ହୋମ / ଶିକ୍ଷା / ଶିକ୍ଷା ଡିରେକ୍ଟୋରି / ଉତ୍କଳ ବିଶ୍ୱବିଦ୍ୟାଳୟ
ସେଆର କରନ୍ତୁ

ଉତ୍କଳ ବିଶ୍ୱବିଦ୍ୟାଳୟ

ଉତ୍କଳ ବିଶ୍ୱବିଦ୍ୟାଳୟ ର ସୂଚନା

ଭୁବନେଶ୍ଵରର ବାଣୀବିହାରରେ ଅବସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟ   । ଯାହା ଓଡିଶାର ପୁରାତନ ତଥା ଭାରତର ୧୭ ତମ ବିଶ୍ଵବିଦ୍ୟାଳୟ   ଭାବେ ମାନ୍ୟତାପ୍ରାପ୍ତ  , ଏହା ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ, ଯାହା ଅଧୀନରେ ସର୍ବାଧିକ ୩୫୭ ଟି କଲେଜ ମଧ୍ୟରୁ ୨୪୯ ସାଧାରଣ କଲେଜ, ୮୯ ଟି ପ୍ରଫେସନାଳ କଲେଜ , ୧୫ଟି ଆଇନ କଲେଜ ଓ ୪ ଟି ମେଡିକାଲ ଓ ଫାର୍ମାସୀ କଲେଜ ରହିଛି   ।  

ଇତିହାସ

୨୭ ନଭେମ୍ବର, ୧୯୪୩ ରେ ବିଧିବଦ୍ଧ ଭାବେ ପ୍ରତିଷ୍ଠା ହୋଇଥିଲା   ଉତ୍କଳ ବିଶ୍ୱବିଦ୍ୟାଳୟ   । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶ୍ଵବିଦ୍ୟାଳୟର ସମସ୍ତ କାର୍ଯ୍ୟ କଟକ ରେଭେନ୍ସା କଲେଜର ରୁମ ନମ୍ବର 15 ରୁ ପରିଚାଳିତ ହେଉଥିଲା   । ପରେ  ୧ ଜାନୁୟାରୀ, ୧୯୫୮ରେ ବର୍ତ୍ତମାନ କ୍ୟାମ୍ପସରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଭାରତର ପ୍ରଥମ ରାଷ୍ଟ୍ରପଟି ଡ. ରାଜେନ୍ଦ୍ର ପ୍ରସାଦ ଓ 2 ଜାନୁୟାରୀ, ୧୯୬୩ ରେ ଏହାର ଶୁଭ ଉଦଘାଟନ କରିଥିଲେ  ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ  । 

ଭିତ୍ତିଭୂମି

ଏଠାରେ ପାରମ୍ପରିକ ଶିକ୍ଷା ସହ ବୈଷୟିକ ଶିକ୍ଷାକୁ ମଧ୍ୟ ସମଭାବରେ ଗୁରୁତ୍ଵ ଦିଆଯାଏ   । ଏଥିସହିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ଅବୃଦ୍ଧି ପାଇଁ ଧନ୍ଦାମୂଳକ ଶିକ୍ଷା ମଧ୍ୟ ଦିଆଯାଇଥାଏ   ।  ଏଠାରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କ୍ୟାମ୍ପସ ଭୀତରେ ଲାଇବେରୀ, କମ୍ୟୁଟର ସେଣ୍ଟର , କ୍ୟାଣ୍ଟିନ, ସ୍ୱାସ୍ଥ୍ୟ କେନ୍ଦ୍ର , ପ୍ଲେସମେଣ୍ଟ ସେଲ , ରିଚର୍ଚ୍ଚ ସେଣ୍ଟର , ଏନଏସଏସ ଓ ହଷ୍ଟେଲ ସୁବିଧା ରହିଛି   ।

ପାଠ୍ୟକ୍ରମ

ଏଠାରେ କଳା, ବିଜ୍ଞାନ ,ଓ ବାଣିଜ୍ୟରେ ସ୍ନାତକୋତ୍ତର ବିଭାଗ ରହିଛି   ।  କଳାରେ ଆନାଲିଟିକାଲ ଆଣ୍ଡ ଆପ୍ଳାଏଡ ଇକୋନୋମିକ୍ସ , ଆନସିଏଣ୍ଟ ଇଣ୍ଡିଆନ ହିଷ୍ଟ୍ରି, କଲଚର ଆଣ୍ଡ ଆକିଓଲୋଜି , ଆନଥ୍ରୋପୋଲୋଜି , ଇଂରାଜୀ ହିଷ୍ଟ୍ରି ,ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ , ଓଡିଆ, ଫିଲୋସୋଫି , ପଲଟିକାଲ ସାଇନ୍ସ , ସାଇକୋଲୋଜି , ପବ୍ଲିକ ଆଡମିନିଷ୍ଟ୍ରେସନ , ସଂସ୍କୃତ , ସୋସିଓଲୋଜି ଓ ଓମେନ ଷ୍ଟଡିସ ଥିବା ବେଳେ ବିଜ୍ଞାନରେ ବାୟୋଟେକ୍ନୋଲୋଜି , ବଟାନି , କେମିଷ୍ଟ୍ରି ,କମ୍ୟୁଟର ସାଇନ୍ସ  ଆଣ୍ଡ ଆପ୍ଲିକେସନ , ଜିଓଗ୍ରାଫି , ଜୁଲୋଜି, ଫାର୍ମାସୀ , ଜିଓଲୋଜି ଓ ପରିସଂଖ୍ୟାନ ଆଦିରେ ସ୍ନାତକୋତ୍ତର କୋର୍ସ ରହିଛି   । ସେହିପରି ବିଜନେସ ଷ୍ଟଡିସ ଆଣ୍ଡ ମ୍ୟାନେଜମେଣ୍ଟରେ ବିଜନେସ ଆଡମିନିଷ୍ଟ୍ରେସନ , କମର୍ସ, ପର୍ସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନ ଆଦି ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି  । ଏହାଛଡା ଏଠାରେ ପିଏଚଡି , ଏମଫିଲ ସହ ୧୭ ଟି ସେଲ୍ପ ଫାଇନାନ୍ସି କୋର୍ସ ମଧ୍ୟ ରହିଛି   । 

ଶିକ୍ଷା ଓ ବିକାଶର ପ୍ରତୀକ

ଉତ୍କଳ ବିଶ୍ଵବିଦ୍ୟାଳୟ ରାଜ୍ୟର ସବୁଠାରୁ ବଡ ଓ ପୁରୁଣା ବିଶ୍ଵବିଦ୍ୟାଳୟ  । ଯାହା ରାଜ୍ୟର ଯୁବବର୍ଗଙ୍କୁ ସଶକ୍ତକରିବା ପାଇଁ ଖୁବ କମ ମୂଲ୍ୟରେ ଉଚ୍ଚମାନର ଶିକ୍ଷା ଦେଇଥାଏ   । ଏଠାକାର ଗବେଷଣା ପଦ୍ଧତି ଓ ପୂର୍ବତନ କୃତି ଛାତ୍ରଙ୍କ ସଫଳତାକୁ ଆଧାର କରି ଏବେକର ଟ୍ୟାଲେଣ୍ଟେଡ ଛାତ୍ରଛାତ୍ରୀମାନେ ଏହି ବିଶ୍ଵବିଦ୍ୟାଳୟ ପ୍ରତି ଆକର୍ଷିକ ହେଉଛନ୍ତି   ।  ତା ସହିତ ଆମ  ବିଶ୍ଵ ବିଦ୍ୟାଳୟ “ ନାକ” ଦ୍ଵାରା “ ଏ ପ୍ଲସ “ ମାନ୍ୟତାପ୍ରାପ୍ତ  ।  ଏଠାରେ ଶିକ୍ଷା ଲାଭକରିଥିବା ବହୁ ଛାତ୍ରଛାତ୍ରୀ ଆଦି ଦେଶର ବିଭିନ୍ନ ବଡ ବଡ ପଦପଦବୀରେ ଅବସ୍ଥାପିତ , ସେମାନଙ୍କ ମଧ୍ୟରୁ ୩୫ ଜଣ କୁଳପତି , ରାଷ୍ଟ୍ରଦୂତ, ରାଜନେତା, ବୈଜ୍ଞାନିକ , ଉଦ୍ୟୋଗପଟି ଓ ସାହିତ୍ୟକ ଭାବେ ବେସ ସୁନାମ ଅର୍ଜନ କରିଛନ୍ତି   ।  ଉତ୍କଳ ବିଶ୍ଵବିଦ୍ୟାଳୟ ହେଉଛି ରାଜ୍ୟରେ ଶିକ୍ଷା ଓ ବିକାଶର ପ୍ରତୀକ  ।  

ସଂଗୃହିତ:ପ୍ରଫେସର ଅଶୋକ କୁମାର ଦାଶ ,କୁଳପତି , ଉତ୍କଳ ବିଶ୍ୱବିଦ୍ୟାଳୟ ।

3.09375
Nirod Chandra Sandha Aug 03, 2017 11:08 AM

ଉତ୍କଳ ବିଶ୍ୱବିଦ୍ୟାଳୟ ବିଷୟରେ ପାଠ କରି ବହୁତ କିଛି ଜ୍ଞାନ ଅର୍ଜନ କଲୁ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top