ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଯୋଡିକାର୍ଯ୍ୟ : ଅଣୁ ଓ ପରମାଣୁ ଏବଂ ରାସାୟନିକ ପ୍ରତିକ୍ରିୟା ସମୂହ
ସେଆର କରନ୍ତୁ

ଯୋଡିକାର୍ଯ୍ୟ : ଅଣୁ ଓ ପରମାଣୁ ଏବଂ ରାସାୟନିକ ପ୍ରତିକ୍ରିୟା ସମୂହ

ଏହି କୌଶଳଟି ଯୋଡ଼ି କାର୍ଯ୍ୟ ଅଟେ ଓ ଅଣୁ ଓ ପରମାଣୁ ଏବଂ ରାସାୟନିକ ପ୍ରତିକ୍ରିୟାକୁ ବୁଝାଇବା ପାଇଁ ଏହା ବ୍ୟବହାର କରାଯାଇଛି ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଗୋଟସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥବା ପ୍ରାରସିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲଛି କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦ୍ରିତ କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତ ରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତ ରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିସ୍ଫଳିତ |

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ" ଶିକ୍ଷା ତତ୍ତ୍ବ ଆଧାରିତ | ଏଥରେ ଥବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିର୍ମିତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ଟେସ୍ ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)  ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରି ପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ |

ଓଡ଼ିଆ ସଂକଳନ, 1.0 ପ୍ରାରସ୍ଥିକ ଗଣିତ 13 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା Odisha

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳାଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଏହି ଏକକଟି ଏକ ସରଳ ଶିକ୍ଷଣ କୌଶଳ ଯାହା ଶିକ୍ଷାର୍ଥୀମାନଙ୍କୁ ବିଜ୍ଞାନ ବିଷୟରେ କଥା ହେବା ପାଇଁ ଉତ୍ସାହିତ କରିବ । ଏହାକୁ ନବମ ବା ଦଶମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ପାଇଁ ଆପଣ ବ୍ୟବହାର କରିପାରିବେ । ଏହି କୌଶଳଟି ଯୋଡ଼ି କାର୍ଯ୍ୟ ଅଟେ ଓ ଅଣୁ ଓ ପରମାଣୁ ଏବଂ ରାସାୟନିକ ପ୍ରତିକ୍ରିୟାକୁ ବୁଝାଇବା ପାଇଁ ଏହା ବ୍ୟବହାର    କରାଯାଇଛି ।

ଗବେଷଣାରୁ (Mercer and Littleton, 2007) ଏବଂ ସମ୍ଭବତଃ ନିଜ ଅଭିଜ୍ଞତାରୁ ଆପଣ ଜାଣିଥୁବେ ଯେ, ଗୋଟିଏ ସମସ୍ୟା କିମ୍ବା ନୂତନ ଚିନ୍ତା ବିଷୟରେ କହିବା ଅଧିକ ସାହାଯ୍ୟକାରୀ । ବାର୍ଭାଳାପ ଆପଣଙ୍କୁ ବୁଝିବାରେ ସହାୟକ ହୁଏ । ଉଚ୍ଚତର ବୌଦ୍ଧିକ ଶିକ୍ଷଣକାର୍ଯ୍ୟ ବିକାଶ ପାଇଁ କଥନ ଏକ ସାଧନ ଏବଂ ଏହା ମଧ୍ୟ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରଯୁଜ୍ୟ । କିନ୍ତ ଯେତେବେଳେ ଶିକ୍ଷାର୍ଥୀମାନେ ଅଷ୍ଟମ ଶ୍ରେଣୀରୁ ନବମ ଶ୍ରେଣୀକୁ ଯାଆନ୍ତି, ସାଧାରଣତଃ ସେମାନେ ନିରବରେ ନିଜେ ନିଜର କାର୍ଯ୍ୟ କରିବା ଆଶା କରାଯାଏ । ସେମାନେ ଯେଉଁ କାର୍ଯ୍ୟ କରିବାକୁ ଆଶା କରାଯାଏ ତାହା ମଧ୍ୟ ଅପେକ୍ଷାକୃତ ଅଧିକ ଆବଶ୍ୟକ ଅଟେ । କିନ୍ତୁ, ଆପଣ ଜାଣିଛନ୍ତି ଯେ, ଶିକ୍ଷାର୍ଥୀମାନଙ୍କର ଶିକ୍ଷଣର ହାର ଭିନ୍ନ ଭିନ୍ନ ଏବଂ ଅନେକ ଭାବନ୍ତି ଯେ ନବମ ଓ ଦଶମ ଶ୍ରେଣୀର ବିଜ୍ଞାନ ଅଧିକ କଠିନ ଏବଂ ଏହା ଲାଭଦାୟକ ନୁହେଁ । ଜଣେ ସାଥୀଙ୍କ ସହିତ କାର୍ଯ୍ୟ କରିବା ଓ କଥାବାର୍ଭା ହେବା ଫଳରେ ଗଠନମୂଳକ କାର୍ଯ୍ୟ ଦ୍ଵାରା ଶିକ୍ଷାର୍ଥୀମାନଙ୍କୁ ବିଜ୍ଞାନ ଶିକ୍ଷାଦାନରେ ନିୟୋଜିତ କରିହେବ ଏବଂ ତାହା ସେମାନଙ୍କର ଜ୍ଞାନ-ଗଠନରେ ସହାୟକ ହେବ ।

ଏହି ଏକକରେ ଆପଣ କେତେକ ସରଳ ଉପାୟ ଜାଣିବେ, ଯାହା ଶିକ୍ଷାର୍ଥୀମାନଙ୍କୁ ବିଜ୍ଞାନର ସମସ୍ୟା ବିଷୟରେ କଥା ହେବା ଏବଂ ଶ୍ରେଣୀର ଅନ୍ୟ ଜଣେ ଶିକ୍ଷାର୍ଥୀଙ୍କ ସହ ସେମାନଙ୍କର କାର୍ଯ୍ୟକୁ ସମୀକ୍ଷା କରିବାରେ ଉତ୍ସାହିତ କରିବ । ବିଜ୍ଞାନ ବିଷୟରେ କଥୋପକଥନ ଏବଂ ପରସ୍ପର କାର୍ଯ୍ୟକୁ ସମୀକ୍ଷା କରିବା ଦ୍ଵାରା ଶିକ୍ଷାର୍ଥୀମାନେ କଠିନ ଧାରଣାକୁ ବୁଝିବା ସହଜ ହେବ । ଯଦି ସେମାନେ କାର୍ଯ୍ୟକୁ ବୁଝିପାରିବେ ତାହାହେଲେ ସେମାନେ ଏହାକୁ ନୂତନ ପରିସ୍ଥିତିରେ ପ୍ରୟୋଗ କରିବେ ଏବଂ ବର୍ଷ ଶେଷରେ ହେବାକୁ ଅବା ପରୀକ୍ଷାରେ ଭଲ କରଜୋବ ।

ଏହି ଏକକର ପାଠପଢ଼ା ପନ୍ଥା ହେଉଛି ଶିକ୍ଷାର୍ଥୀମାନେ ଯୋଡ଼ି ହୋଇ କାର୍ଯ୍ୟ କରିବେ ଏବଂ ଏହାକୁ ନବମ ଓ ଦଶମ ଶ୍ରେଣୀର ଅନେକ ବିଷୟରେ ପ୍ରୟୋଗ କରିପାରିବେ ।

ସମ୍ବଳ-1 ରେ ବିସ୍ତୃତ ଭାବରେ ଯୋଡ଼ି କାର୍ଯ୍ୟ ବର୍ଣ୍ଣନା କରାଯାଇଛି ।

ଯୋଡ଼ି (ଯୁଗଳ) କାର୍ଯ୍ୟର ବ୍ୟବହାର

ଏକକରୁ କ'ଣ ଶିଖୁବେ

  • ଜଣେ ସହପାଠୀ ସହ ବିଜ୍ଞାନ ବିଷୟରେ କଥାବାର୍ଭା କଲେ ଆପଣଙ୍କର ଶିକ୍ଷାର୍ଥୀମାନଙ୍କର ଉପକାର ।
  • ଶିକ୍ଷଣକୁ ଉନ୍ନତତର କରିବାକୁ କିପରି ଯୋଡ଼ି କାର୍ଯ୍ୟର ଯୋଜନା ଓ ବ୍ୟବହାର ।
  • ବିଜ୍ଞାନ ପଢ଼ିବାରେ ଶିକ୍ଷାର୍ଥୀମାନଙ୍କୁ ସହପାଠୀ ସମୀକ୍ଷାର ବ୍ୟବହାର ।

ଏହି ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଯଦି ଆପଣ ପ୍ରଶ୍ନ ପଚାରନ୍ତି, ସମ୍ଭବତଃ ଆପଣଙ୍କର ଶିକ୍ଷାର୍ଥୀମାନେ ତାହାର ଉତ୍ତର ଦେଇପାରନ୍ତି, ଅନେକ ଶ୍ରେଣୀ ଗୃହରେ, କିଛି ଶିକ୍ଷାର୍ଥୀ ପ୍ରଶ୍ନର ଉତ୍ତର ଦେଇଥାନ୍ତି ଏବଂ ସେ ଉତ୍ତରଗୁଡ଼ିକ ସର୍ବଦା ଅତି ସଂକ୍ଷିପ୍ତ । ବିଜ୍ଞାନ ବିଷୟରେ ଅଧିକ କଥାବାର୍ଭ ନ ହୋଇ ପଢ଼ା ଚାଲିଥାଏ ।

Vygotsky(1978) ଉପସ୍ଥାପନ କରିଥୁଲେ ଯେ ଜ୍ଞାନ ଗଠନ ଓ ବୋଧଗମ୍ୟତା ସାମାଜିକ ପଦ୍ଧତି ଅଟେ । ସାମାଜିକ କ୍ଷେତ୍ରରେ ବୋଧଗମ୍ୟତାକୁ ପ୍ରଥମେ ଆମ ଶିକ୍ଷାର୍ଥୀମାନେ ଭାଗ ନିଅନ୍ତି ଓ ତା’ପରେ ବ୍ୟକ୍ତିଗତ ଭାବେ ଏହାକୁ ଆର୍ତ୍ତିକରଣ କରିଥାନ୍ତି । ନୂତନ ଧାରଣ ତଥ୍ୟ ଉପରେ କଥୋପକଥନ, ତାହାର ବିସ୍ତୃତ ଆଲୋଚନା ଓ ତାହାକୁ ବୁଝାଇବା ଏବଂ ଯୁକ୍ତି ଉପସ୍ଥାପନ କରିବା ଆଦି ବ୍ୟକ୍ତିର ଜ୍ଞାନ ଗଠନ ପଦ୍ଧତିର ଅଂଶ ପନ୍ତା ଅଟନ୍ତି । ଯେତେବେଳେ ଶିକ୍ଷାର୍ଥୀମାନେ ପରସ୍ପର ନିଜ ମଧ୍ୟରେ କଥା ହୁଅନ୍ତି କିମ୍ବା ଶିକ୍ଷକଙ୍କ ସହ ଆଲୋଚନା କରନ୍ତି, ସେତେବେଳେ ତାହାର ଅର୍ଥ ସଂରଚନା ହୁଏ । Vygotsky) ଦର୍ଶାଇଥୁଲେ ଯେ, ଭାଷା, ଚିନ୍ତନ ପାଇଁ ଖୋରାଖ ଯୋଗାଏ । ଶିକ୍ଷକ, ଶିକ୍ଷାର୍ଥୀମାନଙ୍କର ଧାରଣାକୁ ବର୍ଣ୍ଣନା ଓ ବୁଝାଇବା ପାଇଁ ଉତ୍ସାହିତ କରିପାରିବେ ଏବଂ ଭୁଲ ହେଲେ ମଧ୍ୟ ଏଥୁପାଇଁ ଭୟଭୀତ ନ ହେବା ପାଇଁ ସାହାଯ୍ୟ କରିପାରିବେ । ଗବେଷଣାରୁ ଜଣାଯାଇଛି ଯେ, ଯୋଜନା କରିବାକୁ ସମୟ ଦେବା; ଏବଂ ରଚନାସକ ସୌହାର୍ଯ୍ୟପୂର୍ଣ୍ଣ ବାର୍ଭାଳାପ କେନ୍ଦ୍ରିତ ଶିକ୍ଷଣ କାର୍ଯ୍ୟ ବ୍ୟବହାର କରିବା ଦ୍ଵାରା ଶିକ୍ଷାର୍ଥୀମାନେ ସାଧାରଣ ଯୁକ୍ତ ପ୍ରକ୍ରିୟାରେ ଅଧିକ ନମ୍ବର ରଖନ୍ତି ।

ଶିକ୍ଷାର୍ଥୀମାନଙ୍କୁ ଯୋଡ଼ିରେ ପରସ୍ପର ସହ କଥା ହେବା ପାଇଁ ଉତ୍ସାହିତ କରିବା ଦ୍ଵାରା ସେମାନେ କଥା ହେବାର ଲାଭ ପାଇବେ ଏବଂ ଏହା ବଡ଼ ଶ୍ରେଣୀରେ ଭଲ କାର୍ଯ୍ୟ କରେ । ଏହି ଏକକରେ ଆପଣ ତିନୋଟି ସମ୍ଭାବ୍ୟ ପନ୍ଥା ବିଷୟରେ ଶିକ୍ଷା ଲାଭ କରିବେ ଯାହା ଶିକ୍ଷାର୍ଥୀମାନଙ୍କୁ କଥୋପକଥନ ସଂଗଠିତ କରିବାକୁ ସହାୟକ ହେବ । ଆପଣ ସମ୍ବଳ-୨ "ପଢ଼ିବା ପାଇଁ କଥନ"ରେ ଅଧିକ କିଛି ପାଇପାରିବେ ।

ଟିକିଏ ଚିନ୍ତା କରନ୍ତୁ

  • ବିଜ୍ଞାନ ପଥରେ ଆପଣଙ୍କର ଶିକ୍ଷାର୍ଥୀମାନେ କେତେବେଳେ କଥା ହେବାକୁ ସୁଯୋଗ ପାଆନ୍ତି ।
  • ଆପଣ ସେମାନଙ୍କୁ ପରସ୍ପର ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଧାରଣା ବିଷୟରେ କଥା ହେବା ପାଇଁ କିପରି O ଉତ୍ସାହିତ କରନ୍ତି ?
  • ସେମାନେ ସେମାନଙ୍କର ଧାରଣାକୁ ପୂରା ଶ୍ରେଣୀ ଗୃହରେ ଉପସ୍ଥାପନ କରିବା ପାଇଁ ଆପଣ କ'ଣ ସବୁ । ଯୋଜନା କରିଛନ୍ତି ?

କଥୋପକଥନ ମାଧ୍ୟମରେ ଆମେୟମାନେ ଆମର ବୌଦ୍ଧିକ ସମ୍ବଳକୁ ଉପଯୋଗ କରି ବ୍ୟକ୍ତିଗତ ଭାବେ କରିଥୁବା ଉଦ୍ୟମ ଅପେକ୍ଷ । ସମସ୍ୟାର ଉନ୍ନତ ସମାଧାନ ପାଇପାରିବା । ଅଧିକନ୍ତୁ, ଉଦ୍ୟମ ଅପେକ୍ଷା ଏକାଠି ଚିନ୍ତା କରିବା ପାଇଁ ଭାଷାର ବ୍ୟବହାର ଦ୍ଵାରା ଶିକ୍ଷାର୍ଥୀମାନେ ଉନ୍ନତ ପ୍ରଣାଳୀରେ ସ୍ଵାଧୀନ ଭାବରେ ଚିନ୍ତା କରିପାରିବେ । ଏହି ଏକକରେ, ଶିକ୍ଷାର୍ଥୀ ଯୋଡ଼ିମାନଙ୍କ ସହିତ ଫଳପ୍ରଦ କଥନ ଆୟୋଜନ କରିବାର କେତେକ କୌଶଳ ଦିଆଯାଇଛି । ଅନ୍ୟ କୌଶଳ ଗୁଡ଼ିକ ହେଲା ମାନସ ଚିତ୍ରଣ (Brain Mapping) । ମାନସ ମନ୍ଥନ (Brain Storming) ଏବଂ ପ୍ରୟୋଗିକ କାର୍ଯ୍ୟକରିବା ମଧ୍ୟ ବିଜ୍ଞାନ ବିଷୟରେ କଥନର କିଛି ଫଳପ୍ରଦ ବ୍ୟବହାର । ଏହି ସମସ୍ତ କୌଶଳ ଗୁଡ଼ିକ ଅନ୍ୟ ଏକକରେ ମଧ୍ୟ ଆଲୋଚନା କରାଯାଇଛି ।

କୌଶଳ: ଚିନ୍ତନ- ପୋଡି- ଅଂଶଗ୍ରହ

"ଚିନ୍ତନ-ଯୋଡ଼ି - ଅଂଶଗ୍ରହଣ" ଏକ ଶକ୍ତିଶାଳୀ କୌଶଳ । ଏହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ସହପାଠୀଙ୍କ ସହ ଶିଖୁବାର ସୁଯୋଗ ଦିଏ । ଏହି 'ପରିସ୍ଥିତି ଅନୁଧ୍ୟାନ" ରୁ ଜାଣିବେ ଏହି କୌଶଳ କିପରି କାର୍ଯ୍ୟ କରୁଛି ।

"ଚିନ୍ତନ – ଯୋଡ଼ି - ଅଂଶଗ୍ରହଣ" କୌଶଳ ଶିକ୍ଷାର୍ଥୀମାନେ ନିଜେ ସେମାନଙ୍କର ଦତ୍ତ କାର୍ଯ୍ୟ କରିବାର ଏକ ଉପଯୁକ୍ତ ମାଧ୍ୟମ । ଦତ! କାର୍ଯ୍ୟଗୁଡ଼ିକ ସରଳ ସତ୍ୟା ମିଥ୍ୟା ପ୍ରଶ୍ନ, ସଂଜ୍ଞା ସହିତ ଶବ୍ଦ ମେଳନ କରିବା, କିମ୍ବା କେତେକ ନିର୍ଦେଶାବଳୀକୁ ସଜାଇବାକୁ ଦେବା ଇତ୍ୟାଦି ହୋଇପାରେ । ନିଜେ ସେମାନେ ପ୍ରାୟ ପାଞ୍ଚ  ମିନିଟ୍ ରେ ପ୍ରଶ୍ନଗୁଡିକର ଉତ୍ତର କରିବେ ଏବଂ ତାଙ୍କର ସହପାଠୀ ସହ ତୁଳନା କରିପାରିବେ । ପରିସ୍ଥିତି ଥନୁଧ୍ୟାନ 1 ରେ ଗୋଟିଏଯୋଡି ସହ ସେମାନଙ୍କର ଉତ୍ତର ଗୁଡିକୁ ବିନିମୟ କରିବେ ।

ପରିସ୍ଥିତି ଅନୁଧ୍ୟାନ 1: ଚିନ୍ତନ-ଯୋଡ଼ି - ଅଂଶଗ୍ରହଣ କୌଶଳ ବ୍ୟବହାର କରି ଏକ ପ୍ରଶିକ୍ଷଣ ଅଧିବେଶନ –

ଶ୍ରୀଯୁକ୍ତ ମହାନ୍ତି ସ୍ଥାନୀୟ ଏକ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର (DIET) ରେ ଏକ ପ୍ରଶିକ୍ଷଣ ଅଧୁବେଶନରେ ଯୋଗଦେଇଥିଲେ | ପ୍ରଶିକ୍ଷକଙ୍କୁ କେବଳ ବସି ବସି ଶୁଣିବା ଅପେକ୍ଷା ଦଳଗୁଡ଼ିକୁ ଅନେକ ଶିକ୍ଷଣ କାର୍ଯ୍ୟ କରିବାକୁ କୁହାଗଲା । ତାହାପରେ ସେ ଏହି ଶିକ୍ଷଣ କାର୍ଯ୍ୟଗୁଡ଼ିକୁ ତାଙ୍କର ଶିକ୍ଷାର୍ଥୀମାନଙ୍କ ସହ ପ୍ରୟୋଗ କଲେ । ସେ କହନ୍ତି ।

ଗତ ସପ୍ତାହରେ ମୁଁ DIETରେ ଗୋଟିଏ ପ୍ରଶିକ୍ଷଣ ଅଧୁବେଶନରେ ଭାଗ ନେଇଥୁଲି । ଚିରାଚରିତ ପ୍ରଥାଠାରୁ ଏହା ବହୁତ ଭଲ ଥୁଲା। କାରଣ, ଆମକୁ ଯାହା କୁହାଗଲା। ସେ ସବୁ ଶିକ୍ଷଣ କାର୍ଯ୍ୟକୁ ଆମେ ନିଜେ କରିବାକୁ ସୁଯୋଗ ଦିଆଯାଇଥଲା । ପ୍ରଶିକ୍ଷକ ନଅଟି ଚିତ୍ର କଳାପଟାରେ (ସମ୍ବଳ-3 ଦେଖ) ଅଙ୍କନ କଲେ । ଆମକୁ ପ୍ରତ୍ୟେକ ଚିତ୍ରକୁ ମୌଳିକ, ଯୌଗିକ ଓ ମିଶ୍ରଣର ସାରଣୀରେ ସଜାଇବାର ଥୁଲା । ମୁଁ ବ୍ୟସ୍ତ ହୋଇଗଲି । ମୁଁ ଜଣେ ଜୀବବିଜ୍ଞାନ ଶିକ୍ଷକ ଏବଂ ଏହି ବିଷୟରେ ଅଧିକ କିଛି ଜାଣି ନଥୁଲି । ପ୍ରଶିକ୍ଷକ ଆମକୁ ଠିକ୍। ଉତ୍ତର ଜାଣି ନଥୁଲେ, ଅନୁମାନ କରିବାକୁ କହିଲେ ।

ତାହା ପରେ ଆମେ ଆମ ପାଖରେ ବସିଥୁବା ବ୍ୟକ୍ତିଙ୍କର ଉତ୍ତର ସହ ଆମ ଉତ୍ତରକୁ ତୁଳନା କଲୁ । ମୋ ପାଖରେ ଥୁବା ବସି ବ୍ୟକ୍ତି ହେଉଛନ୍ତି ଧରାଶ୍ରୀ, ଏକ ପଦାର୍ଥବିଜ୍ଞାନୀ, ତେଣୁ ସେ ମଧ୍ୟ ଏଥରେ ସ୍ଥିର ନିଶ୍ଚିତ ନ ଥଲେ । ମୁଁ ମୋର କେତେକ ଉତ୍ତରଗୁଡ଼ିକୁ ବଦଳାଇଲି ଏବଂ ସେ ମଧ୍ୟ ତାଙ୍କର କିଛି ଉତ୍ତର ବଦଳାଇଲେ । ପରିଶେଷରେ ଆମେ ଉତ୍ତରଗୁଡ଼ିକ ଉପରେ ହଁ ଭରିଲୁ । ତାହାପରେ ଏହାକୁ ମଧ୍ୟ ଅନ୍ୟ ଏକ ଯୋଡ଼ି ସହ ବିନିମୟ କଲୁ । ମୁଁ ଅନୁଭବ କଲି ଯେ ମୁଁ ପ୍ରାୟ 'E' ଏକ ମୌଳିକ ହେବ ବୋଲି ଠିକରେ ଭାବିଲି, କିନ୍ତୁ କାରଣ ବୁଝାଇ ପାରିଲି ନାହିଁ । ଏହା ମଧ୍ୟରେ ଅଣୁ ଅବାରୁ ଏହା ଏକ ଯୌଗିକ ବୋଲି ଧରାଶ୍ରୀ ମୋତେ ହୃଦବୋଧ କରାଇଲେ । ଅନ୍ୟ ଦଳରେ ଥୁବା ସୁଧାକର ଏହା ଏକ ମୌଳିକ ବୋଲି ବୁଝାଇଲେ, କାରଣ ଏହାର ପ୍ରତ୍ୟେକ ପରମାଣୁ ସମାନ ଅଟେ । ପରିଶେଷରେ ଆମେ ଚାରିଜଣ ଆମର ଉତ୍ତରଗୁଡ଼ିକୁ ଅନ୍ୟ ଚାରିଜଣଙ୍କ ସହ ମିଳାଇଲୁ ଏବଂ ସେଥୁରେ ଆମେ ସହମତି ପ୍ରଦାନ କଲୁ ।

ମୁଁ ଜାଣିପାରିଲି ଯେ, ମୋର ସହକର୍ମାଙ୍କ ସହ ଏହି ଅଭ୍ୟାସ ବେଳେ କଥୋପକଥନ ହେବା ଫଳରେ ମୁଁ ଅନେକ କଥା ଶିଖୁଲି ଏବଂ ଶ୍ରେଣୀରେ ଅବା ଅନ୍ୟ କୌଣସି ବ୍ୟକ୍ତି । ମୁଁ ପ୍ରଥମେ କ’ଣ କରିଥୁଲି ଜାଣି ପାରିଲେ ନାହିଁ ତେଣୁ ମୁଁ କେତେ କମ୍ ଜାଣିଛି ବୋଲି ଲଜ୍ଜିତ ହେଲି ନାହିଁ ।

କିଛିଦିନ ପରେ ମୁଁ ଦଶମ ଶ୍ରେଣୀରେ ରାସାୟନିକ ପ୍ରତିକ୍ରିୟା ପଢ଼ାଉଥୁଲି । ମୁଁ ସେମାନଙ୍କୁ ମୌଳିକର ସଂଜ୍ଞା କହିବାକୁ କହିଲି । କେବଳ ତିନିଜଣ ହାତ ଟେକିଲେ ଏବଂ ପ୍ରଥମ ଜଣଙ୍କ ଭୁଲ କହିଲା । ତେଣୁ ମୁଁ ସେମାନଙ୍କ ସହ ଯୋଡ଼ି କାର୍ଯ୍ୟ ପ୍ରଣାଳୀ କରାଇଲି । ଏହା ମାତ୍ର 15 ମିନିଟ ସମୟ ନେଲା ଏବଂ ଯଦିଓ ଆମେ ନବମ ଶ୍ରେଣୀରେ ମୌଳିକ, ମିଶ୍ରଣ ଓ ଯୌଗିକ ପଢ଼ିସାରିଥୁଲୁ, ସେମାନଙ୍କ ମଧ୍ୟରୁ ଅନେକେ ପରୀକ୍ଷାରେ ଭଲ କରି ନ ଥୁଲେ । ମୁଁ ସ୍ଥିର ନିଶ୍ଚିତ ଥୁଲି ଯେ, ସେମାନେ ଏବେ "ରାସାୟନିକ ପ୍ରତିକ୍ରିୟା" ର ଅନ୍ତର୍ନିହିତ ଧାରଣାଗୁଡ଼ିକ ବୁଝିପାରିବେ ଓ ଏହା ଏତେ ସହଜ ବୋଲି ଜାଣିବେ । ମୁଁ ସେମାନଙ୍କୁ ଧାନର ସହ ଦେଖୁଥୁଲି ଏବଂ ସେମାନଙ୍କର ଆଲୋଚନାକୁ ଶୁଣୁଥୁଲି । ସୁଷମା ସବୁଠାରୁ ଅଧିକ ବୁଝିଥୁଲା, କିନ୍ତୁ ଗୀତାକୁ ବହୁତ ପରିଶ୍ରମ କରିବାକୁ ପଡ଼ିଲା । ମୁଁ ନିଶ୍ଚିତ କଲି ଯେ ଆମେ ରାସାୟନିକ ସୂତ୍ର ଲେଖୁ ବା ବେଳେ ସେମାନେ ଏକାଠି ବସିବେ, ଫଳରେ ସୁଷମା ପରୀତାକୁ ସାହାଯ୍ୟ କରିବ ।

ଟିକିଏ ଚିନ୍ତା କରନ୍ତୁ

  • ଏହି ପରିସ୍ଥିତି ଅନୁଧ୍ୟାନ ପାଇଁ ଆପଣଙ୍କର ପ୍ରତିକ୍ରିୟା କ'ଣ ?
  • ଆପଣ ସହକର୍ମାଙ୍କ ସହ କେତେଥର ବିଜ୍ଞାନ ଧାରଣାଗୁଡ଼ିକ ଆଲୋଚନା କରନ୍ତି ?

ଯେତେବେଳେ "ଚିନ୍ତନ-ଯୋଡ଼ି-ଅଂଶଗ୍ରହଣ"। କୌଶଳ ପ୍ରୟୋଗ କରୁଛନ୍ତି ସେତେବେଳେ ଆପଣଙ୍କର ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ସହପାଠୀ ସହ ଉତ୍ତର ମିଳାଇବାକୁ କୁହନ୍ତୁ କିମ୍ବା ଶ୍ରୀଯୁକ୍ତ ମହାନ୍ତି ଯେପରି କରିଥୁଲେ। ସେପରି ଆପଣ କରିପାରିବେ ଏବଂ ଅନ୍ୟ ଏକ ଯୋଡ଼ି ସହ ତୁଳନା କରିବାକୁ କହିବେ । ଆପଣ ଚାରିଟିକିଆ ଦଳ ପରେ ବନ୍ଦ କରିପାରନ୍ତି କିମ୍ବା ଆଠ କିମ୍ବା ୧୬ ଜଣିଆ ଦଳ ପର୍ଯ୍ୟନ୍ତ ଯାଇପାରନ୍ତି । ଅନ୍ୟ ଦଳ ସହ ଆଲୋଚନା କଲା ପୂର୍ବରୁ ଦଳ ମଧ୍ୟରେ ଠିକ୍। ଉତ୍ତରଟିରେ ସହମତ ହେବାକୁ ହେବ । ଏହାର ଉପକାରିତା ହେଉଛି ଯେ, ଆପଣଙ୍କର ଶିକ୍ଷାର୍ଥୀମାନେ ପରସ୍ପର ସହ କଥାବାର୍ଭା ହେବେ ଏବଂ ସହମତିରେ ଜ୍ଞାନ ସଂରଚନା କରିବେ ।

ଶିକ୍ଷାର୍ଥୀମାନେ କାମ କଲା ବେଳେ ଆପଣ ତାଙ୍କ ମଧ୍ୟରେ ବୁଲି ଆସିଲେ ଜାଣିବେ ଯେ କିଏ ବୁଝିଛି ଏବଂ କିଏ ବୁଝି ନାହିଁ । ଆପଣ ମଧ୍ୟ କେଉଁ ଶିକ୍ଷାର୍ଥୀମାନେ ସାହାଯ୍ୟ ଚାହୁଁଛନ୍ତି ଜାଣିପାରିବେ । ଆପଣ ମଧ୍ୟ ଦେଖୁବେ ଯେ, କେତେକ କ୍ଷେତ୍ରରେ ଯେଉଁ ଶିକ୍ଷାର୍ଥୀମାନେ ପ୍ରଥମେ ଭୁଲ ଉତ୍ତର କରିଥୁଲେ, ଶ୍ରେଣୀର ଅନ୍ୟମାନଙ୍କ ସହ କଥୋପକଥନ ଫଳରେ ନିଜର ମତ ବଦଳାଇଛନ୍ତି । ଏହା ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କୁ ପ୍ରଶଂସା କରିବାକୁ ସୁଯୋଗ ଦେବ ଏବଂ ସେମାନଙ୍କର ବିଶ୍ବାସନୀୟତାକୁ ବଢ଼ାଇବାକୁ ସକ୍ଷମ ହେବେ ।

ଶିକ୍ଷଣକାର୍ଯ୍ୟ 1: ଚିନ୍ତନ – ଯୋଡି- ଅଂଶଗ୍ରହଣ” ର ବ୍ୟବହାର

ଆପଣଙ୍କ ଶ୍ରେଣୀ ଗୃହରେ ଏହି ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତି ଏବଂ ଶ୍ରେଣୀ ଗୃହରେ ଚିନ୍ତନ-ଯୋଡ଼ି ଅଂଶଗ୍ରହଣକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ । ଆପଣ ଏହାକୁ ରାସାୟନିକ ସୂତ୍ର ଲେଖୁ ବା ଓ ବୁଝିବା ପାଇଁ ପ୍ରୟୋଗ କରିପାରିବେ ।

ପ୍ରଥମେ, କେତେକ ଜଟିଳ ରାସାୟନିକ ସଂକେତ ଭାବନ୍ତୁ (ଯେଉଁଥୁରେ ବନ୍ଧନୀ ଥୁବା) କିମ୍ବା ନିଜର ଅନୁଭୂତିରୁ ଏକ ଉଦାହରଣ ବାଛନ୍ତୁ ଯାହାକୁ ଶିକ୍ଷାର୍ଥୀମାନେ ବାରମ୍ବାର ଭୁଲ କରନ୍ତି । (ସମ୍ବଳ-4କୁ ଦେଖନ୍ତୁ) ।

ଏହିଭଳି ପାଞ୍ଚଟି ରାସାୟନିକ ପଦାର୍ଥ ବାଛନ୍ତୁ ଏବଂ ସେଗୁଡ଼ିକର ନାମ କଳାପଟାରେ ଲେଖନ୍ତୁ ।

ଶିକ୍ଷାର୍ଥୀମାନଙ୍କୁ ନିଜେ ଏହି ସଂକେତ ଲେଖୁବାକୁ ପାଞ୍ଚ ମିନିଟ ସମୟ ଦିଅନ୍ତୁ । ତାହାପରେ ପ୍ରତ୍ୟେକ ଶିକ୍ଷାର୍ଥୀ ତାହାର ପାଖ ଶିକ୍ଷାର୍ଥୀଙ୍କ ଉତ୍ତର ସହ ମିଳାଇବାକୁ କୁହନ୍ତୁ । ଯଦି ସେଥୁରେ ସେମାନେ ସହମତ ନ ହୁଅନ୍ତି, ସେମାନେ ନିଜେ ଚେଷ୍ଟା କରି ତାଙ୍କର ପାଖ ଶିକ୍ଷାର୍ଥୀଙ୍କୁ ହୃଦବୋଧ କରାନ୍ତୁ ଯେ ସେ ଯେଉଁ ଉତ୍ତର ପାଇଛନ୍ତି ତାହା ଠିକ୍ ଏବଂ କିପରି ସେଇ ଉତ୍ତର ସେ ପାଇଲେ । ଯେତେବେଳେ ସେମାନେ ଉତ୍ତରଗୁଡ଼ିକ ସହ ସହମତ ହେବେ, ସେମାନଙ୍କୁ ଅନ୍ୟ ଏକ ଯୋଡ଼ି ସହ ଉତ୍ତର ମିଳାଇବାକୁ କୁହନ୍ତୁ । ସେମାନେ କାର୍ଯ୍ୟ କରୁଥୁବା ସମୟରେ ଶ୍ରେଣୀ କୋଠରିରେ ବୁଲନ୍ତୁ ଏବଂ ସେମାନଙ୍କର କଥାବାର୍ଭାକୁ ଧାନର ସହ ଶୁଣନ୍ତୁ । ପରିଶେଷରେ, ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର କଥାବାର୍ଭା ବନ୍ଦ କରିବାକୁ କୁହନ୍ତୁ । କେତେକ ଶିକ୍ଷାର୍ଥୀଙ୍କୁ ବାଛନ୍ତୁ ଏବଂ ସେମାନେ ତାଙ୍କର ଉତ୍ତରଗୁଡ଼ିକ ସମୁଦାୟ ଶ୍ରେଣୀ ସମ୍ମୁଖରେ ଆଲୋଚନା ପାଇଁ ରଖନ୍ତୁ । ଯଦି କେତେକ ଶିକ୍ଷାର୍ଥୀ ତାଙ୍କର ସୂତ୍ର ଭୁଲ କରିଥାନ୍ତି, ସେମାନଙ୍କୁ ପଚାରନ୍ତୁ ଯେ, ସେ ଏପରି ଉତ୍ତରରେ କାହିଁକି ପହଞ୍ଚିଲେ ଏବଂ ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ଠିକ୍। ଉତ୍ତର ବୁଝାଇବାକୁ କୁହନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

ଶିକ୍ଷାର୍ଥୀମାନଙ୍କର ଫଳାଫଳକୁ ନେଇ ଆପଣ ଆଶ୍ଚର୍ଯ୍ୟ ହେଲେ, କି ଆନନ୍ଦିତ ହେଲେ, କି ହତାଶ ହେଲେ ?

ଏହିପରି ଆପଣ ଶିକ୍ଷାର୍ଥୀମାନଙ୍କ ବୋଧଗମ୍ୟତାକୁ ଅନୁସନ୍ଧାନ କରିବା ଆରମ୍ଭ କଲେ, ଆପଣ ହତାଶ ହୋଇପାରନ୍ତି ଯେ, ଶିକ୍ଷାର୍ଥୀମାନେ ଆପଣ ପଢ଼ାଇଥୁବା କେତେକ ପାଠବସ୍ତୁକୁ ବୁଝିପାରିନାହାନ୍ତି । ଏହା ସୂଚାଉ ନାହିଁ ଯେ, ସେମାନେ କେବେହେଲେ ବୁଝିପାରିବେ ନାହିଁ । ସେମାନେ ବୁଝିବା ପାଇଁ ଆପଣ ଅନ୍ୟ କୌଣସି ପନ୍ଥା ବାଛନ୍ତୁ ଯାହା ସେମାନଙ୍କୁ ବୁଝିବାରେ ସାହାଯ୍ୟ କରିବ । ସେମାନଙ୍କୁ ଯୋଡ଼ିରେ ସଂକ୍ଷିପ୍ତ ଆଲୋଚନା କରିବାକୁ ସୁଯୋଗ ଦେବା, ଏକ ଉତ୍ତମ ପନ୍ତା ।

କୌଶଳ : ସମସ୍ୟା ସମାଧାନ

ଶିକ୍ଷାର୍ଥୀମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଆଲୋଚନାରେ ଭାଗ ନେବା ପାଇଁ ଉତ୍ସାହିତ କରିବାର ସବୁଠାରୁ ସହଜ ଉପାୟ ହେଉଛି, ସେମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିବା ଏବଂ ପ୍ରଶ୍ନର ଉତ୍ତର ସହିତ ଏହାକୁ ବ୍ୟାଖ୍ୟା କରିବାକୁ କହିବା । ସେଥୁପାଇଁ ପ୍ରଶ୍ନଗୁଡ଼ିକ ‘କ’ଣ’ରୁ ଆରମ୍ଭ ନ ହୋଇ 'କିପରି’ ଓ ‘କାହିଁକି' ରୁ ଆରମ୍ଭ କରିବା ଉଚିତ । ଉଦାହରଣସ୍ବରୂପ: ଶିକ୍ଷାର୍ଥୀମାନଙ୍କୁ ମୁଦିତ ଉତ୍ତର ମୂଳକ ପ୍ରଶ୍ନ ।" ଏହି ରାସାୟନିକ ପ୍ରତିକ୍ରିୟା କି ପ୍ରକାରର ପ୍ରତିକ୍ରିୟା ?" ପଚାରିବା ପରିବର୍ଭେ "ଏହି ରାସାୟନିକ ପ୍ରତିକ୍ରିୟାକୁ କାହିଁକି ଦୈତ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ ?" ବୋଲି ପଚାରିବା ଯଥାର୍ଥ ଅଟେ । ଏହିଭଳି ପ୍ରଶ୍ନ ପଚାରିବା ଦ୍ଵାରା ସେମାନଙ୍କର ଉତ୍ତର ଦୀର୍ଘ ହେବ ଏବଂ ଏହା ଦ୍ଵାରା ରାସାୟନିକ ପ୍ରତିକ୍ରିୟାର ବିଭାଗୀକରଣ ବିଷୟରେ ସେମାନଙ୍କର ଦକ୍ଷତା ଓ ଜ୍ଞାନର ଧାରଣା ମିଳିବ ।

ବିଜ୍ଞାନ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ବେଳେ ଶିକ୍ଷାର୍ଥୀମାନଙ୍କୁ ଯୋଡ଼ି କାର୍ଯ୍ୟ କରିବାକୁ ଦେଲେ ସେମାନଙ୍କର ଚିନ୍ତନ ଶକ୍ତିର ଉନ୍ନତି ଘଟିଥାଏ । ସମସ୍ୟା ପ୍ରସଙ୍ଗରେ କଥାବାର୍ଭା କଲାବେଳେ ସେମାନଙ୍କର ଚିନ୍ତନ ଦକ୍ଷତା ଓ ଆମ୍ବବିଶ୍ବାସ ବୃଦ୍ଧି ପାଇବ ।

ଜଣେ ଶିକ୍ଷାର୍ଥୀ ଏକ ପ୍ରଶ୍ନର ଉତ୍ତର ଠିକ କହିଲା ନା ଭୁଲ କହିଲା ତାହା ଜାଣିବା ଶିକ୍ଷକଙ୍କ ପକ୍ଷରେ ସହଜ ହେବ, କିନ୍ତୁ ଶିକ୍ଷାର୍ଥୀର ଚିନ୍ତନ ଓ ତର୍ଜମା କରିବା ଦିଗ ପ୍ରତି ଧାନ ଦେବା ଆବଶ୍ୟକ । ଯଦି ଶିକ୍ଷାର୍ଥୀମାନେ ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କାହିଁକି ଠିକ୍, ବୋଲି ବୁଝିପାରନ୍ତି, ତେବେ ସେମାନେ ତାଙ୍କର ଏହି ଚିନ୍ତନ ଶକ୍ତିକୁ ନୂତନ କ୍ଷେତ୍ରରେ ପ୍ରୟୋଗ କରିପାରିବେ । ଶ୍ରେଣୀର ଶିକ୍ଷାର୍ଥୀ ସଂଖ୍ୟା ଅଧିକ ଥୁଲେ। ଏହା କଷ୍ଟକର । କିନ୍ତୁ ସେମାନଙ୍କୁ ଯୋଡ଼ି କାର୍ଯ୍ୟ କରିବାର ସୁଯୋଗ ଦେବା ଦ୍ଵାରା ସେମାନଙ୍କର ଯୁକ୍ତିଶକ୍ତି ଓ ନିର୍ଣ୍ଣାୟକ ଚିନ୍ତନ ଶକ୍ତି ଦ୍ଵାରା ଉଚ୍ଚସ୍ତରର କୌଶଳ ଗୁଡ଼ିକର ବିକାଶ ହୋଇପାରିବ ।

ପରିସ୍ଥିତି ଅନୁଧ୍ୟାନ-2 ପଢ଼ନ୍ତୁ, ଯେଉଁଥୁରେ ଶ୍ରୀଯୁକ୍ତ ମିଶ୍ର ଏହି କୌଶଳକୁ ବ୍ୟବହାର କରିଛନ୍ତି । ଦେଖନ୍ତୁ ଯେ, ଏଠାରେ ସେ ତାଙ୍କର ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନର ସମୁଚିତ ଉତ୍ତର ଦେବା ପାଇଁ ସମୟ ଦେଇଛନ୍ତି ।

ପରିସ୍ଥିତି ଅନୁଧ୍ୟାନ 2: ଶ୍ରେଣୀରେ ଯୋଡ଼ି କାର୍ଯ୍ୟ ଶ୍ରୀଯୁକ୍ତ ମିଶ୍ର ଦଶମ ଶ୍ରେଣୀରେ ରାସାୟନିକ ପ୍ରତିକ୍ରିୟା ପଢ଼ାଉଥିଲେ | ସେ କହନ୍ତି ।

ଶିକ୍ଷାର୍ଥୀମାନେ ବିଜ୍ଞାନ ସମ୍ବନ୍ଧରେ କୁହନ୍ତୁ ବୋଲି ମୁଁ ପ୍ରଯତ୍ନ କରିଆସୁଛି । ଯେହେତୁ ମୁଁ ଅତୀତରେ କୌଣସି ଶିକ୍ଷାର୍ଥୀକୁ ଶ୍ରେଣୀରେ କଥାବାର୍ଭା କରିବାକୁ ଅନୁମତି ଦେଇ ନାହିଁ ଓ ଜଣେ କଠୋର ଶିକ୍ଷକ ଭାବେ ମୋର ଖ୍ୟାତି ରହିଛି। ତେଣୁ ଏହାକୁ ଶ୍ରେଣୀ ଗୃହରେ ପ୍ରୟୋଗ କରିବାକୁ ଶିକ୍ଷାର୍ଥୀମାନଙ୍କୁ କିଛି ସମୟ ଲାଗିଲା । ଶିକ୍ଷାର୍ଥୀମାନେ ନିଜେ ନିଜେ କାମ କରନ୍ତୁ ବୋଲି ମୁଁ ଆଶା କରୁଥୁଲି । ତଥାପି, ମୋ ଶ୍ରେଣୀରେ 70 ଜଣ ଶିକ୍ଷାର୍ଥୀ ଅଲେ ଓ ମୁଁ ବୁଝିପାରିଲି ଯେ, ଯଦିଓ ମୁଁ ପ୍ରତ୍ୟେକଙ୍କୁ ଜଣ ଜଣ କରି ପଢ଼ାରେ ସାହାଯ୍ୟ କରିପାରିବି ନାହିଁ, ସେମାନଙ୍କୁ ସୁଯୋଗ ଦେଲେ ସେମାନେ ଶ୍ରେଣୀ ଗୃହରେ ପରସ୍ପର ସହ ଆଲୋଚନା କରି ବହୁତ କିଛି ଶିଖୁପାରିବେ । ସେମାନଙ୍କ କଥାବାର୍ଭା ଶୁଣିକରି ମୁଁ ଏବେ ଜାଣିପାରିଲି ଯେ, ସେମାନଙ୍କ ମଧ୍ୟରୁ କିଏ ପାଠକୁ ବୁଝିପାରୁଛି ଓ କାହାକୁ ଟିକିଏ କଷ୍ଟ ଲାଗୁଛି ।

ଗତ ସପ୍ତାହରେ ମୁଁ ଆଲୋଚନା କରିବା ପାଇଁ ସେମାନଙ୍କୁ ଗୋଟିଏ ସମସ୍ୟା ଦେଇଥୁଲି । ମୁଁ ଛଅଟି ସମୀକରଣ କଳାପଟାରେ ଲେଖୁଥୁଲି । ପ୍ରତ୍ୟେକ ସମୀକରଣକୁ ଏକ ସମତୁଲ ସମୀକରଣ ରୂପରେ ଲେଖୁବାକୁ କହିଲି । ପୁନଶ୍ଚ ଏହା କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା ଚିହ୍ନିବାକୁ ମୁଁ ଶିକ୍ଷାର୍ଥୀମାନଙ୍କୁ କହିଲି । ଶିକ୍ଷାର୍ଥୀମାନଙ୍କୁ ଯୋଡ଼ିରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଲି । ଜଣେ ଶିକ୍ଷାର୍ଥୀ ପ୍ରଥମ 3ଟି ଓ ଅନ୍ୟ ଜଣେ ଶିକ୍ଷାର୍ଥୀ ଦ୍ବିତୀୟ 3ଟି ସମୀକରଣକୁ ଲେଖୁପାରିଲା । ତା’ପରେ ମୁଁ ସେମାନଙ୍କୁ ଉତ୍ତରଗୁଡ଼ିକୁ ତୁଳନା କରିବାକୁ କହିଲି । ପ୍ରତ୍ୟେକ ଶିକ୍ଷାର୍ଥୀ ଯୋଡ଼ି ମଧ୍ୟରେ ଅବା ନିଜର ସାଙ୍ଗ ମଧ୍ୟରେ ଉତ୍ତରଗୁଡ଼ିକୁ ଆଲୋଚନା କଲେ । ସେମାନେ କିପରି ସମୀକରଣଗୁଡ଼ିକୁ ସମତୁଲ କଲେ ଓ ରାସାୟନିକ ପ୍ରତିକ୍ରିୟାକୁ କାହିଁକି ଏକ ନିର୍ଦ୍ଦିଷ୍ଟ ବର୍ଗରେ ବିଭାଗୀକରଣ କରାହେଲା ତାକୁ ବୁଝାଇଲେ ।

ସେମାନେ ପ୍ରଶ୍ନର ସମାଧାନ କରୁଥବା ବେଳେ ମୁଁ ଶ୍ରେଣୀ ଗୃହର ଚତୁପାର୍ଶ୍ଵରେ ବୁଲୁଥୁଲି ଓ ସେମାନଙ୍କର ଆଲୋଚନାକୁ ଶୁଣୁଥୁଲି । ସେମାନଙ୍କ ମଧ୍ୟରୁ ମୁଁ ଛଅଜଣ ଶିକ୍ଷାର୍ଥୀଙ୍କୁ ବାଛିଲି ଯେଉଁମାନେ କି ନିଜର ଉତ୍ତରକୁ ସଠିକ ଭାବରେ ବୁଝାଇପାରୁଥୁଲେ ।

ଏହି ଫଳାଫଳରେ ମୁଁ ସନ୍ତୁଷ୍ଟ ଅଲି । ଶ୍ରେଣୀ ଗୃହଟି କୋଳାହଳମୟ ଥୁଲେ ମଧ୍ୟ ପ୍ରତ୍ୟେକ ଶିକ୍ଷାର୍ଥୀ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥଲେ । ମୁଁ ସେମାନଙ୍କୁ ଦଶଟି ପ୍ରଶ୍ନର ଉତ୍ତର ଲେଖୁ ବା ପାଇଁ ଓ ଉତ୍ତରଗୁଡ଼ିକୁ ସମୀକ୍ଷା କରିବା ପାଇଁ କହିଥୁଲି । କିନ୍ତୁ ଯେଉଁ ଉତ୍ତରଗୁଡ଼ିକ ଭୁଲ ଅଲା, ତାହା କାହିଁକି ଭୂଲ ହେଲା ତାହା ଚିନ୍ତା କରିବା ପାଇଁ ସେମାନଙ୍କୁ ଯଥେଷ୍ଟ ସମୟ ଦେଇ ନ ଥିଲି । କାରଣ ମୁଁ କେବଳ ପ୍ରଶ୍ନର ଉତ୍ତର ଗୁଡ଼ିକୁ ଦେଖୁଥୁଲି, ତା’ର କାରଣ ଉପରେ ଗୁରୁତ୍ଵ ଦେଉ ନ ଥୁଲି । ମୁଁ ଦେଖୁଲି ଯେ, ଶିକ୍ଷାର୍ଥୀଙ୍କ ମଧ୍ୟରୁ ସଞ୍ଜୟ ଓ ସ୍ମୃତି ନିଜ ନିଜର ଉତ୍ତରକୁ ନେଇ ବେଶ୍ ଉତ୍ସାହୀ ଅଛନ୍ତି । ସଞ୍ଜୟ ଜାଣିପାରିଲା ଯେ, ତାର ଗୋଟିଏ ଉତ୍ତର ଠିକ ଅଛି କିନ୍ତୁ ସ୍ମୃତି ତାକୁ କହିଲା, ଯେ ସଞ୍ଜୟ ସମୀକରଣ ଲେଖୁଲା ବେଳେ Ca(OH)2ରେ ବନ୍ଧନୀ ଦେବା ଭୁଲିଯାଇଛି ଏବଂ ବନ୍ଧନୀ ଦେବାର ଆବଶ୍ୟକତା ମଧ୍ୟ ତାକୁ ବୁଝାଇଲା । ମୁଁ ଭାବୁଛି ସଂଜୟ ପୁନର୍ବାର ସେହି ଭୁଲ କରିବ ନାହିଁ ।

ଶିକ୍ଷଣକାର୍ଯ୍ୟ -2 ଯୋଡି କାର୍ଯ୍ୟ ଦ୍ଵାରା ସମସ୍ୟା ସମାଧାନ

ଦଶମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନବଳୀକୁ କଳାପଟାରେ ଲେଖନ୍ତୁ ।

ପ୍ରଶ୍ନ .  1 ଦିଆଯାଇଥୁବା ମୌଳିକରୁ ବାଛ , 6C, 8O, 10N e,  11 Na,ଓ 14 Si

(a) କେଉଁ ମୌଳିକଗୁଡ଼ିକ ଏକା ଗୁପରେ ଅଛନ୍ତି?

(b) କେଉଁ ମୌଳିକ ଗୁଡ଼ିକ ଏକା ପିରିଅଡ଼ରେ ଅଛନ୍ତି?

ପ୍ରଶ୍ନ 2. Na, Mg, Al। ର ଯଥାକ୍ରମେ ଗୋଟିଏ, ଦୁଇଟି ଓ ତିନୋଟି ସଂଯୋଜକ ଇଲେକଟ୍ରନ ଅଛି । ସେମାନଙ୍କ ମଧ୍ୟରୁ କାହାର ଆଣବିକ ବ୍ୟାସାର୍ବ ସବୁଠାରୁ ବଡ଼? କିଏ ସବୁଠାରୁ ଅଧିକ କ୍ରିୟାଶୀଳ ?

ପ୍ରଶ୍ନ 1(a)ର ଉତ୍ତର ହେଉଛି C ଓ Si ଏବଂ ପ୍ରଶ୍ନ 1(b)ର ଉତ୍ତର ହେଉଛି Na ଓ Si | ପ୍ରଶ୍ନ 2 ର ଉତ୍ତର ହେଉଛି ସୋଡିୟମର ଆଣବିକ ବ୍ୟାସାର୍ବ ସବୁଠାରୁ ବଡ଼ ଓ ଏହା ସବୁଠାରୁ ଅଧିକ କ୍ରିୟାଶୀଳ । ଆପଣ ଶ୍ରେଣୀ ଗୃହରେ ପଢ଼ାଇବା ସମୟରେ ଶିକ୍ଷାର୍ଥୀମାନଙ୍କୁ "ଯୋଡ଼ି କାର୍ଯ୍ୟ" କରି ପ୍ରଶ୍ନର ସମାଧାନ କରିବା ଓ ଉତ୍ତର ବ୍ୟାଖ୍ୟା କରିବାକୁ ନିର୍ଦେଶ ଦିଅନ୍ତୁ । ଯୋଡ଼ି ମଧରୁ ଜଣେ ଶିକ୍ଷାର୍ଥୀ ପ୍ରଥମ ପ୍ରଶ୍ନର ଉତ୍ତର କହିବା ଆବଶ୍ୟକ ଏବଂ ଅନ୍ୟ ଶିକ୍ଷାର୍ଥୀ ଦ୍ବିତୀୟ ପ୍ରଶ୍ନର ଉତ୍ତର କହିବ, ତା’ଦ୍ଵାରା ସେମାନେ ଦୁହେଁ ପରସ୍ପରର ଉତ୍ତରକୁ ଶୁଣିବେ ଓ ନିଜ ଉତ୍ତର ବୁଝାଇବାର ସୁଯୋଗ ପାଇବେ । ଯଦି ସେମାନଙ୍କର ଯୁକ୍ତିଶକ୍ତିର ବିକାଶ ଠିକ୍ ଭାବେ ହେଉ ନାହିଁ ବୋଲି ଆପଣ ଭାବୁଛନ୍ତି, ତେବେ ସେମାନଙ୍କୁ ଶ୍ରେଣୀ ଗୃହରେ ବିଭିନ୍ନ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରନ୍ତୁ । ଏହାଦ୍ଵାରା ଆପଣ ଜାଣିପାରିବେ ଯେ, ସେମାନେ ବାସ୍ତବରେ ପ୍ରଶ୍ନର ଉତ୍ତରକୁ ବୁଝିପାରିଛନ୍ତି ନା ନାହିଁ ? ଶ୍ରେଣୀର ଶିକ୍ଷାର୍ଥୀଙ୍କ ମଧରୁ ଦୁଇଜଣଙ୍କୁ ବାଛନ୍ତୁ ଯେଉଁମାନେ ସେମାନଙ୍କ ଉତ୍ତରକୁ ଶ୍ରେଣୀରେ ବ୍ୟାଖ୍ୟା କରିବେ । ଶେଷରେ ମୌଳିକର ଯୋଜ୍ୟତା ଓ ପର୍ଯ୍ୟାୟ ସାରଣୀରେ ଏହାର ଅବସ୍ଥିତି ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ ତାହା ବୁଝାଇବାକୁ ଜଣଙ୍କୁ କୁହନ୍ତୁ । ଥରେ ସେମାନେ ବୁଝିଗଲା ପରେ ଯୋଜ୍ୟତା ଗୁଡ଼ିକୁ ସହଜରେ ମନେ ରଖୁପାରିବେ ।

ଟିକିଏ ଚିନ୍ତା କରନ୍ତୁ

  • ଏହି ଶିକ୍ଷଣ କାର୍ଯ୍ୟକୁ ଶିକ୍ଷାର୍ଥୀମାନେ କିପରି ଭାବରେ ଗ୍ରହଣ କଲେ ?
  • ସେମାନଙ୍କର ପର୍ଯ୍ୟାୟ ସାରଣୀ ବୁଝିବା ବିଷୟରେ ଆପଣ କ'ଣ ଜାଣିଲେ ?
  • ଯେଉଁ ଶିକ୍ଷାର୍ଥୀମାନେ ପର୍ଯ୍ୟାୟ ସାରଣୀକୁ ଭଲ ଭାବରେ ବୁଝିପାରିଲେ ନାହିଁ, ଆପଣ ସେମାନଙ୍କ ପାଇଁ କି କି ପଦକ୍ଷେପ ନେବେ ?
  • ଆପଣ ଏହି ପ୍ରଣାଳୀ ଆଉ କେଉଁ କେଉଁ ବିଷୟଗୁଡ଼ିକରେ ପ୍ରୟୋଗ କରିପାରିବେ ?

ଯଦି ଶିକ୍ଷାର୍ଥୀମାନେ ନିଜ ନିଜ କାର୍ଯ୍ୟ ସମ୍ବନ୍ଧରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ନ କରନ୍ତି, ତେବେ ଏଥରେ ଅଭ୍ୟସ୍ତ ହେବା ପାଇଁ ସେମାନଙ୍କୁ ବହୁତ ସମୟ ଲାଗିବ ! ଆପଣ ସେମାନଙ୍କୁ ବୁଝାଇଦିଅନ୍ତୁ, ଆପଣ କାହିଁକି ସେମାନଙ୍କୁ ଏହି ନୂତନ ପ୍ରଣାଳୀରେ ପଢ଼ାଇବାକୁ ଉତ୍ସାହିତ କରୁଛନ୍ତି ? ଯଦି ସେମାନେ ପ୍ରଶ୍ନର ଉତ୍ତର କ'ଣ ହେବ ଜାଣିବା ପରିବର୍ଭେ ଉତ୍ତରଟି କେଉଁଠାରୁ ଆସୁଛି, ବୋଲି ଜାଣିବାକୁ ଆଗ୍ରହୀ, ତେବେ ପାଠପଢ଼ା ଦିଗରେ ସେମାନଙ୍କର ଦାୟିତ୍ଵବୋଧ ବଢ଼ିଯିବ ଏବଂ ସେମାନଙ୍କର ଆପଣଙ୍କ ସାଙ୍ଗରେ ଓ ସାଙ୍ଗମାନଙ୍କ ସହ ଆଲୋଚନା କରିବାରୁ ବିଶ୍ବାସ ବୃଦ୍ଧି ହେବ ।

3. କୌଶଳ : ସହପାଠୀ ସମୀକ୍ଷା

ଗବେଷଣା (Haltie -2012) ଅନୁସାରେ ଶିକ୍ଷାର୍ଥୀମାନଙ୍କର କୃତିତ୍ଵର ଉନ୍ନତି ପାଇଁ ସବୁଠାରୁ ଭଲ ଉପାୟ ହେଉଛି ସେମାନେ ଉତ୍ତର ଦେଲା ପରେ ଶିକ୍ଷକ ନିଜର ମତାମତ ଦେବା । ଫଳରେ ସେମାନଙ୍କର ଉତ୍ସାହ ଓ ଉଦ୍ଦୀପନା ବୃଦ୍ଧି ପାଇବ ଏବଂ ତାହା ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ସେମାନଙ୍କୁ ପ୍ରେରଣା ଯୋଗାଇବ । କେବଳ ମୂଲ୍ୟାୟନ ଦ୍ଵାରା ଆପଣ ଏହା କରନ୍ତୁ । ତଥାପି ଯୋଡ଼ି ମଧ୍ୟରେ ପରସ୍ପରର କାର୍ଯ୍ୟକୁ ସମୀକ୍ଷା କରି ସେମାନେ ଅଧିକ ପ୍ରତିପୁଷ୍ଟି ପାଇପାରିବେ, ଫଳରେ ସେମାନଙ୍କର ବିକାଶ ଦୂରାନ୍ବିତ ହେବ ।

ଟିକିଏ ଚିନ୍ତା କରନ୍ତୁ

• ଆପଣ କୌଣସି ଶିକ୍ଷାର୍ଥୀର ଉତ୍ତରକୁ ମୂଲ୍ୟୟନ କରିବା ପରେ ତାକୁ କି ପ୍ରକାର ପ୍ରତିପୁଷ୍ଟି ଦିଅନ୍ତି ? ଜଣେ ଶିକ୍ଷାର୍ଥୀ ଯଦି ଭୁଲ କରିଛି ଆପଣ କ'ଣ କରନ୍ତି ? ଭୁଲ ଉତ୍ତରକୁ ଠିକ୍ କରି ତାକୁ କୁହନ୍ତି କି ? ଆପଣଙ୍କର Ο ମତାମତକୁ ଠିକ୍ ଭାବରେ ବୁଝେଇବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଯଥେଷ୍ଟ ସମୟ ଦିଆଯାଏ କି ?

  • ମନେକର ଆପଣ ଗୋଟଏ ନ୍ୟସ୍ତକାଯ୍ୟ ଦେଇଛନ୍ତ । ଏ କ୍ଷେତ୍ରରେ ଆମେ କ’ ପ୍ରକାର ମତାମତା ପାଇବା ବୋଲି ଭାବୁଛନ୍ତି ?

ଆଦର୍ଶଗତ ଭାବେ ମତାମତରେ କ’ଣ ଭଲ ହୋଇଛି ଜଣାଇ ଉତ୍ସାହିତ କରିବା ଆବଶ୍ୟକ ଏବଂ ଆଉ କିପରି ଉନ୍ନତ ହୋଇପାରିଥାନ୍ତା ଜାଣିବାରେ ସାହାଯ୍ୟ କରିବା ଉଚିତ । ଉତ୍ତର ଦେଲା ପରେ ସମସ୍ତେ ଶୁଣିବାକୁ ଭଲପାଆନ୍ତି ଯେ ସେମାନେ କ’ଣ ଠିକ କରିଛନ୍ତି । ଶିକ୍ଷାର୍ଥୀର ଉତ୍ତରଟି ସମ୍ପୁର୍ଣ୍ଣ ଭୁଲ କିମ୍ବା ଏହାର କିୟଦଂଶ ଭୁଲ, ତାହା ଶିକ୍ଷକଙ୍କ ମତାମତରୁ ହିଁ ସ୍ପଷ୍ଟ ହୋଇଥାଏ । ଫଳରେ ସେମାନେ ନିଜ ଭୁଲର ସମୀକ୍ଷା କରନ୍ତି ଏବଂ ଏହାକୁ ଠିକ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ସମସ୍ତ ମତାମତ ଆପଣ ଦେବା ସମୀଚୀନ ନୁହେଁ । ଶିକ୍ଷାର୍ଥୀମାନେ ସେମାନଙ୍କର ସହପାଠୀମାନଙ୍କ ସହିତ ନିଜର କାର୍ଯ୍ୟ ଆଲୋଚନା କରି ମଧ୍ୟ ବହୁ ଜଟିଳ ପ୍ରଶ୍ନର ସମାଧାନ ସହଜରେ କରିପାରନ୍ତି । ଏହାଦ୍ଵାରା ସେମାନେ ମୂଲ୍ୟାୟନ କରିବାର କୌଶଳ ଶିଖୁବା ସହିତ ନିଜର ବିଜ୍ଞାନ ବିଷୟର ଜ୍ଞାନକୁ ସମୃଦ୍ଧ କରପାରଦେବ ।

ପରସ୍ପର ପରସ୍ପରର କାର୍ଯ୍ୟକୁ ସମୀକ୍ଷା କରିବା, ମୂଲ୍ୟାୟନ କରିବା ଓ ନିଜର ମତାମତ ଦେବା ପାଇଁ ଶିକ୍ଷାର୍ଥୀମାନଙ୍କୁ କିଛି ସମୟ ଲାଗିପାରେ । କିନ୍ତୁ ଏହା ଅଧିକ ଫଳପ୍ରଦ ହେବ । ସେଥୁପାଇଁ ସେମାନଙ୍କର ନିୟମିତ ଅଭ୍ୟାସ ଜରୁରୀ । ଆପଣଙ୍କୁ ମଧ୍ୟ କେତେକ ନୂତନ ଓ ସରଳ ନିୟମ ତିଆରି କରିବାକୁ ପଡ଼ିବ । ଉଦାହରଣସ୍ବରୂପ – ଜଣେ ଶିକ୍ଷାର୍ଥୀର ଉତ୍ତର ଉପରେ କିଛି ମନ୍ତବ୍ୟ ଦେବା ବେଳେ ଆପଣ ସର୍ବଦା ଗୋଟିଏ କଥା ଉପରେ ଧାନ ରଖୁବେ ଯେ, ପ୍ରତି ନାସ୍ତିସୂଚକ ମନ୍ତବ୍ୟରେ ଆପଣ ଦୁଇଟି ସକାରାସକ ମନ୍ତବ୍ୟ ଦେବେ । ନାସ୍ତିସୂଚକ ମନ୍ତବ୍ୟଗୁଡ଼ିକୁ ସକାରାମ୍ବକ ଭାବେ ଉପସ୍ଥାପନା କରାଯାଇପାରିବ । ଯଥା : ‘ତୁମେ ଏହିପରି କହିବା ଉଚିତ........ ଅପେକ୍ଷା "ତୁମ ଉତ୍ତରଟି ଆହୁରି ନିର୍ଭୁଲ ହୋଇପାରିଥାନ୍ତା, ଯଦି ତୁମେ... " କହିବା ଅଧିକ ଯୁକ୍ତିଯୁକ୍ତ ଓ ବନ୍ଧୁତ୍ଵପୂର୍ଣ୍ଣ ଅଟେ ।

ପରିସ୍ଥିତି ଅନୁଧ୍ୟାନ-3 ରେ ଶ୍ରୀମତୀ ରୋଜାଲିନ୍ ତାଙ୍କର ଶିକ୍ଷାର୍ଥୀମାନଙ୍କୁ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ଚିହ୍ନଟ କରିବାକୁ କହିଲେ । ସେମାନେ ସମସ୍ତେ ଏକାପରି କାର୍ଯ୍ୟଗୁଡ଼ିକୁ ଚିହ୍ନଟ କଲେ, ଯାହା ଫଳରେ କି ସେମାନେ ପ୍ରତିପୁଷ୍ଟି ସମ୍ପର୍କରେ ଆଲୋଚନା କରିପାରିଲେ ।

ପରିସ୍ଥିତି ଅନୁଧ୍ୟାନ 3 : ସହପାଠୀ ମୂଲ୍ୟୟନ

ଶ୍ରୀମତୀ ରୋଜାଲିନ୍ ନିଜର ଶିକ୍ଷାର୍ଥୀମାନଙ୍କୁ ସହପାଠୀ ମୁଲ୍ୟୟନରେ ସମ୍ପୃକ୍ତ କରିବାକୁ ଚାହୁଁଥିଲେ, କିନ୍ତୁ ସେ ଅନୁଭବ କଲେ ଯେ, ସେମାନେ ଆହୁରି ଅଧିକ ଅଭ୍ୟାସ କରିବା ଆବଶ୍ୟକ । ତାଙ୍କ କଥାରେ:

ମୁଁ ସ୍ଥିର କଲି ଯେ, ଦଶମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କୁ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ମୂଲ୍ୟାୟନ କରିବା ପାଇଁ ଦେବି । ଏହି କିଛିଦିନ ତଳେ ରାସାୟନିକ ପ୍ରତିକ୍ରିୟା ବିଷୟଟି ପଢ଼ା ସରିଥୁଲା । ତେଣୁ ମୁଁ ସେମାନଙ୍କୁ ସେହି ବିଷୟରେ ଅବା ପ୍ରଶ୍ନବଳୀକୁ ଘରେ ସମାଧାନ କରିବା ପାଇଁ କହିଥୁଲି । ତା’ର ପରଦିନ ମୁଁ ବିଦ୍ୟାଳୟରେ ଶୀଘ୍ର ପହଞ୍ଚୁଲି ଓ କଳାପଟାରେ କିଛି ପ୍ରଶ୍ନର ଉତ୍ତର ଲେଖୁଦେଲି । କିନ୍ତୁ ଲେଖୁଲା ବେଳେ କିଛି ପ୍ରଶ୍ନର ଉତ୍ତର ମୁଁ ଜାଣିଶୁଣି ଭୁଲ କରିଥୁଲି । ଶିକ୍ଷାର୍ଥୀଙ୍କୁ କହିଲି, ଯୋଡ଼ି କାର୍ଯ୍ୟ ଦ୍ଵାରା ମୋ ପ୍ରଶ୍ନର ମୂଲ୍ୟାୟନ କର । ପ୍ରତି ପ୍ରଶ୍ନର ଉତ୍ତର ଲେଖୁଲା ବେଳେ କେଉଁଟି ଠିକ, କେଉଁଟି ଭୁଲ ଓ ଭୁଲ ଉତ୍ତରଟି କିପରି ସମାଧାନ କରାଯାଇପାରିବ ତାହା ଲେଖୁବାକୁ ସେମାନଙ୍କୁ କହିଲି । ସେମାନେ ଶ୍ରେଣୀରେ ମୁଁ କଳାପଟାରେ ଲେଖୁଥୁବା ଭୁଲ ଉତ୍ତର ବିଷୟରେ ବହୁତ ଆଲୋଚନା କଲେ ।

ସେମାନେ କାମ କରୁଥୁବାବେଳେ ମୁଁ ଶ୍ରେଣୀ ଗୃହର ଚତୁଃପାର୍ଶ୍ବରେ ବୁଲି ଦେଖୁଥୁଲି ଓ ସେମାନଙ୍କର ଆଲୋଚନାକୁ ଶୁଣୁଥୁଲି । ବେଳେ ବେଳେ ମୁଁ ସେମାନଙ୍କୁ ମନେପକାଇ ଦେଉଥୁଲି ଯେ, ଉତ୍ତରଗୁଡ଼ିକୁ ଠିକ୍ ଓ ସମ୍ପୁର୍ଣ୍ଣ ଭାବରେ ଦେଖ । ମୁଁ କ’ଣ ଚାହୁଁଛି ସେମାନେ ଥରେ ଭଲରେ ବୁଝିଗଲା ପରେ ସେମାନେ ଯଥାଯଥ ମୂଲ୍ୟାୟନ କରିପାରିଲେ ।

ଯେତେବେଳେ ସେମାନେ କରିସାରିଲେ, ମୁଁ ସେମାନଙ୍କୁ ଠିକ ଉତ୍ତରଗୁଡ଼ିକୁ କଳାପଟାରେ ଲେଖୁବାକୁ କହିଲି ଏବଂ କଳାପଟାରେ ଲେଖୁଥୁବା ଭୁଲ ଉତ୍ତର ପାଇଁ ସେମାନଙ୍କର ମତାମତ ଦେବେନି ବୋଲି ପଚାରିଲି । ସେମାନଙ୍କୁ ପଚାରିଲି, ମୁଁ କେଉଁ ଉତ୍ତରଗୁଡ଼ିକ ଭଲ କରିଛି ? କ'ଣ କଲେ। ମୁଁ ଆହୁରି ଅଧିକ ଭଲ କରିପାରିବି, ଏବଂ ସେମାନେ ମୋ ଉତ୍ତର ପାଇଁ କେତେ ନମ୍ବର ଦେବେ ? ବାସ୍ତବରେ ସେମାନେ ଏହି ନୂତନ କାର୍ଯ୍ୟ ପ୍ରଣାଳୀକୁ ଉପଭୋଗ କଲେ । ପ୍ରଥମେ ସେମାନଙ୍କ ମଧ୍ୟରୁ କେତେଜଣ ଏପରି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କଲେ, କିନ୍ତୁ ସୁଶାନ୍ତ କହିଲା, "ଆପଣ ଆହୁରି ଅଧିକ ପରିଶ୍ରମ କରିବେ ଓ ଭଲ ଭାବରେ କାର୍ଯ୍ୟକୁ ସମ୍ପାଦନ କରିବେ ।" ଏବଂ ତା’ର ଏହି କଥାରେ ସମସ୍ତେ ହସିଲେ ।

ତା’ପରେ ମୁଁ ସେମାନଙ୍କୁ ନିଜର କାର୍ଯ୍ୟକୁ ଆଉ ଥରେ ତନଖ କରିବାକୁ ସୁଯୋଗ ଦେଲି । ସେମାନଙ୍କ ମଧ୍ୟରୁ କେତେଜଣ ନିଜ ଉତ୍ତରକୁ ସାମାନ୍ୟ ପରିବର୍ତନ କଲେ ଓ ଠିକ ଭାବେ ଲେଖୁଲେ । ଏହା ଅତ୍ୟନ୍ତ ଭଲ ଅଲା, କାରଣ ସେମାନେ ଗୃହକର୍ମକୁ ଏକ ପରୀକ୍ଷା ବୋଲି ଭାବୁ ନ ଥୁଲେ । ମୁଁ ବହୁତ ଖୁସି ଅଲି କାରଣ ସେମାନେ ନିଜେ ନିଜର ଭୁଲକୁ ଚିହ୍ନିପାରିଥୁଲେ । ନିଜ ଉତ୍ତରରେ କୌଣସି ପ୍ରକାରର ପରିବର୍ତନ କରିବାକୁ ସେମାନଙ୍କୁ ଅନୁମତି ଦେଇ ନ ଥୁଲି, ଯେ ପର୍ଯ୍ୟନ୍ତ ସେମାନେ ନିଜ ଉତ୍ତରକୁ ପରିବର୍ତନ କରି ଅନ୍ୟ ଏକ ଉତ୍ତର ଲେଖୁବାକୁ କାହିଁକି ଚାହୁଁଛନ୍ତି ବୋଲି ମତେ ସ୍ପଷ୍ଟ ଭାବେ ନ ବୁଝାଇଛନ୍ତି ।

ଶିକ୍ଷଣ କାର୍ଯ୍ୟ 3: ସହପାଠୀ ମୂଲ୍ୟାୟନ ବ୍ୟବହାର

କୌଣସି ବିଷୟରେ ପଢ଼ାଇ ସାରିବା ପରେ ଶ୍ରେଣୀରେ ଏହି କାର୍ଯ୍ୟଟିକୁ କରିବାକୁ ଚେଷ୍ଟା କରନ୍ତୁ ।

ଯେତେବେଳେ ଗୋଟିଏ ବିଷୟକୁ ଆପଣ ପଢ଼ାଇ ସାରୁଛନ୍ତି, ଆଲୋଚନା କରିବା ପାଇଁ ଦଶଟି ପ୍ରଶ୍ନ ତିଆରି କରିବାକୁ (ଏବଂ, ସଠିକ୍ ଉତ୍ତର ଗୁଡ଼ିକ, ପୃଥକ ଭାବରେ ) ଗୃହକର୍ମ ପାଇଁ ଦିଅନ୍ତୁ । ବିଷୟ ଶେଷରେ ଅବା "ତୁମେ କ’ଣ ଶିଖୁଲ ?" ବିଭାଗଟିକୁ ସେମାନଙ୍କୁ ମୁଖ୍ୟ ପଏଣ୍ଟ ଗୁଡ଼ିକ ବାଛିବା ପାଇଁ ବ୍ୟବହାର କରିବାକୁ କୁହନ୍ତୁ ।

ତା' ପରଦିନ ପୁଣି ସେମାନଙ୍କୁ ଯୋଡ଼ି କାର୍ଯ୍ୟ ଦ୍ଵାରା ପରସ୍ପର ମଧ୍ୟରେ ପ୍ରଶ୍ନକୁ ସମାଧାନ କରିବାକୁ ନିର୍ଦେଶ ଦିଅନ୍ତୁ । ପରସ୍ପରର ଉତ୍ତରକୁ ମୂଲ୍ୟାୟନ କରିବାକୁ ସେମାନଙ୍କୁ ଦଶ ମିନିଟ ସମୟ ଦିଅନ୍ତୁ । ଏହିପରି ପ୍ରଶ୍ନଗୁଡ଼ିକୁ ସମାଧାନ କରିବା ପାଇଁ ସାଙ୍ଗ ସହିତ କାମ କରିବା ସହଜ ହୋଇଥାଏ - ଯାହା ପସନ୍ଦ ଯୋଗ୍ୟ ଓ ବିଶ୍ବାସନୀୟ । ସେମାନଙ୍କୁ ସେମାନଙ୍କର ସହପାଠୀ କରିଥୁବା ଦୁଇଟି ଭଲ ଉତ୍ତର ଓ ଗୋଟିଏ ଉତ୍ତରର ଯାହା ପରିବର୍ତନ କରିବା ଆବଶ୍ୟକ, ତାହା ଲେଖୁବାକୁ କୁହନ୍ତୁ ।

ଟିକିଏ ଚିନ୍ତା କରନ୍ତୁ Ο

  • ଏହି ଅଭ୍ୟାସଟି ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କିପରି ଶିଖୁବାରେ ସାହାଯ୍ୟ କଲା ?
  • ଶିକ୍ଷାର୍ଥୀମାନେ ବିଷୟଟି କେତେଦୂର ବୁଝିପାରିଛନ୍ତି ବୋଲି ଆପଣ ଭାବୁଛନ୍ତି ?

ଶିକ୍ଷାର୍ଥୀମାନଙ୍କ କାର୍ଯ୍ୟକୁ କିପରି ମୂଲ୍ୟୟନ କରାଯାଉଛି ତାହା ସେମାନେ ଜାଣିବା ଆବଶ୍ୟକ । ଏହା ଜାଣିବା ଦ୍ଵାରା ସେମାନେ ନିଜର ତୁଟି ସମ୍ପର୍କରେ ଜାଣିପାରିବେ ଓ ସଚେତନ ହୋଇପାରିବେ । ସେମାନଙ୍କର ଅଧିକ ଉପଲବ୍ଧି ହୋଇପାରିବ ଯଦି ସେମାନେ ଜାଣିପାରିବେ ଯେ, ଶିକ୍ଷକ ତାଙ୍କଠାରୁ କ'ଣ ଚାହାନ୍ତି । ସେମାନେ ନିଜ ଶିକ୍ଷଣରେ ଅଧିକ ଦାୟିତ୍ଵବାନ ହେବା ପାଇଁ ଏହା ସାହାଯ୍ୟ କରିବ ।

4 ସାରାଂଶ

ଯୋଡ଼ି କାର୍ଯ୍ୟ ମାଧ୍ୟମରେ ବିଜ୍ଞାନ ସମ୍ବନ୍ଧରେ ଆଲୋଚନା କରିବାକୁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ଦ୍ଵାରା ଆପଣଙ୍କର ଶିକ୍ଷାଦାନ ପ ଅନେକ ସୁଫଳ ମିଳିବ । ଏହି ପ୍ରଣାଳୀର କାର୍ଯ୍ୟ ଶିକ୍ଷାର୍ଥୀମାନଙ୍କୁ ଅଧିକ ପ୍ରେରଣା ଯୋଗାଏ, ସେମାନଙ୍କ ଚିନ୍ତନ ଶକ୍ତି ବିକାଶ କରେ ଓ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରେ ।

ଏହି ନୂତନ କାର୍ଯ୍ୟ ପ୍ରଣାଳୀରୁ ସମ୍ପୁର୍ଣ୍ଣ ସୁଫଳ ପାଇବା ପାଇଁ, ଶ୍ରେଣୀ ଗୃହରେ ଆପଣଙ୍କୁ ଦୁଇଟି ମୁଖ୍ୟ ପରିବର୍ତନ କରିବାକୁ ପଡ଼ିବ ଏବଂ ଏହାକୁ ପ୍ରତ୍ୟେକ ବିଷୟ ପଢ଼ାଇଲା ବେଳେ ଆପଣ ବ୍ୟବହାର କରିପାରିବେ । ପ୍ରଥମତଃ ଆପଣଙ୍କୁ ଏକ କୋଳାହଳମୟ ଶ୍ରେଣୀ ଗୃହ ମଧ୍ୟରେ ନିଜକୁ ଅଭ୍ୟସ୍ତ କରିବାକୁ ପଡ଼ିବ । ଦ୍ବିତୀୟତଃ ଆପଣ ଶିକ୍ଷାର୍ଥୀଙ୍କୁ ଅନୁମତି ଦେବାକୁ ହେବ ଯେ, ସେମାନେ ଯେପରି ନିଜ ଉତ୍ତରକୁ ପୁନର୍ବାର ବଦଳାଇ ପାରିବେ, ଯେମିତି ଶ୍ରୀମତୀ ରୋଜାଲିନ୍ ପରିସ୍ଥିତି ଅନୁଧ୍ୟାନ-3 ରେ କଲେ । ଶିକ୍ଷାର୍ଥୀମାନେ ଧୀରେ ଧୀରେ ଅଭ୍ୟସ୍ତ ହୋଇଯିବେ ଯେ, ସେମାନେ ପରସ୍ପରର ଉତ୍ତରକୁ ନକଲ କରିବେ ନାହିଁ ଏବଂ ସର୍ବଦା ଗୃହକର୍ମକୁ ଏକ ପ୍ରକାରର ପରୀକ୍ଷା ଭାବେ ଭାବି ଆଗ୍ରହର ସହିତ କରିବେ । ସେମାନେ ନିଜେ ଉପଲବ୍ଧି କରିବେ ଯେ, ଅନ୍ୟଠାରୁ କପି କରି ଲେଖୁ ବା ଅପେକ୍ଷା ନିଜେ ଭୁଲ ଉତ୍ତର ଲେଖୁ ବା ଅଧିକ ଶ୍ରେୟସ୍କାର ଏବଂ ଜାଣିପାରିବେ ଯେ, ଗୃହକର୍ମ କରିବା ଦ୍ଵାରା ସେମାନେ କିଛି ଅଧିକ ଜାଣିବା ପାଇଁ ସୁଯୋଗ ପାଉଛନ୍ତି । ଯଦି ଜଣେ ଶିକ୍ଷାର୍ଥୀ ନିଜେ ଉପଲବ୍ଧି କରୁଛି ଯେ ସେ ଏକ ଭୁଲ କରି ଦେଇଛି ଓ ଭୁଲର କାରଣ ଜାଣିପାଗୁଛି, ତେବେ ଭୁଲକୁ ସୁଧାରିବା ପାଇଁ ତାକୁ ସୁଯୋଗ ଦିଆଯିବା ଉଚିତ । ବିଷୟ ପଢ଼ା ସରିଯିବା ପରେ ପରେ ପରୀକ୍ଷା କରାଯିବା ଉଚିତ, କାରଣ ଏହା ଦ୍ଵାରା ସେମାନେ ବିଷୟକୁ ପୁନଃ ଆଲୋଚନା କରିବାର ସୁଯୋଗ ପାଇବେ ।

ଆପଣଙ୍କର ଶିକ୍ଷାର୍ଥୀମାନେ ଏହି ନୂତନ କାର୍ଯ୍ୟ ପ୍ରଣାଳୀରେ ଅଭ୍ୟସ୍ତ ହେବା ପାଇଁ କିଛି ସମୟ ଲାଗିବ । କିନ୍ତୁ ଥରେ ସେମାନେ ଅଭ୍ୟସ୍ତ ହେଲା ପରେ ସେମାନେ ନିଜେ କରିବେ ଏବଂ ଆପଣ ଦେଖୁବେ ଯେ ସେମାନଙ୍କର ଉନ୍ନତିର ମାତ୍ରା ବଢ଼ିଯାଇଛି । ପାଠପଢ଼ଇବା ଶିକ୍ଷାର୍ଥୀମାନଙ୍କ ପାଇଁ ପୂର୍ବ ଠାରୁ ଅଧିକ ସହଜ ଓ ଆନନ୍ଦଦାୟକ ହୋଇଯାଇଛି । ଆପଣଙ୍କ ଶିକ୍ଷାର୍ଥୀମାନେ ଅଧିକ ଉତ୍ସାହୀ ଓ ଦାୟିତ୍ଵବାନ ହୋଇଛନ୍ତି । ଆପଣ ମଧ୍ୟ ଏକ କୌଶଳ ଶିଖୁପାରିବେ ଯେ କିପରି ଏହି ପ୍ରଣାଳୀକୁ ଅଧିକ ସଂଖ୍ୟକ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଶ୍ରେଣୀରେ ପ୍ରୟୋଗ କରାଯାଇପାରିବ ।

ସମ୍ବଳ

ସମ୍ବଳ 1: ଯୋଡ଼ି କାର୍ଯ୍ୟ ବ୍ୟବହାର

ଦୈନନ୍ଦିନ ଜୀବନରେ ଲୋକମାନେ କାର୍ଯ୍ୟ କରନ୍ତି, କଥାବାର୍ଭା ହୁଅନ୍ତି, ଅନ୍ୟମାନଙ୍କ କଥା ଶୁଣନ୍ତି ଓ ଅନ୍ୟମାନେ ଏକ କାର୍ଯ୍ୟକୁ କିପରି କରନ୍ତି ତାହା ଦେଖନ୍ତି । ଏହାଦ୍ଵାରା ହିଁ ସେମାନେ ଶିଖନ୍ତି । ଅନ୍ୟମାନଙ୍କ ସହ କଥାବାର୍ଭା ମାଧ୍ୟମରେ ଆମ୍ଭେମାନେ ମଧ୍ୟ ଅନେକଗୁଡ଼ିଏ ନୂତନ ତଥ୍ୟ ଓ ସୂଚନା ସମ୍ପର୍କରେ ଜାଣିପାରୁ । ଶ୍ରେଣୀ ଗୃହ ମଧ୍ୟରେ ଯଦି ସମସ୍ତ ଦାୟିତ୍ଵ କେବଳ ଶିକ୍ଷକଙ୍କ ଉପରେ କେନ୍ଦ୍ରୀଭୂତ କରାଯାଏ, ତେବେ ଅଧୁକାଂଶ ଶିକ୍ଷାର୍ଥୀ ନିଜ ନିଜର କାର୍ଯ୍ୟକୁ ବିଶ୍ଳେଷଣ କରିବାକୁ ଓ ପ୍ରଶ୍ନ ପଚାରିବାକୁ ଯଥେଷ୍ଟ ସମୟ ପାଇବେ ନାହିଁ । କିଛି ଶିକ୍ଷାର୍ଥୀ କେବଳ କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନର ଉତ୍ତର ଦେବେ ଓ କିଛି ଶିକ୍ଷାର୍ଥୀ ଆଦୌ ଉତ୍ତର ନ ଦେଇ ଚୁପ ହୋଇ ବସି ରହିବେ । ଅଧ୍ବକ ଶିକ୍ଷାର୍ଥୀ ସଂଖ୍ୟା ଥୁବା ଏକ ଶ୍ରେଣୀ ପରିସ୍ଥିତି ଆହୁରି ଖରାପ କାରଣ କେବଳ ଅଳ୍ପ ସଂଖ୍ୟକ ଶିକ୍ଷାର୍ଥୀ ହିଁ ଶ୍ରେଣୀରେ କିଛି କୁହନ୍ତି ।

କାହିଁକି ଯୋଡ଼ି କାର୍ଯ୍ୟକୁ ବ୍ୟବହାର କରିବା

ଶିକ୍ଷାର୍ଥୀମାନେ କଥା କହିବା ମଧ୍ୟରୁ ଅଧିକ ଶିଖୁବା ପାଇଁ ଯୋଡ଼ି କାର୍ଯ୍ୟ ଏକ ସାଧାରଣ ଉପାୟ । ଏହା ସେମାନଙ୍କୁ ଚିନ୍ତା କରିବାକୁ ଏବଂ ନୂତନ କୌଶଳ ଓ ନୂତନ ଭାଷା ପ୍ରୟୋଗ କରିବାକୁ ସୁଯୋଗ ପ୍ରଦାନ କରେ । ନୂତନ ଜ୍ଞାନକୌଶଳ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ଏହା ଶିକ୍ଷାର୍ଥୀମାନଙ୍କୁ ମାର୍ଗ ଦର୍ଶନ କରାଏ । ଫଳରେ ଅଧ୍ୟକ ଶିକ୍ଷାର୍ଥୀ ଅବା ଶ୍ରେଣୀରେ ମଧ୍ୟ ଏହି ନୂତନ କାର୍ଯ୍ୟ ପ୍ରଣାଳୀର ପ୍ରୟୋଗ ସାଫଲ୍ୟ ମଣ୍ଡିତ ହୁଏ ।

ଯୋଡ଼ି କାର୍ଯ୍ୟ ସମସ୍ତ ବିଷୟ ଓ ସବୁ ବୟସର ଲୋକମାନଙ୍କ ପାଇଁ ଉପଯୁକ୍ତ ଅଟେ । ବହୁ ଭାଷାୟ, ମଲ୍ଟିଗ୍ରେଡ଼ ଶ୍ରେଣୀମାନଙ୍କରେ ଏହା ନିତାନ୍ତ ଆବଶ୍ୟକ କାରଣ ଯୋଡ଼ି କାର୍ଯ୍ୟ ଦ୍ଵାରା ଶିକ୍ଷାର୍ଥୀମାନେ ପରସ୍ପରକୁ ସାହାଯ୍ୟ କରିପାରିବେ । କୌଣସି ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କଲାବେଳେ ଓ ଯୋଡ଼ିମାନଙ୍କୁ ପରିଚାଳନା କରିବା ପାଇଁ ନିର୍ଘଣ୍ଟ ପ୍ରସ୍ତୁତ କଲାବେଳେ, ନିଶ୍ଚିତ କରିବାକୁ ପଡ଼ିବ ଯେ ଯେପରି ସମସ୍ତ ଶିକ୍ଷାର୍ଥୀ ଅନ୍ତର୍ଭୁକ୍ତ ହୋଇଛନ୍ତି, ଶିକ୍ଷଣ କରୁଛନ୍ତି ଓ ଅଗ୍ରଗତି କରୁଛନ୍ତି । ଥରେ ଏହି ନିର୍ଘଣ୍ଟ ଗୁଡ଼ିକ ପ୍ରସ୍ତୁତ ହୋଇସାରିବା ପରେ ଆପଣ ଦେଖୁବେ ଯେ, ଶିକ୍ଷାର୍ଥୀମାନେ ଖୁବ୍ ଶୀଘ୍ର ଯୋଡ଼ି କାର୍ଯ୍ୟରେ ଅଭ୍ୟସ୍ତ ହୋଇଯିବେ ଓ ଏହି ନୂତନ କାର୍ଯ୍ୟ ପ୍ରଣାଳୀରେ ଶିକ୍ଷଣ ଦ୍ଵାରା ଆନନ୍ଦଲାଭ କରୁଛନ୍ତି ।

ଯୋଡ଼ି କାର୍ଯ୍ୟ ନିମନ୍ତେ ଦତ୍ତ କାର୍ଯ୍ୟ

ଶିକ୍ଷଣର ପ୍ରତ୍ଯାଶିତ ଫଳାଫଳକୁ ଭିତ୍ତିକରି ବିଭିନ୍ନ ପ୍ରକାର ଯୋଡ଼ି କାର୍ଯ୍ୟର ବ୍ୟବହାର ହୋଇପାରିବ । କିନ୍ତୁ ଯୋଡ଼ି କାର୍ଯ୍ୟର ଦତ୍ତ କାର୍ଯ୍ୟ ସ୍ପଷ୍ଟ ଓ ଉପଯୁକ୍ତ ହେବା ଉଚିତ, ଯାହା ଏକୁଟିଆ ଶିଖୁବା' ଠାରୁ ଭଲ ହେବ । ସେମାନଙ୍କର ଭାବନା ସମ୍ବନ୍ଧରେ ଆଲୋଚନା କରୁ କରୁ ଶିକ୍ଷାର୍ଥୀମାନେ ଆପଣାଛାଏଁ ଏ ସମ୍ବନ୍ଧରେ ଚିନ୍ତା କରିବେ ଓ ଏହାର ଉନ୍ନତି ପାଇଁ ଯତ୍ନବାନ୍ ହେବେ ।

ଯୋଡ଼ି କାର୍ଯ୍ୟର ଦତ୍ତ କାର୍ଯ୍ୟ ଅନ୍ତର୍ଭୁକ୍ତ:

  • ଚିନ୍ତନ-ଯୋଡ଼ି-ଭାଗନେବା: ଶିକ୍ଷାର୍ଥୀମାନେ ଗୋଟିଏ ସମସ୍ୟା ସମ୍ପର୍କରେ ଚିନ୍ତା କରନ୍ତି ଓ ଅନ୍ୟମାନଙ୍କ ସହ ଆଲୋଚନା କରିବା ଆଗରୁ ଯୋଡ଼ି କାର୍ଯ୍ୟ ମାଧମରେ ତା’ର ସମାଧାନ କରିବାକୁ ଚେଷ୍ଟା କରନ୍ତି । ଏହା ବନାନ, ଗଣନ ବା ହିସାବ କରିବା, ବିଭିନ୍ନ ଶ୍ରେଣୀରେ ବା କ୍ରମାନୁସାରେ କୌଣସି ଜିନିଷକୁ ସଜାଇବା, ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ନିଜର ମତାମତ ଦେବା, ଏକ କାହାଣୀର ଚରିତ୍ର ରୂପେ ଅବତୀର୍ଘ ହୋଇ କାର୍ଯ୍ୟ କରିବା ପରି ଛଳନା କରିବା ଓ ଏହିପରି ଅନେକ ।
  • ସୂଚନାକୁ ସମସ୍ତଙ୍କୁ ଜଣାଇବା: ଗୋଟିଏ ଶ୍ରେଣୀର ଅଧା ଶିକ୍ଷାର୍ଥୀଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ସୂଚନା ଦିଆଯାଇଛି ଓ ଅବଶିଷ୍ଟ ଅଧା ଶିକ୍ଷାର୍ଥୀଙ୍କୁ ଉକ୍ତ ବିଷୟରେ ଅନ୍ୟ ଆଧାରରେ ସୂଚନା ଦିଆଯାଇଛି । ତା’ପରେ ସେମାନେ ଯୋଡ଼ି କାର୍ଯ୍ୟ ମାଧ୍ୟମରେ ସମସ୍ତ ସୂଚନାକୁ ସମସ୍ତଙ୍କୁ ଜଣାଇବେ ଓ ଏହାଦ୍ଵାରା ଦତ୍ତ ସମସ୍ୟାଟିକୁ ସମାଧାନ କରିବେ ଏବଂ ଏକ ନିର୍ଦ୍ଦିଷ୍ଟ ଉତ୍ତରରେ ପହଞ୍ଚୁଦେବ ।
  • ଶୁଣିବା ଦକ୍ଷତାକୁ ଅଭ୍ୟସ କରିବା: ଯୋଡ଼ି ମଧରୁ ଜଣେ ଶିକ୍ଷାର୍ଥୀ ଯଦି ଏକ ଗପ ପଢ଼ିଲା। ତେବେ ଅନ୍ୟ ଜଣେ ଏଥ୍ ସମ୍ବନ୍ଧୀୟ ପ୍ରଶ୍ନ ପଚାରିବ । ସେହିପରି ଜଣେ ଇଂରାଜୀରେ ଏକ ଅନୁଚ୍ଛେଦ ପଢ଼ିଲା ବେଳେ ଅନ୍ୟଜଣେ ଏହାକୁ ଲେଖୁବ । ପୁନଶ୍ଚ ଜଣେ ଶିକ୍ଷାର୍ଥୀ ଏକ ଚିତ୍ରକୁ ବର୍ଣ୍ଣନା କରିବ ଓ ଅନ୍ୟ ଜଣେ ତା’ କଥାକୁ ଅନୁସରଣ କରି ଚିତ୍ରଟି ଅଙ୍କନ କରିବ ।
  • ନିର୍ଦେଶାନୁସାରେ କାର୍ଯ୍ୟ କରିବା : ଜଣେ ଶିକ୍ଷାର୍ଥୀ ଅନ୍ୟ ଜଣକୁ ନିର୍ଦେଶାବଳୀ ପଢ଼ି ଶୁଣାଇବ ଓ ତଦନୁସାରେ ଅନ୍ୟ ଜଣେ ସେ କାର୍ଯ୍ୟକୁ ସମ୍ପାଦନ କରିବ ।
  • ଗପ କହିବା କିମ୍ବା ଅଭିନୟ ପ୍ରଦର୍ଶନ : ଶିକ୍ଷାର୍ଥୀମାନେ ଯୋଡ଼ିରେ କାର୍ଯ୍ୟକରି ସେମାନେ ପଢୁଥୁବା କୌଣସି ଏକ ଗପ ସୃଷ୍ଟି କରିବେ କିମ୍ବା ନିଜ ଭାଷାରେ ପଢୁଥୁବା ଏକ ବାକ୍ୟ ସଂଳାପ କହିବେ ।

ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଡ଼ି କାର୍ଯ୍ୟର ପରିଚାଳନା

ଯୋଡ଼ି କାର୍ଯ୍ୟରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରି କାର୍ଯ୍ୟ କରିବାକୁ ହୁଏ । ଯେହେତୁ ସମସ୍ତ ଶିକ୍ଷାର୍ଥୀ ସମାନ ନୁହନ୍ତି, ଯୋଡ଼ିଗୁଡ଼ିକୁ ଏପରି ପରିଚାଳିତ କରିବା ଆବଶ୍ୟକ ଯେପରି ସମସ୍ତେ କ'ଣ କରିବେ ତାହା ଜାଣିବେ । ସେମାନେ କ’ଣ ଶିଖୁଛନ୍ତି ଓ ଆପଣ ସେମାନଙ୍କ ଠାରୁ କ'ଣ ଆଶା କରୁଛନ୍ତି ସେ ବିଷୟ ଜାଣିବା ଦରକାର । ଯୋଡ଼ି କାର୍ଯ୍ୟର କାର୍ଯ୍ୟ ନିର୍ଘଣ୍ଟକୁ ଶ୍ରେଣୀ ଗୃହରେ ଉପସ୍ଥାପନ କରିବା ପାଇଁ ଆପଣଙ୍କୁ ନିମ୍ନଲିଖୁତ କାର୍ଯ୍ୟଗୁଡ଼ିକୁ କରିବାକୁ ପଡ଼ିବ:

  • ଯୋଡ଼ିଗୁଡ଼ିକୁ ଠିକ ଭାବରେ ପରିଚାଳନା କରନ୍ତୁ । ବେଳେ ବେଳେ ଶିକ୍ଷାର୍ଥୀମାନେ ସାଙ୍ଗମାନଙ୍କ ମଧ୍ୟରୁ ଅନ୍ତରଙ୍ଗ ସାଙ୍ଗକୁ ନିଜ ଯୋଡ଼ିରେ ସହଯୋଗୀ ଭାବରେ ନେବାକୁ ଚାହାନ୍ତି, ବେଳେ ବେଳେ କେହି କେହି ମଧ୍ୟ ଏପରି ଚାହାନ୍ତି ନାହିଁ । ଆପଣଙ୍କୁ ସେମାନଙ୍କୁ ନିଷ୍ଠିତ କରାଇବାକୁ ପଡ଼ିବ ଯେ, ସେମାନଙ୍କର ପାଠପଢ଼ାରେ ଉନ୍ନତି ପାଇଁ ହିଁ ଏହି ଯୋଡ଼ି କାର୍ଯ୍ୟ ଅନୁସରଣ କରାଯାଉଛି ।
  • ସେମାନଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବା ପାଇଁ ଆପଣ ଯୋଡ଼ି ମଧ୍ୟରେ ମିଶ୍ର କ୍ଷମତା ସଂପର୍ଣ୍ଣ ଓ ଭିନ୍ନ ଭିନ୍ନ ଭାଷାର ଶିକ୍ଷାର୍ଥୀମାନଙ୍କୁ ସାମିଲ କରିପାରନ୍ତି । ଏହାଦ୍ଵାରା ସେମାନେ ପରସ୍ପରକୁ ସାହାଯ୍ୟ କରି ପାଠପଢ଼ାକୁ ଅଗ୍ରସର କରାଇବେ । କିନ୍ତୁ ଅନ୍ୟ ସମୟରେ ଆପଣ କେବଳ ସମାନ ବର୍ଗର ଶିକ୍ଷାର୍ଥୀଙ୍କୁ ନେଇ ଯୋଡ଼ି ତିଆରି କରନ୍ତୁ ।
  • ପ୍ରତ୍ୟେକ ଦିନର ତଥ୍ୟକୁ ଲିପିବଦ୍ଧ କରନ୍ତୁ । ଫଳରେ ଆପଣ ଶିକ୍ଷାର୍ଥୀମାନଙ୍କର କ୍ଷମତା, ଦୁର୍ବଳତା ବିଷୟରେ ଜାଣିପାରିବେ ଓ ତଦନୁସାରେ ପରବର୍ତ୍ତୀ ସମୟରେ ଯୋଡ଼ି ଗଠନ କରିବେ ।
  • ସର୍ବପ୍ରଥମେ ଯୋଡ଼ି କାର୍ଯ୍ୟର ଉପକାରିତା ବିଷୟରେ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଉଦାହରଣ ମାଧମରେ ବୁଝାନ୍ତୁ । ପରିବାର ଓ ଗୋଷ୍ଠୀର ଉଦାହରଣ ନିଅନ୍ତୁ ଯେଉଁଠାରେ କି ଲୋକମାନେ ଏକାଠି କାମ କରନ୍ତି ।
  • ପ୍ରାଥମିକ ଦତ୍ତ କାର୍ଯ୍ୟଗୁଡ଼ିକୁ ସଂକ୍ଷିପ୍ତ ଓ ସ୍ପଷ୍ଟ କରନ୍ତୁ ।
  • ଶିକ୍ଷାର୍ଥୀ ଯୋଡ଼ିକୁ ତଦାରଖ କରି ଆପଣ ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ନିର୍ଦେଶାନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି ।
  • ଶିକ୍ଷାର୍ଥୀମାନଙ୍କୁ ଯୋଡ଼ି ଅନୁଯାୟୀ ଦାୟିତ୍ଵ ଦିଅନ୍ତୁ । ଯେପରିକି ଗୋଟିଏ ଗପର ଦୁଇଟି ଚରିତ୍ର, କିମ୍ବା '1' ଓ '2' କିମ୍ବା 'As' ଓ 'Bs' ଇତ୍ୟାଦି ନାମକରଣ ପଟିଦିଅନ୍ତୁ । ସେମାନେ ପରସ୍ପରର ମୁହାଁମୁହିଁ ହୋଇ ବସିବା ପୂର୍ବରୁ ଏପରି କରନ୍ତୁ ।
  • ତା’ପରେ ସେମାନଙ୍କୁ ମୁହାଁମୁହିଁ ହୋଇ ବସିବାକୁ କୁହନ୍ତୁ, ଯେପରି ସେମାନେ ସହଜରେ ଆଗକୁ ପଛକୁ ବୁଲି ଦେଖୁପାରିବେ ଓ ଆଲୋଚନାଜୋର ଭାଗଜୋନ ଦେବ ।

ଯୋଡ଼ି କାର୍ଯ୍ୟ ସମୟରେ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ, ସେମାନଙ୍କୁ ଏହି କାର୍ଯ୍ୟ ପାଇଁ ମୋଟ କେତେ ସମୟ ଦିଆଯାଇଛି ଏବଂ ନିୟମିତ ଯୋଡ଼ି କାର୍ଯ୍ୟ ସମୟରେ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ, ସେମାନଙ୍କୁ ଏହି କାର୍ଯ୍ୟ ପାଇଁ ମୋଟ କେତେ ସମୟ ଦିଆଯାଇଛି ଏବଂ ନିୟମିତ ବ୍ୟବଧାନରେ ସେମାନଙ୍କ କାମକୁ ତଦାରଖ କରନ୍ତୁ । ଯୋଡ଼ି ମଧ୍ୟରେ ପରସ୍ପରକୁ ସାହାଯ୍ୟ କରୁଥୁବା ଏବଂ କାମ କରୁଥୁବା ଯୋଡ଼ିକୁ ପ୍ରଶଂସା କରନ୍ତୁ । ଯୋଡ଼ିଗୁଡ଼ିକୁ ସ୍ଥିର ହେବାକୁ ଓ ନିଜେ ନିଜର ସମାଧାନ ଖୋଜିବାକୁ ସମୟ ଦିଅନ୍ତୁ । ଶିକ୍ଷାର୍ଥୀମାନେ ଚିନ୍ତା କରିବାକୁ ସମୟ ପାଇବା ପୂର୍ବରୁ ଓ ସେମାନେ କ’ଣ କରିପାରିବେ ଦେଖାଇବା ପୂର୍ବରୁ ତତକ୍ଷଣାତ କାର୍ଯ୍ୟରେ ଜଡ଼ିତ ହୋଇପଡ଼ିବା ଏକ ପ୍ରଲୋଭନ ହୋଇଯାଇପାରେ । ସମସ୍ତେ କଥାବାର୍ଭା ହୋଇ କାମ କରିବାକୁ ଅଧୁକାଂଶ ଶିକ୍ଷାର୍ଥୀ ପସନ୍ଦ କରନ୍ତି । ଶିକ୍ଷାର୍ଥୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ଆପଣ ଶ୍ରେଣୀ ଗୃହ ମଧ୍ୟରେ ବୁଲିବା ବେଳେ ଧାନ ରଖନ୍ତୁ ଯେ, ଯୋଡ଼ି ମଧ୍ୟରେ କେଉଁ ଶିକ୍ଷାର୍ଥୀ ନିଜ ସହଯୋଗୀ ସହିତ କାର୍ଯ୍ୟକୁ ଉପଭୋଗ କରୁଛି, ଆଉ କିଏ দীপুনর্মি, ଏବଂ ପରିଲକ୍ଷିତ ହେଉଥୁବା ସାଧାରଣ ତୁଟି, ଉତ୍ତମ ଚିନ୍ତାଧାରା ଓ ତଥ୍ୟ, ସାରାଂଶକୁ ଲେଖୁ ରଖନ୍ତୁ ।

କାର୍ଯ୍ୟ ଶେଷରେ ଆପଣଙ୍କର ଦାୟିତ୍ଵ ହେଉଛି, ଏହି ନୂତନ କାର୍ଯ୍ୟ ପ୍ରଣାଳୀର ପ୍ରୟୋଗ ପୂର୍ବରୁ ସେମାନେ କ'ଣ ଜାଣିଥୁଲେ ଓ ପରେ କ'ଣ ଜାଣିଲେ ତା’ର ସଂଯୋଗ କରିବା । ଆପଣ ଯୋଡ଼ିଗୁଡ଼ିକ ମଧ୍ୟରୁ କେତେକ ଯୋଡ଼ିକୁ ଚୟନ କରନ୍ତୁ, ଯେଉଁମାନେ କି ତାଙ୍କ ଉପଲବ୍ଧିକୁ ଶ୍ରେଣୀରେ ଦେଖାଇ ପାରିବେ କିମ୍ବା ଆପଣ ସେମାନଙ୍କ କାର୍ଯ୍ୟାବଳୀର ସାରାଂଶ ଶ୍ରେଣୀରେ ବୁଝେଇ ଦିଅନ୍ତୁ । ଶିକ୍ଷାର୍ଥୀମାନେ ଏକାଠି କାମ କରିବାର ଉପଲବ୍ଧିକୁ ଅନୁଭବ କରିବା ଆବଶ୍ୟକ । ପ୍ରତ୍ୟେକ ଯୋଡ଼ିକୁ ଶ୍ରେଣୀରେ ସମସ୍ତ ଶିକ୍ଷାର୍ଥୀଙ୍କ ଆଗରେ ନିଜ କାର୍ଯ୍ୟ ସମ୍ବନ୍ଧରେ କହିବା ଅନାବଶ୍ୟକ ଏହାଦ୍ଵାରା ଅଯଥା ସମୟ ନଷ୍ଟ ହେବ ।

କିନ୍ତୁ ସମସ୍ତଙ୍କ ମଧ୍ୟରୁ ଏପରି କିଛି ଶିକ୍ଷାର୍ଥୀଙ୍କୁ ବାଛନ୍ତୁ, ଯେଉଁମାନେ ଶ୍ରେଣୀରେ ନିଜ କାର୍ଯ୍ୟ ସମ୍ପର୍କରେ ଶିକ୍ଷାର୍ଥୀଙ୍କୁ କହିଲେ ଅନ୍ୟମାନଙ୍କ ଉପରେ ସୁପ୍ରଭାବ ପଡ଼ିବ । ଫଳରେ ସେମାନେ ଅଧିକରୁ ଅଧିକ ଶିଖୁବା ପାଇଁ ପ୍ରେରଣା ପାଇବେ । ଯେଉଁ ଶିକ୍ଷାର୍ଥୀମାନେ ସାଧାରଣତଃ ଭୟାଳୁ, ସେମାନଙ୍କୁ ବାଛିଲେ। ଏହା ସେମାନଙ୍କ ଉତ୍ସାହ ବଢ଼ାଇବାରେ ସହାୟକ ହେବ ।

ଯଦି ଆପଣ ଶିକ୍ଷାର୍ଥୀମାନଙ୍କୁ ଗୋଟିଏ ପ୍ରଶ୍ନ ସମାଧାନ କରିବା ପାଇଁ ଦେଉଛନ୍ତି, ତେବେ ଏକ ମଡେଲ ଉତ୍ତର ଦେଇପାରନ୍ତି ଓ ତା’ପରେ ଏହି ଉତ୍ତରକୁ କିପରି ଆହୁରି ଭଲରେ ଲେଖାଯାଇ ପାରିବ ତାହା ଶିକ୍ଷାର୍ଥୀମାନେ ଯୋଡ଼ିରେ ଆଲୋଚନା କରନ୍ତୁ । ଏହା ସେମାନଙ୍କ ଶିକ୍ଷଣ ବିଷୟରେ ଚିନ୍ତା କରିବାକୁ ଓ ନିଜ ଭୁଲରୁ ଶିଖୁବାକୁ ସାହାଯ୍ୟ କରିବ ।

ଯଦି ଆପଣ ଯୋଡ଼ି କାର୍ଯ୍ୟରେ ନୂଆ ହୋଇଥାନ୍ତି ଯଦି ଆପଣ ଦତ୍ତ କାର୍ଯ୍ୟ, ସମୟର ଅବଧୂ ବା ଯୋଡ଼ି ଗଠନରେ କିଛି ପରିବର୍ତନ କରିବାକୁ ସ୍ପର୍ବୁଛନ୍ତି ତେବେ ଏଗୁଡ଼ିକ ଲେଖୁରଖୁବା ଗୁରୁତ୍ଵପୂର୍ଣ୍ଣ । ଏହା ଅତ୍ୟନ୍ତ ଦରକାରୀ କାରଣ ଏହାଦ୍ଵାରା ଯୋଡ଼ି କାର୍ଯ୍ୟ ସମ୍ବନ୍ଧରେ ଆପଣ ଶୀଘ୍ର ବିଶଦ ଭାବରେ ବୁଝିପାରିବେ ଓ ନିଜର ପାଠପଢ଼ାରେ ଆପଣ ଉନ୍ନତି ଆଣିପାରିବେ । ଯୋଡ଼ି କାର୍ଯ୍ୟର ସଫଳ ଆୟୋଜନ ଶିକ୍ଷକଙ୍କ ସ୍ପଷ୍ଟ ନିର୍ଦେଶାବଳୀ, ସମୟର ସୁବିନିଯୋଗ ଓ ସୁପରିଚାଳନା ଏବଂ ସଫଳ ସାରାଂଶ ନିର୍ଣ୍ଣୟ ଉପରେ ନିର୍ଭର କରେ । ଏହା କେବଳ ଅଭ୍ୟାସ ଦ୍ଵାରା ହିଁ ସମ୍ଭବ ।

ସମ୍ବଳ-2: ଶିକ୍ଷଣ ନିମନ୍ତେ କଥୋପକଥନ

କାହିଁକି ଶିକ୍ଷଣ ନିମନ୍ତେ କଥୋପକଥନ ଆବଶ୍ୟକ

ମନୁଷ୍ୟର ପ୍ରଗତି କ୍ଷେତ୍ରରେ କଥନ ହେଉଛି ଏକ ଅଂଶ ଯାହାକି ଆମକୁ ଚିନ୍ତା କରିବାକୁ, ଶିଖୁବାକୁ ଓ ପୃଥ୍ବୀକୁ ଜାଣିବାରେ ସାହାଯ୍ୟ କରିଥାଏ । ଲୋକମାନେ ଭାଷାକୁ ଚିନ୍ତନ, ମନନ ଓ ବୁଝିବା ପାଇଁ ଏକ ମାଧ୍ୟମ ଭାବରେ ବ୍ୟବହାର କରନ୍ତି । ତେଣୁ ଶିକ୍ଷାର୍ଥୀମାନଙ୍କୁ କଥାବାର୍ଭା କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ, କାରଣ ଏହା ତାଙ୍କ ପାଠପଢ଼ାର ଏକ ଅଂଶ ଏବଂ ଏହାଦ୍ଵାରା ସେମାନଙ୍କର ଶୈଖୁକ ପ୍ରଗତିର ଅଭିବୃଦ୍ଧି ଘଟିବ ।

ପଢ଼ାଯାଇଥୁବା ଧାରଣାଗୁଡ଼ିକ ସମ୍ବନ୍ଧରେ କଥାବାର୍ଭା କରିବା ଅର୍ଥ:

* ଉକ୍ତ ତଥ୍ୟଗୁଡ଼ିକ ସମ୍ବନ୍ଧରେ ଚିନ୍ତା କରିବା

• ଯୁକ୍ତିଶକ୍ତିର ବିକାଶ ଓ ସଂଗଠିତ କରିବା

• ଯେପରିକି ଶିକ୍ଷାର୍ଥୀମାନେ ଅଧିକ ଶିଖୁପାରିବେ

ଶ୍ରେଣୀ ଗୃହରେ ଶିକ୍ଷାର୍ଥୀମାନଙ୍କ କଥନକୁ ବ୍ୟବହାର କରିବାର ବିଭିନ୍ନ ଉପାୟ ଅଛି । ଯଥା: ଘୋଷି ମନେ ପକାଇବା ଠାରୁ ଆରମ୍ଭ କରି ଉଚ୍ଚ ଚିନ୍ତନା ବିଶ୍ଳେଷଣ ପର୍ଯ୍ୟନ୍ତ ।

ସାଧାରଣତଃ ଶିକ୍ଷାର୍ଥୀମାନଙ୍କ କଥନ ବା ଜ୍ଞାନ ଠାରୁ ଶିକ୍ଷକଙ୍କ କଥନକୁ ପ୍ରାଧାନ୍ୟ ଓ ଅଧିକ ମୂଲ୍ୟ ଦିଆଯାଏ । କଥନକୁ ବ୍ୟବହାର କରି ଶିକ୍ଷଣ ପାଇଁ ଯୋଜନା କରିବା ଆବଶ୍ୟକ, ଯଦ୍ଵାରା ଶିକ୍ଷାର୍ଥୀମାନେ ଅଧିକ, କହିପାରିବେ । ଅଧିକ ଶିଖ୍ ପାରିବେ ଏବଂ ପୂର୍ବ ଅଭିଜ୍ଞତା ସହ ଏହାକୁ ସଂଯୋଗ କରିପାରିବେ । ଏହା ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ପ୍ରଶ୍ଳୋତ୍ତର କାର୍ଯ୍ୟକ୍ରମ ଠାରୁ ଅଧିକ କାହିଁକି ନା ଏଥୁରେ ଶିକ୍ଷାର୍ଥୀମାନଙ୍କର ନିଜ ଭାଷା, ଚିନ୍ତାଧାରା, ଯୁକ୍ତିଶକ୍ତି ଏବଂ ଆଗ୍ରହକୁ ଅଧିକ ସମୟ ଦିଆଯାଏ । ଆମ୍ଭମାନଙ୍କ ମଧ୍ୟରୁ ଅଧୁକାଂଶ କୌଣସି ଜଟିଳ ଘଟଣା ଉପରେ ଅନ୍ୟ କାହା ସହିତ କଥା ହେବା ପାଇଁ ଗଳ୍ପାହାନ୍ତି । ଶିକ୍ଷକମାନେ ଆୟର ଏହି ସହଜାତ ପ୍ରବୃତ୍ତିକୁ ନେଇ ଉତ୍ତମ ଶିକ୍ଷଣକାର୍ଯ୍ୟ ଯୋଜନା କରିପାରିବେ ।

ଶ୍ରେଣୀ ଗୃହ ମଧ୍ୟରେ ଶିକ୍ଷଣକାର୍ଯ୍ୟ ପାଇଁ କଥନର ଯୋଜନା

ଯୋଜନାମୂଳକ କଥନ କାର୍ଯ୍ୟକ୍ରମ, କେବଳ ସାକ୍ଷରତା ଓ ଶବ୍ଦାବଳୀ ଅବା ଶିକ୍ଷାଦାନର ବିଷୟ ନୁହେଁ । ଏହା ମଧ୍ୟ ଗାଣିତିକ ଓ ବୈଜ୍ଞାନିକ କାର୍ଯ୍ୟାବଳୀ ଓ ଅନ୍ୟ ବିଷୟଗୁଡ଼ିକର ଅଂଶବିଶେଷ । ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କୁ ନେଇ କିମ୍ବା ଯୋଡ଼ି କିମ୍ବା ଦଳଗତ କାର୍ଯ୍ୟ କିମ୍ବା ଶ୍ରେଣୀ ଗୃହ ବାହାରେ ଅନୁଷ୍ଠିତ କାର୍ଯ୍ୟକ୍ରମ, କିମ୍ବା ଅଭିନୟ ଆଧାରିତ କାର୍ଯ୍ୟ, ଲେଖା, ପଢ଼ା, ପ୍ରୟୋଗିକ ଅନୁସନ୍ଧାନ କିମ୍ବା ସୃଜନାମ୍ବକ କାର୍ଯ୍ୟ ଅନୁଯାୟୀ ଯୋଜନା କରାଯାଇ ପାରିବ ।

ଏପରିକି ସୀମିତ ଜ୍ଞାନ ଓ ଗାଣିତିକ ଦକ୍ଷତା ଥୁ ବା କମ ବୟସ୍କ ଶିକ୍ଷାର୍ଥୀମାନେ ମଧ୍ୟ ଉଚ୍ଚ ଚିନ୍ତନ କୌଶଳକୁ ପ୍ରଦର୍ଶନ କରିପାରିବେ । ଏହି କାର୍ଯ୍ୟ ସେମାନଙ୍କ ପୂର୍ବ ଅନୁଭୂତି ଆଧାରିତ ଓ ଉପଭୋଗ୍ୟ ହୋଇଥାଏ । ଉଦାହରଣ ସ୍ବରୂପ । ଶିକ୍ଷାର୍ଥୀମାନେ ଗୋଟିଏ ଗପ ବିଷୟରେ, କୌଣସି ପଶୁର ବା ବାସ୍ତବ ବସ୍ତୁର ଆକାର ସମ୍ବନ୍ଧରେ ପୂର୍ବାନୁମାନ କରିପାରିବେ । ଶିକ୍ଷାର୍ଥୀମାନେ ସମସ୍ୟା ସଂପର୍କିତ ନିଜର ମତାମତ ଓ ସମ୍ଭାବ୍ୟ ଉତ୍ତରଗୁଡ଼ିକୁ ତାଲିକା କରି ଅଭିନୟ ମାଧ୍ୟମରେ ଦର୍ଶାଇ ପାରିବେ ।

ଶିକ୍ଷାର୍ଥୀମାନେ କ’ଣ ଶିଖୁବେ ଓ ଚିନ୍ତା କରିବେ ବୋଲି ଆପଣ ସେମାନଙ୍କ ମଧ୍ୟରେ କି ପ୍ରକାର କଥନର ବିକାଶ କରିବାକୁ ଖର୍ଜୁଛନ୍ତି, ତଦନୁଯାୟୀ ପାଠ ଯୋଜନା ପ୍ରସ୍ତୁତ କରନ୍ତୁ । କେତେକ କଥନ ଆବିଷ୍କାର ମୂଳକ ହୋଇପାରେ । ଉଦାହରଣ ସ୍ବରୂପ- “ ଏହା ପରେ କ’ଣ ଘଟିପାରେ" ? ଏହାକୁ ଆମେ ଆଗରୁ କେବେ ଦେଖୁଛେ, କି" ? "ଏହା କ'ଣ ହୋଇପାରେ ?" କିମ୍ବା "ତୁମେ କାହିଁକି ଏପରି ଭାବୁଛି ?” ଏହି ପ୍ରକାର କଥନ ସବୁଠାରୁ ଅଧିକ ଆବିଷ୍କାର ମୂଳକ ଓ ଅନ୍ୟ ପ୍ରକାର କଥନ ବିଶ୍ଳେଷଣାମ୍ଳକ । ଉଦାହରଣସ୍ବରୂପ : ତଥ୍ୟଗୁଡ଼ିକର ପ୍ରମାଣ କିମ୍ବା ମତାମତ ଗୁଡ଼ିକୁ ଗୁରୁତ୍ ଦେବା ।

ଏହାକୁ କୌତୁହଳ ପୂର୍ଣ୍ଣ ଓ ଉପଭୋଗ୍ୟ କରନ୍ତୁ ଯେପରି ସମସ୍ତ ଶିକ୍ଷାର୍ଥୀ ଏଥରେ ଭାଗ ନେଇପାରିବେ । ଶିକ୍ଷାର୍ଥୀମାନେ ନିଜର ମତାମତ ଦେବା ବେଳେ ଓ ତଥ୍ୟ ଉପସ୍ଥାପନ କଲା ବେଳେ, ସେମାନେ ସହଜ ଓ ନିରାପଦ ବୋଲି ଭାବିବା ଆବଶ୍ୟକ ଅଟେ । 'କାଳେ ମୋର ଉତ୍ତର ଭୁଲ ହୋଇଯିବ।" ଏପରି ଭୟ ଓ ଭାବନା ମନକୁ ଆସିବା ଉଚିତ ନୁହେଁ ।

ଶିକ୍ଷାର୍ଥୀମାନଙ୍କ କଥନକୁ ଭିତ୍ତି କରିବା

କୌଣସି ଶିକ୍ଷଣୀୟ ପ୍ରସଙ୍ଗ ଉପରେ କଥନ ଜଣେ ଶିକ୍ଷକଙ୍କ ପାଇଁ ନିମ୍ନ ସୁଯୋଗ ସୃଷ୍ଟି କରିଥାଏ:

  • ଶିକ୍ଷାର୍ଥୀମାନେ ଯାହା କୁହନ୍ତି ତାହା ଶୁଣିବା
  • ପ୍ରଶଂସା କରିବା ଓ ଶିକ୍ଷାର୍ଥୀଙ୍କ ଧାରଣାକୁ ଭିତ୍ତି କରିବା
  • ଏହାକୁ ଆଗେଇ ନେବା ପାଇଁ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା

ସାଧାରଣତଃ ସମସ୍ତ ଉତ୍ତରଗୁଡ଼ିକୁ ଲେଖୁ ବା ବା ଆନୁଷ୍ଠାନିକ ଭାବେ ମୂଲ୍ୟୟନ କରିବା ଅନାବଶ୍ୟକ । କାରଣ କଥନ ମାଧ୍ୟମରେ ଧାରଣାର ବିକାଶ ଶିକ୍ଷଣର ଏକ ମୂଲ୍ୟବାନ ଅଙ୍ଗ । ଆପଣ ସେମାନଙ୍କର ଅନୁଭୂତି ଓ ଧାରଣାକୁ ବହୁଳ ଭାବରେ ବ୍ୟବହାର କରିବା ଉଚିତ ଯାହା ଦ୍ଵାରା ସେମାନଙ୍କ ଶିକ୍ଷଣ ଉପଯୁକ୍ତ ହୋଇପାରିବ । ଜଣେ ସବୁଠାରୁ ଭଲ ଶିକ୍ଷାର୍ଥୀର କଥନ କୌଣସି ଆବିଷ୍କାର ମୂଳକ ହୋଇଥାଏ। ଅର୍ଥାତ ଶିକ୍ଷାର୍ଥୀମାନେ ଜଣେ ଅନ୍ୟ ଜଣକର ଭାବନାକୁ ଆବିଷ୍କାର ଓ ଆହ୍ୱାନ କରିବା ଫଳରେ ସେମାନେ ତାଙ୍କ ଉତ୍ତରରେ ଅଧିକ ଦୃଢ଼ମନା ହୋଇଥାଏ । ଯିଏ ହେଉନା କାହିଁକି କେବଳ ଗୋଟିଏ ଉତ୍ତରକୁ ଗ୍ରହଣ କରିବାକୁ ଦଳଗତ କଥନକୁ ଉତ୍ସାହିତ କରିବା ଅନୁଚିତ । ବରଂ ଆପଣ ‘କାହିଁକି' ଓ 'କାରଣ ଦର୍ଶାଅ ।’ ଏପରି ପ୍ରଶ୍ନ ପଚାରି ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କର ଆହ୍ଲାନ ମୂଳକ ଚିନ୍ତନ ଶକ୍ତି ବଢ଼ାଇବା ଆବଶ୍ୟକ । ଉଦାହରଣସ୍ବରୂପ ‘ତୁମେ ତାହା କିପରି ସ୍ଥିର କଲ ?" କିମ୍ବା "ସେହି ଉତ୍ତରରେ ତୁମେ କିଛି ଭୁଲ ଦେଖୁପାରୁଛି କି ?' ପ୍ରଶ୍ନ କରି ଶ୍ରେଣୀ ଚାରିପଟେ ବୁଲି ଦଳମାନଙ୍କ ସମସ୍ତଙ୍କ ଉତ୍ତରକୁ ଶୁଣିବା ଓ ପ୍ରଶ୍ନ ପଚାରି ଆପଣ ଶିକ୍ଷାର୍ଥୀମାନଙ୍କ ଚିନ୍ତନ ଶକ୍ତିକୁ ବଢ଼ାଇବା ଆବଶ୍ୟକ ।

ଯଦି ଶିକ୍ଷାର୍ଥୀଙ୍କର ଭାବନା, କଥନ ଓ ଅନୁଭୂତିକୁ ମୂଲ୍ୟ ଦେବେ ଓ ପ୍ରଶଂସା କରିବେ, ତେବେ ସେମାନେ ଉତ୍ସାହିତ ହେବେ । କଥନ ବେଳେ, ମନ ଦେଇ ଶୁଣିବା ବେଳେ, ପରସ୍ପରକୁ ପ୍ରଶ୍ନ ପଚାରିବା ବେଳେ ଓ ଶ୍ରେଣୀ ମଧ୍ୟରେ ଶିକ୍ଷଣ ବେଳେ ସେମାନଙ୍କୁ ପ୍ରଶଂସା କରନ୍ତୁ । ଶ୍ରେଣୀ ଗୃହ ମଧ୍ୟରେ ଶିକ୍ଷଣକୁ ଓ ଶିକ୍ଷକଙ୍କ କଥାକୁ ଗୁରୁତ୍ଵ ଦେଉ ନ ଥବା ଶିକ୍ଷାର୍ଥୀକୁ ଚିହ୍ନଟ କରନ୍ତୁ ଓ ସେମାନଙ୍କୁ ପୁନଃ ପଠନାଭିମୁଖୀ କରିବା ଆପଣଙ୍କର ଦାୟିତ୍ଵ । ସମସ୍ତ ଶିକ୍ଷାର୍ଥୀଙ୍କୁ ଏହି ନୂତନ ପ୍ରଣାଳୀରେ ପାଠ ପଢ଼ିବା ନିମନ୍ତେ କିଛି ସମୟ ଲାଗିପାରେ । ମାତ୍ର ଏହି ଧାରା ଅଧିକ ଫଳପ୍ରଦ ଅଟେ |

ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ମଧ୍ୟରେ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରିବା

ଏପରି ଏକ ସୁସ୍ଥ ବାତାବରଣ ଶ୍ରେଣୀ ଗୃହର ପରିସର ମଧ୍ୟରେ ସୃଷ୍ଟି କରନ୍ତୁ ଯେଉଁଠାରେ ଶିକ୍ଷାର୍ଥୀମାନେ ଉତ୍ତମ, ଆହ୍ବାନମୂଳକ ପ୍ରଶ୍ନ ପଚାରୁଥୁବେ, ସେମାନଙ୍କର ଉତ୍ତରକୁ ସମ୍ମାନ ଦିଆଯାଉଥୁବ ଓ ପ୍ରଶଂସା କରାଯାଉଥୁବ । ଯଦି ସେମାନେ ଭୟ ଅନୁଭବ କରନ୍ତି ଓ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ଭାବନ୍ତି, ତେବେ ସେମାନେ ପ୍ରଶ୍ନ ପଚାରିବା ପାଇଁ ସଂକୋଚ ପ୍ରକାଶ କରିବେ । ପ୍ରଶ୍ନ ପଚାରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ନିମନ୍ତ୍ରଣ କରିବା ଦ୍ଵାରା ସେମାନଙ୍କର ଆଗ୍ରହ ଦ୍ବିଗୁଣିତ ହୁଏ । ସେମାନେ ପଚାରୁଥୁବା ପ୍ରଶ୍ନରୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଜାଣିହୁଏ ।

ଆପଣ ଏକ ନିୟମିତ ଦଳ କିମ୍ବା ଯୋଡ଼ି ପାଇଁ ଯୋଜନା କରନ୍ତୁ । 'ଶିକ୍ଷାର୍ଥୀ ପ୍ରଶ୍ନ ପଚାରିବାର ସମୟ' ସ୍ଥିର କରନ୍ତୁ । ତା' ହେଲେ ଶିକ୍ଷାର୍ଥୀମାନେ ସନ୍ଦେହ ମୋଚନ ପାଇଁ ପ୍ରଶ୍ନ ପଶ୍ଚରି ପାରିବେ । ଆପଣ ନିମ୍ନ କାର୍ଯ୍ୟଗୁଡ଼ିକ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ:

* ଆପଣ ପାଠର ଏକ ଅଂଶକୁ "ଯଦି ତୁମର ପ୍ରଶ୍ନ ପଚାରିବାର ଅଛି ହାତ ଉଠାଅ” ଶିରୋନାମା ଦିଅନ୍ତୁ ।

• ଜଣେ ଶିକ୍ଷାର୍ଥୀକୁ ଶ୍ରେଣୀର "ହଟ ସିଟରେ।’ ବସାଇ ଅନ୍ୟ ଶିକ୍ଷାର୍ଥୀଙ୍କୁ ତାକୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରନ୍ତୁ । ସତେ ଯେପରି ସେମାନେ ପ୍ରତ୍ୟେକ ଜଣେ ଜଣେ ଚରିତ୍ରରେ ଅଭିନୟ କରୁଛନ୍ତି । ଉଦାହରଣ – ମୀରାବାଈ, ପିଥାଗୋରସ ।

  • ଛୋଟ ଛୋଟ ଦଳ ଓ ଯୋଡ଼ି ଗଠନ କରି "ମୋତେ ଅଧିକ କୁହ" ନାମରେ ଏକ ଖେଳ ଖେଳାନ୍ତୁ ।
  • ଶିକ୍ଷାର୍ଥୀଙ୍କୁ କିଏ । କ’ଣ । କେଉଁଠି | କେତେବେଳେ । କାହିଁକି, ପ୍ରଶ୍ନ ସହ ଗୋଟିଏ ପ୍ରଶ୍ନଖନ୍ଦା (question grid ) ଅଭ୍ୟାସ କରିବାକୁ ଦିଅନ୍ତୁ ।
  • ଶିକ୍ଷାର୍ଥୀଙ୍କୁ କିଛି ତଥ୍ୟ ଦେଖାନ୍ତୁ (ଯେପରିକି 'ୱାର୍ଲ ଡାଟା ବ୍ୟାଙ୍କ' ର ତଥ୍ୟ) । ଉଦାହରଣ ସ୍ବରୂପ: ପୁରା ସମୟ ପାଠ ପଢୁଥୁବା ଶିକ୍ଷାର୍ଥୀଙ୍କ ଶତକଡ଼ା କିମ୍ବା ବିଭିନ୍ନ ଦେଶରେ ମା’ କ୍ଷୀର ଖାଉଥୁବା ଶିଶୁଙ୍କ ଶତକଡ଼ା । ଏହି ତଥ୍ୟ ବଳୀ ସମ୍ବନ୍ଧରେ ସେମାନଙ୍କୁ କିପରି ପ୍ରଶ୍ନ ପଚରାଯିବ ଭାବିବା ପାଇଁ କୁହନ୍ତୁ ।
  • ଗୋଟିଏ “ପ୍ରଶ୍ନ ପ୍ରାଚୀର"ର ପରିକଳ୍ପନା କରନ୍ତୁ । ଏଥୁରେ ଗୋଟିଏ ସପ୍ତାହରେ ଶିକ୍ଷାର୍ଥୀମାନେ ପଚାରିଥୁବା ପ୍ରଶ୍ନ ଗୁଡ଼ିକୁ ସ୍ଥାନିତ କରନ୍ତୁ ।

ଏହି ନୂତନ କାର୍ଯ୍ୟ ପ୍ରଣାଳୀ ଦ୍ଵାରା ଶିକ୍ଷାର୍ଥୀମାନଙ୍କ ଆଗ୍ରହ ଦେଖୁ ଆପଣ ଆଶ୍ଚର୍ଯ୍ୟ ହେବେ ଓ ଖୁସି ଅନୁଭବ କରିବେ, ଯେତେବେଳେ ଆପଣ ଦେଖୁବେ ଯେ ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବା ପାଇଁ ଆଉ ପୂର୍ବଭଳି ସଂକୋଚ କରୁନାହାନ୍ତି ଓ ନିଜେ ନିଜେ ଉତ୍ତର ଦେବା ପାଇଁ ଆଗ୍ରହୀ ହେଉଛନ୍ତି । ଶ୍ରେଣୀ ଗୃହ ମଧ୍ୟରେ କିପରି କଥାବାର୍ଭା କରିବେ, ତାହା ସ୍ପଷ୍ଟ ଓ ନିର୍ଭୁଲ ଭାବରେ ଶିଖୁବା ପରେ କେବଳ ଯେ ସେମାନଙ୍କର କଥୁତ ଓ ଲିଖୁତ ଶବ୍ଦାବଳୀର ଉନ୍ନତି ହେବ ତା' ନୁହେଁ, ବରଂ ନୂତନ ଜ୍ଞାନକୌଶଳ ଓ ଦକ୍ଷତାର ଅଭିବୃଦ୍ଧି ଘଟିବ ।

ଉତ୍ତରମାଳା (ଶିକ୍ଷକଙ୍କ ପାଇଁ)

  • A:  ଗୋଟିଏ ଯୌଗିକ
  • B: ଦୁଇଟି ମୌଳିକର ମିଶ୍ରଣ
  • C: ଗୋଟିଏ ଯୌଗିକ ଓ ଗୋଟିଏ ମୌଳିକର ମିଶ୍ରଣ
  • D : ଗୋଟିଏ ଯୌଗିକ
  • E : ଗୋଟିଏ ମୌଳିକ
  • F :ଗୋଟିଏ ମୌଳିକ
  • G: ଦୁଇଟି ଯୌଗିକର ମିଶ୍ରଣ
  • H : ଗୋଟିଏ ମୌଳିକ
  • | : ଗୋଟିଏ ଯୌଗିକ

ସମ୍ବଳ 4 : ରାସାୟନିକ ସଂକେତ

ଆପଣ ଏହିପରି ଉଦାହରଣଗୁଡ଼ିକୁ ବ୍ୟବହାର କରିପାରିବେ:

  • ସୋଡିୟମ ଅକ୍ସାଇଡ Na2O
  • କ୍ୟାଲସିୟମ କେକ୍ୟୁରାଇଡ୍ CaCl2
  • ଏଲୁମିନିୟମ ଅକ୍ସାଇଡ Al2O3
  • ଥାଇରନ ( lll) କ୍ଳୋରାଇତ୍ FeCl3
  • ମ୍ୟାଗ୍ନେସିୟମ ହାଇତ୍ରକ୍ସାଇଡ Mg(OH)2
  • ଏମୋନିୟମ ସଲଫେଟ୍ (NH4)2SO4
  • କ୍ୟାଲସିୟମ, ଫସଫେଟ୍ (PO4)2
  • ମ୍ୟାଗ୍ନେସିୟମ ନାଇଟ୍ରେଟ୍ Mg(NO3)2

ଶିକ୍ଷାର୍ଥୀମାନେ କରୁଥୁବା କେତେକ ସାଧାରଣ ଭୁଲ:

  • ସଂଖ୍ୟାକୁ ପ୍ରତୀକର ଉପରେ ଲେଖିବା : Na2O
  • ସଂଖ୍ୟାକୁ ବଡ଼ କରି ଲେଖୁ ବା :Na2O
  • ବନ୍ଧନୀ ନ ଦେବା : Ca OH2

ଶିକ୍ଷାର୍ଥୀମାନେ ସାଧାରଣତଃ ଯୋଜ୍ୟତାକୁ ଭୁଲ କରିଥାନ୍ତି । ସେମାନେ କେତେକ ପରମାଣୁ ଓ ଗୁପର ଯୋଜ୍ୟତା ଗୁଡ଼ିକୁ ଶିଖୁବା ଉଚିତ । ଯଦି ଯୋଜ୍ୟତାକୁ ପର୍ଯ୍ୟାୟ ସାରଣୀରେ ଅବସ୍ଥିତି ସହ ଆପଣ ଯୋଡ଼ିବେ ତାହା ହେଲେ ସେମାନେ ଜାଣିବେ ଯେ ବିଭିନ୍ନ ପରମାଣୁଗୁଡ଼ିକର ଭିନ୍ନ ଭିନ୍ନ ଯୋଜ୍ୟତା କାହିଁକି ହେଉଛି ଏବଂ ଏହା ସେମାନଙ୍କୁ ମନେରଖୁବାକୁ ସହଜ ହେବ ।

ତାହାର ନିୟମ ହେଲା:

  • ଶ୍ରେଣୀ 1 : ଧାତୁ + 1
  • ଶ୍ରେଣୀ2 : ଧାତୁ) +2
  • ଶ୍ରେଣୀ:3 : ଧାତୁ)+3
  • ଶ୍ରେଣୀ 5 ) ଅଧାତୁ-3
  • ଶ୍ରେଣୀ 6 - ଅଧାତୁ-2
  • ଶ୍ରେଣୀ 7 - ଅଧାତୁ-1
ଆଧାର

"www.tessindia.edu.in"

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top