ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ବୋଧଗମ୍ୟତା ସମ୍ପର୍କିତ ଅନୁସନ୍ଧାନ : କାର୍ଯ୍ୟ ଓ ଶକ୍ତି
ସେଆର କରନ୍ତୁ

ବୋଧଗମ୍ୟତା ସମ୍ପର୍କିତ ଅନୁସନ୍ଧାନ : କାର୍ଯ୍ୟ ଓ ଶକ୍ତି

ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ସୂଚନା

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିଜିକ ସହଯୋଗ ମାଧମରେ ଶିକ୍ଷକ ଶିକ୍ଷା (ଗୋଟସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈନ୍ଧିକ ସଂବଳ’ ମାଧମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥୁବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀଗୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି | ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ପେଟସ୍ -ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ 'ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ। ଉଭୟ ଭାରତୀୟ ଓ ଆନ୍ତୀକାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍

(www.tess-india.edu.in ରେ ଉପଲବ୍ଧ । ‘ମୁକ୍ତ ଶୈକ୍ଷିକ ସଂବଳ, ଗୁଡିକ ବିଭିନ୍ନ ଭାଷାରେ ଅନୁବାଧ କରାଯାଇ ଉପଲକ୍ତ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥୁବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ | ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦିତ

କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ବାରା ପରିପ୍ଟାଳିତ |

ଭିଡ଼ିଓ ସମ୍ବଳ ସମୂହ

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ' ଶିକ୍ଷା ତତ୍ତ୍ବ ଆଧାରିତ | ଏଥୁରେ ଥୁବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଷ ନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ବାରା କରାଯାଉଥୁବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ପେଟସ୍ -ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୁହ ଅନଲାଇନ୍‌ରେ http://www.tess-india.edu.in/) ଉପଲବ୍ଧି ଓ ଡାଉନ୍‌ଲୋଡ଼ କରାଯାଇପାରିବ | ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧମରେ ବ୍ୟବହାର କରି ପାରିବେ |

ଓଡ଼ିଆ ସଂକଳନ- 1.0 ମାଧ୍ୟମିକ ବିଜ୍ଞାନ, 07 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା Odisha

ଏହି ସଂକଳନଟି ଟେସ୍-ଇଣ୍ଡିଆର 'ମୁକ୍ତ ଶିକ୍ଷା ସମ୍ବଳ'ର ମାଧ୍ୟମିକ ବିଜ୍ଞାନ ସଂକଳନର ଏକ ଭାଗ ଅଟେ | ମୂଳ ଇଂରାଜୀ ଲେଖାକୁ ଶ୍ରୀମତୀ ସ୍ଥିତାଶ୍ରୀ ବିଶ୍ଵାଳ ଓଡ଼ିଆ ଭାଷାନ୍ତର କରିଥୁବା ବେଳେ ଡ଼କୃର ପ୍ରତିଲତା ଜେନା ଏବଂ ଶ୍ରୀମତୀ ଚନ୍ଦ୍ରିକା ମହାନ୍ତି ସମୀକ୍ଷା କରିଛନ୍ତି | ଏହି ସଂକଳନରେ ବ୍ୟବହୃତ ହୋଇଥୁବା ତୃତୀୟ ପକ୍ଷ ସାଧନ ବ୍ୟତିତ ଅନ୍ୟ ସମସ୍ତ ସମ୍ବଳ / ଲେଖ ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ

ଏକକରେ କ'ଣ ଅଛି

ବିଜ୍ଞାନର କେତେକ ପ୍ରସଙ୍ଗକୁ ଅଧୁକାଂଶ ଶିକ୍ଷାର୍ଥୀ ସହଜରେ ବୁଝିପାରନ୍ତି ନାହିଁ । କେତେକ ପ୍ରସଙ୍ଗରେ ଶିକ୍ଷାର୍ଥୀମାନଙ୍କର କିଛି ଧାରଣା ରହିଥାଏ, ଯାହା ଜଣେ ଶିକ୍ଷକ ଭୁଲ ବୋଲି ବିଚାର କରିପାରନ୍ତି । ସେହି ଧାରଣା ସେମାନଙ୍କୁ ଅନ୍ଧ ସମୟ ପର୍ଯ୍ୟନ୍ତ ମନେରଖୁବା ବା ପ୍ରଶ୍ନର ଠିକ୍। ଉତ୍ତର ପାଇବା ପାଇଁ ବାଧା ସୃଷ୍ଟି କରେ ନାହିଁ । ତେବେ, ଏତେଗୁଡ଼ିଏ ବିଷୟବସ୍ତୁକୁ ମନେରଖୁବା ଓ ପରୀକ୍ଷାରେ ଭଲ କରିବା ପାଇଁ ହେଲେ ସେହିଗୁଡ଼ିକୁ ଭଲଭାବରେ ବୁଝିବା ଦରକାର ଯାହା ତାଙ୍କ ପାଇଁ କଷ୍ଟକର ହୋଇଥାଏ । ଆଉ ଯଦି ସେମାନେ ଏହିପରି ଚିନ୍ତାଧାରା ରଖୁବେ, ତାଙ୍କୁ ଆଗେଇବାକୁ ମଧ୍ୟ କଷ୍ଟ ହେବ । ଗବେଷଣାରୁ ଜଣାଯାଉଛି, “ବହୁ ବର୍ଷ ଧରି ଅନେକ ପ୍ରସଙ୍ଗ ସମ୍ବନ୍ଧରେ ଲୋକମାନଙ୍କର ଛୋଟ ଛୋଟ ସାଧାରଣ ଭୂଲ ଧାରଣାମାନ ରହିଯାଇଛି ।”

ଜଣେ ଶିକ୍ଷକ ହିସାବରେ ଆପଣ ଶିକ୍ଷାର୍ଥୀମାନଙ୍କର ପୂର୍ବ ଧାରଣାକୁ ପୁନଃସଂଗଠନ କରି ପରିବର୍ତନ କରିବା ପାଇଁ ସାହାଯ୍ୟ କରିବା ଏକାନ୍ତ ଆବଶ୍ୟକ । ଆପଣଙ୍କର ଚିନ୍ତାଧାରା ଯୁକ୍ତି ସଙ୍ଗୀତ, ପୂର୍ବପର ସଙ୍ଗୀତ ହେବା ଆବଶ୍ୟକ, ଯାହାକି ଶିକ୍ଷାର୍ଥୀଙ୍କୁ କିଛି ନୂତନ ଚିନ୍ତା କରିବା ପାଇଁ ସାହାଯ୍ୟ କରିବ । ଏହି ଏକକଟି ଶକ୍ତି ଏବଂ କାର୍ଯ୍ୟ ଉପରେ ପର୍ଯ୍ୟବେସିତ, ଯାହାକି ଶିକ୍ଷାର୍ଥୀଙ୍କ ପାଇଁ ଏକ କଷ୍ଟକର ବିଷୟ (କେତେକ ବୟସ୍କଙ୍କ ପାଇଁ ମଧ୍ୟ) । ଏହି ଏକକରେ ଆପଣ ଯେଉଁ କୌଶଳ ଶିଖ୍ ବେ, ତାହାକୁ ଅନ୍ୟ ପ୍ରସଙ୍ଗରେ ମଧ୍ୟ ପ୍ରୟୋଗ କରିପାରିବେ ।

ଏକକରେ କ'ଣ ଶିଖୁବେ

  • ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ କିଛି ଭୂଲ ଧାରଣାକୁ ଜାଣିବେ ।
  • ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ବୋଧଗମ୍ୟତାକୁ କିପରି ବୁଝିବେ ।
  • ଶିକ୍ଷାର୍ଥୀମାନଙ୍କୁ କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ଧାରଣାର ବିକାଶ ଓ ଅଧୁକ ବୋଧଗମ୍ୟତା ହାସଲ ପାଇଁ ସାହାଯ୍ୟ କରିବାର ବିଭିନ୍ନ ଦିଗ ବିଷୟରେ ଜାଣିବେ ।

ଏହି ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଏହି ବିଷୟରେ ଶିକ୍ଷାର୍ଥୀମାନଙ୍କର ଏପରି କିଛି ଧାରଣା ଅଛି, ଯାହାକି ବୈଜ୍ଞାନିକ ଚିନ୍ତାଧାରା ଠାରୁ ଭିନ୍ନ, ତା ସତ୍ତେ ସେମାନେ ପଚରାଯାଇଥୁବା ପ୍ରଶ୍ନର ଠିକ୍। ଉତ୍ତର ଦେଇପାରନ୍ତି । କିନ୍ତୁ ଏହି ଭୂଲ ଧାରଣା ଆଗକୁ ସେମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରେ । ଯଦି ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ପ୍ରଗତିରେ ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ସେମାନେ କ’ଣ ଚିନ୍ତା କରୁଛନ୍ତି ସେହି ଧାରଣାଗୁଡ଼ିକୁ ଖୋଜି ବାହାର କରିବାକୁ ପଡିବ । ଶିକ୍ଷକ ସେମାନଙ୍କ ପାଖରେ ଥୁବା ଆହ୍ଲାନପୂର୍ଣ୍ଣ ଅଦରକାରୀ ଧାରଣାଗୁଡ଼ିକ ଦରକାରୀ ଧାରଣା ଦ୍ଵାରା ପରିବର୍ତନ କରି ଦେବା ଆବଶ୍ୟକ । ସମସ୍ତେ ଜାଣିଛନ୍ତି । (Driver et at 1994), ଶିକ୍ଷାର୍ଥୀମାନେ ନୂଆ ଧାରଣାକୁ କମ୍ ସମୟ ପର୍ଯ୍ୟନ୍ତ ମନେରଖୁ ପାରନ୍ତି । ଯଦି ସେମାନେ ନୂଆ ଧାରଣାକୁ ଠିକ୍ ଭାବରେ ବୁଝି ନ ଥାନ୍ତି, ତେବେ ବହୁତ ଦିନ ପରେ ସେମାନେ

ପୁରୁଣା ଧାରଣାକୁ ଫେରି ଯିବେ ଯାହା ସମ୍ପୁର୍ଣ୍ଣ ରୂପେ ଠିକ୍ ହୋଇ ନ ପାରେ । ବିଷୟ ବସ୍ତୁରେ ଥୁବା ନୂତନ ଧାରଣାକୁ ବୁଝିବା ପାଇଁ ସେମାନେ ପୂର୍ବ ଅଭିଜ୍ଞତାକୁ ବ୍ୟବହାର କରିଥାନ୍ତି । ଧାରଣାର ବିକାଶ ପାଇଁ ସକ୍ରିୟ ଶିକ୍ଷଣ ଏକାନ୍ତ ଆବଶ୍ୟକ (ନୂତନ ଧାରଣାର ଗଠନ ପାଇଁ ଶିକ୍ଷାର୍ଥୀମାନଙ୍କୁ ମୌଳିକ ଧାରଣାର ଆବଶ୍ୟକତା ରହିଛି) । କିଛି ନୂତନ ତଥ୍ୟର ଅନୁସନ୍ଧାନ ଓ ଅନ୍ୟ ତଥ୍ୟ ସହ ସମ୍ପର୍କ ସ୍ଥାପନ ପାଇଁ, ଶିକ୍ଷାର୍ଥୀମାନଙ୍କର ଚିନ୍ତନ ଶକ୍ତିର ବିକାଶ କରିବା ଏକାନ୍ତ ଆବଶ୍ୟକ ।

ଉଦାହରଣ- ବହୁତ ଶିକ୍ଷାର୍ଥୀ ଶକ୍ତି ଏବଂ ଇନ୍ଧନ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ବେଳେ ଦ୍ଵନ୍ଦରେ ପଢ଼ନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଶକ୍ତିର ବ୍ୟବହାର ବେଳେ ଏହା ସରିଯାଏ ବୋଲି କୁହନ୍ତି । ଉଦାହରଣ ସ୍ଵରୂପ, ସେମାନେ ଏକ 'U' ଆକୃତିର ଟ୍ରାକରୁ ବଲଟିଏ ଛଡ଼ାଗଲେ ଏହା ଛଡ଼ା ଯାଇଥୁବା ଉଚ୍ଚତା ଠାରୁ ଅଧୁକ ଉଚ୍ଚ ଯାଇ ପାରିବ ନାହିଁ ବୋଲି ପୁର୍ବାନୁମାନ କରିପାରନ୍ତି । ସେମାନେ ଏପରି କହିବାର କାରଣ, “ ସମସ୍ତ ଶକ୍ତି ସରିଗଲା, ” ବୋଲି ସେମାନଙ୍କର ଧାରଣା ରହିଥାଏ । ଯଦି ସେମାନେ ଏହିପରି ଚିନ୍ତା କରନ୍ତି, ତେବେ ଉଚ୍ଚ ଶ୍ରେଣୀକୁ ଗଲା ପରେ ପଦାର୍ଥ ବିଜ୍ଞାନରେ ଆଗେଇବା ପାଇଁ ସେମାନଙ୍କୁ ଅସୁବିଧା ହେବ । ଶକ୍ତି କେବଳ ବ୍ୟବହାର ହୋଇ ସରିଯାଏ ନାହିଁ, ଏହା ସଂରକ୍ଷିତ ହୋଇଥାଏ ଏବଂ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇପାରେ ।

ଶକ୍ତି ସମ୍ବନ୍ଧୀୟ କିଛି ସାଧାରଣ ଭୂଲ ଧାରଣା

ଯେତେବେଳେ ଶିକ୍ଷାର୍ଥୀମାନେ କିଛି ନୂତନ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ସେତେବେଳେ, ସେମାନେ ତାଙ୍କର ଦୈନନ୍ଦିନ ଅଭିଜ୍ଞତା ଏବଂ ପୂର୍ବରୁ ବ୍ୟବହାର କରି ସଫଳତା ପାଇଥୁବା କିଛି ଧାରଣାର ବ୍ୟବହାର କରିଥାନ୍ତି । ଶିକ୍ଷକ ମଧ୍ୟ ଏହା ଜାଣିପାରନ୍ତି ଯେ କେତେକ ଧାରଣା ବିଜ୍ଞାନ ସମ୍ମତ ନୁହେଁ ଓ ଅନ୍ୟ କେତେକଙ୍କର ଗ୍ରହଣଯୋଗ୍ୟ ବ୍ୟାଖ୍ୟା ନଥାଏ । ତଥାପି ଯେତେ ପର୍ଯ୍ୟନ୍ତ ଏହି ଧାରଣାଗୁଡ଼ିକୁ “ଆଗକୁ କ'ଣ ହେବ” ତାର ପୂର୍ବାନୁମାନ କରିବାକୁ ସମର୍ଥ ହୁଅନ୍ତି, ସେମାନେ ସେଗୁଡ଼ିକୁ ବ୍ୟବହାର କରନ୍ତି ।

ଭୂଲ ଧାରଣାଗୁଡ଼ିକ ଭୁଲ ଭାବେ ଶିଖୁଥୁବା ସମୀକରଣ କିମ୍ବା ସଂଜ୍ଞା ପରି ନୁହେଁ । ଅନ୍ୟମାନଙ୍କ (ବେଳେବେଳେ ଜଣେ ଅତିପ୍ରିୟ ଓ ସମ୍ମାନୀୟ ବନ୍ଧୁ ବା ଶିକ୍ଷକ) ଦ୍ଵାରା ଦିଆଯାଇଥୁବା ଭୂଲ ତଥ୍ୟ ଯୋଗୁଁ ହୋଇପାରେ । ଭୁଲଧାରଣା ଏହି ପ୍ରକାର ବ୍ୟାଖ୍ୟାକରଣ ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ହୋଇଥାଏ କିନ୍ତୁ ଜଟିଳ ଧାରଣା ଓ ପ୍ରସଙ୍ଗ ପାଇଁ ଏହା ପ୍ରଯୁଜ୍ୟ ହୋଇନଥାଏ ।

ବିଭିନ୍ନ ପ୍ରସଙ୍ଗୀ ଓ ଜଟିଳ ଧାରଣା ପାଇଁ ଆମେ କେତେକ ସାଧାରଣ ଜ୍ଞାନର ବ୍ୟବହାର କରିବା କିନ୍ତୁ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ପାଇଁ ଏହା ସାହାଯ୍ୟକାରୀ ହୋଇନଥାଏ । ଏହି ଧାରଣା ବିଜ୍ଞାନ ଦ୍ଵାରା ଗ୍ରହଣୀୟ ମଡ଼େଲ କୁ ବୁଝିବା ପାଇଁ ହୁଏତ ବାଧା ସୃଷ୍ଟି କରିପାରେ ।

ଉଦାହରଣ ସ୍ଵରୂପ: ଅନେକ ଲୋକ ଭାବନ୍ତି ଯେ, ରୋଧନ ବସ୍ତୁକୁ ଗରମ କରେ, କାରଣ ଶୀତ ସନ୍ଧ୍ୟାରେ ମୋଟା ପୋଷାକ ପିନ୍ଧିବା ଦ୍ଵାରା ଗରମ ଅନୁଭବ ହୁଏ ବୋଲି, ସେମାନେ ଜାଣିଛନ୍ତି । ଏହି ପରିପ୍ରେକ୍ଷୀରେ ଏହା ଏକ ଭୂଲ ଧାରଣା ଜନ୍ମାଏ ।

  • ଭୂଲ୍ ପୂର୍ବାନୁମାନ: ମୋଟା ଗ୍ରେବସା (ଚିତ୍ର-୧) ଉପରେ ଥୁବା ସଂବେଦକ ପତଳା ଗ୍ଲୋବସ ଅପେକ୍ଷା ଅଧୁକ ତାପ ଦର୍ଶାଉଛି । କାରଣ ମୋଟା ଗ୍ରେବସ ହାତକୁ ଅଧୁକ ଉଷୁମ । ତେଣୁ ତାହାର ଉପର ପାର୍ଶ୍ଵର ତାପମାତ୍ରା ମଧ୍ୟ ଅଧୁକ ।
  • ଠିକ୍। ପୂର୍ବାନୁମାନ: ମୋଟା ଗ୍ରେବସ ଉପରେ ଥୁବା ସଂବେଦକ ଅନ୍ଧ୍ର ତାପମାତ୍ରା ଦର୍ଶାଇବ । ଯେହେତୁ ମୋଟା ଗ୍ରେବସ ଗରମ ହାତରୁ ବାହାର ଶୀତଳ ବାତାବରଣକୁ ଶକ୍ତି ସ୍ଥାନାନ୍ତର କମ୍ କରେ । ଯାହା ପତଳା ବେଗୁ ବସ୍ ଅପେକ୍ଷା ଅଧୁକ ହୋଇଥାଏ । ତେଣୁ ମୋଟା ଗ୍ରେବସର ବାହାର ପାର୍ଶ୍ଵ ଅପେକ୍ଷାକୃତ ଥଣ୍ଡା ରହିବ ।

ପରିସ୍ଥିତି ଅନୁଧାନ-1: ଶକ୍ତି ସମ୍ବନ୍ଧୀୟ ଭୂଲ ଧାରଣା ସ୍ଥାନୀୟ

DIET ରେ ଏକ ପ୍ରଶିକ୍ଷଣରେ ଶ୍ରୀଯୁକ୍ତ ଦାସ ଅଂଶଗ୍ରହଣ କରିଥଲେ | ପ୍ରଶିକ୍ଷାର୍ଥୀମାନେ ବସି ପ୍ରଶିକ୍ଷକଙ୍କ କଥା ଶୁଣିବା ପରିବର୍ଭେ ସେମାନେ ଦଳଗତ ଶିକ୍ଷଣକାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ କୁହାଗଲା |

ଗତ ସପ୍ତାହରେ ମୁଁ ବିଜ୍ଞାନ ସମ୍ବନ୍ଧୀୟ ଭୂଲ ଧାରଣା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥୁଲି । ପ୍ରଶିକ୍ଷକ ଆମକୁ ତିନି ଜଣିଆ ଦଳରେ କାର୍ଯ୍ୟକରିବାକୁ କହିଲେ, ଯେଉଁଥୁରେ ଜଣେ ପଦାର୍ଥ ବିଜ୍ଞାନୀ ବିଶେଷଜ୍ଞ, ଜଣେ ରାସାୟନିକ ବିଜ୍ଞାନୀ ବିଶେଷଜ୍ଞ, ଓ ଅନ୍ୟ ଜଣେ ଜୀବ ବିଜ୍ଞାନୀ ବିଶେଷଜ୍ଞ ରହିଲେ । ପ୍ରଶିକ୍ଷକ ଆମକୁ ପ୍ରତ୍ୟେକ ବିଷୟରୁ ଗୋଟିଏ ଲେଖାଏଁ କରି ତିନୋଟି ପ୍ରଶ୍ନ କରିବା ପାଇଁ ଦେଲେ । ଆମକୁ ପ୍ରତ୍ୟେକ ପ୍ରଶ୍ନ ନିଜେ ନିଜେ ଚିନ୍ତା କରିବାକୁ ଥୁଲା ଏବଂ ତା ପରେ ଅନ୍ୟମାନେ ସେମାନଙ୍କର ଉପାୟଗୁଡ଼ିକୁ କହିଲା ବେଳେ ସେଗୁଡ଼ିକ ଶୁଣି, ଆମ ମାନଙ୍କର ଉପାୟଗୁଡ଼ିକୁ ବିଷୟ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାକୁ ଥୁଲା ।

ପଦାର୍ଥ ବିଜ୍ଞାନର ପ୍ରଶ୍ନ ଯାହା ବିଷୟରେ ଆମକୁ ଚିନ୍ତା କରିବାକୁ ଥୁଲା ସେଇଟା ହେଲା ଗୋଟିଏ ମହାକାଶ ଯାନକୁ ଏକ ଲମ୍ବା ଯାତ୍ରାରେ ମହାକାଶକୁ ପ୍ରେରଣ କରାଯିବ, ଯେଉଁଥୁରେ ଗୋଟିଏ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍ ସହିତ ବଡ଼ ଇନ୍ଧନ, ଟାଙ୍କି ଅଛି । ଏହା କାହିଁକି ଅଧୁକ ଇନ୍ଧନ ଦରକାର କରିବ ଓ ଯେତେବେଳେ ଇନ୍ଧନ ସରିଯିବ କ'ଣ ହେବ ?” ମୁଁ ଜଣେ ଜୀବ ବିଶେଷଜ୍ଞ । ଏହି ବିଷୟରେ ଧାରଣା ଦେବା ମୋ ପାଇଁ କଷ୍ଟକର ଥୁଲା । ତଥାପି ମୁଁ କହିଲି ମହାକାଶ ଯାନଟି ପୃଥୁବୀ ପୃଷ୍ଠରୁ ଉଡ଼ିବା ପାଇଁ ଏବଂ ମହାକାଶରେ ଅନେକ ଦୂର ଗତି କରିବା ପାଇଁ ଅଧୁକ ଇନ୍ଧନର ଆବଶ୍ୟକତା ରହିଛି । ଯେତେବେଳେ ସମସ୍ତ ଇନ୍ଧନ ବ୍ୟବହାର ହୋଇଯିବ । ସେତେବେଳେ ମହାକାଶ ଯାନଟିର ଗତି କମିଯିବ ଓ ବନ୍ଦ ହୋଇଯିବ । ତେଣୁ ଯଦି ଯଥେଷ୍ଟ ପରିମାଣ ଇନ୍ଧନ ନ ଥୁବ, ତେବେ ମହାକାଶ ଯାନଟି ହୁଏତ ମହାକାଶର ମଝିରେ ଅଟକି ଯିବ ।

କିନ୍ତୁ ମୋର ପଦାର୍ଥ ବିଜ୍ଞାନ ସହକର୍ମୀ ଉତ୍ତର ଦେଲେ ଯାନକୁ ବିକ୍ଷେପ କରିବା ପାଇଁ ଏବଂ ପୃଥୁବୀ ପୃଷ୍ଠ ଛାଡିବା ପାଇଁ ବଡ଼ ଇନ୍ଧନ ଟାଙ୍କିର ଆବଶ୍ୟକତା ରହିଛି । ତା'ପରେ ଯାତ୍ରାର ମୁଖ୍ୟ ଅଂଶ ପାଇଁ ତୁଳନାତ୍ମକ ଭାବେ ଛୋଟ ମୋଟରର ଆବଶ୍ୟକତା ଅଛି । ମହାକାଶରେ ବାୟୁର ପ୍ରତିରୋଧ କିମ୍ବା ମହାକର୍ଷଣ ଶକ୍ତିର ଶକ୍ତ ଆକର୍ଷଣ ନ ଥାଏ । ତେଣୁ ମହାକାଶ ଯାନର ନିର୍ଦ୍ଦିଷ୍ଟ ପରିକକ୍ଷ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ନ ଥାଏ । ଏହା କେବଳ ବେଗ ଓ ଦିଗ ପରିବର୍ତନ କରିଥାଏ ।

ମୁଁ ଯେତେବେଳେ ମୋର ଭୂଲ ଧାରଣା ବିଷୟରେ ଜାଣିଲି, ମୁଁ ଟିକେ ଲଜିତ ହେଲି । କିନ୍ତୁ ପ୍ରଶିକ୍ଷକ କହିଲେ ମୋ ପରି ଅନେକଙ୍କର ମଧ୍ୟ ସମାନ ଧାରଣା ରହିଛି । ମୁଁ ଯେତେବେଳେ ତାଙ୍କର ଏହି କଥା ଶୁଣିଲି ଓ ପଦାର୍ଥ ବିଜ୍ଞାନୀ ଶିକ୍ଷକଙ୍କର ଗଛ, ଖାଦ୍ୟ ଓ ଆଲୋକ ସଂଶ୍ଳେଷଣ ସମ୍ବନ୍ଧୀୟ ଜୀବ ବିଜ୍ଞାନ ପ୍ରଶ୍ନରେ ଅସୁବିଧା ଅନୁଭବ କରିବାର ଦେଖୁଲି ସେତେବେଳେ ଟିକେ ଆସ୍ଵସ୍ତୁ ହେଲି, ଆମ ଭିତରେ କେହିବି ବୋକା ନଥୁଲେ, କିନ୍ତୁ ଆମେ ଉତ୍ତର ଦେଲାବେଳେ ଆମର ଦୈନନ୍ଦିନ ଜୀବନର ଅନୁଭୂତିକୁ ବ୍ୟବହାର କରୁଥୁଲୁ । ତେଣୁ ଠିକ୍। ଉତ୍ତର ଦେବା ପାଇଁ ଆମକୁ ବିଜ୍ଞାନର ଗ୍ରହଣୀୟ ନମୁନାକୁ ବ୍ୟବହାର କରିବାକୁ ପଡିବ । ଟିକିଏ ଚିନ୍ତା କରନ୍ତୁ

  • ମହାକାଶଯାନ ସମ୍ପର୍କିତ ପ୍ରଶ୍ନର ଆପଣ କେଉଁ ଉତ୍ତର ଦେଇ ଥାଆନ୍ତେ ଓ କାହିଁକି ?
  • ଆପଣ ଶିକ୍ଷାର୍ଥୀମାନଙ୍କର ଶକ୍ତି ଓ କାର୍ଯ୍ୟ ପ୍ରସଙ୍ଗରେ ଶିକ୍ଷାର୍ଥୀମାନଙ୍କର କୌଣସି ଭୂଲ ଧାରଣା ଦେଖୁଥୁବା O କଥା ଚିନ୍ତା କରି ପାରିବେ କି ?

ଆପଣ ଶକ୍ତି ସମ୍ବନ୍ଧୀୟ ସାଧାରଣ ଭୁଲ ବୁଝାମଣାର ଅଧୁକ ଉଦାହରଣ ସମ୍ବଳ-୧ରେ ଦେଖୁପାରିବେ ।

ପ୍ରତ୍ୟେକଙ୍କର ବିଜ୍ଞାନ ସମ୍ବନ୍ଧୀୟ କିଛି ଭୁଲ ବୁଝାମଣା ରହିଛି, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ଶିକ୍ଷକମାନଙ୍କର ମଧ୍ୟ ତାଙ୍କର ମୁଖ୍ୟ ବିଷୟରେ କିଛି ଭୂଲ ଧାରଣା ରହିଥାଏ । ଯେତେବେଳେ ସେ ଗୋଟିଏ ନୂଆ ପ୍ରଶ୍ନ ଯାହାକି ସେ ପୂର୍ବରୁ କେବେ ପଢ଼ିନାହାଁନ୍ତି ବା ପଢ଼ାଇ ନାହାଁନ୍ତି କିମ୍ବା ଅଜଣା ଧାରଣାର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେ ଏହାକୁ ବୁଝିପାରନ୍ତି ।

ଶିକ୍ଷଣ କାର୍ଯ୍ୟ-1 ? ଆପଣଙ୍କ ଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ସାଧାରଣ ଭୁଲ ବୁଝାମଣା

ଏହି କାଯଟି ଆପଣଙ୍କୁ “କାର୍ଯ୍ୟ ଓ ଶକ୍ତି” ସମ୍ବନ୍ଧୀୟ, ଶିକ୍ଷଣ ଯୋଜନା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ । ଏଥୁପାଇଁ ସମ୍ବଳ-1 ସହିତ ଅଠା ଲାଗିଥୁବା କ୍ଷୁଦ୍ର କାଗଜ ଖଣ୍ଡ ଦରକାର ।

ସମ୍ବଳ-1 ରେ ଥୁବା ସାଧାରଣ ଭୁଲ ବୁଝାମଣା ତାଲିକାକୁ ପଢ଼ନ୍ତୁ । ଶିକ୍ଷାର୍ଥୀମାନେ ଶ୍ରେଣୀରେ କାର୍ଯ୍ୟ କରୁଥୁବା ବେଳେ, ଏଗୁଡିକ ମଧ୍ୟରୁ କେଉଁ ଗୁଡିକୁ ଆପଣ ପୂର୍ବରୁ ଲକ୍ଷ୍ୟ କରିଛନ୍ତି ?

ବର୍ତମାନ ନବମ ଶ୍ରେଣୀ ପାଠ୍ୟ ପୁସ୍ତକର “ କାର୍ଯ୍ୟ ଓ ଶକ୍ତି” ବିଷୟକୁ ପଢନ୍ତୁ । ଆପଣ ପଢ଼ିବା ସମୟରେ ସମ୍ବଳ-୧ ରେ ଥୁବା ଯେ କୌଣସି ଭୁଲ ବୁଝାମଣାକୁ ଲକ୍ଷ୍ୟ କରନ୍ତୁ, ଯାହାକି ଏହି ବିଷୟ ପାଇଁ ପ୍ରଯୁଜ୍ୟ ହୋଇଥୁବ । ପ୍ରତ୍ୟେକ ସମୟରେ ଯେଉଁ ସମ୍ଭାବ୍ୟ

ଭୂଲ ଧାରଣା ମିଳିବ ତାହାକୁ ଅଠା ଲାଗିଥୁବା କ୍ଷୁଦ୍ର କାଗଜ ଖଣ୍ଡରେ ଲେଖୁ ପାଠ୍ୟପୁସ୍ତକର ଉପଯୁକ୍ତ ଜାଗା ପାଖରେ ଲଗାନ୍ତୁ । ଆପଣ ଜାଣିପାରିବେ ଯେ କେତେକ ସମ୍ଭାବ୍ୟ ଭୂଲ୍ ବୁଝାମଣା ବହୁତ ଥର ଉପଯୋଗୀ ହେଲା ବେଳେ ଅନ୍ୟ କେତୋଟି ଏତେ ଉପଯୋଗୀ ହେବାର ଜଣାପଡ଼େ ନାହିଁ । ପ୍ରତ୍ୟେକ ଭାଗ ବା ପ୍ରତ୍ୟେକ ଭୁଲ ବୁଝାମଣା ପାଇଁ ଗୋଟିଏ ମେଳକ ଖୋଜିବାରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି କାର୍ଯ୍ୟଟି କରିବା ପଛରେ ଉଦ୍ଦେଶ୍ୟ ହେଉଛି – ଆପଣଙ୍କ କେତେକ ସାଧାରଣ ଭୂଲ ଧାରଣା ସମ୍ପର୍କରେ ସଜାଗ ରଖୁବା ଏବଂ ତାହା କେତେବେଳେ ଆସୁଛି ତାହାକୁ ଲକ୍ଷ୍ୟ କରିବା । ଆପଣ ଯେତେବେଳେ ଜାଣିବେ ଆପଣ କ'ଣ ଖୋଜୁଛନ୍ତି, ସେତେବେଳେ ଆପଣଙ୍କୁ ତାହା ଚିହ୍ନିବା ପାଇଁ ସହଜ ହେବ ।

ଏହାପର ବିଭାଗରେ ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ବୁଝିବା ଶକ୍ତିକୁ ଅନୁସନ୍ଧାନ କରିବାର କୌଶଳ ଶିଖୁବେ । ଏଠାରେ ଯେଉଁ କୌଶଳ ଦିଆଯାଇଛି, ତାହା ଯେ କୌଣସି ପ୍ରସଙ୍ଗ ପାଇଁ ଉର୍ଦ୍ଦିଷ୍ଟ ହେବ । ଏହାକୁ ବୁଝିବା ପାଇଁ ପ୍ରଗତି ଓ କୃତୀର ମାନ ନିର୍ବାରଣ ପାଇଁ ଦିଆଯାଇଥୁବା ମୁଖ୍ୟ ସମ୍ବଳ ମଧ୍ୟ ସାହାଯ୍ୟ କରିବ ।

କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ଧାରଣାକୁ ନିର୍ବାରଣ କରିବା

ଆପଣ କିପରି ଆପଣଙ୍କ ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ଧାରଣାକୁ ନିର୍ବାରଣ କରିବେ ? ଯଦି ଆପଣ ପଟରିଥୁବା ଗାଣିତିକ ପ୍ରଶ୍ନର ସେମାନେ ସଠିକ୍। ଉତ୍ତର ଦେଇ ଦିଅନ୍ତି, ଆପଣ ଭାବିବେ ସେମାନେ ଏହି ବିଷୟକୁ ଭଲ ଭାବରେ ବୁଝିଛନ୍ତି । ଯଦିଓ ସେମାନଙ୍କର ଏହି ବିଷୟରେ କିଛି ଭୂଲ ଧାରଣା ଥାଏ, ତଥାପି ସେମାନେ ଗାଣିତିକ ପ୍ରଶ୍ନର ଉତ୍ତର ଠିକ୍ କରି ଦିଅନ୍ତି । ସେମାନେ ହିସାବ ପାଇଁ ଯେଉଁ ନିୟମ ବ୍ୟବହାର କରନ୍ତି, ତାହା ପଦାର୍ଥ ବିଜ୍ଞାନର ପରିସର ଭୂକ୍ତ ହୋଇନଥାଏ ।

ଉଦାହରଣ- ଧରାଯାଉ ଆପଣ ଗୋଟିଏ ଶିକ୍ଷାର୍ଥୀକୁ ବସ୍ତୁର ସ୍ଥିତିଜ ଶକ୍ତି ନିର୍ଣ୍ଣୟ କରିବା ପାଇଁ କହିଲେ, ଯାହାର ବସ୍ତୁତ୍ଵ ହେଉଛି 'm' ଓ ଏହା 'h' ଉଚ୍ଚତାକୁ ଉଠାଯାଇଥୁଲା । ସେମାନଙ୍କୁ ସ୍ଥିତିଜ ଶକ୍ତି ନିର୍ଣ୍ଣୟ କରିବାର ସୂତ୍ର ଜଣାଅଛି, ଯାହା Ep=mgh, ଯଦି ଆପଣ m, g, ଓ h। ର ମୂଲ୍ୟ ଦେବେ, ସେମାନେ ଏହାକୁ ହିସାବ କରିଦେବେ । କିନ୍ତୁ ସେମାନେ ହୁଏତ ବସ୍ତୁଟି ତଳେ ପଢିବା ସମୟରେ ଶକ୍ତି ସଂରକ୍ଷଣ ଓ ଶକ୍ତି ସ୍ଥାନାନ୍ତରଣ ସମ୍ବନ୍ଧରେ କିଛି ବୁଝାଇ ପାରିବେ ନାହିଁ ।

ସେମାନେ ହୁଏତ କହିପାରନ୍ତି ଯେ ବସ୍ତୁଟି ଉପରକୁ ଉଠାଗଲା ବେଳେ ତାର ସ୍ଥିତିଜ ଶକ୍ତି ଥୁଲା, ଏହା ପଡ଼ିଲା ବେଳେ ଏଥୁରେ ଗତିଜ ଶକ୍ତି ଥୁଲା ଓ ଯେତେବେଳେ ବସ୍ତୁଟି ତଳେ ପଡ଼ିଲା। ଏହା ଶକ୍ତି ସରିଗଲା । ଯଦି ଶକ୍ତି ସଂରକ୍ଷିତ ହୁଏ ତେବେ ଏବଂ “ ସରିଯାଇଥୁବା ଶକ୍ତି"ର କ'ଣ ହୋଇଥାଇ ପାରେ ଜାଣିବା ପାଇଁ ଆହୁରି ଅଧୁକ ପ୍ରଶ୍ନ ପଶ୍ଚରିବା ଆବଶ୍ୟକ ହୋଇପାରେ ।

ଏମିତି କିଛି ସରଳ ଉପାୟ ଅଛି ଯାହା ଦ୍ଵାରା ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ‘କାର୍ଯ୍ୟ ଓ ଶକ୍ତି' ସମ୍ବନ୍ଧୀୟ ବୋଧଗମ୍ୟତାକୁ ଆକଳନ କରିପାରିବେ । ଏଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ଶିକ୍ଷାର୍ଥୀ ତାଙ୍କର ଧାରଣାଗୁଡ଼ିକ ଅନ୍ୟମାନଙ୍କ ସହ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ । ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାରଣ ବର୍ତମାନ ଥୁବା ଜ୍ଞାନ ଓ ବୋଧଗମ୍ୟତା, ନୂତନ ଜ୍ଞାନ ଆହରଣ ପାଇଁ ଭିତ୍ତିଭୂମି ଯୋଗାଇଥାଏ ।

ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ବୋଧଗମ୍ୟତା ଆକଳନ କରିବା ପାଇଁ କେତେକ କୌଶଳ, ଉପଯୋଗୀ ଯେପରି କି କୈନ୍ଦ୍ରିକ ପ୍ରଶ୍ନ, ଦଳଗତ ଆଲୋଚନା ଏବଂ ପୋଷ୍ଟର ତିଆରି ନିମ୍ନରେ ଦିଆଯାଇଥୁବା କେତେକ କମ୍ ପରିଚିତ କୌଶଳ

  • ‘‘ପୂର୍ବାନୁମାନ ଓ ବର୍ଣ୍ଣନା କର': ଶିକ୍ଷାର୍ଥୀଙ୍କୁ ଗୋଟିଏ ପରିସ୍ଥିତି ଦିଅନ୍ତୁ ଏବଂ ତା’ପରେ କ'ଣ ଘଟିବା ପୂର୍ବାନୁମାନ କରି ବୁଝାଇବା ପାଇଁ କୁହନ୍ତୁ ।
  • ‘ଠିକ୍/ ଭୁଲ/ଅନିଶ୍ଚିତ’ କାର୍ଡ ଚୟନ : ଶିକ୍ଷାର୍ଥୀଙ୍କୁ କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ଗୋଟିଏ ଉକ୍ତି ଲେଖାଯାଇଥୁବା ଏକ ସେଟ୍ କାର୍ତ, ଯୋଡ଼ିରେ ବା ଦଳରେ ଦିଅନ୍ତୁ ଏବଂ ଠିକ, ଭୁଲ ଓ ଅନିଶ୍ଚିତ ଉକ୍ତିଗୁଡ଼ିକୁ ବାଛି ଅଲଗା କରି ରଖୁବା ପାଇଁ   କହିବେ ।
  • ‘ଟ୍ରାଫିକ୍ ଆଲୋକ': ଶିକ୍ଷାର୍ଥୀମାନଙ୍କୁ କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ କେତେକ ଉକ୍ତି ଦଳରେ ଦିଆଯିବ ଏବଂ ସେମାନେ ତାଙ୍କର ସିଦ୍ଧାନ୍ତକୁ ସବୁଜ (ଠିକ), ନାଲି (ଭୁଲ) କିମ୍ବା ହଳଦିଆ (ଅନିଶ୍ଚିତ) ଚୟନ କାର୍ଡ଼ ଦ୍ଵାରା ସୁସ୍ପାଇବେ ।
  • ବ୍ୟଙ୍ଗଚିତ୍ର ଧାରଣା: ବ୍ୟଙ୍ଗଚିତ୍ର ମାଧମରେ ଗୋଟିଏ ଘଟଣାକୁ ଦର୍ଶାଉଥୁବା ଦୁଇଟି ବା ତିନୋଟି ଉକ୍ତିକୁ ଶିକ୍ଷାର୍ଥୀଙ୍କୁ ଦେଖାଇବେ । କେଉଁ ଭକ୍ତିଗୁଡ଼ିକ ପାଇଁ ସେମାନେ ରାଜି ବା ଅରାଜି ଏବଂ କାହିଁକି, ତାହା କହିବେ ।
  • ବ୍ୟାଖ୍ୟା ଚିତ୍ର ସମୂହ: କାର୍ଯ୍ୟ ଓ ଶକ୍ତି ଧାରଣାକୁ ନେଇ ଗୋଟିଏ ବ୍ୟାଖ୍ୟା କରୁଥୁବା ପଦ୍ଧତି ବା ପରିସ୍ଥିତିର ଚିତ୍ର ବା ପ୍ରତିବିମ୍ବା ଶିକ୍ଷାର୍ଥୀଙ୍କୁ ଅଙ୍କନ କରିବା ପାଇଁ କୁହନ୍ତି ।

ଆପଣ ଏଥୁପାଇଁ ସମ୍ବଳ-2 ରୁ ଉଦାହରଣଗୁଡ଼ିକ ପାଇଯିବେ ।

ପରିସ୍ଥିତି ଅନୁଧାନ-2: ଗୋଟିଏ ଶ୍ରେଣୀ ଗୃହ ଶିକ୍ଷଣ କାର୍ଯ୍ୟକୁ ବୁଝିବାର ଅନୁଧାନ

ଶ୍ରୀମତି ମହାନ୍ତି ତାଙ୍କର ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ଧାରଣାକୁ ଅନୁସନ୍ଧାନ କରିବା ପାଇଁ କେତେକ କୌଶଳ ଅବଲମ୍ବନ କରନ୍ତି |

ମୁଁ ଯେତେବେଳେ ନବମ ଶ୍ରେଣୀରେ “ କାର୍ଯ୍ୟ ଓ ଶକ୍ତି” ବିଷୟକୁ ପଢାଏ, ଶିକ୍ଷାର୍ଥୀମାନେ ସର୍ବଦା ହିସାବ କରିନଥା’ନ୍ତି କିନ୍ତୁ ଯେତେବେଳେ କିଛି ବର୍ଣ୍ଣନା କରିବାକୁ ବା ବୁଝାଇବାକୁ ହୁଏ, ସେତେବେଳେ ଅଧୁକାଂଶ ସମୟରେ ସେମାନେ ଭୂଲ କରନ୍ତି । ଅବଶ୍ୟ ମୁଁ ଯଦି ଜାଣି ପାରିବି କେଉଁ କ୍ଷେତ୍ରରେ ତାଙ୍କ ଦ୍ଵନ୍ଦ ରହିଛି, ତେବେ ମୁଁ ତାଙ୍କୁ ସାହାଯ୍ୟ କରିପାରିବି ।

ଏ ବର୍ଷ ମୁଁ ଚିନ୍ତା କଲି ମୋର ନବମ ଶ୍ରେଣୀ ଶିକ୍ଷାର୍ଥୀମାନେ “ କାର୍ଯ୍ୟ ଓ ଶକ୍ତି” ସମ୍ବନ୍ଧରେ ବୁଝିପାରୁନଥୁବା କେତେକ ଧାରଣାକୁ ବାହାର କରିବି । ଶିକ୍ଷାର୍ଥୀମାନେ ସୁନ୍ଦର ଅକ୍ଷର ଲେଖୁବାରେ ଏବଂ ଚିତ୍ର ଆଙ୍କିବାରେ ସମୟ ଅତିବାହିତ କରନ୍ତୁ ବୋଲି ମୁଁ ଗହୁଁନଥୁଲି, ତେଣୁ ପ୍ରଶିକ୍ଷଣ ସମୟର ଦୁଇଟି ଧାରଣା ବ୍ୟଙ୍ଗଚିତ୍ର ବ୍ୟବହାର କରିବା ପାଇଁ ମୁଁ ଚିନ୍ତା କଲି  । ଶିକ୍ଷାର୍ଥୀମାନେ ଅନ୍ୟମାନଙ୍କର ମତାମତକୁ ଶୁଣିବା ପାଇଁ ଏବଂ ଏହା ବିଷୟରେ ମନ୍ତବ୍ୟ ଦେବା ପାଇଁ ଭଲ ପାଆନ୍ତି ଏବଂ ମୁଁ ଧାରଣା ବ୍ୟଙ୍ଗଚିତ୍ର ବ୍ୟବହାର କରିବାକୁ ଭଲ ପାଏ କାରଣ, ଏହି ବ୍ୟଙ୍ଗ ଚିତ୍ରଗୁଡ଼ିକ ସେମାନଙ୍କୁ ଉତ୍ତର ଦେବା ପୂର୍ବରୁ ବିଭିନ୍ନ ସମ୍ଭାବ୍ୟ ଉତ୍ତର ଚିନ୍ତା କରିବା ପାଇଁ ସୁଯୋଗ ଦିଏ ।

ପ୍ରଥମେ ମୁଁ ମୋ ଶିକ୍ଷାର୍ଥୀମାନଙ୍କୁ ନେଇ ତିନି ବା ଗୋରି ଜଣିଆ ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ ଦୁଇଟି ଲେଖାଏଁ ଧାରଣା ବ୍ୟଙ୍ଗଚିତ୍ର ଦେଲି । ଏହା ପରେ ସେହି ଦୁଇଟି ବ୍ୟଙ୍ଗଚିତ୍ର ସମ୍ବନ୍ଧରେ ଦଳରେ ପାଞ୍ଚ ମିନିଟ୍ ଆଲୋଚନା କରିବେ ଓ ସବୁଠାରୁ ଭଲ ଉତ୍ତର ଭାବିବାକୁ କହିଲି । ମୁଁ ପ୍ରତ୍ୟେକ ଦଳକୁ ଦୁଇଟି ସିଦ୍ଧାନ୍ତ କାର୍ଡ ଦେଲି । ଗୋଟିଏ କାର୍ଡ଼ ବଡ଼ 'A' (ଏହାର ଉତ୍ତର ଅଧିକ ଭଲ) ଏବଂ ଅନ୍ୟଟିରେ ବଡ଼ 'B' ଲେଖାଯାଇଥୁଲା ।

ମୁଁ ଶ୍ରେଣୀକକ୍ଷରେ ବୁଲିବୁଲି ଶିକ୍ଷାର୍ଥୀଙ୍କ ଆଲୋଚନା ଶୁଣୁଥୁଲି । ବେଳେବେଳେ ଶିକ୍ଷାର୍ଥୀମାନେ ଅଧୁକ ଉତଫୁଲ୍ଲିତ ହେଉଥୁଲେ କିନ୍ତୁ ମୁଁ କହିପାରିବି ସେମାନେ ଆଲୋଚନା ପାଇଁ ଆଗ୍ରହୀ ଥୁଲେ । ଦଶ ମିନିଟ୍ ପରେ ମୁଁ ଆଲୋଚନାକୁ ବନ୍ଦ କରି ଦେଲି ଓ ପ୍ରତ୍ୟେକ ଦଳରୁ ଜଣକୁ ଆଲୋଚନାର ବିବରଣୀ ଉପସ୍ଥାପନା କରିବା ପାଇଁ କହିଲି । ଏହି ସମୟରେ ପ୍ରତ୍ୟେକ ଦଳର ପ୍ରତିନିଧୁମାନଙ୍କୁ ତାଙ୍କର ଚୟନ କରିଥୁବା ସିଦ୍ଧାନ୍ତ କାର୍ଡ଼ ଦେଖାଇବା ପାଇଁ କହିଲି । ତେଣୁ ମୁଁ କେବଳ ସମସ୍ତଙ୍କର ସିଦ୍ଧାନ୍ତକାର୍ଡ଼ ଦେଖୁ ପାରିଲି । ମୁଁ ଯେଉଁ ଉତ୍ତରକୁ ସର୍ବୋତ୍ତମ ଭାବୁଥୁଲି, ସମସ୍ତ ଦଳ ସେଥୁରେ ସହମତ ନଥୁଲେ । କିନ୍ତୁ ମୁଁ ତାହାକୁ ଶିକ୍ଷାର୍ଥୀଙ୍କୁ ଜଣାଇ ନଥୁଲି । ମୁଁ ସେହି ଦଳ ମଧରୁ ଜଣେ ଶିକ୍ଷାର୍ଥୀକୁ, ମୁଁ ସର୍ବୋତ୍ତମ ଭାବୁଥୁବା ଉତ୍ତରକୁ ସେମାନେ କିପରି ବାଛିଲେ, ତାହାକୁ ବୁଝାଇବାକୁ କହିଲି । ସେମାନେ ଲଜିତ ନହୋଇ ତାଙ୍କ ଧାରଣାକୁ ଉପସ୍ଥାପନ କରିବା ପାଇଁ ମୁଁ ତାଙ୍କୁ ଉତ୍ସାହିତ କଲି । ସେଥୁପାଇଁ ମୁଁ ସେମାନଙ୍କର ଉପସ୍ଥାପନା କରିବାର ଶୈଳୀକୁ ପ୍ରଶଂସା କଲି ଏବଂ ମୁଁ ବୁଲିଲା ବେଳେ ସମସ୍ତ ଦଳର ଆଲୋଚନା ଶୁଣି ଆନନ୍ଦିତ ହୋଇଛି ବୋଲି କହିଲି । ଯେତେବେଳେ ସମସ୍ତ ଦଳ ଦ୍ଵିତୀୟ ବ୍ୟଙ୍ଗଚିତ୍ର ପାଇଁ ଭୋଟ ଦେଲେ, ମୁଁ ଅନ୍ୟ ଦଳରେ ଜଣକୁ ସେହି ସିଦ୍ଧାନ୍ତ କାହିଁକି ବାଛିବା ପାଇଁ ନିର୍ଣ୍ଣୟ କଲି, ତାହା ବୁଝାଇବା ପାଇଁ କହିଲି । ପୁନର୍ବାର ସେମାନେ ବାଛିଥୁବା ସିଦ୍ଧାନ୍ତଟି ମୁଁ ବାଛିଥୁବା ସର୍ବୋତ୍ତମ ଉତ୍ତର ବୋଲି ସ୍ଥିର ନିଶ୍ଚିତ କଲି । ମୁଁ କେଉଁ ଉତ୍ତରକୁ ଅଧୁକ ଭଲ ବୋଲି ବାଛିଥୁଲି ଏବଂ କାହିଁକି, ଶିକ୍ଷାର୍ଥୀମାନେ ତାହା ଜାଣିବାକୁ ଚାହୁଁଥୁଲେ । ତେଣୁ ବ୍ୟଙ୍ଗଚିତ୍ର ସମ୍ପର୍କରେ ଆମେ ଆଉ ଅଧୁକ ପାଞ୍ଚ ମିନିଟ୍ ଆଲୋଚନା କଲି । ଶିକ୍ଷାର୍ଥୀଙ୍କଠାରୁ ଶୁଣିବା ପରେ, ମୋତେ ପରବର୍ତୀ ଶିକ୍ଷଣକାର୍ଯ୍ୟର ଯୋଜନା କରିବା ପାଇଁ ସୁବିଧା ହେଲା । ମୁଁ ସେମାନଙ୍କର ବର୍ତମାନର ବିଷୟଗତ ଜ୍ଞାନ ବୁଝିଯାଇଥୁଲି ଏବଂ ବିଜ୍ଞାନ ସମ୍ବନ୍ଧୀୟ ଧାରଣାକୁ ଉପସ୍ଥାପନା କରିବାର ଏକ ପରିସ୍ଥିତି ମଧ୍ୟ ସୃଷ୍ଟି କରିପାରିଲି ।

ଶିକ୍ଷଣ କାର୍ଯ୍ୟ-2': ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କର ‘ କାର୍ଯ୍ୟ' ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷା

ଏହି କାର୍ଯ୍ୟଟି ଆପଣଙ୍କର ଶ୍ରେଣୀ ସମ୍ବନ୍ଧୀୟ ଶିକ୍ଷଣକାର୍ଯ୍ୟର ବିକାଶରେ ସାହାଯ୍ୟ କରିବ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ‘କାର୍ଯ୍ୟ ଓ ଶକ୍ତି' ସମ୍ବନ୍ଧୀୟ ବୋଧଗମ୍ୟତାକୁ ବୁଝାଇବା ପାଇଁ ସମ୍ବଳ-2 ଦିଆଯାଇଥୁବା ଯୋଜନା ମଧ୍ୟରୁ ଗୋଟିଏକୁ ବ୍ୟବହାର କରନ୍ତୁ । ଏହି କାର୍ଯ୍ୟଟି, ନବମ ଶ୍ରେଣୀ ବହିର ‘ତୁମ ପାଇଁ କାର୍ଯ୍ୟ 8.1 ରେ' ଦିଆଯାଇଛି (ମାଧ୍ୟମିକ ଶିକ୍ଷାପରିଷଦ, ଓଡିଶା ପ୍ରକାଶକ) ।

  • ଆପଣ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ‘କାର୍ଯ୍ୟ' ସମ୍ବନ୍ଧିତ କିଛି ପରିସ୍ଥିତିକୁ ମନେ ପକାଇବାକୁ କୁହନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କିପରି କରାଯାଉଛି ତାହା ତାଙ୍କୁ ପଶ୍ଚରନ୍ତୁ ଓ ସେମାନେ ସେପରି କାହିଁକି ଭାବିଲେ ବୁଝାଇବାକୁ କୁହନ୍ତୁ । ଆପଣ ଏହାକୁ ‘‘ପୂର୍ବାନୁମାନ ଓ ବର୍ଣ୍ଣନା' ପତ୍ନାର ଉଦାହରଣ ଭାବେ ବ୍ୟବହାର କରିପାରିବେ । (ପାଠଟି ଆରମ୍ଭ କରିବା ପୂର୍ବରୁ ତିନି ଗଣ୍ଠରୋଟି ପରିସ୍ଥିତିର ଉଦାହରଣ ନିଅନ୍ତୁ, ଯାହାକି ଦଳରେ ଆଲୋଚନା କରାଯିବ । ଆପଣ କେଉଁ ନିଷ୍ପତ୍ତି ଚାହୁଛନ୍ତି ଓ ସେମାନଙ୍କର ବର୍ଣ୍ଣନାରେ କ’ଣ ଅନୁର୍ଭୁକ୍ତ କରିବାକୁ ଚାହୁଛନ୍ତି ତାର ଏକ ନେଟ୍ ନିଜ ପାଇଁ ପ୍ରସ୍ତୁତ କରନ୍ତୁ । ଏଥୁପାଇଁ ସମ୍ବଳ-3 ସହାୟକ ହେବ ।) *
  • ଏପରି କିଛି ଉଦାହରଣ ଦିଆ ଯେଉଁଠାରେ କି ବଳ ପ୍ରୟୋଗ ହୋଇ ମଧ୍ୟ ବସ୍ତୁଟିର ଅବସ୍ଥାନରେ କୌଣସି ପରିବର୍ତନ ହୋଇ ନାହିଁ ।” ଏହା ସେମାନଙ୍କୁ ଚିନ୍ତା କରିବାକୁ କୁହନ୍ତୁ ।
  • ଏପରି ପରିସ୍ଥିତି ବିଷୟରେ ସେମାନଙ୍କୁ ଚିନ୍ତା କରିବା ପାଇଁ କୁହନ୍ତୁ ଯେଉଁଠାରେ କି କୌଣସି ବଳ ପ୍ରୟୋଗ ନ ହୋଇ ମଧ୍ୟ ବସ୍ତୁଟି ବିସ୍ଥାପିତ ହୋଇପାରିଛି ।
  • ଆଲୋଚନା ହୋଇଥୁବା ବିଭିନ୍ନ ପରିସ୍ଥିତିଗୁଡ଼ିକୁ ଦଳରେ ବାଣ୍ଠି ଦିଅନ୍ତୁ । ସେମାଙ୍କର ପୂର୍ବାନୁମାନ ଓ ଏହାର କାରଣ ସମ୍ବନ୍ଧରେ ଏକ ବିବରଣୀ ପ୍ରସ୍ତୁତ କରନ୍ତୁ ।
  • ବିଭିନ୍ନ ବିଷୟ ସମ୍ବନ୍ଧୀୟ ଦଳଗତ ଆଲୋଚନାକୁ ଉପସ୍ଥାପନା କରି ସେମାନଙ୍କ ଧାରଣା ଓ କାରଣ ସମ୍ବନ୍ଧୀୟ ବିବରଣୀ ପ୍ରସ୍ତୁତ କରନ୍ତୁ ।
  • ଆପଣ ଆଶା କରୁଥୁବା ଉତ୍ତର ଏବଂ ଏହାର କାରଣ ସମ୍ବନ୍ଧରେ ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରନ୍ତୁ ଓ ପୂର୍ବାନୁମାନର କାରଣ ବର୍ଣ୍ଣନା କରନ୍ତୁ ।

ଏହି ପାଠ ପରେ ନିମ୍ନ ପ୍ରଶ୍ନ ସମ୍ବନ୍ଧରେ ଚିନ୍ତା କରନ୍ତୁ:

  • କେଉଁ ପରିସ୍ଥିତିଗୁଡ଼ିକ ଶିକ୍ଷାର୍ଥୀମାନଙ୍କୁ ସ୍ଥିର କରିବା ପାଇଁ ସବୁଠାରୁ କଷ୍ଟକର ଥୁଲା ?
  • କେଉଁ ପରିସ୍ଥିତିଗୁଡ଼ିକୁ ଅଧୁକାଂଶ ଦଳ ଠିକ୍ ଭାବରେ ପୂର୍ବାନୁମାନ ଓ ବର୍ଣ୍ଣନା କରିଥୁଲେ ?
  • କେଉଁ ପରିସ୍ଥିତିଗୁଡ଼ିକୁ ଅଧୁକାଂଶ ଦଳ। ଭୂଲ ଭାବରେ ବର୍ଣ୍ଣନା କରିଥୁଲେ ?
  • ଏହି ସବୁ ପରିସ୍ଥିତି ପାଇଁ ବିଭିନ୍ନ ଦଳ କେଉଁ
  • ସବୁ କାରଣ ଦର୍ଶାଇଥୁଲେ

ଟିକିଏ ଚିନ୍ତା କରନ୍ତୁ

  • ଦଳର କୌଣସି ଉତ୍ତର ପାଇଁ ଆପଣ ଆଶ୍ଚର୍ଯ୍ୟ ହୋଇଥୁଲେ କି ?
  • ଆପଣ ଶିକ୍ଷାର୍ଥୀମାନଙ୍କର ଭୂଲ ଉତ୍ତର ପଛରେ କୌଣସି ସାଧାରଣ ଭୁଲ ବୁଝାମଣା ଦେଖୁଥୁଲେ କି ?

3 ‘କାର୍ଯ୍ୟ ଓ ଶକ୍ତି’କୁ ଶିକ୍ଷାର୍ଥୀମାନେ ଅଧୁକ ଭଲ ଭାବରେ ବୁଝିବା ପାଇଁ ଶିକ୍ଷକଙ୍କ ସହାୟତା

  • ଆପଣ ଯଦି ଗୋଟିଏ ଧାରଣା ବୁଝାଇବା ପାଇଁ ଅନ୍ୟ ଏକ ଭଲ ଉପାୟ କହି ଦିଅନ୍ତି ଯାହା ଭଲ ଭାବେ କାମ କରେ, ତେବେ ସେହି ଧାରଣା ବୁଝାଇବାକୁ ଶିକ୍ଷାର୍ଥୀଙ୍କର ଯଦି କିଛି ଭୁଲ ବୁଝାମଣା ଥାଏ ତେବେ ତାହା ଦୂର ହୋଇଥାଏ । ବେଳେବେଳେ ଶିକ୍ଷାର୍ଥୀମାନେ ନୂଆ ଓ ଉନ୍ନତମାନର ନମୁନାକୁ ଆ°ଶିକ ଭାବରେ ଗ୍ରହଣ କରନ୍ତି କିନ୍ତୁ ନିଜର ଆଉ ଗୋଟିଏ ମିଶ୍ରିତ ମଡ଼େଲ ତିଆରି କରନ୍ତି କିମ୍ବା ପରିସ୍ଥିତି ଅନୁଯାୟୀ ଆଉ ଗୋଟିଏ ନମୁନାକୁ ଆପଣେଇ ନିଅନ୍ତି ।
  • ଗୋଟିଏ ଅନୁକୂଳ ପରିବେଶରେ ଶିକ୍ଷାର୍ଥୀମାନେ ତାଙ୍କର ଧାରଣାକୁ ଅନ୍ୟମାନଙ୍କ ସହ ଆଲୋଚନା ପାଇଁ ଏକ ସୁଯୋଗ ଦିଅନ୍ତୁ ।
  • ଶିକ୍ଷାର୍ଥୀଙ୍କୁ ବିଭିନ୍ନ ପରିସ୍ଥିତିରେ ତାଙ୍କର ମଡ଼େଲ ବ୍ୟବହାର କରି କ'ଣ ଘଟୁଛି ଏବଂ କେଉଁ ପରିସ୍ଥିତିରେ ଘଟୁଛି ଏବଂ କେଉଁ ପରିସ୍ଥିତିରେ ତାଙ୍କ ମଡ଼େଲ କାର୍ଯ୍ୟ କରୁନାହିଁ କିନ୍ତୁ ଅନୁମୋଦିତ ବୈଜ୍ଞାନିକ ପଦ୍ଧତି କାର୍ଯ୍ୟ କରୁଛି, ଚିନ୍ତା କରିବା ପାଇଁ ଦିଆଯାଉ ଏବଂ ସେମାନଙ୍କ ମଡ଼େଲ ଏବଂ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତି ମଡ଼େଲ ମଧ୍ୟରେ ପାର୍ଥକ୍ୟକୁ ଆଲୋଚନା କରିବାକୁ ଦିଆଯାଉଛି ।
  • ତାଙ୍କର ଧାରଣାଗୁଡ଼ିକ ଆହ୍ଲାନ କରି ଓ ପରିମାର୍ଜିତ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସୁଯୋଗ ଦିଅନ୍ତୁ । ସାବଧାନତାର ସହ ବାସ୍ତବ ଅନୁଭୂତି ଏବଂ ପ୍ରଦର୍ଶନ, ଶିକ୍ଷାର୍ଥୀଙ୍କର ଭୁଲ ବୁଝାମଣାକୁ ଆହ୍ଲାନ କରିବା ପାଇଁ ଫଳପ୍ରଦ ପ୍ରମାଣ ହୋଇପାରିବ । ଗୋଟିଏ ବଡ଼ ଓ ଅଧୁକ ଉପକରଣ ବ୍ୟବହୃତ ହେଉଥୁବା ଏକ ଦର୍ଶନୀୟ ପରୀକ୍ଷା ନ କରାଯାଇ, କ୍ଷିପ୍ର ଏବଂ ନିମ୍ନସ୍ତରର ପ୍ରଦର୍ଶନ ଓ ବାସ୍ତବ ଅନୁଭୂତି ମଧ୍ୟ ଯାହା ଦରକାର ତାହା ପୂରଣ କରିଥାଏ । ଆପଣ ଯାହା କଲେ ବି, ନିମ୍ନ ଗୁରୁତ୍ଵପୂର୍ଣ୍ଣ କଥା ମନେରଖୁବେ:
  • ଶିକ୍ଷାର୍ଥୀଙ୍କ ଧାରଣାକୁ ବିକାଶ କରିବା ପାଇଁ ବାସ୍ତବ ଅଭିଜ୍ଞତାକୁ ଗୁରୁତ୍ଵ ଦିଆଯାଉ, ତେଣୁ ଆପଣ ଶିକ୍ଷାର୍ଥୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କ’ଣ କରିବେ, ତାହା ସ୍ପଷ୍ଟ ହେବା ଆବଶ୍ୟକ ।
  • ଆପଣ ଯାହା ଗର୍ଜୁଛନ୍ତି ତାହା କରିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କର ବାସ୍ତବ ଅଭିଜ୍ଞତାକୁ ପରଖନ୍ତୁ ଯାହା ଦ୍ଵାରା ଆପଣ ଯାହା ଚାହୁଛନ୍ତି, ସେମାନେ ତାହା ଗ୍ରହଣ କରିବେ ବୋଲି ନିଶ୍ଚିନ୍ତ ହୋଇଯିବେ ।

ଶିକ୍ଷଣ କାର୍ଯ୍ୟ – 3 ଶକ୍ତି ସମ୍ବନ୍ଧୀୟ ଶିକ୍ଷଣ

ଏହି ଶିକ୍ଷଣକାର୍ଯ୍ୟଟି ଶ୍ରେଣୀ ଗୃହରେ ବାସ୍ତବ ଅଭ୍ୟାସ ପାଇଁ ଆପଣଙ୍କୁ ସାହାଯ୍ୟ କରିବ ଏବଂ ଶିକ୍ଷାର୍ଥୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆପଣ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଶ୍ଚରିବା ଆବଶ୍ୟକ । (ଏହି ଶିକ୍ଷଣକାର୍ଯ୍ୟଟି ନବମ ଶ୍ରେଣୀ ଭୌତିକ ବିଜ୍ଞାନ ପୁସ୍ତକର ଗତିଜ ଶକ୍ତିର ତୁମ ପାଇଁ କାମ 8.3 ରେ ଦିଆଯାଇଛି।) ଏହି ପ୍ରଦର୍ଶନର ତାତ୍ପର୍ଯ୍ୟ ହେଉଛି ଶକ୍ତି ବ୍ୟବହୃତ ହେଲେ ସରିଯାଏ ନାହିଁ, ବରଂ ଏହା ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୁଏ । ଓଦା ବାଲୁକା ଶଯ୍ୟ ଉପରେ ଏକ ଓଜନିଆ ବଲକୁ, 25 ସେମି ଉଚ୍ଚତାରୁ ପକାଇ ବାଲି ଉପରେ ସୃଷ୍ଟି ହୋଇଥୁବା ଅବତଳ ଆକାରର ଗାତର ଗଭୀରତାକୁ ମାପନ୍ତୁ । ଏହାପରେ ସେହି ବଲକୁ 50 ସେ.ମି., 1 ମିଟର ଓ 5 ମିଟର ଉଚ୍ଚତାରୁ ପକାଇ ପ୍ରତିଥର ସୃଷ୍ଟି ହୋଇଥୁବା ଅଲଗା ଅବତଳ ଗାତର ଗଭୀରତା ମାପନ୍ତୁ । ପ୍ରତି ଅବତଳ ଗଭୀରତାକୁ ତୁଳନା କରନ୍ତୁ । କେଉଁଟିର ଅଧୁକ ଗଭୀରତା ଓ କେଉଁଟିରେ କମ୍ ତାହା ବିଷୟରେ ଆଲୋଚନା କରନ୍ତୁ ଓ କାରଣ ଖୋଜନ୍ତୁ । ଗାତର ଗଭୀରତା ଓ ବଲ ପଡ଼ୁଥୁବା ମଧ୍ୟରେ ସମ୍ପର୍କ ଅଛି ତାହା ଜାଣିବାକୁ ପାଇବେ ।

ଆପଣ ନିମ୍ନରେ ଦିଆଯାଇଥୁବା ପ୍ରଶ୍ନଗୁଡ଼ିକର ଅନୁକ୍ରମ ବ୍ୟବହାର କରିପାରନ୍ତି କିମ୍ବା ଏହିଭଳି ଅନ୍ୟ କିଛି କରିପାରନ୍ତି । ଏଠାରେ ପ୍ରଶ୍ନ କରିବାରେ ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ‘ଶକ୍ତି' ପ୍ରସଙ୍ଗୀ ଆଡ଼କୁ ଆଣିବା । ଏଠାରେ ପ୍ରଶ୍ନଗୁଡ଼ିକ 'ବୋଲଢ଼' ଅକ୍ଷରରେ ଅଛି ଏବଂ ଏହାର ଉତ୍ତର ସାଧାରଣ ବହି ଅକ୍ଷରରେ ଅଛି । କେଉଁଟି ତିଆରି ହେବା ପାଇଁ ଅଧୁକ ଶକ୍ତି ଆବଶ୍ୟକ କରୁଛି – ଗୋଟିଏ ଗଭୀର ଗର୍ଭ ବା କମ୍ ଗଭୀର ଗର୍ଭ ? କାହିଁକି ? ଶିକ୍ଷାର୍ଥୀମାନେ ଗଭୀର ଗର୍ଭ କହିବା ଉଚିତ । ସେମାନେ ମଧ୍ୟ କହିପାରନ୍ତି ଯେ କମ୍ ଗଭୀର ଗର୍ଭ ଅପେକ୍ଷା ଗଭୀର ଗର୍ଭ ଖୋଳିବା ଅଧୁକ କାର୍ଯ୍ୟ ଆବଶ୍ୟକ କରେ ।

ଏହି କ୍ଷେତ୍ରରେ କିଏ ଶକ୍ତି ପ୍ରଦାନ କରିଛି ? ବଲା । ବଲାର ଶକ୍ତି ବାଲିକୁ ସ୍ନାନାନ୍ତରିତ ହୋଇଛି । ତେବେ ବଲ୍ଟି ବାଲି ଉପରେ କିଛି କାର୍ଯ୍ୟ କରିଛି କି ? ହଁ । ବଲର ଶକ୍ତି ବାଲିକୁ ସ୍ଥାନାନ୍ତର ହୋଇଛି । ଯେତେବେଳେ ବଲ୍ଟି ଅଧୁକ ଉଚ୍ଚତାରୁ ତଳକୁ ପଡ଼ୁଛି, ସେତେବେଳେ ଶକ୍ତି ସ୍ଵାନାନ୍ତରଣ ସମ୍ବନ୍ଧରେ ଗାତର ଗଭୀରତାର କ'ଣ ଜଣାଯାଏ ? ଯେତେବେଳେ ବଲଟି ଅଧୁକ ଉଚ୍ଚତାରୁ ତଳକୁ ପଡୁଛି, ସେତେବେଳେ ବାଲିକୁ ଅଧୁକ ଶକ୍ତି ସ୍ଵାନାନ୍ତରିତ ହେଉଛି । ତେଣୁ ବାଲିରେ ପଡ଼ିଥୁବା ବଲମାନଙ୍କ ମଧରୁ କେଉଁଟିରେ ଅଧିକ ଶକ୍ତି ଥୁଲା ? ଯେଉଁଥୁରେ ଗଭୀରତମ ଗର୍ଭ ସୃଷ୍ଟି ହୋଇଥୁଲା । ତେଣୁ ବାଲିରେ ପଡ଼ିବା ପୂର୍ବରୁ କେଉଁ ବଲ୍ଟିରେ ଅଧିକ ଶକ୍ତି ଥୁଲା ? ଯେଉଁ ବଲଟି ସବୁଠାରୁ ଅଧୁକ ଉଚ୍ଚତାରୁ ପଡ଼ିଥୁଲା । ବାଲିଙ୍କ ସ୍ଥାନାନ୍ତରିତ ହୋଇଛି ( ସଂଯୁକ୍ତ କରିବା ପାଇଁ ଏହାହିଁ କେନ୍ଦ୍ରିକ ଧାରଣା) କେତେକ ଶିକ୍ଷାର୍ଥୀ ଏହି ପରିପ୍ରେକ୍ଷୀରେ ଶକ୍ତି ନଷ୍ଟ ହୋଇଯାଉଥୁଲା ବୋଲି ଉତ୍ତର ଦେଇପାରନ୍ତି । ତେଣୁ ଆପଣ ସେମାନଙ୍କୁ ପ୍ରଶ୍ନ କରିବେ – ଯଦି ଶକ୍ତି ନଷ୍ଟ ହୋଇଯାଉଥୁଲା, ତେବେ ତାହା କୁଆଡ଼େ ଯାଉଥୁଲା ? )

ଏହି ସମସ୍ତ କାର୍ଯ୍ୟ କରିବା ପରେ ଆପଣ ଶିକ୍ଷାର୍ଥୀଙ୍କୁ ସମ୍ପୁର୍ଣ୍ଣ ଅଲଗା ଅଲଗା ବର୍ଣ୍ଣନା ନ କରି ସଂପୂର୍ଣ୍ଣ ଅନୁକ୍ରମ ଅନୁଯାୟୀ ବର୍ଣ୍ଣନା କରିବା ପାଇଁ କହିବେ ଏବଂ ଏଥୁପାଇଁ ନିମ୍ନ ପ୍ରଶ୍ନଗୁଡ଼ିକ ପଚାରିବେ ।

  • ବର୍ତମାନ, ଯେତେବେଳେ ବଲ୍ଟି କିଛି ଉଚ୍ଚତାକୁ ଉଠିଲା। ଏହା ପଡ଼ିବାକୁ ଲାଗିଲା ଏବଂ ଏହା ବାଲିରେ ପଡ଼ିଲା - ପ୍ରତ୍ୟେକ କ୍ଷେତ୍ରରେ ତାହା କେତେ ପରିମାଣର ଶକ୍ତି ଧାରଣ କରିଥୁଲା ? ବଲଟି ଯେତେବେଳେ କିଛି ଉଚ୍ଚତାକୁ ଉଠିଲା, ତାହାର ସ୍ଥିତିଜ ଶକ୍ତି କ୍ରମଶଃ ବଢ଼ିବାକୁ ଲାଗିଲା । ଯେତେବେଳେ ଏହା କିଛି ଉଚ୍ଚତାରୁ ପଢ଼ିବାକୁ ଆରମ୍ଭ କଲା କ୍ରମଶଃ ତାହାର ଗତିଜ ଶକ୍ତି ବଢ଼ିବାକୁ ଲାଗିଲା, କିନ୍ତୁ ମୋଟ ଶକ୍ତି କମିଗଲା (କାରଣ ବଲ୍ଟି ପଡ଼ିବା ସମୟରେ ଏହାର ସ୍ଥିତିଜ ଶକ୍ତି କମିଯାଏ) । ଯେତେବେଳେ ବଲଟି ବାଲି ଉପରେ ପଡ଼େ, ବଲ୍ଟି ଉଠିବା ପାଇଁ ଆପଣ ଦେଇଥୁବା ଶକ୍ତି ହରାଏ । ବାଲିରେ ପଡ଼ିବା ପୂର୍ବରୁ ବଲଟି ତାହାର ସମସ୍ତ ଗତିଜ ଶକ୍ତି ହରାଇଥାଏ । କାରଣ ବଲ୍ଟି ସ୍ଥିର ହେବାର ଆମେ   ଦେଖୁଛେ ।
  • ସବୁତକ ଶକ୍ତି କୁଆଡେ ଗଲା ? ବଲର ସମସ୍ତ ଶକ୍ତି ବାଲିକୁ ସ୍ନାନାନ୍ତରିତ ହୋଇଗଲା । କିମ୍ବା ଆମେ କହିପାରିବା, ସମସ୍ତ ଶକ୍ତି ବାଲିରେ କାର୍ଯ୍ୟ କରିବା ପାଇଁ ବ୍ୟବହୃତ ହେଲା ।

ଯଦି ଆପଣଙ୍କ ଶ୍ରେଣୀରେ ଅଧିକ ଶିକ୍ଷାର୍ଥୀ ଅଛନ୍ତି, ତେବେ ଆପଣ ଛୋଟ ଛୋଟ ଦଳ କରି ବୁଝାଇ ପାରନ୍ତି । ଯେତେବେଳେ ଅନ୍ୟମାନେ ପାଠ୍ୟ ବହିରୁ ଅନ୍ୟ କିଛି କାର୍ଯ୍ୟ କରୁଥୁବେ । ପୂର୍ବରୁ ପ୍ରଶ୍ନଗୁଡ଼ିକୁ ଠିକ୍ ଭାବରେ ଯୋଜନା କଲେ, ଆପଣ ଭଲ ପ୍ରଦର୍ଶନ କରିପାରିବେ । ହୁଏତ ଆପଣଙ୍କର ଆଶାନୁଯାୟୀ ଶିକ୍ଷାର୍ଥୀମାନେ ଉତ୍ତର ନଦେଇ ପାରନ୍ତି, କିନ୍ତୁ ଯଦି ଆପଣ ଆପଣଙ୍କର ପ୍ରଦର୍ଶନ ସମ୍ବନ୍ଧରେ ସ୍ପଷ୍ଟ ଥୁବେ ତେବେ ଆପଣ ଶିକ୍ଷାର୍ଥୀଙ୍କ ଉତ୍ତରକୁ ଠିକ୍ କରିପାରିବେ ।

ଆପଣଙ୍କ ଶିକ୍ଷାର୍ଥୀ କ'ଣ ଚିନ୍ତା କରୁଛନ୍ତି ତାହା ବୁଝିବା ପାଇଁ ସତର୍କତା ସହିତ ପ୍ରଶ୍ନ ପଟରିବା ଏକ ଉତ୍ତମ ଉପାୟ । ଶ୍ରେଣୀରେ ପ୍ରଶ୍ନର ଠିକ୍ ବ୍ୟବହାର ପାଇଁ ସମ୍ବଳ-4କୁ ପଢ଼ନ୍ତୁ ।

ସାରାଂଶ

ଏହି ଏକକରେ କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ଶିକ୍ଷାର୍ଥୀମାନଙ୍କର କିଛି ଭୁଲ ବୁଝାମଣା ଏବଂ ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତା ଜାଣିବା ପାଇଁ କେତେକ କୌଶଳ ସମ୍ବନ୍ଧରେ ଆପଣ ଅବଗତ ହେଲେ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତାର ଉନ୍ନତି କରିବା ପାଇଁ ଆପଣ ଏକ କୌଶଳ ବ୍ୟବହାର କରିବାର ମଧ୍ୟ ସୁଯୋଗ ପାଇଲେ ।

ସମ୍ବଳ-2 ରେ ବର୍ଣ୍ଣନା କରାଯାଇଥୁବା କୌଣସି ଗୋଟିଏ ମଧ୍ୟ କୌଶଳଗୁଡ଼ିଏ ସ୍ଵତନ୍ତ ବ୍ୟବହାରିକ ସମ୍ବଳ ଆବଶ୍ୟକ କରନ୍ତି ନାହିଁବା ଶ୍ରେଣୀରେ ଅଧୁକ ସମୟ ନିଅନ୍ତି ନାହିଁ । ଆପଣ ଏହି ପ୍ରସଙ୍ଗ ପଢ଼ାଇବା ବେଳେ ବା ଶିକ୍ଷାର୍ଥୀମାନେ ପୁନଃ-ଆଲୋଚନା କରିବା ବେଳେ ପ୍ରତ୍ୟୟ ବ୍ୟଙ୍ଗଚିତ୍ର ବା କାର୍ଡ଼ ଚୟନ କାହିଁକି ଚେଷ୍ଟା କରିବେ ନାହିଁ ଯେତେବେଳେ ଆପଣ ତୁରନ୍ତ ବୋଧଗମ୍ୟତା ମାପିବାକୁ ଗହାନ୍ତି । ସେତେବେଳେ ? ‘ଗ୍ରାଫିକ୍ ଲାଇଟ” ମଧ୍ୟ ଏକ ଦରକାରୀ କୌଶଳ ହୋଇପାରିବ ।

ସମ୍ବଳ-5ରେ ଶକ୍ତିର କେତେକ ଉକ୍ତି ଦିଆଯାଇଛି । ଏହି ଉକ୍ତିଗୁଡ଼ିକ କେତେକ ଉତ୍ତର ଓ ମନ୍ତବ୍ୟ ଦ୍ଵାରା ପ୍ରକାଶ କରାଯାଇଛି । ଆପଣ ଏହି ଉକ୍ତିଗୁଡ଼ିକୁ ବ୍ୟବହାର କରି ପରିସ୍ଥିତି ଅନୁଧାନ- ୧ ରେ ଦିଆଯାଇଥୁବା ଉଦାହରଣ ପରି ଆପଣଙ୍କର ଚିନ୍ତାଧାରାକୁ ଆଗେଇ ପାରିବେ ।

ଯଦିଓ ଏହି ଏକକଟିରେ କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧରେ ସୂଚନା ଦିଆଯାଇଛି, କିନ୍ତୁ ଏଥୁରେ ଥୁବା କୌଶଳଗୁଡ଼ିକୁ ଆପଣ ଅନ୍ୟ ଏକକରେ ମଧ୍ୟ ବ୍ୟବହାର କରିପାରିବେ । ଏଥୁପାଇଁ ସମ୍ବଳ-୩ରେ ସୂଚନା ଦିଆଯାଇଛି । ଆପଣ ଯଦି ଏଥୁରେ ଥୁବା ସମ୍ବଳ ଓ ବିଭିନ୍ନ କାର୍ଯ୍ୟଗୁଡ଼ିକୁ ଅନ୍ୟ ଶିକ୍ଷକଙ୍କ ସହ ଆଲୋଚନା କରିବେ, ତେବେ ଏହା ଆପଣଙ୍କ ପାଇଁ ଅଧୁକ ସହଜ ହୋଇପାରିବ ।

ସମ୍ବଳ

ସମ୍ବଳ-1: ଶକ୍ତି ସମ୍ବନ୍ଧୀୟ କେତେକ ସାଧାରଣ ଭୂଲ୍ ବୁଝାମଣା ଏହି ସମ୍ବଳ ଆପଣ ଶିକ୍ଷଣକାର୍ଯ୍ୟ-1 ରେ ବ୍ୟବହାର ପାଇଁ ଦିଆଯାଇଛି ।

  • ଶକ୍ତି ବ୍ୟବହାର ହୋଇ ସରିଯାଇପାରେ ।
  • ବସ୍ତୁ କେବଳ ଗତି କରିବା ସମୟରେ ଶକ୍ତି ଧାରଣ କରିଥାଏ ।
  • ଶକ୍ତି ବ୍ୟବହୃତ ହେଲା ପର୍ଯ୍ୟନ୍ତ, ବସ୍ତୁଗୁଡ଼ିକ ଗତି କରିଥାନ୍ତି ।
  • ଶକ୍ତି ରୂପାନ୍ତରଣରେ କିଛି ଶକ୍ତି ଅପଚୟ ହୋଇଥାଏ ।
  • ଶକ୍ତି ହେଉଛି ଏକ ବସ୍ତୁ ।
  • ଶକ୍ତି ହେଉଛି ଏକ ଇନ୍ଧନ ।
  • ବଳ ଶକ୍ତି ସହ ସମାନ ।
  • ବଳ କାର୍ଯ୍ୟ ସହ ସମାନ ।
  • ଜୈବ ବୈଜ୍ଞାନିକ ପ୍ରକ୍ରିୟା ଯଥା – ଆଲୋକଶ୍ଳେଷଣ କିମ୍ବା ଶ୍ବସନ ଇତ୍ୟାଦିରୁ ଶକ୍ତି ନିର୍ଗତ ହୋଇଥାଏ ।
  • କିଛି ବସ୍ତୁ । ସାମଗ୍ରୀ ସ୍ଵାଭାବିକ ଭାବରେ ଅନ୍ୟ ବସ୍ତୁ । ସାମଗ୍ରୀ ଅପେକ୍ଷା ଉଷୁମ ଥାଏ ।

ସମ୍ବଳ-2': ଆପଣ ଶିକ୍ଷାର୍ଥୀଙ୍କର କାର୍ଯ୍ୟ ଏବଂ ଶକ୍ତି ସମ୍ବନ୍ଧୀୟ ଧାରଣାଗୁଡ଼ିକ ଜାଣିବା ପାଇଁ କିଛି ଉପାୟ

ଆପଣଙ୍କ ଶିକ୍ଷାର୍ଥୀମାନଙ୍କର କ'ଣ ପ୍ରାକ୍ ଧାରଣା ରହିଛି ଓ କେଉଁ ଭୂଲ ବୁଝାମଣା ତାଙ୍କ ପାଖରେ ରହିଛି ଜାଣିବା ପାଇଁ  କେତେଗୁଡ଼ିଏ କୌଶଳ ଯଥା କୈନ୍ଦ୍ରିକ ପ୍ରଶ୍ନ ପରସ୍ପରିବା, ଦଳଗତ ଆଲୋଚନା ଓ ପୋଷ୍ଟର ଉପସ୍ଥାପନ ବ୍ୟବହାର କରିପାରନ୍ତି ।

ନିମ୍ନରେ ଏହିପରି କେତେକ ମନ୍ତବ୍ୟ ସହ ଉଦାହରଣ ଦିଆଯାଇଛି । ଏହି ଉପାୟଗୁଡ଼ିକରୁ ଯେକୌଣସି ଗୋଟିଏ ବ୍ୟବହାର କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଉପାୟଗୁଡ଼ିକ ଆପଣଙ୍କ ସାଙ୍ଗରେ ଓ ଅନ୍ୟ ଶିକ୍ଷାର୍ଥୀଙ୍କ ସହ ବିନିମୟ କରିବା ପାଇଁ ଉତ୍ସାହିତ କରିବା : ଗୋଟିଏ ରଙ୍ଗୀନ ଏବଂ ପରିଷ୍କାର ପ୍ରଭାବୀ କଳାକୃତ୍ତି ଅପେକ୍ଷା ରେଖାଚିତ୍ର କରିବା ପାଇଁ ହେଉଥୁବା ଆଲୋଚନା ଗୁରୁତ୍ଵପୂର୍ଣ୍ଣ ଅଟେ |

ପୂର୍ବାନୁମାନ କରି ବୁଝାଅ ବା ବ୍ୟାଖ୍ୟା କର:

ଗୋଟିଏ ସରଳ ଦୃଶ୍ୟପଟ ସହ ଶିକ୍ଷାର୍ଥୀଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତୁ ଏବଂ ଏହାପରେ କ’ଣ ଘଟିବ ଓ ସେମାନେ ଏପରି କାହିଁକି ଚିନ୍ତା କରୁଛନ୍ତି ବୋଲି ପରସ୍ପରନ୍ତୁ । ଉଦାହରଣଟି ନିମ୍ନରେ ଦିଆଯାଇଛି । ଯଥା – ଧରାଯାଉ ଚିତ୍ର R-୨.୧ରେ ଦର୍ଶାଯାଇଥୁବା U-ଆକାର ପଥରେ ବଲଟିଏ ଅଛି, ବଲଟିକୁ ଛାଡ଼ି ଦିଆଯାଏ, ତେବେ କଣ ଘଟିବା ଚିନ୍ତା କରି ବୁଝାନ୍ତୁ ।

ମତାମତ

ଅନେକ ଶିକ୍ଷାର୍ଥୀ ଏହି ସମ୍ବନ୍ଧରେ ଠିକ୍। ପୂର୍ବାନୁମାନ କରି U-ପଥରେ ବଲଟିର କ'ଣ ହେବ କହିପାରନ୍ତି । କିନ୍ତୁ ଖୁବ୍ କମ୍ ସଂଖ୍ୟକ ଶିକ୍ଷାର୍ଥୀ ଶକ୍ତି ସଂରକ୍ଷଣ ଓ ଶକ୍ତି ରୂପାନ୍ତରକୁ ନେଇ ଉତ୍ତରକୁ ବର୍ଣ୍ଣନା କରିପାରିବେ ।

ସେତେବେଳ ପର୍ଯ୍ୟନ୍ତ ବଲଟିକୁ U-ଆକାର ଟ୍ରାକରେ କିଛି ଉଚ୍ଚତାରୁ ଛଡ଼ାଯିବ, ଯେତେବେଳେ ପର୍ଯ୍ୟନ୍ତ ତାହା ତଳକୁ ଖସି ସହ ଅନ୍ୟ ପଟର ଉଚ୍ଚତା ସହ ସମାନ ନ ହୋଇଛି । ବଲଟି ଯେତେ ଉଚ୍ଚରେ ରହିବ, ତାହାର ସ୍ଥିତିଜ ଶକ୍ତି ସେତେ ଅଧୁକ ହେବ, ତେଣୁ ବଲ୍ଟି ଅନ୍ୟ ପାଖର ଯେଉଁ ସର୍ବୋଚତମ ସ୍ଥାନରେ ପହଞ୍ଚୁବ, ସେଠାରେ ମଧ୍ୟ ସ୍ଥିତିଜ ଶକ୍ତି ସର୍ବାଧକ ହେବ ।

ଯେତେବେଳେ ବଲଟିକୁ କିଛି ଉଚ୍ଚତାରୁ ତଳକୁ ଛଡ଼ାଯାଏ, ଏହାର ସ୍ଥିତିଜ କ୍ରମଶଃ କମି କମି ଯାଏ ଏବଂ ଗତିଜ ଶକ୍ତି ବଢ଼ି ବଢ଼ି ଯାଏ । ବଲଟି ଯେତେବେଳେ ପଥର ନିମ୍ନ ଭାଗରେ ପହଞ୍ଚୁଯାଏ, ତାହାର ମୋଟ ଶକ୍ତି ଗତିଜ ଶକ୍ତି ହୋଇଥାଏ ଏବଂ ଏହାଦ୍ଵାରା ବଲଟି ଅନ୍ୟ ପାର୍ଶ୍ଵର ଉପରକୁ ଉଠିଥାଏ (ପ୍ରଥମ ପାର୍ଶ୍ଵର ଉଚ୍ଚତା ସହ ସମାନ ଉଚ୍ଚତାକୁ) କିନ୍ତୁ, ଏହି ପଥର ନିମ୍ନ ଭାଗରେ ସ୍ଥିତିଜ ଶକ୍ତି ସର୍ବନିମ୍ନ ହୋଇଥାଏ । ଯଦି ଶକ୍ତିର କିଛି ଅପଚୟ ନ ହୁଏ, ତେବେ ବଲଟି ଅନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ସମାନ ଉଚ୍ଚତାକୁ ଦୋଳନ କରିବ । କିନ୍ତୁ ଏହା ହୁଏ ନାହିଁ, କାରଣ ବାୟୁର ପ୍ରତିରୋଧ ଓ ପଥର ଘର୍ଷଣ ବଳ ଯୋଗୁଁ ପ୍ରତିଥର ଦୋଳନରେ କିଛି ପରିମାଣର ଶକ୍ତି ଅପଚୟ ହୋଇଥାଏ । କ୍ରମଶଃ ବଲର ସର୍ବାଧକ ସ୍ଥିତିଜ ଶକ୍ତି କମି କମି ଯାଏ ଏବଂ ଶେଷରେ ବଲଟି U-ଆକାର ପଥର ନିମ୍ନ ଭାଗରେ ସ୍ଥିର ହୋଇ ରହିଯାଇଥାଏ ।

ବୋଧଗମ୍ୟତା ସମ୍ପର୍କିତ ଅନୁସନ୍ଧାନ : କାର୍ଯ୍ୟ ଓ ଶକ୍ତି

ପୂର୍ବନ୍ଧୁମାନ ଏବଂ ବ୍ୟାଖ୍ୟା କରିବା ପାଇଁ କହିବା ଏକାନ୍ତ ଗୁରୁତ୍ଵପୂର୍ଣ୍ଣ । ଗୋଟିଏ ଅଜଣା ପରିସ୍ଥିତିରେ ପୂର୍ବାନୁମାନ କରିବା ପାଇଁ ଶିକ୍ଷାର୍ଥୀମାନେ ସେମାନଙ୍କର ବିଜ୍ଞାନ ସମ୍ବନ୍ଧୀୟ ଧାରଣାକୁ ବ୍ୟବହାର କରନ୍ତି । କିନ୍ତୁ ଯଦି ଆପଣ ଗୋଟିଏ ଜଣା ପରିସ୍ଥିତି ସେମାନଙ୍କୁ ଦେବେ, ସେମାନେ ଏହାର ଠିକ୍। ପୂର୍ବାନୁମାନ ନ ବୁଝି ମନରୁ କହି ଦେବେ । ଯେତେ ପର୍ଯ୍ୟନ୍ତ ଆପଣ ଶିକ୍ଷାର୍ଥୀମାନଙ୍କୁ କୌଣସି ପୂର୍ବାନୁମାନ ଓ ତାହାର ବର୍ଣ୍ଣନା ପାଇଁ କହିନଥାନ୍ତି, ସେତେ ପର୍ଯ୍ୟନ୍ତ ସେମାନେ ହୁଏତ ତାହା ପଛରେ ଥୁବା ବିଜ୍ଞାନ ସମ୍ବନ୍ଧୀୟ ଧାରଣାକୁ ବୁଝନଥାନ୍ତ ।

କାର୍ଡ଼ ଚୟନ (ଠିକ୍ / ଭୂଲ୍ / ଅନିଶ୍ଚିତ କାର୍ଡ଼ ଚୟନ)

ଯେକୌଣସି ଏକ ପ୍ରସଙ୍ଗ ପାଇଁ ଏକ ସେଟ୍ କାର୍ଡ ପ୍ରସ୍ତୁତ କରନ୍ତୁ । ପ୍ରତ୍ୟେକ କାର୍ଡରେ କିଛି ଛୋଟ ଉକ୍ତି ରହିବ, ଯଥା- “ଭାରଦଣ୍ଡ ବ୍ୟବହାର କଲେ ତୁମେ ତୁମର ଶକ୍ତି ସଂରକ୍ଷଣ କରିବା” । ଏହିପରି ବିଭିନ୍ନ ଉକ୍ତିମାନଙ୍କ ମଧରୁ ଶିକ୍ଷାର୍ଥୀମାନେ ଠିକ, ଭୁଲ କିମ୍ବା ଅନିଶ୍ଚିନ୍ତ ଉକ୍ତିଗୁଡ଼ିକୁ ବାଛିବେ । ପ୍ରତ୍ୟେକ ବର୍ଗ ପାଇଁ ସେମାନେ ଅଲଗା ଅଲଗା ଦଳରେ କାର୍ଡ ବାଛି ରଖୁବେ । ସେମାନେ ସମ୍ପର୍କିତ ଉକ୍ତିଗୁଡ଼ିକୁ ଯୋଡ଼ି ବା ଦଳ କରିବା ପାଇଁ ସୁବିଧା ହେବ ଏବଂ ଅସ୍ପଷ୍ଟ ଉକ୍ତିକୁ ମଧ୍ୟ ସେମାନେ ବାଛିପାରିବେ ।

ଉଦାହରଣ ସ୍ଵରୂପ :

  • ଭାରଦଣ୍ଡ ବ୍ୟବହାର କରିବା ଦ୍ଵାରା କୌଣସି ଭାରୀ ଜିନିଷକୁ ଉଠାଇବା ସହଜ ହୁଏ । କାରଣ ଏଥୁରେ ଶକ୍ତି ସଞ୍ଚୟ   ହୁଏ ।
  • ଭାରଦଣ୍ଡ ବ୍ୟବହାର କରିବା ଦ୍ଵାରା କୌଣସି ଭାରୀ ଜିନିଷକୁ ଉଠାଇବା ସହଜ ହୁଏ କାରଣ ଏହି କ୍ଷେତ୍ରରେ ତୁମେ କମ୍ ବଳ ପ୍ରୟୋଗ କରିଥାଅ ।

ମତାମତ

ଏହି କାର୍ଡ଼ ଚୟନ ଆପଣଙ୍କୁ ଶ୍ରେଣୀରେ ବୁଲି ବୁଲି ଅତି ଶୀଘ୍ର ଶିକ୍ଷାର୍ଥୀଙ୍କ ଧାରଣା ସମ୍ବନ୍ଧରେ ଲକ୍ଷ୍ୟ କରିବାକୁ ଦିଏ । ସେଗୁଡ଼ିକ ମଧ୍ୟ କମ୍ କ୍ଷତିକାରକ ଶିକ୍ଷଣକାର୍ଯ୍ୟ କାରଣ ସେଥୁରେ ଦୀର୍ଘସ୍ଥାୟୀ ଚୟନ ଲିପିବଦ୍ଧ ହୁଏ ନାହିଁ ।

ଟ୍ରାଫିକ୍ ଲାଇଟ୍

‘ଟ୍ରାଫିକ୍ ଲାଇଟ୍ ଖେଳଟି ଠିକ୍ । ଭୁଲ । ଅନିଶ୍ଚିତ କାର୍ଡ଼ ଚୟନ ଖେଳ ସହ ସମାନ । ଏହି ଖେଳରେ ଗୋଟିଏ ସେଟ୍ ଉକ୍ତିକୁ ବ୍ୟବହାର କରାଯାଏ ଏବଂ ଶିକ୍ଷାର୍ଥୀମାନେ ନିଶ୍ଚିତ କରନ୍ତି ଯେ ସେମାନେ ପ୍ରତି ଉକ୍ତି ସହ ସହମତ ବା ଅସହମତ କିମ୍ବା ଅନିଶ୍ଚିତ । ଉକ୍ତିଗୁଡ଼ିକ ପଢ଼ାଗଲେ ବା ସେମାନଙ୍କୁ ଦେଖାଗଲେ, ଶିକ୍ଷାର୍ଥୀମାନେ ବାସ୍ତବରେ ଉକ୍ତିଗୁଡ଼ିକୁ ତିନିଭାଗରେ ଚୟନ ନ କରି ସେମାନେ ଧରିଥୁବା ଉତ୍ତର କାର୍ଡ଼ ଉପରକୁ କରି ଉତ୍ତର ଦେବେ । ‘ଟ୍ରାଫିକ ଲାଇଟ୍' ହେଲା ତିନିଟି ବିଭିନ୍ନ ପ୍ରକାରର କାର୍ଡ଼ ଯାହା ସେମାନେ ଉପରକୁ ଧରିବେ । ଯଥା:

  • ସବୁଜ (ଠିକ୍ | ସହମତ)
  • ନାଲି (ଭୁଲ । ଅସହମତ)
  • ହଳଦିଆ (ଅନିଶ୍ଚିତ)

ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଚୟନ ପାଇଁ କହିବା ପୂର୍ବରୁ ଦଳଗତ ଆଲୋଚନା ପାଇଁ ଆପଣ ସମସ୍ତ ଉକ୍ତିଗୁଡ଼ିକୁ କଳାପଟାରେ ଲେଖୁବେ ।

ମତାମତ

ଟ୍ରାଫିକ୍ ଲାଇଟ୍ ଖୁବ୍ ଶୀଘ୍ର ଆପଣଙ୍କୁ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଖରେ ଥୁବା ଧାରଣାଗୁଡ଼ିକୁ ଜଣାଏ ଏବଂ ଏପରି ଗୁଡ଼ିଏ ଧାରଣା ଯାହା ଅଧୁକା°ଶ ବା କେତେକାଂଶ ଅସ୍ପଷ୍ଟ ତାହା ଜଣାଏ । ଏହା ମଧ୍ୟ ଏକ ଅନ୍ଧ୍ର ଆଶଙ୍କା ପୂର୍ଣ୍ଣ ଶିକ୍ଷଣକାର୍ଯ୍ୟ, ଯେହେତୁ ଏଥୁରେ ମତାମତଗୁଡ଼ିକ ସ୍ଥାୟୀଭାବରେ ରେକର୍ଡ଼ କରାଯାଏ ନାହିଁ ।

ପ୍ରତ୍ୟୟ ବ୍ୟଙ୍ଗ ଚିତ୍ର

କାର୍ଯ୍ୟ ଏବଂ ଶକ୍ତି ସମ୍ବନ୍ଧରେ ଧାରଣା ଦେବା ପାଇଁ ଦୁଇଟି ପ୍ରତ୍ୟୟ ବ୍ୟଙ୍ଗ ଚିତ୍ରର ଉଦାହରଣ ଦିଆଯାଇଛି । ଶିକ୍ଷାର୍ଥୀଙ୍କୁ ଚିତ୍ର R-୨.୨ ଦେଖାଇ “ ତୁମେ କଣ ଚିନ୍ତା କରୁଛ? ପଚାରନ୍ତୁ ।

  • ଉକ୍ତି- A / ଗୋଟିଏ ପୁଲିକୁ ବ୍ୟବହାର କରି ଭାର ଉଠାଇବା ଅପେକ୍ଷା ଦୁଇଟି ପୁଲିକୁ ବ୍ୟବହାର କରି ଭାର ଉଠାଇବା ସହଜ କାରଣ ପୁଲିଗୁଡ଼ିକ ଆପଣଙ୍କ ଶକ୍ତି ସଂଚୟ କରେ ।
  • ଉକ୍ତି-B : ଦୁଇଟି ପୁଲି ଦ୍ବାରା ଆପଣ କମ୍ ବଳ ପ୍ରୟୋଗ କରି ଭାର ଉଠାଇଥାଆନ୍ତି । କିନ୍ତୁ ଏହା ଦ୍ବାରା ଆପଣଙ୍କର ଶକ୍ତି ସଂଚିତ ହୁଏ ନାହିଁ ।

ତା’ପରେ ଆପଣଙ୍କ ଶିକ୍ଷାର୍ଥୀ କ'ଣ ଚିନ୍ତା କରୁଛନ୍ତି ପଚାରନ୍ତୁ  ।

ମତାମତ

ଏହି କାର୍ଯ୍ୟଟି ଆପଣ ବ୍ୟକ୍ତିଗତ ଗୃହକାର୍ଯ୍ୟ ଭାବେ ଦେଇପାରିବେ ବା ଶ୍ରେଣୀରେ ବ୍ୟକ୍ତିଗତ ବା ଦଳଗତକାର୍ଯ୍ୟ ଭାବେ କରାଇ ପାରିବେ । ସେମାନଙ୍କର ବ୍ୟାଖ୍ୟାଟି ତାଙ୍କ ନିଜସ୍ଵ ବର୍ଣ୍ଣନା ଓ ବୋଧଗମ୍ୟତା ଆଧାରରେ ହୋଇଥୁବା ଆବଶ୍ୟକ । ସେମାନଙ୍କର ବ୍ୟାଖ୍ୟା ସଂକ୍ଷିପ୍ତ ହେବା ସହ ବହି କିମ୍ବା ଇଣ୍ଟରନେଟର ତଥ୍ୟ ବ୍ୟବହାର ହେଇନଥୁବା ଆବଶ୍ୟକ ।

ସମ୍ବଳ-3 ବିଭିନ୍ନ ଶିକ୍ଷଣକାର୍ଯ୍ୟରେ କରାଯାଉଥୁବା କାର୍ଯ୍ୟର ଚିହ୍ନଟୀକରଣ

ବଳ ପ୍ରୟୋଗ ଦ୍ଵାରା କୌଣସି ବସ୍ତୁକୁ ସ୍ଥାନାନ୍ତର କରାଗଲେ କାର୍ଯ୍ୟ ହୁଏ – ଏହି ମାନସିକ ମଡ଼େଲ । ତା'ହେଲେ ଶିକ୍ଷାର୍ଥୀମାନେ କାର୍ଯ୍ୟ ଓ ଶକ୍ତି ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର କରିବା ପାଇଁ ଆବଶ୍ୟକ କରନ୍ତି । ଯଦି କୌଣସି ବସ୍ତୁ ଉପରକୁ ଉଠାଯିବ, ତେବେ ଏଠାରେ ବଳ ହେଉଛି ବସ୍ତୁର ଓଜନ ଏବଂ ଉଚ୍ଚତା ହେଉଛି ବସ୍ତୁକୁ ନିଆଯାଉଥୁବା ଦୂରତା, ତେଣୁ ଏଠାରେ ବସ୍ତୁ ଉପରେ କାର୍ଯ୍ୟ ହୋଇଛି ।

ଯଦି କୌଣସି ବସ୍ତୁ ଠେଲା ବା ଟଣା ହୋଇଛି। କିନ୍ତୁ ଉପରକୁ ଉଠାଯାଇ ନାହିଁ, ତେବେ ଏଠାରେ ଘର୍ଷଣ ବଳ କାର୍ଯ୍ୟକାରୀ ହେବ ଏବଂ ଦୂରତା ହେଉଛି ଯେତେ ଦୂରତା ପର୍ଯ୍ୟନ୍ତ ବସ୍ତୁ ଉପରେ ବଳ କାର୍ଯ୍ୟ କରିଛି । ସେମାନେ ବାଛିଥୁବା ଶିକ୍ଷାର୍ଥୀଙ୍କ କେତେକ ପରିସ୍ଥିତି ଶିକ୍ଷାର୍ଥୀମାନଙ୍କ ପାଇଁ ଅଧୁକ ଜଟିଳ ହୋଇଥାଏ ଉଦାହରଣ ସ୍ଵରୂପ ଯଦି ଆପଣ ସମତଳ ରାସ୍ତା ଉପରେ ଗୋଲୁଛନ୍ତି, ଆପଣ ଏଠାରେ କିଛି କାର୍ଯ୍ୟ କରୁଛନ୍ତି କିନ୍ତୁ ଏଠାରେ ଆପଣଙ୍କର ଓଜନ ବଳ ହେବ ନାହିଁ ।

ଶିକ୍ଷଣକାର୍ଯ୍ୟ-2 ପାଇଁ କିଛି ଶିକ୍ଷଣକାର୍ଯ୍ୟ ସାରଣୀ ସ3.1ରେ ଦିଆଯାଇଛି ।

ସାରଣୀ ସ3.1ଶିକ୍ଷଣକାର୍ଯ୍ୟ-2 ପାଇଁ କିଛି କାର୍ଯ୍ୟ

ଶିକ୍ଷଣକାର୍ଯ୍ୟ

ମତାମତ

ଏକ କେଟିଲକୁ ଗଷ୍ଟ କରିବା ପାଇଁ ଉଠାଇବା

 

କେଟିଲ୍ ଉପରେ କାର୍ଯ୍ୟ ହେଲା । ଏଠାରେ ବଳ ହେଉଛି କୋଟିଲର ଓଜନ ଓ ବିସ୍ତାପନ ହେଉଛି ଏହାକୁ ଉଠାଯାଇଥୁବା ଉଚ୍ଚତା ।

 

ବିଦ୍ୟାଳୟକୁ ଗୋଲିକି ଯିବା

 

ଯଦି ଶିକ୍ଷାର୍ଥୀ ବିଦ୍ୟାଳୟକୁ ସମତଳ ରାସ୍ତାରେ ଗୋଲିକି ଯାଉଛି, ତେବେ ଏହି କ୍ଷେତ୍ରରେ କୌଣସି କାର୍ଯ୍ୟ ହେଉ ନାହିଁ ବଳ (ଯାହାକି ଶିକ୍ଷାର୍ଥୀର ଓଜନ) ସ୍ଥାନାନ୍ତରିତ କରୁନାହିଁ । କିନ୍ତୁ ବିଦ୍ୟାଳୟକୁ ଗୋଲିକି ଯିବା, ଶିକ୍ଷାର୍ଥୀଙ୍କୁ କ୍ଲାନ୍ତ କରିଦିଏ । ଯେପରି କେଟିଲି ଉଠାଇଲେ କାର୍ଯ୍ୟ ହେଉଛି ଏଠାରେ ସେପରି ହେଉ ନାହିଁ । କାରଣ ଏଠାରେ ବସ୍ତୁର ବସ୍ତୁତ୍ୱ କେନ୍ଦ୍ରରେ କାର୍ଯ୍ୟ ହୋଇ ନଥାଏ, କିନ୍ତୁ ଶରୀରର ବିଭିନ୍ନ ଅଂଶ ଦ୍ଵାରା ହୋଇଥାଏ । ଯଥା-ପାଦକୁ ଉଠାଇବା, ଘର୍ଷଣ ବଳର ବିପକ୍ଷରେ ଠେଲିବା ଇତ୍ୟାଦି ।

 

ବିଦ୍ୟାଳୟକୁ ସାଇକେଲ୍ ଚଳାଇ ଯିବା

ଶିକ୍ଷାର୍ଥୀଟି ଯଦି ଲମ୍ବ ଭାବରେ ସମତଳ ରାସ୍ତାରେ ସାଇକେଲ୍ ଚଲାଉଛି । ତେବେ ଶିକ୍ଷାର୍ଥୀର ବସ୍ତୁତ୍ଵ କେନ୍ଦ୍ର ଦ୍ଵାରା କୌଣସି କାର୍ଯ୍ୟ ହୋଇଥାଏ । ଏଠାରେ ପେଡାଲ୍ କୁ  ପାଦରେ ଠେଲିଳା ଫଳରେ କାର୍ଯ୍ୟ ହୋଇଥାଏ ।

ବହି ବ୍ଯାଗକୁ ଟେବୁଲ୍ ଚଳାଇ ଯିବା

ଏଠାରେ ବହି ବ୍ୟାଗ ଉପରେ କାର୍ଯ୍ୟ ହେଉଛି । ବ୍ୟାଗ ଓଜନ ହେଉଛି ବଳ ଏବଂ ବିସ୍ଥାପନ ହେଉଛି ବହିଟି ଉଠାଯାଇଥିବା ଉଚ୍ଚତା  ।

ଏକ ଖାତାରେ ଲେଖିବା

ଏହି କ୍ଷେତ୍ରରେ ବଳ ଘର୍ଷଣ ବଳକୁ ହ୍ରାସ କରିଥାଏ ଏଠାରେ ଯେତେ ଦୂରତା ପର୍ଯ୍ୟନ୍ତ ବଲଟି ପ୍ରୟୋଗ କରାଯାଇଛି, ତାହା ହେଉଛି ତାହାର ବିସ୍ଥାପନ ।

ବଲ୍ ଗୋଡରେ ମାରିବା

ଯଦି ବଲ୍ ଟି ଗୋଡରେ ମାରି ଉପରକୁ ଉଠାଯାଏ, ତେବେ ବଲ୍ ର ଓଜନ ହେଉଛି ବଳ ଓ ଉପରକୁ ଉଠିଥିବା ଉଚ୍ଚତା ହେଉଛି ତାହାର ବିସ୍ଥାପନ ।

ବସ୍ ଚଢିବା ପାଇଁ ଦୌଡିବା

ସମତଳ ଭୂମିରେ ଦୌଡିବା ବେଳେ, ଶିକ୍ଷାର୍ଥୀର ବସ୍ତୁତ୍ଵ- କେନ୍ଦ୍ରରେ କୌଣସି କାର୍ଯ୍ୟ ହୁଏ ନାହିଁ । କିନ୍ତୁ ଦୌଡିବା ପାଇଁ ପାଦ ଉପରକୁ ଉଠାଇବାକୁ ପଡେ । ଅପେକ୍ଷା ଦଉଡିବାରେ ଅଧିକ ‘ କାର୍ଯ୍ୟ’ ହୁଏ କାରଣ ପାଦକୁ ଅଧିକ ଉପରକୁ ଉଠାଇବାକୁ ପଡେ । ଜେନ ଧାବକରେ ଏକ ମନ୍ଥର ଗତିର ଫିଲ୍ମ କୌଣସି ଏକ ବିନ୍ଦୁରେ ତାକୁ ସମ୍ପୁର୍ଣ୍ଣ ଭାବରେ ଉପରକୁ ଉଠିଥିବାର ଦେଖାଇପାରେ । ଉପରକୁ ଦୌଡିବା ବା ଚାଲିବା ଧାବକ ବା ଚାଲୁଥିବା ବ୍ୟକ୍ତି ବସ୍ତୁତଵ କେନ୍ଦ୍ର ଉପରେ କାର୍ଯ୍ୟ କରିବାକୁ ବୁଝାଏ ।

 

କେତେକ କାର୍ଯ୍ୟଗୁଡ଼ିକ ଯେଉଁଥୁରେ କି ବଳ ପ୍ରୟୋଗ କରାଯାଉଥୁବ କିନ୍ତୁ ବସ୍ତୁଟି ବିସ୍ଥାପିତ ହେଉନଥୁବ, ଯାହାକି ଦଣ୍ଡ ଉପରେ ନଇଁବା ବା ବଡ଼ ପଥରକୁ ଠେଲିବା କାର୍ଯ୍ୟର ଅନ୍ତର୍ଭୁକ୍ତ । ପ୍ରକୃତରେ କହିବାକୁ ଗଲେ, ଏହି କ୍ଷେତ୍ରରେ କୌଣସି କାର୍ଯ୍ୟ ହେଉ ନାହିଁର ମାନସିକ ମଡ଼େଲ ଶିକ୍ଷାର୍ଥୀମାନେ ବ୍ୟବହାର କରିବାକୁ ଉତ୍ସାହିତ ହେବା ଦରକାର । କିନ୍ତୁ, ଯଦି ଆପଣ ଗୋଟିଏ ବଡ଼ ବସ୍ତୁକୁ ଠେଲନ୍ତି, ତେବେ ଆପଣ କ୍ଲାନ୍ତି ଅନୁଭବ କରନ୍ତି । ଏଠାରେ କାର୍ଯ୍ୟର ପରିମାଣ ଖୁବ କମ୍ ଯାହାକି ଆପଣଙ୍କର ମାଂସପେଶୀ ଏବଂ ଅସ୍ଥିର ଗତି କରାଏ |

ବାୟୁରେ ଗୋଟିଏ ବଲର ଗତି କିମ୍ବା ମହାକାଶରେ ଗୋଟିଏ ମହାକାଶ ଯାନର ଗତି, ବଳ ପ୍ରୟୋଗ ନ ହୋଇ ଗତି କରୁଥୁବା ବସ୍ତୁ ମଧ୍ୟରେ ଅନ୍ତର୍ଭୁକ୍ତ ହେବ । ଯଦି ବଳ ପ୍ରୟୋଗ କରାଯାଏ ନାହିଁ, ତେବେ କାର୍ଯ୍ୟ ମଧ୍ୟ ହୁଏ ନାହିଁ । ବାୟୁରେ ଗୋଟିଏ ବଳ ଗତି କରୁଥୁବା ବେଳେ, ବାୟୁର ପ୍ରତିରୋଧ ଶକ୍ତି ଏବଂ ମହାକର୍ଷଣ ଶକ୍ତି ତାହା ଉପରେ ପ୍ରୟୋଗ ହୋଇଥାଏ । ଏହା ଦ୍ଵାରା ବଲ୍ଟିର ଗତି କମିଥାଏ ଏବଂ ଏହା ସ୍ଥିର ହୋଇଯାଏ, ତେଣୁ ବଲ୍ ଉପରେ କାର୍ଯ୍ୟ ହୋଇଥାଏ । କିନ୍ତୁ ଗୋଟିଏ ମହାକାଶ ଯାନ ପାଇଁ କୌଣସି ପ୍ରତିରୋଧ ଶକ୍ତି ବା ମାଧ୍ୟାକର୍ଷଣ ଶକ୍ତି ନଥାଏ, ତେଣୁ ଗୋଟିଏ ବଳ ପ୍ରୟୋଗ ନ ହେଲା ପର୍ଯ୍ୟନ୍ତ ଏହା ସେହିପରି ଭାବରେ ଗୋଟିଏ ସରଳରେଖାରେ ଗତି କରିଥାଏ ।

ଚିତା ଶକ୍ତିର ଅଭିବୃଦ୍ଧି ପାଇଁ ପ୍ରଶ୍ନର ବ୍ୟବହାର

ଶିକ୍ଷକମାନେ ଶ୍ରେଣୀରେ ସବୁବେଳେ ପ୍ରଶ୍ନ ପଶ୍ଚରନ୍ତି; ଅର୍ଥାତ୍ ପ୍ରଶ୍ନ ମାଧ୍ୟମରେ ସେମାନେ ଶିକ୍ଷାର୍ଥୀଙ୍କର ଅଧୁକରୁ ଅଧୁକ ଶିକ୍ଷଣ ପାଇଁ ସହାୟତା କରନ୍ତି । ଏକ ଅଧ୍ୟୟନରୁ ଜାଣାପଡିଛି ଯେ ଜଣେ ଶିକ୍ଷକ ଶ୍ରେଣୀର ହାରାହାରି ଏକ ତୃତୀୟା’ଶ ସମୟ ପ୍ରଶ୍ନ ପଶ୍ଚରିବାରେ ବିନିଯୋଗ କରନ୍ତି (Hastings, 2003) । ସେଥୁମଧ୍ୟରୁ ଶତକଡା ୬୦ ପ୍ରଶ୍ନ ତଥ୍ୟ ମନେପକାଇବା ଉପରେ ଆଧାରିତ, ଶତକଡା 20 ପ୍ରକ୍ରିୟା ଭିଭିକ (Hatlie, 2012) ଯେଉଁ ଗୁଡିକର ଉତ୍ତର କେବଳ " ଠିକ୍" ବା “ଭୁଲ " ରେ ହେଉଥୁବ । କିନ୍ତୁ କେବଳ ଏଭଳି  ଠିକ୍" ବା “ଭୁଲ" ପ୍ରଶ୍ନ ପଚାରିବା  ଦ୍ଵାରା ଶିକ୍ଷାର୍ଥୀଙ୍କର ଶିକ୍ଷଣ ଅଭିବୃଦ୍ଧି ହେବ କି ?

ବିଭିନ୍ନ ପ୍ରକାରର ପ୍ରଶ୍ନ ଅଛି ଯାହାକି ଶିକ୍ଷାର୍ଥୀମାନଙ୍କୁ ପଚରାଯାଇପାରେ । ଶିକ୍ଷାର୍ଥୀମାନଙ୍କ ଠାରୁ କେଉଁଭଳି ଉତ୍ତର ଓ ଫଳାଫଳ ଆଶା କରୁଛନ୍ତି ସେହି ଅନୁଯାୟୀ ଶିକ୍ଷକ ପ୍ରଶ୍ନ ପଚାରିବା ଉଚିତ । ସାଧାରଣତଃ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ନିମ୍ନ କାରଣରୁ ପ୍ରଶ୍ନ ପଚାରନ୍ତି

  • କୌଣସି ନୂଆ ପ୍ରସଙ୍ଗ ବା ସାମଗ୍ରୀ ପରିଚିତ କରାଇବା ସମୟରେ ଶିକ୍ଷାର୍ଥୀମାନଙ୍କୁ ବୋଧଗମ୍ୟତାର ଦିଗଦର୍ଶନ ଦେବା
  • ଅଧୁକ ଚିନ୍ତା କରିବାକୁ ଅଭିପ୍ରେରିତ କରିବା
  • ଭୁଲ ସଂଶୋଧନ କରିବା
  • ସକ୍ରିୟ କରିବା
  • କେତେ ବୁଝିଛନ୍ତି ଜାଣିବା

ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ତାହା ପାଇଁ ସାଧାରଣତଃ ପ୍ରଶ୍ନ ପଚରାଯାଇଥାଏ, ତେଣୁ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଅଗ୍ରଗତିକୁ ଆକଳନ କରିବା ପାଇଁ ଏହା ଏକ ମୁଖ୍ୟ ଉପାୟ । ଶିକ୍ଷାର୍ଥୀମାନଙ୍କର ଚିନ୍ତା ଶକ୍ତିର ବିକାଶ ପାଇଁ ଓ ସେମାନଙ୍କର ଅନୁସନ୍ଧାନ ଧର୍ମୀ ମାନସିକତାକୁ ଅଭିପ୍ରେରିତ କରିବା ପାଇଁ ମଧ୍ୟ ପ୍ରଶ୍ନ ପଚରାଯାଇଥାଏ । ପ୍ରଶ୍ନକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।

  • ନିମ୍ନମାନର ପ୍ରଶ୍ନ : ପୂର୍ବରୁ ପଢାଯାଇଥୁବା ତଥ୍ୟ ଓ ଜ୍ଞାନକୁ ମନେପକାଇବା ଆଧାରିତ ଓ ପ୍ରାୟତଃ ଆବଦ୍ଧ ପ୍ରଶ୍ନ (ଯାହାର ଉତ୍ତର ‘ହିଁ’ ବା ‘ନା' ରେ ଆସୁଥୁବ) ।
  • ଉଚ୍ଚମାନର ପ୍ରଶ୍ନ: ଏହି ପ୍ରକାର ପ୍ରଶ୍ନ ପାଇଁ ଅଧୁକ ଚିନ୍ତନ ଆବଶ୍ୟକ । ପୂର୍ବରୁ ପଢାଯାଇଥୁବା ତଥ୍ୟଗୁଡ଼ିକ ଆଧାରରେ ଶିକ୍ଷାର୍ଥୀମାନଙ୍କୁ ଉତ୍ତର କରିବାକୁ ବା ଯୁକ୍ତି ଦ୍ଵାରା କୌଣସି ଉତ୍ତରର ଯଥାର୍ଥତା ପ୍ରତିପାଦନ କରିବାକୁ କହିପାରନ୍ତି । ଉଚ୍ଚ ମାନ ପ୍ରଶ୍ନ ପ୍ରାୟତଃ ମୁକ୍ତ ପ୍ରଶ୍ନ ହୋଇଥାଏ ।

ମୁକ୍ତ ଉତ୍ତର ପ୍ରଶ୍ନ ଶିକ୍ଷାର୍ଥୀମାନଙ୍କୁ ବହି ବାହାରକୁ ଯାଇ ଚିନ୍ତା କରିବାକୁ ଓ ବ୍ୟାଖ୍ୟା କରି ଉତ୍ତର ଦେବାକୁ ଉତ୍ସାହିତ କରେ । ଯାହା ଫଳରେ ଶିକ୍ଷାର୍ଥୀମାନେ ବିଭିନ୍ନ ଦିଗରୁ ଚିନ୍ତା କରି ଉତ୍ତର ଦେଇଥାନ୍ତି । ଏହା ଶିକ୍ଷାର୍ଥୀମାନଙ୍କର ବିଷୟ ବସ୍ତୁର ବୋଧଗମ୍ୟତା ଆକଳନ ପାଇଁ ଶିକ୍ଷକଙ୍କୁ ସାହାଯ୍ୟ କରିଥାଏ ।

ଉତ୍ତର ଦେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା

ଅଧିକାଶ ଶିକ୍ଷକ ପ୍ରଶ୍ନ ପରସ୍ପରି ସାରିବା ପରେ ଉତ୍ତର ପାଇବା ପାଇଁ ଏକ ସେକେଣ୍ଡ ମଧ୍ୟ ଅପେକ୍ଷା କରି ନଥାନ୍ତି ଓ ନିଜେ ପ୍ରଶ୍ନର ଉତ୍ତର ଦେଇଥାନ୍ତି ବା ପ୍ରଶ୍ନକୁ ଅନ୍ୟପ୍ରକାରେ ପଶ୍ଚରନ୍ତି (Hastings, 2003) । ଶିକ୍ଷାର୍ଥୀମାନେ ଉତ୍ତର ଦେବାକୁ ସମୟ ପାଆନ୍ତି, କିନ୍ତୁ ଚିନ୍ତା କରିବାକୁ ସମୟ ପାଆନ୍ତି ନାହିଁ । ଯଦି ଆପଣ ପ୍ରଶ୍ନ ପଶ୍ଚରିସାରିବା ପରେ ଉତ୍ତର ପାଇବା ପାଇଁ କିଛି ସେକେଣ୍ଡ ଅପେକ୍ଷା କରିବେ ତେବେ ଶିକ୍ଷାର୍ଥୀମାନେ ଚିନ୍ତା କରିବାକୁ ସମୟ ପାଇବେ । ଏହା ଶିକ୍ଷାର୍ଥୀଙ୍କର ଉପଲବ୍ଧୁ ଉପରେ ସକାରାସକ ପ୍ରଭାବ ପକାଇବ । ପ୍ରଶ୍ନ ପଚାରି  ସାରି କିଛି ସମୟ ଅପେକ୍ଷା କଲେ ନିମ୍ନଲିଖୁତ ଦିଗଗୁଡିକ ବୃଦ୍ଧି ହୋଇପାରିବ:

  • ଶିକ୍ଷାର୍ଥୀମାନଙ୍କର ବିସ୍ତାରିତ ଉତ୍ତର
  • ଉତ୍ତର ଦେବା ପାଇଁ ଶିକ୍ଷାର୍ଥୀଙ୍କ ସଂଖ୍ୟା
  • ଶିକ୍ଷାର୍ଥୀମାନଙ୍କର ପ୍ରଶ୍ନ ପଶ୍ଚରିବାର ବାରମ୍ବାରତା
  • ଅଛି-ଧୀସମ୍ପନ ଶିକ୍ଷାର୍ଥୀଙ୍କ ଠାରୁ ଉତ୍ତର ପାଇବାର ସଂଖ୍ୟା
  • ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସକାରାସକ ଭାବର ଆଦାନ ପ୍ରଦାନ

ଆପଣଙ୍କ ପ୍ରତିକ୍ରିୟା ଗୁରୁତ୍ଵପୂର୍ଣ୍ଣ

ଶିକ୍ଷାର୍ଥୀମାନଙ୍କ ଦ୍ଵାରା ଦିଆଯାଇଥୁବା ଉତ୍ତରଗୁଡ଼ିକୁ ଆପଣ ଯେତେ ବେଶୀ ସକାରାମ୍ବକ ଭାବରେ ଗ୍ରହଣ କରିବେ ଶିକ୍ଷାର୍ଥୀମାନେ ସେତେବେଶୀ ଉତ୍ତର ଦେବା ପାଇଁ ଚିନ୍ତା ଓ ଚେଷ୍ଟା କରିବାକୁ ଆଗ୍ରହୀ ହେବେ । ଶିକ୍ଷାର୍ଥୀମାନଙ୍କ ଭୁଲ ଉତ୍ତର ଓ ଭୁଲ ଧାରଣା ସଂଶୋଧନ କରିବା ପାଇଁ ନିଶ୍ଚିତ କରିବାକୁ ଅନେକଗୁଡିଏ ଉପାୟ ଅଛି । ଯଦି ଜଣେ ଶିକ୍ଷାର୍ଥୀର ଭ୍ରମଧାରଣା ଅଛି ତେବେ ଅଧୁକାଂଶ ଶିକ୍ଷାର୍ଥୀଙ୍କର ସେହିଭଳି ଭ୍ରମଧାରଣା ଥୁବ ବୋଲି ଆପଣ ନିଷ୍ଠିତ ହେବେ । ନିମ୍ନରେ ଦିଆଯାଇଥୁବା ବିଷୟଗୁଡିକ ଶ୍ରେଣୀରେ ପ୍ରୟୋଗ କରନ୍ତୁ:

  • ଶିକ୍ଷାର୍ଥୀମାନେ ଲେଖୁଥୁବା ଉତ୍ତରଗୁଡିକର ଠିକ୍ ଅଂଶ ବାଛନ୍ତୁ ଏବଂ ଉତ୍ତରଗୁଡ଼ିକ ଉପରେ ଆଉ ଥରେ ଅଧୁକ ଚିନ୍ତା କରିବାକୁ ସେମାନଙ୍କୁ ଭଲ ଭାବରେ କୁହନ୍ତୁ । ଏହା ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭୁଲକୁ ସଂଶୋଧନ କରି ଶିଖୁବା ପାଇଁ ସାହାଯ୍ୟ କରିବ । ଆପଣ କିପରି ଭଲ ଭାବେ ଗୋଟିଏ ଭୁଲ ଉତ୍ତରକୁ ଗ୍ରହଣ କରିବେ ତା’ର ଗୋଟିଏ ଉଦାହରଣ ଦିଆଯାଇଛି- “ ବାକ୍ଷୀକରଣ ପ୍ରକ୍ରିୟା ଦ୍ଵାରା ବାଦଲ ସୃଷ୍ଟି ହୁଏ ବୋଲି ତୁମେମାନେ ଠିକ୍ କହିଛ, କିନ୍ତୁ ମୁଁ ଭାବୁଛି ତୁମେମାନେ ବର୍ଷା ବିଷୟରେ ଯାହା କହିଛ। ଆମେମାନେ ଏ ବିଷୟରେ ଆଉ କିଛି ଅଧୁକ ଚିନ୍ତା କରିବାର ଆବଶ୍ୟକତା ଅଛି । କେହି ଜଣେ ଏ ବିଷୟରେ କିଛି ଧାରଣା ଦେଇପାରିବ କି ?”
  • କଳାପଟାରେ ଶିକ୍ଷାର୍ଥୀମାନେ ଦେଇଥୁବା ସବୁ ଉତ୍ତରଗୁଡ଼ିକ ଲେଖନ୍ତୁ, ଏବଂ ସେହି ଉତ୍ତରଗୁଡ଼ିକ ବିଷୟରେ ଅଧୁକ ଚିନ୍ତା କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ । କେଉଁ ଉତ୍ତରଗୁଡ଼ିକ ସେମାନେ ଠିକ୍ ବୋଲି ଭାବୁଛନ୍ତି ? ଦିଆଯାଇଥୁବା ଅନ୍ୟ ଉତ୍ତର ସହ ତାର କ'ଣ ସଂପର୍କ ଅଛି ? ଏହା ଆପଣଙ୍କୁ, ଆପଣଙ୍କ ଶିକ୍ଷାର୍ଥୀମାନେ କେଉଁ ବାଟରେ ଚିନ୍ତା କରିଛନ୍ତି ତାହା ବୁଝିବାରେ ଓ ଆହୁରି ମଧ୍ୟ ନିର୍ଭୟ ଭାବେ ଶିକ୍ଷାର୍ଥୀମାନଙ୍କର ଯେ କୌଣସି ଭୁଲ ଧାରଣାକୁ ସଂଶୋଧନ କରିବା ପାଇଁ ସୁଯୋଗ ଦେଇପାରିବ ।

ଧ୍ୟାନର ସହ ଶୁଣି ଓ ଶିକ୍ଷାର୍ଥୀମାନଙ୍କୁ ଆହୁରି ଅଧୁକ ବର୍ଣ୍ଣନା କରିବା ପାଇଁ କହି, ଶିକ୍ଷାର୍ଥୀମାନଙ୍କର ପ୍ରତ୍ୟେକ ଉତ୍ତରକୁ ଗୁରୁତ୍ଵ ଦିଅନ୍ତୁ । ସମସ୍ତ ଠିକ୍ ଓ ଭୁଲ ଉତ୍ତର ଗୁଡିକୁ ଅଧୁକ ବର୍ଣ୍ଣନା କରିବା ପାଇଁ ଆପଣ ଯଦି କହିବେ ତେବେ ଶିକ୍ଷାର୍ଥୀମାନେ ନିଜେ ନିଜର ଭୁଲଗୁଡ଼ିକୁ ସୁଧାରି ପାରିବେ। ଆପଣ ନିଜେ ମଧ୍ୟ ଶ୍ରେଣୀରେ ଗୋଟିଏ ଚିନ୍ତା କରିବାର ପରିବେଶ ସୃଷ୍ଟି କରନ୍ତୁ ଏବଂ ଶିକ୍ଷାର୍ଥୀମାନେ କ’ଣ ଶିଖୁଲେ ଓ ଶିକ୍ଷଣକୁ କିପରି ଆଗକୁ ନିଆଯାଇ ପାରିବ ତାହା ପ୍ରକୃତରେ ଆପଣ ଜାଣିପାରିବେ । ଯଦି ଭୁଲ ଉତ୍ତର ପାଇଁ ଅପମାନିତ ବା ଦଣ୍ଡିତ ହୁଅନ୍ତି ତେବେ ଶିକ୍ଷାର୍ଥୀମାନେ ସେହି ଭୟରେ ଉତ୍ତର ଦେବା ପାଇଁ ଚେଷ୍ଟା କରିବା ବନ୍ଦ କରିଦେବେ ।

ଉତ୍ତରଗୁଡିକର ଗୁଣାମ୍ବକ ମାନ ବୃଦ୍ଧି କରିବା

ଠିକ୍। ଉତ୍ତର ସହ ପ୍ରଶ୍ନ ପଟ୍ରିବା ସମାପ୍ତ ନ କରି ଆପଣ କ୍ରମାଗତ ଭାବରେ ପ୍ରଶ୍ନ ପଶ୍ଚରିବା ପାଇଁ ଚେଷ୍ଟା କରିବା ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ପରବର୍ତୀ ପ୍ରଶ୍ନ ପଟ୍ରି ଠିକ୍। ଉତ୍ତରକୁ ସମ୍ମାନ ଦେଖାଇବା ଉଚିତ, ଯାହା ଜ୍ଞାନକୁ ପ୍ରସାରିତ କରେ ଏବଂ ଶିକ୍ଷକଙ୍କ ସହିତ ଏକାଠି ମିଶି କାମ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସୁଯୋଗ ଦେଇଥାଏ । ଆପଣ ନିମ୍ନଲିଖୁତ ମତେ ପଶ୍ଚରି ଏହି କାର୍ଯ୍ୟ କରିପାରିବେ:

  • କିପରି ବା କାହିଁକି
  • ଅନ୍ୟ ଉପାଯଜୋର ଉତ୍ତର ଦେବା
  • ଏକ ଅପେକ୍ଷାକୃତ ଭଲ ଶବ୍ଦ
  • ଉତ୍ତରର ଯଥାର୍ଥତା ପ୍ରତିପାଦନ ପାଇଁ ପ୍ରମାଣ
  • ସମ୍ପର୍କିତ କୌଶଳଗୁଡ଼ିକୁ ସମନ୍ବିତ କରିବା
  • ସମାନ କୌଶଳକୁ କିମ୍ବା ଯୁକ୍ତିକୁ ନୂତନ ପରିସ୍ଥିତିରେ ପ୍ରୟୋଗ କରିବା

ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଉତ୍ତର ବିଷୟରେ ଗଭୀର ଭାବରେ ଚିନ୍ତା କରିବା ପାଇଁ ସାହାଯ୍ୟ କରିବା (ଅର୍ଥାତ୍ ସେମାନଙ୍କର ଉତ୍ତରର ଗୁଣାସକମାନ ବୃଦ୍ଧି କରିବା) ଆପଣଙ୍କର ମୁଖ୍ୟ ଭୂମିକା ଅଟେ । ଶିକ୍ଷାର୍ଥୀମାନଙ୍କର ଉପଲବ୍ଧୁ ବଢାଇବା ପାଇଁ ଆପଣଙ୍କୁ ନିମ୍ନଲିଖୁତ କୌଶଳ ଗୁଡ଼ିକ ସାହାଯ୍ୟ କରିବ:

  • ସହାୟକ ସୂଚନା: ଯୋଗାଇବା ଏହାଦ୍ଵାରା ଉପଯୁକ୍ତ ଆଭାସ (hint) ଦିଆଯାଇଥାଏ - ଯାହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଉତ୍ତରକୁ ସୁଧାରିବା ଓ ଉନ୍ନତ କରିବାରେ ସାହାଯ୍ୟ କରେ । ପ୍ରଥମେ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଉତ୍ତରରେ କ’ଣ ଠିକ୍ ଅଛି ପଶ୍ଚରିପାରନ୍ତି ଏବଂ ପରେ କିଛି ସୂଚନା ବା ପରବର୍ତୀ ପ୍ରଶ୍ନ ବା ଅନ୍ୟାନ୍ୟ ସୂତ୍ର କହିପାରନ୍ତି । (ଯଦି ତୁମର କାଗଜ ତିଆରି ଉଡାଜାହାଜର ଶେଷ ଅଂଶରେ ଗୋଟିଏ ଓଜନିଆ ଜିନିଷ ଲଗାଇଦେବ, ତେବେ କ'ଣ ହେବ ? )
  • ଅଧୁକ ଅନୁସନ୍ଧାନ କରିବା ହେଉଛି ଅଧୁକ ଖୋଜିବା ପାଇଁ ଚେଷ୍ଟା କରିବା, ଶିକ୍ଷାର୍ଥୀମାନଙ୍କର ଅସଂଗଠିତ ଉତ୍ତର ବା ଆ°ଶିକ ଭାବରେ ଠିକ୍ ହୋଇଥୁବା ଉତ୍ତର ଯାହା ସେମାନେ କହିବାକୁ ଚେଷ୍ଟା କରୁଛନ୍ତି ତାକୁ ସଜାଡିବାରେ ସେମାନଙ୍କୁ ସାହାଯ୍ୟ କରିବା (ଏଗୁଡ଼ିକ କିପରି ଏକାଠି ସଂଯୁକ୍ତ ହୋଇ ରହିବେ ଏ ବିଷୟରେ ତୁମେ ମୋତେ ଆଉ ଅଧୁକ କ’ଣ କହିପାରିବ )
  • ପୁନଃକେନ୍ଦ୍ରୀକରଣ ହେଉଛି ଶିକ୍ଷାର୍ଥୀମାନଙ୍କର ପୂର୍ବଜ୍ଞାନକୁ ନୂତନ ଜ୍ଞାନ ସହ ଯୋଡ଼ି ଠିକ୍। ଉତ୍ତର ନିର୍ଣ୍ଣୟ କରିବା । ଏହା ସେମାନଙ୍କ ବୋଧଗମ୍ୟତାକୁ ବଢାଇଥାଏ । (ତୁମେ ଯାହା କହିଛ ତାହା ଠିକ, କିନ୍ତୁ ପୂର୍ବ ସପ୍ତାହରେ ପଢିଥୁବା ଆମ ଆଞ୍ଚଳିକ ପରିବେଶ ପ୍ରସଙ୍ଗ ସହ ଏହା କିପରି ସମ୍ପର୍କିତ ? )
  • ପ୍ରଶ୍ନକୁ କ୍ରମରେ ସଜୀକରଣ କରିବା ଅର୍ଥ ଚିନ୍ତନକୁ ପ୍ରସାରିତ କରିବା ପାଇଁ କ୍ରମରେ ସଜାଇ ପ୍ରଶ୍ନ ପଚାରିବା । ପ୍ରଶ୍ନଗୁଡ଼ିକ ଶିକ୍ଷାର୍ଥୀମାନଙ୍କୁ ସାରାଂଶ ନିର୍ଣ୍ଣୟ କରିବାରେ, ତୁଳନା କରିବାରେ, ବର୍ଣ୍ଣନା କରିବାରେ ଓ ବିଶ୍ଳେଷଣ କରିବାରେ ସାହାଯ୍ୟ କରିବା ଉଚିତ । ପ୍ରଶ୍ନଗୁଡ଼ିକ ଏପରି ପ୍ରସ୍ତୁତ କରନ୍ତୁ ଯେପରି ତାହା ଶିକ୍ଷାର୍ଥୀମାନଙ୍କ ପାଇଁ ଅଧୁକ ଆହ୍ବାନମୂଳକ ନ ହେଉ ଯାହା ଫଳରେ ସେମାନେ ତା’ର ଅର୍ଥ ବୁଝି ପାରିବେ ନାହିଁ (ତୁମେ ତୁମର ପୂର୍ବ ସମସ୍ୟାକୁ କିପରି ସମାଧାନ କରିଛି ବର୍ଣ୍ଣନା କର । ତାହା କିପରି ଅଲଗା ? ତୁମେ ପରବର୍ତ୍ତୀ ସମସ୍ୟାର ସାମ୍ରା କରିବା ପାଇଁ କ’ଣ କରିବା ଆବଶ୍ୟକ ବୋଲି ଭାବୁଛି ? )
  • ଶୁଣିବା ଦ୍ଵାରା ଆପଣ ଆଶାକୃତ ଉତ୍ତର ପାଇବା ସହ ଆଶା କରିନଥୁବା ଅସାଧାରଣ, ବା ନୂତନ ଉତ୍ତର ପାଇପାରିବେ । ଏଥୁରୁ ଆପଣ ଶିକ୍ଷାର୍ଥୀମାନଙ୍କର ଚିନ୍ତନକୁ ଗୁରୁତ୍ଵ ଦେଉଛନ୍ତି ବୋଲି ଜଣା ପଡିବ। ଫଳରେ ଶିକ୍ଷାର୍ଥୀମାନେ ମଧ୍ୟ ଉତ୍ତର ଗୁଡିକୁ ଚିନ୍ତା କରି ଦେବା ପାଇଁ ଚେଷ୍ଟା କରିବେ । ଏହି ଉତ୍ତରଗୁଡ଼ିକ ଭ୍ରାନ୍ତ ଧାରଣାକୁ ପ୍ରମୁଖ ଭାବେ ଦର୍ଶାଇ ପାରିବ ଯାହା ସଂଶୋଧନ ଆବଶ୍ୟକ କରେ ବା ଆପଣ ଭାବି ନଥୁବା ନୂତନ ପନ୍ଥା ଦେଖାଇପାରେ (" ମୁଁ ତାହା ଭାବି ନଥୁଲି । ତୁମେ କାହିଁକି ସେହି ବାଟରେ ଚିନ୍ତା କଲ ମୋତେ ସେ ବିଷୟରେ ଅଧିକ କୁହ”) ।

ଜଣେ ଶିକ୍ଷକ ଭାବେ, ଆପଣ ଯଦି ଆପଣଙ୍କ ଶିକ୍ଷାର୍ଥୀଙ୍କଠାରୁ କୌତୁହଳ ପୂର୍ଣ୍ଣ ଓ ଆବିଷ୍କାର ମୂଳକ ଉତ୍ତର ଗର୍ଭୁଛନ୍ତି ତେବେ ସେମାନଙ୍କୁ ଆହ୍ବାନମୂଳକ ଓ ପ୍ରେରଣାଦାୟୀ ପ୍ରଶ୍ନ ପଶ୍ଚରିବା ଆବଶ୍ୟକ । ସେମାନଙ୍କୁ ଚିନ୍ତା କରିବାକୁ ସମୟ ଦେବା ଆବଶ୍ୟକ ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେମାନେ କେତେ ଅଧୁକ ଜାଣିଛନ୍ତି ଏବଂ ତାଙ୍କ ଶିକ୍ଷଣ ଅଗ୍ରଗତିରେ ଆପଣ କିପରି ଭଲଭାବରେ ସାହାଯ୍ୟ କରିପାରିବେ ତାହା ମଧ୍ୟ ଜାଣିପାରିବେ ।

ମନେରଖନ୍ତୁ ଯେ ପ୍ରଶ୍ନ ପଶ୍ଚରିବାର ଅର୍ଥ ନୁହେଁ ଶିକ୍ଷକ କ'ଣ ଜାଣିଛନ୍ତି ବରଂ ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ଏହା ଜଣାଇଥାଏ । ଏହା ଆପଣଙ୍କର ମନେ ରଖୁବା ଗୁରୁତ୍ଵପୂର୍ଣ୍ଣ ଯେ - ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ଉଚିତ ନୁହେଁ । ଯଦି ଶିକ୍ଷାର୍ଥୀମାନେ ଜାଣିବେ ଅଛି। କେତେ ସମୟର ନୀରବତା ପରେ ଆପଣ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବେ ସେମାନେ ଉତ୍ତର ଦେବା ପାଇଁ କି ପ୍ରୋତ୍ସାହନ ପାଇବେ

ଶକ୍ତିକୁ ବୁଝିବା

ଶକ୍ତି ଏକ ସମସ୍ୟାର ସମ୍ମୁଖୀନ ହୋଇଛି । ଆମ୍ଭେମାନେ ଏହାକୁ ଏକ ପ୍ରକାରର ବାସ୍ତବ ପଦାର୍ଥ ଭାବରେ ଚିନ୍ତା କରୁଛେ । କିନ୍ତୁ ନୋବେଲ ପୁରସ୍କାର ବିଜେତା ପଦାର୍ଥ ବିଜ୍ଞାନୀ ବୈଜ୍ଞାନିକ ରିପ୍ଟର୍ଡ଼ ଫିମ୍ୟାନ୍ ଶକ୍ତି ସମ୍ବନ୍ଧରେ ଏହା କହିଛନ୍ତି । (Feynman et al, 1964)

ଯଦି ଭାବୁଛନ୍ତି ଯେ କିଛି ନିତି ନିୟମ ଆଜି ପର୍ଯ୍ୟନ୍ତ ଘଟିଥୁବା ସମସ୍ତ ପ୍ରାକୃତିକ ଘଟଣାକୁ ପରିଶ୍ଚଳିତ କରୁଛି ତାହା ସତ୍ୟ । ଏହି ନିୟମର କୌଣସି ବ୍ୟତିକ୍ରମ ନାହିଁ – ଯେତେଦୂର ପର୍ଯ୍ୟନ୍ତ ଜଣା ଅଛି। ଏହା ଯଥାର୍ଥ । ଏହି ନିୟମକୁ ଶକ୍ତି ସଂରକ୍ଷଣ ନିୟମ କୁହାଯାଏ । ଏହା କୁହାଯାଇଛି ଯେ ପ୍ରକୃତିରେ ହେଉଥବା ପରିବର୍ତନ ସହ ଶକ୍ତିର ପରିମାଣର ପରିବର୍ତନ ହୁଏ ନାହିଁ । ଆହୁରି ମଧ୍ୟ ଏହା କୁହାଯାଇଛି ଯେ କେତେକ ଘଟଣା ଘଟିଲେ ମଧ୍ୟ ଗୋଟିଏ ସାଂଖ୍କ ପରିମାଣର କୌଣସି ପରିବର୍ତନ ହୁଏ ନାହିଁ । ଏହା ଏକ ଅମୂର୍ତ୍ତି ଧାରଣା । କାରଣ ଏହା ଏକ ଗାଣିତିକ ନିୟମ ଉପରେ ଆଧାରିତ । ଏହା ଏକ ବୈଚିତ୍ରୀ ଯେ ଆମେ କେତେକ ସଂଖ୍ୟା ଗଣିପାରୁ ଏବଂ ସରିଗଲା ପରେ ଆଉ ଥରେ ଗଣିଲେ । ଏହାର ପରିମାଣ ସମାନ ହୋଇଥାଏ ।

ଶକ୍ତି ସମ୍ବନ୍ଧୀୟ କିଛି ସାଧାରଣ ଧାରଣା ନିମ୍ନରେ ଦିଆଯାଇଛି । ବର୍ଭମାନ ଲକ୍ଷ୍ୟ କରିବା ଆପଣ ଏହା ପ୍ରତି କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ?

  1. ଖାଦ୍ୟରେ ଶକ୍ତି ଅଛି । ଯେତେବେଳେ ଆମେ ଖାଦ୍ୟ ଖାଉ ସେତେବେଳେ ଶକ୍ତି ଆମ ଶରୀରକୁ ଯାଏ । ତେଣୁ ଆମେ କାର୍ଯ୍ୟ କରିପାରୁ ।
  2. ଶକ୍ତିର ବିଭିନ୍ନ ରୂପ ଅଛି । ସେଗୁଡ଼ିକ ହେଉଛି ଧିନି ଶକ୍ତି, ଆଲୋକ ଶକ୍ତି, ରାସାୟନିକ ଶକ୍ତି, ଗତିଜ ଶକ୍ତି, ତାପଜ ଶକ୍ତି ଓ ଯାନ୍ତିକ ଶକ୍ତି ଇତ୍ୟାଦି ।
  3. ଯେତେବେଳେ ଆମେ କାର ଚଲାଉ, ପେଟ୍ରୋଲରେ ଅବା ଶକ୍ତି ବ୍ୟବହୃତ ହୋଇଥାଏ । ତେଣୁ ପେଟ୍ରୋଲ ସରିଯିବା ପରେ ଆମକୁ ପୁନଶ୍ଚ ପେଟ୍ରୋଲ ଭରିବାକୁ ପଡ଼ିଥାଏ ।
  4. ଶକ୍ତି ବିଭିନ୍ନ ଉପାୟରେ ସଂଚୟ କରାଯାଏ । ଯଥା-ବ୍ୟାଟେରୀର ରାସାୟନିକ ପଦାର୍ଥରେ କିମ୍ବା ମାଧାକର୍ଷଣ କ୍ଷେତ୍ର ବା ବୈଦ୍ଯୁତିକ କ୍ଷେତ୍ରର ନିର୍ଦ୍ଦିଷ୍ଟ ଅବସ୍ଥିତିରେ ଥୁବା ବସ୍ତୁରେ ।
  5. ବିଦ୍ୟୁତ ସ୍ରୋତ, ଆଲୋକ ଏବଂ ଧୂନୀ ଆଦି ଯାନ୍ତିକ କୌଶଳ ଦ୍ଵାରା ଶକ୍ତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ଜୋହାଇପାଚୋର |
  6. ଶକ୍ତି ବାସ୍ତବ ପଦାର୍ଥ ନୁହେଁ, ଆମେ ଏହା ଗ୍ରହଣ କରିବା ଉଚିତ୍ ଯେ ଏହା ଏକ ଗାଣିତିକ ଧାରଣା, ଯାହା ଆମକୁ ଆମ ଚତୁଃପାର୍ଶ୍ଵର ପରିବେଶକୁ ବୁଝିବାରେ ସାହାଯ୍ୟ କରେ ।

ପଦାର୍ଥ ବିଜ୍ଞାନ ଦୃଷ୍ଟି କୋଣରୁ ଉପରୋକ୍ତ ଭକ୍ତି ମଧରୁ କେଉଁ ଗୁଡ଼ିକୁ ଆପଣ ଠିକ୍ ବୋଲି ଚିନ୍ତା କରୁଛନ୍ତି ?

ଉତ୍ତର

  1. ଖାଦ୍ୟର ରାସାୟନିକ ପଦାର୍ଥରେ ଶକ୍ତି ସଞ୍ଚୁତ ହୋଇଥାଏ । ଏହି ଶକ୍ତି ଆମ ଶରୀରକୁ ସ୍ଥାନାନ୍ତରିତ ହୁଏ, ତେଣୁ ଆମର
  2. ଶରୀରରେ ଏହି ଶକ୍ତି ରାସାୟନିକ ପ୍ରତିକ୍ରିୟାରେ ଭାଗ ଦେଇ ବିଭିନ୍ନ ଅଙ୍ଗକୁ ପରିପ୍ପଳନା କରିବାରେ ସହାୟକ ହୁଏ ।
  3. ସାଧାରଣ ଭାବରେ ଏହିପରି ଚିନ୍ତା କରାଯାଏ । କିନ୍ତୁ ଚଳିତ ବର୍ଷଗୁଡ଼ିକରେ ଶିକ୍ଷକମାନଙ୍କୁ ଚିନ୍ତା କରିବାକୁ ଉତ୍ସାହିତ
  4. କରାଯାଇଛି ଯେ ଶକ୍ତି ହେଉଛି ଏକ ରୂପ ଯାହା ବିଭିନ୍ନ ମାଧ୍ୟମ ଯଥା ବିଦ୍ୟୁତ ସ୍ରୋତ, ଆଲୋକ କିମ୍ବା ଧିନି ରୂପରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଏ ।
  5. ଏହିପରି ଚିନ୍ତନ ଠିକ୍ ନୁହେଁ, କାରଣ ଶକ୍ତି କେବେ ହେଲେ ସରିଯାଏ ନାହିଁ । କିନ୍ତୁ ଏହା ଗୋଟିଏ ସ୍ଥାନରୁ ଅନ୍ୟ ଏକ
  6. ସ୍ଥାନକୁ ଏପରି ସ୍ଥାନାନ୍ତରିତ ହୋଇଥାଏ ଯେ ଯାହା କ୍ରମଶଃ କ୍ଷୟ ହୋଇ ସୁଦ୍ଧ ଦରକାରୀ ହୋଇ ପଡ଼େ । ଶକ୍ତି ସଂରକ୍ଷଣର ନିୟମ ଶକ୍ତିକୁ ବ୍ୟବହୃତ ହୋଇ ସରିଯିବା ପାଇଁ ଦିଏ ନାହିଁ । ଏକ କାର ଇଞ୍ଜିନରେ ଶକ୍ତି ଶବ୍ଦ ଏବଂ ଉଭାପ ଜରିଆରେ ପରିବେଶକୁ ସ୍ଥାନାନ୍ତରିତ ହୋଇ ନଷ୍ଟ ହୋଇଯାଏ । ଏ ମଧ୍ୟରୁ କିଛି ଉତ୍ତାପ ଦହନ ସୃଷ୍ଟି ହୁଏ; କିଛି ବିଭିନ୍ନ ଗତିଶୀଳ ଯାନ୍ତିକ ଅଂଶରୁ ଓ ଭୂମିର ସଂସ୍ପର୍ଶର ଘର୍ଷଣରୁ ସୃଷ୍ଟି ହୁଏ ।
  7. ଏହା ଏକ ଉତ୍ତମ ଚିନ୍ତନ ଏବଂ ଏହା ମଧ୍ୟ ବର୍ଭମାନର ନୂଆ ଶିକ୍ଷାଦାନ ଧାରଣା, ଯାହାକୁ ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ
  8. ଦିଆଯିବା ଆବଶ୍ୟକ ତାହା ଦର୍ଶାଉଛି ।
  9. ଏହା ମଧ୍ୟ ଉତ୍ତମ ଚିନ୍ତନ ଏବଂ ଏହା ବର୍ତମାନର ନୂଆ ଶିକ୍ଷାଦାନ ଧାରଣା, ଯାହାକୁ ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ଦିଆଯିବା ଆବଶ୍ୟକ ।
  10. ଏହିପରି ଧାରଣା ବିବାଦୀୟ, ଯଦି ଆମେ ଫେମିନଙ୍କ ଶକ୍ତି ସମ୍ବନ୍ଧୀୟ ସଂଜ୍ଞାକୁ ଲକ୍ଷ୍ୟ କରିବା ତାହା ଜାଣି ପାରିବା ।

ଆମେ ସର୍ବଦା ଯେକୌଣସି ବସ୍ତୁକୁ ଏକ ବାସ୍ତବିକ ଅବସ୍ଥା ଦେବାକୁ ସ୍ପର୍ଦ୍ଧା, କିନ୍ତୁ ପଦାର୍ଥ ବିଜ୍ଞାନରେ ଧାରଣାଗୁଡ଼ିକ ହେଉଛି କେବଳ ଧାରଣା ବା ନମୁନା ।

ଆଧାର

"www.tess-india.edu.in"

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top