉଦ୍ଦେଶ୍ୟ ବିଷୟରେ ସ୍ଥିର କରିବାକୁ ହେବ । ଉଦାହରଣ – ଆପଣ ଏହାକୁ

  • ଏକ ପ୍ରସଙ୍ଗର ଶେଷରେ ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତାକୁ ଆକଳନ କରିବାରେ ବ୍ୟବହାର କରିବେ କି ?
  • ଆପଣ ଏକ ପ୍ରସଙ୍ଗ ପଢାଇବା ପୂର୍ବରୁ ସେମାନେ କ'ଣ ଜାଣିଛନ୍ତି ତାହା ଜାଣିବାରେ ବ୍ୟବହାର କରିବେ କି ?
  • ଶ୍ରୀମତୀ ଦାସଙ୍କ ପରି ଆଲୋଚନା ଓ ଧାରଣାଗୁଡ଼ିକର ଆଦାନ ପ୍ରଦାନକୁ ପ୍ରୋତ୍ସାହନ କରିବାରେ ବ୍ୟବହାର କରିବେ କି ?

ଅନ୍ୟ ପ୍ରକାରେ, ଆପଣ ସମ୍ବଳ-6ରେ ଥିବା ଧାରଣାଗୁଡ଼ିକ ମଧ୍ୟରୁ ଗୋଟିକୁ ବ୍ୟବହାର କରିପାରିବେ ।

ଶିକ୍ଷଣକାର୍ଯ୍ୟ – 4 : ଆପଣଙ୍କ ଶିକ୍ଷାଦାନରେ ପ୍ରତ୍ୟେୟ ଚିତ୍ରକୁ ବ୍ୟବହାର କରିବା

ଆପଣଙ୍କ ଶିକ୍ଷାର୍ଥୀମାନେ ପ୍ରତ୍ୟେୟ ଚିତ୍ର କାର୍ଯ୍ୟ କରିବା ପୂର୍ବରୁ ଆପଣ ସେମାନଙ୍କୁ ପ୍ରତ୍ୟେୟ ଚିତ୍ର କିପରି ପ୍ରସ୍ତୁତ କରିବେ । ସେହି ବିଷୟରେ ମନେ ପକାଇ ଦେବା ଆବଶ୍ୟକ ।

ଆପଣ ଯଦି ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତାକୁ ଆକଳନ କରିବା ପାଇଁ ଏହି କାର୍ଯ୍ୟଟିକୁ ବ୍ୟବହାର କରୁଥା’ନ୍ତି, ତେବେ ଆପଣ ଶବ୍ଦଗୁଡିକୁ ଆଗରୁ ବାଛି ପାରିବେ ଏବଂ ସମ୍ବଳ-୨ ରେ ଦର୍ଶଯାଇଥିବା ପ୍ରଣାଳୀ ଅବଲମ୍ବନ କରି କାର୍ଯ୍ୟଟିକୁ କରିବେ । ପ୍ରତ୍ୟେୟ ଚିତ୍ର କରିବାକୁ କିଛି ସମୟ ଲାଗିବ ! ଆପଣ କାର୍ଯ୍ୟ ପାଇଁ ଦେବାକୁ ଆବଶ୍ୟକ କରୁଥିବା ସମୟ ଆପଣ ପସନ୍ଦ କରିଥିବା କାର୍ଯ୍ୟର ପ୍ରକୃତି ଉପରେ ନିର୍ଭର କରିବ । ପାଠଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ନିଜେ ଏହାକୁ ଥରେ ଚେଷ୍ଟା କରି ନେବା ଏକ ଉତ୍ତମ ଧାରଣା ଅଟେ ।

ଆପଣଙ୍କୁ ଶିକ୍ଷାର୍ଥୀମାନେ ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତ କରୁଥିବା ବେଳେ ଆପଣ ଶ୍ରେଣୀରେ ନିଶ୍ଚିତ ବୁଲନ୍ତୁ ଓ ସେମାନଙ୍କୁ ଯାହା କରିବାକୁ ଅଛି ତାହା ସେମାନେ ବୁଝିଛନ୍ତି କି ନାହିଁ ତଦାରଖ କରନ୍ତୁ । ଯଦି କିଛି ସମସ୍ୟା ସେମାନଙ୍କର ଥାଏ ସାହାଯ୍ୟ କରନ୍ତୁ । ଯଦି ସେମାନେ ସଂଯୋଗଗୁଡ଼ିକ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆପଣ ଏପରିକି ଗୋଟିଏ ଦଳରେ ବସି କାର୍ଯ୍ୟ କରନ୍ତୁ । ସମସ୍ତଙ୍କର ଚିତ୍ରଗୁଡ଼ିକୁ ସଂଗ୍ରହ କରନ୍ତୁ ଫଳରେ ପରେ ଆପଣ ତାହାକୁ ପରୀକ୍ଷା କରିପାରିବେ ।

ଟିକିଏ ଚିନ୍ତା କରନ୍ତୁ

ପ୍ରତ୍ୟେୟ ଚିତ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ପରେ, ଚିନ୍ତା କରନ୍ତୁ ଓ ଏହି ପ୍ରଶ୍ନଗୁଡିକ ସଂପର୍କରେ ଟିପ୍ପଣୀ କରନ୍ତୁ ।

  • ଏହି କାର୍ଯ୍ୟଟିକୁ ଯୋଜନା କରିବା ପାଇଁ ଆପଣଙ୍କୁ କେତେ ସମୟ ଆପଣ ଆବଶ୍ୟକ ହୋଇଥିଲା? ଆପଣ ଚାହୁଁଥିବାଭଳି କୌଣସି ପ୍ରସ୍ତୁତି ଥିଲା କି ଯାହା ଆପଣ ପାଠ ଆରମ୍ଭ ପୂର୍ବରୁ କରିଥଲେ ?
  • ଶିକ୍ଷାର୍ଥୀମାନେ ପ୍ରତ୍ୟୟ ଚିତ୍ରଣ କାର୍ଯ୍ୟ ପ୍ରତି କିଭଳି ପ୍ରତିକ୍ରିୟାଶୀଳ ଥିଲେ? ସେମାନେ ଉପଭୋଗ କଲେ କି ? ସେମାନଙ୍କୁ ଏହା କଷ୍ଟ ଲାଗିଲା କି ? ଯଦି ହଁ, କାହିଁକି ?
  • ଏହି କାର୍ଯ୍ୟରୁ ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଲାଭ ପାଇଲେ ବୋଲି ଆପଣ ଭାବନ୍ତି ?

* ଆଉ କ'ଣ ଉନ୍ନତି କରାଯାଇପାରିଥା'ନ୍ତା ?ଯଦି ଆପଣ ଆଉ ଥରେ ଏହାକୁ କଲେ, କିପରି ହେଲେ ଆପଣ ଆପଣଙ୍କର ପାନ୍ଥକୁପରିବର୍ତ୍ତନ କରିବେ ?

ସାରାଂଶ

ପ୍ରତ୍ୟେୟ ଚିତ୍ରଣ ଏକ ଶକ୍ତିଶାଳୀ ମୂଲ୍ୟାୟନ ସାଧନ ଯାହାକୁ ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତାକୁ ପ୍ରକାଶ କରିବାରେ ଓ ପ୍ରତ୍ୟେୟଗୁଡିକ କିପରି ସଂଯୋଜିତ ତାହା ଦେଖିବାରେ ବ୍ୟବହାର କରିପାରିବେ । ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତ କରିବା ପାଇଁ କୌଣସି ଗୋଟିଏ ଠିକ୍ ଉପାୟ ନାହିଁ ଏବଂ ଯେ କୌଣସି ପ୍ରଦତ୍ତ ପ୍ରସଙ୍ଗ ବା ପ୍ରତ୍ୟେୟଗୁଡ଼ିକ ପାଇଁ ମଧ୍ୟ ଗୋଟିଏ ଠିକ୍ ପ୍ରତ୍ୟେୟ ଚିତ୍ର ନାହିଁ । ଏହି ପ୍ରକାରେ ଗୋଟିଏ ପ୍ରତ୍ୟେୟ ଚିତ୍ର ବ୍ୟକ୍ତି ବା ଦଳ ପାଇଁ ଅନନ୍ୟ ଅଟେ ଯେଉଁମାନେ ଏହାକୁ ପ୍ରସ୍ତୁତ କରନ୍ତି ।

ଆପଣ ପ୍ରୟୋଜନ ଅନୁଯାୟୀ ପ୍ରତ୍ୟେୟ ଚିତ୍ରଣକୁ ପରିବର୍ତ୍ତନ କରି ଶ୍ରେଣୀରେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ । ଏହା ମଧ୍ୟ ଏକ ଉପଯୋଗୀ ଶିକ୍ଷାଦାନ କୌଶଳ ଯାହାକୁ ବ୍ୟବହାର କରି ଆପଣ ଶିକ୍ଷାର୍ଥୀମାନଙ୍କୁ ଛୋଟ ଦଳରେ ଏବଂ ଆଲୋଚନା କରି ଶିଖିବାରେ ସାହାଯ୍ୟ କରିପାରିବେ । ଆପଣ ପ୍ରତ୍ୟେୟ ଚିତ୍ରକୁ କିପରି ବ୍ୟବହାର କରିବେ ନିଷ୍ପତି ନିଅନ୍ତୁ । ଆପଣଙ୍କ ଶିକ୍ଷାର୍ଥୀମାନେ ପ୍ରତ୍ୟେୟ ଚିତ୍ରଗୁଡ଼ିକୁ କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଶିଖିବା ନିହାତି ଆବଶ୍ୟକ । ଏଥିପାଇଁ ସମୟ ଦେବା ମୂଲ୍ୟବାନ ଅଟେ। କାରଣ ଥରେ ଶିକ୍ଷାର୍ଥୀମାନେ ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତିର ନିୟମ ବୁଝିଗଲେ, ଆପଣଙ୍କ ଶିକ୍ଷାଦାନରେ ଏକ ମୂଲ୍ୟବାନ ଓ ଦରକାରୀ କୌଶଳ ଭାବରେ ବ୍ୟବହାର ହୋଇପାରିବ ।

ସମ୍ବଳ ସମୂହ ସମ୍ବଳ-1 : ପ୍ରଗତି ଏବଂ କାର୍ଯ୍ୟ ସମ୍ପାଦନ ଆକଳନ କରିବା

ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ଆକଳନ କରିବାରେ ଦୁଇଟି ଉଦ୍ଦେଶ୍ୟ ଅଛି ।

  • ସମାପ୍ତିସୂଚକ ଆକଳନ ପଛକୁ ଲକ୍ଷ୍ୟ କରେ ଓ ଶିକ୍ଷାର୍ଥୀମାନେ କ’ଣ ଶିଖିଛନ୍ତି ତାହା ଉପରେ ଏକ ବିବେଚନା ପ୍ରଦାନ କରେ । ପରୀକ୍ଷା ମାଧ୍ୟମରେ ସବୁବେଳେ ଏହି ଆକଳନ କରାଯାଏ, ଯେଉଁଥିରେ ଶିକ୍ଷାର୍ଥୀମାନଙ୍କୁ ଗ୍ରେଡ ଦିଆଯାଏ । ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନର ଉତ୍ତର ଶିକ୍ଷାର୍ଥୀମାନେ କିପରି କରିଛନ୍ତି ତାହା ସେମାନଙ୍କୁ ଜଣାଯାଏ । ଏହା ମଧ୍ୟ ଫଳାଫଳକୁ ଲିପିବଦ୍ଧ କରିବାରେ ସାହାଯ୍ୟ କରେ ।
  • ଗଠନମୂଳକ ଆକଳନ (ଶିକ୍ଷଣ ପାଇଁ ଆକଳନ) ଭିନ୍ନ ଧରଣର, ଅଧିକ ଅଲୌପଚାରିକ ଏବଂ ନିଦାନମୂଳକ ପ୍ରକୃତିର ହୋଇଥାଏ । ଶିକ୍ଷକ ଏହାକୁ ଶିକ୍ଷଣ ପ୍ରକ୍ରିୟାର ଏକ ଅଂଶ ଭାବେ ବ୍ୟବହାର କରନ୍ତି । ଉଦାହରଣ : ପ୍ରଶ୍ନ ପଚାରି ଶିକ୍ଷାର୍ଥୀମାନେ ବୁଝିଛନ୍ତି କି ନାହିଁ ଜାଣିହୁଏ । ଏହାର ଫଳାଫଳ ଆଧାରରେ ଆଗକୁ ପ୍ରଦାନ କରିବାକୁ ଥିବା ଶିକ୍ଷଣ ଅନୁଭୂତିର ପରିବର୍ତ୍ତନ କରାଯାଇପାରେ । ତଦାରଖ ଏବଂ ପ୍ରତିପୁଷ୍ଟି ପ୍ରଦାନ ମଧ୍ୟ ଗଠନମୂଳକ ଆକଳନର ଏକ ଆଂଶବିଶେଷ ।

ଗଠନମୂଳକ ଆକଳନ ଶିକ୍ଷଣର ଅଭିବୃଦ୍ଧି କରେ କାରଣ ଶିଖିବା ପାଇଁ, ଅଧିକାଂଶ ଶିକ୍ଷାର୍ଥୀ ନିହାତି:

  • ସେମାନଙ୍କୁ ଯାହା ଶିଖିବାକୁ ଦରକାର ତାହା ବୁଝିବା ।
  • ସେହି ଶିକ୍ଷଣରେ ବର୍ତ୍ତମାନ ସେମାନେ କେଉଁଠି ଅଛନ୍ତି ଜାଣିବା ଦରକାର ।
  • ସେମାନେ କିପରି ଅଗ୍ରଗତି କରିବେ ବୁଝିବା (କ'ଣ ପଢିବେ ଏବଂ କିପରି ପଢିବେ) ।
  • ସେମାନେ କେତେବେଳେ ଲକ୍ଷ୍ୟରେ ପହଞ୍ଚି ଯାଇଛନ୍ତି ଓ ପ୍ରତ୍ୟାଶିତ ଫଳାଫଳଗୁଡ଼ିକ କ'ଣ ଜାଣିବା ।
  • ଆପଣ ପ୍ରତ୍ୟେକ ପାଠରେ ଯଦି ଉପରୋକ୍ତ ଚାରୋଟି କଥାକୁ ଧ୍ୟାନଦିଅନ୍ତି, ତେବେ ଜଣେ ଶିକ୍ଷକ ଭାବରେ ଆପଣ ଶିକ୍ଷାର୍ଥୀମାନଙ୍କଠାରୁ ସର୍ବୋତ୍ତମ ଫଳ ପାଇପାରିବେ । ତେଣୁ ପାଠ ପଢାଇବା ପୂର୍ବରୁ, ପାଠ ପଢାଇବା ସମୟରେ ଓ ପରେ ଆକଳନ କରାଯାଇପାରିବ ।

    • ଶିକ୍ଷାଦାନ ପୂର୍ବରୁ ଶିକ୍ଷାଦାନ ପୂର୍ବରୁ ଆକଳନ ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି। ଏହାକୁ ଚିହ୍ନଟ କରିବାରେ ଆପଣଙ୍କୁ ସାହାଯ୍ୟ କରିପାରିବ ଏବଂ ଆପଣ ପାଠ ପଢାଇବା ପୂର୍ବରୁ ଏହାକୁ କରିପାରିବେ । ଏହା ଆଧାର ରେଖା ନିର୍ବାରଣ କରେ ଓ ଆପଣଙ୍କୁ ଆପଣଙ୍କର ଶିକ୍ଷାଦାନ ପାଇଁ ଯୋଜନା କରିବା ନିମିତ୍ତ ଏକ ଆରମ୍ଭ ସୂଚନା ପ୍ରଦାନ କରେ । ଶିକ୍ଷାର୍ଥୀମାନଙ୍କ ଜାଣିବା ସଂପର୍କିତ ଆପଣଙ୍କ ବୋଧଗମ୍ୟତାର ବିକାଶ, ଶିକ୍ଷାର୍ଥୀମାନେ ଆୟତ କରିଥିବା ବିଷୟଗୁଡ଼ିକରେ ପୁନଃ ଶିକ୍ଷଣକୁ ବା ସମ୍ଭବତଃ ଏ ପର୍ଯ୍ୟନ୍ତ ସେମାନେ ଯାହା ଜାଣିବା ଓ ବୁଝିବା ଉଚିତ୍ (କିନ୍ତୁ ଏ ପର୍ଯ୍ୟନ୍ତ ହୋଇ ନାହିଁ, ତାହା ଛାଡ଼ିଯିବାର ଭୟକୁ କମାଇଥାଏ ।
    • ଶିକ୍ଷାଦାନ ସମୟରେ: ଶ୍ରେଣୀ ଗୃହର ଶିକ୍ଷାଦାନ ସମୟରେ ଆକଳନ କଲେ ଆପଣ ଶିକ୍ଷାର୍ଥୀମାନେ ଶିଖୁଛନ୍ତି ଏବଂ ଅଗ୍ରଗତି କରୁଛନ୍ତି କି ନାହିଁ ତାହା ଜାଣିପାରିବେ । ଏହା ଆପଣଙ୍କୁ ଶିକ୍ଷାଦାନ ପ୍ରକ୍ରିୟା, ସମ୍ବଳସମୂହ ଓ ଶିକ୍ଷଣକାର୍ଯ୍ୟଗୁଡ଼ିକରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ । ଏହା ଆପଣଙ୍କୁ ଶିକ୍ଷାର୍ଥୀମାନେ ଉଦ୍ଦେଶ୍ୟ ହାସଲ କରିବାରେ କିପରି ଅଗ୍ରଗତି କରୁଛନ୍ତି ଏବଂ ଆପଣଙ୍କ ଶିକ୍ଷଣର ସଫଳତା ବୁଝିବାରେ ସାହାଯ୍ୟ କରିବ ।
    • ଶିକ୍ଷାଦାନ ପରେ: ଶିକ୍ଷାଦାନ ପରେ ଘଟୁଥ୍ ବା ଆକଳନ ଆପଣଙ୍କୁ ଶିକ୍ଷାର୍ଥୀମାନେ କ’ଣ ଶିଖିଛନ୍ତି ଏବଂ କେଉଁ ଶିକ୍ଷାର୍ଥୀମାନେ ଶିଖିଛନ୍ତି ଓ କେଉଁ ଶିକ୍ଷାର୍ଥୀମାନେ ଏବେ ବି ସହାୟତା ଆବଶ୍ୟକ କରନ୍ତି ତାହା ଦୃଢ଼ୀଭୂତ କରିଥାଏ । ଏହା ଆପଣଙ୍କୁ ଆପଣଙ୍କ ନିଜ ଶିକ୍ଷାଦାନ କାର୍ଯ୍ୟର ସଫଳତାକୁ ଆକଳନ କରିବାରେ ସୁଯୋଗ ଦେଇଥାଏ ।
    • ଶିକ୍ଷାଦାନ ପୂର୍ବରୁ : ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଶିଖିବା ବିଷୟରେ ସ୍ପଷ୍ଟ ହେବା

    ଯେତେବେଳେ ଆପଣ ଏକ ପାଠରୁ କିମ୍ବା ଅନେକଗୁଡିଏ ପାଠରୁ ଶିକ୍ଷାର୍ଥୀମାନେ କ’ଣ ଶିଖିବେ ସ୍ଥିର କରନ୍ତି, ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଏଗୁଡ଼ିକୁ ବିନିମୟ କରିବାର ଆବଶ୍ୟକତା ରହିଛି । ଆପଣ ଶିକ୍ଷାର୍ଥୀମାନଙ୍କୁ କେଉଁ କାର୍ଯ୍ୟ କରିବାକୁ କହୁଛନ୍ତି ଏବଂ ସେମାନଙ୍କଠାରୁ ଶିଖିବା ପାଇଁ କଣ ଆଶା ରଖିଛନ୍ତି, ଯତ୍ନର ସହ ଏହାକୁ ପୃଥକ କରନ୍ତୁ । ମୁକ୍ତ ପ୍ରଶ୍ନମାନ ପଚାରନ୍ତୁ ଯାହା ଶିକ୍ଷାର୍ଥୀମାନେ ବାସ୍ତବରେ କ’ଣ ବୁଝିଛନ୍ତି ଆକଳନ କରିବାରେ ଆପଣଙ୍କୁ ସୁଯୋଗ ଦିଏ । ଉଦାହରଣସ୍ୱରୂପ

    ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଦେବା ପୂର୍ବରୁ କିଛି ସେକେଣ୍ଟ ଚିନ୍ତା କରିବା ପାଇଁ ଦିଅନ୍ତୁ କିମ୍ବା ଶିକ୍ଷାର୍ଥୀମାନଙ୍କୁ ପ୍ରଥମେ ଯୋଡି କିମ୍ବା ଛୋଟ ଦଳରେ ସେମାନଙ୍କ ଉତ୍ତରଗୁଡିକୁଆଲୋଚନା କରିବାକୁ କୁହନ୍ତୁ । ଯେତେବେଳେ ସେମାନେ ସେମାନଙ୍କ ଉତ୍ତର ଆପଣଙ୍କୁ କୁହନ୍ତି, ସେମାନଙ୍କୁ ଯାହା ଶିଖିବାର ଅଛି ସେମାନେ ଶିଖିଲେ କି ନାହିଁ ଆପଣ ଜାଣିପାରିବେ ।

    ଶିକ୍ଷାଦାନ ପୂର୍ବରୁ : ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷଣରେ କେଉଁଠି ଅଛନ୍ତି ଜାଣିବା

    ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣରେ ଉନ୍ନତି କରିବାରେ ସହାୟତା ପାଇଁ ଆପଣ ଏବଂ ଶିକ୍ଷାର୍ଥୀମାନେ ଉଭୟ ସେମାନଙ୍କର ସାଂପ୍ରତିକ ଜ୍ଞାନ ଓ ବୋଧଗମ୍ୟତାର ସ୍ତର ଜାଣିବାର ଆବଶ୍ୟକତା ରହିଛି । ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଶିକ୍ଷଣର ଲକ୍ଷ୍ୟ ବା ଇପସିତ ଫଳାଫଳ ଗୁଡ଼ିକୁ ଥରେ ବିନିମୟ କରିସାରିବା ପରେ ନିମ୍ନୋକ୍ତ କାର୍ଯ୍ୟଗୁଡିକ ଆପଣ କରିପାରିବେ ।

    • ଶିକ୍ଷାର୍ଥୀମାନଙ୍କୁ ଯୋଡିରେ ବସି ସେହି ପାଠ ଉପରେ ସେମାନେ କ'ଣ ଜାଣିଛନ୍ତି ତାହାର ମାନସ ଚିତ୍ର ବା ତାଲିକା କରିବାକୁ କୁହନ୍ତୁ । ଏହି କାର୍ଯ୍ୟଟି କରିବା ପାଇଁ ଯଥେଷ୍ଟ ସମୟ ଦିଅନ୍ତୁ କିନ୍ତୁ ଅଛି ଧାରଣା ଥିଲେ ଅଧିକ ସମୟ ଦିଅନ୍ତୁ ନାହିଁ । ତାପରେ ଆପଣ ମାନସ ଚିତ୍ର ବା ତାଲିକାଗୁଡ଼ିକୁ ସମୀକ୍ଷା କରନ୍ତୁ ।
    • କଳାପଟାରେ ଗୁରୁତ୍ଵପୂର୍ଣ୍ଣ ଶବ୍ଦଗୁଡିକୁ ଲେଖନ୍ତୁ ଏବଂ କେତେକ ଶିକ୍ଷାର୍ଥୀଙ୍କୁ ସ୍ଵେଚ୍ଛାକୃତି ଭାବେ ଏହି ଶବ୍ଦଗୁଡ଼ିକ ବିଷୟରେ ସେମାନେ କ'ଣ ଜାଣିଛନ୍ତି ପଚାରନ୍ତୁ । ତା’ପରେ ସବୁ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ - ଯେଉଁମାନେ ଏହି ଶବ୍ଦଟିକୁ ଭଲ ଭାବରେ ବୁଝିଛନ୍ତି, ସେମାନେ ହାତ ମୁଠାକରି ବୁଢ଼ା ଆଙ୍ଗୁଠି ଉପରକୁ କରନ୍ତୁ, ଯେଉଁମାନେ ଅଳ୍ପ ବୁଝିଛନ୍ତି ବା ଆଦୌ ବୁଝିନାହାନ୍ତି, ସେମାନେ ବୁଢ଼ା ଆଙ୍ଗୁଠି ତଳକୁ କରନ୍ତୁ ଏବଂ ଯେଉଁମାନେ କିଛି ବୁଝିଛନ୍ତି ସେମାନେ ବୁଢ଼ା ଆଙ୍ଗୁଠିକୁ ଭୂସମାନ୍ତର କରି ରଖିବେ ।

    କେଉଁଠାରୁ ଶିକ୍ଷାଦାନ ଆରମ୍ଭ କରିବେ ଜାଣିବା ଦ୍ଵାରା ଆପଣ ପାଠଗୁଡ଼ିକର ଯୋଜନା କରିପାରିବେ, ଯାହା ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାସଙ୍ଗିକ ଓ ଗଠନାତ୍ମକ ହୋଇପାରିବ । ଆପଣଙ୍କ ଶିକ୍ଷାର୍ଥୀମାନେ କେତେ ଭଲଭାବରେ ଶିଖୁଛନ୍ତି ତାହା ଆକଳନ କରିବାରେ ସେମାନେ ସକ୍ଷମ ହେବା ଏକ ଗୁରୁତ୍ଵପୂର୍ଣ୍ଣ କଥା ଅଟେ, ଯାହା ଫଳରେ ଆପଣ ଓ ସେମାନେ ଉଭୟ ପରବର୍ତ୍ତୀ ପାଠ ସେମାନେ କ’ଣ ପଢ଼ିବା ଆବଶ୍ୟକ ଜାଣିପାରିବେ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଶିକ୍ଷଣର ଦାୟିତ୍ଵ ନେବାକୁ ସୁଯୋଗ ଦେବା ଦ୍ଵାରା ସେମାନଙ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ହେବାରେ ସାହାଯ୍ୟ କରିବ ।

    ଶିକ୍ଷାଦାନ ସମୟରେ : ଶିକ୍ଷଣରେ ଶିକ୍ଷାର୍ଥୀମାନଙ୍କର ଅଗ୍ରଗତି ନିଶ୍ଚିତ କରିବା

    ଆପଣ ଯେତେବେଳେ ଶିକ୍ଷାର୍ଥୀମାନଙ୍କ ସହିତ ସେମାନଙ୍କ ସାଂପ୍ରତିକ ଶିକ୍ଷଣ ଅଗ୍ରଗତି ବିଷୟରେ କୁହନ୍ତି, ଏହା ନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ପ୍ରତିପୁଷ୍ଟିକୁ ସେମାନେ ଯେପରି ଉପଯୋଗୀ ଓ ଗଠନମୂଳକ ଭାବେ ଗ୍ରହଣ କରନ୍ତି । ନିମ୍ନ ଉପାୟରେ ଆପଣ ଏହାକୁ କରନ୍ତୁ ।

    • ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ସାମର୍ଥ୍ୟ ବିଷୟରେ ଜଣାଇବା ଏବଂ ପରିବର୍ତ୍ତୀ ଉନ୍ନତି କିପରି ନିଶ୍ଚିତ କରିପାରିବେ ସହାୟତା କରିବା ।
    • ପରବର୍ତ୍ତୀ ବିକାଶ ପାଇଁ କ’ଣ ଆବଶ୍ୟକ। ସେ ବିଷୟରେ ସ୍ପଷ୍ଟ ହେବା ।
    • ସେମାନେ ସେମାନଙ୍କ ଶିକ୍ଷଣରେ କିପରି ଉନ୍ନତି କରିବେ । ସେଥିପ୍ରତି ସକାରାତ୍ମକ ହେବା, ଆପଣଙ୍କ ଉପଦେଶକୁ ବିନିଯୋଗ କରିବାକୁ ସେମାନେ ବୋଧଗମ୍ୟ ଓ ସକ୍ଷମ ଅନୁଭବ କରନ୍ତି ତାହା ତଦାରଖ କରିବା ।
    • ଆପଣ ମଧ୍ୟ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣରେ ଉନ୍ନତି ଆଣିବା ପାଇଁ ଯଥେଷ୍ଟ ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି । ଏହାର ଅର୍ଥ ହେଉଛି ଆପଣଙ୍କ ଶିକ୍ଷାର୍ଥୀମାନେ ଶିକ୍ଷଣରେ ବର୍ତ୍ତମାନ କେଉଁଠି ଅଛନ୍ତି ଓ ଆପଣ ସେମାନଙ୍କୁ କେଉଁ ସ୍ତର ପର୍ଯ୍ୟନ୍ତ ନେବାକୁ ଚାହୁଁଛନ୍ତି - ଏହି ବ୍ୟବଧାନର ପୂରଣ ପାଇଁ ଆପଣଙ୍କୁ ପାଠଯୋଜନାର ପରିବର୍ତ୍ତନ କରିବାକୁ ପଡିପାରେ । ଏହି କାର୍ଯ୍ୟ କରିବା ପାଇଁ ଆପଣଙ୍କୁ
    • ସେମାନେ ଯାହା ଜାଣିଛନ୍ତି ବୋଲି ଆପଣ ଭାବୁଥିବା କେତେ କାର୍ଯ୍ୟଗୁଡ଼ିକୁ ଫେରିଯିବା ।
    • ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ଆବଶ୍ୟକତା ନେଇ ଦଳ ଗଠନ କରନ୍ତୁ ଏବଂ ସେମାନଙ୍କୁ ଅଲଗା ପ୍ରକାର କାର୍ଯ୍ୟ ଦିଅନ୍ତୁ ।
    • ଶିକ୍ଷଣରେ ଥିବା ନିଜ ବ୍ୟବଧାନକୁ ପୂରଣ କରିବା ପାଇଁ ଶିକ୍ଷାର୍ଥୀମାନେ କେଉଁ ସବୁ ସମ୍ବଳ ପଢିବାକୁ ଚାହୁଁଛନ୍ତି ତାହା ସେମାନଙ୍କ ପାଇଁ ସ୍ଥିର କରିବାକୁ ସେମାନଙ୍କୁ ଉତ୍ସାହିତ କରନ୍ତୁ ।
    • ନିମ୍ନ ପ୍ରବେଶ ଦକ୍ଷତା ଭିତ୍ତିକ ଓ ଉଚ୍ଚ ଉପଲବ୍ଧି ଆଧାରିତ ଶିକ୍ଷଣକାର୍ଯ୍ୟ ବ୍ୟବହାର କରନ୍ତୁ, ଯେପରି ସବୁ ଶିକ୍ଷାର୍ଥୀ ଶିକ୍ଷଣରେ ଅଗ୍ରଗତି କରିପାରିବେ । ଏହି କାର୍ଯ୍ୟଗୁଡିକ ଏପରି ଭାବରେ ପ୍ରସ୍ତୁତ ହୋଇଥାଏ ଯେପରି ସବୁ ଶିକ୍ଷାର୍ଥୀ କାର୍ଯ୍ୟ ଆରମ୍ଭକରିପାରିବେ କିନ୍ତୁ ଦକ୍ଷ ଶିକ୍ଷାର୍ଥୀମାନେ ସୀମିତ ନ ହୋଇ ସେମାନଙ୍କର ଶିକ୍ଷଣର ବୃଦ୍ଧି ନିମିତ୍ତ ଅଗ୍ରଗତି କରିପାରିବେ ।

    ପାଠଟିର ବେଗକୁ କମାଇବା ଦ୍ଵାରା ଆପଣ ପ୍ରକୃତରେ ଶିକ୍ଷଣ ବେଗକୁ ବଢାଇଛନ୍ତି କାରଣ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣରେ ଉନ୍ନତି ଆଣିବା ପାଇଁ କଣ କରିବାର ଆବଶ୍ୟକତା ରହିଛି ତାହା ଚିନ୍ତା କରିବା ଓ ଆତ୍ମବିଶ୍ଵାସ ବଢାଇବା ପାଇଁ ସମୟ ଦେଇଛନ୍ତି । ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ କାର୍ଯ୍ୟ ସଂପର୍କରେ ସେମାନଙ୍କ ମଧ୍ୟରେ ଆଲୋଚନା କରିବା ଓ କେଉଁଠାରେ ଶିକ୍ଷଣର ବ୍ୟବଧାନଗୁଡ଼ିକ ରହିଛି ଚିନ୍ତା କରିବା ଏବଂ ସେଗୁଡ଼ିକ କିପରି ପୂରଣ ହୋଇପାରିବା ଆଦି ନିମିତ୍ତସୁଯୋଗ ଦେବା ଫଳରେ ଆପଣ ସେମାନଙ୍କୁ ସେମାନଙ୍କର ଆକଳନ ନିମିତ୍ତ ଉପାୟମାନ ପ୍ରଦାନ କରୁଛନ୍ତି ।

    ଶିକ୍ଷାଦାନ ପରେ : ତଥ୍ୟ ସଂଗ୍ରହ କରିବା ଓ ବ୍ୟାଖ୍ୟା କରିବା ଏବଂ ଆଗକୁ ଯୋଜନା କରିବା

    ଶିକ୍ଷାଦାନ ଶିକ୍ଷଣକାର୍ଯ୍ୟ ଚାଲୁଥିବା ବେଳେ ଏବଂ ଶ୍ରେଣୀ କାର୍ଯ୍ୟ ବା ଗୃହକାର୍ଯ୍ୟ ଦେବା ପରେ, ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ।

    • ଆପଣଙ୍କ ଶିକ୍ଷାର୍ଥୀମାନେ କେତେ ଭଲ କରୁଛନ୍ତି ଜାଣିବା ।
    • ଆଗାମୀ ପାଠ ପାଇଁ ଆପଣଙ୍କର ଯୋଜନାରେ ଏହାକୁ ବ୍ୟବହାର କରିବା ।
    • ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଶିକ୍ଷଣ ସଂପର୍କିତ ପ୍ରତିପୁଷ୍ଟି ଦେବା ।

    ଆକଳନର ଚାରୋଟି କୈନ୍ଦ୍ରିକ ବ୍ୟବସ୍ଥା ସଂପର୍କରେ ନିମ୍ନରେ ଆଲୋଚନା କରାଯାଇଛି ।

    ତଥ୍ୟ ବା ପ୍ରମାଣ ସଂଗ୍ରହ କରିବା

    ପ୍ରତ୍ୟେକ ଶିକ୍ଷାର୍ଥୀ ବିଦ୍ୟାଳୟ ଭିତରେ ଏବଂ ବାହାରେ ନିଜ ଶୈଳୀ ଓ ବେଗରେ ଭିନ୍ନ ଭିନ୍ନ ଭାବରେ ଶିଖନ୍ତି । ତେଣୁ ଶିକ୍ଷାର୍ଥୀମାନଙ୍କୁ ଆକଳନ କରିବା ସମୟରେ ଆପଣଙ୍କୁ ଦୁଇଟି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

    • ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରିବା – ଆପଣଙ୍କ ଅନୁଭୂତିରୁ, ଶିକ୍ଷାର୍ଥୀଠାରୁ, ତା’ର ସହପାଠୀଙ୍କ ଠାରୁ, ଅନ୍ୟ ଶିକ୍ଷକଙ୍କ ଠାରୁ, ଅଭିଭାବକ ଓ ଗୋଷ୍ଠୀ ସଦସ୍ୟମାନଙ୍କଠାରୁ
    • ବ୍ୟକ୍ତିଗତ ଭାବରେ, ଯୋଡିରେ ଓ ଦଳରେ ଶିକ୍ଷାର୍ଥୀମାନଙ୍କୁ ଆକଳନ କରନ୍ତୁ ଏବଂ ସ୍ଵଆକଳନକୁ ପ୍ରୋତ୍ସାହିତ କରନ୍ତୁ । ବିଭିନ୍ନ ପ୍ରକାର ଉପାୟ ବ୍ୟବହାର କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । କୌଣସି ଗୋଟିଏ ଉପାୟରେ ଆପଣ ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଦେଇପାରିବ ନାହିଁ । ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ଏବଂ ଅଗ୍ରଗତି ବିଷୟରେ ତଥ୍ୟ ଜାଣିବାର ବିଭିନ୍ନ ଉପାୟଗୁଡ଼ିକରେ– ପର୍ଯ୍ୟବେକ୍ଷଣ କରିବା, ଶୁଣିବା, ବିଭିନ୍ନ ବିଷୟ ଓ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଏବଂ ଲିଖିତ ଓ ଗୃହ କାର୍ଯ୍ୟର ସମୀକ୍ଷା କରିବା ଅନ୍ତର୍ଭୁକ୍ତ ।

    ଲିପିବଦ୍ଧ କରିବା

    ସାଧାରଣତଃ ଭାରତ ବର୍ଷର ସମସ୍ତ ବିଦ୍ୟାଳୟରେ ଫଳାଫଳର ଲିପିବଦ୍ଧ କରଣ ପାଇଁ ରିପୋର୍ଟ କାର୍ଡ (ପ୍ରଗତିପତ୍ର) ବ୍ୟବହାର କରାଯାଏ । କିନ୍ତୁ ଏଥିରେ ଶିକ୍ଷାର୍ଥୀର ଶିକ୍ଷଣ କିମ୍ବା ବ୍ୟବହାରର ସମସ୍ତ ଦିଗକୁ ଲିପିବଦ୍ଧ କରିବାର ବ୍ୟବସ୍ଥା ନଥାଏ । ତେଣୁ ଲିପିବଦ୍ଧ କରଣର କେତେକ ସରଳ ଉପାୟ ନିମ୍ନରେ ଦର୍ଶାଯାଇଛି, ଯାହାକୁ ଆପଣ ବିଚାର କରିପାରନ୍ତି । ଯେପରି :

    ଶିକ୍ଷାଦାନ – ଶିକ୍ଷଣକାର୍ଯ୍ୟ ଚାଲୁଥିବା ସମୟରେ ଆପଣଙ୍କ ଯାହା ପର୍ଯ୍ୟବେକ୍ଷଣ କଲେ ଡାଏରୀ । ଖାତା । ରେଜିଷ୍ଟରରେ ଲିପିବଦ୍ଧ କରିବା । ଶିକ୍ଷାର୍ଥୀମାନଙ୍କ କାର୍ଯ୍ୟର ନମୁନା କୃତି ଆକାରରେ ରଖିବା । (ଲିଖିତ, ଚିତ୍ର, ହସ୍ତକଳା, ପ୍ରକଳ୍ପ, କବିତା ଇତ୍ୟାଦି) । ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ବ୍ୟକ୍ତିଗତ ଫର୍ଦ ପ୍ରସ୍ତୁତ କରିବା । ଶିକ୍ଷାର୍ଥୀମାନଙ୍କ ଶିକ୍ଷଣରେ ଅସାଧାରଣ ଘଟଣା, ପରିବର୍ତ୍ତନ ସମୂହ, ସମସ୍ୟା, ସାମର୍ଥ୍ୟ, ଦକ୍ଷତା ଏବଂ ଶିକ୍ଷଣ ଉପଲବ୍ଧିର ପ୍ରମାଣ ଗୁଡିକୁ ଲିପିବଦ୍ଧ କରିବା ।

    ତଥ୍ୟକୁ ବ୍ୟାଖ୍ୟା କରିବା

    ଥରେ ତଥ୍ୟଗୁଡିକ ସଂଗୃହୀତ ଓ ଲିପିବଦ୍ଧ ହେବା ପରେ, ପ୍ରତ୍ୟେକ ଶିକ୍ଷାର୍ଥୀ କିପରି ଶିଖୁଛନ୍ତି ଓ ଅଗ୍ରଗତି କରୁଛି ତାକୁ ବୁଝିବା ଓ ବ୍ୟାଖ୍ୟା କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା କରିବା ପାଇଁ ବିଶ୍ଳେଷଣ ଓ ଯତ୍ନର ସହିତ ଚିନ୍ତନ କରିବା ଆବଶ୍ୟକ । ଶିକ୍ଷାର୍ଥୀଙ୍କ ଶିକ୍ଷଣର ଉନ୍ନତି ପାଇଁ ଆପଣଙ୍କ ଅନୁସନ୍ଧାନର ସିଦ୍ଧାନ୍ତ ଆଧାରରେ ପରେ ଆପଣଙ୍କ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଶିକ୍ଷାର୍ଥୀମାନଙ୍କୁ ପ୍ରତିପୁଷ୍ଟି ପ୍ରଦାନ ମାଧମରେ ବା ନୂତନ ସମ୍ବଳ ସମୂହ ଖୋଜିବାରେ, ଦଳଗୁଡ଼ିକୁ ପୁନଃଗଠନ କରିବାରେ ବା ଏକ ଶିକ୍ଷଣ ପ୍ରସଙ୍ଗର ପୁନରାବୃତ୍ତି କରିବା ଆଦି ଦ୍ଵାରା ଏହା କରାଯାଇପାରେ ।

    ଶିକ୍ଷଣର ଉନ୍ନତି ପାଇଁ ଯୋଜନା କରିବା

    ନିର୍ଦ୍ଦିଷ୍ଟ ଏବଂ ବିଭିନ୍ନ ପ୍ରକାର ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ, ଯେଉଁ ଶିକ୍ଷାର୍ଥୀମାନେ ଅଧିକ ସାହାଯ୍ୟ ଚାହୁଁଛନ୍ତି ସେମାନଙ୍କୁ ଦୃଷ୍ଟିଦେଇ ଏବଂ ଅଧିକ ଆଗୁଆମାନଙ୍କ ପାଇଁ ଆହ୍ଵାନମୂଳକ କାର୍ଯ୍ୟ ପ୍ରଦାନ ପୂର୍ବକ ପ୍ରତି ଶିକ୍ଷାର୍ଥୀଙ୍କୁ ଅର୍ଥପୂର୍ଣ୍ଣ ଶିକ୍ଷଣ ସୁଯୋଗମାନ ପ୍ରଦାନ କରିବାରେ ଆକଳନ ଆପଣଙ୍କୁ ସାହାଯ୍ୟ କରିପାରିବ ।

    ସମ୍ବଳ-2': ଏକ ପ୍ରତ୍ୟେୟ ଚିତ୍ରଣ କିପରି ପ୍ରସ୍ତୁତ କରିବା ।

    ପ୍ରତ୍ୟେୟ ଚିତ୍ରଣ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଉପାୟ ନାହିଁ । ତଥାପି କେତେକ କୈନ୍ଦ୍ରିକ ନିୟମଗୁଡ଼ିକୁ ମନରେ ରଖିବାକୁ ହେବ ।

    ଏକ ପ୍ରତ୍ୟେୟ ଚିତ୍ରଣ ମାନସମଚୁନ ରେଖା ଚିତ୍ର ସହିତ ସମାନ ନୁହେଁ । ("ମାନସ ମନ୍ଥନ । ଧ୍ୱନି" ଏକକକୁ ଦେଖନ୍ତୁ) ମୁଖ୍ୟ ପାର୍ଥକ୍ୟ ହେଲା – ପ୍ରତ୍ୟୟ ଚିତ୍ରଣରେ ଯୋଡା ପ୍ରତ୍ୟୟଗୁଡିକ ସଂପର୍କ ଆଧାରରେ ଶବ୍ଦ ମାଧ୍ୟମରେ ସଂଯୋଜିତ ହୋଇଥାନ୍ତି । (ଚିତ୍ର ୨, ୧ )

    • ଦୁଇଟି ସଂଯୋଜିତ ଶବ୍ଦ ମଧ୍ୟରେ ଲେଖିବା ଏକ ଗୁରୁତ୍ଵପୂର୍ଣ୍ଣ ସୋପାନ । ଏହା ଛାଡିବେଳେ, ପ୍ରତ୍ୟେୟ ଚିତ୍ରଗୁଡିକର ବହୁତ କମ୍ ମୂଲ୍ୟ ଅଛି ( White ଏବଂ Gunstone 1992) ।
    • ତୀର ଚିହ୍ନ କେଉଁ ଦିଗରେ ପଢିବାକୁ ହେବ, କେଉଁ ଶବ୍ଦକୁ ପ୍ରଥମେ ପଢାଯିବା ସୁଚାଇଥାଏ । ଚିତ୍ର 2.2 ରେ ଥିବା ଉଦାହରଣ ତୀର ଚିହ୍ନକୁ ବିଚାରକୁ ନେବା କାହିଁକି ଗୁରୁତ୍ଵପୂର୍ଣ୍ଣ ପ୍ରଦର୍ଶିତ କରେ ।

    • ପ୍ରତ୍ୟେୟ ଚିତ୍ରଗୁଡ଼ିକ ପ୍ରବାହମାନ ରେଖାଚିତ୍ର ନୁହଁନ୍ତି । ଯଦିଓ ଏକ ପ୍ରତ୍ୟେୟ ବିଭିନ୍ନ ଶବ୍ଦଗୁଡିକ ସହିତ ସଂଯୋଜିତ ହୋଇଥାଏ ତାହା କେବଳ ଯୋଡି ଶବ୍ଦଗୁଡିକ ମଧ୍ୟରେ ଥିବା ସଂପର୍କକୁ ସୂଚିତ କରିବା ପାଇଁ ଉଦ୍ଦିଷ୍ଟ ଉଦାହରଣସ୍ୱରୂପ ଏକ ପୂର୍ଣ୍ଣ ବାକ୍ୟାଶ ପ୍ରସ୍ତୁତ କରିବାକୁ ଆପଣ ତିନୋଟି ପ୍ରତ୍ୟେୟକୁ ସଂଯୋଜିତ କରୁନାହାଁନ୍ତି । ପ୍ରତ୍ୟେକ ସଂଯୋଜିତ ଯୋଡି ପ୍ରତ୍ୟେୟ ଅନ୍ୟଠାରୁ ସ୍ଵାଧୀନ ।

    White and Gunstone (1992)ଙ୍କ “Probing understanding”ରୁ ପ୍ରତ୍ୟେୟ ଚିତ୍ରଣ ପ୍ରସ୍ତୁତି ପାଇଁ ନିମ୍ନ ସୂଚନାଗୁଡିକୁନିଆଯାଇଛି ।

    1. କୈନ୍ଦ୍ରିକ ପ୍ରତ୍ୟେୟଗୁଡିକୁ ଚିହ୍ନଟ କରନ୍ତୁ । ଏହା ଏକ ମାନସମଚୁନ ଦ୍ଵାରା କିମ୍ବା ବହିରେ ଥିବା ପ୍ରସଙ୍ଗକୁ ଦେଖି ହୋଇପାରେ । ପ୍ରତ୍ୟେକ ପ୍ରତ୍ୟେୟ ପାଇଁ ଗୋଟିଏ ଶବ୍ଦ ବ୍ୟବହାର କରାଯିବା ଉଚିତ୍ । ଉଦାହରଣ: ଜଳ ରାସାୟନିକ ପ୍ରକ୍ରିୟା ପାଇଁ ଅଣୁ, ଜଳ, ଇଲେକଟ୍ରନ, ଚାର୍ଜ, ପୋଲାର, ପରମାଣୁ, ବନ୍ଧ, ଅମ୍ଳଜାନ ଏବଂ ଉଦଜାନ ଆଦି ସନ୍ନିବେଶିତ ହୋଇପାରେ ।

    2. ପ୍ରତ୍ୟେୟ ଶବ୍ଦଗୁଡିକୁ ଛୋଟ କାଗଜ ଖଣ୍ଡରେ ଲେଖନ୍ତୁ, ଯେପରି ସେଗୁଡିକୁ ଅଲଗା କରିହେବ । ପ୍ରତ୍ୟେୟଗୁଡିକୁ ସଜାଡନ୍ତୁ, ଯେଉଁଗୁଡିକ ଜାଣିନାହାନ୍ତି ବା ଅନ୍ୟ ଶବ୍ଦ ସହିତ ସଂପର୍କିତ ନୁହେଁ ବୋଲି ଭାବନ୍ତି ସେଗୁଡ଼ିକୁ ଛାଡ଼ି ଦିଅନ୍ତୁ । (ଚିତ୍ର 2.3)

    ଜଳ

    ପରମାଣୁ

    ଅଣୁ

    ଇଲେକଟ୍ରନ

    ବନ୍ଧ

    ଅମ୍ଳଜାନ

    ଉଦଜାନ

    ପୋଲାର

    ଚାର୍ଜ

     

    3. ଅନ୍ୟ ପ୍ରତ୍ୟୟ ଶବ୍ଦଗୁଡିକ ଏକ କାଗଜରେ ରଖନ୍ତୁ । ପ୍ରତ୍ୟେୟଗୁଡିକୁ ଏପରି ସଜାନ୍ତୁ ଯାହା ଯାହା ଆପଣଙ୍କୁ ଏକ ଅର୍ଥ ପ୍ରଦାନ କରିବ, ଯାହା ଫଳରେ ଆପଣ ଦେଖିବେ ଯେ ଯେଉଁ ଶବ୍ଦଗୁଡିକ ଅତି ମାତ୍ରାରେ ସଂଯୋଜିତ ସେମାନେ ପାଖାପାଖି ଅଛନ୍ତି ।

    4. ଯେତେବେଳେ ଆପଣ ପ୍ରତ୍ୟେୟଗୁଡିକ ସଜାଇ ପାରିବେ, ସେତେବେଳେ ସେଗୁଡିକୁ କାଗଜରେ ଅଠାଦେଇ ଲଗାନ୍ତୁ ।

    5. ଆପଣ ଦେଖୁଥିବା ଯେଉଁ ପ୍ରତ୍ୟେୟଗୁଡିକ ୟୁକାତ୍ମକଭାବେ ସଂଯୋଜିତ ସେହି ଯୋଡି ଶବ୍ଦ ମଧ୍ୟରେ ଗାର ଟାଣନ୍ତୁ (ଚିତ୍ର ୨.୫)

    6. ପ୍ରତ୍ୟେୟଗୁଡିକ କିପରି ସଂଯୋଜିତ ଦର୍ଶାଇବା ପାଇଁ ଗାର ଉପରେ ଶବ୍ଦ ଲେଖନ୍ତୁ । ଗାରରେ ତୀର ଚିହ୍ନ ଦେଇ ପଢିବାର ଦିଗ ଦର୍ଶାନ୍ତୁ ( ଚିତ୍ର ସ 2.6)

    7. ପ୍ରଥମ ସୋପାନରେ ଅନ୍ତର୍ଭୁକ୍ତ କରି ନଥିବା ଯେ କୌଣସି ପ୍ରତ୍ୟେୟ ଶବ୍ଦ ନିକଟକୁ ଫେରିଯାଆନ୍ତୁ ଓ  ଦେଖନ୍ତୁ ଯଦି ସେଗୁଡିକୁ ଭିତରେ  ଯୋଡି ପାରିବେ ।

    ସମ୍ଭଳ – 3: ଗୋଟିଏ ପ୍ରତ୍ୟେୟ ଚିତ୍ରର ଏକ ଉଦାହରଣ

    ସମ୍ବଳ 4 : ପାଠଗୁଡ଼ିକର ଯୋଜନା କରିବା

    ଯୋଜନା ଏବଂ ପ୍ରସ୍ତୁତି କରିବା କାହିଁକି ଗୁରୁତ୍ଵପୂର୍ଣ୍ଣ

    ଉତ୍ତମ ପାଠଗୁଡ଼ିକର ଯୋଜନା କରିବା ଆବଶ୍ୟକ । ଯୋଜନା ଆପଣଙ୍କ ପାଠଗୁଡ଼ିକୁ ସ୍ପଷ୍ଟ ଓ ଉତ୍ତମ ସମୟଭିତ୍ତିକ କରିବାରେ ସାହାଯ୍ୟ କରେ ଫଳରେ ଶିକ୍ଷାର୍ଥୀମାନେ ସକ୍ରିୟ ଓ ଆଗ୍ରହୀ ହୋଇପାରିବେ । ଫଳପ୍ରଦ ଯୋଜନା ନମନୀୟ କେତେକ ଅନ୍ତର୍ନିହିତ ସନ୍ନିବେଶିତ କରିଥାଏ। ଫଳରେ ଶିକ୍ଷକମାନେ ପଢାଇବା ସମୟରେ ସେମାନଙ୍କ ଶିକ୍ଷାର୍ଥୀମାନଙ୍କ ଆବଶ୍ୟକତା ଅନୁଯାୟୀ ପ୍ରତିକ୍ରିୟାଶୀଳ ହୋଇପାରିବେ । ଅନେକ ପାଠ ପାଇଁ ଯୋଜନା ପ୍ରସ୍ତୁତ କରିବା ଅନେକ ଦିଗକୁ ସନ୍ନିବେଶିତ କରିଥାଏ, ଯେପରି ଶିକ୍ଷାର୍ଥୀମାନଙ୍କୁ ଓ ସେମାନଙ୍କ ପୂର୍ବଜ୍ଞାନ ବିଷୟରେ ଜାଣିବା, ପାଠ୍ୟକ୍ରମ ମାଧ୍ୟମରେ ଅଗ୍ରଗତିକୁ ବୁଝିବା, ଉତ୍ତମ ସମ୍ବଳ ଖୋଜିବା ଏବଂ ଶିକ୍ଷାର୍ଥୀମାନଙ୍କୁ ଶିଖିବାରେ ସାହାଯ୍ୟ କରିବା ପାଇଁ ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ କରିବା ।

    ଯୋଜନା ଏକ ନିରନ୍ତର ପ୍ରକ୍ରିୟା , ଯାହା ଆପଣଙ୍କୁ ଉଭୟ ଗୋଟିଏ ପାଠ ଏବଂ ଅନେକ ପାଠ ପ୍ରସ୍ତୁତି କରିବାରେ ସାହାଯ୍ୟ କରେ । ଗୋଟିଏ ପାଠର ଯୋଜନା ପରବର୍ତ୍ତୀ ପାଠ ସହିତ ସଂପର୍କିତ ।

    ପାଠ ଯୋଜନାର ସୋପାନଗୁଡିକ ହେଲା:

    • ଶିକ୍ଷାର୍ଥୀମାନେ ପ୍ରଗତି କରିବା ପାଇଁ କ’ଣ ଆବଶ୍ୟକ କରନ୍ତି ସେହି ବିଷୟରେ ସ୍ପଷ୍ଟ ହେବା ।
    • କିପରି ଏକ ଉପାୟରେ ଆପଣ ଶିକ୍ଷାଦାନ କରିବାକୁ ଯାଉଛନ୍ତି ଯାହାଫଳରେ ଶିକ୍ଷାର୍ଥୀମାନେ ବୁଝିପାରିବେ ଓ ଆପଣ ପାଇଥିବା ଫଳାଫଳକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବାକୁ ନମନୀୟତା ରକ୍ଷା କରିବେ, ତାହା ସ୍ଥିର କରିବା ।
    • ଭବିଷ୍ୟତ ପାଇଁ ଯୋଜନା କରିବା ନିମିତ୍ତ ପାଠଟି କେତେ ଭଲଭାବରେ ପରିଚାଳିତ ହେଲା ଓ ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ବୁଝିଲେ ଉପରେ ପାଶ୍ଚାଦଲୋକନ କରିବା ।

    ଏକ ପର୍ଯ୍ୟାୟଭୁକ୍ତ ପାଠଗୁଡ଼ିକ ପାଇଁ ଯୋଜନା କରିବା

    ଯେତେବେଳେ ଆପଣ ଏକ ପାଠ୍ୟକ୍ରମକୁ ଅନୁସରଣ କରୁଛନ୍ତି, ଯୋଜନାର ପ୍ରଥମ ସୋପାନଟି ହେଲା । ଆପଣ କେତେ ଉତ୍ତମ ଭାବରେ ପାଠ୍ୟ ଖସଡାରେ ଥିବା ବିଷୟ ଓ ପ୍ରସଙ୍ଗଗୁଡ଼ିକୁ ବିଭାଗ ଓ ବଡ଼ ଖଣ୍ଡ ଗୁଡ଼ିକରେ ଭାଗ କରୁଛନ୍ତି । ମିଳୁଥିବା ସମୟ ସହିତ ଶିକ୍ଷାର୍ଥୀମାନଙ୍କ ପ୍ରଗତି କରିବା ଓ କ୍ରମଶଃଦକ୍ଷତା ଏବଂ ଜ୍ଞାନ ଗଠନ କରିବା ପାଇଁ ଉପାୟଗୁଡ଼ିକୁ ବିଚାର କରିବାର ଆବଶ୍ୟକତା ରହିଛି । ଆପଣଙ୍କ ଅନୁଭୂତି କିମ୍ବା ସହକର୍ମାଙ୍କ ସହିତ ଆଲୋଚନା କେଉଁ ପ୍ରସଂଗ ଚାରୋଟି ପାଠ ନେଇ ପାରିବ ଓ କେଉଁ ପ୍ରସଂଗ ପାଇଁ କେବଳ ଦୁଇଟି ପାଠ ନିଆଯାଇପାରିବ ତାହା ଆପଣଙ୍କୁ ସୂଚିତ କରିପାରେ । ଭବିଷ୍ୟତ ପାଠଗୁଡ଼ିକରେ ଆପଣ ବିଭିନ୍ନ ଉପାୟରେ ଓ ବିଭିନ୍ନ ସମୟରେ ସେହି ପାଠକୁ ଫେରିବାରେ ଆପଣ ସଚେତନ ଥାଇପାରନ୍ତି, ଯେତେବେଳେ ଅନ୍ୟ ପ୍ରସଙ୍ଗଗୁଡ଼ିକର ଶିକ୍ଷାଦାନ ସମାପ୍ତି ହୋଇଥାଏ ବା ବିଷୟଟି ସଂପ୍ରସାରିତ ହୋଇଥାଏ ।

    ସମସ୍ତ ପାଠ ଯୋଜନାରେ ଆପଣଙ୍କୁ ନିମ୍ନ ବିଷୟରେ ସ୍ପଷ୍ଟ ହେବା ଆବଶ୍ୟକ:

    • ଶିକ୍ଷାର୍ଥୀମାନେ କ’ଣ ଶିଖିବାକୁ ଆପଣ ଚାହାଁନ୍ତି ।
    • ସେହି ଶିକ୍ଷଣକୁ ଆପଣ କିପରି ଆରମ୍ଭ କରିବେ ।
    • ଶିକ୍ଷାର୍ଥୀମାନଙ୍କୁ କ'ଣ କରିବାକୁ ହେବ ଏବଂ କାହିଁକି ।

    ଆପଣ ଶିକ୍ଷଣକୁ ସକ୍ରିୟ ଏବଂ ଆଗ୍ରହୋଦ୍ଦୀପକ କରିବାକୁ ଚାହିଁବେ । ଫଳରେ ଶିକ୍ଷାର୍ଥୀମାନେ କୌତୂହଳତା ଏବଂ ଆରାମ ଅନୁଭବ କରିବେ । ଏହି ପର୍ଯ୍ୟାୟଭୁକ୍ତ ପାଠଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ କଣ କରିବାକୁ କୁହାଯିବ ସେ ବିଷୟରେ ବିଚାର କରନ୍ତୁ । ଫଳରେ ଆପଣ ବିବିଧତା ଓ ଆଗ୍ରହକୁ ଅନ୍ତର୍ଭୁକ୍ତ କରିପାରିବେ କିନ୍ତୁ ତାହା ନମନୀୟ ହୋଇଥିବା ଆବଶ୍ୟକ । ଶିକ୍ଷାର୍ଥୀମାନେ ଏହି ପର୍ଯ୍ୟାୟଭୁକ୍ତ ପାଠଗୁଡିକରେ ପ୍ରଗତି କରୁଥିବା ମଧ୍ୟରେ ଆପଣ ସେମାନଙ୍କର ବୋଧଗମ୍ୟତା ଓ ପ୍ରଗତିକୁ କିପରି ଆକଳନ କରିପାରିବେ, ସେବିଷୟରେ ବିଚାର କରନ୍ତୁ । ଯଦି କେତେକ ପାଠ ଅଧିକ ସମୟ ନିଏ କିମ୍ବା ଶୀଘ୍ର ଆୟତ ହୋଇଯାଏ, ତେବେ ଆପଣ ନମନୀୟ ହେବାକୁ ପ୍ରସ୍ତୁତ ଥାଆନ୍ତୁ ।

    ଗୋଟିଏ ପାଠ ର ପ୍ରସ୍ତୁତି କରିବା

    ପର୍ଯ୍ୟାୟଭୁକ୍ତ ପାଠଗୁଡ଼ିକର ଯୋଜନା କରିସାରିବା ପରେ, ଶିକ୍ଷାର୍ଥୀମାନେ କରିଥିବା ପ୍ରଗତି ଆଧାରରେ ଆପଣଙ୍କୁ ପ୍ରତ୍ୟେକ ବ୍ୟକ୍ତିଗତ ପାଠର ଯୋଜନା କରିବାକୁ ପଡ଼ିବ । ଆପଣ ଶିକ୍ଷାର୍ଥୀମାନେ କଣ ଶିଖିବା ଉଚିତ୍ କିମ୍ବା ଏହି ସବୁ ପାଠ ଶେଷରେ କଣ କରିବା ଆବଶ୍ୟକ ତାହା ଆପଣ ଜାଣନ୍ତି, କିନ୍ତୁ ଆପଣ ଅପ୍ରତ୍ୟାଶିତ କିଛି ତଥ୍ୟକୁ ମନେ ପକାଇ ପାରନ୍ତି କିମ୍ବା ଶୀଘ୍ର ଆଗକୁ ଅଗ୍ରସର ହୋଇପାରନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତିଗତ ପାଠର ଯୋଜନା ହେବା ଆବଶ୍ୟକ, ଫଳରେ ଆପଣଙ୍କର ସବୁ ଶିକ୍ଷାର୍ଥୀ ପ୍ରଗତି କରିବେ ଏବଂ ସଫଳତା ଓ ସାମିଲ ହେବାକୁ ଅନୁଭବ କରିବେ । ଆପଣ ପାଠ ଯୋଜନା ପ୍ରସ୍ତୁତ କଲାବେଳେ ନିଶ୍ଚିତ କରିବେ ଯେ ପ୍ରତ୍ୟେକ ଶିକ୍ଷଣକାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ଅଛି ଏବଂ ସମସ୍ତ ସମ୍ବଳ ଯେପରି ବ୍ୟବହାରିକ କାର୍ଯ୍ୟ କିମ୍ବା ଦଳଗତ କାର୍ଯ୍ୟ ପ୍ରସ୍ତୁତ ଅଛି । ବେଶି ଶିକ୍ଷାର୍ଥୀ ଥିବା ଶ୍ରେଣୀରେ ଯୋଜନା କରିବା ବେଳେ ଆପଣ ବିଭିନ୍ନ ଦଳ ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନ ଓ ଶିକ୍ଷଣକାର୍ଯ୍ୟ ଯୋଜନା କରିବାର ଆବଶ୍ୟକତା ଅଛି । ଆପଣ ଯେତେବେଳେ ନୂଆ ପ୍ରସଙ୍ଗ ପଢ଼ାଉଛନ୍ତି, ଅନ୍ୟ ଶିକ୍ଷକଙ୍କ ସହ ଆଲୋଚନା ଓ ଅଭ୍ୟାସ କରିବା ପାଇଁ କିଛି ସମୟ: ଆବଶ୍ୟକ କରିପାରନ୍ତି । ଫଳରେ ଆପଣ ଶିକ୍ଷାଦାନରେ ଦୃଢ଼ ହୋଇପାରନ୍ତି ।

    ଆପଣ ପାଠକୁ ତିନି ଭାଗରେ ପ୍ରସ୍ତୁତ କରିବାକୁ ଚିନ୍ତା କରନ୍ତୁ । ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି ।

    1ଉପକ୍ରମ

    ପାଠ ଆରମ୍ଭ କରିବା ସମୟରେ, ଶିକ୍ଷାର୍ଥୀମାନଙ୍କୁ ସେମାନେ କଣ ଶିଖିବେ ଓ କରିବେ ବୁଝାନ୍ତୁ, ଫଳରେ ଶିକ୍ଷାର୍ଥୀମାନେ ସେମାନଙ୍କଠାରୁ କ'ଣ ଆଶା କରାଯାଇଛି ପ୍ରତ୍ୟେକ ଜାଣିପାରିବେ । ଶିକ୍ଷାର୍ଥୀମାନଙ୍କର ଯାହା ଶିଖିବାକୁ ଅଛି, ସେ ବିଷୟରେ ଆଗ୍ରହୀ କରାଇବା ପାଇଁ ସେମାନେ ଯାହା ଜାଣିଛନ୍ତି ତାହା ବିନିମୟ କରିବାକୁ ଆପଣ ସେମାନଙ୍କୁ ସୁଯୋଗ ଦିଅନ୍ତୁ ।

    2 ପାଠର ମୁଖ୍ୟା°ଶ

    ଶିକ୍ଷାର୍ଥୀମାନେ ଯାହା ଜାଣିଛନ୍ତି ତାହା ଆଧାରରେ ବିଷୟର ଢାଞ୍ଚାପ୍ରସ୍ତୁତ କରନ୍ତୁ । ଆପଣ ସ୍ଥାନୀୟ ସମ୍ବଳ ସଂଗ୍ରହ ନୂଆ ତଥ୍ୟ କିମ୍ବା ସକ୍ରିୟ ପଦ୍ଧତିଗୁଡ଼ିକ ସହିତ ଦଳଗତ କାର୍ଯ୍ୟ କିମ୍ବା ସମସ୍ୟା ସମାଧାନ ଇତ୍ୟାଦିକୁ ବ୍ୟବହାର କରିବାର ନିଷ୍ପତି ନେଇପାରନ୍ତି । ଆପଣ କେଉଁ ସବୁ ସମ୍ବଳକୁ ବ୍ୟବହାର କରିବେ ଓ କିଭଳି ଉପାୟରେ ଶ୍ରେଣୀ କୋଠରୀର ସ୍ଥାନକୁ ବ୍ୟବହାର କରିବେ ଚିହ୍ନଟ କରନ୍ତୁ । ବିଭିନ୍ନ ପ୍ରକାର ଶିକ୍ଷଣକାର୍ଯ୍ୟ, ସମ୍ବଳ ଏବଂ ସମୟର ବ୍ୟବହାର କରିବା ପାଠ୍ୟ ଯୋଜନାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଅଟେ । ଆପଣ ଯଦି ବିଭିନ୍ନ ପ୍ରକାର ପଦ୍ଧତି ଏବଂ ଶିକ୍ଷଣକାର୍ଯ୍ୟ ବ୍ୟବହାର କରିବେ ତେବେ ଆପଣ ବହୁତ ଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚି ପାରିବେ କାରଣ ସେମାନେ ବିଭିନ୍ନ ଉପାୟରେ ଶିଖୁଥାନ୍ତି ।

    3. ପାଠ ଶେଷରେ ଶିକ୍ଷଣର ତଦାରଖ

    ପାଠ ଶେଷରେ କିମ୍ବା ପାଠ ମଝିରେ ଶିକ୍ଷାର୍ଥୀମାନେ କେତେ ପ୍ରଗତି କରିଛନ୍ତି ଜାଣିବା ପାଇଁ ସବୁବେଳେ ସମୟ ଦିଅନ୍ତୁ । ତଦାରଖା କରିବା ଅର୍ଥ ସବୁବେଳେ ପରୀକ୍ଷା ନୁହେଁ । ସାଧାରଣତଃ ଏହା ତତକାଳ ଓ ତ୍ଵରିତ ହେବ ।-ଯେପରି ଯୋଜନା ମୁତାବକ ପ୍ରଶ୍ନ କିମ୍ବା ଶିକ୍ଷାର୍ଥୀମାନେ କ’ଣ ଶିଖିଛନ୍ତି ଉପସ୍ଥାପନା କରିବା ସମୟରେ ପର୍ଯ୍ୟବେକ୍ଷଣ କରିବା - କିନ୍ତୁ ଆପଣ ନମନୀୟ ହେବାକୁ ଯୋଜନା କରିବା ଉଚିତ୍ ଓ ଶିକ୍ଷାର୍ଥୀମାନଙ୍କ ଉତ୍ତରରୁ ମିଳିଥିବା ଫଳାଫଳ ଅନୁସାରେ ପରିବର୍ତ୍ତନ କରିବା ମଧ୍ୟ ଆବଶ୍ୟକ ।

    ଗୋଟିଏ ପାଠର ଉତ୍ତମ ସମାପ୍ତି ସୂଚକଭାବେ ପାଠ ଆରମ୍ଭରେ ସ୍ଥିରୀକୃତ ଲକ୍ଷ୍ୟଗୁଡ଼ିକୁ ଫେରିବା ଓ ସେହି ଶିକ୍ଷଣରେ ସେମାନଙ୍କର ପ୍ରଗତି ସଂପର୍କରେ ଆପଣ ଓ ପ୍ରତ୍ୟେକଙ୍କ ସହିତ କଥା ହେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସମୟ ଦେବା । ଶିକ୍ଷାର୍ଥୀମାନଙ୍କୁ ଶୁଣିବା ଆପଣଙ୍କ ପରିବର୍ତ୍ତୀ ପାଠ ଯୋଜନା ଜାଣିବାରେ ନିଶ୍ଚିତ କରିବ ।

    ପାଠଗୁଡିକୁ ସମୀକ୍ଷା କରିବା

    ପ୍ରତି ପାଠ ପଢାଇବା ପରେ ଆପଣ କ'ଣ କଲେ, ଶିକ୍ଷାର୍ଥୀମାନେ କ’ଣ ଶିଖିଲେ, କ’ଣ ସମ୍ବଳ ବ୍ୟବହାର କଲେ ଏବଂ ଏଗୁଡ଼ିକର ବ୍ୟବହାର କିପରି ହେଲା – ଏସବୁକୁ ଲିପିବଦ୍ଧ କରିବା ଆବଶ୍ୟକ । ଫଳରେ ପରବର୍ତ୍ତୀ ପାଠଗୁଡ଼ିକ ପାଇଁ ଆପଣଙ୍କ ଯୋଜନାରେ ଆପଣ ଉନ୍ନତି ବା ପରିବର୍ତ୍ତନ ଆଣିପାରିବେ । ଉଦାହାରଣ । ଆପଣ ନିମ୍ନ ବିଷୟରେ ନିଷ୍ପତ୍ତି ନେଇ ପାରନ୍ତି ।

    • ଶିକ୍ଷଣ କାର୍ଯ୍ୟରେ ବିବିଧ ପରିବର୍ତ୍ତନ ଆଣିପାରନ୍ତି ।
    • ବିଭିନ୍ନ ପ୍ରକାର ମୁକ୍ତ ଓ ନିର୍ଦ୍ଦିଷ୍ଟ ଉତ୍ତର ମୂଳକ ପ୍ରଶ୍ନ ପ୍ରସ୍ତୁତ କରିପାରନ୍ତି ।
    • ଅଧିକ ସହାୟତା ଆବଶ୍ୟକ ଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରତିପୁଷ୍ଟି ଅଧିବେଶନ ରଖିପାରନ୍ତି ।

    ଶିକ୍ଷାର୍ଥୀମାନେ ଭଲ ଭାବରେ ଶିଖିବା ପାଇଁ ଆପଣ କଣ ଯୋଜନା କରିପାରିବେ ବା ସେ ବିଷୟରେ ଏପରିକି କ’ଣ ଭଲ କରିପାରିବେ ଚିନ୍ତା କରନ୍ତୁ ।

    ଆପଣ ପ୍ରତ୍ୟେକ ପାଠ ପଢାଇବା ସମୟରେ ଆପଣଙ୍କ ପାଠ ଯୋଜନାରେ ନିଶ୍ଚୟ ପରିବର୍ତ୍ତନ ଆସିବ କାରଣ ପ୍ରତ୍ୟେକ ବିଷୟରେ କ'ଣ ଘଟିବ ତାହା ଆପଣ ପୂର୍ବାନୁମାନ କରିପାରିବେ ନାହିଁ । ଏକ ଉତ୍ତମ ପାଠ ଯୋଜନାର ଅର୍ଥ ଏହା ହେବ ଯେ ଯେଉଁ ପ୍ରକାର ଶିକ୍ଷଣ ଘଟିବାକୁ ଆପଣ ଜାଣନ୍ତି । ତେଣୁ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପ୍ରକୃତ ଶିକ୍ଷଣ ସଂପର୍କରେ ଆପଣ ଯାହା ଦେଖନ୍ତି ସେହି ଅନୁସାରେ ପ୍ରତିକ୍ରିୟା ପ୍ରକାଶ ନିମିତ୍ତା ଆପଣ ନମନୀୟ ହେବା ପାଇଁ ପ୍ରସ୍ତୁତ ଥାଆନ୍ତି ।

    ସମ୍ବଳ-5 : ଶ୍ରୀମତୀ ଦାସଙ୍କ ପ୍ରତ୍ୟୟ ଚିତ୍ର

    ସମ୍ବଳ-6 : ପ୍ରତ୍ୟେୟ ଚିତ୍ରଗୁଡ଼ିକୁ ବ୍ୟବହାରର କେତେକ ଉପାୟ ସମୂହ

    ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତାକୁ ଆକଳନ କରିବାରେ ଏବଂ ଆପଣଙ୍କ ଶିକ୍ଷାଦାନ ଓ ସେମାନଙ୍କ ଶିକ୍ଷଣରେ ସହାୟତ ଦେବାରେ ପ୍ରତ୍ୟେୟ ଚିତ୍ରଣଗୁଡ଼ିକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇ ପାରିବ । ସେମାନଙ୍କୁ ମଧ୍ୟ ସବୁବେଳେ ଏକ ପ୍ରତ୍ୟେୟ ଚିତ୍ରଣ ନିଜେ ପ୍ରସ୍ତୁତ କରିବାର ଆବଶ୍ୟକତା ନାହିଁ । ଆପଣ ପ୍ରତ୍ୟେୟ ଚିତ୍ରଣଗୁଡ଼ିକୁ ନିମ୍ନ ଉପାୟଗୁଡ଼ିକ ମାଧ୍ୟମରେ ବ୍ୟବହାର କରିପାରିବେ ।

    1. ପ୍ରତ୍ୟେୟ ଚିତ୍ରକୁ ପୂରଣ କରିବା: ଏକ ପ୍ରତ୍ୟେୟ ଚିତ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ସମସ୍ତ ପ୍ରତ୍ୟେୟ ଶବ୍ଦକୁ ବାହାର କରିଦିଅନ୍ତୁ, କିନ୍ତୁ ସଂଯୋଗଗୁଡ଼ିକୁ ରଖନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଖାଲି ଘରେ କ’ଣ ଲେଖାଗଲେ ପ୍ରତ୍ୟେୟଟି ଅର୍ଥପୂର୍ଣ୍ଣ ହେବା ପଚାରନ୍ତୁ । ଯଦିଶିକ୍ଷାର୍ଥୀମାନେ ଆବଶ୍ୟକ କରନ୍ତି ସମ୍ଭାବ୍ୟ ଶବ୍ଦଗୁଡିକର ତାଲିକା ଆପଣ ଶିକ୍ଷାର୍ଥୀମାନଙ୍କୁ ଦେଇପାରିବେ । ପୁନରାବୃତ୍ତି ପାଇଁ ଏହା ଏକ ଉତ୍ତମ ଶିକ୍ଷଣକାର୍ଯ୍ୟ ଅଟେ ଏବଂ ଯେଉଁମାନେ ବିଜ୍ଞାନକୁ କଷ୍ଟ ଭାବନ୍ତି। ଏହା ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଥାଏ ।

    ପ୍ରତ୍ୟେୟ ଚିତ୍ରଗୁଡ଼ିକରେ ଛାଡି ଯାଇଥିବା ସଂଯୋଗ : ଏକ ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତ କରନ୍ତୁ ଏବଂ ସମସ୍ତ ସଂଯୋଜିତ ଶବ୍ଦଗୁଡ଼ିକୁ ବାହାର କରିଦିଅନ୍ତୁ, କିନ୍ତୁ ତୀର ଚିହ୍ନ ଏବଂ ପ୍ରତ୍ୟେୟ ଶବ୍ଦଗୁଡିକୁ ରଖନ୍ତୁ । ଶିକ୍ଷାର୍ଥୀମାନଙ୍କୁ ସଂଯୋଜିତ ଶବ୍ଦଗୁଡିକୁ ସଂପୂର୍ଣ୍ଣ କରିବାକୁ କୁହନ୍ତୁ । ଆପଣ ଜାଣିଥିବା ଯେଉଁ ଶିକ୍ଷାର୍ଥୀମାନେ କୈନ୍ଦ୍ରିକ ଶବ୍ଦଗୁଡିକ ସଂପର୍କରେ ନିଶ୍ଚିତ ନୁହଁନ୍ତି ସେହି ଶିକ୍ଷାର୍ଥୀମାନଙ୍କୁ ଆପଣ ସଂଯୋଜିତ ଶବ୍ଦଗୁଡିକୁ ଦିଅନ୍ତୁ ଏବଂ ସେମାନେ ଏଗୁଡିକୁ କେଉଁଠି ରଖିବେ ତାହା କରିବାକୁ ସୁଯୋଗ ଦିଅନ୍ତୁ । ପୁନରାବୃତ୍ତି ଓ ନୂଆ ଧାରଣାଗୁଡିକର ସଂକ୍ଷେପଣ ପାଇଁ ଏହା ଏକ ଉତ୍ତମ ଦଳଗତ କାର୍ଯ୍ୟ ଅଟେ ।

    ପ୍ରତ୍ୟେୟ ଚିତ୍ରର ଢାଞ୍ଚା: ଏକ ପ୍ରତ୍ୟେୟ ଚିତ୍ର ପ୍ରସ୍ତୁତ କରନ୍ତୁ ଏବଂ ବାକ୍ସ ଭିତରେ କେଳବ ଶବ୍ଦଗୁଡ଼ିକୁ ରଖି ଏହା ପରେ ସମସ୍ତ ରେଖା ଏବଂ ସଂଯୋଜିତ ଶବ୍ଦଗୁଡିକୁ ବାହାର କରିଦିଅନ୍ତୁ । ଶିକ୍ଷାର୍ଥୀମାନେ କେଉଁ ରେଖା ଏବଂ ସଂଯୋଜିତ ଶବ୍ଦଗୁଡ଼ିକୁ ଯୋଡି ଚିତ୍ରଟିକୁ ସଂପୂର୍ଣ୍ଣ କରିବେ ତାହା ନିଷ୍ପତ୍ତି କରିବେ । ଏହି କାର୍ଯ୍ୟଟି ଦଳଗତ ବା ବ୍ୟକ୍ତିଗତ ଭାବରେ କରାଯାଇ ପାରିବ ଏବଂ କେଉଁ ଶିକ୍ଷାର୍ଥୀମାନେ ପ୍ରକୃତରେ ବୁଝିଛନ୍ତି ଜାଣିବା ପାଇଁ ଏହା ଏକ ଉପାୟ ଅଟେ । ଯେଉଁ ଶିକ୍ଷାର୍ଥୀମାନେ ଏହାକୁ ସହଜ ଅନୁଭବ କରିପାରୁନାହାନ୍ତି ସେମାନଙ୍କୁ ଅଧିକ ସହାୟତା ଦେଇପାରନ୍ତି ।

    ମାର୍ଗଦର୍ଶିତ ପ୍ରତ୍ୟେୟ ଚିତ୍ର: ଏହି ପନ୍ଥାରେ ଆପଣ ପ୍ରତ୍ୟେୟ ଶବ୍ଦଗୁଡ଼ିକର ଏକ ତାଲିକା ଦିଅନ୍ତୁ । ଶିକ୍ଷାର୍ଥୀମାନେ ସେଥିରୁ ଦଶଟି ବାଛି ସେମାନଙ୍କର ପ୍ରତ୍ୟେୟ ଚିତ୍ରଣଗୁଡ଼ିକ ଗଠନ କରିବେ ।

    ଆଧାର,

    "www.tess-india.edu.in"

    4.0
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top