ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ମାନସିକ ମଡ଼େଲ ପ୍ରସ୍ତୁତି : ଦଶମ ଶ୍ରେଣୀରେ କାର୍ବନ ଓ ଏହାର ଯୌଗିକର ଶିକ୍ଷାଦାନ
ସେଆର କରନ୍ତୁ

ମାନସିକ ମଡ଼େଲ ପ୍ରସ୍ତୁତି : ଦଶମ ଶ୍ରେଣୀରେ କାର୍ବନ ଓ ଏହାର ଯୌଗିକର ଶିକ୍ଷାଦାନ

ଦଶମ ଶ୍ରେଣୀରେ କାର୍ବନ ଓ ହୋର ଯୌଗିକର ଶିକ୍ଷାଦାନ

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଗୋଟସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥବା ପ୍ରାରସିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲଛି କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦ୍ରିତ କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତ ରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତ ରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିସ୍ଫଳିତ |

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ" ଶିକ୍ଷା ତତ୍ତ୍ବ ଆଧାରିତ | ଏଥରେ ଥବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିର୍ମିତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ଟେସ୍ ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)  ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରି ପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ |

ଓଡ଼ିଆ ସଂକଳନ, 1.0 ପ୍ରାରସ୍ଥିକ ଗଣିତ 13 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା Odisha

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳାଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ବିଜ୍ଞାନ ଏକ କଠିନ ବିଷୟ ଭାବରେ ସର୍ବଦା ବର୍ଣ୍ଣନା କରାଯାଇଅଛି । ଯେତେବେଳେ ଶିକ୍ଷାର୍ଥୀମାନେ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ଦିଅନ୍ତି, ସେମାନଙ୍କର ବିଜ୍ଞାନର ସଫଳତା, ସେମାନଙ୍କର ଅମୁର୍ଭ (abstract) ପ୍ରତ୍ୟୟ ଓ ମଡେଲଗୁଡ଼ିକୁ ବ୍ୟବହାର କରିବା, ଗଣନା କରିବା, ପଠନ କ୍ଷମ ହେବା ଏବଂ ସେମାନଙ୍କର ବିଷୟଗତ ଜ୍ଞାନ ମନେ ପକାଇବା କ୍ଷମତା ଉପରେ ନିର୍ଭର କରେ । ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ସଂଗଠିତ ଅଭିଜ୍ଞତା ପ୍ରଦାନ କରି ବିଷୟଟି ବୁଝିବାରେ ସାହାଯ୍ୟ କରିଥାନ୍ତି ଯାହା ଶିକ୍ଷାର୍ଥୀମାନଙ୍କୁ ଉଚ୍ଚସ୍ତରର କୌଶଳ ସମ୍ପନ୍ନ ମାନସିକ ମଡ଼େଲ ତିଆରି କରିବାରେ ଓ ବାସ୍ତବରୁ ଅମୂର୍ତ୍ତି ଆଡ଼କୁ ଗତି କରିବାରେ ସାହାଯ୍ୟ  କରିଥାଏ ।

ଭୌତିକ ମଡ଼େଲରେ ବାସ୍ତବ ବସ୍ତୁ ଗୋଟିଏ ବ୍ୟବସ୍ଥାର ଅଂଶକୁ ପ୍ରତିନିଧୁତ୍ କରିବା ପାଇଁ ବ୍ୟବହାର କରାଯାଏ । ମାନସିକ ମଡେଲଗୁଡ଼ିକ ମଧ୍ୟ ବ୍ୟବସ୍ଥା ଏବଂ ପ୍ରକ୍ରିୟାକୁ ଉପସ୍ଥାପନା କରନ୍ତି, କିନ୍ତୁ ଏଗୁଡ଼ିକ ଭୌତିକ ମଡେଲ ଠାରୁ ଅଧୁକ ଅମୂର୍ତ୍ତି । ସେଗୁଡ଼ିକ ପରିକଳ୍ପିତ ଏବଂ ବାସ୍ତବ ନୁହେଁ, ଏବଂ ଏଥୁରେ ଅଧୁକାଂଶ ସମୟରେ ଚିତ୍ର ଏବଂ ସମୀକରଣର ବ୍ୟବହାର ହୋଇଥାଏ । ଦଶମ ଶ୍ରେଣୀ ପାଠ୍ୟପୁସ୍ତକ 'କାର୍ବନ ଓ ଏହାର ଯୌଗିକ’ । ଅଧାୟ ଶିକ୍ଷାର୍ଥୀଙ୍କୁ ଅଣୁର ଗଠନକୁ ଦର୍ଶାଇବା ପାଇଁ ବିଭିନ୍ନ ଉପାୟଗୁଡ଼ିକ ସହ ପରିଚିତ କରାଉଛି । ଶିକ୍ଷାର୍ଥୀମାନେ ଯଦି ବିଷୟଟିକୁ ବୁଝିବାରେ ଦକ୍ଷ ହେବାକୁ ଚାହୁଁଛନ୍ତି ସେମାନେ ଅଣୁ ସଂରଚନା ର ମାନସିକ ମଡେଲ ଭଲ ଭାବେ ବ୍ୟବହାର କରିବା ଦରକାର । ସବୁ ମଡ଼େଲର ଗୁଣାବଳୀ ଏବଂ ଦୋଷାବଳୀ ଅଛି, ତେଣୁ ଶିକ୍ଷାର୍ଥୀମାନେ ସେମାନେ ବ୍ୟବହାର କରୁଥୁବା ମଡେଲ'ର ଗୁଣାବଳୀ ଏବଂ ଦୋଷାବଳୀ ବିଷୟରେ ଅବଗତ ରହିବା ଆବଶ୍ୟକ ।

ଏହି ଏକକରେ ଶିକ୍ଷାର୍ଥୀମାନେ କାର୍ବନ ଓ ଏହାର ଯୌଗିକ ବିଷୟରେ କିପରି ମାନସିକ ମଡେଲ ଗଠନ କରିବେ ସେ ସମ୍ବନ୍ଧରେ ଦୃଷ୍ଟି ଦିଆଯାଇଛି । ଏହି ଏକକରୁ ଯେଉଁ ମାନସିକ ମଡେଲ ଗଠନ ସମ୍ବନ୍ଧରେ ଶିଖୁବେ ତାହା ଅନ୍ୟ ପ୍ରସଙ୍ଗରେ ମଧ୍ୟ ପ୍ରୟୋଗ କରାଯାଇ ପାରିବ ।

ଏକକରୁ କଣ ଶିଖୁବେ

  • ଶିକ୍ଷାର୍ଥୀମାନଙ୍କ ପାଇଁ ଅଧୁକାଂଶ ସମୟରେ ଆହ୍ବାନମୂଳକ ହେଉଥୁବା କାର୍ବନ, ରସାୟନର କେତେକ ଦିଗ ବିଷୟରେ,
  • କାର୍ବନ ଯୌଗିକ ଶିକ୍ଷଣ ସମୟରେ ଉପଯୁକ୍ତ ମାନସିକ ମଡ଼େଲ ପ୍ରସ୍ତୁତ କରିବାର ଗୁରୁତ୍ଵ,
  • କାର୍ବନ ଏବଂ ଏହାର ଯୌଗିକ ପଢାଇବା ସମୟରେ ମାନସିକ ମଡ଼େଲ ଗଠନ ପାଇଁ କିପରି ଭୌତିକ ମଡ଼େଲକୁ ବ୍ୟବହାର କରାଯାଇପାରିବ ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

କାର୍ବନର ଯୌଗିକ ବିଷୟଟିକୁ ପଢିବା ଏବଂ ବୁଝିବା ପାଇଁ ଅନେକ ଶିକ୍ଷାର୍ଥୀ କଷ୍ଟ ଅନୁଭବ କରନ୍ତି । ସେଠାରେ ଅନେକ ନୂଆ ଶବ୍ଦ ଶିଖୁବାକୁ ଥାଏ ଏବଂ ସେ ବିଷୟରେ ଭଲ କରିବାକୁ ହେଲେ ବିଭିନ୍ନ ଯୌଗିକ ଗୁଡିକର ଗୁଣକୁ, ସେମାନଙ୍କର ଆଣବିକ ସଂରଚନା ସହିତ ସଂପର୍କିତ କରିବାକୁ ହୁଏ । ରାସାୟନିକ ସମୀକରଣଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ମାନସିକ ମଡ଼େଲ କୁ ମନେ ରଖୁବାକୁ ପଡ଼ିବ, ସେଗୁଡିକୁ ବ୍ୟବହାର କରିବାକୁ ପଡିବ ଏବଂ ସେମାନଙ୍କୁ ପ୍ରତିକାରକଗୁଡ଼ିକର ଆଣବିକ ସଂରଚନା ବିଷୟରେ ଚିନ୍ତା କରିବାକୁ ପଡ଼ିବ ।

ଅନ୍ୟ ବିଜ୍ଞାନ ବିଷୟ ଭଳି ଶିକ୍ଷାର୍ଥୀମାନେ କାର୍ବନ ଏବଂ ଏହାର ଯୌଗିକ ପଢିବା ପାଇଁ ସେମାନଙ୍କର ବାସ୍ତବ ଅଭିଜ୍ଞତା ଏବଂ ପୂର୍ବ ଶିକ୍ଷଣରୁ ଆରମ୍ଭ କରିବା ଉଚିତ୍ । କ୍ରମବନ୍ଧିଷ୍ଣୁ ଅମୂର୍ତ୍ତି ଉପାୟଗୁଡ଼ିକର ବିକାଶ ପାଇଁ ସେମାନେ ସହାୟତା ଆବଶ୍ୟକ କରନ୍ତି । ଏଥୁରେ ଥୁବା ଶିକ୍ଷଣକାର୍ଯ୍ୟ ଓ ପରିସ୍ଥିତିର ଅନୁଧାନ ସେଥୁପାଇଁ ସହାୟତା ପ୍ରଦାନ କରିବ । ପ୍ରଥମେ ଆପଣମାନେ ଶିକ୍ଷାର୍ଥୀମାନଙ୍କୁ କିଛି ଆଣବିକ ସଂରଚନାର ତ୍ରି-ମାତ୍ରିକ (three dimentional) ମଡେଲ ଦେଖାଇ ପାରନ୍ତି । କିନ୍ତୁ ସେମାନଙ୍କୁ ସେହି ଆଣବିକ ସଂରଚନାର ତ୍ରିମାତ୍ରିକ ମଡ଼େଲ କୁଦ୍ଵି-ମାତ୍ରିକ ଚିତ୍ର ସହ ସଂପର୍କିତ କରିବାକୁ ପଡିବ । ଶିକ୍ଷାର୍ଥୀମାନଙ୍କୁ ସେଇ ଚିତ୍ରମାନଙ୍କରେ ବ୍ୟବହୃତ ପ୍ରତିଟି ନୀତିକୁ ଜାଣିବାକୁ ପଡ଼ିବ ଏବଂ ସେହି ଚିତ୍ରମାନଙ୍କରେ ଯାହା ଦେଖାଯାଉ ନାହିଁ, କିନ୍ତୁ ରସାୟନ ବିଜ୍ଞାନ ବୁଝିବାରେ ଗୁରୁତ୍ଵପୂର୍ଣ୍ଣ ସେଇ ସୁଚନା ଗୁଡ଼ିକୁ ମଧ୍ୟ ମନେରଖୁବାକୁ ପଡ଼ିବ ।

କାର୍ବନ ଯୌଗିକ ଗୁଡ଼ିକୁ ଉପସ୍ଥାପନା କରିବା ପାଇଁ ବିଭିନ୍ନ ମଡ଼େଲର ବ୍ୟବହାର ଯେତେବେଳେ ଶିକ୍ଷାର୍ଥୀଟିଏ କାର୍ବନର ଯୌଗିକକୁ ଉପସ୍ଥାପନା କରିବା ପାଇଁ ଇଲେକ୍ର୍ଟନ ବିନ୍ଦୁ ସଂରଚନା ବ୍ୟବହାର କରିବାକୁ ଶିଖେ, ସେହି ଚିତ୍ରଗୁଡିକୁ ଆଣବିକ ସଂରଚନା ଯଥା CH4, ବା C2H6 ସହ ସଂପର୍କିତ କରେ ଏବଂ ଜାଣେ ଯେ ସେଥୁରେ ଅବା ସଂଯୋଜ୍ୟ ବନ୍ଧଗୁଡ଼ିକ କାର୍ବନରେ ଅବା ଯୋଗ୍ୟ ଇଲେକୁନମାନଙ୍କ ଯୋଗୁ ହୋଇଥାଏ ।

ଥରେ ଏହି ପ୍ରତ୍ୟୟଟି ଜାଣିଗଲା ପରେ, କେତେକ ସାଧାସିଧା ଅଣୁ ବ୍ୟତୀତ ଅନ୍ୟ କ୍ଷେତ୍ରରେ ଏହି ଇଲେକୁନ ସଂରଚନାଟି ସୁବିଧା ହୁଏ ନାହିଁ କାରଣ ଏଥରେ ଅନେକ ଗୁଡିଏ ବୃତ୍ତ ଓ ବିନ୍ଦୁ ଥୁବାରୁ ଏହା ବିଭ୍ରାନ୍ତ କରିପାରେ କିନ୍ତୁ ଏହା ପ୍ରତ୍ରିକ୍ରିୟା କ୍ରିୟା ବିଧୁ ପଢିବା

ସମୟରେ ସାହାଯ୍ୟ କରିବ । ବର୍ଭମାନ ପାଇଁ ମଡେଲ ତାର କାମ କଲା ଏବଂ ଶିକ୍ଷାର୍ଥୀମାନେ ଆଣବିକ ସଂରଚନାରେ ସହ ସଂଯୋଜ୍ୟ ବନ୍ଧକୁ ଉପସ୍ଥାପନା କରିବା ପାଇଁ ଗୋଟିଏ ରେଖାର ବ୍ୟବହାର କରିବେ ।

ଏହି ଦୁଇଟି ମଡ଼େଲ ଗୋଟିଏ ଅଣୁରେ ଥୁବା ବନ୍ଧର ସଂଖ୍ୟାକୁ ଚିହ୍ନିତ କରୁଛି। କିନ୍ତୁ ଏହା ଅଣୁର ଠିକ୍ ଆକୃତି ବା ଏହାର ସେହି ଅଂଶ ଯାହା ପରସ୍ପର ଆପେକ୍ଷିକ ଭାବେ ଘୁରି ପାରିବ ସେ ସମ୍ବନ୍ଧରେ ସୂଚନା ଦେଉନାହିଁ । ଶିକ୍ଷାର୍ଥୀମାନେ ପୂର୍ବରୁ ପଢିଛନ୍ତି ଯେ ଗ୍ୟାସୀୟ ପଦାର୍ଥର କଣିକାଗୁଡିକ ଖୁବ୍ ତୀବ୍ର ବେଗରେ ଗତିଶୀଳ ଥାଆନ୍ତି ଏବଂ ସେହି କଣିକା ଗୁଡ଼ିକୁ ତୀବ୍ର ବେଗରେ ଗତି କରୁଥୁବା ସରଳ ଗୋଲକ ବୋଲି ଭାବି ଥାନ୍ତି । କିନ୍ତୁ ଯେଉଁମାନେ ରସାୟନ ବିଜ୍ଞାନରେ ଆଗକୁ ଅଧୁକ ପଢିବେ, ସେମାନେ ଇନ୍-ଫ୍ରାରେଡ୍ ସେକ୍ଟୋସ୍କୋପି ବିଷୟରେ ଶିଖୁବେ ଏବଂ ଅଣୁ ଭିତରେ ନିର୍ଦ୍ଦିଷ୍ଟ ବନ୍ଧ ଗରିପଟର ଘୁର୍ଣ୍ଣନ ଏବଂ କମ୍ପନକୁ ସେ କୁଲ ଗୁଣ ସହିତ ଯୋଡ଼ିପାରିବେ । ଦଶମ ଶ୍ରେଣୀର ଶିକ୍ଷାର୍ଥୀମାନେ ଯେଉଁମାନେ ସେମାନଙ୍କର ମାନସିକ ମଡେଲ ଗଠନ କରୁଛନ୍ତି ପ୍ରଥମେ ଅନୁଭବ କରିବା ଉଚିତ୍ ଯେ ସେମାନେ ଯେଉଁ ଦ୍ଵି-ମାତ୍ରିକ ଚିତ୍ର ବ୍ୟବହାର କରୁଛନ୍ତି ତାହା ତ୍ରି-ମାତ୍ରିକ ଆଣବିକ ସଂରଚନାର ଉପସ୍ଥାପନା ମାତ୍ର । କାର୍ବନର ଯୌଗିକ ପଢିବାବେଳେ ଶିକ୍ଷାର୍ଥୀମାନଙ୍କ ଠାରେ ଗୋଟିଏ ସମସ୍ୟା ଦେଖାଯାଏ । ସେମାନେ ଉକ୍ତ ଯୌଗିକର ଆଣବିକ ସଂରଚନାର ଚିତ୍ରକୁ ଖୁବ୍ ଆକ୍ଷରିକ ଭାବେ ନିଅନ୍ତି । ଉଦାହରଣ ସ୍ବରୂପ, ସେମାନଙ୍କୁ ଯେତେବେଳେ ଦିଆଯାଇଥୁବା ଗୋଟିଏ ସଂରଚନାଦୃକ ସମାବୟବ (somers)ର ସଂକେତ ଉପରେ କାମ କରିବାକୁ କୁହାଯାଏ । ଅନେକ ଶିକ୍ଷାର୍ଥୀ ଜାଣି ପାରନ୍ତି ନାହିଁ ଯେ ସେମାନେ ଗଠନ କରିଥୁବା ସଂରଚନା ଗୁଡ଼ିକ ଏକାପରି । ଯେତେବେଳେ ସେମାନେ ଗୋଟିଏ ଭୌତିକ ମଡେଲ ଦେଖନ୍ତି ଏବଂ ସେଥୁରେ ଘୁର୍ଣ୍ଣନର ପ୍ରଭାବ ଦେଖୁଥାନ୍ତି, ସଂକେତ ଗୁଡ଼ିକ ଲେଖୁ ବା ସେମାନଙ୍କ ପାଇଁ ସହଜ ହୋଇଯାଏ ।

(ଯଦି ଆପଣ କମ୍ପ୍ୟୁଟର ବ୍ୟବହାର ଜାଣନ୍ତି, ଶିକ୍ଷାର୍ଥୀମାନଙ୍କୁ ଆଣବିକ ସଂରଚନା ତିଆରି କରିବାକୁ କହନ୍ତି ଏବଂ ସେମାନଙ୍କୁ ଘୁର୍ଣ୍ଣନ ଦେଖାନ୍ତୁ । ଏହା ଖୁବ୍ ଉପଯୋଗୀ ହେବ) ।

ଟିକିଏ ଚିନ୍ତା କରନ୍ତୁ

  • ଆପଣଙ୍କ ବ୍ୟବହାର ପାଇଁ କେଉଁ ସବୁ ଆଣବିକ ମଡ଼େଲ ଏବଂ ଆଣବିକ ମଡ଼େଲ କିଟ୍ ଅଛି ?
  • ସେଗୁଡିକ ବଲ ଏବଂ କାଠି ମଡ଼େଲ ନା ସେକ୍ସସ୍ ଫିଲିଙ୍ଗ ମଡ଼େଲ ? (ଚିତ୍ର-1)
  • ଏହି କିଟରୁ ଆପଣ କେଉଁ ସବୁ ଆଣବିକ ମଡ଼େଲ ତିଆରି କରିଛନ୍ତି ?
  • ଯଦି ଆପଣଙ୍କ ପାଖରେ ଆଣବିକ ମଡ଼େଲ କିଟ୍ ନାହିଁ, ଆପଣ ଆଉ କ'ଣ ବିକଳ୍ପ ଭାବେ ବ୍ୟବହାର କରିପାରିବେ ?

ଆଣବିକ ସଂରଚନା ମଡ଼େଲ ସହ ଚିତ୍ରକୁ ତୁଳନା କରିବା

ଶ୍ରୀମତୀ ମହାନ୍ତି କିଛି ଆଣବିକ ମଡେଲ ତିଆରି କଲେ ଏବଂ ସଂରଚନା ଚିତ୍ର ସହ ତୁଳନା କଲେ | ସେ କହନ୍ତି:

ମୁଁ ସକ୍ରିୟ ଗୁପ୍ ପଢାଇବାକୁ ଚାହୁଁଥୁଲି ଏବଂ ପୂର୍ବ ଅଭିଜ୍ଞତାରୁ ଯାହା ଜାଣିଛି, ଯଦି ମୁଁ କେବଳ ଚିତ୍ରଗୁଡିକୁ ବ୍ୟବହାର କରିବି ତେବେ ଶିକ୍ଷାର୍ଥୀମାନଙ୍କୁ କିଛି ପ୍ରତିସ୍ଥାପନ ସ୍ଥାନ ସତରେ ସମତୁଲ ବୋଲି ଜାଣିବାରେ ଅସୁବିଧା ହେବ । ମୁଁ ନିଶ୍ଚିତ କଲି ଯେ ଶିକ୍ଷାର୍ଥୀମାନେ ଆଲୋକେନ ବିଷୟରେ ଯାହା ଜାଣନ୍ତି ତାହା ସମୀକ୍ଷା କରିବା ପାଇଁ ଏବଂ ସକ୍ରିୟ ଗୁପ୍ ସମ୍ବନ୍ଧରେ ଜାଣିବା ପାଇଁ ଆଣବିକ ମଡ଼େଲର ବ୍ୟବହାର କରିବି । ଏହା ସଙ୍ଗେ ମୁଁ ସେମାନଙ୍କୁ ମନେ ପକେଇ ଦେବାକୁ ଚାହିଁଲି ଯେ ବହିରେ ଦିଆଯାଇଥିବା ଚିତ୍ର, ଆଣବିକ ସଂରଚନାକୁ ଉପସ୍ଥାପନା କରିବାର ଗୋଟିଏ ମାଧ୍ୟମ ମାତ୍ର । ଭୌତିକ ମଡ଼େଲ ବ୍ୟବହାର କଲେ ଚିତ୍ରର ବିସ୍ତୃତ ବିବରଣୀ ଦେବା ଶିକ୍ଷାର୍ଥୀମାନେ ଅନୁଭବ କରି ପାରିବେ ।

ପାଠ ପଢାଇବା ପୂର୍ବରୁ ମୁଁ ଗୋଟିଏ ମିଥେନ୍, ଅଣୁ ଓ ଗୋଟିଏ ହେକସେନ୍ (hexame) ଅଣୁର ମଡେଲ ତିଆରି କଲି । ମୁଁ ହେକସେନ୍, ଅଣୁର ମଡ଼େଲଟିକୁ ଲୁଚାଇ ରଖିଲି ଏବଂ ମିଥେନ ଅଣୁର ମଡ଼େଲ ଦେଖାଇ ମୋର ପାଠଟିକୁ ଆରମ୍ଭ କଲି । ମୁଁ କହିଲି ଏହା ମିଥେନ୍‌ର ଗୋଟିଏ ଆଣବିକ ମଡ଼େଲ ଏବଂ ସେମାନେ କଣ ଦେଖୁଛନ୍ତି ବୋଲି ପ୍ରଶ୍ନ କଲି । ସେମାନେ କହିଲେ ଯେ ଚାରୋଟି ଧଳା ବଲ, ଗୋଟିଏ କଳା ବଲ୍ ସବୁ ପ୍ଲାଷ୍ଟିକ କାଠି ଦ୍ଵାରା ଯୋଡା ଯାଇଥୁବା ଦେଖୁଛନ୍ତି । ସେମାନେ କହିଲେ ଧଳା ବଲ୍ ଚାରୋଟି ଉଦଜାନ ପରମାଣୁ, କଳା ବଲ୍ଟି କାର୍ବନ ପରମାଣୁ ହୋଇଥୁବେ ଏବଂ କାଠିଗୁଡିକ ସହ ସଂଯୋଜ୍ୟ ବନ୍ଧ ହୋଇଥୁବେ ଯାହା ଚିତ୍ରରେ ଗାର ଭାବରେ ଲେଖାଯାଇଥାଏ ।

ତା'ପରେ ମୁଁ ବହିରେ ଦିଆଯାଇଥୁବା ସାରଣୀ 4.2 କୁ (ପାଠ୍ୟପୁସ୍ତକରେ କେଉଁ ସାରଣୀଟି 4.2, ତାହା ଏଠାରେ ଦେଲେ ଭଲ ହୁଅନ୍ତା) ଦେଖୁବାକୁ କହିଲି ଏବଂ ସେମାନେ ସାରଣୀଠାରୁ ମଡ଼ଲେ ରେ କ'ଣ ଅଲଗା ଦେଖୁଛନ୍ତି ବୋଲି ପଚାରିଲି । କେହି କିଛି କହିଲେ ନାହିଁ । ମୁଁ କହିଲି ‘ କୋଣ ଗୁଡିକ ଦେଖ’, ‘ତୁମେ କୌଣସି ସମକୋଣ ଦେଖୁ ପାରୁଛ କି ?‘ଅଣୁଟି ସମତଳ କି ?” ଏବେ ସେମାନେ ଜାଣିଲେ ମଡେଲଟିରେ କ’ଣ ଦେଖୁବାକୁ ହେବ । ସେମାନେ ଦେଖଲେ ଯେ ଅଣୁଟି ସମତଳରେ ନାହିଁ ଏବଂ ଏହା ଏକ ଟେଟ୍ରା ହେତ୍ରନ ଯେଉଁଥୁରେ ସବୁ ଉଦଜାନ ପରମାଣୁ ଗୁଡିକ ପରସ୍ପରଠାରୁ ଯଥା ସମ୍ଭବ ଦୂରରେ ରହୁଛନ୍ତି ।

ମୋ ପାଖରେ ଥବା ଅନ୍ୟ ମଡ଼େଲଟିକୁ ବାହାର କଲି ଯେଉଁଟିକୁ ମୁଁ ପୂର୍ବରୁ ତିଆରି କରିଥୁଲି । ଜଣେ ଶିକ୍ଷାର୍ଥୀକୁ କେତୋଟି ଉଦଜାନ ପରମାଣୁ ଏବଂ କେତୋଟି କାର୍ବନ ପରମାଣୁ ଅଛି। ଗଣି ଶ୍ରେଣୀରେ କହିବାକୁ କହିଲି । ତାପରେ ‘ସେଇଠି ସେମାନେ କ’ଣ ଭାବୁଛନ୍ତି' ବୋଲି ମୁଁ ପଚାରିଲି । ଏଥୁରେ ଛଅଟି କାର୍ବନ ପରମାଣୁ ଥୁବାରୁ ଶିକ୍ଷାର୍ଥୀମାନେ ହେକସେନ ବୋଲି ଚିହ୍ନଟ   କଲେ ।

ତାପରେ ଆମେ ପୁଣିଥରେ ସେହି ଦୁଇଟି ମଡ଼େଲ ଦେଖୁଲୁ ଏବଂ ସେହି ସାରଣୀରେ ଥୁବା ଚିତ୍ର ସହ ତୁଳନା କଲୁ । ଏଥର ମୋର ଶିକ୍ଷାର୍ଥୀମାନେ ପ୍ରସ୍ତୁତ ଅଲେ କହିବା ପାଇଁ ଯେ ଏହି ଅଣୁ ଗୁଡିକ ସତରେ ଏକ ସମତଳରେ ନାହାନ୍ତି ଏବଂ ସେଗୁଡିକ ବଙ୍କା ଟଙ୍କା ଦେଖା ଯାଉଛନ୍ତି । ଅଣୁଟିର ମେରୁ ସିଧା ନଥୁଲା, ପ୍ରତ୍ୟେକ କାର୍ବନ ପରମାଣୁ ସଂଯୁକ୍ତ ହୋଇଥୁବା ସ୍ଥାନରେ ଚାରିପାଖରେ ଘୁରି ପାରୁଥୁଲା । ତେଣୁ ଉଦଜାନ ଏବଂ ଏହାର ବନ୍ଧଗୁଡିକ ବିମାନ ବା ଯାହାଜର ଚାଳନ ଚକ୍ର ପରି ଥୁଲେ ।

ମୁଁ ମିଥେନ ମଡ଼େଲଟିକୁ ଜଣେ ଶିକ୍ଷାର୍ଥୀକୁ ଦେଲି ଏବଂ ସେଇଟିକୁ ଏକ ବ୍ଲଟେନ ମଡ଼େଲରେ ପରିଣତ କରିବା ପାଇଁ କହିଲି, ସେହି ସମୟରେ ମୁଁ ହେକସେନ୍ ମଡେଲଟିକୁ ଆଉ ଜଣେ ଶିକ୍ଷାର୍ଥୀଙ୍କୁ ଦେଇ ତାଙ୍କୁ ମଧ୍ୟ ଏଥୁରୁ ବୁଝାଟେନ୍ ମଡେଲ ତିଆରି କରିବା ପାଇଁ କହିଲି । ତା’ପରେ ମୋ ପାଖରେ ଏକାପରି ଦୁଇଟି ବୁଝାଟେନ୍ ଅଣୁ ରହିଲା । ମୁଁ ବୁଝାଇଲି ଯେ କାର୍ବନର ଗୋଟିଏ ନୂଆ ଯୌଗିକ ତିଆରି କରିବା ପାଇଁ ଗୋଟିଏ ଉଦଜାନ ପରମାଣୁକୁ ବଦଳ କରି ତା ସ୍ଥାନରେ କେକ୍ୟୁରିନ୍ ପରମାଣୁ ଯୋଡ଼ିବାକୁ ହେବ । ସବୁଜ ରଙ୍ଗ ବଲରେ ଗୋଟିଏ ସଂଯୋଗ ବିନ୍ଦୁ ଥାଇ କେକ୍ୟୁରିନ ପରମାଣୁ ବୋଲି ଉପସ୍ଥାପନା କଲୁ । ମୁଁ ଗୋଟିଏ ବୁଝାଟେନ୍ ଅଣୁର ମଡ଼େଲ ଏବଂ ଗୋଟିଏ କେକ୍ୟୁରିନ ପରମାଣକୁ ନେଇ, ସେମାନଙ୍କୁ ଗୋଟିଏ ନୂତନ ଅଣୁର ମଡେଲ ତିଆରି କରିବାକୁ କହିଲି ।

ଦୁଇଜଣ ଯାକ ଶିକ୍ଷାର୍ଥୀ ବ୍ଲଟେନର ଗୋଟିଏ ପ୍ରାନ୍ତରେ ଥୁବା ଉଦଜାନ ପରମାଣୁକୁ କେକ୍ୟୁରିନ ପରମାଣୁ ଦ୍ଵାରା ବଦଳାଇଲେ । ମୁଁ ଦୁଇଟି ଯାକ ମଡ଼େଲ ଉପରକୁ ଉଠାଇ ସମସ୍ତଙ୍କୁ ଦେଖାଇଲି ଏବଂ ସେ ଦୁଇଟିଯାକ ସମାନ ନା ଅଲଗା ଅଲଗା ବୋଲି ପରସ୍ପରିଲି । ଦୁଇଟି ଉଦଜାନ ପରମାଣୁ ବିପରୀତ ପ୍ରାନ୍ତରେ ଥୁବା ହେତୁ, ସେମାନେ ଏଗୁଡିକୁ ଅଲଗା ଅଲଗା ବୋଲି ଭାବିଥୁଲେ, କିନ୍ତୁ ମୁଁ ଯେତେବେଳେ ମେରୁ ଚାରିପଟେ ଅଣୁ ଗୁଡିକୁ ଘୁରାଇଲି, ଏବଂ ପ୍ରତ୍ୟେକ ପ୍ରାନ୍ତକୁ ବୁଲାଇଲି ସେତେବେଳେ ସେମାନେ ଜାଣିଲେ ଯେ ଅଣୁ ଦୁଇଟି ସମାନ, ଅଲଗା ନୁହେଁ, ମୁଁ ତାପରେ ଅଲଗା ଦେଖା ଯାଉଥିବା କିନ୍ତୁ । ଆଣବିକ ସଂରଚନା ସମାନ ଥୁବା ନିମ୍ନୋକ୍ତ ତିନୋଟି ଚିତ୍ର ଲେଖୁଲି । (ଚିତ୍ର ୨)

ମୁଁ ଶିକ୍ଷାର୍ଥୀମାନଙ୍କୁ ପଚାରିଲି ଯେ ମୁଁ ଏପରି କ'ଣ କରିପାରେ ଯାହା ଫଳରେ ଗୋଟିଏ ଅଣୁ ଅନ୍ୟଠାରୁ ଅଲଗା ହେବ । କିଛି ସମୟ ଚିନ୍ତା କରି ଜଣେ କହିଲେ ଯେ ଯଦି ଶୃଙ୍ଖଳ ମଝିରେ ଅବା କାର୍ବନ ପରମାଣୁରେ ଲାଗିଥୁବା ଉଦ୍‌ଜାନକୁ ବଦଳ କରାଯାଏ, ତେବେ ତାହା ଅଲଗା ଅଣୁଟିଏ ହୋଇପାରିବ । ମୁଁ ଅଣୁ ସଂରଚନାର ଚିତ୍ରଟି ଅଙ୍କନ କଲି । (ଚିତ୍ର ୩)

ତାପରେ ଜଣେ ଶିକ୍ଷାର୍ଥୀ ପ୍ରସ୍ତାବ ଦେଲେ ଯେ, ଆମେ କେକ୍ୟୁରିନ ପରମାଣୁକୁ ଅନ୍ୟ କାର୍ବନ ପରମାଣୁକୁ ନେଇ ପାରିବ । ଆମେ ସେଇ ଚେଷ୍ଟା କଲୁ ଏବଂ ତାହା ସତରେ ତାହା ଅଲଗା ଅଣୁ ଥିଲା । ଅନ୍ୟ ମଡ଼େଲ ବ୍ୟବହାର କରି ଏବଂ କେକ୍ୟୁରିନ ପରମାଣୁକୁ ଘୁଞ୍ଚାଇଲୁ ।

ଯେପରି ଏହା ମଝିରେ ଅବା ଗୋଟିଏ କାର୍ବନ ପରମାଣୁ ସହ ଲାଗି ରହିବ । ତଦ୍ଵାରା ଆମେ ପାଇଲୁ ଯେ, ମଡେଲଟିକୁ ଘୁରାଇ ମଝି କାର୍ବନ ପରମାଣୁଗୁଡିକ ଦୂର ଦୂର ଅବା କହିବା ଅସମ୍ଭବ ଥୁଲା, ଯଦିଓ ଚିତ୍ର ଗୁଡ଼ିକ ଅଲଗା ଅଲଗା ଅଲା । (ଚିତ୍ର 4)

ଯଦିଓ ମୋ ପାଖରେ ଗୋଟିଏ ମଡେଲ କିଟ୍ ଅଛି । ମୁଁ ଭାବୁଛି ଏହାକୁ ବ୍ୟବହାର କଲେ ଭୌତିକ ମଡ଼େଲ ଏବଂ ବହିର ଚିତ୍ର ମଧ୍ୟରେ ଅବା ସଂପର୍କକୁ ଶିକ୍ଷାର୍ଥୀମାନଙ୍କୁ ବୁଝାଇବାରେ ଏହା ସାହାଯ୍ୟ କରିବ । ଏବେ ମୁଁ ମୋ ପାଠ ପଢାଇବାରେ ମଡ଼େଲ ବ୍ୟବହାର କଲି । ଏହାପରେ ଶିକ୍ଷାର୍ଥୀମାନଙ୍କୁ ଦଳ ଗଠନ କରି, କିଟ ଥରେ ଥରେ ଦେଇ ମଡେଲ ତିଆରି କରିବା ପାଇଁ କହିବି ।

ଶିକ୍ଷଣକାର୍ଯ୍ୟ-1) : ମଡେଲ, ତିଆରି କରିବା

ଏହି ଶିକ୍ଷଣକାର୍ଯ୍ୟଟି ଶ୍ରେଣୀ ପାଇଁ ଯୋଜନା କରିବାରେ ଏବଂ ଶିକ୍ଷାଦାନରେ ଆପଣଙ୍କ ସାହାଯ୍ୟ କରିବା । ଏହି କାର୍ଯ୍ୟ ପାଇଁ ଆପଣଙ୍କୁ ମଡେଲ ଲିଟ୍ (ବଲ୍ ଓ କାଠି ବା ସ୍ପେସ୍ ଫଳିଙ୍ଗ ପରି) ଦରକାର ହେବ । ଏହା ବ୍ୟତୀତ ଆପଣ ଦାନ୍ତ ଖୁଣ୍ଟା ଏବଂ କାଦୁଆ ଗୋଲା ନେଇ ମଧ୍ୟ ପରମାଣୁ ଏବଂ ବନ୍ଧ ଉପସ୍ଥାପନା କରିପାରିବେ । ଦଶମ ଶ୍ରେଣୀ ବହିର 4.2.2. ଅଂଶ ଦେଖ ।

ଚିତ୍ର: 4.8 (କ), 4.8 (ଖ) ଏବଂ 4.9 ରେ ଗୋଟିଏ ଅଣୁର (ବା କଙ୍କାଳ (Skeleton)] କାର୍ବନ ଛାଞ୍ଚ ଚିତ୍ର ଅଛି, ଅଣୁଟିର ଚିତ୍ରକୁ ସଂପୂର୍ଣ୍ଣ କର ।

  • ଆଣବିକ ସଂରଚନା ବୁଝିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରଥମେ କାର୍ବନ ଛାଞ୍ଚ ଦେଖାଇବା କେଉଁ ବାଟରେ ସାହାଯ୍ୟ କଲା ?
  • ଏହି ଚିତ୍ରଗୁଡିକ ଆଲୋଚନା କଲା ବେଳେ କେଉଁ ସବୁ ବିଶେଷ ଗୁଣଗୁଡ଼ିକ ପ୍ରତି ଦୃଷ୍ଟି ଦେବେ ?
  • ଚିତ୍ରଗୁଡିକ ଶାଖାଯୁକ୍ତ ସଂରଚନା ସଂପର୍କରେ କ’ଣ ପ୍ରସ୍ତାବ ଦେଉଛନ୍ତି ?

ବର୍ତମାନ 4.8 (କ), 4.8(ଖ) ଏବଂ 4.9 ରେ ଦେଇଥୁବା ଚିତ୍ର ଗୁଡ଼ିକର ମଡେଲ ତିଆରି କର । ବହିରେ ଅବା ଚିତ୍ର ସହ ଏହି ମଡ଼େଲ ଗୁଡ଼ିକ ତୁଳନା କର ।

  • କେଉଁ ଦିଗରୁ ସେମାନେ ଏକା ପରି ?
  • କେଉଁ ଦିଗରୁ ସେମାନେ ଅଲଗା ?
  • ଯଦି ଆପଣ ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀରେ ଏହିଭଳି ମଡ଼େଲ ଦେଖାଇବେ, କେଉଁ ବିଶେଷ ଗୁଣ ଗୁଡ଼ିକ ଏହି ମଡ଼େଲ ମାଧ୍ୟମରେ ବୁଝାଇପାରିବେ? ଆପଣ ଏହା କିପରି କରିବେ ?

ମାନସିକ ମଡ଼େଲ ବ୍ୟବହାର କରି ସାଧାରଣ ସିଦ୍ଧାନ୍ତ କରିବା ଏବଂ ଅନୁମାନ କରିବା

ଗୋଟିଏ ଆଶ୍ଚର୍ଯ୍ୟଜନକ କଥା କାର୍ବନ, ରସାୟନ ବିଦ୍ୟା ବିଷୟରେ ଯେ କାର୍ବନରୁ ଅଗଣିତ ଯୌଗିକ ପ୍ରସ୍ତୁତ କରିବା ସମ୍ଭବ । ଏହିଭଳି ବହୁତ ଗୁଡ଼ିଏ ଯୌଗିକ ଅବାରୁ ଯଦି ପ୍ରତ୍ୟେକ ଯୌଗିକ ବିଷୟରେ ଅଲଗା ଅଲଗା ପଢ଼ିବା, ଏହା ଖୁବ୍ କଠିନ ହେବ । ସୌଭାଗ୍ୟ କ୍ରମେ ଏହା ସମ୍ଭବ ଯେ ଯୌଗିକ ଗୁଡ଼ିକୁ ଅନେକଗୁଡ଼ିଏ ଶ୍ରେଣୀରେ ଭାଗ କରି ହେବ ଯେଉଁମାନଙ୍କର କି ସଂରଚନାଗତ ଏବଂ ରାସାୟନିକ ଗୁଣଗତ ସମାନତା ଥାଏ । ଏହାର ସବୁଠାରୁ ସରଳ ଉଦାହରଣ ହେଲା ଆଲକୋନ୍ ଯାହାକୁ ସାଧାରଣ ସୂତ୍ର CnH2n+2 ଦ୍ଵାରା ଉପସ୍ଥାପନା କରାଯାଇପାରିବ । ଥରେ ଆମେ ସାଧାରଣ ଗୁଣଗୁଡ଼ିକ ଜାଣିଲା ପରେ, ସେହି ଶ୍ରେଣୀର ଅନ୍ୟ ସଦସ୍ୟମାନଙ୍କ ଗୁଣ ସମ୍ବନ୍ଧରେ ପୂର୍ବାନୁମାନ କରିପାରିବା ଏବଂ ସଦସ୍ୟମାନଙ୍କ ମଧ୍ୟରେ କେଉଁଠାରେ କିଛି ଗୁଣ ଅଲଗା ହେବ ବା ବଦଳିବ ତାହା ମଧ୍ୟ କହିପାରିବା, ଯେପରି ଆଣବିକ ବସ୍ତୁତ୍ଵ ବଢିଲେ ତାହାର ପ୍ରଭାବ କ'ଣ ହେବ ।

ସାଧାରଣ ସିଦ୍ଧାନ୍ତ ଏବଂ ଅନୁମାନ କରିବା ପାଇଁ ଆପଣଙ୍କ ଶିକ୍ଷାର୍ଥୀମାନେ ହୋମୋଲଗସ୍ ଶ୍ରେଣୀ ଏବଂ ସକ୍ରିୟ ଗୁପ୍ ସମ୍ବନ୍ଧରେ ଜାଣିବା ଦରକାର |

ଶିକ୍ଷାର୍ଥୀମାନଙ୍କର ପ୍ରଥମ ମାନସିକ ମଡ଼େଲ ଗଠନ କରିବାକୁ ହେବ ଯେ, ଗୋଟିଏ ହୋମୋଲଗସ୍ ଶ୍ରେଣୀରେ ପ୍ରତ୍ୟେକ ସଦସ୍ୟ ଗୋଟିଏ ସାଧାରଣ ଆଣବିକ ସଂରଚନା ଅନୁସରଣ କରନ୍ତି । ଯଥା ଆଲକୋନ୍ ପାଇଁ  CnH2n+2 ଆଲକେନ୍ ପାଇଁ, C n H2n ଗୋଟିଏ ସଦସ୍ୟରୁ ପର ସଦସ୍ୟର ଆଣବିକ ସଂରଚନା ପାଇବା ପାଇଁ ପ୍ରଥମଟିରେ CH2, ଯୋଡାଯାଏ ।

ତା’ପରେ ଶିକ୍ଷାର୍ଥୀମାନଙ୍କର ମାନସିକ ମଡ଼େଲ ଯାହା ଦରକାର ତାହା ହେଲା ନୂଆ ଯୌଗିକ ତିଆରି କରିବା ପାଇଁ ଅଣୁଟିରେ କାର୍ବନକୁ ଲାଗିଥୁବା ଗୋଟିଏ ଉଦଜାନକୁ ବଦଳାଇ ତା ସ୍ଥାନରେ ଗୋଟିଏ ଅଲଗା କିଛି ଯୋଡ଼ି ଦିଆଯାଏ ଯାହାକୁ କି ସକ୍ରିୟ ଗୁପ୍ ବୋଲି କୁହାଯାଏ, ଯେପରି କେକ୍ୟୁରିନ୍, କ୍ରୋମିନ୍, ବା ଅନ୍ୟ କେଉଁ ଗୁପ୍ ଯାହା ବହିର ସାରଣୀ 43, 4.4ରେ ଦିଆଯାଇଛି । ନୂଆ ଯୌଗିକର ଗୁଣଗୁଡ଼ିକ ସେଥୁରେ ଲାଗିଥୁବା ସକ୍ରିୟ ଗୁପ୍ ଉପରେ ନିର୍ଭର କରିବ, ଯାହାକୁ ଆପଣ ଉଦଜାନ ପରମାଣୁ ବଦଳରେ ବ୍ୟବହାର କରିଛନ୍ତି ।

ଏହି ଦୁଇଟି ମଡ଼େଲ କୁ ଯୋଡି ଶିକ୍ଷାର୍ଥୀମାନେ ବିଭିନ୍ନ ହୋମୋଲଗସ୍ ଶ୍ରେଣୀ ତିଆରି କରିପାରିବେ ଯେପରି ଆଲକୋହଲ, କାର୍ବୋକ୍ସିଲିକ୍ ଏସିଡ଼୍ ବା ଅନ୍ୟ ଶ୍ରେଣୀଗୁଡ଼ିକ ଯାହା ପାଠ୍ୟ ବହିର 4.4 ସାରଣୀରେ ବର୍ଣ୍ଣନା କରାଯାଇଛି । ଗୋଟିଏ ହୋମୋଲୋଗସ୍ ଶ୍ରେଣୀରେ ଥୁବା ଯେ କୌଣସି ଯୌଗିକର ରାସାୟନିକ ଗୁଣ, ସେହି ଶ୍ରେଣୀରେ ଥୁବା ଅନ୍ୟ ଯୌଗିକ ମାନଙ୍କ ଗୁଣ ସହ ଏକାପରି ଜୋହାଇଥାଏ ।

ଏହି ପ୍ରତ୍ୟୟଗୁଡ଼ିକ ଶିକ୍ଷାର୍ଥୀମାନେ ବୁଝିବା ପାଇଁ କଠିନ ହୋଇପାରେ । ତେଣୁ ସେମାନଙ୍କୁ ବିଷୟବସ୍ତୁକୁ ଛୋଟ ଛୋଟ ଭାଗ କରି ଉପସ୍ଥାପନା କଲେ ଭଲ ହେବ; ପ୍ରତି ପାଠରେ ଅଛି ନୂତନ ତଥ୍ୟ ରହିଲେ ଶିକ୍ଷାର୍ଥୀମାନେ ଏହାକୁ ବୁଝିବାକୁ ଓ ଏହାର ଢାଞ୍ଚା ଜାଣିବାକୁ ସମଯ ପାଇଦେବ ।

ପରିସ୍ଥିତି ଅନୁଧାନ ୨: ଚିତ୍ର ଏବଂ ମାନସିକ ମଡ଼େଲ ସହାୟତାରେ ହୋମୋଲ ଗସ୍ ଶ୍ରେଣୀର ଶିକ୍ଷାଦାନ

ଶ୍ରୀଯୁକ୍ତ ମିଶ୍ର ହୋମଳ ଗସ୍ ଶ୍ରେଣୀ ବିଷୟରେ ପଢ଼ାଇବା ପାଇଁ ଚିତ୍ର ଓ ମାନସିକ ମଡ଼େଲ ବ୍ୟବହାର ନିମ୍ନମତେ କଲେ |

ମୁଁ ସଂପର୍କ ଚିହ୍ନିତ କର' ଖେଳ ସାହାଯ୍ୟରେ ହୋମୋଲଗସ୍ ଶ୍ରେଣୀ ବିଷୟରେ ପଢାଇବା ପାଇଁ ନିଷ୍କରି ନେଲି । ମୁଁ ସେମାନଙ୍କୁ ବହି ବନ୍ଦ କରିବା ପାଇଁ କହିଲି । ତା ପରେ ମୁଁ ମିଥେନ, ଇଥୋନ ଓ ପ୍ରୋପେନ୍‌ର ଆଣବିକ ସଂରଚନା କଳାପଟାରେ ଲେଖୁ ପାଠ ଆରମ୍ଭ କଲି । ଯଥା:-

CH4,                            C2H6 C3H8

ସେହି କ୍ରମରେ ଅବା ତା ପର ଦୁଇଟି ଅଣୁ ଲେଖିବା ପାଇଁ ଶିକ୍ଷାର୍ଥୀମାନଙ୍କୁ କହିଲି ଏବଂ ସେମାନେ କିପରି ଲେଖିପାରିଲେ ଜଣାଇବାକୁ କହିଲି ।

C4H10 ଓ C5,H12 ଏହାପର ଦୁଇଟି ସଦସ୍ୟ ହେବ ବୋଲି କହିଲେ ଏବଂ ଏଥୁପାଇଁ ପ୍ରତ୍ୟେକ ଥର ସେମାନଙ୍କୁ ଗୋଟିଏ କାର୍ବନ ଓ ଦୁଇଟି ଉଦଜାନ ପରମାଣୁ ଯୋଡିବାକୁ ପଡିଲା ।

ତା’ପରେ ଯଦି ଅଣୁଟିରେ ୧୦ଟି କାର୍ବନ ଗୁହେ, ତା' ହେଲେ ଉତ୍ତର କ'ଣ ହେବ ଏବଂ ତାହା କିପରି ହେଲା ବୁଝାଇବାକୁ କହିଲି । ଯେ ପର୍ଯ୍ୟନ୍ତ ମୁଁ କାହାରିକୁ ଉତ୍ତର ଦେବା ପାଇଁ କହି ନାହିଁ ସେ ପର୍ଯ୍ୟନ୍ତ ସେମାନଙ୍କୁ ଦୁଇ ଦୁଇ ଜଣ ହୋଇ ଆଲୋଚନା କରିବା ପାଇଁ କହିଲି ।

ରବି କହିଲା ଯେ, ଉତ୍ତରଟି CH10 H22 ହେବା ଉଚିତ ଏବଂ ଅନ୍ୟ ଜଣେ ଶିକ୍ଷାର୍ଥୀ କହିଲା ଯେ ଯେତୋଟି କାର୍ବନ ନେବା ସେହି ଅଣୁଟର ଆବଶ୍ୟକୀୟ ଉଦଜାନ ସଂଖ୍ୟା ପାଇବା ପାଇ, କାବନ ସଂଖ୍ୟାରେ ଦୁଇ ଗୁଣ ଦୁଇ ମଶାଇବା ମୁ ସେଇ ଯାଗାରେ C.H. 66.36 ଏବଂ କହିଲି ଏହା ହେଉଛି। ଆଲକୋନ' ଶ୍ରେଣୀର ସାଧାରଣ ସଂକେତ । ଏହି ପ୍ରକାରର ଗୋଟିଏ ଶ୍ରେଣୀକୁ

ହୋମୋଲ ଗସ୍ ଶ୍ରେଣୀ କୁହାଯାଏ । ସେମାନେ ଯାହା ଆଲୋଚନା କଲେ ସେହି ଶ୍ରେଣୀର ଆଣବିକ ସଂରଚନା ଚିତ୍ର ସହ

ଶିକ୍ଷାର୍ଥୀମାନେ ସଂପର୍କିତ କରନ୍ତୁ ବୋଲି ମୁଁ ଚାହିଁଲି । କାରଣ ସେମାନେ ପ୍ରତି ଅଣୁର ସଂରଚନା ଉପସ୍ଥାପନାର ଦୁଇଟି ଯାକ ବାଟ ଜାଣିବା ଆବଶ୍ୟକ ।

CH4 ଏବଂ C2H6 ଅଣୁ ଦୁଇଟିର ସଂରଚନା ଚିତ୍ର ସେମାନଙ୍କୁ ଲେଖୁ ଦେଖାଇଲି ଏବଂ ସମସ୍ତଙ୍କୁ C4 H10 ଓ C5H12 ଅଣୁ ଦୁଇଟିର ସଂରଚନା ଚିତ୍ର ଆଙ୍କିବା ପାଇଁ କହିଲି । ଯେହେତୁ ସେମାନେ ହୋମୋଲଗସ୍ ଶ୍ରେଣୀର ନିୟମଗୁଡିକ ବୁଝି ସାରିଥୁଲେ, ପ୍ରତ୍ୟେକ

ଶିକ୍ଷାର୍ଥୀ ସେହି କାର୍ଯ୍ୟଟିକୁ ସହଜରେ କରିଦେଲେ ।

ମୁଁ ପ୍ରସ୍ତାବ ଦେଲି ଯେ, ଯେତେବେଳେ ସେମାନେ ଇଣ୍ଟରନେଟ ଦେଖୁବାର ସୁଯୋଗ ପାଇବେ । ସେମାନେ କାର୍ବନ ଯୌଗିକ ଗୁଡ଼ିକର ପ୍ରତିରୂପ ଦେଖୁବେ । ଏହା ଦେଖୁଲେ, ଅଲଗା ଅଲଗା ଉପାୟରେ ସେଗୁଡିକୁ କିପରି ଉପସ୍ଥାପନା କରାଯାଏ ତାହା ସେମାନେ ଜାଣିପାରିବେ ।

ଶିକ୍ଷଣକାର୍ଯ୍ୟ 2 : ସକ୍ରିୟ ଗ୍ରୁପ୍ ସହିତ ମଡ଼େଲକୁ ପ୍ରସାରଣ କରିବା

ଏହି ଶିକ୍ଷଣକାର୍ଯ୍ୟଟି ଆପଣଙ୍କୁ ପାଠ ଯୋଜନା ତିଆରି ଏବଂ ଶ୍ରେଣୀ କକ୍ଷରେ ପଚାଇବା ପାଇଁ ସାହାଯ୍ୟ କରିବ ।

ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକର ସାରଣୀ 4.4 ରେ ଦିଆଯାଇଥୁବା ସକ୍ରିୟ ଗୁପଗୁଡ଼ିକର ତାଲିକାକୁ ଲକ୍ଷ୍ୟ କର । ଏହି ସାରଣୀରେ ଗୋଟିଏ ପ୍ରୋପେନ୍, ଅଣୁରେ ଏକ ବା ଏକାଧୁକ ଉଦଜାନ ପରମାଣୁକୁ ସକ୍ରିୟ ଗୁପ୍ ଦ୍ଵାରା ବଦଳାଇଲେ କ'ଣ ହେବ   ଦର୍ଶାଯାଇଛି ।

1. ଯଦି ଆଲକୋନର ହୋମୋଲଗସ୍ ଶ୍ରେଣୀ ପଢାଇବା ପାଇଁ ଆପଣ ପରିସ୍ଥିତି ଅନୁଧ୍ୟାନ-1)ର ପନ୍ଥା ବ୍ୟବହାର କରନ୍ତି, ତେବେ, ଆପଣ ସଂରଚନା ଚିତ୍ର ବ୍ୟବହାର କରିବା ବେଳେ କେଉଁ ସବୁ ବିଶେଷ ଗୁଣ ପ୍ରତି ଧ୍ୟାନ ଦେବେ ? ଶିକ୍ଷାର୍ଥୀମାନଙ୍କର ଏହି ଶ୍ରେଣୀ ସମ୍ବନ୍ଧରେ ଠିକ୍ ମାନସିକ ମଡ଼େଲ ଅଛି ବୋଲି କିପରି ଜାଣିବେ ?

2. ସାରଣୀର ପ୍ରୋପେନ୍, ଅଣୁର ସଂରଚନାକୁ ପ୍ରଥମ ଉଦାହରଣ ରୂପ ନେଇ ଅନ୍ୟାନ୍ୟ ଅଣୁର ସଂରଚନାରେ ପରିବର୍ଭନ କରିବା କାହିଁକି ସାହାଯ୍ୟକାରୀ ହୋଇଥାଏ ?

3. ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ସକ୍ରିୟ ଗୁପର ହୋମୋଲଗସ୍ ଶ୍ରେଣୀ ସହିତ ପରିଚିତ କରିବା ପାଇଁ ଅନ୍ୟ ଏକ ଉପାୟରେ ସେମାନଙ୍କୁ ସାହାଯ୍ୟ କରାଯାଇପାରିବ । ସେମାନଙ୍କୁ ଗୋଟିଏ ପର୍ଯ୍ୟାକେଟ୍ କାର୍ଡ଼ ଦିଆଯିବ । ପ୍ରତି କାର୍ଡ଼ରେ ଅଲଗା ଅଲଗା ଆଣବିକ ସଂରଚନା ଲେଖା ହୋଇଥୁବ । ଖୁବ୍ କମ୍ ସମୟରେ ବିଭିନ୍ନ ହୋମୋଲ ଗସ୍ ଶ୍ରେଣୀର ସଦସ୍ୟମାନଙ୍କୁ ଅଲଗା କରିବା ପାଇଁ ନିର୍ଦେଶ ଦିଆଯିବ । ଯଦି ଆପଣ ଆଲକୋହଲ, ଆଲ ଡିହାଇଡ୍, କିଟୋନ୍ ଏବଂ କାରବୋକ୍ସିଲିକ୍ ଏସିଡକୁ ଚିହ୍ନଟ କରିବା ଉପରେ କାମ କରିବାକୁ ଚାହୁଁଛନ୍ତି, ଆପଣ ବିଭିନ୍ନ ଲମ୍ବର ଅବା ଶୃଙ୍ଖଳ ସକ୍ରିୟ ଗୁପର ସଦସ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତୁ । ପାର୍ଥକ୍ୟ ଦର୍ଶାଇବା ପାଇଁ ଆପଣ ଶିକ୍ଷାର୍ଥୀମାନଙ୍କ ଠାରୁ କେଉଁ ପ୍ରକାର ମାନସିକ ମଡେଲ ଆଶା କରୁଛନ୍ତି ?

  • କାର୍ବୋକସିଲିକ ଏସିଡ୍ ଠାରୁ ଆଲକୋହଲ ?
  • କିଟୋନ ଠାରୁ ଆଲଡିହାଇଡ୍ ?
  • କାର୍ବୋକ୍‌ସିଲିକ୍ ଏସିଡ୍ ଠାରୁ ଆଲଡିହାଇଡ୍ ? ଅଧ୍ବକ ସୂଚନା ପାଇଁ ସମ୍ବଳ-1 ର ‘ପାଠ ଯୋଜନା' ପଢନ୍ତୁ ।

ବୁଝିବାରେ ସାହାଯ୍ୟ କରିବା ପାଇଁ ଅନ୍ୟାନ୍ୟ ମଡ଼େଲ ଗୁଡିକ ପାଖକୁ ଫେରିବା

କାର୍ବନ ଏବଂ ଏହାର ଯୌଗିକ ଗୁଡ଼ିକ ବିଷୟ ପଢିବା ପାଇଁ ଆପଣଙ୍କ ଶିକ୍ଷାର୍ଥୀମାନେ ଅଣୁର ତଥ୍ୟଗୁଡ଼ିକ ବିଭିନ୍ନ ଉପାୟରେ ଉପସ୍ଥାପନା କରନ୍ତି । ତା ମଧ୍ୟରୁ ବାରମ୍ବାର ବ୍ୟବହାର କରୁଥୁବା ମଡ଼େଲଟି ହେଲା ଇଲେକ୍ର୍ଟନ ଡଟ୍ ସଂରଚନା ଯେଉଁଥୁରେ କାର୍ବନରେ ଥୁବା ଚାରିଟି ଯୋଜ୍ୟତା ଇଲେକୁନ୍ ବ୍ୟବହୃତ ହୁଏ । ସଂରଚନା ଚିତ୍ର ଦ୍ଵାରା 'କେଉଁଠି ବନ୍ଧ ଗୁଡ଼ିକ ଅଛି' ବିଷୟରେ ସମାନ ତଥ୍ୟ ଦେବା ପାଇଁ ଅନ୍ୟ ଏକ ଉପାୟ । ଯେତେବେଳେ ଗୋଟିଏ ନୂଆ ଯୌଗିକ ବା ପ୍ରତିକ୍ରିୟା ସମ୍ବନ୍ଧରେ ପଢ଼ାଯାଏ, ଶିକ୍ଷାର୍ଥୀମାନେ ତାହା ବୁଝିବା ପାଇଁ ନିକଟ ଅତିତରେ ପଢାଯାଇଥୁବା ଧାରଣାକୁ ମନେ ପକାଇବାକୁ ଗୋଟିଏ ବା ଦୁଇଟି ଆଣବିକ ସଂରଚନା ପାଖକୁ ଫେରନ୍ତି ଓ ନିର୍ଦ୍ଦିଷ୍ଟ ପ୍ରତ୍ୟୟର ନୂଆ ବୋଧବିମାତା ତିଆରି କରନ୍ତି । ଅଧୁକାଂଶ ସମୟରେ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ବା ଦୁଇଟି ଯାକ ଦ୍ଵି-ମାତ୍ରିକ ସଂରଚନା ଆପଣେଇବା ପନ୍ଥା ପର୍ଯ୍ୟାପ୍ତ, କିନ୍ତୁ ବେଳେ ବେଳେ ଭୌତିକ ମଡ଼େଲ ବ୍ୟବହାର କରି ଅଣୁର ତ୍ରି-ମାତ୍ରିକ ପ୍ରକୃତିକୁ ମନେ ପକେଇ ଦେବା ଉପାଦେଯ, ଜୋହାଇଥାଏ

ଯେତେବେଳେ ସାବୁନ୍ ଏବଂ ଲୁଗା ସଫା ପାଉଡର ସମ୍ବନ୍ଧରେ ପଢାଯାଏ, ଶିକ୍ଷାର୍ଥୀମାନେ ସେଠାରେ ଅଣୁର ଅଙ୍କାବଙ୍କା (ଜିଗ୍ ଜାଗ) ସଂରଚନା ଦେଖୁ ବିଚଳିତ ହୋଇଥାଆନ୍ତି । ଏଥୁରେ ଜିଗଜାଗ୍ ରେଖାଖଣ୍ଡ ମିସେଲକୁ ଉପସ୍ଥାପନା କରେ ଏବଂ ଏହାର ଗୋଟିଏ

ପାଖରେ Na+, ଥାଏ । କାହିଁକି ଏହି ଅଙ୍କାବଙ୍କା ରେଖାଖଣ୍ଡ ଦିଆଯାଇଥାଏ ? କାରଣ ଏହା ଏକ ବୈଜ୍ଞାନିକ ପ୍ରଥା । କିନ୍ତୁ କାହିଁକି ଏପରି ବୈଜ୍ଞାନିକ ପ୍ରଥା ? କାରଣ ଆମେ ଯେବେ ଆଲ୍‌କେନର ଭୌତିକ ମଡ଼େଲ ବ୍ୟବହାର କରୁ ଏବଂ ଯେତେବେଳେ ଅଣୁରେ କାର୍ବନର ସଂଖ୍ୟା ବଢି ବଢି ଯାଏ, ଯୌଗିକଟିରେ ଅବା କାର୍ବନ ମେରୁଦଣ୍ଡ ସିଧା ଦେଖା ନ ଯାଇ ଅଙ୍କାବଙ୍କା ଦେଖାଯାଏ ।

ଭୌତିକ ମଡ଼େଲ ଗୁଡିକ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କୁ ମନେ ପକାଇ ଦିଆଯାଇପାରେ ଯେ ବହିରେ ଦିଆଯାଇଥୁବା ଚିତ୍ରଗୁଡିକ ଯୌଗିକଟିର ଅଛି କିଛି ଗୁଣଗୁଡ଼ିକୁ ଉପସ୍ଥାପନା କରନ୍ତି । କିନ୍ତୁ ଏଗୁଡ଼ିକ ଭୁଲ ଧାରଣା ମଧ୍ୟ ଜନ୍ମାଇ ପାରେ । C4H10 ର ଶାଖାଯୁକ୍ତ ଆଣବିକ ସଂରଚନା ଚିତ୍ର (ଚିତ୍ର 4.8) ଏବଂ ତାହା ସହ ସଂଶ୍ଳିଷ୍ଟ କାର୍ବନ ଛାଞ୍ଚ (ଚିତ୍ର 4.7) ଜଣାଉଛି ଯେ ଦୁଇଟି କାର୍ବନ ପରମାଣୁ ପାଖାପାଖି ଅଛନ୍ତି । କିନ୍ତୁ ଭୌତିକ ମଡ଼େଲ ଗୁଡିକ ଦେଖାଉଛନ୍ତି ଯେ କାର୍ବନ ଛାଞ୍ଚଟି ଏକାଧୁକ ଅକ୍ଷରେ ଘୁର୍ଣ୍ଣୟ ସାମ୍ୟ ଅବା ଗୋଟିଏ ଟେଟ୍ରାହେଡ୍ରାଲ ରୂପରେ ଅଛି ।

ବେଳେବେଳେ ଗୋଟିଏ ପ୍ରତିକ୍ରିୟାରେ କ'ଣ ହେଉଛି ବୁଝିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପନ୍ଥାର ସମାହାର ସାହାଯ୍ୟ କରେ । ଉଦାହରଣ ସ୍ବରୂପ ଶିକ୍ଷାର୍ଥୀମାନେ ଗୋଟିଏ ପ୍ରତିକ୍ରିୟା । ଇଥାନୋଇକ ଏସିଡ୍, ଆଲକହଲ ସହ ମିଶିଲେ । ଏଥୁରୁ ଇଷ୍ଟର ଏବଂ ଜଳ ତିଆରି ହୋଇଛି ବୋଲି ଶିକ୍ଷା କରନ୍ତି । ଶିକ୍ଷାର୍ଥୀଙ୍କ ସହ ଏହା ପରୀକ୍ଷା କରିବା ପାଇଁ ଆପଣଙ୍କ ପାଖରେ ଅନେକ ଉପାୟ ଅଛି ।

• ସିଦ୍ଧାନ୍ତୀକରଣ ଏବଂ ଅନୁମାନ । ଏହା ଏକ ଇଷ୍ଟରୀକରଣ ପ୍ରତିକ୍ରିୟାର ଉଦାହରଣ । ଯେହେତୁ ଇଥାନୋଇକ ଏସିଡ, କାର୍ବୋକ-ସିଲିକ୍ ଏସିଡ୍ ହୋମୋଲୋଗସ୍ ଶ୍ରେଣୀର ଗୋଟିଏ ସଦସ୍ୟ, ସାରଣୀ-1 ଅନୁସାରେ ଏହି ପ୍ରତିକ୍ରିୟା ସର୍ବଦା ଏଷ୍ଟର ଏବଂ ଜଳ ତିଆରି କରିବ ।

ସାରଣୀ – 1 ପ୍ରତିକାରକ ଏବଂ ଉତ୍ପାଦ

ପ୍ରତିକାରକ

ଉତ୍ପାଦ

CH3COOH           +             CH3CH20H

(ଇଥାନୋଇକ୍ ଏସିଡ)                    ( ଇଥାନଲ୍)

CH3 COOCH2CH3 +            H2O

(ଇଷ୍ଟର)                                                 (ଜଳ)

CH3CH2COOH      +          CH3CH2OH

(ପ୍ରପାନୋଇନ୍ ଏସିଡ)                    (ଇଥାଲଲ୍)

CH3CH2COOCH2CH3 +         H20

(ଏଷ୍ଟର)                                                 (ଜଳ)

  • ଆଣବିକ ସଂରଚନାର ଚିତ୍ର ବ୍ୟବହାର କରି ପ୍ରତିକ୍ରିୟାକୁ ପରୀକ୍ଷା କରିବା ।

‘ଆଣବିକ ସଂରଚନା କ’ଣ' ତାହା ସ୍ପଷ୍ଟ କରିବାରେ ଏହି ପନ୍ଥା ସାହାଯ୍ୟ କରିପାରିବ ।

  • ସକ୍ରିୟ ଗୁପ୍ ଉପରେ ନଜର କେନ୍ଦ୍ରିତ କଲେ ଦେଖାଯିବ ଯେ-ଆଲକହଲର ଅମ୍ଳଜାନ ପରମାଣୁ କାର୍ବସିଲିକ୍ ଏସିଡର କାର୍ବନ ପରମାଣୁ ସହ ଯୋଡ଼ି ହୁଏ । (ଚିତ୍ର ୭)

ଚିତ୍ର 7 ଆଲକୋହଲର ଅମ୍ଳଜାନ, କାରବୋକସିଲିକ୍ ଏସିଡୁର କାର୍ବନ ସହ ଯୋଡ଼ି ହୁଏ ।

ଏହା ଅଧୁକ ଅମୂର୍ତ୍ତି ପନ୍ଥା । କିନ୍ତୁ ପ୍ରତିକ୍ରିୟା କେଉଁଠାରେ ହେଉଛି ଏବଂ ଅଣୁର ଅନ୍ୟ ଅଂଶ ଅପରିବର୍ଭନୀୟ ହୋଇ ରହୁଛି ଠିକ୍ ଭାବରେ ଦେଖାଇ ଦେଉଛି ।

  • ପ୍ରତିକାରକମାନଙ୍କର ଭୌତିକ ମଡେଲ ବ୍ୟବହାର କରି ଦେଖାଇ ଦିଆଯାଇପାରିବ ଯେ-ଅଣୁଗୁଡ଼ିକ ମିଶି ନୂଆ ଉତ୍ପାଦଅଣୁ ପ୍ରସ୍ତୁତ କରନ୍ତି । ଏଠାରେ ଏହା ସ୍ପଷ୍ଟ ହେଲା ଯେ ଉଦଜାନ ପରମାଣୁ ଆଲକହଲ ସକ୍ରିୟ ଗୁପରୁ ବାହାରିଯାଏ ଏବଂ କାର୍ବୋକ୍ସିଲକ୍ ଏସିଡ୍ର-OH ଗୁପ୍ ସହ ମିଶି ଜଳ ତିଆରି କରେ । କିଛି ଶିକ୍ଷାର୍ଥୀ ମଡ଼େଲ ସାହାଯ୍ୟରେ ପ୍ରତିକ୍ରିୟା ହେବା ଦେଖୁ ବା ଦ୍ଵାରା ସେମାନଙ୍କ ପାଇଁ ପ୍ରତିକ୍ରିୟାଟି ମନେରଖୁବା ସହଜ ହେବ ।

ପ୍ରତ୍ୟେକ ବର୍ଣ୍ଣିତ ମଡ଼େଲ ସମାନ କାର୍ଯ୍ୟକୁ ଅଲଗା ଅଲଗା ଭାବରେ ଦେଖୁବାର ସୁଯୋଗ ଦେଉଛି ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ ଶ୍ରେଣୀରେ ଇଷ୍ଟରୀକରଣର କେଉଁ ମଡ଼େଲ ବ୍ୟବହାର କରିବେ ଓ କାହିଁକି ?
  • ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ପ୍ରତ୍ୟେୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଆପଣ କେଉଁ ସବୁ ପ୍ରଶ୍ନର ବ୍ୟବହାର କରିବେ ?

ଶିକ୍ଷଣକାର୍ଯ୍ୟ 3 : କାର୍ବନ ପୌଗିକ ଗୁଡିକର ରାସାୟନିକ ଧର୍ମ ଶିକ୍ଷାଦାନ

ଏହି ଶିକ୍ଷଣକାର୍ଯ୍ୟଟି ଆପଣଙ୍କୁ ଯୋଜନା କରିବାରେ ଏବଂ ଶ୍ରେଣୀରେ କାର୍ବନ ଯୌଗିକ ଗୁଡ଼ିକର ରାସାୟନିକ ଧର୍ମ ପଢାଇବାରେ ସାହାଯ୍ୟ କରିବ । ଯଦି ଜଣେ ସହକର୍ମାଙ୍କ ସହ ଆଲୋଚନା କରି ଏହି କାର୍ଯ୍ୟଟି କରିବେ । ତେବେ ତାହା ଅଧୁକ ଉପଯୋଗୀ ହୋଇପାରେ ।

  • ପ୍ରସଙ୍ଗରେ ଅବା ଶିକ୍ଷାର୍ଥୀଙ୍କୁ କଷ୍ଟ ଲାଗୁଥବା କୌଣସି ଅଂଶକୁ ନିର୍ଣ୍ଣୟ କରନ୍ତୁ ।
  • ଏହି ଅଂଶରୁ କେଉଁ ମୂଳ ପ୍ରତ୍ୟେୟଗୁଡ଼ିକ ଶିକ୍ଷାର୍ଥୀମାନେ ମନେ ରଖନ୍ତୁ ବୋଲି ଆପଣ ଚାହାନ୍ତି ?
  • ଏହା ବୁଝିବା ପାଇଁ ଶିକ୍ଷାର୍ଥୀମାନେ କେଉଁ ମାନସିକ ମଡ଼େଲ ବା ପ୍ରତ୍ୟେୟ ମନ ମଧ୍ୟରେ ଆଙ୍କିବା ଉଚିତ ? ଏଗୁଡିକ ମଧ୍ୟରୁ କେଉଁଟି ଶିକ୍ଷାର୍ଥୀମାନେ ଆଗରୁ ଦେଖୁଛନ୍ତି ବା ବ୍ୟବହାର କରିଛନ୍ତି ?
  • ଅନ୍ୟ କୌଣସି ମାନସିକ ମଡ଼େଲ ସମ୍ବନ୍ଧରେ ସେମାନଙ୍କୁ ଆପଣ ଶିଖାଇବାକୁ ଚାହାନ୍ତି କି ?
  • ଆପଣ ଏହାକୁ ଶିକ୍ଷାର୍ଥୀମାନଙ୍କ ପାଖରେ କିପରି ଉପସ୍ଥାପନ କରିବେ ?
  • ଆପଣ କେଉଁଟିକୁ ବ୍ୟବହାର କରିବେ ? ଇଲେକଟ୍ରନ ଡଟ୍ ମଡ଼େଲ ନା ଆଣବିକ ସଂରଚନାର ମଡ଼େଲ ନା ଭୌତିକ ମଡ଼େଲ ?
  • ଆପଣ ଶିକ୍ଷାର୍ଥୀମାନଙ୍କର ଧ୍ୟାନକୁ ଓ ମନକୁ ପ୍ରଧାନ ବିଷୟଗୁଡ଼ିକ ଆଡ଼କୁ ନେବା ପାଇଁ କେଉଁ ପ୍ରଶ୍ନ ପଶ୍ଚରିବେ ?
  • ଆପଣ କିପରି ପାଠରେ ଶିକ୍ଷାର୍ଥୀମାନଙ୍କର ଅଂଶଗ୍ରହଣକୁ ବୃଦ୍ଧି କରିପାରିବେ ?
  • ଆପଣ ଶିକ୍ଷାର୍ଥୀମାନଙ୍କୁ କଳାପଟାରେ ଚିତ୍ର ଆଙ୍କିବା ପାଇଁ କହିପାରିବେ କି ?
  • ଆପଣ ଶିକ୍ଷାର୍ଥୀମାନଙ୍କୁ ପ୍ରତିକ୍ରିୟାଟି ବୁଝାଇବା ପାଇଁ କହିପାରିବେ କି ?
  • ଆପଣ ଶିକ୍ଷାର୍ଥୀମାନଙ୍କୁ ଏହି ପ୍ରସଙ୍ଗରେ ପରସ୍ପରର ପ୍ରଶ୍ନର ଉତ୍ତର ଦେବା ପାଇଁ କହିପାରିବେ କି ?

ସାରାଂଶ

ଏହି ଏକକରୁ ଆପଣ କାର୍ବନ ଯୌଗିକର ପାଠକୁ କଷ୍ଟସାଧ୍ୟ କରୁଥୁବା କେତେକ ବିଷୟ ଜାଣିଲେ ଏବଂ କିପରି ବିଭିନ୍ନ ପନ୍ଥା ଅନୁସରଣ କରି ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସଠିକ୍ ମାନସିକ ମଡେଲ ତିଆରି କରିବା ପାଇଁ କିପରି ସାହାଯ୍ୟ କରିବେ, ତାହା ମଧ୍ୟ ଜାଣିଲେ ।

ଯେଉଁ ବିଷୟ ଆପଣ ପଢାନ୍ତୁ ନା କାହିଁକି, ଆପଣ ବିଭିନ୍ନ ପନ୍ଥା ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କର ଉପଯୁକ୍ତ ମାନସିକ ମଡ଼େଲ ଗଠନ କରିବାରେ ସାହାଯ୍ୟ କରିବା ହେଉଛି ଗୁରୁତ୍ଵପୂର୍ଣ୍ଣ । ଏହି ଏକକଟି ଏପରି କିଛି ପନ୍ଥାଗୁଡିକର ଛୋଟ ପରିସର ଉପରେ କେନ୍ଦ୍ରିତ ହୋଇଛି । ଏସବୁର ମୁଖ୍ୟ କଥା ହେଲା ଯେ ପ୍ରଶ୍ନଗୁଡ଼ିକର ଏପରି ବ୍ୟବହାର କରାଯିବ ଯେପରି ଶିକ୍ଷାର୍ଥୀମାନେ ବ୍ୟବହାର କରୁଥୁବା ମଡ଼େଲର ବୈଶିଷ୍ଟ ଏବଂ ଏହାର ଅକ୍ଷମତା ସମ୍ବନ୍ଧରେ ଜାଣିପାରିବେ । ଏହା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଯେ ଶିକ୍ଷଣ ପ୍ରକ୍ରିୟାକୁ ସଂଗଠନ ଓ ପୁନର୍ବଳନ କରିବା ପାଇଁ ଏହି ମଡ଼େଲଗୁଡ଼ିକ ବ୍ୟବହାର କରାଯାଇପାରିବ । ଗୋଟିଏ ପ୍ରସଙ୍ଗର ଅନେକଗୁଡ଼ିକ ଧାରଣା ଏକ ସମୟରେ ଦେବାକୁ ଚେଷ୍ଟା କରନ୍ତୁ ନାହିଁ । ସମ୍ବଳ

ପାO ଯୋଜନା

ଯୋଜନା ଏବଂ ପ୍ରସ୍ତୁତି କାହିଁକି ଗୁରୁତ୍ଵପୂର୍ଖ

ଭଲ ପାଠଗୁଡ଼ିକୁ ଯୋଜନା କରିବାକୁ ହେବ । ଯୋଜନା କରିବା ଦ୍ଵାରା ବିଷୟଟିକୁ ଠିକ୍ ଭାବରେ ଏବଂ ଠିକ୍ ସମୟରେ ଶେଷ କରିବା ପାଇଁ ସାହାଯ୍ୟ କରିବି ଏହା ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଏବଂ କୌତୁହଳୀ କରିବ ।

ଯୋଜନାରେ ଅନ୍ତିନିହିତ ନମନୀୟତା ରହିଲେ ଶିକ୍ଷକମାନେ ଶିକ୍ଷାଦାନ ସମୟରେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଅନୁଯାୟୀ ଆବଶ୍ୟକ ପରିବର୍ଭନ କରିପାରିବେ ଯାହା ଫଳପ୍ରଦ ଯୋଜନାରେ ଅନ୍ତର୍ଭୁକ୍ତ । ଗୁଡାଏ ଯୋଜନା ଉପରେ କାମ କରିବା ପାଇଁ ହେଲେ ଶିକ୍ଷାର୍ଥୀମାନଙ୍କ ସମ୍ବନ୍ଧରେ ଏବଂ ସେମାନଙ୍କର ପୂର୍ବ ଶିକ୍ଷଣ ସମ୍ବନ୍ଧରେ ଜାଣିବା ଉଚିତ । ଏହାର ଅର୍ଥ ହେଉଛି ପାଠ୍ୟକ୍ରମରେ ଆଗେଇବା ଏବଂ ଯାହା କିଛି ଉତ୍ତମ ସମ୍ବଳ ଓ ଶିକ୍ଷଣକାର୍ଯ୍ୟ ଅଛି ତାହା ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ ବିନିଯୋଗ କରିବା ।

ଯୋଜନା ଗୋଟିଏ ନିରନ୍ତର ପ୍ରକ୍ରିୟା ଯାହା ଆପଣଙ୍କୁ ଗୋଟିଏ ପାଠ ବା ଅନେକଗୁଡିଏ ପାଠର ପ୍ରସ୍ତୁତି ପାଇଁ ସାହାଯ୍ୟ କରେ ଏବଂ ପ୍ରତ୍ୟେକ ପାଠ ପୂର୍ବ ପାଠ ଆଧାରରେ ସଂଗଠିତ ହୁଏ । ଯୋଜନାର ସୋପାନଗୁଡ଼ିକ ହେଲା:

  • ଶିକ୍ଷାର୍ଥୀମାନଙ୍କର ଅଗ୍ରଗତି ନିମନ୍ତେ ସେମାନଙ୍କ ଆବଶ୍ୟକତା ସମ୍ବନ୍ଧରେ ଅବଗତ ହେବା
  • ଶିକ୍ଷାଥୀମାନେ ବୁଝିପାରିବା ପରି ପାଠପଢ଼ାଇବା ପାଇଁ ନିଷ୍ପଭି ନେବା ଏବଂ ଯାହା ଫଳାଫଳ ମିଳିଲା ତାର ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ ନମନୀୟତା ବଜାୟ ରଖୁବା
  • ପାଠଟି କେତେ ଭଲ ପଢାଗଲା ଏବଂ ଶିକ୍ଷାର୍ଥୀମାନେ କଣ ଶିଖୁଲେ, ଯାହାକୁ ଭବିଷ୍ୟତ ପାଠ ଯୋଜନାରେ ବ୍ୟବହାର

କରାଯାଇପାରିବ, ସେ ବିଷୟରେ ନିଜର ପକାଇବା

ଏକ ପର୍ଯ୍ୟାୟଭୁକ୍ତ ପାଠଗୁଡ଼ିକର ଯୋଜନା କରିବା

ଆପଣ ଯେତେବେଳେ କୌଣସି ପାଠ୍ୟକ୍ରମକୁ ଅନୁସରଣ କରୁଛନ୍ତି, ସେଥୁରେ ଯୋଜନାର ପ୍ରଥମ କାମ ହେଲା ଯେ, କେତେ ଭଲ ଭାବରେ ପାଠ୍ୟକ୍ରମର ବିଷୟ ଏବଂ ପ୍ରସଙ୍ଗକୁ ଛୋଟ ଛୋଟ ଖଣ୍ଡରେ ଭାଗ ଭାଗ କରୁଛନ୍ତି । ଶିକ୍ଷାର୍ଥୀମାନଙ୍କର କୌଶଳ ଏବଂ ଜ୍ଞାନର କ୍ରମାଗତ ବୃଦ୍ଧି ପାଇଁ ଆପଣଙ୍କୁ କେତେ ସମୟ ମିଳିବ ଏବଂ କେଉଁ ପନ୍ଥାରେ ଆପଣ ଶିକ୍ଷାର୍ଥୀମାନଙ୍କୁ ପଢାଇବେ । ସେ ବିଷୟ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି । ଆପଣଙ୍କର ଅନୁଭୂତି ଏବଂ ସହକର୍ମୀମାନଙ୍କ ସହ ଆଲୋଚନାରୁ ଜଣାପଡ଼ିବ ଯେ ଗୋଟିଏ ପ୍ରସଙ୍ଗ ପଢାଇବା ପାଇଁ ଅଧୁକ ସମୟ ଲାଗିପାରେ ଏବଂ ଅନ୍ୟ ଗୋଟିଏ ପଢାଇବା ପାଇଁ କମ୍ ସମୟ ଲାଗିପାରେ । ଆପଣ ଜାଣିଥାଇ ପାରନ୍ତି ଯେ ଭବିଷ୍ୟତରେ ଯେତେବେଳେ ଅନ୍ୟ ବିଷୟ ବସ୍ତୁଗୁଡିକ ପଢାଇବେ ବା ବିଷୟଟି ସଂପ୍ରସାରିତ କରିବେ ତେବେ ଆପଣଙ୍କୁ ବିଭିନ୍ନ ବାଟରେ ପୂର୍ବ ଶିକ୍ଷଣକୁ ଫେରିବାକୁ ପଢ଼ିପାରେ ।

ସମସ୍ତ ପାଠ ଯୋଜନାରେ ଆପଣଙ୍କୁ ଭଲଭାବେ ଜଣାଥୁବା ଦରକାର ଯେ:

  • ଶିକ୍ଷାର୍ଥୀମାନେ କ’ଣ ଶିଖୁବା ପାଇଁ ଆପଣ ଚାହାନ୍ତି ।
  • ଆପଣ କିପରି ସେଇ ପାଠଟିକୁ ଆରମ୍ଭ କରିବେ ।
  • ଶିକ୍ଷାର୍ଥୀମାନଙ୍କୁ କ'ଣ କ'ଣ କରିବାକୁ ହେବ ଏବଂ କାହିଁକି ?

ଆପଣ ଶିକ୍ଷଣ-ଶିକ୍ଷାଦାନକୁ ଏପରି ସକ୍ରିୟ ଏବଂ ଆଗ୍ରହ ପ୍ରଦ କରିବେ ଯେ ଶିକ୍ଷାର୍ଥୀମାନେ ସହଜ ଏବଂ ଅନୁସନ୍ଧିସୁ ଅନୁଭବ କରିବେ । ଏକ ପର୍ଯ୍ୟାୟଭୁକ୍ତ ପାଠଦାନ ନୂତନ କାର୍ଯ୍ୟ, ଆଗ୍ରହ ଓ ନମନୀୟତା ଉପରେ ପର୍ଯ୍ୟବେସିତ ହେବା ଦରକାର ଏବଂ ଶିକ୍ଷାର୍ଥୀ ସେଥୁରେ ଆଗ୍ରହୀ ହେବା ପାଇଁ ସେମାନଙ୍କୁ କ'ଣ କରିବାକୁ ହେବ, ଚିନ୍ତା କରନ୍ତୁ । ପାଠ ଆଗେଇବା ସହ ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତା ଜାଣିବା ପାଇଁ ଆପଣ ଯୋଜନା କରନ୍ତୁ । କେତେକ ପ୍ରସଙ୍ଗକୁ ବୁଝିବା ପାଇଁ ଅଧୁକ ସମୟ ବା କମ୍ ସମୟ ଆବଶ୍ୟକ ହୋଇପାରେ ତେଣୁ ସେ ସମ୍ବନ୍ଧରେ ନମନୀୟ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

ଗୋଟିଏ ପାଠ ନିର୍ଘଣ୍ଟ ପାଇଁ ଯୋଜନା

ଏକ ପର୍ଯ୍ୟାୟଭୁକ୍ତ ପାଠଗୁଡ଼ିକ ଯୋଜନା କରିସାରିବା ପରେ ଆପଣଙ୍କୁ ପ୍ରତ୍ୟେକ ପାଠ ପାଇଁ ଯୋଜନା କରିବାକୁ ହେବ, ଯାହା ସେହି ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ କରିଥୁବା ଅଗ୍ରଗତି ଉପରେ ପର୍ଯ୍ୟବେଶିତ ହେବ । ପାଠଟି ସରିଗଲା ପରେ ଶିକ୍ଷାର୍ଥୀମାନେ କ’ଣ ସବୁ ଶିଖୁଥୁବା ଦରକାର ଏବଂ କଣ ସବୁ କରିପାରୁ ଅବା ଦରକାର ଆପଣ ଜାଣିଛନ୍ତି, କିନ୍ତୁ ବେଳେବେଳେ ଆପଣଙ୍କୁ କିଛି ଅପ୍ରତ୍ଯାଶିତ ବିଷୟ ମନେପକାଇବାକୁ ପଡ଼େ ବା ପାଠଟିକୁ ଖୁବ୍ ଶୀଘ୍ର ସାରିବାକୁ ହୁଏ । ସେଥୁପାଇଁ ପ୍ରଥମରୁ ପାଠ ଯୋଜନା ହେବା ଦରକାର ଯେପରିକି ପ୍ରତ୍ୟେକ ଶିକ୍ଷାର୍ଥୀ ଅଗ୍ରଗତି କରିବେ ଏବଂ କୃତକାର୍ଯ୍ୟ ହେବା ପରି ଅନୁଭବ କରିବା ସହ ସମସ୍ତଙ୍କ ସଙ୍ଗେ ସାମିଲ ବୋଲି ମନେକରିବେ ।

ପାଠ ଯୋଜନା ସମୟରେ ଆପଣ ନିଶ୍ଚିତ ଥୁବା ଦରକାର ଯେ ଆପଣଙ୍କ ପାଖରେ ପ୍ରତ୍ୟେକ ଶିକ୍ଷଣକାର୍ଯ୍ୟ ଯେପରି କି ପରୀକ୍ଷଣ କାର୍ଯ୍ୟ ବା ଦଳଗତ ଶିକ୍ଷଣକାର୍ଯ୍ୟ ପାଇଁ, ଯଥେଷ୍ଟ ସମୟ ଏବଂ ସମ୍ବଳ ମହଜୁଦ ଅଛି । ଯଦି ଶ୍ରେଣୀରେ ବହୁତ ଶିକ୍ଷାର୍ଥୀ ଅଛନ୍ତି, ତେବେ ଆପଣଙ୍କୁ ବିଭିନ୍ନ ଦଳ ପାଇଁ ବିଭିନ୍ନ ପ୍ରଶ୍ନ ଓ ବିଭିନ୍ନ ଶିକ୍ଷଣକାର୍ଯ୍ୟ ଯୋଜନା କରିବା ଦରକାର ହୋଇପାରେ ।

ଯେତେବେଳେ ଆପଣ ନୂଆ ବିଷୟ ପଢାଉଛନ୍ତି ଦୃଢ଼ ବିଶ୍ଵାସୀ ହେବାକୁ ଆପଣଙ୍କୁ ଅଭ୍ୟାସ କରିବା ପାଇଁ ଏବଂ ଆପଣଙ୍କ ସହକର୍ମୀମାନଙ୍କ ସହ ଆଲୋଚନା କରିବା ପାଇଁ ସମୟ ଦରକାର ହୋଇ ପାରେ ।

ଆପଣଙ୍କ ପାଠ ଯୋଜନାକୁ ତିନୋଟି ଅଂଶରେ କରିବା ପାଇଁ ଚିନ୍ତା କରନ୍ତୁ । ଏହି ଅଂଶଗୁଡିକ ନିମ୍ନରେ ବର୍ଣ୍ଣନା କରାଗଲା ।

1 ଉପକ୍ରମ

ପ୍ରତ୍ୟେକ ପାଠର ଆରମ୍ଭରେ, ଶିକ୍ଷାର୍ଥୀମାନଙ୍କୁ ସେମାନେ କଣ ଶିଖୁବେ ଏବଂ କଣ କରିବେ, ସେ ବିଷୟରେ କୁହନ୍ତୁ, ଯେପରି ପ୍ରତ୍ୟେକ ଶିକ୍ଷାର୍ଥୀ ଜାଣିବେ ଯେ ସେମାନଙ୍କ ଠାରୁ କଣ ଆଶା କରାଯାଉଛି । ସେମାନେ ଯେଉଁ ବିଷୟରେ ଶିଖୁବେ, ସେମାନଙ୍କ ନିଜ ନିଜ ଭିତରେ ସେ ବିଷୟରେ କଣ ଜାଣିଛନ୍ତି ଆଲୋଚନା କରିବା ପାଇଁ ଅନୁମତି ଦେଇ ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାନ୍ତୁ ।

2 ପାଠର ମୁଖ୍ୟ ଅଂଶ

ଶିକ୍ଷାର୍ଥୀମାନେ ଯାହା ପୂର୍ବରୁ ଜାଣିଛନ୍ତି ସେହି ଅନୁସାରେ ବିଷୟବସ୍ତୁର ରୂପରେଖ ପ୍ରସ୍ତୁତ କରନ୍ତୁ । ଆପଣ ସ୍ଥାନୀୟ ସମ୍ବଳ, ନୂଆ ତଥ୍ୟ ବା ସକ୍ରିୟ ପଦ୍ଧତିଗୁଡ଼ିକ ଯଥା ଦଳଗତ କାର୍ଯ୍ୟ ବା ସମସ୍ୟା ସମାଧାନ କୌଶଳ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ବ୍ୟବହାର କରିବା ପାଇଁ ଅବା ସମ୍ବଳ ଏବଂ ଶ୍ରେଣୀର ସ୍ଥାନକୁ ବ୍ୟବହାର କରିବାର ଉପାୟ ଚିହ୍ନଟ କରନ୍ତୁ । ବିଭିନ୍ନ ପ୍ରକାରର ଶିକ୍ଷଣକାର୍ଯ୍ୟ, ସମ୍ବଳ ଓ ସମୟର ଉପଯୁକ୍ତ ବ୍ୟବହାର ପାଠ ଯୋଜନାର ମୁଖ୍ୟ ଅଂଶ । ଯଦି ଆପଣ ବିଭିନ୍ନ ପଦ୍ଧତି ଏବଂ ଶିକ୍ଷଣକାର୍ଯ୍ୟ ବ୍ୟବହାର କରିବେ, ଆପଣ ଅଧୁକ ସଂଖ୍ୟକ ଶିକ୍ଷାର୍ଥୀମାନଙ୍କର ନିକଟତର ହୋଇପାରିବେ, କାରଣ ସେମାନେ ବିଭିନ୍ନ ଉପାୟରେ ଶିଖନ୍ତି ।

3. ପାଠ ଶେଷରେ ଶିକ୍ଷଣକୁ ପରୀକ୍ଷା କରିବା

ପ୍ରତ୍ୟେକ ଦିନ ଶ୍ରେଣୀରେ ପାଠ ପଢାଉଥିବା ସମୟରେ ବା ପାଠ ସରିଗଲେ, ଶିକ୍ଷାର୍ଥୀମାନଙ୍କର କେତେ ପ୍ରଗତି ହୋଇଛି ଜାଣିବା ପାଇଁ ସମୟ ଦିଅନ୍ତୁ । ନିରୀକ୍ଷଣ ବା ଜାଣିବାର ଅର୍ଥ ସବୁବେଳେ ପରୀକ୍ଷା କରିବା ନୁହେଁ । ଶିକ୍ଷାର୍ଥୀମାନେ ଆଜି ଯାହା ଶିଖୁଛନ୍ତି, ସେ ସଂପର୍କରେ କମ୍ ସମୟରେ ଓ ତତକ୍ଷଣାତ୍ କିଛି ଯୋଜନାବଦ୍ଧ ପ୍ରଶ୍ନ ପଚରାଯାଇ ପାରେ ବା ସେମାନଙ୍କର ଉପସ୍ଥାପନାର ପର୍ଯ୍ୟବେକ୍ଷଣ ମଧ୍ୟ ହୋଇପାରେ । ଏହା ନମନୀୟ ହେବା ପାଇଁ ଆପଣ ଯୋଜନା କରିବା ଦରକାର କାରଣ ଆପଣ ଶିକ୍ଷାର୍ଥୀମାନଙ୍କର ଉତ୍ତରରୁ ଯାହା ଜାଣିଲେ, ସେହି ଅନୁସାରେ ଆପଣ ଶିକ୍ଷା ପଦ୍ଧତିରେ ପରିବର୍ତନ ଆଣିବେ ।

ପାଠକୁ ଶେଷ କରିବାର ଏକ ଉତ୍ତମ ବାଟ ହେଉଛି ପ୍ରଥମେ ନେଇଥୁବା ଉଦ୍ଦେଶ୍ୟଗୁଡ଼ିକ ପାଖକୁ ଫେରିବା ଏବଂ ଶିକ୍ଷାର୍ଥୀମାନେ ନିଜ ନିଜ ଭିତରେ କଥାବାର୍ଭା କରି ଆପଣଙ୍କୁ ସେ ପାଠରେ କ’ଣ ଶିଖୁଲେ ଓ କେତେ ଅଗ୍ରଗତି କଲେ ଜଣାଇବା ପାଇଁ ସମୟ ଦେବା । ଶିକ୍ଷାର୍ଥୀମାନଙ୍କ ଠାରୁ ଶୁଣିଲେ ଆପଣ ପରବର୍ତ୍ତୀ ଶ୍ରେଣୀରେ କ’ଣ ପଢାଇବା ପାଇଁ ଯୋଜନା କରିବେ ନିଶ୍ଚିତ ହୋଇଯିବେ ।

ପାଠଟିକୁ ସମୀକ୍ଷା କରିବା

ପ୍ରତ୍ୟେକ ପାଠକୁ ତର୍ଜମା କରନ୍ତୁ ଏବଂ ଆପଣ କ'ଣ କାର୍ଯ୍ୟକ୍ରମ କରିଥୁଲେ, ଶିକ୍ଷାର୍ଥୀମାନେ କ’ଣ ଶିଖୁଲେ, ଆପଣ କେଉଁ ସବୁ ସମ୍ବଳର ବ୍ୟବହାର କରିଥୁଲେ, ଆପଣ ପାଠ ଯୋଜନାଟିକୁ କେତେ ଭଲ ଭାବରେ ବ୍ୟବହାର କଲେ। ଏ ସବୁ ଲିପିବଦ୍ଧ କରନ୍ତୁ; ଯାହା ଫଳରେ ପରବର୍ତୀ ପାଠ ପାଇଁ ଯୋଜନାରେ ଆବଶ୍ୟକୀୟ ଉନ୍ନତି କରପାରିବେ । ଉଦାହରଣ ସ୍ବରୂପ ଆପଣ ନିଷ୍ପଭି ନେଇ ପାରନ୍ତି

  • ଶିକ୍ଷଣ କାର୍ଯ୍ୟଗୁଡିକ ଆଶିକ ପରିବର୍ତନ ବା ବଦଳାଇବା ପାଇଁ
  • ଗୁଡ଼ିଏ ମୁକ୍ତ ଉତ୍ତର ମୁଳକ ଏବଂ ନିର୍ଦ୍ଦିଷ୍ଟ ଉତ୍ତର ମୂଳକ ପ୍ରଶ୍ନ ତିଆରି କରିବା ପାଇଁ ।
    • ଯେଉଁମାନଙ୍କର ଅଧୁକ ସହାୟତା ଦରକାର ସେମାନଙ୍କୁ ସହାୟତା ଦେବାର ଯୋଜନା କରିବା ପାଇଁ ।

ଶିକ୍ଷାର୍ଥୀମାନଙ୍କ ଶିକ୍ଷଣରେ ସାହାଯ୍ୟ କରିବା ପାଇଁ ଆହୁରି କଣ ଭଲ ଯୋଜନା କରାଯାଇପାରିଥାନ୍ତା ବା କରାଯାଇପାରିବ ଚିନ୍ତା    କରନ୍ତୁ ।

ଆପଣ ଯେତେ ପ୍ରତି ପାଠ ଭିତରକୁ ଯିବେ, ପାଠ ଯୋଜନାଗୁଡ଼ିକ କଲାବେଳେ ପରିବର୍ତନ ଅବସମ୍ଭାବି କାରଣ ଆପଣ ସବୁକିଛି ପୂର୍ବାନୁମାନ କରି ପାରିବେ ନାହିଁ । ଭଲ ଯୋଜନା ଅର୍ଥ ହେଲା ଯେ ଆପଣ ଜାଣିପାରିବେ କି କି ଶିକ୍ଷଣ ହେବାକୁ ଯାଉଛି । ସେଥୁପାଇଁ ଶିକ୍ଷାର୍ଥୀଙ୍କ ପ୍ରକୃତ ଶିକ୍ଷଣ ବିଷୟରେ ଜାଣିବା ପାଇଁ ଆପଣ ନମନୀୟ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ରହିବେ ।

ଆଧାର

"www.tessindia.edu.in"

3.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top