ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ନବମ ଶ୍ରେଣୀରେ ମହାକର୍କ୍ଷଣ ଶିକ୍ଷାଦାନ
ସେଆର କରନ୍ତୁ

ନବମ ଶ୍ରେଣୀରେ ମହାକର୍କ୍ଷଣ ଶିକ୍ଷାଦାନ

ପ୍ରାୟୋଗିକ କାର୍ଯ୍ୟ ଓ ଅନୁସନ୍ଧାନ: ନବମ ଶ୍ରେଣୀରେ ମହାକର୍କ୍ଷଣ ଶିକ୍ଷାଦାନ

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଗୋଟସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥବା ପ୍ରାରସିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲଛି କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦ୍ରିତ କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତ ରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତ ରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିସ୍ଫଳିତ |

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ" ଶିକ୍ଷା ତତ୍ତ୍ବ ଆଧାରିତ | ଏଥରେ ଥବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିର୍ମିତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ଟେସ୍ ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)  ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରି ପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ |

ଓଡ଼ିଆ ସଂକଳନ, 1.0 ପ୍ରାରସ୍ଥିକ ଗଣିତ 13 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା Odisha

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳାଲେଖ

ଏକକରେ କ'ଣ ଅଛି

  • ପ୍ରୟୋଗିକ କାର୍ଯ୍ୟ ବିଜ୍ଞାନ ଶିକ୍ଷାର ଏକ ଗୁରୁତ୍ଵପୂର୍ଣ୍ଣ ଦିଗ । ଏହା ବହୁତ ପ୍ରକାରର ଶିକ୍ଷଣକାର୍ଯ୍ୟ ଓ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, ସେଗୁଡ଼ିକ ହେଲା
  • ଜ୍ଞାନ ଗଠନ ପ୍ରକ୍ରିୟାରେ ଶିକ୍ଷାର୍ଥୀକୁ ପ୍ରମାଣରୁ ଯୁକ୍ତି ଉପସ୍ଥାପନ କରିବା ଶିଖୁବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟୟ ବା ଧାରଣାର ଦୃଷ୍ଟାନ୍ତ ଦେବା ।
  • ବିଜ୍ଞାନଗାର ବ୍ୟବହାର କୌଶଳର ବିକାଶ କରିବା ସହ ବିଜ୍ଞାନର ବିଭିନ୍ନ ଯନ୍ତପାତି | ଯଥା ଅଣୁବୀକ୍ଷଣ ଯନ୍ତ ବ୍ୟବହାର କରିବାର କୌଶଳ ଶିଖୁବା ।
  • ପର୍ଯ୍ୟବେକ୍ଷଣ କୌଶଳର ବିକାଶ କରିବା ଯେପରିକି କୋଷର ଗଠନ ବା କୌଣସି ଗୋଟିଏ ରାସାୟନିକ ପଦାର୍ଥକୁ ଗରମ କଲେ ହେଉଥୁବା ପରିବର୍ତନକୁ ପର୍ଯ୍ୟବେକ୍ଷଣ କରିବା ।
  • ବିଜ୍ଞାନରେ ଅନେଷଣ କୌଶଳର ବିକାଶ ଯେପରିକି ଉପଯୁକ୍ତ ପରୀକ୍ଷଣ କରାଇବା ବା ପ୍ରମାଣକୁ ତନ୍ମ ତନ୍ମ ଭାବେ ପରୀକ୍ଷା କରିବା (ବିଜ୍ଞାନ ଅନୁସନ୍ଧାନରେ) ।
  • ବିଜ୍ଞାନର ପ୍ରକୃତି ଏବଂ ବୈଜ୍ଞାନିକମାନେ କିପରି କାର୍ଯ୍ୟ କରନ୍ତି ତାହାର ବୋଧଗମ୍ୟତା ଓ ଅଭିଜ୍ଞତାର ବିକାଶ କରିବା ।

ଜାତୀୟ ପାଠ୍ୟକ୍ରମ ଆଧାର (2005) ଅନୁଯାୟୀ ବିଜ୍ଞାନ ଶିକ୍ଷଣ ପାଇଁ ବିଜ୍ଞାନ ପାଠ୍ୟକ୍ରମ ଦ୍ଵାରା ଉଭାବନକ୍ଷମ ଚିନ୍ତା, ସୁଜନଶୀଳତା ଆଦିକୁ ଉତ୍ସାହିତ କରିବା ଦରକାର ଏବଂ ଅନୁସନ୍ଧାନ କୌଶଳଗୁଡ଼ିକ ପ୍ରୋସାହନ ପାଇବା ସହ ଦୃଢ଼ୀକରଣ ହେବା ଦରକାର (ପୃ.- 49) । ବିଜ୍ଞାନର ପ୍ରୟୋଗାତ୍ମକ କାର୍ଯ୍ୟ ଓ ବିଶେଷ କରି ଅନୁସନ୍ଧାନମୂଳକ ପନ୍ତା ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ବୈଜ୍ଞାନିକମାନେ କିପରି କାମ କରନ୍ତି ସେ ବିଷୟ ଶିକ୍ଷା ଦେବା ସହ ସେମାନଙ୍କର ଅନୁସନ୍ଧାନମୂଳକ କୌଶଳଗୁଡ଼ିକର ବିକାଶ କରିବ ।ଏହି ଏକକରେ ନିର୍ଦ୍ଦିଷ୍ଟ ଭାବରେ ପ୍ରୟୋଗିକ ପନ୍ଥା ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କୁ ମାଧାକର୍ଷଣ ଶିକ୍ଷଣରେ ସାହାଯ୍ୟ କରିବା ସମ୍ବନ୍ଧରେ ବର୍ଣ୍ଣନା କରାଯାଉଛି । ଏଠାରେ ଆପଣ ଯେଉଁ ସବୁ ପନ୍ଥା ଏବଂ କୌଶଳ ଜାଣିବେ ସେ ସବୁକୁ ବିଜ୍ଞାନର ଅନ୍ୟ ବିଷୟମାନଙ୍କରେ ମଧ୍ୟ ପ୍ରୟୋଗ କରିପାରିବେ ।

ଏକକରୁ କ'ଣ ଶିଖୁବେ

  • ଦଳଗତ ପ୍ରୟୋଗିକ ଶିକ୍ଷଣକାର୍ଯ୍ୟ କିପରି ଶିକ୍ଷାର୍ଥୀଙ୍କୁ ମାଧାକର୍ଷଣୀୟ ଶିକ୍ଷଣରେ ସାହାଯ୍ୟ କରିବ ।
  • ପ୍ରୟୋଗିକ କାର୍ଯ୍ୟ ପାଇଁ ଅନୁସନ୍ଧାନମୂଳକ ପତ୍ନାର ଗୁରୁତ୍ଵ |
  • ଫଳପ୍ରଦ ଅନୁସନ୍ଧାନ କାର୍ଯ୍ୟ ପାଇଁ ଯୋଜନା କିପରି କରିବେ ।
  • ପ୍ରୟୋଗିକ କାର୍ଯ୍ୟର ସଫଳତା କିପରି ମୂଲ୍ୟୟନ କରିବେ ।

ଏହି ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ବିଜ୍ଞାନ ଗୋଟିଏ ପ୍ରୟୋଗିକ ବିଷୟ । ଯଦିଓ ପ୍ରୟୋଗିକ କାର୍ଯ୍ୟ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣରେ ସାହାଯ୍ୟ କରେ କିନ୍ତୁ କାର୍ଯ୍ୟଟିର ଉପାଦେୟତା ନିଶ୍ଚିତ କରିବା ପାଇଁ ଯନ୍ ପୂର୍ବକ ଯୋଜନା କରିବା ଆବଶ୍ୟକ । କିଛି ପ୍ରୟୋଗିକ କାର୍ଯ୍ୟ ବିଜ୍ଞାନର କେତେକ ଆଦର୍ଶ ପଦ୍ଧତି ଅଭ୍ୟାସ କରିବା ପାଇଁ ସୁଯୋଗ ଦିଏ, କିନ୍ତୁ ବୈଜ୍ଞାନିକ ତତ୍ତ୍ଵଗୁଡ଼ିକୁ ବା ବିଜ୍ଞାନର ପ୍ରକୃତିକୁ ବୁଝିବା ସମ୍ବନ୍ଧରେ ଅଧୁକ ଚିନ୍ତା କରିବାକୁ ସୁଯୋଗ ଦିଏ ନାହିଁ । ଏହି ଏକକ ଶିକ୍ଷାର୍ଥୀମାନେ ପ୍ରୟୋଗିକ କାମ ଦ୍ଵାରା ବୈଜ୍ଞାନିକ ଧାରଣା ଏବଂ ପ୍ରକ୍ରିୟା ବିଷୟରେ ଚିନ୍ତା କରିବା, ଏବଂ ତାହା ସହିତ ପ୍ରୟୋଗିକ କୌଶଳ ଗୁଡ଼ିକ ଶିକ୍ଷା କରିବା ନିଶ୍ଚିତ କରିବା ପାଇଁ ଆପଣଙ୍କୁ ସହାୟକ ହେବ । ଅନୁସନ୍ଧାନମୂଳକ ପ୍ରାୟୋଗିକ କାମ ଏହି ପ୍ରଶ୍ନ ଗୁଡ଼ିକ ଉତ୍ଥାପନ କରିଥାଏ । "କେଉଁ କାରକ ପ୍ରଭାବ ପକାଉଛି?", "ଏଗୁଡ଼ିକ ମଧ୍ୟରେ କିଛି ସଂପର୍କ ଅଛି କି?", "ଏହାର କାରଣ କ'ଣ ହୋଇପାରେ?” ଗୋଟିଏ ଅନୁସନ୍ଧାନମୂଳକ କାର୍ଯ୍ୟ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ତା’ର ସଂପର୍କିତ ପ୍ରତ୍ୟୟଗୁଡ଼ିକ ଚିନ୍ତା କରି, ପ୍ରୟୋଗ କରିବାକୁ ହେବ ଏବଂ ତା’ ସଙ୍ଗେ ସଙ୍ଗେ ବିଜ୍ଞାନର କୌଶଳ ଗୁଡ଼ିକ ବ୍ୟବହାର କରିବାକୁ ହେବ ।

ଏହି ଏକକରେ ଆପଣ କରୁଥୁବା ପ୍ରୟୋଗିକ କାମଟି ଉଦ୍ଦେଶ୍ୟମୂଳକ ହେବା, ବିଜ୍ଞାନର ଶିକ୍ଷଣ ଏବଂ ବୈଜ୍ଞାନିକମାନେ କିପରି କାର୍ଯ୍ୟ କରୁଛନ୍ତି ଜାଣିବାରେ ସହାୟକ ହେବା ନିଶ୍ଚିତ କରିବା ଉପରେ କେନ୍ଦ୍ରିତ । ପ୍ରୟୋଗିକ କାର୍ଯ୍ୟରେ ଅଧୁକ ସମୟ ନଷ୍ଟ ନ ହେବା ପାଇଁ ଯତ୍ନ ସହକାରେ ଯୋଜନା କରିବା ଗୁରୁତ୍ଵପୂର୍ଣ୍ଣ ।

ପ୍ରୟୋଗିକ କାର୍ଯ୍ୟର ପ୍ରକାର ଭେଦ

ଫଳପ୍ରଦ ପ୍ରୟୋଗିକ କାର୍ଯ୍ୟ ଅଧୁକ ଫଳପ୍ରଦ ଶିକ୍ଷଣରେ ସାହାଯ୍ୟ କରେ । ଏହା ଉଭୟ ହାତ ଓ ମନକୁ କ୍ରିୟାଶୀଳ କରେ କେତେଗୁଡ଼ିଏ ମୁଖ୍ୟ ପ୍ରୟୋଗିକ କାମ ଅଛି ଏବଂ ସେମାନଙ୍କର ନିଜସ୍ଵ ଗୁଣାବଳୀ ଏବଂ ଯୋଜନା ସମ୍ବନ୍ଧୀୟ ସମସ୍ୟା ଅଛି ।

  • ପ୍ରଦଶନ
  • ସଂରାଚନାସକ ପ୍ରୟୋଗିକ କାର୍ଯ୍ୟ
  • ଘୁର୍ଣ୍ଣାୟମାନ ପ୍ରୟୋଗିକ କାର୍ଯ୍ୟ ବା ସର୍କସ ପ୍ରୟୋଗିକ କାର୍ଯ୍ୟ
  • ଅନୁସନ୍ଧାନ

ସମସ୍ୟା ସମାଧ୍ୟାନ

ପ୍ରଦର୍ଶନ ପନ୍ଥା ବ୍ୟତିତ ଅନ୍ୟ ସବୁଥୁରେ ଶିକ୍ଷାର୍ଥୀମାନେ ଯୋଡ଼ିରେ ବା ଦଳରେ କାର୍ଯ୍ୟ କରିବା ଆବଶ୍ୟକ ହୁଏ । ଅନୁସନ୍ଧାନ ଓ ସମସ୍ୟା ସମାଧ୍ୟାନ ପ୍ରୟୋଗିକ କାର୍ଯ୍ୟଗୁଡ଼ିକ ଶିକ୍ଷାର୍ଥୀଙ୍କୁ ସ୍ବାଧୀନଭାବେ ସୃଜନାମ୍ବକ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଏ, ଯେତେବେଳେ କି ସଂରଚନାତ୍ମକ ପ୍ରୟୋଗିକ କାର୍ଯ୍ୟଗୁଡ଼ିକ ଆଦର୍ଶ କୌଶଳ ସହିତ ସୁପରିଚିତ ହେବା ପାଇଁ ଏବଂ ଅଭ୍ୟାସ କରିବା ପାଇଁ ସୁଯୋଗ ଦିଏ । 'ସର୍କସ' ପ୍ରୟୋଗିକ କାର୍ଯ୍ୟ ସାମଗ୍ରୀଗୁଡ଼ିକର ଆବଶ୍ୟକତା କମ୍ କରିବା ପାଇଁ ବ୍ୟବହାର  କରାଯାଏ । ଆପଣ ସମସ୍ତ ପ୍ରକାର ପ୍ରୟୋଗିକ କାର୍ଯ୍ୟ ସମ୍ବନ୍ଧରେ ଅଧୁକ ଜାଣିବା ପାଇଁ ସମ୍ବଳ-1 ଦେଖନ୍ତୁ ।

କେଉଁ ପ୍ରୟୋଗାତ୍ସକ, ପନ୍ଥା ବ୍ୟବହାର କରାଯିବ ତାହା ବାନ୍ଧିବା, ଶିକ୍ଷଣକାର୍ଯ୍ୟର ଉଦ୍ଦେଶ୍ୟ, ମିଳୁଥୁବା ସମୟ ଏବଂ ସମ୍ବଳ ଉପରେ ନିର୍ଭର କରେ । ବିଜ୍ଞାନ ପ୍ରତ୍ୟୟଗତ ଜ୍ଞାନ ଏବଂ ବିଜ୍ଞାନଗାରର ପ୍ରଣାଳୀ ଶିକ୍ଷଣ “ଉଦ୍ଦେଶ୍ୟ ବା ଶିକ୍ଷାର୍ଥୀମାନେ କ’ଣ ଶିଖୁବା ଉଚିତ୍” ତାହା ସୁସ୍ପାଇଥାଏ । ଏହା ଆହୁରି ମଧ୍ୟ ଅନୁସନ୍ଧାନ କୌଶଳ, ଉପସ୍ଥାପନା ଏବଂ ଭାବ ବିନିମୟ କୌଶଳ ସହ ଦଳଗତ କାର୍ଯ୍ୟ କରିବାର କୌଶଳ ଗୁଡ଼ିକୁ ବିଗ୍ରସ୍ତରକୁ ନେଉଛି ଏବଂ ଏହି ସବୁ କୌଶଳ ଶିଖାଯିବା ଏବଂ ଅଭ୍ୟାସ କରାଯିବା ଆବଶ୍ୟକ ।

ଦଳଗତ ପ୍ରୟୋଗିକ କାର୍ଯ୍ୟ କଲା ବେଳେ ଗୋଟିଏ ନିଶ୍ଚିତ କାର୍ଯ୍ୟ ପ୍ରଣାଳୀ ବିଷୟରେ ଶିଖାଇବା ପାଇଁ କିଛି ସମୟ ଦେଲେ ଏହା ସହାୟକ ହୁଏ । ଶିକ୍ଷାର୍ଥୀମାନେ ସେମାନେ କରୁଥୁବା ପ୍ରୟୋଗିକ କାର୍ଯ୍ୟରୁ ସେମାନଙ୍କ ଠାରୁ କ'ଣ ଆଶା କରାଯାଉଛି ଜାଣିଲେ, ସେମାନେ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଅଧୁକ ସମୟ ବିନିଯୋଗ କରିବା ପାଇଁ ସକ୍ଷମ ହେବେ ।

ଗୋଟିଏ ଫଳପ୍ରଦ ଦଳଗତ ପ୍ରୟୋଗାତ୍ମକ କାର୍ଯ୍ୟ, ଆଗରୁ କରାଯାଇଥୁବା ଫଳପ୍ରଦ ଯୋଜନା ଉତ୍ତମ ଶିକ୍ଷଣକାର୍ଯ୍ୟଟିକୁ ଚୟନ ଏବଂ ତା' ପାଇଁ ଆବଶ୍ୟକ ସମୟ, ସଂଗଠନ, ସେଇ ପ୍ରୟୋଗିକ କାର୍ଯ୍ୟ କରାଇବା ସମୟରେ ଆପଣ କ'ଣ କରିବେ ଇତ୍ୟାଦି ଉପରେ ନିର୍ଭର କରେ ।

ଯେ କୌଣସି ଶିକ୍ଷଣକାର୍ଯ୍ୟ ପାଇଁ "ଶିକ୍ଷାର୍ଥୀମାନେ କ’ଣ ଶିଖନ୍ତୁ ବୋଲି ମୁଁ ଗୋହିଁ" ଏବଂ "ଏହି କାର୍ଯ୍ୟରେ କେଉଁଠାରେ ସେମାନଙ୍କର ଶିକ୍ଷଣ ହେଉଛି” ନିଜକୁ ନିଜେ ପଶ୍ଚରିବା ଆବଶ୍ୟକ ।

  • କେଉଁ ପ୍ରକାର ପ୍ରୟୋଗିକ କାର୍ଯ୍ୟ ଆପଣ ବ୍ୟବହାର କଲେ
  • ଆପଣ କେଉଁଥୁରେ ଅଧୁକ ଆନନ୍ଦ ଅନୁଭବ କଲେ ?
  • କେଉଁଟି ସହ ଆପଣ ସବୁଠୁ ଅଧୁକ ସହଜ ଥୁଲେ ?
  • ଅନ୍ୟ ଶିକ୍ଷକମାନେ ଅନ୍ୟ କେଉଁ କାର୍ଯ୍ୟ ବ୍ୟବହାର କରିବା ଆପଣ ଦେଖୁଛନ୍ତି ?

ପରିସ୍ଥିତି ଅନୁଧ୍ୟାନ-1: ମହାକର୍ଷଣ ସମ୍ବନ୍ଧରେ ଶିକ୍ଷାଦାନ ଏବଂ ଶିକ୍ଷଣକାର୍ଯ୍ୟର ବ୍ୟବହାର

ଶ୍ରୀଯୁକ୍ତ ଦାସ ନବମ ଶ୍ରେଣୀ ମହାକର୍ଷଣ ଅଧ୍ୟାୟର ପ୍ରୟୋଗିକ କାର୍ଯ୍ୟ ସମ୍ବନ୍ଧରେ ତାଙ୍କର ଯୋଜନାକୁ ସମୀକ୍ଷା କରିବା ପାଇଁ ନିଷ୍ଠିତ କରିଛନ୍ତି/

ନବମ ଶ୍ରେଣୀରେ ମୁଁ ପୂର୍ବରୁ ଅଧୁକାଂଶ ଶିକ୍ଷାଦାନ ପାଇଁ ପ୍ରୟୋଗାତ୍ସକ କାର୍ଯ୍ୟ ଭାବରେ ପ୍ରଦର୍ଶନମୂଳକ ପନ୍ଥା ବ୍ୟବହାର କରିଛି । ଏ ବର୍ଷ ମୁଁ କିଛି ନୂଆ ପ୍ରକାରର ପ୍ରୟୋଗିକ କାର୍ଯ୍ୟ ମୋ ଶିକ୍ଷାଦାନରେ ସନିବିଷ୍ଟ କରିବା ପାଇଁ ଗହୁଁଛି । ପର ପ୍ରସଙ୍ଗଟି ମହାକର୍ଷଣ ଅଟେ । ମୁଁ ନବମ ଶ୍ରେଣୀ ବହିର ମହାକର୍ଷଣ ପ୍ରସଙ୍ଗରେ ଅବା ଶିକ୍ଷଣକାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ପାଇଁ ଗୋର୍ବୁଛି । କେଉଁ ଧାରଣାକୁ ପ୍ରଦର୍ଶନ ମାଧମରେ ଏବଂ କେଉଁଟିକୁ ଦଳଗତ ପ୍ରୟୋଗିକ କାର୍ଯ୍ୟ ମାଧ୍ୟମରେ ଶିକ୍ଷାଦାନ କଲେ ଭଲ ହେବ ନିଶ୍ଚିତ କରିବାକୁ ଚାହୁଁଛି ।

ତିନୋଟି ବିଷୟ ମୋର ଯୋଜନାରେ ପ୍ରଭାବ ପକାଇ ପାରେ ।

  • ନବମ ଶ୍ରେଣୀରେ ବେଶୀ ଶିକ୍ଷାର୍ଥୀ ଅଛନ୍ତି ଏବଂ ମୋ ପାଖରେ ସେତେ ଅଧୁକ ସାମଗ୍ରୀ ନାହିଁ ।
  • ମୁଁ ପୂର୍ବରୁ ଅଧୁକ ଦଳଗତ ପ୍ରୟୋଗିକ କାର୍ଯ୍ୟ କରାଇ ନାହିଁ । ଯେତେବେଳେ ସେମାନେ ଦଳଗତ କାର୍ଯ୍ୟ କରିବେ ସେମାନଙ୍କ ମଧ୍ୟରେ କେତେକ ଶିକ୍ଷାର୍ଥୀଙ୍କୁ ଆୟତ୍ତ କରିବା ମୋ ପାଇଁ କଷ୍ଟକର ହେବା ନେଇ ମୁଁ ଟିକିଏ ଚିନ୍ତିତ ।
  • ପାଠ ଯୋଜନାରେ ମୁଁ ଯେ କୌଣସି କାର୍ଯ୍ୟ ନିଏ ନା କାହିଁକି ମୋର ଶିକ୍ଷାର୍ଥୀମାନେ ସେଥୁରେ ଅବା ମୁଖ୍ୟ ଦିଗ ଗ୍ରହଣ କରିବେ ଏବଂ ଅନ୍ୟମନସ୍କ ହେବେ ନାହିଁ ।

ଆଜି ମୁଁ ସପ୍ତମ ଅଧ୍ୟାୟରେ ଅବା ସମସ୍ତ ପ୍ରୟୋଗିକ କାର୍ଯ୍ୟ ପାଇଁ ସାରଣୀଟିଏ ପ୍ରସ୍ତୁତ କରିଛି । ମୁଁ ସେଠାରେ ପ୍ରତ୍ୟେକ କାର୍ଯ୍ୟର ସୁଚନା ସହିତ ତାହା ପ୍ରଦର୍ଶନ କିମ୍ବା ଦଳଗତ ଶିକ୍ଷଣକାର୍ଯ୍ୟ ବ୍ୟବହାର କରାଯିବାର କାରଣ ଲିପିବଦ୍ଧ କରିଛି ।

ସାରଣୀ-1 ଶିକ୍ଷଣ ଧାରଣାଗୁଡ଼ିକ ସହ ମେଳ ଖାଉଥିବା ପ୍ରୟୋଗିକ ଶିକ୍ଷଣକାର୍ଯ୍ୟଗୁଡ଼ିକର ଚୟନ

କାର୍ଯ୍ୟ

7.1

ମୁଖ୍ୟ ଶିକ୍ଷଣ ଧାରଣା

ଘୁର୍ଣ୍ଣନ ଗତି ସମାନ ବେଗରେ ଥୁଲେ ସେଥୁରେ ଦୂରଣ ଅଛି । ଘୁର୍ଣ୍ଣନ ଗତି ପାଇଁ ଆବଶ୍ୟକ ବଳ ଯାହା ବସ୍ତୁଟିକୁ ବୃତ୍ତର କେନ୍ଦ୍ରବିନ୍ଦୁ ଆଡ଼କୁ ଟାଣେ, ସେହି ବଳ ବିନା ବସ୍ତୁଟି ସରଳରେଖାରେ ଗତି କରିଥାନ୍ତା । ମହାକର୍ଷଣ ବଳ ଚନ୍ଦ୍ରକୁ ପୃଥ୍ବୀ ଗରିପାଖରେ ଅବା କକ୍ଷରେ ଧରି ରଖୁଛି ଇତ୍ୟାଦି ।

ଶିକ୍ଷଣକାର୍ଯ୍ୟର ପ୍ରକାର

ଶିକ୍ଷକଙ୍କ ପ୍ରଦର୍ଶନ

 

କାରଣା ଏବ° ମତାମତ

ପ୍ରକ୍ଷେପଣ ଅସୁବିଧା ସେତେବେଳେ ଜୋହବ ଯୋଜୋତଜୋବତୋଳ ଛୋଟ ପଥରଟି ଛଡ଼ାଯିବ । ଏହି ବିପଦକୁ ମୁଁ ଆୟଭ କରିବା ଦରକାର । ପ୍ରଦର୍ଶନ ଶୀଘ୍ର କରାଯାଇ ପାରେ ଏବଂ ଏହା ଶିକ୍ଷାର୍ଥୀଙ୍କ ଧ୍ୟାନକୁ ଧରି ରଖୁବ ।

 

7.2

ପୃଥୁବୀର ମହାକର୍ଷଣ ଶକ୍ତି କୌଣସି ବସ୍ତୁକୁ ଉପରକୁ ଫିଙ୍ଗିଦେଲେ ତାହା ତଳକୁ ପଡ଼େ । ବସ୍ତୁର ମୁକ୍ତ ପଡ଼ିବା ସମାନ ତ୍ଵରଣରେ ପୃଥିବୀ ପୃଷ୍ଠକୁ ଫେରି ଆସେ ।

ଶିକ୍ଷକଙ୍କ ପ୍ରଦର୍ଶନୀ

ସମ୍ଭାବ୍ୟ ଅନ୍ତର୍ନିହିତ ସମସ୍ୟା/ ଆୟତ୍ତ ସମସ୍ୟା ବ୍ୟଗ୍ର ଭାବରେ ପଥର । ଟେକାକୁ ଫିଙ୍ଗିବା ମୁଁ ପରିସ୍ଥିତି ନିୟନ୍ତ୍ରଣ କରିବା ଦରକାର ।

7.3

ବାୟୁର ପ୍ରତିରୋଧର ପ୍ରଭାବ ପାଇଁ କାଗଜ ଟେକା ପରି ଖସେ ନାହିଁ । କିନ୍ତୁ ବାୟୁ ପ୍ରତିରୋଧ ନ ଥୁଲେ ସବୁ ଜିନିଷ ଏକା ଗତିରେ ତଳକୁ ଖସିବେ ।

କେତେକ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ପ୍ରଦର୍ଶନ ( ବାୟୁ ସହିତ) ତା’ ପରେ ଶିକ୍ଷକଙ୍କ ଦ୍ଵାରା ପ୍ରଦର୍ଶନୀ ବା ଭିଡ଼ିଓ, ମହାକାଶଚାରୀମାନଙ୍କର ଚନ୍ଦ୍ରରେ ଅବତରଣ ମୋବାଇଲ୍ ରେ ସେ ଭିଡିଓକୁ ନେଟ୍ ରୁ ଆଣି ଦେଖାଇ ପାରିବେ ।

ଏହା ଚିତ୍ତାକର୍ଷକ ଏବଂ କିଛି ଶିକ୍ଷାର୍ଥୀଙ୍କୁ ସକ୍ରିୟଭାବରେ ଅଂଶଗ୍ରହଣ କରିବା ପାଇଁ ସାହାଯ୍ୟ କରିବ।

7.4

ବାୟୁ ଥୁବା ବୋତଲକୁ ମୁହଁ ତଳକୁ କରି ପାଣିରେ ବୁଡ଼ାଇ, ଜଳର ପୁର୍ବନ ବଳକୁ ଆୟତ୍ତ କରି ବୋତଲ ପାଣି ଭିତରେ ରଖବା ଦରକାର । ପୃବନ ଉଦ୍ଧିମୁଖୀ ବଳ କୌଣସି ଜିନିଷକୁ ତରଳରେ ବୁଡ଼ାଇଲେ ତାହା ଉପରେ ପଡ଼ୁଥୁବା ଉର୍ଦ୍ଦିଗାମୀ ପୁବନ ବଳ ।

ଦଳଗତ କାର୍ଯ୍ୟ

 

ଅନୁଭବ କରିବେ ଶିକ୍ଷାର୍ଥୀ ଯଦି ବଳକୁ ନିଜେ ଏହା ତାଙ୍କ ବେଶୀ ଆନନ୍ଦଦାୟକ ଜୋହବ ଏବଂ ମଜୋନ ରହିବ । ଯଦି ସେମାନେ ଅଧୁକ ଆଗ୍ରହୀ ହେବେ, ତେବେ ଶିକ୍ଷାର୍ଥୀମାନେ ପ୍ରଦର୍ଶନରେ ଅଂଶଗ୍ରହଣ କରିପାରିବେ ।

 

7.5 ଏବଂ7.6

 

କଣ୍ଟା ଜଳରେ ବୁଡ଼େ କିନ୍ତୁ ସୋଲ ଜଳରେ ଭାସେ । ଯଦି ଓଜନ ଉଦ୍ଧିମୁଖୀ ପୁବନ ବଳ ଠାରୁ ଅଧୁକ ହୁଏ ତେବେ ବସ୍ତୁଟି ବୁଡ଼ିଯିବ, ତରଳର ଘନତ୍ଵ ଏବଂ ବସ୍ତୁର ଘନତ୍ଵ ଉପରେ ଉଦ୍ଧିମୁଖୀ। ପୃବନ ବଳ ନିର୍ଭର କରେ । ଯଦି ବସ୍ତୁର ଘନତ୍ଵ ତରଳର ଘନତ୍ଵ ଠାରୁ ଅଧୁକ ହୁଏ ତେବେ ବସ୍ତୁଟି ବୁଡ଼ିଯିବ ।

 

କିଛି ପ୍ରଶ୍ନ ସହିତ ପ୍ରଦର୍ଶନୀ

 

ଅନ୍ତର୍ନିହିତ ଭାବରେ ଜଟିଳ ଏବଂ ଶିକ୍ଷାର୍ଥୀମାନେ ତା’ର ଉତ୍ତର ଜାଣିଛନ୍ତି ବୋଲି ଭାବନ୍ତି । କିଛି ପ୍ରଶ୍ନ ସହ ପ୍ରଦର୍ଶନ କଲେ ସେମାନେ ସେଥୁରେ ଥୁବା ବିଭିନ୍ନ ବଳ ସଂପର୍କରେ ବୁଝିବେ ।

 

7.7

ଆଭାସୀ ଓଜନ ସ୍ଥିଙ୍ଗ ବାଲାନସ ସାହାଯ୍ୟରେ ମାପି ହେବ । ବସ୍ତୁଟିକୁ ଜଳରେ ବୁଡ଼ାଇଲେ ସ୍ଥିଙ୍ଗ ବାଲାନସର ମାପ କମିଯିବ । ଏହା ଜଳର ଉଦ୍ଧିମୁଖୀ ପ୍ଲବନ ବଳ ପାଇଁ ହୁଏ ।

ଦଳଗତ ପ୍ରୟୋଗିକ କାର୍ଯ୍ୟ ।

 

ବହୁତ ସାମଗ୍ରୀର ଆବଶ୍ୟକତା ନାହିଁ ଏବଂ ଶିକ୍ଷାର୍ଥୀମାନଙ୍କୁ ସ୍ତିଙ୍ଗ, ସୁତା । ଇଲାଷ୍ଟିକ ବ୍ୟାଣ୍ଡ ଇତ୍ୟାଦି ସେମାନଙ୍କୁ ବ୍ୟବହାର କରିବାକୁ ଦିଆଯାଇ ପାରିବ ।

 

 

 

 

 

ତେଣୁ ମୁଁ ଏହି ଅଧ୍ୟାୟରେ ଦୁଇଟି କାର୍ଯ୍ୟ ପାଇଁ ପ୍ରଦର୍ଶନୀ ନ କରି ପ୍ରୟୋଗିକ କାର୍ଯ୍ୟ କରିବାକୁ ଯୋଜନା କରୁଛି, କିନ୍ତୁ କେତେକ ପ୍ରଦର୍ଶନ ପାଇଁ ସହାୟକ ଭାବେ ଶିକ୍ଷାର୍ଥୀମାନଙ୍କୁ ଅଧୁକ ବ୍ୟବହାର କରିବାକୁ ଯାଉଛି ।

ଶିକ୍ଷଣକାର୍ଯ୍ୟ – 1 ପ୍ରାୟୋଗିକ କାର୍ଯ୍ୟ ପାଇଁ ଯୋଜନା

ଏହି କାର୍ଯ୍ୟଟି ଆପଣଙ୍କୁ ପାଠ ପଢ଼ାଇବା ପାଇଁ ପ୍ରୟୋଗିକ କାର୍ଯ୍ୟ ଯୋଜନାରେ ସାହାଯ୍ୟ କରିବ । ଶ୍ରୀଯୁକ୍ତ ଦାସ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପ୍ରସ୍ତୁତ ପୁସ୍ତକ ବ୍ୟବହାର କରନ୍ତି । ନିଜେ ବ୍ୟବହାର କରୁଥୁବା ବହିକୁ ନେଇ ଶ୍ରୀଯୁକ୍ତ ଦାସ କରିଥୁବା ସାରଣୀ ପରି ଆପଣ ସାରଣୀଟିଏ କରନ୍ତୁ । ଆପଣ କରିପାରୁଥୁବା ଭଳି ବିଭିନ୍ନ ପ୍ରୟୋଗିକ ଶିକ୍ଷଣକାର୍ଯ୍ୟର ପରିସର ଦେଖନ୍ତୁ । ସମ୍ବଳ-1 ବ୍ୟବହାର କରି ଅତି କମରେ ଦୁଇଟି ଭିନ୍ନ ପ୍ରକାରର ପ୍ରୟୋଗିକ କାର୍ଯ୍ୟ ଯୋଜନା କରିବା ପାଇଁ ନିଶ୍ଚିତ କରନ୍ତୁ । ଆପଣ ମହାକର୍ଷଣ ପଢ଼ାଇବା ସମୟରେ ବ୍ୟବହାର ପାଇଁ ଏହି ଯୋଜନାଟିକୁ ସାଇତି ରଖନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

ଆପଣ ପ୍ରୟୋଗିକ କାର୍ଯ୍ୟର ଯୋଜନା କରିବା ସମୟରେ ମୁଖ୍ୟ ବିଷୟ ବସ୍ତୁଗୁଡ଼ିକ କ’ଣ ଥାଏ ? Ο

ପାଖରେ ଥୁବା ଉପକରଣ ସମ୍ବନ୍ଧରେ ଆପଣଙ୍କୁ ଚିନ୍ତା କରିବା ସହ ଯଦି ଆବଶ୍ୟକ ତା'ର ଉନ୍ନତିକରଣ କଥା ଚିନ୍ତା କରିବା ଦରକାର ।

ଯାହା ହେଉନା କାହିଁକି ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କୁ କିପରି ଦଳରେ ଭାଗ କରିବାକୁ ହେବ ସେମାନେ ପ୍ରକୃତରେ କ’ଣ କରିବେ ଏବଂ ତାହା କରି ସେମାନେ କ’ଣ ଶିଖୁବେ ଏହା ସମ୍ବନ୍ଧରେ ଆପଣ ଚିନ୍ତା କରିବା ଆବଶ୍ୟକ । ସମ୍ବଳ-୨ ‘ପାଠ ଯୋଜନା କରିବାରେ ଆପଣ ଅଧିକ ପାଇଁ ପାରିବେ ।

ଶିକ୍ଷଣକାର୍ଯ୍ୟ 2 : ସଂଗଠିକ ପ୍ରୟୋଗାତ୍ମକ କାର୍ଯ୍ୟର ଯୋଜନା

ଏହି କାର୍ଯ୍ୟଟି ଆପଣଙ୍କୁ ପ୍ରୟୋଗିକ କାର୍ଯ୍ୟ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କର ମହାକର୍ଷଣ ସମ୍ବନ୍ଧରେ ଶିକ୍ଷଣ ପାଇଁ ଯୋଜନା କରିବାରେ ସାହାଯ୍ୟ କରିବ, ଯେଉଁଥୁରେ ଆପଣ ସମ୍ବଳ-1 ଏବଂ ସମ୍ବଳ-3 କୁ ବ୍ୟବହାର କରିବା ପାଇଁ ଆବଶ୍ୟକ କରିବେ । ଏହି କାର୍ଯ୍ୟରେ ଆପଣ ଏକ ସଂଗଠିତ ପ୍ରୟୋଗିକ କାର୍ଯ୍ୟ ନିମନ୍ତେ ଯୋଜନା କରିବାକୁ ଯାଉଛନ୍ତି । (ଉଦାହରଣ ସ୍ବରୂପ ବହିର 7.3 କାର୍ଯ୍ୟ ବ୍ୟବହାର କରି ପୃବନ ସମ୍ବନ୍ଧରେ ଶିକ୍ଷାଦାନ କରିବା) । ଏହି କାର୍ଯ୍ୟ ପାଇଁ ମୁଖ୍ୟ ଶିକ୍ଷଣ ଧାରଣାଗୁଡ଼ିକ ସାରଣୀ-1 ରେ ଲିପିବଦ୍ଧ କରାଯାଇଛି । ସଂଗଠିତ ପ୍ରୟୋଗିକ କାର୍ଯ୍ୟର ମୁଖ୍ୟ ଗୁଣ ଓ ଉପଯୋଗୀତାଗୁଡ଼ିକ ଚିହ୍ନଟ କରିବା ପାଇଁ ସମ୍ବଳ-1 ବ୍ୟବହାର କରନ୍ତୁ । ତା ପରେ ସମ୍ବଳ-3 ଦେଖନ୍ତୁ । ନିମ୍ନରେ ଥୁବା ତନଖୁ ତାଲିକା ବ୍ୟବହାର କରି ପଢ଼େଇବା ପାଇଁ ଯୋଜନା କରନ୍ତୁ (ସାରଣୀ-2) । ସାରଣୀର କେତେକ ଘର ପୂର୍ବରୁ ଆଶିକ ଭାବରେ ପୂରଣ କରାଯାଇଅଛି ।

ସାରଣ 2 ଗଂଗଠିକ ପ୍ରାୟୋଗିକ କାର୍ଯ୍ୟ ପାଇଁ ତନଖି ତାଲିକା

ସମସ୍ୟା ଏବ° ତଥ୍ୟ

ଆବଶ୍ୟକ ପଦକ୍ଷେପ / ସେନାଟ

ମୁଁ ଶିକ୍ଷାର୍ଥୀମାନଙ୍କୁ କ'ଣ ଶିଖନ୍ତୁ ବୋଲି ଚାହେଁ।

 

 

ଆଗୁଆ ଯୋଜନା ପାଇଁ କେଉଁ ସବୁ ସାମଗ୍ରୀ ଜୋମାର ଦରକାର ।

ପାତ୍ରଟି ଏତେ ବଡ଼ ହେବା ଉଚିତ୍ ଯେଉଁଥୁରେ ବୋତଲଗୁଡ଼ିକ ବୁଡ଼ାଇ ହେବ । ଠିପି ଟାଇଟ୍ ଅବା କେତେକ ପ୍ଲାଷ୍ଟିକ ବୋତଲ ।

ପ୍ରତ୍ୟେକ ଦଳ ପାଇଁ ଯଥେଷ୍ଟ ପାତ୍ର ଥୁବା ନିଶ୍ଚିତ କରନ୍ତୁ । ପାଠ ପାଇଁ ଶିକ୍ଷାର୍ଥୀମାନଙ୍କୁ ଠିପି ଅବା ଛୋଟ ପ୍ଲାଷ୍ଟିକ୍ ବୋତଲ ଆଣିବା ପାଇଁ କୁହନ୍ତୁ ।

ସମୟ: ପ୍ରୟୋଗିକ କାର୍ଯ୍ୟ କେତେ ସମୟ ଧରି ହେବା ଉଚିତ ? ଶିକ୍ଷଣକାର୍ଯ୍ୟ ଶେଷ କରିବା ପାଇଁ କେତେ ସମୟ ମଞ୍ଜୁର କରିବି ?

 

 

ଦଳ ଦଳଗୁଡ଼ିକ କେତେ ବଡ଼ ହେବା ଉଚିତ? ପ୍ରତ୍ୟେକ ଦଳରେ କେଉଁମାନେ ଥୁବା ଦରକାର ? ପ୍ରତ୍ୟେକ ଦଳ କେଉଁଠାରେ କାମ କରିବେ ?

 

 

ସତର୍କତା – ପ୍ରୟୋଗିକ କାମ ସହିତ ଜଡ଼ିତ ଅନ୍ତର୍ନିହିତ ସମସ୍ୟାଗୁଡ଼ିକ କ’ଣ ?

ଜଳ ଛିଟିକିବା ଏବଂ ଚଟାଣ ଖସଡ଼ା ହେବା ।

 

ଜଳ ପଡ଼ିବା କ୍ଷଣି ଶିକ୍ଷାର୍ଥୀମାନେ ପୋଛି ନେବା ନିଶ୍ଚିତ କରନ୍ତୁ ।

 

କେଉଁଠାରେ ଶିକ୍ଷଣ ହେଲା ? କେଉଁ ମୁଖ୍ୟ ବିଷୟଗୁଡ଼ିକ ପ୍ରତି ଶିକ୍ଷାର୍ଥୀମାନେ ଦୃଷ୍ଟି ଦଦେବ ?

 

 

ମୋର ଶିକ୍ଷାର୍ଥୀମାନେ ଶିକ୍ଷଣକାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ସୂଚନା ଜାଣିଥୁବା ଦରକାର ? ବହିର କାର୍ଯ୍ୟ ସଙ୍ଗେ ମୁଁ କୌଣସି ପ୍ରଶ୍ନ ବା ସୂଚନା ଯୋଡ଼ିବା ଆବଶ୍ୟକ କି ?

 

 

ଏହି କାର୍ଯ୍ୟ କରିବା ପାଇଁ ମୋର ଶିକ୍ଷାର୍ଥୀମାନେ କେଉଁ ଆଦର୍ଶ ପଦ୍ଧତି ବା କାର୍ଯ୍ୟ ନିର୍ଘଣ୍ଟ ବ୍ୟବହାର କରି କାମଟି କରିବା ଦରକାର ?

 

 

 

 

ବର୍ଭମାନ ଏହି ଯୋଜନାଟି ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ପ୍ରୟୋଗିକ କାର୍ଯ୍ୟଟି କରାଇବାରେ ସାହାଯ୍ୟ କରିବ । ସମସ୍ତ ଶିକ୍ଷାର୍ଥୀ କାର୍ଯ୍ୟଟିରେ ସଂପୃକ୍ତ ଅଲେ କି ? ସମସ୍ତ ପୁଅ ଶିକ୍ଷାର୍ଥୀ ଓ ଝିଅ ଶିକ୍ଷାର୍ଥୀ କାର୍ଯ୍ୟଟିରେ ସଂପୃକ୍ତ ଅଲେ କି ? ଏହି ଦଳଗୁଡ଼ିକ ପରବର୍ତି ସମୟରେ ଆପଣ ବ୍ୟବହାର କରିବେ କି ?

ମହାକର୍ଷଣ ସମ୍ବନ୍ଧରେ ପ୍ରୟୋଗିକ କାର୍ଯ୍ୟ ପାଇଁ ଗୋଟିଏ ଅନୁସନ୍ଧାନମୂଳକ ପନ୍ଥାର ବ୍ୟବହାର

ଗୋଟିଏ ଅନୁସନ୍ଧାନମୂଳକ ପନ୍ଥା ଦ୍ଵାରା ବୈଜ୍ଞାନିକ ମାନେ ଯେଉଁ ବାଟରେ କାର୍ଯ୍ୟ କରନ୍ତି, ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଶିଖାଇ ପାରିବେ । ଏହା ସେମାନଙ୍କୁ ପ୍ରଶ୍ନ ପରସ୍ପରିବା ପାଇଁ ଏବଂ ସେମାନଙ୍କର ଧାରଣାଗୁଡ଼ିକ କିପରି ପରୀକ୍ଷା କରିବେ ଚିନ୍ତା କରିବା ପାଇଁ ଉତ୍ସାହିତ କରିବ । ସେମାନଙ୍କୁ ଆହୁରି ମଧ୍ୟ ଚିନ୍ତା କରିବାକୁ ଯେ କେଉଁ ଫଳାଫଳ ସେମାନେ ଆଶା କରିବେ ଏବଂ ଏହାକୁ ସେମାନଙ୍କର ଫଳାଫଳକୁ ସେମାନଙ୍କର ଅନୁମାନ ସହ ତୁଳନା କରିବେ ।

ବିଜ୍ଞାନ ଶିକ୍ଷକମାନେ ଅନେକଗୁଡ଼ିଏ କାର୍ଯ୍ୟ ପାଇଁ ଅନୁସନ୍ଧାନ ପନ୍ଥା ବ୍ୟବହାର କରନ୍ତି ଏବଂ ବିଭିନ୍ନ ଶିକ୍ଷକ ବିଭିନ୍ନ ବାଟରେ ଅନୁସନ୍ଧାନ କରନ୍ତି । ଅନୁସନ୍ଧାନ କରିବା ପାଇଁ ଗୋଟିଏ ମାତ୍ର ସଠିକ୍ ବାଟ ନାହିଁ । ଆପଣ ଉଦ୍ଦେଶ୍ୟ ସମ୍ବନ୍ଧରେ ନିଷ୍ପଭି ନେବା ଆବଶ୍ୟକ ଏବଂ ଆପଣ ଆଶା କରୁଥୁବା ଫଳାଫଳ ପାଇଁ ଶିକ୍ଷଣକାର୍ଯ୍ୟ ଯୋଜନା କରିବେ । ଅନୁସନ୍ଧାନ ସମୟରେ ନିମ୍ନଲିଖୁତ ଶିକ୍ଷଣକାର୍ଯ୍ୟରୁ ଏକ ବା ଏକାଧୁକ କାର୍ଯ୍ୟ ବ୍ୟବହାର କରାଯାଏ ।

* ପ୍ରଶ୍ନ ଉଠାଇବା

* ଯୋଜନା କରିବା

• ପର୍ଯ୍ୟବେକ୍ଷଣ କରିବା

* ପ୍ରୟୋଗିକ କୌଶଳ ବ୍ୟବହାର କରିବା

• ତଥ୍ୟ ବିଶ୍ଳେଷଣ କରିବା ଏବଂ ଦୃଷ୍ଟାନ୍ତ ଖୋଜିବା

• ବୁଝାଇବା ଏବଂ ପୂର୍ବାନୁମାନ କରିବା

କେତେକ ଅନୁସନ୍ଧାନରେ କୌଣସି ନୂଆ କଥା ନାହିଁ । କାରଣ ସେଠାରେ ଯାହା ହେବ ସେ ସମ୍ବନ୍ଧରେ ଗୋଟିଏ ଗୃହିତ ତଥ୍ୟ ଅଛି । ଏହାର ଉଦାହରଣା, ହେଳା

* ପ୍ରତିକ୍ରିୟା ହାର ଉପରେ ତାପମାତ୍ରା ବୃଦ୍ଧିର ପ୍ରଭାବ ଅନୁସନ୍ଧାନ କରିବା

• ସ୍ଥିଙ୍ଗର ଟଣା ହେବା ଏବଂ ଓଜନ ମଧ୍ୟରେ ସଂପର୍କ ଅନୁସନ୍ଧାନ କରିବା (ହୁକ୍‌ଙ୍କ ନିୟମ)

* ପେଣ୍ଡୁଲୁମର ଦୋଳନରୁ 'g'ର ମୂଲ୍ୟ ନିର୍ଣ୍ଣୟ କରିବା

ଏହି ସବୁ ଅନୁସନ୍ଧାନରେ କେତେକ ଶିକ୍ଷାର୍ଥୀ ସେମାନେ ଯାହା ଅନୁସନ୍ଧାନ କରୁଥା’ନ୍ତି ତା’ର ଫଳାଫଳ ସମ୍ବନ୍ଧରେ ଆଗରୁ ଜାଣିଥାନ୍ତି । କିନ୍ତୁ ସେମାନଙ୍କୁ ଆହୁରି ଅନେକ ଶିକ୍ଷଣକାର୍ଯ୍ୟରେ ଲିପ୍ତ ରଖବାକୁ ହେବ, ଯାହା ପୂର୍ବରୁ ତାଲିକା କରାଯାଇଛି ।

ବୈଜ୍ଞାନିକମାନେ କିପରି କାର୍ଯ୍ୟ କରନ୍ତି ଜାଣିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସେମାନେ ଉତ୍ତର ଜାଣି ନ ଥୁବା କାର୍ଯ୍ୟ କରିବାକୁ ସୁଯୋଗ ଦେବା ଆବଶ୍ୟକ । ଉଦାହରଣ ସ୍ବରୂପ କେଉଁ ଲୋକପ୍ରିୟ ମୃଦୃ ପାନୀୟଟି ଅଧୁକ ଅମ୍ଳୀୟ । ଏହି କ୍ଷେତ୍ରରେ ସେମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ଯେ କିପରି ଠିକରେ ପରୀକ୍ଷା କରିପାରିବେ, କ’ଣ ମାପିବାକୁ ପଡ଼ିବ ଏବଂ ସେମାନେ ସବୁଠୁ ଅଧୁକ ଅମ୍ଳୀୟ କିପରି ନିର୍ଣ୍ଣୟ କରିବେ ।

ଅନୁସନ୍ଧାନକୁ ଅଧୁକ ମୁକ୍ତ କରିବା ପାଇଁ ଆପଣ ସେମାନଙ୍କୁ କେଉଁ କାରକଗୁଡ଼ିକ ଅନୁସନ୍ଧାନ କରିବେ କହିବା ପରିବର୍ଭେ ଶିକ୍ଷାର୍ଥୀମାନଙ୍କୁ କାରକଗୁଡ଼ିକ ଅନୁସନ୍ଧାନ କରି ବାହାର କରିବା ପାଇଁ କହିବେ । ଅନୁସନ୍ଧାନଟି ଯେତେ ଅଧୁକ ମୁକ୍ତ ହେବ ଶିକ୍ଷାର୍ଥୀମାନଙ୍କର ବୋଧ ଏବଂ ସେଥୁରେ ଥୁବା ଅନ୍ତର୍ନିହିତ ବିଜ୍ଞାନକୁ ଭିତ୍ତି କରି ସେମାନଙ୍କୁ ସେତେ ଅଧୁକ ଚିନ୍ତା କରିବାକୁ ହେବ । ତା’ ସହିତ ସେମାନେ ଯାହା ଅନୁମାନ କରିଥୁଲେ ଓ ତାଙ୍କର ଫଳାଫଳ ଯାହା ମିଳିବ ସେ ସଂପର୍କରେ ଚିନ୍ତା କରିବେ । ମୁକ୍ତ ଅନୁସନ୍ଧାନ ଗୁଡ଼ିକର ବିଭିନ୍ନ ପ୍ରକାରର ପ୍ରଶ୍ନ ଆସିବ ଯେପରିକି "କେଉଁଟି ସବୁଠାରୁ ଭଲ ବାଟ ? ” ବା “ମୁଁ କିପରି ଜାଣିବି ଯେ କେଉଁଟି ସର୍ବୋକୃଷ୍ଣ କାରଣ?”

ଯଦି ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସବୁବେଳେ କ’ଣ କରିବାକୁ ହେବ ବୋଲି କହିବେ ତେବେ ସେମାନଙ୍କଠାରୁ କିପରି ଅନୁସନ୍ଧାନ ପାଇଁ ଯୋଜନା କରିବାକୁ ହେବ ତାହା ଆଶା କରି ହେବ ନାହିଁ । ପଦ୍ଧତି ବାଛିବାର ବିଭିନ୍ନ ଦିଗ ବା କି ଫଳାଫଳକୁ ସେମାନେ ପାଇବେ ବୋଲି ଭାବୁଛନ୍ତି ଓ କିପରି ଫଳାଫଳକୁ ବିଶ୍ଳେଷଣ କରିବେ ତା ଉପରେ ଆଲୋଚନାର ସୁଯୋଗ ଦେଇ ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କର ଅନୁସନ୍ଧାନ କୌଶଳଗୁଡ଼ିକୁ ତିଆରି କରିବାକୁ ହେବ ।

ବହିରେ ଦିଆଯାଇଥୁବା କାର୍ଯ୍ୟଗୁଡ଼ିକ ଅନୁସନ୍ଧାନ ନୁହେଁ ବରଂ ସଂଗଠିତ ପ୍ରୟୋଗିକ କାର୍ଯ୍ୟ । ଯାହା ହେଲେ ମଧ୍ୟ ଆପଣ କିଛି କାର୍ଯ୍ୟ ଏପରି କରିପାରିବେ, ଯାହା ଶିକ୍ଷାର୍ଥୀମାନଙ୍କୁ ଅନୁସନ୍ଧାନ କରିବାର ସୁଯୋଗ ଦେବ ଏବଂ ସେମାନଙ୍କର ଅନୁସନ୍ଧାନ କୌଶଳର ବିକାଶ ଜୋହବ |

ପରିସ୍ଥିତି ଅନୁଧ୍ୟାନ-2: ଶିକ୍ଷାର୍ଥୀମାନଙ୍କର ଅନୁସନ୍ଧାନ କୌଶଳର ବିକାଶରେ ସହାୟତା

ଗୋଟିଏ ଆଞ୍ଚଳିକ ପ୍ରଶିକ୍ଷଣ ଅଧୁବେଶନରେ ଶ୍ରୀମତି ମହାନ୍ତି ତାଙ୍କର ସହକର୍ମାମାନଙ୍କ ସହ ଶିକ୍ଷାର୍ଥୀମାନଙ୍କର ଅନୁସନ୍ଧାନ କୌଶଳର ବିକାଶ ପାଇଁ କେତେକ ପନ୍ଥା ସମ୍ବନ୍ଧରେ ଆଲୋଚନା କଲେ ।

ମୁଁ ଯେତେବେଳେ ଗତ ସପ୍ତାହରେ ପ୍ରଶିକ୍ଷଣ ପାଇଁ ଗଲି । ଆମେ ସେଠାରେ ଆଲୋଚନା କଲୁ ଯେ ଆମେ ପ୍ରୟୋଗିକ କାର୍ଯ୍ୟ କରାଉଥୁବା ସମୟରେ କ’ଣ କରିବା ଯାହା ଶିକ୍ଷାର୍ଥୀଙ୍କୁ ସେମାନଙ୍କର ଅନୁସନ୍ଧାନ କୌଶଳ ଶିଖୁବାରେ ଏବଂ ବିକାଶ କରିବାରେ ସାହାଯ୍ୟ କରିବ ।

ପ୍ରଶିକ୍ଷକ ସବୁ ଦଳର ଶିକ୍ଷକମାନଙ୍କୁ ଦୁଇଟି ସୂଚନା ଦେଲେ ଏବଂ ସେଗୁଡ଼ିକ ଆମ ଶିକ୍ଷାର୍ଥୀମାନଙ୍କୁ କିପରି ସାହାଯ୍ୟ କରିବା ଚିନ୍ତା କରିବା ପାଇଁ କହିଲେ । ସେଇ ଦୁଇଟି ସୂଚନା ହେଲା:

  1. ଯେତେବେଳେ ଆପଣ ଶିକ୍ଷାର୍ଥୀଙ୍କୁ ସେମାନେ କରିବାକୁ ଯାଉଥୁବା ପ୍ରୟୋଗିକ କାର୍ଯ୍ୟ ସମ୍ପର୍କରେ କହୁଛନ୍ତି, ସେମାନଙ୍କୁ ସେଥୁରେ କ'ଣ ହେବ ବୋଲି ଅନୁମାନ କରିବାକୁ କୁହନ୍ତୁ ଏବଂ ପଶ୍ଚରନ୍ତୁ ଯେ ସେମାନେ କାହିଁକି ତାହା ଭାବୁଛନ୍ତି ।
  2. ଯେତେବେଳେ ଶିକ୍ଷାର୍ଥୀମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପଶ୍ଚରନ୍ତୁ ଯେ ସେମାନେ ଯେଉଁ ଫଳାଫଳ ପାଉଛନ୍ତି, ତାହା କ’ଣ ସେମାନେ ଅନୁମାନ କରିଥୁବା ଫଳାଫଳ ସହ ସମାନ ଏବଂ କାହିଁକି ।

ଆମେ ଭାବିଲୁ ଯେ ଅନୁମାନ କରିବା ପାଇଁ କହିବା ସାହାଯ୍ୟ କରିବା କାରଣ ସେମାନେ ଯାହା ଜାଣିଛନ୍ତି ସେ ବିଷୟରେ ଚିନ୍ତା କରିବେ ଏବଂ ଏହି ପରିସ୍ଥିତି ସହିତ ତାକୁ ସଂପର୍କିତ କରିବେ । ଯଦି ଶିକ୍ଷାର୍ଥୀମାନେ ଅନୁମାନ କରିପାରୁଛନ୍ତି। କିନ୍ତୁ କାହିଁକି ହେବ କହିପାରୁନାହାଁନ୍ତି, ତା'ର ଅର୍ଥ ହେଲା ସେମାନେ କୌଣସି ନା କୌଣସି ସ୍ଥାନରେ ବୁଝିନାହାନ୍ତି ତେଣୁ ଆପଣ ସେମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ ।

ଆମେ ଭାବିଲୁ ଯେ ଦ୍ବିତୀୟ ସୂଚନାଟି ପ୍ରଥମ ସହ ସଂପର୍କିତ କାରଣ ଆପଣ ଯଦି କିଛି ଆଶା କରିନଥୁବେ ତେବେ ଫଳାଫଳ ପାଇବା ପରେ ଆଶ୍ଚର୍ଯ୍ୟ ହୋଇ ପାରିବେ ନାହିଁ । ଯଦି ଫଳାଫଳ ଆପଣ ଅନୁମାନ କରିଥୁବା ଫଳାଫଳ ଠାରୁ ଭିନ୍ନ ଆପଣଙ୍କୁ ଏହାର କାରଣ ଚିନ୍ତା କରିବାକୁ ହେବ । ଏମିତି ବି ହୋଇପାରେ ଯେ ଆପଣଙ୍କର ପଦ୍ଧତିରେ କିଛି ଅସୁବିଧା ରହିଯାଇଛି ।

ତା' ପରେ ଆମକୁ ଦୁଇଟି ପ୍ରସ୍ତାବ ଦେବାକୁ ହେଲା । ଆମର ଧାରଣାଗୁଡ଼ିକ ହେଲା:

  1. କୌଣସି ପ୍ରୟୋଗିକ କାର୍ଯ୍ୟ ଆରମ୍ଭ ପୂର୍ବରୁ, ଶିକ୍ଷାର୍ଥୀମାନଙ୍କୁ ସେମାନେ କ’ଣ ମାପିବାକୁ ଯାଉଛନ୍ତି ବା ପର୍ଯ୍ୟବେକ୍ଷଣ କରିବାକୁ ଯାଉଛନ୍ତି, କାହିଁକି ସେମାନେ ସେପରି କରିବାକୁ ଯାଉଛନ୍ତି ଏବଂ ସେମାନେ କିପରି ତାହା କରିବାକୁ ଯାଉଛନ୍ତି ବୋଲି ପଶ୍ଚରିବା ଆବଶ୍ୟକ । ଆମେ ଭାବିଲୁ । ଏହା ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା କାରଣ ବେଳେବେଳେ ଶିକ୍ଷାର୍ଥୀମାନଙ୍କୁ ଖାଲି ସୂଚନାକୁ ପଢ଼ି କାହା ପରେ କ’ଣ କରିବାକୁ ହେବ କରିଯାଆନ୍ତି ଏବଂ ସେମାନେ ପ୍ରକୃତରେ ମୋଟ ଉପରେ ସେହି କାର୍ଯ୍ୟ ବିଷୟରେ ବା କାହିଁକି ସେମାନେ ସେହି ନିର୍ଦ୍ଦିଷ୍ଟ ପଦ୍ଧତିରେ ହିଁ ସେହି କାର୍ଯ୍ୟ କରୁଛନ୍ତି, କିଛି ଚିନ୍ତା କରନ୍ତି ନାହିଁ ।
  2. ଶିକ୍ଷାର୍ଥୀମାନେ କାର୍ଯ୍ୟ କରୁଥୁବା ସମୟରେ ସେମାନଙ୍କୁ ପଶ୍ଚାରନ୍ତୁ ଯେ ସେମାନେ ଯଥେଷ୍ଟ ମାପ ବା ପର୍ଯ୍ୟବେକ୍ଷଣ କରିସାରିଲେଣି କି | ଆମେ ଭାବିଲୁ । ଏହା ସହାୟକ ହେବ କାରଣ ଶିକ୍ଷାର୍ଥୀମାନଙ୍କୁ ଫଳାଫଳ ଗ୍ରାଫରେ ଆଙ୍କିବା ପୂର୍ବରୁ ଅତି କମରେ ପାଞ୍ଚ ଥର ମାପିବାକୁ ପଡ଼ିବ । ଏହା ମଧ୍ୟ ଆବଶ୍ୟକ ଯେ ସେମାନେ ଯେତେବେଳେ ସେମାନଙ୍କର ଫଳାଫଳ ଦେଖୁଛନ୍ତି ସେଥୁରେ କୌଣସି ଧାରା ଦେଖାଯାଉଅଛି କି ବା କିଛି ଅଲଗା ଲକ୍ଷ୍ୟ କରିଛନ୍ତି କି ? ଏହାର ଅର୍ଥ ସେମାନେ ଆହୁରି ଅଧୁକ ମାପ ନେଇ ଦେଖା ଯାଉଥୁବା ବ୍ୟତିକ୍ରମ ଭୁଲ କି ନୁହଁ ଜାଣିବା ଦରକାର ବା ସେଠାରେ ଆଉ କିଛି ସତରେ ହେଉଛି କି ଗୁରୁତ୍ଵର ସହିତ ଦେଖୁବାକୁ ପଡ଼ିବ ।

ଟିକିଏ ଚିନ୍ତା କରନ୍ତୁ

ଆପଣ କେଉଁ ପ୍ରସ୍ତାବ ରଖୁବାକୁ ଗଳ୍ପାହାନ୍ତି ?

ଶ୍ରୀମତି ମହାନ୍ତି କହନ୍ତି ଯେ ସାବଧ୍ୟାନତାର ସହ ଚିନ୍ତା କରି ସାଧାରଣ ଭାବେ କରୁଥୁବା କାର୍ଯ୍ୟଟି ଅଧୁକ ଚିନ୍ତାଶୀଳ ଭାବେ କରି ଉପସ୍ଥାପନ କଲେ ଆପଣ ଶିକ୍ଷାର୍ଥୀମାନଙ୍କର ଅନୁସନ୍ଧିସୁ କୌଶଳର ବିକାଶ କରିପାରିବେ । ଶିକ୍ଷଣକାର୍ଯ୍ୟ-୩ରେ ଆପଣ ଅଧୁକ ଅନୁସନ୍ଧାନମୂଳକ ବାଟରେ ଗୋଟିଏ ଆଦର୍ଶ ପରୀକ୍ଷା କରିବେ । ପରିସ୍ଥିତି ଅନୁଧ୍ୟାନ-୩ରେ ଶ୍ରୀଯୁକ୍ତ ରଣା ତାଙ୍କର ଶ୍ରେଣୀରେ ମୁକ୍ତ ଅନୁସନ୍ଧାନମୂଳକ ପନ୍ଥା ନେଇଛନ୍ତି ଏବଂ ଫଳାଫଳରେ ଏହା ପ୍ରତିଫଳିତ ହୋଇଛି ।

ଶିକ୍ଷଣକାର୍ଯ୍ୟ 3: ଗୋଟିଏ ଶିକ୍ଷଣକାର୍ଯ୍ୟକୁ ଉପଯୋଗୀ କରିବା

ଏହି କାର୍ଯ୍ୟଟି ଆପଣଙ୍କୁ ଶ୍ରେଣୀ ଗୃହରେ ଶିକ୍ଷାର୍ଥୀର ଅନୁସନ୍ଧାନକୁ ପରିପ୍ପଳନାରେ ସାହାଯ୍ୟ କରିବ । ଏହି କାର୍ଯ୍ୟରେ ଆପଣ ଆପଣଙ୍କ ପାଖରେ ଅବା ନବମ ଶ୍ରେଣୀ ବହିର ପାଠ ଓ ସୂଚନାରୁ ୭.୬ର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଆପଣ କାର୍ଯ୍ୟଟି ଉପଯୋଗୀ କରିବେ ଯେପରି ସେଇଟି ଅଧୁକ ଅନୁସନ୍ଧାନମୂଳକ ହୋଇପାରିବ । ଏହି ପରୀକ୍ଷଣଟି କରିବାର ଉଦ୍ଦେଶ୍ୟ କ'ଣ ? ଏହା ଶିକ୍ଷାର୍ଥୀମାନଙ୍କୁ ଆର୍କମେଡ଼ିସ୍ ନିୟମ ବୁଝିବାରେ ସାହାଯ୍ୟ କରିବ । ଏଠାରେ ବର୍ଣ୍ଣିତ କାର୍ଯ୍ୟ ସହାୟକ ହେବ କିନ୍ତୁ ଏଥୁରେ କିଛି ସୂଚନାକୁ ପ୍ରଶ୍ନରେ ପରିବର୍ଭନ କରାଯାଇଛି ଏବଂ ଶିକ୍ଷାର୍ଥୀମାନଙ୍କର ସଂଘାତ ଓ ଗୋପ ସମ୍ବନ୍ଧରେ ଚିନ୍ତନ ଶକ୍ତିର ବିକାଶ କରାଇବା ପାଇଁ ଚେଷ୍ଟା କରାଯାଇଛି । ଏହି ସୂଚନା ଏବଂ ପ୍ରଶ୍ନଗୁଡ଼ିକ କଳାପଟାରେ ଲେଖନ୍ତୁ ।

1. ଗୋଟିଏ ଛୋଟ ପଥର ନେଇ ରବର ବ୍ୟାଣ୍ଡର ଗୋଟିଏ ମୁଣ୍ଡରେ ବା ସ୍ତିଙ୍ଗ ବାଲାନସର ଗୋଟିଏ ମୁଣ୍ଡରେ ବାନ୍ଧ । ସ୍ତିଙ୍ଗ ବା ରବର ବ୍ୟାଣ୍ଡକୁ ଏପରି ଧର ଯେପରି ପଥରଟି ଝୁଲି ରହିବ । ବାଲାନସରେ ମାପ କ'ଣ ହେଲା ଦେଖ ବା ରବର ବ୍ୟାଣ୍ଡର ଲମ୍ବ, ଦେଖ ।

2. ତୁମେମାନେ ଏଇଟିକୁ ଧୀରେ ଧୀରେ ପାତ୍ରରେ ଥୁବା ପାଣିରେ ବୁଡ଼ାଇବାକୁ ଯାଉଛି । ବାଲାନସର ମାପରେ ବା ରବର ବ୍ୟାଣ୍ଡର ଲମ୍ବରେ କ’ଣ ପରିବର୍ତନ ହେବ ବୋଲି ଭାବୁଛି ? ତୁମେ ଏହା କାହିଁକି ହେବ ବୋଲି ଭାବୁଛି ?

3. ପାଣି ଭିତରେ ପଥରଟିକୁ ବୁଡ଼ାଅ ଏବଂ ବାଲାନସର ମାପରେ ବା ରବର ବ୍ୟାଣ୍ଡର ଲମ୍ବରେ କ’ଣ ପରିବର୍ତନ ହେଉଛି ଭଲ ଭାବରେ ଲକ୍ଷ୍ୟ କର | ନୂଆ ମାପ ବା ଲମ୍ବକୁ ଲେଖୁ ରଖା । ଏହା ତୁମେ ଅନୁମାନ କରିଥୁଲ କି ? ଯେତେବେଳେ ପଥରଟି ସଂପୂର୍ଣ୍ଣ ରୂପେ ପାଣିରେ ବୁଡ଼ିଗଲା କ'ଣ ହେଲା ? ପାଣିର ଉଚ୍ଚତା କେତେ ବଢ଼ିଲା ? (ଏହା ଆପଣଙ୍କୁ ପଥରର ଆୟତନ ସଂପର୍କରେ ସୂଚନା ଦେବ) ।

4. ବିଭିନ୍ନ ଆକାରର ପଥର ନେଇ ପରୀକ୍ଷାଟି ଅଧୁକ ଥର କର । ପଥରର ଆୟତନ ଓ ସ୍ତିଙ୍ଗ ବାଲାନସର ମାପରେ ପରିବର୍ଭନ ବା ରବର ବ୍ୟାଣ୍ଡର ଲମ୍ବର ପରିବର୍ତନ ସହ କିପରି ସଂପର୍କିତ ?

5. ଏକ କାରଣ ସହ ଅନୁମାନ । ଯଦି ପଥରଟିକୁ ଅନ୍ୟ ତରଳ ପଦାର୍ଥ, ଯେପରି ତେଲ ବା ପାଣିଆ ଗୁଡ଼ରେ ବୁଡ଼ାଯିବ ତେବେ କ'ଣ ହେବ ?

6. (ପ୍ରସାରଣ) ଅନୁମାନ ଓ କାରଣ: ଧରାଯାଉ, ଆମେ ପଥରଟିକୁ ଗୋଟିଏ ଛୋଟ ପାତ୍ରରେ ରଖିବା । ଜଳର ବାହାରେ ଏବଂ ଭିତରେ ପଥରକୁ ପାତ୍ର ସହ ଓଜନ କର । ତା' ପରେ ପଥରକୁ ପତଳା ଧାତୁର ଆବରଣରେ ଶକ୍ତ ଭାବେ ଗୁଡ଼ାଇବା ବା କାଦୁଅ ମଡ଼େଇବା ଯେପରି ପାଣି ଭିତରେ ଓ ବାହାରେ ଓଜନ କରିବା ଆଗରୁ ଥୁଲା । ଆମେ କ’ଣ ଦେଖୁଲେ ?

ବିଭିନ୍ନ ତରଳ ପଦାର୍ଥର ବ୍ୟବହାର ଶିକ୍ଷାର୍ଥୀମାନଙ୍କୁ ଓଜନର ପରିବର୍ଭନକୁ ଆଭାସୀ ପରିବର୍ତନ ଯାହା ବିଭିନ୍ନ ତରଳର ସାନ୍ଦ୍ରତା ଯୋଗୁଁ ଉଦ୍ଧି ସଂଘାତର ପରିବର୍ତନ ସହ ସଂପର୍କିତ କରାଇଥାଏ । ସାନ୍ଦ୍ରତା ଅଧୁକ ହେଲେ ଅଧୁକ ଉଦ୍ଧି ସଂଘତ ହୋଇଥାଏ ।

ଜୋଶଷଜୋର ଶିକ୍ଷାର୍ଥୀମାନଙ୍କୁ ବାହାର କରିବାକୁ ହେବ ଯେ ଯେତେ ଆୟତନ ଅପସାରିତ ହେବ। (ପାତ୍ରର ଜଳରେ ପଥରକୁ ପକାଇବା ସମୟରେ) ସେତେ ଅଧୁକ ଆପେକ୍ଷିକ ଓଜନ ହ୍ରାସ ହେବ । ଯେତେ ଅଧୁକ ଉଦ୍ଧି ସଂଘାତ ହେବ ସେତେ ଅଧୁକ ଜଳ ଅପସାରିତ ହେବ |

ଚିତ୍ର-1: ଯେତେବେଳେ ଶିକ୍ଷାର୍ଥୀମାନେ କାମ କରୁଛନ୍ତି ସେମାନଙ୍କୁ କାମ ଭାଗ ଭାଗ କରି ଦେବା ଉଚିତ । ଏହି ଚିତ୍ରରେ ଦଳପତି କିଏ କ'ଣ କରିବା କାମ ଦେଉଛନ୍ତି । କିଏ ମାପ ଲେଖୁବ, କିଏ ସରଞ୍ଜାମ ସାମଗ୍ରୀ ଆଣିବ, କିଏ ପରୀକ୍ଷଣ କରିବା ଇତ୍ୟାଦି ।

ପରିସ୍ଥିତି ଅନୁଧ୍ୟାନ-3 : ଶ୍ରେଣୀ କକ୍ଷରେ ଗୋଟିଏ ଅନୁସନ୍ଧାନ

ଶ୍ରୀମତି ମହାନ୍ତି ନିଜର ଶିକ୍ଷାର୍ଥୀମାନଙ୍କ ସହିତ ଅନୁସନ୍ଧାନଟିଏ କରୁଛନ୍ତି । ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନର ଗୋଟିଏ ପ୍ରଶିକ୍ଷଣ ଅଧୁବେଶନରେ ଉପସ୍ଥିତ ରହିବା ପରେ ମୋର ଶିକ୍ଷାର୍ଥୀମାନଙ୍କ ସହିତ ଗୋଟିଏ ଉପଯୁକ୍ତ ଅନୁସନ୍ଧାନ କରିବା ପାଇଁ ମୁଁ ଖୁବ୍ ଆଗ୍ରହୀ ହେଲି ।

ମୁଁ ହେଲିକେପଟର ସଂପର୍କିତ ଅନୁସନ୍ଧାନଟି କରିବା ପାଇଁ ଗହିଲି । (ସମ୍ବଳ-5 ଦେଖନ୍ତୁ)

ପ୍ରଥମେ ମୁଁ କାଗଜରେ ଗୋଟିଏ ସରଳ ହେଲିକେପଟର ତିଆରି କଲି । ମୁଁ ଗୋଟିଏ ଚେୟାରରେ ଠିଆ ହୋଇ ପଡ଼ି ତାକୁ ସିଧା ଛାଡ଼ିଲି ଏବଂ ରକିକୁ ଏହା ତଳେ ପଡ଼ିବା ପାଇଁ କେତେ ସମୟ ନେବ ତାକୁ ଟିପି ରଖୁବାକୁ କହିଲି । ତା'ପରେ ମୁଁ ଶିକ୍ଷାର୍ଥୀମାନଙ୍କୁ ପରସ୍ପରିଲି ଯେ କ’ଣ କଲେ ଏହା ଶୀଘ୍ର ପଡ଼ିବ । କେହି ଜଣେ କହିଲା ଯେ ‘‘ତା'ର ଡେଣାଗୁଡ଼ିକ ସାନ କରିଦେଲେ’ । ମୁଁ ତା' ସଙ୍ଗେ ଗୋଟିଏ ପେପର କ୍ଲିପ୍ ଲଗାଇଲି ଏବଂ ଆଉ ଥରେ ପକାଇଲି । ପ୍ରତ୍ୟେକ ଦଳ ସେମିତି କିଛି ଚିନ୍ତା କରିବା ମୁଁ ଚାହୁଁଛି

ବୋଲି ସେମାନଙ୍କୁ ବୁଝାଇଲି । ହେଲିକେପଟରରେ ଯେ ସେମାନେ କ’ଣ ବଦଳାଇବେ ଅନୁସନ୍ଧାନ କରନ୍ତୁ ଏବଂ ତା’ର ପ୍ରଭାବରେ ହେଲିକେପଟର ଖସିବା ସମୟକୁ କିପରି ପ୍ରଭାବିତ କରିବ ତାହା ଚିନ୍ତା କରନ୍ତୁ ।

ସେମାନେ ଛଅଟି ଦଳରେ କାମ କଲେ । କିଛି ଦଳ ଡେଣାଗୁଡ଼ିକ ଛୋଟ କରି ଗୋଲିଲେ । କିଛି ଦଳ ପେପର କ୍ଲିପ୍ ସଂଖ୍ୟା ବଢ଼ାଇଲେ । ଆଉ ଗୋଟିଏ ଦଳ ବିଭିନ୍ନ ପ୍ରକାରର କାଗଜରେ ହେଲିକେପଟର ତିଆରି କଲେ । ସେମାନଙ୍କୁ ନିଶ୍ଚିତ କରିବାର ଥୁଲା ଯେ ସେମାନେ କିପରି ପଡ଼ିବାର ସମୟ ମାପିବେ ଏବଂ କିପରି ପରୀକ୍ଷଣ ଫଳାଫଳ ଲିପିବଦ୍ଧ କରିବେ । ମୁଁ ସବୁ ଦଳକୁ ଗୋଟିଏ ପ୍ରଶ୍ନ ଲେଖୁ ବା ପାଇଁ ଯେଉଁଟି ସେମାନେ ଯାହା ପାଇବାକୁ ଗୋହୀର୍ତ୍ତି (ଉତ୍ତର ଖୋଜିବାକୁ ଗହୀର୍ତ୍ତି) ତା'ର ସାରାହାଂଶ ହୋଇଥୁବ ।

ହରିର ଦଳକୁ ସଠିକ୍ ସମୟ ବାହାର କରିବା ଖୁବ୍ କଷ୍ଟ ବୋଧ ହେଲା ଏବଂ ସେମାନେ ନିଶ୍ଚିତ କଲେ ଯେ ସବୁ ଥର ଜଣେ ହିଁ ସମୟ ଟିପିବ ଏବଂ ସେମାନେ ତିନିଥର ମାପ ନେଇ ତା’ର ହାରାହାରି ସମୟ ନିର୍ଣ୍ଣୟ କରିବାକୁ ରହିଲେ ।

ସେମାନେ ଅନେକଗୁଡ଼ିଏ ମାପ ଖୁବ୍ କମ ସମୟରେ ପାଇଲେ। ତେଣୁ ସେମାନେ କିପରି ଉପସ୍ଥାପନା କରିବେ ଏବଂ ସେମାନଙ୍କର ସିଦ୍ଧାନ୍ତକୁ କିପରି ବୁଝାଇବେ ଚିନ୍ତା କରିବା ପାଇଁ ସମୟ ମିଳିଗଲା ।

ମୋର ଶିକ୍ଷାର୍ଥୀମାନେ ପାଠରୁ ସତରେ ମଜା ନେଉଥୁଲେ ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀ ଶିକ୍ଷଣକାର୍ଯ୍ୟରେ ସଂପୃକ୍ତ ଅଲେ । ପରେ ଯେତେବେଳେ ମୁଁ ଏ ବିଷୟ ଚିନ୍ତା କଲି । ମୁଁ ଅନୁଭବ କଲି ଯେ ବୈଜ୍ଞାନିକମାନେ ଯେପରି କାର୍ଯ୍ୟ କରନ୍ତି। ଏମାନେ ଅନେକ କିଛି କରିଛନ୍ତି । ସେମାନେ କ’ଣ ଅନୁସନ୍ଧାନ କରିବେ ତାହା ପାଇଁ ଗୋଟିଏ ପ୍ରଶ୍ନ ଚିନ୍ତା କରିଥୁଲେ । ପରୀକ୍ଷାଟି କିପରି ସଠିକ୍ ହେବ ଚିନ୍ତା କରିଥୁଲେ । ସମୟକୁ କିପରି ପରିସ୍ଫଳନା କରିବେ ସେମାନେ ଚେଷ୍ଟା କରିଥୁଲେ । ସେମାନେ ଫଳାଫଳକୁ ଲିପିବଦ୍ଧ କରିବାର ବ୍ୟବସ୍ଥା କରିଥୁଲେ ଏବଂ ଶେଷରେ ସିଦ୍ଧାନ୍ତରେ ଉପନୀତ ହୋଇଥୁଲେ । ତା’ର ଅର୍ଥ ହେଲା ଗୋଟିଏ କଥା ଯାହା ସେମାନଙ୍କୁ ଜଣା ନ ଥୁଲା ଆବିଷ୍କାର କରିଛନ୍ତି ।

ସମସ୍ତ ଦଳରେ ଯାହା ସବୁ କଲେ। ସେଗୁଡ଼ିକୁ ତ୍ରଇଁ କାଗଜରେ ବର୍ଣ୍ଣନା କରି ଶ୍ରେଣୀର ଅନ୍ୟ ଦଳମାନଙ୍କୁ ଜଣାଇବା ପାଇଁ ମୁଁ କହିଲି । ଶେଷରେ ମୁଁ ସେମାନେ ସେମାନଙ୍କର ସିଦ୍ଧାନ୍ତ ସଂପର୍କରେ କେତେ ବିଶ୍ଵାସୀ, ସେମାନଙ୍କୁ କେଉଁ ସବୁ ଅସୁବିଧା ହେଲା ଏବଂ ସେମାନଙ୍କର ଫଳାଫଳର ନିର୍ଭରଶୀଳତା ପାଇଁ ସେମାନେ ଆଉ କ'ଣ ଭଲ କରିପାରିବେ ସେ ସମ୍ବନ୍ଧରେ ପ୍ରଶ୍ନ କଲି ।

ପ୍ରୋୟୋଗିକ କାର୍ଯ୍ୟର କାର୍ଯ୍ୟକାରିତାର ମୂଲ୍ୟୟନ

ଟିକିଏ ଚିନ୍ତା କରନ୍ତୁ

ଦୁଇଟି ପ୍ରୟୋଗିକ କାର୍ଯ୍ୟ କଥା ଚିନ୍ତା କରନ୍ତୁ ଯେଉଁଗୁଡ଼ିକ ଶିକ୍ଷାର୍ଥୀମାନେ ଭଲ କରିଥୁଲେ । ସେଗୁଡ଼ିକ କି ପ୍ରକାର Ο କାମ ଥଲା ? ଆପଣ ସେଇ କାମ ଗୁଡ଼ିକରେ କ’ଣ ଦେଖୁଲେ ଯେ ଆପଣଙ୍କୁ ସେଇ କାମଗୁଡ଼ିକ ଉପାଦେୟ ଲାଗିଲା ?

ଏହି ଏକକଟିରେ ଆପଣ କିପରି ସଫଳ ଯୋଜନା କରିବେ ଏବଂ ତାକୁ କିପରି କାର୍ଯ୍ୟକାରୀ କରିବେ ସେ ସଂପର୍କରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଆପଣ କିପରି ଗୋଟିଏ କାମର ସଫଳତା ନିର୍ଣ୍ଣୟ କରିବେ ? ଏହା ଏକ ଫଳପ୍ରଦ ଶିକ୍ଷଣକାର୍ଯ୍ୟ ହେବ କି ?

  • ପ୍ରତ୍ୟେକ ଶିକ୍ଷାର୍ଥୀ ପୂର୍ବ ନିର୍ବାରିତ ସୂଚନା ବ୍ୟବହାର କରୁଥୁବେ ଏବଂ ଅନୁମାନ କରିଥୁବା ଫଳାଫଳ ପାଉଥୁବେ କି ?
  • ପ୍ରତ୍ୟେକ ଶିକ୍ଷାର୍ଥୀ ଗୋଟିଏ ନିର୍ଦ୍ଦିଷ୍ଟ କୌଶଳ ବ୍ୟବହାର କରିବା ଶିଖୁବେ କି ?
  • ଶିକ୍ଷାର୍ଥୀମାନେ ଯାହା ଦେଖୁଛନ୍ତି ସେଥୁରେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଏବଂ କ'ଣ ହେଉଛି ସେ ବିଷୟରେ ବୁଝିବା ପାଇଁ ଆଉ ଥରେ ଚିନ୍ତା କରୁଛନ୍ତି କି ?

ଆପଣ କୌଣସି କାର୍ଯ୍ୟର ସଫଳତା କେବଳ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରୁ କଳନା କରିପାରିବେ । ପ୍ରଥମ ପଦକ୍ଷେପ ହେଲା ସେହି କାମଟିରେ ଆପଣ କ’ଣ ଗୋହୀର୍ତ୍ତି ସେ ବିଷୟରେ ସ୍ପଷ୍ଟ ହୋଇଯିବା ଉଚିତ । ତା'ପରେ ଆପଣ ପାଠ ପଢ଼ା ସମୟରେ ଓ ପରେ ପ୍ରମାଣ ପାଇଁ କ’ଣ ଖୋଜିବେ। ଆପଣଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ।

ଶିକ୍ଷଣକାର୍ଯ୍ୟ – 4 ଆପଣଙ୍କ ପାଠ ଯୋଜନା ଏବଂ ଶ୍ରେଣୀରେ ଏହାର ବ୍ୟବହାର ଦକ୍ଷତାର ବିକାଶ

ଏହି କାର୍ଯ୍ୟଟି ଆପଣଙ୍କର ପାଠ ଯୋଜନା ଏବଂ ଶ୍ରେଣୀରେ ଏହାର ବ୍ୟବହାର ଦକ୍ଷତାର ବିକାଶ ପାଇଁ ଆପଣଙ୍କୁ ସାହାଯ୍ୟ  କରିବ ।

ଆପଣଙ୍କ ପାଠ ଯୋଜନାରେ ଶିକ୍ଷଣ ଉଦ୍ଦେଶ୍ୟ ହାସଲ ପାଇଁ ବ୍ୟବହୃତ ଶିକ୍ଷଣକାର୍ଯ୍ୟର ସଫଳତା ଜାଣିବା ପାଇଁ ଆପଣ ଏକ ତନଖ ତାଲିକା ବ୍ୟବହାର କରି ମୂଲ୍ୟୟନ କରିବେ ।

  • ନବମ ଶ୍ରେଣୀ ବହିର ମହାକର୍ଷଣ ପ୍ରସଙ୍ଗରେ ଅବା ବିଭିନ୍ନ ପ୍ରକାରର ଶିକ୍ଷଣକାର୍ଯ୍ୟକୁ ଲକ୍ଷ୍ୟ କରନ୍ତୁ । ସେଥୁରୁ ଗୋଟିଏ ଶିକ୍ଷଣକାର୍ଯ୍ୟ ବାଛନ୍ତୁ ଯେଉଁଥୁରେ ଆପଣ କାମ କରିବା ପାଇଁ ଗର୍ହନ୍ତି ।
  • ଆପଣ ସମ୍ବଳ-୩ର ବ୍ୟବହାର ଆବଶ୍ୟକ କରିବେ । ଏଥୁରେ ଗୋଟିଏ ଶିକ୍ଷଣକାର୍ଯ୍ୟର ବିଭିନ୍ନ ଉଦ୍ଦେଶ୍ୟ ବା ପ୍ରତ୍ଯାଶିତ ଫଳାଫଳ ସଂପର୍କରେ ବର୍ଣ୍ଣନା କରାଯାଇଛି ।
  • ମହାକର୍ଷଣ ପଢ଼ାଇବା ସମୟରେ ଆପଣ କିଭଳି ଧାରାବାହିକ ଭାବରେ ଶିକ୍ଷଣକାର୍ଯ୍ୟ ବ୍ୟବହାର କରିବେ ଚିନ୍ତା କରନ୍ତୁ । ଏହାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ? ଆପଣ କି ପ୍ରକାରର ଫଳାଫଳ ଏଠାରୁ ଆଶା କରୁଛନ୍ତି ? ଯଥା- ଏହା ପୁଣି ଥରେ ମନେ ପକାଇବା ପାଇଁ ସାହାଯ୍ୟ କରିବା, ପ୍ରୟୋଗିକ କୌଶଳ ଉନ୍ନତି କରିବ ନା ପ୍ରମାଣକୁ ମୂଲ୍ୟୟନ କରିବ ?
  • ପ୍ରତ୍ୟେକ ମୁଖ୍ୟ ଉଦ୍ଦେଶ୍ୟ ବା ପ୍ରତ୍ୟାଶିତ ଫଳାଫଳ ପାଇଁ ତନଖ୍ ତାଲିକାଟି ଆପଣଙ୍କୁ ଏକାଧୁକ ପ୍ରଶ୍ନ ପଶ୍ଚରିପାରେ । ଏଗୁଡ଼ିକ ଆପଣ ପାଠ ଯୋଜନାରେ ସଂଯୁକ୍ତ କରିବା ପୂର୍ବରୁ ଆପଣଙ୍କୁ ନିଶ୍ଚିତ କରିବାର ଆବଶ୍ୟକତା ଅଛି ଯେ କେତେବେଳେ ଆପଣ ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରମାଣ ପାଇବେ:
  1. ଆପଣଙ୍କ ଶିକ୍ଷାର୍ଥୀ କାର୍ଯ୍ୟ କରୁଥୁବା ସମୟରେ ଆପଣ ପର୍ଯ୍ୟବେକ୍ଷଣ କରିବେ କି ?
  2. ଶିକ୍ଷାର୍ଥୀମାନେ କାମ କରୁଥୁବା ସମୟରେ ବା ଯୋଜନା କରୁଥୁବା ସମୟରେ ଆପଣ ପ୍ରଶ୍ନ ପଶ୍ଚରିବେ କି ?
  3. ଆପଣ ଶିକ୍ଷାର୍ଥୀମାନଙ୍କର ଲେଖାଗୁଡ଼ିକ ଦେଖୁ ବା ଦରକାର କି ?
  • ଏଇ ଅଧୁକ କଥାଗୁଡ଼ିକ ଆପଣ ପାଠ ଯୋଜନାରେ ସଂପୃକ୍ତ କରନ୍ତୁ ।
  • ଆପଣ ପରିବର୍ଭିତ ଯୋଜନା ନେଇ କାର୍ଯ୍ୟଟି କରନ୍ତୁ ।
  • ପାଠ ଶେଷରେ ଆପଣଙ୍କ ପ୍ରମାଣ ଅନୁଶୀଳନ କରନ୍ତୁ । ଆପଣଙ୍କ ପ୍ରମାଣ ଅନୁସାରେ କାର୍ଯ୍ୟଟି କେତେ ଫଳପ୍ରଦ ହେଲା ବୋଲି ଭାବୁଛନ୍ତି ? ଆପଣ ଏହି କାର୍ଯ୍ୟଟି ଆଉ ଥରେ କରିବା ପୂର୍ବରୁ କ'ଣ ବଦଳାଇବେ ?

ସାରାଂଶ

ମହାକର୍ଷଣ ବିଷୟ ପଢ଼ାଇବା ପାଇଁ ଦଳଗତ ପ୍ରୟୋଗିକ କାର୍ଯ୍ୟ କିପରି ବିଭିନ୍ନ ଉପାୟରେ ସହାୟତା କରିବା ଆପଣ ଏହି ଏକକରେ ଶିଖୁଲେ ଏବଂ ଅନୁସନ୍ଧାନମୂଳକ ପନ୍ଥାର ଗୁରୁତ୍ଵ ଜାଣିଲେ । ଆପଣ ଆହୁରି ମଧ୍ୟ କିପରି ଦଳଗତ ପ୍ରୟୋଗିକ କାର୍ଯ୍ୟକୁ ଅଧୁକ ଉପାଦେୟ କରି ହେବ ଶିଖଲେ । ଯେଉଁ ସବୁ ପ୍ରୟୋଗିକ କାମ ଅଛି। ସେଗୁଡ଼ିକୁ କରାଯିବା ଉପରେ ଧ୍ୟାନ କେନ୍ଦ୍ରିତ ହୋଇଥୁଲା । ଆପଣ ଏହି ପନ୍ଥା ବିଜ୍ଞାନର ନବମ ଏବଂ ଦଶମ ଶ୍ରେଣୀରେ ଥୁବା ଅନ୍ୟ ଅଧ୍ୟାୟରେ ବ୍ୟବହାର କରିପାରିବେ । ପ୍ରତ୍ୟେକ ପ୍ରୟୋଗିକ କାର୍ଯ୍ୟର ଉପାଦେୟତା ମୂଲ୍ୟାୟନ କରିବା ଏବଂ ବିଭିନ୍ନ ପ୍ରୟୋଗିକ କାର୍ଯ୍ୟ କରିବା ପାଇଁ ସୁଯୋଗ ଖୋଜିବା ହେଉଛି ଗୁରୁତ୍ଵପୂର୍ଣ୍ଣ ।

ସମ୍ବଳ

ସମ୍ବଳ-1 ବିଭିନ୍ନ ପ୍ରକାର ପ୍ରୟୋଗିକ କାର୍ଯ୍ୟ ଓ ଏଗୁଡ଼ିକର ବ୍ୟବହାର

ବିଭିନ୍ନ ପ୍ରକାର ପ୍ରୟୋଗିକ କାର୍ଯ୍ୟରେ ଶିକ୍ଷକ ଏବଂ ଶିକ୍ଷାର୍ଥୀମାନଙ୍କଠାରୁ ଭିନ୍ନ ଭିନ୍ନ କାର୍ଯ୍ୟ ଆବଶ୍ୟକ କରାଯାଏ ଏବଂ ବିଭିନ୍ନ ପ୍ରକାର ଲାଭ ଯୋଗାଏ । ନିମ୍ନ ସାରଣୀରେ କେତେକ ପ୍ରୟୋଗିକ କାର୍ଯ୍ୟର ବୈଶିଷ୍ଟ ଏବଂ ସୁବିଧାଗୁଡ଼ିକ ଉପରେ ଗୁରୁତ୍ଵ ଦିଆଯାଇଛି । 'ପ୍ରଦର୍ଶନ' କୁ କେବଳ ତୁଳନା ପାଇଁ ଅନ୍ତର୍ଭୁକ୍ତ କରାଯାଇଅଛି ।

ସାରଣୀ ସ1.1: କେତେକ ପ୍ରକାର ପ୍ରୟୋଗିକ କାର୍ଯ୍ୟର ଗୁଣ ଏବଂ ସୁବିଧା

ପ୍ରୟୋଗିକ କାର୍ଯ୍ୟର ପ୍ରକାର

ଶିକ୍ଷଣ କ’ଣ କରିବେ / ଶିକ୍ଷାର୍ଥୀମାନେ କ’ଣ କରିବେ

କାହିଁକି ଏହି ପନ୍ଥା ଚୟନ କରିବେ ? ଏବଂ ଏଥିରେ ଥିବା ଅନ୍ତର୍ନିହିତ ସୁବିଧାଗୁଡିକ କ’ଣ ?

ପ୍ରଦର୍ଶନ

ଶିକ୍ଷଣ ପ୍ରାୟୋଗିକ କାର୍ଯ୍ୟ କରୁଛନ୍ତି ଏବଂ ଶିକ୍ଷାର୍ଥୀମାନେ ଦେଖୁଛନ୍ତି

ଅଧିକ ବିପଦପୂର୍ଣ୍ଣ ବା ଜଟିଳ ପ୍ରାୟୋଗିକ କାର୍ଯ୍ୟ ପାଇଁ ସବୁଠୁ ବେଶି ନିୟନ୍ତ୍ରଣ ଆବଶ୍ୟକ ଶିକ୍ଷାର୍ଥୀମାନେ ଠିକ୍ ପଦ୍ଧତି ଓ ନିର୍ଦ୍ଧାରିତ ଫଳାଫଳ ଦେଖିବା ନିଶ୍ଚିତ କରାନ୍ତୁ । ଯେଉଁଠାରେ ସ୍ଵତନ୍ତ୍ର ସାମଗ୍ରୀ ଆବଶ୍ୟକ, ସେଠାରେ ସାମଗ୍ରୀର ଆବଶ୍ୟକତାକୁ କମାଣ୍ଟୁ ଚୟନ କରିଥିବା ଦିଗ ଆଡେ ଶିକ୍ଷଣ ଦୃଷ୍ଟି ଆକର୍ଷଣ କରିପାରିବେ

ସାଙ୍ଗଠନିକ ପ୍ରୟୋଗିକ କାର୍ଯ୍ୟ

ଶିକ୍ଷାର୍ଥୀମାନେ ଦଳରେ କାମ କରିବେ ସମସ୍ତ ଦଳ ପ୍ରାୟ ଏକା ସମୟରେ ଏକା କାମ କରିବେ । ଅନୁସରଣ କରିବା ପାଇଁ ଶିକ୍ଷକ ସେମାନଙ୍କୁ କେତେକ ନିର୍ଦେଶାବଳୀ ଏବଂ ଉତ୍ତର ଦେବା ପାଇଁ ପ୍ରଶ୍ନ ଦେବେ । ଶିକ୍ଷକ କାର୍ଯ୍ୟଟିକୁ ପରିପ୍ପଳନା କରିବା ପାଇଁ ଟୋରିଆଡ଼େ ବୁଲିବେ ।

ହାତରେ ଅବା ଶିକ୍ଷଣକାର୍ଯ୍ୟ । ଶିକ୍ଷଣ ପାଇଁ ଭଲ ଓ ଆଦର୍ଶ ମାନର ପ୍ରଣାଳୀର ଅଭ୍ୟାସ । ସକ୍ରିୟ ଭାବେ ସମସ୍ତ ଶିକ୍ଷାର୍ଥୀଙ୍କର ଅଂଶଗ୍ରହଣର ସମ୍ଭାବନା । ଶିକ୍ଷାର୍ଥୀମାନେ ପରସ୍ପରକୁ ଆଲୋଚନା ମାଧମରେ ସାହାଯ୍ୟ କରିବାର ସମ୍ଭାବନା) I

ଘୁର୍ଣ୍ଣାୟମାନ ବା ‘ସର୍କସ' ପ୍ରୟୋଗିକ କାର୍ଯ୍ୟ

ଗୃହ ମଧ୍ୟରେ କେତେଗୁଡ଼ିଏ ଶିକ୍ଷଣକାର୍ଯ୍ୟ କେନ୍ଦ୍ର ଗଷ୍ଟ ଲୁଥୁବ । ଯେତେଟି ଦଳ ସେତେଟି ଶିକ୍ଷଣକାର୍ଯ୍ୟ କେନ୍ଦ୍ର ଥୁବ । ପ୍ରତ୍ୟେକ ଦଳ ଗୋଟିଏ କେନ୍ଦ୍ରରୁ ଆଉ ଗୋଟିଏ କେନ୍ଦ୍ରକୁ ଯାଉଥୁବେ ଏବଂ ସେଠାକାର କାର୍ଯ୍ୟ କରୁଥୁବେ । ଗୋଟିଏ କେନ୍ଦ୍ରରୁ ଆଉ ଗୋଟିଏ କେନ୍ଦ୍ରକୁ ଦଳମାନଙ୍କର ଯିବାକୁ ଶିକ୍ଷକ ପରିସ୍ଫଳନା କରିବେ ।

ସାମଗ୍ରୀର ଆବଶ୍ୟକତାକୁ କମ୍ କରେ । ଯେହେତୁ ପ୍ରତ୍ୟେକ କାର୍ଯ୍ୟ ସ୍ଵତ୍ତ୍ଵ ସମୟର, ଏହା ପାଠର ବେଗକୁ ତ୍ଵରାନ୍ୱିତ କରିପାରେ ।

ଘୁର୍ଣ୍ଣାୟମାନ ବା ‘ସର୍କସ' ପ୍ରୟୋଗିକ କାର୍ଯ୍ୟ

ଗୃହ ମଧ୍ୟରେ କେତେଗୁଡ଼ିଏ ଶିକ୍ଷଣକାର୍ଯ୍ୟ କେନ୍ଦ୍ର ଗଷ୍ଟ ଲୁଥୁବ । ଯେତେଟି ଦଳ ସେତେଟି ଶିକ୍ଷଣକାର୍ଯ୍ୟ କେନ୍ଦ୍ର ଥୁବ । ପ୍ରତ୍ୟେକ ଦଳ ଗୋଟିଏ କେନ୍ଦ୍ରରୁ ଆଉ ଗୋଟିଏ କେନ୍ଦ୍ରକୁ ଯାଉଥୁବେ ଏବଂ ସେଠାକାର କାର୍ଯ୍ୟ କରୁଥୁବେ । ଗୋଟିଏ କେନ୍ଦ୍ରରୁ ଆଉ ଗୋଟିଏ କେନ୍ଦ୍ରକୁ ଦଳମାନଙ୍କର ଯିବାକୁ ଶିକ୍ଷକ ପରିସ୍ଫଳନା କରିବେ ।

ସାମଗ୍ରୀର ଆବଶ୍ୟକତାକୁ କମ୍ କରେ । ଯେହେତୁ ପ୍ରତ୍ୟେକ କାର୍ଯ୍ୟ ସ୍ଵତ୍ତ୍ଵ ସମୟର, ଏହା ପାଠର ବେଗକୁ ତ୍ଵରାନ୍ୱିତ କରିପାରେ ।

 

ପ୍ରୟୋଗିକ କାର୍ଯ୍ୟର ପ୍ରକାର

ଶିକ୍ଷକ କ’ଣ କରିବେ | ଶିକ୍ଷାର୍ଥୀମାନେ କ’ଣ କରିବେ ।

କାହିଁକି ଏହି ପନ୍ଥା ଚୟନ କରିବେ ? ଏବଂ ଏଥୁରେ ଥୁବା ଅନ୍ତର୍ନିହିତ ସୁବିଧାଗୁଡ଼ିକ କ'ଣ ?

ଅନୁସନ୍ଧାନ

ପ୍ରତ୍ୟେକ ଦଳ ଅନୁସନ୍ଧାନ କାର୍ଯ୍ୟଟିକୁ ପ୍ରତ୍ୟେକ ଶିକ୍ଷାର୍ଥୀ ସକ୍ରିୟ ଅଂଶଗ୍ରହଣ କରିବାର କରିବେ । ଶିକ୍ଷକ ସାମଗ୍ରିକ ଭାବେ | ସୁଯୋଗ ରହିଛି । ପ୍ରତ୍ୟୟର ପ୍ରୟୋଗ ଏବଂ କାର୍ଯ୍ୟଟିକୁ ପରିପ୍ପଳନା କରିବେ ଏବଂ ପ୍ରତ୍ୟେକ ଦଳକୁ ଆବଶ୍ୟକ ସହାୟତା ପ୍ରଦାନ କରିବେ

ପ୍ରତ୍ୟେକ ଶିକ୍ଷାର୍ଥୀ ସକ୍ରିୟା ଅଂଶଗ୍ରହଣ କରିବାର ସୁଯୋଗ ରହିଛି । ପ୍ରତ୍ୟୟର ପ୍ରୟୋଗ ଏବଂ ଧାରନାଗୁଡିକର ପରୀକ୍ଷା କରିବା ପାଇଁ ସୁଯୋଗ ରହିଛି । ମୁକ୍ତ ଦିଗ ଭିତ୍ତିକ କାର୍ଯ୍ୟ ପାଇଁ ଅନ୍ତର୍ନିହିତ ଶକ୍ତି ଅଛି । ଶିକ୍ଷାର୍ଥୀମାନଙ୍କର ବୈଜ୍ଞାନିକ ଅନୁସନ୍ଧ୍ୟାନ ( ସାଧାରଣ ଓ ମୁଖ୍ୟ ଦିଗରେ ବିକାଶ ହେବାର ସମ୍ଭାବନା ଅଛି ।

ସମସ୍ୟା ସମାଧ୍ୟାନ

ଯେପରି ‘ ଅନୁସନ୍ଧାନ ପାଇଁ

ସମସ୍ତ ଶିକ୍ଷାର୍ଥୀ ସକ୍ରିୟା ଭାବରେ ଅନୁସାନ୍ଧାନ କାକରିବା ସୁଯୋଗ ଅଛି । ପ୍ରତ୍ୟୟର ପ୍ରୟୋଗ ଏବଂ ଧାରନାଗୁଡିକର ପରୀକ୍ଷା କରିବା ପାଇଁ ସମ୍ଭାବନା ରହିଛି । ମୁକ୍ତ ଦିଗରେ ବିଭିନ୍ନ କାର୍ଯ୍ୟ ପାଇଁ ଅନ୍ତର୍ନିହିତ ଶକ୍ତି ଅଛି ।

ସମ୍ବଳ-2: ପାଠ ପ୍ରସ୍ତୁତି ଯୋଜନା

ଯୋଜନା ଏବଂ ପ୍ରସ୍ତୁତି ଗୁରୁତ୍ଵପୂର୍ଣ୍ଣ କାହିଁକି

ଭଲ ପାଠଗୁଡ଼ିକୁ ଯୋଜନା କରିବାକୁ ପଡ଼ିବ । ଯୋଜନା ଆପଣଙ୍କ ପାଠକୁ ସ୍ପଷ୍ଟ, ସମୟ ଉପଯୋଗୀ, ଅର୍ଥପୂର୍ଣ୍ଣ ଭାବରେ ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଏବଂ ଆଗ୍ରହୀ କରାଇବାରେ ସାହାଯ୍ୟ କରେ । ଉପାଦେୟ ଯୋଜନାଗୁଡ଼ିକ ନମନୀୟତା ଥୁଲେ ଶିକ୍ଷକମାନେ ପଢ଼ିବା ସମୟରେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ବିଷୟରେ ବୁଝି ସେହି ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ଶିକ୍ଷଣ ପୂର୍ବରୁ କ୍ରମାଗତ ଭାବେ ପାଠଗୁଡ଼ିକର ଯୋଜନା କରିବା ଅର୍ଥ ହେଉଛି ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ପାଇଁ ପାଠ୍ୟକ୍ରମ ଅନୁସାରେ ଅଗ୍ରଗତି କରିବା ଏବଂ ସବୁଠାରୁ ଭଲ ସମ୍ବଳ ଏବଂ କାର୍ଯ୍ୟରେ ବ୍ୟବହାର କରିବା ।

ଯୋଜନା ଏକ କ୍ରମାଗତ ପ୍ରକ୍ରିୟା ଯାହା ଆପଣଙ୍କୁ ଏକକ ପାଠ ଏବଂ ଧାରାବାହିକ । କ୍ରମାଗତ ପାଠ ପ୍ରସ୍ତୁତିରେ ସାହାଯ୍ୟ କରେ ଯାହା ଗୋଟିଏ ଉପରେ ଅନ୍ୟଟି ଆଧାରିତ । ପାଠ ଯୋଜନାର ସୋପାନଗୁଡ଼ିକ ହେଲା:

  • ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଅଗ୍ରଗତି ପାଇଁ କ’ଣ କରିବା ଦରକାର ସ୍ପଷ୍ଟ ହେବା ।
  • ଶିକ୍ଷାର୍ଥୀମାନେ ବୁଝିବା ଭଳି ଢ଼ଙ୍ଗରେ ଆପଣ ଶିକ୍ଷାଦାନ ଦେବା ନିଶ୍ଚିତ କରିବା ଏବଂ କିପରି ନମନୀୟତା ରକ୍ଷା କରିବାକୁ ହେବ ଯେପରି ଆପଣ ଯାହା ପାଇଲେ ସେହି ଅନୁଯାୟୀ କାର୍ଯ୍ୟ କରିବେ ।
  • ଭବିଷ୍ୟତ ଯୋଜନା କରିବା ପାଇଁ ପାଠଟି କେତେ ଭଲଭାବେ ପଢ଼ାଇଲେ ଏବଂ ଶିକ୍ଷାର୍ଥୀମାନେ କ’ଣ ଶିଖୁଲେ ଅନୁଶୀଳନ କରିବା ଦରକାର ।

ଏକ ଶ୍ରେଣୀ ଭୁକ୍ତ ପାଠଗୁଡ଼ିକ ଯୋଜନା କରିବା

ଆପଣ ଯେତେବେଳେ ଗୋଟିଏ ପାଠ୍ୟକ୍ରମ ଅନୁସରଣ କରୁଛନ୍ତି ସେତେବେଳେ ଯୋଜନାର ପ୍ରଥମ ଭାଗ ହେଲା ଯେ କେତେ ଭଲଭାବରେ ପାଠ୍ୟକ୍ରମରେ ଥୁବା ବିଷୟ ଏବଂ ଅଧାୟଗୁଡ଼ିକ ଛୋଟ ଛୋଟ ଅଂଶରେ ପରିଣତ କରୁଛନ୍ତି । ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ଯେ ଆପଣଙ୍କୁ କେତେ ସମୟ ମିଳିବ, ଶିକ୍ଷାର୍ଥୀମାନଙ୍କର ଅଗ୍ରଗତି ନିମନ୍ତେ କେଉଁ ପନ୍ଥା ବ୍ୟବହାର କରିବେ ଏବଂ ସେମାନେ କ୍ରମରେ କେଉଁ କୌଶଳ ଏବଂ ଜ୍ଞାନ ଆହରଣ କରିବେ । ଆପଣଙ୍କ ଅଭିଜ୍ଞତାରୁ ବା ସହକର୍ମୀମାନଙ୍କ ସହ ଆଲୋଚନା କଲେ ଜଣା ପଢ଼ିପାରେ ଯେ କେଉଁ ପ୍ରସଙ୍ଗ ପାଇଁ କେତେ ପିରିୟତ୍ର ଯେପରି ଦରକାର । କେଉଁଟି ପାଇଁ ଗଣ୍ଠରୋଟି ବା କେଉଁଟି ପାଇଁ ଦୁଇଟି ବା ଗୋଟିଏ ପିରିୟଡ଼ ଦରକାର । ଆପଣ ଜାଣିଥୁବା ଦରକାର ଯେ ଯେତେବେଳେ ଅନ୍ୟ ବିଷୟ ସରିଯାଉଛି ବା ବିଷୟଟିକୁ ସଂପ୍ରସାରିତ କରାଯାଉଛି ସେତେବେଳେ ପାଠପଢ଼ାର ବିଭିନ୍ନ ପଟୁ ବ୍ୟବହାର କରିବାକୁ ପଢ଼ିପାରେ ।

ପ୍ରତ୍ୟେକ ପାଠ ଯୋଜନାରେ ଆପଣ ଏହିଗୁଡ଼ିକ ବିଷୟରେ ସ୍ପଷ୍ଟ ଅବା ଦରକାର:

  • ଶିକ୍ଷାର୍ଥୀମାନେ କ’ଣ ଶିଖନ୍ତୁ ବୋଲି ଆପଣ ଗଳ୍ପାହାନ୍ତି ।
  • ସେଇ ଶିକ୍ଷଣକୁ ଆପଣ କିପରି ଆରମ୍ଭ କରିବେ ।
  • ଶିକ୍ଷାର୍ଥୀମାନଙ୍କୁ କ'ଣ କରିବାକୁ ହେବ ।

ଆପଣ ଶିକ୍ଷଣକୁ ସକ୍ରିୟ ଏବଂ ଆଗ୍ରହପୂର୍ଣ୍ଣ କରିବା ପାଇଁ ଋହିଁବେ ଯେପରି ଶିକ୍ଷାର୍ଥୀମାନେ ସହଜ ଅନୁଭବ କରିବେ ଏବଂ କୌତୁହଳୀ ହେବେ । କ୍ରମରେ ବା ଧାରାବାହିକ ପାଠରେ ଶିକ୍ଷାର୍ଥୀମାନେ କ’ଣ କରିବେ ବୋଲି ଆପଣ ଭାବୁଛନ୍ତି – ଯେପରି ଆପଣ ବିଭିନ୍ନତା ଆଣିପାରିବେ ଏବଂ ଆଗ୍ରହ ସୃଷ୍ଟି କରିବା ସହ ଏହା ନମନୀୟ ହେବ । ପାଠରେ ଆଗକୁ ଯିବା ସଙ୍ଗେ ସଙ୍ଗେ ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତାକୁ ଜାଣିବା ପାଇଁ ଯୋଜନା କରନ୍ତୁ । ଯଦି କିଛି ଅଂଶରେ ଅଧୁକ ସମୟ ଆବଶ୍ୟକ ବା ଶୀଘ୍ର ବୁଝିଗଲେ। ସେଥୁପାଇଁ ନମନୀୟ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

ଗୋଟିଏ ପାଠ ଯୋଜନା କରିବା

ଆପଣ କ୍ରମାଗତ ପାଠଯୋଜନା କରିବା ପରେ ଶିକ୍ଷାର୍ଥୀମାନେ ଏ ପର୍ଯ୍ୟନ୍ତ ଶିଖୁଥୁବା ପାଠକୁ ଆଧାର କରି ଆପଣଙ୍କୁ ପ୍ରତ୍ୟେକ ପାଠଯୋଜନା କରିବାକୁ ହେବ । କ୍ରମରେ ପାଠ ପଢ଼ା ଶେଷରେ ଶିକ୍ଷାର୍ଥୀମାନେ କ’ଣ ଶିଖୁଥୁବା ଦରକାର ବା କ’ଣ କରିପାରୁଥୁବା ଦରକାର ଆପଣ ଜାଣନ୍ତି । କିନ୍ତୁ ଆପଣର କିଛି ପାଠ ବା ପ୍ରତ୍ୟୟ ହଠାତ୍ ମନେପକାଇବା ବା ଶୀଘ୍ର ପଢ଼ାଇବା ପାଇଁ ଆବଶ୍ୟକ ହୋଇପାରେ । ସେଥୁପାଇଁ ପ୍ରତ୍ୟେକ ପାଠର ଯୋଜନା ହେବା ଦରକାର, ଯେପରିକି ଆପଣଙ୍କର ସମସ୍ତ ଶିକ୍ଷାର୍ଥୀ ଅଗ୍ରଗତି କରିବେ ଏବଂ ସଫଳତାର ସହ ନିଜକୁ ସମସ୍ତଙ୍କ ଭିତରେ ଜଣେ ବୋଲି ଅନୁଭବ କରିବେ ।

ପାଠ ଯୋଜନା ଭିତରେ ଆପଣ ନିଶ୍ଚିତ କରିବା ଦରକାର ଯେ ଆପଣଙ୍କ ପାଖରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ଅଛି ଏବଂ ପ୍ରୟୋଗିକ କାର୍ଯ୍ୟ ବା ସକ୍ରିୟ ଦଳଗତ କାର୍ଯ୍ୟ ପାଇଁ ଆବଶ୍ୟକ ସମ୍ବଳ ମହଜୁଦ ଅଛି । ଗୋଟିଏ ବଡ଼ ଶ୍ରେଣୀ ପାଇଁ ଯୋଜନା ସାମଗ୍ରୀରେ ଆପଣଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ଓ ବିଭିନ୍ନ ଦଳ ପାଇଁ କାର୍ଯ୍ୟ ଯୋଜନା କରିବାକୁ ପଢ଼ିପାରେ ।

ଆପଣ ଯେତେବେଳେ ନୂଆ ପ୍ରସଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି ଆପଣଙ୍କର ଅଭ୍ୟାସ ପାଇଁ ସମୟ ଦରକାର ଏବଂ ଆପଣଙ୍କର ଧାରଣାଗୁଡ଼ିକୁ ଅନ୍ୟ ସହକର୍ମାମାନଙ୍କ ସହ ଆଲୋଚନା କରିବା ଆବଶ୍ୟକ, ଏଥୁରୁ ଆପଣ ଆତ୍ମବିଶ୍ଵାସୀ ହେବେ ।

ତିନୋଟି ଭାଗରେ ଆପଣଙ୍କ ପାଠକୁ ଯୋଜନା କରିବାକୁ ଚିନ୍ତା କରନ୍ତୁ । ସେଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଯାଇଛି ।

  1. ଉପକ୍ରମ

ପାଠର ପ୍ରାରମ୍ଭରେ ଶିକ୍ଷାର୍ଥୀମାନେ କ’ଣ ଶିଖୁବେ ଏବଂ କ'ଣ କରିବେ ବୋଲି ବର୍ଣ୍ଣନା କରନ୍ତୁ ଯେପରି ସମସ୍ତେ ଜାଣିବେ ସେମାନଙ୍କଠାରୁ କ'ଣ ଆଶା କରାଯାଉଛି । ସେମାନେ ଯେଉଁ ବିଷୟରେ ପଢ଼ିବାକୁ ଯାଉଛନ୍ତି ସେ ବିଷୟରେ ଏ ପର୍ଯ୍ୟନ୍ତ ଯାହା ଜାଣିଛନ୍ତି ନିଜ ନିଜ ଭିତରେ ଆଲୋଚନା କରିବାକୁ ଅନୁମତି ଦିଅନ୍ତୁ । ସେମାନେ ଆଗ୍ରହୀ ହେବେ ।

  1. ପାଠର ମୂଖ୍ୟ ଅଂଶ

ଶିକ୍ଷାର୍ଥୀମାନଙ୍କର ଅଭିଜ୍ଞତାକୁ ଲକ୍ଷ୍ୟ କରି ବିଷୟର ରୂପରେଖା ତିଆରି କରନ୍ତୁ । ଆପଣ ଆଞ୍ଚଳିକ ସମ୍ବଳ, ନୂତନ ତଥ୍ୟ, ସକ୍ରିୟାସକ ପନ୍ଥା ଦଳଗତ କାର୍ଯ୍ୟ ବା ସମସ୍ୟା ସମାଧ୍ୟାନ ବ୍ୟବହାର କରିବା ନିଷ୍ପତି ନିଅନ୍ତୁ । କେଉଁ ସମ୍ବଳଗୁଡ଼ିକ ବ୍ୟବହାର କରିବେ ଚିହ୍ନଟ କରନ୍ତୁ ଏବଂ ଶ୍ରେଣୀ ଗୃହରେ ଅବା ସ୍ଥାନ କିପରି ବ୍ୟବହାର କରିବେ ସ୍ଥିର କରନ୍ତୁ । ବିଭିନ୍ନ ପ୍ରକାର ଶିକ୍ଷଣକାର୍ଯ୍ୟ କରାଇବା, ସମ୍ବଳର ବ୍ୟବହାର କରାଇବା ଏବଂ ସମୟର ଉଚିତ୍ ବ୍ୟବହାର ପାଠ ଯୋଜନା କରିବାର ଗୁରୁତ୍ଵପୂର୍ଣ୍ଣ ଅଂଶ । ଆପଣ ଯଦି ବିଭିନ୍ନ ପ୍ରକାରର ପନ୍ଥା ଏବଂ ଶିକ୍ଷଣକାର୍ଯ୍ୟ ବ୍ୟବହାର କରିବେ। ଆପଣ ଅଧୁକ ସଂଖ୍ୟକ ଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚୁ ପାରିବେ । କାରଣ ସେମାନେ ବିଭିନ୍ନ ବାଟରେ ଶିଖୁବେ ।

  1. ପାଠର ଶେଷ ଅଂଶରେ ଶିକ୍ଷଣ ଆକଳନ କରିବା

ସବୁ ଦିନ (ପାଠ ସମୟରେ ବା ପାଠ ପଢ଼ାଇବା ପରେ) ଶିକ୍ଷାର୍ଥୀମାନଙ୍କର କେତେ ପ୍ରଗତି ହୋଇଛି ଜାଣିବା ପାଇଁ ସମୟ ଦିଅନ୍ତୁ । ତନଖୁର ଅର୍ଥ ସବୁବେଳେ ଗୋଟିଏ ପରୀକ୍ଷା ନୁହେଁ । ସାଧାରଣ ଭାବରେ ଏହା କମ୍ ସମୟର ଏବଂ ତତ୍‌କ୍ଷଣାତ୍ । ଯେପରି ଯୋଜନାବଦ୍ଧ ପ୍ରଶ୍ନ ବା ଶିକ୍ଷାର୍ଥୀମାନେ ଯାହା ଶିଖୁଲେ ତା’ର ଉପସ୍ଥାପନାର ପର୍ଯ୍ୟବେକ୍ଷଣ । କିନ୍ତୁ ଆପଣ ଶିକ୍ଷାର୍ଥୀମାନଙ୍କଠାରୁ ଉତ୍ତର ଶୁଣି ସେହି ଅନୁସାରେ କିଛି ବଦଳାଇବା ପାଇଁ ଯୋଜନାରେ ନମନୀୟ ହେବା ଉଚିତ ।

ପାଠ ସାରିବା ପାଇଁ ଗୋଟିଏ ଭଲ ବାଟ ହେଲା ଯେ ପ୍ରଥମେ ନେଇଥୁବା ଉଦ୍ଦେଶ୍ୟଗୁଡ଼ିକୁ ମନେପକାଇବା ଏବଂ ଶିକ୍ଷାର୍ଥୀମାନେ ଏଇ ଶିକ୍ଷଣରୁ କ'ଣ ଶିଖୁଲେ। ତାଙ୍କ ମଧ୍ୟରେ ଆଲୋଚନା ପାଇଁ ସମୟ ଦେବା । ଶିକ୍ଷାର୍ଥୀମାନଙ୍କର କଥାବାର୍ଭା ଶୁଣି ଆପଣ ନିଶ୍ଚିତ ହୋଇ ପାରିବେ ଯେ ପର ପାଠ ପାଇଁ କ’ଣ ଯୋଜନା କରିବେ ।

ପାଠକୁ ସମୀକ୍ଷା କରିବା

ପ୍ରତ୍ୟେକ ପାଠକୁ ପୁଣି ଥରେ ଲକ୍ଷ୍ୟ କରନ୍ତୁ । ପ୍ରତ୍ୟେକ ପାଠରେ କ’ଣ କଲେ ଲେଖା ରଖନ୍ତୁ ଯେପରିକି ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖୁଲେ, ଆପଣ ବ୍ୟବହାର କରିଥୁବା ସମ୍ବଳ ଏବଂ ପାଠ ପଢ଼ାଟି କେତେ ଭଲ ହେଲା ଏବଂ ସେଥୁରୁ ଆପଣଙ୍କ ପାଠ ପଢ଼ାରେ ଉନ୍ନତି ଆଣିବା ପାଇଁ ପରବର୍ତୀ ପାଠ ପାଇଁ ଉନ୍ନତ ଯୋଜନା କରିପାରିବେ । ଆପଣ ଏଗୁଡ଼ିକ କରିପାରନ୍ତି:

  • ଶିକ୍ଷଣକାର୍ଯ୍ୟରେ ଭିନ୍ନତା ଆଣିପାରିବେ ।
  • ଅନେକଗୁଡ଼ିଏ ମୁକ୍ତ ଉତ୍ତର ମୂଳକ ଏବଂ ନିର୍ଦ୍ଦିଷ୍ଟ ଉତ୍ତର ମୂଳକ ପ୍ରଶ୍ନ ତିଆରି କରିବେ ।
  • ଯେଉଁମାନଙ୍କର ଅଧୁକ ସହାୟତା ଆବଶ୍ୟକ ସେମାନଙ୍କ ପାଇଁ ପ୍ରତିକାର ମୂଳକ ଅଧୁବେଶନ ରଖୁବେ ।

ଚିନ୍ତା କରନ୍ତୁ ଯେ ଆପଣ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଆହୁରି ଭଲ ହେବା ପାଇଁ କ’ଣ ଯୋଜନା କରିପାରିଥା'ନ୍ତେ ।

ପ୍ରତ୍ୟେକ ପାଠପଢ଼ା ଶେଷରେ ଆପଣଙ୍କ ପାଠ ଯୋଜନାଗୁଡ଼ିକ ନିଶ୍ଚିତ ଭାବରେ ବଦଳିଯିବ । କାରଣ ଆପଣ ସବୁ ଜିନିଷ ଅନୁମାନ କରିପାରିବେ ନାହିଁ । ଭଲ ଯୋଜନାର ଅର୍ଥ ହେଲା ଆପଣ ଜାଣନ୍ତି ଶିକ୍ଷାର୍ଥୀମାନଙ୍କର କେଉଁ ଶିକ୍ଷଣ ହେବ ଏବଂ ଶିକ୍ଷାର୍ଥୀମାନଙ୍କର ପ୍ରକୃତ ଶିକ୍ଷଣ ସମ୍ବନ୍ଧରେ ଯାହା ଜାଣିବେ ସେଥୁପାଇଁ ନମନୀୟ ପ୍ରତିକ୍ରିୟା କରିବା ପାଇଁ ପ୍ରସ୍ତୁତ ଥୁବେ ।

ଦଳଗତ ପ୍ରୟୋଗିକ କାର୍ଯ୍ୟର ସମସ୍ୟାଗୁଡ଼ିକ ପାଇଁ ଯୋଜନା

କୌଣସି ସଫଳ ପାଠପରେ ସଫଳ ପ୍ରୟୋଗିକ କାର୍ଯ୍ୟ ପାଇଁ ମଧ୍ୟ ଭଲ ଯୋଜନା ଏବଂ ଭଲ ପରିଗୟଳନାର ଆବଶ୍ୟକତା ରହିଛି । ଦଳଗତ ପ୍ରୟୋଗିକ କାମ ସମୟରେ ଶିକ୍ଷକ ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ ଅନେକ ଆହ୍ୱାନ ବା ସମସ୍ୟା ଥାଏ । ଏହି ସମ୍ବଳରେ ଦଳଗତ ପ୍ରୟୋଗିକ କାର୍ଯ୍ୟର ସଫଳତା ବଢ଼ାଇବା ପାଇଁ କେତେକ କୌଶଳ ପ୍ରତି ଦୃଷ୍ଟି ଦିଆଯାଇଛି ।

ସମସ୍ୟା-1 ସଫଳ ଦଳ

ଗୋଟିଏ ଭଲ ଦଳଗତ କାର୍ଯ୍ୟରେ ଦଳରେ ସମସ୍ତେ କ’ଣ କରିବାକୁ ହେବ ଜାଣନ୍ତି । ସେମାନେ ଯାହା କରୁଛନ୍ତି ତା'ର ଉଦ୍ଦେଶ୍ୟ ବୁଝନ୍ତି ଏବଂ ଦଳର କାର୍ଯ୍ୟରେ ସମସ୍ତେ ସକରାତ୍ମକ ଭାବରେ ଯୋଗଦାନ କରନ୍ତି । ଏହାର ଅର୍ଥ ହେଉଛି

  • ସମସ୍ତଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଅଛି ଏବଂ ଏହା କିପରି ଭଲଭାବରେ କରିବେ ଜାଣନ୍ତି ।
  • ଆଲୋଚନା ଏବଂ ସିଦ୍ଧାନ୍ତ ନିରୂପଣରେ ଯୋଗଦାନ କରନ୍ତି । (କେହି ଖାଲି ବସନ୍ତି ନାହିଁ ବା ଅନ୍ୟ କେହି ଯାହା କହନ୍ତି କେବଳ ଟି ପନ୍ତି ନାହିଁ)

ଦଳଗତ କାର୍ଯ୍ୟ ଅଧୁକ ଫଳପ୍ରଦ କାର୍ଯ୍ୟ କରିବା ପାଇଁ ଆପଣ ନିମ୍ନଲିଖୁତ ସହାୟତା ଦେଇ ପାରିବେ:

  • କାର୍ଯ୍ୟ ପାଇଁ ଦଳର ଉଚିତ ଆକାର ଚୟନ କରିବା ଯେପରି ସମସ୍ତ ସଦସ୍ୟ ଦଳଗତ ଆଲୋଚନାରେ ଏବଂ ସିଦ୍ଧାନ୍ତରେ ଉପନିତ ହେବାରେ ସାମିଲ ହୋଇପାରିବେ ।
  • କିଏ କେଉଁ ଦଳରେ ରହିବା ଚୟନ କରିବା ।
  • ସ୍ପଷ୍ଟ ଭାବେ କ’ଣ କରିବାକୁ ହେବ ଚୟନ କରିବା (ଯେପରି ସାମଗ୍ରୀଗୁଡ଼ିକ ସଜାଡ଼ିବା, ମାପ ନେବା, ମାପ ଟିପି ରଖୁବା) ଯେପରି ଦଳର ସଦସ୍ୟମାନେ ବିଭିନ୍ନ ଦାୟିତ୍ଵ ବାଣ୍ଟି ପାରିବେ-କେତେ ଜଣ ମିଶି ଦଳରେ କରି କିଛି କାମ କରିବା ଦରକାର ହାଇପାରେ |
  • (ଯଦି ଦରକାର ହୁଏ) ଆପଣ ଦଳରେ ସମସ୍ତଙ୍କ କାର୍ଯ୍ୟ ବାଣ୍ଟି ଦେଇପାରନ୍ତି ବା ଏହି କାର୍ଯ୍ୟ ପାଇଁ ଦଳର ଅନ୍ୟ କାହାକୁ ଦାୟିତ୍ଵ ଦେଇପାରନ୍ତି ।
  • ଦେଇଥୁବା କାର୍ଯ୍ୟଟି କେତେ ସୁରୁଖୁରୁରେ ଗଲିଛି ତନଖ କରିପାରିବେ ଏବଂ ସଫଳ ଦଳଗତ କାର୍ଯ୍ୟକୁ ପ୍ରଶଂସା କରିପାରିବେ ।

ମନେରଖିବା ଦରକାର ଯେ ଗୋଟିଏ ମିଶ୍ରିତ ଦଳରେ ପୁଅ ଶିକ୍ଷାର୍ଥୀମାନେ ସବୁ ପ୍ରକାର ସାମଗ୍ରୀ ବ୍ୟବହାର କରନ୍ତି ଏବଂ ଝିଅ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ମାପ ଲେଖୁବା ଏବଂ ସାମଗ୍ରୀଗୁଡ଼ିକ ସଫା କରାନ୍ତି ।

ସମସ୍ୟା-2 ନିରାପତ୍ତା

କୌଣସି ପ୍ରୟୋଗିକ କାର୍ଯ୍ୟର ବିପଦପୂର୍ଣ୍ଣ ଭାଗଟିକୁ ଆକଳନ କରିବା ଯୋଜନାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଅଂଶ । ଦଳଗତ କାର୍ଯ୍ୟରେ ଯୋଜନା କଲା ବେଳେ ଆଭ୍ୟନ୍ତରୀଣ ବିପଦ ଯେପରି ରାସାୟନିକ ପଦାର୍ଥ, ସାମଗ୍ରୀ ବା ପଦ୍ଧତି ବ୍ୟବହାର କରିବା ସହିତ ଅଧୁକ ସଂଖ୍ୟାରେ ଶିକ୍ଷାର୍ଥୀମାନେ କାମଟିକୁ କରୁଥୁବାରୁ ସମସ୍ୟା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନିରାପଦ ଦଳଗତ କାର୍ଯ୍ୟ ପାଇଁ ନିମ୍ନରେ ଯୋଜନାର କିଛି ଦୃଷ୍ଟିକୋଣ ବର୍ଣ୍ଣନା କରାଗଲା ।

  • ପାଠ ଆରମ୍ଭ ପୂର୍ବରୁ ସବୁ ସମ୍ଭବ୍ୟ ବିପଦଗୁଡ଼ିକୁ ଚିହ୍ନଟ କରନ୍ତୁ । ଆପଣଙ୍କ ପାଖରେ ଯେକୌଣସି ବିପଦକୁ ସମ୍ମୁଖୀନ ହେବା ପାଇଁ ଯୋଜନା ଅଛି ବୋଲି ନିଶ୍ଚିତ କରନ୍ତୁ ।
  • ଗୃହରେ ଗୋରିଆଡ଼େ ଅଦରକାରୀ ବୁଲାବୁଲିକୁ ନିୟନ୍ତ୍ରଣ କରନ୍ତୁ । ଏହା ଶିକ୍ଷାର୍ଥୀ ଏବଂ ସାମଗ୍ରୀ ମଧ୍ୟରେ ଧକ୍କା ହେବା କମାଏ ଏବଂ ହେଉଥୁବା କାର୍ଯ୍ୟ ପାଇଁ ସହାୟକ ହୁଏ ।
  • ଆପଣ ଦୁର୍ଘଟଣାର ଆଶଙ୍କା ବା କ୍ଷତିକୁ ଏହି ପଦକ୍ଷେପଗୁଡ଼ିକ ଦ୍ଵାରା ଆହୁରି କମାଇ ପାରିବେ:
  1. ନିୟମିତ ସତର୍କତାର ସହିତ କାମ କରିବା
  2. ଅନେକଗୁଡ଼ିଏ ଅଲଗା ଅଲଗା କାମ ଏକା ସାଙ୍ଗରେ ହେବାକୁ ନ ଦେବା ।
  3. ବିଭିନ୍ନ ପ୍ରକାରର ଆବଶ୍ୟକ ହୋଇଥୁବା ରସାୟନିକ ପଦାର୍ଥର ସଂଖ୍ୟାକୁ କମ୍ କରାଇବା ।
  4. କମ୍ ପରିମାଣର ଦରକାରୀ ରାସାୟନିକ ପଦାର୍ଥ ଦେବା ଏବଂ ଶିକ୍ଷାର୍ଥୀମାନଙ୍କୁ ଭଣ୍ଡାର ଠାରୁ ଦୂରେଇ ରଖୁବା ।
  • ଅନୁସନ୍ଧାନର ଗୋଟିଏ ଅଂଶ ଭାବରେ କାର୍ଯ୍ୟ ପଦ୍ଧତି କାର୍ଯ୍ୟକାରୀ କରିବା ପୂର୍ବରୁ ଶିକ୍ଷାର୍ଥୀମାନେ କାର୍ଯ୍ୟପଦ୍ଧତିର ନିରାପତ୍ତା ସମ୍ବନ୍ଧରେ ଠିକ୍ ଭାବରେ ଜାଣିଥୁବା ନିଶ୍ଚିତ କରନ୍ତୁ । ସମ୍ଭାବିତ ବିପଦକୁ ଜାଣନ୍ତୁ ଏବଂ ସେଗୁଡ଼ିକୁ କିପରି ନିୟନ୍ତିତ କରି ହେବ ଯୋଜନା କରନ୍ତୁ ।
  • ପ୍ରୟୋଗିକ କାର୍ଯ୍ୟ କରୁଥୁବା ସମୟରେ ଯଦି କୌଣସି ଶିକ୍ଷାର୍ଥୀର ଶରୀରରେ କିଛି ଅଂଶ ପୋଡ଼ିଗଲା ବା କଟିଗଲା, କୌଣସି ରାସାୟନିକ ପଦାର୍ଥ ଢାଳି ହୋଇଗଲା ବା କୌଣସି ସାମଗ୍ରୀ ନଷ୍ଟ ହୋଇଗଲା, ସେ ସମୟରେ ଶିକ୍ଷାର୍ଥୀ କ'ଣ କରିବେ ଜାଣିବା ନିଶ୍ଚିତ ହୁଅନ୍ତୁ ।

ପ୍ରାରମ୍ଭିକ ଭାବେ ବ୍ୟବହାର କରନ୍ତୁ ।

  • ଶିକ୍ଷାର୍ଥୀମାନେ ଶିକ୍ଷଣକାର୍ଯ୍ୟକ୍ରମ ସହ ଜଡ଼ିତ ନିରାପଭାର ସବୁ ଦିଗ ପ୍ରତି ସଚେତନ ଅବା ନିଶ୍ଚିତ କରନ୍ତୁ ।
  • ଯଦି କୌଣସି ପଦ୍ଧତି ଶିକ୍ଷାର୍ଥୀମାନେ ଅଭ୍ୟସ୍ତ ନୁହଁନ୍ତି, ସେଇଟିକୁ ପ୍ରଦର୍ଶନ କରି ଦେଖାନ୍ତୁ ।

ସମସ୍ୟାl-3 ପ୍ରୟୋଗିକ କାର୍ଯ୍ୟ ପାଇଁ ରୁଟିନ ବା କାର୍ଯ୍ୟ ନିର୍ଘଣ୍ଟର ବ୍ୟବହାର

କେତେକ ମୌଳିକ ଗୁଟିନ୍ ପ୍ରୟୋଗିକ କାର୍ଯ୍ୟରେ ବ୍ୟବହାର କଲେ ଏହା ଆପଣଙ୍କୁ ବାରମ୍ବାର ବୁଝାଇବାରୁ ନିବୃତ୍ତ କରିବ, ତେଣୁ ପ୍ରୟୋଗିକ କାର୍ଯ୍ୟଟି କରିବାରେ ଶିକ୍ଷାର୍ଥୀ ଅଧୁକ ତଲ୍ଲୀନ ହୋଇଯିବେ । ନିମ୍ନଲିଖୁତ ବିଷୟଗୁଡ଼ିକ ଗୁଟିନରେ ଥାଇପାରେ:

  • ପ୍ରୟୋଗିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେବା । କ’ଣ ରଖୁଦେବା ଉଚିତ, କ’ଣ ଆପଣ ସାଙ୍ଗରେ ନେବା କଥା ଓ କେଉଁଠିକୁ ଯିବେ ।
  • ନିରାପଦ ଭାବେ ଗଣ୍ଡ୍ରିଆଡ଼େ ବୁଲିବା ।
  • ପ୍ରୟୋଗିକ କାର୍ଯ୍ୟ ପ୍ରସ୍ତୁତ କରିବା : କ’ଣ ଦରକାର ତନଖ କରିବା, ମୌଳିକ ଉପକରଣ ସଂଗ୍ରହ କରିବା, ନିର୍ଦ୍ଦିଷ୍ଟ ବସ୍ତୁ ସଂଗ୍ରହ ।
  • ମୌଳିକ କୌଶଳ : ପିପେଟର ବ୍ୟବହାର, ମାପ ସିଲିଣ୍ଡର, ଫିଲଟର ପେପର ଭାଙ୍ଗିବା ବା ବିକର । ଟେଷ୍ଟ ଟୁବରେ କିଛି ଗରମ କରିବା ।
  • ଗରମ ପଦାର୍ଥ ସହ କାମ କରିବା, ତରଳ ଢାଳି ହୋଇଯିବ ବା ଭଙ୍ଗାକାଚ ।
  • ସଫାକରିବା
  • ସମସ୍ତେ ଶୁଣନ୍ତୁ' ! ବେଳେ ବେଳେ ଏପରି ସମୟ ଆସିବା ଆପଣଙ୍କୁ ପ୍ରୟୋଗିକ କାର୍ଯ୍ୟକୁ ବାଧାଦେବାକୁ ପଢ଼ିପାରେ । ଯାହାବି କାରଣ ହେଉନା କାହିଁକି ଆପଣ ଧ୍ୟାନ ଦେବାକୁ କହିଲା ବେଳେ ସେମାନଙ୍କୁ କ'ଣ କରିବାକୁ ହେବ ଶିକ୍ଷାର୍ଥୀମାନେ ଜାଣିବା ଉଚିତ ।

ସମସ୍ୟା-4: ସ୍ୱଳ୍ପ ସମୟ ଏବଂ ସମ୍ବଳର ସର୍ବୋକୃଷ୍ଟ ବ୍ୟବହାର

ସ୍ଵଳ୍ପ ସମୟ ଏବଂ ସମ୍ବଳର ସର୍ବୋକୃଷ୍ଣ ବ୍ୟବହାର କରି ଯେକୌଣସି ଦଳଗତ ପ୍ରୟୋଗିକ କାର୍ଯ୍ୟ କରାଇବା ପାଇଁ ଆପଣ ଚିନ୍ତା କରିଥାଆନ୍ତୁ ନା କାହିଁକି, ପ୍ରାରମ୍ଭିକ କାର୍ଯ୍ୟ ଏବଂ ସମସ୍ତ ଶିକ୍ଷାର୍ଥୀ ଏକାଠି ହେବା ପାଇଁ ସମୟ ଦେବା ପାଇଁ ଭୁଲନ୍ତୁ ନାହିଁ ।

ଏହା କରିବେ ଜାଣିଛନ୍ତି କି ନାହିଁ ନିଶ୍ଚିତ କରନ୍ତୁ । ଅଧୁବେଶନର ଶେଷରେ ସବୁ କାମ ସରିଗଲା ପରେ ଏବଂ ସମସ୍ତଙ୍କୁ ଏକତ୍ରିତ କରି କିଛି ସମୟ ଦେବା ଗୁରୁତ୍ଵପୂର୍ଣ୍ଣ । ପ୍ରୟୋଗିକ କାର୍ଯ୍ୟ ଗ୍ୟାଲିଥୁବା ସମୟରେ ଅନେକ କିଛି ଭିନ୍ନ କଥା ଘଟେ । ଶ୍ରେଣୀ ଛାଡ଼ିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ 'ସବୁ ଏକାଠି କର' ଓ ଶିକ୍ଷଣ ଫଳାଫଳ ଉପରେ ଆଉ ଥରେ ଧ୍ୟାନ ଦେବାକୁ କୁହନ୍ତୁ । ଆପଣ ସଂଗଠିତ କରୁଥୁବା ପ୍ରୟୋଗିକ କାର୍ଯ୍ୟ ଆପଣ ଦରକାର କରୁଥୁବା ବିଭିନ୍ନ ସମ୍ବଳ ଉପରେ ଗଭୀର ପ୍ରଭାବ ପକାଇପାରେ । ଦୁଇଟି ପନ୍ଥା ଯାହା ଆପଣଙ୍କର ଦରକାର ହେଉଥୁବା ସମ୍ବଳର ମାତ୍ରା । ସଂଖ୍ୟା କମାଇ ପାରିବୁ ତାହା ହେଲା ‘ସର୍କସ' ପ୍ରୟୋଗିକ କାର୍ଯ୍ୟ ଏବଂ "ସହଯୋଗୀ ଅନୁସନ୍ଧାନ" ।

ପନ୍ଥା -1‘ସର୍କସ' ବା ଘୁର୍ଯୟମାନ ପ୍ରୟୋଗିକ କାର୍ଯ୍ୟ:

ବହୁତ ଗୁଡ଼ିଏ ସେଟ୍ ଉପକରଣ ବ୍ୟବହାର ନ କରି ଦଳଗତ ପ୍ରୟୋଗିକ କାର୍ଯ୍ୟ କରିବା ପାଇଁ ସର୍କସ ବା ପୂର୍ଣ୍ଣୟମାନ ପ୍ରୟୋଗିକ କାର୍ଯ୍ୟ ଗୋଟିଏ ଉପାୟ ପ୍ରଦାନ କରେ । ଏହି ପ୍ରକାରର ପ୍ରୟୋଗିକ କାର୍ଯ୍ୟରେ କିଛି ଛୋଟ ଛୋଟ କାର୍ଯ୍ୟ ଥାଏ । ପ୍ରତ୍ୟେକ କାର୍ଯ୍ୟ ଶ୍ରେଣୀ ଗୃହର ବିଭିନ୍ନ ସ୍ଥାନରେ ବିଭିନ୍ନ କେନ୍ଦ୍ରମାନଙ୍କରେ ସଂଗଠିତ ହୁଏ । ପ୍ରତ୍ୟେକ ଦଳ ବିଭିନ୍ନ କେନ୍ଦ୍ରକୁ ଯାଆନ୍ତି । ସେଠାରେ ଅବା କାର୍ଯ୍ୟଟି କରନ୍ତି ଏବଂ ପରବର୍ଭା କେନ୍ଦ୍ରକୁ ଯାଆନ୍ତି । ସବୁଠାରୁ ସରଳ ବାଟଟିଏ ହେଲା କେନ୍ଦ୍ରଗୁଡ଼ିକ ଗୃହର କୋଣମାନଙ୍କରେ ହେବ ଏବଂ ଦଳଗୁଡ଼ିକ ଘଣ୍ଟାର ଘଣ୍ଟା ଘୁରିବା ଦିଗରେ ଗୋଟିଏ କେନ୍ଦ୍ରରୁ ଅନ୍ୟ ଏକ କେନ୍ଦ୍ରକୁ ଯିବେ । ଏହିପରି କାର୍ଯ୍ୟ ଭଲ ହେବା ପାଇଁ ଯୋଜନାରେ ଅନେକଗୁଡ଼ିଏ ବିଷୟ କଥା ଚିନ୍ତା କରିବାକୁ ପଡ଼ିବ ।

  • ଧ୍ୟାନ କେନ୍ଦ୍ରିତ ରଖନ୍ତୁ; ଅଳ୍ପ ସଂଖ୍ୟକ ମୁଖ୍ୟ ଧାରଣାଗୁଡ଼ିକୁ ଭଲଭାବରେ ସହାୟତା ପ୍ରଦାନ ପାଇଁ ‘ସର୍କସ' ବ୍ୟବହାର କରନ୍ତୁ ।
  • କେନ୍ଦ୍ର ସଂଖ୍ୟା ସୀମିତ କରନ୍ତୁ; ଅଧୁକ ସଂଖ୍ୟକ କେନ୍ଦ୍ର ବୁଲିବା ପାଇଁ ପ୍ରୟୋଗିକ କାର୍ଯ୍ୟଟି ଅଧୁକ ସମୟ ନେବ କାରଣ ଗୋଟିଏ କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ଯିବା ପାଇଁ ଅଧୁକ ସମୟ ଲାଗିବ ।
    • ଛୋଟ ଦଳରେ ଶିକ୍ଷାର୍ଥୀମାନେ ସହଜରେ ସଂଶ୍ଚିଷ୍ଟ ହେବା ଅନୁଭବ କରନ୍ତି; ଯେତୋଟି କେନ୍ଦ୍ର ହେବ ସେତୋଟି ଦଳ ହେବା ଦରକାର । ଯଦି ଆପଣ ଦୁଇଟି ସର୍କସ ଏକ ସଙ୍ଗରେ କରାଇପାରିବେ । ତେବେ ସଦସ୍ୟମାନଙ୍କ ସଂଖ୍ୟା ଅଧା ହୋଇଯାଇପାରିବ ।
    • ଶିକ୍ଷଣକାର୍ଯ୍ୟଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ସାମଗ୍ରୀଗୁଡ଼ିକ କୁଶଳୀ ଭାବରେ ବ୍ୟବହାର କରି ପର୍ଯ୍ୟବେକ୍ଷଣ କରିବା ଏବଂ ଚିନ୍ତା କରିବାର ଇଚ୍ଛାକୁ ପ୍ରୋତ୍ସାହନ ଦେବା ଦରକାର । କିଛି କେନ୍ଦ୍ରରେ ଗୋଟିଏ ବସ୍ତୁ ବା ଚିତ୍ରଟିଏ ଥାଇ ଗୋଟିଏ ପ୍ରଶ୍ନର ଉତ୍ତର ପାଇବା ଜୋର ସାହାଯକ ହାଇପାଛୋଟର |
    • ସର୍କସ ପ୍ରୟୋଗିକ କାର୍ଯ୍ୟରେ କିପରି କାର୍ଯ୍ୟ କରାଯାଏ। ସମସ୍ତେ ଭଲଭାବରେ ଜାଣିଥୁବା ଦରକାର : ସେମାନେ ଗୋଟିଏ କେନ୍ଦ୍ରରେ କେତେ ସମୟ ରହିବେ ? ଆପଣ କିପରି ଜଣାଇବେ ଯେ ସମୟ ସରିଗଲା ଏବଂ ଦଳଗୁଡ଼ିକ ପରବର୍ତୀ କେନ୍ଦ୍ର ଯିବେ ? ପ୍ରତ୍ୟେକ ଦଳ କେଉଁ କ୍ରମରେ ଗୋଟିଏ କେନ୍ଦ୍ରକୁ ଯିବେ ଭଲଭାବରେ ଅବଗତ ରହିବା ଆବଶ୍ୟକ । ଯଦି କାର୍ଯ୍ୟଟିରେ ଖାଲି ଅନ୍ୟ କେନ୍ଦ୍ରକୁ ଘଣ୍ଟା କଣ୍ଟା ଗତି କରିବା ପରି ହୋଇ ନ ଥୁବ ତେବେ ଆପଣ ପ୍ରତ୍ୟେକ କେନ୍ଦ୍ରରେ ସଂଖ୍ୟା ବା ଅକ୍ଷରଟିଏ ଦେଇ ପାରିବେ ଏବଂ ପ୍ରତ୍ୟେକ ଦଳକୁ କେଉଁ କେନ୍ଦ୍ର ପରେ କେଉଁ କେନ୍ଦ୍ରକୁ ଯିବାର କ୍ରମ ଦେଇପାରିବେ ।
    • ପ୍ରତ୍ୟେକ କାର୍ଯ୍ୟକୁ ସରଳ, ଛୋଟ ଏବଂ ସ୍ପଷ୍ଟ କରନ୍ତୁ; ଶିକ୍ଷାର୍ଥୀମାନେ କେନ୍ଦ୍ରରେ ପହଞ୍ଚୁବା ପରେ ସେମାନେ ସେଠାରେ କ'ଣ କରିବେ ଏବଂ କ'ଣ ଜାଣିବାକୁ ପାଇବେ ଖୁବ୍ ଭଲ ଭାବରେ ଜାଣିଥୁବା ଦରକାର । ସେମାନେ କିଛି ଟିପି ରଖୁବା ଆବଶ୍ୟକ କି ? ସେମାନେ ପରବର୍ତୀ ଦଳ ପାଇଁ ସାମଗ୍ରୀଗୁଡ଼ିକ କିପରି ଛାଡ଼ିଯିବା ଦରକାର ?
    • ସେମାନେ ଅପେକ୍ଷା କରିଥୁବା ସମୟରେ କ’ଣ କରିବା ଉଚିତ ? ଆଦର୍ଶ ଭାବରେ ପ୍ରତ୍ୟେକ କେନ୍ଦ୍ରରେ ପ୍ରତ୍ୟେକ କାର୍ଯ୍ୟ ସମାନ ସମୟରେ ସରିବା ଦରକାର । କିନ୍ତୁ ପ୍ରକୃତରେ କିଛି ଦଳ କାର୍ଯ୍ୟକୁ ଅନ୍ୟ ଦଳ ଅପେକ୍ଷା ଶୀଘ୍ର ସାରନ୍ତି । ଏପରି ଭାବରେ ଯେ ଆପଣ ପୁରା ଶ୍ରେଣୀ ପାଇଁ ସମସ୍ୟାଟିଏ ଦେଇ ତା' ବିଷୟରେ ଚିନ୍ତା କରିବା ପାଇଁ କହିପାରନ୍ତି ଏବଂ ପାଠ ଶେଷ ସୁଦ୍ଧା ସେମାନଙ୍କର ମତାମତ ଗୁଡ଼ିକ କହିବା ପାଇଁ କହିପାରନ୍ତି ।

ପତୁ-2 ସହଯୋଗୀ ଅନୁସନ୍ଧାନ

ଯେଉଁଠାରେ ଅନେକଗୁଡ଼ିଏ କାରକ ସମ୍ବନ୍ଧରେ ଅନୁସନ୍ଧାନ କରାଯିବାର ଅଛି, ଯଦି ପ୍ରତ୍ୟେକ ଦଳ ଗୋଟିଏ ଗୋଟିଏ କାରକ ଅନୁସନ୍ଧାନ ପାଇଁ ଦାୟିତ୍ଵ ନିଅନ୍ତି, ତେବେ ତାହା କମ୍ ସମୟ ଏବଂ କମ୍ ସମ୍ବଳରେ କରାଯାଇ ପାରିବ । ପ୍ରତ୍ୟେକ ଦଳ ସେମାନଙ୍କର ବିବୃତ୍ତି ପୁରା ଶ୍ରେଣୀକୁ ଜଣାଇଲେ ଅନ୍ୟମାନେ ସେହି ଫଳାଫଳ ଦ୍ଵାରା ଉପକୃତ ହେବେ ।

ସମସ୍ୟା – 5 ହାତ ଏବଂ ମନକୁ କିୟାଶୀଳ କରିବା (Heands on and Mindon)

ସାଧାରଣତଃ ‘ Heands on and Minds on’ ବାକ୍ୟଖଣ୍ଡଟି ସଂଗ୍ରହାଳୟମାନଙ୍କରେ ଅନୁକ୍ରିୟାଶୀଳ ପରିକଳ୍ପନା ପ୍ରଦର୍ଶନ କରିବା ସଂପର୍କରେ ବ୍ୟବହାର କରାଯାଏ କିନ୍ତୁ ଏହା ଶ୍ରେଣୀର ହେଉଥୁବା ଶିକ୍ଷଣକାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଏହା ବାସ୍ତବରେ ଶିକ୍ଷାର୍ଥୀମାନେ କାର୍ଯ୍ୟ ସଂପାଦାନରେ ବ୍ୟସ୍ତ ଅବା ସଙ୍ଗେ ସଙ୍ଗେ ଅଭିଜ୍ଞତାରୁ ଅନେକ କଥା ସକ୍ରିୟଭାବରେ ଶିଖୁଥୁବା ଦର୍ଶାଉଛି । ଏହା ହେବା ପାଇଁ ଶିକ୍ଷାର୍ଥୀମାନେ କାର୍ଯ୍ୟରେ ଉଦ୍ଦେଶ୍ୟ ସଙ୍ଗେ ସେମାନେ କ’ଣ କରିବେ ବୋଲି ଜାଣିବା ଦରକାର ।

ପ୍ରାରମ୍ଭିକ କାର୍ଯ୍ୟ ବ୍ୟବହାର କରନ୍ତୁ

  • ସର୍ବାଧକ ବେଶୀ ଗଣ୍ଠରୋଟି ଶିକ୍ଷଣ ଫଳାଫଳକୁ ଚିହ୍ନଟ କରନ୍ତୁ
  • ପ୍ରୟୋଗିକ କାର୍ଯ୍ୟ ଗୋଲିଥୁବା ସମୟରେ ମୁଖ୍ୟ ପ୍ରଶ୍ନଗୁଡ଼ିକୁ ପଶ୍ଚରିବା ପାଇଁ ବା କେଉଁ କାର୍ଯ୍ୟଗୁଡ଼ିକୁ ଦେଖୁବାକୁ ସ୍ପର୍ଦାନ୍ତି ସିଧାସଳଖ ଧ୍ୟାନ ଦିଅନ୍ତୁ ।
    • ଶିକ୍ଷାର୍ଥୀମାନେ ‘ଯାହା ଶିଖ୍ ସାରିଛନ୍ତି ’ ଏବଂ ‘ସେମାନେ ଯାହା କରିବାକୁ ଯାଉଛନ୍ତି’ ତା ମଧ୍ୟରେ ସଂପର୍କ ସ୍ଥାପନ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରନ୍ତୁ ।

ପ୍ରୟୋଗିକ କାର୍ଯ୍ୟ ହେଉଥୁବା ସମୟରେ:

  • ଶିକ୍ଷାର୍ଥୀମାନେ କେଉଁ କାର୍ଯ୍ୟ କ'ଣ ପାଇଁ କରୁଛନ୍ତି, ବୁଝୁଛନ୍ତି ନା କେବଳ ପଦ୍ଧତିରେ ଅଛି ବୋଲି କରୁଛନ୍ତି, ଲକ୍ଷ୍ୟ କରନ୍ତୁ ।
  • ଶିକ୍ଷାର୍ଥୀମାନଙ୍କୁ ଅନୁମାନ କରିବା ପାଇଁ କୁହନ୍ତୁ (ବୁଝାଇବାକୁ କୁହନ୍ତୁ)
  • ଶିକ୍ଷାର୍ଥୀମାନେ ଯାହା ପର୍ଯ୍ୟବେକ୍ଷଣ କଲେ ବା କରୁଛନ୍ତି ସେ ସଂପର୍କରେ ସେମାନଙ୍କର ମତ ଦେବା ପାଇଁ କୁହନ୍ତୁ । ସେମାନେ କ'ଣ ଏକଥା ଅନୁମାନ କରିଥୁଲେ ?

ଏକତ୍ରିତ ହେବା ସମୟରେ:

ପ୍ରତ୍ୟେକ ଦଳ ଯାହା ପାଇଲେ ସଂକ୍ଷେପରେ କହିବା ପାଇଁ କୁହନ୍ତୁ । ଏହା କ’ଣ ସେମାନେ ଅନୁମାନ କରିଥୁଲେ ନା ସେମାନେ ଅନ୍ୟ କିଛି ଅଲଗା ବା ଆଶ୍ଚର୍ଯ୍ୟଜନକ ତଥ୍ୟ ପାଇଲେ ।

ସମ୍ବଳ-4: ପ୍ରୟୋଗିକ କାର୍ଯ୍ୟଟିର ଉପାଦେୟତା ମୂଲ୍ୟୟନ କରିବା

ପ୍ରୟୋଗିକ କାର୍ଯ୍ୟର ଉଦ୍ଦେଶ୍ୟ କ'ଣ ହେବା ଉଚିତ ଏବଂ ଯାଞ୍ଚ କରିବା ପାଇଁ କ’ଣ କରିବେ ସ୍ଥିର କରନ୍ତୁ । ଉଦ୍ଦେଶ୍ୟ ଅନୁସାରେ ଆପଣ କିଛି ପ୍ରଶ୍ନ ପଟୋରି ପାରନ୍ତି ଯେଉଁଗୁଡ଼ିକ ସାରଣୀ ସ୪, ୧ ରେ ତାଲିକା କରାଯାଇଛି ।

ସାରଣୀ ସ 4.1 ଶିକ୍ଷଣକାର୍ଯ୍ୟ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ପଚାରି ମୂଲ୍ୟାୟନ କରିବା

ମୁଖ୍ୟ ଉଦ୍ଦେଶ୍ୟ ବା ଫଳାଫଳ

ନିଜକୁ ପରସ୍ପରିବା ପାଇଁ କେତେକ ପ୍ରଶ୍ନ

ଅଭିପ୍ରେରଣା

କାର୍ଯ୍ୟଟିରେ ଶିକ୍ଷାର୍ଥୀମାନେ ନିମଗ୍ନ ଥୁଲେ କି ? ସେମାନେ କାର୍ଯ୍ୟଟିକୁ ଉପଭୋଗ କଲେ ବୋଲି କହିଲେ କି ?

ପ୍ରତ୍ୟେୟାତ୍ମକ ଜ୍ଞାନ ଏବଂ ବୋଧଗମ୍ୟତା ମନେ ପକାଇବାରେ ଉନ୍ନତି

ପରବର୍ତ୍ତୀ ଶିକ୍ଷାଦାନ ସମୟରେ ଶିକ୍ଷାର୍ଥୀମାନେ କହିଲେ କି ସେମାନେ କ’ଣ ଦେଖିଥିଲେ, କରିଥିଲେ ବା ପାଇଥିଲେ?

ପ୍ରୟୋଗାତ୍ମକ କୌଶଳ

ଅନୁସନ୍ଧାନ ସମୟରେ ଶିକ୍ଷାର୍ଥୀମାନେ ସେମାନଙ୍କର ଧାରଣାକୁ ଯେପରି ଚିନ୍ତା କରାଯାଇଥିଲା ସେପରି ବ୍ୟବହାର କରିପାରୁଥିଲେ କି?

ଶିକ୍ଷାର୍ଥୀମାନେ ସାମଗ୍ରୀଗୁଡିକ ଠିକ୍ ସଯାର ପାରିଲେ କି? ଯେମିତି ଦରକାର ଥିଲା ସେହିପରି ପ୍ରଣାଳୀରେ କାର୍ଯ୍ୟଟି କରିପାରିଲେ କି? ଆପଣ ସେମାନେ ଯାହା ଶେଖନ୍ତୁ ବୋଲି ଚାହୁଁଥିଲେ ସେମାନେ ଦେଖିଲେ କି?

ବୈଜ୍ଞାନିକ ପ୍ରକୃତି ବିଷୟରେ ଶିଖିବା ବା ବୈଜ୍ଞାନିକ ଅନୁସନ୍ଧାନର ଯୋଜନା କରିବା ।

ଶିକ୍ଷାର୍ଥୀମାନେ କ’ଣ ଶିଖିଥିଲେ, ଆପଣଙ୍କୁ କହିପାରିଲେ କି? ଅନୁସନ୍ଧ୍ୟାନର ଉଦ୍ଦେଶ୍ୟ କ’ଣ ଥିଲା ସେମାନେ ବୁଝିପାରିଲେ କି?

ବୈଜ୍ଞାନିଜ ପଦ୍ଧତି/ କୌଶଳର ବିକାଶ – ଥାନୁସନ୍ଧାନର ଯୋଜନା କରିବା ।

ଶିକ୍ଷାର୍ଥୀମାନେ ଜାଡା କରିବା ପାଇଁ କୁହାଯାଇଥିଲା ସେମାନେ ବୁଝିପାରିଥିଲେ କି? ଯେମିତି ଥାଶା କରାଯାଉଥିଲା ଶିକ୍ଷାର୍ଥୀମାନେ ସେପରି ଗୋଟିଏ ଯୋଜନା କରିବାକୁ ସକ୍ଷମ ହେଲେ କି?

ବୈଜ୍ଞାନିକ ପଦ୍ଧତି କୌଶଳର ବିକାଶ – ତଥ୍ୟର ବ୍ୟବହାର

ଯେମିତି ଥାଶା କରାଯାଇଥିଲାସେହିପରି ଶିକ୍ଷାର୍ଥୀମାନେ ତଥ୍ୟ ସଂଗ୍ରହ ଓ ଉପସ୍ଥାପନା କରିବାକୁ ସକ୍ଷମ ହେଲେ କି? ଯେପରି ଥାଶା କରଯାଇଥିଲା ସେମାନେ ତଥ୍ୟକୁ ପରିଚାଳନା କରିବାରେ ସକ୍ଷମ ହେଲେ କି ?

ବୈଜ୍ଞାନିକ ପଦ୍ଧତି ଓ କୌଶଳର ବିକାଶ- ପ୍ରମାଣଗୁଡିକର ମୂଲ୍ୟାୟନ ।

ଯେପରି ଥାଶା କରଯାଇଥିଲା ଶିକ୍ଷାର୍ଥୀମାନେ ପ୍ରମାଣକୁ ମୂଲ୍ୟାୟନ କରିପାରିଲେ କି ? ସେମାନେ ମୁଖ୍ୟ ଗୁଣଗୁଡିକ ଚିହ୍ନଟ କରି ଅନୁସନ୍ଧାନକୁ ମୂଲ୍ୟାୟନ କାଟିବାକୁ ସକ୍ଷମ ହେଲେ କି ?

 

ସେମାନେ କ’ଣ ଭଲ ହେଲା ଏବଂ କେଉଁ କ୍ଷେତ୍ରରେ ଉନ୍ନତି ଆବଶ୍ୟକ ଚିହ୍ନଟ କରିପାରିଲେ କି ?

 

ଆଧାର

"www.tessindia.edu.in"

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top