ଏହି ଏକକାର ଲକ୍ଷ୍ୟ ହେଲା ଶିକ୍ଷାର୍ଥୀମାନଙ୍କ ସହିତ ମନସ ମନ୍ଥନ କୌଶଳ ବ୍ୟବହାର କରିବାରେ ଆପଣଙ୍କ ନିପୁଣତା ହାସଲ କରିବ ।
ମାନସମନ୍ଥନରେ ଶିକ୍ଷାର୍ଥୀମାନଙ୍କୁ ଏକ ପ୍ରସଙ୍ଗ ବା ବିଷୟ ଦେଇ ଉଦାହରଣ ସ୍ୱରୂପ “ଧ୍ୱନି” ଏବଂ ଏହି ପ୍ରସଙ୍ଗ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ମନକୁ ଆସୁଥିବା ଧାରଣଗୁଡିକୁ ଆପଣଙ୍କ ଆଗରେ ପ୍ରକାଶ କରିବାକୁ କହିବା । ଏହି ଉପାୟରେ ଏକ ପ୍ରସଙ୍ଗ ସମ୍ପର୍କରେ ସେମାନଙ୍କ ର ବୋଧଗମ୍ୟତା ର ଚିତ୍ର ଆପଣ ତିଆରି କରି ପାରିବେ। ଶିକ୍ଷାର୍ଥୀମାନଙ୍କୁ ଅଧିକ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବାର ଏହା ଏକ ଉପାୟ କାରଣ ଆପଣ ସେମାନଙ୍କର ସମସ୍ତ ଉତ୍ତରଗୁଡିକୁ ଗ୍ରହଣ କରିଥାନ୍ତି। ତେଣୁ ଭୁଲ ଉତ୍ତର ପାଇଁ ସେମାନେ ବ୍ୟସ୍ତ ହୁଅନ୍ତି ନାହିଁ।
ମାନସମନ୍ଥନ କୁ କିପରି ବ୍ୟବହାର କରିବେ ତାହା ଏହି ଏକକ ଆପଣଙ୍କୁ ଜଣାଇଥାଏ ଓ ଅତି ଫଳପ୍ରଦ ପାଠଗୁଡିକୁ ଯୋଜନା କରିବାରେ ଆପଣ ସଂଗ୍ରହ କରିଥିବା ସୂଚନାଗୁଡିକୁ କିପରି ବ୍ୟବହାର କରିବେ ତାହାର ଯୋଜନା କରିବାରେ ଆପଣଙ୍କୁ ସହାୟତା ମଧ୍ୟ ଦେଠାଏ। ଏ କ୍ଷେତ୍ରରେ ଶିକ୍ଷାଦାନ କେବଳ ପାଠ୍ୟ ପୁସ୍ତକରେ ଥିବା ବିଷୟବସ୍ତୁ ଅଧରିତ ହୋଇନାଥୟେ,ବରଂ ଶିକ୍ଷାର୍ଥୀମାନଙ୍କ ପୂର୍ବ ଜ୍ଞାନକୁ ନେଇ କରାଯାଇଥାଏ । ଏହି ସବୁ କୌଶଳ ପ୍ରୟୋଗ ଦ୍ଵାରା ଶିକ୍ଷାର୍ଥୀମାନଙ୍କ ଅଂଶଗ୍ରହଣ ଓ ଶିକ୍ଷଣ କିପରି ପ୍ରଭାବିତ ହୋଇପାରୁଛି,ସେ ସବୁର ଆକଳନ କରିବା ପାଇଁ ଆପଣ ସୁଯୋଗ ପାଇବେ ।
ମାନସମନ୍ଥନ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଏହା ଏକ ଉପଯୋଗୀ ଓ ତ୍ଵରିତ ଶିକ୍ଷଣ କୌଶଳ,ଯାହାକୁ ଆପଣ କୌଣସି ଏକ ନୂତନ ପ୍ରସଙ୍ଗ ଶିକ୍ଷାଦାନ ଆରମ୍ଭ ପୂର୍ବରୁ ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଜାଣିଛନ୍ତି ଖୋଜି ବାହାର କରିବାକୁ ବ୍ୟବହାର କରିପାରିବେ। ଏହା ପାଠ ବା ପ୍ରସଙ୍ଗ ଆରମ୍ଭରେ,ମଝିରେ ବା ଶେଷରେ ବ୍ୟବହାର କରାଯାଇପାରିବ ,ଯାହାଫଳରେ ଶିକ୍ଷାର୍ଥୀମାନେ ଏହା ମଧ୍ୟରେ କି ପ୍ରକାର ସମ୍ପର୍କରେ ସ୍ଥାପନ କରିପାରୁଛନ୍ତି ତାହା ଆପଣ ଦେଖିପାରିବେ ।ଶିକ୍ଷାର୍ଥୀମାନେ ଗୁରୁତ୍ୱପୂର୍ଣ୍ଣ ବିଚାର କରୁଥିବା କଥାଗୁଡ଼ିକୁ ଦେଖିବାରେ ଏହା ଆପଣଙ୍କୁ ସାହାଯ୍ୟ କରେ ଓ ସେମାନଙ୍କ ପାଖରେ ଥିବା କେତେକ ଭୁଳବୁଝାମନ କୁ ଆଲୋକପାତ କରିପାରେ ।
ଟିକିଏ ଚିନ୍ତା କରନ୍ତୁ
ଆପଣ କେବେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ନୂଆ ପ୍ରସଙ୍ଗ ବା ବିଜ୍ଞାନର ଏକ ନିର୍ଦ୍ଧିଷ୍ଟ ଘଟଣା କିମ୍ବା ସାମାଜିକ ପାଠଗୁଡିକ ବିଷୟରେ ସେମାନଙ୍କ ଧାରଣା ସବୁ ବିଷୟରେ ପଚାରନ୍ତି କି?
ଯଦି ହଁ’ଏହା ଦରକାର ଥିଲା କି? ଏହା କାହିଁକି ଏକ ଉପଯୋଗୀ କୌଶଳ ହୋଇପାରିବ?
1 ମାନସମନ୍ଥନ ଏକ କୌଶଳ ଯାହା ପ୍ରସଙ୍ଗ ସମ୍ପର୍କିତ ଧାରନାଗୁଡିକୁ ପରସ୍ପର ମଧ୍ୟରେ ବିନିମୟ କରିବାରେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରେ।ଧ୍ୱନି ବା “ଧ୍ୱନି” କହିଲେ କ’ଣ ବୁଝା ? ଭଳି ଗୋଟିଏ ଶବ୍ଦ ବା ପ୍ରଶ୍ନ ବ୍ୟବହାର କରି,ସେମାନଙ୍କ ମନକୁ ଆସୁଥିବା ଯେକୌଣସି ଧାରଣଗୁଡିକୁ ଦେବାକୁ ଆପଣ ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କୁ କହି ପାରିବେ । ଚିତ୍ର-1 ରେ ଦର୍ଶଯାଇଥିବା ଭଳି ଶିକ୍ଷାର୍ଥୀମାନେ ଉତ୍ତର ଦେଉଥିବାବେଳେ ଆପଣ ଉତ୍ତରଗୁଡିକୁ କଳାପଟାରେ ଲିପିବଦ୍ଧ କରନ୍ତୁ ।(ବା ଜଣେ ଶିକ୍ଷାର୍ଥୀ)
ଚିତ୍ର 1”ଧ୍ୱନି” ବିଷୟରେ ଏକ ମାନସ ମନ୍ଥନକୁ ଲିପିବଦ୍ଧ କରିବା
ମାନସମନ୍ଥନ ସମଗ୍ର ଶ୍ରେଣୀରେ- ଏପରିକି ବେଶୀ ଶିକ୍ଷାର୍ଥୀ ଥିବା ଏକ ବଡ ଶ୍ରେଣୀରେ କରାଯାଇପାରିବ- କାରଣ ସମସ୍ତ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଧାରଣାଗୁଡିକୁ ପ୍ରକାଶ କରିବା ନିମିତ୍ତ ସୁଜିଗ ଦିଆଯାଇ ପାରିବ । ଦଳଗୁଡିକରେ ବା ଯୋଡିରେ ଏହି କୌଶଳ ବ୍ୟବହାର କରିବା ମଧ୍ୟ ସମ୍ଭବ ଅଟେ । ମାନସ ମନ୍ଥନ ଦେବା ଫଳରେ ସେମାନେ ଯାହା ଜାଣିଛନ୍ତି ସେ ବିଷୟରେ ଅଧିକ ଗଭୀରତଭାବେ ଚିନ୍ତା କରିବାକୁ ଏହା ସେମାନଙ୍କୁ ସାହାଯ୍ୟ କରିପାରିବ । ଯେହେତୁ ପ୍ରତ୍ୟେକ ଶିକ୍ଷାର୍ଥୀ କହିବେ, ଅନ୍ୟମାନେ ତାହା ଶୁଣି ଅଧିକ ବିସ୍ତ୍ରୁତ ଭାବରେ ଚିନ୍ତା କରିବାକୁ ଉତ୍ସାହିତ ହୋଇଥାନ୍ତି। ଧ୍ୱନି ଭଳି ଏକ ପ୍ରସଙ୍ଗ ସମ୍ପର୍କରେ ଅଧିକ ଗଭୀର ଓ ସୃଜନାତ୍ମକ ଭାବେ ଚିନ୍ତା କରିବାକୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
ପରିସ୍ଥିତି ଅନୁଦୟନ-1 ପଢନ୍ତୁ,ପ୍ରଥମେ ଜଣେ ଶିକ୍ଷୟତ୍ରୀ କିପରି ଏହି କୌଶଳ ଆଧାରିତ ଅଭିଜ୍ଞାନତା ହାସଲ କରିଥିଲେ ଓ ପରେ ଏହାକୁ ନିଜ ଶ୍ରେଣୀରେ ବ୍ୟବହାର କରିଥିଲେ ତାହା ଏହି ପରିସ୍ଥିତି ଅନୁଧ୍ୟାନ ପ୍ରଦର୍ଶିତ କରେ ।
ପରିସ୍ଥିତି ଅନୁଧ୍ୟାନ -1 ଶ୍ରୀମତୀ ମହାପାତ୍ର ଙ୍କର ମାନସ ମନ୍ଥନ ଆଧାରିତ ପ୍ରଥମ ଅନୁଭୂତି
ଶ୍ରୀମତୀ ମହାପାତ୍ର କିପରି ପ୍ରଥମ ଥର ପାଇଁ ଏହି ମାନସମନ୍ଥନ ଜନିତ ଅଭିଜ୍ଞାତା ହାସଲ କରିଥିଲେ ଓ ଉପାୟଗୁଡ଼ିକ ଦ୍ଵାରା କିପରି ଉତ୍ସାହିତ ହୋଇଥିଲା ଯାହା ବଡ ଦଳରେ କଥୋପକଥନ ପାଇଁ ତାଙ୍କ ମନରେ ବିଶ୍ଵାସ ଜନ୍ମାଇଲା : ତାହା ସେ ମହଶୟା ବର୍ଣ୍ଣନା କରିଛନ୍ତି । ତାଙ୍କ ଶ୍ରେଣିଗୁଡିକୁ ଅଧିକ କ୍ରିୟାପ୍ରକ୍ରିୟା ଭିତ୍ତିକ କରିବା ବିଷୟରେ ଅଧିକ ଗଭୀରଭାବେ ଚିନ୍ତା କରିବାକୁ ଏହା ତାଙ୍କୁ ସାହାଯ୍ୟ କଲା ।
ଶିକ୍ଷାର୍ଥୀମାନଙ୍କ ପାଇଁ ପରିବେଶ ଶିକ୍ଷା ପାଠଗୁଡିକୁ ଅଧିକ ପାରସ୍ପରିକ କ୍ରିୟାଭିତ୍ତିକ କରିବା ନିମିତ୍ତ ଯେତେବେଳେ ଏକ ଦିନିକିଆ ପାଠ୍ୟକ୍ରମ ରେ ଯୋଗ ଦେବାକୁ ଗାଳି ମୁଁ ପ୍ରଥମ ଥର ପାଇଁ ମାନସ ମନ୍ଥନ ବିଷୟରେ ଶୁଣିଲି । ଯେତେବେଳେ ପ୍ରଶିକ୍ଷକ କାଳ।ପଟ।ରେ “ପାରମ୍ପରିକ କ୍ରିୟା ପ୍ରତିକ୍ରିୟାଭିତ୍ତିକ ଶିକ୍ଷାଦାନ” ଲେଖିଲେ,କୋଡିଏ ଜଣିଆ ଶିକ୍ଷକଙ୍କର ଏକ ଦଳ ଭାବରେ ମନକୁ ଆସୁଥିବା ସବୁ ଧାରନାଗୁଡିକ ବିଷୟରେ ଆମକୁ ମାନସ ମନ୍ଥନ କରିବାକୁ କୁହାଗଲା । ଆମ ମନକୁ ଆସୁଥିବା ଭାବନାଗୁଡିକୁ କଳାପଟାରେ ଲେଖିଲେ,ଯାହା ସବୁ ପୂର୍ବରୁ କୁହାଯାଇଥିଲା,ଏଗୁଡିକ ବିଷୟରେ ମୁଁ ଚିନ୍ତା କଲି। ମୁଁ ମୋର ଧାରଣାଗୁଡିକୁ ବ୍ୟକ୍ତ କରିବା ପାଇଁ ଆରମ୍ଭ କଲି,ତେଣୁ ମୁଁ କହିଲି”ଧାରନାଗୁଡିକର ବିନିମୟ କରିବା”,ଯାହା ଏକ ଭଲ ଧାରଣା ବୋଲି ପ୍ରଶିକ୍ଷକ ମନ୍ତବ୍ୟ ଦେଲେ।ଏହି ଟିପ୍ପନ ମୋତେ ଅଧିକ ବିଶ୍ଵାସୀ କରାଗଲା । ତେଣୁ ମୁଁ ଅନ୍ୟ ଧାରଣାଗୁଡିକୁ କହିବାକୁ ଆରମ୍ଭ କଲି । ମୁଁ ଅନେକ ସେବାକାଳିନ ତାଲିମରେ ଯୋଗଦେଇ ଆସୁଥିଲି କିନ୍ତୁ ସେଗୁଡିକରେ କେବେ କିଛି କହି ଣ ଥିଲି । ତେଣୁ ମୋ ନିଜ ଉପରେ ମୁଁ ଅତ୍ୟନ୍ତ ଖୁସି ହୋଇଥିଲି ।
ଘଟଣାକ୍ରମେ ପ୍ରଶିକ୍ଷଣ ଙ୍କୁ ଲେଖା ବନ୍ଦ କରିବାକୁ ପଡିଲା କାରଣ କଳାପଟାଟି ବିସ୍ତ୍ରୁତ ପରାମର୍ଶଗୁଡିକରେ ପୁରିଗଲା । ତ’ପରେ ସେ ଆମ ଧାରଣାଗୁଡିକୁ ଅତି ନିକଟରୁ ନିରୀକ୍ଷଣ କଲେ ଓ ଆମକୁ ଏହି ଧାରଣାଗୁଡିକ ଯଦି ଉପଯମନ ଥାଏ ତେବେ ସେହି ଧାରଣାଗୁଡିକୁ ଭାଗ କରିବାକୁ ଆମକୁ କହିଲେ ଯେପରି ଶିକ୍ଷକମାନଙ୍କ ପାଇଁ କରିବାକୁ ଥିବା ଧାରଣା ଓ ଶିକ୍ଷାର୍ଥୀମାନଙ୍କ ପାଇଁ ଥିବା ଧାରଣାଗୁଡିକ । ନିଜର ପରବର୍ତ୍ତୀ ସମୟରେ ଏହି ପରାମର୍ଶଗୁଡିକ ମଧ୍ୟରୁ କେତେକ କିପରି ବ୍ୟବହାର କରାଯାଇ ପାରିବ ତାହା ଉପରେ ଆମେ ଲକ୍ଷ୍ୟ କେନ୍ଦ୍ରୀଭୂତ କଲୁଆ । ସେଥିମଧ୍ୟରୁ ଗୋଟିଏ ଥିଲା ମୋ ଶିକ୍ଷାର୍ଥୀମାନଙ୍କ ସହ କିପରି ବ୍ୟବହାର କରିପାରିବି ସେ ବିଷୟରେ ଚିନ୍ତା କରି ମୁଁ ଘରକୁ ଫେରିଲି। ମୁଁ ଜଣେ ସହକର୍ମୀଙ୍କ ଚେଷ୍ଟା କରିବା ପୂର୍ବରୁ ବିନିମୟ କରିଥାଏ । ଶ୍ରୀମତୀ ମହାପାତ୍ରଙ୍କ ପାଖରେ ଥିବା ଅଭିଜ୍ଞତା ଓ ତାଙ୍କ ଉପରେ ଏହାର ପ୍ରଭାବ ଦ୍ଵାରା ସେ ପ୍ରଭାବିତ ହୋଇଥିଲେ । ଯଦି ସମ୍ଭବ ପରବର୍ତ୍ତୀ ପରଜ୍ଯୟରେ କାର୍ଯ୍ୟଟିକୁ ଆପଣଙ୍କ ସହକର୍ମୀଙ୍କ ସହ ଚେଷ୍ଟା କରନ୍ତୁ ।
ଶ୍ରୀମତୀ ମହାପାତ୍ର ଏହି କୌଶଳକୁ ପ୍ରୟୋଗ କରି ଯେଉଁ ଅନୁଭୂତି ପାଇଥିଲେ,ଟା ଦ୍ଵାରା ଯଥେଷ୍ଟ ପ୍ରଭାବିତ ହୋଇଥିଲେ । ଯଦି ସମ୍ଭବ ,ପରବର୍ତ୍ତୀ କାର୍ଯ୍ୟକୁ ନିଜର ସହକର୍ମୀଙ୍କୁ ନେଇ ଚେଷ୍ଟା କରନ୍ତୁ ।
ଶିକ୍ଷଣକାର୍ଯ୍ୟ -1 :ଆପଣ ନିଜେ ସହକର୍ମୀଙ୍କ ସହ ମାନସ ମନ୍ଥନ କରିବା କିମ୍ବା
ଆପଣ ଶିକ୍ଷାଦେବାକୁ ଥିବା ବିଜ୍ଞାନ ବା ପରିବେଶ ବିଜ୍ଞାନର କେତେକ ପ୍ରସଙ୍ଗ ସବୁକୁ ଦେଖନ୍ତୁ ଓ ଆପଣଙ୍କ ଶିକ୍ଷାର୍ଥୀମାନେ ଯାହା ଯାନୀ ସାରିଛନ୍ତି ତାହା ଜାଣିବାକୁ ଆପଣ ଚିନ୍ତା କରୁଥିବା ଏକ ଉପଯୋଗୀ ପ୍ରସଙ୍ଗକୁ ବାଛନ୍ତୁ, ଯେଉଁଥିରେ କି ଶିକ୍ଷାର୍ଥୀମାନଙ୍କର ପ୍ରସଙ୍ଗ ସମ୍ପର୍କିତ ପୂର୍ବଜ୍ଞାନ ଆପଣଙ୍କୁ ଶିକ୍ଷାଦାନ ସମୟରେ ସାହାଯ୍ୟ କରିବା । ଆପଣ ନିଜେ ବା ଶ୍ରେଣୀରେ ନୂଆ ଓ ଭିନ୍ନ ଭିନ୍ନ କୌଶଳ ବ୍ୟବହାର କରି ସମାନ ଶ୍ରେଣୀରେ ପଢଉଥିବା ଆଉ ଜଣେ ଆପଣ ଙ୍କ ପସନ୍ଦର ଆଗ୍ରହୀ ସମକର୍ମୀଙ୍କ ସହିତ ଧ୍ୱନି ବିଷୟରେ ଯାହା ଜାଣିଛନ୍ତି (ବା ଅନ୍ୟ ଏକ ପ୍ରସଙ୍ଗ ) ତାହାକୁ ନିଜେ ବଡ ପାଟିରେ “ଧ୍ୱନି” ଶବ୍ଦ କୁ କୁହନ୍ତୁ ଓ ଆପଣଙ୍କ ମନ ଭିତରକୁ ହଠାତ ପଶି ଆସୁଥିବା ସମସ୍ତ ଧାରଣାଗୁଡିକୁ ଶୁଣନ୍ତୁ ଓ ଲେଖନ୍ତୁ । ପରସ୍ପର ସହ କଥା ହେଉଥିବା ଭଳି ଏହାକୁ ଖୁବ ଶୀଘ୍ର କରନ୍ତୁ, କିଛି ସମୟ ପରେ ଲେଖା ବନ୍ଦ କରନ୍ତୁ ,କିଛି ସମୟ ପରେ ଲେଖା ବନ୍ଦ କରନ୍ତୁ ଓ ଆପଣ ଲେଖିଥିବା ଧାରଣାଗୁଡିକୁ ଦେଖନ୍ତୁ ।
ଏବେ ଚିନ୍ତା କରନ୍ତୁ କିପରି ଶବ୍ଦଗୁଡିକୁ ଏକତ୍ର କରି ବିଭିନ୍ନ ଭାଗରେ ବିଭକ୍ତ କରିବେ । ଏହା କରିବାକୁ ଧ୍ୱନି ସମ୍ପର୍କିତ ଏକ ପାଠର ଗୁରୁତ୍ଵ କାହା ଉପରେ ହୋଇପାରେ ତାହା ଆପଣ ବିଭିନ୍ନ ପଦାର୍ଥ ଓ ପଶୁମାନେ ସୃଷ୍ଟି କରୁଥିବା ଧ୍ୱନିର ଅନ୍ଵେଷଣ କରୁଥାନ୍ତି ତେବେ ଆପଣ ଧ୍ୱନି କିପରି ସୃଷ୍ଟି ହୁଏ ଅନ୍ଵେଷଣ କ୍ଷେତ୍ରରେ ଭିନ୍ନ ଉପାୟରେ ଶବ୍ଦ ଗୁଡିକ ଭାଗ କରିବେ ।
ଧ୍ୱନି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ଵଦେବାରେ କରିବାରେ ଏହି କୌଶଳ ଆପଣଙ୍କୁ କିପରି ପ୍ରସ୍ତୁତ କରିଛି ତାହା ମଧ୍ୟ ଆଲୋଚନା କରନ୍ତୁ ।
ଟିକିଏ ଚିନ୍ତା କରନ୍ତୁ
ଆପଣଙ୍କ ସହକର୍ମୀ ଙ୍କ ସହ ଏହା କରିବାରେ ଆପଣ ଉପଭୋଗ କଲେ କି? ଧ୍ୱନି ସମ୍ପର୍କରେ ଅଧିକ ଧାରଣ ସବୁକୁ ଚିନ୍ତା କରିବାରେ ଏହା ଆପଣଙ୍କୁ କେତେ ଅଧିକ ସାହାଯ୍ୟ କଲା? ଆପଣଙ୍କ ଶ୍ରେଣୀରେ ବା ଶ୍ରେଣୀର ଗୋଟିଏ ଦଳରେ ଅପନନ ଏହାକୁ କିପରି କରିପାରିବେ ଚିନ୍ତା କରନ୍ତୁ ।
ଆପଣଙ୍କ ଶିକ୍ଷାର୍ଥୀମାନଙ୍କ କଳ୍ପନା ଶକ୍ତିକୁ ଉଜ୍ଜିପିତ କରିବା ଓ ସେମାନେ ଯାହା ଜାଣିଛନ୍ତି ତାହା ବିଷୟରେ ଚିନ୍ତା କରିବାକୁ ଉତ୍ସାହିତ କରିବା ଅର୍ଥ ଆପଣ କାର୍ଯ୍ୟ କରୁଥିବା ଉପାୟଗୁଡ଼ିକରେ ନିଜେ ସୃଜନଶୀଳ ହେବା ଆବଶ୍ୟକ। ଶିକ୍ଷଣ କାର୍ଯ୍ୟ-୧ରେ ଆପଣ ଚେଷ୍ଟା କରିଥିବା କାର୍ଯ୍ୟଟି ମାନାନ୍ସ ମନ୍ଥନ ର ଗୋଟିଏ ଉପାୟ। ଆପଣ ଯେତେ ଅଭିଜ୍ଞତା ହାସଲ କରିବେ,ଏହା ଆପଣଙ୍କ ମସ୍ତିଷ୍କକୁ ଉଦ୍ଦୀପିତ କରିବ ଓ ବିସ୍ତାରିତ ଭାବେ ଚିନ୍ତା କରିବାକୁଆପଣଙ୍କୁ ଉତ୍ସାହିତ କରିବ । ମନସମନ୍ଥନ ପାଇଁ ଅନ୍ୟ ଉପାୟଗୁଡିକର ବ୍ୟବହାର ସମ୍ପର୍କିତ ଅନ୍ଵେଷଣ କରିବା ପୂର୍ବରୁ ଆପଣ ଏବେ ଆପଣଙ୍କ ଶ୍ରେଣୀରେ ଏହି ପାନ୍ଥ।ଟିକୁ ଚେଷ୍ଟା କରନ୍ତୁ ।
ଶିକ୍ଷଣକାର୍ଯ୍ୟ ୨: ଆପଣଙ୍କ ଶ୍ରେଣୀରେ “ଧ୍ୱନି “ସମ୍ପର୍କିତ ମ।ନସ ମନ୍ଥନ କରିବା
ଶିକ୍ଷାର୍ଥୀମାନେ ମାନସ ମନ୍ଥନ କୌଶଳ ସହ ପରିଚିତ ହେବା ଆବଶ୍ୟକ । ମାନସମନ୍ଥନ କରିବା ପୂର୍ବରୁ ଆପଣ ଏହି କିପରି ପରିଚିତ କରିବେ ଚିନ୍ତା କରନ୍ତୁ।
ମ।ନସ ମନ୍ଥନ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ ଯେ:
ଆପଣ କାହିଁକି ଆପଣଙ୍କ ଶ୍ରେଣୀରେ ମାନସମନ୍ଥନ କରୁଛନ୍ତି ସେ ବିଷୟରେ ଆପଣ ସ୍ପଷ୍ଟ ହେବା ଦରକାର । ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଠାରୁ ଧ୍ୱନି ବା ଅନ୍ୟ ପ୍ରସଙ୍ଗ ବିଷୟରେ ସେମାନେ କ’ଣ ଜାଣିଛନ୍ତି ଆପଣ ସେ ବିଷୟରେ ଜାଣିବାକୁ ଚାହାନ୍ତି ।
ଆପଣଙ୍କ ଯୋଜନାତି ଲିପିବଦ୍ଧ କରିଦେବା ପରେ ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ସହ ମନ୍ଥନର ପ୍ରାକପରୀକ୍ଷା ନିମିତ୍ତ ପ୍ରସ୍ତୁତ ହୋଇଜନ୍ତୁ । ଆପଣଙ୍କ ଶ୍ରେଣୀରେ ମାନସ ମନ୍ଥନ କୌଶଳ କୁ ଚେଷ୍ଟା କରନ୍ତୁ। ଯଦି ପାରିବେ,ଅପନକ ର ସହକର୍ମୀଙ୍କୁ ସେମାନଙ୍କ ର ଗୋଟିଏ ଶ୍ରେଣୀରେ ଏହା କରିବାକୁ ଦିଅନ୍ତୁ । ମାନସମନ୍ଥନ କରି ସାରିବା ପରେ କିଛି ସମୟ ଚିନ୍ତା କରନ୍ତୁ,ଏହି ଅଧିବେଶନ କିପରି ଭଲଭାବରେ ପରିଚାଳିତ ହେଲା ଓ ଆପଣ ଏହା କାହିଁକି ଭାବୁଛନ୍ତି?
ଟିକିଏ ଚିନ୍ତା କରନ୍ତୁ
ମାନସମନ୍ଥନ ଅଧିବେଶନ ପରେ ନିମ୍ନୋକ୍ତ ଉପାଯରେ ଚିନ୍ତା କରନ୍ତୁ ।
“ଧ୍ୱନି” ସହିତ ଆପଣ ପଢାଇଥିବା ଅଧିକାଂଶ ପ୍ରସଙ୍ଗରେ ଆପଣଙ୍କ ସବୁ ଶିକ୍ଷାର୍ଥୀମାନଙ୍କ ର କେତେକ ଧାରଣ ଥିବା। କିନ୍ତୁ ସବୁ ଶିକ୍ଷାର୍ଥୀଙ୍କର ଧାରଣାଗୁଡିକ ଏକାପରକର ହୋଇନଥିବା ଓ ସେମାନଙ୍କ ପାଖରେ ଥିବା ଧାରଣାଗୁଡିକ ସଂପୂର୍ଣ୍ଣ ବିକଶିତ କରିବାକୁ ପଡିବ।
ଆପଣ ଏକ ଶିକ୍ଷାଦାନ ଅଧିବେଶନ ର ଯୋଜନା କରିବା ସମୟରେ ହୁଏତ ଏହା ଏକ ପ୍ରାୟୋଗିକ ବା ଅତ୍ୟନ୍ତ ବିଷୟଭିତ୍ତିକ ହୋଇପାରେ,ଆପଣଙ୍କ ଶିକ୍ଷାର୍ଥୀମାନେ ଯାହା ଜାଣିଛନ୍ତି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଅଟେ ଫଳରେ ଆପଣ ଆପଣଙ୍କ ଶିକ୍ଷାଦାନକୁ ଅଧିକ ସିଧାସଳଖ ଭାବେ ଲକ୍ଷ ଆଧାରିତ କରିପାରିବେ। ସେମାନେ ଜାଣିଥିବା ଓ ବୁଝିଥିବା ବିଷୟରେ ଶିକ୍ଷାଦାନ ସମୟ ଅପଚୟ ନ କରି ସେମାନଙ୍କ ଶିକ୍ଷଣକୁ ସମ୍ପ୍ରସାରିତ କରିବା ଦରକାର । ତେଣୁ ମ।ନସମନ୍ଥନ,ଏକ ପ୍ରସଙ୍ଗ ସମ୍ପର୍କରେ ଚିନ୍ତା କରିବାକୁ ଓ ସେମାନଙ୍କ ଧାରନାଗୁଡିକୁ ବିନିମୟ କରିବାକୁ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବାର ଏକ ଭଲ ଉପାୟ ଅଟେ ।
ଧ୍ୱନି କିପରି ସୃଷ୍ଟି ହୁଏ ଏ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କର କେଉଁଠି ଅସ୍ପଷ୍ଟ ଓ ଅଳ୍ପ ବିକଶିତ ଧାରଣାଗୁଡିକ ରହିଛି ତାହା ଧ୍ୱନି ଉପରେ ଏକ ମାନସମନ୍ଥନ ଦର୍ଶାଇ ଥ।ଏ । ଏହି ଜ୍ଞାନ ସହିତ ଆପଣ ଆପଣଙ୍କ ଶିକ୍ଷାଦାନକୁ ଅଧିକ ସିଧାସଳଖ ଭାବେ ସେମାନଙ୍କ ଶିକ୍ଷଣ ଆବଶ୍ୟକତା ଓ ସେମାନଙ୍କ ପରବର୍ତ୍ତୀ ଚିନ୍ତନକୁ ଆହ୍ଵାନମୂଳକ କରିବାରେ ସମ୍ପୃକ୍ତ କରିପାରିବେ। ଉଦାହରଣସ୍ୱରୂପ ଆପଣ ଛୋଟ କାର୍ଯ୍ୟମାନଙ୍କର ଯୋଜନା କରିପାରନ୍ତି,ଯାହା ସେମାନଙ୍କୁ ଧ୍ୱନି ସୃଷ୍ଟି ହେବା ସମୟରେ କ’ନ ଘଟୁଛି ଓ ସେହିପରି ଭାବରେ କାହିଁକି ଧ୍ୱନି ସୃଷ୍ଟି ହୁଏ,ବିଷୟରେ ଚିନ୍ତା କରିବାକୁ ସାହାଯ୍ୟ କରିପାରିବ ।
ସ୍ଵତନ୍ତ୍ର ଶୈକ୍ଷିକ ଆବଶ୍ୟକତା ଥିବା କେତେକ ଶିକ୍ଷାର୍ଥୀ ଅଧିକ ସହାୟତା ଆବଶ୍ୟକ କରିବେ ଓ ଛୋଟ ଛୋଟ ଅଂଶ ରେ ଭାଗ ହୋଇ ପରିଚାଳିତ ହେଉଥିବା କାର୍ଯ୍ୟଗୁଡିକୁ ସେମାନେ ଉପକୃତ ହୋଇପାରିବ ।
ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ସବୁ ଜାଣିଛନ୍ତି ତାହା ଜାଣିବାରେ ମାନସମନ୍ଥନ କେବଳ ଯେ ଆପଣଙ୍କୁ ସାହାଯ୍ୟ କରେ ତାହା ନୁହେଁ,ବରଂ ପାଠଗୁଡିକରେ ଅଧିକ ସକ୍ରିୟଭାବେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ଉତ୍ସାହିତ କରି ଏହା ଶିକ୍ଷାର୍ଥୀମାନଙ୍କର ବିଶ୍ଵାସ ସୃଷ୍ଟି କେତେକ ମୁଖ୍ୟ କରିପାରିବ । ଉପକାରିତା ଗୁଡିକ ଚିତ୍ର-୨ ରେ ଶଙ୍ଖେପଣ କରାଯାଇଛି ।
ଚିତ୍ର 2 :ମାନସମନ୍ଥନ କୈନ୍ଦ୍ରିକ ଉପକାରିତା
ଶିକ୍ଷାର୍ଥୀମାନଙ୍କ ଶିକ୍ଷଣରେ ସହାୟତା ନିମିତ୍ତ ସେମାନଙ୍କ ପାଇଁ କଥା ହେବାର ଉପକାରୀତା ଉପରେ ସମ୍ବଳ-୧ “ଶିକ୍ଷଣ ପାଇଁ କଥା ହେବା “ ଅନ୍ତଦ୍ରୁଷ୍ଟି ପ୍ରଦାନ କରିଥାଏ। ଶିକ୍ଷାର୍ଥୀମାନଙ୍କ ସହିତ କାର୍ଯ୍ୟ କରିବା ପୂର୍ବରୁ ଆପଣ ବର୍ତ୍ତମାନ ଏହାକୁ ପଢିବା ଆପଣଙ୍କ ପାଇଁ ଉପାଦେଯ ହୋଇପାରେ । ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ର ଧାରନାଗୁଡିକ ଓ ବୋଧଗମ୍ୟତା ବିଷୟରେ କଥା ହେବାକୁ ଉତ୍ସାହିତ କରିବା ନିମିତ୍ତ ଉପାୟଗୁଡ଼ିକୁ ଅନଶ୍ଵସନ କରିବାରେ ଆପଣଙ୍କୁ ଏହା ସାହାଯ୍ୟ କରିବ ।
ଏକ ମାନସମନ୍ଥନ ରୁ ବାହାରିବା ସୂଚନା ଫଳପ୍ରଦ ଭାବେ ବ୍ୟବହାର କରିବା
ମାନସମନ୍ଥନ ଜନିତ ପ୍ରତିକ୍ରିୟାଗୁଡିକୁ ଲିପିବଦ୍ଧ କରିବାରେ ଭିନ୍ନ ଭିନ୍ନ ଉପାୟମାନ ଅଛି । ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କେଉଁ ଉପାଯରେ ସୂଚନାଗୁଡିକୁ ଲିପିବଦ୍ଧ କରିବା ପାଇଁ କହନ୍ତି ତାହା ଆପଣ କାର୍ଯ୍ୟରୁ ଆପଣଙ୍କ ଚାହିଁବା ଉପରେ ନିର୍ଭର କରିବ ।
ମାନସମନ୍ଥନ ଅଧିବେଶନ ର ଶେଷରେ ଶିକ୍ଷାର୍ଥୀମାଙ୍କର ବୋଧଗମ୍ୟତା ସଂପ୍ରସାରଣ ର ଆରମ୍ଭ ସୂଚକ ଭାବେ ବ୍ଯ୍ବହାର କରିବା ନିମିତ୍ତ ଆପଣଙ୍କ ପାଖରେ ପର୍ଯ୍ୟାୟଭୁକ୍ତ ଉତ୍ତର ରହିବା ଉଚିତ। ଆପଣ ପଢଉଥିବା ପ୍ରସଙ୍ଗଗୁଡିକ ପାଇଁ ବାସ୍ତବ ସମ୍ଭାବନା ଥିବା କେତେକ ପ୍ରତିକ୍ରିୟା ଉପରେ ଆଲୋକପାତ କରିବାକୁ ଆପଣ ଚାହିଁପାରନ୍ତି ଓ ପରବର୍ତ୍ତୀ ସମୟକୁ ଅନ୍ୟଗୁଡିକ ଫେରାଇ ଦେଇପାରନ୍ତି କିମ୍ବା ବ୍ୟକ୍ତିଗତ ଭାବେ କାର୍ଯ୍ୟ କରିବାକୁ ଧାରଣା ଗୁଡିକ ପସନ୍ଦ କରିବାରେ ଶିକ୍ଷାର୍ଥୀମାନଙ୍କୁ ସୁଯୋଗ ଦେବାକୁ ଆପଣ ଚାହିଁ ପାରନ୍ତି। ଯେକୌଣସି କ୍ଷେତ୍ରରେ ପରସ୍ପର ସହିତ କଥା ହୋଇ ସେମାନଙ୍କ ଚିନ୍ତନର ବିକାଶ କରୁଥିବାରୁ,ସେମାନଙ୍କ ଧାରଣାଗୁଡିକର କିପରି ବୃଦ୍ଧି ହୁଏ ତାହା ସେମାନଙ୍କୁ ଦେଖାନ୍ତୁ ।
କମ୍ପନ ଦ୍ଵାରା ଧ୍ୱନି ସୃଷ୍ଟି ହୁଏ ଦେଖାଇବାକୁ କେତେକ ସରଳ କାର୍ଯ୍ୟ ସବୁର ଯୋଜନା କରି,ବୋଧହୁଏ ଆପଣ ଆପଣଙ୍କ ପାଠ କୁ ଧ୍ୱନି କିପରି ସୃଷ୍ଟି ହୁଏ ଉପରେ କେନ୍ଦ୍ରୀଭୂତ କରିପାରିବେ । ରବର ବା ସୂତାକୁ ଟାଣିବା ,ଡ୍ରମ ଭିତରେ କେତେକ ମଞ୍ଜି ରଖିବା ଓ ହାଲୁକାଭାବେ ଡ୍ରମଟିକୁ ବାଡେଇବା ସମୟରେ କ’ଣ ଘଟେ ଦେଖିବା ,ଆଦି ସରଳ କାର୍ଯ୍ୟଗୁଡିକୁ ଏହା ସାମିଲ କରିପାରିବ। ସେମାନଙ୍କ ମାନସମନ୍ଥନ ପ୍ରତି ଆପଣ ପ୍ରତିକ୍ରିୟାର ଯେଉଁ ଉପାୟରେ ପ୍ରତିକ୍ରିୟାଶୀଳ ହୁଅନ୍ତି, ତାହା ଆପଣଙ୍କ ଶିକ୍ଷଣ ଉଦ୍ଦେଶ୍ୟ ଓ ଶିକ୍ଷାର୍ଥୀମାନଙ୍କୁ ଜାଣିବା ଉପରେ ନିର୍ଭର କରିବା। କାରଣ ନିୟମିତ ଭାବେ ଆପଣ ଶ୍ରେଣୀରେ ଶିକ୍ଷାଦାନ କରନ୍ତି । ବ୍ୟବହାରିକ କାର୍ଯ୍ୟ ପରିଚାଳାନା ପାଇଁ କେଉଁ ପ୍ରକାର ଶିକ୍ଷଣକାର୍ଯ୍ୟ ଓ ଉପାୟମାନ ବ୍ୟବହା କରିବା ଦ୍ଵାରା ଶିକ୍ଷାର୍ଥୀମାନେ ସର୍ବୋତ୍ତମ ଲାଭ ପାଇପାରିବେ ତାହା ଆପଣ ଜାଣିବେ ।
ପରବର୍ତ୍ତୀ ପରିସ୍ଥିତି ଅନୁଧ୍ୟାନରେ ଶ୍ରୀମତୀ ମହାନ୍ତି ଶିକ୍ଷାର୍ଥୀମାନଙ୍କ ଆଗ୍ରହକୁ ଧରି ରଖିବାକୁ ଓ ଧ୍ୱନି କିପରି ସୃଷ୍ଟି ହୁଏ ଅନୁସନ୍ଧାନ କରିବାକୁ ବାଦ୍ୟଯନ୍ତ୍ରଗୁଡିକ ସେ କିପରି ବ୍ୟବହାର କରିଛନ୍ତି ତାହା ବର୍ଣ୍ଣନା କରିଛନ୍ତି । ସ୍ଥାନୀୟ ଗୋଷ୍ଠୀରେ ବାଦ୍ୟଯନ୍ତ୍ରଗୁଡିକୁ ପାଇବା ଅତି ସହଜ ଓ ଶିକ୍ଷାର୍ଥୀମାନେ ଏଗୁଡ଼ିକୁ ବିଦ୍ୟାଲୟକୁ ନେଇ ଆସି ପାରିବେ ।
ପରିସ୍ଥିତି ଅନୁଧ୍ୟାନ-୨: ମାନସମନ୍ଥନ କରିବାକୁ ବାଦ୍ୟଯନ୍ତ୍ର ଓ ଛୋଟ ଛୋଟ ଦଳ ବ୍ୟବହାର କରିବା
ଶ୍ରୀମତୀ ମହାନ୍ତି ବଡଜେନା ସରକାରୀ ବିଦ୍ୟାଳୟରେ ଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଅଟନ୍ତି । ଏହି ଅନୁଷ୍ଠାନତାର ବାର୍ଷିକ ଉତ୍ସବ ପ୍ରସ୍ତୁତ କରୁଥାଏ। ତେଣୁ ,ସେ ଏହି ସୁଯୋଗ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କ ପାଖରେ ପରବର୍ତ୍ତୀ ପାଠ “ଧ୍ୱନି” ଉପସ୍ଥାପନା କରିଛନ୍ତି ।
ଉତ୍ସବ ନିମିତ୍ତ ନାଚ ଅଭ୍ୟାସ ଚଳୁଥିଲା ଓ ମୁଁ ମୋ ଶ୍ରେଣୀଗୃହରେ ବସି ନାଚୁଥିବା ଶିକ୍ଷାର୍ଥୀମାନଙ୍କ ପାଡରା ଘୁଙ୍ଗୁର ଶବ୍ଦ ସହିତ ବାଦ୍ୟଯନ୍ତ୍ର ର ଶଦ୍ଦ ଶୁଣି ପାରିଲି । ପ୍ରତ୍ୟେକ ଯନ୍ତ୍ରର ଶବ୍ଦକୁ ମୁଁ ଚିହ୍ନିବାକୁ ଚେଷ୍ଟା କଲି । ବାଦ୍ୟଯନ୍ତ୍ରଗୁଡିକ ଉପରେ ଦ୍ରୁଷ୍ଟି ପକାଇବାକୁ ପରବର୍ତ୍ତୀ ସମ୍ବଳରେ ମୁଁ ସଂଗୀତ କକ୍ଷକୁ ପରିବର୍ତ୍ତନ ରେ କଲି (ଚିତ୍ର-୩)। ସେଠାରେ ଢୋଲ,ତବଲା ,ହାରମୋନିୟମ,ସିତାର ଓ ବଂଶୀ ଏବଂ କିଛି ଘୁଙ୍ଗୁର ଥିଲା । ସେ ସବୁକୁ ମୁଁ ବଢାଇବାକୁ ଚେଷ୍ଟା କଲି । ମୁଁ ସଂଗୀତ ଶିକ୍ଷକଙ୍କୁ ସେ ସବୁକୁ ପୃଥକଭାବେ ବଜାଇବାକୁ କହିଲି ଓ ପ୍ରତ୍ୟେକ ବାଦ୍ୟଯନ୍ତ୍ରର ଶବ୍ଦକୁ ମୋ ମୋବାଇଲ ଫୋନ୍ ରେ ରେକର୍ଡିଂ କଲି । ମୁଁ ମଧ୍ୟ ମୁଦ୍ରା ,ମାର୍ବଲ,ପଥର ଓ ସ୍ଥାନୀୟ ପକ୍ଷୀମାନଙ୍କ ଦ୍ଵାରା ସୃଷ୍ଟି ହେଉଥିବା ଧ୍ୱନିକୁ ମଧ୍ୟ ଏକ ରେକର୍ଡିଂ କଲି । ମୁଁ ମଧ୍ୟ ମୁଦ୍ରା,ମାର୍ବଲ,ପଥର ଓ ସ୍ଥିୟ ପକ୍ଷୀମାନଙ୍କ ଦ୍ଵାରା ସୃଷ୍ଟି ହେଉଥିବା ଦ୍ଵାନିକୁ ମଧ୍ୟ ଏକ ରେକର୍ଡିଂ କଲି । ଏହି ଧ୍ୱନିକୁ ଶ୍ରେଣୀରେ ବ୍ୟବହାର କରିବାକୁ ମୁଁ ଚାହିଁଲି ଓ ଶିକ୍ଷାର୍ଥୀମାନଙ୍କୁ ଏହି ଧ୍ୱନି ସୃଷ୍ଟି କରୁଥିବା ଉପାଦାନଗୁଡିକୁ ଚିହ୍ନିବାକୁ କହିଲି ।
ଚିତ୍ର 3 ବହୁବିଧ ବାଦ୍ୟଯନ୍ତ୍ର
ପରବର୍ତ୍ତୀ ପାଠରେ ମୁଁ ଏହି ରେକର୍ଡିଂ କୁ ବଜାଇଲି ଓ ଶିକ୍ଷାର୍ଥୀମାନଙ୍କୁ ପ୍ରତି ଧ୍ୱନିର ଉତ୍ସଗୁଡିକୁ ମନେ ମନେ ଚିହ୍ନଟ କରିବାକୁ କହିଲି । ପରେ ଶିକ୍ଷାର୍ଥୀମାନଙ୍କୁ ଦଳରେ କାମ କରିବାକୁ କହିଲି ଓ ସେମାନଙ୍କ ପରିବେଶ ଓ ଉତ୍ସଗୁଡିକରୁ ଶୁଣିଥିବା କେତେକ ଧ୍ୱନିକୁ ତାଲିକା କରିବାକୁ କହିଲି। (ମୁଖ୍ୟ ସମ୍ବଳ “ଦଳଗତ କାର୍ଯ୍ୟ ବ୍ୟବହାର କରିବା “ ଆପଣଙ୍କ ପାଠରେ ଦଳଗୁଡିକୁ ଯୋଜନା ଓ ପରିଚାଳନା କରିବାକୁ ଆପଣାକୁ ସାହାଯ୍ୟ କରିବ ) । ମୁଁ ପ୍ରତ୍ୟେକ ଦଳକୁ “ସାଧାରଣ ଧ୍ୱନି” ଶୀର୍ଷକ ଚାରିପଟେ ସେମାନଙ୍କ ଉତ୍ତରଗୁଡିକ ଲେଖିବା ପାଇଁ ଖଣ୍ଡେ କାଗଜ ଦେଲି । ଯେହେତୁ ମୋ ଶ୍ରେଣୀକୁ କ୍ଵଚିତ କାଗଜ ଆସୁଥିଲା ମୁଁ ବିଦ୍ୟାଳୟକୁ ଆସୁଥିବା କେତେକ ବଡ ଲଫାପାର ପଛପାଖରୁ କାଗଜ ସଂଗ୍ରହ କରିଥିଲି ।
ପରେ ପ୍ରତ୍ୟେକ ଦଳକୁ ସେମାନଙ୍କ ଧାରଣାଗୁଡିକ ଶ୍ରେଣୀରେ ବିନିମୟ କରିବାକୁ କହିଲି । ସେମାନେ ଯେତେବେଳେ କହିଲେ, ମୁଁ କେତେକ ମୁଖ୍ୟ ଶବ୍ଦ ଓ ଧାରଣା ବାଛି କଳାପତାରେ ଲେଖିଲି। ଶିକ୍ଷାର୍ଥୀମାନେ କେଉଁପ୍ରକାର ଧ୍ୱନି ଶୁଣିଥିଲେ ଓ ଏଗୁଡିକ କିପରି ସୃଷ୍ଟି ହୋଇଥିଲା ଆଦି ଶ୍ରେଣୀରେ ଆଲୋଚିତ ହୋଇଥିବା ବିଷୟକୁ ଶଙ୍ଖେପନ କରିବାରେ ଏହା ମୋତେ ସସାହାଯ୍ୟ କଲା ।
ଛୋଟ ଦଳଗୁଡିକରେ କଥା ହେବା ପାଇଁ ସୁଯୋଗ ଦେଇ ଶ୍ରୀମତୀ ମହାନ୍ତି ଶ୍ରେଣୀର ସବୁ ଶିକ୍ଷାର୍ଥୀଙ୍କୁ କହିବାକୁ ଓ ଆଲୋଚନାରେ ଭାଗ ନେବାକୁ ଅଧିକ ସୁଯୋଗ ଦେଲେ । ସମଗ୍ର ଶ୍ରେଣୀରେ କହିବାକୁ ସେମାନେ ଭୟଭୀତ ହେଉନଥିଲେ କିମ୍ବା ଅସୁବିଧାରେ ପଡୁନଥିଲେ ଓ ସେମାନଙ୍କ ଧାରଣା ଉତ୍ତମଭାବେ ପ୍ରକାଶିତ ବା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେମାନେ ସେପରି ଚିନ୍ତିତ ନ ଥିଲେ । ଯେଉଁ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ସମସ୍ୟା ରହିଛି ସେମାନଙ୍କ ପାଇଁ ଏହା ଅତି ଭଲ କାରଣ ଶ୍ରେଣୀର ଅନ୍ୟ ଦଳଗୁଡିକୁ ଏହି ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ ଓ ସହାୟତା କରିବାକୁ ଆପଣ କହି ପାରିବେ ।
ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ବୁଝାଇବା ,ଶିକ୍ଷାର୍ଥୀମାନଙ୍କୁ ବୁଝାଇବା,ଶିକ୍ଷାର୍ଥୀମାନଙ୍କୁ ନିଜ ବୋଧଗମ୍ୟତା ରେ ସ୍ପଷ୍ଟତା ଆଣିବାକୁ ସାହାଯ୍ୟ କରେ । ସେମାନଙ୍କ ଚିନ୍ତନର ପ୍ରକାଶ ଓ ବିନିମୟ କରିବାଦ୍ଵାରା ଶିକ୍ଷାର୍ଥୀମାନେ କ୍ରମେ କ୍ରମେ ଅଧିକ ଦୃଢ ହୋଇପାରିବେ । ବିଭିନ୍ନ ଦକ୍ଷତା ର ଶିକ୍ଷାର୍ଥୀମାନଙ୍କ ପାଇଁ ମାନସମନ୍ଥନ ଏକ ଉତ୍ତମ କାର୍ଯ୍ୟ ଅଟେ ଯେହେତୁ ଉଭୟ ମେଧାବୀ ଓ ଶିକ୍ଷଣରେ କସ୍ତା ଅନୁଭବ କରୁଥିବା ଶିକ୍ଷାର୍ଥୀ ବିନା ପ୍ରତିଦ୍ଵନ୍ଦୀତାରେ ଏକତ୍ର କାମ କରିବାରେ ଏହା ସାହାଯ୍ୟ କରେ ।
ଆପଣଙ୍କ ପାଖରେ ଯଦି ନିମ୍ନ ଶ୍ରେଣୀର ଶିକ୍ଷାର୍ଥୀମାନେ ଅଛନ୍ତି,ଦଳଗୁଡିକରୁ ଜଣେ ନେତୃତ୍ଵ ନେବାକୁ ସକ୍ଷମ ହେବା ଓ ଅନ୍ୟ ଜଣେ ଶିକ୍ଷାର୍ଥୀ ସେମାନଙ୍କର ଉତ୍ତରଗୁଡିକୁ ଲେଖିବା ନିମିତ୍ତ ନିଶ୍ଚିତ କରିବା ଦରକାର । ବୟସ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଏହା ସେପରି ଏକ ସମସ୍ୟା ହେବ ନାହିଁ ।
କେବଳ ଦକ୍ଷତା ପରିବର୍ତ୍ତେ ଆପଣ ମଧ୍ୟ ଅନ୍ୟ ଉପାୟଗୁଡ଼ିକ ପାଇଁ ନିର୍ଦ୍ଧାରଣ କରିପାରନ୍ତି ।ଶ୍ରେଣୀକୁ ବିଭିନ୍ନ ଭାଗରେ ବିଭକ୍ତ କରି ଆପଣ ଏହା କରିପାରନ୍ତି ଫଳରେ ଆପଣ ମିଶ୍ରିତ ଦକ୍ଷତା ର ଦଳଗୁଡିକୁ ପାଇପାରିବେ । ଏହି ସବୁ ଦଳଗୁଡିକରେ ଜଣେ ଅତି ଦକ୍ଷ ଶିକ୍ଷାର୍ଥୀ ଦଳର ଧାରଣାଗୁଡିକର ଅଭିଲେଖନକରି ଭାବେ କାର୍ଯ୍ୟ କରିପାରିବ କିନ୍ତୁ ଦଳରେ ପ୍ରତ୍ଯେକ ଚୁଡାନ୍ତ ମନସ ମନ୍ଥନ ଗୁଡିକ ପାଇଁ ଅବଦାନ ଦେବା ନିମିତ୍ତ ସକ୍ଷମ ହେବା ଦରକାର । ଯଦି ବେଶୀ ଶିକ୍ଷାର୍ଥୀ ଥିବା ଏକ ବଡ ଶ୍ରେଣୀ ହୋଇଥାଏ, ଶିକ୍ଷାର୍ଥୀମାନଙ୍କୁ ଦୂରକୁ ଯିବାକୁ ପଡୁ ନ ଥିବାରୁ ଏହା ଦଳଗତ ମାନସମନ୍ଥନ ପରିଚାଳନା କରିବାକୁ ଏକ ସର୍ବୋତ୍କୃଷ୍ଟ ଉପାୟ ହୋଇପାରେ। ଏପରିକି ସେମାନଙ୍କୁ କେବଳ ଚାରିକଡ ବୁଲିବାକୁ ପଡିପାରେ । ବିକଳ୍ପଭାବେ ଆପଣ ଶିକ୍ଷାର୍ଥୀ ମାନଙ୍କୁ ସେମାନଙ୍କର ଆଗ୍ରହ ଅନୁସାରେ ଦଳ ଗଠନ କରିପାରିବେ ।
ଏକ ପ୍ରସଙ୍ଗ ଅନ୍ବେଷଣର ଅନ୍ୟ ଗୋଟିଏ ଉପାୟ ହେଉଛି ଅନ୍ଵେଷଣ ପାଇଁ ବିଭିନ୍ନ ଦିଗ ଥିବା ଏକ ପ୍ରସଙ୍ଗକୁ ପସନ୍ଦ କରିବା । ଆପଣ ପ୍ରତ୍ଯେକ ଦଳକୁ ଭିନ୍ନ ଦିଗକୁ ଅନ୍ଵେଷଣ କରିବାକୁ କହିପାରିବେ । ଯଦି ଆପଣଙ୍କ ପ୍ରସଙ୍ଗ “ଧ୍ୱନି” ହୋଇଥାଏ,ଆପଣ ପ୍ରତ୍ୟେକ ଦଳକୁ ଏକ ଭିନ୍ନ ଦିଗକୁ ଅନ୍ଵେଷଣ କରିବାକୁ କହିପାରିବେ। ଯଦି ଆପଣକଙ୍କ ପ୍ରସଙ୍ଗ “ଧ୍ୱନି” ହୋଇଥାଏ,ଆପଣ ପ୍ରତ୍ଯେକ ଦଳକୁ ଏହାର ପରିସରକୁ ଅନ୍ଵେଷଣ କରିବାକୁ କହି ପାରିବେ ଯେପରି ବାଦ୍ୟଜନ୍ତ୍ର ,ଧ୍ୱନିର ପ୍ରକାର,ଧ୍ୱନି କିପରି ସୃଷ୍ଟି ହୁଏ ବା ଶବ୍ଦ ପ୍ରଦୂଷଣ ।
ଶିକ୍ଷଣକାର୍ଯ୍ୟ-3 :ମାନସମନ୍ଥନ ପାଇଁ ଛୋଟ ଦଳଗୁଡିକୁ ବ୍ୟବହାର କରିବା
ନିମ୍ନୋକ୍ତ ଦିଗଗୁଡିକୁ ବିଚାର କରି ମାନସମନ୍ଥନ ଅଧିବେଶନ ର ଯୋଜନା ପାଇଁ ଆପଣ କିଛି ସମୟ ବିନିଯୋଗ କରିବାକୁ ଆବଶ୍ୟକ କରିପାରନ୍ତି ।
ଟିକିଏ ଚିନ୍ତା କରନ୍ତୁ
ମାନସମନ୍ଥନରୁ ସଂରୁହିତ କରିଥିବା ଏହି ସୂଚନାଗୁଡିକ ପରବର୍ତ୍ତୀ ପାଠ ଯୋଜନା କରିବାରେ ଆପଣଙ୍କୁ କିପରି ସାହାଯ୍ୟ କରିବା ଚିନ୍ତା କରନ୍ତୁ । ଏହା ଉପରେ ନଜର ପକାନ୍ତୁ ଓ ସମାନ ଧାରଣାଗୁଡିକୁ ଏକତ୍ର ଦଲଭୁକ୍ତ କରିବାକୁ ଚେଷ୍ଟା କରନ୍ତୁ । ମୁଖ୍ୟ ସମ୍ବଳ “ପାଠଗୁଡିକର ଯୋଜନା କରିବା କରିବାକୁ ମଧ୍ୟ ଆପଣ ଦେଖି ପାରନ୍ତି ।
ଉଦାହରଣସ୍ୱରୂପ ଶ୍ରୀମତୀ ମହାପାତ୍ର ଭଳି ଧ୍ୱନି କିପରି ସୃଷ୍ଟି ହୁଏ ବିଶ୍ଳେଷଣ କରିବା ପୂର୍ବରୁ କିଛି ସରଳ କାର୍ଯ୍ୟ କରିବାକୁ କରିବାକୁ ଚେଷ୍ଟା କରିବା ବା ଧ୍ୱନି ସୃଷ୍ଟି କରିବାରେ ସେମାନଙ୍କ ଅଭିଜ୍ଞତ। ସଂପ୍ରସାରଣ ରେ ଅନୁସନ୍ଧାନ କରିବା ଆପଣ ସେମାନଙ୍କୁ ସାହାଯ୍ୟ କରିବାକୁ ଆବଶ୍ୟକ କରନ୍ତି କି?
ଶିକ୍ଷଣ ପାଇଁ ମାନସମନ୍ଥନକୁ ବ୍ୟବହାର କରିବା
ମାନସମନ୍ଥନ ଫଳାଫଳଗୁଡିକୁ ବ୍ୟବହାର କରିବା ପାଇଁ ଅନେକ ଉପାୟ ଅଛି । ଏଗୁଡିକ ଶିକ୍ଷାର୍ଥୀ ଙ୍କର ଧ୍ୱନି ସମ୍ପର୍କିତ ପ୍ରାରମ୍ଭିକ ଧାରଣାଗୁଡିକୁ ଆପଣ ଦେଖିବାର ବାଟ ବା ବିଜ୍ଞାନର ଅନ୍ୟ କୌଣସି ଏକ କ୍ଷେତ୍ର ର,ଯାହା ଫଳରେ ପାଠ୍ୟପୁସ୍ତକରେ ଥିବା ଅଧିକ ବୈଜ୍ଞାନିକ ପ୍ରତ୍ୟୟଗୁଡିକୁ ସେମାନଙ୍କ ବୋଧଗମ୍ୟତା କିପରି ସମ୍ପ୍ରସାରିତ ହୋଇପାରିବ ତାହାର ଯୋଜନା ଆପଣ କରିପାରିବେ ।
ଏକ ମାନସ ମନ୍ଥନର ଫଳାଫଳ ଗୁଡିକ ଶିକ୍ଷାର୍ଥୀମାନଙ୍କ ଅଗ୍ରଗତିକୁ ତଦାରଖ କରିବା ପାଇଁ ବ୍ୟବହାର କରାଯାଇ ପାରିବ- ସେମାନେ ଏହାକୁ ନିଜେ ବା ଆପଣଙ୍କ ସହିତ କରିପାରିବେ। ମାନସମନ୍ଥନ କଉତୁକିଆ,କ୍ଷିପ୍ର ଓ ଶୀଘ୍ର କରିବା ଦରକାର। ତେଣୁ ଆପଣଙ୍କ ଶ୍ରେଣୀରେ ବିଭିନ୍ନ ଦକ୍ଷତା ସମପର୍ଣ୍ଣ ଶିକ୍ଷାର୍ଥୀମାନଙ୍କଠାରୁ ଯାଥାର୍ଥ୍ୟ ସୂଚନା ସଂଗ୍ରହ କରିବାରେ ଏହା ଏକ ଭଲ ଉପାୟ ଅଟେ ।
ଏବେ ପରିସ୍ଥିତି ଅନୁଧ୍ୟାନ - 3 କୁ ପଢନ୍ତୁ। ଜଣେ ଶିକ୍ଷୟତ୍ରୀ ଗୋଟିଏ ପାଠ ଯୋଜନା କରିବାକୁ ନିଜ ଶ୍ରେଣୀର ମାନସମନ୍ଥନ ଫଳଗୁଡିକୁ ନେଇ କିପରି କାର୍ଯ୍ୟକରନ୍ତି ତାହା ବର୍ଣ୍ଣନା କରାଯାଇଛି । ଏହା ଧ୍ୱନି କିପରି ସୃଷ୍ଟି ହୁଏ ସମ୍ପର୍କିତ ସେମାନଙ୍କ ଚିନ୍ତନକୁ ସମ୍ପ୍ରସାରିତ କରିବ । ସମ୍ବଳ-2 “ପ୍ରଗତି ଓ କାର୍ଯ୍ୟ ସମ୍ପାଦନ ଆକଳନ କରିବା “ ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତା ଓ ଅଗ୍ରଗତି ସମ୍ବନ୍ଧରେ ସଂରୁହିତ ତଥ୍ୟ ଗୁଡିକୁ କିପରି ବ୍ୟବହାର କରିବେ ସେ ସମ୍ପର୍କରେ ଅନ୍ତଦୃଷ୍ଟି ପ୍ରଦାନ କରିଥାଏ ।
ପରିସ୍ଥିତି ଅନୁଧ୍ୟାନ-3 :ଏକ ଶ୍ରେଣୀର ମାନସମନ୍ଥନ ତଥ୍ୟକୁ ବ୍ୟବହାର କରିବା
ଶ୍ରୀମତୀ ପଟ୍ଟନାୟକ ତାଙ୍କର ଶ୍ରେଣୀରେ ଧ୍ୱନି ଉପରେ ଏକ ମାନସ ମନ୍ଥନ କରିଥିଲେ ଯାହା ନିମ୍ନରେ ଦରସାଯାଇଛି । ତାଙ୍କର ପରବର୍ତ୍ତୀ ପାଠ ଯୋଜନାରେ ମନସାମନ୍ଥନ ବ୍ୟବହାର କରିବା ପୂର୍ବରୁ,କେତେକ ପ୍ରଶ୍ନ ସହ ସେ ସେମାନଙ୍କର ବୋଧଗମ୍ୟତା ର ଅନୁସନ୍ଧାନ କଲେ ।
ମୁଁ “ଧ୍ୱନି” ଶବ୍ଦଟିକୁ କହିବା ସମୟରେ ,ମୋ ଶିକ୍ଷାର୍ଥୀମାନଙ୍କ ମନକୁ ଆସୁଥିବା ସମସ୍ତ ଶବ୍ଦ ଓ ଧାରନାଗୁଡିକୁ କହିବାକୁ ମୁଁ ସେମାନଙ୍କୁ କହିଲି। ମୁଁ ସେଗୁଡିକୁ ଅନିୟମିତଭାବରେ କଳାପତାରେ ଲେଖିଲି । କିଛି ସମୟ ପରେ ଲେଖା ବନ୍ଦ କଲି ଓ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଧାରନାଗୁଡିକ ପାଇଁ ଧନ୍ୟବାଦ ଦେଲି । ସେମାନଙ୍କ କେତେକ ଉତ୍ତର ସମ୍ପର୍କରେ ମୁଁ ଅଳ୍ପ କିଛି ପ୍ରଶ୍ନ ପଚାରିଲି ଫଳରେ ସେମାନେ ଯାହା କହିଛନ୍ତି ତାହା ବିଷୟରେ କ’ଣ ଜାଣିଛନ୍ତି ମୁଁ ଅନୁସନ୍ଧାନ କରିପାରିବି । ମୁଁ ଅନୁଭବ କଲି ଯେ ସେମାନଙ୍କ ଭିତରୁ ଅଧିକାଂଶ ଧ୍ବନିର ପ୍ରକାର ସହଜରେ ବୁଝାଇ ପାରିଲେ କିନ୍ତୁ କିପରି ଧ୍ୱନି ସୃଷ୍ଟି ହୁଏ ଓ ଧ୍ବନୀରେ ଭିନ୍ନତା ସୃଷ୍ଟିର କାରଣଗୁଡିକ ବୁଝାଇବାରେ ସକ୍ଷମ ହୋଇପାରିଲେ ନାହିଁ। ଧ୍ୱନି କିପରି ସୃଷ୍ଟି ହୁଏ ଓ ଏଥିରେ କିପରି ସମତା ରକ୍ଷା କରାଯାଇ ପାରିବ ବୁଝିବାରେ ସେମାନଙ୍କୁ କିପରି ସାହାଯ୍ୟ କରି ହେବ ତାହା ଯୋଜନା କରିବାକୁ ମୁଁ ଏହି ମାନସମନ୍ଥନ ର ଫଳାଫଳ ଗୁଡ଼ିକକୁ ବ୍ୟବହାର କରିବାକୁ ସ୍ଥିର କଲି ।
ପ୍ରଥମେ ଆଉ ଠାରେ ମୁଁ ମାନସମନ୍ଥନ କୁ ନିକଟରୁ ଦେଖିଲି ଓ ଶବ୍ଦଗୁଡିକୁ ବିଭିନ୍ନ ପରିସର ଆଧାରରେ ଦଲଭୁକ୍ତ କଲି(ଚିତ୍ର-୪)
ଚିତ୍ର-4 କିପରି ସୃଷ୍ଟି ହୁଏ ଓ ଧ୍ବନିର ପ୍ରକାର ସମ୍ପର୍କିତ ଶ୍ରୀମତୀ ଶୁଭଲକ୍ଷ୍ମୀ ଙ୍କର
ଶିକ୍ଷାର୍ଥୀମାନଙ୍କ ମାନସମନ୍ଥନ
ଶିକ୍ଷାର୍ଥୀ ମାନେ ପ୍ରଥମେ ସୁଚିତା କରିଥିବା ବାଦ୍ୟଯନ୍ତ୍ର ଗୁଡିକୁ ଓ ପରେ ସେମାନେ ପରାମର୍ଶ ଦେଇଥିବା ଧ୍ଵନିର ବର୍ଣ୍ଣନା ଓ ପ୍ରକାର ସବୁକୁ ମୁଁ ତାଲିକା କଲି । ପରିଶେଷରେ ମୁଁ ଶବ୍ଦଗୁଡିକୁ ଖୋଜିଳି ଯାହାକୁ ଧ୍ୱନି କିପରି ସୃଷ୍ଟି ହୁଏ ସହିତ ସମ୍ପର୍କିତ କରାଯାଇ ପାରିବ ।
ଏହି ତାଲିକାରେ ବଜାଇବା,ବାଡେଇବା,କମ୍ପନ ,କଥା ହେବା,ତୋଳିବା ଆଦି ଶବ୍ଦ ରଖିଲି । ପରେ ମୁଁ ଧ୍ୱନିର ପ୍ରକାଶ ପାଇଁ ସେହିପରି କଲି। ଏହି ଉପାଯରେ ଧ୍ୱନି ସୃଷ୍ଟି କରିବା ବିଷୟରେ ଅଧିକ ବୁଝାଇବା ପାଇଁ ମୁଁ ସେମାନଙ୍କୁ କହିଲି,କିନ୍ତୁ ପ୍ରକୃତରେ କ’ଣ ଘଟିଲା ସେମାନେ ବୁଝାଇବାରେ ସକ୍ଷମ ହୋଇପାରିଲେ ନାହିଁ ।
ମୋ ଯୋଜନା ଆରମ୍ଭ କରିବାକୁ ଚାରିଗୋଟି ବାଦ୍ୟଯନ୍ତ୍ର ବ୍ୟବହାର କରିବାରେ ମୋର ଧାରଣା ଥିଲା ଯାହାକୁ ବାଡେଇ,ବା ଫୁଙ୍କିକରି ଆପଣ ଧ୍ୱନି ସୃଷ୍ଟି କରିପାରିବେ । ଏହା ସହିତ ଖାଲି ଟିଣ ,ଗୋଟିଏ ଲାଉ ,କେତେକ ତାର ଓ ରବର ବ୍ୟାଣ୍ଡ ଭଳି ସାଧାରଣ ପଦାର୍ଥ ସଂଗ୍ରହ କଲି ଯାହା ଧ୍ୱନି ସୃଷ୍ଟି କରିବାରେ ବ୍ୟବହାର କରାଯାଇ ପାରିବ । ମୁଁ ଅନୁଭବ କଲି ଯେ,ଶିକ୍ଷାର୍ଥୀମାନେ ଧ୍ୱନି ସୃଷ୍ଟି କରିପାରିବେ କିନ୍ତୁ କେଉଁ କରଣଗୁଡିକ ଧ୍ୱନି କରେ ତାହା ଜାଣିଲେ ନାହିଁ। ତେଣୁ ମୁଁ କିଛି ଚାଉଳ ମଧ୍ୟ ନେଲି ଯାହାକୁ କମ୍ପନର ପ୍ରଦର୍ଶନ ପାଇଁ ମୁଁ ଡ୍ରାମ ଉପରେ ରଖିପାରିବି ।
ମୁଁ ଏକ ପର୍ଯ୍ୟାୟଭୁକ୍ତ ଛୋଟ କାର୍ଯ୍ୟଗୁଡିକର ଯୋଜନା କଲି ଯେଉଥିରେ ଶିକ୍ଷାର୍ଥୀମାନେ ଯୋଡିରେ କାର୍ଯ୍ୟ କରି ଧ୍ୱନି ସୃଷ୍ଟି କରିବାର ବିଭିନ୍ନ ଉପାୟଗୁଡ଼ିକୁ ପ୍ରାକ ପରୀକ୍ଷଣ କରିପାରିବେ । ସେମାନେ ଏହା କରିବା ସମୟରେ କେଉଁ କରଣଗୁଡିକ ଧ୍ୱନି ସୃଷ୍ଟି କରେ ସେ ବିଷୟରେ ଚିନ୍ତା କରିବାକୁ ମୁଁ ସେମାନଙ୍କୁ କହିପାରିବି । ସେମାନଙ୍କ ହାତକୁ ପଦାର୍ଥ ଓ ବାଦ୍ୟଜନ୍ତ୍ର ଉପରେ ରଖିବାକୁ ମୁଁ ଉତ୍ସାହିତ କରିବି ଯାହାଫଳରେ ସେମାନେ କମ୍ପନ କୁ ଅନୁଭବ କରିପାରିବେ । ଯେତେବେଳେ ସେମାନେ ସମସ୍ତେ କମ୍ପନ ସମ୍ପର୍କରେ ଧାରଣା ହାସଲ କରିଛନ୍ତି ବୋଲି ମୁଁ ଚିନ୍ତା କରିବି,ପରେ ମୁଁ ସେମାନଙ୍କ ପାଇଁ ଧ୍ୱନି କିପରି ସୃଷ୍ଟି ହୁଏ ସମ୍ପର୍କିତ ଏକ ରେଖାଚିତ୍ର ଆଙ୍କିବି ।
ମୁଁ ଶ୍ରେଣୀରେ ସମସ୍ତ ଛୋଟ ଛୋଟ କାର୍ଯ୍ୟଗୁଡିକୁ ଆୟୋଜନ କରିବି ଓ ସେମାନେ ପାଳି କରି ଜଣକ ପରେ ଜଣେ ବୁଲିପାରିବେ । ସେମାନଙ୍କୁ ସବୁ କାର୍ଯ୍ୟ କରିବାକୁ ନାହିଁ କିନ୍ତୁ ଅତିକମରେ ଚାରି ବା ପାଞ୍ଚଟି କରିବାକୁ ହେବ ।
ଶିକ୍ଷଣକାର୍ଯ୍ୟ-4 :ପରବର୍ତ୍ତୀ ପଦକ୍ଷେପଗୁଡିକ ପାଇଁ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ମାନସମନ୍ଥନ ଫଳାଫଳକୁ ବ୍ୟବହାର କରିବା
ଶ୍ରୀମତୀ ପଟ୍ଟନାୟକ ତାଙ୍କ ଶିକ୍ଷାର୍ଥୀମାନେ କ’ଣ ଜାଣିଲେ ଓ ସେମାନଙ୍କ ଜ୍ଞାନର କେଉଁ କ୍ଷେତ୍ରରେ ଶୂନ୍ୟତା ସୃଷ୍ଟି ହେଲା ଅଡିକୁ କିପରି ଖୋଜି ବାହାର କାଲେ ତାହା ଆପଣ ଦେଖିଲେ । ସେ ସେମାନଙ୍କର ଉତ୍ତରଗୁଡିକୁ ବିଶ୍ଳେଷଣ କାଲେ ଓ ଧ୍ୱନି କେଉଁ କାରଣରୁ ସୃଷ୍ଟି ହୁଏ ଉପରେ ପ୍ରଥମେ ଗୁରୁତ୍ଵ ଦେଇ ଧ୍ୱନି ର ବିଭିନ୍ନ ଦିଗକୁ ଆଧାର କରି ସେଗୁଡିକୁ ବର୍ଗୀକରଣ କଲେ। ଧ୍ୱନି ପର୍ଯ୍ୟାୟକୁ ଅନୁସନ୍ଧାନ କରିବା ତାଙ୍କର ପରବର୍ତ୍ତୀ କାର୍ଯ୍ୟ ହୋଇପାରେ ଯାହା ବାଦ୍ୟଜନ୍ତ୍ର ଓ ପଦାର୍ଥଗୁଡିକ ବଜାଇବାର ଉପାୟମାନଙ୍କୁ ପରିବର୍ତ୍ତନ କରି ସୃଷ୍ଟି କରାଯାଇପାରିବ । ଶିକ୍ଷାର୍ଥୀଙ୍କୁ ଧ୍ୱନି ସୃଷ୍ଟିର ବାସ୍ତବ ଅଭିଜ୍ଞତା ମାନ ପ୍ରଦାନ କରିବା କମ୍ପନକୁ ଅଧିକ ଭଲଭାବରେ ବୁଝିବାରେ ସେମାନଙ୍କୁ ସାହାଯ୍ୟ କରିବ ।
ମାନସମନ୍ଥନ ଶ୍ରୀମତୀ ପଟନାୟକ ଙ୍କୁ ତାଙ୍କର ଶିକ୍ଷଣକୁ ଶିକ୍ଷାର୍ଥୀମାନଙ୍କ ଆବଶ୍ୟକତା ଅନୁସାରେ ସିଧାସଳଖ ଭାବେ ନିର୍ଦ୍ଦେଶିତ କରିବାରେ ସାହାଯ୍ୟ କରିଛି। ଏହିଭଳି ଏକ ପନ୍ଥାର ସମାନପ୍ରକାର ସାକ।ରାତ୍ମକ ପ୍ରଭାବ ଆପଣଙ୍କ ଉପରେ ରହିବ ।
ସାରାଂଶ
ଶିକ୍ଷାର୍ଥୀମାନକାର କୌଣସି ପ୍ରସଙ୍ଗ ଉପରେ ପ୍ରାକ ଧାରଣାକୁ ଜାଣିବା ପାଇଁ ଓ ସେମାନଙ୍କୁ ସକ୍ରିୟ କରିବା ଦିଗରେ ମାନସ ମନ୍ଥନ ପ୍ରକ୍ରିୟା ଉପାଦେଯ ହୋଇଥାଏ । (ମାନସମନ୍ଥନ ପ୍ରକ୍ରିୟା ପାଇଁ ଅଧିବେଶନକୁ ସଜାଇବା ଓ ପ୍ରଭାବୀ ମାନସିକ ଆଲୋଡନ ପ୍ରକ୍ରିୟା ପାଇଁ ସମ୍ବଳ 3 ଓ 4 ଦେଖନ୍ତୁ ।)
ଆପଣଙ୍କ ପର୍ଯ୍ୟବେକ୍ଷଣ ଅନୁଯାୟୀ ଶିକ୍ଷଣରେ ମାନସମନ୍ଥନ ପ୍ରକ୍ରିୟାରେ ଯଥେଷ୍ଟ ଗୁରୁତ୍ଵ ରହିଥାଏ । ଏହା ମାଧ୍ୟମରେ ଶିକ୍ଷାର୍ଥୀମାନେ ଧାରଣା,ଅନୁଭୂତି ଓ ମତ ଅଦାହ ପ୍ରଦାନରେ ସକ୍ରିୟ ଅଂଶଗ୍ରହଣ କରି ବିଷୟଟି ଉପରେ ଶିଖିବା ପାଇଁ ଉତ୍ସାହିତ ହୋଇଥାନ୍ତି। ତା ସହିତ ଏହା ସେମାନଙ୍କର ପାଖରେ ଥିବା ସାଂପ୍ରତିକ ଧାରଣା ଉପରେ ସଠିକ ସୂଚନା ଦେଇପାରେ ଯାହାକି “ଧ୍ୱନି” କିମ୍ବା ବିଜ୍ଞାନର ଅନ୍ୟ କୌଣସି ପ୍ରସଙ୍ଗ ଉପରେ ଯଥା –ବିଦ୍ୟୁତ ,ଜଳ ଏବଂ ଆଲୋକ ଉପରେ ଆପଣ ଶିକ୍ଷଣର ପରବର୍ତ୍ତୀ ଶୋପନକୁ ନେଇ ଯୋଜନା କରିପାରିବେ। ପ୍ରସଙ୍ଗଟିକୁ ବୁଝାଇବା ପାଇଁ କେଉଁ ଶିକ୍ଷାର୍ଥୀର କେଉଁ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଅଧିକ ସାହାଯ୍ୟର ଆବଶ୍ୟକତା ରହୁଛନ୍ତି, ତାହା ଆପଣ ଏହି ମାନସମନ୍ଥନ ପ୍ରକ୍ରିୟା ସାହାଯ୍ୟରେ ଜାଣି ପାରିବେ।
ଶିକ୍ଷାର୍ଥୀମାନଙ୍କ ପାଖରେ ଥିବା ଧାରଣାକୁ ଜାଣିବାରେ ଆପଣ ନିଜ ଶିକ୍ଷାଦାନରେ କିପରି ଉନ୍ନତି ଆଣିପଋବ,ତାହା ମାନେ ପକାଇଦେବା ପାଇଁ ଆପଣ ସମ୍ବଳ-3 “ଅଗ୍ରଗତି ଓ କାର୍ଯ୍ୟ କରିବା ଢଙ୍ଗର ଆକଳନ” କୁ ଆଉଥରେ ଦେଖିବା ପାଇଁ କରିବେ।
ଶିଖିବା ପାଇଁ କଥା କହିବା କାହିଁକି ଗୁରୁତ୍ୱପୂର୍ଣ୍ଣ : -
କଥାବାର୍ତ୍ତା ହେବା ମାନବିକ ବିକାଶର ଏକ ଅଙ୍ଗ ,ଯାହାକି ଆମକୁ ,ଚିନ୍ତାକରିବା ପାଇଁ,ଶିଖିବା ପାଇଁ ଓ ପୃଥିବୀ ସମ୍ପର୍କରେ ଜାଣିବା ପାଇଁ ସାହାଯ୍ୟ କରିଥାଏ । ଲୋକମାନେ ଭାଷାକୁ ବିଚାରଶକ୍ତି ,ଗିନା ଓ ବୋଧାଶକ୍ତିର ବିକାଶ ପାଇଁ ଏକ ମାଧ୍ୟମ ଭାବରେ ବ୍ୟବହାର କରିଥାନ୍ତି । ତେଣୁ ଶିକ୍ଷଣ ଅନୁଭୂତିର ଏକ ଅଙ୍ଗ ଭାବରେ ଶିକ୍ଷାର୍ଥୀମାନଙ୍କୁ କଥାବାର୍ତ୍ତା କରିବା ପାଇଁ ଉତ୍ସାହିତ କରିବା ଅର୍ଥ ସେମାନଙ୍କର ଶିକ୍ଷାଗତ ଅଗ୍ରଗତିର ବିକାଶ ହୋଇ ପାରିବ ।
କଥାବାର୍ତ୍ତା ଦ୍ଵାରା ଧାରଣା ପାଇବା ଅର୍ଥ :
ପୁନରାବୃତି ଠାରୁ ଆରମ୍ଭ କରି ଉଚ୍ଚ ସ୍ତରର ଆଲୋଚନା ପର୍ଯ୍ୟନ୍ତ ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କଥାବାର୍ତ୍ତା କରାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରାଯାଇପାରେ ।
ସାଧାରଣତଃ ଶିକ୍ଷାର୍ଥୀମାନଙ୍କର କହିବା ବା ତାଙ୍କର ଧାରଣା ଅପେକ୍ଷା ଶିକ୍ଷକ କ’ଣ କହୁଛନ୍ତି ,ତାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଯାହା ହେଉ ଶିକ୍ଷଣ ପାଇଁ କଥାବାର୍ତ୍ତାକୁ ଏକ ମାଧ୍ୟମ କରିବାକୁ ହେଲେ ଏଠାରେ ଯୋଜନା ହେବା ଦରକାର ଯାହାଦ୍ୱାରା ଶିକ୍ଷାର୍ଥୀମାନେ ଅଧିକ କହିବା ପାଇଁ ତଥା ଶିଖିବା ପାଇଁ ସୁଯୋଗ ପାଇବେ ଓ ତା ସହିତ ସେମାନେ ନିଜର ମତକୁ ପୁନର୍ଜ୍ଞାନ ସହିତ ସମ୍ପର୍କିତ କରିପାରୁଥିବେ । ଏହା ଶିକ୍ଷକ ଓ ଶିକ୍ଷାର୍ଥୀ ମଧ୍ୟରେ ଚାଲୁଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠାରୁ ମଧ୍ୟ ଅଧିକ ଅର୍ଥପୂର୍ଣ୍ଣ ହୋଇଥାଏ,କାରଣ ଏଠାରେ ଶିକ୍ଷାର୍ଥୀର ନିଜ ଭାଷା ,ଧାରଣା ,ବିଚାରଶକ୍ତି ଓ ଆଗ୍ରହକୁ ଅଧିକ ଗୁରୁତ୍ଵ ଦେଇଥାଏ । ଆମ ଭିତରକୁ ଅଧିକାଂଶ କୌଣସି ଜଟିଳ ବିଷୟ ସମ୍ପର୍କରେ ବା ପାଇବା ପାଇଁ ଅନ୍ୟ ସାଙ୍ଗରେ କଥା ହୋଇଥାଉ,ତେଣୁ ଏହି ଗୁଣକୁ ବିଚାରକୁ ନେଇ ଶିକ୍ଷକ ଉନ୍ନତମାନର ଶିକ୍ଷଣ କାର୍ଯ୍ୟ ପାଇଁ ଯୋଜନା କରିବେ ।
ଶ୍ରେଣୀରେ ଶିକ୍ଷଣକାର୍ଯ୍ୟ ପାଇଁ କଥୋପଥାନ ଯୋଜନା କରିବା
କଥୋପକଥନ ଶିକ୍ଷଣକାର୍ଯ୍ୟକୁ ଆଧାରକରି ଶିକ୍ଷଣକାର୍ଯ୍ୟ ଯୋଜନା କରିବା କେବଳ ସାକ୍ଷରତା ବା ଶବ୍ଦ ଭଣ୍ଡାରର ବିକାଶ ପାଇଁ ଉଦ୍ଦିଷ୍ଟ ହୋଇ ନ ପାରେ, ଏହା ମଧ୍ୟ ଅଙ୍କ,ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟର ଯୋଜନା ର ଅଂଶ ଅଟେ । ଏହା ବିଭିନ୍ନ ପ୍ରକାରର କାର୍ଯ୍ୟ ଯଥା ପୁରା ଶ୍ରେଣୀ ପାଇଁ,ଯୋଡି କିମ୍ବା ଦଳରେ,ଶ୍ରେଣୀ ବାହାରେ କାର୍ଯ୍ୟ,ଅଭିନୟ ଅଧୃତ କାର୍ଯ୍ୟ ,ଲିଖନ ,ପଠନ,ପ୍ରକୃତ ଅନୁସନ୍ଧାନ ଓ ସୃଜନାତ୍ମକ କାର୍ଯ୍ୟ ଇତ୍ୟାଦି ସମସ୍ତ ପ୍ରକାରର କାର୍ଯ୍ୟ ପାଇଁ ଏହା ଯୋଜନା କରିହେବ ।
କାର୍ଯ୍ୟଟିକୁ ଆମେ ପୂର୍ବଜ୍ଞାନକୁ ଆଧାରିତ କରି ସଜେଇବା ସହିତ ଏହାକୁ ଆନନ୍ଦଦାଯକ କରିପାରିଲେ ସାମାନ୍ୟ ଶିକ୍ଷଣ ଓ ଗଣନା ଦକ୍ଷତା ଥିବା ଅଳ୍ପ ବଯସର ଶିକ୍ଷାର୍ଥୀମାନେ ମଧ୍ୟ ଉଚ୍ଚସ୍ତରୀୟ ଚିନ୍ତାଶକ୍ତି ଓ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାର୍ଥୀମାନେ ଫଟୋ,ଚିତ୍ର ତଥା ପ୍ରକୃତ ବସ୍ତୁକୁ ଦେଖି ଗୋଟିଏ ଗପ,ଗୋଟିଏ ପଶୁ ବା ଗୋଟିଏ ଆକୃତି ସମ୍ପର୍କରେ ଅନୁମାନ କରି କହି ପାରନ୍ତି।ଶିକ୍ଷାର୍ଥୀମାନେ କୌଣସି କଣ୍ଢେଇ ବା ଚରିତ୍ର ଅଭିନୟ କୁ ନେଇ ବାସ୍ତବ ସମସ୍ଯା ସମାଧାନ କରି ପାରନ୍ତି ।
ଶିକ୍ଷାର୍ଥୀମାନେ କ’ଣ ଶିଖିବେ ବା ଚିନ୍ତା କରିବେ ଓ ସେମାନଙ୍କର କେଉଁ ପ୍ରକାରର କଥୋପକଥନ ର ବିକାଶ ହେବ, ଏହି ଉଦ୍ଦେଶ୍ୟ କୁ ନେଇ ଆପଣ ପାଠଟିକୁ ଯୋଜନା କରିବୀ । କିଛି କଥୋପକଥନ ଅନୁସନ୍ଧାନମୂଳକ ହୋଇପାରେ ଯଥା “ଏହା ପରେ କ’ଣ ହୋଇ ପାରେ? “ଆପଣ ଏହା ପୂର୍ବରୁ ଦେଖିଛନ୍ତି କି? ଏହା କ’ଣ ହୋଇପାରେ? କିମ୍ବା ତୁମେ କାହିଁକି ଏହା ହିଁ ବୋଲି ଭାବୁଛ ? “ଆଉ କିଛି କଥୋପକଥନ ଅଧିକ ବିଶ୍ଲେଷଣାତ୍ମକ ହୋଇପାରେ ଯଥା କିଛି ଧାରଣା ,ତଥ୍ୟ ବା ପ୍ରସ୍ତାବ ମଧ୍ୟରେ ତୁଳନା କରିବା ।
କଥୋପକଥନ ଟିକୁ ଅଗ୍ରହାତ୍ମକ ,ଆନନ୍ଦଦାୟାକ ଓ ସମସ୍ତଙ୍କର ଅଂଶଗ୍ରହଣ ସମ୍ଭବ ହୋଇପାରିଲା ଭଳି କରିବା ପାଇଁ ଚେଷ୍ଟା କରନ୍ତୁ । ଶିକ୍ଷାର୍ଥୀମାନେ ନିଜର ମତକୁ ,ମନରେ ସୃଷ୍ଟି ହେଉଥିବା ନୂଆଧାରଣାକୁ କାହାର ସମାଲୋଚନା ବିନା ,ଓ ଭୁଲ ହୋଇଯିବାର ଭୟ ନ ଥାଇ ନିର୍ଭୟରେ ପ୍ରକାଶ କରିପାରିବେ ବୋଲି ଅସ୍ଵାସ୍ଥ୍ୟ ହେବା ଆବଶ୍ୟକ ।
ଶିକ୍ଷାର୍ଥୀମାନଙ୍କର କଥୋପକଥନ ଉପରେ ପର୍ଯ୍ୟବେଶିତ
ଶିକ୍ଷଣ ପାଇଁ କଥୋପକଥନ ରେ ଶିକ୍ଷକ ପାଇଁ ରହିଥିବା ସୁଯୋଗ:
ପ୍ରତ୍ୟେକ ଟି ଉତ୍ତରକୁ ଲେଖିବାର ବା ଆକଳନ କରିବାର ଆବଶ୍ୟକତା ନ ଥାଏ ,କାରଣ କଥୋପକଥନ ମାଧ୍ୟମରେ ସୃଷ୍ଟି ହେଉଥିବା ଧାରଣା ଶିକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ।ସେମାନଙ୍କର ଶିକ୍ଷଣକୁ ଅର୍ଥପୂର୍ଣ୍ଣ କରିବା ପାଇଁ ସେମାନଙ୍କର ଅନୁଭୂତି ଓ ଧାରଣାର ଯଥାସମ୍ଭବ ବ୍ୟବହାର କରନ୍ତୁ ।ସବୁଠାରୁ ଭଲ ଶିକ୍ଷାର୍ଥୀର ଧାରଣା ଅନ୍ଵେଷଣମୂଳକ ହୋଇଥାଏ ଅର୍ଥାତ ଜଣେ ଶିକ୍ଷାର୍ଥୀ ଅନ୍ୟ ଜଣଙ୍କର ଧାରଣାକୁ ଆହ୍ଵାନ କରେ ତଥା ଅନ୍ଵେଷଣ କରିଥାଏ,ଯାହା ଫଳରେ କି ନିଜର ଉତ୍ତର ଉପରେ ସେମାନଙ୍କର ଆତ୍ମବିଶ୍ଵାସ ବଢିଯାଏ। ଯିଏ ଯେମିତି ଉତ୍ତର ଦେଉ ପଛେ ଦଳରେ ପରସ୍ପର ମଧ୍ୟରେ ଆଲୋଚନା ପାଇଁ ଉତ୍ସାହିତ କରାଯିବା ଉଚିତ । ପୁରା ଶ୍ରେଣୀରେ ଅନୁସନ୍ଧାନମୂଳକ ପ୍ରଶ୍ନ ଯଥା “କାହିଁକି”? “ତୁମେ କିପରି ଜାଣିଲ? କିମ୍ବା “ତୁମେ ଏହି ସମାଧାନରେ କିଛି ଅସୁବିଧା ଦେଖୁଛ କି?-ଏହିଭଳି ପ୍ରଶ୍ନ ପଚାରି ଆପଣ ସେମାନଙ୍କୁ ଆହ୍ଵାନ ମୂଳକ ଚିନ୍ତନ ପାଇଁ ପ୍ରବର୍ତ୍ତାଇ ପାରିବେ ।
ଶ୍ରେଣୀରେ ଆପଣ ପ୍ରତିଦଳ ନିକଟକୁ ଯାଇପାରିବେ,ସେମାନେ ଦେଉଥିବା ମତାମତକୁ ଶୁଣିପାରିବେ ଓ ଏହିଭଳି ପ୍ରଶ୍ନପଚାରି ସେମାନଙ୍କର ଚିନ୍ତାନକୁ ଆଗେଇ ନେଇ ପାରିବେ ।
ଶିକ୍ଷାର୍ଥୀମାନଙ୍କର ଧାରଣା ଓ ଅନୁଭୂତି କୁ ଗୁରୁତ୍ଵ ଦେଇ ପ୍ରଶଂସା କଲେ ସେମାନେ ଦେଉଥିବା ମତାମତକୁ ଶୁଣିପାରିବେ ଓ ଏହିଭଳି ପ୍ରଶ୍ନପଚାରି ସେମାନଙ୍କର ଚିନ୍ତାନକୁ ଆଗେଇ ପାରିବେ ।
ଶିକ୍ଷାର୍ଥୀମାନଙ୍କର ଧାରଣା ଓ ଅନୁଭୂତିକୁ ଗୁରୁତ୍ଵ ଦେଇ ପ୍ରଶଂସା କଲେ ସେମାନେ ଉତ୍ସାହିତ ହୋଇଥାନ୍ତି,ମତ ଦେବା,ମନଦେଇ ଅନ୍ୟମାନଙ୍କୁ ଶୁଣିବା,ପରସ୍ପର ମଧ୍ୟରେ ପ୍ରଶ୍ନ ପଚରି ଓ ଶିକ୍ଷଣରେ ବାଧା ସୃଷ୍ଟି ନ କରିବା ଭଳି ବ୍ୟବହାର ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରଶଂସା କରନ୍ତୁ। ଶ୍ରେଣୀରେ ପଛୁଆ ଶିକ୍ଷାର୍ଥୀମାନଙ୍କୁ ଚିହ୍ନଟ କରନ୍ତୁ ଓ ସେମାନଙ୍କର ଅଂଶଗ୍ରହଣ ରେ ନିଶ୍ଚିତ କରିବା ପାଇଁ ଉପାୟ କରନ୍ତୁ । ସମସ୍ତଙ୍କର ସ୍ଵତଃସ୍ପୁତ ଅଂଶଗ୍ରହଣକୁ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କୁ ସଜାଡିବା ଦିଗରେ ଆପଣଙ୍କୁ କିଛିଇ ସମୟ ଲାଗିପାରେ ।
ଶିକ୍ଷାର୍ଥୀମାନଙ୍କୁ ପରସ୍ପରକୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରନ୍ତୁ
ଶ୍ରେଣୀର ପରିବେଶକୁ ଏଭଳି ସଜାଡନ୍ତୁ ଯେଉଁଠାରେ ଆହ୍ଵାନମୂଳକ ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ଥିବା ଓ ଶିକ୍ଷାର୍ଥୀମାନଙ୍କର ଧାରଣାକୁ ସମ୍ମାନ ଓ ପ୍ରଶଂସା କରାଯାଉଥିବ । କୌଣସି ପ୍ରକାର ର ଆଶଙ୍କା ଥିଲେ ବା ସେମାନଙ୍କର ମତକୁ ଦିଆଯାଉଥିଲେ ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବାକୁ ଭୟ କରିଥାନ୍ତି । ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରିବା ଦ୍ଵାରା ସେମାନଙ୍କର କୌତୁହଳ ସୃଷ୍ଟି ହୋଇଥାଏ ଓ ଶିଶୁଥିବା ଧାରଣାଗୁଡିକୁ ବିଭିନ୍ନ ଦିଗରୁ ଚିନ୍ତା କରିବା ପାଇଁ କହିବା ଦ୍ଵାରା ସେମାନଙ୍କର ବୁଝାମଣା ସ୍ତର ଜଣାପଡିଥାଏ ।
ନିୟମିତଭାବରେ ଆପଣ ଦଳଗତ କାର୍ଯ୍ୟ କିମ୍ବା “ପ୍ରଶ୍ନୋତ୍ତର ଅଧିବେଶନ “ର ଯୋଜନା କରିପାରିବେ ଫଳରେ ପଚାରି ମତାମତ ଲୋଦୀ ପାରିବେ । ଆପଣ –
ଯେତେବେଳେ ଶିକ୍ଷାର୍ଥୀମାନଙ୍କ ପାଇଁ ମୁକ୍ତଭାବରେ ପ୍ରଶ୍ନ ପଚାରିବା ଓ ଉତ୍ତର ଦେବା ପାଇଁ ସୁଯୋଗ୍ୟଠାୟେ ସେତେବେଳେ ସେମାନଙ୍କର ଆଗ୍ରହ ଓ ଚିନ୍ତନ ଶକ୍ତିର ସ୍ତର ଜାଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ଶିକ୍ଷାର୍ଥୀମାନେ ସ୍ପଷ୍ଟ ଓ ସଠିକଭାବରେ ଭାବ ବିନିମୟ କରିବା ପାଇଁ ଶିଖିବା ଦ୍ଵାରା ସେମାନଙ୍କର ମୌଖିକ ଓ ଲିଖିତ ଶବ୍ଦଭଣ୍ଡାର ର ବୃଦ୍ଧି ହେବା ସହିତ ନୂତନ ଧାରଣା ଓ କୌଶଳର ମଧ୍ୟ ବିକାଶ ହୋଇଥାଏ ।
ଶିକ୍ଷାର୍ଥୀମାନଙ୍କର ଶିକ୍ଷଣକୁ ଆକଳନ କରିବାର ଦୁଇଟି ଉଦ୍ଦେଶ୍ୟ ଥାଏ :
ବୁଝିଲେ ଜାଣିବା ପାଇଁ ପ୍ରଶ୍ନ ପଚାରିବା ।ସମୀକ୍ଷା କରିବା ଓ ମତାମତ ଜାଣିବା ଗଠନମୂଳକ ଆକଳନ ର ଅଂଶବିଶେଷ ଅଟନ୍ତି ।
ଗଠନ ମୂଳକ ଆକଳନ ଶିକ୍ଷଣର ଅଭିବୃଦ୍ଧି କରିଥାଏ,କାରଣ ଅଧିକାଂଶ ଶିକ୍ଷାର୍ଥୀ ଶିଖିବା ପାଇଁ ନିଶ୍ଚିତଭାବରେ:
ଆପଣ ଯଦି ପ୍ରତି ପାଠରେ ଉପର ଦର୍ଶିତ ଚାରିଟି ଦିଗପ୍ରତି ଦ୍ରୁଷ୍ଟି ଦେବେ ତା ହେଲେ ଶିକ୍ଷକ ଭାବରେ ଶିକ୍ଷାର୍ଥୀମାନଙ୍କର ଉତ୍କର୍ଶିତା ଆଣି ପାରିବେ । ତେଣୁ ଆକଳନ - ଶିକ୍ଷାଦେବା ପୂର୍ବରୁ,ଶିକ୍ଷା ଦେଉଥିବା ସମୟରେ ଓ ଶିକ୍ଷା ଦେବା ପରେ କରାଯାଇପାରିବା ।
ପୂର୍ବରୁ: ଶିକ୍ଷାର୍ଥୀମାନେ କ’ଣ ଶିଖିବେ ସେ ଦିଗରେ ସ୍ପଷ୍ଟ ହେବା ପାଇଁ
ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଦେବା ଚିନ୍ତା କରିବା ପାଇଁ କିଛି ସମୟ ଦିଅନ୍ତୁ କିମ୍ବା ନିଜ ଉତ୍ତରକୁ ନେଇ ଅନ୍ୟ କାହା ସହିତ ବା ଦଳରେ ଆଲୋଚନା କରିବା ପାଇଁ କୁହନ୍ତୁ । ସେମାନେ ଦେଇଥିବା ଉତ୍ତରରୁ ଆପଣ ଜାଣିପାରିବେ ଯେ ସେମାନେ ଯାହା ଶିଖିବେ ସେ କଥା ବୁଝିଛନ୍ତି କି ନାହିଁ ।
ପୂର୍ବରୁ : ଈକ୍ଷଣ ଦୃଷ୍ଟିରୁ ଶିକ୍ଷାର୍ଥୀମାନଙ୍କର ଅବସ୍ଥିତି ଜାଣିବା ପାଇଁ
ଶିକ୍ଷାର୍ଥୀମାନଙ୍କର ଅଗ୍ରଗତି ଦୃଷ୍ଟିରୁ ସାଂପ୍ରତିକ ସ୍ତରକୁ ନେଇ ତାଙ୍କର ରହୁଥିବା ଧାରଣା ଓ ତାକୁ ବୁଝାମଣା ସମ୍ପର୍କରେ ଉଭୟ ଆପଣ ଓ ସେମାନେ ଅବଗତ ହେବା ଆବଶ୍ୟକ । ଠାରେ ଶିକ୍ଷଣର ପ୍ରତ୍ୟାଶିତ ଫଳାଫଳ ବା ଉଦ୍ଦେଶ୍ୟକୁ ସେମାନଙ୍କ ସହିତ ଆଲୋଚନା କରିସାରିବା ପରେ ଆପଣ ନିମ୍ନଲିଖିତ ଦିଗଗୁଡିକ ପ୍ରତି ଦ୍ରୁଷ୍ଟିଦେଇପାରିବେ ।
ଆପଣ କେଉଁଠାରୁ କାର୍ଯ୍ୟ ଆରମ୍ଭ କରାଯିବ ଜନିଗଲା ପରେ,ଶିକ୍ଷାର୍ଥୀମାନେ କେତେ ଭଲ ଭାବରେ ଶିଖିପାରୁଛନ୍ତି ସେ ବିଷୟରେ ନିଜେ ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ,ଯାହାକି ଉଭୟ ଆପଣ ଓ ଶିକ୍ଷାର୍ଥୀମାନେ ,ଏହା ପରେ କ’ଣ ଶିଖିବା ଉଚିତ ତାହା ଜାଣିପାରିବେ । ଶିକ୍ଷାର୍ଥୀମାନଙ୍କୁ ଆଜୀବନ ଶିକ୍ଷାର୍ଥୀଭାବେ ଗଢି ତୋଳିବାକୁ ହେଲେ,ନିଜେ କଣ ଶିଖିବେ ସେ ଦାୟିତ୍ଵ ସେମାନଙ୍କୁ ହିଁ ଦେବା ପାଇଁ ବ୍ୟବସ୍ଥା ଦରକାର ।
ଶିକ୍ଷଣ ସମୟରେ :ଶିକ୍ଷାର୍ଥୀମାନଙ୍କର ଶିକ୍ଷଣର ଅଗ୍ରଗତିକୁ ନିଶ୍ଚିତ କରିବା
ଶିକ୍ଷାର୍ଥୀମାନଙ୍କ ସହିତ ସେମାନଙ୍କର ବର୍ତ୍ତମାନର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସମୟରେ ଯେପରି ଏହା ତାଙ୍କ ପାଇଁ ଉପପଦେୟ ଓ ଗଠନମୂଳକ ହେବ,ସେ କଥା ନିଶ୍ଚିତ କରନ୍ତୁ।
ଏହା ନିମ୍ନଲିଖିତ ଉପାଯରେ କରନ୍ତୁ:
ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଅଗ୍ରଗତି ପାଇଁ ଆପଣ ସୁଯୋଗ ସୃଷ୍ଟି କରିବା ଦରକାର। ଏଥିପାଇଁ ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ବର୍ତ୍ତମାନ ଅବସ୍ଥିତି ଓ ଉଦ୍ଧିଷ୍ଟ ସ୍ଥଳ ମଧ୍ୟରେ ରହିଥିବା ବ୍ୟବଧାନକୁ ଶିମିତା କରିବା ପାଇଁ ପାଠ୍ୟ ଯୋଜନା ରେ ପରିବର୍ତ୍ତନ ଆଣିବାକୁ ପଡିବ । ଏହା କରିବା ପାଇଁ ଆପଣଙ୍କୁ ନିମ୍ନଲିଖିତ ଦିଗପ୍ରତି ଦ୍ରୁଷ୍ଟି ଦେବାକୁ ପଡିବ :
ଶିକ୍ଷା ଦେବା ପରେ: ତଥ୍ୟ କୁ ସଂଗ୍ରହ ଓ ବାଖ୍ୟା କରି ଆଗକୁ ଯୋଜନା କରିବା
ଶ୍ରେଣୀରେ କାର୍ଯ୍ୟ କରିବା ସମୟରେ ହିଁ ଶିକ୍ଷଣ ହୋଇଥାଏ ପରେ ଶ୍ରେଣୀ କାର୍ଯ୍ୟ ଓ ଗୃହ ବ୍ୟବସ୍ଥା କରିବା ପାଇଁ ଆପଣ ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନ ଦେବେ:
ଆକଳନ ୪ ଟି ଦିଗ ନିମ୍ନରେ ଆଲୋଚନା କରାଯାଇଛି ।
ତଥ୍ୟ ସଂଗ୍ରହ ବା ପ୍ରମାଣ
ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷଣ ଦକ୍ଷତା ଭିନ୍ନ ଠାୟେ, ଏହା ଉଭୟ ଶ୍ରେଣୀଭିତରେ ଓ ବାହାରେ ତାଙ୍କ ନିଜ ବେଗ ଅନୁଯାୟୀ ଶିକ୍ଷଣ ହୋଇଥାଏ। ତେଣୁ ଶିକ୍ଷାର୍ଥୀମାନଙ୍କୁ ଆକଳନ କରିବା ବେଳେ ଦୁଇଟି ଦିଗପ୍ରତି ଦ୍ରୁଷ୍ଟି ଦେବେ;
ଲିପିବଦ୍ଧ କରିବା (ରେକର୍ଡିଂ)
ଭାରତ ବର୍ଷରେ ସମସ୍ତ ବିଦ୍ୟାଳୟରେ ସାଧାରଣତଃ ବରସିକା ପ୍ରଗତି ପତ୍ର ଜରିଆରେ ତଥ୍ୟକୁ ଲିପିବଦ୍ଧ କରାଯାଇଥାଏ । ମାତ୍ରା ଶିକ୍ଷାର୍ଥୀର ଶିକ୍ଷଣର ସମସ୍ତ ଦିଗ ଓ ବ୍ୟବହାର ଏଥିରେ ଲିପିବଦ୍ଧ କରି ହୋଇନଥାଏ । ଆପଣ ଏ ଦିଗରେ କିଛି ସରଳ ଉପାୟକୁ ବିଚାରକୁ ନେଇ ପାରିବେ । ଯଥା :
ତଥ୍ୟର ବ୍ୟାଖ୍ୟା
ତଥ୍ୟ ଓ ସୂଚନାଗୁଡିକୁ ସଂଗ୍ରହ କରି ଲେଖି ସାରିବା ପରେ ଏ ସମସ୍ତଙ୍କୁ ବ୍ୟାଖ୍ୟାକରି ପ୍ରତ୍ଯେକ ଶିକ୍ଷାର୍ଥୀର ଶିକ୍ଷଣ ଓ ତ’ର ଅଗ୍ରଗତିକୁ ବୁଝିବାର ଆବଶ୍ୟକତା ଅଛି । ସେଥିପାଇଁ ଯତ୍ନର ସହିତ ଚିନ୍ତା ଓ ବିଶ୍ଳେଷଣ କରିବା ଦରକାର । ଆପଣ ଶିକ୍ଷାର୍ଥୀଙ୍କ ଫଳାଫଳକୁ ପ୍ରତିପୁଷ୍ଟି ନୂତନ ସମ୍ବଳକୁ ସଂଗ୍ରହ ,ଦଳକୁ ପୁନଃ ଗଠନ ,ଶିକ୍ଷଣର ମୁଖନ୍ସକୁ ପୁନରାବୃତ୍ତି କରାଇ ଶିକ୍ଷଣର ଉନ୍ନତି କରାଇ ପାରିବେ ।
ଉନ୍ନତି ପାଇଁ ଯୋଜନା
ଆକଳନ ଆପଣଙ୍କୁ ନିର୍ଦ୍ଧିଷ୍ଟ ଓ ଶିକ୍ଷାର୍ଥୀଙ୍କ ସ୍ତରକୁ ନେଇ ଶିକ୍ଷଣ କାର୍ଯ୍ୟର ବ୍ୟବସ୍ଥା ମାଧ୍ୟମରେ,କେଉଁ କ୍ଷେତ୍ରରେ ବିଶେଷ ଦ୍ରୁଷ୍ଟି ର ଆବଶ୍ୟକତା ବା ଆଗୁଆ ରହୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଆହ୍ଵାନମୂଳକ ପରିସ୍ଥିତି ସୃଷ୍ଟି କରି ,ପ୍ରତ୍ଯେକ ଶିକ୍ଷାର୍ଥୀ ପାଇଁ ଗୋଟିଏ ଅର୍ଥପୂର୍ଣ୍ଣ ଶିକ୍ଷଣ ପରିସ୍ଥିତି ଯୋଗାଇଦେବାରେ ସାହାଯ୍ୟ କରିବ ।
ମାନସମନ୍ଥନ କ’ଣ?
ମାନସମନ୍ଥନ ପ୍ରକ୍ରିୟା ଗୋଟିଏ ଦଳଗତ କାର୍ଯ୍ୟ, ଯେଉଁଥିରେ ଗୋଟିଏ ନିର୍ଦ୍ଧିଷ୍ଟ ବା ସମସ୍ଯା ଉପରେ ସମ୍ଭବ ଧାରଣା ସୃଷ୍ଟି ହେବା ସହିତ ସମସ୍ଯା ର ସର୍ବୋତ୍ତମ ସମାଧାନ ମଧ୍ୟ ମିଳିଥାଏ । ଦଳ ସମ୍ମୁଖରେ ଥିବା ବିଷୟ ବା ସମସ୍ୟାଟି ପାଇଁ ସମାଧାନ ର ସୂତ୍ର ପାଇଁ ନୂଆ ନୂଆ ଧାରଣା ର ଚିନ୍ତା କରିବା ଓ ସୃଜନାତ୍ମକ ଚିନ୍ତାନର ଆବଶ୍ୟକତା ପଡିଥାଏ । ମାନସମନ୍ଥନ ପ୍ରକ୍ରିୟା ଶିକ୍ଷାର୍ଥୀମାନଙ୍କୁ ନିମ୍ନଲିଖିତ ଦିଗରେ ସାହାଯ୍ୟ କରିଥାଏ ।
ମାନସମନ୍ଥନ ପାଇଁ ଅଧିବେଶନରେ ବ୍ୟବସ୍ଥା କିପରି କରାଯିବ
କୌଣସି ଏକ ଅଧିବେଶନ ଆରମ୍ଭ କରିବା ପୂର୍ବରୁ ନିର୍ଦ୍ଧିଷ୍ଟ ପ୍ରସଙ୍ଗ ବା ସମସ୍ୟା କୁ ଚିହ୍ନଟ କରିବା ଆବଶ୍ୟକ । ଦଳର ଶିକ୍ଷାର୍ଥୀମାନଙ୍କ ଠାରୁ ଶକ୍ତି ପରି ସରଳ ଶବ୍ଦର ଉତ୍ତର ପାଇବା ଠାରୁ ଆରମ୍ଭ କରି ବିଦ୍ୟାଳୟ ପରିବେଶ ର କିପରି ଉନ୍ନତିକରଣ କାରଜୟ ପାରିବା ପର୍ଯ୍ୟନ୍ତ କାର୍ଯ୍ୟଟି ଲମ୍ଭିଥାଏ । ଗୋଟିଏ ଉନ୍ନତ ମାନର ମାନସମନ୍ଥନ ପାଇଁ ଏଭଳି ଗୋଟିଏ ଶବ୍ଦ ପ୍ରଶ୍ନ ବା ସମସ୍ୟାଟିଏ ବାଛିବା ଆବଶ୍ୟକ ଯାହା ଉପରେ ଦଳମଧ୍ୟରୁ ନିଶ୍ଚିତ ଭାବରେ କିଛି ଉତ୍ତର ଆସିବା । ବଡ ଶ୍ରେଣୀରେ ବିଭିନ୍ନ ଦଳ ପାଇଁ ବିଭିନ୍ନ ପ୍ରକାରର ପ୍ରଶ୍ନ ହୋଇପାରେ । ଦଳଗଠନ ମଧ୍ୟ ଲିଙ୍ଗା ଓ ଦକ୍ଷତା ଆଧାରରେ ଯଥାସମ୍ଭବ ଭିନ୍ନ ପ୍ରକାରର ହେବା ଉଚିତ।
ଛଅ ଜଣରୁ ଆଠ ଜଣ ଶିକ୍ଷାର୍ଥୀ ବିଶିଷ୍ଟ ଦଳପାଇନ ସମସ୍ତେ ଦେଖିପାରିବା ଭଳି ଗୋଟିଏ ବଡ କାଗଜ ଫର୍ଦ ରହିଥିବା ଦରକାର। ଅଧିବେଶନ ଚାଲୁଥିବା ସମୟରେ ଦଳମାନଙ୍କ ଦ୍ଵାରା ଉପସ୍ଥାପିତ ଧାରଣ।ଗୁଡିକୁ ଲିପିବଦ୍ଧ କରିବା ଦରକାର ଯାହା ଫଳରେ କି ସମସ୍ତେ ଧାରଣାଗୁଡିକୁ ଜାଣିବା ସହିତ ନୂଆନୂଆ କଥା ଚିନ୍ତାକରି ଏହା ସହିତ ଯୋଗ କରିପାରିବେ । ପ୍ରତ୍ଯେକ ଧାରଣା ,ସତ୍ୟତା ଥାଉକି ନ ଥାଉ ଲିପିବଦ୍ଧ ହେବା ଆବଶ୍ୟକ । ଅଧିବେଶନ ଆରମ୍ଭ ପୂର୍ବରୁ ନିମ୍ନଲିଖିତ ନିୟମଗୁଡିକ କରାଯିବ:
ଅଧିବେଶନର ପରିଚାଳନା କରିବା
ପ୍ରାରମ୍ଭିକ ଅବସ୍ଥାରେ ଆଲୋଚନା ପାଇଁ ଉତ୍ସାହିତ କରିବା ,ଅଂଶଗ୍ରହଣ କୁ ନିଶ୍ଚିତ କରିବା ଓ ଧାରଣାଗୁଡିକୁ ଲିପିବଦ୍ଧ କରିବା ଆଦି କାର୍ଯ୍ୟ ଶିକ୍ଷକଙ୍କର ହୋଇଥାଏ। ଶିକ୍ଷାର୍ଥୀମାନଙ୍କୁ ଧାରଣା ପାଇଁ ଯେତେବେଳେ ସଂଘର୍ଷ କରିବା ପାଇଁ ପଡିଥାଏ ବା ସମୟ ଅବଧି ଶେଷ ହୋଇଯାଏ,ସେତେବେଳେ ଦଳକୁ (ବା ଦଳଗୁଡିକୁ) ସେମାନଙ୍କର ତିନୋଟି ଉତ୍କୃଷ୍ଟ ଧାରଣା ବାଛିବା ପାଇଁ କୁହନ୍ତୁ ଓ କାହିଁକି ଏହାକୁ ବାଛିଲେ- ପଚାରନ୍ତୁ । ଶେଷରେ:
ଶିକ୍ଷାର୍ଥୀମାନଙ୍କୁ କିପରି ସଂଗଠିତ କରିବେ ଓ ଶିକ୍ଷଣକୁ ଆଗେଇନେବେ କେଉଁ ଶିକ୍ଷାର୍ଥୀ ପାଇଁ ଅଧିକ ସାହାଯ୍ୟର ଆବଶ୍ୟକତା ପଡୁଅଛି ଓ ଆପଣ କିପରି ସାହାଯ୍ୟ କରିପାରିବେ,ଏଥିପାଇଁ ଯୋଜନା କରନ୍ତୁ ?
ଆଧାର : ଟେସ- ଇଣ୍ଡିଆ
Last Modified : 2/8/2020