ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ କରିବା କାର୍ଯ୍ୟ: ଆୟତନ ଓ ଧାରକତ୍ଵ
ସେଆର କରନ୍ତୁ

ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ କରିବା କାର୍ଯ୍ୟ: ଆୟତନ ଓ ଧାରକତ୍ଵ

ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଦେଖାଇବା’ । ସେହିପରି ଏକ ଶିକ୍ଷଣକାର୍ଯ୍ୟ, ଯାହା ଶିକ୍ଷାର୍ଥୀମାନଙ୍କୁ ଗାଣିତିକ ଧର୍ମ ଓ ପ୍ରୟୋଗଗୁଡ଼ିକ ସଂପର୍କରେ ସଚେତନ କରାଇଥାଏ ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥବା ପ୍ରାରସିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲଛି କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦ୍ରିତ କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତ ରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତ ରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ |

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ" ଶିକ୍ଷା ତତ୍ତ୍ବ ଆଧାରିତ | ଏଥରେ ଥବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିର୍ମିତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ଟେସ୍ ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)  ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରି ପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ |

ଓଡ଼ିଆ ସଂକଳନ, 1.0 ପ୍ରାରସ୍ଥିକ ଗଣିତ 09 ଓଡ଼ିଆ ଭାଷାନ୍ତର ସହାୟତା ; ଭାରତ ଜ୍ଞାନ ବିଜ୍ଞାନ ସମିତି : ଓଡିଶା Odisha

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳାଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

‘ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଦେଖାଇବା’ । ସେହିପରି ଏକ ଶିକ୍ଷଣକାର୍ଯ୍ୟ, ଯାହା ଶିକ୍ଷାର୍ଥୀମାନଙ୍କୁ ଗାଣିତିକ ଧର୍ମ ଓ ପ୍ରୟୋଗଗୁଡ଼ିକ ସଂପର୍କରେ ସଚେତନ କରାଇଥାଏ । ଅତି ସୃଷ୍ଟ ସମାନତା ଓ ପ୍ରଭେଦଗୁଡିକୁ ଶିଖୁବାରେ ଏହା ଫଳପ୍ରଦ । ଆପଣ ତୁଳନା କରିବା ବେଳେ ସାମଞ୍ଜସ୍ୟ ଦ୍ଵାରା ଆପଣ ସମାନତାକୁ ଚିହ୍ନଟ କରିପାରିବେ ଓ ଅସାମଞ୍ଜସ୍ୟ ଦ୍ଵାରା ଆପଣ ପ୍ରଭେଦକୁ ଚିହ୍ନଟ କରିପାରିବେ ।

ମାପକରିବା ବା ମାପିବା ହେଉଛି ଏକ କୌଶଳ ଯାହା ଆମେ ନିତିଦିନିଆ ଜୀବନରେ ବହୁଳ ଭାବେ ବ୍ୟବହାର କରିଥାଉ । ଉଦାହରଣ ସ୍ଵରୂପ : ରୋଷେଇରେ ବ୍ୟବହାର କରିବା ପାଇଁ ପାଣିର ପରିମାଣକୁ ମାପିବା, ମଟର ସାଇକେଲ ତେଲ, ଟାଙ୍କି ପୂର୍ଣ୍ଣ କରିବା ପାଇଁ ଇନ୍ଧନର ପରିମାଣ, ନୂଆ ପୋଷାକ ତିଆରି କରିବା ପାଇଁ କପଡ଼ାର ଦୈର୍ଘ୍ୟ ଇତ୍ୟାଦି । ଦୈନନ୍ଦିନ ଜୀବନରେ ମାପ କରିବା ବେଳେ ଆମେ ଅନେକ ସମୟରେ ଆକଳନ (estimation)କୁ ବ୍ୟବହାର କରିଥାଉ, ଉଦାହରରଣ ସ୍ବରୂପ : ପ୍ରାୟ ଦୁଇ କପ ପାଣି ଯୋଗ କର, ମଟର ସାଇକେଲ ଅଧା ଟାଙ୍କି ଇନ୍ଧନ ଦରକାର କରିବା ଇତ୍ୟାଦି । ସାଧାରଣତଃ ବିଦ୍ୟାଳୟ ଗଣିତ ଶିକ୍ଷଣରେ ନିର୍ଭୁଲ ମାପ ଓ ଉପଯୁକ୍ତ ଏକକର ବ୍ୟବହାର ହୋଇଥାଏ ।

ତ୍ରି-ମାତ୍ରିକ ବସ୍ତୁ ମାନଙ୍କର ମାପ ସହିତ ଆୟତନ ଓ ଧାରକତ୍ଵ ଧାରଣା ସଂପର୍କିତ । ସାଧାରଣତଃ ଶିକ୍ଷାର୍ଥୀମାନେ ଏହି ଧାରଣାରେ

ବିଭ୍ରାନ୍ତ ହୋଇଥାନ୍ତି । 'ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ' ଶିକ୍ଷାଦାନ କୌଶଳ ବ୍ୟବହାର କରି ଆୟତନ ଓ ଧାରକତ୍ଵ ମଧ୍ୟରେ ଥିବା ସମାନତା ଓ ପାର୍ଥକ୍ୟକୁ ବୁଝିବାରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କିପରି ସାହାଯ୍ୟ କରିପାରିବେ ତାହା ଏହି ଏକକରେ ଆପଣ ଚିନ୍ତା କରିପାରିବେ ।

ଏକକରୁ କ'ଣ ଶିଖିବେ

  • "ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟା" କୌଶଳକୁ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କୁ ଗାଣିତିକ ଧର୍ମକୁ ଲକ୍ଷ୍ୟ କରିବାକୁ ସାହାଯ୍ୟ କରିବା ।
  • ଆୟତନ ଓ ଧାରକତ୍ଵ ମଧ୍ୟରେ ଅବା ପାର୍ଥକ୍ୟକୁ ଶିକ୍ଷାଦାନ କରିବା ପାଇଁ କେତେକ ଫଳପ୍ରଦ ପନ୍ଥା ।
  • ତ୍ରି-ମାତ୍ରିକ ବସ୍ତୁ ମାପ ବୁଝିବାର ବିକାଶ ପାଇଁ କେତେକ ଶିକ୍ଷାଦାନ ଧାରଣା

ଏହି ଏକକର ଆଲୋଚନାକୁ ଜାତୀୟ ପାଠ୍ୟକ୍ରମ ଆଧାର(NCF) 2005 ଓ ଶିକ୍ଷକ ଶିକ୍ଷାର ଜାତୀୟ ପାଠ୍ୟକ୍ରମ ଆଧାର (NCFTE) 2009ର ଶିକ୍ଷାଦାନ ଆବଶ୍ୟକତା ସହ ସଂପର୍କିତ କରାଯାଇଛି । (ଏହା ସମ୍ବଳ-1 ରେ ଦିଆଯାଇଛି) । ଏହା ଆପଣଙ୍କୁ ଏହି ଆବଶ୍ୟକତାର ପରିପୂରଣରେ ସାହାଯ୍ୟ କରିବ ।

ଗାଣିତିକ ଧର୍ମର ଶିକ୍ଷଣ ନିମନ୍ତେ "ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ’ ଦେଖାଇବା କାର୍ଯ୍ୟ

“ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ” ଦେଖାଇବା ହେଉଛି ଏକ କୌଶଳ, ଶିକ୍ଷାର୍ଥୀମାନଙ୍କୁ ଗାଣିତିକ ଧର୍ମ ଓ ପ୍ରୟୋଗ ସଂପର୍କରେ ସଚେତନ କରାଇବା ପାଇଁ ଅତିସୂକ୍ଷ୍ମ ସମାନତା ଓ ପାର୍ଥକ୍ୟର ଶିକ୍ଷଣ ନିମନ୍ତେ ଏହା ଖୁବ୍ ଫଳପ୍ରଦ । 'ସାମଞ୍ଜସ୍ୟ ନିର୍ଣ୍ଣୟ ସମାନତାକୁ ଓ ଅସାମଞ୍ଜସ୍ୟ କରିବା ଦ୍ଵାରା ପ୍ରଭେଦକୁ ଚିହ୍ନଟ କରିହୁଏ ।

ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଦେଖାଇବା କାର୍ଯ୍ୟ ଆମକୁ ଗାଣିତିକ ବସ୍ତୁଗୁଡ଼ିକର ଧର୍ମ ସଂପର୍କରେ ଚିନ୍ତା କରିବା ନିମନ୍ତେ ବାଧ କରିଥାଏ ଏବଂ କ’ଣ ସମାନତା ଓ ପ୍ରଭେଦ ଅଛି ତାହା ଲକ୍ଷ୍ୟ କରିବାରେ ସାହାଯ୍ୟ କରିଥାଏ । ଏପରି କରିବା ଦ୍ଵାରା, ଶିକ୍ଷାର୍ଥୀମାନେ ସାଧାରଣ ଭାବେ ଲକ୍ଷ୍ୟ କରିପାରୁନଥୁବା ଉପାଦାନଗୁଡ଼ିକ ମଧ୍ୟରେ ସଂପର୍କ ସ୍ଥାପନ କରିପାରନ୍ତି । ଏହା ସେମାନଙ୍କୁ ବିଭିନ୍ନ ଗାଣିତିକ ଚିନ୍ତନ ପ୍ରକ୍ରିୟା ଯଥା – ସିଦ୍ଧାନ୍ତିକରଣ କରିବା, କ’ଣ ସମାନ ହୋଇ ରହେ ଓ କ'ଣ ପରିବର୍ଭନ ହେଇପାରେ (ଚଳ ଏବଂ ଅଚଳ କୁହାଯାଉଥିବା) ପ୍ରଭୃତିକୁ ପ୍ରୋସାହନ ଦେଇଥାଏ ଏବଂ ପରେ ପରେ ମତାମତର ସତ୍ୟତା ଯାଞ୍ଚ କରିବାରେ ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରିଥାଏ । ଅମୂର୍ଭ ଧାରଣାକୁ ବ୍ୟବହାର କରି ସଂପର୍କ ସ୍ଥାପନ କରିବା, ଧାରଣାର ସଂଗଠନକୁ ‘ଲକ୍ଷ୍ୟ’ କରିବା, ଘଟଣାର କାରଣ ନିର୍ଣ୍ଣୟ

କରିବା ଓ କୌଣସି ଉକ୍ତିର ସତ୍ୟତା ନିମନ୍ତେ ଯୁକ୍ତି ଉପସ୍ଥାପନ କରିବାରେ ଶିକ୍ଷାର୍ଥୀଙ୍କୁ ସାହାଯ୍ୟ କରିବା ସଂପର୍କରେ ଜାତୀୟ ପାଠ୍ୟକ୍ରମ ଆଧାରର ଆବଶ୍ଯକତାର ଏହା ଏକ ଉଦାହରଣ ।

ଆୟତନ ଓ ଧାରକତ୍ ତ୍ରି-ମାତ୍ରିକ ବସ୍ତୁମାନଙ୍କର ଧର୍ମ ବା ଗୁଣ ଅଟନ୍ତି । କୌଣସି ତ୍ରି-ମାତ୍ରିକ ବସ୍ତୁ ଶୂନ୍ୟରେ ଯେତିକି ସ୍ଥାନ ଅଧକାର କରେ ବା ଧରି ରଖେ ତାହା ହେଉଛି ତା'ର ଆୟତନ । ଅପରପକ୍ଷରେ, ଧାରକତ୍ଵ ହେଉଛି କୌଣସି ପାତ୍ରର ଧର୍ମ ଓ ଏହା କେତେ ଜିନିଷ ଧରି ରଖୁପାରୁଛି ତାହା ବର୍ଣ୍ଣନା କରିବା । ଶିକ୍ଷାର୍ଥୀମାନେ ଅନେକ ସମୟରେ ଏହି ଦୁଇଟି ଧାରଣାରେ ବିଭ୍ରାନ୍ତ ହୋଇଥାନ୍ତି (Watson et al, 2013) .

ଏଠାରେ ଦିଆଯାଇଥିବା ଶିକ୍ଷଣ କାର୍ଯ୍ୟ-1, ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ତ୍ରି-ମାତ୍ରିକ ବସ୍ତୁଗୁଡ଼ିକର ମାପ ଓ ତାର ଗୁଣ ସଂପର୍କରେ ଜାଣିବା ପାଇଁ ସାହାଯ୍ୟ କରିବ । ଏହି କାର୍ଯ୍ୟ ମଧ୍ୟ ଶିକ୍ଷାର୍ଥୀକୁ "ଆୟତନ” ଓ “ଧାରକତ୍ଵ” ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବା ପାଇଁ ଚିନ୍ତା କରିବା ନିମନ୍ତେ ପ୍ରେରଣା ଯୋଗାଇବ ।

ଏହି ଏକକରେ ଦିଆଯାଇଥୁବା କାର୍ଯ୍ୟଗୁଡ଼ିକୁ ଆପଣଙ୍କର ଶିକ୍ଷାର୍ଥୀମାନଙ୍କ ସହିତ କରିବା ପୂର୍ବରୁ, ସବୁଗୁଡିକୁ ହେଉ ବା କିଛି କାର୍ଯ୍ୟକୁ ପ୍ରଥମେ ଆପଣ ନିଜେ କରି ନେବା ଉଚିତ । ଏହା ମଧ୍ୟ ଭଲ ହେବ ଯେ ଆପଣ ଏହି କାର୍ଯ୍ୟଗୁଡ଼ିକୁ ନିଜ ସହକର୍ମୀଙ୍କ ସହିତ ମିଶି ପରୀକ୍ଷା କରିବେ କାରଣ ତାହା ଅଭିଜ୍ଞତା ଉପରେ ଚିନ୍ତନ କରିବାରେ ଆପଣଙ୍କୁ ସାହାଯ୍ୟ କରିବ । ନିଜେ ଏହି କାର୍ଯ୍ୟଗୁଡ଼ିକୁ ସଂପାଦନ କଲେ ଶିକ୍ଷାର୍ଥୀମାନଙ୍କର ଅଭିଜ୍ଞତାଗୁଡ଼ିକ ସମ୍ପର୍କରେ ଆପଣ ଅନ୍ତଦୃଷ୍ଟି ହାସଲ କରିବେ । ପ୍ରକାରାନ୍ତରେ, ଜଣେ ଶିକ୍ଷକ ହିସାବରେ ଏହା ଆପଣଙ୍କ ଶିକ୍ଷାଦାନ ଓ ନିଜର ଅଭିଜ୍ଞତାକୁ ପ୍ରଭାବିତ କରିବ ।

ଆପଣ ପ୍ରସ୍ତୁତ ହେବା ପରେ ଶିକ୍ଷାର୍ଥୀମାନଙ୍କ ସହିତ ଏହି କାର୍ଯ୍ୟଗୁଡ଼ିକୁ କରନ୍ତୁ । କାର୍ଯ୍ୟଟି କିପରି ହେଲା ଓ ଶିକ୍ଷାର୍ଥୀମାନେ କ’ଣ ଶିଖୁଲେ ସେ ସମ୍ପର୍କରେ ଚିନ୍ତନ କରି ଟୀପପଣୀ ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କୁ ଏକ ଉନ୍ନତ ଶିକ୍ଷାର୍ଥୀ-କୈନ୍ଦ୍ରିକ ଶିକ୍ଷାଦାନ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ । ଆପଣ ପ୍ରସ୍ତୁତ ହେବା ପରେ ଶିକ୍ଷାର୍ଥୀମାନଙ୍କ ସହିତ ଏହି କାର୍ଯ୍ୟଗୁଡ଼ିକୁ କରନ୍ତୁ । କାର୍ଯ୍ୟଟି କିପରି ହେଲା ଓ ଶିକ୍ଷାର୍ଥୀମାନେ କ’ଣ ଶିଖୁଲେ ସେ ସମ୍ପର୍କରେ ଚିନ୍ତନ କରି ଟୀପପଣୀ ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କୁ ଏକ ଉନ୍ନତ ଶିକ୍ଷାର୍ଥୀ-କୈନ୍ଦ୍ରିକ ଶିକ୍ଷାଦାନ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ ।

ଶିକ୍ଷଣକାର୍ଯ୍ୟ – 1 ତ୍ରି – ମାତ୍ରିକ ବସ୍ତୁଗୁଡିକ ବୁଝିବା

  • ଶିକ୍ଷାର୍ଥୀମାନଙ୍କୁ ପଚାରନ୍ତି ସେମାନେ ପୂର୍ବଦିନ ବ୍ୟବହାର କରିଥୁବା ଯେ କୌଣସି (ବସ୍ତୁ)ର ନାମ କହିବେ । ସେମାନେ ଯେଉଁ ବସ୍ତୁର ନାମ କହିବେ । ସେଗୁଡ଼ିକୁ କଳାପଟାରେ ଲେଖନ୍ତୁ । ଆପଣ ନିଶ୍ଚିତ ଭାବେ ଅନେକ ଜିନିଷର ତାଲିକା ପ୍ରସ୍ତୁତ କରିଥିବେ ଯଥା, ଗୁସ୍, ଟୁଥ୍ ଫେଷ୍ଟର ଟୁବ୍, ପ୍ରେଟ, ବହି, କଲମ, ପେନସିଲ, ମୁଦ୍ରା, ଦେସ୍କଲା, ମଗ, ହୁରୀ, ବୋତଲ, ରବର, ଚକ, ଟେଲିଫୋନ, ବାଲଟି, ତଉଲିଆ, ବଲ୍ ଇତ୍ୟାଦି ।
  • ବସ୍ତୁଗୁଡିକର ନାମ ଲେଖା ସରିବା ପରେ, ସେଗୁଡ଼ିକ ମଧ୍ୟରୁ କେତୋଟିରେ ମୁଣ୍ଡୁଳା ବୁଲେଇ ଦିଅନ୍ତୁ ଓ ମୁଣ୍ଡୁଳା ବୁଲାଯାଇଥୁବା ବସ୍ତୁଗୁଡ଼ିକ ମଧ୍ୟରେ କ’ଣ ସମାନତା ଅଛି ଚିହ୍ନଟ କରିବା ପାଇଁ ଶିକ୍ଷାର୍ଥୀଙ୍କୁ ପଶ୍ଚରନ୍ତୁ । ଏପରି ଜିନିଷ ବାଛନ୍ତୁ, ଯେଉଁଥୁରୁ ଶିକ୍ଷାର୍ଥୀମାନେ ସହଜରେ ଓ କମ୍ ସମୟରେ ତିନୋଟି ଯାକ ମାତ୍ରା (ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା)କୁ ଅନୁମାନ କରି ଚିହ୍ନେଇ ପାରିବେ ।

ଏବେ ଶିକ୍ଷାର୍ଥୀମାନଙ୍କୁ ଯୋଡ଼ିରେ ବା ଛୋଟ ଛୋଟ ଦଳରେ ବା ଭାଗ କରନ୍ତୁ ଓ ନିମ୍ନଲିଖୁତ ପ୍ରଶ୍ନ ପଶ୍ଚରନ୍ତୁ ।

  • ମୁଣ୍ଡୁଳା ବୁଲାଯାଇଥୁବା ପ୍ରତ୍ୟେକ ବସ୍ତୁ କ୍ଷେତ୍ରରେ ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଅନୁମାନ । ଆକଳନ କର

ସାରଣୀ – 1 ( ଅନୁମାନ ବା ଆକଳନ ଉଦାହରଣ)

ବସ୍ତୁ

ଦୈର୍ଘ୍ୟ

ପ୍ରସ୍ଥ

ଉଚ୍ଚତା

ଗ୍ଲାସ

 

 

 

ଟୁଥପେଷ୍ଟର ଟ୍ୟୁବ

 

 

 

ବହି

 

 

 

ପେନସିଲ

 

 

 

ମୁଦ୍ରା

 

 

 

ବୋତଲ

 

 

 

ଟେଲିଭିଜନ

 

 

 

  • ଯଦି ସମସ୍ତ ବସ୍ତୁ ସୁନାରେ ତିଆରି ହୋଇଥାନ୍ତେ, ତେବେ କାହାର ମୂଲ୍ୟ ସବୁଠାରୁ ଅଧୁକ ହୋଇଥାନ୍ତା (ବା ସବୁଠାରୁ କମ୍ ହୋଇଥାନ୍ତା ) ? ଏବେ ମୂଲ୍ୟ ଆଧାରରେ ଅଧୁକରୁ କମ୍ କ୍ରମରେ ବସ୍ତୁଗୁଡିକୁ ସଜାଅ ।
  • ପ୍ରତ୍ୟେକ ବସ୍ତୁର ମୂଲ୍ୟକୁ ତୁଳନା କଲାବେଳେ, କେଉଁ ମାପ ସବୁଠାରୁ ଅଧୁକ ଉପଯୋଗୀ ? କାହିଁକି ?

ଶିକ୍ଷାର୍ଥୀ ମାନଙ୍କୁ କୁହନ୍ତୁ, ସେମାନେ ସେମାନଙ୍କର ଫଳାଫଳକୁ ସମଗ୍ର ଶ୍ରେଣୀରେ ଉପସ୍ଥାପନ କରନ୍ତୁ । ଯଦି ସେମାନଙ୍କର ଯୁକ୍ତି ଗୁଡ଼ିକ ଗାଣିତିକ ଧର୍ମ ଓ ତର୍କ ଉପରେ ପର୍ଯ୍ୟବସିତ, ସେଗୁଡ଼ିକ ଗ୍ରହଣଯୋଗ୍ୟ ହେବ ।

ପରିସ୍ଥିତି ଅନୁଧ୍ୟାନ-1: ଶିକ୍ଷଣ କାର୍ଯ୍ୟ-1 ର ବ୍ୟବହାର ଉପରେ ଶ୍ରୀମତୀ ନାୟକଙ୍କ ଚିନ୍ତନ

ଶିକ୍ଷଣକାଯ୍ୟକୁ ନିଜର ପ୍ରାରମ୍ଭିକ ସ୍ତରର ଶିକ୍ଷାର୍ଥୀମାନଙ୍କ ସହ ବ୍ୟବହାର କରିଥିବା ଜଣେ ଶିକ୍ଷୟିତ୍ରୀଙ୍କ ବିବରଣୀ ।

ପୂର୍ବଦିନ ଶିକ୍ଷାର୍ଥୀମାନେ ଯେଉଁ ସବୁ ବସ୍ତୁର ବ୍ୟବହାର କରିଛନ୍ତି ସେଗୁଡ଼ିକର ତାଲିକା ସଂପର୍କରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ଦେବା ପାଇଁ, ମୁଁ ପ୍ରଥମେ କଳାପଟାରେ ‘ଗୁସ୍' ଓ 'ବହି' ଲେଖୁ ବା ଆରମ୍ଭ କଲି ଏବଂ କହିଲି କାରଣ ଏଗୁଡିକୁ ମୁଁ ଗତକାଲି ବ୍ୟବହାର କରିଥୁଲି । କାରଣ ଗତକାଲି ସେମାନେ କେଉଁ ବସ୍ତୁ ବ୍ୟବହାର କରିଥୁଲେ ତାହା ସେମାନଙ୍କୁ ପଶ୍ଚରିବା ପ୍ରକୃତରେ ମୋ ପାଇଁ ଅସାଧାରଣ ଥୁଲା, ମୋ ମତରେ ଏହା ସେମାନଙ୍କ ମନକୁ କାର୍ଯ୍ୟ ଆଡ଼କୁ କେନ୍ଦ୍ରୀଭୂତ କରିବାରେ ସାହାଯ୍ୟ କରିବ ।

ସେମାନେ ଅନେକ ଉଦାହରଣ ଦେଇଥୁଲେ ଯେଉଁଗୁଡ଼ିକୁ ମୁଁ କଳାପଟାରେ ଲେଖୁଥୁଲି । ସତ କହିବାକୁ ଗଲେ, ଆୟତନ ନିର୍ଣ୍ଣୟ କରିବା ନିମନ୍ତେ ସେଗୁଡ଼ିକ ମଧରୁ କେତେକ ଖୁବ୍ ଅଡୁଆ ଥୁଲା, ଉଦାହରଣ ସ୍ଵରୁପ: ସାଇକେଲ ! କିନ୍ତୁ ମୁଁ ସେ ସବୁକୁ ଉଦାହରଣକୁ ଅଣଦେଖା କରିପାରି ନଥୁଲି ଓ କଳାପଟାରେ ଲେଖୁଥୁଲି । କିନ୍ତୁ ଶିକ୍ଷକ ଭାବେ ମୁଁ ସେଗୁଡ଼ିକୁ କିପରି ବ୍ୟବହାର କରିବି ସେ ବିଷୟରେ ମୁଁ ସନ୍ଦିହାନ ଅଲି । ତେଣୁ ମୁଁ କହିଥୁଲି ଯେ, ମୁଁ ସେଗୁଡ଼ିକ ମଧରୁ ବର୍ତମାନ ଛଅଟି ଏପରି ବସ୍ତୁକୁ ବାଛିବି, ଯାହାର ତିନୋଟି ଯାକ ମାତ୍ରା ଆକଳନ । ଅନୁମାନ କରିବା ସହଜ ହେବ । ମୁଁ ଭାବେ ଯେ, ପରବର୍ତ୍ତୀ ସମୟରେ ପ୍ରକୃତରେ ସେହି ଅଡୁଆ । ଉଦାହରଣଗୁଡିକୁ କଳାପଟା ଛାଡ଼ି ଦେବାରେ ମୁଁ ନିଶ୍ଚିତ ହୋଇପାରିବ । ମୁଁ 4-5 ଜଣ ଶିକ୍ଷାର୍ଥୀଙ୍କୁ ନେଇ ଦଳ ଗଠନ କରିଥୁଲି । ପାଖାପାଖ ଧାଡ଼ିରେ ଥୁବା ଶିକ୍ଷାର୍ଥୀମାନଙ୍କୁ ପରସ୍ପର ଆଡକୁ ବୁଲି ଯିବା ପାଇଁ କହିଥୁଲି ଓ ଦଳ ଗଠନ ସହଜରେ କରିପାରିଥୁଲି । ସମସ୍ତ ଶିକ୍ଷାର୍ଥୀଙ୍କୁ ଦଳ କରାଇବାରେ ମୋତେ ଅଧୁକ ସମୟ ଲାଗିନଥୁଲା ।

ଶିକ୍ଷଣକାର୍ଯ୍ୟରେ କୁହାଯାଉଥିବା ଭଳି ସାରଣୀଟି କଳାପଟାରେ ଅଙ୍କନ କରିଥୁଲି ଏବଂ ସମସ୍ତ ପ୍ରଶ୍ନକୁ ଲେଖୁଥୁଲି । ମୁଁ ଭାବୁଥୁଲି ଯେ ପ୍ରତ୍ୟେକ ଥର ଗୋଟିଏ ଲେଖାଏଁ ସୋପାନ ଦେଇ ଯିବି, କିନ୍ତୁ ଏହା ମଧ୍ୟ ଚିନ୍ତା କରିଥୁଲି ଯେ କଳାପଟାରେ ଏକାଥରେ ସବୁଗୁଡ଼ିକୁ ଲେଖୁଦେବା ଉଚିତ ହେବ; କାରଣ,

  • କାର୍ଯ୍ୟଟି କିପରି ଅଗ୍ରଗତି କରିବ ସେ ସଂପର୍କରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ଦେବା ।
  • ଶିକ୍ଷାର୍ଥୀମାନଙ୍କୁ ଅଧୁକ ଶିକ୍ଷଣ ସମୟ ଦେବା, କାରଣ ସେମାନେ ଗୋଟିଏ ପ୍ରଶ୍ନର ଉତ୍ତର ସାରିବା ପରେ ଅନ୍ୟମାନଙ୍କୁ ଉତ୍ତର ଦେବା ଶେଷ କରିବା ପାଇଁ ଅପେକ୍ଷା କରିବେ ନାହିଁ ।

ପ୍ରକୃତରେ ଏହା ଠିକ୍ ଭାବରେ କାର୍ଯ୍ୟ କଲା କେବଳ କିଛି ସମୟ ବ୍ୟତୀତା ଯେତେବେଳେ ମୁଁ ଗୋଟିଏ ଦଳରୁ ଅନ୍ୟ ଦଳକୁ ସେମାନଙ୍କର ପ୍ରଶ୍ନର ଯଥା 'ଆମେ ଏହା କିପରି କରିବୁ?' କିମ୍ବା 'ଏହା ପରେ ଆମେ କ’ଣ କରିବୁ? ' ଉତ୍ତର ଦେବାକୁ ମତେ ବ୍ୟସ୍ତ ରହିବାକୁ ପଡିଥିଲା । ତେଣୁ ମୁଁ ସମସ୍ତଙ୍କୁ କିଛି ସମୟ ଅଟକିବାକୁ କହିଥୁଲି ଓ କହିଥୁଲି ଯେ, ଯଦି ସେମାନଙ୍କର କିଛି ପ୍ରଶ୍ନ ଥାଏ, ତେବେ ସେମାନେ ପ୍ରଥମେ ନିଜର ନିକଟସ୍ଥ ଦଳକୁ ପଚାରନ୍ତୁ ଯେ ସେମାନେ ଉତ୍ତର ଜାଣିଛନ୍ତି କି ? ଏହା ପରେ ମୋତେ ଶ୍ରେଣୀ ପରିପ୍ପଳନା କରିବା ସହଜ ହୋଇଥୁଲା ।

ଯଦି ଜିନିଷଟି ସୁନାରେ ତିଆରି ହୋଇଥାନ୍ତା। ତା’ର ମୂଲ୍ୟ ସଂପର୍କିତ ପ୍ରଶ୍ନ ସେମାନଙ୍କୁ ଆୟତନ ଓ ଧାରକତ୍ଵ ସଂପର୍କରେ ଚିନ୍ତା କରିବାକୁ ସୁଯୋଗ ଦେଇଥୁଲା (ଯଦିଓ ଧାରକତ୍ଵ ଓ ଆୟତନ ଶବ୍ଦ ଦୁଇଟିର ବ୍ୟବହାର ହୋଇ ନଥୁଲା) । ସେମାନଙ୍କର ଦଳଗତ ଉପସ୍ଥାପନା ଓ ପରବର୍ତ୍ତୀ ଆଲୋଚନା ଏହି ଧାରଣାଗୁଡ଼ିକୁ ଅଧିକ ବିକଶିତ କରିଥିଲା । ଯାହା ଶିକ୍ଷଣ କାର୍ଯ୍ୟ-୨ ପାଇଁ ଆବଶ୍ୟକ ଚିନ୍ତା କରିବାରେ ସାହାଯ୍ୟ କରିଥୁଲା ।

ଟିକିଏ ଚିନ୍ତା କରନ୍ତୁ

ବିଭିନ୍ନ ଦଳକୁ ଯାଇ ସେମାନଙ୍କର କାର୍ଯ୍ୟକୁ ଦେଖୁ ବା ବେଳେ ଶ୍ରୀମତୀ ନାୟକଙ୍କ ସମାଧାନର ପନ୍ଥା ସଂପର୍କରେ ଆପଣ କ'ଣ ଚିନ୍ତା କରୁଛନ୍ତି ? ଏହି ପାଠକୁ ପରିପ୍ପଳନା ଶ୍ରେଣୀ ଦୃଷ୍ଟି କୋଣରୁ ଅଧୁକ  ଫଳପ୍ରଦ କରିବା ପାଇଁ ସେ ଆଉ କେଉଁ ଉପାୟ ଅବଲମ୍ବନ କରିପାରିଥାନ୍ତେ ? ଏ ସଂପର୍କରେ ଆପଣଙ୍କର ମଧ୍ୟ କେତେକ ଭଲ ଧାରଣା, ଥାଇପାରେ । କିନ୍ତୁ ଯଦି ଆପଣ ଏହି କାମ ସଂପୂର୍ଣ୍ଣ ଭାବେ ନୂଆ କରି କରୁଥାଆନ୍ତି, ତେବେ ଆପଣ ସମ୍ବଳ 2 “ଦଳଗତ କାର୍ଯ୍ୟ ପରିଶ୍ଚଳ ନା" କୁ ଦେଖୁ ପାରନ୍ତି ।

ଆପଣଙ୍କ ଶିକ୍ଷାଦାନ ସମ୍ପର୍କରେ ଚିନ୍ତନ

ଆପଣ ଶ୍ରେଣୀରେ ଏହି କାର୍ଯ୍ୟଟି କରିସାରିବା ପରେ କେଉଁଗୁଡ଼ିକ ଶ୍ରେଣୀରେ ଭଲ ଭାବରେ ଖଲିଲା ଓ କେଉଁଗୁଡ଼ିକ ଭଲ ଭାବରେ ସଂପାଦନ ହୋଇପାରିଲା ନାହିଁ ତାହା ଉପରେ ଚିନ୍ତନ କରନ୍ତୁ । କେଉଁ ପ୍ରଶ୍ନଗୁଡ଼ିକ ଶିକ୍ଷାର୍ଥୀଙ୍କ ପାଇଁ ଆଗ୍ରହ ଉଦ୍ଦୀପକ, ଥୁଲା ଓ ସେମାନଙ୍କ ଶିକ୍ଷଣ ଅଗ୍ରଗତିରେ ସହାୟକ ହେଉଥୁଲା, କେଉଁଥୁରେ ଅଧୁକ ସ୍ପଷ୍ଟତା ଆବଶ୍ୟକ ଥୁଲା। ତାହା ବିଚାର କରନ୍ତୁ । ଏପରି ଚିନ୍ତନ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ସହିତ ଗଣିତକୁ ଆପଣଙ୍କ ଶିକ୍ଷାର୍ଥୀଙ୍କ ପାଇଁ ଅଧୁକ ଆନନ୍ଦଦାୟକ ଓ ଆଗ୍ରହୋଦୀପକ କରିବାରେ ସହାୟକ ହେବ । ଯଦି ସେମାନେ ବୁଝିପାରୁନାହାନ୍ତି ଓ କିଛି କରିପାରୁ ନାହାନ୍ତି, ତେବେ ସେମାନେ କାର୍ଯ୍ୟରେ ଅପେକ୍ଷାକୃତ କମ୍ ସଂପୃକ୍ତ ହେବେ । ପ୍ରତ୍ୟେକ କାର୍ଯ୍ୟ ପରେ ଏହିଭଳି ଚିନ୍ତନ କରନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

ଆପଣ ଶ୍ରେଣୀରେ କାର୍ଯ୍ୟ-1ଟି କିପରି ହେଲା ତାହା ଚିନ୍ତନ କରନ୍ତୁ

ବସ୍ତୁଗୁଡ଼ିକରେ ଆକାର ସଂପର୍କୀୟ ଆଲୋଚନାରେ ଦଳଗୁଡ଼ିକ କିପରି ସଂପୃକ୍ତ ଥୁଲେ ?

ସେମାନଙ୍କର ବୋଧକୁ ପରୀକ୍ଷା କରିବା ପାଇଁ ଆପଣ କେଉଁ କେଉଁ ପ୍ରଶ୍ନ ପଟ୍ରିଥୁଲେ ?

ଶିକ୍ଷାର୍ଥୀମାନଙ୍କର କେଉଁ ଉତ୍ତରଗୁଡ଼ିକ ଅପ୍ରତ୍ୟାଶିତ ଅଲା ? କାହିଁକି ?

ଗୋଟିଏ ପାଠର ଶିକ୍ଷାଦାନ ବେଳେ ପ୍ରକୃତ ଗାଣିତିକ ଶବ୍ଦ ଗୁଡ଼ିକର ବ୍ୟବହାର ବେଳେ ଆପଣ କିପରି ଅନୁଭବ କରିଥାଆନ୍ତି ? ଏହି ପନ୍ଥା ପ୍ରତି ଆପଣଙ୍କ ଶ୍ରେଣୀର ଶିକ୍ଷାର୍ଥୀମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ?

ଆୟତନ ଓ ଧାରକତ୍ଵ ସଂପର୍କରେ ଚିନ୍ତା କରିବା ଓ ସେମାନଙ୍କ ‘ମାପ ଏକକ’

କୌଣସି ତ୍ରି-ମାତ୍ରିକ ବସ୍ତୁ ଅଧୁକାର କରୁଥୁବା ସ୍ଥାନକୁ ତା'ର ‘ଆୟତନ' କୁହାଯାଏ । ବସ୍ତୁର ଭୌତିକ ଅବସ୍ଥା ଅନୁଯାୟୀ ଭିନ୍ନ ଭିନ୍ନ ଉପାୟରେ ତା’ର ଆୟତନର ପରିମାଣ ନିର୍ଣ୍ଣୟ କରାଯାଇଥାଏ । ଉଦାହରଣ ସ୍ବରୂପ, କୌଣସି ଆୟତଘନର ଆୟତନ ହିସାବ କରିବା ପାଇଁ ତା’ର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାର ମାପକରାଯାଇଥାଏ, ଯେପରି କାର୍ଯ୍ୟ-1ରେ ଶିକ୍ଷାର୍ଥୀମାନେ କରିବାକୁ ଚେଷ୍ଟା କରୁଥିଲେ । ଏହି କ୍ଷେତ୍ରରେ ଆୟତନର ପରିମାଣକୁ ଘନ ସେ.ମି. Cm3, ବା ଘନ ମିଟରରେ 'm3 ପ୍ରକାଶ କରାଯାଏ ।

ତରଳ ପଦାର୍ଥର ଅପସାରଣ ହେଉଛି ଅନ୍ୟ ଏକ ଉପାୟ ଯାହା ଦ୍ଵାରା କଠିନ ବା ଗ୍ୟାସର ଆୟତନ ନିର୍ଣ୍ଣୟ କରାଯାଏ । ତରଳ ଅପସାରଣରେ ବସ୍ତୁଟିକୁ ତରଳ ପଦାର୍ଥ ମଧ୍ୟରେ ସଂପୂର୍ଣ୍ଣ ନିମଜ୍ଜିତ କରାଯାଏ । ବସ୍ତୁର ଆୟତନ ଦ୍ଵାରା ତରଳ ପଦାର୍ଥ ଅପସାରିତ ହୋଇଥାଏ । ଅପସାରିତ ତରଳ ପଦାର୍ଥକୁ ମାପ କରାଯାଇପାରେ । ଏହି କ୍ଷେତ୍ରରେ ଏହାକୁ ମିଲିଲିଟର, ଲିଟର, ବା କପରେ ପ୍ରକାଶ କରାଯାଇଥାଏ ।

ତରଳ ପଦାର୍ଥ ବା କିଛି ଛୋଟ ଖୋଲା ଜିନିଷ ( ଯଥା – ଶସ୍ୟଦାନା ) ର ଆୟତନକୁ କୌଣସି ମାପ କରିବା ଜିନିଷ (ଯଥା – ମାପ କପ୍ ) ରେ ଢାଳି ମପାଯାଇଥାଏ ବା ସ୍ଥିର କରାଯାଇଥାଏ ।

ଅପର ପକ୍ଷରେ, ଧାରକତ୍ଵ ହେଉଛି ପାତ୍ରର ଧର୍ମ । ଏକ ପାତ୍ରରେ କେତେ ଜିନିଷ ଧରିବା ତାହା ବର୍ଣ୍ଣନା କରିଥାଏ । ସାଧାରଣତଃ ଧାରକତ୍ଵ ପାଇଁ ବ୍ୟବହୁତ ମାପ ମଧ୍ୟ ଆୟତନ ମାପିବା ପାଇଁ ବ୍ୟବହାର କରାଯାଉଥିବାକୁ ବିଭ୍ରାନ୍ତିକର ପରିସ୍ଥିତି ଉପୁଜିପାରେ ।

ପରିବର୍ତ୍ତୀ କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କୁ ଧାରକତ୍ଵ ଓ ତ୍ରି-ମାତ୍ରିକ ବସ୍ତୁର ଆୟତନ ମଧ୍ୟରେ ଅବା ପାର୍ଥକ୍ୟ ବୁଝିବାରେ ସମର୍ଥ କରିବା । ଏଥୁପାଇଁ ଦୁଇଟି 'ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ କରିବା' କୌଶଳ ଅବଲମ୍ବନ କରାଯିବ । ଏହି କାର୍ଯ୍ୟର ଭାଗ 1ଓ 2 ରେ ପ୍ରଶ୍ନ ବ୍ୟବହାର କରାଯାଇଛି, ‘‘ଏହା ସବୁବେଳେ, ବେଳେବେଳେ କିମ୍ବା କେବେ ସତ ନୁହେଁ?' ଯାହା ଶିକ୍ଷାର୍ଥୀମାନଙ୍କୁ ଆୟତନ ଓ ଧାରକତ୍ଵର ଗାଣିତିକ ଧର୍ମ ସଂପର୍କରେ ସଚେତନ କରାଇବାରେ ଯାହାଯ୍ୟ କରିବ । ଭାଗ-3ରେ ‘କଣ ସମାନତା ଓ କ’ଣ ଭିନ୍ନତା ଅଛି” ? ପ୍ରଶ୍ନ ପଚରାଯାଇଛି, ଏହି ପ୍ରଶ୍ନ ମୁଖ୍ୟତଃ ସେହି ସଚେତନତା ଆଣିବା ପାଇଁ ଉଦ୍ଦିଷ୍ଟ ।

ଏହି କାର୍ଯ୍ୟରେ ସମାନତା ଓ ଭିନ୍ନତାକୁ ଗୁରୁତ୍ଵ ଦେବା ପାଇଁ ଶିକ୍ଷାର୍ଥୀ ସମର୍ଥ ହେବେ, କିନ୍ତୁ ସେମାନେ ପୁଙ୍ଗାନୁପୁଙ୍ଗ ଓ ତନ୍ମ ତନ୍ମ କରି ଭ୍ରମ ଶୂନ୍ୟ ଭାବେ ମାପିବାରେ ଯେପରି ମଜି ନ ଯାଆନ୍ତି ତାହା ଲକ୍ଷ୍ୟ କରାଯିବ । ବ୍ୟବହାର କରାଯାଇଥୁବା ଉଦାହରଣ ମଧ୍ୟରୁ କେତେକ ଅସାଧାରଣ ହୋଇପାରେ କିନ୍ତୁ ସେଗୁଡ଼ିକ ବାସ୍ତବ । ଏହି ଉଦାହରଣଗୁଡିକ ଗଣିତରେ ଖେଳିବାର ଆନନ୍ଦ ଅନୁଭୂତି ଦେବାରେ ସହାୟକ ହୋଇଥାନ୍ତି, କାରଣ ଉଦାହରଣଗୁଡ଼ିକର ଏକାଧିକ ଠିକ୍ ଉତ୍ତର ଅଛି ।

ଶିକ୍ଷଣ କାର୍ଯ୍ୟ -2 : ସାମଜ୍ଞାସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ ଧାରକତ୍ଵ ଓ ଆୟତନ

ଶିକ୍ଷାର୍ଥୀମାନେ ଦଳରେ ବା ପୋଡିରେ ଏହି କାର୍ଯ୍ୟଟିକୁ କରିବା ବେଳେ ଏହା ଭଲ ଭାବରେ କାର୍ଯ୍ୟ କରିଥାଏ । ଅତି ଦଳ କରନ୍ତୁ ନାହିଁ, କାରଣ ସେଥିରେ ସବୁ ଶିକ୍ଷାର୍ଥୀମାନେ ଦଳଗତ ଆଲୋଚନାରେ ଅଂଶଗ୍ରହଣ କରିପାରି ନଥାନ୍ତି । ଦିଆଯାଇଥିବା ପ୍ରଶ୍ନଗୁଡିକର ଥନେକଗୁଡିଏ ଠିକ୍ ଉତ୍ତର ଅଛି ଓ ସବୁ ଶିକ୍ଷାର୍ଥୀ ସେଥିରେ ରାଜି ହୋଇ ନପରାନ୍ତି । ସେମାନଙ୍କ ୟୁକ୍ତିଗୁଡିକ ଧର୍ମ ଓ ତର୍କ ଉପରେ ପର୍ଯ୍ୟବସିତ ହେଉଥିଲେ, ସେହି ଯୁକ୍ତିଗୁଡିକୁ ଗ୍ରହଣ କରନ୍ତୁ ।

ଭାଗ 1: ଧାରକତ୍ଵ

କଳାପଟାରେ ଜିନିଷଗୁଡିକର ତାଲିକା କରାଯାଇଛି । ଯଦି ତୁମେ ଚାହୁଁଛ ଆଉ ତେକେକ ଜିନିଷ ଏହି ତାଲିକାରେ ଯୋଡ଼ିପାରିବ

ଜିନିଷ

ଏହା ତରଳ ପଦାର୍ଥକୁ ଧରି ରଖିପାରିବ କି? (ଏହା ସବୁବେଳେ/ ବେଳେବେଳେ/ କେବେ ନୁହେଁ ?)

ଏକ ହାତୀର ଶରୀର

 

ଏକ ମହୁଫେଣା

 

ଗୋଟିଏ କମଳା

 

ଏକ ବାଲଟି

 

ଏକ ପାନିଟାଙ୍କି

 

ଗୋଟିଏମଶାର ପେଟ

 

ଗୋଟିଏ ହ୍ରଦ

 

ଗୋଟିଏ ସମୁଦ୍ର

 

ଏକ ଗ୍ଲାସ

 

ଗୋଟିଏ ନଡିଆ

 

ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ନିର୍ଦ୍ଦେଶ କରନ୍ତୁ

କଳାପଟାରେ ଲେଖାଥିବା ବସ୍ତୁଗୁଡିକ ମଧ୍ୟରୁ କେଉଁଗୁଡିକ 'ସବୁବେଳେ’, ‘ବେଳେବେଳେ’ ତରଳ ପଦାର୍ଥକୁ ଧାରଣ କରନ୍ତି, ସେ ସମ୍ପର୍କରେ ସହପାଠୀମାନଙ୍କ ସହ ଆଲୋଚନା କରନ୍ତୁ । କେଉଁଗୁଡିକ ଆଦୌ ତରଳ ପଦାର୍ଥ ଧାରଣ କରନ୍ତି ନାହିଁ ? : ଏ ସଂପର୍କରେ ସହପାଠୀଙ୍କ ସହ ଆଲୋଚନା କର । ପାଞ୍ଚ ମିନିଟ୍ ସମୟ ମଧ୍ୟରେ ସେମାନେ ନିଜ ଉତ୍ତରର କାରଣ ସହ କହିବେ । ତାପରେ, ସେମାନଙ୍କୁ କଳାପଟାରେ ଲେଖାଥୁବା ସାରଣୀ ପୁରଣ କରିବାରେ ଆପଣଙ୍କୁ ଶିକ୍ଷାର୍ଥୀମାନେ ସାହାଯ୍ୟ କରିବାକୁ କୁହନ୍ତୁ ।

ଶିକ୍ଷାର୍ଥୀମାନଙ୍କ ନିଷ୍ପଭିର କାରଣ ସଂପର୍କରେ ସମଗ୍ର ଶ୍ରେଣୀରେ ଆଲୋଚନା କରନ୍ତୁ । ଏହା ପରେ " ଧାରକତ୍ଵ” ଶବ୍ଦକୁ ସାରଣୀର ଡାହାଣ ପଟେ ଏକ ନୂଆ ସ୍ତମ୍ଭ କରି ଲେଖନ୍ତୁ । ଶିକ୍ଷାର୍ଥୀମାନଙ୍କୁ କହନ୍ତୁ ସେମାନେ ବସ୍ତୁ ଗୁଡ଼ିକୁ ଧାରକତ୍ର ଅଧ8କ୍ରମ ଅନୁଯାୟୀ ସଂଖ୍ୟାରେ ସୁସ୍ପାଇବେ । ଯେପରି ଯେଉଁ ବସ୍ତୁର ଧାରକତ୍ଵ ସର୍ବାଧୁକ ତା ପାଇଁ1, ଦ୍ଵିତୀୟ ବୃହତ୍ତମ ଧାରକତ୍ଵ ବିଶିଷ୍ଟ ବସ୍ତୁକୁ2 ଏହିଭଳି ସୁଚାଇବେ ।

ଶିକ୍ଷାର୍ଥୀମାନଙ୍କ ନିଷ୍ପତ୍ତିର କାରଣ ସଂପର୍କରେ ସମଗ୍ର ଶ୍ରେଣୀରେ ଆଲୋଚନା କରନ୍ତୁ । ଏହା ପରେ “ ଧାରକତ୍ଵ” ଶବ୍ଦକୁ ସାରଣୀର ଡାହାଣ ପଟେ ଏକ ନୂଆ ସ୍ତମ୍ଭ କରି ଲେଖନ୍ତୁ ।

ବସ୍ତୁ / ଜିନିଷ

ବସ୍ତୁଟି ତରଳ ପଦାର୍ଥ ଧାରଣ କରନ୍ତୁ କି? ( ଏହା ସବୁବେଳେ/ ବେଳେବେଳେ କେବେ ନୁହେଁ ) ଧାରକତ୍ଵ)

ବସ୍ତୁର ଧାରକତ୍ତ୍ଵର କ୍ରମାଙ୍କ

ଏକ ହାତୀର ଶରୀର

 

 

ଏକ ମହୁଫେଣା

 

 

ଗୋଟିଏ କମଳା

 

 

ଗୋଟିଏ ବାଲଟି

 

 

ଏକ ପାନିଟାଙ୍କି

 

 

ଗୋଟିଏ ମଶାର ପେଟ

 

 

ଗୋଟିଏ ହ୍ରଦ

 

 

ଗୋଟିଏ ସମୁଦ୍ର

 

 

ଏକ ଗ୍ଲାସ

 

 

ଗୋଟିଏ ନଡିଆ

 

 

ଶିକ୍ଷାର୍ଥୀମାନଙ୍କୁ କହନ୍ତୁ ସେମାନେ ବସ୍ତୁ ଗୁଡିକୁ ଧାରକତ୍ଵକୁ ଅଧଃକ୍ରମ ଅନୁଯାୟୀ ସଂଖ୍ୟାରେ ସୁଚାଇବେ : ଯେପରି ଯେଉଁ ବସ୍ତର ଧାରକତ୍ଵ ସର୍ବାଧିକ ତା ପାଇଁ 1, ଦ୍ଵିତୀୟ ବୃହତ୍ତମ ଧାରକତ୍ଵ ବିଶିଷ୍ଟ ବସ୍ତୁକୁ 2 ଏହିଭଳି ସୂଚାଇବେ ।

ଶିକ୍ଷାର୍ଥୀମାନଙ୍କର ନିଷ୍ପଭିର କାରଣ ସମ୍ପର୍କରେ ସମଗ୍ର ଶ୍ରେଣୀରେ ଆଲୋଚନା କରନ୍ତୁ । ଏଠାରେ ଏକ ଉତ୍ତମ ପ୍ରଶ୍ନ ହେଉଛି, “ ତୁମେ କିପରି ଜାଣିଲ ଯେ ଏହି ବସ୍ତୁର ଧାରକତ୍ଵ ସବୁଠାରୁ ଅଧୁକ । " ଯଦି ଶିକ୍ଷାର୍ଥୀମାନେ ଶିକ୍ଷଣ କାର୍ଯ୍ୟରେ ମାପର ଭୂମିକାକୁ ମନେପକାଇ ପାରୁନାହାନ୍ତି ବା ଚିନ୍ତା କରି ପାରୁନାହାନ୍ତି, ତେବେ ସେ ସଂପର୍କରେ ସେମାନଙ୍କୁ ମନେ ପକାଇ ଦିଅନ୍ତୁ । କାର୍ଯ୍ୟର ଏହି ଭାଗ ପାଇଁ ପ୍ରସ୍ତୁତ ହେବା ନିମନ୍ତେ ଆପଣ ପ୍ରମୁଖ ସମ୍ବଳ " ଚିନ୍ତନର ବିକାଶ ପାଇଁ ପ୍ରଶ୍ନର ବ୍ୟବହାର"କୁ ଦେଖୁପାରନ୍ତି ।

ଭାଗ – 2 ଆୟତନ

କଳାପଟାରେ ଲେଖିଥିବା ସରଣୀରେ ଆଉ ଗୋଟିଏ ସ୍ତମ୍ଭ ଯୋଡନ୍ତୁ

ବସ୍ତୁ

ବସ୍ତୁଟି ତରଳ ପଦାର୍ଥ ଧାରଣ କରୁଛି କି? ଏହା ସବୁବେଳେ/ ବେଳେବେଳେ/ କେବେ ନୁହେଁ ? ଧାରକତ୍ଵ

ବସ୍ତୁର ଧାରକତ୍ତ୍ଵର ବସ୍ତୁ ଧାରକତ୍ଵର କ୍ରମାଙ୍କ

ବିନା ତରଳ ପଦାର୍ଥ ବସ୍ତୁଟି ସ୍ଥାନ ଅଧିକାର କରେ କି? ଏହା ସବୁବେଳେ ନା ବେଳେବେଳେ ନା କେବେ ନୁହେଁ ?

ଏକ ହାତୀର ଶରୀର

 

 

 

ଏକ ମହୁଫେଣା

 

 

 

ଗୋଟିଏ କମଳା

 

 

 

ଗୋଟିଏ ବାଲଟି

 

 

 

ଏକ ପାନିଟାଙ୍କି

 

 

 

ଗୋଟିଏ ମଶାର ପେଟ

 

 

 

ଗୋଟିଏ ହ୍ରଦ

 

 

 

ଗୋଟିଏ ସମୁଦ୍ର

 

 

 

ଏକ ଗ୍ଲାସ

 

 

 

ଗୋଟିଏ ନଡିଆ

 

 

 

 

ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ ସେମାନେ ପରସ୍ପରର ମଧ୍ୟରେ ଆଲୋଚନା କରି କହିବେ, ଯେ କଳାପଟାରେ ଲେଖାଥୁବା ଜିନିଷଗୁଡ଼ିକ ଖାଲିଥିବା ବେଳେ ସେଗୁଡ଼ିକ କିଛି ସ୍ଥାନ ଅଧୁକାର କରନ୍ତି କି ? ସେଗୁଡ଼ିକ ସବୁବେଳେ ନା ବେଳେବେଳେ ନା ଆଦୌ ସ୍ଥାନ ଅଧୁକାର କରନ୍ତି ନାହିଁ ? ତାଙ୍କ ଉତ୍ତର ସପକ୍ଷରେ 5 ମିନିଟରେ କାରଣ ଦର୍ଶାଇବାକୁ, ସେମାନଙ୍କୁ କହନ୍ତୁ । ତା’ ପରେ କଳାପଟାରେ ସାରଣୀକୁ ପୁରଣ କରନ୍ତୁ ।

ଶିକ୍ଷାର୍ଥୀଙ୍କର ଉତ୍ତର । ନିଷ୍ପଭି ସଂପର୍କରେ ସମଗ୍ର ଶ୍ରେଣୀରେ ଆଲୋଚନା କରନ୍ତୁ । ଶେଷରେ ସାରଣୀର ଶେଷ ସ୍ତମ୍ଭରେ "ଆୟତନ” ଶବ୍ଦଟିକୁ ଯୋଡ଼ନ୍ତୁ । ଏବେ ସାରଣୀଟି ନିମ୍ନ ପରି ହେବ ।

ବସ୍ତୁ

ବସ୍ତୁଟି ତରଳ ପଦାର୍ଥ ଧାରଣ କରୁଛି କି ? ଏହା ସବୁବେଳେ/ ବେଳେବେଳେ/ କେବେ ନୁହେଁ ?

(ଧାରକତ୍ତ୍ଵ)

ବସ୍ତୁମାନଙ୍କର ଧାରକତ୍ତ୍ଵର କ୍ରମାଙ୍କ

ବିନା ତରଳପଦାର୍ଥରେ ବସ୍ତୁଟି ସ୍ଥାନ ଅଧିକାର କରେ କି? ଏହା ସବୁବେଳେ ନା ବେଳେବେଳେ ନା କେବେ ନୁହେଁ ?

ବସ୍ତୁମାନଙ୍କର ଆୟତନର କ୍ରମାଙ୍କ

ଏକ ହାତୀର ଶରୀର

 

 

 

 

ଏକ ମହୁଫେଣା

 

 

 

 

ଗୋଟିଏ କମଳା

 

 

 

 

ଗୋଟିଏ ବାଲଟି

 

 

 

 

ଏକ ପାନିଟାଙ୍କି

 

 

 

 

ଗୋଟିଏ ମଶାର ପେଟ

 

 

 

 

ଗୋଟିଏ ହ୍ରଦ

 

 

 

 

ଗୋଟିଏ ସମୁଦ୍ର

 

 

 

 

ଏକ ଗ୍ଲାସ

 

 

 

 

ଗୋଟିଏ ନଡିଆ

 

 

 

 

 

ଶିକ୍ଷାର୍ଥୀମାନଙ୍କୁ କହନ୍ତୁ ସେମାନେ ବସ୍ତୁଗୁଡ଼ିକୁ ଆୟତନ ଅନୁଯାୟୀ ବଡ଼ରୁ ସାନକ୍ରମରେ ସଜାଡ଼ିବେ । ସବୁଠାରୁ ଅଧୁକ ଆୟତନ ବିଶିଷ୍ଟ ବସ୍ତୁ ନିମନ୍ତେ 1, ଆୟତନରେ ଦ୍ଵିତୀୟ ବସ୍ତୁ ପାଇଁ 2 ଏହିପରି ଲେଖୁବେ । ଏହିଭଳି ସମସ୍ତ ବସ୍ତୁ ପାଇଁ କ୍ରମାଙ୍କ ସ୍ଥିର କରିବେ । କେଉଁ ବସ୍ତୁ ପାଇଁ କେଉଁ କ୍ରମାଙ୍କ ଦିଆଗଲା । ମିଳିମିଶି ତାର କାରଣ ସଂପର୍କରେ ଆଲୋଚନା କରିବେ ।

ଭାଗ : 3 ଧାରକତ୍ଵ ଓ ଆୟତନ ମଧରେ ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ କରିବା

ପୁରଣ କରାଯାଇଥିବା ସାରଣୀଟିକୁ ଭଲ ଭାବରେ ଲକ୍ଷ୍ୟ କରିବାକୁ ଶିକ୍ଷାର୍ଥୀମାନଙ୍କୁ କହନ୍ତୁ । ବସ୍ତୁଗୁଡ଼ିକ ପାଇଁ କ’ଣ ସବୁ ସମାନ ଓ କ'ଣ ସବୁ ଅଲଗା ଅଛି ପଶ୍ଚରନ୍ତୁ । ସମସ୍ତ ବସ୍ତୁର ଧାରକତ୍ଵ ଓ ଆୟତନ ଅଛି କି ? ଯଦି ଗୋଟିଏ ବସ୍ତୁର ଧାରକତ୍ଵ ସବୁଠାରୁ ଅଧିକ, ଏହାର ଆୟତନ ସବୁଠାରୁ ଅଧୁକ ହେଉଛି କି ?

ସେମାନଙ୍କୁ ଏ ସଂପର୍କରେ ନିଜ ନିଜ ଦଳରେ ଆଲୋଚନା କରିବାକୁ କୁହନ୍ତୁ ଓ ଆଲୋଚନାର ବିଷୟବସ୍ତୁକୁ ସମଗ୍ର ଶ୍ରେଣୀରେ ଉପସ୍ଥାପନ କରାଯିବ ବୋଲି କହନ୍ତୁ । ଏଥୁପାଇଁ ପାଞ୍ଚ ମିନିଟ୍ ସମୟ ଦିଆଯିବ ।

ଏହାପରେ ସମଗ୍ର ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କର ନିଷ୍ପଭି କାରଣ ସଂପର୍କରେ ଆଲୋଚନା କରନ୍ତୁ ।

ଚିନ୍ତନର ବିକାଶ ପାଇଁ ପ୍ରଶ୍ନର ବ୍ୟବହାର

ପରିସ୍ଥିତି ଅନୁଧ୍ୟାନ 2: କାର୍ଯ୍ୟ, 2. ର ବ୍ୟବହାର ଉପରେ ଶ୍ରୀମତୀ ନାୟକଙ୍କ ଚିନ୍ତନ

ମୁଁ ଭାବିଥୁଲି ଯେ ଏହି କାର୍ଯ୍ୟଟି କରିବାକୁ ପୂରା ଗୋଟିଏ ଅଧୁବେଶନ ଲାଗିବ ଓ ତାହା ମଧ୍ୟ ହେଲା । ମୁଁ ଶିକ୍ଷାର୍ଥୀମାନଙ୍କୁ ଚାରି -

ପାଞ୍ଚ ଜଣିଆ ଦଳରେ କାମ କରିବାକୁ କହିଥୁଲି ।

ସେମାନେ ଏଥୁରେ ଦିଆଯାଇଥୁବା ଉଦାହରଣଗୁଡ଼ିକୁ ପସନ୍ଦ କରିଥୁଲେ । ପ୍ରାୟ ବେଳେ ବେଳେ ପ୍ରଶ୍ନ ପଚାରୁଥିବା ସମୀର ପଚାରିଲା, ଯେଉଁ ମହୁଫେଣା କୁହାଯାଇଛି ତାହା ଏକ ବଡ଼ ମହୁଫେଣା ନା ଛୋଟ ମହୁଫେଣା ? ମୁଁ କହିଲି, ସେ ଦୁଇଟି ମଧରୁ ଯେକୌଣସି ଗୋଟିକୁ ବାଛିପାର ଓ ତା' ପରେ ତହିଁର କ୍ରମାଙ୍କ ନିର୍ଣ୍ଣୟ କରିବେ । ମୁଁ ଭାବିଥୁଲି ପ୍ରତ୍ୟେକ ଦଳ ଯେ କୌଣସି ମହୁଫେଣା ସଂପର୍କରେ ଚିନ୍ତା କରି ତାଙ୍କର ଦଳଗତ କାର୍ଯ୍ୟ ଶେଷ କରିଥୁବେ ।

ପୂର୍ବ ଶ୍ରେଣୀରେ ଆମେ ଶିକ୍ଷଣ କାର୍ଯ୍ୟ ସମାପନ କରିଥୁଲୁ ଯେଉଁଥୁରେ ଶିକ୍ଷାର୍ଥୀମାନେ ଧାରକତ୍ଵ ଓ ଆୟତନର ଧାରଣା ସଂପର୍କରେ ଚିନ୍ତା କରିଥୁଲେ । ତେଣୁ ମୁଁ ଭାବିଲି ଏହି କାର୍ଯ୍ୟ (ଶିକ୍ଷଣକାର୍ଯ୍ୟ-2) ନିଶ୍ଚିତ ଭାବେ ଭଲ ହୋଇଥୁଲା । ମୁଁ ମଧ୍ୟ ଏହା ଲକ୍ଷ୍ୟ କରିଥୁଲି ଯେ ଯେହେତୁ "ଏକ ମଶାର ପେଟ' ଭଳି ଅସାଧାରଣ ଓ ହାସ୍ୟାସ୍ପଦ ଉଦାହରଣ ନିଆଯାଇଥୁଲା, ଏହାର ଆଲୋଚନା ବେଳେ ଗଣିତ ଶ୍ରେଣୀରେ କିଛି କହୁ ନଥୁବା ଶିକ୍ଷାର୍ଥୀ ଓ ହାତ ଟେକୁନଥୁବା ଶିକ୍ଷାର୍ଥୀମାନେ ଭାଗ ନେଇଥୁଲେ ଓ ଏଥୁରୁ ଅର୍ଥ ବାହାର କରିଥୁଲେ ।

ପ୍ରାୟ ଅଧିକାଂଶ ଦଳକୁ ମୁଁ କହିଥିଲି ଯେ ସେମାନଙ୍କର ଦଳଗତ ଫଳାଫଳକୁ ଉପସ୍ଥାପନ କଲାବେଳେ ଯେ ଦଳର ସବୁଠାରୁ ପଣ୍ଡୁଆ । ଦୁର୍ବଳ ଶିକ୍ଷାର୍ଥୀ ଦଳର ମତାମତ ସଂପର୍କରେ ଉପସ୍ଥାପନ କରିବ । ପୂର୍ବରୁ ମୁଁ ଏପରି କେବେ କରିନଥୁଲି, କିନ୍ତୁ କେତେକ ଶିକ୍ଷାର୍ଥୀଙ୍କର ଉପସ୍ଥାପନା ଓ ବୁଝାଇବା ମୋତେ ଖୁବ୍ ପ୍ରଭାବିତ କରିଥୁଲା । ମୁଁ ମଧ୍ୟ ଏହା ଲକ୍ଷ୍ୟ କରିଥୁଲି ସେମାନଙ୍କର ଯୁକ୍ତିଗୁଡ଼ିକ ଅତି ବିଶ୍ଵାସନୀୟ ଓ ବୁଝିହେବା ଭଳି । ମୁଁ ପ୍ରତ୍ୟେକ ଦଳରେ ଯୁକ୍ତିଗୁଡ଼ିକୁ ମନଯୋଗ ଦେଇ ଶୁଣିଥୁଲି ।

ସାଧାରଣତଃ ଆମେ ଏଭଳି ଗାଣିତିକ କାର୍ଯ୍ୟ କରିନଥାଉ, ଯେଉଁଥୁରେ ଏକାଧୁକ ଠିକ ଉତ୍ତର ଥାଏ । ଏଭଳି ପ୍ରଶ୍ନ ଗୁଡ଼ିକ ଠିକ୍ ବା ଭୁଲ ହୋଇପାରେ । ଏ ପ୍ରକାରର ଚିନ୍ତା କରିବାରେ ଅଧିକ ଖୋଲା ମନୋଭାବ ଗ୍ରହଣ କରିବାରେ ସାହାଯ୍ୟ କରିବା ପାଇଁ ଶିକ୍ଷଣ କାର୍ଯ୍ୟର ବର୍ଣ୍ଣନାରେ ଯାହା କୁହାଯାଇଛି ତାହା ସେମାନଙ୍କୁ କହିଲି:

“ଏହି ପ୍ରଶ୍ନଗୁଡ଼ିକର ଏକାଧୁକ ଠିକ୍। ଉତ୍ତର ଅଛି ଏବଂ ସବୁ ଶିକ୍ଷାର୍ଥୀ ଏଥୁରେ ରାଜି ହୋଇ ନପାରନ୍ତି । ସେମାନଙ୍କର ଯୁକ୍ତି ଯେଉଁ ପର୍ଯ୍ୟନ୍ତ ଗାଣିତିକ ଧର୍ମ ଓ ଯୁକ୍ତି ଉପରେ ପର୍ଯ୍ୟବସିତ ହୋଇଥୁବ, ସେମାନଙ୍କର ଯୁକ୍ତି ଓ ବିପ୍ଟରକୁ ଗ୍ରହଣ କର ।

ମୋ ମତରେ, ଏହି କାର୍ଯ୍ୟ ମୋତେ ଓ ଶିକ୍ଷାର୍ଥୀ ମାନଙ୍କୁ ଗାଣିତିକ ଧର୍ମ ଉପରେ ଧାନ କେନ୍ଦ୍ରୀଭୂତ କରିବାରେ ସହାୟକ ହୋଇଥୁଲା ଓ ଯୁକ୍ତିଯୁକ୍ତ ଚିନ୍ତା କରିବା ପାଇଁ ବାଟ ଖୋଲି ଦେଇଥୁଲା । ସେମାନେ ଧାରକତ୍ଵ ଓ ଆୟତନ ମଧ୍ୟରେ ଅବା ପାର୍ଥକ୍ୟକୁ ବୁଝିପାରିଛନ୍ତି ବୋଲି ମୁଁ ଅନୁଭବ କରିପାରିଥୁଲି । ଟିକିଏ ଚିନ୍ତା କରନ୍ତୁ ଶ୍ରୀମତୀ ନାୟକ କିପରି ଦୁର୍ବଳ । ଶିକ୍ଷାର୍ଥୀମାନଙ୍କୁ ବାଛିଥୁଲେ ଓ ଦଳଗତ କାର୍ଯ୍ୟ ଉପସ୍ଥାପନ କରିବାକୁ କହିଥୁଲେ ତାହା ବର୍ଣ୍ଣନା କରିଛନ୍ତି । ଏପରି କରିବା ଦ୍ଵାରା କି କି ଲାଭ ହେବ ବୋଲି ଆପଣ ଭାବୁଛନ୍ତି ? ଶିକ୍ଷାର୍ଥୀଙ୍କୁ ଏଭଳି o ଅଭିଜ୍ଞତା ଦେବା ପାଇଁ ଆପଣ କେଉଁ ପ୍ରକାରର କୌଶଳ ଅବଲମ୍ବନ କରିବେ ?

ଆପଣ ଏହି କାର୍ଯ୍ୟକୁ ଶିକ୍ଷାର୍ଥୀଙ୍କ ସହ କରିବା ପରେ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ସଂପର୍କରେ ଚିନ୍ତା କରନ୍ତୁ

  • ଶିକ୍ଷାର୍ଥୀମାନଙ୍କର ବୋଧକୁ ଜାଣିବା ପାଇଁ ଆପଣ କେଉଁ ସବୁ ପ୍ରଶ୍ନ ପଶ୍ଚରିଥୁଲେ ?
  • ଶ୍ରୀମତୀ ନାୟକ କରିଥିବା ଭଳି ଶିକ୍ଷଣ କାର୍ଯ୍ୟରେ ଆପଣ କିଛି ପରିବର୍ଭନ କରିଥୁଲେ କି ?
  • ଯଦି କରିଥୁଲେ, ଏହାର ପଛରେ ଆପଣଙ୍କର କି କାରଣ ଥୁଲା ?

3 ଜ୍ଞାନର ଦୃଢ଼ୀକରଣ କରିବା

ଶିକ୍ଷାର୍ଥୀମାନଙ୍କୁ ଗାଣିତିକ ଧାରଣାଗୁଡ଼ିକର ଆହରଣ କରିବା ଓ ସେଗୁଡ଼ିକୁ ଧରି ରଖୁବା ପାଇଁ ପ୍ରତ୍ୟେକ ପାଠଦାନ ଶେଷରେ ସେଗୁଡ଼ିକୁ ଦୃଢ଼ୀକରଣ କରିବା କାର୍ଯ୍ୟ କରାଯିବା ବିଧେୟ । ସେମାନଙ୍କର ଚିନ୍ତା କରିବା ସାମର୍ଥ୍ୟର ଅଭ୍ୟାସ କରିବା ପାଇଁ ଏହା ସୁଯୋଗ ସୃଷ୍ଟି କରିଥାଏ । ଉତ୍ତମ ଜ୍ଞାନ ଦୃଢ଼ୀକରଣ କାର୍ଯ୍ୟ ମଧ୍ୟ ଶିକ୍ଷାର୍ଥୀମାନଙ୍କୁ ନୂଆ କରି ଶିଖୁଥୁବା ଧାରଣାଗୁଡ଼ିକୁ ଭିନ୍ନ ଭିନ୍ନ ଦିଗରୁ ବ୍ୟବହାର କରିବାରେ ସାହାଯ୍ୟ କରିଥାଏ । ଏହା କିପରି ସମ୍ଭବ ହୋଇପାରିବ ? ସହଜରେ ଦେଖୁ ବା ବର୍ଣ୍ଣନା କରିହେଉନଥୁବା ପରିବର୍ଭନ ସଂପର୍କରେ ଶିକ୍ଷାର୍ଥୀମାନେ କିପରି ଚିନ୍ତା କରିପାରିବେ ଓ ନିଜେ ପ୍ରଶ୍ନ ପଶ୍ଚରି ଜ୍ଞାନ ନିର୍ମାଣ କରି ପାରିବେ, ଏହି ଉଦ୍ଦେଶ୍ୟଗୁଡ଼ିକୁ ଦୃଷ୍ଟିରେ ରଖା ପରବର୍ତ୍ତୀ କାର୍ଯ୍ୟର ଯୋଜନା କରାଯାଇଛି ।

ଶିକ୍ଷଣକାର୍ଯ୍ୟ – 3 ଜ୍ଞାନର ଦୃଢୀକରଣ

ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ବେଳେ ଶିକ୍ଷାର୍ଥୀମାନଙ୍କୁ କୁହନ୍ତୁ ଯେ ସେମାନେ ଘରୁ ଏକ ପାତ୍ର କିମ୍ବା ବୋତଲ ଧରି ଆସିବେ । ଶ୍ରେଣୀରେ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର ପାତ୍ର । ବୋତଲକୁ ଅନ୍ୟ କୌଣସି ଜଣେ ଶିକ୍ଷାର୍ଥୀ ସହ ବଦଳ କରିବେ । ବିକଳ୍ପ ଭାବେ, ଆପଣ ନିଜେ ବିଭିନ୍ନ ପ୍ରକାରର ବୋତଲ ଆଣି ପାରିବେ ଓ ସେଗୁଡ଼ିକୁ ଏପରି ଏକ ସ୍ଥାନରେ ରଖୁବେ ଯେପରି ସବୁ ଶିକ୍ଷାର୍ଥୀ ସେଗୁଡ଼ିକୁ ଦେଖୁପାରିବେ ।

ଭାଗ 1: ଉକ୍ତି ମୂଲ୍ୟାୟନ

ଶିକ୍ଷାର୍ଥୀମାନଙ୍କୁ ପଶ୍ଚରନ୍ତୁ ନିମ୍ନଲିଖୁତ ଭକ୍ତି ମଧରୁ କେଉଁଗୁଡ଼ିକ ବେଳେ ବେଳେ ସତ୍ୟ, ସବୁବେଳେ ସତ୍ୟ, ଆଦୌ ସତ୍ୟ ନୁହେଁ? କାହିଁକି ?

କ) ସାମ୍ବୁ ବୋତଲର ଆୟତନ ହେଉଛି ।150ମିଲିଲିଟର ।

ଖ) ସାମ୍ବୁ ବୋତଲର ଧାରକତ୍ଵ ହେଉଛି ।150ମିଲିଲିଟର ।

ଗ) ବୋତଲ ମଧ୍ୟରେ ଥୁବା ସାମ୍ପୁର ଆୟତନ 150 ମିଲିଲିଟର ।

ଘ) ବୋତଲ ମଧ୍ୟରେ ଥୁବା ସାମ୍ପୁର ଧାରକତ୍ଵ ହେଉଛି ।150 ମିଲିଲିଟର । ଡ) ବୋତଲରେ 150ମିଲିଲିଟର ଆୟତନର ସାମ୍ପୁ ରହିପାରିବ ।

ଭାଗ 2: ଶିକ୍ଷାର୍ଥୀମାନଙ୍କର ଦ୍ଵାରା ପ୍ରଶ୍ନ ପ୍ରସ୍ତୁତି

1. ଦିଆଯାଇଥୁବା ପାତ୍ରକୁ ଦେଖୁ ଶିକ୍ଷାର୍ଥୀମାନଙ୍କୁ ଲେଖୁବାକୁ ସୂଚନା ଦିଅନ୍ତୁ

  • ଦୁଇଟି ଠିକ୍ ବାକ୍ୟ – ଗୋଟିକରେ ‘ଆୟତନ' ଓ ଅନ୍ୟଟିରେ ‘ଧାରକତ୍ଵ' ଶବ୍ଦ ବ୍ୟବହାର ହୋଇଥୁବ ।
  • ଦୁଇଟି ଭୁଲ ବାକ୍ୟ – ଗୋଟିକରେ ‘ଆୟତନ' ଓ ଅନ୍ୟଟିରେ ‘ଧାରକତ୍' ଶବ୍ଦ ବ୍ୟବହାର ହେଉଥୁବ ।

2. ଶିକ୍ଷାର୍ଥୀମାନଙ୍କୁ କହନ୍ତୁ ସେମାନେ ଲେଖୁଥୁବା ବାକ୍ୟଗୁଡ଼ିକୁ ଅନ୍ୟମାନଙ୍କ ସହ ଅଦଳବଦଳ କରିବେ ଓ ନିମ୍ନ ପ୍ରଶ୍ନର ଉତ୍ତର ଦେବେ: ବାକ୍ୟଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ ବେଳେବେଳେ ସତ୍ୟ, ସବୁବେଳେ ସତ୍ୟ ଓ ଆଦୌ ସତ୍ୟ ନୁହେଁ, କାହିଁକି ?

ଟିକିଏ ଚିନ୍ତା କରନ୍ତୁ

  • ଶିକ୍ଷାର୍ଥୀମାନଙ୍କର ବୁଝିବାର ଦୃଢ଼ୀକରଣ ପାଇଁ ଏହି କାର୍ଯ୍ୟ କେତେ ଫଳପ୍ରଦ ହେଲା ବୋଲି ଆପଣ Ο ଭାବୁଛନ୍ତି ?
  • ଏହି କାର୍ଯ୍ୟ ଶିକ୍ଷାର୍ଥୀଙ୍କ ଠାରେ ଅବା କୌଣସି ଭ୍ରାନ୍ତ ଧାରଣାକୁ ପ୍ରକାଶ କରିଥୁଲା କି ? ଯଦି ହଁ, ଆପଣ ପରବର୍ତ୍ତୀ ପାଠ ଗୁଡ଼ିକରେ ସେଗୁଡ଼ିକ ପ୍ରତି କିପରି ଧାନ ଦେବେ ?
  • ଏହି କାର୍ଯ୍ୟକୁ ଆପଣ କୌଣସି ଦିଗରୁ ପରିବର୍ତନ କରିଥୁଲେ କି ? ଯହି ହଁ, କେଉଁ କାରଣରୁ ଏହି ସବୁ ପରିବର୍ଭନ କରିଥୁଲେ ?

ସାରାଂଶ

ଏହି ଏକକର ଅଧୟନ ପରେ ଆପଣ ‘ ଧାରକତ୍ଵ' ଓ 'ଆୟତନ' ମଧ୍ୟରେ ଅବା ସମାନତା ଓ ପାର୍ଥକ୍ୟକୁ ବୁଝିପାରିଥୁବେ । "ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ" କାର୍ଯ୍ୟ କିପରି ଶିକ୍ଷାର୍ଥୀକୁ ଗାଣିତିକ ଧର୍ମ ଓ ସହଜରେ ଲକ୍ଷ୍ୟ କରି ହେଉନଥୁବା ପାର୍ଥକ୍ୟକୁ ବୁଝିବାରେ ଓ ଖୋଜିବାରେ ସାହାଯ୍ୟ କରେ ତାହା ଆପଣ ଜାଣିପାରିଲେ ।

ଏହି ଏକକର ବୃହତ୍ତର ଉଦ୍ଦେଶ୍ୟ ଭାବେ NCF (2005) ଓ NCTFE (2009) ର ଶିକ୍ଷାଦାନ ଆବଶ୍ୟକତାର ବ୍ୟବହାର କରାଯାଇଛି ।

ଟିକିଏ ଚିନ୍ତା କରନ୍ତୁ

ଆପଣ ଏହି ଏକକରେ ବ୍ୟବହାର କରିଥିବା ଏପରି ତିନୋଟି ଧାରଣାକୁ ଚିହ୍ନଟ କରନ୍ତୁ ଯେଉଁଗୁଡିକୁ ସଫଳ ଭାବେ ଅନ୍ୟ ବିଷୟ ଶିକ୍ଷାଦାନରେ ବ୍ୟବହାର କରାଯାଇପାରିବ । ଏହି ଧାରଣାଗୁଡ଼ିକରେ ସାମାନ୍ୟ ପରିବର୍ତନ କରି ତହିଁର ବ୍ୟବହାରରେ କେଉଁ ଦୁଇଟି ପାଠ ଆପଣ ଏବେ ପଢାଇବେ । ସେହିପରି ଦୁଇଟି o ପାଠର ତାଲିକା ପ୍ରସ୍ତୁତ କରନ୍ତୁ ।

ସମ୍ବଳ

ସମ୍ବଳ 1: NCF / NCFTE ର ଶିକ୍ଷାଦାନ ଆବଶ୍ୟକତା

  • ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ନିଜ ଶିକ୍ଷଣରେ ଜଣେ ସକ୍ରିୟ ଅଂଶଗ୍ରହଣକାରୀ ଭାବେ ବିଶ୍ଚର କରିବା । ସେମାନଙ୍କୁ ସାଧାରଣତ ଜ୍ଞାନ ଆହରଣକାରୀ ଭାବେ ବିବେଚନା କରିବା ଉଚିତ ନୁହେଁ । ସେ ଜ୍ଞାନ ସଂରଚନା କରିବା ପାଇଁ କିପରି ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏବଂ ଘୋଷା ପଦ୍ଧତିଗୁଡିକ ଠାରୁ ସେମାନଙ୍କର ଶିକ୍ଷଣକୁ କିପରି ଦୂରେଇ ନେବ ତାହା ବିଚାର କରିବା ।
    • ଶିକ୍ଷାର୍ଥୀମାନେ ଗଣିତକୁ ଏପରି ଏକ ବିଷୟ ଭାବେ ବିବେଚନା କରିବେ ଯାହା ଦ୍ଵାରା କଥାବାର୍ଭା କରିହେଉଥୁବ, ଗଣିତ ମାଧମରେ ଭାବ ବିନିମୟ କରି ହେଉଥୁବେ, ନିଜ ନିଜ ମଧ୍ୟରେ ଆଲୋଚନା କରି ହେଉଥୁବ ଓ ମିଳିମିଶି କାର୍ଯ୍ୟ କରି ହେଉଥୁବ ।

ସମ୍ବଳ 2: ଦଳଗତ କାର୍ଯ୍ୟ ପରିଚାଳନା

ଏକ ଉତ୍ତମ ଦଳଗତ କାର୍ଯ୍ୟ ପରିପ୍ପଳନା ପାଇଁ ଆପଣଙ୍କୁ କେତେକ ନୀତିନିୟମ ଏବଂ ସମୟ ନିର୍ଘଣ୍ଟପ୍ରଣୟନ କରିବାକୁ ହେବ । ଆପଣ ଯେବେ ନିୟମିତ ଭାବେ ଦଳଗତ କାର୍ଯ୍ୟର ବ୍ୟବହାର କରୁଛନ୍ତି, ଶିକ୍ଷାର୍ଥୀମାନେ ଜାଣିବା ଆବଶ୍ୟକ ଯେ ଆପଣ କ'ଣ ଆଶା କରୁଛନ୍ତି ଓ ସେମାନେ କିପରି ଆନନ୍ଦ ପାଉଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ, ଶିକ୍ଷାର୍ଥୀମାନଙ୍କ ସହିତ ଦଳରେ କାମ କରିବାର ସୁଫଳକୁ ଚିହ୍ନଟ କରିବା ଏକ ଭଲ ଚିନ୍ତାଧାରା ହୋଇପାରେ । ତେଣୁ ଆପଣ ଶିକ୍ଷାର୍ଥୀମାନଙ୍କ ସହ ଏକ ଭଲ ଦଳଗତ କାର୍ଯ୍ୟର ଗୁଣାବଳୀ । ଲକ୍ଷଣ ସଂପର୍କରେ ଆଲୋଚନା କରନ୍ତୁ । ଦଳଗତ କାର୍ଯ୍ୟ ପରିପ୍ପଳନା ନିମନ୍ତେ କେତେକ ନିୟମ ତିଆରି କରନ୍ତୁ ଓ ସେଗୁଡ଼ିକୁ ଶ୍ରେଣୀରେ ପ୍ରଦର୍ଶନ କରନ୍ତୁ । ଉଦାହରଣ ସ୍ବରୂପ । ‘ପରସ୍ପରକୁ ସମ୍ମାନ ଦେବା', 'ଶୁଣିବା’, ‘ ପରସ୍ପରକୁ ସାହାଯ୍ୟ କରିବା’, ‘ ଏକାଧୁକ ଚିନ୍ତାଧାରାର ପ୍ରୟୋଗ କରିବା' ଇତ୍ୟାଦି ।

ଦଳଗତ କାର୍ଯ୍ୟ ସଂପର୍କରେ ସ୍ପଷ୍ଟ ମୌଖିକ ନିର୍ଦେଶନା ଦେବା ଗୁରୁତ୍ଵପୂର୍ଣ୍ଣ । ଏହି ସୂଚନାକୁ ମଧ୍ୟ କଳାପଟାରେ ଲେଖାଯାଇପାରେ । ଆପଣଙ୍କୁ ନିମ୍ନ ସୂଚନା ଗୁଡ଼ିକୁ ଭଲ ଭାବରେ ଧାନ ଦେବାକୁ ହେବ:

  • ଶିକ୍ଷାର୍ଥୀମାନଙ୍କୁ କହନ୍ତୁ ସେମାନେ ଦଳରେ ଆପଣଙ୍କ ଯୋଜନା ଅନୁଯାୟୀ କାମ କରିବେ, ଶ୍ରେଣୀର କେଉଁ ସୁଚିତ ସ୍ଥାନରେ କାର୍ଯ୍ୟ କରିବେ କିମ୍ବା ସୂଚନା ଅନୁଯାୟୀ ଶ୍ରେଣୀର ଆସବାବପତ୍ର ବା ସ୍କୁଲ ବ୍ୟାଗକୁ ଗୋଟିଏ ସ୍ଥାନରୁ ନେଇ ଆଉ ଗୋଟିଏ ସ୍ଥାନରେ ରଖୁବେ ।
  • ଦିଆଯିବାକୁ ଅବା କାର୍ଯ୍ୟ ସଂପର୍କରେ ସ୍ପଷ୍ଟ ଓ ନିଶ୍ଚିତ ରହନ୍ତୁ, ଏହାକୁ ସଂକ୍ଷେପରେ କଳାପଟାରେ ଲେଖନ୍ତୁ ବା ଚିତ୍ରରେ ଦେଖାନ୍ତୁ । ଆପଣ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ପ୍ରଶ୍ନ ପଶ୍ଚରିବାକୁ ସୁଯୋଗ ଦିଅନ୍ତୁ ।

ପାଠପଢ଼ା କାର୍ଯ୍ୟ ଟାଲିଥୁବା ବେଳେ ବିଭିନ୍ନ ଦଳ ନିକଟକୁ ଯାଇ ଲକ୍ଷ୍ୟ କରନ୍ତୁ ଓ ସେମାନେ କିପରି କାର୍ଯ୍ୟକୁ କରୁଛନ୍ତି ତାହା ତଦାରଖା କରନ୍ତୁ । ଯଦି ସେମାନେ କାର୍ଯ୍ୟ ସୂଚନା ଅନୁଯାୟୀ କାର୍ଯ୍ୟ ନକରୁଥାନ୍ତି, ତେବେ ସେମାନଙ୍କୁ ସହାୟତା ଓ ପରାମର୍ଶ ଦିଅନ୍ତୁ ।

କାର୍ଯ୍ୟ ଖୋଲିଥୁବା ସମୟରେ ମଧ୍ୟ ଆପଣ ଦଳରେ ପରିବର୍ତନ କରିପାରନ୍ତି । ଏଠାରେ ଦୁଇଟି କୌଶଳ ଦିଆଯାଇଛି ଯାହା ଆପଣ ଶ୍ରେଣୀରେ ପ୍ରୟୋଗ କରିପାରନ୍ତି, ବିଶେଷତଃ ଅଧୁକ ସଂଖ୍ୟକ ଶିକ୍ଷାର୍ଥୀ ବିଶିଷ୍ଟ ଶ୍ରେଣୀ ପରିପ୍ପଳନାରେ ଏହା ବିଶେଷ ଉପଯୋଗୀ ।

  • ବିଶେଷଜ୍ଞ ଦଳ ପ୍ରତ୍ୟେକ ଦଳକୁ ଅଲଗା ଅଲଗା କାର୍ଯ୍ୟ ଦିଅନ୍ତୁ । ଯେପରି, ବିଦ୍ୟୁତ୍ ଉତ୍ପାଦନ ପାଇଁ ନୂଆ ଉପାୟ ସ୍ଥିର କରିବା ବା ଡ୍ରାମା ପାଇଁ ଚରିତ୍ର ସ୍ଥିର ନିର୍ଣ୍ଣୟ କରିବା । କିଛି ସମୟ ପରେ ଦଳଗୁଡ଼ିକୁ ପୁଣିଥରେ ନୂତନ ଭାବେ ତିଆରି କରନ୍ତୁ ଯେପରି ପ୍ରତ୍ୟେକ ନୂଆ ଦଳରେ ପ୍ରଥମରୁ ଅବା ଦଳର ଜଣେ ଲେଖାଏ ବିଶେଷଜ୍ଞ ରହିବେ । ଏବେ ସେମାନଙ୍କୁ କାମ ଦିଅନ୍ତୁ ଯେପରି ସମସ୍ତ ବିଶେଷଜ୍ଞଙ୍କଠାରୁ ଜ୍ଞାନ ସଂଗ୍ରହ କରାଯାଇ ପାରିବ । ଯେପରି କେଉଁଭଳି ବିଦ୍ଯୁତ୍ କେନ୍ଦ୍ର (ଶକ୍ତି କେନ୍ଦ୍ର) ସ୍ଥିର କରାଯିବ ବା ଡ୍ରାମାର ପ୍ରସ୍ତୁତି ।
    • ପ୍ରତିନିଧୁ ଯଦି କାର୍ଯ୍ୟଟି କୌଣସି ସମସ୍ୟା ସମାଧାନ ବା କିଛି ଜିନିଷ ସୃଷ୍ଟି ପାଇଁ ହୋଇଥାଏ, କାମ ହେବାର କିଛି ସମୟ ପରେ ପ୍ରତି ଦଳକୁ କୁହନ୍ତୁ ସେମାନେ ସେମାନଙ୍କର ପ୍ରତିନିଧ୍ବକୁ ଅନ୍ୟ ଦଳକୁ ପଠେଇବେ । ସେମାନେ ଅନ୍ୟଦଳରେ ସମସ୍ୟାର ସମାଧାନ କିମ୍ବା ଧାରଣାକୁ ଲକ୍ଷ୍ୟ କରିବେ ଓ ପୁଣିଥରେ ନିଜ ଦଳକୁ ଆସି ସେ ସଂପର୍କରେ ବିବରଣୀ  ଦେବେ ।

ଏହିଭଳି ଉପାୟରେ ଦଳମାନେ ପରସ୍ପର ଠାରୁ ଶିଖୁପାରିବେ, କାର୍ଯ୍ୟ ସରିବା ପରେ ଶିକ୍ଷାର୍ଥୀମାନେ ଯାହା ସବୁ ଶିଖଲେ ସେ ସବୁର ସଂକ୍ଷେପଣ କରନ୍ତୁ । ଶିକ୍ଷାର୍ଥୀମାନଙ୍କ ଠାରେ କୌଣସି ଭ୍ରାନ୍ତ ଧାରଣା ଲକ୍ଷ୍ୟ କରିଥିଲେ। ସେଗୁଡ଼ିକୁ ସଂଶୋଧନ କରନ୍ତୁ । ଆପଣ ପ୍ରତି ଦଳରୁ ମତାମତ ଶୁଣିବାକୁ ଗହିପାରନ୍ତି, କିମ୍ବା ଗୋଟିଏ ବା ଦୁଇଟି ଦଳକୁ ସେମାନଙ୍କ ପାଖରେ ଅବା ଭଲ ଭାବନା । ଧାରଣା ଦେବାକୁ କହିପାରନ୍ତି । ଶିକ୍ଷାର୍ଥୀମାନଙ୍କୁ ସଂକ୍ଷେପରେ ମତାମତ ଦେବାକୁ ଉତ୍ସାହିତ କରନ୍ତୁ । ଦଳଗତ କାର୍ଯ୍ୟ ବେଳେ କ’ଣ ସବୁ ଠିକ୍ ଭାବେ କାମ ଦେଲା ଓ କେଉଁଗୁଡ଼ିକ ଆନନ୍ଦଦାୟକ, ଥୁଲା ଓ କେଉଁଗୁଡ଼ିକର ଉନ୍ନତି ଆବଶ୍ୟକ। ସେ ସଂପର୍କରେ ମତାମତ ଦେବାକୁ ଶିକ୍ଷାର୍ଥୀଙ୍କୁ ସୁଯୋଗ ଦିଅନ୍ତୁ ।

ଆପଣ ଶ୍ରେଣୀ କକ୍ଷରେ ଦଳଗତ କାର୍ଯ୍ୟ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ବେଳେବେଳେ, ଆପଣ ତାର ପରିପ୍ପଳନାରେ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି କାରଣ କେତେକ ଶିକ୍ଷାର୍ଥୀ

  • ସକ୍ରିୟ ଶିକ୍ଷଣରେ ଓ ସଂପୃକ୍ତ ହୋଇ ନଥାନ୍ତି ।
  • ଦଳରେ ଆଧୁପତ୍ୟ ବିସ୍ତାର କରିଥାନ୍ତି ।
  • ଆତ୍ମବିଶ୍ଵାସର ଅଭାବ ବା ଦୁର୍ବଳ ପାରସ୍କାରିକ ସଂପର୍କ ଯୋଗୁ ଅଂଶଗ୍ରହଣ କରିନଥାନ୍ତି ।

ଦଳଗତ କାର୍ଯ୍ୟର ଫଳପ୍ରଦ ପରିପ୍ପଳନା ନିମନ୍ତେ ଉପରୋକ୍ତ ଦିଗଗୁଡ଼ିକ ପ୍ରତି ଯନ୍ତ୍ରଶୀଳ ହେବା ଆବଶ୍ୟକ । ଏହା ସହିତ, ଶିକ୍ଷଣ ଫଳାଫଳ କେତେ ଦୂର ହାସଲ ହୋଇଛି ଓ ଶିକ୍ଷାର୍ଥୀମାନେ କିପରି ଉତ୍ତର ଦେଉଛନ୍ତି ତାହା ମଧ୍ୟ ଲକ୍ଷ୍ୟ କରାଯିବା ଆବଶ୍ୟକ । ଖୁବ ଯନ୍ ଓ ସତର୍କତାର ସହ ଦଳୀୟ କାର୍ଯ୍ୟ, ସମ୍ବଳ, ସମୟ, ଦଳ ଗଠନ ବିଷୟରେ ଯୋଜନା କରନ୍ତୁ ।

ଗବେଷଣା ଲବ୍ଧ ଫଳାଫଳରୁ ଜଣାପଡ଼ିଛି ଯେ ଶିକ୍ଷାର୍ଥୀଙ୍କର ଶିକ୍ଷଣ ଉପଲଛି ଉନ୍ନତି ହେବା ପାଇଁ ଦଳଗତ ଶିକ୍ଷଣ ସବୁ ସମୟରେ ବ୍ୟବହାର କରାଯିବା ଆବଶ୍ୟକ ନୁହେଁ, ଅର୍ଥାତ୍ ପ୍ରତ୍ୟେକ ପାଠ ପାଇଁ ଏହା କରାଯିବା ଜରୁରୀ ନୁହେଁ । ଆପଣ ଦଳଗତ କାର୍ଯ୍ୟକୁ ଏକ ପରିପୂରକ କୌଶଳ ଭାବେ ବ୍ୟବହାର କରିପାରନ୍ତି, ଉଦାହରଣ ସ୍ବରୂପ: ପ୍ରସଙ୍ଗ ପରିବର୍ତନ ବେଳେ କିମ୍ବା ଶ୍ରେଣୀ ଆଲୋଚନାକୁ ଯିବା ସମୟରେ ବିରତି ଭାବେ ଏହାକୁ ବ୍ୟବହାର କରାଯାଇପାରିବ । ଶ୍ରେଣୀରେ ସକ୍ରିୟାତ୍ମକ କାର୍ଯ୍ୟ, ଅଭିଜ୍ଞତା ଭିତ୍ତିକ ଶିକ୍ଷଣ ଓ ସମସ୍ୟା ସମାଧାନ କାର୍ଯ୍ୟ କିମ୍ବା କୌଣସି ପ୍ରସଙ୍ଗକୁ ସମୀକ୍ଷା କରିବା ବେଳେ ଏହାକୁ ବ୍ୟବହାର କରାଯାଇପାରିବ ।

ଆଧାର

"www.tessindia.edu.in"

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top