ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ବିଜ୍ଞାନରେ ଆଲୋଚନା : ଅପପୁଷ୍ଟି
ସେଆର କରନ୍ତୁ

ବିଜ୍ଞାନରେ ଆଲୋଚନା : ଅପପୁଷ୍ଟି

ପ୍ରାରମ୍ଭିକ ବିଜ୍ଞାନର ବିଭିନ୍ନ ପ୍ରସଙ୍ଗଗୁଡ଼ିକ ସମ୍ବନ୍ଧରେ ଶିକ୍ଷାର୍ଥୀମାନେ ଅଧିକରୁ ଅଧିକ ଜ୍ଞାନ ଆହାରଣ କରିବା ପାଇଁ "ଆଲୋଚନା' ଏକ ଫଳପ୍ରଦ ମାଧ୍ୟମ ବିଶେଷ କରି ସମ୍ବେଦନଶୀଳ ପ୍ରସଙ୍ଗ ଉଦାହରଣ ସ୍ଵରୂପ ‘ଅପପୁଷ୍ଟି' ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ପ୍ରାରମ୍ଭିକ ବିଜ୍ଞାନର ବିଭିନ୍ନ ପ୍ରସଙ୍ଗଗୁଡ଼ିକ ସମ୍ବନ୍ଧରେ ଶିକ୍ଷାର୍ଥୀମାନେ ଅଧିକରୁ ଅଧିକ ଜ୍ଞାନ ଆହାରଣ କରିବା ପାଇଁ "ଆଲୋଚନା' ଏକ ଫଳପ୍ରଦ ମାଧ୍ୟମ ବିଶେଷ କରି ସମ୍ବେଦନଶୀଳ ପ୍ରସଙ୍ଗ ଉଦାହରଣ ସ୍ଵରୂପ ‘ଅପପୁଷ୍ଟି' । ଅନେକ ସମୟରେ ଆମେ ଶିକ୍ଷାର୍ଥୀଙ୍କୁ ସୁବିଧା ନଦେଇ ମଧ୍ୟ ବିଜ୍ଞାନ ଭିତ୍ତିକ ଧାରଣା, ସୂଚନା, ତଥ୍ୟ ପ୍ରମାଣକୁ ଗ୍ରହଣ କରିବାକୁ ବାଧ୍ୟ କରୁ । ଶ୍ରେଣୀଗୃହରେ 'ଆଲୋଚନା’ ମାଧ୍ୟମକୁ ଗ୍ରହଣ କରି ଶିକ୍ଷାର୍ଥୀଙ୍କ ନିର୍ଣ୍ଣାୟକ ଚିନ୍ତନ କୌଶଳ ବିକାଶ କରାଇ ପାରିବା, ଯେପରି ସେମାନେ ସଂପର୍କିତ ପ୍ରମାଣକୁ ଭିତ୍ତିକରି ତାଙ୍କ ଦୃଷ୍ଟିଭଙ୍ଗୀରୁ ଯୁକ୍ତିଯୁକ୍ତ ଭାବରେ ନିଜ ମତାମତକୁ ପ୍ରକାଶ କରିପାରନ୍ତି ।

ଏହି ଏକକରେ କିପରି ଶ୍ରେଣୀଗୁହରେ ଆଲୋଚନା ମାଧ୍ୟମରେ ଉପକ୍ରମ ପରିଚାଳନା ଦକ୍ଷତା ଓ ପ୍ରସଙ୍ଗ ଶେଷ କରିବା ଦକ୍ଷତାକୁ ବ୍ୟବହାର କରି ଶିକ୍ଷାର୍ଥୀଙ୍କ କଥୋପକଥନ ଦକ୍ଷତାକୁ ଆଗେଇ ନିଆଯାଇପାରିବ ବର୍ଣ୍ଣନା ହୋଇଛି । ଶ୍ରେଣୀଗୃହରେ ଅପପୁଷ୍ଟି ଓ ଖାଦ୍ୟ ସଂପର୍କରେ ଫଳପ୍ରଦ, ଆଲୋଚନା ପାଇଁ ପରିବେଶରୁ ଉଦାହରଣ ଦେଇ ଅଧିକ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବା ପାଇଁ ବିଭିନ୍ନ କୌଶଳ ଗ୍ରହଣ କରାଯାଇପାରିବ ।

ଏକକରୁ କ'ଣ ଶିଖିବେ

  • ନିର୍ଣ୍ଣାୟକ ଚିନ୍ତନ ଦକ୍ଷତାର ବିକାଶ କରିବା ପାଇଁ ଆଲୋଚନା ଏକ ଉପଯୋଗୀ ପନ୍ଥା ।
  • ଯେକୌଣସି ପ୍ରସଙ୍ଗ ଯଥା- ‘ ଅପପୁଷ୍ଟି' ପ୍ରସଙ୍ଗକୁ ଗଭୀର ଭାବରେ ବୁଝିବା ପାଇଁ ଆଲୋଚନା ପଦ୍ଧତିକୁ ଏକ ଫଳପ୍ରଦ ମାଧ୍ୟମ ଭାବରେ ବ୍ୟବହାର କରାଯାଇପାରିବ ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

କୌଣସି ବିଜ୍ଞାନ ଭିତ୍ତିକ ଧାରଣା, ସମସ୍ୟା ଓ ମୂଲ୍ୟବୋଧ ସଂପର୍କରେ ଧାରଣା ଗଠନ ଓ ବୁଝିବା ପାଇଁ ଆଲୋଚନା ଏକ ସକ୍ରିୟ ମାଧ୍ୟମ । ଶିକ୍ଷାର୍ଥୀମାନଙ୍କର ଅପପୁଷ୍ଟି ସଂପର୍କରେ ନିଜସ୍ଵ କିଛି ଧାରଣା ରହିଥିବ । ଏହି ଧାରଣା ହୁଏତ ପୂର୍ବରୁ ବିଦ୍ୟାଳୟରେ ପଢ଼ାଯାଇଥିବା ବିଜ୍ଞାନ ପାଠରୁ, ନିଜସ୍ଵ ଅନୁଭୂତି ତଥା ପରିବାରରୁ ଆସିଥାଇପାରେ । ଶିଶୁମାନଙ୍କୁ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ସୁଯୋଗ ଦେଲେ ଭବିଷ୍ୟତରେ ବୟସ୍କ ଓ ପରିପକ୍ଵ ହେବା ସମୟରେ ଜୀବନ ସଂପର୍କିତ ନିଷ୍ପତି ନେବା ପାଇଁ ସାହାଯ୍ୟ କରିବ ବୋଲି ଶିକ୍ଷାର୍ଥୀମାନଙ୍କ ଜ୍ଞାନର ପରିସର ବୃଦ୍ଧି ହେବ ।

ଗୋଟିଏ ଫଳପ୍ରଦ, ଆଲୋଚନାରେ ଶିକ୍ଷାର୍ଥୀଙ୍କୁ ପରଷ୍ପର ମଧ୍ୟରେ ପ୍ରସଙ୍ଗରେ ଥିବା ଅବଧାରଣା ବିଷୟରେ ଅଧିକରୁ ଅଧିକ ଅନ୍ୱେଷଣ କରିବା ପାଇଁ କଥାବାର୍ତ୍ତା ହେବାକୁ ଉତ୍ସାହିତ କରାଯାଏ । କଥାବାର୍ତ୍ତା ହିଁ ଏକ ବଳିଷ୍ଠ ମାଧ୍ୟମ ଯାହା ସାହାଯ୍ୟରେ ଶିକ୍ଷାର୍ଥୀମାନେ ପ୍ରସଙ୍ଗ ସଂପର୍କରେ ଅଧିକରୁ ଅଧିକ ଗଭୀର ଭାବରେ ଭାବି ପାରନ୍ତି । ଜଣେ ଅନ୍ୟ ଜଣଙ୍କ ଠାରୁ ଶିଖିବାକୁ କେବଳ ସାହାଯ୍ୟ କରେ। ତା ନୁହେଁ ବରଂ ନିଜ ଭିତରେ ଥିବା ଦ୍ଵନ୍ଦାତ୍ମକ ଚିନ୍ତାକୁ ଦର୍ଶାଏ ଯାହା ଆପଣଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ସିଧାସଳଖ ଶିକ୍ଷଣ ପାଇଁ ଯୋଜନା କରିବାରେ ସାହାଯ୍ୟ କରେ । ଆପଣ ଶିକ୍ଷାର୍ଥୀଙ୍କୁ ବିଜ୍ଞାନ ସଂପର୍କରେ କଥାବାର୍ତ୍ତା ହେବାରେ ଓ ସେମାନଙ୍କ ଧାରଣାକୁ ପରସ୍ପର ମଧ୍ୟରେ ବିନିମୟ କରିବା ନିମିତ୍ତ ପ୍ରାରମ୍ଭିକ ସ୍ତରରୁ ସାହାର୍ଯ୍ୟ ଓ ସହାୟତା କଲେ ତାହା ସେମାନଙ୍କୁ ଦ୍ଵାରା ତାହା ପରବର୍ତ୍ତୀ ଜୀବନରେ ତର୍କ କରିବାରେ ସକ୍ଷମ କରାଏ ।

ଆଲୋଚନା ଟି କ'ଣ

ଦୁଇ ବା ଅଧିକ ବ୍ୟକ୍ତିଙ୍କୁ ନେଇ ଏକ ଦଳ ମଧ୍ୟରେ ଅନୁସନ୍ଧାନମୂଳକ କ୍ରିୟାପ୍ରତିକ୍ରିୟା ପାଇଁ ‘ଆଲୋଚନା' ଏକ ଛତା ସଦୃଶ ପଦ ଅଟେ ।

ତର୍କ ଏକ ଔପଚାରିକ (ଗଭୀରତ୍ତମ ଅଧ୍ୟୟନ ପାଇଁ) ଆଲୋଚନା ଯେଉଁଥିରେ ଦୁଇଟି ସ୍ଵତନ୍ତ ମତ ବା ଦୁଇଟି ଭିନ୍ନ ମତାମତ ଥାଏ । ଏହି ଏକକରେ ଆଲୋଚନା ଶବ୍ଦଟି ଉଭୟ ପ୍ରକାର ଦଳଗତ କ୍ରିୟା ପ୍ରତିକ୍ରିୟା ପାଇଁ ବ୍ୟବହାର କରାଯାଇଛି ।

ପରିସ୍ଥିତି ଅନୁଧ୍ୟାନ ୧: ଶିକ୍ଷାର୍ଥୀଙ୍କ ଧାରଣାର ଅନ୍ୱେଷଣ ପାଇଁ ଆଲୋଚନାକୁ ବ୍ୟବହାର କରିବା

ଶ୍ରୀମତୀ ଆଶାରଥ ତାଙ୍କ ସହକର୍ମୀ ସୁମନ ଦେବୀଙ୍କ ସହ ପାଠ ସଂପର୍କରେ ଆଲୋଚନା କରନ୍ତି । ସୁମନ ଦେବୀ ମଧ୍ୟ କୌଣସି ପ୍ରସଙ୍ଗକୁ ନେଇ ଶିକ୍ଷାର୍ଥୀଙ୍କ ମଧ୍ୟରେ ଆଲୋଚନା କରିବାକୁ ଶ୍ରୀମତୀ ରଥଙ୍କୁ ଉତ୍ସାହିତ କରନ୍ତି ।

ଶ୍ରେଣୀରେ ବିଜ୍ଞାନ ସଂପର୍କିତ ପ୍ରବନ୍ଧ ପାଠ କଲାପରେ ଆଲୋଚନା କରିବା ଦ୍ଵାରା ତାହା କିପରି ଅଧିକରୁ ଅଧିକ ଭାବିବା ପାଇଁ ଶିକ୍ଷାର୍ଥୀଙ୍କୁ ସକ୍ଷମ କରାଇଲା। ସେ ବିଷୟରେ ଶ୍ରୀମତୀ ରଥଙ୍କୁ ସୁମନ ଦେବୀ କହିଲେ । ସୁମନଙ୍କ ଉତ୍ସାହ ଏବଂ ବର୍ଣ୍ଣନା କରିବା ଶୈଳୀରୁ ଜାଣିଲି ଶିକ୍ଷାର୍ଥୀମାନେ କିପରି ଆଲୋଚନାରେ ଭାଗ ନେଲେ ଓ କ୍ରିୟା ପ୍ରତିକ୍ରିୟା କଲେ ତାହା ମୋତେ ଆଲୋଚନା କରିବାକୁ ପ୍ରେରଣା ଯୋଗାଇଲା ଓ ମୁଁ ସେପରି କରିବାକୁ ରାଜି ହେଲି । ଏହା କରିବାକୁ ମୁଁ ଭୟ ପାଉଥିଲି କିନ୍ତୁ ତାଙ୍କ ସାହାଯ୍ୟ ନେଇ "ସୁଷମ ଖାଦ୍ୟ କ'ଣ" ପ୍ରସଙ୍ଗ ପାଇଁ ଯୋଜନାଟିଏ କରିବାକୁ ସକ୍ଷମ ହେଲି ।

ମୁଁ ମୋର ଚତୁର୍ଥ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ନେଇ କ'ଣ କରିବାକୁ ଚାହୁଁଛି ଓ ତାହା ବୁଝାଇଲି । ବିଜ୍ଞାନ ସମ୍ବନ୍ଧୀୟ ସମସ୍ୟାକୁ ଯୋଡିରେ ବା ଛୋଟ ଦଳରେ କଥା ହେବାକୁ ସାହାଯ୍ୟ କଲି । କିନ୍ତୁ ଏହା ଖୋଲା ଆଲୋଚନା ଥିବାରୁ ମୁଁ ଦୁଇଜଣିଆ ଆଲୋଚନା ଫଳପ୍ରଦ ହେବ ବୋଲି ମୁଁ ନିଶ୍ଚିତ ନଥିଲି ତେଣୁ ମୁଁ ୪/୫ ଜଣିଆ ଦଳ ଗଠନ କରିବାକୁ ସ୍ଥିର କଲି ।

କଳାପଟାରେ ଦୁଇଟା ଖାଦ୍ୟର ଥାଳି ଆଙ୍କିଲି । ଗୋଟିଏ ଥାଳିରେ କେବଳ ଶ୍ଵେତସାର ଜାତୀୟ ଖାଦ୍ୟ ଥିଲା ଓ ଅନ୍ୟଟିରେ ଶ୍ଵେତସାର ସହ କୁକୁଡ଼ା ମାଂସ, ପରିବା ମିଶାମିଶି ଖାଦ୍ୟ ଥିଲା । ମୁଁ ସେମାନଙ୍କୁ ପଚାରିଲି ଏହି ଦୁଇଟି ଥାଳି ମଧ୍ୟରୁ କେଉଁଟିକୁ ସୁଷମ ଖାଦ୍ୟର ଥାଳି ବେଲି କହିବା ? ସେମାନଙ୍କୁ ମୁଁ କିଛି ସମୟ ଆଲୋଚନା କରି ମତାମତ ଦେବାକୁ କହିଲି । ମୁଖ୍ୟ କଥାଗୁଡ଼ିକ କଳାପଟାରେ ଲେଖିଲି । ତା ମଧ୍ୟରେ ସେମାନଙ୍କ ମତାମତ ଓ ପ୍ରଶ୍ନ ଥିଲା ଯେପରି ଉଭୟ ଥାଳି ଠିକ ଅଛି କି ? ମୁଁ କୁକୁଡା ମାଂସ ଭଲ ପାଏ ନାହିଁ । ତେଣୁ ମୁଁ ତାହା ଖାଇବି ନାହିଁ । ସବୁ ଖାଦ୍ୟ ସୁଷମ ହେବା ଜରୁରୀ କି ? ଯଦି ଆମେ କେବଳ ପରିବା ଖାଇବା ତେବେ କ'ଣ ହେବ ? ତାହା ସୁଷମ କି ? ମୁଁ ଏହା ଦେଖି ଖୁବ୍ ଚମକୃତ ହେଲି ଏବଂ ଶିକ୍ଷାର୍ଥୀଙ୍କୁ ସୁଷମ ଖାଦ୍ୟ କହିଲେ କ'ଣ ବୁଝନ୍ତି / ସେ ସମ୍ବନ୍ଧରେ ଅଧିକ କଥାବାର୍ତ୍ତା କରିବାକୁ କହିଲି । ଏହା ଦ୍ଵାରା ଅନେକ ମତାମତ ଓ ପ୍ରଶ୍ନ ଆସିଲା । ଏହା ଦ୍ଵାରା ସେମାନେ କେତେ ବୁଝିଛନ୍ତି ଓ କାହିଁକି ବୁଝିବାରେ ଅସୁବିଧା ରହିଛି, ବିଶେଷତଃ ଶର୍କରା ଓ ପୁଷ୍ଟିସାର ମଧ୍ୟରୁ କେଉଁ ପ୍ରକାର ସୁଷମତା ସେମାନେ ଆବଶ୍ୟକ କରନ୍ତି ଜାଣିପାରିଲି ଏବଂ ତା' ସହ ସୁଷମ ଖାଦ୍ୟ ନ ଖାଇଲେ ତା’ର ପ୍ରଭାବ କିପରି ପଡ଼େ ଜାଣିପାରିଲି ।

ମୋ ପରବର୍ତ୍ତୀ ପାଠ ସ୍ଵାସ୍ଥ୍ୟକର ଖାଦ୍ୟରେ କ’ଣ ସବୁ ଥାଏ ଜାଣିବା ପାଇଁ ଅଧିକ ସୁବିଧା ଯୋଗାଇଲା । ଏହି ଆଲୋଚନା ବାଟଟି ଶିକ୍ଷାର୍ଥୀଙ୍କ ବର୍ତ୍ତମାନ   ଜ୍ଞାନ ଆକଳନ କରିବା ପାଇଁ ଏକ ସହଜ ପନ୍ଥା ଅଟେ । ମୋ ଶିକ୍ଷାର୍ଥୀମାନେ କଥା ହେଲାବେଳେ ପ୍ରାଣବନ୍ତ ହୋଇଯାଉଥିଲେ । ମୁଁ ସେମାନଙ୍କୁ ଦେଖି ଖୁସି ହେଉଥିଲି ଯେ ସେମାନେ ପରସ୍ପରର କଥା ଶୁଣୁଥିଲେ। ଏପରିକି ବକ୍ତାଙ୍କ ସହ ସହମତି ନଥିଲେ ମଧ୍ୟ ସେମାନେ ଭଲ ଭାବେ ଶୁଣୁଥିଲେ ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ କେବେ ଶ୍ରେଣୀରେ ଆଲୋଚନା ପନ୍ଥାର ବ୍ୟବହାର କରିଛନ୍ତି କି ? ଯଦି କରିଛନ୍ତି। ଏହା କିପରି
  • ଆପଣ ଯଦି କେବେ ପୂର୍ବରୁ ଆଲୋଚନା କରି ନାହାନ୍ତି, ବିଜ୍ଞାନ ପାଠ ପଢାଇଲା ବେଳେ କେଉଁ ଭାବରେ ଆଲୋଚନା ପନ୍ଥା ବ୍ୟବହାର କରିହେବ ଚିନ୍ତା କରି ପାରିବେ କି ?

୨ ଆଲୋଚନାକୁ ଉତ୍ସାହିତ କରିବା

ଶିକ୍ଷାର୍ଥୀ-ଶିକ୍ଷାର୍ଥୀ ଓ ଶିକ୍ଷକ-ଶିକ୍ଷାର୍ଥୀଙ୍କ କଥାବାର୍ତ୍ତା ଗୋଟିଏ ଭଲ ଆଲୋଚନାର ଅନ୍ତର୍ଭୁକ୍ତ । ଯେତେବେଳେ ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ମଧ୍ୟସ୍ତି ବିନା ନିଜ ନିଜ ମଧ୍ୟରେ ଆଲୋଚନା କରନ୍ତି ତାହା ସେମାନଙ୍କୁ ନିର୍ଭୟ କରେ – ଶିକ୍ଷାର୍ଥୀମାନେ କ୍ଷତିର ଆଶଙ୍କାକୁ ଗ୍ରହଣ କରନ୍ତି ଏବଂ ଅଧା ଗଠିତ ଧାରଣାକୁ ବିନିମୟ କରିଥାନ୍ତି ।

ସେ ଯାହା ହେଉ କେତେକ ଶିକ୍ଷାର୍ଥୀ ଅନ୍ୟ ଶିକ୍ଷାର୍ଥୀମାନଙ୍କ ସାମ୍ନାରେ ଅନେକ ସମୟରେ କଥା ହେବାକୁ ଦ୍ଵିଧା କରନ୍ତି କାରଣ ସେମାନେ ନିଜର ଅଜ୍ଞତା ଜଣାଇବାକୁ ଚାହାଁନ୍ତି ନାହିଁ । ଏପରି ଯଦି ହୁଏ ତେବେ ଶିକ୍ଷାର୍ଥୀଙ୍କୁ ସହାୟତା ଦେବା ଜରୁରୀ ଯାହାଦ୍ଵାରା ଶିକ୍ଷାର୍ଥୀମାନେ ଆତ୍ମବିଶ୍ଵାସୀ ହେବେ ଓ ହୃଦବୋଧ କରିବେ ଯେ ତାଙ୍କ କଥା ଅନ୍ୟମାନେ ଗ୍ରହଣ କରିବେ ଓ ତାଙ୍କ ପ୍ରତି ସମ୍ବେଦନଶୀଳ ହେବେ ।

ଶିକ୍ଷକ ହିସାବରେ ପ୍ରସଙ୍ଗ ସଂପର୍କିତ କିଏ କ’ଣ କରୁଛି, କହୁଛି ଜାଣିବାରେ ଆଗ୍ରହୀ ହେବା ଦରକାର । ଗୋଟିଏ ଫଳପ୍ରଦ, ଆଲୋଚନା ପାଇଁ ଅଧିକ ଜାଣିବା ପାଇଁ ବିଭିନ୍ନ ପ୍ରକାର ମତାମତ ଜାଣିବା ଏବଂ ଶ୍ରେଣୀଗୁହ ପରିବେଶକୁ ଏପରି କରିବା ଯେଉଁଠି ପ୍ରତ୍ୟେକଙ୍କ ପ୍ରଶ୍ନ ଓ ଅବଦାନକୁ ମୂଲ୍ୟ ଦିଆଯାଉଥିବା ଆବଶ୍ୟକ । ନିମ୍ନଶ୍ରେଣୀର ଶିକ୍ଷାର୍ଥୀଙ୍କ ସହ ଆଲୋଚନା ବେଳେ ବଡ଼ ଶ୍ରେଣୀ ଶିକ୍ଷାର୍ଥୀଙ୍କ ତୁଳନାରେ ସିମୀତ ଜ୍ଞାନ ଏବଂ ଅଭିଜ୍ଞତା ଅନୁସାରେ ବୈଦ୍ଧିକ ବିକାଶକୁ ଆଖି ଆଗରେ ରଖୁବା ଦରକାର ।

ଶ୍ରେଣୀ ଗୃହର ଆଲୋଚନାକୁ ସବଲୀଳ କଥୋପକଥନର ରୂପ ଦେବା ଆବଶ୍ୟକ ତାହା ସୁସଂଗଠିତ ହୋଇଥିବ । ବେଳେବେଳେ ଆଲୋଚନା ଗୁଡ଼ିକ ପର୍ଯ୍ୟାୟକ୍ରମେ ହୋଇପାରେ । ତେଣୁ ଦୁଇ ଜଣିଆ, ଦଳଗତ ଓ ସମସ୍ତ ଶିକ୍ଷାର୍ଥୀଙ୍କୁ ନେଇ ହୋଇପାରେ । (ସାଧନ-୧: 'ଯୋଡ଼ି କାର୍ଯ୍ୟ ଉପଯୋଗ’ର ସାରାଂଶରେ ଦୁଇଜଣିଆ ଆଲୋଚନାର ଉପକାରିତା ଓ ପରବର୍ତ୍ତୀ ଶ୍ରେଣୀ ପାଇଁ ସାହାଯ୍ୟ କରିପାରେ ।

ଶିକ୍ଷଣକାର୍ଯ୍ୟ ୧: ଆଲୋଚନାରେ ଯୋଡି କାର୍ଯ୍ୟର ବ୍ୟବହାର

ପୁଷ୍ଟି କମ୍ବା ଅପପୁଷ୍ଟି ସମ୍ବନ୍ଧରେ ଏକ ପ୍ରସଙ୍ଗ ବା ସମସ୍ୟାକୁ ନେଇ ଚିନ୍ତା କରନ୍ତୁ ଯାହା ଆପଣଙ୍କ ଶିକ୍ଷାର୍ଥୀମାନେ ପାଖରେ ବସିଥିବା ଶିକ୍ଷାର୍ଥୀସହ କଥାବାର୍ତ୍ତା କରିପାରିବେ । ଉଭୟ ବିଜ୍ଞାନ ଓ ଫଳପ୍ରଦ, ଆଲୋଚନାରେ ସକ୍ଷମ ହେବାକୁ ସେମାନେ ଅଭିଜ୍ଞତାରୁ କ’ଣ ଶିଖିବା ଆପଣ ଚାହାନ୍ତି ?

ଏଥିସହ ଶିକ୍ଷାର୍ଥୀମାନଙ୍କ ବୟସ ଓ ଦକ୍ଷତାର ପରିସର ଆପଣ ପଚାରିବାକୁ ଥିବା ପ୍ରଶ୍ନକୁ ନିର୍ଦ୍ଧାରଣ କରିବ । ଉଦାହରଣ ସ୍ଵରୂପ "ଯଦି ଆପଣ ନ ଖାଇବେ । ତେବେ ଆପଣଙ୍କ ଶରୀରର କ'ଣ ହେବ ? ଯଦି ଆପଣ କେବଳ ଭାତ ଖାଇବେ କ'ଣ ହେବ ? ' ଏପରି ପ୍ରଶ୍ନ ନିଦ୍ଧିଷ୍ଟ ଶିକ୍ଷାର୍ଥୀଙ୍କୁ ସ୍ପଷ୍ଟଭାବେ ପଚରାଯାଇପାରିବ । ବୟସ୍କ ଶିକ୍ଷାର୍ଥୀଙ୍କ ପାଇଁ ମଧ୍ୟ ଏ ପ୍ରଶ୍ନ ପଚରାଯାଇପାରେ କିନ୍ତୁ କିଛି ଅଧିକ ଧାରଣା ଥିବା ପ୍ରଶ୍ନ ଯେପରି ଆମେ କାହିଁକି ଖାଦ୍ୟ ଖାଉ ? ଆମେ ଯଦି ସଚେତନ ନ ହୋଇ ଖାଇବା କି ପ୍ରଭାବ ପଡ଼ିବ ? ପ୍ରଶ୍ନ ଗୁଡ଼ିକ ଚିହ୍ନଟ ହେଲାପରେ ଆପଣ ଭାବିବେ କାମଟିକୁ କେମିତି ଆରମ୍ଭ କରିବେ ଏବଂ ଯୋଡ଼ିଗୁଡ଼ିକୁ କିପରି ସଂଗଠିତ କରିବେ ଚିନ୍ତା କରନ୍ତୁ । ଶ୍ରେଣୀରେ ଯଦି ବେଶୀ ଶିକ୍ଷାର୍ଥୀ ଥାଆନ୍ତି, ତେବେ ସୁବିଧାନିମିତ୍ତ ଶିକ୍ଷାର୍ଥୀମାନେ ତାଙ୍କ ବାମ ପାଖରେ ଥିବା ଶିକ୍ଷାର୍ଥୀଙ୍କ ସହ କଥା ହୋଇ ପାରିବେ ।

ଆପଣଙ୍କ ଶିକ୍ଷାର୍ଥୀମାନେ ସମସ୍ୟା ସଂପର୍କରେ କଥାବାର୍ତ୍ତା ନିମିତ୍ତ ନିଜର ସହାୟତା ପାଇଁ ଅଧିକ ସୂଚନା ଆବଶ୍ୟକ କରିବେ କି ? ଯଦି ହଁ, ତେବେ ସେମାନେ ଏହି ସୂଚନା କେଉଁଠୁ ପାଇବେ ? ଏହା ଇଣ୍ଟରନେଟ୍, ରେଡ଼ିଓ, ଟେପରେକର୍ଡର, ଟି.ଭି. ପାଠ୍ୟ ପୁସ୍ତକ ରୁ ହୋଇପାରେ ବା ଆପଣ କିଛି ତଥ୍ୟ / ସୂଚନା କଳାପଟାରେ ଲେଖି ଦେଇ ପାରନ୍ତି । ସେମାନେ କଥା ହେଲାବେଳେ ଆପଣଙ୍କ ଭୂମିକା କ'ଣ ହେବ? ଆପଣ ସେମାନଙ୍କ ପାଖକୁ ଯାଇ ତାଙ୍କ ଆଲୋଚନା ଶୁଣିବେ କି ? ବା ଆପଣ ଯୋଡ଼ିଗୁଡ଼ିକ ସହ କଥାବାର୍ତ୍ତା କରିବେ କି ? ଯଦି ହଁ କାହିଁକି ? ନିଜେ ଆପଣଙ୍କ ଯୋଜନାକୁ ଲିପିବଦ୍ଧ କରନ୍ତୁ ଓ ପରେ ଆଲୋଚନା ଜାରି ରଖନ୍ତୁ ।

ଶିକ୍ଷଣ ନିମନ୍ତେ କଥାବାର୍ଭ

  • ଆପଣଙ୍କ ସାହାଯ୍ୟ ବିନା ଶିକ୍ଷାର୍ଥୀମାନେ ପରସ୍ପର ସହ କିପରି କଥାବାର୍ତ୍ତା କରିପାରନ୍ତି ?
  • ଆଲୋଚନାରେ କ’ଣ ସବୁ ଭଲ ହେଲା ? ଆପଣ କିପରି ଜାଣିଲେ ?
  • କେଉଁଟା ସେତେ ସଫଳ ହେଲା ନାହିଁ ? ଏହା କାହିଁକି ହେଲା ?
  • ଏହାର ପରିବର୍ତ୍ତନ ପାଇଁ ଆପଣ କ'ଣ କରି ପାରିବେ ?
  • କେଉଁ ଶିକ୍ଷାର୍ଥୀମାନଙ୍କୁ ସହାୟତା ଦେବାକୁ ଆପଣ ଆବଶ୍ୟକ କରିବେ

୩ ଆଲୋଚନା ଦକ୍ଷତାର ବିକାଶ କରିବା

ଯେତେ ଶୀଘ୍ର ଶିକ୍ଷାର୍ଥୀମାନେ ଶୁଣିବା ଓ ଉତ୍ତର କରିବା କୌଶଳ ଆୟତ୍ତ କରିବେ ସେମାନେ ଶ୍ରେଣୀ ଗୃହ ଆଲୋଚନାରେ ଭାଗ ନେଇ ପାରିବେ । ଶିକ୍ଷାର୍ଥୀମାନେ ଏକାଠି କାମ କରିବା ସେମାନଙ୍କ ଧାରଣାଗୁଡ଼ିକୁ ବୁଝିବା ପାଇଁ ବର୍ଣ୍ଣନା କରିବା ଓ ସହଭାଗୀ ହୋଇ, ସମାଧାନ କରିବା ପାଇଁ କେତେ ବେଶୀ ସୁବିଧା/ ସୁଯୋଗ ଚିହ୍ନଟ କରିବେ ତାହାହିଁ ଗୁରୁତ୍ଵପୂର୍ଣ୍ଣ । ବୈଜ୍ଞାନିକ ଆଲୋଚନା କଲାବେଳେ ଏହି କାମଗୁଡ଼ିକ ସେମାନଙ୍କୁ ସାହାଯ୍ୟ କରିବ ।

କାର୍ଯ୍ୟ ୧ ରେ ଆପଣ ହୁଏତ ଦେଖିଦେବ, ଶିକ୍ଷାର୍ଥୀମାନଙ୍କୁ ଯୋଡ଼ିରେ ଆଲୋଚନା କରିବାକୁ କହିବା ଆଲୋଚନାର ଗଭୀରତାକୁ ସୀମିତ କରିଥାଏ । ସେ ଯାହାହେଉ ଏକ ଆରମ୍ଭ ସୂଚକଭାବେ ଏହା ଏକ ସୁରକ୍ଷିତ ଓ ସହଜ ପ୍ରସଙ୍ଗ ଯେଉଁଥିରେ ଶିକ୍ଷାର୍ଥୀମାନେ ପରସ୍ପର ଭିତରେ ଧାରଣାଗୁଡ଼ିକ ବିନିମୟ ଓ ପ୍ରତ୍ୟୟ ବର୍ଣ୍ଣନା ମାଧ୍ୟମରେ ଶିକ୍ଷଣ ଆରମ୍ଭ କରିପାରିବେ ।

ବେଶୀ ଶିକ୍ଷାର୍ଥୀ ଥିବା ଶ୍ରେଣୀରେ ଯୋଡ଼ି ହୋଇ କାମ କରିବାକୁ କହିବା ଆପଣଙ୍କ ପାଇଁ ଶ୍ରେଣୀରେ ବୁଲିବା ଓ ଶୁଣିବା କଷ୍ଟକର ହୋଇପାରେ । ମାତ୍ର ଯେଉଁମାନଙ୍କର କଥା କହିବାରେ କମ୍ ଅତ୍ମବିଶ୍ଵାସ ଥାଏ ସେମାନଙ୍କ ପ୍ରତି ଆପଣ ଅଧିକ ଦୃଷ୍ଟି ଦେଇପାରିବେ ।

ଦଳଗତ ଆଲୋଚନା ପୁରା ଶ୍ରେଣୀରେ ଆଲୋଚନା କରିବାରେ ଆପଣ ଓ ଶିକ୍ଷାର୍ଥୀ ଉଭୟଙ୍କ ପାଇଁ ସମୟ ଓ ପ୍ରସ୍ତୁତି ଦରକାର, ମାତ୍ର ଆତ୍ମବିଶ୍ଵାସ ଆଗ୍ରହ, ପ୍ରେରଣା ଦୃଷ୍ଟିରୁ ସେମାନଙ୍କ ଉପଲବ୍ଧି ସହଜରେ ଦେଖି ହେବ । ( ଅଧିକ ଜାଣିବା ପାଇଁ ସମ୍ବଳ-୨ ଦଳଗତ କାର୍ଯ୍ୟର ବ୍ୟବହାର ଦେଖନ୍ତୁ) । ଅନେକ ଦଳ ମଧ୍ୟରୁ ଆପଣ କେତୋଟି ଛୋଟ ଦଳ ତଦାରଖ କରିବାକୁ ବାଛିବେ । ଆପଣ ସେମାନଙ୍କ କଥା ଶୁଣି ପାରିବେ । ଏକା ସାଙ୍ଗରେ କେତେ ଶିକ୍ଷାର୍ଥୀ କାର୍ଯ୍ୟ ଓ ପରିସ୍ଥିତି ପ୍ରତି ପ୍ରତିକ୍ରିୟାଶୀଳ ହୋଇପାରୁଛନ୍ତି ତାହା ଦେଖିପାରିବେ ।

ଶ୍ରୀଯୁକ୍ତ ବେହେରା ପରବର୍ତ୍ତୀ ପରିସ୍ଥିତି ଅନୁଧ୍ୟାନ ପାଇଁ ଦଳକୁ ବ୍ୟବହାର କରନ୍ତି । ଦେଖନ୍ତୁ ସେ କିପରି ଶିକ୍ଷାର୍ଥୀମାନଙ୍କୁ ସହାୟତା କରୁଛନ୍ତି |

ଦଳଗତ  କାର୍ଯ୍ୟର ବ୍ୟବହାର

ପରିସ୍ଥିତି ଅନୁଧ୍ୟାନ-୨ ଦଳଗତ ଆଲୋଚନା

ଶ୍ରୀଯୁକ୍ତ ବେହେରା ଶ୍ରେଣୀରେ ଆଲୋଚନା ମାଧ୍ୟମରେ ଅପପୁଷ୍ଠିର କାରଣ ସମ୍ବନ୍ଧରେ ବୁଝାଇବାକୁ ସ୍ଥିର କଲେ । ଅପପୁଷ୍ଠିର କାରଣ ଜଟିଳ ଓ ଦ୍ଵନ୍ଦାତ୍ମକ ହୋଇଥିବାରୁ, କୈବିକ, ସାମାଜିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ସେ ଏହି କୌଶଳକୁ ପସନ୍ଦ କଲେ, ତାଙ୍କ ଶିକ୍ଷାର୍ଥୀମାନେ ମଧ୍ୟ ସିଧାସଳଖ ଭାବେ କେତେକ ସନ୍ନିବେଶିତ ସମସ୍ୟା ସହ ସଂପର୍କିତ କରିପାରିବେ |

ମୁଁ ଚାରିଜଣିଆ ଦଳ କରି ପାଠଟିକୁ ଆରମ୍ଭ କଲି । ମୁଁ ଶିକ୍ଷାର୍ଥୀଙ୍କୁ ବୁଝାଇଲି ଯେ ସେମାନେ ଦୁଇଟି ପ୍ରଶ୍ନର ଉତ୍ତର କରିବାକୁ ଯାଉଛନ୍ତି । ମୁଁ ସେମାନଙ୍କୁ ଯେଉଁ ପ୍ରଥମ ପ୍ରଶ୍ନ ପଚାରିଲି ତାହା ହେଲା " ଅପପୁଷ୍ଟି କହିଲେ କ'ଣ ବୁଝାଯାଏ ? ସେମାନେ ନିଜର ଧାରଣାମାନ ବିନିମୟ କରିବା ପାଇଁ ୫ ମିନିଟ ସମୟ ଦେଲି ।

ମୁଁ ଚାହୁଁଥିଲି ଶିକ୍ଷାର୍ଥୀମାନେ ଖୋଲାରେ ନିଦ୍ଵିନ୍ଦରେ କଥା ହୁଅନ୍ତୁ । । ତେଣୁ ମୁଁ ଦଳରେ ଶିକ୍ଷାର୍ଥୀମାନଙ୍କୁ କିଛି ଦାୟିତ୍ଵ ଦେଲି ନାହିଁ ବା ସେମାନଙ୍କ ଧାରଣାଗୁଡ଼ିକୁ ଲେଖି ରଖିବାକୁ କହିଲି ନାହିଁ । ମୁଁ ଯେତେବେଳେ ଶ୍ରେଣୀରେ ବୁଲିଲି ସେମାନଙ୍କ ଆଲୋଚନା ଶୁଣିଲି ମାତ୍ର ମୁଁ ସେଥିରେ କୌଣସି ଦଖଲ ଦେଲି ନାହିଁ । ଏହା ସେମାନେ ଅପପୁଷ୍ଟିକୁ କିପରି ବୁଝିଛନ୍ତି ଜାଣିବା ପାଇଁ ମତେ ସୁଯୋଗ ଦେଲା ।

୫ ମିନିଟ ପରେ ସେମାନେ ଯାହା ଆଲୋଚନା କଲେ ସମଗ୍ର ଶ୍ରେଣୀରେ କହିବା ପାଇଁ କହିଲି । ସେମାନେ କହିବା ବେଳେ ମୁଁ ତାକୁ ପୁନରାବୃତ୍ତି କଲି ଓ କଳାପଟାରେ ଲେଖିଲି । ଏଥିରେ ଅର୍ନ୍ତଭୁକ୍ତ ଥଲା " ଅପପୁଷ୍ଟି ଅର୍ଥ ଯଥେଷ୍ଟ ଖାଦ୍ୟ ନ ପାଇବା" ଏବଂ ଆପଣଙ୍କ ଶରୀର ଠିକ ଭାବରେ ଖାଦ୍ୟ ନ ପାଇବା, ମୁଁ ସେମାନଙ୍କୁ ବୁଝାଇଲି ଯେ ଅପପୁଷ୍ଠିର ସଂଜ୍ଞା ସେମାନଙ୍କ ସହିତ ପାଠ ଶେଷରେ ବିନିମୟ କରିବି ।

ମୁଁ ପରେ ସେମାନଙ୍କୁ ଦ୍ଵିତୀୟ ପ୍ରଶ୍ନ ପଚାରିଲି ।" ଅପପୁଷ୍ଠିର ଫଳ କ'ଣ ହୁଏ ?” ମୁଁ ଯେତେବେଳେ ତାଙ୍କ କଥାବାର୍ତ୍ତା ଶୁଣିଲି, ଲକ୍ଷ୍ୟ କଲି ଯେ ଅଧିକାଂଶ ଶିକ୍ଷାର୍ଥୀ ସେମାନଙ୍କର ଧାରଣାକୁ ବର୍ଣ୍ଣନା କରିବାରେ କଷ୍ଟ ଅନୁଭବ କରୁଛନ୍ତି । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ଗୋଟିଏ ବା ଦୁଇଟି ଅତିରିକ୍ତ ପ୍ରଶ୍ନ ପଚାରିଲି । "ଅପପୁଷ୍ଟି କିପରି ଶରୀର ପାଇଁ ଭଲ ନୁହେଁ ବୁଝାଇ ପାରିବ କି ? କେଉଁ କାରଣ ଯୋଗୁଁ ଆମ ଶରୀର ଠିକରେ କାମ କରି ପାରୁନାହିଁ?"

ପ୍ରତ୍ୟେକ ଦଳ ସେମାନେ କରିଥିବା ଆଲୋଚନାକୁ ଶ୍ରେଣୀର ଅନ୍ୟମାନଙ୍କ ସହ ବିନିମୟ କଲେ । ମୁଁ ସେମାନଙ୍କ ଧାରଣା ଗୁଡ଼ିକ କଳାପଟାରେ ଲେଖିଲି । ଅପପୁଷ୍ଠିର ସଂଜ୍ଞା ପ୍ରଦାନ କରି ମୁଁ ଶ୍ରେଣୀରେ ପାଠ ଶେଷ କଲି । (ସମ୍ବଳ ୩ ଦେଖନ୍ତୁ) ଏବଂ ମଣିଷ ଶରୀରରେ ଅପପୁଷ୍ଟି କିପରି ପ୍ରଭାବ ପକାଏ ସଂକ୍ଷିପ୍ତରେ ବୁଝାଇଲି ।

ଟିକିଏ ଚିନ୍ତା କରନ୍ତୁ

ଅପପୃଷ୍ଟିର କାରଣ ଆଲୋଚନା ସମୟରେ

  • ଶ୍ରୀଯୁକ୍ତ ବେହେରା ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ କେଉଁ କୌଶଳ ଅବଲମ୍ବନ କଲେ ।
  • କେଉଁ କୌଶଳ ଗୁଡିକୁ ବିଶେଷତଃ ଆପଣ ପସନ୍ଦ କଲେ ? ଶ୍ରୀଯୁକ୍ତ ବେହେରା, କ’ଣ ଦେଖିଲେ ?
  • ଯାହା ଦେଖିଲେ ସେଥିରେ ସେ କିପରି ପ୍ରତିକ୍ରିୟା ପ୍ରକାଶ କଲେ ?

୪ ଶିକ୍ଷକଙ୍କର ଭୂମିକା

ପ୍ରସଙ୍ଗଟିକୁ ଆରମ୍ଭ କରିବା (ଉପକ୍ରମ ପ୍ରଶ୍ନ ଗୁଡ଼ିକ ଉପସ୍ଥାପନ ସହ), ଦଳଗୁଡ଼ିକୁ ସଂଗଠିତ ଓ ତଦାରଖ କରିବା, ଏବଂ ଶିକ୍ଷାର୍ଥୀମାନଙ୍କର ଧାରଣାଗୁଡ଼ିକୁ ସଂକ୍ଷିପ୍ତ କରିବା ଆଲୋଚନା କାଳରେ ଶ୍ରୀଯୁକ୍ତ ବେହେରାଙ୍କ ଭୂମିକା ଥିଲା ।

ଯେତେବେଳେ ପର୍ଯ୍ୟବେକ୍ଷଣକାରୀର ଭୂମିକା ଆପଣଙ୍କୁ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତା ଓ ଚିନ୍ତନ ପ୍ରକ୍ରିୟା ସମୟରେ ଅର୍ତଦୃଷ୍ଟି ପ୍ରଦାନ କରିବାରେ ଗୁରୁତ୍ଵପୂର୍ଣ୍ଣ ହୋଇପାରିବ, ଏହା ସମୟେ ସମୟେ ମଧ୍ୟ ଶିକ୍ଷାର୍ଥୀମାନଙ୍କୁ ସହାୟକ ସୂଚନା ଦେବାରେ ସାହାର୍ଯ୍ୟ କରିପାରିବ । ଯତ୍ନର ସହ ପ୍ରସ୍ତୁତ ଅତିରିକ୍ତ ପ୍ରଶ୍ନ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଧାରଣାଗୁଡିକୁ ସ୍ପଷ୍ଟ କରିବାରେ, ସେମାନଙ୍କର ସୂଚନା ସ୍ତରକୁ ବିସ୍ତାର କରିବା ସହ ଯୁକ୍ତିଯୁକ୍ତ ଚିନ୍ତାଧାରାକୁ ଅଧିକ ବର୍ଣ୍ଣନା କରିବାରେ ସାହାଯ୍ୟ କରିବ ।

ନିମ୍ନୋକ୍ତ ପ୍ରକାରର ସହାୟକ ପ୍ରଶ୍ନ ଗୁଡ଼ିକ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ବିସୃତ ଏବଂ ଗଭୀରତାର ସହ ଏକ ପ୍ରସଙ୍ଗ ସଂପର୍କରେ ଚିନ୍ତ କରିବାରେ ସାହାଯ୍ୟ କରିପାରିବ :-

  • ଏଥିରୁ କ'ଣ ବୁଝିଲେ ?
  • ଏହାକୁ ବିସ୍ତାରିତ କରିପାରିବେ କି ?
  • ଆପଣ କାହିଁକି ରାଜି ନୁହନ୍ତି ବୁଝାଇପାରିବେ କି ?

ଶିକ୍ଷଣକାର୍ଯ୍ୟ ୨ : ଆଲୋଚନାରେ ଦଳଗୁଡିକୁ ବ୍ୟବହାର କରିବା

ଅପପୁଷ୍ଟି ପ୍ରସଙ୍ଗରେ ଶିକ୍ଷାର୍ଥୀମାନେ ଅଧିକ କ’ଣ ଶିଖିବା ଆପଣ ଚାହାଁନ୍ତି, ସେ ସଂପର୍କରେ ଚିନ୍ତା କରନ୍ତୁ । ତା’ପରେ ଏକ ପ୍ରଶ୍ନ  ପ୍ରସ୍ତୁତ କରନ୍ତୁ ଯାହାକୁ ସେମାନେ ଛୋଟ ଦଳରେ ଆଲୋଚନା କରିପାରିବେ ।

ତା’ପରେ ଦଳକୁ ଆପଣ ସଂଗଠିତ କିପରି କରିବେ ଯୋଜନା କରନ୍ତୁ । ସେମାନେ ଅତିରିକ୍ତ ସୂଚନା ଦରକାର କରନ୍ତି କି ? ଯଦି ସମିଶ୍ରିତ ଧାରଣାଗୁଡ଼ିକୁ ଉତ୍ସାହିହତ କରିବାରେ ଦଳଗୁଡ଼ିକ ବନ୍ଧୁତ୍ଵପୂର୍ଣ୍ଣ କିମ୍ବା ମିଶ୍ରିତ ଦକ୍ଷତା ସମ୍ପନ୍ନ ହୋଇପାରିବ, କାରଣ ଏହା ଶିକ୍ଷାର୍ଥୀମାନଙ୍କୁ ପରସ୍ପର ମଧ୍ୟରେ ସହାୟତା ଦେବାରେ ସାହାର୍ଯ୍ୟ କରିବ ଓ ବିଭିନ୍ନ ଦିଗ ଓ ଦକ୍ଷତାଗୁଡ଼ିକୁ ବିକାଶ କରିବ । ସେପରି ହୁଏ, ଆପଣ ଏହାକୁ କିପରି ଯୋଗାଇ ଦେବେ ? ଆଲୋଚନା ଓ ପରବର୍ତ୍ତୀ ସମୟରେ ଆପଣ ଶିକ୍ଷାର୍ଥୀମାନଙ୍କୁ କିପରି ସହାୟତା ଦେବେ ?

ଟିକିଏ ଚିନ୍ତା କରନ୍ତୁ

ଆପଣ କ'ଣ ଲକ୍ଷ୍ୟ କଲେ

  • ଶିକ୍ଷାର୍ଥୀଙ୍କର ଅଂଶଗ୍ରହଣ
  • ଦଳ ଜୋର ଆଜୋଲାଟନାର ସ୍ତର ଓ ଗଭୀରତା
  • ସହାୟକ ଭାବରେ ଆପଣଙ୍କ ଭୂମିକା
  • ଆପଣଙ୍କ ପ୍ରଶ୍ନ ପଚାରିବା କୌଶଳ
  • ସେହି ଦଳ ଯେଉଁ ମାନଙ୍କୁ କାମ କରିବା କଷ୍ଟ ହେଲା ?
  • ପରବର୍ତ୍ତୀ ସମୟରେ ଏହି ସବୁ କ୍ଷେତ୍ରରେ ଆପଣ କ'ଣ ପରିବର୍ତ୍ତନ କରିବେ ?

ଶିକ୍ଷଣକାର୍ଯ୍ୟ ୩ ଶିକ୍ଷାର୍ଥୀଙ୍କର ଆଲୋଚନା ସମ୍ବନ୍ଧୀୟ ଦୃଷ୍ଟିଭଙ୍ଗୀ

ଶିକ୍ଷଣ କାର୍ଯ୍ୟ ୨ କରିସରିବା ପରେ ବା ପରବର୍ତ୍ତୀ ଅଧ୍ୟାୟ ଆରମ୍ଭ ପୂର୍ବରୁ ବିଜ୍ଞାନ ପାଠ ସଂପର୍କରେ ସେମାନଙ୍କର ଅନୁଭୂତି ବିଷୟରେ ମତାମତ ପ୍ରଦାନ ପାଇଁ କିଛି ସମୟ ଦିଅନ୍ତୁ । କିଛି ଶିକ୍ଷାର୍ଥୀ ସିଧାସଳଖ ଆପଣଙ୍କୁ କହି ନ ପାରନ୍ତି କିନ୍ତୁ ଦଳରେ ରହିବେ ଓ ପରେ ଦଳ ଧାରଣାଗୁଡ଼ିକୁ ଲିଖୁତ ପ୍ରତିପୁଷ୍ଠି ରୂପେ ଆପଣଙ୍କୁ ଦେଇ ପାରନ୍ତି ।

ସେମାନଙ୍କ ପାଇଁ ଗୋଟିଏ ବା ଦୁଇଟି ମୁକ୍ତ ପ୍ରଶ୍ନ ତିଆରି କରନ୍ତୁ ଯେପରି

  • ବିଜ୍ଞାନର ବିଭିନ୍ନ ଧାରଣା ସଂପର୍କରେ ନିଜ ସାଙ୍ଗ ସହ ଆଲୋଚନା କରିବା, ଆପଣ କିପରି ପସନ୍ଦ କରନ୍ତି ?
  • ଅଧିକ ଉନ୍ନତ ମାନର କରିବା ପାଇଁ କ’ଣ କରାଯାଇପାରିବ ?
  • ନୂତନ ତଥ୍ୟ ଜାଣିବା ପାଇଁ ଏପ୍ରକାର ଆଲୋଚନା ସାହାଯ୍ୟ କଲାକି ? ଯଦି ହଁ କାହିଁକି ? ଯଦି ନାଁ କାହିଁକି ?
  • ଶିକ୍ଷାର୍ଥୀମାନଙ୍କୁ ଆପଣଙ୍କ ସାରାଂଶର ପ୍ରତିପୁଷ୍ଟି କହିବା ପାଇଁ ପଚାରିବା ପୂର୍ବରୁ କିଛି ସମୟ ଦିଅନ୍ତୁ । ସେମାନଙ୍କ ମତାମତ ସହ କାର୍ଯ୍ୟ ୨ରେ ଆପଣଙ୍କ ନିଜସ୍ଵ ମତାମତ ମିଶାଇ ଆଲୋଚନାର ବଳିଷ୍ଠତା କୁ ଚିହ୍ନଟ କରନ୍ତୁ ଯାହା ଆପଣଙ୍କ ଆଲୋଚନାକୁ ଫଳପ୍ରଦ କରିବା ପାଇଁ ସାହାଯ୍ୟ କରିବ । ତାଙ୍କୁ ପରବର୍ତ୍ତୀ ଶ୍ରେଣୀ ମାନଙ୍କରେ ବ୍ୟବହାର କରନ୍ତୁ ଓ ଆଲୋଚନାର ଉନ୍ନତି କରନ୍ତୁ ।

୫ ଆଲୋଚନାରେ ବିଭିନ୍ନ ପନ୍ଥାର ପ୍ରୟୋଗ କରିବା

ଶ୍ରେଣୀ ଗୃହରେ ଆଲୋଚନା ସମୟରେ ସାଧାରଣତଃ ଶିକ୍ଷାର୍ଥୀମାନେ ଯାହା ଭାବନ୍ତି ଓ ସତ ବୋଲି ବିଶ୍ଵାସ କରନ୍ତି ତାହା ମୁକ୍ତ ଭାବରେ ପ୍ରକାଶ କରିବାକୁ ସେମାନଙ୍କୁ ସୁଯୋଗ ଦେବା ଉଚିତ । ଶିକ୍ଷକ ଭାବେ ସେମାନଙ୍କ ଧାରଣାଗୁଡ଼ିକୁ ସ୍ପଷ୍ଟ କରିବା ଓ ସେମାନେ କାହିଁକି ସେପରି ଭାବନ୍ତି ତାହା ପ୍ରମାଣ କରିବାକୁ ଆପଣ ସେମାନଙ୍କୁ କହିପାରିବେ । ସେମାନଙ୍କର ଧାରଣାଗୁଡ଼ିକ ପାଇଁ ତଥ୍ୟଗୁଡ଼ିକୁ ନେବାକୁ କୁହନ୍ତୁ - ଯାହା ସେମାନେ ପର୍ଯ୍ୟବେକ୍ଷଣ କରିଛନ୍ତି ବା ଶୁଣିଛନ୍ତି ।

ଶିକ୍ଷାର୍ଥୀଙ୍କ କଥା ଶୁଣିବା ଆପଣଙ୍କୁ ସେମାନଙ୍କ ବିଜ୍ଞାନ ଭିତ୍ତିକ ବୋଧଗମ୍ୟତା ସଂପର୍କିତ ଅନ୍ତିଦୃଷ୍ଟି ହାସଲ କରିବାରେ ସାହାର୍ଯ୍ୟ କରିବ । ଶିକ୍ଷାର୍ଥୀଙ୍କ ଭିତରେ ଯଦି କିଛି ଦ୍ଵନ୍ଦା କ ଧାରଣା ଥାଏ ତାହା ଚିହ୍ନଟ କରିବାରେ ଆପଣଙ୍କୁ ସକ୍ଷମ କରିବ ଯାହା ଫଳରେ ଆପଣ ସେଗୁଡ଼ିକୁ ଆଲୋଚନାର ଶେଷରେ ବା ପରବର୍ତ୍ତୀ ପାଠଗୁଡ଼ିକରେ ବିଚାରକୁ ନେଇପାରିବେ । ଏହା କରିବାରେ ଶିକ୍ଷାର୍ଥୀମାନଙ୍କୁ ସାହାର୍ଯ୍ୟ କରିବାକୁ ଭିନ୍ନ ଭିନ୍ନ ସଂଗଠିତ ଆଲୋଚନାମାନ ସେମାନଙ୍କୁ ଆପଣ ଦେବା ଦରକାର । ମୁଖ୍ୟ ସମ୍ବଳ ଶିକ୍ଷଣ ପାଇଁ କଥୋପକଥନ ‘ବା କଥାବାର୍ତ୍ତା ବ୍ୟବହାରର ସୁବିଧାଗୁଡ଼ିକୁ ଲିପିବଦ୍ଧ କରିଥାଏ ଓ ଆପଣ ବ୍ୟବହାର କରିବାକୁ ଥିବା କେତେକ କୌଶଳର ତାଲିକା ମଧ୍ୟ କରିଥାଏ । ଅତିରିକ୍ତ ଭାବେ ସମ୍ବଳ ୪ ରେ କେତେକ ବିକଳ୍ପମାନ ଦିଆଯାଇଛି । ସେଥୁରୁ କେତେକ ବୟସ୍କ ଅଭିଜ୍ଞ ଓ ଦକ୍ଷ ଶିକ୍ଷାର୍ଥୀମାନଙ୍କ ପାଇଁ ଉପଯୋଗୀ ଅଟେ, ଯେଉଁମାନେ ବିଭିନ୍ନ ଦିଗରୁ ସମସ୍ୟାଗୁଡ଼ିକୁ ବିଚାର କରିବାରେ ଉତ୍ତମ ।

ପରିସ୍ଥିତି ଅନୁଧ୍ୟାନ ୩ : ଗୋଟିଏ ବେଲୁନ୍ ତର୍କ

ଯେତେବେଳେ ଶ୍ରୀମତୀ ପଣ୍ଡା ଶିକ୍ଷକ ହେବା ପାଇଁ ତାଲିମ ନେଉଥିଲେ। ସେ ବେଲୁନ ତର୍କ ସହ ପରିଚିତ ହେଲେ । ବେଲୁନ ତର୍କ ପଛରେ ଯେଉଁ ଧାରଣା ଥିଲା। ତାହା ହେଲା ଗରମ ବେଲୁନ ତଳକୁ ଶୀଘ୍ର ଖସିଥାଏ ଓଜନ କମାଇ ହାଲୁକା ହେବା ଓ ଯାତ୍ରୀମାନଙ୍କୁ ବଞ୍ଚାଇବା ପାଇଁ ଝୁଡ଼ିରୁ କିଛି ଜିନିଷ ବାହାରକୁ ଫିଙ୍ଗାଯାଏ । ଶିକ୍ଷାର୍ଥୀମାନେ ଜଣେ ଜଣେ ଯାତ୍ରୀ ସଦୃଶ ଝୁଡ଼ିରେ ସେମାନେ ଗୋଟିଏ ଜିନିଷ ରଖିବେ ଏବଂ ତର୍କ କରିବେ କାହିଁକି ସେହି ଜିନିଷକୁ ରଖିବାକୁ ଅନୁମତି ମିଳିବା ଦରକାର । ମୁଁ ମୋ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ବେଲୁନତକ କ’ଣ ବଞ୍ଚାଇଦେଲି ଓ ୫ ଜଣିଆ ଦଳ କରି ଗୋଟିଏ ବେଲୁନ ତର୍କର ପରିଚାଳନା କଲି । ମୁଁ ସେମାନଙ୍କୁ ବୁଝାଇଲି ଯେ ସେମାନେ ଜଣେ ଜଣେ ଯାତ୍ରୀ ଏବଂ ସେମାନେ ଯୁକ୍ତି କରିବେ କାହିଁକି ତାଙ୍କର ଖାଦ୍ୟ ଖୁଡ଼ିରେ ରହିବ । ମୁଁ ପ୍ରତ୍ୟେକ ଦଳରେ ଗୋଟିଏ କାର୍ଡ଼ ସେଟ୍ ଦେଲି ଯେଉଁଥିରେ ନିମ୍ନ ଫଳ ଗୁଡ଼ିକ ଲେଖା ହେଇଥଲା ।

  • ଫଳ ଏବଂ ପରିବା
  • ମଣ୍ଡ ଥିବା ଖାଦ୍ୟ – ଚାଉଳ, କନ୍ଦମୂଳ, ପାସ୍ତା
  • ମାଂସ, ମାଛ, ଅଣ୍ଡା, ବିନ୍
  • ଦୁଧ ଏବଂ ଦୁଧ ଜାତ ଖାଦ୍ୟ
  • ସମସ୍ତ ଚର୍ବି ଏବଂ ଚିନି

ଶିକ୍ଷାର୍ଥୀମାନେ ଜଣେ ଅନ୍ୟ ଜଣର ମାତାମତକୁ ଶୁଣୁଥିଲେ ଓ ଯୁକ୍ତି କରୁଥିଲେ କାହିଁକି ସେମାନଙ୍କ ଖାଦ୍ୟ ଫିଙ୍ଗାଯିବ ନାହିଁ । ମୁଁ କିଛି ଶିକ୍ଷାର୍ଥୀଙ୍କୁ ଚିହ୍ନଟ କଲି ଯେଉଁମାନେ ପଢ଼ିଥିବା ଜ୍ଞାନକୁ ପ୍ରୟୋଗ କରିବା ପାଇଁ ଚେଷ୍ଟା କରୁଥିଲେ । ଏବଂ ଅତିରିକ୍ତ ପ୍ରଶ୍ନ ସହ ସେମାନଙ୍କୁ ସହାୟତା ଦେଲି । ତା'ପରେ ପ୍ରତ୍ୟେକ ଦଳ ଶ୍ରେଣୀର ଅନ୍ୟମାନଙ୍କୁ ବୁଝାଇଲେ ତାଙ୍କ ଖାଦ୍ୟ ଖୁଡ଼ିରେ କାହିଁକି ରହିବା ଦରକାର

ଆମେ ବେଲୁନ୍ ମଧ୍ୟରୁ କେଉଁ ଖାଦ୍ୟକୁ ବାହାରକୁ ଫିଙ୍ଗିବା ଦରକାର ସେଥୁ ପାଇଁ ଖାଦ୍ୟ ସପକ୍ଷରେ ଭୋଟ ଦେବାର ସ୍ଥିର କରି ଆଲୋଚନା ଶେଷ କଲୁ । ଶିକ୍ଷାର୍ଥୀମାନେ ଅନୁଭବ କଲେ ଯେ ମଣିଷ ଶରୀରରେ ପ୍ରତ୍ୟେକ ଫଳର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଶେଷରେ ଆମେ ରାଜି ହେଲୁ ଚିନିକୁ ହୁଏତ ବାହାରିକୁ ଫିଙ୍ଗିବା ପାଇଁ ତାଲିକା ଅର୍ନ୍ତଭୁକ୍ତ କରାଯାଇପାରେ କାରଣ ଚିନି ଚର୍ବି ମୁକ୍ତ । ଯେହେତୁ ମଣିଷ ଶରୀର ପାଇଁ ପ୍ରତ୍ୟେକ ଖାଦ୍ୟର କିଛିନା କିଛି ପୂର୍ଣ୍ଣ ଭୂମିକା ଅଛି, ତେଣୁ ପିଲାମାନେ କେଉଁ ଖାଦ୍ୟକୁ ବାହାରକୁ ଫୋପାଡିବେ ସେମାନେ ଦ୍ଵନ୍ଦରେ ପଡିଲେ । ସେମାନେ ସହମତ ହେଲେ ଯେହେତୁ ଚିନିରେ ଚର୍ବି ନାହିଁ ତାକୁ ଝୁଡିରୁ ଫିଙ୍ଗାଯାଇ ପାରେ । |

ଟିକିଏ ଚିନ୍ତା କରନ୍ତୁ

କୌଣସି ବିଷୟରେ ଶିକ୍ଷାର୍ଥୀଙ୍କର ଭାବନା ଏବଂ ବୁଝାମଣା କାଯ୍ୟକାରୀ ନ ହେଲେ ତାଙ୍କ ମତକୁ କିପରି ସେମାନେ ରକ୍ଷା କରିବେ ? ଯେଉଁ ପ୍ରସଙ୍ଗ ଗୁଡ଼ିକ ତର୍କ ପାଇଁ ଉପଯୁକ୍ତ ହୋଇଥିବ ଏବଂ ସେଥିରେ ଅନ୍ତତଃ ଦୁଇ ବା ଅଧିକ ବିରୋଧାତ୍ମକ ମତ ଥିବ, ସେଥିମଧ୍ୟରୁ ସେମାନେ ଯେ କୌଣସି ଗୋଟିକୁ ଗ୍ରହଣ କରିବାର ସୁଯୋଗ ଥିବ ସେହି ପ୍ରସଙ୍ଗ ଗୁଡ଼ିକ ସାଧାରଣ ପ୍ରସ୍ତାବନା ବା ପ୍ରଶ୍ନ ହିସାବରେ ଦିଆଯାଇପାରେ ।

ଶିକ୍ଷଣକାର୍ଯ୍ୟ ୪ - ଅପପୁଷ୍ଟି ସମ୍ପର୍କିତ ତକି

ଆପଣମାନେ ଗୋଟିଏ ସାଧାରଣ ତର୍କ ବା ବେଲୁନ ତର୍କ ଶ୍ରେଣୀରେ କରିବା ଉଚିତ । (ସମ୍ବଳ ୪ ଦେଖନ୍ତୁ) ଶ୍ରୀମତୀ ପଣ୍ଡା ଶ୍ରେଣୀରେ କଲା ଭଳି ତର୍କ ପ୍ରକାରଗୁଡ଼ିକୁ ବାଛି ପାରିବେ ନ ହେଲେ ନିଜେ ମଧ୍ୟ କିଛି ବେଲୁନ ତର୍କ କରିପାରିବେ ଶ୍ରେଣୀରେ ଦୁଇ ଦଳ ଶିକ୍ଷାର୍ଥୀଙ୍କ ମଧ୍ୟରେ ଗୋଟିଏ ସିଧାସଳଖ ତର୍କ ପାଇଁ ଆପଣ ଅପପୁଷ୍ଠିର କାରଣ ଆଧାରିତ ଏକ ଭକ୍ତିକୁ ସତ କରିବା ଦରକାର । ଯଦି ସିଧାସଳଖ ତର୍କ କରୁଥାନ୍ତି ତେବେ ଶିକ୍ଷାର୍ଥୀମାନେ ଭକ୍ତିକୁ ସମର୍ଥନ ଓ ବିରୋଧ କରିବା ପାଇଁ ବାଛନ୍ତୁ । ବେଲୁନ ତର୍କ ପାଇଁ ଶିକ୍ଷାର୍ଥୀମାନଙ୍କୁ ବାଛନ୍ତୁ ଯେଉଁମାନେ ବେଲୁନରେ ନିଜ ସ୍ଥାନକୁ ସୁରକ୍ଷା କରିବେ । ଗୃହକର୍ମଭାବେ ସେମାନଙ୍କୁ ସେମାନଙ୍କ ଯୁକ୍ତି ପ୍ରସ୍ତୁତ ପାଇଁ କିଛି ସମୟ ଦିଅନ୍ତୁ ଓ ସେମାନେ ଆବଶ୍ୟକ କରୁଥିବା କିଛି ସୂଚନା ଦିଅନ୍ତୁ । ଶ୍ରେଣୀର ଅନ୍ୟ ଶିକ୍ଷାର୍ଥୀଙ୍କୁ ଅପପୁଷ୍ଟି ସଂପର୍କରେ ଯାହା ଜାଣିଛନ୍ତି ତାର ପୁନରାବୃତ୍ତି କରିବାକୁ ଦିଅନ୍ତୁ (ଗୃହକର୍ମରେ) ଓ କିଛି ପ୍ରଶ୍ନ ତିଆରି କରନ୍ତୁ ଯାହାକୁ ତର୍କ ସମୟରେ ପଚାରି ପାରିବେ ।

ତର୍କ ହେଉଥିବା ଦିନ ଶିକ୍ଷାର୍ଥୀମାନଙ୍କୁ ଏପରି ସ୍ଥାନ ବାଛିବାକୁ ଦିଅନ୍ତୁ ଯାହାଦ୍ଵାରା ତାଙ୍କୁ ଅନ୍ୟମାନେ ଦେଖିପାରିବେ ଓ ଶୁଣିପାରିବେ । ସେମାନେ କେଉଁ ଡ଼ଙ୍ଗରେ କହିବେ ନିର୍ଦେଶ ଦିଅନ୍ତୁ । ଅନ୍ୟ ଶିକ୍ଷାର୍ଥୀଙ୍କୁ ଭୋଟ ଦେବାକୁ କୁହନ୍ତୁ କାହାକୁ ବେଲୁନରେ ରଖିବେ ଓ କାହାକୁ ବାହାର କରିବେ । ଦୁଇଟି ଭିନ୍ନ ମତରୁ କେଉଁଟିକୁ ସମର୍ଥନ କରୁଛନ୍ତି ।

ଶିକ୍ଷାର୍ଥୀଙ୍କ ଚେଷ୍ଟା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦିଅନ୍ତୁ । ବିଶେଷକରି ତର୍କରେ ଭାଗ ନେଇଥିବା ଶିକ୍ଷାର୍ଥୀଙ୍କୁ ସେମାନେ ଭୋଟ ଫଳାଫଳରେ ସନ୍ତୁଷ୍ଟ କି ନୁହେଁ ପଚାରନ୍ତୁ ଆଲୋଚନାକୁ ଶିକ୍ଷଣ କୌଶଳ ଭାବେ ଗ୍ରହଣ କରିବାର ମୁଖ୍ୟ ଲାଭ ହେଉଛି ଯେ ଶିକ୍ଷାର୍ଥୀଙ୍କୁ ଏହା ସେମାନଙ୍କ ଭାବନାକୁ ଯୁକ୍ତି ସଙ୍ଗତ ଭାବେ ସଂଗଠିତ କରିବା ଓ ଅନ୍ୟ ଆଗରେ ଉପସ୍ଥାପନ କରିବା । ଫଳରେ ସେମାନେ ଆତ୍ମବିଶ୍ଵାସର ସହ ନିଜ ମତ ଅନ୍ୟମାନଙ୍କ ପାଖରେ ପହଞ୍ଚାଇ ପାରିବେ । ସେହିପରି ଶିକ୍ଷାର୍ଥୀମାନେ ଉପସ୍ଥାପିତ ହୋଇଥିବା ବିଭିନ୍ନ ମତକୁ ସମ୍ମାନ ଦେବା ଶିଖିବେ । ଏହା ମଧ୍ୟ କମ୍ ଆତ୍ମବିଶ୍ଵାସର ଶିକ୍ଷାର୍ଥୀମାନଙ୍କୁ ସାଧାରଣ କଥନକୁ ଦେଖି ବା ଓ ଶୁଣିବା ପାଇଁ ଏକ ପରିବେଶ ଯୋଗାଇବ ଯାହା ସେମାନଙ୍କ ବୋଧଗମ୍ୟତାରେ ବିଶ୍ଵାସ ସୃଷ୍ଟି କରିପାରିବ ।

ସାରାଂଶ

ଆଲୋଚନା ଏକ ଫଳପ୍ରଦ ମାଧ୍ୟମ ଯେଉଁଥିରେ ଶିକ୍ଷାର୍ଥୀଙ୍କର ଅଧିକରୁ ଅଧିକ ନୂଆ କଥା ଜାଣିବା ସହ ଅନ୍ୟମାନଙ୍କ ବିଜ୍ଞାନ ସଂପର୍କିତ ସାମାଜିକ, ନୀତି ଭିତ୍ତିକ ମତାମତଗୁଡ଼ିକ ଅନ୍ଵେଷଣ କରିବା ସହଜ ହୋଇଥାଏ । ଅପପୁଷ୍ଟି ଗୋଟିଏ ପ୍ରସଙ୍ଗ ଯାହା କେତେ ଗୁଡ଼ିଏ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସୁଯୋଗ ଦିଏ । ଏହି ଏକକରେ ତର୍କ ସଂପର୍କିତ ଯୋଜନା କଲାବେଳେ ଯେଉଁ ଦିଗ ଗୁଡ଼ିକ ଭାବିବା ଦରକାର ସେଗୁଡ଼ିକ ବିଚାରକୁ ନେବେ । ଏହା ଅନ୍ତର୍ଭୁକ୍ତ-

  • ଆଲୋଚନା ପାଇଁ ଏକ ଉପଯୁକ୍ତ ପ୍ରସଙ୍ଗ ବାଛିବା
  • ଆଲୋଚନା ଆରମ୍ଭ କରିବା ପାଇଁ ବାଟ ବାଛିବା (ଉଦାହରଣ ପାଠ୍ୟ ପୁସ୍ତକ, ଖବର କାଗଜରୁ ଏକ ଉନ୍ଧୁତାଶଂ, ଏକ ସାଂପ୍ରତିକ ଘଟଣା ବା ପରିସ୍ଥିତି)
  • ଏପରିକି ବଡ଼ ଶ୍ରେଣୀରେ କିପରି ଶିକ୍ଷାର୍ଥୀମାନଙ୍କୁ ସଂଗଠିତ କରିବେ ସେ ବିଷୟରେ ସ୍ଥିର କରିବା ।
  • ଇପ୍ସିତ ଶିକ୍ଷଣ ଉଦ୍ଦେଶ୍ୟ ଗୁଡିକ ସଂପର୍କରେ ପରସ୍ପର ମଧ୍ୟରେ ବିନିମୟ   କରିବା ।
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଧାରଣାଗୁଡ଼ିକୁ ପ୍ରକାଶ କରିବା ପାଇଁ ଉତ୍ସାହିତ କରିବା ।
  • ଶିକ୍ଷାର୍ଥୀମାନେ ଫଳପ୍ରଦଭାବେ ଅଂଶଗ୍ରହଣ କରିବା ପାଇଁ କାର୍ଯ୍ୟକ୍ରମକୁ ପରିଚାଳନାର ସହାୟତା କରିବା ।
  • ଶେଷରେ ମୁଖ୍ୟ ଯୁକ୍ତିଗୁଡ଼ିକୁ ନିର୍ଣ୍ଣୟ କରିବାରେ ଶିକ୍ଷାର୍ଥୀମାନଙ୍କୁ ସାହାର୍ଯ୍ୟ କରିବା ।

ସମ୍ବଳ

ସମ୍ବଳ 1 : ଯୋଡିକାର୍ଯ୍ୟର ବ୍ୟବହାର

ନିତିଦିନିଆ ପରିସ୍ଥିତିରେ ଲୋକମାନେ କାମ କରୁଥିବା ବେଳେ କଥା ହୁଅନ୍ତି ଓ ଶୁଣନ୍ତି । ଦେଖ ସେମାନେ କ’ଣ କରୁଛନ୍ତି ଏବଂ କେମିତି କରୁଛନ୍ତି । ଏହିପରି ଲୋକମାନେ ଶିଖନ୍ତି, ଆମେ ଜଣକୁ କିଛି କହିବା ବେଳେ ନୂଆ ଚିନ୍ତାଧାରାର ଓ ତଥ୍ୟର ଅବିଷ୍କାର କରୁ । ଶ୍ରେଣୀରେ ଯଦି ସବୁକିଛି ଶିକ୍ଷକ କୈନ୍ଦ୍ରିକ ହୁଏ ତେବେ, ଅଧିକାଂଶ ଶିକ୍ଷାର୍ଥୀମାନେ ପରୀକ୍ଷା କରିବା ପାଇଁ ବା ଶିକ୍ଷଣର ପ୍ରଦର୍ଶନ ପାଇଁ ବା ପ୍ରଶ୍ନ ପଚାରିବା ପାଇଁ ବେଶି ସମୟ ପାଆନ୍ତି ନାହିଁ । କିଛି ଶିକ୍ଷାର୍ଥୀ ସ୍ୱଳ୍ପ  ଉତ୍ତର ଦିଅନ୍ତି ଓ କେତେକ କିଛି କୁହନ୍ତି ନାହିଁ । ବଡ ଶ୍ରେଣୀରେ ପରିସ୍ଥିତି ଅତି ଦୁର୍ଭାଗ୍ୟଜନକ, ଅଛି। କେତେ ଭାଗ ଶିକ୍ଷାର୍ଥୀ ମାତ୍ର କିଛି କୁହନ୍ତି ।

ଯୋଡି କାର୍ଯ୍ୟ ପ୍ରୟୋଗ କରିବା କାହିଁକି ?

ଯୋଡି କାର୍ଯ୍ୟ ଶିକ୍ଷାର୍ଥୀ ନିମନ୍ତେ ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ଦ୍ଵାରା ସେମାନେ ଅଧିକ କୁହନ୍ତି ଓ ଶିଖନ୍ତି । ଏହା ତାଙ୍କ ଚିନ୍ତନରେ ପରିବର୍ତ୍ତନ ଆଣିବା ପାଇଁ ଓ ନୂଆ ଭାଷା ଓ ଧାରଣାର ପ୍ରୟୋଗ ପାଇଁ ସୁଯୋଗ ଦିଏ । ଗୋଟିଏ ବଡ଼ ଶ୍ରେଣୀରେ ନୂତନ କୌଶଳ ଓ ଧାରଣାକୁ ପ୍ରୟୋଗ କରିବା ପାଇଁ ଏକ ଉତ୍ତମ ପରିବେଶ ଯୋଗାଏ ।

ଯୋଡି କାର୍ଯ୍ୟ ସବୁ ବୟସ ଓ ବିଷୟ ନିମନ୍ତେ ଉପଯୋଗୀ ଅଟେ । ବହୁ ଭାଷୀ ଓ ବହୁ ଶ୍ରେଣୀ ପାଠରେ ଏହା ସ୍ଵତନ୍ତ ଭାବେ ଆବଶ୍ୟକ କାରଣ ଯୋଡି ମାନଙ୍କୁ ପରସ୍ପରକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇ ପାରିବ । ଯେତେବେଳେ ଆପଣ ନିଦ୍ଧିଷ୍ଟ କାମ ପାଇଁ ଯୋଜନା କରିବେ । ସେତେବେଳେ ଏହା ଭଲ କାମ କରିବ । ନିୟମିତ କାର୍ଯ୍ୟ ବଳୀଟିଏ ସ୍ଥିର କରିବ ଯେମିତି ପ୍ରତ୍ୟେକ ଶିକ୍ଷାର୍ଥୀର ଅଂଶ ଗ୍ରହଣ, ଶିକ୍ଷଣର ଓ ଅଗ୍ରଗତିକୁ ନିଶ୍ଚିତ କରାଯାଇ ପାରିବ । ଥରେ ସେହି କାର୍ଯ୍ୟଧାରା ବା କାର୍ଯ୍ୟ ବଳୀ ସ୍ଥିର ହୋଇଗଲେ, ଆପଣ ଦେଖିବେ ଶିକ୍ଷାର୍ଥୀମାନେ ନିଜେ ନିଜେ ଯୋଡି ହୋଇ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଓ ଖୁସି ହେଉଛନ୍ତି ।

ଯୋଡ଼ି କାମ ପାଇଁ ନ୍ୟସ୍ତକାର୍ଯ୍ୟ

ଆପଣ ବିଭିନ୍ନ ପ୍ରକାର ନ୍ୟସ୍ତକାର୍ଯ୍ୟ ଯୋଡି କାମରେ କରିପାରିବେ ଏହା ଶିକ୍ଷଣର ପ୍ରତ୍ୟାଶିତ ଫଳାଫଳ ଉପରେ ନିର୍ଭର କରେ । ଯୋଡି କାମର ନ୍ୟସ୍ତକାର୍ଯ୍ୟ ସ୍ପଷ୍ଟ ଓ ସମୁଚିତ ହେବା ଆବଶ୍ୟକ । ତଦ୍ଵାରା ସାଙ୍ଗ ହୋଇ କାମ କଲେ ଏକାକୀ କାମ ଅପେକ୍ଷା ଅଧିକ ଶିକ୍ଷଣ ହୋଇପାରିବ ।

ଯୋଡି କାର୍ଯ୍ୟର ନ୍ୟସ୍ତ କାମ ଗୁଡିକ ନିମ୍ନମତେ ହୋଇପାରେ

  • ଚିନ୍ତା-ଯୋତି ଆଦାନପ୍ରଦାନ – ଶିକ୍ଷାର୍ଥୀମାନେ ଏକ ସମସ୍ୟା ବା ଘଟଣା ବିଷୟରେ ଚିନ୍ତା କରିବେ । ଅନ୍ୟ ସହପାଠୀଙ୍କ ସହ ଆଲୋଚନା କରିବା ପୂର୍ବରୁ ସମ୍ଭାବ୍ୟ ଉତ୍ତର ନିଜେ ନିର୍ଣ୍ଣୟ କରିବେ । ଏହା ଶବ୍ଦର ବନାନ, ହିସାବ କରିବା, କ୍ରମରେ ସଜାଇବା ବା ବିଭାଗୀକରଣ କରିବା, ବିଭିନ୍ନ ମତ ବ୍ୟକ୍ତ କରିବା, ଗଛର ଚରିତ୍ରକୁ ନେଇ ଅଭିନୟ କରିବା ଇତ୍ୟାଦିରେ ବ୍ୟବହୃତ ଜୋହାଇପାଚୋର |
  • ତଥ୍ୟର ବିନିମୟ ପ୍ରଦାନ - ଶ୍ରେଣୀରେ ଅର୍ଜେକ ଶିକ୍ଷାର୍ଥୀଙ୍କୁ ପ୍ରସଙ୍ଗର ଗୋଟିଏ ଦିଗ ଉପରେ ସୂଚନା ଦିଆଯିବ ଓ ଅନ୍ୟ ଅର୍କେକକୁ ପ୍ରସଙ୍ଗର ଅନ୍ୟ ଏକ ଦିଗ ଉପରେ ସୂଚନା ଦିଆଯିବ । ସେମାନେ ନିଜ ମଧ୍ୟରେ ଯୋଡି ହୋଇ କାମ କରିବେ ଓ ସମସ୍ୟା ସମାଧାନ କରି ସିଦ୍ଧାନ୍ତରେ ଉପନୀତ ହେବେ ।
  • ଶୁଣିବା ପରି କୌଶଳ ଗୁଡିକର ଅଭ୍ୟାସ :-) ଜଣେ ଛାତ୍ରଟିଏ ପଢିପାରିବ ଓ ଅନ୍ୟ ଜଣେ ପ୍ରଶ୍ନ ପଚାରିବ । ଜଣେ ଚିତ୍ର ଲେଖା ବା ରେଖାଚିତ୍ର, ନକ୍ଲାର ବର୍ଣ୍ଣନା କଲେ ଅନ୍ୟ ଜଣେ ବର୍ଣ୍ଣନାନୁସାରେ ତାକୁ ଅଙ୍କନ କରିପାରିବ ।
  • ନିର୍ଦେଶାବଳୀ ଅନୁସରଣ କରିବା:-ଗୋଟିଏ କାମକୁ ସମ୍ପୁର୍ଣ୍ଣ କରିବା ପାଇଁ ଜଣେ ଅନ୍ୟ ଜଣଙ୍କ ପାଇଁ ନିର୍ଦେଶାବଳୀ ପଢିପାରିବ ।
  • ଗଳ୍ପ କଥନ କିମ୍ବା ଭୂମିକା ଅଭିନୟ:- ସେମାନେ ଯେଉଁ ଭାଷା ଶିଖିଛନ୍ତି ତାକୁ ବ୍ୟବହାର କରି ଯୋଡି ହୋଇ ଶିକ୍ଷାର୍ଥୀ ମାନେ ଗପ ବା ସଂଳାପ ଲେଖିପାରିବେ ।

ସମସ୍ତଙ୍କୁ ଅଂଶଗ୍ରହଣ କରାଇବା ପାଇଁ ଯୋଡିର ପରିଚାଳନା

ଯୋଡ଼ିକାର୍ଯ୍ୟ କହିଲେ ସମସ୍ତଙ୍କ ଅଂଶଗ୍ରହଣକୁ ବୁଝାଏ । ଯେହେତୁ, ଶିକ୍ଷାର୍ଥୀମାନେ ଭିନ୍ନ, ଯୋଡ଼ିର ପରିଚାଳନା କରିବା ଜରୁରୀ ତଦ୍ଵାରା ପ୍ରତ୍ୟେକେ ଜାଣିବେ ସେମାନଙ୍କୁ କ'ଣ କରିବାକୁ ହେବ । ସେମାନେ କ’ଣ ଶିଖିଛନ୍ତି ଓ ଆପଣଙ୍କର ପ୍ରତ୍ଯାଶା, କ’ଣ ରହିଛି ।

ଯୋଡି କାର୍ଯ୍ୟକୁ ବ୍ୟବସ୍ଥିତ କରିବା ପାଇଁ କାର୍ଯ୍ୟ ସାରଣୀ ବା ରୁଟିନ ଟିଏ ଆପଣଙ୍କ ଶ୍ରେଣୀରେ କରିବାକୁ ହେଲେ ନିମ୍ନମତେ କାର୍ଯ୍ୟ କରିବା ଉଚିତ

  • ଶିକ୍ଷାର୍ଥୀମାନେ ନିଜ ସାଙ୍ଗ ଦେଖି ଯୋଡି ହୁଅନ୍ତି, ବେଳେବେଳେ ହୁଅନ୍ତି ନାହିଁ ।
  • ସେମାନଙ୍କୁ ନିଶ୍ଚିତ ହେବାକୁ ଦିଅନ୍ତୁ ଯେ, ଆପଣ ଯେଉଁ ଯୋଡି ତିଆରି କରୁଛ ତଦ୍ଵାରା ସେମାନଙ୍କର ଶିକ୍ଷଣ ସର୍ବାଧକ ହେବ ।
  • ସେମାନଙ୍କ ମଧ୍ୟରେ ଆହ୍ଲାନ ସୃଷ୍ଟି । ପ୍ରତିଦ୍ଵନ୍ଦିତା କରିବା ପାଇଁ ବେଳେବେଳେ ମିଶ୍ର ଦକ୍ଷତା ଓ ମିଶ୍ର ଭାଷାଭାଷୀ ସମ୍ପନ୍ନ ଶିକ୍ଷାର୍ଥୀକୁ ଯୋଡି କରାଇବା । ଯେମିତି ସେମାନେ ପରସ୍ପରକୁ ସହଯୋଗ କରିପାରିବେ । ଅନ୍ୟ ସମୟରେ ସମାନ ଶିକ୍ଷଣସ୍ତରର ଶିକ୍ଷାର୍ଥୀଙ୍କୁ ନେଇ ଯୋଡି କାର୍ଯ୍ୟ କରିବା ।
  • ସବୁ ଜିନଷ ଲିପିବଦ୍ଧ କରି ରଖୁବା । ତା ହେଲେ ଶିକ୍ଷାର୍ଥୀଙ୍କ ଦକ୍ଷତା ଅନୁଯାୟୀ ସେମାନଙ୍କୁ ଯୋଡି କରି ହେବ ।
  • ସର୍ବ ପ୍ରଥମେ ଯୋଡିକାର୍ଯ୍ୟର ଉପକାରିତା ବିଷୟରେ ଶିକ୍ଷାର୍ଥୀଙ୍କୁ କହିବାକୁ ହେବ ।
  • ସେଥୁପାଇଁ ନିଜର ପରିବାର ଓ ଗୋଷ୍ଠୀର ଉଦାହରଣ ଦିଆଯାଇ ପାରେ ଯେଉଁ ପରିସ୍ଥିତିରେ ଲୋକମାନେ ମିଳିମିଶି କାମ କରନ୍ତି । ପ୍ରାରମ୍ଭିକ ନ୍ୟସ୍ତ କାର୍ଯ୍ୟ ଗୁଡିକ ସଂକ୍ଷିପ୍ତ ଓ ସ୍ପଷ୍ଟ ହେବା ଉଚିତ ।
  • ଶିକ୍ଷାର୍ଥୀ ଯୋଡିମାନଙ୍କର କାମ ତଦାରଖ କରି ନିଷ୍ଠିତ କରନ୍ତୁ ଯେପରି ସେମାନେ ଆପଣଙ୍କ ଚାହିଁବା ଅନୁସାରେ କାମ କରୁଛନ୍ତି ।
  • ଯୋଡି ମଧ୍ୟରେ ପ୍ରତ୍ୟେକକୁ ନିର୍ଦ୍ଦିଷ୍ଟ ଭୂମିକା ବା ଦାୟିତ୍ଵ ଦିଅନ୍ତୁ, ଯେମିତି ଗଛର ଦୁଇ ଚରିତ୍ର, ୧ ବା ୨. କ ବା ଖ ନାମିତ କରନ୍ତୁ । ସେମାନେ ମୁହାଁ ମୁହଁ ବସି କାମ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ନାମିତ କରନ୍ତୁ, ତାହେଲେ ସେମାନେ ଆପଣଙ୍କ କଥା ଶୁଣିବେ ।
  • ଏପରି ବ୍ୟବସ୍ଥା ହୋଇଥବା ଆବଶ୍ୟକ ଯେମିତି କି ଶିକ୍ଷାର୍ଥୀମାନେ ସହଜରେ ମୁହାଁ ମୁହଁ ବସି କାମ କରିପାରିବେ ।

ପ୍ରତ୍ୟେକ କାର୍ଯ୍ୟ ନିମନ୍ତେ କେତେ ସମୟ ଉର୍ଦ୍ଦିଷ୍ଟ ଅଛି, ସେହି ବିଷୟରେ ଯୋଡି କାର୍ଯ୍ୟ ବେଳେ, ଶିକ୍ଷାର୍ଥୀଙ୍କୁ ସୂଚନା ଦିଅନ୍ତୁ । ନିରନ୍ତର ସମୟ ସୂଚନା ଦିଅନ୍ତୁ, ଯେଉଁ ଯୋଡିମାନେ କାର୍ଯ୍ୟରେ ମଢ଼ି ରହୁଛନ୍ତି ଓ ପରସ୍ପରକୁ ସହଯୋଗ କରୁଛନ୍ତି ସେମାନଙ୍କୁ ପ୍ରଶଂସା କରନ୍ତୁ ।

ଯୋଡ଼ିମାନଙ୍କର ସ୍ଥିରତା ପାଇଁ ଓ ନିଜ ଫଳାଫଳ ନିର୍ଣ୍ଣୟ କରିବା ପାଇଁ ସମୟ ଦିଅନ୍ତୁ । ସେମାନେ କାମ ସମ୍ପୁର୍ଣ୍ଣ କରିବା ପୂର୍ବରୁ ଆପଣ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ତତ୍ପରତା ପ୍ରକାଶ କରିପାରନ୍ତି । କିନ୍ତୁ ଦେଖନ୍ତୁ ସେମାନେ କ’ଣ କରୁଛନ୍ତି । ଅଧିକାଂଶ ଶିକ୍ଷାର୍ଥୀ ଏପରି ପରିବେଶରେ ଆନନ୍ଦିତ ହୁଅନ୍ତି ଯେଉଁଠି ସମସ୍ତେ ପଢୁଥାନ୍ତି ଓ କାମ କରୁଥାନ୍ତି । ଆପଣ ଶ୍ରେଣୀ ଭିତରେ ସେମାନଙ୍କ କାମ ପର୍ଯ୍ୟବେକ୍ଷଣ କଲାବେଳେ ଲେଖିରଖ କେଉଁମାନେ ପରସ୍ପର ସହ ସହଜ ବୋଧ କରୁଛନ୍ତି । ଯେଉଁ ଶିକ୍ଷାର୍ଥୀଟି ଅଂଶଗ୍ରହଣ କରୁନାହିଁ ତାକୁ ମିଳିମିଶି କାମ କରିବାକୁ ସୂଚନା ଦିଅନ୍ତୁ । ସାଧାରଣ ଭୁଲ, ଭଲ ଚିନ୍ତାଧାରା କିମ୍ବା ସାରାଂଶକୁ ଲେଖିରଖ । ନ୍ୟସ୍ତକାର୍ଯ୍ୟ ଶେଷରେ ଶିକ୍ଷାର୍ଥୀମାନେ କ'ଣ ସବୁ କରିଛନ୍ତି ତାହା ସହ ଜଡ଼ିତ ହୁଅ ।

ଆପଣ କେତେକ ଯୋଡିକୁ ସେମାନଙ୍କର କାମ ପ୍ରଦର୍ଶନ ପାଇଁ ବାଛିପାରନ୍ତି । କିମ୍ବା ଆପଣ ସେମାନଙ୍କ କାମକୁ ସଂକ୍ଷିପ୍ତକର କରିପାର । ଶିକ୍ଷାର୍ଥୀମାନେ ମିଳିମିଶି କାମ କଲେ, ଏକ ପ୍ରକାର ସଫଳତା ପ୍ରାପ୍ତି ଅନୁଭବ କରିବେ । ସବୁ ଯୋଡି ଆପଣଙ୍କୁ ତଥ୍ୟ ପ୍ରଦାନ କରିବା ଜରୁରୀ ନୁହେଁ । ତାହା ସେମାନଙ୍କ ପାଇଁ ବେଶି ସମୟ ନେଇପାରେ, କିନ୍ତୁ ଆପଣ ଆପଣଙ୍କ ଶ୍ରେଣୀ ପର୍ଯ୍ୟବେକ୍ଷଣରୁ କିଛି ଶିକ୍ଷାର୍ଥୀଙ୍କୁ ଚିହ୍ନଟ କର ଯେଉଁମାନେ କି ଏକ ସକରା ମୁକ ପ୍ରତିଦାନ ଦେବେ ଯାହା ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ହୋଇପାରିବ । ଏହା ସେହି ମାନଙ୍କ ଆମ୍ବ ବିଶ୍ଵାସ ବୃଦ୍ଧି କରିବା ପାଇଁ ସୁଯୋଗ ସୃଷ୍ଟି କରିବ ଯେଉଁମାନେ ଟିକେ ଅଳସୁଆ ସ୍ଵଭାବର ।

ଯଦି ଆପଣ ଶିକ୍ଷାର୍ଥୀମାନଙ୍କୁ ଗୋଟିଏ ସମସ୍ୟା ସମାଧାନ ପାଇଁ ଦେଇଛନ୍ତି, ଆପଣ ଏକ ଆଦର୍ଶ ନମୁନା ଉତ୍ତରଟିଏ ନେଇପାର ଓ ସେମାନଙ୍କୁ ସେମାନଙ୍କର ଉତ୍ତରରେ ଉନ୍ନତି ଆଣିବା ପାଇଁ ଆଲୋଚନା କରିବାକୁ କୁହନ୍ତୁ । ଏହା ଦ୍ଵାରା ସେମାନେ ନିଜ ଶିକ୍ଷଣ ବିଷୟରେ ଚିନ୍ତା କରିବେ ଏବଂ ନିଜ ଭୁଲରୁ ଶିଖିବା ପାଇଁ ଚେଷ୍ଠିତ ହେବେ ।

ଆପଣ ଯଦି ଯୋଡି କାର୍ଯ୍ୟ ପାଇଁ ନୂଆ, ତେବେ ଆପଣ କେଉଁ କାର୍ଯ୍ୟରେ ପରିବର୍ତ୍ତନ ଚାହୁଁଛନ୍ତି, ସମୟ ଅବଧୂ ନା ଯୋଡ଼ି ମାନଙ୍କର ସଂଯୋଗ ତାକୁ ଟିପି ରଖନ୍ତୁ । ଏହା ଗୁରୁତ୍ଵପୂର୍ଣ୍ଣ କାରଣ ଆପଣ କିପରି ଶିଖିବେ ଓ ଶିକ୍ଷାଦାନକୁ ଉନ୍ନତ କରିବେ, ଏହା ଆପଣଙ୍କ ଉପରେ ନିର୍ଭର କରେ । ଗୋଟିଏ ଫଳପ୍ରଦ ଯୋଡି କାମ ସ୍ପଷ୍ଟ ସୂଚନା, ଉପଯୁକ୍ତ ସମୟର ପରିଚାଳନା ଓ ସଂକ୍ଷିପ୍ତ ସିଦ୍ଧାନ୍ତୀକରଣ ସହ ଜଡିତ । ଏସବୁ ପାଇଁ କେବଳ ଅଭ୍ୟାସ ଆବଶ୍ୟକ ।

ସମ୍ବଳ 2: ଦଳଗତ କାର୍ଯ୍ୟର ବ୍ୟବହାର

ଏକ ସାଧାରଣ ଲକ୍ଷ୍ୟ ହାସଲ କରିବା ପାଇଁ ଦଳଗତ କାର୍ଯ୍ୟ ଏକ ସୁଶୃଙ୍ଖଳିତ, ସକ୍ରିୟ ଶିକ୍ଷାଦାନ କୌଶଳ ଯାହା ଶିକ୍ଷାର୍ଥୀମାନଙ୍କୁ ଛୋଟ ଛୋଟ ଦଳରେ କାର୍ଯ୍ୟ କରିବାକୁ ଉତ୍ସାହିତ କରେ । ଏହି ଛୋଟ ଦଳଗୁଡିକ ସଂଗଠିତ ଶିକ୍ଷଣ କାର୍ଯ୍ୟ ମାଧ୍ୟମରେ ଅଧିକ ସକ୍ରିୟ ଓ ଫଳପ୍ରଦ ଶିକ୍ଷଣକୁ ତ୍ଵରାନ୍ବିତ କରେ ।

ଦଳଗତ କାର୍ଯ୍ୟର ଉପାଦେୟତା

ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ଅଭିପ୍ରେରିତ କରିବା ପାଇଁ ଦଳଗତ କାର୍ଯ୍ୟ ଏକ ଫଳପ୍ରଦ କାର୍ଯ୍ୟ ଯାହା ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବା, ଭାବର ଆଦାନପ୍ରଦାନ କରିବା ଓ ନିଷ୍ପତି ନେବା ପାଇଁ ଉତ୍ସାହିତ କରିଥାଏ । ଆପଣଙ୍କ ଶିକ୍ଷାର୍ଥୀମାନେ ଅନ୍ୟ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରିପାରିବେ ଓ ଅନ୍ୟ ଶିକ୍ଷାର୍ଥୀଙ୍କଠାରୁ ମଧ୍ୟ ଶିଖିପାରିବେ, ଶିକ୍ଷଣ ପାଇଁ ଏହା ଏକ ଶକ୍ତିଶାଳୀ ଏବଂ ସକ୍ରିୟ ରୂପ ।

ଦଳଗତ କାର୍ଯ୍ୟ ଶିକ୍ଷାର୍ଥୀମାନେ ଦଳରେ ବସିବା ଠାରୁ ଉର୍ଦ୍ଧରେ । ଏହା ଭଦ୍ଦେଶ୍ୟକୁ ଭିତ୍ତିକରି ଶିକ୍ଷାର୍ଥୀମାନେ ଏକାଠି ମିଶି କାର୍ଯ୍ୟ କରି ସମସ୍ୟାର ସମାଧାନ କରିବାକୁ ବୁଝାଇଥାଏ । ଶିକ୍ଷଣ ପାଇଁ ଆପଣ କାହିଁକି ଦଳଗତ କାର୍ଯ୍ୟକୁ ବ୍ୟବହାର କରୁଛନ୍ତି ? ସେ ବିଷୟରେ ଆପଣଙ୍କ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ଏବଂ ଏହା ବ୍ୟାଖ୍ୟାନମୂଳକ, ଯୋଡି କାର୍ଯ୍ୟ କିମ୍ବା ଶିକ୍ଷାର୍ଥୀମାନେ ନିଜେ ଏକୁଟିଆ କାର୍ଯ୍ୟ କରିବା ଠାରୁ କାହିଁକି ଅଧିକ ଗ୍ରହଣୀୟ ତାହା ଆପଣ ଜାଣିବା ଆବଶ୍ୟକ । ଏଣୁ ଦଳଗତ କାର୍ଯ୍ୟ ଯୋଜନା ଓ ଲକ୍ଷ୍ୟ ଭିତ୍ତିକ ହେବା ଆବଶ୍ୟକ ।

ଦଳଗତ କାର୍ଯ୍ୟର ଯୋଜନା

ପାଠ ଶେଷରେ ଶିକ୍ଷାର୍ଥୀମାନେ କ’ଣ ଶିଖିବେ ଏହା ଉପରେ କେତେବେଳେ ଓ କିପରି ଦଳଗତ କାର୍ଯ୍ୟ କରାଯିବ ନିର୍ଭର କରେ । ଆପଣ ପାଠ ଆରମ୍ଭରେ, ଶେଷରେ କିମ୍ବା ମଝିରେ ଦଳଗତ କାର୍ଯ୍ୟ କରିପାରିବେ, କିନ୍ତୁ ଆପଣଙ୍କୁ ଯଥେଷ୍ଟ ସମୟର ଆବଶ୍ୟକତା ରହିଛି । ଆପଣଙ୍କ ଶିକ୍ଷାର୍ଥୀମାନେ କେଉଁ କାର୍ଯ୍ୟ ସଂପାଦନ କରିବେ ଓ ସେଥିପାଇଁ କିପରି ଉନ୍ନତମାନର ଦଳ ସଂଗଠନ କରିବେ ସେହି ବିଷୟରେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି । ଶିକ୍ଷକ ଭାବରେ, ଯଦି ଆପଣ ଯୋଜନାଟିକୁ ପୂର୍ବରୁ କରିଥୁବେ । ତେବେ ଦଳଗତ କାର୍ଯ୍ୟର ସଫଳତାକୁ ନିଶ୍ଚିତ କରନ୍ତୁ ।

  • ଦଳଗତ କାର୍ଯ୍ୟର ଲକ୍ଷ୍ୟ ଓ ପ୍ରତ୍ୟାଶିତ ଫଳାଫଳ
    • ଶିକ୍ଷଣ କାର୍ଯ୍ୟ ପାଇଁ ଆବଶ୍ୟକ ସମୟ, ମତାମତ ଏବଂ ସାରାଂଶକୁ ମଧ୍ୟ ଅନ୍ତର୍ଭୁକ୍ତ କରିବେ ।
  • ଦଳକୁ କିପରି ଭାଗ କରିବା (କେତୋଟି ଦଳ, ପ୍ରତି ଦଳରେ କେତେ ଶିକ୍ଷାର୍ଥୀ, ଦଳ ପାଇଁ ମାନଦଣ୍ଡ)
  • ଦଳକୁ କିପରି ସଂଗଠିତ କରିବେ ( ଦଳର ବିଭିନ୍ନ ସଦସ୍ୟଙ୍କ ଭୂମିକା, ଆବଶ୍ୟକ ସମୟ, ସାମଗ୍ରୀ, ବିବରଣୀ ଓ ଲିପିବନ୍ଧକରଣ)
  • ମୂଲ୍ୟୟନ କିପରି କରିବେ ଓ ଏହାକୁ ଲିପିବଦ୍ଧ କିପରି କରିବେ (ବ୍ୟକ୍ତିଗତ ମୂଲ୍ୟାୟନ ଓ ଦଳଗତ ମୂଲ୍ୟୟନର ପାର୍ଥକ୍ୟକୁ ଦୃଷ୍ଟି ଦିଅନ୍ତୁ) ।
  • ଦଳଗତ କାର୍ଯ୍ୟକୁ ଆପଣ କିପରି ତଦାରଖ କରିବେ ।

ଦଳଗତ କାର୍ଯ୍ୟର ସମସ୍ୟା

ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖିବାକୁ ଚାହୁଛନ୍ତି ତାହା ଉପରେ ଶିକ୍ଷାର୍ଥୀମାନଙ୍କୁ କେଉଁ ସମସ୍ୟା ଦେବେ ନିର୍ଭର କରୁଛି । ଶିକ୍ଷାର୍ଥୀମାନେ ଦଳରେ କାର୍ଯ୍ୟ କଲେ, ସେମାନେ ପରସ୍ପରକୁ ଶୁଣିବେ, ସେମାନଙ୍କ ଚିନ୍ତାଧାରାକୁ ବୁଝାଇପାରିବେ ଓ ଏକାଠି ମିଶି ଦଳରେ କାର୍ଯ୍ୟ କରିବାର କୌଶଳ ଶିଖିପାରିବେ । କିନ୍ତୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ଆପଣ ପଢାଉଥିବା ପାଠଟିକୁ ଶିକ୍ଷାର୍ଥୀମାନେ ବୁଝିପାରିବା । ଏଠାରେ କେତେକ ସମସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ।

ଉପସ୍ଥାପନା : ଶିକ୍ଷାର୍ଥୀମାନେ ଦଳରେ ବସି ସମଗ୍ର ଶ୍ରେଣୀ ପାଇଁ ଉପସ୍ଥାପନ ପ୍ରସ୍ତୁତ କରିବେ । ପ୍ରତ୍ୟେକ ଦଳ ପାଇଁ ଅଲଗା ପାଠ ଧାରଣା ଦିଆଗଲେ, ପ୍ରତି ଦଳ ଅନ୍ୟ ଦଳର କଥା ଶୁଣିବାକୁ ଅଭିପ୍ରେରିତ ହେବେ କିନ୍ତୁ ସମାନ ଧାରଣା ହେଲେ ସେହି କଥାକୁ ବାରମ୍ବାର ଶୁଣିବାକୁ ପଡିବ । ପ୍ରତିଦଳ କେତେ ସମୟ ପାଇଁ ଉପସ୍ଥାପନ କରିବେ, ତାହା ନିର୍ଦ୍ଧାରଣ କରନ୍ତୁ । ଉତ୍ତମ ଉପସ୍ଥାପନା ପାଇଁ ଏକ ମାନଦଣ୍ଡ ପ୍ରସ୍ତୁତ କରନ୍ତୁ। ପାଠ ପଢାଇବା ପୂର୍ବରୁ ଏହି ସୂଚନା ଗୁଡିକୁ କଳାପଟାରେ ଲେଖନ୍ତୁ ।

ଶିକ୍ଷାର୍ଥୀମାନେ ମାନଦଣ୍ଡକୁ ବ୍ୟବହାର କରି ସେମାନଙ୍କ ଉପସ୍ଥାପନା ପାଇଁ ଯୋଜନା କରିବେ ଏବଂ ଜଣେ ଅନ୍ୟଜଣଙ୍କ କାର୍ଯ୍ୟକୁ ମୂଲ୍ୟୟନ କରିବେ । ମାନଦଣ୍ଡରେ ନିମ୍ନ ତଥ୍ୟଗୁଡିକୁ ଅନ୍ତର୍ଭୁକ୍ତ କରାଯିବ ।

  • ଉପସ୍ଥାପନଟି ସ୍ପଷ୍ଟ ଥିଲା କି ?
  • ଉପସ୍ଥାପନଟି ସୁସଂଗଠିତ ଥିଲା କି ?
  • ମୁଁ ଉପସ୍ଥାପନାରୁ କିଛି ଶିଖିଲି କି ?
  • ଉପସ୍ଥାପନଟି ମୋତେ ଚିନ୍ତା କରିବାକୁ ସୁଯୋଗ ଦେଲା କି ?
  • ସମସ୍ୟା ସମାଧାନ: ଶିକ୍ଷାର୍ଥୀମାନେ ଦଳରେ ଏକାଠି ବସି ଗୋଟିଏ ସମସ୍ୟା କିମ୍ବା ଅନେକଗୁଡିଏ ସମସ୍ୟାର ସମାଧାନ କରିଥାନ୍ତି । ଏହା ବିଜ୍ଞାନର କୌଣସି ପରୀକ୍ଷା ହୋଇପାରେ, ଗଣିତରେ ସମସ୍ୟା ସମାଧାନ, ଗଛକୁ ବିଶ୍ଳେଷଣ କିମ୍ବା ଇଂରାଜୀ କବିତା ବିଶ୍ଳେଷଣ କିମ୍ବା ଇତିହାସର କୌଣସି ଘଟଣାବଳୀର ବିଶ୍ଳେଷଣ ହୋଇପାରେ ।
  • କଳାକୃତି କିମ୍ବା ଉତ୍ପାଦ ସୃଷ୍ଟି କରିବା: ଶିକ୍ଷାର୍ଥୀମାନେ ଦଳରେ ବସି ବିଭିନ୍ନ କାର୍ଯ୍ୟ କରିପାରିବେ ଯେପରି ଏକ ଗଛ ଲେଖିବା, ଡ୍ରାମା ନାଟକ ରଚନା କରିବା, ଗୀତ । କବିତା ଲେଖିବା, ଏକ ଧାରଣାକୁ ବୁଝାଇବା ପାଇଁ ମଡେଲ ପ୍ରସ୍ତୁତି, ଯେ କୌଣସି ସମସ୍ୟା ଆଧାରିତ ସମ୍ବାଦ ଲେଖିବା, ତଥ୍ୟର ସାରା’ଶ ପାଇଁ ପୋଷ୍ଟର ପ୍ରସ୍ତୁତି କିମ୍ବା ଏକ ଧାରଣାକୁ ବୁଝାଇବା ଜୋହାଇପାଚୋର |

ଯେ କୌଣସି ନୂଆ ପାଠ ଉପରେ ମାନସ ମନ୍ଥନ କରିବା ପାଇଁ କିମ୍ବା ପ୍ରତ୍ୟକ୍ଷ ଚିତ୍ର ପ୍ରସ୍ତୁତ କରିବା ପାଇଁ ଦଳଗୁଡିକୁ ପାଞ୍ଚ ମିନିଟ ସମୟ ଦିଆଯିବ, ଫଳରେ ସେମାନେ କ'ଣ ଜାଣିଛନ୍ତି ଆପଣ ଜାଣିପାରିବେ ଯାହା ଆପଣଙ୍କୁ ପାଠଟିକୁ ଆଗେଇ ନେବାରେ ସାହାଯ୍ୟ କରିବ ।

  • ବିଭିନ୍ନ ପ୍ରକାର ସମସ୍ୟା/କାର୍ଯ୍ୟ: ଦଳଗତ କାର୍ଯ୍ୟରେ ବିଭିନ୍ନ ବୟସର ଶିକ୍ଷାର୍ଥୀ ଓ ବିଭିନ୍ନ ସ୍ତରର ଶିକ୍ଷାର୍ଥୀ ଗୋଟିଏ ସମସ୍ୟା ଉପରେ ଏକାଠି ମିଶି କାର୍ଯ୍ୟ କରିବାର ସୁଯୋଗ ପାଆନ୍ତି । ଭଲ ଶିକ୍ଷାର୍ଥୀମାନେ କାର୍ଯ୍ୟଟିକୁ ବୁଝାଇବାର ସୁଯୋଗ ପାଇଥାନ୍ତି । କିନ୍ତୁ ଦୁର୍ବଳ ଶିକ୍ଷାର୍ଥୀମାନେ ଶ୍ରେଣୀ ଅପେକ୍ଷା ଛୋଟ ଦଳରେ ପ୍ରଶ୍ନ ପଚାରିବା ପାଇଁ ସହଜ ମନେ କରିଥାନ୍ତି ଏବଂ ସହପାଠୀଙ୍କ ଠାରୁ ଶିଖିଥାନ୍ତି ।
  • ଆଲୋଚନା: ଶିକ୍ଷାର୍ଥୀମାନେ ଏକ ସମସ୍ୟାକୁ ନେଇ ଆଲୋଚନା କରି ସିଦ୍ଧାନ୍ତ ନେଇଥାନ୍ତି । ଆପଣଙ୍କୁ ଏଥିପାଇଁ ସାମାନ୍ୟ ପ୍ରସ୍ତୁତି କରିବାକୁ ପଡିବ। କାରଣ ଆପଣ ନିଶ୍ଚିତ ହେବା ଦରକାର ଶିକ୍ଷାର୍ଥୀମାନଙ୍କ ପାଖରେ ବିଭିନ୍ନ ବିକଛକୁ ଗ୍ରହଣ କରିବା ପାଇଁ ଯଥେଷ୍ଟ ଜ୍ଞାନ ଅଛି। କିନ୍ତୁ ଆଲୋଚନାକୁ ସଂଗଠିତ କରିବା କିମ୍ବା ତର୍କ କରିବା ଆପଣଙ୍କ ପାଇଁ ଓ ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ଯ ଉପଯୋଗ11
  • ଦଳକୁ ସଂଗଠିତ କରିବା

    ଚାରିରୁ ଆଠଟି ସଦସ୍ୟଙ୍କୁ ନେଇ ଦଳଟି ଗଠିତ ହେଲେ ଉତ୍ତମ। କିନ୍ତୁ ଏହା ଶ୍ରେଣୀର ଶିକ୍ଷାର୍ଥୀ ସଂଖ୍ୟା, ଭୌତିକ ପରିବେଶ ଓ ଆସବାବ ପତ୍ର, ଶିକ୍ଷାର୍ଥୀଙ୍କ ସ୍ତର ଏବଂ ବୟସ ଉପରେ ନିର୍ଭର କରେ । ସାଧାରଣତଃ ଦଳର ପ୍ରତ୍ୟେକ ସଦସ୍ୟ ଅନ୍ୟଜଣଙ୍କୁ ଦେଖିବା, କଥା ହେବା ଦରକାର ଏବଂ ଦଳର ଲକ୍ଷ୍ୟ ହାସଲରେ ଭାଗିଦାରୀ ହେବା ଆବଶ୍ୟକ ।

    • ଆପଣ ଶିକ୍ଷାର୍ଥୀମାନଙ୍କୁ କାହିଁକି ଓ କିପରି ଦଳରେ ଭାଗ କରିବେ, ନିଷ୍ପତି ନିଅନ୍ତୁ । ଉଦାହରଣ- ଆପଣ ବନ୍ଧୁତା, ଆଗ୍ରହ କିମ୍ବା ସମାନ ମିଶ୍ରିତ ସ୍ତର ଭର୍ତ୍ତିରେ ଦଳ ଗଠନ କରିପାରିବେ । ବିଭିନ୍ନ ପ୍ରକାର ଦଳ ଗଠନ କରନ୍ତୁ, ଦେଖନ୍ତୁ କେଉଁ ପ୍ରକାର ଦଳ ଅଧିକ ଫଳପ୍ରଦ ହେଉଛି ।
    • ଦଳର ସଦସ୍ୟମାନଙ୍କୁ କିଛି ଭୂମିକା ଦେବାକୁ ଥିଲେ ଯୋଜନା କରନ୍ତୁ (ଉଦାହରଣ – ବିବରଣୀ ଲିଖନ, ସମୟ ରକ୍ଷକ, ଉପସ୍ଥାପକ କିମ୍ବା ଯନ୍ତପାତି ସଂଗ୍ରହ) ଏବଂ ଏହାକୁ କିପରି ସ୍ପଷ୍ଟ ଭାବେ ଉପସ୍ଥାପନ କରିବେ ।

    ଦଳଗତ କାର୍ଯ୍ୟର ପରିଚାଳନା

    ଆପଣ ଉତ୍ତମ ଦଳଗତ କାର୍ଯ୍ୟ ପାଇଁ ଗୁଟିନ୍ ଓ ନିୟମ ପ୍ରସ୍ତୁତ କରିପାରନ୍ତି । ଆପଣ ଯେତେବେଳେ ନିରନ୍ତର ଭାବରେ ଦଳଗତ କାର୍ଯ୍ୟ କରିବେ, ସେତେବେଳେ ଶିକ୍ଷାର୍ଥୀମାନେ ଆପଣ କ'ଣ ଆଶା କରୁଛନ୍ତି ଜାଣିପାରିବେ ଏବଂ ଏହି କାର୍ଯ୍ୟଟିରୁ ଆନନ୍ଦ ପାଇବେ । ପ୍ରଥମେ ଶିକ୍ଷାର୍ଥୀମାନଙ୍କ ସହିତ ଦଳଗତ କାର୍ଯ୍ୟର ସୁବିଧା ବିଷୟରେ ଆଲୋଚନା କରନ୍ତୁ । ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଉତ୍ତମ ଦଳଗତ କାର୍ଯ୍ୟର ଲକ୍ଷଣଗୁଡ଼ିକ ବିଷୟରେ ଆଲୋଚନା କରିବେ ଓ ସେଥୁରୁ ନିୟମର ଏକ ତାଲିକା ବାହାର କରି ପ୍ରଦର୍ଶିତ କରିବେ । ଉଦାହରଣ 'ପ୍ରତ୍ୟେକଙ୍କୁ ସମ୍ମାନ ଦିଅନ୍ତୁ,' ' ଅନ୍ୟକୁ ଶୁଣିବା', 'ଅନ୍ୟକୁ ସାହାଯ୍ୟ କରିବା', 'ଅନେକ ଧାରଣାକୁ ନେଇ ଚେଷ୍ଟା କରିବା' ଇତ୍ୟାଦି ।

    ଦଳଗତ କାର୍ଯ୍ୟ ବିଷୟରେ ସ୍ପଷ୍ଟ ସୂଚନା ଦେବା ଗୁରୁତ୍ଵପୂର୍ଣ୍ଣ ଅଟେ ଏବଂ ଏହି ସୂଚନା ଗୁଡିକୁ ମଧ୍ୟ କଳାପଟାରେ ଲେଖାଯାଇ ପାରେ । ଏଥିପାଇଁ ଆପଣଙ୍କୁ

    • ଆପଣଙ୍କ ଯୋଜନା ଅନୁସାରେ ଶିକ୍ଷାର୍ଥୀମାନେ ଶ୍ରେଣୀର କେଉଁ ସ୍ଥାନରେ ଦଳରେ ବସି କାର୍ଯ୍ୟ କରିବେ କିମ୍ବା ସେମାନେ ଆସବାବପତ୍ର ବା ସ୍କୁଲ ବ୍ୟାଗକୁ କେଉଁଠି ରଖିବେ ନିର୍ଦେଶ ଦିଅନ୍ତୁ ।
    • ସମସ୍ୟା ବିଷୟରେ ସ୍ପଷ୍ଟ ଧାରଣା ଆଣନ୍ତୁ ଏବଂ ସୂଚନାକୁ କଳାପଟାରେ ଲେଖନ୍ତୁ । ଆପଣ କାର୍ଯ୍ୟଟିକୁ ଆରମ୍ଭ କରିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ଅନୁମତି ଦିଅନ୍ତୁ ।

    ପାଠ ପଢାଉଥିବା ସମୟରେ, ଦଳରେ ଶିକ୍ଷାର୍ଥୀମାନେ କିପରି କାର୍ଯ୍ୟ କରୁଛନ୍ତି ତାହାକୁ ପର୍ଯ୍ୟବେକ୍ଷଣ କରନ୍ତୁ । ଯଦି ଶିକ୍ଷାର୍ଥୀମାନେ ସମସ୍ୟା ଠାରୁ ଦୂରେଇ ଯାଉଛନ୍ତି, ତେବେ ଆବଶ୍ୟକ ସ୍ଥଳେ ପରାମର୍ଶ ଦିଅନ୍ତୁ ।

    ଆପଣ କାର୍ଯ୍ୟ କରିବା ସମୟରେ ଆବଶ୍ୟକ ସ୍ଥଳେ ମଧ୍ୟ ଦଳ ପରିବର୍ତ୍ତନ କରିପାରନ୍ତି । ଆପଣ ଦଳଗତ କାର୍ଯ୍ୟ ସମ୍ବନ୍ଧରେ ଆତ୍ମବିଶ୍ଵାସ ହାସଲ କରିବା ପାଇଁ ନିମ୍ନରେ ଦୁଇଟି କୌଶଳ ବର୍ଣ୍ଣନା କରାଯାଇଛି ଯାହା ଆପଣ ଚେଷ୍ଟା କରିପାରିବେ । ବହୁତ ଶିକ୍ଷାର୍ଥୀ ଥିବା ଶ୍ରେଣୀକୁ ପରିଚାଳନା କଲାବେଳେ ଏହା ଆପଣଙ୍କୁ ସାହାଯ୍ୟ କରିବ ।

    ଦକ୍ଷ ଦଳ : ପ୍ରତ୍ୟେକ ଦଳକୁ ଭିନ୍ନ ସମସ୍ୟା । କାର୍ଯ୍ୟ ଦିଅନ୍ତୁ ଯେପରି ବିଦ୍ୟୁତ ଉତ୍ପାଦନ ହେବାର ଏକ ଉପାୟକୁ ଗବେଷଣା କରିବା, କିମ୍ବା ନାଟକ ପାଇଁ ଏକ ଚରିତ୍ର ଲେଖିବା । କିଛି ସମୟ ପରେ ଦଳଗୁଡିକୁ ପୁନଃ ସଂଗଠିତ କରନ୍ତୁ ଯେପରି ପ୍ରତ୍ୟେକ ଦଳରେ ଜଣେ ଲେଖାଏଁ ଦକ୍ଷ ଶିକ୍ଷାର୍ଥୀ ରହିବେ । ତା’ପରେ ସେମାନଙ୍କୁ ଏକ ସମସ୍ୟା ଦିଅନ୍ତୁ, ଯେଉଁଥିରେ ସବୁ ଦକ୍ଷ ଶିକ୍ଷାର୍ଥୀମାନଙ୍କର ଜ୍ଞାନକୁ ଅନ୍ତର୍ଭୁକ୍ତ କରିବେ ଯେପରି କେଉଁ ପ୍ରକାର ବିଦ୍ଯୁତ କେନ୍ଦ୍ର ନିର୍ମାଣ କରିବେ କିମ୍ବା ଡ୍ରାମାର ଏକ ଅଂଶ ପ୍ରସ୍ତୁତ କରିବେ ।

    • ପ୍ରତିନିଧ; ଯଦି ସମସ୍ୟାଟିରେ କିଛି ସୃଷ୍ଟି କରିବା କିମ୍ବା ସମସ୍ୟା ସମାଧାନ କରିବାର ଥାଏ, ତେବେ କିଛି ସମୟ ପରେ ଆପଣ ପ୍ରତି ଦଳରୁ ଏକ ପ୍ରତିନିଧୁ ଅନ୍ୟଦଳକୁ ପଠାନ୍ତୁ । ସେମାନେ ଧାରଣା ବା ସମାଧାନର ଉପାୟଗୁଡିକୁ ତୁଳନା କରିବେ ଏବଂ ତାଙ୍କ ନିଜ ଦଳକୁ ଯାଇ ବିବରଣୀ ପ୍ରଦାନ କରିବେ । ଏହି ଉପାୟରେ ଗୋଟିଏ ଦଳରୁ ଅନ୍ୟଦଳ କିଛି ଶିଖିପାରିବେ ।

    କାର୍ଯ୍ୟଟି ଶେଷରେ କ’ଣ ଶିଖିଲେ। ତା’ର ସାରାଂଶ ପ୍ରସ୍ତୁତ କରିବାକୁ କୁହନ୍ତୁ ଏବଂ ଶିକ୍ଷାର୍ଥୀମାନଙ୍କର କିଛି ଭୁଲ ଧାରଣା ଥିଲେ ତାର ସଂଶୋଧନ କରନ୍ତୁ । ଆପଣ ହୁଏତ ପ୍ରତ୍ୟେକ ଦଳର ମତାମତ ଶୁଣିବାକୁ ଚାହିଁପାରନ୍ତି କିମ୍ବା ଗୋଟିଏ ବା ଦୁଇଟି ଦଳର ଯେଉଁ ଶିକ୍ଷାର୍ଥୀଟିର ଭଲ ଧାରଣା ଅଛି ସେହିମାନଙ୍କୁ ପଚାରି ପାରନ୍ତି । ଶିକ୍ଷାର୍ଥୀମାନଙ୍କୁ ବିବରଣୀ ସଂକ୍ଷିପ୍ତରେ ଲେଖିବାକୁ କୁହନ୍ତୁ ଏବଂ ସେମାନଙ୍କୁ ଗୋଟିଏ ଦଳ ଅନ୍ୟ ଦଳର କାର୍ଯ୍ୟ ନିରୀକ୍ଷଣ କଲାବେଳେ କେଉଁ କାର୍ଯ୍ୟଟି ଭଲ ହୋଇଥିଲା, କେଉଁଠି ଆନନ୍ଦଦାୟୀ ହୋଇଥିଲା କିମ୍ବା କ'ଣ କଲେ ଅଧିକ ଭଲ ହେବ ଏଭଳି ମତାମତ ଦେବାକୁ ଉତ୍ସାହିତ କରନ୍ତୁ ।

    ଆପଣ ଶ୍ରେଣୀରେ ଦଳଗତ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ବେଳେବେଳେ ମଧ୍ୟ କେତେକ ଶିକ୍ଷାର୍ଥୀଙ୍କ ପାଇଁ ଦଳଗତ କାର୍ଯ୍ୟ ସଂଗଠିତ କରିବା କଷ୍ଟକର ହୋଇପାରେ । ଯେପରି କେତେକ ଶିକ୍ଷାର୍ଥୀ

    • ସକ୍ରିୟ ଶିକ୍ଷଣକୁ ବିରୋଧ କରନ୍ତି ଏବଂ ଅଂଶଗ୍ରହଣ କରନ୍ତି ନାହିଁ ।
    • ପ୍ରଭାବଶାଳୀ ହୋଇଥା'ନ୍ତି ।
    • ଦୃଢ଼ ବିଶ୍ଵାସର ଅଭାବ କିମ୍ବା ଅନ୍ୟମାନଙ୍କ ସହ ମିଶିପାରୁ ନଥିବାରୁ ଦଳଗତ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି ନାହିଁ ।

    ଦଳଗତ କାର୍ଯ୍ୟକୁ ସଫଳ ଭାବରେ ପରିଚାଳନା କରିବା ପାଇଁ ଆପଣ ଉପରେ ଲେଖାଯାଇଥିବା ଦିଗଗୁଡିକୁ ଗୁରୁତ୍ଵର ସହିତ ବିଚାର କରିବେ ଏଥିସହିତ ପ୍ରତ୍ୟାଶିତ ଫଳାଫଳ କେତେ ଦୂର ହାସଲ ହେଲା ଏବଂ ଶିକ୍ଷାର୍ଥୀମାନେ କିଭଳି ଭାବରେ ଉତ୍ତର ଦେଉଛନ୍ତି ମଧ୍ୟ ଏହାକୁ ଲକ୍ଷ୍ୟ କରିବେ (ସବୁ ଶିକ୍ଷାର୍ଥୀ ଉପକୃତ ହେଲେ କି ?), ଆପଣ ଯଦି କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଯେପରି ଦଳଗତ ସମସ୍ୟା, ସମ୍ବଳ, ସମୟ କିମ୍ବା ଦଳ ଗଠନ ତେବେ ଆପଣଙ୍କୁ ଯନ୍ଵର ସହିତ ଯୋଜନା କରିବାକୁ ପଡିବ ।

    ଶିକ୍ଷାର୍ଥୀଙ୍କ ଉପଲବ୍ଧିରେ ସବୁବେଳେ ଦଳଗତ ଶିକ୍ଷଣ କାର୍ଯ୍ୟର ସକାରାସକ ପ୍ରଭାବ ପଡିବ ନାହିଁ - ଗବେଷଣା ଲବ୍ଧ ତଥ୍ୟରୁ ଏହା ଜଣାପଡିଛି । ତେଣୁ ଆପଣ ପ୍ରତ୍ୟେକ ପାଠ ପାଇଁ ଦଳଗତ କାର୍ଯ୍ୟ ବ୍ୟବହାର କରିବା ଉଚିତ ନୁହେଁ । ଆପଣ ଦଳଗତ କାର୍ଯ୍ୟକୁ ସହାୟକ କୌଶଳ ଭାବରେ ବ୍ୟବହାର କରିବାକୁ ଚାହିଁପାରନ୍ତି । ଉଦାହାରଣ- ପାଠ ପରିବର୍ତ୍ତନ କଲାବେଳେ ଏକ ବିରତି ପାଇଁ କିମ୍ବା ଶ୍ରେଣୀରେ ଆଲୋଚନାକୁ ହଠାତ ଆରମ୍ଭ କରିବା ବେଳେ, ଏହାକୁ ମଧ୍ୟ ପାଠ ଆରମ୍ଭ କରିବା ସମୟରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ କାର୍ଯ୍ୟ ବିଷୟରେ ଥିବା ଅନୁଭୂତିକୁ ଜାଣିବା ପାଇଁ ଏବଂ ଶ୍ରେଣୀରେ ସମସ୍ୟା ସମାଧାନ କାର୍ଯ୍ୟ କରିବା ସମୟରେ କିମ୍ବା ପାଠଟିକୁ ସମୀକ୍ଷା କରିବା ସମୟରେ ବ୍ୟବହାର କରାଯାଇପାରେ ।

    ସମ୍ବଳ 3: ଅପପୁଷ୍ଟିର ସଂଜ୍ଞ

    ୧. ଅପପୁଷ୍ଟି ଏକ ଅବସ୍ଥା ଯାହା ଶରୀରକୁ ଉପଯୁକ୍ତ ପରିମାଣର ଜୀବସାର, ଧାତୁସାର ଏବଂ ଅନ୍ୟ ପୁଷ୍ଟି ଯେଉଁ ଗୁଡ଼ିକ ଶରୀରର ତନ୍ତୁ ଓ ଅନ୍ୟ ଅଙ୍ଗ ଗୁଡ଼ିକର କାର୍ଯ୍ୟ ପାଇଁ ଦରକାର ମାତ୍ର ତାହା ମିଳି ନ ଥାଏ । http//medical dictionary, the frace dictionary/.com malix.

    ୨. ପୁଷ୍ଟିକର ଖାଦ୍ୟ ଓ ହଜମ ଶକ୍ତିର ଅଭାବରେ ହେଉଥିବା ଦୁର୍ବଳ ସ୍ଵାସ୍ଥ୍ୟକୁ ଅପପୁଷ୍ଟି କୁହାଯାଏ ।

    ୩. ବୃହତ ଅର୍ଥରେ ଅପପୁଷ୍ଟି ହେଉଛି ପୁଷ୍ଟିକର ଖାଦ୍ୟର ଅଭାବ କିନ୍ତୁ ବୈଷୟିକ ଦୃଷ୍ଟିରୁ ଏହା ଅତ୍ୟାଧୁକ ଖାଇବା ଲୋକ ସେମାନେ ଖାଦ୍ୟକୁ ଭଲରେ ହଜମ କରି ପାରନ୍ତି ନାହିଁ, ଖାଦ୍ୟରୁ ଯଥେଷ୍ଟ କ୍ୟାଲୋରୀ ପାଆନ୍ତି ନାହିଁ ସେତେବେଳେ ସେମାନେ ଅପପୁଷ୍ଠି ଭୋଗନ୍ତି । ଯେତେବେଳେ ଲୋକ ଅଧିକ କ୍ୟାଲୋରୀ କୁ ଗ୍ରହଣ କରନ୍ତି ସେମାନେ ମଧ୍ୟ ଅପପୁଷ୍ଠି ଭୋଗନ୍ତି ।

    ୪. ଅପପୁଷ୍ଟି ଏକ ଶବ୍ଦ ବ୍ୟବହାର କରାଯାଏ ଯେତେବେଳେ ଶରୀର ଠିକ ଭାବରେ କାର୍ଯ୍ୟକ୍ଷମ ହେବା ପାଇଁ ଉପଯୁକ୍ତ ଭାବରେ ଖାଦ୍ୟ ଗ୍ରହଣ କରିପାରେ ନାହିଁ । ଅପପୁଷ୍ଟି ଅଛରୁ ଅତ୍ୟାଧୁକ ମଧ୍ୟ ହୋଇପାରେ ଏବଂ ଜୀବନ ପ୍ରତି ଭୟ ମଧ୍ୟ ରହିପାରେ । ଭୋକିଲା ଅବସ୍ଥାରେ ରହିଲେ ମଧ୍ୟ ହୋଇପାରେ ଯେଉଁଥିରେ ଜଣେ ଉପଯୁକ୍ତ ପରିମାଣର କ୍ୟାଲୋରୀ ଗ୍ରହଣ କରିପାରେ ନାହିଁ । ଏହା ମଧ୍ୟ କୌଣସି ଏକ ବା ଏକାଧୁକ ପୁଷ୍ଠିର ଅଭାବରୁ ହୋଇଥାଏ (ଉଦାହରଣ Vitamin- C ର ଅଭାବ) ଯେତେବେଳେ ଜଣେ ଠିକରେ ଖାଦ୍ୟ ହଜମ କରିପାରେ ନାହିଁ ବା ତା ଶରୀର ପୁଷ୍ଠିକୁ ଗ୍ରହଣ କରିପାରେ ନାହିଁ ସେମିତି ଅସୁସ୍ଥ ଅବସ୍ଥାରେ । ( medical condition) ଅପପୁଷ୍ଟି ବର୍ତମାନର ଏକ ବିଶ୍ଵ ଖାଦ୍ୟ ସମସ୍ୟା । ମୁଖ୍ୟତଃ ଏହା ବିକାଶଶୀଳ ଦେଶ ମାନଙ୍କର ସମସ୍ୟା ।

    ସମ୍ବଳ 4: ଆଲୋଚନାକୁ ସଂଗଠିତ କରିବା ପାଇଁ କିଛି ସମ୍ଭାବ୍ୟ ଫର୍ଦ

    ଯେତେବେଳେ ଜଣେ ଖାଦ୍ୟରୁ ଉପଯୁକ୍ତ ପୃଷ୍ଟିପାଏ ନାହିଁ ତାକୁ ଅପପୁଷ୍ଟି କୁହାଯାଏ । ଏହାର ଅର୍ଥ ତାକୁ ଦୁର୍ବଳ ପୃଷ୍ଟି ଅପପୁଷ୍ଟି (Undernutrition) ଅଧିକ ପୃଷ୍ଟି କୁହାଯାଇପାରେ ।

    • ବାକ୍ୟ ସଂଗଠିତ କରିବା ଶିକ୍ଷାର୍ଥୀମାନଙ୍କୁ ଯୋଡ଼ି ବା ଦଳରେ ରଖନ୍ତୁ । ସେମାନଙ୍କୁ କେତେକ ବାକ୍ୟ ର ତାଲିକା ଦିଅନ୍ତୁ ଯାହାକୁ କ୍ରମାନ୍ଵୟରେ ସଜାଡ଼ିବେ ।

    ଉଦାହରଣ : ଏହା ଗୁରୁତ୍ଵପୂର୍ଣ୍ଣ

    • ଫଳ ଏବଂ ପରିବା ଖାଇବା
    • ଚା ପିଇବା
    • ଜୀବସାଗର ସହାୟତା ନେବା
    • ଚର୍ବିଜାତୀୟ ଖାଦ୍ୟ ଖାଇବା
    • ଶର୍କରା ଜାତୀୟ ଖାଦ୍ୟ ଖାଇବା
    • ପରିଷ୍କାର ପାଣି ପିଇବା
    • ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା

    ଶିକ୍ଷାର୍ଥୀମାନେ ତାଙ୍କ ତାଲିକାକୁ ଅନ୍ୟ ଦଳର ତାଲିକା ସହ ତୁଳନା କରି ସମାନ । ଅସମାନ ବାହାର କରି ପାରିବେ ।

    • Snowballing (ବରଫ ବଲ ଫିଙ୍ଗା): ଯୋଡ଼ିରେ ଆଲୋଚନା କରିବାକୁ ଦିଆଯାଇପାରେ, "ପୁଅମାନେ ଝିଅଶିକ୍ଷାର୍ଥୀଙ୍କ ଠାରୁ ଅଧିକ ଖାଆନ୍ତି କି ? ପରେ ଦୁଇଟି ଯୋଡ଼ି ମିଶି ୪ ଜଣିଆ ଦଳ ହେବେ ଏବଂ ପରସ୍ପରର ମତ ବିନିମୟ କରିବେ । ସେହି ୪ ଜଣ ଅନ୍ୟ ୪ ଜଣଙ୍କ ସହ ମିଶି ୮ ଜଣିଆ ଦଳ ଗଠନ କରିବେ ଏବଂ ଏଇ ପ୍ରକ୍ରିୟା ର ପୁନରାବୃଭି ହେବ । ଶିକ୍ଷକ ଜଣେ ଶିକ୍ଷାର୍ଥୀକୁ ତାଙ୍କ ଆଲୋଚନାର ସାରାଂଶ କହିବାକୁ କହିବେ ।

    ସାଂଙ୍ଗମାନଙ୍କୁ ଶୁଣିବା : ଆଲୋଚନାରେ ତିନି ଜଣିଆ ଦଳ କରନ୍ତୁ । ପ୍ରତ୍ୟେକଙ୍କୁ ଏକ ନିଦ୍ଧିଷ୍ଟ ଭୂମିକା ଦିଅନ୍ତୁ ଯେପରି ମୁଖପାତ୍ର, ପ୍ରଶ୍ନକର୍ତା, ଲିପିକାର । ମୁଖପାତ୍ର ତାଙ୍କ ଧାରଣାକୁ ବୁଝାଇବେ । ତା' ପଛରେ ଯୁକ୍ତି ଦର୍ଶାଇବେ । ପ୍ରଶ୍ନକର୍ତ୍ତା ସ୍ପଷ୍ଟୀକରଣ ଚାହିଁବେ । ଲିପିକାର ତାଙ୍କ ମତାମତକୁ ଲିପିବଦ୍ଧ କରିବେ । ଲିପିକାର ଶ୍ରେଣୀର ସମସ୍ତ ଛାତ୍ରଙ୍କୁ ତାଙ୍କ ପ୍ରତିପୁଷ୍ଟି ଜଣାଇଦେବ ।

    ପ୍ରତିନିଧି ଦଳ : ଶ୍ରେଣୀରେ ଶିକ୍ଷାର୍ଥୀଙ୍କୁ ୪ ଭାଗ କରନ୍ତୁ । ପ୍ରତ୍ୟେକ ଦଳକୁ ଗୋଟିଏ ଗବେଷଣାମ୍ବକ କାର୍ଯ୍ୟ ଦିଅନ୍ତୁ । ଉଦାହରଣ ସ୍ଵରୂପ ଗୋଟିଏ ଦଳ ଖାଦ୍ୟରେ ପୁଷ୍ଟିସାରର ଗୁରୁତ୍ଵ ଅନୁସନ୍ଧାନ କରିପାରନ୍ତି । ଅନ୍ୟଦଳ ସିମୀତ କ୍ୟାଲସିୟମ ଶରୀରକୁ ନେଲେ କ'ଣ ହୋଇପାରେ ଅନୁଧ୍ୟାନ କରିପାରନ୍ତି । ଶିକ୍ଷାର୍ଥୀମାନେ ତାଙ୍କ ଗବେଷଣା ପାଇଁ ଅନେକଗୁଡ଼ିଏ ତଥ୍ୟ ଦରକାର କରିପାରନ୍ତି । ସେମାନେ କାର୍ଯ୍ୟଟି କରିବା ପାଇଁ ଅଧିକ ସମୟ ନେବେ । ଦଳରୁ ଜଣେ ପାଇଥିବା ତଥ୍ୟକୁ ଅନ୍ୟଦଳ ନିକଟରେ ଉପସ୍ଥାପନା କରିବେ । ସେମାନେ କାମଟିକୁ ଶେଷ କଲାପରେ ଅନ୍ୟମାନଙ୍କ ଗବେଷଣା ଲବ୍ଧ ତଥ୍ୟ ମନଦେଇ ଶୁଣିବା ଉଚିତ । ପ୍ରତିନିଧୂଜଣକ ନିଜ ଦଳକୁ ଫେରିଆସି ଅନ୍ୟ ଦଳ କ’ଣ କହିଲେ ଆଲୋଚନା କରିବେ ।

    ତର୍କ : ଶିକ୍ଷାର୍ଥୀଙ୍କୁ ୪ଟି ଦଳରେ ଭାଗ କରନ୍ତୁ । ଦଳର ଅଧା ଗୋଟିଏ ମତାମତ ଉପରେ ଓ ବାକି ଅଧା ତା ବିରୁଦ୍ଧରେ ତର୍କ କରନ୍ତୁ । ଉଦାହରଣ ସ୍ଵରୂପ ଶିକ୍ଷାର୍ଥୀମାନେ ତାଙ୍କ ବିଦ୍ୟାଳୟ ମଧାନ୍ଦୁ ଭୋଜନରେ ପରିବା ଖାଇବା ଜରୁରୀ କି ? ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ କିଛି ସମୟ ଦରକାର ଯାହା ଦ୍ଵାରା । ସେମାନେ ତାଙ୍କ ଯୁକ୍ତି ଓ ଗବେଷଣା ଅନୁସନ୍ଧାନ ଗତ ପ୍ରମାଣ ସବୁ ତାଙ୍କ ସପକ୍ଷରେ ଉପସ୍ଥାପନ କରି ପାରିବେ । ସେମାନେ ପ୍ରସ୍ତୁତି ପାଇଁ ଗୋଟିଏ ପାଠ ଓ ଗୃହକର୍ମ ମଧ୍ୟ କରିପାରନ୍ତି । ଶିକ୍ଷାର୍ଥୀଙ୍କୁ ଯୁକ୍ତି କରିବାକୁ ଅନୁମତି ଦିଅନ୍ତୁ । ଯେତେବେଳେ ତର୍କ ସରିଯିବା ଶିକ୍ଷାର୍ଥୀଙ୍କ ଦ୍ଵାରା ଭୋଟ ମାଧ୍ୟମରେ ବା ହାତ ଉଠାଇ ସଫଳତା ଜଣାଇ ଶେଷ କରନ୍ତୁ ।

    ବେଲୁନ୍ ତର୍କ : ଏଥିରେ ଅନେକ ଶିକ୍ଷାର୍ଥୀ ଜଡ଼ିତ ହେବେ । ପ୍ରତ୍ୟେକଙ୍କର ଗୋଟିଏ ଭିନ୍ନ ମତ (ନିଜସ୍ଟ ନ ହୋଇପାରେ) ପ୍ରତ୍ୟେକ ଶିକ୍ଷାର୍ଥୀ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବେ କାରଣ ତାଙ୍କ ମତ ଗରମ ବେଲୁନରୁ ବାହାରକୁ ଫିଙ୍ଗି ଦିଆ ନଯାଉ । ଶିକ୍ଷାର୍ଥୀମାନେ ଅଧିକ ତଥ୍ୟ ଦରକାର କରିପାରନ୍ତି । ବାକି ଶିକ୍ଷାର୍ଥୀ ତାଙ୍କ ମତକୁ ଶୁଣିବେ ଏବଂ ତାପରେ ଶ୍ରେଣୀରେ ଭୋଟ ନିଆଯିଚ, ଜେଉଁ ମତାମତଜ ଫିଙ୍ଗି ଦିଆଯାଇପାରେ ।

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top