ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟା ରୂପାନ୍ତରଣ: ଦିଦ୍ୟାଳୟ ମୂଲ୍ୟାୟନ ପ୍ରକ୍ରିୟାକୁ ନେତୃତ୍ଵ ଦେବା
ସେଆର କରନ୍ତୁ

ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟା ରୂପାନ୍ତରଣ: ଦିଦ୍ୟାଳୟ ମୂଲ୍ୟାୟନ ପ୍ରକ୍ରିୟାକୁ ନେତୃତ୍ଵ ଦେବା

ଏହି ଏକକରେ କାମ କିରବା ସମୟରେ ଆପଣଙ୍କ ଚିନ୍ତାଧାରା ଓ ଯୋଜନାକୁ ଏକତ୍ର ସଂଗ୍ରହ କରି ଏକ ଦୈନିକ ଲିପି, ପୁସ୍ତକ କିମ୍ବା କୌଣସି ନଥିପଟା (ଲକୃକ୍ଷୟର କ୍ସ) ରେ ରଖାଯାଇପାରିବ ।

ଉପକ୍ରମ

ଏହି ବିଦ୍ୟାଳୟ ନେତୃତ୍ଵ ସମ୍ବନ୍ଧୀୟ ମୁକ୍ତ ଶିକ୍ଷଣ ସମ୍ବଳଟି ଟେସ୍ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ହୋଇଥିବା ‘ବିଦ୍ୟାଳୟ ନେତୃତ୍ଵ' ସମ୍ବନ୍ଧୀୟ ୨୦ଟି ପୁସ୍ତିକା ମଧ୍ୟରୁ ଅନ୍ୟତମ । ଏହି ପୁସ୍ତିକାଗୁଡ଼ିକ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଓ ବୃତ୍ତିଗତରେ ଉନ୍ନତି ଆଣି ଶ୍ରେଣୀ କକ୍ଷରେ ପାଠପଢାରେ ସହାୟତା କରିବ । ଏହି ପୁସ୍ତିକାଗୁଡ଼ିକ ବିଭିନ୍ନ ସିଦ୍ଧାନ୍ତ ଓ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକାରେ ଦିଆଯାଇଥିବା ତଥ୍ୟକୁ ବିଦ୍ୟାଳୟର ନେତୃତ୍ଵ, ଶିକ୍ଷକ ଓ ସହାୟକ କର୍ମାମାନେ ଅଭ୍ୟସରେ ଆଣିଲେ ବିଦ୍ୟାଳୟରେ ସାମୁହିକ ଉନ୍ନତି ଆସିପାରିବ । ଏହି ପୁସ୍ତିକାଗୁଡ଼ିକ ପଠନ ପାଇଁ ଏକ ବିଦ୍ଧିବଧ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ଯଦିଓ ନାହିଁ ତଥାପି "ବିଦ୍ୟାଳୟର ମୁଖ୍ୟ ଜଣେ ସାମର୍ଥ୍ୟକାରୀ" ପୁସ୍ତିକାରୁ ପଠନ ଆରମ୍ଭ କରାଯାଇପାରେ । ଏହି ପୁସ୍ତିକାଗୁଡ଼ିକ ନିଜସ୍ଵ ପଠନ ପାଇଁ ଉଦ୍ଧିଷ୍ଟ ଓ ଏହାକୁ ନିଜର ପାଠାଗାରାରେ ରଖାଯାଇପାରେ । ଏହି ପୁସ୍ତିକାଗୁଡିକ ବିଦ୍ୟାଳୟ ନେତୃତ୍ଵ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଉପ ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ଯେଉଁମାନେ ବିଦ୍ୟାଳୟ ନେତୃତ୍ଵରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ।

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀ ଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।  ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ ‘ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷା ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ (http://www.tessindia.edu.in/) ରେ ଉପଲବ୍ଧ । 'ମୁକ୍ତ ଶୈକ୍ଷିକ ସଂବଳ’ ଗୁଡ଼ିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ର ଅଭିପ୍ରେରିତ । ଟେସ୍-ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ସି.ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକରଣଟି 'ଟେସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ମମତା ସ୍ଵାଇଁ ଓଡ଼ିଆ ଭାଷାରେ ଭାଷାନ୍ତର କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସ ମ୍ବଳ/ ଲେଖ creativecommons.org ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ ।

ଏକକ ସଂପର୍କରେ

ମାନ ନିର୍ଦ୍ଧାରଣ ପରୀକ୍ଷାରେ କୃତକାର୍ଯ୍ୟ ହେବା ବା ଅକୃତକାର୍ଯ୍ୟ ହେବ ସହ ବିଶେଷ ଭାବରେ ଜଡିତ । ପରୀକ୍ଷାରେ କୃତକାର୍ଯ୍ୟ ହେବା ମୁଖ୍ୟତଃ ଉତ୍ତମ ଶିକ୍ଷାନୁଷ୍ଠାନ, ଉତ୍ତମ ସାମାଜିକ ମର୍ଯ୍ୟାଦା ଏବଂ ସଫଳ ବୃତ୍ତି ସହ ଜଡିତ । ସେ ଯାହାବି ହେଉ ପରୀକ୍ଷା ପାଇଁ ପ୍ରସ୍ତୁତିର ଗୁରୁତ୍ତ୍ୱେ ଶିକ୍ଷଣ ଅନୁଭୂତି ଉପରେ ପ୍ରତିକୂଳ ପ୍ରଭାବ ପକେଇଥାଏ । ତେଣୁ ଜାତୀୟ ପାଠ୍ୟକ୍ରମ ଆଧାର 2005 ଏହି ସମସ୍ୟାର ଗଭୀରତା ଉପଲବ୍ଧି କରି ମନ୍ତବ୍ୟ ଦେଇଛି ।

"ଶିକ୍ଷଣ ପ୍ରକ୍ରିୟାକୁ ଅଧିପୂର୍ଣ୍ଣ ଓ ଆନନ୍ଦଦାୟକ କରିବା ରାସ୍ତାରେ କିପରି ପରୀକ୍ଷା ପ୍ରତିବନ୍ଧକ ସୃଷ୍ଟି କରୁଛି । ସାମ୍ପ୍ରତିକ ସ୍ଥିତିରେ ଏପରିକି ପ୍ରାକ ବିଦ୍ୟାଳୟରୁ ଆରମ୍ଭକରି ବୋର୍ଡ ପରୀକ୍ଷା କିପରି ପରୀକ୍ଷଣ ଓ ମାନ ନିର୍ଦ୍ଧାରଣ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ତାହା ଚିନ୍ତାର ବିଷୟ" |

ଏହି ଏକକରେ ଯେତେବେଳେ ଶ୍ରେଣୀକାର୍ଯ୍ୟଗୁଡ଼ିକ ଦୈନନ୍ଦିନ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡି଼ତ ହେବ ସେତେବେଳେ ଆପଣ ଶିକ୍ଷାର୍ଥୀଙ୍କ ବିକାଶକୁ ତଦାରଖ କରିବା ପାଇଁ ଓ ପଥପ୍ରଦର୍ଶନ ପାଇଁ ମାନ ନିର୍ବାରଣକୁ ଏକ ସୁଯୋଗ ରୂପେ ଆବିଷ୍କାର କରିବେ । ଏହିଭଳି ନିରସ୍ତର ଆକଳନ ବ୍ୟବସ୍ଥା ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ସମ୍ପର୍କରେ ଶିକ୍ଷକଙ୍କୁ ନିୟମିତ ମତାମତ ଯୋଗାଇଥାଏ, ଯାହାକି ଆପଣଙ୍କ ନିଜ ବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ଅଧିକ ସଫଳ ଶିକ୍ଷାର୍ଥୀ ଭାବରେ ଅବତୀର୍ଣ୍ଣ ହେବା ପାଇଁ ବ୍ୟବହାର କରାଯାଇପାରେ । ଶିକ୍ଷାର୍ଥୀଙ୍କ ଶିକ୍ଷଣର ଉନ୍ନତି ପାଇଁ ଆକଳନର ବ୍ୟବହାର ନିମନ୍ତେ ଶିକ୍ଷକ ପ୍ରମାଣ ସଂଗ୍ରହ କରି ସେମାନଙ୍କର ଶିକ୍ଷାର୍ଥୀମାନଙ୍କୁ ଆକଳନ ଓ ତଦାରଖ କରିବା ଆବଶ୍ୟକ । ସେଥିପାଇଁ ତଥ୍ୟ ସଂଗ୍ରହ, ତଥ୍ୟ ବିଶ୍ଳେଷଣ, ଶିକ୍ଷଣ କାର୍ଯ୍ୟର ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ଏହିପରି ଭାବରେ ଆକଳନ ବ୍ୟବସ୍ଥାକୁ ପ୍ରୟୋଗ କଲେ ଆପଣଙ୍କର ସମସ୍ତ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଫଳାଫଳ କ୍ଷେତ୍ରରେ ଅଭିବୃଦ୍ଧି ହେବ ।

ଶିକ୍ଷଣ ଡାଏରୀ

ଏହି ଏକକରେ କାମ କିରବା ସମୟରେ ଆପଣଙ୍କ ଚିନ୍ତାଧାରା ଓ ଯୋଜନାକୁ ଏକତ୍ର ସଂଗ୍ରହ କରି ଏକ ଦୈନିକ ଲିପି, ପୁସ୍ତକ କିମ୍ବା କୌଣସି ନଥିପଟା (ଲକୃକ୍ଷୟର କ୍ସ) ରେ ରଖାଯାଇପାରିବ ।

ବୋଧହୁଏ ଆପଣ ଏହା ଆରମ୍ଭ କରିଥିବେ ।

ଯଦିଓ ଆପଣ ଏକୁଟିଆ ଏହି ଏକକ ଉପରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଅନ୍ୟ ବିଦ୍ୟାଳୟର ନେତାମାନଙ୍କ ସହ ଆଲୋଚନା କରବାର ସୁଯୋଗ ଆପଣଙ୍କ ନିକଟରେ ଥାଏ । ଏହି ନେତା ଆପଣଙ୍କ ସହକର୍ମା ମଧ୍ୟ ହୋଇପାରନ୍ତି । ଏହା ଯୋଜନାବଦ୍ଧ ଭାବରେ କରାଯାଇପାରେ ବା ସେପରି ସାଧାସିଧା ଢଙ୍ଗରେ ମଧ୍ୟ ଆୟୋଜ କରାଯାଇପାରେ । ତେଣୁ ଯେଉଁ ତଥ୍ୟ ଗୁଡିକୁ ସଂଗ୍ରହ କରାଯାଇଥିବା ପରବର୍ତ୍ତୀ ସମୟରେ ସାହାଯ୍ୟକାରୀ ହେବ ।

ଏହି ଏକକରୁ ବିଦ୍ୟାଳୟର ମୁଖ୍ୟ କ'ଣ ଶିଖି ପାରିବେ

  • ଶିକ୍ଷଣ ପାଇଁ ପରୀକ୍ଷଣ ଓ ପରୀକ୍ଷଣ ପାଇଁ ଶିକ୍ଷଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ପାରିବେ ।
  • ବିଦ୍ୟାଳୟରେ ଶିକ୍ଷକଙ୍କ ସହ ଗଠନମୂଳକ ମୂଲ୍ୟୟନକୁ ପ୍ରୋତ୍ସାହିତ କରିବ ।
  • ଗଠନମୂଳକ ମୂଲ୍ୟାୟନ ସମୟରେ ସଂଗୃହୀତ ତଥ୍ୟକୁ ବ୍ୟବହାର କରି ଶିକ୍ଷକଙ୍କୁ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ଉନ୍ନତ ପାଇଁ ସୁଚିତ୍ତିତ ମତାମତ ଦେବାରେ ସାହାଯ୍ୟ କରିବ ।

ଗଠନମୂଳକ ଓ ସମାପ୍ତି ସୂଚକ ମୂଲ୍ୟାୟନ

ଦୁଇ ପ୍ରକାରର ମୂଲ୍ୟାୟନ ଅଛି ଯାହାକି ପରସ୍ପର ଠାରୁ ଭିନ୍ନ ବୋଲି ଚିନ୍ତା କରାଯାଏ କାରଣ ସେଗୁଡ଼ିକୁ ବିଭିନ୍ନ ଉପାୟ ଓ ବିଭିନ୍ନ ଲକ୍ଷ୍ୟ ପାଇଁ ବୃବହୃତ ହୋଇଥାଏ । ଆପଣ ଶୈକ୍ଷିକ ଅନୁଭୂତି ମାଧ୍ୟମରେ ସମାପ୍ତି ସୂଚକ ମୂଲ୍ୟାୟନ ସହିତ ପରିଚିତ ଥିବେ । କିନ୍ତୁ ଗଠନମୂଳକ ମୂଲ୍ୟାୟନର ମୂଲ୍ୟବୋଧ ଓ ସୁଯୋଗ ସଂପର୍କରେ ଆପଣ ହୁଏତ କିଛିବି ଆବିଷ୍କାର କରିନଥିବେ ବା ଯଦିଓ ସେଗୁଡ଼ିକୁ ଆପଣ ପୂର୍ବରୁ କାମରେ ଲଗାଉଥାଇପାରନ୍ତି। କିନ୍ତୁ ଆପଣଙ୍କର ଦକ୍ଷତା ସଂପର୍କରେ ସଚେତନ ନଥିଲେ ।

• ଗଠନମୂଳକ ମୂଲ୍ୟୟନ କହିଲେ ଶିକ୍ଷଣ ପାଇଁ ପରୀକ୍ଷଣକୁ ବୁଝାଏ । ଏହି ପ୍ରକାର ମୂଲ୍ୟୟନର ମୁଖ୍ୟ ଲକ୍ଷ୍ୟ ହେଉଛି ଯେ ଶିକ୍ଷାର୍ଥୀଙ୍କୁ ସୁଚିନ୍ତିତ ମତାମତ ଦେବାରେ ସମର୍ଥ କରାଇବ | ଯାହାକି ସେମାନଙ୍କୁ ଅଧିକ ଭଲ ଭାବେ ଶୁଖିବାରେ ଓ ଉନ୍ନତି କରିବାରେ ସାହାଯ୍ୟ କରିବ । ଏଭଳି ମତାମତ ସାଧାରଣତଃ ଶିକ୍ଷକମାନଙ୍କ ଦ୍ଵାରା ହୋଇଥାଏ ।

• ସମାପ୍ତି ସୂଚକ ମୂଲ୍ୟାୟନ କହିଲେ ଶିକ୍ଷଣର ମୂଲ୍ୟୟନକୁ ବୁଝାଏ। ଏହି ପ୍ରକାର ମୂଲ୍ୟାୟନର ଲକ୍ଷ୍ୟ ହେଉଛି ଶିକ୍ଷାର୍ଥୀଙ୍କର କୃତିକୁ ଗୋଟିଏ ପରିୟଡ଼ର ଶେଷରେ ବା କାର୍ଯ୍ୟକାଳ ଭିତରେ ବା ବର୍ଷକରେ ଚିହ୍ନଟ କରିବାକୁ ଶିକ୍ଷକଙ୍କୁ ସମର୍ଥ କରାଏ ।

ସମାପ୍ତି ସୂଚକ ମୂଲ୍ୟାୟନରେ ସାଧାରଣତଃ ଗୋଟିଏ ଶିକ୍ଷାର୍ଥୀକୁ ଅନ୍ୟ ଶିକ୍ଷାର୍ଥୀ ସହ ତୁଳନା କରାଯିବା ପାଇଁ ବ୍ୟବହୃତ ହୋଇଥାଏ, କିନ୍ତୁ ଗଠନମୂଳକ ମୂଲ୍ୟାୟନ ଶିକ୍ଷଣର ଅଗ୍ରଗତି ପାଇଁ ବ୍ୟବହୃତ ହୋଇଥାଏ ।

ଗଠନମୂଳକ ମୂଲ୍ୟାୟନ ଶିକ୍ଷାର୍ଥୀଙ୍କର ଶିକ୍ଷଣରେ ଅଗ୍ରଗତି ପାଇଁ ରାସ୍ତା ପ୍ରସ୍ତୁତ କରେ । ଏହା ଚିହ୍ନଟ କରିଥାଏ

  • ଶିକ୍ଷାର୍ଥୀ କ’ଣ କହିପାରିବେ ଓ କଣ କରିପାରିବେ ନାହିଁ
  • ଶିକ୍ଷାର୍ଥୀଙ୍କୁ କ'ଣ ଅସୁବିଧା ହେଉଛି
  • ଶିକ୍ଷାର୍ଥୀ ମଧ୍ୟରେ ଅବା ବ୍ୟବଧ୍ୟାନ ଓ ଭୁଲ ବୁଝାମଣା

ଏଥିରେ ସାମିଲ ହୋଇଛି :

  • ବୈଶିକ୍ଷିକ ଲକ୍ଷ୍ୟ ସଂପର୍କରେ ପିଲାଙ୍କ ସହ ଆଲୋଚନା
  • ଲକ୍ଷ୍ୟକୁ ହାସଲ କରିବା ପାଇଁ ଶିକ୍ଷାର୍ଥୀଙ୍କୁ ସକ୍ରିୟ କରିବା
  • ଶିକ୍ଷାର୍ଥୀର ଓ ସାଙ୍ଗ ସାଥୀମାନଙ୍କର ଉନ୍ନତିକୁ ତଦାରଖ କରାଯାଇଥାଏ ।

ଠିକ୍ ସମୟରେ ଓ ଆବଶ୍ୟକତା ଅନୁଯାୟୀ ମତାମତା ଦେବା। ଏହି ପ୍ରକ୍ରିୟାର ଅଂଶ ଅଟେ ସଫଳତାର ଏକ ଦିଗ । କାରଣ ଏହା ଶିକ୍ଷାର୍ଥୀମାନଙ୍କର ଉନ୍ନତି କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ ଯେ ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷଣ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ସେମାନଙ୍କର ଧୈର୍ଯ୍ୟକୁ ପ୍ରଦର୍ଶନ କରିଥାନ୍ତି । ଶିକ୍ଷାର୍ଥୀର ଆବଶ୍ୟକତାଗୁଡ଼ିକୁ ସଜେଇ ଶିକ୍ଷକ ତାଙ୍କର ଶିକ୍ଷାଦାନରେ ନିଶ୍ଚିତ ରୂପେ ସାମିଲ କରିବେ ।

ତେଣୁ ସମାପ୍ତିସୂଚକ ମୂଲ୍ୟୟନର ଲକ୍ଷ୍ୟ ଠାରୁ ଗଠନମୂଳକ ମୂଲ୍ୟାୟନର ଲକ୍ଷ୍ୟ ବହୁତ ଅଲଗା । ଭିନ୍ନ ଅଟେ ଯାହାକି ଅଧିକ ଅନୌପଚାରିକ ଓ ଯାହାକି ଗଠନମୂଳକ ମୂଲ୍ୟୟନ ଶ୍ରେଣୀ ପରିସ୍ଥିତିରେ ଶିକ୍ଷକ ଓ ଶିକ୍ଷାର୍ଥୀ ମଧ୍ୟରେ ଉଚିତ ସମ୍ପର୍କ ସ୍ଥାପନ କରିଥାଏ । ଗଠନମୂଳକ ମୂଲ୍ୟାୟନର ମୁଖ୍ୟ ଲକ୍ଷଣ ହେଉଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବର୍ଷ ୨୦୦୯

  • ନିଦାନମୂଳକ ଏବଂ ପ୍ରତିକାର ମୂଳକ
  • ଫଳପ୍ରଦ ମତାମତର ବ୍ୟବସ୍ଥା ।
  • ସୁ-ଶିକ୍ଷଣ କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ମଞ୍ଚ ଦେବା
  • ମାନ ନିର୍ଦ୍ଧାରଣର ଫଳାଫଳ ଅନୁଯାୟୀ ଶିକ୍ଷକମାନଙ୍କର ଉପଯୋଜନର ସୁଯୋଗ ।
  • ଶିକ୍ଷାର୍ଥୀର ଅଭିପ୍ରେରଣା ଓ ଆତ୍ମ ପ୍ରତ୍ୟୟ ଉପରେ ମୂଲ୍ୟାୟନର ଅଗାଧ ପ୍ରଭାବକୁ ଚିହ୍ନଟ କରିବା ଏହି ଦୁଇଟି ଯାକ ଗୁରୁତ୍ଵପୂର୍ଣ୍ଣ ଭାବେ ଶିକ୍ଷଣକୁ ପ୍ରଭାବିତ କରିଥାନ୍ତି ।
  • ଶିକ୍ଷାର୍ଥୀମାନେ ନିଜେ ସେମାନଙ୍କର ମୂଲ୍ୟୟନ କରିବାକୁ ସମର୍ଥ ହେବେ ଓ ବୁଝିବେ ଯେ କିପରି ଉନ୍ନତି କରିବେ ତା’ର ଆବଶ୍ୟକତାକୁ ଚିହ୍ନଟ କରିବା ।
  • ଶିକ୍ଷାର୍ଥୀକୁ କ'ଣ ପଢାଯିବ ତାହା ଶିକ୍ଷାର୍ଥୀର ପୂର୍ବଜ୍ଞାନ ଓ ଅଭିଜ୍ଞତା ଉପକରେ ଆଧାରିତ ହୋଇଥାଏ ।
  • ଶିକ୍ଷାଦାନ ପ୍ରଣାଳୀରେ କ'ଣ ଓ କିପରି ପଢାହେବ ସେଥିପାଇଁ ବିଭିନ୍ନ ପ୍ରକାର ଶିକ୍ଷଣ ଶୈଳୀର ପ୍ରୟୋଗ କରାଯାଏ ।
  • ସେମାନେ କାର୍ଯ୍ୟକୁ ବିଶ୍ଚର କରିବା ପାଇଁ ବ୍ୟବହୃତ ହେବାକୁ ଅବା ଲକ୍ଷଣଗୁଡ଼ିକୁ ବୁଝିବା ପାଇଁ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ।
  • ମତାମତ ପାଇବା ପରେ ଶିକ୍ଷାର୍ଥୀଙ୍କୁ ନିଜର କାର୍ଯ୍ୟକୁ ମାର୍ଜିତ କରିବା ପାଇଁ ସୁଯୋଗ ଦେବା ।
  • ସାଙ୍ଗମାନଙ୍କୁ ସହାୟତା ଦେବା ପାଇଁ ସାହାଯ୍ୟ କରିବା ଏବଂ ସେମାନଙ୍କ ଠାରୁ ସହାୟତା ପାଇବା ପାଇଁ ଆଶା ରଖିବା ।

ଗଠନମୂଳକ ମୂଲ୍ୟୟନରେ ଶିକ୍ଷାର୍ଥୀ ଯେଉଁଠାରେ ଅଛନ୍ତି ସେହିଠୁ ହଁ ଗଠନ କରିବାକୁ ଶିକ୍ଷକଙ୍କୁ ଅନୁମତି ଦେଇଥାଏ ଏବଂ ପିଲାଙ୍କୁ ବୁଝିବା ପାଇଁ ଅନୁମତି ଦେଇଥାଏ ଯେ କ’ଣ କଲେ ସେମାନେ ସଫଳତା ପାଇବେ । ସେଥିପାଇଁ ଗଠନମୂଳକ ମୂଲ୍ୟାୟନ ଶିକ୍ଷାର୍ଥୀଙ୍କୁ ସାମିଲ କରି ସେମାନଙ୍କର ଶିକ୍ଷଣରେ ମାଳିକାନା ସଭ୍ ନେବା ପାଇଁ ଅନୁମତି ଦିଅନ୍ତୁ ।

ନିରନ୍ତର ସାମଗ୍ରିକ ମୂଲ୍ୟୟନକୁ ନିମ୍ନରେ ଦିଆଯାଇଥିବା ଭଳି ବର୍ଣ୍ଣନା କରାଯାଇଛି :

ଏହା କେବଳ ଶିକ୍ଷାର୍ଥୀର ଜ୍ଞାନାତ୍ମକ ଦିଗକୁ ଦୃଷ୍ଟି ନଦେଇ ଶିକ୍ଷାର୍ଥୀର ଜ୍ଞାନାତ୍ମକ, ବୈଦ୍ଧିକ, ଆବେଗିକ, ଶାରୀରିକ, ସାଂସ୍କୃତିକ ଏବଂ ସାମାଜିକ ବିକାଶକୁ ମଧ୍ୟ ଗୁରୁତ୍ବ ଦେଇଥାଏ । ସେଥିପାଇଁ ଏହାକୁ ଶିକ୍ଷାର୍ଥୀର ଶିକ୍ଷା ସମ୍ବନ୍ଧୀୟ ମୂଲ୍ୟୟନରେ ସୀମିତ କରାଯିବ ନାହିଁ । ଶିକ୍ଷାର୍ଥୀଙ୍କୁ ପ୍ରେରଣା ଦେବାର ସାଧନ ଭାବେ ମୂଲ୍ୟୟନକୁ ବ୍ୟବହାର କରାଯାଏ । ସୂଚନା ଗୁଡ଼ିକ ଦେବା ପାଇଁ ମତାମତକୁ ସଜାଯାଏ ଓ ଶ୍ରେଣୀର ଶିକ୍ଷଣରେ ଉନ୍ନତି ଆଣିବା ପାଇଁ ପରବର୍ତ୍ତୀ କାର୍ଯ୍ୟ କରାଯାଏ ଓ ଶିକ୍ଷାର୍ଥୀର ବ୍ୟକ୍ତିଗତ ବିବରଣୀର ସାମଗ୍ରିକ ଚିତ୍ର ଉପସ୍ଥାପନ କପରାଯାଏ ।

କାର୍ଯ୍ୟବିଧି ୧ ଆପଣଙ୍କୁ ବିଦ୍ୟାଳୟ ଗଠନମୂଳକ ଓ ସମାପ୍ତି ସୂଚକ ମୂଲ୍ୟାୟନ ମଧ୍ୟରେ ପାର୍ଥକ୍ୟକୁ ଚିନ୍ତା କରିବା ପାଇଁ କହିବ । ଏହା ଏକ କାର୍ଯ୍ୟବିଧି ଅଟେ । ସମାପ୍ତି ସୂଚକ ମୂଲ୍ୟୟନ ଓ ଗଠନମୂଳକ ମୂଲ୍ୟାୟନ ବିଷୟରେ ଆପଣ ଶିକ୍ଷକମାନଙ୍କ ସହ ଆଲୋଚନା ଆରମ୍ଭ କରିପାରିବେ ।

ଶିକ୍ଷଣ କାର୍ଯ୍ୟ ୧: ଗଠନମୂଳକ ଓ ସମାପ୍ତିସୂଚକ ମୂଲ୍ୟାୟନର ଚିହ୍ନଟ

ନିମ୍ନରେ କେତେ ଗୁଡିଏ ପରୀକ୍ଷଣ ତାଲିକା ଦିଆଯାଇଛି, ଯାହାକୁ ଶ୍ରେଣୀ କକ୍ଷରେ ବ୍ୟବହାର କରାଯାଇପାରିବ । ତେଣୁ ଆପଣଙ୍କର ଶିକ୍ଷଣ ଡାଏରୀରେ ଦୁଇଟି ସ୍ତମ୍ଭ ତିଆରି କରନ୍ତୁ ଗୋଟିଏ ଗଠନମୂଳକ ମୂଲ୍ୟୟନ ପାଇଁ ଓ ଅନ୍ୟଟି ସମାପ୍ତି ସୂଚକ ମୂଲ୍ୟୟନ ପାଇଁ । ବର୍ତ୍ତମାନ ନିମ୍ନରେ ଦିଆଯାଇଥିବା ତାଲିକାରୁ ପରୀକ୍ଷଣଗୁଡ଼ାଇକୁ ଯେକୌଣସି ସ୍ତମ୍ଭରେ ଲେଖନ୍ତୁ । ବେଳେବେଳେ ଆପଣ ଦେଖିବେ କେତେଗୁଡିଏ କାର୍ଯ୍ୟ ଉଭୟ ସ୍ତମ୍ଭରେ ସାଧାରଣ ଭାବରେ ରଖାଯାଇପାରିବ । ଉଦାହରଣ ସ୍ଵରୂପ- ଗୀତଟିଏ ଗାଇବା ସମାପ୍ତି ସୂଚକ ମୂଲ୍ୟାୟନର ଅନ୍ତର୍ଗତ ହୋଇପାରିବ ଯଦି ଏହା ବିଦ୍ୟାଳୟର ଗୀତ ପରୀକ୍ଷାର ଏକ ଅଂଶ ହେବ । ବା ଏହାକୁ ଗଠନମୂଳକ କୁହାଯିବ ଯଦି ଏହା ବିଦ୍ୟାଳୟର କାର୍ଯ୍ୟ ପ୍ରସ୍ତୁତ ପାଇଁ ପ୍ରସ୍ତୁତ ହୋଇଥାଏ ।

ଏହା ଏକ ଏପରି କାର୍ଯ୍ୟ ଯାହାକୁ ଆପଣ ଏକୁଟିଆ କରିପାରିବେ ବା ଏହାର ପରିସରକୁ ବୃଦ୍ଧି କରିବା ପାଇଁ ଅନ୍ୟମାନଙ୍କୁ ଦଳଗତ କାର୍ଯ୍ୟରେ ସାମିଲ କରିବାକୁ ଚାହିଁପାରନ୍ତି ।

  1. କାଗଜ କଳା ମ ପରୀକ୍ଷଣା
  2. ସ୍ମରଣ କରି ଲେଖିବା
  3. ବିଜ୍ଞାନରେ କୌଣସି ତତ୍ତ୍ୱର ପ୍ରୟୋଗକୁ ତଥ୍ୟ ଆଧାରରେ ପରିକଳ୍ପନା କରି କାର୍ଯ୍ୟକାରୀ କରିବା
  4. ଖୋଲାବହି ପରୀକ୍ଷଣ
  5. ଶିକ୍ଷକ ଶିକ୍ଷାର୍ଥୀଙ୍କୁ ପର୍ଯ୍ୟବେକ୍ଷଣ କରିବେ
  6. ନିର୍ଦ୍ଦେଶକୁ ପାଳନ କରିବା
  7. ରଚନା ଲେଖିବା
  8. ମୌଖିକ ପ୍ରଶ୍ନର ଉତ୍ତର
  9. ପ୍ରଦର୍ଶନ

10. ଶିକ୍ଷାର୍ଥୀ ଦ୍ଵାରା ଲିଖିତ ସଂଗୀତକୁ ଉପସ୍ଥାପନ କରିବା ।

11. କୌଣସି ଏକ ଦୌଡ ପ୍ରତିଯୋଗିତାରେ ବ୍ୟକ୍ତିଗତ ସଫଳତା ପ୍ରଦର୍ଶନ କରିବା ।

12. ଅଭିନୟ କରିବା ପାଇଁ ସଂଳାପ ଲିଖନ

ଆଲୋଚନା

ଗଠନ ମୂଲ୍ୟୟନ କେତେକ କାର୍ଯ୍ୟକୁ ସହଜରେ ଚିହ୍ନଟ କରିବା ପାଇଁ ସୁଯୋଗ ଯୋଗାଇଥାଏ । ଯଥା ବିକଳ୍ପ ଯେଉଁଠି ମୌଖୁକ ଉତ୍ତର ତତକ୍ଷଣାତ ସୁଚିନ୍ତିତ ମତାମତ ଓ ଆଲୋଚନା ପାଇଁ ଅନୁମତି ଦେଇଥାଏ । ଅନ୍ୟମାନେ ସମାପ୍ତି ସୂଚକ ସୂଚନା ଦେଇଥାନ୍ତି, ଯଥା କାଗଜ ଓ କଳମ ବିକଳ୍ପ ୧, ଯାହାକି ଅନ୍ତିମ ପର୍ଯ୍ୟାୟକୁ ନେତୃତ୍ଵ ଦେବ ।

ଯାହାବି ହେଉ ପରୀକ୍ଷଣର ପ୍ରକୃତି ଏବଂ ଲକ୍ଷ୍ୟ ସମ୍ବନ୍ଧରେ ପରବର୍ତ୍ତୀ ସୂଚନା ନ ମିଳିଲେ । ଏହାକୁ ବର୍ଗୀକରଣ କରିବା କଷ୍ଟକର ହୋଇପଡେ । ଉଦାହରଣ ସ୍ଵରୂପ କାଗଜ କଲମ ପରୀକ୍ଷଣକୁ ଗଠନମୂଳକ ଭାବରେ କରାଯାଇପାରିବ । ଶିକ୍ଷାର୍ଥୀଙ୍କ ସହିତ ଯଦି ଫଳାଫଳ ସମ୍ବନ୍ଧୀୟ କିଛି ଭୁଲ ବୁଝାମଣାର ଆଲୋଚନା ଆରମ୍ଭ କରାହୁଏ, ତାହା ହେଲେ କାଗଜ କଲମ ପରୀକ୍ଷଣକୁ ଗଠନମୂଳକ ଭାବେ ବ୍ୟବହାର କରାଯାଇପାରିବ । ଠିକ ସେହିପରି ଶିକ୍ଷକଙ୍କୁ ନିର୍ଦ୍ଦିଷ୍ଟ ଉତ୍ତର ମୂଳକ ପ୍ରଶ୍ନର ମୌଖିକ ଉତ୍ତରଗୁଡ଼ିକୁ ଏକମାତ୍ର ମାର୍କ ଦେବାରେ ସୁବିଧା ହୋଇଥାଏ ଯେଉଁଗୁଡ଼ିକୁ ସମାପ୍ତିସ୍ଵଚକ ମୂଲ୍ୟୟନରେ ବ୍ୟବହାର କରାଯାଇପାରିବ ।

ପରୀକ୍ଷଣର ଗଠନମୂଳକ ବ୍ୟବହାର

ସମ୍ବଳ-୧କୁ ପଢିବା ଦ୍ଵାରା ଏହା ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରଗତି ଓ କାର୍ଯ୍ୟ କରିବାର ତଥ୍ୟକୁ ମୂଲ୍ୟାୟନ କରିବାରେ ସାହାଯ୍ୟ କରିବ । ଯେତେବେଳେ ଖୋଲାଖୋଲି ଭାବରେ ଆପଣଙ୍କ ବିଦ୍ୟାଳୟର ପରୀକ୍ଷଣର ଭୂମିକା ଏବଂ ଢଙ୍ଗ ସମ୍ପର୍କରେ ଆଲୋଚନା କରାଯିବ ସେ ସମୟରେ ତାହା ଅନ୍ୟ ଶିକ୍ଷକଙ୍କ ସହ ଆଲୋଚନାର ପ୍ରୟୋଜନୀତାକୁ ଅନୁଭବ କରାଯାଇପାରିବ । ପରୀକ୍ଷଣ ପାଇଁ କେଉଁ ପଦ୍ଧତିକୁ ବ୍ୟବହାର କରାଯାଇପାରିବ ଓ ମୂଲ୍ୟୟନକୁ କିପରି ଭାବରେ ଶ୍ରେଣୀ ଗୃହ ପାଠ ସହ ସମନ୍ୱିତ କରାଯାଇପାରିବ ସେଥୁପ୍ରତି ଦୃଷ୍ଟି ଦେବା ଦରକାର ।

ତେଣୁ ଗଠନମୂଳକ ଓ ସମାପ୍ତି ସୂଚକ ମୂଲ୍ୟାୟନ ମଧ୍ୟରେ ୩ଟି ମୁଖ୍ୟ ପାର୍ଥକ୍ୟ ହେଉଛି:-

    ପରୀକ୍ଷଣାର ଲକ୍ଷ୍ୟ

  • ପ୍ରଶ୍ନଗୁଡ଼ିକୁ କିପରି ବ୍ୟବହାର କରିବା
  • ଏହି ପ୍ରକ୍ରିୟାର ମାଲିକାନା କେଉଁ ବ୍ୟକ୍ତିଙ୍କର ?

ଗଠନମୂଳକ ମୂଲ୍ୟାୟନରେ ଶିକ୍ଷାର୍ଥୀମାନେ ଅଂଶଗ୍ରହଣକାରୀ ହେବାକୁ ହେଲେ ସେମାନେ ସକ୍ରିୟ ଓ ପ୍ରତିଫଳିତ ଶିକ୍ଷାର୍ଥୀ ହେବା ଆବଶ୍ୟକ । ସେମାନେ ପରବର୍ତୀ ଶିକ୍ଷଣର ସୋପାନକୁ ମତାମତକୁ ବ୍ୟବହାର କରି ସ୍ଥିର କରନ୍ତି ।

ପରିସ୍ଥିତି ଅନୁଧ୍ୟାନ ୧ : ଗଠନମୂଳକ ମୂଲ୍ୟୟନକୁ ରବି ଗ୍ରହଣ କଲା

ରବି ଜଣେ ଛାତ୍ର ଓ ସେ ଅନ୍ୟ ଛାତ୍ର ସହ ମିଶି ବହିର ଗୋଟିଏ ଅଧ୍ୟାୟର ସାରାହାଂଶ ଲେଖିଛି ତା' ପରେ ସେ ଭାବୁଛି ଏହା ସେମାନଙ୍କୁ ଦୀର୍ଘସମୟ ଧରିସ କିପରି ଧରିରଖିଲା ଓ ଉଭୟେ କିପରି ଅବ୍ୟବସ୍ଥିତ ଅଲେ । ରବି କାର୍ଯ୍ୟ ବିଷୟରେ ଅସ୍ପଷ୍ଟ ଥିଲା ଓ ବୁଝିପାରୁନଥିବା କେତେକ ମୁଖ୍ୟ ଶବ୍ଦକୁ ଅଧାୟରୁ ଚିହ୍ନଟ କଲା । ଅଧ୍ୟାୟର ସାରା "ଶ ଦେବାରେ ବିଳମ୍ବ ହୋଇଗଲା ଏବଂ ଶିକ୍ଷକ କହିଲେ ଯେ ଏହା ଅଧିକ ଛୋଟ ହେଲା । ଏହାର ଗଠନ ପ୍ରଣାଳୀରେ ଅଭାବ ଥବା ଓ କେତେକ ମୁଖ୍ୟ ସୂଚନା ନ ଥିଲଊ । ସେମାନଙ୍କର ପଦକ୍ଷେପକୁ ଶିକ୍ଷକ ଉତ୍ସାହିତ କରିଥୁଲେ ଏବଂ ସେମାନେ ରାଜି ହୋଇଥୁଲେ ଯେ ରବି ତା'ର ପରବର୍ତୀ ସାରା’ଶରେ ଗଠନ ଉପରେ ଦୃଷ୍ଟି ଦେବ । ରବି ପ୍ରଥମ ଥର ପାଇଁ ଅଧାୟର ସାରାହାଂଶ ଲେଖିଥିଲା ଓ ସେ ଜାଣିଥିଲା ଯେ ସେ ଅଧ୍ବକ ଭଲ କରିପାରିଥା'ନ୍ତା ତଥାପି ସେ ଦୁଃଖିତ ହେଲା ।

ରବି ଏହି ବହିର କେତେଗୁଡ଼ିଏ ଗଳ୍ପକୁ ଛାଡ଼ି ଶବ୍ଦଭଣ୍ଡାରର ତାଲିକା ଲେଖିବାକୁ ଆରମ୍ଭ କଲା । ଏବଂ ସେ ତା’ର ବଡ଼ ଭଉଣୀ ପ୍ରସ୍ତୁତି କରିଥିବା ଏକ ବିଷୟର ସାରାଂଶକୁ ଦେଖାଇବା ପାଇଁ କହିଲା । ଯାହାକି ତା' ପାଇଁ ଏକ ଭଲ ଉଦାହରଣ ହୋଇପାରିବ । ପରବର୍ତ୍ତୀ ସମୟରେ ରବି କାମ ସଂପର୍କରେ ସ୍ପଷ୍ଟତା ଅବା ସହଯୋଗୀଙ୍କ ସହ କାମକୁ ଚେଷ୍ଟା କରିବା ପାଇଁ ସ୍ଥିର କଲା । କାମଟିକୁ ଏକାଠି ଲେଖି ବା ପାଇଁ ଚେଷ୍ଟା କରିବା ଅପେକ୍ଷା କାମଟିର ଦାୟିତ୍ଵକୁ ସେମାନଙ୍କ ମଧ୍ୟରେ ବାଣ୍ଟିନେବାର ପରାମର୍ଶ ଦେଲା । ସେ ନିଶ୍ଚିତ ନ ଥିଲା ଯେ କାହାର କାମ ସଂପର୍କରେ ସ୍ପଷ୍ଟତା ନାହିଁ ସେ ନା ତା ସାଙ୍ଗର। ତେଣୁ ସେ ତଦାରଖ କରିବାକୁ ଚାହୁଁଥିଲା ।

ରବି ଯେ କେବଳ ନିଜର ଶିକ୍ଷଣ ବିକାଶକୁ ଦୃଷ୍ଟି ଦେଉଥିଲା ତାହା ନୁହେଁ ପରବର୍ତ୍ତୀ ସମୟରେ ନିଜର ସାରକଥା କିପରି ଭଲ ହୋଇପାରିବ ସେଥିପ୍ରତି ମଧ୍ୟ ସେ ଯତ୍ନବାନ ଥିଲା । ଫଳାଫଳ ଉପରେ ଦୃଷ୍ଟି ନ ଦେଇ ସେ କିପରି ଢ଼ଙ୍ଗରେ କାମ କରୁଛି ତାକୁ ଦୃଷ୍ଟିରେ ରଖିଥିଲା । ତାଙ୍କ ଶିକ୍ଷକ ମଧ୍ୟ ତାଙ୍କୁ କିଛି ଦରକାରୀ ମତାମତ ଦେଇଥିଲେ (ଗଠନମୂଳକ ମୂଲ୍ୟାୟନ) ଏହି ଯୋଜନାକୁ ସେ ପରବର୍ତ୍ତୀ ସମୟରେ ବ୍ୟବହାର କରିଥିଲେ।

ଜଣେ ବିଦ୍ୟାଳୟର ମୁଖ୍ୟ ହିସାବରେ ଆପଣ କେବଳ ଶିକ୍ଷକଙ୍କ ସହ ନୁହେଁ ଶିକ୍ଷାର୍ଥୀଙ୍କ ସହ ମିଶି ମିଳିତ ଭାବେ ଗଠନମୂଳକ ମୂଲ୍ୟୟନ ପାଇଁ କାମ କରିବାକୁ ପ୍ରେରଣା ଦେଇପାରିବେ ଯାହାକି ସେମାନଙ୍କୁ ମୁଲ୍ୟୟନର ଉପକାରିତା  ଦେଖିବାରେ ସାହାର୍ଯ୍ୟ କରିବ ଓ ଏହା ଶିକ୍ଷଣ ପ୍ରକ୍ରିୟାର ଅଂଶ ଅଟେ |

ଶିକ୍ଷାର୍ଥୀଙ୍କୁ ସକ୍ରିୟ ଭାବରେ କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଶିକ୍ଷକ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏବଂ ଶିକ୍ଷକ ନିଷ୍ଠିତ ହେବା ଆବଶ୍ୟକ ଯେ ସେମାନେ ସେମାନଙ୍କ ଶିକ୍ଷଣ ପ୍ରକ୍ରିୟା ବିଷୟରେ ସଚେତନ ଅଟନ୍ତି । ସେଗୁଡ଼ିକ ହେଲା:

• ଶିକ୍ଷଣ କାର୍ଯ୍ୟ ଉପରେ ଚିନ୍ତା କରିବା

• କଟ ଘଟିଛି ତାକୁ ବିଶ୍ଳେଷଣ କରିବାକୁ ଆରମ୍ଭ କରିବା

• ସେମାନଙ୍କର ଶିକ୍ଷଣକୁ ଉନ୍ନତ କରିବା ପାଇଁ ପଦକ୍ଷେପ ନେବା ଓ ସେମାନଙ୍କର ଧାରଣା ଓ ଉପସଂହାରକୁ ପରଖିବା

ମାଧ୍ୟମିକ ଇଂରାଜୀ ଏକକ ଗଠମୂଳକ ମୂଲ୍ୟାୟନ ମାଧ୍ୟମରେ ଭାଷାକୁ ସହାୟତା” ରେ ଥପାଣ ଶିକ୍ଷକମାନଙ୍କ ପାଇଁ ଅଧିକରେ ପଥପ୍ରଦର୍ଶନ କରିପାରିବେ ।

ଶ୍ରେଣୀ ଗୃହରେ ଗଠନମୂଳକ ଓ ସମାପ୍ତି ସୂଚକ ମୂଲ୍ୟାୟନର ବ୍ୟବହାର

ପରିସ୍ଥିତି ଅନୁଧ୍ୟାନ

୨ ଏଠାରେ କୁହାଯାଇଛି ଯେ ଜଣେ ବିଦ୍ୟାଳୟର ମୁଖ୍ୟ କମଳିନି ଦେବୀ ନିଜେ ଶିକ୍ଷକ ଥିବା ସମୟରେ ନିଜ ଅନୁଭୂତିକୁ ବ୍ୟବହାର କରି ବିଦ୍ୟାଳୟରେ କିପରି ଗଠନମୂଳକ ମୂଲ୍ୟୟନକୁ ପରିଚିତ କରାଇଥିଲେ । ଏହି ଗଠନମୂଳକ ମୂଲ୍ୟୟନକୁ ସେ ୫ଟି ପର୍ଯ୍ୟାୟରେ ବର୍ଣ୍ଣନା କରିଥିଲେ ।

  1. ଗଠନମୂଳକ ମୂଲ୍ୟାୟନ ସହ ଶିକ୍ଷକମାନଙ୍କୁ ପରିଚିତ କରାଇବା ।
  2. ବିଦ୍ୟାଳୟ ମୁଖ୍ୟ କମଳିନି ଦେବୀ ଶ୍ରେଣୀକୁ ପର୍ଯ୍ୟବେକ୍ଷଣ କରି ଶିକ୍ଷକଙ୍କୁ ଗଠନମୂଳକ ମୂଲ୍ୟୟନ ସହ ସିଧା ଭାବରେ ପରିଚିତ କରାଇବା ।
  3. ଶିକ୍ଷକମାନଙ୍କ ସହ ବିଦ୍ୟାଳୟ ମୁଖ୍ୟ କମଳିନି ଦେବୀଙ୍କ ଶ୍ରେଣୀ ପର୍ଯ୍ୟବେକ୍ଷଣ ଉପରେ ଆଲୋଚନା କରିବା ।
  4. ଶିକ୍ଷକମାନେ ସେମାନଙ୍କ ଶ୍ରେଣୀରେ ଗଠନମୂଳକ ମୂଲ୍ୟୟନର ପ୍ରୟୋଗ ସମୟରେ ପର୍ଯ୍ୟବେକ୍ଷଣ କରିବା ।
  5. ସମୀକ୍ଷା କରିବା ଓ ଚିନ୍ତା କରିବା

ପରିସ୍ଥିତି ଅନୁଧ୍ୟାନ ୨: କମଳିନିଦେବୀଙ୍କ ଶ୍ରେଣୀରେ ଗଠନମୂଳକ ମୂଲ୍ୟାୟନର ପ୍ରୟୋଗ

କମଳିନି ଦେବୀ ତାଙ୍କ ଶ୍ରେଣୀର ପ୍ରତ୍ୟେକଟି ଶିକ୍ଷାର୍ଥୀର ଅଗ୍ରଗତିକୁ ଲିପିବଦ୍ଧ କରି ରଖନ୍ତି । ନିଜର ପାଠଟୀକା ଅଧିକ ପ୍ରାସଂଶିକ ଏବଂ ଶିକ୍ଷାର୍ଥୀଙ୍କ ପାଇଁ ବ୍ୟବହାରିକ ହୋଇଥିବାରୁ ସେ ଗର୍ବ ଅନୁଭବ କରନ୍ତି ତାଙ୍କର ପ୍ରତ୍ୟେକ ଶିକ୍ଷାର୍ଥୀ ଶିକ୍ଷଣରେ କେଉଁଠି ଅଛନ୍ତି ଜାଣିଲେ ସେ ଏହି କାମକୁ କରିପାରିବେ ବୋଲି ସଚେତନ ଥିଲେ । ସମୟାନୁକ୍ରମେ ସେ ଜାଣିଥିଲେ ଯେ ବଡ଼ ପାଟିରେ କଥା କହୁଥିବା ଶିକ୍ଷାର୍ଥୀମାନେ ଉଚ୍ଛୁଳତମ ଶିକ୍ଷାର୍ଥୀ ବୋଲି ଭାବିବା ଉଚିତ ନୁହେଁ । ତେଣୁ ସେ ଦକ୍ଷ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରବାକୁ ଭଲ ପାଉଥିଲେ ଓ ସେମାନଙ୍କୁ ସମୃଦ୍ଧିଶାଳୀ ଭାବେ  ଦେଖି ବାକୁ ଚାହୁଁଥିଲେ ।

ପର୍ଯ୍ୟାୟ ୧: ଗଠନମୂଳକ ମୂଲ୍ୟୟନ ସହ ଶିକ୍ଷକମାନଙ୍କୁ ପରିଚିତ କରାଇବା

୧୩ ଯେତେବେଳେ ମୁଁ ଶ୍ରେଣୀର ଶିକ୍ଷଣକୁ ଯାଞ୍ଚ କରିବା ସମ୍ପର୍କରେ କଥା ହେବାକୁ ଅଳାରମ୍ଭ କଲି ଏବଂ ଏହା କିପରି ବଡ଼ ଶ୍ରେଣୀ ଓ ବିଭିନ୍ନ ପ୍ରକାର ଶ୍ରେଣୀର ଶିକ୍ଷାଦାନରେ ସାହାଯ୍ୟ କରିବା ବ୍ୟବହାତ କରାଯାଇପାରିବ ବୋଲି କହିଲି ସେହିସମୟରେ ମୁଁ କେତେକ ଭାବଶୂନ୍ୟ ମୁହଁକୁ  ଦେଖିଲି । ଗୋଟିଏ ପାକଳ ମଧ୍ୟ ଥିବା ବିଭିନ୍ନ ସ୍ତରର ଶିକ୍ଷାର୍ଥୀଙ୍କୁ ପଢ଼େଇବା କେତେ କଷ୍ଟକର ହୋଇଥାଏ। ସେ ବାବଦରେ ଶିକ୍ଷକମାନେ ସବୁବେଳେ ଗଣିବାକୁ ପ୍ରସ୍ତୁତ ଥାନ୍ତି । ଶିକ୍ଷାର୍ଥୀଙ୍କର ବର୍ତ୍ତମାନର ସ୍ତରକୁ ଚିହ୍ନଟ କଲେ ସେମାନେ ଯେ ଅଧିକ ଭଲଭାବେ ପଢ଼େଇଥାନ୍ତେ ସେଗୁଡ଼ିକୁ ସେମାନେ ଚିହ୍ନଟ କରନ୍ତି ନାହିଁ । ଗଠନମୂଳକ ମୂଲ୍ୟାୟନ ପିଲାଙ୍କ ଶିକ୍ଷଣକୁ କିପରି ଉନ୍ନତ କରିପାରିବ ସେ ବାବଦରେ ମୁଁ କଥାବାର୍ତ୍ତା ଆରମ୍ଭ କଲି ।

ପର୍ଯ୍ୟାୟ-୨: ଗଠନମୂଳକ ମୂଲ୍ୟୟନ ସହ ଶିକ୍ଷକମାନଙ୍କୁ ପରିଚିତ କରାଇବା ଓ ବିଦ୍ୟାଳୟ ମୁଖ୍ୟ ଶ୍ରେଣୀକୁ ପର୍ଯ୍ୟବେକ୍ଷଣ କରିବା ।

ମୁଁ ଥନୁଭବ କରୁଛି ଯେ ଏହା ବିଷୟରେ କହିବା ନୁହେଁ, ପ୍ରକୃତରେ ମୁଁ କ’ଣ କରିବାକୁ ଚାହୁଁଛି ଦେଖାଇବା  ପାଇଁ ସେମାନଙ୍କୁ ମୋ ଶ୍ରେଣୀକୁ ନିମନ୍ତ୍ରଣ କଲି ।

ମୁଁ ସେମାନଙ୍କୁ ପ୍ରତ୍ୟେକ ପର୍ଯ୍ୟାୟରେ ବିଭିନ୍ନ ଉପାୟରେ ହେଉଥିବା ମୂଲ୍ୟୟନକୁ ଲିପିବଦ୍ଧ କରିବା ପାଇଁ କହିଲି ଏବଂ ଏହା କେତେଥର ହେଉଛି ତାହାକୁ ମଧ୍ୟ ଲିପିବଦ୍ଧ କରିବା ପାଇଁ କହିଲି । ମୁଁ କିପରି ଶିକ୍ଷାର୍ଥୀଙ୍କ ମୂଲ୍ୟୟନ କରୁଛି ଓ ଶିକ୍ଷାର୍ଥୀମାନେ କିପରି ପରସ୍ପରର ମୂଲ୍ୟାୟନ କରୁଛନ୍ତି ସେ ବାବଦରେ ଲେଖିବାକୁ ପରାମର୍ଶ ମୂଲ୍ୟାୟନ କରୁଛନ୍ତି ସେ ବାବଦରେ ଲେଖିବାକୁ ପରାମର୍ଶ ଦେଲିଫ । ମୂଲ୍ୟୟନକୁ କିପରି ଲିପିବଦ୍ଧ କରାଯାଏ। ସେ ବାବଦରେ ବିବରଣୀ ଲେଖିବାକୁ ଶିକ୍ଷକମାନଙ୍କୁ କହିଲି ଏବଂ ମୋ ଶିକ୍ଷାଦାନରେ ମୂଲ୍ୟୟନକୁ କିପରି ବ୍ୟବହାତ କରେ ପର ସୂଚନା ଦେଲି ଉଦାହରଣ ସ୍ଵରୂପ ମୁଁ କ’ଣ ପ୍ରଶ୍ନ ପରସ୍ପରିଲି, କ’ଣ ମନ୍ତବ୍ଯ ରଖିଲି ଓ ଉଦାହରଣଗୁଡ଼ିକୁ କିପରି ବ୍ୟବହାର କଲି ଇତ୍ଯାଦିକୁ ଲିପିବଦ୍ଧ କରିବା ପାଇଁ କହିଲି ।

ମୁଁ କିପରି ଶିକ୍ଷାର୍ଥୀମାନଙ୍କର ମୂଲ୍ୟାୟନ କରୁଛି ଓ ଶିକ୍ଷାର୍ଥୀମାନେ କିପରି ପରସ୍ପରର ମୂଲ୍ୟାୟନ କରୁଛନ୍ତି ସେ ବାବଦରେ ଲେଖିବାକୁ ପରାମର୍ଶ ଦେଲି । ମୂଲ୍ୟୟନକୁ କିପରି ଲିପିବଦ୍ଧ କରାଯାଏ। ସେ ବାବଦରେ ବିବରଣୀ ଲେଖିବାକୁ ଶିକ୍ଷକମାନଙ୍କୁ କହିଲି ଏବଂ ମୋ ଶିକ୍ଷାଦାନରେ ମୂଲ୍ୟୟନକୁ କିପରି ବ୍ୟବହ୍ୟତ କରେ ତା’ର ସୂଚନା ଦେଲି ଉଦାହରଣ ସ୍ଵରୂପ ମୁଁ କ’ଣ ପ୍ରଶ୍ନ ପଟ ରିଲି, କ’ଣ ମନ୍ତବ୍ୟ ରଖିଲି ଓ ଉଦାହରଣଗୁଡ଼ିକୁ କିପରି ବ୍ୟବହାର କଲି ଇତ୍ଯାଦିକୁ ଲିପିବଦ୍ଧ କରିବା ପାଇଁ କହିଲି ।

ମୁଁ ଜଣେଇଦେଲି ଯେ ଯେତେବେଳେ ଶିକ୍ଷାର୍ଥୀମାନେ ଅଟକି ଯାଉଥିଲେ। ସେହି ସମୟରେ ମୁଁ କ’ଣ କହି ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରୁଥିଲି ଏବଂ ସମୟ ସମୟରେ ମୁଁ ସେମାନଙ୍କୁ କିପରି ସୁଚିନ୍ତିତ ମତାମତ ଦେଉଥିଲି ସେଗୁଡ଼ିକୁ ଲେଖିବା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଥିଲା ।

ଏହା କେବଳ ସେମାନଙ୍କୁ ଅନୁଭବ କରାଇବ ଯେ ତତକ୍ଷଣାତ ଶିକ୍ଷାର୍ଥୀଙ୍କୁ ମତାମତ ଦେବାଟା କେତେ ଜରୁରୀ ଏବଂ ଗୁରୁତ୍ଵପୂର୍ଣ୍ଣ ଯାହାକି ଶିକ୍ଷାର୍ଥୀମାନେ କରୁଥିବା କାମରେ ଉନ୍ନତି ହେବ ।

ପର୍ଯ୍ୟାୟ-୩ ବିଦ୍ୟାଳୟ ମୁଖ୍ୟଙ୍କ ପାଠପଢାର ଶ୍ରେଣୀ ପର୍ଯ୍ୟବେକ୍ଷଣ ଉପରେ ଶିକ୍ଷକମାନଙ୍କ ସହ ଆଜୋଲା ଚନା:

ଆମେ ଗୋଟିଏ ସଭାର ଆୟୋଜନ କରିଥୁଲୁ । ଯେଉଁଠି ମୁଁ ଶିକ୍ଷାଦାନ ଓ ଶିକ୍ଷଣ ଚାଲିଥିବା ବେଳେ ଶିକ୍ଷାର୍ଥୀଙ୍କୁ ମୂଲ୍ୟୟନ କରିବା ଏହି ପ୍ରକ୍ରିୟାର ଏକ ଅଂଶ ବୋଲି ଆଲୋଚନା କରିଥିଲି । ମୋର କିଛିଟା କାର୍ଯ୍ୟ ଶିକ୍ଷକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେ ହେଉଛି ଯେତେବେଳେ ଯୋଡ଼ି ହୋଇ କାମ କରୁଥିଲେ । ମୁଁ ଜଣେ ଶିକ୍ଷାର୍ଥୀଙ୍କୁ ଅନ୍ୟ ଏକ ଶିକ୍ଷାର୍ଥୀର ମୂଲ୍ୟୟନ କରିବା ପାଇଁ ଠିକ ସେହିପରି ଶିକ୍ଷାର୍ଥୀମାନେ ଦଳଗତ କାର୍ଯ୍ୟ କରିବା ସମୟରେ ମଧ୍ୟ ସେମାନେ ପରସ୍ପରକୁ ମୂଲ୍ୟୟନ କରିବା ପାଇଁ କହିଥିଲି ଏବଂ ସେମାନଙ୍କୁ

ସୁଚିନ୍ତୁଚ୍ଛ ମତାମତ ଦେଇ ଏକ ଶିକ୍ଷକର କର୍ତବ୍ୟ କରିଥିଲି ।

ଏହି ଆଲୋଚନା ପରେ ଶିକ୍ଷାର୍ଥୀଙ୍କ ମୂଲ୍ୟୟନ ସଂପର୍କରେ ଅଧିକ ଜାଣିବା ପାଇଁ ସେମାନେ ଗୁଡ଼ାଏ ପ୍ରଶ୍ନ ପ୍ରସ୍ତୁତ କରି ପଚାରିପାରନ୍ତି । ଏହି ପ୍ରଶ୍ନ ଗୁଡ଼ିକ ଶିକ୍ଷାର୍ଥୀଙ୍କୁ ଉତ୍ତେଜିତ ଓ ଜେରା ଅନୁଭବ କରେଇବା ପାଇଁ ନୁହେଁ ବରଂ ଶିକ୍ଷାର୍ଥୀଙ୍କୁ ସହାୟତା ଦେବାରେ ବ୍ୟବହୃତ ହେଉଥିଲା । ଯେତେବେଳେ କୌଣସି ଶିକ୍ଷାର୍ଥୀ ପ୍ରଶ୍ନର ଉତ୍ତର ଦେଇପାରୁନଥିଲେ, ଏହା ଅନ୍ୟ ଶିକ୍ଷାର୍ଥୀଙ୍କୁ ପଚରା ଯାଉଥିଲା, ତେଣୁ ସେମାନେ ସହଜରେ ବୁଝିପାରୁଥିଲେ ।

ପର୍ଯ୍ୟାୟ-୪ ଗଠନମୂଳକ ମୂଲ୍ୟୟନର ବ୍ୟବହାର ବେଳେ ଶିକ୍ଷକଙ୍କୁ ପର୍ଯ୍ୟବେକ୍ଷଣ

ଉଙ୍କସର ଯେକୌଣସି ସମୟରେ ଶ୍ରେଣୀ ପର୍ଯ୍ୟବେକ୍ଷଣ କରିବା ପାଇଁ ନିମନ୍ତ୍ରଣ ଦେବାକୁ ସେମାନଙ୍କୁ କହିଲି । ସେମାନେ ତାଙ୍କର ଧାରଣାଗୁଡ଼ିକୁ ଅଭ୍ୟାସ କରିବା ପାଇଁ ସମୟ ଆବଶ୍ୟକ କଲେ । ସେମାନଙ୍କୁ ଜଣେଇଦେଲି ଯେ ଅନେକଗୁଡ଼ିଏ ଶ୍ରେଣୀରେ ଘଟୁଥିବା ସମସ୍ତ ଘଟଣାଗୁଡ଼ିକୁ ମନେରଖିବା ମୋ ପକ୍ଷରେ ସମ୍ଭବ ନୁହେଁ ତେଣୁ ପର୍ଯ୍ୟବେକ୍ଷଣ ସମୟରେ ମୁଁ କିଛି ଚିପିକରି ରଖିବି । ପର୍ଯ୍ୟବେକ୍ଷଣ ସମରେ  ଦେଖିଲି ଯେ ଶିକ୍ଷକମାନେ ପ୍ରଶ୍ନଗୁଡ଼ିକୁ ପିଲାଙ୍କୁ ଚିନ୍ତନ କରିବା ପାଇଁ ବ୍ୟବହାର କରୁଥିଲେ ଓ ଶିକ୍ଷାର୍ଥୀମାନେ

କ'ଣ ବୁଝିଲେ ତାହା ସେମାନେ ଜାଣିପାରୁଥିଲେ। ଏହା  ଦେଖି ମୁଁ ଖୁସି ହୋଇଥିଲି । ମୁଁ ମଧ୍ୟ  ଦେଖିଲି ଯେ ଯେତେବେଳେ ଶିକ୍ଷାର୍ଥୀମାନେ ଅଟକି ଯାଉଥିଲେ। ସେହି ସମୟରେ ସେମାନଙ୍କୁ ସାହାଯ୍ୟ କଲାଭଳି ସୁଚିନ୍ତିତ ମତାମତ ଦେଉଥିଲେ । ଶିକ୍ଷାର୍ଥୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଆଖିଦୃଶିଆ ଥିଲା ଓ ଅନେକ ଶ୍ରେଣୀରେ ସେମାନେ ଉତ୍ତର ଦେବାକୁ ପ୍ରସ୍ତୁତ ଥିଲେ ।

ପର୍ଯ୍ୟାୟ-୫ ସମୀକ୍ଷା ଏବଂ ପ୍ରତିଫଳନ

ପର୍ଯ୍ୟବେକ୍ଷଣ ପରେ ଆମେ ସେହି ପୁରୁଣା ତାଲିକା ପାଖକୁ ଫେରିଯିବା ଏବଂ ସେଗୁଡ଼ିକୁ ଅଧିକ ପରିମାର୍ଜିତ କରିବା ଓ କିଛି ଅଧିକା ପ୍ରଶ୍ନ ଯୋଡିବା ଏବଂ ମୋ ବିଦ୍ୟାଳୟରେ ଅନ୍ୟ ଶିକ୍ଷକମାନଙ୍କ ସହ ଆଲୋଚନା ସମୟରେ ଆମେ

  • ସେମାନେ ସମ୍ମୁଖୀନ ହେଇଥିବା ସମସ୍ୟାର ଆଲୋଚନା
  • ଶ୍ରେଣୀ ଗୃହରେ ମୂଲ୍ୟାୟନର ପ୍ରୟୋଗ ସମୟର ଅନୁଭୂତିର ବଣ୍ଟନ, ଏବଂ ଶିକ୍ଷାର୍ଥୀକୁ ସାହାଯ୍ୟ କରିବା ପାଇଁ କ’ଣ କରାଯିବ ତାହା ସ୍ଥିର କରିବା ।
  • ବ୍ୟକ୍ତିଗତ ଶିକ୍ଷାଦାନ ପ୍ରଣାଳୀ ଶିକ୍ଷଣ ଯୋଜନାକୁ ପରିବର୍ଜିତ କରିବା
  • ନୂତନ ଯୋଜନାକୁ ପରସ୍ପର ମଧ୍ୟରେ ଆଲୋଚନା କରିବା ।

ଜଣେ ଶିକ୍ଷକ ସୁଲୋଚନା ଦେବୀ ଆଲୋଚନା ସମୟରେ ତାଙ୍କର ଏକ ଧାରଣାକୁ ବଣ୍ଟନ କରିଥିଲେ, ଯାହାକି ଅନେକ ଶିକ୍ଷକଙ୍କ ଦ୍ଵାରା ଶ୍ରେଣୀ ଗୃହରେ ବ୍ୟବହୃତ ହୋଇଥିଲା । ସେ କହିଲେ ଯେ ତାଙ୍କର ପିଲାଙ୍କୁ ମୂଲ୍ୟୟନ କରିବା ପାଇଁ ଗଣିତ ଶ୍ରେଣୀରେ ଏକ ମଜାଦାର ଉପାୟର ପ୍ରୟୋଗ କରିଥିଲେ । କୌଣସି ଧାରଣାରେ ସମସ୍ୟା ଉପୁଜିଲେ ଶିକ୍ଷାର୍ଥୀ ହାତ ଖୋଲା କରୁଥିଲେ ଏବଂ ବୁଝିପାରୁଥିଲେ ହାତ ମୁଠା କରୁଥିଲେ । ସେ ଯେ କୌଣସି ସମୟରେ ବି ଏହି ମୂଲ୍ୟୟନକୁ ବ୍ୟବହାର କରୁଥିଲେ କେବେ ଶିକ୍ଷଣ ପ୍ରକ୍ରିୟାକୁ ମହୂର କରିବା ପାଇଁ ତ କେବେ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ । ଶିକ୍ଷାର୍ଥୀଙ୍କୁ କୁହାଗଲା ଯେ ସେମାନେ ବୁଝିବାର ପାଖାପାଖୁ ହେଲେ ଅନ୍ୟ ସଙ୍କେତ ହାତ ବନ୍ଦ ଓ ଖୋଲିବା ପାଇଁ ବ୍ୟବହାର କରୁଥିଲେ । ଆମ ମଧ୍ୟରୁ ଅନେକ ବର୍ତ୍ତମାନ ଏହି କୌଶଳକୁ ବ୍ୟବହାର କରୁଛନ୍ତି ଓ ଶିକ୍ଷାର୍ଥୀମାନଙ୍କୁ ପଚରାନଗଲେ ମଧ୍ୟ ବେଳେ ବେଳେ ହାତ ଉଠାଇଥାଆନ୍ତି ।

ସୁଲୋଚନା ଦେବୀଙ୍କର "ଧାରଣା" ଗୋଟିଏ ବ୍ୟବହାରିକ ଓ ଦରକାରୀ ରାସ୍ତା। ଯାହା ମାଧ୍ୟମରେ ସେ ଜାଣିପାରନ୍ତି ଯେ ତାଙ୍କର ଶିକ୍ଷାର୍ଥୀମାନେ । ସେମାନଙ୍କର କାମକୁ ବୁଝିଛନ୍ତି କି ନାହିଁ ଯାହା ବି ହେଉ ଜଣେ ମୁଖ୍ୟ ଭାବେ ଆପଣଙ୍କୁ ନିଶ୍ଚିତ ହେବାକୁ ପଡ଼ିବ ଯେ ଏ ଧାରଣାକୁ ଗଠନମୂଳକ ଭାବେ ବ୍ୟବହାର କରାଯାଇଥିଲା ।

  • ଶିକ୍ଷାର୍ଥୀମାନେ ସେମାନଙ୍କର କାର୍ଯ୍ୟର ଦିଗ ଜାଣନ୍ତି କି ? ସେମାନଙ୍କ ନିକଟରେ ସେହି ଗୁଣ ଅଛି କି ଯାହାଦ୍ଵାରା ସେମାନେ ତାଙ୍କର ସଫଳତାକୁ ବିଚାର କରିପାରିବେ । ସୁଲୋଚନା ଦେବୀ ଙ୍କ କ୍ଷେତ୍ରରେ ସେ କେତେଗୁଡିଏ କୌଶଳର ତାଲିକା କଳାପଟାରେ ପ୍ରସ୍ତୁତ କରିଥିଲେ ଯାହାକି ତାଙ୍କର ଶିକ୍ଷାର୍ଥୀଙ୍କର ଶିକ୍ଷଣ ନିମନ୍ତେ ଆବଶ୍ୟକ । କିମ୍ବା ସେମାନଙ୍କୁ ଏକ ଜଟିଳ ପ୍ରଶ୍ନର ଉତ୍ତର ଲେଖିବା ପାଇଁ ଦିଆଯାଇଥାଏ ଯେଉଁଥିରେ କି ତାଙ୍କର ଗଣିତରେ ବୁଝିବା ଶକ୍ତିର ଆବଶ୍ୟକତା ଥାଏ, ଯାହାକି ତାଙ୍କର ସମସ୍ୟାର ସମାଧ୍ୟାନ ପାଇଁ ଆବଶ୍ୟକ । ସେହି ସମୟରେ ଶିକ୍ଷାର୍ଥୀ ବିଚାର କରିବ ଯେ ସେ ସେହି କୌଶଳକୁ ବ୍ୟବହାର କରିପାରିବ ବା ସମସ୍ୟାର ସମାଧ୍ୟାନ କରିପାରିବ ।
  • ମୂଲ୍ୟୟନର ଫଳାଫଳ ସ୍ଵରୂପ କ'ଣ ହୋଇଥାଏ ? ମୂଲ୍ୟୟନରେ କ’ଣ ଦର୍ଶାଯାଇଛି । ସେଗୁଡ଼ିକୁ ବିଗ୍ରସ୍ତରକୁ ନେଇ ପରବର୍ତ୍ତୀ ଶିକ୍ଷଣକାର୍ଯ୍ୟଗୁଡ଼ିକରେ ପରିବର୍ତ୍ତନ କଲେ ମୁଲ୍ୟାୟନ ଗଣନାସକ ହୋଇଥାଏ । ସୁଲୋଚନା ଦେବୀ ଯେତବେଳେ ଦେଖିଲେ ତାଙ୍କ ଶିକ୍ଷାର୍ଥୀମାନେ ଉନ୍ନତି କରୁନାହାନ୍ତି ସେତେବେଳେ ସେ ଧୀର ହୋଇଗଲେ କିନ୍ତୁ ବେଳେବେଳେ ଶିକ୍ଷକଙ୍କ ପାଖରେ ନିଶ୍ଚିତ ଭାବରେ ନୂଆ ନୂଆ ଚିନ୍ତାଧାରା ଥାଏ ଏବଂ ପ୍ରତି କରିଥାନ୍ତି ଏବଂ ଶିକ୍ଷାର୍ଥୀଙ୍କୁ ପ୍ରଗତି ପାଇଁ ସେହି ଚିନ୍ତାଧାରାରେ କାମ କରିବା ପାଇଁ ଅନୁମତି ଦେଇଥାନ୍ତି ।

ଆପଣଙ୍କ ବିଦ୍ୟାଳୟରେ ମୂଲ୍ୟାୟନର ଅଭ୍ୟସ

ଶିକ୍ଷଣ କୌଶଳର ବିକାଶ ପାଇଁ ଶିକ୍ଷାର୍ଥୀମାନଙ୍କୁ ସହଯୋଗର ଆବଶ୍ୟକତା ରହିଛି । ଏହା କରିବା ପାଇଁ ବିଦ୍ୟାଳୟ ମୁଖ୍ୟ ଓ ଶିକ୍ଷକମାନଙ୍କୁ ନିମ୍ନମତେ କାର୍ଯ୍ୟ କରିବାକୁ ପଡିବ:

• ଶିକ୍ଷଣର ମୂଲ୍ୟାୟନ ପାଇଁ ନିୟମଗୁଡ଼ିକ ବୁଝିବା

• ଏହି କୌଶଳ ଗୁଡ଼ିକ କିପରି ଶ୍ରେଣୀଗୁହ କାର୍ଯ୍ୟ ମାଧ୍ୟମରେ ବିକଶିତ ହେବ ଏବଂ ଏହି କାର୍ଯ୍ୟଗୁଡ଼ିକ ଶିକ୍ଷାର୍ଥୀଙ୍କୁ ମତାମତ ଦେବା ପାଇଁ କିପରି ସୁଯୋଗ ସୃଷ୍ଟି କରିପାରିବ ଏବଂ ଫଳପ୍ରଦାନ ଶିକ୍ଷାଦାନ ଶିକ୍ଷଣକାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରିବ ।

ବିଦ୍ୟାଳୟର ମୂଲ୍ୟାୟନ ପ୍ରକ୍ରିୟାରେ କିଛି ପରିବର୍ତ୍ତନ ଆଣିବା ପୂର୍ବରୁ ବର୍ତ୍ତମାନ କ'ଣ ହେଉଛି ଓ ଶିକ୍ଷକମାନେ ମୂଲ୍ୟୟନକୁ କେଉଁ ଦୃଷ୍ଟିରେ  ଦେଖିଛନ୍ତି ତାହା ବୁଝିବା ଆବଶ୍ୟକ । ପରବର୍ତ୍ତୀ ଶିକ୍ଷଣକାର୍ଯ୍ୟର ଲକ୍ଷ୍ୟ ହେଉଛି ଆପଣଙ୍କ ବିଦ୍ୟାଳୟରେ ସାମ୍ପ୍ରତିକ ପରିସ୍ଥିତିରେ କେଉଁଭଳି ଭାବରେ ମୂଲ୍ୟୟନ କାର୍ଯ୍ୟ ହେଉଛି ଜାଣିବାରେ ସାହାଯ୍ୟ କରିବ । ଯାହା ଫଳରେ ଆପଣ ଶିକ୍ଷକଙ୍କୁ ଶ୍ରେଣୀରେ ସୃଜନଶୀଳ ଉପାୟରେ ମୂଲ୍ୟାୟନ କରିବାକୁ ସମର୍ଥ କରେଇପାରିବେ ।

ଶିକ୍ଷଣ କାର୍ଯ୍ୟ-୨ : ବିଦ୍ୟାଳୟର ମୂଲ୍ୟାୟନ ପ୍ରକ୍ରିୟାକୁ ଅବଲୋକନ କରିବା:

ଅତିବେଶୀରେ ୫ ଜଣ ଶିକ୍ଷକଙ୍କୁ ସେହି ସପ୍ତାହରେ ବ୍ୟବହାର କରିଥିବା ମୂଲ୍ୟାୟନ କାର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ କହନ୍ତୁ । ଏହି ମୂଲ୍ୟୟନରୁ ସେମାନେ ଶିକ୍ଷାର୍ଥୀଙ୍କ ବାବଦରେ କ’ଣ ଶିଖିଲେ ଓ ଶିକ୍ଷାର୍ଥୀମାନେ ଏଥିରୁ କ'ଣ ଶିଖିଲେ ସେମାନଙ୍କୁ ପଚାରନ୍ତୁ । ଗଠନ ମୂଳକ ମୂଲ୍ୟୟନ କେତେଦୂର ବ୍ୟବହୃତ ହେଉଛି ଜାଣିବା ପାଇଁ ଉଦାହରଣ ସ୍ଵରୂପ ଆପଣ ସେମାନଙ୍କୁ ପଚାରିପାରିବେ ଯେ ସେମାନେ ଶିକ୍ଷାର୍ଥୀଙ୍କୁ କେତେବେଳେ ସୁଚିନ୍ତୁଚ୍ଛ ମତାମତ ଦେଇଥିଲେ ବା କାର୍ଯ୍ୟରେ ପରିବର୍ତ୍ତନ କରି ଶିକ୍ଷଣରେ ସେମାନଙ୍କୁ କିପରି ସାହାଯ୍ୟ କରିଥଲେ । ଆପଣଙ୍କର ଶିକ୍ଷକଗଣ ସଚେତ ନ ହୋଇ ମଧ୍ୟ ଗଠନମୂଳକ ମୂଲ୍ୟୟନକୁ ବ୍ୟବହାର କରୁଛନ୍ତି କି ନାହିଁ ଜାଣିବାରେ ଏହା ଆପଣଙ୍କୁ ସାହାଯ୍ୟ କରିବ । ଥରେ ଏ ସଂପର୍କରେ ଆଲୋଚନା ହୋଇଗଲା ପରେ ଆପଣ ଶିକ୍ଷଣ ଡାଏରୀରେ ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଉତ୍ତରଗୁଡ଼ିକୁ ଲେଖନ୍ତୁ ।

  • କେଉଁ ପ୍ରକାରର ମୂଲ୍ୟୟନ ସାଧାରଣତଃ ଦେଖାଯାଏ ।
  • ଗଠନମୂଳକ ମୂଲ୍ୟୟନର ପ୍ରୟୋଗ ହେଉଛି ତାର କିଛି ପ୍ରମାଣ ଅଛି କି ? ଯଦି ହଁ, ଉଦାହରଣ ଦିଅନ୍ତୁ ।
  • ଶିକ୍ଷାର୍ଥୀ ପ୍ରକୃତରେ ମୂଲ୍ୟୟନର ମତାମତରୁ ଶିଖନ୍ତୁ ବୋଲି ଶିକ୍ଷକମାନେ ସ୍ପଷ୍ଟ ଭାବେ ଚାହାନ୍ତି କି ?

ଆଲୋଚନା

ଆପଣଙ୍କ ବିଦ୍ୟାଳୟର ଶିକ୍ଷକମାନଙ୍କ ପୃଷ୍ଠଭୂମି ଓ ସେମାନଙ୍କର ପାଠ୍ୟକ୍ରମକୁ ବ୍ୟାଖ୍ୟା କରିବାର ଢ଼ଙ୍ଗ ଉପରେ ନିର୍ଭର କରେ ଯେ ସେମାନେ ଅନ୍ୟାନ୍ୟ ପରୀକ୍ଷଣ ଅପେକ୍ଷା ଗୋଟିଏ ପ୍ରକାର ପରୀକ୍ଷଣ ଉପରେ ଗୁରୁତ୍ଵ ଦେଉଛନ୍ତି । ଆପଣ ମଧ୍ୟ ସଚେତନ ହେବା ଆବଶ୍ୟକ ଯେ ସେମାନଙ୍କର ଉତ୍ତରଗୁଡ଼ିକ କେତେକାଂଶରେ ଆପଣ ସେମାନଙ୍କ ପାଖରୁ କ'ଣ ଆଶା କରୁଛନ୍ତି ଉପରେ ପ୍ରତିଫଳିତ ହେବ I

ଆପଣ ମଧ୍ୟ ଆବିଷ୍କାର କରିଥିବେ ଯେ ପାଠ୍ୟକ୍ରମର କେତେକ ସ୍ଥାନରେ କେତେକ ଭଲ କାମ ସ୍ଥାନ ପାଇଛି ଯାହାକୁ ଆପଣ ଏକ ଭଲ କାମର ଉଦାହରଣ ଭାବେ ବ୍ୟବହାର କରିପାରିବେ । ଆପଣ ସହକର୍ମାଙ୍କ ବୈଠକରେ ଏହି କାର୍ଯ୍ୟକୁ ଅନୁସରଣ କରିବାକୁ ଚାହିଁପାରନ୍ତି ଯେଉଁଠି ଆପଣ ମୂଲ୍ୟୟନରୁ ହେଉଥିବା ସମ୍ଭାବ୍ୟ ଶିକ୍ଷଣକୁ ଜୋର ଦେଇଛନ୍ତି ଏବଂ ଗଠନମୂଳକ ମୂଲ୍ୟୟନର ଯଥଯୋଗ ବ୍ୟବହାରକୁ ଗୁରୁତ୍ଵ ଦେଇଛନ୍ତି । ଆପଣ ବିଦ୍ୟାଳୟ ଚାରିପାଖରେ ବୁଲିବା ବେଳେ ମୁଲ୍ୟାୟନ ଉପରେ ଗୁରୁତ୍ଵ ଦେବାକୁ ସ୍ଥିର କରିପାରନ୍ତି ଯାହାକି ଆପଣଙ୍କୁ ଭଲ କାମଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ଓ ଯେଉଁ ସହକର୍ମାମାନେ ସାହାଯ୍ୟ ଆବଶ୍ୟକ କରାନ୍ତି ସେମାନଙ୍କୁ ସହାୟତା ଯୋଗାଇ ପାରିବେ ।

ଶିକ୍ଷାର୍ଥୀଙ୍କର ଅଂଶ ଗ୍ରହଣ

ସହକର୍ମାମାନଙ୍କ ଦୃଷ୍ଟିକୋଣ ଓ ମୂଲ୍ୟାୟନ ଉପରେ ସେମାନଙ୍କ ଦୃଷ୍ଟିକୋଣ ଅଧିକ ଗୁରୁତ୍ଵପୂର୍ଣ୍ଣ । ଯଦିଓ ସେମାନେ ଏହି ପ୍ରକ୍ରିୟା ଗୋଟିଏ ଅଂଶ ମାତ୍ର ଅଟନ୍ତି । ବିଦ୍ୟାଳୟରେ ସଫଳତାର ସହ ଗଠନମୂଳକ ମୂଲ୍ୟୟନକୁ କାର୍ଯ୍ୟକାରୀ କରିବା ସମୟରେ ମୁଖ୍ୟତଃ ଦୁଇଟି ପ୍ରଶ୍ନ ଉପୁଜେ ।

  1. ଶିକ୍ଷାର୍ଥୀମାନେ ଫଳ ହ୍ରଦ ଭାବେ ଶୁଖିବାରେ ସାହାଯ୍ୟ କରିବା ପାଇଁ ଶିକ୍ଷକମାନେ ମୂଲ୍ୟାୟନର ସୁଯୋଗରୁ ଆବଶ୍ୟକ ମୁତାବକ ସୂଚନା ପାଇଛନ୍ତି କି ?
  2. ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷଣ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯଥେଷ୍ଟ ଆବଶ୍ୟକ ମତାମତ ପାଉଛନ୍ତି ତ ?

ଏହା ଗୁରୁତ୍ଵପୂର୍ଷ ଅଟେ ଯେ ସମୟକୁ ଏକ ପାଖରେ ରଖ୍ ଶିକ୍ଷାର୍ଥୀକୁ ଗଠନମୂଳକ ମୂଲ୍ୟାୟନର ଅନୁଭୂତି ସଂପର୍କରେ ପଚାରିବେ ଓ ସେମାନେ ଯେମିତି ଏହାର ମୂଲ୍ୟୟନ ଓ ମତାମତର ବିକାଶ କିପରି ହେବ ସେ ସଂପର୍କରେ କିଛି ପରାମର୍ଶ ଦେଇପାରିବେ । ଶିକ୍ଷାର୍ଥୀଙ୍କର ଅଂଶଗ୍ରହଣ ଏହି ମୂଲ୍ୟାୟନରର ପ୍ରତ୍ୟେକ ସୁଯୋଗକୁ ଆଦର୍ଶଯୁକ୍ତ କରିବ । ତେଣୁ ଶିକ୍ଷକ ବୁଝିପାରିବେ ଯେ ଏହି ମୂଲ୍ୟାୟନରୁ ଶିକ୍ଷାର୍ଥୀ କ'ଣ ଶିଖିଲେ ଏବଂ ମିଳିତ ଭାବରେ ସେମାନଙ୍କ ଶିକ୍ଷଣରେ ଆବଶ୍ୟକ ହେଉଥିବା ପରବର୍ତ୍ତୀ ପଦକ୍ଷେପ ଚିହ୍ନଟ କରିବେ । ଏହି ଉପାୟରେ ମୂଲ୍ୟାୟନ ବ୍ୟକ୍ତି କୈନ୍ଦ୍ରିକ ହୋଇପାରିବ ଏବଂ ଏହା ଏକ ଭିନ୍ନତା ସୃଷ୍ଟି କଲାଭଳି ମୂଲ୍ୟୟନ ଭାବରେ ପରିଚିତ ହେବ । ଏହି କ୍ଷେତ୍ରରେ ସମ୍ବଳ-୨ ର "ତଦାରଖ ଏବଂ ମତାମତ ଯୋଗାଇଦେବା" ବିଷୟରେ ଦଳ ସହ ଆଲୋଚନା କରିବାର ଆବଶ୍ୟକତା ପଢ଼ିପାରେ ।

ଶିକ୍ଷଣ ଲକ୍ଷ୍ୟ ସ୍ଥିର କରିବା

ଗଠନମୂଳକ ମୂଲ୍ୟାୟନ, ସେତେବେଳେ ସଫଳ ହୋଇପାରିବ ଯେତେବେଳେ ଶିକ୍ଷକ ଶିକ୍ଷାର୍ଥ କେଉଁଆଡ଼େ, ଗତି କରୁଛି ଜାଣିପାରିବେ । ଜଣେ ମୁଖ୍ୟ ହିସାବରେ ଏହା ଆପଣଙ୍କର ଦାୟିତ୍ଵ ଯେ ଶିକ୍ଷକମାନେ ଶୈକ୍ଷିକ ବର୍ଷର ଶେଷରେ, ପାଠ ସମାପ୍ତି ପରେ ଓ ଶିକ୍ଷଣକାର୍ଯ୍ୟ ଶେଷରେ କେଉଁ ସବୁ ଲକ୍ଷ୍ୟ ହାସଲ କରିବେ ତାହା ନିଶ୍ଚିତ କରିବାକୁ ପଡ଼ିବ । ସ୍ଵତ୍ତ୍ଵ, ମଧ୍ୟମ ଓ ଦୀର୍ଘ ମିଆଦି କାଳ ସ୍ପଷ୍ଟ ଶିକ୍ଷାର୍ଥୀଙ୍କ ପାଇଁ ନିହାତି ଜରୁରୀ । ଏହା ଶିକ୍ଷକମାନଙ୍କୁ ଗଠନମୂଳକ ମୂଲ୍ୟାୟନ ବ୍ୟବହାରରେ ସାହାଯ୍ୟ କରିବ ।

କାର୍ଯ୍ୟବିଧି ୩: ଆପଣଙ୍କୁ ଚିନ୍ତା କରିବାରେ ସାହାଯ୍ୟ କରିବ ଯେ ଶିକ୍ଷକମାନଙ୍କୁ ଆପଣ କିପରି ଭାବରେ ସହାୟତା ଦେଲେ ସେମାନେ ଗୁଟ୍ରିକ୍‌କୁ ଏକ ସାଧନ ଭାବରେ ବ୍ୟବହାର କରିବେ । ସମ୍ବଳ ୩ରେ ଗୁଟ୍ରିକ୍‌କୁ ବ୍ୟବହାର କରି ଉପଲକ୍ଷିର ବିଭିନ୍ନ ସ୍ତରକୁ କିପରି ମୂଲ୍ୟୟନ କରିବା ତା ପାଇଁ ପଥ ପ୍ରଦର୍ଶନ କରେ ।

 

 

ଶିକ୍ଷଣ କାର୍ଯ୍ୟ ୩ : ଶିକ୍ଷଣ ଲକ୍ଷ୍ୟ ସ୍ଥିର କରିବାରେ ଶିକ୍ଷକଙ୍କୁ ସହାୟତା

ନିମ୍ନ ବାର୍ଭାଳାପରେ ବିଦ୍ୟାଳୟ ମୁଖ୍ୟ ଜଣେ ଶିକ୍ଷକଙ୍କ ସହ କାମ କରିବା ସମୟରେ ଗୋଟିଏ ଗୁଟ୍ରିକ୍ ପ୍ରସ୍ତୁତି କରି ଶିକ୍ଷାର୍ଥୀର ନାଟକ ସଂଳାପ ଲିଖନ ଦକ୍ଷତାକୁ ମୂଲ୍ୟୟନ କରିବାକୁ ସ୍ଥିର କରିଛନ୍ତି । ଏହାକୁ ପଢିବା ସମୟରେ ଆପଣଙ୍କ ଶିକ୍ଷଣ ଡାଏରୀରେ ଲିପିବଦ୍ଧ କରିବେ ଯେ କିପରି ବିଦ୍ୟାଳୟର ମୁଖ୍ୟ ଶିକ୍ଷକଙ୍କୁ କ'ଣ କରିବାକୁ ହେବ ସିଧା ଭାବରେ ନକହି ତାକୁ ଚିନ୍ତା କରିବା ପାଇଁ ସମର୍ଥ କରାଉଛନ୍ତି ।

ଶିକ୍ଷକ : ପୃଷ୍ଠଭୂମି ଓ ଚରିତ୍ରଠୁ ଆରମ୍ଭ କରି ଶିକ୍ଷାର୍ଥୀମାନଙ୍କୁ ଗଛଟିକୁ ଗୋଟିଏ ନାଟକରେ ରୂପାନ୍ତର କରିବା ପାଇଁ କହିଛି (Setting) (Cast) । ରଙ୍ଗମଞ୍ଚର ନିର୍ଦେଶନା ପାଇଁ ମୁଁ ଏକ ପଥନିର୍ଦେଶିତ ତାଲିକା ପ୍ରସ୍ତୁତ କରିଛି, ଯାହା ସେମାନେ କଳାପଟାରେ ଲେଖି ବ୍ୟବହାର କରିପାରିବେ । ମୁଁ ଏପର୍ଯ୍ୟନ୍ତ ନିଶ୍ଚିତ ନୁହେଁ ଯେ ମୁଁ ସେମାନଙ୍କୁ ଦେଇଥିବା କାମ ପାଇଁ କିପରି ଗୁଟ୍ରିକ୍‌ର ଆୟୋଜନ କରିବି ।

ବିଦ୍ୟାଳୟ ମୁଖ୍ୟ :  ଠିକ ଅଛି, ଗୋଟିଏ ଭଲ ସ୍ଥାନ ବାଛିବା ଯେଉଁଠାରେ ଶିକ୍ଷାର୍ଥୀ ଏହି ନାଟକକୁ ଅଭିନୟ କରିପାରିବେ । ଉଦାହରଣ ସ୍ଵରୂପ ଆପଣଙ୍କ ତାଲିକାରେ ପ୍ରସ୍ତୁତ ହୋଇଥିବା ପ୍ରତ୍ୟେକଟି ନିର୍ଦେଶନାକୁ ସେମାନେ ବ୍ୟବହାର କରନ୍ତୁ ବୋଲି ଚାହାଁନ୍ତି କି ?

ଶିକ୍ଷକ : ଆପଣ ଭାବୁଛନ୍ତି କି ସେମାନେ ଏହା କରିପାରିବେ ?

ବିଦ୍ୟାଳୟ ମୁଖ୍ୟ : ଠିକ ଅଛି, ଆପଣ ତାଲିକାରେ ଏହାକୁ କିପରି ଭାବରେ ଦର୍ଶାଇଛନ୍ତି ଓ ନାଟକ ଲିଖନରେ ସାଧାରଣତଃ ଏହାକୁ କେତେ ପରିମାଣରେ ବ୍ୟବହୃତ ହୁଏ ତା ଉପରେ ନିର୍ଭର କରେ ।

ଶିକ୍ଷକ : ତାହା ମଧ୍ୟରୁ ଅନେକ ଗୁଡିଏ ବାରମ୍ବାର ବ୍ୟବହୃତ ହୁଏ । ମୋ ପାଖରେ ଥିବା ଆଠଟି ରଙ୍ଗମଞ୍ଚ ନିର୍ଦେଶନାକୁ ତ୍ରିସପେୟ ବୋର୍ଡ଼ରେ ପ୍ରଦର୍ଶିତ କରିଛି । ଦୁଇଟି ସହଜ କଥା ହେଉଛି ପ୍ରବେଶ ଓ ଯିବା ଦ୍ଵାର ଏବଂ କଠିନ କାର୍ଯ୍ୟ ହେଉଛି ମଞ୍ଚ ପଛରୁ କହିବା ମଞ୍ଚ ତଳକୁ ଗତି କରିବା ଓ ମଞ୍ଚ ମଝିରେ ରହି କହିବା ।

ବିଦ୍ୟାଳୟ ମୁଖ୍ୟ : ଯେଉଁ ଶିକ୍ଷାର୍ଥୀମାନେ ଏହି ରଙ୍ଗମଞ୍ଚ ନିର୍ଦେଶନାକୁ ତାଙ୍କ ନାଟକରେ ଅନୁସରଣ କରିଥାନ୍ତି, ସେମାନେ ହିଁ ଜାଣନ୍ତି କାହିଁକି ବ୍ୟବହାର କରନ୍ତି ଏବଂ ସେଥିପାଇଁ ସେମାନଙ୍କ ପାଖରେ କାରଣ ମଧ୍ୟ ଥାଏ ।

ଶିକ୍ଷକ : ହଁ ସେସବୁକୁ ମୁଁ ଶ୍ରେଣୀରେ ଆଲୋଚନା କରିଛି, ଯେତେବେଳେ ସେମାନେ ବ୍ୟଙ୍ଗ ନାଟକ ଉପସ୍ଥାପନ କରୁଥିଲେ । ଯେତେବେଳେ ସେମାନେ ନାଟକ  ପ୍ରଦର୍ଶନ କରିବେ ସେହି ସମୟରେ  ନାଟ୍ୟଶାଳାର ହସ୍ତଶିଳ୍ପ କାରିଗାରୀ ବାବଦରେ ଜାଣିବେ । ମୁଁ ଭାବୁଛି ଏହା ଥାମକୁ ବାର୍ଷକଉତ୍ସବ ପାଳନ କରିବା ବେଳେ ସାହାଯ୍ୟ କରିବ ।

ବିଦ୍ୟାଳୟ ମୁଖ୍ୟ : ବର୍ତ୍ତମାନ ମୁଁ ବୁଝିପାରୁଛି ଯେ ଥାପଣଙ୍କ ଶ୍ରେଣୀର ଶିକ୍ଷାର୍ଥୀମାନେ ପ୍ରଥନା ଶ୍ରେଣୀରେ କାହିଁକିଭଲ ପ୍ରଦର୍ଶନ କରନ୍ତି । ଯେଉଁ ଶିକ୍ଷାର୍ଥୀ ଥାଠଟି ସୋପାନ ଭିତ୍ତିକ ଦିଗଦର୍ଶନକୁ ଉପଯୁକ୍ତ ଭାବେ ବ୍ୟବହାର କଲେ ତାକୁ” ଅତ୍ୟନ୍ତ ଉତ୍ତମ” ର ଗ୍ରେଡ ଦିଆଯାଇପାରିବ ।

ଶିକ୍ଷକ : ହିଁ ମୁଁ ଭାବୁଛି ସେମାନେ ଯଦି ଥଭିନୟ ସମୟରେ ଥାଉ କିଛି ଅଧିକା ସୋପାନ ଭିତ୍ତିକ ଦିର୍ଗଦର୍ଶନ ବ୍ୟବହାର କରିବା ନିଶ୍ଚିତ ଭାବରେ : ଅତ୍ୟନ୍ତ ଉତ୍ତମ” ଗ୍ରେଡ ପାଇବେ । ମୁଁ ବୁଝିଛି ଥାପଣ କ’ଣ କହୁଛନ୍ତି । ତେଣୁ ମୁଁ କହୁଛି। ଗୋଟିଏ ବା ଦୁଇଟି ସୋପାନ ଭିତ୍ତିକ ଦିଗଦର୍ଶନ ଯଦି ବ୍ୟବହାର କରାଯାଏ, ତେବେ ଶିକ୍ଷାର୍ଥୀଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏ ଗ୍ରେତ୍ର ଶିକ୍ଷାର୍ଥୀ ହେଉଛି ସେ ଯେଉଁମାନେ ଡିସ୍ପେସ୍ଟ ବୋର୍ଡ଼ରେ ପ୍ରଦର୍ଶିତ ସମସ୍ତ ସୋପାନ ଭିତ୍ତିକ ଦିଗଦର୍ଶନକୁ ବ୍ୟବହାର କରିବେ । ମୁଁ ଭାବୁଝି ଛଅଟି ବ୍ୟବହାର ମଧ୍ୟମ ଧରଣର ଅଟେ । ଏବଂ ଯେଉଁମାନେ ୪ଟିର ବ୍ୟବହାର କରିଥିବେ ତାଙ୍କୁ ସନ୍ତୋଷଜନକ ‘ଗ’ ଗ୍ରେଡ ଦିଆଯାଇପାରେ ।

ବିଦ୍ୟାଳୟ ମୁଖ୍ୟ : ତ ଠିକ ଅଛି । ଉପଯୁକ୍ତତାକୁ ଭୁଲିବା ନାହିଁ । ତେଣୁ ମୁଁ କହିବି ଯେଉଁମାନେ ଆଠୋଟି ଯାକ ସୋପାନ ଭିକ ଦିଗଦର୍ଶନକୁ ବ୍ୟବହାର ଯୁକ୍ତିଯୁକ୍ତ ଭାବରେ କରିଥିବେ ତାହାହିଁ outstanding ଗ୍ରେଡକୁ ବୁଝାଏ ।

ଶିକ୍ଷକ : ଠିକ ଅଛି । ମୋତେ ଏହା ଉପରେ କାମ କରିବାକୁ ଦିଅନ୍ତୁ । ତାପରେ ଆପଣଙ୍କ ସହ କଥା ହେବି । ମୋ ମନରେ ଅନ୍ୟ କେତେଗୁଡିଏ ମାନଦଣ୍ଡ ମଧ୍ୟ ଅଛି ।

ଆଲୋଚନା :  ଆପଣ ଲକ୍ଷ୍ୟ କରିଥିବେ ଯେ ବିଦ୍ୟାଳୟ ମୁଖ୍ୟଙ୍କର ପ୍ରଶ୍ନ ଗୁଡ଼ିକ ଶିକ୍ଷକମାନଙ୍କୁ ସେମାନଙ୍କର ଆକଳନ ବ୍ୟବସ୍ଥା ସମ୍ପର୍କରେ ଚିନ୍ତା କରିବା ପାଇଁ ସାହାଯ୍ୟ କରିଥାଏ । ଏହାକୁ ସମାଲୋଚନା ପୂର୍ବକ କୁହାଯାଇପାରେ ଯେ ଶିକ୍ଷକଙ୍କ ବିକାଶର ବୁଝାମଣା ପାଇଁ ସେ ଯେଉଁ ମାନଦଣ୍ଡ ବ୍ୟବହାର କରିବେ ତାହା ଗଠନମୂଳକ ଆକଳନ ବ୍ୟବସ୍ଥା ନୁହେଁ ।

ଯଦି ସେ ତାଙ୍କର ପ୍ରାରମ୍ଭିକ ମାନଦଣ୍ଡ ସବୁ ବ୍ୟବହାର କରିଥାନ୍ତେ, ତେବେ ସେ ଶିକ୍ଷାର୍ଥୀମାନଙ୍କୁ ଗଠନମୂଳକ ମତାମତ ଯୋଗାଇ ପାରିଥାନ୍ତେ ଯାହା ଶିକ୍ଷାର୍ଥାତ ଶିକ୍ଷଣ ବିକାଶରେ ସହାୟକ ହୋଇଥାନ୍ତା । କାର୍ଯ୍ୟର ଅନ୍ୟାନ୍ୟ ଦିଗରେ ମାନଦଣ୍ଡ ଯୋଡ଼ିଲେ, ଶିକ୍ଷାର୍ଥୀ ଶିକ୍ଷଣର ମୂଲ୍ୟୟନ କରିବା ଅପେକ୍ଷା ଶିକ୍ଷକ ବା ଶିକ୍ଷାର୍ଥୀ ସେମାନଙ୍କର ଶିକ୍ଷଣ ପାଇଁ ମୂଲ୍ୟାୟନ କରିପାରିବେ ।

ଶିକ୍ଷଣ ପାଇଁ ମୂଲ୍ୟୟନ କ୍ଷେତ୍ରରେ ମାନଦଣ୍ଡ ବ୍ୟବହାର ନିମନ୍ତେ ସହାୟତା ଦେବା ଅଧିକ ସମୟସାପେକ୍ଷ: କେବଳ ଧାରଣାକୁ ବୁଝିବା କ୍ଷେତ୍ରରେ ନୁହେଁ, ଆକଳନର ସୁଯୋଗ ଓ ରୁବିକ୍ର ବିକାଶ ପାଇଁ ଯୋଜନା, (ଯେଉଁଠାରେ ଆକଳନର ମାନଦଣ୍ଡ ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟସମ୍ପାଦନ ସହ ସମ୍ପୁକ୍ତ) ବରଂ ଶ୍ରେଣୀ ପ୍ରକୋଷ୍ଠରେ ଏକ ବିଭିନ୍ନ ପ୍ରକାର ବାର୍ଭାଳାପର ନମୂନାର ବିକାଶ କରାଯାଇପାରିବ । ଏହିଭଳି ବାର୍ତ୍ତାଳାପରେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ରୁବ୍ରିଜର ବ୍ୟବହାର କରି ଶିକ୍ଷଣ ପାଇଁ ଓ ପରବର୍ତ୍ତୀ ଶିକ୍ଷଣ ପାଇଁ ଆଲୋଚନା କରାଯାଇପାରେ ଶ୍ଵା- ସୂଲ୍ୟାୟନ ତଥ୍ୟ ସାଂଗସାଥିଙ୍କ ମୂଲ୍ୟାୟନକୁ ବୁଝିବାରେ ସାହାଯ୍ୟ କରେ ଓ ସେମାନଙ୍କର ଶିକ୍ଷଣକୁ ନିୟନ୍ତ୍ରଣ କରିଥାଏ ।

 

 

ଯଦି ଗୁଟ୍ରିକ ପୂର୍ବରୁ କେବେ ବ୍ୟବହାର କରିନାହାଁନ୍ତି ତେବେ ସମ୍ବଳ-୩ର ଦିଗଦର୍ଶନ ଦିଆଯାଉଛି ଯେ ତାକୁ କିପରି ଲେଖିବେ ଓ କିପରି ତା’ର ବ୍ୟବହାର କରିବେ ଯେ ଶିକ୍ଷାର୍ଥୀମାନେ କେତେଦୂର ଜ୍ଞାନ ଓ କୌଶଳର ମାନଦଣ୍ଡ ସହ ପରିଚିତ ଅଛନ୍ତି । ଶିକ୍ଷକଙ୍କୁ ଏହି ପନ୍ଥାକୁ ଗ୍ରହଣ କରି ବ୍ୟବହାର ପାଇଁ ଉତ୍ସାହିତ କରିବାକୁ ଆପଣ ହୁଏତ ପୂର୍ବରୁ କିଛି ମାନଦଣ୍ଡ ନିର୍ବାରିତ କରି ରଖିଥାଇ ପାରନ୍ତି ।

ଶିକ୍ଷଣକାର୍ଯ୍ୟ ୪: ରୁଟ୍ରିକ ବ୍ୟବହାର

ନିମ୍ନରେ ଏକ ଉଦାହରଣରେ ଯେଉଁଠି ଶିକ୍ଷକ ଓ ଶିକ୍ଷାର୍ଥୀର ଏକ ବାର୍ଭାଳାପ ମୂଲ୍ୟୟନର ଏକ ଗୁଟ୍ରିକ ମାଧ୍ୟମରେ ହୋଇଛି । ଏହାକୁ ପଢିବା ସଂଗେ ସଂଗେ ଶିକ୍ଷକ ଶିକ୍ଷାର୍ଥୀର ଶିକ୍ଷଣର ବିକାଶ ନିମନ୍ତେ କ’ଣ କରିଛନ୍ତି ତାହା ଆପଣଙ୍କର ଶିକ୍ଷଣ ଡାଏରୀରେ ଲିପିବଦ୍ଧ କରନ୍ତୁ । ଭାବନ୍ତୁ ଏହା ଗୋଟିଏ ବାର୍ଭାଳାପ ଯାହାକୁ ଆପଣ ଆପଣଙ୍କର ବିଦ୍ୟାଳୟରେ ପର୍ଯ୍ୟବେକ୍ଷଣ କରୁଛନ୍ତି ଓ ସେଥିପାଇଁ ଶିକ୍ଷକଙ୍କୁ ମତାମତ ଦେବଦେବ ।

ଶିକ୍ଷକ : ଏହା ହେଉଛି ତୁମର ଉତ୍ତର ଖାତା-ପୂର୍ବ ମୂଲ୍ୟାୟନ ଅପେକ୍ଷା ତୁମର ଗ୍ରେଡର ଉନ୍ନତି ହୋଇଛି । ତୁମର ଖାତାକୁ ଦେଖ ଓ ମୋତେ କୁହ ତୁମେ କ’ଣ ଭଲ କରିଛି ଓ ଆଗକୁ କେଉଁ ସ୍ଥାନରେ ତୁମର ଉନ୍ନତିର ଆବଶ୍ୟକା ରହିଛି ।

ଶିକ୍ଷାର୍ଥୀ :  ମୁ ‘କ’ ଗ୍ରେଡ୍ ଚାହୁଁଥିଲି । ଆପଣ ମୋତେ ‘ଖ + ' ଗ୍ରେଡ଼୍ ଦେଇଛନ୍ତି । ଏହା ମୋତେ ଠିକ୍ ଲାଗୁନାହିଁ । ମୁଁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛି । ମୁଁ କହିପାରିବିନି ମୁଁ କ’ଣ ଛାଡିଛି ।

ଶିକ୍ଷକ :  ତେବେ ଚାଲ ଏହି ଗୁଟ୍ରିକକୁ ଦୁଇ ଜଣ ମିଶି ଦେଖିବା । ଦ୍ବିତୀୟ ମାନଦଣ୍ଡା ହେଉଛି ରାଣୀ ଲକ୍ଷ୍ମୀବାଈଙ୍କର ନିଷ୍ପତ୍ତି ସମ୍ବନ୍ଧୀୟ କାରଣ କ୍ରମ ।

ଶିକ୍ଷାର୍ଥୀ :  ହଁ ଏହା ମୋ ମତରେ ଠିକ କ୍ରମ

ଶିକ୍ଷକ : ମୁଁ ବୁଝୁଛି ଯେ ତୁମେ ଭାବୁଛି ତୁମ ମତରେ ତୁମ କ୍ରମଟି ବହୁତ ଭଲ । ଇତିହାସରେ ଆମେ ଅଧିକାଂଶ ସମୟରେ ବଂଶ ପରମ୍ପରାକୁ ବାଦ ଦେଇ ଯେଉଁମାନେ ନିଷ୍ପତି ନିଅନ୍ତି ସେମାନଙ୍କ ଦୃଷ୍ଟିକୋଣରୁ ବିଚାର କରନ୍ତି । ଆସନ୍ତୁ ଏବେ ଦେଖିବା ତୁମେ କାହିଁକି ଭାବୁଛି ଯେ ତତକ୍ଷଣାତ କାରଣକୁ ଆଧାର କରି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଦ୍ଵନ୍ଦ୍ ଉପୁଜୁଥିବା କାରଣ ସମ୍ବନ୍ଧରେ ଆଲୋଚନା କରିବା ଉଚିତ ହେବ ।

ଶିକ୍ଷାର୍ଥୀ: ବାସ୍ତବରେ ମୁଁ ଅନୁମାନ କରେ ଯେ ତତକ୍ଷଣାତ କାରଣଟି ବେଶୀ ଗୁରତ୍ଵପୂର୍ଣ୍ଣ ନୁହେଁ ଆପଣ ଜାଣନ୍ତି ଯେ ବର୍ଷ ବର୍ଷ ପାଥେୟ କରୁଥିଲେ ।

ଶିକ୍ଷକ: ତେଣୁ ଯେତେବେଳେ ତତକ୍ଷଣାତ କାରଣ ସହ ଆରମ୍ଭ କରିବ, ସେତେବେଳେ ଆପଣ ଅପବାଦକୁ ହ୍ରାସ କରିବାକୁ ଚେଷ୍ଟା କରିବେ । ତା ପରେ ଆପଣ ପ୍ରଣାଳୀ ବଦ୍ଧ ଭାବେ କାରଣଗୁଡ଼ିକୁ ଚିହ୍ନଟ କରିବେ ଯାହାକି ବର୍ଷ ବର୍ଷ ଧରି ଗ୍ରହଣ କରାଯାଇଛି । ଏହି ଘଟଣାରେ ଯଦି ତୁମେ ଆଠଟି କାରଣ  ଦେଖିବ ତାହାହେଲେ ତୁମେ କ୍ରମରେ ଥିବା କାରଣଗୁଡ଼ିକ ମଧ୍ୟରୁ ଗୋଟିଏକୁ ସର୍ବୋର୍ଡ଼ମ କାରଣ ବୋଲି ଚିହ୍ନଟ କରିବ ।

ଶିକ୍ଷାର୍ଥୀ: ମୁଁ ଭାବୁଛି ଆପଣଙ୍କର ଅଭିପ୍ରାୟ କ'ଣ, ତେଣୁ କାରଣର କ୍ରମ ନିର୍ବାରଣର ପ୍ରକ୍ରିୟା ଉପରେ ଅଧିକ ସଠିକ ହେବାକୁ ପଡିବ । ଏବଂ ଏହି କ୍ରମର ତର୍କସିଦ୍ଧ କାରଣର ଯଥାର୍ଥତା ଗୁରୁତ୍ଵ ଦେବାକୁ ପଡିବ ।

ଶିକ୍ଷଜ: ସମ୍ପୁର୍ଣ୍ଣ ଭାବରେ ସେହି କାମ କର । ପରବର୍ତ୍ତୀ ସପ୍ତାହର ମୂଲ୍ୟୟନରେ ମୁଁ କୌଣସି ଉପାୟରେ ଏ ଗ୍ରେଡ୍ ପାଇଁ ମନାକରି ପାରିବି ନାହିଁ । ପ୍ରକୃତରେ ଏହା ତୁମେ ଭଲ ଭାବରେ ଲେଖିଛି ।

ଶିକ୍ଷାର୍ଥୀ: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଯଦି ଏହି ଉତ୍ତର ଗୁଡିକ ମୁଁ ଅଧିକ ଚିନ୍ତନମୂଳକ କ୍ରମରେ ଲେଖେ, ତାହାହେଲେ ଆପଣ ସେଗୁଡିକୁ ଭଲ ଭାବରେ  ଦେଖିବେ କି ?

ଶିକ୍ଷକ : ନିଶ୍ଚିତ ଭାବରେ । ସେଗୁଡିକ ତୁମେ ଘରେ କର ଓ ଆସନ୍ତା କାଲି ମୋତେ ଦେଖାଅ ।

ଶିକ୍ଷାର୍ଥୀ : ପୁନର୍ବାର ଧନ୍ୟବାଦ । ଏହା ପ୍ରକୃତରେ ମୋ ପାଇଁ ସାହାଯ୍ୟକାରୀ

ଆଲୋଚନା :

ଏହି ବାର୍ଭାଳାପ ଗ୍ରେଡ୍ ମିଳିଲା ପରେ ଆରମ୍ଭ ହୋଇଥିଲା । ଶିକ୍ଷାର୍ଥୀମାନେ ପ୍ରତିରକ୍ଷାବାଦୀ ଏବଂ କ୍ରୋଧ ପ୍ରଦର୍ଶନ କରନ୍ତି । ଏହା ଗ୍ରେଡର ପ୍ରଭାବ । ଉନ୍ନତି ପାଇଁ ଆଲୋଚନା ପରେ ଯଦି ଗ୍ରେଡ ଦିଆହୋଇଥାନ୍ତା ତାହାହେଲେ ଅଧିକ ମାତ୍ରାରେ ଗ୍ରହଣ କରିଥାନ୍ତେ । ଏହା ଦେଖାଯାଇଥାଏ ଯେ ଶିକ୍ଷାର୍ଥୀମାନେ ଉନ୍ନତି କରିବାକୁ ବ୍ୟଗ୍ର ଥା’ନ୍ତି । ରୁବ୍ରିକକୁ ଅଧିକ ମାତ୍ରାରେ ବ୍ୟବହାର କରି ଅଧୁବେଶନର ଶେଷରେ ସେ ଜାଣିଥାନ୍ତି ଯେ କ’ଣ କରିବାର ଆବଶ୍ୟକତା ଅଛି । ଏହି ବାର୍ଭାଳାପ ରୁଟ୍ରିକର ମାନଦଣ୍ଡ ଯାହାକି ଶିକ୍ଷାର୍ଥୀର କୃତିତ୍ଵ ଏବଂ ଆଉ କଣ କଲେ ସେମାନଙ୍କର ବିକାଶ ହେବ ତାହା ସ୍ଥିର କରିଥାଏ । ତେଣୁ ଏହି ଗ୍ରେଡ ଉପରେ ଅଧିକ ଆଲୋଚନାର କୌଣସି ଆବଶ୍ୟକତା ନାହିଁ । ଯାହା ମିଳିଛି ତାହା ଉପରେ ବାର୍ଭାଳାପ ପରିବର୍ଭେ କ’ଣ ଅଧୁକା ମିଳିବ । କରାଯାଇପାରିବ ଏବଂ ଏହା ଦ୍ଵାରା କିପରି ପ୍ରତ୍ୟେକ ଶିକ୍ଷାର୍ଥୀର ବିକାଶ ହେବ ଯାହାକି ତାକୁ ଅସଫଳ କରିବ ନାହିଁ, ତା ଉପରେ ଆଲୋଚନାର ଆବଶ୍ୟକତା ରହିଛି ।

ଅନ୍ୟ ଶିକ୍ଷକମାନଙ୍କୁ ସେମାନଙ୍କର ଦକ୍ଷତାର ବିକାଶ ପାଇଁ ସହାୟତା ଦେବାକୁ ହେଲେ ଯନ୍ତ୍ରର ସହିତ ଯୋଜନା କରିବା ଆବଶ୍ୟକ । ଆପଣ ସୁଯୋଗଗୁଡ଼ିକୁ ଆଦର୍ଶ ଫଳପ୍ରଦ ଅଭ୍ୟାସ ପାଇଁ ଚିନ୍ତା କରିବା ଆବଶ୍ୟକ । ଯଥା ଶିକ୍ଷକଙ୍କୁ ସେମାନଙ୍କ ଘଟଣା ଅଧ୍ୟୟନ ବିଷୟରେ ପଚାରି ପାରିବା ବା ପାଠ ଯୋଜନାକୁ ପର୍ଯ୍ୟବେକ୍ଷଣ କରି ତା' ଉପରେ ଗଠନମୂଳକ ଫଳପ୍ରଦ ମତାମତକୁ ପ୍ରଶଂସା କରିବା ।

ଆପଣ ଏହା ମଧ୍ୟ ବିଚାର କରିପାରନ୍ତି ଯେ, ଆପଣ ଶିକ୍ଷାର୍ଥୀମାନଙ୍କୁ କିଭଳି ଭାବରେ ଗଠନାମୂଳକ ମୂଲ୍ୟୟନରେ ବ୍ୟସ୍ତ ରଖିପାରିବେ ବା ସହାୟତା ଦେଇପାରିବେ । ଆପଣ ଲକ୍ଷ୍ୟକରି ମଧ୍ୟ  ଦେଖିପାରନ୍ତି ଯେ ଆପଣ ପ୍ରଥମ ଅବସ୍ଥାରେ ଶିକ୍ଷାର୍ଥୀମାନେ ଗ୍ରେଡ ଅଭିମୁଖୀ ହୋଇଥାନ୍ତି ଏବଂ ଆଲୋଚନାରେ ଭାଗ ନେଇ ନ ଥା’ନ୍ତି ଓ ନିଜର ବିକାଶ ପ୍ରତି ମଧ୍ୟ ଦୃଷ୍ଟି ଦେଇନଥାନ୍ତି । ଯେହେତୁ ଗଠନମୂଳକ ମୂଲ୍ୟୟନ ଶ୍ରେଣୀ ପ୍ରକୋଷ୍ଠରେ ମାନପୂପେ ବିବେଚନା କରାଯାଏ । ତେଣୁ ଶିକ୍ଷାର୍ଥୀମାନେ କାମରେ ନିୟୋଜିତ ହୁଅନ୍ତି ଓ ନିଜେ ଅଧିକ ଆସପେକିନ୍ଦ୍ରିକ ଶିକ୍ଷାର୍ଥୀ ହୁଅନ୍ତି ।

ଶିକ୍ଷାର୍ଥୀର ପ୍ରଗତିକୁ ଜାଣିବା ପାଇଁ ମୂଲ୍ୟାୟନ ତଥ୍ୟର ବ୍ୟବହାର

ଶିକ୍ଷାର୍ଥୀର ପୂର୍ଣ୍ଣ ବିକାଶ ନିମନ୍ତେ ସହାୟତା କରିବାକୁ ଶିକ୍ଷାର୍ଥୀର ପ୍ରଗତି ବାବଦରେ ନିୟମିତ ତଥ୍ୟ ସଂଗ୍ରହ କରିବାକୁ ଶିକ୍ଷକଙ୍କୁ ଶିକ୍ଷଣ ପାଇଁ ମୂଲ୍ୟାୟନ ଅନୁମତି ଦେଇଥାଏ । ଯାହାକି ଅଧିକ ମାତ୍ରାରେ ବ୍ୟକ୍ତି କୈନ୍ଦ୍ରିକ ଓ କାର୍ଯ୍ୟଭିତ୍ତିକ ହୋଇଥାଏ ଏବଂ ପ୍ରତିପୁଷ୍ଟି। ମତାମତ ଯାହାକି ଶିକ୍ଷାର୍ଥୀ ପାଇଁ ଉପଯୁକ୍ତ ହୋଇଥାଏ । ଏହାକୁ ପ୍ରଭେଦକରଣ ବୋଲି ମଧ୍ୟ କୁହାଯାଇଥାଏ ।

କିଛି ଶିକ୍ଷାର୍ଥୀଙ୍କର ଶିକ୍ଷଣର ବୃଦ୍ଧି ସ୍ତର ଅନୁଯାୟୀ ହୋଇଥାଏ ଓ ଅନ୍ୟମାନଙ୍କର ଡେଇଁକରି ବା ଆବଦ୍ଧ ଦ୍ଵାରା ହୋଇଥାଏ । ଯେଉଁ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ପ୍ରତି ସଚେତନ ହୋଇଥାନ୍ତି ସେମାନେ ଅନେକ ପ୍ରକାରର ଶିକ୍ଷଣକାର୍ଯ୍ୟ କରିଥାନ୍ତି, ଯାହା ଏକା ସାଙ୍ଗରେ ବିଭିନ୍ନ ଶ୍ରେଣୀର ଶିକ୍ଷାର୍ଥୀର ବିଭିନ୍ନ ଆବଶ୍ୟକତା ପୂରଣ କରିଥାଏ । ଏହାର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ଭାବେ ଆହ୍ଲାନ ଦେବା । ଯାହା ଫଳରେ କୌଣସି ଶିକ୍ଷାର୍ଥୀ ପଛରେ ରହିବେ ନାହିଁ ଏବଂ ଯେଉଁମାନେ ଆଗୁଆ ଥିବେ ସେମାନେ ଅନୁଭବ କରିବେ ଯେ ସେମାନଙ୍କର ମଧ୍ୟ ଫଳପ୍ରଦ ଉପାୟରେ ଶିକ୍ଷଣ ହେଉଛି ।

ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷଣର ଆରମ୍ଭ ସ୍ତର ଭିନ୍ନ ଅଟେ । ତେଣୁ ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷଣ ସ୍ତରକୁ ଶିକ୍ଷକ ଜାଣିବା ଉଚିତ । ଏହା ସେମାନଙ୍କୁ ତାଙ୍କର କାର୍ଯ୍ୟଭିତ୍ତିକ ଯୋଜନା ପ୍ରସ୍ତୁତ କରିବାରେ ସହାୟତା କରିବ । ଯାହା ଫଳରେ ସେଗୁଡ଼ିକ ପ୍ରତ୍ୟେକ ଶିକ୍ଷାର୍ଥୀର ପ୍ରତ୍ୟେକ ଆବଶ୍ୟକତା ପାଇଁ ଉପଯୁକ୍ତ ହେବ ଓ ସେହି ଅନୁସାରେ ବିଭିନ୍ନ ପ୍ରକାର ମତାମତ ଯୋଗାଇ ଦେବେ, ଯାହା ତାଙ୍କ ଶିକ୍ଷଣକୁ ତ୍ଵରାନ୍ୱିତ କରିବ ।

ଶିକ୍ଷଣ କାର୍ଯ୍ୟ ୫: ଶିକ୍ଷାର୍ଥୀର ପ୍ରଗତିକୁ ଜାଣିବା ପାଇଁ ମୂଲ୍ୟାୟନ ତଥ୍ୟର ବ୍ୟବହାର ନିଜର ଶିକ୍ଷକଙ୍କୁ କିଭଳି ତଦାରଖ କରିବେ ତା' ଉପରେ କିଛି ସମୟ ଚିନ୍ତା କରିବା ଆବଶ୍ୟକ ।

  • ସେମାନେ ଶିକ୍ଷାଦାନ କରୁଥିବା ଶ୍ରେଣୀ:ଶିକ୍ଷାର୍ଥୀଙ୍କର ମୂଳରେଖା ସ୍ଥିର କରିବା ।
  • ବିଭିନ୍ନ ପ୍ରକାର ଶିକ୍ଷଣର ପ୍ରବର୍ତ୍ତନ ।
  • ଗଠନମୂଳକ ମୂଲ୍ୟୟନକୁ ଲିପିବଦ୍ଧ କରିବା ।
  • ଶିକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବା ।

ଆପଣ ବ୍ୟବହାର କରିପାରିବା ଭଳି ସୂଚନା ଓ କିପରି କାମ କରିବା ବେଳେ ଖ୍ୟାତି ଓ ଅନୁମାନର ପ୍ରମାଣ ପାଇବେ । ସେ ବାବଦରେ ନିଜ ଶିକ୍ଷଣ ଡାଏଣୀରେ ଟିପିକରି ରଖନ୍ତୁ । ବର୍ତ୍ତମାନ ଆପଣଙ୍କ ପାଖରେ ଏହି ଅଭ୍ୟାସଗୁଡ଼ିକର ଖୁବ୍ କମ୍ ତଥ୍ୟ ଥିବାର ଜାଣିପାରିବେ । ଏଭଳି ତଥ୍ୟକୁ ବ୍ୟବହାର କରି ଆପଣ କ’ଣ ଗଠନ କରିବେ । ସେହି ସମୟରେ ଆପଣ ଲିପିବଦ୍ଧ କରିଥିବା ତଥ୍ୟ ଦିଗଦର୍ଶନ ଦେବ ।

ଆପଣଙ୍କ ବିଦ୍ୟାଳୟ ପରିପେକ୍ଷୀରେ ଅନୁଭବ କରିଥାଇପାରନ୍ତି ଯେ ଶିକ୍ଷକ ପାଇଁ ମୂଲ୍ୟୟନକୁ ପୂର୍ବରୁ ବ୍ୟବହାର କରି ଆସୁଛନ୍ତି । ଏହାର ବିକଳ୍ପ ଭାବରେ ଆପଣ ଅନୁଭବ କରିଥାଇପାରନ୍ତି ଯେ ସେମାନେ ଏହାର ଗୁରୁତ୍ଵକୁ ବୁଝିବାର ପ୍ରାରମ୍ଭିକ ଅବସ୍ଥାରେ ଅଛନ୍ତି ।

ଆଲୋଚନା

ତୁମେ ଯେକୌଣସି ଅବସ୍ଥାରେ ଥାଅ ନା କାହିଁକି, ମୂଲ୍ୟୟନ ସମ୍ପାଦନ କରିବା ସମୟ ସାପେକ୍ଷ ଓ ପରିଶ୍ରମସାପେକ୍ଷ ମଧ୍ୟ । କାରଣ ଏହା ଶିକ୍ଷାଦାନର ଅନେକ ଗୁଡିଏ ଦିଗ ଉପରେ ପର୍ଯ୍ୟବସିତ। ଯଥା ଶ୍ରେଣୀଗୁହ କାର୍ଯ୍ୟ, ମୂଲ୍ୟୟନର ସ୍ଵରୂପ ଲକ୍ଷ୍ୟ ଏବଂ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କର ବାର୍ଭାଳାପର ପ୍ରକୃତି ଇତ୍ୟାଦି ।

ଏହି ପ୍ରକାର ପରିବର୍ତ୍ତନ ଆଶା କଲେ ଯୋଜନା ସମୟରେ ଓ ତଦାରଖ ସମୟରେ ଯଥାସମ୍ଭବ ଯତ୍ନବାନ ହେବା ଆବଶ୍ୟକ । ଏହି ଦୁଇଟିଯାକ ଆପଣଙ୍କର ବିଷୟଗତ ଏବଂ ଶିକ୍ଷକଙ୍କ ସଂଖ୍ୟା ଯେଉଁମାନେ ଆପଣଙ୍କ ସହ କାମ କରନ୍ତି ତା ଉପରେ ନିର୍ଭର କରେ । ଏକ ଛୋଟ ବିଦ୍ୟାଳୟରେ ସମସ୍ତ ଶିକ୍ଷକଙ୍କ ସହ ଆପଣ ନିଜର ନିଜର ଚିନ୍ତାଧାରାକୁ ସମର୍ଥ ହୋଇପାରିବେ ଏବଂ ପରିବର୍ତ୍ତନକୁ ପର୍ଯ୍ୟବେକ୍ଷଣ ମାଧ୍ୟମରେ ତଦାରଖ କରିପାରିବେ । ଏହା ବ୍ୟତୀତ ଫଳାଫଳକୁ ନେଇ ଆପଣଙ୍କ ଚିନ୍ତାଧାରାକୁ ବାଣ୍ଟିବା ସହ ଆଲୋଚନା ମଧ୍ୟ କରିପାରିବେ । ବିସ୍ତୃତ ଭାବେ ଦେଖିବାକୁ ଗଲେ ଆପଣ ପ୍ରଥମେ ଶିକ୍ଷକଙ୍କର ଏକ ଛୋଟ ଦଳକୁ ବାଛି ପାରିବେ ଏବଂ ଏକ କାର୍ଯ୍ୟଧାରାର ଉଦାହରଣ ସୃଷ୍ଟି କରିପାରିବେ ଏବଂ ଯାହାକୁ ଦେଖି ଅନ୍ୟ ବିଦ୍ୟାଳୟ କିଛି ଶିଖିପାରିବେ ।

ପ୍ରତ୍ୟେକ ଶ୍ରେଣୀ ଓ ପ୍ରତିଟି ଶିକ୍ଷାର୍ଥୀ ପାଇଁ ସ୍ୱଳ୍ପ ଓ ଦୀର୍ଘମିଆଦି ଯୋଜନା ଓ ଉପଯୁକ୍ତ ପ୍ରସ୍ତୁତ କରିବାରେ ଏକାଠି କରାଯାଇଥିବା ତଥ୍ୟ କିଛି ପ୍ରମାଣ ଯୋଗାଇଥାଏ । ଶିକ୍ଷଣର ସ୍ତର, ବୋଧଗମ୍ୟତା, ଦକ୍ଷତା ଓ ମନୋବୃତ୍ତିର ଅନୁମାନ ଅପେକ୍ଷା ଗଠନମୂଳକ ମୂଲ୍ୟାୟନ ବାସ୍ତବ ସ୍ତର, ବ୍ୟକ୍ତିଗତ ମୂଲ୍ୟୟନ ଓ ଶ୍ରେଣୀ ପ୍ରଗତିର ବାସ୍ତବ ପ୍ରମାଣ ଯୋଗାଇଥାଏ ।

ସାରାଂଶ

ଏହି ଏକକରେ ବିଦ୍ୟାଳୟରେ ଶିକ୍ଷଣକୁ ମୂଲ୍ୟୟନ କିପରି ପ୍ରତ୍ୟେକ ସ୍ତରରେ ସହାୟତା କରେ ଏବଂ ଗଠନମୂଳକ ମୂଲ୍ୟୟନର ଭୂମିକା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହା ଦର୍ଶାଇଦେଇଛି ଯେ ଗଠନମୂଳକ ମୂଲ୍ୟୟନର ସେତିକି ଶକ୍ତି ଅଛି ଯାହା ଶିକ୍ଷାର୍ଥୀଙ୍କୁ ତତକ୍ଷଣାତ

ଏବଂ ଆବଶ୍ୟକ ମୁତାବକ ମତାମତ ଯୋଗାଇ ଦେଇଥାଏ, ଯାହାକି ସେମାନଙ୍କୁ ବିଷୟଭିତ୍ତିକ ଏବଂ କାର୍ଯ୍ୟ କରିବାର ଦକ୍ଷତାର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ ଯାହାକି ପରିଶେଷରେ ସେମାନଙ୍କୁ ଫଳପ୍ରଦ ଶିକ୍ଷାର୍ଥୀ ଭାବରେ ଗଢ଼ିଥାଏ ।

ଏହି ଏକକରେ ଶିକ୍ଷକମାନଙ୍କ ନିମନ୍ତେ ଶ୍ରେଣୀ ଗୃହରେ ମୂଲ୍ୟୟନକୁ ବ୍ୟବହାର କରିବାର କେତେକ ଉପାୟର ପରାମର୍ଶ ଦେଇଛନ୍ତି । ପ୍ରଚଳିତ ଅଭ୍ୟାସଗୁଡ଼ିକୁ ଚିହ୍ନଟ କରିବା ପାଇଁ ସାମିଲ କରାଯାଇଛି ଓ ମୂଲ୍ୟାୟନ ପାଇଁ ଗୁଟ୍ରିକର କିପରି ବିକାଶ କରିବା ଓ ବ୍ୟବହାର କରିବା ।

ଏହି ଏକକ ପୁରା ଏକକର ଗୋଟିଏ ଅଂଶ ଯାହାକି ଶିକ୍ଷାଦାନ ଶିକ୍ଷଣ ପ୍ରଣାଳୀର ମୂଳ ମୁଖ୍ୟ ପରିସରକୁ ରୂପାନ୍ତର କରେ । (alined to the National College of School Leadership) ନିଜର ଜ୍ଞାନ ଓ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ପରବର୍ତ୍ତି ଏକକକୁ ଦେଖିବା ଦରକାର ମନେକରିପାରନ୍ତି ।

  • ପ୍ରାରମ୍ଭିକ ବିଦ୍ୟାଳୟରେ ଶିକ୍ଷାଦାନ-ଶିକ୍ଷଣ ପ୍ରଣାଳୀର ନେତୃତ୍ୱ ଦେବା
  • ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ ଶିକ୍ଷଣ ପ୍ରଣାଳୀର ନେତୃତ୍ୱ ଦେବା
  • ଶିକ୍ଷକମାନଙ୍କ (ଦକ୍ଷତା) ବୃଦ୍ଧି ପାଇଁ ସହାୟତା ପ୍ରଦାନ
  • ସହାୟତା ପ୍ରଦାନ ଓ ଅନୁଶିକ୍ଷଣ
  • ଆପଣ ବିଦ୍ୟାଳୟରେ ଫଳପ୍ରଦ ଶିକ୍ଷଣ ସଂସ୍କୃତିର ବିକାଶ
  • ଆପଣ ବିଦ୍ୟାଳୟରେ ସମନ୍ୱିତ ଶିକ୍ଷଣର ବିକାଶ
  • ଶିକ୍ଷାର୍ଥୀମାନଙ୍କର ଫଳପ୍ରଦ ଶିକ୍ଷଣ ନିମନ୍ତେ ସମ୍ବଳର ପରିଚାଳନା ବା ଉପଯୋଗ
  • ଆପଣଙ୍କ ବିଦ୍ୟାଳୟରେ (ପ୍ରଯୁକ୍ତି ବିଦ୍ୟା)ର ବ୍ୟବହାରକୁ ନେତୃତ୍ଵ

ସମ୍ବଳ

ସମ୍ବଳ - ୧ ପ୍ରଗତି ଓ ସଫଳତାର ଆକଳନ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଆକଳନରେ ଦୁଇଟି ଉଦ୍ଦେଶ୍ୟ ଲକ୍ଷ୍ୟ ଅଛି:

  • ସମାପ୍ତି ସୂଚକ ମୂଲ୍ୟୟନରେ ଶିକ୍ଷାର୍ଥୀ ପୂର୍ବରୁ ଶୁଖିଥିବା ସମସ୍ତ ଶିକ୍ଷଣ ଉପଲକ୍ଷିକୁ ଅନୁଧ୍ୟାନ କରି ମୂଲ୍ୟ ନିର୍ବାରଣ ହୋଇଥାଏ । ଏହା ଅଧିକାଂଶ ସମୟରେ ସ୍ତର ଭିତ୍ତିକ ପରୀକ୍ଷଣ ଫର୍ଦ ଆଧାରରେ ପରିଚାଳନା ହୁଏ ଓ ପରୀକ୍ଷଣ ଫର୍ଦରେ ଅବା ପ୍ରଶ୍ନ ଅନୁସାରେ ଶିକ୍ଷାର୍ଥୀଙ୍କ ସଫଳତା ସ୍ଥିର ହୁଏ । ଏହା ଫଳାଫଳକୁ ଜଣେଇବା ପାଇଁ ସାହାର୍ଯ୍ୟ କରିଥାଏ ।
  • ଗଠନମୂଳକ ଆକଳନ: ( କିମ୍ବା ଶିକ୍ଷଣ ପାଇଁ ଆକଳନ) ଏହା ସ୍ଵରୂପ ସମ୍ପୁର୍ଣ୍ଣ ସ୍ଵତନ୍ତ, ଅଧିକ ଅନୌପଚାରିକ ଓ ନିଦାନାତ୍ମକ ଅଟେ । ଶିକ୍ଷକ ଏହାକୁ ଶିକ୍ଷଣ ପ୍ରକ୍ରିୟାର ଅଂଶବିଶେଷ ଭାବି ବ୍ୟବହାର କରିଥାନ୍ତି । ଉଦାହରଣ ସ୍ଵରୂପ କୌଣସି ବିଷୟ ଶିକ୍ଷାର୍ଥୀ ବୁଝିଛି କି ନାହିଁ ଜାଣିବା ପାଇଁ ପ୍ରଶ୍ନ ପଚାରନ୍ତି । ଏହି ଆକଳନର ଫଳାଫଳ ପରବର୍ତ୍ତୀ ଶିକ୍ଷଣ ଅନୁଭୂତିରେ ପରିବର୍ତ୍ତନ ପାଇଁ ବ୍ୟବହୃତ ହୁଏ । ତଦାରଖ ଓ ମତାମତ ଗଠନମୂଳକ ଆକଳନର ଅଂଶବିଶେଷ ଅଟେ ।

ଗଠନମୂଳକ ଆକଳନ ଶିକ୍ଷଣ ଅଭିବୃଦ୍ଧିରେ ସହାୟକ ହୁଏ, କାରଣ ଶିକ୍ଷଣ ନିମନ୍ତେ ଅଧିକାଂଶ ଶିକ୍ଷାର୍ଥୀ ନିଶ୍ଚିତ ରୂପେ:

  • ସେମାନେ କ’ଣ ଶୁଖିବା ପାଇଁ ଆଶା କରୁଛନ୍ତି ବୁଝିବା
  • ଜାଣିବା ଉଚିତ, ସେହି ଶିକ୍ଷଣ ଆଧାରରେ ସେମାନଙ୍କର ସ୍ଥିତି କେଉଁଠି
  • ବୁଝିବା ଉଚିତ, ସେମାନେ କିପରି ଭାବରେ ପ୍ରଗତି କରିପାରିବେ (ଯଥା, କ’ଣ ପଢ଼ିବେ ଓ କିପରି ପଢ଼ିବେ)
  • ଜାଣିବା ଉଚିତ, କେତେବେଳେ ସେମାନେ ସେମାନଙ୍କର ଲକ୍ଷ୍ୟସ୍ଥଳରେ ପହଂଚିଛନ୍ତି ଓ ଆଶାନୁରୂପ ଫଳାଫଳ ପାଇଛନ୍ତି ।

ଜଣେ ଶିକ୍ଷକ ହିସାବରେ ପ୍ରତି ପାଠରେ ଆପଣ ଯଦି ଉପରେ ସୁଚିତ ଚାରିଗୋଟି ବିନ୍ଦୁ ଉପରେ ଧ୍ୟାନ ଦେବେ ତେବେ ଶିକ୍ଷାର୍ଥୀମାନଙ୍କର ସର୍ବୋତ୍ତମ ସଫଳତା ହାସଲ ହୋଇପାରିବ । ଏହି ପ୍ରକାର ଆକଳନ ସାଧାରଣତଃ ଶ୍ରେଣୀ କାର୍ଯ୍ୟ ସମ୍ପାଦନ ପୂର୍ବରୁ, କାର୍ଯ୍ୟ ସମୟରେ ଓ କାର୍ଯ୍ୟ ସମ୍ପାଦନ ପରେ ଗ୍ରହଣ କରାଯାଇପାରେ ।

  • ପୂର୍ବରୁ: ଶିକ୍ଷାଦାନ ପୂର୍ବର ଆକଳନ ଆପଣଙ୍କୁ ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି, ଶିକ୍ଷାଦାନ ପୂର୍ବରୁ କ'ଣ କାର୍ଯ୍ୟ କରିପାରିବେ । ସେଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଏହା ଶିକ୍ଷାର୍ଥୀର ପ୍ରାରମ୍ଭିକ ସ୍ତର ନିର୍ବାରଣ କରିବା ସହ ଶିକ୍ଷାଦାନ ନିମିତ୍ତ ଯୋଜନା ପ୍ରସ୍ତୁତ କରିବାରେ ସହାୟତା କରିଥାଏ । ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି, ଜାଣିବା ଦ୍ଵାରା ପୁନଃ ଶିକ୍ଷଣ-ଶିକ୍ଷାଦାନର ସମ୍ଭାବନା କମିଯାଏ । ଏହାଦ୍ଵାରା କେଉଁଥିରେ ଶିକ୍ଷାର୍ଥୀମାନେ ନିପୁଣତା ସ୍ତରରେ ଶିକ୍ଷଣ ହାସଲ କରିଛନ୍ତି ଓ କେଉଁଟି ଛାଡିଯାଇଛନ୍ତି ଯାହାକି ଜାଣିବା ଉଚିତ ଓ ବୁଝିବା ଉଚିତ ନିର୍ଦ୍ଧାରଣ କରାଯାଏ ।
  • ଶିକ୍ଷଣ ସମୟରେ ଆକଳନ: ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଓ ପ୍ରଗତିର ତଦାରଖ, ଶ୍ରେଣୀ ଶିକ୍ଷଣ କାର୍ଯ୍ୟ ସମୟର ଆକଳନ ବ୍ୟବସ୍ଥାକୁ ସୂଚାଏ । ଏହା ଆପଣଙ୍କୁ ଶିକ୍ଷଣ ପଦ୍ଧତି, ସମ୍ବଳ ଓ କାର୍ଯ୍ୟକ୍ରମଗୁଡିକ ଉତ୍ତମ ପରିଚାଳନା କ୍ଷେତ୍ରରେ ସାହାଯ୍ୟ କରିବ । ଏହା ଆପଣଙ୍କୁ ଶିକ୍ଷାର୍ଥୀମାନେ ଉର୍ଦ୍ଦିଷ୍ଟ ଶିକ୍ଷଣ ଦକ୍ଷତା ହାସଲ ପାଇଁ କିଭଳି ଭାବେ ଅଗ୍ରଗତି କରୁଛନ୍ତି ଓ ଆପଣଙ୍କ ଶିକ୍ଷଣ-ଶିକ୍ଷାଦାନ ପ୍ରକ୍ରିୟା କେତେ ସଫଳ, ସେ ସମ୍ପର୍କରେ ଜାଣିବାକୁ ସାହାଯ୍ୟ କରିଥାଏ ।
  • ଶିକ୍ଷଣ ପରବର୍ତ୍ତୀ: ଶିକ୍ଷଣ ପରବର୍ତ୍ତୀ ଆକଳନ ବ୍ୟବସ୍ଥାରେ ଶିକ୍ଷାର୍ଥୀମାନେ କ’ଣ ଶିଖିଛନ୍ତି ତାହା ନିଶ୍ଚିତ କରିଥାଏ ଓ କେଉଁମାନେ ଶିଖିଛନ୍ତି ଓ କେଉଁମାନେ ତଥାପି ସହାୟତା ଚାହାଁନ୍ତି ତାହା ଦର୍ଶାଇଥାଏ । ଏହା ଆପରଙ୍କର ଶିକ୍ଷାଦାନ ଲକ୍ଷ୍ୟ ହାସଲର ସଫଳତାକୁ ଆକଳନ କରିବା ପାଇଁ ଅନୁମତି ଦେଇଥାଏ ।

ପୂର୍ବରୁ : ଆପଣଙ୍କର ଶିକ୍ଷାର୍ଥୀମାନେ କ’ଣ ଶିଖିବେ ସେଥିରେ ସ୍ପଷ୍ଟ ହୁଅନ୍ତି

ଗୋଟିଏ ପାଠରେ କିମ୍ବା କ୍ରମିକ ପାଠ ଗୁଡିକରେ ଶିକ୍ଷାର୍ଥୀମାନେ ନିଶ୍ଚିତ ଭାବରେ କ’ଣ ଶିଖିବେ ଯେତେବେଳେ ଆପଣ ସ୍ଥିର କରନ୍ତି ସେଗୁଡ଼ିକୁ ସେମାନଙ୍କ ସହିତ ଆଲୋଚନା ହେବା ଆବଶ୍ୟକ । ଶିକ୍ଷାର୍ଥୀମାନ କ'ଣ ଶିଖିବେ ବୋଲି ଆପଣ ଆଶା କରୁଛନ୍ତି ଓ କ’ଣ ସେମାନଙ୍କୁ ଆପଣ କରିବାକୁ କହୁଛନ୍ତି । ତା ମଧ୍ୟରେ ଥିବା ଭିନ୍ନତା ପ୍ରତି ସତର୍କ ରୁହନ୍ତୁ । ସେମାନଙ୍କୁ ମୁକ୍ତ ପ୍ରଶ୍ନଟି ପଚାରନ୍ତୁ, ତାହା ଆପଣଙ୍କୁ ଆକଳନ କରିବା ପାଇଁ ସୁଯୋଗ ଦେବ ଯେ ସେମାନେ ପ୍ରକୃତରେ ବୁଝିଛନ୍ତି କି ନାହିଁ ।

ଉଦାହରଣ ସ୍ୱରୂପ

ପୂର୍ବରୁ : ଶିକ୍ଷାର୍ଥୀଙ୍କ ଶିକ୍ଷଣର ସ୍ଥିତି କେଉଁଠି ତାହା ଜାଣିବା

ଆପଣଙ୍କର ଶିକ୍ଷାର୍ଥୀମାନଙ୍କର ସହାୟତା ପାଇଁ ଓ ସେମାନଙ୍କ ସାମ୍ପ୍ରତିକ ଜ୍ଞାନ ଓ ବୁଝିବାର ସ୍ତର ବିଷୟରେ ଉଭୟେ ଜାଣିବା ଆବଶ୍ୟକ । ଥରେ ଆପଣ ଉର୍ଦ୍ଦିଷ୍ଟ ଶିକ୍ଷଣ ଫଳାଫଳ କିମ୍ବା ଲକ୍ଷ୍ୟକୁ ଜଣାଇଦେଲେ, ଆପଣ ନିମ୍ନମତେ କାର୍ଯ୍ୟ କରିପାରିବେ ।

  • ସେହି ପାଠରେ ଶିକ୍ଷାର୍ଥୀମାନେ ଆଗରୁ ଯାହା ଜାଣିଛନ୍ତି, ସେ ସଂପର୍କରେ ଯୋଡା ଯୋଡା ହୋଇ ଏକ ମାନସିକ ନକ୍ କିମ୍ବା ତାଲିକା ପ୍ରସ୍ତୁତ କରିବାକୁ କୁହନ୍ତୁ। ତାହା ସମ୍ପୁର୍ଣ୍ଣ କରିବା ପାଇଁ ସେମାନଙ୍କୁ ଅଧିକ ସମୟ ଦିଅନ୍ତୁ, କିନ୍ତୁ ଅଛି ଶିକ୍ଷଣ ଧାରଣା ପାଇଁ ଅଧିକ ସମୟ ଦିଅନ୍ତୁ ନାହିଁ । ତା’ପରେ ସେମାନଙ୍କର ମାନସିକ ନକ୍ସ ବା ତାଲିକାକୁ ପୁନର୍ବାର ଦେଖନ୍ତୁ ।
  • ନୂତନ ଓ ଆବଶ୍ୟକ ଶବ୍ଦ ଗୁଡିକୁ କଳାପଟାରେ ଲେଖନ୍ତୁ ଓ ସେହି ଶବ୍ଦ ଗୁଡିକ ବିଷୟରେ ଆଗକୁ କିଏ ଜାଣିଛି, ସେଚ୍ଛାକୃତ ଭାବେ କହିବାକୁ କୁହନ୍ତୁ । ତା’ପରେ ଅନ୍ୟ ସମସ୍ତ ଶିକ୍ଷାର୍ଥୀଙ୍କୁ କୁହନ୍ତୁ ଯେ-ଯେଉଁମାନେ ସେହି ଶବ୍ଦଗୁଡିକ ବିଷୟରେ ବୁଝଲେ, ସେମାନେ ଉପରକୁ ବୁଢ଼ା ଆଫଗୁଠି ଉଠାନ୍ତୁ । ଯେଉଁମାନେ ଆଦୌ ବୁଝିପାରୁନାହଁ ବୁଢ଼ା ଆଗୁଠି ତଳେ ପକାଅ, ଯେଉଁମାନେ କିଛି କିଛି ବୁଝିପାରିଛି ସେମାନେ ଆଙ୍ଗୁଠିକୁ ସମାନ୍ତରାଳରେ ରଖ ।

କେଉଁଠାରୁ ଆରମ୍ଭ କରିବା ପାଇଁ ଜାଣିବା ଅର୍ଥ ଆପଣ ଏଭଳି ଭାବରେ ପାଠ ଯୋଜନା ପ୍ରସ୍ତୁତ କରିବ ଯାହାକି ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଅଧୁକ ଉପଯୋଗୀ ଓ ଗଠନାତ୍ମକ ହୋଇପାରିବ । ଏହା ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ଆପଣଙ୍କର ଶିକ୍ଷାର୍ଥୀମାନେ ମଧ୍ୟ କିପରି ଭଲ ଭାବରେ ଶିଖୁଛନ୍ତି ନିଜକୁ ଆକଳନ କରିପାରିବେ ।

ଏହାଦ୍ଵାରା ଉଭୟ ଆପଣ ଓ ଶିକ୍ଷାର୍ଥୀମାନେ ଉଭୟେ ଜାଣିପାରିବେ ଯେ ପରବର୍ତ୍ତୀ ସମୟରେ ସେମାନେ କ’ଣ ଶିଖିବା ଆବଶ୍ୟକ । ଶିକ୍ଷାର୍ଥୀଙ୍କୁ ସେମାନେ ଶିକ୍ଷଣ ପାଇଁ ନିଜେ ଦାୟିତ୍ବ ଦେବାର ସୁଯୋଗ ଦେଲେ ତାହା ପାରିବା ଏହା ତାଙ୍କୁ ଜୀବନବ୍ୟାପି ଶିକ୍ଷାର୍ଥୀ ହେବାରେ ସାହାଯ୍ୟ କରିବ ।

ସମୟରେ : ଶିକ୍ଷାର୍ଥୀଙ୍କ ଶିକ୍ଷଣ ପ୍ରଗତିକୁ ନିଶ୍ଚିତ କରିବା

ଯେତେବେଳେ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ବର୍ତ୍ତମାନର ଶିକ୍ଷଣ ପ୍ରଗତି ସଂପର୍କରେ ବାର୍ଭାଳାପ କରିବେ ନିଶ୍ଚିତ କରାନ୍ତୁ ଯେ ଆପଣଙ୍କ ମତାମତ ସେମାନଙ୍କ ପାଇଁ ଅଧିକ ଆବଶ୍ୟକ ଓ ଗଠନାତ୍ମକ ହେବ, ଏପରି କରାଯାଇପାରେ :

  • ଶିକ୍ଷାର୍ଥୀଙ୍କୁ ସେମାନଙ୍କର ସାମର୍ଥ୍ୟ ସର୍ବଳତା ଜାଣିବା ସହ କିପରି ସେମାନଙ୍କର ପରବର୍ତ୍ତୀ ଶିକ୍ଷଣ ଉନ୍ନତି ହେବ, ସେଥିପାଇଁ ସହାୟତା କରିବା ।
  • ପରବର୍ତ୍ତୀ ବିକାଶ ପାଇଁ କ’ଣ ଆବଶ୍ୟକ। ସେ ସମ୍ପର୍କରେ ସ୍ପଷ୍ଟ ହେବା ।
  • ସେମାନେ କିଭଳି ସେମାନଙ୍କର ଶିକ୍ଷଣରେ ଅଗ୍ରଗତି କରିବେ । ସେଥିପ୍ରତି ସକାରାତ୍ମକ ମନୋଭାବ ପୋଷଣ କରନ୍ତୁ । ଦିଆଯାଉଥିବା ଉପଦେଶକୁ ବୁଝି, ଅନୁଭବ କରି ବ୍ୟବହାର କରୁଛନ୍ତି କି ନାହିଁ, ତଦାରଖ କରନ୍ତୁ ।

ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷଣ ଅଗ୍ରଗତି ପାଇଁ ଆପଣ ଅଧିକ ସୁଯୋଗ ମଧ୍ୟ ଦେବା ଆବଶ୍ୟକ । ଏହାର ଅର୍ଥ ଆପଣ ଆପଣଙ୍କର ପାଠ ଯୋଜନାକୁ ଏଭଳି ପରିବର୍ତ୍ତନ କିରବାକୁ ପଡିବ, ଯାହାଦ୍ଵାରା ଶିକ୍ଷାର୍ଥୀମାନେ ବର୍ତ୍ତମାନ କେଉଁ ଶିକ୍ଷଣ ସ୍ତରରେ ଅଛନ୍ତି ଓ ଆପଣ ତାଙ୍କୁ କେଉଁ ଶିକ୍ଷଣ ସ୍ତରକୁ ଆଣିବାକୁ ଚାହୁଁଛନ୍ତି ତାହା ମଧ୍ୟରେ ଯେପରି କୌଣସି ବ୍ୟବଧ୍ୟାନ ରହିବ ନାହିଁ । ଏହା କରିବା ପାଇଁ ଆପଣଙ୍କୁ ଏପରି କରିବାକୁ ପଡିବ :-

  • କିଛି କାମକୁ ଛାଡି ଆପଣ ପଛକୁ ଫେରନ୍ତୁ, ଯେତେବେଳେ ଆପଣ ଜାଣିଲେ ଯେ ସେମାନେ ଏବିଷୟରେ ଆଗରୁ ଜାଣିଛନ୍ତି
  • ଆବଶ୍ୟକତା ଅନୁଯାୟୀ ଶିକ୍ଷାର୍ଥୀଙ୍କୁ ଦଳ ଗଠନ କରନ୍ତୁ, ସେମାନଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ କୁହନ୍ତୁ ।
  • ଶିକ୍ଷାର୍ଥୀମାନେ ପଢିବା ପାଇଁ ଆବଶ୍ୟକ କରୁଥିବା ବିଭିନ୍ନ ଶିକ୍ଷଣ ସମ୍ବଳକୁ ନିଜେ ନିଜେ ସ୍ଥିର କରିବା ପାଇଁ ଉତ୍ସାହିତ କରନ୍ତୁ, ଯାହାଦ୍ଵାରା ସେମାନେ ସେମାନଙ୍କର ଶିକ୍ଷଣ ବ୍ୟବଧ୍ୟାନକୁ ପୂର୍ଣ୍ଣ କରିପାରିବେ ।
  • ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପ୍ରଗତି ପାଇଁ ସହଜରୁ କଠିନ ପ୍ରଶ୍ନ ବ୍ୟବହାର କରନ୍ତୁ । ଯାହାଦ୍ଵାରା ସମସ୍ତ ଶିକ୍ଷାର୍ଥୀ ଉନ୍ନତି କରିପାରିବେ । ଏହିଭଳି ଭାବରେ କାର୍ଯ୍ୟ ଗୁଡିକ ପରିକଳ୍ପନା କରାଯିବା ଉଚିତ ଯେପରିକି ସମସ୍ତ ଶିକ୍ଷାର୍ଥୀ କାର୍ଯ୍ୟଟିକୁ ଆରମ୍ଭ କରିପାରିବେ, କିନ୍ତୁ ଯେଉଁମାନେ ଅଧିକ ସମର୍ଥ, ସେମାନଙ୍କର ଯେପରି ବାଧା ନ ଉପୁଜେ ଏବଂ ସେମାନେ ସେମାନଙ୍କର ଶିକ୍ଷର ଅଭିବୃଦ୍ଧି ଦିଗରେ ବିକାଶ କରିପାରିବେ

ନିୟମିତ ଶିକ୍ଷାଦାନର ଗତିକୁ ହ୍ରାସ କରି ଅନେକ ସମୟରେ ଆପଣ ବାସ୍ତବରେ ଜ୍ଞାନଲାଭର ଗତିକୁ ବୃଦ୍ଧି କରିପାରିବେ, କାରଣ ଆପଣ ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବା ପାଇଁ ଓ ବୁଝିବା ପାଇଁ ସମୟ ଦିଅନ୍ତି ଏବଂ ଦୃଢ ବିଶ୍ଵାସ ଦିଅନ୍ତୁ, ଯାହା ସେମାନେ ନିଜର ଉନ୍ନତି ପାଇଁ ଆବଶ୍ୟକ କରନ୍ତି । ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ନିଜ ନିଜ ମଧ୍ୟରେ କଥାବାର୍ଭା କରିବା ପାଇଁ ଅନୁମତି ଦେବା (ସମର୍ଥ କରିବା) ଏବଂ ଯେଉଁଠାରେ ଫାଙ୍କ ରହୁଛି, ତାହାକୁ ଶିକ୍ଷାର୍ଥୀମାନେ ପ୍ରଦର୍ଶନ କରିବେ ଏବଂ ସେମାନେ (ଶିକ୍ଷାର୍ଥୀମାନେ) ସେ ଫାଙ୍କକୁ କିପରି ପୂରଣ କରିପାରିବେ, ସେଥିନିମନ୍ତେ ଆପଣ ସେମାନଙ୍କୁ ମୂଲ୍ୟ ନିର୍ବାରଣ କରିବା ପାଇଁ ପଥ ପ୍ରଦର୍ଶନ କରିବେ ।

ତଥ୍ୟ ସଂହଗ୍ର ଓ ବ୍ୟାଖ୍ୟାକରଣର ପର ଓ ଆଗର ଯୋଜନା

ଶିକ୍ଷାଦାନ-ଶିକ୍ଷଣ ଚାଲୁଥିବା ସମୟରେ ଏବଂ ଶ୍ରେଣୀକାର୍ଯ୍ୟ କିମ୍ବା ଘରେ ପ୍ରସ୍ତୁତ କରିବା ପାଇଁ ଦିଆଯାଇଥବା ପାଠ ଧାର୍ଯ୍ୟ କରିବା ପରେ ନିମ୍ନଲିଖିତ ଗୁଡିକ ଗୁରୁତ୍ଵପୂର୍ଣ୍ଣ ଅଟେ ।

  • ଆପଣଙ୍କ ଶିକ୍ଷାର୍ଥୀଗଣ କେତେ ଭଲ କରୁଛନ୍ତି ନିର୍ବାରଣ କରିବା
  • ପରବର୍ତ୍ତୀ ପାଠ (ଶିକ୍ଷାର ବିଷୟ)ର ଯୋଜନାକୁ ଜଣାଇବା ନିମନ୍ତେ ଏହାକୁ ବ୍ୟବହାର କରିବା ।
  • ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ପ୍ରଗତି ସମ୍ବନ୍ଧରେ ଜଣାଇବା ।

ମୂଲ୍ୟ ନିର୍ବାରଣର ଚାରୋଟି ମୁଖ୍ୟ ପରିସ୍ଥିତି ବିଷୟରେ ନିମ୍ନରେ ଆଲୋଚିତ ହୋଇଛି ।

ତଥ୍ୟ କିମ୍ବା ପ୍ରମାଣ ସଂଗ୍ରହ

ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ବେଗରେ ନିଜର ଢଙ୍ଗରେ ଭିନ୍ନ ଭାବରେ ଉଭୟ ବିଦ୍ୟାଳୟ ବାହାରେ ଓ ବିଦ୍ୟାଳୟ ଭିତରେ ଶିକ୍ଷା କରନ୍ତି । ତେଣୁ ଆପଣ ସେମାମନଙ୍କୁ ମୂଲ୍ୟୟନ କରିବା ପୂର୍ବରୁ ଦୁଇଟି କାର୍ଯ୍ୟ କରିବାକୁ ପଡ଼ିବ ।

  • ବିଭିନ୍ନ ଉସ୍ତରୁ ସୂଚନା ସଂଗ୍ରହ-ନିଜର, ଶିକ୍ଷାର୍ଥୀର ଅନ୍ୟ ଶିକ୍ଷାର୍ଥୀର, ଅନ୍ୟ ଶିକ୍ଷକଙ୍କର, ଅଭିଭାବକ ତଥା ଗୋଷ୍ଠୀ ସଭ୍ୟମାନଙ୍କର ଅନୁଭୂତିରୁ ସଂଗ୍ରହ କରିବେ ।
  • ବ୍ୟକ୍ତିଗତ ଦୁଇ ଜଣିଆ ବା ଦଳରେ ଶିକ୍ଷାର୍ଥୀକୁ ମୂଲ୍ୟୟନ ନକରିବା ଏବଂ ସ୍ତ୍ର-ମୂଲ୍ୟୟନକୁ ଉତ୍ସାହିତ କରିବା, ବିଭିନ୍ନ ପ୍ରକାର ପଦ୍ଧତିର ବ୍ୟବହାର ହିଁ ଗୁରୁତ୍ଵପୂର୍ଣ୍ଣ। ଯେହେତୁ କୌଣସି ଗୋଟିଏ ପଦ୍ଧତି ଆବଶ୍ୟକତା ଅନୁଯାୟୀ ସମସ୍ତ ସୂଚନା ଦେଇପାରିବ ନାହିଁ । ଶିକ୍ଷାର୍ଥୀର ଶିକ୍ଷଣର ବିକାଶ ସମ୍ବନ୍ଧରେ ସୂଚନା ସଂଗ୍ରହ କରିବାର ବିଭିନ୍ନ ଉପାୟ ଗୁଡିକ ହେଉଛି ପର୍ଯ୍ୟବେକ୍ଷଣ, ଶ୍ରବଣ, କୌଣସି ପ୍ରସଂଗ ଓ ତଥ୍ୟଭିତ୍ତିକ ଆଲୋଚନା ଏବଂ ଲିଖିତ ଶ୍ରେଣୀ ଓ ଗୃହକାର୍ଯ୍ୟର ପୁର୍ନିଆଲୋଚନା ପୁନଃସମୀକ୍ଷା ।

ଲିପିବଦ୍ଧକରଣ :  ଭାରତର ପ୍ରାୟ ସମସ୍ତ ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କର ସୂଚନାକୁ ଲିପିବଦ୍ଧ କରିବା ପାଇଁ ରିପୋର୍ଟ କାର୍ଡ ବ୍ୟବହାର କରାଯାଇଥାଏ । କିନ୍ତୁ ଏଥିରେ ଆପଣ ବୋଧହୁଏ। ଏହା ଶିକ୍ଷାର୍ଥୀର ଶିକ୍ଷଣ ବା ବ୍ୟବହାରର ପ୍ରତ୍ୟେକ ଦିଗକୁ ଲିପିବଦ୍ଧ କରିବାରେ ଅନୁମତି ମିଳି ନ ପାରେ । ଏହି କାର୍ଯ୍ୟକୁ କରିବା ପାଇଁ ଏଠାରେ କିଛି ସହଜ ଉପାୟ ଅଛି ଯା ବାବଦରେ ଆପଣ ଚିନ୍ତା କରିବାକୁ ପସନ୍ଦ କରିବେ । ଯଥା ଶିକ୍ଷାଦାନ ସମୟରେ ଆପଣ କ'ଣ ପର୍ଯ୍ୟବେକ୍ଷଣ କଲେ। ସେଗୁଡ଼ିକୁ ନିଜର ଡାଏରୀରେ ଲିପିବଦ୍ଧ କରନ୍ତୁ ଶିକ୍ଷଣର ଅଗ୍ରଗତି। ଡାଏରୀ ମାଧ୍ୟମରେ ଜଣାପଡିଥାଏ ।

  • ଶିକ୍ଷାର୍ଥୀର କାର୍ଯ୍ୟର ଏକ କମିତା ନକଲ ପୋର୍ଟଫୋଲିଓ ରଖିବା (ଯାହାକି ଲିଖିତ, ଚିତ୍ର, କାରିଗରୀ, ପ୍ରକଳ୍ପ, କବିତା ହୋଇଥାଏ।
  • ପ୍ରତ୍ୟେକ ଶିକ୍ଷାର୍ଥୀର ବ୍ୟକ୍ତିଗତ ବିବରଣୀ ପ୍ରସ୍ତୁତ କରିବା
  • ଶିକ୍ଷାର୍ଥୀର କୌଣସି ଘଟଣା, ପରିବର୍ତ୍ତନ, ସମସ୍ୟା ସାମଧ୍ୟ ଏବଂ ଶିକ୍ଷଣ ତଥ୍ୟକୁ ଲିପିବଦ୍ଧ କରି ରଖିବା ।

ତଥ୍ୟକୁ ବ୍ୟାଖ୍ୟା କରିବା

ଥରେ ତଥ୍ୟ ଓ ପ୍ରମାଣଗୁଡ଼ିକୁ ଲିପିବଦ୍ଧ କଲା ପରେ ଏହା ଶିକ୍ଷାର୍ଥୀଙ୍କ ଶିକ୍ଷଣ ଓ ପ୍ରଗତି ଦୃଷ୍ଟିରୁ ବ୍ୟାଗ୍ୟ ହୋଇ ବୁଝାମଣା ଗଠନ ହେବା ଗୁରୁତ୍ଵପୂର୍ଣ୍ଣ ଅଟେ । ତା’ପରେ ପାଇଥବା ତଥ୍ୟ ଆଧାରରେ ଶିକ୍ଷଣର ଉନ୍ନତି ପାଇଁ ଆପଣଙ୍କୁ ଯୋଜନା କରିବାର ଆବଶ୍ୟକତା ଅଛି । ଏହାକୁ ଆପଣ ଶିକ୍ଷାର୍ଥୀଙ୍କୁ ମତାମତ ଦେଇ, ନୂତନ ସମ୍ବଳ ଆବିଷ୍କାର କରି, ଦଳର ପୁର୍ନଗଠନ ବା କୌଣସି ଶିକ୍ଷଣ ବିନ୍ଦୁକୁ ପୁନର୍ବାର ଆଲୋଚନା ମାଧ୍ୟମରେ କରିପାରିବେ ।

ବିକାଶ ନିମନ୍ତେ ଯୋଜନା କରିବା

କେତେକ ନିର୍ଦ୍ଦିଷ୍ଟ ବା ବିଭିନ୍ନ ପ୍ରକାର ଶିକ୍ଷଣ କାର୍ଯ୍ୟ ମାଧ୍ୟମରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଶିକ୍ଷଣର ଅର୍ଥପୂର୍ଣ୍ଣ ସୁଯୋଗ ଦେବାରେ ମୂଲ୍ୟୟନ ସାହାଯ୍ୟ କରିଥାଏ ଏବଂ ଏହାଦ୍ଵାରା ଯେଉଁ ଶିକ୍ଷାର୍ଥୀର ଆବଶ୍ୟକତା ଅଧିକ ବା ଆହ୍ବାନମୂଳକ ବା ଯେଉଁମାନେ ଶିକ୍ଷଣରେ ଆଗୁଆ ସମସ୍ତଙ୍କୁ ନଜର ଦେଇ ହୁଏ ।

ସମ୍ବଳ ୨ : ତଦାରଖ, ସହାୟତା ଓ ମତାମତ ପ୍ରଦାନ

ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟକଳାପର ଉନ୍ନତି କରିବା ପାଇଁ ସେମାନଙ୍କୁ ନିରବଚ୍ଛିନ୍ନ ଭାବେ ତଦାରଖ କରିବା ଓ ସହାୟତା ଦେବା ଯଦ୍ବାରା ସେମାନେ ଜାଣିପାରିବେ ଯେ ସେମାନଙ୍କଠାରୁ କ'ଣ ଆଶା କରାଯାଏ ଏବଂ ସେମାନେ କୌଣସି କାର୍ଯ୍ୟ କରିସାରିବା ପରେ ସେ ସମ୍ପର୍କରେ ଭଲମନ୍ଦ ମଧ୍ୟ ଜାଣିପାରିବେ । ଆପଣଙ୍କର ଗଠନମୂଳକ ସହାୟତା (ପ୍ରତିପୁଷ୍ଠି ଯୋଗୁ) ମାଧ୍ୟମରେ ସେମାନେ ସେମାନଙ୍କର କାର୍ଯ୍ୟକଳାପର ଉନ୍ନତି କରିପାରିବେ ।

ତଦାରଖ

ସଫଳ ଶିକ୍ଷକମାନେ ସେମାନଙ୍କର ଶିକ୍ଷାର୍ଥୀମାନଙ୍କୁ ଅଧିକାଂଶ ସମୟ ତଦାରଖ କରନ୍ତି । ସାଧାରଣତଃ ଅଧିକାଂଶ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀରେ ସେମାନେ କ’ଣ କରୁଛନ୍ତି ପର୍ଯ୍ୟବେକ୍ଷଣ ଓ ଶୁଣିବା ମାଧମରେ ତଦାରଖ କରନ୍ତି । ଶିକ୍ଷାର୍ଥୀମାନଙ୍କର ପ୍ରଗତିକୁ ତଦାରଖ କରବା ଏକ ଜଟିଳ କାର୍ଯ୍ୟ, କାରଣ ଏହା ସେମାନଙ୍କୁ ନିମ୍ନମତେ ସାହାଯ୍ୟ କରିଥାଏ:

  • ଉପରସ୍ତର ଗ୍ରେଡ ଉପଲବ୍ଧ ନିମନ୍ତେ
  • ସେମାନଙ୍କର କାର୍ଯ୍ୟକଳାପରେ ସଚେତନ ହେବା ସହ ସେମାନଙ୍କର ଶିକ୍ଷଣ ପାଇଁ ଅଧିକ ଦାୟିତ୍ଵବାନ ହେବା ।
  • ସେମାନଙ୍କର ଶିକ୍ଷଣକୁ ଅଗ୍ରଗତି କରାଇବା ।
  • ଆଦି ଚଳିକ କିମ୍ବା ରାଜ୍ୟସ୍ତରୀୟ ମାନକ ପରୀକ୍ଷଣରେ ସେମାନଙ୍କର କୃତିତ୍ଵ ସମ୍ପର୍କରେ ଅନୁମାନ କରିବା ।

ଏହା ମଧ୍ୟ ଆପଣଙ୍କୁ ଜଣେ ଶିକ୍ଷକ ହିସାବରେ ନିଷ୍ପତି ନେବା ପାଇଁ ସାହାଯ୍ୟ କରିବ ।

  • କେତେବେଳେ ପ୍ରଶ୍ନ ପଚାରିବାକୁ ପଡିବ ଓ କେତେବେଳେ ପ୍ରବର୍ଭାଇବାକୁ ପଡିବ ।
  • କେତେବେଳେ ପ୍ରଶଂସା କରିବାକୁ ପଡିବ ।
  • କେତେବେଳେ ଆହ୍ଲାନ ଦେବାକୁ ପଡ଼ିବ ।
  • କିଭଳି ବିଭିନ୍ନ ଦଳର ଶିକ୍ଷାର୍ଥୀଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ କରିବ ।
  • ଭୂଲ ବାବଦରେ କ'ଣ କରିବାକୁ ପଡିବ ।

ଶିକ୍ଷାର୍ଥୀମାନଙ୍କର ନିଶ୍ଚତ ଭାବରେ ଅଧିକ ଉନ୍ନତି ହେବ, ଯଦି ସେମାନଙ୍କୁ ସେମାନଙ୍କର ପ୍ରଗତି ସମ୍ପର୍କରେ ସ୍ପଷ୍ଟ ଓ ଶୀଘ୍ର ମତାମତଗୁଡ଼ିକ ଦିଆଯିବ ।

ତଦାରଖର ବ୍ୟବହାର ଆପଣଙ୍କୁ ନିୟମିତ ସହାୟତା ଦେବାରେ ସାହାଯ୍ୟ କରିବ, ଆପଣଙ୍କର ଶିକ୍ଷାର୍ଥୀମାନେ କ’ଣ କରୁଛନ୍ତି ଓ କିପରି କରୁଛନ୍ତି, ସେମାନଙ୍କୁ ଜଣାଇବା ସହ ଆଉ କ'ଣ କଲେ ସେମାନଙ୍କର ଶିକ୍ଷଣରେ ପ୍ରଗତି ହୋଇପାରିବ ତାହା ମଧ୍ୟ ଜାଣିପାରିବେ ।

ଆପଣଙ୍କୁ ଯେତେବେଳେ ସେମାନଙ୍କର ଶିକ୍ଷଣ ଲକ୍ଷ୍ୟକୁ ସ୍ଥିର କରିବା ପାଇଁ ସାହାଯ୍ୟ କରିବେ । ସେତେବେଳେ ଆହ୍ବାନର ସମ୍ମୁଖୀନ ହେବେ । ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷଣର ମାଲିକାନାସତ୍ଵ ନେବାରେ ଅଭ୍ୟସ ନ ଥାନ୍ତି, ସେଥିପାଇଁ ବିଶେଷଭାବରେ ସଂଘର୍ଷ କରିଥାନ୍ତି ଯାହାକୁ ସ୍ଵ-ତଦାରଖକୁ ବୁଝାଇଥାଏ । କିନ୍ତୁ ଆପଣ ଯେକୌଣସି ଶିକ୍ଷାର୍ଥୀଙ୍କୁ ଗୋଟିଏ ପ୍ରକଳ୍ପ କାର୍ଯ୍ୟରେ ସେମାନଙ୍କର ଲକ୍ଷ୍ୟ ନିର୍ବାରଣ ପାଇଁ ସହାୟତା କରିପାରିବେ । ସମୟସୀମା ନିର୍ବାରଣ ପୂର୍ବକ ସେମାନଙ୍କ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ପ୍ରଗତିର ସ୍ଵା-ଆକଳନ କରିବା ପାଇଁ ମଧ୍ୟ ସାହାଯ୍ୟ କରିପାରିବ । ଏହି ପ୍ରକ୍ରିୟାକୁ ଅଭ୍ୟାସ କରି ସ୍ତ୍ର-ତଦାରଖ ସମ୍ପର୍କତ କୌଶଳ ନିପୁଣତା ସ୍ତରରେ ହାସଲ କଲେ ସେମାନେ ବିଦ୍ୟାଳୟରେ ଭଲଭାବେ କାର୍ଯ୍ୟ ସମ୍ପାଦନ କରିବେ କେବଳ ବିଦ୍ୟାଳୟରେ ନୁହେଁ ଜୀବନବ୍ୟାପି ମଧ୍ୟ ଭଲ ହେବ ।

ଶିକ୍ଷାର୍ଥୀମାନଙ୍କୁ ଶୁଣିବା ଓ ଅନୁଧ୍ୟାନ କିରବା

ଅଧିକାଂଶ ସମୟରେ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କୁ ସ୍ଵାଭାବିକଭାବରେ ଓ ସେମାନଙ୍କୁ ପର୍ଯ୍ୟବେକ୍ଷଣ କରନ୍ତି, ଏହା ଏକ ସରଳ ତଦାରଖା କୌଶଳ, ଉଦାହରଣ ଆପଣ:

  • ଶିକ୍ଷାର୍ଥୀମାନଙ୍କର ଉଚ୍ଚପଠନକୁ ଶୁଣିବା
  • ଯୋଡା ଯୋଡା ହୋଇ କିମ୍ବା ଦଳଗତ ଭାବେ ଆଲୋଚନା କରୁଥିବା ବେଳେ ଶୁଣିବା
  • ଶ୍ରେଣୀ କୋଠରୀ ଭିତେର କିମ୍ବା ଶ୍ରେଣୀ ବାହାରେ ଶିକ୍ଷାର୍ଥୀମାନେ ସମ୍ବଳକୁ ବ୍ୟବହାର କରିବା ବେଳେ ପର୍ଯ୍ୟବେକ୍ଷଣ କରିବା
  • ଦଳଗତ ଭାବେ କାର୍ଯ୍ୟକରୁଥବା ବେଳେ ସେମାନଙ୍କର ଶାରିରୀକ ଭାଷାକୁ ଅନୁଧ୍ୟାନ କରିବା
  • ଶିକ୍ଷାର୍ଥୀର ଶିକ୍ଷଣ ଓ ପ୍ରଗତି ଗତ ତଥ୍ୟ ଯାହା ଆପଣ ଅନୁଧ୍ୟାନ ଦ୍ଵାରା ସଂଗୃହ କରିଛନ୍ତି ସେଗୁଡ଼ିକୁ ସତ୍ୟ ବୋଲି ନିଶ୍ଚିତ ହେବେ । କେବଳ ତଥ୍ୟଗତ ସୂଚନା ଯାହାକି ଆପଣ ଦେଖିପାରିବେ, ଶୁଣିପାରିବେ ଓ ଯୌଗିକତା ସହ ଉପସ୍ଥାପିତ କରିପାରିବେ ।

ଯେତେବେଳେ ଶିକ୍ଷାର୍ଥୀମାନେ କାମ କରୁଛନ୍ତି, ତାଙ୍କ ସମ୍ପର୍କରେ ବିବରଣୀ ପ୍ରସ୍ତୁତ ପାଇଁ ଶ୍ରେଣୀ କୋଠରୀରେ ବୁଲନ୍ତୁ । କେଉଁ ଶିକ୍ଷାର୍ଥୀ ଶ୍ରେଣୀରେ ଅଧୁଳ ସହାୟତା ଦରକାର କରୁଛି ଓ କାହାର ଭୁଲ ବୁଝାମଣା ରହୁଛି, ସେହି ଶିକ୍ଷାର୍ଥୀଙ୍କର ଏକ ତାଲିକା ପ୍ରସ୍ତୁତ କରି ବ୍ୟବହାର କରିପାରିବେ ।

ସହାୟତା ପ୍ରଦାନ

ସହାୟତା କେବଳ ତଥ୍ୟଭିତ୍ତିକ ସୂଚନା ଯାହାକି ଆପଣ ସ୍ଥିରୀକୃତ ଲକ୍ଷ୍ୟ ବା ପ୍ରତ୍ୟାଶିତ ଫଳାଫଳ ଆଧାରରେ ଶିକ୍ଷାର୍ଥୀମାନେ କିପରି କାର୍ଯ୍ୟ କରୁଛି ଜଣାଇଦେବା ପାଇଁ ଉଦ୍ଦିଷ୍ଟ । ସଫଳ ମତାମତ ଶିକ୍ଷାର୍ଥୀମାନଙ୍କୁ ଯୋଗାଇଥାଏ ।

  • କ'ଣ ଘଟଣା ଘଟିଗଲା ତାହା ସମ୍ପର୍କରେ ତଥ୍ୟ ।
  • କାର୍ଯ୍ୟ କେତେ ଭଲଭାବେ ସମ୍ପାଦନ ହେଲା ତା’ର ମୂଲ୍ୟୟନ
  • ସେମାନଙ୍କର କାର୍ଯ୍ୟକଳାପ କିପରି ଉନ୍ନତି ହୋଇପାରିବ ସେଥିପାଇଁ ବାଟ ଦେଖାଇବ ।

ଯେତେବେଳେ ଆପଣ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଯୋଗାଇବେ, ଏହା ସେମାନଙ୍କୁ ନିମ୍ନମତେ ଜାଣିବା ପାଇଁ ସହାଯ୍ୟ କରିବା ଉଚିତ

  • ସେମାନେ ପ୍ରକୃତରେ କ'ଣ କରିପାରିବେ
  • ସେମାନେ ବର୍ତ୍ତମାନ ଯାଏଁ କ’ଣ କରିପାରିନାହାନ୍ତି
  • ସେମାନଙ୍କର କାର୍ଯ୍ୟ କିପରି ଅନ୍ୟମାନଙ୍କ ସହ ତୁଳନୀୟ
  • ସେମାନେ କିପରି ଉନ୍ନତି କରିପାରିବେ ।

ଏହାକୁ ସବୁଠାରୁ ଗୁରୁତ୍ ଦେଇ ମନେରଖିବା ଉଚିତ ଯେ, ସଫଳ ସହାୟତା ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରେ । ଆପଣ ଶିକ୍ଷଣ କାର୍ଯ୍ୟରେ ବାଧା ଦେବାକୁ ଚାହାନ୍ତି ନାହିଁ କାରଣ ଆପଣଙ୍କର ମତାମତ ଅସ୍ପଷ୍ଟ ଓ ଅନୁଚିତ ଅଟେ । ସଫଳ ସହାୟତା ହେଉଛି:

  • କେନ୍ଦ୍ରିଭୂତ: କେଉଁ କାର୍ଯ୍ୟଟି ଗ୍ରହଣ କରାଯିବ ଏବଂ ଶିକ୍ଷାର୍ଥୀମାନେ ଶିକ୍ଷଣ ପାଇଁ କ’ଣ କାର୍ଯ୍ୟ କରିବେ । ସେଥିରେ ଗୁରୁତ୍ଵ ଜୋଦଦେବ ।
  • ସ୍ପଷ୍ଟ ଓ ସ୍ଵଚ୍ଛ । ସ୍ପଷ୍ଟ ଓ ସ୍ଵଚ୍ଛ ଭାବେ ଶିକ୍ଷାର୍ଥୀଙ୍କୁ କୁହନ୍ତୁ ଯେ ସେମାନଙ୍କ ଶିକ୍ଷଣରେ କେଉଁଗୁଡ଼ିକ ଭଲ ଓ କେଉଁଥୁରେ ଅଧିକ ଉନ୍ନତି ଆବଶ୍ୟକ ।
  • କରିବା ଯୋଗ୍ୟ: ପିଲାମାନଙ୍କୁ ସେହିଭଳି କାମ କରିବାକୁ ଦିଅନ୍ତୁ, ଯେଉଁଗୁଡ଼ିକ ସେମାନେ କରିବା ପାଇଁ ସମର୍ଥ ।
  • ଉପଯୁକ୍ତ ଭାଷା: ଉପଯୁକ୍ତ ଭାଷା ବ୍ୟବହାର କରନ୍ତୁ, ଯାହା ସହଜରେ ବୁଝିପାରିବେ ।
  • ଉପଯୁକ୍ତ ସମୟ ଉପଯୁକ୍ତ ସମୟ ଦିଅନ୍ତୁ କାରଣ ଯଦି ଶୀଘ୍ର ସମାପନ ପାଇଁ କୁହାଯାଏ ତେବେ ଶିକ୍ଷାର୍ଥୀମାନରେ ଭାବିବେ “ମୋତେ କେବଳ କାମଟି କରିବା ପାଇଁ ପଡିବ। " ଯଦି ଅଧିକ ସମୟ ଦିଆଯାଏ ଶିକ୍ଷାର୍ଥୀମାନଙ୍କ ଲକ୍ଷ୍ୟ ଅନ୍ୟ ଆଡେ ପଳାଇଯିବ ଓ ସେମାନେ ପୁଣିଥରେ ପଛକୁ ଫେରି ସେ କାମ କରିବା ପାଇଁ ଆଗ୍ରର ପ୍ରକାଶ କରିବେ ନାହିଁ ।

ମତାମତ ଶିକ୍ଷାର୍ଥୀଙ୍କ ପାଇଁ କଥିତ ହେବ ନାଁ ଅଭ୍ୟାସ ପୁସ୍ତିକରେ ଲେଖାହେବ ତାହା ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ଏହା ଅଧିକ ଫଳପ୍ରଦ ହେବ ଯଦି ନିମ୍ନରେ ଦିଆଯାଇଥିବା ନୀତିନିୟମକୁ ଅନୁସରଣ କରାଯିବ ।

ପ୍ରଶଂସା ଓ ସକରାତ୍ମକ ଭାଷାର ବ୍ୟବହାର

ଆମେ ସାଧାରଣତଃ ସେତେବେଳେ ଅଧିକ ଖୁସିଅନୁଭବ କରୁଯଦି କେହି ଥାମକୁ ସମାଲୋଚନା ଓ ସଂଶୋଧନ ପରିବର୍ତ୍ତେ ପ୍ରଶଂସା ଓ ଉତ୍ସାହିତ କରନ୍ତି । ପୁନଃର୍ବଳନ ଓ ଶକରତ୍ମକ ଭାଷା ସାମୁହିକ ଶ୍ରେଣୀ ଓ ସବୁବୟସରର ବ୍ୟକ୍ତି ବିଶେଷ ପାଇଁ ପ୍ରେରଣାଦାୟା । ମନେରଖିବା ଉଚିତଯେ, ପ୍ରଶଂସା ଶିକ୍ଷାର୍ଥୀମାନଙ୍କ ବିଷୟରେ ନହୋଇ ସର୍ବଦା ନିର୍ଦ୍ଦିଷ୍ଟ ଓ କାର୍ଯ୍ୟର ଲକ୍ଷଉପରେ ଆଧାରିତ ହେବା ଉଚିତ୍ତ । ଅନ୍ୟଥା ଏହା ଶିକ୍ଷାର୍ଥୀର ପ୍ରଗତିକୁ ସାହାଯ୍ୟ କରିବ ନାହିଁ । “ ଭଲ କରିଛି” ଏହା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନୁହେଁ । ତେଣୁ ନିମ୍ନୋକ୍ତ ମଧ୍ୟରୁ ଯେ କୌଣସିଟି ବି କହିବା ଅଧିକ ଭଲ

ଉତ୍ସାହିତ କରିବା ତଥା ସଂଶୋଧନ କରିବା

 

ଆପଣ ଯେଉଁ କଥାବାର୍ଭା ଶିକ୍ଷାର୍ଥୀମାନଙ୍କ ସହ ହେବେ ତାହା ସେମାନଙ୍କର ଶିକ୍ଷଣରେ ସହାଯ୍ୟ କରିବ । ଯଦି କୌଣସି ଉତ୍ତର ଭୂଲ ବୋଲି ଆପଣ କହିବେ ବାର୍ଭାଳାପ ସେହିଠାରେ ହିଁ ଶେଷ ହୋଇଯିବ । ଆପଣ ସେମାନଙ୍କୁ ଚିନ୍ତାକରିବାର ସୁଯୋଗକୁ ହାତଛଡ଼ା କରିବେ ଯାହା ସେମାନଙ୍କ ପାଇଁ ଆପଣ ଚେଷ୍ଟା କରୁଛନ୍ତି । ଯଦି ତୁମେ ଶିକ୍ଷାର୍ଥୀଙ୍କୁ କୌଣସି ସୂଚନା ବା ପରବର୍ତ୍ତୀ ପ୍ରଶ୍ନ ପଚାରିବେ ତେବେ ଆପଣ ତାଙ୍କୁ ଗଭୀର ଚିନ୍ତନର ବିକାଶ ପାଇଁ ସୁଯୋଗ ଦେବେ ଏବଂ ଉତ୍ତର ଖୋଜିବା ପାଇଁ ସେମାନଙ୍କୁ ସେମାନଙ୍କ ନିଜ ଶିକ୍ଷଣର ଦାୟିତ୍ଵ ନେବା ପାଇଁ ଉତ୍ସାହିତ କରିବେ । ଉଦାହରଣ ସ୍ଵରୂପ ଏହା ଗୋଟିଏ ଭଲ ଉତ୍ତରକୁ ପ୍ରୋତ୍ସାହିତ କରିବେ ବା ସମସ୍ୟାକୁ ଏକ ଭିନ୍ନ ଦିଗରୁ  ଦେଖିଦେବ । ଯେପରି କି:

ଏହା ଉପଯୁକ୍ତ ହୋଇପାରେ ଯେ ଅନ୍ୟ ଶିକ୍ଷାର୍ଥୀ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଉତ୍ସାହିତ କରିବ । ଶ୍ରେଣୀର ଅନ୍ୟ ଶିକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନକୁ କରିଦେଲେ ଆପଣ ଏହା କରିପାରିବ । ନିମ୍ନ ଟିପ୍ପଣୀ ଅନୁଯାୟୀ

 

ବନାନ ବା ଗଣନ କ୍ଷେତ୍ରରେ ଶିକ୍ଷାର୍ଥୀଙ୍କୁ ହିଁ ବା ନାଁରେ ସଂଶୋଧନ କରିବାଟା ବୋଧହୁଏ । ଉପଯୁକ୍ତ ହୋଇପାରେ । କିନ୍ତୁ ଏହି କ୍ଷେତ୍ରରେ ଆପଣ ସେମାନଙ୍କ ଉତ୍ତରରେ ଦେଖାଯାଉଥିବା ଷ୍ଟାଟସକୁ  ଦେଖିବା ପାଇଁ ସେମାନଙ୍କୁ ଉତ୍ସାହିତ କରିପାରିବେ ବା ତା'ଛଡା ଏକାପରି ଉତ୍ତର ସମ୍ପର୍କିତ କରିବା ଏବଂ ଖୋଲା ଆଲୋଚନା କରିବା କେତେଦଗୁଡ଼ିଏ ଉତ୍ତର କାହିଁକି ଭୂଲ ହେଲା । ସ୍ୱ-ସଂଶୋଧନ ଏବଂ ସାଂଗସାଥୀ ମଧ୍ୟରେ ପରସ୍ପର ସଂଶୋଧନ ଫଳପ୍ରଦ ହୋଇଥାଏ । ଏବଂ ଦଳଗତ କାର୍ଯ୍ୟ କରିବା ସମୟରେ ନିଜେ ନିଜର କାର୍ଯ୍ୟକୁ ତଦାରଖ କରିବା ଏବଂ ପରସ୍ପରର କାର୍ଯ୍ୟକୁ ଅନୁଧ୍ୟାନ କରିବାକୁ ଉତ୍ସାହିତ କରାଯାଇପାରେ । ପ୍ରଥମେ ଗୋଟିଏ ଦିଗକୁ ସଂଶୋଧନ କରିବାଟା ସବୁଠାରୁ ଉତ୍ତମ ଅଟେ । ଏହାଦ୍ଵାରା ସୂଚନାକୁ ନେଇ କୌଣସି ସୃଷ୍ଟି ହୁଏ ନାହିଁ ।

ସମ୍ବଳ ୩ : ଆକଳନ ପାଇଁ ଚୁଟ୍ରିକ୍‌ର ପରିକଚ୍ଛନା

ମୂଲ୍ୟାୟନ ରୁବ୍ରିକରେ ସ୍ପଷ୍ଟଭାବେ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ କାର୍ଯ୍ୟ ସମ୍ପାଦନର ବିଭିନ୍ନ ସ୍ତର ବାବଦରେ ବର୍ଣ୍ଣନା କରାଯାଇଛି । ପ୍ରଥମେ ଆପଣଙ୍କୁ ଶିକ୍ଷାର୍ଥୀର ଜ୍ଞାନ, ଦକ୍ଷତା ଏବଂ ବୋଧଗମ୍ୟତାକୁ ଚିହ୍ନଟ କରିବାକୁ ପଡିବ ଯାହାକୁ ଶିକ୍ଷାର୍ଥୀ ପ୍ରଦର୍ଶନ କରିବେ ଏବଂ ସେଥିରୁ ଆପଣ ମାନଦଣ୍ଡ ଲେଖିପାରିବେ ।

ତାପରେ ଆପଣ କୃତିତ୍ଵର ସ୍ତର ମଧ୍ୟରେ ଅବା ଭିନ୍ନତାକୁ ଲକ୍ଷ୍ୟ କରିବା ଆବଶ୍ୟକ ଯାହା ଫଳରେ ଆପଣ କୃତିତ୍ ସ୍ତରକୁ ବର୍ଣ୍ଣନା କରି ଲେଖିପାରିବେ । (ବୋଧହୁଏ ତିନୋଟି ସ୍ତର) ଉଦାହରଣ ସ୍ଵରୂପ ଆପଣ ସ୍ତରଗୁଡିକୁ ନିମ୍ନମତେ ଲେଖିପାରିବେ ।

  1. ଆଲୋକ ସଂଶ୍ଳେଷଣକୁ ନିର୍ଭୁଲ ଭାବରେ ବର୍ଣ୍ଣନା କରିବା
  2. ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ କିଛି ନିର୍ଭୁଲତା ସହ ବର୍ଣ୍ଣନା କରିବା ।
  3. ସୀମିତ ନିର୍ଭୁଲ ସହ ଆଲୋକ ସଂଶ୍ଳେଷଣକୁ ବର୍ଣ୍ଣନା କରିବା

କିମ୍ବାl:-

  1. କୌଣସି ଏକ ଗଳ୍ପର ତଥ୍ୟଭିତ୍ତିକ, ଚରିତ୍ର ଏବଂ ବୋଧଗମ୍ୟତାକୁ ପ୍ରଦର୍ଶନ କରିବା ।
  2. କୌଣସି ଏକ ଗଛର ସୁସଙ୍ଗୀତ ଜ୍ଞାନ ଓ ଚରିତ୍ରର ଭୂମିକା ପ୍ରଦର୍ଶନ କରିବା ।
  3. ଗଛଟି କେଉଁ ବିଷୟ ଉପରେ ଆଧାରିତ ଏବଂ କିଛି ଚରିତ୍ରର ନାମକରଣ ଉପରେ ସମ୍ୟକ ଜ୍ଞାନ ପ୍ରଦର୍ଶନ ।

କିମ୍ବାl:-

  1. ଉପକରଣର ସଠିକ ଏବଂ ସ୍ଵାଧୀନ ଭାବରେ ଉପଯୋଗ ।
  2. କେବେକେବେ ଶିକ୍ଷକଙ୍କର ଓ ସହପାଠୀମାନଙ୍କ ସହାୟତାରେ ଉପକରଣର ବ୍ୟବହାର ।
  3. ୩- ଶିକ୍ଷଣଙ୍କ ତତ୍ତ୍ଵାବଧାନରେ ଉପକରଣର ବ୍ୟବହାର ଉଦ୍ୟମ

ଏହି ସ୍ତରର ବର୍ଣ୍ଣନା ଶିକ୍ଷାର୍ଥୀମାନଙ୍କ ସହ ଏବଂ ଶିକ୍ଷାର୍ଥୀମାନଙ୍କ ଦ୍ଵାରା କରାଯାଇପାରିବ ଯେ ସେମାନେ କିଭଳି ପ୍ରଦର୍ଶନ କରୁଛନ୍ତି ଓ ସେମାନେ ଅଧିକ ହାସଲ କରିବା ପାଇଁ କ’ଣ କରିବା ଆବଶ୍ୟକ ।

ଆଧାର : ଟ୍ରେସ୍ ଇଣ୍ଡିଆ

2.94444444444
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top