ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ବିକଳ୍ପ ଧାରଣା : ତାପ ଓ ତାପମାତ୍ରା
ସେଆର କରନ୍ତୁ

ବିକଳ୍ପ ଧାରଣା : ତାପ ଓ ତାପମାତ୍ରା

ବିକଳ୍ପ ଧାରଣା :ତାପ ଓ ତାପମାତ୍ରାର ସୂଚନା ।

ଏକକ ରେ କ’ଣ ଅଛି ?

  • ଶିକ୍ଷାର୍ଥୀମାନଙ୍କର ବିକଳ୍ପ ଚିନ୍ତାଧାରା କୁ କିପରି ଆକଳନ କରିବା ।
  • ଶିକ୍ଷାର୍ଥିମାନଙ୍କଠାରେ ଥିବା ତାପ ଓ ତାପମାତ୍ରା ସମ୍ପର୍କିତ ବିକକଳ୍ପ ଧାରଣା ।
  • ଆପଣ ଶିକ୍ଷାର୍ଥମାନଙ୍କର ମୌଳିକ ଧାରଣ ଓ ବିକଳ୍ପ ଚିନ୍ତାଧାରାକୁ କିପରି ବଦଳାଇବେ।
  • ଶିକ୍ଷାର୍ଥୀମାନଙ୍କୁ ତାପ ଓ ତାପମାତ୍ରା ମଧ୍ୟରେ ଥିବା ପରଥ୍ୟାକ୍ୟ ବିଷୟରେ ଧାରଣା ଦେବା ପାଇଁ କି କି ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ କରିବେ ।

ଏହି ପନ୍ଥା କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଶିକ୍ଷାର୍ଥୀମାନଙ୍କର ଚିନ୍ତାଧାରା ଓ ତାହାର ବିକାଶ ସାଧନ ଉପାୟ ଜାଣିବା ଅତ୍ୟାବଶ୍ୟକ,କାରଣ :-

  • ଆପଣଙ୍କ ଶିକ୍ଷାର୍ଥୀମାନେ କିପରି ଶିଖନ୍ତି ଏବଂ ଆପଣ ପଢାଇବା ବୈଜ୍ଞାନିକ କୌଶଳକୁ ସେମାନେ କେତେଦୂର ଗ୍ରହଣ କରିଛନ୍ତି ,ସେମାନଙ୍କ ମନରେ ଥିବା ଧାରଣ ଏହା ଉପରେ ପ୍ରଭାବ ପକାଇ ପାରେ ।
  • ଉପରଠାଉରିଆ ଭାବେ ମୁଖସ୍ଥ କରି ମନେରଖିବା ଅପେକ୍ଷା ଅର୍ଥପୂର୍ଣ୍ଣ ଭାବେ ବୁଝିବାରେ ସହାୟତା ହେଲେ ଆପଣଙ୍କ ଶିକ୍ଷାଦାନ ଅଧିକ ଫଳପ୍ରଦ ହେବ।
  • ଏହା ଆପଣଙ୍କୁ ସେମାନଙ୍କର ଚିନ୍ତାଧାରାର ଗଠନ ତା ପରିବର୍ତ୍ତନ କରିବା ପାଇଁ ଶିକ୍ଷଣ ଅନୁଭୂତି ସମପର୍ଣ୍ଣ ଯୋଜନା ପ୍ରସ୍ତୁତିରେ ସହାୟକ ହେବ ।

ଟିକିଏ ଚିନ୍ତା କରନ୍ତୁ ।

  • ବିଦ୍ୟାଳୟ ବାହାରେ ଟପା ଓ ତାପମାତ୍ରା ସମ୍ବନ୍ଧୀୟ ଶିକ୍ଷାର୍ଥୀମାନଙ୍କର କି କି ଅନୁଭୂତି ଅଛି ?ଯେତେ ପାରନ୍ତି ସେ ସବୁର ତାଲିକା କରନ୍ତୁ ।
  • ଏହି ଅନୁଭୂତିରୁ ତାପ ଓ ତାପମାତ୍ରା ସମ୍ବନ୍ଧରେ ସେମାନେ କଣ ଶିକ୍ଷା ପାଇଥିବେ ବୋଲି ଆପଣ ଭାବୁଛନ୍ତି ?

ଆପଣଙ୍କ ନିଜସ୍ଵ ବୋଧଗମ୍ୟତା

ଶିକ୍ଷକ ହିସାବରେ, ଆପଣ ଯେଉଁ ବିଷୟ ପଢାଉଛନ୍ତି ସେ ବିଷୟରେ ଆପଣଙ୍କର ଉତ୍ତମ ଜ୍ଞାନ ରହିବା ଆବଶ୍ୟକ । ଆପଣ ଜାଣିବା ନିହାତି ଆବଶ୍ୟକ ଯେ କେଉଁ ବିଷୟଗୁଡିକ ଶିକ୍ଷାର୍ଥୀଙ୍କ ପାଇଁ କଠିନ ହେବ ଓ କେଉଙ୍ଗୁଡିକ ମନରେ ଦ୍ଵନ୍ଦ ସୃଷ୍ଟି କରିପାରେ।ବିଭିନ୍ନ ଆକଳନ କୌଶଳ ଦ୍ଵାରା ଆପଣ ଶିକ୍ଷାର୍ଥୀମାନଙ୍କର ଏହି ବିଷୟରେ କ’ନ ସବୁ ଧାରଣା ଅଛି ଜାଣିପାରିବେ ଯେମିତି କି,ପ୍ରତ୍ୟୟ ଚିତ୍ରଣ ଅନୁମାନ –ପର୍ଯ୍ୟବେକ୍ଷଣ-ବର୍ଣ୍ଣନା ,ଚିତ୍ର ଅଞ୍ଜନା ଓ ଠିକ ଭୁଲ କୁଇଜ ଇତ୍ୟାଦି ।

ଶିକ୍ଷଣକାର୍ଯ୍ୟ-1:ନିଜସ୍ଵ ବୋଧାଶକ୍ତିର ଅନ୍ଵେଷଣ କରିବା

ସମ୍ବଳ11 ତାପ ଓ ତାପମାତ୍ରା ସମ୍ବନ୍ଧୀୟ ଗୋଟିଏ ଠିକ-ଭୁଲ କୁଇଜ।ଉତ୍ତର ନ ଦକ୍ଷ ନିଜେ ନିଜେ ଏହି କୁଇଜଟିକୁ କରନ୍ତୁ । ସଂପୂର୍ଣ୍ଣ କରିସାରିବା ପରେ,ତତ,ସମ୍ପର୍କିତ ସାନା ପୁଦାହରଣ ସ୍ୱରୂପ ପାଠ୍ୟପୁସ୍ତକର ବ୍ୟବହାର କରି ଉତ୍ତରଗୁଡିକର ସଂଶୋଧନ କରନ୍ତୁ ।

ସମ୍ବଳ-2 ଓ 3: ଅଗ୍ରଗତି ଓ ଇଉପିଏଉପଲବ୍ଧିର ଆକଳନ କରିବା ଏବଂ ସମୀକ୍ଷା ଓ ପ୍ରତିପୁଷ୍ଟି ପ୍ରଦାନ,ଆମକୁ ଶିକ୍ଷାର୍ଥୀମାନଙ୍କର ପୂର୍ବଜ୍ଞାନ ଏବଂ ଦ୍ଵନ୍ଦ ସୃଷ୍ଟି ସମୟରେ ସେମାନଙ୍କ ର ଚିନ୍ତାଧାରା ସମ୍ପର୍କରେ ଜାଣିବା ପାଇଁ ଆବଶ୍ଯକୀଯ ସୂଚନା ପ୍ରଦାନ କରିଥାଏ ।ସହଯୋଗପୂର୍ଣ୍ଣ ଓ ଆବଶ୍ଯକୀଯ ସହାୟତା ପ୍ରଦାନ କରିବା ଦ୍ଵାରା ଶିକ୍ଷାର୍ଥୀମାନେ ନିଜ ଚିନ୍ତାଧାରା ଉପରେ ପ୍ରଶ୍ନ କରନ୍ତି ଓ ପରବତ୍ତୀ ସମୟରେ ଧାରଣା ଶକ୍ତିକୁ ପ୍ରସାରିତ କରିବା ପାଇଁ ଅନ୍ଵେଷଣ କରନ୍ତି ।

ଟିକିଏ ଚିନ୍ତା କରନ୍ତୁ

  1. ଏହି କୁଇଜଟି କରିସାରିବା ପରେ ଆପଣ କ’ନ ଅନୁଭବ କରୁଛନ୍ତି?
  2. ଆପଣଙ୍କ ପାଇଁ କୌଣସି ପ୍ରଶ୍ନ କଠିନ ଥିଲା କି?ଯଦି ହଁ,କେଉଁଟି ଓ କାହିଁକି?
  3. କୁଇଜ ପ୍ରଶ୍ନଗୁଡିକ ଆପଣଙ୍କୁ ସେହି ପ୍ରସଙ୍ଗ ର ପ୍ରମୁଖ ଦିଗକୁ ଶିକ୍ଷାର୍ଥୀମାନଙ୍କ ପାଇଁ ଚିହ୍ନଟ କରିବାରେ ସାହାଯ୍ୟ କରୁଛି କି? ସେଗୁଡିକ କ’ନ ହୋଇପାରେ ବୋଲି ଆପଣ ଭାବୁଛନ୍ତି?
  4. କେଉଁ କେଉଁ ଭ୍ରାନ୍ତଧାରଣା ଗୁଡିକୁ କୁଇଜ ଅବିଷ୍କୃତ କରି ହେବ?

ସର୍ବପ୍ରଥମେ ଏହି ପ୍ରଶ୍ନଗୁଡିକ ସହଜ ଲାଗିବା କିନ୍ତୁ କେତେଗୁଡିଏ ପ୍ରଶ୍ନର ଉତ୍ତର ଆପଣଙ୍କୁ ଦ୍ଵନ୍ଦରେ ପକାଇବା ।ଯଦିଓ ଏହା ଏକ କୁଇଜ ,ପରୀକ୍ଷା ନୁହେଁ ,ଯାହାକି କମ ଭୟ ସୃଷ୍ଟି କରେ,ବେଳେବେଳେ ପରୀକ୍ଷା ଦେଉଛନ୍ତି ଭାବି ଅସ୍ଥିରତା ଅନୁଭବ କରିପାରନ୍ତି। ସେହି ସମାନ ଅନୁଭୂତି ଆପଣଙ୍କ ଶିକ୍ଷାର୍ଥିମାନଙ୍କର ଆସିପାରେ । ତେଣୁ ଆପଣ ଶିକ୍ଷାର୍ଥୀମାନଙ୍କର ପ୍ରାସଙ୍ଗିକ ବୋଧଗମ୍ୟତା ପ୍ରମାଣ କରିବାକୁ ହେଲେ ଆପଣ ସେମାନଙ୍କୁ ସହଜ ପରିବେଶଟିଏ ଦେବା ଆବଶ୍ୟକ ।ସେମାନେ ଅନୁଭବ କରିବା ନିହାତି ଆବଶ୍ୟକ ଯେ,ସେମାନେ ପରୀକ୍ଷା ଦେଉନାହାନ୍ତି ।ଶିକ୍ଷାର୍ଥୀମାନେ ଜାଣିବେ ଯେ,ଆପଣ ତାଙ୍କର ଧାରଣ ବିଷୟରେ ଆଗ୍ରହୀ ,ତେବେ ସେମାନଙ୍କୁ ଉପଯୁକ୍ତ ଭାବେ ଶିକ୍ଷା ପ୍ରଦାନ କରିପାରିବେ ।

ପରିସ୍ଥିତି ଅନୁଦୟନ-୧ : ଶିକ୍ଷାର୍ଥୀ ଧାରଣ ସମ୍ପର୍କରେ ଜାଣିବା ,

ଶ୍ରୀଯୁକ୍ତ ମିଶ୍ର ତାଙ୍କ ସପ୍ତମ ଶ୍ରେଣୀ ଶିକ୍ଷାର୍ଥୀମାନେ ତରଳ ପଦାର୍ଥ ମିଶ୍ରଣରେ ତାପ ଓ ତାପମାତ୍ରର ପ୍ରଭାବ ସମ୍ପର୍କରେ କ’ଣ ବୁଝିଛନ୍ତି ଓ କ’ଣ ବିଶ୍ଵାସ କରନ୍ତି, ତାହା ଜାଣିବା ପାଇଁ ପୂର୍ବନୁମାନ ପଦ୍ଧତି ବ୍ୟବହାର କରୁଛନ୍ତି ।

ଯେତେବେଳେ ଭିନ୍ନ ତାପମାତ୍ରାର ଜଳ ନେଇ ଭିନ୍ନ ପରିମାଣରେ ମିଶ୍ରଣ କାଲେ,କଣ ହେବ,ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବାକୁ କହିଲି । ଥର୍ମୋମିଟର କିପରି କାର୍ଯ୍ୟ କରେ ବୋଲି ପ୍ରଥମେ ପଚାରିଲି ।ପ୍ରାୟତଃ ସମସ୍ତେ ଜାଣିଥିଲେ ତାହା ତାପମାତ୍ରା ମାପିବାରେ ବ୍ୟବହୃତ ହୁଏ: କିନ୍ତୁ ବହୁ କମ ଶିକ୍ଷାର୍ଥୀ ଭାବୁଥିଲେ ଏହା ତାପକୁ ମାପିଥାଏ । ଏହାର ଉତ୍ତର ନକରି ଏହା ମଜା କଥା ବୋଲି କହିଲି,କାରଣ ମୁଁ ଚାହୁଁଥିଲି ସେମାନେ ସେମାନଙ୍କର ଚିନ୍ତାଧାରା ପ୍ରକାଶ କଲାବେଳେ ସହଜ ମାନେ କରନ୍ତୁ ।ତ।’ପରେ ମୁଁ ସମାନ ଆୟତନ ଓ ତାପମାତ୍ରା ସମାନ ଅଛି କି ନହିଁ ପରୀକ୍ଷା କରିବାକୁ କହିଲି ।ଯଦି ଦୁଇଟି ବିକାରର ଜଳକୁ ମିଶାଇ ଦିଆଯାଏ ତେବେ ତାପମାତ୍ରାରେ କ’ଣ ପରିବର୍ତ୍ତନ ହେବ ବୋଲି କଳ୍ପନା କରିବାକୁ କହିଲି ।ତାପମାତ୍ରା ବଢିଯିବ,କମିବା ବା ସମାନ ରହିବା। ଶେଷରେ ତାପମାତ୍ରା କେତେ ହେବ ଅନୁମାନ କରିବାକୁ କହିଲି ।ଅଧିକାଂଶ ଶିକ୍ଷାର୍ଥୀ କହିଲେ ସମାନ ହେବ,କିନ୍ତୁ କେତେକ ଶିକ୍ଷାର୍ଥୀ କହିଲେ ତାହାର ଆୟତନ ବୃଦ୍ଧି ପାଉଥିବାରୁ ତାପମାତ୍ରା କମିଯିବା,ଯାହା ମୁଁ କେବେ ଆଶା କରିନଥିଲି। ନ୍ହିନ୍ନ ତାପମାତ୍ରାର ଜଳ ନେଇ ମୁଁ ସେହି ସମାନ ପ୍ରଣାଳୀ ଅବଲମ୍ବନ କଲି ।ମୁଁ ବ୍ୟବହାର କରିଥିଲି,

  • ଗୋଟିଏ ଲିଟର ଗରମ ପାଣି ଓ ଗୋଟିଏ ଲିଟର ଥଣ୍ଡା ପାଣି ।
  • ଅଧା ଲିଟର ଗରମ ପାଣି ଓ ଗୋଟିଏ ଲିଟର ଥଣ୍ଡା ପାଣି ।
  • ଗୋଟିଏ ଲିଟର ଗରମ ପାଣି ଓ ଗୋଟିଏ ଲିଟର ଥଣ୍ଡା ପଣି ।
  • ଗୋଟିଏ ଲିଟର ଗରମ ପାଣି ଓ ଅଧା ଲିଟର ଥଣ୍ଡା ପାଣି ।

ଶିକ୍ଷଣକାର୍ଯ୍ୟ କରିବାକୁ ମୋତେ ବେସୀ ସମୟ ଲାଗିଲା ନାହିଁ। କାରଣ ଏଥିରେ ସେମାନଙ୍କର କଳ୍ପନା ଓ ଏପରି କରିବାର କାରଣ ଜଡିତ ଥିଲା । ମୋତେ ସେମାନଙ୍କର ବର୍ତ୍ତମାନ ଚିନ୍ତନ ଶକ୍ତିକୁ ବୁଝିବାରେ ସାହାଯ୍ୟ କଲା ।ଉଦାହରଣାସ୍ଵରୂପ- ଦୁଇଜଣ ଶିକ୍ଷାର୍ଥୀ କହିଲେ,ଥଣ୍ଡା ଠାରୁ “ଗରମ”ର ଶକ୍ତି ବେଶୀ। ଯଦିଓ ଅଧିକାଂଶ ଶିକ୍ଷାର୍ଥୀ ଠିକ ଭାବରେ ଅନୁମାନ କରିଥିଲେ ଯେ ତାପମାତ୍ରା ବଢିବ ବା ସମାନ ରହିବା। କିନ୍ତୁ ସେମାନେ ମିଶ୍ରଣର ତାପମାତ୍ରା ଅନୁମାନ କରିବାରେ ସେତେ ଦୃଢ ନଥିଲେ। କେତେକ ଶିକ୍ଷାର୍ଥୀ କେବଳ ଗୋଟିକରୁ ଅନ୍ୟଟିର ତାପମାତ୍ରାର ପରିମାଣ ବିୟୋଗ କରିଥିଲେ ।କେତେଜଣ ତାପମାତ୍ରାର ପରିମାନଙ୍କୁ ଯୋଗ କରିଥିଲେ ।

ଟିକିଏ ଚିନ୍ତା କରନ୍ତୁ

ଶିକ୍ଷଣକାର୍ଯ୍ୟ କରିବାକୁ ମୋତେ ବେସୀ ସମୟ ଲାଗିଲା ନାହିଁ।କାରଣ ଏଥିରେ ସେମ,ଅଙ୍କାରା କଲ୍ପନା କରିବାର କାରଣ ଜଡିତ ଥିଲା ।ମୋତେ ସେମାନଙ୍କର ବର୍ତ୍ତମାନ ଚିନ୍ତନ ଶକ୍ତିକୁ ବୁଝିବାରେ ସାହାଯ୍ୟ କଲା ।ଉଦାହରଣାଶ୍ଵରୂପ-ଦୁଇଜଣ ଶିକ୍ଷାର୍ଥୀ କହିଲେ,ଥଣ୍ଡା ଠାରୁ “ଗରମ”ର ଶକ୍ତି ବେସୀ ।ଯଦିଓ ଅଧିକାଂଶ ଶିକ୍ଷାର୍ଥୀ ଠିକ ଭାବରେ ଅନୁମାନ କରିଥିଲେ ଯେ ତାପମାତ୍ରା ବଢିବ,କମିବ ବା ସମାନ ରହିବା। କିନ୍ତୁ ସେମାନେ ମିଶ୍ରଣର ତାପମାତ୍ରାର ପରିମାଣ ବିୟୋଗ କରିଥିଲେ ।କେତେଜଣ ତାପମାତ୍ରାର ପରିମାଣକୁ ଯୋଗ କରିଥିଲେ ।

ଟିକିଏ ଚିନ୍ତା କରନ୍ତୁ

  • ମିଶ୍ର ମହାଶୟଙ୍କର ଶିକ୍ଷାର୍ଥୀମାନେ ତାପମାତ୍ରା ସମ୍ବନ୍ଧରେ କ’ଣ ବୁଝିଛନ୍ତି ବୋଲି ଆପଣ ଭାବୁଛନ୍ତି?
  • କେଉଁ ଭିନ୍ନ ଧାରଣାକୁ ସେ ଆବିଷ୍କାର କଲେ?
  • ତାଙ୍କର ଉପଯୁକ୍ତ ଚିନ୍ତାଧାରାକୁ ପ୍ରକାଶ କରିବାକୁ ସେ କିପରି ଉତ୍ସାହିତ କରୁଥିଲେ ?

ତାପ ଓ ତାପମାତ୍ରା ସମ୍ବନ୍ଧୀୟ ବିକଳ୍ପ ଧାରଣା

ଶିକ୍ଷଣକାର୍ଯ୍ୟ -୧  ରେ ତାପ ଓ ତାପମାତ୍ରା ବିଷୟରେ ଆପଣ ଯେଉଁ ଠିକ-ଭୁଲ କୁଇଜତି କାଲେ,ତାହା ଏକ ବିକଳ୍ପ ଧାରଣା ଉପରେ ଆଧାରିତ।(ଯାହା ପ୍ରାୟତଃ ଭ୍ରାନ୍ତଧାରଣା ବୋଲି କୁହାଜ୍ଯେ),ଯାହାକି ଗବେଷକମାନେ ତାପ ଓ ତାପମାତ୍ରା ଉପରେ କହିଛନ୍ତି ।ଶିକ୍ଷାର୍ଥୀଙ୍କ ପାଖରେ ଥିବା କେତେକ ବିକଳ୍ପ ଧାରଣାଗୁଡିକ ହେଲା:

  • ଜଳ,ବାୟୁ ପରି ତାପ ଗୋଟିଏ ଜିନିଷ ଯାହା ଗୋଟିଏ ବସ୍ତୁରୁ ବୋହି ବାହାରି ଯାଏ ବା ଭିତରକୁ ଶୋଷୀ ହୋଇଯାଏ ।
  • ଗରମ ଥଣ୍ଡା ଦୁଇଟି ଭିନ୍ନ ଜିନିଷ ଏହା ଗୋଟିଏ କ୍ରମର ଅଂଶ ନୁହନ୍ତି ।
  • ଥଣ୍ଡା ହେଉଛି ଗରମର ବିପରୀତ ।
  • ତାପ ବିଭିନ୍ନ ପ୍ରକାରା,ତାହା ବସ୍ତୁର ଉତ୍ସ ଓ ଗୁଣରୁ ଚିହ୍ନଟ କରିହୁଏ ।
  • ତାପ ହେଉଛି ଗରମ କିନ୍ତୁ ତାପମାତ୍ରା ଥଣ୍ଡା ବା ଗରମ ହୋଇପାରେ।
  • ତାପମାତ୍ରା ଓ ତାପ ସମାନ
  • ଥଣ୍ଡା ବସ୍ତୁଗୁଡିକ ତାପ ଧାରଣା କରି ନଥାଏ ।

ଟିକିଏ ଚିନ୍ତା କରନ୍ତୁ

ପୂର୍ବରୁ ଶିକ୍ଷାର୍ଥୀମାନେ ବାହ୍ୟ ପରିବେଶରୁ ସେମାନଙ୍କର ତାପ ଓ ତାପମାତ୍ରା ସମ୍ବନ୍ଧୀୟ ଯେଉଁ ଅନୁଭୂତିଗୁଡିକୁ ତାଲିକା କରିଥିଲେ ସେଇଠିକି ଫେରିଯାଅ।

  • ଦେଖା ସେଠାରେ “ଟପା ଶବ୍ଦ ର କିପରି ବ୍ୟବହାର ହୋଇଛି ।
  • ତାପ ସମ୍ପର୍କିତ କେଉଁ ସବୁ ଉକ୍ତିର ବ୍ୟବହାର ହୋଇଛି ଯାହା ସେମାନଙ୍କୁ ଭୁଲ ବୁଝାମଣା ଆଡକୁ ଟାଣି ନେଉଛି ।

ଏହା ଏକ ବିଜ୍ଞାନ ପ୍ରସଙ୍ଗ ଯାହା ଶିକ୍ଷାର୍ଥୀମାନଙ୍କ ପାଇଁ କଠିନ ହୋଇଥାଏ ।ଆମର ନୀତିଦିନିଆ କଥିତ ଭାଷାରେ “ତାପ” ଶବ୍ଦର ବ୍ୟବହାର ଶୈଳୀ ଯୋଗୁଁ କେତେକାଂଶରେ ଏହି ଅସୁବିଧା ହୋଇଥାଏ ।ମିଲର(2000_ସୁଚିତା କରିଥିଲେ ଯେ,ତାପ ଉଭୟ ବିଶେଷ (ତାପ ଏକ ବସ୍ତୁ )ଓ କ୍ରିୟା(ଅନ୍ୟକୁ ଗରମ କରିବା ପାଇଁ)ରୂପେ ବ୍ୟବହାର କରାଯାଏ । ତେଣୁ ତାପ ଗୋଟିଏ ଗରମ ବସ୍ତୁର ତାପଜ ଶକ୍ତି ଓ ଏହା ଏକ ପ୍ରକ୍ରିୟା ଯାହାଦ୍ୱାରା ତାପମାତ୍ରାରେ ପାର୍ଥକ୍ୟ ଯୋଗୁଁ ଦୁଇଟି ବସ୍ତୁ ମଧ୍ୟରେ ତାପରା ପରିବହନ ହୋଇଥାଏ(2000,ପୃ-9)।ଏହା ଆପଣକ ପାଇଁ ଆବଶ୍ୟକ,ଆପଣ ଜଣେ ଶିକ୍ଷକ ହିସାବରେ,ଆପଣ ଭାଷାର ବ୍ୟବହାର କରିବା ସମୟରେ ଯତ୍ନବାନ ହେବା ଉଚିତ ଏବଂ ଶିକ୍ଷାର୍ଥୀମାନେ ବ୍ୟବହୃତ ପ୍ରତ୍ୟେକ ଶବ୍ଦର ଅର୍ଥ ଅନ୍ଵେଷଣ କରିବାର ସୁଯୋଗ ପାଇବେ ।

ଟିକିଏ ଚିନ୍ତା କରନ୍ତୁ

ଆପଣ ସେମିତି କୌଣସି ବିଜ୍ଞାନ ପ୍ରସଙ୍ଗ ବିଷୟରେ ଚିନ୍ତାକରି ପାରିବେ କି? ଯାହାର ବୈଜ୍ଞାନିକ ବିଶ୍ଳେଷଣ ବୁଝିବା ପାଇଁ କଷ୍ଟ ହୁଏ,କାରଣ ଏହା ଆମର ନୀତିଦିନିଆ ଅନୁଭୂତି ସହ ସମ୍ପର୍କିତ ନୁହଁ ।

ତାପ ଓ ତାପମାତ୍ରା ସମ୍ବନ୍ଧରେ ଶିକ୍ଷାର୍ଥୀଙ୍କର ଧାରଣା

ଆପଣ ବର୍ତ୍ତମାନ ଜାଣିବାକୁ ଯାଉଛନ୍ତି ଯେ ଶିକ୍ଷାର୍ଥୀଙ୍କ ପାଖରେ ତାପ ଓ ତାପମାତ୍ରା ସମ୍ବନ୍ଧରେ କି ଧାରଣା ଅଛି ।

ଶିକ୍ଷଣକାର୍ଯ୍ୟ - ୨ :  ଆପଣଙ୍କ ଶିକ୍ଷାର୍ଥୀମାନଙ୍କର କି ଧାରଣ ଅଛି ?

ଆପଣ ମିଶ୍ର ମହାଶଯ ବ୍ୟବହାର କରିଥିବା ସମାନ ଶୈକ୍ଷିକ ପ୍ରଣାଳୀ କିମ୍ବା ଠିକ/ ଭୁଲ କୁଇଜ ନେଇପାରନ୍ତି ।ଆପଣ ଯେ କୌଣସି ଶିକ୍ଷଣ ପ୍ରଣାଳୀ ବ୍ୟବହାର କରିପାରନ୍ତି,କିନ୍ତୁ ନିଶ୍ଚିତ ହୁଅନ୍ତୁ ଯେ ଏହା ଆପଣଙ୍କ ଶିକ୍ଷାର୍ଥୀଙ୍କ ବୟଶାନୁସାରେ ହୋଇଛି ।ଉଦାହରଣ ସ୍ୱରୂପ ,ଶିଶୁମାନଙ୍କର ଥର୍ମୋମିଟର ସମ୍ବନ୍ଧରେ କ’ଣ ଧାରଣା ଅଛି ଜାଣିପାରିବା ଏତେ ସହଜ ନୁହଁ।

ଗୋଟିଏ ଠିକ/ଭୁଲ କୁଇଜର ପ୍ରଶ୍ନଗୁଡିକ ବୁଝାପଡୁଥିବା ପରି ହେବା ଉଚିତ ଏବଂ ପ୍ରଶ୍ନ ସଂଖ୍ୟା ମଧ୍ୟ କମ ବଯସର ଶିକ୍ଷାର୍ଥୀଙ୍କ ପାଇଁ କମ ହେବା ଉଚିତ।ଆପଣ ଉକତିଗୁଡିକୁ କଳାପାଟରେ ଲେଖି ପାରନ୍ତି ଏବଂ ଶିକ୍ଷାରଥିମାନଙ୍କୁ ସେମାନଙ୍କ ଖାତାରେ ଉତ୍ତର ଲେଖିବାକୁ କହି ପାରନ୍ତି କିମ୍ବା ତାଙ୍କ ଧାରଣ ଆପଣଙ୍କ ଆଗରେ ପ୍ରକାଶ କରିବା ପାଇଁ କୁହନ୍ତୁ । ଆରମ୍ଭ କରିବା ପୂର୍ବରୁ ଆପଣ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ:

  • ଆପଣ ତାଙ୍କ ଧାରଣ ବିଷୟରେ ଜାଣିବାକୁ ଇଛୁକ।
  • ଆପଣ ତାଙ୍କୁ ମିଳିମିଶି କାମ କରିବାକୁ କହୁନାହାନ୍ତି କାରଣ କେବଳ ସେମାନଙ୍କର ଧାରଣା ଜାଣିବାକୁ ଚହୁଁଛନ୍ତି
  • ଏହା ଏକ ପରୀକ୍ଷା ନୁହେଁ,ତେଣୁ ଠିକ ବା ଭୁଲ ଉତ୍ତର ପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।
  • ଆପଣ ସେମାନଙ୍କର ମତାମତ ସଂଗ୍ରହ କରିବା ଦ୍ଵାରା ,ଆପଣଙ୍କୁ ତାହା ଶିକ୍ଷକ ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବ ।

ଟିକିଏ ଚିନ୍ତା କରନ୍ତୁ

  1. ଆପଣଙ୍କ ଶିକ୍ଷାର୍ଥୀମାନେ ଶିକ୍ଷଣକାର୍ଯ୍ୟ ପ୍ରତି କିପରି ପ୍ରତିକ୍ରିୟା ପ୍ରକାଶ କାଲେ? ଆପଣ କିପରି ସେମାନଙ୍କଉ ଉତ୍ସାହିତ କାଲେ?
  2. ଆପଣ ଆପଣଙ୍କ ଶିକ୍ଷାର୍ଥୀନକାର ଚୀନତାଧରରୁ କ’ଣ ଶିଖିଲେ?
  3. ଆପଣଙ୍କ ଶିକ୍ଷାର୍ଥୀଙ୍କର ବିକଳ୍ପ ଚିନ୍ତାଧାରା ଅଛି କି?ସେଗୁଡିକ କ’ଣ?ସେ ମାଧରୁ ଏଇ ପାଠରେ ପୂର୍ବରୁ ତାଲିକା ହୋଇଥିବା କୌଣସିଟି ବିକଳ୍ପ ଧାରଣା ସହ ସମାନ ଅଛି କି?
  4. ଯଦି ପୁନର୍ବାର ଏହାକୁ କରିବାକୁ ହୁଏ, ତାହେଲେ ଆପଣ ଶିକ୍ଷଣକାର୍ଯ୍ୟକୁ ସମୃଦ୍ଧ କରିବା ପାଇଁ କ’ଣ କରିବେ?

ବିକଳ୍ପ ଧାରଣାରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରିବା

ଆପଣ ଶିକ୍ଷାର୍ଥିମାନଙ୍କ ଠାରେ କି କି ଧାରଣ ଅଛି ଜାଣିବା ପରେ, ବିଜ୍ଞାନ ଶିକ୍ଷକ ଭାବରେ ଆପଣ ସେମାନଙ୍କର ବିକଳ୍ପ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ କ’ଣ କରିପାରିବେ ଏବଂ ଅଧିକ ବୈଜ୍ଞାନିକ ବୋଧଗମ୍ୟତା ସଂଗଠିତ କରିବାରେ ସେମାନଙ୍କୁ ସାହାଯ୍ୟ କରିପାରିବେ? ପରବର୍ତ୍ତୀ ପରିସ୍ଥିତି ଅନୁଦୟନରେ ଜଣେ ଶିକ୍ଷକ କିପରି ଗୋଟିଏ ପାଠର ଉପସ୍ଥାପନ କରିଛନ୍ତି ଦେଖିବାକୁ ପାଇବେ ।

ପରିସ୍ଥିତି ଅନୁଧ୍ୟାନ -୨ : ଶିକ୍ଷାର୍ଥୀର ବୋଧଗମ୍ୟତା ବିକାଶ କରିବା

ଶ୍ରୀମତୀ ପ୍ରଧନଙ୍କର ଶିକ୍ଷାର୍ଥୀମାନେ ଥର୍ମୋମିଟର ବ୍ୟବହାର ଶିଖି ସାରିଛନ୍ତି ।ସେ ଠିକ/ଭୁଲ କୁଇଜ ପରିଚାଳନା କରିଥିଲେ ।ଏହି ପରିସ୍ଥିତି ଅନୁଧ୍ୟାନରେ ସେ କ’ଣ ଜାଣିବାକୁ ପାଇଲେ ଓ ସେମାନଙ୍କର ଧାରଣା ର ପରିବର୍ତ୍ତନ ପାଇଁ ସେ କି ଶିକ୍ଷଣକାର୍ଯ୍ୟ କରିଥିଲେ ।ନିମ୍ନରେ ବର୍ଣ୍ଣନା କରିଛନ୍ତି ।

ମୁଁ ଗୋଟିଏ 46 ଜଣ ଶିକ୍ଷାର୍ଥୀ ଥିବା ବଡ ଶସ୍ତ ଶ୍ରେଣୀରେ ପଢାଇଲି। ମୁଁ ଦେଖିବାକୁ ପାଇଲି ଯେ,ଅଧିକାଂଶ ଶିକ୍ଷାର୍ଥୀ ବିଶ୍ଵାସ କରନ୍ତି ଯେ,ବସ୍ତୁତି ଯେଉଁ ପଦରଠାରୁ ତିଆରି,ତାହା ଉପରେ ସେହି ବସ୍ତୁର ତାପମାତ୍ରା ନିର୍ଭର କରେ। ମୁଁ ସେମାନଙ୍କୁ  ତାପମାତ୍ରା ସମ୍ବନ୍ଧରେ ପଢାଇବାକୁ ଚାହୁଁଥିଲି ।କହିବାକୁ ଚାହୁଁଥିଲି ଯେ କେମିତି ଗୋଟିଏ ପରିବେଶରେ ସମସ୍ତ ଜିନିଷର ତାପମାତ୍ରା ସମାନ ହୋଇଥାଏ।ମୁଁ ମଧ୍ୟ ସେମାନଙ୍କୁ ବୁଝାଇବାକୁ ଚାହୁଁଥିଲି ଯେ,ତାପମାତ୍ରା କାହିଁକି ପରିବର୍ତ୍ତନ ହୋଇଥାଏ।

ମୁଁ ସ୍ଥିର କଲି ଯେ, ପ୍ରତ୍ୟେକ ଶିକ୍ଷାର୍ଥୀ ପ୍ରଥମେ ବିଭିନ୍ନ ଜିନିଷର ତାପମାତ୍ରା ମପା କରନ୍ତୁ ।ମୋ ପାଖରେ ଅନେକ ଉଦାହରଣ ଥିଲା –ଯଥା କପଡା,ପକ୍ଷୀପର,ଟାଇଲ,ଷ୍ଟିଲ ଚାମଚ,ଗୋଟିଏ ଫଳ,କିଛି ବଳି,ମଝିରେ କଣା ଥିବା ଗୋଟିଏ କଥା ଯାହା ମଧ୍ୟ ଦେଇ ଥର୍ମୋମିଟର ପ୍ରବେଶ କରି ହେବ,ଗୋଟିଏ କମ ଗରମ ଚା,ସାଧାରଣ ତାପମାତ୍ରାର କିଛି ଜଳ ଏବଂକିଛି ଥଣ୍ଡା ଜଳ।

ମୁଁ ଶିକ୍ଷାରଥିମାନଙ୍କୁ ଛ’ଜଣିଆ ଦଳ ହୋଇ କାମ କରିବା ପାଇଁ କହିଲି। ପ୍ରତ୍ୟେକ ଦଳକୁ ଦେବା ମୋ ପାଖରେ ବହୁଳ ପରିମାଣର ସାମଗ୍ରୀ ନଥିଲା ।ମୁଁ ଦେଖି ବ୍ୟସ୍ତ ହେଲି,ଯେ ସମସ୍ତେ ଗରମ ତରଳ ପଦାର୍ଥର ତାପମାତ୍ରା ମାପିବା ପାଇଁ ଉତ୍ସୁକ ଥିଲେ,ତେଣୁ ମୁଁ ସେମାନଙ୍କୁ ପ୍ରତ୍ୟେକ ଦଳରୁ ଦୁଇ ଜଣ ହୋଇ ଘରର ଗୋଟିଏ କୋଣରେ ରଖାଯାଇଥିବା ଗରମ ତରଳ ଜିନିଷର ତାପମାତ୍ରା ମାପିବା ପାଇଁ କହିଲି ।ଦୁଇଜଣଙ୍କୁ ତାପମାତ୍ରା ମାପିବାକୁ ହେବ ଓ ପ୍ରତ୍ୟେକ ପଥ୍ୟାଙ୍କ ପାଇବେ ।ଏହାଦ୍ଵାରା ଶିକ୍ଷାର୍ଥୀମାନେ ଥର୍ମୋମିଟର ବ୍ୟବହାର ଜାଣିଲେ ଓ ତତ ସହିତ ଠିକ ଭାବରେ ତାପମାତ୍ରା ପଥ୍ୟାଙ୍କ ଚିହ୍ନଟ କରିବା ଜାଣିଲେ ।ମୁଁ କଲାପାଟରେ ଗୋଟିଏ ସାରଣୀ ଅଙ୍କନ କରିଲି,ସେମାନଙ୍କୁ ଖାତାରେ ଅଙ୍କନ କରି ପୂରଣ କରିବାକୁ କହିଲି ।

ସାରଣୀ 1 : ବସ୍ତୁଗୁଡିକର ତାପମାତ୍ରା ଲିପିବଦ୍ଧ କରିବା

ବସ୍ତୁ ର ନାମ

ତାପମାତ୍ରା-୧

ତାପମାତ୍ରା -୨

 

 

 

 

 

 

 

 

 

 

 

 

ମୁଁ ତାଙ୍କୁ ଗୋଟିଏ ପଥ୍ୟାଙ୍କ କିପରି ନେବାକୁ ହେବ ମାପି କରି ଦେଖାଇଲି ଏବଂ ସବୁ ବସ୍ତୁର ତାପମାତ୍ରା ଠାରମୋମିଟରକୁ ଦେଖି କିପରି ଲେଖି ରଖିବେ କହିଲି ।ପ୍ରତ୍ୟେକ ଯୋଡି ଦୁଇଟି ବା ତିନୋଟି ବସ୍ତୁର ତାପମାତ୍ରା ମାପି ଲେଖିଲେ । ସେମାନେ କାମ ସଂପୂର୍ଣ୍ଣ କରି ସାରିବା ପରେ ଆମେ ସେମାନଙ୍କର ଫଳାଫଳକୁ ବିଶ୍ଳେଷଣ କଲୁଆ।ସେମାନେ ପ୍ରାୟତଃ ଅଧିକାଂଶ ଜିନିଷର ତାପମାତ୍ରା ସମାନ ପାଇଲେ । କୌଣସି ଫଳାଫଳ ଚକିତ କରିଥିଲା କି ବୋଲି ମୁଁ ପଚାରିଲି ।କେତେକ ଶିକ୍ଷାର୍ଥୀ ଭାବୁଥିଲେ ପକ୍ଷୀର ପର ଓ କପଡାର ତାପମାତ୍ରା ଟାଇଲ ଓ ଷ୍ଟିଲ ଚାମଚ ଠାରୁ ଅଧିକ ଥିବ,ଯେଉଁଗୁଡିକ  ସେମାନଙ୍କୁ ଅପେକ୍ଷାକୃତ ଥଣ୍ଡା ଲାଗିଲା ।

କେବଳ ଗୋଟିଏ ମାତ୍ର ପାର୍ଥକ୍ୟଥିଲା,ଥଣ୍ଡା ପାଣି ଓ ଗରମ ପାଣି ମଧ୍ୟରେ । ଦଳଗୁଡିକ ଭିନ୍ନ ଭିନ୍ନ ତାପମାତ୍ରା ଲିପିବଦ୍ଧ କରିଥିଲେ।ଏପରି କାହିଁକି ହୋଇଛି ବୋଲି ମୁଁ ପ୍ରଶ୍ନ କଲି ।ଥର୍ମୋମିଟର ଭାଙ୍ଗିଯାଇଥିଲା କି? ସେମାନେ ସେପରି ଭାବିଲେ ନାହିଁ ।ସେମାନେ ଭାବୁଥିଲେ ,ଏପରି ହେବାର କାରଣ ,ଗରମ ପାଣି ଥଣ୍ଡା ହୋଇ ଯାଇଥିଲା ଓ ଥଣ୍ଡାପାଣି ଉଷୁମ ହେଉଥିଲା।ମୁଁ ପଚାରିଲି ଯଦି ଦୁଇଟିକୁ ବହୁତ ସମୟ ଧରି ଛାଡିଦେବା,ତେବେ ତାପମାତ୍ରାରେ କଣ ପରିବର୍ତ୍ତନ ହେବ। ସେମାନଙ୍କ ର ଉତ୍ତର ଗୁଡିକ ଭିନ୍ନ ଓ ଆଶ୍ଚର୍ଜ୍ଯାଜନକ ଥିଲା ।ସେହିଠାରୁ ହଁ ମୁଁ ଆଲୋଚନା କଲି। କିପରି ତାପମାତ୍ରା କୌଣସି ବସ୍ତୁରେ ନିହତ ଥିବା ତାପରା ତୀବ୍ରତାକୁ ହଁ ମାପିଥାଏ ଓ ଯେ ପର୍ଯ୍ୟନ୍ତ ପରିବେଶର ତାପମାତ୍ରା ସହ ସମାନ ହୋଇଛି ସେ ପର୍ଯ୍ୟନ୍ତ ଟପା ପରିବାହିତ ହୋଇଥାଏ ।

ଟିକିଏ  ଚିନ୍ତା କରନ୍ତୁ

  • ଶ୍ରୀମତୀ ପ୍ରଧାନ ତାଙ୍କ ଶିକ୍ଷାର୍ଥୀମାନଙ୍କର ତାପମାତ୍ରା ସମ୍ପର୍କରେ ଥିବା ବିକଳ୍ପ ଧାରଣା ର କିପରି ପରିବର୍ତ୍ତନ କଲେ?
  • ସେ ପ୍ରସଙ୍ଗର ମୁକ୍ଷାଂଶରେ କ’ଣ ସବୁ ଲକ୍ଷଣ ରଖିଥିଲେ,ଯାହାକି ଶିକ୍ଷାର୍ଥୀଙ୍କ ଧାରଣ ପରିବର୍ତ୍ତନରେ ତାଙ୍କୁ ସାହାଯ୍ୟ କଲା ।
  • ବର୍ତ୍ତମାନ ଶ୍ରୀମତୀ ପ୍ରଧାନ କ’ଣ କରିବେ,ଯାହାଦ୍ୱାରା ଶିକ୍ଷାର୍ଥୀଙ୍କର ବୋଧଗମ୍ୟତା ହୋଇପଡ଼ିଛି ବୋଲି ଜଣାପଡିବ?
  • ଆପଣ ଗୋଟିଏ ନମୁନା ବା ସଦୃଶ ଚିନ୍ତା କରିପାରିବେ କି ଯାହା ଆପଣ ତାପମାତ୍ରା ଓ ତାପ ମଧ୍ୟରେ ଥିବା ପରଥ୍ୟାକ୍ୟ କୁ ବା କାହିଁକି ଗରମ ପାଣିର ତାପମାତ୍ରା କମିଯାଏ/ବୁଝାଇ ପାରିବେ?

ଥରେ ଆପଣ ଆପଣଙ୍କ ଶିକ୍ଷାର୍ଥୀଙ୍କର ଧାରଣା ର ବିକାଶ କରାଇ ଦେଲା ପରେ ସେମାନଙ୍କ ର ବୁଝିବାର କ୍ଷମତାକୁ ଆକଳନ କରିବା ଆବଶ୍ୟକ।ଆପଣ ସେହି କୌଶଳକୁ ଆଉ ଥରେ ବ୍ୟବହାର କରି ସେମାନଙ୍କ ର ଭ୍ରାନ୍ତ ଧାରଣାକୁ ଜାଣିପାରିବେ ବା ସେମାନଙ୍କୁ ନୂତନ ପରିସ୍ଥିତି ସମ୍ପର୍କରେ ବୁଝାଇବେ,ଯେଉଁଥରେ କି ସେମାନେ ନୂତନ ଜ୍ଞାନକୁ ବ୍ୟବହାର କରିବେ ।

ଶିକ୍ଷାର୍ଥୀଙ୍କର ବୈଜ୍ଞାନିକ ବୋଧଗମ୍ୟତା ର ଉନ୍ନତି କରାଇବା

ବର୍ତ୍ତମାନ ପରିସ୍ଥିତି ଅନୁଧ୍ୟାନ - ୩  ଏବଂ ସମ୍ବଳ - ୨ “ପ୍ରଗତି ଏବଂ କାର୍ଯ୍ୟ ସମ୍ପାଦନର ଆକଳନ”ପଢନ୍ତୁ,ସାଧାରଣତଃ ,ଶିକ୍ଷଣ ଆକଳନର ଏକ ଅଂଶ ଏବଂ ଶିକ୍ଷାର୍ଥୀମାନେ ଶିକ୍ଷଣର କେଉଁ ସ୍ତରରେ ଅଛନ୍ତି ତାହା ଜାଣିବା ପାଇଁ ପଢନ୍ତୁ ।

ପରିସ୍ଥିତି ଅନୁଧ୍ୟାନ - ୩ : ଶିକ୍ଷାର୍ଥିମାନଙ୍କର ତାପ ଓ ତାପମାତ୍ରା ସମ୍ପର୍କରେ ଥିବା ପାର୍ଥକ୍ୟ ସମ୍ବନ୍ଧୀୟ ବୋଧଗମ୍ୟତା ର ପ୍ରକାଶ

ଏହି ପରିସ୍ଥିତି ଅନୁଧ୍ୟାନରେ ଶ୍ରୀଯୁକ୍ତ ମିଶ୍ର ତାଙ୍କର ପାଠ ପଢାଇବା ପରେ ଶିକ୍ଷାର୍ଥୀମାନଙ୍କର ତାପ ଓ ତାପମାତ୍ରା ସମ୍ପର୍କରେ ଧାରଣ ପାଇବା ପରର ପରିସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

ଏହି ପ୍ରସଙ୍ଗତିରେ ଶିକ୍ଷାର୍ଥୀମାନଙ୍କ ଦ୍ଵାରା-ଭିଭିନ୍ନ ଆୟତନ ବିଶିଷ୍ଟ ଜଳର ଭିନ୍ନ ଭିନ୍ନ ତାପମାତ୍ରାରେ ମିଶ୍ରଣ କରାଇଲେ ହେଉଥିବା ପରିବର୍ତ୍ତନର ଅନୁସନ୍ଧାନ କରାଯାଇଅଛି ।ମୁଁ ସେମାନଙ୍କୁ ଆୟତନର ଜଳ ଦେଇ କାମ କରିବାକୁ କହିଲି କିନ୍ତୁ ସେମାନଙ୍କ ପକ୍ଷେ ଯଦି ଆଉ ବଳକା ସମୟ ମିଳେ , ଅନ୍ୟାନ୍ୟ ଆୟତନକୁ ନେଇ ସେମାନେ କାର୍ଯ୍ୟ କରିପାରିବେ ବୋଲି କହିଲେ। ସୂଚନାଗୁଡିକ ମୁଁ କଳାପଟାରେ ଲେଖିଲି ।ଶିକ୍ଷାର୍ଥୀମାନଙ୍କୁ ଏକ ଫଳାଫଳ ସାରଣୀ ପୂରଣ କରିବାକୁ ଦେଲି।ସେମାନେ କାର୍ଯ୍ୟ ଆରମ୍ଭରୁ ଥିବା ତାପମାତ୍ରା ତଥା ପରିବର୍ତିତ ତାପମାତ୍ରାକୁ ଲିପିବଦ୍ଧ କାଲେ। ସେମାନଙ୍କୁ ପୂର୍ବରୁ ଫଳାଫଳ ଅନୁମାନ କରିବା ଏବଂ ପ୍ରକୃତ ତାପମାତ୍ରାକୁ ଲିପିବଦ୍ଧ କରିବା ପାଇଁ କୁହାଗଲା ।

ଥରେ ଏପରି କରିସାରିଲା ପରେ, ମୁଁ ସେମାନଙ୍କୁ କ’ଣ ଘଟିବ,ସେ ସମ୍ପର୍କରେ ବୁଝାଇବା ପାଇଁ ଏକ ପ୍ରଦର୍ଶନ କରିଥିଲି।ମୁଁ ସହାୟତା ଦେବା ପାଇଁ ଏକ ନମୁନା ପ୍ରଦର୍ଶନ କଲି। ମୁଁ ରଙ୍ଗକୁ ବ୍ୟବହାର କରି ତାପରା ଉପସ୍ଥାପନ କଲି।ରଙ୍ଗର ଗଧତା ତାପମାତ୍ରାକୁ ଉପସ୍ଥାପନ କରୁଥିଲା ।ବିଭିନ୍ନ ତାପମାତ୍ରାରେ ଜଳକୁ ଉପସ୍ଥାପନ କରିବା ପାଇଁ କେତେକ ସଫା ପତ୍ରରେ ବିଭିନ୍ନ ପରିମାଣର ପ୍ରସ୍ତୁତି ହୋଇଥିବା ରଙ୍ଗ ନେଇଥିଲି ।ଶିକ୍ଷାର୍ଥୀ କିପରି ନମୁନାକୁ ବୁଝିଛନ୍ତି ତଦାରଖ କରିବା ପାଇଁ,ଥଣ୍ଡାରୁ ଗରମ ଆଡକୁ କେଉଁ କ୍ରମରେ ପାତ୍ରଗୁଡିକୁ ରଖିବୀ,ତାହା କହିବା ପାଇଁ ପଚାରିଲି। ଏପରିକି “ଥଣ୍ଡା “ବିକରରେ କିଛି ରଙ୍ଗ ଥିଲା,ଯଦିଓ ରଙ୍ଗ ବହୁତ ହାଲୁକା ଥିଲା। ତା’ପରେ ମୁଁ ବିଭିନ୍ନ ଆୟତନର ଜଳ ଭିନ୍ନ ଭିନ୍ନ ତାପମାତ୍ରାରେ ମିଶ୍ରଣ କଲେ କ’ଣ

ଘଟୁଛି ଦେଖିବା ପାଇଁ ବିଭିନ୍ନ ପରିମାଣର ଭିନ୍ନ ଭିନ୍ନ ଗଧତାର ମିଶ୍ରଣ ସୃଷ୍ଟି କଲା ।ପ୍ରତିଥର ସେମାନଙ୍କର ପୂର୍ବାନୁମାନ କ’ଣ ବୋଲି ପଚାରୁଥିଲି ଓ ସେମାନଙ୍କୁ ନିଜ ନିଜ ଭିତରେ ଆଲୋଚନା କରିବାକୁ ସମୟ ଦେଉଥିଲି ।

ଶିକ୍ଷାର୍ଥୀମାନେ ଏହାକୁ ପସନ୍ଦ କଲେ ଏବଂ ପୂର୍ବ ରଙ୍ଗରେ କ’ଣ ଘଟିବ,ସେ ସମ୍ପର୍କରେ ପୂର୍ବାନୁମାନ କରିବାରେ ଆନନ୍ଦ ପାଉଥିଲେ ।ସେମାନେ ଅନୁମାନ କରିବାକୁ ସହଜ ମନେକରୁଥିଲେ ଏବଂ ଆଗରୁ କରିଥିବା ଭୁଲଗୁଡିକୁ ଏଡାଇ ଦେଇପାରୁଥିଲେ ।

ଥରେ ସେମାନେ ତାଙ୍କର ପ୍ରକୃତ ଅନୁସନ୍ଧାନର ପ୍ରଦର୍ଶନ ଦେଖିସାରିଲା ପରେ, ମୁଁ ସେମାନଙ୍କୁ ଫଳାଫଳ ସମ୍ପର୍କରେ ଆଲୋଚନା ଓ ବୁଝାଇବା ପାଇଁ କହିଲି ଏବଂ ମୁଁ ସେମାନଙ୍କୁ ଦେଉଥିବା ଅନ୍ୟାନ୍ୟ ପରିସ୍ଥିତି ରେ କ’ଣ ଘଟିବାକୁ ଯାଉଛି,ତା’ର ପୂର୍ବାନୁମାନ କରିବାକୁ କହିଲି ।ମୁଁ ଦେଖିଲି ଏପରି କରିବା ଦ୍ଵାରା ଶିକ୍ଷଣକର୍ଜୟତି ତାଙ୍କୁ ତାପ ଓ ତାପମାତ୍ରା ସମ୍ପର୍କରେ ଭଲଭାବରେ ବୁଝିବାକୁ ସାହାଯ୍ୟ କଲା ।ଏହା ସେମାନଙ୍କର ତାପ ଓ ତାପମାତ୍ରା ସମ୍ପର୍କରେ ଥିବା ଧରଣର ପରିବର୍ତ୍ତନ ଆଣିପାରିଥିଲା  ।

ଶ୍ରୀଯୁକ୍ତ ମିଶ୍ରଙ୍କର ଏହି ନମିନାଟି ନମୁନାଟି ତାଙ୍କ ଶିକ୍ଷାର୍ଥୀମାନଙ୍କର ତାପ ଓ ତାପମାତ୍ରା ସମ୍ପର୍କରେ ଧାରଣାକୁ ବୁଝିବାରେ ସାହାଯ୍ୟ କଲା ।ତାପମାତ୍ରା ସମ୍ପର୍କରେ ଥିବା ଅମୂର୍ତ୍ତ ଧାରଣାକୁ ବାସ୍ତବ ଆଡକୁ ଅଗ୍ରସର ହେବାରେ ସାହାଯ୍ୟ କଲା ।ଶିକ୍ଷାର୍ଥୀମାନେ ତାପମାତ୍ରାର ଫଳାଫଳକୁ ଦେଖିପାରିଲେ ।ଏହା ସେମାନଙ୍କୁ ପରିମାନ ବୋଧଗମ୍ୟତା ର ବିକାଶ ହେବା ପୂର୍ବରୁ ଗୁଣାତ୍ମକ ବୋଧଗମ୍ୟତା ବିକାଶରେ ସାହାଯ୍ୟ କଲା ।

ଟିକେ ଚିନ୍ତା କରନ୍ତୁ

  • ଶ୍ରୀଯୁକ୍ତ ମିଶ୍ରଙ୍କର ଏହି ନମୁନାକୁ ଆପଣ କିପରି ବ୍ୟବହାର କରିପାରିବେ ଯାହାକି ଆପଣଙ୍କୁ ଏକ ଗରମ ଚା କପ ଅପେକ୍ଷା ଗୋଟିଏ ବରଫ ପାହାଡରେ ଅଧିକ ପରିମାଣରେ ତାପଜ ଶକ୍ତି(ତାପ) ଅଛି ବୋଲି ବୁଝାଇବାରେ ସାହାଯ୍ୟ କରିବା?
  • ପୂର୍ବରୁ ତାଲିକା କରାଯାଇଥିବା ବିକଳ୍ପ ଧାରଣା ମଧ୍ୟରୁ କେଉଁଟି ଏହି ମଡେଲ ଦ୍ଵାରା ବୁଝାପଡୁଛି?
  • ଏହି ମଡ଼େଲର ସିମୀତତା ଓ ବିପଦଗୁଡିକ କ’ଣ କ’ଣ?
  • ଏମିତି କିଛି ବିକଳ୍ପ ଧାରଣା ଅଛି ଯାହା ଏହି ମଡେଲ ଦ୍ଵାରା ପ୍ରଭାବିତ ହେଉଛି ?

ସାଦୃଶ୍ୟ ବସ୍ତୁ ଓ ମଡେଲ ବ୍ୟବହାର କଲାବେଳେ,ଆପଣ ସିମୀତତା ପ୍ରତି ସତର୍କ ରହିବେ ତଥା ବିକଳ୍ପ ଧାରଣାକୁ ସମୃଦ୍ଧ କରିବାର ସମ୍ଭାବନା ପ୍ରତି ଧ୍ୟାନ ଦେବେ। ମିଶ୍ର ମହାଶୟଙ୍କ ଦ୍ଵାରା ବ୍ୟବହୃତ ରଙ୍ଗୀନ ମଡେଲ ତାପ ଗୋଟିଏ ଜିନିଷ ଯାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହି ଯାଇପାରେ,ଧାରଣାକୁ ଦୃଢୀଭୂତ ରଙ୍ଗୀନ ମଡେଲ ତାପ ଗୋଟିଏ ଜିନିଷ ଯାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହି ଯାଇପାରେ,ଧାରଣାକୁ ଦୃଢୀଭୂତ କରୁଛି । ଏହା ସ୍ଥିର ପୁନଃଉପସ୍ଥାପନ ମଧ୍ୟରେ ସୀମିତ ।  ଯେତେବେଳେ କି ଉତ୍ତପ୍ତ ତରଳ ପଦାର୍ଥ ଥଣ୍ଡା ହେବ,ଯାହା ରଙ୍ଗୀନ ମଡେଲ ଦ୍ଵାରା ଉତ୍ତପ୍ତ ତରଳ ପଦାର୍ଥ ଦରସଜୟ ପାରିବ ନାହିଁ ।ସେହି ସିମୀତତା ଉପରେ କାମ କରିବାକୁ ହେଲେ ଶିକ୍ଷାର୍ଥୀଙ୍କୁ ପଚରା ଏହି ମଡେଲଟି ଏକ ପୂର୍ଣାଙ୍ଗ ମଡେଲ କାହିଁକି ନୁହଁ ଏବଂ ଏହା କ’ଣ ଦର୍ଶାଉଛି ।ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ,ମିଶ୍ର ମହାଶଯ ଶିକ୍ଷାରଥିମାନଙ୍କ ସାମ୍ନାରେ ରଙ୍ଗକୁ ପାଣିରେ ମିଶାଇ ଣ ଥିଲେ,କାରଣ ଏହା ହିଁ ସେମାନଙ୍କର ତାପ ଏକ ଉପାଦାନ ବୋଲି ଧାରଣାକୁ ଦୃଢୀଭୂତ କରିଥିଲା ।

ଶିକ୍ଷଣକାର୍ଯ୍ୟ-୩: ତାପ ଓ ତାପମାତ୍ରା ସମ୍ବନ୍ଧୀୟ ଶିକ୍ଷଣ

ଆପଣ ବର୍ତ୍ତମାନ ଶିକ୍ଷାର୍ଥୀନକାର ତାପ ଓ ତାପମାତ୍ରା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ଧାରଣାର ବିକାଶ ପାଇଁ ଶିକ୍ଷଣ କାର୍ଯ୍ୟ କରିବାକୁ ଯାଉଛି । ଏହା ଆରମ୍ଭ କରିବା ପୂର୍ବରୁ ଆପଣ ସମ୍ବଳ-୪ ପଢିବା ନିହାତି ଆବଶ୍ୟକ କାରଣ ତାହା ଆପଣଙ୍କୁ ଯୋଜନା ପ୍ରସ୍ତୁତିରେ କ’ଣ କରିବାକୁ ଜାଉଚ ତାହା ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ।ନିମ୍ନ ସୋପାନ ଅନୁସରଣରେ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ ହେବ। କିନ୍ତୁ ଆରମ୍ଭ କରିବା ପୂର୍ବରୁ ମୁଖ୍ୟ ସମ୍ବଳ ,”ପାଠ୍ୟ ଯୋଜନା” ଟିକୁ ପଢା ।ଯାହା ଯୋଜନା ପ୍ରସ୍ତୁତିରେ ଅତ୍ୟାବଶ୍ୟକ ମୁଖ୍ୟ  ସୋପାନ ସମ୍ବନ୍ଧରେ ଶଙ୍ଖେପଣ କରିଛି। ଏହା ଯୋଜନା ପ୍ରସ୍ତୁତିର ଆବଶ୍ୟକତା ଉପରେ ଆଲୋକପାତ କରିବା । ନିମ୍ନ ସୋପାନ ଅନୁସରଣରେ ଆପଣଙ୍କୁ ପାଠ୍ୟ ଯୋଜନାଟିଏ କରିବାକୁ ହେବ।

  • ଆପଣ ଶିକ୍ଷାର୍ଥୀମାନେ ଏହି ପାଠରୁ କ’ଣ ଶିଖିବାକୁ ଚହୁଁଛନ୍ତି ଓ ଆପଣ କେଉଁ ବିକଳ୍ପ ଧାରଣ ଉପରେ ଗୁରୁତ୍ଵ ଦେବାକୁ ଯାଉଛନ୍ତି ପ୍ରଥମେ ଚିହ୍ନଟ କର ।
  • ସ୍ଥିର କର ଆପଣ କିପରି ତାଙ୍କର ବିକଳ୍ପ ଚିନ୍ତାଧାରାକୁ ଆହ୍ଵାନ କରିବା ବା ନୂଆ ଧାରଣା ଉପସ୍ଥାପନ କରିବା ।ଉଦାହରଣ ସ୍ୱରୂପ-ଆପଣ ବରଫରେ ପରିଣତ ହୋଇଥିବା ଜଳର ତାପମାତ୍ରା ମାପି ପାରିବେ,ମହମବତୀ ଜଳାଇ ଜଳକୁ ଗରମ କରନ୍ତୁ ଏବଂ ପ୍ରଶ୍ନକରନ୍ତୁ ତାପ ଗଲା କୁଆଡେ ,ଯଦିଓ ଜଳ ଏ ପର୍ଯ୍ୟନ୍ତ ଥଣ୍ଡା ଅଛି ।
  • ଆବଶ୍ୟକ ସରଞ୍ଜାମ ଓ ସାମଗ୍ରୀ ର ତାଲିକା ପ୍ରସ୍ତୁତ କରନ୍ତୁ ।
  • ଶିକ୍ଷଣକାର୍ଯ୍ୟଟି କିପରି ସଂଗଠିତ କରିହେବ ସ୍ଥିର କରନ୍ତୁ ।ଏହା ପ୍ରଦର୍ଶନ ବା ଶ୍ରେଣୀରେ ପ୍ରୟୋଗାତ୍ମକ ଶିକ୍ଷଣକାର୍ଯ୍ୟ ହୋଇପାରେ ।
  • ଶିକ୍ଷାର୍ଥୀମାନଙ୍କୁ ଯୋଡି ହୋଇ,ଦଳରେ ବା ବ୍ୟକ୍ତିଗତ ଭାବରେ କମ କରାଇବାକୁ ଚହୁଁଛନ୍ତି ତାହା ନିଶ୍ଚିତ କରନ୍ତୁ ।
  • ସ୍ଥିର କରନ୍ତୁ ଶିକ୍ଷଣରେ ଯେଉନମାନଙ୍କର ଅଧିକ ସାହାଯ୍ୟ ଆବଶ୍ୟକ ସେମାନଙ୍କୁ କିପରି କରିବେ,ଆପଣ ଯାହା ଶିଖାଇବାକୁ ଚହୁଁଛନ୍ତି? ଆପଣଙ୍କ ବର୍ଣ୍ଣନାରେ ମଡେଲ ବା ସାଦୃଶ୍ୟ ବସ୍ତୁ ବ୍ୟବାହାର କରିବେ କି? ଉଦାହରଣସ୍ୱରୂପ-ଆପଣ ରଙ୍ଗୀନ ମଡେଲ ବ୍ୟବହାର କରି ଦେଖାଇ ପାରିବେ ଯେ ଥଣ୍ଡା ବସ୍ତୁରେ ମଧ୍ୟ ତାପଶକ୍ତି ନିହିତ ଅଛି ।

ନୂଆ ଧାରଣାର ଶଙ୍ଖେପଣକୁ ନେଇ ସେମାନେ କ’ଣ କରିବେ? ସେମାନେ ଆଲୋଚନା କରି ନୂଆ ପରିଷ୍ଟିତିରେ ପ୍ରୟୋଗ କରୁଛନ୍ତି କି? କିମ୍ବା ସେମାନେ ଅନ୍ୟାନ୍ୟ ଉଦାହରଣ ରେ କାର୍ଯ୍ୟ କରିବେ କି? ଉଦାହରଣସ୍ୱରୂପ,ଆପଣ ମଧ୍ୟ ତାଙ୍କୁ କିଛି ଠିକ/ଭୁଲ ପ୍ରଶ୍ନାବଳୀ ଦେଇ ପାରିବେ ।

ଆପଣଙ୍କର ଅଧିକାଂଶ ଶିକ୍ଷାର୍ଥୀଙ୍କର ଆପଣ ପଢଉଥିବା କୌଣସି ଏକ ବିଜ୍ଞାନ ସମ୍ବନ୍ଧରେ ବିକଳ୍ପ ଧାରଣା ,ବିଶ୍ଵାସ ବା ସିଦ୍ଧାନ୍ତ ଅଛି। ତେଣୁ ,ଆପଣ ଜାଣିବା ଆବଶ୍ୟକ ଯେ ଆପଣଙ୍କ ଶିକ୍ଷାର୍ଥୀ ମାନଙ୍କ ଥରେ କେଉଁ ଧାରଣ ରହିଛି। ସେଥିପାଇଁ ଆପଣଙ୍କୁ

ଅନେକଗୁଡିଏ ସୁଯୋଗ ସୃଷ୍ଟି କରିବାକୁ ହେବ। ଏହା କେତେକ ଦିଗଗୁଡିକୁ ସୁଚିତା କରିବା,ଯାହା ଆପଣ ସହଜରେ ଯୋଜନଟିଏ ପ୍ରସ୍ତୁତ କରିପାରିବେ ।

ସାରାଂଶ

ଏହି ବିଭାଗରେ ଆପଣ ବିକଳ୍ପ ଚିନ୍ତାଧାରାର ଅନ୍ଵେଷଣ କଲେ। ତାପ ଓ ତାପମାତ୍ରା ସମ୍ପର୍କିତ ଉଦାହରଣ ଗୁଡିକର ପରୀକ୍ଷଣ କଲେ।ଏହି ବିକଳ୍ପ ଧାରଣଗୁଡିକ କେବଳ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସୀମିତ ନୁହେଁ । ଆପଣ କେତେକ ବୟସକଙ୍କୁ ମଧ୍ୟ ଏପରି ବିକଳ୍ପ ଧାରଣା ଥିବାର ଦେଖିବା ଯାହା ବୈଜ୍ଞାନିକ ତଥ୍ୟଠାରୁ ଭିନ୍ନ । ଶିକ୍ଷାର୍ଥୀମାନଙ୍କଠାରେ କି କି ବିକଳ୍ପ ଧାରଣା ର ବୋଧଗମ୍ୟତାକୁ ପ୍ରକାଶ କରିପାରିନଥାଏ ।

ଆପଣ ଶିକ୍ଷାର୍ଥୀମାନଙ୍କର ବିକଳ୍ପ ଧାରଣାକୁ ବଦଳାଇବା,ଆପଣଙ୍କ ପାଇଁ ଏକ ଆହ୍ଵାନ,କାରଣ କିଛି ତ୍ୟାଗ କରିବା ଓ ପରିବର୍ତ୍ତନ ଆଣିବା ଶିକ୍ଷାର୍ଥୀମାନଙ୍କ ପାଇଁ କଷ୍ଟକର ହୋଇଥାଏ । ବୈଜ୍ଞାନିକ ଶୈଳୀରେ କାମ କରିବା ଦ୍ଵାରା ଜ୍ଞାନ କୌଶଳ ଓ ସିଦ୍ଧାନ୍ତର ବିକାଶ ସାଧିତ ହୋଇଥାଏ । କେତେଗୁଡିଏ ପ୍ରମାଣ ଓ ବିଭିନ୍ନ ପର୍ଯ୍ୟବେକ୍ଷଣ  ତଥ୍ୟର  ବିଶ୍ଳେଷଣ ଦ୍ଵାରା ସମ୍ଭବ ହୋଇଥାଏ ।ବିଜ୍ଞାନ ପଢାଇବା ଦ୍ଵାରା ଆପଣଙ୍କ ଶିକ୍ଷାର୍ଥୀର ବୈଜ୍ଞାନିକ ବୋଧଗମ୍ୟତାର ବିକାଶ ସହ ଯୁବ ବୈଜ୍ଞାନିକ ହେବା ଦୁଗରେ ସହାୟତା ଦେଉଛନ୍ତି ।

ସମ୍ବଳ

ସମ୍ବଳ 1 : ତାପ ଏବଂ ଉତ୍ତାପ ଠିକ/ଭୁଲ କୁଇଜ

ସାରଣୀ 1.1: ରେ ଥିବା ଶକ୍ତି ଗୁଡିକ ପାଢୀ ଠିକ ବା ଭୁଲ ସ୍ଥିର କର ।ସନ୍ଦେହ ଥିଲେ ସନ୍ଦେହ ଘରେ ଠିକ ଚିହ୍ନ ଦିଅ ।

ସାରଣୀ 1.1 ତାପ ଓ ଉତ୍ତାପ ଠିକ /ଭୁଲ କୁଇଜ /

କ୍ର.ସଂ

ଉକ୍ତି

ଠିକ

ଭୁଲ

ସନ୍ଦେହ

1

ଗୋଟିଏ ବସ୍ତୁରେ ଥିବା ସଂପୂର୍ଣ୍ଣ ଶକ୍ତିର ପରିମାଣକୁ ତାପ କହନ୍ତି ।

 

 

 

2

ସବୁ ବସ୍ତୁରେ ତାପ ଥାଏ ।

 

 

 

3

ତାପଶକ୍ତି ତାପରା ସାମର୍ଥ୍ୟବୋଧକ ।

 

 

 

4

“ତାପ” ଶକ୍ତିର ଏକ ରୂପ ।

 

 

 

5

ଉତ୍ତାପ,ତାପ ମାପ କରେ ।

 

 

 

6

ଉତ୍ତାପ ଓ ତାପ ଉଭୟ ସମାନ ।

 

 

 

7

ଗୋଟିଏ କପ ଗରମ ଚା ଠାରୁ ହିମ ପାହାଡ ତାପ ଅଧିକ ।

 

 

 

8

ବସ୍ତୁ ମଧ୍ୟରେ ତାପ ଶକ୍ତିର ପ୍ରବାହ ସେଥିରେ ତାପମାତ୍ରାର ପାର୍ଥକ୍ୟ ଯୋଗୁଁ ଘଟିଥାଏ ।

 

 

 

9

“ଗରମ” ଏବଂ “ଥଣ୍ଡା” ଶବ୍ଦ ରୁ ବସ୍ତୁର ତାପମାତ୍ରା ଜଣାପଡେ ।

 

 

 

10

“ଗରମ” ଏବଂ “ଥଣ୍ଡା” ଶବ୍ଦ ,ବସ୍ତୁରେ ଥିବା ତାପଶକ୍ତିର ପରିମାଣ ସମ୍ପର୍କରେ ବର୍ଣ୍ଣନା କରେ ।

 

 

 

11

ବାୟୁ ଓ ଜଳ ପରି ତାପ ଏକ ପଦାର୍ଥ ଯାହା ଭିତରୁ ବାହାରକୁ ପାରାବାହିତ ହୁଏ ।

 

 

 

12

“ଥଣ୍ଡା” ତାପର ବିପରୀତ ।

 

 

 

13

କେବଳ ଗରମ ବସ୍ତୁର ତାପ ଥାଏ ।

 

 

 

14

ଅନେକ ପ୍ରକାର ତାପ ରହିଛି ଯେପରି ପ୍ରକୃତିକ ତାପ ଏବଂ ସାଧାରଣ ତାପ ।

 

 

 

15

ବସ୍ତୁ ତିଆରି ହୋଇଥିବା ପଦାର୍ଥ ଅନୁସାରେ ଗୋଟିଏ ବସ୍ତୁ ଅନ୍ଯଠାରୁ ଥଣ୍ଡା ହୋଇଥାଏ ଉଦାହରଣ ଯେମିତି ଚଟାଣ ଟାଇଲ ଟାଇଲ ଓ ଧାତୁ ।

 

 

 

16

ସମାନ ତାପମାତ୍ରା ଥାଇ ଦୁଇଟି କପର ଥଣ୍ଡାଜଳ ମିଶାଇଲେ ଜଳ ଦୁଇଗୁଣ ଥଣ୍ଡା ହୋଇଯିବ ।

 

 

 

17

ତାପମାପକ ଯନ୍ତ୍ର ଥର୍ମୋମିଟର ତାପ ମାପିବା ପାଇଁ ବ୍ୟବହାର କରାଯାଏ ।

 

 

 

18

0 ଡିଗ୍ରୀ ସେଲସିୟସ ତାପମାତ୍ରାରେ ଥିବା ବରଫ ମିଶା ଜଳରେ ଅଧିକ ବରଫ ମିଶାଇଲେ ଏହାର ତାପମାତ୍ରା କମିଯିବ ।

 

 

 

ସମ୍ବଳ-୨-ପ୍ରଗତି ଓ କାର୍ଯ୍ୟ ସମ୍ପାଦନର ମୂଲ୍ୟ ନିର୍ଦ୍ଧାରଣ

ଶିକ୍ଷାର୍ଥୀମାନଙ୍କ ଶିକ୍ଷଣର ମୂଲ୍ୟାୟନ ଦୁଇଟି ଉଦ୍ଦେଶ୍ୟରେ କରାଯାଏ:

  • ସାମଗ୍ରିକ ମୂଲ୍ୟାୟନରୁ ଶିକ୍ଷାର୍ଥୀ ଏ ପର୍ଯ୍ୟନ୍ତ କଣ ଶିଖିଛି ଜଣାପଡେ । ଏହା ପରୀକ୍ଷଣରେ ନମ୍ବର କିମ୍ବା ଗ୍ରେଡ ଦେଇ କରାଯାଏ । ଶିକ୍ଷାର୍ଥୀ ମାନଙ୍କୁ ପ୍ରଶ୍ନର ଉତ୍ତର କରିବାକୁ ପଡେ। ପରୀକ୍ଷାର ପାଇଥିବା ନମ୍ବର ବା ଗ୍ରେଡ ଅନୁସାରେ ଶିକ୍ଷାର୍ଥୀର ଶିକ୍ଷଣରେ ବିକାଶ କେତେ ହୋଇଛି କହି ହୁଏ। ଫଳାଫକଳକୁ ଲିପିବଦ୍ଧ କରିବାରେ ଏହା ସାହାଯ୍ୟ କରେ ।
  • ଗଠନମୂଳକ ମୂଳୟନୟାନ (ଶିକ୍ଷଣ ପାଇଁ ମୂଲ୍ୟାୟନ ) ସଂପୂର୍ଣ୍ଣ ଭିନ୍ନ । ଏହା ଅନୌପଚାରିକ ଭାବେ ହୋଇଥାଏ ଏବଂ ନିଦାନମୂଳକ। ଶିକ୍ଷକମାନେ ଏହାକୁ ଶିକ୍ଷଣର  ଅଂଶ ରୂପେ ବ୍ୟବହାର କରନ୍ତି । ଉଦାହରଣସ୍ଵରୁର: ଶିକ୍ଷାର୍ଥୀମାନେ ଶିକ୍ଷଣ ସମୟରେ କିଛି ବୁଝିଛନ୍ତି କି ନାହିଁ ତାହା ଶିକ୍ଷକ ପ୍ରଶ୍ନ ପଚାରି ଜାଣି ପାରିବେ । ଏପରି ପରୀକ୍ଷା କରି ଶିକ୍ଷକ ପରବର୍ତ୍ତୀ ଶିକ୍ଷଣ ଅନୁଭୂତି ଦେବା ସମୟରେ ନିଜ ପଦ୍ଧତିରେ ପରିବର୍ତ୍ତନ କରିଥାନ୍ତି। ତଦାରଖ ଓ ପରାମର୍ଶ ଦେବା ଗଠନମୂଳକ ମୂଲ୍ୟାୟନର ଏକ ଅଂଶ ।

ଗଠନମୂଳକ ମୂଲ୍ୟାୟନ ଦ୍ଵାରା ଶିକ୍ଷଣରେ ଅଗ୍ରଗତି ଘଟିଥାଏ। କାରଣ ଶିକ୍ଷଣ ପାଇଁ ଅଧିକାଂଶ ଶିକ୍ଷାର୍ଥୀ-

  • ସେମାନଙ୍କଠାରୁ କ’ଣ ଶିଖିବା ଆଶା କରାଯାଏ ,ତାହା ବୁଝିପାରନ୍ତି ।
  • ସେମାନେ ଶିକ୍ଷଣର କେଉଁ ସ୍ଥାନରେ ବର୍ତ୍ତମାନ ଅଛନ୍ତି ଜାଣିପାରନ୍ତି ।
  • ସେମାନେ କ’ଣ ଓ କିପରି ପାଠ ପଢିଲେ ଶିକ୍ଷଣରେ ଆଗେଇ ପାରିବେ ବୁଝିପାରନ୍ତି ।
  • ସେମାନେ କେତେବେଳେ ଲକ୍ଷ ହାସଲ କଲେ ଓ ଶିକ୍ଷାଣଜନିତ ଫଳାଫଳ କ’ଣ ହେଲା ଜାଣିପାରନ୍ତି ।

ଶିକ୍ଷକ ଭାବରେ ଶିକ୍ଷାର୍ଥୀଠାରୁ ସର୍ବୋତ୍ତମ ଶିକ୍ଷଣ ଫଳାଫଳ ପାଇବା ପାଇଁ ପ୍ରସଙ୍ଗରେ ଉପରୋକ୍ତ ଚାରୋଟି ଦିଗ ପ୍ରତି ଆପଣଙ୍କୁ ଦ୍ରୁଷ୍ଟି ଦେବାକୁ ହେବ । ଅତଏବ ଶିକ୍ଷାର୍ଥୀମାନଙ୍କୁ କିଛି  ନିର୍ଦ୍ଦେଶ ଦେଇ ଶିକ୍ଷା ସମୟରେ ଏବଂ ଶିକ୍ଷଣ ପରେ ଏପରି ମୂଲ୍ୟାୟନ କରିପାରିବେ ।

  • ପୂର୍ବରୁ : ଶିକ୍ଷଣ ଆରମ୍ଭ କରିବା ପୂର୍ବରୁ ଶିକ୍ଷଣର ମୂଲ୍ୟାୟନ କରିବା ଦ୍ଵାରା ସୂଚନା ଣ ଥାଇ ଶିକ୍ଷାର୍ଥୀ କଣ ଜାଣିଛନ୍ତି ଓ କ’ଣ କରିପାରିବେ ତାହା ଆପଣ ଚିହ୍ନଟ କରିପାରନ୍ତି । ଏହାଦ୍ଵାରା ଶିକ୍ଷାର୍ଥୀର ପୂର୍ବଜ୍ଞାନ ସ୍ଥିର କରି ହୁଏ । ଫଳରେ ଶିକ୍ଷକ କେଉଁଠାରୁ ଶିକ୍ଷଣ ପ୍ରକ୍ରିୟା ଆରମ୍ଭ କରିବେ ଜାଣିପାରନ୍ତି ଓ ଯୋଜନା କରନ୍ତି। ଆପଣଙ୍କ ଶିକ୍ଷାର୍ଥୀ କ’ଣ ଜାଣିଛନ୍ତି,ଆପଣ ତାହା ଜାଣିବା ଦ୍ଵାରା ପରଙ୍ଗମତା ଥିବା ବିଷୟଟିକୁ ପୁନଃ ଗଠନ କରାଇବାର ସମ୍ଭାବନା କୁ ଏଡାଇ ଦିଆଯାଇପାରେ । ଯାହା ଏ ପର୍ଯ୍ୟନ୍ତ ସେମାନେ ଜାଣି ନାହାନ୍ତି ତାହା ଛାଡି ଣ ଯିବାର ବ୍ୟବସ୍ଥା ପାଇଁ କର ଯାଇପାରେ ।
  • ଶିକ୍ଷଣ ସମୟରେ: ଶ୍ରେଣୀରେ ଶିକ୍ଷଣ ସମୟରେ ଆକଳନ କରିବା ଦ୍ଵାରା ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ଅଗ୍ରଗତି ଜାଣି ଉନ୍ନତି ବିଧାନ କରି ହୁଏ । ଶିକ୍ଷକ ଶିକ୍ଷଣ ପଦ୍ଧତି ,ସମ୍ଭାଳ ଓ ଶିକ୍ଷଣକାର୍ଯ୍ୟକୁ ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗୀ କରିପାରନ୍ତି । ଇପ୍ସିତା ଶିକ୍ଷଣ ଲକ୍ଷ ହାସଲ ଦିଗରେ ଶିକ୍ଷାର୍ଥୀ କିପରି ଅଗ୍ରସର ହେଉଛି ଜଣାପଡେ । ଶିକ୍ଷକ ନିଜ ଶିକ୍ଷଣରେ କେତେଦୂର ସଫଳ ତାହା ମଧ୍ୟ ଜାଣିପାରନ୍ତି ।
  • ଶିକ୍ଷଣ ପରେ : ଶିକ୍ଷଣ ପରେ ଆକଳନ କରିବା ଦ୍ଵାରା ଶିକ୍ଷାର୍ଥୀମାନେ କ’ଣ ଶିକ୍ଷା କରିଛନ୍ତି ସେ ସମ୍ବନ୍ଧରେ ଶିକ୍ଷକ ନିଶ୍ଚିତ ହୁଅନ୍ତି । କେଉଁ ଶିକ୍ଷାର୍ଥୀମାନେ ଶିକ୍ଷା କରିଛନ୍ତି ଏବଂ କେଉଁ ମାନଙ୍କର ଏବେ ମଧ୍ୟ ସାହାଯ୍ୟ ଦରକାର ତାହା ଜାଣିପାରନ୍ତି ।

ନିଜ ଶିକ୍ଷଣ ଲକ୍ଷ ହସଲରେ ଶିକ୍ଷକ କେତେଦୂର ସଫଳ ହେଲେ ତ’ର କରି ପାରନ୍ତି ।

ଶିକ୍ଷଣ ପୂର୍ବରୁ: ଶିକ୍ଷାର୍ଥୀମାନେ କ’ଣ ଶିଖିବେ ସେ ସମ୍ବନ୍ଧରେ ନିଜେ ସ୍ପଷ୍ଟ ହେବା ପାଇଁ

ଶିକ୍ଷାର୍ଥୀମାନେ ଗୋଟିଏ ପାଠରୁ  କିମ୍ବା ଅନେକଗୁଡିଏ କ୍ରମିକ ପାଠରୁ କଣ ଜାଣିବେ ସ୍ଥିର କଲାପରେ ଶିକ୍ଷାର୍ଥୀମାନଙ୍କ ସହ ସମ୍ବନ୍ଧରେ ଆଲୋଚନା କରିବା ଆବଶ୍ୟକ । କରିବାକୁ କହିଥିବା କାମ ଠାରୁ ଶିକ୍ଷାର୍ଥୀଠାରୁ ଆଶା କରାଯାଉଥିବା ଶିକ୍ଷଣ ଫଳାଫଳକୁ ସାବଧାନତାର ସହ ବାଛିବା ଦରକାର । ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ପଚାରିବା ଦ୍ଵାରା ସେମାନେ ପଥଟିକୁ ପ୍ରକୃତରେ ବୁଝି ପାରିଛନ୍ତି କି ନାହିଁ ଜାଣିବାର ସୁଯୋଗ ପାଇବେ । ଉଦାହରଣ :

ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଦେବା ପୂର୍ବରୁ ଦେବା ପୂର୍ବରୁ ଭାବିବା ପାଇଁ କିଛି ସମୟ ଦିଅନ୍ତୁ । ଯୋଡି ବା ଛୋଟ ଛୋଟ ଦଳରେ ଉତ୍ତର ପାଇବା ପାଇଁ ପ୍ରଥମେ ପରସ୍ପର ସହ ଆଲୋଚନା କରନ୍ତୁ । ସେମାନେ ଉତ୍ତର ଦେଲାପରେ ସେମାନଙ୍କ ଉତ୍ତରରୁ ସେମାନେ ବୁଝି ପଡ଼ିଛନ୍ତି କି ନାହିଁ ଜାଣି ପାରିବେ । ସେମାନେ କ’ଣ ଶିଖିବାକୁ ଯାଉଛନ୍ତି ତାହା ସେମାନେ ବୁଝି ପଡ଼ିଛନ୍ତି ଏହା  ଆପଣ ଜାଣିପାରିବେ ।

ପୂର୍ବରୁ : ଶିକ୍ଷାର୍ଥୀମାନେ  ସେମାନଙ୍କ ଶିକ୍ଷଣର କେଉଁ ସ୍ଥାନରେ ଅଛନ୍ତି ଜାଣିବା :

ଶିକ୍ଷାର୍ଥୀଙ୍କ ଶିକ୍ଷଣର ଉନ୍ନତି ପାଇଁ ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟ ସେମାନଙ୍କର ଜ୍ଞାନ ଓ ବୋଧଗମ୍ୟତା ର ବର୍ତ୍ତମାନ ସ୍ଥିତି ଜାଣିବା ଆବଶ୍ୟକ। ପ୍ରତ୍ୟାଶିତ ଶିକ୍ଷଣ ଫଳାଫଳ ସମ୍ବନ୍ଧରେ ସେମାନଙ୍କ ସହ ଆଲୋଚନା କଳା ପରେ ଶିକ୍ଷକ ନିମ୍ନୋକ୍ତ କାର୍ଯ୍ୟ କରିପାରିବେ ।

  • ଶିକ୍ଷାର୍ଥୀମାନଙ୍କୁ ଯୋଡିରେ କାମ  କରି ପ୍ରସଙ୍ଗ ସମ୍ପର୍କରେ ଏ ପର୍ଯ୍ୟନ୍ତ ଯାହା ଜାଣିଛନ୍ତି ତା’ର ନକ୍ସା ବା ଏକ ତାଲିକା ପ୍ରସ୍ତୁତ କରିବାକୁ କହିବେ । ଏହା ଶେଷ କରିବା ପାଇଁ ସେମାନଙ୍କୁ ଯଥେଷ୍ଟ ସମୟ ଦେବେ କିନ୍ତୁ  କମ ଧାରଣା ପାଇଁ ଅଧିକ ସମୟ ଦେବେ ନାହିଁ , ଏହା ପରେ ସେମାନେ କରିଥିବା ନକ୍ସା ବା ତାଲିକାର ସମୀକ୍ଷା କରିବେ ।
  • ଶିକ୍ଷଣର ମୁଖ୍ୟ ଶବ୍ଦଗୁଡିକ କଳାପଟାରେ ଲେଖିବେ। କିଛି ଶିକ୍ଷାର୍ଥୀଙ୍କୁ ସ୍ଵେଚାକୃତ ଭାବରେ ପ୍ରତ୍ୟେକ ଶବ୍ଦ ସମ୍ପର୍କରେ ଯାହା ଜାଣନ୍ତି କହିବାକୁ କୁହନ୍ତୁ । ଶ୍ରେଣୀର ଅନ୍ୟ ଶିକ୍ଷାର୍ଥୀମାନେ ଶବ୍ଦର ଅର୍ଥ ବୁଝିଥିଲେ ବୁଢା ଅଙ୍ଗୁଠିକୁ ବା ଆଦୌ ବୁଝି ନ ଥିଲେ ବୁଢା ଅଙ୍ଗୁଠିକୁ ତଳକୁ ଓ ଅଳ୍ପ କିଛି ଜାଣିଥିଲେ ଅଙ୍ଗୁଠିକୁ ଭୁସାମନ୍ତରାଭାବେ ରଖିବାକୁ କୁହନ୍ତୁ ।

କେଉଁଠାରୁ କାର୍ଯ୍ୟ ଆରମ୍ଭ କରାଯିବ ଆପଣ ଜନିଗଲା ପରେ,ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାସଙ୍ଗିକ ପାଠ୍ୟ ଯୋଜନା କରିବା ପାଇଁ ଆପଣ ସକ୍ଷମ ହେବେ । ଶିକ୍ଷାର୍ଥୀମାନେ କେତେ ଭଲ ଭାବରେ ଶିଖିଛନ୍ତି ତାହା ନିଜକୁ ମୂଲ୍ୟାୟନ କରି ଜାଣିବା ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ଵାରା ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟ ପରବର୍ତ୍ତୀ ପଥରେ କ’ନ ଶିଖିବାର ଆବଶ୍ୟକତା ରହିଛି ଜାଣିପରାଇବେ । ନିଜ ଶିକ୍ଷଣ ଦାୟିତ୍ଵ ନିଜେ ନେବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସୁଯୋଗ ଦେବା ଦ୍ଵାରା ସେମାନଙ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ହେବାର ସାହାଯ୍ୟ କରେ ।

ଶିକ୍ଷଣ ସମୟରେ : ଶିକ୍ଷାର୍ଥୀଙ୍କ ଶିକ୍ଷଣ ଅଗ୍ରଗତି କୁ ନିଶ୍ଚିତ କରିବା

ଶିକ୍ଷାର୍ଥୀଙ୍କ ବର୍ତ୍ତମାନ ଶିକ୍ଷଣ ପ୍ରଗତି ସମ୍ବନ୍ଧରେ ଆଲୋଚନା କରିବା ଦ୍ଵାରା ସେମାନେ ଆପଣଙ୍କ ପରାମର୍ଶ ପାଇଁ ଉପଯୋଗୀ ଓ ଗଠନମୂଳକ ବୋଲି ଆପଣ ନିଶ୍ଚିତ କରନ୍ତୁ । ନିମ୍ନଲିଖିତ ଉପାୟରେ କରନ୍ତୁ –

  • ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ସାମର୍ଥ୍ୟ ଓ ସେମାନେ ଭବିଷ୍ୟତରେ କିପରି ଅଗ୍ରଗତି କରିବେ ତାହା ଜାଣିବାରେ ସାହାଯ୍ୟ କରନ୍ତୁ ।
  • ପରବର୍ତ୍ତୀ ବିକାଶ ପାଇଁ ଆବଶ୍ୟକତାଗୁଡିକ ସମ୍ବନ୍ଧରେ ସ୍ପଷ୍ଟ କରନ୍ତୁ ।
  • ସେମାନଙ୍କ “ ଶିକ୍ଷଣ ବିକାଶ ନିଶ୍ଚୟ ହେବ” ଏପରି ଶାକରାତ୍ମକ ମନୋବୃତ୍ତି ପୋଷଣ କୃ ସେମାନେ କ’ନ ବୁଝିଛନ୍ତି ଯାଞ୍ଚ କରନ୍ତୁ ।ଆପଣଙ୍କ ଉପଦେଶ ବ୍ୟବହାର କରିବାରେ ସେମାନେ ସାମର୍ଥ୍ୟ ଏହା ସେମାନଙ୍କୁ ଅନୁଭବ କରନ୍ତୁ ।

ସେମାନଙ୍କ ଶିକ୍ଷଣରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ଆବଶ୍ୟକ । ଶିକ୍ଷାର୍ଥୀମାନେ ବର୍ତ୍ତମାନ ଶିକ୍ଷଣର ଯେଉଁ ସ୍ଥାନରେ ଅଛନ୍ତି ଓ ଆପଣ ସେମାନଙ୍କୁ ଶିକ୍ଷଣରେ ଯେଉଁ ସ୍ତରରେ ଦେଖିବାକୁ ଇଚ୍ଛା କରନ୍ତି ଏ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା ପାଇଁ ଆପଣଙ୍କୁ ପାଠ ଯୋଜନାରେ ପରିବର୍ତ୍ତନ କରିବାକୁ ପଡିବ । ଏହା କରିବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ ଦିଗ ପ୍ରତି ଦ୍ରୁଷ୍ଟି ଦେବାକୁ ପଡିବ ।

  • ସେମାନେ ପୂର୍ବରୁ ଯେଉଁ କାର୍ଯ୍ୟଗୁଡିକ ଜାଣିଛନ୍ତି ବୋଲି ଆପଣ ଭାବୁଛନ୍ତି ସେହି କାର୍ଯ୍ୟକୁ ପୁଣି ଠାରେ କରନ୍ତୁ ।
  • ଆବଶ୍ୟକତା ଅନୁସାରେ ଶିକ୍ଷାର୍ଥୀଙ୍କୁ ଦଳ କରନ୍ତୁ । ଭିନ୍ନ ଭିନ୍ନ ଶିକ୍ଷଣକାର୍ଯ୍ୟ ଦିଅନ୍ତୁ ।
  • ପଢିବା ପାଇଁ ସେମାନେ ‘ନିଜେ ନିଜ ମଧ୍ୟରେ ଥିବା ଧାରନଗତ ବ୍ୟବଧାନକୁ ପୂରଣ କରିପାରିବେ ।
  • ଉଭୟ ସରଲା ଓ କ୍ଲୀଷ୍ଟ କାର୍ଯ୍ୟ ଦେଲେ ସବୁ ଶିକ୍ଷାର୍ଥୀ ଶିକ୍ଷଣରେ ଆଗେଇ ପାରିବେ । କରଜ୍ୟଗୁଡିକ ଏପରିଭାବେ ବାଛି କରାଯାଇଥିବା ଯେପରିକି ସବୁ ସ୍ତରର ଶିକ୍ଷାର୍ଥୀ କାର୍ଯ୍ୟଟିକୁ ଆରମ୍ଭ କରିପାରିବେ ଓ ନିଜର ଦକ୍ଷତା ଅନୁଯାୟୀ ବିନା ବ।ଧ।ରେ ଆଗେଇ ପାରିବେ ଓ ଶିଖି ପାରିବେ ।

ପାଠ ପଢାଇବାର ବେଗ କମାଇ ଦେବା ଦ୍ଵାରା ଅଧିକାଂଶ ସମୟରେ ଶିକ୍ଷଣ ବେଗ ପ୍ରକୃତରେ ବଢିଥାଏ। କାରଣ ଶିକ୍ଷାର୍ଥୀମାନଙ୍କୁ ନିଜ ଶିକ୍ଷଣର ଉନ୍ନତି ପାଇଁ କଣ କରିବା ଆବଶ୍ୟକ ତାହା ଆତ୍ମବିଶ୍ଵାସ ସହ ଚିନ୍ତା କରିବା ଓ ବୁଝିବା ପାଇଁ ସମୟ ମିଳିଥାଏ । ଶିକ୍ଷାର୍ଥୀମାନେ ସେମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବା ଦ୍ଵାରା ଶିକ୍ଷଣରେ ରହିଥିବା ବ୍ୟବଧାନ ଏବଂ ଏହି ବ୍ୟବଧାନ କୁ କିପରି ବନ୍ଦ କରିବେ ଜାଣିପାରନ୍ତି । ସେମାନେ ନିଜକୁ ଆକଳନ କରିବା ପାଇଁ ଆପଣ ସୁଯୋଗ ଦେଇଥାନ୍ତି।

ଶେଷରେ : ତଥ୍ୟ ସଂଗ୍ରହ କରିବା ଓ ବ୍ୟାଖ୍ୟା କରି ଆଗକୁ ଯୋଜନା କରିବା ।

  • ପଢାଇବା ସମୟରେ ଏବଂ ଶ୍ରେଣୀ କାର୍ଯ୍ୟ କିମ୍ବା ଗୃହ କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସମୟରେ ନିମ୍ନ କରଜ୍ୟଗୁଡିକ ଗୁରୁତ୍ୱପୂର୍ଣ୍ଣ ।
  • ଶିକ୍ଷାର୍ଥୀମାନେ କେତେ ଭଲଭାବରେ ଶିକ୍ଷଣ କରିଛନ୍ତି ବାହାର କରନ୍ତୁ ।
  • ଏହାକୁ ଆଧାର କରି ପରବର୍ତ୍ତୀ ପାଠର ଯୋଜନା କରନ୍ତୁ ।
  • ଶିକ୍ଷାର୍ଥୀମାନଙ୍କୁ ଏ ସମ୍ବନ୍ଧରେ ପରାମର୍ଶ ଦିଅନ୍ତୁ ।
  • ନିମ୍ନରେ ଆକଳନର ଚାରୋଟି ମୁଖ୍ୟ ଆଲୋଚନା କରାଯାଇଛି ।

ତଥ୍ୟ ବା ପ୍ରମାଣ ସଂଗ୍ରହ

ପ୍ରତ୍ୟେକ ଶିକ୍ଷାର୍ଥୀନକାର ଶିକ୍ଷଣ କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ ।ସେମାନେ ନିଜ ବେଗରେ ଓ ଶୈଳୀରେ ବିଦ୍ୟାଳୟ ମଧ୍ୟରେ ଏବଂ ବାହାରେ ଶିଖିଥାଆନ୍ତି । ତେଣୁ ଶିକ୍ଷାର୍ଥୀମାନଙ୍କୁ ଆକଳନ କରିବା ସମୟରେ ଦୁଇଟି କଥା କରିବାକୁ ପଡିଥାଏ ।

  • ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିବା ନିଜ ଅନୁଭୂତିରୁ,ଶିକ୍ଷାର୍ଥୀ ,ଅନ୍ୟ ଶିକ୍ଷକ ,ପିତା ,ମାତା ଏବଂ ଗୋଷ୍ଠୀ ସଦସ୍ୟଙ୍କ ଠାରୁ ।
  • ଶିକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ଯୋଡିରେ ବା ଦଳଗତ ଭାବେ ଆକଳନ କରନ୍ତୁ ।ଆକଳନକୁ ଉତ୍ସାହିତ କରନ୍ତୁ।ଗୋଟିଏ ପଦ୍ଧତିରେ ତଥ୍ୟ ସଂଗ୍ରହ କଲେ,ଚାହୁଁଥିବା ସମସ୍ତ ତଥ୍ୟ ମିଳେ ନାହିଁ। ଶିକ୍ଷାର୍ଥୀଙ୍କ ଶିକ୍ଷଣ ଓ ଉନ୍ନତି ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ବିଭିନ୍ନ ଉପାଯରେ ହୋଇଥାଏ। ଯଥା ପର୍ଯ୍ୟବେକ୍ଷଣ ,ଶୁଣିବା ,ପ୍ରସଙ୍ଗ ସମ୍ବନ୍ଧରେ ଆଲୋଚନା କରିବା ,ଶ୍ରେଣୀରେ ଲେଖିବା ଓ ଗୃହ କାର୍ଯ୍ୟରେ ସମୀକ୍ଷା କରିବା ।

ଲିପିବଦ୍ଧ କରିବା

ସାରା ଭାରତର ସମସ୍ତ ବିଧ୍ୟଳୟ ରେ ପ୍ରଗତି ପାତ୍ର ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସମ୍ବନ୍ଧରେ ଲିପିବଦ୍ଧ କରାଯାଏ । ଏଥିରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଜନିତ ଆଚରଣରେ ହୋଇଥିବା ପରିବର୍ତ୍ତନକୁ ସମସ୍ତ ଦିଗରୁ ବିଚାର କରି ଲିପିବଦ୍ଧ କରାଯାଇପାରେ ନାହିଁ।ଲିପିବଦ୍ଧ କରିବାର କେତେକ ସରଲା ଉପାୟ ଅଛି ଯାହା ବିଚାରଯୋଗ୍ୟ। ଯେପରି:

  • ପାଠପଢା ହେଉଥିବା ସମୟରେ ଯାହା ପର୍ଯ୍ୟବେକ୍ଷଣ କାଲେ ତାକୁ ଡାଏରୀ /ତିପାଖାତା /ରେଜିସଷ୍ଟାରରେ ଲିପିବଦ୍ଧ କରନ୍ତୁ ।
  • ଶିକ୍ଷାର୍ଥୀମାନଙ୍କର ନମୁନା କାର୍ଯ୍ୟକୁ(ଲେଖା,କଳାକୃତି,ହସ୍ତକର୍ମ,ପ୍ରକଳ୍ପ,କବିତା ଇତ୍ୟାଦି) ବ୍ୟକ୍ତିଗତ ଫର୍ଦରେ ରଖନ୍ତୁ ।
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ବ୍ୟକ୍ତିଗତ ସୂଚନା ଫର୍ଦ ପ୍ରସ୍ତୁତ କରନ୍ତୁ ।
  • ଶିକ୍ଷାର୍ଥୀଙ୍କ ସମ୍ବନ୍ଧୀୟ କୌଣସି ଅସ୍ବାଭାବିକ ଘଟଣା,ସମସ୍ଯା,ସାମର୍ଥ୍ୟ ଏବଂ ଶିକ୍ଷଣ ସମ୍ବନ୍ଧୀୟ ପ୍ରମାନଗତ ତଥ୍ୟ ସବୁ ଲିପିବଦ୍ଧ କରନ୍ତୁ ।

ତଥ୍ୟ ଓ ପ୍ରମାଣ ସବୁ ସଂଗ୍ରହ ଓ ଲିପିବଦ୍ଧ କଲାପରେ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ଓ ଶିକ୍ଷଣରେ ଉନ୍ନତି ସମ୍ବନ୍ଧରେ ଜାଣିବା ପାଇଁ ସେଗୁଡିକର ବିଶ୍ଳେଷଣ କରିବା ଗୁରୁତ୍ୱପୂର୍ଣ୍ଣ ।ଏଗୁଡ଼ିକୁ ସାବଧାନତା ସହକାରେ ବିଶ୍ଳେଷଣ ଓ ପ୍ରତିଫଳନ କରାଇବା ଆବଶ୍ୟକ ।ଆପଣ ଶିକ୍ଷାର୍ଥୀଙ୍କ ଫଳାଫଳକୁ ପ୍ରତିପୁଷ୍ଟି,ନୂତନ ସମବଳକୁ ସଂଗ୍ରହ,ଦଳକୁ ପୁନର୍ଗଠିତ,ଶିକ୍ଷଣର ମୁକ୍ଷାଂଶକୁ ପୁନରାବୃତ୍ତି କରାଇ ଶିକ୍ଷଣର ଉନ୍ନତି କରାଯାଇ ପାରିବ ।

ଉନ୍ନତି ପାଇଁ ଯୋଜନା

ଆକଳନ ଦ୍ଵାରା ଆପଣ ସବୁ ଶିକ୍ଷାର୍ଥୀମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ଶିକ୍ଷଣ ସୁଯୋଗ ଯୋଗାଇଥାନ୍ତି। ଦୁର୍ବଳ ତଥା ମେଧାବୀ ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଅନୁସାରେ ନିର୍ଦ୍ଧିଷ୍ଟ ପ୍ରକାର ତଥ୍ୟ ସ୍ଵତନ୍ତ୍ର ଆହ୍ଵାନମୂଳକ ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ କରିଥାନ୍ତି ।

ସମ୍ବଳ 3 : ତଦାରଖ ଏବଂ ପ୍ରତିପୁଷ୍ଟ ଦେବା

କ୍ରମାଗତ ଭାବେ ତଦାରଖ ,ସାହାଯ୍ୟ ଓ ସହଯୋଗ କରିବା ଦ୍ଵାରା ଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ଉନ୍ନତି ଘଟିଥାଏ ।ସେମାନେ ତାଙ୍କ ଠାରୁ ଶିକ୍ଷକ କ’ଣ ଆଶା  କରୁଛନ୍ତି ତାହା ଜାଣିପାରନ୍ତି।କାର୍ଯ୍ୟ ସେସ କରିବା ପରେ ମଧ୍ୟ ଶିକ୍ଷକଙ୍କ ପ୍ରତିପୁଷ୍ଟି ପାଇଥାନ୍ତି।ଗଠନମୂଳକ ପ୍ରତିପୁଷ୍ଟି ଦ୍ଵାରା ନିଜର କାର୍ଯ୍ୟଧାରାକୁ ଉନ୍ନତ କରିପାରନ୍ତି ।

ତଦାରଖ : ସଫଳ ଶିକ୍ଷକ ଅଧିକାଂଶ ସମୟରେ ଶିକ୍ଷାର୍ଥୀମାନଙ୍କ କାର୍ଯ୍ୟର ତଦାରଖ କରିଥାନ୍ତି ।ଏଥିପାଇଁ ସେମାନଙ୍କୁ ଶ୍ରେଣୀରେ ଶିକ୍ଷାରଥିମାନଙ୍କୁ ଶୁଣିବା ଓ ପର୍ଯ୍ୟବେକ୍ଷଣ କରିବାକୁ ପଡେ। ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଅଗ୍ରଗତିକୁ ତଦାରଖ କରିବା ଜଟିଳ କାର୍ଯ୍ୟ । ଏହା ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରେ-

  • ଉଚ୍ଚତର ଗ୍ରେଡ ହାସଲ କରିବାରେ
  • ସେମାନଙ୍କ କାର୍ଯ୍ୟଧାରା ସମ୍ବନ୍ଧରେ ସଚେତନ କରିବାରେ ଏବଂ ଶିକ୍ଷଣକାର୍ଯ୍ୟ ପାଇଁ ଦାୟିତ୍ଵବନ ହେବାରେ
  • ଶିକ୍ଷଣକୁ ଉନ୍ନତ କରିବାରେ
  • ରାଜ୍ୟ ଓ ସ୍ଥାନୀୟ ମାନଙ୍କ ପରୀକ୍ଷଣରେ ସଫଳତା ପାଇବା ସମ୍ବନ୍ଧରେ ପୂର୍ବାନୁମାନ କରି କହିବାରେ ।

ଏହା ମଧ୍ୟ ଶିକ୍ଷକଭାବରେ ଆପଣଙ୍କୁ ନିମ୍ନ କାର୍ଯ୍ୟଗୁଡିକ ସ୍ଥିର କରିବାରେ ସାହାଯ୍ୟ କରେ:

  • କେତେବେଳେ ପ୍ରଶ୍ନ ପଚାରିବାରେ ବା ମନେପକେଇବେ
  • କେତେବେଳେ ପ୍ରସଂଶା କରିବେ
  • ଆହ୍ଵାନ ଦେବାକୁ ଥିଲା କିବିଭିନ୍ନ ଦଳର ଶିକ୍ଷାର୍ଥୀଙ୍କୁ
  • କାର୍ଯ୍ୟରେ କିପରି ଜୀବିତ କରାଯିବ
  • ଭୁଲ ପାଇଁ କ’ଣ କରିବାକୁ ହେବ

ଶିକ୍ଷଣର ପ୍ରଗତି ସମ୍ବନ୍ଧୀୟ ସ୍ପଷ୍ଟ ଓ ତୁରନ୍ତ ପ୍ରତିପୁଷ୍ଟି ଦେଲେ ଶିକ୍ଷାର୍ଥୀମାନେ ସବୁଠାରୁ ଅଧିକ ଉନ୍ନତି କରନ୍ତି । ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ସମୟରେ କିପରି ଭାବରେ ଶିକ୍ଷା କରୁଛନ୍ତି,ଶିକ୍ଷଣରେ ଆଗୁଆ ହେବା ପାଇଁ କ’ଣ କରିବା ଆବଶ୍ୟକ ତାହା ଜଣାଇବା ପାଇଁ ତଦାରଖ କରିବା ଜରୁରୀ।ତଦାରଖ କରିବା ଦ୍ଵାରା ଶିକ୍ଷାର୍ଥୀମାନଙ୍କୁ ନିୟମିତ ପ୍ରତିପୁଷ୍ଟ ଦେବାରେ  ଆପଣ ସମର୍ଥ ହୁଅନ୍ତି ।

ଶିକ୍ଷାର୍ଥୀମାନଙ୍କୁ ନିଜର ଶିକ୍ଷଣ ଲକ୍ଷ ସ୍ଥିର କରିବାରେ ସାହାଯ୍ୟ କରିବା ଆପଣଙ୍କ ପାଇଁ ଏକ ଆହ୍ଵାନ ହୋଇଥାଏ । ନିଜ ପାଇଁ ଶିକ୍ଷଣ ଲକ୍ଷ ପ୍ରସ୍ତୁତ କରିବାକୁ ସ୍ଵ-ତଦାରଖ ମଧ୍ୟ କୁହାଯାଏ । ଶିକ୍ଷଣରେ ଦୁର୍ବଳ ଶିକ୍ଷାର୍ଥୀମାନେ ନିଜେ କ’ଣ ଜାଣିଛନ୍ତି ବା କରିବେ ତାହା ଜାଣନ୍ତି ନାହିଁ। କିନ୍ତୁ ଆପଣ ଯେ କୌଣସି ଶିକ୍ଷାର୍ଥୀକୁ ତା’ର ପ୍ରକଳ୍ପ ପାଇଁ ପ୍ରସ୍ତୁତ କରିବା ,ଶିକ୍ଷଣକାର୍ଯ୍ୟ ପାଇଁ ଯୋଜନା କରିବା,ନିର୍ଦ୍ଧିଷ୍ଟ ସମୟସୀମାରେ କାର୍ଯ୍ୟ ସେସ କରିବା ,ନିଜର ପ୍ରଗତି ସମ୍ବନ୍ଧରେ ସ୍ଵ-ତଦାରଖ କରିବା ଆଦି ବିଷୟରେ ସାହାଯ୍ୟ କରିପାରିବେ । ଏପରି ଏକ କାର୍ଯ୍ୟଧାରା ଅଭ୍ୟାସ କରି ସ୍ଵ-ତଦାରଖ ଦକ୍ଷତା ରେ ନିପୁଣତା ହାସଲ ଦ୍ଵାରା ବିଦ୍ୟାଳୟରେ ତଥା ଜୀବନସାରା ସୁଫଳ ପାଇପାରିବେ ।

ଶିକ୍ଷାର୍ଥୀମାନଙ୍କ କଥା ଶୁଣିବା ଓ ପର୍ଯ୍ୟବେକ୍ଷଣ କରିବା :

ପ୍ରାୟତଃ ଅଧିକାଂଶ ସମୟରେ ଶିକ୍ଷାର୍ଥୀମାନଙ୍କର କଥା ଶୁଣିବା ଓ ସେମାନଙ୍କ କାର୍ଯ୍ୟକଳାପ ଅନୁଧ୍ୟାନ କରିବା ଶିକ୍ଷକଙ୍କର ସ୍ଵାଭାବିକ କାର୍ଯ୍ୟ । ଏହା ତଦାରଖ ଏକ ସରଳ ସାଧନ,ଉଦାହରଣ ସ୍ୱରୂପ ଆପଣ

  • ଶିକ୍ଷାର୍ଥୀମାନଙ୍କ ସରବ ପଠନ ଶୁଣିପାରନ୍ତି।
  • ଯୋଡି ବା ଦଳଗତ କାର୍ଯ୍ୟ ସମୟରେ କରୁଥିବା ଆଲୋଚନା ଶୁଣିପାରନ୍ତି।
  • ଶ୍ରେଣୀ କକ୍ଷରେ ବା ବାହାରେ ଶିକ୍ଷାର୍ଥୀମାନଙ୍କର ସମ୍ବଳ ବ୍ୟବହାର କୁ ପର୍ଯ୍ୟବେକ୍ଷଣ କରିପାରନ୍ତି ।
  • ଦଳଗତ କାର୍ଯ୍ୟ କରିବା ସମୟରେ ଶିକ୍ଷାର୍ଥୀମାନଙ୍କ ଅଙ୍ଗଭଙ୍ଗୀ ପର୍ଯ୍ୟବେକ୍ଷଣ କରିପାରନ୍ତି ।

ଆପଣ ସଂଗ୍ରହ କରିଥିବା ପର୍ଯ୍ୟବେକ୍ଷଣଜନିତ ତଥ୍ୟ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ବା ପ୍ରଗତି ସମ୍ବନ୍ଧୀୟ ପ୍ରକୃତ ତଥ୍ୟ ହେବା ଉଚିତ। ଏହା ଏକମାତ୍ର ପ୍ରମାଣପାତ୍ର ଯେଉନଥିରୁ ଆପଣ ଦେଖିପାରିବେ,ଶୁଣି ପାରିବେ,ଯୁକ୍ତିଯୁକ୍ତତା ଦର୍ଶାଇ ପାରିବେ ବା ହିସାବ କରିପାରିବେ ।

ଶିକ୍ଷାର୍ଥୀମାନେ ଶ୍ରେଣୀରେ କାର୍ଯ୍ୟ କରୁଥିବା ସମୟରେ ପର୍ଯ୍ୟବେକ୍ଷଣ ସମ୍ବନ୍ଧୀୟ ସଂକ୍ଷିପ୍ତ ତଥ୍ୟକୁ ଟିପି ରଖିବା ପାଇଁ ବୁଲି ଦେଖନ୍ତୁ,ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ନାମ ତାଳିକାଟିଏ ବ୍ୟବହାର କରିବା ଦ୍ଵାରା କେଉଁ ଶିକ୍ଷାର୍ଥୀ ଅଧିକ ସାହାଯ୍ୟ ଆବଶ୍ୟକ କରୁଛି,ଯେଉଁ ସବୁ ଅସୁବିଧା ଉପୁଜୁଛି ସେ ସବୁ ଲିପିବଦ୍ଧ କରିପାରିବେ । ଏହି ପର୍ଜ୍ୟବେକ୍ଷଣକୁ ବ୍ୟବହାର କରି ସମଗ୍ର ଶ୍ରେଣୀକୁ ପରାମର୍ଶ ଦେଇ ପାରିବେ ଏବଂ ପ୍ରତି ଶିକ୍ଷାର୍ଥୀ ବା ଦଳକୁ ଉତ୍ସାହିତ କରିପାରିବେ ।

ପ୍ରତିପୁଷ୍ଟି ଦେବା

ଦିଆଯାଇଥିବା ଶିକ୍ଷଣ ଲକ୍ଷ ହାସଲ ପାଇଁ କରିଥିବା କାର୍ଯ୍ୟ ସମବନ୍ଧ୍ୟା ତଥ୍ୟ ଦେବା ହେଉଛି ପ୍ରତିପୁଷ୍ଟି। ଉପଯୁକ୍ତ ପ୍ରତିପୁଷ୍ଟି ଶିକ୍ଷାର୍ଥୀମାନଙ୍କୁ ନିମ୍ନରେ ଦିଆଯାଇଥିବା ତଥ୍ୟ ଯୋଗାଏ

  • କ’ଣ ହେଲା ସେ ସମ୍ବନ୍ଧୀୟ ସୂଚନା
  • କାର୍ଯ୍ୟ ଓ କାର୍ଯ୍ୟ ପ୍ରକ୍ରିୟା କେତେ ଭଲ ଭାବରେ ହେଲା ତ’ର ମୂଲ୍ୟାୟନ
  • ସେମାନଙ୍କ କାର୍ଯ୍ୟଧାରା କିପରି ଉନ୍ନତ ହୋଇ ପାରିବା ସେ ସମ୍ବନ୍ଧରେ ଦିଗଦର୍ଶନ

ଆପଣ ଯେତେବେଳେ ପ୍ରତି ଶିକ୍ଷାର୍ଥୀଙ୍କୁ ପ୍ରତିପୁଷ୍ଟି ଦିଅନ୍ତି, ତାହା ସେମାନଙ୍କ ନିମ୍ନ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରେ

  • ପ୍ରକୃତରେ ସେମାନେ କ’ଣ କରିପାରିବେ ।
  • ବର୍ତ୍ତମାନ ସୁଦ୍ଧା ସେମାନେ କ’ଣ କରି ପାରି ନାହାନ୍ତି ।
  • ଅନ୍ୟମାନେଙ୍କ ତୁଳନାରେ କାର୍ଯ୍ୟ କିପରି ହୋଇଛି ।
  • ସେମାନେ କିପରି ଉନ୍ନତି କରିପାରିବେ ।

ଉପଯୁକ୍ତ ପ୍ରତିପୁଷ୍ଟି ହେଉଛି-

  • କେନ୍ଦ୍ରୀଭୂତ: ନିଆଯାଇଥିବା କାର୍ଯ୍ୟ ଏବଂ ଶିକ୍ଷାର୍ଥୀ ଆବଶ୍ୟକ କରୁଥିବା ଶିକ୍ଷଣ ଉପରେ ନିଜକୁ କେନ୍ଦ୍ରୀଭୂତ କରିବା
  • ସ୍ପଷ୍ଟ ଓ ସାଧୁତା: ସେମାନଙ୍କ ଶିକ୍ଷଣରେ କଣ ଭଲ ଓ ଶିକ୍ଷଣର ଉନ୍ନତି ପାଇଁ କଣ ଆବଶ୍ୟକ ତାହା ସ୍ପଷ୍ଟ ଓ ସାଧୁତା ସହ କହିବା ।
  • କରିବା ଯୋଗ୍ୟ: ଶିକ୍ଷାର୍ଥୀମାନେ ଯାହା କରିପାରିବେ ତାହା କରିବାକୁ କହିବା
  • ଉପଯୁକ୍ତ ଭାଷା :ଶିକ୍ଷାର୍ଥୀମାନେ  ବୁଝି ପାରିବା ଭଳି ଉପଯୁକ୍ତ ଭାଷା ବ୍ୟବହାର କରିବା ।
  • ଠିକ ସମୟ: ବହୁ ପୂର୍ବରୁ ପରାମର୍ଶ ଦିଆଗଲେ ଶିକ୍ଷାର୍ଥୀମାନେ ଭବିବେ “ମୁଁ ବର୍ତ୍ତମାନ ଏହା କରିବାକୁ ଯାଉଥିଲି” ।

ଡେରିରେ ପରମାସର ଦେଲେ ସେମାନଙ୍କ ଶିକ୍ଷଣର ଲକ୍ଷ ବଦଳି ଯାଇ ପାରେ। ଏବଂ ସେମାନେ ପଛକୁ ଫେରିବା ପାଇଁ ଚାହିଁ ନପରାନ୍ତି,ବର୍ତ୍ତମାନ କୁହାଯାଇଥିବା କାର୍ଯ୍ୟ କରିବେ ।

କଥିତ ପ୍ରତିପୁଷ୍ଟି ହେଉ ବା ଶିକ୍ଷାର୍ଥୀଙ୍କ କାର୍ଯ୍ୟ ପୁଷ୍ଟିକରେ ଲିଖିତ ହୋଇଥାଉ ,ନିମ୍ନରେ ଦିଆଯାଇଥିବା ଦିଗ୍ଦର୍ଶନ ଅନୁସରଣ କାଲେ ଏହା ଅଧିକ ଫଳପ୍ରଦ ହେବ ।

ପ୍ରଶଂସା ଓ ସାକରାତ୍ମକ ଭାଷା ବ୍ୟବହାର

ଅନ୍ୟ ଦ୍ଵାରା ସମାଲୋଚିତ ବା ସଂଶୋଧିତ ହେବା ଅପେକ୍ଷା ପ୍ରଶଂସିତ ବା ଉତ୍ସାହିତ ହେଲେ ଆମକୁ ଭଲ ଲାଗେ । ପୁନର୍ବଲନ ଏବଂ ସାକରାତ୍ମକ ଭାଷାର ବ୍ୟବହାର ସମଗ୍ର ଶ୍ରେଣୀ ଓ ସବୁ ବଯସର ଶିକ୍ଷାର୍ଥୀଙ୍କୁ ପ୍ରେରଣା ଯୋଗାଏ । ପ୍ରଶଂସା ଶିକ୍ଷାର୍ଥୀ ପାଇଁ ଉଦ୍ଦିଷ୍ଟ ନ ହୋଇ ତାର କାର୍ଯ୍ୟ ପାଇଁ ନିର୍ଦ୍ଧିଷ୍ଟ ଭାବେ ହେବା ଉଚିତ। ଅଯଥା ପ୍ରଶଂସା ଶିକ୍ଷାର୍ଥୀ ପାଇଁ ଉଦ୍ଧିଷ୍ଟ ନ ହୋଇ ତାର କାର୍ଯ୍ୟ ପାଇଁ ନିର୍ଦ୍ଧିଷ୍ଟ ଭାବେ ହେବ ଉଚିତ। ଅଯଥା ପ୍ରଶଂସା କରାଯିବା ଉଚିତ ନୁହେଁ । ନଚେତ ଏହା ସେମାନଙ୍କ ଶିକ୍ଷଣ ଆଗ୍ରଗତିରେ ସାହାଯ୍ୟ କରିବ ନାହିଁ ।“ଭଲ କରିଛ” । ଏହା ଅନିର୍ଦ୍ଧିଷ୍ଟଭାବରେ କରାଯାଇଥିବା ପ୍ରଶଂସା । ତେଣୁ ନିମ୍ନମଧ୍ୟରୁ କୌଣସିଟି କହିବା ଭଲ:

ଉତ୍ସାହିତ କରିବା ତଥା ସଂଶୋଧାନ କରିବାର ବ୍ୟବହାର ଶିକ୍ଷାର୍ଥୀମାନଙ୍କର ସହ ଆପଣଙ୍କ କଥୋପଠନ ସେମାନଙ୍କୁ ସେ ଶିକ୍ଷଣରେ ସାହାଯ୍ୟ କରେ। ସେମାନଙ୍କୁ ଉତ୍ତରଟି ଭୁଲ ବୋଲି କହି ଚୁପ ରହିଗଲେ ସେମାନେ ଆଗକୁ ଚିନ୍ତା ବା ଚେଷ୍ଟା କରନ୍ତି ନାହିଁ।ଯଦି ସେମାନଙ୍କୁ ସୂଚନାଟି ଏ ଦିଆଯାଏ ଏବଂ ଆଉ ଗୋଟିଏ ପ୍ରଶ୍ନ ପଚରାଯାଏ ତେବେ ସେମାନେ ଆଗକୁ ଚିନ୍ତା ବା ଚେଷ୍ଟା କରନ୍ତି ନାହିଁ। ଯଦି ସେମାନଙ୍କୁ ସୂଚନା ଟି ଏ ଦିଆଯାଏ ଏବଂ ଆଉ ଗୋଟିଏ ପ୍ରଶ୍ନ ପଚରାଯାଏ ତେବେ ସେମାନେ ଗଭୀର ଓ କ୍ଷିପ୍ର ବେଗରେ ଚିନ୍ତା କରନ୍ତି।ନିଜେ ଉତ୍ତରତି ଖୋଜିବା ପାଇଁ ଉତ୍ସାହିତ ହୁଅନ୍ତି।ଏହା ଦ୍ଵାରା ସେମାନେ ନିଜେ କିଛି ଶିଖିବା ନିଜର ଦାୟିତ୍ଵ ବୋଲି ମାନେ କରନ୍ତି। ଉଦାହରଣାସ୍ଵରୂପ: ଭିନ୍ନ ଦୃଷ୍ଟିକୋଣରୁ ଗୋଟିଏ ସମସ୍ଯା ଦେଇ ଶୀଘ୍ର ଉତ୍ତର ଦେବାକୁ ଉତ୍ସାହିତ କରି ପାରିବେ ।

ବନାନ କିମ୍ବା ସଂଖ୍ୟା ଗଣନା କରିବା ସମୟରେ “ହଁ” ବା “ନାହିଁ” ଦ୍ଵାରା ସଂଶୋଧନ କରିବା ଠିକ ହୋଇପାରେ କିନ୍ତୁ ଏଠାରେ ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଦେବା ପାଇଁ ନୂଆ ନୂଆ ଉପାୟ ନୂଆ ନୂଆ ଉପାୟ ମାନେ ପକାଇବା ପାଇଁ କହିପାରିବେ। ଏକାଭଳି ଉତ୍ତରକୁ ସମ୍ପର୍କିତ କରିବା କିମ୍ବା କୌଣସି ପ୍ରଶ୍ନର ଉତ୍ତର ଭୁଲ କାହିଁକି ହେବ,ଏହାର ଖୋଲା ଆଲୋଚନା କରିବା ପାଇଁ ସେମାନଙ୍କୁ ତତ୍ପର କରାଇବା ଦ୍ଵାରା ସମସ୍ତେ ଶିକ୍ଷଣରେ ଜଡିତ ରହିବେ ।

ସ୍ଵସଂଶୋଧନ ଏବଂ ସହପାଠୀଙ୍କ ଦ୍ଵାରା ସଂଶୋଧନ ଫଳପ୍ରଦ ହୋଇଥାଏ। ଶିକ୍ଷଣକାର୍ଯ୍ୟ କରିବା ସମୟରେ ନିଜେ ନିଜର କାର୍ଯ୍ୟ,ଜଣେ ଅନ୍ୟର କାର୍ଯ୍ୟ କିମ୍ବା ଯୋଡିରେ ଜଣେ ଅନ୍ୟର କାର୍ଯ୍ୟ ପାରଖୀ ଦେଖିବାକୁ କହି ସେମାନଙ୍କୁ ଉତ୍ସାହିତ କରିପାରିବେ। ଏକ ସମୟରେ ଗୋଟିଏ ଦୃଷ୍ଟିକୋଣରୁ ସଂଶୋଧନ କାର୍ଯ୍ୟକୁ କେନ୍ଦ୍ରୀଭୂତ କାଲେ ଅଧିକ ସନ୍ଦେହାତ୍ମକ ତଥ୍ୟ ରହେ ନାହିଁ ।

ସମ୍ବଳ 4: ବୋଧ ଶକ୍ତିର ବିକାଶ

ବିକଳ୍ପ ଭ୍ରାନ୍ତ ଧାରଣାଗୁଡିକର ପରିବର୍ତ୍ତନ କରିବା କଷ୍ଟକର। ଏହା ଅର୍ଥପୂର୍ଣ୍ଣ ବିଜ୍ଞାନ ଶିକ୍ଷଣରେ ବାଧା ସୃଷ୍ଟି କରେ। ତେଣୁ ଆପଣ ଏପରି ଉପାଯରେ ପଠା ପଢାଇବେ ଯେପରି କି ଶିକ୍ଷାର୍ଥୀନିଜ ଭୁଲ ଧାରଣା ର ପୁନର୍ଗଠନ କରି ବୁଝିଥିବା ଧାରଣାରେ ପରିବର୍ତ୍ତନ ଆଣି ପାରିବେ ।ସଙ୍ଗର ଓ ଗ୍ରୀନବୋ (2000)ବର୍ତ୍ତମାନର ଭାରନ୍ତ ଧାରଣା ପରିବର୍ତ୍ତନ କରି ନୂତନ ଧରଣର ସଂଯୋଜନା ଓ ପୁନର୍ଗଠନ ପାଇଁ ଆବଶ୍ଯକୀଯ ପରିବର୍ତ୍ତନ ଆଣିବା ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି ।

ଶିକ୍ଷକମାନେ କିପରି ଶିକ୍ଷାର୍ଥୀମାନଙ୍କର ବୈଜ୍ଞାନିକ ବୋଧଗମ୍ୟତା ଏବନ ବିକଳ୍ପ ଧାରଣାଗୁଡିକ ର ପରିବର୍ତ୍ତନ ସମ୍ବନ୍ଧୀୟ ବିକାଶ କରିବେ ସେ ବିଷୟରେ ଅନେକ ଗବେଷଣା ସନ୍ଦର୍ଭରେ ରହିଛି। କେବଳ କଥା  କହି ଶିକ୍ଷାର୍ଥୀମାନଙ୍କୁ କିଛି ତଥ୍ୟ ଜଣାଇଲେ,ଶିକ୍ଷଣ କେତେକ ସ୍ତଳରେ ଫଳପ୍ରଦ ହୋଇ ନ ଥାଏ । ଶିକ୍ଷାର୍ଥୀମାନଙ୍କର ନୂତନ ଧାରଣା ଗ୍ରହଣରେ ବିକଳ୍ପ ଧାରଣାଗୁଡିକ ବାଧା ସୃଷ୍ଟି କରିଥାଏ ସମୟ ସମୟରେ ନୂତନ ଧାରଣା ଗ୍ରହଣୀୟ ହୋଇ ନ ଥାଏ । ଶିକ୍ଷାର୍ଥୀମାନଙ୍କର ନୁଆଟଣା ଧାରଣା ଗ୍ରହଣରେ ବିକଳ୍ପ ଧାରଣାଗୁଡିକ ବାଧା ସୃଷ୍ଟି କରିଥାଏ। ସମୟ ସମୟରେ ନୂତନ ଧାରଣା ଗ୍ରହଣୀୟ ହୋଇ ନ ଥାଏ । ନିମ୍ନରେ କେତେକ ମୁଖ୍ୟ ପଠନର ତାଲିକା ବ୍ୟବହାର କରିବା ପାଇଁ ଦିଆଯାଇଛି ।

  1. ଜ୍ଞାନନାତ୍ମକ ଦ୍ଵନ୍ଦ – ଅନୁଭୂତି ଗତ ପ୍ରମାଣ ନିଜସ୍ଵ ଜ୍ଞାନକୁ ଭୁଲ ବୋଲି ପ୍ରମାଣ କାଲେ ଜ୍ଞାନାତ୍ମକ ଦ୍ଵନ୍ଦ ଉପୁଜେ । ଉଦାହରଣ : 0 ଡିଗ୍ରୀ ସେଲସିୟସ ରେ ଥିଲାବେଳେ ମଧ୍ୟ ବରଫ ଜଳକୁ ଅଧିକ ଥଣ୍ଡା କରେ। ଏହି ଧାରଣା ଥିଲେ ଦ୍ଵନ୍ଦ ପାଇଁ ସହଜରେ ପ୍ରମାଣ ଦେଇ ହେବ। ଜ୍ଞାନାତ୍ମକ ଦ୍ଵନ୍ଦ ସୃଷ୍ଟି ହେଉଥିବା ଘଟଣାଗୁଡିକ ସାବଧାନତାର ସହ ବ୍ୟବହାର କରିବା ଆବଶ୍ୟକ । ଦ୍ବନ୍ଦମୂଳକ ପ୍ରମାଣ ସହଜରେ ଦେଇ ହୁଏ। ଫଳ ସ୍ୱରୂପ ତଥ୍ୟଗୁଡିକ ସମ୍ବନ୍ଧରେ ଆପଣ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ଏପରି କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କୁ ଭ୍ରମରେ ନ ରଖିବା ପାଇଁ ଓ ସେହି ଧାରଣାକୁ ବଦଳାଇ ନୂଆ ତଥ୍ୟକୁ ସ୍ଥାନ ଦେବା ପାଇଁ କିଛି କରିବାକୁ ପଡିବ । ତେଣୁ ଶିକ୍ଷାର୍ଥୀ ପାଇଁ ଯୁକ୍ତିସଙ୍ଗତ ବ୍ୟାଖ୍ୟା କିମ୍ବା ବୁଝିହେଲା ଭଳି ଅର୍ଥପୂର୍ଣ୍ଣ ।
  2. ସଦୃଶ ବସ୍ତୁ ଏବଂ  ପ୍ରତିରୂପ- ନୁଆଟଣା ତଥ୍ୟର ଉପସ୍ଥାପନ କରିବା ସମୟରେ ସାଦୃଶ ବସ୍ତୁ ଓ ପ୍ରତିରୂପ ବ୍ୟବହାର ଉପାଦେଯ ।ଉଦାହରଣାସ୍ଵରୂପ ଶିକ୍ଷାର୍ଥୀମାନଙ୍କୁ ଗରମ ଓ ଥଣ୍ଡା ଜଳରେ ଥିବା ଜଳ ଅନୁର ପ୍ରତିରୂପ ରୂପେ ବ୍ୟବହାର କରି ପାରିବେ ।
  3. ଆଲୋଚନା ସମୟ- ଶିକ୍ଷଣ ବ୍ୟକ୍ତିଗତ କାର୍ଯ୍ୟ ନୁହେଁ ।ଏହା ଏକ ସାମାଜିକ କାର୍ଯ୍ୟ,ଆଲୋଚନା ସମୟରେ ବିତରକାରୁ ଏହା ଜଣାପଡେ। ଆଲୋଚନା ମାଧ୍ୟମରେ ଶିକ୍ଷାର୍ଥୀମାନେ ସେମାନଙ୍କ ନିଜର ବିଶ୍ଵାସ ଓ ଅନ୍ୟମାନଙ୍କର ବିଶ୍ବାସକୁ ତୁଳନା କରିପାରନ୍ତି । ଆଲୋଚନା ମାଧ୍ୟମରେ ଶିକ୍ଷାର୍ଥୀମାନେ ସେମାନଙ୍କ ନିଜର ବିଶ୍ଵାସ ଓ ଅନ୍ୟମାନଙ୍କର ବିଶ୍ବାସକୁ ତୁଳନା କରିପାରନ୍ତି । ଆଲୋଚନା କରିବା ଦ୍ଵାରା ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବାରେ ସମର୍ଥ ହୁଅନ୍ତି । ନୂତନ ତଥ୍ୟ ସପକ୍ଷରେ ପ୍ରମାଣର ମୂଲ୍ୟ ସ୍ଥିର କରିପାରନ୍ତି । ଆଲୋଚନା ଜ୍ଞାନଗତ ଦ୍ବନ୍ଦତ୍ମକ ଅନୁଭୂତି ଓ ନୂତନ ତଥ୍ୟଗୁଡିକୁ ଉପଲବ୍ଦ୍ଧି କରିବାରେ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରେ । ଆଲୋଚନା କରିବା ଦ୍ଵାରା ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବାରେ ସାମର୍ଥ୍ୟ ହୁଅନ୍ତି। ନୂତନ ତଥ୍ୟଗୁଡିକୁ ଉପଲବ୍ଧି କରିବାରେ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରେ। ଆଲୋଚନାରେ ସମୟ ଅପଚୟ ହେଲେ ମଧ୍ୟ ଅର୍ଥପୂର୍ଣ ଶିକ୍ଷଣ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ।
  4. ବିଜ୍ଞାନର ଇତିହାସ – ଶିକ୍ଷାର୍ଥୀମାନଙ୍କ ପାଇଁ ବିଜ୍ଞାନ କଷ୍ଟକର ହୋଇଥାଏ। ସେମାନେ ବିଜ୍ଞାନକୁ”ବୁଦ୍ଧିମାନ” ବ୍ୟକ୍ତିଙ୍କ ସହ ସମପୁରୁକ୍ତ କରନ୍ତି । କାରଣ ଅତୀତରେ କେତେକ ଅତି ଚାଳକ ବୈଜ୍ଞାନିକ ଅନୟମାନନକ ପରି ବିଜ୍ଞାନ ଈଶ୍ବରଙ୍କ ଦାନ ଭାବି ନିଜର ମତ ପ୍ରକାଶ କରିଛନ୍ତି । ବହୁ ଲେଖକ (ମନସ ଏବଂ ଭକ୍ୟୁ ଯେ ଅବାକ 2006) ବୈଜ୍ଞାନିକ ଧାରଣାର ପରିବର୍ତ୍ତନ କରାଇବା ପାଇଁ ଗଛ କଥନ ପନ୍ଥା ଅବଲମ୍ବନ ସପକ୍ଷରେ ମତ ଦିଅନ୍ତି । ବୈଜ୍ଞାନିକ ଧରଣର ବିବର୍ତ୍ତନ ବିଷୟ କ୍ରମଅନୁସାରେ କାହାଣୀରେ ଜଡିତ ହୋଇ ରହିଥାଏ । ସେହି ଧାରଣଗୁଡିକ ସରଳରୁ ଜଟିଳ ଓ ଅନ୍ତଦୃଷ୍ଟିର ଅମୂର୍ତ୍ତ ଦିଗକୁ ପରିବର୍ତ୍ତିତ ହୋଇଥାଏ । ଅତୀତର ବୈଜ୍ଞାନିକମାନଙ୍କ ଧାରଣାଗୁଡିକୁ ପରୀକ୍ଷା କରିବା ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ତଥ୍ୟଗୁଡିକ ଭୟ ନ କରି ପରୀକ୍ଷା କରିଥାନ୍ତି ।

ଆଧାର - ଟେସ- ଇଣ୍ଡିଆ

2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top