ସେଆର କରନ୍ତୁ

ସୁଚନା ପାଇଁ ପଠନ

ସୁଚନା ପାଇଁ ପଠନ ର ସୂଚନା

ଏହି ଏକକ ରେ କ’ଣ ଅଛି

ସୂଚନା ପାଇଁ ପଠନ ଦକ୍ଷତାକୁ ଅଧିକ ଫଳପ୍ରଦ କରିବା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଏକକରୁ ଆପଣ ବାଟ ଖୋଜି ପାରିବେ ,ସମଗ୍ର ପାଠ୍ୟକ୍ରମ ର ସକ୍ରିୟ ପଠନ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ସହାୟତା ଦେବା ପାଇଁ ଭାଷା ଓ ସାକ୍ଷରତା ଶ୍ରେଣୀରେ ମଧ୍ୟ ଆପଣ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକକୁ ଅନ୍ତର୍ଭୁକ୍ତ କରିପାରିବେ ।

ପଞ୍ଚମ ଶ୍ରେଣୀଠାରୁ ଶିକ୍ଷାର୍ଥୀମାନଙ୍କ ପାଇଁ ଉପଯୋଗୀ ଅନେକ ପ୍ରକାରର ଶିକ୍ଷଣ କାର୍ଯ୍ୟସହ ଆପଣ ପରିଚିତ ହେବେ । ସେଗୁଡିକ ହେଲା ଅପରିଚିତ ଓ ଦୁର୍ବୋଧ୍ଯ ପାଠକୁ ପଢି ବୁଝିବା ପାଇଁ “ଅନୁମାନ ପ୍ରଦର୍ଶନୀ “ ପଥରେ ଥିବା ମୁଖ୍ୟ ଧାରଣାକୁ ବୁଝିବା ପାଇଁ “ବିଶେଷ ସୂଚନା ତାଲିକା ,ଅନୁଛେଦରେ ଥିବା ଧାରଣା ଗୁଡିକ ର ଗୁରୁତ୍ଵ କୁ ପୃଥକ କରିବା ପାଇଁ ସାରଣୀ ,ଶିକ୍ଷାର୍ଥୀମାନଙ୍କର ଶୈକ୍ଷିକ ଅଗ୍ରଗତି କୁ ଅନୁଧ୍ୟାନ କରି ନିଜ ଶିକ୍ଷାଦାନ ପଦ୍ଧତି ର ପରିବର୍ତ୍ତନ କରିବା ପାଇଁ ମଧ୍ୟ ଏହି ଏକକ ଆପଣଙ୍କୁ ସାହାଯ୍ୟ କରିବ ।

ପଢିବା ଓ ସୂଚନା କୁ ବୁଝିବା ଏକ ମୁଖ୍ୟ ଜୀବନ କୌଶଳ ଯାହା ଶିକ୍ଷାର୍ଥୀମାନଙ୍କର ବିଦ୍ୟାଳୟଙ୍କର ବିଦ୍ୟାଳୟ ଓ ବିଦ୍ୟାଳୟ ବାହାର ଜୀବନର ସଫଳତା ପାଇଁ ଏକ ଉଲ୍ଲେଖ ଯୋଗ୍ୟ ପାର୍ଥକ୍ୟ ସୃଷ୍ଟି କରେ । ବିଦ୍ୟାଳୟ ବାହାରେ ବିଭିନ୍ନ ପ୍ରକାରର ସୂଚନାଭିତ୍ତିକ ପାଠ ପଢିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ବିବିଧ କୌଶଳ ଶିକ୍ଷା ଦେବା ଆପଣଙ୍କ ପାଇଁ ଅପରିହାର୍ଜ୍ୟ ।

ଏହି ଏକକରୁ କ’ଣ ଶିଖିବେ

  • ଶିକ୍ଷାର୍ଥୀମାନଙ୍କ ଠାରେ ଥିବା “ସୂଚନା ପାଇଁ ପଠନ” ଦକ୍ଷତା କୁ ଅଧିକ ବିକଶିତ କରିବା ପାଇଁ କାର୍ଯ୍ୟଗୁଡିକ ଯୋଜନା ।
  • ପାଠ୍ୟ ବିଷଯମାନଙ୍କର ସକ୍ରିୟ ପଠନ ର କୌଶଳ ଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଉପାୟ ।
  • ସୂଚନା ପାଇଁ ପଠନ “ ଦକ୍ଷତା ର ବିକାଶ କ୍ଷେତ୍ରରେ ଶିକ୍ଷାର୍ଥୀଙ୍କର ଅଗ୍ରଗତି କୁ ତଦାରଖ କରିବାର ପନ୍ଥା ।

ଏହି ପନ୍ଥା କାହିଁକି ଗୁରୁତ୍ୱପୂର୍ଣ୍ଣ

ବିଦ୍ୟଳୟରେ ଶିକ୍ଷାର୍ଥୀମାନଙ୍କର ଶୈକ୍ଷିକ ଅଗ୍ରଗତି ପାଇଁ,ସମସ୍ତ ବିଷୟରେ ଥିବା ଦୁର୍ବୋଧ୍ଯ ପାଠଗୁଡିକର ଜଟିଳତା କ୍ରମରେ ପଠନ ଆବଶ୍ୟକ । କାରଣ ଶିକ୍ଷଣର ସଫଳତା ପାଠକୁ ବୁଝିବାର ସାମର୍ଥ୍ୟ ଏବଂ ପଠନ ଦ୍ଵାରା ଶିକ୍ଷାର୍ଥୀ ହାସଲ କରିଥିବା ସୂଚନା ର ବ୍ୟବହାର ଉପରେ ନିର୍ଭର କରେ । ସଫଳ ଶିକ୍ଷାର୍ଥୀମାନେ ନିଜର ଏବଂ ଭାଷା ଭଣ୍ଡାର ଏବଂ ପଠନ କୌଶଳ କୁ କେତେବେଳେ ବ୍ୟବହାର କରିବେ ଅନୁମାନ କରିବା ,ମୁଖ୍ୟ ଧାରଣା ଉପରେ ଗୁରୁତ୍ଵ ଆରୋପ କରିବା ,ପ୍ରତ୍ୟେକ ଭାଗର ଅର୍ଥ ଉପରେ ଗୁରୁତ୍ଵ ଉପରେ ଗୁରୁତ୍ଵ ନ ଦେଇ ସାମଗ୍ରିକ ତଥ୍ୟ କୁ ବୁଝିବା ଆବଶ୍ୟକ । ଏହି ଉପାୟରେ ବିଶେଷ କରି ପଠନରେ ସମସ୍ୟା ଥିବା ଶିକ୍ଷାର୍ଥୀମାନଙ୍କୁ ଉନ୍ନତ ପାଠକ ଓ ସକ୍ରିୟ ଶିକ୍ଷାର୍ଥୀରେ ପରିଣତ କରିହେବ ।

ସୂଚନା ପଢି ବୁଝିବା ପାଇଁ ଶିକ୍ଷଣ

ଦୈନନ୍ଦିନ ଜୀବନରେ ସାଧାରଣତଃ ଆମେ କୌଣସି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ରାଖୀ ସୂଚନା ପାଇବା ପାଇଁ ପଢୁ । ସେତେବେଳେ ଗୋଟିଏ ଗୋଟିଏ ଶବ୍ଦ ଉପରେ ଗୁରୁତ୍ଵ ନଦେଇ ପ୍ରକାଶିତ ସାମଗ୍ରିକ ଭାବ ଉପରେ ଗୁରୁତ୍ଵ ଦେଇଥାଇ ,କିମ୍ବା ଆମେ ଚାହୁଁଥିବା କୌଣସି ନିର୍ଦ୍ଧିଷ୍ଟ ତଥଯର ସବିଶେଷ ବିବରଣୀ ଖୋଜିଥାଇ । ଦୈନନ୍ଦିନ ଜୀବନରେ ପଢୁଥିବା ପାଠରୁ ଦରକାରୀ ସୂଚନା ଗୁଡିକୁ କିପରି ଆମେ ନିର୍ଯ୍ୟାସ ରୂପରେ ଗ୍ରହଣ କରିଥାଇ ଶିକ୍ଷଣକାର୍ଯ୍ୟ – ୧ ରେ ସେ ସମ୍ପର୍କରେ କୁହାଯାଇଛି ।

ଶିକ୍ଷଣକାର୍ଯ୍ୟ ୧: ବିଭିନ୍ନ ପ୍ରକାର ସୂଚନାଭିତ୍ତିକ ପାଠର ପଠନ

ବର୍ତ୍ତମାନ ଆପଣ ଗତ ସପ୍ତାହରେ ପଢିଥିବା କିଛି ସୂଚନାଭିତ୍ତିକ ପାଠ କଥା ମାନେ ପକାନ୍ତୁ । ସେଗୁଡିକ ମଧ୍ୟରେ ଖବରକାଗଜ ,ଇଣ୍ଟର୍ନେଟ ରେ ଥିବା ବୈଷୟିକ ପୁସ୍ତିକା ,ରେଳବାଇ ସମୟ ନିର୍ଘଣ୍ଟ,ଖାଦ୍ୟ ତାଲିକା ,ବିଜ୍ଞାପନ ,ରାସ୍ତାଚିହ୍ନ କିମ୍ବା ଶିକ୍ଷାର୍ଥୀମାନଙ୍କର ଲିଖିତ ଗୃହକାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ବିଷୟଗୁଡିକ ମାଧରୁ ଆପଣ ଅନ୍ତତଃ ଚାରିଟି ମାନେ ପକାନ୍ତୁ ଓ ତଳେ ଦିଆଯାଇଥିବା ପ୍ରଶ୍ନ ର ଉତ୍ତର ଦିଅନ୍ତୁ ।

  • ଏହି ପାଠଟିକୁ ଆପଣ କାହିଁକି ପଢିଲେ?
  • କେଉଁ ପାଠରୁ ଆପଣ ସହଜରେ ମୁଖ୍ୟଧାରଣା ର ଭାବ ଗ୍ରହଣ କରିପାରିଲେ?
  • କେଉଁ ପାଠଟିକୁ ଆପଣ ଧୀରେ ଧୀରେ ଓ ଏକାଧିକ ଥର ପଡିଲେ ?
  • ଆପଣ ପଢିଥିବା କେତେକ ପାଠକୁ ବୁଝିବାରେ ଅସୁବିଧା ହେଲା କି? ଯଦି ହଁ ଆପଣ କିପରି ଏହାର ଅର୍ଥ ବୁଝିଲେ?
  • ଗତ ସପ୍ତାହରେ ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ପାଢୀଥିଲେ ସେ ବିଷୟରେ ଆପଣ ଜାଣନ୍ତି କି?

ବିଭିନ୍ନ ପ୍ରକାର ପାଠ ଆପଣଙ୍କ ପଠନ ଦକ୍ଷତାର ବିଭିନ୍ନ ଦିଗକୁ ସୁଚେଇଥାଏ । କର୍ଜୟାଳୟ ନଥିପତ୍ର,ନିର୍ଦ୍ଦେଶ ପୁଷ୍ଟିକରେ ଅପରିଚିତ  ବୈଷୟିକ ଶବ୍ଦ ତଥା  ବୃତ୍ତିଗତ ଶବ୍ଦାବଳି ରହିଥାଏ । ଖବରକାଗଜ ରେ ପ୍ରକାଶିତ ଲେଖାର ବିଷୟବସ୍ତୁ ମଧ୍ୟ ଆପଣଙ୍କ ଅନୁଭୂତି ଓ ବୋଧଗମ୍ୟତା ବାହାରରେ ହୋଇପାରେ । ଶିକ୍ଷାର୍ଥୀମାନଙ୍କର ଗୃହକର୍ମରେ ମଧ୍ୟ ଅସ୍ବାଭାବିକ ବନାମ ଥାଇପାରେ । ଏପରିକି ସ୍ପଷ୍ଟ ଓ ନିର୍ଭୁଲ ଭାବରେ ପଢି ପାରୁଥିବା ଶିକ୍ଷାର୍ଥୀମଧ୍ୟ ବନାମ ଅଶୁଦ୍ଧି କରିଥାନ୍ତି ।

ଶିକ୍ଷାର୍ଥୀମାନଙ୍କର ପୃଷ୍ଟଭୁମି ଓ ପୂର୍ବାନୁଭୂତି ସେମାନେ ପଢୁଥିବା ବିଷୟକୁ ବୁଝିବାରେ ସାହାଜ୍ଯ କରିଥାଏ । ଉଦାହରଣ ସ୍ୱରୂପ ,ଯଦି ଆପଣ ସ୍ଥାନୀୟ ସ୍ୱାସ୍ଥ୍ୟ ଅଭିଯାନ ସମ୍ପର୍କରେ ଅବଗତ ଅଛନ୍ତି,ତେବେ ସେହି ସମ୍ପର୍କିତ ପ୍ରଚାର ପତ୍ରଟିଏ ମଧ୍ୟ ତତକ୍ଷଣାତ ଆପଣଙ୍କ ର ବୋଧଗମ୍ୟ ହୋଇଯିବ । ପୂର୍ବ ଅଭିଜ୍ଞତା  ନ ଥିଲେ ପ୍ରଚାର ପତ୍ର  ପାଢୀ ତାର ଅର୍ଥକୁ ଆପଣ କେବଳ ଅନୁମାନ କରିଥାନ୍ତେ । ନିଜ ଚାରିପାଖରେ ଥିବା ଦୁନିଆ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ହାସଲ କରିବା ଶିକ୍ଷାର୍ଥୀମାନଙ୍କ ପାଇଁ ଅପରିବର୍ତ୍ତନୀୟ ରହେ । ସେହି ସମୟରେ ପଢୁଥିବା ବିଷୟରୁ ଅର୍ଥ ବିଷୟରୁ ଅର୍ଥ ବୁଝିବାର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଥାଏ ।

କ୍ଷାର୍ଥୀମାନଙ୍କ ର ବିବିଧ ପଠନ କ୍ରିୟା ର ବିକାଶ କରିବା

ସୂଚନାଭିତ୍ତିକ ପାଠ ପଢିବା ପାଇଁ ଶିକ୍ଷାର୍ଥୀମାନେ ପଠନର ବିଭିନ୍ନ କୌଶଳ ଶିଖିବା ଆବଶ୍ୟକ । ସୂଚନା ଭିତ୍ତିକ ପଠନର ଅଭ୍ୟାସ ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବା ସହିତ ସେମାନେ ଯାହା ପଢିଛନ୍ତି,ସେ ସମ୍ପର୍କରେ କଥାବାର୍ତ୍ତା ହେବା ମଧ୍ୟ ଦରକାର ଯାହାଦ୍ୱାରା ସେମାନେ ଶିଖୁଥିବା ନୂଆ ଭାଷା ଓ ଧାରଣା କୁ ବୁଝିପାରିବେ ।

ପରିସ୍ଥିତି ଅନୁଧ୍ୟାନ ୧ : ଶିକ୍ଷାର୍ଥୀମାନଙ୍କ ର ବିବିଧ-ପଠନକ୍ରିୟାର ବିକାଶ କରିବା

ମାଲକାନଙ୍ଗିରିର ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ,ଅଷ୍ଟମ ଶ୍ରେଣୀ ରେ ଶିକ୍ଷାଦାନ କରନ୍ତି । ସୂଚନାଭିତ୍ତିକ ପାଠଗୁଡିକୁ ଉଚ୍ଚପଠନ କରି ଶିକ୍ଷାର୍ଥୀମାନଙ୍କର ପଠନ କ୍ରିୟାର ପ୍ରସାର  କରିବାକୁ ସେ କିପରି ପ୍ରୟାସ କରିଛନ୍ତି,ଏଠାରେ ସେହି ବିଷୟରେ ବର୍ଣ୍ଣନା କରିଛନ୍ତି ।

ମୁଁ ଶ୍ରେଣୀରେ ସବୁବେଳେ ଶିକ୍ଷାର୍ଥୀମାନଙ୍କ ପାଇଁ ଉଚ୍ଚ ପଠନ କରିଥାଏ । ବେଳେବେଳେ ଗପ କିମ୍ବା କବିତା ବଦଳରେ ଖବରକାଗଜ ର ଛୋଟ ଲେଖାଗୁଡ଼ିକୁ ପଢିଥାଏ, କାରଣ ଏଗୁଡିକ ସେମାନଙ୍କ ପାଇଁ ଅଧିକ ଆଗ୍ରହ ସୃଷ୍ଟି କରିଥାଏ । ବିଭିନ୍ନ ଶୈଳୀରେ ଲିଖିତ ବିଷୟ ଶୁଣିବାରେ ଏଗୁଡିକ ସାହାଯ୍ୟ କରିଥାଏ ବୋଲି ମୁଁ ଭାବେ । ଆମ ଚାରିପଟ ଦୁନିଆ ସମ୍ପର୍କରେ ମଧ୍ୟ ଏଥିରୁ ସୂଚନା ମିଳିଥାଏ ।

ଗତ ମାସରେ “ଜୀବଜନ୍ତୁଙ୍କ ଠାରେ ପ୍ରସାଧନ ସାମଗ୍ରୀ ର ପରୀକ୍ଷଣ “ ପ୍ରସଙ୍ଗଟି ପଢାଇବା ପୂର୍ବରୁ ମୁଁ ଶିକ୍ଷାର୍ଥୀମାନଙ୍କୁ ପଚାରିଥିଲି –ସେମାନେ ଏ ବିଷୟରେ ପୂର୍ବରୁ କ’ଣ ଜାଣିଛନ୍ତି ? ପ୍ରାରମ୍ଭିକ ଆଲୋଚନା ସମୟରେ  ଏହି ପ୍ରସଙ୍ଗ ସମ୍ପର୍କିତ କିଛି କୈନ୍ଦ୍ରିକ ଶବ୍ଦ ମୁଁ କଳାପଟାରେ ଲେଖିଲି । ଏହାପରେ ଖବରକାଗଜ ରେ ସେହି ସମ୍ପର୍କରେ ପ୍ରକାଶିତ ଲେଖାଟି ପଢିଲି (ସମ୍ବଳ ୧ ରେ ଲେଖାଟି ପ୍ରଦତ୍ତ) ଏବେ ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ କଲି ଯେ ଏହି ଲେଖାରେ କାହା ବିଷୟରେ କୁହାଯାଇଛି? ତାପରେ ଲେଖାଟିକୁ ମୁଁ ପୁଣି ଥରେ ଧୀରେ ଧୀରେ ପଢିଲି । ଅପରିଚିତ  ଶବ୍ଦ ଗୁଡିକୁ ମୁଁ କଳାପଟାରେ ଲେଖି ଦେଇଥିଲି ଶିକ୍ଷାର୍ଥୀଙ୍କୁ ପଚାରିଲି- କିଏ ଏହାର ଅର୍ଥ ବୁଝାଇ ପାରିବେ? ଏହି କାମଟି କରିସାରିବା ପରେ ପ୍ରତି ଦୁଇଜଣ ଶିକ୍ଷାର୍ଥୀଙ୍କୁ ଏକାଠି ବସି ଲେଖାଟିରେ କ’ଣ  ଅଛି ସେ ବିଷୟରେ ସଂକ୍ଷେପରେ କଥାବାର୍ତ୍ତା ହେବାକୁ କହିଲି ।

ପ୍ରତିପୁଷ୍ଟି ଅଧିବେଶନ ପରେ ମୁଁ ଆଉ ତିନିଟି ପ୍ରଶ୍ନ କଳାପଟାରେ ଲେଖିଦେଲି ।

  • ତୁମେ ଭାବୁଛ କି ଏହି ନିଷେଧଜ୍ଞା ଏକ ସାକାରାତ୍ମକ ପଦକ୍ଷେପ ? ଯଦି ହଁ /ନାଁ କାହିଁକି?
  • ଜୀବଜନ୍ତୁ ଯନ୍ତ୍ରଣା ଭୋଗିଲେ ଆମେ ସେମାନଙ୍କର ଯତ୍ନ ନେବା ଉଚିତ ହେବ କି?
  • ଭାରତର ସୌନ୍ଦର୍ଜ୍ୟ ବର୍ଦ୍ଧକ ଶିଳ୍ପ ବହୁତ ବଡ ଅଟେ । ଏହି ଆଇନ ଆମର ଅର୍ଥନୀତିକୁ ପ୍ରଭାବିତ କରିବା କି?

ଲେଖାଟିକୁ ମୁଁ ପୁଣିଥରେ ପଢିସାରିବା ପରେ ପ୍ରତି ଦୁଇଯୋଡି (୪ ଜଣ) ଶିକ୍ଷାର୍ଥୀଙ୍କୁ ଏକାଠି ଦଳରେ ବସାଇଲି ଓ ଉପରେ ଦିଆଯାଇଥିବା ପ୍ରଶ୍ନ ଗୁଡିକ ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରଶ୍ନ ସମ୍ପର୍କରେ ଆଲୋଚନା କରିବାକୁ କହିଲି । ଆଲୋଚନା ସାରିବା ପରେ ପ୍ରତ୍ୟେକ ଦଳର ଦଳପଟିଙ୍କୁ ସେମାନଙ୍କର ଚିନ୍ତାଧାରାକୁ ଶ୍ରେଣୀର ଅନ୍ୟପିଲା ଙ୍କୁ ଶୁଣାଇବାକୁ କହିଲି ।

ଏହା ପରେ ଏହି କାର୍ଯ୍ୟଟି କୁ  ଭିନ୍ନ ଭିନ୍ନ ଲେଖାଦେଇ ବିବିଧ ପ୍ରକାରର କରାଇଲି ଏବଂ ଅନୁରୂପ ଆଲୋଚନା ପାଇଁ ପିଲାମାନେ ନିଜେ ନିଜେ ପୁନଃ ପଠନ କରିବା ଦେଖିଲି । କୌଣସି କଷ୍ଟଶବ୍ଦ କିମ୍ବା କଠିନ ବାକ୍ୟ କୁ ମୁଁ ନିଜେ ଣ ବାଛି ସେମାନେ ବୁଝିପାରୁ  ନଥିବା ଶବ୍ଦ ଓ ବାକ୍ୟ କୁ ଲେଖି ରଖିବାକୁ ପରାମର୍ଶ ଦେଲି । ଏଥର ମୁଁ ଥରେ ଉଚ୍ଚପଠନ କରିସାରିବା ପରେ ଶିକ୍ଷାର୍ଥୀମାନଙ୍କୁ ପାଠର ନକଲ ଦେଇଦେଲି ଏବଂ ସେମାନେ ଏ ବିଷୟରେ ପ୍ରାରମ୍ଭିକ ଆଲୋଚନା କରୁଥିବାର ଦେଖିଲି । କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କୁ ବିଚାର କରିବା ପୂର୍ବରୁ ସେମାନେ ବ୍ୟକ୍ତିଗତ ଭାବରେ ଏହାର ପଠନ କଲେ ।

ନିଜ ଭାଷାରେ କୌଣସି ପ୍ରସଙ୍ଗ ସମ୍ପର୍କରେ ଲେଖିଲାବେଳେ କିମ୍ବା ପ୍ରବନ୍ଧରେ ନିର୍ଦ୍ଧିଷ୍ଟ ବିଷୟରେ ନିଜର ବିଚାର ଉପସ୍ଥାପନ ସମୟରେ,ମୁଁ ଶିକ୍ଷାର୍ଥୀମାନଙ୍କର ପଠନ ଦକ୍ଷତା ର ପ୍ରତିଫଳନ ଦେଖିପାରେ ।

ସମ୍ବଳ-୨ ରେ ଦଳଗତ କାର୍ଯ୍ୟ ର ଉପକାର ସମ୍ପର୍କରେ ଆପଣ ଅଧିକ ଜାଣି ପାରିବେ ।

ଶିକ୍ଷଣକାର୍ଯ୍ୟ ୨ : ଶିକ୍ଷାର୍ଥୀମାନଙ୍କର ପଠନ କ୍ରିୟାର ବିକାଶ କରିବା

ପରିସ୍ଥିତି ଅନୁଧ୍ୟାନ -୧ କୁ ମାର୍ଗଦର୍ଶକ ଭାବରେ ଗ୍ରହଣ କରିବା ପରେ ଖବରକାଗଜ ବା କୌଣସି ପତ୍ରିକାରୁ ଛୋଟ ଲେଖାଟିଏ ଚୟନ କରନ୍ତୁ ଏବଂ ଶ୍ରେଣୀରେ ଉଚ୍ଚ ପଠନ କରନ୍ତୁ । ଏହା ଆପଣଙ୍କ ପାଠଯୋଜନା ସହିତ କିପରି ସମ୍ପର୍କିତ ହୋଇପାରିବ ବିଚାର କରନ୍ତୁ । ଏବେ ଶ୍ରେଣୀରେ ପଢଉଥିବା ଗୋଟିଏ ପ୍ରସଙ୍ଗ ସହିତ ଆପଣ ଏହାକୁ କିପରି ଯୋଡିପାରିବେ? ଆପଣଙ୍କ ର ବିଚାର କରନ୍ତୁ । ଏବେ ଶ୍ରେଣୀରେ ପଢଉଥିବା ଗୋଟିଏ ପ୍ରସଙ୍ଗ ସହିତ ଆପଣ ଏହାକୁ କିପରି ଯୋଡ଼ିପାରିବେ? ଆପଣଙ୍କର ବିଚାର ସମ୍ପର୍କରେ ସହକର୍ମୀମାନଙ୍କ ସହ ଆଲୋଚନା କରନ୍ତୁ ।

  • ଲେଖାଟିକୁ ଚୟନ କରାଯାଇ ଥିବା ଖବରକାଗଜ ବା ପତ୍ରିକାଟି ଶିକ୍ଷାର୍ଥୀଙ୍କୁ ଦେଖନ୍ତୁ କାରଣ ପସନ୍ଦ କରିଥିବା ପ୍ରସଙ୍ଗଟି ଆପଣ ତଥା ଶିକ୍ଷାର୍ଥୀଙ୍କର ପଠନ ଆଗ୍ରହର ପ୍ରମାଣ  ସ୍ୱରୂପ ଅଟେ ।
  • ଲେଖାରେ କୌଣସି ରେଖାଚିତ୍ର ବା ଫଟୋ ଥିଲେ ତାକୁ ଶିକ୍ଷାର୍ଥୀଙ୍କୁ ଦେଖନ୍ତୁ ।
  • ଲେଖାଟିକୁ ପଢିବା ପୂର୍ବରୁ ସେଥିରେ ଥିବା ଅପରିଚିତ ଶବ୍ଦ ଓ ବାକ୍ୟାଂଶ କୁ ଆପଣ ଶିକ୍ଷାର୍ଥୀଙ୍କୁ ବୁଝାଇଦିଅନ୍ତୁ ।
  • ପଢିବା ପୂର୍ବରୁ ଶିକ୍ଷାର୍ଥୀମାନେ କାହିଁକି ତାହା ଶୁଣିବେ ସେ ସମ୍ପର୍କରେ ଗୋଟିଏ ଦୁଇଟି ପ୍ରଶ୍ନ ପଚାରନ୍ତୁ ।
  • ଉଚ୍ଚ ପଠନ ସମୟରେ ଏହାକୁ ଧୀରେ ଧୀରେ ପଢନ୍ତୁ ଓ ପ୍ରସଙ୍ଗରେ ଥିବା ନୂତନ ଶବ୍ଦ ଓ ବାକ୍ୟ କୁ ବିରାମ ଦେଇ ବୁଝାନ୍ତୁ ।
  • ଆପଣ ଲେଖାଟିକୁ ପୁନଃ ଗଠନ କରିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ କିଛି ପ୍ରାରମ୍ଭିକ ପ୍ରଶ୍ନ ଆଲୋଚନା କରିବାକୁ କୁହନ୍ତୁ । ଯେଉଁ ଆଧାରରେ ସେମାନେ ପରବର୍ତ୍ତୀ ପ୍ରଶ୍ନ କରିପାରିବେ ।
  • ଶିକ୍ଷାର୍ଥୀମାନଙ୍କର ନିଜ ଉପରେ ବିଶ୍ଵାସ ଆସିବା ପରେ ଆପଣ ନିଜେ ପୁନଃଗଠନ କରିବା ପରିବର୍ତ୍ତେ କରିବା ପରିବର୍ତ୍ତେ ,ସେମାନଙ୍କୁ ଯୁଗ୍ମଭାବରେ କିମ୍ବା ଦଳରେ ପଢିବା ପାଇଁ ଗୋଟିଏ ଲେଖାଏଁ ଅନୁଚ୍ଛେଦ ଦିଅନ୍ତୁ ।
  • ଯୁଗ୍ମଭାବରେ ବା ଦଳରେ ଶିକ୍ଷାର୍ଥୀମାନେ ପ୍ରଶ୍ନଗୁଡିକୁ ଆଲୋଚନା କରନ୍ତୁ ଏବଂ ପୁରାଶ୍ରେଣୀରେ ପ୍ରତିପୁଷ୍ଟି ଅଧିବେଶ କରିବାକୁ ଆପଣ ଶିକ୍ଷାର୍ଥୀଙ୍କୁ କୁହନ୍ତୁ ।
  • ଆଉ ଦିନେ ଆପଣ ବନାମ ଏବଂ ପଠନବୋଧ ପରୀକ୍ଷା କରିବା ପାଇଁ ଶବ୍ଦ ଓ ବାକ୍ୟଗୁଡିକୁ ଲେଖନ୍ତୁ ।

ପ୍ରତ୍ୟାଶାମୂଳକ ପ୍ରଦର୍ଶିକାର ବ୍ୟବହାର

ଆଲୋଚିତ ହୋଇଥିବା ପରିସ୍ଥିତି ଅନୁଧ୍ୟାନ ଓ ଶିକ୍ଷଣ କାର୍ଯ୍ୟ ଅନୁଯାୟୀ ଶିକ୍ଷାର୍ଥୀମାନଙ୍କୁ ପଠନ ଦକ୍ଷତା ଓ କୌଶଳଗୁଡିକ ସେତିକିବେଳେ ସରସ ଭାବରେ ପଢାଯାଇପାରିବ  ଯେତେବେଳେ ବିଷୟଭିତ୍ତିକ ପାଠ ଗୁଡିକରୁ ଶିକ୍ଷାର୍ଥୀମାନେ ବାସ୍ତବ ଓ ସକ୍ରିୟ ପଠନ କାର୍ଯ୍ୟ ଦ୍ଵାରା ଶିଖୁଛନ୍ତି ।

ନୂଆ ବା ଅପରିଚିତ ତଥ୍ୟଭିତ୍ତିକ ପାଠ ପଢିବା ସମୟରେ “ ପ୍ରତ୍ୟାଶାମୂଳକ ପ୍ରଦର୍ଶିକା “ ପିଲାମାନଙ୍କ ପାଇଁ ଉପଯୋଗୀ ହୋଇଥାଏ । ତଥ୍ୟ ଓ ମତାମତ କୁ ପୃଥକ କରିବା ପାଇଁ ତଥା ପଠନ ପ୍ରସ୍ତୁତି ପାଇଁ “ପ୍ରଦର୍ଶିକା” ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିଥାଏ । ଚାହିଦା ଥିବା ପାଠ୍ୟପୁସ୍ତକ ର ପରିଚ୍ଛେଦ ଟିଏ ଶିକ୍ଷାର୍ଥୀମାନେ ପଢିବା ପାଇଁ ଜଣେ ଶିକ୍ଷକ ଙ୍କର “ପ୍ରତ୍ୟାଶା ମୂଳକ ପ୍ରଦର୍ଶିକା’ ର ବ୍ୟବହାର ସମ୍ପର୍କରେ ପରିସ୍ଥିତି ଅଧ୍ୟୟନ କୁ ପଢନ୍ତୁ ।

ପରିସ୍ଥିତି ଅଧ୍ୟୟନ ୨ : ଶିକ୍ଷାର୍ଥୀମାନେ ଏକ ଦୁର୍ବୋଧ୍ୟପାଠ ବୁଝିବାରେ ପ୍ରତ୍ୟାଶା ମୂଳକ ପ୍ରଦର୍ଶିକାର ବ୍ୟବହାର କରିବା

ନୟାଗଡ ର ଶ୍ରୀଯୁକ୍ତ ହରିଶ ଅଷ୍ଟମ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ପଢାନ୍ତି। ଦୁର୍ବୋଧ ପାଠ ବୁଝିବାରେ ସେ ଶିକ୍ଷାର୍ଥୀଙ୍କୁ କିପରି ସାହାଯ୍ୟ କରନ୍ତି ନିମ୍ନରେ ସେ ତାହା ବୁଝାଇଛନ୍ତି । ଭାରତର ଇଂରେଜ ଶାସନର ପ୍ରଭାବ ବଦଳିବା ପ୍ରସଙ୍ଗ ପାଇଁ ସାମାଜିକ ପାଠରେ ମୁଁ ପାଠଯୋଜନା ପ୍ରସ୍ତୁତ କରୁଥିଲି  । ମୁଁ ଜାଣିଥିଲି ଏହି ପରିଚ୍ଛେଦ ଟି ମୋ ଶିକ୍ଷାର୍ଥୀମାନଙ୍କ ପାଇଁ କଠିନ ହୋଇପାରେ ଏବଂ ସେହି ପ୍ରସଙ୍ଗଟିରେ ନାଗରିକ ର ଅଧିକାର ଓ ଦାୟିତ୍ଵ ସମ୍ପର୍କରେ କିଛି ଶବ୍ଦ ଥାଇପାରେ । ଏକ ସାରଣୀ ମାଧ୍ୟମରେ ମୋ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରାଇବାକୁ ମୁଁ ସ୍ଥିର କଲି । ସାରଣୀ-୧ ଦେଖନ୍ତୁ

ଟେବୁଲ ୧ : ପ୍ରତୟଶାମୂଳକ ପ୍ରଦର୍ଶିକା

ଉକ୍ତି

ପଠନ ପୂର୍ବରୁ

ପୃଷ୍ଟା ନମ୍ବର

ପଢିବା ପରେ

ଇଷ୍ଟ ଇଣ୍ଡିଆ କମ୍ପାନୀ ବାଣିଜ୍ୟ କାରବାର ପାଇଁ ଭାରତ ଆସିଥିଲା

ରାଜି/ ଆରାଜି

 

 

ଏକ ଜନ୍ତ୍ର ଯୁଗ ସୃଷ୍ଟି କଲା ।

 

 

 

ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ଲାଭକାରୀ ସଂସ୍ଥା ।

ରାଜି/ଅରାଜି

 

ରାଜି/ଆରାଜି

ପୂର୍ବରୁ ଆଇନ ୧୭୯୩ ରେ ଚାଳିତ ହୋଇଥିଲା ।

 

 

 


ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ମୁଁ ଖଣ୍ଡିଏ ଲେଖାଏଁ ସାରଣୀ ଦେଲି ଏବଂ ଯୋଡିରେ କାମ କରିବାକୁ କହିଲି । ମୁଁ ସେମାନଙ୍କୁ ବୁଝାଇ ଦେଲି ଯେ ପାଠ୍ୟପୁସ୍ତକ ରୁ ସେହି ପରିଚ୍ଛେଦ ଟି ପଢିବା ପୂର୍ବରୁ,ସେମାନେ ସାରଣୀରେ ଥିବା ପ୍ରଥମ ସ୍ତର ର ଉକତିଗୁଡିକୁ ପାଢୀ,ସେଥିରେ ରାଜି କିମ୍ବା ଆରାଜି ତାହା ନିଷ୍ପପତି ନେବେ । ଏହା ପରେ ସେମାନେ ପାଠ୍ୟ ପୁସ୍ତକ ର ସେହି ପରିଚ୍ଛେଦ ଟି ପାଢୀ କେଉଁ ପୃଷ୍ଟାରେ ଉକ୍ତି ସମ୍ପର୍କିତ ସୂଚନାଗୁଡିକ ରହିଛି ତାହା ସାରଣୀ ୩ ୟ ସ୍ତମ୍ବ (ପୃଷ୍ଟା ନମ୍ବର) ରେ ସୂଚିତ କରିବେ । ପରିଚ୍ଛେଦ ଟି ସଂପୂର୍ଣ୍ଣ ଭାବରେ ପଢି ସାରିବା ପରେ ଉକ୍ତି ସମ୍ପର୍କରେ ପୂର୍ବରୁ ଦେଇଥିବା ମତାମତ ରାଜି/ଆରାଜି ର ପୁନର୍ବିଚାର କରିବେ ।

ମୋ ଶିକ୍ଷାର୍ଥୀମାନେ ଆଗରୁ ଯାହା ପଢିଥିଲେ ଏହି କାର୍ଯ୍ୟ ଟି ତା’ପରେ ସମ୍ପୂର୍ଣ ଏକାଗ୍ରତା ସୃଷ୍ଟି କରାଗଲା । ମିଳିମିଶି ଅତି ଆଶ୍ଚର୍ଯ୍ୟ  ଆଶ୍ଚର୍ଯ୍ୟଜନକ ଭାବରେ ସେମାନେ କାମକଲେ । ମୁଁ ଅଭିଧାନ ଟିକୁ ଶ୍ରେଣୀଗୃହ ଆଗରେ ରଖିଦେଲି ଯାହାଫଳରେ କୌଣସି ଅପରିଚିତ ଶବ୍ଦ ର ଅର୍ଥ ସେମାନେ ସେଥିରୁ ଖୋଜି ପାଇଲେ,ଯେତେବେଳେ ସେମାନେ ଶେଷକଲେ,ମୁଁ ସମଗ୍ର ଶ୍ରେଣୀକୁ ସାରଣୀଟିକୁ ପଢିବାକୁ କହିଲି ଏବଂ ସେମାନେ ପୂର୍ବରୁ ପଢି ବାହାର କରିଥିବା ଅର୍ଥରେ କ’ଣ ପରିବର୍ତ୍ତନ କଲେ ତାହା ବୁଝାଇବାକୁ କହିଲି ।

ଶିକ୍ଷଣକାର୍ଯ୍ୟ ୩ : ପଠନ ପାଇଁ “ପ୍ରତ୍ୟାଶାମୂଳକ ପ୍ରଦର୍ଶିକା” ପ୍ରସ୍ତୁତି କରିବା

ଶିକ୍ଷାର୍ଥୀମାନେ ପଠନ ପାଇଁ “ପ୍ରତ୍ୟାଶା ମୂଳକ ପ୍ରଦର୍ଶିକା” ବ୍ୟବହାର କରିପାରିବା ଭଳି ଗୋଟିଏ ପାଠ ଯୋଜନା ପ୍ରସ୍ତୁତ କରନ୍ତୁ । ସେଥିପାଇଁ ଆପଣ ପାଠ୍ୟପୁସ୍ତକ ର ଗୋଟିଏ ବିଭାଗ କିମ୍ବା ସାଂପ୍ରତିକ ଖବରକାଗଜରୁ ଗୋଟିଏ ଲେଖା ନେଇପାରନ୍ତି । ଆପଣ ଏପରି ଗୋଟିଏ ପ୍ରସଙ୍ଗ ସ୍ଥିର କରନ୍ତୁ ଯାହା ଶିକ୍ଷାର୍ଥୀଙ୍କର ଆଗ୍ରହ ଓ ପଠନ ସ୍ତର ର ହୋଇଥିବ ।

ଲେଖାଟିକୁ ଯତ୍ନ ର ସହ ପଢି ସାରିବା ପରେ ବିଭିନ୍ନ ପର୍ଯ୍ୟାୟ ର ମୁକ୍ତ ଉତ୍ତରମୂଳକ ଉକ୍ତି ଗୁଡିକୁ ଲେଖନ୍ତୁ ଯାହା ବିଚାର୍ଯ୍ୟ ବିଷୟଗୁଡ଼ିକୁ ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବା ପାଇଁ ସୁଯୋଗ ଦେବ । “ଠିକ-ଭୁଲ-“”ହଁ- ନାହିଁ” ଉତ୍ତର ଆସୁଥିବା ଉକ୍ତି ଗୁଡିକୁ ଏଡାଇ ଯାଆନ୍ତୁ ।

 

ଉକ୍ତି ଗୁଡିକୁ ଆପଣ ଉଚ୍ଚପଠନ କରିବା ଦ୍ଵାରା ପଠନ ଅସୁବିଧା ଥିବା ଶିକ୍ଷାର୍ଥୀମାନଙ୍କୁ ଏହା ସାହାଯ୍ୟ କରିବ । ଏହି କାମଟି ଆପଣ ନିଜେ କରିପାରନ୍ତି କିମ୍ବା ଜଣେ ଅଧିକ ସମର୍ଥ ଶିକ୍ଷାର୍ଥୀ ସହ କମ ସାମର୍ଥ୍ୟ ଥିବା ଶିକ୍ଷାର୍ଥୀକୁ ଯୋଡି କରନ୍ତୁ, ଯିଏ ଆପଣଙ୍କ ପରିବର୍ତ୍ତେ ଏହି କାମ କରିପାରିବ ।ଯେତେବେଳେ ଯୋଡିମାନେ ପଢିବା ଏବଂ ସଲଙ୍ଗ୍ନ ସାରଣୀରେ ଲେଖିବା କାମ ସାରିଦେବେ,ସେମାନଙ୍କୁ ଚାରିଟି ଦଳରେ ଭାଗ କରନ୍ତୁ ଏବଂ ପୁରା ଶ୍ରେଣୀକୁ ସୁଚିତା କରିବା ପୂର୍ବରୁ ନିଜ ଭିତରେ ଆଲୋଚନା କରିବାକୁ କୁହନ୍ତୁ ।

ଶିକ୍ଷାର୍ଥୀମାନେ “ତଦାରଖ ଓ ପ୍ରତିପୁଷ୍ଟି ପ୍ରଦାନ “ ଶ୍ରେଣୀ ପରିଚାଳନା ପାଇଁ ଅଧିକ କୌଶଳ ,ପଠନ ବୋଧ ଏବଂ ଅଂଶଗ୍ରହଣକୁ ତଦାରଖ କରନ୍ତୁ ।

ମୁଖ୍ୟ ସମ୍ବଳ :”ତଦାରଖ ଓ ପ୍ରତିପୁଷ୍ଟି ପ୍ରଦାନ” ଶ୍ରେଣୀ ପରିଚାଳନା ପାଇଁ ଅଧିକ କୌଶଳ ଯୋଗାଇଥାଏ ।

 

ଗୋଟିଏ ସୂଚନା ଭିତ୍ତିକ ପାଠରେ କୈନ୍ଦ୍ରିକ ଧାରଣା ଗୁଡିକୁ ବାହାର କରିବା

ଶିକ୍ଷଣକାର୍ଯ୍ୟ-୪ :ଗୋଟିଏ ସୂଚନାଭିତ୍ତିକ ପାଠରେ କୈନ୍ଦ୍ରିକ ଧାରଣା ଚିହ୍ନଟ କରିବା

ବାତ୍ୟା ସମ୍ପର୍କରେ ତଳେ ଦିଆଯାଇଥିବା ଛୋଟ ଅନୁଚ୍ଚେଦଟି (ରାମ ଦାସ -୨୦୦୭)ପଢନ୍ତୁ ସମୟରେ

ବିଶେଷ ସୂଚନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ ।

  • ବାତ୍ୟା ର ଗୋଟିଏ ସଂଜ୍ଞ।
  • ବାତ୍ୟା ର ଗୋଟିଏ ଉଦାହରଣ
  • ଗୋଟିଏ ବାତ୍ୟା ସମ୍ପର୍କରେ ବର୍ଣ୍ଣନା
  • ଅନ୍ୟ କୌଣସି ବସ୍ତୁ ସହ ଗୋଟିଏ ବାତ୍ୟାର ତୁଳନା
  • ଗୋଟିଏ ବାତ୍ୟା ରେ କ’ଣ ଘଟେ କିମ୍ବା କେତେବେଳେ ଘଟେ ସେ ସମ୍ପର୍କରେ ସ୍ପଷ୍ଟିକରଣ
  • ବାତ୍ୟା ର ଅନ୍ୟାନ୍ୟ ଦିଗ ।

ଏହି ବିଶେଷ ସୂଚନାରୁ ଆପଣ କେତୋଟି ପାଇଲେ? ସେଗୁଡିକ ତଳେ ଗାର ଦିଅନ୍ତୁ । “ପ୍ରତ୍ୟେକ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗର ରେ ବାତ୍ୟା ସୃଷ୍ଟି ହୁଏ । ବାତ୍ୟାଗୋଟିଏ ପ୍ରକାଣ୍ଡ ଘୂର୍ଣ୍ଣ ଝାଡା। ଏହା ଶହ ଶହ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀ ଯାଇପାରେ । ବାତ୍ୟା ରେ ପବନ ର ବେଗ ଅତି ଦ୍ରୁତ ଥାଏ। ଏପରିକି ଘଣ୍ଟାପ୍ରତି ୩୦୦ କି.ମି ବେଗ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । ଏହା ଗୋଟିଏ ଦ୍ରୁତଗାମୀ ରେଳଗାଡି ର ତିନିଗୁଣ ବେଗ ଶହ ସମାନ । ବାତ୍ୟା ଦ୍ଵାରା ସମୁଦ୍ର ରେ ପ୍ରକାଣ୍ଡ ଢେଉ ସୃଷ୍ଟି ହେବା ସହିତ ସମୁଦ୍ର ର ଜଳ ସ୍ଥଳ ଭାଗରେ ବହୁଦୂର ପର୍ଯ୍ୟନ୍ତ ମାଡି ଆସେ । ପରିମାଣ ସ୍ୱରୂପ ବନ୍ୟା ,ଗଛା ଉପୁଡିବା ,ଘର ଉପୁଡିବା ,ଘର ଭାଙ୍ଗିବା ଶହ ହଜାର ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି “ ।

ଆପଣଙ୍କ ଧାରଣାକୁ ଆମ ଧାରଣା ଶହ ତୁଳନା କରନ୍ତୁ

ବାତ୍ୟାରେ ଗୋଟିଏ ସଂଜ୍ଞା- ବାତ୍ୟା ଗୋଟିଏ ପ୍ରକାଣ୍ଡ ଘୁର୍ଣିଝଡ ।

  • ଅନ୍ୟ କୌଣସି ବସ୍ତୁ ଶହ ବାତ୍ୟା ର ତୁଳନା – ବାତ୍ୟାରେ ପବନର ବେଗ ଗୋଟିଏ ଦ୍ରୁତଗାମୀ ରେଳଗାଡି ର ତିନିଗୁଣ ବେଗ ଶହ ସମାନ ।
  • ବାତ୍ୟା ସମ୍ପର୍କରେ ଗୋଟିଏ ବର୍ଣ୍ଣନା – ବାତ୍ୟା ଶହ ଶହ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀ ଯାଇପାରେ । ଏହା ଦ୍ଵାରା ସମୁଦ୍ରରେ ପ୍ରକାଣ୍ଡ ଢେଉ ସୃଷ୍ଟି ହେବା ସହିତ ସମୁଦ୍ରର ଜଳ ସ୍ଥଳଭାଗର ବହୁଦୂର ପର୍ଯ୍ୟନ୍ତ ମାଡିଆସେ ।
  • ବାତ୍ୟାରେ କ’ଣ ଘଟେ କିମ୍ବା କେତେବେଳେ ଘଟେ ସେ ସମ୍ପର୍କରେ ସ୍ପଷ୍ଟୀକରଣ ।
  • ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ ।
  • ବାତ୍ୟା ଅନ୍ୟାନ୍ୟ ଦିଗ- ପ୍ରକାଣ୍ଡ ଢେଉ ,”ବନ୍ୟା”,ଧ୍ଵଂସ ,ମୃତ୍ୟୁ ।

 

ଆପଣ ଲକ୍ଷ୍ୟ କରିପାରିବେ ସୂଚନାଭିତ୍ତିକ ପାଠରେ ଉପରେ ଦିଆଯାଉଥିବା ବିଶେଷ ତଥ୍ୟ ଗୁଡିକ ଅନ୍ତର୍ଭୁକ୍ତ ହେବାର ଆବଶ୍ୟକତା ନାହିଁ କିମ୍ବା ସେଗୁଡିକ ଗୋଟିଏ କ୍ରମରେ ରହିବା ମଧ୍ୟ ଜରୁରୀ ନୁହେଁ ।

ବର୍ତ୍ତମାନ ଏହି ଶିକ୍ଷଣ କର୍ଜୟତିକୁ ଗୋଟିଏ ଦୁର୍ବୋଧ୍ଯ ପାଠକୁ ନେଇ କରିବା । ତଳେ ଦିଆଯାଇଥିବା ଅନୁଛେଦ ଟି ବିଜ୍ଞାନ ପାଠ୍ୟ ପୁସ୍ତକ ରୁ ଆସିଛି । ଏହିଟିକୁ ପଢି ସାରିବା ପରେ ମନ ଭିତରେ ଏକ ତୁରନ୍ତ ବୈଦୁତିକ ପଥର ଏକ ସୂକ୍ଷ୍ମ ଧାରଣା ଆସିବ ।

ଶକ୍ତିର ଅନ୍ୟ ଏକ ରୂପ “ବିଦ୍ୟୁତ “ଇଲୋକଟ୍ରନର ଗତିରୁ ଏହା ଉତପର୍ଣ୍ଣ ହୋଇଥାଏ । ସୁଇଚ ଟିପିଦେଲେ ଲାଇଟ,କମ୍ପୁଟର ବା ଟେଲିଭିଜନ ଚାଲୁ ହୋଇଥାଏ । ଆପଣ ଜାଣନ୍ତି କି ପ୍ରକୃତରେ ତାହା କିପରି ହୋଇଥାଏ? ଯେତେବେଳେ ଗୋଟିଏ ବଲ ପୋଡିଯାଏ, ଅନ୍ୟଗୁଡିକ କାହିଁକି ପୋଡି ଯାଆନ୍ତି ନାହିଁ । ବିଦ୍ୟୁତ ଶକ୍ତି ବଡ ଦରକାରୀ କିନ୍ତୁ ଲୋକମାନେ ବିଦ୍ୟୁତ ର ଅପବ୍ଯବହାର କଲେ ଏହା ଖ୍ଯାତି କରିଥାଏ । କେତେକ କ୍ଷେତ୍ରରେ ଏହା ମୃତ୍ୟୁ ର କାରଣ ମଧ୍ୟ ହୋଇଥାଏ । ବିଦ୍ୟୁତ ସମ୍ପର୍କରେ କହିବା ସମୟରେ ନିରାପତ୍ତା ହିଁ ମୁଖ୍ୟକଥା  ।

ବିଦ୍ୟୁତ   କିପରି ପ୍ରବାହିତ ହୋଇଥାଏ ? ବୈଦୁତିକ ପରିପଥ ଦେଇ ଏହା ପ୍ରବାହିତ ହୋଇଥାଏ । ଏହି ପାଠଦେଇ ଇଲେକଟ୍ରନ ଗୁଡିକ ମଧ୍ୟ ଗତି କରି ପାରିବେ,କିନ୍ତୁ ସେଗୁଡିକ ସଂପୂର୍ଣ୍ଣ ପାଠ ପରିକ୍ରମା କରି ଆରମ୍ଭ ହୋଇଥିବା ସ୍ଥାନ କୁ ଫେରିଆସି ପାରିବେ । ଯଦି ପଥଟି ବନ୍ଦ ହୋଇଯାଏ –ଇଲୋକଟ୍ରନ ଗୁଡିକ ଗତିଶୀଳ ହୋଇପାରିବେ ନାହିଁ ।

ଗୋଟିଏ ରୁଦ୍ଧ ପରିପଥ ଇଲେକଟ୍ରନ ଗୁଡିକୁ ପଥରେ ଯାଇ ଆରମ୍ଭ ହୋଇଥିବା ସ୍ଥାନକୁ ଫେରି ଆସିବାକୁ ଅନୁମତି ଦେଇଥାଏ । ମାତ୍ର ମୁକ୍ତ ପରିପଥ ଯିବା ବାଟରେ ବାଧାପ୍ରାପ୍ତ ହୋଇଥାଏ। ମୁକ୍ତ ପରିପଥ ରେ ଇଲେକ୍ଟ୍ରୋନ୍ସ ଗୁଡିକ ଗତିଶୀଳ ହୋଇପାରନ୍ତି ନାହିଁ ।ସମସ୍ତ ପରିପଥ ନିଶ୍ଚିତ ଭାବରେ ତିନିଟି ଜିନିଷ ଧାରଣ କରିବା ଆବଶ୍ୟକ । ସେଗୁଡିକ ହେଲା ସଂଯୋଗ ପରିବାହୀ,ଗୋଟିଏ ଶକ୍ତିଉତ୍ସ ଏବଂ ଗୋଟିଏ ଭୌତିକ ବସ୍ତୁ । ପରିବାହୀ ଗୋଟିଏ ଉପକରଣ ଯେପରିକି ତାର, ଯାହା ନିଜ ମଧ୍ୟ ଦେଇ ବିଦ୍ୟୁତ ଗତି କରିବାକୁ ଅନୁମତି ଦେଇଥାଏ । ମୁକ୍ତ ପରିପଥରେ ଇଲେକଟ୍ରନ ଗୁଡିକ ଗତିଶୀଳ ହୋଇପାରନ୍ତି ନାହିଁ । ସମସ୍ତ ପରିପଥ ନିଶ୍ଚିତ ଭାବରେ ତିନିଟି ଜିନିଷ କରିବା ଆବଶ୍ୟକ । ସେଗୁଡିକ ହେଲା ସଂଯୋଗ ପରିବାହୀ,ଗୋଟିଏ ଶକ୍ତିଉତ୍ସ ଏବଂ ଗୋଟିଏ ଭୌତିକ ବସ୍ତୁ । ପରିବାହୀ ଗୋଟିଏ ଉପକରଣ ଯେପରିକି ତାର,ଯାହା ନିଜ ମଧ୍ୟ ଦେଇ ବିଦ୍ୟୁତ ଗତି କରିବାକୁ ଅନୁମତି ଦେଇଥାଏ । ଶକ୍ତି ର ଗୋଟିଏ ଉତ୍ସ-ଯେପରିକି ବ୍ୟାଟେରି ,ଏହା ପରିପଥକୁ ଶକ୍ତି ଯୋଗାଇଥାଏ । ଭୌତିକ ବସ୍ତୁ ଗୋଟିଏ ଜନ୍ତ୍ର ବା ଉପକରଣ ଯାହା ଶକ୍ତିର ବ୍ୟବହାର କରିଥାଏ । ଯେପରିକି ବିଜୁଳି ବଲବ ଆପଣଙ୍କ ଧାରଣା କୁ ଆମ ଧାରଣା ଶହ ତୁଳନା କରନ୍ତୁ

  • ଗୋଟିଏ ସଂଜ୍ଞା- ଶକ୍ତିର ଅନ୍ୟ ଏକ ରୂପ ବିଦ୍ୟୁତ । ଇଲେକ୍ଟ୍ରାଂସଗୁଡିକ ର ଗତିରୁ ଏହା ଉତପର୍ଣ୍ଣ ହୋଇଥାଏ ।
  • ଗୋଟିଏ ଉଦାହରଣ – ଆଲୋକରେ ପରିଣତ ହୋଇଥାଏ,କମ୍ପୁଟର କିମ୍ବା ଟେଲିଭିଜନରେ ଏହା ପ୍ରବାହିତ ହୋଇଥାଏ
  • ଗୋଟିଏ ବର୍ଣ୍ଣନା-ଇଲେକଟ୍ରନଗୁଡିକ ରଦ୍ଧ ପାଠ ଦେଇ ଗତି କରନ୍ତି ।ଯଦି ପାଠଟି ଭାଙ୍ଗିଯାଏ ତେବେ ସେଗୁଡିକ ଗତି କରିପାରନ୍ତି ନାହିଁ ।
  • ସ୍ପଷ୍ଟୀକାରଣ-“ମୁକ୍ତ ପରିପଥ” ରାସ୍ତାରେ ବାଧାପ୍ରାପ୍ତ ହୋଇଥାଏ ଇଲେକଟ୍ରନ ଗୁଡିକ ମୁକ୍ତ ପରିପଥ ରେ ଗତି କରିପାରନ୍ତି ନାହିଁ  ।
  • ଅନ୍ୟାନ୍ୟ ଦିଗ- ଗୋଟିଏ ପରିବାହୀ ଯେପରିକି ତାର,ଶକ୍ତି ର ଗୋଟିଏ ଉତ୍ସ ଯେପରିକି ବ୍ଯାଟେରୀ,ଭୌତିକ ବସ୍ତୁ ଯେପରିକି ବିଜୁଳି ବଲବ ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ ଭାବୁଛନ୍ତି କି ସୂଚନାଭିତ୍ତିକ ପାଠ ପଢିବା ସମୟରେ ଏହି ସାଧାରଣ ସୂଚନାଗୁଡିକ ପ୍ରତି ସଜାଗ ରହିବା ଦରକାର ?
  • ଏହିପରି ପାଠରୁ ମୁକ୍ଷାଂଶ ଚିହ୍ନଟ କରିବାରେ ଦିଆଯାଇଥିବା ତାଲିକାଗୁଡିକ ପାଠ କୁ କିପରି ସାହାଯ୍ୟ କରିପାରିବେ ?
  • ତାଲିକାଗୁଡିକ ସୁଚାଭିତ୍ତିକ ପାଠକୁ ଅଧିକ ଫଳପ୍ରଦ ଭାବରେ ପଢିବାରେ ଓ ସେଥିରେ ଥିବା ଧାରଣାକୁ ବୁଝିବାରେ ଆପଣଙ୍କ ଶିକ୍ଷାର୍ଥୀକୁ ସାହାଯ୍ୟ କରିବା କି?

ସୂଚନାଭିତ୍ତିକ ପାଠ ସବୁବେଳେ ଅଧିକ ତଥ୍ୟ ଆଧାରିତ ହୋଇଥାଏ ,ଯାହା ଫଳରେ ଶିକ୍ଷାର୍ଥୀମାନଙ୍କ ପାଇଁ ମୁକ୍ଷାଂଶ ଧାରନାଗୁଡିକ ବୁଝିବାରେ ଅସୁବିଧା ହୋଇଥାଏ ।ପାଠରେ ଥିବା ସାଧାରଣ ତଥ୍ୟ ଗୁଡିକ ପ୍ରତି ଅଧିକ ସଜାଗ ରହିଲେ ଏଗୁଡିକ ବୁଝିବା ସହଜ ହୋଇଥାଏ । ପରବର୍ତ୍ତୀ କାଳରେ ଆପଣ ସେହିପରି ସୂଚନାଗୁଡିକୁ ଅଭ୍ୟାସ କରିବେ ।

ସୂଚନା ଭିତ୍ତିକ ପାଠରେ ଧାରଣା ର ଗୁରୁତ୍ଵ

ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଉ ଗୋଟିଏ ବାଟ ହେଲା କିପରି ପାଠ ରୁ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡିକୁ ଅଲଗା କରିବେ ସେମାନଙ୍କୁ ଆପଣ ବତାଇ ଦିଅନ୍ତୁ । ଜଣେ ଶିକ୍ଷୟତ୍ରୀ ଙ୍କର ପରିସ୍ଥିତି ଅନୁଧ୍ୟାନ କୁ ଆପଣ ପଢନ୍ତୁ ।

ପରିସ୍ଥିତି ଅନୁଧ୍ୟାନ ୩ – ସୂଚନାଭିତ୍ତିକ ପାଠରେ ଧାରଣାର ଗୁରୁତ୍ଵକୁ ନିର୍ଣ୍ଣୟ କରିବା

 

କେନ୍ଦ୍ରାପଡା ର ଶିକ୍ଷୟତ୍ରୀ ଶ୍ରୀମତୀ ଅନୁରାଧା ସପ୍ତମ ଶ୍ରେଣୀରେ ବିଜ୍ଞାନ ପଢନ୍ତି । ବିଜ୍ଞାନ ରେ ଏକ ଲେଖା ପଢି ଶିକ୍ଷାର୍ଥୀ ମାନେ ସେଗୁଡିକୁ ବର୍ଗୀକରଣ କରିବାରେ ସେ କିପରି ସାହାଯ୍ୟ କରିଥିଲେ ତାହା ବର୍ଣ୍ଣନା କରିଛନ୍ତି  ।

ଆମ ବିଜ୍ଞାନ ବହିରୁ “ଜୀବମାନଙ୍କର ଶ୍ବାସକ୍ରିୟା “ପରିଚ୍ଛେଦଟି  ମୁଁ ବାଛିଲି । (ତଳେ ୨ ନଂ ସାରଣୀ ର ପ୍ରଥମ ସ୍ତମ୍ବ ରେ ଥିବା ଅନୁଛେଦଟି ଦେଖନ୍ତୁ )। ପ୍ରଥମେ ସମସ୍ତେ ପାଠଟିକୁ ବ୍ୟକ୍ତିଗତ ଭାବରେ ନୀରବରେ ପଢିଲେ । ସମସ୍ତଙ୍କୁ ଆଂଶିକ ଭାବରେ ପୂରଣ ହୋଇଥିବା ସାରଣୀର ଗୋଟିଏ ଲେଖାଏଁ ନକଲ ଦେଇ ମୁଁ ସେମାନଙ୍କୁ ଦୁଇ ଜଣିଆ ଦଳ/ଯୋଡି କଲି ଏବଂ କହିଲି ପାଠରେ ଥିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଓ କମ ଗୁରୁତ୍ୱପୂର୍ଣ୍ଣ ଧାରଣାଗୁଡିକୁ ଚିହ୍ନଟ କରି ଉଦ୍ଧିଷ୍ଟ ସ୍ତମ୍ବରେ ଲେଖା । ଏହି କାମଟି ସାରିବା ପରେ ସାରଣୀ ତଳେ ଥିବା  ସ୍ଥାନରେ ସେମାନେ ଅନୁଚ୍ଛେଦରେ ଥିବା ବିଜ୍ଞାନ ସମ୍ମତ ମୁଖ୍ୟଧାରଣା ଗୁଡିକ ର ସାରାଂଶ ଲେଖିଲେ  ।

ଯେତେବେଳେ ମୋ ଶିକ୍ଷାର୍ଥୀମାନେ ଲେଖୁଥିଲେ ମୁଁ ଶ୍ରେଣୀରେ ଏହାର ତଦାରଖ କରୁଥିଲି । ସେମାନେ ଏହି କାମରେ ଅଗ୍ରଗତି କରିବା ଦେଖି ମୁଁ ସେମାନଙ୍କ ର ପ୍ରଶଂସା କରିବା ସହିତ ପରବର୍ତ୍ତୀ କେତୋଟି ପ୍ରଶ୍ନ ପଚାରିଲି । ଯେତେବେଳେ ଦେଖିଲି ସେମାନଙ୍କୁ ଅସୁବିଧ୍ହ ହେଉଛି ମୁଁ ସେମାନଙ୍କୁ ବାଟା ଦେଖାଇବା ପାଇଁ ଚେଷ୍ଟାକଲି ।ସେମାନେ ପ୍ରସ୍ତୁତ କରିଥିବା ବିବରଣୀ ସାରଣୀ-୨ ରେ ପ୍ରଦ

ସାରଣୀ ୨ –ସୂଚନା ଭିତ୍ତିକ ପାଠ ରୁ ଧାରନାଗୁଡିକର ସମ୍ପର୍କିତ ଗୁରୁତ୍ବକୁ ଚିହ୍ନଟ କରିବା । (ଉତ୍ସ –ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ୨୦୦୭ )

ଜୀବମାନଙ୍କର ଶ୍ଵସକ୍ରିୟା

ଅଧିକ ଗୁରୁତ୍ୱପୂର୍ଣ୍ଣ ଧାରଣା

କମ ଗୁରୁତ୍ୱପୂର୍ଣ୍ଣ ଧାରଣା

ଆମ ମାଂସପେଶୀ କୋଷ ର ମଧ୍ୟ ଅବାୟୁ ଶ୍ଵସନ କ୍ଷମତା ଅଛି କିନ୍ତୁ ଏହା ଖୁବ କମ ସମୟ ପାଇଁ ସମ୍ଭବ । କଠିନ ବ୍ୟାୟମ ,ଦୌଡିବା ,ସାଇକେଲ ଚାଳନା ,ଚାଲିବା ଆଦି କାର୍ଯ୍ୟ ଘଣ୍ଟା ଘଣ୍ଟା ଧରି କଲେ ଶରୀରରେ ଶକ୍ତି ର ଚାହିଦା ବଢିଯାଏ । ସେହି ସମୟରେ ଶକ୍ତି ସୃଷ୍ଟି ପାଇଁ ଅମ୍ଳଜାନ ମିଳିବା ସୀମିତ ହୋଇଗଲେ ମାଂସପେଶୀ କୋଷରେ ଅବ୍ୟୁ ଶ୍ଵସନ ହୋଇ ଶକ୍ତି ମିଳିଥାଏ ।

ମାଂସପେଶୀ କୋଷରେ ଅବାୟ ଶ୍ଵସନ କ୍ଷମତା ଅଛି ।

ବ୍ୟାୟମ ପରେ ମାଂସପେଶୀ ରେ ଯନ୍ତ୍ରଣା ହୁଏ  ।

ବିଜ୍ଞାନ ସମ୍ମତ ମୁଖ୍ୟ ଧାରଣା

ଶର୍କରାରେ ଆଂଶିକ ବ୍ୟାଘାତ ଘଟିଲେ ଲ୍ୟାକଟିକ ଅମ୍ଳ ଉତ୍ପନ୍ନ ହୋଇଥାଏ ।

 

ସୂଚନାଭିତ୍ତିକ ପାଠରେ ଥିବା ମୁଖ୍ୟ ଉଦ୍ଦେଶ୍ୟ ଉପରେ ଗୁରୁତ୍ଵ ଦେବା ପାଇଁ ଏହି କାର୍ଯ୍ୟଟି  ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବ । ଏହା କରିବା ଫଳରେ ଏକାଧାରରେ ସେମାନେ ନିଜ ପଠନ କୌଶଳର ବିକାଶ କରିବା ସହିତ ବିଜ୍ଞାନ ପାଠର ବୋଧଗମ୍ୟତା ରେ ମଧ୍ୟ ବିକାଶ କରିପାରିବେ ।

ଏହି ବିଷୟ ଅଧ୍ୟୟନ ପାଇଁ ସମ୍ବଳ-୩ରେ ଉଦାହରଣରେ ଥିବା ସଂପୂର୍ଣ୍ଣ ସାରଣୀରୁ ଅଣୁଚ୍ଛେଦଟିକୁ ଦେଖନ୍ତୁ ।

ଶିକ୍ଷଣକାର୍ଯ୍ୟ -୫ ଗୋଟିଏ ସୂଚନାଭିତ୍ତିକ ପାଠରେ ଥିବା ଧାରଣା ଗୁଡିକର ଆନୁଷଙ୍ଗିକ ଗୁରୁତ୍ଵ କୁ ଆପଣଙ୍କ ଶିକ୍ଷାର୍ଥୀମାନେ ପୃଥକ କରିବେ କିପରି ।

ଆପଣ ଏହି କାର୍ଯ୍ୟ ପାଇଁ ସମ୍ବଳ-୪ ର ସାହାଯ୍ୟ ନେବେ ଏବଂ ପରିସ୍ଥିତି ଅଧ୍ୟୟନ -୩ କୁ ମାର୍ଗଦର୍ଶକ ଭାବରେ ବ୍ୟବହାର କରିବେ । ଯେକୌଣସି ବିଷୟର ପାଠ୍ୟପୁସ୍ତକ ରୁ ଗୋଟିଏ ଅଣୁଚ୍ଛେଦ କିମ୍ବା ଗୋଟିଏ ପୃଷତା ବାଛନ୍ତୁ କିମ୍ବା ଆପଣ ଚିହ୍ନଟ କରିଥିବା ଉପଯୋଗୀ ପ୍ରସଙ୍ଗର ମୁଦ୍ରିତ ପୃଷତା ଇଣ୍ଟର୍ନେଟ ରୁ ଆଣନ୍ତୁ । ଶିକ୍ଷାର୍ଥୀ ମାନଙ୍କୁ ଯୋଡି କରନ୍ତୁ ଏବଂ ବିଷୟର ମୁଖ୍ୟ ଧାରଣାକୁ ଦୃଷ୍ଟିରେ ରାଖୀ କେଉଁ ସୂଚନା ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ସୂଚନା କମ ଗୁରୁତ୍ୱପୂର୍ଣ୍ଣ ,ତାହା ମିଳିତ ଭାବରେ ସ୍ଥିର କରିବାକୁ କୁହନ୍ତୁ । ସେମାନେ କରୁଥିବା ବେଳେ ଆପଣ ସେମାନଙ୍କର ପଠନବୋଧ ଓ ବିଷୟର ଅବଧାରଣାକୁ ପର୍ଯ୍ୟବେକ୍ଷଣ କରି ଟିପି ରଖନ୍ତୁ । ଏହି ସୂଚନା ଶିକ୍ଷାର୍ଥୀମାନଙ୍କର ଆବଶ୍ୟକତା ପୂରଣ କରିଥିବାରୁ ପରବର୍ତ୍ତୀ ପ୍ରସଙ୍ଗ ପାଠଯୋଜନା ପ୍ରସ୍ତୁତ କରିବା ବେଳେ ତାହାର ବ୍ୟବହାର କରନ୍ତୁ ।

ସାରାଂଶ

ଆମେ ଏପରି ଗୋଟିଏ ଯୁଗରେ ବାସ କରୁଛୁ ଯେଉଁଠାରେ ବୈଦୁତିକ ମାଧ୍ୟମ ଦ୍ଵାରା ଆମ ଚାରିପଟରେ  ସୂଚନା ର ପଥ ଉନ୍ମୁକ୍ତ । ଏହି ସୂଚନା ର ସୁବିଧା ନେବା ପାଇଁ ପଠନ ହିଁ ଏକମାତ୍ର ଉପାୟ । ସୂଚନା ପଢିବା ଓ ବୁଝିବାର ସାମର୍ଥ୍ୟ ଏକ ମୁଖ୍ୟ ଦକ୍ଷତା ଯାହା ବିଦ୍ୟାଳୟ ତଥା ସାଧାରଣ ଭାବରେ ଜୀବନ ର ସଫଳତା ପାଇଁ ଅବଦାନ ରଖିଥାଏ । ଏହି ଏକକରେ ଆପଣ ଅନେକ ଗୁଡିଏ କୌଶଳ ର ଅନ୍ଵେଷଣ କରିଛନ୍ତି,ଯାହା ପାଠରେ ଉପସ୍ଥାପନ କରି ଶିକ୍ଷାର୍ଥୀଙ୍କର ସୂଚନା ପାଇଁ ସକ୍ରିୟ ପଠନ ର ବିକାଶ କରିବ । ଏଥିମଧ୍ୟରେ “ପ୍ରତ୍ୟାଶାମୂଳକ ପ୍ରଦର୍ଶିକା”ଅନ୍ତର୍ଭୁକ୍ତ ,ଯାହା ପାଠ୍ୟ ପୁସ୍ତକର ମୁଖ୍ୟ ଧାରନାଗୁଡିକୁ ଚିହ୍ନଟ କରି ତାର ଆପେକ୍ଷିକ ଗୁରୁତ୍ଵର ମୂଲ୍ୟାୟନ କରିଥାଏ । ଏହି କୌଶଳଗୁଡିକ ନିୟମିତ ଭାବରେ ଶ୍ରେଣୀଗୃହରେ ଅବଶ୍ୟସ କଲେ  ଶିକ୍ଷାର୍ଥୀମାନଙ୍କର ବୋଧଗମ୍ୟତା ର ବିକାଶ ଘଟିଥାଏ ଏବଂ ସେମାନେ ପଢିଥିବା ସୂଚନାକୁ କାମରେ ବ୍ୟବହାର କରନ୍ତି । ଏହା ବିଦ୍ୟାଳୟରେ ତାଙ୍କର ସଫଳତା ର ମାପକାଠି ।

ସମ୍ବଳ ସମୂହ

ସମ୍ବଳ-୧ :ସମ୍ବାଦ ପତ୍ରର ଲେଖା

ପଶୁମାନଙ୍କ ଉପରେ ପ୍ରସାଧନ ସାମଗ୍ରୀ ପରୀକ୍ଷା ଉପରେ ଭାରତର ନିଷେଧଜ୍ଞା । ଦକ୍ଷିଣ ଏସିଆରେ ପ୍ରସାଧନ ସାମଗ୍ରୀ ଓ ଏହାର ଉପାଦାନକୁ ପଶୁମାନଙ୍କ ଉପରେ ପରୀକ୍ଷା ନିଷେଧ କରିବାରେ ଭାରତ ପ୍ରଥମ ଦେଶ । ଆଲୋକପର୍ଣ୍ଣ ସେଙ୍ଗୁପତା- ଆନ୍ତର୍ଜାତିକ ମାନବ ସମାଜ ନିସ୍ତୁରତା ମୁକ୍ତ ଭାରତ ଅଭିଯାନର ପରିଚାଳନା କହିଥିଲେ “ଅଗଣିତ ପଶୁ ସମାଜ ଯନ୍ତ୍ରନାମୁକ୍ତ ହେବେ ଏହା ତାଙ୍କ ପାଇଁ ବିରାଟ ବିଜଯ ଏବଂ ଭାରତ ପାଇଁ ଏହା ଏକ ଗର୍ବର ମୂହୁର୍ତ୍ତ; କାରଣ ଦକ୍ଷିଣ ଏସୀଆରେ ପ୍ରସାଧନ ନିସ୍ତୁରତା ଲୋପ କରିବାରେ ଏହା ହେବ ପ୍ରଥମ ଦେଶ “।

ଭେଷଜ ନିୟନ୍ତ୍ରଣ ଜେନେରାଲଙ୍କର ସଭାପତିତ୍ଵରେ ବ୍ଯୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପ୍ରସାଧନ ନିସ୍ତୁରତା ଲୋପ କରିବାରେ ଏହା ହେବ ପ୍ରଥମ ଦେଶ “ ।

ଭେଷଜ ନିୟନ୍ତ୍ରଣ ଜେନେରାଳଙ୍କର ସଭାପତିତ୍ଵ ରେ ବ୍ୟୁରୋ ଅଫ  ପଶୁ  ଅଧିକାର ଅଭିଯାନର ପ୍ରଚାରକ ମାନେଜା ଗାନ୍ଧୀ ଙ୍କ ସମେତ ବିଭିନ୍ନ ଦିଗରୁ ପଶୁ ମାନଙ୍କ ପ୍ରତି ହେଉଥିବା ନିସ୍ତୁରତା ର ନିବାରଣ ପାଇଁ ହୋଇଥିବା ପ୍ରାର୍ଥନା ଯୋଗୁଁ ଏହା ସମ୍ଭବ ହୋଇଥିଲା।

“ପଶୁମାନଙ୍କ ପ୍ରତି ନୈତିକ ବ୍ୟବହାର ପ୍ରଦର୍ଶନ ସଂସ୍ଥା ‘ ଭାରତର ପ୍ରତିନିଧି ମାନେ ମଧ୍ୟ ଘରୋଇ ଉତ୍ପାଦନ ସାମଗ୍ରୀ ଓ ଏହାର ଉପାଦାନଗୁଡିକୁ ପଶୁମାନଙ୍କ ଉପରେ ପରୀକ୍ଷା ଶେଷ କରିବାକୁ ଅଭିଯାନ ଚଳାଇଛନ୍ତି ।

କୌଣସି ପ୍ରସାଧନ ସାମଗ୍ରୀ ପଶୁମାନଙ୍କ ଉପରେ ଏହାର ପରୀକ୍ଷା କଲେ ଭେଷଜ ଓ ପ୍ରସାଧନ ସାମଗ୍ରୀ ଓ ଏହାର ଉପାଦାନଗୁଡିକୁ ପଶୁମାନଙ୍କ ଉପରେ ପରୀକ୍ଷା ଶେଷ କରିବାକୁ ଅଭିଯାନ ଚଳାଇଛନ୍ତି ।

କୌଣସି ପ୍ରସାଧନ ସାମଗ୍ରୀ ପଶୁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭେଷଜ ଓ ପ୍ରସାଧନ ସାମଗ୍ରୀ ନିୟମର ଉଲଂଘନ କରୁଥିବା କୌଣସି ବ୍ୟକ୍ତି,ବିଧିବଦ୍ଧ ପରିଚାଳକ କିମ୍ବା ମାଲିକମାନେ ୩ ବର୍ଷରୁ ୧୦ ବର୍ଷା ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଟ୫୦୦ ରୁ ଟ ୧୦୦୦୦.୦୦ ଜୋରିମାନା ବା ଦୁଇଟି ଜକ ଦଣ୍ଡ ଭୋଗ କରିବେ ।

ପଶୁମାନଙ୍କ ଉପରେ ଅନଧିକାର ପରୀକ୍ଷା ପରିବର୍ତ୍ତେ ,ଆଧୁନିକ ପଦ୍ଧତିରେ ବିନା ପାସୁରେ ବିକଳ୍ପ ପରୀକ୍ଷା ର ବ୍ୟବହାର ପାଇଁ ଆଦେଶ ପ୍ରଣଯନ ହୋଇଛି । ଏଥିରୁ ଜଣାଯାଉଛି ଯେ କୌଣସି ନିର୍ମାତା ଯଦି ନୂତନ ପ୍ରସାଧନ ସାମଗ୍ରୀ ଓ ଏହାର ଉପାଦାନ କିମ୍ବା ଉତ୍ପାଦିତ ପ୍ରସାଧନ  ସାମଗ୍ରୀ ନିୟମର ଉଲଂଘନ କରୁଥିବା କୌଣସି ବ୍ୟକ୍ତି ବ୍ୟକ୍ତି,ବିଧିବଦ୍ଧ ପରିଚାଳନ କିମ୍ବା ମାଲିକମାନେ ୩ ବର୍ଷରୁ ୧୦ ବର୍ଷ ୧୦ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଟ ୫୦୦ ରୁ ଟ ୧୦୦୦୦.୦୦ ଜୋରିମାନା ବା ଦୁଇଟି ଯାକ ଦଣ୍ଡ ଭୋଗ କରିବେ  ।

ପଶୁମାନଙ୍କ ଉପରେ ଅନଧିକାର ପରୀକ୍ଷା ପରିବର୍ତ୍ତେ ,ଆଧୁନିକ ପଦ୍ଧତିରେ ବିନା ପାସୁରେ ବିକଳ୍ପ ପରୀକ୍ଷା ର ବ୍ୟବହାର ପାଇଁ ଆଦେଶ ପ୍ରଣଯନ ହୋଇଛି । ଏଥିରୁ ଜଣାଯାଉଛି ଯେ କୌଣସି ନିର୍ମମତା ଯଦି ନୂତନ ଯଦି ନୂତନ ପ୍ରସାଧନ ସାମଗ୍ରୀ ଓ ଏହାର ଉପଦାଦନ କିମ୍ବା ଉତ୍ପାଦିତ ପ୍ରସାଧନ ସାମଗ୍ରୀ କୁ ପରୀକ୍ଷା କରିବା କରିବା ପାଇଁ ଆଗ୍ରହୀ ହୁଅନ୍ତୁ ,ତେବେ ସେ ପ୍ରଥମେ ଭାରତୀୟ କେନ୍ଦ୍ରୀୟ ଭେଷଜ ମାନନିୟନ୍ତ୍ରଣ ସଂସ୍ଥାର ନିୟନ୍ତ୍ରକଙ୍କ ର ଅନୁମୋଦନ ଲାଭ କରିବା ଆବଶ୍ୟକ । ଜଣେ ନିର୍ମାତା ବ୍ଯୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ର ପଶୁ ବି ନାମାଙ୍କନ ର ଆଦେଶ ପାଳନ କରିସାରିବା ପରେ ପରୀକ୍ଷା ପାଇଁ ଅନୁମୋଦନ ପାଇବେ ।

ସମଗ୍ର ବିଶ୍ଵର ୧୨୦୦ ରୁ ଅଧିକ କମ୍ପାନୀ ବିନା ପାସୁରେ ପରୀକ୍ଷାଦ୍ଵାରା ପ୍ରଭାବିତ ହୋଇ ପଶୁମାନଙ୍କ ପରିକ୍ଷାକୁ ନିଷେଦ୍ଧ କୁ ନିଷେଦ୍ଧ କରିଥିବା ବେଳେ; ଆଉ କେତେକ କମ୍ପାନୀ ପରାଧୀନ ପଶୁମାନଙ୍କ ଉପରେ ପଶୁମାନଙ୍କ ଉପରେ ଏହି ଯନ୍ତ୍ରଣାଦାଯକ ପରୀକ୍ଷା ଜାରି ରଖିଛନ୍ତି ।

ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି “ ଏହା ଭାରତ ପାଇଁ ଗୋଟିଏ ମହାନ ଦିବସ ଏବଂ ହଜାର ହଜାର ପଶୁ ପାଇଁ ମଧ୍ୟ,କାରଣ ସେମାନଙ୍କୁ ଆଉ ଯନ୍ତ୍ରଣା ଭୋଗ କରିବାକୁ ପଡିବ ନାହିଁ,ତଥାପି ଆହୁରି କିଛି କାମ କରିବାକୁ ପଡିବ । ବିଦେଶରେ ପଶୁମାନଙ୍କ ଉପରେ ପରୀକ୍ଷିତ ହୋଇ ଆମଦାନୀ ହେବାପରେ,ଯେଉଁ ପ୍ରସାଧନ ସାମଗ୍ରୀ ଗୁଡିକ ଭାରତରେ ବିକ୍ରୟ ହେଉଛି ଆମ ସରକାର ଆଉ ପାଦେ ଆଗକୁ ଯାଇ ତାକୁ ନିଷେଦ୍ଧ କରିବେ । ଆଧୁନିକ ଢଙ୍ଗରେ ବିନା ପାସୁରେ ଗବେଷଣା ପଦ୍ଧତି ପ୍ରକୃତରେ ନିଷ୍ଠୁରତା ମୁକ୍ତ ହୋଇପାରିଲେ ଭାରତ ନିଜ ପ୍ରତିଜ୍ଞା ପ୍ରଦର୍ଶନ କରିପାରିଛି ବୋଲି କୁହାଯିବ ।“

ଇସ୍ରାଏଲ ଏବଂ ଅନ୍ୟ ୨୭ ଟି ଦେଶକୁ ନେଇ ଗଠିତ ୟୁରୋପୀୟ ସଂଘ ନିଜ ଆଇନଗତ ଇଲାକାରେ ପଶୁ ଙ୍କୁ ଯନ୍ତ୍ରଣା ଦେଇ ଉତ୍ପାଦିତ ପ୍ରସାଧନ ସାମଗ୍ରୀ ର ପରୀକ୍ଷା ଓ ବିକ୍ରୟ ଦୁଇଟି ଜକ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି। ପରବର୍ତ୍ତୀ ଦେଶ ଭାରତକୁ ସଂପୂର୍ଣ୍ଣ ନିଷ୍ଠୁରତା ମୁକ୍ତ ପ୍ରସାଧାନ କ୍ଷେତ୍ର କରିବା ପାଇଁ ଅନ୍ତର୍ଜାତିକ ମାନବ ସମାଜ ଅଭିଯାନ ଆରମ୍ଭ କରିଛନ୍ତି । ବିକ୍ରୟ ନିଷେଦ୍ଧ ହେଲେ ପଶୁମାନଙ୍କ ଉପରେ ପରୀକ୍ଷା ଏବଂ ସୌନ୍ଦର୍ଜ୍ୟବର୍ଦ୍ଧକ ଗୁଡିକୁ ଆମଦାନୀ କରିବା ,ଭାରତରେ ବିକ୍ରି କରିବା ପାଇଁ କମ୍ପାନୀମାନଙ୍କୁ ନିବୃତ୍ତ କରିପାରିବ ।(ଧର ୨୦୧୩ରୁ ଗୃହିତ)

ସମ୍ବଳ ୨- ଦଳଗତ କାର୍ଯ୍ୟର ବ୍ୟବହାର କରିବା

କୌଣସି ସାଧାରଣ ଲକ୍ଷ୍ୟକୁ ହାସଲ କରିବା ପାଇଁ ଛୋଟ ଛୋଟ ଦଳରେ ଶିକ୍ଷାର୍ଥୀମାନଙ୍କୁ କାମ କରିବାକୁ ଉତ୍ସାହିତ କରୁଥିବା ଧାରାବାହିକ,ସକ୍ରିୟ ,ତାତ୍ଵିକ ଶିକ୍ଷଣ କୌଶଳକୁ ଦଳଗତ କାର୍ଯ୍ୟ କୁହାଯାଏ । ଏହି ଛୋଟ ଛୋଟ ଦଳଗୁଡିକ ରଚନାତ୍ମକ କାର୍ଯ୍ୟ ଦ୍ଵାରା ଅଧିକ ସକ୍ରିୟ ଓ ଅଧିକ ଫଳପ୍ରଦ ଶିକ୍ଷଣ ସୃଷ୍ଟି କରିପାରନ୍ତି ।

ଦଳଗତ କାର୍ଯ୍ୟ ର ସୁଫଳ

ଦଳଗତ କାର୍ଯ୍ୟ ଏକ ଫଳପ୍ରଦ ମାଧ୍ୟମ ଯାହା ଆପଣଙ୍କ ଶିକ୍ଷାର୍ଥୀ ଙ୍କୁ ଶିକ୍ଷଣ ପାଇଁ ଚିନ୍ତା କରିବାକୁ ଉତ୍ସାହିତ କରିବା ,ଯୋଗାଯୋଗ କରିବା ,ଧାରଣା ଓ ଚିନ୍ତା ର ବିନିମୟ କରିବା ,ନିଷ୍ପପତି ଗ୍ରହଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ,ଆପଣଙ୍କ ଶିକ୍ଷାର୍ଥୀମାନେ ଅନ୍ୟମାନଙ୍କୁ ପଢାଇପାରନ୍ତି ବା ଅନ୍ୟମାନଙ୍କ ଠାରୁ ଶିଖିପାରନ୍ତି ଯାହା ଶିକ୍ଷଣର ଏକ ଶକ୍ତିଶାଳୀ ଓ ସକ୍ରିୟ ଅଂଶ ।

ଶିକ୍ଷାର୍ଥୀମାନେ ଦଳରେ ବସିବା କେବଳ ଦଳଗତ କାର୍ଯ୍ୟ ନୁହେଁ ବରଂ ତା’ ଠାରୁ ଅଧିକ । ଏହା ଶିକ୍ଷାର୍ଥୀମାନଙ୍କୁ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟର ସହିତ ସହଭାଗୀ ଶିକ୍ଷଣରେ କାର୍ଯ୍ୟ କରିବାକୁ ଓ ସହଯୋଗକୁ ଅନ୍ତର୍ଭୁକ୍ତ କରିଥାଏ । ଶିକ୍ଷଣ ପାଇଁ ଆପଣ କାହିଁକି ଦଳଗତ କାର୍ଯ୍ୟ ର ବ୍ୟବହାର କରୁଛନ୍ତି ସେ ବିଷୟରେ ଆପଣ ସ୍ପଷ୍ଟ ହେବା ସାଇଟ ଭାଷଣ,ଯୁଗ୍ମକର୍ଜ୍ୟ ,ଶିକ୍ଷାର୍ଥୀମାନେ ନିଜେ କାର୍ଯ୍ୟ କରିବା ଅପେକ୍ଷା ଏହା କାହିଁକି ଅଧିକ ଶ୍ରେୟସ୍କର ତାହା ଜାଣନ୍ତୁ । ଅବଶ୍ୟ ଦଳଗତ କାର୍ଯ୍ୟ ଯୋଜନାବଦ୍ଧ ଓ ଉଦ୍ଦେଶ୍ୟ ଭିତ୍ତିକ ହେବା ବାଞ୍ଛନୀୟ ।

ଦଳଗତ କାର୍ଯ୍ୟପାଇଁ  ଯୋଜନା କରିବା

ପାଠ ସାରିବାପରେ ଶିକ୍ଷାର୍ଥୀ କ’ଣ ଶିକ୍ଷଣ ହାସଲ କରିବା ଆପଣ ଚହୁଁଛନ୍ତି,ଦଳଗତ କାର୍ଯ୍ୟର ବ୍ୟବହାର କେତେବେଳେ ଓ କିପରି କରିବେ ତାହା ଉପରେ ନିର୍ଭର କରେ । ପାଠର ଆରମ୍ଭରେ,ମଝିରେ କିମ୍ବା ଶେଷରେ ଆପଣ ଦଳଗତ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିପାରନ୍ତି ମାତ୍ର ଆପଣ ଏଥିପାଇଁ ଯଥେଷ୍ଟ ସମୟ ଆବଶ୍ୟକ କରିବେ । ଆପଣ ଚାହୁଁଥିବା କାମତି ଶିକ୍ଷାର୍ଥୀମାନେ କିପରି ସେସ କରିବେ ଓ ଦଳଗତ କାର୍ଯ୍ୟରେ ସୁସଙ୍ଗଠନ କିପରି ହେବ ସେ ସମ୍ପର୍କରେ ଆପଣଙ୍କୁ ଚିନ୍ତାକରିବାକୁ ହେବ ।

ଜଣେ ଶିକ୍ଷକ ଭାବରେ ଆପଣ ନିଶ୍ଚିତ ହୋଇପାରନ୍ତି ଯେ ପୂର୍ବରୁ ଯୋଜନା କଲେ ଦଳଗତ କାର୍ଯ୍ୟ ସଫଳ ହୁଏ ।

  • ଦଳଗତ ଶିକ୍ଷଣ କାର୍ଯ୍ୟର ଉଦ୍ଦେଶ୍ୟ ଓ ପ୍ରତ୍ୟାଶିତ ଫଳାଫଳ ।
  • କୌଣସି ପ୍ରତିପୁଷ୍ଟି ଓ ସାରାଂଶ କାର୍ଯ୍ୟ ସହିତ ଶିକ୍ଷଣ କାର୍ଯ୍ୟ ପାଇଁ ସମୟ ବିଭାଜନ ।
  • ଦଳକୁ କିପରି ଭାଗ କାରାଯିବ(କେତୋଟି ଦଳାହେବା,ପ୍ରତ୍ୟେକ ଦଳରେ କେତେ ଶିକ୍ଷାର୍ଥୀ ରହିବେ ,ଦଳପାଇନ ମାନଦଣ୍ଡ)।
  • ଦଳକୁ କିପରି ସଂଗଠିତ କରିବେ (ଦଳର ବିଭିନ୍ନ ସଦସ୍ୟଙ୍କ ଭୂମିକା ,ଆବଶ୍ୟକ ସମୟ,ଶିକ୍ଷଣ ସାମଗ୍ରୀ,ଲିପିବଦ୍ଧ କାରଣ ,ବିବରଣୀ ଲିଖନ )।
  • କିପରି ମୂଲ୍ୟାୟନ ଓ ଲିପିବଦ୍ଧକରଣ କରାଯିବ (ବ୍ୟକ୍ତିଗତ ମୂଲ୍ୟାୟନ ଓ ଦଳଗତ ମୂଲ୍ୟାୟନ କୁ ପୃଥକ କରିବା ପାଇଁ ଯତ୍ନ କରନ୍ତୁ )।
  • କିପରି ଦଳଗତ କାର୍ଯ୍ୟକୁ ନିରୀକ୍ଷଣ କରିବେ ।

ଦଳଗତ କାର୍ଯ୍ୟପାଇଁ ଦାୟିତ୍ଵ (ଭାର)

ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖିବେ ଆପଣ ଚହୁଁଛନ୍ତି ତାହା ଉପରେ ଆପଣ ଶିକ୍ଷାର୍ଥୀଙ୍କୁ କହିଥିବା କାମତିର ସମାପ୍ତି ନିର୍ଭର କରେ । ଦଳଗତ କାର୍ଯ୍ୟରେ ଅଂଶ ଗ୍ରହଣ କରି ସେମାନେ ବିଭିନ୍ନ କୌଶଳ ଶିକ୍ଷା କରିବେ ଯେପରି ପରସ୍ପର କୁ ଶୁଣିବା ,ସେମାନଙ୍କ ର ଧାରଣାକୁ ବୁଝାଇବା ଏବଂ ମିଳିମିଶି କାମ କରିବା । ଯାହା ହେଉ ସେମାନଙ୍କ ପାଇଁ ମୂଳଲକ୍ଷା,ସେମାନେ ,ଆପଣ ପଢଉଥିବା ବିଷୟ ସମ୍ପର୍କରେ କିଛି ଶିଖିବେ । କିଛି କାମର ଉଦାହରଣ ଏହାର ଅନ୍ତର୍ଭୁକ୍ତ ହୋଇପାରେ ଯାହା ତଳେ ଦିଆଯାଉଛି ।

  • ଉପସ୍ଥାପନା : ଶ୍ରେଣୀର ଅନ୍ୟ ଶିକ୍ଷାର୍ଥୀଙ୍କ ପାଇଁ କିଛି ଶିକ୍ଷାର୍ଥୀ ଦଳରେ ଗୋଟିଏ ଉପସ୍ଥାପନା ର ପ୍ରସ୍ତୁତି ପାଇଁ କାମ କରନ୍ତି । ଗୋଟିଏ ପ୍ରସଙ୍ଗକୁ ଏକାଧିକ ଥର ଶୁଣିବା ପରିବର୍ତ୍ତେ ବିଭିନ୍ନ ଦଳକୁ ଗୋଟିଏ ପ୍ରସଙ୍ଗର ଭିନ୍ନ ଭିନ୍ନ ଦିଗ ଉପସ୍ଥାପନା ପାଇଁ ଦିଆଗଲେ ସେମାନେ ପରସ୍ପରକୁ ଶୁଣିବା ପାଇଁ ଉତ୍ସାହିତ ହୋଇଥାନ୍ତି । ପ୍ରତ୍ଯେକ ଦଳର ଉପସ୍ଥାପନା ସମୟ ପ୍ରତି ଅତ୍ୟନ୍ତ ଦୃଢ (ଜଡା) ରୁହନ୍ତୁ ଏବଂ ଭଲ ଉପସ୍ଥାପନା ପାଇଁ ଗୋଟିଏ ମାନଦଣ୍ଡ ନିର୍ଦ୍ଧାରଣ କରନ୍ତୁ । ପଢାହେବା ପୂର୍ବରୁ ସେଗୁଡିକୁ କଳାପଟା ରେ ଲେଖିଦିଅନ୍ତୁ । ଶିକ୍ଷାର୍ଥୀମାନେ ଉପସ୍ଥାପନା ର ଯୋଜନା କରିବା ସମୟରେ ଏହି ନିୟମର ବ୍ୟବହାର କରିବେ ଓ ପରସ୍ପର ର କାର୍ଯ୍ୟକୁ ମୂଲ୍ୟାୟନ କରିପାରିବେ ।ତଳେ ମାନଦଣ୍ଡ ଗୁଡିକ ଦିଆଗଲା ।
    • ଉପସ୍ଥାପନା ସ୍ପଷ୍ଟ ଥିଲା କି?
    • ଉପସ୍ଥାପନାର ସଂଗଠନ ଠିକ ଥିଲା କି?
    • ଏହି ଉପସ୍ଥାପନାର ମୁଁ କିଛି ଶିଖିଲି କି?
    • ଉପସ୍ଥାପନା ମୋତେ କିଛି ଚିନ୍ତା କରିବାକୁ  ସୁଯୋଗ ଦେଇଥିଲା କି?
    • ସମସ୍ୟା ସମାଧାନ- ଗୋଟିଏ ବା ଏକାଧିକ ସମସ୍ଯା ର ସାଧନ ପାଇଁ ଶିକ୍ଷାର୍ଥୀମାନେ ବିଭିନ୍ନ ଦଳରେ କାମ କରିଥାନ୍ତି,ବିଜ୍ଞାନର କୌଣସି ପରୀକ୍ଷା ,ଗାଣିତିକ ସମସ୍ଯା ର ସମାଧାନ ,ଇଂରେଜୀ ରେ ଗଳ୍ପ ବା କବିତା ର ବିଶ୍ଳେଷଣ ,ଇତିହାସ ରେ କୌଣସି ପ୍ରାମାଣିକ ତଥ୍ୟ ବିଶ୍ଳେଷଣ ର ପରିଚାଳନା ଏହାର ଅନ୍ତର୍ଭୁକ୍ତ ।
    • କଳାକୃତି ର ସର୍ଜନା : ଗୋଟିଏ ଗପ,ନାଟକ,ସଂଗୀତାର ପ୍ରସ୍ତୁତି,ଧାରଣାକୁ ବୁଝାଇବା ପାଇଁ ପ୍ରତିରୂପ ପ୍ରସ୍ତୁତି,ସମସ୍ଯା ପାଇଁ ସମବାଦର ବିବରଣୀ ଲିଖନ,ସୂଚନା ର ସାରାଂଶ ପାଇଁ ବିଜ୍ଞାପନ ପାତ୍ରଲିଖନ ,ଧାରଣାର ସରଳ ବ୍ୟାଖ୍ୟା ଇତ୍ୟାଦି ପାଇଁ ଶିକ୍ଷାର୍ଥୀମାନେ ଦଳରେ କାମ କରିଥାନ୍ତି । କୌଣସି ନୂତନ ପ୍ରସଙ୍ଗର ଆରମ୍ଭ ରେ ଶିକ୍ଷାର୍ଥୀମାନେ ଦଳରେ କାମ କରୁଥିବା ସମୟରେ ମାନସ ମନ୍ଥନ ଓ ମାନସ ଚିତ୍ରଣ ପାଇଁ ପାଞ୍ଚମିନିଟ ସମୟ ଦେଲେ,ସେମାନେ ଏ ପର୍ଯ୍ୟନ୍ତ ଯାହା ଜାଣିଛନ୍ତି ଆପଣ ସେ ବିଷୟରେ ଅନେକ କିଛି ଜାଣିପାରିବେ ,ଏବଂ ପାଠକୁ ଉପଯୁକ୍ତ ସ୍ତରର ଶୀର୍ଷରେ ପହଞ୍ଚାଇବା ପାଇଁ ଏହା ଆପଣଙ୍କୁ ସାହାଯ୍ୟ କରିବ ।
    • ବିଭିନ୍ନ ପ୍ରକାର କାର୍ଯ୍ୟ : ଦଳଗତ କାର୍ଯ୍ୟ ବିଭିନ୍ନ ବୟସ ଓ ବିଭିନ୍ନ ଯୋଗ୍ୟତା ସ୍ତରର ଶିକ୍ଷାର୍ଥୀମାନଙ୍କୁ ଉପଯୁକ୍ତ ଶିକ୍ଷଣ କାର୍ଯ୍ୟରେ ଏକାଠି କାମ କରିବାର ସୁଯୋଗ ଦିଏ । ମେଧାବୀ ଶିକ୍ଷାର୍ଥୀମାନେ ଏହି ସୁଯୋଗରେ କାମଟିକୁ ବୁଝାଇବାର ସୁବିଧା ପାଇଥାନ୍ତି ଓ ମନ୍ଥର ଶିକ୍ଷାର୍ଥୀମାନେ ସମଗ୍ର ଶ୍ରେଣୀ ପରିବର୍ତ୍ତେ ଗୋଟିଏ ଦଳକୁ ପ୍ରଶ୍ନ କରିବା ସହଜ ମାନେ କରିଥାନ୍ତି ଏବନ ସହପାଠୀମାନଙ୍କ ଠାରୁ ଶିକ୍ଷା କରିଥାନ୍ତି ।
    • ଆଲୋଚନା – ଶିକ୍ଷାର୍ଥୀମାନେ ଗୋଟିଏ ସମସ୍ଯା ସମ୍ପର୍କରେ ବିଚାର କରନ୍ତି ଓ ଉପସଂହାର ପହଞ୍ଚନ୍ତି । ବିଭିନ୍ନ ପସନ୍ଦ ସମ୍ପର୍କରେ ବିଚାର କରିବା ପାଇଁ ଶିକ୍ଷାର୍ଥୀମାନଙ୍କର ଯଥେଷ୍ଟ ଜ୍ଞାନ ଅଛି ବୋଲି ନିଶ୍ଚିତ ହେବା ପାଇଁ ଆପଣଙ୍କ ର ପ୍ରସ୍ତୁତି ଆବଶ୍ୟକ ,ଅମତ୍ର ଆଲୋଚନା କିମ୍ବା ତର୍କର ସଂଗଠନ ଆପଣ ଓ ଶିକ୍ଷାର୍ଥୀ ଦୁହିଙ୍କ ପାଇଁ ଲାଭଦାୟକ ।
    • ଦଳଗୁଡିକୁ ସଂଗଠନ କରିବା – ଚାରିରୁ ଆଠ ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କୁ ନେଇ ଗଠିତ ଦଳ ଆଦର୍ଶ ଦଳ ମାତ୍ର ଏହା ଆପଣଙ୍କ ଶ୍ରେଣୀର ଆକାର ,ଭୌତିକ ପରିବେଶ,ଆସବାବପତ୍ର ,ଶିକ୍ଷାର୍ଥୀମାନଙ୍କର ଯୋଗ୍ୟତା ଓ ବୟସ ସ୍ତର ଉପରେ ନିର୍ଭର କରେ । ଆଦର୍ଶ ପରିସ୍ଥିତିରେ ଦଳର ପ୍ରତ୍ଯେକ ପରସ୍ପରକୁ ଦେଖିପାରୁଥିବେ । ବଡପାଟି ନ କରି କଥା କହିପାରୁଥିବେ ଓ ଦଳର ପ୍ରତ୍ୟାଶିତ ଫଳ ପାଇଁ କାମ କରିପାରୁଥିବେ ।
    • ଶିକ୍ଷାର୍ଥୀମାନଙ୍କୁ କିପରି ଓ କାହିଁକି ଆପଣ ଦଳରେ ଭାଗ କରିବେ ନିଷ୍ପପତି କରନ୍ତୁ । ଉଦାହରଣ ସ୍ୱରୂପ,ବନ୍ଧୁତା ଆଧାରରେ,ଆଗ୍ରହ ଭିଟଟିରେ,ସମଯୋଗ୍ୟତା ସମପର୍ଣ୍ଣ ଓ ମିଶ୍ରିତ ଯୋଗ୍ୟତା ସମପର୍ଣ୍ଣ ଆଧାରରେ । ବିଭିନ୍ନ ଉପାଯରେ ଆପଣ ପରକ୍ଷା କରନ୍ତୁ । ପ୍ରତ୍ୟେକ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ଯାହା ଉତ୍ତମ ତାର ସମୀକ୍ଷା କରନ୍ତୁ ।
    • ଦଳର ସଦସ୍ୟ ମାନଙ୍କୁ ଯେଉଁ ଭୂମିକା ଦେବେ ଆପଣ ତ’ର ଯୋଜନା ପ୍ରସ୍ତୁତ କରନ୍ତୁ । ଉଦାହରଣ ସ୍ୱରୂପ ଟିପ୍ପଣୀ ଲେଖକ ,ମୁଖପାତ୍ର ,ସମୟ ରକ୍ଷକ,ସାମଗ୍ରୀ ସଂଗ୍ରାହକ ଏବଂ ଆପଣ କିପରି ଏହାକୁ ସ୍ପଷ୍ଟ କରିବେ ତାହା ମଧ୍ୟ ସ୍ତିର କରନ୍ତୁ ।

ଦଳଗତ କାର୍ଯ୍ୟର ପରିଚାଳନା କରିବା

ଉତ୍ତମ ଦଳଗତ କାର୍ଯ୍ୟର ପରିଚାଳନା ପାଇଁ ଆପଣାକୁ ସମୟ ନିରଘନତା ଓ ନିୟମ ପ୍ରସ୍ତୁତ କରିବାକୁ ପଡିବ ।ନିୟମିତ ଭାବରେ ଦଳଗତ କାର୍ଯ୍ୟକଲେ  ଶିକ୍ଷାର୍ଥୀମାନେ ଜାଣିପାରିବେ ଆପଣ କ’ଣ ଆଶା କରୁଛନ୍ତି ଓ ତାଙ୍କ ପାଇଁ ଏହା କେତେ ଆନନ୍ଦଦାୟକ ବା ଏହା ମୁଖ୍ୟକଥା ଯେ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ସହିତ କାମ କରିବା ଦ୍ଵାରା ସମୂହ ଓ ଦଳରେ କାମ କରିବାର ଲାଭ ଆପଣ ଜାଣିପାରିବେ । ଉତ୍ତମ ଦଳଗତ କାର୍ଯ୍ୟର ଲକ୍ଷଣ ବିଷୟରେ ଆପଣ ଆଲୋଚନା କରନ୍ତୁ ଏବନ ସମ୍ଭବ ହେଲେ ଦଳ କାର୍ଯ୍ୟର ନିୟମ ତାଲିକା ପ୍ରସ୍ତୁତ କରି ପ୍ରଦର୍ଶନ କରିପାରନ୍ତି । ଉଦାହରଣ ସ୍ୱରୂପ ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତୁ ଏବଂ  ସମ୍ଭବ ହେଲେ ଦଳ କାର୍ଯ୍ୟର ତାଲିକା ପ୍ରସ୍ତୁତ କରି ପ୍ରଦର୍ଶନ କରିପାରନ୍ତି । ଉଦାହରଣ ସ୍ୱରୂପ ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ ,ଶୁଣିବା,ପରସାପର କୁ ସାହାଜ୍ଯ କରିବା ।ଏକାଧିକ ଧାରଣ ନେଇ ଚେଷ୍ଟା କରିବା ଇତ୍ୟାଦି  ।

ଦଳଗତ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ ,ମୌଖିକ ସୂଚନା ଦେବା ଜରୁରୀ । ସହାୟତା ପାଇଁ ଏହାକୁ କଳାପଟାରେ ମଧ୍ୟ ଲେଖି ପାରନ୍ତି । ଏଥିପାଇଁ ଆପଣ କ’ଣ କରିବେ ?

  • ଦଳରେ କାମ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଆପଣଙ୍କ ଯୋଜନା ଅନୁଯାୟୀ କାମ କରିବାକୁ ସୂଚନା ଦିଅନ୍ତୁ । ଯେଉଁଠାରେ ସେମାନେ କାମ କରିବେ ଶ୍ରେଣୀଗୃହରେ ସେ ସ୍ଥାନ ସୁଚିତା କରନ୍ତୁ କିମ୍ବା ଆସବାବପତ୍ର ଓ ବସ୍ତାନିକୁ କେଉଁଠାରେ ସେମାନେ କାମ କରିବେ ଶ୍ରେଣୀଗୃହରେ ସେ ସ୍ଥାନ ସୁଚିତା କରନ୍ତୁ କିମ୍ବା ଆସବାବପାତ୍ର ଓ ବସ୍ତାନି କୁ ରଖିବେ ସୂଚନା ଦିଅନ୍ତୁ  ।
  • ଆପଣ କାର୍ଯ୍ୟ ବିଷୟରେ ସ୍ପଷ୍ଟ ହୁଅନ୍ତୁ । ଛୋଟ ସୂଚନା କିମ୍ବା ଚିତ୍ର ମାଧ୍ୟମରେ କଲାପଟରେ ଲେଖନ୍ତୁ। ଆପଣ କାର୍ଯ୍ୟଟି ଆରମ୍ଭ କରିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପଚାରିବାକୁ ସୁଯୋଗ ଦିଅନ୍ତୁ ।
  • ପଢା ସମୟରେ ଦଳଗତ କାର୍ଯ୍ୟକୁ ତଦାରଖ ଓ ପରରୀକ୍ଷା କରିବା ପାଇଁ ଚାରିପଟେ ବୁଲି ଦେଖନ୍ତୁ। ଯଦି ସେମାନେ କାର୍ଯ୍ୟଟିକୁ ଭୁଲ କରୁଛନ୍ତି କିମ୍ବା ଅଟକି ଯାଉଛନ୍ତି ଆବଶ୍ୟକ ସ୍ଥଳେ ଉପଦେଶ ଦିଅନ୍ତୁ । କାର୍ଯ୍ୟ ସମୟରେ ଦଳଗୁଡିକୁ ପରିବର୍ତ୍ତନ କରିବା ପାଇଁ ଆପଣ ଚହୀନପରନ୍ତି । ଦଳଗତ କାର୍ଯ୍ୟ ଉପରେ ଆପଣଙ୍କ ସଂପୂର୍ଣ୍ଣ ଭରସା ଆସି ସାରିବା ପରେ ଏହାର ପରୀକ୍ଷା ପାଇଁ ଦୁଇଟି କୌଶଳ ରହିଛି । ଗୋଟିଏ ବଡ ଶ୍ରେଣୀ ର ପରିଚାଳନା ପାଇଁ କୌଶଳ ଦୁଇଟି ବିଶେଷ ଭାବରେ ସାହାଜ୍ଯ କରିବେ । ତଳେ ତାର ସୂଚନା ଦିଆଗଲା ।
  • ବିଶେଷଜ୍ଞ ଦଳ – ପ୍ରତ୍ୟେକ ଦଳକୁ ଭିନ୍ନ ଭିନ୍ନ କାର୍ଯ୍ୟ ଦିଅନ୍ତୁ । ଉଦାହରଣ ସ୍ୱରୂପ ,ବିଦ୍ୟୁତ ଶକ୍ତି ଉତପର୍ଣ୍ଣ ପାଇଁ ଗୋଟିଏ ଉପାୟ ସମ୍ପର୍କିତ ଗବେଷଣା କିମ୍ବା ଗୋଟିଏ ନାଟକ ପାଇଁ କୌଣସି ଚରିତ୍ରର ପରିକଳ୍ପନା ।ଉପଯୁକ୍ତ ସମୟ ପରେ ନୂତନ ଦଳ ଗଠନ କରନ୍ତୁ ,ଯାହାଫଳରେ ପ୍ରତ୍ୟେକ ନୂଆଡଲ ମୂଳଦଳର ଜଣେ ଲେଖାଏଁ ସଦସ୍ୟଙ୍କୁ ବିଶେଷଜ୍ଞ ଭାବରେ ଚୟନ କରିବେ । ତାହାପରେ ସେମାନଙ୍କୁ ଏପରି କାର୍ଯ୍ୟ କରିବାକୁ ଦିଅନ୍ତୁ,ଯାହା ସମସ୍ତ ବିଶେଷ ଜ୍ଞାନକୁ ମିଳାଇ ଏକତ୍ର କରି ପାରିବ ,ଯେପରିକି କେଉଁ ପ୍ରଜାରର ଶକ୍ତି କେନ୍ଦ୍ର ନିର୍ମାଣ ହେବା ଆବଶ୍ୟକ ,ଗୋଟିଏ ନାଟକର ପ୍ରସ୍ତୁତି ସମ୍ପର୍କରେ ନିଷ୍ପତ୍ତି  ।
  • ପ୍ରତିନିଦ୍ଧି ଦଳ – କାର୍ଯ୍ୟଟି ନୂତନତା ସୃଷ୍ଟିକଲେ କିମ୍ବା ସମସ୍ୟାର ସାଧନ କଲେ କିଛି ସମୟପରେ ପ୍ରତ୍ୟେକ ଦଳ ଅନ୍ୟ ଦଳକୁ ଜଣେ ଲେଖାଏଁ ପ୍ରତିନିଧି ପଠାଇବାକୁ କୁହନ୍ତୁ । ସେମାନେ ଉତ୍ତରଗୁଡିକୁ ତୁଳନା କରିବା ,ସମସ୍ୟା ର ସମାଧାନ କରିବା ପରେ ପୁଣି ନିଜ ଦଳରେ ଯୋଗଦେବେ । ଏପରି ଭାବରେ ଦଳଗୁଡିକ ପରସ୍ପର ଠାରୁ ଶିକ୍ଷା କରିପାରିବେ ।

କାର୍ଯ୍ୟଟି ସାରିବା ପରେ ଶିକ୍ଷାର୍ଥୀମାନେ କ’ଣ ଶିଖିଲେ ତାର ସାରାଂଶ ନିର୍ଣ୍ଣୟ କରନ୍ତୁ ଏବଂ କୌଣସି ତ୍ରୁଟି ଥିଲେ ତାର ସଂଶୋଧନ କରନ୍ତୁ । ପ୍ରତ୍ୟେକ ଦଳରୁ ଆପଣ ପ୍ରତିଦୃଷ୍ଟି ନେଇପାରନ୍ତି କିମ୍ବା ଗୋଟିଏ ବା ଦୁଇଟି ଦଳ- ଯେଉନ୍ମାନନଙ୍କର ଧାରଣା ଭଲ ବୋଲି ଆପଣ ଭାବୁଛନ୍ତି ତାଙ୍କୁ ପଚାରିପାରନ୍ତି ।ଶିକ୍ଷାର୍ଥୀମାନଙ୍କର ବିବରଣୀକୁ ସଂକ୍ଷିପ୍ତ କରନ୍ତୁ ଏବଂ ଶିକ୍ଷଣ କାର୍ଯ୍ୟରେ କ’ଣ ଭଲ ହେଲା,କ’ଣ ଆଗ୍ରହ ସୃଷ୍ଟି କରୁଥିଲା ଏବଂ କେଉଁଥିରେ ଆଗକୁ ଉନ୍ନତି ଆବଶ୍ୟକ ଏହି ଆଧାରରେ ଅନ୍ୟଦଳର କାମ ଉପରେ ପ୍ରତିପୁଷ୍ଟି ଯୋଗାଇବାକୁ ଉତ୍ସାହିତ କରନ୍ତୁ ।

ଏପରିକି ଯଦି ଶ୍ରେଣୀରେ ଆପଣ ଦଳଗତ କାର୍ଯ୍ୟକୁ ଗ୍ରହଣ କରିବାକୁ ଚହୁଁଛନ୍ତି,ଆପଣ ଏହାକୁ ସଂଗଠିତ କରିବା ପାଇଁ ଅସୁବିଧା ଭୋଗ କରିପାରନ୍ତି । କାରଣ କିଛି ଶିକ୍ଷାର୍ଥୀ

  • ସକ୍ରିୟ ଶିକ୍ଷଣରେ ପ୍ରତିରୋଧ କରନ୍ତି ଓ କର୍ଜ୍ୟବଦ୍ଧ ହୁଅନ୍ତି ନାହିଁ ।
  • ଅଞଉପରେ ପ୍ରାଧାନ୍ୟ ବିସ୍ତାର କରନ୍ତି ।
  • ନିମ୍ନମାନର ଭାବ ବିନିମୟ ର ଦକ୍ଷତା କିମ୍ବା ବିଶ୍ଵାସ ର ଅଭାବ ହେତୁ ଅଂଶଗ୍ରହଣ କରନ୍ତି ନାହିଁ ।

ଦଳଗତ କାର୍ଯ୍ୟର ପରିଚାଳନା ସମୟରେ ଏହାକୁ ପ୍ରଭାବସଲି କରିବା ପାଇଁ ଉପରୋକ୍ତ ଦିଗଗୁଡିକ ପ୍ରତି ଧ୍ୟାନ ଦେବା ଗୁରୁତ୍ଵପୂର୍ଣ୍ଣ  ।ଏହା ସହିତ ପ୍ରତ୍ୟାଶିତ ଶିକ୍ଷଣ ଫଳାଫଳ କେତେଦୂର ହାସଲ ହୋଇଛି ଏବଂ ଆପଣଙ୍କ ଶିକ୍ଷାର୍ଥୀମାନେ କେତେ ଭଲ ଉତ୍ତର ଦେଇପାରୁଛନ୍ତି (ସେମାନେ ସମସ୍ତେ ଲାଭବାନ ହୋଇଛନ୍ତି କି?) ବିଚାରକୁ ନେବେ ।ଦଳପାଇନ ଥିବା ଦତ୍ତକର୍ଜ୍ୟ,ସମ୍ବଳ ,ସମୟ ପରିଚାଳନା,ଦଳଗଠନ ପାଇଁ ପ୍ରତିଯୋଜନ କରିବାକୁ ବିଚାର କରନ୍ତୁ ଓ ସତର୍କତା ର ସହିତ ଯୋଜନା କରନ୍ତୁ ।

ଗବେଷଣା ର ସୂଚନା ଅନୁଯାୟୀ ଶିକ୍ଷାର୍ଥୀମାନଙ୍କର ଉପଲବ୍ଦ୍ଧି କ୍ଷେତ୍ରରେ ଡକାଗତ ଶିକ୍ଷଣର ବ୍ୟବହାର ସବୁବେଳେ ଶାକରାତ୍ମକ ଫଳ ଦିଏ ନାହିଁ । ତେଣୁ ପ୍ରତ୍ୟେକ ପାଠ ରେ ଏହାର ବ୍ୟବହାର ପାଇଁ ଆପଣ ବାଧ୍ୟବୋଲି ଭାବନ୍ତୁ ନାହିଁ । ଦଳଗତ କାର୍ଯ୍ୟର ବ୍ୟବହାର କୁ ଅନୁପୂରକ କୌଶଳ ଭାବରେ ଆପଣ ବିଚାର କରିପାରନ୍ତି । ଉଦାହରଣ ସ୍ୱରୂପ,ଗୋଟିଏ ପ୍ରସଙ୍ଗ ବଦଳିବା ସମୟରେ ଏହାକୁ ବିରତି ଭାବରେ ,ଶ୍ରେଣୀରେ ଆଲୋଚନା ସମୟରେ ହଠାତ,ଆରମ୍ଭ ପାଇଁ,ମସ୍ତିସ୍କ କୁ ହାଲୁକା କରିବା ପାଇଁ ପରୀକ୍ଷାମୂଳକ ଶିକ୍ଷଣ କାର୍ଯ୍ୟପାଇଁ ,ସମସ୍ୟା ସମାଧାନ ଓ ଅନୁଶୀଳନ ପାଇଁ,ପ୍ରସଙ୍ଗ ର ସମୀକ୍ଷା ପାଇଁ ମଧ୍ୟ ଶ୍ରେଣୀରେ ପରିଚିତ କରାଯାଇପାରେ ।

ସମ୍ବଳ ୩-ପରିସ୍ଥିତି ଅନୁଧ୍ୟାନ ୩ ର ସମ୍ଭାବ୍ୟ ଉତ୍ତର

 

ସାରଣୀ ସମ୍ବଳ-୩.୧ ସୂଚନାଭିତ୍ତିକ ପାଠରେ ସବୁଠାରୁ ଅଧିକ ଓ କମ ଗୁରୁତ୍ଵ ଧାରଣାର ଚିହ୍ନଟ ହୋଇ ଉଦାହରଣ ରେ ଦିଆଯାଇଛି ।(ସମ୍ବଳ-ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ -୨୦୦୭)

ଜୀବମାନଙ୍କର ଶ୍ଵସକ୍ରିୟା

ଅଧିକ ଗୁରୁତ୍ୱପୂର୍ଣ୍ଣ ଧାରଣା

କମ ଗୁରୁତ୍ୱପୂର୍ଣ୍ଣ ଧାରଣା

ଆମ ମାଂସପେଶୀ କୋଷର ମଧ୍ୟ ଅବାୟୁ ଶ୍ଵସନ କ୍ଷମତା ଅଛି କିନ୍ତୁ ଏହା ଖୁବ କମ ସମୟ ପାଇଁ ସମ୍ଭବ । କଠିନ ବ୍ୟାୟମ,ଦୌଡିବା,ସାଇକେଲ ଚାଳନା ,ଚାଲିବା ଆଦି କାର୍ଯ୍ୟ ଘଣ୍ଟା ଘଣ୍ଟା ଧରି କଲେ ଶରୀରରେ ଶକ୍ତିର ଚାହିଦା ବଢିଯାଏ । ସେହି ସମୟରେ ଶକ୍ତି ସୃଷ୍ଟି ପାଇଁ ଅମ୍ଳଜାନ ମିଳିବା ସୀମିତ ହୋଇଗଲେ ମାଂସପେଶୀ କୋଷରେ ଅବ୍ୟୁ ଶ୍ଵସନ ହୋଇ ଶକ୍ତି ମିଳିଥାଏ ।

 

ଗ୍ଳୁକୋଜ ଅମ୍ଳଜାନ ଅନୁପସ୍ଥିତିରେ ଲାକଟିକ ଅମ୍ଳ+ଶକ୍ତି (ମାଂସପେଶୀ ରେ)

 

ତୁମ୍ଭେମାନେ କେବେ କଠିନା ବ୍ୟାୟାମ  ପରେ ମାଂସପେଶୀ ରେ ଆଲୁଞ୍ଚନ ଜନିତ ବ୍ୟଥା ଅନୁଭବ କରୁଛ କି? ଏହି ବ୍ୟଥା ମାଂସପେଶୀୟ କୋଷରେ ଅବାୟୁ ଶ୍ଵସନ ଦ୍ଵାରା ହୁଏ ।ପ୍ରକ୍ରିୟା ଟି ରେ ଗ୍ଳୁକୋଜ ଅସମ୍ପୂର୍ଣ୍ଣ ଭାବେ ବିଖଣ୍ଡିତ ହୋଇ ଲକଟିକ ଅମଳରେ ପରିଣୀତ ହୁଏ । ଲାକଟିକ ଅମ୍ଳ ବହୁ ପରିମାଣରେ କୋଷରେ ଜମା ହେଲେ ମାଂସପେଶୀ ରେ ଯନ୍ତ୍ରଣା ଦିଏ । ଗରମ ପାଣି ଉପଚାର ବା ମାଂସପେଶୀ ରେ ମାଲିସ କଲେ ସେହି ସ୍ଥାନରେ ରକ୍ତ ସଂଚାଳନ ତ୍ୱରାନ୍ୱିତ ହୁଏ ।ଫଳରେ ଅମ୍ଳଜାନ ଅଧିକ ପରିମାଣରେ ଆସି ପହଞ୍ଚିଯାଏ ଓ ଲାକଟିକ ଅମ୍ଳ ଅଙ୍ଗରକାମ୍ଳ ଓ ଜଳରେ ପରିଣତ ହୁଏ । ଯନ୍ତ୍ରଣା କମିଯାଏ ।

 

ମାଂସପେଶୀ କୋଷରେ ଅବାୟୁ ଶ୍ଵସନ କ୍ଷମତା ଅଛି । ଅବାୟୁ ଶବଶନ ପ୍ରକ୍ରିୟା ରେ ଗ୍ଳୁକୋଜ ଅସମ୍ପୂର୍ଣ୍ଣ ଭାବେ ବିଖଣ୍ଡିତ ହୋଇ ଲାଇଟିକ ଅମ୍ଳ, ମାଂସପେଶୀ ରେ ଯନ୍ତ୍ରଣା ଦିଏ ।

ଗରମ ପାଣି ଉପଚାର ଦ୍ଵାରା ,ଅମ୍ଳଜାନ ଲାଇଟିକ ଅମ୍ଳକୁ ଅଙ୍ଗାରକାମ୍ଳ ଜଳରେ ପରିଣତ କରେ ଓ ଯନ୍ତ୍ରଣା କମ।ଏ ।

 

 

ସମ୍ବଳ-୪ ଅଧିକ କିମ୍ବା କମ ଗୁରୁତ୍ୱପୂର୍ଣ୍ଣ ସୂଚନା

ଯେକୌଣସି ବିଷୟରୁ ପଠନ ପାଇଁ ଆପଣ ଗୋଟିଏ ଅନୁଚ୍ଛେଦ ବାଛିପାରନ୍ତି,ଏହା ପାଠ୍ୟପୁସ୍ତକରୁ ହୋଇପାରେ କିମ୍ବା ଇଣ୍ଟର୍ନେଟ ରୁ ଉଦ୍ଧୃତ ମଧ୍ୟ ହୋଇପାରେ । ଏହା ବ୍ୟକ୍ତିଗତ କାର୍ଯ୍ୟ, ଦଳଗତକାର୍ଯ୍ୟ ବା ଯୋଡି କାର୍ଯ୍ୟ ହୋଇପାରେ ।ଯଦି ଆପଣଙ୍କ ଶିକ୍ଷାର୍ଥୀମାନେ ଯୋଡିହୋଇ ବା ଦଳରେ କାମ କରୁଛନ୍ତି ତେବେ ଗୋଟିଏ ପାଠରେ କେଉଁ ସୂଚନା ଅଧିକ ଗୁରୁପୁର୍ର୍ଣ ଓ କେଉଁ ସୁଚନା କମ କମ ଗୁରୁତ୍ଵପୂର୍ଣ୍ଣ ସେମାନେ ଆଲୋଚନା ଓ ତୁଳନା ମାଧ୍ୟମରେ ନିଜ ମତ ଉପସ୍ଥାପନ କରିପାରିବେ । ସମଗ୍ର ଶ୍ରେଣୀରେ ବିବାରିଣୀ ଦେବା ପୂର୍ବରୁ ନିଜର ଉତ୍ତରକୁ ମେଳ କରିପାରିବେ ବା ତାଲିକା କରିପାରିବେ ।

ଶିକ୍ଷାର୍ଥୀମାନଙ୍କ ପାଇଁ ସୂଚନା

ପରିଚ୍ଛେଦ ,ଅନୁଚ୍ଛେଦ ବା ଲେଖାଟିକୁ ପଢ ଓ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ କମ ଗୁରୁତ୍ଵପୂର୍ଣ୍ଣ  ଏବଂ କମ ଗୁରୁତ୍ୱପୂର୍ଣ୍ଣ ସୂଚନା ଗୁଡିକୁ ଲେଖିରଖା । ଯେତେବେଳେ ସରିଯିବ ତାଲିକା ନିମ୍ନଭାଗକୁ ଯାଅ ଓ ସଂପୂର୍ଣ୍ଣ ପରିଚ୍ଛେଦ ,ଅଣୁଚ୍ଛେଦ କିମ୍ବା ଲେଖାର ମୁଖ୍ୟ ସୂଚନା ଗୁଡିକ କଣ ବୋଲି ଭାବୁଛ ଲେଖି  ରଖ ।

ସାରଣୀ ସମ୍ବଳ ୪.୧ : ସୂଚନା ଭିତ୍ତିକ ପାଠରେ ଅଧିକ ଓ କମ ଗୁରୁତ୍ୱପୂର୍ଣ୍ଣ ଧାରଣା ର ସଂଜ୍ଞା ନିରୂପଣ

ଅନୁଚ୍ଛେଦ ବା ପାଠ ଅଧ୍ୟାୟର ନାମ

 

କେତେ ପ୍ରୁଷ୍ଠା ପଢିଲେ ...

 

 

ଅଧିକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଓ ଧାରଣା

କମ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଧାରଣା

 

 

 

 

 

 

ମୁଖ୍ୟ ଧାରଣା ___________________________

ଆଧାର  :ଟେସ- ଇଣ୍ଡିଆ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top