ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଶିକ୍ଷଣ ପରିବେଶର ବିକାଶ କରିବା
ସେଆର କରନ୍ତୁ

ଶିକ୍ଷଣ ପରିବେଶର ବିକାଶ କରିବା

ଶିକ୍ଷଣ ପରିବେଶର ବିକାଶ କରିବା ର ସୂଚନା

ଏହି ଏକକ ରେ କ’ଣ ଅଛି

ଜଣେ ଶିକ୍ଷକ ହିସାବରେ ଆପଣ ନିଶ୍ଚିତ ଇଚ୍ଛା କରିବେ ଯେ ବିଜ୍ଞାନ ପଢାଇବା ଫଳରେ ବିଜ୍ଞାନ ଶିକ୍ଷଣର ସମସ୍ତ ଉଦ୍ଦେଶ୍ୟ ଶିକ୍ଷାର୍ଥୀମାନେ ଭଲ ଭାବରେ ବୁଝିପାରନ୍ତୁ । ଏହା ସେମାନଙ୍କର ଜୀବନଶୈଳୀ ଓ ଅନୁଭୂତିକୁ ବୃଦ୍ଧି କରିବା ପାଇଁ ଅନ୍ତଦୃଷ୍ଟି ଏବଂ ସୁଯୋଗ ଯୋଗାଇବା । ଅନେକ ଶିକ୍ଷାର୍ଥୀ ଏମିତିବି ଥାଇ ପାରନ୍ତି ସେମାନେ ପରିବାରରୁ ପ୍ରଥମଥର ପାଇଁ ବିଦ୍ୟାଳୟକୁ ଯାଇଛନ୍ତି ,ଯାହାକି ଉଭୟ ଆଗ୍ରହ ଉଦ୍ଦୀପକ ଏବଂ ହତୋତ୍ସାହ ଭିତ୍ତିକ ଅଟେ। ଶ୍ରେଣୀ ପରିବେଶଟି ଏପରି ହେବା ଉଛି,ଯାହାକି ଶିକ୍ଷାର୍ଥୀମାନଙ୍କ ର ଶିକ୍ଷାପ୍ରତି ଆଗ୍ରହ ଓ ସୃଜନଶୀଳତାକୁ ବଢାଇବାରେ ସାହାଯ୍ୟ କରିବା ସହ ଉଦ୍ଦେଶ୍ୟ ଭିତ୍ତିକ ଶିକ୍ଷା ହାସଲ କରିବା ପାଇଁ ପ୍ରେରଣା ଯୋଗାଇବା, ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀ ପରିବେଶ ପ୍ରତି ସଂବେଦନଶୀଳ କରାଇବା ଏବଂ ସେମାନଙ୍କର ଆଗ୍ରହ ଓ ଉଦ୍ଦୀପନା କୁ ସୃଜନଶୀଳ ଭାବରେ ବୃଦ୍ଧି କରିବା ପାଇଁ ଆପଣ ଓ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଖରେ ଅନେକ ସୁଯୋଗ ଅଛି । ଶିକ୍ଷଣ ପରିବେଶକୁ ଉନ୍ନତ କରିବା ପାଇଁ ଏହି ଏକକରେ କେତେକ ଅନୁସନ୍ଧାନ ମୂଳକ କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି,ଉଦାହରଣ ସ୍ୱରୂପ :ଅଙ୍କୁରୋଦମ/ମଞ୍ଜିରୁ ଗଜା ହେବା,କିନ୍ତୁ ଆପଣ ବିଜ୍ଞାନର ଅନ୍ୟାନ୍ୟ ବିଷୟ ପାଇଁ ଏସବୁ ଧାରଣା ବ୍ୟବହାର କରିପାରିବେ ।

ଏହି ଏକକ ରୁ କଣ ଶିଖିବେ

  • ଶ୍ରେଣୀ କୋଠରୀର ଶିକ୍ଷଣ ପରିବେଶକୁ ଉନ୍ନତ କରିବା କାହିଁକି ଓ କିପରି ଗୁରୁତ୍ୱପୂର୍ଣ୍ଣ ।
  • ଶିକ୍ଷାର୍ଥୀ ଓ ଆପଣଙ୍କ ଭିତରେ କଥାବାର୍ତ୍ତା କିପରି ଶିକ୍ଷଣ ପରିବେଶ ଓ ଶିକ୍ଷାର୍ଥୀମାନଙ୍କର ସଫଳତା ଉପରେ ପ୍ରଭାବ ପକାଏ ।
  • ଜଣେ ଦକ୍ଷ ଶିକ୍ଷକ ହିସାବରେ ଆପଣ କିପରି ଶିକ୍ଷଣ ପରିବେଶର ଉନ୍ନତି କରିବେ ।

ଏହି  ପନ୍ଥା କାହିଁକି ଗୁରୁତ୍ୱପୂର୍ଣ୍ଣ

ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ଉପରେ ଶ୍ରେଣୀ କୋଠରୀର ଭୌତିକ ,ସାମାଜିକ ଓ ଅବେଗିକ ବାତାବରଣ ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ପରିବେଶ ପ୍ରଭାବ ପକାଇଥାଏ । ଆପଣ ଚେଷ୍ଟା କଲେ ବିନା ମୂଲ୍ଯରେ କିମ୍ବା ସ୍ୱଳ୍ପ ଖର୍ଚ୍ଚ ରେ ଏପରି ଏକ ସାକାରାତ୍ମକ ଶିକ୍ଷଣ ପରିବେଶ ସୃଷ୍ଟି କରିପାରିବେ,ଯାହାଦ୍ୱାରା ଶିକ୍ଷାର୍ଥୀମାନେ ଅନେକ ଉପାଯରେ ଶିକ୍ଷଣରେ ସଫଳତା ହାସଲ କରିପାରିବେ ।

ଯେତେବେଳେ ଶିକ୍ଷାର୍ଥୀମାନେ ସମସ୍ୟା ର ସମାଧାନ ଦ୍ଵାରା ଚିନ୍ତନ ଦକ୍ଷତା ର ବିକାଶ କରିବାକୁ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତି,ଶିକ୍ଷଣକାର୍ଯ୍ୟଗୁଡିକ ଅଧିକ ଉତ୍ସାହପ୍ରଦ ହୋଇଥାଏ । ତେବେ ଜଣେ ଶିକ୍ଷକ ହିସାବରେ ଆପଣଙ୍କୁ ପ୍ରଥମେ ଶ୍ରେଣୀ କକ୍ଷରେ କେଉଁ ପ୍ରକାରର ପରିବେଶ ଆବଶ୍ୟକ କରୁଛନ୍ତି ତାହା ଯତ୍ନର ସହ ଚିନ୍ତା କରିବାକୁ ପଡିବ ଯେଉଁଠି ଶିକ୍ଷାର୍ଥୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ଯଦି ଆପଣ ଏକ କମ ସମ୍ବଳ ଥିବା ବିଦ୍ୟାଳୟରେ କାମା କରୁଥାନ୍ତି,ତେବେ ଏହା ସହଜ ନୁହେଁ । କିନ୍ତୁ ଆପଣ ଯଦି ଜଣେ କୁଶଳୀ କିମ୍ବା ଦକ୍ଷ ଶିକ୍ଷକ ହୋଇଥାନ୍ତି ତେବେ ଆପଣ ନିଜର ଶ୍ରେଣୀ କକ୍ଷକୁ ରଙ୍ଗୀନ ଓ ଉଦ୍ଦୀପନା ପୂର୍ଣ୍ଣ କରି ପାରିବେ । ଏହା ଶିକ୍ଷାର୍ଥୀଙ୍କୁ ଅଭିପ୍ରେରଣା ଯୋଗାଇ ଦେବାରେ ଓ ସଫଳତା ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦର୍ଶାଇବେ ।

ଚିତ୍ର 1 : ଗୋଟିଏ ରଙ୍ଗୀନ ଓ ଉଦ୍ଦୀପନା ସୃଷ୍ଟି କରୁଥିବା ଶ୍ରେଣୀ ଯାହାକି ଶିକ୍ଷାର୍ଥୀଙ୍କର ମନୋବୃତ୍ତି ପରିବର୍ତ୍ତନ ଓ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ

 

1 ଅନ୍ତର୍ନିବେଶୀ ପରିବେଶର ବିକାଶ କରିବା

 

ଶିକ୍ଷଣକାର୍ଯ୍ୟ-1 : ଶ୍ରେଣୀଗୃହର ସମୀକ୍ଷା

ଆସନ୍ତା ସପ୍ତାହର ଗୋଟିଏ ଦିନର ଶେଷ ପର୍ଯ୍ୟାୟ ରେ ଆପଣ ପଢଉଥିବା ଶ୍ରେଣୀ କକ୍ଷ ଟିକୁ କିଛି ସମୟ ପାଇଁ ଲକ୍ଷ୍ୟ କରନ୍ତୁ । ଏଥିରେ ଥିବା ସମସ୍ତ ଭଲ ଜିନିଷଗୁଡିକର ତାଲିକା ପ୍ରସ୍ତୁତ କରନ୍ତୁ । ଉଦାହରଣ ସ୍ୱରୂପ:- ଏହା ଗରମ କି ଥଣ୍ଡା। ଆପଣ ଶ୍ରେଣୀକକ୍ଷ ପାଇଁ ଅତ୍ୟାବଶ୍ୟକ ଦଶଟି ଜିନିଷ ର ତାଲିକା କରନ୍ତୁ । ଉଦାହରଣ ସ୍ୱରୂପ :

  • ଜିନିଷ ଦେଖାଇବା ପାଇଁ ଗୋଟିଏ ଟେବୁଲ ।
  • ଡ୍ରଇଙ୍ଗ କରିବା ପାଇଁ କିଛି କାଗଜ ।
  • ଶିକ୍ଷାର୍ଥୀମାନଙ୍କ ପାଇଁ ଚ୍ୟାର ଟେବୁଲ ।

 

ଏମାନଙ୍କ ମଧ୍ୟରୁ କେଉଁଗୁଡିକ ଅତ୍ୟବଶ୍ୟକ? ଏହା ଆପଣ ନିଜ ପରିବେଶରୁ ମାଗଣାରେ ପାଇପାରିବେ କି ଏବଂ ନିଜର ଶ୍ରେଣୀ କକ୍ଷକୁ ସଜାଇବା ପାଇଁ ଆଉ କେଉଁ ଜିନିଷ ଆପଣ ବଦଳାଇ ପାରିବେ ,ସେଗୁଡିକ ତାଲିକା କରି ରାଖୀଦିଅନ୍ତୁ ଯାହା ଆପଣ ପରେ ବ୍ୟବହାର କରିପାରିବେ ।

ପରିସ୍ଥିତି ଅନୁଧ୍ୟାନ 1 : ଶ୍ରେଣୀକକ୍ଷରେ ଶ୍ରୀମତୀ କବିତାଙ୍କ ଅନୁସନ୍ଧାନ

ଶ୍ରୀମତୀ କବିତା ପଞ୍ଚମ ଶ୍ରେଣୀରେ ପଢ।ନ୍ତି । ସେ ଅଙ୍କୁରୋଦମ ପ୍ରକ୍ରିୟା କିପରି ହେଉଛି,ଶିକ୍ଷାର୍ଥୀମାନଙ୍କ ସହିତ ଅନୁସନ୍ଧାନ ସହିତ ଅନୁସନ୍ଧାନ କଲେ । କିଛି ସପ୍ତାହ ପୂର୍ବରୁ ଅନ୍ୟ ଏକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ସମୟରେ ସେ କିଛି ସମୟ ପଟ୍ଟନାୟକ ସାର ଙ୍କ ସହିତ ସହିତ କଥାବାର୍ତ୍ତା କରିଥିଲେ। ଜଣେ ଶିକ୍ଷକ ହିସାବରେ ତାଙ୍କ ଉପରେ ଓ ତାଙ୍କ ଶିକ୍ଷାର୍ଥୀଙ୍କ ଉପରେ ଶ୍ରେଣୀ କକ୍ଷଟି  କିପରି ପ୍ରଭାବ ପକାଇଥିଲା,ଏହା ଦେଖି ସେ ପ୍ରସନ୍ନ  ହୋଇଥିଲେ । ତା’ପରେ ସେ କ’ଣ ଓ କାହିଁକି କଲେ, ସେହି ବିଷୟରେ ବର୍ଣ୍ଣନା କରିଛନ୍ତି।

ଗୋଟିଏ ଅନୁସନ୍ଧାନ ମୂଳକ କାର୍ଯ୍ୟ ମାଧ୍ୟମରେ ମୁଁ ଶିକ୍ଷାର୍ଥୀମାନଙ୍କୁ ସହ ଅଙ୍କୁରୋଦମ ପ୍ରକ୍ରିୟାକୁ ଦେଖିବା ପାଇଁ ଇଚ୍ଛା କଲି,ଯାହାକି ବହିରେ ଦିଆଯାଇଥିଲା । ଅନୁସନ୍ଧାନ କରିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ କାର୍ଯ୍ୟ କରିବାକୁ ଆଗ୍ରହୀ କରିବା ପାଇଁ ଶ୍ରେଣୀ କକ୍ଷକୁ ଆକର୍ଷଣୀୟ ଓ ରଙ୍ଗୀନ କରାଇଲି । ମୁଁ ଶ୍ରେଣୀ କକ୍ଷଟିକୁ ଆଉ ଠାରେ ସଜାଡି ଦେବାକୁ ଇଚ୍ଛା କଲି ଯେପରି ଶିକ୍ଷାର୍ଥୀମାନେ ଦଳଗତ କାର୍ଯ୍ୟ କରିବା ସମୟରେ ଅଧିକ ଏପଟ ସେପଟ ହେବାକୁ ପଡିବ ନାହିଁ ।

 

କିଛି ସପ୍ତାହ ପୂର୍ବରୁ ମୋ ବିଦ୍ୟାଳୟ ଠାରୁ କିଛି ମାଇଲ ଦୂରରେ ଥିବା ବିଦ୍ୟାଳୟ କୁ ପରିଦର୍ଶନ କରିବାକୁ ଯାଇଥିଲି । ମୁଁ ଶୁଣିଥିଲି ଯେ ପଟ୍ଟନାୟକ ସାର କୌଣସି ସମ୍ବଳ ନାକିଣି ନିଜ ଶ୍ରେଣୀ କକ୍ଷ ବହୁତ ରଙ୍ଗୀନ ଓ ଆକର୍ଷଣୀୟ  କରିପାରିଛନ୍ତି । ମୁଁ ସେହି ଶ୍ରେଣୀକକ୍ଷର ଚାରିଆଡେ ଅନାଇ ଦେଖିଲି ଯେ ନିଜେ ଓ ତାଙ୍କ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ଅଙ୍କନ କରାଯାଇଥିବା ଛବିଗୁଡିକ କାନ୍ଥରେ ଟଙ୍ଗା ଯାଇଛି । ସେ ପ୍ରତ୍ୟେକ ଚିତ୍ର ତଳେ କାଗଜରେ କିଛି ପ୍ରଶ୍ନ ଲେଖିଛନ୍ତି । ଯାହାକୁ ଶିକ୍ଷାର୍ଥୀମାନେ ଦେଖି ଉତ୍ତର କରିବେ । ସେ କହିଲେ ଯେ ଶିକ୍ଷାର୍ଥୀମାନେ ଏ ସବୁ ଦେଖିବାକୁ ଭଲ ପାଆନ୍ତି  ଏବଂ ବିଷୟବସ୍ତୁ ଉପରେ ନିଜ ନିଜ ଭିତରେ କଥାବାର୍ତ୍ତା ହୁଅନ୍ତି ।

 

ତାଙ୍କର ମଧ୍ୟ ଗୋଟିଏ ସମ୍ବଳ ବାକ୍ସ ଥିଲା ,ଯେଉଁଥିରେ ସେ ପୁନଃଚକ୍ରଣ ଜିନିଷଗୁଡିକୁ ରଖିଥିଲେ,ଯାହାକୁ ଶିକ୍ଷଣ ସମୟରେ ବ୍ୟବହାର କରୁଥିଲେ । କିଛି ସପ୍ତାହ ପର୍ଯ୍ୟନ୍ତ ମୁଁ ମୋର ଶ୍ରେଣୀ କକ୍ଷକୁ କିପରି ଅଧିକ ଉତ୍ସାହଜନକ କରିପାରିବି ସେ ଦିଗରୁ ଚିନ୍ତା କଲି । ଅନେକ ପ୍ରଶ୍ନ ମୋ ମାନକୁ ଆସିଲା :

 

  • ମୁଁ କିପରି ମୋ ଶିକ୍ଷାର୍ଥୀମାନଙ୍କ ର ବସିବା ବ୍ୟବସ୍ଥା କରିବି ଯେପରି ସମସ୍ତେ ଶ୍ରେଣୀ ଅଧିକ ଅଂଶ ବ୍ୟବହାର କରିପାରିବେ?
  • କାନ୍ଥ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ମୁଁ କ’ଣ କରିବି ?
  • କ’ଣ ସବୁ ସମ୍ବଳ ମୋର ଦରକାର,କେଉଠୁ ମୁଁ ଏସବୁ ଗୁଡିକ ପାଇବି?
  • ଶିକ୍ଷାର୍ଥୀମାନେ ଏସବୁ ବିଷୟରେ କ’ଣ ଚିନ୍ତା କରନ୍ତି? ମୁଁ କିଛି ପରିବର୍ତ୍ତନ କରିପାରିବି କି?
  • ଆମେ କ’ଣ କରିପାରିବା ସେ ବିଷୟରେ ଚିନ୍ତା କରିବା ପାଇଁ ସେମାନଙ୍କୁ ନିଯୋଜିତ କରିବି କି? ଏହା ମୁଁ କିପରି କରିବି ?
  • ଅଙ୍କୁରୋଦମ ପଢାଇବା ସମୟରେ ମୁଁ ଏହି ପ୍ରକ୍ରିୟାକୁ କିପରି ଆରମ୍ଭ କରିବି?

 

ମୁଁ ନିଷ୍ପତ୍ତି ନେଳି ଏସବୁର ପରିବର୍ତ୍ତନ ଆଣିବା ପାଇଁ ମୁଁ ମୋର ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ କହିବି । ମୋର ଦୁଇଟା ଛୋଟ ଏବଂ ବଡ ବାକ୍ସ କଳାପଟା ତଳେ ରଖାଯାଇଥିଲା । ମୁଁ ସେଥିପାଇଁ ଅଧିକ ବ୍ୟସ୍ତ ହେଲି ନାହିଁ । ମୁଁ ସେ ଦୁଇଟିକୁ ଘୁଞ୍ଚାଇଦେଲେ ଟା’ ଉପରେ ଏବଂ କଣ୍ଠରେ ଜିନିଷ ସବୁ ଦେଖାଇବା ପାଇଁ ଚେଷ୍ଟା କଲି ।

ମୁଁ ଯେଉଁ ଗାଁରେ ରହେ ଗୋଟେ ମାସ ଭିତରେ  ତା’ର ଚାରିପାଖରେ ଥିବା ପଦାର୍ଥ ମଧ୍ୟରୁ ଯେଉଁ ଗୁଡିକୁ ପୁନଃଚକ୍ରନା ଓ ପୁନଃ ବ୍ୟବହାର କରିହେବ,ତାକୁ ଏକାଠି କରି ଗୋଟିଏ ବାକ୍ସ ରେ ରଖିଥିଲି । ଆହୁରି ମଧ୍ୟ ଦୋକାନୀମାନଙ୍କ ଠାରୁ କାର୍ଡବୋର୍ଡ ,ପେଟି ଯେଉଁଗୁଡିକୁ ସେମାନେ ଫିଙ୍ଗି ଦେଉଥିଲେ,ସେଗୁଡିକୁ ମୁଁ ମୋ ବିଦ୍ୟାଳୟ ପାଇଁ ଆଣିଥିଲି । ଲୋକଟି ପ୍ରଥମେ ଅନିଚୁକ ଥିଲା କିନ୍ତୁ ଯେତେବେଳେ ମୁଁ କହିଲି ଏହା ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ସାହାଯ୍ୟ କରିବି ସେତେବେଳେ ସେ ରାଜି ହୋଇଗଲା। ମୁଁ ବିଦ୍ୟାଳୟ ଅଫିସରୁ ଲଫାପାଗୁଡିକୁ ସଂଗ୍ରହ କଲି ଏବଂ କିଛି ବଡ କାଗଜ ଫର୍ଦ ପାଇଲି,ଏସବୁକୁ ମୁଁ ପୋଷ୍ଟର ପାଇଁ ବ୍ୟବହାର କରିବାକୁ ଓ ଶିକ୍ଷାର୍ଥୀଙ୍କର ମାନସମନ୍ଥନ ପାଇଁ ବ୍ୟବହାର କରିବାକୁ ରଖିଲି। ଶେଷରେ ମୁଁ ଭାବିଲି ଯେ ମୁଁ ବହୁତ ସମୟ ଚିନ୍ତା କରିବାରେ ବିତାଇଲିଣି । ଯଦି ମୁଁ ମୋର ଶ୍ରେଣୀ କକ୍ଷକୁ କିଛି ଢଙ୍ଗରେ ଦେଖାଇବାକୁ ଚାହେଁ ତେବେ ମୋତେ କିଛି କାର୍ଯ୍ୟ କରିବାକୁ ପଡିବ । ଏକ ବିଜ୍ଞାନ ପାଠର ଶେଷ ଭାଗରେ ଶ୍ରେଣୀ ଗୃହ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ତିନୋଟି ପ୍ରଶ୍ନ ପାଇଁ ଦଶମିନିଟ ସମୟ ନେଲି ।

  • ଏହି ଶ୍ରେଣୀରେ ତୁମକୁ କ’ଣ ସବୁ ଭଲ ଲାଗୁଛି?
  • ’ଣ ସବୁ ଭଲ ନାହିଁ?
  • ଏହି ଶ୍ରେଣୀ କକ୍ଷକୁ ସୁନ୍ଦର ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ତୁମେମାନେ କ’ଣ କରିବା ବୋଲି ଚିନ୍ତା କରୁଛ?

ଯେହେତୁ ସେମାନେ ଦଳରେ କାର୍ଯ୍ୟ କରୁଥିଲେ। ସେମାନେ ପରସ୍ପର ମଧ୍ୟରେ ଆଲୋଚନା କଲେ ଏବଂ ଜଣେ ଶିକ୍ଷାର୍ଥୀଙ୍କୁ ସେମାନଙ୍କରର ପ୍ରତିକ୍ରିୟା ଏବଂ ଉପାୟକୁ ଗୋଟିଏ କାଗଜ ଫର୍ଦ ରେ ଲେଖିବାକୁ କହିଲି । ପ୍ରତ୍ୟେକ ଦଳ ମୌଖିକ ଭାବରେ ସେମାନଙ୍କର ତିନୋଟି ଉତ୍ତର କହିଲେ ଏବଂ ମୁଁ ସେଗୁଡିକ କଳାପଟାରେ ଲେଖିଲି। ମୁଁ ତୁମର ତାଲିକାଗୁଡିକୁ ପଢିବି ବୋଲି କହିଲି ଏବଂ ପରବର୍ତ୍ତୀ ଶ୍ରେଣୀରେ ଆମେ ଯେତେବେଳେ ଅଙ୍ଗୁରୋଦମ ଅନ୍ଵେଷଣ କରିବା ସେତେବେଳେ ପ୍ରଥମେ ଆମେ କ’’ଣ କରିପାରିବେ ସେ ବିଷୟରେ ଦୃଢ ଭାବରେ କଥାବାର୍ତ୍ତା ହୋଇ ଶ୍ରେଣୀ କକ୍ଷ ପରିତ୍ୟାଗ କଲେ ।

ଟିକିଏ ଚିନ୍ତା କରନ୍ତୁ

  • ନିଜର ଶ୍ରେଣୀଗୃହକୁ ଚିତ୍ତାକର୍ଷକ କରିବା ପାଇଁ ଶ୍ରୀମତୀ କବିତାଙ୍କର ପନ୍ଥା ଓ କାରଣ ପ୍ରତି ଆପଣଙ୍କ ମତ କ’ଣ ?
  • ତାଙ୍କର ଚିନ୍ତାଧାରା ଭିତରୁ ଆପଣ କେଉଙ୍ଗୁଡିକୁ କାର୍ଯ୍ୟରେ ଲଗାଇବା ପାଇଁ ଚିନ୍ତା କରିବେ ।

ଶ୍ରେଣୀ କକ୍ଷର ପରିବର୍ତ୍ତନ ବିଷୟରେ ଶିକ୍ଷାର୍ଥୀମାନଙ୍କୁ କହିସାରିବା ପରେ ଶ୍ରୀମତୀ କବିତା ନିଶ୍ଚିତ କଲେ ଯେ ସେମାନଙ୍କର ଇଛା ଅନୁସାରେ ସେ ସବୁ ଶିକ୍ଷାର୍ଥୀଙ୍କୁ ନେଇ ଶ୍ରେଣୀ କକ୍ଷର  ପରିବର୍ତ୍ତନ କରିବେ । ତେଣୁ ସେ କେବଳ ଭୌତିକ ପରିବେଶ ର ପରିବର୍ତ୍ତନ ନ କରି ତାଙ୍କର ଶ୍ରେଣୀ କକ୍ଷ ଭିତରେ ପାରସ୍ପରିକ ଭବବିନିମୟ ପାଇଁ ସୁଯୋଗ  ସୃଷ୍ଟି କରିଥିଲେ । ଏହା ଦ୍ଵାରା ସେ ଜଣାଇବାକୁ ଚାହୁଁଥିଲେ ଯେ ସେ ବ୍ୟକ୍ତିଗତ ଭାବରେ ସେମାନଙ୍କ ଚିନ୍ତାଧାରାକୁ ସମ୍ମାନ ଦିଅନ୍ତି ଏବଂ ସେମାନଙ୍କ ଆଲୋଚନାରେ ଅଂଶଗ୍ରହଣ କରନ୍ତି । ଉଭୟ ଶିକ୍ଷାର୍ଥୀଙ୍କୁ ଅଧିକ ଶକ୍ତିଶାଳୀ କରିବ ।

ବୌଦ୍ଧିକ ସ୍ଥାନର ବିକାଶ

ଜଣେ ଶିକ୍ଷକ ହିସାବରେ ଏକ ଫଳପ୍ରଦ ଶିକ୍ଷଣ ପରିବେଶ ପାଇଁ କିଛି ବୌଧିକ ସ୍ଥାନ ରଖିବା ଦରକାର । ଶ୍ରେଣୀକକ୍ଷ ମଧ୍ୟରେ ଏପରି ସ୍ଥାନଟିଏ ଚିହ୍ନଟ କରିବେ ଯେଉଁଠାରେ ଆପଣଙ୍କ ଶିକ୍ଷାର୍ଥୀମାନେ ବୁଦ୍ଧିମତା ର ସହିତ ଆପଣଙ୍କ ଅନୁସାରେ କାର୍ଯ୍ୟ କରିପାରିବେ । ଉତ୍ସାହ ଏବଂ ପ୍ରେରଣା ଯୌଗଉଥିବା ପରିବେଶଟିଏ ସୃଷ୍ଟି କରାଗଲେ ଆପଣଙ୍କ ଶିକ୍ଷାର୍ଥୀମାନେ ନିଜର ଶିକ୍ଷଣ ପ୍ରତି ଅଧିକ ସଚେତନ ହେବେ। ଆପଣ ଶିକ୍ଷାର୍ଥୀମାଙ୍କର ଶିକ୍ଷଣର ଉନ୍ନତି ହେବାରେ ସାହାଯ୍ୟ କରିବ ।

 

ଗୋଟିଏ ଭଲ ଯୋଜନାର ଗୁରୁତ୍ଵ ଜାଣିବା ପାଇଁ ଆପଣ ମୁଖ୍ୟସମ୍ଭାଳ “ଶିକ୍ଷଣ ଯୋଜନା”ଟି ପଢିବା ପାଇଁ ଇଚ୍ଛା କରିବେ ତା’ପରେ ସମ୍ବଳ-2 “ଅନ୍ଵେଷଣ” ବିଷୟରେ ଏବଂ ସମ୍ବଳ ପଢିବା ଦ୍ଵାରା ଆପଣ ଶିକ୍ଷାର୍ଥୀମାନଙ୍କୁ କେତେବେଳେ ଓ କିପରି “ଅନ୍ଵେଷଣ ପାଇଁ ଯୋଜନା କରିବାରେ ସମ୍ପୃକ୍ତ କରାଇବେ,ଜାଣିପାରିବେ ।

ଶିକ୍ଷଣକାର୍ଯ୍ୟ-2: ଚିନ୍ତନ ପାଇଁ ସୁଯୋଗ ସୃଷ୍ଟି

 

ଅଙ୍କୁରୋଦମ ବିଷୟରେ ପଢାଇବାବେଳେ ଏହା ଗୁରୁତ୍ୱପୂର୍ଣ୍ଣ ଯେ, କେଉଁ ଅବସ୍ଥାରେ ଅଙ୍କୁରୋଦମ ଭଲହୁଏ ସେ ବିଷୟରେ ଅନ୍ଵେଷଣ କରିବା । ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଅଙ୍କୁରୋଦମ ବିଷୟରେ ଅନ୍ଵେଷଣ କରିବା ସମୟରେ ଦେଖନ୍ତୁ ଅଙ୍କୁରୋଦମ ପାଇଁ ମଞ୍ଜୀର କ’ଣ ସବୁ ଆବଶ୍ୟକ ? ଯଥା ସମ୍ଭବ ସମସ୍ତ ଶିକ୍ଷାର୍ଥୀଙ୍କୁ ଏହି ଅନ୍ଵେଷଣ ପ୍ରକ୍ରିୟାରେ ବିଭିନ୍ନ କାର୍ଯ୍ୟରେ ନିଯୋଜିତ କରନ୍ତୁ। ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଅନ୍ଵେଷଣ କରିବା ସମୟରେ ଦେଖିବା ଉଚିତ ଯେ, କେଉଁ ମଞ୍ଜି ଅଙ୍କୁରୋଦମ ପାଇଁ କେତେ ସମୟ ନେଉଛି ।  ଏହା କରିବା ପୂର୍ବରୁ,ଦେଖନ୍ତୁ ନିମ୍ନରେ କେତେକ ପ୍ରଶ୍ନ ଦିଆଯାଇଛି ଯାହାକି ଆପଣଙ୍କୁ ମୁଖ୍ୟ ଜିନିଷ ଉପରେ ଚିନ୍ତାକରିବା ପାଇଁ ସାହାଯ୍ୟ କରିବ ।

ଏହି ପ୍ରଶ୍ନ ଗୁଡିକ ଚିନ୍ତା କରନ୍ତୁ

  • ଅଙ୍କୁରୋଦମ ବିଷୟରେ ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖିବେ  ବୋଲି ଆପଣ ଚାହୁଁଛନ୍ତି ?
  • ପ୍ରସଙ୍ଗଟିକୁ ଆପଣ କିପରି ଆରମ୍ଭ କରିବେ ?
  • ଶିକ୍ଷଣ ସମୟରେ ଆପଣ ସେମାନଙ୍କୁ ଦଳରେ କିପରି ପରିଚାଳନା କରିବେ      ?
  • ପ୍ରତ୍ୟେକ ପ୍ରସଙ୍ଗ ପଢାଇବା ସମୟରେ ଶ୍ରେଣୀକକ୍ଷର ଶିକ୍ଷଣ ପରିବେଶ ଉନ୍ନତ କରିବା ପାଇଁ ଆପଣଙ୍କର ମନୋଭାବ କୁ,ସେମାନଙ୍କୁ କିପରି ପରିଚିତ କରାଇବେ?
  • ଆପଣ’,କ’ଣ ସବୁ ସମ୍ବଳ ଆବଶ୍ୟକ କରନ୍ତି? ଏସବୁ ଆପଣ କିପରି ପାଇବେ?
  • ଶିକ୍ଷାର୍ଥୀମାନେ ଆପଣଙ୍କୁ କିପରି ସାହାଯ୍ୟ କରିବେ?
  • ଆପଣ ସେମାନଙ୍କୁ କିପରି ସାହାଯ୍ୟ କରିବାକୁ କହିବେ ଯଦ୍ୱାରା ପ୍ରକଳ୍ପଟିକୁ ସେମାନେ ନିଜର ବୋଲି ଭବିବେ ଏବଂ ଦାୟିତ୍ଵର ସହିତ କାର୍ଯ୍ୟ କରିବେ ?
  • ସମ୍ବଳଗୁଡିକୁ ଏକାଠି କରିବା ପାଇଁ କେତେ ସମୟ ଦରକାର ହେବ?
  • ପ୍ରଥମ ପାଠ ପାଇଁ ଆପଣ କେଉଁ ତାରିଖ ସ୍ଥିର କରିବେ?
  • ଆପଣ କିପରି “ଅନ୍ଵେଷଣ “ ଆରମ୍ଭ କରିବେ?
  • ଆପଣ ସମ୍ବଳକୁ କିପରି ପରିଚାଳନା କରିବେ?
  • ଆପଣ କେଉଁ ସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରି, ଅନ୍ଵେଷଣ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଶିକ୍ଷାର୍ଥୀମାନଙ୍କୁ ସାମିଲ କରାଇବେ ?

ଆପଣ ଯୋଜନାଟି ଲେଖି ଅନ୍ଵେଷଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ତାରିଖ ଠିକ କରନ୍ତୁ ଶ୍ରେଣୀ କକ୍ଷକୁ ଅଧିକ ରଙ୍ଗୀନ ଓ ଆନନ୍ଦଦାୟକ କରିବା ପାଇଁ କିପରି ବିଭିନ୍ନ ସମ୍ବଳ ଏକାଠି କରିବେ ବର୍ଣ୍ଣନା କରନ୍ତୁ ।

 

ଟିକିଏ ଚିନ୍ତା କରନ୍ତୁ

 

  • ବର୍ତ୍ତମାନ ଆପଣ କ’ଣ କରିବାକୁ ଯାଉଛନ୍ତି ସେ ବିଷୟରେ ଆପଣଙ୍କ ମନରେ ସ୍ପଷ୍ଟ ଧାରଣ ସୃଷ୍ଟି ଅଛି କି?
  • ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ର ମତାମତକୁ ଗ୍ରହଣ କରିବା ପାଇଁ ରାଜି ତ?

 

ଏହା ଗୁରୁତ୍ୱପୂର୍ଣ୍ଣ ଯେ ଶିକ୍ଷାର୍ଥୀମାନଙ୍କ ସହିତ ଶ୍ରେଣୀ କକ୍ଷର ଉନ୍ନତି ପାଇଁ କରିବା ସମୟରେ ଆପଣଙ୍କର ଉଦ୍ଦେଶ୍ୟ ଯଥା ସମ୍ଭବ ଉପଯୁକ୍ତ ହେବା ଉଚିତ। ଏକାଥରେ ଅଧିକ ଗୁଡିଏ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଯଦି ଶ୍ରେଣୀରେ ଅଧିକ ସଂଖ୍ୟକ ଶିକ୍ଷାର୍ଥୀଅଛନ୍ତି ତେବେ ଆପଣ କିଛି ଛୋଟ ଛୋଟ ପରିବର୍ତ୍ତନ କରିପାରିବେ ଯାହାକି ଶିକ୍ଷଣ ପରିବେଶର ଆଣିପାରିବା ଏବଂ ଶିକ୍ଷାର୍ଥୀମାଙ୍କକୁ ସାହାଯ୍ୟ କରିବ । ଅଙ୍କୁରୋଦମ ବିଷୟରେ ଅନ୍ଵେଷଣ କରିବା ଏକ ଉତ୍ତମ କାର୍ଯ୍ୟ ଯାହାକି ଶ୍ରେଣୀକକ୍ଷର ଭୌତିକ ଓ ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପକାଇଥାଏ,ତା ସହିତ ଏକ ଦୃଢ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ବିଜ୍ଞାନ ପାଠ୍ୟକ୍ରମର ଏକ ଅଂଶ ଏବଂ ଏକ ନୂତନ ପ୍ରକ୍ରିୟା ଯାହାକି ବିଜ୍ଞାନ ଶିକ୍ଷଣକୁ  ସାହାଯ୍ୟ କରିଥାଏ। ଏହା ମଧ୍ୟ ବିଜ୍ଞାନ ପାଠ୍ୟକ୍ରମର ଏକ ଅଂଶ ଏବଂ ଏକ ନୂତନ ପ୍ରକ୍ରିୟା ଯାହାକି ଶିକ୍ଷଣକୁ ସାହାଯ୍ୟ କରିବ ।

ଶିକ୍ଷଣକାର୍ଯ୍ୟ-3: ସମ୍ବଳ ଏବଂ ଧାରଣାଗୁଡିକୁ ଏକାଠି କରିବା

ଏହି କାର୍ଯ୍ୟଟି କରିବା ପୂର୍ବରୁ ସମ୍ବଳ-3 “ଆଞ୍ଚଳିକ ସମ୍ବଳ ବ୍ୟବହାର “ ଟିକୁ ପଢନ୍ତୁ । ଯେଉଁଥିରେ ଶ୍ରେଣୀକକ୍ଷର ପରିବେଶକୁ ଉନ୍ନତି କରିବା ପାଇଁ ଉପାୟ ସମ୍ପର୍କରେ ଆଲୋଚନା କରାଯାଇଛି।

ପ୍ରାୟ 15 ମିନିଟ ପର୍ଯ୍ୟନ୍ତ ଆପଣ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରନ୍ତୁ। ସେମାନେ କିପରି ନିଜ ଶ୍ରେଣୀକକ୍ଷର ଉନ୍ନତି କରିପାରିବେ ସେ ବିଷୟରେ ଚିନ୍ତା କରିବାକୁ କୁହନ୍ତୁ। ଆପଣ ଶିକ୍ଷଣକାର୍ଯ୍ୟ-1 ବିଷୟରେ ସେମାନଙ୍କୁ ମନେପକେଇ ଦିଅନ୍ତୁ । ଆପଣ କ’ଣ ଭାବିଥିଲେ ଏବଂ କ’ଣ କରିବାକୁ ଚହୁଁଛନ୍ତି ।

ଶିକ୍ଷାର୍ଥୀମାନେ ଶ୍ରେଣୀକକ୍ଷ ପରିବେଶର ଉନ୍ନତି ପାଇଁ ମତାମତ ଦେଲା ପରେ, ପ୍ରତ୍ୟେକ ଦଳର ନେତାଙ୍କୁ ନିଜର ମତାମତ ସଂଗ୍ରହ ପାଇଁ କିଛି ସମୟ ଦିଅନ୍ତୁ । ପ୍ରତ୍ୟେକ ଦଳର ନେତା ଉପସ୍ଥାପନ କରିଥିବା ପଏଣ୍ଟ ଆପଣ କଳାପଟାରେ ଗୁରୁତ୍ଵ କୁ ଦୃଷ୍ଟିରେ ରାଖୀ କ୍ରମରେ ଲେଖନ୍ତୁ । ଉଦାହରଣ ସ୍ୱରୂପ: ସେମାନେ କହିପାରନ୍ତି ଯେ,ମଞ୍ଜି ପାଇଁ ପାତ୍ର ଯୋଗାଡ କରିବା ଏବଂ କିଛି ମଞ୍ଜି ଯୋଗାଡ କରିବାକୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ । ତା’ପରେ କାଗଜ ଏବଂ କାର୍ଡ     ଦେଖାଇବା ପାଇଁ ରଖାଯିବ କିମ୍ବା ଆପଣଙ୍କ ଶ୍ରେଣୀ କକ୍ଷରେ ଯଦି ଭଲ ସମ୍ବଳ ଥିବା ତେବେ ଆପଣଙ୍କ ଶ୍ରେଣୀ କକ୍ଷକୁ ଅନ୍ୟ ଉପାଯରେ ସଜେଇପାରନ୍ତି । ଆପଣଙ୍କ ଚାରିପାଖରେ ଥିବା ଜିନିଷକୁ ସଜାଇବା ପାଇଁ ଯୋଜନା କରିବାରେ ଶିକ୍ଷାର୍ଥୀମାନଙ୍କର ସାହାଯ୍ୟ ନେଇପାରନ୍ତି ଉଦାହରଣ ସ୍ୱରୂପ :ଯଦି ଆପଣକ ନିକଟରେ କମ୍ପୁଟର ଥିବ ତେବେ ସେମାନେ ସହଜରେ ନିଜ କାର୍ଯ୍ୟକୁ ସେଥିରେ ଲେଖି ପାରିବେ କିମ୍ବା ଇଣ୍ଟରନେଟରୁ ତଥ୍ୟ ସଂଗ୍ରହ କରିପାରିବେ  ଏବଂ ଆବଶ୍ୟକ ସ୍ଥଳେ ସେଥିରୁ ପ୍ରିଣ୍ଟ ବାହାର କରି ଅନ୍ଵେଷଣ ର ଉପଲବ୍ଦ୍ଧ ଗୁଡିକୁ ଅନ୍ୟମାନଙ୍କ ସହ ଆଲୋଚନା କରି ପାରିବେ ।

ଶିକ୍ଷାର୍ଥୀମାନଙ୍କୁ ସୂଚନା ଦିଅନ୍ତୁ,ସେମାନେ ସମ୍ବଳ ସଂଗ୍ରହ କରିବା ସମୟରେ ସ୍ଥାନୀୟ ଲୋକମାନଙ୍କୁ ଏପରି ବ୍ୟବହାର କରିବେ ଯେପରି ସେମାନେ ରାଗିବେ ନାହିଁ ବା ଦେବା ପାଇଁ ମନା କରିବେ ନାହିଁ। ସମ୍ବଳ ସଂଗ୍ରହ କରିବା ପୂର୍ବରୁ ସେମାନଙ୍କର ଅନୁମତି ନେବା ଏବଂ ସମ୍ବଲଗୁଡିକୁ ଭଲ ଭାବରେ ଶ୍ରେଣୀ କକ୍ଷରେ ସୁରକ୍ଷିତ ରଖିବା ପାଇଁ ଉପାୟ ସ୍ତିର କରିବେ ।ଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରି ଶ୍ରେଣୀ କକ୍ଷରେ ଶିକ୍ଷାର୍ଥୀମାନଙ୍କୁ ଏପରି ବଶାନ୍ତୁ ଯେପରି ସମସ୍ତ ଶିକ୍ଷାର୍ଥୀ କଳାପତାକୁ ଦେଖିପାରିବେ ଏବଂ ଶିକ୍ଷଣକାର୍ଯ୍ୟ ଓ ଆଲୋଚନାରେ ଅଂଶଗ୍ରହଣ କରିପାରିବେ ।

ଟିକିଏ ଚିନ୍ତା କରନ୍ତୁ:

ଅଙ୍କୁରୋଦମ ବା ଅନ୍ୟ ବିଷୟରେ ଅନୁସନ୍ଧାନକୁ ବ୍ୟବହାର କରି ଆପଣ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରସ୍ପରକୁ ଶୁଣିବା ଓ ଭବବିନିମୟ କରିବା ପାଇଁ ଆପଣ କିପରି ସ୍ପଷ୍ଟ ପ୍ରତ୍ୟାସ ବୃଦ୍ଧି କରାଇ ପ।ରିବେ?

ପରିସ୍ଥିତି ଅନୁଧ୍ୟାନ 2 :ଶ୍ରୀମତୀ ମହାନ୍ତିଙ୍କର ଅଙ୍କୁରୋଦମ ପାଇଁ ଅନ୍ଵେଷଣ ପ୍ରକ୍ରିୟା ଗୋଟିଏ ଉନ୍ନତ ଦତ୍ତକାର୍ଯ୍ୟ

ଶ୍ରୀମତୀ ମହାନ୍ତି ଜଣେ ପ୍ରାଥମିକ ବିଜ୍ଞାନ ଶିକ୍ଷୟତ୍ରୀ । ସେ ଶିକ୍ଷାର୍ଥୀମାନଙ୍କୁ ଅଙ୍କୁରୋଦମ ବିଷୟରେ ନିଜେ ଅନ୍ଵେଷଣ କରିବା ପାଇଁ ପ୍ରେରଣା ଦେଇଥିଲେ। ସେ ସେମାନଙ୍କୁ ଏକ ଗ।ଉଁଲି  ସମ୍ପ୍ରଦାୟ ଭିତରେ ସେମାନଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ଥିବା ଏକ କାର୍ଯ୍ୟ ଦେଇଥିଲେ । ସେ ତାଙ୍କର ଶିକ୍ଷାର୍ଥୀମାନଙ୍କୁ ଏକ ଚିଠି ପଢିବା ପାଇଁ ଦେଲେ ଏବଂ କହିଲେ ଯେ ଜଣେ ସ୍ଥାନୀୟ ଚାଷୀ ଶ୍ରୀଯୁକ୍ତ ସାହୁଙ୍କ ଦ୍ଵାରା ଲେଖା ହୋଇଥିଲା । (ଚିତ୍ର-୨)

ପ୍ରିୟର ପଞ୍ଚମ ଶ୍ରେଣୀରେ ଶିକ୍ଷାର୍ଥୀମାନେ,

ମୁଁ ଶୁଣିବାକୁ ପାଇଲି ତୁମେ ମଞ୍ଜିରୁ ଅଙ୍କୁରୋଦମ କିପରି ହୁଏ, ସେ ସମ୍ପର୍କରେ ଶିକ୍ଷା କରୁଛ । ଗତ ବର୍ଷ ମୋର ମଞ୍ଜି ଗୁଡିକ ଭଲ ଭାବରେ ବଢି ପାରି ନଥିବାରୁ ମୁଁ ତୁମର ସାହାଯ୍ୟ ଦରକାର କରୁଛି । ମୁଁ ଚାରୋଟି ବଡ ପାତ୍ରରେ ଧରୁଥିବା ପରିମାଣର ସିମ୍ବ ରୋପଣ କରିଲି କିନ୍ତୁ ସେହି ଶସ୍ୟକୁ କିପରି ଦେଖାଶୁଣା କରାଯିବ,ତାହାର ଜ୍ଞାନ କୌଶଳ ମତେ ଜଣା ନ ଥିଲା । ତେଣୁ ମୁଁ କିପରି ସେମାନଙ୍କ ଯତ୍ନ ନେବି ଅନୁମାନ କରୁଥିଲି। ମୋର ନିରାସ  ଭାବର ଅନୁଭୂତି ଯୋଗୁଁ ଶସ୍ୟଗୁଡିକ ଭଲରେ ବଢି ପାରିଲେ ନାହିଁ । ଏ ବର୍ଷ ସେ ଭଳି ଭୁଲ ଆଉଥରେ କରିବି ନାହିଁ।

ଯଦି ତୁମେମାନେ ମଞ୍ଜିର ବୃଦ୍ଧି ପାଇଁ ସବୁଠାରୁ ଭଲ ଉପାୟଟି ବାହାର କରିପାରିବ   ତେବେ ମୁଁ ତୁମ ନିକଟରେ କୃତଜ୍ଞତା  ଜ୍ଞାପନ କରିବି । ତୁମେମାନେ ଏ ବିଷୟରେ ଗୋଟିଏ ଛୋଟ ସୂଚନା ଲେଖି ମୋତେ ପଠାଇ ପାରିବ କି?

ସମୟ ଏବଂ ସାହାଯ୍ୟ ପାଇଁ ତୁମକୁ ବହୁତ ଧନ୍ୟବାଦ ।

ଶ୍ରୀଯୁକ୍ତ ସାହୁ

ସେମାନଙ୍କୁ ,ପାଖକୁ ଆସିଥିବା ଚିଠି ଟି ପଢିବା ମାତ୍ରେ ମୋ ଶିକ୍ଷାର୍ଥୀମାନେ ତାଙ୍କ ଅବସ୍ଥା ପାଇଁ ଚିନ୍ତା କଲେ ଏବଂ ତାକୁ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କଲେ ।

ପ୍ରଥମେ ମୁଁ ସେମାନଙ୍କୁ ଚିନ୍ତା କରିବାକୁ କହିଲି ଯେ ଗୋଟିଏ ସଫଳ ଅଙ୍କୁରୋଦମ ପାଇଁ କ’ଣ ସବୁ ଏକାନ୍ତ ଆବଶ୍ୟକ ଯାହାକି ମୁଁ କଳାପଟାରେ ଲେଖିପାରିବି । ତାପରେ ମୁଁ ମୋର ଶିକ୍ଷାର୍ଥୀମାଙ୍କକୁ ପଚାରିଲି ଯେ ଏହି ସୂଚନା ଠିକ ଅଛି କି ନାହିଁ ଆମ୍ଭେମାନେ କିପରି ନିଶ୍ଚିତ ହେବା? ଯଦି ଆମ୍ଭେମାନେ ଶ୍ରୀଯୁକ୍ତ ସାହୁ ଙ୍କୁ ଭୁଲ ସୂଚନା ଦେବା ତେବେ ଏବଂ ତାଙ୍କର ମଞ୍ଜିଗୁଡିକ ଠିକ ଭାବରେ ବଢିବାଣୀ । ତେବେ କ’ଣ ହେବ ?

ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ନିଶ୍ଚିତ ହେବା ପାଇଁ ଜଣେ ପ୍ରସ୍ତାବ ଦେଲେ ଯେ ଆମେ କିଛି ମଞ୍ଜି କିଣିବା ଏବଂ ତାକୁ ଭିନ୍ନ ଭିନ୍ନ ଅବସ୍ଥାରେ ବଢାଇବାକୁ ଚେଷ୍ଟା କରିବା ଯଦ୍ୱାରା କି ଶ୍ରୀଯୁକ୍ତ ସାହୁ ଠିକ ସୂଚନା ଦେଇପାରିବେ । ତା’ପରଦିନ ମୁଁ କିଛି ମଞ୍ଜି ବିଦ୍ୟାଲୟକୁ ନେଇ ଆସିଲି ।

ମୋ ଶିକ୍ଷାର୍ଥୀମାନଙ୍କୁ  6 ଟି ଦଳରେ ଭାଗ କଲି ଏବଂ ସେମାନେ କ’ଣ ବାହାର କରିବାକୁ ଚହୁଁଛନ୍ତି ଯାହାକି ଶ୍ରୀଯୁକ୍ତ ସାହୁ ଙ୍କୁ ସାହାଯ୍ୟ କରିବା ସେ ବିଷୟରେ ଚିନ୍ତା କରିବାକୁ କହିଲି । ମଞ୍ଜିଟି ବୃଦ୍ଧି ହେବା ସମୟରେ ଆମେ କିପରି ତାକୁ ଲିପିବଦ୍ଧ କରିବା ସେ ବିଷୟରେ ଜାଣିଥିବା ଯେକୌଣସି ପ୍ରଶ୍ନ ଲେଖିବା ପାଇଁ କହିଲି । ମଞ୍ଜିଟି ବୃଦ୍ଧି ହେବା ସମୟରେ ଆମେ କିପରି ତାକୁ ଲିପିବଦ୍ଧ କରିବା ସେ ବିଷୟରେ ଜାଣିଥିବା ଯେକୌଣସି ପ୍ରଶ୍ନ ଲେଖିବା ପାଇଁ କହିଲି । ଶ୍ରେଣୀକକ୍ଷ ପରିବେଶର ଉନ୍ନତି କରଣ ଏବଂ ଅନ୍ଵେଷଣର ଫଳାଫଳ କୁ ଆମ୍ଭମାନଙ୍କ ଭିତରେ ଆଲୋଚନା କରିବା ମୋର ଇଚ୍ଛା ବୋଲି ମୁଁ ସେମାନଙ୍କୁ ଜଣାଇଦେଲି । ଏପରିକି ଏକ ଉପାୟ ସ୍ଥିର କର ଯେପରି ଆମେ ସେଗୁଡିକ ଆମ ଭିତରେ ବ୍ୟବହାର କରିବା ଏବଂ ଆମ ଶ୍ରେଣୀ କକ୍ଷ ର ଉନ୍ନତି କରିପାରିବା ।

ମୁଁ ସେମାନଙ୍କର କଥା ଶୁଣିବା ପାଇଁ ସେମାନଙ୍କ ଦଳ ଚାରିପାଖରେ ବୁଲି ଆସିଲି । ଯେତେବେଳେ ମୁଁ ଦଳଗତ କାର୍ଯ୍ୟ ବନ୍ଦ କରି ଦଳଗତ ଉପସ୍ଥାପନା କରିବା ପାଇଁ କହିଲି ସେତେବେଳେ ସେମାନଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗାଲି। ଗୋଟିଏ ଦଳ ପ୍ରଶ୍ନ ପଚାରିଲା ଯେ ଅଧିକ ପାଣି ଦେଲେ କ’ଣ ମଞ୍ଜିଗୁଡିକ ମରିଯିବା କି? ଆମ୍ଭେମାନେ ଆଲୋଚନା କଲୁଆ ଯେ ଏହି ଧାରଣାଟିର କିପରି ଅନୁସନ୍ଧାନ କରିବା ଏବଂ ପ୍ରତ୍ୟେକ ଦଳ ରାଜି ହେଲେ ଯେ କେତେକ ମଞ୍ଜୀର ବୃଦ୍ଧି ପାଇଁ ସମସ୍ତ ଉପାଦାନ ଯୋଗାଇ ଦେବେ ।

ପ୍ରତ୍ୟେକ ଦଳ କିଛି ମଞ୍ଜିପାଇଁ ଆଲୋକ ,ଜଳ ,ମାଟି ପ୍ରତି ଦ୍ରୁଷ୍ଟି ଦେଲେ ନାହିଁ। ଗୋଟିଏ ଦଳ ଏକ ପାତ୍ରରେ ମଞ୍ଜି ଲଗାଇ ଅଧିକ ପାଣି ଦେଲେ ଏବଂ ଅନ୍ୟ ଏକ ଦଳ ମଞ୍ଜି ଲଗାଇ ତାକୁ ଫ୍ରିଜ ରେ ରଖିଦେଲେ ।

ମୁଁ ମୋର ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ପର୍ର୍ଜ୍ୟବେକ୍ଷଣ ଲେଖିବା ପାଇଁ ଏକ ସାରଣୀ ଦେଲି ଏବଂ ମଞ୍ଜିଗୁଡିକୁ ଦେଖି ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରତି ଦୁଇଦିନ ଅନ୍ତରରେ ସେମାନଙ୍କର ପର୍ଯ୍ୟବେକ୍ଷଣ ଲେଖିବାକୁ କହିଲି । କେତେକ ଶିକ୍ଷାର୍ଥୀ ସେମାନଙ୍କ ପର୍ଯ୍ୟବେକ୍ଷଣ କୁ ଛବି ମାଧ୍ୟମରେ ଦର୍ଶାଇଲେ । ଏନିମାନେ ଏହାକୁ ନାମାଙ୍କନ କଲେ ଏବଂ ଶିରୋନାମା ଦେଲେ। ସମସ୍ତେ ଗଛର ବୃଦ୍ଦି କୁ ଏକ ଷ୍ଟେଲ ସାହାଯ୍ୟରେ ମାପିଲେ ।

 

 

 

ଚିତ୍ର 3 : ବିନା ଆଲୋଚନାରେ ଥିବା ମଞ୍ଜି ।

ଯାହା ସେମାନେ କରିଛନ୍ତି ତା’ର ଫଳାଫଳ କୁ ଜଣାଇବା ପାଇଁ ପ୍ରତ୍ୟେକ ପାତ୍ରରେ ଉପରେ ଥିବା କାନ୍ଥରେ ସାରଣୀ ଗୁଡିକୁ ରଖିଲୁ । ପ୍ରତ୍ୟେକ ଦଳର ନାମକରଣ କରାଗଲା । ଏଭଳି କରାଗଲା ଯେପରି ସେମାନେ ପ୍ରତ୍ୟେକ ସେମାନଙ୍କର ଗଛ ବିଷୟରେ ପଚାରିପାରିବେ । ମୁଁ “ଅଙ୍କୁରୋଦମ” ନାମକ ଏକ ପୋଷ୍ଟର କଲି ଏବଂ ସେମାନେ କ’ଣ କରିଥିଲେ ଏବଂ କ’ଣ କରିଥିଲେ ଏବଂ କ’ଣ ଘଟିଲା ସେ ବିଷୟରେ ପରସ୍ପର ମଧ୍ୟରେ କଥା ହେଉଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଳି । ଯେତେବେଳେ ସେମାନେ ସତର୍କତା ର ସହିତ ମାଟି ଭିତରେ ଅଙ୍କୁରିତ ଦୃଶ୍ୟ ଦେଖିଲେ ସେତେବେଳେ ସେମାନେ ଚମତ୍କୃତ ହୋଇଥିଲେ ।

ତିନିସପ୍ତାହ ପରେ ସେମାନେ ତାଙ୍କର ମଞ୍ଜି ସହିତ କ’ଣ କଲେ,କ’ଣ ପ୍ରମାଣ ସଂଗ୍ରହ କଲେ ଓ ଏହି ପ୍ରମାଣ ମଞ୍ଜି ବୃଦ୍ଧି ବିଷୟରେ କ’ଣ କହୁଛି  ବ୍ୟାଖ୍ୟା କରି ସେ ବିଷୟରେ ଶ୍ରୀଯୁକ୍ତ ସାହୁ ଙ୍କ ପାଖକୁ ଚିଠିଟିଏ ଲେଖିବା ପାଇଁ ମୁଁ ସେମାନଙ୍କୁ କହିଲି ।

ମୁଁ କାନ୍ଥର ଉପରି ଭାଗରେ ସାରଣୀଟିକୁ ଟାଙ୍ଗୀ ଦେଲି । ପରେ ଯେତେବେଳେ ଗଛଲତା ସମ୍ପର୍କିତ କିଛି କାର୍ଯ୍ୟ କରୁଥିଲୁ ସେତେବେଳେ ଦେଖାଯାଉଥିବା ଅଙ୍କୁରୋଦମ ପାଖରେ ରଖିଥିଲୁ । ମୋର ଯୋଜନା ହେଲା ପ୍ରତି ବଡ ପ୍ରସଙ୍ଗ ଉପସ୍ଥାପନା ପାଇଁ କିଛି ପ୍ରଦର୍ଶନ କରାଇବି ସଦାବେଳେ ଶିକ୍ଷାର୍ଥୀମାନଙ୍କୁ କାମ ନ ଦେଇ ବିଦ୍ୟାଳୟରେ ଥିବା ଚାର୍ଟ ବ୍ୟବହାର କରିପାରିବି ।

କାନ୍ଥ ଟି କିପରି ଦେଖିବାକୁ ସୁନ୍ଦର କରିହେବ ନିର୍ଦ୍ଧିଷ୍ଟ ଜ୍ଞାନକୁ ଭିତ୍ତିକରି ଶିକ୍ଷାର୍ଥୀ ବାରମ୍ବାର ମନ୍ତବ୍ୟ ପ୍ରକାଶ କରୁଥିଲେ ।ଶିକ୍ଷାର୍ଥୀ ମାନେ କହିଲେ ଯେ ଭଲ ଲାଗେ ,ତାକୁ କଣ୍ଠରେ ଲଗାଇ ସେ ସମ୍ପର୍କରେ ମନ୍ତବ୍ୟ ପ୍ରକାଶ କରିବା ପାଇଁ ସେମାନଙ୍କୁ ଭଲ ଲାଗେ । ଏହା ସେମାନଙ୍କର ଆଗ୍ରହ ଉଦ୍ଦୀପନା କୁ ନିଶ୍ଚିତ କରାଇବ ।

ଟିକିଏ ଚିନ୍ତା କରନ୍ତୁ

  • ଶ୍ରୀମତୀ ମହାନ୍ତିଙ୍କର ପାଠ ତାଙ୍କର ଶିକ୍ଷାର୍ଥୀମାନଙ୍କ ପାଇଁ ଗୋଟିଏ ସଫଳ ଶିକ୍ଷଣ ହେବ ବୋଲି ଆପଣ କ’ଣ ଚିନ୍ତା କରୁଛନ୍ତି ?
  • ଆପଣଙ୍କ ଶ୍ରେଣୀକକ୍ଷ ଏବଂ ଶିକ୍ଷଣ ପ୍ରକ୍ରିୟା ପାଇଁ କେଉଁ ପଦ୍ଧତି ବ୍ୟବହାର କରିବେ ?

ଶିକ୍ଷଣକାର୍ଯ୍ୟ-4 :ଅଙ୍କୁରୋଦମ ବିଷୟରେ ଅନ୍ଵେଷଣ

ଶିକ୍ଷାର୍ଥୀମାନେ ଅନ୍ଵେଷଣ କରିବା ପାଇଁ । ଆପଣ ଶିକ୍ଷଣକାର୍ଯ୍ୟ-2 ର ଉତ୍ତରକୁ ବ୍ୟବହାର କରି ଯୋଜନାକୁ ପରିମାର୍ଜିତ କରିବେ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଏହାକୁ କିପରି ପରିଚିତ କରାଇବେ? ଶ୍ରୀମତୀ ମହାନ୍ତି ପରି ଚିଠିଟିଏ ବ୍ୟବହାର କରିପାରିବେ କି?ଆପଣଙ୍କ ଶିକ୍ଷାର୍ଥୀ ମାନଙ୍କରର ଯୋଜନା ଏବଂ ପ୍ରଶ୍ନର ଉତ୍ତର ବିଷୟରେ ଅଙ୍କୁରୋଦମ ପାଇଁ ସବୁଠାରୁ ଭଲ ସର୍ତ୍ତ କ’ଣ ହୋଇପାରେ ବୋଲି ଚିନ୍ତା କରିବା ପାଇଁ କିପରି ସେମାନଙ୍କୁ ଉତ୍ସାହିତ କରିବେ? ଆପଣ କେଉଁଠାରେ ଚରାଗୁଡିକ ରଖିବା ଏବଂ କେଉଁଠାରେ ଲିପିବଦ୍ଧ ଫଳକକୁ ଦର୍ଶାଇପାରିବା ଚିହ୍ନଟ କରନ୍ତୁ । (ଗୋଟିଏ ଲିପିବଦ୍ଧ ଫଳକର ନମୁନା ପାଇଁ ସମ୍ବଳ-4 ଦେଖନ୍ତୁ ) ଏହି ପ୍ରଦର୍ଶନୀକୁ ବିଦ୍ୟାଳୟ ଏବଂ ଶ୍ରେଣୀକକ୍ଷ ଭିତରେ ବହୁତ ଦର୍ଶକଙ୍କ ସମ୍ମୁଖରେ ଅନୁସନ୍ଧାନର ସିଦ୍ଧାନ୍ତକୁ ପ୍ରଦାନ କରିବା ପାଇଁ କିପରି ଉନ୍ନତି କରିବେ ଚିନ୍ତା କରନ୍ତୁ ।

 

ବର୍ତ୍ତମାନ ଆପଣ ଶିକ୍ଷାର୍ଥୀମାନଙ୍କୁ ଅଙ୍କୁରୋଦମ ପାଇଁ ଶିକ୍ଷା ଦିଅନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

  • ବୁଭିନ୍ନ କାର୍ଯ୍ୟ ପ୍ରତି ଆପଣଙ୍କ ଶିକ୍ଷାର୍ଥୀମାନେ କିପରି ପ୍ରତିକ୍ରିୟା ଦେଖାଇଲେ?
  • କୌଣସି ଶିକ୍ଷାର୍ଥୀମାନଙ୍କ ର ମତାମତ ରେ ଆପଣ ଆଶ୍ଚର୍ଯ୍ୟ ହେଲେ କି?
  • ସମସ୍ତ ଶିକ୍ଷାର୍ଥୀମାନେ ସାମିଲ ହୋଇଥିଲେ କି? ସ୍ଵତନ୍ତ୍ର ଆବଶ୍ୟକତା ଥିବା ଶିକ୍ଷାର୍ଥୀମାନେ ଅନ୍ଵେଷଣ କୁ ସମ୍ପାଦନ କରିବାରେ କେତେ ଭଲଭାବେ ସହଯୋଗ କଲେ? ସେମାନେ ଆସନ୍ତାଥର ଅଧିକ ସାହାଯ୍ୟ ଦରକାର କରିବେ କି? ଯଦି ହଁ,ତେବେ କ’ଣ?
  • ଆପଣ ଏବଂ  ଆପଣଙ୍କ ଶିକ୍ଷାର୍ଥୀମାନେ ଫଳାଫଳରେ ଖୁସି ହେଲେ କି?
  • ଏହା ଶ୍ରେଣୀ କକ୍ଷର ଶିକ୍ଷଣ ପରିବେଶକୁ ଅଧିକ ମଜ୍ଜାଦାର ଏବଂ ଉଜ୍ଜିପିତ କରୁଥିଲା କି?
  • ଆସନ୍ତା ଥର ଆପଣ ଆଉ କ’ଣ ଅଲଗା କରିପାରିବେ ?

ବିକାଶ କରୁଥିବା ଶିକ୍ଷଣ ପରିବେଶ

 

ଶ୍ରେଣୀଗୃହ ପରିବେଶକୁ ଉନ୍ନତ କରିବା ବଢାଇବା ପାଇଁ,ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଏବଂ ସେମାନଙ୍କୁ ଶିକ୍ଷାପ୍ରତି ପ୍ରୋତ୍ସାହିତ କରିବା ପାଇଁ ଅନେକ ଗୁଡିଏ ଉପାୟ ବ ମାର୍ଗ ଅଛି । ଉଦାହରଣସ୍ୱରୂପ: ବିଜ୍ଞାନ ପ୍ରତି ଶିକ୍ଷାର୍ଥୀମାନଙ୍କର ଆଗ୍ରହ ବଢାଇବା ପାଇଁ ଗୋଟିଏ ମାର୍ଗ ହେଉଛି ସମ୍ବାଦ ପ୍ରଚ।ର । ଏଥିରେ ଆପଣ ଏବଂ ଆପଣଙ୍କ ଶିକ୍ଷାର୍ଥୀମାନେ ଏହାକୁ ଦେଖିବେ ,ଯାହାଦ୍ୱାରା ସେମାନେ ବିଜ୍ଞାନ ଶିକ୍ଷଣ ପ୍ରତି (ବିଜ୍ଞାନ) ଅଧିକ ଉତ୍ସାହିତ ହେବେ। ଫଳରେ ବିଜ୍ଞାନ ସମ୍ବନ୍ଧରେ ଆଲୋଚନା କରିବେ ଏବଂ ସେମାନଙ୍କ ଚିନ୍ତାଧାରାକୁ ପରସ୍ପର ଙ୍କ ସହ ବାଣ୍ଟିବେ। ଆପଣ ମଧ୍ୟ ଅନ୍ୟ କିଛି ଉପାୟ ଚିନ୍ତା କରି ଶ୍ରେଣୀଗୃହକୁ ଅଧିକ ଆନନ୍ଦଦାୟକ ଓ କୌତୁହଳପୂର୍ଣ୍ଣ କରିପାରିବେ ।

ସାରାଂଶ

ଏହି ଅଂଶଟି ସୁଚିତ କରୁଛି ଯେ, କିପରି ଗୋଟିଏ ଛୋଟିଆ ପରିବର୍ତ୍ତନ ଏବଂ ନୁଆଟଣା କାର୍ଯ୍ୟକରିବାର କୌଶଳ,ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ସୃଷ୍ଟି କରିପାରିବ। ଅଙ୍କୁରୋଦମ ପାଇଁ ଆବଶ୍ୟକ ଅନୁକୂଳ ପରିସ୍ଥିତିଗୁଡିକ ଅନୁସନ୍ଧାନ କରିବା ଦ୍ଵାରା ଏହି ଏକକ ଶ୍ରେଣୀଗୃହର ଶିକ୍ଷଣ ପରିବେଶକୁ ଉନ୍ନତ କରିବା ପାଇଁ ବିଭିନ୍ନ ଉପାୟ ଅନ୍ଵେଷଣ କରି ପାରିଛି । ଭୌତିକ ପରିବେଶକୁ ଶିକ୍ଷଣର ଏକ ଅଙ୍ଗ ଭାବରେ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣପ୍ରତି ଅଧିକ ନିକଟତର କରାଇ ହେବ ଏବଂ ଶିକ୍ଷଣକୁ ଅଧିକ ଆନନ୍ଦଦାୟକ କରିହେବ ଶିକ୍ଷଣ ପ୍ରତି ପ୍ରାୟତ୍ସାହିତ କରିହେବ ଏବଂ ଶିକ୍ଷାର୍ଥୀମାନଙ୍କୁ ଏହି ଶିକ୍ଷଣକାର୍ଯ୍ୟ ରେ ଅନ୍ତର୍ଭୁକ୍ତ କରାଇ ଶ୍ରେଣୀଗୃହ ପରିବେଶକୁ ଉନ୍ନତ କରିହେବ ଏହି ପ୍ରକ୍ରିୟା ଦ୍ଵାରା ଆପଣ ଏକ ନିରାପଦ ପରିବେଶ ସୃଷ୍ଟି କରାଇଯାଇପାରିବେ, ଯେଉଁଠାରେ କି ଶିକ୍ଷଣ ଅଧିକ ଫଳପ୍ରଦ ହୋଇପାରିବ। ଏହା ଶିକ୍ଷାର୍ଥୀମାନଙ୍କର ଆତ୍ମବିଶ୍ଵାସ ଏବଂ ସମ୍ମାନ ବୃଦ୍ଧି କରିବା ସହ ସେମାନେ କୌଣସି ସମସ୍ଯା ଥିଲେ ସମାଧାନ କରିବାରେ ସାହାଯ୍ୟ କରିବ ।

ଜଣେ ଶିକ୍ଷକ ହିସାବରେ ଆପଣଙ୍କ ଦାୟିତ୍ଵ ଅଛି ଯେ, ଶିକ୍ଷାର୍ଥୀମାନଙ୍କୁ  ଅଧିକ ଜାଣିବା ପାଇଁ ସେମାନଙ୍କୁ ଅଧିକ ସୁଯୋଗ ଦେବା ଆବଶ୍ୟକ । ସୁଯୋଗଗୁଡିକ ଯାହାକି ଅର୍ଥପୂର୍ଣ୍ଣ ଓ ଶିକ୍ଷାର୍ଥୀମାନଙ୍କର ଅନୁଭୂତି ଉପରେ ଆଧାରିତ ଏବଂ ସେମାନଙ୍କ ଦକ୍ଷତା ଓ ଜୀବନ ସମ୍ବନ୍ଧୀୟ ଏବଂ ଦୈନନ୍ଦିନ ଜୀବନରେ ଆବଶ୍ୟକ ,ଏସବୁ ସେମାନଙ୍କୁ ଶିକ୍ଷଣ ପରିସର କୁ ବୃଦ୍ଧି କରିଥାଏ ।

ଶିକ୍ଷକକୁ ଫଳପ୍ରଦ କରିବା ପାଇଁ ଶିକ୍ଷାର୍ଥୀମାନଙ୍କର ଚିନ୍ତନ ଦକ୍ଷତା ,ଯଥା-କଥୋପକଥନ,ଏକତ୍ରିକରଣ ଏବଂ ବ୍ୟାଖ୍ୟାକରଣ ଦକ୍ଷତା ରହିବା ଆବଶ୍ୟକ । ଭବିଷ୍ୟତରେ ଜଟିଳ ଚିନ୍ତନ ର ବିକାଶ ପାଇଁ ଏହା ସାହାଯ୍ୟ କରିଥାଏ ।

ସମ୍ବଳ

ସମ୍ବଳ1 :ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା

“ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା” କହିଲେ କ’ଣ ବୁଝାଯାଏ ?

ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସଂସ୍କୃତିଗତ ବିଭିନ୍ନତା ଏବଂ ପରିବେଶଗତ ପାର୍ଥକ୍ୟ ପ୍ରତିଫଳିତ ହୋଇଥାଏ । ପ୍ରତ୍ୟେକ ଶିକ୍ଷାର୍ଥୀମାନଙ୍କର ଭାଷା ,ଦକ୍ଷତା ଏବଂ ଆଗ୍ରହ ଭିନ୍ନ ଭିନ୍ନ । ସେମାନେ ବିଭିନ୍ନ ସାମାଜିକ ଏବଂ ଅର୍ଥନୈତିକ ପରିବେଶରୁ ଆସିଥାନ୍ତି । ଆମେ ଏହି ବିଭିନ୍ନତା କୁ ଉପେକ୍ଷା କରିପାରିବା ନାହିଁ। ବାସ୍ତବରେ ଆମେ ଏହାକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ । ସେମାନେ ପରସ୍ପର ସହ ଭାବର ଆଦାନ ପ୍ରଦାନ ର ମାଧ୍ୟମ ହୋଇପାରିବେ ଏବଂ ଏହି ବିଶ୍ଵ ଆମ୍ଭମାନଙ୍କ ଅଧିନସ୍ଥ ହେବ ଆମର ଅଭିଜ୍ଞତା ବଳରେ। ସମସ୍ତ ଶିକ୍ଷାର୍ଥୀମାନଙ୍କର ଶିକ୍ଷା ଗ୍ରହଣ କରିବାର ଅଧିକାର ଅଛି ଏବଂ ସମସ୍ତଙ୍କୁ ସମାନ ଭାବରେ ସମ୍ବିଧାନ ଏବଂ ଶିଶୁମାନଙ୍କର ଅନ୍ତର୍ଜାତିକ ସ୍ତରୀୟ ଅଧିକାରରେ ସ୍ବୀକୃତି ପ୍ରଦାନ କରାଯାଇଛି । ୨୦୧୪ ମସିହା,ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦୀ ପ୍ରଥମେ ଭାଷଣରେ ସମସ୍ତ ନାଗରିକମାନଙ୍କୁ ଜାତି,ଧର୍ମ,ବର୍ଣ୍ଣ ,ଲିଙ୍ଗା ଏବଂ  ଅର୍ଥନୈତିକ ପରିସ୍ଥିତି ନିର୍ବିଶେଷରେ ଗୁରୁତ୍ଵ ଏବଂ ସମ୍ମାନ ଦେବା ପାଇଁ ଆହ୍ଵାନ କରିଥିଲେ ।  ଏହି କାର୍ଯ୍ୟରେ ଶିକ୍ଷକ ଏବଂ ବିଦ୍ୟାଳୟର ଏକ ଦାୟିତ୍ଵପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିବାକୁ ପଡିବ ।

ଆମ୍ଭମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ପାଇଁ ପକ୍ଷପାତିତା ମନୋଭାବ ସୃଷ୍ଟି ହୁଏ ଏବଂ ମନରେ ମଧ୍ୟ ଅଛି । ଜଣେ ଶିକ୍ଷକ ହିସାବରେ ଆପଣ ସେହି ଶକ୍ତି କୁ ଆହରଣ କରିବା ଆବଶ୍ୟକ ଯାହା ଦ୍ଵାରା ଶିକ୍ଷାର୍ଥୀମାନଙ୍କୁ ଅନୁଭୂତି ଓ କେଉଁଟି ଠିକ ମାର୍ଗ ଏବଂ କେଉଁଟି ଠିକ ମାର୍ଗ ନୁହେଁ ,କୁପ୍ରଭାବିତ କରିପାରିବାର ଶକ୍ତି  ଆପଣଙ୍କ ର ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ଆପଣଙ୍କ ପକ୍ଷପାତିତା ମନୋଭାବ ଏବଂ ଦୃଷ୍ଟିଭଙ୍ଗୀ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଉପରେ ପ୍ରଭାବ ପକାଇଥାଏ । ଶିକ୍ଷାର୍ଥୀମାନଙ୍କ ପ୍ରତି ଅସଂମ୍ମାନ ଆଚରଣ ପ୍ରଦର୍ଶନ ବିରୁଦ୍ଧରେ ଆପଣ କିଛି ପଦକ୍ଷେପ ନେଇପାରିବେ ।

ସମସ୍ତଙ୍କୁ ଶିକ୍ଷଣରେ ଭାଗୀଦାର କାରିବା ପାଇଁ ତିନୋଟି ମୁଖ୍ୟ ନିୟମ

  1. ଧ୍ୟାନ ଦେବା : ସାଧାରଣତଃ ଉତ୍ତମ ଶିକ୍ଷକମାନେ ଭଲଭାବେ ପଜ୍ୟବେକ୍ଷଣ କ୍ଷମ, ଅନୁଭୂତିକ୍ଷମା ଓ ସମବେଦନକ୍ଷମ । ଶିକ୍ଷାର୍ଥୀମାନଙ୍କର କ’ଣ ସବୁ ପରିବର୍ତ୍ତନ ହେଉଛି,ତାହା ଉପଲବ୍ଦ୍ଧି କରିପାରନ୍ତି । ଜଣେ ଶିକ୍ଷକଙ୍କ ନିକଟରେ ଯଦି ପର୍ଯ୍ୟବେକ୍ଷଣ କ୍ଷମତା ଥିବା, ଶିକ୍ଷାର୍ଥୀଟି କେତେବେଳେ ଭଲ କରୁଛି,କେତେବେଳେ ସାହାଯ୍ୟ ଦରକାର କରୁଛି,ଏବଂ ଅନ୍ୟମାନଙ୍କ ସହିତ ଶିକ୍ଷାର୍ଥୀଟିର ସମ୍ପର୍କ କିପରି ତାହା ଯାନୀ ପାରିବେ । ଶିକ୍ଷାର୍ଥୀଟି ପାଖରେ କ’ଣ  ସବୁ ପରିବର୍ତ୍ତନ ହେଉଛି,ତାକୁ ଘର ତଥା ବାହାର ପରିବେଶରେ ଲକ୍ଷ୍ୟ କଲେ ଜାଣିପାରିବେ । କୌଣସି କାର୍ଯ୍ୟରେ ସମସ୍ତଙ୍କୁ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବା ଅର୍ଥ ,ଶିକ୍ଷକ ଙ୍କୁ ଶିଶୁର ପ୍ରଦିଦିନର କାର୍ଯ୍ୟକଳାପ କୁ ଭଲ ଭାବରେ ଲକ୍ଷ୍ୟ କରିବାକୁ ପଡିବ । ଯେଉଁ ଶିକ୍ଷାର୍ଥୀଟି ଭାଗ ନେଇ ପାରୁନାହିଁ ବା ପଛୁଆ ବରଗଡ଼ ତା ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
  1. ସ୍ଵାଭିମାନ କୁ ଗୁରୁତ୍ଵ ଦେବା: ଯେଉଁମାନେ ସମସ୍ତଙ୍କ ସହିତ ଭଲରେ ଚଳି ପାରନ୍ତି,ସେମାନଙ୍କୁ ଆମେ ଉତ୍ତମ ନାଗରିକ କହିଥାଉ । ସେହିମାନଙ୍କର ସ୍ଵାଭିମାନଥାଏ,ଯେଉଁମାନେ କି ନିଜର ସାମର୍ଥ୍ୟ ଓ ଦୁର୍ବଳତା ଜାଣିଥାନ୍ତି । ଜାତି,ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ଦେଇଥାନ୍ତି । ଜଣେ ଶିକ୍ଷକ ହିସାବରେ ଯୁବକମାନଙ୍କର ସ୍ଵାଭିମାନ କରିବାରେ  ସାହାଯ୍ୟ କରି ପାରିବେ ।
  1. ନମନୀୟତା: ଯଦି କୌଣସି ଶିକ୍ଷଣକାର୍ଯ୍ୟ କଲାବେଳେ ଶ୍ରେଣୀ କୋଠରି,ମଧ୍ୟରେ କୌଣସି ସ୍ଵତନ୍ତ୍ର ଶିକ୍ଷାର୍ଥୀ ପାଇଁ ବା ଦଳଗତ କାର୍ଯ୍ୟ ପାଇଁ କାମ କଳା ନାହିଁ,ତେବେ ଆପଣ ଯୋଜନା ପରିବର୍ତ୍ତନ କରିବା ବା ଶିକ୍ଷଣକାର୍ଯ୍ୟକୁ ବନ୍ଦ କରିଦେବା ଆବଶ୍ୟକ । ନମନୀୟ ହେବାଦ୍ଵାରା ଆପଣ କୌଣସି କାର୍ଯ୍ୟରେ ସବୁ ଶିକ୍ଷାର୍ଥୀଙ୍କର ଅଂଶଗ୍ରହଣ କୁ ନିଶ୍ଚିତ କରିପାରିବେ ଏବଂ ନିଜେ ମଧ୍ୟ ଖାପଖୁଆଇ ଚଳିପାରିବେ ।

 

ସବୁ ସମୟରେ ବ୍ୟବହାର କାଳପରି ପନ୍ଥା

  • ଆଦର୍ଶ ବ୍ୟବହାର ଦେଖାଇବା : ଜାତି,ଧର୍ମ,ବର୍ଣ୍ଣ ,ନିର୍ବିଶେଷରେ ସବୁ ଶିକ୍ଷାର୍ଥୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଆପଣ ଶିକ୍ଷାର୍ଥୀମାନଙ୍କ ଆଗରେ ନିଜକୁ ଜଣେ ଆଦର୍ଶ  ବ୍ୟକ୍ତି ଭାବେ ପ୍ରତିପାଦନ କରନ୍ତୁ । ପଢାଇବା ସମୟରେ ସବୁ ଶିକ୍ଷାର୍ଥୀମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ । ସମସ୍ତଙ୍କ ସହିତ ଭଲରେ କଥାବାର୍ତ୍ତା କରିବା ,ସେମାନଙ୍କର ମତାମତକୁ ସମ୍ମାନ ଦେଇ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବେ,ଯେପରି ସମସ୍ତ ଶିକ୍ଷାର୍ଥୀ ଶ୍ରେଣୀର କୌଣସି ଦାୟିତ୍ଵ ନେଇ ସୂଚାରୁ ରୂପେ ସମ୍ପାଦନ କରିବେ,ଏବଂ ଏହା କରିବା ଦ୍ଵାରା ସମସ୍ତ ଶିକ୍ଷାର୍ଥୀ ଉପକୃତ ହେବେ ।
  • ଉଚ୍ଚଭିଳାଷି: ସମସ୍ତଙ୍କ ଦକ୍ଷତା ସାମାନ ନୁହେଁ । ପ୍ରତ୍ୟେକ ଶିକ୍ଷାର୍ଥୀ ଶିଖି ପାରିବେ ଓ ଆଗେଇ ପାରିବେ। ଯଦି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇପାରିବ । ଯଦି  ଶ୍ରେଣୀ କକ୍ଷରେ କୌଣସି କାର୍ଯ୍ୟ କଲାବେଳେ ଶିକ୍ଷାର୍ଥୀଟି ବୁଝିପାରିଲା ନାହିଁ ବା ବୁଝିବାରେ ଅସୁବିଧା ହେଲା, ତା’ମାନେ ନୁହେଁ ଯେ ଶିକ୍ଷାର୍ଥୀଟି କେବେ ବି ବୁଝିପାରିବ ନାହିଁ  । ଆପଣଙ୍କ ଶିକ୍ଷକ ଭାବେ କର୍ତ୍ତବ୍ୟ ହେଉଛି ,ପ୍ରତ୍ୟେକ ଶିକ୍ଷାର୍ଥୀ ଯେପରି ଶିଖିପାରିବେ ସେଥିପାଇଁ ଯୋଜନା କରିବା । ଆପଣ ଯଦି ଚିନ୍ତା କରିବେ ଆପଣଙ୍କ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀ ଉଚ୍ଚାଭିଳାଷି ହୁଅନ୍ତୁ ସେମାନେ ଏହା ଉପଲବ୍ଦ୍ଧି କରିବା ଉଚିତ। ଶିକ୍ଷାର୍ଥୀର ଚ।ଲିଚଳନ କ୍ଷେତ୍ରରେ ମଧ୍ୟ ଅଭିଳାଷ ଆଶା କରାଯାଇପାରେ ,ଶିକ୍ଷାର୍ଥୀମାନେ ଜାଣି ରଖିବା ଦରକାର ପ୍ରତ୍ୟେକ ଶିକ୍ଷାର୍ଥୀ,ଅନ୍ୟ ଶିକ୍ଷାର୍ଥୀ ସହିତ ଭଲ ସମ୍ପର୍କ ରକ୍ଷା କରିବା ସହ ସମ୍ମାନ ଦେବେ ।
  • ଶିକ୍ଷଣରେ ଭିଭିଦାତା ଆଣିବା : ଶିକ୍ଷାର୍ଥୀମାନେ ବିଭିନ୍ନ ଉପାଯରେ ଶିଖିଥାନ୍ତି କେତେକ ଶିକ୍ଷାର୍ଥୀ ଲେଖିବାକୁ ଭଲ ପାଇଥାନ୍ତି ତ ଆଉ କେତେ ଶିକ୍ଷାର୍ଥୀ ଚିତ୍ର ମାଧ୍ୟମରେ କିମ୍ବା ମାନସିକ ସ୍ତରରେ ବିଷୟଟିକୁ ବିଭିନ୍ନ ଦ୍ରୁଷ୍ଟି କୋଣରୁ ବିଚାର କରି ଉପସ୍ଥାପନ କରନ୍ତି । କେତେକ ଶିକ୍ଷାର୍ଥୀ ଶୁଣିବାକୁ ଭଲ ପାଆନ୍ତି । ଆଉ କେତେକ ଶିକ୍ଷାର୍ଥୀ ନିଜର ଧାରଣାକୁ ଅନ୍ୟ ଆଗରେ ବର୍ଣ୍ଣନା କରିବା ପାଇଁ ସୁଯୋଗ ଦେଲେ ଭଲରେ ଶୁଣିଥାନ୍ତି ।ତେଣୁ ଆପଣ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ବ୍ୟବସ୍ଥା ନ କରି  ପଢାଇବା ସମୟରେ ଶିକ୍ଷାର୍ଥୀଙ୍କର ଇଚ୍ଛା ଅନୁସାରେ ବିଭିନ୍ନ ପ୍ରକାରର ଶିକ୍ଷଣକାର୍ଯ୍ୟ କଲେ ଶିକ୍ଷଣ ଫଳପ୍ରଦ ହେବ  ।
  • ଶିକ୍ଷଣକୁ ନୀତିଦିନିଆ ଜୀବନ ସହ ଯୋଡିବା: କିଛି ଶିକ୍ଷାର୍ଥୀଙ୍କୁ ଆପଣ କିଛି ନୂଆ କଥା ଶିଖିବା ପାଇଁ କହିଲେ,ସେମାନଙ୍କୁ ଲାଗେ ଏଗୁଡିକ ନୀତିଦିନିଆ ଜୀବନର କୌଣସି କାର୍ଯ୍ୟରେ ଲାଗିବା ନାହିଁ। ଯେଉଁ ଜାଗାରେ ସମ୍ଭବ ଆପଣ ସେମାନଙ୍କର ଅନୁଭୂତିକୁ ନେଇ ଉଦାହରଣ ଦିଅନ୍ତୁ ଏବଂ ଶିକ୍ଷଣକୁ ତାଙ୍କ ନୀତିଦିନିଆ ଜୀବନ ସହ ସମ୍ପର୍କିତ କରାନ୍ତୁ ।
  • ଭାଷାର ବ୍ୟବହାର :ଆପଣ ଯେଉଁ ଭାଷା ବ୍ୟବହାର କରୁଛନ୍ତି ,ସେ ସମ୍ପର୍କରେ ଚିନ୍ତା କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଭଲ କଥା କହି ପ୍ରଶଂସା କରନ୍ତୁ । ସେମାନଙ୍କୁ କେବେ ବି ଥଟ୍ଟା କରନ୍ତୁ ନାହିଁ। ସର୍ବଦା ଶିକ୍ଷାର୍ଥୀଟିକୁ କିଛି ନ କହି ବ୍ୟବହାର ପରିବର୍ତ୍ତନ ପାଇଁ ମନ୍ତବ୍ୟ ଦେଇପାରନ୍ତି,”ତୁ ମତେ ଆଜି ବିରକ୍ତ କଲୁଆ “,ନ କହି ,ଏପରି କୁହାଯାଇପାରେ ,”କ’ଣ କିଛି ଅସୁବିଧା ହୋଇଛି,ତୁମେ ଆଜି ପଧାରେ ମନ ଦେଇ ନାହିଁ ,ତୁମର ଏପରି ବ୍ୟବହାର ଆଜି ମତେ ବିରକ୍ତ ଲାଗିଲା ।“ ଏଥିରୁ କେଉଁଟି ଅଧିକ ଭଲ ?
  • ଗତାନୁଗତିକ ପନ୍ଥାରୁ ଅଲଗା : ଝିଅମାନଙ୍କୁ କିଛି ଭିଣା କାମ କରିବାର ଉଦାହରଣ ଦିଅନ୍ତୁ କିମ୍ବା କୌଣସି ଆଦର୍ଶ ମହିଳାଙ୍କୁ ବିଦ୍ୟାଳୟ କୁ ନିମନନ୍ତରଣ କରନ୍ତୁ,ଯେପରି ମହିଳା ବୈଜ୍ଞାନିକ । ସାଜରେ  ନିଜର ଗତାନୁଗତିକ କାର୍ଯ୍ୟଧାରାକୁ ମାନେ ପକାନ୍ତୁ । ଆପଣ ଜାଣନ୍ତି ଝିଅମାନେ ଖେଳିବାକୁ ଭଲ ପାଆନ୍ତି  ଏବଂ ପୁଅମାନେ ମଧ୍ୟ କାନଦାନତି । କିନ୍ତୁ ସାଧାରଣତଃ ଆମେ ସମୟରେ କଥାବାର୍ତ୍ତା କଲାବେଳେ ଗତାନୁଗତିକ ଧାରରେ ଆମେ ଠିକ ଓଲଟା ହଁ କରିଥାଉ । କାରଣ ଏହା କହିବାରେ ଆମେ ଅଭ୍ୟସ୍ତ ।
  • ଗୋଟିଏ ସୁସ୍ଥ ସ୍ବାଗତଯୋଗ୍ୟ ଶିକ୍ଷଣ ପରିବେଶ:pରତ୍ଯେକ ଶିକ୍ଷାର୍ଥୀ ନିଜ ବିଦ୍ୟାଳୟକୁ ଏକ ନିରାପଦ ସ୍ଥାନ ବୋଲି ଭାବିବା ଆବଶ୍ୟକ । ତେଣୁ ଆପଣ ଏପରି ଏକ ପରିବେଶ ସୃଷ୍ଟି କରିବା ଦରକାର ଯେଉଁଥିରେ ଶିକ୍ଷାର୍ଥୀମାନେ ଅନୁଭବ କରିବେ ଯେ ସେମାନେ ସମସ୍ତଙ୍କ ଠାରୁ ସମ୍ମାନଜନକ ଓ ବନ୍ଧୁତା ପୂର୍ଣ୍ଣ ବ୍ୟବହାର ପାଇପାରୁନାହାନ୍ତି ବା ଶାରୀରିକ ଅକ୍ଷମ ସେମାନଙ୍କୁ ଏପରି ଜାଗାରେ ବସାନ୍ତୁ,ଯେପରିକି ସେମାନେ ପାଠପଢାକୁ ସହଜରେ ବୁଝିପାରିବେ । ଲାଜକୁଳା ବା ଚଗଲା ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରନ୍ତୁ, ଯେପରିକି ସେମାନେ ମଧ୍ୟ ଶିକ୍ଷଣରେ ଭାଗୀଦାର ହୋଇପାରିବେ ।

ସ୍ଵତନ୍ତ୍ର ଶିକ୍ଷଣ ପନ୍ଥା

ସବୁ ଶିକ୍ଷାର୍ଥୀ ଯେପରି ଶିକ୍ଷଣରେ ଭାଗ ନେଇପାରିବେ ସେଥିପାଇଁ ବିଭିନ୍ନ ପ୍ରକାର ପନ୍ଥା ଅଛି । ସେ ସମ୍ପର୍କରେ ବିଶେଷ ବର୍ଣ୍ଣନା ଅନ୍ୟ ୟୁନିଟରେ ଆଲୋଚନା କରାଯାଇଛି । ଏଠାରେ ସଂକ୍ଷେପରେ କିଛି କୁହାଯାଇଛି ।

  • ପ୍ରଶ୍ନ ପଚାରିବା : ଆପଣ ଯଦି ଶିକ୍ଷାର୍ଥୀମାନଙ୍କୁ ଉତ୍ତର ଦେବା ପାଇଁ ହାତ ଟେକିବାକୁ କହିଲେ,ତେବେ ସେହି ଶିକ୍ଷାର୍ଥୀ ହିଁ ଉତ୍ତର ଦେବେ । ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣ ଯଦି ଅଧିକ ଶିକ୍ଷାର୍ଥୀଙ୍କର ଅଂଶଗ୍ରହଣ ଚାହୁଁଥାନ୍ତି, ତେବେ ସେଥିପାଇଁ ଅନ୍ୟ ଉପାୟ ଅଛି । ଆପଣ ପ୍ରଶ୍ନ ଟି କୌଣସି ନିର୍ଦ୍ଧିଷ୍ଟ ଶିକ୍ଷାର୍ଥୀଙ୍କୁ ପଚାରିପାରନ୍ତି । ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ “ ମୁଁ ଯାହାକୁ କହିବି ସେ ଉତ୍ତର ଦେବା । “ସେତେବେଳେ ସାମ୍ନାରେ ବସିଥିବା ଶିକ୍ଷାର୍ଥୀଙ୍କ ଛଡା ପଛ ଓ କଦରେ ବସିଥିବା ଶିକ୍ଷାର୍ଥୀମାନଙ୍କୁ ପଚାରି ପାରିବେ । ଶିକ୍ଷାର୍ଥୀମାନଙ୍କୁ ଭାବିବାକୁ କିଛି ସମୟ ଦେବା ଆବଶ୍ୟକ । ଆପଣ ଦୁଇ ଜଣିଆ ବା ଦଳଗତ  କାର୍ଯ୍ୟ କରିବା ପାଇଁ କହିପାରନ୍ତି । ଏହାଦ୍ବାରା ଶିକ୍ଷାର୍ଥୀମାନଙ୍କ ର ନିଜ ପ୍ରତି ବିଶ୍ଵାସ ଜନ୍ମିଥାଏ ଏବଂ ଏବଂ ଆଲୋଚନା ସମୟରେ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଭାଗ ନେଇଥାନ୍ତି ।
  • ଆକଳନ: ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଜାଣିବା ପାଇଁ ଗଠନମୂଳକ ଆକଳନ ବିଭିନ୍ନ କୌଶଳ ତିଆରି କରନ୍ତୁ।ଶିକ୍ଷାର୍ଥୀମାନଙ୍କର ଅନ୍ତର୍ନିହିତ ଶକ୍ତି ଏବଂ ଦୁର୍ବଳତା ଜାଣିବା ପାଇଁ ଆପଣଙ୍କୁ ସୃଜନଶୀଳ ହେବାକୁ ପଡିବ । ଶିକ୍ଷାର୍ଥୀଙ୍କ ଦକ୍ଷତା ସମ୍ପର୍କରେ ଅନ୍ୟମାନଙ୍କ ଠାରୁ ଶୁଣି କୌଣସି ସାଧାରଣ ମନ୍ତବ୍ୟ ଦେବା ଅପେକ୍ଷା ଗଠନମୂଳକ ଆକଳନ କରିବା ଦ୍ଵାରା ଠିକ ସୂଚନା ମିଳିଥାଏ । ଏହାଦ୍ବାରା ଆପଣ ପ୍ରତ୍ୟେକ ଶିକ୍ଷାର୍ଥୀର ଆବଶ୍ୟକତାକୁ ବୁଝି ତାର ଶିକ୍ଷଣ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
  • ଦଳଗତ ଓ ଯୋଡି କାର୍ଯ୍ୟ : ପ୍ରତ୍ୟେକ ଶିକ୍ଷାର୍ଥୀ ଯେପରି କାମରେ ଭାଗ ନେବେ ଓ ପ୍ରତ୍ୟେକ ଶିକ୍ଷାର୍ଥୀ ଅନ୍ୟକୁ ଗୁରୁତ୍ଵ ଦେବେ। ଏହାକୁ ଦୃଷ୍ଟି ଆଗରେ ରାଖୀ କିପରି ଦଳଗତ ଓ ଦୁଇଜଣିଆ ଦଳର କାର୍ଯ୍ୟ ପାଇଁ ଶିକ୍ଷାର୍ଥୀଙ୍କୁ ଭାଗ କରିବେ, ସେ ସମ୍ପର୍କରେ ଚିନ୍ତା କରନ୍ତୁ । ସେମାନେ ଯାହା ଜାଣିଛନ୍ତି,ତା ଉପରେ ନିଜର ବିଶ୍ଵାସ ଜନ୍ମାଇବା ସହ ପ୍ରତ୍ୟେକ ଶିକ୍ଷାର୍ଥୀ ଯେପରି ଶିକ୍ଷଣର ସୁଯୋଗ ପାଇବେ ,ତାହା ନିଶ୍ଚିତ କରିବା ଉଚିତ । କେତେକ ଶିକ୍ଷାର୍ଥୀ ଛୋଟ ଦଳରେ କାମ କଲାବେଳେ ପ୍ରଶ୍ନ ପଚାରନ୍ତି ଏବଂ ନିଜର ଧାରଣାକୁ ସାହସର ସହିତ ଉପସ୍ଥାପନା କରିପାରନ୍ତି,କିନ୍ତୁ ଶ୍ରେଣୀର ସବୁ ଶିକ୍ଷାର୍ଥୀଙ୍କ ଆଗରେ କିଛି କହିପାରନ୍ତି ନାହିଁ ।
  • ପାର୍ଥକ୍ୟ କରିବା : ବିଭିନ୍ନ ଦଳକୁ ଭିନ୍ନ ଭିନ୍ନ କାର୍ଯ୍ୟ ଦେବା,ଶିକ୍ଷାର୍ଥୀମାନେ କାର୍ଯ୍ୟର କେଉଁଠାରୁ ଆରମ୍ଭ କରି କେଉଁ ପରଜ୍ଯନତା ଯିବେ,ସେ ସମ୍ପର୍କରେ ଜାଣିବା ପାଇଁ ସାହାଯ୍ୟ କରିଥାଏ । ମୁକ୍ତ ଉତ୍ତରମୂଳକ କାର୍ଯ୍ୟ ଦିଆଗଲେ ସବୁ ଶିକ୍ଷାର୍ଥୀମାନେ ସଫଳତା ପାଇବା ପାଇଁ ସୁଯୋଗ ପାଆନ୍ତି । ଶିକ୍ଷାର୍ଥୀମାଙ୍କୁ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ପାଇଁ ଦିଆଗଲେ,ସେମାନେ କାମ କରିବା ନିଜର ଦାୟିତ୍ଵ ବୋଲି ଭବିଠନ୍ତି ଏବଂ ନିଜର ଶିକ୍ଷଣ ଅବଶ୍ୟକତାକୁ  ଜାଣିବା କଷ୍ଟକର କଥା । କିନ୍ତୁ ବିଭିନ୍ନ ପ୍ରକାରର ଶିକ୍ଷଣକାର୍ଯ୍ୟ ବ୍ୟବହାର କରି ଏହା କରାଯାଇପାରେ ।

ସମ୍ବଳ 2 ଶିକ୍ଷାବିଜ୍ଞାନ : ଅନୁସନ୍ଧାନ ମାଧ୍ୟମରେ ଧାରଣ।ଗୁଡିକ ପରୀକ୍ଷା କରିବା ଏବଂ ତଥ୍ୟ ସଂଗ୍ରହ କରିବା

ଶିକ୍ଷାର୍ଥୀମାନଙ୍କ ର ଅନୁସନ୍ଧାନ କରିବା କୌଶଳ ବଢାଇବା ପାଇଁ ଆପଣ ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରିପାରିବେ । ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଅନୁସନ୍ଧାନ କରିବା ସମୟରେ ନିମ୍ନରେ ଦିଆଯାଇଥିବା ମୁଖ୍ୟ ସୋପାନ ଅନୁସାରେ କାର୍ଯ୍ୟ କରିପାରିବେ ।

  • ପ୍ରସଙ୍ଗଟି ଚିନ୍ତା କରନ୍ତୁ: ପ୍ରସଙ୍ଗଟି ସମପରକରେ ଶିକ୍ଷାର୍ଥୀମାନଙ୍କ ମନରେ ଥିବା ଧାରଣା ଜାଣିବା ପାଇଁ ମାନସିକ ଚିନ୍ତନ କିମ୍ବା ମନ ମଧ୍ୟରେ ପ୍ରସଙ୍ଗ ସମ୍ପର୍କରେ ଚିନ୍ତା କରିବା ପ୍ରକ୍ରିୟାକୁ ବ୍ଯ୍ବହାର କରାଯାଇପାରେ । ଏହା ଆପଣଙ୍କ ଶ୍ରେଣୀର ସବୁ ଶିକ୍ଷାର୍ଥୀଙ୍କୁ ଏକାଠି କରି କିମ୍ବା ପ୍ରଥମେ ଛୋଟ ଦଳରୁ ଆରମ୍ଭ କରି ପରେ ପୁରା ଶ୍ରେଣୀର ସବୁ ଶିକ୍ଷାର୍ଥୀଙ୍କ ପାଇଁ କରାଯାଇଥାୟପରେ । ଏହାର ଗୁରୁତ୍ଵ ହେଉଛି,ସବୁ ଶିକ୍ଷାର୍ଥୀଙ୍କୁ ସକ୍ରିୟ ଭାବରେ ପ୍ରସଙ୍ଗ ରେ ଥିବା ସମସ୍ଯା ସମ୍ପର୍କରେ ଚିନ୍ତା କରି ଓ ସେ ସମ୍ପର୍କରେ ସେମାନଙ୍କର କ’ଣ ନୂତନ ଜ୍ଞାନ ଅଛି ,ସେ ସମ୍ପର୍କରେ ଜାଣିବା ।
  • ସଂଜ୍ଞ। କେନ୍ଦ୍ରିତ କରନ୍ତୁ: ମାନସମନ୍ଥନ ଫଳରେ ଅନେକ ଧାରଣ ମନ ଭିତରକୁ ଆସେ । ଏସବୁକୁ କଳାପଟା ବା ଡ୍ରୟଙ୍ଗସିଟ ରେ ଲିପିବଦ୍ଧ କଲେ,ସେ ସବୁର ଉତ୍ତର ବାହାର କରି ଶିକ୍ଷାର୍ଥୀମାନେ ବିଷୟରେ ଉଦ୍ଦେଶ୍ୟ ଜାଣିପାରନ୍ତି ଓ ଭଲ ଭାବରେ ବୁଝିପାରନ୍ତି । ଆପଣ ପ୍ରାୟ ଏପରି ବ୍ୟବହାର କରିବା ପାଇଁ ଗୋଟିଏ ମଞ୍ଜି ବଢିବା ପାଇଁ କେଉଁ ସବୁ ଉପାଦାନ ଆବଶ୍ୟକ ? କିମ୍ବା ଏକ ବୀଜ ପତ୍ରୀ ଓ ଦୁଇ ବୀଜ ମଞ୍ଜୀର ଅଙ୍କୁରୋଦମ ରେ କ’ଣ ପାର୍ଥକ୍ୟ ଅଛି ?
  • ଆପଣଙ୍କ ଅନୁସନ୍ଧାନ ପାଇଁ ଯୋଜନା କରିବା : ଆପଣକ ପାଖରେ ବିଭିନ୍ନ ପ୍ରକାର ପଦ୍ଧତି ଅଛି । ଶିକ୍ଷାର୍ଥୀମାନେ କେଉଁ ପଦ୍ଧତି କୁ କିପରି ଓ କାହିଁକି ବ୍ୟବହାର କରିବେ ସେ ସମ୍ପର୍କରେ ଚିନ୍ତା କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ଜାଣିବା ଦରକାର ସେମାନଙ୍କ ପରୀକ୍ଷା ପଦ୍ଧତି ଟି ଠିକ ରୂପେ କରିଛନ୍ତି । ଯାହାର ଅର୍ଥ,ଯେ କୌଣସି ସମୟରେ କେବଳ ଗୋଟିଏ ମାତ୍ର ଉପାଦାନ କୁ ବଦଳା ଯାଇପାରିବ ,ଫଳାଫଳକୁ କିପରି ଲିପିବଦ୍ଧ କରିବେ,ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ।
  • ଅନୁସନ୍ଧାନକୁ ଆଗେଇ ନେବା ଓ ଫଳାଫଳକୁ ଲିପିବଦ୍ଧ କରିବା : ଶିକ୍ଷାର୍ଥୀମାନେ ଅନୁସନ୍ଧାନ କୁ ଆଗେଇନେବେ ଓ ମୁଖ୍ୟ ଉପଲବ୍ଦ୍ଧଗୁଡିକୁ ଲେଖି ରଖିବେ । ଅନୁସନ୍ଧାନ ସମ୍ପର୍କରେ ବିବୃତ୍ତି ଦେବା ମୌଖିକ କିମ୍ବା ଗ୍ରାଫ,ପୋଷ୍ଟର ,ଚାର୍ଟ ,ସାରଣୀ ମାଧ୍ୟମରେ ଲିପିବଦ୍ଧ କରାଯାଇପାରେ ,ଯାହାକି ଉପଲବ୍ଦ୍ଧ ଗୁଡିକ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟ କୁ ସହଜରେ ବୁଝିହେବ ।
  • ଉପଲବ୍ଦ୍ଧିକୁ ଉପସ୍ଥାପନା କରିବା: ଥରେ ତଥ୍ୟ ଗୁଡିକ ଲିପିବଦ୍ଧ କରିସାରିଲା ପରେ ତାର ଉପଲବ୍ଦ୍ଧି ଗୁଡିକୁ ଉପସ୍ଥାପନ କରିବାକୁ ପଡିବ ।

 

ଏହା ଗୁରୁତ୍ଵପୂର୍ଣ୍ଣ ଅଟେ, ଯେ ଜଣେ ଶିକ୍ଷକ ହିସାବରେ ଆପଣ ପ୍ରଥମେ ଶିକ୍ଷାର୍ଥୀଙ୍କ ଆଲୋଚନା ଉପରେ କୌଣସି ହସ୍ତକ୍ଷେପ କରିବା ନାହିଁ । ପ୍ରଥମେ ଶିକ୍ଷାର୍ଥୀମାନଙ୍କ ଉତ୍ସାହିତ କରିବା ପାଇଁ ମନରେ ଥିବା ତାଙ୍କ ଧାରଣାକୁ ମୌଖିବା ଭାବେ ବା ଲିପିବଦ୍ଧ ଆକାରରରେ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ । ତା’ପରେ ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ ସାହାଯ୍ୟରେ ଉଦ୍ଦେଶ୍ୟ ଅନୁସାରେ ମୁଖ୍ୟ ଉପଲବ୍ଧିଗୁଡିକୁ ସଜାଇ ଲେଖନ୍ତି ।

ସମ୍ବଳ 3 : ସ୍ଥାନୀୟ ସମ୍ବଳର ବ୍ୟବହାର କରିବା

ପାଠ୍ୟପୁସ୍ତକ ବ୍ୟତୀତ ଶିକ୍ଷଣ ପାଇଁ ଅନେକଗୁଡିଏ ସମ୍ବଳ ବ୍ୟବହାର କରାଯାଇପାରିବ । ଶିକ୍ଷାର୍ଥୀମାନେ ବିଭିନ୍ନ ବିଭିନ୍ନ ଇନ୍ଦ୍ରିୟ ,ଯଥା ଶ୍ରବଣେନ୍ଦ୍ରିୟ ,ଦର୍ଶନେନ୍ଦ୍ରିୟ,ସ୍ପର୍ଶେନ୍ଦ୍ରିୟ ,ଘ୍ରାଣେନ୍ଦ୍ରିୟ ଓ ସ୍ବ।ଦେନ୍ଦ୍ରିୟ ସାହାଯ୍ୟ ବ୍ୟବହାର କରି ଅନେକ କଥା ଶିଖିଥାନ୍ତି । ଆପଣଙ୍କ ଚାରିପାଖରେ ଅନେକ ସମ୍ବଳ ଅଛି, ଯାହାକି ଆପଣଙ୍କ ଶ୍ରେଣୀ କୋଠରୀରେ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କ ଶିକ୍ଷଣରେ ସାହାଯ୍ୟ କରିପାରିବେ । ଯେ କୌଣସି ବିଦ୍ୟାଳୟ ବିନା ମୂଲ୍ଯରେ ଶିକ୍ଷଣ ପାଇଁ ଅନେକ ସମ୍ବଳ ଯୋଗାଡ କରିପାରିବ। ନିଜ ଅଞ୍ଚଳରେ ମିଳୁଥିବା ସାମଗ୍ରୀ ଶିକ୍ଷଣ ପାଇଁ ବ୍ୟବହାର କରିବା ଫଳରେ ଶିକ୍ଷାର୍ଥୀଙ୍କର ନୀତିଦିନିଆ ଜୀବନ ସହ ଯୋଡିହୁଏ । ଆପଣଙ୍କ ଚାରିପାଖରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନଙ୍କର ଅନେକ ବିଷୟରେ ଅଭିଜ୍ଞାତା ଅଛି । ଆପଣଙ୍କ ପାଖରେ ଅନେକ ପ୍ରକୃତିକ ସମ୍ବଳ ଭରି ରହିଛି ।ଏହା ଆପଣଙ୍କୁ ଗୋଷ୍ଠୀ ସହିତ ସମ୍ପର୍କ ସ୍ଥାପନ କରିବାରେ ,ସେମାନଙ୍କର ମୂଲ୍ଯବୋଧ କୁ ବୁଝିବାରେ,ଶିକ୍ଷାର୍ଥୀମାନଙ୍କୁ ପରିବେଶର ଭିନ୍ନତା ଏବଂ ସମୃଦ୍ଧତା ବୁଝିବାରେ ସାହାଯ୍ୟ କରେ । ଆମ ପରିବେଶରେ କେତେ ସମ୍ବଳ ଲୁଚିରହିଛି ଏବଂ କେତେ ପ୍ରକାର ଲୋକ ଅଛନ୍ତି ,ସେ ସମ୍ପର୍କରେ ଜାଣିହୁଏ । ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ପାଇଁ ବିଦ୍ୟାଳୟ ଭିତର ଓ ବାହାର ସମ୍ବଳ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୁଝିପାରିବେ ?

ଶ୍ରେଣୀ କକ୍ଷର ବହୁଳ ଉପଯୋଗ କରିବା

ଲୋକମାନେ ଅନେକ ପରିଶ୍ରମ କରି ନିଜର ଘରକୁ ସଜାଇ ଯେତେ ପାରେ ସେତେ ଆକର୍ଷଣୀୟ କରିବାକୁ ଚେଷ୍ଟା କରନ୍ତି ଆପଣକମାନେ ମଧ୍ୟ ବିଦ୍ୟାଳୟ ପରିବେଶ ସମ୍ପର୍କରେ ଚିନ୍ତା କରିବା ଦରକାର ଯେଉଁଠିକି ଶିକ୍ଷାର୍ଥୀମାନେ ଶିଖିବା ପାଇଁ ଆସନ୍ତି ବିଦ୍ୟାଳୟ ଶ୍ରେଣୀ କକ୍ଷକୁ ଆକର୍ଷଣୀୟ କରାଗଲେ ,ଏହା ଶିକ୍ଷାର୍ଥୀମାନଙ୍କର ପାଠ ଏକ ପ୍ରକାର ସାକାରାତ୍ମକ ପ୍ରଭାବ ପକାଇଥାଏ ।ଅନେକ ଜିନିଷ ଅଛି ,ଯାହାକି ଆପଣ ବ୍ୟବହାର କରି ନିଜର ଶ୍ରେଣୀକକ୍ଷରେ ଶିକ୍ଷାର୍ଥୀମାନଙ୍କର ପାଇଁ ଆକର୍ଷଣୀୟ ଓ ଚିତ୍ତାକର୍ଷକ କରିପାରିବେ । ଉଦାହରଣ ସ୍ୱରୂପ :

  • ପୁରୁଣା ମ୍ୟାଗାଜିନ ଓ ବିବରଣୀ ପୁସ୍ତିକାରୁ ପୋଷ୍ଟର ସଂଗ୍ରହ କରିବା ।
  • ବିଷୟବସ୍ତୁ ସମ୍ପର୍କିତ ବିଭିନ୍ନ ଜିନିଷ ସଂଗ୍ରହ କରିବା ।
  • ଶିକ୍ଷାର୍ଥୀମାନଙ୍କର  କାର୍ଯ୍ୟକୁ ପ୍ରଦର୍ଶନ କରାଇବା ।
  • ଶିକ୍ଷାର୍ଥୀମାନଙ୍କୁ କୌତୁହଳୀ ଓ ନୁଆଟଣା ଶିକ୍ଷଣ ପାଇଁ ଶ୍ରେଣୀ କକ୍ଷରେ ପ୍ରଦର୍ଶନକୁ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରିବା ।

 

ସ୍ଥାନୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ଶ୍ରେଣୀ କୋଠରୀକୁ ନିମନ୍ତ୍ରଣ କରିବା

ଆପଣ ଯେତେବେଳେ ଟଙ୍କା ପଇସା କିମ୍ବା ଗଣିତରେ ପରିମାଣ ସମ୍ପର୍କରେ ପଢାଇବାକୁ ଯାଉଛନ୍ତି ,ସେତେବେଳେ କୌଣସି ବ୍ୟବସାୟ କିମ୍ବା ପୋଷାକ ପ୍ରସ୍ତୁତକାରୀ ଦର୍ଜୀଙ୍କୁ ଶ୍ରେଣୀକକ୍ଷକୁ ଡାକି ସେମାନେ କିପରି ନିଜର କାମ ପାଇଁ ଗଣିତକୁ ବ୍ୟବହାର କରୁଛନ୍ତି,ତାହା ବୁଝାଇବା ପାଇଁ କହିବେ । ସେହିପରି କଳା ସୌନ୍ଦର୍ଜ୍ୟ ଆପଣ ଯଦି ବିଭିନ୍ନ ନକ୍ସା ବା ଆକୃତି ସମ୍ପର୍କରେ ଅନ୍ଵେଷଣ କରୁଛନ୍ତି,ସେତେବେଳେ କୌଣସି ମେହେନଦୀ କରୁଥିବା ବ୍ୟକ୍ତିଙ୍କୁ ବିଦ୍ୟାଳୟକୁ ଡାକି,ଆକାର,ଆକୃତି ଓ କରିବାର କୌଶଳ ସମ୍ପର୍କରେ କହିବା ପାଇଁ ନିମନ୍ତ୍ରଣ କରିବେ । ଭାଦ୍ର ବ୍ୟକ୍ତି ଙ୍କୁ ନିମନ୍ତ୍ରିତ କରିବା ଦ୍ଵାରା ଅଭିଜ୍ଞତାକୁ ବର୍ଣ୍ଣନା କରି ଶିକ୍ଷାର୍ଥୀମାନଙ୍କ ମନରେ ଥିବା ଧାରଣାକୁ ବଦଳାଇପାରନ୍ତି  ।

 

ଆପଣ ଙ୍କ ବିଦ୍ୟାଳୟ ଭିତରେ ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିମାନେ ଅଛନ୍ତି । ଯେପରିକି ରୋଷେୟା ଓ କେୟାର ଟେକର ଯେଉନମାନଙ୍କୁ ଶିକ୍ଷାର୍ଥୀମାନେ ନିଜର ଶିକ୍ଷଣ ସମ୍ପର୍କରେ କିଛି ପ୍ରଶ୍ନ ପଚାରି ଆଲୋଚନା କରିପାରିବେ । ଉଦାହରଣ ସ୍ୱରୂପ ରୋଷେଇ କରିବାରେ କେତେ ପରିମାଣ ଜିନିଷ ବ୍ୟବହାର କରାଯାଇପାରେ,ଋତୁ ଅନୁସାରେ ବିଦ୍ୟାଳୟ ର ବାଡିବଗିଚା କିପରି ଦିଶୁଥାଏ।

ବିଦ୍ୟାଳୟ ବାହାର ପରିବେଶକୁ ବ୍ୟବହାର କରିବା

ବିଦ୍ୟାଳୟ ବାହାରେ ଅନେକ ସମ୍ବଳ ଅଛି,ଯାହାକି ଆପଣ ପଢାଇବା ସମୟରେ ବ୍ୟବହାର କରିପାରିବେ । ବାହାରୁ ଆପଣ ନିଜେ କିମ୍ବା ଶିକ୍ଷାର୍ଥୀମାନଙ୍କ ଦ୍ଵାରା ବିଭିନ୍ନ ପାତ୍ର ,ଗଛ ,କୀଟପତଙ୍ଗ ବୁଢିଆଣୀ,କଥା କିମ୍ବା ପଥର ସଂଗ୍ରହ କରିପାରିବେ । ସେ ସବୁ ଶ୍ରେଣୀ କକ୍ଷରେ ପ୍ରଦର୍ଶିତ କରି ପାଠ ପଢାଇବା ସମୟରେ ବ୍ୟବହାର କରିବା ଦ୍ଵାରା ଶିକ୍ଷାର୍ଥୀମାନେ ପାଠ ପ୍ରତି ଆଗ୍ରହୀ ହେବେ । ସେମାନେ ମଧ୍ୟ ବିଭିନ୍ନ ବସ୍ତୁ ଆଲୋଚନା,ପରୀକ୍ଷଣ ,ବର୍ଗୀକରଣ ,ଯିବନିର୍ଜୀବ ମଧ୍ୟରେ ପାର୍ଥକ୍ୟ ଦେଖାଇବା ପାଇଁ ସାମଗ୍ରୀ ଯୋଗାଇପାରିବା ।ବିଦ୍ୟାଳୟ ବାହାରେ ବା ଅଞ୍ଚଳରେ ଅତି ସହଜରେ ମିଳୁଥିବା ବିଭିନ୍ନ ସମ୍ବଳ ଯଥା :ବସ ଟାଇମ ଟେବୁଲ ଓ ବିଭିନ୍ନ ବିଜ୍ଞାପନ କୁ ଶିକ୍ଷଣ ସାମଗ୍ରୀ ରୂପେ ନେଇ ସେଥିରୁ ଶବ୍ଦ ଚିହ୍ନଟ – ତୁଳନା କରିବା,କୌଣସି ସ୍ଥାନକୁ –ଯାତ୍ରା କରିବାର ସମୟ ନିର୍ଣ୍ଣୟ କରିବା ଆଦି ଶିକ୍ଷଣକାର୍ଯ୍ୟ କରାଯାଇପାରେ ।

ବାହାରୁ ସାମଗ୍ରୀ ସବୁ ଶ୍ରେଣୀ କୋଠରୀକୁ ଅଣାଯାଇପାରିବା ଓ ଦରକାର ସମୟରେ ବାହାରକୁ ମଧ୍ୟ ଶ୍ରେଣୀ କୋଠରି ରୂପେ ବ୍ୟବହାର କରାଯାଇପାରିବ । ସମସ୍ତ ଶିକ୍ଷାର୍ଥୀ ବାହାରେ ବୁଲି ବୁଲି ବହୁତ କଥା ଦେଖିପାରିବେ । ଆପଣ ଯେତେବେଳେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ପାଇଁ ବାହାରକୁ ନେବା । ସେମାନେ ନିମ୍ନଲିଖିତ କାର୍ଯ୍ୟ ସବୁ କରିପାରିବେ ।

  • ଅନୁମାନ କରିବେ ଏବଂ ଦୂରତା ମାପିବେ ।
  • ବୃତ୍ତ ର କେନ୍ଦ୍ରବିନ୍ଦୁ ରୁ ପରିଧି ଦୂରତା ସର୍ବଦା ସମାନ ଏହା ପ୍ରଦର୍ଶନ କରି ଦେଖାଇପାରିବେ ।
  • ଦିନର ବିଭିନ୍ନ ସମୟରେ ଛାୟାର ଲମ୍ବକୁ ମାପ କରିବେ ।
  • ସୂଚନା ଓ ପ୍ରତୀକ ବୁଝିବେ ।
  • ସର୍ଭେ କାର୍ଯ୍ୟ ଓ ସାକ୍ଷାତକାର କରିପାରିବେ ।
  • ସୌରଜଗତ ଗ୍ରହମାନଙ୍କୁ ଚିହ୍ନଟ କରିପାରିବେ ।
  • ବାହାର ଶିକ୍ଷଣ ଅଧିକ ଅନୁଭୂତି ପୂର୍ଣ୍ଣ ଓ ପ୍ରକୃତିକ ହେବା ସହିତ ଅନ୍ୟ ଧାରଣାଗୁଡିକୁ ପାଇଁ ସହଜ କରାଇଥାଏ ।

 

ଆପଣଙ୍କୁ ଯଦି ବାହାରେ କାମ କରିବା ପାଇଁ ବିଦ୍ୟାଳୟ ପରିସର ଛାଡିବାକୁ ପଡିବ ତେବେ ଯିବା ପୂର୍ବରୁ ପ୍ରଥମେ ପ୍ରଧାନଶିକ୍ଷକ ଙ୍କ ଠାରୁ ଅନୁମତି ନେବେ,ସମୟ ପାଇଁ ଯୋଜନା କରିବେ,ଶିକ୍ଷାର୍ଥୀମାନଙ୍କ ର ନିରାପତ୍ତା ପ୍ରତି ଦ୍ରୁଷ୍ଟି ଦେବେ ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ କେତେକ ନିୟମ ପ୍ରସ୍ତୁତ କରି ତାକୁ ବୁଝାଇବଦେବେ । ଆପଣ ଏବଂ ଆପଣଙ୍କ ର ଶିକ୍ଷାର୍ଥୀମାନେ ସେ ସ୍ଥାନ ଛାଡିବା ପୂର୍ବରୁ କ’ଣ ସବୁ ଶିଖିକରି ଆସିବେ,ସେ ସମ୍ପର୍କରେ ସେମାନଙ୍କୁ ବୁଝାଇ ଦେବେ ।

ସମ୍ବଳକୁ ନିଜ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବା

ଆପଣଙ୍କ ପାଖରେ ମିଳୁଥିବା ସମ୍ବଲଗୁଡିକୁ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ନିମନ୍ତେ ଉପଯୁକ୍ତ ସାମଗ୍ରୀ କୁ ବାଛି ବ୍ୟବହାର କରନ୍ତୁ । ଏହି ପରିବର୍ତ୍ତନ ଛୋଟ ହେଲେ ମଧ୍ୟ ପ୍ରତ୍ୟେକ ଶିକ୍ଷାର୍ଥୀର ଶିକ୍ଷଣକୁ ପ୍ରାସଙ୍ଗିକ କରିବାରେ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ:ଆବଶ୍ୟକ ସ୍ଥଳେ ସ୍ଥାନ ,ଲୋକର ନାମ,ଗୀତାରେ ବ୍ୟକ୍ତି ର ଲିଙ୍ଗା କିମ୍ବା ଭିନ୍ନ କ୍ଷମା ଶିକ୍ଷାର୍ଥୀର ଗପ ବ୍ୟବହାର କରିପାରନ୍ତି । ଏହି ପ୍ରକାରରେ ଆପଣ ଆପଣଙ୍କ ସାଧନଗୁଡିକୁ ଉପଯୁକ୍ତ ଭାବେ ଶିକ୍ଷଣ ନିମନ୍ତେ ବ୍ୟବହାର କରିପାରିବେ ।

ଆପଣ ସହକର୍ମୀମାନଙ୍କୁ ସହଯୋଗ ରେ କାମ କରନ୍ତୁ ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କୁ ଅନେକ ଗୁଡିଏ କୌଶଳ ଶିଖିବା ଓ ବ୍ୟବହାର କରିବାକୁ ପଡିବ । ଆପଣଙ୍କର ଜଣେ ସାଙ୍ଗ ଗୀତା ଗାଇବାରେ ଦକ୍ଷ ହୋଇଥିବା ସମୟରେ ଆଉ ଜଣେ କଣ୍ଢେଇ ତିଆରି କରିବାରେ କିମ୍ବା ଆଉ ଜଣେ ବାହାରେ ବିଜ୍ଞାନ ମେଳା ଆୟୋଜନ କରିବାରେ ଦକ୍ଷ ହୋଇପାରନ୍ତି । ଆପଣ,ଆପଣଙ୍କ ସହକର୍ମୀମାନଙ୍କ ସାହାଯ୍ୟ ରେ ନିଜର ଶ୍ରେଣୀକକ୍ଷ କୁ ଉନ୍ନତ ମାନର ଶିକ୍ଷଣ ପରିବେଶରେ ପରିଣତ କରିପାରିବେ ।

ସମ୍ବଳ 4 :ମଞ୍ଜିରୁ ଅଙ୍କୁରୋଦମ ର ଲିପିବଦ୍ଧ ଫର୍ଦ

ସାରଣୀ 4.1:ମଞ୍ଜିରୁ ଅଙ୍କୁରୋଦମ ଲିପିବଦ୍ଧ ଫର୍ଦ

ନାମ

ସପ୍ତାହ

୧ ମ

 

୨ ୟ

ସମ୍ବଳ୫ : ଅନ୍ଵେଷଣ ର ଯୋଜନା ଫର୍ଦ(ଶିକ୍ଷାର୍ଥୀମାନଙ୍କ ଦ୍ଵାରା ପୂରଣ ହେବ)

ସାରଣୀ ୫.୧: ଅନ୍ଵେଷଣ ଯୋଜନା ଫର୍ଦ (ଶିକ୍ଷାର୍ଥୀମାନଙ୍କ ଦ୍ଵାରା ପୂରଣ ହେବ )

କାର୍ଯ୍ୟ

ତୁମ ଉତ୍ତରକୁ ଲିପିବଦ୍ଧ କର

ଅନୁମାନ କର

ଅନ୍ଵେଷଣ ପାଇଁ ଯୋଜନା କର

କ’ଣ ହେଲା ପର୍ଯ୍ୟବେକ୍ଷଣ କର

ଫଳାଫଳ କୁ ଲିପିବଦ୍ଧ କର

ଉପସଂହାର

ଆଧାର  :ଟେସ- ଇଣ୍ଡିଆ

3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top