ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ବିଦ୍ୟାଳୟ – ଗୃହ ଭାବବିନିମୟ
ସେଆର କରନ୍ତୁ

ବିଦ୍ୟାଳୟ – ଗୃହ ଭାବବିନିମୟ

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ସାଧାରଣତଃ ପିଲାମାନେ ଗୃହ ଓ ଗୋଷ୍ଠୀର ବ୍ୟକ୍ତି ବିଶେଷଙ୍କ ସହ କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ଭାବ, ଭାଷା, ଜ୍ଞାନ, କୌଶଳ, ଧାରଣା ଆଦି ହାସଲ କରିଥାନ୍ତି । ଏହି ସବୁକୁ ଆଧାର କରି ସେମାନେ ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବିଚାର  କଲେ ଜଣାଯାଏ ଯେ ଭାଷାଗତ ଓ ସାଂସ୍କୃତିକ ଦକ୍ଷତା କ୍ରମବର୍ଦ୍ଧିଷ୍ଣୁ ବିକାଶର ମୁଖ୍ୟ ସମ୍ବଳ ଅଟେ । ଆଉ ଯେତେବେଳେ ଶିକ୍ଷକ ଏହି କଥାକୁ ସ୍ଵୀକୃତି ଦେବେ ସେତେବେଳେ ସେମାନଙ୍କ ବିଦ୍ୟାଳୟର ଅନୁଷ୍ଠାନିକ ଶିକ୍ଷଣ ଅଧିକ ଫଳପ୍ରଦ ହୋଇପାରିବ ।

ଏହି ଏକକ ମଧ୍ୟୟନ ପରେ ଆପଣ ଭାଷା ଓ ସାକ୍ଷରତା ଶିକ୍ଷାଦାନରେ ଶିକ୍ଷାର୍ଥୀମାନଙ୍କର ଗୃହ ଓ ଗୋଷ୍ଠୀ ସଂପର୍କିତ ଅଭିଜ୍ଞତାକୁ ଜାଣିବେ ଓ ତତ୍ ସଂପର୍କିତ ମୂଲ୍ୟାୟନର ଉପାୟମାନ ବାହାର କରିବେ ।

ଏକକରୁ କ'ଣ ଶିଖିବେ

  • ଶିକ୍ଷାର୍ଥୀମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଶ୍ରେଣୀଗୃହ କାର୍ଯ୍ୟରେ ଆପଣ କିପରି ସୁଯୋଗସୃଷ୍ଟି କରିବେ ।
  • ଶିକ୍ଷାର୍ଥୀମାନଙ୍କର ବିଦ୍ୟାଳୟ ବାହାର ଅଭିଜ୍ଞତାକୁ ଆଧାରକରି ଭାଷା ଶିକ୍ଷଣ ପାଠଟୀକା କିପରି ପ୍ରସ୍ତୁତ କରିବେ ।

ଶିକ୍ଷଣ ପନ୍ଥାଟି କାହିଁକି ଗୁରୁତ୍ଵପୂର୍ଣ୍ଣ

ଶିକ୍ଷାର୍ଥୀମାନେ ସେମାନଙ୍କର ବହୁ ସମୟ ଗୃହ ଓ ଗୋଷ୍ଠୀ ମଧ୍ୟରେ କଟାଇଥାନ୍ତି । ଏହି ସମୟରେ ସେମାନେ ଅଣଆନୁଷ୍ଠାନିକ ଭାବରେ ଅନେକ କଥା ଶିଖିଥାନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ଦେଖାଯାଏ ଯେ ପାଠ୍ୟପୁସ୍ତକ ଉପରେ ଅତ୍ୟଧିକ ଗୁରୁତ୍ଵ ଯୋଗୁଁ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ଅର୍ନ୍ତନିହିତ ଜ୍ଞାନ, କୌଶଳ ତଥା ଅଭିଜ୍ଞତାକୁ ଅଣଦେଖା କରିଥାନ୍ତି ।

ଏପରି ଦେଖାଯାଏ ଯେ ଅଧିକାଂଶ ଶିକ୍ଷାର୍ଥୀ ବିଶେଷତଃ ପ୍ରଥମ ପିଢ଼ିର ଶିକ୍ଷାର୍ଥୀମାନେ ବିଦ୍ୟାଳୟରେ ସେମାନଙ୍କ ଆଦ୍ୟପ୍ରବେଶ କାଳରେ ଅପରିଚିତ ବ୍ୟକ୍ତି, ଭାଷା ତଥା କାର୍ଯ୍ୟ ଆଦିକୁ ଦେଖି ଦ୍ଵନ୍ଦରେ ପଡ଼ିଯାଆନ୍ତି । ଏଣୁ ଏହି ନୂତନ ପରିସ୍ଥିତିରେ ସେମାନେ ଅଧିକ ସୁରକ୍ଷିତ ଅନୁଭବ କରିବେ ଯେତେବେଳେ ଶିକ୍ଷାର୍ଥୀମାନେ ଜାଣିଥିବା ଭାଷା ତଥା ସେମାନଙ୍କ ସାସ୍କୃତିକ ଧାରା ଉପରେ ଆପଣ ଗୁରୁତ୍ଵ ଦେବେ । ଫଳରେ ବିଦ୍ୟାଳୟରେ ସେମାନଙ୍କ ପାଇଁ ଏକ ପରିଚିତ ପରିବେଶ ସୃଷ୍ଟି କରାଯାଇ ପାରିବ ।

ସାଧାରଣତଃ ଦେଖିବାକୁ ଗଲେ ପିଲାମାନଙ୍କୁ ସବୁଦିନେ ଗୃହ ଶିକ୍ଷା ଓ ବିଦ୍ୟାଳୟ ଶିକ୍ଷା ମଧରେ ଥିବା ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ଏକକଟିରେ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ପ୍ରତିବନ୍ଧକ ଅତିକ୍ରମ ଧାରାକୁ ସହଜ କରିବା ପାଇଁ କେତେକ କାର୍ଯ୍ୟ ସମୂହର ଉପସ୍ଥାପନ କରାଯାଇଛି ।

ବିଦ୍ୟାଳୟ ବାହାରେ ଶିକ୍ଷାର୍ଥୀଙ୍କ ଶିକ୍ଷଣ

ଟିକିଏ ଚିନ୍ତା କରନ୍ତୁ

  • ଶିକ୍ଷାର୍ଥୀମାନେ ବିଦ୍ୟାଳୟ ବାହାରୁ ହାସଲ କରିଥିବା କୌଶଳ ଓ ଜ୍ଞାନ ବିଷୟରେ ଆପଣ ଚିନ୍ତା କରିଛନ୍ତି କି ?
  • ଶିକ୍ଷାର୍ଥୀମାନଙ୍କର ଗୃହ କିମ୍ବା ଗୋଷ୍ଠୀର ଭାଷା ତଥା ସାଂସ୍କୃତିକ ଜ୍ଞାନ ସେମାନଙ୍କର ବିଦ୍ୟାଳୟ ଶିକ୍ଷଣ ପାଇଁ ଦରକାରୀ ବୋଲି ଆପଣ ଚିନ୍ତା କରୁଛନ୍ତି କି ? କାହିଁକି / କାହିଁକି ନୁହେଁ?

ପରିସ୍ଥିତି ଅନୁଧ୍ୟାନ ୧: ଶ୍ରୀମତୀ ଭାରତୀଙ୍କର ପିଲାମାନଙ୍କର ପ୍ରାକ୍ ବିଦ୍ୟାଳୟ ଜ୍ଞାନ ଓ କୌଶଳ ସଂପର୍କିତ ପ୍ରତିଫଳନ

ଶ୍ରୀମତୀ ଭାରତୀ ଭୁବନେଶ୍ଵରର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ । ଦିନେ ସେ ଗୋଟିଏ ଦୋକାନରୁ ପାତ୍ରଟିଏ କିଣିଲେ । ଦୋକାନଟି ତାଙ୍କର ଗୋଟିଏ ଦ୍ଵିତୀୟ ଶ୍ରେଣୀ ଛାତ୍ରର ବାପାଙ୍କର ଥିଲା । ସେଠାରେ ସେ ସେହି ଛାତ୍ରଙ୍କର ଗରିବର୍ଷର ଭଉଣୀ ଝୁନାକୁ ଭେଟିଲେ ଯିଏକି ସେ ପର୍ଯ୍ୟନ୍ତ ବିଦ୍ୟାଳୟରେ ନାମ ଲେଖାଇ ନଥିଲା ।

ଝୁନା ଚଟାଣର ଏକ କାର୍ଡବେର୍ଡ ବାକ୍ସ ନିକଟରେ ବସିଥିଲା । ସେ ପ୍ୟାକେଟ୍ ଗୁଡ଼ିକୁ ପାଖକୁ ନେଇ ଗଣି ଥାକ ଥାକ କରି ରଖୁଥିଲା । ତା’ର ବାପା ସେହି ସମୟରେ ଜଣେ ଗ୍ରାହକ ସହ କଥାବାର୍ଭା କରୁଥିଲେ । ମୁଁ ଝୁନାକୁ ପଚାରିଲି, ତୁମେ କି ପାତ୍ର ବିକୁଛ ? ମୋ କଥା ଶୁଣି ସେ ତା’ର ମାଆଙ୍କୁ ଡାକିଲା । ତା’ର ମାଆ ଦୋକାନର ପଛ ପାଖରୁ ବାହାରିଲେ । ସେ ତାଙ୍କ ଘର ଭାଷାରେ ପାତ୍ର ପାଇଁ ଶବ୍ଦ ବ୍ୟବହାର କରି ଗୋଟିଏ କୋଣକୁ ଆଙ୍ଗୁଳି ନିର୍ଦ୍ଦେଶ କରି ଉତ୍ତର ଦେଲେ । ଝୁନା ତା' ସାଙ୍ଗରେ ମୋତେ ପାତ୍ର ଦେଖାଇବାକୁ ନେଇଗଲା ଓ ଦୁଇ ତିନୋଟି ପାତ୍ର ଉଠାଇ ଆଣିଲା । ବିଭିନ୍ନ ରଙ୍ଗର ପାତ୍ର ସେ ମୋତେ ଦେଖାଇଲା । ମୁଁ ସେଥିରୁ ଲାଲ ରଙ୍ଗର ପାତ୍ରଟିକୁ ପସନ୍ଦ କଲି । ସେହି ପାତ୍ରଟିକୁ ସେ ଧରି ଦୋକାନକୁ ନେଇ ଆସିଲା । ମୋ ପାଖରୁ ଟଙ୍କା ନେଇ ତା'ର ମାଆକୁ ଦେଲା ଓ ତାଙ୍କ ଠାରୁ ବଳକା ପଇସା ଆଣି ମୋତେ ଫେରାଇ ଦେଲା । ପାତ୍ରଟିକୁ କାଗଜରେ ଗୁଡାଇବାରେ ସେ ତା’ର ମାଆଙ୍କୁ ସାହାଯ୍ୟ କଲା ଓ ମୋ ବ୍ୟାଗରେ ରଖି ଦେଲା । ଶେଷରେ ସେ ଓ ତା’ର ମାଆ ଉଭୟେ ମୋତେ ଓଡ଼ିଆରେ ଧନ୍ୟବାଦ ଦେଲେ ଓ ବିଦାୟ ନମସ୍କାର ଜଣାଇଜୋଲ ।

ମୁଁ ଯେତେବେଳେ ଦୋକାନ ଛାଡ଼ିଲି, ସେତେବେଳେ ଅନୁଭବ କଲି ଯେ ଝୁନା ଶିଖିଥିବା ଜ୍ଞାନ ଓ କୌଶଳ ତା’ର ବିଦ୍ୟାଳୟ ଶିକ୍ଷାରେ ସହାୟକ ହେବ ।

ଟିକିଏ ଚିନ୍ତା କରନ୍ତୁ

• ଝୁନା ଭାଷା ଓ ଭାବ ପ୍ରକାଶ ସଂପର୍କରେ କ'ଣ ଜାଣିଛି ?

• ଏହି ପରିସ୍ଥିତି ଅଧ୍ୟୟନରେ ଝୁନାରଅନ୍ୟ କେଉଁ ଦକ୍ଷତା ଓ କୌଶଳ ବିଷୟରେ ଜଣାପଡୁଛି ?

ଆପଣଙ୍କ ଧାରଣାକୁ ଆମ ଧାରଣା ସହିତ ତୁଳନା କରନ୍ତୁ

ଝୁନାରଗାଣିତିକ ଦକ୍ଷତା ବଢୁଛି । ସେ ଗଣି ପାରୁଛି । ବିଭିନ୍ନ ଜିନିଷର ଏକତ୍ରୀକରଣ, ବର୍ଗୀକରଣ ମଧ୍ୟ ସେ ଶିଖିଛି ! ଟଙ୍କା ଓ ଖୁଚୁରା ପଇସା ବିଷୟରେ ବୁଝିବା ଆରମ୍ଭ କରୁଛି । ଦୋକାନରେ କିପରି ବିକ୍ରୀବଟା ହୁଏ ତାହା ସେ ଜାଣିପାରିଲାଣି । ସେ ବର୍ତ୍ତମାନ ଶୁଣି ବୁଝିପାରୁଛି ଯେ ପ୍ରଶ୍ନ ପଚାରି କିପରି ତଥ୍ୟ ସଂଗ୍ରହ କରାଯାଏ । ଗ୍ରାହକ ସହିତ କିପରି ଭଦ୍ରତାର ସହିତ ବ୍ୟବହାର କରାଯାଏ, ସେ ଜାଣିଲାଣି ।

ଝୁନା ତା’ର ଘରଭାଷାରେ ଭଲ ଭାବରେ କଥାବାର୍ଭା କରିପାରୁଛି । ସେ ବିଭିନ୍ନ ରଙ୍ଗର ନାମ ଜାଣିଛି । ପ୍ରଶ୍ନ ପଚାରିବା ପାଇଁ ଭାଷା ବ୍ୟବହାର କରିପାରୁଛି, ସୂଚନା ଓ ନିର୍ଦେଶ ବୁଝିପାରୁଛି । ସେ ତା’ର ଘରଭାଷା ସହିତ ଓଡିଆ ମଧ୍ୟ ବୁଝୁଛି । ସେ ନିଜେ ଜାଣି ପାରିଲାଣି ଯେ ଲୋକମାନେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରନ୍ତି ।

ପର୍ଯ୍ୟବେକ୍ଷଣ, ଭାବ ଆଦାନ ପ୍ରଦାନ ଓ ଅନୁକରଣ ମାଧ୍ୟମରେ ଝୁନାର ସାଧାରଣ ଜ୍ଞାନ ତଥା ଭାବବିନିମୟ ଶୈଳୀ ମଧ୍ୟ ବଢିଗଲାଣି । ଏହା ତାର ବିଦ୍ୟାଳୟରେ ଭାଷା ଦକ୍ଷତା ଓ ଶିକ୍ଷଣ ପାଇଁ ଏକ ମୂଳଦୂଆ ରୂପେ ନିଶ୍ଚିତ କାମ କରିବ ।

ଛାତ୍ରଛାତ୍ରୀମାନେ ଘରେ ତଥା ଗୋଷ୍ଠୀରେ ବହୁତ କଥା ଶିଖିଥାଆନ୍ତି । ବିଦ୍ୟାଳୟରେ ମଧ୍ୟ ବହୁତ କଥା ଶିଖନ୍ତି । ଆପଣଙ୍କର ଛାତ୍ରଛାତ୍ରୀମାନେ ତାଙ୍କର ସାନ ଭାଇଭଉଣୀର ଦେଖାଚାହାଁ  କରନ୍ତି, ବୁଢ଼ାବାପା ବୁଢୀମାଆଙ୍କର ଦାୟିତ୍ଵ ନିଅନ୍ତି । ପୋଷା ପଶୁପକ୍ଷୀଙ୍କର ଯତ୍ନ ନିଅନ୍ତି, ବାପାମାଆଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରନ୍ତି, କ୍ରାଫ୍ଟ ତିଆରି କରନ୍ତି  ଏହି ସବୁ କାର୍ଯ୍ୟ କରିବା ସମୟରେ ସେମାନେ ଅନୌପଚାରିକ ଭାବରେ ବହୁତ କଥା ଶିଖିଥାନ୍ତି ।

2. ଶ୍ରେଣୀକକ୍ଷ କଥୋପକଥନ

ଆପଣଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଆଗ୍ରହ, ରୁଚି, କାର୍ଯ୍ୟ, ପ୍ରତିବଦ୍ଧତା ପ୍ରକାଶ ପାଇଁ ସୁଯୋଗ ଦେଲେ ଏହା ଶ୍ରେଣୀ ଗୃହରେ ଉପଯୁକ୍ତ ଭାବ ବିନିମୟ କରିବାରେ ସେମାନଙ୍କୁ ଉତ୍ସାହିତ କରିବ । ଏହା ମଧ୍ୟ ଆପଣଙ୍କୁ ସେମାନଙ୍କ କଥନ ଓ ଶ୍ରବଣ ଦକ୍ଷତା ଆକଳନରେ ସହାୟକ ହେବ । ବିଶେଷତଃ ଯେତେବେଳେ ଶିକ୍ଷାର୍ଥୀର ଗୃହ ଭାଷା ଓ ବିଦ୍ୟାଳୟର ଭାଷା ଅଲଗା ହୋଇଥିବ ସେତେବେଳେ ଏହା ଅଧିକ ସହାୟକ ହୋଇପାରିବ ।

ଆପଣଙ୍କୁ ସାହାଯ୍ୟ କରିବା ପାଇଁ ନିମ୍ନୋକ୍ତ କାର୍ଯ୍ୟ ପ୍ରସ୍ତୁତ କରାଯାଇଛି ।

ଶିକ୍ଷଣକାର୍ଯ୍ୟ- ୧: ଦୈନନ୍ଦିନ କଥୋପକଥନ

ବିଦ୍ୟାଳୟର ଏହି ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାପରେ ପ୍ରତିଦିନର, କାର୍ଯ୍ୟ ପାଇଁ ଆପଣ ଏକ ନିର୍ଘଣ୍ଟ ପ୍ରସ୍ତୁତ କରନ୍ତୁ । ଏହା ମାଧ୍ୟମରେ ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଅନୌପଚାରିକ  ଢ଼ଙ୍ଗରେ ବ୍ୟକ୍ତିଗତ ତଥା ଦଳରେ କଥୋପକଥନ କରିପାରିବେ । ଏହା ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ବା ଶେଷରେ କିମ୍ବା ଅବସର ସମୟରେ ସଂପାଦନ କରଯାଇପାରିବ । ଏହା ନିଶ୍ଚିତ କରିବା ଦରକାର ଯେ ଆପଣ ସବୁ ଶିକ୍ଷଅଁମାନଙ୍କ ସହିତ ଅଧିକ ସମୟ ଧରି ଭାବ ବିନିମୟ କରୁଛନ୍ତି । ଏହାକୁ ତଦାରଖ କରିବା ପାଇଁ ଆପଣ ଏକ ସରଳ ତନଖି ତାଲିକା ବ୍ୟବହାର କରିପାରିବେ ।

ଉଦାହରଣ ସ୍ୱରୂପ ଆପଣ ସେମାନଙ୍କୁ ପଚାରି ପାରନ୍ତି ଯେ ସେମାନେ କୌଣସି ଏକ ପର୍ବ ପାଳନକୁ ଉପଭୋଗ କରିଛନ୍ତି, ବା ନିକଟରେ କୌଣସି ଝଡ଼ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ବା କୌଣସି ନିର୍ଦ୍ଧିଷ୍ଟ କ୍ରିକେଟ ମ୍ୟାଚକୁ ସମର୍ଥନ କରିଛନ୍ତି ।

ଆପଣଙ୍କ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ବାହାରେ ଯାହା ଶିଖନ୍ତି ତାହାକୁ ଶ୍ରେଣୀରେ ଶିଖିଲାବେଳେ ସେମାନେ କିପରି ଉପଯୋଗ କରିପାରିବେ ତାର ସୁଯୋଗ ଖୋଜନ୍ତୁ । ଆପଣ ନିଶ୍ଚୟ କହିପାରିବେ :

ମୁଁ ଅନେକ କିଛି ଜାଣେ ଯେ ତୁମେ ଏହି ମାସରେ ଭୟାବହ ପାଗ ସତ୍ତ୍ୱେ ତୁମର ପିତାମାତାଙ୍କୁ ବଜାର କରିବାରେ ସାହାଯ୍ୟ କରିଛ । ଏହା ନିଶ୍ଚିତ ଭାବରେ ଏକ ଭଲ କାର୍ଯ୍ୟ । ଗଣିତ ପାଠରେ ଆଜି ତୁମେ ତୁମର କୌଶଳ ପ୍ରଦର୍ଶନ କରିପାରିବ; କାରଣ, ଆମେ ଏବେ ଟଙ୍କାର ଯୋଗ ବିୟୋଗ କାର୍ଯ୍ୟ କରୁଛେ । ତୁମ ମଧ୍ୟରୁ କେତେ ଜଣ ବଜାରରେ ଟଙ୍କା ବଦଳରେ ଖୁଚୁରା ପଇସା ଦେଇଛ ? ଏହି ହିସାବ କିତାବକୁ ତୁମେ ତୁମର ବାପା କିମ୍ବା ମାଆଙ୍କ ସହିତ ତନଖ୍ କରିଛ କି ?

ଶିକ୍ଷାର୍ଥୀମାନଙ୍କ ଠାରୁ ମିଳିଥିବା ଉତ୍ତର ଆପଣଙ୍କୁ ବିଦ୍ୟାଳୟ ଶିକ୍ଷା ପାଇଁ ସେମାନଙ୍କ ପାଖରେ ଥିବା ଜ୍ଞାନ ଓ କୌଶଳ ସଂପର୍କରେ ଆପଣଙ୍କୁ ଅର୍ନ୍ତଦୃଷ୍ଟି ଯୋଗାଇ ଦେଇପାରିବ । ଶିକ୍ଷାର୍ଥୀମାନଙ୍କ ବିଷୟରେ ଯାହା ଶିଖିଲେ ଓ ସେମାନେ କେଉଁ ଆଗ୍ରହ ଓ କାର୍ଯ୍ୟ ସବୁ ଅନ୍ୟ ସହ ବିନିମୟ କରନ୍ତି ତାହାର ଏକ ଲେଖା ରଖନ୍ତୁ । ଏହାଦ୍ଵାରା ଶିକ୍ଷାର୍ଥୀମାନଙ୍କ ଆଗ୍ରହ ଓ କାର୍ଯ୍ୟ ବିଷୟରେ ଆପଣ ଅଧିକ ତଥ୍ୟ ହାସଲ କରିପାରିବେ ।

ଆପଣ ଯଦି ବର୍ଷ ତମାମ ଏହି କାର୍ଯ୍ୟ କରନ୍ତି ତେବେ ଆପଣ ଏହାକୁ ପାଠ୍ୟପୁସ୍ତକ, ସିଲାବସ୍ ଓ ପାଠଯୋଜନା ସହ ସଂର୍ପକିତ କରିବେ । ଏଥି ସଙ୍ଗେ ସଙ୍ଗେ ଶିକ୍ଷାର୍ଥୀମାନେ ଜାଣିଥିବା ଓ ଜାଣିବାକୁ ଆଗ୍ରହୀ ଥିବା ନୂଆ ପ୍ରସଙ୍ଗ ସହିତ ଏହାକୁ ଯୋଡ଼ିବାର ସୁଯୋଗମାନ ବାହାର କରିପାରିବେ । ଏହି ଶ୍ରବଣ ଓ କଥନ କାର୍ଯ୍ୟ ସଂପ୍ରସାରଣ କରିବା ପାଇଁ ଆପଣ ଶିକ୍ଷାର୍ଥମାନଙ୍କୁ ସାପ୍ତାହିକ ଡାଏରୀ ଲେଖିବା ପାଇଁ ଉତ୍ସାହିତ କରନ୍ତୁ । ଏଥିରେ ସେମାନେ ବିଦ୍ୟାଳୟ କାର୍ଯ୍ୟ ନିର୍ଘଣ୍ଟ ବାହାରେ ଥିବା ସମୟରେ କ'ଣ କ'ଣ କରନ୍ତି ଲେଖିବାକୁ କୁହନ୍ତୁ ।

ଶ୍ରେଣୀରେ ସବୁ ଶିକ୍ଷାର୍ଥୀଙ୍କ ସଂପୃକ୍ତି ନିମିତ୍ତ ଅଧିକ ଜାଣିବା ପାଇଁ ସମ୍ବଳ-୧ର ସାହାଯ୍ୟ ନିଅନ୍ତୁ ।

ଶିକ୍ଷଣ କାର୍ଯ୍ୟ – ୨: ଏକ ଶ୍ରେଣୀ ଆଲୋଚନା

ଶିକ୍ଷାର୍ଥୀମାନଙ୍କ ବିଦ୍ୟାଳୟ ବାହାରର ଆଗ୍ରହ ଓ ପ୍ରତିବଦ୍ଧତା ନେଇ ଶ୍ରେଣୀ ଆଲୋଚନାର ଏକ ଯୋଜନା କରନ୍ତୁ । ଉତ୍ସାହ ବଦ୍ଧିକ ଭାବେ ଏକକ ଉତ୍ତର ଆଧାରିତ ପ୍ରଶ୍ନମାନ ବ୍ୟବହାର କରନ୍ତୁ । ଏଠାରେ କେତେକ ଧାରଣା ଦିଆଯାଇଛି । କିନ୍ତୁ ଆପଣ ଆପଣଙ୍କ ପ୍ରସଙ୍ଗକୁ ଆଧାର କରି ପ୍ରଶ୍ନମାନ ବାଛିବା ଆବଶ୍ୟକ ।

• ଘରେ ସାହାଯ୍ୟ କରିବା ପାଇଁ ତୁମେ କ’ଣ କାର୍ଯ୍ୟ କର ? ତୁମେ କ’ଣ କରିବାକୁ ଅଧିକ ପସନ୍ଦ କର ? ତୁମେ କ’ଣ କରିବାକୁ କୂଚିତ ପସନ୍ଦ କର ?

• ଏହି ସପ୍ତାହ ଶେଷର ତୁମର କେଉଁଟି ସବୁଠାରୁ ଭଲ କାର୍ଯ୍ୟ ଥିଲା ? ତୁମେ କେଉଁଟିକୁ ଅଧିକ ଉପଭୋଗ କଲ ନାହିଁ?

• ବିଦ୍ୟାଳୟ ଛୁଟିରେ ତୁମେ କ’ଣ କରିବ ?

ପ୍ରଶ୍ନଗୁଡ଼ିକ କଳାପଟାରେ ଲେଖି ଦିଅନ୍ତୁ । ଆପଣ ନିଜେ ଏହାର ଉତ୍ତର ଦେଇ ଆରମ୍ଭ କରନ୍ତୁ ।

ଏହା ପରେ ଦୁଇ କିମ୍ବା ତିନିଜଣ ଶିକ୍ଷାର୍ଥୀଙ୍କୁ ଏହି ପ୍ରଶ୍ନ ପଶ୍ଚରନ୍ତୁ । ଉତ୍ସାହ ବର୍ଦ୍ଧକ  ଓ ସଂପର୍କିତ ପ୍ରଶ୍ନ ମାଧ୍ୟମରେ ଭାବ ବିନିମୟ ଦକ୍ଷତାକୁ ବଢାନ୍ତୁ ଯେପରି – ପ୍ରକୃତରେ ? କେଉଁ ଠାରୁ ତୁମେ ତାହା ଶିଖିଲ ? ଏହାପରେ ତୁମେ କଣ କରିବ ? ଇତ୍ୟାଦି । ଆପଣ ଶିକ୍ଷାର୍ଥୀମାନଙ୍କୁ ନେଇ ଛୋଟ ଦଳ ଗଠନ କରନ୍ତୁ । କଳାପଟାରେ ଲେଖାଥିବା ପ୍ରଶ୍ନଗୁଡ଼ିକୁ ଦଳରେ ଆଲୋଚନା କରିବାକୁ କୁହନ୍ତୁ । ଏହି ଭିତରେ ଏଥି ସହିତ ସଂପର୍କିତ କରି ପରସ୍ପରକୁପ୍ରଶ୍ନମାନ ପଚାରିବା  ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ । ସେମାନଙ୍କ କଥୋପକଥନ ଆରମ୍ଭ ହେବା ମାତ୍ରେ ଚାରିପାଖରେ  ବୁଲି ଦଳଗୁଡ଼ିକର କାର୍ଯ୍ୟକୁ ତଦାରଖ କରନ୍ତୁ, ଯେପରି ଦଳର ପ୍ରତ୍ୟେକ ଶିକ୍ଷାର୍ଥୀ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି।

ଦଳଗତ ଆଲୋଚନାର ବିକଳ୍ପ ଭାବେ ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ପରସ୍ପର ସାକ୍ଷାତକାର ଯୋଡିରେ କରିପାରିବେ । ସାକ୍ଷାତକାର ସମୟରେ ତାର ସାଙ୍ଗ ତା ବିଷୟରେ କ’ଣ ସବୁ କହିଲେ ତାର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହନ୍ତୁ ।

୩ ଗୋଟିଏ ଶ୍ରେଣୀ ପ୍ରଳକ୍ପ

ପରବର୍ତ୍ତିପରିସ୍ଥିତି ଅଧ୍ୟୟନରେ ଜଣେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ବିଷୟରେ ତାଙ୍କର ଜ୍ଞାନକୁ ପରିବଦ୍ଧିତ ଭାଷା ଓ ସାକ୍ଷରତା ପ୍ରକଳ୍ପ ଯୋଜନା କରିବାରେ ବ୍ୟବହାର କରିଛନ୍ତି ।

ପରିସ୍ଥିତି ଅଧ୍ୟୟନ-୨:ସୁଶ୍ରୀ ସ୍ନେହାଙ୍କର ପର୍ବ ପର୍ବାଣି ସମ୍ବନ୍ଧରେ ଭାଷା ଓ ସାକ୍ଷରତା ପ୍ରକଳ୍ପ

ସୁଶ୍ରୀ ସ୍ନେହା ପଞ୍ଚମ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷୟତ୍ରୀ ଅଟନ୍ତି | ପାଠ୍ୟ ପୁସ୍ତକରେ ଥିବା  ପର୍ବପର୍ବାଣି ସମ୍ବନ୍ଧୀୟ ପ୍ରସଙ୍ଗଦ୍ଵାରା ଉଦବୁଦ୍ଧ ହୋଇଥିଲେ | ସେ ବିଷୟରେ ସେ ଏଠାରେ ବର୍ଣ୍ଣନା କରିଛନ୍ତି ।

ମୋର ଶିକ୍ଷାର୍ଥୀମାନେ ଏବେ ଏକ ପାଠ୍ୟପୁସ୍ତକରେ ଥିବା ପ୍ରସଙ୍ଗ। "ଭାରତର ମୁଖ୍ୟ ପର୍ବ” ଯଥା ଇଦ, ହୋଲି ବିଷୟରେ ପଢ଼ିଛନ୍ତି । ଆମ ସମାଜରେ ଅନେକ ଗୁଡ଼ିଏ ଆଗ୍ରହୋବ୍ଦୀପକ ପର୍ବ ରହିଛି । ତେଣୁ ମୁଁ ଆମର ଗୋଟିଏ ଆଞ୍ଚଳିକ ପର୍ବ ଉପରେ ଆଲୋକପାତ କରିବାକୁ ସ୍ଥିର କଲି । ଏହି ପରିପ୍ରେକ୍ଷୀରେ ସେଗୁଡ଼ିକ ମଧ୍ୟରୁ ଅନେକ ଶୀଘ୍ର ଶୀଘ୍ର ମୋ ମନକୁ ଆସିଗଲା ।

ମୁଁ ପ୍ରଥମେ ମୋ ଶିକ୍ଷାର୍ଥୀମାନଙ୍କୁ ସେମାନେ କେଉଁ ପର୍ବମାନଙ୍କରେ ନିଜକୁ ସାମିଲ କରିଥିଲେ ପଚାରି କାର୍ଯ୍ୟ ଆରମ୍ଭ କଲି ଓ ସେମାନଙ୍କର ଉତ୍ତର କଳାପଟାରେ ଲେଖିଲି ।

ଏହାପରେ ମୁଁ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କଲି । ପ୍ରତ୍ୟେକ ଦଳ ଗୋଟିଏ ପର୍ବର ପ୍ରତିନିଧିତ୍ଵ କରୁଥିଲେ । ପ୍ରତ୍ୟେକ ଦଳକୁ ଗୋଟିଏ ବଡ଼ କାଗଜ ଖଣ୍ଡ ଦେଇ ସେମାନେ ନିଜ ପର୍ବ ବିଷୟରେ ଯେତେ ଅଧିକ ଜାଣିଛନ୍ତି ଯଥା କ'ଣ ପର୍ବ ପାଳନ କରାଯାଏ, ପର୍ବରେ କେଉଁ ଠାକୁରଙ୍କୁ ପୂଜା କରାଯାଏ, କେଉଁ ଗୋଷ୍ଠୀର ଲୋକମାନେ ଏଥିରେ ସାମିଲ ହୁଅନ୍ତି । କେଉଁ ରୀତିନୀତି ଏଥିରେ ପାଳନ କରାଯାଏ, କେଉଁ ଖାଦ୍ୟ ରନ୍ଧାଯାଏ, ଏଥିରେ ସ୍ଵତନ୍ତ୍ର ପୋଷାକ ପରିଧାନ କରାଯାଏ କି ଓ କେଉଁ କାର୍ଯ୍ୟ ଏଥିରେ କରାଯାଏ। ଆଦି ଲେଖିବାକୁ ବୁଝାଇ ଦେଲି । ଏଥିପାଇଁ ସେମାନେ ଯଦି ଚାହିଁବେ  ତେବେ ତାଙ୍କର ମାତୃଭାଷାରେ ଆଲୋଚନା କରିପାରିବେ ଓ ଲେଖା ପ୍ରସ୍ତୁତ କରିପାରିବେ ।

ଏହାପରେ ପ୍ରତ୍ୟେକ ଦଳକୁ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଲେଖାକୁ ଶ୍ରେଣୀରେ ଉପସ୍ଥାପନ କରିବାକୁ କହିଲି । ମୁଁ ଦଳଗୁଡ଼ିକୁ ପ୍ରଶ୍ନମାନ

ପଚାରି ପ୍ରୋତ୍ସାହିତ କଲି ଯେପରି ଦିନର କେଉଁ ସମୟରେ ଏହା ଘଟିଥାଏ ? ତୁମେ କେତେବେଳେ ମନ୍ଦିରକୁ ଯାଅ ? ତୁମେ କ’ଣ ପିନ୍ଧ ? ତୁମର ଜେଜେବାପା ଓ ଜେଜେମାଆ ଏହି ପର୍ବ ପାଳନ କରନ୍ତି କି ? ଇତ୍ୟାଦି

ଏହାପରେ ପ୍ରତ୍ୟେକ ଦଳ ନିଜର ପର୍ବକୁ ନେଇ ଏକ ପୋଷ୍ଟର ତିଆରି କରିବାକୁ ବୁଝାଇ ଦେଲି । ଗୃହକର୍ମ ପାଇଁ ସେମାନଙ୍କ ପିତାମାତା, ଜେଜେବାପା, ଜେଜେମା ଓ ଗୃହ ବା ଗୋଷ୍ଠୀର ଅନ୍ୟକାହାଠାରୁ ପର୍ବ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ କହିଲି । ଏଥିସହିତ ମୁଁ ସେମାନଙ୍କୁ କେତେକ ଉଦାହରଣ ପ୍ରଶ୍ନମାନ ଦେଲି ଯଥା ପର୍ବଟି ସବୁ ବର୍ଷ ଏଠାରେ ପାଳିତ ହୋଇଆସୁଛି କି ? ସବୁ ବର୍ଷ ଏହାଏପରି ବଡ଼ ଧରଣର ପାଳନ କରାଯାଏକି ? ସଙ୍ଗୀତର ପରିବର୍ତ୍ତନ ହୋଇଛି କି ? ଇତ୍ୟାଦି  ମୋ ଶିକ୍ଷାର୍ଥୀମାନଙ୍କୁ ଦିନକୁ ଗୋଟିଏ ପ୍ରସଙ୍ଗକୁ ନେଇ ସପ୍ତାହକ ପାଇଁ ପୋଷ୍ଟର ଉପରେ କାର୍ଯ୍ୟ କରିବାକୁ ଦେଲି । ମୁଁ ଦଳରୁ ଦଳକୁ ବୁଲି ସେମାନଙ୍କ କଥା ଶୁଣିଲି, ଦେଖିଲି ଓ ଆବଶ୍ୟକ ବେଳେ ସାହାଯ୍ୟ କଲି ।

ମୁଁ ବୁଝାଇ ଦେଲି ଯେ ସେମାନେ ପୋଷ୍ଟର ଉପରେ ସେମାନଙ୍କର ବିଦ୍ୟାଳୟ ଭାଷା ବା ମାତୃଭାଷା ବା ଦୁଇଟିକୁ ମିଶାଇ ଲେଖିପାରିବେ । ସେମାନଙ୍କ ଭିତରୁ କେତେକ ପ୍ରଥମଥର ପାଇଁ ଶ୍ରେଣୀରେ ସେମାନଙ୍କ ମାତୃ ଭାଷାରେ ଲେଖିଥିଲେ । ଏପରି କରି ସେମାନେ ଗର୍ବିତ ଥିଲେ ।

ପୋଷ୍ଟର ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ପରେ ପ୍ରତ୍ୟେକ ଦଳ ଶ୍ରେଣୀର ଅନ୍ୟମାନଙ୍କ ଆଗରେ ସେମାନଙ୍କ ପୋଷ୍ଟର ଉପସ୍ଥାପନ କରୁଥିଲେ । ମୁଁ ଏବଂ ଶ୍ରେଣୀର ଅନ୍ୟ ଶିକ୍ଷାର୍ଥୀମାନେ ସେମାନଙ୍କୁ ପ୍ରଶ୍ନମାନ ପଚାରୁଥିଲୁ । ଆମେ ସମସ୍ତେ ଏଥିରୁ ଅନେକ କିଛି ଶିଖିଲୁ । ଏହାପରେ ମୁଁ ରଙ୍ଗୀନ୍ ପୋଷ୍ଟର ଗୁଡ଼ିକୁ ସମସ୍ତଙ୍କ ପଢିବା ଓ ଉପଭୋଗ କରିବା ନିମିତ୍ତ କାନ୍ଥରେ ଲଗାଇଦେଲି ।

ଟିକିଏ ଚିନ୍ତା କରନ୍ତୁ

  • ଏହି ପ୍ରକଳ୍ପ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଆକଳନ କରିବା ପାଇଁ ସୁଶ୍ରୀ ସ୍ନେହାଙ୍କ ପାଖରେ କ’ଣ ସୁଯୋଗ ଥିଲା ?
  • ଅଳ୍ପ ବୟସର ଶିକ୍ଷାର୍ଥୀମାନଙ୍କ ପାଇଁ ଆପଣ ଏହି ପ୍ରକଳ୍ପକୁ କିପରି ଗ୍ରହଣ କରିବେ ?
  • ବୟସ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଆପଣ ଏହି ପ୍ରକଳ୍ପକୁ କିପରି ପରିବଦ୍ଧିତ କରିବେ ?

ଶିକ୍ଷାର୍ଥୀମାନଙ୍କ ଭାଷା ଓ ସାକ୍ଷରତା କୌଶଳ ବିକାଶରେ ଏହି କାର୍ଯ୍ୟକ୍ରମଗୁଡିକ ଅନେକ ସୁଯୋଗ ଯୋଗାଇ ଦେଇ ପାରିବ । ଏଥିରେ ନିମ୍ନୋକ୍ତ ଉପାଦାନଗୁଡିକ ଅଛି ଯଥା:

  • ସମଗ୍ର ଶ୍ରେଣୀ ଓ କ୍ଷୁଦ୍ର ଦଳ ଆଲୋଚନା
  • ସେମାନଙ୍କ ପରିବାର ଓ ଗୋଷ୍ଠୀ ସଦସ୍ୟମାନଙ୍କ ସହିତ ଆଲୋଚନା
  • ଲେଖା ପ୍ରସ୍ତୁତି
  • ଲିଖନ
  • ମୌଖୁକ ଉପସ୍ଥାପନ
  • ସକ୍ରିୟ ଶ୍ରବଣ
  • ପ୍ରଶ୍ନ ପଚାରିବା

ପ୍ରକଳ୍ପର  ସବୁ ସମୟରେ ସେମାନେ ଉଭୟ ଗୃହ ଓ ବିଦ୍ୟାଳୟର ଭାଷା ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ ହେଉଥିଲେ ।

ଶିକ୍ଷାର୍ଥୀମାନଙ୍କର ସ୍ଥାନୀୟ ଜ୍ଞାନ ପ୍ରକଳ୍ପର କେନ୍ଦ୍ରବିନ୍ଦୁ ଥିଲା । ବ୍ୟକ୍ତିଗତ ଭାବରେ ଓ ଦଳରେ ତଦାରଖ କରିବାକୁ ଶିକ୍ଷକଙ୍କ ପାଖରେ ସମୟ ଥିଲା । ଶିକ୍ଷାର୍ଥୀମାନଙ୍କ ଅଂଶଗ୍ରହଣ ଓ କୌଶଳ ସଂପର୍କରେ ସେ ଲେଖା ବା ତନଖ୍ ତାଲିକା ରଖି ପାରିବେ । ଅଳ୍ପ ବୟସର ଶିକ୍ଷାର୍ଥୀମାନଙ୍କ ପାଇଁ ଏହିଭଳି ଏକ ପ୍ରକଳ୍ପ ମାଧ୍ୟମରେ କଥନ ଓ ଶ୍ରବଣ ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।

ଅଳ୍ପ ବୟସର ଶିକ୍ଷାର୍ଥୀମାନେ ଚିତ୍ର ମଧ୍ୟ ଅଙ୍କନ କରିପାରିବେ ବା ପର୍ବପର୍ବାଣିର ବିଭିନ୍ନ ଦିଗକୁ ନେଇ ଅଭିନୟ କରିପାରିବେ । ସେହିପରି ବୟସ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଲିଖିତ ପ୍ରକଳ୍ପ ଅଧିକ ଗ୍ରହଣଯୋଗ୍ୟ ହୋଇପାରିବ । ଏହିଲିଖିତ ପ୍ରକଳ୍ପ ପର୍ବପର୍ବାଣିସମ୍ବନ୍ଧୀୟ ଗବେଷଣା ଓ ସ୍ଵତନ୍ତ୍ର  ଶବ୍ଦଭଣ୍ଡାର ତଥାଧ୍ୟାନଯୁକ୍ତ ହେବା ଉଚିତ । ଏହି ପ୍ରକଳ୍କ ଶିକ୍ଷାର୍ଥୀମାନଙ୍କ ଭାଷା, ଇତିହାସ ଓ ପାରଂପାରିକ ସଂସ୍କୃତି ଆଧାରିତ ହେବା  ଦରକାର ।

ମୁଖ୍ୟ ସମ୍ବଳ ‘ଶିକ୍ଷଣ ପାଇଁ କଥନ’ରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସହଭାଗୀ କାର୍ଯ୍ୟ ଉପରେ ଅଧିକ ଧାରଣା ଦିଆଯାଇଛି ।

ସାରାଂଶ

ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କର ଭାଷା ଓ ସାକ୍ଷରତା କୌଶଳ ବିକାଶରେ ସେମାନଙ୍କ ଗୃହ ଓ ଗୋଷ୍ଠୀ ଆଧାରିତ ଅଭିଜ୍ଞତା ବିନିଯୋଗର କି ଗୁରୁତ୍ଵ ଓ ମୂଲ୍ୟ ରହିଛି ସେ ସଂପର୍କରେ ଏହି ଏକକରେ ବର୍ଣ୍ଣନା କରାଯାଇଛି । ଆପଣଙ୍କ ଶିକ୍ଷାର୍ଥୀମାନେ ବିଦ୍ୟାଳୟରେ ଶିଖିବାକୁ ଅଧିକ ସୁରକ୍ଷିତ ଅନୁଭବ କରିବେ ଓ ପ୍ରୋତ୍ସାହିତ ହେବେ ଯଦି ସେମାନେ ବିଦ୍ୟାଳୟ ବାହାରେ ବ୍ୟବହାର କରୁଥିବା ଭାଷା ଏବଂ କରୁଥିବା କାର୍ଯ୍ୟମାନ ସେମାନଙ୍କ ଶିକ୍ଷକମାନଙ୍କ ଦ୍ଵାରା ସ୍ଵୀକୃତି ଲାଭ କରେ । ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଅଭିଜ୍ଞତାକୁ ଗୁରୁତ୍ଵ ଦେଉଛନ୍ତି । ଏହି ଧାରଣା ସୃଷ୍ଟି କରିବାକୁ ହେଲେ ଆପଣଙ୍କୁ ସେମାନଙ୍କ ସହ ସବୁ ସମୟରେ କଥୋପକଥନ ଓ ଆଲୋଚନା କରିବାକୁ ପଡ଼ିବ । ଏହା ମାଧ୍ୟମରେ ସେମାନଙ୍କ ବିଦ୍ୟାଳୟ ବାହାର ଆଗ୍ରହକୁ ଖୋଜିବାହାର କରିବାକୁ ପଡ଼ିବ ।

ଏହି ଏକକରେ ଅନେକ ଗୁଡ଼ିଏ ଉପାୟ ବିଷୟରେ ସୂଚିତ କରାଯାଇଛି ଯାହା ଦ୍ଵାରା ଶିକ୍ଷାର୍ଥୀର ଜ୍ଞାନ, ପରିବାର ସଦସ୍ୟ ଓ ଗୋଷ୍ଠୀ ଆଧାରରେ ପାଠ୍ୟ ପୁସ୍ତକର ପ୍ରସଙ୍ଗକୁ ଆପଣ ଶିକ୍ଷାର୍ଥୀମାନଙ୍କ ପାଇଁ ଅଧିକ ଅର୍ଥପୂର୍ଣ୍ଣ ଓ ପ୍ରାସଙ୍ଗିକ କରିପାରିବେ । ପାଠ୍ୟପୁସ୍ତକର ଯେକୌଣସି ପ୍ରସଙ୍ଗ ଓ ଯେ କୌଣସି ସ୍ତରର ଶିକ୍ଷାର୍ଥୀ ପାଇଁ ଆପଣ ଏହି ପ୍ରକାର କାର୍ଯ୍ୟମାନ ବ୍ୟବହାର କରିପାରିବେ ।

ସମ୍ବଳ ସମୂହ

ସମ୍ବଳ ୧: ସଭିଙ୍କ ସଂପୃକ୍ତି

ସଭିଙ୍କ ସଂପୃକ୍ତି' କହିଲେ କ'ଣ ବୁଝ ?

ସାଧାରଣତଃ ବିଦ୍ୟାଳୟ ଶ୍ରେଣୀଗୃହରେ ସାଂସ୍କୃତିକ ଓ ସାମାଜିକ ଭିନ୍ନତା ପ୍ରତିଫଳିତ ହୋଇଥାଏ । ଶିକ୍ଷାର୍ଥୀମାନଙ୍କର ଭାଷାରେ ଆଗ୍ରହ ଓ ଦକ୍ଷତାରେ ଭିନ୍ନତା ଥାଏ । ଶିକ୍ଷାର୍ଥୀମାନେ ଭିନ୍ନ ଭିନ୍ନ ସାମାଜିକ ଓ ଆର୍ଥକ ପୃଷ୍ଠଭୂମିରୁ ଆସିଥାନ୍ତି । ଆମେ ବିଦ୍ୟାଳୟରେ ସେମାନଙ୍କର ଏହି ଭିନ୍ନତାକୁ ଅଣଦେଖା କରିପାରିବା ନାହିଁ ବରଂ ଏହାକୁ ଅଧିକ ଗୁରୁତ୍ଵର ସହ ବିଚାର କରିବା ଉଚିତ ଯାହା ଦ୍ଵାରା ଆମ ନିଜ ଅଭିଜ୍ଞତା ବାହାରେ ଥିବା ପୃଥୁବୀ ଓ ପରସ୍ପର ବିଷୟରେ ଅଧିକ ଜାଣିବା ପାଇଁ ସେମାନେ ବାହକ ସାଜିବେ । ସ୍ଥିତି, ଦକ୍ଷତା ତଥା ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷାଗ୍ରହଣ କରିବା ପାଇଁ ଅଧିକାର ଓ ସୁଯୋଗ ରହିଛି । ଏହା ଭାରତୀୟ ଆଇନ ଓ ଆନ୍ତର୍ଜାତୀୟ ଶିଶୁ ଅଧିକାର ଦ୍ଵାରା ମଧ୍ୟ ସ୍ଵୀକୃତି ଲାଭ କରିଛି । ୨୦୧୪ ମସିହାରେ ପ୍ରଦନମନ୍ତ୍ରୀ ମୋଦିଜୀ ଜାତି ଉଦ୍ଦେଶ୍ୟରେ ତାଙ୍କ ପ୍ରଥମ ଭାଷଣରେ ଜାତି, ଲିଙ୍ଗ, ଆୟ ନିର୍ବିଶେଷରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସମାନ ଗୁରୁତ୍ଵ ଦେବା କଥା କହିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କର ଏକ ଗୁରୁ ଦାୟିତ୍ଵ ରହିଛି ।

ଆମ ସଭିଙ୍କର ଅନ୍ୟମାନଙ୍କ ବିଷୟରେ ଧାରଣା ଓ ମତ ଥାଏ ଯେ ଆମେ ଅନ୍ୟ ଦ୍ଵାରା ସ୍ଵୀକୃତି ପାଉନା ବା ଅନ୍ୟମାନେ ଆମକୁ ସମ୍ମାନ ଦିଅନ୍ତି ନାହିଁ । କିନ୍ତୁ ଜଣେ ଶିକ୍ଷକ ଭାବରେ ସବୁ ଶିକ୍ଷାର୍ଥୀଙ୍କ ଶୈଖିକ ଅଭିଜ୍ଞତାକୁ ସକାରାତ୍ମକ  ବା ନକାରାମ୍‌କ ଉପାୟରେ ପ୍ରଭାବିତ କରିବାର ଦକ୍ଷତା ଆପଣଙ୍କ ପାଖରେ ଅଛି । ଜାଣତରେ ବା ଅଜଣାତରେ ହେଉ ଆପଣଙ୍କ ଏହି ଅନ୍ତର୍ନିହିତ ମତ ଓ ଧାରଣା ଆପଣଙ୍କର ସମସ୍ତ ଶିକ୍ଷାର୍ଥୀ କିପରି ସମାନ ଭାବରେ ଶିଖିବେ, ଏହି କଥାକୁ ପ୍ରଭାବିତ କରିବ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପ୍ରତି ହେଉଥିବା ଅସମାନ ବ୍ୟବହାର ବିପକ୍ଷରେ ଆପଣ ପଦକ୍ଷେପ ନେଇପାରିବେ ।

ଶିକ୍ଷଣରେ ସଭିଙ୍କ ସଂପୃକ୍ତି ନେଇ ଆପଣଙ୍କୁ ସୁନିଶ୍ଚିତ କରିବା ପାଇଁ ତିନିଗୋଟି ମୁଖ୍ୟ ନୀତି

  • ନଜର କରିବା : ପ୍ରଭାବଶାଳୀ ଶିକ୍ଷକମାନେ ପର୍ଯ୍ୟବେକ୍ଷଣକାରୀ, ଦୂରଦୃଷ୍ଟି ସମ୍ପର୍ଣ୍ଣ ତଥା ସମ୍ବେଦନଶୀଳ ଅଟନ୍ତି । ଶିକ୍ଷାର୍ଥୀମାନଙ୍କ ଭିତରେ ସଂଗଠିତ ହେଉଥିବା ପରିବର୍ତ୍ତନଗୁଡ଼ିକୁ ସେମାନେ ଦେଖିପାରନ୍ତି । ଯଦି ଆପଣ ଜଣେ ପର୍ଯ୍ୟବେକ୍ଷକ, ତେବେ ଶିକ୍ଷାର୍ଥୀମାନେ କେତେବେଳେ ଭଲ କରନ୍ତି, ସେମାନେ କେତେବେଳେ ସାହାଯ୍ୟ ଚହାଁନ୍ତି ଓ କିପରି ଅନ୍ୟ ସହ ସଂପର୍କରେ ରୁହନ୍ତି ଆପଣ ତାହା ନିଶ୍ଚୟ ଜାଣିପାରିବେ । ଆପଣ ମଧ୍ୟ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଭିତରେ ପରିବର୍ତ୍ତନକୁ ବୁଝିପାରିବେ, ଯାହାକି ସେମାନଙ୍କ ଗୃହ ପରିବେଷ୍ଟନୀ ଓ ଅନ୍ୟ ସମସ୍ୟା ଗୁଡ଼ିକ ଉପରେ ପରିବାର୍ତ୍ତାଙ୍କୁ ପ୍ରତିଫଳିତ କରିଥାଏ । ସଭିଙ୍କ ସଂପୃକ୍ତି ଅର୍ଥ ଶିକ୍ଷାର୍ଥୀମାନଙ୍କୁ ଦୈନନ୍ଦିନ ପର୍ଯ୍ୟବେକ୍ଷଣ କରିବା, ଦୁର୍ବଳତଥା ନିଜକୁ କମ୍ ସୁରକ୍ଷିତ  ଅନୁଭବକରୁଥିବା ଶିକ୍ଷାର୍ଥୀମାନଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବା ଇତ୍ୟାଦି ।
  • ଆତ୍ମ’ସମ୍ମାନ ଉପରେ ଆଲୋକପାତ: ସେହିମାନେ ଭଲ, ନାଗରିକ ଯିଏ କି ସମସ୍ତଙ୍କ ସହ ଭଲ ଭାବରେ ମିଳି ମିଶି ଚଳି ପାରନ୍ତି । ସେମାନଙ୍କର ଆତ୍ମସମ୍ମାନ ବୋଧ ରହିଛି । ସେମାନେ ନିଜର ସାମର୍ଥ୍ୟ ଓ ଦୁର୍ବଳତା ବିଷୟରେ ସଚେତନ । ସେମାନଙ୍କର ପୃଷ୍ଠଭୂମି ନିର୍ବିଶେଷରେ ଅନ୍ୟମାନଙ୍କ ସହ ସକାରତ୍ମକ ସଂପର୍କ ସ୍ଥାପନ କରିବାର ମଧ୍ୟ ସାମର୍ଥ୍ୟ ରହିଛି । ସେମାନେ ନିଜକୁ ଓ ଅନ୍ୟମାନଙ୍କୁ ସମ୍ମାନ କରନ୍ତି । ଜଣେ ଶିକ୍ଷକ ଭାବରେ ଆପଣ ଅଳ୍ପ ବୟସ୍କ ଶିକ୍ଷାର୍ଥୀଙ୍କ ଆତ୍ମସମ୍ମାନ ବୋଧ ଉପରେ ଏକ ଗୁରୁତ୍ଵପୂର୍ଣ ପ୍ରଭାବ ପକାଇ ପାରିବେ । ଆପଣ ଏହି ଶକ୍ତି ସଂପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ସବୁ ଶିକ୍ଷାର୍ଥୀମାନଙ୍କର ଆତ୍ମସମ୍ମାନବୋଧ ବିକାଶରେ ସହାୟକ ହୁଅନ୍ତି ।
  • ନମନୀୟତା: ନିଦ୍ଧିଷ୍ଟ ଶିକ୍ଷାର୍ଥୀ, ଦଳ ବା ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କ ଶ୍ରେଣୀ ଗୃହରେ ଯଦି କିଛି କାମ କରୁନାହିଁ, ତେବେ ଆପଣଙ୍କର ଯୋଜନାର ପରିବର୍ତ୍ତନ ବା କାର୍ଯ୍ୟ ବନ୍ଦ ପାଇଁ ପ୍ରସ୍ତୁତ ରୁହନ୍ତୁ ଯାହା ନମନୀୟ, ହେବା ଆପଣଙ୍କୁ ଖାପ୍ ଖୁଆଇବାରେ ସକ୍ଷମ କରାଇବ । ଫଳତଃ ଆପଣ ସବୁ ଶିକ୍ଷାର୍ଥୀଙ୍କୁ ସଫଳ ଭାବେ ସଂପୃକ୍ତ କରାଇପାରିବେ ।

ଆପଣ ସବୁ ସମୟରେ ବ୍ୟବହାର କରିବା ଭଳି ପନ୍ଥା

  • ଉତ୍ତମ ବ୍ୟବହାର ଗଠନ: ଗୋଷ୍ଠୀ, ଧର୍ମ ବା ଲିଙ୍ଗ ନିର୍ବିଶେଷରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ପୂର୍ବକ ସବୁ ଶିକ୍ଷାର୍ଥୀମାନଙ୍କପାଇଁ ଆପଣ ଉଦାହରଣ ସାଜନ୍ତୁ । ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସମ୍ମାନ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଆପଣଙ୍କ ଶିକ୍ଷାଦାନ କାର୍ଯ୍ୟରେ ଏହା ଏପରି ପ୍ରତିଫଳିତ ହେବା ଆବଶ୍ୟକ ଯେ ଆପଣ ସବୁ ଶିକ୍ଷାର୍ଥୀଙ୍କୁ ସମାନ ଭାବରେ ଗୁରୁତ୍ଵ ଦେଉଛନ୍ତି । ସମ୍ମାନର ସହ ସଭିଙ୍କ ସହ କଥା ହୁଅନ୍ତୁ, ସେମାନଙ୍କର ମତ ଠିକଥିଲେ ବିଚାରଲୁ  ନିଅନ୍ତୁ ଓ ସମସ୍ତଙ୍କ ଉପକାର ହେଲା ଭଳି କାର୍ଯ୍ୟମାନ ହାତକୁ ନେଇ ଶ୍ରେଣୀର ଦାୟିତ୍ଵ ନେବା ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ ।
  • ଉଚ୍ଚ ଆଶା: ସାମର୍ଥ୍ୟ ସବୁ ସମୟରେ ସ୍ଥିର ନଥାଏ । ତେଣୁ ଯଦି ସଠିକ୍ ଭାବରେ ସହାୟତା ମିଳେ। ପ୍ରତ୍ୟେକ ଶିକ୍ଷାର୍ଥୀ ଶିଖିପାରିବେ ଓ ଆଗେଇ ପାରିବେ । ଆପଣ ଶ୍ରେଣୀରେ କରୁଥିବା କାର୍ଯ୍ୟଟିକୁ ଯଦି ଶିକ୍ଷାର୍ଥୀ ବୁଝିବାରେ କଷ୍ଟ ଅନୁଭବ କରେ ଏହାର ଅର୍ଥ ନୁହେଁ ଯେ ସେ ଏହାକୁ କେବେ ବୁଝିପାରିବ ନାହିଁ । ଏହିଭଳି ମାନସିକତା ଆପଣ ଆଦୌ ରଖନ୍ତୁ ନାହିଁ । ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷଣରେ କିପରି ସର୍ବୋକଷ୍ଟ ସହାୟତା ଦିଆଯାଇ ପାରିବ ଜଣେ ଶିକ୍ଷକ ଭାବରେ ତାହା ଆପଣଙ୍କର କାମ ଅଟେ । ଯଦି ଆପଣ ଶ୍ରେଣୀରେ ସମସ୍ତଙ୍କ ବିଷୟରେ ଉଚ୍ଚ ଆଶା ରଖନ୍ତି, ଆପଣଙ୍କ ଶିକ୍ଷାର୍ଥୀମାନେ ସୁରକ୍ଷିତ ଭାବରେ ତଥା ଆଶାନୁରୂପ ଭାବରେ ତାହା ଶିଖିବେ । ଉଚ୍ଚ ଆଶା ବ୍ୟବହାରରେ ମଧ୍ୟ ପ୍ରଦର୍ଶିତ ହେବା ଉଚିତ । ଆଶାଗୁଡ଼ିକ ସ୍ପଷ୍ଟ ହେବା ଦରକାର ଓ ପ୍ରତ୍ୟେକ ଶିକ୍ଷାର୍ଥୀ ପରସ୍ପରକୁ ସମ୍ମାନର ସହ ବ୍ୟବହାର କରିବା ଦରକାର ।
  • ଶିକ୍ଷାଦାନରେ ବିବିଧତାର ପ୍ରୟୋଗ : ଶିକ୍ଷାର୍ଥୀମାନେ ବିଭିନ୍ନ ଉପାୟରେ ଶିଖନ୍ତି । କେତେକ ଶିକ୍ଷାର୍ଥୀ ଲେଖିବାକୁ ଭଲ ପାଉଥିଲା ବେଳେ, ଅନ୍ୟମାନେ ଧାରଣା/ ଭାବକୁ ଉପସ୍ଥାପନ କରିବା ପାଇଁ ମାନସଚିତ୍ରଣ ବା ଛବି ଅଙ୍କନ କରିବାକୁ ପସନ୍ଦ କରନ୍ତି । କେତେକ ଶିକ୍ଷାର୍ଥୀ ଉତ୍ତମ ଶ୍ରୋତ ହୋଇଥିବା ବେଳେ ଆଉ କେତେକ ଯେତେବେଳେ ନିଜର ଭାବକୁ ନେଇ କହିବାର ସୁଯୋଗ ପାଆନ୍ତି ସେତେବେଳେ ଉତ୍ତମ ଭାବରେ ଶିଖନ୍ତି । ଆପଣ ସବୁ ଶିକ୍ଷାର୍ଥୀଙ୍କ ପାଇଁ ଗ୍ରହଣୀୟ ହୋଇପାରିବେ ନାହିଁ । କିନ୍ତୁ ଆପଣ ଆପଣଙ୍କ ଶିକ୍ଷାଦାନରେ ବିବିଧତା ଆଣିପାରିବେ ଓ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଶିକ୍ଷଣ କାର୍ଯ୍ୟ ହାତକୁ ନେବାରେ ସୁଯୋଗ ଦେଇପାରିବେ ।
  • ଦୈନନ୍ଦିନ ଜୀବନ ସହ ଶିକ୍ଷଣକୁ ସଂପର୍କିତ କରିବା : କେତେକ ଶିକ୍ଷାର୍ଥୀଙ୍କ ପାଇଁ ଆପଣ ସେମାନଙ୍କୁ ଶିଖିବା ପାଇଁ କହୁଥିବା କଥା ସେମାନଙ୍କ ଦୈନନ୍ଦିନ ଜୀବନରେ ଅପ୍ରାସଙ୍ଗିକ ବୋଧ ହୋଇପାରେ । ଏହି ସମସ୍ୟାକୁ ଆପଣ ସମ୍ବୋଧନ କରିବା ପାଇଁ ସେମାନଙ୍କ ଅଭିଜ୍ଞତାରୁ ଉଦାହରଣମାନ ଦିଅନ୍ତୁ । ଯେତେବେଳେ ସମ୍ଭବ ସେମାନଙ୍କୁ ପ୍ରାସଙ୍ଗିକ ବୋଧ ହେଲାଭଳି ପ୍ରସଙ୍ଗଗୁଡ଼ିକୁ ଶିକ୍ଷଣ ସହିତ ସଂପର୍କିତ କରନ୍ତୁ । ଏହା ଦ୍ଵାରା ଦୈନନ୍ଦିନ ଜୀବନ ସହ ଶିକ୍ଷଣକୁ ସଂପର୍କିତ କରିବା ଅଧିକ ସହଜ ହୋଇପାରିବ ।
  • ଭାଷାର ବ୍ୟବହାର : ଆପଣ ବ୍ୟବହାର କରୁଥିବା ଭାଷା ବିଷୟରେ ଯତ୍ନର  ସହ ଚିନ୍ତା କରନ୍ତୁ । ଉତ୍ସାହ ବଦ୍ଧିକ ଓ ସକାରାତ୍ମକ  ଭାଷା ବ୍ୟବହାର କରନ୍ତୁ । କିନ୍ତୁ ଶିକ୍ଷାର୍ଥୀମାନଙ୍କୁ ଉପହାସିତ କରନ୍ତୁ ନାହିଁ । ସେମାନଙ୍କ ଉପରେ ମନ୍ତବ୍ୟ ନଦେଇ ତାଙ୍କ ବ୍ୟବହାର ଉପରେ ସର୍ବଦା ମନ୍ତବ୍ୟ ଦିଅନ୍ତୁ । ଉଦାହରଣ ସ୍ବରୂପ ”ତୁମେ ମୋତେ ଆଜି ରଗାଉଛ” ଏକାନ୍ତ ବ୍ୟକ୍ତିଗତ ହୋଇଥିବା ବେଳେ ଏହାକୁ ଅଧିକ ଭଲ ଭାବରେ କୁହାଯାଇ ପାରିବ ଯଥା “ଆଜି ମୁଁ ତୁମର ରଗାଇବା ଭଳି ବ୍ୟବହାର ଦେଖିବାକୁ ପାଉଛି” । ଏପରି କରିବା କଷ୍ଟକର ବୋଲି ଆପଣ ଭାବୁଛନ୍ତି କି ? କିନ୍ତୁ ଏହା ଅଧିକ ସହାୟକ ଅଟେ I
  • ଗତାନୁଗତିକତାକୁବିରୋଧ: ଆପଣ ଏପରି ସମ୍ବଳମାନ ଖୋଜି ବ୍ୟବହାର କରନ୍ତୁ ଯେଉଁଗୁଡ଼ିକ ଝିଅମାନଙ୍କ ଅଣଗତାନୁଗତିକ ଭୂମିକା ସଂପର୍କରେ ସ୍ପଷ୍ଟ ସୂଚନା ଦେଇପାରିବ । ଏହି ପରିପ୍ରେକ୍ଷିରେ ଆଦର୍ଶ ମହିଳା ଯଥା ବୈଜ୍ଞାନିକ, ଡାକ୍ତର, ଇଂଜିନିୟର ଆଦିକୁ ଆପଣଙ୍କ ବିଦ୍ୟାଳୟ ପରିଦର୍ଶନରେ ଡାକନ୍ତୁ । ଆପଣ ନିଜର ଲିଙ୍ଗଭିତ୍ତିକ ଗତାନୁଗତିକତା ବିଷୟରେ ସଚେତନ ହୁଅନ୍ତି । ଝିଅମାନଙ୍କର ଖେଳିବା କଥା ଓ ପୁଅମାନଙ୍କର ଯନ୍ ନେବା କାର୍ଯ୍ୟ ବିଷୟରେ ଆପଣ ଜାଣନ୍ତି । କିନ୍ତୁ ଏହି କଥାକୁ ଆମେ ଏକ ଭିନ୍ନ ଢ଼ଙ୍ଗରେ ପ୍ରକାଶ କରିଥାଉ | କାରଣ, ପ୍ରାୟତଃ ସମାଜରେ ଏହି ଉପାୟରେ କହିବାରେ ଆମେ ଅଭ୍ୟସ୍ତ । ତେଣୁ ଏଥି ନିମିତ୍ତ ଆମକୁ ସଚେତନ ହେବାକୁ ପଡ଼ିବ ।
  • ସୁରକ୍ଷିତ ସ୍ଵାଗତଯୋଗ୍ୟ ଶିକ୍ଷଣ ପରିବେଶ ସୃଷ୍ଟି: ସବୁ ଶିକ୍ଷାର୍ଥୀମାନେ ବିଦ୍ୟାଳୟରେ ସ୍ଵାଗତ ଓ ସୁରକ୍ଷା ଚହାଁନ୍ତି । ଆପଣ ବିଦ୍ୟାଳୟରେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଅଛନ୍ତି । ଯାହା ଆଧାରରେ ଆପଣ ପ୍ରତ୍ୟେକର ପାରସ୍ପରିକ ସୌହାର୍ଘ୍ୟପୂର୍ଣ୍ଣ ଓ ସମ୍ମାନସ୍ପଦ ବ୍ୟବହାର ମାଧ୍ୟମରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଏକଥା ଅନୁଭବ କରାଇ ପାରିବେ । ଭିନ୍ନ ଭିନ୍ନ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ଓ ଶ୍ରେଣୀଗୃହ କିପରି ଦୃଷ୍ଟିଗୋଚର ଓ ସେମାନେ ଏହାକୁ କିପରି ଅନୁଭବ କରୁଥୁବେ ଆପଣ ଏବିଷୟରେ ଚିନ୍ତା କରନ୍ତୁ । ସେମାନଙ୍କୁ କେଉଁଠାରେ ବସିବାକୁ କୁହାଯିବ ତାହା ମଧ୍ୟ ଚିନ୍ତା କରନ୍ତୁ । ତତ୍ ସଙ୍ଗେ ସଙ୍ଗେ ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି ଓ ଶାରୀରିକଶକ୍ତି ଆଧାରିତ ଭିନ୍ନକ୍ଷମ ପିଲାମାନେ କେଉଁଠି ବସିଲେ ଶିକ୍ଷଣରେ ପ୍ରବେଶ କରିବା ସେମାନଙ୍କ ପାଇଁ ସହଜ ହୋଇପାରିବ ତାହା ମଧ୍ୟ ସୁନିଶ୍ଚିତ କରନ୍ତୁ । ସେହିପରି ଲାଜକୁଳା ଓ ଅନ୍ୟମନସ୍କ ରହୁଥିବା ଶିକ୍ଷାର୍ଥୀମାନଙ୍କୁ କେଉଁଠି ସହଜରେ ସାମିଲ କରିପାରିବେ ତାହା ମଧ୍ୟ ଠିକ୍ କରନ୍ତୁ । ଏହା ଦ୍ଵାରା ସେମାନଙ୍କର ଶିକ୍ଷଣରେ ସହଭାଗିତା ସହଜ ହୋଇ ପାରବ |

ନିର୍ଦ୍ଧଷ୍ଟ ଶିକ୍ଷଣ ପନ୍ଥା

ଅନେକ ଗୁଡ଼ିଏ ନିଦ୍ଧିଷ୍ଟ ଶିକ୍ଷଣ ପନ୍ଥା ରହିଛି ଯାହା ସମସ୍ତ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ସଂପୃକ୍ତିକୁ ସୁନିଶ୍ଚିତ କରିବାରେ ଆପଣଙ୍କୁ ସହାୟତା କରିବ । ଅନ୍ୟ ମୁଖ୍ୟ ସମ୍ବଳ ଗୁଡ଼ିକରେ ଏହାର ବିଷଦ ବର୍ଣ୍ଣନା କରାଯାଇଛି । ଏଠାରେ ସେ ସଂପର୍କିତ ସଂକ୍ଷିପ୍ତ ସୂଚନା ଦିଆଯାଇଛି ।

  • ପ୍ରଶ୍ନ ପରସ୍ପରିବା : ଆପଣ ଯଦି ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନପଗୋରି ହାତ ଟେକିବାକୁ କହନ୍ତି, ତେବେ ସାଧାରଣତଃ ହାତ ଟେକିଥିବା ଶିକ୍ଷାର୍ଥୀମାନେ ଉତ୍ତର ଦିଅନ୍ତି । ଏତଦବ୍ୟତୀତ ଆଉ ଅନେକ ଉପାୟମାନ ରହିଛି ଯାହା ମାଧ୍ୟମରେ ଅନେକ ଶିକ୍ଷାର୍ଥୀଙ୍କୁ ଉତ୍ତର ବିଷୟରେ ଚିନ୍ତାକରିବାକୁ ଓ ଉତ୍ତର ଦେବାକୁ ମଧ୍ୟ ସଂପୃକ୍ତ କରିପାରିବେ । ନିଦ୍ଧିଷ୍ଟ ଶିକ୍ଷାର୍ଥୀଙ୍କୁ ମଧ୍ୟ ଆପଣ ପ୍ରଶ୍ନ ପଚାରି ପାରିବେ । କିଏ ଉତ୍ତର ଦେବ ତାହା ଆପଣ ସ୍ଥିର କରିବେ ବୋଲି ଶ୍ରେଣୀକୁ ଜଣାନ୍ତୁ । ଏହାପରେ ଆଗରେ ବସିଥିବା

ଶିକ୍ଷାର୍ଥୀମାନଙ୍କ ପରିବର୍ତ୍ତେ ଶ୍ରେଣୀର ପଛରେ ଓ କଡ଼ରେ ବସିଥିବା ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ କୁହନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବାକୁ ଯଥେଷ୍ଟ ସମୟ ଦିଅନ୍ତୁ ଓ ନିର୍ଦ୍ଦିଷ୍ଟ ଶିକ୍ଷାର୍ଥୀମାନଙ୍କ ଠାରୁ ଉତ୍ତର ଆଦାୟ କରନ୍ତୁ । ଯୋଡି ଓ ଦଳଭିତ୍ତିକ କାର୍ଯ୍ୟ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କ ଭିତରେ ଭରସା ସୃଷ୍ଟିକରନ୍ତୁ ଯାହାଫଳରେ ଆପଣ ସମସ୍ତ ଶିକ୍ଷାର୍ଥୀଙ୍କୁ ସମଗ୍ର ଶ୍ରେଣୀ ଆଲୋଚନାରେ ସଂପୃକ୍ତ କରିପାରିବେ ।

ଆକଳନ: ଗଠନମୂଳକ ଆକଳନ ପାଇଁ ବହୁବିଧ କୌଶଳ ପ୍ରସ୍ତୁତ କରନ୍ତୁ ଯାହା ଆପଣଙ୍କୁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସଂପର୍କରେ ଉତ୍ତମ ଭାବେ ଜାଣିବାରେ ସହାୟକ ହେବ । ଏହି କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କ ଲୁକାୟିତ ପ୍ରତିଭା ଓ ଦୁର୍ବଳତାକୁ ଉନ୍ମୁକ୍ତ କରବାକୁ ଆପଣ ଅଧିକ ସୃଜନଶୀଳ ହେବା ଆବଶ୍ୟକ । ଏହ ପରପ୍ରେକ୍ଷୀରେ ଗଠନମୂଳକ ଆକଳନ କେତେକ ନୃଦ୍ଧିଷ୍ଟ ଶିକ୍ଷାର୍ଥୀଙ୍କ ଦକ୍ଷତାଗୁଡ଼ିକ ବିଷୟରେ ସାଧାରଣତ ମତ ଓ ଅନୁମାନିକତା ପରିବର୍ତ୍ତେ ଆପଣଙ୍କୁ ସେମାନଙ୍କ ବିଷୟରେ ଠିକ ତଥ୍ୟ ପ୍ରଦାନ କରିବ । ଫଳତଃ ଆପଣ ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବେ ।

  • ଦଳ ଓ ଯୋଡି କାର୍ଯ୍ୟ:ସମସ୍ତଙ୍କୁ ଶିକ୍ଷଣରେ ସଂପୃକ୍ତ କରିବା ଓ ପରସ୍ପରକୁ ଗୁରୁତ୍ଵ ଦେବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ କିପରି ଆପଣଙ୍କର ଶ୍ରେଣୀକୁ ବିଭିନ୍ନ ଦଳରେ ବିଭକ୍ତ କରିବେ ଓ ଶିକ୍ଷାର୍ଥୀମାନଙ୍କ ଯୋଡ଼ି ଗଠନ କରିବେ ତାହା ଚିନ୍ତା କରନ୍ତୁ ।
  • ପ୍ରତ୍ୟେକ ଶିକ୍ଷାର୍ଥୀ ଯେପରି ପରସ୍ପରଠାରୁ ଶିଖିବାର ସୁଯୋଗ ପାଆନ୍ତି ଓ ଜାଣିଥିବା କଥାକୁ ନେଇ ନିଜ ଭିତରେ ବିଶ୍ଵାସ ବଢ଼ାନ୍ତି। ଏହା ଆପଣଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ । କିଛି ଶିକ୍ଷାର୍ଥୀଙ୍କ ଛୋଟ ଦଳରେ ଆତ୍ମବିଶ୍ଵାସର ସହ ନିଜର ଧାରଣା ପ୍ରକାଶ କରନ୍ତି । ଦେଖାଯାଏ ଯେ ଏମାନେ ସମଗ୍ର ଶ୍ରେଣୀରେ ଏହା କରିବାରେ ସମର୍ଥ ହୋଇ ପାରନ୍ତି ନାହିଁ । ଦଳ ଓ ଯୋଡି କାର୍ଯ୍ୟ ପ୍ରସ୍ତୁତିରେ ଆପଣଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ପଡ଼ିବ ।
  • ପ୍ରଭେଦୀକରଣ:ଭିନ୍ନ ଭିନ୍ନ ଦଳ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସ୍ଥିର କରିବା ଶିକ୍ଷାର୍ଥୀମାନଙ୍କୁ ନିଜ ସ୍ଥିତିରୁ ଆଗକୁ ଯିବାରେ ସାହାଯ୍ୟ କରିବା । ମୁକ୍ତ କାର୍ଯ୍ୟ ଭିତ୍ତିକ ଦାୟିତ୍ଵ ଶିକ୍ଷାର୍ଥୀମାନଙ୍କୁ ସଫଳତା ପାଇବାରେ ସୁଯୋଗ ପ୍ରଦାନ କରିବ । ଶିକ୍ଷାର୍ଥୀମାନଙ୍କୁ ମନପସନ୍ଦର କାର୍ଯ୍ୟ ବାଛିବା ପାଇଁ ସୁଯୋଗ ସେମାନଙ୍କୁ କାର୍ଯ୍ୟ ପ୍ରତି ଅଧିକ ଆପଣାର କରିଦିଏ ଓ ସେମାନଙ୍କ ନିଜ ଶିକ୍ଷଣ ପାଇଁ ଅଧିକ ଦାୟିତ୍ଵବାନ କରିଥାଏ । ବିଶେଷତଃ ଗୋଟିଏ ବଡ଼ ଶ୍ରେଣୀରେ ବ୍ୟକ୍ତିଗତ ଶୈକ୍ଷିକ ଆବଶ୍ୟକତାକୁ ବିଚାରକୁ  ନେବା କଷ୍ଟକର ହୋଇଥାଏ । କିନ୍ତୁ ବହୁବିଧା ଦାୟିତ୍ଵ ଓ କାର୍ଯ୍ୟମାନ ବିନିଯୋଗ ଦ୍ଵାରା ଏହା କରାଯାଇ ପାରିବ ।

ଆଧାର: ଟ୍ରେସ୍ ଇଣ୍ଡିଆ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top