ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟାର ରୂପାନ୍ତରଣ : ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷଣ ଓ ଶିକ୍ଷାଦାନର ପ୍ରଗତି ପାଇଁ ନେତୃତ୍ଵ
ସେଆର କରନ୍ତୁ

ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟାର ରୂପାନ୍ତରଣ : ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷଣ ଓ ଶିକ୍ଷାଦାନର ପ୍ରଗତି ପାଇଁ ନେତୃତ୍ଵ

ଏହି ଏକକ ତୁମକୁ ତୁମ ସ୍କୁଲର ଶିକ୍ଷକଙ୍କର ଅଭ୍ୟସ ବୃଦ୍ଧିରେ ଓ ପଢ଼ାଇବାର କୌଶଳର ପରିବର୍ତ୍ତନ ଆଣିବାରେ ତୁମକୁ ସାହାଯ୍ୟ କରିବ ।

ଉପକ୍ରମ

ଏହି ବିଦ୍ୟାଳୟ ନେତୃତ୍ଵ ସମ୍ବନ୍ଧୀୟ ମୁକ୍ତ ଶିକ୍ଷଣ ସମ୍ବଳଟି ଟେସ୍ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ହୋଇଥିବା ‘ବିଦ୍ୟାଳୟ ନେତୃତ୍ଵ' ସମ୍ବନ୍ଧୀୟ ୨୦ଟି ପୁସ୍ତିକା ମଧ୍ୟରୁ ଅନ୍ୟତମ । ଏହି ପୁସ୍ତିକାଗୁଡ଼ିକ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଓ ବୃତ୍ତିଗତରେ ଉନ୍ନତି ଆଣି ଶ୍ରେଣୀ କକ୍ଷରେ ପାଠପଢାରେ ସହାୟତା କରିବ । ଏହି ପୁସ୍ତିକାଗୁଡ଼ିକ ବିଭିନ୍ନ ସିଦ୍ଧାନ୍ତ ଓ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକାରେ ଦିଆଯାଇଥିବା ତଥ୍ୟକୁ ବିଦ୍ୟାଳୟର ନେତୃତ୍ଵ, ଶିକ୍ଷକ ଓ ସହାୟକ କର୍ମାମାନେ ଅଭ୍ୟସରେ ଆଣିଲେ ବିଦ୍ୟାଳୟରେ ସାମୁହିକ ଉନ୍ନତି ଆସିପାରିବ । ଏହି ପୁସ୍ତିକାଗୁଡ଼ିକ ପଠନ ପାଇଁ ଏକ ବିଦ୍ଧିବଧ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ଯଦିଓ ନାହିଁ ତଥାପି "ବିଦ୍ୟାଳୟର ମୁଖ୍ୟ ଜଣେ ସାମର୍ଥ୍ୟକାରୀ" ପୁସ୍ତିକାରୁ ପଠନ ଆରମ୍ଭ କରାଯାଇପାରେ । ଏହି ପୁସ୍ତିକାଗୁଡ଼ିକ ନିଜସ୍ଵ ପଠନ ପାଇଁ ଉଦ୍ଧିଷ୍ଟ ଓ ଏହାକୁ ନିଜର ପାଠାଗାରାରେ ରଖାଯାଇପାରେ । ଏହି ପୁସ୍ତିକାଗୁଡିକ ବିଦ୍ୟାଳୟ ନେତୃତ୍ଵ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଉପ ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ଯେଉଁମାନେ ବିଦ୍ୟାଳୟ ନେତୃତ୍ଵରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ।

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀ ଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।  ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ ‘ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷା ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ (http://www.tessindia.edu.in/) ରେ ଉପଲବ୍ଧ । 'ମୁକ୍ତ ଶୈକ୍ଷିକ ସଂବଳ’ ଗୁଡ଼ିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ର ଅଭିପ୍ରେରିତ । ଟେସ୍-ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ସି.ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକରଣଟି 'ଟେସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ମମତା ସ୍ଵାଇଁ ଓଡ଼ିଆ ଭାଷାରେ ଭାଷାନ୍ତର କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସ ମ୍ବଳ/ ଲେଖ creativecommons.org ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ ।

 

ଏକକରେ କ'ଣ ଅଛି

ଏହି ଏକକ ତୁମକୁ ତୁମ ସ୍କୁଲର ଶିକ୍ଷକଙ୍କର ଅଭ୍ୟସ ବୃଦ୍ଧିରେ ଓ ପଢ଼ାଇବାର କୌଶଳର ପରିବର୍ତ୍ତନ ଆଣିବାରେ ତୁମକୁ ସାହାଯ୍ୟ କରିବ । ଅନେକ ଏହି ଏକକ ସମ୍ବନ୍ଧରେ ଲେଖିଛନ୍ତି – ଓ "ଶିକ୍ଷଣ କାର୍ଯ୍ୟ ଭିତ୍ତିକ ଶିକ୍ଷା" ଓ "ଶିଶୁ କେନ୍ଦ୍ରିକ ଶିକ୍ଷା" ଏଭଳି ପ୍ରସଙ୍ଗ ଉପରେ ଅନେକଗୁଡ଼ିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିନ୍ତୁ ପ୍ରକୃତରେ ଏହାକୁ କିପରି ସ୍କୁଲରେ ଅଭ୍ୟାସରେ ପରିଣତ କରାଯିବ ? ତୁମ ସ୍କୁଲର ଶିକ୍ଷାର୍ଥୀଙ୍କ ଶିକ୍ଷଣ ଦକ୍ଷତାର ବୃଦ୍ଧି ପାଇଁ ଶିକ୍ଷକମାନେ କିପରି ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳ ବ୍ୟବହାର କରି ନିଜର ପାଠକୁ କିପରି ଅଧିକ ଅଂଶଗ୍ରହଣାତ୍ମକ କରିବେ । ଏହି ଅଧ୍ୟାୟରେ ତା’ର ପ୍ରାୟାଗାତ୍ମକ ଉଦାହରଣ ଦେଇଛି ।

ଏହି ଅଧ୍ୟାୟ ତୁମକୁ ପ୍ରକଳ୍ପର ପରିବର୍ତ୍ତନ ପାଇଁ ବାଟ ଦେଖାଏ ଯାହାକି ଗୋଟିଏ Term (ପାଖାପାଖି ବାର ସପ୍ତାହ) ଯେଉଁଥିରେ ତୁମେ ତୁମ ସ୍କୁଲର ପଢ଼ାଇବାର କୌଶଳ ପରିବର୍ତ୍ତନ ଉପରେ ଧ୍ୟାନ ଦେବ । ତୁମେ ଉତ୍ସାହିତ ହେବ ତୁମ ଶିକ୍ଷକଙ୍କ ଗୁଣକୁ ଚିହ୍ନିବା ପାଇଁ, ତୁମ ଶ୍ରେଣୀ ପାଠପଢ଼ାରେ ଯାହାକି ତୁମେ ପରିବର୍ତ୍ତନ ପାଇଁ ଚାହୁଁଥିଲ । ଏଠାରେ ତୁମ ପାଇଁ କିଛି ଶିକ୍ଷଣ କାର୍ଯ୍ୟ ଅଛି, ଯାହା ତୁମେ ସ୍କୁଲରେ କରିବ ଏବଂ କିଛି ଘଟଣା ଅନୁଧ୍ୟାନ କରିବାର ସୁଯୋଗ ଅଛି ଯାହାକୁ ପ୍ରୟୋଗାତ୍ମକ ଉଦାହରଣ ରୂପେ ନେଇପାରିବ ।

ଶିକ୍ଷଣ ଡାଏରୀ

ଏହି ଏକକରେ କାମ କରିବା ବେଳେ ଆପଣ ନିଜେ ଡାଏରୀ ଖାତା ବା ଫୋଲଡରରେ ନିଜର ଭାବନା ଓ ଯୋଜନାକୁ ଟିପିକରି ରଖିବା ପାଇଁ କୁହାଯିବ । ବୋଧହୁଏ ଆପଣ ଆରମ୍ଭ କରିସାରିଥୁବେଣି ?

ଏହି ଏକକରେ ଏକୁଟିଆ କାମ କରୁଥିବା ବେଳେ ଯଦି ଆପଣ ଅନ୍ୟ ବିଦ୍ୟାଳୟର ମୁଖ୍ୟମାନଙ୍କ ସହ କଥାବାର୍ଭା ହେବେ ଆପଣ ଅଧିକ ଶିଖିପାରିବେ । ସେ ଜଣେ ସହକର୍ମା ହୋଇପାରନ୍ତି ଯାହା ସହିତ ଆପଣ ମିଶିକି କାମ କରିଥିବେ ବା ନୂତନ ଭାବରେ ସମ୍ପର୍କ ରଖୁଥିବା ବ୍ୟକ୍ତି ସହ କଥାବାର୍ଭା କରିପାରିବେ । ଏହାକୁ ଏକ ଯୋଜନାବଦ୍ଧ ଭାବେ ସଙ୍ଗଠିତ କରାଯାଇପାରିବ ବା ଅନୈପଚାରିକ ଭାବରେ କରାଯାଇପାରେ । ଆପଣଙ୍କର ଦୀର୍ଘମିଆଦୀ ବିକାଶ ପାଇଁ ଯୋଜନା କରିବା ବେଳେ ମଧ୍ୟ ସାହାଯ୍ୟ କରିପାରେ ।

ବିଦ୍ୟାଳୟର ମୁଖ୍ୟ ଏହି ଅଧ୍ୟାୟରୁ କ'ଣ ଶିଖିବେ

  • ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳଗୁଡ଼ିକର ଗଠନ ଓ ପାଠ ପମାଇବାର କୌଶଳ ସମ୍ବନ୍ଧରେ ଅବଗତ ହେବେ ।
  • ମୁକ୍ତ ଶୈକ୍ଷିକ ସମ୍ବଳଗୁଡ଼ିକୁ ତୁମ ସ୍କୁଲରେ ବ୍ୟବହାର ଓ ଏହାକୁ ଆପଣେଇ ନେବାର ଦକ୍ଷତାକୁ ପ୍ରଶଂସା କରିବେ ।
  • କିପରି ତୁମ ସ୍କୁଲରେ ଶିକ୍ଷାର୍ଥୀଙ୍କ ଅଂଶଗ୍ରହଣକୁ ଗୁରୁତ୍ ସହ ଚିହ୍ନିବେ ।
  • ପାଠ ପଢ଼ାରେ ବିକାଶକୁ ଜାରି ରଖିବା  ପାଇଁ ଉପାୟ ଜାଣିବେ ।

ଶିଶୁକେନ୍ଦ୍ରିକ ଓ ଅଂଶଗ୍ରହଣାତ୍ମକ ପାଠପଢ଼ାକୁ ନିଶ୍ଚିତ କରିବା

ଜାତୀୟ ପାଠ୍ୟକ୍ରମ ଆଧାର। ୨୦୦୫ ରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଛାତ୍ରମାନେ ଭଲ ଶିକ୍ଷଣ ଅଭିଜ୍ଞତା ହାସଲ କରିବାକୁ ହେଲେ ସେମାନଙ୍କର ପାଠପଢ଼ାରେ ସେମାନଙ୍କ ଅଂଶଗ୍ରହଣ ଏକ ମୁଖ୍ୟ ଅଂଶ ଅଟେ | ଶିକ୍ଷାର୍ଥୀମାନେ ସୁଯୋଗ ପାଇବା ଉଚିତ ଯେ

  • ଶିଖିବା ସମୟରେ ଭାବନାକୁ ଅନ୍ୟମାନଙ୍କ ସହ ବାଣ୍ଟିବେ ।
  • ସେମାନଙ୍କ ଚିନ୍ତା ଓ ଅଭିଜ୍ଞତାକୁ ଅନ୍ୟମାନଙ୍କୁ କହିବେ ଓ ଆଲୋଚନା କରିବେ ।
  • ସେମାନେ ସ୍କୁଲରେ ଯାହା ଶିଖିଲେ। ସେଗୁଡ଼ିକୁ ଦୈନନ୍ଦିନ ଜୀବନ ସହ ଯୋଡ଼ିବେ ।

ଗବେଷଣା ଏହା ସହିତ କେମିତି । ବାସ୍ତବତା ଏହାକି ଏହାକୁ କାର୍ଯ୍ୟକାରୀ କରିବା କଷ୍ଟକର । ଅନେକ ଶିକ୍ଷକ, ମୁଖ୍ୟତଃ ମାଧ୍ୟମିକ ସ୍ତରରେ କୁହନ୍ତି ଯେ, ଅନେକ କାରଣ ଏପରିକି ବଡ଼ ଶ୍ରେଣୀ ଓ ପରୀକ୍ଷା ପାଠ ଖସଡ଼ା ସେମାନଙ୍କୁ ଶିକ୍ଷାର୍ଥୀ କେନ୍ଦ୍ରିକ ପାଠ ପଢ଼ାଇବାକୁ ସୁଯୋଗ ଦେଉନାହିଁ । ଟେସ୍-ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳଗୁଡ଼ିକ ପ୍ରୟୋଗାତ୍ମକ ଉଦାହରଣ ଅଟେ – ଶିକ୍ଷଣକାର୍ଯ୍ୟ ଓ ଘଟଣା ବିବରଣୀ ଆକାରରେ ଶିକ୍ଷକମାନଙ୍କ ପାଇଁ ଯାହାକି ଶ୍ରେଣୀରେ ସେମାନେ ଏହାକୁ କରାଇପାରିବେ ଯାହା ସେମାନଙ୍କର ସେହି ଅସୁବିଧାକୁ ଦୂର କରିବ ।

ସ୍କୁଲମାନଙ୍କରେ ଶିକ୍ଷକମାନେ ସକ୍ରିୟାତ୍ମକ ଶିକ୍ଷାର୍ଥୀ ରୂପେ ଅଂଶଗ୍ରହଣ କରନ୍ତି ଏବଂ ସେମାନେ ଏହାକୁ ପ୍ରତିଫଳିତ କରାନ୍ତି -

  • ଅନୁଧ୍ୟାନ କରନ୍ତି ଯେ, ସେମାନେ କ’ଣ କରନ୍ତି ।
  • ଦେଖନ୍ତି ପ୍ରକୃତରେ ପ୍ରତ୍ୟେକ ଶିକ୍ଷାର୍ଥୀ କ'ଣ ଶିଖିଲେ ।
  • ତାଙ୍କର ପଢ଼ାଇବାର ଅଭ୍ୟାସକୁ ଉନ୍ନତି କରନ୍ତି, ଅନେକ କଥାକୁ ଗ୍ରହଣ କରନ୍ତି ତାଙ୍କର ଶିକ୍ଷଣ କୌଶଳ ମଧ୍ୟରେ ।

ବିଦ୍ୟାଳର ନେତା ହିସାବରେ, ତୁମର ମଧ୍ୟ ଭୂମିକା ଅଛି ଯେ, ତୁମେ ଶିକ୍ଷକଙ୍କୁ ଶ୍ରେଣୀରେ ପରୀକ୍ଷଣ କରିବା ପାଇଁ ସହଯୋଗ କରିବ ।

ତାଙ୍କ ଅଭ୍ୟାସକୁ ପ୍ରତିଫଳିତ କକରାଇବ । ଯେତେବେଳେ ଶିକ୍ଷକ ଦେଖେ ଓ ଅନୁଭବ କରେ ଅଂଶଗ୍ରହଣାତ୍ମକ  ପନ୍ଥା ନିଜ ପାଠପଢ଼ାରେ ସେତେବେଳେ ସେ ଏହାର ଉପାରିତାକୁ ଧନ୍ୟବାଦ ଦିଏ । ଥିରେ ଶିକ୍ଷକମାନେ ଏହାର ଉପକାରିତାକୁ ଅନୁଭବ କଲେ । ଶିକ୍ଷକମାନଙ୍କ ମନରେ ଏକ ଦୃଢ଼ ଇଚ୍ଛାଶକ୍ତି ଆସିବ ଏହି ନୂଆ ପତ୍ନାକୁ ଆପଣେଇବା ପାଇଁ ।

ଶିକ୍ଷଣ କାର୍ଯ୍ୟ- ୧ ରେ ଆପଣ ତୁମ ସ୍କୁଲର ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାକୁ ଦେଖିବ ଓ ଆଗାମୀ କିଛି ସପ୍ତାହରେ ପରିବର୍ତ୍ତନ ପାଇଁ କିଛି ଖୋଜିବା ନିମ୍ନଲିଖୁତ କାର୍ଯ୍ୟଗୁଡ଼ିକ ତୁମକୁ ସାହାଯ୍ୟ କରିବା ତୁମେ ତୁମର ଶିକ୍ଷକଙ୍କୁ ସେମାନଙ୍କ ଶ୍ରେଣୀ କାର୍ଯ୍ୟକ୍ରମରେ ଉନ୍ନତି କରିବା ପାଇଁ । ଏହାକୁ ଚିତ୍ର-୨ ରେ ବୁଝାଯାଇଛି ।

ଶିକ୍ଷଣ କାର୍ଯ୍ୟ- ୧ : ତୁମ ଶ୍ରେଣୀ କେତେ ଶିଶୁ-କୈନ୍ଦ୍ରିକ ?

ଏହି ଶିକ୍ଷଣ କାର୍ଯ୍ୟ ତୁମକୁ ପ୍ରଶ୍ନ ପଚାରିବ ଯେ, ଦେଖ ଯେ ତୁମ ଶ୍ରେଣୀରେ କେତେ ପରିମାଣରେ ଶିଶୁକିନ୍ଦ୍ରିକ ଶିକ୍ଷାଦାନ ହେଉଛି । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ, ଆମକୁ ଲେଖି ରଖିବାକୁ ହେବ ଯେ କେଉଁ ଭଲ କାମ ଆମ ଶ୍ରେଣୀରେ ହେଉଛି ।

ସମ୍ବଳ-୧ର ଟେବୁଲ ବ୍ୟବହାର କରି ତୁମ ସ୍କୁଲରେ ବର୍ତ୍ତମାନ ଚାଲିଥିବା କାର୍ଯ୍ୟପନ୍ଥାକୁ ଆକବଳନ କର । ଏହା ତୁମକୁ ସାହାଯ୍ୟ କରିବ, ତେଣୁ ତୁମେ ଏହାକୁ ଅନ୍ୟକୁ ଦେଖାଇବା ଆବଶ୍ୟକ ନାହିଁ । ତୁମେ ପ୍ରମାଣ ଉପରେ ଗୁରୁତ୍ୱ ଦେବ ଯେ, କେତେଥର ଓ କେଉଁ ପର୍ଯ୍ୟନ୍ତ ଶିକ୍ଷକମାନେ ଶିକ୍ଷାର୍ଥୀଙ୍କ ଅଂଶଗ୍ରହଣକୁ ଚିହ୍ନିତ କରୁଛନ୍ତି । ସକ୍ଟୋଟତାର ସହ ଏହାକୁ କର ତୁମର ଏହି ଆକଳନ ପରବର୍ତ୍ତୀ ଶିକ୍ଷଣ କାର୍ଯ୍ୟରେ ଆସିବ ।

 

୨ ଟେସ୍ ଇଣ୍ଡିଆ-ମୁକ୍ତ ଶୈକ୍ଷିକ ସମ୍ବଳରେ କ’ଣ ଅଛି ?

ଟେସ୍ ଇଣ୍ଡିଆର ସମ୍ବଳ ଅଛି ଯାହା ଶିକ୍ଷକଙ୍କୁ ସାହାଯ୍ୟ କରେ କିପରି ଅଂଶଗ୍ରହଣ ମାଧ୍ୟମରେ ପାଠ ପଢ଼ାଯିବ । ଏହି ଅଧ୍ୟାୟ ଓ ପରବର୍ତ୍ତୀ ଅଧ୍ୟାୟରେ ତୁମକୁ ସମ୍ବଳ ଗୁଡ଼ିକକୁ ଦେଖିବାକୁ ହେବ ଓ ପରିବର୍ତ୍ତନ ପାଇଁ କ’ଣ ଗୁରୁତ୍ଵ ଦିଆଯାଇଛି ବାଛିବାକୁ ହେବ (ଚିତ୍ର ୨ ର ସ୍ତର 2ରେ) ।

ସମ୍ବଳ-୨ ଟେସ୍ ଇଣ୍ଡିଆ ପ୍ରକଳ୍ପର ଶିକ୍ଷଣ କୌଶଳର ଧାରା ନିର୍ଦ୍ଧାରଣ କରେ ଓ ପରିବର୍ତ୍ତନର ଉପଯୁକ୍ତ ସାରାଂଶ ଦିଏ (ଶିକ୍ଷାର ପରିବର୍ତ୍ତନ ପାଇଁ) ଏହା ଦ୍ଵାରା ଆବଶ୍ୟକୀୟ ଜିନିଷର ପରିବର୍ତ୍ତନ କରାଯାଏ ଯାହା ଶିକ୍ଷଣକୁ ସାହାଯ୍ୟ କରିବ ।

ସମ୍ବଳ-୩ ହେଉଛି ମୁଖ୍ୟ ସମ୍ବଳ ଓ ବିଭିନ୍ନ ମୁକ୍ତ ଶୈକ୍ଷିକ ସମ୍ବଳର ପ୍ରକୃତ ଘଟଣାର ଭିତ୍ତି । ଏଥିରେ ପ୍ରାରମ୍ଭିକ ସ୍ତର ବିଜ୍ଞାନ, ପ୍ରାରମ୍ଭିକ ସ୍ତର ଇଂରାଜି ଓ ପ୍ରାରମ୍ଭିକ ସ୍ତର ଗଣିତ ପାଇଁ ପ୍ରତ୍ୟେକରୁ ୧୫ଟି ଲେଖାଏଁ ମୁକ୍ତ ଶୈକ୍ଷିକ ସମ୍ବଳ ଅଛି। ଏହା ସହ ମୁଖ୍ୟ ସମ୍ବଳର ଏକ ସେଟ ଅଛି ଯାହା ସହିତ କିଛି ଭିଡ଼ିଓ ଅଛି ଯାହା । ଆମ ଭାରତର ସ୍କୁଲ ମାନଙ୍କରୁ ହିଁ ନିଆଯାଇଛି ।

ଶିକ୍ଷଣକାର୍ଯ୍ୟ ୨ : ଟେସ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳକୁ ଦେଖ

ଗୋଟିଏ ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳକୁ ଭଲଭାବରେ ଦେଖ, ଯଦି ସମ୍ଭବ। ଏହି ଶିକ୍ଷଣ କାର୍ଯ୍ୟକୁ ଜଣେ ବରିଷ୍ଠ ସହଯୋଗୀଙ୍କ ସହ କର । ଏହି ମୁକ୍ତ ଶୈକ୍ଷିକ ସମ୍ବଳ ପ୍ରସ୍ତୁତ ହୋଇଛି ଶିକ୍ଷକମାନଙ୍କ ପାଇଁ ଯାହାଦ୍ଵାରା କେତେକ କୌଶଳ ଓ ଦକ୍ଷତାକୁ ଶିକ୍ଷକମାନେ ହାସଲ କରିବେ । ତୁମେ ଯେତେବେଳେ ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳ ପଢ଼ିସାରିଲ, ସମ୍ବଳ-୪ ଉପରେ ଧ୍ୟାନ ଦିଅ । ଯାହା ମୁକ୍ତ ଶୈକ୍ଷିକ ସମ୍ବଳର ଗଠନ ବିଷୟରେ ତୁମକୁ ବୁଝାଇବ | ତୁମର ସହକର୍ମାଙ୍କ ସହ ବାହାର କର ଯେ ପ୍ରତ୍ୟେକ ଅଧ୍ୟାୟରୁ ଜଣେ ଶିକ୍ଷକ କ'ଣ ଶିଖିବ ।

ଟେସ-ଇଣ୍ଡିଆର ମୁଖ୍ୟ ସମ୍ବଳକୁ ଦେଖ । ଯେଉଁ ମୁଖ୍ୟ ସମ୍ବଳ ବିଷୟରେ ମୁକ୍ତ ଶୈକ୍ଷିକ ସମ୍ବଳରେ କୁହାଯାଇଛି । ଯଦି ସମ୍ଭବ ଟେସ୍ ଇଣ୍ଡିଆ ଭିଡିଓ ଦେଖ ଯେଉଁଟା ତାହା ସହ ସଂପର୍କିତ ଅଛି ।

ମନେରଖନ୍ତୁ ଯେ ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳ ଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମର ସମସ୍ତ ଅଧ୍ୟାୟ ପାଇଁ ପ୍ରସ୍ତୁତ କରାଯାଇନାହିଁ । ଏଗୁଡ଼ିକ ଶିକ୍ଷକଙ୍କୁ ଏକ ଧାରଣା ଦେବା ପାଇଁ, ସହଜରେ ବ୍ୟବହାର ଓ ଗ୍ରହଣ କରିବା ପାଇଁ ପ୍ରୟାସ କରାଯାଇ ପ୍ରସ୍ତୁତ କରାଯାଇଛି ।

କେଉଁ ପରିବର୍ତ୍ତନ ତୁମେ ଆଗେଇ ନେବାକୁ ଚାହୁଁଛି ?

ତୁମେ ବର୍ତ୍ତମାନ ତୁମର ଏହି ଦେଖିବା ଭିତରୁ ଯେକୌଣସି ଗୋଟିଏ ସମସ୍ୟା ଉପରେ ଗୁରୁତ୍ଵ ଦେବା ଆରମ୍ଭ କର ଯାହାକୁ ତୁମେ ତୁମ

ସ୍କୁଲରେ ଗୁରୁତ୍ଵ ଦେଇ ଏହାର ଶୈକ୍ଷିକ ଉନ୍ନତି ପାଇଁ ସ୍କୁଲରେ ଚେଷ୍ଟା କର । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ ଏକାଥରକେ ଅଧିକ ଉନ୍ନତି ପାଇଁ ଚେଷ୍ଟା କରିବ ନାହିଁ । ଏକାଥରକେ ଗୋଟିଏ ସମସ୍ୟା ଉପରେ ଧାନ ଦେଲେ ତୁମେ ଆଗକୁ ଅଧିକ ସଫଳ ହୋଇ ପାରିବ ।

ଶିକ୍ଷଣକାର୍ଯ୍ୟ – ୩ ତୁମର ଲକ୍ଷ୍ୟର ଉନ୍ନତି ପାଇଁ ଲକ୍ଷକୁ ଚିହ୍ନିବା

ସମ୍ବଲ-୧ ଉପରେ ତୁମର ମତାମତ ଓ ଟେସ୍ ଇଣ୍ଡିଆ ମୁଖ୍ୟ ସମ୍ବଳ-୩ରେ ଅଂଶଗ୍ରହଣାତ୍ମକ ଗୁଣାବଳୀର ଅଭ୍ୟାସକୁ ବ୍ୟବହାର କରି ଏକ ଲକ୍ଷ୍ୟ ବାଛି ଯାହାକି ପରିବର୍ତ୍ତନ କରାଯିବ । ଉଦାହରଣ ସ୍ଵରୂପ : “ ଦୁଇଜଣିଆ କାର୍ଯ୍ୟ" ବା "ପ୍ରଶ୍ନ ପଚାରିବାର କୌଶଳ" ହୋଇପାରେ ।

ଆପଣ ସମ୍ବଳ-୩ରେ ଥିବା ଟେବୁଲରୁ ଦେଖବପାର ଯାହା ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବନ୍ଧରେ ଅଛି ଓ ଭିଡ଼ିଓ ମଧ୍ୟ ପ୍ରତ୍ୟେକ

ଗୁଣାତ୍ମକ ଅଭ୍ୟାସ ସହ ସଂପର୍କିତ ହୋଇଛି ଯାହାଦ୍ଵାରା ତୁମେ ପ୍ରତ୍ଯେକ ଟେସ୍ ଇଣ୍ଡିଆ ସମ୍ଭଳ ସହ ସଂପର୍କିତ ହୋଇପାରିବ । ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳଗୁଡିକକର ତାଲିକା ପ୍ରସ୍ତୁତ କର ( ପ୍ରାରମ୍ଭିକ – ଗଣିତ, ପ୍ରାରମ୍ଭିକ ବିଜ୍ଞାନ ପ୍ରାରମ୍ଭିକ ଇଂରାଜୀ) ଯାହାକୁ ତୁମେ ତୁମ’

ସ୍କୁଲରେ ବ୍ୟବହାର କରି ତୁମର ଏହି ଦକ୍ଷତାକୁ ଶିକ୍ଷଣ କ୍ଷେତ୍ରରେ ବୃଦ୍ଧି କରାଯାଇଛି ।

 

ଉଦାହରଣ ସ୍ଵରୂପ, ତୁମେ ନିଶ୍ଚିତ ଜାଣିଥିବ ଯେ ତୁମର ଶିକ୍ଷକ ଉପଯୁକ୍ତ ଭାବରେ ଚିନ୍ତା କରନ୍ତି ନାହିଁ, ସେମାନଙ୍କ ପାଠ ବିଷୟରେ କେଉଁଟାକୁ ସେ ଶ୍ରେଣୀରେ ପଢ଼ାନ୍ତି । ତେଣୁ ତୁମେ ପାଠ ଯୋଜନା ଉପରେ ଗୁରୁତ୍ଵ ଦିଅ । ଯାହାଦ୍ଵାରା ତୁମେ କେବଳ ପାଠଯୋଜନାର ଗଠନ ଉପରେ ଉନ୍ନତି ଆଣିବ। ତାହା ନୁହେଁ ଆହୁରି ମଧ୍ୟ ବିଭିନ୍ନ ପାଠପଢ଼ା ପ୍ରଣାଳୀ ଓ ସମ୍ବଳ ଉପରେ ଗୁରୁତ୍ଵ ଦେଇପାରିବ । ଅନ୍ୟ ଭାବରେ ତୁମେ ଚାହିଁପାର ଶିକ୍ଷାର୍ଥୀମାନେ ଅଧିକ କୁହନ୍ତୁ । (ମୁଖ୍ୟ ସମ୍ବଳ " ଶିଖିବା ପାଇଁ କହିବା" ଦେଖ) କିମ୍ବା ତୁମ ପାଖରେ ବଡ଼ ଶ୍ରେଣୀ ଥାଇପାରେ। ତୁମେ ଦୁଇଜଣିଆ ଭାବରେ କାମ କରିବାକୁ ରହିପାର (ଦୁଇଜଣିଆ କାମ ବ୍ୟବହାର କରି) ଯାହାଦ୍ଵାରା ଶିକ୍ଷକ ସଫଳ ଭାବରେ ବଡ଼ ଶ୍ରେଣୀରେ ପଢ଼ାଇ ପାରିବେ ।

 

ତୁମେ ମୁକ୍ତ ଶୈକ୍ଷିକ ସମ୍ବଳରେ ଥିବା ତୁମ ସ୍କୁଲର ଯୋଜନା ଓ ମୁଖ୍ୟ ପରିବର୍ଭନ ଓ ତୁମ ସ୍କୁଲରେ ପରିବର୍ତ୍ତନର ପ୍ରୟୋଗ ବିଷୟରେ ଅଧିକ  ଜାଣିବ ।

ଏହି କ୍ଷେତ୍ରରେ ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ ଗୋଟିଏ ଲକ୍ଷ୍ୟକୁ ବାଛିବା । ଯଦି ତୁମେ ଏକାଥରକେ ଅଧିକ ପରିବର୍ତ୍ତନ ପାଇଁ ଚେଷ୍ଟା କଲା, ତା'ହେଲେ ପରିବର୍ତ୍ତନର ପ୍ରଭାବ କମ୍ ହେବ । ନିମ୍ନରେ ଦିଆଯାଇଥିବା ଏକ ଘଟଣା ପଢ଼ ସେଥିରେ ଜଣେ ନେତା କିପରି ଗୋଟିଏ ଲକ୍ଷ୍ୟକୁ ଗୁରୁତ୍ଵ ଦେଇଛନ୍ତି ।

ପରିସ୍ଥିତି ଅନୁଧ୍ୟାନ ୧: ଶ୍ରୀମତୀ ଚଢ଼ା ତାଙ୍କ ଘଟଣା ଅନୁସାରେ ଯାହା ପାଇଲେ ତାହା ପ୍ରତିଫଳିତ କରିଛନ୍ତି ।

ଏହା ଏକ ପାଠଟିକୁ ଶ୍ରୀମତୀ ଚଢ଼ାଙ୍କ ଦ୍ଵାରା ଲିଖୁତ । ସେ ଜଣେ ପ୍ରାରମ୍ଭିକ ସ୍ତର ସ୍କୁଲର ନେତ୍ରୀ ଶିକ୍ଷୟିତ୍ରୀ ଯେ କି ଶିକ୍ଷଣକାର୍ଯ୍ୟ- ୧ ଓ ୩ ନିଜ ସ୍କୁଲରେ ପ୍ରୟୋଗ କରିଥିଲେ

ମୁଁ ଟେବୁଲ ପୂରଣ କରିବାକୁ/ ଆରମ୍ଭ କଲି ଏହା ମୋତେ ପରୀକ୍ଷା କରିବାକୁ ସାହାଯ୍ୟ କଲା ଯେ ସ୍କୁଲରେ କ’ଣ ସବୁ ପାଠପଢ଼ା ଋଲିଛି । ମୁଁ ଅନୁଭବ କଲି ଯେ, ବେଳେବେଳେ ଯେଉଁ ତଥ୍ୟ ଆସେ ଯାହା ଶିକ୍ଷକ ବିରତି ସମୟରେ କିମ୍ବା ସାଧାରଣ ଭାବରେ କଥା ହେଲାବେଳେ କରାନ୍ତି । ଏହା ମୋତେ ମୁଁ ଯାହା ଭାବିଥିଲି ତାହା ଉପରେ ଚିନ୍ତା କରିବାକୁ ହେଲା :- ମୁଁ ଯାହା ଭାବିଥିଲି, ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କର ଭାବନା କ’ଣ ସମାନ ।

ମୁଁ ପାଇଲି ଯେ, ମୁଖ୍ୟ ସମ୍ବଳଗୁଡ଼ିକ ଉତ୍ସାହିତ କରାଏ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ହାସଲ କରିବା ପାଇଁ । ଏଠାରେ ମଧ୍ୟ ମନେହୁଏ ଯେ, ମୁଁ ବେଶି କିଛି ଜାଣି ନାହିଁ ଓ କ'ଣ ବେଶି କରିବାକୁ ହେବ । ମୁଁ ବିଶ୍ଵାସ କରେ ଯେ, ଶିକ୍ଷାର୍ଥୀ ପ୍ରଶ୍ନ ପଚାରିବା ଦ୍ଵାରା ସେମାନଙ୍କ ଶିକ୍ଷଣକୁ ସାହାଯ୍ୟ କରେ ଓ ସ୍ଥିର କଲି ସ୍କୁଲରେ ଥିରେ ବୁଲିବା ଓ ଦେଖି ବା କ'ଣ କ'ଣ ପ୍ରଶ୍ନ ଆସୁଛି। ଗୋଟିଏ ପାଠ ପଢ଼ାଇଲାବେଳେ । ପାଠପଢ଼ା ସମୟରେ ସ୍କୁଲ ବାରଣ୍ଡାରେ ବୁଲିଲାବେଳେ ଏହା ସହଜ ହୁଏ ଶୁଣିବାକୁ କ'ଣ କ'ଣ ପ୍ରଶ୍ନ ଆସୁଛି ଯେତେବେଳେ କବାଟ ଓ ଝରକା ଖୋଲା ଅଛି । ମୁଁ ସ୍ଥିର କଲି ଯେ, ମୁଁ ଶ୍ରେଣୀ କୋଠରୀକୁ ଯିବି ନାହିଁ । କାରଣ ମୁଁ ଜାଣିବାକୁ ଚାହୁଁଥିଲି ଯେ, ଶ୍ରେଣୀ କୋଠରୀରେ ପ୍ରକୃତରେ କ’ଣ ଘଟିଛି, ଯେତେବେଳେ ଶିକ୍ଷକ ଓ ଶିକ୍ଷାର୍ଥୀ ଶ୍ରେଣୀ ଭିତରେ ଅଛନ୍ତି ଓ ପାଠପଢ଼ା ଚାଲିଛି। ତେଣୁ ମୁଁ ବାହାରୁ ଶୁଣିବାକୁ ଚେଷ୍ଟା କରୁଥିଲି ।

ମୁଁ ଯାହା ଲକ୍ଷ୍ୟ କଲି ତାହା ହେଲା ଶିକ୍ଷକ କେବଳ କହୁଥିଲେ ଓ ଶିକ୍ଷାର୍ଥୀମାନେ ନୀରବ ରେ ଶୁଣୁଥିଲେ । କେତେବେଳେ ଶିକ୍ଷକଙ୍କ ପକ୍ଷରୁ ପ୍ରଶ୍ନ ଆସୁଥିଲା, ଶିକ୍ଷାର୍ଥୀମାନେ ଉତ୍ତରକୁ ଏକସ୍ଵରରେ କହୁଥିଲେ । କିନ୍ତୁ ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ ନ ଥଲା । ଏମିତି କିଛି ପ୍ରଶ୍ନ ଥିଲା ଯେଉଁଥିରେ ଶିକ୍ଷାର୍ଥୀମାନଙ୍କର ଉତ୍ତରରେ ପାର୍ଥକ୍ୟ ଆସିବାର ସମ୍ଭାବନା ଥଲା । ଶିକ୍ଷାର୍ଥୀମାନେ ଧାଡ଼ିରେ ବସିଥିଲେ ଏବଂ ସମସ୍ତେ କଳାପଟାକୁ ମୁହଁ କରିଥିଲେ ଯେଉଁଠାରେ ଶିକ୍ଷକ। କିଛି କହୁଥିଲେ ।

କେବଳ ମେଘନାଦ ସାରଙ୍କ ଶ୍ରେଣୀ ଅଲଗା ଅଲା । ମୁଁ ଶୁଣିଲି କି ସେ ଶିକ୍ଷାର୍ଥୀଙ୍କୁ ପ୍ରଶ୍ନ ପଶ୍ଚରୁଥିଲେ ଯେଉଁଥିରେ ଶିକ୍ଷାର୍ଥୀମାନେ ଦ୍ବିମତ ହେଉଥିଲେ । ସେମାନଙ୍କର ମତ ରଖୁଥିଲେ । ସେ ମଧ୍ୟ ଶିକ୍ଷାର୍ଥୀଙ୍କୁ ଭାବିବାକୁ ସମୟ ଦେଉଥିଲେ। ମୁଁ ଶୁଣିପାରୁଥିଲି ଯେ, ଶିକ୍ଷାର୍ଥୀମାନେ ପରସ୍ପର ସହ କଥା ହେଉଥିଲେ ପ୍ରଶ୍ନ ବିଷୟରେ । ଝରକା ଦେବା ମୁଁ ଦେଖିପାରୁଥିଲି ଯେ ଶିକ୍ଷାର୍ଥୀମାନେ ପରସ୍ପର ଆଡ଼କୁ ମୁହଁ କରି ଦୁଇଜଣିଆ କାମ କରୁଥିଲେ ।

ଏହା ସ୍ପଷ୍ଟ ଯେ, ମେଘନାଦଙ୍କ ଶ୍ରେଣୀରେ ଭଲ ପାଠପଢ଼ା ହେଉଥିଲା। ମୁଁ ଯଦି ଏକୁଟିଆ ତାଙ୍କୁ ଧନ୍ୟବାଦ ଦେଉଛି ଯେ ମୁଁ ସତର୍କ ହେବା ଦରକାର ମୁଁ ଅନ୍ୟମାନଙ୍କ ପାଇଁ ଆଗ୍ରହ ସୃଷ୍ଟି କରାଇବି । କିନ୍ତୁ ଅନ୍ୟମାନଙ୍କ ମନରେ ପ୍ରତି ହିଂସାର ଭାବ ଜାଗ୍ରତ କରିବି ନାହିଁ । ମୁଁ ସ୍ଥିର କଲି ଯେ, ଏହି ପର୍ଯ୍ୟାୟରେ ‘ପ୍ରଶ୍ନ କରିବାକୁ ଲକ୍ଷ୍ୟ ହିସାବରେ ନେବି । ମୁଁ ମେଘନାଦଙ୍କ ଅଂଶଗ୍ରହଣାସକ ପନ୍ଥାକୁ ଉଦାହରଣସ୍ଵରୂପ ନେବି ଏହା ସହିତ ଟେସ୍ ଇଣ୍ଡିଆ ସମ୍ବଳକୁ ମଧ୍ୟ ।

ତୁମର ଶିକ୍ଷକମାନଙ୍କ ସହ କାର୍ଯ୍ୟ କରିବା

ତୁମର ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ପାଇଁ ଶୈକ୍ଷିକ ପରିବେଶ ତିଆରି କରିବା ତୁମର କାମ ଅଟେ । ଯେଉଁଠାରେ ଶିକ୍ଷକମାନେ ଉତ୍ସାହିତ ହୁଅନ୍ତି ନୂଆଁ କାମ ପାଇଁ ଚିନ୍ତା କରନ୍ତି ଓ ନୂଆଁ କୌଶଳ ଶିଖାନ୍ତି । ତୁମେ ଯେ ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ହୃଦୟଙ୍ଗମ କରିବାକୁ ଦେଇ ନାହିଁ ଯେ ନୂଆ କାମ ତାଙ୍କୁ ସାହାଯ୍ୟ କରୁଛି ଓ ନିରାପଦ ଅଟେ । ସେ ପର୍ଯ୍ୟନ୍ତ ସେମାନେ ପୁରୁଣା ଅଭ୍ୟାସ ପରିତ୍ୟାଗ କରିବେ ନାହିଁ ।

ନିମ୍ନୋକ୍ତଗୁଡ଼ିକ ହେଉଛି। କେତେକ ଧାରଣା ଯାହାକି ବିଭିନ୍ନ ବିଭାଗର ମୁଖ୍ୟ ଏହାକୁ ପ୍ରୋତ୍ସାହିତ କରିବା କଥା ଯାହାଦ୍ଵାରା କାର୍ଯ୍ୟ କରିବା ଦ୍ଵାରା ଶିକ୍ଷାର୍ଥୀମାନେ ଶିଖିବେ ।

ନିମ୍ନୋକ୍ତଗୁଡିକ ହେଉଛି କେତେକ ଧାରଣା ଯାହାକି ବିଭିନ୍ନ ବିଭାଗର ମୁଖ୍ୟ ଏହାକୁ ପ୍ରୋତ୍ସାହିତ କରିବା କଥା ଯାହାଦ୍ୱାରା କାର୍ଯ୍ୟ କରିବା ଦ୍ଵାରା ଶିକ୍ଷାର୍ଥୀମାନେ ଶିଖିବେ ।

  • ଅନ୍ୟ ସ୍ଥଳରେ ଏକ ଶ୍ରେଣୀର କାର୍ଯ୍ୟ ଭିଡ଼ିଓ ପ୍ରୁଫ ଦେଖବ ସେଥିରେ ପାଠପଢ଼ାର ପନ୍ଥା ପ୍ରଣାଳୀ ଆଲୋଚନା କରିବ ।
  • ଭାବନାର ଆଦାନପ୍ରଦାନକୁ ଉତ୍ସାହିତ କର ଏପରିକି ଯଦି ସେଗୁଡ଼ିକ ଅଧାଗଢ଼ା କଥା ଭୁଲ ମଧ୍ୟ ହୋଇଥାଏ। ସ୍ଵତନ୍ତ୍ର ଭାବରେ ଯୁବ ଶିକ୍ଷକଙ୍କଠାରୁ ଯେଉଁମାନେ ପୁରୁଣା ଶିକ୍ଷକଙ୍କଠାରୁ କିଛି ଶିଖିନାହାନ୍ତି ।
  • ଶିକ୍ଷକଙ୍କୁ କୁହ ପରସ୍ପର ପରସ୍କାରଙ୍କର ଫଟୋ ଓ ଭିଡ଼ିଓ ପ୍ରସ୍ତୁତ କରିବେ ଏହାକୁ ଦେଖାଇ ପରସ୍ପର ଆଲୋଚନା କରିବେ । ବିଭିନ୍ନ ପ୍ରକାର ପନ୍ଥା ବିଷୟରେ ଯାହା ସେମାନେ କରିଥିଲେ
  • ଯେଉଁଠାରେ ଶିକ୍ଷକ। କିଛି ନୂଆ କାମ କରୁଥିବାର ପ୍ରଚେଷ୍ଟା କରୁଛନ୍ତି। ସେହି ପ୍ରକାର ଶିକ୍ଷଣ ପ୍ରଣାଳୀ ବିଷୟରେ ଶ୍ରେଣୀ ଭିତରେ ଆଲୋଚନାକୁ ଉତ୍ସାହିତ କରିବ ।
  • ଶିକ୍ଷକଙ୍କ ପାଇଁ କିଛି ସୁରକ୍ଷିତ ସମୟ ସୃଷ୍ଟି କର, ସେମାନେ ପରିବର୍ତ୍ତନ ବିଷୟରେ ଚିନ୍ତା କରିବେ, ଯେପରିକି ଶିକ୍ଷାର୍ଥୀ ସ୍କୁଲ ଛାଡ଼ିଲା ପରେ ଅପରାହ୍ମରେ କିଛି ସମୟ ବାହାରିବ ଯଦି ଆମେ ଆମ ଟାଇମ୍ ଟେବୁଲକୁ ବଦଳାଇ ଦେବା

ତୁମର ଲକ୍ଷ ଚିହ୍ନଟ ହୋଇଗଲେ ତୁମେ ତୁମର ଶିକ୍ଷଙ୍କକୁ ତୁମ ଯୋଜନାରେ ଲଗାଥ । ଏହା ଭଲ ଭାବନା ଯେ ଜଣେ ବରିଷ୍ଠ ଶିକ୍ଷକଙ୍କ ଦ୍ଵାରା କାମ ଆରମ୍ଭ ହେବ । ଆବଶ୍ୟକ ବିଶେଷ କରି ପ୍ରାରମ୍ଭିକ ସ୍ତରରେ । ଶିକ୍ଷଣକାର୍ଯ୍ୟ – ୪ ତୁମେ କିପରି ତୁମର ଭାବନାକ୍ତ’ ଜଣାଇବ ତୁମର ଜଣେ ବରିଷ୍ଠ ଶିକ୍ଷକଙ୍କୁ । ଶିକ୍ଷଣକାର୍ଯ୍ୟ – ୫ କହେ ଯେ ତୁମେ କିପରି ସମସ୍ତ କିପରି ସମସ୍ତ ଶିକ୍ଷକଙ୍କୁ କାମରେ ଲଗାଇବ ।

ବିଦ୍ୟାଳୟର ମୁଖ୍ୟ ଶିକ୍ଷକମାନଙ୍କୁ ନିୟୋଜିତ କରିବା ଦରକାର । ବିଭାଗର ମୁଖ୍ୟଙ୍କ ସହ କାମ କରିବା ଦ୍ଵାରା ସ୍କୁଲରେ ଶିକ୍ଷଣ ବ୍ୟବସ୍ଥାକୁ ଉନ୍ନତିକରିବା ପାଇଁ ତୁମର ମତାମତକୁ ମୁଖ୍ୟଙ୍କ ସହ ଆଲୋଚନା କରିପାରିବ । ଟେସ୍ ଇଣ୍ଡିଆର ମାଧ୍ୟମିକ ଇଂରାଜୀ, ଗଣିତ, ବିଜ୍ଞାନର ମୁକ୍ତ ଶୈକ୍ଷିକ ସମ୍ବଳକୁ ସାଥୀ ହୋଇ ଦେଖ । ମନେରଖ, ବାକ୍ୟଗୁଡିକ ସହଜରେ ଅନ୍ୟ ବିଷୟରେ ଗ୍ରହଣ କରାଯାଇପାରିବ, କିନ୍ତୁ ପ୍ରଥମେ ମୁକ୍ତ ଶୈକ୍ଷିକ ସମ୍ବଳ ସହ ପରିଚିତ ହେବା ଆବଶ୍ୟକ ।

ମିଳିତ ଭାବରେ ଭାବ ଯେ ଆପଣଙ୍କର ଶିକ୍ଷକମାନେ ଟେସ୍ ଇଣ୍ଡିଆର ମୁକ୍ତ ଶୈକ୍ଷିକ ସମ୍ବଳ ପାଖରେ ପହଞ୍ଚିବେ ଓ କିପରି ଆପଣ ସେମାନଙ୍କୁ ଏହା ବିଷୟରେ ପରିଚିତ କରାଇବ । ଏଠାରେ କେତେକ ସ୍କୁଲର ମୁଖ୍ୟତଃ ମତାମତ ଦିଆଯାଇଛି ।

  • ନିର୍ଦ୍ଦିଷ୍ଟ ପନ୍ଥାରେ ଆଲୋଚନା ପାଇଁ କିଛି ଭିଡିଓ ଦେଖାଅ ।
  • ଶିକ୍ଷକଙ୍କୁ ଏକ ପରିସ୍ଥିତି ଅଧ୍ୟୟନ ପାଇଁ ଦିଆ ଏବଂ ଏହା ବିଷୟରେ ଦୁଇଜଣିଆ ଆଲୋଚନା ପାଇଁ ସେମାନଙ୍କୁ ଦିଅ ।
  • ମୁଖ୍ୟ ସମ୍ବଳକୁ ଆରାମରେ ବ୍ୟବହାର କରନ୍ତୁ ଓ ଶିକ୍ଷକଙ୍କୁ ଜୁହନ୍ତୁ ଯେ, ସେମାନେ କିଛି ନୂଆ କାମ ନିଜ ଶ୍ରେଣୀରେ ପ୍ରୟୋଗ କରନ୍ତୁ ।
  • ଶିକ୍ଷକମାନଙ୍କୁ ଶ୍ରେଣୀରେ ନୂତନ ଶିକ୍ଷଣ କାର୍ଯ୍ୟ କରିବାକୁ କୁହନ୍ତୁ ।

 

ବର୍ତ୍ତମାନ ବିଚର କର, ତୁମେ ଶିକ୍ଷକମାନଙ୍କୁ କିପରି ପରିବର୍ତ୍ତନର ଲକ୍ଷ୍ୟ ହାସଲ ପାଇଁ ନିୟୋଜିତ କରିବା, ହୋଇପାରେ ସହକର୍ମା ବୈଠକ କିମ୍ବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପରିବର୍ତ୍ତନ ପାଇଁ ଆବଶ୍ୟକ "ଗଳ୍ପ" ବିଷୟରେ ତୁମେ ଚିନ୍ତା କର । ମନେରଖା ଯେ, ତୁମେ ଶିକ୍ଷକମାନଙ୍କୁ ସେମାନଙ୍କର ଅଭ୍ୟାସ ପରିବର୍ତ୍ତନ କରିବା ପାଇଁ ନିର୍ଦେଶ ଦେବା ଅପେକ୍ଷା ସେମାନେ କିପରି ପରିବର୍ତ୍ତନ କରିବାରେ ସାହାଯ୍ୟ କରିବେ । କେତେକ ଜିନିଷ ଆପଣ କରିବା ଉଚିତ । ସେଗୁଡ଼ିକ ହେଲା ।

  • ଆସ ଦେଖିବା ଯଦି ଶିକ୍ଷାର୍ଥୀଙ୍କର ଉପକାର ହୁଏ ।
  • ମୁଁ ଏକ ସ୍କୁଲକୁ ଛୋଟକାଟିଆ ପରିବର୍ତ୍ତନ ପାଇଁ ଗଲି ଏବଂ ଦେଖିଲି କେତେକ ଶ୍ରେଣୀରେ ଏହା
  • ଏହା ନୁହେଁ ଯେ ଅନ୍ୟକୁ ଦୋଷ ଦେବା ବରଂ କହିବା ତୁମେ ଭୁଲ କାମ କରୁଛି ।
  • ମୁଁ ଚାହେଁ ଆମେ ସମସ୍ତେ ଏହା ଉପରେ ମିଳିମିଶି କାମ କରିବା ।
  • ଆପଣ କିପରି ପାଇଲେ ସେ ବିଷୟ ବିବରଣୀ ମୁଁ ଶୁଣିବା ପାଇଁ ଚାହେଁ
  • ଜାତୀୟ ପାଠ୍ୟକ୍ରମ ଆଧାର କହେ ଯେ ଓ ମୁଁ ତୁମର ଭାବନାକୁ ଆଲୋଚନା କରିବାକୁ ଚାହେଁ, ଆମେ କିପରି ଏହାକୁ ଆମ ସ୍କୁଲରେ କରିପାରିବା ।

ଏହି ଅଧ୍ୟାୟରେ ସେମାନେ କ’ଣ ପାଠ ପଢ଼ାଇବେ ଓ କିପରି ଶିକ୍ଷକ ତୁମମାନଙ୍କୁ ତୁମେ ନିୟୋଜିତ କରିବ ଯେ, ସେମାନେ ସେହି ପାଠ ପଢ଼ାଇବା ପାଇଁ ନିର୍ଦ୍ଦିଷ୍ଟ ମୁକ୍ତ ଶୈକ୍ଷିକ ସମ୍ବଳ ଚୟନ କରିବେ କିମ୍ବା ସେହି ପାଠ ସହ ସଂଶ୍ଳିଷ୍ଟ ମୁକ୍ତ ଶୈକ୍ଷିକ ସମ୍ବଳ ବାଛିବେ ଓ ତୁମର ସେହି ପନ୍ଥାକୁ ପ୍ରଦର୍ଶନ କର । ତୁମେ ସମ୍ବଳ-୩କୁ ହାତଲେଖା ରୂପେ ବ୍ୟବହାର କରିପାର । ଏହାକୁ କାର୍ଯ୍ୟାଳୟ, କାନୁରେ ଲଗାଇ ପାର ।

ତୁମେ କେତେକ ଶିକ୍ଷକଙ୍କ ପାଇଁ କୋଚର ଭୂମିକା ତୁଲାଇ ପାରିବ କିମ୍ବା ଯେଉଁମାନେ ଏ କାର୍ଯ୍ୟ କରିପାରିବେ ସେମାନଙ୍କୁ ଏ କାମ ଦେଇପାରିବ । (ଏଠାରେ ଅନ୍ୟ ଏକ ଆଧାର ଅଛି ଯାହା ସେମାନେ ବୁଝିବା ଓ ପାଠପଢ଼ାରେ ସାହାଯ୍ୟ ଉପରେ ଗଠିତ । ଯଦି ତୁମେ ସେହି ପନ୍ଥା ଉପରେ ନିଜର ଜ୍ଞାନକୁ ଶାଣିତ କରିବାକୁ ଗହୁଁଛ ।

ଯଦି ତୁମେ ଟେସ୍ ଇଣ୍ଡିଆର ଭିଡ଼ିଓ ଦେଖାଇ ପାରିବ ଚିନ୍ତା କର। ଏହା କ'ଣ ଆଲୋଚନାକୁ ପ୍ରୋତ୍ସାହିତ କରିବ | ତୁମେ ଶିକ୍ଷକଙ୍କୁ କ'ଣ ପ୍ରଶ୍ନ ପଚାରିବ  କିମ୍ବା କ'ଣ କାମ କରିବାକୁ ହେବ, ତୁମକୁ କ'ଣ ପ୍ରଶ୍ନ ପଚରାଯାଇ ପାରେ ସେ ବିଷୟରେ ଚିନ୍ତା କର । "ସମ୍ଭାବ୍ୟ କଷ୍ଟ" ସମ୍ବଳ-୫ କୁ ପଢ଼ ଯାହାଦ୍ଵାରା ତୁମର ଶିକ୍ଷକ ପରସ୍ପରିବା ସମ୍ଭାବନା ଥିବା ପ୍ରଶ୍ନର ଉତ୍ତର ପାଇଯିବ ।

ଥିରେ ଆପଣ ଆପଣଙ୍କ ଭାବନାକୁ ପରିଚିତ କରାଇଲେ ଆପଣ ଆପଣଙ୍କ ଶିକ୍ଷକମାନଙ୍କ ପାଇଁ ତୁମେ ସେମାନଙ୍କୁ ଦୁଇଜଣ ହିସାବରେ କାମ କରିବାକୁ ଦେଇପାରିବ । ମୁକ୍ତ ଶୈକ୍ଷିକ ସମ୍ବଳକୁ ବ୍ୟବହାର କରି ସେମାନଙ୍କୁ ଶିକ୍ଷଣ କାର୍ଯ୍ୟ ତିଆରି ପାଇଁ କାମ ଦିଆ ଓ ପରସ୍ପର ପରସ୍ପରର ଶିକ୍ଷଣ କାର୍ଯ୍ୟ ଦେଖ୍ବା ପାଇଁ କୁହ । ସେମାନେ ସେମାନଙ୍କର ପାଠ ବାଛିବା ଦରକାର । ତୁମେ ସେମାନଙ୍କୁ ଶ୍ରେଣୀରେ ପାଠ ପଢ଼ାଇବାକୁ ନେଇ ସାହାଯ୍ୟ କରିପାର ଓ ସେମାନେ ପରସ୍କାର ପାଠପଢ଼ା ଦେଖିପାରନ୍ତି ଯେତେବେଳେ ସେମାନେ ପାଠ ପଢ଼ାଇବେ ।

ଅଂଶଗ୍ରହଣାତ୍ମକ ପନ୍ଥାକୁ ବଳବତ୍ତର ରଖିବା

ତୁମେ ଶିକ୍ଷଣକାର୍ଯ୍ୟ-୪ର ମତାମତକୁ ଗ୍ରହଣ କଲ ବା ଶିକ୍ଷକଙ୍କ ପାଇଁ ବିକଳ୍ପ ଚିନ୍ତା କଲା । କ’ଣ ଚାଲୁଛି ତୁମକୁ ଦେଖିବାକୁ ହେବ ଏବଂ ମୂଲ୍ୟାୟନ କରିବାକୁ ହେବ, ତୁମ ମୁଖ୍ୟ ପ୍ରକଳ୍ପ ତୁମ ଯୋଜନା ଅନୁସାରେ ଆଗକୁ ବଢୁଛି (ଚିତ୍ର-୨ର ସ୍ତର-୫) । ଏହି ପ୍ରକାର ମୂଲ୍ୟାୟନ ଯାଞ୍ଚ କାର୍ଯ୍ୟ ତୁମକୁ କ'ଣ କରିବାକୁ ହେବ କହିହେବ ଏବଂ କ’ଣ ଭଲ ହେଉଛି ତୁମେ ଚିହ୍ନିପାରିବ ଏବଂ ତୁମର ଯୋଜନାକୁ ଠିକ୍ କରିପାରିବ

ପରିସ୍ଥିତି ଅଧ୍ୟୟନ-୨ : ଚତା ମହାଶୟାଙ୍କ ମନିଟରିଂ ଓ ମୁଲ୍ୟୟନ

ମୁଁ ବହୁତ ଅନୁସନ୍ଧିସ୍ମ ଥିଲି ଜାଣିବା ପାଇଁ କିପରି ଶିକ୍ଷକମାନେ ସେମାନଙ୍କର ଅଭ୍ୟାସକୁ  ବଢ଼ାନ୍ତି ଓ ଟେସ୍ ଇଣ୍ଡିଆର ମୁକ୍ତ ସମ୍ବଳକୁ ବ୍ୟବହାର କରନ୍ତି । ମୁଁ ଶିକ୍ଷକମାନଙ୍କୁ ଉତ୍ସାହିତ କଲି ସେମାନଙ୍କ ଅଭିଜ୍ଞତା ବିଷୟରେ ମୋ ସହ କଥା ହେବାକୁ, ଯେଉଁଟାକି ମତେ କିଛି ସଂକେତ ଦେଲା ଯେ, ଜିନିଷ କିପରି ଗଲେ । ବର୍ତ୍ତମାନ ମୁଁ ଯେତେବେଳେ ସ୍କୁଲ ଭିତରକୁ ଗଲି, ମୁଁ ଶୁଣିବାକୁ ଚେଷ୍ଟା କଲି କ’ଣ କ'ଣ ଆଲୋଚନା ହୁଏ ଏବଂ କିଏ ଶ୍ରେଣୀରେ କଥା କହେ ।

 

ମୁଁ ପାଖାପାଖି ଏକ ସପ୍ତାହ ଚକ୍ରକୋଦିଙ୍କ ଶ୍ରେଣୀକୁ ଦେଖିଲା ପରେ ଜାଣିଲି ଧିରେ ଧିରେ ଶ୍ରେଣୀରେ ପରିବର୍ତ୍ତନ ହୋଇଛି । ସେ ଶିକ୍ଷାର୍ଥୀମାନଙ୍କୁ କିଛି ଚିନ୍ତା କରିବା ପାଇଁ ପ୍ରଶ୍ନ ପଚାରୁଥିଲେ ଓ ବର୍ତ୍ତମାନ ସେ ଅନ୍ୟ ଶିକ୍ଷକଙ୍କ ସହ କାମ କରୁଛନ୍ତି କିପରି ମୁକ୍ତ ଶୈକ୍ଷିକ ସମ୍ବଳକୁ କିପରି ନିଜ କାମରେ ସ୍କୁଲରେ ବ୍ୟବହାର କରିବ । ସେମାନେ କହିଲେ ଯେ, ଏହା ଠିକ ଚାଲିଛି, ପାଠପଢ଼ାରେ ଯେଉଁ ପରିବର୍ତ୍ତନ ଆସିଥିଲା । ଏହା ଯେ ସେ କିଛି ନୂଆ ପ୍ରଶ୍ନ ତିଆରି କରୁଥିଲେ ଯେଉଁଟା ତାଙ୍କୁ ଜାଣିବାରେ ସାହାଯ୍ୟ କରୁଥିଲା। ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ଏବଂ କିପରି ଶିକ୍ଷାର୍ଥୀମାନେ ଏହା ନିଶ୍ଚିତ ।

ମୁଁ ଚକ୍ରକୋଦିଙ୍କୁ କ'ଣ ପରିବର୍ତ୍ତନ ହେଲା ପରସ୍ପରିଲି, ସେ କହିଲେ ଯେ, ସେ ପ୍ରକୃତରେ ପ୍ରଶ୍ନ ପଚାରିବାର ପଦ୍ଧତି ଉପରେ ତାଙ୍କ ପାଠରେ ଚେଷ୍ଟା କରୁଥିଲେ । କିନ୍ତୁ ସେ ଲକ୍ଷ୍ୟ କରିଛନ୍ତି ଯେ ଭଲ ପ୍ରଶ୍ନ ବିଷୟରେ ଭାବିବା ଯାହା ତାଙ୍କ ଶିକ୍ଷାର୍ଥୀ କ'ଣ ଜାଣିଛନ୍ତି ତାହା ଜାଣି ହେବ, ତାହା ବହୁତ କଷ୍ଟକର । ତେଣୁ ସେ ପ୍ରତ୍ୟେକ ଶ୍ରେଣୀର ପାଠ ଆରମ୍ଭ ପୂର୍ବରୁ ସମ୍ଭାବ୍ୟ ପ୍ରଶ୍ନକୁ ଲେଖିବାକୁ ଆରମ୍ଭ କରିଦେଇଛନ୍ତି । ସେ ମଧ୍ୟ ଜାଣି ସାରିଛନ୍ତି ଯେ, କେଉଁ ପ୍ରକାର ପ୍ରଶ୍ନ ସବୁଠାରୁ ଭଲ କାମ କରୁଛି ।

ମୁଁ ଚିନ୍ତା କରିଛି କି ଆଗାମୀ ସହକର୍ମା ବୈଠକରେ ମୁଁ ଚକ୍ରକୋଦି ମହାଶୟା ଓ ଅନ୍ୟ ଶିକ୍ଷକଙ୍କୁ ପଶ୍ଚରିବି କି ସେମାନେ କ’ଣ ଭଲ ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି, ଯାହା ସେମାନେ ପ୍ରୟୋଗ କରିବେ ।

ଏହି ପରିସ୍ଥିତି ଅଧ୍ୟୟନ ଦର୍ଶାଏ ଯେ ସ୍କୁଲର ମୁଖ୍ୟ କେବଳ ସ୍କୁଲରେ କ’ଣ ଘଟୁଛି। ଅନୁଧ୍ୟାନ କରନ୍ତି ନାହିଁ ବରଂ ଦେଖାନ୍ତି ଯେ ଭଲ କାମ | ପଢ଼ା କିପରି ସ୍କୁଲରେ ହୋଇପାରିବ ନିଶ୍ଚିତ କରାନ୍ତି। ଅଧିକ ଭାବରେ ପ୍ରଚଳିତ ପନ୍ଥାକୁ କିପରି ପ୍ରୟୋଗ କରାଯିବ ସେଥିପାଇଁ ଉତ୍ସାହିତ କରନ୍ତି । ପରବର୍ତ୍ତୀ କାର୍ଯ୍ୟର ଲକ୍ଷ୍ୟ ହେଉଛି, ଏହି ପ୍ରକଳ୍ପରେ ଲକ୍ଷ୍ୟକୁ କିପରି ଦୂରାନ୍ୱିତ କରି ହେବ ।

ଶିକ୍ଷଣକାର୍ଯ୍ୟ ୫ ତୁମ ଶିକ୍ଷକଙ୍କ ପାଇଁ ପରବର୍ତ୍ତୀ କକ୍ଷ ସ୍ଥିର କରିବା

ତୁମେ ତୁମର ପରବର୍ତ୍ତୀ ସହକର୍ମା ବୈଠକ ବିଷୟରେ ଚିନ୍ତା କର । ତୁମେ ପୂର୍ବବର୍ତ୍ତୀ କାମର ସମୀକ୍ଷା କିପରି ବୈଠକରେ କରିବ । ତୁମର ଶିକ୍ଷକମାନଙ୍କ ପାଇଁ ପରବର୍ତୀ କାମ ଓ ଲକ୍ଷ୍ୟ କ'ଣ ରହିବ ମଧ୍ୟ ଚିନ୍ତା କର । ଚିନ୍ତା କର ବୈଠକକୁ ଏପରି ପ୍ରସ୍ତୁତ କରିବା ଯାହାଦ୍ଵାରା ତୁମେ ଅଧିକ ପ୍ରଭାବ ପକାଇ ପାରିବ, ଶିକ୍ଷକମାନେ ଅଧିକ ତୁମକୁ କହିବେ ।

ତୁମେ ସେମାନଙ୍କୁ ଛୋଟ ଦଳରେ କିମ୍ବା ଦୁଇଜଣିଆ ଦଳରେ ନିଜର ଅଭିଜ୍ଞତା ଆଲୋଚନା କରିବେ । ସମ୍ବଳ - ୬ ରେ କେତେକ ପ୍ରଶ୍ନ ଅଛି ତୁମେ ବ୍ୟବହାର କରିପାରିବ ।

ତୁମେ ତୁମର ଭଲ ଅଭ୍ୟାସର ପର୍ଯ୍ୟବେକ୍ଷଣ, ଫଳାଫଳ, ଆଲୋଚନା କରିପାରିବ ଯେପରି ସମସ୍ତେ ପ୍ରଶଂସା କରିବେ । ଶିକ୍ଷକମାନେ ନିଜର ସଫଳତାର କଥା କହିବାକୁ ସେମାନଙ୍କୁ ଆମନ୍ତ୍ରିତ କରିବେ । ଏପରିକି ମଧ୍ୟ ତୁମେ ଶିକ୍ଷାର୍ଥୀମାନଙ୍କଠାରୁ ମିଳୁଥିବା ମତାମତକୁ ମଧ୍ୟ ଚିନ୍ତା କରିପାର । (ସର୍ଭେ ମାଧମରେ ଘଟଣା ବିବରଣୀ)

ତୁମେ ଚିନ୍ତା କର ତୁମର ପଢ଼େଇବା ଲକ୍ଷ୍ୟ ହାସଲ ପାଇଁ ଶିକ୍ଷକମାନେ ସେମାନଙ୍କ ପଢ଼ାଇବା କୌଶଳର କ'ଣ ଉନ୍ନତି ଆଣିଥୁବେ । ସେମାନେ ଆଉ କ'ଣ ଅନ୍ୟ ସହାୟତା ଆବଶ୍ୟକ କରନ୍ତି ? ଆଉ କିଛି ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳ ଅଛି ଯାହା ତୁମକୁ ସାହାଯ୍ୟ କରିବ । ତୁମ ପାଖରେ କିଛି ଭାବନା ପ୍ରସ୍ତୁତ ଥିବା ଦରକାର, କିନ୍ତୁ ତୁମେ ଶୁଣା ଯେ, ସେମାନେ କ’ଣ ମତ ରଖୁଛନ୍ତି ଓ ସ୍ଥିର କରିଛନ୍ତି । କ'ଣ ପରବର୍ତ୍ତୀ ଏକା ସଙ୍ଗେ କରିବେ ।

ଆଲୋଚନା

ଯଦି ତୁମ ଦ୍ଵାରା ଓ ଅନ୍ୟ ଶିକ୍ଷକମାନେ ତୁମ ସହକର୍ମାଙ୍କ ଶିକ୍ଷାଦାନକୁ ଠିକ ରୂପେ ଚିହ୍ନି ପାରିଛନ୍ତି ତା'ହେଲେ ତୁମ ସହକର୍ମୀମାନେ ଖୁସି ହେବେ । ତୁମେ ବୈଠକ ଡାକି କ'ଣ କ'ଣ ଅଗ୍ରଗତି ଓ ପରିବର୍ତ୍ତନ ହୋଇଛି ତାକୁ ଚିହ୍ନିପାରିବା, କିଛି କହିପାରିବା, ଅସୁବିଧା କହିପାରିବ ଏବଂ ତୁମର ସହକର୍ମାଙ୍କୁ କାମରେ ନିୟୋଜିତ କରିପାରିବ । ଉତ୍ସର୍ଗାକୃତ ଓ ଆଗ୍ରହୀ ସହକର୍ମାଙ୍କୁ ସମସ୍ତଙ୍କ ଆଗରେ ପ୍ରଶଂସା

କରିବା ଆବଶ୍ୟକ । ମନେରଖା ଯେ କେତେକ ସହକର୍ମା ଅନ୍ୟମାନଙ୍କଠାରୁ ଅଧିକ ଦୃଢ଼ ନିଶ୍ଚିତ । ତେଣୁ ତାଙ୍କର ଦକ୍ଷତା ଅନୁସାରେ ସେମାନେ ଅଧିକ ପ୍ରଶଂସିତ ହେବା ଆବଶ୍ୟକ । ମନେରଖା ଯେ, ତୁମେ ଅଂଶଗ୍ରହଣାସକ ପନ୍ଥାକୁ ରୂପ ଦେବାକୁ ଯାଉଛି ଯେଉଁଠାରେ ତୁମେ ଭାବନାର ଆଦାନପ୍ରଦାନ ଓ ଅଭିଜ୍ଞତାକୁ ଗୁରୁତ୍ଵ ଦେଉଛି ।

ପରବର୍ତ୍ତୀ ସୋପାନ ହେଉଛି ଭଲ ଅଭ୍ୟାସଗୁଡ଼ିକୁ ଏକତ୍ରିତ କରିବା, ପରବର୍ତ୍ତୀ ଘଟଣା ଅନୁଧାନରେ ଗଢ଼ି ମହାଶୟା ପ୍ରଦର୍ଶନ କରିଛନ୍ତି ସେ କିପରି ତାଙ୍କ ସ୍କୁଲରେ ପରିବର୍ତ୍ତନ କରିପାରିଲେ ।

ପରିସ୍ଥିତି ଅନୁଧ୍ୟାନ ୩: ଶିକ୍ଷଣକୁ ଫଳପ୍ରଦ କରିବା ପାଇଁ ପ୍ରଶ୍ନ ପଚାରିବା ହେଉଛି ଏକ ପ୍ରତିଦିନର କାର୍ଯ୍ୟ ।

ଚାନ୍ଦ ମହାଶୟାଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା। ସେ କିପରି ତାଙ୍କ ସ୍କୁଲରେ ପରିବର୍ତ୍ତନ ଆଣିଲେ । ସେ ତାଙ୍କ ସ୍କୁଲର ପରିବର୍ତ୍ତନ ପାଇଁ ସେ କ'ଣ କ'ଣ କାମ କରିଛନ୍ତି ଓ ସେଥପାଇଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କହିଥଲେ ।

ସତ କହିବାକୁ ଗଲେ ଯେ କୌଣସି ପ୍ରକଳ୍ପରେ ସବୁଠୁ ବଡ଼ ବଡ଼ ପରିବର୍ତ୍ତନ ଗୁଡ଼ିକ ଆହ୍ଵାନମୂଳକ ଏହାକୁ ପରିତ୍ଯାଗ କରି ଅନ୍ୟ ଏକ ପ୍ରକଳ୍ପରେ କାମ କରିବା ଅଧିକ ସହଜ । ମୁଁ ଭାବିଲି ଏଭଳି କରିବାରୁ ବିରତ ରହିବାକୁ ହେଲେ ମୋତେ ପ୍ରଥମେ କଷ୍ଟ କାମ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ । ତାରିଖ ସହିତ ମତେ ସମୀକ୍ଷା କରିବାକୁ ହେବ । ଏହାକୁ ମୁଁ ମୋର ଡ଼ାଇରୀରେ ଲେଖିଲି ।

ମୁଁ ବହୁତ ଖୁସି ଅଲି ଯେ ସମସ୍ତ ଶିକ୍ଷକ ତାଙ୍କ ଶିକ୍ଷଣ ପ୍ରଣାଳୀରେ ପରିବର୍ତ୍ତନ କରିଛନ୍ତି । ମୁଁ ଶୁଣିବାକୁ ଯାଉଥୁଲି ଯେ ଶିକ୍ଷକମାନେ ତାଙ୍କ ଶ୍ରେଣୀ ପାଠପଢ଼ା ପାଇଁ ଅଧିକ ପ୍ରଶ୍ନ କରୁଛନ୍ତି । ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ର ପଚରାଯାଉଛି । ଶିକ୍ଷାର୍ଥୀମାନେ ସେଗୁଡ଼ିକୁ ଉତ୍ତର ଦେବା ପାଇଁ ଅଧିକ ସମୟ ନେଉଛନ୍ତି । କିଛି ଶିକ୍ଷକ ତାଙ୍କ ଶ୍ରେଣୀରେ ଅଧିକ ପରିବର୍ତ୍ତନ ଆଣିଛନ୍ତି । କିଛି ଶିକ୍ଷକ ବେଳେବେଳେ ମୁକ୍ତ ଶୈକ୍ଷିକ ସମ୍ବଳରୁ ଶିକ୍ଷଣ କାର୍ଯ୍ୟ କରୁଛନ୍ତି । ବେଳେବେଳେ ସୋମନେ ଅନ୍ୟ ସହକର୍ମାଙ୍କଠାରୁ ମଧ୍ୟ ଏଗୁଡ଼ିକ କରିବା ପାଇଁ ଉତ୍ସାହିତ ହେଉଛନ୍ତି ।

ମୁଁ ମୋର ଶ୍ରେଣୀରେ ପଢ଼ାଉ ନାହିଁ, ମୁଁ ସେମାନଙ୍କ କ୍ଲାସ ନେଉଥିଲି । ଦୁଇଟା କ୍ଲାସ ନେଇ ସାରିବା ପରେ ମୋର ହୃଦବୋଧ ହେଲା

ଯେ ପଢ଼ାଇବା ଦ୍ଵାରା ମୋର ପାଠ ପଢ଼ାଇବାର ଅଭ୍ୟାସ ମଧ୍ୟ ହୋଇଗଲା । ଯାହା ମୋର ବହୁତ ଦିନରୁ ବନ୍ଦ ଥିଲା । ମୁଁ ଦୁଇଜଣ ଇଂରାଜୀ ଶିକ୍ଷକଙ୍କୁ ପଶ୍ଚରିଲି କି ମୁଁ ତାଙ୍କ କାର୍ଯ୍ୟରେ ଯୋଗଦେଇ ପାରିବି । ସେମାନେ ଏଥିରେ ରାଜି ହେଲେ ଏହା ପରେ ମତେ ହୃଦବୋଧ ହେଲା କି ଏହା କେତେ ଆହ୍ଵାନମୂଳକ, ଥିଲା ଓ ଶିକ୍ଷକମାନେ କେତେ କ୍ଷିପ୍ତ । ପରିବର୍ତ୍ତନଶୀଳ । ଏହାକୁ କରିବା ପାଇଁ ଏହି ଗୁଡ଼ିକୁ ଧରିରଖିବା କୁ ମୁଁ ପୁଣି ଦୁଇଟି ପର୍ଯ୍ୟାୟ ପାଇଁ କାର୍ଯ୍ୟ ସ୍ଥିର କରିଛି ।

  • ମାସିକ ସହକର୍ମା ବୈଠକ ଯେଉଁଥିରେ କାର୍ଯ୍ୟର ଅଗ୍ରଗତି ଆଲୋଚନା ହେବ ।
  • ସମୟ ବାହାର କରିବେ ଯେଉଁଥିରେ ଶିକ୍ଷକମାନେ ଏକାଠି ବସି କାମ ଯୋଜନା କରିବେ ଓ କାର୍ଯ୍ୟ କରିବେ ।
  • ସମୟ ସ୍ଥିର କରିବା କେତେବେଳେ ଶିକ୍ଷକ ଶ୍ରେଣୀକୁ ଯିବ ଓ ପରସ୍ପର ପର୍ଯ୍ୟବେକ୍ଷଣ କରିବେ ।
  • କେଉଁ ଶିକ୍ଷକ କ'ଣ ନୂଆ କାମକୁ ଶ୍ରେଣୀରେ କରିଛନ୍ତି ତା’ର ଦଶ ମିନିଟରେ ସମସ୍ତଙ୍କ ଆଗରେ ସପ୍ତାହକୁ ଥିରେ ଦେଖାଇଦେବ ।

କାମ କେତେ ଆଗକୁ ଯାଇଛି ତା'ର ଅନୁଧ୍ୟାନ କରିବି । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ କ’ଣ ପରିବର୍ତ୍ତନ ସହ କେଉଁଟା ଗୁରୁତ୍ଵପୂର୍ଣ୍ଣ ଅଟେ |

  • କ'ଣ ଶିଖଲ ତାକ ପାଳନ କର ।
  • କେଉଁଟା ଆହ୍ଵାନ’ମୂଳକ ।
  • କିପରି ଏକ ଆହ୍ଵାନମୂଳକ ।
  • କିପରି ଏକ ଆହ୍ଵାନକୁ ସମାଧାନ କରିବ ।
  • କ’ଣ ଶିକ୍ଷା ଗ୍ରହଣ କଲ ।

ତୁମର କାମ ଶେକ୍ଷରେ ତୁମେ ନିଶ୍ଚିତଭାବରେ ଏକ ବୈଠକର ଆୟୋଜନ କରିବା, ଯେଉଁଥିରେ ଶିକ୍ଷଣ ଓ ଶିକ୍ଷାଦାନର ମୁଖ୍ୟ ଲକ୍ଷ୍ୟ ଉପରେ ହୋଇଥିବ ।   କଷ୍ଟ କାମ ପାଇଁ ଅନ୍ୟକୁ ଧନ୍ୟବାଦ ଦେବ ଓ ଏଥିପାଇଁ ଖୁସି ମନାଇବ । ଏଥିପାଇଁ ତୁମକୁ ତୁମର ଶିକ୍ଷଣ ଡାଇରୀକୁ ଦେଖିବାକୁ ପଡ଼ିବ ଏବଂ ମନେପକାଇବାକୁ ହେବ ତୁମେ କେଉଁଠାରୁ କାମ ଆରମ୍ଭ କରିଥିଲ । ଏହି ବୈଠକ ଟି ଏକ ଆକ୍ରମଣାତ୍ମକ ଓ ପରସ୍ପର ଆଲୋଚନାମୂଳକ ହେବ ।

ତୁମେ ଏକ ‘ଭାବନା କାନ୍'ର ବ୍ୟବହାର କରିବ । ଏହା ହେଉଛି କାନ୍ଥରେ ଏକ ସ୍ଥାନ ଯେଉଁଥିରେ, ପ୍ରତ୍ୟେକ ବ୍ୟକ୍ତି ନିଜର ମତାମତ ଦେଇପାରିବେ ଓ ପଢ଼ିପାରିବେ । ଅନ୍ୟମାନେ କ’ଣ ଲେଖିଛନ୍ତି ନିଜର ମତାମତ ମଧ୍ୟ ଯୋଡ଼ିପାରିବେ । ଏଥିରେ ଉପକାରିତା ଏହା ଯେ, ସମୟକ୍ରମେ ଏହା ପ୍ରସ୍ତୁତ ହୋଇ ପାରିବ ଏବଂ ସମସ୍ତଙ୍କୁ ଏଥିରେ ସାମିଲ କରାଯିବ । ଶିକ୍ଷକଙ୍କ ମତାମତକୁ ଉତ୍ସାହିତ କରିବା ପାଇଁ ବଡ଼ କାଗଜରେ ନିମ୍ନଲିଖୁତ ଲେଖାକୁ ଲେଖିଦିଆ ।

  • ମୁଁ କ’ଣ ଶିଖିଲି ?
  • ମୋର ପାଠ ପଢ଼ିବାରେ କ’ଣ ପରିବର୍ତ୍ତନ ଆସିଛି ?
  • ମୋର ଶିକ୍ଷାର୍ଥୀଙ୍କ ଶିକ୍ଷଣ ବ୍ୟବସ୍ଥାର କ'ଣ ପରିବର୍ତ୍ତନ ହୋଇଛି ?
  • ମୋର ଶିକ୍ଷାର୍ଥୀଙ୍କ ଶିକ୍ଷଣ ଫଳାଫଳର କ'ଣ ପରିବର୍ଭବ ହୋଇଛି ?
  • କ'ଣ ଆହ୍ଵାନ ଧୂଲା ?

ଏହା ଏକ କୌତୁହଳପୂର୍ଣ୍ଣ କାର୍ଯ୍ୟ । ସହକର୍ମୀ ଓ ଶିକ୍ଷକ, ଏଣେତେଣେ ବୁଲିବା ଓ ବସିବା ଅପେକ୍ଷା ସେମାନେ ‘ଭାବନା କାନ୍ଥ' ଚାରିପାଖରେ ଏକତ୍ରିତ ହେବେ ।

ଯଦି ତୁମର ଅଧିକ ସହକର୍ମୀ ଅଛନ୍ତି ତୁମେ ବିଭିନ୍ନ ବିଷୟ ବିଭିନ୍ନ କାନ୍ଥରେ ଲଗାଯାଇ ପାରିବ ଓ ସହକର୍ମୀମାନଙ୍କୁ ବୁଲିବୁଲି ବିଭିନ୍ନ ସ୍ଥାନରେ ନିଜର ମତାମତ ଦେବାକୁ କହିପାରେ ଏବଂ ପ୍ରତ୍ୟେକ ଫର୍ବ୍ବକୁ ଏକତ୍ରିତ ଭାବରେ ଆଲୋଚନା କରିପାରିବେ । ଯଦି ତୁମ ପାଖରେ ଅଠାଳଗା ପୋଷ୍ଟକାର୍ଡ଼ ସାଇଜ ପେପର ଅଛି ତା'ହେଲେ ସେଥିରେ ସହକର୍ମାମାନେ ନିଜର ମତାମତ ଲେଖା ଯଥା ସ୍ଥାନରେ ଲଗାଇ ପାରିବେ । ଅନ୍ୟ ଏକ ପ୍ରକାର କାର୍ଯ୍ୟ ମଧ୍ୟ କରାଯାଇ ପାରିବ ଯେପରି ପେପରରେ ତିଆରି ଟେବୁଲ କ୍ଲଥ ପକାଇ ପାରିବା ଯେଉଁଠି ସହକର୍ମୀମାନେ ଏକତ୍ରିତ ବସି ସେହି ଟେବୁଲ କ୍ଲଥ ଉପରେ ନିଜର ମତାମତ ଲେଖି ପାରିବେ । ଟେବୁଲରୁ ଟେବୁଲ ଯାଇ ମଧ୍ୟ ମତାମତ ଦେଇ ପାରିବେ ।

ଯେ କୌଣସି ଏକଆହ୍ଵାନମୂଳକ କମ ପାଇଁ ତୁମକୁ ସମସ୍ତ ସାରାଂଶ ବାହାର କରିବାକୁ ପଡିବ । ସମସ୍ତଙ୍କମତାମତକୁ ଧନ୍ୟବାଦ ପୂର୍ବକ ଏକତ୍ରିତ କରିବାକୁ ପଡିବ । ସମସ୍ତଙ୍କ ଦେଖିବା ପାଇଁ ଏହାକୁ ଛାଡିଦେଇ ପାରିବେ ଏବଂ ମୁଦ୍ରିତ କରି ଭବିଷ୍ୟତରେ ବ୍ୟବହାର ପାଇଁ ରଖିପାରିବେ ।

ଆଲୋଚନା

ଏହା ଗୁରୁତ୍ଵପୂର୍ଣ୍ଣ ଅଟେ, ତୁମର ପ୍ରକଳ୍ପ ଲକ୍ଷ୍ୟର ସଫଳତାକୁ ତୁମେ ରଖିବା ଦରକାର ।

  • ଏହା କରିବା ଦ୍ଵାରା ଅଗ୍ରଗତିକୁ ଅନ୍ୟବାଦ ତୁମେ ରଖିବା ଦରକାର ।
  • ନିଜର ପ୍ରତ୍ୟେକ କାମ ପାଇଁ ଅନ୍ୟମାନେ ଚିହ୍ନିବେ ।

ଏହା ଏକ ପାରମ୍ପରିକ ବୈଠକ ନୁହେଁ ବାରାଁ ଏକ ମଜା କାମ ଯେଉଁଥିରେ ଅରସ୍ପରକୁ ଚିହ୍ନିବେ । ପ୍ରକୃତରେ ତୁମେ କହିବାଠାରୁ ଅଧିକ ଶୁଣିବା । ତୁମେ କ’ଣ ଶୁଣିବ ଗ୍ରହଣ କରି ତୁମେ ତୁମ ଯୋଜନାରେ ସଫଳତାର ସହ ଲଗାଇପାରିବ ତୁମର ସ୍କୁଲରେ ଶିକ୍ଷଣ ଅଭ୍ୟାସରେ ବ୍ୟବହାର କରିପାରିବ ।

ସାରାଂଶ

ଏହି ଅଧାୟ ତୁମକୁ ଚିତ୍ର-୨ ରେ ବର୍ଣ୍ଣିତ ହୋଇଥିବା ଧାରା ଅନୁସାରେ ନେଲା । ତୁମେ ବର୍ତ୍ତମାନ ଟେସ୍ ଇଣ୍ଡିଆର ମାଧ୍ୟମିକ ଶିକ୍ଷକଙ୍କ ମୁକ୍ତ ଶୈକ୍ଷିକ ସମ୍ବଳ ବାବଦରେ ପରିଚିତ ଏବଂ ବୁଝିଛି କିପରି ଏହାକୁ ଗଠନ କରାଯାଇଛି ଓ ତୁମେ କ’ଣ ତୁମ ପରିବେଶରେ କିପରି ବ୍ୟବହାର କରିବ । ମୁକ୍ତ ଶୈକ୍ଷିକ ସମ୍ବଳଗୁଡ଼ିକ ମୁକ୍ତ ଉପଲବ୍ଧି ଓ ଏହାକୁ ତୁମେ ସଂପୂର୍ଣ୍ଣରୂପେ ପଢ଼ିପାର କିନ୍ତୁ ବର୍ତ୍ତମାନ ଠାରୁ ତୁମେ ଅନୁଭବ କର ଯେ ଏହା ତୁମର ଆବଶ୍ୟକତା ଅନୁସାରେ ମଧ୍ୟ ତୁମେ ବ୍ୟବହାର କରିପାରିବ ।

ବର୍ତ୍ତମାନ ତୁମ ସ୍କୁଲରେ କିପରି ପଢ଼ା ହେବା ଦରକାର ତୁମେ ଚାହୁଁଛ, ତା’ର ସୃଷ୍ଣ ଦୃଷ୍ଟି ତୁମ ମନରେ ଆସୁଥିବ । ତୁମର ଉସୁକତା, ତୁମର ଅନ୍ୟ ସଦସ୍ୟଙ୍କ ପାଖକୁ ଯିବ ଯଦି ତୁମେ ପରୀକ୍ଷଣ ମାଧମରେ କାମ କଲା । ସମୟରେ ସାହାଯ୍ୟ କରିବ ।

ଟେସ୍ ଇଣ୍ଡିଆ ମୁକ୍ତ ଶୈକ୍ଷିକ ସମ୍ବଳ ତୁମକୁ ସାଧନ ଦେଇ ପ୍ରକୃତ ପକ୍ଷରେ ଶିକ୍ଷକଙ୍କୁ ସାହାଯ୍ୟ ଦେଇ ତୁମ ସ୍କୁଲରେ ତୁମକୁ ତୁମର ଶିକ୍ଷଣ ଓ ଶିକ୍ଷାଦାନର ପରିବର୍ତ୍ତନ ପାଇଁ ସାହାଯ୍ୟ କରିବ ।

ସମ୍ବଳ

  • ସମ୍ବଳ-୧:। ଶିଶୁକୌନ୍ଦ୍ରିକ ଶିକ୍ଷଣ ଓ ଶିକ୍ଷାଦାନର ଯାଞ୍ଚ
  • ଟେବୁଲ ସ ୧. ୧ ଶିଶୁ କୈନ୍ଦ୍ରିକ ଶିକ୍ଷଣ ଓ ଶିକ୍ଷାଦାନର ଯାଞ୍ଚ

ସମ୍ବଳ ୨ : ଶିକ୍ଷଣ ଓ ଶିକ୍ଷାଦାନର ଗୁରୁତ୍ଵ

  • ଟେସ୍ ଇଣ୍ଡିଆ ଚାହେଁ  ଯେ ସ୍କୁଲ ଓ ଶିକ୍ଷକଙ୍କର ଗଠନମୂଳକ ପରିବର୍ତ୍ତନ ହେଉ । ଶିକ୍ଷକଙ୍କ ଉନ୍ନତି ପାଇଁ ପ୍ରସ୍ତୁତ ମୁକ୍ତ ଶୈକ୍ଷିକ ସମ୍ବଳ ଜାତୀୟ ଶିକ୍ଷା ନୀତି ସହ ସଂପୃକ୍ତ । ଟେସ୍ ଇଣ୍ଡିଆର ମୁଖ୍ୟ ହେଉଛି ଶିଶୁ ହେଉଛନ୍ତି ସକ୍ରିୟ ଶିକ୍ଷାର୍ଥୀ ଓ ଶିକ୍ଷକ ହେଉଛନ୍ତି ଶିକ୍ଷଣ ପାଇଁ ଜଣେ ଏଜେଣ୍ଟ । 'କେଟସ୍ ଇଣ୍ଡିଆ' ବୈଶିକ୍ଷିକ ସମ୍ବଳ ନୁହେଁ । ଶିକ୍ଷକମାନେ ଅଧିକ ଚିରାଚରିତ ଏବଂ ଅନୁମାନ ପ୍ରଦାନ ଓ ଅଭ୍ୟାସ ଠାରୁ ଦୂରେଇ ଯାଆନ୍ତୁ ।

ଏହା ଶିକ୍ଷକଙ୍କୁ ଏକ ଭାବନା ଓ ସାଧନା ଯୋଗାଏ, ଯାହା ସେ ତାଙ୍କ ଶିକ୍ଷଣ ଅଭ୍ୟାସରେ ପ୍ରୟୋଗ କରିବେ ଏବଂ ଶିକ୍ଷାର ଲକ୍ଷ୍ୟ ହାସଲ ପାଇଁ ଚିନ୍ତାଧାରାର ପରିବର୍ତ୍ତନ କରିବେ । ଶିକ୍ଷକମାନଙ୍କୁ ପରିବର୍ତ୍ତନ କରିବାର ଧାରା ହେଉଛି ଏକ ପରୀକ୍ଷା, ଯେଉଁଥିରେ ଚିହ୍ନିବା ଶିକ୍ଷକ ଭୁଲ କରନ୍ତି ଖୁସି ପାଆନ୍ତି ଏବଂ ଆଗ୍ରହୀ ହୁଅନ୍ତି ସେମାନେ ନିଜେ ପରିବର୍ତ୍ତନ ହେବା ଦ୍ଵାରା ।

  • ଟେସ୍ ଇଣ୍ଡିଆର ଶିକ୍ଷକ ଗଠନ ପାଇଁ ମୁକ୍ତ ଶୈକ୍ଷିକ ସମ୍ବଳ ଦ୍ଵାରା ଶିକ୍ଷଣ-ଶିକ୍ଷାଦାନରେ କୌଶଳର ପରିବର୍ତ୍ତନ ।

ଠାରୁ

କୁ

ଜ୍ଞାନ ହେଉଛି ଉଦ୍ଦେଶ୍ୟଭିତ୍ତିକ ଓ ବାହ୍ୟ

 

ଜ୍ଞାନ ହେଉଛି ଗଠନାତ୍ମକ ପରିବର୍ତ୍ତନ ।

ଶିକ୍ଷଣ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଜ୍ଞାନ ଶିକ୍ଷକଙ୍କଠାରୁ ଶିକ୍ଷାର୍ଥୀ ପାଖକୁ ଆସେ ।

 

  • ଶିକ୍ଷଣ ହେଉଛି ଏକ କ୍ରିୟାଶୀଳ ପ୍ରକ୍ରିୟା ଯେଉଁଥିରେ ଲୋକ ଲୋକ ମଧ୍ୟରେ ସମ୍ପର୍କ ତିଆରି ହୁଏ ଏବଂ ସେମାନଙ୍କ ପୂର୍ବ ଜ୍ଞାନ ଓ ଅଭିଜ୍ଞତା ଦ୍ଵାରା ଏହା ନିର୍ଦ୍ଦିଷ୍ଟ ରୂପ ନିଏ ।

 

ଶିକ୍ଷଣ ଏକ ପ୍ରକୃତି ଦତ୍ତ ଦୈବିକ କାରକ, ଦ୍ଵାରା ସ୍ଥିର ହୋଇଥାଏ ।

ଶିଖିବା ପାଇଁ କ’ଣ ଉପଲବ୍ଧ ଏବଂ କେତେ ସମୟ ଶିକ୍ଷାର୍ଥୀ ପାଖରେ ଅଛି ଯଦ୍ଵାରା ସେ ହ୍ରାସ କରିପାରିବ ତାହା ଉପରେ ଶିକ୍ଷଣ ନିର୍ଭର କରେ

ମସ୍ତିସ୍କ ଯୋଗୁଁ ଶିକ୍ଷଣ ପ୍ରାପ୍ତ ହୁଏ

  • ଶିକ୍ଷାର୍ଥୀର ମସ୍ତିସ୍କ, ହାତ ଖୋଲା ଥିଲେ ଏବଂ ଶିକ୍ଷାର୍ଥୀ ଅଂଶଗ୍ରହଣ କରୁଥିଲେ ଶିକ୍ଷଣ ହୋଇଥାଏ ।
  • ଶିକ୍ଷାର୍ଥୀଙ୍କୁ ବାହାରୁ ପ୍ରେରଣା ଦେଲେ ଶିକ୍ଷଣ ହୁଏ –

 

  • ଶିକ୍ଷାର୍ଥୀ ଭିତରୁ ପ୍ରେରଣା ପାଇଲେ ଶିକ୍ଷଣ ହୁଏ ।

 

  • ଶିକ୍ଷକ ଜ୍ଞାନ ଦେଇ ଥାଆନ୍ତି -

 

  • ଶିକ୍ଷାର୍ଥୀ ଜ୍ଞାନ ହାସଲ କରିବାରେ ଶିକ୍ଷକ କେବଳ ବାଟ ଦେଖାନ୍ତି ।

 

  • ଶିକ୍ଷାର୍ଥୀମାନେ ଜ୍ଞାନ ଗ୍ରହଣ କରନ୍ତି –
  • ସେମାନେ ଯାହା ଜାଣିଛନ୍ତି । ନୂତନ ଜ୍ଞାନ ପାଇଁ ତାହା ପ୍ରଭାବ ପକାଏ ନାହିଁ ।
  • ଶିକ୍ଷାର୍ଥୀମାନେ ଜ୍ଞାନ, ସେମାନେ ଯାହା ଅନୁଭବ କଲେ ତାହା ଶିଖନ୍ତି ।

 

 

 

ସମ୍ବଳ ୩ : ଚେସ୍ ଇଣ୍ଡିଆର ମୁଖ୍ୟ ସମ୍ବଳର ତାଲିକା ଓ ମୁକ୍ତ ଶୈକ୍ଷିକ ସମ୍ବଳଗୁଡ଼ିକ

  • ପାଠ ପାଇଁ ଯୋଜନା: ଶିକ୍ଷାର୍ଥୀଙ୍କ ଭଲ ଶିକ୍ଷଣ ପାଇଁ ଶିକ୍ଷକମାନେ ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତ କରନ୍ତି ଯାହା ଶିକ୍ଷାର୍ଥୀମାନେ ଜାଣିଛନ୍ତି ତାହା ଉପରେ ପର୍ଯ୍ୟବେସିତ ହେବା ଆବଶ୍ୟକ । ଏହି ମୁଖ୍ୟ ସମ୍ବଳ ପନ୍ଥା ଯୋଗାଏ ଓ ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ଆଗେଇ ନେବା ପାଇଁ ପାଠ ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରେ ।
  • ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା: ତୁମେ ନିଶ୍ଚିତ ହୁଅ ଯେ ସମସ୍ତ ଶିକ୍ଷାର୍ଥୀମାନଙ୍କ ପାଇଁ ଶ୍ରେଣୀ ଶିକ୍ଷଣ କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ସୁଯୋଗ ଅଛି । ଶିକ୍ଷକମାନେ ତାଙ୍କ ଶିକ୍ଷାର୍ଥୀଙ୍କୁ ଜାଣିବା ଆବଶ୍ୟକ ଯେ, ସେମାନେ କ'ଣ ଜାଣିଛନ୍ତି ଓ କିପରି ଜାଣିଛନ୍ତି ? ଏହି ମୁଖ୍ୟ ସମ୍ବଳ ସବୁ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସୁଯୋଗ ସୃଷ୍ଟି କରିବା ପାଇଁ ବାଟ ଦେଖାଏ ।
  • ଶିକ୍ଷଣ ପାଇଁ କଥାବାର୍ତ୍ତା: ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରସ୍ପର ସହ କଥା ହେବା ଓ ଶିକ୍ଷକଙ୍କ ସହ କଥା ହେବା ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷଣ ପାଇଁ ନିହାତି ଆବଶ୍ୟକ । ଶିକ୍ଷାର୍ଥୀମାନେ ଶିକ୍ଷଣ ଦ୍ଵାରା ସେମାନଙ୍କର ବୋଧଗମ୍ୟତାକୁ ଆଦାନପ୍ରଦାନ କରନ୍ତି ଏବଂ ଏହାକୁ ନୂତନ ଜ୍ଞାନ ସହ ଯୋଡ଼ନ୍ତି । ସମସ୍ତେ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ପରସ୍ପର କଥା ହେବା ଗୁରୁତ୍ଵପୂର୍ଣ୍ଣ । ଏହି ମୁଖ୍ୟ ସମ୍ବଳ କହେ ଯେ, କିପରି ଶିକ୍ଷକ ଶିକ୍ଷାର୍ଥୀ ପାଇଁ ଅର୍ଥପୂର୍ଣ୍ଣ କଥା ଭାବେ କଥା ହେବାକୁ ଶ୍ରେଣୀରେ ସୁଯୋଗ ସୃଷ୍ଟି କରନ୍ତି ।
  • ଦୁଇଜଣିଆ କାମ: ଦୁଇଜଣିଆ କାମ କରିବା ଦ୍ଵାରା ପ୍ରତ୍ୟେକ ପିଲା ଅନ୍ୟ ଠାରୁ ଶିଖେ ଯାହା ସେମାନେ ବୁଝନ୍ତି ଓ ପରସ୍ପର ସହ ଆଦାନପ୍ରଦାନ ହୁଅନ୍ତି । ଏହି ଦୁଇଜଣିଆ କାମ ସବୁ ବୟସର ଶିକ୍ଷାର୍ଥୀଙ୍କ ପାଇଁ ସବୁ ବିଷୟରେ ଶିଖିବା ପାଇଁ ଏକ ସୁଯୋଗ ସୃଷ୍ଟି କରେ ।
  • ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ ପରସ୍ପରି ଶିକ୍ଷାର୍ଥୀଙ୍କୁ ଚିନ୍ତା କରିବାକୁ ହେବ : ଭଲ ପ୍ରଶ୍ନ ପଚାରିବା ଶିକ୍ଷକଙ୍କ ପାଇଁ ଏକ ମୁଖ୍ୟ ଦକ୍ଷତା । ମୁକ୍ତ ପ୍ରଶ୍ନ ମଧ୍ୟ ଶିକ୍ଷକଙ୍କୁ ସାହାଯ୍ୟ କରେ ଜାଣିବାକୁ ତାଙ୍କର ଶିକ୍ଷାର୍ଥୀମାନେ କ'ଣ ଜାଣିଛନ୍ତି ? ଏହି ମୁଖ୍ୟ ସମ୍ବଳ ଶିକ୍ଷକଙ୍କୁ ଏକ ଧାରଣା ଦିଏ ଶିକ୍ଷାର୍ଥୀଙ୍କ ଇଚ୍ଛାଶକ୍ତି ବଢ଼ାଇବାକୁ କି ପ୍ରକାର ପ୍ରଶ୍ନ କରାଯିବ, ଆହୁରି ମଧ୍ୟ ଯେତେବେଳେ ସେମାନଙ୍କ ଉତ୍ତରକୁ ପରସ୍ପର ସହ ଶୁଣାଯାଏ ।
  • ଯାଞ୍ଚ କରିବା ଓ କ'ଣ ଜାଣିଲ ମତାମତ ନେବା : ଏହି ମୁଖ୍ୟ ସମ୍ବଳ ଶିକ୍ଷକଙ୍କୁ ଉତ୍ସାହିତ କରେ । ଶିକ୍ଷାର୍ଥୀଙ୍କୁ ସେମାନେ କ'ଣ କଥାବାର୍ଭା ହେଉଛନ୍ତି କ'ଣ ବୁଝିଛନ୍ତି ତାଙ୍କ କଥା ଯତ୍ନର ସହ ଶୁଣି ସେମାନଙ୍କୁ ଅନୁଧ୍ୟାନ କରିବା ଓ ଆକଳନ କରିବା ଏହା ପରେ ମଝିରେ ମଝିରେ ସେମାନଙ୍କୁ କିଛି କହିବା ଭାବିବା ଓ ଚିନ୍ତା କରିବା ପାଇଁ କିଛି ପ୍ରଶ୍ନ କରିବା ।
  • ଦଳଗତ କାର୍ଯ୍ୟର ବ୍ୟବହାର : ଦଳଗତ କାର୍ଯ୍ୟର ବ୍ୟବହାର ଦ୍ଵାରା ଆମେ ଏକ ସୁଯୋଗ ସୃଷ୍ଟି କରିଥାଉ, ଯାହାଦ୍ଵାରା ଶିକ୍ଷାର୍ଥୀମାନେ ଭାବନା ବା ଧାରଣା ତିଆରି କରନ୍ତି ଓ ସେମାନେ ସେମାନଙ୍କର ବୁଝାଇବା ଦକ୍ଷତା ମଧ୍ୟ ବୃଦ୍ଧି କରନ୍ତି । ପରସ୍ପର ପରସ୍ପରକୁ ବୁଝାନ୍ତି ଓ ତିଆରି କରନ୍ତି । ଏହି ମୁଖ୍ୟ ସମ୍ବଳ ଶିକ୍ଷକଙ୍କୁ ମଧୁ ବାଟ ଦେଖାଏ ବିଭିନ୍ନ କାମ ପାଇଁ କିପରି ଦଳଗତ କାର୍ଯ୍ୟ କରିବେ ।
  • ଶୈକ୍ଷିକ ବୃଦ୍ଧି ଓ ଶୈକ୍ଷିକ ପ୍ରଦର୍ଶନକୁ ମାପିବା : ଶିକ୍ଷାର୍ଥୀଙ୍କ ଶୈକ୍ଷିକ ବୃଦ୍ଧି ମାପିବା ଦ୍ଵାରା ଶିକ୍ଷକଙ୍କୁ ଏକ ତଥ୍ୟ ଯୋଗାଏ ଯେ, ଶିକ୍ଷାର୍ଥୀ କ'ଣ ଶିକ୍ଷକଙ୍କୁ ପ୍ରସ୍ତୁତ ହେବାକୁ ହେବ ଓ କ'ଣ ଯୋଜନା କରିବେ ସେମାନଙ୍କ ଶିକ୍ଷାର୍ଥୀଙ୍କ ପାଇଁ । ଏହି ମୁଖ୍ୟ ସମ୍ବଳ କହେ କ'ଣ କ'ଣ ବିଭିନ୍ନ ପ୍ରକାରର ପରୀକ୍ଷା ଅଛି ଓ କିପରି ସେମାନଙ୍କୁ ମୂଲ୍ୟୟନ କରାଯାଏ ନିର୍ଦେଶ ଦେବା ପୂର୍ବରୁ, ପରେ ଓ ନିର୍ଦେଶ ଦେବା ସମୟରେ ।
  • ଆଞ୍ଚଳିକ ସମ୍ବଳର ବ୍ୟବହାର : ସମ୍ବଳ ଶିକ୍ଷଣକୁ ଉପଯୁକ୍ତ କରିଥାଏ କାହିଁକି ନା ସମ୍ବଳ ଶିକ୍ଷାର୍ଥୀଙ୍କୁ ଶିକ୍ଷଣ ସହ ପରିଚିତ ଓ ଅର୍ଥପୂର୍ଣ୍ଣ କରାଏ । ସମ୍ବଳ ଶିକ୍ଷାର୍ଥୀଙ୍କୁ ବସ୍ତୁରୁ ସଙ୍କେତ ଆଡ଼କୁ ଅଗ୍ରସର କରାଏ ଏବଂ ମଝିରେ ଶିକ୍ଷାର୍ଥୀଙ୍କୁ ଏହାର ଭାବ ପ୍ରଦାନ କରେ । ସମ୍ବଳର ଅର୍ଥପୂର୍ଣ୍ଣ ବ୍ୟବହାର ଶିକ୍ଷଣ କାର୍ଯ୍ୟକୁ ଆଗ୍ରହାମ୍ଳକ ଓ ଶିକ୍ଷାର୍ଥୀ ଉପଯୋଗୀ କରାଏ ।
  • ଗଚ୍ଛ କଥନ, ଗୀତ, ଅଭିନୟ ଓ ଡ୍ରାମା: ଏହି ମୁଖ୍ୟ ସମ୍ବଳ ଉଦାହରଣ ଦେଇଥାଏ । କିପରି ଜଣେ ଶିକ୍ଷକ ଗଛ କଥନ, ଗୀତ, ଏକକ ଅଭିନୟ ଓ ଡ୍ରାମାକୁ ନିଜ ଶୈକ୍ଷିକ ଦିଗରେ ବ୍ୟବହାର କରିଥାଏ । ଯାହାଦ୍ଵାରା ଶିକ୍ଷାର୍ଥୀମାନେ ଚଳଚଞ୍ଚଳ ହୋଇଥାଆନ୍ତି ଓ ପରସ୍ପର ଭାବନାର ଆଦାନପ୍ରଦାନ ହୋଇଥାଆନ୍ତି ଓ ଜ୍ଞାନ ଓ ଭାବର ବିକାଶ ହୋଇଥାଏ ।

 

 

  • ସମ୍ମଳ-୪: ଶିକ୍ଷକମାନଙ୍କର ବିକାଶ ପାଇଁ ମୁକ୍ତ ଶୈକ୍ଷିକ ସମ୍ବଳର ବିକାଶ

ଟେବୁଲ R ୪.୧ ସେଟସ୍ ଇଣ୍ଡିଆର ଶିକ୍ଷକମାନଙ୍କର ବିକାଶ ପାଇଁ ମୁକ୍ତ ଶୈକ୍ଷିକ ସମ୍ବଳର ବିଶେଷ ଗୁଣ

ଏହି ଅଧାୟ କାହା ବିଷୟରେ

  • ଅଧାୟର ପାଠପଢ଼ା ପନ୍ଥା ଓ ପାଠ୍ୟକ୍ରମର ପ୍ରସଙ୍ଗ ସହ ପରିଚିତ କରାଇବା ।

 

ସ୍କୁଲର ମୁଖ୍ୟମାନେ ଏହି ଅଧାୟରୁ କ'ଣ ଶିଖିବେ ।

 

  • ଏଗୁଡ଼ିକ ଶିଖିବା ପାଇଁ ଶିକ୍ଷକମାନେ ଆଶା କରିବା ଓ ଏହି ଅଧ୍ୟାୟରେ ଶିଖିବା ପାଇଁ ମୁଖ୍ୟ ସୁଯୋଗକୁ ଗୁରୁତ୍ଵ ଦେବା ।

 

କାହିଁକି ଏହି ପନ୍ଥା ଗୁରୁତ୍ଵପୂର୍ଣ୍ଣ ଅଟେ ।

  • ଏହି ଅଂଶ କହେ ଯେ, କାହିଁକି ଏହି ପନ୍ଥା ଗୁରୁତ୍ଵପୂର୍ଣ୍ଣ । ଲକ୍ଷ ହାସଲ ସହ ବିଭିନ୍ନ ପାଠ୍ୟକ୍ରମ ଆଧାରିତ ବିଷୟଗୁଡ଼ିକର ଶିକ୍ଷଣ ପାଇଁ ଏହା ଶିକ୍ଷକଙ୍କୁ ସାହାଯ୍ୟ କରେ ।

 

  • ଶିକ୍ଷଣ କାର୍ଯ୍ୟ

 

  • ଏହି ଗୁଡ଼ିକ ହେଉଛି ଶିକ୍ଷଣ କାର୍ଯ୍ୟ ଯାହା ଶିକ୍ଷକଙ୍କ ଦ୍ଵାରା କରାଯିବ । ସେଥୁମଧ୍ୟରୁ ଅଧୁକାଂଶ ହେଉଛି ଶିକ୍ଷଣକାର୍ଯ୍ୟ ସେମାନଙ୍କ ପାଇଁ ଯାହା ସେମାନେ ଶ୍ରେଣୀରେ କରିବେ ସେମାନଙ୍କ ଶିକ୍ଷାର୍ଥୀଙ୍କ ସହ । ସେତେଗୁଡ଼ିଏ ଅଛି ଯାହା ସେମାନଙ୍କ ସହକର୍ମାଙ୍କ ସହ ମିଶି କରିବେ ଓ ଶ୍ରେଣୀ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେବେ । ଏହା ଶିକ୍ଷକଙ୍କୁ ଅଭ୍ୟାସ ପାଇଁ ସାହାଯ୍ୟ କରିବ ଯାହା ଶିକ୍ଷାର୍ଥୀଙ୍କୁ ଜ୍ଞାନୀ କରିବା ପାଇଁ ଉତ୍ସାହ ଓ ସଂଗଠନାସକ ଶିକ୍ଷକ ଅଭିଜ୍ଞତା ଦେବାରେ ସହାୟତା ଦେବ ଯଦି ଆମେ ପୂର୍ବରୁ ପାଉଥିବା ଶିକ୍ଷଣ ସହ ତୁଳନା କରିବା । ଏହା ହେଉଛି ଶିକ୍ଷଣ କାର୍ଯ୍ୟ ମଧ୍ୟରେ, କାମ ଯାହା ପୁରୁଣା ଅଭ୍ୟାସକୁ ଭାଙ୍ଗି ଦେଉଛି ଏବଂ ଶିକ୍ଷକଙ୍କୁ ନୂଆ ଭାବରେ ଶିକ୍ଷଣ ପାଇଁ ସାହାଯ୍ୟ କରୁଛି ଓ ବୋଧଗମ୍ୟତାରେ ମଧ୍ୟ ସହାୟତା ପ୍ରଦାନ କରୁଛି ।

 

ଶିକ୍ଷାର୍ଥୀ ଅନୁଧାନ

 

ଏହା ଶିକ୍ଷକଙ୍କ ପ୍ରଥମ ଅନୁଭବ ତାଙ୍କ ଅଭିଜ୍ଞତାର ଯାହା ଦ୍ଵାରା ସେମାନେ ଶିକ୍ଷଣକାର୍ଯ୍ୟକୁ କରୁଛନ୍ତି, ଶିକ୍ଷଣକାର୍ଯ୍ୟକୁ ପ୍ରସ୍ତୁତ କରୁଛନ୍ତି କିମ୍ବା ପରବର୍ତ୍ତୀ ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ କରୁଛନ୍ତି । ଏହା ଘଟଣା ଅନୁଧାନ କହେ ଯେ, ମୋଟାମୋଟି ଭାବରେ ଭାରତୀୟ ଶିକ୍ଷକମାନେ କେତେକ ଆହ୍ଵାନମୂଳକ ପରିସ୍ଥିତିକୁ କିପରି ସାମ୍ରା କରନ୍ତି । ଯଥା; ବଡ଼ ଶ୍ରେଣୀ, ବହୁଭାଷୀ ଶ୍ରେଣୀ, ବହୁୈଶ୍ରଣୀ ପରିସ୍ଥିତି, ସମ୍ବଳ ଅଭାବ ଥବା ଶ୍ରେଣୀ । ସ୍ଵତନ୍ତ ଭାବରେ ସେମାନେ ସମନ୍ବିତ ଶିକ୍ଷାକୁ ପ୍ରଦର୍ଶନ କରନ୍ତି କିପରି ପୂର୍ବଜ୍ଞାନକୁ ଗୁରୁତ୍ଵ ଦେବେ । କିପରି ଶିକ୍ଷଣକୁ ଶିକ୍ଷାର୍ଥୀ ଜୀବନରେ ଅର୍ଥପୁର୍ଣ୍ଣ କରିବେ । ପରିସ୍ଥିତି ଅନୁଧାନ ଏକ ପାରସ୍ପରିକ, ଆଲୋଚନା ପୂର୍ଣ୍ଣ ଯାହା ଅଂଶଗ୍ରହଣକୁ ସାହାଯ୍ୟ କରେ ।

ଏ ରହି ଚିନ୍ତା କରିବା

ଏହା ଶିକ୍ଷକଙ୍କୁ ଅର୍ଥପୂର୍ଣ୍ଣ ଭାବରେ ପ୍ରତିଫଳନ ପାଇଁ ଉତ୍ସାହିତ କରାଏ ତାଙ୍କର ବର୍ତ୍ତମାନର ଶିକ୍ଷଣ ଓ ଅଭିଜ୍ଞତା ଉପରେ କିମ୍ବା କ'ଣ ସେ ଲକ୍ଷ୍ୟ କରିଛନ୍ତି ଯେତେବେଳେ ଘଟଣା ଅନୁଧାନ ଆଲୋଚନା କରୁଥିଲେ । ଏହା ହେଉଛି ସେହିପ୍ରକାର ପ୍ରତିଫଳନ ଯାହା ଶିକ୍ଷକଙ୍କୁ ଶିକ୍ଷଣ ପାଇଁ ସାହାଯ୍ୟ କରିବ ।

 

ବର୍ଣ୍ଣନାତ୍ମକ

ବର୍ଣ୍ଣନାତ୍ମକ ପାଠପଢ଼ା ପଦ୍ଧତି ଓ ପନ୍ଥାକୁ ଉତ୍ସାହିତ କରେ ଯାହା ମୁକ୍ତ ଶୈକ୍ଷିକ ସମ୍ବଳର ମୁଖ୍ୟ ଲକ୍ଷ୍ୟ ଏହା ଦର୍ଶାଏ ଯେ, କିପରି ପନ୍ଥାର ବିଭିନ୍ନ ଦିଗଗୁଡ଼ିକ ପରସ୍ପର ସହ ସମ୍ପର୍କିତ ଓ ପରସ୍ପରର ପରିପୂରକ । ବର୍ଣ୍ଣନାସକ ଭାବରେ ପଢ଼ାଇବା ଦ୍ଵାରା ଏହା ଶିକ୍ଷକଙ୍କୁ ସାହାଯ୍ୟ କରେ, ଯାହାଦ୍ଵାରା ଶିକ୍ଷକ ତା'ର ଜ୍ଞାନକୁ ବିଭିନ୍ନ ବିଷୟ ମାଧ୍ୟମରେ ଅନ୍ୟ ଶିକ୍ଷାର୍ଥୀଙ୍କୁ ଦେଇଥାଏ ।

 

 

ସାରାଂଶ

ଏହା ସମୀକ୍ଷା କରେ ଯେ ଏହି ଅଧାୟରେ କ'ଣ କ'ଣ ଉପାୟ ଅବଲମ୍ବନ ହୋଇଛି ।

 

ସମ୍ବଳ

 

ଏହା କିଛି ଜିନିଷମାନଙ୍କର ସମାହାର ଯାହା ଶିକ୍ଷକଙ୍କୁ ଶିକ୍ଷଣକାର୍ଯ୍ୟ କରାଇବାରେ ସାହାଯ୍ୟ କରେ । ଏଗୁଡ଼ିକ ପନ୍ଥା ବିଷୟରେ ସମ୍ପୁର୍ଣ୍ଣ ଜ୍ଞାନ ଦେଇପାରେ (ସେଗୁଡ଼ିକ ମଧ୍ୟରୁ ମୁଖ୍ୟ ସମ୍ବଳ ଗୋଟିଏ।) ଏହା ବିଷୟାଗତ ଜ୍ଞାନ ବୃଦ୍ଧିରେ ସାହାଯ୍ୟ କରେ । ଶ୍ରେଣୀ ସମ୍ବଳ, ଜାତୀୟ ପାଠ୍ୟକ୍ରମ ଆଧାର ସହ ସଂଯୋଗ କିମ୍ବା ଶ୍ରେଣୀର କାର୍ଯ୍ୟ ପାଇଁ ଅନ୍ୟ ଉଦାହରଣ ଦେବାକୁ ସାହାଯ୍ୟ କରେ ।

ଅନ୍ୟାନ୍ୟ ସମ୍ବଳ

ଏଗୁଡ଼ିକ ଶିକ୍ଷକଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଉଦ୍ଦିଷ୍ଟ ଯାହାଦ୍ଵାରା ତାଙ୍କର ଶିକ୍ଷଣକୁ ସେ ମୁକ୍ତ ବୈଶିକ୍ଷିକ ସମ୍ବଳରୁ ବହୁତ ଆଗକୁ ନେଇ ପାରିବେ । ଅନ୍ୟ ସମ୍ବଳ ସହ ମଧ୍ୟ ସମ୍ପର୍କ ସ୍ଥାପନ କରିପାରିବେ ଯାହାଦ୍ଵାରା ଶିକ୍ଷଣ ଅଧିକ ଭଲ ହୋଇପାରିବ ଯାହାଦ୍ଵାରା ତାଙ୍କର ମଧ୍ୟ ନିଜସ୍ଵ ଉନ୍ନତି ହୋଇପାରିବ । ସ୍ଵତନ୍ତଭାବରେ ଏହା ଏକ ସୁଯୋଗ ବିଷୟଗତ ଜ୍ଞାନକୁ ବଢ଼ାଇବା ପାଇଁ ଏବଂ ଅନ୍ୟ କ'ଣ ସମ୍ବଳ ଅଛି ଜାଣିବା ପାଇଁ ଆମ ଭାରତରେ ବା ଅନ୍ତର୍ଜାତିକ ସ୍ତରରେ ।

 

ସହାୟକ ପୁସ୍ତକ

 

ଏହା କହେ ଯେ ଏହି ଆଧାର ଦିଆଯାଇଥିବା ଗୁରୁତ୍ଵପୂର୍ଣ୍ଣ ବିଷୟ । ଘଟଣାଗୁଡ଼ିକ ବିଷୟରେ ଅଧୁକ ଜାଣିବା ପାଇଁ କେଉଁ କେଉଁ ଲେଖକଙ୍କ ବହି ପଢ଼ି ପାରିବେ, କ'ଣ କ'ଣ ଲେଖା ମାନେ ପଢ଼ି ପାରିବେ ନିଜର ଜ୍ଞାନ ପରିସରକୁ ବଢ଼ାଇବା ପାଇଁ ।

 

ସମ୍ବଳ ୫ : ପରିବର୍ତ୍ତନ ପାଇଁ ଆହ୍ଵାନ

ଏଠାରେ ବହୁତ ଗୁଡ଼ିଏ ଗବେଷଣା ଲବ୍ଧ ଲେଖା ଅଛି ଶିକ୍ଷକଙ୍କ ପରିବର୍ତ୍ତନ ବିଷୟରେ ବିଭିନ୍ନ ଦିଗରୁ ( ପିଆଜେନ, ୧୯୬୩, ସୁଲ,ମନ ୧୯୮୬, ଆଥେରଟନ ୧୯୯୯), ଇରଟ ୨୦୦୧, ୨୦୦୪, ୨୦୦୭); ଫୁଲନ ୨୦୦୮ ଓ ଅନେକ) ପରିବର୍ତ୍ତନ ଉପରେ ସ୍କୁଲ ନେତୃତ୍ଵର ମୁକ୍ତ ଶୈକ୍ଷିକ ସମ୍ବଳ ତୁମକୁ ଜଣାଇ ଦେବାକୁ ଗୋହିଁ କେତେକ ପରିବର୍ତ୍ତନ ତତ୍ତ୍ୱ ଏବଂ ତୁମକୁ ଉତ୍ସାହିତ କରିବାକୁ ଗୋହିଁ କିପରି ଆମେ ଯୋଜନା ପ୍ରସ୍ତୁତ କରିବା ଏହାକୁ କରିବା ପାଇଁ ।

ସମସ୍ତ ତତ୍ତ୍ଵ ଏଥିରେ ଏକମତ ଯେ ଶିକ୍ଷଣର ପରିବର୍ତ୍ତନ କହିଲେ ଆମେ ବୁଝୁ । ଯେ, ଶିକ୍ଷକମାନେ ଏକ ପରିସ୍ଥିତି ବା ପରିବେଶ ସଷ୍ଟି କରିବେ ଯେଉଁଠି ଶିକ୍ଷକ ଶିକ୍ଷାର୍ଥୀ ଏକାଠି ସହଜରେ ଜ୍ଞାନ ତିଆରି କରିପାରିବେ । ତେଣୁ ଏଥିପାଇଁ ଯେଉଁ ପ୍ରତିବନ୍ଧକ ଶିକ୍ଷକଙ୍କୁ ଆସେ ଆମେ ସେଠି ଶିକ୍ଷକଙ୍କୁ ସହାୟତା ଦେବା । ଆମ ପାଖରେ ଯେଉଁ ସାମର୍ଥ୍ୟର ଅଭାବ ଅଛି ତାହାକୁ ଯୋଜନାବଦ୍ଧ ଭାବରେ ବଢ଼ାଇବାକୁ ହେବ। ଆମର ବୃତ୍ତିଗତ ଦକ୍ଷତାକୁ ବଢ଼ାଇବାକୁ ହେଲେ । ନିମ୍ନରେ ଶିକ୍ଷକଙ୍କ ପାଇଁ କେତେକ ଆହ୍ଲାନକୁ ସାରାଂଶରେ ଲେଖାଯାଇଛି । ଏହା କିପରି ସାହାଯ୍ୟ କରିବା ମତାମତ ଦିଅ ।

  • କାହିଁକି ଆମକୁ ଏହା କରିବାକୁ ହେବ ? ପାଠ୍ୟ ଖସଡ଼ା ଶେଷେ କରିବାକୁ ହେଲେ ଏହା ଅଧିକ କଷ୍ଟ ।
  • ଆମେ ଯାହା କରୁଛୁ ତାହା ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ରେ ଅଛି । ଯଦି ଶିକ୍ଷା କ୍ଷେତ୍ରରେ ଭାରତ ବିଶ୍ଵରେ ତାଳ ଦେବାକୁ ଚାହିଁଛି ତା'ହେଲେ ଆମକୁ ଆମ ଫଳାଫଳରେ ପରିବର୍ତ୍ତନ ଆଣିବାକୁ ହେବ । ସେଥିପାଇଁ ଆମକୁ ଏକାଠି କାମ କରିବାକୁ ହେବ ଓ ସରକାର ଯାହା ଚାହୁଁଛନ୍ତି ତାହା ହାସଲ କରିବାକୁ ହେବ ।
  • ଦୈନନ୍ଦିନ ଜୀବନ ସହ ତାହାକୁ ଯୋଡ଼ । ଶ୍ରେଣୀରେ ଏପରି ବ୍ୟବସ୍ଥାରେ ଯେପରି ଅଧିକ ଜାଣିଥିବା ଶିକ୍ଷାର୍ଥୀ କମ୍ ଜାଣିଥିବା ପିଲାକୁ ସାହାଯ୍ୟ କରିବ ।
    • ଶିକ୍ଷାର୍ଥୀମାନେ କ’ଣ ଶୈକ୍ଷିକ କାମ କରିଛନ୍ତି ଜମା କୁହନ୍ତି ନାହିଁ । ସେମାନେ ଶୈକ୍ଷିକ କାମ କରିବାରେ ମଧ୍ୟ ଅଭ୍ୟସ୍ତ ନୁହଁନ୍ତି ।
  • ଶିକ୍ଷକ ଶ୍ରେଣୀରେ କହୁଥୁଲାବେଳେ ଯଦି କୁହାଗଲା ଯେ, ପିଲାମାନେ ଶାନ୍ତ ହୋଇଯାଅ, ତା'ହେଲେ କିଛି ସମୟ ଲାଗିବ ତାଙ୍କୁ ଶାନ୍ତି ହେବାକୁ । ଶିକ୍ଷକ ଏଥୁପାଇଁ ବୈଧିର୍ଯ୍ୟ ଧରିବାକୁ ହେବ ଓ କିଛି ସହଜ ଉପାୟ ବାହାର କରିବାକୁ ହେବ। ଯଥା- ଦୁଇଜଣିଆ କାମ । ତାଙ୍କୁ ଶାନ୍ତ ହେବାକୁ କହିବା ଅପେକ୍ଷା ଏହା ଏକ ଭଲ ଅଭ୍ୟସ ତାଙ୍କୁ ଶାନ୍ତ କରିବା ପାଇଁ ।
  • ପାଠ୍ୟଖସଡ଼ା ବହୁତ ବଡ଼, ମୋର ଅଭିନୟ କିମ୍ବା ଦଳଗତ କାର୍ଯ୍ୟ ପାଇଁ ସମୟ ନାହିଁ ।
  • ମୁକ୍ତ ଶୈକ୍ଷିକ ସମ୍ବଳରେ ବ୍ୟବହୃତ ପଦ୍ଧତି ଓ ପନ୍ଥା ଶିକ୍ଷାର୍ଥୀମାନଙ୍କୁ ଘୋଷିବା ଅପେକ୍ଷା ବୁଝିବାରେ ବେଶି ସାହାଯ୍ୟ କରିବ । ଯଦି ସେମାନେ ବୁଝିଗଲେ ତା'ହେଲେ ସେ କାମଗୁଡ଼ିକ ମନେ ରଖୁବେ ଓ ଜ୍ଞାନ ଅଧିକ ସ୍ଥାୟୀ ହେବ । ବହୁତ ଗୁଡ଼ିଏ ପଦ୍ଧତି ଅଛି ଯାହା କମ୍ ସମୟରେ ହୋଇ ପାରିବ । ଯଦି ତୁମର ପିଲା କାମ ବୁଝିପାରିବେ, ସେମାନେ ଜ୍ଞାନକୁ ଗ୍ରହଣ କରିବାକୁ ସମର୍ଥ ହେବେ।

ସମ୍ବଳ ୬ : ପ୍ରତିଫଳନ ଶିକ୍ଷକଙ୍କୁ କିଛି ପ୍ରଦାନ କରିବା ପାଇଁ

ତୁମ ପାଖରେ ଯେତେ ସମୟ ଅଛି। ସେହି ଅନୁସାରେ ନିମ୍ନଲିଖୁତ ପ୍ରଶ୍ନ ମଧ୍ୟରୁ ଆଲୋଚନା ପାଇଁ କିଛି ବାଛ ।

  • ପାଠ ଯୋଜନା ଓ ପ୍ରସ୍ତୁତ ସମୟରେ ମୋ ପାଖରେ କ'ଣ ଆହ୍ଲାନ ଅଛି ?
  • ଏହି ଶିକ୍ଷଣ କାର୍ଯ୍ୟକୁ ଶିକ୍ଷାର୍ଥୀମାନେ କିପରି ପସନ୍ଦ କରିବେ ?
  • ମୋ ଶିକ୍ଷାର୍ଥୀ କ’ଣ ଶିଖିବେ ଓ ମୁଁ କିପରି ଜାଣିବି ?
  • ସେମାନେ ଯାହା ଜାଣିଲେ ସେଥିରେ କିଛି ଫରକ ଅଛି କି ? ଆମର ଶୈକ୍ଷିକ ଫଳାଫଳ ବାହାରିଲା କି ?
  • ମୁଁ କ’ଣ ପାଇଁ ଖୁସି ହେଲି ?
  • କ'ଣ ମତେ ଆଶ୍ଚର୍ଯ୍ୟ ଲାଗିଲା ?
  • ମୋତେ କ'ଣ ହତାଶ କଲା ? ଯଦି କଲା। କ’ଣ ?

ଆଧାର: ଟେସ-ଇଣ୍ଡିଆ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top